title
stringlengths
1
89
url
stringlengths
31
119
text
stringlengths
0
105k
Odissi
https://or.wikipedia.org/wiki/Odissi
REDIRECT ଓଡ଼ିଶୀ
ଇନ୍ଦିରା ଗାନ୍ଧୀ
https://or.wikipedia.org/wiki/ଇନ୍ଦିରା_ଗାନ୍ଧୀ
ଇନ୍ଦିରା ପ୍ରିୟଦର୍ଶିନୀ ଗାନ୍ଧୀ, ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ । ପ୍ରଧାନମନ୍ତ୍ରୀ ଭାବେ ୧୯୬୬ରୁ ୧୯୭୭ ଯାଏଁ ଏବଂ ପରେ ୧୯୮୦ରୁ ୧୯୮୪ (ଇନ୍ଦିରା ଗାନ୍ଧୀଙ୍କ ହତ୍ୟା) ପର୍ଯ୍ୟନ୍ତ ସର୍ବାଧିକ ଦିନ ଦେଶର ସେବା କରିବାରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ପ୍ରଧାନମନ୍ତ୍ରୀ । ଇନ୍ଦିରା ଗାନ୍ଧୀ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଏକମାତ୍ର ସନ୍ତାନ । ୧୯୫୯ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇ ସେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୬୪ରେ ପିତାଙ୍କ ମୃତ୍ୟୁ ପରେ ପ୍ରଧାନ ମନ୍ତ୍ରୀ ପଦପାଇଁ ଦୌଡରେ ସାମିଲ ହେବାକୁ ମନାକରି ଲାଲ ବାହାଦୁର ଶାସ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳରେ ଜଣେ କ୍ୟାବିନେଟ ମନ୍ତ୍ରୀଭାବେ ଯୋଗ ଦେଇଥିଲେ । ଶାସ୍ତ୍ରୀଙ୍କ ମୃତ୍ୟୁପରେ, ୧୯୬୬ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ସେ ତାଙ୍କ ବିରୋଧୀ ପ୍ରାର୍ଥୀ ମୋରାରଜୀ ଦେଶାଇଙ୍କୁ ପରାସ୍ତ କରି ଭାରତର ପ୍ରଧାନ ମନ୍ତ୍ରୀ ଭାବେ ନିର୍ବାଚିତ ହେଲେ । ପ୍ରାଥମିକ ଜୀବନ ଇନ୍ଦିରା ଗାନ୍ଧୀ (ଜନ୍ମ ନାମ- ଇନ୍ଦିରା ନେହେରୁ) ଆଲାହାବାଦର ଏକ କାଶ୍ମୀରୀ ପଣ୍ଡିତ ପରିବାରରେ ୧୯ ନଭେମ୍ବର, ୧୯୧୭ ଦିନ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଜବାହରଲାଲ ନେହେରୁ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଏକ ଆଗଧାଡିର ନେତା ଥିଲେ ଯିଏ କି ପରବର୍ତ୍ତୀ ସମୟରେ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ହୋଇଥିଲେ । ପିତା ଜବାହରଲାଲ ନେହେରୁ ଏବଂ ମାତା କମଳା ନେହେରୁଙ୍କ ସେ ଏକମାତ୍ର ସନ୍ତାନ ଥିଲେ । ମାତାଙ୍କ ସହ ଆନନ୍ଦ ଭବନରେ ତାଙ୍କ ପିଲାଦିନ କଟିଥିଲା । ମାଆ କମଳା ଅଧିକାଂଶ ସମୟରେ ଅସୁସ୍ଥ ରହୁଥିଲେ ଏବଂ ରାଜନୈତିକ ବ୍ୟସ୍ତତା ମଧ୍ୟରେ ଜବାହର ଅଧିକାଂଶ ସମୟ ବାହାରେ ରହୁଥିବାରୁ ଇନ୍ଦିରାଙ୍କ ବାଲ୍ୟଜୀବନ ନିଃସଙ୍ଗ ତଥା ଦୁଃଖପୂର୍ଣ୍ନ ଥିଲା । ମାଆ କମଳା ନେହରୁ ଯକ୍ଷ୍ମାରେ ପୀଡ଼ିତ ହୋଇ କମ୍ ବୟସରେ ପ୍ରାଣ ହରାଇଥିଲେ । ବାଲ୍ୟ ଜୀବନରେ ଇନ୍ଦିରାଙ୍କ ପିତାଙ୍କ ସହ ସୀମିତ ପ୍ରତ୍ୟକ୍ଷ ସଂପର୍ହ ରହିଥିଲେ ବି ପତ୍ରାଳାପ ମାଧ୍ୟମରେ ଉଭୟଙ୍କ ମଧ୍ୟରେ ପରୋକ୍ଷ ସମ୍ପର୍କର ପରିସର ବୃଦ୍ଧି ପାଇଥିଲା । ଅନିୟମିତ ବିଦ୍ୟାଳୟ ଶିକ୍ଷା ମଧ୍ୟରେ ଇନ୍ଦିରା ମାଟ୍ରିକ ଶିକ୍ଷା ପର୍ଯ୍ୟନ୍ତ (୧୯୩୪) ମୁଖ୍ୟତଃ ଘରୋଇ ଶିକ୍ଷକଙ୍କଦ୍ୱାରା ଶିକ୍ଷା ଲାଭ କରିଥିଲେ । ପ୍ରାଥମିକ ସ୍ତରରେ ସେ ଦିଲ୍ଲୀର ମୋଡେର୍ଣ୍ଣ ବିଦ୍ୟାଳୟ (Modern School), ଆଲାହାବାଦର ସେଇଣ୍ଟ ସେସିଲା ଏବଂ ସେଇଣ୍ଟ ମେରୀ ଖ୍ରୀଷ୍ଟୀୟାନ ବିଦ୍ୟାଳୟ ଜେନେଭାର ଇକୋଲେ ଇଣ୍ଟନ୍ୟାସନାଲେ ବିଦ୍ୟାଳୟ, ବେକ୍ସର ଇକୋଲେ ନୌଭେଲା ତଥା ପୁନା ଓ ମୁମ୍ବାଇର ପ୍ୟୂପିଲସ୍ ଓନ୍ ସ୍କୁଲରେ ବିଦ୍ୟାଲାଭ କରିଥିଲେ । ପରେ ସେ ଶାନ୍ତିନିକେତନର ବିଶ୍ୱ ଭାରତୀରେ ଯୋଗ ଦେଇଥିଲେ । ଶାନ୍ତିନିକେତନରେ ରବିନ୍ଦ୍ରନାଥ ଟାଗୋରଙ୍କଦ୍ୱାରା ସେ ଇନ୍ଦିରା ପ୍ରିୟଦର୍ଶିନୀ ନାମରେ ପରିଚିତ ହେଲେ । ଏହାର ବର୍ଷକ ପରେ ଅସୁସ୍ଥ ମାଁଙ୍କର ସେବା କରିବାକୁ ସେ ଶାନ୍ତିନିକେତନ ଛାଡି ଇଉରୋପ ଚାଲିଗଲେ । ତେବେ ଇଉରୋପ ରହଣିକାଳରେ ତାଙ୍କର ଅକ୍‌ସଫୋର୍ଡ ବିଶ୍ୱବିଦ୍ୟାଳୟରେ ପଢ଼ିବା ସ୍ଥିର ହେଲା । ତେବେ ମାଁ କମଳା ନେହେରୁଙ୍କ ମୃତ୍ୟୁ ପରେ ୧୯୩୭ରେ ସେ ଅକ୍‌ସଫୋର୍ଡର ସୋମରଭିଲ୍ଲା ମହାବିଦ୍ୟାଳରେ ଯୋଗଦେବା ପୂର୍ବରୁ ସାମୟିକ ଭାବେ ବ୍ୟାଡମିଣ୍ଟନ୍ ବିଦ୍ୟାଳୟରେ ବିଦ୍ୟାଲାଭ କରିଥିଲେ । ଏଠାରେ ବିଦ୍ୟାଳୟର ପ୍ରବେଶ ପରୀକ୍ଷାରେ ଲାଟିନ ବିଷୟରେ ଭଲ ପ୍ରଦର୍ଶନ କରି ନ ପାରି ପ୍ରଥମ ଥର ଅକୃତକାର୍ଯ୍ୟ ହେବାପରେ ଦ୍ୱିତୀୟ ଥର ପାଇଁ ତାଙ୍କୁ ପ୍ରବେଶ ପରୀକ୍ଷା ଦେବାକୁ ପଡିଥିଲା । ଅକ୍‌ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଇତିହାସ, ରାଜନୀତି ବିଜ୍ଞାନ ଓ ଅର୍ଥନୀତିରେ ତାଙ୍କରି ପ୍ରଦର୍ଶନ ଭଲ ଥିଲେ ବି ଲାଟିନରେ ସେ ଦୁର୍ବଳ ଥିଲେ । thumb|left|୧୯୨୪ରେ ଖଦୀ ବସ୍ତ୍ର ପରିହିତା ଯୁବା ଇନ୍ଦିରା ମହାତ୍ମା ଗାନ୍ଧୀଙ୍କ ସହ thumb|right|Indira Nehru c. early 1930s ଇଉରୋପ ରହଣୀ କାଳରେ ଇନ୍ଦିରାଙ୍କ ସ୍ୱାସ୍ଥ୍ୟ ଠିକ୍ ରହୁ ନ ଥିଲା । ଫଳରେ ସେ ବାରମ୍ବାର ଡାକ୍ତରଙ୍କଦ୍ୱାରା ଚିକିତ୍ସିତ ହେଉଥିଲେ । ଏପରିକି ସୁସ୍ଥ ହେବା ନିମିତ୍ତ ତାଙ୍କୁ ବହୁବାର ସୁଇଜରଲାଣ୍ଡ ଯିବାକୁ ପଡିଥିଲା । ୧୯୪୦ରେ ସେ ଯେତେବେଳେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ଥିଲେ, ନାଜିସେନାଙ୍କଦ୍ୱାରା ଇଉରୋପ ଅଧିକୃତ ହୋଇଥିଲା । ଇନ୍ଦିରା ପର୍ତ୍ତୁଗାଲ ଦେଇ ଇଂଲାଣ୍ଡ ଫେରିଯିବାକୁ ଚେଷ୍ଟା କଲେ, କିନ୍ତୁ ପାଖାପାଖି ଦୁଇମାସ ପାଇଁ ସେ ପଥମଧ୍ୟରେ ଫସି ରହିଲେ । ୧୯୪୧ରେ ସେ ଇଂଲାଣ୍ଡ ଫେରିବାକୁ ସକ୍ଷମ ହେଲେ ଏବଂ ସେଠାରୁ ଦିଲ୍ଲୀ ଫେରିଆସିଲେ । ଫଳରେ ଅକ୍‌ସଫୋର୍ଡର ଶିକ୍ଷା ସମାପ୍ତ କରିପାରିଲେ ନାହିଁ । ପରବର୍ତ୍ତୀ ସମୟରେ ସେହି ଉନିଭରସିଟି ଇନ୍ଦିରାଙ୍କୁ ଡକ୍ଟରେଟ ଉପାଧିରେ ସମ୍ମାନିତ କରିଥିଲା । ପୁଣି ୨୦୧୦ରେ ଅକ୍‌ସଫୋର୍ଡ ଇନ୍ଦିରାଙ୍କୁ ଏସିଆ ମହାଦେଶର ଦଶଜଣଙ୍କ ମଧ୍ୟରେ ଅନ୍ୟତମ ଅକ୍ସ୍‌ଫୋର୍ଡ ସ୍ନାତକ ଭାବେ ମନୋନୀତ କରି ସମ୍ମାନୀତ କରିଥିଲା । ଗ୍ରେଟବ୍ରିଟେନ୍‌ରେ ରହଣୀକାଳରେ ଇନ୍ଦିରା ବହୁବାର ତାଙ୍କ ଭାବୀ ସ୍ୱାମୀ ଫିରୋଜଗାନ୍ଧୀଙ୍କ ସହ ଦେଖା କରୁଥିଲେ । ଇନ୍ଦିରା ଫିରୋଜଙ୍କୁ ଅଲାହାବାଦରୁ ହିଁ ଜାଣିଥିଲେ । ଯୁବକ ଫିରୋଜ ସେତେବେଳେ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକସ୍‌ରେ ଅଧ୍ୟୟନ କରୁଥିଲେ । ପରନର୍ତ୍ତୀ ସମୟରେ ଇନ୍ଦିରା ଏବଂ ଫିରୋଜଙ୍କ ( ଯିଏକି ଗୁଜରାଟର ଏକ ପାର୍ଶୀ ସଂପ୍ରଦାୟର) ବିବାହ ଆଲାହାବାଦରେ ଆଦି ଧର୍ମ ରୀତି ଅନୁସାରେ ସପନ୍ନ ହୋଇଥିଲା । ୧୯୫୦ ଦଶକରେ ବିବାହ ପରେ ଶ୍ରୀମତି ଗାନ୍ଧୀ ପିତାଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ତାଙ୍କରି ବ୍ୟକ୍ତିଗତ ସହାୟକ ଭାବେ କାର୍ଯ୍ୟ କଲେ । ଏହି ଦଶକର ଶେଷ ଆଡକୁ ସେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ହଲେ । ତାଙ୍କରି ସଭାପତିତ୍ୱ କାଳରେ, ୧୯୫୯ରେ କେରଳରେ କମ୍ୟୁନିଷ୍ଟ ଶାସିତ ସରକାରର ପତନ ସୁନିଶ୍ଚିତ କରାଇବାରେ ତାଙ୍କରି ଭୂମିକା ମୁଖ୍ୟ ଥିଲା । ୧୯୬୪ରେ ପିତା ଜବାହରଙ୍କ ମୃତ୍ୟୁ ପରେ ସେ ରାଜ୍ୟ ସଭାର ସଭ୍ୟ ମନୋନୀତ ହେଲେ ଏବଂ ଲାଲବାହାଦୁର ଶାସ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳରେ ଜଣେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀ (ସୂଚନା ଏବଂ ପ୍ରସାରଣ ବିଭାଗ) ଭାବେ ସ୍ଥାନ ପାଇଲେ ।Gandhi, Indira. (1982) My Truth ୧୯୬୬ରେ ଶାସ୍ତୀଙ୍କ ପରଲୋକ ପରେ, ମୋରାରଜୀ ଦେଶାଇଙ୍କୁ ପରାଜିତ କରି ସେ କଂଗ୍ରେସର ବିଧାୟକ ଦଳର ଦଳୀୟ ନେତା ଭାବେ ମନୋନୀତ ହେଲେ । କଂଗ୍ରେସର ତତ୍କାଳୀନ ଜଣାଶୁଣା ନେତା କେ. କାମରାଜ ଇନ୍ଦିରାଙ୍କୁ ଜିତାଇବାରେ ମୁଖ୍ୟ ଭୂମିକା ନେଇଥିଲେ । ନେହେରୁଙ୍କ ମୃତ୍ୟୁ ପରେ ଲାଲ ବହାଦୁର ଶାସ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ।ସେ ସମୟରେ ଇନ୍ଦିରା ସୂଚନା ଓ ପ୍ରସାରଣ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଆଧାର ଅଧିକ ତଥ୍ୟ Rare pictures of Indira Gandhi ଶ୍ରେଣୀ:୧୯୧୭ ଜନ୍ମ ଶ୍ରେଣୀ:୧୯୮୪ ମୃତ୍ୟୁ ଶ୍ରେଣୀ:ଭାରତର ପ୍ରଧାନମନ୍ତ୍ରୀ ଶ୍ରେଣୀ:ଭାରତ ରତ୍ନ ସମ୍ମାନିତ ଶ୍ରେଣୀ:ରାଜନୀତି ଶ୍ରେଣୀ:ନେହେରୁ-ଗାନ୍ଧୀ ପରିବାର
୧୯୮୧
https://or.wikipedia.org/wiki/୧୯୮୧
ଘଟଣା ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଅଜ୍ଞାତ ତିଥି ଘଟଣା ଜନ୍ମ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ମୃତ୍ୟୁ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଆଧାର ଶ୍ରେଣୀ:୧୯୮୧
୧୮୭୭
https://or.wikipedia.org/wiki/୧୮୭୭
୧୮୭୭ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ | ଘଟଣା ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଅଜ୍ଞାତ ତିଥି ଘଟଣା ଜନ୍ମ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ୯ ଅକ୍ଟୋବର - ଗୋପବନ୍ଧୁ ଦାସ, ସ୍ୱାଧୀନତା ସଂଗ୍ରାମୀ, କବି, ଲେଖକ ଓ ଦୈନିକ ଖବରକାଗଜ ସମାଜର ପ୍ରତିଷ୍ଠାତା (ମୃତ୍ୟୁ. ୧୯୨୮) ମୃତ୍ୟୁ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଆଧାର ଶ୍ରେଣୀ:୧୮୭୭
୧୯୧୭
https://or.wikipedia.org/wiki/୧୯୧୭
୧୯୧୭ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ | ଘଟଣା ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଅଜ୍ଞାତ ତିଥି ଘଟଣା ଜନ୍ମ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ୧୯ ନଭେମ୍ବର – ଇନ୍ଦିରା ଗାନ୍ଧୀ, ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ (ମୃତ୍ୟୁ. ୧୯୮୪) ମୃତ୍ୟୁ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଆଧାର ଶ୍ରେଣୀ:୧୯୧୭
୧୮୬୯
https://or.wikipedia.org/wiki/୧୮୬୯
୧୮୬୯ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ | ଘଟଣା ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଅଜ୍ଞାତ ତିଥି ଘଟଣା ଜନ୍ମ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ୨ ଅକ୍ଟୋବର – ମୋହନଦାସ କରମଚାନ୍ଦ ଗାନ୍ଧି, ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ଭାରତର ଜାତୀୟ ପିତା (ମୃତ୍ୟୁ. ୧୯୪୮) ମୃତ୍ୟୁ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଆଧାର ଶ୍ରେଣୀ:୧୮୬୯
ଉତ୍କଳ ଦିବସ
https://or.wikipedia.org/wiki/ଉତ୍କଳ_ଦିବସ
thumb|300px|right|ନବଗଠିତ ଆଧୁନିକ ଓଡ଼ିଶାର ମାନଚିତ୍ର ୧୯୩୬ ଅପ୍ରେଲ ୧ ତାରିଖ ଦିନ ଏକ ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ଅପ୍ରେଲ ମାସ ୧ ତାରିଖ ଦିନ ଉତ୍କଳ ଦିବସ (ଓଡ଼ିଶା ଦିବସ) ପାଳନ କରାଯାଇଥାଏ । ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ । ୧୫୬୮ରେ ଶେଷ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ ବ୍ରିଟିଶ ଶାସନରୁ ଅଲଗା ହୋଇ ଏକ "ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ" ଗଠନ Orissareview. April 2008. pp. 17-19 କରିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା । ପ୍ରଥମେ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଓଡ଼ିଶା ଗଠନ କରାଯାଇଥିଲା । ଇତିହାସ ଏକ ସ୍ୱତନ୍ତ୍ର ରାଜ୍ୟ ଗଠନ ପାଇଁ ମୁଖ୍ୟ ବିପ୍ଳବ ଉତ୍କଳ ସମ୍ମିଳନୀ ଗଠନ ଦିନଠାରୁ ତିନି ଦଶନ୍ଧି ଧରି ଲାଗିରହିଥିଲା ଓ ଏହା ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ମୂଳଦୁଆ ସ୍ଥାପନକରିଥିଲା । ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ଫକୀର ମୋହନ ସେନାପତି, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଆଦିଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଅଧିକ ତୀବ୍ର ହୋଇଥିଲା । ସାର ଅଷ୍ଟିନ ହବାକ ଓଡ଼ିଶାର ପହିଲା ରାଜ୍ୟପାଳ ଭାବରେ ଶପଥ ନେଇଥିଲେ । ୧୯୩୬ ମସିହା ଏପ୍ରିଲ ପହିଲା ଦିନ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଥିଲା । ୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁନର୍ବିଭାଜନ କରି ୩୦ଟି ଜିଲ୍ଲାରେ ଭାଗ କରାଗଲା । ପ୍ରତି ବର୍ଷ ଏପ୍ରିଲ ପହିଲା ଦିନଟିକୁ ଉତ୍କଳ ଦିବସ ନାମରେ ପାଳନ କରାଯାଇ ସ୍ୱତନ୍ତ୍ର ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଅର୍ପଣକରାଯାଏ । ,ଓଡ଼ିଶା ରିଭିଉ ଏପ୍ରିଲ ୨୦୦୬ ଅଲଗା ଓଡ଼ିଶା ରାଜ୍ୟ ଗଠନ- ପରେଶ୍ୱର ସାହୁଟାଇମସ ଅଫ ଇଣ୍ଡିଆ, ଓଡ଼ିଶାର ନାମ ବଦଳ ଏବେ ଓଡ଼ିଶାରେ ୩୦ଟି ଜିଲ୍ଲା ରହିଛି । ଅଧିକ ପଠନ ଓଡ଼ିଶାର ଜିଲ୍ଲାମାନଙ୍କର ତାଲିକା ଆଧାର ଶ୍ରେଣୀ:ଓଡ଼ିଶାର ଇତିହାସ ଶ୍ରେଣୀ:ଅପ୍ରେଲ ମାସର ପାଳିତ ଦିବସ ଶ୍ରେଣୀ:ଭାରତୀୟ ରାଜ୍ୟ ଗଠନ ଦିବସ
ରାଧାନାଥ ରାଏ
https://or.wikipedia.org/wiki/ରାଧାନାଥ_ରାଏ
REDIRECT ରାଧାନାଥ ରାୟ
Utkal divas
https://or.wikipedia.org/wiki/Utkal_divas
ଲେଉଟାଣି ଉତ୍କଳ ଦିବସ
ମନମୋହନ ସିଂହ
https://or.wikipedia.org/wiki/ମନମୋହନ_ସିଂହ
ମନମୋହନ ସିଂହ (; ଜନ୍ମ : ୨୩ ସେପ୍ଟେମ୍ବର ୧୯୩୨), ଜଣେ ଭାରତୀୟ ଅର୍ଥଶାସ୍ତ୍ରୀ ଓ ୨୦୦୪-୨୦୧୪ ଯାଏଁ ଭାରତର ୧୪ତମ ପ୍ରଧାନମନ୍ତ୍ରୀ ଥିଲେ। ସିଂହ ଭାରତରର ପ୍ରଥମ ସିଖ ପ୍ରଧାନମନ୍ତ୍ରୀ ଏବଂ ନେହେରୁଙ୍କ ପରେ ନିଜର ୫ବର୍ଷ କାର୍ଯକାଳ ଶେଷ କରି ପୁନରବାର ପ୍ରଧାନମନ୍ତ୍ରୀ ହୋଇଥିଲେ। ଗାହ (ବର୍ତ୍ତମାନର ପାକିସ୍ତାନ ରେ)ରେ ଜନ୍ମିତ ସିଂହ ଓ ତାଙ୍କ ପରିବାର ୧୯୪୭ ମସିହାରେ ଦେଶ ବିଭାଜନ ସମୟରେ ଭାରତ ଆସିଥିଲେ। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ଡକ୍ଟରେଟ (PhD) ପ୍ରାପ୍ତ କରି , ୧୯୬୬-୬୯ ଯାଏଁ ଜାତିସଂଘରେ ଯୋଗ ଦେଇଥିଲେ। ଲଲିତ ନାରାୟଣ ମିଶ୍ରଙ୍କ ବିଦେଶ ବ୍ୟାପାର ମନ୍ତ୍ରାଳୟରେ ମୁଖ୍ୟ ପରାମର୍ଶଦାତା ହୋଇ ସେ ନିଜର ବ୍ୟୁରୋକ୍ରାଟିକ କ୍ୟାରିୟର ଆରମ୍ଭ କରିଥିଲେ। ୨୯୭୦ ଓ ୮୦ ଦଶକରେ ସିଂହ ଭାରତ ସରକାରଙ୍କ ବହୁତ ମୁଖ୍ୟ ପଦରେ ଥିଲେ, ଯେମିତି ମୁଖ୍ୟ ଅର୍ଥ ପରାମର୍ଶଦାତା (୧୯୭୨-୭୬) , ରିଜର୍ବ ବ୍ୟାଙ୍କ ଗଭର୍ଣ୍ଣର (୧୯୮୨-୮୫) ଓ ଯୋଜନା ଆୟୋଗ ମୁଖ୍ୟ (୧୯୮୫-୮୭)। ୧୯୯୧ ମସିହାରେ ଭାରତ ଆର୍ଥିକ ସଂକଟରେ ଥିବା ସମୟରେ ଦେଶ ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଶ୍ରୀ ନରସିଂହ ରାଓ ଆଶ୍ଚର୍ଯରୁପେ ମନମୋହନ ସିଂହଙ୍କୁ ନିଜ କ୍ୟାବିନେଟରେ ଅର୍ଥ ମନ୍ତ୍ରୀ ବନାଇଥିଲେ। କିଛି ବର୍ଷ ଯାଏ , ଏକ କଡା ବିରୋଧ କ୍ରମେ ସେ ଅର୍ଥ ମନ୍ତ୍ରୀ ଭାବେ ଭାରତର ଅର୍ଥ ବ୍ୟବସ୍ଥାର ଢାଞ୍ଛାଗତ ସୁଧାର ପାଇଁ କଡା ବ୍ୟବସ୍ଥା କରିଥିଲେ। ଏହି ଉପାୟ କାରଣରୁ ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ଥିବା ସଂକଟକୁ ଟାଳିବାରେ ସେ ସଫଳ ହୋଇଥିଲେ, ଏବଂ ନିଜକୁ ବିଶ୍ୱ ଦରବାରରେ ଏକ ମହାନ ଅର୍ଥଶାସ୍ତ୍ରୀ ଭାବେ ପ୍ରୟୋଜିତ କରିଥିଲେ। ଅବିଲଂବି କଂଗ୍ରେସ ପାର୍ଟି ୧୯୯୬ ମସିହା ନିର୍ବାଚନ ଖରାବ ପ୍ରଦର୍ଶନ ଦେଖାଇଥିଲା , ଏହା ପରେ ସିଂହକୁ ୧୯୯୮-୨୦୦୪ ଯାଏଁ କଂଗ୍ରେସ ପାର୍ଟିରୁ ରାଜ୍ୟ ସଭାରେ ବିପକ୍ଷ ଦଳର ମୁଖ୍ୟ ହିସାବରେ ଦାୟିତ୍ୟ ପାଳନ କରିଥିଲେ। ୨୦୦୦୪ ମସିହାରେ କଂଗ୍ରେସ ଅଧିନତ୍ୱ ଉପା ସରକାରରେ ସୋନିଆ ଗାନ୍ଧୀଙ୍କ ଅନୈଚ୍ଛୁକ ହେବା ହେତୁ , ସିଂହଙ୍କୁ ଭାରତର ତ୍ରୟୋଦଶ ପ୍ରଧାନମନ୍ତ୍ରୀ ହୋଇଥିଲେ। ସତ୍ତାରେ ଆସିଲା ପରେ, ସିଂହ ନେତୃତ୍ୟ ଉପା ୧ ଗ୍ରାମିଣ ସ୍ୱାସ୍ଥ ମିଶନ, ସୂଚନା ଅଧିକାର ଆଇନ, ବିଶିଷ୍ଟ ପରିଚୟ ପତ୍ର (ଆଧାର କାର୍ଡ), ରୋଜଗାର ଗ୍ୟାରେଣ୍ଟି ଆକ୍ଟ ସହ ବହୁତ ଉନ୍ନତି ମୁଳକ ପରିଯୋଜନା ଆରମ୍ଭ କରିଥିଲେ। ଭାରତର ଅର୍ଥବ୍ୟବସ୍ଥା ଉପା ୧ ସମୟରେ ବହୁତ ଅଗ୍ରଗତି କରିଥିଲା। ୨୦୦୯ ସାଧାରଣ ନିର୍ବାଚନରେ ଏକ ବିଶାଳ ଜନାଦେଶ ସହିତ ଉପା ୨ ସରକାର ଗଠନ ହେଇଥିଲା, ଏବଂ ସିଂହ ପୁନର୍ବାର ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ। ସିଂହ ୨୦୧୪ର ନିର୍ବାଚନ ଲଢିନଥିଲେ। ଅତି ଛୋଟ ବୟସରେ ସିଂହ ନିଜ ମାଙ୍କୁ ହରାଇଥିଲେ ଏବଂ ନିଜ ଜେଜେମାଦ୍ୱାରା ପ୍ରତିପାଳିତ ହୋଇଥିଲେ। ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ସିଂହ ୨୬ ସେପ୍ଟେମ୍ବର ୧୯୩୨ ମସିହାରେ ପିତା ଗୁରମୁଖ ସିଂହ ଓ ମାତା ଅମ୍ରିତ କୋରଙ୍କଠାରୁ ଗାହ, ପଞ୍ଜାବରେ ଏକ ସିଖ ପରିବାରରେ ଜନ୍ମ ହୋଇଥିଲେ। ଭାରତର ବିଭାଜନ ପରେ ସିଂହ ତାଙ୍କ ପରିବାର ସହ ଅମ୍ରିତସର ପଳାଇଯାଇଥିଲେ । ସେଠାରେ ସେ ହିନ୍ଦୁ କଲେଜରେ ନିଜର ଶିକ୍ଷା ସମାପ୍ତ କରିଥିଲେ । ପରେ ସେ ଚଣ୍ଡୀଗଡ଼ସ୍ଥିତ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଯୋଗଦେଇ ଅର୍ଥଶାସ୍ତ୍ରରେ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରି ୧୯୫୨ ଓ ୧୯୫୪ରେ ପାଇଥିଲେ । ସେ ଅର୍ଥଶାସ୍ତ୍ରରେ ଟ୍ରିପୋସ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ପ୍ରାପ୍ତ କରିଥିଲେ ସେହି ସମରେ ସିଂହ ସେଣ୍ଟ ଜର୍ଜ କଲେଜର ସଦସ୍ୟ ଥିଲେ । କେମ୍ବ୍ରିଜରେ କାର୍ୟକାଳ ଶେଷ କରି ସେ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ଭାବେ ଯୋଗ ଦେଲେ । ୧୯୬୦ ମସିହାରେ ସିଂହ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ D.Phil କରିବାକୁ ଯାଇଥିଲେ ଏବଂ ନୁଫିଲ୍ଡ କଲେଜର ସଦସ୍ୟ ଥିଲେ । ରାଜନୀତିକ ଜୀବନୀ ୧୯୯୧ ମସିହାରେ ସେତେବେଳର ପ୍ରଧାନମନ୍ତ୍ରୀ ନରସିଂହ ରାଓ ସିଂହଙ୍କୁ ନିଜ କ୍ୟାବିନେଟରେ ଅର୍ଥ ମନ୍ତ୍ରୀ କରିଥିଲେ । ବ୍ରିଟିଶ ସାମ୍ବାଦିକ ମାର୍କ ଟୁଲିଙ୍କ ସହିତ ୨୦୦୫ର ଏକ ସାକ୍ଷାତକାରରେ ସିଂହ ତାଙ୍କ ରାଜନୀତି ଜୀବନୀ ବିଷୟରେ କହିଥିଲେ:"ଯେଉଁ ଦିନ ରାଓ ନିଜ କ୍ୟାବିନେଟ ଗଠନ କରୁଥିଲେ, ସେ ନିଜ ପ୍ରମୁଖ ସଚିବଙ୍କୁ ମୋ ନିକଟକୁ ପଠାଇଥିଲେ କହିବା ପାଇଁ କି , 'ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ତୁମକୁ ନିଜର କ୍ୟାବିନେଟରେ ଅର୍ଥମନ୍ତ୍ରୀ କରିବା ପାଇଁ'.ମୁଁ ଏହାକୁ ଗମ୍ଭିର ରୂପେ ନେଇନଥିଲି। ପରଦିନ ସକାଲେ ପ୍ରଧାନମନ୍ତ୍ରୀ ରାଗିକି ମତେ ଖୋଜିଲେ ,ମୁଁ ସଜ ହୋଇ ସପଥ ନେବା ପାଇଁ ରାଷ୍ଟ୍ରପତି ଭବନରେ ପହଞ୍ଛି ଗଲି। ଏଠୁ ମୋର ରାଜନୀତି ଜୀବନ ଆରମ୍ଭ ହୋଇଥିଲା ।" ଭାରତର ପ୍ରଧାନମନ୍ତ୍ରୀ thumb|A renowned economist, Singh is shown here with Indian delegation at the 33rd G8 summit in Heiligendamm. ୨୦୦୪ ସାଧାରଣ ନିର୍ବାଚନ ପରେ ବିଜେପି ନେତୃତ୍ୱ ଏନ.ଡି.ଏ ସରକାର ଭଙ୍ଗ ହୋଇଥିଲା ଏବଂ କଂଗ୍ରେସ ନେତୃତ୍ୱ ଉପା ସରକାର ଗଠନ କରିଥିଲା । ଡିଗ୍ରୀ ଓ ପଦବୀ BA (Hons) in Economics 1952; MA First Class in Economics, 1954 Panjab University, Chandigarh (then in Hoshiarpur, Punjab), India Honours degree in Economics, University of Cambridge – St John's College (1957) Senior Lecturer, Economics (1957–1959) Reader (1959–1963) Professor (1963–1965) Professor of International Trade (1969–1971) DPhil in Economics, University of Oxford – Nuffield College (1962) Delhi School of Economics, University of Delhi Honorary Professor (1966) Chief, Financing for Trade Section, UNCTAD, United Nations Secretariat, Manhattan, New York 1966 : Economic Affairs Officer 1966 Economic Advisor, Ministry of Foreign Trade, India (1971–1972) Chief Economic Advisor, Ministry of Finance, India, (1972–1976) Honorary Professor, Jawaharlal Nehru University, New Delhi (1976) Director, Reserve Bank of India (1976–1980) Director, Industrial Development Bank of India (1976–1980) Secretary, Ministry of Finance (Department of Economic Affairs), Government of India, (1977–1980) Governor, Reserve Bank of India (1982–1985) Deputy chairman, Planning Commission of India, (1985–1987) Secretary General, South Commission, Geneva (1987–1990) Advisor to Prime Minister of India on Economic Affairs (1990–1991) Chairman, University Grants Commission (15 March 1991 – 20 June 1991) Finance Minister of India, (21 June 1991 – 15 May 1996) Leader of the Opposition in the Rajya Sabha (1998–2004) Prime Minister of India (22 May 2004 – 26 May 2014) ପୁରସ୍କାର, ସମ୍ମାନ ଓ ଅନ୍ତରାଷ୍ଟ୍ରୀୟ ସ୍ୱୀକୃତି ବର୍ଷ ପୁରସ୍କାର ନାମ ଓ ସମ୍ମାନ ସଂଗଠନ ୨୦୧୪ Grand Cordon of the Order of the Paulownia Flowers Government of Japan 2010 World Statesman Award Appeal of Conscience Foundation 2005 Top 100 Influential People in the World Time 2002 Outstanding Parliamentarian Award Indian Parliamentary Group 2000 Annasaheb Chirmule Award Annasaheb Chirmule Trust 1999 H.H. Kanchi Sri Paramacharya Award for Excellence Shri R. Venkataraman, The Centenarian Trust 1999 Fellow of the National Academy of Agricultural Sciences, New Delhi National Academy of Agricultural Sciences 1997 Lokmanya Tilak Award Tilak Smarak Trust, Pune 1997 Justice K.S. Hegde Foundation Award Justice K.S. Hegde Foundation 1997 Nikkei Asia prize for Regional Growth Nihon Keizai Shimbun Inc. 1996 Honorary Professorship Delhi School of Economics, University of Delhi, Delhi 1995 Jawaharlal Nehru Birth Centenary Award (1994–95) Indian Science Congress Association 1994 Finance Minister of the Year Asiamoney 1994 Jawaharlal Nehru Birth Centenary Award (1994–95) Indian Science Congress Association. 1994 Elected Distinguished Fellow of the London School of Economics London School of Economics, Centre for Asia Economy, Politics and Society 1994 Elected Honorary Fellow, Nuffield College Nuffield College, University of Oxford, Oxford, UK 1994 Elected Distinguished Fellow of the London School of Economics London School of Economics, Centre for Asia Economy, Politics and Society 1994 Elected Honorary Fellow of the All India Management Association All India Management Association 1993 Finance Minister of the Year Euromoney 1993 Finance Minister of the Year Asiamoney 1987 Padma Vibhushan President of India 1986 Elected National Fellow, National Institute of Education National Institute of Education 1985 Elected President of the Indian Economic Association Indian Economic Association 1982 Elected Honorary Fellow, St. John's College St John's College, Cambridge 1982 Elected Honorary Fellow, Indian Institute of Bankers Indian Institute of Bankers 1976 Honorary Professorship Jawaharlal Nehru University, New Delhi 1957 Elected Wrenbury Scholar University of Cambridge, UK 1956 Adam Smith Prize University of Cambridge, UK 1955 Wright Prize for Distinguished Performance St. John's College, Cambridge, UK 1954 Uttar Chand Kapur Medal, for standing first in M.A. (Economics) Panjab University, Chandigarh{Was then in Hoshiarpur,Punjab} 1952 University Medal for standing first in B.A. (Honors Economics) Panjab University, Chandigarh ଆଧାର ଶ୍ରେଣୀ:୧୯୩୨ ଜନ୍ମ ଶ୍ରେଣୀ:ଜୀବିତ ବ୍ୟକ୍ତି ଶ୍ରେଣୀ:ଭାରତର ପ୍ରଧାନମନ୍ତ୍ରୀ
ଧଉଳି
https://or.wikipedia.org/wiki/ଧଉଳି
thumb|250px|right|ଧଉଳି ଶାନ୍ତି ସ୍ତୁପ ଧଉଳି ଓଡ଼ିଶାରେ ଥିବା ଏକ ବୌଦ୍ଧ ବିହାର ଓ ସ୍ତୁପ । ଏହା ଦୟା ନଦୀ କୂଳରେ ଧଉଳି ପାହାଡ଼ ଉପରେ ରହିଛି । ଏହି ପାହାଡର ପଥର ଉପରେ ବ୍ରାହ୍ମୀରେ ଅଶୋକଙ୍କ ଶିଳାଲେଖ ଅଛି । ଏଠାରେ କଳିଙ୍ଗ ଯୁଦ୍ଧ ହୋଇଥିଲା ବୋଲି ଐତିହାସିକମାନେ ମତ ଦେଇଥାନ୍ତି । ଅବସ୍ଥିତି ଧଉଳି ଭୁବନେଶ୍ୱରଠାରୁ ୮ କିମି ଦୁରରେ ରହିଛି । ଇତିହାସ ଏଠାରେ ଥିବା ୬କ ଶିଳାଲେଖରେ ଅଶୋକ ପୁରା ପୃଥିବୀର ମଙ୍ଗଳ ପାଇଁ ହାତକୁ ନେଇଥିବା ସବୁ କାମ ଉପରେ ଲେଖାଯାଇଛି । ପଥରରେ ତିଆରି କରାଯାଇଥିବା ହାତୀ ଯାହା ଏହି ଶିଳାଲେଖ ଉପରେ ଅଛି ତାହା ଅନେକ ଦିନ ଆଗରୁ ତିଆରି କରାଯାଇଥିବା ଓଡ଼ିଶାର ବୌଦ୍ଧ କୀର୍ତ୍ତି । ଏହାର ବିଶେଷତା ହେଉଛି, ଏହି ହାତୀ ବୁଦ୍ଧଙ୍କ ଶିଷ୍ୟମାନଙ୍କ ପାଇଁ ଖୋଦ ବୁଦ୍ଧଙ୍କୁ ହିଁ ସୂଚାଏ । ଅଶୋକ ଏହି ଜାଗାରେ କଳିଙ୍ଗ ଯୁଦ୍ଧ ଲଢ଼ିବା ପରେ ହଜାର ହଜାର ଲୋକଙ୍କ ମରଣ ତାଙ୍କୁ ଶାନ୍ତି ଆଡ଼କୁ ବାଟଦେଖାଇଥିଲା ବୋଲି ବିଶ୍ୱାସ କରାଯାଏ । ତେବେ ଏହା ଏବେ ବି ସବୁ ଗବେଷକମାନଙ୍କ ଦେଇ ଗ୍ରହଣ କରାଯାଇନାହିଁ, କିଛି ଗବେଷକ ଅଶୋକଙ୍କ ସମୟରେ ହୋଇଥିବା କଳିଙ୍ଗ ଯୁଦ୍ଧ ତାଙ୍କୁ ପ୍ରଭାବିତ କରିନଥିଲା ବୋଲି ଯୁକ୍ତି ବାଢ଼ନ୍ତି । କଳିଙ୍ଗ ଯୁଦ୍ଧ ଓ ଅଶୋକଙ୍କ ଉପରେ ତାହାର ପ୍ରଭାବ । ସେ ବୌଦ୍ଧ ଧର୍ମରେ ନିଜକୁ ବଦଳାଇବା ପରେ ଅନେକ ବୌଦ୍ଧ ସ୍ତୁପ, ସ୍ତମ୍ଭ ଗଢ଼ାଇଥିଲେ ଧଉଳି, ଓଡ଼ିଶା । ସାଧାରଣ ଲୋକଙ୍କ ପାଇଁ ସେ 'ଦଣ୍ଡନୀତି' ଲାଗୁକରାଇଥିଲେ । ୧୯୭୦ରେ ଜାପାନ ବୁଦ୍ଧ ସଙ୍ଘ ଓ କଳିଙ୍ଗ ବୁଦ୍ଧ ସଙ୍ଘର ମିଳିତ ଚେଷ୍ଟାରେ ଧଉଳି ପାହାଡ଼ ଉପରେ ଏକ ଶାନ୍ତି ସ୍ତୁପ ତୋଳାଯାଇଥିଲା, ଯାହା ଗବେଷକମାନଙ୍କ ପାଇଁ ଏକ ବିଶେଷ ଜାଗା । thumb|250px|right| ଶାନ୍ତି ସ୍ତୁପ, ଧଉଳିଗିରି ଏକଦା ଧଉଳି ପାହାଡ଼ ସୁରଭିଗିରି ନାମରେ ଐତିହାସିକ ସ୍ୱାକ୍ଷର ବହନ କରିଥିଲା । ଏହାର ଶିଖର ଦେଶରେ ଏକ ଭେଷଜ ଉପବନ ଓ ପ୍ରମୋଦ ଉଦ୍ୟାନ ମଧ୍ୟ ଥିଲା । ଅଶୋକଙ୍କ ଧର୍ମାନୁଶାସନ ବହନ କରିଥିବା ଦକ୍ଷିଣ ସୀମାନ୍ତବର୍ତ୍ତୀ ପାହାଡରେ ପ୍ରିୟଦର୍ଶୀ ରାଜତ୍ୱର ମୂକସାକ୍ଷୀ ରୂପେ ବିଦ୍ୟମାନ ଶିଳାହସ୍ତୀକୁ ମହାଭାରତ ସମୟର ଅଶ୍ୱତ୍ଥାମା ହସ୍ତୀ ନାମରେ ଓ ପାହାଡ଼ଟିକୁ ଅଶ୍ୱତ୍ଥାମା ପାହାଡ଼ ନାମରେ ନାମିତ କରାଯାଇଛି । ଜତୁଗୃହରୁ ଆତ୍ମରକ୍ଷା ପାଇଁ ମାତା କୁନ୍ତୀଙ୍କ ସହ ପଞ୍ଚୁପାଣ୍ଡବ ଏଠାରେ ରହିଥିବାରୁ ଏହାର ଗୁମ୍ଫା ସମୂହକୁ ପଞ୍ଚୁପାଣ୍ଡବ ଗୁମ୍ଫା ନାମରେ ନାମିତ କରାଯାଇଛି । thumb|250px|right| ବୁଦ୍ଧ ମୁର୍ତ୍ତି, ଶାନ୍ତି ସ୍ତୁପ, ଧଉଳିଗିରି ଓଡ଼ିଶାରେ ଥିବା ଅନ୍ୟ ବୌଦ୍ଧ କୀର୍ତ୍ତି ବୌଦ୍ଧ ଜିଲ୍ଲାରେ ଅନେକ ଜାଗାରେ ବୌଦ୍ଧ କୀର୍ତ୍ତିମାନ ଅଛି, ବିଶ୍ୱାସ କରାଯାଏ ଯେ ବୁଦ୍ଧଙ୍କ ନାମରୁ ବୌଦ୍ଧ/ବଉଦ ଏହି ଜିଲ୍ଲାର ନାମ ଦିଆଯାଇଛି । ଖଣ୍ଡଗିରି, ଭୁବନେଶ୍ୱର ଉଦୟଗିରି, ଭୁବନେଶ୍ୱର ରତ୍ନଗିରି, ଯାଜପୁର ଲଳିତଗିରି, ଯାଜପୁର ଜଉଗଡ଼, ଗଞ୍ଜାମରେ ଥିବା ଅଶୋକଙ୍କ ଶିଳାଲେଖ ବୌଦ୍ଧ ଧର୍ମ ଶ୍ରେଣୀବିଭାଗ ଥେରବାଦ ମହାଯାନ ବଜ୍ରଯାନ ସହଜଯାନ ଟୀକା ବାହାର ଲିଙ୍କ ଧଉଳି, ଓଡ଼ିଶା ଶ୍ରେଣୀ:ବୌଦ୍ଧ ଧର୍ମ ଶ୍ରେଣୀ:ଓଡ଼ିଶାର ବୌଦ୍ଧ ବିହାର ଶ୍ରେଣୀ:ଓଡ଼ିଶାର ଇତିହାସ ଶ୍ରେଣୀ:ବୌଦ୍ଧ ତୀର୍ଥସ୍ଥଳୀ ଶ୍ରେଣୀ:ଓଡ଼ିଶାର ଐତିହ୍ୟସ୍ଥଳ ଦ୍ୱିତୀୟ; ଅପ୍ରେଲ ୨୦୧୧
୧୯୪୬
https://or.wikipedia.org/wiki/୧୯୪୬
ଘଟଣା ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଅଜ୍ଞାତ ତିଥି ଘଟଣା ଜନ୍ମ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ୧୬ ଅକ୍ଟୋବର – ନବୀନ ପଟ୍ଟନାୟକ, ଓଡ଼ିଶାର ମୁଖ୍ୟମନ୍ତ୍ରୀ, ବିଜୁ ପଟ୍ଟନାୟକଙ୍କ କନିଷ୍ଠ ପୁତ୍ର ମୃତ୍ୟୁ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଆଧାର ଶ୍ରେଣୀ:୧୯୪୬
ଅମିତାଭ ବଚ୍ଚନ
https://or.wikipedia.org/wiki/ଅମିତାଭ_ବଚ୍ଚନ
ଅମିତାଭ ବଚ୍ଚନ (ହିନ୍ଦୀ: अमिताभ बच्चन, ଉଚ୍ଚାରଣ [əmɪtaːbʱ bəttʃən]) ଜଣେ ଭାରତୀୟ ହିନ୍ଦୀ କଥାଚିତ୍ର ଅଭିନେତା ଓ ପ୍ରଯୋଜକ । ତାଙ୍କର ପୂରାନାମ ଅମିତାଭ ହରିବଂଶ ରାୟ ଶ୍ରୀବାସ୍ତବ ବଚ୍ଚନ । ସେ ୧୯୪୨ ମସିହା ଅକ୍ଟୋବର ମାସ ୧୧ ତାରିଖରେ ଭାରତର ଉତ୍ତର ପ୍ରଦେଶଠାରେ ଜନ୍ମଗ୍ରହଣ କରିଥିଲେ । ୧୯୬୯ ମସିହା ନଭେମ୍ବର ମାସ ୭ ତାରିଖରେ ମୁକ୍ତିଲାଭ କରିଥିବା ସାତ୍ ହିନ୍ଦୁସ୍ତାନୀ ହେଉଛି ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର । ୧୯୭୦ ଦଶକର ପ୍ରଥମାର୍ଦ୍ଧରେ ଜଞ୍ଜିର୍ ଓ ଦିୱାର୍ ଭଳି ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ତାଙ୍କୁ ଲୋକପ୍ରିୟ କରାଇଥିଲା । ବଲିଉଡ୍‌ରେ ସେ ଅଭିନୟ କରିଥିବା ଚରିତ୍ରଗୁଡ଼ିକ ପାଇଁ ତାଙ୍କୁ ଭାରତର ପ୍ରଥମ ୟାଙ୍ଗ୍ରି ୟଙ୍ଗ୍ ମ୍ୟାନ୍ ଆଖ୍ୟା ମଧ୍ୟ ଦିଆଯାଇଛି । ହିନ୍ଦୀ ସିନେ ଜଗତରେ ସେ ବଲିଉଡ୍‌ର ଶେହେନ୍‌ଶାହ, ସୁପର୍‌ଷ୍ଟାର୍ ଅଫ୍ ଦ ମିଲେନିୟମ୍ ଓ ବିଗ୍ ବି ନାମରେ ବେଶ୍ ଜଣାଶୁଣା । ସେ ୪ ଦଶନ୍ଧୀରୁ ଅଧିକ ସମୟ ଧରି ପ୍ରାୟ ୧୮୦ଟି ଭାରତୀୟ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି । ସେ କଭି କଭି ମେରେ ଦିଲ୍ ମେ (ଚଳଚ୍ଚିତ୍ର : କଭି କଭି), ଏକ୍‌ଲା ଚଲୋ ରେ (ଚଳଚ୍ଚିତ୍ର : କାହାନୀ), ବାତେଁ ହ‌ୱା ହେ ସାରି (ଚଳଚ୍ଚିତ୍ର : ଚିନି କମ୍), ନୂର୍ (ଚଳଚ୍ଚିତ୍ର : ଦିଲ୍ଲୀ ୬), ଚଲି ଚଲି (ଚଳଚ୍ଚିତ୍ର : ବାଗ୍‌ବାନ୍) ଓ ହୋରି ଖେଲେ (ଚଳଚ୍ଚିତ୍ର : ବାଗ୍‌ବାନ୍) ଭଳି ଅନେକ ଗୀତରେ ସେ କଣ୍ଠଦାନ ମଧ୍ୟ କରିଛନ୍ତି । ଭାରତୀୟ ସିନେ ଇତିହାସରେ ବଚ୍ଚନଙ୍କୁ ଜଣେ ମହାନ ଓ ପ୍ରଭାବଶାଳୀ ଅଭିନେତା ଭାବେ ଜଣାଯାଏ । ୧୯୭୦-୮୦ ଦଶକରେ ତାଙ୍କର ପ୍ରଭାବଶାଳୀ ଅଭିନୟ ପାଇଁ ଫ୍ରେଞ୍ଚ୍ ନିର୍ଦ୍ଦେଶକ ଫ୍ରାନ୍‌କୋଇସ୍ ଟ୍ରୁଫାଉଟ୍ ତାଙ୍କୁ ୱାନ୍-ମ୍ୟାନ୍-ଇଣ୍ଡଷ୍ଟ୍ରି ଆଖ୍ୟା ଦେଇଥିଲେ । ୧୯୮୦ ମସିହାରେ ବଚ୍ଚନଙ୍କୁ ଲୋକ ସଭାର ଜଣେ ସଦସ୍ୟ ରୂପେ ମନୋନୀତ କରାଯାଇଥିଲା । ୧୯୯୦ ମସିହାରେ ସେ ତାଙ୍କର ନିଜର ଚଳଚ୍ଚିତ୍ର ପ୍ରଯୋଜନାକାରୀ କମ୍ପାନୀ ଆରମ୍ଭ କରିଥିଲେ । ୧୯୯୭ ମସିହାରେ ପୁନର୍ବାର ମୃତ୍ୟୁଦାତା ଚଳଚ୍ଚିତ୍ର ଜରିଆରେ ସେ ଅଭିନୟ ଦୁନିଆକୁ ଫେରିଥିଲେ । ୨୦୦୦ ମସିହାରେ ସେ Who Wants to Be a Millionaire?ର ଭାରତୀୟ ସଂସ୍କରଣ କୌନ୍ ବନେଗା କରୋଡ଼୍‌ପତି?ର ସଞ୍ଚାଳକ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ୨୦୧୩ ମସିହାରେ ଦ ଗ୍ରେଟ୍ ଗ୍ୟାଟ୍‌ସ୍‌ବାୟ୍ ଚଳଚ୍ଚିତ୍ରରେ ମେୟର୍ ୱଲ୍‌ଫ୍‌ଶିମ୍ ନାମକ ଏକ ଅଣଭାରତୀୟ ଚରିତ୍ରରେ ଅଭିନୟ କରି ସେ ପ୍ରଥମ ଥର ପାଇଁ ହଲିଉଡ୍‌ରେ ନିଜ ପାଦ ଥାପିଥିଲେ । ବାଲ୍ୟକାଳ ଏବଂ ଶିକ୍ଷା ଅମିତାଭ ବଚ୍ଚନ ୧୯୪୨ ମସିହା ଅକ୍ଟୋବର ମାସ ୧୧ ତାରିଖରେ ଭାରତର ଉତ୍ତର ପ୍ରଦେଶ ରାଜ୍ୟରେ ଥିବା ଆଲ୍ହାବାଦଠାରେ ଜନ୍ମ ଗ୍ରହଣ କରିଥିଲେ । ସେତେବେଳେ ଭାରତ ବ୍ରିଟିଶ୍ ଶାସନାଧୀନ ଥିଲା । ତାଙ୍କ ପୂର୍ବପୂରୁଷମାନେ ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ଥିବା ରାଣୀଗଞ୍ଜ ତାଲୁକାର ବାବୁପତି ଗ୍ରାମରେ ବସବାସ କରୁଥିଲେ । ତାଙ୍କ ପିତା ହରିବଂଶ ରାୟ ଶ୍ରୀବାସ୍ତବ (ବଚ୍ଚନ) ଜଣେ ଜଣାଶୁଣା ହିନ୍ଦୀ କବି ଓ ମାତା ତେଜୀ ବଚ୍ଚନ ପଞ୍ଜାବଠାରେ ଥିବା ଲିଆଲ୍‌ପୁର (ବର୍ତ୍ତମାନର ଫୈସଲାବାଦ)ର ଜଣେ ପଞ୍ଜାବୀ ଶିଖ୍ ଥିଲେ । ଅମିତାଭ ତାଙ୍କ ମାତାପିତାଙ୍କର ପ୍ରଥମ ସନ୍ତାନ । ତାଙ୍କ ସାନ ଭାଇଙ୍କ ନାମ ଅଜିତାଭ ବଚ୍ଚନ । ଭାରତୀୟ ସ୍ୱାଧୀନତା ସଂଗ୍ରାମ ସମୟରେ ବ‌ହୁଳ ଭାବରେ ବ୍ୟବ‌ହୃତ ହୋଇଥିବା ସ୍ଲୋଗାନ୍ ଇନ୍‌କିଲାବ୍ ଜିନ୍ଦାବାଦ୍ଦ୍ୱାରା ପ୍ରେରିତ ହୋଇ ଅମିତାଭଙ୍କ ମାତାପିତା ତାଙ୍କ ନାମ ଇନ୍‌କିଲାବ୍ ରଖିଥିଲେ । ଇନ୍‌କିଲାବ୍‌ର ଅର୍ଥ ବିପ୍ଳବ ବଞ୍ଚିରହୁ । କିନ୍ତୁ ପରବର୍ତ୍ତୀ ସମୟରେ ହରିବଂଶ ରାୟ ତାଙ୍କର ଜଣେ ସାଥି କବି ସୁମିତ୍ରାନ‌ନ୍ଦନ ପନ୍ତଙ୍କ ପରାମର୍ଶକ୍ରମେ ଅମିତାଭଙ୍କ ନାମ ଇନ୍‌କଲାବ୍‌ରୁ ବଦଳାଇ ଅମିତାଭ ରଖିଥିଲେ । ଅମିତାଭ ଅର୍ଥ କେବେ ବି ଲିଭୁ ନ ଥିବା ଆଲୋକ । ଯଦିଓ ହରିବଂଶ ରାୟଙ୍କ ପ୍ରକୃତ ସାଙ୍ଗିଆ ଶ୍ରୀବାସ୍ତବ, ସେ ନିଜର ଛଦ୍ମନାମ ହରିବଂଶ ରାୟ ବଚ୍ଚନ ରଖିଥିଲେ ଏବଂ ଏହି ନାମରେ ତାଙ୍କର ସମସ୍ତ ରଚନା ମୁକ୍ତଲାଭ କରିଛି । ଏହି ବଚ୍ଚନ ସାଙ୍ଗିଆ ସ‌ହିତ ଅମିତାଭ ନିଜ ପ୍ରଥମ ଚଳଚ୍ଚିତ୍ରରେ କାମ ଆରମ୍ଭ କରିଥିଲେ ଏବଂ ନିଜ କାର୍ଯ୍ୟକ୍ଷେତ୍ରରେ ସର୍ବତ୍ର ସେ ଏହି ସାଙ୍ଗିଆ ହିଁ ବ୍ୟବ‌ହାର କରିଥିଲେ । ଫଳରେ ଧିରେ ଧିରେ ତାଙ୍କ ପରିବାରର ସାଙ୍ଗିଆ ବଚ୍ଚନ ହୋଇଗଲା । ଅମିତାଭ ବଚ୍ଚନଙ୍କ ପିତା ୨୦୦୩ ମସିହାରେ ମୃତ୍ୟୁବରଣ କରିଥିଲେ ଓ ତାଙ୍କ ମାତା ୨୦୦୭ ମସିହାରେ ମୃତ୍ୟୁବରଣ କରିଥିଲେ । ଅମିତାଭ ବଚ୍ଚନ ନୈନିତାଲ୍‌ର ଶେର୍‌‌‌‌ଉଡ୍ କଲେଜରେ ନିଜର କଲେଜ ଶିକ୍ଷା ଶେଷ କରିଥିଲେ । ଏହାପରେ ସେ ଦିଲ୍ଲୀ ୟୁନିଭର୍ସିଟି ଅଧିନରେ ଥିବା କିରୋରି ମଲ୍ କଲେଜରୁ କଳାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ସ୍ନାତକ ଡିଗ୍ରୀ ଲାଭ କରିସାରିଲା ପରେ ସେ କୋଲକାତାରେ ବିଭିନ୍ନ କମ୍ପାନୀରୁ ଜିନିଷ ନେବାଆଣିବା କାମ କରୁଥିଲେ । ଅମିତାଭଙ୍କ ମାତାଙ୍କର ଅଭିନୟ ପ୍ରତି ଆଗ୍ରହ ଥିଲା ଏବଂ ତାଙ୍କୁ ଏକ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ସୁଯୋଗ ମଧ୍ୟ ମିଳିଥିଲା । କିନ୍ତୁ ଘର ତ‌ଥା ପରିବାରର ଦାୟିତ୍ୱ ଯୋଗୁଁ ସେ ଅଭିନୟ ଆଡ଼କୁ ମନ ବଳାଇ ନ ଥିଲେ । କିନ୍ତୁ ସେ ଚାହୁଁଥିଲେ ଯେ ଅମିତାଭ ଅଭିନୟ କରନ୍ତୁ । ତେଣୁ ଅମିତାଭ ବମ୍ବେ (ବର୍ତ୍ତମାନର ମୁମ୍ବାଇ) ଯାଇ ଅଭିନୟ କରିବାକୁ ନିଷ୍ପତ୍ତି ନେଇଥିଲେ । ପରବର୍ତ୍ତୀ ସମୟରେ ଅମିତାଭ ଜୟା ଭାଦୁରିଙ୍କୁ ବିବାହ କରିଥିଲେ । ଏହି ଦମ୍ପତିଙ୍କର ଦୁଇ ଜଣ ସନ୍ତାନ ଅଛନ୍ତି । ସେମାନେ ହେଉଛନ୍ତି ଶ୍ୱେତା ନ‌ନ୍ଦ (ବାଣିଜ୍ୟପତି ନିଖିଲ୍ ନନ୍ଦଙ୍କ ପତ୍ନୀ) ଓ ଅଭିଷେକ ବଚ୍ଚନ (ଅଭିନେତା ଓ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ପତି) । କର୍ମ ଜୀବନ ପ୍ରାରମ୍ଭିକ ଅଭିନୟ (୧୯୬୯-୧୯୭୨) : ଅମିତାଭ ବଚ୍ଚନଙ୍କ ସର୍ବପ୍ରଥମ ଚଳଚ୍ଚିତ୍ର ହେଉଛି ୧୯୬୯ ମସିହାରେ ମୁକ୍ତିଲାଭ କରିଥିବା ମୃଣାଳ ସେନ୍‌ଙ୍କ ଜାତୀୟ ପୁରସ୍କାର ପ୍ରାପ୍ତ ଭୁବନ ଶୋମ୍ । ଏଥିରେ ଅମିତାଭ କାହାଣୀ ବର୍ଣ୍ଣନା କରିବା ପାଇଁ କଣ୍ଠଦାନ (Voice Narration) କରିଥିଲେ । ୧୯୬୯ ମସିହା ନଭେମ୍ବର ୭ ତାରିଖରେ ମୁକ୍ତିଲାଭ କରିଥିବା ଖ୍ୱାଜା ଅହମ୍ମଦ୍ ଅବ୍ୱାସ୍‌ଙ୍କଦ୍ୱାରା ନିର୍ଦ୍ଦେଶିତ ଏବଂ ଉତ୍ପଳ ଦତ୍ତ, ଅନ୍‌ୱର୍ ଅଲୀ (ହାସ୍ୟଅଭିନେତା ମେହ୍‌ମୁଦ୍ ଅଲୀଙ୍କ ଭାଇ), ମଧୁ, ତ‌ଥା ଜଲାଲ୍ ଆଘାଙ୍କ ଅଭିନୀତ ଚଳଚ୍ଚିତ୍ର ସାତ୍ ହିନ୍ଦୁସ୍ତାନୀ ହେଉଛି ଅମିତାଭଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରରେ ଥିବା ସାତ ଜଣ ମୁଖ୍ୟ ଚରିତ୍ରଙ୍କ ମଧ୍ୟରୁ ଜଣଙ୍କ ଚରିତ୍ରରେ ଅମିତାଭ ଅଭିନୟ କରିଥିଲେ । ୧୯୭୧ ମସିହାରେ ମୁକ୍ତିଲାଭ କରିଥିବା ଆନନ୍ଦ ଚଳଚ୍ଚିତ୍ରରେ ବଚ୍ଚନ ରାଜେଶ ଖନ୍ନାଙ୍କ ସ‌ହ ଅଭିନୟ କରିଥିଲେ । ଏଥିରେ ଜଣେ ଡାକ୍ତର ଚରିତ୍ରରେ ଅଭିନୟ କରି ସେ ସର୍ବଶ୍ରେଷ୍ଠ ସ‌ହ ଅଭିନେତା ଭାବେ ତାଙ୍କର ପ୍ରଥମ ଫିଲ୍ମ୍‌ଫେୟାର୍ ପୁରସ୍କାର ଜିତିଥିଲେ । ଏହାପରେ ୧୯୭୧ ମସିହାରେ ମୁକ୍ତିଲାଭ କରିଥିବା ପର୍‌ୱାନା ଚଳଚ୍ଚିତ୍ରରେ ହତ୍ୟାକାରୀ ସାଜିଥିବା ଜଣେ ହତାଶ ପ୍ରେମିକ ଚରିତ୍ରରେ ଅଭିନୟ କରି ସେ ପ୍ରଥମ ଥର ପାଇଁ ବିରୋଧୀ ଭାବରେ ଅବତୀର୍ଣ୍ଣ ହୋଇଥିଲେ । ଏହା ପରେ ସେ ରେଶମ୍ ଔର୍ ଶେରା (୧୯୭୧) ଭଳି ଅନେକ ଚଳଚ୍ଚିତ୍ରରେ ଅଭିନ୍ୟ କରିଥିଲେ । ଏହି ସମୟରେ ସେ ତାଙ୍କ ଭବିଷ୍ୟତ ପତ୍ନୀ ଜୟା ଭାଦୁରି ଙ୍କଦ୍ୱାରା ଅଭିନୀତ ଚଲଚିତ୍ର ଗୁଡ୍ଡିରେ ଅତିଥି କଳାକାର ଭାବେ କାମ କରିଥିଲେ । ବାୱର୍ଚି ଚଳଚ୍ଚିତ୍ରର କାହାଣୀର କିଛି ଅଂଶ ବଚ୍ଚନଙ୍କଦ୍ୱାରା ଲେଖାଯାଇଥିଲା । ୧୯୭୨ ମସିହାରେ ସେ ଏସ୍. ରାମନାଥନ୍‌ଙ୍କଦ୍ୱାରା ନିର୍ଦ୍ଦେଶିତ ଚଳଚ୍ଚିତ୍ର ବମ୍ବେ ଟୁ ଗୋଆରେ ଜଣେ ହାସ୍ୟକଳାକାର ଭାବେ ଅଭିନୟ କରିଥିଲେ । ଏହି ସମୟରେ ଅମିତାଭଙ୍କ ଅଭିନୀତ ଚଳଚ୍ଚିତ୍ରଗୁଡ଼ିକ ଦର୍ଶକଙ୍କ ଉପରେ ସେପରି କିଛି ଖାସ୍ ପ୍ରଭାବ ପକାଇ ପାରି ନ ଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଅମିତାଭ ବଲିଉଡ୍‌ର ଜଣେ ଆଗ ଧାଡ଼ିର ଅଭିନେତା ଭାବେ ପ୍ରସିଦ୍ଧି ଲାଭ କରିଥିଲେ । ନାୟକରୁ ମହାନାୟକ (୧୯୭୩-୧୯୮୩) : ନିର୍ଦ୍ଦେଶକ ପ୍ରକାଶ ମେହରା ତାଙ୍କ ଜଞ୍ଜିର୍ (୧୯୭୩) ଚଳଚ୍ଚିତ୍ରର ମୁଖ୍ୟନାୟକର ଚରିତ୍ରରେ ଅଭିନୟ କରିବା ପାଇଁ ଅମିତାଭ ବଚ୍ଚନଙ୍କୁ ସୁଯୋଗ ଦେଇଥିଲେ । ଏହି ଚଳଚ୍ଚିତ୍ରରେ ଅମିତାଭ ଇନ୍‌ସ୍ପେକ୍ଟର୍ ବିଜୟ ଖନ୍ନା ଚରିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ଏହା ପୂର୍ବରୁ ମୁକ୍ତିଲାଭ କରିଥିବା ରୋମାଣ୍ଟିକ୍‌ ଚଳଚ୍ଚିତ୍ରଗୁଡ଼ିକର ସମ୍ପୂର୍ଣ୍ଣ ବିପରୀତ ଥିଲା । ଏଥିରେ ଅଭିନୟ ପରେ ଅମିତାଭ ଏକ ନୂତନ ବ୍ୟକ୍ତିତ୍ୱ — ବଲିଉଡ୍‌ର ୟାଙ୍ଗ୍ରି ୟଙ୍ଗ୍ ମ୍ୟାନ୍ ଭାବେ ପରିଚିତି ଲାଭ କରିଥିଲେ । ଏହି ଚଳଚ୍ଚିତ୍ରରେ ଅମିତାଭଙ୍କ ଅଭିନୟ ଫିଲ୍ମ୍‌ଫେୟାର୍‌ରେ ସର୍ବଶ୍ରେଷ୍ଠ ଅଭିନୟ ଭାବେ ମନୋନୀତ ହୋଇଥିଲା । ସେ ସମୟରେ ଏହି ଚଳଚ୍ଚିତ୍ରଟି ଖୁବ୍ ସଫଳତା ଲାଭ କରିଥିଲା ଏବଂ ସେ ବର୍ଷ ଏହାର ଆୟ ସର୍ବାଧିକ (₹୬୦ ନିୟୁତ) ଥିଲା । ଏହି ଚଳଚ୍ଚିତ୍ର ପରେ ବଚ୍ଚନ ବଲିଉଡ୍ ଇଣ୍ଡଷ୍ଟ୍ରିରେ ଷ୍ଟାର୍ ହୋଇଯାଇଥିଲେ । ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ବଚ୍ଚନ ବଲିଉଡ୍‌ର ଜଣେ ଆଗଧାଡ଼ିର କଳାକାର ହୋଇ ରହିଛନ୍ତି । ଜଞ୍ଜିର୍ ଚଳଚ୍ଚିତ୍ରରେ ସର୍ବଶ୍ରେଷ୍ଠ ଅଭିନେତା ଭାବେ ସେ ତାଙ୍କର ପ୍ରଥମ ଫିଲ୍ମ୍‌ଫେୟାର୍ ଆୱାର୍ଡ଼୍ ଜିତିଥିଲେ । ୧୯୭୩ ମସିହାରେ ସେ ଜୟା ଭାଦୁରିଙ୍କୁ ବିବାହ କରିଥିଲେ ଏବଂ ଏହାପରେ ସେ ଦୁହେଁ ଅନେକ ଚଳଚ୍ଚିତ୍ରରେ ଏକାଠି ଅଭିନୟ କରିଛନ୍ତି । ଜଞ୍ଜିର୍ ଚଳଚ୍ଚିତ୍ରରେ ମଧ୍ୟ ଅମିତାଭ ଓ ଜୟା ଏକାଠି ଅଭିନୟ କରିଥିଲେ । ବିବାହର ମାତ୍ର ଏକ ମାସ ପରେ ମୁକ୍ତିଲାଭ କରିଥିବା ଅଭିମାନ୍ ଚଳଚ୍ଚିତ୍ରରେ ମଧ୍ୟ ଦୁହେଁ ଏକାଠି ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ମଧ୍ୟ ସେ ସମୟରେ ବକ୍ସ୍ ଅଫିସ୍‌ରେ ଖୁବ୍ ସଫଳତା ଲାଭ କରିଥିଲା । ଏହାପରେ ସାମାଜିକ ବ୍ୟବସ୍ଥା ତ‌ଥା ବନ୍ଧୁତ୍ୱ ଉପରେ ଆଧାରିତ, ହୃଷିକେଶ ମୁଖାର୍ଜୀଙ୍କଦ୍ୱାରା ନିର୍ଦ୍ଦେଶିତ ଓ ବିରେଶ ଚାଟାର୍ଜୀଙ୍କଦ୍ୱାରା ରଚିତ ଚଳଚ୍ଚିତ୍ର ନମକ୍ ହରାମ୍‌ରେ ଅମିତାଭ ରାଜେଶ ଖନ୍ନାଙ୍କ ସ‌ହ ବିକ୍ରମ ଚରିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ଅଭିନୟ କରି ସେ ସର୍ବଶ୍ରେଷ୍ଠ ସ‌ହଅଭିନେତା ଭାବେ ତାଙ୍କର ଦ୍ୱିତୀୟ ଫିଲ୍ମ୍‌ଫେୟାର୍ ଆୱାର୍ଡ଼୍ ଜିତିଥିଲେ । ୧୯୪୭ ମସିହାରେ ବଚ୍ଚନ କୁଆଁରା ବାପ୍ ଓ ଦୋସ୍ତ୍ ଭଳି ଚଳଚ୍ଚିତ୍ରରେ ଅତିଥି କଳାକାର ଭାବେ ଅଭିନୟ କରିଥିଲେ । ଏହାପରେ ସେ ରୋଟି କପ୍‌ଡ଼ା ଔର୍ ମକାନ୍ ଚଳଚ୍ଚିତ୍ରରେ ସ‌ହାଭିନେତା ଭାବେ କାମ କରିଥିଲେ । ଏହି ଚଳଚ୍ଚିତ୍ରଟି ମନୋଜ କୁମାରଙ୍କଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା ଓ ଏହା ୧୯୪୭ ମସିହାରେ ସର୍ବାଧିକ ଆୟ କରିଥିଲା । ଆର୍ଥିକ ଓ ମାନସିକ ଅସୁବିଧା ସତ୍ତ୍ୱେ କିପରି ସାଧୁତା ଓ ସଚ୍ଚୋଟତା ପ୍ରତି ସମର୍ପିତ ରହିହୁଏ, ଏହା ହିଁ ଥିଲା ଏହି ଚଳଚ୍ଚିତ୍ରଟିର ବିଷୟବସ୍ତୁ । ଏହାପରେ ୧୯୪୭ ମସିହା ଡେସେମ୍ବର ମାସ ୬ ତାରିଖରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ମଜ୍‌ବୁର୍‌ରେ ଅମିତାଭ ନାୟକ ଭୂମିକାରେ ଅଭିନୟ କରିଥିଲେ । ଏହା ହଲିଉଡ୍ ଚଳଚ୍ଚିତ୍ର ଜିଗ୍ ଜାଗ୍‌ର ରିମେକ୍ ଥିଲା । ଏହି ଚଳଚ୍ଚିତ୍ରଟି ବକ୍ସ୍ ଅଫିସ୍‌ରେ ଖୁବ୍ ସଫଳତା ଲାଭ କରିଥିଲା ।Box Office India. ଏହାପରେ ୧୯୭୫ ମସିହାରେ ସେ ହାସ୍ୟରସାତ୍ମକ ଚଳଚ୍ଚିତ୍ର ଚୁପ୍‌କେ ଚୁପ୍‌କେ, ଅପରାଧ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ଫରାର୍ ଓ ପ୍ରେମ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ମିଲିରେ ନାୟକ ଭୂମିକାରେ ଅଭିନୟ କରିଥିଲେ । ଏହି ବର୍ଷ ସେ ୟଶ୍ ଚୋପ୍ରାଙ୍କଦ୍ୱାରା ନିର୍ଦ୍ଦେଶିତ ଦିୱାର୍ ଚଳଚ୍ଚିତ୍ରରେ ଶଶି କପୁର, ନିରୁପା ରାୟ ଓ ନିତୁ ସିଂଙ୍କ ସ‌ହ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ସେ ସର୍ବଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ୍ ଫେୟାର୍ ଆୱାର୍ଡ଼୍ ମଧ୍ୟ ପାଇଥିଲେ । ୧୯୭୫ ମସିହାରେ ବକ୍ସ୍ ଅଫିସ୍‌ରେ ସୁପର୍‌ହିଟ୍ ଚଳଚ୍ଚିତ୍ରର ମାନ୍ୟତା ଲାଭ କରିଥିବା ସବୁ ଚଳଚ୍ଚିତ୍ରମାନ‌ଙ୍କ ଭିତରେ ଏହି ଚଳଚ୍ଚିତ୍ରଟି ୪ର୍ଥ ସ୍ଥାନରେ ରହିଥିଲା । ଇଣ୍ଡିଆଟାଇମ୍‌ସ୍ ମୁଭିଜ୍‌ର ସର୍ବେକ୍ଷଣ ଅନୁଯାୟୀ ୨୫ଟି ନିଶ୍ଚିତ ଦର୍ଶନୀୟ ବଲିଉଡ୍ ଚଳଚ୍ଚିତ୍ର (Must See Bollywood Films)ମାନ‌ଙ୍କ ମଧ୍ୟରେ ଦିୱାର୍ ଚଳଚ୍ଚିତ୍ର ଅନ୍ୟତମ । ୧୯୭୫ ମସିହା ଅଗଷ୍ଟ ୧୫ ତାରିଖରେ ମୁକ୍ତିଲାଭ କରିଥିବା ଶୋଲେ ଚଳଚ୍ଚିତ୍ର ଆଜି ପର୍ଯ୍ୟନ୍ତ ଭାରତରେ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇ ରହିଛି । ଏହି ଚଳଚ୍ଚିତ୍ରଟି ସେ ସମୟରେ ₹ ୨,୩୬୪,୫୦୦,୦୦୦ ବା US$ ୬୦ ନିୟୁତ ଆୟ କରିଥିଲା । ଏଥିରେ ବଚ୍ଚନ ଜୟଦେବ ଚରିତ୍ରରେ ଅଭିନୟ କରିଥିଲେ । ଦିୱାର୍ ଓ ଶୋଲେ ଚଳଚ୍ଚିତ୍ରକୁ ୧୯୭୫ ମସିହାର ଦୁଇଟି ମୁଖ୍ୟ ଚଳଚ୍ଚିତ୍ର ଭାବେ ଜଣାଯାଏ । ୧୯୯୯ ମସିହାରେ ବିବିସି ଇଣ୍ଡିଆ ଏହି ଚଳଚ୍ଚିତ୍ରଟିକୁ ଫିଲ୍ମ୍ ଅଫ୍ ଦ ମିଲେନିୟମ୍ (Film of the Millennium) ଭାବେ ଘୋଷଣା କରିଥିଲା ଏବଂ ଇଣ୍ଡିଆଟାଇମ୍‌ସ୍ ମୁଭିଜ୍‌ଦ୍ୱାରା ମଧ୍ୟ ଏହାକୁ ୨୫ଟି ନିଶ୍ଚିତ ଦର୍ଶନୀୟ ବଲିଉଡ୍ ଚଳଚ୍ଚିତ୍ର (Must See Bollywood Films)ମାନ‌ଙ୍କ ତାଲିକାରେ ସାମିଲ କରାଯାଇଥିଲା । ସେହି ବର୍ଷ ୫୦ତମ ବାର୍ଷିକ ଫିଲ୍ମ୍ ଫେୟାର୍ ଆୱାର୍ଡ଼୍‌ସ୍‌ର ବିଚାରପତିମାନେ ଏହାକୁ ୫୦ ବର୍ଷର ସର୍ବଶ୍ରେଷ୍ଠ ଫିଲ୍ମ୍ ଫେୟାର୍ ଚଳଚ୍ଚିତ୍ର (Filmfare Best Film of 50 Years) ଭାବେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲେ । ୧୯୭୬ ମସିହାରେ ସେ ନିର୍ଦ୍ଦେଶକ ୟଶ୍ ଚୋପ୍ରାଙ୍କ ରୋମାଣ୍ଟିକ୍ ତ‌ଥା ପାରିବାରିକ ଚଳଚ୍ଚିତ୍ର କଭି କଭିରେ ଅଭିନୟ କରିଥିଲେ । ବଚ୍ଚନ ଏଥିରେ ଅମିତ୍ ମାଲ୍‌ହୋତ୍ରା ନାମକ ଯୁବକ ଚରିତ୍ରରେ ଅଭିନୟ କରିଥିଲେ । ଅମିତ୍ ମାଲ୍‌ହୋତ୍ରା ଜଣେ କବି ଥିଲା ଏବଂ ସେ ପୂଜା (ରାକ୍ଷୀ ଗୁଲ୍‌ଜାର୍) ନାମକ ଜଣେ ସୁନ୍ଦରୀ ଯୁବତୀକୁ ଗଭୀର ଭାବେ ପ୍ରେମ କରିବା ଆରମ୍ଭ କରିଦେଇଥିଲା । କିନ୍ତୁ ଶେଷରେ ପୂଜା ଆଉ ଜଣକୁ (ଶଶୀ କପୁର) ବିବାହ କରିଥିଲା । ଏହି ଚଳଚ୍ଚିତ୍ରରେ ବଚ୍ଚନ ଜଣେ ରୋମାଣ୍ଟିକ୍ ହିରୋର ଚରିତ୍ରରେ ଅଭିନୟ କରିଥିଲେ, ଯାହାକି ସେ ଜଞ୍ଜିର୍ ଓ ଦିୱାର୍ ଆଦି ଚଳଚ୍ଚିତ୍ରରେ କରିଥିବା "ୟାଙ୍ଗ୍ରି ୟଙ୍ଗ୍ ମ୍ୟାନ୍" ଚରିତ୍ରଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କଦ୍ୱାରା ଖୁବ୍ ଆଦୃତ ହୋଇଥିଲା । ଏଥିରେ ନିଜର ଅଭିନୟ ପାଇଁ ବଚ୍ଚନ ପୁନର୍ବାର ଫିଲ୍ମଫେୟାର୍‌ରେ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ସେହି ବର୍ଷ ସେ ଅଦାଲତ୍ ଚଳଚ୍ଚିତ୍ରରେ ପିତା ଓ ପୁତ୍ର ଉଭୟଙ୍କ ଚରିତ୍ରରେ ଅଭିନୟ କରିଥିଲେ । ୧୯୭୭ ମସିହାରେ ଅମର୍ ଅକବର୍ ଆନ୍ଥୋନି ଚଳଚ୍ଚିତ୍ରରେ ନିଜର ଅଭିନୟ ପାଇଁ ସେ ତାଙ୍କର ପ୍ରଥମ ଫିଲ୍ମଫେୟାର୍ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ଜିଣିଥିଲେ । ଏହି ଚଳଚ୍ଚିତ୍ରରେ ସେ ବିନୋଦ ଖନ୍ନା ଓ ଋଷି କପୁରଙ୍କ ବିପକ୍ଷରେ ତୃତୀୟ ମୁଖ୍ୟ ଚରିତ୍ରରେ ଆନ୍ଥୋନି ଗୋନ୍‌ଜାଲ୍‌ଭେସ୍ ଭାବେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ସେ ବର୍ଷର ସବୁଠାରୁ ଅଧିକ ଆୟକାରୀ ଚଳଚ୍ଚିତ୍ର ଥିଲା । ପର୍‌ବରିଶ୍ ଓ ଖୁନ୍ ପସିନା ମଧ୍ୟ ବଚ୍ଚନଙ୍କ ଅଭିନୀତ ସେହି ବର୍ଷର ସଫଳ ଚଳଚ୍ଚିତ୍ରମାନ‌ଙ୍କ ମଧ୍ୟରୁ ଅନ୍ୟତମ । କସ୍‌ମେ ବାଦେ (୧୯୭୮) ଚଳଚ୍ଚିତ୍ରରେ ସେ ଅମିତ୍ ଓ ଶଙ୍କର୍ ଚରିତ୍ରରେ ତ‌ଥା ଡନ୍ (୧୯୭୮) ଚଳଚ୍ଚିତ୍ରରେ ସେ ମୁଖ୍ୟ ଚରିତ୍ର ଡନ୍ ଓ ଡନ୍ ଭଳି ଦେଖାଯାଉଥିବା ବିଜୟ ଚରିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ପାଇଁ ତାଙ୍କୁ ଦ୍ୱିତୀୟ ଥର ପାଇଁ ଫିଲ୍ମଫେୟାର୍ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିଲା । ୟଶ୍ ଚୋପ୍ରାଙ୍କ ତ୍ରିଶୂଲ୍ ଓ ପ୍ରକାଶ ମେହ୍‌ରାଙ୍କ ମୁକଦ୍ଦର୍ କା ସିକନ୍ଦର୍ ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଛନ୍ତି । ୧୯୭୯ ମସିହାରେ ବଚ୍ଚନ ସୁହାଗ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ସେହି ବର୍ଷ ସର୍ବାଧିକ ଆୟ କରିଥିଲା । ସେହି ବର୍ଷ ସେ ମିଃ ନଟ୍‌ୱର୍‌ଲାଲ୍, କାଲା ପତ୍ଥର୍ ଓ ଦ ଗ୍ରେଟ୍ ଗାମ୍ବ୍‌ଲର୍ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ମିଃ ନଟ୍‌ୱର୍‌ଲାଲ୍ ଚଳଚ୍ଚିତ୍ରରେ ସେ ରେଖାଙ୍କ ସ‌ହ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରର ଗୋଟିଏ ଗୀତ ପାଇଁ ତାଙ୍କୁ କଣ୍ଠଦାନ ମଧ୍ୟ କରିବାକୁ ପଡ଼ିଥିଲା । ଏହି ଚଳଚ୍ଚିତ୍ରରେ ନିଜର ଅଭିନୟ ଓ ସଙ୍ଗୀତ ପାଇଁ ସେ ଉଭୟ ଫିଲ୍ମ‌ଫେୟାର୍ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ଓ ଫିଲ୍ମ‌ଫେୟାର୍ ସର୍ବଶ୍ରେଷ୍ଠ କଣ୍ଠଶିଳ୍ପୀ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । କାଲା ପତ୍ଥର୍ ଚଳଚ୍ଚିତ୍ରରେ ନିଜର ଅଭିନୟ ପାଇଁ ମଧ୍ୟ ସେ ଫିଲ୍ମ‌ଫେୟାର୍ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ୧୯୮୦ ମସିହାରେ ରାଜ୍ ଖୋସ୍‌ଲାଙ୍କଦ୍ୱାରା ନିର୍ଦ୍ଦେଶିତ ଚଳଚ୍ଚିତ୍ର ଦୋସ୍ତାନାରେ ନିଜର ଅଭିନୟ ପାଇଁ ସେ ପୁନର୍ବାର ଫିଲ୍ମ‌ଫେୟାର୍ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ଏହି ଚଳଚ୍ଚିତ୍ରରେ ସେ ଶତ୍ରୁଘ୍ନ ସିହ୍ନା ଓ ଜିନତ୍ ଅମନ୍‌ଙ୍କ ବିପକ୍ଷରେ ଅଭିନୟ କରିଥିଲେ । ଦୋସ୍ତାନା ୧୯୮୦ ମସିହାର ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ଥିଲା । ୧୯୮୧ ମସିହାରେ ସେ ୟଶ୍ ଚୋପ୍ରାଙ୍କ ଆବେଗପୂର୍ଣ୍ଣ ଚଳଚ୍ଚିତ୍ର ସିଲ୍‌ସିଲାରେ ଅଭିନୟ କରିଥିଲେ । ଏଥିରେ ସେ ନିଜ ପତ୍ନୀ ଜୟା ଓ ରେଖାଙ୍କ ସ‌ହ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ଶାନ୍ (୧୯୮୦) ଓ ଶକ୍ତି (୧୯୮୨) ବକ୍ସ୍ ଅଫିସ୍‌ରେ ଏତେଟା ସଫଳତା ଲାଭ କରିପାରି ନ ଥିଲା । ତେବେ ତାଙ୍କ ଅଭିନୀତ ରାମ୍ ବଲ୍‌ରାମ୍ (୧୯୮୦), ନସିବ୍ (୧୯୮୧) ଓ ଲାୱାରିସ୍ (୧୯୮୧) ଖୁବ୍ ସଫଳତା ଅର୍ଜନ କରିଥିଲା । ୧୯୮୨ ମସିହାରେ ସେ ସଟ୍ଟେ ପେ ସଟ୍ଟା ଓ ଦେଶ୍ ପ୍ରେମୀ ଚଳଚ୍ଚିତ୍ରରେ ଦ୍ୱୈତ ଭୂମିକାରେ ଅଭିନୟ କରିଥିଲେ । ଏହି ଦୁଇଟି ଚଳଚ୍ଚିତ୍ର ବକ୍ସ୍ ଅଫିସ୍‌ରେ ଖୁବ୍ ସଫଳତା ଲାଭ କରିଥିଲା । ୧୯୮୩ ମସିହାରେ ସେ ମହାନ୍ ଚଳଚ୍ଚିତ୍ରରେ ତିନିଟି ଚରିତ୍ରରେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ କୁଲି ଚଳଚ୍ଚିତ୍ର ସେ ବର୍ଷର ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ଥିଲା । କୁଲିର ସୁଟିଙ୍ଗ୍ ସମୟରେ ହୋଇଥିବା ଦୁର୍ଘଟଣା (୧୯୮୨) : ୧୯୮୨ ମସିହା ଜୁଲାଇ ମାସ ୨୬ ତାରିଖରେ ବେଙ୍ଗାଲୁରୁର ବିଶ୍ୱବିଦ୍ୟାଳୟ ପରିସରରେ କୁଲି ଚଳଚ୍ଚିତ୍ରର ସୁଟିଙ୍ଗ୍ ଚାଲିଥିବା ସମୟରେ ସ‌ହ କଳାକାର ପୁନିତ୍ ଇସାର୍‌ଙ୍କ ସ‌ହ ଏକ ଲଢ଼ିବା ଦୃଶ୍ୟର ସୁଟିଙ୍ଗ୍ ବେଳେ ବଚ୍ଚନ ଏକ ପ୍ରାଣ‌ଘାତକ ଦୁର୍ଘଟଣାର ଶିକାର ହୋଇଥିଲେ । ଏଥିରେ ସେ ଆନ୍ତ୍ରିକ ଆଘାତ ପ୍ରାପ୍ତ ହୋଇଥିଲେ । ଗୋଟିଏ ଦୃଶ୍ୟରେ ତାଙ୍କୁ ଉପରୁ ଗୋଟିଏ ଟେବୁଲ୍ ଉପରକୁ ଡେଇଁବାର ଥିଲା ଏବଂ ତା' ପରେ ସେହି ଟେବୁଲ୍‌ରୁ ତଳକୁ ଡେଇଁବାର ଥିଲା । କିନ୍ତୁ ଯେତେବେଳେ ସେ ଟେବୁଲ୍ ଉପରକୁ ଡେଇଁଲେ, ଟେବୁଲ୍‌ର ଗୋଟିଏ କୋଣ ତାଙ୍କ ତଳିପେଟରେ ବାଜିଯାଇଥିଲା । ଏହାଦ୍ୱାରା ତାଙ୍କ ପ୍ଲୀହା ଆଘାତପ୍ରାପ୍ତ (Splenic rupture) ହୋଇଥିଲା । ଫଳରେ ତାଙ୍କ ଶରୀରରୁ ବ‌ହୁତ ପରିମାଣର ରକ୍ତ ବ‌ହିଯାଇଥିଲା । ତାଙ୍କୁ ଯଥା ଶୀଘ୍ର ଡାକ୍ତରଖାନାକୁ ନିଆଯାଇ ତାଙ୍କର ସ୍ପ୍ଲେନେକ୍ଟୋମି (Splenectomy : ପ୍ଲୀହା ପ୍ରତିରୋପଣ) କରାଯାଇଥିଲା । ଏହା ପରେ ସେ ଅନେକ ମାସ ପର୍ଯ୍ୟନ୍ତ ମୁମୁର୍ଷୁ ଅବସ୍ଥାରେ ଡାକ୍ତରଖାନାରେ ରହିଥିଲେ । ଏହି ସମୟରେ ତାଙ୍କ ଆରୋଗ୍ୟ କାମନା କରି ତାଙ୍କ ପ୍ରଶଂସକମାନେ ବ‌ହୁମାତ୍ରାରେ ମନ୍ଦିରରେ ପୂଜାର୍ଚ୍ଚନା କରିବା ସ‌ହ ନିଜ ଅଙ୍ଗପ୍ରତ୍ୟଙ୍ଗର ବଳି ମଧ୍ୟ ଦେଇଥିଲେ । ପରବର୍ତ୍ତୀ ସମୟରେ ବଚ୍ଚନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତ୍ତି ହେବାପରେ ତାଙ୍କ ପ୍ରଶଂସକମାନେ ଡାକ୍ତରଖାନା ବାହାରେ ତାଙ୍କ ଶୁଭକାମନା କରିବା ପାଇଁ ଲମ୍ବା ଧାଡ଼ିରେ ଠିଆହୋଇ ରହୁଥିଲେ । ଦୀର୍ଘ ସମୟର ଅସୁସ୍ଥତା ପରେ ସେହି ବର୍ଷ ହିଁ ସେ ଆରୋଗ୍ୟ ଲାଭ କରି ପୁନର୍ବାର ଅଭିନୟ କରିବା ଆରମ୍ଭ କରିଦେଇଥିଲେ । ୧୯୮୩ ମସିହାରେ କୁଲି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ଏବଂ ବକ୍ସ୍ ଅଫିସ୍‌ରେ ଅପୂର୍ବ ସଫଳତା ଲାଭ କରି ସେ ବର୍ଷର ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ସାବ୍ୟସ୍ତ ହୋଇଥିଲା । ତେବେ ଏହି ସଫଳତାର କିଛି ଶ୍ରେୟ ବଚ୍ଚନଙ୍କ ଦୁର୍ଘଟଣା ଯୋଗୁଁ ହୋଇଥିବା ପ୍ରଚାରକୁ ମଧ୍ୟ ଯାଏ । ବଚ୍ଚନଙ୍କ ଦୁର୍ଘଟଣା ପରେ ନିର୍ଦ୍ଦେଶକ ମନମୋହନ ଦେଶାଇ କୁଲିର ଶେଷଭାଗକୁ ବଦଳାଇ ଦେଇଥିଲେ । ପୂର୍ବରୁ ଲେଖାଯାଇଥିବା କାହାଣୀ ଅନୁଯାୟୀ ବଚ୍ଚନ ଅଭିନୟ କରୁଥିବା ଚରିତ୍ରଟି ଶେଷରେ ମୃତ୍ୟୁବରଣ କରୁଥିଲା । କିନ୍ତୁ କାହାଣୀରେ ପରିବର୍ତ୍ତନ ପରେ ଚରିତ୍ରଟି ଶେଷରେ ବଞ୍ଚିଥିଲା । ଦେଶାଇ କ‌ହିଥିଲେ ଯେ, ଯେଉଁ ବ୍ୟକ୍ତି ନିଜ ପ୍ରକୃତ ଜୀବନରେ ମୃତ୍ୟୁକୁ ହରାଇ ଫେରିଆସିଛି, ସେ ପର୍ଦ୍ଦା ଉପରେ ମରିଯିବାଟା ନିଶ୍ଚିତ ଭାବରେ ଅନୁଚିତ୍ । ଆହୁରି ମଧ୍ୟ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରରେ ଉପରୋକ୍ତ ଲଢ଼େଇ ଦୃଶ୍ୟକୁ ଟେବୁଲ୍ ଉପରକୁ ଡେଇଁବା ସମୟରେ ସ୍ଥଗିତ ରଖାଯାଇ ପର୍ଦ୍ଦା ଉପରେ ଅଭିନେତାର ଦୁର୍ଘଟଣାକୁ ସଙ୍କେତ କରି ଏକ ଶିରୋନାମା ଦେଖାଯାଇଥିଲା । ଏହି ଶିରୋନାମାଦ୍ୱାରା ଦୁର୍ଘଟଣାଟିର ପ୍ରଚାର ସୁନିଶ୍ଚିତ କରାଯାଇଥିଲା । ପରବର୍ତ୍ତୀ ସମୟରେ ବଚ୍ଚନ ମିଆସ୍ଥେନିଆ ଗ୍ରେଭିସ୍ (Myasthenia gravis) ରୋଗରେ ଆକ୍ରାନ୍ତ ହୋଇଥିଲେ । ତାଙ୍କର ଅସୁସ୍ଥତା ଯୋଗୁଁ ସେ ଉଭୟ ଶାରୀରିକ ଓ ମାନସିକ ଭାବେ ଦୁର୍ବଳ ହୋଇପଡ଼ିଥିଲେ ଏବଂ ଅଭିନୟରୁ ଅବସର ନେଇ ରାଜନୀତିରେ ପ୍ରବେଶ କରିବା କଥା ଚିନ୍ତା କରିବାକୁ ଲାଗିଥିଲେ । ଏହି ସମୟରେ ସେ ନିରାଶାବାଦୀ ହୋଇଯାଇଥିଲେ ଏବଂ ନିଜର ପ୍ରତ୍ୟେକ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପୂର୍ବରୁ, "ଚଳଚ୍ଚିତ୍ରଟିକୁ ଦର୍ଶକ କିପରି ଗ୍ରହଣ କରିବେ", ଏହି ପ୍ରଶ୍ନର ଉତ୍ତର ସେ "ୟେ ଫିଲ୍ମ୍ ତୋ ଫ୍ଲପ୍ ହୋଗି !" ("ଏହି ଚଳଚ୍ଚିତ୍ରଟି ଅସଫଳ ହେବ") କ‌ହି ଦେଉଥିଲେ । ରାଜନୀତି (୧୯୮୪-୧୯୮୭) : ୧୯୮୪ ମସିହାରେ ନିଜ ଦୀର୍ଘ ଦିନର ବନ୍ଧୁ ରାଜୀବ ଗାନ୍ଧୀଙ୍କୁ ସମର୍ଥନ କରିବା ପାଇଁ ବଚ୍ଚନ ଅଭିନୟରୁ ଅବସର ନେଇ ରାଜନୀତିରେ ପାଦ ଥାପିଥିଲେ । ସେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏହ୍. ଏନ୍. ବ‌ହୁଗୁଣାଙ୍କ ବିପକ୍ଷରେ ଆଲାହାବାଦରୁ ଅଷ୍ଟମ ଲୋକ ସଭା ଆସନ ପାଇଁ ନିର୍ବାଚନ ଲଢ଼ିଥିଲେ ଏବଂ ୬୮.୨% ଭୋଟ୍ ପାଇ ଜୟଯୁକ୍ତ ହୋଇଥିଲେ । କିନ୍ତୁ ତାଙ୍କ ରାଜନୈତିକ ଜୀବନର ସମୟସୀମା ଖୁବ୍ କମ ଥିଲା । ମାତ୍ର ୩ ବର୍ଷ ପରେ ସେ ରାଜନୀତିକୁ ଭ୍ରଷ୍ଟାଚାରରେ ପରିପୂର୍ଣ୍ଣ ଦର୍ଶାଇ ସେଥିରୁ ଅବସର ନେଇଥିଲେ । ରାଜନୀତିରୁ ଅବସର ଗ୍ରହଣ କରିବା ପରେ ପରେ ବୋଫର୍ସ୍ ଦୁର୍ନୀତିରେ ବଚ୍ଚନ ଓ ତାଙ୍କ ଭାଇ ସମ୍ପୃକ୍ତ ଥିବାର ଏକ ଖବରକାଗଜ ଦର୍ଶାଇଥିଲା । ବଚ୍ଚନ ଏହି ଆରୋପକୁ ଅମାନ୍ୟ କରି ଅଦାଲତରେ ଏହା ବିରୁଦ୍ଧରେ ଲଢ଼ିଥିଲେ ଏବଂ ନିର୍ଦ୍ଦୋଷ ପ୍ରମାଣିତ ହୋଇଥିଲେ । ଆଧାର ଅଧିକ ତଥ୍ୟ Amitabh Bachchan's official blog Amitabh Bachchan Documentary, Classic BBC Archive video and exclusive interview conducted in Amitabh's own house for BBC Asian Network British Academy of Film and Television Arts brochure ଶ୍ରେଣୀ:୧୯୪୨ ଜନ୍ମ ଶ୍ରେଣୀ:ଜୀବିତ ବ୍ୟକ୍ତି ଶ୍ରେଣୀ:ପଦ୍ମଶ୍ରୀ ସମ୍ମାନିତ ଶ୍ରେଣୀ:ଅଭିନେତା
ବକ୍ସି ଜଗବନ୍ଧୁ
https://or.wikipedia.org/wiki/ବକ୍ସି_ଜଗବନ୍ଧୁ
thumb|250px|କଳ୍ପନା ଛକସ୍ଥିତ ରାଜ୍ୟ ସଂଗ୍ରହାଳୟ ସାମ୍ନାରେ ଥିବା ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାଏ (ବକ୍ସି ଜଗବନ୍ଧୁ ଓ ପାଇକ ବକ୍ସି ନାମରେ ମଧ୍ୟ ଜଣା) ଖୋର୍ଦ୍ଧା ମହାରାଜାଙ୍କର ସେନାପତି ଓ ବକ୍ସି ଥିଲେ । ଭାରତୀୟ ମୁକ୍ତି ସଂଗ୍ରାମର ଆଦ୍ୟକାଳରେ ସେ ଥିଲେ ଜଣେ ଯୋଦ୍ଧା । ପାଇକ ବିପ୍ଳବୀମାନେ ତାଙ୍କର ନେତୃତ୍ୱରେ ୧୮୧୭ ମସିହାରେ ଫିରିଙ୍ଗି ଶାସନ ବିରୁଦ୍ଧରେ ପାଇକ ବିଦ୍ରୋହ ଆରମ୍ଭ କରିଥିଲେ । ଜୀବନୀ ବକ୍ସି ଜଗବନ୍ଧୁଙ୍କର ୧୮୦୪ ପୂର୍ବବର୍ତ୍ତୀ ଜୀବନୀ ଏ ପର୍ଯ୍ୟନ୍ତ ଅଜଣା ରହିଛି । କେତେକ ଐତିହାସିକ ମତ ଦିଅନ୍ତି ତାଙ୍କ ଜୀବନ କାଳ ୧୭୮୦ ମସିହାରୁ ୧୮୨୯ ମସିହା ମଧ୍ୟରେ ସୀମାବଦ୍ଧ ଥିଲା । ଜଗବନ୍ଧୁ ବିଦ୍ୟାଧର ତାଙ୍କର ପୁର୍ବପୁରୁଷଙ୍କଠାରୁ ବଂଶାନୁକ୍ରମେ "ବକ୍ସି" ଉପାଧି ଲାଭ କରି ଖୋର୍ଦ୍ଧା ରାଜାଙ୍କର ସେନାପତି ଭାବେ ଦାୟିତ୍ୱ ବହନ କଲେ, ରାଜାଙ୍କ ପରେ ସେ ଥିଲେ ଦ୍ୱିତୀୟ ଗଣ୍ୟମାନ୍ୟ ବ୍ୟକ୍ତି । ତାଙ୍କ ପରିବାର ପାଇଁ ରାଜାଙ୍କଦ୍ୱାରା ଜମି, ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ପତ୍ର ସହ "ରରଙ୍ଗ କିଲ୍ଲା"ର ଜମିଦାରୀ ପ୍ରଦାନ କରାଯାଇ ଥିଲା । ତାଙ୍କର ସେରଗଡ଼ ଓ ବଡ଼ମ୍ବା ରାଜାଙ୍କ ସହିତ ବୈବାହିକ ସମ୍ବନ୍ଧ ଥିଲା । ସୁତରାଂ ସେ ଉଚ୍ଚ ବଂଶଜ ବୋଲି ଅନୁମାନ କରାଯାଏ । ଜଗବନ୍ଧୁ ବିଦ୍ୟାଧର ଭୋଇବଂଶର ପ୍ରଥମ ରାଜା ଗୋବିନ୍ଦ ବିଦ୍ୟାଧରଙ୍କ ମନ୍ତ୍ରୀ ଦନେଇ ବିଦ୍ୟାଧରଙ୍କ ଅଷ୍ଟମ ବଂଶଧର । ଷ୍ଟାର୍ଲିଂ ସାହେବ ତାଙ୍କର ଓଡ଼ିଶା ଇତିହାସରେ ଗୋଟିଏ କିମ୍ବଦନ୍ତୀ ଉପରେ ଭତ୍ତିି କରି ଲେଖଛିନ୍ତି ଯେ, ଜଗବନ୍ଧୁଙ୍କ ଶାରୀରିକ ଗଠନ ସୁନ୍ଦର ଓ ବଳିଷ୍ଠ ଥିଲା ଏବଂ ସେ ଶକ୍ତିମାନ ପୁରୁଷ ଥିଲେ । ପାଇକ ବିଦ୍ରୋହ thumb|କଟକର ଧରଣୀଧର ବେହେରାଙ୍କଦ୍ୱାରା ଚିତ୍ରିତ ବକ୍ସି ଜଗବନ୍ଧୁ ଇଂରେଜମାନେ ୧୮୦୪ ଖ୍ରୀଷ୍ଟାବ୍ଦରେ ଖୋର୍ଦ୍ଧାର ରାଜା ମୁକୁନ୍ଦ ଦେବଙ୍କୁ ଗାଦିଚ୍ୟୁତ କରି ତାଙ୍କର ରାଜ୍ୟକୁ "ଖାସ୍' କଲେ ଅର୍ଥାତ୍ ପ୍ରତ୍ୟକ୍ଷ ଇଂରେଜ ଶାସନାଧୀନ ଅଞ୍ଚଳ ସହିତ ତାକୁ ମିଶାଇ ଦିଆଗଲା । ପାଇକଙ୍କ ନିଷ୍କର ଜମି ଉପରେ ଉଚ୍ଚ ହାରରେ କର ଧାର୍ଯ୍ୟ ହେଲା । ଫଳରେ ପାଇକମାନେ ତାଙ୍କର ବଂଶାନୁକ୍ରମିକ ନିଷ୍କର ବୃତ୍ତିରୁ ବଞ୍ଚିତ ହେଲେ । ଖୋର୍ଦ୍ଧା ଖାସ୍ ହେବା ପରେ ସେହି ଜମିଦାରୀର ରାଜସ୍ୱ ଅନେକ ପରିମାଣରେ ବୃଦ୍ଧି କରାଯାଇ ଜଣେ ବିଦେଶୀ ଜମିଦାରଙ୍କୁ ପଟ୍ଟା ଦିଆଗଲା । ଅନେକ ସର୍ବସ୍ୱାନ୍ତ ହୋଇ ନିଜର ଘରଦ୍ୱାର ଛାଡ଼ି ନିକଟବର୍ତ୍ତୀ କରଦ ରାଜ୍ୟମାନଙ୍କରେ ଆଶ୍ରୟ ନେଲେ । ଯେଉଁମାନେ ରହିଲେ ସେମାନଙ୍କ ଆର୍ଥିକ ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଲା । ୧୮୧୭ ମସିହାରେ ଇଂରେଜମାନେ ଘୁମୁସର ରାଜା ଧନଞ୍ଜୟ ଭଞ୍ଜଙ୍କୁ ଗୋଟିଏ ହତ୍ୟା ମାମଲା ସମ୍ପର୍କରେ ଗିରଫ କଲେ । ସେହି ଘଟଣାର ପ୍ରତିବାଦରେ ଘୁମୁସରର ୩୦୦/୪୦୦ କନ୍ଧ ବାଣପୁରରେ ପଶି ସରକାରୀ ଖଜଣାଖାନା ଲୁଟ୍ କଲେ ଓ ସରକାରୀ ଦପ୍ତର ସବୁ ଆକ୍ରମଣ କଲେ । କୁହୁଳୁଥିବା ବିଦ୍ରୋହାଗ୍ନି ଜଳି ଉଠିଲା । ଖୋର୍ଦ୍ଧାର ପାଇକମାନେ ଏହି ସୁଯୋଗ ନେଇ ବକ୍ସି ଜଗବନ୍ଧୁଙ୍କର ନେତୃତ୍ୱରେ ଇଂରେଜମାନଙ୍କର ଅନ୍ୟାୟ ନୀତି ଓ ନିର୍ଯାତନା ବିରୁଦ୍ଧରେ ବିଦ୍ରୋହ କଲେ । ଜଗବନ୍ଧୁଙ୍କର ପରମ ଶତ୍ରୁ ଚରଣ ପଟ୍ଟନାୟକ ତାଙ୍କର କ୍ରୋଧାଗ୍ନିର ପ୍ରଥମ ଶିକାର ହେଲେ । ବିଦ୍ରୋହ ଦମନ ହଠାତ୍ ପାଇକ ବିଦ୍ରୋହ ହେବାରୁ ଇଂରେଜ କର୍ତ୍ତୃପକ୍ଷ ବିବ୍ରତ ହୋଇ ପଡ଼ିଲେ । ପାଇକମାନେ ବାଣପୁର ଓ ଖୋର୍ଦ୍ଧାରେ ଥିବା ସବୁ ସରକାରୀ ଅଫିସ୍ ଭାଙ୍ଗି ଦେଲେ, ଖଜଣାଖାନା ଲୁଟ୍ କଲେ । ପାଇକମାନଙ୍କ ସାଙ୍ଗରେ ଇଂରେଜ ସୈନ୍ୟଙ୍କର ଗଙ୍ଗପଡ଼ା, ବାଳକାଟି, ପିପିଲି ଇତ୍ୟାଦି ସ୍ଥାନମାନଙ୍କରେ ସଂଘର୍ଷ ହୋଇଥିଲା । ତଦ୍ଦ୍ୱାରା ପାଇକମାନଙ୍କର ଗତିରୋଧ ହୋଇ ପାରିଲା ନାହଁ । ପାଇକମାନେ ପୁରୀ ଆଡ଼କୁ ଅଗ୍ରସର ହେଲେ । ପୁରୀରେ ପାଇକମାନେ ଇଂରେଜ ସୈନ୍ୟଙ୍କ ପ୍ରତିରୋଧ କରି ପାରିଲେ ନାହଁ । ଇଂରେଜମାନେ ରାଜା ମୁକୁନ୍ଦ ଦେବଙ୍କୁ ବନ୍ଦୀ କରି କଟକ ଆଣିଲେ । ୧୮୧୭ ମସିହା ଏପି୍ରଲ ମାସ ୧୨ ତାରିଖରେ ସାମରିକ ଆଇନ ପ୍ରବର୍ତ୍ତନ କରାଗଲା । କ୍ରମେ ସେ ଆଇନ ପୁରୀ ଓ ପିପିଲିରେ ପ୍ରବର୍ତ୍ତନ କରାଗଲା । ମେଜର୍ ସାର୍ ଜି. ମାଟିନ୍ଡ଼େଲ୍‌ଙ୍କୁ ସାମରିକ କମିଶନର ରୂପେ ନିଯୁକ୍ତି କରାଗଲା । ସେହିବର୍ଷ ଅକ୍ଟୋବର ମାସ ଶେଷ ବେଳକୁ ଇଂରେଜମାନେ ବିଦ୍ରୋହକୁ ସମ୍ପୂର୍ଣ୍ଣ ଭାବରେ ଦମନ କରି ଦେଇଥିଲେ । କିନ୍ତୁ ଇଂରେଜ କର୍ତ୍ତୃପକ୍ଷ ଶାନ୍ତିରେ ନିଃଶ୍ୱାସ ମାରି ପାରିଲେ ନାହଁ । କାରଣ ଜଗବନ୍ଧୁ ବିଦ୍ୟାଧର, କୃଷ୍ଣଚନ୍ଦ୍ର ଭ୍ରମରବର ଓ ସେମାନଙ୍କ ଅନୁଚରମାନେ ଜଙ୍ଗଲରେ ଆତ୍ମଗୋପନ କରି ରହିଲେ । ପୁଣି କେତେବେଳେ ବିଦ୍ରୋହର ନିଆଁ ଜଳି ଉଠିବ ଏହି ଭୟରେ କତ୍ତର୍ପୃକ୍ଷ ସବୁବେଳେ ସତର୍କ ହୋଇ ରହିଥିଲେ । ଆତ୍ମସମର୍ପଣ ୧୮୧୮ ମସିହାରୁ ଇଂରେଜ ସୈନ୍ୟ ଓ ଆତ୍ମଗୋପନକାରୀ ପାଇକମାନଙ୍କ ମଧ୍ୟରେ ଲୁଚକାଳି ଖେଳ ଚାଲିଲା । ଶତଚେଷ୍ଟା ସତ୍ତ୍ୱେ ଏପରିକି ଜଗବନ୍ଧୁଙ୍କ ପରିବାରକୁ ବନ୍ଦୀ କରି ରଖିବା ସତ୍ତ୍ୱେ ମଧ୍ୟ ଇଂରେଜମାନେ ବିଦ୍ରୋହୀ ନେତା ଜଗବନ୍ଧୁ, କୃଷ୍ଣଚନ୍ଦ୍ର ଭ୍ରମରବର ଓ ତାଙ୍କର ଅନୁଚରବର୍ଗଙ୍କୁ ଧରି ପାରିଲେ ନାହଁ । ଶେଷରେ ବଡ଼ଲାଟ୍ ନିମ୍ନଲିଖିତ ସର୍ତ୍ତରେ ୧୮୨୨ରେ ଜଗବନ୍ଧୁ ଓ କୃଷ୍ଣଚନ୍ଦ୍ର ଭ୍ରମରବରଙ୍କୁ କ୍ଷମା ଦେବା ବିଷୟ ଘୋଷଣା କଲେ : ଜଗବନ୍ଧୁ ଓ କୃଷ୍ଣଚନ୍ଦ୍ର ସେମାନଙ୍କର ବଂଶାନୁକ୍ରମିକ ପଦବୀ "ବକ୍ସି' ଓ "ଦେଓ୍ୱାନ୍' ବ୍ୟବହାର କରିବେ ନାହଁ । ସେମାନେ କଟକରେ ରହିବେ ଓ ବିନା ଅନୁମତିରେ କଟକ ଛାଡ଼ିବେ ନାହଁ । ସେମାନଙ୍କୁ ଯଥାକ୍ରମେ ୧୦୦ ଟଙ୍କା ଓ ୫୦ ଟଙ୍କା ମାସିକ ଭତ୍ତା ଦିଆଯିବ । ଏହି ଘୋଷଣା ସତ୍ତ୍ୱେ ଜଗବନ୍ଧୁ, କୃଷ୍ଣଚନ୍ଦ୍ର ଓ ତାଙ୍କର ଅନୁଚରମାନେ ଆତ୍ମସମର୍ପଣ କଲେ ନାହଁ, କିନ୍ତୁ ବିଦ୍ରୋହୀମାନଙ୍କ ଅବସ୍ଥା କ୍ରମେ ଶୋଚନୀୟ ହୋଇ ଉଠିଲା । ଇଂରେଜ କର୍ତ୍ତୃପକ୍ଷଙ୍କ ସତର୍କତା ଯୋଗୁଁ ସେମାନେ କୌଣସି ସୂତ୍ରରୁ ସାହାଯ୍ୟ ପାଇ ପାରିଲେ ନାହଁ । ନୟାଗଡ଼ ଓ ଅନ୍ୟାନ୍ୟ ରାଜାମାନଙ୍କୁ ସତର୍କ କରାଇ ଦିଆଗଲା ଯେ, ସେମାନେ ଯଦି କୌଣସି ପ୍ରକାରର ସାହାଯ୍ୟ କରନ୍ତି, ତେବେ ସେମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୁତରାଂ ରାଜାମାନେ ମଧ୍ୟ ଭୟରେ ବିଦ୍ରୋହୀମାନଙ୍କୁ ସାହାଯ୍ୟ କଲେ ନାହଁ । ଏପରି ପରିସ୍ଥିତିରେ ବିଦ୍ରୋହୀମାନଙ୍କର ଆତ୍ମସମପର୍ଣ ବ୍ୟତୀତ ଅନ୍ୟ କଛିି ଉପାୟ ରହିଲା ନାହିଁ । ଶେଷରେ ନୟାଗଡ଼ ରାଜା ଓ ତାଙ୍କର ଦେଓ୍ୱାନ୍ ବରଜୁ ପାଇକରାୟ ଜଗବନ୍ଧୁଙ୍କୁ ସରକାରଙ୍କର ସର୍ତ୍ତ ଗ୍ରହଣ କରି ଆତ୍ମସମର୍ପଣ କରିବାକୁ ପ୍ରବର୍ତ୍ତାଇଲେ । ଜଗବନ୍ଧୁ ଅନ୍ୟ ଉପାୟ ନପାଇ ସେହି ସର୍ତ୍ତକୁ ଗ୍ରହଣ କରି ମଇ ମାସ ୨୭ ତାରିଖ ୧୮୨୫ ମସିହାରେ ଆତ୍ମସମର୍ପଣ କଲେ । ତାଙ୍କ ସହ ତାଙ୍କର ୮ ଜଣ ବିଶ୍ୱସ୍ଥ ପାର୍ଶ୍ୱଚର ମଧ୍ୟ ଆତ୍ମସମର୍ପଣ କଲେ । ବକ୍ସି ଜଗବନ୍ଧୁଙ୍କୁ ଇଂରେଜ ସରକାର କଟକସ୍ଥିତ ବକ୍ସି ବଜାରଠାରେ ଗୃହବନ୍ଦୀ କରି ରଖିଲେ । ସେହିଠାରେ ୧୮୨୯ ମସିହା ଜାନୁଆରୀ ୨୪ ତାରିଖରେ ବକ୍ସିଙ୍କର ଜୀବନଦୀପ ନିର୍ବାପିତ ହେଲା । ଜଣାଶୁଣା ସଂସ୍କୃତିରେ ବକ୍ସି ଜଗବନ୍ଧୁଙ୍କ ଜୀବନୀ ଉପରେ ଆଧାର କରି ୨୦୧୬ ମସିହାରେ ଏକ ଓଡ଼ିଆ ସିନେମା ବକ୍ସି ଜଗବନ୍ଧୁ ଦ ଫର ଗଟନ୍ ଲିଜେଣ୍ଡ ତିଆରି ହେବାର ଯୋଜନା ହୋଇଥିଲା । ଏଥିରେ ଅନୁଭବ ମହାନ୍ତି ମୁଖ୍ୟ ଭୂମିକାରେ ଅଭିନୟ କରିବେ । ଟୀକା ଆଧାର ଆହୁରି ଦେଖନ୍ତୁ ଓଡ଼ିଶାର ଇତିହାସ ଜୟୀ ରାଜଗୁରୁ ବାହାର ଲିଙ୍କ http://www.orissa.gov.in/e-magazine/Orissareview/2008/feb-march-2008/engpdf/51-52.pdf ଶ୍ରେଣୀ:୧୭୭୩ ଜନ୍ମ ଶ୍ରେଣୀ:୧୮୨୯ ମୃତ୍ୟୁ ଶ୍ରେଣୀ:ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ଶ୍ରେଣୀ:ଖୋର୍ଦ୍ଧା ଜିଲ୍ଲାର ଲୋକ
୧୯୪୨
https://or.wikipedia.org/wiki/୧୯୪୨
ଘଟଣା ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଅଜ୍ଞାତ ତିଥି ଘଟଣା ଜନ୍ମ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ୧୧ ଅକ୍ଟୋବର – ଅମିତାଭ ବଚନ, ହିନ୍ଦୀ ସିନେ ଅଭିନେତା ଓ ପ୍ରଯୋଜକ ମୃତ୍ୟୁ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଆଧାର ଶ୍ରେଣୀ:୧୯୪୨
ମାଇକ୍ରୋସଫ୍ଟ
https://or.wikipedia.org/wiki/ମାଇକ୍ରୋସଫ୍ଟ
ମାଇକ୍ରୋସଫ୍ଟ କର୍ପୋରେସନ ହେଉଛି ଏକ ଆମେରିକୀୟ ବହୁରାଷ୍ଟ୍ରୀୟ କମ୍ପାନୀ ଓ ଏହାର ମୁଖ୍ୟାଳୟ ୱାସିଂଟନର ରେଡମୋଣ୍ଡ (redmond)ଠାରେସ୍ଥିତ । ଏହା କମ୍ପ୍ୟୁଟର ସମ୍ବନ୍ଧୀୟ ଉତ୍ପାଦମାନ ପ୍ରସ୍ତୁତ କରିଥାଏ । ଏହାକୁ ପ୍ରଥମେ ବିଲ୍ ଗେଟ୍ସ୍ ଓ ପଲ ଆଲେନ ଏପ୍ରିଲ ୪,୧୯୭୫ରେ ଗଢିଥିଲେ । ମାଇକ୍ରୋସଫ୍ଟ ହେଉଛି ରେଭିନ୍ୟୁ ଅନୁସାରେ ପୃଥିବୀର ସର୍ବବୃହତ ସଫ୍ଟୱେର କମ୍ପାନୀ । ଇତିହାସ ପ୍ରାରମ୍ଭିକ ଇତିହାସ thumb|left|Paul Allen and Bill Gates (respectively) on October 19, 1981, in a sea of PCs after signing a pivotal contract. IBM called Microsoft in July 1980 inquiring about programming languages for its upcoming PC line; after failed negotiations with another company, IBM gave Microsoft a contract to develop the OS for the new line of PCs. ବିଲ୍ ଗେଟ୍ସ୍ ଓ ପଲ ଆଲେନ, କମ୍ପ୍ୟୁଟର ପ୍ରଗ୍ରାମିଂରେ ଆଗ୍ରହ ରଖିଥିବା ଦୁଇ ବାଲ୍ୟ ବନ୍ଧୁ ଏକ ନିଜ ଜ୍ଞାନ କୌଶଳ ବ୍ୟବହାର କରି ଏକ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ । Microsoft Inc. logo historyhttp://news.cnet.com/2300-10805_3-10013486.html Logo Years Microsoft "blibbet" logo, filed August 26, 1982 at the USPTO and used until 1987. 100px Microsoft "Pac-Man" logo, designed by Scott Baker and used from 1987 to 2012 with the 1994–2002 slogan "Where do you want to go today?". 100px Microsoft logo as of 2006–2011, with the slogan "Your potential. Our passion." 100px Logo by Microsoft with the slogan"Be What's Next." 2011–2012. 100px Introduced on August 23, 2012 to symbolize the "world of digital motion" and Microsoft's "diverse portfolio of products." 2012-present . ଆଧାର ଅଧିକ ତଥ୍ୟ ଶ୍ରେଣୀ:କମ୍ପ୍ୟୁଟର ବିଜ୍ଞାନ
ଓରାକଲ୍‌ କର୍ପୋରେସନ
https://or.wikipedia.org/wiki/ଓରାକଲ୍‌_କର୍ପୋରେସନ
ଓରାକଲ୍ କର୍ପୋରେସନ ଯୁକ୍ତରାଷ୍ଟ୍ର ଆମେରିକାର ରେଡଉଡ, କଲିଫର୍ଣିଆସ୍ଥିତ ଏକ ବହୁରାଷ୍ଟ୍ରୀୟ ସଫ୍ଟୱେର କମ୍ପାନୀ ଅଟେ । ଏହା ପୃଥିବୀର ସବୁଠୁ ବଡ଼ ଡେଟାବେସ କମ୍ପାନିମାନଙ୍କ ମଧ୍ୟରୁ ଅନ୍ୟତମ । ଆଧାର ବାହାର ଲିଙ୍କ The Oracle Corporation website Oracle Technology Network ଶ୍ରେଣୀ:କମ୍ପ୍ୟୁଟର ବିଜ୍ଞାନ
ଆପଲ ଇନକର୍ପୋରେଟେଡ
https://or.wikipedia.org/wiki/ଆପଲ_ଇନକର୍ପୋରେଟେଡ
{{Infobox company | name = ଆପଲ ଆଇ ଏନ ସି. | logo =100px | type = ପବ୍ଲିକ | traded_as = | foundation = | founder = ଷ୍ଟିଭ ଜବସଷ୍ଟିଭ ଓଜନିଆକରୋନାଲଡ଼ ଉଏନେ | location_city = ଆପଲ କାମ୍ପସକାଲିଫର୍ନିଆ | location_country = ଆମେରିକା | locations = ୩୧୭ (ଅକ୍ଟୋବର ୨୦୧୦) | area_served = ପୃଥିବୀସାରା | key_people = ଟିମ କୁକ(ସି.ଇ.ଓ) | industry = କମ୍ପ୍ୟୁଟର ହାର୍ଡବେରକମ୍ପ୍ୟୁଟର ସଫ୍ଟୱେରଇଲେକ୍ଟ୍ରୋନିକ୍ସ ଡିଜିଟାଲ ବଣ୍ଟନ | products = {{Collapsible list |framestyle=border:none; padding:0; |title=Products List |1=ମାକ |2=ଆଇ ପଡ |3=ଆଇ ଫୋନ |4=ଆଇ ପ୍ୟାଡ |5=ଆପଲ ଟିଭି |6=ମାକ ଓଏସ X |7=ଆଇ ଲାଇଫ |8=ଆଇ ଉଅର୍କ |9=ଆଇ ଓଏସ ଆପଲ }} | services = {{Collapsible list |framestyle=border:none; padding:0; |title=Services List |1=Apple Store |2=Apple Store Online |3=App Store |4=iTunes Store |5=iBooks |6=MobileMe }} | revenue = | operating_income = US$ 18.39 billion (FY 2010) | net_income = US$ 14.01 billion (FY 2010) | assets = US$ 75.18 billion (FY 2010) | equity = US$ 47.79 billion (FY 2010) | num_employees = ୪୯,୪୦୦ (୨୦୧୦) | divisions = | subsid = Braeburn CapitalFileMaker Inc. | homepage = Apple.com | intl = yes }} ଆପଲ ଇନକର୍ପୋରେଟେଡ ଏକ ଆମେରିକୀୟ ବହୁରାଷ୍ଟ୍ରୀୟ ଟେକ୍ନୋଲୋଜି କମ୍ପାନୀ ଓ ଏହାର ମୁଖ୍ୟାଳୟ କାଲିଫର୍ଣ୍ଣିଆର କୁପରଟିନୋରେ ରହିଛି । ମାର୍ଚ୍ଚ ୨୦୨୩ ସୁଦ୍ଧା, ଆପଲ ବଜାର ପୁଞ୍ଜି ଦୃଷ୍ଟିରୁ ବିଶ୍ୱର ସର୍ବବୃହତ କମ୍ପାନୀ,[୬] ଏବଂ ୨୦୨୨ ରାଜସ୍ୱ ସୁଦ୍ଧା ୩୯୪.୩ ବିଲିୟନ ଆମେରିକୀୟ ଡଲାର ଥିବା ସର୍ବବୃହତ ଟେକ୍ନୋଲୋଜି କମ୍ପାନୀ । ଜୁନ୍ ୨୦୨୨ ସୁଦ୍ଧା, ଆପଲ ୟୁନିଟ୍ ବିକ୍ରି ଦୃଷ୍ଟିରୁ ଚତୁର୍ଥ ବୃହତ୍ତମ ବ୍ୟକ୍ତିଗତ କମ୍ପ୍ୟୁଟର ବିକ୍ରେତା; ରାଜସ୍ୱ ଦୃଷ୍ଟିରୁ ସବୁଠାରୁ ବଡ଼ ଉତ୍ପାଦନକାରୀ କମ୍ପାନୀ; ଏବଂ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ ଫୋନ ନିର୍ମାତା । ଆଲଫାବେଟ୍ (ଗୁଗଲର ମୂଳ କମ୍ପାନୀ), ଆମାଜନ, ମେଟା ପ୍ଲାଟଫର୍ମଏବଂ ମାଇକ୍ରୋସଫ୍ଟ ସହିତ ଏହାକୁ ବିଗ୍ ଫାଇଭ୍ ଆମେରିକୀୟ ସୂଚନା ପ୍ରଯୁକ୍ତି ବିଦ୍ୟା କମ୍ପାନୀ ମଧ୍ୟରୁ ଅନ୍ୟତମ ବୋଲି ବିବେଚନା କରାଯାଏ । ଆଧାର ଅଧିକ ତଥ୍ୟ Finance information about Apple Inc. ଶ୍ରେଣୀ:ମୋବାଇଲ ଫୋନ ଶ୍ରେଣୀ:କମ୍ପ୍ୟୁଟର ବିଜ୍ଞାନ
ଆଇ.ବି.ଏମ.
https://or.wikipedia.org/wiki/ଆଇ.ବି.ଏମ.
ଆଇବିଏମ ଏକ ସୂଚନା ଓ ପ୍ରଯୁକ୍ତି ଆଧାରିତ କମ୍ପାନି ଅଟେ । ଏହା ମଧ୍ୟ ସବୁଠାରୁ ପୁରୁଣା କମ୍ପାନି । ସାଧାରଣତଃ ଏହା ଏକ ସୁପର କମ୍ପିଉଟିଂ, ମେନଫ୍ରେମ କମ୍ପିଉଟିଂ ହାର୍ଡୱେର ଓ ସଫ୍ଟୱେର କମ୍ପାନି ଅଟେ, ଯାହାରକି ବହୁ ଅନ୍ତଃରାଷ୍ଟ୍ରୀୟ ସରକାର ଓ କମ୍ପାନିମାନେ ଗ୍ରାହକ ଅଟନ୍ତି । ଆଧାର ଅଧିକ ତଥ୍ୟ ଶ୍ରେଣୀ:କମ୍ପ୍ୟୁଟର ବିଜ୍ଞାନ
ଆଡ଼ୋବି
https://or.wikipedia.org/wiki/ଆଡ଼ୋବି
ଆଡ଼ୋବି ସିଷ୍ଟମ ( ) ଆମେରିକାର ସାନ ଜୋସ, କାଲିଫର୍ଣିଆଠାରେ ଥିବା ଏକ ବହୁରାଷ୍ଟ୍ରୀୟ ସଫ୍ଟୱେର କମ୍ପାନି ଅଟେ । ଏହା ମଲ୍ଟିମିଡ଼ିଆ ଓ ସୃଜନାତ୍ମକ ସଫ୍ଟବେର ତିଆରି କରିଥାଏ । ଏହା ଡିସେମ୍ବର ୧୯୮୨ରେ ତିଆରି କରାଯାଇଥିଲା । ପ୍ରଡକ୍ଟ ସବୁ ଡେସ୍କଟପ ସଫ୍ଟୱେୟାର ଆଡ଼ୋବ ଫଟସପ, ଆଡ଼ୋବି ଇନଡିଜାଇନ, ଆଡ଼ୋବି ଇଲାସ୍ଟ୍ରେଟର, ସର୍ଭର ସଫ୍ଟୱେୟାର ଆଡ଼ୋବି କୋଲ୍ଡଫୁଜନ, ଆଡ଼ୋବି ଲାଇଭ ସାଇକଲ ଫର୍ମାଟସବୁ ପୋର୍ଟେବଲ ଡକୁମେଣ୍ଟ ଫର୍ମାଟ (PDF), ସକବେଭ ଫ୍ଲାସ (SWF) ଓ ଫ୍ଲାସ ଭିଡିଓ (FLV) ବେବ-ଦେ ହୋସ୍ଟକରାଯାଇଥିବା ସେବା ଆଡ଼ୋବ କୁଲର, ଫଟସପ ଏକ୍ସପର୍ଟ ଓ ଆକ୍ରୋବାଟ.କମ ବେବ ଡିଜାଇନ ସଫ୍ଟୱେୟାର ଆଡ଼ୋବ ଡ୍ରିମବେଭର, ଆଡ଼ୋବି କଣ୍ଟ୍ରିବୁଟ ଓ ଆଡ଼ୋବି ଫ୍ଲାସ ଭିଡ଼ିଓ ଏଦିଟ ଓ ଭିଜୁଆଲ ଏଫେକ୍ଟ ଆଡ଼ୋବ ପ୍ରିମିଏର ଓ ଆଡ଼ୋବି ଆଫ୍ଟର ଏଫେକ୍ଟସ ଇ-ଶିକ୍ଷଣ ସଫ୍ଟବେର ଆଡ଼ୋବ କାପଟିଭ ଅର୍ଥନୈତିକ ତଥ୍ୟ 2010s Fiscal year Revenue 2012 $4.404 billion 2011 $4.216 billion 2010 $3.800 billion 2000s Fiscal year Revenue 2009 $2.946 billion 2008 $3.580 billion 2007 $3.158 billionuntitled 2006 $2.575 billion 2005 $1.966 billion 2004 $1.667 billion 2003 $1.295 billion 2002 $1.165 billion 2001 $1.230 billion 2000 $1.266 billion 1990s Fiscal year Revenue 1999 $1.015 billion 1998 $895 million 1997 $912 million 1996 $787 million 1995 $762 million 1994 $100 million ଆଧାର ବାହାର ଲିଙ୍କ ମାର୍କେଟ ବାଚରେ ଆଡୋବି ସିସ୍ଟମର ଭିଡିଓ ଓ ଅଡିଓ Tech's greatest arguments: Apple vs. Adobe Flash The Real Lesson in the Adobe Announcement - Lenswork Daily: Podcast San Jose Semaphore on Adobe's building Adobe Systems Video and Audio on MarketWatch Tech's greatest arguments: Apple vs. Adobe Flash ଶ୍ରେଣୀ:ସଫ୍ଟୱେୟାର ଶ୍ରେଣୀ:କମ୍ପ୍ୟୁଟର ବିଜ୍ଞାନ
ଆଡ଼ୋବେ
https://or.wikipedia.org/wiki/ଆଡ଼ୋବେ
REDIRECT ଆଡ଼ୋବି
ଏପଲ ଇଙ୍କ
https://or.wikipedia.org/wiki/ଏପଲ_ଇଙ୍କ
ଲେଉଟାଣି ଆପଲ ଇନକର୍ପୋରେଟେଡ
ଶାହାରୁଖ୍ ଖାନ୍
https://or.wikipedia.org/wiki/ଶାହାରୁଖ୍_ଖାନ୍
ଲେଉଟାଣି ସାହାରୁଖ ଖାଁ
ପଣା ସଂକ୍ରାନ୍ତି
https://or.wikipedia.org/wiki/ପଣା_ସଂକ୍ରାନ୍ତି
ପଣା ସଂକ୍ରାନ୍ତି (ମହାବିଷୁବ ସଂକ୍ରାନ୍ତି) ଓଡ଼ିଆ ନୂଆ ବର୍ଷ ଭାବରେ ପାଳନ କରାଯାଏ । ଏହା ସାଧାରଣତଃ ଅପ୍ରେଲ ୧୪ (ବୈଶାଖ ୧) ତାରିଖରେ ପଡ଼େ । ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ହୋଇଥାଏ । ପାଳନ thumb|200px|ବେଲ ପଣା ଏହି ଦିନ ଏକ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧିଦିଆଯାଏ । ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ ଏହି ଠେକିକୁ ବସୁନ୍ଧରା ଠେକି କହାଯାଏ । ଛତୁଆ, ଦହି, ଗୁଡ଼, କଦଳୀ ଓ ନଡିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ । ବେଲ ପଣାରେ ବଟା ଭାଙ୍ଗ ମିଶାଇ ଭାଙ୍ଗ ପଣା ସେବନ ମଧ୍ୟ କରାଯାଇଥାଏ । ଚଣ୍ଡୀ, ସାରଳା, ବିରଜା ଆଦି ଠାକୁରାଣୀ ମନ୍ଦିରମାନଙ୍କରେ ଏହି ଦିନ ଝାମୁ ଯାତ ପାଳନ କରାଯାଏ । ଘଣ୍ଟ ପାଟୁଆମାନେ ଘଣ୍ଟ ମୁଣ୍ଡେଇ, କାଠ ଗୋଡ଼ ପିନ୍ଧି ଠାକୁରାଣୀ ମନ୍ଦିର ଆଗରେ ନିଆଁ ଉପରେ ଚାଲିବାର ପ୍ରଥା ରହିଛି । ଦକ୍ଷିଣ ଓଡ଼ିଶାରେ ମାସାଧିକ କାଳ ଧରି ଚାଲିଥିବା ଦଣ୍ଡ ନାଟର ଅନ୍ତ ଭାବେ ଏହି ଦିନ ମେରୁ ଯାତ ପାଳନ କରାଯାଏ । ଲୋକେ ବେଲ ପଣା ଓ ଛତୁଆ ସହ ଏହାକୁ ପାଳନ କରନ୍ତି । ଉତ୍ତର ଓଡ଼ିଶାରେ ଏହି ଦିନକୁ ଚଡ଼କପର୍ବ ନାମରେ ପାଳନ କରାଯାଏ । ବିଶେଷତ୍ୱ ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ । ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ । ବର୍ଷାରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ । ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଗରିଷ୍ଠ ଖାଦ୍ୟ ହଜମ ହେଉଥିବାରୁ ବୁଟଛତୁ ପରି ଗରିଷ୍ଠ ଖାଦ୍ୟପଦାର୍ଥ ଗ୍ରହଣ ପାଇଁ ଆୟୋଜନ ଥାଏ । ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ଅଛି । ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁ ଓ ପଣା ଭୋଗର ବିଧି ରହିଛି । ଏହି ଦିନ ସାଇପଡ଼ିଶା, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା ଦିଆଯାଏ । ତେଣୁ ଏହି ଦିନକୁ ପଣାସଂକ୍ରାନ୍ତି ବୋଲି ମଧ୍ୟ କହାଯାଏ । ପଣାସଂକ୍ରାନ୍ତିଠାରୁ ରାସ୍ତାକଡ଼ରେ ପଥିକମାନଙ୍କର ତୃଷ୍ଣା ନିବାରଣ ପାଇଁ ଜଳଛତ୍ରମାନ ଖୋଲାଯାଏ । ଏହା ସହିତ ବୃକ୍ଷମୁଳରେ ଜଳଦାନର ପ୍ରଥା ଆମ ସମାଜରେ ପ୍ରଚଳିତ । ସେଥିପାଇଁ ହିନ୍ଦୁ ପରିବାରରେ ଚଉଁରାରେ ପୁଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରି ଘଡ଼ିରେ ଜଳ ରଖି ତାର ନିମ୍ନ ଅଂଶରେ ସରୁ କଣାକରି ସୂକ୍ଷ୍ମ ଧାରରେ ଜଳଦାନ କରାଯାଇଥାଏ । ଏହି ସଂକ୍ରାନ୍ତି ପରଠାରୁ ବୃକ୍ଷଜଗତ ଏବଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳସଂକ୍ରାନ୍ତି ବୋଲି କହିଥାନ୍ତି । ଏହି ସଂକ୍ରାନ୍ତି ପରଠାରୁ ବାୟୁର ଗତି ମଧ୍ୟ ପ୍ରଖର ହୁଏ । ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ଏହି ସମୟରେ ହନୁମାନ ଜୟନ୍ତି ପାଳନ କରାଯାଏ । ଏହିଦିନ ପବିତ୍ର ଝାମୁ ବ୍ରତର ଉଦ୍‌ଯାପନ କରାଯାଏ । ଯେଉଁମାନେ ଏହି ବ୍ରତ ପାଳନ କରନ୍ତି ତାଙ୍କୁ ପାଟୁଆ ବୋଲି କୁହାଯାଏ । ବ୍ରତ ଉଦ୍‌ଯାପନ ଦିନ ବ୍ରତଧାରୀ କଣ୍ଟା ବା ଜଳନ୍ତା ଅଗ୍ନିରେ ଚାଲନ୍ତି । ଓଡ଼ିଶାର ଅନେକ ଅଞ୍ଚଳରେ ଏହି ବ୍ରତ ଉପଲକ୍ଷେ ଯାତ୍ରା ହୁଏ ଏହାକୁ ଝାମୁ ବା ପାଟୁଆ ଯାତ୍ରା କହନ୍ତି । ବ୍ରତଧାରୀମାନେ ସମାଜକୁ କଠୋର ତାପ ସହ୍ୟ କରିବାର ଶକ୍ତି ସମ୍ପର୍କରେ ଶିକ୍ଷା ପ୍ରଦାନ କରିଥାନ୍ତି ।ସମାଜ,୧୩ ଅପ୍ରେଲ ୨୦୧୨, ପୃଷ୍ଠା:୨ ଆହୁରି ଦେଖନ୍ତୁ ବେଲ ପଣା ଛତୁଆ ଆଧାର ଅଧିକ ତଥ୍ୟ http://www.hindu-blog.com/2009/04/maha-vishuba-sankranti-orissa-new-year.html oriya new year http://www.aryabhatt.com/fast_fair_festival/Festivals/Visuva%20Sankranti.htm New year in Utkal http://homeoriyafood.blogspot.com/2009/04/pana-sankranti.html making of pana,the cooling drink on new year ଶ୍ରେଣୀ:ଓଡ଼ିଶାର ପର୍ବ ପର୍ବାଣି ଶ୍ରେଣୀ:ଚଳଣି
ନୀଳଗିରି
https://or.wikipedia.org/wiki/ନୀଳଗିରି
ନୀଳଗିରି ଓଡ଼ିଶାର ବାଲେଶ୍ୱର ଜିଲାର ଏକ ସଦର ମହକୁମା ଓ ସହର । ଇତିହାସ ଓଡ଼ିଶାର ସ୍ୱାଧୀନତା ଆନ୍ଦୋଳନରେ ବନମାଳି ଦାସ, ବୈଷ୍ଣବ ପଟ୍ଟନାୟକ ଓ ନନ୍ଦ କିଶୋର ପଟ୍ଟନାୟକ ପ୍ରଜାମଣ୍ଡଳ ଗଢ଼ି ସ୍ଥାନୀୟ ଯୁବରାଜଙ୍କ ବିରୋଧରେ ଲଢ଼ାଇ କରିଥିଲେ ଓ ନୂଆ କରି ଗଢ଼ାଯାଇଥିବା ଭାରତୀୟ ସରକାରଙ୍କ ଅଧିନରେ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲେ । ଏହା ୫୭୬ଟି ରାଜା ରାଜୁଡ଼ା ଅଧିନରେ ଥିବା ରାଜ୍ୟକୁ ଭାରତୀୟ ସରକାରଙ୍କ ସହ ମିଶାଇବାର ମୂଳଦୁଆ ପକାଇଥିଲା । ନୀଲଗିରିର ଲୋକେ ଏହାକୁ 'ଜିତିବାର ଆରମ୍ଭ ଭାବରେ ପାଳନ କରନ୍ତି । "ସନ୍ତରାଗଡ଼ିଆ" ନୀଳଗିରି ଅଧିନରେ ଥିବା ଏକ ଛୋଟ ସହର ଯାହା ନୀଳଗିରିଠାରୁ ୧୧ କିମି ଦୂରରେ ଅଛି । ଏଠାରେ ଭଗବାନ ପଧାନ, ବୈଦ୍ୟନାଥ ପାଣିଗ୍ରାହୀଙ୍କ ପରି ସ୍ୱାଧିନତା ସଂଗ୍ରାମୀମାନେ ଜନ୍ମିଥିଲେ । ପଞ୍ଚଲିଙ୍ଗେଶ୍ୱର ନୀଳଗିରିଠାରୁ ୮ କିମି ଦୂରରେ ଅଛି । ଏଠାରେ ଏକ ଜଣାଶୁଣା "ଶିବ ମନ୍ଦିର" ଅଛି ଓ ପାଖାପାଖି ପାହାଡ଼, ଜଙ୍ଗଲ, ଝରଣା ଓ ଗଛ ଘେରା ଜାଗାରେ ସୁନ୍ଦର ବଣଭୋଜି ଜାଗାଟିଏ ଅଛି । ଅବସ୍ଥିତି ନୀଳଗିରିରେ ରହିଛି ।Falling Rain Genomics, Inc - Nilagiri ଏହା ସମୁଦ୍ର ପତନଠାରୁ ଉଚ୍ଚରେ ରହିଛି । ଜନଗଣନା ୨୦୦୧ ଭାରତୀୟ ଜନଗଣନା ଅନୁସାରେ, ନୀଳଗିରିର ଲୋକସଂଖ୍ୟା ପାଖାପାଖି ୧୪,୭୪୫ । ପୁରୁଷ: ୫୧ %, ମହିଳା: ୪୯ % । ସାକ୍ଷରତା ହାର ୬୦%, ଯାହାକି ଭାରତର ସାକ୍ଷରତା ହାର ୫୯.୫%ରୁ ବେଶି: ପୁରୁଷ ସାକ୍ଷରତା ୬୬%, ମହିଳା ସାକ୍ଷରତା ୫୪%. ନୀଳଗିରିରେ, ଲୋକସଙ୍ଖ୍ୟାର ୧୩% ୬ ବର୍ଷ ବୟସର । thumb|ନୀଳଗିରି ଜଗନ୍ନାଥ ମନ୍ଦିର ନୀଳଗିରି ସହର ଭିତରେ ଗୋଟିଏ ସୁନ୍ଦର ଜଗନ୍ନାଥ ମନ୍ଦିର ଅଛି । ଏହା ଓଡ଼ିଶାର ପ୍ରମୁଖ ମନ୍ଦିରମାନଙ୍କ ଭିତରୁ ଗୋଟିଏ । ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଏଠାରେ ପୂଜା ପାଉ ଅଛନ୍ତି । http://baleswar.nic.in/history_culture.htm ସବୁବର୍ଷ ଏଠାରେ ରଥଯାତ୍ରା ପାଳନ କରାଯାଏ । ନୀଳଗିରି ବାଲେଶ୍ୱର ଲୋକ ସଭା ମଣ୍ଡଳି ଭିତରେ ରହିଛି ଆଧାର ଶ୍ରେଣୀ:ବାଲେଶ୍ୱର ଜିଲ୍ଲା ଶ୍ରେଣୀ:ବାଲେଶ୍ୱର ଜିଲ୍ଲାର ଗାଆଁ ଓ ସହର
ବାଲେଶ୍ୱର ଜିଲ୍ଲା
https://or.wikipedia.org/wiki/ବାଲେଶ୍ୱର_ଜିଲ୍ଲା
