title
stringlengths
1
89
url
stringlengths
31
119
text
stringlengths
0
105k
ବଡ଼ଘାଗରା ଜଳପ୍ରପାତ
https://or.wikipedia.org/wiki/ବଡ଼ଘାଗରା_ଜଳପ୍ରପାତ
ବଡ଼ଘାଗରା ଜଳପ୍ରପାତ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଏକ ପ୍ରାକୃତିକ ଜଳପ୍ରପାତ ଏବଂ ପର୍ଯ୍ୟଟନ ସ୍ଥାନ । ଅବସ୍ଥିତି ବଡ଼ଘାଗରା, ଜିଲ୍ଲା ସଦରମହକୁମା କେନ୍ଦୁଝରଠାରୁ ୧୦ କି.ମି. ଦୂରରେ ଅବସ୍ଥିତ ଓ ସାନଘାଗରା ଜଳପ୍ରପାତଠାରୁ ୩ କି.ମି. ଦୂରରେ ଅବସ୍ଥିତ । ଏହି ଜଳପ୍ରପାତ ବୈତରଣୀ ନଦୀର ଏକ କ୍ଷୁଦ୍ର ଉପନଦୀ ମାଛକାଳଣା ମଧ୍ୟରେ ଅବସ୍ଥିତ । ଏଠାରେ ନଦୀର ଜଳସ୍ରୋତଟି ହାରାହାରି ୨୦୦ଫୁଟ ଉଚ୍ଚତାରୁ ସିଧାସଳଖ ତଳକୁ ଗତିକରିଛି । ଆଧାର http://kendujhar.nic.in/ ଶ୍ରେଣୀ:ଓଡ଼ିଶା ପର୍ଯ୍ୟଟନ ଶ୍ରେଣୀ:ଓଡ଼ିଶାରେ ଥିବା ଜଳପ୍ରପାତ ଶ୍ରେଣୀ:କେନ୍ଦୁଝର ଜିଲ୍ଲା
ମମତା
https://or.wikipedia.org/wiki/ମମତା
ମମତା ଏକ ମାନବିକ ଗୁଣ ଯାହାକୁ ମଣିଷପଣିଆର ସବୁଠୁ ଉର୍ଧ୍ଧରେ ଥିବା ଗୁଣ ଭାବରେ ବିବେଚନା କରାୟାଇଥାଏ, ଏହାକୁ ସମାଜ ଗଠନ, ଦର୍ଶନ ଓ ମଣିଷପଣିଆର ମୂଳସ୍ତମ୍ଭ କୁହାଯାଇଥାଏ । "ମମତା ଯୋଜନା" : ଓଡ଼ିଶା ସରକାରଙ୍କଦ୍ୱାରା ପରିଚାଳିତ ଏକ ସର୍ତ୍ତମୂଳକ ମାତୃ ମଙ୍ଗଳ ଯୋଜନା ବା (conditional maternity benefit scheme)। ଏହି ଯୋଜନାଟି ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଗର୍ଭାବସ୍ଥା ଓ ଗର୍ଭାବସ୍ଥାପରର ସ୍ୱାସ୍ଥ୍ୟ ନିମନ୍ତେ ଆବଶ୍ୟକ ପୁଷ୍ଟିକର ଖାଦ୍ୟ ଓ ଉଭୟ ମା ଓ ନବଜାତ ଶିଶୁର ଯତ୍ନ ନିମନ୍ତେ ମୋଟ ଟ.୫୦୦୦.୦୦ଙ୍କାର ଏକ ନିର୍ଦ୍ଧିଷ୍ଟ ରାଶି ଚାରିଗୋଟି କିସ୍ଥିରେ ଗର୍ଭାବସ୍ଥାରୁ ଆରମ୍ଭ କରି ନବଜାତ ଶିଶୁକୁ ନଅ ମାସ ହେବା ମଧ୍ୟରେ ସିଧାସଳଖ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନସ୍ଥ ସମନ୍ୱିତ ଶିଶୁ ବିକାଶ ଯୋଜନାର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କଦ୍ୱାରା ଜିମା ଦିଆଯାଇଥାଏ। ଯେହେତୁ ମମତା ଯୋଜନାଟି ଏକ ସର୍ତ୍ତମୂଳକ ମାତୃମଙ୍ଗଳ ଯୋଜନା ସେଥିଲାଗି ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ଅଙ୍ଗନବାଡି କେନ୍ଦ୍ରରେ ଗର୍ଭାବସ୍ଥାର ପଞ୍ଜିକରଣ କରାଇ ଆବଶ୍ୟକ ସର୍ତ୍ତଗୁଡିକୁ ପାଳନ କରିବାକୁ ପଡିଥାଏ । ଧର୍ମ ଓ ଆଧ୍ୟାତ୍ମିକ ମତବାଦ ହିନ୍ଦୁ ଧର୍ମ ବୌଦ୍ଧବାଦ right|thumb|210px|ଅବଲୋକିତେଶ୍ୱର, କରୁଣାର ବୋଧିସତ୍ତ୍ୱ, ଜାପାନରେ ଥିବା ୧୬ଶ ଶତାବ୍ଦୀର ଛବି ଦ୍ରଷ୍ଟବ୍ୟ ବାହାର ଲିଙ୍କ The Flag of Compassion is a means to express the general human feeling of compassion over and above politics, legal causes, religion, race and gender. Center for Building a Culture of Empathy A portal for empathy and compassion related resources; art, articles, definitions, conferences, experts, history, interviews, newsletter, science, videos, etc. The Science of Compassion in Islam Compassionspace.com TED Prize winner Karen Armstrong's video lecture on compassion Armstrong's Compassion Charter blog Dan Rather Reports on compassion and neuroplasticity research, with the Dalai Lama Mirrored emotion Jean Decety, University of Chicago Daniel Goleman, psychologist & author of Emotional Intelligence, video lecture on compassion Dalai Lama on compassion, Rice University, May 2007. Compassion and Bodhicitta Greater Good magazine on compassion, Spring 2004. Compassion, Encyclopedia of Spiritual Knowledge Detailed practical advice on how to turn sympathy into compassion Spring 2008 Compassion issue of the journal In Character Professor Robert Thurman: Compassion is feeling the feelings of others The Dalai Lama: Peace is the manifestation of human compassion The Great Compassion Dharani Sutra As Spirit - Celebrating the Oneness that is Us The Avatar® Course Compassion Project { ଶ୍ରେଣୀ:ଭାବ
ଅଭିନେତ୍ରୀ
https://or.wikipedia.org/wiki/ଅଭିନେତ୍ରୀ
ଅଭିନେତ୍ରୀ ବୋଧେ: ଅଭିନେତ୍ରୀ (ଚଳଚ୍ଚିତ୍ରରେ ଅଭିନୟ କରୁଥିବା ନାରୀ କଳାକାର) ଅଭିନେତ୍ରୀ (୧୯୬୫ର ଓଡ଼ିଆ କଥାଚିତ୍ର)କୁ ବୁଝାଇପାରେ
ଅଂଶୁପା ହ୍ରଦ
https://or.wikipedia.org/wiki/ଅଂଶୁପା_ହ୍ରଦ
ଅଂଶୁପା ହ୍ରଦ କଟକ ଜିଲ୍ଲାରେ ଅବସ୍ଥିତ ଏକ ମଧୁର ଜଳ ଓ ଅଶ୍ୱଖୁରାକୃତି ହ୍ରଦ । ଅବସ୍ଥାନ ଏହା ମହାନଦୀ କୂଳରେ, ବାଙ୍କୀର ବିପରୀତ ଦିଗରେ ପାଖାପାଖି ୧୪୧ ହେକ୍ଟର ଜମିରେ ବ୍ୟାପିଅଛି । ବାଙ୍କୀରେ ଅବସ୍ଥିତ ଏହି ହ୍ରଦ କଟକ ସହରଠାରୁ ୭୦ କି.ମି. ଦୂରରେ ଅବସ୍ଥିତ ଯାହା ଶୀତଦିନରେ ବହିରାଗତ ଚଢ଼େଇମାନଙ୍କ ପାଇଁ ଏକ ବାସସ୍ଥାନ ଭଳି କାମକରିଥାଏ ।Ansupa Lake ସରଣ୍ଡା ପାହାଡ଼ ପାଖରେ ଏହା ବାଉଁଶ ବଣ ଓ ଆମ୍ବ ତୋଟା ଭିତରେ ରହିଛି । ଅଂଶୁପା ହ୍ରଦରେ ନୌକା ଚାଳନା ଓ ମାଛଧରାର ସୁବିଧା ମଧ୍ୟ ଅଛି ।http://india.gov.in/allimpfrms/alldocs/1683.pdf ୨୦୨୧ ମସିହାରୁ ଏହି ହ୍ରଦକୁ ରାମସାର ସାଇଟ ଭାବରେ ଘୋଷିତ କରାଯାଇଛି ।}} ଆଧାର ଅଧିକ ତଥ୍ୟ Integrated sustainable environmental conservation of Anshupa lake: A famous water resource of India ଶ୍ରେଣୀ:ଓଡ଼ିଶାର ହ୍ରଦ ଶ୍ରେଣୀ:ଓଡ଼ିଶା ପର୍ଯ୍ୟଟନ
କାଚଘର
https://or.wikipedia.org/wiki/କାଚଘର
କାଚଘର ୧୯୮୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲିଏ କାମିନୀ ତ୍ରିପାଠୀ । ବସନ୍ତ ମହାପାତ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ନିର୍ଦ୍ଦେଶକ ବ୍ୟୋମକେଶ ତ୍ରିପାଠୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଅଭିନୟରେ ଓଡ଼ିଆ କଥାଚିତ୍ର ‘କାଚଘର’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ସୁରେଶ ମହାପାତ୍ର ବିଜୟିନୀ ମିଶ୍ର ସୂର୍ଯ୍ୟ ମିଶ୍ର ଜ୍ୟୋତ୍ସ୍ନା ରାଧା ପଣ୍ଡା ପ୍ରେମାନନ୍ଦ ଆଧାର ବାହାର ଆଧାର ଶ୍ରେଣୀ:୧୯୮୧ର ଓଡ଼ିଆ କଥାଚିତ୍ର ଶ୍ରେଣୀ:କଥାଚିତ୍ର ପ୍ରକଳ୍ପରେ ଉନ୍ନତ ହେବାକୁ ଥିବା ପ୍ରସଙ୍ଗ
ପରଝିଅ ଘର ଭାଙ୍ଗେନା
https://or.wikipedia.org/wiki/ପରଝିଅ_ଘର_ଭାଙ୍ଗେନା
ପରଝିଅ ଘର ଭାଙ୍ଗେନା ରମେଶ ମହାନ୍ତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ୧୯୮୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ର ଭାଗିରଥି ଦାସଙ୍କ ସମନାମ ବିଶିଷ୍ଟ ଉପନ୍ୟାସ "ପରଝିଅ ଘର ଭାଙ୍ଗେନା"କୁ ନେଇ ତିଆରି ହୋଇଥିଲା । ଅସୀମ ବସୁ ଏହି ଚଳଚ୍ଚିତ୍ରର କଳା ନିର୍ଦ୍ଦେଶକ ଥିଲେ । ଅଭିନୟରେ ଓଡ଼ିଆଚଳଚ୍ଚିତ୍ର ‘ପରଝିଅ ଘର ଭାଙ୍ଗେନା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ବିଜୟ ମହାନ୍ତି ଜୟୀରାମ ସାମଲ ସ୍ୱରୂପ ନାୟକ ଅପରାଜିତା ମହାନ୍ତି ତନ୍ଦ୍ରା ରାୟ ଶ୍ରାବଣୀ ରାୟ ରୁନୁ ପରିଜା ଅଜିତ ଦାସ ଆଧାର ଅଧିକ ତଥ୍ୟ ଶ୍ରେଣୀ:୧୯୮୫ର ଓଡ଼ିଆ କଥାଚିତ୍ର
ପୂଜାଫୁଲ
https://or.wikipedia.org/wiki/ପୂଜାଫୁଲ
ଜେ. ଏଚ୍. ସତ୍ତାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆକଥାଚିତ୍ର ପୂଜାଫୁଲ ୧୯୮୫ ମସିହାରେ ମୁକ୍ତିଲାଭ କରିଥିଲା । ଅଭିନୟରେ ଓଡ଼ିଆଚଳଚ୍ଚିତ୍ର ‘ପୂଜାଫୁଲ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ଉତ୍ତମ ମହାନ୍ତି ବିଜୟ ମହାନ୍ତି ହେମନ୍ତ ଦାସ ଜୟୀରାମ ସାମଲ ବିରେନ ରାଉତରାୟ ଅପରାଜିତା ମହାନ୍ତି ଝରଣା ଦାସ ଜୟା ସ୍ୱାମୀ ଆଧାର ଅଧିକ ତଥ୍ୟ ଶ୍ରେଣୀ:୧୯୮୫ର ଓଡ଼ିଆ କଥାଚିତ୍ର
ଆରତୀ
https://or.wikipedia.org/wiki/ଆରତୀ
ଆରତୀ, ୧୯୮୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଜେ. ଏଚ୍. ସତ୍ତାର ଏଇ କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଅଭିନୟ ଉତ୍ତମ ମହାନ୍ତି ବିଜୟ ମହାନ୍ତି ଅନିତା ଦାସ ତନ୍ଦ୍ରା ରାୟ ହେଲେନ ସୁବ୍ରତ ମହାପାତ୍ର ରାଧା ପଣ୍ଡା କମଳ ପଟ୍ଟନାୟକ ରାମଚନ୍ଦ୍ର ପ୍ରତିହାରୀ ଗୀତା ରାଓ ବୀରେନ ରାଉତରାୟ ଜୟୀରାମ ସାମଲ ଆଧାର ବାହାର ଆଧାର ଶ୍ରେଣୀ:୧୯୮୧ର ଓଡ଼ିଆ କଥାଚିତ୍ର
ଉପେନ୍ଦ୍ର ଭଞ୍ଜ
