text
stringlengths 17
85.6k
|
---|
ଫେଲୋଡିପାଇନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ପ୍ଲେଣ୍ଡିଲ ହେଉଛି ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ ଏବଂ ହୃତ୍ପିଣ୍ଡ ସମ୍ପର୍କୀୟ ଯନ୍ତ୍ରଣା ଆଞ୍ଜାଇନାର ଚିକିତ୍ସା ବ୍ୟବହୃତ ହୁଏ । ଏହି ରୋଗମାନଙ୍କ ନିମନ୍ତେ ଅନେକ ପ୍ରଥମ ଧାଡ଼ିର ଔଷଧ ମଧ୍ୟରୁ ଏହା ଗୋଟିଏ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଫୁଲା, ମୁଣ୍ଡବିନ୍ଧା ଏବଂ ଲାଲିମା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ସିଙ୍କୋପ୍ ଏବଂ ନିମ୍ନ ରକ୍ତଚାପ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହୃତ ହେଲେ ନକାରାତ୍ମକ ପ୍ରଭାବ ବିଷୟରେ ଚିନ୍ତା କରାଯାଏ ଏହା ଡାଇହାଇଡ୍ରୋପାଇରିଡାଇନ ପ୍ରକାରର ଏକ କ୍ୟାଲସିୟମ୍ ଚ୍ୟାନେଲ୍ ବ୍ଲକର ଫେଲୋଡିପାଇନ ୧୯୭୮ ମସିହାରେ ପେଟେଣ୍ଟ୍ ହୋଇଥିଲା ଏବଂ ୧୯୮୮ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଜ୍ୟରେ ଦୈନିକ ୫ ମିଗ୍ରା ହିସାବରେ ୨୦୨୧ରେ ୪ ସପ୍ତାହରେ ୪ ପାଉଣ୍ଡ ଖର୍ଚ୍ଚ ହେଉଥିଲା । ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୧ ଡଲାର ଅଟେ । ଏହା ରାମିପ୍ରିଲ ସହିତ ମିଳିତ ଭାବରେ ଉପଲବ୍ଧ । |
କୋଣାର୍କ ନାଟ୍ୟ ମଣ୍ଡପ ଓଡ଼ିଶାର ପୁରୀ ଜିଲ୍ଲାରେ ଥିବା କୋଣାର୍କରେ ଅବସ୍ଥିତ ଏକ ଓଡ଼ିଶୀ ନାଟ ଶିକ୍ଷାନୁଷ୍ଠାନ । ଏଠାରେ ପ୍ରତିବର୍ଷ କୋଣାର୍କ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଅନୁଷ୍ଠିତ ହୋଇଥାଏ ।ଏହା ଓଡ଼ିଶୀ ନୃତ୍ୟଗୁରୁ ଗୁରୁ ଗଙ୍ଗାଧର ପ୍ରଧାନଙ୍କଦ୍ୱାରା ସ୍ଥାପିତ ହୋଇଥିଲା । |
କରୁଣାକର ପ୍ରଧାନ (ଜନ୍ମ: ୧୫ ଜାନୁଆରୀ ୧୯୨୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ଉପ-ନିର୍ବାଚନରେ ସେ କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା କରୁଣାକର ପ୍ରଧାନ ୧୯୨୧ ମସିହାର ଜାନୁଆରୀ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅଚ୍ୟୁତାନନ୍ଦ ପ୍ରଧାନ ଓ ପତ୍ନୀଙ୍କ ନାମ ସତ୍ୟଭାମା ପ୍ରଧାନ । ରାଜନୈତିକ ଜୀବନ କରୁଣାକର ପ୍ରଧାନ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । |
ପାଲି ଭାଷା ଓଡ଼ିଆ ଭାଷା ଆଗରୁ ଥିବା ଗୋଟିଏ ପୁରୁଣା ଭାଷା । ଏହି ଭାଷାରୁ ଓଡ଼ିଆ, ବଙ୍ଗଳା, ଅସମୀୟା ଓ ଆହୁରି ଢେରେ ଭାରତୀୟ ଭାଷା, ନେପାଳୀ ଭାଷା, ଦକ୍ଷିଣ ଏସିଆର ଅନେକ ଭାଷା ବାଲିନିଜ୍ ଆଦି ଭାଷାମାନେ ତିଆରି ହୋଇଛନ୍ତି । ଏହି ଭାଷାରେ 'ଶ' / 'ଷ' ବଦଳରେ କେବଳ 'ସ' ବ୍ୟବହାର କରାଯାଏ । ଅନାନ୍ୟ ଭାଷା ଭଳି ଏହି ଭାଷାରେ ଯୁକ୍ତାକ୍ଷର (ଯୁକ୍ତାକ୍ଷର/ ) ନାହିଁ । ସେ କାଳରେ ବ୍ରାହ୍ମୀ (ବ୍ରାହ୍ମୀ/ ) ଲିପିରେ ଲେଖାଯାଉଥିଲା ଏ ଭାଷା । |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୬ ଅଗଷ୍ଟ ବର୍ଷର ୨୨୮ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୨୨୯ତମ । ବର୍ଷ ଶେଷ ହେବା ପାଇଁ ଆଉ ୧୩୭ ଦିନ ବାକି ଅଛି । |
ଅରବିନ୍ଦ ଢାଲି ଜଣେ ଓଡ଼ିଆ ରାଜନୀତିଜ୍ଞ, ଯିଏକି ଓଡ଼ିଶା ବିଧାନ ସଭାର ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ୧୯୯୨ ମସିହାରେ ମଲାକାନାଗିରି ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ପ୍ରଥମ ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ଏହାପରେ ୧୯୯୫ ଓ ୨୦୦୦ ମସିହାରେ ଏଠାରୁ ଦୁଇଥର ନିର୍ବାଚିତ ହୋଇଥିଲେ । ୨୦୦୯ ଓ ୨୦୧୯ ମସିହାରେ, ସେ ଜୟଦେବ ନିର୍ବାଚନ ମଣ୍ଡଳୀରୁ ଦୁଇଥର ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୦ ମସିହାରୁ ୨୦୦୪ ଯାଏଁ, ବିଜେପି-ବିଜେଡି ମିଳିତ ସରକାରରେ, ନବୀନ ପଟ୍ଟନାୟକଙ୍କ ୧ମ ମନ୍ତ୍ରୀମଣ୍ଡଳରେ ସେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ଜନ୍ମ, ପରିବାର ଓ ଶିକ୍ଷା ଅରବିନ୍ଦ ୧୯୫୯ ମସିହାର ଜୁନ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅନୀଲ କୃଷ୍ଣ ଢାଲି ଓ ପତ୍ନୀଙ୍କ ନାମ ମଞ୍ଜୁ ଢାଲି । ରାଜନୈତିକ ଜୀବନ ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ ସକ୍ରିୟ ଅଛନ୍ତି । ୩୦ ଅପ୍ରେଲ ୨୦୦୬ରେ ସେ ବିଜେପି ଛାଡି ଭାରତୀୟ ଜନଶକ୍ତି ପାର୍ଟିରେ ଯୋଗ ଦେଇଥିଲେ ଏବଂ ପରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ, ସେ ବିଜେପିରେ ଯୋଗ ଦେଇଥିଲେ । ୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେପିର ପ୍ରାର୍ଥୀ ଭାବରେ ଜୟଦେବ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୫୫,୩୧୭ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପାର୍ଥୀ ନବ କିଶୋର ମଲ୍ଲିକଙ୍କ ଠାରୁ ୨୧,୪୭୩ ଖଣ୍ଡ ଭୋଟ୍ରେ ପରାସ୍ତ ହୋଇଥିଲେ । |
୧୪୭୪ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଇଂରାଜୀ: ', ଓଟିଡିସି ଓଡ଼ିଶା ସରକାରଙ୍କଦ୍ୱାରା ପରିଚାଳିତ ଏକ ନିଗମ । ଏହା ୧୯୭୯ରେ ରାଜ୍ୟରେ ପର୍ଯ୍ୟଟନର ବିକାଶ, ଆଗରୁ ଥିବା ପର୍ଯ୍ୟଟନ ଅତିଥି ଭବନ ଓ ପରିବହନ ଆଦିର ଦେଖାଶୁଣା କରିବା ପାଇଁ ଆରମ୍ଭ ହୋଇଥିଲା । ଏହି ବିଭାଗଦ୍ୱାରା ପରିଚାଳିତ ଅତିଥି ଭବନ ପାନ୍ଥ ନିବାସ ନାମରେ ଜଣା । ଯାତ୍ରା ପ୍ୟାକେଜ ଟୁର ଓଟିଡିସି ଟୁର ପ୍ୟାକେଜ ସେବା ଯୋଗାଇଥାଏ । ନବକଳେବର ଭଳି ଋତୁକାଳୀନ ବିଶେଷ କାର୍ୟ୍ୟକ୍ରମରେ ଭାଗନେବା ପାଇଁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଟୁର ପ୍ୟାକେଜର ବ୍ୟବସ୍ଥା କରାଯାଇଥାଏ । |
ମଇଁନ୍ଦିପୁର (ମଇଁନ୍ଦିପୁର ଶାସନ) ଜଗତସିଂହପୁର ଜିଲ୍ଲାର ବିରିଡ଼ି ବ୍ଲକ ଅନ୍ତର୍ଗତ ଏକ ଗାଆଁ ଅଟେ । ଏହି ଗାଆଁଟି ତିର୍ତ୍ତୋଲ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । ଅବସ୍ଥିତି ଏହି ଗ୍ରାମଟି ବିଲୁଆଖାଇ ନଦୀ କୂଳରେସ୍ଥିତ । ଦେବୀ ନଦୀ ଓ ବିଲୁଆଖାଇ ମଧ୍ୟ ଭାଗରେ ଅବସ୍ଥିତ ବାଇଶିମଉଜାର ବାଇଶିଟି ଗ୍ରାମ ମଧ୍ୟରୁ ଅନ୍ୟତମ । ଗୋଟିଏ ପଟେ ବିଲୁଆଖାଇ ନଇ ଓ ନଇ ଅରପଟେ ବାଲିଆ ଗ୍ରାମ, ଅନ୍ୟ ତିନି ପଟେ ବାଗଲପୁର, ଚାଷିଖଣ୍ଡ ଓ କମଳପୁର ରହିଛି । ନାମକରଣ ଗମନାଗମନ ମଇଁନ୍ଦିପୁର ଗ୍ରାମଟି ଜିଲ୍ଲାର ସଦର ମହକୁମା ଜଗତସିଂହପୁରଠାରୁ ୧୫ କି.ମି. ଦୂରରେ ଅବସ୍ଥିତ । ପାଖ ରେଳ ଷ୍ଟେସନ ନାନ୍ପୁରଠାରୁ ୧୦ କି.ମି. ଓ କନ୍ଦରପୁରଠାରୁ ୧୨ କି.ମି. ଦୂରରେ ଅବସ୍ଥିତ । ବସ ଯୋଗେ କଟକଠାରୁ ୩୦ କି.ମି. ଦୂର । ଏହି ଗ୍ରାମକୁ ଆସିବାପାଇଁ ଶିକ୍ଷା ଓ ସ୍ୱାସ୍ଥ୍ୟ ଏହି ଗ୍ରାମରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ରହିଛି । ୧ କି.ମି. ଦୂରରେ ବାଲିଆ ଗ୍ରାମର ମୃତ ଅଳକା ନଦୀ ବାଲି ଶଯ୍ୟା ଉପରେ ଗୋଟିଏ ଉଚ୍ଚ ବିଦ୍ୟାଳୟଟିଏ ଅଛି । ଏହି ଗ୍ରାମରେ ଏକ ହୋମିଓପାଥି ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । ସଂସ୍କୃତି ଏହି ଗ୍ରାମରେ ମହାଦେବ ବୈଦ୍ୟନଥ ଓ ଗ୍ରାମଦେବତୀ ମଇଁନ୍ଦାଶୁଣି ଦେବୀଙ୍କ ମନ୍ଦିର ରହିଛି । ଏହା ବ୍ୟତୀତ ବ୍ରାହ୍ମଣ ଶାସନରେ ଗୋପୀନାଥ ମନ୍ଦିର ରହିଛି । ଏଠାରୁ ୦.୫ କି.ମି. ଦୂରରେ ମରିଚେଇଙ୍କ ମନ୍ଦିର ଓ ୧.୫ କି.ମି. ଦୂରରେ ସିଦ୍ଧେଶ୍ୱରଙ୍କ ମନ୍ଦିର ରହିଛି । ମଇଁନ୍ଦିପୁରରେ ପ୍ରତିବର୍ଷ 'ଜାଗର ମେଳା' ଅନୁଷ୍ଠିତ ହୋଇଥାଏ । ଏହା ବ୍ୟତୀତ 'ଅଗି ଉତ୍ସବ' ବି ହୋଇଥାଏ । |
ସୁନାଗୋସ୍ୱାମୀ ମଠ ଓଡ଼ିଶାର ପୁରୀରେ ଥିବା ଏକ ମଠ । ଏହା ପୁରୀରେ ଥିବା ସବୁଠାରୁ ପୁରୁଣା ମଠମାନଙ୍କ ମଧ୍ୟରେ ଅନ୍ୟତମ । ଏହି ମଠର ମହନ୍ତ ମଧ୍ୟ ଦର୍ପନାରାୟଣ ମଠର ମହନ୍ତ ଅଟନ୍ତି । ଜଗନ୍ନାଥଙ୍କ ସେବାରେ ଯୋଗଦାନ ଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ସମୟରେ ଗହଣା ଯଥା ଅଳକା ଏବଂ ଚଉସରା ଯୋଗାଇଥାଏ । ବନକଲାଗି ସମୟରେ ରତ୍ନବେଦୀ ମଜଣା ଏବଂ ସ୍ନାନ ପୁର୍ଣ୍ଣିମା ରୀତି ସମୟରେ ଶୀତଳା କୂପରୁ ଅଧିବାସ ଜଳ ଯୋଗାଇଥାଏ ଏବଂ ଅଗ୍ନିଉତ୍ସବରେ ଦୋଳ ଗୋବିନ୍ଦଙ୍କ ପାଖରେ ପଙ୍କ୍ତି ଭୋଗ ଲାଗି କରିଥାନ୍ତି । |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୬ ଅକ୍ଟୋବର ବର୍ଷର ୨୭୯ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୨୮୦ତମ । ବର୍ଷ ଶେଷ ହେବା ପାଇଁ ଆଉ ୮୬ ଦିନ ବାକି ଅଛି । |
ହିସାର ଏକ ଭାରତୀୟ ପୌର କମିଟି ଅଟେ । ଏହା ହରିଆଣାର ହିସର୍ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ହିସାର ୨୯.୧୫୩୯ ଉତ୍ତର ଅକ୍ଷାଂଶ ଓ ୭୫.୭୨୨୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ହିସାର ସହରର ମୋଟ ଜନସଂଖ୍ୟା ୩୩୧୩୦ ଅଟେ । ସେଥି ମଧ୍ୟରୁ ୫୨.୮୪% ଜଣ ପରୁଷ ହୋଇଥିବା ବେଳେ ୪୭.୧୬% ଜଣ ନାରୀ ଅଟନ୍ତି । ହିସାରର ସାକ୍ଷରତା ହାର ୫୬.୭୬% ଅଟେ । ଏହା ଜାତୀୟ ହାରଠାରୁ ୮.୦୮% ପ୍ରତିଶତ କମ ଅଟେ । ସେଥିରୁ ୩୪.୩୩% ପ୍ରତିଶତ ପୁରୁଷ ଓ ୨୨.୪୩% ନାରୀ ଅଟନ୍ତି । ୧୬.୫୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ହିନ୍ଦୀ ହିସାରର ସରକାରୀ ଭାଷା ଅଟେ । |
ପଣ୍ଡିତ ହରିପ୍ରସାଦ ଚୌରାଶିଆ (ଜନ୍ମ ୧ ଜୁଲାଇ ୧୯୩୮) ଜଣେ ପ୍ରସିଦ୍ଧ ହିନ୍ଦୁସ୍ତାନି ସଙ୍ଗୀତ ବାଦକ । ସେ ହିନ୍ଦୁସ୍ତାନି ବଂଶୀ ବାଦନ କରନ୍ତି । ବାଲ୍ୟ ଜୀବନ ହରିପ୍ରସାଦ ଚୌରାଶିଆ ଆଲ୍ଳାହାବାଦରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ମଲ୍ଲଯୋଦ୍ଧା ଥିଲେ । ତାଙ୍କୁ ୬ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ମା ' ଇହଲିଳା ସମ୍ବରଣ କରିଥିଲେ । ପିତାଙ୍କ ଅଜ୍ଞାତସାରରେ ସେ ବଂଶୀବାଦନ ଶିକ୍ଷା ଗ୍ରହଣ କରୁଥିଲେ । ତାଙ୍କ ପିତା ଚାହୁଁଥିଲେ ତାଙ୍କୁ ଜଣେ ପହିଲିମାନ ଭାବେ ଦେଖିବାପାଇଁ । ସେ ପିତାଙ୍କ ସହିତ ସମୟ ସମୟରେ ଆଖଡାଶାଳରେ ତାଲିମ୍ ନେଉଥିଲେ । ତା ସହିତ ସେ ବଂଶୀବାଦନ ଶିକ୍ଷା ଗ୍ରହଣ କରୁଥିଲେ ଏବଂ ବନ୍ଧୁଙ୍କ ଘରେ ଅଭ୍ୟାସ କରୁଥିଲେ । କର୍ମଜୀବନ ହରିପ୍ରସାଦ ଚୌରାଶିଆ ୧୫ ବର୍ଷ ବୟସରେ ତାଙ୍କ ପଡୋଶୀ ପଣ୍ଡିତ ରାଜାରାମଙ୍କଠାରୁ ବଂଶୀବାଦନ ଶିକ୍ଷା ଗ୍ରହଣ କରିଥିଲେ । ବ୍ୟକ୍ତିଗତ ଜୀବନ ହରିପ୍ରସାଦ ଚୌରାଶିଆ, ଶାସ୍ତ୍ରୀୟ ସଙ୍ଗିତ ଗାୟିକା ଅନୁରାଧାଙ୍କୁ ବିବାହ କରିଛନ୍ତି । ଏହି ଦମ୍ପତିଙ୍କ ଔରସରୁ ଏକମାତ୍ର ପୁତ୍ର ହେଉଛନ୍ତି ରାଜିବ । ପ୍ରଥମ ପତ୍ନି ହେଉଛନ୍ତି କମଳା ଚୌରାଶିଆ ଏବଂ ତାଙ୍କର ଦୁଇ ପୁତ୍ର ହେଉଛନ୍ତି ଅଜୟ ଚୌରାଶିଆ, ବିନୟ ଚୌରାଶିଆ । ମାନସମ୍ମାନ ଓ ପୁରସ୍କାର ସଙ୍ଗୀତ ନାଟକ ଏକାଡେମୀ - ୧୯୮୪ କୋଣାର୍କ ସମ୍ମାନ - ୧୯୯୨ ପଦ୍ମ ଭୂଷଣ - ୧୯୯୨ ୟସ୍ ଭାରତୀ ସମ୍ମାନ - ୧୯୯୪ ପଦ୍ମ ବିଭୁଷଣ - ୨୦୦୦ ହାଫିଜ ଅଲି ଖାଁ ପୁରସ୍କାର - ୨୦୦୦ ଦିନାନାଥ ମଙ୍ଗେସକର ପୁରସ୍କାର - ୨୦୦୦ ପୁଣେ ପଣ୍ଡିତ ପୁରସ୍କାର - ୨୦୦୮ (ଦି ଆର୍ଟ୍ ଆଣ୍ଡ୍ ମ୍ୟୁଜିକ୍ ଫାଉଣ୍ଡେସନ, ପୁଣେ, ଭାରତ) ଜାତୀୟ ମର୍ଯ୍ୟାଦା ଜନକ ପୁରସ୍କାର - ନାଦ ବିଦ୍ୟା ଭାରତି - ବିଶାଖା ମ୍ୟୁଜିକ୍ ଆଣ୍ଡ୍ ଡ୍ୟାନ୍ସ୍ ଏକାଡେମି, ଭାଇଜାଗ - ୨୦୦୯ , - - . - 2009 - 2009 ବହି ଅଫିସିଆଲ୍ ଆତ୍ମ ଜିବନୀ - "ଉଡ୍ୱିଣ୍ଡ୍ସ୍ ଅଫ୍ ଚେଞ୍ଜ୍" - ସୁଜିତ ସିଂ ୨୦୦୮ "ହରିପ୍ରସାଦ ଚୌରାଶିଆ ଆଣ୍ଡ୍ ଦି ଆର୍ଟ୍ ଅଫ୍ ଇମ୍ପ୍ରୋଭାଇଜେସନ୍" - ହେନ୍ରି ଟର୍ନର ଆଲ୍ବମ୍ ବଲିଉଡ୍ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ପଣ୍ଡିତ ଶିବକୁମାର ଶର୍ମାଙ୍କ ମିଳିତ ସହଯୋଗରେ ସେ ବଲିଉଡ୍ ଚଳଚ୍ଚିତ୍ରରେ ସଙ୍ଗିତ ନିର୍ଦ୍ଦେଶନା ଦେଇଥିଲେ । ଚାନ୍ଦନି ଡର୍ ଲମ୍ହେ ସିଲସିଲା ଫାସ୍ଲେ ବିଜୟ ସାହିବାନ୍ ତେଲୁଗୁ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଚଳଚ୍ଚିତ୍ର "ଶିରିଭେନେଲା" ରେ ଏକ ଅନ୍ଧ ବଂସୀବାଦକ ଭୁମିକାରେ ଅଭିନେତା ଶର୍ବଦମନ ବାନାର୍ଜି ଅଭିନୟ କରିଥିଲେ ଏବଂ ତାଙ୍କ ପାଇଁ ହରିପ୍ରସାଦ ଚୌରାଶିଆ ବଂଶୀର ଧୁନ୍ ଦେଇଥିଲେ । ସଙ୍ଗୀତ ସଂଯୋଜନା କରିଥିଲେ କେ. ଭି. ମହାଦେବନ । |