ପ୍ରଶାସନିକ ବିଭାଗ ଉପଖଣ୍ଡ: ୨ ବ୍ଳକ: ୧୨ ସହର: ୪ ପୌର ପରିଷଦ: ୧ ବିଜ୍ଞାପିତ ଅଞ୍ଚଳ ପରିଷଦ: ୩ ତହସିଲ: 7 ଗ୍ରାମ ପଞ୍ଚାୟତ: ୨୮୯ ଗ୍ରାମ: ୨୯୭୧ ବେଳାଭୂମି: ୮୧ କିମି. ବାଲେଶ୍ୱର ଜିଲ୍ଲା ଓଡ଼ିଶାର ଉତ୍ତରରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଏହା ରାଜଧାନୀ ଭୁବନେଶ୍ୱରରୁ ୧୯୪ କିମି ଦୁରରେ ଅବସ୍ଥିତ । ବାଲେଶ୍ୱର ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ । ଜନଗଣନା thumb|right|250px|ବାଲେଶ୍ୱର ଷ୍ଟେଶନ ଛକ ୨୦୧୧ ଜନଗଣନା ଅନୁସାରେ ବାଲେଶ୍ୱର ଜିଲ୍ଲାର ମୋଟ ଲୋକସଂଖ୍ୟା ୨,୩୧୭,୪୧୯ | ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୨୦,୬୪,୩୫୭ ଓ ସହରାଞ୍ଚଳରେ ୨,୫୩,୦୬୨ ଲୋକ ବାସ କରନ୍ତି ।Census 2011: Odisha: Rural Urban Distribution ପୁରୁଷ: ୧୧,୮୪,୩୭୧ ମହିଳା: ୧୧,୩୩,୦୪୮ ଛ ବର୍ଷରୁ କମ: ୨,୭୪,୪୩୨ ପଢୁଆ ହାର ୮୦.୬୬% ପୁରୁଷ: ୮୮.୦୬% ମହିଳା: ୭୨.୯୫% ବିଭାଗ ବାଲେଶ୍ୱର ପ୍ରଶାସନିକ ମୁଖ୍ୟ ସହର । ଏହି ଜିଲ୍ଲାର ୨ଟି ସଦର ମହକୁମା , ବାଲେଶ୍ୱର ଓ ନୀଳଗିରି ଓ ୧୨ଟି ବ୍ଲକ ଅଛି ଯାହାସବୁ ଗ୍ରାମାଞ୍ଚଳର ଉନ୍ନତି ସକାଶେ କାମ କରିଥାନ୍ତି, ଖଜଣା ଓ ପ୍ରଶାସନିକ କାରବାର ପାଇଁ ୭ଟି ତହସିଲ ଓ ୨୮୯ ଗ୍ରାମ ପଞ୍ଚାୟତ ଅଛି । ତାହା ଛଡା ୪ଟି ସହର (ଗୋଟିଏ ମୁନିସିପାଲିଟି ଓ ୩ଟି ଏନ.ଏ.ସି) ଅଛି । ଆହୁରି ମଧ୍ୟ ୨,୯୭୧ଟି ଗାଆଁ ଅଛି ଯାହା ଭିତରୁ ୨,୬୦୨ଟିରେ ଲୋକେ ବସବାସ କରନ୍ତି । ଏହି ଜିଲ୍ଲାରେ ଗୋଟିଏ ଲୋକ ସଭା ନିର୍ବାଚନ ମଣ୍ଡଳୀ ଓ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅଛି । ପଞ୍ଚାୟତ ସମିତି ଓ ବ ତହସିଲ ପଞ୍ଚାୟତ ସମିତିସବୁର ନାମ: ବାଲେଶ୍ୱର ଶାଖା - ବାହାନଗା, ବାଲେଶ୍ୱର, ବାଲିଆପାଳ, ବସ୍ତା, ଭୋଗରାଇ, ଜଳେଶ୍ୱର, ଖଇରା, ରେମୁଣା, ସିମୁଳିଆ, ସୋର ନୀଳଗିରି ସଦରମହକୁମା - ନୀଳଗିରି, ଔପଦା ତହସିଲସବୁ - ବାଲେଶ୍ୱର, ବାଲିଆପାଳ, ବସ୍ତା, ଜଳେଶ୍ୱର, ନୀଳଗିରି, ସିମୁଳିଆ, ସୋର ଭୂଗୋଳ ଓଡ଼ିଶାର ପୂର୍ବରେ ବାଲେଶ୍ୱର ଅବସ୍ଥିତ । ଭାରତର ଦକ୍ଷିଣ ପୂର୍ବ ଉପକୂଳରେ ବଙ୍ଗୋପସାଗର କଡ଼ରେ ଏହା ଅଛି । ଏହା ୨୧°୩୦` ଉତ୍ତର, ୮୬°୫୬` ପୂର୍ବରେ ଅଛି । ବାଲେଶ୍ୱର ୩,୦୭୬୨ କି.ମି.ର ଜାଗାରେ ବ୍ୟାପିଛି | ଦକ୍ଷିଣ-ପୂର୍ବ ପର୍ବତ ମାଳାର ତିନୋଟି ଅଞ୍ଚଳ ବାଲେଶ୍ୱର ଭିତରେ ଅଛି । ଏହା ବାରିପଦାଠାରୁ ୨୫ କି.ମି. ଦୁରରେ ଅବସ୍ଥିତ । ବାଲେଶ୍ୱରକୁ ଓଡ଼ିଶାର ଭାତହାଣ୍ଡି ବୋଲି କୁହାଯାଇଥାଏ । ବାଲେଶ୍ୱରରେ ଅନେକ ଜଙ୍ଗଲ ଓ ଖଣିମାନ ରହିଛି । ଏଠାରେ ବୁଢ଼ା ବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀ ବହୁଅଛି ଆଉ ୩,୮୨୪ ଫୁଟ ଉଚ୍ଚର ମହାଗିରି ପର୍ବତ ଅଛି । ବାଲେଶ୍ୱରରେ ସମୁଦ୍ର ମୁହାଣକୁ ଛୁଇଁଥିବା ଅନେକ ନଇ ଓ ଶାଖାନଇ ଅଛି । ବାଲେଶ୍ୱରରେ ଜଳସେଚନ ଭଲ ଭାବରେ ବ୍ୟାପିଛି । ଇତିହାସ ବୌଦ୍ଧ ଯୁଗ ବୌଦ୍ଧ ଯୁଗରେ ବାଲେଶ୍ୱରକୁ “କୋଶାମ୍ବ” ବା “କୋସାମ୍ବ” କୁହାଯାଉଥିଲା । ତପସୁ ଓ ବହ୍ଲିକ ନାମକ ଦୁଇ ଭାଇ ୫୦୦ ଶଗଡ଼ରେ ବଣିଜ କରବା ନିମନ୍ତେ ପଣ୍ୟ ନେଇ ଯିବା ସମୟରେ ଉରୁବେଳା ନିକଟରେ ଭଗବାନ ବୁଦ୍ଧଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ବୁଦ୍ଧଦେବ ସେମାନଙ୍କୁ ଶିଷ୍ୟ ଭାବରେ ଗ୍ରହଣ କରିଥିଲେ । ଖ୍ରୀ.ଅ. ୩ ଯ ଶତାବ୍ଦୀରେ କଳିଙ୍ଗର ରାଜା ବାଲୁକେଶ୍ୱରଙ୍କ ସମୟରେ ସଧବପୁଅମାନେ ବାଲି ଦ୍ୱୀପ ସହିତ ଯେତେବେଳେ ବେପାର ବଣିଜ କରୁଥିଲେ ସେତେବେଳେ ମଧ୍ୟ ଏହାର ନାମ ବାଲେଶ୍ୱର ଥିଲା ।ଶଙ୍କର ଚରଣ ରାଉତ, ଉନ୍ନୟନୀ (ବାଲେଶ୍ୱର). ୨୦୦୬. ପୃ. ୮୪-୮୬ ବାଲେଶ୍ୱର ଜିଲା ପ୍ରାଚୀନ କଳିଙ୍ଗର ଏକ ମୁଖ୍ୟ ଭାଗ ଥିଲା । ମୁକୁନ୍ଦ ଦେବଙ୍କ ପରଲୋକ ପରେ ଏହା ତୋଷାଳି ବା ଉତ୍କଳର ଏକ ଭାଗରେ ପରିଣତ ହେଲା । ଟଲେମିଙ୍କ ଭୌଗଳିକ ପୋଥି ଓ ଐତିହାସିକ ଲେସୋମିଙ୍କ ବାଲେଶ୍ୱର ଉପରେ ଥିବା ନିବନ୍ଧରୁ ଜଣାପଡ଼େ ଯେ ବାଲେଶ୍ୱର ପୁରାତନ ଯୁଗରେ ବାଣିଜ୍ୟରେ ଅନେକ ଅଗ୍ରଗତି କରିଥିଲା । ହରିଶ୍ଚନ୍ଦ୍ର ସରକାର, କାମାକ୍ଷାପ୍ରସାଦ ବସୁ. ପ୍ରାଚୀନ କଳିଙ୍ଗର ନରପତିଙ୍କ ସମୟରେ ଯେତେବେଳେ ଜବା ଦ୍ୱୀପ (ଜାଭା), ସୁମାତ୍ରା, ବାଲି ଦ୍ୱୀପକୁ କଳିଙ୍ଗର ବଣିକମାନେ ନୌବାଣିଜ୍ୟ କରିବାକୁ ଯାଉଥିଲେ, ସେତେବେଳେ ମଧ୍ୟ କୋଶାମ୍ବ ବାଲେଶ୍ୱର ପରମିଟ ଘାଟ ବନ୍ଦରରୁ ପଣ୍ୟ ଦ୍ରବ୍ୟ ବିକାହେବା ପାଇଁ ଯାଉଥିଲା । ଆଜିର ବାଲିଘାଟ ବନ୍ଦର ଓ ପରମିଟ ଘାଟରୁ ୧୬୯୦ ବେଳକୁ ଆଉରଙ୍ଗଜେବ ବାଲେଶ୍ୱରରେ ବେପାର ବଣିଜ କରିବା ପାଇଁ ଇଂରେଜମାନଙ୍କୁ ସନନ୍ଦ ଦେଇଥିଲେ । ମୋଗଲ ଶାସନ ଏଠାକୁ ମୋଗଲମାନେ ୧୫୬୮ରେ ଆସିଥିଲେ ଓ ସେମାନଙ୍କ ଅଧିନରେ ଏହା ୧୭୫୦-୫୧ ଯାଏଁ ଥିଲା । ଆଫଗାନ ଶାସନ କାଳରେ ଆଫଗାନୀମାନେ ବାଲେଶ୍ୱର ଦାଖଲ କରି ଶାସନ କରୁଥିଲେ । ୧୫୯୨ରେ ମୋଗଲ ସମ୍ରାଟ ଆକବର ବାଲେଶ୍ୱର ଦଖଲ କରି ବହୁକାଳ ଶାସନ କରିଥିଲେ । ୧୪୭୦ରେ ବାଙ୍ଗର ନବାବ ଆଲିବର୍ଦ୍ଦିନ ଖାଁଙ୍କଠାରୁ ବାଲେଶ୍ୱରର ସୁବାଦାର ମୁରସିଦ ଖାଁ ଲୁଣିଆଯୋଡ଼ି ପୋଲ ନିକଟରେ ଥିବା ହାଜିପୁର (ଏବେକାର ହରିପୁର)ଠାରେ ଯୁଦ୍ଧରେ ପରାସ୍ତ ହୋଇଥିଲେ ଓ ଓଡ଼ିଶା ଛାଡ଼ି ପଳାଇଲେ । ମରାଠା ଶାସନ ୧୭୫୧ରେ ମରାଠାମାନେ ମୋଗଲମାନଙ୍କୁ ହଟାଇ ବାଲେଶ୍ୱର ଦାଖଲ କରିଥିଲେ । ମରାଠା ସେନାପତି ଭାସ୍କର ପଣ୍ଡିତ ଏହାର ଦାୟିତ୍ୱରେ ଥିଲେ । କେତେକ ମରାଠା କର୍ମଚାରି ବାଲେଶ୍ୱରରେ ବାଣ୍ଠୁଆ ଜଗନ୍ନାଥ ମନ୍ଦିର, ଲକ୍ଷ୍ମୀନାରାୟଣ ମନ୍ଦିର ଆଦି ତୋଳାଇଥିଲେ । ସେ ସମୟରେ ହସ୍ତଶିଳ୍ପ ଓ ତନ୍ତରେ ଉନ୍ନତ ବାଲେଶ୍ୱରୀ ବାନ୍ଧ ବୁଣାଯାଉଥିଲା । ମାକଲପୁର ଏଥିପାଇଁ ଜଣାଶୁଣା ଥିଲା । ମରାଠାମାନେ ଜଳେଶ୍ୱରରେ ଥିବା ରାଇବଣିଆ ଦୁର୍ଗଠାରେ ଥିଲେ । ବାଲେଶ୍ୱରକୁ ୫ଟି ପରଗଣାରେ ବିଭକ୍ତ କରାଯାଇଥିଲା । ଜାଗାର ନାମକରଣ ମରାଠା ସର୍ଦାର ଭାସ୍କର ପଣ୍ଡିତଙ୍କ ନାମ ଅନୁସାରେ ଭାସ୍କରଗଞ୍ଜ, ମୋତିରମ ଫଉଜଦାରଙ୍କ ନାମ ଅନୁସାରେ ମୋତିଗଞ୍ଜ, ନୀଳଖୋଲୁ ସର୍ଦାରଙ୍କ ନାମ ଅନୁସାରେ ନୀଳଗିରି ନାମ ହୋଇଥିବାର ଜଣାଯାଏ । ସେହିପରି ମାନସିଂହ ନାମାନୁସାରେ ମାନସିଂହ ବଜାର ଓ ଅନ୍ୟାନ୍ୟ ମୋଗଲ ସର୍ଦାରଙ୍କ ନାମରୁ ବାଇରମ ନଗର, ମିର୍ଜା ପୋଖରୀ, ଦର୍ଜି ପୋଖରୀ, ଆଜିମାବାଦ, ପଠାଣ ମହଲା ନାମକରଣ ହୋଇଥିଲା । ଲାଲା କିଶୋର ରାଜଙ୍କ ନାମ ଅନୁସାରେ ବାରବାଟି ଓ ଲାଲା ବଜାର ହୋଇଥିଲା । ଅଝାଲ ସିଲାଇ ନିମକ ମାହାଲ ନାମରେ ଏକ ଦପ୍ତର ବାଲେଶ୍ୱରଠାରେ ଥିଲା । ଏହି ଦପ୍ତରରେ ଜାହାଜ ଗୁଡ଼ିକର ପାଲ ସିଲାଇ ଓ ଲୁଣ ମହଜୁଦ ହୋଇ ରପ୍ତାନି ପାଇଁ ପଠାଯାଉଥିଲା । କାର୍ତ୍ତିକ ପୂର୍ଣ୍ଣମୀ ଦିନ ବେପାରୀ ଓ ବୋଇତମାନଙ୍କୁ ବିଦାୟ ଦିଆଯାଉଥିଲା । ଆଜି ମଧ୍ୟ ବାଲିଘାଟ ବନ୍ଦରରେ ତାର ସ୍ମୃତି କାର୍ତ୍ତିକ ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ । ପର୍ତୁଗୀଜ, ଫରାସି ଓ ଓଲନ୍ଦାଜ ଶାସନ ୧୫୧୪ରେ ପର୍ତୁଗୀଜମାନେ ଓ ତା ପରେ ଫରାସୀ, ଦିନାମାର ଓ ଓଳନ୍ଦାଜମାନେ ବାଲେଶ୍ୱରରେ ବାଣିଜ୍ୟ କୋଠି ସ୍ଥାପନ କରିଥିଲେ । ୧୯୯୬ ନଭେମ୍ବର ୨୩ରେ ବାଲେଶ୍ୱରର ବାରବାଟି ଉଚ୍ଚ ବିଦ୍ୟାଳୟର ଏହି ସମୟର ସ୍ମୃତିରେ ମାଇକେଲ ସେଇନସ ଓ ଏନାବେଲା ନାମ୍ନୀ ଜଣେ ଓଳନ୍ଦାଜ ଯୁବତୀଙ୍କ ନାମରେ ୨ଟି ସମାଧି ତିଆରି କରାଯାଇଥିଲା । ୧୭୧୯ରେ ଫରାସି ବଣିକମାନେ ଫରାସି ଡିଙ୍ଗାରେ ବାଣିଜ୍ୟ କୋଠିମାନ ସ୍ଥାପନା କରିଥିଲେ । ୧୭୪୨ରେ ଏବେକାର ବାଲେଶ୍ୱର କଚେରିଠାରେ ମରାଠା ସେନାପତି ଭାସ୍କର ପଣ୍ଡିତ ଓ ଆଲିବର୍ଧନଙ୍କ ଭିତରେ ହୋଇଥିବା ଯୁଦ୍ଧରେ ମରାଠାମାନେ ପରାଜିତ ହୋଇଥିଲେ । ୧୭ଶ ଶତାବ୍ଦୀର ଆରମ୍ଭରେ ବାଲେଶ୍ୱର ପୂର୍ବ ଉପକୂଳର ବେପାର ବଣିଜର ପେଣ୍ଠସ୍ଥଳ ପାଲଟିଥିଲା । ଏଠାକାର ବାସିନ୍ଦାମାନେ ସମୁଦ୍ରପଥରେ ଦକ୍ଷିଣପୂର୍ବ ଏସିଆର ଲାକ୍ଷାଦ୍ୱୀପ ଓ ମାଳଦ୍ୱୀପକୁ ବେପାର ବଣିଜ ପାଇଁ ଯାଉଥିଲେ । ଭୋଗରାଇରୁ ମିଳିଥିବା ତମ୍ବା ମୁଦ୍ରା ଓ ଅଭଣା, କୁପାରି, ବସ୍ତା ଓ ଅଯୋଦ୍ଧାରୁ ମିଳିଥିବା ବୁଦ୍ଧଙ୍କ ମୂର୍ତ୍ତି ଏଠାରେ ବୁଦ୍ଧ ଧର୍ମର ଅବସ୍ଥିତି ଉପରେ ପ୍ରମାଣ ଦିଏ ଯାହା ଭୌମକର ରାଜଶାସନ କାଳରେ ବିକାଶ କରିଥିଲା । ଜଳେଶ୍ୱର, ବାଲେଶ୍ୱର ଓ ଅଭଣାରୁ ମିଳିଥିବା ମହାବୀର ଜୈନଙ୍କ ୧୦ମ-୧୧ଶ ଶତାବ୍ଦୀରେ ତିଆରି ମୂର୍ତ୍ତି ଏଠାରେ ଜୈନ ଧର୍ମ ଥିବାର ମଧ୍ୟ ପ୍ରମାଣ ଦେଇଥାଏ । ୧୮୬୫ରେ ଓଳନ୍ଦାଜମାନଙ୍କ ବାଣିଜ୍ୟ କୋଠିକୁ ଇଂରେଜମାନେ ଦଖଲ କରିଥିଲେ ଓ ୧୮୬୪ରେ ଓଳନ୍ଦାଜମାନଙ୍କ କୋଠିକୁ ଦଖଲ କରିଥିଲେ । ଫିରିଙ୍ଗି ଶାସନ ୧୮୦୩ରେ ଏହା ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧିନକୁ ଯାଇଥିଲା ଓ ୧୯୧୨ ଯାଏଁ ସେମାନଙ୍କ ଅଧିନରେ ରହିଥିଲା । ଏହା ବ୍ରିଟିଶ, ଡଚ ଓ ଓଲନ୍ଦାଜମାନଙ୍କ ପାଇଁ ବେପାର ବଣିଜର ଏକ ପ୍ରମୁଖ ବନ୍ଦର ଥିଲା । ଏଠାରେ ୧୬୪୦ରେ ପ୍ରଥମ ବ୍ରିଟିଶ କାରଖାନା ବସାଯାଇଥିଲା । ସ୍ୱତନ୍ତ୍ର ଜିଲ୍ଲା ଗଠନ ଅକ୍ଟୋବର ୧୮୨୮ରେ ବାଲେଶ୍ୱର ଏକ ଅଲଗା ଜିଲ୍ଲାରେ ପରିଣତ ହେଲା । ୧ ଏପ୍ରିଲ ୧୯୩୬ରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ବାଲେଶ୍ୱର ଓଡ଼ିଶାର ଏକ ପ୍ରମୁଖ ଜିଲ୍ଲାରେ ପରିଣତ ହେଲା । ୧୯୨୧ରେ ମହାତ୍ମା ଗାନ୍ଧୀଙ୍କ ଆସିବା କାଳରେ ଏଠାରେ ସ୍ୱାଧୀନତା ଆନ୍ଦୋଳନ ଆରମ୍ଭ ହୋଇଥିଲା । ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ଓ ଟିକସ ନଦେବା ପାଇଁ ଶ୍ରୀଜଙ୍ଗ ବାଲେଶ୍ୱରରେ ହୋଇଥିବା ସତ୍ୟାଗ୍ରହ ସ୍ୱାଧିନତା ଆନ୍ଦୋଳନର କେତେକ ଜଣାଶୁଣା ଭାଗ । ନୀଳଗିରିଗଡ଼ଜାତର ରାଜାଙ୍କ ବିରୋଧରେ ନୀଳଗିରିରେ ପ୍ରଜାମେଳି ହୋଇଥିଲା । ଜାନୁଆରୀ ୧୯୪୮ରେ ନୀଳଗିରି ଗଡ଼ଜାତ ଓଡ଼ିଶା ସହ ମିଶିଥିଲା ଓ ବାଲେଶ୍ୱର ଜିଲ୍ଲା ଭିତରକୁ ସରକାରୀ ଭାବେ ଆସିଥିଲା । ସ୍ୱାଧୀନତା ପର ୩ ଏପ୍ରିଲ ୧୯୯୩ରେ ବାଲେଶ୍ୱର ଜିଲ୍ଲାରର ସଦର ମହକୁମା ଭଦ୍ରକ, ବାଲେଶ୍ୱରରୁ ଅଲଗା ହୋଇ ଭଦ୍ରକ ଜିଲ୍ଲାରେ ପରିଣତ ହୋଇଥିଲା । ବେପାର ବଣିଜ ବାଲେଶ୍ୱର ସହର ବାଲେଶ୍ୱର ଜିଲାର ବାଣିଜ୍ୟର ପେଣ୍ଠସ୍ଥଳ । ବାଲିଆପାଳ ଅନ୍ୟ ଏକ ସହର, ଏହାକୁ ପାନ, ଧାନ ଓ ମୀନର ସହର କୁହାଯାଏ । ଚାଷବାସ, କଳକାରଖାନା, ମାଛଧରା ଆଦି ଏଠାକାର ମୂଳବେଉସା । ନୁଆ ବଜାର, ମୋତିଗଞ୍ଜ, ବିବେକାନନ୍ଦ ମାର୍ଗ, ଫକିରମୋହନ ଗୋଲେଇ, ଷ୍ଟେସନ ଛକ, ଆଇଟିଆଇ ଛକ, କଚେରୀ ବଜାର, ନୁଆସାହି ଆଦି ଏଠାକାର ବେପାର ବାଣିଜ୍ୟର ମୁଳ । ବାଲେଶ୍ୱରର ଜଉ କଣ୍ଢେଇ ବିରଳ, କୋଟିକମ କରା ଓ ସାରା ଓଡ଼ିଶାରେ ପ୍ରସିଦ୍ଧ । ଓଡ଼ିଶାର କଳା, ସାହିତ୍ୟ, ଚଳଣି, ଖାଇବା ପିଇବା, ଚାଷବାସ ଓ କଳକାରଖାନାର ବିକାଶରେ ବାଲେଶ୍ୱର ଭୂମିକା ଅଶେଷ । ଏଠାରେ ବିରଳା ଟାୟାର, ଇମାମି କାଗଜ କଳ, ଓରିପ୍ଲାଷ୍ଟ ପ୍ଲାଷ୍ଟିକ କାରଖାନା ସହ ଆହୁରି ଅନେକ କାରଖାନା ଅଛି । ଗମନାଗମନ ବାଲେଶ୍ୱର ରେଳ ଷ୍ଟେସନ ଚେନାଇରୁ କଲିକତା ଯାଏଁ ଲମ୍ବିଥିବା ଦକ୍ଷିଣ-ପୂର୍ବ ରେଳପଥରେ ପଡେ । ଜାତୀୟ ରାଜପଥ-୫/ଜଗନ୍ନାଥ ସଡ଼କ କଲିକତାରୁ ଚେନ୍ନାଇ ଯାଇଛି ଓ ଚାରି ଲେନବାଲା ଜାତୀୟ ରାଜପଥ-୬୦ ବାଲେଶ୍ୱରରୁ କଲିକତା ଯାଇଛି । ନିକଟତମ ବିମାନଘାଟି: ଭୁବନେଶ୍ୱର (୧୯୧ କି.ମି.) ଓ କଲିକତା ଯାହାକି ଏଠାରୁ ପ୍ରାୟ ସାଢେ ୩ ଘଣ୍ଟାର ବାଟ । ଭଦ୍ରକ, ଜାଜପୁର, କଟକ, ଭୁବନେଶ୍ୱର, କୋରାପୁଟ, ରାଉରକେଲା, ସମ୍ବଲପୁର, ବରଗଡ଼ ଓ ଓଡ଼ିଶାର ବାକି ସହରମାନଙ୍କ ସହ ବାଲେଶ୍ୱର ବସ ଓ କାର ଆଦିରେ ଭଲ ଭାବେ ଜୋଡ଼ା । ବାଲେଶ୍ୱରଠୁ ୬୦କିମି ଦୁରରେ ବାରିପଦା ସହର ଅବସ୍ଥିତ |. ପର୍ଯ୍ୟଟନ ସ୍ଥଳ ବନ୍ଦର ଓ ବେଳାଭୂମି ଚାନ୍ଦିପୁର ଓ ବଳରାମଗଡ଼ି ଏହା ବାଲେଶ୍ୱର ସହରଠାରୁ ୧୨ କି.ମି. ଦୂରରେ ଥିବା ଏକ ବେଳାଭୁଇଁ । ଏହା ବାକି ବେଳାଭୁଇଁଠାରୁ ଅଲଗା, ଏଠାରେ ଲହଡ଼ି କେବଳ ଭୋର ଓ ରାତିରେ ଦେଖିବାକୁ ମିଳେ । ଦିନସାରା ସମୁଦ୍ରର ୩-୪ ମାଇଲ ଯାଏଁ କେବେ ଲହଡି଼ ଆସେ ନାହିଁ । ଏହାର ଅନତି ଦୂରରେ ବଳରାମଗଡ଼ି ମାଛଧରା ବନ୍ଦର ରହିଛି । thumb|210px|ତାଳସାରିରେ ସୂର୍ଯ୍ୟାସ୍ତ ତାଳସାରି ବେଳାଭୂମି ଏହା ବାଲିଆପାଳ ନିକଟରେ ଅବସ୍ଥିତ ବାଲେଶ୍ୱର ଜିଲାର ଏକ ବେଳାଭୂମି । ଧାମରା ଏହା ଏକ ସୁନ୍ଦର ବନ୍ଦର ଓ ଏଠାକାର "ହୁଇଲର୍ସ ଦ୍ୱୀପ"ରେ ଗୋଳାବାରୁଦ ପରୀକ୍ଷଣ କରାଯାଇଥାଏ । ବାଲିଘାଟ ବନ୍ଦର ବାଲେଶ୍ୱର ସହରରେ ଅବସ୍ଥିତ ଏହି ପୁରାତନ ବନ୍ଦର ଏକ ପ୍ରମୁଖ ମାଛଧରା ବନ୍ଦର । thumb|210px|ବୁଢାବଳଙ୍ଗ ନଦୀ କଡ଼ରେ ଡଙ୍ଗା ଏସବୁ ଛଡ଼ା ଡଗରା ଓ ଚଉମୁଖଠାରେ ଦୁଇଟି ବେଳାଭୂମି ମଧ୍ୟ ରହିଛି । ଉପାସନା ସ୍ଥଳ ପଞ୍ଚଲିଙ୍ଗେଶ୍ୱର ଶିବ ମନ୍ଦିର ଏହା ନୀଳଗିରି ପାଖରେ ଥିବା ପଞ୍ଚଲିଙ୍ଗେଶ୍ୱର ପାହାଡ଼ ଉପରେ ଅଛି । ପାହାଡ଼ି ଝରଣା ଭିତରେ ଥିବା ପାଞ୍ଚଟି ଶିବଲିଙ୍ଗକୁ ବାବା ପଞ୍ଚଲିଙ୍ଗେଶ୍ୱର କୁହାଯାଏ । ଖୋଲା ପାହାଡ଼ ଆଉ ଗଛଲତାରେ ବେଢ଼ା ଏହା ଖାଲି ଗୋଟିଏ ଶିବ ମନ୍ଦିର ନୁହେଁ, ଗୋଟିଏ ସୁନ୍ଦର ବଣଭୋଜି ଜାଗା । ବାଲେଶ୍ୱର ଜିଲ୍ଲାର ଏହା ଏକ ଜଣାଶୁଣା ବୁଲାବୁଲି ଜାଗା । ଓଡ଼ିଶା ଓ ପାଖାପାଖି ରାଜ୍ୟର ଅନେକ ଜାଗାରୁ ଲୋକେ ଏଠାକୁ ବୁଲିବା ପାଇଁ ଆସନ୍ତି । ବିରଞ୍ଚିନାରାୟଣ ମନ୍ଦିର, ପାଳିଆ ଭୁଜାଖିଆ ପିର ସୁନହଟରେ ଥିବା ଭୁଜାଖିଆ ପିର ଉଭୟ ହିନ୍ଦୁ ଓ ମୁସଲିମ ଧର୍ମାବଲମ୍ବୀମାନଙ୍କ ଦେଇ ପୂଜିତ ହୋଇଥାନ୍ତି | ଆସ୍ଥାନା ସରିଫ ହଜରତ ପିରବାବା ଏଠାରେ ହଇଜା ରୋଗିଙ୍କର ସେବା ପାଇଁ ଆସିଥିବାରୁ ତାଙ୍କ ନାମ ଅନୁସାରେ ଏହି ପୀଠର ନାମ ଭୁଜାଖିଆ ପିର ରଖାଯାଇଛି । ଜୁଣିଆ ରାମ ମନ୍ଦିର ଐତିହ୍ୟସ୍ଥଳୀ କ୍ଷୀରଚୋରା ଗୋପୀନାଥ ମନ୍ଦିର ରେମୁଣାରେ ଅବସ୍ଥିତକ୍ଷୀରଚୋରା ଗୋପୀନାଥ ମନ୍ଦିର ବାଲେଶ୍ୱରଠାରୁ ୯ କିମି ପୂର୍ବରେ ଅବସ୍ଥିତ ଓ ହାଓଡ଼ା ଓ ଭୁବନେଶ୍ୱର ମଝିରେ ପଡ଼େ । ଏହା ଉତ୍କଳର ନରପତି ଲାଙ୍ଗୁଳା ନରସିଂହ ଦେବଙ୍କ ଦେଇ ନିର୍ମିତ । ଭୂଷଣ୍ଡେଶ୍ୱର ଶିବ ମନ୍ଦିର ଏଠାରେ ରହିଛି ଏସିଆର ସବୁଠୁ ବଡ଼ ଶିବଲିଙ୍ଗ । ଏହା ଏକ ପ୍ରସିଦ୍ଧ ଶିବ କ୍ଷେତ୍ର ଭାବରେ ଜଣାଶୁଣା । ଚନ୍ଦନେଶ୍ୱର ଶିବ ମନ୍ଦିର ଏହା ଏକ ପ୍ରସିଦ୍ଧ ଶୈବପିଠ । ଏଠାକାର "ଜାଗର ମେଳା" ଏକ ଜଣାଶୁଣା ପର୍ବ । ଭୂଧାର ଚଣ୍ଡୀ ମନ୍ଦିର ଏହା ଏକ ପ୍ରସିଦ୍ଧ ଚଣ୍ଡୀ ମନ୍ଦିର ଓ ଉତ୍ତର ଓଡି଼ଶାର ଏକ ପ୍ରମୁଖ ଶାକ୍ତ ପୀଠ । ବାଲେଶ୍ୱରଠାରୁ ଉଦଳା ଯିବା ବାଟରେ ସଜନାଗଡ଼ଠାରେ ଏହି ମନ୍ଦିର ଅବସ୍ଥିତ । ଜଗନ୍ନାଥ ମନ୍ଦିର, ନୀଳଗିରି ଅମ୍ବିକା ମନ୍ଦିର, ବାଲେଶ୍ୱର ବକ୍ରେଶ୍ୱର ମହାଦେବ ମନ୍ଦିର, ବକ୍ରେଶ୍ୱର ବାଣେଶ୍ୱର ଶିବ ମନ୍ଦିର, ପୁରୁଣା ବାଲେଶ୍ୱର ବିଶ୍ୱନାଥ, ଦୁର୍ଗା, ଗଡ଼ଚଣ୍ଡୀ ଓ ଖଜୁରେଶ୍ୱର ମନ୍ଦିର, ସେରଗଡ଼ ବ୍ରାହ୍ମଣୀ ମନ୍ଦିର, ଅଭଣା ବୁଢ଼ୀମଙ୍ଗଳା ପୀଠ, ରଣଧା ଦକ୍ଷିଣେଶ୍ୱର, ଉତ୍ତରେଶ୍ୱର ମନ୍ଦିର ଓ ମାରିଚି ମନ୍ଦିର, ଅଯୋଧ୍ୟା ମଣିନାଗେଶ୍ୱର ମନ୍ଦିର, ବର୍ଦ୍ଧନପୁର ଶ୍ୟାମସୁନ୍ଦର ମନ୍ଦିର, ବାଲେଶ୍ୱର ଲୋକକଳା ଲୋକଗୀତ ଓ ଲୋକନାଟ ବାଲେଶ୍ୱର ଜିଲ୍ଲାର ଚଢ଼େଇଆ ନାଚ ଓ ସଙ୍ଗୀତ ସମଗ୍ର ଓଡ଼ିଶାରେ ପ୍ରସିଦ୍ଧି ଲାଭ କରିଅଛି । ନୀଳଗିରିର ଛଉ ନାଟ, ପାଟୁଆ ନାଟ, ଯାତ୍ରା, ଗୀତିନାଟ୍ୟ, ସଜନାଗଡ଼, ବାହାନଗା ଓ ଚନ୍ଦନେଶ୍ୱର ମେଳାର ଚଇତି ଘୋଡ଼ା ନାଚ ଆଦି ଖୁବ ଜଣାଶୁଣା । ଏହା ଛଡ଼ା ଶ୍ରୀଜଙ୍ଗ, ଚଣ୍ଡୀପୁର, ବର୍ଦ୍ଧନପୁର, ବାଙ୍କେଶ୍ୱର ଅଞ୍ଚଳର ବଣକୋଇଲା ନାଟ, ମଙ୍ଗଳପୁର ଓ ଅଭଣାର ଦଧି ନାଟ, ବାଲେଶ୍ୱରର ପଡ଼ିଅଁ, ଶ୍ରୀଜଙ୍ଗର ବହୁରୂପା ନାଟ, ଅନନ୍ତପୁର ଓ ଗୁଡ଼ସିଆଁର ଦାସକାଠିଆ, ଉତ୍ତର ବାଲେଶ୍ୱରର ଲଳିତା ପାଲା ଆଦି ଜନପ୍ରିୟ । ହାତକାମ ଭୋଗରାଇର ସପ ମସିଣା, ନୀଳଗିରିର ପଥର ବାସନ ଓ ମୂର୍ତ୍ତି, ରେମୁଣାର କଂସା ଓ ପିତ୍ତଳ କାମ, ସୋରର ପଥର ମୂର୍ତ୍ତି ଆଦି ବାଲେଶ୍ୱରର ବହୁ ପୁରାତନ ଲୋକକଳା । ଚିତ୍ରକଳା ବାଲେଶ୍ୱରଠାରେ ଅନେକ ଜଣାଶୁଣା ଚିତ୍ରକର ଓ ଶିଳ୍ପୀ ଜନ୍ମ ନେଇଛନ୍ତି । ଓଡ଼ିଶାର ସୁପରିଚିତ ଶିଳ୍ପୀ ବସନ୍ତ ପଣ୍ଡା, ଧର୍ମପଦ ପୁରସ୍କାରପ୍ରାପ୍ତ ଜଳେଶ୍ୱରର ଶିଳ୍ପୀ ଅନନ୍ତ ପଣ୍ଡା ଓ ଉଦୟ ଜେନା ପ୍ରମୁଖ କେତେଜଣ ଶିଳ୍ପୀ ଅନେକ ସୁନ୍ଦର କଳାକୃତି ସବୁ ତିଅରି କରିଛନ୍ତି । ଏହି ଜିଲ୍ଲାର ବାଲେଶ୍ୱର ସହର ଉପକଣ୍ଠରେ ଏକ କଳା ମହାବିଦ୍ୟାଳୟ କଳାକ୍ଷେତ୍ର କଳା ଶିକ୍ଷା କ୍ଷେତ୍ରରେ ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ । ଜଣାଶୁଣା ଲୋକ ଶ୍ରୀଧର ସ୍ୱାମୀ, ଦୀନକୃଷ୍ଣ ଦାସ, ବାଘା ଯତୀନ, ଫକୀର ମୋହନ ସେନାପତି, ରାଧାନାଥ ରାୟ, ମନୋଜ ଦାସ, ମନ୍ମଥ ଦାସ, ବ୍ରଜନାଥ ରଥ, ବଙ୍କିମ ଚନ୍ଦ୍ର ଚାଟାର୍ଜୀ, ପ୍ରିତମ ପଣ୍ଡା ହରେକୃଷ୍ଣ ବେହେରା ଶିକ୍ଷା କଲେଜ ଓ ବିଶ୍ୱବିଦ୍ୟାଳୟ ଫକିର ମୋହନ ବିଶ୍ୱବିଦ୍ୟାଳୟ, ବ୍ୟାସବିହାର, ବାଲେଶ୍ୱର ଆର.ଜେ ସ୍କୁଲ ଅଫ ମାନେଜମେଣ୍ଟ ବାଲେଶ୍ୱର କଲେଜ ଅଫ ଇଞ୍ଜିନିଅରିଙ୍ଗ ଆଣ୍ଡ ଟେକନୋଲୋଜି ଏକାଡେମି ଅଫ ବିଜନେସ ମାନେଜମେଣ୍ଟ ଫକିର ମୋହନ ସ୍ୱୟଂଶାସିତ କଲେଜ, ବାଲେଶ୍ୱର କୁନ୍ତଳାକୁମାରୀ ମହାବିଦ୍ୟାଳୟ ଆର.ଆଇ.ଟି ସତ୍ୟସାଇ ଇଞ୍ଜିନିଅରିଙ୍ଗ କଲେଜ ବାଲେଶ୍ୱର ସ୍କୁଲ ଅଫ ଇଞ୍ଜିନିଅରିଙ୍ଗ ସ୍ୱର୍ଣ୍ଣଚୁଡ଼ ମହାବିଦ୍ୟାଳୟ, ମିତ୍ରପୁର ରେମୁଣା କଲେଜ୍, ରେମୁଣା ଦୀନକୃଷ୍ଣ ମହାବିଦ୍ୟାଳୟ,ଜଳେଶ୍ୱର ଆଧାର ବାହାର ଲିଙ୍କ ବାଲେଶ୍ୱରର ଅନଲାଇନ ପୋର୍ଟାଲ ବାଲେଶ୍ୱର ଜିଲା ସରକାରୀ ପୋର୍ଟାଲ ଏନସାଇକ୍ଲୋପିଡ଼ିଆରେ ବାଲେଶ୍ୱର ଆର୍କିଟେକଚରାଲ ପ୍ଲାନିଙ୍ଗ, କ୍ୱାଲିଟି, କ୍ୱାଲିଟି କଣ୍ଟ୍ରୋଲ, ସର୍ଭେ ବର୍କ ଆଣ୍ଡ ସିଭିଲ କନସଲଟାନ୍ସି ଶ୍ରେଣୀ:ବାଲେଶ୍ୱର ଜିଲ୍ଲା
ଭୌଗଳିକ ଦିଗବାରେଣି
https://or.wikipedia.org/wiki/ଭୌଗଳିକ_ଦିଗବାରେଣି
thumb|440px|ପୃଥିବୀ ମାନଚିତ୍ରରେ ଅକ୍ଷାଂଶ (ଭୂସମାନ୍ତରାଳ) ଓ ଦ୍ରାଘିମା (ସିଧା) ଦେଖାଯାଇଛି, Eckert VI ପ୍ରଜେକସନ; ବଡ଼ ଭାଗ (ପି.ଡି.ଏଫ, ୩.୧୨ ଏମ.ବି) ଭୌଗଳିକ ଦିଗବାରେଣି ଏକ ଦିଗବାରିବା ପ୍ରଣାଳୀ ଯାହା ପୃଥିବୀର ଯେକୌଣସି ସ୍ଥାନର ଅବସ୍ଥାନକୁ କେତୋଟି ସଂଖ୍ୟା ଯୋଡ଼ାଦ୍ୱାରା ସ୍ଥିର କରିଥାଏ । ଦିଗବାରେଣିକୁ ଏମିତି ବଛାଯାଇଥାଏ ଯେ ତାହାର ଗୋଟିଏ ସଂଖ୍ୟା ସିଧା ଅବସ୍ଥା (ଅକ୍ଷାଂଶ) ଓ ଦୁଇଟି ବା ତିନୋଟି ସଂଖ୍ୟା ଭୂସାମାନ୍ତରାଳ(ଦ୍ରାଘିମା) ସୂଚାଇଥାଏ । ସାଧାରଣତଃ ଅକ୍ଷାଂଶ, ଦ୍ରାଘିମା ଓ ସମୁଦ୍ର ପତ୍ତନରୁ ଉଚ୍ଚତାକୁ ନେଇ ଏହାକୁ ଦେଖାଯାଇଥାଏ ।A Guide to coordinate systems in Great Britain v1.7 October 2007 D00659 accessed 14.4.2008 ଦ୍ରଷ୍ଟବ୍ୟ ଅଧିକ ତଥ୍ୟ Mathematics Topics-Coordinate Systems Geographic coordinates of countries (CIA World Factbook) FCC coordinates conversion tool (DD to DMS/DMS to DD) Coordinate converter, formats: DD, DMS, DM Latitude and Longitude Find the GPS coordinates for a location or a place in several geocoding formats, which can be entered into a GPS device Convert Address to Coordinates and vice-versa Get the decimal coordinates, sexagesimal and UTM of any location Plexscape WS Advanced free online tool for coordinate conversion, fully interactive with Google Maps - Supports more than 3,000 coordinate systems and 400 datums worldwide ଶ୍ରେଣୀ:ଭୂଗୋଳ
Geographic coordinate system
https://or.wikipedia.org/wiki/Geographic_coordinate_system
REDIRECT ଭୌଗଳିକ ଦିଗବାରେଣି
ଚନ୍ଦନେଶ୍ଵର ଶିବ ମନ୍ଦିର
https://or.wikipedia.org/wiki/ଚନ୍ଦନେଶ୍ଵର_ଶିବ_ମନ୍ଦିର
ଲେଉଟାଣି ଚନ୍ଦନେଶ୍ୱର ମନ୍ଦିର
ପଞ୍ଚଲିଙ୍ଗେଶ୍ବର
https://or.wikipedia.org/wiki/ପଞ୍ଚଲିଙ୍ଗେଶ୍ବର
ପଞ୍ଚଲିଙ୍ଗେଶ୍ୱର ଓଡ଼ିଶାର ବାଲେଶ୍ୱର ଜିଲାର ନୀଳଗିରି ନିକଟରେ ଅବସ୍ଥିତ । ଏଠାରେ ପାହାଡ଼ୀ ଝରଣା ଭିତରେ ପାଞ୍ଚୋଟି ଶିବଲିଙ୍ଗ ପୂଜାପାଉଛନ୍ତି ଯାହାଙ୍କ ନାମ ଅନୁସାରେ ଏହି ଜାଗାର ନାମ ପଞ୍ଚଲିଙ୍ଗେଶ୍ୱର ହୋଇଛି । ପଞ୍ଚଲିଙ୍ଗେଶ୍ୱର ଶିବ ମନ୍ଦିର ଏଠାକାର ଏକ ଜଣାଶୁଣା ପର୍ଯ୍ୟଟନ ସ୍ଥଳ । ଗମନାଗମନ ଏହା ନୀଳଗିରିଠାରୁ ୮ କିମି, ବାଲେଶ୍ୱରଠାରୁ ୩୦ କିମି ଓ ବାରିପଦାଠାରୁ ୮୫ କିମି ଦୂରତାରେ ରହିଛି। ଏହି ଦୁଇ ସହରଠାରୁ ବସଯୋଗେ ଗମନାଗମନର ସୁବିଧା ଅଛି । ଏଠାରେ ଏକ ସରକାରୀ ପାନ୍ଥଶାଳା ଅଛି । thumb|center|650px|ପାହାଡ଼ି ଝରଣା ଭିତରେ ବାବା ପଞ୍ଚଲିଙ୍ଗେଶ୍ୱର ଆଧାର ଅଧିକା ତାଥ୍ୟ Temples and monuments in Odisha ଶ୍ରେଣୀ:ବାଲେଶ୍ୱର ଜିଲ୍ଲାର ଗାଆଁ ଓ ସହର‎
ଭୁଷଣ୍ଡେଶ୍ଵର ମନ୍ଦିର
https://or.wikipedia.org/wiki/ଭୁଷଣ୍ଡେଶ୍ଵର_ମନ୍ଦିର
ଲେଉଟାଣି ଭୂଷଣ୍ଡେଶ୍ୱର ମନ୍ଦିର
ଫେସବୁକ
https://or.wikipedia.org/wiki/ଫେସବୁକ
thumb|upright|right|ମାର୍କ ଜୁକରବର୍ଗ ନିଜର ପଢ଼ା-ବସା-ଘରେ ଫେସବୁକ ତିଅରି କରିଥିଲେ ବାକି ସାଙ୍ଗମାନଙ୍କ ସହ ଏହା ଏକ ଅନଲାଇନ ସାମାଜିକ ଯୋଗାଯୋଗ ସାଇଟ । ଏଠାରେ ସାଙ୍ଗମାନଙ୍କ ସହ କଥାବାର୍ତ୍ତା (ଚାଟ), ଭାବର ଆଦାନ ପ୍ରଦାନ, ନୂଆ ଫଟୋଚିତ୍ର ଓ ଭିଡ଼ିଓ ବଣ୍ଟନ ଓ ନାନା ଆପ୍ଲିକେସନ ସଫ୍ଟବେର ବ୍ୟବହାର କରି ଇଣ୍ଟରନେଟରେ ନିଜର ସାମାଜିକ ସମ୍ପର୍କ ବଢ଼ାଯାଇପାରେ । ଏବେ ଯାଏଁ ଫେସବୁକର ବ୍ୟବହାରକାରୀମାନଙ୍କ ସଂଖ୍ୟା ୫୦ କୋଟିରୁ ଅଧିକ । ହାରଭାର୍ଡ଼ ବିଶ୍ୱବିଦ୍ୟାଳୟରେ ତଳ-ସ୍ନାତକ ଶ୍ରେଣୀର ଦ୍ୱିତୀୟ ବର୍ଷର ଛାତ୍ର ମାର୍କ ଜୁକରବର୍ଗ ଅକଟୋବର ୨୮, ୨୦୦୩ରେ ଫେସମାସ(ଫେସବୁକର ପୂର୍ବାବସ୍ଥା)ର କୋଡ଼ ଲେଖିଥିଲେ । ସେଥିରେ ଗୋଟିଏ ଫରଦରେ ଦୁଇଜଣ ଅଲଗା ଅଲଗା ଶ୍ରେଣୀର ଛାତ୍ରୀଙ୍କ ଫଟୋ ରଖି କିଏ ବେସି ସୁନ୍ଦର ବାଛିବାକୁ ବ୍ୟବହାରକରୀମାନଙ୍କୁ କୁହାଯାଉଥିଲା । ଇତିହାସ ଫିଲିପ୍ସ ଏକ୍ସଟର ଏକାଡେମୀରୁ ମାର୍କ ଜୁକରବର୍ଗ ଗ୍ରାଜୁଏଟ ଡିଗ୍ରୀ ହାସଲ କରିଥିଲେ ।ଏକାଡେମୀ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ "ଦି ଫୋଟ ଆଡ୍ରେସ ବୁକ" ପ୍ରସ୍ତୁତ କରାଯାଇଥିଲା,ଯାହାକୁ ସେମାନେ ଦ ଫେସବୁକ ଭାବେ ଅଭିହିତ କରୁଥିଲେ ।ଏଥିରୁ ଛାତ୍ରଛାତ୍ରୀମାନେ ସେମାନଙ୍କ ପାଠପଢ଼ା ସମ୍ବନ୍ଧୀୟ ତଥ୍ୟ ହାସଲ କରୁଥିଲେ ।ଏଭଳି ଫେସବୁକଦ୍ୱାରା ଅନୁପ୍ରାଣୀତ ହୋଇ ମାର୍କ ଜୁକରବର୍ଗ ହାର୍ଭାର୍ଡସ୍ଥିତ ନିଜ ଶୟନ କକ୍ଷରୁ ଫେସବୁକ ସାଇଟ ପରିଚାଳନା କରିଥିଲେ ।ସେ ପ୍ରାରମ୍ଭିକ ସମୟରେ କେବଳ ହାର୍ଭାର୍ଡ ବିଷୟ ଉଲ୍ଲେଖ କରୁଥିଲେ ।କିନ୍ତୁ ପରେ ରୁମମେଟ ହଷ୍ଟିନ ମୋସ୍କୋଭିଜଙ୍କ ସହିତ ମିଶି ଫେସବୁକକୁ ସେ ଅନ୍ୟ ସ୍କୁଲକୁ ମଧ୍ୟ ସମ୍ପ୍ରସାରଣ କରିଥିଲେ ।ପରେ ଜୁକରବର୍ଗ ଏବଂ ମୋସ୍କୋଭିଜ ସେମାନଙ୍କର ଅନ୍ୟ କେତେ ବନ୍ଧୁଙ୍କୁ ନେଇ କାଲିଫର୍ଣ୍ଣିଆର ପାଲୋ ଅଲ୍ଟୋ ଚାଲିଆସିଥିଲେ ।ଏକ ଘର ଭଡାରେ ନେଇ ସେଠାରେ ଫେସବୁକର କାର୍ଯ୍ୟାଳୟ ଖୋଲିଥିଲେ ।ଜୁକରବର୍ଗଙ୍କ ଉଦ୍ୟମ କ୍ରମେ ପିଟର ଥିଏଲ ଫେସବୁକରେ ପୁଞ୍ଜି ନିବେଶ କରିଥିଲେ ।୨୦୦୪ର ମଧ୍ୟ ଭାଗରେ ଫେସବୁକର ପ୍ରଥମ କାର୍ଯ୍ୟାଳୟ ଉଦଘାଟନ ହେଇଥିଲା ।http://www.newyorker.com/archive/2006/05/15/060515fa_fact_cassidy ୨୦୧୯ ମାସିହା ଫେବ୍ରୁଆରୀ ମାସ ୭ ତାରିଖାରେ ଫେସବୁକ, ଭାରାତ ବର୍ଷର ଅଦିବାସୀ ଝିଅ ମାନାଙ୍କୁ ଡିଜିଟାଲ ଜ୍ଞାନ କୌଶଳ ସିଖାଇବା କଥା ଘୋଷଣା କାରିଥିଲା । ଏହି କାର୍ଯ୍ୟକ୍ରମଟିକୁ ଗୋଇଙ୍ଗ ଅନଲାଇନ ଅଜ ଲିଡର୍ସ ନାମରେ ଫେସବୁକ ନାମିତ କରିଥିଲା । https://www.firstpost.com/tech/news-analysis/facebook-announces-digital-skilling-program-for-tribal-girls-in-5-indian-states-6041531.html କମ୍ପାନୀ thumb|right|ପାଲୋ ଅଲଟୋ, କାଲିଫର୍ଣିଆର ଫୋର୍ଡ ପାର୍କରେ ଥିବା ଫେସବୁକର ମୁଖ୍ୟ କମ୍ପାନୀକୁ ରାସ୍ତା ବ୍ୟବହାର ଫେସବୁକ ବ୍ୟବହାର କରିବା ପାଇଁ ସେହି ୱେବସାଇଟରେ ଆମକୁ ପ୍ରଥମେ ଆମକୁ ନାମ ଲେଖାଇବାକୁ ପଡେ । ନାମ ଲେଖାଇବା ପାଇଁ ଇମେଲ ଠିକଣା ଦରକାର ହେଇଥାଏ । ମୋବାଇଲ ବ୍ୟବହାରକାରୀମାନେ ନିଜ ମୋବାଇଲ ନମ୍ବରଦ୍ୱାରା ମଧ୍ୟ ନାମ ଲେଖାଇ ପାରିବେ । ନାମ ଲେଖିଲ ପରେ ସେଠି କିଛି ଫଟୋ ବିଡିଓ ଦେଇ ପାରିବେ ଏବଂ ଚିହ୍ନା ଏବଂ ଅଚିହ୍ନା ଲୋକମାନଙ୍କ ସହ ବନ୍ଧୁତା କରି କଥା ଏବଂ ଚାଟ କରି ପାରିବେ । ଅପବ୍ୟବହାର ବର୍ତ୍ତମାନ ଫେସବୁକର ବ୍ୟାପକ ଅପବ୍ୟବହାର କରାଯାଉଛି । ବ୍ୟବହାରକାରୀମାନେ ନିଜ ବିଷୟରେ ମିଥ୍ୟା ତଥ୍ୟ ଦେଉଛନ୍ତି । ଏବଂ ଅଜିକାଲି ଦେଖା ଯାଉଛି ଯେ, ବାହୁତ ଜଣ ଏହି ଫେସବୁକର ଅପବ୍ୟବହାର କରି ଅନ୍ୟମାନଙ୍କୁ ଡରାଇବା ଏବଂ ଧମକେଇବା ଭଳି କାମଗୁଡ଼ିକ କରୁଛନ୍ତି । ବିବାଦ ୨୦୧୮ ମସିହା ମାର୍ଚ୍ଚ ମାସରେ ଫେସବୁକ ଏକ ବଡ଼ ଧରଣର ବିବାଦର ଶିକାର ହୋଇଥିଲା । ଏହି ବିବାଦ ଅନୁସାରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ବାଚନ ସମୟରେ ଏକ ରାଜନୈତିକ ସଂସ୍ଥାଦ୍ୱାରା ବିଜ୍ଞାପନ ଦେବା ପାଇଁ ୮୭ ନିୟୁତ ବ୍ୟବହରକରିଙ୍କ ନିଜସ୍ୱ ତଥ୍ୟର ଅପବ୍ୟବହାର କରାଯାଇଥିଲା । ଏହି ଅପବ୍ୟବହାର ପରେ ଫେସବୁକରେ ଥିବା ବହୁତ ଗୁଡିଏ ତ୍ରୁଟି ସାମ୍ନାକୁ ଆସିଥିଲା । ଏବଂ ଏହାପରେ ବହୁତ ବିଶିଷ୍ଟ ବ୍ୟକ୍ତି ନିଜ ନିଜ ଫେସବୁକ ଏବଂ ଇଂଷ୍ଟାଗ୍ରାମକୁ ବନ୍ଦ କରାଇ ଦେଇଥିଲେ । ଶୈଳୀ ଓ ବଦଳ ଫେସବୁକ ୱେବସାଇଟରେ ଖାଲି ନୀଳ ଏବଂ ଧଳା ରଙ୍ଗର ବ୍ୟବହାର କରାଯାଏ । ଏବେ ଏଥିରେ ଟାଇମଲାଇନ ନାମକ ଏକ ଡିଜାଇନ ଅଣାଯାଇଛି । ଏହା ସହିତ ଏବେ ଏଥିରେ ଭିଡିଓ ଚାଲିବାର ବ୍ୟବସ୍ଥା ମଧ୍ୟ ହୋଇଛି । ଆଧାର ବାହାର ଲିଙ୍କ ନିଉଅର୍କ ଟାଇମ୍ସରେ ସଂଗ୍ରହକରାଯାଇଥିବା ଖବର ଫେସବୁକ-ଟେଲିଗ୍ରାଫର ଖବର' ତୁଳନାବୁକ ଓ ଗୁଗତୁଳନାiଳନାi ତୁଳIndiman ତୁଳନା ଶ୍ରେଣୀ:ଇଣ୍ଟରନେଟ ଶ୍ରେଣୀ:ଉଇକିପ୍ରକଳ୍ପ କମ୍ପ୍ୟୁଟର ବିଜ୍ଞାନ ଶ୍ରେଣୀ:ସୋସିଆଲ୍ ନେଟୱାର୍କିଂ ସେବା
ପାଲା
https://or.wikipedia.org/wiki/ପାଲା
ପାଲା ଓଡ଼ିଶାର ଏକ ପାରମ୍ପାରିକ, ପୁରାତନ ଓ ବିଦଗ୍ଧ ଓଡ଼ିଆ ଗୀତି-ଲୋକନାଟ୍ୟ । ପାଲା ସାଧାରଣତଃ ଛଅ ଜଣ ବ୍ୟକ୍ତିଙ୍କୁ ନେଇ ଅନୁଷ୍ଠିତ ହୋଇଥାଏ । ଜଣେ ଗାୟକ, ଜଣେ ବାୟକ/ବାଦକ, ଜଣେ ଶ୍ରୀପାଳିଆ ଓ ୩ ଜଣ ପାଳିଆଙ୍କୁ ନେଇ ପାଲା ଅନୁଷ୍ଠିତ ହୋଇଥାଏ । ଇତିହାସ ଓଡ଼ିଶାର ଏହି ସ୍ୱତନ୍ତ୍ର କଳା ଦିନେ ଘରେ ଘରେ ପରିଚିତ ଥିଲା । ବିଶେଷ କରି ବାଦୀପାଲା ଦେଖିବାକୁ ଲୋକେ ବହୁତ ପସନ୍ଦ କରୁଥିଲେ । ଯେଉଁ ସମୟରେ ମନୋରଞ୍ଜନ କରିବା ପାଇଁ ବିଶେଷ ସୁବିଧା ନଥିଲା ସେହି ସମୟରେ ପାଲା ଲୋକଙ୍କୁ ମନୋରଞ୍ଜନ କରିବା ସହ ସାହିତ୍ୟ, ସଂସ୍କୃତି ଓ କଳା ପ୍ରତି ପରିଚିତ କରାଉଥିଲା । ଏହି ପାଲା ମାଧ୍ୟମରେ ଓଡ଼ିଶାରେ ଭାଷା ଆନ୍ଦୋଳନ ଘରେ ଘରେ ପହଞ୍ଚି ପାରିଥିଲା । ସେହିପରି ସ୍ୱାଧୀନତା ଆନ୍ଦୋଳନ ସମୟରେ ମଧ୍ୟ ପାଲାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ବିଶେଷତା ପାଲା ହିନ୍ଦୁ ଓ ମୁସଲମାନ ଧର୍ମ ମଧ୍ୟରେ ସମନ୍ୱୟ ରଖିଥାଏ । ଏଥିରେ ଉଭୟ ସତ୍ୟ ନାରାୟଣ ଏବଂ ପୀର ବାବାଙ୍କୁ ପୂଜା କରାଯାଇଥାଏ, ତେଣୁ ପାଲାକୁ ସତ୍ୟପୀର ପୂଜା ବୋଲି ମଧ୍ୟ କୁହାଯାଏ । thumb|ନାଲକୋନଗରଠାରେ ପାଲା ପରିବେଷଣ ଷୋଳ ପାଲା ବଙ୍ଗ ଦେଶରେ ଏ ଯୁଗରେ ରଚିତ ଏବଂ ବଙ୍ଗ ଦେଶରୁ ଓଡ଼ିଶାକୁ ଆନୀତ ଦରଖଣ୍ଡିଆ ବଙ୍ଗୋତ୍କଳ ଭାଷାରେ ବଙ୍ଗ ଭାଷାନଭିଜ୍ଞ ଓଡ଼ିଆଙ୍କଦ୍ୱରା ପୋଥି ଧରି ବୋଲାୟିବା (ପୋଥିପୂଚ୍ଛା) ଓ ନୃତ୍ୟଗୀତାଦି ସହିତ ବୋଲାୟିବା (ଠିଆପୂଜା) ପଦ୍ୟାତ୍ମକ ୧୬ଟି ଗଳ୍ପ ବା ପାଲା । ଆଧୁନିକ ବଙ୍ଗୀୟମାନେ ସତ୍ୟ ନାରାୟଣ ବ୍ରତର ୪ ଗୋଟି କଥା ସ୍ଥାନରେ ୧୬ ଗୋଟି କଥା ସୃଷ୍ଟି କରିଅଛନ୍ତି ସେହି ୧୬ଟି କଥା ମଧ୍ୟରୁ ଉକ୍ତ ୪ ଗୋଟି ପୁରାଣରେ ଅଛି, ଅନ୍ୟ ୧୨ ଗୋଟି ନାହିଁ ସେମାନଙ୍କର ନାମ ନିମ୍ନରେ ଦିଆଗଲା । ଏ ସବୁ କବିକର୍ଣ୍ଣଙ୍କ କପୋଳକଳ୍ପିତ ରଚନା; ଏବଂ ପୀର, କୋରାନ, ଦରିଆ, ବାଦସାହା ଆଦି କେତେକ ଫାରସୀ ଶବ୍ଦର ପ୍ରଯୋଗ ଏ ସବୁ କଥାରେ ଅଛି ଏହାଙ୍କ ଦେଖାଦେଖି ବଙ୍ଗଳାରେ ଭୃଗୁରାମ ନାମକ ଜଣେ କବି ଓ ଓଡ଼ିଶାର କେତେକ ବ୍ୟକ୍ତି ବଙ୍ଗଳା ଛାନ୍ଦରେ ମଧ୍ୟ ପାଲା ରଚନା କରିଅଛନ୍ତି ସାଧାରଣତଃ କବକର୍ଣ୍ଣଙ୍କ ସରଚିତ ନିମ୍ନଲିଖିତ ୧୬ଟି ଗଳ୍ପାତ୍ମକ ବାକ୍ୟକୁ ଷୋଳ ପାଲା ବୋଲାଯାଏ ଯଥା: ଜନ୍ମପାଲା: ଏକ ବାଦଶାହଙ୍କ ପତ୍ନୀଙ୍କ ଗର୍ଭରେ ସତ୍ୟପୀରଙ୍କର, ଅବତାର ମୃତ ବାଳକର ପୁନର୍ଜନ୍ମ ଲାଭ ପଦ୍ନଲୋଚନ ପାଲା: ପଦ୍ମ ଲୋଚନ ନାମକ ଏକ ଅପୁତ୍ରକ ରାଜାଙ୍କର ସତ୍ୟନାରାୟଣଙ୍କ କୃପାରୁ ପୁତ୍ର ଲାଭ ମର୍ଦ୍ଦଗାନି ଜନ୍ମ ପାଲା: ଅଭି୍ୟ ସୁତ ଅପୁତ୍ରକ ପରୀକ୍ଷିତ ରାଜାଙ୍କର ଫାକୀର ବେଶଧାରୀ ସତ୍ୟପୀରଙ୍କ କୃପାରୁ ପୁତ୍ରଲାଭ ମର୍ଦ୍ଦଗାଜି ବିଭା ପାଲା: ଗଜେନ୍ଦ୍ର ନାମକ ରାଜାଙ୍କର ଏକ ମାତ୍ର ପୁତ୍ର ମର୍ଦ୍ଦଗାଜିର ବିଦେଶ ଗମନ ଓ ବିବାହ ବିଦ୍ଯା୍ୟଧର ପାଲା: ଭୈରବ ଦେଶର ନୃସିଂହ ରାଜାଙ୍କ ଗଳ୍ପ ମଦନସୁନ୍ଦର ପାଲା: ରତ୍ନାକର ନାମକ ରାଜାଙ୍କର ଓ ଦୁଇଟି ବଣିକ ସାନନ୍ଦ ଓ ବିନୋଦଙ୍କ ସାନ ଭାଇ ମଦନ ସୁନ୍ଦରତ ଗଳ୍ପ ସଦାନନ୍ଦ ସୌଦାଗର ପାଲା ବା ଧନୀ ସୌଦାଗର ପାଲା: ଉକ୍ତ ମନନ୍ଦ ସୁନ୍ଦରର ଗଳ୍ପ ଶ୍ୱେତ ବସନ୍ତ ପାଲା: ନୀଳଧ୍ୱଜ ରାଜାଙ୍କ ପୁତ୍ର ଶ୍ୱେତ ବସନ୍ତର ଗଳ୍ପ ବା ଫାସିଆରା ବା ମନୋହର ଫାସିଆରା ପାଲା: ଏକ ଡକାୟତ ହସ୍ତରୁ ରାଜପୁତ୍ରର ପ୍ରାଣରକ୍ଷା ଶବ୍ଦର ଗୁଡ଼ିଆ ପାଲା: କାଞ୍ଚିନପୁର ବାସୀ ଶଙ୍କର ନାମକ ଜଣେ ନାସ୍ତିକ ଗୁଡ଼ିଆର ଓ ତାହାର ଛଅ ପୁତ୍ରଙ୍କର ଗଳ୍ପ ଦୁର୍ଜନସିଂହ ପାଲା ବା ଚନ୍ଦ୍ରାଜିତ୍ ପାଲା: ଅମ୍ବିକା ନଗରର ଦୁର୍ଜନ ନାମକ ନାସ୍ତିକ ରାଜାଙ୍କର ଗଳ୍ପ ହାରାଚାନ୍ଦ ପାଲା: ମାଣିକ ସହରର ଅପୁତ୍ରକ ରାଜା ସନାତନର ଗଳ୍ପ ହରି ଅର୍ଜୁନ ପାଲା: ସନାତନ ନାମକ ଜଣେ ଅପୁତ୍ରିକ ରାଜା ଓ ତାଙ୍କର ଦୁଇରାଣୀଙ୍କ ଗଳ୍ପ ମୃତ କୁମାରର ପୁନ ର୍ଜୀବନ ଲାଭ ବା ଉଗ୍ରତାରା ପାଲା କାଠୁରିଆ ପାଲା: ସତ୍ୟ ନାରାୟଣ ପୂଜକ ଗୋଟିଏ ଗରିବ ବ୍ରାହ୍ମଣ କୃଷ୍ଣଦାସର ପୂଜା ଦେଖି ଜଣେ କାଠୁରିଆର ଉକ୍ତବ୍ରତ ପାଳନ ଓ ବିଭବ ଲାଭ ଲକ୍ଷ୍ମଣକୁମାର ପାଲା: ବିନାୟକ ଦେଶର ଶିଲପ ରାଜାଙ୍କ ଗଳ୍ପ ଅଭିନ୍ନମଦନ ପାଲା ବା ଚନ୍ଦ୍ରାଜିତ ପାଲା: ବୀରସିଂହ ନାମକ ଜଣେ ରାଜାଙ୍କ ଗଳ୍ପ ସ୍ୱର୍ଗାରୋହଣ ପାଲା: ବରୁଣ ସହରର ରାଜା ପଦ୍ମଲୋଚନଙ୍କ ଗଳ୍ପ (ଏଥିରେ କବିକର୍ଣ୍ଣ ବିରଚିତ ୧୬ଟି ପାଲାର ନାମ ଦିଆଯାଇ ଅଛି) ସତ୍ୟନାରାୟଣ ପାଲା ସତ୍ୟନାରାୟଣଙ୍କ ମାହାତ୍ମ୍ୟ ବର୍ଣ୍ଣନାପୂର୍ବକ ୧୬ ଗୋଟି ପାଲା ବା ଗଳ୍ପକୁ ଗୀତଦ୍ୱାରା ବର୍ଣ୍ଣିତ । ଓଡ଼ିଶାରେ ବୋଲାଯାଉଥିବା 'ପାଲା' ମାନ 'କବିକର୍ଣ୍ଣ' ବିରଚିତ ବଙ୍ଗଳା ପାଞ୍ଚାଳ ଛନ୍ଦରେ ରଚିତ । ବଙ୍ଗଳା ଗୀତର ବିକୃତି ମାତ୍ର ସଂ. ପାଳି, ଓ ପାଳି ବଂ. ପାଲା ଶବ୍ଦର ଅର୍ଥ ପର୍ଯ୍ୟାୟ ବା କ୍ରମ ପାଲା ଶବ୍ଦ ବଙ୍ଗଳା ଭାଷାରୁ ଆନୀତ ଜଣେ 'ଗାୟକ' ଗୀତ ବୋଲନ୍ତି ଓ ତାଙ୍କ ସଙ୍ଗେ ଆଉ ଜଣେ ବାଜା ବଜାନ୍ତି ଓ କେତେ ଗୁଡ଼ିଏ ଲୋକ ପାଳି ଧରନ୍ତି ବୋଲି, ଏହାର ନାମ ପାଲା ହୋଇଛି । 'ଗାୟକ' ଗୀତ ବୋଲନ୍ତି, 'ବାୟକ' ମୃଦଙ୍ଗ ବଜାନ୍ତି । ଗାୟକ ଏକୁଟିଆ ଗୀତର ପ୍ରସଙ୍ଗରେ ଗଲେ ତାଙ୍କୁ ସାହାଯ୍ୟ କରିବାକୁ କିମ୍ବା ଗୀତର ପ୍ରସଙ୍ଗରେ କଥୋପକଥନ ଛଳରେ ଗାୟକଙ୍କୁ ଉତ୍ତର ଦେବାକୁ ଗାୟକଙ୍କ ସଙ୍ଗେ 'ଶିରୀ ପାଳିଆ' ବା 'ଡାହାଣ ପାଳିଆ' ବା 'ଶ୍ରୀ ପାଳିଆ' ଥାଆନ୍ତି ଗାୟକଙ୍କ ଡାହାଣ ହାତରେ 'ମନ୍ଦିରା' ବା ଗିନି ବନ୍ଧା ହୋଇଥାଏ ଓ କାଖରେ ଚଅଁର ମୁଠାଥାଏ । ଅନ୍ୟ ଶ୍ରୀପାଳିଆ ଝାଞ୍ଜ ଧରିଥାଆନ୍ତି କିନ୍ତୁ ଗାୟକ ଗୀତ ବୋଲିବା ବେଳେ ଶ୍ରୀପାଳିଆ ଝାଞ୍ଜ ବଜାନ୍ତି ନାହିଁ । ପାଳିଆମାନେ ପାଳି ଧରିବା ବେଳେ ଶ୍ରୀପାଳିଆ ଅନ୍ୟ ପାଳିଆମାନଙ୍କ ସହିତ ଝାଞ୍ଜ ବଜାନ୍ତି ଓ ବାୟକ ଗାୟକଙ୍କ ସଙ୍ଗେ ଓ ପାଳିଆଙ୍କ ସଙ୍ଗେ ମୃଦଙ୍ଗ ବଜାନ୍ତି । ଗୋଟିଏ ପାଲାଦଳ ଦୁଇଟି ପଞ୍ଝାରେ ବିଭକ୍ତ ଗାୟକଙ୍କ ବୋଲିବା ଗୀତର ପାଳି ଧରିବାକୁ ୨ ଜଣ 'ପାଳିଆ' ଆଥାନ୍ତି । ଗାୟକଙ୍କ ଗୀତର ଶେଷାଂଶ ବା ଢୁଆ ବା ଘୋଷାକୁ ଏମାନେ ବୋଲନ୍ତି ଓ ଝାଞ୍ଜ ବଜାଇଥାନ୍ତି । ପାଲାବାଲାମାନେ ନାନାପ୍ରକାର ବେଶରେ (ଅର୍ଥାତ୍ ମୁଣ୍ଡରେ ପଗଡ଼ି, ଦେହରେ ଚପ୍କନ୍ ପରି ବଡ଼ କୁର୍ତ୍ତା ଅଣ୍ଟାରେ ଘାଗରା ଓ ଗୋଡ଼ରେ ବଳା ବା ଘାଙ୍ଗୁର ପିନ୍ଧି ନାଚିଥାନ୍ତି । ପୁସ୍ତକ ସାହାର୍ଯ୍ୟରେ ଯେଉଁ ପାଲା ବୋଲାଯାଏ ଓ ପୂଜା କରାଯାଏ, ତାକୁ ପୋଥିପାଲା ବା ପୋଥିପୂଜା ବୋଲାଯାଏ । ପୁସ୍ତକର ବିନା ସାହାର୍ଯ୍ୟରେ ଗାୟକ ଓ ନର୍ତ୍ତକମାନେ ବାଜା ବଜାଇ ଯାହାକୁ ବୋଲି ଅଭିନୟ କରନ୍ତି, ତାକୁ ଠିଆପୂଜା ବା ଠିଆପାଲା ବୋଲାଯାଏ । ଏକ ଦଳ ପାଲାବାଲା ପାଲା ଅଭିନୟ କଲେ ତାକୁ 'ଗୋଟିକିଆ ପାଲା' କହନ୍ତି । ଦୁଇଦଳ ପ୍ରତିଦ୍ୱନ୍ଦୀ ହୋଇ ପାଲା ଅଭିନୟ କଲେ ତାକୁ 'ଜାଉଁଳି ପାଲା' ବା ' ଜାଉଳି ପୂଜା' କହନ୍ତି । ଏକାଧିକ ଦଳ ପ୍ରତିଦ୍ୱନ୍ଦୀ ହୋଇ ପାଲା କଲେ ତାକୁ 'ବାଦୀ ପାଲା' ବା 'ଲଢ଼େଇ ପାଲା' ବୋଲାଯାଏ । ପାଲା ଅଭିନୟକାରୀମାନଙ୍କ ମଧ୍ୟରେ ଜଣେ 'ଗାୟକ', ଜଣେ 'ଗାୟକ', ଜଣେ 'ଶିରପାଳିଆ' ଓ ଦୁଇ ବା ୩ ଜଣ 'ପାଳିଆ' ଥାଆନ୍ତି । କବିକର୍ଣ୍ଣଙ୍କ ରଚିତ 'ପାଲା'ମାନଙ୍କ ଭାଷା ବଙ୍ଗଳା ଓ ଉକ୍ତ ଭାଷାରେ ଫାରସୀ ଶବ୍ଦର ବହୁଳତା (ୟଥା: ବାଦସା, ଉବୀର, କାଲାମ, ମୋଲାକାତ, ସଲାମ, ହକିକତ, ଦିଲଖୋସ ଓ ହାସିଲ ଇତ୍ୟାଦି ଶବ୍ଦ) ଦେଖାଯାଏ ଓ ବେଳେ ବେଳେ ଫାରସୀ ଭାଷାରେ ବାକ୍ୟ ମଧ୍ୟ ଦେଖାଯାଏ । କବିକର୍ଣ୍ଣଙ୍କ ବିରଚିତ ପାଲା ବଙ୍ଗାଳା ଓ ଉର୍ଦ୍ଦୁ ଭାଷାର 'ଖେଚାଡ଼ି'; ତାହା ପୁଣି ବଙ୍ଗଳା ଅନଭିଜ୍ଞ ଓଡ଼ିଆଙ୍କ ମୁହଁରେ ବଙ୍ଗଳା, ଉର୍ଦ୍ଦୁ ଓ ଓଡ଼ିଆ ମିଶା 'ପଲାଉ' ହୁଏ ତହିଁରୁ କେତେକଗୁଡ଼ିଏ ଧାଡ଼ିର ଉଦାହରଣ ନିମ୍ନରେ ଲିଖିତ: ଶୁନ ସର୍ବେ ବିରାଦରେ ପୀରେର କାଲାମ୍ ନିଯତ ହାସଲ୍ ହୁଏ, ଫତେ ହୁଏ କାମ୍ ଇଯାର୍ ପିଯାର୍ ଭାଇ ସକଲେ ଶୁନତ ୟେଉଁ ରୂପେ ଶ୍ୱେତ ବସନ୍ତ ପାଲା ହକିକତ ହରି ହରି ବୋଲ ଦିଅ ସବୁ ସଭଜନ ବିପତ୍ତି ପଡ଼ିଲେ ରଖେ ସତ୍ୟ ନାରାୟନ ଯାର ଘରେ ହୁଏ ପୂଜା ସାହେବେର ନାମ୍ ବଢ଼ାଏ ଦୌଲତ ତାର ଫତେ କରେ କାମ ଶ୍ରୀ କବି ବର୍ଣ୍ଣେତେ ଗାଏ ନାରାୟଣରେ ପାୟ ହରି ହରି ବୋଲ ସର୍ବେ ପାଲା ହଇଲ ସାୟ ସାଧାରଣତଃ 'ପାଲା ଗୀତ' ପ୍ରତ୍ୟେକ ୧୪ ଅକ୍ଷର ଯୁକ୍ତ ଦୁଇଟି ଧାଡ଼ିରେ ରଚିତ, କିନ୍ତୁ ମଝିରେ ମଝିରେ ଏକାଦାଣ୍ଡିଆ (monotony) ଭାଙ୍ଗିବା ପାଇଁ: "ରଜନୀର ଅବଶେଷେ ଗ୍ରାମର ଭିତରେ ପଶେ ଚନ୍ଦ୍ର ହାସ ରାଜାର କୁମାର" ୮ ଅକ୍ଷରିଆ ୨ ପାଦ ଓ ୧ ଅକ୍ଷରିଆ ଏକପାଦ ଯୁକ୍ତ 'ତ୍ରିପଦୀ' ଦ୍ୱୟ ସମ୍ବଳିତ ଗୀତ ମଧ୍ୟ ବୋଲାଯାଏ । ଗଳ୍ପର ପ୍ରସଙ୍ଗ ଓ ଅବସର କ୍ରମେ ପାଇଲାମାନେ ଏଥିରେ ଯମକ, ଅନୁପ୍ରାସ, ବ୍ୟାଘ୍ରଗତି, ମେଷ ଯୁଦ୍ଧ ଅବନା ଆଦି ଶବ୍ଦ ଅବରସ୍ ପୂର୍ଣ୍ଣ ପ୍ରାଚୀନ ସଙ୍ଗୀତ, ଚଉପଦୀ, ଡାହିକା, ଭଜନ, ବନ୍ଦନା ଆଦି ଲଗାଇ 'ପାଲାକୁ' ଜମକ୍ କରନ୍ତି ଓ କେତେକ ଗାୟକଙ୍କର ଅଭିଧାନ, ଅଳଙ୍କାର କାବ୍ୟନାଟକ, ଚମ୍ପୁ ଆଦିରେ ଅସାଧାରଣ ପାଣ୍ଡିତ୍ୟ ଦେଖାଯାଏ ଓ କେତେକଙ୍କଠାରେ ଆଶୁକବିତ୍ୱ ମଧ୍ୟ ଲକ୍ଷିତ ହୁଏ । ଓଡ଼ିଶାରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଭାଇମାନଙ୍କଦ୍ୱାରା ମଧ୍ୟ ପାଲା ପରିବେଷଣ କରାଯାଉଅଛି, ଏହା ମଧ୍ୟ ଓଡ଼ିଶାର ପୁରପଲ୍ଲୀରେ ଆଦ୍ରୁତ, ଓଡ଼ିଶାର କଟକ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ବହୁ ନାମକାରୀ ଗାୟକମାନେ ଅଲ ଇଣ୍ଡିଆ ରେଡିଓ ଓ ଦୁରଦର୍ଶନରେ ପାଲା ପରିବେଷଣ କରି ଓଡ଼ିଶାର ସାହିତ୍ୟ, ସଂସ୍କୃତି ଓ କଳାକୁ ଘରେ ଘରେ ପରିଚିତ କରାଇଛନ୍ତି । ଆଧାର ଶ୍ରେଣୀ:ଓଡ଼ିଶାର ନୃତ୍ୟ ଓ ସଙ୍ଗୀତ ଶ୍ରେଣୀ:ଲୋକନାଟ ଶ୍ରେଣୀ:ନୃତ୍ୟ
ଓଡ଼ିଶି
https://or.wikipedia.org/wiki/ଓଡ଼ିଶି
REDIRECT ଓଡ଼ିଶୀ
ମା ମଙ୍ଗଳା
https://or.wikipedia.org/wiki/ମା_ମଙ୍ଗଳା
redirectମଙ୍ଗଳା ମନ୍ଦିର
TUTOR
https://or.wikipedia.org/wiki/TUTOR
REDIRECT ଉଇକିପିଡ଼ିଆ:ଶିକ୍ଷଣ
ଭଦ୍ରକ ଜିଲ୍ଲା
https://or.wikipedia.org/wiki/ଭଦ୍ରକ_ଜିଲ୍ଲା