https://or.wikipedia.org/wiki/ଉପେନ୍ଦ୍ର_ଭଞ୍ଜ
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (୧୬୭୦ଓଡ଼ିଆ ଗୀତିକାବ୍ୟ ସଙ୍କଳନ, ସଂକଳନ ଓ ସମ୍ପାଦନା : ଜାନକୀ ବଲ୍ଲଭ ମହାନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀ, ୧୯୭୭ । - ୧୭୪୦, ଅନ୍ୟମତେ ୧୭୨୦) ସପ୍ତଦଶ ଶତାବ୍ଦୀର ପ୍ରମୁଖ ଓଡ଼ିଶୀ ସଙ୍ଗୀତକାର କବି ଥିଲେ । ସେ ସପ୍ତଦଶ ଶତାବ୍ଦୀର ଶେଷ ପର୍ଯ୍ୟାୟ ରେ ପୁରାତନ ରାଜଶାସିତ ଘୁମୁସରର ରାଜବଂଶରେ କୁଲାଡ଼ଗଡଜନ୍ମଲାଭ କରିଥିଲେ। ରୀତିଯୁଗର ତାଙ୍କର ପାଣ୍ଡିତ୍ୟପୂର୍ଣ୍ଣ ସାହିତ୍ୟ କୃତି ପାଇଁ ତାଙ୍କୁ କବି ସମ୍ରାଟ ଉପାଧିରେ ଭୂଷିତ କରାଯାଇଅଛି ।Mansingha, Mayadhar: History of Odia Literature: Publisher, Sahitya Akademi, Delhi ଓଡ଼ିଆ ସାହିତ୍ୟରେ ଥିବା ଅସଂଖ୍ୟ କବିଙ୍କ ମଧ୍ୟରେ ସେ ଅସାଧାରଣ ପ୍ରସିଦ୍ଧି ଲାଭ କରିଅଛନ୍ତି । ଏକ ରାଜ ପରିବାରରେ ଜନ୍ମିତ ଉପେନ୍ଦ୍ର ଭଞ୍ଜ ରାଜପଦଠାରୁ ଦୂରରେ ରହି ଓଡ଼ିଆ ସାହିତ୍ୟରେ ମନୋନିବେଶ କରିଥିଲେ । ପ୍ରାରମ୍ଭିକ ଜୀବନ ଜନ୍ମ ଉପେନ୍ଦ୍ର ଭଞ୍ଜ ଆଧୁନିକ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ ଗୁମୁସର (ଘୁମୁସର) ନାମକ ପ୍ରାଚୀନ ରାଜ୍ୟରେ ନୀଳକଣ୍ଠ ଭଞ୍ଜଙ୍କ ଜ୍ୟେଷ୍ଠପୁତ୍ର ଭାବେ ୧୬୮୦ ଖ୍ରୀଷ୍ଟାବ୍ଦର କୁଲାଡଗଡ଼ରେ ଜନ୍ମନେଇଥିଲେ । ଘୁମୁସରରେ ଭଞ୍ଜବଂଶୀୟ ରାଜାମାନେ ଶାସନ କରୁଥିଲେ । ସେମାନଙ୍କ ମଧ୍ୟରେ ଧନଞ୍ଜୟ ଭଞ୍ଜ (ପ୍ରତାପ ଧନଞ୍ଜୟ) ବୋଲି ଜଣେ ରାଜା ଥିଲେ । ସେ ଜଣେ କବି ଓ ଶାସକ ଥିଲେ । ସେ ରଘୁନାଥ ବିଳାସ, ତ୍ରିପୁର ସୁନ୍ଦରୀ, ଇଚ୍ଛାବତୀ, ମଦନମଞ୍ଜରୀ ଆଦି କାବ୍ୟମାନ ରଚନା କରିଥିଲେ । ଧନଞ୍ଜୟ ଓ ତାଙ୍କ ରାଣୀ ମଣ୍ଡାଦେବୀଙ୍କ ଗର୍ଭରୁ ଜନ୍ମ ନେଇଥିଲେ ଉପେନ୍ଦ୍ର ଭଞ୍ଜଙ୍କ ପିତା ନୀଳକଣ୍ଠ ଭଞ୍ଜ । ଘୁମୁସରର ରାଜାମାନେ ଯେଉଁ କେତେଗୁଡିଏ ଦୁର୍ଗ ଗଢ଼ିଥିଲେ ତା' ମଧ୍ୟରେ ଗୁମୁସରଗଡ଼, ଅନ୍ଧାରଗଡ଼, ଦୁର୍ଗାପ୍ରସାଦଗଡ଼, କୁଲାଡଗଡ଼ ପ୍ରଧାନ । କୁଲାଡଗଡ଼ ଦୁର୍ଗମଧ୍ୟରେ ନୀଳକଣ୍ଠ ଭଞ୍ଜ ବାସ କରୁଥିଲେ । ଉପେନ୍ଦ୍ର ଭଞ୍ଜ ତାଙ୍କର ବୈଦେହୀଶ ବିଳାସ କାବ୍ୟଗ୍ରନ୍ଥରେ ନିଜର ପିତୃପରିଚୟ ଦେଇ ଲେଖିଥିଲେ: ବଂଶାବଳୀ ବାଲ୍ୟଶିକ୍ଷା ଉପେନ୍ଦ୍ରଙ୍କର ବାଲ୍ୟଶିକ୍ଷା ଚାହାଳୀରେ ଆରମ୍ଭ ହୋଇଥିଲା । ବାପା ନୀଳକଣ୍ଠ ଓ ଜେଜେ ଧନଞ୍ଜୟଙ୍କଠାରୁ ସେ ବିଭିନ୍ନ ଶାସ୍ତ୍ର ପଢ଼ିଥିଲେ । ଧନଞ୍ଜୟ ଭଞ୍ଜ ଜଣେ କବି ହୋଇଥିବାରୁ ତାଙ୍କ ଦରବାରକୁ ଅନେକ କବି, ପଣ୍ଡିତ, ସାଧୁସନ୍ଥ ବିଭିନ୍ନ ସମୟରେ ଆସୁଥିଲେ ଓ ସେଠାରେ ରହି ସାହିତ୍ୟ ସଙ୍ଗୀତ ବିଷୟରେ ଚର୍ଚ୍ଚା କରୁଥିଲେ । ଉପେନ୍ଦ୍ର ମଧ୍ୟ ଜେଜେଙ୍କ ପାଖରେ ବସି ସେଗୁଡିକ ଶୁଣୁଥିଲେ ଓ ଧୀରେ ଧୀରେ ସେମାନଙ୍କଦ୍ୱାରା ପ୍ରଭାବିତ ହୋଇ ସେ ଶାସ୍ତ୍ରମାନ ଆୟତ୍ତ କରିଥିଲେ । ଚାହାଳୀରେ ପଢୁଥିବା ସମୟରେ ଉପେନ୍ଦ୍ର କବିତା ଲେଖିବା ଆରମ୍ଭ କରି ଦେଇଥିଲେ ଯାହା ଜେଜେ ଧନଞ୍ଜୟ ବେଶ୍ ପସନ୍ଦ କରିଥିଲେ ଓ ନାତିକୁ ଆହୁରି ଲେଖିବାକୁ ପ୍ରେରଣା ଦେଲେ । ଉପେନ୍ଦ୍ର ଯାହା ଯେତେବେଳେ ଲେଖୁଥିଲେ ଜେଜେଙ୍କୁ ନେଇ ଦେଖାଉଥିଲେ ଓ ତାଙ୍କର ପରାମର୍ଶ ନେଉଥିଲେ । ସେ ଜେଜେଙ୍କୁ ନିଜର କାବ୍ୟଗୁରୁ ଭାବରେ ବିଚାର କରି ନିଜ ସାଧନାରେ ଆଗେଇ ଯାଉଥିଲେ । ରାଜା ଧନଞ୍ଜୟଙ୍କ ଦରବାରକୁ ଥରେ ରଘୁନାଥ ନାମରେ ଜଣେ ସିଦ୍ଧପୁରୁଷ ସନ୍ୟାସୀ ଆସିଥିଲେ । ସେ ଉପେନ୍ଦ୍ରଙ୍କର ପାଠପଢ଼ା ଓ କବିତା ଲେଖିବାର ଆଗ୍ରହ ଦେଖି ତାଙ୍କୁ "ରାମ ତାରକ ମନ୍ତ୍ର" ବୋଲି ଏକ ସିଦ୍ଧ ମନ୍ତ୍ର ଶିଖାଇ ଏହାକୁ କେମିତି ସାଧନା କରିବାକୁ ହେବ ବତାଇଦେଲେ । ମନ୍ତ୍ରଟି ଶିଖିବା ପାଇଁ ଉପେନ୍ଦ୍ର କୁଲାଡ଼ଗଡ଼ ଛାଡ଼ି ଅଳ୍ପ ଦୂରରେ ଥିବା ଏକ ନିର୍ଜନ ସ୍ଥାନକୁ ଚାଲିଗଲେ । ହିଂସ୍ରଜନ୍ତୁପୂର୍ଣ୍ଣ ଓ ପାହାଡ ପର୍ବତଘେରା ସେହି ସ୍ଥାନରେ ଗୋଟିଏ ଗୁମ୍ଫା ଭିତରେ ବସି କିଛିଦିନ ଗୁରୁମନ୍ତ୍ର ସାଧନା କରିବାପରେ ସିଦ୍ଧିଲାଭ କରି ସେ ରାଜପ୍ରସାଦକୁ ଫେରି ଆସିଲେ । ସେହି ସ୍ଥାନଟି ଏବେ "ବାଘବଲି" ଓ "ଡାମଣ ଝୋଲି" ନାମରେ ପରିଚିତ । ସାଧନା କରି ଫେରିବା ପରେ ଉପେନ୍ଦ୍ରଙ୍କର ଆଗ ଅପେକ୍ଷା ଆହୁରି କାବ୍ୟ ଲେଖିବା ଓ କାବ୍ୟକବିତା ବିଷୟରେ ଜାଣିବାରେ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଲା । କାବ୍ୟ ଆଲୋଚନା ପାଇଁ ସେ ଜେଜେ ଧନଞ୍ଜୟ ଭଞ୍ଜଙ୍କ ସହିତ ସମୟ ବିତାଉଥିଲେ । ଦିନେ ସାହିତ୍ୟ ଆଲୋଚନା ହେଉଥିଲା ବେଳେ ଧନଞ୍ଜୟ ନିଜର ଶ୍ରେଷ୍ଠ କାବ୍ୟ ରଘୁନାଥ ବିଳାସ ଉପେନ୍ଦ୍ରଙ୍କୁ ଦେଲେ ଓ କିଛି ଦୋଷତ୍ରୁଟି ଥିଲେ ନିର୍ଭୟରେ ତାଙ୍କୁ ଜଣାଇବାକୁ କହିଲେ । ଉପେନ୍ଦ୍ର କାବ୍ୟଟିକୁ ମନଦେଇ ପଢ଼ିସାରିଲାପରେ ଅଳଙ୍କାରର ପ୍ରୟୋଗ କରିଥିଲେ ଆହୁରି ଭଲ ହୋଇଥାନ୍ତା ବୋଲି କହିଲେ, ଧନଞ୍ଜୟ ଭଞ୍ଜ ଏକଥା ଶୁଣି ଖୁସି ହେଲେ । ରାଣୀ ମଣ୍ଡାଦେବୀ ତାଙ୍କ ପୁଅ ନୀଳକଣ୍ଠଙ୍କୁ ଭଞ୍ଜବଂଶର ରାଜସିଂହାସନରେ ବସାଇବାକୁ ଚାହୁଁଥିଲେ, ତେଣୁ ସେ ଷଡଯନ୍ତ୍ର କରି ଧନଞ୍ଜୟଙ୍କୁ ବିଷ ଦେଇ ହତ୍ୟା କରାଇଲେ । ନୀଳକଣ୍ଠ ଭଞ୍ଜ ରାଜଗାଦିରେ ବସିବାରେ ସଫଳ ହେଲେ ଓ କିଛିଦିନ ପାଇଁ ରାଜ୍ୟଶାସନ କଲେ । ହେଲେ ତାଙ୍କର କାକାପୁଅ ଭାଇ ଘନଭଞ୍ଜ ଧରାକୋଟରେ ଥାଇ ନୀଳକଣ୍ଠଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଦେଲେ ଏବଂ ସୈନ୍ୟସାମନ୍ତ ଧରି ଘୁମୁସର ଆକ୍ରମଣ କଲେ । ରଣକ୍ଷେତ୍ରରେ ନୀଳକଣ୍ଠ ଘନଭଞ୍ଜଙ୍କଠାରୁ ପରାସ୍ତ ହୋଇ ରାଜ୍ୟ ଛାଡ଼ି ଚାଲିଗଲେ । ନିଜର ସ୍ତ୍ରୀ ଓ ଯୋଗ୍ୟପୁତ୍ର ଉପେନ୍ଦ୍ରଙ୍କୁ ଧରି ନୀଳକଣ୍ଠ ନୟାଗଡ଼ର ମାଳିସାହି ଢେଙ୍କଣା ଗ୍ରାମରେ ଘରଟିଏ କରି ଅତି ସାଧାରଣ ଭାବରେ ଜୀବନ ଅତିବାହିତ କରିବାକୁ ଲାଗିଲେ । ନୀଳକଣ୍ଠ ଭଞ୍ଜ ଏହି ସମୟରେ ଉପେନ୍ଦ୍ରଙ୍କୁ ଘୋଡାଚଢା, ଖଣ୍ଡା, ତରବାରୀ ଚାଳନାରେ ଧୁରନ୍ଧର କରାଇଥିଲେ । ଉପେନ୍ଦ୍ର ଭଞ୍ଜ କାବ୍ୟ କବିତା ରଚନାରେ ଧ୍ୟାନ ଦେଲେ । ମାତ୍ର ୧୫ ବର୍ଷ ବୟସରେ ଉପେନ୍ଦ୍ର ପିତା ନୀଳକଣ୍ଠ ଭଞ୍ଜଙ୍କୁ ହରାଇଲେ ଓ ତାଙ୍କ ମାମୁଙ୍କ ଘରେ ରହିବାକୁ ଲାଗିଲେ । ବିବାହ ୧୮ ବର୍ଷ ବୟସରେ ଉପେନ୍ଦ୍ରଙ୍କର ବିବାହ ନୟାଗଡ଼ ରାଜା ପୁରୁଷୋତ୍ତମ ମାନ୍ଧାତାଙ୍କ ଭଉଣୀ ଲାବଣ୍ୟବତୀଙ୍କ ସହ ହୋଇଥିଲା । ଲାବଣ୍ୟବତୀ ସଂସ୍କୃତ ସାହିତ୍ୟରେ ନିପୁଣା ଥିଲେ । କୁଲାଡ଼ଗଡ ପାଖରେ ଅନ୍ଧାରଗଡ଼ ବୋଲି ପାହାଡ଼ ଓ ଜଙ୍ଗଲଘେରା ଦୁର୍ଗଟିଏ ରହିଥିଲା । କିମ୍ବଦନ୍ତୀ ଅନୁସାରେ ଉପେନ୍ଦ୍ର ଭଞ୍ଜ ସେହି ସ୍ଥାନକୁ ସବୁବେଳେ ଏକୁଟିଆ ଚାଲିଯାଉଥିଲେ ଏବଂ କିଛିଦିନ ସେଠାରେ ରହିବା ପରେ ଫେରି ଆସୁଥିଲେ । ଥରେ ଉପେନ୍ଦ୍ର ସେହି ସ୍ଥାନକୁ ଯାଇ ବହୁଦିନ ପର୍ଯ୍ୟନ୍ତ ରାଜଉଆସକୁ ଫେରିଲେ ନାହିଁ । ରାଜପ୍ରାସାଦରେ ଲାବଣ୍ୟବତୀ ବ୍ୟସ୍ତ ହୋଇପଡିଲେ ଓ ପତିଙ୍କୁ ଖୋଜି ଆଣିବା ପାଇଁ ଦୂତଟିଏ ପଠାଇଲେ । ଦୂତଟି ଗଡ଼ ଭିତରକୁ ନଯାଇ ଅଳ୍ପବାଟରୁ ଫେରି ଆସିଲା ଓ କହିଲା ଯେ ସେ ଗୋଟିଏ ମହାବଳ ବାଘ ଦେଖିଲା । ତା ପାଖରେ ମଣିଷର ରକ୍ତାକ୍ତ ଶବ ପଡିଥିବାର ଦେଖି ଭୟରେ ଫେରି ଆସିଲା । ଦୂତଠାରୁ ଏପରି ଖବର ଶୁଣି ଲାବଣ୍ୟବତୀ ଧୈର୍ଯ୍ୟ ଧରି ରହି ପାରିଲେ ନାହିଁ । ତାଙ୍କର ସଙ୍ଗେସଙ୍ଗେ ଚେତା ବୁଡିଗଲା ଓ ଚାହୁଁ ଚାହୁଁ ତାଙ୍କର ପ୍ରାଣବାୟୁ ଉଡିଗଲା । କିଛିଦିନ ପରେ ଭଞ୍ଜ ରାଜପୁରକୁ ଫେରିଲା ପରେ ପତ୍ନୀ ଲାବଣ୍ୟବତୀଙ୍କ ସ୍ୱର୍ଗବାସ କଥା ଜାଣି ମର୍ମାହତ ହେଲେ । ଉପେନ୍ଦ୍ରଙ୍କ ଶଳାଭାଉଜ ଶୋଭାବତୀଙ୍କର କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ବୋଲି ଜଣେ ଭଉଣୀ ଥିଲେ । ତାଙ୍କ ସହିତ ଭଞ୍ଜଙ୍କର ଦ୍ୱିତୀୟଥର ବିବାହ ହେଲା । କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଉପେନ୍ଦ୍ରଙ୍କୁ କାବ୍ୟ ଲେଖିବାରେ ସାହାଯ୍ୟ କରୁଥିଲେ । ତାଙ୍କ ପରାମର୍ଶରେ ଭଞ୍ଜ ମଧ୍ୟ ନିଜର କାବ୍ୟକବିତାକୁ ସଂଶୋଧନ କରି ଆହୁରି ଉନ୍ନତ କରିବାରେ ସମର୍ଥ ହେଉଥିଲେ । ରାଜ୍ୟ ପ୍ରତ୍ୟାବର୍ତ୍ତନ କବି ଭାବରେ ବେଶ୍ ନାଁ କରିସାରିଥିବା ଭଞ୍ଜଙ୍କର ଖ୍ୟାତି ବିଷୟରେ ତାଙ୍କ କକା ଘନଭଞ୍ଜ ଶୁଣିବାକୁ ପାଇଲେ । ଘନଭଞ୍ଜ ଜଣେ ରାଜା ଓ କବି ଥିଲେ । ତେଣୁ ସେ ପୁତୁରା ଉପେନ୍ଦ୍ରଙ୍କୁ କୁଲାଡ଼ଗଡକୁ ଫେରାଇ ଆଣିଲେ । ସେ ଅନ୍ୟ କବି ଓ ପଣ୍ଡିତମାନଙ୍କ ସହିତ କାବ୍ୟଶାସ୍ତ୍ର ଆଦି ଆଲୋଚନା କରୁଥିଲେ । ଉପାଧି ଉପେନ୍ଦ୍ର ଭଞ୍ଜଙ୍କୁ ତାଙ୍କ ଜୀବନ କାଳରେ ଓ ପରେ ଅନେକ ଉପାଧିଦ୍ୱାରା ସମ୍ବୋଧିତ କରାଯାଇଥିଲା । ବୀରବର ମଙ୍ଗରାଜ କବିସାର୍ବଭୌମଭଞ୍ଜ ଭୂମିକା କବିକୁଳକେଶରୀଉତ୍କଳ ଦୀପିକା, ୧୮୬୬, ପୃ ୪୬-୪୭ କବି ସମ୍ରାଟ ବୀରବର ଉପାଧି ଲାଭ କାବ୍ୟକବିତା ଲେଖି ଉପେନ୍ଦ୍ର ସାରା ଓଡ଼ିଶାରେ ବେଶ୍ ପ୍ରସିଦ୍ଧି ଲାଭ କରିସାରିଥିଲେ । ପୁରୀର ତତ୍କାଳୀନ ଗଜପତି ରାଜା ଦିବ୍ୟସିଂହ ଦେବ କବିଙ୍କ ବିଷୟରେ ଶୁଣିବାକୁ ପାଇଲେ ଓ ତାଙ୍କୁ ସମ୍ମାନିତ କରିବା ପାଇଁ ପୁରୀକୁ ଡକାଇଲେ। ରାଜାଙ୍କ ନିମନ୍ତ୍ରଣ ରକ୍ଷା କରି ଉପେନ୍ଦ୍ର ପୁରୀ ଆସିଲେ । ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହ ରାଜଦରବାରରେ କାବ୍ୟ ଆଲୋଚନା କଲେ । ତାଙ୍କର କାବ୍ୟ ଆଲୋଚନା ଏତେ ପାଣ୍ଡିତ୍ୟ ପୂର୍ଣ୍ଣ ଥିଲା ଯେ ଖାଲି ରାଜା କାହିଁକି ବଡ଼ ବଡ଼ ପଣ୍ଡିତମାନେ ମଧ୍ୟ ତାହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ଶେଷରେ ଦିବ୍ୟସିଂହ ଦେବ ରାଜଦରବାର ଭିତରେ ଉପେନ୍ଦ୍ରଙ୍କ ମୁଣ୍ଡରେ ପାଟଶାଢୀ ବାନ୍ଧିଦେଇ କହିଲେ,ଧନ୍ୟ ଉପେନ୍ଦ୍ର। ତୁମେ ଖାଲି ରାଜପୁତ୍ର ନୁହଁ, ତୁମେ ସେମାନଙ୍କ ମଧ୍ୟରେ ଶ୍ରେଷ୍ଠ। ତୁମକୁ ଆଜି ମୁଁ ବୀରବରଉପାଧିରେ ଭୂଷିତ କରୁଛି"। ଉପେନ୍ଦ୍ର ଗଜପତି ଦିବ୍ୟସିଂହ ଦେବଙ୍କର ସେହି ଉପାଧିକୁ ଆଗ୍ରହର ସହିତ ଗ୍ରହଣ କଲେ । ପୁରୀରେ ରହିଥିବାବେଳେ ଉପେନ୍ଦ୍ରଙ୍କର ପରିଚୟ ଭକ୍ତକବି ଦୀନକୃଷ୍ଣ ଦାସ ସହିତ ହୋଇଥିଲା । ଦୀନକୃଷ୍ଣ ଦାସ ସେତେବେଳକୁ "ରସକଲ୍ଲୋଳ" କାବ୍ୟଟିକୁ ସମ୍ପୂର୍ଣ୍ଣ ରୂପେ ଲେଖିସାରିଥାନ୍ତି । କବି ଉପେନ୍ଦ୍ର ଯେତେବେଳେ ପୁରୀକୁ ଆସିଛନ୍ତି, ତାଙ୍କୁ ଟିକେ ନିଜର କାବ୍ୟଟିକୁ ଦେଖାଇ ମତାମତ ନେବାକୁ ଦୀନକୃଷ୍ଣଙ୍କର ଭାରି ମନ ହେଲା । ତେଣୁ "ରସକଲ୍ଲୋଳ" କାବ୍ୟଟିକୁ ନେଇ ସେ ଉପେନ୍ଦ୍ର ଭଞ୍ଜଙ୍କୁ ଦେଖାଇଲେ । ଉପେନ୍ଦ୍ର ପୋଥିକୁ ଭଲ କରି ପଢ଼ିଲେ, ତାପରେ ହସି ହସି କହିଲେ - "ବୁଝିଲେ ଦାସେ ଆପଣେ, ଦିବ୍ୟସୁନ୍ଦର କାବ୍ୟଟିଏ ଲେଖିଲେ ସିନା ହେଲେ ଭଲ ନାଁଟିଏ ଦେଇପାରିଲେ ନାହିଁ । ପ୍ରତି ଅକ୍ଷର ଯେତେବେଳେ "କ" ଅକ୍ଷରରେ ଆରମ୍ଭ କରିଛନ୍ତି, ତା ନା "କଳକଲ୍ଲୋଳ" ବା "କୃଷ୍ଣକଲ୍ଲୋଳ" ରଖିଥିଲେ ଭଲ ହୋଇଥାନ୍ତା"। ପୁରୀରୁ ଫେରିଲା ପରେ ଉପେନ୍ଦ୍ର 'କ' ଅକ୍ଷରକୁ ପ୍ରଥମରେ ରଖି "କଳାକୌତୁକ ନାମରେ କବିତାଟିଏ ଲେଖିଲେ ଯାହାର ପ୍ରତିପାଦର ମୂଳରେ "କ" ଅକ୍ଷରକୁ ରଖି କୃଷ୍ଣଙ୍କର ସମସ୍ତ ଲୀଳାଖେଳା ବର୍ଣ୍ଣିତ। ଉପେନ୍ଦ୍ର ଭଞ୍ଜଙ୍କ ପୂର୍ବବର୍ତ୍ତୀ କବିମାନେ ତତ୍କାଳୀନ ପାଠକମାନଙ୍କର ପସନ୍ଦକୁ ଅନୁସାରେ କେବଳ ରାଧାକୃଷ୍ଣଙ୍କ ଉପରେ ବର୍ଣ୍ଣନା କରି କାବ୍ୟକବିତା ଲେଖିଥିଲେ । ଉପେନ୍ଦ୍ର ପ୍ରଥମ କରି ଓଡ଼ିଆ ସାହିତ୍ୟରେ ସୀତାରାମଙ୍କୁ ନେଇ କାବ୍ୟ ଲେଖିଲେ । ନୂଆ ପ୍ରକାରର କାବ୍ୟ ରସାମୃତ ପରିବେଷଣ ହେବା ଫଳରେ ସେତେବେଳର ସମାଜରେ ତାହା ବେଶ୍ ଅଲୋଡନ ସୃଷ୍ଟି କରିବା ସହିତ ପାଠକମାନଙ୍କଦ୍ୱାରା ଆଦରଲାଭ ମଧ୍ୟ କଲା । ନିଜର ଆରାଧ୍ୟ ଦେବତା ସୀତାରାମଙ୍କ ଲୀଳା ବର୍ଣ୍ଣନା କରିବାରେ ତାଙ୍କର ଲେଖନୀ ଚଳଚଞ୍ଚଳ ହୋଇ ଉଠିଲା । ନିପୁଣ ଭାବରେ ସେ ରାମସୀତା ଚରିତଟିକୁ ବିଭିନ୍ନ ଛନ୍ଦରେ ମାଳଟିଏ ଗୁନ୍ଥିଥିଲେ କହିଲେ ଅତ୍ୟୁକ୍ତି ହେବନାହିଁ । ସାଧାରଣ ପାଠକଟିଏ ଏହି କାବ୍ୟଟି ପଢ଼ିବାଦ୍ୱାରା ତାର ଆଧ୍ୟାତ୍ମ୍ୟ ଜ୍ଞାନ ବୃଦ୍ଧି ପାଇଲା । ଉପେନ୍ଦ୍ର ଭଞ୍ଜ ବହୁ ଶାସ୍ତ୍ର ପଢ଼ିଥିଲେ, ଯାହାଫଳରେ ସେଗୁଡିକ ନିଜ କାବ୍ୟକବିତାରେ ପ୍ରୟୋଗ କରିବାରେ ସଫଳ ହୋଇପାରିଥିଲେ । ତାଙ୍କ ପୂର୍ବରୁ ଯେଉଁ କାବ୍ୟକବିତା ଲେଖା ହୋଇଥିଲା ସେଥିମଧ୍ୟରୁ ଅଧିକାଂଶ ସଂସ୍କୃତରେ ଲେଖା ହୋଇଥିଲା । ତେଣୁ ଓଡ଼ିଆ ଭାଷୀ ଲୋକମାନଙ୍କ ପକ୍ଷରେ ବୁଝିବା ଟିକେ କଷ୍ଟ ହୋଇପଡୁଥିଲା । ତାଛଡା ସଂସ୍କୃତ ଅଳଙ୍କାରକୁ ନେଇ ଓଡ଼ିଆ କାବ୍ୟରେ ପ୍ରୟୋଗ କରିବାରେ ଉପେନ୍ଦ୍ର ଥିଲେ ପ୍ରଥମ ଓ ସିଦ୍ଧହସ୍ତ । ତାଙ୍କ ରଚନାବଳୀରେ ଯେଉଁ ବହୁଳ ଶବ୍ଦ ଭଣ୍ଡାରର ପ୍ରୟୋଗ ହୋଇଛି, ତାହା ମଧ୍ୟ ପଢ଼ିଲେ ଆଶ୍ଚର୍ଯ୍ୟ ଲାଗେ । ବିଭିନ୍ନ ଛନ୍ଦ ଓ ବୃତ୍ତର ବ୍ୟବହାର କରିବାଦ୍ୱାରା ତାଙ୍କ କାବ୍ୟଗୁଡିକ ସଙ୍ଗୀତ ଜଗତରେ ଏକ ଉଜ୍ୱଳ ମଣିତୁଲ୍ୟ ଶୋଭାପାଉଛି । କବି ସମାଜରେ ଉପେନ୍ଦ୍ର ଭଞ୍ଜଙ୍କ ସ୍ଥାନ ସମସ୍ତଙ୍କଠାରୁ ବହୁ ଉଚ୍ଚରେ ରହିଲା । ସମସ୍ତ ଶାସ୍ତ୍ରରେ ପାଣ୍ଡିତ୍ୟ ଅର୍ଜନ କରି କାବ୍ୟମାନ ଲେଖିଥିବାରୁ ଆଜି ସେ ବାସ୍ତବରେ କବି ସମ୍ରାଟ ଭାବରେ ସବୁଆଡେ ପରିଚିତ ।ଗୌରୀକୁମାର ବ୍ରହ୍ମା, ଭଞ୍ଜ ଭୂମିକା ରଚନାବଳୀ ଉପେନ୍ଦ୍ର ଭଞ୍ଜ ପାଖାପାଖି ୫୨ ଗୋଟି ଗ୍ରନ୍ଥ ରଚନା କରିଥିଲେ ବୋଲି ଏକାଧିକ ଗବେଷକମାନଙ୍କଦ୍ୱାରା ଅନୁମିତ ହୋଇଛି । କିନ୍ତୁ ମୁଦ୍ରଣଯନ୍ତ୍ର ଅଭାବରୁ ଏହି ଗ୍ରନ୍ଥଗୁଡ଼ିକ ମଧ୍ୟରୁ ଅନେକ ଗ୍ରନ୍ଥ ଆଉ ଖୋଜିଲେ ମଧ୍ୟ ମିଳିବା ଅସମ୍ଭବ ପ୍ରାୟ । ଏବେ ମାତ୍ର ୨୦-୨୫ ଗୋଟି ରଚନା ମିଳୁଛି । ଏହି ବିଷୟରେ ପ୍ରସିଦ୍ଧ ପତ୍ରିକା ଉତ୍କଳ ଦୀପିକାରେ ୧୮୬୬ ମସିହାରେ ଛପାଯାଇଥିଲା-ଉତ୍କଳ ଦୀପିକା, ୧୮୬୬, ପୃଷ୍ଠା ୪୬-୪୭ ଲାବଣ୍ୟବତୀ ଉପେନ୍ଦ୍ରଙ୍କ ପତ୍ନୀ ଲାବଣ୍ୟବତୀଙ୍କର ଭାଇ ପୁରୁଷୋତ୍ତମ ଜଣେ ପ୍ରସିଦ୍ଧ କବି ଓ ଭାଉଜ ଶୋଭାବତୀ ଜଣେ ବିଦୁଷୀ ନାରୀ ଥିଲେ । ଥରେ ପୁରୁଷୋତ୍ତମ "ଶୋଭାବତୀ" ନାମରେ କାବ୍ୟଟିଏ ଲେଖି ଉପେନ୍ଦ୍ରଙ୍କ ପାଖକୁ ପଠାଇଥିଲେ । ଉପେନ୍ଦ୍ର କାବ୍ୟଟିକୁ ନେଇ ଲାବଣ୍ୟବତୀଙ୍କୁ ଦେଖାଇଲେ, କବିତାଟି ପଢ଼ି ଲାବଣ୍ୟବତୀ ମନେ ମନେ ଭାଉଜଙ୍କୁ ଈର୍ଷା କଲେ । ଭାଉଜଙ୍କଠାରୁ ସେ ଥିଲେ ବହୁତ ସୁନ୍ଦର, ହେଲେ ତାଙ୍କ ନାଁରେ କଣ ଏମିତି ଗୋଟାଏ କାବ୍ୟ ତାଙ୍କ ସ୍ୱାମୀ ଲେଖି ପାରିବେ? ଲାବଣ୍ୟବତୀ ଅଭିମାନରେ ନିଜ ଶୋଇବା ଘରେ ମୁହଁମାଡି ଶୋଇଲେ. ଉପେନ୍ଦ୍ର ସ୍ତ୍ରୀଙ୍କ ମନଦୁଃଖ ହୋଇଥିବା କଥା ଜାଣିପାରି ତାଙ୍କୁ କହିଲେ "କିଛିଦିନ ସମୟ ଦିଅ, ତୁମକୁ ମୁଁ ଏହାଠାରୁ ଅଧିକ ସୁନ୍ଦର ଓ ଉନ୍ନତମାନର କାବ୍ୟଟିଏ ଲେଖି ଉପହାର ଦେବି"। ସ୍ୱାମୀଙ୍କଠାରୁ ଭରସା ପାଇ ଲାବଣ୍ୟବତୀ ଅଭିମାନ ଛାଡି ଉଠିଲେ । ମାତ୍ର ଦୁଇ ମାସ ପରେ ଉପେନ୍ଦ୍ର "ଲାବଣ୍ୟବତୀ" ନାମରେ କାବ୍ୟଟିଏ ଲେଖି ଆଣି ସ୍ତ୍ରୀଙ୍କ ହାତରେ ଅର୍ପଣ କଲେ । ଲାବଣ୍ୟବତୀ ନିଜ ନାମରେ ଲେଖା ଯାଇଥିବା କାବ୍ୟଟିକୁ ହାତରେ ପାଇ ନିଜକୁ ଗର୍ବିତ ମନେ କଲେ । ଉପେନ୍ଦ୍ର ସେହି କାବ୍ୟରୁ ଗୋଟିଏ ପୋଥି ନିଜ ଶଳା ଓ ଶଳା ଭାଉଜଙ୍କ ପାଖକୁ ମଧ୍ୟ ପଠାଇଲେ । ଏକ କାଳ୍ପନିକ ବିଷୟବସ୍ତୁକୁ ନେଇ ଲେଖାଯାଇଥିବା "ଲାବଣ୍ୟବତୀ" କାବ୍ୟଟିକୁ ପଢ଼ି ରସପ୍ରେମୀ ପାଠକମାନେ ମୁଗ୍ଧ ହୋଇଯାଆନ୍ତି । ବିଷୟବସ୍ତୁ, ଅଳଙ୍କାର, ଶବ୍ଦ ବିନ୍ୟାସ କୌଣସି କ୍ଷେତ୍ରରେ କାବ୍ୟଟି କମ୍ ନୁହେଁ। ଓଡ଼ିଶାର ପୁରପଲ୍ଲୀର ଚିତ୍ର ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ବର୍ଣ୍ଣନାରେ କାବ୍ୟଟିର ବିଷୟବସ୍ତୁ ପ୍ରତ୍ୟେକ ପାଠକର ମନକୁ ହରି ନେଇଥାଏ। କାବ୍ୟଟି ଯଦିଓ କାଳ୍ପନିକ ବିଷୟବସ୍ତୁକୁ ନେଇ ଆଧାରିତ ତଥାପି ଏଥିରେ ନାରୀ ଚରିତ୍ରର ସମସ୍ତ ଗୁଣ ଅତି ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି। ତେଣୁ ଏହା ତତ୍କାଳିନ କବିସମାଜକୁ ନତମସ୍ତକ ହେବାକୁ ବାଧ୍ୟ କରିଥିଲା। ବୈଦେହୀଶ ବିଳାସ ଉପେନ୍ଦ୍ର ନିଜର ଆରାଧ୍ୟ ରାମସୀତାଙ୍କର ଲୀଳାକୁ ନେଇ ଗୋଟିଏ ସୁନ୍ଦର କାବ୍ୟ ଲେଖି ତା'ର ନାଁ ଦେଲେ "ବୈଦେହୀଶ ବିଳାସ" । କାବ୍ୟଟିର ବିଶେଷତା ହେଲା ପ୍ରତି ଛନ୍ଦର ପ୍ରଥମ ଅକ୍ଷରଟି "ବ"ରେ ଆରମ୍ଭ ହେଉଥିଲା । ନାନା ପ୍ରକାର ଅଳଙ୍କାର ଓ ଛନ୍ଦର ପ୍ରୟୋଗ ହୋଇଥିବା ଯୋଗୁଁ କାବ୍ୟଟି ପଣ୍ଡିତ ସମାଜରେ ବେଶ୍ ଆଦରଲାଭ କଲା । "ବୈଦେହୀଶ ବିଳାସ"ରେ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମ, ବିବାହ, ବନବାସ ସହିତ ଅଯୋଧ୍ୟାରେ ଅଭିଷେକ ହେବା ପ୍ରଭୃତି ମୁଖ୍ୟ ଘଟଣାଗୁଡିକୁ ତାଛଡା ସୀତାଙ୍କର ନିର୍ବାସନ, ବାଲ୍ମୀକି ଆଶ୍ରମରେ ଲବକୁଶଙ୍କର ଜନ୍ମ, ଲବକୁଶଙ୍କଦ୍ୱାରା ହନୁମାନ ଓ ଶ୍ରୀରାମଙ୍କ ପରାଜୟ, ସୀତାଙ୍କର ଅଗ୍ନି ପରୀକ୍ଷା ଓ ପାତାଳପୁରକୁ ଗମନ, ରାମଚନ୍ଦ୍ରଙ୍କର ସ୍ୱର୍ଗପ୍ରାପ୍ତି ଆଦି ଘଟଣା ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଆଇଅଛି । ଜେଜେ ଧନଞ୍ଜୟ ଭଞ୍ଜଙ୍କୁ ଦେଇଥିବା କଥାଟିକୁ ପୂରଣ କରିପାରିଥିବାରୁ ଉପେନ୍ଦ୍ର ନିଜର ପରିଶ୍ରମକୁ ସାର୍ଥକ ମଣିଲେ । କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ "ବୈଦେହୀଶ ବିଳାସ", "ଲାବଣ୍ୟବତୀ" ଭଳି ଦୁଇଟି ପ୍ରସିଦ୍ଧ କାବ୍ୟ ଲେଖିସାରିଲା ପରେ ଉପେନ୍ଦ୍ର ନିଜର ତୃତୀୟ କାବ୍ୟ "କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ" ଲେଖିଲେ । କାବ୍ୟଟିରେ କବି ଚମ୍ପାନଗରୀର ରାଜା ବିଶ୍ୱାସନନ୍ଦକ ଓ ରାଣୀ ବିଚିତ୍ରକଳାଙ୍କର କନ୍ୟା କୋଟି ବ୍ରହ୍ମାଣ୍ଡ ସୁନ୍ଦରୀଙ୍କର କଥାକୁ ବର୍ଣ୍ଣନା କରିଛନ୍ତି. ରାଜାରାଣୀ ଝିଅଟିକୁ କେମିତି ଲାଭ କଲେ, କିପରି ତାର ଲାଳନ ପାଳନ କଲେ ଏସବୁ କଥା ଅତି ସୁନ୍ଦର ଭାବରେ ଲେଖିଛନ୍ତି । ପାଟଳିପୁତ୍ରର ରାଜପୁତ୍ର ପୁଷ୍ପକେତୁଙ୍କ ସହିତ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀଙ୍କ ବିବାହ କବିଙ୍କ ଲେଖନୀମୁନରେ ଅତ୍ୟନ୍ତ ସୁନ୍ଦର ଭାବରେ ବର୍ଣ୍ଣିତ ହୋଇଛି. ବିଭିନ୍ନ ଅଳଙ୍କାର, ରସ, ଭାବ ଓ ଶବ୍ଦ ବିନ୍ୟାସଦ୍ୱାରା କାବ୍ୟଟି ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ହୋଇପାରିଛି. ଜଗନ୍ନାଥଙ୍କର