୬୩୯ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ସଦସ୍ୟ ହେବା ପାଇଁ ଯୋଗ୍ୟତା ୧ ସେ ଜଣେ ଭାରତୀୟ ନାଗରିକ ହୋଇଥିବେ । ୨ ତାଙ୍କର ବୟସ ୩୦ରୁ କମ୍ ହୋଇ ନ ଥିବ । ୩ ସେ କୌଣସି ସରକାରୀ ପଦବିରେ ନ ଥିବେ । ୪ ସେ କୌଣସି ଫୌଜଦାରି ମାମଲାରେ ଲିପ୍ତ ନ ଥିବେ । ୫ ସଂସଦଦ୍ୱାରା ନିର୍ଦ୍ଧାରିତ ଅନ୍ୟାନ୍ୟ ଯୋଗ୍ୟତା ତାଙ୍କର ଥିବ । |
ରମେଶ ଚନ୍ଦ୍ର ଦାସ ଜଣେ ଓଡ଼ିଆ ଅଧ୍ୟାପକ, ଲେଖକ, ନାଟ୍ୟକାର ତଥା ଅଧ୍ୟାପକ, ଯିଏକି ୨୦୧୪ ମସିହାରେ ତାଙ୍କ ରଚିତ ପୁସ୍ତକ ନାଟକ ସଂଗ୍ରହ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । |
ମସ୍ତିଷ୍କ ଇଡିମା ମସ୍ତିଷ୍କ ଫୁଲାକୁ କୁହାଯାଏ ଏହାର ଲକ୍ଷଣ ମଧ୍ୟରେ ମୁଣ୍ଡବିନ୍ଧା, ବାନ୍ତି, ନିଦ୍ରାଳୁ, ଦେଖିବାରେ ଅସୁବିଧା ଏବଂ କମ୍ ଚେତନା ସ୍ତର ହୋଇପାରେ । ମସ୍ତିଷ୍କ ହାର୍ନିଆ ହେବାକୁ ଯାଉଥିଲେ ଅନିୟମିତ ଶ୍ୱାସକ୍ରିୟା ହୁଏ । ରୋଗ ଜଟିଳ ହେଲେ ବାତ ଏବଂ ସ୍ଥାୟୀ ମସ୍ତିଷ୍କ ଆଘାତ ହୋଇପାରେ ଏହାର କାରଣମାନଙ୍କ ମଧ୍ୟରେ ଷ୍ଟ୍ରୋକ, ଆଘାତ ଜନିତ ମସ୍ତିଷ୍କ କ୍ଷତି, ସବଡୁରାଲ, ସବଆରାକନଏଡ, ଏପିଡୁରାଲ ବା ମସ୍ତିଷ୍କ ଅଭ୍ୟନ୍ତର ରକ୍ତସ୍ରାବ,ହାଇଡ୍ରୋସେଫାଲସ୍, ମସ୍ତିଷ୍କ ଅର୍ବୁଦ, ମସ୍ତିଷ୍କ ସଂକ୍ରମଣ, ଗମ୍ଭୀର ଉଚ୍ଚ ରକ୍ତଚାପ, ଅତ୍ୟଧିକ ଉଚ୍ଚତା, ଯକୃତ ପ୍ରଦାହ, କାର୍ବନ ମନୋକ୍ସାଇଡ୍ ବିଷାକ୍ତତା ଏବଂ ଅଳ୍ପ ସୋଡିୟମ୍ ରକ୍ତତା ଇତ୍ୟାଦି ଉଲ୍ଲେଖନୀୟ ଲକ୍ଷଣ, ପରୀକ୍ଷା ଓ ଡାକ୍ତରୀ ଇମେଜିଙ୍ଗ କରି ରୋଗ ନିର୍ଣ୍ଣୟ କରାଯାଏ । ଆଇସିପି ମନିଟର ବ୍ୟବହାର କରି ରୋଗର ଗମ୍ଭୀରତା ନିର୍ଣ୍ଣୟ କରାଯାଇପାରେ ଚିକିତ୍ସା ମୁଖ୍ୟତଃ ଏହାର ମୂଳ କାରଣ ଉପରେ ନିର୍ଭର କରେ ସାଧାରଣ ଚିକିତ୍ସାରେ ଅସମୋଟିକ ଥେରାପି, ଶ୍ୱସକ୍ରିୟା ଅଧିକ କରିବା, ସଠିକ୍ ସ୍ଥିତି ବଜାୟ ରଖିବା, ଡାଇୟୁରେଟିକ ବା କର୍ଟିକୋଷ୍ଟିରଏଡ ଦିଆଯାଇପାରେ । ଗୁରୁତର ଅବସ୍ଥାରେ ଡିକମ୍ପ୍ରେସିଭ କ୍ରାନିଏକ୍ଟୋମି ଅସ୍ତ୍ରୋପଚାର କରାଯାଇପାରେ ଫଳାଫଳଗୁଡ଼ିକ ପରିବର୍ତ୍ତନଶୀଳ ଏବଂ ଏହାର ମୂଳ କାରଣ ଉପରେ ନିର୍ଭର କରେ ରୋଗୀ ଚେତାଶୂନ୍ୟ ଥିଲେ ଫଳାଫଳ ବାରମ୍ବାର ମନ୍ଦ ରହେ ମସ୍ତିଷ୍କ ଇଡିମା ଏକ ଅପେକ୍ଷାକୃତ ସାଧାରଣ ରୋଗ ଅଟେ ସଠିକ୍ ଆବୃତ୍ତି ଅସ୍ପଷ୍ଟ କାରଣ ଏହାର ଉପସ୍ଥିତି ସର୍ବଦା ସ୍ପଷ୍ଟ ହୋଇନପାରେ ଉଦାହରଣ ସ୍ୱରୂପ, ପ୍ରାୟ ଏକ ତୃତୀୟାଂଶ ଲୋକ ଇସକେମିକ୍ ଷ୍ଟ୍ରୋକର ଏକ ମାସ ମଧ୍ୟରେ ମସ୍ତିଷ୍କ ଇଡିମା ବିକଶିତ କରନ୍ତି ଏବଂ ଏହା ସାବାରାକ୍ନଏଡ୍ ରକ୍ତସ୍ରାବ ପରେ ପ୍ରାୟ ୨୦% କ୍ଷେତ୍ରରେ ଘଟିଥାଏ ମସ୍ତିଷ୍କ ଇଡିମାର ଚିକିତ୍ସା ୯୦୦ ମସିହାରୁ ହାଲି ଆବ୍ବାସ ନାମକ ଜଣେ ପର୍ସିଆ ଚିକିତ୍ସକ ବର୍ଣ୍ଣନା କରୋଛନ୍ତି । |
ବାରୁଡ଼ା ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଛତ୍ରପୁରଠାରୁ ୯୩ କିଲୋମିଟର ଉତ୍ତର ଆଡ଼କୁ ଅବସ୍ଥିତ ଏବଂ ଏହା ଭଞ୍ଜନଗରଠାରୁ ୭ କିଲୋମିଟର ଓ ଭୁବନେଶ୍ୱରଠାରୁ ୧୫୦ କିଲୋମିଟର ଦୂରରେ ଅବସ୍ଥିତ । ଏହି ଗାଆଁରେ ବାସ କରୁଥିବା ପରିବାର ସଂଖ୍ୟା ୪୪୬ ଏବଂ ସମୁଦାୟ ଜନସଂଖ୍ୟା ୧୯୭୭ରୁ ୯୯୨ ଜଣ ପୁରୁଷ ଏବଂ ୯୮୫ ଜଣ ମହିଳା ଅଧିବାସୀ ବାସ କରନ୍ତି । |
ଲେଟ୍ରୋଜୋଲ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ଫେମାରା, ହେଉଛି ସ୍ତନ କର୍କଟ ପାଇଁ ବ୍ୟବହୃତ ଏକ ଓଷଧ । ବନ୍ଧ୍ୟା ମହିଳାଙ୍କର ଡିମ୍ବ କ୍ଷରଣ କରିବାକୁ ମଧ୍ୟ ଏହା ବ୍ୟବହୃତ ହୁଏ । ସ୍ତନ କର୍କଟ ପାଇଁ ଏହା ଋତୁବନ୍ଦ ପରେ ବ୍ୟବହୃତ ହୁଏ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗରମ ଫ୍ଲାସ, ଗଣ୍ଠି ଯନ୍ତ୍ରଣା ଏବଂ ଥକ୍କା ଅନୁଭବ ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହାଇପୋଏଷ୍ଟ୍ରୋଜେନିଜ୍ମ ଲକ୍ଷଣମାନ ଓ ଅଷ୍ଟିଓପୋରୋସିସ ହୋଇପାରେ। । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ଏକ ଆରୋମାଟେଜ୍ ଇନହିବିଟର । ଲେଟ୍ରୋଜୋଲ ୧୯୮୬ରେ ପେଟେଣ୍ଟ ହୋଇଥିଲା ଏବଂ ୧୯୯୬ରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଷ୍ଟ୍ରରେ ୩ ମାସର ଚିକିତ୍ସା ଖର୍ଚ୍ଚ ୨୦୨୧ ସୁଦ୍ଧା ପ୍ରାୟ ୨୦ ଡଲାର ଅଟେ । ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୭ ଅଟେ। |
ହିନ୍ଦୁ ଉତ୍ତରାଧିକାର ଅଧିନିୟମ, ୧୯୫୬ ହିନ୍ଦୁମାନଙ୍କର ସମ୍ପତ୍ତିଗତ ଅଧିକାରର ସଂହିତାବଦ୍ଧ କରିଥିବା ତଥା ଭାରତୀୟ ପାର୍ଲିଆମେଣ୍ଟଦ୍ୱାରା ପ୍ରଣୀତ ଏକ ଅଧିନିୟମ । ହିନ୍ଦୁ ଆଇନର ଏହା ଅନ୍ୟତମ ମୁଖ୍ୟ ସଂହିତା । ଏହା କେବଳ ହିନ୍ଦୁ (ତଥା ଶିଖ, ବୌଦ୍ଧ ତଥା ଜୈନ)ମାନଙ୍କର ସମ୍ପତ୍ତି ସମ୍ପର୍କିତ ମାମଲାରେ ଲାଗୁ ହେବ । ପୃଷ୍ଠଭୂମି ପୂରାତନ ବୈଦିକ ଶାସ୍ତ୍ରରୁ ଏକଥା ଜଣାଯାଏ ଯେ ସ୍ତ୍ରୀ ମାନଙ୍କର ମଧ୍ୟ ପୁରୁଷ ମାନଙ୍କ ଭଳି ପରିବାରର ସମ୍ପତ୍ତିରେ ସମାନ ଅଧିକାର ଥିଲା । ପରବର୍ତ୍ତୀ ସମୟରେ ବିଭିନ୍ନ ଗୋଷ୍ଠୀରେ ସମ୍ପରତ୍ତିଗତ ଅଧିକାରକୁ ନେଇ ଲିଙ୍ଗ ଭେଦରେ ଅନେକ ଭେଦଭାବ ପରିଲକ୍ଷିତ ହେଲା । ବ୍ରିଟିଶ ରାଜ ସମୟରେ ଇଂରେଜ ସରକାର ଭାରତରେ ଥିବା ବିଭିନ୍ନ ସଂପ୍ରଦାୟର ବ୍ୟକ୍ତିଗତ ଆଇନରେ (ସମ୍ପତ୍ତି , ବିବାହ ସମ୍ପର୍କିୟ) ହସ୍ତକ୍ଷେପ କରିବାକୁ ଉଚିତ ମଣିଲେ ନାହିଁ । ତେବେ ସ୍ୱାଧିନୋତ୍ତର ଭାରତରେ ହିନ୍ଦୁ, ଶିଖ, ବୌଦ୍ଧ ତଥା ଜୈନମାନଙ୍କ ସମ୍ପତ୍ତିଗତ ଅଧିକାର ଆଇନର ମାନ୍ୟତା ଦେବାପାଇଁ ୧୯୫୬ ମସିହାରେ ଏହି ଆଇନ ଅଧିନିୟମିତ ହେଲା । ଅଧିନିୟମ ସଂପର୍କରେ ପ୍ରଯୁଜ୍ୟତା ହିନ୍ଦୁ ଉତ୍ତରାଧିକାର ଅଧିନିୟମ, ୧୯୫୬ର ଧାରା ୨ ଅନୁସାରେ ଉକ୍ତ ଅଧିନିୟମ ନିମ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କ ପାଇଁଁ ପ୍ରଯୁଜ୍ୟ - କ ସମସ୍ତ ବର୍ଗର ହିନ୍ଦୁ ଧର୍ମାବଲମ୍ବୀ ଖ ସମସ୍ତ ବୌଦ୍ଧ, ଜୈନ ଏବଂ ଶିଖ ଧର୍ମାବଲମ୍ବୀ ଗ ହିନ୍ଦୁ, ବୌଦ୍ଧ, ଜୈନ ତଥା ଶିଖ ଧର୍ମର ପିତାମାତାଙ୍କ ବୈଧ କିମ୍ବା ଅବୈଧ ସନ୍ତାନ ସନ୍ତତି ଅନ୍ୟାନ୍ୟ ଧର୍ମର ବ୍ୟକ୍ତି ବିଶେଷ ଯେଉଁମାନେ ଧର୍ମାନ୍ତରୀକରଣ ହୋଇ ହିନ୍ଦୁ, ଜୈନ, ବୌଦ୍ଧ କିମ୍ବା ଶିଖ ଧର୍ମ ଗ୍ରହଣ କରିଥିବେ ସେହିମାନଙ୍କ ପାଇଁ ମଧ୍ୟ ଏହି ଅଧିନିୟମ ଲାଗୁ ହେବ । ଏହାଛଡା ଲିଙ୍ଗାୟତ, ବୀରଶୈବ, ଆର୍ଯ୍ୟସମାଜ, ବ୍ରାହ୍ମ ସମାଜ, ପ୍ରାର୍ଥନା ସମାଜ ଆଦି ବର୍ଗର ବ୍ୟକ୍ତି ବିଶେଷ ମୁଖ୍ୟତଃ ହିନ୍ଦୁ ହୋଇଥିବାରୁ, ସେମାନେ ମଧ୍ୟ ଏହି ଅଧିନିୟମଦ୍ୱାରା ପରିଚାଳିତ ହେବେ । ତେବେ ଆଦିବାସୀ (ଜନଜାତି) ମାନଙ୍କର ନିଜ ନିଜ ପ୍ରଥାର ମାନ୍ୟତା ଥିବାରୁ ସାଧାରଣଭାବେ ସେମାନେ ଏହି ଅଧିନିୟମର ଅନ୍ତର୍ଭୁକ୍ତ ହେବେନାହିଁଁ । ବିଶେଷ ଧାରା ହିନ୍ଦୁ ପୁରୁଷ କ୍ଷେତ୍ରରେ ଉତ୍ତରାଧୀକାର ଏହି ଅଧିନିୟମର ଧାରା ୮ ପ୍ରକାରେ ହିନ୍ଦୁ ପୁରୁଷଟିଏ ନିଜ ସମ୍ପତ୍ତିର କୌଣସି ଇଚ୍ଛାପତ୍ର (ଉଇଲନାମା) କରି ନ ଥିଲେ, ତାଙ୍କ ଅନ୍ତେ ସେହି ସମ୍ପତ୍ତିରେ ନିମ୍ନ କ୍ରମରେ ଦାୟାଦ ମାନଙ୍କ ଅଂଶର ଅଧିକାର ଭୁକ୍ତ ହେବେ : ୧ ପ୍ରଥମତଃ ପ୍ରଥମ ଶ୍ରେଣୀ ଦାୟାଦ ତାଲିକା ଭୁକ୍ତ ବ୍ୟକ୍ତିଙ୍କ ଅଧିକାରଭୁକ୍ତ ହେବ, ୨ ଯଦି ପ୍ରଥମ ଶ୍ରେଣୀ ଦାୟାଦ ତାଲିକା ଭୁକ୍ତ ବ୍ୟକ୍ତି ନ ଥାଆନ୍ତି, ତେବେ ଦ୍ୱିତୀୟ ଶ୍ରେଣୀ ଦାୟାଦ ତାଲିକା ଭୁକ୍ତ ବ୍ୟକ୍ତିଙ୍କ ଅଧିକାରଭୁକ୍ତ ହେବ, ୩ ଯଦି ଉପରୋକ୍ତ ଦୁଇ ଶ୍ରେଣୀର ବ୍ୟକ୍ତି ବିଶେଷ ନ ଥାଆନ୍ତି, ତେବେ ସେହି ସମ୍ପତ୍ତି ମୃତ ବ୍ୟକ୍ତିର ଅନ୍ୟ ସମ୍ପର୍କୀୟ ଯଥା , ମାନଙ୍କ ଅଧିକାରଭୁକ୍ତ ହେବ . ହିନ୍ଦୁ ମହିଳା କ୍ଷେତ୍ରରେ ଉତ୍ତରାଧୀକାର ଏହି ଅଧିନିୟମର ଧାରା ୧୫ ପ୍ରକାରେ ହିନ୍ଦୁ ମହିଳାଟିଏ ନିଜ ସମ୍ପତ୍ତିର କୌଣସି ଇଚ୍ଛାପତ୍ର (ଉଇଲନାମା) କରି ନ ଥିଲେ, ତାଙ୍କ ଅନ୍ତେ ସେହି ସମ୍ପତ୍ତିରେ ନିମ୍ନ କ୍ରମରେ ଦାୟାଦ ମାନଙ୍କ ଅଂଶର ଅଧିକାର ଭୁକ୍ତ ହେବେ : ୧ ପ୍ରଥମତଃ ପୁତ୍ର, କନ୍ୟା ଏବଂ ସ୍ୱାମୀଙ୍କ ଅଧିକାରଭୁକ୍ତ ହେବ, ୨ ଯଦି ଉପରୋକ୍ତ ଦାୟାଦ ନ ଥାଆନ୍ତି, ତେବେ ସ୍ୱାମୀଙ୍କ ଦାୟାଦ ଭୁକ୍ତ ବ୍ୟକ୍ତିଙ୍କ ଅଧିକାରଭୁକ୍ତ ହେବ, ୩ ଯଦି ଉପରୋକ୍ତ ଦୁଇ ଶ୍ରେଣୀର ବ୍ୟକ୍ତି ବିଶେଷ ନ ଥାଆନ୍ତି, ତେବେ ସେହି ସମ୍ପତ୍ତି ମୃତ ବ୍ୟକ୍ତିର ଅନ୍ୟ ସମ୍ପର୍କୀୟ ଯଥା ମାତା ଓ ପିତାଙ୍କ ଅଧିକାରଭୁକ୍ତ ହେବ .। ୪ ଯଦି ଉପରୋକ୍ତ ବ୍ୟକ୍ତି ବିଶେଷ ନ ଥାଆନ୍ତି, ତେବେ ସେହି ସମ୍ପତ୍ତି ମୃତ ବ୍ୟକ୍ତିର ଅନ୍ୟ ସମ୍ପର୍କୀୟ ଯଥା ପିତାଙ୍କ ଦାୟାଦ ଏବଂ ଅନ୍ୟଥା ମାତାଙ୍କ ଦାୟାଦଙ୍କ ଅଧିକାରଭୁକ୍ତ ହେବ .। ଅନ୍ୟାନ୍ୟ ବିଶେଷ ଧାରା ଏହି ମୂଳ ଅଧିନିୟମର ଧାରା ୬ (ସଂଶୋଧିତ) ଅନୁସାରେ ଦାୟାଦ ସୂତ୍ରେ ପୈତୃକ ସମ୍ପତ୍ତି ଉପରେ ପୁଅଙ୍କ ଭଳି ଝିଅଙ୍କ ସମାନ ଅଧିକାର ରହିବ; ହିନ୍ଦୁ ଉତ୍ତରାଧିକାର ଅଧିନିୟମ, ୧୯୫୬ର ଧାରା ୧୪ ପ୍ରକାରେ ବିବାହ ପୂର୍ବରୁ କିମ୍ବା ବିବାହ ପରେ ଜଣେ ହିନ୍ଦୁ ମହିଳା ଲାଭ କରିଥିବା ଧନର (ସମ୍ପର୍କୀୟଙ୍କଠାରୁ ଉପହାର ସୂତ୍ରେ, ଭରଣପୋଷଣ ବାବଦକୁ କିମ୍ବା ନିଜେ ଦକ୍ଷତା ପ୍ରଦର୍ଶନପୂର୍ବକ ଅର୍ଜନ କରିଥିବା ଧନ ଅଥବା ସ୍ତ୍ରୀଧନ) ସେ ହେଉଛନ୍ତି ସମ୍ପୂର୍ଣ୍ଣ ଅଧିକାରିଣୀ । ଏହି ମୂଳ ଅଧିନିୟମର ଧାରା ୨୫ ପ୍ରକାରେ ଜଣେ ହତ୍ୟାକାରୀର ନିହତ ବ୍ୟକ୍ତିର ଦାୟାଦ ଭାବେ ନିହତ ବ୍ୟକ୍ତିର ସମ୍ପତ୍ତିରେ ନିଜର ଅଧିକାର ରହିବ ନାହିଁ । ଏହି ମୂଳ ଅଧିନିୟମର ଧାରା ୨୬ ପ୍ରକାରେ ହିନ୍ଦୁ ଧର୍ମ ପରିବର୍ତ୍ତନ କରିଥିବା ବ୍ୟକ୍ତିଙ୍କର ଯଦିଓ ଉତ୍ତରାଧୀକାର ଅଧିକାର ବଜାୟ ରହିବ, କିନ୍ତୁ ତାଙ୍କ ପୁତ୍ର କିମ୍ବା କନ୍ୟା ସେମାନଙ୍କ ହିନ୍ଦୁ ସମ୍ପର୍କୀୟଙ୍କ ଉତ୍ତରାଧୀକାରି ହେବାରୁ ବଞ୍ଚିତ ହେବେ । ସଂଶୋଧନ ହିନ୍ଦୁ ଉତ୍ତରାଧିକାର (ସଂଶୋଧନ) ଅଧିନିୟମ, ୨୦୦୫ ହେଉଛି ମୂଳ ଅଧିନିୟମର ଏକ ଐତିହାସିକ ସଂଶୋଧନ । ଏହା ଏକ ସଂଶୋଧନ ଅଧିନିୟମ ଭାବେ ୫ ସେପ୍ଟେମ୍ବର ୨୦୦୫ରେ ଭାରତର ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇବା ପରେ ୦୯ ସେପ୍ଟେମ୍ବର ୨୦୦୫ରେ ଭାରତରେ ଲାଗୁ ହେଲା ଏହି ଅଧିନିୟମ ଫଳରେ ହିନ୍ଦୁ ଆଇନରେ ସମ୍ପତ୍ତିଗତ ଅଧିକାରରେ ପୁଅ ଏବଂ ଝିଅ ମଧ୍ୟରେ ଥିବା ପାର୍ଥକ୍ୟ ଲୋପ ପାଇଲା । ଏହି ସଂଶୋଧନ ଫଳରେ ହିନ୍ଦୁ ଉତ୍ତରାଧିକାର ଅଧିନିୟମ, ୧୯୫୬ର ଧାରା ୪, ଉପଧାରା ୨କୁ ବିଲୁପ୍ତ କରିଦିଆଗଲା । ପୁଣି ମୂଳ ଅଧିନିୟମର ଧାରା ୬ ସ୍ଥଳରେ ନୂତନ ସଂଶୋଧିତ ଧାରା ଅନୁସାରେ : ଦାୟାଦ ସୂତ୍ରେ ପୈତୃକ ସମ୍ପତ୍ତି ଉପରେ ପୁଅଙ୍କ ଭଳି ଝିଅଙ୍କ ସମାନ ଅଧିକାର ରହିବ; ପୈତୃକ ଋଣ ପରିଶୋଧ ସମ୍ବନ୍ଧେ ପୁଅଙ୍କ ଭଳି ଝିଅଙ୍କ ମଧ୍ୟ ଦାୟାଦ ସୂତ୍ରେ ଦେୟତା ରହିବ; ପୈତୃକ ସମ୍ପତ୍ତିର ଭାଗ ସୂତ୍ରେ ଝିଅ କିମ୍ବା ଝିଅ ଯଦ୍ୟପି ମୃତ ସେହିସ୍ଥଳେ ଝିଅର ଜୀବିତ ଦାୟାଦ ସେହି ଭାଗର ହକଦାର ହେବେ । ତେବେ, ମୂଳ ଅଧିନିୟମର ସଂଶୋଧିତ ଧାରା ୬ର ଉପଧାରା ୫ ଅନୁସାରେ ଯଦି ୨୦ ଡିସେମ୍ବର ୨୦୦୪ କିମ୍ବା ତତ୍ ପୂର୍ବରୁ କୌଣସି ପୈତୃକ ସମ୍ପତ୍ତିର ଆଇନଗତ ଭାବେ ଅର୍ଥାତ ରେଜେଷ୍ଟ୍ରି ଦଲିଲ ମାଧ୍ୟମରେ କିମ୍ବା ଅଦାଲତି ଡିକ୍ରୀ ଅନୁସାରେ ଭାଗବଣ୍ଟା (ବିଭାଜନ) ହୋଇସାରିଥିବ, ତେବେ ସେହି ସ୍ଥଳେ ଏହି ସଂଶୋଧିତ ଅଧିନିୟମ ଲାଗୁ ହେବ ନାହିଁ । ଭାରତୀୟ ସମ୍ବିଧାନର ଧାରା ୧୪, ୧୫ ଏବଂ ୨୧ର ମୂଳ ଲକ୍ଷ୍ୟ ପୂରଣ ତଥା ସମାଜ ସଂସ୍କାର ଦିଗରେ ଏହା ଏକ ବିହିତ ପଦକ୍ଷେପ । |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୩୦ ଜୁଲାଇ ବର୍ଷର ୨୧୧ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୨୧୨ତମ । ବର୍ଷ ଶେଷ ହେବା ପାଇଁ ଆଉ ୧୫୪ ଦିନ ବାକି ଅଛି । |
ଥୋରିଅମ, ପ୍ରାକୃତିକ ଭାବେ ମିଳୁଥିବା ଏକ ତେଜସ୍କ୍ରିୟ ରାସାୟନିକ ମୌଳିକ ଯାହାର ପ୍ରତୀକ ଓ ପରମାଣୁ କ୍ରମାଙ୍କ ୯୦ । ଧର୍ମ ଭୌତିକ ରସାୟନିକ ସମସ୍ଥାନିକ ଉପସ୍ଥିତି ଗଠନ ଉତ୍ପାଦନ ବ୍ୟବହାର ଆହୁରି ଦେଖନ୍ତୁ ଆଧାର ସହାୟକ ଗ୍ରନ୍ଥ , .; , ; , . (2006). " " . , .; , .; , . (3 .). + . 1-4020-3555-1.{ }: 1 : : , (2012). : , (1 .). 240. 978-0-230-11647-4 . { }: |