ଭଦ୍ରକ ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ଏହାର ନାମ ଭଦ୍ରକ ସହରକୁ ନେଇ ନାମିତ ହୋଇଛି । ୧ ଅପ୍ରେଲ ୧୯୯୩ରେ ଏହା ବାଲେଶ୍ୱର ଜିଲ୍ଲାରୁ ଅଲଗା ହୋଇ ଏକ ନୂଆ ଜିଲ୍ଲାରେ ପରିଣତ ହେଲା । ଏହାର ସର୍ବମୋଟ ଆୟତନ ୨୬୭୭ ବର୍ଗ କିମି । ଏହା ରାଜଧାନୀ ଭୁବନେଶ୍ୱରଠାରୁ ୧୨୫ କିମି ଦୂରରେ ଅବସ୍ଥିତ । ଭୂଗୋଳ ମୁଖ୍ୟ ନଦୀ ଓ ଶାଖାନଦୀ ବୈତରଣୀ, ସାଳନ୍ଦୀ, ମନ୍ତେଇ, ଖରସ୍ରୋତା(ଖର୍ସୁଆ) ଜନସଂଖ୍ୟା ୨୦୧୧ ଜନଗଣନାCensus 2011: Odisha: Provisional Population Totals ଅନୁସାରେ, ଭଦ୍ରକ ଜିଲ୍ଲାର ମୋଟ ଲୋକସଂଖ୍ୟା ୧୫,୦୬,୫୨୨ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୩,୨୦,୭୬୬ ଓ ସହରାଞ୍ଚଳରେ ୧,୮୫,୭୫୬ ଲୋକ ବାସ କରନ୍ତି Census 2011: Odisha: Rural Urban Distribution । ପୁରୁଷ: ୭,୬୦,୫୯୧ ମହିଳା: ୭,୪୫,୯୩୧ ଛ ବର୍ଷରୁ କମ: ୧,୭୬,୭୯୩ ସାକ୍ଷରତା ହାର ୮୩.୨୫% ପୁରୁଷ: ୮୯.୯୨% ମହିଳା: ୭୬.୪୯% ସଂସ୍କୃତି ଜୈନ ଧର୍ମ ଭଦ୍ରକର ସାଂସ୍କୃତିକ ପରମ୍ପରାର ଚିହ୍ନ ପାର୍ଶ୍ୱନାଥ(ଖ୍ରୀ.ପୂ.୮୨୦-୭୫୦)ଙ୍କ ସମୟରୁ ମିଳିଥାଏ। ପାର୍ଶ୍ୱନାଥ ଧର୍ମପ୍ରଚାର ପାଇଁ କୋପକଟକ ବା ଆଧୁନିକକୁପାରୀକୁ ଆସିଥିଲେ। ଡଃ ଦ୍ୱିଜେନ୍ଦ୍ର କୁମାର ବେହେରା, ‘ଯୁଗେ ଯୁଗେ ଭଦ୍ରକ’, ସ୍ମରଣିକା ଭଦ୍ରକ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ, ପୃଷ୍ଠା:୭୧ ଚରମ୍ପା ଅନ୍ତର୍ଗତ ରହଣିଆର ବଡ଼ ପୋଖରୀ ଚାରି ପାଖରେ ଚବିଶ ତୀର୍ଥଙ୍କରଙ୍କ ମୂର୍ତ୍ତି ସ୍ଥାପିତ ହୋଇଥିଲା। ସେହି ମୂର୍ତ୍ତିଗୁଡ଼ିକ ମଧ୍ୟରୁ ଅଜିତନାଥ, ଶାନ୍ତିନାଥ, ଋଷଭନାଥ ଓ ବର୍ଦ୍ଧମାନ ମହାବୀରଙ୍କ ମୂର୍ତ୍ତି ବର୍ତ୍ତମାନ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ। ତେବେ ଏ ପୋଖରୀ କୂଳରେ ଏବେ ମଧ୍ୟ ପାର୍ଶ୍ୱନାଥଙ୍କର ମୂର୍ତ୍ତି ଦେଖିବାକୁ ମିଳେ।ପଣ୍ଡିତ ନୀଳମଣି ମିଶ୍ର, ‘ଅଜ୍ଞାତ ଅଧ୍ୟାୟର ବୈଜ୍ଞାନିକ ବିଶ୍ଳେଷଣ : ଜୈନ ଓ ବୌଦ୍ଧ ପୀଠ’ ସାଳନ୍ଦୀ ତୀରର କୃତି ଓ ସ୍ୱୀକୃତି, ପୃଷ୍ଠା:୧୬ ବୌଦ୍ଧ ଧର୍ମ ଭଦ୍ରକ ଅନ୍ତର୍ଗତ ଧାମନଗରର ମୂଳନାମ ଧମ୍ମନଗର। ଧମ୍ମ ହେଉଛି ବୌଦ୍ଧ ଧର୍ମରେ ଧର୍ମର ପର୍ଯ୍ୟାୟବାଚୀ। ସେ ସମୟର ପ୍ରସିଦ୍ଧ ବୌଦ୍ଧପୀଠର ଖଡ଼ିଆଳ ଅଞ୍ଚଳରୁ ସଂଗୃହିତ ବିଶାଳ ବୁଦ୍ଧମୂର୍ତ୍ତି ଏବେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ରହିଛି।ପଣ୍ଡିତ ନୀଳମଣି ମିଶ୍ର, ‘ଅଜ୍ଞାତ ଅଧ୍ୟାୟର ବୈଜ୍ଞାନିକ ବିଶ୍ଳେଷଣ : ଜୈନ ଓ ବୌଦ୍ଧ ପୀଠ’ ସାଳନ୍ଦୀ ତୀରର କୃତି ଓ ସ୍ୱୀକୃତି, ପୃଷ୍ଠା:୩୮ ଭଦ୍ରକର ବାଉଦପୁର ନାଁ ବୌଦ୍ଧରୁ ଆସିଛି। ଧାମନଗରର ମୁସଲମାନ ବସ୍ତିସ୍ଥିତ ମନ୍ତ୍ରବାସୁଳି ବୌଦ୍ଧଧର୍ମର ଅବଲୋକିତେଶ୍ୱର ବୋଲି କେହି କେହି ମତ ଦିଅନ୍ତି।ପଣ୍ଡିତ ନୀଳମଣି ମିଶ୍ର, ‘ଅଜ୍ଞାତ ଅଧ୍ୟାୟର ବୈଜ୍ଞାନିକ ବିଶ୍ଳେଷଣ : ଜୈନ ଓ ବୌଦ୍ଧ ପୀଠ’ ସାଳନ୍ଦୀ ତୀରର କୃତି ଓ ସ୍ୱୀକୃତି, ପୃଷ୍ଠା:୧୯ ମୋଗଲ ଓ ମରହଟ୍ଟା ପ୍ରଭାବ ସେହିପରି ଜାନୁଗଞ୍ଜ ମରହଟ୍ଟା ଶାସକ ଜାନୋଜୀଙ୍କ ନାଁରୁ ଆସିଛି ବୋଲି କେତେକ ଗବେଷକ ମତ ଦିଅନ୍ତି।ଡଃ ଦ୍ୱିଜେନ୍ଦ୍ର କୁମାର ବେହେରା, ‘ଯୁଗେ ଯୁଗେ ଭଦ୍ରକ’, ସ୍ମରଣିକା ଭଦ୍ରକ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ, ପୃଷ୍ଠା:୭ ମୋଗଲ ଓ ମରହଟ୍ଟା ଶାସକମାନେ ସେମାନଙ୍କ ଶାସନ କାଳରେ ଭଦ୍ରକରେ ଅନେକ ଜନ ହିତକର କାର୍ଯ୍ୟ କରିଥିଲେ। ଇନ୍ଦୋରର ରାଣୀ ଅହଲ୍ୟାବାଈ ପୁରୀ ଯାତ୍ରା କରିବାବେଳେ ଗୋସେଇଁ ଶାଶୁଙ୍କ ନିମିତ୍ତ ଏକ ବଡ଼ ପୋଖରୀ ଖୋଳାଇଥିଲେ। ଏହାକୁ ରାଣୀ ତଲାୱ କୁହାଯାଉଥିଲା। ଭଦ୍ରକ ନିକଟସ୍ଥ ଏବେକାର ରାଣୀତାଲ ସେହି ରାଣୀତଲାୱରୁ ଆସିଛି। ଧାମନଗରରେ ମହହଟ୍ଟା ଶାସକ ଜଗୁ ପଣ୍ଡିତଙ୍କ ନାମାନୁସାରେ ଜଗୁସାଗର ପୋଖରୀ ରହିଛି। ହିନ୍ଦୁ ଧର୍ମ ମିର୍ଜାପୁର ଓ ଛଡ଼ାକ ମହଲାରେ ରାଜା ପୁରୁଷୋତ୍ତମ ଦେବଙ୍କ ମନ୍ତ୍ରୀ ବିଦ୍ୟାଧର ଖୋଳାଇଥିବା ପୋଖରୀ ତାଙ୍କ ନାମାନୁସାରେ ବିଦ୍ୟାଧର ପୋଖରୀ ବୋଲି ପରିଚିତ। ୧୫୧୪ ଖ୍ରୀଷ୍ଟାବ୍ଦରେ ଶ୍ରୀଚୈତନ୍ୟ ପୁରୀରୁ ପ୍ରତ୍ୟାବର୍ତ୍ତନ କରି ବିଦ୍ୟାବାଚସ୍ପତି ନାମକ ଜଣେ ଧର୍ମଯାଜକଙ୍କ ଘରେ ପାଞ୍ଚଦିନ ଅବସ୍ଥାନ କରିଥିଲେ। ଏହି ସନ୍ଥଙ୍କ ମନେ ପକାଇବାପାଇଁ ଗାଁଟିର ନାମ ସନ୍ଥିଆ ହୋଇଛି। ସେ ଛାଡ଼ିଯାଇଥିବା କନ୍ଥାଟିକୁ ଶ୍ରଦ୍ଧାଳୁମାନେ ଏବେବି ସେହି ଗାଁରେ ରଖି ପୂଜା କରୁଛନ୍ତି। ଶ୍ରୀଚୈତନ୍ୟଙ୍କ ପାଦୁକା ନିକଟସ୍ଥ କୁଆଁସ ଗ୍ରାମରେ ଏବେ ବି ପୂଜା ପାଉଛି। ଏହା ଏ ଅଞ୍ଚଳର ଲୋକମାନଙ୍କର ସାଧୁ ସନ୍ଥମାନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନଭାବର ନିଦର୍ଶନ। ୧୮୬୪ ଖ୍ରୀଷ୍ଟାବ୍ଦରେ ପୁରୀ ରାମାନୁଜ ମଠର ମହନ୍ତଙ୍କ ଶିକ୍ଷାଗୁରୁ ରାମାୟଣ ଦାସ ବୃନ୍ଦାବନ ଯିବା ବାଟରେ ସାଳନ୍ଦୀ ନଦୀ କୂଳରେ ଭକ୍ତମାନଙ୍କ ଭକ୍ତି ଦେଖି ବିହ୍ୱଳ ହୋଇ ଯାଇଥିଲେ। ତାଙ୍କ ପାଇଁ ମହନ୍ତେ ସେଠାରେ ସଦାବର୍ତ୍ତ ମଠ ସ୍ଥାପନ କରିଥିଲେ। ୧୮୮୮ ଖ୍ରୀଷ୍ଟାବ୍ଦ ନଭେମ୍ବର ୨୦ ତାରିଖରେ ମା ସାରଦା ଦେବୀ ଜଳପଥରେ ଚାନ୍ଦବାଲି ଆସିଥିଲେ। ପୁନର୍ବାର ୧୯୧୦ରେ ସେ ରାମେଶ୍ୱର ଯିବା ବାଟରେ ଭଦ୍ରକର କୋଠାରଠାରେ ଦୁଇମାସ ଅବସ୍ଥାନ କରିଥିଲେ। ଶିଖ ଧର୍ମ ଷୋଡ଼ଶ ଶତାବ୍ଦୀରେ ଗୁରୁ ନାନକ ପୁରୀ ଯିବା ବାଟରେ ଭଦ୍ରକରେ ଅବସ୍ଥାନ କରି ସଂଘ (ସଙ୍ଘତ)ରେ ଭାଗନେଇଥିଲେ। ତଦନୁସାରେ ସେ ଅଞ୍ଚଳକୁ ସଂଗତ କହିବା ସହିତ ନାନକ ଡ଼ିହି ବୋଲି ମଧ୍ୟ କୁହାଯାଏ। ଏଠାରେ ଏକ ଗୁରୁଦ୍ୱାରା ମଧ୍ୟ ସ୍ଥାପନା କରା ଯାଇଅଛି। ମୁସଲମାନ ଧର୍ମ ୧୫୭୫ ଖ୍ରୀଷ୍ଟାବ୍ଦ ଅପ୍ରେଲ ୧୨ ତାରିଖରେ ଆକବର ଭଦ୍ରକକୁ ଏକ ସ୍ୱତନ୍ତ୍ର ଡିଭିଜନ (ସର୍କାର) ହିସାବରେ ଘୋଷଣା କରିଥିଲେ। କଟକ ଡିଭିଜନଟି ଦାଉଦଙ୍କ ଅକ୍ତିଆରରେ ଥିଲାବେଳେ ଭଦ୍ରକ ଓ ବାଲେଶ୍ୱର ଡିଭିଜନ ମୋଗଲଙ୍କ ଅଧୀନରେ ଥିଲା। ତୋଦରମଲ୍ଲ ଭଦ୍ରକରେ ଛାଉଣି ପକାଇ ବନ୍ଦୋବସ୍ତ କାର୍ଯ୍ୟ ଚଳାଇଥିଲେ। ଆଉରଙ୍ଗଜେବଙ୍କ ସମୟରେ କଦମ୍ବବେଡ଼ା (କୁଆଁସ)ରେ ଇଦ୍​ଗାହ ନିର୍ମାଣ ହୋଇଥିଲା। ଐତିହ୍ୟ ଭଦ୍ରକର ଭଦ୍ରକାଳୀ ମନ୍ଦିର, ଭଦ୍ରକର ମୁଖ୍ୟ ଶକ୍ତିପୀଠ। ଆରଡ଼ିସ୍ଥିତ ଆଖଣ୍ଡଳମଣୀ ମନ୍ଦିର, ଭଦ୍ରକର ମୁଖ୍ୟ ଶୈବପୀଠ। ମାଳିଅରୁଆ ଗାଁ, ବ୍ରହ୍ମପୁର ଗ୍ରାମ ପଞ୍ଚାୟତ, ପ୍ରସିଦ୍ଧ ମା କୁଣ୍ଡିକାଳୀ ମନ୍ଦିରॐ ମା କୁଣ୍ଡିକାଳୀ ପୀଠ । ଭଦ୍ରକ ସହରରୁ ପୂର୍ବକୁ ମାତ୍ର ସାତ କିମି ଦୂର । ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରତ୍ୟେକ ଅମାବାସ୍ୟାରେ ନିଜର ମାନସିକ ପୂରଣ ପାଇଁ ଧାଇଁ ଆସନ୍ତି। ଯୋଗାଯୋଗ - ୯୪୩୯୦୬୭୮୦୫ ( ଅଶୋକ କୁମାର ବେହେରା) ପାଳିଆ ବିନ୍ଧାସ୍ଥିତ ବିରଞ୍ଚି ନାରାୟଣ ସୂର୍ଯ୍ୟ ମନ୍ଦିର ଭଦ୍ରକର ସୂର୍ଯ୍ୟୋପାସନାର ଏକ ପ୍ରସିଦ୍ଧ କ୍ଷେତ୍ର। କୁହାଯାଏ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠ ରୋଗରୁ ମୁକ୍ତି ପାଇବାପାଇଁ ଏଠାରେ ସୂର୍ଯ୍ୟଙ୍କୁ ଉପାସନା କରିଥିଲେ। ସେଇ ବିଶ୍ୱାସର ନିଦର୍ଶନ ସ୍ୱରୂପ ଅଗିରା ପୁନେଇଁ ପରଦିନ ଏଠାରେ ଗୁଣ୍ଡୁଣିଯାତ୍ରା ଅନୁଷ୍ଠିତ ହୁଏ। ଚର୍ମରୋଗରୁ ରକ୍ଷାକରିବାକୁ ଲୋକେ ଠାକୁରଙ୍କୁ ଫୁଲଛତା ଓ ଫୁଲବିଞ୍ଚଣା ଦେଇ ପ୍ରାର୍ଥନା କରିଥାନ୍ତି। ଏଠି ସୂର୍ଯ୍ୟନାରାୟଣଙ୍କ ବିଗ୍ରହ ଚତୁର୍ମୂଖ ହୋଇଥିବାରୁ କେହି କେହି ଏହାଙ୍କୁ ବ୍ରହ୍ମା ବୋଲି କହିଥାନ୍ତି। ସମଗ୍ର ଭାରତରେ ଏମିତି ମନ୍ଦିର ବିରଳ। ଧାମରାର ଧାମରେଈ ମନ୍ଦିର ବ୍ରାହ୍ମଣ, ବୌଦ୍ଧ ଓ ଶାବରୀ ସଂସ୍କୃତିର ସ୍ମୃତି ବହନ କରେ। ଏହାଛଡ଼ା ଦପାନାହାକାଣି ମନ୍ଦିର, କାଉପୁରର ସୀତାକୁଣ୍ଡ, ମଠସାହିର ଦକ୍ଷିଣେଶ୍ୱର ମନ୍ଦିର, ବାସୁଦେବପୁର ଥାନା ଅନ୍ତର୍ଗତ ପଢ଼ୁଆଁ ଗ୍ରାମରେ ଅଷ୍ଟଭୂଜା ଦୁର୍ଗାମଣ୍ଡପ, ବାସୁଦେବପୁରର ପ୍ରସନ୍ନଦେବ ଜୀଉ ମନ୍ଦିର, ରାଧାକୃଷ୍ଣ ମନ୍ଦିର ଚରମ୍ପାର ହନୁମାନ ସାହି, ଏରେଇଁ ଓ ସାହାପୁରସ୍ଥିତ ହନୁମାନ ମନ୍ଦିର, ଆଦି ଭଦ୍ରକ ଅଞ୍ଚଳର ଧର୍ମ ଭାବନାର ବାର୍ତ୍ତା ବାହକ। ଭଦ୍ରକର କୁଆଁସଗ୍ରାମସ୍ଥ ଜଗନ୍ନାଥ ମନ୍ଦିରର ସ୍ୱତନ୍ତ୍ରତା ହେଉଛି ଯେ ଏହାକୁ ଲସ୍ ଏଞ୍ଜେଲସ୍​ର ଜୁଲିଆନ ପାର୍କର ନାମକ ଜଣେ ଅଣହିନ୍ଦୁ ବିଦେଶୀ ଏହାକୁ ସ୍ଥାପନ କରିଛନ୍ତି। ଜୁଲିଆନ ଆତ୍ମତତ୍ତ୍ୱ ଦାସ ଓ ମାଳିନୀ ଦାସଙ୍କର ପାଳିତ ପୁତ୍ର ହୋଇଥିଲେ। ଭାରତକୁ ଆସିବା ପରେ ସେ ଜାହ୍ନବୀ ନିତାଇ ଦାସ ନାମରେ ପରିଚିତ iହୋଇଥିଲେ। ପୁରୀ ଶ୍ରୀମନ୍ଦିରରେ ଅଣହିନ୍ଦୁମାନଙ୍କର ପ୍ରବେଶ ନିଷେଧ ହୋଇଥିବାରୁ ସେ ଏଠାରେ ୧୬ଫୁଟ ଉଚ୍ଚର ଜଗନ୍ନାଥ, ୧୫ ଫୁଟ ଉଚ୍ଚର ବଳଭଦ୍ର ଓ ୭ ଫୁଟ ଉଚ୍ଚର ସୁଭଦ୍ରା ବିଗ୍ରହ ବୈଦିକ ରୀତିରେ ୨୦୦୫ ମସିହା ମେ ୨୨ରେ ସ୍ଥାପନ କରାଇଥିଲେ। ଅଦ୍ୟାବତ୍ ସେହି ବିଗ୍ରହମାନେ ସେହି ମନ୍ଦିରରେ ଯଥାବିଧି ପୂଜିତ ହେଉ ଅଛନ୍ତି। ଓଡ଼ିଶାର ଭାଗବତ ଟୁଙ୍ଗୀ ପରମ୍ପରା ଅବଲୁପ୍ତ ହେଇଆସୁଥିଲା ବେଳେ ଏଠାକାର କିସ୍ମତ କୃଷ୍ଣପୁର ଗ୍ରାମରେ ଏ ପରମ୍ପରା ଏବେବି ଜୀବିତ ଅଛି। ଭଦ୍ରକ ଜିଲ୍ଲାର ପୀରହାଟ ଅଞ୍ଚଳ ଐତିହ୍ୟପୂର୍ନ। ପୀରହାଟ କାଳୀ ପଡିଆଠାରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ଏହି ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀଙ୍କ ସାକ୍ଷୀ। ବାରବାଟିଆ ଗ୍ରାମର ଆୟୋଜିତ ହେଉଥିବା ଦୁର୍ଗାପୂଜା ୪୦୦ ବର୍ଷର ପୁରୁଣା। ଶିକ୍ଷା ଏ ଜିଲ୍ଲାରେ ଶିକ୍ଷାର ନିଅଁ ପଡ଼ିଛି ସନ୧୮୮୨ଠାରୁ। କୋଠାର ଜମିଦାର ନିମାଇଁ ଚରଣ ବୋଷ ବାଗୁରାଇଠାରେ ଦୁଇଟି ଭର୍ଣ୍ଣକୁଲାର ଓ ଅନ୍ୟ କେତେକ ଶିକ୍ଷାନୁରାଗୀ ଗୁଜିଦରଡ଼ାଠାରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ସ୍ଥାପନା କରିଥିଲେ। ମୁସଲମାନ ଜମିଦାର ମିଆଁ ମୁନ୍ସୀ ଶେଖ ଅବଦୁଲ ଗନୀ ଓରଫ ପଞ୍ଚୁମଆଙ୍କ ତତ୍ତ୍ୱାବଧାନରେ ଭଦ୍ରକ ପୁରୁଣାବଜାରସ୍ଥିତ ନିଜ ଉଆସରେ ଏକ ମାଇନର ସ୍କୁଲ ସ୍ଥାପନ କରିଥିଲେ। ପରବର୍ତ୍ତୀ ସମୟରେ ତାହା ଭଦ୍ରକ ଜିଲ୍ଲା ସ୍କୁଲରେ ପରିଣତ ହୋଇଛି। ୧୯୩୪ରେ ହରେକୃଷ୍ଣ ମହତାବଙ୍କ ତତ୍ତ୍ୱାବଧାନରେ ଆଗରପଡ଼ାରେ କୃଷ୍ଣଚରଣ ବିଦ୍ୟାମନ୍ଦିର ସ୍ଥାପିତ ହୋଇଥିଲା।୧୯୪୨ରେ ନାରାୟଣ ଚନ୍ଦ୍ର ହାଇସ୍କୁଲ, ବିନ୍ଦୁମାଧବ ବାଗୁରାଇ ହାଇସ୍କୁଲ, ୧୯୪୩ରେ ପୋପସିଂ ମାଇନର ସ୍କୁଲ, ଯାହା ୧୯୫୯ରେ ସରକାଲୀ ବାଳିକା ଉଚ୍ଚବିଦ୍ୟାଳୟର ମାନ୍ୟତା ଲାଭ କଲା ସଦାଶିବ ନାୟକ, ଭଦ୍ରକ ଶିକ୍ଷାନୁଷ୍ଠାନର ଇତିବୃତ୍ତ, ବାସ୍ତବ ସମ୍ଭବପୃ.୧୦ ୧୯୪୮ ମସିହା ଜୁଲାଇ ୬ ତାରିଖରେ ଭଦ୍ରକରେ ପ୍ରଥମ ଓ ଓଡ଼ିଶାରେ ଦ୍ୱିତୀୟ ବୃହତ୍ତମ ଭଦ୍ରକ ମହାବିଦ୍ୟାଳୟ ସ୍ଥାପିତ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଭଦ୍ରକରେ ୯୧୬ଟି ପ୍ରାଥମିକ ବିଦ୍ୟାଳୟ, ୫୦୫ଟି ମଧ୍ୟଇଂରାଜୀ ବିଦ୍ୟାଳୟ, ୩୦୫ଟି ଉଚ୍ଚବିଦ୍ୟାଳୟ, ୭ଟି ମହିଳା ମହାବିଦ୍ୟାଳୟ ସରକାରୀ ସ୍ୱୀକୃତି ଲାଭ କରିଛନ୍ତି।District Statistical Hand Book, Bhadrak, 2005, p.47-53 ଏହା ବ୍ୟତୀତ ବହୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଏବେ ବି ସ୍ୱୀକୃତି ପାଇନାହିଁ। ପରମ୍ପରା ଗୋପାଳଙ୍କ ଉଗାଳ ଓ ଲଉଡ଼ି ଖେଳ ଗୋପାଳ ସମ୍ପ୍ରଦାୟର ଲୋକେ ଦୋଳ ପୂର୍ଣ୍ଣମୀର ପୂର୍ବଦିନରୁ କୁମ୍ଭ ପୂଜା କରି ରାଧାକୃଷ୍ଣ ଉପାସନା ସହିତ ଗୋପାଳଙ୍କ ଉଗାଳ ଓ ଲଉଡ଼ି ଖେଳ (ବାଡ଼ି ଖେଳ) ପ୍ରଦର୍ଶନ କରିଥାନ୍ତି। ଏଇ ବାଡ଼ିଖେଳ ଓଡ଼ିଶାର ଏକ ବିଲୁପ୍ତପ୍ରାୟ ସାମରିକ କଳା। ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ରଚିତ ଗୋପାଳଙ୍କ ଉଗାଳରେ ଗୂଢ଼ ଆଧ୍ୟାତ୍ମିକ ପ୍ରଶ୍ନର ସରଳ ଉତ୍ତର ରସମୟ ସଙ୍ଗୀତ ଛନ୍ଦରେ ବେଶ୍ ଉପଭୋଗ୍ୟ। ଏହି ଉତ୍ସବ ସାବରଙ୍ଗ, ଚୁଡ଼ଙ୍ଗପୁରର ରଙ୍ଗଢ଼ାଉ, ବାସୁଦେବପୁର, କିସ୍ମତ କୃଷ୍ଣପୁର, ଧାମନଗର ଆଦି ଅଞ୍ଚଳରେ ଜାକଜମକରେ ପାଳିତ ହୋଇଥାଏ। ବାସୁଦେବପୁରର ‘ଶ୍ରୀଗୋପାଳ ଓଗାଳ ସମିତି’ ଓ ‘ରାଧାମାଧବ ଯାଦବ ସମିତି’ ଓଡ଼ିଶା ବାହାରେ ବିଭିନ୍ନ ସମୟରେ ଲଉଡ଼ିଖେଳ ପ୍ରଦର୍ଶନ କରି ପୁରସ୍କୃତ ହୋଇଛନ୍ତି। ଗୁଣ୍ଡିଣି ଯାତ୍ରା ବିରଞ୍ଚି ନାରାୟଣ ମନ୍ଦିର ପରିସରରେ ଅଗ୍ନିପୂର୍ଣ୍ଣିମା ଦିନ ଆୟୋଜିତ ଗୁଣ୍ଡୁଣିଯାତ୍ରା ଏକ ଭିନ୍ନ ମେଳା। ଭୂତକେଳି ନାଟ ଭଦ୍ରକ ସହରାଞ୍ଚଳର କୁଆଁସ ନିକଟବର୍ତ୍ତୀ ବାଲିଅରଡ଼ା ଗ୍ରାମରେ ପାଳିତ ହେଉଥିବା ‘ଭୂତକେଳି ନାଟ’ ପୁରାଣ ବର୍ଣ୍ଣିତ କୃଷ୍ଣଲୀଳାର ଆଧାରରେ ପାଳନ କରାଯାଏ। କରେ। ରାଧା ଓ କୃଷ୍ଣଙ୍କ ମିଳନରେ ପ୍ରତିବନ୍ଧକ ହେଉଥିବା ଶାଶୁ ଓ ନଣନ୍ଦଙ୍କୁ ଡ଼ରାଇବା ପାଇଁ କୃଷ୍ଣ ମାୟା ଭୂତ ସୃଷ୍ଟି କରିଥାନ୍ତି। ରାଧା, କୃଷ୍ଣ ଓ ଗୋପୀମାନଙ୍କର ପ୍ରତିମୂର୍ତ୍ତିକୁ ବିରାଟ ଶୋଭାଯାତ୍ରାରେ ଲୋକମାନେ ନେଇଥାନ୍ତି। ଜଣେ ଲୋକ ମୁଣ୍ଡରେ ଭୂତ ଚିତ୍ରିତ ହାଣ୍ଡି ରଖି ଢ଼ୋଲ ମହୁରୀର ତାଳେ ତାଳେ ଉଦ୍ଦଣ୍ଡ ନୃତ୍ୟ ପରିବେଷଣ କରିଥାଏ। ଏପରି ନାଟ ସମଗ୍ର ଓଡ଼ିଶାରେ ବିରଳ।ଡଃ ମନୀନ୍ଦ୍ର ମହାନ୍ତି, ସାଂସ୍କୃତିକ ନାନ୍ଦିମୁଖ : ଲୋକସଂସ୍କୃତି, ସାଳନ୍ଦୀ ତୀରର ସଂସ୍କୃତି ମୁନି ପୂଜା ସଂସାରତ୍ୟାଗୀ ଅଥଚ ସଂସାରର ହିତୈଷୀ ଓ ହିତାନ୍ୱେଷୀ ମୁନି ଋଷିମାନଙ୍କୁ ପୂଜା କରିବାର ନିଆରା ପରମ୍ପରା ଭଦ୍ରକର ବିଭିନ୍ନ ଗ୍ରାମାଞ୍ଚଳରେ ଅତି ପ୍ରାଚୀନ। ମକର ସଂକ୍ରାନ୍ତି ଏହାର ନିଧାର୍ଯ୍ୟ ତିଥି। ଏରେଇଁ ଗ୍ରାମ ପଞ୍ଚାୟତର କୁନ୍ତଳାଠାରେ ଏହା ମହାସମାରୋହରେ ପାଳନ କରାଯାଏ। ବାଲିଯାତ୍ରା କାର୍ତ୍ତିକ ପୂର୍ଣ୍ଣିମାରେ ଚାନ୍ଦବାଲି, ଚୂଡ଼ାମଣି ଓ ବାଉଦପୁରରେ ସାଧବ ପୁଅର ସ୍ମୃତିକୁ ମନେ ପକାଇବାପାଇଁ ବାଲିଯାତ୍ରା ସାତଦିନବ୍ୟାପି ପାଳନ କରାଯାଏ। ରାସଯାତ୍ରା କାର୍ତ୍ତିକ ପୂର୍ଣ୍ଣିମାଠାରୁ ସାହାଡ଼ାଗ୍ରାମରେ ରାସଯାତ୍ରା ପାଳନ କରାଯାଏ। ରାସଲୀଳା ଓ ନାବକେଳି ଆଦି ଏଇ ଯାତ୍ରାର ମୁଖ୍ୟ ଅଙ୍ଗ। ଚଢ଼େୟା ଚଢ଼େୟାଣୀ ନାଚ ଗ୍ରାମୀଣ ଚରିତ୍ର ଚିତ୍ରଣ ପୂର୍ବକ ଗଦ୍ୟ ଓ ପଦ୍ୟମୟ ସଂଳାପରେ ହାସ୍ୟରସ ପରିବେଷଣ କରାଯାଏ। ସେହିପରି ନିଜକୁ ଏକ ପୌରାଣିକ ଚରିତ୍ରରୂପେ ଚିତ୍ରିତ କରି କଳାକାରମାନେ ବହୁରୂପା ନାଚ ପ୍ରସ୍ତୁତ କରିଥାନ୍ତି। କଣ୍ଢେଇ ନାଚ କଣ୍ଢେଇରେ କଳାସୂତା ଲଗାଇ ଆଙ୍ଗୁଳି ଚାଳନାଦ୍ୱାରା ଅନେକ ପ୍ରକାରର ପ୍ରସଙ୍ଗକୁ ଚିତ୍ରଣ କରାଯାଏ। ମୁଖ୍ୟତଃ ବୈଷ୍ଣବମାନେ ଘାଟ ପାର ହୋଇ ରାଧା ମଥୁରାକୁ ଯିବା, କୃଷ୍ଣ ଘାଟ ସଉଦା ମାଗିବା, ରାଧାକୃଷ୍ଣଙ୍କର ମିଳନ ହେବା ପ୍ରଭୃତି ଏଇ ନାଟର ମୁଖ୍ୟ ବିଷୟ। ତାମସା ତାମସା ହେଉଛି ଓଡ଼ିଶାର ସଂସ୍କୃତିକୁ ଭଦ୍ରକର ନିଜସ୍ୱ ଅବଦାନ। କବି ବଂଶୀବଲ୍ଲଭ ଗୋସ୍ୱାମୀ ଏଇ ତାମସାର ସ୍ରଷ୍ଟା। ଏହା ହେଉଛି ମୋଗଲ ଶାସନ କାଳର ସାମାଜିକ ଅବସ୍ଥାର ନିଛକ ଚିତ୍ରଣ। ମୋଗଲ ତାମସା, ଭୀଲ ତାମସା, ଫକିର ତାମସା, ଲୋଲିନ ବାଈ ତାମସା ଆଦି ସେ ରଚନା କରିଥିଲେ। ଏଥି ମଧ୍ୟରୁ ମୋଗଲ ତାମସା ଓଡ଼ିଶା ପ୍ରସିଦ୍ଧ। ଚୈତ୍ର ମାସରେ ଶିବ ମନ୍ଦିରରେ ଏହି ତାମସା ଅଭିନୀତ ହେଉଥିବାରୁ ଏହାକୁ ଚଇତି ତାମସା ମଧ୍ୟ କୁହାଯାଏ। ମୋଗଲ ତାମସା: ଏଥିରେ ମୋଗଲମାନଙ୍କର ଶୋଷଣ, ଅତ୍ୟାଚାର, ବିଳାସ ବ୍ୟସନର ଚିତ୍ରଣ ହୋଇଛି। ଭୀଲ ତାମସା : ଜଣେ ବ୍ରାହ୍ମଣ ତୀର୍ଥାଟନରେ ଯିବା ସମୟରେ ବାଟରେ ଏକ ଭୀଲକୁ ଭେଟନ୍ତି। ସେ ବ୍ରାହ୍ମଣଙ୍କୁ ଲୁଟ କରିବାକୁ ପ୍ରଥମେ ଚେଷ୍ଟା କଲେ ମଧ୍ୟ ପରବର୍ତ୍ତୀ ସମୟରେ ତାଙ୍କ ସଂସ୍ପର୍ଶରେ ଆସି ପୁଣ୍ୟାତ୍ମାରେ ପରିଣତ ହୋଇଛି। ଫକିର ତାମସା : ଜଣେ ମୁସଲମାନ ଫକିରଙ୍କର କାହାଣୀ, ଯେ ବିଭିନ୍ନ ସ୍ଥାନ ଭ୍ରମଣ କରି ଅନେକ କଥା ଶିଖିଛନ୍ତି ଓ ପରିଶେଷରେ ନିଜ ପତ୍ନୀ ସହିତ ମିଳିତ ହୋଇଛନ୍ତି। ଯୋଗୀ ତାମସା : ଜଣେ ଯୋଗୀର ଜୀବନକୁ ପ୍ରାଞ୍ଜଳ ଭାବରେ ଚିତ୍ରିତ କରାଯାଇଛି। ରାଧାକୃଷ୍ଣ ତାମସା : ମୂରଲୀ ହରଣ ଓ ବସ୍ତ୍ର ହରଣ ଆଦି ପ୍ରସଙ୍ଗର ବର୍ଣ୍ଣନା କରାଯାଇଛି। ଚଉଡ଼ା ତାମସା : ମେହେନ୍ତରମାନଙ୍କର ନିଶାସେବନ ଓ ମେହେନ୍ତରାଣୀମାନଙ୍କ ସହିତ ମିଳିତ ହେବାର ବିଷୟ। ଲୋଲିନ ବାଈ ତାମସା ବା ଲୋଲିନ ମଜାବାଇ ତାମସା: ଦୁଇ ଜଣ ଗଣିକାଙ୍କ ସହିତ ମୋଗଲମାନଙ୍କର ସମ୍ପର୍କର ବର୍ଣ୍ଣନା। ଓଷାବ୍ରତ କୋଇଲି ଓଷା : ସୁଆଁ ଗ୍ରାମରେ ପାଳନ କରାଯାଏ। ଚୈତ୍ରମାସ ଶୁକ୍ଳପକ୍ଷରେ ସାତଦିନ ବ୍ୟାପି କୋଇଲିର ଦୁଇଟି ମାଟି ମୂର୍ତ୍ତିକୁ କୁଆଁରୀମାନେ ପୂଜା କରିଥାନ୍ତି ଓ ମାର୍କଣ୍ଡ ଦାସଙ୍କ କେଶବ କୋଇଲି ଗାନ କରିଥାନ୍ତି। ସୁଆଙ୍ଗ ବୁଡ଼: କୁମାରୀମାନେ ପାଳନ କରିଥାନ୍ତି। ଦୋଳସାହି, ଝାଡ଼ପଡା, କୁଆଁରପୁର, ମୁଡସାହି, ବଢେଇବାଡ, ନୂଆଶାସନ, ଶଙ୍କରପୁର ଓ ଖଣ୍ଡପଡ଼ା ପ୍ରଭୃତି ଗାଁରେ ଏହା ପାଳନ କରାଯାଇଥାଏ। କୁମାରୀମାନେ ସାଙ୍ଗହୋଇ ବାଲୁକା ସ୍ଥାପନ କରି ଗୌରୀ ପୂଜା କରିଥାନ୍ତି। ଅନ୍ୟାନ୍ୟ ଅଞ୍ଚଳ ପରି ଭଦ୍ରକରେ ଖୁଦୁରୁକୁଣୀ ଓଷା, ଜହ୍ନି ଓଷା, ଅକ୍ଷୟ ତୃତୀୟା, ସାବିତ୍ରୀ ଅମାବସ୍ୟା, ବାଟଓଷା ଆଦି ପାଳନ କରାଯାଏ। ଦ୍ୱିତୀୟା ଓଷା ବା ଦୂତୀ ବାହନ ଓଷା ଭଦ୍ରକର ବିଭିନ୍ନ ସ୍ଥାନରେ ପାଳିତ ହୋଇଥାଏ। ଏହି ଓଷାରେ ସନ୍ତାନମାନଙ୍କର ଦୀର୍ଘଜୀବନ କାମନା କରି ମହିଳାମାନେ ଉପବାସ କରିଥାନ୍ତି। ଭାଦ୍ରବମାସ ମୂଳାଷ୍ଟମୀରେ ପୋଖରୀ ତୁଠରେ ବାଲିଲେ କୁମ୍ଭୀର କରି ପୂଜାର୍ଚ୍ଚନା କରିଥାନ୍ତି। ନରେନ୍ଦ୍ରପୁର ଗ୍ରାମରେ ଚୈତ୍ର ପୂର୍ଣ୍ଣିମା ଦିନ ପାଟଣ ମଙ୍ଗଳାଙ୍କ ନିକଟରେ ପାଟୁଆ ନାଚ, ଘୋଡାନାଚ ଆଦି ଅନୁଷ୍ଠିତ ହୁଏ। ରାମ, ସୀତା ଓ ଲକ୍ଷ୍ଣଣଙ୍କୁ ନୌକାରେ ବସାଇ ନାବପୂଜା କରାଯାଏ। ଭଦ୍ରକର ପ୍ରାୟ ସବୁ ଗାଁରେ ଘୋଡ଼ାନାଚ, ପାଟୁଆ ନାଚ ଓ ଉଡ଼ାଣ ପର୍ବ (ଯାହା ଚଡ଼କପର୍ବପରି) (ନିଜ ଦେହରେ କଣ୍ଟା ଫୋଡ଼ି ଝୁଲିବା) ଆଦି ପାଳନ କରାଯାଏ। ପାଲା ଓ ଦାସ କାଠିଆ ପାଲା ଓ ଦାସକାଠିଆ ପରି ଲୋକକଳାରେ ଭଦ୍ରକ ଜିଲ୍ଲା ସମୃଦ୍ଧ। ପୌରାଣିକ ଆଖ୍ୟାନ ସହିତ ସାମ୍ପ୍ରତିକ ଲୋକ ଚଳଣିର ମିଶ୍ରଣ କରି ମନୋରଞ୍ଜକ ଢ଼ଙ୍ଗରେ ପରିବେଷଣ କରିବା ଏଇ ଲୋକକଳାର ବିଶେଷତ୍ତ୍ୱ। ସତ୍ୟପୀର ପାଲା ଭଦ୍ରକର ସତ୍ୟପୀର ପାଲାର ନଜିର ସାରା ଦେଶରେ ଦେଖିବାରୁ ମିଳେ ନାହିଁ। ଏହା ହିନ୍ଦୁ ଓ ମୁସଲମାନ ସଂସ୍କୃତିର ସମନ୍ୱୟ ପ୍ରତିଷ୍ଠା କରିଥାଏ। ସାଧାରଣତଃ ନବଜାତକର ଏକୋଇଶିଆ (ଜନ୍ମର ଏକୋଇଶ ଦିନ)ରେ ଅଥବା କାହାରି ଜନ୍ମଦିନରେ ଏହା ଆୟୋଜିତ ହୋଇଥାଏ। ଏହାର ବିଶେଷତ୍ତ୍ୱ ହେଉଛି ଜଣେ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ହିନ୍ଦୁ ପରମ୍ପରା ଅନୁସାରେ କଳସ ଓ ଚାମର ସ୍ଥାପନା କରି ପଞ୍ଚଦେବତା ପୂଜା କରିଥାଏ ଓ ଅନ୍ୟ ଦେବଦେବୀଙ୍କର ବନ୍ଦନା ଗାଇଥାଏ, ନୈବେଦ୍ୟ ଅର୍ପଣ କରିଥାଏ।ସୁବାସ ଚନ୍ଦ୍ର ମଲ୍ଲିକ, ଭଦ୍ରକର ନିଆରା ସଂସ୍କୃତି – ସତ୍ୟପୀର ପାଲା, ପ୍ରଜ୍ଞାପାଦପ (ଭଦ୍ରକ ଜିଲ୍ଲା ସ୍କୁଲ – ୧୨୫ତମ ଜୟନ୍ତୀ ମୁଖପତ୍ର) କଳାକାର ଉପାଧିପ୍ରାପ୍ତ ପାଲାଗାୟକ : ଅନିରୁଦ୍ଧ ପାଣିଗ୍ରାହୀ, ଭଣ୍ଡାରୀପୋଖରୀ, ଗାୟକ ଭୂଷଣ କରୁଣାସିନ୍ଧୁ ନାୟକ, ଧୁଷୁରୀ, ଯିଏ ଓଡ଼ିଶା ଓ ଓଡ଼ିଶା ବାହାରେ ପାଲା ପରିବେଷଣ କରିଛନ୍ତି। କରୁଣାକର ବେହୁରିଆ, ଭଦ୍ରକର ପାଲା ସଂସ୍କୃତି, ସ୍ମରଣିକା (ସାଳନ୍ଦୀ ମହୋତ୍ସବ) ପୃଷ୍ଠା:୨୪-୨୫ ପଦ୍ମପୁରର ଦୃଷ୍ଟିହୀନ ପାଲାଗାୟକ ଅମର ନାୟକ, ଗୋପବନ୍ଧୁ ଦାସ, ରାହାଞ୍ଜ, ଦୁଃଶାସନ ବାରିକ, ଚରମ୍ପା, ଧ୍ରୁବଚରଣ ସେନାପତି, ମଞ୍ଜୁରୀ ରୋଡ। ଦାସକାଠିଆରେ ଭଦ୍ରକ ଜିଲ୍ଲାରୁ ଯେଉଁ କେତେଜଣ ପ୍ରତିଭାଶାଳୀ ନିଜ କୃତିତ୍ୱର ପରିଚୟ ଦେଇଛନ୍ତି, ସେମାନଙ୍କ ଭିତରୁ ରାଣୀତାଲର ରବୀନ୍ଦ୍ର ବାରିକ ଓ କୁରୁଆ ଗ୍ରାମରେ ଭାଗିରଥୀ ବାରିକ ଅନ୍ୟତମ। ଆଶ୍ରମ ଓ ଅନୁଷ୍ଠାନ ହରେକୃଷ୍ଣ ମହତାବଙ୍କଦ୍ୱାରା ୧୯୩୧ ମସିହାରେ ଆଗରପଡ଼ାଠାରେ ଗାନ୍ଧୀ କର୍ମମନ୍ଦିର ଗୁଜରାଟର ବିଶିଷ୍ଟ ଗାନ୍ଧିବାଦୀ ଜୀବନରାମ କଲ୍ୟାଣଜୀ କୋଠାରୀଙ୍କ ଦାନରେ ଗରଦପୁରର ଗାନ୍ଧୀ ବାଳାଶ୍ରମ ଭଣ୍ଡାରୀପୋଖରୀର କୁମ୍ଭାରିଆ ଆଶ୍ରମ ସାହିତ୍ୟ ସଂସ୍କୃତି ଓ କଳାର ବିକାଶ ପାଇଁ ଗଢ଼ି ଉଠିଥିବା ଅନ୍ୟାନ୍ୟ ଅନୁଷ୍ଠାନ: ଚାନ୍ଦବାଲିର ପୂଜ୍ୟପୂଜା ସଂସଦ, ଭଦ୍ରକ ପୂଜ୍ୟପୂଜା ସଂସଦ, ଭଦ୍ରକ ସାହିତ୍ୟ ସଂସ୍କୃତି ପରିଷଦ, ରାମେଶ୍ୱର ସାହିତ୍ୟ ସଂସଦ, ରାନ୍ଦିଆ, ଚରମ୍ପା ସାହିତ୍ୟ ସଂସ୍କୃତି ମଞ୍ଚ, ରାଣୀତାଲ ସାହିତ୍ୟ ସଂସ୍କୃତି ପରିଷଦ, ଚିନ୍ତା ଓ ଚେତନା, ଶାରଦା ବିହାର ଟ୍ରଷ୍ଟ, ଭଦ୍ରକ ଲେଖକ ସାମ୍ମୁଖ୍ୟ, ଭଦ୍ରକ ଗବେଷଣା ପରିଷଦ ଇତ୍ୟାଦି। ପର୍ଯ୍ୟଟନ ସ୍ଥଳ ରକ୍ତ ତୀର୍ଥ ଇରମ, ବାସୁଦେବପୁର, ଏହାକୁ ଓଡ଼ିଶାର ଜାଲିଆନାୱାଲାବାଗ ବୋଲି ମଧ୍ୟ କୁହାଯାଏ। ଏଠାରେ ପାଖାପାଖି ୩୦ ଜଣ ସ୍ୱାଧୀନତା ସଂଗ୍ରାମୀ ବ୍ରିଟିଶ ସରକାର ବିରୋଧରେ ଲଢ଼ି ସ୍ୱାଧୀନତା ପାଇଁ ପ୍ରାଣ ବଳି ଦେଇଥିଲେ । ଆଖଣ୍ଡଳମଣି ମନ୍ଦିର, ଆରଡ଼ି ସିନ୍ଦୁକେଶ୍ୱର ମନ୍ଦିର, ଅଣିଜୋ ଚାନ୍ଦବାଲି ଧାମରେଈ ମନ୍ଦିର ଧାମରା ପ୍ରସନ୍ନ ଖେମେଶ୍ୱର ମନ୍ଦିର, ବାସୁଦେବପୁର ø ମକର ମେଳା - ବାହାଦୁଲ ନଗର ø ମା କାଳୀତ୍ରା ପୀଠ - ବାରିକପୁର ଧାମନଗରସ୍ଥିତ ହୋଜୁର ମୋଜାହିଦ୍-ଏ-ମିଲ୍ଲତ ବାବା (ଖାନକା ସରିଫ ପୀଠ) ଭଦ୍ରକ ଚାନ୍ଦବାଲି ରୋଡ ସରକାର ନଗରସ୍ଥିତ ଖାନକା ସରିଫ ପୀଠ (ବଡ଼ ସରକାର ବାବା ଏବଂ ସାନ ସରକାର ବାବା)ଙ୍କ ପୀଠକୁ ଦେଶର କୋଣ ଅନୁକୋଣରୁ ଅନେକ ଭକ୍ତ ଆସନ୍ତି। ଶିଳ୍ପ ଫେକର: ଏହା ଦେଶର ଏକ ପ୍ରମୁଖ ଫେରୋକ୍ରୋମ ଉତ୍ପାଦନ କରୁଥିବା କାରଖାନା। ଭବିଷ୍ୟତ କାର୍ଯ୍ୟ ଯୋଜନା ଭଦ୍ରକ ଜିଲ୍ଲାର ଧାମରାର ଚାରିଡ଼ିହାଠାରେ ଓଡ଼ିଶାର ପ୍ରଥମ ଜାହାଜ ତିଆରି କାରଖାନା ପ୍ରତିଷ୍ଠିତ ହେବାର ଅଛି। ଏହା ପୂର୍ବଭାରତେର ପ୍ରଥମ ପ୍ରାଇଭେଟ ସଂସ୍ଥା ହେବ। ଅପିଜୟ ସୁରେନ୍ଦ୍ର ଗ୍ରୁପ ଓ ଭାରତ ସିପୟାର୍ଡ ଲିମିଟେଡ୍ ଏହି ଆଧୁନିକତମ ଜାହାଜ ତିଆରି କାରଖାନାକୁ ୨୨୦୦କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରି ମିଳିତ ଭାବେ ଗଢିବେ। ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ୯୦୦ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ଅଟକଳ ହୋଇଛି। ଭଦ୍ରକରେ ୪୮୦୦ କୋଟି ଟଙ୍କାର ୧୧୦୦ ମେଗାୱାଟ୍ ଶକ୍ତି ସମ୍ପନ୍ନ କାରଖାନା ପ୍ରସ୍ତୁତି ପାଇଁ ବିଶାଖା ପ୍ରସ୍ତାବ ଦେଇଛି। ୱେଲସ୍ପନ ପାୱାର ଏଣ୍ଡ ଷ୍ଟିଲ୍ ଲିଃ. ଧାମରାଠାରେ ଏକ ଲୌହ ପରିଶୋଧନ କେନ୍ଦ୍ର ପ୍ରତିଷ୍ଠା କରିବାର ପ୍ରସ୍ତାବ ଦେିଇଛନ୍ତି। ଏହି କମ୍ପାନୀ ଆଗରୁ ୬୧୦୩.୮୦ କୋଟି ଟଙ୍କାର ଏକ ଇଷ୍ପାତ କାରଖାନା ଟାଙ୍ଗୀଠାରେ ପ୍ରତିଷ୍ଠା କରିବାପାଇଁ ଆଗରୁ ମଞ୍ଜୁରି ପାଇ ସାରିଛନ୍ତି। ମହାନ ବ୍ୟକ୍ତିବିଶେଷ ସାଧୁସନ୍ଥ ନାମାଚାର୍ଯ୍ୟ ବୈଷ୍ଣବ ନଣ୍ଡା ବାବା, ଯାହାଙ୍କ ଜୀବନ ଅନେକ ଅଲୌକିକ କିମ୍ବଦନ୍ତୀରେ ପରିପୂର୍ଣ୍ଣ। ପଞ୍ଚୁଟିକ୍ରି ଓ ଉଗ୍ରତରାରେ ତାଙ୍କର ଦୁଇଟି ଆଶ୍ରମ ରହିଛି। ସେ ଶ୍ରୀଚୈତନ୍ୟ ଓ ପ୍ରଭୁ ନିତ୍ୟାନନ୍ଦଙ୍କ ସମ୍ପ୍ରଦାୟର। ଗୋବିନ୍ଦଦାସ ବାବାଜୀ ମହମ୍ମଦ ହବିବୁର ରହେମାନ ମୋଜାହିଦ-ଏ-ମିଲ୍ଲତ, ଧାମନଗରର ଏକ ସାମନ୍ତ ପରିବାରରେ ଜନ୍ମିତ, କିନ୍ତୁ ଜଗତର ଉଦ୍ଧାର ଏବଂ ଲୋକ କଲ୍ୟାଣ ପାଇଁ ସବୁକିଛି ତ୍ୟାଗ କରି ଜନ ସେବା ଆଉ ଶିକ୍ଷାଦାନରେ ଜୀବନକୁ ଜନହିତରେ ଉତ୍ସର୍ଗ କରିଥିଲେ। ସରକାର ସୟଦ ନସିମ ଅଖତର କାଦରୀ ବଡ଼ ସରକାର ବାବା ବିହାର ପ୍ରଦେଶରୁ ଆସିଥିଲେ। ଭଦ୍ରକ ସହର ଅନ୍ତର୍ଗତ ଇସଫପୁର ମୌଜା ଅନ୍ତର୍ଗତ ସେଖସାହି ଅଞ୍ଚଳରେ ଏକ ଜିରଜିନ୍ନ ମସଜିଦକୁ ପୁନରୁଦ୍ଧାର କରି ସେଠାରେ ଅବସ୍ଥାପନ କରି ପ୍ରତେହ ନିଜର ଅଲୌକିକ ଶକ୍ତିଦ୍ୱାରା ଅନେକ ଲୋକଙ୍କ ସେବା କରୁଥିଲେ। ଜାତି, ଧର୍ମ, ବର୍ଣ୍ଣ, ଗୋତ୍ର ନିର୍ବିଶେଷରେ ସମସ୍ତେ ତାଙ୍କ ଆଶୀର୍ବାଦ ପାଉଥିଲେ ଏବଂ ଭକ୍ତ ମନେ ତାଙ୍କୁ ଶ୍ରଦ୍ଧାରେ ବଡ଼ ସରକାର ବାବା ବୋଲି ସମ୍ବୋଧିତ କରୁଥିଲେ। ସରକାର ସୟଦ ଓସିମ୍ ଅଖତର କାଦରୀ ସାନ ସରକାର ବାବା ବଡ଼ ସରକାର ବାବାଙ୍କ ସାନ ଭାଇଙ୍କୁ ସମସ୍ତେ ସାନ ସରକାର ବାବା ବୋଲି ସମ୍ବୋଧିତ କରୁଥିଲେ। ସେ ଉର୍ଦ୍ଧୁ ସାହିତ୍ୟର ସାଧନାରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ସେ ସର୍ବଦା ଯୁବ ପୀଢ଼ି ମାନଙ୍କୁ ସମସ୍ତ କ୍ଷେତ୍ରରେ ଆଗକୁ ଆସିବା ପାଇଁ ପ୍ରେରଣା ଦେଉଥିଲେ। ତାଙ୍କ ମତରେ ଶିକ୍ଷାର ଗ୍ରହଣ କରିବା ହେଉଛି ପ୍ରତିଟି ମଣିଷର ସର୍ବଶ୍ରେଷ୍ଠ କର୍ତ୍ତବ୍ୟ। ସେ ତାଙ୍କ ଜୀବନ କାଳରେ ଅନେକ ସଂଗଠନ, ଅନୁଷ୍ଠାନ, ଇତ୍ୟାଦି ଗଠନ କରିଥିଲେ, ତନ୍ମଧ୍ୟରୁ ଅଖିଳ ଭାରତୀୟ ଦୁଃଖୀ ସମାଜ, ଭଦ୍ରକ ଏଡୁକେସନ ଫୋରମ୍ (BEF) ଅନ୍ୟତମ। ଅଖିଳ ଭାରତୀୟ ଦୁଃଖୀ ସମାଜ ଆନୁକୁଲ୍ୟରେ ଏକ ଆମ୍ବୁଲାନ୍ସ ସେବା, ପ୍ରତି ବର୍ଷ ସାନ ସରକାର ବାବାଙ୍କ ଜନ୍ମ ଦିନ (୨୪ ଜାନୁଆରୀ)ରେ ଭଦ୍ରକ, ବାଲେଶ୍ୱର, ସୋର, ଆଦି ଅଞ୍ଚଳରେ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଉଅଛି। ତାଙ୍କ ସମାଧି (ମଜାର ସରିଫ) ଭଦ୍ରକ ସରକାର ନଗରଠାରେ ଅବସ୍ଥିତ। ସ୍ୱାଧୀନତା ସଂଗ୍ରାମୀ ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀମାନେ ହେଲେ- ହରେକୃଷ୍ଣ ମହତାବ, ମହମ୍ମଦ ହନିଫ୍, ନୀଳମଣି ରାଉତରାୟ, ଗୋକୁଳାନ୍ଦ ମହାନ୍ତି, ଚକ୍ରଧର ବେହେରା, ଭାଗବତ ସାହୁ, ମୂରଲୀଧର ଜେନା, ରାମଚନ୍ଦ୍ର ବେହୁରା, ହୃଦାନନ୍ଦ ମଲ୍ଲିକ, କମଳାକାନ୍ତ କର, ଗୌରଚନ୍ଦ୍ର ମହାପାତ୍ର, ଗୌରାଙ୍ଗ ଚରଣ ମହାନ୍ତି, ମୁନସୀ ଅବଦୁଲ ଗନି। କଳାକାର ବିଭିନ୍ନ କଳା କ୍ଷେତ୍ରରେ ଭଦ୍ରକ ଅଧିବାସୀମାନଙ୍କର ଦାନ ଅତୁଳନୀୟ। ଏ ଦିଗରେ କେତେକ ବିଶେଷ ବ୍ୟକ୍ତି ବିଶେଷଙ୍କ ନାମ ନିମ୍ନରେ ଦିଆଗଲା: ମୋହନ ସୁନ୍ଦର ଦେବ ଗୋସ୍ୱାମୀ: ଓଡ଼ିଶାର ପ୍ରଥମ କଥାଚିତ୍ର ସୀତା ବିବାହ (୧୯୩୪-୩୬)ର ପ୍ରଯୋଜକ। ଉଦୟନାଥ ସାହୁ : ଏକକ ଅଭିନୟ। ସୁବାଷ ଦାସ : ସଙ୍ଗୀତ କ୍ଷେତ୍ରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ସମ୍ପନ୍ନ। ସୁବାସରାମ ସଙ୍ଗୀତକାର ଓ ପଞ୍ଚାନନ ନାୟକ : ଆଧୁନିକ ଗୀତିକାର। ମନମୋହନ ସାବତ, ଜଗବନ୍ଧୁ ସାହୁ, ମୁରଲୀଧର ଗିରି, ବନମାଳୀ ସେଠୀ, ପ୍ରଫୁଲ୍ଲ ନାୟକ, ରୁଦ୍ରମାଧବ ବାରିକ : ସଂଗୀତ ସାଧକ ନିରଞ୍ଜନ ନାୟକ : ନୃତ୍ୟ ରାମହରି ମହାନ୍ତି: ସିତାର ନାରାୟଣ ଚନ୍ଦ୍ର ସାହୁ : ତବଲା ହରିହର ସାହୁ : ବେହେଲା ଚିତ୍ରଶିଳ୍ପୀ ରବିନାରାୟଣ ନାୟକ – ଧର୍ମପଦ ପୁରସ୍କାର ପ୍ରାପ୍ତ ଅନ୍ୟାନ୍ୟ ଚିତ୍ର ଶିଳ୍ପୀମାନେ ହେଲେ ନିଜାମ, କଳାଶିକ୍ଷକ ଅଶୋକ କୁମାର ମହାନ୍ତି, ସୁଶାନ୍ତ କୁମାର ନାୟକ ଓ ଚୁଡ଼ାମଣି। ଦିଲ୍ଲୀପ ଖୁଣ୍ଟିଆ: ବ୍ୟଙ୍ଗଚିତ୍ର ଶିଳ୍ପୀ ସାହିତ୍ୟିକ ଗୋଟିଏ ନାଟକରେ ହିନ୍ଦୀ, ଉର୍ଦ୍ଦୁ ଓ ବଙ୍ଗଳା ଭାଷା ପ୍ରୟୋଗ କରି ସମଗ୍ର ଭାରତରେ ଅଦ୍ୱିତୀୟ କବି ଭାବରେ ପରିଚିତ ବଂଶୀ ବଲ୍ଲଭ ଗୋସ୍ୱାମୀ। ଆଉ କେତେଜଣ ଆଗଧାଡ଼ିର ସାହିତ୍ୟ କାରମାନେ ହେଲେ, କବିଶେଖର ଚିନ୍ତାମଣି ମହାନ୍ତି, ଚାରଣକବି ବାଞ୍ଛାନିଧି ମହାନ୍ତି, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ନିତ୍ୟାନନ୍ଦ ମହାପାତ୍ର, ଗୌରଚନ୍ଦ୍ର ମହାପାତ୍ର, ହରେକୃଷ୍ଣ ମହତାବ, ପୋଥି ବିଶାରଦ ନୀଳମଣି ମିଶ୍ର, କୃଷ୍ଣ ଚରଣ ବେହେରା। ଉର୍ଦ୍ଦୁ ସାହିତ୍ୟରେ ପ୍ରବୀଣ ସଂସ୍କାରବାଦୀ ଓ ଇଶ୍ୱରବିଶ୍ୱାସୀ କବି ହାଜିମୌଲା ବଖସ୍ (ଖ୍ରୀ:୧୮୫୮) ଲେଖିଛନ୍ତି, ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଈଶ୍ୱର ସମସ୍ତଙ୍କୁ ପ୍ରେମ କରନ୍ତି ଓ ସମସ୍ତଙ୍କଠାରୁ ପ୍ରେମ ଚାହାନ୍ତି । ତାଙ୍କ ଭାଷାରେ – ‘ଖୁଦା କା ଇଶ୍ମ ହୈ ଇଶ କେ ରସୁଲିଲ୍ଲା ହାଃ କହତେ ହୈ ୟେ ୱହ ମଞ୍ଜିଲ ହୈ ସବ୍ ଜିସ୍କୁ ଫନାଫିଲ୍ଲା କହତେ ହୈ।’ ସେ ଉର୍ଦ୍ଦୁ ଅକ୍ଷରରେ ପୁସ୍ତକ ପ୍ରକାଶନ ପାଇଁ ପ୍ରଥମେ ଛାପାଖାନା ସ୍ଥାପନ କରିଥିଲେ। ବେତାର ଗୀତିକାର ନରସିଂହ ମହାପାତ୍ର, ଭଗବାନ ନାୟକ ବର୍ମା, ଡଃ କୀର୍ତ୍ତନ ନାରାୟଣ ପାଢ଼ୀ, ଡଃ ଖଗେନ୍ଦ୍ରନାଥ ମଲ୍ଲିକ, ଅପୂର୍ବ ରଞ୍ଜନ ରାୟ, ଇଂ ଅରୁଣ କୁମାର ପାତ୍ର, ନିର୍ମଳ ରାଉତ, ପିତାମ୍ବର ମିଶ୍ର, ଇଂ ଅଭୟ ସୂତାର। ନାଟକ ଓ ଅଭିନୟ ଶ୍ୟାମସୁନ୍ଦର ମହାପାତ୍ର, ଗଣକବି ବୈଷ୍ଣବ ପାଣି, ପଲ୍ଲୀ କବି କୃଷ୍ଣପ୍ରସାଦ ବେହେରା, ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା, ନାଟ୍ୟ ଭୁଷଣ ଉମାକାନ୍ତ ବେହେରା, ନବ କିଶୋର ବେହେରା, ସୁଧାଂଶୁ ଶେଖର ନାୟକ ଇତ୍ୟାଦି ଏ ଦିଗରେ ଅଗ୍ର ସ୍ମରଣୀୟ। ରାଜନୀତିଜ୍ଞ ମୌଲବି ଅବଦୁସ୍ ଶୋଭନ୍ ଖାଁ, ଭଦ୍ରକରୁ ପ୍ରଥମ ମନ୍ତ୍ରୀ ଯିଏକି ଏକ ସମୟରେ ରାଜସ୍ୱ, ସ୍ୱାସ୍ଥ୍ୟ, ଆଇନ ଓ ବାଣିଜ୍ୟ ବିଭାଗ ପାଇଥିଲେ। ଡଃ ହରେକୃଷ୍ଣ ମହତାବ – ଓଡ଼ିଶାର ପ୍ରଥମ ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ। ନୀଳମଣି ରାଉତରାୟ ଓ ନବକୃଷ୍ଣ ଚୌଧୁରୀ – ପୂର୍ବତନ ମୁଖ୍ୟମନ୍ତ୍ରୀ ଭାଗବତ ସାହୁ – ଜାତୀୟ ରାଜନୀତିରେ ଅଂଶଗ୍ରହଣ କରିବାରେ ଭଦ୍ରକରୁ ପ୍ରଥମ। ଆଧାର ଅଧିକ ତଥ୍ୟ ଭଦ୍ରକ ଜିଲ୍ଲାର ସରକାରୀ ସାଇଟ ଉତ୍କଳ ପ୍ରସଙ୍ଗ ମଇ ୨୦୧୧ - ଓଡ଼ିଶାର ସଂସ୍କୃତି ଓ ଭଦ୍ରକ-ଡଃ ନରହରି ବେହେରା ଶ୍ରେଣୀ:ଭଦ୍ରକ ଜିଲ୍ଲା
ବରଗଡ଼ ଜିଲ୍ଲା
https://or.wikipedia.org/wiki/ବରଗଡ଼_ଜିଲ୍ଲା
ବରଗଡ଼ ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ବରଗଡ଼ ଏହାର ପ୍ରଶାସନିକ ମୁଖ୍ୟ ସହର । ଅବସ୍ଥାନ ବରଗଡ଼ ଓଡ଼ିଶାର ପଶ୍ଚିମରେ ଅବସ୍ଥିତ ପଶ୍ଚିମରେ: ଛତିଶଗଡ଼ ରାଜ୍ୟ ଉତ୍ତରପୂର୍ବରେ: ସମ୍ବଲପୁର ଜିଲ୍ଲା ଦକ୍ଷିଣରେ: ବଲାଙ୍ଗୀର ଜିଲ୍ଲା ଓ ସୁବର୍ଣ୍ଣପୁର ଜିଲ୍ଲା ଦକ୍ଷିଣ ପଶ୍ଚିମରେ: ନୂଆପଡ଼ା ଜିଲ୍ଲା ବିଶେଷତା ଆୟତନ: ୫୮୩୨ ବର୍ଗ ମି. ଲୋକସଂଖ୍ୟା: ୧,୩୪୫,୬୦୧ ଲୋକସଂଖ୍ୟା ଘନତା: କି.ମି. ପ୍ରତି ୨୩୧ ଜନସଂଖ୍ୟା ୨୦୧୧ ଜନଗଣନା Census 2011: Odisha: Provisional Population Totals ଅନୁସାରେ, ବରଗଡ଼ ଜିଲ୍ଲାର ମୋଟ ଲୋକସଂଖ୍ୟା ୧୪,୭୮,୮୩୩ | ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୩,୨୯,୧୨୫ ଓ ସହରାଞ୍ଚଳରେ ୧,୪୯,୭୦୮ ଲୋକ ବାସ କରନ୍ତି Census 2011: Odisha: Rural Urban Distribution | ପୁରୁଷ: ୭,୪୮,୩୩୨ ଗ୍ରାମାଞ୍ଚଳ: ୬,୭୨,୦୦୪ ସହରାଞ୍ଚଳ: ୭୬,୩୨୮ ମହିଳା: ୭,୩୦,୫୦୧ ଗ୍ରାମାଞ୍ଚଳ: ୬,୫୭,୧୨୧ ସହରାଞ୍ଚଳ: ୭୩,୩୮୦ ଛ ବର୍ଷରୁ କମ: ୧,୫୬,୧୮୫ ଗ୍ରାମାଞ୍ଚଳ: ୧,୪୦,୬୪୮ ସହରାଞ୍ଚଳ: ୧୫,୫୩୭ ସାକ୍ଷରତା ହାର: ୭୫.୧୬% ପୁରୁଷ: ୮୪.୨୮% ମହିଳା: ୬୫.୮୪% ଏହି ଜିଲ୍ଲାଟି ଅବିଭକ୍ତ ସମ୍ବଲପୁରରୁ ବିଭକ୍ତ ହୋଇ ତିଆରି ହୋଇଛି । ମହାନଦୀ ଉପରେ ତିଆରି ହୀରାକୁଦ ବନ୍ଧରୁ ଜଳସେଚନ ଯୋଗୁଁ ଏହି ଜିଲ୍ଲାର ଉତ୍ତର ଅଧା ଧାନ ଓ ଅନ୍ୟାନ୍ୟ ଶସ୍ୟ ଚାଷରେ କୃଷିବହୁଳ ।ବରଗଡ଼କୁ ଓଡ଼ିଶାର ଭାତ ହାନ୍ଡି ବୋଲି କୁହାଯାଏ।http://www.navratnanews.com/ ନବରତ୍ନ ଟେଲିଭିଜନ୍ ବରଗଡ଼ ଜିଲାର ଦୁଇଟି ସଦର-ମହକୁମା, ବରଗଡ଼ ଓ ପଦମପୁର ଓ ୧୨ଟି ପଞ୍ଚାୟତ ସମିତି (ବ୍ଲକ) ଅଛି । ସେଗୁଡିକ ହେଲା ବରଗଡ଼, ବରପାଲି, ଅତାବିରା, ଭେଡେନ, ସୋହେଲା, ବିଜେପୁର, ପଦମପୁର୍, ଗାଇସିଲେଟ, ପାଈକମାଲ, ଝାରବନ୍ଧ, ଆମ୍ବାଭୋନା ଏବଂ ଭଟଲି । ଏହି ଜିଲ୍ଲାର ଦର୍ଶନୀୟ ସ୍ଥାନମାନଙ୍କ ମଧ୍ୟରେ ନୃସିଂହନାଥ ଅନ୍ୟତମ । ଏଠାରେ ତୟୋଦଶ ଶତାବ୍ଦୀରେ ନିର୍ମିତ ଏକ ବୈଷ୍ଣବ ମନ୍ଦିର ରହିଛି ଯେଉଁଠାରେ ଭଗବାନ ନୃସିଂହ ବିରାଡ଼ି ବା ମାର୍ଜାର ରୂପେ ପୁଜା ପାଇଥାନ୍ତି । http://www.eodisha.com/nrusinghnath-temple-bargarh-in-orissa/ ଇ-ଓଡ଼ିଶା ବେବ୍ ସାଇଟ୍ ଦର୍ଶନୀୟ ସ୍ଥାନ ନୃସିଂହନାଥ ଚିଖିଡି ରାଜନୀତି #ନିର୍ବାଚନ ମଣ୍ଡଳୀଆରକ୍ଷଣ ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି )୧୪ଶ ବିଧାନ ସଭା ସଦସ୍ୟରାଜନୈତିକ ଦଳ୧ପଦ୍ମପୁରଅଣ ସଂରକ୍ଷିତ ପଦ୍ମପୁର (ବି), ଝାରବନ୍ଧ, ପାଇକମାଳ, ରାଜବୋଡ଼ାସମ୍ବର, ବିଜୟ ରଞ୍ଜନ ସିଂ ବରିହା ବିଜଦ୨‌‌ବିଜେପୁରଅଣ ସଂରକ୍ଷିତବରପାଲି (ବି), ବିଜେପୁର, ଗାଇସିଲଟ, ବରପାଲି (ଆଂଶିକ) ସୁବଳ ସାହୁ କଂଗ୍ରେସ୩ବରଗଡ଼ଅଣ ସଂରକ୍ଷିତବରଗଡ଼ (ପୌ), ବରଗଡ଼, ବରପାଲୀ (ଆଂଶିକ) ସାଧୁ ନେପାକ କଂଗ୍ରେସ୪ଅତାବିରାଅନୁସୂଚିତ ଜାତି ଅତାବିରା, ଅତାବିରା, ଭେଡେନ ନିହାର ରଞ୍ଜନ ମହାନନ୍ଦ କଂଗ୍ରେସ୫ଭଟଲୀଅଣ ସଂରକ୍ଷିତସୋହେଲା, ଭଟଲୀ, ଅମ୍ବାଭୋନା ସୁଶାନ୍ତ ସିଂହ ବିଜଦ ଆଧାର ଅଧିକ ତଥ୍ୟ ସରକାରୀ ଗୃହ ପୃଷ୍ଠା ନବରତ୍ନନିଉଜ ଶ୍ରେଣୀ:ବରଗଡ଼ ଜିଲ୍ଲା
କଁପ୍ୟୁଟର
https://or.wikipedia.org/wiki/କଁପ୍ୟୁଟର
REDIRECT କମ୍ପ୍ୟୁଟର
Computer
https://or.wikipedia.org/wiki/Computer
REDIRECT କମ୍ପ୍ୟୁଟର
ଆଡୋବେ
https://or.wikipedia.org/wiki/ଆଡୋବେ
REDIRECT ଆଡ଼ୋବି
Adobe
https://or.wikipedia.org/wiki/Adobe
REDIRECT ଆଡ଼ୋବି
କମ୍ପୁଟର
https://or.wikipedia.org/wiki/କମ୍ପୁଟର
REDIRECT କମ୍ପ୍ୟୁଟର
ଗଞ୍ଜାମ ଜିଲ୍ଲା
https://or.wikipedia.org/wiki/ଗଞ୍ଜାମ_ଜିଲ୍ଲା
ଗଞ୍ଜାମ ଜିଲ୍ଲା ଓଡ଼ିଶାର ଦକ୍ଷିଣ ଭାଗରେ ଅବସ୍ଥିତ ଏକ ଜିଲ୍ଲା । ଏହା ଆନ୍ଧ୍ର ପ୍ରଦେଶର ସୀମାକୁ ଲାଗିଛି । ବ୍ରହ୍ମପୁର ଗଞ୍ଜାମର ସବୁଠୁ ଜନବହୁଳ ନଗର । ଏହା ସୂକ୍ଷ୍ମ କାରୁକାର୍ଯ୍ୟଭରା ପାଟ ଶାଢ଼ୀ ତିଆରି ପାଇଁ ପ୍ରସିଦ୍ଧ । thumb|କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବି ସୂର୍ଯ୍ୟ ବଳଦେବ ରଥ, ବିନାୟକ ଆଚାର୍ଯ୍ୟ ଓ ଦ୍ୱିତୀକୃଷ୍ଣ ପଣ୍ଡା ଏହି ଜିଲାର ପ୍ରଶାସନିକ ମୁଖ୍ୟ ଜାଗା ହେଲା ଛତ୍ରପୁର । ସଦର ମହକୁମାଗୁଡ଼ିକ ହେଲା, ବ୍ରହ୍ମପୁର, ଛତ୍ରପୁର ଓ ଭଞ୍ଜନଗର । ଭୂଗୋଳ ବିଶେଷ ତଥ୍ୟ ଆୟତନ: ୮୦୭୦.୬ ବର୍ଗ କି.ମି.ଗଞ୍ଜାମ ଜିଲ୍ଲାର ସରକାରୀ ପୃଷ୍ଠା ଅବସ୍ଥିତି ଦିଗବାରେଣି: । ଏହା ଓଡ଼ିଶାର ଦକ୍ଷିଣ-ପଶ୍ଚିମ ଭାଗରେ, କୋରାପୁଟ ଜିଲ୍ଲା ନିକଟରେ ୧୯.୧୪' ଅକ୍ଷାଂଶ ଓ ୮୨.୩୨ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହାର ଉଚ୍ଚତା । ଜନସଂଖ୍ୟା ୨୦୧୧ ଜନଗଣନାCensus 2011: Odisha: Provisional Population Totals ଅନୁସାରେ, ଗଞ୍ଜାମ ଜିଲ୍ଲାର ମୋଟ ଲୋକସଂଖ୍ୟା ୩୫,୨୦,୧୫୧ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୨୭,୫୩,୫୮୮ ଓ ସହରାଞ୍ଚଳରେ ୭,୬୬,୫୬୩ ଲୋକ ବାସ କରନ୍ତି Census 2011: Odisha: Rural Urban Distribution । ପୁରୁଷ: ୧୭,୭୭,୩୨୪ ଗ୍ରାମାଞ୍ଚଳ: ୧୩,୮୧,୦୫୧ ସହରାଞ୍ଚଳ: ୩,୯୬,୨୭୩ ମହିଳା: ୧୭,୪୨,୮୨୭ ଗ୍ରାମାଞ୍ଚଳ: ୧୩,୭୨,୫୩୭ ସହରାଞ୍ଚଳ: ୩,୭୦,୨୯୦ ଛ ବର୍ଷରୁ କମ: ୩,୯୭,୯୨୦ ଗ୍ରାମାଞ୍ଚଳ: ୩,୨୫,୩୫୯ ସହରାଞ୍ଚଳ: ୭୨,୫୬୧ ସାକ୍ଷରତା ହାର: ୭୧.୮୮% ପୁରୁଷ: ୮୧.୫୫% ମହିଳା: ୬୧.୮୪% ଇତିହାସ ଓ ସଂସ୍କୃତି thumb|ମା ଖମ୍ବେଶ୍ୱରୀ, ଆସିକା ଗଞ୍ଜାମ ପ୍ରାଚୀନ ଦକ୍ଷିଣ କଳିଙ୍ଗ ପ୍ରଦେଶର ଏକ ଅଂଶବିଶେଷ ଥିଲା । ଅଶୋକ କଳିଙ୍ଗ ବିଜୟ କରି ଋଷିକୁଲ୍ୟା ନଦୀତଟସ୍ଥ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ନିକଟବର୍ତ୍ତୀ ଜଉଗଡ଼ଠାରେ ଏକ ଶିଳାଲିପି ଖୋଦନ କରିଥିଲେ । ଏଥିରୁ ଅନୁମିତ ହୁଏ ଯେ, ଗଞ୍ଜାମର ଅଞ୍ଚଳ ସମ୍ରାଟ ଅଶୋକଙ୍କ ଶାସନାଧୀନ ଥିଲା । ଅନେକ କାଳ ପରେ ୧୫୭୨ରେ ଗୋଲକୁଣ୍ଡା ସୁଲତାନ ଇବ୍ରାହୀମ କୁତାବସାହୀ ଚିଲିକା ହ୍ରଦଠାରୁ ଆରମ୍ଭ କରି ଏକ ବିଶାଳ ଭୂଖଣ୍ଡକୁ ଦଖଲ କରିଥିଲେ, ଯାହା ଉତ୍ତର ସରକାର ନାମରେ ପରିଚିତ ଥିଲା । ପରବର୍ତ୍ତୀ ସମୟରେ ଏ ଅଞ୍ଚଳକୁ ପାରସ୍ୟ ଭାଷାରେ ଗଂଜ୍-ଇ-ଆମ୍ (ସାଧାରଣ ବଜାର ସ୍ଥଳ) ନାମରେ ନାମିତ କରାଯାଇଥିଲା । ସାଧାରଣତଃ 'ଗଂଜ'ରୁ ଏହାର ସୃଷ୍ଟି ବୋଲି କୁହାଯାଏ ; ଗଂଜ ଅର୍ଥାତ୍ କୌଣସି ସ୍ଥାନ ବା ଅଞ୍ଚଳ । ଅନ୍ୟ ମତରେ ଗଂଜା ବା ଗଂଜ ଶବ୍ଦର ଅର୍ଥ ହେଲା ଗୋଦାମ, ଭଣ୍ଡାର ଇତ୍ୟାଦି । ଅନ୍ୟ କେତେକ ଗବେଷକଙ୍କ ମତରେ ସପ୍ତମ ଶତାବ୍ଦୀ ବେଳର କଂଗୋଦ ଶବ୍ଦରୁ ଗଞ୍ଜାମ ହୋଇଛି । କଳିଙ୍ଗ ସୀମାରେ ସମତଳ ସମୁଦ୍ର ଉପକୂଳ ଅଞ୍ଚଳକୁ ନେଇ କଂଗୋଦ ରାଜ୍ୟ ଗଠିତ ହୋଇଥିଲା । ଶବ୍ଦଟି ପରିବର୍ତ୍ତନ କ୍ରମରେ କଂଗୋଦ > ଗଂଗୋଦ > ଗଂଗୋ > ଗଂଜୋ > ଗଂଜା > ଗଂଜାମ > ଗଞ୍ଜାମ ଏଭଳି ରୂପାନ୍ତରିତ ହୋଇଛି ।ଚିକିଟୀର ସାହିତ୍ୟ ଓ ସାହିତ୍ୟିକ, ଡକ୍ଟର ସଞ୍ଜୟ କୁମାର ପଣ୍ଡା । ସାହିତ୍ୟ ଶ୍ୱେତପଦ୍ମା ପ୍ରକାଶନ, ଭୁବନେଶ୍ୱର, ପ୍ରଥମ ସଂସ୍କରଣ : ୨୦୧୪ । ଶିକ୍ଷା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ,ବ୍ରହ୍ମପୁର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ,ବ୍ରହ୍ମପୁର (ସ୍ଥାପିତ ୧୯୬୭) ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ, ବ୍ରହ୍ମପୁର ନେସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ନିଷ୍ଟ୍),ବ୍ରହ୍ମପୁର ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ,ବ୍ରହ୍ମପୁର ରାମ ଚନ୍ଦ୍ର ମର୍ଦରାଜ ବିଜ୍ଞାନ ମହା ବିଦ୍ୟାଳୟ,ଖଲ୍ଲିକୋଟ ଚାରୁ ଓ କଳା ମହାବିଦ୍ୟାଳୟ, ଖଲ୍ଲିକୋଟ ବିଭାଗ ଉପଖଣ୍ଡ (ସବ୍ ଡିଭିଜନ): (୦୩): ବ୍ରହ୍ମପୁର, ଛତ୍ରପୁର ଓ ଭଞ୍ଜନଗର ତହସିଲ: (୧୨): ବ୍ଳକ: (୨୨): ସହର: ୧୮ ଗ୍ରାମ ପଞ୍ଚାୟତ: ୪୭୫ ଗ୍ରାମ: ୩,୨୨୯ ନିର୍ବାଚନ ମଣ୍ଡଳୀ ଲୋକ ସଭା ନିର୍ବାଚନ ମଣ୍ଡଳୀ ବ୍ରହ୍ମପୁର ଆସ୍କା କନ୍ଧମାଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ୧୩ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ହେଉଛି: ଭଞ୍ଜନଗର (୧୨୩) ପୋଲସରା (୧୨୪) କବିସୂର୍ଯ୍ୟନଗର (୧୨୫) ଖଲିକୋଟ (୧୨୬) ଛତ୍ରପୁର (୧୨୭) ଆସ୍କା (୧୨୮) ସୋରଡ଼ା (୧୨୯) ସାନଖେମୁଣ୍ଡି (୧୩୦) ହିଞ୍ଜିଳି (୧୩୧) ଗୋପାଳପୁର (୧୩୨) ବ୍ରହ୍ମପୁର (୧୩୩) ଦିଗପହଣ୍ଡି (୧୩୪) ଚିକିଟି (୧୩୫) ପର୍ଯ୍ୟଟନ ସ୍ଥଳୀ ଗୋପାଳପୁର ବେଳାଭୂମି ତାରାତାରିଣୀ ମନ୍ଦିର, ପୁରୁଷୋତ୍ତମପୁର ଜଗନ୍ନାଥ ମନ୍ଦିର, ଧରାକୋଟ ମହୁରୀ କାଳୁଆ ପଞ୍ଚମା ଶ୍ରୀ ଗଣେଷ, ବ୍ରହ୍ମପୁର ସିଦ୍ଧ ଭୈରବୀ ମନ୍ଦିର ଓ ସୁନାପୁର ବେଳାଭୂମି (ମନ୍ଦିରରୁ ୧୫ କିମି ଦୂର) କନକଦୁର୍ଗା ଠାକୁରାଣୀ ମନ୍ଦିର ବାଲୁଙ୍କେଶ୍ୱର ମନ୍ଦିର ମାଉସୀ ମା ମନ୍ଦିର ରାମଣ୍ଡା ମୃଗ ବିହାର, ବୁଗୁଡ଼ା (କୃଷ୍ଣସାର ମୃଗ ପାଇଁ ପ୍ରସିଦ୍ଧ) ଭଞ୍ଜନଗର ଡ୍ୟାମ ଆସିକା ଭେଟନଇ କୃଷ୍ଣସାର ମୃଗ ବିହାର ପାକିଡି ମୟୂର ବିଚରଣ ଅଂଚଳ ଓ କରଂଜେଇ ମନ୍ଦିର, ଆସିକା ଖମ୍ବେଶ୍ୱରୀ ମନ୍ଦିର, ଆସିକା ବୁଢ଼ାଖୋଲ କଳିଙ୍ଗା ଘାଟୀ ଧବଳେଶ୍ୱର ତପ୍ତପାଣି ଜଳପ୍ରପାତ ଉପେନ୍ଦ୍ରନଗର (କୁଲାଡ଼, ଦୁର୍ଗ, ବ୍ୟାଘ୍ରଦେବୀ ମନ୍ଦିର, ଜଗନ୍ନାଥ ମନ୍ଦିର) ଚନ୍ଦ୍ରଗିରି ବୌଦ୍ଧ ବିହାର ଜଉଗଡ଼ର ବୌଦ୍ଧ କୀର୍ତ୍ତି, ପାଣ୍ଡିଆ ନିର୍ମଳଝର, ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର, ଖଲ୍ଲିକୋଟ ଶ୍ରୀ ଶ୍ରୀ ଝାଡେଶ୍ୱର, ଖଲ୍ଲିକୋଟ ନାରାୟଣୀ ଖୋଲ, ଖଲ୍ଲିକୋଟ ମା ବଡ଼ରାଉଳ, ଖଲ୍ଲିକୋଟ ବରକୁଦା, ଖଲ୍ଲିକୋଟ ଶ୍ରୀ ଶ୍ରୀ ଶକଳେଶ୍ୱର ମନ୍ଦିର, ବିକ୍ରମ ପୁର,ଖଲ୍ଲିକୋଟ ମା ନିଜ ବାନ୍କେଶ୍ୱରୀ ମନ୍ଦିର, ବି.ତୁରୁବୁଡି,ଦିଗପହଣ୍ଡି ବଟେଶ୍ୱର ମା ବାଳକୁମାରୀ ମନ୍ଦିର, ଚିକିଟି ମା ବ୍ରାଘ୍ୟଦେବୀ ମିନ୍ଦର , ପାତ୍ରପୁର ମହାନ ବ୍ୟକ୍ତିବିଶେଷ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କବିସୂର୍ଯ୍ୟବଳଦେବ ରଥ ବିଜୁ ପଟ୍ଟନାୟକ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସାର ଆନେପୁ ପର୍ଶୁରାମେଶ୍ୱର ପାତ୍ର ଭି.ଭି. ଗିରି, ଭାରତର ପୂର୍ବତନ ରାଷ୍ଟ୍ରପତି ଲକ୍ଷ୍ମଣ ନାୟକ ରଙ୍ଗନାଥ ଦାଶ ଚକରା ବିଷୋୟୀ ଦୋହରା ବିଷୋୟୀ ବିଶ୍ୱନାଥ ଦାସ, ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଆଧାର ଅଧିକ ତଥ୍ୟ ଶ୍ରେଣୀ:ଗଞ୍ଜାମ ଜିଲ୍ଲା
କେନ୍ଦୁଝର ଜିଲ୍ଲା
https://or.wikipedia.org/wiki/କେନ୍ଦୁଝର_ଜିଲ୍ଲା