ଲୀଳାକୁ ମଧ୍ୟ ଉପେନ୍ଦ୍ର ଏହି କାବ୍ୟରେ ଅତି ସୁନ୍ଦର ଭାବରେ ରୂପାୟିତ କରିପାରିଛନ୍ତି। କାବ୍ୟଟିର ବିଷୟବସ୍ତୁ ସମ୍ପୁର୍ଣ୍ଣ କାଳ୍ପନିକ ହେଲେ ମଧ୍ୟ ପଢ଼ିଲେ ପାଠକଙ୍କୁ ସତ ବୋଲି ମନେ ହୁଏ। ଶ୍ରୀଜଗନ୍ନାଥଙ୍କ ଲୀଳାଚରିତ ବର୍ଣ୍ଣନା ପାଠକକୁ ଆତ୍ମହରା କରିଦିଏ। ଉପେନ୍ଦ୍ରଙ୍କର ସମସ୍ତ କାବ୍ୟ ରସଯୁକ୍ତ, ଛନ୍ଦମୟ ଓ ସୁର-ତାଳରେ ପରିବେଷିତ । ତିନୋଟି ଉନ୍ନତ ଧରଣର କାବ୍ୟ ଲେଖିସାରି ଉପେନ୍ଦ୍ର "ପ୍ରେମ ସୁଧାନିଧି", "ସୁବର୍ଣ୍ଣରେଖା", "ଅବନା ରସତରଙ୍ଗ" ଆଦି କାବ୍ୟ ମଧ୍ୟ ଲେଖିଲେ । "ଅବନା ରସତରଙ୍ଗ" କାବ୍ୟରେ ସୂର୍ପଣଖାର ନାକ କାନ କାଟିବାଠାରୁ ରାମଚନ୍ଦ୍ରଙ୍କର ଅଯୋଧ୍ୟା ଅଭିଷେକ ହେବା ପର୍ଯ୍ୟନ୍ତ ରାମାୟଣର ବିଷୟବସ୍ତୁ ଲେଖାଯାଇଛି। କାବ୍ୟଟିରେ ଏକ ଭିନ୍ନପ୍ରକାରର କାବ୍ୟିକ କୌଶଳର ଉପଯୋଗ କରାଯାଇଛି, ଏଥିରେ ସମସ୍ତ ଛନ୍ଦ ଅବନାରେ ଲେଖାଯାଇଅଛି ଯାହା ଓଡ଼ିଆ ସାହିତ୍ୟରେ ଏକ ମାଇଲ ଖୁଣ୍ଟ । ସେହିପରି ପ୍ରତି ପଦର ପ୍ରଥମ ଅକ୍ଷରରେ "ସ" ରଖି ଉପେନ୍ଦ୍ର ଏକ ନୂଆ ଧରଣର କାବ୍ୟ "ସୁଭଦ୍ରା ପରିଣୟ" ଲେଖିଥିଲେ ଯେଉଁଥିରେ ସୁଭଦ୍ରା ଓ ଅର୍ଜୁନଙ୍କ ବିଭାଘର ପ୍ରସଙ୍ଗ ବର୍ଣ୍ଣନା କରାଯାଇଛି। ଶ୍ରୀକୃଷ୍ଣଙ୍କର ସଖା ଭାବେ ଅର୍ଜୁନ ସଦାସର୍ବଦା ତାଙ୍କ ପାଖେ ପାଖେ ରହୁଥିଲେ. ଶ୍ରୀକୃଷ୍ଣ ମଧ୍ୟ ଅର୍ଜୁନଙ୍କୁ ପ୍ରାଣଠାରୁ ଅଧିକ ଭଲ ପାଉଥିଲେ, ତେଣୁ ନିଜର ଭଉଣୀ ସୁଭଦ୍ରାଙ୍କୁ ଅର୍ଜୁନଙ୍କ ସହ ବିବାହ ଦେଲେ। ଏହି କଥାବସ୍ତୁର ଲାଳିତ୍ୟପୂର୍ଣ୍ଣ ବର୍ଣ୍ଣନା ଅତ୍ୟନ୍ତ ମନୋମୁଗ୍ଧକର ଥିଲା. ଉପେନ୍ଦ୍ର ଭଞ୍ଜ ଲେଖିଥିବା ସର୍ବମୋଟ ୫୨ ଖଣ୍ଡରୁ କେବଳ ୨୦-୨୫ ଖଣ୍ଡ ଏବେ ପଢ଼ିବା ପାଇଁ ମିଳୁଛି । ଛାପାକଳର ଅଭାବରୁ ଅନେକ ବହି କ୍ରମେ ନଷ୍ଟହୋଇ ଯାଇଛି । ତାଙ୍କର କେତୋଟି ପ୍ରମୁଖ କାବ୍ୟ ହେଲା: ସରଭ ସୁଭଦ୍ରା ପରିଣୟ ଛାନ୍ଦଭୂଷଣ ଆଦିବ୍ୟାସ ରସପଞ୍ଚକ ଅଭିଷେକ ବୈଦେହୀଶ ବିଳାସ ("ବ"ରେ ଆରମ୍ଭ ହୋଇଥିବା ସବୁ ପଦ) ରାସଲୀଳା ବ୍ରଜଲୀଳା ସୁଭଦ୍ରା ପରିଣୟ("ସ"ରେ ଆରମ୍ଭ ହୋଇଥିବା ସବୁ ପଦ) ଲାବଣ୍ୟବତୀ ପ୍ରେମ ସୁଧାନିଧି ରସିକହାରାବଳୀ ଚିତ୍ରକାବ୍ୟ-ବନ୍ଦୋଧ୍ୟ ଲାବଣ୍ୟବତୀ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କଳା କୌତୁକ ("କ"ରେ ଆରମ୍ଭ ହୋଇଥିବା ସବୁ ପଦ) ସତୀଶ ବିଳାସ ("ସ"ରେ ଆରମ୍ଭ ହୋଇଥିବା ସବୁ ପଦ) ଦମୟନ୍ତୀ ବିଳାସ ("ଦ"ରେ ଆରମ୍ଭ ହୋଇଥିବା ସବୁ ପଦ) ପଦ୍ମାବତୀ ପରିଣୟ ("ପ"ରେ ଆରମ୍ଭ ହୋଇଥିବା ସବୁ ପଦ) ଚଉପଦୀ ଭଞ୍ଜଙ୍କ ଲିଖିତ ଅନେକ କ୍ଷୁଦ୍ର ଚଉପଦୀ ଗୀତ ପ୍ରସିଦ୍ଧି ଲାଭ କରିଛି । thumb|ମହୁରୀରେ ଭଞ୍ଜଙ୍କ ଚଉପଦୀ 'ଆଜ ଦେଖିଲିରେ ନବୀନ ବୟସୀ ବାଳା'ର ବାଦନ ଆଜ ଦେଖିଲିରେ ନବୀନ ବୟସୀ ବାଳା ଆହା ମୋ ଜୀବନ ଧନୀ ଜୀବନେ କି ଥିବରେ ଶ୍ରୀମତି ଶ୍ରୀପତି ବୃନ୍ଦାବନେ କେଳି ରଚିଲେ ମଲ୍ଲୀମାଳ ଶ୍ୟାମକୁ ଦେବି ମନ ତୋଷିବି ଏ ଘୋର ବରଷା କାଳେ ପ୍ରିୟା ରସା ଦେଖିଲିଟି କୃଷ୍ଣଙ୍କୁ ଆଜ ସଖି କାନ୍ତ ବିନା ଦିବା ରଜନୀ ସଜନୀ ନ କରରେ ରାମା ମାନ ମୋ ରାମା ମନେ କି ପାଞ୍ଚିଲା ରମଣୀବର ଆସୁଛି କରି ଭଙ୍ଗୀରେ ପରମାନନ୍ଦଙ୍କୁ ପଚାରିବୁ ଦୂତୀ ଆରେ ମଦାଳସା ଶେଷ ହୋଇ ଯାଉଥିଲା ଚନ୍ଦ୍ରନିଶା କହ କି କରିବି ବୁଦ୍ଧି ଦିଶୁନାହିଁ ଆହା ମୋ ଲାବଣ୍ୟନିଧି ବିଦେଶେ ନାୟକ ଭାଳଇ ବସି ଆଉ କାହା କର ଧରିବି କମଳଲୋଚନା କରିଛି ମାନ ନୂଆ ନୂଆ ଦିନା କେତେ ବୀଣାଜିଣା ଭାରତୀ ତୁ ଶୁଣାରେ କିଏ ପକାଇଲା କାମନଟେ କେଳି ସଦନ ମଣ୍ଡି ବସିଛି ବାଳା ରମଣୀରତନ ବେଦଯୁଗ୍ମ ଋତୁ ବୟସ ରଖିଲା ମନ ବିମ୍ବାଧରୀ ଧରି ରେ କାଲି ରଜନୀ ଗୋ ବଞ୍ଚିଲି ମୁଁ ଶ୍ୟାମ ସଙ୍ଗେ ରସେ ରସିକା ରସି ବାଳାମଣି ଚାହିଁ ଚନ୍ଦ୍ରନିଶାକୁ ସଙ୍ଗାତ ମନା କଲି ପରା ତୋତେ ରମଣୀ ରତନ ରତାନ୍ତରେ ଏକଦିନ ଜାଣେ ଯେତେ ଭାବେ ପ୍ରୀତି ଦୂତୀ କହିବୁ ଗୋ ଚିତ୍ତଚୋରାଙ୍କୁ ଏତେକ ଆଜ କେଳି କଉତୁକୀ ଶ୍ରୀଛାମୁରେ ଦ୍ୱିତୀୟା ଯାମିନୀରେ ମୋ ପ୍ରାଣସହି ଆଧାର ଶ୍ରେଣୀ:୧୬୭୦ ଜନ୍ମ ଶ୍ରେଣୀ:୧୭୪୦ ମୃତ୍ୟୁ ଶ୍ରେଣୀ:ଗଞ୍ଜାମ ଜିଲ୍ଲାର ଲୋକ ଶ୍ରେଣୀ:ଓଡ଼ିଆ ଭାଷା ଶ୍ରେଣୀ:କବିତା ଶ୍ରେଣୀ:ଓଡ଼ିଆ ସାହିତ୍ୟିକ
ଗଙ୍ଗାଧର ମେହେର
https://or.wikipedia.org/wiki/ଗଙ୍ଗାଧର_ମେହେର
"ସ୍ୱଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରାଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ - " ତୋ କବିତ୍ୱେ ଦୁଗ୍ଧ ମଧୁରତା ଅଛି ନାହିଁ ମଦ୍ୟ ମାଦକତା, ସେହି ସିନା କାବ୍ୟ ଯହିଁଅଛି ସାର୍ବଜନୀନ ଉପାଦେୟତା।" କବିଙ୍କ ଭକ୍ତି, ମଧୁମୟ, ଅମୃତମୟ ଆଦି କବିତା ତାଙ୍କୁ ଜଣେ ବିଶିଷ୍ଟ ଦାର୍ଶନିକ ଭାବରେ ପ୍ରକାଶିତ କରେ । କବିଙ୍କ ବର୍ଣ୍ଣନାରେ ପ୍ରକୃତି ଚଳମାନ ହୋଇଉଠୀ ଥାଏ। ଜୀବନୀ ପ୍ରାରମ୍ଭିକ ଜୀବନ ଗଙ୍ଗାଧର ମେହେର ୧୮୬୨ ଅଗଷ୍ଟ ୯ ତାରିଖରେ (ଶ୍ରାବଣ ପୂର୍ଣ୍ଣିମା ତିଥି) ଅବିଭକ୍ତ ସମ୍ବଲପୁର ଓ ବର୍ତ୍ତମାନର ବରଗଡ଼ ଜିଲ୍ଲାସ୍ଥିତ ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ସେ ଜନ୍ମରୁ ଉଚ୍ଚ ଶିକ୍ଷାଦୀକ୍ଷା ପାଇ ପାରି ନଥିଲେ । ସେ ଶାନ୍ତା ଦେବୀଙ୍କୁ ବିବାହ କରିଥିଲେ ଓ ଶାନ୍ତାଙ୍କ ମୃତ୍ୟୁ ପରେ ଚମ୍ପା ଦେବୀଙ୍କୁ ବିବାହ କରିଥିଲେ । ତାଙ୍କର ଚାରି ଜଣ ସନ୍ତାନସନ୍ତତି ଥିଲେ । ତାଙ୍କର ଦୁଇ କନ୍ୟା ବସୁମତୀ ଓ ଲକ୍ଷ୍ମୀ ଏବଂ ଦୁଇ ପୁତ୍ର ଅର୍ଜୁନ ଓ ଭଗବାନ । ବୃତ୍ତି ସେ ୧୮୮୫ ମସିହାରେ ଅମିନ ଭାବେ ଚାକିରି ଆରମ୍ଭ କରି ୧୯୧୭ ମସିହାରେ ମୋହରିର ଭାବେ ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ । ସାହିତ୍ୟ ରଚନା ବାଲ୍ୟକାଳରୁ ସେ କବିତା ଲେଖିବା ଆରମ୍ଭ କରିଥିଲେ । ଓଡ଼ିଶାର ପୁରାତନ କବିମାନଙ୍କ ଶୈଳୀ ଅନୁସରଣରେ ସେ ନିଜର ପ୍ରଥମ ଲେଖା ସବୁ ଲେଖିଥିଲେ । ତାଙ୍କର ଆଦ୍ୟ ରଚନାବଳୀ ଭିତରେ "ରସ ରତ୍ନାକର" ଓ "ଅହଲ୍ୟା ସ୍ତବ" ଆଦି ଅନ୍ୟତମ । ଏ ଗୁଡ଼ିକ ରୀତି ଯୁଗୀୟ ଶୈଳୀରେ ରଚିତ । ପରେ ରାଧାନାଥ ରାୟଙ୍କ ଆଧୁନିକ ଶୈଳୀକୁ ଆପଣେଇ ଆଧୁନିକ ଶୈଳୀରେ "ଇନ୍ଦୁମତୀ" ନାମକ କାବ୍ୟ ରଚନା କରିଥିଲେ । ମହା କବି କାଳିଦାସଙ୍କ ରଘୁବଂଶରୁ ଅଜ ଉପାଖ୍ୟାନକୁ ନେଇ ଇନ୍ଦୁମତି କାବ୍ୟ ରଚିତ। ଅଜ ଓ ଇନ୍ଦୁମତୀଙ୍କ ବିବାହ ଗୃହ ଆଗମନ , ଇନ୍ଦୁମତୀଙ୍କ ମୃତ୍ୟୁ ଆଦି ବର୍ଣ୍ଣିତ । କୀଚକ ବଧ କାବ୍ୟଟି ମହାଭାରତ କଥାବସ୍ତୁରୁ ଆସିଅଛି । ପାଣ୍ଡବଙ୍କ ଅଜ୍ଞତବାସ ସମୟରେ ମତ୍ସ୍ୟ ଦେଶରେ ଦ୍ରୌପଦୀଙ୍କ ପ୍ରତି କୀଚକର ଲୋଲୁପ ଦୃଷ୍ଟି ଏବଂ ଭିମଙ୍କଦ୍ୱାରା କୀଚକର ହତ୍ୟା ବିଷୟ ବର୍ଣ୍ଣନା କରାଯାଇଛି । କାବ୍ୟରେ ଗଙ୍ଗାଧରଙ୍କ ବର୍ଣ୍ଣନା ଶୈଳୀ କାବ୍ୟକୁ ମନୋରମ କରିଥାଏ।ଏଥିରେ ବସନ୍ତ ଋତୁର ପ୍ରକୃତି ବର୍ଣ୍ଣନା ଉଚ୍ଚକୋଟିର । ରାମଙ୍କଦ୍ୱାରା ପରିତ୍ୟକ୍ତା ହେବାପରେ ସୀତା କେମିତି ବାଲ୍ମୀକି ଆଶ୍ରମରେ ଜୀବନ ବିତାଉଛନ୍ତି ତାହା ବର୍ଣ୍ଣନା କରିଛନ୍ତି ତପସ୍ୱିନୀ କାବ୍ୟରେ । ଏଥିରେ ପ୍ରକୃତିର ଅନ୍ତଃରୂପ ବର୍ଣ୍ଣନା ଏକ ନୂତନ ଭାବନା-ରାଜ୍ୟକୁ ନେଇ ଯାଏ ପାଠକକୁ । ପ୍ରଣୟବଲ୍ଲରୀ କବିଙ୍କ ଶେଷ ସମୟର ରଚନା । ଏଣୁ ଏଥିରେ ସମସ୍ତ ପ୍ରଜ୍ଞା ଢାଳି ଦେଇଛନ୍ତି କବି। କାଳିଦାସଙ୍କଠାରୁ କଥାବସ୍ତୁ ଗ୍ରହଣ କରିଥିଲେ ସୁଦ୍ଧା କବିଙ୍କ ବର୍ଣ୍ଣନା ଶୈଳୀ କାବ୍ୟକୁ ଏକ ନୂତନ ଉଚ୍ଚତାକୁ ନେଇଥାଏ। ତାଙ୍କ ରଚନାରେ ପ୍ରକୃତିର ବାହ୍ୟ ରୂପ ସହିତ ଆଭ୍ୟନ୍ତରୀଣ ରୂପର ବର୍ଣ୍ଣନା ତଥା ମାନବତାର ଉଲ୍ଲେଖ ରହିଛି । ଛନ୍ଦମାଧୁର୍ଯ୍ୟର ଆଧୁନିକୀକରଣ କରି ମଧ୍ୟ ସେ ଓଡ଼ିଆ କବିତା ରଚନା କରିଛନ୍ତି । ଅର୍ଘ୍ୟଥାଳି କବିତାମାଳାର ତାଙ୍କ ରଚିତ ଗୀତିକବିତାମାନଙ୍କ ମଧ୍ୟରୁ ଅନ୍ୟତମ । କାବ୍ୟ ଇନ୍ଦୁମତୀ, (୧୮୯୩, ପ୍ରଥମ ପ୍ରକାଶିତ ଆଧୁନିକ କାବ୍ୟ) ମଧୁମୟ ଉତ୍କଳ ଲକ୍ଷ୍ମୀ (୧୮୯୪) କୀଚକ ବଧ (୧୯୦୩) ତପସ୍ୱିନୀ (୧୯୧୨, ସର୍ବାଧିକ ଲୋକପ୍ରିୟ କାବ୍ୟ) ପ୍ରଣୟ ବଲ୍ଲରୀ (୧୯୧୫, ମହାକବି କାଳିଦାସଙ୍କ 'ଅଭିଜ୍ଞାନ ଶାକୁନ୍ତଳମ' ନାଟକର ଅନୁସରଣରେ ରଚିତ) ରସ ରତ୍ନାକର ('ର' ଆଦ୍ୟ-ପ୍ରାନ୍ତ-ନିୟମରେ ରଚିତ) ମହିମା କବିତା କଲ୍ଲୋଳ ଅଯୋଧ୍ୟା ଦୃଶ୍ୟ ବଳରାମଦେବ ପଦ୍ମିନୀ (ଶେଷ କୃତି) କବିତା ଅହଲ୍ୟାସ୍ତବ, ୧୮୯୨(ସଂସ୍କୃତ ବୃତ୍ତ ଅନୁସରଣରେ ରଚିତ) ଅର୍ଘ୍ୟଥାଳି (ସର୍ବାଧିକ ଲୋକପ୍ରିୟ କବିତା ସଂଗ୍ରହ) ଭକ୍ତି ଅମୃତମୟ ମଧୁମୟ ମାତୃଭୂମି ଅର୍ପଣ ଆଶ୍ରମେ ପ୍ରଭାତ ଉତ୍କଳ-ଲକ୍ଷ୍ମୀ [ଖଦ୍ୟୋତର ଖେଦ ଓ ସୂର୍ଯ୍ୟ ପ୍ରତି ଦୀପ] ଭାରତୀ ଭାବନା ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର ମହାଜନ ସୁଭାବ ଓ ସ୍ୱଭାବ ଉତ୍କଳ ଭାରତୀଙ୍କ ଉକ୍ତି ନର ଓ ମୟୂର ଭରସା ମଧୁପର ମଧୁଭିକ୍ଷା ଧନପ୍ରତି ବସନ୍ତ ବ୍ରତ ମୃତ୍ୟୁ ୧୯୨୪ ଅପ୍ରେଲ ୪ ତାରିଖରେ (ଚୈତ୍ର ଅମାବାସ୍ୟା ତିଥି) ତାଙ୍କର ଦେହାନ୍ତ ହୋଇଥିଲା । ଆଧାର ଶ୍ରେଣୀ:୧୮୬୨ ଜନ୍ମ ଶ୍ରେଣୀ:୧୯୨୪ ମୃତ୍ୟୁ ଶ୍ରେଣୀ:ବରଗଡ଼ ଜିଲ୍ଲାର ଲୋକ ଶ୍ରେଣୀ:ରୀତି ଯୁଗ ଶ୍ରେଣୀ:ଓଡ଼ିଆ କବି