୧୩୧ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ଡୋଷ୍ଟାରଲିମାବ, ବେପାର ନାମ ଜେମପର୍ଲି, ହେଉଛି ଏକ ଔଷଧ ଯାହାକି ଗର୍ଭାଶୟ ଅନ୍ତସ୍ଟର କର୍କଟ ବା ଏଣ୍ଡୋମେଟ୍ରିଆଲ୍ କର୍କଟ ପରି କେତେକ କଠିନ ଅର୍ବୁଦମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ନିର୍ଦ୍ଦିଷ୍ଟ ଭାବରେ ଏହା ବାରମ୍ବାର ବେମେଳ ମରାମତି ଅଭାବ ବାରମ୍ବାର କିମ୍ବା ଉନ୍ନତ କର୍କଟ ପାଇଁ ବ୍ୟବହୃତ ହୁଏ । ୪୪% ମାମଲାରେ ଉପକାର ଦେଖିବାକୁ ମିଳିଥିଲା । ଏହା ଧୀରେ ଧୀରେ ଶିରାରେ ଇଞ୍ଜେକ୍ସନ ଦେଇ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା, ବାନ୍ତି,ତରଳ ଝାଡ଼ା ଏବଂ ରକ୍ତହୀନତା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଗଣ୍ଠି ଯନ୍ତ୍ରଣା, କୁଞ୍ଚନ, ଦାଗ, ଜ୍ୱର ଏବଂ କମ୍ ଥାଇରଏଡ୍ ଅନ୍ତର୍ଭୁକ୍ତ ହୋଇପାରେ ରୋଗ ପ୍ରତିରୋଧକ ଶକ୍ତି ହେତୁ ନିମୋନିଆ, କୋଲାଇଟିସ୍ ଏବଂ ହେପାଟାଇଟିସ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲର ଶିଶୁର କ୍ଷତି କରିପାରେ । ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ପ୍ରୋଗ୍ରାମ ହୋଇଥିବା ଡେଥ ରିସେପ୍ଟର -1 ( -1)କୁ ଅବରୋଧ କରିଥାଏ, ଯାହାଦ୍ୱାରା ପ୍ରତିରକ୍ଷା ପ୍ରଣାଳୀ କର୍କଟ କୋଷକୁ ମାରିବାକୁ ଦେଇଥାଏ । ଡୋଷ୍ଟାରଲିମାବ ୨୦୨୧ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । ଯୁକ୍ତରାଷ୍ଟ୍ରରେ ୨୦୨୨ରେ ଏହାର ୫୦୦ ମିଗ୍ରାର ମୂଲ୍ୟ ୧୧.୪୦୦ ଡଲାର ଥିଲା । ଯୁକ୍ତରାଜ୍ୟରେ ଏହି ରାଶି ପ୍ରାୟ ୫,୯୦୦ ପାଉଣ୍ଡ ଅଟେ । |
ମୋକାମେହ ଏକ ଭାରତୀୟ ପୌରପାଳିକା ଅଟେ । ଏହା ବିହାରର ପତ୍ନ ଜିଲ୍ଲାରେ ଅବସ୍ଥିତ । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମୋକାମେହ ସହରର ମୋଟ ଜନସଂଖ୍ୟା ୫୬୪୦୦ ଅଟେ । ସେଥି ମଧ୍ୟରୁ ୫୨.୮୫% ଜଣ ପରୁଷ ହୋଇଥିବା ବେଳେ ୪୭.୧୫% ଜଣ ନାରୀ ଅଟନ୍ତି । ମୋକାମେହର ସାକ୍ଷରତା ହାର ୫୬.୩୩% ଅଟେ । ଏହା ଜାତୀୟ ହାରଠାରୁ ୮.୫୧% ପ୍ରତିଶତ କମ ଅଟେ । ସେଥିରୁ ୩୪.୧୩% ପ୍ରତିଶତ ପୁରୁଷ ଓ ୨୨.୨୦% ନାରୀ ଅଟନ୍ତି । ୧୫.୮୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ହିନ୍ଦୀ ମୋକାମେହର ସରକାରୀ ଭାଷା ଅଟେ । |
୧୭୪୯ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ଆରିପିପ୍ରାଜଲ (ଇଂରାଜୀ ଭାଷାରେ , ଏକ ବିକ୍ରୟ ନାମ ଆବିଲିଫାଇ/ ) ଏକ ଅସ୍ୱାଭାବିକ ମନୋବିକାର ପ୍ରତିରୋଧୀ ଔଷଧ । ସାଧାରଣତଃ ଏହା ସିଜୋଫ୍ରେନିଆ ଓ ବାଇପୋଲାର ଡିଜଅଡର ରୋଗର ଚିକିତ୍ସାରେ ଦିଆଯାଏ । ପ୍ରମୁଖ ଅବସାଦ ବେମାରୀ, ଟିଙ୍କ ବେମାରୀ , ଓ ଅଟିଜିମ୍ ସହିତ ଚିଡ଼ଚିଡ଼ା ସ୍ୱଭାବ ଥବା ରୋଗମାନଙ୍କରେ ଅନ୍ୟ ଔଷଧ ସହିତ ଦିଆଯାଏ । କକ୍ରେନ ଅନୁଶୀଳନ ଅନୁସାରେ ସିଜୋଫ୍ରେନିଆ ଉପରେ ଏହାର ପ୍ରଭାବ ଯଥେଷ୍ଟ ନୁହେଁ । ଅଧିକନ୍ତୁ ଏହି ଅନୁଶୀଳନରେ ଅନେକ ବ୍ୟକ୍ତି ତ୍ୟାଗ କରିବା ଯୋଗୁ ସିଦ୍ଧାନ୍ତ ଅତି କମ୍ ହୋଇଥିଲା । ଏହା ପାଟିରେ ବା ମାଂସପେଶୀ ଇଞ୍ଜେକସନ ଆକାରରେ ଦିଆଯାଏ । ଆରିପିପ୍ରାଜଲର ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, କୋଷ୍ଠକାଠିନ୍ୟ, ନିଦ୍ରାଳୁ, ମୁଣ୍ଡ ଓଜନିଆ, ଓଜନ ବୃଦ୍ଧି ଓ ଚଳପ୍ରଚଳ ଅସୁବିଧା ହୋଇପାରେ । ସାଂଘାତିକ ପ୍ରତିକ୍ରିୟାରେ ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ , ଟାର୍ଡ଼ିଭ ଡିସକାଇନେସିଆ ଓ ଆନାଫାଇଲାକ୍ସିସ ହୋଇପାରେ । ବୟସ୍କ ଲୋକଙ୍କର ମୃତ୍ୟୁ ସଙ୍କଟ ଅଧିକ ରହେ ଓ ଡିମେନ୍ସିଆ ଯୋଗୁ ଥିବା ସାଇକୋସିସ ରୋଗରେ ଦିଆଯାଏ ନାହିଁ । ଗର୍ଭାବସ୍ଥାରେ ଏହା ଶିଶୁର କ୍ଷତି କରିବା ସମ୍ଭାବନା ଥାଏ । ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଏହା ଦିଆଯାଏ ନାହିଁ । ଅଠର ବର୍ଷ ବୟସରୁ କମ୍ ଥିବା ପିଲାଙ୍କ ଉପରେ ଉତ୍ତମ ରୂପେ ଅନୁଶୀଳନ ହୋଇନାହିଁ । ଏହାର ସଠିକ୍ କାର୍ଯ୍ୟବିଧି ଅଜ୍ଞାତ ଥିଲେ ମଧ୍ୟ ଡୋପାମିନ୍ ଓ ସେରୋଟୋନିନ ଉପରେ ପ୍ରଭାବ ଥିବା ସମ୍ଭବ ହୋଇପାରେ । ଆରିପିପ୍ରାଜଲ ସନ ୨୦୦୨ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ରରେ ସ୍ୱୀକୃତ ହୋଇଥିଲା । ଏହା ଜେନେରିକ ଔଷଧ ନାମରେ ବିକ୍ରୟ ହୁଏ । ସନ ରେ ସଂଯୁକ୍ତ ରାଷ୍ଟ୍ରରେ ଏନଏଚଏସକୁ ସନ ୨୦୧୯ରେ ଏହାର ଏକ ମାସ ପିଛା ପ୍ରାୟ ୨.୭୫ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୧୦ ଆମେରିକୀୟ ଡଲାର । ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୬ରେ ଏହାର ୫ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୧୩୧ତମ ସ୍ଥାନ ଗ୍ରହଣ କରିଥିଲା । ଓଟସୁକା ଫର୍ମାସିଉଟିକାଲର ବୈଜ୍ଞାନିକମାନଙ୍କଦ୍ୱାରା ଆରିପିପ୍ରାଜଲ ଔଷଧ ଆବିଷ୍କାର କରାଯାଇଥିଲା । |
ଉବଣ୍ଟୁ ( - - ) ଏକ ଅପରେଟିଙ୍ଗ ସିଷ୍ଟମ ଯାହା ଡେବିଆନ ଜି.ଏନ.ଇଉ/ଲିନକ୍ସକୁ ନେଇ ତିଆରି ଓ ଏହା ଖୋଲା ଓ ମାଗଣା ସଫ୍ଟବେର ଭାବରେ ବଣ୍ଟା ଯାଇଥାଏ ଏହାର ନାମ ଦକ୍ଷିଣ ଆଫ୍ରିକାର ଉବଣ୍ଟୁ ଦର୍ଶନ "ଅନ୍ୟମାନଙ୍କ ପାଇଁ ମାନବିକତା" ରୁ ଆସିଛି । |
ଯୋଗୀନ୍ଦର ଶର୍ମା (ଜନ୍ମ 23 ଅକ୍ଟୋବର 1983 ) ଜଣେ ଭାରତୀୟ କ୍ରିକେଟ ଖେଳାଳି । ସେ ହରିୟାଣାର ରୋହତକଠାରେ ଜନ୍ମ ଗ୍ରହଣ କରି ସେଠାରେ ଜଣେ ପୋଲିସ ଅଫିସର ଭାବେ କାର୍ଯ୍ୟରତ । କମ କ୍ରିକେଟ ଖେଳୁଥିଲେ ମଧ୍ୟ ସେଭାରତୀୟ ଦଳରେ ଖେଳି ଟି20 ବିଶ୍ୱକପ ବିଜଯରେ ତାଙ୍କର ଅବଦାନକୁ ସ୍ମରଣୀୟ କରିଥିଲେ । ସେ ତାଙ୍କ ରାଜ୍ୟ ହରିୟାଣା ପାଇଁ ଏକ ଅଲ ରାଉଣ୍ଡର ଭାବେ ଖେଳନ୍ତି । ଜଣେ ଭଲ ବେତସ ମେନ ଥିବା ସହ ସେ ଜଣେ ମାଧ୍ୟମ ଗତି ବୋଲର । ଘରେଇ ପ୍ରଦର୍ଶନ ଯୋଗୀନ୍ଦର ତାଙ୍କର ପ୍ରଥମ ରଣଜୀ ମେଚ ମଧ୍ୟ ପ୍ରଦେଶ ବିରୁଦ୍ଧରେ 2002/03 ମସିହାରେ ଖେଳି ସେଥିରେ 81 ରନ କରିବା ସହ 11ଟି ୱିକେଟ ନେଇଥିଲେ । ସେ ପୂର୍ବ ବର୍ଷରେ ହରିୟାଣା ପାଇଁ ଏକଦିବଶୀୟ ଖେଳିଥିଲେ । ପ୍ରଥମ ସିଜନରେ ଯୋଗୀନ୍ଦର 24 ୱିକେଟ ସହ 280 ରନ କରିଥିଲେ । ପର ସିଜନରେ ସେ 148 ରନ ଓ 23 ୱିକେଟ ନେଇଥିଲେ .ଉତ୍ତରାଞ୍ଚଲ ଜୋନ ପାଇଁ ଖେଳି ସେ 6/59 ନେଇଥିଲେ ଓ ଜୋନକୁ ବିଜୟୀ କରେଇବାରେ ସାହାଯ୍ୟ କରିଥିଲେ । ଅନ୍ତର୍ଜାତିକ ପ୍ରଦର୍ଶନ ଭାରତ ଦଳ ପାଇଁ ଉତ୍ତମ ଖେଳ ଦେଇ ସେ ଚୟନକର୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିରେ ଖେଳି ସେ ଯୁବରାଜ ସିଂ , ଲକ୍ଷ୍ମଣ , ଦ୍ରାବିଡଙ୍କ ପରି ଖେଳାଳିଙ୍କୁ ଆଉଟ କରିଥିଲେ । ଇରାନୀ ଟ୍ରଫି ପାଇଁ ଅବଶିଷ୍ଟ ଭାରତ ପାଇଁ ଖେଳି ସେ ମୁମ୍ବାଇକୁ ହରେଇବାରେ ଅଂଶ ଗ୍ରହଣ କରିଥିଲେ । ଦୁଇଟି ଶତକ ସହ 14ଟି ୱିକେଟ ନେବା ପରେ ସେ ବଙ୍ଗଳାଦେଶ ଗସ୍ତ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଲେ । ସେଠାରେ ସେ ବ୍ୟାଟିଂ ପାଇଁ ଯଥେଷ୍ଠ ସୁଯୋଗ ପାଇନଥିଲେ ଓ ବୋଲିଂରେ ପ୍ରଭାବହୀନ ରହିଥିଲେ । . କିନ୍ତୁ ସେହି ବର୍ଷ ରଣଜୀ ଟ୍ରଫିରେ ସେ 36ଟି ୱିକେଟ ନେଇଥିଲେ । . 2005/06ରେ ସେ ଦୁଲିପ ଟ୍ରଫିରେ ଭଲ ବୋଲିଂ କରିଥିଲେ । 2006/07ସିଜନରେ ସେ ଭଲ ଖେଳି ଜାତୀୟ ଦଳ ପାଇଁ ପୁଣି ମନୋନୀତ ହେଲେ । ସେ 2007 ମସିହାରେ ଇରଫାନ ପଠନଙ୍କ ସ୍ଥାନରେ ୱେଷ୍ଟ ଇଣ୍ଡିଜ ବିରୁଦ୍ଧରେ ଖେଳିବାକୁ ମନୋନିତ ହେଲେ । କିନ୍ତୁ 2 ୟ ଏକଦିବଶୀୟ ଖେଳି ଅସଫଳ ହେବାରୁ ବାଦ ପଡିଲେ । . 2007 20 ବିଶ୍ୱ କପରେ ସ୍ଥାନ ପାଇ ସେ ଶେଷ ଓଭର ବୋଲିଂ କରି ଭାରତକୁ ଅଷ୍ଟ୍ରେଲିଆ ଓ ପରେ ଫାଇନାଲରେ ପାକିସ୍ତାନ ବିରୁଦ୍ଧରେ ସ୍ମରଣୀୟ ବିଜୟ ଆଣି ଦେଇଥିଲେ । ଏଥିପାଇଁ ହରିୟାଣା ସରକାର ତାଙ୍କୁ ପୁରସ୍କୃତ କରିଥିଲେ ଓ ହରିୟାଣା ପୋଲିସ ବିଭାଗରେ ତାଙ୍କୁ ଡେପୁଟି ସୁପରିଣ୍ଟେଣ୍ଡାନ୍ତ ଭାବରେ ନିଯୁକ୍ତି ଦେଇଥିଲେ । |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୦ ଜୁଲାଇ ବର୍ଷର ୧୯୧ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୧୯୨ତମ । ବର୍ଷ ଶେଷ ହେବା ପାଇଁ ଆଉ ୧୭୪ ଦିନ ବାକି ଅଛି । |
୯୦ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ନୁସରତ ଫରିୟା ମଜହାର ( ; ଜନ୍ମ: ୮ ସେପ୍ଟେମ୍ବର, ୧୯୯୩) ଜଣେ ବଙ୍ଗଳାଦେଶି ଅଭିନେତ୍ରୀ, ମଡେଲ ତଥା ଉପସ୍ଥାପିକା । ବିଜ୍ଞାପନରେ ଗ୍ଲାମର ଏବଂ ଭିନ୍ନଧରଣର ଉପସ୍ଥାପନା ଶୈଳୀ ପାଇଁ ସେ ମୁଖ୍ୟତଃ ପରିଚିତା । ନୁସରତ ୨୦୧୫ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ଆଶିକୀ, ଯାହାକି ଭାରତ-ବଙ୍ଗଳାଦେଶର ଯୌଥ ପ୍ରଯୋଜନାରେ ନିର୍ମିତ ହୋଇଥିଲା । ଏହି କଥାଚିତ୍ରଟିର ତେଲୁଗୁ ଅଭିନେତା ନିତୀନ ଓ ନିତ୍ୟାଙ୍କର ଚଳଚ୍ଚିତ୍ର ଇସ୍କର କାଥାବସ୍ତୁ ଉପରେ ଆଧାରିତ ଥିଲା । ଏହି କଥାଚିତ୍ର ପାଇଁ ତାଙ୍କୁ ମେଲିଲ ପ୍ରଥମ ଆଲୋ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନବାଗତ ପୁରସ୍କାର ମିଳିଥିଲା । ଜନ୍ମ ପ୍ରାରମ୍ଭିକ ଜୀବନ ନୁସରତ ଫରିୟା ମଜହାର ୧୯୯୩ ମସିହା ସେପ୍ଟେମ୍ବର ମାସ ୮ ତାରିଖ ଦିନ ବଙ୍ଗଳାଦେଶର ଚିତ୍ତଗଙ୍ଗଠାରେ ଜନ୍ମଗ୍ରହଣ କରିଥିଲେ । ନୁସରତଙ୍କର ପିଲାଦିନ ମୁଖ୍ୟତଃ ଢାକାର ଆର୍ମି କାଣ୍ଟାନମେଣ୍ଟରେ କଟିଥିଲା । ତାଙ୍କ ଜେଜେବାପା ଜଣେ ସେନା ଅଧିକାରୀ ଥିଲେ । ପିଲାଦିନରୁ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ । ଜଣେ ସେନା ଅଧିକାରୀ ହେବାକୁ ସେ ସ୍ୱପ୍ନ ଦେଖିଥିଲେ, ମାତ୍ର ରଙ୍ଗୀନ ଦୁନିଆର ବଡ଼ ବ୍ୟବସାୟରେ ନିଜକୁ ଏକ ସଫଳ ସ୍ଥାନରେ ଦେଖିବାକୁ ସେ ତାଙ୍କର ସେ ଇଚ୍ଛାକୁ ବଦଳାଇ ମିଡ଼ିଆ ଉପରେ ଗୁରୁତ୍ୱ ଦେଇଥିଲେ । ଅଭିନୟ ଜୀବନ ନୁସରତ ଜଣେ ପ୍ରଥମେ ବିଟିଭିରେ ପ୍ରସାରିତକ ଏକ ତର୍କ ଭିତ୍ତିକ କାର୍ଯ୍ୟକ୍ରମ ଜରିଆରେ କାମ କରିବା ଆରମ୍ଭ କରିଥିଲେ । ୨୦୧୦ ଏବଂ ୨୦୧୧ ମସିହାରେ ଜାତୀୟ ସ୍ତରୀୟ ତର୍କ ପ୍ରତିଯୋଗୀତାରେ ସେ ପ୍ରଥ ପ୍ରଥମ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ମଡେଲିଂରେ ଯୋଗ ଦେଇଥିଲେ ଏବଂ ବିଭିନ୍ନ ବ୍ୟବସାୟିକ ସଂସ୍ଥା ତଥା ବ୍ରାଣ୍ଡ ପାଇଁ ସେ ବିଜ୍ଞାପନରେ କାର୍ଯ୍ୟ କରିଥିଲେ । ସେ ଅନେକ ଦୂରଦର୍ଶନ ବିଜ୍ଞାପନରେ କାର୍ଯ୍ୟ କରିଛନ୍ତି । ଏଥିସହ ନୁସରତ ଫରିୟା ମଜହାର ରେଡ଼ିଓରେ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ସେ ଦୂରଦର୍ଶନ କାର୍ଯ୍ୟକ୍ରମମାନଙ୍କରେ ମଧ୍ୟ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଛନ୍ତି । ୨୦୧୪ ମସିହାରେ ସେ ବଙ୍ଗଳାଦେଶର ଦୂରଦର୍ଶନରେ ପ୍ରସାରିତ ଏକ କାର୍ଯ୍ୟକ୍ରମ, ଫେୟାର ଆଣ୍ଡ ହେଣ୍ଡସମ: ଦ ଅଲ୍ଟିମେଟ୍ ମ୍ୟାନ୍ର ଉପସ୍ଥାପନା କରିଥିଲେ । ୨୦୧୫ ମସିହାରେ ସେ ଦୁଇଟି କଥାଚିତ୍ର ଆଶିକୀ ଓ ହିରୋ ୪୨୦ରେ ଅଭିନୟ କରିବା ପାଇଁ ଜାଜ୍ ମଲ୍ଟିମିଡ଼ିଆ ସହ ଚୁକ୍ତି କରିଥିଲେ । ଏହାପରେ ସେ ନବାଗତା ଭାବରେ ୨୦୧୫ ମସିହାର ଶେଷ ଭାଗରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ବଙ୍ଗଳାଦେଶୀ କଥାଚିତ୍ର ଥିଲା ଆଶିକୀ, ଯାହାକି ଉଭୟ ଭାରତ ଓ ବଙ୍ଗଳାଦେଶର ଯୌଥ ପ୍ରଯୋଜନାରେ ନିର୍ମିତ ହୋଇଥିଲା । ଏହି କଥାଚିତ୍ରଟି ତେଲୁଗୁ କଥାଚିତ୍ର ଅଭିନେତା ନୀତିନ ଓ ନିତ୍ୟାଙ୍କ ଅଭିନୀତ କଥାଚିତ୍ର ଇସ୍କ ଉପରେ ଆଧାରିତ ଥିଲା । ଏହାପରେ ୨୦୧୬ ମସିହାର ପ୍ରାରମ୍ଭରେ ତାଙ୍କର ୨ୟ କଥାଚିତ୍ର ହିରୋ ୪୨୦ ମୁକ୍ତିଲାଭ କରିଥିଲା । ସେ ତାଙ୍କର ପ୍ରଥମ କଥାଚିତ୍ର ଆଶିକୀ ପାଇଁ ମେରିଲ ପ୍ରଥମ ଆଲୋ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନବାଗତା ପୁରସ୍କାର ପାଇଥିଲେ । ବିବାଦ ୨୦୧୭ ମଇମାସରେ ନୁସରତଙ୍କ ଚଳଚ୍ଚିତ୍ର ବସ୍ ୨ରେ ଆଲ୍ଲା ମେହେରବାନ ଗୀତ ମୁକ୍ତିଲାଭ କରିଥିଲା । ଯେଉଁଥିରେ ଧର୍ମିୟ ଭାବନାକୁ ଆଘତ ଲାଗିଥିଲା ବୋଲି ଅଭିଯୋଗ ହୋଇଥିଲା ଏବଂ ତାଙ୍କ ଚଳଚ୍ଚିତ୍ର ପ୍ରଯୋଜନା ସଂସ୍ଥା ଜାଜ୍ ମଲ୍ଟିମେଡ଼ିଆ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ଏହାକୁ ଚଳଚ୍ଚିତ୍ରରୁ ବାହାର କରିଦିଆଯାଇଥିଲା । ନୁସରତ ମଧ୍ୟ କିଛି ଆପତ୍ତିଜନକ ପୋଷାକ ପରିଧାନ କରିଥିବା କାରଣରୁ ସମାଲୋଚନାର ଶିକାର ହୋଇଥିଲେ । ଏହି ଗୀତଟି ଥିଲା ମୋକରୀ ଅଫ ଇସ୍ଲାମ୍, ଯାହାକି ରମଜାନ ମାସରେ ମୁ୍କ୍ତିଲାଭ କରିଥିଲା । ପରବର୍ତ୍ତୀ ସମୟରେ ଏହି ଗୀତଟି ଇଣ୍ଟରନେଟରୁ ଅପସାରଣ କରାଯାଇଥିଲା ଏବଂ ୟାରା ମେହେରବାନ ନାମରେ ପୁଣିଥରେ ଏକ ନୂଆ ଗୀତ ଅପଲୋଡ଼ ହୋଇଥିଲା । |