କେନ୍ଦୁଝର ଜିଳ୍ଲା, (କେଉଁଝର ନାମରେ ମଧ୍ୟ ଜଣାଶୁଣା), ଓଡ଼ିଶାର ଏକ ପ୍ରଶାସନିକ ଜିଳ୍ଲା । କେନ୍ଦୁଝର ବା କେନ୍ଦୁଝରଗଡ଼ ଏହାର ସଦର ମହକୁମା । ଏହି ଜିଲ୍ଲାର କ୍ଷେତ୍ରଫଳ ୮,୨୪୦ ବର୍ଗ କି.ମି. । ଭୌଗୋଳିକ ଅବସ୍ଥିତି ଅନୁସାରେ ଏହି ଜିଲ୍ଲା ୨୧.୧° ଉ.ରୁ ୨୨.୧୦° ଉ. ଅକ୍ଷାଂଶ ଏବଂ ୮୫.୧୧° ପୂ.ରୁ ୮୬.୨୨° ପୂ. ଦ୍ରାଘିମା ମଧ୍ୟରେ ଅବସ୍ଥିତ । କେନ୍ଦୁଝର ଜିଲ୍ଲାର ପୂର୍ବରେ ମୟୂରଭଞ୍ଜ ଓ ଭଦ୍ରକ, ଦକ୍ଷିଣରେ ଯାଜପୁର, ପଶ୍ଚିମରେ ଢେଙ୍କାନାଳ ଓ ସୁନ୍ଦରଗଡ଼ ଏବଂ ଉତ୍ତରରେ ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଜିଲ୍ଲାମାନ ଅବସ୍ଥିତ । ଇତିହାସ ନୃବିଜ୍ଞାନୀଙ୍କ ମତରେ ଜିଲ୍ଲାର ପ୍ରକୃତ ଆଦିମ ଅଧିବାସୀ ହେଲେ ଜୁଆଙ୍ଗ ଓ ଭୂୟାଁ ସଂପ୍ରଦାୟର ଲୋକ । ଜୁଆଙ୍ଗମାନଙ୍କ ମତରେ ସେମାନେ ପୃଥିବୀର ସର୍ବପୁରାତନ ଆଦିବାସୀ ସଂପ୍ରଦାୟ ଅଟନ୍ତି । ଆଧୁନିକ ଜୀବନଯାପନର ଶୈଳୀକୁ ଆପଣେଇ ନେଇଥିଲେ ମଧ୍ୟ ଏବେବି କିଛି କିଛି ଆଦିମ ପରମ୍ପରାକୁ ଏମାନେ ବଞ୍ଚାଇ ରଖିଛନ୍ତି । ୧ ଜାନୁଆରୀ ୧୯୪୮ରେ ଓଡ଼ିଶା ସହିତ ନିଜର ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ ପରେ କେଉଁଝର ଓଡ଼ିଶାର ଏକ ସ୍ୱତନ୍ତ୍ର ଜିଲ୍ଲାରୂପେ ପରିଗଣିତ ହେଲା । ପରେ ଏହାର ନାମ ବଦଳାଇ କେନ୍ଦୁଝର ଜିଲ୍ଲା ରଖାଗଲା । ମୂଳରୁହିଁ କେନ୍ଦୁଝରଗଡ଼ ଏହାର ସଦରମହକୁମା ରହି ଆସିଛି । ଓଡ଼ିଶା ସହିତ ମିଶିବା ପୂର୍ବରୁ ସଂପୂର୍ଣ୍ଣ କେନ୍ଦୁଝର ଜିଲ୍ଲା ଏକ ଗଡ଼ଜାତ ରାଜ୍ୟ ଥିଲା । ଜିଲ୍ଲାର ପ୍ରଥମ ଅବସ୍ଥାର ଇତିହାସ ଏ ଯାଏଁ ସଂପୂର୍ଣ୍ଣ ସ୍ପଷ୍ଟ ନୁହେଁ । ଅନୁମାନ କରାଯାଏ ଯେ ଏହା ପୂର୍ବତନ ଖିଜିଙ୍ଗା ରାଜ୍ୟର ଅଂଶ ଥିଲା, ଯାହାର ମୁଖ୍ୟାଳୟ 'ଖିଜିଙ୍ଗା କୋଟା'ଠାରେ ଥିଲା । ଖିଜିଙ୍ଗା କୋଟା, ଏବେ ଆଧୁନିକ ଖିଚିଂ ନାମରେ ଜଣାଶୁଣା । ୧୨ଶ ଶତାବ୍ଦୀର ମଧ୍ୟଭାଗରେ ଏହା ଏକ ସ୍ୱତନ୍ତ୍ର ରାଜ୍ୟରେ ପରିଣତ ହେଲା, ଯାହାର ରାଜା ହେଲେ ଜ୍ୟୋତି ଭଞ୍ଜ। ସେ ସମୟରେ କେନ୍ଦୁଝର ରାଜ୍ୟ ଆଧୁନିକ କେନ୍ଦୁଝରର କେବଳ ଉତ୍ତର ଭାଗକୁ ନେଇ ଗଠିତ ହୋଇଥିଲା । ୧୫ଶ ଶତାବ୍ଦୀର ଶେଷାର୍ଦ୍ଧରେ ରାଜା ଗୋବିନ୍ଦ ଭଞ୍ଜ ଦକ୍ଷିଣ ଭାଗକୁ ରାଜ୍ୟରେ ମିଶାଇଥିଲେ । ଗୋବିନ୍ଦ ଭଞ୍ଜଙ୍କ ସମୟରେ କେନ୍ଦୁଝର ରାଜ୍ୟ ଉତ୍ତରରେ ସିଂହଭୂମଠାରୁ ଦକ୍ଷିଣରେ ସୁକିନ୍ଦା ଯାଏଁ ଏବଂ ପୂର୍ବରେ ମୟୂରଭଞ୍ଜଠାରୁ ପଶ୍ଚିମରେ ବଣାଇ, ପାଲଲହଡା ଓ ଅନୁଗୁଳ ସୀମା ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା । ରାଜା ଗୋବିନ୍ଦ ଭଞ୍ଜ ହିଁ ପୁରୀରୁ ମାଆ' ତାରିଣୀଙ୍କୁ ଘଟଗାଁ ଆଣିଥିଲେ। ତା ପରେ ରାଜା ପ୍ରତାପ ବଳଭଦ୍ର ଭଞ୍ଜଙ୍କ (୧୭୬୪-୧୭୯୨) ସମୟରେ ଟିଲୋ ଓ ଯୁଝପଡ଼ା ଅଞ୍ଚଳ ଦୁଇଟିକୁକଣ୍ଟାଝରି ଜମିଦାରୀରୁ କିଣାଯାଇ ରାଜ୍ୟରେ ମିଶାଗଲା । ୧୮୦୪ ମସିହାରେ ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀଦ୍ୱାରା ରାଜା ଜନାର୍ଦନ ଭଞ୍ଜଙ୍କୁ ଦିଆଯାଇଥିବା ସନନ୍ଦରେ ଏହି ଅଞ୍ଚଳଗୁଡିକ କେନ୍ଦୁଝର ରାଜ୍ୟର ଅଧୀନରେ ଥିବାର ଦର୍ଶାଯାଇଥିଲା । ସେହି ସମୟରୁ ଓଡ଼ିଶା ସହିତ ମିଶିବାଯାଏ କେନ୍ଦୁଝର ରାଜ୍ୟର ସୀମାରେ କୌଣସି ପରିବର୍ତ୍ତନ ହୋଇନଥିଲା । କିନ୍ତୁ, ଓଡ଼ିଶା ସହିତ ମିଶ୍ରଣ ପରେ ପ୍ରଶାସନିକ ସୁବିଧା ଦୃଷ୍ଟିରୁ ଟିଲୋ (୭.୫୧ ବର୍ଗ କିମି.) ଏବଂ ଯୁଝପଡା (୯.୦୬ ବର୍ଗ କିମି.) ଅଞ୍ଚଳ ଦୁଇଟିକୁ ଯଥାକ୍ରମେ ବାଲେଶ୍ୱର ଓ କଟକ ଜିଲ୍ଲାକୁ ହସ୍ତାନ୍ତର କରାଗଲା । ଏହା ବଦଳରେ ବାଲେଶ୍ୱର ଜିଲ୍ଲାର ଆମ୍ବୋ ଅଞ୍ଚଳର କିଛି ଗ୍ରାମ (୧୪.୮୪ ବର୍ଗ କିମି.) କେନ୍ଦୁଝରର ଅଧୀନ କରାଗଲା । ସମୟାନୁକ୍ରମରେ ଯେଉଁ ଯେଉଁ ରାଜାମାନେ କେନ୍ଦୁଝରର ଶାସକ ହୋଇଥିଲେ ନିମ୍ନରେ ତାଙ୍କର ତାଲିକା ଦିଆଗଲା । ଶ୍ରୀ ଜଗନ୍ନାଥ ଭଞ୍ଜ (୧୬୮୮-୧୭୦୦) ଶ୍ରୀ ରଘୁନାଥ ଭଞ୍ଜ (୧୭୦୦-୧୭୧୯) ଶ୍ରୀ ଗୋପୀନାଥ ଭଞ୍ଜ (୧୭୧୯-୧୭୩୬) ଶ୍ରୀ ନରସିଂହ ନାରାୟଣ ଭଞ୍ଜ (୧୭୩୬-୧୭୫୭) ଶ୍ରୀ ଧନେଶ୍ୱର ନାରାୟଣ ଭଞ୍ଜ (୧୭୫୭-୧୭୫୮) ଶ୍ରୀ ଜଗତେଶ୍ୱର ନାରାୟଣ ଭଞ୍ଜ (୧୭୫୮-୧୭୬୨) ଶ୍ରୀ ପ୍ରତାପ ବଳଭଦ୍ର ଭଞ୍ଜ (୧୭୬୪-୧୭୯୨ ଅଥବା ୧୭୬୨-୧୭୯୭) ଶ୍ରୀ ଜନାର୍ଦ୍ଦନ ଭଞ୍ଜ (୧୭୯୪-୧୮୨୫ ଅଥବା ୧୭୯୭-୧୮୩୨) ଶ୍ରୀ ଗଦାଧର ନାରାୟଣ ଭଞ୍ଜଦେଓ (୧୮୨୫-୧୮୬୧ ଅଥବା ୧୮୩୨-୧୮୬୧) ଶ୍ରୀ ଧନୁର୍ଯୟ ନାରାୟଣ ଭଞ୍ଜଦେଓ (୧୮୬୧-୧୯୦୫) ଶ୍ରୀ ଗୋପୀନାଥ ନାରାୟଣ ଭଞ୍ଜଦେଓ (୧୯୦୫-୧୯୨୬) ଶ୍ରୀ ବଳଭଦ୍ର ନାରାୟଣ ଭଞ୍ଜଦେଓ (୧୯୨୬-୧୯୪୮) ବିପ୍ଳବୀ ଧରଣୀଧରଙ୍କର ବିଖ୍ୟାତ ପ୍ରଜାମେଳି ୧୮୯୧ ମସିହାରେ, ରାଜା ଧନୁର୍ଯୟ ନାରାୟଣ ଭଞ୍ଜଦେଓଙ୍କ ଶାସନକାଳରେ ସଂଘଠିତ ହୋଇଥିଲା । ଭୂଗୋଳ ଚତୁର୍ଦ୍ଦିଗରୁ ସ୍ଥଳଭାଗଦ୍ୱାରା ପରିବେଷ୍ଟିତ ଏହି ଜିଲ୍ଲାର ପୂର୍ବରେ ମୟୂରଭଞ୍ଜ ଓ ଭଦ୍ରକ, ଦକ୍ଷିଣରେ ଯାଜପୁର, ପଶ୍ଚିମରେ ଢେଙ୍କାନାଳ ଓ ସୁନ୍ଦରଗଡ ଏବଂ ଉତ୍ତରରେ ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଜିଲ୍ଲାମାନ ଅବସ୍ଥିତ । ଏହାର ଭୌଗୋଳିକ କ୍ଷେତ୍ରଫଳ ୮୨୪୦ ବର୍ଗ କିମି. ଏବଂ ସମୁଦ୍ର ପତ୍ତନଠାରୁ ହାରାହାରି ଉଚ୍ଚତା ୪୮୦ ମି. । ୨୧୫ ନଂ ଜାତୀୟ ରାଜପଥ କେନ୍ଦୁଝର ଜିଲ୍ଲାର ଠିକ ମଝାମଝି ଦେଇ ଗତିକରୁଛି ଏବଂ ଏହା ଜିଲ୍ଲାକୁ ଦୁଇଟି ଏକାଭଳି ପ୍ରାକୃତିକ ଅଞ୍ଚଳରେ ବିଭାଜିତ କରେ । ଏହାର ପୂର୍ବପାଖଟି ଆନନ୍ଦପୁର ଅଞ୍ଚଳର ସମତଳ ଭୂମି ଓ ସଦର ସବଡ଼ିଭିଜନର କିଛି ଅଂଶ ଅଧିକାର କରିଛି । ଏହାର ପଶ୍ଚିମଭାଗଟି ଉତ୍ତୁଙ୍ଗ ପର୍ବତଶ୍ରେଣୀମାନଙ୍କଦ୍ୱାରା ଆଚ୍ଛାଦିତ । ଏହି ପର୍ବତଶ୍ରେଣୀମାନଙ୍କରେ ଓଡ଼ିଶାର କିଛି ଉଚ୍ଚତମ ଶୃଙ୍ଗମାନ ରହିଛି । ସେମାନଙ୍କ ମଧ୍ୟରେ ଗନ୍ଧମାର୍ଦ୍ଦନ (୩୪୭୭ ଫୁଟ), ମାଙ୍କଡନଚା (୩୬୩୯ ଫୁଟ), ଗୋନାସିକା (୩୨୧୯ ଫୁଟ) ଏବଂ ଠାକୁରାଣୀ (୩୦୦୩ ଫୁଟ) ଆଦି ଅନ୍ୟତମ । ଜିଲ୍ଲାର କ୍ଷେତ୍ରଫଳର ପାଖାପାଖି ଅର୍ଦ୍ଧେକ ଅଞ୍ଚଳ (୪୦୪୩ ବର୍ଗ କିମି.) ଜଙ୍ଗଲରେ ଆଚ୍ଛାଦିତ । ଏହି ଜଙ୍ଗଲଗୁଡିକ ମୁଖ୍ୟତଃ ଉତ୍ତର ଗ୍ରୀଷ୍ମମଣ୍ଡଳୀୟ ଆର୍ଦ୍ର, ପର୍ଣ୍ଣମୋଚୀ ବୃକ୍ଷଲତାରେ ପରିପୂର୍ଣ୍ଣ; ସେସବୁ ମଧ୍ୟରେ ଶାଳ, ପିଆଶାଳ, ଅସନ ଆଦି ପ୍ରଧାନ । ବୈତରଣୀ ନଦୀ ଗୋନାସିକା ପାହାଡ଼଼ରୁ ବାହାରି ପ୍ରଥମେ ଉତ୍ତରକୁ ଗତିକରି ସିଂହଭୂମରେ କିଛିଦୂର ବହିଲାପରେ ଯଥାକ୍ରମେ ଅଳ୍ପବାଟ ପୂର୍ବକୁ ଏବଂ ଶେଷରେ ଦକ୍ଷିଣ-ପୂର୍ବ ଦିଗରେ ଗତିକରି ଆନନ୍ଦପୁର ଓ ଭଦ୍ରକରେ ପ୍ରବେଶ କରିଛି । ଜିଲ୍ଲାର ଦକ୍ଷିଣାଞ୍ଚଳର କିଛି ଅଂଶରେ ଥିବା କୃଷ୍ଣକାର୍ପାସ ମୃତ୍ତିକାକୁ ଛାଡିଦେଲେ ବାକି ଅଞ୍ଚଳରେ ମୁଖ୍ୟତଃ ଲୋହିତ ମୃତ୍ତିକାହିଁ ମିଳିଥାଏ । କେନ୍ଦୁଝର ଜିଲ୍ଲାରେ ବିପୁଳ ପରିମାଣରେ ଉତ୍ତମ ମାନର ଲୁହାପଥର, ମାଙ୍ଗାନିଜ ଓ କ୍ରୋମାଇଟ ଆଦି ଖଣିଜ ମିଳିଥାଏ । କେନ୍ଦୁଝର ଜିଲ୍ଲାର ଅସନପାଟ ଅଞ୍ଚଳରେ ପୃଥିବୀର ଅନ୍ୟତମ ସର୍ବପୁରାତନ ଶିଳା ରହିଛି, ଯାହାର କ୍ଷେତ୍ରଫଳ ପାଖାପାଖି ୧୦୦ ବର୍ଗ କିମି. । ଏହି ଶିଳା ପ୍ରାୟ ୩୮୦ କୋଟି ବର୍ଷ ପୁରୁଣା । ଏହି ଜିଲ୍ଲାରେ ଓଡ଼ିଶାରେ ଥିବା ଶିଳାଲେଖମାନଙ୍କ ମଧ୍ୟରେ ସର୍ବପୁରାତନ ଶିଳାଲେଖ ମିଳିଥାଏ, ପ୍ରତ୍ନତାତ୍ୱିକ ମତରେ ଏହା ଗୁପ୍ତ ଯୁଗର ଶିଳାଲେଖ ବୋଲି ପ୍ରମାଣ ମିଳେ । ଘଟଗାଁ ନିକଟସ୍ଥ ସୀତାବିଂଜିଠାରେ ରାବଣଛାୟା ଗୁମ୍ଫା କାନ୍ଥରେ ୫ମ ଶତାବ୍ଦୀର ଚିତ୍ରକଳା ଦେଖିବାକୁ ମିଳିଥାଏ । କେନ୍ଦୁଝର ଜିଲ୍ଲା ବିପୁଳ ପରିମାଣରେ ଉଚ୍ଚମାନର ଖଣିଜ ସମ୍ପଦଦ୍ୱାରା ପରିପୂର୍ଣ୍ଣ ଏବଂ ଏହାର ୩୦%ରୁ ଅଧିକ ଭୂମି ଘନ ଜଙ୍ଗଲଦ୍ୱାରା ଆଚ୍ଛାଦିତ । ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ହୋଇ ମଧ୍ୟ ଏହି ଜିଲ୍ଲା ଏଯାବତ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଅବସ୍ଥାରେ ଅଛି । ସ୍ଥଳରୂପ ଆକାରରେ କେନ୍ଦୁଝର ଜିଲ୍ଲା ଉତ୍ତରରୁ ଦକ୍ଷିଣକୁ ଲମ୍ବ ଭାବରେ ବ୍ୟାପ୍ତ । ଉତ୍ତରରୁ ଦକ୍ଷିଣ ଯାଏ ଏହାର ସର୍ବାଧିକ ଲମ୍ବ ହେଉଛି ୧୪୫ କିମି. ଏବଂ ପୂର୍ବରୁ ପଶ୍ଚିମକୁ ଏହାର ହାରାହାରି ଓସାର ହେଉଛି ୬୫ କିମି. । ଭୌଗୋଳିକ ବିଷମତା ଦୃଷ୍ଟିରୁ ଏ ଜିଲ୍ଲାକୁ ମୂଳତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ; ଉପର କେନ୍ଦୁଝର ଏବଂ ତଳ କେନ୍ଦୁଝର । ତଳ କେନ୍ଦୁଝର ସମତଳଭୂମି ଓ ନଦୀ ଉପତ୍ୟକାମାନଙ୍କୁ ନେଇ ଗଠିତ ହୋଇଥିଲାବେଳେ ଉପର କେନ୍ଦୁଝର ପାର୍ବତ୍ୟଭୂମିରେ ପରିପୂର୍ଣ୍ଣ । ଜିଲ୍ଲାର ଭୂମିରୂପ ସାଧାରଣତଃ ଉତ୍ତରରୁ ଦକ୍ଷିଣକୁ ଢାଲୁ । ନିମ୍ନଭୂମିରୁ ଖୁବ ତୀଖ ଏବଂ ଢାଲୁ ଲାଗୁଥିଲେ ମଧ୍ୟ ଏଠାରେ ଥିବା ପାହାଡ଼ମାନଙ୍କର ଶିଖରଭାଗ ଚାରଣଭୂମି ଏବଂ ଛୋଟ ଚାଷଜମି ଭାବରେ ବ୍ୟବହାର କରିହେଲା ଭଳି ଯଥେଷ୍ଟ ସମତଳ । ଜିଲ୍ଲାର ମଧ୍ୟଭାଗର ଉଚ୍ଚତା ସମୁଦ୍ରପତ୍ତନଠାରୁ ହାରାହାରି ୫୦୦ ମିଟର । ମଝିରେ ମଝିରେ ଥିବା ଛୋଟ ଛୋଟ ପାହାଡ଼ଗୁଡିକ ଏ ଅଞ୍ଚଳରେ ଜଳବିଭାଜିକାର କାମ କରେ । ଜଳବାୟୁ ଜିଲ୍ଲାର ଜଳବାୟୁ ସାଧାରଣତଃ ଗ୍ରୀଷ୍ମକାଳରେ ଅତ୍ୟଧିକ ଗରମ ଏବଂ ଶୀତରେ ଅତ୍ୟଧିକ ଶୀତଳ ହୋଇଥାଏ । ଗ୍ରୀଷ୍ମ ସମୟରେ ଜିଲ୍ଲାର ଜଳବାୟୁ ସାଧାରଣତଃ ଅତ୍ୟଧିକ ଆର୍ଦ୍ର ଏବଂ ଉଷ୍ଣ ରହେ । ଏହି ସମୟରେ ଜିଲ୍ଲାର ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ସେ. ଟପିଯାଇଥାଏ । ସାଧାରଣତଃ ମାର୍ଚ୍ଚ ମାସରୁ ଗ୍ରୀଷ୍ମ ଋତୁର ପ୍ରଭାବ ଅନୁଭୂତ ହୁଏ, କିନ୍ତୁ ମଇ ମାସରେ ଏହା ସର୍ବାଧିକ ହୋଇଥାଏ । ଶୀତକାଳରେ ଜିଲ୍ଲାର ଜଳବାୟୁ ଶୀତଳ ଏବଂ ଶୁଷ୍କ ରହିଥାଏ । ଏହି ସମୟରେ ସର୍ବନିମ୍ନ ତାପମାତ୍ରା ସାଧାରଣତଃ ୧୧.୭ ଡିଗ୍ରୀ ସେ. ରହିଥାଏ, କେବେକେବେ ଏହା ୭ ଡିଗ୍ରୀ ସେ. ଯାଏ ଖସି ଆସିଥାଏ । ଜିଲ୍ଲାରେ ବାର୍ଷିକ ହାରାହାରି ୧୫୩୪.୫ ମି.ମି. ବୃଷ୍ଟିପାତ ହୋଇଥାଏ । ଲୋକବାକ ୨୦୧୧ ଜନଗଣନା Census 2011: Odisha: Provisional Population Totals ଅନୁସାରେ କେନ୍ଦୁଝର ଜିଲ୍ଲାର ମୋଟ ଜନସଂଖ୍ୟା ୧୮,୦୨,୭୭୭ ।ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୫,୪୯,୬୭୧ ଓ ସହରାଞ୍ଚଳରେ ୨,୫୩,୧୦୬ ଲୋକ ବାସ କରନ୍ତି ।Census 2011: Odisha: Rural Urban Distribution ପୁରୁଷ: ୯,୦୭,୧୩୫ ମହିଳା: ୮,୯୫,୬୪୨ ଛ ବର୍ଷରୁ କମ: ୨,୫୩,୪୧୮ ସାକ୍ଷରତା ହାର ୬୯.୦୦% ପୁରୁଷ: ୭୯.୨୨% ମହିଳା: ୫୮.୭୦% ସମୁଦାୟ ଜନସଂଖ୍ୟାର ୪୪.୫% ହେଉଛନ୍ତି ଆଦିବାସୀ ଏବଂ ୧୧.୬୨% ହେଉଛନ୍ତି ହରିଜନ । ଆଦିବାସୀ ୧୯୮୧ ଜନଗଣନାରେ କେନ୍ଦୁଝର ଜିଲ୍ଲାର ଆଦିବାସୀ ଲୋକସଂଖ୍ୟା ୪,୯୯,୬୫୭ ଥିଲା ଏବଂ ୧୯୯୧ ଜନଗଣନା ବେଳକୁ ତାହା ୧୧.୯୦% ହାରରେ ବଢ଼ି ୫,୯୫,୧୮୪ରେ ପହଞ୍ଚିଥିଲା । ୧୯୯୧ ଜନଗଣନା ଅନୁସାରେ ଜିଲ୍ଲାରେ ମୋଟ ୪୬ ପ୍ରକାରର ଆଦିବାସୀ ସଂପ୍ରଦାୟ ବାସକରନ୍ତି । ସେମାନଙ୍କ ମଧ୍ୟରୁ ପ୍ରଧାନ ସଂପ୍ରଦାୟଗୁଡ଼ିକ ମଧ୍ୟରେ ବାଥୁଡି, ଭୂୟାଁ, ଭୂମିଜ, ଗଣ୍ଡ, ହୋ, ଜୁଆଙ୍ଗ, ଖରୱାର, କିସାନ, କୋଲ୍ହ,, କୋରା, ମୁଣ୍ଡା, ଓରାଓଁ, ସାନ୍ତାଳ, ସାଓରା, ଶବର ସାଉଁତି ଆଦି ଅନ୍ତର୍ଭୁକ୍ତ । ଏହି ୧୬ଟି ସଂପ୍ରଦାୟ ସମସ୍ତ ଆଦିବାସୀ ଜନସଂଖ୍ୟାର ୯୬.୧୨% ଅଧିକାର କରନ୍ତି । ଏମାନଙ୍କ ମଧ୍ୟରେ ଥିବା ଜୁଆଙ୍ଗ ସଂପ୍ରଦାୟ ନିଜକୁ ସବୁଠାରୁ ଆଦିମ ଅଧିବାସୀ ବୋଲି ଦାବୀ କରନ୍ତି । ଆଦିବାସୀ ସଂପ୍ରଦାୟ ଗୁଡିକର ଘନତ୍ୱ କେନ୍ଦୁଝର ସବଡ଼ିଭିଜନରେ ସର୍ବାଧିକ ହୋଇଥିବାବେଳେ ଆନନ୍ଦପୁରରେ ସର୍ବନିମ୍ନ । ଏମାନଙ୍କର ମୁଖ୍ୟ ପେଶା ହେଉଛି କୃଷି । ଆଜିକାଲି ଏମାନଙ୍କ ମଧ୍ୟରୁ ଅନେକ ଖଣି-ଖାଦାନମାନଙ୍କରେ କାମକରୁଛନ୍ତି । ୧୯୯୧ରେ କେନ୍ଦୁଝରର ଆଦିବାସୀମାନଙ୍କର ସାକ୍ଷରତା ହାର ୨୪.୮୯ ଥିଲା ଯାହାକି ସେବେକାର ରାଜ୍ୟ ଆଦିବାସୀ ସାକ୍ଷରତା ହାରଠାରୁ (୨୨.୩୧%) ଅଧିକ । ଶିକ୍ଷା ଓ ଗମନାଗମନର ପ୍ରସାର ଫଳରେ ଏହି ଆଦିବାସୀ ଲୋକଙ୍କର ଚାଲିଚଳନ, ବ୍ୟବହାର, ପ୍ରଥା ଇତ୍ୟାଦିରେ ପ୍ରଭୂତ ପରିବର୍ତ୍ତନ ଘଟିଛି । ଭାଷା କେନ୍ଦୁଝର ଜିଲ୍ଲାର ମୁଖ୍ୟ ଭାଷା ହେଲା ଓଡ଼ିଆ । ଅନ୍ୟ ଭାଷା ମଧ୍ୟରେ ଭୁଂଜିଆ ଭାଷାରେ ପାଖାପାଖି ୭୦୦୦ ଭୁଂଜିଆ ଆଦିବାସୀ କଥାବାର୍ତ୍ତା କରନ୍ତି । ତେବେ ଝାରଖଣ୍ଡ ନିକଟରେ ଥିବାରୁ ଚମ୍ପୁଆ ଉପଖଣ୍ଡରେ ହିନ୍ଦୀ ଭାଷାର ପ୍ରଭାବ ଅଧିକ ଦେଖିବାକୁ ମିଳିଥାଏ । ପ୍ରଶାସନିକ ବ୍ୟବସ୍ଥା ଜିଲ୍ଲାକୁ ପ୍ରଶାସନିକ ଏବଂ ସାମାଜିକ ସୁପରିଚାଳନା ଦୃଷ୍ଟିରୁ କେତେଗୁଡିଏ ପ୍ରଶାସନିକ ବିଭାଗରେ ବିଭକ୍ତ କରାଯାଇଛି । ତା’ ବ୍ୟତୀତ କେତେକ ସରକାରୀ ଓ ବେସରକାରୀ ସଂସ୍ଥା ସହିତ ଜନମଙ୍ଗଳ ପ୍ରକଳ୍ପ ମାନ ପ୍ରତିଷ୍ଠା କରାଯାଇଛି । ସେସବୁର ବିବରଣୀ ନିମ୍ନରେ ଦିଆଗଲା । ପ୍ରଶାସନିକ ବିଭାଗ ସବଡ଼ିଭିଜନ- ୩ଟି; କେନ୍ଦୁଝର, ଆନନ୍ଦପୁର, ଚମ୍ପୁଆ ନଗରପାଳିକା- ୪ଟି; କେନ୍ଦୁଝର, ଆନନ୍ଦପୁର, ଯୋଡ଼ା ଏବଂ ବଡ଼ବିଲ ତହସିଲ- ୧୩ଟି; ଆନନ୍ଦପୁର, ବାଂଶପାଳ, ବଡ଼ବିଲ, ଚମ୍ପୁଆ, ଝୁମ୍ପୁରା, କେନ୍ଦୁଝର, ଘଟଗାଁ, ଘସିପୁରା, ହାଟଡିହି, ପାଟଣା, ହରିଚନ୍ଦନପୁର, ସାହାରପଡା ଏବଂ ତେଲକୋଇ ବ୍ଲକ-୧୩ଟି; ଆନନ୍ଦପୁର, ବାଂଶପାଳ, ଯୋଡ଼ା, ଚମ୍ପୁଆ, ଝୁମ୍ପୁରା, କେନ୍ଦୁଝର, ଘଟଗାଁ, ଘସିପୁରା, ହାଟଡିହି, ପାଟଣା, ହରିଚନ୍ଦନପୁର, ସାହାରପଡା ଏବଂ ତେଲକୋଇ ଗ୍ରାମପଞ୍ଚାୟତ-୨୮୬ଟି ବାସୋପଯୋଗୀ ଗ୍ରାମ- ୨୧୩୨ଟି ସହର- ୬ଟି ଏନ.ଏ.ସି.- ୧ଟି କୃଷି ଜିଲ୍ଲା- ୩ଟି ସାଧାରଣ ସେବା କୋଷାଗାର/ଉପ-କୋଷାଗାର (Treasury)- ୭ଟି ରାଜସ୍ୱ ମଣ୍ଡଳ- ୫୦ଟି ଥାନା-୨୪ଟି ପୋଲିସ ଫାଣ୍ଡି- ୧୦ଟି ନିଆଁ ଲିଭା କେନ୍ଦ୍ର- ୫ଟି ଜଳସେଚନ ପ୍ରକଳ୍ପ- (ବୃହତ୍-୧ଟି, ମଧ୍ୟମ-୨ଟି, କ୍ଷୁଦ୍ର-୧୫୧ଟି ) ଜନସ୍ୱାସ୍ଥ୍ୟ ବିଭାଗ ଜିଲ୍ଲା ମୁଖ୍ୟ ଡାକ୍ତରଖାନା- ୧ଟି (କେନ୍ଦୁଝର) ଉପ-ବିଭାଗୀୟ ମୁଖ୍ୟ ଡାକ୍ତରଖାନା (SDH)- ୪ଟି ଉନ୍ନତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (UGPHC)- ୧ଟି (ଘଟଗାଁ) ବ୍ଲକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (PHC)-୩ଟି ସାମୁଦାୟିକ ସ୍ୱାସ୍ଥ୍ୟକେନ୍ଦ୍ର (CHC)- ୯ଟି ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (PHC New)- ୬୪ଟି ଉପ କେନ୍ଦ୍ର (ସ୍ୱାସ୍ଥ୍ୟ)- ୩୧୬ଟି ଆଶା କେନ୍ଦ୍ର- ୧୮୯୨ଟି ଏ.ଏନ.ଏମ. କେନ୍ଦ୍ର- ୩୫୧ଟି (୨୩ଟି ଖାଲି ଅଛି) ଶିକ୍ଷା ବିଭାଗ ଅଙ୍ଗନବାଡି କେନ୍ଦ୍ର- ୨୩୪୦ଟି ପ୍ରାଥମିକ ବିଦ୍ୟାଳୟ- ୧୬୮୮ଟି ଆଦିବାସୀ/ହରିଜନ ପ୍ରାଥମିକ ବିଦ୍ୟାଳୟ – ୫୮ଟି ଉଚ୍ଚ/ମଧ୍ୟ ଇଂରାଜୀ ବିଦ୍ୟାଳୟ- ୮୭୬ଟି ଉଚ୍ଚ ବିଦ୍ୟାଳୟ- ୫୮ଟି ମହାବିଦ୍ୟାଳୟ (ବିଶ୍ୱବିଦ୍ୟାଳୟ ସ୍ୱୀକୃତି ପ୍ରାପ୍ତ )- (ସାଧାରଣ-୨୭ଟି, ବୈଷୟିକ-୨ଟି ) ଇଞ୍ଜିନିୟରିଂ ମହାବିଦ୍ୟାଳୟ- ୧ଟି (ଓଡ଼ିଶା ସ୍କୁଲ ଅଫ ମାଇନିଂ ଇଞ୍ଜିନିୟରିଂ, କେନ୍ଦୁଝର) ଅର୍ଥନୀତି ପଞ୍ଚାୟତି ରାଜ ମନ୍ତ୍ରଣାଳୟ ୨୦୦୬ ମସିହାରେ କେନ୍ଦୁଝର ଜିଲ୍ଲାକୁ ଦେଶର ୨୫୦ଟି ଅନଗ୍ରସର ଜିଲ୍ଲା ମଧ୍ୟରେ ସ୍ଥାନିତ କରିଥିଲେ । ଅନଗ୍ରସର କ୍ଷେତ୍ର ଅନୁଦାନ ନିଧି କାର୍ଯ୍ୟକ୍ରମ (BRGF) ଜରିଆରେ ଓଡ଼ିଶାର ଯେଉଁ ୧୯ଟି ଜିଲ୍ଲାକୁ ଆର୍ଥିକ ଅନୁଦାନ ମିଳୁଛି ସେମାନଙ୍କ ମଧ୍ୟରୁ ଏହା ଗୋଟିଏ । ଜଙ୍ଗଲ ଓ ପଶୁପକ୍ଷୀ ଜଙ୍ଗଲ ୦୧.୦୪.୯୬ର ଜଙ୍ଗଲ ଶ୍ରେଣୀବିଭାଗ ଅନୁସାରେ ଶ୍ରେଣୀବିଭାଗ ବର୍ଗ କି.ମି.ରେ ଆୟତନସଂରକ୍ଷିତ ଜଙ୍ଗଲ ୧୮,୩୩,୦୨ଅଣ-ଚିହ୍ନିତ ସଂରକ୍ଷିତ ଜଙ୍ଗଲ ୬,୪୮,୪୧ଅନୁପଯୁକ୍ତ ସଂରକ୍ଷିତ ଜଙ୍ଗଲ ୪୩.୪୧ଅନୁପଯୁକ୍ତ ଜଙ୍ଗଲ ୦.୨୪ସର୍ବମୋଟ୨୫,୨୫,୦୮ ପର୍ଯ୍ୟଟନ ତାରିଣୀ ମନ୍ଦିର ବଡ଼ଘାଗରା ଜଳପ୍ରପାତ ସାନଘାଗରା ଜଳପ୍ରପାତ ସୀତାବିଞ୍ଜି ଗୁଣ୍ଡିଚାଘାଇ ଜଳପ୍ରପାତ ମୁଗା' ମହାଦେବ ମନ୍ଦିର ସିଦ୍ଧମଠ ମନ୍ଦିର ହଦଗଡ଼ ଡ୍ୟାମ୍ କାନଝିରି ଡ୍ୟାମ୍ ଦେଓଗାଁ କୁଶଳେଶ୍ୱର ମନ୍ଦିର ପାଟଣା ଶିବ ମନ୍ଦିର ଗୋନାସିକା କାଞ୍ଜିପାଣି ଘାଟି ହାଣ୍ଡିଭଙ୍ଗା ଜଳପ୍ରପାତ ଖଣ୍ଡାଧାର ଜଳପ୍ରପାତ ଭୀମ କୁଣ୍ଡ ବଲେଈପଦା ପାର୍କ (ବଲେଈପଦା) ଅର୍ଧନାରୀଶ୍ବର ମୂର୍ତ୍ତି (ନରଣପୁର କେନ୍ଦୁଝର) କିରିବୁରୁ ହିଲ୍ ଟପ୍ (ବଡ଼ବିଲ) ରାମ ତୀର୍ଥ (଼଼ (ଚମ୍ପୁଆ) ଭାଲୁ ଘର (ରିମୂଳି) ଅଶୂର ଖୋଲ୍ ଜଳପ୍ରପାତ/ ମକର ମେଳା (ରିମୂଳି) ଠାକୁରାଣୀ ପର୍ବତ (ବଡ଼ବିଲ) ଯୋଡା ପାର୍କ (ଯୋଡା) ମିର୍ଗି ସିଂଘା (କାନୁପୁର /କନ୍ଡରା) ଧୁବଲା ବେଢ଼ା ବିରି କଳା; ଗୋବିନ୍ଦପୁର;ଦଡୁଆଁ ( Big Villege on Kendujhar) ଆଧାର ଅଧିକ ତଥ୍ୟ ଓଡ଼ିଶା ସରକାର ପାନ୍ଥନିବାସ ଜି.ଆଇ.ଏସ. ସର୍ଭେ ଶ୍ରେଣୀ:କେନ୍ଦୁଝର ଜିଲ୍ଲା
କୋରାପୁଟ ଜିଲ୍ଲା
https://or.wikipedia.org/wiki/କୋରାପୁଟ_ଜିଲ୍ଲା
ଭୂଗୋଳ ଓଡ଼ିଶାର ଦକ୍ଷିଣ ଭାଗରେ ଅବସ୍ଥିତ କୋରାପୁଟ ଜିଲ୍ଲାର ଆୟତନ ୮,୩୭୯ ବର୍ଗ କିମି । କୋରାପୁଟ ଜିଲ୍ଲା ୧୭°୪'ଉ.ରୁ ୨୦°୭'ଉତ୍ତର ଅକ୍ଷାଂଶ ଓ ୮୧°୨୪'ପୂରୁ ୮୪°୨'ପୂର୍ବ ଦ୍ରାଘିମାମଧ୍ୟରେ ଅବସ୍ଥିତ | ଅବସ୍ଥିତି କୋରାପୁଟ ଜିଲ୍ଲାର ପୂର୍ବରେ : ରାୟଗଡ଼ା ଜିଲ୍ଲା ଓ ଆନ୍ଧ୍ର ପ୍ରଦେଶ ରାଜ୍ୟ ପଶ୍ଚିମରେ: ଛତିଶଗଡ଼ ରାଜ୍ୟ ଉତ୍ତରରେ : ନବରଙ୍ଗପୁର ଜିଲ୍ଲା ଦକ୍ଷିଣରେ: ଆନ୍ଧ୍ର ପ୍ରଦେଶ ରାଜ୍ୟ ଅଛି । ଜନସଂଖ୍ୟା ୨୦୧୧ ଜନଗଣନାCensus 2011: Odisha: Provisional Population Totals ଅନୁସାରେ, କୋରାପୁଟ ଜିଲ୍ଲାର ମୋଟ ଲୋକସଂଖ୍ୟା ୧୩,୭୬,୯୩୪ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୧,୫୧,୫୨୮ ଓ ସହରାଞ୍ଚଳରେ ୨,୨୫,୪୦୬ ଲୋକ ବାସ କରନ୍ତି Census 2011: Odisha: Rural Urban Distribution । ପୁରୁଷ: ୬,୭୭,୮୬୪ ମହିଳା: ୬,୯୯,୦୭୦ ଛ ବର୍ଷରୁ କମ: ୨,୧୫,୫୧୮ ସାକ୍ଷରତା ହାର ୪୯.୮୭% ପୁରୁଷ: ୬୧.୨୯% ମହିଳା: ୩୮.୯୨% ବିଭାଗ ଉପଖଣ୍ଡ (ସବ୍ ଡିଭିଜନ): (୨ଟି): କୋରାପୁଟ ଓ ଜୟପୁର ତହସିଲ: (୧୪): କୁନ୍ଦ୍ରା, କୋଟପାଡ଼, ବୈପାରିଗୁଡା, ଜୟପୁର, ବୋରିଗୁମା, କୋରାପୁଟ, ଦଶମନ୍ତପୁର, ନନ୍ଦପୁର, ନାରାୟଣପାଟଣା, ପଟ୍ଟାଙ୍ଗି, ବନ୍ଧୁଗାଁ, ସେମିଳିଗୁଡା, ଲମତାପୁଟ ଓ ଲକ୍ଷ୍ମୀପୁର ବ୍ଳକ: ୧୪ଟିକୋରାପୁଟ ଜିଲ୍ଲାର ସରକାରୀ ପୃଷ୍ଠା: କୋରାପୁଟ ଉପଖଣ୍ଡର (୯): କୋରାପୁଟ, ଦଶମନ୍ତପୁର, ନନ୍ଦପୁର, ନାରାୟଣପାଟଣା, ପଟ୍ଟାଙ୍ଗି, ବନ୍ଧୁଗାଁ, ସେମିଳିଗୁଡା, ଲମତାପୁଟ ଓ ଲକ୍ଷ୍ମୀପୁର ଜୟପୁର ଉପଖଣ୍ଡର (୫): କୁନ୍ଦ୍ରା, କୋଟପାଡ଼, ବୈପାରିଗୁଡା, ଜୟପୁର ଓ ବୋରିଗୁମା ଗ୍ରାମ ପଞ୍ଚାୟତ: ୨୨୬ ଗ୍ରାମ: ୧,୯୯୭ ସହର: ୫ ପୌରପାଳିକା (୩):କୋରାପୁଟ, ଜୟପୁର ଓ ସୁନାବେଡା ବିଜ୍ଞାପିତ ଅଞ୍ଚଳ ପରିଷଦ:୧: ଦର୍ଶନୀୟ ସ୍ଥାନ କୋରାପୁଟ ଜିଲ୍ଲାରେ ଅନେକ ଦର୍ଶନୀୟ ସ୍ଥାନ ରହିଛି । ଓଡ଼ିଶାରେ ପର୍ଯ୍ୟଟନ ସ୍ଥଳୀ ଭାବେ ଚିହ୍ନିତ କରାଯାଇଥିବା ୩୨୦ଟି ସ୍ଥାନ ଭିତରେ ୧୩ଟି ସ୍ଥାନ କୋରାପୁଟ ଜିଲ୍ଲାରେ ଅବସ୍ଥିତ । ସେ ଗୁଡ଼ିକ ହେଲା :- କୋରାପୁଟ ସୁନାବେଡ଼ା ଦେଓମାଳୀ ସୁବାଇ ନନ୍ଦପୁର ଜଲାପୁଟ ମାଛକୁଣ୍ଡ ନାଗେଶ୍ୱରୀ ମାଳୀ ପର୍ବତ ବାଲ୍ମିକୀ ଆଶ୍ରମ କେଚଲା ବାଗ୍ରା ଗୁପ୍ତେଶ୍ୱର ଶିବ ମନ୍ଦିର ଗୁଲମୀ ଉପରୋକ୍ତ ପର୍ଯ୍ୟଟନ ସ୍ଥଳୀ ଭିନ୍ନ ନିମ୍ନସ୍ଥ ସ୍ଥାନ ଗୁଡ଼ିକ ମଧ୍ୟ ଅନେକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଉପର କୋଲାବ ଜୈବ ଉଦ୍ୟାନ ଡୁଡୁମା ଜଳପ୍ରପାତ ବାରିଣୀପୁଟ ଜୟପୁର : କୋରାପୁଟ ଜିଲ୍ଲାର ମୁଖ୍ୟ ବାଣିଜ୍ୟସ୍ଥଳୀ, ଜୟ ପୁର ରାଜାଙ୍କର ରାଜଧାନୀ ଓ ରାଜପ୍ରାସାଦ । ଏହି ସହରରେ ରଥଯାତ୍ରା ଓ ଦଶହରା ମହା ସମାରୋହରେ ପାଳିତ ହୋଇଥାଏ । ବୀରଖମ୍ବ : ବନଦେବୀ ମନ୍ଦିର ପାଇଁ ଜଣାଶୁଣା । ରାମଗିରି : ଭଗବାନ ଶ୍ରୀରାମଚନ୍ଦ୍ର ବନବାସ ସମୟରେ ଦକ୍ଷିଣକୁ ଗଲାବେଳେ ଏଠାରେ ଅବସ୍ଥାନ କରିଥିଲେ । ଅନକାଡ଼େଲି : ମାଛକୁଣ୍ଡ ଜଳପ୍ରପାତର ନିକଟବର୍ତ୍ତୀ ଗ୍ରାମ। ଏଠାରେ ପ୍ରତ୍ୟେକ ଗୁରୁବାର ଦିନ ଏକ ସାପ୍ତାହିକ ହାଟ ହୋଇଥାଏ । ସ୍ଥାନୀୟ ବଣ୍ଡା ଜନଜାତିର ଲୋକମାନେ ଏଠାକୁ ଆସୁଥିବାରୁ ଏହା ବହୁ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ବାଦୁଡ଼ି ପାହାଡ଼ : ଶାବେରୀ ନଦୀକୂଳରେ ଅବସ୍ଥିତ ଅନେକ ଗୁମ୍ଫାଯୁକ୍ତ ପାହାଡ଼ । ମାଳିଗୁଡ଼ା : ଉଦ୍ୟାନ ଓ ପନିପରିବା ଚାଷ ପାଇଁ ପ୍ରସିଦ୍ଧ, ଏହା ଏକ ଚିରସ୍ରୋତା ଝରଣା କୁଳରେ ଅବସ୍ଥିତ । କୋଲା : କୋଲାବ ନଦୀ ଉପରେ ବହୁମୁଖୀ ନଦୀବନ୍ଧ ଯୋଜନାରେ ୪ଟି ଟର୍ବାଇନରୁ ୩୨୦ ମେଗାୱାଟ ବିଜୁଳିଶକ୍ତି ଉତ୍ପାଦନ କରୁଥିବା ପାୱାର ହାଉସ । ଏହି ନଦୀବନ୍ଧ ଯୋଜନାଦ୍ୱାରା ୨୨ ହଜାର ୨୬୬ ହେକ୍ଟର ଜମି ଜଳ ସେଚିତ ହୋଇପାରୁଛି। ଏଠାକାର ପ୍ରମୋଦ ଉଦ୍ୟାନ ପର୍ଯ୍ୟଟକମାନଙ୍କର ଧ୍ୟାନର କେନ୍ଦ୍ରବିନ୍ଦୁ । ନାରାୟଣ ପାଟନା: ଜୟପୁର ରାଜାଙ୍କର ପୁରୁଣା ଗଡ଼ ଓ ବର୍ତ୍ତମାନର ବ୍ଲକ ସଦର ମହକୁମା । ନୀଲାବାଡ଼ୀ, ଅଗ୍ନିଗଙ୍ଗାମା ଓ ପୁତ୍ୟାଲୁମା ଏ ଅଞ୍ଚଳର ଆରାଧ୍ୟଦେବୀ। ରାଇସିଲ୍ : ଏଠାକାର ମୁଖ୍ୟ ପର୍ବ ହେଉଛି ନୀଲାବାଡ଼ି ଯାତ୍ରା ଓ ଅଁଳାନବମୀ। ଏହା ଲକ୍ଷ୍ମୀପୁର ନିକଟସ୍ଥ ଏକ ପାହାଡ଼। ଏଠାରେ ଚିରସ୍ରୋତା ଝରଣାଟିଏ ରହିଛି ଓ ଏଠାକାର ପ୍ରାକୃତିକ ପରିବେଶ ଅତ୍ୟନ୍ତ ମନୋରମ। ଏହା ଏକ ବଣଭୋଜି ସ୍ଥଳୀ। ଡୁମୁରିପୁଟ : ଜାତୀୟ ରାଜପଥ ନିକଟସ୍ଥ ଏକ ଗାଁ । ଶ୍ରୀରାମ ମନ୍ଦିର ଓ ୭୨ଫୁଟ ଉଚ୍ଚତା ବିଶିଷ୍ଟ ହନୁମାନ ମୂର୍ତ୍ତୀ ପାଇଁ ଏହା ପ୍ରସିଦ୍ଧ । ଏଠାକାର ମୁଖ୍ୟପର୍ବ ହେଲା ରାମ ନବମୀ। ଦାମନଯୋଡ଼ି: ଏହା ଏସିଆ ମହାଦେଶର ଏକ ବୃହତ୍ତମ ବକ୍ସାଇଟ ଖଣିମାନଙ୍କ ଭିତରୁ ଅନ୍ୟତମ । ଏହା ପଞ୍ଚପଟମଲ୍ଲୀ ପାହାଡ଼ ଉପରେ ଅବସ୍ଥିତ । କଣ୍ଟାବାଉଁଶାଣୀ ଓ ଶ୍ରୀ ଜଗନ୍ନାଥ ମନ୍ଦିର ଏଠାରେ ରହିଛି। ପେଦାପାଡ଼ୁ : ପଟାଙ୍ଗି ନିକଟସ୍ତ ପେଦାପାଡ଼ୁ ମାଟି ମଧ୍ୟରେ ଏକ ସୁରମ୍ୟ ଗୁମ୍ଫାରେ ଅବସ୍ଥିତ। ଶିଡ଼ିଦେଇ ଏହା ଭିତରକୁ ଯିବାପାଇଁ ହୋଇଥାଏ। ୨୦୦୯ ମସିହାର ପରବର ଶୁଭ ଉଦ୍ଘାଟନ ଏଇଠାରୁ ହୋଇଥିଲା। ରାଣୀଡୁଡୁମା : ନନ୍ଦପୁର ବ୍ଲକ ଅନ୍ତର୍ଗତ କୁଟୁଣିମାଳ ପାହାଡ଼ ନିକଟସ୍ଥ ଏକ ଛୋଟ ଜଳପ୍ରପାତ। ଏହାର ସୁରମ୍ୟ ଶୋଭାପାଇଁ ଏହା ପର୍ଯ୍ୟଟକମାନଙ୍କର ଏକ ଅଭୁଲା ଆକର୍ଷଣ। ଭୈରବସିଂହପୁର : ବୋରିଗୁମାବ୍ଲକ ଅନ୍ତର୍ଗତ ଏହି ସ୍ଥାନ ଏକ ଜୈନପୀଠ ଥିଲା। ଏବେ ଋଷଭନାଥଙ୍କ ମୂର୍ତ୍ତୀକୁ ଭୈରବନାଥ ରୂପେ ସ୍ଥାନୀୟ ଲୋକେ ପୂଜା କରି ଆସୁଛନ୍ତି। ପର୍ବ ଓଡ଼ିଶାର ଅନ୍ୟ ଜିଲ୍ଲାମାନଙ୍କ ପରି ଏହି ଜିଲ୍ଲାରେ ଅନେକ ପର୍ବପର୍ବାଣି ପାଳନ କରାଯାଏ । ତା ସାଙ୍କକୁ ଏହି ଜିଲ୍ଲାର ବିଶେଷ ଓ ମୁଖ୍ୟ ଲୋକ ମହୋତ୍ସବ ହେଲା ‘ପରବ’। ଏହା ଏକ ରାଜ୍ୟସ୍ତରୀୟ ମହୋତ୍ସବ ଓ ଏହା ନଭେମ୍ବର ୧୬ ତାରିଖରୁ ୧୮ ତାରିଖ ଭିତରେ ଅନୁଷ୍ଠିତ ହୋଇଥାଏ । ଏହା ସହିତ ନଭେମ୍ବର ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପଲ୍ଲିଶ୍ରୀମେଳା ଜିଲ୍ଲା ମହକୁମା କୋରାପୁଟଠାରେ ପାଳିତ ହୋଇଥାଏ । ଆହୁରି ମଧ୍ୟ ୨୦୧୮ ମସିହାଠାରୁ ପ୍ରତିବର୍ଷ ଭୁବନେଶ୍ବରର ଓଡ଼ିଆ ମିଡିଆ ପକ୍ଷରୁ କୋରାପୁଟରେ ଏକ ଜାତୀୟ ସମାରୋହ କୋରାପୁଟ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଲୋକନୃତ୍ୟ ରାଜ୍ୟସ୍ତରୀୟ ମହୋତ୍ସବ ‘ପରବ’ ପାଳନ ଅବସରରେ କୋରାପୁଟର ଅନେକ ଲୋକନୃତ୍ୟ ଦର୍ଶକମାନଙ୍କୁ ଆକର୍ଷିତ କରେ । ଏହି ନୃତ୍ୟଗୁଡ଼ିକ ଭିତରେ କେତୋଟି ମୁଖ୍ୟ ନୃତ୍ୟ ହେଲେ : ଡେମସା ରିଞ୍ଜଡ଼ି ଦଣ୍ଡାହଳିଆ ବା କାଠିନାଚ ନରପା ଦୁରୁଆ ପରଜା ଗଦବା ଆଧାର ଅଧିକ ତଥ୍ୟ କୋରପୁଟ ଜିଲାର ସଡ଼କ ମାନଚିତ୍ର ଉତ୍କଳ ପ୍ରସଂଗ - ସେପ୍ଟେମ୍ବର ୨୦୧୦ ଶ୍ରେଣୀ:କୋରାପୁଟ ଜିଲ୍ଲା
Balasore district
https://or.wikipedia.org/wiki/Balasore_district
ଲେଉଟାଣି ବାଲେଶ୍ୱର ଜିଲ୍ଲା
କଟକ ଜିଲ୍ଲା
https://or.wikipedia.org/wiki/କଟକ_ଜିଲ୍ଲା
କଟକ ଭାରତର ଓଡ଼ିଶାର ପୂର୍ବପଟେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଇତିହାସ କଟକର ମୂଳ ଇତିହାସ କେଶରୀ ବଂଶ ସହ ଜୋଡ଼ା । କେଶରୀ ବଂଶର ରାଜା ନୃପ କେଶରୀଙ୍କଦ୍ୱାରା ୯୮୯ ଖ୍ରୀ.ଅ.ରେ ଏକ ସେନା ଛାଉଣି ଭାବରେ କଟକର ପ୍ରତିଷ୍ଠା ହୋ‍ଇଥିଲା । ପୁରୀ ଜଗନ୍ନାଥ ମନ୍ଦିରର ମାଦଳା ପାଞ୍ଜିରୁ ଏହାର ପ୍ରମାଣ ମିଳିଥାଏ । ସନ ୧୦୦୬ରେ ରାଜା ମର୍କତ କେଶରୀଙ୍କ ଶାସନ କାଳରେ ମହାନଦୀ ଉପରେ ପଥର ବନ୍ଧ ତିଆରି ହୋଇଥିଲା, ଆଉ ଲୋକଙ୍କୁ ବନ୍ୟା ଦାଉରୁ ବଞ୍ଚାଇବା ପାଇଁ ଏହି ପଥରବନ୍ଧ ତିଆରି ପଛରେ ଥିଲେ ସେକାଳର କୁଶଳୀ ବିନ୍ଧାଣି ବାଇଧର ମୁଣ୍ଡି (ଲୋକତୁଣ୍ଡରେ ବାଇମୁଣ୍ଡି ନାମରେ ଜଣାଶୁଣା) । କେଶରୀ ବଂଶ ପରେ କଟକ ୧୨୧୧ ଖ୍ରୀ.ଅ.ରେ ଗଙ୍ଗ ବଂଶଜ ଅନଙ୍ଗଭୀମଦେବଙ୍କ ସାମ୍ରାଜ୍ୟର ରାଜଧାନୀ ରୂପେ ରହିଥିଲା । ଗଙ୍ଗ ବଂଶ ପରେ କ୍ଷମତାରେ ଥିବା ସୂର୍ଯ୍ୟବଂଶଜ ଗଜପତି ରାଜା (୧୪୩୫-୧୫୪୧ ଖ୍ରୀ.ଅ.)ମାନେ ମଧ୍ୟ କଟକକୁ ନିଜ ରାଜଧାନୀର ମାନ୍ୟତା ଦେଇଥିଲେ । ଓଡ଼ିଶାର ଶେଷ ହିନ୍ଦୁ ରାଜା ମୁକୁନ୍ଦଦେବଙ୍କ ଅନ୍ତେ କଟକ ମୁସଲିମ ଓ ମୋଗଲମାନଙ୍କ ଅକ୍ତିଆରକୁ ‍ଆସିଥିଲା କଟକ । ଅଠର ଦଶକର ମଝି ଆଡ଼କୁ, ପ୍ରାୟ ୧୭୫୦ ବେଳକୁ କଟକ ମରହଟ୍ଟାମାନଙ୍କ ଅଧୀନକୁ ଆସିଲା । ନାଗପୁରର ମରହଟ୍ଟା ଏବଂ କୋଲକାତା (ତତ୍କାଳୀନ କଲିକତା)ର ଇଂରେଜ ବଣିକମାନଙ୍କ ସହ ଗମନାଗମନ ଓ ଯୋଗାଯୋଗ ଲାଗି ଉତ୍ତମ ସ୍ଥାନରେ କଟକ ଅବସ୍ଥିତ ହୋ‍ଇଥିବାରୁ ଏହି ସମୟରେ କଟକର ବାଣିଜ୍ୟିକ ପ୍ରତିପତ୍ତି ବୃଦ୍ଧି ପାଇଲା | ୧୮୦୩ରେ ଇଂରେଜମାନେ କଟକକୁ ଦଖଲ କଲେ ଏବଂ ୧୮୧୬ରେ ଏହାକୁ ଓଡ଼ିଶା ଡିଭିଜନ୍‍ର ରାଜଧାନୀ ଘୋଷିତ କରାଗଲା । ଯଦିଓ ସ୍ୱାଧୀନତା ପରବର୍ତ୍ତୀ କାଳରେ ୧୯୪୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀରେ ପରିଣତ ହେଲା ତଥାପି ଶାସନତନ୍ତ୍ରରେ ଏଯାବତ୍ କଟକ ନିଜର ଏକ ସ୍ୱତନ୍ତ୍ର ପତିଆରା ବଜାୟ ରଖିଛି | କଟକ ଇତିହାସର ମୂକସାକ୍ଷୀ ରୂପେ ଓଡ଼ିଶା ବିଦିତ ପୁରାତନ ବାରବାଟି ଦୁର୍ଗ ଏଯାବତ୍ ସଗର୍ବେ ଦଣ୍ଡାୟମାନ । ଏହି ଦୁର୍ଗର ସମୀପରେ ଅତ୍ୟାଧୁନିକ ସୁବିଧାସୁଯୋଗ ଯୁକ୍ତ ବାରବାଟି ଷ୍ଟାଡିଅମ ରହିଛି । ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ ମ୍ୟାଚ୍‍ମାନ ଏହି ଷ୍ଟାଡିୟମ୍‍ରେ ଖେଳାଯାଇସାରିଛି । ନିକଟ ଅତୀତରେ ଦିବାରାତ୍ରି ଖେଳମାନଙ୍କ ଲାଗି ଏଠାରେ ଫ୍ଲଡ୍ ଲାଇଟ୍ ମଧ୍ୟ ଖଞ୍ଜା ଯାଇଛି । ଲୋକମୁଖରେ କଟକ ’ବାଉନ ବଜାର ତେପନ ଗଳି’ର ସହର ରୂପେ ମଧ୍ୟ ସୁବିଖ୍ୟାତ । ସହରଠାରୁ ୧୪ କି.ମି. ଦୂରରେ ବିରିବାତିଠାରେ ଅବସ୍ଥିତ ପରମହଂସନାଥ ମନ୍ଦିର କଟକର ସର୍ବୋଚ୍ଚ ମନ୍ଦିର । ଏତଦ୍‍ବ୍ୟତୀତ କଟକ ଚଣ୍ଡୀ ମନ୍ଦିର ଓ ଭଟ୍ଟାରିକା ମନ୍ଦିର ମଧ୍ୟ କଟକର ଶୋଭା ବୃଦ୍ଧି କରୁଛନ୍ତି । ଅନ୍ୟାନ୍ୟ ଧର୍ମପୀଠଙ୍କ ମଧ୍ୟରୁ ମୁସ୍‍ଲିମ୍‍ମାନଙ୍କ ’କଦ୍ଦମ୍ ରସୁଲ’ ଓ ଶିଖ୍‍ଙ୍କ "ଗୁରୁଦ୍ୱାରା ଦାତନ୍ ସାହେବ" ଅନ୍ୟତମ । ଏହା ବିଶ୍ୱାସ କରାଯାଏ ଯେ କଦମ୍ ରସୁଲ୍‍ରେ ମନିଷୀ ମହମ୍ମଦଙ୍କ ପଦଚିହ୍ନ ରହିଛି । ସେହିପରି ଶିଖ୍ ବିଶ୍ୱାସ ଅନୁଯାୟୀ ଶିଖ୍‍ଙ୍କ ପ୍ରଥମ ଧର୍ମଗୁରୁ, ଶ୍ରୀ ଗୁରୁ ନାନକ ଦେବ ନିଜର ପୁରୀ ଯାତ୍ରା କାଳରେ ଏଠାରେ କିଛି ସମୟ ଅବସ୍ଥାନ କରିଥିଲେ ଓ ତାଙ୍କଦ୍ୱାରା ଦାନ୍ତକାଠି ରୂପେ ବ୍ୟବହୃତ ହେବା ପରେ ତାଙ୍କରିଦ୍ୱାରା ରୋପିତ ଏକ ବୃକ୍ଷ ଏଠାରେ ଏବେ ମଧ୍ୟ ଏଠାରେ ରହିଛି । ଦାନ୍ତକାଠି ଅନୁସାରେ ଏହାର ନାମ ଗୁରୁଦ୍ୱାରା ଦାତନ୍ ସାହିବ୍ । ଭୂଗୋଳ thumb|250px|right|କାଠଯୋଡ଼ି ନଦୀ କଟକ ଜିଲ୍ଲାର ଭୌଗୋଳିକ ଅବସ୍ଥିତି ହେଉଛି ୨୦.୩ରୁ ୨୦.୪୦ ଉ. ୮୪.୫୮ରୁ ୮୬.୨୦ ପୂ. ସମୁଦ୍ର ପତ୍ତନରୁ ଏହାର ହାରାହାରି ଉଚ୍ଚତା ୩୭ ମିଟର (୧୨୧ ଫୁଟ୍)Administrative Set-up, Cuttack । କଟକ ଉତ୍ତରରେ ମହାନଦୀ ଓ ଦକ୍ଷିଣରେ କାଠଯୋଡ଼ି ମଧ୍ୟରେ ଥିବା ତ୍ରିକୋଣଭୂମିରେ ଅବସ୍ଥିତ । କଟକର ଜଳବାୟୁ ଗ୍ରୀଷ୍ମ ଦିନେ ଉଷ୍ମ ଓ ଆର୍ଦ୍ର ଏବଂ ଶୀତ ଦିନେ ଶୀତଳ ଓ ଶୁଷ୍କ । ସହରରେ ଅନୁଭୂତ ସର୍ବୋଚ୍ଚ ତାପମାତ୍ରା ୫୦ ସେ. ହୋ‍ଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ୧୦ ସେ. । ଗ୍ରୀଷ୍ମର ପ୍ରଭାବ ମାର୍ଚ୍ଚ ଶେଷରୁ ନେଇ ଜୁନ୍ ମଧ୍ୟଭାଗ ଯାଏଁ ଅନୁଭୂତ ହୁଏ. ଜୁନ୍ ମଧ୍ୟଭାଗରୁ ବର୍ଷାଋତୁର ଆରମ୍ଭ । ସେପ୍‍ଟେମ୍ବରରୁ ଅକ୍‍ଟୋବର ମଧ୍ୟଭାଗ ଯାଏଁ ସର୍ବାଧିକ ବୃଷ୍ଟିପାତ ହୋ‍ଇଥାଏ । କଟକର ବାର୍ଷିକ ହାରାହାରି ବୃଷ୍ଟିପାତ ୧୪୪.୩୯ ସେ.ମି. । ଶୀତଋତୁ ନଭେମ୍ବରରୁ ଆରମ୍ଭ ହୋ‍ଇ ଜାନୁଆରୀ ଆରମ୍ଭ ଯାଏଁ ରହିଥାଏ । ଏହି ସମୟରେ ଶୀତଳ ଉତ୍ତରା ପବନ ବହିବା ସହିତ ଶୀଘ୍ର (୫.୩୦ ଘଟିକା) ସନ୍ଧ୍ୟା ହୋ‍ଇଯାଉଥିବାରୁ ଲମ୍ବା ଓ ଥଣ୍ଡା ରାତି ଅନୁଭୂତ ହୁଏ । ଜାନୁଆରୀ ମଧ୍ୟରୁ ମାର୍ଚ୍ଚ ମଧ୍ୟଭାଗ ଯାଏଁ ବସନ୍ତ ଋତୁର ପ୍ରଭାବ ଦେଖାଯାଏ ଓ ତାପମାତ୍ରା ସର୍ବୋଚ୍ଚ ୩୩.୪ ସେ.ରୁ ୨୨.୨ ସେ. ମଧ୍ୟରେ ରହେ. କଟକ ଭ୍ରମଣ ଲାଗି ଏହା ସର୍ବୋତ୍କୃଷ୍ଟ ସମୟ । ଜନସଂଖ୍ୟା ୨୦୧୧ ଜନଗଣନା Census 2011: Odisha: Provisional Population Totals ଅନୁସାରେ, କଟକ ଜିଲ୍ଲାର ମୋଟ ଲୋକସଂଖ୍ୟା ୨୬,୧୮,୭୦୮ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୮,୮୬,୯୨୬ ଓ ସହରାଞ୍ଚଳରେ ୭,୩୧,୭୮୨ ଲୋକ ବାସ କରନ୍ତି Census 2011: Odisha: Rural Urban Distribution । ପୁରୁଷ: ୧୩୩୯୧୫୩ ମହିଳା: ୧୨୭୯୫୫୫ ଛ ବର୍ଷରୁ କମ: ୨୫୧୧୫୨ ସାକ୍ଷରତା ହାର: ୮୪.୨୦% ପୁରୁଷ: ୯୦.୫୧% ମହିଳା: ୭୭.୬୪% thumb|250px|right|କଟକ ପିଠାପୁର ପ୍ରଶାସନିକ ବିଭାଗ ଉପଖଣ୍ଡ (ସବ୍ ଡିଭିଜନ): (୩)(କଟକ,ଆଠଗଡ଼, ବାଙ୍କୀ) ତହସିଲ: (୧୧): ବ୍ଳକ: (୧୪): ଗ୍ରାମ ପଞ୍ଚାୟତ: ୩୪୨ ଗ୍ରାମ: ୧,୯୫୦ ସହର: ୮ ମହାନଗର ନିଗମ:୧: କଟକ ପୌରପାଳିକା:୧: ଚୌଦ୍ୱାର ବିଜ୍ଞାପିତ ଅଞ୍ଚଳ ପରିଷଦ:୨: ଆଠଗଡ଼,ବାଙ୍କୀ ଉପଲବ୍ଧ ସେବା କଟକର ପ୍ରମୁଖ ଅନୁଷ୍ଠାନମାନଙ୍କ ମଧ୍ୟରୁ ବାରବାଟି ଷ୍ଟାଡିଅମ ଅନ୍ୟତମ, ଯାହାକି ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍‍ମାନଙ୍କ ଲାଗି ସୁପ୍ରସିଦ୍ଧ । କଟକର ବିଶ୍ୱପ୍ରସିଦ୍ଧ ରୂପା ତାରକସୀ କାମ ଲାଗି ଏହାକୁ ମଧ୍ୟ ରୌପ୍ୟ ସହର ନାମରେ ଆଖ୍ୟାୟିତ କରଯାଇଛି । ଏତଦ୍‍ବ୍ୟତୀତ ଏଠାର ହାତୀଦାନ୍ତର କାମ ମଧ୍ୟ ବେଶ୍ ଚମତ୍କାର. କଟକରେ ଜାତୀୟ ସ୍ତରରେ ପ୍ରତିଷ୍ଠିତ ନାନା ଶୈ‍କ୍ଷିକ ଅନୁଷ୍ଠାନ ଯଥା ରେଭେନ୍ସା ବିଶ୍ୱବିଦ୍ୟାଳୟ ରହିଛି । କଟକର ସମୀପବର୍ତ୍ତୀ ବିଦ୍ୟାଧରପୁରରେ ଅବସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର (Central Rice Research Institute) ସମଗ୍ର ଦକ୍ଷିଣ ଏସିଆର ଏକ ପ୍ରଧାନ ଧାନ ଗବେଷଣା କେନ୍ଦ୍ର । ଶ୍ରୀ ରାମଚନ୍ଦ୍ର ଭଞ୍ଜ (SCB) ମେଡିକାଲ୍ କଲେଜ ଓ ହସ୍‍ପିଟାଲ ଓଡ଼ିଶାର ସର୍ବବୃହତ୍ ଓ ସର୍ବୋନ୍ନତ ଡାକ୍ତରଖାନା । ବାରବାଟି ଷ୍ଟାଡିଅମ ନିକଟରେ ପୁରାତନ ବାରବାଟି ଦୁର୍ଗର ଭଗ୍ନାବଶେଷ ରହିଛି । ଦୁର୍ଗର ପ୍ରବେଶଦ୍ୱାର ଏଯାବତ୍ ସୁରକ୍ଷିତ ରହିଛି । ବିଗତ କିଛି ସମୟ ଧରି ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ (Archaeological Survey of India)ଦ୍ୱାରା ଉତ୍‍ଖନନ କାର୍ଯ୍ୟ ଚାଲୁ ରହିଛି| କଟକର ଚୌଦ୍ୱାରଠାରେ ଦେଶର ସର୍ବବୃହତ୍ ଫେରୋ ଆଲୟ ଉତ୍ପାଦକ ଇମ୍ଫା (IMFA-Indian Metals & Ferro Alloys)ର କାରଖାନା ରହିଛି | ଦେଶକୁ ଆନେକ ଉଚ୍ଚକୋଟୀର ବୁଦ୍ଧିଜୀବୀ ଓ ପ୍ରଶାସକ ଦେଇଥିବା ରେଭେନ୍ସା ମହାବିଦ୍ୟାଳୟ (ବର୍ତ୍ତମାନ ବିଶ୍ୱବିଦ୍ୟାଳୟ) କଟକର ଏକ ଅନନ୍ୟ ଅଙ୍ଗ | ନୋବେଲ୍ ପୁରସ୍କାର ବିଜେତା ବୈଜ୍ଞାନିକ ସାର୍ ସି ଭି ରମଣ ଏଠାରେ କିଛି କାଳ କାର୍ଯ୍ୟ କରିଥିଲେ | ଏଦଦ୍‍ବ୍ୟତୀତ ଭାରତର ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରୁ ଅନ୍ୟତମ ଓ ବିଶିଷ୍ଟ ନେତା ସୁବାଷ ଚନ୍ଦ୍ର ବୋଷଙ୍କ ବାଲ୍ୟକାଳ କଟକରେ ହିଁ ଅତିବାହିତ ହୋ‍ଇଥିଲା | ସେ ଷଷ୍ଠ ଶ୍ରେଣୀ ଯାଏଁ ଏକ ଇଂରାଜୀ ବିଦ୍ୟାଳୟ (ବର୍ତ୍ତମାନର ଷ୍ଟୁଆର୍ଟ୍ ସ୍କୁଲ)ରେ ଅଧ୍ୟୟନ କଲାପରେ ରେଭେନ୍ସା କଲିଜିଏଟ୍ ସ୍କୁଲରେ ଅଧ୍ୟୟନ କରିଥିଲେ | ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଛଡା ଅନେକ ଇଞ୍ଜିନିୟରିଂ କଲେଜ ମଧ୍ୟ ଏଠାରେ ରହିଛି | ବାରବାଟି ଦୁର୍ଗ ପରି ଐତିହାସିକ ସ୍ଥାନ ଓ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର (ବିଦ୍ୟାଧରପୁର) ପରି ବୈଜ୍ଞାନିକ ଅନୁଷ୍ଠାନ ଏଠାରେ ରହିଛି | ସହର ଉତ୍ତର ଆଡକୁ ଚାରବାଟିଆଠାରେ ଉଡ୍ଡୟନ ଗବେଷଣା କେନ୍ଦ୍ର ସହିତ ସେନାବାହିନୀର ଏକ ବିମାନବନ୍ଦର ରହିଛି | ଏହାର ନିୟନ୍ତ୍ରଣ ଦାୟିତ୍ୱ ଭାରତ ସରକାରଙ୍କ ଗୁଇନ୍ଦା ସଂସ୍ଥା RAW (Research and Analysis Wing) ଉପରେ ନ୍ୟସ୍ତ| ଶିକ୍ଷା ଓ ଗବେଷଣା ପରିବହନ ଓ ଯୋଗାଯୋଗ ସଡକପଥରେ କଟକ, କୋଲକାତା ଓ ଚେନ୍ନାଇକୁ ସଂଯୋଗ କରୁଥିବା ୫ ନଂ ଜାତୀୟ ରାଜପଥ ସହ ଉତ୍ତମ ଭାବେ ସଂଯୁକ୍ତ । ରାଜ୍ୟର ପମୁଖ ବାଣିଜ୍ୟିକ କେନ୍ଦ୍ର ହୋ‍ଇଥିବାରୁ ଏହା ମଧ୍ୟ ରେଳପଥଦ୍ୱାରା ଉତ୍ତମ ରୂପେ ସଂଯୁକ୍ତ । ଓଡ଼ିଶାର ଅନ୍ୟ ଅଞ୍ଚଳ ପରି ଏହା ମଧ୍ୟ ରେଳବାଇର ପୂର୍ବତଟ ରେଳବାଇ ଅନ୍ତର୍ଗତ । ଓଡ଼ିଶାର ଏକମାତ୍ର କାର୍ଯ୍ୟକ୍ଷମ ସିଭିଲ୍ ବିମାନବନ୍ଦର, ବିଜୁ ପଟ୍ଟନାୟକ ବିମାନ ବନ୍ଦର, କଟକଠାରୁ ମାତ୍ର ୨୮ କି.ମି. ଦୂରରେ ଅବସ୍ଥିତ । ବସ୍ ଯୋଗଯୋଗ ହିସାବରେ କଟକର ବାଦାମବାଡି ବସ୍ ଟର୍ମିନସ୍ ଓଡ଼ିଶାରେ ସର୍ବବୃହତ୍ । ପ୍ରତିଦିନ ଏଠାରୁ ଶହଶହ ବସ୍ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଯାତାୟତ କରେ । ଦୂରବର୍ତ୍ତୀ ଅଗମ୍ୟ ସ୍ଥାନମାନଙ୍କ ଲାଗି ବସ୍ ପରିବହନ ହିଁ ଏକମାତ୍ର ଉପାୟ । କଟକରେ ଜଳ ପରିବହନର ବିଶେଷ ଚାହିଦା ନଥିଲେ ମଧ୍ୟ ମାଛ ଧରିବା ଓ ଆଞ୍ଚଳିକ ନୌପରିବହନ ଲାଗି ଛୋଟ ଛୋଟ ଡଙ୍ଗାମାନ ମହାନଦୀ ଓ କାଠଯୋଡିରେ ଚଳାଚଳ କରନ୍ତି । ଇଂରେଜ ଅମଳରେ ତାଳଦଣ୍ଡା କେନାଲ ବ୍ୟାପାରିକ ନୌପରିବହନର ଉତ୍କୃଷ୍ଟ ପନ୍ଥା ବିବେଚିତ ହେଉଥିଲେ ହେଁ ଅଧୁନା ଉନ୍ନତ ଟ୍ରକ ପରିବହନର ପ୍ରଚଳନ ହେତୁ ଏହାର ଆଉ ଚାହିଦା ନାହିଁ । ଏହାଛଡା କଟକର ଚାରବାଟିଆଠାରେ ଭାରତୀୟ ବାୟୁସେନାର ଏକ ବିମାନ ବନ୍ଦର ରହିଛି । କଟକରେ ଭାରତୀୟ ଡାକବିଭାଗ ବ୍ୟତୀତ ଅନେକ ଘରୋ‍ଇ କୋରିୟର ସଂସ୍ଥାମାନ ରହିଛନ୍ତି । ଚିଠିରୁ ଆରମ୍ଭ କରି ଟେଲିଗ୍ରାଫ୍ ଆଦି ସୁବିଧା ସହଜରେ ଉପଲବ୍ଧ । ସରକାରଙ୍କ ପରିଚାଳିତ ଭାରତ ସଞ୍ଚାର ନିଗମ ଛଡା ଏୟାରଟେଲ, ଏୟାରସେଲ୍, ରିଲାଏନ୍ସ, ଟାଟା ଇଣ୍ଡିକମ୍ ଓ ଭୋଡାଫୋନ୍ ପରି ଜାତୀୟ ସଞ୍ଚାର ସଂସ୍ଥାଗୁଡିକଙ୍କ ପକ୍ଷରୁ ଏଠାରେ ଉଭୟ ଲ୍ୟାଣ୍ଡଲାଇନ ଓ ମୋବାଇଲ୍ ସେବା ଉପଲବ୍ଧ । ଭାରତ ସଞ୍ଚାର ନିଗମ ଓ ଓରଟେଲ୍ ଆଦି ସଂସ୍ଥା ବ୍ରଡ୍‍ବ୍ୟାଣ୍ଡ ଇଣ୍ଟରନେଟ ସେବା ଯୋଗାଇ ଦେଉଛନ୍ତି । ପର୍ବପର୍ବାଣି thumb|250px|right|କଟକ ଚଣ୍ଡୀ ଓଡ଼ିଆ ସଂସ୍କୃତି ଅନୁଯାୟୀ କଟକରେ ମଧ୍ୟ ’ବାର ମାସରେ ତେର ପର୍ବ’ ପାଳିତ ହୁଏ । ତେବେ ଯେଉଁ ଦୁଇଟି ପର୍ବର ସବୁଠାରୁ ଅଧିକ ପ୍ରସିଦ୍ଧି ଆଛି ସେ ହେଲା କଟକର ଦଶହରା ଓ ବାଲିଯାତ୍ରା । ଦଶହରାରେ ଶକ୍ତି ରୂପିଣୀ ଦେବୀ ଦୁର୍ଗାଙ୍କ ପୂଜା କରାଯାଏ। ଦେବୀଙ୍କ ମହିଷମର୍ଦ୍ଦିନୀ ରୂପର ମୃଣ୍ମୟ ପ୍ରତିମାକୁ ନେଇ ସହରସାରା ଅନେକ ମେଢ ତିଆରି ହୋ‍ଇଥାଏ । ଦଶହରାର ଆଡ଼ମ୍ବର ବ୍ୟତୀତ କଟକ ମଧ୍ୟ ଚାନ୍ଦି ମେଢ଼ ଲାଗି ପ୍ରସିଦ୍ଧ। ଏହି ଚାନ୍ଦି ମେଢ଼ରେ ବିପୁଳ ପରିମାଣର ସୁନା ଓ ରୂପା ବ୍ୟବହୃତ ହୋ‍ଇଥାଏ। ଏହି ମେଢ଼ଗୁଡିକ ତାରକସୀ କାମର ଅନନ୍ୟ ନମୁନା। ପୂର୍ବ କାଳରେ ଜାଭା, ବାଳି, ସୁମାତ୍ରା ଆଦି ସ୍ଥାନମାନଙ୍କୁ ବୋ‍ଇତ ନେଇ ବେପାର କରିବାକୁ ଯାଉଥିବା ସାଧବପୁଅମାନଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ଲାଗି ବାଲିଯାତ୍ରାର ଆୟୋଜନ କରାଯାଏ । ନଭେମ୍ବର ମାସରେ ଆୟୋଜିତ ହେଉଥିବା ବାଲିଯାତ୍ରା ଦେଖିବା ଲାଗି ଏବଂ ବେପାର କରିବା ଲାଗି ଏହି ସମୟରେ କଟକରେ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରୁ ଆସି ଲୋକେ ଭିଡ଼ ଜମାନ୍ତି । ସେହିପରି ଜାନୁଆରୀରେ ପାଳିତ ହେଉଥିବା ମକର ସଂକ୍ରାନ୍ତିରେ ରଙ୍ଗବେରଙ୍ଗର ଗୁଡ଼ିରେ ଭରିଯାଇଥିବା ଆକାଶ ଅତ୍ୟନ୍ତ ସୁନ୍ଦର ଦିଶେ। ଏହାଛଡା ଅନ୍ୟାନ୍ୟ ହିନ୍ଦୁ ପର୍ବପର୍ବାଣି ମଧ୍ୟ କଟକରେ ବେଶ୍ ଆଡମ୍ବର ସହ ପାଳିତ ହୁଏ । ହିନ୍ଦୁଙ୍କ ବ୍ୟତୀତ କଟକରେ ବସବାସ କରୁଥିବା ମୁସ୍‍ଲିମ୍, ଖ୍ରୀଷ୍ଟିଆନ, ଶିଖ୍ ଓ ଅନ୍ୟାନ୍ୟ ଧର୍ମାବଲମ୍ବୀମାନେ ମଧ୍ୟ ନିଜ ନିଜ ଧାର୍ମିକ ପର୍ବ ପାଳନ କରନ୍ତି। ଏଗୁଡିକ ମଧ୍ୟରୁ ଇଦୁଲ ଫିତର, ଇଦୁଲ ଜୁହା, ବଡ଼ଦିନ ଆଦି ପ୍ରଧାନ । ଧାର୍ମିକ ପର୍ବ ବ୍ୟତୀତ ସମସ୍ତ ଜାତୀୟ ପର୍ବ ଯଥା ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସ ଆଦିକୁ ମଧ୍ୟ କଟକବାସୀ ବେଶ୍ ନିଷ୍ଠା ସହକାରେ ପାଳନ କରନ୍ତି । ଏହାଛଡା ବିଭିନ୍ନ ଅନ୍ତର୍ଜାତୀୟ ଦିବସ ଓ ପାଶ୍ଚାତ୍ୟ ପର୍ବମାନ ମଧ୍ୟ ଆଜିର ଯୁବଗୋଷ୍ଠୀ ମଧ୍ୟରେ ବେଶ୍ ଲୋକପ୍ରିୟ। ଏଗୁଡିକ ମଧ୍ୟରୁ ଭାଲେଣ୍ଟାଇନ୍ସ ଡେ ବିଶେଷ ଉଲ୍ଲେଖଯୋଗ୍ୟ। ଆଧାର ଅଧିକ ତଥ୍ୟ ଶ୍ରେଣୀ:କଟକ ଜିଲ୍ଲା ଶ୍ରେଣୀ:ତାରକସି କାମ
ସୋନୁ ନିଗମ
https://or.wikipedia.org/wiki/ସୋନୁ_ନିଗମ
ସୋନୁ ନିଗମ (ଜନ୍ମ ୩୦ ଜୁଲାଇ ୧୯୭୩ , ଫରିଦାବାଦ, ହରିୟାଣା) ଜଣେ ଭାରତୀୟ ଗାୟକ ଅଟନ୍ତି ଯେକି ଅନେକ ହିନ୍ଦୀ, ମରାଠୀ, ଓଡ଼ିଆ, ତେଲଗୁ, ତାମିଲ, କନ୍ନଡ ଓ ବଙ୍ଗଳା ସିନେମା ପାଇଁ କଣ୍ଠଦାନ କରିଛନ୍ତି । ସେ ମଧ୍ୟ ଅନେକ ପପ୍ ଆଲବମରେ କାମ କରିବା ସଙ୍ଗେ ସଙ୍ଗେ କିଛି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ ମଧ୍ୟ କରିଛନ୍ତି । କ୍ୟାରିୟର ପ୍ରାରମ୍ଭିକ କ୍ୟାରିୟର ସୋନୁ ନିଗମ ୩ ବର୍ଷ ବୟସରେ ତାଙ୍କ ବାପାଙ୍କ ସଙ୍ଗେ ମଞ୍ଚ ଉପରେ ମହମ୍ମଦ ରଫିଙ୍କ ଗୀତ “କ୍ୟା ହୁଆ ତେରା ୱାଦା......” ଗାଇ ଗାୟକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ତା’ ପରଠାରୁ ସୋନୁ ତାଙ୍କ ବାପାଙ୍କ ସଙ୍ଗେ ବିବାହ ଓ ପାର୍ଟି ଆଦିରେ ଗୀତ ଗାଇବାକୁ ଲାଗିଲେ । ସେ ତାଙ୍କ ସ୍ୱଳ୍ପ ବୟସ ସମୟରେ ଅନେକ ସଙ୍ଗୀତ ପ୍ରତିଯୋଗିତାରେ ସଫଳତାର ସହିତ ଭାଗନେଇଥିଲେ । ସେ ଗାୟକ ଭାବେ କ୍ୟାରିୟର ଗଢିବାଲାଗି ୧୯ ବର୍ଷ ବୟସରେ ତାଙ୍କ ବାପାଙ୍କ ସହିତ ମୁମ୍ବାଇ ଚାଲିଆସିଲେ । ଆରମ୍ଭରେ ମୁମ୍ବାଇରେ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା । ସେ ମହମ୍ମଦ ରଫିଙ୍କ ଗୀତ ଗାଇବାକୁ ଆରମ୍ଭକଲେ, ମୁଖ୍ୟତଃ T-Seriesର କେତେକ “ରଫି କି ୟାଦେଁ” ଆଲବମରେ । T-Series ସଂସ୍ଥାପକ ଗୁଲଶନ କୁମାର ସୋନୁଙ୍କ ଦକ୍ଷତା ଚିହ୍ନିବାରେ ଏବଂ ତାଙ୍କୁ ଅନେକ ଶ୍ରୋତାଙ୍କ ନିକଟରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। କଣ୍ଠଶିଳ୍ପୀ ରୂପେ ସୋନୁଙ୍କ ପ୍ରଥମ ଗୀତ ଜାନମ୍ (୧୯୯୦) ଫିଲ୍ମରେ ଥିଲା, କିନ୍ତୁ ଏହା ରିଲିଜ୍ ହୋଇନଥିଲା । ପ୍ରସିଦ୍ଧ ଟିଭି ସୋ ସା-ରେ-ଗା-ମାରେ ଆସିବା ପୂର୍ବରୁ ସେ ଅନେକ ରେଡିଓ ବିଜ୍ଞାପନରେ ସୁଯୋଗ ପାଇଥିଲେ । ସେ ଜଣେ ଉତ୍କୃଷ୍ଟ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଉସ୍ତାଦ ଗୁଲାମ ମୁସ୍ତଫା ଖାନ୍ ଙ୍କଠାରୁ ତାଲିମ ନେଇଥିଲେ । ସୋନୁ ସା-ରେ-ଗା-ମା (ଗାୟନ ପ୍ରତିଯୋଗିତା)ର ସଞ୍ଚାଳକ ରୂପେ କାମ ଆରମ୍ଭ କରିଥିଲେ, ଯାହାର ପ୍ରଥମ ଅଧ୍ୟାୟ ୧ ମଇ ୧୯୯୫ରେ ପ୍ରସାରିତ ହୋଇଥିଲା ଏବଂ ଖୁବ୍ ଶୀଘ୍ର ଭାରତୀୟ ଟେଲିଭିଜନ୍ର ଅନ୍ୟତମ ଲୋକପ୍ରିୟ ସୋ ହୋଇଗଲା । ଏହି ସୋ ସୋନୁଙ୍କୁ ନିଜ ଗାଇବାର ଦକ୍ଷତା ଓ ଦର୍ଶକଙ୍କୁ ମୁଗ୍ଧ କରିବାର କ୍ଷମତା ଦେଖାଇବାରେ ସାହାଯ୍ୟ କଲା । ଅତି ଶୀଘ୍ର ସେ ଆଲ୍‌ବମ ବେୱଫା ସନମ (୧୯୯୫)ର ଗୀତ “ଅଚ୍ଛା ସିଲା ଦିଆ...” ଗାଇଲେ, ଯାହାକି ଖୁବ୍ ସଫଳ ଥିଲା । ଏହାପରେ ଅଧିକ ସୁଯୋଗ ମିଳିବାରେ ଲାଗିଲା । ଅନୁ ମଲିକଙ୍କ ସଂଯୋଯିତ ବର୍ଡର୍(୧୯୯୭) ଫିଲ୍ମର ଗୀତ “ସନ୍ଦେଶେ ଆତେ ହେଁ...” ତାଙ୍କ ପ୍ରସିଦ୍ଧି ବଢେଇଥିଲା । ସେହି ବର୍ଷ ନଦୀମ-ଶ୍ରବଣଙ୍କ ସଂଯୋଯିତ ପରଦେଶ୍ ଫିଲ୍ମର ଗୀତ “ୟେ ଦିଲ ଦିୱାନା” ତାଙ୍କ ରଫିଙ୍କ ନକଲ ହେବାର ଛବିକୁ ବଦଳାଇଦେଲା । ତା’ପରେ ସେ ନିଜର ଭିନ୍ନ ଏକ ଶୈଳୀ ପ୍ରସ୍ତୁତ କଲେ ଓ ଭାରତର ନୂତନ କଣ୍ଠଶିଳ୍ପୀମାନଙ୍କ ଆଦର୍ଶ ପାଲଟିଗଲେ । ସମୟାନୁକ୍ରମେ ସୋନୁ ଭାରତୀୟ ସଙ୍ଗୀତ ଜଗତର ଏକ ମୁଖ୍ୟ ଶକ୍ତି ହୋଇଯାଇଛନ୍ତି । ସେ ଅନେକ ହିନ୍ଦୀ ଫିଲ୍ମର ଗୀତରେ କଣ୍ଠଦାନ କରିଛନ୍ତି ଏବଂ ଅନେକ ପୁରସ୍କାର ଜିତିଛନ୍ତି । ତାଙ୍କର “କଲ୍ ହୋ ନା ହୋ” ଓ “ମେଁ ହୁଁ ନା” ଆଦି ଚଳଚ୍ଚିତ୍ରର ଶୀର୍ଷକ ଗୀତ ଅନେକ ପ୍ରସିଦ୍ଧ । ସେ ନିଜକୁ ଏକ ପ୍ରକାର ଗୀତରେ ବାନ୍ଧି ନ ରଖି ବିଭିନ୍ନ ପ୍ରକାର(ରୋମାଣ୍ଟିକ୍, ରକ୍, ଦୁଃଖ, ଦେଶାତ୍ମବୋଧକ) ଗୀତରେ ନିଜର କଳା ନିପୁଣତାର ପ୍ରଦର୍ଶନ କରିଛନ୍ତି । ସୋନୁ ହିନ୍ଦୀ ବ୍ୟତୀତ ନିଜ ନିର୍ଭୁଲ ଉଚ୍ଚାରଣରେ ମରାଠୀ, ଓଡ଼ିଆ, ତେଲଗୁ, ତାମିଲ, କନ୍ନଡ, ବଙ୍ଗଳା, ପଞ୍ଜାବୀ, ଭୋଜପୁରୀ, ଉର୍ଦ୍ଦୁ, ନେପାଳୀ ଓ ଇଂରାଜୀ ଭାଷାରେ ଗୀତ ଗାଇଛନ୍ତି । ଆଧାର ବାହାର ଆଧାର ସୋନୁନିଗମ.ଇନ ଶ୍ରେଣୀ:ସଙ୍ଗୀତକାର ଶ୍ରେଣୀ:୧୯୭୩ ଜନ୍ମ ଶ୍ରେଣୀ:ଜୀବିତ ବ୍ୟକ୍ତି
୧୯୭୩
https://or.wikipedia.org/wiki/୧୯୭୩
ଘଟଣା ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଅଜ୍ଞାତ ତିଥି ଘଟଣା ଜନ୍ମ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ୩୦ ଜୁଲାଇ – ସୋନୁ ନିଗମ, ଭାରତୀୟ ଗାୟକ ଅକ୍ଟୋବର-ଡିସେମ୍ବର ମୃତ୍ୟୁ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଆଧାର ଶ୍ରେଣୀ:୧୯୭୩
କୋଣାର୍କ
https://or.wikipedia.org/wiki/କୋଣାର୍କ
କୋଣାର୍କ ଓଡ଼ିଶାର ପୁରୀ ଜିଲ୍ଲାରେ ଅବସ୍ଥିତ ଏକ ଛୋଟ ସହର । ଏଠାରେ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ସ୍ଥାପିତ ସୂର୍ଯ୍ୟ ମନ୍ଦିର ଅବସ୍ଥିତ । ପୁରୀ ସହରଠାରୁ ୩୨ କି.ମି. ଦୂରତାରେ ବଙ୍ଗୋପସାଗର କୂଳରେ ଅବସ୍ଥିତ । ଏହା ସ୍ୱର୍ଣ୍ଣ ତ୍ରିଭୁଜର ଗୋଟିଏ ସୀମାରେ ଅବସ୍ଥିତ । ଏହା ବ୍ଲାକ ପାଗୋଡା ନାମରେ ମଧ୍ୟ ବିଶ୍ୱ ବିଖ୍ୟାତ । http://konark.nic.in/intro.htm. Official website. କୋଣାର୍କ ଅର୍କକ୍ଷେତ୍ର, ପଦ୍ମକ୍ଷେତ୍ର ନାମରେ ପୁରାଣ ପ୍ରସିଦ୍ଧ । ଏହା ମୈତ୍ରେୟ ବନ ଭାବେ ମଧ୍ୟ ପରିଚିତ ଥିଲା| http://www.odisha.gov.in/portal/LIWPL/event_archive/Events_Archives/152Konark_Dance_Music_Festival_2010.pdf. 25th Konark Dance & Music festival ଏହି ସ୍ଥାନ ଭୁବନେଶ୍ୱରଠାରୁ ୬୫ କି.ମି. ଦୁରରେ ଅବସ୍ଥିତ । ଏଠାରେ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ସ୍ଥାପିତ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ରହିଛି । ଏହା ଚନ୍ଦ୍ରଭାଗା ଓ ବଙ୍ଗୋପସାଗର କୂଳରେ ଅବସ୍ଥିତ । କୋଣାର୍କରେ ପ୍ରତି ଡିସେମ୍ବର ମାସରେ ବାର୍ଷିକ ନାଚ ଓ ଗୀତ ଉତ୍ସବ ପାଳନ ହୁଏ । ଏଥିରେ ଅନେକ ଭାରତୀୟ ନାଚ ପ୍ରଦର୍ଶିତ ହୁଏ । କୋଣାର୍କ ସୂର୍ଯ୍ୟ ମନ୍ଦିର thumb|left|150px|କୋଣାର୍କ ସୂର୍ଯ୍ୟ ମନ୍ଦିର ଏହି ମନ୍ଦିରଟି ଚନ୍ଦ୍ରଭାଗା ନଦୀ ଓ ବଙ୍ଗୋପସାଗରର ସଙ୍ଗମ ସ୍ଥଳରେ ଗଢିଉଠିଥିଲା। ସେ ଯୁଗରେ ଏହା ଏକ ପୋତାଶ୍ରୟୀ ବନ୍ଦର ଥିଲା। ଏହାର ନାମଥିଲା କୋଣଗର(କୋଣାକୋଣ)। ଏହାର ବେଢାର ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ ୮୫୭ ଓ ୫୪୦ଫୁଟ୍ । ୧୩ ଫୁଟ୍ ଉଚ୍ଚ ପଥର ଚଟାଣ ଉପରେ ରଥ ରୂପରେ ବିମାନ ଓ ଜଗମୋହନ ଗଢାହେଲା। ମନ୍ଦିରଟି କଳିଙ୍ଗ ସ୍ଥାପତ୍ୟ ନିୟମ ଅନୁଯାୟୀ ତିଆରି । ୧୨୩୮ଠାରୁ ୧୨୬୪ଖ୍ରୀ.ଅ ମଧ୍ୟରେ ଓଡ଼ିଶାରେ ରାଜା ଲାଙ୍ଗୁଳା ନରସିଂହଦେବ ରାଜୁତି କରୁଥିଲେ । ସେ ସୂର୍ଯ୍ୟଙ୍କ ପୂଜାପାଇଁ ସୁନ୍ଦର ମନ୍ଦିରଟିଏ ତୋଳାଇବାକୁ ଇଚ୍ଛା କରିଥିଲେ। ରାଜାଙ୍କ ଆଦେଶରେ ରାଜ୍ୟର ଅନେକ କାରିଗରଙ୍କ ମଧ୍ୟରୁ ୧୨୦୦ ଭଲ ଭଲ କାରିଗରଙ୍କୁ ବଛାହେଇ ମନ୍ଦିରର କାମ ଆରମ୍ଭ ହୋଇଥିଲା । ମନ୍ଦିର ତିଆରିରେ ମୁଖ୍ୟ କାରିଗର ଥିଲେ ବିଶୁମହାରଣା। ମନ୍ଦିରଟି ଏକ ରଥ ଆକାରରେ ତିଆରିହେଲା । ସେଥିରେ ସାତଟି ପଥର ଘୋଡ଼ା ଯୋଖା ହେଲା । ଏହାର ଚକ ସଂଖ୍ୟା ୨୪। ଯାହାକି ଦିନର ୨୪ ଘଣ୍ଟାର ପ୍ରତୀକ। ଚକର ଆଠଟି ଦିନର ଆଠ ପ୍ରହରକୁ ସୂଚାଏ। ଆଧାର ଆଗକୁ ପଢ଼ିବେ G.C. Chauley, Sun Temple of Konark: History and Preservation ଅଧିକ ତଥ୍ୟ Government website for Konark Konark Sun Temple India Website Konark in the travel section of the New Indian Express ଶ୍ରେଣୀ:ପୁରୀ ଜିଲ୍ଲାର ଗାଆଁ ଓ ସହର ଶ୍ରେଣୀ:ଓଡ଼ିଶା ପର୍ଯ୍ୟଟନ ଶ୍ରେଣୀ:ହିନ୍ଦୁ ତୀର୍ଥସ୍ଥଳ
ଚିଲିକା ହ୍ରଦ
https://or.wikipedia.org/wiki/ଚିଲିକା_ହ୍ରଦ