ରାଉରକେଲା
https://or.wikipedia.org/wiki/ରାଉରକେଲା
ରାଉରକେଲା ଭାରତର ଓଡ଼ିଶା ରାଜ୍ୟର ଉତ୍ତରରେ ଅବସ୍ଥିତ ଏକ ପ୍ରମୁଖ ନଗର । ଏହା ନାନାଦି ଖଣିଜ ସମ୍ପଦରେ ଭରପୁର ଓ ମୁଖ୍ୟତଃ ଏକ ଶିଳ୍ପ ପ୍ରଧାନ ନଗରୀ । ଏହା ଓଡ଼ିଶାର ରାଜଧାନୀଠାରୁ ଦୂରରେ ଅବସ୍ଥିତ । ଚଣ୍ଡୀଗଡ଼ ପରେ ଏହା ଭାରତର ଦ୍ୱିତୀୟ ସୁବ୍ୟବସ୍ଥିତ ନଗର । ଏହା ଅନେକ ପାହାଡ଼ ଓ ନଦୀଦ୍ୱାରା ବେଢା । ଏଠାରେ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ଼ର ଏକ ବୃହତ୍ତମ କାରଖାନା ଏଠାରେ ରହିଛି । ଏଠାରେ ଜାତୀୟ ଶିକ୍ଷାନୁଷ୍ଠାନ ଓ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ମଧ୍ୟ ଅବସ୍ଥିତ । ନାମକରଣ "ରାଉରକେଲା" ନାମଟି ଜର୍ମାନ ଶବ୍ଦ ରୁର (Ruhr) ଶବ୍ଦରୁ ଆସିଛି । ରୁର (Ruhr) ଜର୍ମାନୀର ଏକ ପ୍ରମୁଖ ଶିଳ୍ପ ଭିତ୍ତିକ ଉପତ୍ୟାକା । ରାଉଅରକେଲାଠାରେ ଜର୍ମାନୀ ସହବନ୍ଧନରେ ଇସ୍ପାତ କାରଖାନା ତିଆରି କରାଯାଇଥିଲା । ସୁନ୍ଦରଗଡ଼ ଜିଲାର ରାଉତିଆ ଜନଜାତିଦ୍ୱାରା କୁହାଯାଉଥିବା ସାଦ୍ରି ଭାଷାରେ କେଲାର ଅର୍ଥ ଗାଆଁ Rourkela Reader, see "Rourkela from 1921 to 2005" right|thumbnail|ଇସ୍ପାତ କାରଖାନା ଜନସଂଖ୍ୟା ଓ ସାକ୍ଷରତା ୨୦୧୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସହରର ମୋଟ ଜନସଂଖ୍ୟା ୫,୫୨,୨୩୯ । ଏହା ମଧ୍ୟରେ ବର୍ତ୍ତମାନର ରାଉରକେଲା ମାହନଗର ନିଗମ ଏବଂ ରାଉରକେଲା ଇସ୍ପାତ ସହରାଞ୍ଚଳର ଜନସଂଖ୍ୟା ମିଶିକରି ରହିଛି। ସେଥି ମଧ୍ୟରୁ ୫୩.୮୯% ଜଣ ପରୁଷ ହୋଇଥିବା ବେଳେ ୪୬.୧୧% ଜଣ ନାରୀ ଅଟନ୍ତି । ର ସାକ୍ଷରତା ହାର ୭୫.୨୪% । ଏହା ଜାତୀୟ ହାରଠାରୁ ୧୦.୪୦% ପ୍ରତିଶତ ଅଧିକ । ସେଥିରୁ ୪୩.୫୭% ପ୍ରତିଶତ ପୁରୁଷ ଓ ୩୧.୬୮% ନାରୀ ଅଟନ୍ତି । ୧୧.୮୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ଓଡ଼ିଆ ର ସରକାରୀ ଭାଷା । ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ମୁଖ୍ୟ ଭାଷା ସାଦ୍ ରି । ପର୍ଯ୍ୟଟନ ରାଉରକେଲା ସହରଠାରୁ ବେଦବ୍ୟାସର ଦୂରତା ମାତ୍ର ୯କି.ମି., ବେଦବ୍ୟାସକୁ ଯିବାକୁ ହେଲେ ନାଗପୁର କଲିକତା ରେଳ ଲାଇନର ପାନପୋଷ ଷ୍ଟେସନଠାରୁ ଏକ ମାଇଲ ଉତ୍ତର ଦିଗକୁ ଗଲେ ବେଦବ୍ୟାସରେ ପହଞ୍ଚି ହୁଏ । ଏଠାରେ ଏକ ସଙ୍ଗମ ସ୍ଥଳୀ ରହିଛି, ଏଠାରେ ଶଙ୍ଖ ଓ କୋଏଲ ନଦୀ ସହ ସରସ୍ୱତୀ କୁଣ୍ଡରୁ ବାହାରି ଥିବା ଝରଣାର ସମାହାରରେ ସୃଷ୍ଟି ହୋଇଛି ନୂତନ ନଦୀ ବ୍ରାହ୍ମଣୀ । ଦେଶର ବୃହତ୍ତମ ସଙ୍ଗମ ଭାବେ ପରିଗଣିତ ଆହ୍ଲାବାଦଠାରେ ଗଙ୍ଗା, ଯମୁନା ସହିତ ଅଦୃଶ୍ୟ ସରସ୍ୱତୀର ସଙ୍ଗମ ପରେ କେବଳ ଗଙ୍ଗା ନଦୀ ଆଗକୁ ବହି ଯାଇଥିବା ବେଳେ ବେଦବ୍ୟାସ ସଙ୍ଗମରୁ ଆଉ ଏକ ନୂତନ ନଦୀ ଉତ୍ପନ୍ନ ହୋଇଛି । ଆହ୍ଲାବାଦଠାରେ ସରସ୍ୱତୀ ନଦୀ ଦୃଶ୍ୟମାନ ହେଉନଥିବା ବେଳେ ବେଦବ୍ୟାସରେ ରହିଛି ସୁଦୃଶ୍ୟ ସରସ୍ୱତୀ କୁଣ୍ଡ ଓ ସରସ୍ୱତୀ ମନ୍ଦିର । ପାତାଳୀ ଝରଣାର ପାଣି ସରସ୍ୱତୀ କୁଣ୍ଡରୁ ନିର୍ଗତ ସଙ୍ଗମସ୍ଥଳୀରେ ମିଶୁଛି । ବେଦବ୍ୟାସରେ ଥିବା ଗୁମ୍ଫାରେ ଆଜି ବି ମହାମୁନି ବେଦବ୍ୟାସଙ୍କର ଆଶାବାଡ଼ି ଓ କଠଉ ସଂରକ୍ଷିତ ହୋଇ ରହିଛି । ଶଙ୍ଖ ଓ କୋଏଲ ନଦୀର ସଙ୍ଗମସ୍ଥଳରେ ପରାଶର ଘୁଟୁକୁରା ନାମକ ଏକ ପାହାଡ଼ ଦେଖିବାକୁ ମିଳେ । ସେହି ପାହାଡ଼ ଶୀର୍ଷରେ ଏକ ଶିବମନ୍ଦିର ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବା ବେଳେ ପାହାଡ଼ର ପଶ୍ଚିମ ପାଦ ଦେଶରେ ସାସ୍ୱତୀ କୁଣ୍ଡ ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ ସାଜିଥାଏ । ପରାଶର ଘୁଟୁକୁରା ପାହାଡ଼ର ପାଦଦେଶରେ ଶିବଙ୍କର ଏକ ସୁଦୃଶ୍ୟ ମନ୍ଦିର ଦେଖିବାକୁ ମିଳେ । ପ୍ରଥମେ ଏହି ମନ୍ଦିରରେ ପୂଜାର୍ଚ୍ଚନା କରାଯାଉଥିଲା । ବନ୍ୟା ସମୟରେ ଏହି ମନ୍ଦିର ଜଳମଗ୍ନ ହେଇଯାଉଥିବାରୁ ପରବର୍ତ୍ତୀ ସମୟରେ ପାହାଡ଼ର ଶୀର୍ଷଦେଶରେ ମନ୍ଦିରଟିଏ ନିର୍ମାଣ କରାଯାଇଛି । ଏହାବ୍ୟତୀତ କୋଏଲ ନଦୀ କୂଳରେ ଗୌତମୀ ଘୁଟୁକୁରା ପାହାଡ଼କୁ ବହୁ ପର୍ଯ୍ୟଟକ ଭ୍ରମଣ ଉଦ୍ଦେଶ୍ୟରେ ଆସିଥାନ୍ତି । ସଂଚାର, ପୃଷ୍ଠା-୨, ଗୁରୁବାର ୨୪ ଜୁଲାଇ ୨୦୧୩ ଆଧାର ଅଧିକ ତଥ୍ୟ Rourkela on Wikimapia ଶ୍ରେଣୀ:ସୁନ୍ଦରଗଡ଼ ଜିଲ୍ଲା ଶ୍ରେଣୀ:ରାଉରକେଲା
ଝିଲିମିଲି
https://or.wikipedia.org/wiki/ଝିଲିମିଲି
ଝିଲିମିଲି - ୧୯୭୮ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଅଭିନେତ୍ରୀ ଜୟାସ୍ୱାମୀ ଝିଲିମିଲି କଥାଚିତ୍ରରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଅଭିନୟରେ ଓଡ଼ିଆ କଥାଚିତ୍ର ‘ଝିଲିମିଲି’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ଶ୍ରୀରାମ ପଣ୍ଡା ମହାଶ୍ୱେତା ରାୟ ଦୁଃଖୀରାମ ସ୍ୱାଇଁ ଜୟା ସ୍ୱାମୀ ଆଧାର ଅଧିକ ତଥ୍ୟ ଶ୍ରେଣୀ:୧୯୭୮ର ଓଡ଼ିଆ କଥାଚିତ୍ର
ଜୀବନସାଥୀ
https://or.wikipedia.org/wiki/ଜୀବନସାଥୀ
ପ୍ରଭାତ ମୂଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆକଥାଚିତ୍ର ଜୀବନସାଥୀ ୧୯୬୩ ମସିହାରେ ମୁକ୍ତିଲାଭ କରିଥିଲା । ପୁନର୍ଜନ୍ମ ଉପରେ ଆଧାରିତ ଏହି କଥାଚିତ୍ରରେ ଗୁରୁକୃଷ୍ଣ ଗୋସ୍ୱାମୀ ଓ ନାରାୟଣ ପ୍ରସାଦ ସିଂହ ଗୀତ ଲେଖିଥିଲେ । ଏହା ଓଡ଼ିଶା ବାହାରେ (ଶିମଲା) ସୁଟିଂ କରାଯାଇଥିବା ପ୍ରଥମ ଓଡ଼ିଆ କଥାଚିତ୍ର ।ନଜର୍, ନିତିଦିନ: ସୁବର୍ଣ୍ଣ ସ୍ମୃତି (୧୨) , accessdate: May 19, 2016 ଏହା ରାଷ୍ଟ୍ରପତିଙ୍କ ରୌପ୍ୟକମଳ ପୁରସ୍କାର ପାଇଥିଲା । ଅଭିନୟରେ ଓଡ଼ିଆ କଥାଚିତ୍ର ‘ଜୀବନସାଥୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ଶରତ ପୂଜାରୀ ମିନତି ମିଶ୍ର ଗୀତାଞ୍ଜଳି ନିରଞ୍ଜନ ଶତପଥୀ ସାମୁଏଲ ସାହୁ (ବାବି) ଶ୍ରୀନିବାସ ଆଧାର ବାହାର ଆଧାର ଶ୍ରେଣୀ:୧୯୬୩ର ଓଡ଼ିଆ କଥାଚିତ୍ର ଶ୍ରେଣୀ:ଜାତୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ କଥାଚିତ୍ର
ସାଧନା
https://or.wikipedia.org/wiki/ସାଧନା
ସାଧନା, ସିଦ୍ଧିଲାଭ ପାଇଁ କରାଯିବା ଚେଷ୍ଟା ଓ ବିହିତ ପ୍ରକ୍ରିୟାକୁ ବୁଝାଇଥାଏ । ତେବେ ଏହା ତଳଲିଖିତ ପ୍ରସଙ୍ଗମାନଙ୍କ ଭିତରୁ ଗୋଟିଏ ହୋଇଥାଇ ପାରେ: ସାଧନା (୧୯୬୪ର ଚଳଚ୍ଚିତ୍ର) ସାଧନା ସର୍‌ଗମ, କଣ୍ଠଶିଳ୍ପୀ ସାଧନା ଟିଭି ସାଧନା (୧୯୫୮ର ହିନ୍ଦୀ କଥାଚିତ୍ର)
ଜୟଦେବ (୧୯୬୨ର କଥାଚିତ୍ର)
https://or.wikipedia.org/wiki/ଜୟଦେବ_(୧୯୬୨ର_କଥାଚିତ୍ର)
ବ୍ୟୋମକେଶ ତ୍ରିପାଠୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ସିନେମା ଜୟଦେବ ୧୯୬୨ ମସିହାରେ ମୁକ୍ତିଲାଭ କରିଥିଲା । ଅଭିନୟରେ ଓଡ଼ିଆ କଥାଚିତ୍ର ‘ଜୟଦେବ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ସାମୁଏଲ ସାହୁ (ବାବି) ଶେଫାଳୀ ନାୟକ ବ୍ୟୋମକେଶ ତ୍ରିପାଠୀ ଆଧାର ଅଧିକ ତଥ୍ୟ ଶ୍ରେଣୀ:୧୯୬୨ ଓଡ଼ିଆ ସିନେମା
ଶ୍ରୀ ଶ୍ରୀ ପତିତପାବନ
https://or.wikipedia.org/wiki/ଶ୍ରୀ_ଶ୍ରୀ_ପତିତପାବନ
ଶ୍ରୀ ଶ୍ରୀ ପତିତପାବନ ୧୯୬୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆକଥାଚିତ୍ର । ଏହା ସୁକୁମାର ଗାଙ୍ଗୁଲୀଙ୍କ ପ୍ରଯୋଜନା ଓ ନିର୍ଦ୍ଦେଶନାରେ ନିର୍ମିତ ହେଇଥିଲା । ହରିହର ମିଶ୍ର ଏହି କଥାଚିତ୍ରରେ ଗୀତ ଓ ସଂଳାପ ରଚନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ନବ କୁମାର ମିଶ୍ର, ରଘୁନାଥ ପାଣିଗ୍ରାହୀ ଓ ରାଧାମଣି ମହାପାତ୍ର । ଅଭିନୟରେ ଓଡ଼ିଆକଥାଚିତ୍ର ‘ଶ୍ରୀ ଶ୍ରୀ ପତିତପାବନ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ଲକ୍ଷ୍ମୀପ୍ରିୟା ମହାପାତ୍ର ରାଧାମଣୀ ମହାପାତ୍ର ଶ୍ୟାମସୁନ୍ଦର ନରସିଂହ ନନ୍ଦଶର୍ମା ଆଧାର ଅଧିକ ତଥ୍ୟ ଶ୍ରେଣୀ:୧୯୬୩ର ଓଡ଼ିଆ କଥାଚିତ୍ର
ସୂର୍ଯ୍ୟମୁଖୀ
https://or.wikipedia.org/wiki/ସୂର୍ଯ୍ୟମୁଖୀ
ଆପଣ ବୋଧେ ସୂର୍ଯ୍ୟମୁଖୀ (ଫୁଲ) ସୂର୍ଯ୍ୟମୁଖୀ (ଓଡ଼ିଆ କଥାଚିତ୍ର) ଭାବି ଖୋଜିଥାଇ ପାରନ୍ତି ।
କା (୧୯୬୬ର ଚଳଚ୍ଚିତ୍ର)
https://or.wikipedia.org/wiki/କା_(୧୯୬୬ର_ଚଳଚ୍ଚିତ୍ର)