ପ୍ରଭାସ ଶତପଥୀ ଓଡ଼ିଶାରେ ଜନ୍ମିତ ଜଣେ ଜଣାଶୁଣା ଓଡ଼ିଆ ଲେଖକ ଓ ଅନୁବାଦକ ଥିଲେ । ରଚନାବଳୀ ଅନୁବାଦ ସେ "ସୋସ୍ତୋଏଭସ୍କି" ଙ୍କ ଲିଖିତ ରୁଷୀୟ କ୍ଲାସିକ ବହି " " ର ଓଡ଼ିଆରେ ରୂପାନ୍ତର କରିଥିଲେ । |
ଗଏଟର (ଅନ୍ୟ ନାମ ଗଣ୍ଡମଳା, ଗଳଗଣ୍ଡ, ଇଂରାଜୀ ଭାଷାରେ ) ରୋଗ ଥାଇରଏଡ୍ ଗ୍ରନ୍ଥିର ଏକ ପ୍ରକାର ଫୁଲାକୁ କୁହାଯାଏ ଏହା ଯୋଗୁ ବେକର ସମ୍ମୁଖ ଭାଗ ଫୁଲିଯାଏ ରୋଗ ବୃଦ୍ଧି ହେଲେ କାଶ, କର୍କଶ ସ୍ୱର, ଗିଳିବାରେ ଅସୁବିଧା କିମ୍ବା ଅଣନିଶ୍ୱାସ ହୋଇପାରେ। ଏହା ସାଧାରଣ, ନିମ୍ନ କିମ୍ବା ଉଚ୍ଚ ଥାଇରଏଡ୍ କାର୍ଯ୍ୟ ସହିତ ହୋଇପାରେ ସାଧାରଣତଃ ଏହି ରୋଗ ଆୟୋଡିନ ଅଭାବ ଯୋଗୁ ହୁଏ । ଅନ୍ୟାନ୍ୟ କାରଣ ମଧ୍ୟରେ ଗ୍ରେଭସ ରୋଗ, ବିଷାକ୍ତ ନୋଡୁଲାର ଗଏଟର, ଥାଇରଏଡ୍ କର୍କଟ, ଅଟୋଇମ୍ମୁନ ଥାଇରଏଡାଇଟିସ, ପୋଷ୍ଟପାର୍ଟମ ଥାଇରଏଡାଇଟିସ, ନିରବ ଥାଇରଏଡାଇଟିସ, ରାଡିଏସନ ଥାଇରଏଡାଇଟିସ, ସବଆକ୍ୟୁଟ ଥାଇରଏଡାଇଟିସ, ସପ୍ୟୁରେଟିଭ ଥାଇରଏଡାଇଟିସ, ସାର୍କୋଏଡୋସିସ୍ ଏବଂ ଏମିଓଡାରୋନ୍ ଭଳି କେତେକ ଔଷଧ ଯୋଗୁ ହୋଇପାରେ । ବେକକୁ ଦେଖିବା, ବେକ ସ୍ପର୍ଶ କରିବା କିମ୍ବା ମେଡିକାଲ ଇମେଜିଙ୍ଗ ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ । ଏହାର ଚିକିତ୍ସା ମୂଳ କାରଣ ଉପରେ ନିର୍ଭର କରେ ସତର୍କ ପ୍ରତୀକ୍ଷା, ଆୟୋଡିନ୍ ପରିପୂରକ, ରେଡିଓଆକ୍ଟିଭ ଆୟୋଡିନ କିମ୍ବା ଅସ୍ତ୍ରୋପଚାର ସାହାଯ୍ୟରେ ଚିକିତ୍ସା କରାଯାଇପାରେ ୨୦୦୪ ମସିହା ସୁଦ୍ଧା ବିଶ୍ୱସ୍ତରରେ ଗଏଟର ହାର ପ୍ରାୟ ୧୬% ଅଟେ। ପୁରୁଷଙ୍କ ତୁଳନାରେ ମହିଳାମାନେ ଚାରି ଗୁଣ ଅଧିକ ପ୍ରଭାବିତ ହୁଅନ୍ତି। ଆଫ୍ରିକା ଓ ଭୂମଧ୍ୟସାଗର ଅଞ୍ଚଳରେ ଏହି ରୋଗ ଅଧିକ ଦେଖାଯାଏ ଏବଂ ଆମେରିକାରେ କମ୍ ଦେଖାଯାଏ। ଚୀନରେ ପ୍ରାୟ ଖ୍ରୀଷ୍ଟପୂର୍ବ ୨,୭୦୦ରେ ଏହି ରୋଗ ବିଷୟ ବର୍ଣ୍ଣନା କରାଯାଇଥିଲା। ଏହି ଗଏଟର ଶବ୍ଦଟି ଲାଟିନ ଭାଷାର ଗୁଟ୍ଟୁରରୁ ଆସିଛି, ଯାହାର ଅର୍ଥ ଗଳା |
ଦିବାକର ପରିଡ଼ା (୩୦ ନଭେମ୍ବର ୧୯୧୧- ୪ ଅପ୍ରେଲ ୧୯୪୧) ଜଣେ ପ୍ରଜାମଣ୍ଡଳର ନେତା ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ନିଜ ସାଥୀ ରଘୁନାଥ ମହାନ୍ତିଙ୍କ ସହ ଫାଶୀ ପାଇଥିଲେ । ଏ ଦୁହେଁ ରଘୁ-ଦିବାକର ଭାବେ ପରିଚିତ । ଜୀବନୀ ବିଦ୍ରୋହୀ ଦିବାକର ପରିଡ଼ା, ପିତା ବିଷୋୟୀ ସାମନ୍ତ ହରିହର ପରିଡ଼ା ଓ ମାତା ତାରା ଦେବୀଙ୍କର ଜ୍ୟେଷ୍ଠ ପୁତ୍ର ଥିଲେ । ସେ ୧୯୧୧ ମସିହା ନଭେମ୍ବର ମାସ ୩୦ ତାରିଖରେ ରଣପୁରର ଗଡ଼ବାଣିକିଲୋଠାରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କର ମୃତ୍ୟୁ ପରେ ଉତ୍ତରାଧିକାରୀ ସୂତ୍ରରେ ବହୁ ଭୂସମ୍ପତିର ମାଲିକାନା ପାଇଥିବା ସତ୍ତ୍ୱେ, ସେ ରଣପୁର ରାଜାଙ୍କ ପ୍ରିଣ୍ଟିଂ ପ୍ରେସରେ ଚାକିରି କରୁଥିଲେ । ଦିବାକର ଜଣେ କବି ଓ ଜ୍ୟୋତିଷ ଶାସ୍ତ୍ର ବିଶାରଦ ମଧ୍ୟ ଥିଲେ । ଶ୍ରୀ ଶ୍ରୀ ଆର୍ତେଶ୍ୱର ଦେବଙ୍କ ଜଣାଣ, ଏବଂ ଜାତକାଳଙ୍କାର ନାମରେ ସେ ଦୁଇଟି ପୁସ୍ତକ ତଥା ଜାଗିଉଠ ଏବଂ ଆଗେଇ ଚାଲ ନାମରେ ଦୁଇଟି କ୍ରାନ୍ତିକାରୀ କବିତା ପୁସ୍ତକ ରଚନା କରିଛନ୍ତି । ରଣପୁର ରାଜାଙ୍କ ଅମଳରେ ଚାଲିଥିବା, 'ସଡ଼କ ବେଠି' ରେ ନିରିହ ପ୍ରଜାମାନଙ୍କୁ ଉପରେ ଚାଲିଥିବା ଦାରୋଗାର ଜୁଲମ ତାଙ୍କ ମନରେ ଘୋର ଆଲୋଡନ ସୃଷ୍ଟି କରିଥିଲା । ଗଡ଼ଜାତୀ ଅନ୍ୟାୟ ଓ ଜୁଲମର ବିରୋଧରେ ସେ ଚାକିରିରୁ ଇସ୍ତଫା ଦେଇ ପ୍ରଜାମଣ୍ଡଳ ଆନ୍ଦୋଳନରେ ସାମିଲ ହୋଇଥିଲେ । ୧୯୩୯ ମସିହା ଜାନୁଆରୀ ମାସ ୫ ତାରିଖ, ପୌଷ ପୂର୍ଣ୍ଣିମାଦିନ ପ୍ରଜାମଣ୍ଡଳର ଆହ୍ୱାନକ୍ରମେ ରଣପୁର ଗଡ଼ ରାଜ ଉଆସ ସାମ୍ନାରେ ପ୍ରବଳ ଜନସମାଗମ ହୋଇଥିଲା । ଏହି ଜନ ସମାଗମକୁ ଦମନ କରିବାକୁ ଆସିଥିବା ଫିରିଙ୍ଗି ରାଜନୈତିକ ଏଜେଣ୍ଟ ବେଜେଲଗେଟ, ସେଠାରେ ଘଟିଥିବା ଗଣ୍ଡଗୋଳରେ ନିହତ ହୋଇଥିଲେ । ବେଜେଲଗେଟଙ୍କ ମୃତ୍ୟୁ ପାଇଁ ବିଦ୍ରୋହୀ ଦିବାକର ଓ ତାଙ୍କ ସାଥୀ ରଘୁନାଥଙ୍କୁ ଦାୟୀ କରି ଗିରଫ କରାଗଲା । ଫିରିଙ୍ଗି ବିଚାରପତି ସିଅରରଙ୍କ ଅଦାଲତରେ ଦିବାକର ଓ ରଘୁନାଥଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡାୟିତ କରାଗଲା । ୧୯୪୧ ମସିହା ଅପ୍ରେଲ ମାସ ୪ ତାରିଖ ପ୍ରାତଃ କାଳରେ ବିହାର ଭାଗଲପୁର ଜେଲରେ ରଘୁ-ଦିବାକରଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦିଆଗଲା । ଦିବାକରଙ୍କ ପଦାଙ୍କ ଅନୁସରଣ କରି, ତାଙ୍କ କନିଷ୍ଠ ଭ୍ରାତା ରତ୍ନାକରଓ ଚକ୍ରଧର ତଥା କନିଷ୍ଠା ଭଗ୍ନୀ ଇନ୍ଦୁମତୀ ମଧ୍ୟ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ରଘୁନାଥ ମହାନ୍ତି ଏବଂ ଦିବାକର ପରିଡ଼ାଙ୍କର ସଂଗ୍ରାମ କାହାଣୀକୁ ନେଇ ସମରେନ୍ଦ୍ର ବଳିଆର ସିଂହ ବିପ୍ଳବୀ ବୀର ରଘୁ ଦିବାକର ଏକ ପୁସ୍ତକ ରଚନା କରିଥିଲେ । |
ସହଦେବ ସାହୁ (ଜନ୍ମ: ୯ ଅପ୍ରେଲ ୧୯୪୧) ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଓ ସାହିତ୍ୟିକ ଅଟନ୍ତି । ସେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବରେ କାର୍ଯ୍ୟ କରିଛନ୍ତି । ନିଜର ସାହିତ୍ୟ କୃତି ସୃଷ୍ଟିର ଜାତକ ଓ ଜୀବନ ଘଡ଼ି ପାଇଁ ସେ ୧୯୯୭ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ବ୍ୟକ୍ତିଗତ ଜୀବନ ସହଦେବ, ୧୯୪୧ ମସିହା ଅପ୍ରେଲ ୯ ତାରିଖରେ ଯାଜପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଭାଗବତ ସାହୁ ଓ ମାତାଙ୍କ ନାମ ଶ୍ରୀୟା ସାହୁ ଥିଲା । ସେ ୧୯୫୭ ମସିହାରେ ଯାଜପୁର ଜିଲ୍ଲାର ପୁରୁଷୋତ୍ତମପୁର ହାଇସ୍କୁଲରୁ ମାଟ୍ରିକ ପାସ କରିଥିଲେ ଓ ରେଭେନ୍ସା ମହାବିଦ୍ୟାଳୟରୁ ୧୯୫୯ ମସିହାରେ ଆଇଏସସି ପାସ କରିଥିଲେ । ଏହି ଉଭୟ ଶ୍ରେଣୀରେ ସେ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ୧୯୬୧ରେ ରାଜନୀତି ବିଜ୍ଞାନରେ ସ୍ନାତକ ଓ ୧୯୬୩ ମସିହାରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ପାଠ୍ୟକ୍ରମ ସମାପ୍ତ କରିଥିଲେ । ସ୍ନାତକୋତ୍ତର ଶ୍ରେଣୀରେ ସେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ହାସଲ କରିଥିଲେ । ସହଦେବଙ୍କ ପତ୍ନୀ ସୁମିତ୍ରା ଜଣେ ସାହିତ୍ୟିକା ଥିଲେ । ତାଙ୍କ ଦୁଇପୁତ୍ରଙ୍କ ମଧ୍ୟରୁ ଜ୍ୟେଷ୍ଠ ସୁବ୍ରତ ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଓ କନିଷ୍ଠ ସୁଜିତ ଜଣେ ସଫ୍ଟୱେୟାର କର୍ମୀ । ବୃତ୍ତିଗତ ଜୀବନ ସହଦେବ, ଭାରତୀୟ ପ୍ରଶାସନିକ ସେବାରେ ୧୯୬୪ ମସିହାରେ ଯୋଗଦେଇ, ୨୦୦୦ ମସିହାରେ ଅବସର ଗ୍ରହଣ କରିଥିଲେ । ଏହି ସମୟରେ ସେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ସମେତ, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରେ ରହିଥିଲେ । ଅବସର ପରେ ସେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ (୦୧/୧୧/୨୦୦୦ - ୩୧/୧୦/୨୦୦୩) କାର୍ଯ୍ୟ କରିଥିଲେ । ଏତଦ ବ୍ୟତୀତ ସେ ସାରଳା ସାହିତ୍ୟ ସଂସଦ, ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପରିଷଦ, ଚିନ୍ତା ଓ ଚେତନା ଆଦି ସାହିତ୍ୟିକ ଓ ଅନ୍ୟ ବହୁ ସାମାଜିକ ଅନୁଷ୍ଠାନ ସହିତ ଜଡ଼ିତ ରହିଛନ୍ତି । |
ଏହି ପ୍ରସଙ୍ଗଟି ଓଡ଼ିଶାରେ ଅବସ୍ଥିତ ଶକ୍ତିପୀଠ ବା ଦେବୀ ମନ୍ଦିରମାନଙ୍କର ଏକ ତାଲିକା । |
କରାତଳି, ଗଞ୍ଜାମ ଜିଲ୍ଲାର ଛତ୍ରପୁର ତହସିଲ ଅନ୍ତର୍ଗତ ଏକ ଛୋଟ ଗ୍ରାମ । ଅବସ୍ଥିତି ଏହା ଜିଲ୍ଲା ସଦର ମହକୁମା ଛତ୍ରପୁରଠାରୁ ୯ କି.ମି. ଏବଂ ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ ୧୬୬ କି.ମି. ଦୂରରେ ଅବସ୍ଥିତ । ଏହାର ନିକଟବର୍ତ୍ତୀ ଗ୍ରାମ ସବୁ ହେଲା ଭାଲିଆପଲ୍ଲୀ, କେ.ନୁଆଗଁ ଇତ୍ୟାଦି । ଜନସଂଖ୍ୟା ୨୦୧୧ ଜନଗଣନା ଅନୁସାରେ ୧୨୭ ପରିବାର ବିଶିଷ୍ଟ ଏହି ଗାଁର ମୋଟ ଜନସଂଖ୍ୟା ୬୬୪ । ତନ୍ମଧ୍ୟରୁ ପୁରୁଷ ସଂଖ୍ୟା ୩୪୪ ଏବଂ ମହିଳା ସଂଖ୍ୟା ୩୨୦ । ଏହି ଗ୍ରାମର ସାକ୍ଷରତା ହାର ଓଡ଼ିଶାର ସାକ୍ଷରତା ହାରଠାରୁ ସାମାନ୍ୟ ଅଧିକ । ସ୍ଥାନୀୟ ଲୋକେ ମୂଖ୍ୟତଃ ଓଡ଼ିଆ ଭାଷା ବ୍ୟବହାର କରିଥାନ୍ତି । |
ପ୍ରୀତି ଜିଣ୍ଟା ଉଚ୍ଚାରଣ: [ ]; ଜନ୍ମ: ୩୧ ଜାନୁଆରୀ ୧୯୭୫ , ଜଣେ ଭାରତୀଯ ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ଉଦ୍ୟୋଗପତି । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରନ୍ତି । ଏଥି ସହିତ ସେ କିଛି ତେଲୁଗୁ, ପଞ୍ଜାବୀ ଏବଂ ଇଂରାଜୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ପ୍ରୀତି ଇଂରାଜୀ ସାହିତ୍ୟ ଏବଂ ଅପରାଧିକ ମନୋବିଜ୍ଞାନରେ ତାଙ୍କର ସ୍ନାତକ ଶେଷ କରିବା ପରେ ୧୯୯୮ ମସିହାରେ ହିନ୍ଦୀ କଥାଚିତ୍ର ଜଗତରେ ଦିଲ୍ ସେ.. ଚଳଚ୍ଚିତ୍ର ଜରିଆରେ ଅଭିନୟ ଆରମ୍ଭ କରିଥିଲେ । ସେହି ବର୍ଷ ସେ ସୋଲ୍ଜର ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ଦୁଇଟିରେ ପ୍ରୀତିଙ୍କର ଅଭିନୟ ସଭିଙ୍କୁ ପସନ୍ଦ ଆସିଥିଲା ଏବଂ ତାଙ୍କୁ ଫିଲ୍ମଫେୟାରରେ ଶ୍ରେଷ୍ଠ ନବାଗତା ପୁରସ୍କାର ମିଳିଥିଲା । ଏହାପରେ ସେ କ୍ୟା କେହେନା ଚଳଚ୍ଚିତ୍ରରେ ୨୦୦୦ ମସିହାରେ ଅଭିନୟ କରିଥିଲେ, ଯେଉଁଥିରେ ସେ ଜଣେ କିଶୋରୀ ମାଆ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ପ୍ରୀତିଙ୍କୁ ଅଧିକ ଲୋକପ୍ରିୟତା ମିଳିଥିଲା । ଏହାପରେ ସେ ହିନ୍ଦୀ କଥାଚିତ୍ର ଜଗତରେ ତାଙ୍କର ଅଭିନୟରେ ବିଭିନ୍ନ ପ୍ରକାରର ପରୀକ୍ଷା କରିଥିଲେ ଏବଂ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ହିନ୍ଦୀ କଥାଚିତ୍ର ଜଗତରେ ନାୟିକାମାନଙ୍କର ପରିଚୟକୁ ପ୍ରୀତି ବଦଳାଇଦେଇଥିଲେ ଏବଂ ଅନେକ ପୁରସ୍କାର ମଧ୍ୟ ପାଇଥିଲେ । ୨୦୦୩ ମସିହାରେ ପ୍ରୀତି ହିନ୍ଦୀ କଥାଚିତ୍ର କଲ୍ ହୋ ନା ହୋ ପାଇଁ ଫିଲ୍ମଫେୟାର ପୁରସ୍କାର ପାଇଥିଲେ । ୨୦୦୩ ଓ ୨୦୦୪ରେ ଭାରତରେ ସର୍ବାଧିକ ଆୟ କରିଥିବା ଭାରତୀୟ ଚଳଚ୍ଚିତ୍ରର ମୁଖ୍ୟ ନାୟିକା ଭୂମିକାରେ ପ୍ରୀତି ଅଭିନୟ କରିଥିଲେ । ୨୦୦୩ର ଚଳଚ୍ଚିତ୍ର କୋଇ... ମିଲ୍ ଗୟା ଏବଂ ୨୦୦୪ର ଚଳଚ୍ଚିତ୍ର ବୀର୍-ଜାରାରେ ପ୍ରତୀ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ ଏବଂ ଏହି ଚଳଚ୍ଚିତ୍ର ଦୁଇଟି ଦୁଇବର୍ଷର ସବୁଠାରୁ ଅଧିକ ଆୟ କରିଥିବା ଭାରତୀୟ ଚଳଚ୍ଚିତ୍ର ଥିଲା । ଏହାପରେ ସେ ୨୦୦୫ରେ ସଲାମ୍ ନମସ୍ତେ ଏବଂ ୨୦୦୬ରେ କଭି ଅଲ୍ବିଦା ନା କେହେନା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ଦୁଇଟି ମଧ୍ୟ ବହୁତ ବଡ଼ ସଫଳତା ପାଇଥିଲା । ଏହି ଚଳଚ୍ଚିତ୍ରଗୁଡ଼ିକ ପରେ ପ୍ରୀତି ହିନ୍ଦୀ କଥାଚିତ୍ର ଜଗତର ଜଣେ ପ୍ରତିଷ୍ଠିତ କଳାକାର ଭାବରେ ପରିଗଣିତ ହେଲେ । ୨୦୦୭ରେ ପ୍ରୀତି ପ୍ରଥମଥର ପାଇଁ ଭାରତୀୟ ଚଳଚ୍ଚିତ୍ର ବ୍ୟତୀତ ଆନ୍ତର୍ଜାତୀୟ ଚଳଚ୍ଚିତ୍ରରେ କାମ କରିଥିଲେ । ସେ ୨୦୦୭ରେ ଏକ କାନ୍ନାଡ଼ା ଚଳଚ୍ଚିତ୍ର ହେଭେନ୍ ଓନ୍ ଆର୍ଥରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ପ୍ରୀତିଙ୍କୁ ୨୦୦୮ରେ ଚିକାଗୋରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ସିଲ୍ଭର୍ ହ୍ୟୁଜୋ ପୁରସ୍କାର ମିଳିଥିଲା । ଅଭିନୟ ବ୍ୟତୀତ ପ୍ରୀତି ଦକ୍ଷିଣ ଏସିଆର ବିବିସି ନ୍ୟୁଜ୍ପାଇଁ କିଛି ଧାରାବାହିକ ସ୍ତମ୍ଭ ମଧ୍ୟ ରଚନା କରିଥିଲେ । ସେ ସମାଜସେବୀ, ଦୂରଦର୍ଶନ ଉପସ୍ଥାପିକା, ମଞ୍ଚ ଉପସ୍ଥାପିକା ଏବଂ କଳାକାର ଭାବରେ କାର୍ଯ୍ୟ କରୁଛନ୍ତି । ତାଙ୍କର ନିଜର ଗୋଟିଏ ଚଳଚ୍ଚିତ୍ର ପ୍ରଯୋଜନା ସଂସ୍ଥା ମଧ୍ୟ ଅଛି । ଏଥିସହିତ ସେ ଇଣ୍ଡିଆନ ପ୍ରିମିୟର୍ ଲିଗ୍ର ପଞ୍ଜାବ ଦଳର ୨୦୦୮ରୁ ମାଲିକ । ସେ ୨୦୧୭ରେ ଦକ୍ଷିଣ ଆଫ୍ରିକା ଟି୨୦ ଗ୍ଲୋଗାଲ୍ କ୍ରିକେଟ୍ ଲିଗ୍ର ସ୍ଟେଲେନ୍ବୋଚ କିଙ୍ଗ୍ସ୍ର ମାଲିକ । |