ଚିଲିକା ଓଡ଼ିଶାର ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ବ୍ୟାପିଥିବା ଏକ ଖାରିଆ ହ୍ରଦ । ଏହା ଓଡ଼ିଶାର ସବୁଠୁ ବଡ଼ ହ୍ରଦ । ଅଂଶୁପା ଓ ସର ମଧୁରଜଳ ହ୍ରଦ ହୋଇଥିବା ବେଳେ ଚିଲିକା ହେଉଛି ଖାର ପାଣି ହ୍ରଦ। ପ୍ରବାସୀ ପକ୍ଷୀମାନଙ୍କ ପାଇଁ ଏହା ଭାରତୀୟ ଉପମହାଦେଶରେ ସବୁଠାରୁ ବଡ଼ ଶୀତକାଳୀନ ବାସସ୍ଥାନ । ଚିଲିକାରେ ଶୀତଦିନ ବିତାଇବା ପାଇଁ ଏମାନେ ସୁଦୂର ଉତ୍ତର ଗୋଲାର୍ଦ୍ଧ ଓ ସାଇବେରିଆ ଅଞ୍ଚଳରୁ ହଜାର ହଜାର ମାଇଲ ଉଡ଼ି ଆସନ୍ତି । ଏହି ହ୍ରଦରେ ଅନେକ ସଙ୍କଟାପର୍ଣ୍ଣ ପ୍ରଜାତିର ଉଦ୍ଭିଦ ଏବଂ ପ୍ରାଣୀ ବାସ କରନ୍ତି । ଏଠାରେ ଥିବା ପରିକୁଦ ଓ ମାଲୁଦ ଦ୍ୱୀପରେ ଥିବା ମନ୍ଦିର ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ । ପ୍ରକୃତିର ବିବିଧତା ଏଠାରେ ଫୁଟିକରି ଦେଖାଯାଏ । ବିଭିନ୍ନ ପ୍ରକାରର ପକ୍ଷୀ, ସାମୁଦ୍ରିକ ପ୍ରାଣୀ, ଉଦ୍ଭିଦମାନଙ୍କର ଏହା ଗନ୍ତାଘର । ଅନେକ ପୁସ୍ତକରେ ଚିଲିକା ଏକ ହ୍ରଦ ଭାବରେ ବର୍ଣ୍ଣିତ ଓ ଆଲୋଚିତ । ହ୍ରଦ ଏକ ଜଳଭାଗ ଯାହାର ଚତୁଃପାର୍ଶ୍ୱ ସ୍ଥଳଭାଗଦ୍ୱାରା ପରିବେଷ୍ଟିତ । ମାତ୍ର ଚିଲିକା ହେଉଛି ଏକ "ଲବଣାକ୍ତ ହ୍ରଦ" ବା ଲଗୁନ୍ (Lagoon) । ଏହା ଏପରି ଏକ ଜଳଭାଗ ଯାହାର ପ୍ରାୟଶଃ ତିନିପାର୍ଶ୍ୱ ସ୍ଥଳଭାଗଦ୍ୱାରା ପରିବେଷ୍ଟିତ ହୋଇଥିବା ବେଳେ ଏକ ପାର୍ଶ୍ୱ ସମୁଦ୍ର ସହ ସଂଯୁକ୍ତ। ସୁତରାଂ ଚିଲିକାକୁ ହ୍ରଦ ପରିବର୍ତ୍ତେ ଲଗୁନ୍ କୁହାଯିବା ଯୁକ୍ତିଯୁକ୍ତ । ଚିଲିକାର ଅବସ୍ଥିତି ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ଚିଲିକା ଓଡ଼ିଶାର ବୃହତ୍ତମ ହ୍ରଦ ଭାବରେ ଜଣାଶୁଣା । ପୂର୍ବତଟ ରେଳପଥ (East Coast Railway)ରେ ଯାତ୍ରା କଲେ ନିକଟତମ ଷ୍ଟେସନଗୁଡ଼ିକ ହେଉଛି ବାଲୁଗାଁ ଓ ରମ୍ଭା । ଜାତୀୟ ରାଜପଥ ୫ରେ ଗଲେ ବାଲୁଗାଁ, ବରକୁଳ ଓ ରମ୍ଭାରେ ଓହ୍ଲାଇ ଚିଲିକା ଯାଇହୁଏ। ଭୁବନେଶ୍ୱରଠାରୁ ବାଲୁଗାଁ ପ୍ରାୟ ୧୦୦ କି.ମି., ବରକୁଳ ୧୧୦ କି.ମି. ଓ ରମ୍ଭା ୧୩୦ କି.ମି.। ପୁରୀବାଟଦେଇ ଗଲେ ସାତପଡ଼ାରୁ ଯିବାକୁ ହୁଏ । ପୁରୀଠାରୁ ସାତପଡ଼ା ୫୦ କି.ମି.। ବୁଲାବୁଲି ପାଇଁ ସର୍ବୋତ୍କୃଷ୍ଟ ସମୟ ହେଉଛି ଅକ୍ଟୋବର ମାସରୁ ଫେବୃୟାରୀ ମାସ, ମାତ୍ର ଉପଭୋଗର ସମୟ ଡିସେମ୍ବର ଜାନୁୟାରୀ ମାସ । ଭୌଗୋଳିକ ସ୍ଥିତି ଅନୁଯାୟୀ ଚିଲିକା ୧୯ ୦ -୨୮'ରୁ ୧୯ ୦ -୫୪' ଉତ୍ତର ଅକ୍ଷାଂଶ ଏବଂ ୮୫ ୦ -୦୫'ରୁ ୮୫ ୦ -୩୮' ପୂର୍ବ ଦ୍ରାଘିମା ରେଖା ମଧ୍ୟରେ ଅବସ୍ଥିତ । ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ପରି ଓଡ଼ିଶାରେ ତିନୋଟି ଜିଲ୍ଲାକୁ ଏହା ସ୍ପର୍ଶ କରିଛି ।http://www.orissabigyanacademy.nic.in/pdf/June-2012-SH.pdf Monthly Odia magazine "Bigyan Diganta"(January,2012 ) ଚିଲିକାର ବିଶେଷତ୍ୱ ପୃଥିବୀରେ ଯେତେଗୁଡ଼ିଏ ଜଳଭାଗ, ହ୍ରଦ ବା ଲଗୁନ ରହିଛି ତନ୍ମଧ୍ୟରେ ଚିଲିକାର ସ୍ଥାନ ସ୍ୱତନ୍ତ୍ର। ତାହାର କାରଣ ଏହା :- ଏକ ବୃହତମ ଲବଣାକ୍ତ ହ୍ରଦ ବା ଲଗୁନ । ଚିଲିକା ଭାରତ ଉପମହାଦେଶରେ ପରିବ୍ରାଜୀ ପକ୍ଷୀମାନଙ୍କର ଏକ ବୃହତ୍ତମ ଓ ଉତ୍ତମ "ଶୀତ ଭୂମି" (wintering ground)। ଭାରତ ବର୍ଷର ଜୈବବିଭିନ୍ନତା (biodiversity)ର ଏକ ବୃହତ "ଉଷ୍ମସ୍ଥଳ" ବା ହଟ୍ ସ୍ପଟ୍ (hot spot)। ଲଗୁନଭାବେ ମତ୍ସ୍ୟମାନଙ୍କ ରଏକ ଅତି ଉତ୍ପାଦନକ୍ଷମ ପରିସଂସ୍ଥା । ଦେଶର ଜଳୀୟ ପକ୍ଷୀମାନଙ୍କର ଏକ ବୃହତ୍ତମ ଆବାସ ତଥା ପ୍ରଜନନସ୍ଥଳୀ, ଯାହାକି ଶୀତଋତୁରେ ପ୍ରତୀୟମାନ । ଲଗୁନ ମଧ୍ୟସ୍ଥ ନଳବଣ ଦ୍ୱୀପ ବନ୍ୟଜନ୍ତୁ (ସଂରକ୍ଷଣ) ନିୟମାନୁଯାୟୀ ଏକ ପକ୍ଷୀ ଅଭୟାରଣ୍ୟ ଭାବରେ ଘୋଷିତ । ଜୈବ ବିଭିନ୍ନତାର ସଂରକ୍ଷଣ ଓ ପରିଚାଳନା ନିମିତ୍ତ ଏହି ଲଗୁନ ଭାରତ ସରକାରଙ୍କ ଜାତୀୟ ଆର୍ଦ୍ରଭୂମି, ହେନ୍ତାଳ ବଣ ଓ ପ୍ରବାଳଶ୍ରେଣୀ ସମିତି (National Wetlands, Mangroves and Coral Reefs Committee of Ministry of Envrionment and Forests, Government of India)ଦ୍ୱାରା ଏକ ପ୍ରମୁଖ ସ୍ଥାନ ଭାବରେ ଚିହ୍ନିତ, ନିର୍ଦ୍ଧାରିତ ଓ ବିବେଚିତ। କାସ୍ପିଆନ ସାଗର, ବୈକାଲ ହ୍ରଦ, ଆରଲ ସାଗର (Aral Sea), ରୁଷିଆ, ମଙ୍ଗୋଲିଆର କିରଗିଜ ତୃଣଭୂମି, କେନ୍ଦ୍ର ଓ ଦକ୍ଷିଣ ପୂର୍ବ ଏସିଆ, ଲଦାଖ ଏବଂହିମାଳୟ ଆଦି ଦୂରଦୂରନ୍ତରୁ ଆସି ପରିବ୍ରାଜୀ ପକ୍ଷୀଗଣଙ୍କ ରଙ୍କ ଶୀତଋତୁରେ ଠୁଳ ହେବା ଭାରତ କାହିଁକି ସମଗ୍ର ପୃଥିବୀରେ ଏକ ବିସ୍ମୟ ପରିସଂସ୍ଥା, ଖାଦ୍ୟର ପ୍ରାଚୁର୍ଯ୍ୟ ଓ ପ୍ରଜନନର ଅନୁକୂଳ ପରିସ୍ଥିତି ଦୃଷ୍ଟିରୁ ଏହା ସମ୍ଭବ ହୋଇଛି। ଚିଲିକାର ସୁସ୍ୱାଦୁ ମତ୍ସ୍ୟ, ଚିଙ୍ଗୁଡ଼ି ଓ କଙ୍କଡ଼ା ପୃଥିବୀ ବିଖ୍ୟାତ। ବିପୁଳ ଜୈବବିଭିନ୍ନତା ଓ ସାମାଜିକ ଅର୍ଥନୈତିକ ପ୍ରାଧାନ୍ୟ ହେତୁ ଭାରତ ସରକାର ୧୯୮୧ ମସିହାରେ ଆର୍ଦ୍ରଭୂମି ଆନ୍ତର୍ଜାତିକ ପ୍ରାଧାନ୍ୟ (Convention of Wetlands of International Importance) ପ୍ରଦାନ କରିଛନ୍ତି। ଚିଲିକାର ଭୌଗୋଳିକ ସ୍ଥିତି ଆନ୍ତର୍ଜାତିକ ସ୍ତରରେ ଚିଲିକା ଏକ ମୁଖ୍ୟ ସ୍ଥାନ ପାଇବାର ପ୍ରଧାନ କାରଣ ହେଉଛି ତାର ଭୌଗୋଳିକ ସ୍ଥିତି ତଥା ଅନ୍ୟ ବିଭବ (ସାରଣୀ ୧) । ସାରଣୀ (୧) କ୍ରମିକ ସଂଖ୍ୟା ବିଭିନ୍ନ ଭୌଗୋଳିକ କାରକ ପରିମାପ, ସଂଖ୍ୟା, ନାମ, ଆକାର ୧.ଓଡ଼ିଶାର କେଉଁ ଜିଲ୍ଲା ଛୁଇଁଛିପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ୨. କ୍ଷେତ୍ରଫଳ (Catchment Area) ୩୫୬୦ ବର୍ଗ କିଲୋମିଟର ୩. ସୀମା ପୂର୍ବ -ବଙ୍ଗେ।ପସାଗର ପଶ୍ଚିମ -ପୂର୍ବଘାଟ ପର୍ବତମାଳାର ପାହାଡ଼ ଉତ୍ତର -ମହାନଦୀ ତ୍ରିକୋଣଭୂମିର ସମତଳ ଅଞ୍ଚଳ ଦକ୍ଷିଣ -ପୂର୍ବଘାଟ ପର୍ବତମାଳାର ପାହାଡ ୪. ଲଗୁନର ଆକାର ନାସପାତି ଫଳପରି (pear shaped) ୫. ସ୍ଥିତି ଅକ୍ଷାଂଶ - ଉତ୍ତର ୧୯ ୦ -୨୮'ରୁ ୧୯ ୦ -୫୪ ' ଦ୍ରାଘିମା - ପୂର୍ବ ୮୫ ୦ -୦୫'ରୁ ୮୦ ୦ -୩୮' ୬. ଲମ୍ବ ଓ ପ୍ରସ୍ଥ ସର୍ବାଧିକ ଲମ୍ବ - ୬୪.୩୦ କି.ମି. ସର୍ବାଧିକ ପ୍ରସ୍ଥ - ୧୮.୦୦ କି.ମି. ସର୍ବନିମ୍ନ ପ୍ରସ୍ଥ - ୫.୦୦ କି.ମି. ୭. ଜଳ ସ୍ଥିତି ସର୍ବାଧିକ - ୧୧୬୫ ବର୍ଗ କି.ମି. ସର୍ବନିମ୍ନ - ୭୪୦ ବର୍ଗ କି.ମି. ୮. ଲଗୁନରେ ମିଶୁଥିବା ନଦୀ ନାଳ୩୫ ୯. ଦ୍ୱୀପ ସଂଖ୍ୟାର କ୍ଷେତ୍ରଫଳ୨୨୩ ବର୍ଗ କି.ମି. ୧୦. ଗଭୀରତା୦.୩୮ରୁ ୪.୨ ମିଟର ୧୧. ମୁଖ୍ୟ ପରିସଂସ୍ଥା ବିଭାଗ (Major Ecological Division) ଉତ୍ତର ଖଣ୍ଡ (Northern Sector) କେନ୍ଦ୍ର ଖଣ୍ଡ (Central Sector) ଦକ୍ଷିଣ ଖଣ୍ଡ (Southern Sector) ବାହ୍ୟ କେନାଲ (Outer Channel) ଚିଲିକାର ଜୈବବିଭିନ୍ନତା ଦେଖଣାହାରୀ ତଥା ପର୍ଯ୍ୟଟକଙ୍କ ପାଇଁ ଚିଲିକାର ମୁଖ୍ୟ ଆକର୍ଷଣ ହେଉଛି ଏହାର ଜୈବବିଭିନ୍ନତା । ଉଦ୍ଭିଦ ଓ ପ୍ରାଣୀମାନଙ୍କ ଅପୂର୍ବ ସମାବେଶ ହେତୁ ଏହା ପୃଥିବୀର ଏକ ଅନନ୍ୟ, ଅନୁପମ ଓ ଅନବଦ୍ୟ ଜୈବବିଭିନ୍ନତା ହଟ ସ୍ପଟ ଭାବରେ ଗୃହୀତ, ଆଲୋଚିତ ଓ ପରିଗଣିତ (ସାରଣୀ ୨)। ସାରଣୀ (୨) କ୍ରମିକ ସଂଖ୍ୟା ଉଦ୍ଭିଦ ବା ପ୍ରାଣୀ ନାମ ସେମାନଙ୍କ ପ୍ରକାର (Species)୧.ପ୍ଲବ ଉଦ୍ଭିଦ (Phytoplankton)୪୩ ୨.ଶୈବାଳ (Algal Communities)୨୨ ୩.ସମ୍ବାହୀ ଉଦ୍ଭିଦ (Vascular Plant)୧୫୦ ୪.ଏକକୋଷୀ ପ୍ରାଣୀ (Protozoa)୬୧ ୫.ଚଟକାକୃମିଜାତୀୟ ପ୍ରାଣୀ (Platyhelminthes)୨୯ ୬.ସୂତ୍ରକୃମିଜାତୀୟ ପ୍ରାଣୀ (Nematodes)୩୭ ୭.ଦଶପଦୀ (Decapodes)୩୦୮.ଶମ୍ବୁକ (Molluscs)୧୩୬୯.ମତ୍ସ୍ୟ (Pisces ବା Fishes)୨୨୫ ୧୦.ଉଭୟଚର ଓ ସରୀସୃପ (Amphibians ଓ Reptiles)୩୭ ୧୧.ପକ୍ଷୀ (Aves)୧୫୬ ୧୨.ସ୍ତନ୍ୟପାୟୀ (Mammals)୧୮ ଉତ୍ସ : ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପ୍ରକାଶନ (ଏହି ସଂଖ୍ୟା ଅବଶ୍ୟ ପରିବର୍ତ୍ତନୀୟ) ଏରାବ଼ାଡ଼ି ଡଲଫିନ୍ (ଇରାବତୀ ଡଲଫିନ୍ ବା ଶିଶୁମାର) ଓ ବିଶାଳ ପକ୍ଷୀ ଅଭୟାରଣ୍ୟ ନଳବଣ ଯୋଗୁଁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଓ ମାନ ପାଇଥିବା ନୀଳାମ୍ବୁ ଚିଲିକା ବେଶ ବିଦିତି ଓ ବିଖ୍ୟାତ । ସାତପଡ଼ା "ଡଲଫିନ୍ ଗଡ଼" ଭାବରେ ସୁବିଦିତ। ଚିଲିକାରେ ଅବସ୍ଥିତ ମୁଖ୍ୟ ଦ୍ୱୀପ ଗୁଡ଼ିକ ହେଉଛି ନଳବଣ, କାଳିଜାଈ, ସୋମୋଲୋ (Somolo), ହନିମୁନ୍ (Honeymoon), ବ୍ରେକ୍ ଫାଷ୍ଟ (Breakfast), ବିକନ୍ (Beacon), ଦୁମକୁଡ଼ି, ପାରିକୁଦ, ମାଲୁଦ, ବରୁଣକୁଦ ଓ ପକ୍ଷୀ ଦ୍ୱୀପ (Birds Island) । ପ୍ରତ୍ୟେକ ବର୍ଷ ଡିସେମ୍ବର ଓ ଜାନୁୟାରୀ ମାସରେ ଶିପକୁଦା, ଗମ୍ଭାରୀ, ମିର୍ଜାପୁର, ବାସୁଦେବପୁର, ସାତପଡ଼ା, ବାଲୁଗାଁ ଓ କୃଷ୍ଣପ୍ରସାଦ ଗଡ଼ ଜେଟ୍ଟି ନିକଟରେ ପର୍ଯ୍ୟଟଙ୍କ ଭିଡ଼ ହିଁ ଚିଲିକାର ଗୁରୁତ୍ୱ ଓ ଗାରିମାର ସୂଚନା ଦିଏ । ବାଲୁଗାଁ ବନ୍ୟଜୀବ ଡିଭିଜନ ଅଧୀନସ୍ଥ ଟାଙ୍ଗୀ, ଚିଲିକା, ସାତପଡ଼ା, ରମ୍ଭା ଓ ବାଲୁଗାଁ ପରି ପାଞ୍ଚଟି ରେଞ୍ଜର ୧୭ଟି ଜୋନ ଜରିଆରେ କରାଯାଇଥିବା ପକ୍ଷୀଗଣନାରୁ ଜଣାଯାଏ ଯେ ବିଗତ ୫ ବର୍ଷ (୨୦୦୬-୦୭ଠାରୁ ୨୦୧୦-୧୧) ଭିତରେ ଚିଲିକାର ପକ୍ଷୀସଂଖ୍ୟା ୮-୯ ଲକ୍ଷ ଭିତରେ ରହୁଛି । ୨୦୧୦ ମସିହାର ସର୍ବାଧିକ ୯,୨୪,୫୭୮ଟି ପକ୍ଷୀ ଗଣନା କରାଯାଇଥିବା ସ୍ଥଳେ ୨୦୧୧ ମସିହାରେ ଏହି ସଂଖ୍ୟା ହ୍ରାସ ପାଇ ୮,୦୪,୪୫୨ରେ ପହଞ୍ଚିଥିଲା । ଚିଲିକାର ଜୈବବିବିଧତା ସୁରକ୍ଷା ତଥା ସଂରକ୍ଷଣ ଦିଗରେ ବନ୍ୟଜୀବ ବିଭାଗ (Wildlife Division), ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (Chilika Development Authority ବା CDA) ଓ ଜିଲ୍ଲା ପ୍ରଶାସନ (ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ) ବେଶ ତତ୍ପର ଅଛନ୍ତି । ୨୦୧୦-୨୦୧୧ ମଧ୍ୟରେ ୮୭ଟି ମୃତପକ୍ଷୀ ଶିକାରୀଙ୍କ ନିକଟରୁ ଜବତ କରାଯାଇଛି ଏବଂ ବନ୍ୟଜୀବ (ସୁରକ୍ଷା) ଆଇନ [Wildlife (Protection) Act] ୧୯୭୨ ଧାରା-୯ ଓ ଧାରା-୩୯ ଅନୁଯାୟୀ ଏଥିରେ ସଂପୃକ୍ତ ଥିବା ୩୫ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏହି ଆଇନର ଧାରା-୫୧ ଅନୁଯାୟୀ ୩ରୁ ୭ ବର୍ଷ କାରାଦଣ୍ଡ ବ୍ୟବସ୍ଥା ମଧ୍ୟ ରହିଛି। ସମସ୍ୟା ବଳୟରେ ଚିଲିକା ଅପୂର୍ବ ଜୈବବିଭିନ୍ନତା ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ପର୍ଯ୍ୟଟକଙ୍କୁ ଚିଲିକା ପ୍ରତି ଆକର୍ଷିତ କରିଥାଏ। ଏହା ସହ ପ୍ରାଣୀଜ ପୁଷ୍ଟିସାର ଖାଦ୍ୟର ଆକର୍ଷଣ ବା ମୋହ ଚିଲିକାକୁ ବିକୃତ କରିବାରେ ଲାଗିଛି। ଚିଲିକାର ସମସ୍ୟାଗୁଡ଼ିକ ନିମ୍ନରେ ଦିଆଗଲା। ବିଭିନ୍ନ ନଦୀନାଳରୁ ଆସୁଥିବା ପାଣି ଓ ପଟୁ ଜମା ହେବା ଯୋଗୁଁ ଚିଲିକା ଧୀରେ ଧୀରେ ପୋତି ହେବାରେ ଲାଗିଛି (siltation)। ଏହା ଏକ ପ୍ରାକୃତିକ ସମସ୍ୟା। ଲବଣ ମାତ୍ରା (salinity)ରେ କ୍ରମାଗତ ପରିବର୍ତ୍ତନ ଓ ମଧୁରଜଳ ଅନାବନା ଗଛ (weeds) ଜଳୀୟ ପ୍ରାଣୀ ସଂପଦକୁ ବେଶ ପ୍ରଭାବିତ କରିଛି ଚିଲିକା ସନ୍ନିକଟ ଅଧିବାସୀଗଣ ଚିଲିକା ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ। ସେମାନେ ଅବିରତ ଚିଲିକା ଗର୍ଭରୁ ମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ା ଆଦି ମୂଲ୍ୟବାନ ପ୍ରାଣୀମାନଙ୍କୁ ବିଭିନ୍ନ ଚିରାଚରିତ କୌଶଳ ମାଧ୍ୟମରେ ଧରି ବିକ୍ରୟକରି ପେଟ ପୋଷିଥାନ୍ତି। ଫଳରେ ଏସବୁ ପ୍ରାଣୀଙ୍କ ସଂଖ୍ୟା ହ୍ରାସ ସହ ସେମାନଙ୍କ ଅଭିବୃଦ୍ଧି ବେଶ ବାଧାପ୍ରାପ୍ତ ହେବାରେ ଲାଗିଛି। ଏପରି ଅତ୍ୟଧିକ ଜୈବ ସଂପଦର ସଂଗ୍ରହ ଜୈବବିଭିନ୍ନତା କ୍ଷୟର ଏକ ମୁଖ୍ୟ କାରଣ। ପର୍ଯ୍ୟଟନ କ୍ଷେତ୍ର ଭାବରେ ସୁନାମ ଅର୍ଜନ କରି ଥିବା ଚିଲିକାକୁ ନିରନ୍ତର ଭାବରେ ପର୍ଯ୍ୟ ଟକଙ୍କ ଆଗମନ , ଭ୍ରମଣ ଓ ଦର୍ଶନ ଆଦି ଡଲଫିନ ପରି ପ୍ରାଣୀମାନଙ୍କ ସୁରକ୍ଷା ପ୍ରତି ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟିକରିଛି । ୨୦୧୦ ମସିହାରେ ଡଲଫିନକୁ ଦେଖିବାକୁ ନ ମିଳିବାରୁ ସମସ୍ତଙ୍କ ମନରେ ସନ୍ଦେହ ଦେଖାଦେଇଛି ଏମାନଙ୍କ ସ୍ଥିତି, ଅବସ୍ଥିତି ଓ ପରିସ୍ଥିତି ଉପରେ। ପର୍ଯ୍ୟଟକଙ୍କ ଯାତ୍ରା ପାଇଁ ଯନ୍ତ୍ରଚାଳିତ ଡଙ୍ଗ।ର ବ୍ୟବହାର, ମତ୍ସ୍ୟ ସଂଗ୍ରହ ତଥା ପକ୍ଷୀ ଓ ଜଳଜୀବମାନଙ୍କ ଚଳପ୍ରଚଳରେ ବେଶ ବାଧା ସୃଷ୍ଟିକରିବା ସ୍ୱାଭାବିକ । ଏହା ଉପରେ ସେପରି କୌଣସି କଟକଣା ବା ନିୟନ୍ତ୍ରଣ ପରିଲକ୍ଷିତ ହୁଏନାହିଁ । ପର୍ଯ୍ୟଟକଙ୍କ ଅବିରତ ଯାତ୍ରା ଓ ଭ୍ରମଣ ଚିଲିକା କୂଳ ଓ ଜଳଭାଗ ପ୍ରଦୂଷଣର କାରଣ । ବିଶେଷ କରି ପଲିଥିନ, ପ୍ଲାଷ୍ଟିକ ଓ ସେହିପରି ପ୍ରଦୂଷଣକାରୀ ପଦାର୍ଥର ବ୍ୟବହାର ଉପରେ ପ୍ରାୟତଃ କଟକଣା ନାହିଁ। ମୋଟର ଲଞ୍ଚରେ ବ୍ୟବହୃତ ଡିଜେଲ ପରି ତୈଳର ବ୍ୟବହାର ଜଳ ପ୍ରଦୂଷଣର ଅନ୍ୟ କାରଣ। ଫଳତଃ ଜଳୀୟ ପ୍ରାଣୀଙ୍କ ପରିବେଶ ଓ ଖାଦ୍ୟ ବେଶ ପ୍ରଦୂଷିତ ଓ କଳୁଷିତ ହେଉଛି। ନୌବାଣିଜ୍ୟ ଯୋଗୁଁ ସ୍ଥାନର ନାମକରଣ ଚିଲିକା କୂଳରେ ବନ୍ଦର ଜାଗାମାନଙ୍କରେ ରାଜପଥ ଓ ନଦୀ ଯୋଗେ ମାଲ୍‌ ଆସି ମହଜୁଦ୍‌ ରହୁଥିଲା ବା ସେଠୁ ବିଭିନ୍ନ ସ୍ଥାନକୁ ପଠାଯାଉଥିଲା ରାଜ୍ୟ ଭିତରକୁ। ମାଲ୍‌ ରହିବା ସ୍ଥାନକୁ ମାଲୁଦ ଏହି ନାମରେ ଏବେ ପାରିକୁଦରେ ମାଲୁଦ ବୋଲି ଜଣାଶୁଣା ଜାଗାଟିଏ ଅଛି। ଚିଲିକା ବକ୍ଷ ଦେଇ ମୁହାଣକୁ ଗଲାବେଳେ ଚିଲିକା ମଧ୍ୟରେ ଅନେକ କୁଦ ବା ଦୀପ ପାରିହେବାକୁ ପଡ଼େ। ଏହା ଦୀପ ସମୂହକୁ ପାରି ହେଉଥିବାରୁ ସେମାନଙ୍କର ନାମ ରଖାଯାଇଛି ପାରିକୁଦ। ରାତିରେ ବୋଇତମାନଙ୍କୁ ଦିଗ୍‌ଦର୍ଶନ ପାଇଁ ସେମାନେ ମୁଣ୍ଡିଆ ଉପରେ ପଥରରେ ଖାଲ କରି ସେଥିରେ ଘିଅ ଢ଼ାଳି ବତୀରେ ଅଗ୍ନି ସଂଯୋଗ କରି ଜାଳି ରଖୁଥିଲେ। ଏହିପରି ଏକ ମୁଣ୍ଡିଆର ନାମ ଦୀପ ମୁଣ୍ଡିଆ ଏବଂ ‘ଖଳା’ର ନାମ ଘିଅଖଳା। ସେହିପରି ବୋଇତ ପାଖକୁ ଯିବା ରାସ୍ତାକୁ ବୋଇତହୁଡ଼ା, ପାହାଡ଼ ତଳ ବନ୍ଦରକୁ ବୋଇତ ପାହାଡ଼। ଏମିତିକି ମାଣିକପାଟଣୀ ଅତୀତ ନୌବାଣିଜ୍ୟର ମୁକସାକ୍ଷୀ ସ୍ୱରୂପ ଏବେ ନାମ ବହନ କରି ବିଦ୍ୟମାନ।<ref>ବିପିନ ବିହାରୀ ମହାନ୍ତି, ସମୟ, ପୃଷ୍ଠା-୪, ୧୭.୧୧.୨୦୧୩</ref ଇତିହାସ ଭୌଗୋଳିକ ପ୍ରମାଣ ସୂଚିତ କରେ ଯେ ପ୍ଲେଷ୍ଟୋସିନ୍ ସମୟର ପରବର୍ତ୍ତୀ ପର୍ଯ୍ୟାୟରେ ଚିଲିକା ହ୍ରଦ ବଙ୍ଗୋପସାଗରର ଏକ ଅଂଶ ଥିଲା (1.8 ମିଲିୟନ୍ରୁ 10,000 ବର୍ଷ ବିପି)। ଗ୍ୟାଲେରି thumb|left|alt=Alt text|ଚିଲିକା ମୁଁହାଣ thumb|left|alt=Alt text|ଚିଲିକା thumb|left|alt=Alt text|ମାଛରଙ୍କା ଚଢ଼େଇ thumb|left|alt=Alt text|ଫ୍ଲେମିଙ୍ଗୋ ଚଢ଼େଇ thumb|left|alt=Alt text|ଫ୍ଲେମିଙ୍ଗୋ ଚଢ଼େଇ thumb|left|alt=Alt text|ଲୁଣିପାଣି ପିଉଥିବା ଗାଇ thumb|left|alt=Alt text|କଳା ଲାଞ୍ଜ ବାଲା ଗୁଡ଼ଉଇଟ thumb|left|alt=Alt text|ସାଣ୍ଡରଲିଙ୍ଗ ଚଢ଼େଇ thumb|left|alt=Alt text|ଇଗଲ ଚଢ଼େଇ thumb|left|alt=Alt text| thumb|left|alt=Alt text| thumb|left|alt=Alt text| ଆଧାର ଅଧିକ ତଥ୍ୟ Irrawaddy dolphin — India Tourist information on Chilka Lake Travel Opening of new mouth and IRS 1D LISS III Image of Chilika Lagoon Figure 1 Chilika Lagoon Basin Tourist locations in the lagoon Birds of Chilika The journey from Puri to Chilika lake brings alive the rustic life of Orissa ଶ୍ରେଣୀ:ଓଡ଼ିଶାର ହ୍ରଦ ଶ୍ରେଣୀ:ଓଡ଼ିଶା ପର୍ଯ୍ୟଟନ
ଚିଲିକା
https://or.wikipedia.org/wiki/ଚିଲିକା
REDIRECT ଚିଲିକା ହ୍ରଦ
ହୀରାକୁଦ ବନ୍ଧ
https://or.wikipedia.org/wiki/ହୀରାକୁଦ_ବନ୍ଧ
ହୀରାକୁଦ ନଦୀବନ୍ଧ, ମହାନଦୀ ତଟରେ ଅବସ୍ଥିତଥିବା ଓଡ଼ିଶାର ସବୁଠୁ ବଡ଼ ନଦୀବନ୍ଧ ଓ ଜଳ ପରିଯୋଜନା । ଏଠାରୁ ଜଳ ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଇ ସାରା ଓଡ଼ିଶାକୁ ବିତରଣ କରାଯାଏ । ଏହା କୃଷି ଜଳସେଚନରେ ମଧ୍ୟ ସାହାଯ୍ୟ କରେ । ବନ୍ୟା ନିୟନ୍ତ୍ରଣ, ଜଳସେଚନ ଓ ବିଦ୍ୟୁତ ଉତ୍ପାଦନକୁ ଦୃଷ୍ଟିରେ ରଖି ହୀରାକୁଦ ବହୁମୁଖୀ ନଦୀବନ୍ଧ ଯୋଜନା ଭାରତ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୧୯୫୭ରେ ସମ୍ପୂର୍ଣ୍ଣ ହୋଇଥିଲା । ଏହି ନଦୀବନ୍ଧ ଯୋଜନାରେ ସମୁଦାୟ ୮୪,୯୯୪ ବର୍ଗ କି.ମି. ଅଞ୍ଚଳରୁ ଜଳ ସଂଗୃହିତ ହେଉଥିବାବେଳେ ସେଥିରୁ ୬୭,୧୬୮ ବର୍ଗ କି.ମି. ଅର୍ଥା ୯୦% ଛତିଶଗଡ଼ ରାଜ୍ୟର ଅନ୍ତର୍ଭୁକ୍ତ । ହୀରାକୁଦ ଜଳଭଣ୍ଡାରର କ୍ଷମତା ୪,୮୨୧ ନିୟୁତ ଘନ ମିଟର ଏବଂ ସିଧାସଳଖଭାବେ ଏଥିରୁ ୨ ଲକ୍ଷ ୬୭ ହଜାର ଜମି ଜଳସେଚିତ ହେଉଛି । ଏହାଛଡା ହୀରାକୁଦର ଦୁଇଟି ପ୍ରକଳ୍ପରୁ ୩୪୭ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଛି । http://sarbasadharana.com/p=24149 ନିର୍ମାଣ ଇତିହାସ ମୂଳ ପ୍ରସ୍ତାବ ଅନୁଯାୟୀ ହୀରାକୁଦ, ଟିକରପଡା,ନରାଜଠାରେ ବନ୍ଧ ନିର୍ମାଣ ହେବାର ଥିଲା । ଆନ୍ଦୋଳନ ଯୋଗୁଁ ଟିକରପଡ଼ା ବନ୍ଧ,ମଣିଭଦ୍ରା ବନ୍ଧ ଓ ସୁବଳୟା ବନ୍ଧ ବନ୍ଦ ହୋଇଯାଇଥିଲା । କେବଳ ହୀରାକୁଦ ବନ୍ଧ ନିର୍ମାଣ ସମ୍ଭବ ହେଲା । ଚଳନ୍ତି ଜଳ ଧାରଣ କ୍ଷମତା / ରୁଲ କର୍ଭ ଚଳନ୍ତି ରୁଲ କର୍ଭ ଅନୁଯାୟୀ ସର୍ବନିମ୍ନ ଜଳସ୍ତର ଜୁଲାଇ ୧ରେ ୫୯୫ ଫୁଟ, ଅଗଷ୍ଟ ୧ରେ ୫୯୦ ଫୁଟ, ଅଗଷ୍ଟ ୧୧ରେ ୬୦୫-୬୧୧ ଫୁଟ, ଅଗଷ୍ଟ ୨୧ରେ ୬୧୦-୬୨୨ ଫୁଟ, ସେପ୍ଟେମ୍ବର ୧ରେ ୬୧୯-୬୨୭ ଫୁଟ, ସେପ୍ଟେମ୍ବର ୧୧ରେ ୬୨୪-୬୨୯ ଫୁଟ, ସେପ୍ଟେମ୍ବର ୨୧ରେ ୬୨୯.୫-୬୩୦ ଫୁଟ ଏବଂ ଅକ୍ଟୋବର ୧ରେ ୬୩୦ ଫୁଟ ରହିବ ବୋଲି ନିର୍ଦ୍ଧାରଣ ହୋଇଛି ।http://odishasuntimes.com/2014/07/26/odishas-refusal-change-hirakud-rule-curve-dangerous-experts/ ଜଳମଗ୍ନ ଅଞ୍ଚଳ ଓ ବିସ୍ଥାପିତ ଲୋକ ସଂଖ୍ୟା ହୀରାକୁଦ ଜଳଭଣ୍ଡାର ନିର୍ମାଣ ପାଇଁ it has submerged more than 360 villages covering more than 1,23,000 acres of land and displaced 26, 561 families (more than one lakh people). , http://www.indiawaterportal.org/articles/doomed-displacement168ଟି ଗ୍ରାମ ଜଳମଗ୍ନ ହେଇଥିଲା । ଏହି ଗ୍ରାମ ସମୂହରେ 1,23,00 ଏକର ଚାଷ ଜମି , ତାହା ମଧ୍ୟରୁ ଅନେକ ଉର୍ବର ଜମି ଥାଏ ଜଳମଗ୍ନ ହେଇଥିଲା । ଏହି ଗ୍ରାମ ସବୁ ଜଳମଗ୍ନ ହେବାଦ୍ୱାରା ସମୁଦାୟ 26,561ଟି ପରିବାର ବାସହରା ହେଇ 1 ଲକ୍ଷ ଲୋକ ଦୁର୍ଦିନ ଭିତରେ ରହିଲେ । ବରତମା ଯାଏ ବନ୍ଧା ନିର୍ମାଣର 60 ବର୍ଷ ପରେ ମଧ୍ୟ ଏହି ବିସ୍ଥାପିତ ପରିବାର ମଧ୍ୟରୁ 10,000 ପରିବାର କୌଣସି ପ୍ରକାର ସହାୟତା ପାଇ ନାହାନ୍ତି । “In the process of rehabilitation, the government resettled 2,243 families in 18 different rehabilitation camps, which is only 8.46% of the total displaced people.” In 2014, out of 26,561 displaced families approximately 10,000 families have still not received compensation. http://www.indiawaterportal.org/articles/doomed-displacement ବିବାଦୀୟ ବନ୍ୟା ନିୟନ୍ତ୍ରଣକରିବାରେ ଅସମର୍ଥ ୧୯୬୨ର ହୀରାକୁଦ ଇଭାଲୁଏସନ କମିଟି ରିପୋର୍ଟରେ ସ୍ପଷ୍ଟଭାବେ ଉଲ୍ଲେଖ ଅଛି ଯେ ହୀରାକୁଦ ମାଧ୍ୟମରେ ସାଧାରଣ ବନ୍ୟା ନିୟନ୍ତ୍ରଣ କରାଯାଇପାରିବ । ପ୍ରବଳ ବନ୍ୟା ଆଂଶିକ ଭାବେ ନିୟନ୍ତ୍ରଣ ସମ୍ଭବ ।ଅସାଧାରଣ ବନ୍ୟା ନିୟନ୍ତ୍ରଣ ସମ୍ଭବ ନୁହେଁ । ହୀରାକୁଦ ବନ୍ଧ ନିର୍ମାଣର ପଚାଶ ବର୍ଷ ପୂର୍ବରୁ ଯେତିକି ଥର ବନ୍ୟା ହେଉଥିଲା । ପରବର୍ତ୍ତୀ ପଚାଶ ବର୍ଷ ମଧ୍ୟରେ ଅଧିକ ଥର ବନ୍ୟା ହୋଇଛି । ଅବଶ୍ୟ ହୀରାକୁଦ ଯୋଗୁଁ ଆଂଶିକ ବନ୍ୟାନିୟନ୍ତ୍ରଣ ସମ୍ଭବ ହୋଇଛି । ବନ୍ୟାନିୟନ୍ତ୍ରଣ ସକାଶେ ହୀରାକୁଦର ଜଳ ଧାରଣ କ୍ଷମତା ଆରମ୍ଭରୁ ଯଥେଷ୍ଟ ନ ଥିଲା । ପଟୁମାଟି ଭର୍ତ୍ତି ଯୋଗୁଁ ଏହାର ଜଳ ଧାରଣ କ୍ଷମତା ଶତକଡା ୩୧ଭାଗ ପାଖାପାଖି କମିଛି । ଭବିଷ୍ୟତରେ ଆହୁରି କମିବାର ସମ୍ଭାବନା ଅଛି । ଅନ୍ୟାନ୍ୟ ଜଳଭଣ୍ଡାର ତୁଳନାରେ ଯଦିଓ ହୀରାକୁଦ ଜଳଭଣ୍ଡାର ବହୁତ ବଡ଼, ବାସ୍ତବରେ ନିଜ ଅବବାହିକା ପାଇଁ ଏହା ଅତି ଛୋଟ । ହୀରାକୁଦ ଅବବାହିକାରେ ହାରାହାରି ୧୫ ସେଣ୍ଟିମିଟର ବୃଷ୍ଟିପାତରେ ହୀରାକୁଦ ଜଳଭଣ୍ଡାର ପୂର୍ଣ୍ଣ ହୋଇଯାଏ । ବନ୍ଧ ପାଇଁ ଅନୁପଯୁକ୍ତ ସ୍ଥାନ ହୀରାକୁଦର ଗଭୀରତା ୧୩୦ ଫୁଟ ହୋଇଥିବାବେଳେ, କେବଳ ୪୦ଫୁଟ ଜଳ ବ୍ୟବହୃତ ହୁଏ । ବର୍ଷ ଯାକ ୪ ଫୁଟ ବାଷ୍ପ ହୋଇ ନଷ୍ଟ ହୁଏ । ପ୍ରକୃତରେ ୩୬ ଫୁଟ ଜଳ ଉପଯୋଗୀ ହୁଏ । ଏହି କାରଣରୁ ଏହି ସ୍ଥାନ ନଦୀବନ୍ଧ ଯୋଜନା ପାଇଁ ଉପଯୁକ୍ତ ସ୍ଥାନ ନୁହେଁ ବୋଲି ୧୯୪୬ ଡିସେମ୍ବରରେ ମହିଶୂରର ଅବସରପ୍ରାପ୍ତ ମୁଖ୍ୟ ଇଞ୍ଜିନିଅର ଏମ ଜି ରଙ୍ଗେୟା ମତ ଦେଇଥିଲେ । ବନ୍ୟା ନିୟନ୍ତ୍ରଣ ପାଇଁ ହୀରାକୁଦ ଉପଯୁକ୍ତ ସ୍ଥାନ ନୁହେଁ । ତାଙ୍କ ରିପୋର୍ଟ ଉପରେ ଗୁରୁତ୍ୱ ଦିଆନଯାଇ ହୀରାକୁଦ ବନ୍ଧ ନିର୍ମିତ ହୋଇଥିଲା । http://www.academia.edu/25595908/1991._State_Policies_and_Peoples_Response_Lessons_from_the_Hirakud_Dam_in_Orissa_Economic_and_Political_Weekly_Bombay_Vol.XXVI_No.41_pp.2373-79&ei=pXnOSMri&lc=en-IN&s=1&m=29&host=www.google.co.in&ts=1481131301&sig=AF9Nedn5OCwz2ruQan1s4iziqG9o_CL4Ug ପୁରାତନ ରୁଲକର୍ଭ ଜଳ ପରିଚାଳନା ପାଇଁ ଏକ ରୁଲକର୍ଭ ରହିଛି । କେଉଁ ତାରିଖରେ ହୀରାକୁଦ ଜଳ ସ୍ତର କେତେ ରଖାଯିବ ରୁଲକର୍ଭ ଅନୁସାରେ କରାଯାଏ ।ଶେଷଥର ପାଇଁ ୧୯୮୮ରେ ରୁଲକର୍ଭ ସଂଶୋଧିତ ହୋଇଥିଲା । ଏବେ ସୁଦ୍ଧା ଜଳ ପ୍ରବାହ ଓ ଧାରଣ କ୍ଷମତା ପାଇଁ ପୁରାତନ ପ୍ରଣାଳୀ ଅବଲମ୍ବନ କରାଯାଉଛି ଯାହାଦ୍ୱାରା ବନ୍ୟା ନିୟନ୍ତ୍ରଣରେ ଲାଭ ମିଳୁନାହିଁ । http://odishasuntimes.com/2014/07/26/odishas-refusal-change-hirakud-rule-curve-dangerous-experts/ ୨୦୧୧ ବନ୍ୟା ଜଳବାୟୁରେ ବିରାଟ ପରିବର୍ତ୍ତନ, ଛତିଶଗଡ଼ରେ ଅନେକ ବନ୍ଧ ନିର୍ମାଣ ଯୋଗୁଁ, ହୀରାକୁଦକୁ ଜଳପ୍ରବାହରେ ଅନେକ ପରିବର୍ତ୍ତନ ହୋଇଛି । ୨୦୧୧ ସେପ୍ଟେମ୍ବର ୫ ତାରିଖରୁ ୯ ତାରିଖ ମଧ୍ୟରେ ଛତିଶଗଡ଼଼ର ଅଧିକାଂଶ ଛୋଟ ବଡ଼ ବନ୍ଧ ପ୍ରବଳ ବର୍ଷା ଯୋଗୁଁ ଶତକଡା ନବେ ଭାଗ ଭର୍ତ୍ତି ଥିଲା । ଆବଶ୍ୟକତା ଦୃଷ୍ଟିରୁ ସେହି ବନ୍ଧ ସବୁରୁ ଜଳ ନିଷ୍କାସିତ ହେଉଥିଲା । ଏବଂ ଏହି ଜଳ ହୀରାକୁଦ ଜଳଭଣ୍ଡାରରେ ପ୍ରବେଶ କଲା । ସେହିପରି ଇବ ଓ ଭେଡେନ ନଦୀରୁ ପ୍ରବଳ ବର୍ଷା ଯୋଗୁଁ ଏକ ସଙ୍ଗେ ବନ୍ୟା ଜଳ ପ୍ରବେଶ କଲା । ୬୩୦ ଫୁଟ ସ୍ତର ପର୍ଯ୍ୟନ୍ତ ଜଳ ଗଛିତ ରହିପାରିବ ଜାଣି ସୁଦ୍ଧା ସେପ୍ଟେମ୍ବର ୭ ତାରିଖରେ ଜଳପତ୍ତନ ୬୨୫.୬୦ ରଖାଯାଇଥିଲା । ରୁଲକର୍ଭ ଅନୁସାରେ ଯେତିକି ଜଳପତ୍ତନ ରହିବା କଥା ତାହାର ବହୁ ଉପରେ ରହିଥିଲା । ୩୬ଟି ଗେଟ ଖୋଲା ଥିଲା । ସେପ୍ଟେମ୍ବର ୨ ତାରିଖରେ ଭାରତୀୟ ପାଣିପାଗ ବିଭାଗ (ଇଣ୍ଡିଆନ ମେଟ୍ରୋଲୋଜିକାଲ ଡିପାର୍ଟମେଣ୍ଟ) ତରଫରୁ ଛତିଶଗଡ଼଼ ଓ ଓଡ଼ିଶାରେ ସପ୍ତାହ କ ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି ଘୋଷଣା କରାଯାଇଥିଲା । କର୍ତୃପକ୍ଷ ଘୋଷଣା ଉପରେ ନଜର ନଦେଇ ତାହା ପରଦିନ ୮ ତାରିଖରେ ଥରକୁଥର କରି ୫୯ଟି ଗେଟ ଖୋଲିଥିଲେ ।ପରିସ୍ଥିତି ଅସମ୍ଭାଳ ହୋଇ ପ୍ରବଳ ବନ୍ୟା ଯୋଗୁଁ ଅନେକ କ୍ଷୟକ୍ଷତି ହେଲା ।http://www.odisha.com/2011/september/10/fullstory/flood.html ବିସ୍ଥାପିତଙ୍କ କ୍ଷତିପୂରଣ ଅର୍ଦ୍ଧଶତାବ୍ଦୀ ବିତିଯାଇଥିଲେ ବି ହୀରାକୁଦ ବିସ୍ଥାପିତମାନଙ୍କୁ କ୍ଷତିପୂରଣ ଦେବା ସରିନାହିଁ । ୨୬୫୦୦ ପରିବାର ଏହି ଯୋଜନାରେ ବିସ୍ଥାପିତ ହେଲେ । ଏବେ ସୁଦ୍ଧା ନଅ ହଜାରରୁ ଉର୍ଦ୍ଧ୍ୱ ପରିବାର କ୍ଷତିପୂରଣ ପାଇନାହାନ୍ତି । http://sadharanapurusha-karunakar.blogspot.in/2012/05/hirakud-dam-project.html?m=1 ମହାନଦୀ ଜଳ ବିବାଦ ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ ଉପରେ ବୁଝାମଣା ନାହିଁ ବୋଲି ଜଣାଯାଏ । ଉପର ମୁଣ୍ଡରେ ଅନେକ ବନ୍ଧ ଛତିଶଗଡ଼଼ ସରକାରଙ୍କଦ୍ୱାରା ନିର୍ମାଣ ହୋଇଥିବାରୁ ମହାନଦୀ ଶୁଖିଲା ପଡ଼ିବ ଅନୁମାନ କରି ଓଡ଼ିଶା ତରଫରୁ ଥରକୁ ଥର 'ମହାନଦୀ ବଞ୍ଚାଅ' ବିକ୍ଷୋଭ ହୋଇଥିଲା । ୨୦୧୬ ମସିହା ଶେଷ ସୁଦ୍ଧା ଏହାର କୌଣସି ସମାଧାନ ହୋଇପାରିନଥିଲା । ଗ୍ୟାଲେରି ଆଧାର ଶ୍ରେଣୀ:ଓଡ଼ିଶାରେ ଥିବା ଜଳବିଦ୍ୟୁତ କେନ୍ଦ୍ରମାନ ଶ୍ରେଣୀ:ଜଳବିଦ୍ୟୁତ କେନ୍ଦ୍ର ଶ୍ରେଣୀ:ସମ୍ବଲପୁର ଜିଲ୍ଲା
ହୀରାକୁଦ
https://or.wikipedia.org/wiki/ହୀରାକୁଦ
ହୀରାକୁଦ ସମ୍ବଲପୁର ଜିଲ୍ଲାର ଏକ ଛୋଟ ସହର ଓ ବିଜ୍ଞାପିତ ଅଞ୍ଚଳ ।ଏହା ଏବେ ସବଂଲପୁର ପୌରପାଳିକା ନିଗମ ଅନ୍ତର୍ଗତ । ଏ ଭୂଗୋଳ ଇତିହାସ ଆଧାର ବାହାର ତଥ୍ୟ ଶ୍ରେଣୀ:ସମ୍ବଲପୁର ଜିଲ୍ଲାର ଗାଆଁ ଓ ସହର
ପୃଥିବୀ ଦିବସ
https://or.wikipedia.org/wiki/ପୃଥିବୀ_ଦିବସ
ପ୍ରତିବର୍ଷ ଅପ୍ରେଲ ମାସ ୨୨ ତାରିଖକୁ ପୃଥିବୀ ଦିବସ ବା ଆର୍ଥ-ଡ଼େ ଭାବେ ପାଳନ କରାଯାଇଥାଏ । ୧୯୭୦ ମସିହାରେ ପ୍ରଥମେ ଆର୍ଥ-ଡ଼େ ପାଳନ କରାଯାଇଥିଲା । ପରିବେଶବିତ୍ ତଥା ଆମେରିକାର ସିନେଟର ଗେଲର୍ଡ ନେଲସନ ପ୍ରଥମେ ଏହି ଦିବସ ପାଳନ କରିଥିଲେ । ପରେ ୧୯୯୦ ମସିହାରେ ପୃଥିବୀର ୧୪୧ଟି ଦେଶରେ ଏହି ଦିବସ ପାଳନ ହୋଇଥିଲା । ବର୍ତ୍ତମାନ ବିଶ୍ୱର ୧୭୫ଟି ଦେଶରେ ପୃଥିବୀ ଦିବସ ପାଳିତ ହେଉଛି । ଆଧାର ବାହାର ତଥ୍ୟ Earth Day Earth Day Network – Coordinating worldwide events for Earth Day. Earth Day Event Calendar at the EnviroLink Network Celebrate Earth Day How to Celebrate Earth Day from WikiHow Earth Day 2009 Special Coverage on China Development Gateway. United States Earth Day – The U.S. government's Earth Day site. Earth Day Canada – The Canadian Official Site for Earth Day Earth Day at The Nature Conservancy Earth Day at The History Channel How the First Earth Day Came About by Senator Gaylord Nelson EPA Journal: Earth Day – an entire journal dedicated to Earth Day, written in early 1990 Keep America Beautiful holds Earth Day cleanup activities in communities nationwide. The organization launched the famous Crying Indian campaign on Earth Day, 1971. "Beyond Earth Day: Fulfilling the Promise," by Gaylord Nelson, with Susan Campbell and Paul Wozniak, The University of Wisconsin Press, 2002 Earth Week 1970 | The First Earth Day and the Earth Week Committee of Philadelphia – The history of the First Earth Day in 1970, the founding of Earth Week, and the historic events of the first Earth Week in Philadelphia Gaylord Nelson and Earth Day: The Making of the Modern Environmental Movement narrative account of the origins of Earth Day, Nelson's political career, as well as online access to documents from the Wisconsin Historical Society's Nelson Papers collection Gaylord Nelson letter outlines the origins Earth Day April 1971 to CBS President Stanton to correct TV news reporting about Earth Day's origins Deepdale Outdoor & Wildlife Festival Annual Earth Day event on the North Norfolk Coast Earth Day Carol a free educational resource available on their website and downloadable app Earth Day event in Nicaragua 2013 Nicaragua celebrates Earth Day Equinoctial Earth Day Earth Society Foundation – Official organization arranging annual equinox Earth Day celebration at the United Nations Who Started Earth Day – The Origins of the equinox Earth Day. Earth Day by year 2010 Billion Acts of Green (Beta) – Official Earth Day Network's "Billion Acts of Green" website for students and young adults 2011 A Billion Acts of Green (®) – A "people-powered campaign to generate a billion acts of environmental service and advocacy before Rio +20" (as well as a registered trademark). 2012 Earth Day 2012 – Mobilize the Earth 2013 Earth Day 2013 – The Face of Climate Change ଶ୍ରେଣୀ:ଅପ୍ରେଲ ମାସର ପାଳିତ ଦିବସ
ହିରାକୁଦ ବଂଧ
https://or.wikipedia.org/wiki/ହିରାକୁଦ_ବଂଧ
REDIRECT ହୀରାକୁଦ ବନ୍ଧ
ହିରାକୁଦ ବନ୍ଧ
https://or.wikipedia.org/wiki/ହିରାକୁଦ_ବନ୍ଧ
REDIRECT ହୀରାକୁଦ ବନ୍ଧ
ଶିମିଳିପାଳ ଜାତୀୟ ଉଦ୍ୟାନ
https://or.wikipedia.org/wiki/ଶିମିଳିପାଳ_ଜାତୀୟ_ଉଦ୍ୟାନ
ଶିମିଳିପାଳ ଜାତୀୟ ଉଦ୍ୟାନ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ ଏକ ଜାତୀୟ ଉଦ୍ୟାନ । ଏଠାରେ ମହାବଳ ବାଘ, ହରିଣ ଓ ଅନ୍ୟାନ୍ୟ ଜାତିର ଜୀବଜନ୍ତୁ ବାସ କରନ୍ତି । ଶିମିଳିପାଳ ନାମ ଶିମୁଳି (red silk)ର ଘନ ଜଙ୍ଗଲର ଅବସ୍ଥିତିରୁ ଆସିଛି । ଏହି ଅଭୟାରଣ୍ୟର ଆୟତନ ୮୪୫.୭୦ ବର୍ଗ କିଲୋମିଟର । ଏହା ମଧ୍ୟରେ ଜୋରନ୍ଦା ଓ ବରେହିପାଣି ଜଳପ୍ରପାତ ରହିଛି । ଶିମିଳିପାଳରେ ୯୯ଟି ମହାବଳ ବାଘ, ୪୩୨ଟି ବଣୁଆ ହାତୀ ଅଛନ୍ତି ।, p. 110 ଏହାଛଡା ଶିମିଳିପାଳରେ ଗୟଳ (Indian Bison), ଚଉଶିଙ୍ଗା ହରିଣ ଆଉ ମଧ୍ୟ ଏକ ଅର୍କିଡାରିଅମ ଅଛି ମଧ୍ୟ ଅଛନ୍ତି । ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ଶିମିଳିପାଳ ଅଭୟାରଣ୍ୟ ରାଜ୍ୟ ତଥା ଦେଶର ସର୍ବବୃହତ ବିଷୁବ ମଣ୍ଡଳୀୟ ଜଙ୍ଗଲ । ସମୁଦ୍ର ପତ୍ତନଠାରୁ ୧୧୬୫.୬ ମିଟର ଉଚ୍ଚରେ ଅବସ୍ଥିତ ମେଘାସନୀ ପର୍ବତ ଏହାର ଉଚ୍ଚତମ ଶୃଙ୍ଗ । ଏହି ପର୍ବତମାଳାର ସଂକୀର୍ଣ୍ଣ ଉପତ୍ୟକା ମଧ୍ୟ ଦେଇ ବୁଢ଼ାବଳଙ୍ଗ, ଗଙ୍ଗାହାର, ସୋନ, ଦେଓ, ସଞ୍ଜ, ଖଇରୀ ଓ ହଣ୍ଡନ ଇତ୍ୟାତି ନଦୀ ପ୍ରବାହିତ । ଏହିଠାରେ ରାସ୍ନାଜାତୀୟ ପ୍ରଭାବର ଉଦ୍ଭିଦର ପ୍ରଭାବ ଅଧିକ । ଓଡ଼ିଶାରେ ମିଳୁଥିବା ୧୨୮ ପ୍ରକାର ଅର୍କିଡ଼ ମଧ୍ୟରୁ କେବଳ ଶିମିଳିପାଳରେ ୯୮ପ୍ରକାର ମିଳିଥାଏ । ଏହି ଜାଗାରେ ଦୁଇଟି ସ୍ୱତନ୍ତ୍ର ଧରଣର ଅର୍କିଡ଼ ମିଳିଥାଏ ଯାହା ପୃଥିବୀର ଅନ୍ୟକୌଣସିଠାରେ ମିଳେ ନାହିଁ, ଯଥା: ଏରିଆ ମେଘାସିନମ ଓ ବୁଲବୋ ଫାଇଲମ ପାଣିଗ୍ରାହୀନମ । ସେହିପରେ ଗୁଡ଼ୟେରା ଥାଇଲାଣ୍ଡ ପ୍ରଜାତି ଭାରତ ମଧ୍ୟରେ କେବଳ ଶିମିଳିପାଳରେ ମିଳିଥାଏ । ଶିମିଳିପାଳ ଅଭୟାରଣ୍ୟରେ ୧୦୧୫ ଜାତିର ଉଦ୍ଭିଦ, ୧୪୯ ଜାତିର ପ୍ରାଣୀ (୪୬ପ୍ରକାର ସ୍ତନ୍ୟପାୟୀ ପ୍ରାଣୀ, ୬୨ ପ୍ରକାର ପକ୍ଷୀ, ୨୯ ପ୍ରକାର ସରୀସୃପ ଓ ୧୨ ପ୍ରକାର ଉଭୟଚର) ଦେଖାଯାନ୍ତି । ଏଠାରେ ଥିବ ଜୀବମାନଙ୍କ ମଧ୍ୟରେ ବାଘ, କଲରାପତ୍ରିଆ ବାଘ, ଜଙ୍ଗଲ ବିରାଡ଼ି, ବଳିଆ କୁକୁର ଓ ଗଧିଆ ଇତ୍ୟାଦି ମାଂସାଶୀ ଜୀବ ହାତୀ, ଗୟଳ, ସମ୍ବର, କୁଟୁରା, ହରିଣ, ଗୁରାଣ୍ଡି ଇତ୍ୟାଦି ତୃଣଭୋଜୀ ଜୀବ ଓ ବାରହା, ବଜ୍ରକାପ୍ତା, ଝିଙ୍କ, କଇଁଛ, ଅଜଗର ଏବଂ ମଗର ଜାତୀୟ କୁମ୍ଭୀର ରହିଛନ୍ତି । ଶିମିଳିପାଳକୁ ୨୭ ମଇ ୨୦୦୯ରେ ୟୁନେସ୍କୋ ତରଫରୁ ବିଶ୍ୱ ଐତିହ୍ୟ ମାନ୍ୟତା ପ୍ରଦାନ କରାଯାଇଛି । ଅଭୟାରଣ୍ୟରେ ବଣଭୋଜି, ମଦ୍ୟପାନ ଏବଂ ପ୍ଲାଷ୍ଟିକ ବ୍ୟବହାରକୁ ନିଷେଧ କରାଯାଇଛି । ପର୍ଯ୍ୟଟକମାନେ କେବଳ ନିରାମିଷ ରନ୍ଧା ଖାଦ୍ୟ ନେଇ ଭିତରକୁ ଯାଇପାରିବେ ।http://www.samajalive.in/similipal-national-park/45662.html ଟୀକା ଦ୍ରଷ୍ଟବ୍ୟ ଅଧିକ ତଥ୍ୟ ଶ୍ରେଣୀ:ଜୀବ ବିଜ୍ଞାନ ଶ୍ରେଣୀ:ଜଙ୍ଗଲ ବିଜ୍ଞାନ ଶ୍ରେଣୀ:ପ୍ରାଣୀ ବିଜ୍ଞାନ ଶ୍ରେଣୀ:ମୟୂରଭଞ୍ଜ ଜିଲ୍ଲା ଶ୍ରେଣୀ:ଓଡ଼ିଶା ପର୍ଯ୍ୟଟନ ଶ୍ରେଣୀ:ଭାରତର ଜାତୀୟ ଉଦ୍ୟାନ
ଭିତରକନିକା ଜାତୀୟ ଉଦ୍ୟାନ
https://or.wikipedia.org/wiki/ଭିତରକନିକା_ଜାତୀୟ_ଉଦ୍ୟାନ
ଭିତରକନିକା ଜାତୀୟ ଉଦ୍ୟାନ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଗୋଟିଏ ଜାତୀୟ ଉଦ୍ୟାନ । ୧୯୭୫ ମସିହାରେ ବନ୍ୟ ଜୀବ ଅଭୟାରଣ୍ୟ (୬୭୨ବର୍ଗ କି,ମି ) ଓ ୧୯୯୮ରେ ଜାତୀୟ ଉଦ୍ୟାନ (୧୪୫ ବର୍ଗ କି.ମି) ଘୋଷିତ ହେଲା । ୨୦୦୨ ମାସିହାରେରେ ଏହାକୁ ଆନ୍ତର୍ଜାତିକ ଆଦ୍ରର୍ଭୁମି ଘୋଷଣା ହୋଇଥିଲା ।http://www.orissalinks.com/orissagrowth/topics/tourism-and-shopping-in-orissa/national-parks-and-sanctuaries ଅବସ୍ଥିତି କେନ୍ଦ୍ରପଡ଼ା ଜିଲ୍ଲାର ରାଜନଗର ବିଧାନ ସଭା ମଣ୍ଡଳୀରେ ରାଜନଗର ବନ୍ୟମଣ୍ଡଳୀ ମଧ୍ୟରେ ଭିତର କନିକା ଓ ଗହିରମଥା ଅବସ୍ଥିତ । ୬୭୨ ବର୍ଗ କି.ମି.ର ଭିତରକନିକା.ଇନ ଏହି ଜାତୀୟ ଉଦ୍ୟାନ ଭିତରକନିକା ହେନ୍ତାଳ ବଣ, ଯାହା ବ୍ରାହ୍ମଣୀ, ବୈତରଣୀ ଓ ଧାମରା ନଦୀମାନଙ୍କ ତ୍ରିକୋଣ ଭୂମିରେ ଅଛି । ଏହି ଜାତୀୟ ଉଦ୍ୟାନଟି ଭିତରକନିକା ପଶୁ ଅଭୟାରଣ୍ୟଦ୍ୱାରା ପରିବେଷ୍ଟିତ । ଏହାର ପୂର୍ବରେ ଗହୀରମଥା ବେଳାଭୂମି ଅଛି ଯାହା ବଙ୍ଗୋପସାଗରରୁ ହେନ୍ତାଳ ବଣକୁ ଅଲଗା କରିଥାଏ । ଜୈବ ବିବିଧତା ଜୈବ ବିବିଧତା ମଧ୍ୟରେ ୬୩ ପ୍ରକାର ଲୁଣି ହେନ୍ତାଳ ଗଛ, ୩୨୨ ପ୍ରକାର ପକ୍ଷୀ (ମାଛରଙ୍କା, ଗେନ୍ଦାଖିଆ,ବଣୀ, ବଗ, କାଠହଣା) ସରୀସୃପ ଅହିରାଜ, ଅଜଗର, ଗୋଖର, ତମ୍ପ ସାପ, ଘଡ଼ିଆଳ କୁମ୍ଭିର(୧୮୪୦ଟି), ସାମୁଦ୍ରିକ ଗୋଧି ଓ ସାପ, ଭେକଟି, ବାଳିଆ, ଚିତଳ, ଖଙ୍ଗା, ଈଲିଶି ମାଛ, କଙ୍କଡ଼ା, ଚିଙ୍ଗୁଡ଼ି ପ୍ରଚୁର ମିଳେ । ଏହା ବ୍ୟତିତ ହରିଣ, ସମ୍ବର, ବାରହା, ହେଟା, ବିଲୁଆ, ବଣମଇଁଷି, ଗାଈ, କୁକୁଡ଼ା ଦେଖିବାକୁ ମିଳେ । ଏହି ଉଦ୍ୟାନ ଲୁଣିପାଣିରେ ବଞ୍ଚୁଥିବା କୁମ୍ବୀର (Crocodylus porosus), ଭାରତୀୟ ଅଜଗର Indian python, କଳା ଆଇବିସ (Black ibis) ଓ ଡାର୍ଟର (Darters)ମାନଙ୍କ ବାସସ୍ଥଳୀ । ଲକ୍ଷ ଲକ୍ଷ ଅଲିଭ ରିଡ଼ଲେ ସାମୁଦ୍ରିକ କଇଁଛ (Lepidochelys olivacea) ଗହୀର ମଥା ମୁହାଣରେ ଅଣ୍ଡା ଦେଇଥାନ୍ତି । ବେଳେବେଳେ ଏଠାରେ ଇରୱାଡ଼ୀ ଡଲଫିନ ମଧ୍ୟ ଦେଖିବାକୁ ମିଳନ୍ତି । ଗମନାଗମନ ଗାଡି ଓ ନୌକାରେ ରାଜନଗରଠାରୁ ଭିତରକନିକା ଯାଇହୁଏ । ଆଖପାଖ ଦର୍ଶନୀୟ ସ୍ଥାନ ନିକଟରେ ଧାମରା ବନ୍ଦର ଓ ତାଳଚ୍ଚୁଆ ମାଛ ଜେଟି, ହୁଇଲର ଦ୍ୱୀପ ଓ କାଳୀଭଞ୍ଜଡ଼ିଆ ଅବସ୍ଥିତ । ରିଘାଗଡା ଗ୍ରାମରେ ଜଗନ୍ନାଥ ମନ୍ଦିର ଅଛି । ଏହା ଆଗରୁ କନିକା ରାଜା ଜମିଦାରିରେ ଥିଲା । ଚିତ୍ରପଟ୍ଟ ଆଧାର ଶ୍ରେଣୀ:ଭୂଗୋଳ ଶ୍ରେଣୀ:ଗଛଲତା ଓ ଜୀବଜଗତ ଶ୍ରେଣୀ:କେନ୍ଦ୍ରାପଡ଼ା ଜିଲ୍ଲା ଶ୍ରେଣୀ:ଭାରତର ଜାତୀୟ ଉଦ୍ୟାନ ଶ୍ରେଣୀ:ବିଶ୍ୱ ଐତିହ୍ୟ
ଖଣ୍ଡାଧାର ଜଳପ୍ରପାତ
https://or.wikipedia.org/wiki/ଖଣ୍ଡାଧାର_ଜଳପ୍ରପାତ
ଖଣ୍ଡାଧାର ଜଳପ୍ରପାତ ସୁନ୍ଦରଗଡ଼ ଜିଲାରେ ଥିବା ଓଡ଼ିଶାର ଏକ ପ୍ରମୁଖ ଜଳପ୍ରପାତ । ଉଚ୍ଚତା ଓ ଅବସ୍ଥାନ ଏହାର ଉଚ୍ଚତା ହାରାହାରି ୮୦୦ ଫୁଟ(୨୪୪ ମିଟର)http://www.worldwaterfalldatabase.com/country/India/ ଏବଂ ଏହା ରାଉରକେଲାରୁ ୯୦ କିଲୋମିଟର ଦୂରତାରେ ଅବସ୍ଥିତ ।ଏହାକୁ ଭାରତର ନବମ ଉଚ୍ଚତମ ଜଳପ୍ରପାତ ମଧ୍ୟ କୁହା ଯାଏ । କିମ୍ବଦନ୍ତୀ ଲୋକକଥା ଅନୁଯାୟୀ, ସୁନ୍ଦରଗଡ଼ ପାହାଡ଼ିଆ ଅଞ୍ଚଳରେ ଠାକୁରାଣୀ "କଙ୍କାଳ ଦେବୀ" ବାସ କରୁଥିଲେ । ବଡ଼ ବଡ଼ ଗଛ, ପଥର, ମାଟି ଯାହା ପାଉଥିଲେ, ସେ ଖାଇ ଯାଉଥିଲେ । ଏତଦ୍ୱାରା, ସେ ଅଞ୍ଚଳର ଅଧିବାସୀ "ପାହାଡି ଭୂୟାଁ" ଜନଜାତିର ଲୋକମାନେ ଅତିଷ୍ଟ ହୋଇ ପଡିଥିଲେ । ସେମାନେ, ଠାକୁରାଣୀଙ୍କୁ ନେଇ ଏକ ବଡ଼ ଶିଳା ଉପରେ ରଖିଲେ । ସେହି ଶିଳାକୁ ଠାକୁରାଣୀ ମଝିରୁ ଖାଇଦେବାରୁ ଏକ ଗାତ ସୃଷ୍ଟି ହୋଇ, ପାହାଡ଼ ତଳକୁ ପାଣି ବୋହିବାକୁ ଲାଗିଲା । ପ୍ରାୟ ୮୦୦ଫୁଟ ଉପରୁ ତଳକୁ ପଡୁଥିବା ପାଣି ଠିକ ଏକ ଖଣ୍ଡାର ଧାର ଭଳି ଦେଖାଯାଏ ।http://www.rourkelacity.com/visitors/where-to-visit/khandadhar-waterfal/ ତେଣୁ, ଏହି ଜଳପ୍ରପାତର ନାମ "ଖଣ୍ଡାଧାର" ରହିଛି । ପାହାଡ଼ ଉପରର ଏହି ଚିରସ୍ରୋତା ଜଳ ଉତ୍ସର ନାମ "କୋରାପାଣି ନାଳ" । ଏହି ପାଣି ଧାର ଉପରେ ସୂର୍ଯ୍ୟକିରଣ ପଡି ଏକ ଭାସମାନ ଇନ୍ଦ୍ରଧନୁ ଭଳି ଦେଖାଯାଏ । ଗମନାଗମନ ବ୍ୟବସ୍ଥା ଖଣ୍ଡାଧାର ପହଞ୍ଚିବାକୁ ହେଲେ ପ୍ରଥମେ ରାଉରକେଲା ଯାଇ ସେଠାରୁ ଜାତୀୟ ରାଜପଥ ୨୩ରେ ଲହୁଣିପଦା ଯାଏ ଯିବାକୁ ହେବ । ସେଠାରୁ ଡାହାଣକୁ ଲାଳେଇ ଛକ ଯାଏ ଯାଇ ବାମ ପାର୍ଶ୍ୱ ରାସ୍ତାରେ ଗଲେ ଖଣ୍ଡାଧାର ପଡିବ । ଲହୁଣିପଦାରୁ ଯାଇଥିବା ରାସ୍ତା କେବଳ ଗ୍ରୀଷ୍ମକାଳୀନ ରାସ୍ତା । ଏହା ପକ୍କା ରାସ୍ତା ନୂହେଁ ।http://www.trodly.com/india/destination-4877/khandadhar-falls ଅନିୟନ୍ତ୍ରୀତ ଖଣି ଖନନ, ଖଣ୍ଡାଧାର ଜଳପ୍ରପାତ ପ୍ରତି ବିପଦ ସୃଷ୍ଟି କରୁଛି । ଆଧାର ଶ୍ରେଣୀ:ଓଡ଼ିଶା ପର୍ଯ୍ୟଟନ ଶ୍ରେଣୀ:ଓଡ଼ିଶାରେ ଥିବା ଜଳପ୍ରପାତ ଶ୍ରେଣୀ:ସୁନ୍ଦରଗଡ଼ ଜିଲ୍ଲା
ଶିମିଳିପାଳ ଅଭୟାରଣ୍ୟ
https://or.wikipedia.org/wiki/ଶିମିଳିପାଳ_ଅଭୟାରଣ୍ୟ
REDIRECT ଶିମିଳିପାଳ ଜାତୀୟ ଉଦ୍ୟାନ
ଭିତରକନିକା ଅଭୟାରଣ୍ୟ
https://or.wikipedia.org/wiki/ଭିତରକନିକା_ଅଭୟାରଣ୍ୟ
REDIRECT ଭିତରକନିକା ଜାତୀୟ ଉଦ୍ୟାନ
ଅନୁଗୋଳ ଜିଲ୍ଲା
https://or.wikipedia.org/wiki/ଅନୁଗୋଳ_ଜିଲ୍ଲା
ସମ୍ୟକ ତଥ୍ୟ ଉପଖଣ୍ଡ: ୪ ବ୍ଳକ: ୮ ପୌର ପରିଷଦ: ୨ ବିଜ୍ଞାପିତ ଅଞ୍ଚଳ ପରିଷଦ: ୧ ସହର: ୯ ତହସିଲ: ୫ ଗ୍ରାମ ପଞ୍ଚାୟତ: ୧୮୦ ଗ୍ରାମ: ୧,୯୨୨ ଜଙ୍ଗଲ ଅଞ୍ଚଳ : ୨,୭୧୬.୮୨ କି.ମି.² ଅନୁଗୋଳ ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ଅନୁଗୋଳ ସହର ଏହି ଜିଲାର ପ୍ରଶାସନିକ ମୁଖ୍ୟ ସହର । ଇତିହାସ ଭୂଗୋଳ ଜନସଂଖ୍ୟା ୨୦୧୧ ଜନଗଣନାCensus 2011: Odisha: Provisional Population Totals ଅନୁସାରେ, ଅନୁଗୋଳ ଜିଲ୍ଲାର ମୋଟ ଲୋକସଂଖ୍ୟା ୧୨,୭୧,୭୦୩ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୦,୬୫,୩୦୯ ଓ ସହରାଞ୍ଚଳରେ ୨,୦୬,୩୯୪ ଲୋକ ବାସ କରନ୍ତି Census 2011: Odisha: Rural Urban Distribution । ପୁରୁଷ: ୬,୫୪,୮୯୮ ମହିଳା: ୬,୧୬,୮୦୫ ଛ ବର୍ଷରୁ କମ: ୧,୪୫,୬୦୯ ସାକ୍ଷରତା ହାର ୭୮.୯୬% ପୁରୁଷ: ୮୭.୦୬% ମହିଳା: ୭୦.୪୪% ସହର ନଜର ଅନୁଗୋଳ ସହର ନାଲକୋ ତାଳଚେର ଆଠମଲ୍ଲିକ ଦର୍ଶନୀୟ ସ୍ଥାନ ଦେଉଳଝରି ଉଷ୍ଣପ୍ରସ୍ରବଣ ସିଦ୍ଧେଶ୍ୱର ବାବା ମନ୍ଦିର ଅନନ୍ତଶୟନ, ଭୀମକୁଣ୍ଡ ବୁଢ଼ୀଠାକୁରାଣୀ ମନ୍ଦିର ବିନିକେଇ ଧାର୍ମିକ ସ୍ଥଳ ବୁଲାଝର ପଞ୍ଚଧାରା ଘାଟି ହାଣ୍ଡପତ୍ରପଡ଼ା ହିଙ୍ଗୁଳା ମନ୍ଦିର ଲୋଭୀ ଠାକୁରାଣୀ ଖୁଲୁଡି ପ୍ରପାତ ରେଙ୍ଗାଲି ତାଳଚେର ଶିଳ୍ପାଞ୍ଚଳ ଟିକରପଡ଼ା ନାଲକୋ ଓଗୀପରା ଶିବ ମନ୍ଦିର କୋଶଳା ରାମଚଣ୍ଡୀ ମନ୍ଦିର ସାତକୋଶିଆ ଗଣ୍ଡ ଝିଣ୍ଟିପାଳ ଅଷ୍ଟଶମ୍ଭୁ ମନ୍ଦିର ମାଞ୍ଜୋର୍ ଡ୍ୟାମ ସୁରେଶ୍ୱରୀ ଜଳପ୍ରପାତ ରାଜନୀତି ସୂଚନା: ବି: ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌ: ପୌର ପରିଷଦ, ମ: ମହାନଗର ନିଗମ #ନିର୍ବାଚନ ମଣ୍ଡଳୀଆରକ୍ଷଣ ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି )୧୪ଶ ବିଧାନ ସଭା ସଦସ୍ୟରାଜନୈତିକ ଦଳ୫୯ପାଲଲହଡ଼ାଅଣ ସଂରକ୍ଷିତପାଲଲହଡ଼ା, କଣିହା (ଅଂଶ)ରବି ନାରାୟଣ ପାଣୀ ବିଜଦ୬୦ତାଳଚେରଅଣ ସଂରକ୍ଷିତତାଳଚେର (ପୌ), ତାଳଚେର, କଣିହା (ଅଂଶ)ବ୍ରଜ କିଶୋର ପ୍ରଧାନ ସ୍ୱାଧୀନ ୬୧ଅନୁଗୋଳଅଣ ସଂରକ୍ଷିତଅନୁଗୋଳ (ପୌ), ନାଲକୋନଗର, ଅନୁଗୋଳ (ଅଂଶ), ବଅଁରପାଳ (ଅଂଶ)ରଜନୀକାନ୍ତ ସିଂହ ବିଜଦ୬୨ଛେଣ୍ଡିପଦାଅନୁସୂଚିତ ଜାତିଛେଣ୍ଡିପଦା, ବଅଁରପାଳ (ଅଂଶ)ଖଗେଶ୍ୱର ବେହେରା ବିଜେଡି୬୩ଆଠମଲ୍ଲିକଅଣ ସଂରକ୍ଷିତଆଠମଲ୍ଲିକ (ବି), ଆଠମଲ୍ଲିକ, କିଶୋରନଗର, ଅନୁଗୋଳ (ଅଂଶ)ସଞ୍ଜୀବ କୁମାର ସାହୁ ବିଜଦ ଆଧାର ଅଧିକ ତଥ୍ୟ Tikarapada Siddheswar Baba Temple ଶ୍ରେଣୀ:ଅନୁଗୋଳ ଜିଲ୍ଲା
ଅନୁଗୋଳ