କା ଏକ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଓଡ଼ିଆ ସିନେମା ।http://dff.nic.in/ODIA_CINEMA_AND_ODIAS_IN_CINEMA_1.asp ଏହା ୧୯୬୬ ମସିହାରେ ମୁକ୍ତିଲାଭ କରିଥିଲା । ଏହାର ନିର୍ଦ୍ଦେଶକ ଥିଲେ ସାରଦା ପ୍ରସନ୍ନ ନାୟକ (ଛଦ୍ମନାମ ସିଦ୍ଧାର୍ଥ)। ଚଳଚ୍ଚିତ୍ର ସମୀକ୍ଷକ "ସୂର୍ଯ୍ୟ ଦେଓ"ଙ୍କ କହିବା ଅନୁଯାୟୀ ଏହି ଚଳଚ୍ଚିତ୍ରଟି ବମ୍ବେର ନିର୍ଦ୍ଦେଶକ "ରାମଚନ୍ଦ୍ର ଠାକୁର(ଠାକୁର ଭାଇ) ଓ ଗୌର-ପାର୍ବତୀଙ୍କଦ୍ୱାରା ମିଳିତ ଭାବେ "ସିଦ୍ଧାର୍ଥ" ଛଦ୍ମନାମ ବ୍ୟବହାର କରି ନିର୍ଦ୍ଦେଶିତ ହୋଇଥିଲା ।http://www.telegraphindia.com/1151208/jsp/odisha/story_57202.jsp#.VrCSQk8wDSg ଏହି ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଶରତ ପୂଜାରୀ, ଚନ୍ଦନା ବାନାର୍ଜୀ, ଝରଣା ଦାସ, ଗୌର ଘୋଷ ଆଦି ଅଭିନେତା ଅଭିନେତ୍ରୀ ଅଭିନୟ କରିଥିଲେ । ସିନେମାଟି ସାରଥି ଫିଲ୍ମଦ୍ୱାରା ପ୍ରଯୋଜିତ ହୋଇଥିଲା । ଚଳଚ୍ଚିତ୍ରଟି କାହ୍ନୁ ଚରଣ ମହାନ୍ତିଙ୍କ ସମାନ ନାମ ଥିବା ଉପନ୍ୟାସ "କା" ଉପରେ ପର୍ଯ୍ୟବସିତ । ଅଭିନୟରେ ଏହି କଥାଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ଚନ୍ଦନା ବାନାର୍ଜୀ ଝରଣା ଦାସ ଗୀତା ଗୌର ଘୋଷhttp://timesofindia.indiatimes.com/city/bhubaneswar/Website-on-cult-Odia-cine-couple/articleshow/48372341.cms ମଣିମାଳା ଗୁରୁପ୍ରସାଦ ଶରତ ପୂଜାରୀhttp://timesofindia.indiatimes.com/city/bhubaneswar/Veteran-actor-Sarat-Pujari-passes-away/articleshow/35055102.cms ସୁଧାଂଶୁ ବ୍ୟୋମକେଶ ତ୍ରିପାଠୀ ସଙ୍ଗୀତ କ୍ରମାଙ୍କ ଗୀତର ନାମ ଗାୟକ-ଗାୟିକା ୧ ଅଦିନ ବଉଦ ଅଦିନ କୁହୁଡ଼ି ଅକ୍ଷୟ ମହାନ୍ତି ୨ ଲିଭି ଲିଭି ଯାଏ ଆଖି ଲୁହ ଧାର ସନ୍ଧ୍ୟା ମୁଖାର୍ଜୀ ୩ ମଧୁର ଏ ଚାନ୍ଦ ରାତି ହସେ ତାରା ଗଗନେ ନିର୍ମଳା ମିଶ୍ର ୪ ମଉନାବତୀ ମଉନ କିଆଁ ଲଗାଇ ଦେଇ ମନରେ ଅକ୍ଷୟ ମହାନ୍ତି ୫ ତୁମେ ଜାଣନା ଜାଣନା ମୁଁ ଜାଣେନା ପ୍ରଣବ ପଟ୍ଟନାୟକ ଓ ନିର୍ମଳା ମିଶ୍ର ୬ ଚୋରା ଚୋରା ଚାହାଣିରେ ଭୁଲନା ରଘୁନାଥ ପାଣିଗ୍ରାହୀ ପୁରସ୍କାର ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର (ରାଷ୍ଟ୍ରପତି ପୁରସ୍କାର ରୌପ୍ୟ କମଳ) - ୧୯୬୬ ଆଧାର ବାହାର ଆଧାର ଶ୍ରେଣୀ:୧୯୬୬ର ଓଡ଼ିଆ କଥାଚିତ୍ର
ନବଜନ୍ମ
https://or.wikipedia.org/wiki/ନବଜନ୍ମ
ସଚିନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ନବଜନ୍ମ ୧୯୬୫ ମସିହାରେ ମୁକ୍ତିଲାଭ କରିଥିଲା । ଅଭିନୟରେ ଓଡ଼ିଆଚଳଚ୍ଚିତ୍ର ‘ନବଜନ୍ମ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ଧୀର ବିଶ୍ୱାଳ ଶରତ ପୂଜାରୀ ଝରଣା ଦାସ ଗୀତା ଗୀତ ଏହି କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାଳକୃଷ୍ଣ ଦାଶ। ଗୀତ ଗୁଡ଼ିକର ସାରଣୀ କ୍ରମ ଗୀତ ଗୀତିକାର ଗାୟକ / ଗାୟିକା୧ ତୋ ଖୋଜିଲା ଖୋଜିଲା ଆଖି ଜିତେନ୍ଦ୍ର ପଟ୍ଟନାୟକ ସନ୍ଧ୍ୟା ମୁଖାର୍ଜୀ ୨ ଏଇ ଲଗନେ ମୋ ମନ ବୁଝେନା ଜିତେନ୍ଦ୍ର ପଟ୍ଟନାୟକ ନିର୍ମଳା ମିଶ୍ର୩ଆଖି ଥାଇ ଦେଖେ ଖାଲି ଅମାନରସିଂହ ମହାପାତ୍ରସନ୍ଧ୍ୟା ମୁଖାର୍ଜୀ୪ମଲ୍ଲି ଢପ ଲୋ ମା' ଲୋ ମଲିନାରାୟଣ ପ୍ରସାଦ ସିଂହମହମ୍ମଦ ସିକନ୍ଦର ଆଲାମ୫ଏ ଦିନ ସୁନ୍ଦର ମିଳନ ଛନ୍ଦରନାରାୟଣ ପ୍ରସାଦ ସିଂହମହମ୍ମଦ ସିକନ୍ଦର ଆଲାମ ଓ ତୃପ୍ତି ଘୋଷ ୬ସବୁଥିରୁ ବଞ୍ଚିତ କରି କେଉଁଲକ୍ଷ୍ମୀକାନ୍ତ ମହାପାତ୍ରରଘୁନାଥ ପାଣିଗ୍ରାହୀ ଆଧାର ଅଧିକ ତଥ୍ୟ ଶ୍ରେଣୀ:୧୯୬୫ର ଓଡ଼ିଆ କଥାଚିତ୍ର ଶ୍ରେଣୀ:ଜାତୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ କଥାଚିତ୍ର ଶ୍ରେଣୀ:କଥାଚିତ୍ର ପ୍ରକଳ୍ପରେ ଉନ୍ନତ ହେବାକୁ ଥିବା ପ୍ରସଙ୍ଗ
ଲକ୍ଷ୍ମୀ (୧୯୬୨ ଚଳଚ୍ଚିତ୍ର)
https://or.wikipedia.org/wiki/ଲକ୍ଷ୍ମୀ_(୧୯୬୨_ଚଳଚ୍ଚିତ୍ର)
ସାରଦା ପ୍ରସନ୍ନ ନାୟକ(ଛଦ୍ମନାମ ସିଦ୍ଧାର୍ଥ)ଙ୍କ ନିର୍ଦ୍ଦେଶିତ ଓଡ଼ିଆଚଳଚ୍ଚିତ୍ର ଲକ୍ଷ୍ମୀ ୧୯୬୨ରେ ମୁକ୍ତିଲାଭ କରିଥିଲା । ୯୫୦୦୦ଟଙ୍କା ଖର୍ଚ୍ଚରେ ନିର୍ମିତ ଏହି ଚଳଚ୍ଚିତ୍ର ୧୦୦ଦିନ ପର୍ଯ୍ୟନ୍ତ ସିନେମା ହଲରେ ଚାଲିଥିଲା । ଓଡ଼ିଆ ନିର୍ଦ୍ଦେଶକଙ୍କଦ୍ୱାରା ନିର୍ଦ୍ଦେଶିତ ହୋଇଥିବା ଏହା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରର ଗୀତ "ଆରତ ସୁର ବାରେ" ଗୀତ ଥିଲା ସିକନ୍ଦର ଆଲାମଙ୍କ ପ୍ରଥମ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ୍ଟ ଗୀତ । ଧରିତ୍ରୀ ଛୁଟିଦିନ ୨୬/୦୧/୨୦୧୫ ପୃଷ୍ଠା ୬ ଅଭିନୟରେ ଓଡ଼ିଆଚଳଚ୍ଚିତ୍ର ‘ଲକ୍ଷ୍ମୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ଚନ୍ଦନା ବାନାର୍ଜୀ ଗୌର ଘୋଷ ସାମୁଏଲ ସାହୁ(ବାବି) ଦୟାନିଧି ଦାସ ଗୀତ ଗୀତ ଗୀତିକାର ଗାୟକ / ଗାୟିକା ଆଉ ଚାନ୍ଦ ଲାଗି କୁମୁଦ ଝୁରନା ସାରଦା ପ୍ରସନ୍ନ ନାୟକ ସନ୍ଧ୍ୟା ମୁଖାର୍ଜୀ ବକୁଳ ବନେ ସନ୍ଧ୍ୟା ମୁଖାର୍ଜୀ ଆରତ ସୁରେ ବାରେ ମହମ୍ମଦ ସିକନ୍ଦର ଆଲାମ ଝୁଲରେ ହାତୀ ଝୁଲରେ ସିପ୍ରା ବୋଷ ବାରିଦ ରେ! ମହମ୍ମଦ ସିକନ୍ଦର ଆଲାମ ଶୁଆ ଥଣ୍ଟ ନାଲି ନାଲି ସାରଦା ପ୍ରସନ୍ନ ନାୟକ ଓ ଆରତି ମହାପାତ୍ର ମନେ ଭରି ଅଭିମାନ ତରୁଣ ବାନାର୍ଜୀ ଆଧାର ବାହାର ଆଧାର ଶ୍ରେଣୀ:୧୯୬୨ର ଓଡ଼ିଆ କଥାଚିତ୍ର ଶ୍ରେଣୀ:ଜାତୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ କଥାଚିତ୍ର
ଗୋପୀନାଥ ମହାନ୍ତି
https://or.wikipedia.org/wiki/ଗୋପୀନାଥ_ମହାନ୍ତି
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ଛାଇଆଲୁଅ ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍‍ଜୋସ୍‍ ଷ୍ଟେଟ୍‍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା । ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ଗୋପୀନାଥ ମହାନ୍ତି କଟକ ଜିଲ୍ଲାସ୍ଥିତ ନାଗବଳି ଗାଆଁରେ ୧୯୧୪ ମସିହା ଏପ୍ରିଲ ୨୦ତାରିଖରେ ଜନ୍ମ ହୋଇଥିଲେ । ପ୍ରସିଦ୍ଧ ସାହିତ୍ୟିକ କାହ୍ନୁଚରଣ ମହାନ୍ତି ତାଙ୍କର ବଡ଼ ଭାଇ ଓ ଅନ୍ୟତମ ସାହିତ୍ୟିକ ଗୁରୁପ୍ରସାଦ ମହାନ୍ତି ତାଙ୍କ ପୁତୁରା ଥିଲେ । ବିଜୁ ପଟ୍ଟନାୟକ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଓ ଶିକ୍ଷାବିଦ୍ ଓଁକାରନାଥ ମହାନ୍ତି ତାଙ୍କର ପୁଅ । ରେଭେନ୍ସା ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ସରିବା ପରେ ସେ ପାଟଣା ବିଶ୍ୱବିଦ୍ୟାଳୟରୁ ୧୯୩୬ରେ ଏମ.ଏ. ଡିଗ୍ରି ହାସଲ କରିଥିଲେ । ରଚନାବଳୀ ଓଡ଼ିଆ ସାହିତ୍ୟରେ ସ୍ୱାଧୀନତା ପରେ ପରେ ଗୋପୀନାଥଙ୍କ ଲେଖାଲେଖି ଆରମ୍ଭ ହୋଇଥିଲା । ସେ କାଳର ସାଧାରଣ ଲୋକ, ଆଦିବାସୀ ଓ ଅନ୍ୟାନ୍ୟ ଜନଜାତିର ଗାଉଁଲି ସରଳ, ନିରଳସ ଜୀବନଧାରଣ ଆଦିକୁ ନେଇ ତାଙ୍କ ରଚନା ସମୃଦ୍ଧ ହୋଇଥିଲା । ତାଙ୍କ ଲେଖାରେ ଓଡ଼ିଆ ଚଳଣି, ସମତଳ ଓ ପାହାଡ଼ି ଜୀବନର କାହାଣୀ, ସାଧାରଣ ମଣିଷର କଥାଭାଷା ଆଦିର ବ୍ୟବହାର ଦେଖିବାକୁ ମିଳିଥାଏ । ସେ ୨୪ଟି ଉପନ୍ୟାସ, ୧୦ଟି କ୍ଷୁଦ୍ରଗଳ୍ପ, ୩ଟି ନାଟକ, ୨ଟି ଆତ୍ମଜୀବନୀ, ୨ଟି ନିବନ୍ଧ, କନ୍ଧ, ଗଡ଼ବା, ସଉରାଙ୍କ ଭାଷା ଉପରେ ୫ଟି ବହି ଲେଖିଥିଲେ । ଲିଓ ଟଲଷ୍ଟୟଙ୍କ "ଉଆର ଆଣ୍ଡ ପିସ"କୁ ଓଡ଼ିଆରେ ଅନୁବାଦ କରିଥିଲେ (ଯୁଦ୍ଧ ଓ ଶାନ୍ତି, ୩ଟି ଖଣ୍ଡ, ୧୯୮୫-୮୬) ଓ ତାଙ୍କର ଆଉ ଏକ ଅନୁବାଦ କୃତି ଥିଲା ଟାଗୋରଙ୍କ "ଯୋଗାଯୋଗ" (୧୯୬୫) । ୫ଟି ଗଳ୍ପକୁ ନେଇ ୧୯୫୬ ମସିହାରେ ତାଙ୍କ ରଚିତ "ଛାଇଆଲୁଅ" ଗଳ୍ପ-ସଂକଳନ ପରେ ତାଙ୍କ ମୃତ୍ୟୁର ବର୍ଷେ ପରେ ୧୯୯୨ ମସିହାରେ ୫ଟି ଅଧିକ ଗଳ୍ପକୁ ମିଶାଇ "ଛାଇଆଲୁଅ"ର ପରିବର୍ଦ୍ଧିତ ସଂସ୍କରଣ ପ୍ରକାଶ ପାଇଥିଲା । ଉପନ୍ୟାସ ମନ ଗହୀର ଚାଷ (୧୯୪୦ରେ ପ୍ରକାଶିତ ତାଙ୍କର ପ୍ରଥମ ଉପନ୍ୟାସ) ଦାଦିବୁଢ଼ା (୧୯୪୪) ପରଜା (୧୯୪୫) ଅମୃତର ସନ୍ତାନ (୧୯୪୭) (କେନ୍ଦ୍ର ସାହିତ୍ୟ ଏକାଡ଼େମି-୧୯୫୫) ହରିଜନ (୧୯୪୮) ଶରତବାବୁଙ୍କ ଗଳି (୧୯୫୦) ରାହୁର ଛାୟା (୧୯୫୨) ଦୁଇପତ୍ର (୧୯୫୪) ସପନମାଟି (୧୯୫୪) ଦାନାପାଣି (୧୯୫୫) ଶିବଭାଇ (୧୯୫୫) ଅପହଞ୍ଚ (୧୯୬୧) ଲୟ ବିଲୟ (୧୯୬୧) ତନ୍ତ୍ରିକାର (୧୯୬୩) ମାଟିମଟାଳ (୧୯୬୪) ପାହାନ୍ତା (୧୯୭୦) ଆକାଶ ସୁନ୍ଦରୀ (୧୯୭୨) ଅନଳନଳ (୧୯୭୩) ମନର ନିଆଁ (୧୯୭୯) ଦିଗଦିହୁଡ଼ି (୧୯୭୯) ବୁନ୍ଦାଏ ପାଣି (୧୯୮୮) କିଛି କହିବାକୁ ଚାହେଁ (୧୯୮୯) ଜାନକାମା(୧୯୮୯) ମେରିଆ (୧୯୮୯) 'ଭଲପାଇବାର ଶେଷ କଥା ' ନାମରେ ଏକ ଦୁଷ୍ପ୍ରାପ୍ୟ ଉପନ୍ୟାସ ରହିଅଛି । ୧୯୩୯ରେ ତାହା ନବଭରତାରେ ପ୍ରକାଶ ପାଇଥିଲା। ଗପ ଘାସର ଫୁଲ (୧୯୫୧) ପୋଡ଼ାକପାଳ (୧୯୫୧) ନବବଧୂ (୧୯୫୨) ଛାଇଆଲୁଅ (୧୯୫୬) ରଣଧନ୍ଦୋଳ (୧୯୬୩) ଗୁପ୍ତଗଙ୍ଗା (୧୯୬୭) ନାଁ ମନେନାହିଁ (୧୯୬୮) ଉଡ଼ନ୍ତା ଖଇ (୧୯୭୧) ଶରଶଯ୍ୟା (୧୯୯୨) ତିନିକାଳ (୧୯୯୩) ବାଘେଇ (୧୯୯୫) ଆତ୍ମଜୀବନୀ ସ୍ରୋତସ୍ୱତୀ (୪ଟି ଭାଗ) ଜୀବନୀ ଦୀପଂଜ୍ୟୋତୀ (୧୯୬୫) ଉତ୍କଳମଣୀ (୧୯୬୭) ଧୂଳିମାଟି ସନ୍ଥ (ଗୋପବନ୍ଧୁ ଚୌଧୂରୀ) (୧୯୮୫) ନାଟକ ମୁକ୍ତି ପଥେ (୧୯୩୭) ଦିନ ଦିପହରେ (୧୯୩୭) ମହାପୁରୁଷ (୧୯୮୫) ପ୍ରବନ୍ଧ ପ୍ରେମର ନିୟତି (୧୯୪୭) କଳାଶକ୍ତି (୧୯୭୩) ବାଇଆ ବକ ଅନୁବାଦ ଭାରତ ଆଜି ଓ କାଲି (India Today and Tomorrow) ବୁଝା ମନ (Eight Stories from European Literature) ଯୋଗାଯୋଗ (ରବୀନ୍ଦ୍ର ନାଥ ଠାକୁରଙ୍କ ଉପନ୍ୟାସ) କଥା ଭାରତୀ (ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଉପନ୍ୟାସ) ଯୁଦ୍ଧ ଓ ଶାନ୍ତି (୩ଟି ଭାଗ, ଲିଓ ଟଲଷ୍ଟୟଙ୍କ ଉପନ୍ୟାସ) ମୋ ବିଶ୍ୱବିଦ୍ୟାଳୟ (ମାଇଁ ୟୁନିଭର୍ସିଟି (ଗର୍କି)) ସେ ଲିଓ ଟଲଷ୍ଟୟଙ୍କ ଲିଖିତ ପ୍ରସିଦ୍ଧ ରୁଷୀୟ ବହି "War and Peace"ର ଓଡ଼ିଆରେ ରୂପାନ୍ତର କରିଥିଲେ ।