ବିଞ୍ଜମୁରି ସୀତାଦେବୀ (ମୃତ୍ୟୁ: ୧୭ ମଇ ୨୦୧୬) ଜଣେ ଭାରତୀୟ ସଙ୍ଗୀତକାର ଏବଂ ଗାୟିକା ଥିଲେ । ସେ ତେଲୁଗୁ ଭାଷାର ଲୋକଗୀତ ଉପରେ ଗବେଷଣା କରୁଥିଲେ । ପେଷା ସେ ଅଲ୍ ଇଣ୍ଡିଆ ରେଡିଓର ଜଣେ ପ୍ରଯୋଜିକା ଭାବରେ କାର୍ଯ୍ୟ କରିଥିଲେ । ତାଙ୍କ ଭଉଣୀ ବିଞ୍ଜମୁରି ଅନସୂୟା ଦେବୀଙ୍କ ସହିତ ସେ ଆନ୍ଧ୍ର ପ୍ରଦେଶର ଅନେକ ଜଣାଶୁଣା କବିଙ୍କ ପାଇଁ ସଙ୍ଗୀତ ସଂଯୋଜନା କରିଥିଲେ, ଯେଉଁମାନଙ୍କ ମଧ୍ୟରେ ଶ୍ରୀରଙ୍ଗମ୍ ଶ୍ରୀନିବାସ ରାଓ, ଶ୍ରୀ ଶ୍ରୀ ଆଦି ଅନ୍ୟତମ । ୧୯୭୯ ମସିହାରେ ମୁକ୍ତିଲାଭ କରିଥିବା ମାଆ ଭୂମି କଥାଚିତ୍ରରେ ସେ ସଙ୍ଗୀତ ସଂଯୋଜନା କରିଥିଲେ । ସେ "ଫୋକ୍ ମ୍ୟୁଜିକ୍ ଅଫ୍ ଆନ୍ଧ୍ର ପ୍ରଦେଶ" ନାମକ ଏକ ପୁସ୍ତକ ରଚନା କରିଥିଲେ । ମୃତ୍ୟୁ ୨୦୧୬ ମସିହାର ମଇ ୧୭ ତାରିଖରେ ସେ ଯୁକ୍ତରାଷ୍ଟ୍ର ଆମେରିକାରେ ମୃତ୍ୟୁବରଣ କରିଥିଲେ । |
ମହାବିନାୟକ ମନ୍ଦିର ଓଡ଼ିଶାର ଯାଜପୁର ଜିଲ୍ଲାରେ ଅବସ୍ଥିତ ଏକ ମନ୍ଦିର । ଏଠାରେ ଶିବ, ଗଣେଶ,ବିଷ୍ଣୁ, ସୂର୍ଯ୍ୟ ଓ ମା ' ଶକ୍ତିଙ୍କୁ ପୂଜା କରାଯାଏ । ଏହା ଯାଜପୁର ରୋଡ଼ ସହରଠାରୁ ପ୍ରାୟ ୩୦ କି.ମି ଦୂରରେ ଅବସ୍ଥିତ । |
୧୫୫୬ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ଇନ୍ଦ୍ରାଣୀ ରହମାନ (ସେପ୍ଟେମ୍ବର ୧୮, ୧୯୩୦, ଚେନ୍ନଇରୁ ଫେବ୍ରୁଆରୀ ୫, ୧୯୯୯ ନିଉ ୟୋର୍କ) ଜଣେ ଭାରତୀୟ କ୍ଲାସିକାଲ ନର୍ତ୍ତକୀ ଥିଲେ ଯେ ଭାରତ ନାଟ୍ୟମ, କୁଚିପୁଡ଼ି, କଥାକଲି ଓ ଓଡ଼ିଶୀ ନୃତ୍ୟରେ ପ୍ରବୀଣା ଥିଲେ ଓ ପଶ୍ଚିମ ଦେଶମାନଙ୍କରେ ଏହାକୁ ଲୋକପ୍ରିୟ କଲାପରେ ୧୯୭୬ରେ ନିଉୟୋର୍କରେ ବାସ କଲେ । ସନ ୧୯୫୨ରେ ସେ ମିସ୍ ଇଣ୍ଡିଆ ହୋଇଥିଲେ । ପରବର୍ତ୍ତୀ କାଳରେ ସେ ତାଙ୍କର ମାତା ରାଗିଣୀ ଦେବୀଙ୍କ କମ୍ପାନୀରେ ଯୋଗଦାନ କଲେ । ଆନ୍ତର୍ଜାତୀୟ ପରିଭ୍ରମଣ ସମୟରେ ଓଡ଼ିଶୀ ନୃତ୍ୟକୁ ଲୋକପ୍ରିୟ କରେଇଥିଲେ । ଇନ୍ଦ୍ରାଣୀ ସନ ୧୯୬୯ରେ ପଦ୍ମଶ୍ରୀ ପାଇଥିଲେ ଓ କଳା ନିମନ୍ତେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ତଥା ତାରକନାଥ ପୁରସ୍କାର ପାଇଥିଲେ । ପ୍ରାକ୍ ଜୀବନ ଇନ୍ଦ୍ରାଣୀ ରହମାନ ଉକ୍ତ ସମୟର ମାଡ୍ରାସ ଓ ବର୍ତ୍ତମାନର ଚେନଇର ଜଣେ ଭରତୀୟ ଜାତୀୟତାବାଦୀ ଓ ଇଣ୍ଡୋ-ଆମେରିକାନ ଲିଗର ପ୍ରେସିଡେଣ୍ଟ ରାମଲାଲ ବଳରାମ ବାଜପାଇ (୧୮୮୦-୧୯୬୨) ଓ ଲୁଏଲା ସରମ୍ୟାନଙ୍କ (ପେଟସ୍କି, ମିସିଗାନ) ଔରସରୁ ସନ ୧୮୯୩ରେ ଜନ୍ମ ଗ୍ରହଣ କରିଥିଲେ , (ମୃତ୍ୟୁ ୧୯୮୨), ଯିଏ ସନ ୧୯୨୦ରେ ଭାରତକୁ ଆସି ନାମକୁ ରାଗିଣୀ ଦେବୀରେ ପରିବର୍ତ୍ତନ କରିଥିଲେ, ଯେତେବେଳେ କେମିଷ୍ଟ ରାମଲାଲ ବାଜପାଇ ଆମେରିକାର ଜଣେ ସଫଳ ଆମଦାନୀକାରୀ ହୋଇପାରିଥିଲେ ଓ ଭାରତକୁ ଫେରି ଲାଲା ଲଜପତ ରାଏଙ୍କଦ୍ୱାରା ସ୍ଥାପିତ ୟଙ୍ଗ ଇଣ୍ଡିଆର ସହକାରୀ ସମ୍ପାଦକ ହେଲେ ଓ ଭାରତ ସ୍ୱାଧୀନ ହେବା ପରେ ଆମେରିକାରେ ଭାରତର କନସୁଲେଟ ଜେନେରାଲ ହେଲେ । ରାଗିଣୀ ମଧ୍ୟ ସନ ୧୯୩୦ ସୁଦ୍ଧା ସାରା ପୃଥିବୀରେ ଭାରତୀୟ କ୍ଲାସିକାଲ ନାଚ ନିମନ୍ତେ ତାଙ୍କର ଅବଦାନ ଯୋଗୁ ବିଖ୍ୟାତ ହୋଇପାରିଥିଲେ, ବିଶେଷତଃ କଥାକଲି ଓ ଭାରତ ନାଟ୍ୟମ୍ ଯାହା ସେ କର୍ଣ୍ଣାଟକର ରାଜଦାସୀ ଓ ଜେଟ୍ଟୀ ତୟାମ୍ମାଙ୍କଠାରୁ ଶିଖିଥିଲେ ଓ ପରେ ଚେନ୍ନଇର ଗଉରୀ ଆମ୍ମାଙ୍କଠାରୁ ଶିଖିଥିଲେ । ବ୍ୟବସାୟ ଇନ୍ଦ୍ରାଣୀ ତାଙ୍କ ମାତାଙ୍କ ଗହଣରେ ତାଙ୍କ କମ୍ପାନୀରୁ ୯ ବର୍ଷ ବୟସରୁ ନାଚ ଶିକ୍ଷା ଆରମ୍ଭ କରିଥିଲେ ଓ ତାଙ୍କ ସହିତ ଆମେରିକା, ୟୁରୋପ ଆଦି ବୁଲିଥିଲେ । ବୃତ୍ତି ହିସାବରେ ସେ ପ୍ରଥମେ ଗୁରୁ ଚୋକ୍କଲିଙ୍ଗମ ପିଲ୍ଲାଇଙ୍କଠାରୁ (୧୮୯୩ରୁ ୧୯୬୮) ଭାରତ ନାଟ୍ୟମର ପାଣ୍ଡାନାଲୁର ପଦ୍ଧତି ସନ ୧୯୪୦ରେ ଶିଖିଥିଲେ । ଅଳ୍ପ ସମୟ ମଧ୍ୟରେ ସେ କୋରଡ଼ ନରସିମହା ରାଓଙ୍କଠାରୁ କୁଚିପୁଡ଼ି ଶିଖି ତାଙ୍କ ସହିତ ପୃଥିବୀର ଅନେକ ଦେଶ ଭ୍ରମଣ କରିଥିଲେ । ସନ ୧୯୪୭ରେ ବିଖ୍ୟାତ ନୃତ୍ୟ ଓ କଳା ସମାଲୋଚକ ଡଃ ଚାର୍ଲ୍ସ୍ ଇନ୍ଦ୍ରାଣୀଙ୍କୁ ସେତେବେଳର ସାମାନ୍ୟ ଜଣାଶୁଣା ଓଡ଼ିଶୀ ନାଚ ଶିଖିବାକୁ ପ୍ରବର୍ତ୍ତେଇଥିଲେ । ଇନ୍ଦ୍ରାଣୀ ପ୍ରଥମ ବ୍ୟବସାୟୀକ ନୃତ୍ୟାଙ୍ଗନା ଭାବରେ ଓଡ଼ିଶୀର ବିଦ୍ୟାର୍ଥୀ ହୋଇଥିଲେ । ଗୁରୁ ଦେବ ପ୍ରସାଦ ଦାସଙ୍କଠାରୁ ତିନି ବର୍ଷ ଶିକ୍ଷା ଲାଭ ପରେ ଭାରତ ତଥା ପୃଥିବୀର ବିଭିନ୍ନ ସ୍ଥାନରେ ବୁଲି ଓଡ଼ିଶୀକୁ ଲୋକପ୍ରିୟ କରିଥଲେ । ବିବାହିତା ଓ ଗୋଟିଏ ଛୁଆ ଥିବା ସତ୍ତ୍ୱେ ସେ ସନ ୧୯୫୨ରେ ହୋଇଥିଲେ ପ୍ରଥମ ମିସ୍ ଇଣ୍ଡିଆ, ଓ ଲଙ୍ଗ୍ ବିଚ୍, କାଲିଫର୍ନିଆରେ ଅନଷ୍ଠିତ ହୋଇଥିବା ମିସ ୟୁନିଭର୍ସ୍ ୧୯୫୨ ପ୍ରତିଯୋଗିତାରେ ଯୋଗଦାନ କରିଥିଲେ । ଏହା ପରେ ସେ ତାଙ୍କ ମାତାଙ୍କ ସହିତ ସମୁଦାୟ ପୃଥିବୀରେ ନୃତ୍ୟ ପ୍ରଦର୍ଶନ କରିଥିଲେ । ସନ ୧୯୬୧ରେ ପ୍ରଥମ ନର୍ତ୍ତକୀ ଭାବରେ ତାଙ୍କୁ ଏସିଆଟିକ ସୋସାଇଟିର ଜାତୀୟ ଭ୍ରମଣରେ ନୃତ୍ୟ ପ୍ରଦର୍ଶନ କରିବାକୁ ଉପସ୍ଥାପନ କରାଯାଇଥିଲା ଓ ଭାରତର ପ୍ରଧାନ ମନ୍ତ୍ରୀ ଜୱାହରଲାଲ ନେହରୁଙ୍କ ଅଫିସିଆଲ ଗସ୍ତ ସମୟରେ ତାଙ୍କର ଓ ଯୁକ୍ତରାଷ୍ଟ୍ର ଆମେରିକାର ସଭାପତି ଜନ୍ ଏଫ୍ କେନେଡ଼ିଙ୍କ ସମ୍ମୁଖରେ ତାଙ୍କର କଳା ପ୍ରଦର୍ଶନ କରିଥିଲେ, ଓ ତା ପର ବର୍ଷ ସମ୍ରାଟ ହେଲେ ସେଲାସିଏ, ରାଣୀ ରାଣୀ ଏଲିଜାବେଥ ୨, ମାଓ ସେ ତୁଙ୍ଗ, ନିକିତା କୃଶ୍ଚେଭ୍ ଓ ଫିଡେଲ୍ କାଷ୍ଟ୍ରୋଙ୍କ ସମ୍ମୁଖରେ ମଧ୍ୟ ନୃତ୍ୟ ପରିବେଷଣ କରିଥିଲେ । ସନ ୧୯୭୬ରେ ନିଉୟୋର୍କସ୍ଥିତ ଲିଙ୍କନ ସେଣ୍ଟର୍ ଫର ଦି ପର୍ଫର୍ମିଙ୍ଗ ଆର୍ଟସର ନୃତ୍ୟ ବିଭାଗରେ ସେ ଫ୍ୟାକଲ୍ଟି ମେମ୍ବର ହୋଇ ହାର୍ଭାର୍ଡ଼ ସହିତ ବିଭିନ୍ନ ଆମେରିକୀୟ ବିଶ୍ୱବିଦ୍ୟାଳୟରେ ଶିକ୍ଷା ଦାନ କରିଥିଲେ । ଆମେରିକାରେ ସେ ଶେଷ ଦୁଇ ଦଶନ୍ଧି ବ୍ୟାପକ ଗସ୍ତ କରିଥିଲେ । ବ୍ୟକ୍ତିଗତ ଜୀବନ ସେ ହବିବ୍ ରହମାନ (୧୯୧୫-୧୯୯୫), ଜଣେ ସୁପରିଚିତ ସ୍ଥପତିଙ୍କୁ ସନ ୧୯୪୫ରେ ବିବାହ କରିଥିଲେ, ତାଙ୍କର ଗୋଟିଏ ପୁଅ ରାମ ରହମାନ (କଳାକାର) ଓ ଗୋଟିଏ ଝିଅ ସୁକନ୍ୟା ରହମାନ ଥିଲେ, ଯିଏ ତାଙ୍କ ମାତା ଓ ଜେଜେମାଆଙ୍କ ସହିତ ମଧ୍ୟ ନୃତ୍ୟ କରିଥିଲେ । ମୃତ୍ୟୁ ନିଉ ୟୋର୍କର ମାନହାଟାନରେ ଇନ୍ଦ୍ରାଣୀ ରହମାନ ଫେବୃଆରୀ ୫, ୧୯୯୯ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । |
ଶିଞ୍ଜିନୀ ଭଟ୍ଟନାଗର ଜଣେ ଭାରତୀୟ ଶିଶୁ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ । ସେ ନ୍ୟାସନାଲ୍ ଏକାଡ଼େମୀ ଅଫ୍ ସାଇନସର ଫେଲୋ ଭାବେ ନିଯୁକ୍ତ ହୋଇଥିଲେ । ଗବେଷଣା ଜୀବାଣୁ ଆକ୍ରମଣ ପ୍ରତି ଛୋଟପିଲାର ପ୍ରତିରୋଧକ ଶକ୍ତି କିପରି କାମ କରେ, ସେହି ସ୍ୱତନ୍ତ୍ର ଚିହ୍ନଗୁଡିକ କ 'ଣ ଯାହାଦ୍ୱାରା ରୋଗର ପ୍ରକୃତିକୁ ଚିହ୍ନଟ କରାଯାଇପାରିବ, ରୋଗର ପ୍ରଗତି ଓ ଫଳାଫଳ - ଏସବୁ ଭଟ୍ଟନାଗରଙ୍କ ବିଜ୍ଞାନାଗାରର ମୁଖ୍ୟ ପ୍ରଶ୍ନ ଥିଲା । ଗ୍ଲୁଟେନ୍ ଇନଟୋଲେରାନ୍ ପାଇଁ ଏକ ଶୀଘ୍ର ଓ କମ୍ ଖର୍ଚ୍ଚ ବିଶିଷ୍ଟ ପରୀକ୍ଷା ଭଟ୍ଟନାଗର ଓ ତାଙ୍କ ଦଳ ବାହାର କରିଥିଲେ । ଭଟ୍ଟନାଗର ଓ ତାଙ୍କ ଦଳ ପ୍ରମାଣ କରିଥିଲେ ଯେ, ଦସ୍ତା ଅଣୁ ଛୁଆକୁ ଏହି ଇନଫେକ୍ସନରୁ ବଞ୍ଚାଇବ । |
୫୧୪ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
କ୍ଲୋରୋକ୍ୱିନ ଏକ ଔଷଧ ଯାହା ମ୍ୟାଲେରିଆ ରୋଗର ପ୍ରତିଷେଧ ଓ ଚିକିତ୍ସା ନିମନ୍ତେ ବ୍ୟବହୃତ ହୁଏ ଯେଉଁଠାରେ ଏହି ଔଷଧର ପ୍ରଭାବ ଥାଏ । କେତେକ ଧରଣର ମ୍ୟାଲେରିଆ, ପ୍ରତିରୋଧକାରୀ ଜାତି ଓ ଜଟିଳ କେଶ୍ ଥଲେ ଅନ୍ୟ ଔଷଧ ବା ଅଧିକ ଔଷଧ ଆବଶ୍ୟକ ହୁଏ । ମ୍ୟାଲେରିଆ ବ୍ୟତୀତ ରିଉମାଟଏଡ ଆର୍ଥ୍ରାଇଟିସ, ଲୁପସ ଏରିଦମାଟୋସିସ ଓ ଅନ୍ତନଳୀ ବାହାରେ ହେଉଥିବା ଆମିବା ବ୍ୟାଧି ରୋଗମାନଙ୍କରେ ମଧ୍ୟ ଏହି ଔଷଧ ଦିଆଯାଏ । ଏହାକୁ ପାଟିରେ ଦିଆଯାଏ । ମାଂସପେଶୀ ସମସ୍ୟା, ଅରୁଚି, ତରଳ ଝାଡ଼ା ଓ ଚର୍ମ ପିତ୍ତିକା ବା ରାସ୍ ଇତ୍ୟାଦି ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ହୁଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଦୃଷ୍ଟି ସମସ୍ୟା, ମାଂସପେଶୀ କ୍ଷତି, ଅପସ୍ମାର ବାତ ଓ ସ୍ୱଳ୍ପ ରକ୍ତ କଣିକା ଇତ୍ୟାଦି ଦେଖାଯାଏ । ଗର୍ଭାବସ୍ଥାରେ ଏହା ନିରାପଦ ଜଣାପଡ଼ୁଥିଲେ ମଧ୍ୟ ସେ ବିଷୟରେ ବିଶେଷ ଅନୁଶୀଳନ ହୋଇନାହିଁ । କ୍ଲୋରୋକ୍ୱିନ ଔଷଧ ୪- ଆମିନୋକ୍ୱିନୋଲିନ ଶ୍ରେଣୀର ଏକ ଔଷଧ । ଅଲୈଙ୍ଗିକ ମ୍ୟାଲେରିଆ ପରଜୀବି ଉପରେ ଏହା କାମ କରେ । ସନ ୧୯୩୪ରେ କ୍ଲୋରୋକ୍ୱିନ ଆବିଷ୍କୃତ ହୋଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ । ଏହାର ହୋଲସେଲ ମୂଲ୍ୟ ପ୍ରାୟ ୦.୦୪ ଆମେରିକୀୟ ଡଲାର । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ମୂଲ୍ୟ ୫.୩୦ ଆମେରିକୀୟ ଡଲାର । |
୧୫୨୩ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ପେରାବୁରାନି ଏକ ଭାରତୀୟ ସହର ପଞ୍ଚାୟତ ଅଟେ । ଏହା ତାମିଲନାଡୁର ଥଞ୍ଜବୁର୍ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ପେରାବୁରାନି ୧୦.୨୮୫୫ ଉତ୍ତର ଅକ୍ଷାଂଶ ଓ ୭୯.୧୯୯୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୩୬ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପେରାବୁରାନି ସହରର ମୋଟ ଜନସଂଖ୍ୟା ୨୧୦୨୫ ଅଟେ । ସେଥି ମଧ୍ୟରୁ ୪୯.୧୧% ଜଣ ପରୁଷ ହୋଇଥିବା ବେଳେ ୫୦.୮୯% ଜଣ ନାରୀ ଅଟନ୍ତି । ପେରାବୁରାନିର ସାକ୍ଷରତା ହାର ୭୦.୪୭% ଅଟେ । ଏହା ଜାତୀୟ ହାରଠାରୁ -୫.୬୩% ପ୍ରତିଶତ କମ ଅଟେ । ସେଥିରୁ ୩୮.୬୨% ପ୍ରତିଶତ ପୁରୁଷ ଓ ୩୧.୮୬% ନାରୀ ଅଟନ୍ତି । ୧୧.୪୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ତାମିଲ ପେରାବୁରାନିର ସରକାରୀ ଭାଷା ଅଟେ । |
ରାଇଚୁର ଏକ ଭାରତୀୟ ସହର ପଞ୍ଚାୟତ ଅଟେ । ଏହା କର୍ଣ୍ଣାଟକର ରଇଚୁର୍ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ରାଇଚୁର ୧୬.୨୦୪୭ ଉତ୍ତର ଅକ୍ଷାଂଶ ଓ ୭୭.୩୫୪୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରାଇଚୁର ସହରର ମୋଟ ଜନସଂଖ୍ୟା ୨୧୯୯୨ ଅଟେ । ସେଥି ମଧ୍ୟରୁ ୫୧.୪୦% ଜଣ ପରୁଷ ହୋଇଥିବା ବେଳେ ୪୮.୬୦% ଜଣ ନାରୀ ଅଟନ୍ତି । ରାଇଚୁରର ସାକ୍ଷରତା ହାର ୪୩.୪୧% ଅଟେ । ଏହା ଜାତୀୟ ହାରଠାରୁ ୨୧.୪୩% ପ୍ରତିଶତ ଅଧିକ ଅଟେ । ସେଥିରୁ ୨୫.୭୬% ପ୍ରତିଶତ ପୁରୁଷ ଓ ୧୭.୬୪% ନାରୀ ଅଟନ୍ତି । ୧୭.୧୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା କନ୍ନଡ ରାଇଚୁରର ସରକାରୀ ଭାଷା ଅଟେ । ପାଣିପାଗ ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ରାଇଚୁରରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୩.୭ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୨୧.୨ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୭୨୯.୯ / ହୋଇଥାଏ । |
ଭ୍ୟାକ୍ସିନିଆ ଇମ୍ୟୁନ ଗ୍ଲୋବ୍ୟୁଲିନ ହେଉଛି ଏକ ଔଷଧ ଯାହା ବସନ୍ତ ଟୀକା ଏବଂ ମଙ୍କିପକ୍ସ ଜନିତ ଗୁରୁତର ଜଟିଳତାକୁ ଚିକିତ୍ସା କରିବା ପାଇଁ ବ୍ୟବହୃତ ହୁଏ । ଜଟିଳତା ଥିଲେ ଏକଜିମା ଭାକସିନାଟମ ଟିକା, ପ୍ରଗତିଶୀଳ ଟିକା, ଗୁରୁତର ଜେନେରାଲାଇଜଡ ଟିକା ଏବଂ ଚର୍ମର କିଛି ଅବସ୍ଥା ଥିବା ଲୋକଙ୍କ ନିମନ୍ତେ ଟିକା ସଂକ୍ରମଣ ପାଇଁ ବ୍ୟବହୃତ ହୁଏ । ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା ଏବଂ ଅଇ ଲାଗେ । ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, ବୃକ୍କ ସମସ୍ୟା, ରକ୍ତ ଜମାଟ ବାନ୍ଧିବା ଏବଂ ଟ୍ରାନ୍ସଫ୍ୟୁଜନ୍ ସମ୍ବନ୍ଧୀୟ ତୀବ୍ର ଫୁସଫୁସ ଆଘାତ ଅନ୍ତର୍ଭୁକ୍ତ ହୋଇପାରେ । ଏହା ଏକ ପ୍ରତିରକ୍ଷା ଗ୍ଲୋବ୍ୟୁଲିନ୍, ବିଶେଷ ଭାବରେ ଏକ ଗାମା ଗ୍ଲୋବ୍ୟୁଲିନ ଯାହା ପ୍ରତିରୋପିତ ଲୋକଙ୍କ ରକ୍ତରୁ ନିର୍ମିତ । ୨୦୦୫ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଭ୍ୟାକ୍ସିନିଆ ଇମ୍ୟୁନ ଗ୍ଲୋବ୍ୟୁଲିନ ଅନୁମୋଦିତ ହୋଇଥିଲା । ଯୁକ୍ତରାଷ୍ଟ୍ରରେ ଏହା ବ୍ୟବସାୟିକ ଭାବରେ ଉପଲବ୍ଧ ନୁହେଁ ଯଦିଓ ଷ୍ଟ୍ରାଟେଜିକ୍ ନ୍ୟାସନାଲ ଷ୍ଟକପାଇଲରୁ ଅର୍ଜନ କରାଯାଇପାରେ । କାନାଡ଼ାରେ ଏହା କାନାଡ଼ାର ଜନସ୍ୱାସ୍ଥ୍ୟ ଏଜେନ୍ସିରୁ ଉପଲବ୍ଧ ହୁଏ । |