https://or.wikipedia.org/wiki/ଅନୁଗୋଳ
ଅନୁଗୁଳ (କିମ୍ବା ଅନୁଗୋଳ) ଏକ ସହର ଓ ଏକ ପୌରାଞ୍ଚଳ ଏବଂ ଅନୁଗୁଳ ଜିଲ୍ଲାର ସଦରମହକୁମା । ଏହା ଓଡ଼ିଶା ରାଜ୍ୟରେ ଓ ଭାରତ ଦେଶରେ ଅବସ୍ଥିତ। ଏହି ସହରକୁ ଶୈଳ ଶ୍ରୀକ୍ଷେତ୍ର ମଧ୍ୟ କୁହାଯାଏ। ଜନଗଣନା ୨୦୧୧ ଜଣଗଣନା ଅନୁସାରେ, ଅନୁଗୁଳର ଲୋକସଂଖ୍ୟା ୪୪,୩୯୦ । ପୁରୁଷ ୫୫% ଆଉ ମହିଳା ୪୫% । ଅନୁଗୁଳର ସାକ୍ଷରତା ହାର ୬୮.୭୯%, ଯାହାକି ଜାତୀୟ ସାକ୍ଷରତା ହାର ୫୯.୫%ଠାରୁ ବେଶୀ । ଲୋକସଂଖ୍ୟାର ୧୧% ଛ ବର୍ଷରୁ କମ । ଭୌଗଳିକ ଅନୁଗୁଳ ଭୌଗୋଳିକ ଅବସ୍ଥିତି ହେଉଛି ୨୦.୫ ଉ. ୮୫.୮୩ ପୂ. ସମୁଦ୍ର ପତ୍ତନରୁ ଏହାର ହାରାହାରି ଉଚ୍ଚତା ୧୯୫ ମି(୬୪୦ଫୁଟ) । ପାଣି ପାଗ ସାଧାରଣତଃ ଅନୁଗୁଳ ଜ଼ିଲ୍ଲାରେ ୪ଟି ମୁଖ୍ୟ ଋତୁ ଦେଖାଦିଏ। ଅପ୍ରେଲରୁ ଜୁନ ପର୍ଯ୍ୟନ୍ତ ଗ୍ରୀଷ୍ମ,ଜୁଲାଇରୁ ଅକ୍ଟୋବର ଜାଏଂ ବର୍ଷା, ନଭେମ୍ବରରୁ ଫେବୃୟାରୀ ଜାଏଂ ଶୀତ ଓ ଫେବୃୟାରୀ ଓ ମାର୍ଚ୍ଚରେ ବସନ୍ତ ଋତୁ ଥାଏ । ବାର୍ଷିକ ହାରା ହାରୀ ସର୍ବମୋଟ୍ ୧୪୨୧ ମିମି ବର୍ଷା ହୋଇଥାଏ । ତାପମାତ୍ରା ଅନଗୁଳଠାରେ ଏକ ପାଣିପାଗ ଅନୁସ୍ଠାନ ଅବସ୍ଥିତ.ସର୍ବୋଚ ତାପମାତ୍ରା ୪୪ ଡିଗୀ ହାରା ହାରୀ ଏବଂ ସର୍ବ ନିମ୍ନ ୧୧ ଡିଗୀ ସେଲସିଅସ୍ ଜଣା ପଡ଼ିଛି. ଅତ୍ୟନ୍ତ ଉତ୍ତପ୍ତ ଦିନ ୫୦ ଡିଗୀ ଥିଲା ବେଳେ ସର୍ବନିମ୍ନ ୫.୨ ଡିଗୀ ଜଣା ପଡ଼ିଛି। ପବନ ବେଗ ବର୍ଷ ସାରା ମୃଦୁ ପବନ ବୋହିବା ସଂଗେ ସଂଗେ ପଶ୍ଚିମ ମୌସୁମୀ ବାୟୁ ଯୋଗୁଁ ପବନର ବେଗରେ ଆଧିକତ୍ୟା ଦେଖାଦିଏ.୨୦୧୩ରେ ମହା ବାତ୍ୟା ଫାଇଲିଂ ଯୋଗୁଁ ଅନଗୁଳରେ ୧୦୦ରୁ ଅଧିକ ବେଗରେ ପବନ ପ୍ରବାହିତ ହୋଇଥିଲା. ବିରଳ ପାଣିପାଗ ୧୨ ଅପ୍ରିଲ୍ ୨୦୦୩ରେ କୁଆ ପଥର ସହ ଝଡ଼ ବାତ୍ୟା ପ୍ରଭୁଦ କ୍ଷତି ଘଟାଇଥିଲା. ଉପଲବ୍ଧ ସେବା ବିଜୁଳି ସେବା cescoଦ୍ୱାରା ପରିଚାଳିତ ହେଉଥିଲା ବେଳେ ଅନ୍ୟ ବେତାର ମାର୍ଗର ଯୋଗାଯୋଗ BSNL ,RELIANCE ,IDEA ,VODAFONE ଇତ୍ୟାଦି ସେବାକାରୀସଂସ୍ଥାମାନେ ଯୋଗାଇ ଅସୁଛନ୍ତି| ପାଣି ଯୋଗାଣ ଏବଂ ରାସ୍ତା ନିର୍ମାଣରେ TAMDA ଓ MUNICIPALITYର କାର୍ଯ୍ୟ କାରିତା ରହିଛି । ରେଲ ମାର୍ଗଦ୍ୱାରା ଅନଗୁଳରୁ ଓଡ଼ିଶାର ଅନ୍ୟ ଗୁରୁତ୍ୱ ପୁର୍ଣ ଜାଗାକୁ ଯୋଗା ଯୋଗ ଓ ଭାରତର ଅନ୍ୟ ବୃହତ୍ ସହର ମାନକୁ ଗମନା ଗମନ କରି ହେଉଛି. ଜାତୀୟ ରାଜ ପଥ ୫୫ କଟକ ସହର ଠୁ ସମ୍ବଲପୁର ସହର ପର୍ଯ୍ୟନ୍ତ ପ୍ରସାରିତ ଏବଂ ୨୩ ନ ରାଜ ପଥ ଅନଗୁଳରୁ ରାଉରକେଲା ଜାଏଂ ପ୍ରସାରିତ. ଅନ୍ୟ ରାଜ୍ୟ ପଥ ଅନ୍ୟ ସହରକୁ ଯୋଗାଯୋଗ କରୁଛି. ପ୍ରସାରଣ ସେବା ସହରରେ ଆକାଶବାଣୀ କଟକର FM ସେବା ୧୦୦.୧ MHzରେ ପ୍ରସାରଣ କରା ଯାଉ ଅଛି.ଖବର୍ କାଗଜ଼ ସମ୍ବାଦ ଓ ଧରିତ୍ରୀର ଅନଗୁଳ ସଂସ୍କରଣ ସହରରୁ ପ୍ରକଶ୍ ପାଉଛି. ଓଡ଼ିଆରେ ସଂଭାବନା ପ୍ରକଶ୍ ପାଉଛି ଆଧାର ଅଧିକ ତଥ୍ୟ Tikarapada ଶ୍ରେଣୀ:ଅନୁଗୋଳ ଜିଲ୍ଲା
ହିନ୍ଦୀ
https://or.wikipedia.org/wiki/ହିନ୍ଦୀ
ମାନକ ହିନ୍ଦୀ ବା ଆଧୁନିକ ମାନକ ହିନ୍ଦୀ (), ନାଗେରୀ ହିନ୍ଦୀ ଓ ସାହିତ୍ୟ ହିନ୍ଦୀ ଏକ ମାନକ ଭାଷା ଓ ସଂସ୍କୃତଦ୍ୱାରା ପ୍ରଭାବିତ ।ଏହା ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ କହାଯାଉଥିବା ମୂଳ ଖାରିବୋଲିରୁ ଜନ୍ମ ନେଇଅଛି । ଏହା ଭାରତ ସମ୍ବିଧାନରେ ଥିବା ୨୨ଟି ସରକାରୀ ଭାଷାରୁ ଗୋଟିଏ ।The Union: Official Languages ସ୍ୱର ଶାସ୍ତ୍ର ବିସ୍ତ୍ରୁତ ଲେଖା - ହିନ୍ଦୀ ସ୍ୱରବିଜ୍ଞାନ ଦେବନାଗରୀ ଲିପିରେ ହିନ୍ଦୀର ଧ୍ୱନିସବୁ ଏହିପରି ଲେଖାଯାଏ : ସ୍ୱର ଏଇ ସ୍ୱର ଆଧୁନିକ ହିନ୍ଦୀ ପାଇଁ ଦିଆ ଯାଇଅଛି । ସ୍ୱରବର୍ଣ“प” ସହ ମାତ୍ରାଆ.ପି.ଏ. ଉଚ୍ଚାରଣ"प्" ସହ ଉଚ୍ଚାରଣIAST ସମାନଇଂରାଜୀ ସମାନ ହିନ୍ଦୀରେ ବଖାଣ अपashort or long :en:Schwa: as the a in above or ago बीच का मध्य प्रसृत स्वर आपाālong :en:Open back unrounded vowel: as the a in father दीर्घ विवृत पश्व प्रसृत स्वर इपिi short :en:close front unrounded vowel: as i in bit ह्रस्व संवृत अग्र प्रसृत स्वर ईपीī long :en:close front unrounded vowel: as i in machine दीर्घ संवृत अग्र प्रसृत स्वर उपुu short :en:close back rounded vowel: as u in put ह्रस्व संवृत पश्व वर्तुल स्वर ऊपूū long :en:close back rounded vowel: as oo in school दीर्घ संवृत पश्व वर्तुल स्वर एपेe long :en:close-mid front unrounded vowel: as a in game (not a diphthong) दीर्घ अर्धसंवृत अग्र प्रसृत स्वर ऐपैai long :en:near-open front unrounded vowel: as e in bed दीर्घ लगभग-विवृत अग्र प्रसृत स्वर ओपोo long :en:close-mid back rounded vowel: as o in tone (not a diphthong) दीर्घ अर्धसंवृत पश्व वर्तुल स्वर औपौau long :en:open-mid back rounded vowel: as au in caught दीर्घ अर्धविवृत पश्व वर्तुल स्वर ଆହୁରି ଦେଖନ୍ତୁ right|thumb|300px|ଭାରତେ ହିନ୍ଦୀଭାଷୀ ଅଞ୍ଚଳ :hi:Web Hindi Resources ଦ୍ରଷ୍ଟବ୍ୟ ବାହାର ଲିଙ୍କ ହିନ୍ଦୀଭାଷାରେ ବିଭିନ୍ନ ମହାପୁରୁଷମାନଙ୍କ ବାଣୀ ଶ୍ରେଣୀ:ଭାଷା ଶ୍ରେଣୀ:ଭାରତର ସାମ୍ବିଧାନିକ ଭାଷା
ବଲାଙ୍ଗୀର ଜିଲ୍ଲା
https://or.wikipedia.org/wiki/ବଲାଙ୍ଗୀର_ଜିଲ୍ଲା
ବଲାଙ୍ଗିର ଜିଲ୍ଲା, ଓଡ଼ିଶାର ପଶ୍ଚିମରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଏହାର ଆୟତନ ୫,୧୬୫ ବର୍ଗ କିମି । ବଲାଙ୍ଗିର ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର । ଏହି ଜିଳ୍ଲାର ମୁଖ୍ୟ ଭାଗ ଗ୍ରାମାଞ୍ଚଳ । ମୁଖ୍ୟ ବଡ଼ ଓ ସାନ ସହର ଆଉ ଥାନା ଗୁଡ଼ିକ ହେଲା ବଲାଙ୍ଗୀର,, ପାଟଣାଗଡ଼, ଟିଟିଲାଗଡ,କଣ୍ଟାବାଞ୍ଜି, ଲୋଇସିଙ୍ଘା, ସଇଁତଳା, ବେଲପଡା, ଆଗଲପୁର, ଦେଓଗାଁ, ମୁରିବାହାଲ , ଗୁଡଭେଳା, ଖୋପ୍ରାଖୋଲ, ବଙ୍ଗୋମୁଣ୍ଡା, ତୁରେକେଲା,ତୁଷୁରା,ସିନ୍ଧେକେଲା, ଲାଠୋର, ଲରମ୍ଭା, ମୁଖ୍ୟ ନଦୀ ଓ ଶାଖାନଦୀ ମହାନଦୀ ତେଲ ଉନଦର, ଲାନ୍ଥ୍, ସୁନଗଡ଼ ଓ ସୁଖତେଲ (ତେଲ ନଦୀର ଶାଖାନଦୀ) ଅଙ୍ଗ ଜିରା ସେଲଷିଙ୍ଗ ଭୂଗୋଳ ଜନସଂଖ୍ୟା ୨୦୧୧ ଜନଗଣନାCensus 2011: Odisha: Provisional Population Totals ଅନୁସାରେ, ବଲାଙ୍ଗୀର ଜିଲ୍ଲାର ମୋଟ ଲୋକସଂଖ୍ୟା ୧୬,୪୮,୫୭୪ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୪,୫୧,୪୧୩ ଓ ସହରାଞ୍ଚଳରେ ୧,୯୭,୧୬୧ ଲୋକ ବାସ କରନ୍ତି Census 2011: Odisha: Rural Urban Distribution । ପୁରୁଷ: ୮,୩୧,୩୪୯ ମହିଳା: ୮,୧୭,୨୨୫ ଛ ବର୍ଷରୁ କମ: ୨,୦୬,୯୬୪ ସାକ୍ଷରତା ହାର ୬୫.୫୦% ପୁରୁଷ: ୭୭.୦୮% ମହିଳା: ୫୩.୭୭% ପ୍ରଶାସନିକ ବିଭାଗ ଉପଖଣ୍ଡ: (୩): ବଲାଙ୍ଗୀର, ଟିଟିଲାଗଡ଼ ଓ ପାଟଣାଗଡ଼ ପୌରାଞ୍ଚଳ: (୪) ପୌର ପରିଷଦ: (୧): ବଲାଙ୍ଗୀର କଣ୍ଟାବାଞ୍ଜି ଟିଟିଲାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ (୩): ପାଟଣାଗଡ଼ ଓ କଣ୍ଟାବାଞ୍ଝି ଓ ତୁଷୁରା ବେଳପଡ଼ା ସଇଁତଳା ଟିଟିଲାଗଡ ପଞ୍ଚାୟତ ସମିତି (ବ୍ଲକ): (୧୪): ଆଗଲପୁର, ଖପ୍ରାଖୋଲ, ଗୁଡ଼ଭେଲା, ଦେଓଗାଁ, ପାଟଣାଗଡ଼, ପୁଇଁତଳା, ବଙ୍ଗମୁଣ୍ଡା, ବଲାଙ୍ଗୀର, ବେଲପଡ଼ା, ଲୋଇସିଂହା, ମୁରିବାହାଲ, ସଇଁତଳା, ଟିଟିଲାଗଡ଼ ଓ ତୁରେଇକେଲା, ତହସିଲ (୧୪): ଆଗଲପୁର, ଖପ୍ରାଖୋଲ, ଗୁଡ଼ଭେଲା, ଦେଓଗାଁ, ପାଟଣାଗଡ଼, ପୁଇଁତଳା, ବଙ୍ଗମୁଣ୍ଡା, ବଲାଙ୍ଗୀର, ବେଲପଡ଼ା, ଲୋଇସିଂହା, ମୁରିବାହାଲ, ସଇଁତଳା, ଟିଟିଲାଗଡ଼ ଓ ତୁସରା ରାଜନୀତି ଲୋକ ସଭା ଏହି ଜିଲ୍ଲାରୁ କଳିକେଶ ନାରାୟଣ ସିଂହ ଦେଓ ଲୋକ ସଭାକୁ ନିର୍ବାଚିତ ହୋଇଅଛନ୍ତି । ବିଧାନ ସଭା ଏହି ଜିଲ୍ଲା ଅନ୍ତର୍ଗତ ୫ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ହେଲା: #ନିର୍ବାଚନ ମଣ୍ଡଳୀଆରକ୍ଷଣ ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି )୧୪ଶ ବିଧାନ ସଭା ସଦସ୍ୟରାଜନୈତିକ ଦଳ୬୬ଲୋଇସିଂହାଅନୁସୂଚିତ ଜାତିଲୋଇସିଂହା, ଆଗଲପୁର, ପୁଇଁତଳା ମୁକେଶ୍ ମହାଳିଂ ବିଜଦ୬୭ପାଟଣାଗଡ଼ଅଣ ସଂରକ୍ଷିତପାଟଣାଗଡ଼ (ବି), ପାଟଣାଗଡ଼, ଖପ୍ରାଖୋଲ, ବେଲପଡ଼ା କନକ ବର୍ଦ୍ଧନ ସିଂଦେଓ ଭାଜପା୬୮ବଲାଙ୍ଗୀରଅଣ ସଂରକ୍ଷିତବଲାଙ୍ଗୀର (ପୌ), ବଲାଙ୍ଗୀର, ଦେଓଗାଁ ଅନଙ୍ଗ ଉଦୟ ସିଂହ ଦେଓ ବିଜଦ୬୯ଟିଟିଲାଗଡ଼ଅଣ ସଂରକ୍ଷିତଟିଟିଲାଗଡ଼ (ବି), ଟିଟିଲାଗଡ଼, ସଇଁତଳା, ତେନ୍ତୁଳିଖୁଣ୍ଟି (ଗୁଡ଼ଭେଲା) ଟୁକୁନୀ ସାହୁ ବିଜେଡ଼ି୭୦କଣ୍ଟାବାଞ୍ଝିଅଣ ସଂରକ୍ଷିତକଣ୍ଟାବାଞ୍ଝି (ବି), ତୁରକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ସନ୍ତୋଷ ସିଂହ ସାଲୁଜା କଂଗ୍ରେସ ଆଧାର ଅଧିକ ତଥ୍ୟ ବଲାଙ୍ଗୀର ଜିଲା Globallinks factoids on Balangir ଓଡ଼ିଆରେ ଖବର ଶ୍ରେଣୀ:ବଲାଙ୍ଗୀର ଜିଲ୍ଲା
ବଲାଙ୍ଗିର ଜିଲା
https://or.wikipedia.org/wiki/ବଲାଙ୍ଗିର_ଜିଲା
ଲେଉଟାଣି ବଲାଙ୍ଗୀର ଜିଲ୍ଲା
Broken/QUI
https://or.wikipedia.org/wiki/Broken/QUI
REDIRECTବ୍ୟବହାରକାରି:Odisha1/Qui
୧୮୪୮
https://or.wikipedia.org/wiki/୧୮୪୮
୧୮୪୮ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ | ଘଟଣା ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଅଜ୍ଞାତ ତିଥି ଘଟଣା ଜନ୍ମ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ୨୮ ଅପ୍ରେଲ – ମଧୁସୂଦନ ଦାସ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା, ଓଡ଼ିଆ କବି, ଓଡ଼ିଶାର ପ୍ରଥମ ବାରିଷ୍ଟରhttp://orissa.gov.in/portal/LIWPL/event_archive/Events_Archives/47Death_Anniversary_of_Madhusudhan_Das.pdf (ମୃତ୍ୟୁ. ୧୯୩୪) ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ମୃତ୍ୟୁ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଆଧାର ଶ୍ରେଣୀ:୧୮୪୮
୧୯୪୮
https://or.wikipedia.org/wiki/୧୯୪୮
ଘଟଣା ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଅଜ୍ଞାତ ତିଥି ଘଟଣା ଜନ୍ମ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ମୃତ୍ୟୁ ଜାନୁଆରୀ-ମାର୍ଚ୍ଚ ୩୦ ଜାନୁଆରୀ – ମୋହନଦାସ କରମଚାନ୍ଦ ଗାନ୍ଧି, ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ଭାରତର ଜାତୀୟ ପିତା (ଜନ୍ମ. ୧୮୬୯) ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଆଧାର ଶ୍ରେଣୀ:୧୯୪୮
କଳିଙ୍ଗ ଲିପି
https://or.wikipedia.org/wiki/କଳିଙ୍ଗ_ଲିପି
କଳିଙ୍ଗ ଲିପି ପୁରାତନ ବ୍ରାହ୍ମୀ ଲିପିରୁ ଜନ୍ମ ନେଇଥିବା ଅନେକ ଲିପି ମଧ୍ୟରୁ ଗୋଟିଏ ।ଅଣ୍ଟୋପିଆ ଏହା ଆଧୁନିକ ଓଡ଼ିଶାରେ ବ୍ୟବହାର କରାଯାଏ । କଳିଙ୍ଗ ଲିପି ଆଗକାଳରେ କଳିଙ୍ଗରେ ବୋଲାଯାଉଥିବା ପୁରାତନ ଓଡ଼ିଆ ଭାଷା ଲେଖିବାରେ ବ୍ୟବହାର କରଯାଉଥିଲା । ଏହା ବ୍ରାହ୍ମୀ ଲିପିରୁ ତିଆରି ହୋଇଛି ଓ ତାହା ପୁରାତନ ଲିପି ସହ ପାଖାପାଖି ସମାନ । ୧୧ଶ ଶତାବ୍ଦୀ ବେଳକୁ ଏହା ଆଉ ବ୍ୟବହାର କରାଯାଉନଥିଲା ଯେଉଁଥିରେ ଆଧୁନିକ ଓଡ଼ିଆ ଲିପି ତିଆରି ହୋଇ ବ୍ୟବହାରରେ ଲାଗିଲା । ଦ୍ରଷ୍ଟବ୍ୟ ବାହାର ଲିଙ୍କ AncientScripts ଶ୍ରେଣୀ:ଓଡ଼ିଆ ଭାଷା ଶ୍ରେଣୀ:ଓଡ଼ିଆ ଲିପି ଶ୍ରେଣୀ:ବ୍ରାହ୍ମୀ ଲିପି
କଟକ ଚଣ୍ଡୀ
https://or.wikipedia.org/wiki/କଟକ_ଚଣ୍ଡୀ
REDIRECT କଟକ ଚଣ୍ଡୀ ମନ୍ଦିର
ଅନନ୍ତ ବାସୁଦେବ
https://or.wikipedia.org/wiki/ଅନନ୍ତ_ବାସୁଦେବ
REDIRECT ଅନନ୍ତ ବାସୁଦେବ ମନ୍ଦିର
ବିରଜା
https://or.wikipedia.org/wiki/ବିରଜା
REDIRECT ବିରଜା ମନ୍ଦିର
ଓପନ-ସୋର୍ସ ସଫ୍ଟୱେର
https://or.wikipedia.org/wiki/ଓପନ-ସୋର୍ସ_ସଫ୍ଟୱେର
thumb|ଓପନ ସୋର୍ସ ଉଦ୍ୟମର ଲୋଗୋ ଓପନ ସୋର୍ସ ସଫ୍ଟବେର (OSS) ଗୋଟିଏ କମ୍ପ୍ୟୁଟର ସଫ୍ଟୱେର ଯାହା ସୋର୍ସ-କୋଡ଼ ସହ ମିଳିଥାଏ ଓ କେତେଗୋଟି ଅଧିକାର ଏକ ସଫ୍ଟବେର ଲାଇସେନ୍ସ ଭିତରେ କପିରାଇଟ ପାଇଁ ସାଇତାହୋଇଥାଏ ଯାହା ବ୍ୟବାହାରକାରୀଙ୍କୁ ସଫ୍ଟବେରଟିରେ ଗବେଷଣା କରିବା, ବଦଳାଇବା, ଉନ୍ନତ କରିବା ଓ କେବେକେବେ ବନତିବାକୁ ଅନୁମତି ଦେଇଥାଏ । କେତେକ ଓପନ-ସୋର୍ସ ସଫ୍ଟବେର ପବ୍ଲିକ ଡୋମେନରେ ମିଳିଥାଏ । ଆଗକୁ ପଢ଼ିବା Free Open Source Software Book Author "Understanding FOSS" K.S.Sampathkumar Coimbatore India ଆଇନଗତ ଓ ଆର୍ଥିକ ବିଷୟ Benkler, Yochai (2002), “Coase's Penguin, or, Linux and The Nature of the Firm." Yale Law Journal 112.3 (Dec 2002): p367(78) (in Adobe pdf format) Lerner, J. & Tirole, J. (2002): ‘Some simple economics on open source’, Journal Of Industrial Economics 50(2), p 197–234 Rossi, M. A. (2006): Decoding the free/open source software puzzle: A survey of theoretical and empirical contributions, in J. Bitzer P. Schröder, eds, ‘The Economics of Open Source Software Development’, p 15–55. ବାହାର ଲିଙ୍କ Computerworld article: Does the open-source development model work for business users? The Open Source Initiative's definition of open source Open Sources: Voices from the Open Source Revolution — an online book containing essays from prominent members of the open source community Free / Open Source Research Community — Many online research papers about Open Source FreeOpenSourceSoftware.org - Wiki on Open Source history, organizations, licenses, people, software. KDE developer Aaron Siego's presentation "How OSS Improves Society" at the 2nd Trans-Pacific Open Source Software Conference in Honolulu, Hawaii, January 2006. Whence The Source: Untangling the Open Source/Free Software Debate, essay on the differences between Free Software and Open Source, by Thomas Scoville Berry, D M (2004). The Contestation of Code: A Preliminary Investigation into the Discourse of the Free Software and Open Software Movement, Critical Discourse Studies, Volume 1(1). EU study on adopting FLOSS Open Source Observatory and Repository Calls for open source government ଶ୍ରେଣୀ:ମାଗଣା ସଫ୍ଟୱେର ପରମ୍ପରା ଓ ଡକୁମେଣ୍ଟ ଶ୍ରେଣୀ:ମାଗଣା ସଫ୍ଟୱେର ଶ୍ରେଣୀ:ସଫ୍ଟୱେର
ଫେଡ଼ୋରା (ଅପରେଟିଙ୍ଗ ସିଷ୍ଟମ)
https://or.wikipedia.org/wiki/ଫେଡ଼ୋରା_(ଅପରେଟିଙ୍ଗ_ସିଷ୍ଟମ)
ଫେଡ଼ୋରା () ଏକ ଆରପିଏମକୁ ନେଇ ତିଆରି ସାଧାରଣ ବ୍ୟବହାରରେ ଲାଗୁଥିବା ସଫ୍ଟବେରମାନଙ୍କୁ ନେଇ ତିଆରି ଯାହା ଭିତରେ ଲିନକ୍ସ କର୍ନେଲ ଅପରେଟିଙ୍ଗ ସିଷ୍ଟମ ରହିଥାଏ । ଏହା ଫେଡ଼ୋରା ପ୍ରକଳ୍ପ ଗୋଷ୍ଠୀ-ତିଆରି ଓ ରେଡ଼ ହ୍ୟାଟଦ୍ୱାରା ପରିଚାଳିତ । ଫେଡ଼ୋରା ପ୍ରକଳ୍ପ ଖୋଲା ଓ ମାଗଣା ସଫ୍ଟବେରକୁ ଉନ୍ନତ କରିବା ନିମନ୍ତେ ତିଆରି । ଆହୁରି ଦେଖନ୍ତୁ ଲିନକ୍ସ ରେଡ଼ହ୍ୟାଟ ଲିନକ୍ସ ରେଡ଼ହ୍ୟାଟ ଏଣ୍ଟରପ୍ରାଇସ ଲିନକ୍ସ ଦ୍ରଷ୍ଟବ୍ୟ ବାହାର ଲିଙ୍କ Fedora Project homepage International Fedora Project sites ଶ୍ରେଣୀ:ଅପରେଟିଙ୍ଗ ସିଷ୍ଟମ
ଉବୁଣ୍ଟୁ (ଅପରେଟିଙ୍ଗ ସିଷ୍ଟମ)
https://or.wikipedia.org/wiki/ଉବୁଣ୍ଟୁ_(ଅପରେଟିଙ୍ଗ_ସିଷ୍ଟମ)
ଉବଣ୍ଟୁ ( ) About Ubuntu ଏକ ଅପରେଟିଙ୍ଗ ସିଷ୍ଟମ ଯାହା ଡେବିଆନ ଜି.ଏନ.ଇଉ/ଲିନକ୍ସକୁ ନେଇ ତିଆରି ଓ ଏହା ଖୋଲା ଓ ମାଗଣା ସଫ୍ଟବେର ଭାବରେ ବଣ୍ଟା ଯାଇଥାଏ ଏହାର ନାମ ଦକ୍ଷିଣ ଆଫ୍ରିକାର ଉବଣ୍ଟୁ ଦର୍ଶନ ("ଅନ୍ୟମାନଙ୍କ ପାଇଁ ମାନବିକତା")ରୁ ଆସିଛି । See also ଅପରେଟିଂ ସିଷ୍ଟମ Linux User Group List of Linux distributions List of Ubuntu-based distributions Ubuntu Certified Professional Computer technology for developing areas ଆଧାର ଶ୍ରେଣୀ:ଉବୁଣ୍ଟୁ
ଗୌତମ ବୁଦ୍ଧ
https://or.wikipedia.org/wiki/ଗୌତମ_ବୁଦ୍ଧ
ବୁଦ୍ଧ () ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଓ ଧର୍ମ ସଂସ୍ଥାପକ ଥିଲେ । ବୌଦ୍ଧ ଧର୍ମ ବିଶ୍ୱାସୀଙ୍କ ମଧ୍ୟରେ ସେ ସର୍ବଶ୍ରେଷ୍ଠ ବୁଦ୍ଧ (P. sammāsambuddha, S. samyaksaṃbuddha) ଭାବରେ ଜଣା, "ବୁଧ/ବୁଦ୍ଧ" ଶବ୍ଦର ଅର୍ଥ ପାଳି ଭାଷାରେ "ଉଠିଥିବା" ବା "ଆଲୋକିତ" ବୁଝାଇଥାଏ ଇତିହାସ ଅନୁସାରେ ବୁଦ୍ଧଙ୍କ ଜନ୍ମ ପୁରାତନ ଓଡ଼ିଶା ବା କଳିଙ୍ଗର ଭୁବନେଶ୍ୱର ନିକଟରେ ଥିବା କପିଳେଶ୍ୱର ଜନପଦରେ ହୋଇଥିଲା । ଅଶୋକଙ୍କ ଶିଳାଲେଖ, ଜଉଗଡ଼ର ଶିଳାଲେଖ ଓ ସେକାଳରେ ଓଡ଼ିଶାରେ ପ୍ରଚଳିତ ଭାଷା ପାଳି ଭାଷାର ବ୍ୟବହାର କରାଯାଇଥିବା ବୌଦ୍ଧ ଧର୍ମଗ୍ରନ୍ଥ ତ୍ରିପିଟକର ଭାଷାରୁ ଏକଥା ପ୍ରମାଣ ମିଳିଥାଏ ।http://www.rediff.com/news/2002/sep/16spec.htmhttp://www.srilankaguardian.org/2008/03/buddha-born-in-orissa-scholars.htmlhttp://orissa.gov.in/e-magazine/Journal/jounalvol1/pdf/orhj-3.pdf ତେବେ କିଛି ଗବେଷକଙ୍କ ମତରେ ବୁଦ୍ଧଙ୍କ ଜନ୍ମ ନେପାଳର କପିଳବାସ୍ତୁଠାରେ ହୋଇଥିଲା । ଜୀବନୀ ଗୌତମ ବୁଦ୍ଧ ବୌଦ୍ଧ ଧର୍ମର ପ୍ରତିଷ୍ଠା କରିଥିଲେ । ସେ ଖ୍ରୀ. ପୂ ୫୬୭ (ମତାନ୍ତର)ରେ ହିମାଳୟର ପାଦଦେଶରେ ଅବସ୍ଥିତ କପିଳବାସ୍ତୁ ନିକଟବର୍ତ୍ତୀ ଲୁମ୍ବିନୀ ଉପବନରେ ଜନ୍ମ ଗ୍ରହଣ କରିଥିଲେ । କପିଳାବାସ୍ତୁ ଶାକ୍ୟବଂଶୀୟ କ୍ଷତ୍ରିୟମାନଙ୍କର ଏକ କ୍ଷୁଦ୍ର ରାଜ୍ୟ ଥିଲା । ଗୌତମଙ୍କର ପିତା ଶୁଦ୍ଧୋଦନ ଏହି ଶାକ୍ୟ ଗଣତନ୍ତ୍ରର ରାଜା ଥିଲେ । ତାଙ୍କର ମାତାଙ୍କ ନାମ ଥିଲା ମାୟାଦେବୀ । ଜନ୍ମ ଲାଭ କରିବାର ଏକ ସପ୍ତାହ ପରେ ତାଙ୍କର ମାତା ମାୟାଦେବୀଙ୍କର ମୃତ୍ୟୁ ହେବାରୁ ବିମାତା ଗୌତମୀଙ୍କଦ୍ୱାରା ସେ ପରିପାଳିତ ହୋଇଥିଲେ । < ରାଜପୁତ୍ର ହେଲେ ମଧ୍ୟ ରାଜକୀୟ ଭୋଗବିଳାସ ପ୍ରତି ତାଙ୍କର ମନ ଆଦୌ ଆକୃଷ୍ଟ ନଥିଲା । ସେ ସଂସାରବିରାଗୀ ଥିଲେ । ପୁତ୍ରର ମନ ପରିବର୍ତ୍ତନ ନିମନ୍ତେ ଶୁଦ୍ଧୋଦନ ଗୌତମଙ୍କୁ ଗୋପାନାମ୍ନୀ ଏକ ସୁନ୍ଦରୀ ରାଜକନ୍ୟାଙ୍କ ସହିତ ବିବାହ କରାଇଥିଲେ । ବିବାହ ପରେ ଗୌତମଙ୍କର ଏକ ପୁତ୍ର ସନ୍ତାନ ଜାତ ହୋଇଥିଲା । ଏସବୁ ସତ୍ତ୍ୱେ ଗୌତମଙ୍କର ମନ ପରିବର୍ତ୍ତନ ହୋଇନଥିଲା । କିମ୍ବଦନ୍ତୀ କପିଳାବାସ୍ତୁ ନଗର ପରିଭ୍ରମଣ କଲାବେଳେ ଗୌତମ ଏକ ଜରାଗ୍ରସ୍ତ, ଏକ ରୁଗ୍ଣ ବ୍ୟକ୍ତି ଏବଂ ଏକ ଶବ ଦେଖିବାରୁ ମନରେ ଗଭୀର ଦୁଃଖ ଅନୁଭବ କଲେ । ମନୁଷ୍ୟର ଜନ୍ମ, ବାର୍ଦ୍ଧକ୍ୟ, ରୋଗ, ଦୁଃଖ, କ୍ଳେଶ, ମୃତ୍ୟୁ ଇତ୍ୟାଦି ବିଷୟ ଚିନ୍ତାକରି ସେ ଦୁଃଖରେ ଅଭିଭୂତ ହୋଇପଡ଼ିଲେ । ସେ ଏସବୁଥିରୁ ମୁକ୍ତିଲାଭ କରିବାର ଉପାୟ ଚିନ୍ତା କରିବାକୁ ଲାଗିଲେ । ଏହି ସମୟରେ ଦିନେ ସେ ଏକ ପ୍ରସନ୍ନବଦନ ଜନୈକ ସନ୍ନ୍ୟାସୀଙ୍କୁ ଦେଖିଲେ । ସନ୍ନ୍ୟାସ ବରଣ କଲେ ଦୁଃଖରୁ ତ୍ରାହି ମିଳିବ ବୋଲି ସେ ୨୯ ବର୍ଷ ବୟସରେ ଦିନେ ନିଶାର୍ଦ୍ଧରେ ସାଂସାରିକ ମାୟାବନ୍ଧନ ଛିନ୍ନକରି ସମସ୍ତଙ୍କ ଅଗୋଚରରେ ରାଜପ୍ରସଦ ତ୍ୟାଗ କରିଥିଲେ ।http://www.thebigview.com/buddhism/buddhasresume.html ବୌଦ୍ଧ ଧର୍ମ ବୌଦ୍ଧ ଧର୍ମ (ପାଳି: ବୋଧ ଧର୍ମ) ଏକ ଧର୍ମ ଓ ଦର୍ଶନ ଯେଉଁଥିରେ ଅନେକ ଧରଣର ପରମ୍ପରା, ବିଶ୍ୱାସ ଓ ଆଚରଣ ରହିଛି । ଏହା ଗୌତମ ବୁଦ୍ଧଙ୍କ ଶିକ୍ଷାକୁ ନେଇ ଗଠିତ । ୬ଷ୍ଠ ଓ ୪ର୍ଥ ଖ୍ରୀ.ପୂ.ରେ ବୁଦ୍ଧ ଭାରତୀୟ ଉପମହାଦେଶର ଉତ୍ତର-ପୂର୍ବ ଭାଗରେ ବାସ କରି ଶିକ୍ଷା ଦେଇଥିଲେ । ସେ ବୌଦ୍ଧବାଦୀମାନଙ୍କ ପାଇଁ, ବୋଧି ବା ଜଣେ ଆଲୋକିତ ଗୁରୁ, ଯେ ତାହାଙ୍କର ଜ୍ଞାନକୁ ଚେତନା ରହିତ ଜନଙ୍କୁ ଅବିଦ୍ୟାର ବିନାଶ କରିବା ନିମିତ୍ତ ଶିକ୍ଷା ଦେଇଥିବା ଗୁରୁ ଭାବରେ ଜଣା; ଯାହା ସଂସାର କଷଣରୁ ତରିବାରେ ଜଣଙ୍କୁ ସହଯୋଗ କରିଥାଏ । ବୌଦ୍ଧଧର୍ମର ପ୍ରସାର ଗୌତମ ବୁଦ୍ଧଙ୍କ ପରିନିର୍ମାଣର ଅଳ୍ପ କାଳ ମଧ୍ୟରେ ବୌଦ୍ଧ ଧର୍ମ ସମଗ୍ର ଭାରତବର୍ଷରେ ପ୍ରସାରଲାଭ କରିଥିଲା । ବିଶେଷତଃ ଖ୍ରୀ.ପୂ. ତୃତୀୟ ଶତାବ୍ଦୀରେ ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ପୃଷ୍ଠପୋଷକତାରେ ବୌଦ୍ଧ ଧର୍ମ କେବଳ ଭାରତରେ ନୁହେଁ, ଭାରତ ବାହାରେ ଯଥା, ପଶ୍ଚିମରେ ଗ୍ରୀସ ଦେଶଠାରୁ ପୂର୍ବରେ ବ୍ରହ୍ମଦେଶ (ବର୍ତ୍ତମାନର ମିଆଁମାର) ଏବଂ ଦକ୍ଷିଣରେ ସିଂହଳ (ବର୍ତ୍ତମାନର ଶ୍ରୀଲଙ୍କା) ପର୍ଯ୍ୟନ୍ତ ପ୍ରସାରିତ ହୋଇଥିଲା । ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରେ କୁଶାଣ ବଂଶର ଶ୍ରେଷ୍ଠ ସମ୍ରାଟ କନିଷ୍କଙ୍କ ପ୍ରେରଣାରେ ବୌଦ୍ଧଧର୍ମ ଚୀନ, ତିବ୍ୱତ, ଜାପାନ ପ୍ରଭୃତି ଦେଶରେ ପ୍ରଚାରିତ ହୋଇଥିଲା । ସପ୍ତମ ଓ ଅଷ୍ଟମ ଶତାବ୍ଦୀରେ କନୌଜର ରାଜା ହର୍ଷବର୍ଦ୍ଧନଙ୍କ ସାହାଯ୍ୟରେ ବୌଦ୍ଧଧର୍ମ ବିଶେଷ ଅଗ୍ରଗତି ଲାଭ କରିଥିଲା । ଏହିପରି ପୃଷ୍ଠପୋଷକତା ଲାଭକରି ବୌଦ୍ଧଧର୍ମ ପୃଥିବୀର ଏକ ମୂଖ୍ୟ ଧର୍ମରେ ପରିଣତ ହୋଇଥିଲା ।ପ୍ରାଚୀନ ରାଜା ମହାରାଜାମାନଙ୍କଦ୍ୱାରା ଅତି ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଅସଂଖ୍ୟ ବୌଦ୍ଧଗୁମ୍ଫା, ସ୍ତୂପ, ଚୈତ୍ୟ, ବୌଦ୍ଧବିହାର ଓ ବୌଦ୍ଧମୂର୍ତ୍ତି ଗୁଡ଼ିକ ଭାରତର ବିଭିନ୍ନ ସ୍ଥାନରେ ନିର୍ମିତ ହୋଇଥିଲା, ଯାହା ବୌଦ୍ଧ ଧର୍ମର ପ୍ରଚାର ଏବଂ ପ୍ରସାର ଦିଗରେ ଯଥେଷ୍ଟ ସାହାଯ୍ୟ କରିଥିଲା । ସମ୍ରାଟ ଅଶୋକଙ୍କର ଅନୁଶାସନ ବୌଦ୍ଧଧର୍ମ ପ୍ରସାରର ଏକ ପ୍ରଧାନ କାରଣ । ଆହୁରି ଦେଖନ୍ତୁ ବୁଦ୍ଧ ପୂର୍ଣ୍ଣିମା ବୌଦ୍ଧ ଧର୍ମ ଆଧାର ବାହାର ତଥ୍ୟ A sketch of the Buddha's Life Critical Resources: Buddha and Buddhism What Was The Buddha Like? by Ven S. Dhammika ଶ୍ରେଣୀ:ବୌଦ୍ଧ ଧର୍ମ ଶ୍ରେଣୀ:ଧର୍ମ
ବଲାଙ୍ଗୀର
https://or.wikipedia.org/wiki/ବଲାଙ୍ଗୀର
ଇତିହାସ ବଲାଙ୍ଗୀର ନାମଟି ବଳରାମ ଗଡରୁ ଆସିଛି I ଏହାର ଆଉ ଏକ ବ୍ୟୁତ୍ପତ୍ତି ହେଲା " ବଲଂ ଅଙ୍ଗିକରୋତି ବିଶ୍ୱ ଯସ୍ୟ ତତ ବାଲାଙ୍ଗୀରମ I ଅର୍ଥାତ ଯେଉଁ ଅଞ୍ଚଳ ବଳ, ଶକ୍ତି ସାମର୍ଥ୍ୟକୁ ସାରା ବିଶ୍ୱର ଲୋକେ ଅଙ୍ଗୀକାର ବା ସ୍ୱୀକାର କରନ୍ତି ଯେ ଏମାନେ ବଳବାନ ସେହି ଅଞ୍ଚଳକୁ ବଲାଙ୍ଗୀର ବୋଲି କୁହାଯାଏ | ଦର୍ଶନୀୟ ସ୍ଥାନ ହରିଶଙ୍କର ମନ୍ଦିର ନୃସିଂହନାଥ ମନ୍ଦିର ବଲାଙ୍ଗୀର ରାଜ ପ୍ରାସାଦ ମା ପାଟଣେଶ୍ୱରୀ ମନ୍ଦିର ସୋମେଶ୍ବର ଶୈବପୀଠ ,ରାଣୀପୁର ଝରିଆଲ ଚଉଷଠି ଯୋଗିନୀ ,ରାଣୀପୁର ଝରିଆଲ ଲୋକନାଥ ବାବା ମନ୍ଦିର ଗିରିଗୋବର୍ଦ୍ଧନ ମନ୍ଦିର, ଗଏଁତଲା ବ୍ରଜଧାମ, ସିଂଖମନ ବୀଶ୍ୱକର୍ମାଙ୍କଦ୍ୱାରା ନିର୍ମିତ ମହାଦେବ ମନ୍ଦିର, ସୂର୍ଡା ଶୀବ ମନ୍ଦିର, ଖୁଜେନପାଲି ଆନନ୍ଦ ନିକେତନ ଆଶ୍ରମ, ଖୁଜେନପାଲି ଯୋଗେଶ୍ୱର ମନ୍ଦିର ,ଯୋଗୀସର୍ଡା ହରି ହର ହାଈସ୍ ସ୍କୁଲ ,ଯୋଗୀସର୍ଡା ଆଧାର ଅଧିକ ତଥ୍ୟ Official website of Balangir ଶ୍ରେଣୀ:ସହର ଶ୍ରେଣୀ:ବଲାଙ୍ଗୀର ଜିଲ୍ଲା [[ବଲାଙ୍ଗୀର ଗୋଟିଏ ବ୍ୟସ୍ତ ବହୁଲ ସହର।ଏହାକୁ ଚେସ୍ ବୋର୍ଡ଼ ସିଟି ମଧ୍ଯ କୁହାଯାଏ ।ଖାଇବା ପିଇବାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଜିନିଷ ମଧ୍ୟ ସୁଲଭ ମୂଲ୍ୟରେ ମିଳେ । ଏହା ମଧ୍ୟ ଏକ ଦର୍ଶନୀୟ ସ୍ଥାନ ।
ବୁଦ୍ଧ
https://or.wikipedia.org/wiki/ବୁଦ୍ଧ
REDIRECT ଗୌତମ ବୁଦ୍ଧ
Buddha
https://or.wikipedia.org/wiki/Buddha
REDIRECT ଗୌତମ ବୁଦ୍ଧ
Internet
https://or.wikipedia.org/wiki/Internet
REDIRECT ଇଣ୍ଟରନେଟ
ମୋହନଦାସ କରମଚାନ୍ଦ ଗାନ୍ଧି
https://or.wikipedia.org/wiki/ମୋହନଦାସ_କରମଚାନ୍ଦ_ଗାନ୍ଧି
ଲେଉଟାଣି ମହାତ୍ମା ଗାନ୍ଧୀ
ବିଜୁ ପଟ୍ଟନାୟକ
https://or.wikipedia.org/wiki/ବିଜୁ_ପଟ୍ଟନାୟକ
ବିଜୟାନନ୍ଦ ପଟ୍ଟନାୟକ (ବିଜୁ ପଟ୍ଟନାୟକ ଓ ବିଜୁ ବାବୁ ନାମରେ ମଧ୍ୟ ପରିଚିତ, ୫ ମାର୍ଚ୍ଚ ୧୯୧୬ – ୧୭ ଅପ୍ରେଲ ୧୯୯୭) ଜଣେ ଓଡ଼ିଆ ରାଜନୈତିକ ନେତା, ବୈମାନିକ ଓ ଶିଳ୍ପପତି ଥିଲେ । ୧୯୯୦ ମାର୍ଚ୍ଚ ୫ରୁ ୧୯୯୫ ମସିହା ମାର୍ଚ୍ଚ ୧୫ ଯାଏ ଓ ୧୯୬୧ ଜୁନ ୨୩ରୁ ୧୯୬୩ ମସିହା ଅକ୍ଟୋବର ୨ ଯାଏ ସେ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟକରିଥିଲେ । thumb|ବିଜୁ ପଟ୍ଟନାୟକଙ୍କର ଏକ ପ୍ରତିମୂର୍ତ୍ତି ପ୍ରାରମ୍ଭିକ ଜୀବନ ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ମାତା ଆଶାଲତା ପଟ୍ଟନାୟକଙ୍କଠାରୁ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖ ଦିନ କଟକର ତୁଳସୀପୁରଠାରେ ତୃତୀୟ ସନ୍ତାନ ଭାବେ ଜନ୍ମ ନେଇଥିଲେ । ସେ ରେଭେନ୍ସା କଲେଜିଏଟ ସ୍କୁଲ, କଟକଠାରେ ସ୍କୁଲଶିକ୍ଷା ସାରିଲା ପରେ ରେଭେନ୍ସା କଲେଜରେ ବିଜ୍ଞାନ ପଢ଼ିଥିଲେ । ପାଠପଢ଼ା ଜୀବନରେ ସେ ଖେଳ ପ୍ରତି ଭାରି ଇଚ୍ଛୁକ ଥିଲେ ଓ ବିଶ୍ୱବିଦ୍ୟାଳୟ ଫୁଟବଲ ଓ ଦଳର କ୍ୟାପଟେନ ରହିଆସିଥିଲେ । ତାହା ପରେ ସେ ଦିଲ୍ଲୀର ଏରୋନଟିକ୍ସ ଟ୍ରେନିଂ ଶିକ୍ଷାନୁଷ୍ଠାନରେ ବିମାନ ଉଡାଣ ଶିକ୍ଷାରେ ଯୋଗଦେଇଥିଲେ । ବିବାହ ଓ ପରିବାର ବିଜୁ ପଟ୍ଟନାୟକ ଜ୍ଞାନ ପଟ୍ଟନାୟକଙ୍କୁ ୧୯୩୮ ମସିହାରେ ବିବାହ କରିଥିଲେ । ତାଙ୍କ ପୁଅ ନବୀନ ପଟ୍ଟନାୟକ ଓଡ଼ିଶାର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ । ତାଙ୍କ ଝିଅ ଗୀତା ମେହେଟା ଜଣେ ଲେଖିକା । ତାଙ୍କର ବଡ଼ ପୁଅ ପ୍ରେମ ପଟ୍ଟନାୟକ ଦିଲ୍ଲୀରେ ଜଣେ ବ୍ୟବସାୟୀ ଭାବରେ ଅବସ୍ଥାପିତ । କର୍ମ ଜୀବନ ବିମାନ ଚାଳକ ଭାବେ ଦିଲ୍ଲୀରୁ ବିମାନ ଉଡ଼ାଣ ଶିକ୍ଷା ସମାପ୍ତ କରି ସେ ଇଣ୍ଡିଆନ ଏୟାର‌ୱେଜରେ ପାଇଲଟ ଭାବରେ ଚାକିରି କରିଥିଲେ । ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ନିଜେ ବିମାନ ଚଳାଇ ଇଣ୍ଡୋନେସିଆର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଆଦିଙ୍କୁ ଡଚମାନଙ୍କଠାରୁ ଉଦ୍ଧାର କରିଥିଲେ । ଏହି ଦୁଃସାହସିକ କାର୍ଯ୍ୟପାଇଁ ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ "ଭୂମିପୁତ୍ର" ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହି ସମ୍ମାନ ସହ, ପୁରସ୍କାର ସ୍ୱରୂପ ମିଳିଥିବା କୋଟି କୋଟି ଟଙ୍କା ସେ ଇଣ୍ଡୋନେସିଆର ଜନସାଧାରଣଙ୍କ ପାଇଁ ଉତ୍ସର୍ଗ କରିଦେଇଥିଲେ । ବିଜୁ ପଟ୍ଟନାୟକ ଚଳାଉଥିବା ଡାକୋଟା ବିମାନ ୨୦-୨୪ ଫେବୃୟାରୀ ୨୦୧୯ ମସିହାରେ ଅନୁଷ୍ଟିତ ଏୟାର ଶୋ'ରେ ପ୍ରଦର୍ଶିତ ହୋଇଥିଲା । ରାଜନୈତିକ ଜୀବନ ରାଜନୀତି କ୍ଷେତ୍ରରେ ବିଜୁ ପଟ୍ଟନାୟକ ତାଙ୍କ ରାଜନୈତିକ ଜୀବନ ୧୯୪୬ରେ ଆରମ୍ଭକରି ନିର୍ବିରୋଧ ଭାବେ ଓଡ଼ିଶା ବିଧାନ ସଭାକୁ ଉତ୍ତର କଟକ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ୧୯୫୨ ଏବଂ ୧୯୫୭ରେ ସେ ଯଥାକ୍ରମେ ଜଗନ୍ନାଥ ପ୍ରସାଦ ଏବଂ ସୋରଡ଼ାରୁ ଜିତିଥିଲେ । ୧୯୬୧ରେ ସେ ରାଜ୍ୟ କଂଗ୍ରେସର ସଭାପତିତ୍ୱ ଗ୍ରହଣ କରିଥିଲେ । ତାଙ୍କ ନେତୃତ୍ୱରେ କଂଗ୍ରେସ ଦଳ ୧୪୦ରୁ ୮୨ଟି ଆସନରେ ବିଜୟ ଲାଭକରିଥିଲା । ଚୌଦ୍ୱାରରୁ ନିର୍ବାଚିତ ବିଜୁ ପଟ୍ଟନାୟକ ପ୍ରଥମଥର ନିମନ୍ତେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରି ୨ ଅକ୍ଟୋବର ୧୯୬୩ ଯାଏଁ ପଦବୀରେ ରହିଥିଲେ । କଂଗ୍ରେସ ପାର୍ଟିକୁ ପୁଣି ସତେଜ କରିବା ପାଇଁ ସେ କାମରାଜ ଯୋଜନାରେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ । ବିଜୁ ବାବୁ ଓ ଇନ୍ଦିରା ଗାନ୍ଧୀଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା, ହେଲେ ୧୯୬୯ ରାଷ୍ଟ୍ରପତି ନିର୍ବାଚନ ବେଳେ ତାଙ୍କ ଭିତରେ ମନୋମାଳିନ୍ୟ ହୋଇଯିବାରୁ ଓ ୧୯୭୧ରେ ହୋଇଥିବା ରାଜ୍ୟ ସଭା ନିର୍ବାଚନ ନିମନ୍ତେ କଂଗ୍ରେସ ଟିକଟ ନପାଇବାରୁ ସେ କଂଗ୍ରେସ ପାର୍ଟି ଛାଡ଼ି ଉତ୍କଳ କଂଗ୍ରେସ ନାମରେ ଏକ ନୂତନ ଦଳ କରିଥିଲେ। ୧୯୭୧ ବିଧାନ ସଭା ମତଦାନରେ ତାଙ୍କ ପାର୍ଟି ଯୁକ୍ତିଯୁକ୍ତ ଭାବେ ଭଲ କରିଥିଲା । ବିଜୁ ବାବୁ ତା ପରେ ତାଙ୍କ ପୁରୁଣା ସାଙ୍ଗ ଜୟପ୍ରକାଶ ନାରାୟଣଙ୍କ ସହିତ ସମ୍ପର୍କ ପୁନଃସ୍ଥାପନ କରିଥିଲେ ଓ ୧୯୭୪ରେ ଜେ.ପି ମୁଭମେଣ୍ଟରେ ଯୋଗ ଦେଇଥିଲେ । ୧୯୭୫ରେ ଯେତେବେଳେ ଜରୁରି କାଳୀନ ସ୍ଥିତି ଘୋଷଣା ହେଲା, ବିଜୁ ପଟ୍ଟନାୟକ ପ୍ରଥମ ବ୍ୟକ୍ତି ଥିଲେ ଯିଏ ଅନ୍ୟ ବିରୋଧୀ ନେତାମାନଙ୍କ ସହ ଗିରଫ ହୋଇଥିଲେ । ୧୯୭୭ରେ ସେ ମୁକୁଳିଳେ ଓ ଲୋକ ସଭା ପ୍ରାର୍ଥୀ ହିସାବରେ କେନ୍ଦ୍ରପଡ଼ାରୁ ନିର୍ବାଚିତ ହେଲେ। ୧୯୭୯ ବେଳେ ସେ ମୋରାରଜୀ ଦେଶାଇ ଓ ଚୌଧୁରୀ ଚରଣ ସିଂହଙ୍କ ସରକାର ଅଧିନରେ ଇସ୍ପାତ ଓ ଖଣି ମନ୍ତ୍ରୀ ରହିଥିଲେ । ୧୯୮୦ରେ ବିଜୁ ବାବୁ ଲୋକ ସଭାକୁ ନିର୍ବାଚିତ ହେଲେ ଏବଂ ପୁଣିଥରେ ୧୯୯୬ରେ ଲୋକ ସଭାକୁ ନିର୍ବାଚିତ ହେଇଥିଲେ । ୧୯୯୦ ରାଜ୍ୟ ବିଧାନ ସଭା ନିର୍ବାଚନରେ ଜନତା ଦଳ ଜିତିଲା ଏବଂ ଆଉଥରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୧୯୯୫ ପର୍ଯ୍ୟନ୍ତ କାର୍ଯ୍ୟନିର୍ବାହ କରିଥଲେ । ବିଜୁ ବାବୁଙ୍କ ରାଜନୈତିକ ଦୃଷ୍ଟିକୋଣ ମୁଖ୍ୟତଃ ସମାଜବାଦ ଏବଂ ସଂଘିୟ ରାଷ୍ଟ୍ର ଶାସନ ଉପରେ ଦୃଢ଼ୀଭୁତ ଥିଲା । ସେ ଦୃଢ଼ ଭାବରେ ସବୁ ରାଜ୍ୟ ପାଇଁ ଓକିଲତି କରୁଥିଲେ ଏବଂ କହୁଥିଲେ ସବୁ ରାଜ୍ୟମାନଙ୍କୁ ଦରକାର ଅନୁସାରେ ସମାନ ସାଧନ ଦିଆଯିବା ଉଚିତ । ନେହେରୁ ତାଙ୍କୁ ସ୍ନେହରେ ଭାରତର ଦୁସାହସିକ ବ୍ୟକ୍ତି ବୋଲି କହି ଥିଲେ । ସଂସଦରେ ତାଙ୍କ ସମୟରେ ନେହେରୁ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ କହିଥିଲେ " ବିଜୁ ପଟ୍ଟନାୟକଙ୍କ ପାଖରେ ସାହସ, ଶକ୍ତି ଓ କାମକରିବାର ଆଗ୍ରହ ଅଛି । ତେଣୁ ଓଡ଼ିଶାକୁ ଅଧିକ ସାହାଯ୍ୟ କରିବାରେ କୌଣସି ପ୍ରମାଦ ନାହିଁ ।" ବିଜୁ ପଟ୍ଟନାୟକଙ୍କଦ୍ୱାରା ସ୍ଥାପିତ ପୁରସ୍କାର ବିଜୁ ପଟ୍ଟନାୟକଙ୍କ ପ୍ରଦତ୍ତ ଧନରାଶିର ସୁଧରୁ ଲବ୍ଧ ଅର୍ଥକୁ ୟୁନେସ୍କୋଦ୍ୱାରା କଳିଙ୍ଗ ପୁରସ୍କାର ଭାବେ ପ୍ରଦାନ କରାଯାଇଥାଏ । ଏହି ପୁରସ୍କାରକୁ ଅନ୍ତର୍ଜାତୀୟ ବୈଜ୍ଞାନିକ ଗୋଷ୍ଠୀ ଏକ ସମ୍ମାନ ଜନକ ପୁରସ୍କାର ଭାବେ ଗ୍ରହଣ କରେ । ବିଜୁ ପଟ୍ଟନାୟକଙ୍କଦ୍ୱାରା ପ୍ରତିଷ୍ଠିତ ଅନୁଷ୍ଠାନ ସେ କଳିଙ୍ଗ ଟାଇଲସ, କଳିଙ୍ଗ ଟ୍ୟୁବସ, କଳିଙ୍ଗ ଆଇରନ ୱାର୍କସ, କଳିଙ୍ଗ ଏୟାରଲାଇନସ ଓ କଳିଙ୍ଗ ରିଫ୍ରାକଟୋରିଜ ଆଦି ନିଜ ଉଦ୍ୟମରେ ପ୍ରତିଷ୍ଠା କରିଥିଲେ । ରାଜ୍ୟର ପ୍ରଗତି ପାଇଁ ତାଙ୍କରି ଉଦ୍ୟମରେ ନିମ୍ନଲିଖିତ ଅନୁଷ୍ଥାନ ଗୁଡ଼ିକ ମଧ୍ୟ ପ୍ରତିଷ୍ଠା କରାଯାଇଥିଲା । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT) ଆଞ୍ଚଳିକ ଶିକ୍ଷା ଅନୁଷ୍ଠାନ (ଭୁବନେଶ୍ୱର) ଆଞ୍ଚଳିକ ଗବେଷଣା କେନ୍ଦ୍ର (ଭୁବନେଶ୍ୱର) ସୈନିକ ସ୍କୁଲ, ଭୁବନେଶ୍ୱର ଏନ.ଆଇ.ଟି, ରାଉରକେଲା ମିଗ ବିମାନ କାରଖାନା, ସୁନାବେଡା ପାରାଦ୍ୱୀପ ବନ୍ଦର ଓଟିଏମ, ଚୌଦ୍ୱାର ରାଉରକେଲା ଷ୍ଟିଲ ପ୍ଲାଣ୍ଟ ତାଳଚେର ଥର୍ମାଲ ପ୍ରକଳ୍ପ ନାଲକୋ ପ୍ରକଳ୍ପ ଦୈତାରୀ ଲୌହ ଇସ୍ପାତ କାରଖାନା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବୁର୍ଲା ଇଞ୍ଜିନିୟରିଂ ଓ ମେଡିକାଲ କଲେଜ ବଡବିଲ ଲୁହା କାରଖାନାଧରିତ୍ରୀ ୧୭/୦୪/୨୦୧୪ ପୃଷ୍ଠା ୬ରେ ପ୍ରକାଶିତ ଡ଼. ଉର୍ମୀ ଦେବୀଙ୍କ ଆଲେଖ୍ୟ ଓଡ଼ିଶାର ନାୟକ: ବିଜୁ ପଟ୍ଟନାୟକ ବିଜୁ ପଟ୍ଟନାୟକଙ୍କ ସ୍ମୃତିରେ thumb|ବିଜୁ ପଟ୍ଟନାୟକ ସ୍ମୃତି ପୀଠ, ସ୍ୱର୍ଗଦ୍ୱାର, ପୁରୀ ଓଡ଼ିଶା ସରକାର ଅନେକ ଅନୁଷ୍ଠାନକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିଅଛନ୍ତି । ଭୁବନେଶ୍ୱରରେ ଥିବା ବିଜୁ ପଟ୍ଟନାୟକ ବିମାନ ବନ୍ଦର ସେଥିମଧ୍ୟରୁ ଅନ୍ୟତମ । ତାଙ୍କ ଜନ୍ମ ଦିବସ ମାର୍ଚ ୫କୁ ପଞ୍ଚାୟତି ରାଜ ଦିବସ ଭାବରେ ପାଳନ କରାଯାଉଛି । 220x124px|thumb|right|ବିଜୁ ପଟ୍ଟନାୟକଙ୍କ ସ୍ମୃତିରେ ପ୍ରଚଳିତ ହୋଇଥିବା ଡାକ ଟିକେଟ ବିଜୁ ପଟ୍ଟନାୟକଙ୍କ ନାମରେ ଥିବା ଅନୁଷ୍ଠାନ ବିଜୁ ପଟ୍ଟନାୟକ ଜାତୀୟ ଷ୍ଟିଲ ଅନୁଷ୍ଠାନ ବିଜୁ ପଟ୍ଟନାୟକ ୟୁନିଭରସିଟି ଅଫ ଟେକନୋଲଜି, ରାଉରକେଲା ଚଳଚ୍ଚିତ୍ର ବିଜୁ ପଟ୍ଟନାୟକଙ୍କ ଜୀବନୀ ଓ ଜାତୀୟତାବୋଧ ଉପ‌ରେ "ବିଜୁ ବାବୁ" ନାମକ ଚଳଚ୍ଚିତ୍ର ୨୦୧୯ ମସିହା ମାର୍ଚ୍ଚ ମାସରେ ମୁକ୍ତିଲାଭ କରିଥିଲା । ଆହୁରି ଦେଖନ୍ତୁ ବିଜୁ ପଟ୍ଟନାୟକ ବିମାନ ବନ୍ଦର ବିଜୁ ପଟ୍ଟନାୟକ ପାର୍କ ଆଧାର ବହି Keesing's Contemporary Archives, 1947-48. Facts on File 1947-48. Seventh Lok Sabha Who's Who, 1980. History of Indian Air Force, Historical Section, Government of India Publication. History of the Indian Air Force by Air Marshall M.S. Chatturvedi. Indonesian Handbook, Department of Information, Djkarta. Sukerno, A Political Biography, Logge J.D. Weinstein F.B. Indonesian Foreign Policy. Ray J.K., Transfer of Power in Indonesia. Polmka P. Indonesia since Sukerno. Taylor A.H., Indonesian Independence and UN. Satyavati S. Jhaveri, The Presidency in Indonesia: Dilemma of Democracy. Charles Wolf Jr., The Indonesian Story : Birth, Growth and Structure of Indonesian Republic. Hermondsworth, Indonesia. Jamu and Kashmir Operation 1947, History Division, Government of India Publication. ବାହାର ଆଧାର New York Times article on Biju Patnaik Biju Patnaik : The Vision of a Patriot Tribute to Patnaik ଶ୍ରେଣୀ:୧୯୧୬ ଜନ୍ମ ଶ୍ରେଣୀ:୧୯୯୭ ମୃତ୍ୟୁ ଶ୍ରେଣୀ:କଟକ ଜିଲ୍ଲାର ଲୋକ ଶ୍ରେଣୀ:ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରେଣୀ:ଭାରତୀୟ ଜାତୀୟ କଂଗ୍ରେସରୁ ମୁଖ୍ୟମନ୍ତ୍ରୀ ଶ୍ରେଣୀ:ଓଡ଼ିଶା ବିଧାନ ସଭାର ବିରୋଧୀ ଦଳ ନେତା ଶ୍ରେଣୀ:ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ସାଂସଦ ଶ୍ରେଣୀ:ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାର ସଭ୍ୟ ଶ୍ରେଣୀ:୧ମ ଓଡ଼ିଶା ବିଧାନ ସଭାର ସଭ୍ୟ ଶ୍ରେଣୀ:୨ୟ ଓଡ଼ିଶା ବିଧାନ ସଭାର ସଭ୍ୟ ଶ୍ରେଣୀ:୩ୟ ଓଡ଼ିଶା ବିଧାନ ସଭାର ସଭ୍ୟ ଶ୍ରେଣୀ:୫ମ ଓଡ଼ିଶା ବିଧାନ ସଭାର ସଭ୍ୟ ଶ୍ରେଣୀ:୭ମ ଲୋକ ସଭା ସଭ୍ୟ ଶ୍ରେଣୀ:୮ମ ଲୋକ ସଭା ସଭ୍ୟ ଶ୍ରେଣୀ:୧୧ଶ ଲୋକ ସଭା ସଭ୍ୟ ଶ୍ରେଣୀ:୬ଷ୍ଠ ଓଡ଼ିଶା ବିଧାନ ସଭାର ସଭ୍ୟ ଶ୍ରେଣୀ:୮ମ ଓଡ଼ିଶା ବିଧାନ ସଭାର ସଭ୍ୟ ଶ୍ରେଣୀ:୯ମ ଓଡ଼ିଶା ବିଧାନ ସଭାର ସଭ୍ୟ ଶ୍ରେଣୀ:୧୦ମ ଓଡ଼ିଶା ବିଧାନ ସଭାର ସଭ୍ୟ ଶ୍ରେଣୀ:୧୧ଶ ଓଡ଼ିଶା ବିଧାନ ସଭାର ସଭ୍ୟ ଶ୍ରେଣୀ:ଓଡ଼ିଶାର ଲୋକସଭା ସଦସ୍ୟ ଶ୍ରେଣୀ:ଓଡ଼ିଶାର ଭାରତୀୟ ଜାତୀୟ କଂଗ୍ରେସ ରାଜନେତା ଶ୍ରେଣୀ:କେନ୍ଦ୍ରାପଡ଼ା ଜିଲ୍ଲାର ଲୋକ ଶ୍ରେଣୀ:ଗଞ୍ଜାମ ଜିଲ୍ଲାର ଲୋକ
Biju patnayak
https://or.wikipedia.org/wiki/Biju_patnayak
REDIRECT ବିଜୁ ପଟ୍ଟନାୟକ‎
ସଂଯୁକ୍ତା ପାଣିଗ୍ରାହୀ
https://or.wikipedia.org/wiki/ସଂଯୁକ୍ତା_ପାଣିଗ୍ରାହୀ