Changing the Terms, Translating in the Postcolonial Era . Sherry Simon and Paul St-Pierre. 272 pages . 6 x 9 (November 2000). pp. 78 ଭାଷା ଭିତ୍ତିକ ଗଦବା ଭାଷା ପରିଚୟ (୧୯୫୯) କୁଭି କନ୍ଧ ଭାଷାତତ୍ତ୍ୱ ( ୧୯୫୬) କୁଭିଲେ କୁଟିନେହି ପନତୁ (୧୯୫୬) କନ୍ଧ ପରଜା ସ୍ତ୍ରୋତ ଓ ସଙ୍ଗୀତ (୧୯୫୭) ସଉରା ଭାଷା (୧୯୭୮)http://odisha.gov.in/e-magazine/orissaannualreference/ORA-2011/pdf/87-89.pdf ଇଂରାଜୀରେ ଗୋପୀନାଥଙ୍କ ଉପନ୍ୟାସ ଗୋପୀନାଥଙ୍କ ୪ଟି ଉପନ୍ୟାସ- ପରଜା, ଦାନାପାଣି, ଲୟ ବିଲୟ, ଦାଦି ବୁଢ଼ା ଇଂରାଜୀରେ ଅନୁବାଦ କରାଯାଇଛି । ପ୍ରଥମ ତିନୋଟି ବିକାମ କେଶରୀ ଦାସ ଓ ଶେଷଟି ଅରୁଣ କୁମାର ମହାନ୍ତିଙ୍କଦ୍ୱାରା ଅନୁବାଦ କରାଯାଇଛି । ଫେବର ଆଣ୍ଡ ଫେବର (ଇଉ. କେ.) ଓ ଅକ୍ସଫୋର୍ଡ଼ ଇଉନିଭର୍ସିଟି ପ୍ରେସ (ଭାରତ)ଦ୍ୱାରା ୧୯୮୭ରେ ପରଜା' ପ୍ରକାଶ ପାଇଥିଲା । ତାଙ୍କର ଅନେକ ଗପ ମଧ୍ୟ ଇଂରାଜୀ ଓ ବାକି ଭାଷାରେ ଅନୁବାଦ କରାଯାଇଛି । ତେବେ ନିରୁତା ଓଡ଼ିଆ ଭାଷାର ବ୍ୟବହାରରେ ବଳିଷ୍ଠ ତାଙ୍କଲେଖାକୁ ଅନୁବାଦ କଲାବେଳେ ଅନୁବାଦକମାନଙ୍କୁ ତାଙ୍କ ଲେଖାର ସେହି ଭାବକୁ ଅଣ-ଓଡ଼ିଆ ପାଠକମାନଙ୍କ ପାଖରେ ପହଞ୍ଚାଇବାକୁ ଅନେକ କଷ୍ଟ ସ୍ୱୀକାର କରିବାକୁ ପଡ଼ିଛି । ପୁରସ୍କାର ଓ ସମ୍ମାନ ପଦ୍ମ ଭୂଷଣ, ୧୯୮୧ ଜ୍ଞାନପୀଠ ପୁରସ୍କାର, ୧୯୭୩ (ମାଟିମଟାଳ ପାଇଁ) କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୫୫ (ଅମୃତର ସନ୍ତାନ ପାଇଁ) ସୋଭିଏତ ଲ୍ୟାଣ୍ଡ ନେହେରୁ ପୁରସ୍କାର, ୧୯୭୦ ଓଡ଼ିଆରେ ସର୍ଜନାତ୍ମକ ଲେଖା ପାଇଁ ଇଉ.ଜି.ସି. ତରଫରୁ ୧୯୭୯ରେ ଫେଲୋସିପ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଡି. ଲିଟ. ଡିଗ୍ରି, ୧୯୭୬ ଆଧାର ଶ୍ରେଣୀ:୧୯୧୪ ଜନ୍ମ ଶ୍ରେଣୀ:୧୯୯୧ ମୃତ୍ୟୁ ଶ୍ରେଣୀ:ପଦ୍ମ ଭୂଷଣ ସମ୍ମାନିତ ଶ୍ରେଣୀ:ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଆ ସାହିତ୍ୟିକ ଶ୍ରେଣୀ:ଓଡ଼ିଆ ଲେଖକ ଶ୍ରେଣୀ:କଟକ ଜିଲ୍ଲାର ଲୋକ ଶ୍ରେଣୀ:ପାଟଣା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଶ୍ରେଣୀ:ଓଡ଼ିଆ ସାହିତ୍ୟିକ
ଅରୁନ୍ଧତୀ
https://or.wikipedia.org/wiki/ଅରୁନ୍ଧତୀ
ପ୍ରଫୁଲ୍ଲ ସେନଗୁପ୍ତାଙ୍କ ନିର୍ଦ୍ଦେଶିତhttp://timesofindia.indiatimes.com/others/news-interviews/Ollywood-dials-fire-brigade-for-rains/articleshow/14370862.cms ଓଡ଼ିଆ କଥାଚିତ୍ର ଅରୁନ୍ଧତୀ ୧୯୬୭ରେ ମୁକ୍ତିଲାଭ କରିଥିଲା । ସଙ୍ଗୀତ ଶାନ୍ତନୁ ମହାପାତ୍ର - ଗୀତ ଗୁଡ଼ିକର ସାରଣୀ ଗୀତଗୀତିକାରଗାୟକ / ଗାୟିକା୧) ଅଭିମାନିନୀ ତୁମ ପାଦନରସିଂହ ମହାପାତ୍ର ରଘୁନାଥ ପାଣିଗ୍ରାହୀ ୨) ଶ୍ଯାମ ଗଲେ ମଧୁପୁରେଗୁରୁକୃଷ୍ଣ ଗୋସ୍ୱାମୀ ଅତୀଶ, ଆରତି, ଚିତ୍ତ ଜେନା, ଓ ସାଥୀ୩) ଏଇ ଛୋଟ କଥାଟିଏଗୁରୁକୃଷ୍ଣ ଗୋସ୍ୱାମୀପ୍ରଣବ ପଟ୍ଟନାୟକ ଓ ଉଷା ମଙ୍ଗେସକର ୪) ମୟୂରୀ ଗୋ ତୁମଜୀବନାନନ୍ଦ ପାଣିମହମ୍ମଦ ରଫି୫) ତୁମକୁ ପାରୁନି ତ ଭୁଲିଗୁରୁକୃଷ୍ଣ ଗୋସ୍ୱାମୀମହମ୍ମଦ ରଫି୬) ଆଜି ମୁଁ ଶ୍ରାବଣୀ ଲୁହରଜୀବନାନନ୍ଦ ପାଣିଲତା ମଙ୍ଗେସକର୭) ଦେଖିବ ପରା ଆସରେ ୮) ନମାମି ବିଘ୍ନରାଜ୯) ୟା କୁନ୍ଦେନ୍ଦୁ ତୁଷାର ହାର ଅଭିନୟରେ ଓଡ଼ିଆ କଥାଚିତ୍ର ‘ଅରୁନ୍ଧତୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ବ୍ରଜ ମିନତି ମିଶ୍ର ଶରତ ପୂଜାରୀhttp://timesofindia.indiatimes.com/city/bhubaneswar/Veteran-actor-Sarat-Pujari-passes-away/articleshow/35055102.cms ପୁରସ୍କାର ଜାତୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ ସିନେମା(୧୯୬୭) -ରାଷ୍ଟ୍ରପତିଙ୍କ ରୋପ୍ୟ ପଦକ National Awards for films, 1967 ଆଧାର ବାହାର ଆଧାର ଶ୍ରେଣୀ:୧୯୬୭ର ଓଡ଼ିଆ କଥାଚିତ୍ର ଶ୍ରେଣୀ:ଜାତୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ କଥାଚିତ୍ର
ଭାଇ ଭାଉଜ
https://or.wikipedia.org/wiki/ଭାଇ_ଭାଉଜ
ସାରଥୀଙ୍କ ନିର୍ଦ୍ଦେଶିତ ଓଡ଼ିଆ କଥାଚିତ୍ର ଭାଇ ଭାଉଜ ୧୯୬୭ ମସିହାରେମୁକ୍ତିଲାଭ କରିଥିଲା । ଅଭିନୟରେ ଓଡ଼ିଆ କଥାଚିତ୍ର ‘ଭାଇ ଭାଉଜ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ଶରତ ପୂଜାରୀ ମଣିମାଳା ମିନତି ମିଶ୍ର ପ୍ରିୟନାଥ ମିଶ୍ର (ପୀର) ସାମୁଏଲ ସାହୁ(ବାବି) ସାଗର କୁମାର ଦାସ ଆଧାର ବାହାର ଆଧାର ଶ୍ରେଣୀ:୧୯୬୭ର ଓଡ଼ିଆ କଥାଚିତ୍ର
ମାଟିର ମଣିଷ
https://or.wikipedia.org/wiki/ମାଟିର_ମଣିଷ
ମାଟିର ମଣିଷ, ୧୯୬୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବାବୁଲାଲ ଦୋଶୀ । ଏହି କଥାଚିତ୍ରଟି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ରଚିତ ଉପନ୍ୟାସ "ମାଟିର ମଣିଷ" ଉପରେ ନିର୍ମାଣ କରାଯାଇଥିଲା । କାଳିନ୍ଦୀ ଚରଣ ଏହି ଉପନ୍ୟାସର ଚଳଚ୍ଚିତ୍ର ରୂପାନ୍ତରଣ ପାଇଁ ବାବୁଲାଲ ଦୋଶୀଙ୍କ ପାଖରେ ସର୍ତ୍ତ ରଖିଥିଲେ ଯେ, ସତ୍ୟଜିତ ରାୟ କିମ୍ବା ମୃଣାଳ ସେନ ଏହାର ନିର୍ଦ୍ଦେଶନା କରନ୍ତୁ । ସତ୍ୟଜିତ ରାୟଙ୍କ ସମୟ ଅଭାବରୁ, ବାବୁଲାଲ ମୃଣାଳ ସେନଙ୍କୁ ଏହାର ନିର୍ଦ୍ଦେଶନା ପାଇଁ ବାଛିଥିଲେ । ଗୋପାଳ ଛୋଟରାୟ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ଏହି ଚଳଚ୍ଚିତ୍ରଟି ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବରେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବମାନଙ୍କରେ ପ୍ରଦର୍ଶିତ ହେବାର ସୁଯୋଗ ପାଇଥିଲା । ଅଭିନୟ ପ୍ରଶାନ୍ତ ନନ୍ଦ ଶରତ ପୂଜାରୀ ଧୀର ବିଶ୍ୱାଳ ଦୁଃଖୀରାମ ସ୍ୱାଇଁ ଭୀମ ସିଂ କାର୍ତ୍ତିକ ଘୋଷ ରାମ ମାଣିଆ ସୁଜାତା ଆନନ୍ଦ ଭାନୁମତୀ ଦେବୀ ସ୍ନେହଲତା ମିତା ସଂକ୍ଷିପ୍ତ କାହାଣୀ ଶ୍ୟାମ ପ୍ରଧାନଙ୍କର ଦୁଇ ପୁଅ ବରଜୁ ପ୍ରଧାନ (ଶରତ ପୂଜାରୀ) ଓ ଛକଡ଼ି ପ୍ରଧାନ (ପ୍ରଶାନ୍ତ ନନ୍ଦ) । ବରଜୁ ବିବାହିତ, ୩ଟି ସନ୍ତାନର ପିତା, ଦାୟିତ୍ୱବାନ, କିନ୍ତୁ ଛକଡ଼ି ଫୁଲାଫାଙ୍କିଆ । ଛକଡ଼ିକୁ ବାଟକୁ ଆଣିବା ପାଇଁ ଶ୍ୟାମ ପ୍ରଧାନ, ନେତ୍ରମଣି (ସୁଜାତା ଆନନ୍ଦ) ସହିତ ବିବାହ କରେଇ ଦିଅନ୍ତି । କିନ୍ତୁ ଦୁଇ ଜାଆଙ୍କ ମଧ୍ୟରେ ଭୁଲ୍ ବୁଝାମଣା ଦୁଇ ଭାଇଙ୍କ ମଧ୍ୟରେ ଭୁଲ୍ ବୁଝାମଣା ସୃଷ୍ଟି କରେ । ସାହୁକାର ହରି ମିଶ୍ର (ଦୁଃଖୀରାମ ସ୍ୱାଇଁ) ମଧ୍ୟ ଛକଡ଼ିକୁ ଭାଇଠାରୁ ଅଲଗା ହେବା ପାଇଁ ଉସୁକାଏ, ଯା ଫଳରେ ସେ ଅଧିକ ଲାଭବାନ ହୋଇ ପାରିବ । ବରଜୁ ଛକଡ଼ିକୁ ବୁଝେଇବାକୁ ଯାଇ ଗୋଟେ ଚାପୁଡ଼ା ମାରେ । ଛକଡ଼ି ଏ କଥାକୁ ଆଧାର କରି, ହରି ମିଶ୍ରର ସାହାଯ୍ୟ ନେଇ ପୁଲିସ୍ ଡାକେ ଓ ଭିନ୍ନେ ହେବା ପାଇଁ ଦାବି କରେ । ବରଜୁ, ଛକଡ଼ିକୁ ସବୁ ସମ୍ପତିର ମାଲିକାନା ଦେଇ ନିଜ ସ୍ତ୍ରୀ ପିଲାଙ୍କୁ ନେଇ ଗାଁଆ ଛାଡ଼ି ଚାଲି ଯିବାର ଦୃଢ଼ ନିଷ୍ପତି ନିଏ । ଶେଷରେ ଛକଡ଼ି ଓ ନେତ୍ରମଣି ନିଜର ଭୁଲ୍ ବୁଝି ପାରନ୍ତି ଓ ବରଜୁକୁ ଫେରାଇ ଆଣନ୍ତି । ଗୀତ ଓ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭୁବନେଶ୍ୱର ମିଶ୍ର । ଉପନ୍ୟାସ ଓ ଚଳଚ୍ଚିତ୍ର ମଧ୍ୟରେ ଭିନ୍ନତା ଚଳଚ୍ଚିତ୍ରଟି ଉପନ୍ୟାସ ଉପରେ ପର୍ଯ୍ୟବସିତ ହୋଇଥିଲେ ମଧ୍ୟ ଉଭୟରେ କିଛି ଭିନ୍ନତା ଥିଲା । ଉପନ୍ୟାସରେ ବରଜୁ ମୁଖ୍ୟ ଚରିତ୍ରରେ ଥିବା ସମୟରେ ଚଳଚ୍ଚିତ୍ରରେ ଛକଡ଼ିକୁ ବେଶି ଗୁରୁତ୍ୱ ମିଳିଥିଲା । ଉପନ୍ୟାସଟି ୧୯୩୨ ମସିହାରେ ଲେଖାଯାଇଥିବାରୁ, ଏଥିରେ ଦ୍ୱିତୀୟ ବିଶ୍ୱଯୁଦ୍ଧ କଥା ଆଦୌ ନଥିଲା । କିନ୍ତୁ ଚଳଚ୍ଚିତ୍ରରେ ବରଜୁ ଓ ଛକଡ଼ିଙ୍କ ମଧ୍ୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁଁ ବିବାଦ ହୋଇଥିବା ଦର୍ଶାଯାଇଥିଲା । ଉପନ୍ୟାସରେ ଗାନ୍ଧୀବାଦ ଚେତନା ଦେଖା ଦେଇଥିବା ବେଳେ, ଚଳଚ୍ଚିତ୍ରରେ ସେହି ସ୍ଥାନ ନେଇଥିଲା ମାର୍କ୍ସବାଦ । ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ପରେ, କାଳିନ୍ଦୀ ଚରଣ ପାଣିଗ୍ରାହୀ ପ୍ରତିବାଦ କରିଥିଲେ । ପ୍ରଯୋଜକ ବାବୁଲାଲ ଦୋଶୀ, ମୃଣାଳଙ୍କୁ ଚଳଚ୍ଚିତ୍ରରେ ସେହି ପରିବର୍ତ୍ତନ ଆଣିବାକୁ କହିଥିଲେ । କିନ୍ତୁ ମୃଣାଳ କୌଣସି ପରିବର୍ତ୍ତନ କରିବାକୁ ମନା କରିଥିଲେ ଓ ଚଳଚ୍ଚିତ୍ରରେ କୌଣସି ପରିବର୍ତ୍ତନ ଆସିଲେ, ନିଜ ନାମ ସେଥିରୁ ହଟେଇ ଦେବାକୁ କହିଥିଲେ । ଚଳଚ୍ଚିତ୍ରଟି ପରିବର୍ତ୍ତିତ ହୋଇ, ଦ୍ୱିତୀୟ ଥର ମୁକ୍ତିଲାଭ କରିଥିଲା ଓ ଏଥିରେ ମୃଣାଳଙ୍କ ନାମକୁ ହଟେଇ ଦିଆଯାଇଥିଲା । ଆଧାର ଅଧିକ ତଥ୍ୟ Review of 'Matira Manisha' in www.citwf.com ଶ୍ରେଣୀ:୧୯୬୬ର ଓଡ଼ିଆ କଥାଚିତ୍ର ଶ୍ରେଣୀ:ଜାତୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ କଥାଚିତ୍ର