୧୧୨୩ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ଆଟ୍ରିଆଲ ଫିବ୍ରିଲେସନ, ସଂକ୍ଷେପରେ ଏ.ଏଫ. ବା ଏ-ଫିବ, (ଇଂରାଜୀରେ ଯଥାକ୍ରମେ ସଂକ୍ଷେପରେ ବା - ), ଏକ ଅନିୟମିତ ହୃତ୍ପିଣ୍ଡ ତାଳ ସମ୍ପନ୍ନ ରୋଗ ଯେଉଁଥିରେ ଦୃତ ଓ ଅନିୟମିତ ହୃତ୍ ସ୍ପନ୍ଦନ ହୁଏ । ଆରମ୍ଭରେ ସାମୟିକ ଅସ୍ୱାଭାବିକ ସ୍ପନ୍ଦନ ହୁଏ ଯାହା ବଢ଼ି ବଢ଼ି ଶେଷରେ ଅପରିବର୍ତ୍ତିତ ରହେ । ଅଧିକାଂଶ ଘଟଣାରେ କୌଣସି ଲକ୍ଷଣ ନ ଥାଏ । ବେଳେ ବେଳେ ଖର ହୃତ୍ ସ୍ପନ୍ଦନ ହୁଏ, ମୂର୍ଚ୍ଛା ହୁଏ, ଛୋଟ ଶ୍ୱାସକ୍ରିୟା ହୁଏ କିମ୍ବା ଛାତିରେ ଯନ୍ତ୍ରଣା ହୁଏ । ଏହି ରୋଗ ହେଲେ ହୃତ୍ପାତ, ଡିମେନ୍ସିଆ ଓ ସ୍ଟ୍ରୋକ ସଙ୍କଟ ବଢ଼ିଯାଏ । ଏହି ଏ.ଏଫ. ରୋଗର ୨ଟି ସଙ୍କଟଦାତା ଉଚ୍ଚ ରକ୍ତଚାପ ଓ ଭାଲଭୁଲାର ହୃତ୍ପିଣ୍ଡ ରୋଗମାନଙ୍କୁ ଚିକିତ୍ସା କରି ବଦଳାଯାଇ ପାରେ । ଅନ୍ୟାନ୍ୟ ସଙ୍କଟଦାତା ହୃତ୍ପିଣ୍ଡ ରୋଗ ମଧ୍ୟରେ ହୃତ୍ପାତ, କରୋନାରି ଧମନୀ ରୋଗ, କାର୍ଡିଓମାୟୋପାଥି ଓ ଜନ୍ମଗତ ହୃତ୍ପିଣ୍ଡ ରୋଗ ମୁଖ୍ୟ ଭୂମିକା ନିର୍ବାହ କରନ୍ତି । ବିକାଶଶୀଳ ଦେଶମାନଙ୍କରେ ରିଉମାଟିକ ଜ୍ୱର ଯୋଗୁ ଭାଲଭୁଲାର ହୃତ୍ପିଣ୍ଡ ରୋଗ ଅଧିକ ହୁଏ । ଫୁସ୍ଫୁସ୍ ସମ୍ପର୍କୀୟ ରୋଗ ସିଓପିଡି, ମୋଟାପଣ ଓ ନିଦ୍ରା ଶ୍ୱାସରୁଦ୍ଧ ଇତ୍ୟାଦି ଏ.ଏଫ. ସଙ୍କଟଦାତା ଅଟନ୍ତି । ଅନ୍ୟ କାରକ ମଧ୍ୟରେ ମଦ୍ୟପାନ, ଡାଏବେଟିସ ଓ ଥାଇରୋଟକ୍ସିକୋସିସ ଯୋଗୁ ଏହି ରୋଗ ହୋଇପାରେ । ଯାହା ବି ହେଉ ସମୁଦାୟ ରୋଗୀ ସଂଖ୍ୟାର ଅଧା କୌଣସି ସଙ୍କଟପ୍ରଦ ମାଧ୍ୟମରୁ ହୋଇ ନ ଥାଆନ୍ତି । ନାଡ଼ି ଅନୁଭବ କରି ରୋଗ ନିର୍ଣ୍ଣୟ କରାଯାଏ ଓ ଇସିଜି ସାହାଯ୍ୟରେ ନିଧାର୍ଯ୍ୟ କରାଯାଏ । ଇସିଜି ଚିତ୍ରରେ ପି ୱେଭ ନ ଥାଏ ଓ ଅନିୟମିତ ନିଳୟ ସ୍ପନ୍ଦନ ହାର ଥାଏ । ଏ.ଏଫ. ରୋଗରେ ହୃତ୍ପିଣ୍ଡ ଗତି ହାରକୁ ସ୍ୱାଭାବିକ କରିବାକୁ କିମ୍ବା ତାଳକୁ ସ୍ୱାଭାବିକ ସାଇନସ ତାଳକୁ ଆଣିବାକୁ ଔଷଧ ଦିଆଯାଏ । ଇଲେକଟ୍ରିକାଲ କାର୍ଡ଼ିଓଭର୍ସନ ବ୍ୟବହାର କରି ସ୍ୱାଭାବିକ ସାଇନସ ତାଳ କରିବାକୁ ଆପାତ ସ୍ଥିତିରେ ଚେଷ୍ଟା କରାଯାଏ । ରେଡିଓ ଫ୍ରିକ୍ୱେନ୍ସି ଆବ୍ଲାସନ ସାହାଯ୍ୟରେ କେତେକ ରୋଗୀଙ୍କର ରୋଗ ପୁନରାବୃତି ହୁଏ ନାହିଁ । ସ୍ଟ୍ରୋକ ସଙ୍କଟ ଥିଲେ ଆସ୍ପିରିନ କିମ୍ବା ଆଣ୍ଟିକୋଆଗୁଲାଣ୍ଟ ଦେବାକୁ ପରାମର୍ଶ ଦିଆଯାଏ । ଏହି ଔଷଧଦ୍ୱାରା ଏ.ଏଫ. ସଙ୍କଟ ଟଳିଲେ ମଧ୍ୟ ଗୁରୁ ରକ୍ତସ୍ରାବ ହୁଏ । ଅନିୟମିତ ହୃତ୍ପିଣ୍ଡ ତାଳ ରୋଗ ମଧ୍ୟରେ ଏ.ଏଫ. ଅତି ସାଧାରଣ । ୟୁରୋପ ଓ ଉତ୍ତର ଆମେରିକାରେ ୨୦୧୪ ମସିହାରେ ସମୁଦାୟ ଜନସଂଖ୍ୟାର ୨ରୁ ୩ % ଲୋକଙ୍କୁ ଏହି ରୋଗ ହୋଇଥିଲା । ସନ ୨୦୦୫ ଅପେକ୍ଷା ଏହି ରୋଗ ହାର ୦.୪ରୁ ୧ % ବଢ଼ିଛି । ବିକାଶଶୀଳ ଦେଶମାନଙ୍କରେ 0.୬ % ପୁରୁଷ ଓ 0.୪ % ମହିଳାଙ୍କୁ ଏହି ରୋଗ ହୁଏ । ବୟସ ବୃଦ୍ଧି ଅନୁସାରେ ଏହି ରୋଗ ସଂଖ୍ୟା ବଢ଼େ, ୫୦ ବର୍ଷ ବୟସ ମଧ୍ୟରେ ୦.୧୪ % ହୁଏ, ୬୦ରୁ ୭୦ ବୟସ ମଧ୍ୟରେ ୪ %, ୮୦ ବୟସ ଉପରେ ୧୪ % ହୁଏ । ଏ-ଫିବ ଓ ଏ.ଏଫ. ଯୋଗୁ ସନ ୧୯୯୦ରେ ମୃତ୍ୟୁ ସଂଖ୍ୟା ୨୯,୦୦୦ ଥିବା ବେଳେ ସନ ୨୦୧୩ରେ ୧୧୨,୦୦ ହୋଇଥିଲା । ଅନିୟମିତ ନାଡ଼ି ଗତି ସମ୍ପର୍କରେ ପ୍ରଥମେ ୧୭୪୯ ମସିହାରେ ଜନ ବାପଟିଷ୍ଟ ସେନାକ ରିପୋର୍ଟ ଦେଇଥିଲେ । ଇଇଜି ସାହାଯ୍ୟରେ ଏହି ରୋଗ ୧୯୦୯ ମସିହାରେ ପ୍ରଥମେ ଲୁଇ ଥୋମାସଙ୍କଦ୍ୱାରା ଲିପିବଦ୍ଧ ହୋଇଥିଲା । |
୮୨୪ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
୧୮୦୭ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ, ଯାହା ଗୁରୁବାରରେ ଆରମ୍ଭ ହୋଇଥିଲା ଘଟଣା ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଅଜ୍ଞାତ ତିଥି ଘଟଣା ଜନ୍ମ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ମୃତ୍ୟୁ ଅଭିମନ୍ୟୁ ସାମନ୍ତ ସିଂହାର - ଓଡ଼ିଆ କବି, ବିଦଗ୍ଧ ଚିନ୍ତାମଣିର ରଚୟିତା । |
ସଞ୍ଜୟ ନାୟକ ଓଡ଼ିଆ ସିନେମା ଜଗତର ଜଣେ ଜଣାଶୁଣା ନିର୍ଦ୍ଦେଶକ, କାହାଣୀକାର ଓ ସମ୍ପାଦକ । |
ଲିପ୍ସା ମିଶ୍ର ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ । ଲିପ୍ସା ତରଙ୍ଗ ଟିଭିରେ ଧାରାବାହିକ କିଛି ଲୁହ ପିଇଯାଏ ଓଠରେ ଅଭିନୟ ଆରମ୍ଭ କରିଥିଲେ । ୨୦୧୫ରେ ଲିପ୍ସା ଓଡ଼ିଆ କଥାଚିତ୍ର ମାୟା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ପ୍ରାରମ୍ଭିକ ଜୀବନ ଲିପ୍ସା ମିଶ୍ର ପୁରୀରେ ଜନ୍ମଗ୍ରହଣ କରିଥିଲେ । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ +୨ ପଢ଼ୁଥିଲେ । ଏହା ପରେ ସେ ବିଜେବି କଲେଜରେ ଓଡ଼ିଆ ସ୍ନାତକରେ ପଢ଼ୁଥିଲେ ଏବଂ ସେଠାରେ ସେ ଓଡ଼ିଆ ବିଭାଗରେ ସର୍ବାଧିକ ନମ୍ବର ରଖି ୨୦୧୨ରେ ସ୍ନାତକ ହାସଲ କରିଥିଲେ । ତା ' ପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗରେ ପଢ଼ୁଥିଲେ । ଲିପ୍ସା ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ଓଡ଼ିଶୀ ନୃତ୍ୟ ଶିଖିବା ଆରମ୍ଭ କରଥିଲେ । ଅଭିନୟ ଜୀବନ ଲିସ୍ପା ତରଙ୍ଗ ଟିଭିଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ବିଗ୍ ବ୍ରେକ୍ରେ ଭାଗ ନେଇ ବିଜୟୀନି ହୋଇଥିଲେ ଏବଂ ଧାରାବାହିକ କିଛି ଲୁହ ପିଇଯାଏ ଓଠରେ ନାୟିକା ଖୁସି ଭୂମିକାରେ ଅଭିନୟ କରିଥିଲେ । ଏହି ଧାରାବାହିକଟି ସରିବା ପରେ ସେ ୨୦୧୫ରେ ମାୟା ଚଳଚ୍ଚିତ୍ର ଜରିଆରେ ଲିପ୍ସା ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରରେ ଲିପ୍ସାଙ୍କ ସହ ଅନୁ ଚୌଧୁରୀ ଏବଂ ସୁନୀଲ କୁମାର ଅଭିନୟ କରିଥିଲେ । ୨୦୧୫ରେ ଲିପ୍ସାଙ୍କର ଅନ୍ୟ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ପିଲାଟା ବିଗିଡ଼ିଗଲା । ଏହି ଚଳଚ୍ଚିତ୍ରଟି ଗୋଟିଏ ହାସ୍ୟାତ୍ମକ ଚଳଚ୍ଚିତ୍ର ଥିଲା, ଯାହାର ନିର୍ଦ୍ଦେଶନା ଦେଇଥିଲେ ବସନ୍ତ ସାହୁ । ଏହି ଚଳଚ୍ଚିତ୍ରରେ ଲିପ୍ସାଙ୍କ ସହ ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ପପୁ ପମ ପମ ଅଭିନୟ କରିଥିଲେ । ୨୦୧୬ରେ ପୁପିନ୍ଦର ସିଂହଙ୍କ ସହ ଲିପ୍ସାଙ୍କର ଗୋଟିଏ ଚଳଚ୍ଚିତ୍ର ଆସିଥିଲା ସମୟ ବଡ଼ ବଳବାନ । ଏହି ଚଳଚ୍ଚିତ୍ରରେ ଅନୁଭା ସୌର୍ଯ୍ୟା ମଧ୍ୟ ଅଭିନୟ କରିଥିଲେ । ୨୦୧୬ରେ ଲିପ୍ସା କ୍ରିଷ୍ଣା ବେଉରାଙ୍କ ସହ ଏକ ହିନ୍ଦୀ ଗୀତ ଚେହେରା ତେରାରେ ଅଭିନୟ କରିଥିଲେ । ଏହି ଗୀତରେ କ୍ରିଷ୍ଣା କଣ୍ଠଦାନ କରିଥିଲେ ଏବଂ ଅଭିନୟ ମଧ୍ୟ କରିଥିଲେ । ଜି ମ୍ୟୁଜିକଦ୍ୱାରା ଏହି ଗୀତଟି ନିର୍ମିତ ହୋଇଥିଲା । |
ବିଧାନ ପରିଷଦ ବା ଲେଜିସଲେଟିଭ କାଉନସିଲ ଦୁଇଟି ଗୃହ ଥିବା ବିଧାନ ମଣ୍ଡଳଦ୍ୱାରା ବ୍ୟବସ୍ଥିତ ଭାରତୀୟ ରାଜ୍ୟମାନଙ୍କର ଉପର କକ୍ଷକୁ ବୁଝାଏ । ଭାରତର ସମ୍ବିଧାନ ଧାରା ୧୬୯ (୧)ରେ ବିଧାନ ପରିଷଦ ଗଠନ କରିବାର ବ୍ୟବସ୍ଥା ଉଲ୍ଲେଖ ହୋଇଛି । ୨୦୧୮ ସୁଦ୍ଧା ଭାରତର ୨୯ଟି ରାଜ୍ୟ ମଧ୍ୟରୁ ଆଠଟି ରାଜ୍ୟର ବିଧାନ ପରିଷଦ ରହିଛି । ସେମାନେ ଆଞ୍ଚଳିକ ସ୍ତରରୁ, ବିଧାନ ସଭା, ରାଜ୍ୟପାଳ, ସ୍ନାତକଧାରୀ, ଶିକ୍ଷକଆଦିଙ୍କଦ୍ୱାରା ନିର୍ବାଚିତ ହୋଇଥାନ୍ତି । ବିଧାନ ପରିଷଦର କାର୍ଯ୍ୟକାଳ ଛଅ ବର୍ଷ । ଏହାର ସଦସ୍ୟମାନଙ୍କୁ ବିଧାନ ପରିଷଦ ସଦସ୍ୟ ବା ଏମଏଲସି କୁହାଯାଏ । ସଦସ୍ୟତା ପ୍ରତ୍ୟେକ ସଦସ୍ୟଙ୍କ କାର୍ଯ୍ୟକାଳ ୬ ବର୍ଷ । ପ୍ରତି ଦୁଇ ବର୍ଷରେ ସଦନର ଏକ ତୃତୀୟାଂଶ ସଦସ୍ୟଙ୍କ ସଦସ୍ୟତା ସମାପ୍ତ ହୋଇଥାଏ । ଏହି ବିଧି ବ୍ୟବସ୍ଥା ସଂସଦର ଉପର କକ୍ଷ ରାଜ୍ୟ ସଭା ସହ ସାମାନ୍ତରାଳ । ବିଧାନ ପରିଷଦ ନିଶ୍ଚିତ ଭାବେ ଭାରତୀୟ ନାଗରିକ ହେବା ସହ ଅନୁନ୍ୟ ୩୦ ବର୍ଷର ହୋଇଥିବେ । ମାନସିକ ବିକାରଗ୍ରସ୍ତ ହୋଇନଥିବେ, ଏବଂ ନିର୍ବାଚନ ପ୍ରତଦ୍ୱନ୍ଦିତା କରୁଥିବା ରାଜ୍ୟର ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବେ । ଏକା ସମୟରେ ସେ ମଧ୍ୟ ବିଧାନ ସଭାର ସଦସ୍ୟ ହୋଇନଥିବା ଉଚିତ । ବିଧାନ ପରିଷଦର ସଦସ୍ୟଙ୍କ ସଂଖ୍ୟା ରାଜ୍ୟ ବିଧାନ ସଭାର ଏକ ତୃତୀୟାଂଶରୁ ଅଧିକ କିମ୍ବା ୪୦ରୁ କମ ହୋଇପାରିବ ନାହିଁ । ବିଧାନ ପରିଷଦର ସଭ୍ୟମାନଙ୍କ ଚୟନ ପ୍ରଣାଳୀ: ଏକ ତୃତୀୟାଂଶ ସଦସ୍ୟ: ଆଞ୍ଚଳିକ କ୍ଷେତ୍ରରୁ ଯଥା ନଗରପାଳିକା, ଗ୍ରାମ ପଞ୍ଚାୟତ/ଗ୍ରାମ ସଭା, ପଞ୍ଚାୟତ ସମିତି, ଏବଂ ଜିଲ୍ଲା ପରିଷଦ । ଏକ ତୃତୀୟାଂଶ ସଦସ୍ୟ: ରାଜ୍ୟର ବିଧାନ ସଭା ସଭ୍ୟଙ୍କଦ୍ୱାରା ଯେଉଁମାନେ ବିଧାନ ସଭାର ସଭ୍ୟ ନୁହଁନ୍ତି । ଏକ ଷଷ୍ଠାଂଶ ସଦସ୍ୟ: ସାହିତ୍ୟ, ବିଜ୍ଞାନ, କଳା, ସମବାୟ ଆନ୍ଦୋଳନ ଏବଂ ସମାଜ ସେବା କ୍ଷେତ୍ରରେ ଅଭିଜ୍ଞତାକୁ ଭିତ୍ତି କରି ରାଜ୍ୟପାଳଙ୍କଦ୍ୱାରା ମନୋନୀତ ହୋଇଥାନ୍ତି । ଏକ ଦ୍ୱାଦଶାଂଶ ସଦସ୍ୟ: ରାଜ୍ୟରେ ଅନୁନ୍ୟ ୩ ବର୍ଷ ଧରି ବସବାସ କରୁଥିବା ସ୍ନାତକଧାରୀ । ଏକ ଦ୍ୱାଦଶାଂଶ ସଦସ୍ୟ: ରାଜ୍ୟର ଶିକ୍ଷା ଅନୁଷ୍ଠାନମାନଙ୍କରେ ଅନୁନ୍ୟ ୩ ବର୍ଷରୁ ଶିକ୍ଷକତା କରୁଥିବା ବ୍ୟକ୍ତି, ଉଚ୍ଚବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ସ୍ତରରୁ କମ ହୋଇନଥିବେ । ଚଳନ୍ତି ବିଧାନ ପରିଷଦ ଆନ୍ଧ୍ର ପ୍ରଦେଶ ବିଧାନ ପରିଷଦ ବିହାର ବିଧାନ ପରିଷଦ ଜାମ୍ମୁ ଏବଂ କାଶ୍ମୀର ବିଧାନ ପରିଷଦ କର୍ଣ୍ଣାଟକ ବିଧାନ ପରିଷଦ ମହାରାଷ୍ଟ୍ର ବିଧାନ ପରିଷଦ ତେଲେଙ୍ଗାନା ବିଧାନ ପରିଷଦ ଉତ୍ତର ପ୍ରଦେଶ ବିଧାନ ପରିଷଦ ଓଡ଼ିଶା ବିଧାନ ପରିଷଦ ଭାରତର ପ୍ରସ୍ତାବିତ ବିଧାନ ପରିଷଦମାନ ବିଧାନ ପରିଷଦ ଗଠନ ରାଜନୈତିକ ବାଦବିବାଦ ରହିତ ବୋଲି ପ୍ରମାଣିତ ହୋଇଛି । କିଛି ସଂଖ୍ୟକ ରାଜ୍ୟ ଏହାକୁ ଗଠନ କରି ପୁଣି ଭାଙ୍ଗି ଦେଇଛନ୍ତି । ଏହାର ପୁନଃଗଠନ ପାଇଁ ଭାରତୀୟ ସଂସଦର ସୁନିଶ୍ଚିତତା ଲୋଡ଼ା । ଅତୀତରେ ଭଙ୍ଗାଯାଇଥିବା ବିଧାନ ପରିଷଦଗୁଡ଼ିକ ହେଲେ ମଧ୍ୟ ପ୍ରଦେଶ ବିଧାନ ପରିଷଦ, ଆସାମ ବିଧାନ ପରିଷଦ, ପଶ୍ଚିମ ବଙ୍ଗ ବିଧାନ ପରିଷଦ, ତାମିଲନାଡ଼ୁ ବିଧାନ ପରିଷଦ ଏବଂ ପଞ୍ଜାବ ବିଧାନ ପରିଷଦ । ଏଥିମଧ୍ୟର୍ୟ ଶେଷ ତିନୋଟିକୁ ପୁନଃଗଠନ କରିବାପାଇଁ ଇଚ୍ଛା ପ୍ରକାଶ ହୋଇଛି । |
୮୬୦ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ହେମନ୍ତ କୁମାର ମୁଖାର୍ଜି (ହେମନ୍ତ କୁମାର ଭାବେ ପରିଚିତ), ଜଣେ ପ୍ରଚ୍ଛଦପଟ୍ଟ ଗାୟକ, ସଙ୍ଗୀତ ନିର୍ଦ୍ଦେଶକ ଓ ଚଳଚ୍ଚିତ୍ର ପ୍ରଯୋଜକ ଥିଲେ । ହିନ୍ଦୀ, ବଙ୍ଗଳା ସମେତ ବହୁ ଆଞ୍ଚଳିକ ଭାଷାରେ ସେ କଣ୍ଠଦାନ କରିଥିଲେ । ସେ ଚଳଚ୍ଚିତ୍ର ସଙ୍ଗୀତରେ ଶାସ୍ତ୍ରୀୟ ରାଗର ମିଶ୍ରଣ କରିବାକୁ ଚେଷ୍ଟା କରିଥିଲେ । ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ଭାବେ ସେ ଦୁଇଥର ଜାତୀୟ ପୁରସ୍କାର ଲାଭ କରିଥିଲେ । ଜନ୍ମ ଓ ପାଠପଢ଼ା ପବିତ୍ର ବାରାଣସୀ ପୀଠରେ ୧୯୨୦ ମସିହା ଜୁନ ୧୬ ତାରିଖରେ ହେମନ୍ତ କୁମାରଙ୍କ ଜନ୍ମ । ସେ ବାରାଣସୀରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କ ପରିବାର ଏକ ବେଙ୍ଗୋଲି ପରିବାର ଥିଲା । ସେମାନେ ପଶ୍ଚିମବଙ୍ଗର "ବାହାରୁ" ଗ୍ରାମରେ ରହୁଥିଲେ । ପରେ ୧୯୦୦ ମସିହାରେ ତାଙ୍କ ପରିବାର କଲିକତାକୁ ସ୍ଥାନାନ୍ତରିତ ହୋଇଆସିଥିଲେ । ହେମନ୍ତଙ୍କ ଜନ୍ମ ପରେ ତାଙ୍କ ମା ' ବାରାଣସୀ ଛାଡ଼ି କଲିକତାକୁ ଚାଲିଆସିଲେ । ହେମନ୍ତଙ୍କ ପିଲବେଳ କଲିକତାରେ କଟିଥିଲା । ସେ ନାସିରୁଦ୍ଦିନ୍ ବିଦ୍ୟାପିଠରେ ପାଠପଢ଼ା ଆରମ୍ଭ କରିଥିଲେ ଓ ପରେ ଭବାନୀପୁରର ମିତ୍ରା ଇନଷ୍ଟିଚ୍ୟୁଶନ ସ୍କୁଲରେ ନାମ ଲେଖାଇଥିଲେ । ସେଠାରେ ତାଙ୍କର ସାକ୍ଷାତ ସୁଭାଷ ମୁଖୋପଧ୍ୟାୟଙ୍କ ସହ ହୋଇଥିଲା; ଯିଏ ପରବର୍ତ୍ତୀ ସମୟରେ ତାଙ୍କର ପରମ ମିତ୍ର ହୋଇଥିଲେ । ସାହିତ୍ୟରୁ ସଙ୍ଗୀତ ସୁଭାଷ ମୁଖୋପଧ୍ୟାୟ ସ୍ୱଭାବରେ ଜଣେ କବି ଥିଲେ ଓ ପରବର୍ତ୍ତୀ ପର୍ଯ୍ୟାୟରେ ସେ ବଙ୍ଗଳାର ଜଣେ ଲୋକପ୍ରିୟ କବି ଭାବେ ବିବେଚିତ ହୋଇଥିଲେ । ତାଙ୍କର ଆଉଜଣେ ମିତ୍ର ହେଲେ ସନ୍ତୋଷ କୁମାର ଘୋଷ । "ହେମନ୍ତ, ସନ୍ତୋଷ ଓ ସୁଭାଷ" ଙ୍କ ମଧ୍ୟରେ ଅତୁଟ ବନ୍ଧୁତା ଥିଲା । 