ସଂଯୁକ୍ତା ପାଣିଗ୍ରାହୀ (୨୪ ଅଗଷ୍ଟ ୧୯୪୪– ୨୪ ଜୁନ ୧୯୯୭) ଜଣେ ଭାରତୀୟ ନୃତ୍ୟଶିଳ୍ପୀ, ଯିଏ ଭାରତୀୟ ଶାସ୍ତ୍ରୀୟ ନାଟ ଓଡ଼ିଶୀର ଜଣେ ପ୍ରଧାନ ପ୍ରଚାରିକା ଥିଲେ । ସଂଯୁକ୍ତା ପ୍ରଥମ ଓଡ଼ିଆ ନାରୀଭାବେ ପୁରାତନ ଶାସ୍ତ୍ରୀୟ ନାଟକୁ ଶିଶୁକାଳରୁ ଆଦରି ନେଇଥିଲେ ତଥା ଏହାର ପୁନରୁଦ୍ଧାର ଓ ଏହାକୁ ଦେଶବିଦେଶରେ ଆଦୃତ କରାଇବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ବହନ କରିଥିଲେ । Sanjukta: the danseuse who revived Odissi Indian Express, June 25, 1997.Sanjukta Panigrahi, Indian Dancer, 65 New York Times, July 6, 1997. ଓଡ଼ିଶୀ ନୃତ୍ୟକୁ ଭାରତ ସମେତ ସମଗ୍ର ବିଶ୍ୱରେ ଆଦୃତ କରାଇବା ପାଇଁ ସେ ଭିନ୍ନ ଭିନ୍ନ ସ୍ଥାନ ଯେପରି ଆମେରିକା, ଫିଲିପାଇନ୍ସ, ୟୁନାଇଟେଡ୍ କିଙ୍ଗଡମ୍, ଇସ୍ରାଏଲ୍, ଗ୍ରୀସ୍, ପ୍ୟାରିସ୍ ତଥା ଅନ୍ୟାନ୍ୟ ଦେଶଗୁଡ଼ିକ ଭ୍ରମଣ କରି ସେଠାରେ ଓଡ଼ିଶୀ ନୃତ୍ୟର ପ୍ରଚାର କରିଥିଲେ | ତାଙ୍କ ନୃତ୍ୟ ପ୍ରତିଭା ଓ ନୃତ୍ୟକଳା ପ୍ରତି ଅବଦାନ ସ୍ୱରୁପ ତାଙ୍କୁ ୧୯୭୫ ମସିହାରେ ଭାରତର ଅନ୍ୟତମ ବେସାମରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା । ୧୯୭୬ରେ ମଧ୍ୟ ସେ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନରେ ସମ୍ମାନିତ ହୋଇଥିଲେ । http://www.narthaki.com/info/profiles/profil48.html ପ୍ରାରମ୍ଭିକ ଜୀବନ ତାଙ୍କର ଜନ୍ମ ବ୍ରହ୍ମପୁରର ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା । ତାଙ୍କ ପିତା ଅଭିରାମ ମିଶ୍ର ଓ ମାତାଙ୍କ ନାମ ଶକୁନ୍ତଳା ମିଶ୍ର ଥିଲା । ବାଲ୍ୟ ସମୟରୁ ତାଙ୍କ ଭିତରେ ନୃତ୍ୟ ପ୍ରତିଭା ବିକଶିତ ହୋଇଥିଲା । ମାତ୍ର ତାଙ୍କ ପିତାଙ୍କ ବିରୋଧ ସତ୍ତ୍ୱେ ତାଙ୍କ ମା ତାଙ୍କୁ ପ୍ରୋତ୍ସାହିତ କରିଥିଲେ । ତାଙ୍କ ପିତାଙ୍କ ବିରୋଧର କାରଣ ଥିଲା, ସେ ସମୟରେ ସାଧାରଣ ନାରୀମାନେ ନାଚୁ ନଥିଲେ । କେବଳ ମନ୍ଦିରମାନଙ୍କରେ ମାହାରୀ ମାନଙ୍କ ନାଚିବା ପ୍ରଥା ଥିଲା । ହେଲେ ପିତାଙ୍କ ପ୍ରତିରୋଧକୁ ଖାତିର ନ କରି ମା'ଙ୍କ ପ୍ରୋତ୍ସାହନ ବଳରେ ସଂଯୁକ୍ତା ନୃତ୍ୟ କରିବା ଆରମ୍ଭ କରିଥିଲେ | ପିଲାବେଳେ ସେ ନିଜ ପରିବେଶରୁ ବିଭିନ୍ନ ଧ୍ୱନୀ ଶୁଣି ନୃତ୍ୟ କରୁଥିଲେ | http://www.narthaki.com/info/profiles/profil48.html ପ୍ରଶିକ୍ଷଣ ମା'ଙ୍କ ପ୍ରେରଣା ବଳରେ ସଂଯୁକ୍ତା ୪ ବର୍ଷ ବୟସରେ ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ | ୧୯୫୦-୧୯୫୩ ମସିହା ମଧ୍ୟରେ ତାଙ୍କୁ ତିନି ତିନି ଥର ସର୍ବଶ୍ରେଷ୍ଠ ଶିଶୁ କଳାକାର ଭାବେ ଅଭିହୀତ କରାଯାଇଥିଲା | ୬ ବର୍ଷ ବୟସରେ ସେ ଏକ ନୃତ୍ୟ କାର୍ଯ୍ୟକ୍ରମରେ ଭାଗ ନେଇ ସେଠାରେ ନୃତ୍ୟ ପ୍ରଦର୍ଶନ କରି ଅନେକ ପ୍ରଶଂସା ପାଇଥିଲେ | ୯ ବର୍ଷରେ ସେ କଲିକତାଠାରେ ଏକ ଲିଟିଲ୍ ଥିଏଟରରେ ନୃତ୍ୟ ପରିବେଷଣ କରିଥିଲେ | ୧୯୫୨ ମସିହାରେ ସେ ଅନ୍ତରାଷ୍ଟ୍ରୀୟ ଶିଶୁ ଚଳଚ୍ଚିତ୍ର ସମାରୋହରେ ପ୍ରଥମ ପୁରସ୍କାର ଜିତିଥିଲେ | http://www.narthaki.com/info/profiles/profil48.htmlନୃତ୍ୟରେ ଭଲ ପ୍ରଶିଁକ୍ଷଣ ପାଇଁ ତାଙ୍କ ପିତା-ମାତା ତାଙ୍କୁ ଚେନ୍ନାଇରେ କଳାକ୍ଷତ୍ରକୁ ପଠାଇଥିଲେ | ସେଠାରେ ରୁକ୍ମଣୀ ଦେବୀ ଆଡ୍ୟାରଙ୍କ ଅଧିନରେ ସେ ୬ ବର୍ଷ ପର୍ଯ୍ୟନ୍ତ ଭାରତ ନାଟ୍ୟମ୍ ଓ କଥକରେ ଶିକ୍ଷା ଲାଭ କରିଥିଲେ | ଏହାପରେ ନୃତ୍ୟ ପ୍ରବିଣ ଡିପ୍ଲୋମା ସହ ସେ ଉର୍ତ୍ତୀଣ୍ଣ ହୋଇ ସେଠାରେ କଳାକ୍ଷେତ୍ର ବ୍ୟାଲେଟ୍ ଟ୍ରୁପ୍ର ସଦସ୍ୟ ଭାବେ ଭାରତ ସମେତ ବିଦେଶର ବିଭିନ୍ନ ସ୍ଥାନରେ ଓଡ଼ିଶୀ ନୃତ୍ୟକୁ ଆଦୃତ କରିଥିଲେ | ୧୪ ବର୍ଷ ବୟସରେ ସେ ଓଡ଼ିଶା ଫେରିଆସି ଓଡ଼ିଶୀ ନୃତ୍ୟର ବିକାଶ ଦିଗରେ ଧ୍ୟାନ ଦେଇଥିଲେ | ବୃତ୍ତି ଜୀବନୀ ସଂଯୁକ୍ତା ଓ ତାଙ୍କ ସ୍ୱାମୀ ରଘୁନାଥ ପାଣିଗ୍ରାହୀ ଏକାଠି ଓଡ଼ିଶୀ ନୃତ୍ୟର ଉନ୍ନତି ଦିଗରେ କାର୍ଯ କରିଥିଲେ | କ୍ୟାରିଅର୍ର ପ୍ରାରମ୍ଭିକ ସମୟରେ ସେ ଦୁହିଁଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା | ୧୯୬୬ ମସିହାରେ ଗୁରୁ କେଳୁଚରଣ ମହାପାତ୍ରଙ୍କୁ ସଂଗୀତ ଏକାଡେମୀ ପୁରସ୍କାର ମିଳିବା ପରେ ସେମାନଙ୍କ ସ୍ଥିତିରେ ସ୍ୱାଭାବିକ ହେବାରେ ଲାଗିଥିଲା | ସେ ସମୟରେ ସେ ଦିଲ୍ଲୀରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମଧ୍ୟରେ ପ୍ରଂଶସିତ ହୋଇଥିଲେ | ଏହି ସମୟ ମଧ୍ୟରେ ତାଙ୍କ ସ୍ୱାମୀ ରଘୁନାଥ ଜଣେ ଶାସ୍ତ୍ରୀୟ ଗାୟକ ଭାବେ ପ୍ରସିଦ୍ଧି ଲାଭ କରିଥିଲେ | ସଂଯୁକ୍ତାଙ୍କ ନୃତ୍ୟ ପରିବେଷଣ ପାଇଁ ମଧ୍ୟ ରଘୁନାଥ ସଙ୍ଗୀତ ପ୍ରସ୍ତୁତ କରୁଥିଲେ | ପରେ ସଂଯୁକ୍ତା ଓ ରଘୁନାଥଙ୍କ ଯୋଡି ପ୍ରସିଦ୍ଧ ହେବାରେ ଲାଗିଲା | ଶାସ୍ତ୍ରୀୟ ନୃତ୍ୟ ପ୍ରତି ସଂଯୁକ୍ତାଙ୍କ ଅବଦାନ ସ୍ୱରୂପ ୧୯୭୫ ମସିହାରେ ତାଙ୍କୁ ସର୍ବଶ୍ରେଷ୍ଠ ନାଗରିକ ପୁରସ୍କାର, ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଗଲା | ଏହାପରେ ୧୯୭୬ ମସିହାରେ ତାଙ୍କୁ ଓ ରଘୁନାଥଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଦିଆଯାଇଥିଲା | ବ୍ୟକ୍ତିଗତ ଜୀବନୀ ୧୯୬୦ ମସିହାରେ ୧୬ ବର୍ଷ ବୟସରେ ସେ ସମୟର ସଙ୍ଗାତଜ୍ଞ ରଘୁନାଥ ପାଣିଗ୍ରାହୀଙ୍କ ସହ ସଂୟୁକ୍ତାଙ୍କ ବିବାହ ହୋଇଥିଲା | ୧୯ ବର୍ଷ ବୟସରେ ସେ ଦୁଇଟି ସନ୍ତାନର ଜନନୀ ହୋଇଥିଲେ |http://www.narthaki.com/info/profiles/profil48.html ପରବର୍ତ୍ତୀ ଜୀବନ ପରବର୍ତ୍ତୀ ସମୟରେ ସେ ଓଡ଼ିଶୀ ନୃତ୍ୟ ଜାରି ରଖିବା ସହ ଏହାକୁ ଦେଶ ବିଦେଶରେ ପ୍ରସିଦ୍ଧ କରାଥିଲେ | ନିଜର ଶେଷ ସମୟ ପର୍ଯ୍ୟନ୍ତ ଏହି ନୃତ୍ୟଧାରାକୁ ଜାରି ରଖିବା ପାଇଁ ସେ ପ୍ରତିଶ୍ରୁତି ନେଇଥିଲେ | ନିଜର ଚେଷ୍ଟା ବଳରେ ସେ ଓଡ଼ିଶୀ ନୃତ୍ୟକୁ ବିଶ୍ୱସ୍ତରରେ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ଦେବାରେ ସଫଳ ହୋଇଥିଲେ | ୧୯୯୭ ମସିହା ଜୁନ୍ ୨୪ ତାରିଖରେ ୫୨ ବର୍ଷ ବୟସରେ କର୍କଟ ରୋଗରେ ତାଙ୍କର ମୃତ୍ୟୁ ହୋଇଥିଲା |http://www.narthaki.com/info/profiles/profil48.html ସଂଯୁକ୍ତା ପାଣିଗ୍ରାହୀ ସମ୍ମାନ ତାଙ୍କର ମୃତ୍ୟୁ ପରେ ତାଙ୍କ ସ୍ୱାମୀ ରଘୁନାଥ ପାଣିଗ୍ରାହୀ ୧୯୯୯ ମସିହାରେ ତାଙ୍କ ନାଁରେ ଏକ ଟ୍ରଷ୍ଟ୍ ପ୍ରତିଷ୍ଠା କରିଥିଲେ | ଯାହାର ନାଁ ଥିଲା 'ସଂଯୁକ୍ତା ପାଣିଗ୍ରାହୀ ମେମୋରିଆଲ୍ ଟ୍ରଷ୍ଟ୍' | ୨୦୦୧ଠାରୁ ଏହିି ସଂସ୍ଥା ପ୍ରତିବର୍ଷ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ମେଧା ନୃତ୍ୟାଙ୍ଗନାମାନଙ୍କୁ ବୃତ୍ତି ଦେବା ସହ ସଫଳ ନୃତ୍ୟାଙ୍ଗନାମାନଙ୍କୁ ସମ୍ମାନିତ ମଧ୍ୟ କରିଆସୁଛି | ସଂଯୁକ୍ତା ପାଣିଗ୍ରାହୀଙ୍କ ଉପରେ ସିନେମା Encounter With the Gods: Orissi Dance With Sanjukta Panigrahi. 1999 Encounter With the Gods With Sanjukta Panigrahi Duration 30 min. Rotten Tomatoes. ଆଧାର Indra Gupta, India’s 50 Most Illustrious Women New Delhi: Icon Publications, 2003. ଅଧିକ ତଥ୍ୟ Jack Anderson, Dance: Sanjukta Panigrahi in The New York Times, October 14, 1984 accessed at July 31, 2006 Sanjukta Panigrahi Images ଭିଡିଓ Sanjukta Panigrahi - Odissi - Ardhanareeshwara Stuti Sanjukta Panigrahi - Odissi - Mukhari Pallavi ଶ୍ରେଣୀ:୧୯୪୪ ଜନ୍ମ ଶ୍ରେଣୀ:୧୯୯୭ ମୃତ୍ୟୁ ଶ୍ରେଣୀ:ଗଞ୍ଜାମ ଜିଲ୍ଲାର ଲୋକ ଶ୍ରେଣୀ:ଓଡ଼ିଶୀ ନୃତ୍ୟଶିଳ୍ପୀ ଶ୍ରେଣୀ:କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମ୍ମାନିତ ଶ୍ରେଣୀ:ପଦ୍ମଶ୍ରୀ ସମ୍ମାନିତ ଶ୍ରେଣୀ:ପ୍ରଥମ ଓଡ଼ିଆ ମହିଳା
ବଙ୍ଗଲୋର
https://or.wikipedia.org/wiki/ବଙ୍ଗଲୋର
REDIRECT ବେଙ୍ଗାଳୁରୁ
ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା
https://or.wikipedia.org/wiki/ଉଦୟଗିରି_ଓ_ଖଣ୍ଡଗିରି_ଗୁମ୍ଫା
thumb|ହାତୀଗୁମ୍ଫା (୧୪ତମ ଗୁମ୍ଫା) ଉଦୟଗିରି ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା ଅଧା ପ୍ରକୃତିକ ଓ ଅଧା ମଣିଷଦ୍ୱାରା ତିଆରି ଯାହାର ଐତିହାସିକ, ପୁରାତନ ତତ୍ତ୍ୱ ଓ ଧାର୍ମିକ ଗୁରୁତ୍ତ୍ୱ ରହିଛି । ଏହା ଓଡ଼ିଶାର ଭୁବନେଶ୍ୱରଠାରେ ଅବସ୍ଥିତ । ଗୁମ୍ଫାଗୁଡିକ ଦୁଇଟି ପାହାଡ଼ ଉଦୟଗିରି ଓ ଖଣ୍ଡଗିରିରେ ରହିଛି ଯାହା ହାତୀଗୁମ୍ଫାର ଶିଳାଲେଖରେ କୁମାରୀ ପର୍ବତ ନାମରେ ମଧ୍ୟ ଜଣା ଓ ଏହି ଦୁଇ ପାହାଡ଼ ଉଭୟଙ୍କ ଆଡକୁ ମୁଁହାଇ ରାସ୍ତାର ଦୁଇ ପାଖରେ ଅଛନ୍ତି ।ଖଣ୍ଡଗିରିରେ ୧୫ଟି ଗୁମ୍ଫା ଥିବାବେଳେ ଉଦୟଗିରିରେ ୧୮ଟି ଗୁମ୍ଫା ରହିଛି । ହାତୀ ଗୁମ୍ଫା ନିକଟରେ ବାରଭୁଜା ଦେବୀଙ୍କର ଏକ ମନ୍ଦିର ଅଛି। ଇତିହାସ ଏହି ସ୍ଥାନ ଐତିହାସିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ଜୈନ ବିବରଣୀରୁ ଜାଣିବାକୁ ମିଳେ, ଏହି ସ୍ଥାନରେ ମହାବୀର ଜୈନ ତାଙ୍କର ଧର୍ମପ୍ରଚାର କରିଥିଲେ । ସମ୍ରାଟ ଖାରବେଳଙ୍କ ପ୍ରସିଦ୍ଧ ହାତୀଗୁମ୍ଫା ଶିଳାଲେଖ ଏହି ସ୍ଥାନରେ ଅଛି, ଯାହା ପ୍ରାଚୀନ ଓଡ଼ିଶା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଉପାଦାନ । ଏଠାରେ ଏବେ ମଧ୍ୟ ଜୈନ ସମ୍ପ୍ରଦାୟର ସାଧୁ ମାଁନଙ୍କୁ ଦେଖିବାକୁ ମିଳେ । ଉଦୟଗିରିଠାରେ ଥିବା ଗୁମ୍ଫାର ତାଲିକା– ୧−ରାଣୀ ଗୁମ୍ଫା ୨−ଛୋଟ ହାତୀ ଗୁମ୍ଫା ୩-ଅଲକାପୁରି ଗୁମ୍ଫା ୪-ଜୟ-ବିଜୟ ଗୁମ୍ଫା ୫-ଠାକୁରାଣୀ ଗୁମ୍ଫା ୬-ପାତାଳପୁରି ଗୁମ୍ଫା ୭-ଗଣେଶ ଗୁମ୍ଫା ୮-ଜମ୍ବେଶ୍ୱର ଗୁମ୍ଫା ୯-ବ୍ୟାଘୃ ଗୁମ୍ଫା ୧୦-ସରପ ଗୁମ୍ଫା ୧୧-ହାତୀ ଗୁମ୍ଫା ୧୨-ଧାନଘର ଗୁମ୍ଫା ୧୩-ହରୀଦାସ ଗୁମ୍ଫା ୧୪-ଜଗମଥା ଗୁମ୍ଫା ୧୫-ରୋସେଇ ଗୁମ୍ଫା ଉଦୟଗିରିରେ ଥିବା ଗୁମ୍ଫାମାନଙ୍କର ତାଲିକା ରାଣୀଗୁମ୍ଫା ବଜାଘର ଗୁମ୍ଫା ଛୋଟ ହାତୀଗୁମ୍ଫା ଅଳକାପୁରୀ ଗୁମ୍ଫା ଜୟ-ବିଜୟ ଗୁମ୍ଫା ପଣସଗୁମ୍ଫା ଠାକୁରାଣୀ ଗୁମ୍ଫା ପାତାଳପୁରୀ ଗୁମ୍ଫା ମଞ୍ଚପୁରୀ ଗୁମ୍ଫା ଗଣେଶ ଗୁମ୍ଫା ଜାମ୍ବେଶ୍ୱର ଗୁମ୍ଫା ବ୍ୟାଘ୍ର ଗୁମ୍ଫା ସର୍ପ ଗୁମ୍ଫା ହାତୀ ଗୁମ୍ଫା ଧନଘର ଗୁମ୍ଫା ହରିଦାସ ଗୁମ୍ଫା ଜଗମଥା ଗୁମ୍ଫା ରୋଷେଇ ଗୁମ୍ଫା ଖଣ୍ଡଗିରିରେ ଥିବା ଗୁମ୍ଫା ତତ୍ତ୍ୱ ଗୁମ୍ଫା-୧ ତତ୍ତ୍ୱ ଗୁମ୍ଫା-୨ ଅନନ୍ତ ଗୁମ୍ଫା ତେନ୍ତୁଳି ଗୁମ୍ଫା ଖଣ୍ଡଗିରି ଗୁମ୍ଫା ଧ୍ୟାନ ଗୁମ୍ଫା ନବମୂନି ଗୁମ୍ଫା ବାରଭୂଜି ଗୁମ୍ଫା ତୃସୁଳ ଗୁମ୍ଫା ଅମ୍ବିକା ଗୁମ୍ଫା ଲଲାତେନ୍ଦୁ କେଶରୀ ଗୁମ୍ଫା ନାମହୀନ ନାମହୀନ ଏକାଦଶୀ ଗୁମ୍ଫା ନାମହୀନ ଆହୁରି ଦେଖନ୍ତୁ ଖାରବେଳ ଆଧାର Sachin Singhal: Orissa tourist road guide and political, Vardhman Publications, Sadananda Agrawal: Sri Kharavela, Published by Sri Digambar Jain Samaj, Cuttack, 2000. ଅଧିକ ତଥ୍ୟ http://www.indiaplaces.com/india-monuments/bhubaneshwar-udaigiri-caves.html Udayagiri Complex, extensive image gallery by Indira Gandhi National Centre of Arts Udayagiri Caves, Khandagiri Caves, Orissa - rock cut Jain temples by Wondermondo ଶ୍ରେଣୀ:ଓଡ଼ିଶା ପର୍ଯ୍ୟଟନ ଶ୍ରେଣୀ:ଖୋର୍ଦ୍ଧା ଜିଲ୍ଲା ଶ୍ରେଣୀ:ଓଡ଼ିଶାର ଇତିହାସ ଶ୍ରେଣୀ:ଓଡ଼ିଶାର ପୁରାତନ ସ୍ମାରକ ଶ୍ରେଣୀ:ବୌଦ୍ଧ ତୀର୍ଥସ୍ଥଳୀ
ଖଣ୍ଡ଼ଗିରି
https://or.wikipedia.org/wiki/ଖଣ୍ଡ଼ଗିରି
ଲେଉଟାଣି ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା
ଖଣ୍ଡଗିରି
https://or.wikipedia.org/wiki/ଖଣ୍ଡଗିରି
ଲେଉଟାଣି ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା
Khandagiri
https://or.wikipedia.org/wiki/Khandagiri
ଲେଉଟାଣି ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା
କୋଣାର୍କ ସୂର୍ଯ୍ୟ ମନ୍ଦିର
https://or.wikipedia.org/wiki/କୋଣାର୍କ_ସୂର୍ଯ୍ୟ_ମନ୍ଦିର
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆ ଓ ଏନଡିଟିଭି ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି । ନାମକରଣ thumb|300px|କୋଣାର୍କ ମନ୍ଦିର ଏହା ମନ୍ଦିରଟି ଗଢିଉଠିଥିଲା ପ୍ରାଚୀ ନଦୀ ଓ ବଙ୍ଗୋପସାଗରର ସଙ୍ଗମ ସ୍ଥଳରେ । ସେ ଯୁଗରେ ଏହା ଏକ ପୋତାଶ୍ରୟୀ ବନ୍ଦର ଥିଲା । ଏହାର ନାମଥିଲା କୋଣଗର l ‘‘କୋଣଗର’’ ନାମାନୁସାରେ ମନ୍ଦିରର ନାମ କୋଣାର୍କ ହୋଇଥିବ ବୋଲି ଅନୁମାନ କରାଯାଏ । କୋଣାର୍କ ଶବ୍ଦକୁ ବିଶ୍ଳେଷଣ କଲେ ଜଣାଯାଏ ଏହା ସଂସ୍କୃତ ଶବ୍ଦ କୋଣ ଓ ଅର୍କର ସଂଯୋଗରୁ ତିଆରି ହୋଇଛି । କୋଣରମାନେ ହେଲା ଗୋଟିଏ ପାଖ ଅଥବା ଦୁଇଟି ଦିଗ ବା ରେଖାର ମିଳନ ସ୍ଥାନ ଓ ଅର୍କର ଅର୍ଥ ହେଲା ସୂର୍ଯ୍ୟ । ଏହି ମନ୍ଦିରଟି ସୂର୍ଯ୍ୟ ଦେବଙ୍କ ପାଇଁ ନିର୍ମିତ ହୋଇଥିବାରୁ ଜାଗାର ନାମ ତଦନୁସାରେ କୋଣାର୍କ ହୋଇଛି ବୋଲି ମତ ପୋଷଣ କରାଯାଏ ।http://www.indiaprofile.com/monuments-temples/india-monuments.htm ପାଶ୍ଚାତ୍ୟ ଦେଶର ନାବିକମାନେ ଏହାର କୃଷ୍ଣ ପାଗୋଡ଼ା ଓ ପୁରୀ ଜଗନ୍ନାଥା ମନ୍ଦିରର ଶ୍ୱେତ ପାଗୋଡ଼ା ନାମକରଣ କରିଥିଲେ । ଏହି ମନ୍ଦିରଦ୍ୱୟ ନାବିକଙ୍କ ନିମନ୍ତେ ପଥଚିହ୍ନ ଥିଲା । ମନ୍ଦିରର ଆକୃତି ଓ ଗଠନ ଶୈଳୀ thumb|ବିଶ୍ୱ ଐତିହ୍ୟ ପୀଠ ଭାବେ ପରିଚିତ କୋଣାର୍କ ମନ୍ଦିର କୋଣାର୍କ ମନ୍ଦିର କଳିଙ୍ଗ ସ୍ଥାପତ୍ୟ କଳା ଶୈଳୀରେ ତୋଳାଯାଇଥିଲା । ଗର୍ଭଗୃହଯୁକ୍ତ ମୁଖ୍ୟ ମନ୍ଦିରଟି ୨୨୯ ଫୁଟ ଉଚ୍ଚ ଓ ମୁଖଶାଳା ୧୨୮ ଫୁଟ ଉଚ୍ଚ। ୧୩ ଫୁଟ ଉଚ୍ଚ ପଥର ଚଟାଣ ଉପରେ ବିମାନ ଓ ଜଗମୋହନ ରଥ ରୂପରେ ଗଢ଼ା ଯାଇଥିଲା । ସେ ଚଟାଣ ଚାରିପଟେ ୯ଫୁଟ ୯ ଇଞ୍ଚ ଉଚ୍ଚର ୨୪ଟି ଚକ ଓ ସମ୍ମୁଖରେ ସାତଟି ଘୋଡ଼ା ଖଞ୍ଜା ଯାଇଥିଲା । ଜଗମୋହନର ଉଚ୍ଚତା ଥିଲା ୧୨୩ ଫୁଟ ଓ ବିମାନର ଉଚ୍ଚତା ଥିଲା ୨୨୫ ଫୁଟ । ଏବେ ବିମାନଟି ପ୍ରାୟ ଧ୍ୱଂସ ହୋଇଯାଇଛି । ବର୍ତ୍ତମାନ ଅଛି ଗର୍ଭଗୃହ ଓ ଦେବସିଂହାସନ। ମୁଖଶାଳାଟି ସମ୍ପୂର୍ଣ୍ଣ ସୁରକ୍ଷିତ ଥିଲେ ବି କାଳର କରାଳ ଗତିରେ ନାଟ ମନ୍ଦିରର ଓ ଭୋଗ ମଣ୍ଡପର କିଛି ଅଂଶ ମାତ୍ର ସୁରକ୍ଷିତ ରହି ପାରିଛି । ମନ୍ଦିର ବେଢାର ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ ୮୫୭ ଓ ୫୪୦ଫୁଟ । ମନ୍ଦିରଟି ପ୍ରାକୃତିକ ପରିବେଶ ଭିତରେ ରହଛି ଓ ଏହାର ଚାରି ପାଖରେ କାଜୁ, ଶିଶୁ ଆଦି ବାଲିଆ ମାଟିରେ ବଢୁଥିବା ଗଛ ରହିଛି । ଆଜି ଯେତିକି ଅଂଶ ବଞ୍ଚି ରହିଛି ସେତିକି ବି ଅତି ବିଶାଳ । ଏହା ହେଉଛି ପ୍ରକୃତରେ ମୁଖ୍ୟ ମନ୍ଦିରରର ମଣ୍ଡପ । ସାମନାରୁ ଠିଆ ହୋଇ ଦେଖିଲେ ମୁଖ୍ୟମନ୍ଦିରର ଭଗ୍ନାବଶେଷ ହିଁ ଦୃଷ୍ଟିଗୋଚର ହୋଇଥାଏ । ମୁଖ୍ୟ ଦେଉଳଟି ପାଖାପାଖି ୨୦୦ ଫୁଟ (୬୦ ମିଟର ) ଉଚ୍ଚ, ଯାହା ଭାରତର ଉଚ୍ଚତମ ମନ୍ଦିର ଥିଲା ବୋଲି ଅନୁମାନ କରାଯାଏ ।http://www.flonnet.com/stories/20080620251206600.htm Benoy K. Behl, "Tallest of them all", Frontline, Jun. 07-20, 2008 ନିର୍ମାଣ ସାମଗ୍ରୀ କୋଣାର୍କ ମନ୍ଦିରରେ ମୁଖ୍ୟତଃ ତିନିପ୍ରକାରର ପଥର ବ୍ୟବହାର କରାଯାଇଥିଲା । ମୁଗୁନି ପଥର ବା କ୍ଲୋରାଇଟ (Ch।orite) ଶିଳା: ଏହା ବ୍ୟବହୃତ ହୋଇଥିଲା ବିଗ୍ରହ ଗଠନରେ,ଦେବ ସିଂହାସନରେ ଓ ଦୁଆର ବନ୍ଧରେ । ଲାଟେରାଇଟ (।aterite) ଶିଳା: ଏହା ବ୍ୟବହୃତ ହୋଇଥିଲା ବେଦୀତଳେ,ସୋପାନଶ୍ରେଣୀରେ ଓ କାନ୍ଥର କିଛି ଅଂଶରେ । କୋଣ୍ଡାଲାଇଟ (Konda।ite) ଶିଳା: ଏହା ବାକି ଜାଗାରେ ଉପଯୋଗ କରାଯାଇଥିଲା । ଏହାଛଡ଼ା ଏହି ମନ୍ଦିରଟି ବୈଜ୍ଞାନିକ ପ୍ରଣାଳୀରେ ସଶକ୍ତ କରାଯାଇଥିବା ଅକ୍ସିଡାଇଜଡ ଫେରୁଜିନସ ସ୍ୟାଣ୍ଡଷ୍ଟୋନ (oxidized and weathered ferruginous sandstone)ଦ୍ୱାରା ନିର୍ମିତ। ଗଠନ କାଳ କୋଣାର୍କ ମନ୍ଦିର କ୍ଷେତ୍ରରେ ଗଠନ କାଳର ସୁନିର୍ଦ୍ଧିଷ୍ଟ ଭୂମିକା ରହିଛି । କାରଣ କୋଣାର୍କ ହିନ୍ଦୁ ମନ୍ଦିର ସ୍ଥାପତ୍ୟର ଶେଷ ନିର୍ଯ୍ୟାସ ଏବଂ ଉଚ୍ଚତମ ବିନ୍ଦୁ । ଷ୍ଟାର୍ଲିଂଙ୍କ ମତ ୧୨୪୧ ଖ୍ରୀ.ଅ । ଆବୁଫଜଲ, ଫର୍ଗୁସନ ଓ ରାଜେନ୍ଦ୍ରଲାଲଙ୍କ ମତ ନବମ ଶତାବ୍ଦୀ । ହଣ୍ଟରଙ୍କ ମତ ୧୨୩୬ଠାରୁ ୧୨୮୧ ଖ୍ରୀ.ଅ । ସ୍ଥାପତ୍ୟ right|250px|thumb|ନାଟ ମନ୍ଦିର ସାତଟି ଚପଳ ଚଞ୍ଚଳ ଘୋଡ଼ାଙ୍କଦ୍ୱାରା ଟଣା ଯାଉଥିବା ଏକ ବିଶାଳ ରଥାକୃତିରେ ମନ୍ଦିରଟି ନିର୍ମିତ । ଏହାର ସର୍ବାଙ୍ଗରେ କାରୁକାର୍ଯ୍ୟ ଖୋଦେଇ କରା ଯାଇଛି । ଏହି ମନ୍ଦିରର ମୂଳରେ ସୂକ୍ଷ୍କ କାରୁକଳାରେ ଅତି ସୁସଜ୍ଜିତ ୧୨ଟି ଚକ ରହିଛି। <ref name="Let's go: India & Nepal, 2004 By Let's Go, Inc, page 462">Let's go: India & Nepal, 2004 By Let's Go, Inc, page 462</ref> ଏହି ଚକଗୁଡ଼ିକ ହେଉଛି ମନ୍ଦିରର କେତୋଟି ପ୍ରମୁଖ ଆକର୍ଷଣମାନଙ୍କ ଭିତରୁ ଅନ୍ୟତମ । ଏହି ଚକମାନଙ୍କର ଅର ସୂର୍ଯ୍ୟଘଡ଼ିର କାମ କରିଥାଏ । ଏହି ଅରମାନଙ୍କ ଛାଇରୁ ସଠିକ ସମୟ ବାରିହୁଏ । ପିରାମିଡ୍ ଆକାରର ଏହି ମନ୍ଦିରର ଛାତ ପାଖାପାଖି ୩୦ ମିଟର ଉଚ୍ଚ। ଖଜୁରହୋ ମନ୍ଦିର ପରି ଏହି ମନ୍ଦିର ଗାତ୍ରରେ ମଧ୍ୟ କାମକଳାର ବହୁଳ ପ୍ରଦର୍ଶନ ହୋଇଛି । India Rises in the West By Ranganathan Magadi, page 63 ଦୁଆରର ଦୁଇପାଖରେ ମନ୍ଦିରକୁ ଜଗି ରହିଛନ୍ତି ଦୁଇଟି ଦନ୍ତାହାତୀଙ୍କୁ ପଦାନତ କରିଥିବା ଦୁଇଟି ଭୀମକାୟ ସିଂହ । ଏହି ହାତୀଦୁଇଟି ଦୁଇଟି ଶାୟିତ ମଣିଷକୁ ମାଡ଼ି ବସିଥିବାର ଦେଖାଯାଏ । ପ୍ରତ୍ୟେକ ପୁରାତନ ମନ୍ଦିର ପରି ଏଠାରେ ମଧ୍ୟ ମୁଖ୍ୟ ମନ୍ଦିର ପୂର୍ବରୁ ନାଟ ମନ୍ଦିରଟି ରହିଛି, ଯେଉଁଠାରେ କଳାକାରମାନେ ଦେବତାଙ୍କ ଉଦ୍ଦେଶ୍ୟରେ ନୃତ୍ୟ ଗୀତ ପରିବେଷଣ କରିଥାନ୍ତି । ମନ୍ଦିରର ଅତ୍ର ତତ୍ର ସର୍ବତ୍ର ବିବିଧ ଫୁଲ ଓ ଜ୍ୟାମିତିକ ଢାଞ୍ଚାର ନମୁନା ଦେଖିବାକୁ ମିଳେ । left|300px|thumb|କୋଣାର୍କର ରଥଚକ ଏହାଛଡ଼ା ଅନେକ ପ୍ରକାରର ଦେବଦେବୀ, ଯକ୍ଷ, ଗନ୍ଧର୍ବ, କିନ୍ନର, ନର ସଙ୍ଗୀତ ଶିଳ୍ପୀ, ନଟ, ନଟୀ, ପ୍ରେମୀ ଯୁଗଳ ଓ ଆନନ୍ଦ ଉତ୍ସବମୟ ଗ୍ରାମୀଣ ଜୀବନ, ଯୁଦ୍ଧ ଓ ଶିକାର ଆଦିର ଅସଂଖ୍ୟ ଚିତ୍ରଣ ଏଠାରେ ଦେଖିବାକୁ ମିଳେ । ତା’ ସହିତ କେତେ ଜାତିର ପଶୁ-ପକ୍ଷୀ, ପାଖାପାଖି ଦୁଇହଜାର ଆକର୍ଷକ ଓ ଜିଅଁନ୍ତା ଦିଶୁଥିବା ହାତୀ, ପୌରାଣିକ ଜୀବ, ନାନା ଜାତିର ଲତା ଓ ଜ୍ୟାମିତିକ ଢାଞ୍ଚାରେ ଭରା ଅଳଂକୃତ ଓ ସମ୍ଭ୍ରାନ୍ତ ଓଡ଼ିଆ ସ୍ଥାପତ୍ୟର ଅନେକ କମକୁଟ ଦର୍ଶକକୁ ବିମୋହିତ କରିବା ସହିତ ଏହାର ସଜୀବ ଚିତ୍ରଣ ଏହି ମନ୍ଦିରକୁ ଅନ୍ୟ ମନ୍ଦିରମାନଙ୍କଠାରୁ ପୃଥକ ଓ ଉତ୍କୃଷ୍ଟ ପ୍ରତିପାଦିତ କରେ। ମନ୍ଦିରରେ ଖୋଦିତ କାମୋତ୍ତେଜକ ଚିତ୍ରପାଇଁ ମଧ୍ୟ କୋଣାର୍କ ପ୍ରସିଦ୍ଧ। ଜୀବନର ଏହି କୋମଳ ଗୋପନ ମାଧୁର୍ଯ୍ୟକୁ ଏତେ ସ୍ପଷ୍ଟ ଭାବରେ ଚିତ୍ରିତ କରିବା ଓଡ଼ିଆ କଳାନୈପୁଣ୍ୟର ଶ୍ରେଷ୍ଠତା ପ୍ରତିପାଦନ କରେ। ମଣିଷ, ମଣିଷୋତ୍ତର, ମଣିଷେତର ସବୁପ୍ରକାର ପ୍ରାଣୀମାନଙ୍କର କାମକ୍ରୀଡ଼ାକୁ ଅତି ସଜୀବ ଭାବରେ ମନ୍ଦିରର କାନ୍ଥରେ ଚିତ୍ରିତ କରାଯାଇଛି। ଇତିହାସ ଲାଙ୍ଗୁଳା ନରସିଂହ ଦେବ ମାତ୍ର ୧୮ ବର୍ଷ ବୟସରେ ଦକ୍ଷିଣକୁ ଯୁଦ୍ଧ କରିବାକୁ ଯାଇଥିଲେ ଏବଂ ବିପୁଳ ଧନରତ୍ନ ଧରି ତିନିବର୍ଷ ପରେ ଫେରିଲେ । ପିତା ଅନଙ୍ଗଭୀମ ଦେବ ସେ ଯାଏଁ ସିଂହାସନାରୂଢ଼ । ମାତା ଉପଦେଶ ଦେଲେ , ଯେଉଁ ବିପୁଳ ଅର୍ଥ ସେଥିରେ ଗୋଟିଏ ବିଶାଳ ସୂର୍ଯ୍ୟମନ୍ଦିର ଗଢ଼ । କାରଣ ଓଡ଼ିଶାର ଚାରିଟି ବିଶିଷ୍ଟ କ୍ଷେତ୍ର ମଧ୍ୟରୁ ଏକମାତ୍ର ଅର୍କକ୍ଷେତ୍ରରେ ସେ ଯାଏଁ ଉପଯୁକ୍ତ ମନ୍ଦିରଟିଏ ଗଢ଼ା ହେଇନଥିଲା । ଅନ୍ୟ ତିନିଟି କ୍ଷେତ୍ର - ପୁରୀ , ଭୁବନେଶ୍ୱର , ଯାଜପୁର । ଉଦ୍ୟୋଗ ଆରମ୍ଭ ହୋଇଗଲା । ଦୂର ଦୂରାନ୍ତରୁ ପଥର ଆଣିବା ଆରମ୍ଭ ହେଲା । ମନ୍ଦିର ଗଠନ ଆରମ୍ଭ କିନ୍ତୁ ଆଉ ପାଞ୍ଚ ବର୍ଷ ଆଗକୁ । ପ୍ରଥମ ନରସିଂହଦେବ ସେହି ବର୍ଷ ସିଂହାସନ ଆରୋହଣ କଲେ । କିମ୍ବଦନ୍ତୀ ପୌରାଣିକ ଶ୍ରୀକୃଷ୍ଣଙ୍କ ପୁତ୍ର ସାମ୍ବଙ୍କଦ୍ୱାରା ଏହା ନିର୍ମିତ ହୋଇଥିବା ବୋଲି ଜନଶ୍ରୁତି ରହିଛି। ପିତାଙ୍କ ଅଭିଶାପରୁ କୁଷ୍ଠରୋଗାକ୍ରାନ୍ତ ହୋଇ ସାମ୍ବ ଏଠାକୁ ଆସି ୧୨ ବରଷକାଳ କଠୋର ତପସ୍ୟା କରିଥିଲେ। ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ସୂର୍ଯ୍ୟ ଦେବତା ତାଙ୍କୁ ଏହି ରୋଗରୁ ମୁକ୍ତି ଦେଇଥିବାରୁ ତାଙ୍କ ସମ୍ମାନାର୍ଥେ ସେ ଏହି ବିସ୍ମୟକର ମନ୍ଦିର ନିର୍ମାଣ କରିଥିଲେ। ଅନ୍ୟାନ୍ୟ ୧୨୩୮ଠାରୁ ୧୨୬୪ଖ୍ରୀ.ଅ ମଧ୍ୟରେ ଓଡ଼ିଶାରେ ରାଜା ଲାଙ୍ଗୁଳା ନରସିଂହଦେବ ରାଜତ୍ୱ କରୁଥିଲେ । ସେ ସୂର୍ଯ୍ୟଙ୍କ ପୂଜାପାଇଁ ସୁନ୍ଦର ମନ୍ଦିରଟିଏ ତୋଳେଇବାକୁ ଇଛାକରିଥିଲେ । ରାଜାଙ୍କ ଆଦେଶରେ ରାଜ୍ୟର ଅନେକ କାରିଗରଙ୍କ ମଧ୍ୟରୁ ୧୨୦୦ ଭଲ ଭଲ କାରିଗରଙ୍କୁ ବଛାହେଇ ମନ୍ଦିରର କାମ ଆରମ୍ଭ ହୋଇଥିଲା । ମନ୍ଦିର ତିଆରିରେ ମୂଖ୍ୟ କାରିଗର ଥିଲେ ବିଶୁମହାରଣା । ସମୂଦ୍ରକୂଳ ଚନ୍ଦ୍ରଭାଗାନଦୀ ମୂହାଣରେ ମନ୍ଦିରର ଆରମ୍ଭ ହୋଇଥିଲା । ମନ୍ଦିରଟି ତିଆରିହେଲା ଏକ ରଥ ଆକାରରେ । ସେଥିରେ ସାତଟି ପଥର ଘୋଡ଼ା ଯୋଖା ହେଲା । ମନ୍ଦିରର ସିଂହାସନରେ ରହିଲା ସୂର୍ଯ୍ୟଙ୍କ ପ୍ରତିମା । ଓଡ଼ିଶାର ୧୨ବର୍ଷର ରାଜସ୍ୱ ଖର୍ଚ୍ଚରେ ମନ୍ଦିରଟି ନିର୍ମାଣ ହେଲା । ମନ୍ଦିରର ମୂଳରୁ ଚୂଳ ଯାଏଁ କାରୂକାର୍ଯ୍ୟ ପୂର୍ଣ୍ଣ ହୋଇ ତିଆରି ହେଲା । କିନ୍ତୁ କାରିଗରମାନେ ଯେତେ ଥର ମନ୍ଦିରର ଦଧିନଉତିକୁ ବସାଉଥାଆନ୍ତି ତାହା ଖସି ପଡୁଥାଏ । ମୂଖ୍ୟ କାରିଗର ବିଶୁମହାରଣା, ସେ ତାଙ୍କର ସମସ୍ତ ବୁଦ୍ଧି ବିଦ୍ୟା ଖଟାଇ ମଧ୍ୟ ପାରୁନଥାନ୍ତି । ଏଣେ ରାଜା ଅଧିର ହୋଇ ବିଶୁମହାରଣାଙ୍କୁ ଡକାଇ କହିଲେ : ମୁଁ ଆଉ ସାତ ଦିନ ସମୟ ଦେଉଛି ଏହାମଧ୍ୟରେ ଦେଉଳର ମୁଣ୍ଡି ନମାରି ପାରିଲେ ୧୨୦୦ ଶହ କାରିଗରଙ୍କ ମୁଣ୍ଡ କାଟ ହେବ। ବିଶୁ ମହାରଣା ସମସ୍ତ କାରିଗରଙ୍କୁ ରାଜାଙ୍କ ଆଦେଶ ଜଣାଏଦେଲେ । ସମସ୍ତଙ୍କ ମନରେ ଭାଲେଣି ପଡ଼ିଲା କିନ୍ତୁ କରିବେ କ'ଣ? ବିଶୁମହାରଣା ଘରୁ ଆସିବା ସମୟରେ ତାଙ୍କର ଗୋଟେ ପୁଅ ହୋଇଥିଲା । ତା ନାଁ ଥିଲା ଧରମା( ଧର୍ମପଦ)। ସେ ବାପାଙ୍କୁ ଦେଖାକରିବାକୁ ଜିଦ୍ କରିବାରୁ ତା ମା ତାକୁ ତାଙ୍କଘର ବାଡ଼ିବରକୋଳି ଦେଇ ପଠେଇଥିଲେ । ଧରମା ଖୋଜି ଖୋଜି ଯାଏ ମନ୍ଦିର ପାଖରେ ପହଞ୍ଚିଲା। ୧୨ ବର୍ଷ ବିତିଯାଏଥିଲେ ମଧ୍ୟ ସେ ପୁଅକୁ କେବେ ଦେଖି ନ ଥିଲେ । ଘରର ବାଡ଼ିବରକୋଳି ଦେଖି ସେ ପୁଅକୁ ଚିହ୍ନିପାରିଲେ । ବାପାଙ୍କ ମନରେ ଉଦାସ ଦେଖି ଧରମା ସମସ୍ତ କଥା ପଚାରି ବୁଝିଲା । ରାତି ପାହିଲେ ୧୨୦୦ବଢ଼େଇଙ୍କ ମୁଣ୍ଡ କଟା ହେବ । ତା ମନ ବିକଳ ହୋଇ ଉଠିଲା, ସେ କାରିଗରୀ କୂଳର ପିଲା , ମନ୍ଦିରର ଦଧିନଉତି ବସାଇ ମୁଣ୍ଡି ମାରି ପାରିବ ବୋଲି ଧରମାର ସାହସ ହେଲା । ସେ ବାପାଙ୍କଠାରୁ ଅନୁମତି ନେଇ ମନ୍ଦିରର ଚୂଳକୁ ଉଠିଲା ଓ ରାତାରାତି ମାପଚୂପ କରି ଦଧିନଉତି ବସେଇ ଦେଲା। ସକାଳହେବା ଆଗରୁ ଦେଖାଗଲା ମନ୍ଦିର କାମ ଶେଷ। ଏହା ଦେଖି ସମସ୍ତେ ଖୁସି ହୋଇଗଲେ କିନ୍ତୁ ୧୨୦୦ବଢ଼େଇ ଭାବିଲେ ଯାହା ୧୨୦୦ ବଢ଼େଇ କରିପାରିଲେନି ତାହା ଜଣେ ୧୨ ବର୍ଷର ପିଲା କରିଛି ଯଦି ରାଜା ଏହା ଜାଣିଲେ ନିଶ୍ଚୟ ସମସ୍ତଙ୍କ ମୁଣ୍ଡ କାଟ ହେବ। ସମସ୍ତ ବଢ଼େଇ ଏକଥା ବିଶୁମହାରଣାଙ୍କୁ କହିଲେ, ଏହା ଶୁଣି ଧରମା ଭାବିଲା ଜନ୍ମ ହେଲେ ମୃତ୍ୟୁ ନିଶ୍ଚିନ୍ତ, ତେଣୁ ନିଜର ଜୀବନ ଅପେକ୍ଷା ୧୨୦୦ ବଢ଼େଇଙ୍କ ଜୀବନ ମୁଲ୍ୟବାନ ତେଣୁ ସେ ବାପାଙ୍କୁ ବୁଝେଇ ମନ୍ଦିର ଚୂଳକୁ ଯାଇ ସମୁଦ୍ର ମଧ୍ୟକୁ ଡେଇଁ ପଡ଼ିଲା । ଆଉ ଗୋଟିଏ କିମ୍ବଦନ୍ତୀ ଅନୁସାରେ ଏ ଦେଉଳ ତୋଳା ଶେଷ ହୋଇନଥିଲା । ତେବେ ବାୟାଚକଡ଼ାର ଅନୁଲିପି ମତେ ମନ୍ଦିର ମଧ୍ୟରେ ବିଗ୍ରହ ପ୍ରତିଷ୍ଠା ହେଇଥିଲା ୧୨୫୬ ମାଘ ଶୁକ୍ଳ ସପ୍ତମୀ ରବିବାରରେ(ସେ ସମୟର ଓଡ଼ିଆ ପଞ୍ଜିକା ବିଶ୍ଲେଷଣ କରି ଐତିହାସିକମାନେ ଇଂରାଜୀ ବର୍ଷଟି ସ୍ଥିର କରିଛନ୍ତି । ବିଗ୍ରହ ସ୍ଥାପିତ ହେବା ପରେ ବହୁବର୍ଷ ଏଠାରେ ପୂଜାର୍ଚ୍ଚନା ହୋଇଛି । ଏଠାର ଦେବ ସିଂହାସନରୁ ତାହା ଜଣାଯାଏ । ଅବକ୍ଷୟ ମାଦଳା ପାଞ୍ଜି ମତେ thumb|230px|left|କୋଣାର୍କ ଦେଉଳରେ ଥିବା ସୂର୍ଯ୍ୟ ଦେବତାଙ୍କର ଏକ ପ୍ରତିମୂର୍ତ୍ତି ମନ୍ଦିର ଧ୍ୱଂସ ହେବାର କାରଣ ସପକ୍ଷରେ ବହୁ କିମ୍ବଦନ୍ତୀ ପ୍ରଚଳିତ । ମାଦଳା ପାଞ୍ଜିର ଅଭିଲେଖ ମତେ କଳାପାହାଡ଼ର ଓଡ଼ିଶା ଆକ୍ରମଣ କରି ବହୁ ମନ୍ଦିର ଧ୍ୱଂସ କରିଥିଲା । କୋଣାର୍କ ମନ୍ଦିର ଭାଙ୍ଗିବା ସହଜ ନଥିଲା । କାରଣ ଦେଉଳର ବେଧ ୨୦ରୁ୨୫ ଫୁଟ ଥିଲା । କଳାପାହାଡ଼ ଏ ମନ୍ଦିରର ଗଠନ ପ୍ରଣାଳୀ ଜାଣିଥିଲା । ସେ କଳସଟି ସ୍ଥାନଚ୍ୟୁତ କରିଦେବାରୁ କାଳକ୍ରମେ ପ୍ରସ୍ତର ସ୍ତର ବିକ୍ଷିପ୍ତ ହେଲା ଏବଂ କୋଣାର୍କ ଧ୍ୱଂସ ହେଲା । କଳା ପାହାଡ଼ଦ୍ୱାରା ଆକ୍ରମଣ ଧ୍ୱଂସର ମୂଳକାରଣ କଳାପାହାଡ଼ଦ୍ୱାରା ଆକ୍ରମଣ ବୋଲି ଉଲ୍ଲେଖ ରହିଛି । କଳାପାହାଡ଼ ବଙ୍ଗୀୟ ସୁଲତାନ ସୁଲେମାନ କରାଣୀଙ୍କ ସେନାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ । କଳା ପାହାଡ଼ ପ୍ରଥମେ ହିନ୍ଦୁ ଓ ପରେ ଇସଲାମ ଧର୍ମ ଗ୍ରହଣ କରିଥିଲେ ।The Cult of Jagannātha By Kanhu Charan Mishra, Published 1971 ଶେଖ କବୀର ବତିନିଙ୍କ ଅଫସାନା-ଈ-ଶାହାନଙ୍କ ଅନୁସାରେhttp://orissagov.nic.in/e-magazine/orissareview/jun2004/englishpdf/gloom.pdf K.S. Behera, "Gloom and Bloom: The Case of Jagannatha Temples in Midnapore District" ସେ ଜଣେ ବତିନି (ଆଫଗାନୀ ପଠାଣ) ଲୋକ । ଓଡ଼ିଶା ଇତିହାସରେ ଉଲ୍ଲେଖ ହୋଇଛି ଯେ ୧୫୦୮ ଖ୍ରୀଷ୍ଟାବ୍ଦରେ କଳା ପାହାଡ଼ ଓଡ଼ିଶା ଆକ୍ରମଣ କରି କୋଣାର୍କ ମନ୍ଦିର ସମେତ ଓଡ଼ିଶାର ଅନେକ ମନ୍ଦିରକୁ ଧ୍ୱସ୍ତ ବିଧ୍ୱସ୍ତ କରି ଦେଇଥିଲେ । ମାଦଳାପାଞ୍ଜିରେ ୧୫୬୮ ଖ୍ରୀଷ୍ଟାବ୍ଦରେ କଳାପାହାଡ଼ କେମିତି ଓଡ଼ିଶା ଆକ୍ରମଣ କରିଥିବା ବର୍ଣ୍ଣନା କରାଯାଇଛି । କୌଣସି ଉପାୟରେ ସେ କୋଣାର୍କ ମନ୍ଦିରର ଦଧିନଉତିକୁ ସ୍ଥାନାନ୍ତରିତ କରିବାରେ ସଫଳ ହେବାରୁ ପୂରା ଦେଉଳଟି ଭାଙ୍ଗିପଡ଼ିଲା । ମନ୍ଦିର ମୁଖଶାଳାର ଚୂଡ଼ାରେ ଅନେକ ପଥର ପଡ଼ିବାରୁ ତାହା ମଧ୍ୟ କେତେକାଂଶରେ ଭାଙ୍ଗି ଯାଇଥିଲା । କଳାପାହାଡ଼ ମନ୍ଦିରର ଅନେକ ମୂର୍ତ୍ତି ଓ ପାର୍ଶ୍ୱ ଦେଉଳକୁ ମଧ୍ୟ ଧ୍ୱଂସ କରିଦେଇଥିବା ଉଲ୍ଲେଖ ହୋଇଛି । ୧୫୬୮ ଖ୍ରୀଷ୍ଟାବ୍ଦରେ ଓଡ଼ିଶାରେ ମୁସଲମାନ ରାଜୁତି ସମୟରେ କୋଣାର୍କର ସୂର୍ଯ୍ୟଦେବତାଙ୍କ ମୂର୍ତ୍ତି ସ୍ଥାନାନ୍ତରଣ କରାଯିବା ପରେ ଏଠାରେ ସୂର୍ଯ୍ୟପୂଜା ବନ୍ଦ ହୋଇଯାଇଥିଲା । ଏହା ଫଳରେ ଦେଉଳକୁ ଉଭୟ ତୀର୍ଥଯାତ୍ରୀ ସମାଗମ କମିଥିଲା । ଧିରେ ଧରେ ଜନ ସମାଗମ କମି ଯିବାରୁ ଏହା ଜଙ୍ଗଲାବୃତ ହୋଇ ରହି ଯାଇଥିଲା । ସମୟକ୍ରମେ ଶତ୍ରୁ ଆକ୍ରମଣରୁ କୋଣାର୍କ ବନ୍ଦର ମଧ୍ୟ ବନ୍ଦ ହୋଇଗଲା । ୧୬୨୬ ଖ୍ରୀଷ୍ଟାବ୍ଦରେ ଖୋର୍ଧାର ତତ୍କାଳୀନ ରାଜା ନରସିଂହଦେବ (ପୁରୁଷୋତ୍ତମ ଦେବଙ୍କର ପୁତ୍ର) ସୂର୍ଯ୍ୟଦେବତାଙ୍କ ମୂର୍ତ୍ତି, ଅନ୍ୟ ଦୁଇଟି ଭ୍ରାମ୍ୟମାଣ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ମୂର୍ତ୍ତି ସହିତ ପୁରୀକୁ ନେଇ ଯାଇଥିଲେ । ଏବେ ସେହି ମୂର୍ତ୍ତିମାନେ ଜଗନ୍ନାଥ ମନ୍ଦିର ବେଢ଼ାରେ ଥିବା ଏକ ମନ୍ଦିରରେ ପୂଜା ପାଉଛନ୍ତି । କୋଣାର୍କ ମନ୍ଦିର ମୁଖଶାଳାରେ ଏକ ବିଶାଳ ଶିଳାଖଣ୍ଡରେ ନିର୍ମିତ ଏକ ନବଗ୍ରହ ମୂର୍ତ୍ତି ରହିଥିଲା । ଖୋର୍ଦ୍ଧାର ତତ୍କାଳୀନ ରାଜା ଏହାକୁ ସ୍ଥାନାନ୍ତରିତ କରିଥିଲେ । ସେ ଏହାକୁ ପୁରୀ ଜଗନ୍ନାଥ ମନ୍ଦିରରରେ ଖଞ୍ଜିଥିଲେ । ମରାଠା ଶାସନ କାଳରେ ପୁରୀ ଶ୍ରୀମନ୍ଦିରର ବେଢ଼ାର କିଛି ଅଂଶ କୋଣାର୍କରୁ ନିଆଯାଇଥିବା ପଥରରେ ତିଆରି କରାଯାଇଥିଲା । ସବୁ ମନ୍ଦିର ଭିତରୁ କୋଣାର୍କ ମନ୍ଦିରର ନାଟ ମନ୍ଦିର ଅନେକ ଦିନ ପର୍ଯ୍ୟନ୍ତ ଯଥାବତ୍ ତିଷ୍ଠି ରହିଥିଲା । ପରେ ଏହାକୁ ମରାଠା ଶାସକମାନେ ଏକ ଅନାବଶ୍ୟକ ସଂରଚନା ବୋଲି ମନେ କରି ଭାଙ୍ଗିଦେଇଥିଲେ । ୧୭୭୯ରେ ଜଣେ ମରାଠା ସାଧୁ ଏଠାକାର ଅରୁଣ ଖମ୍ବକୁ ନେଇ ପୁରୀ ଜଗନ୍ନାଥ ମନ୍ଦିର ସିଂହଦ୍ୱାର ସାମନାରେ ସ୍ଥାପନା କରାଇଥିଲେ । ତେଣୁ ଅଷ୍ଟାଦଶ ଶତାବ୍ଦୀର ଶେଷ ଆଡ଼କୁ କୋଣାର୍କ ମନ୍ଦିର ଧୀରେ ଧୀରେ ପରିତ୍ୟକ୍ତ ହୋଇ ଜଙ୍ଗଲ ଓ ବାଲିରେ ଲୁପ୍ତ ହୋଇ ହିଂସ୍ର ଜନ୍ତୁ ଓ ଦସ୍ୟୁମାନଙ୍କର ଆଡ୍ଡାସ୍ଥଳୀରେ ପରିଣତ ହୋଇଥିଲା । ଚୁମ୍ବକ ଓ ଭାସମାନ ମୂର୍ତ୍ତି ସ୍ଥାନୀୟ ଲୋକ ଓ ପଥପ୍ରଦର୍ଶକମାନେ କହିବା ଅନୁସାରେ କୋଣାର୍କ ମନ୍ଦିରର ପ୍ରତି ଦୁଇଟି ପଥର ଭିତରେ ଗୋଟିଏ ଲେଖାଏଁ ଲୁହା ପ୍ଲେଟ ଦିଆ ଯାଇଥିଲା (ଯାହା ଆଜି ବି ଦେଖିବାକୁ ମିଳେ) । ଦେଉଳକୁ ଲୁହା ବିମ୍ ଦେଇ ମଜବୁତ କରା ଯାଇଥିଲା । ଦଧିନଉତି ବା ମନ୍ଦିର ଚୂଡ଼ାରେ ୫୨ ମେଟ୍ରିକ ଟନର ଏକ ବିଶାଳ ଚୁମ୍ବକ ଖଞ୍ଜା ଯାଇଥିଲା ଯାହାକୁ ବାରଶହ ବଢ଼େଇ କରି ପାରି ନଥିଲେ, ତାହା ବାରବର୍ଷର ଶିଳ୍ପୀପୁତ୍ର ଧରମା କରି ଦେଖାଇଥିଲା । ଏହି ଚୁମ୍ବକ କାରଣରୁ ଦେଉଳଟି ସମୁଦ୍ର କୂଳର ପ୍ରତିକୂଳତାରେ ପ୍ରଭାବିତ ନ ହୋଇ ମଜବୁତ ହୋଇ ଠିଆ ହୋଇ ପାରିଥିଲା । ମୁଖ୍ୟ ପ୍ରତିମା କୌଣସି ସିଂହାସନରେ ବସି ନ ଥିଲେ। ଖଞ୍ଜା ଯାଇଥିବା ଅନେକ ଚୁମ୍ବକର ଶକ୍ତି ବଳରେ ଏହା ଶୂନ୍ୟରେ ଭାସମାନ ଥିଲେ । ମନ୍ଦିରକୁ ଏମିତି ଭାବରେ ନିର୍ମାଣ କରା ଯାଇଥିଲା ଯେପରିକି ସୂର୍ଯ୍ୟଙ୍କର ପ୍ରଥମ କିରଣ ନାଟମନ୍ଦିର ଦେଇ ଗର୍ଭଗୃହସ୍ଥ ମୁଖ୍ୟ ପ୍ରତିମାଙ୍କ ନାଭିରେ ସଂଯୁକ୍ତ ହୀରାରେ ପ୍ରତିଫଳିତ ହେଉଥିଲା। ଏହା ସକାଳୁ ସକାଳୁ ଅଳ୍ପ କେଇ ମିନିଟ ପାଇଁ ଦେଖିବାକୁ ମିଳୁଥିଲା। ପରବର୍ତ୍ତୀ କାଳରେ କେନ୍ଦ୍ରରେ ଖଞ୍ଜାଯାଇଥିବା ଚୁମ୍ବକକୁ ଇଂରେଜମାନେ ବାହାର କରି ନେଇ ଯାଇଥିଲେ । ଆଉ ଏକ ଜନଶ୍ରୁତି ଶୁଣିବାକୁ ମିଳେ ଯେ, ଏହି ଚୁମ୍ବର ଶକ୍ତି ଏତେ ପ୍ରବଳ ଥିଲା ଯେ, ସମୁଦ୍ରରେ ଯାଉଥିବା ଜାହାଜଗୁଡ଼ିକରେ ଥିବା କମ୍ପାସ ଏହାଦ୍ୱାରା ପ୍ରଭାବିତ ହେଉଥିଲା। ପର୍ତ୍ତୁଗୀଜମାନେ ନିଜ ଜାହାଜର ସୁରକ୍ଷା ପାଇଁ କେନ୍ଦ୍ରସ୍ଥ ଚୁମ୍ବକ ଯାହା ଦେଉଳର ଅନ୍ୟାନ୍ୟ ଚୁମ୍ବକକୁ ସନ୍ତୁଳିତ କରି ରଖିଥିଲା ତାକୁ ବାହାର କରି ନେଇ ଯିବାଦ୍ୱାରା ଭାରସାମ୍ୟ ହରାଇ ଗର୍ଭଗୃହ ଧ୍ୱଂସପ୍ରାପ୍ତ ହୋଇଯାଇଥିଲା। କୋଣାର୍କ ସମ୍ବନ୍ଧରେ ମନ୍ତବ୍ୟ right|200px|thumb|ରାତିରେ କୋଣାର୍କ ମନ୍ଦିରର କଳାନୈପୁଣ୍ୟକୁ ଦେଖି ଅନେକ କବି ଏହାର ପ୍ରଶଂସା କରି ସାହିତ୍ୟରେ ଏହାକୁ ସ୍ଥାନ ଦେଇଛନ୍ତି । ରବୀନ୍ଦ୍ରନାଥ ଠାକୁର କହିଛନ୍ତି, ‘‘ଏଠାରେ ପଥର ମଣିଷଠାରୁ ଅଧିକ କଥା କହେ।’’ ହିନ୍ଦୁସ୍ତାନୀ ଗାୟିକା ସୁନନ୍ଦା ପଟ୍ଟନାୟକ କୋଣାର୍କ ଉପରେ ଏକ ଇଂରାଜୀ କବିତା ଲେଖିଛନ୍ତି । ଏହାର ଓଡ଼ିଆ ଅନୁବାଦ ନିମ୍ନରେ ଦିଆଗଲା।ଓଡ଼ିଆ ପତ୍ରିକା ସଚିତ୍ର ‘‘ବିଜୟା’’ ମାର୍ଚ୍ଚ ୨୦୦୮ – ଅନୁବାଦ ଶ୍ରୀ ସୁନିଲ କୁମାର ପୃଷ୍ଟି ପୃଷ୍ଠା:୧୩ ଗ୍ୟାଲେରି ଅଧିକ ପଠନ Surya: The God and His Abode'', Parijat, 2010, "Konarak- The Heritage of Mankind (Set of 2)", by Karuna Sagar Behera, 1996, "World Heritage Series KONARAK", ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ, ଆଧାର ବାହାର ତଥ୍ୟ shreekhetra.comରେ କୋଣାର୍କ ସୂର୍ଯ୍ୟ ମନ୍ଦିର Konark Sun Temple in Hi-Def Konark photographs, 2011 Official website of Konark Sun Temple Konark Sun Temple India Website Konarak Sun Temple on UNESCO World Heritage List - includes 360 degree panographies Konark Sun Temple - includes Video of temple & dance festival Konark Sun Temple at Sacred Destinations - photos and information 360 degree virtual tour of Sun Temple Konarak Tourist Attraction Near Konark Sun Temple Sun Temple at Konark A Case-Study by students of School of Planning and Architecture, New Delhi Architectural Description of Konark Sun-Temple ଶ୍ରେଣୀ:ପୁରୀ ଜିଲ୍ଲାର ହିନ୍ଦୁ ମନ୍ଦିର ଶ୍ରେଣୀ:ଓଡ଼ିଶା ପର୍ଯ୍ୟଟନ ଶ୍ରେଣୀ:ବିଶ୍ୱ ଐତିହ୍ୟ ଶ୍ରେଣୀ:ବଛା ଲେଖା
ଚକୁଳି ପିଠା
https://or.wikipedia.org/wiki/ଚକୁଳି_ପିଠା
ଚକୁଳି ପିଠା ଏକ ଓଡ଼ିଆ ଖାଦ୍ୟ ଯାହା ଚାଉଳ ଚୂନା ଓ ବିରିରୁ ତିଆରି ବହଳିଆ ମଣ୍ଡକୁ ତାବାରେ ଭାଜି ତିଆରି କରାଯାଏ । ଉପାଦାନ ଅରୁଆ ଚାଉଳ ଚୂନା, ବିରି ବଟା, ଲୁଣ ଆଦିକୁ ମିଶାଇ କିଛିଘଣ୍ଟା ରଖାଯାଏ । ଏହା ଭଲଭାବେ ଫୁଲିଗଲେ ତାହାକୁ ତାବାରେ ସୋରିଷ ତେଲ ବା ଘିଅରେ ଭାଜି ତିଆରି କରାଯାଏ ।ସାଧାରଣତଃ ବିରିର ପରିମାଣ ଅନୁସାରେ ଚକୁଳିର ଫୁଲିବା ନିର୍ଭର କରେ । ବିରି ଅଧିକ ଦେଲେ ପିଠା ଫୁଲେ ଓ ନରମ ହୋଇଥାଏ , ଓ କମ ଦେଲେ ଦେଲେ ପିଠା ଟାଣୁଆ ଓ ଖଡ ଖଡିଆ ହୋଇଥାଏ । ଏହା ଦେଖିବାକୁ ରୁଟିପରି ଗୋଲାକାର ଓ ସରୁ ହୋଇଥାଏ । ଶ୍ରେଣୀବିଭାଗ ଚକୁଳି ସରୁ ଚକୁଳି ବୁଢ଼ା ଚକୁଳି ଚାଉଳ ଚୁନା, ବିରି ମଣ୍ଡ, ଚିନି/ଗୁଡ, ଛେନା, ନଡିଆ କୋରା ଆଦିକୁ ମିଶାଇ ଏହି ଚକୁଳି ତିଆରି କରାଯାଏ । Budha chakuli thumb|ଅଟା ଚକୁଳି ଅଟା ଚକୁଳି: ଅଟା ଚକୁଳି ଅଟାରୁ ତିଆରି ଚକୁଳି ପିଠାକୁ ବୁଝାଇ ଥାଏ । ଏହା ଅଟା, ଲୁଣ ଓ ପିଆଜକୁ ଗୋଳାଇ ତାବାରେ ଭାଜି ତିଆରି କରାଯାଇଥାଏ । ଅଦା ଛେଚି କରି ଏଥିରେ ପକେଇଲେ ଏହାର ସ୍ୱାଦ ଆହୁରି ବଢିଯାଏ । ada thumb|ରଜ ଚକୁଳି ପିଠା ଆଉ ଏକ ପ୍ରକାରର ଅଟା ଚକୁଳିକୁ ଅଟା ସହିତ ଗୁଡ, ନଡିଆ କୋରା ଓ ପାଚିଲା କଦଳୀ ଗୋଳାଇ ତିଆରି କରାଯାଏ । ଆହୁରି ଦେଖନ୍ତୁ ଓଡ଼ିଆ ଖାଦ୍ୟ ଦ୍ରଷ୍ଟବ୍ୟ ବାହାର ଲିଙ୍କ ଓଡ଼ିଆ ନାରୀ.କମ ଶ୍ରେଣୀ:ଓଡ଼ିଆ ଖାଦ୍ୟ ଶ୍ରେଣୀ:ପିଠା ଶ୍ରେଣୀ:ଓଡ଼ିଆ ରାନ୍ଧଣା ଶ୍ରେଣୀ:ଛପନ ଭୋଗ
ଶାଗ
https://or.wikipedia.org/wiki/ଶାଗ
ଶାଗ ଏକ ଗୁଳ୍ମ ବା ଲତାର ପତ୍ର ଅଟେ । ଏହାକୁ ଶାକ ମଧ୍ୟ କୁହାଯାଏ । ଶାଗକୁ ମୁଖ୍ୟତଃ ଖାଦ୍ୟ ଭାବରେ ବ୍ୟବହାର କରାଯାଏ । ଏହାକୁ ଭାଜି, ଖରଡ଼ି ବା ତରକାରି କରି ସାଧାରଣତଃ ଭାତ ସହିତ ଖିଆଯାଇଥାଏ । କେତେକ ସ୍ଥାନରେ ଏହାକୁ ରୁଟି ସହିତ ମଧ୍ୟ ଖାଇଥାନ୍ତି । ମୁଖ୍ୟତଃ ଏହା ଭଜାଯାଇଥାଏ, କିନ୍ତୁ କେତେକ ପ୍ରକାର ଶାଗ ଡାଲି ସହିତ ବା ଅନ୍ୟାନ୍ୟ ରନ୍ଧନ ସାମଗ୍ରୀ ସହିତ ତରଳ ବା ତରକାରୀ ଆକାରରେ ପ୍ରସ୍ତୁତ କରାଯାଇଥାଏ । ଏହା ମଧ୍ୟ ଜଗନ୍ନାଥଙ୍କ ମହାପ୍ରସାଦରେ ବ୍ୟବହାର କରାଯାଇଥାଏ । ମୁଖ୍ୟ ଖାଦ୍ୟ ଶାଗ ଓଡ଼ିଶା ସମେତ ଭାରତର ବାକି ରାଜ୍ୟମାନଙ୍କରେ ଓ ପାକିସ୍ଥାନରେ ଖିଆଯାଇଥାଏ । ଏହା ଓଡ଼ିଶା ଓ ପାଖାପାଖି ରାଜ୍ୟରେ ଭାତ ସହ ଖିଆଯାଉଥିବାବେଳେ ପଞ୍ଜାବ ଓ ଉତ୍ତର ଭାରତୀୟ ରାଜ୍ୟମାନଙ୍କରେ ରୁଟି ସହ ଖିଆଯାଇଥାଏ । ଦକ୍ଷିଣ ଭାରତରେ ସମ୍ବର (ଖାଦ୍ୟ) ତିଆରି ବେଳେ ମଧ୍ୟ ଶାଗର ବ୍ୟବହାର କରାଯାଏ । ଓଡ଼ିଶାର ଗାଁ ଗହଳିରେ ଲୋକମାନଙ୍କର ରୋଷଇଘରେ କିଛି ପନି ପରିବା ନଥିଲେ ମଧ୍ୟ ବାଡ଼ିର ସଜନା ଶାଗ ଅଥବା ପଟାଳିରୁ ପୁଞ୍ଜାଏ ଲେଉଟିଆ ଶାଗରେ କାମ ଚଳିଯାଏ । କଥିତ ଅଛି ଭକ୍ତ ବିଦୁରର ଶାଗଭଜା ଭଗବାନ ଶ୍ରୀକୃଷ୍ଣଙ୍କୁ ଦୁର୍ଯ୍ୟୋଧନର ରାଜସିକ ବ୍ୟଂଜନଠାରୁ ଅଧିକ ପ୍ରିୟଥିଲା । ଶାଗ ଅନେକ ଜାତିର ହେଲେ ବି ପ୍ରତ୍ୟେକ ପ୍ରକାରର ଶାଗ ପୁଷ୍ଟିକର ଓ ଲୌହସାରର ଭଣ୍ଡାର ଅଟେ । ଶାଗ ଓ ପରମ୍ପରା ଶାଗ କେବଳ ଏକ ଖାଦ୍ୟ ନୁହେଁ, ଏହା ଓଡ଼ିଶାର ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଂଗ । କୁହାଯାଏ ସୃଷ୍ଟିର ପ୍ରାରମ୍ଭ ସୂକ୍ଷ୍ମ ଶିଉଳିରୁ ହୋଇଛି । ଶାସ୍ତ୍ରରେ ବର୍ଣ୍ଣିତ ଅଛି, ‘‘ଶାକମ୍ବରିତ ବିଖ୍ୟାତଂ ତନ୍ମେ ନାମ ଭବିଷ୍ୟତି ।’’ ଅର୍ଥାତ୍ ଜଗଜ୍ଜନନୀ ଦେବୀ କହିଛନ୍ତି, ଯେତେବେଳେ ସୃଷ୍ଟିରେ ଜୀବମାନଙ୍କୁ କିଛି ବି ଖାଇବାକୁ ମିଳିବ ନାହିଁ, ସେତେବେଳେ ସେ ‘ଶାକ’ ବା ‘ଶାଗ’ ରୂପରେ ସେ ଜଗତକୁ ରକ୍ଷା କରିବେ । ଶାଗ ଓ ଓଡ଼ିଶାର ପର୍ବପର୍ବାଣି ଓଡ଼ିଶାର ପର୍ବପର୍ବାଣି ସହିତ ଶାଗର ପ୍ରଚଳନ ଅଂଗାଅଂଗି ଭାବେ ଜଡ଼ିତ । କାର୍ତ୍ତିକ ମାସ ସୋମବାର ଓ ମାର୍ଗଶିର ମାସ ଗୁରୁବାର ପରି ପବିତ୍ର ଦିନମାନଙ୍କରେ ଶାଗ ବ୍ୟଂଜନଟିଏ କରିବାର ପ୍ରଥା ପ୍ରଚଳିତ । ଗର୍ଭଣା ସଂକ୍ରାନ୍ତିରେ ସାତ ପ୍ରକାରର ଶାଗ ପ୍ରସ୍ତୁତ କରିବାର ବିଧି ରହିଛି । ମାର୍ଗଶିର ମାସ ଗୁରୁବାରଦିନ ମା ଲକ୍ଷ୍ମୀଙ୍କ ପାଖରେ କଳମ ଶାଗର ଭଜା ଭୋଗ ଦିଆଯାଇଥାଏ । ଭାଦ୍ରବ ମାସରେ ସାତ ଶାଗ ପର୍ବ ପାଳନ କରାଯାଏ। ସାତ ଦିନ ପର୍ଯ୍ୟନ୍ତ ଶାଗ ଖରଡ଼ା ଖିଆଯାଏ ନାହିଁ । ସପ୍ତମ ଦିନରେ ସାତ ପ୍ରକାର ଶାଗ ଖରଡ଼ି ଗାଁର ଛକ ସ୍ଥାନରେ ଲାଗି କରିବା ପରେ ଭୋଜନ କରାଯାଏ । ରାତିରେ କୂଳବଧୁ ଭାତ ପିଣ୍ଡ ଦେବାବେଳେ ସଜନା ଶାଗର ସମର୍ପଣର ବିଧି ରହିଛି । କେନ୍ଦୁଝର ଅଞ୍ଚଳରେ ଅକ୍ଷୟ ତୃତୀୟା ଦିନ ଶାଗ ଭୋଜନ ନିଷେଧ । ପିତୃପୁରୁଷଙ୍କୁ ପିଣ୍ଡଦାନ କରିବାବେଳେ କଞ୍ଚା ଲେଉଟିଆ ଶାଗ ଦରକାର ହୋଇଥାଏ । ଝିଅ ବାହାଘର ପରେ ଚତୁର୍ଥୀବେଳକୁ ସ୍ୱତନ୍ତ୍ର ଶାଗ ଭାର ବାପଘରୁ ଆସିଥାଏ । ବୋହୁଟି ଶାଗ ରନ୍ଧନ କରି, ଶାଶୁଘରର ଇଷ୍ଟଦେବତା (ଇଶାନେଶ୍ୱର)ଙ୍କ ପାଖରେ ଶାଗ ଭୋଗ ଲଗାଇ ଆଶୀର୍ବାଦ ପାଏ । ବୋହୂର ଶାଗ ରାନ୍ଧଣାରୁ ଶାଶୁଘର ଲୋକେ ତା’ର ରାନ୍ଧଣା ଶୈଳୀ ଓ ସଣ୍ଠଣା ଠଉର କରନ୍ତି । ମାଘମାସ ସୋମବାର ଓ କାର୍ତ୍ତିକ ସୋମବାରରେ ଶାଗର ବିଶେଷ ଗୁରୁତ୍ୱ ରହିଛି । ଶାଗର ପୌଷ୍ଟିକ ତତ୍ତ୍ୱ ଶାଗକୁ ସବୁଜ ପରିବା ରୂପେ ଗ୍ରହଣ କରାଯାଏ । ଏଥିଲେ ଖାଦ୍ୟସାର A, C, K, B2, B12 ସହିତ ପ୍ରଚୁର ପରିମାଣରେ ଲୌହ ଜାତୀୟ ଶକ୍ତିସାର ରହିଥାଏ । ଏଥିରେ ଥିବା ତନ୍ତୁ ଜାତୀୟ ପଦାର୍ଥ ଶରୀର ଗଠନ କ୍ରିୟାରେ ସାହାଯ୍ୟ କରେ । ଶାଗର ଜଳଧାରଣର କ୍ଷମତା ଅଧିକ । ଏହା ଶରୀରର ପାଚନ ପ୍ରକିୟାକୁ ପ୍ରତ୍ୟକ୍ଷ ବା ପରୋକ୍ଷରୂପେ ପ୍ରଭାବିତ କରିଥାଏ । ପ୍ରତ୍ୟେକଟି ଶାଗ ଔଷଧୀୟ ଗୁଣ ସମ୍ପନ୍ନ । ଶାଗ ସେବନରେ ସତର୍କତା ଶାଗ ପତ୍ର ଜାତୀୟ ଖାଦ୍ୟ ହୋଇଥିବାରୁ ଏଥିରେ ବିଭିନ୍ନ ପ୍ରକାରର କୀଟ ଲାଗିଥାଆନ୍ତି । ଏଥିପାଇଁ ଏହାକୁ ଭଲଭାବେ ପରିସ୍କାର କରି ସେବନ କରିବା ବିଧେୟ । ଏହାଛଡ଼ା ରାତ୍ରିକାଳରେ ଶାକ ସେବନ ସ୍ୱାସ୍ଥ୍ୟପକ୍ଷେ ଅହିତ କର ବୋଲି କେହି କେହି ମତ ଦେଇଥାନ୍ତି । ପ୍ରକାର ଭେଦ ଓଡ଼ିଶା କଳମ ଶାଗ କୋସଳା ଶାଗ/ଖଡା ଶାଗ ଲେଉଟିଆ ଶାଗ ପାଳଙ୍ଗ ଶାଗ ପିତାଗମା ଶାଗ ପିଡଙ୍ଗ ଶାଗ ପୋଇ ଶାଗ ବାରମାସି/ ସଜନା ଶାଗ ସୁନୁସୁନିଆ ଶାଗ ଅଗସ୍ତି ଶାଗ (କାର୍ତ୍ତିକ ମାସରେ ଖିଆଯାଏ) ପୁରୁଣି ଶାଗ ହିଳମୋଚା/ହିଡ଼ିମିଚା ଶାଗ ସୋରିଷ ଶାଗ ଆମ୍ବିଳିତି ଶାଗ ମୁଟି ଶାଗ/ମୁଠି ଶାଗ ଫିରିକି ଶାଗ ବଥୁଆ ଶାଗ ମେଥି ଶାଗ ଗନ୍ଧଣା ଶାଗ ଆଟିକାପୋଡ଼ି ଶାଗ ପସାରୁଣୀ ଶାଗ ମେଥି ପତ୍ର, ବେସର ବଟା ଓ ନାନାଦି ପରିବା ସହ ରାନ୍ଧି ଏହା ତିଆରି କରାଯାଏ ପଞ୍ଜାବ ଶାଗ ପନିର ଶାଗ ଆଳୁ ଶାଗ ଗୋଷ୍ଟ ଶାଗରୁ ପ୍ରସ୍ତୁତ ଅନ୍ୟାନ୍ୟ ବ୍ୟଞ୍ଜନ ଶାଗକୁ, ମୁଖ୍ୟତଃ ପତ୍ର ଶାଗକୁ ଏକାଠି କରି କଖାରୁ ପତ୍ର ମଝିରେ ରଖି, ସେଥିରେ ଆବଶ୍ୟକ ପରିମାଣରେ ଲୁଣ, ତେଲ, ରସୁଣ, ଦେଇ ଚୁଲୀ ନିଆଁରେ ପତ୍ର ସହିତ ପୋଡ଼ି ପତ୍ରପୋଡ଼ା କରି ଖାଇଲେ ଭାରି ଭଲ ଲାଗେ । ଶାଗ ସହିତ ବଡ଼ି ପକାଇ ଭାଜିଲେ ତା’ର ସ୍ୱାଦ ନିଆରା ହୋଇଥାଏ । ଓଡ଼ିଆ ଢଗ ଢମାଳି ଓ ଲୋକ ସାହିତ୍ୟରେ ଶାଗ କୁମାର ହାସନଙ୍କଦ୍ୱାରା ରଚିତ ‘ସମ୍ବଲପୁରୀ ଲୋକ ସାହିତ୍ୟ’, ଚକ୍ରଧର ମହାପାତ୍ରଙ୍କ ‘ଉତ୍କଳ ଗାଉଁଲି ଗୀତ’, ‘ଲୋକବାଣୀ ସଞ୍ଚୟନ’ ଓ ଡକ୍ଟର କୁଞ୍ଜବିହାରୀ ଦାଶଙ୍କଦ୍ୱାରା ଶାଗ ଉପରେ ଅନେକ ସୁନ୍ଦର କବିତା ରଚନା କରାଯାଇଅଛି । ଶାଶୁ ବୋହୂର ସମ୍ପର୍କ, ଯାନିଯାତ୍ରା, ପର୍ବ ପର୍ବାଣି ଗୀତ, ହଳିଆ ଗୀତ, କେନ୍ଦରା ଗୀତ, ଦୋଳି, କଳି, ଗାଳି, କନିଆଁ କାନ୍ଦଣା ଆଦିରେ ଶାଗର ପ୍ରତିଛବି ଦେଖିବାକୁ ମିଳେ । ଶାଗତୋଳିବା ପରି କଷ୍ଟକର କାମରେ ନୂଆ ବୋହୂକୁ ଆକ୍ଷେପ କରି : ସମ୍ବଲପୁରର ରସରକେଲି ଗୀତରେ ରଜ ସମୟରେ ଭାଉଜକୁ ଚିଡ଼ାଇ ସେହି ପରି ରଜଦୋଳି ଗୀତରେ ବାହାପରେ ଝିଅର ମର୍ମବେଦନା କାନ୍ଦଣା ମାଧ୍ୟମରେ ପ୍ରକାଶ ପାଇଥାଏ। ବିବାହ ପରେ ପୁଅ ସ୍ତ୍ରୀ ବଶରେ ନ ରହି ମା’ ବୋଲ ମାନୁଥାଉ ଏଇ ଆଶଂକାରେ ଶ୍ୱଶୁର ଘରକୁ ବୁଲି ଯିବା ଆଗରୁ ମା’ କହେ: ଶାଶୁ ନଣନ୍ଦଙ୍କଠାରୁ ରାନ୍ଧଣାରେ ତ୍ରୁଟି ହେବା ଜନିତ ରୋଷଭରା ଗାଳିଶୁଣି ନିଜ ଭାବକୁ ନୂଆ ବୋହୂଟିଏ ପରିପ୍ରକାଶ ଶାଗ ମାଧ୍ୟମରେ: କିଶୋରୀମାନଙ୍କ ପୁଚିଖେଳ ଗୀତରେ: ଦଣ୍ଡନାଚରେ ଶାଗର ବର୍ଣ୍ଣନା: ଆଧାର ଆହୁରି ପଢ଼ନ୍ତୁ ସଚିତ୍ର ବିଜୟା - ନଭେମ୍ବର ୨୦୦୨ ବାହାର ଲିଙ୍କ http://www.odiakitchen.com http://recipe.fullorissa.com http://eodissa.com/recipe http://oriyanari.com http://suodisha.com ଶ୍ରେଣୀ:ଓଡ଼ିଆ ଖାଦ୍ୟ ଶ୍ରେଣୀ:ଖାଦ୍ୟ
ଛଉ ନାଚ
https://or.wikipedia.org/wiki/ଛଉ_ନାଚ
thumb|ମୟୂରଭଞ୍ଜ ଛଉ ନାଚ ପରିବେଷଣ କରୁଛନ୍ତି ଇଲିଆନା ସିତାରିଷ୍ଟ । ଛଉ ନାଚ (ଛଉ ନାଟ) ଏକ ଯୁଦ୍ଧଭିତ୍ତିକ ଭାରତୀୟ ନାଟ ଯାହା ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରୁ ଜନ୍ମଲାଭ କରିଛି ।Claus, p. 109 ପ୍ରକାର thumb|ଛଉ ନାଚରେ ବ୍ୟବହୃତ ହେଉଥିବା ଖଣ୍ଡା ଓ ଢାଲ । ଏହା ମୁଖ୍ୟତଃ ତିନି ପ୍ରକାରର: ମୟୂରଭଞ୍ଜ ଛଉ ଏହା ମୟୂରଭଞ୍ଜରୁ ଜନ୍ମଲାଭ କରିଛି । ଏଥିରେ ନାଟ ସାଙ୍ଗରେ ତୁରୀ, ମାଦଳ ଓ ଅନ୍ୟାନ୍ୟ ବାଦ୍ୟ ଯନ୍ତ୍ରର ବାଦନକରି ନାଚମାଧ୍ୟମରେ ଯୁଦ୍ଧର ବର୍ଣ୍ଣନା କରାଯାଇଥାଏ । ଷଢ଼େଇକଳା ଛଉ ଏହା ପୁରାତନ ଓଡ଼ିଶା ଓ ଏବେକାର ଝାଡ଼ଖଣ୍ଡର ଷଢ଼େଇକଳାରେ ଦେଖିବାକୁ ମିଳେ । ପୁରୁଲିଆ ଛଉ ଏହା ପଶ୍ଚିମବଙ୍ଗର ପୁରୁଲିଆଠାରେ ଦେଖିବାକୁ ମିଳେ । ଛଉ ଶବ୍ଦର ଜନ୍ମ ଓଡ଼ିଆ ଭାଷାର ସାହିତ୍ୟିକ ଓ ଗବେଷକ ସୀତାକାନ୍ତ ମହାପାତ୍ରଙ୍କ ଅନୁସାରେ "ଛଉ" ଶବ୍ଦ ଓଡ଼ିଆ ଶବ୍ଦ "ଛାଉଣି"ରୁ ଆସିଅଛି ଯାହାର ଅର୍ଥ ସେନାଛାଉଣି ଓ ଏହା ରାଜାରାଜୁଡ଼ା ସମୟର ସେନାମାନଙ୍କ ଯୁଦ୍ଧକଳାରୁ ଜନ୍ମ ନେଇଛି। ଛଉ ନୃତ୍ୟରେ ପୁରସ୍କାରପ୍ରାପ୍ତ ବ୍ୟକ୍ତି ଗଣ ପଦ୍ମଶ୍ରୀ ପୁରସ୍କାର ପଣ୍ଡିତ ଗୋପାଳ ପ୍ରସାଦ ଦୁବେ (୨୦୧୧)(ଝାରଖଣ୍ଡ) ମକର ଧ୍ୱଜ ଦାରୋଗା (୨୦୧୧) (ଝାଡ଼ଖଣ୍ଡ) ସଂଗୀତ ନାଟକ ଏକାଡେମୀ ପୁରସ୍କାର ସୁଧେନ୍ଦ୍ର ନାରାୟଣ ସିଂଦେଓ (୧୯୬୩) (ଷଢେଈକଳା ଛଉ) ଅନନ୍ତ ଚରଣ ସାଈ (୧୯୭୧)(ମୟୂରଭଞ ଛଉ) କୃଷ୍ଣ ଚନ୍ଦ୍ର ନାୟକ (୧୯୭୫) (ମୟୂରଭଞ ଛଉ) କେଦାରନାଥ ସାହୁ (୧୯୮୧) (ଷଢେଈକଳା ଛଉ) ଗମ୍ଭୀର ସିଂ ମୁରା (୧୯୮୨) (ପୁରୁଲିଆ ଛଉ) ମଦନ ମୋହନ ଲେଂକା (୧୯୮୭)(ମୟୂରଭଞ ଛଉ) ଶ୍ରୀ ହରି ନାୟକ (୧୯୮୮)(ମୟୂରଭଞ ଛଉ) ବିକ୍ରମ କୁମ୍ଭକାର (୧୯୯୦) (ମୟୂରଭଞ ଛଉ) ଚନ୍ଦ୍ର୍ ଶେଖର ଭଞ(୧୯୯୧)(ମୟୂରଭଞ ଛଉ) ଶଶଧର ଆଚାର୍ଯ୍ୟ (୨୦୦୪) (ଷଢେଇକଳା ଛଉ) thumb|650px|center|ଭୁବନେଶ୍ୱର ଉତ୍କଳ ସଙ୍ଗୀତ ନାଟକ ମହାବିଦ୍ୟାଳୟରେ ମୟୂରଭଞ୍ଜ ଛଉ ପରିବେଷଣ କରୁଛନ୍ତି ଏକ ସଙ୍ଗୀତ ଦଳ । ଆଧାର ଅଧିକ ତ‌ଥ୍ୟ Mauyrbhanj district website with information on Chhau Chau: The Rare Mask Dances ଶ୍ରେଣୀ:ନୃତ୍ୟ ଶ୍ରେଣୀ:ଓଡ଼ିଶାର ନୃତ୍ୟ ଓ ସଙ୍ଗୀତ
Chhau dance
https://or.wikipedia.org/wiki/Chhau_dance
REDIRECT ଛଉ ନାଚ
Odisha
https://or.wikipedia.org/wiki/Odisha
REDIRECT ଓଡ଼ିଶା
Odia language
https://or.wikipedia.org/wiki/Odia_language
REDIRECT ଓଡ଼ିଆ ଭାଷା
ମାଁ ତାରିଣୀ
https://or.wikipedia.org/wiki/ମାଁ_ତାରିଣୀ
ଲେଉଟାଣି ତାରିଣୀ ମନ୍ଦିର, ଘଟଗାଁ