'ସୁଭାଷ' କବିତା ଲେଖୁଥିବା ବେଳେ 'ସନ୍ତୋଷ' ଗୀତ ଗାଉଥିଲେ ଓ 'ହେମନ୍ତ' ଗପ ଲେଖୁଥିଲେ । ଇଣ୍ଟର୍ ମେଡ଼ିଏଟ ପାସ କରିବା ପରେ ହେମନ୍ତ "ବେଙ୍ଗଲ ଟେକନିକାଲ ଇନଷ୍ଟିଚ୍ୟୁଟ ଅଫ ଯାଦବପୁର" ରେ ନାମ ଲେଖାଇଥିଲେ । ତାଙ୍କ ପାରିବାରଙ୍କ ଉଦ୍ଦେଶ୍ୟ ଥିଲା ଇଞ୍ଜିନିୟରିଂ କରେଇବା । କିନ୍ତୁ ଏଥିରେ ହେମନ୍ତଙ୍କ ତିଳେ ମାତ୍ର ଇଚ୍ଛା ନଥିଲା । ତେଣୁ ସେ ଇଞ୍ଜିନିୟରିଂ ଛାଡ଼ି ସଙ୍ଗୀତ ଆଡକୁ ଧ୍ୟାନ ଦେଲେ । ଯଦିଓ ଏହାକୁ ନେଇ ପାରିବାର ପକ୍ଷରୁ ପ୍ରଚଣ୍ଡ ପ୍ରତିରୋଧ କରାଗଲା; ତଥାପି ତାଙ୍କ ଦୃଢ଼ ମନବଳ ଏ କ୍ଷେତ୍ରରେ ପ୍ରାଥମିକ ସଫଳତା ଆଣିଥିଲା । ସଙ୍ଗୀତ ସହିତ ସାହିତ୍ୟକୁ ନେଇ ବହୁ ସ୍ୱପ୍ନ ଦେଖୁଥିଲେ । "ଦେଶ" ପରି ପତ୍ରିକାରେ ତାଙ୍କର ଗଳ୍ପ ପ୍ରକାଶିତ ହୋଇ ତାଙ୍କୁ ଜଣେ ଲୋକପ୍ରିୟ ଗାଳ୍ପିକର ମାନ୍ୟତା ପ୍ରଦାନ କରିଥିଲା । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସଙ୍ଗୀତକୁ ଗୁରୁତ୍ୱ ଦେବାକୁ ଯାଇ ସାହିତ୍ୟକୁ ପଛକୁ ଛାଡ଼ିବାକୁ ପଡ଼ିଲା । ସଙ୍ଗୀତାୟନ "ସୁଭାଷ" ; ହେମନ୍ତଙ୍କ ସଙ୍ଗୀତର ଜଣେ ବଡ଼ ଫ୍ୟାନ ଥିଲେ । ତାଙ୍କ ପ୍ରୋତ୍ସାହନରେ ହିଁ ହେମନ୍ତ ଅଲ ଇଣ୍ଡିଆ ରେଡିଓରେ ନିଜର ପ୍ରଥମ ଗୀତ ରେକର୍ଡ କରିଥିଲେ । ପ୍ରସିଦ୍ଧ ବଙ୍ଗଳା ସଙ୍ଗିତଜ୍ଞା "ଶୈଳେଶ ଦତ୍ତଗୁପ୍ତା" ଙ୍କଠାରୁ ସେ ଗୀତ ଶିଖୁଥିଲେ ; ପୁଣି "ଓସ୍ତାଦ ଫୈୟାଜ ଖାଁ" ଙ୍କ ଛାତ୍ର "ଫଣୀଭୂଷଣ ବାନାର୍ଜୀ" ଙ୍କଠାରୁ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରୁଥିଲେ । ୧୯୩୭ ମସିହାରେ ସେ ନିଜ ପ୍ରଥମ ଗ୍ରାମଫୋନ ରେକର୍ଡ କରିଥିଲେ । ସେଥିରେ ଥିବା ଗୀତ ଦ୍ୱୟ ହେଲା - "ଜାନିତେ ଯଦି ଗୋ ତୁମି" ଓ "ବଲୋ ଗୋ ବଲୋ ମୋରେ" । ଏହି ଗୀତ ଦ୍ୱୟକୁ "ନରେଶ ଭଟ୍ଟାଚାର୍ଯ୍ୟ" ଲେଖିଥିଲେ ଏବଂ ସଙ୍ଗୀତ କମ୍ପୋଜ୍ କରିଥିଲେ "ଶୈଳେଶ ଦତ୍ତଗୁପ୍ତା" । ଏହି ଗୀତ ହେମନ୍ତଙ୍କୁ ଜଣେ ସଫଳ ଗାୟକର ମାନ୍ୟତା ଦେଇଥିଲା । ଏହାପରେ ସେ ଗ୍ରାମଫୋନ କମ୍ପାନୀ ପକ୍ଷରୁ ଅଣ ଫିଲ୍ମଗୀତ ରେକର୍ଡ ପାଇଁ ଅଫର ପାଇବାକୁ ଲାଗିଲେ । ୧୯୪୦ ମସିହାରେ ସେ ଗ୍ରାମଫୋନ କମ୍ପାନୀରେ ପ୍ରଥମ ହିନ୍ଦୀ ଗୀତ ରେକର୍ଡ କରିଥିଲେ । ସେହି ଗୀତ ଦୁଇଟି ଥିଲା - "କିତନା ଦୁଃଖ ଭୁଲାୟା ତୁମନେ" ଏବଂ "ଓ ପ୍ରିତ୍ ନିଭାନେ ବାଲେ" । ଏହି ଗୀତ ଦୁଇଟିର ଗୀତକାର ଥିଲେ "ଫୈୟାଜ ହାସମି" ଏବଂ ସଙ୍ଗୀତକାର ଥିଲେ "କମଲ ଦାସ ଗୁପ୍ତା" । ହେମନ୍ତଙ୍କ ପ୍ରଥମ ଫିଲ୍ମ ଥିଲା "ନିମାଇଁ ସନ୍ୟାସୀ" । ଏହି ବଙ୍ଗଳା ଫିଲ୍ମର ସଙ୍ଗୀତକାର ଥିଲେ "ହରିପ୍ରସନ୍ନ ଦାସ" । ୧୯୪୪ ମସିହାରେ ସେ ପ୍ରଥମଥର ପାଇଁ ହିନ୍ଦୀ ଫିଲ୍ମରେ ଗୀତ ଗାଇଥିଲେ । ଫିଲ୍ମ ଥିଲା "ଇରାଦା" ଓ ଏହାର ସଙ୍ଗୀତ ନିର୍ଦ୍ଦେଶକ ଥିଲେ "ପଣ୍ଡିତ ଅମରନାଥ" । ରବୀନ୍ଦ୍ର ସଙ୍ଗୀତରେ ଜଣେ ପ୍ରବୀଣ ଗାୟକ ଥିଲେ ହେମନ୍ତ । ସେ ପ୍ରଥମ ଥର ପାଇଁ ବେଙ୍ଗୋଲି ଫିଲ୍ମ "ପ୍ରିୟ ବାନ୍ଧବୀ" ରେ ରବୀନ୍ଦ୍ର ସଙ୍ଗୀତ ଗାଇଥିଲେ । ୧୯୪୭ ମସିହାରେ ପ୍ରଥମଥର ପାଇଁ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ତାହା ଥିଲା ବଙ୍ଗଳା ଫିଲ୍ମ "ଅଭିୟାତ୍ରି" । ୧୯୫୧ ମସିହାରେ ବମ୍ବେ ଆସିଲେ ହେମନ୍ତ । ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ ଥିଲା "ଆନନ୍ଦ ମଠ" ୧୯୫୨ । ଏହି ଫିଲ୍ମରେ ବନ୍ଦେ ମାତରମ୍ ଗୀତକୁ ଲତା ମଙ୍ଗେସକର । "ଆନନ୍ଦ ମଠ" ଫିଲ୍ମର ସଫଳତା ହେମନ୍ତଙ୍କୁ ବମ୍ବେରେ ଅବସ୍ଥାପିତ କରିବା ପାଇଁ ଯଥେଷ୍ଟ ଥିଲା । ପାରିବାରିକ ଜୀବନ ହେମନ୍ତଙ୍କ ଦୁଇଭାଈ ଓ ଗୋଟିଏ ଭଉଣୀ ଥିଲେ । ତାଙ୍କ ଭାଈ "ତାରାଜ୍ୟୋତି" ହେଉଛନ୍ତି ଜଣେ ପ୍ରସିଦ୍ଧ କ୍ଷୁଦ୍ରଗଳ୍ପ ଲେଖକ । ତାଙ୍କ ସାନଭାଈ "ଅମଲ ମୁଖାର୍ଜୀ" ଜଣେ ମ୍ୟୁଜିକ କମ୍ପୋଜର । ହେମନ୍ତ, ବଙ୍ଗଳା ଗାୟିକା "ବେଲା ମୁଖାର୍ଜୀ" ଙ୍କୁ ବିବାହ କରିଥିଲେ ମୃତ୍ୟୁ ୨୫ ଜୁନ ୨୦୦୯ । ତାଙ୍କର ଗୋଟିଏ ପୁଅ "ଜୟନ୍ତ" ଓ ଗୋଟିଏ ଝିଅ "ରାନୁ" । ଜୟନ୍ତଙ୍କ ବିବାହ ୭୦ ଦଶକର ପ୍ରସିଦ୍ଧ ଅଭିନେତ୍ରୀ "ମୌସୁମୀ" ଙ୍କୁ ବିବାହ କରିଥିଲେ । ୧୯୮୯ ମସିହା ସେପ୍ଟେମ୍ବର ୨୬ ତାରିଖରେ "ହେମନ୍ତ କୁମାର" ଙ୍କ ଦେହାନ୍ତ ଘଟିଥିଲା । |
ପଞ୍ଚାନନ ମଣ୍ଡଳ (ଜନ୍ମ: ୧୯ ଅପ୍ରେଲ ୧୯୪୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ପଞ୍ଚାନନ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ । ୧୯୮୫ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭଣ୍ଡାରିପୋଖରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ଶିକ୍ଷା ଓ ପରିବାର ପଞ୍ଚାନନ ମଣ୍ଡଳ ୧୯୪୭ ମସିହାର ଅପ୍ରେଲ ମାସ ୧୯ ତାରିଖରେ ବାଲେଶ୍ୱର ଜିଲ୍ଲାର ରାଣୀହାଟସ୍ଥିତ ଓଡ଼ଙ୍ଗଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଥିଲା ସୂର୍ଯ୍ୟମଣି ମଣ୍ଡଳ । ସେ ସିଭିଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିଲେ । ପଞ୍ଚାନନ ଦୌପଦୀ ମଣ୍ଡଳଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଦୁଇଟି ପୁଅ ଓ ୩ଟି ଝିଅ ଅଛନ୍ତି । ରାଜନୈତିକ ଜୀବନ ପଞ୍ଚାନନ ମଣ୍ଡଳ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ୧୯୬୪ ମସିହାରେ ସେ ଓଡ଼ିଶାରେ ହୋଇଥିବା ଛାତ୍ର ଆନ୍ଦୋଳନରେ ପ୍ରଥମେ ସକ୍ରିୟ ହୋଇଥିଲେ ଏବଂ ପରେ ୧୯୭୧ ମସିହାରେ ସେ ଓଡ଼ିଶା ରାଜନୀତିରେ ଯୋଗ ଦେଇଥିଲେ । ପଞ୍ଚାନନ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟ ଭାରେ କାର୍ଯ୍ୟ କରିଥିଲେ । ୧୯୮୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଭଣ୍ଡାରିପୋଖରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୮୫ ମସିହାରୁ ୧୯୯୦ ମସିହାଯାଏଁ କାର୍ଯ୍ୟ କରିଥିଲେ । |
ରୋଟିଗୋଟିନ, ଅନ୍ୟମାନଙ୍କ ମଧ୍ୟରେ ନିଉପ୍ରୋ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ପାର୍କିନ୍ସନ୍ ରୋଗ (ପିଡି) ଏବଂ ଅସ୍ଥିର ଗୋଡ଼ ସିଣ୍ଡ୍ରୋମ ( / ଆରଏଲଏସ୍)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ଦୈନିକ ଥରେ ଚର୍ମ ଉପରେ ପ୍ୟାଚ ଆକାରରେ ଲଗେଇଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ନିଦ୍ରାଳୁ ଭାବ, ବର୍ଦ୍ଧିତ ଝାଳ, ଉଦ୍ବେଗ, ଏବଂ ଫୁଲା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ, ନିଦ୍ରାବେଶ, ସାଇକୋସିସ, ବାଧ୍ୟକାରୀ ଜୁଆ, ଏବଂ ଓଜନ ବୃଦ୍ଧି ହୋଇପାରେ । ଗର୍ଭାବସ୍ଥାରେ ନିରାପତ୍ତା ଚିନ୍ତା ଜନକ ଅଛି । ଏହା ଅଣ-ଏର୍ଗୋଲିନ୍ ଶ୍ରେଣୀର ଏକ ଡୋପାମାଇନ୍ ଆଗୋନିଷ୍ଟ । ୨୦୦୬ ମସିହାରେ ୟୁରୋପରେ ଏବଂ ୨୦୦୭ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ରୋଟିଗୋଟିନ ଅନୁମୋଦିତ ହୋଇଥିଲା । ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ମାସକୁ ଏହାର ଚିକିତ୍ସା ବାବଦ ପ୍ରାୟ ୭୫୦ ଡଲାର ଖର୍ଚ୍ଚ ହୋଇଥାଏ ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୧୩୦ ପାଉଣ୍ଡ । |
ଉମା ଭେଣ୍ଡେ (୧୯୪୫ - ୧୯ ଜୁଲାଇ ୨୦୧୭) ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମରାଠୀ କଥାଚିତ୍ର, ଦୂରଦର୍ଶନ ଏବଂ ଥିଏଟରରେ କାମ କରୁଥିଲେ । ସେ ୧୯୬୦ ମସିହରେ ମରାଠୀ ଚଳଚ୍ଚିତ୍ର ଆକାସଗଙ୍ଗା ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ଆମି ଜାଟୋ ଆମଚିଆ ଗଭା (୧୯୬୮), ଅଙ୍ଗାଇ (୧୯୬୮), ଭାଲୁ (୧୯୮୦) ଆଦି ଚଳଚ୍ଚିତ୍ରରେ ଅଭିନୟ ପାଇଁ ଜଣାଶୁଣା । ମରାଠୀ ଚଳଚ୍ଚିତ୍ର ଜଗତ ପ୍ରତି ତାଙ୍କର ଅବଦାନ ପାଇଁ ତାଙ୍କୁ ଚିତ୍ରାଭୂଷଣ ପୁରସ୍କାର ଦିଆଯାଇଥିଲା । |
ମାଗନେସିଅମ ଅଭାବ (ଇଂରାଜୀ ଭାଷାରେ ) ଏକ ଇଲେକ୍ଟ୍ରୋଲାଇଟ ଗୋଳମାଳ ଯେଉଁଥିରେ ଶରୀରରେ ଥିବା ମାଗନେସିଅମ ମାତ୍ରା କମ୍ ଥାଏ । ଏହା ଫଳରେ ଅନେକ ଲକ୍ଷଣ ମିଳେ । କମ୍ପନ , ଦରିଦ୍ର ଶାରୀରିକ ନିୟନ୍ତ୍ରଣ, ମାଂସପେଶୀ ସ୍ପାଜ୍ମ , ଅରୁଚି, ବ୍ୟକ୍ତିତ୍ୱ ପରିବର୍ତ୍ତନ ଓ ନିସ୍ଟାଗମସ ଆଦି ଲକ୍ଷଣ ଦେଖାଯାଏ । ଜଟିଳ ରୋଗ ହେଲେ ବାତ , ହୃଦ୍ପାତ , ସ୍ୱଳ୍ପ ପୋଟାସିଅମ ଲକ୍ଷଣମାନ ଦେଖାଯାଏ । ସ୍ୱଳ୍ପ ମାଗନେସିଅମ ଥିବା ରୋଗୀର ପ୍ରାୟ ଅଳ୍ପ ପୋଟାସିଅମ ଥାଏ । ମଦ୍ୟାତ୍ୟୟ, ଅନଶନ, ତରଳ ଝାଡ଼ା, ଅଧିକ ମୂତ୍ର ହାନୀ , କୁଅବଶୋଷଣ , ମଧୁମେହ କେତେକ ଔଷଧ ଇତ୍ୟାଦି ବିବିଧ କାରଣ ଯୋଗୁ ଏହି ଅବସ୍ଥା ଉପୁଜେ । ପ୍ରୋଟୋନ ପମ୍ପ ଇନହିବିଟର ଓ ଫୁରୋସେମାଇଡ ଭଳି ଔଷଧ ଯୋଗୁ ମାଗନେସିଅମ ଅଭାବ ହୋଇପାରେ । ରକ୍ତରେ ମାଗନେସିଅମ ସ୍ତର କମ୍ ଥିଲେ ଏହି ରୋଗ (ହାଇପୋମାଗନେସେମିଆ) ନିର୍ଣ୍ଣୟ କରାଯାଏ । ସାଧାରଣତଃ ରକ୍ତରେ ମାଗନେସିଅମ ସ୍ତର ୦.୬-୧.୧ ମିମୋଲ/ଲି ୧.୪୬ ୨.୬୮ ମିଗ୍ରା/ଡେଲି ଥାଏ ଓ ରକ୍ତରେ ମାଗନେସିଅମ ମାତ୍ରା ୦.୬ ମିମୋଲ/ଲି (୧.୪୬ ମିଗ୍ରା/ଡେଲି)ରୁ କମ୍ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ । ନିର୍ଦ୍ଦଷ୍ଟ ଇସିଜି ପରିବର୍ତ୍ତନ ଦେଖାଯାଏ । ଏହି ରୋଗ ଚିକିତ୍ସାରେ ପାଟିରେ ବା ଶିରାଭ୍ୟନ୍ତରରେ ମାଗନେସିଅମ ଦିଆଯାଏ । ସାଂଘାତିକ ଲକ୍ଷଣ ଥିଲେ ଶିରାଭ୍ୟନ୍ତର ମାଗନେସିଅମ ସଲଫେଟ ଦିଆଯାଏ । ରୋଗୀର କ୍ୟାଲସିଅମ ବା ପୋଟାସିଅମ ମାତ୍ରା କମ୍ ଥିଲେ ତାହାର ଚିକିତ୍ସା ମଧ୍ୟ କରାଯାଏ । ଡାକ୍ତରଖାନାରେ ଆଡମିଶନ ହୋଇଥିବା ରୋଗୀଙ୍କର ଏହି ଅବସ୍ଥା ହେବା ସାଧାରଣତଃ ଦେଖାଯାଏ । |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୮ ମଇ ବର୍ଷର ୧୨୮ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୧୨୯ତମ । ବର୍ଷ ଶେଷ ହେବା ପାଇଁ ଆଉ ୨୩୭ ଦିନ ବାକି ଅଛି । |
ଶୁଭେନ୍ଦୁ ମୁଣ୍ଡ ( ୧୬ ମଇ ୧୯୫୧ - ୨୮ ମଇ ୨୦୨୧) ଜଣେ ଶିକ୍ଷାବିତ, ସାହିତ୍ୟିକ ଓ ସଂଗଠକ ଥିଲେ । ବ୍ୟକ୍ତିଗତ ଜୀବନ ଶୁଭେନ୍ଦୁ ମୁଣ୍ଡ, ୧୯୫୧ ମସିହାରେ ଭବାନୀପାଟଣାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ପର୍ଶୁରାମ ମୁଣ୍ଡ ଜଣେ ସାହିତ୍ୟିକ ଥିଲେ । ମାତାଙ୍କ ନାମ ଥିଲା ପ୍ରଭାମୟୀ । ତାଙ୍କ ପତ୍ନୀଙ୍କ ନାମ ପ୍ରଣତି । ଆକାଶ ଓ ରାଜା ନାମରେ ତାଙ୍କର ଦୁଇଟି ପୁଅ ଓ ବର୍ଷା ପ୍ରିୟଦର୍ଶିନୀ ନାମରେ ଏକମାତ୍ର କନ୍ୟା ଅଛନ୍ତି । ସେ ବ୍ରହ୍ମପୁରରୁ ନିଜର ସ୍ନାତକ, ସମ୍ବଲପୁରରୁ ଇଂରାଜୀରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡ଼ି ହାସଲ କରିଥିଲେ । ଶିକ୍ଷାବିତ ଜୀବନ ୧୯୭୩ ମସିହାରେ ଶୁଭେନ୍ଦୁ ଓଡ଼ିଶା ଶିକ୍ଷାସେବାରେ ଯୋଗ ଦେଇଥିଲେ । ଭବାନୀପାଟଣାର ସରକାରୀ ମହାବିଦ୍ୟାଳୟ, ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ, କଟକର ରେଭେନ୍ସା ମହାବିଦ୍ୟାଳୟ ଆଦି ବିଭିନ୍ନ ମହାବିଦ୍ୟାଳୟରେ ୩୬ ବର୍ଷ କାଳ ଅଧ୍ୟାପନ କରି ସେ ୨୦୦୯ ମସିହାରେ ଭୁବନେଶ୍ୱରସ୍ଥ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ଅବସର ଗ୍ରହଣ କରିଥିଲେ । ସେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ଓ ଆଇଆଇଟି ଭୁବନେଶ୍ୱରରେ ଅତିଥି ଅଧ୍ୟାପକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଓଡ଼ିଆ, ଇଂରାଜୀ ଭାଷା ଓ ସଂସ୍କୃତି ଉପରେ ସେ ୧୦୦ରୁ ଅଧିକ ଶୋଧପତ୍ର ରଚନା କରିଥିଲେ । ସେ ଇଣ୍ଡିଆନ ଜର୍ଣ୍ଣାଲ ଅଫ ୱାର୍ଲଡ଼ ଲିଟରେଚର ଆଣ୍ଡ କଲ୍ଚରର ସମ୍ପାଦକ, ଇଣ୍ଡିଆନ ଆସୋସିଏସନ ଅଫ କମନୱେଲ୍ଠ ଲିଟରେଚର ଆଣ୍ଡ ଲାଙ୍ଗୁଏଜ ଷ୍ଟଡ଼ିଜର ଉପାଧ୍ୟକ୍ଷ, ଆସୋସିଏସନ ଅଫ ଷ୍ଟଡ଼ିଜ ଇନ ଲିଟରେଚର ଆଣ୍ଡ କଲ୍ଚରର ଅଧ୍ୟକ୍ଷ ଏବଂ ଆଇଆଇଟି ଭୁବନେଶ୍ୱରର ସିନେଟ ସଦସ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ସାହିତ୍ୟ ସର୍ଜନା ଶୁଭେନ୍ଦୁ ୧୯୬୮ ମସିହାରୁ ଲେଖିବା ଆରମ୍ଭ କରିଥିଲେ । ୧୯୬୯-୭୦ରୁ ସେ ଜୟପୁରଠାରୁ ସେ ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ କାର୍ଯ୍ୟ କରି ଆସୁଥିଲେ । ୧୯୭୨-୭୩ ବର୍ଷ ପାଇଁ ସେ ଓଡ଼ିଆ ଯୁବଲେଖକ ସମ୍ମେଳନର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ତାଙ୍କର ପ୍ରଥମ କବିତା ସଂକଳନ ଶବ୍ଦ ନିଃଶବ୍ଦ ୧୯୮୦ ମସିହାରେ ପ୍ରକାଶ ପାଇଥିଲା । |
ଆକାରରେ ସାନ କେତେକ ଫଳକୁ କୋଳି କୁହାଯାଏ। ଅଧିକାଂଶ କୋଳି ଗଛ ଜଙ୍ଗଲୀ ଗୁଳ୍ମ ଜାତୀୟ ଓ ଏହାକୁ ବ୍ୟବସାୟିକ ଭିତ୍ତିରେ ଚାଷ କରାଯାଏ ନାହିଁ। ଅଧିକାଂଶ କୋଳି ବିଭିନ୍ନ ପ୍ରକାର ଔଷଧୀୟ ଗୁଣ ସମ୍ପନ୍ନ ସୁସ୍ୱାଦୁ ଓ ପୁଷ୍ଟିକର ହୋଇଥିଲେ ବି କେତେକ କୋଳି ମାନବ ଆହାର୍ଯ୍ୟ ନୁହେଁ। କୋଳି ଓ ଓଡ଼ିଶାର ପରମ୍ପରା ମାଣବସାରେ ଅଁଳା କୋଳିର ଡ଼ାଳଖଣ୍ଡେ ଲୋଡ଼ାପଡ଼ିଥାଏ । ସେମିତି ଅନେକ ପ୍ରକାର ଶୁଭ କାର୍ଯ୍ୟରେ ବରକୋଳି ଡ଼ାଳ କଳସ ବସାଇବାପାଇଁ ଓ ବରକୋଳି କାଠ ହୋମ କରିବାପାଇଁ କାମରେ ଲାଗିଥାଏ । ଅନେକ ପ୍ରକାର ଓଷାବ୍ରତରେ କୋଳି ଭୋଗ ଦିଆଯାଇଥାଏ । କେତେକ କୋଳିର ପରିଚୟ ନିମ୍ନରେ କେତେକ କୋଳିର ସଂକ୍ଷିପ୍ତ ପରିଚୟ ଦିଆଗଲା । କୋଳିର ବର୍ତ୍ତମାନ ସ୍ଥିତି ବରକୋଳି ଓ ଜାମୁକୋଳିକୁ ଛାଡ଼ିଦେଲେ ପ୍ରାୟ ସବୁପ୍ରକାରର କୋଳି ଆଜି ଦୁର୍ଲଭ ହୋଇ ପଡ଼ିଥିଲେ ମଧ୍ୟ ଓଡ଼ିଶାର ତଇଲା ଅଞ୍ଚଳ ଏବେ ବି ବିଭିନ୍ନ ପ୍ରକାରର କୋଳିରେ ସମୃଦ୍ଧ। ତାହା ଅଧୁନା ଜଙ୍ଗଲ ଓ ଗଛ ସଂଖ୍ୟାର ଦ୍ରୁତ ହ୍ରାସ ଓ ପଲ୍ଲୀ ଜନ ଜୀବନର ଚାଲି ଚଳଣିରେ ପରିବର୍ତ୍ତନ ଏମିତି କେତେକ ଦୁର୍ମୂଲ୍ୟ ବନସ୍ପତିକୁ ଧିରେ ଧିରେ ବିସ୍ମୃତ କରି ଦେଉଛି। ଅଧିକାଂଶ କିସମର କୋଳି ଆଜି ଦୁର୍ଲଭ ହୋଇ ପଡ଼ିଲାଣି। ଲୁପ୍ତପ୍ରାୟ କୋଳିର ସୁରକ୍ଷା ଏହାର ସୁରକ୍ଷାପାଇଁ ଭୁବନେଶ୍ୱର ଜାଗମରାସ୍ଥ ସୃଜନିକା ତରଫରୁ ପରିବେଶବିତ୍ ପୁଷ୍ପଶ୍ରୀ ପଟ୍ଟନାୟକଙ୍କ ଉଦ୍ୟମରେ ବିଭିନ୍ନ ପ୍ରକାରର କୋଳିର ସଂରକ୍ଷଣ ସମ୍ବନ୍ଧରେ ପ୍ରଥମ ପଦକ୍ଷେପ ନିଆଯାଇଅଛି। ଏଠାରେ ବରକୋଳି, ନରକୋଳି, ତୁତକୋଳି, ନିରେଇଶ କୋଳି, ଫାର୍ସା କୋଳି, ବଉଳ କୋଳି, ବେତ କୋଳି, କଣ୍ଟେଇ କୋଳି, ଖଣ୍ଡ କୋଳି, ଅଁଳା କୋଳି, ଜାମୁ କୋଳି ପରି କେତେକ କୋଳିର ଗଛ ଓଡ଼ିଶାର ବିଭିନ୍ନ ସ୍ଥାନରୁ ସଂଗ୍ରହ କରି ରୋପଣ କରାଯାଇଛି। ସନ ୧୯୮୦ର ତାଙ୍କର ଏଇ ସ୍ୱପ୍ନ ତାଙ୍କ ଚେଷ୍ଟାରେ ପଂଜିକୃତ ହୋଇଥିଲା ସନ ୧୯୮୭ରେ ଓ ୧୯୯୧ରେ ଏଥିପାଇଁ ନିର୍ଦ୍ଦିଷ୍ଟ ଅଂଚଳର ଅଭିବୃଦ୍ଧି କରାଯାଇଥିଲା। |
କାଙ୍ଗାଳି ଚରଣ ପଣ୍ଡା (୨୭ ଅକ୍ଟୋବର ୧୯୪୪ - ୧୨ ଫେବୃଆରୀ ୨୦୨୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । କାଙ୍ଗାଳି ଚରଣ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୧୯୮୦ ଓ ୧୯୮୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ କାଙ୍ଗାଳି ଚରଣ ଧର୍ମଶାଳା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମ ୮ମ ଓ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା କାଙ୍ଗାଳି ୧୯୪୪ ମସିହାର ଅକ୍ଟୋବର ମାସ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପତି ପଣ୍ଡା ଏବଂ ତାଙ୍କ ପତ୍ନୀଙ୍କ ନାମ ରମ୍ଭା ଦେବୀ । କାଙ୍ଗାଳି ଚରଣଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ରୁ କମ୍ । ରାଜନୈତିକ ଜୀବନ କାଙ୍ଗାଳି ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ମୃତ୍ୟୁ କାଙ୍ଗାଳି ୨୦୨୨ ମସିହାର ଫେବୃଆରୀ ୧୨ ତାରିଖ (ଶନିବାର ଭୋର) ଭୁବନେଶ୍ୱରସ୍ଥିତ ବାସଭବନରେ ହୃଦ୍ଘାତରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । |
୧୬୩୧ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
୯୭୮ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ପଟନା ସହର ଭାରତର ଉତ୍ତର-ପୂର୍ବ ଦିଗରେ ଅବସ୍ଥିତ 'ବିହାର' ରାଜ୍ୟର ରାଜଧାନୀ ଓ ବିଜ୍ଞାପିତ ଅଞ୍ଚଳ । ଏହା ପାଟଣା ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ପାଟଣା, ବିହାର ୨୫.୬୦୨୨ ଉତ୍ତର ଅକ୍ଷାଂଶ ଓ ୮୫.୧୧୯୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୪ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପାଟଣା, ବିହାର ସହରର ମୋଟ ଜନସଂଖ୍ୟା ୩୨୨୮୮ । ସେଥି ମଧ୍ୟରୁ ୫୩.୩୭% ଜଣ ପରୁଷ ହୋଇଥିବା ବେଳେ ୪୬.୬୩% ଜଣ ନାରୀ ଅଟନ୍ତି । ପାଟଣା, ବିହାରର ସାକ୍ଷରତା ହାର ୫୨.୬୭% । ଏହା ଜାତୀୟ ହାରଠାରୁ ୧୨.୧୭% ପ୍ରତିଶତ ଅଧିକ । ସେଥିରୁ ୩୩.୧୫% ପ୍ରତିଶତ ପୁରୁଷ ଓ ୧୯.୫୧% ନାରୀ ଅଟନ୍ତି । ୧୮.୧୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ହିନ୍ଦୀ ପାଟଣା, ବିହାରର ସରକାରୀ ଭାଷା । ପାଣିପାଗ ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ପାଟଣା, ବିହାରରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୧.୩ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୧୯.୬ ଡିଗ୍ରୀ ସେଣ୍ଟିଗ୍ରେଡ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୧୨୧୩.୩ / ହୋଇଥାଏ । |
ଡିଏମ୍ଓଜେଡ୍ ବା ( ଏହାର ପ୍ରକୃତ ଡୋମେନ ନାମ . ରୁ ଆସିଛି ) ହେଉଛି ଲିଙ୍କର ଏକ ବହୁଭାଷୀ ମୁକ୍ତ ଡ଼ାରେକ୍ଟ୍ରୀ । ଏହାର ରକ୍ଷଣାବେକ୍ଷଣ କରୁଥିବା ସମ୍ପ୍ରଦାୟ ଭାବେ ଜଣାଶୁଣା । |
ଗୋବର୍ଦ୍ଧନ ପାନିକା, ଜଣେ କୋଟପାଡ଼ ହସ୍ତତନ୍ତ କାରିଗର ଅଟନ୍ତି । ୨୦୧୮ ମସିହାରେ ସେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ଜୀବନୀ ଗୋବର୍ଦ୍ଧନ, କୋରାପୁଟ ଜିଲ୍ଲାର କୋଟପାଡ଼ଠାରେ ଜନ୍ମଗ୍ରହଣ କରିଥିଲେ । ୧୨ବର୍ଷ ବୟସରେ ସେ ପାଠ ଛାଡି, ନିଜ କୌଳିକ ବୃତ୍ତି ହସ୍ତତନ୍ତକୁ ଜୀବିକା ଭାବରେ ଗ୍ରହଣ କରିଥିଲେ । ସେ "ଜେମା ପାନିକା" ଙ୍କୁ ବିବାହ କରିଛନ୍ତି । ଜେମା ନିଜେ ମଧ୍ୟ ଜଣେ ଜାତୀୟ ପୁରସ୍କାରପ୍ରାପ୍ତ ହସ୍ତତନ୍ତ କାରିଗର । ଗୋବର୍ଦ୍ଧନଙ୍କ ହସ୍ତକଳାରେ ମୂଳ ଆଦିବାସୀ ଜ୍ୟାମିତୀୟ ଢାଞ୍ଚାର ଚିତ୍ର ଦେଖିବାକୁ ମିଳେ । ସେ ଚିତ୍ରଗୁଡ଼ିକ ବିଭିନ୍ନ ପଶୁପକ୍ଷୀ, ଫୁଲଫଳ, ମାଛ ବା ପିରାମିଡ଼ ଆଦିରୁ ଗ୍ରହଣ କରାଥାନ୍ତି । ସେ ବ୍ୟବହାର କରୁଥିବା ରଙ୍ଗ ମଧ୍ୟ ସମ୍ପୂର୍ଣ୍ଣ ପ୍ରାକୃତିକ । ତାଙ୍କୁ ଗୋଟିଏ ଓଢ଼ଣି ବୁଣିବାକୁ ସମ୍ପୂର୍ଣ୍ଣ ଗୋଟେ ସପ୍ତାହ ଓ ଗୋଟିଏ ଶାଢି ବୁଣିବାକୁ ଗୋଟେ ମାସ ଲାଗିଥାଏ । ବିଶ୍ୱନାଥ ରଥଙ୍କ ନିର୍ଦ୍ଦେଶନାରେ ଗୋବର୍ଦ୍ଧନ ପାନିକାଙ୍କ ଉପରେ ଏକ ବୃତଚିତ୍ର ନିର୍ମାଣ କରାଯାଇଛି । ସେ ବୃତଚିତ୍ରର ନାମ ଥିଲା : । ଏହା ଦୂରଦର୍ଶନର ଜାତୀୟ ଚ୍ୟାନେଲରେ ୨୪ ମାର୍ଚ୍ଚ ୨୦୧୮ରେ ପ୍ରଦର୍ଶିତ ହୋଇଥିଲା । |
ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃପୁରୀ ଓଡ଼ିଶାର ଲାଦରପାଲି ଗ୍ରାମରେସ୍ଥିତ ଥିବା ଏକ ବିଦ୍ୟାଳୟ । ଏଠାରେ ନର୍ସରୀରୁ ଦଶମ ଶ୍ରେଣୀ ଯାଏ ପଢ଼ାଯାଏ । ୨୦୨୩ ମସିହାରେ ଏଠାରେ ୮୯୫ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ୩୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଥିଲେ । ସ୍କୁଲରେ ୨୫ ଗୋଟି ଶ୍ରେଣୀଗୃହ ସମେତ ଏକ ପାଠାଗାର କକ୍ଷ, ବିଜ୍ଞାନଗାର କକ୍ଷ ଏବଂ ବାଳକ ବାଳିକା ପାଇଁ ଶୌଚାଳୟ ଆଦି ରହିଛି। ସ୍କୁଲଟି ଶ୍ରୀ ମା ଓ ଶ୍ରୀ ଅରବିନ୍ଦଙ୍କ ଦର୍ଶନରେ ପ୍ରଭାବିତ । ଅବସ୍ଥିତି ଏହି ସ୍କୁଲ ଓଡ଼ିଶାର ବରଗଡ଼ ଜିଲ୍ଲାସ୍ଥିତ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଲାଦରପାଲି ଗ୍ରାମରେ ଅବସ୍ଥିତ । ଏହା ୧୯୯୩ ନଭେମ୍ବର ୧୪ ତାରିଖରେ ସ୍ଥାପିତ ହୋଇଥିଲା । |
ସିଦ୍ଧାର୍ଥ ମିଶ୍ର, ଜଣେ ସାମ୍ବାଦିକ ଥିଲେ । ସେ 'ଟାଇମ୍ସ ଅଫ ଇଣ୍ଡିଆ' , 'ନ୍ୟୁଜ-ଏକ୍ସ' ଓ 'ଇଣ୍ଡିଆନ ଏକ୍ସପ୍ରେସ' ଭଳି ଜାତୀୟ ଗଣମାଧ୍ୟମରେ କାର୍ଯ୍ୟ କରିଥିଲେ । ଇଣ୍ଡିଆନ ଏକ୍ସପ୍ରେସର ସେ ଜାତୀୟ କ୍ରୀଡ଼ା ସମ୍ପାଦକ ଥିଲେ । ବ୍ୟକ୍ତିଗତ ଜୀବନ ସିଦ୍ଧାର୍ଥଙ୍କ ପିତା ଗଣେଶ୍ୱର ମିଶ୍ର ଜଣେ ଶିକ୍ଷାବିତ ଓ ସାହିତ୍ୟିକ ଥିଲେ । ତାଙ୍କ ମାତା ସୁରଙ୍ଗିଣୀ ମିଶ୍ର ମଧ୍ୟ ଜଣେ ଶିକ୍ଷାବିତ । ସେ ଥିଲେ ତାଙ୍କ ପିତାମାତାଙ୍କର ଦ୍ୱିତୀୟ ସନ୍ତାନ । ଅନ୍ୟ ତିନି ଭାଇ ସୁବ୍ରତ, ସୁନନ୍ଦ ଓ ସନ୍ଦୀପ । ସେ ଭୁବନେଶ୍ୱରର ଷ୍ଟୁଆର୍ଟ ସ୍କୁଲରୁ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ । ପରେ ସେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ ଓ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟରୁ କଲେଜ ଶିକ୍ଷା ସମାପ୍ତ କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ମୃତ୍ତିକା ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ । ଏହା ପରେ ସେ ନୂଆଦିଲ୍ଲୀର 'ଟାଇମ୍ସ ସ୍କୁଲ ଅଫ ଜର୍ଣ୍ଣାଲିଜିମ' ରୁ ସାମ୍ବାଦିକତାରେ ପିଜି ଡିପ୍ଲୋମା କରିଥିଲେ । ତାଙ୍କ ପତ୍ନୀଙ୍କ ନାମ ପ୍ରାଚୀ ତାରା ମିଶ୍ର ଓ ସେ ଜଣେ କଥକ । କାହାଣୀ ଶୁଣାଇବା ପ୍ରାଚୀଙ୍କର ବୃତ୍ତି । ତାଙ୍କର ସୁମିତ ଓ ମାମାଲୀ ନାମରେ ଦୁଇ ସନ୍ତାନ ଅଛନ୍ତି । କର୍କଟ ରୋଗରେ ପିଡ଼ୀତ ହୋଇ ୨୦୧୨ ଅକ୍ଟୋବର ମାସ ୩୦ତାରିଖରେ ତାଙ୍କର ପରଲୋକ ଘଟିଥିଲା । ସିଦ୍ଧାର୍ଥଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ପିତା ଗଣେଶ୍ୱର ମିଶ୍ର ମଧ୍ୟାହ୍ନରେ ସୂର୍ଯ୍ୟାସ୍ତ ନାମରେ ଏକ ପୁସ୍ତକ ରଚନା କରିଥିଲେ । ସିଦ୍ଧାର୍ଥଙ୍କ ପୁତ୍ର ସୁମିତ ଜଣେ କ୍ରିକେଟ ଖେଳାଳି, ୨୦୨୧ ମସିହାରେ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ସେ ଓଡ଼ିଶା ୧୬ ବର୍ଷରୁ କମ ଦଳରେ ସ୍ଥାନ ପାଇଥିଲେ । ବୃତ୍ତିଗତ ଜୀବନ ୧୯୯୬ରୁ ୨୦୦୭ ମସିହା ପର୍ଯ୍ୟନ୍ତ ସେ ଟାଇମ୍ସ ଅଫ ଇଣ୍ଡିଆରେ ସାମ୍ବାଦିକତା କରିଥିଲେ । ୨୦୦୭ ମସିହାରେ କିଛି ସମୟ ପାଇଁ ନ୍ୟୁଜ-ଏକ୍ସ ଟେଲିଭିଜନ ଚ୍ୟାନେଲରେ କିଛି ଦିନ କାମ କରିବା ପରେ ଇଣ୍ଡିଆନ ଏକ୍ସପ୍ରେସରେ ଯୋଗଦେଇ ଚେନ୍ନାଇକୁ ନିଜର କର୍ମକ୍ଷେତ୍ର ରୂପେ ବାଛିଥିଲେ । ଇଣ୍ଡିଆନ ଏକ୍ସପ୍ରେସରେ ସେ ଜାତୀୟ କ୍ରୀଡ଼ା ସମ୍ପାଦକ ପଦକୁ ଉନ୍ନୀତ ହୋଇଥିଲେ । ସେ ୨୦୦୩ କ୍ରିକେଟ ବିଶ୍ୱକପ, ୨୦୦୬ ଆଇସିସି ଚମ୍ପିୟାନସିପ ଟ୍ରଫି, ୨୦୦୭ ଟି୨୦ ବିଶ୍ୱକପ, ୨୦୧୦ ହକି ବିଶ୍ୱକପ ଓ ରାଷ୍ଟ୍ରମଣ୍ଡଳ ଖେଳ ଆଦି କ୍ରୀଡ଼ା ପ୍ରତିଯୋଗିତାରେ ସାମ୍ବାଦିକତ କରିଥିଲେ । ସେ କ୍ରିକେଟ ସମେତ ବହୁ ଖେଳର ବିଶେଷଜ୍ଞ ଥିଲେ ଓ ଅନେକ କ୍ରୀଡ଼ାବ୍ୟକ୍ତିତ୍ୱଙ୍କର ସାକ୍ଷାତକାର ନେଇଥିଲେ । |
ମାନଗୋବିନ୍ଦ ପତି ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ହୋଇଥିବା ଦ୍ୱିତୀୟ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ମୟୂରଭଞ୍ଜ ବିଧାନ ସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଭାବରେ ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ରାଜନୈତିକ ଜୀବନ ମାନଗୋବିନ୍ଦ ପତି ଜଣେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବରେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଥରେ କାର୍ଯ୍ୟ କରିଥିଲେ । |
ପୋୱାୟନ ଏକ ଭାରତୀୟ ନଗର ପଞ୍ଚାୟତ ଅଟେ । ଏହା ଉତ୍ତର ପ୍ରଦେଶର ଶହ୍ଜହନ୍ପୁର୍ ଜିଲ୍ଲାରେ ଅବସ୍ଥିତ । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପୋୱାୟନ ସହରର ମୋଟ ଜନସଂଖ୍ୟା ୨୩୪୧୭ ଅଟେ । ସେଥି ମଧ୍ୟରୁ ୫୩.୭୦% ଜଣ ପରୁଷ ହୋଇଥିବା ବେଳେ ୪୬.୩୦% ଜଣ ନାରୀ ଅଟନ୍ତି । ପୋୱାୟନର ସାକ୍ଷରତା ହାର ୫୬.୭୨% ଅଟେ । ଏହା ଜାତୀୟ ହାରଠାରୁ ୮.୧୨% ପ୍ରତିଶତ କମ ଅଟେ । ସେଥିରୁ ୩୨.୮୭% ପ୍ରତିଶତ ପୁରୁଷ ଓ ୨୩.୮୬% ନାରୀ ଅଟନ୍ତି । ୧୪.୬୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ହିନ୍ଦୀ ପୋୱାୟନର ସରକାରୀ ଭାଷା ଅଟେ । |
ମୁଦ୍ରା ଚିହ୍ନ ହେଉଛି ଏକ ଛୋଟ ଗ୍ରାଫିକ ଚିହ୍ନ ଯାହାକି ଯେକୌଣସି ଦେଶର ରାଷ୍ଟ୍ରୀୟ ମୁଦ୍ରାକୁ ଦର୍ଶାଇଥାଏ । ଏହା କ୍ଷୀପ୍ର ଗତିରେ, ସ୍ୱଳ୍ପ ସ୍ଥାନରେ ଲେଖିବାରେ ସାହାଯ୍ୟ କରେ । |
End of preview. Expand
in Dataset Viewer.
README.md exists but content is empty.
- Downloads last month
- 44