ସମାଜ (ଖବରକାଗଜ)
https://or.wikipedia.org/wiki/ସମାଜ_(ଖବରକାଗଜ)
ସମାଜ ଓଡ଼ିଶାର ଏକ ଦୈନିକ ଓଡ଼ିଆ ଖବରକାଗଜ । ଏହା ଉତ୍କଳମଣି ଗୋପବନ୍ଧୁ ଦାସଙ୍କଦ୍ୱାରା ୧୯୧୯ ମସିହା ଅକ୍ଟୋବର ୪ ତାରିଖ ସତ୍ୟବାଦୀ ବନବିଦ୍ୟାଳୟର ଗୁପ୍ତବୃନ୍ଦାବନ ନାମରେ କଥିତ ଛୁରିଅନା ବକୁଳବନରୁ ଗୋପବନ୍ଧୁ ଦାସଙ୍କ ସମ୍ପାଦକତାରେ ପ୍ରଥମେ ପ୍ରକାଶ ପାଇଥିଲା । ଏହାର ପାଠକ ସଂଖ୍ୟା ପ୍ରାୟ ୧୬ ଲକ୍ଷ ଏବଂ ଦୈନିକ ପ୍ରାୟ ୩ ଲକ୍ଷ ଛପା କପି ପ୍ରକାଶ କରାଯାଏ । ଅଧୁନା ସମାଜ ଏକ ସଙ୍ଗେ କଟକ, ବାଲେଶ୍ୱର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ୱର, ବିଶାଖାପାଟଣା, କଲିକତା ଓ ସମ୍ବଲପୁରରୁ ପ୍ରକାଶିତ ହେଉଅଛି । ସମାଜ ଏବେ ଲୋକ ସେବକ ମଣ୍ଡଳଦ୍ୱାରା ପରିଚାଳିତ ହେଉଛି । ସୁଶାନ୍ତ କୁମାର ମହାନ୍ତି ଏବେ ସମାଜର କାର୍ଯ୍ୟକାରୀ ସମ୍ପାଦକ ଏବଂ ନିରଞ୍ଜନ ରଥ ପ୍ରକାଶକ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି ।ସମାଜର ୱେବସାଇଟ thumb|କଟକରେ ଥିବା ସମାଜ କାର୍ଯ୍ୟାଳୟ ଇତିହାସ ସମାଜର ପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁ ଦାସ ଜଣେ ସ୍ୱାଧୀନତା ସଂଗ୍ରାମୀ ଏବଂ ସମାଜ ସଂସ୍କାରକ ଥିଲେ । ସମାଜ ସଂସ୍କାର କାର୍ଯ୍ୟ କରିବା ପାଇଁ ସେ ସାମ୍ବାଦିକତାକୁ ବୃତି ହିସାବରେ ଗ୍ରହଣ କରିଥିଲେ । ପ୍ରଥମେ ସେ 'ସତ୍ୟବାଦୀ' ନାମରେ ଗୋଟିଏ ମାସିକ ପତ୍ରିକା ପ୍ରକାଶ କରୁଥିଲେ । ୧୯୧୯ ମସିହା ଅକ୍ଟୋବର ୧୦ ତାରିଖ ବିଜୟା ଦଶମୀ ଅବସରରେ ସେ ସମାଜ ଖବରକାଗଜର ପ୍ରକାଶନ ଆରମ୍ଭ କରିଥିଲେ । ସମାଜ ପ୍ରଥମେ ଏକେ ସାପ୍ତାହିକ ଖବରକାଗଜ ରୂପେ ପ୍ରକାଶ ପାଉଥିଲା ଏବଂ କାଳକ୍ରମେ ଏହା ଦୈନିକ ପ୍ରକାଶ ପାଇବାକୁ ଲାଗିଲା | ନିଜେ ଉତ୍କଳମଣି ଗୋପବନ୍ଧୁ ଦାସ ଏହାର ପ୍ରଥମ ସମ୍ପାଦକ ଥିଲେ । ଆଚାର୍ଯ୍ୟ ହରିହର, ପଣ୍ଡିତ ନୀଳକଣ୍ଠ ଦାସ ଆଦିଙ୍କ ସହଯୋଗରେ ଗୋପବନ୍ଧୁ ଦାସ ତତ୍କାଳୀନ ଇଁରେଜ ଶାସକଙ୍କ ବିରୁଦ୍ଧରେ ସମାଜରେ ଲେଖୁଥିଲେ ଏବଂ ଏଥି ପାଇଁ ତାଙ୍କୁ କାରାବରଣ କରିବାକୁ ପଡ଼ିଥିଲା । ୧୯୨୮ ମସିହାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ତିରୋଧାନ ପୁର୍ବରୁ ସମାଜକୁ ଲାଲା ଲାଜପତ ରାୟଙ୍କଦ୍ୱାରା ପ୍ରତିଷ୍ଟିତ ଲୋକ ସେବକ ମଣ୍ଡଳକୁ ହସ୍ତାନ୍ତର କରାଯାଇଥିଲା । ସେବେଠାରୁ ଲୋକ ସେବକ ମଣ୍ଡଳ ସମାଜର ପରିଚାଳନା କରିଆସୁଛି । ୧୯୨୮ ମସିହାରେ ଗୋପବନ୍ଧୁ ଦାସଙ୍କ ତିରୋଧାନ ପରେ, ପଣ୍ଡିତ ଲିଙ୍ଗରାଜ ମିଶ୍ର, ସମାଜର ସମ୍ପାଦକ ନିଯୁକ୍ତ ହୋଇଥିଲେ । ୧୯୩୦ ମସିହାରୁ ସମାଜ ଏକ ଦୈନିକ ସମ୍ବାଦପତ୍ର ରୂପେ ପ୍ରକାଶ ପାଇବାକୁ ଲାଗିଲା । ୧୯୪୬ ମସିହାରେ ପଣ୍ଡିତ ଲିଙ୍ଗରାଜ ମିଶ୍ରଙ୍କୁ ଓଡ଼ିଶାର ଶିକ୍ଷାମନ୍ତ୍ରୀ ନିଯୁକ୍ତ କରାଗଲା ଓ ରାଧାନାଥ ରଥ, ସମାଜର ସମ୍ପାଦନାର ଦାୟିତ୍ୱ ନେଲେ । ୧୯୫୨ ମସିହାରୁ ୧୯୬୧ ମସିହା ପର୍ଯ୍ୟନ୍ତ, ରାଧାନାଥ ରଥ ସକ୍ରିୟ ରାଜନୀତିରେ ଭାଗନେଇ ସମାଜର ସମ୍ପାଦନାରୁ ଦଊରେଇ ରହିଥିଲେ ଓ ୧୯୬୧ ମସିହାରେ ସମାଜର ସମ୍ପାଦନାକୁ ପୁନଶ୍ଚ ପ୍ରତ୍ୟାବର୍ତ୍ତନ କରିଥିଲେ । ରାଧାନାଥ ରଥଙ୍କ ପରେ ମନୋରମା ମହାପାତ୍ର, ସମାଜର ସମ୍ପାଦକ ଦାୟିତ୍ୱରେ ରହିଥିଲେ । ସମ୍ପାଦକଗଣ ଗୋପବନ୍ଧୁ ଦାସ (୧୯୧୯ – ୧୯୨୮) ଲିଙ୍ଗରାଜ ମିଶ୍ର (୧୯୩୧ – ୧୯୪୫) ରାଧାନାଥ ରଥ (୧୯୪୫ – ୧୯୫୨ ଏବଂ ୧୯୬୧ – ୧୯୯୮) ମନୋରମା ରଥ (୧୯୯୮ – ୨୦୨୧) ସୁଶାନ୍ତ କୁମାର ମହାନ୍ତି ପ୍ରମୋଦ କୁମାର ମହାପାତ୍ର ସାମାଜିକ କାର୍ଯ୍ୟ ଓ ସମ୍ମାନ ସମାଜ କ୍ରମେ ନିଜକୁ ଏକ ଖବରକାଗଜରୁ ଏକ ସାମାଜିକ ଅନୁଷ୍ଠାନରେ ପରିବର୍ତିତ କରିସାରିଛି । ଏକ ସ୍ୱାଧୀନତା ପରବର୍ତି ସମୟରେ ଏହା ସମାଜ ସଂସ୍କାର ତଥା ଦେଶ ଗଠନ ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି । ସମାଜର ଏହି ଗଠନ ମୁଳକ କାର୍ଯ୍ୟ ପାଇଁ ୨୦୦୭ ମସିହାରେ ଏହାକୁ 'ଆଇ.ଏଲ୍.ଏନ୍.ଏ' ସର୍ବୋତ୍କୃଷ୍ଟ ଜାତିୟବାଦି ଖବରକାଗଜ ଭାବରେ ସମ୍ମାନିତ କରାଯାଇଛି । ଏହା ବ୍ୟତିତ ସମାଜର ରିଲିଫ କମିଟି ମଧ୍ୟ ଖୁବ ଉଚ୍ଚକୋଟିର ସମାଜ ସେବା କାର୍ଯ୍ୟ କରିଆସିଛି । ଆଧାର ବାହାର ଲିଙ୍କ ସମାଜ ସମାଜ ଶ୍ରେଣୀ:ଓଡ଼ିଆ ସମ୍ବାଦପତ୍ର
ନୀଳକଣ୍ଠ ଦାସ
https://or.wikipedia.org/wiki/ନୀଳକଣ୍ଠ_ଦାସ
ନୀଳକଣ୍ଠ ଦାସ (୧୮୮୪-୧୯୬୭) ଓଡ଼ିଶାର ପୁରୀ ଜିଲ୍ଲାର ସାକ୍ଷୀଗୋପାଳଠାରେ ୧୮୮୪ରେ ଜନ୍ମିତ ଜଣେ ଲେଖକ, ସାମ୍ବାଦିକ ଓ ସ୍ୱାଧୀନତା ସଂଗ୍ରାମୀ । ତାଙ୍କୁ ଶ୍ରଦ୍ଧାରେ ପଣ୍ଡିତ ନୀଳକଣ୍ଠ ଦାସ ବୋଲି ମଧ୍ୟ ଡକାଯାଇଥାଏ । ଶିକ୍ଷା ଓ ଜୀବନ ପଣ୍ଡିତ ନୀଳକଣ୍ଠ ଦାସ ଜଣେ ମେଧାବୀ ଛାତ୍ର ଥିଲେ । ଭର୍ଣ୍ଣାକୁଲାର ପରୀକ୍ଷାଠାରୁ ଆରମ୍ଭ କରି ରେଭେନ୍ସା କଲେଜର ବି.ଏ. ପରୀକ୍ଷା ପର୍ଯ୍ୟନ୍ତ ସେ ଓଡ଼ିଶାରେ ପ୍ରଥମ ହୋଇଆସିଥିଲେ । ଦର୍ଶନ ଶାସ୍ତ୍ର ଓ ରସାୟନ ବିଜ୍ଞାନ ବିଷୟକୁ ନେଇ ବି.ଏ.ପରୀକ୍ଷାରେ ଉତ୍ତିର୍ଣ ହୋଇଥିଲେ । ପରେ ମାସିକ ବୃତ୍ତି ପାଇ ନୀଳକଣ୍ଠ ଦର୍ଶନ ଶାସ୍ତ୍ର କଲିକତା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ । ସେତେବେଳେ ତାହାର ମାନ ଖୁବ ଅଧିକ ଥିବାରୁ ତାଙ୍କୁ ଫିରିଙ୍ଗି ସରକାରଙ୍କ ଅଧିନରେ ଅନେକ ଉଚ୍ଚ ବେତନଯୁକ୍ତ ଚାକିରି ମିଳିଥିଲା,କିନ୍ତୁ ପଣ୍ଡିତ ଗୋପବନ୍ଧୁ ,ଆଚାର୍ଯ୍ୟ ହରିହର ଓ ପଣ୍ଡିତ ନୀଳକଣ୍ଠ ଭାର୍ଗବୀ ନଈରେ ବଢିପାଣିରେ ହଇଜାରେ ମରି ଭାସି ଯାଉଥିବା ଶବଗୁଡିକୁ ଦେଖି ଶପଥ ନେଇଥିଲେ ,' ସରକାରୀ ଚାକିରି କରିବା ନାହିଁ, ଏଇଲେ ଦେଶକୁ ଯେମିତି ଦେଖୁଛେ ମଲା ବେଳକୁ ଆହୁରି ଭଲ ଦେଖି ମରିବା ।' ଅନଗ୍ରସର , ମୂକ ଓଡ଼ିଆ ଜାତିର ପାଟିରେ ଭାଷା ଦେବା ପାଇଁ ସତ୍ୟବାଦୀ ବନବିଦ୍ୟାଳୟ ୧୯୦୯ ପ୍ରତିଷ୍ଠା ହେଲା ଓ ମାସିକ ୩୦ଟଙ୍କା ବେତନରେ ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବରେ କାମ ଆରମ୍ଭ କରିଥିଲେ । ରଚନାବଳୀ ପଣ୍ଡିତ ନୀଳକଣ୍ଠ କବିତା, ପ୍ରବନ୍ଧ ଓ ଶିଶୁ ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ନିଜର ଅବଦାନ ଛାଡିଯାଇଛନ୍ତି । ଶିଶୁ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଦୃଷ୍ଟିରୁ ବିଶିଷ୍ଟ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତି ତାଙ୍କୁ ଶିଶୁ ସାହିତ୍ୟର ଆଦ୍ୟସ୍ରଷ୍ଟା ବୋଲି କହିଛନ୍ତି । ଭାଷାବିତମାନଙ୍କ ମତରେ ଦାସ ପ୍ରଥମ ଓଡ଼ିଆ ଭାଷାବିଜ୍ଞାନୀ । କାବ୍ଯ ପ୍ରଣୟିନୀ(୧୯୧୯) କୋଣାର୍କେ(୧୯୧୯) ଖାରବେଳ(୧୯୨୦) ଦାସନାୟକ(୧୯୨୩) ପ୍ରବନ୍ଧ ଆର୍ଯ୍ୟ ଜୀବନ ଓଡ଼ିଆ ସାହିତ୍ୟର କ୍ରମ ପରିଣ।ମ ଶ୍ରୀମଦ ଭଗବତଗୀତାର ଭୂମିକା ଓଡ଼ିଆ ଭାଷା ଓ ସାହିତ୍ୟ ସଂସ୍କୃତି ଓ ସଂସ୍କୃତି ଲାବଣ୍ୟବତୀର ଟୀକା ଶିଶୁ ସାହିତ୍ୟ ପିଲାଂକ ରାମାୟଣ ପିଲାଂକ ମହାଭାରତ ପିଲାଙ୍କ ଭାଗବତପିଲାଂକ ମହାଭାରତ ପୁସ୍ତକର ପ୍ରଚ୍ଛଦ ଅନୁବାଦ "ଲର୍ଡ଼ ଟେନିସନ"ଙ୍କ କବିତାକୁ ଓଡ଼ିଆରେ ଦାସ ନାୟକ ଓ ପ୍ରଣୟିନୀ ନାମରେ ଅନୁବାଦ କରିଛନ୍ତି ।Changing the Terms, Translating in the Postcolonial Era . Sherry Simon and Paul St-Pierre. 272 pages . 6 x 9 (November 2000) ସାମ୍ବାଦିକତା ସମାଜର ସମ୍ପାଦକ "ନବଭାରତ"ର ସମ୍ପାଦକ ସାପ୍ତାହିକ "ଲୋକମତ"ର ପ୍ରତିଷ୍ଠାତା ଉତ୍କଳ ସାହିତ୍ୟ ସମାଜର ଆଜୀବନ ସଭ୍ୟhttp://www.eodissa.com/eminent-odia/77-eminent-writer/663-pandita-nilakantha-das- ସେ ଗୀତାର ଓଡ଼ିଆରେ ଟୀକା ଲେଖିଥିଲେ । ଏହାଛଡ଼ା ଓଡ଼ିଆ ଭାଷା ଓ ଲିପିର ସୁଧାରରେ ସେ ଅନେକ ପଦକ୍ଷେପ ନେଇଥିଲେ । ବିଜ୍ଞାନ ସମ୍ମତ ବିଶୁଦ୍ଧ ଓଡ଼ିଆ ବ୍ୟାକରଣ ପୁସ୍ତକର ରଚୟିତା । ଓଡ଼ିଶା ପ୍ରଦେଶ ଓ ଭାଷା ଆନ୍ଦୋଳନ ଓଡ଼ିଆ ଭାଷାକୁ ବାକି ପଡ଼ୋଶୀ ଭାଷାଭାଷୀମାନଙ୍କ ଆକ୍ରମଣରୁ ଅଲଗା କରି ସ୍ୱତନ୍ତ୍ର ଭାଷାର ମର୍ଯ୍ୟାଦା ଦେବାରେ ସେ ମୁଖ୍ୟ ଭୂମିକା ନିଭାଇଥିଲେ । ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ବ୍ୟାସକବି ଫକିର ମୋହନ ସେନାପତି, ସ୍ୱଭାବ କବି ଗଙ୍ଗାଧର ମେହେର, କବିବର ରାଧାନାଥ ରାୟ ଓ ଏମିତି ଅନେକ କର୍ମୀମାନଙ୍କ ସହ ସେ ଓଡ଼ିଶା ପ୍ରଦେଶ ଗଠନ ପାଇଁ ଆନ୍ଦୋଳନରେ ଯୋଗ ଦେଇଥିଲେ ଯାହାର ଫଳ ସ୍ୱରୂପ ୧ ଅପ୍ରେଲ ୧୯୩୬ରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠିତ ହେଲା ।http://orissa.gov.in/e-magazine/Orissareview/2010/April/engpdf/31-39.pdf ସମାଜ ସଂସ୍କାର ଓ ଭାରତର ସ୍ୱାଧିନତାରେ ଭୂମିକା ନୀଳକଣ୍ଠ ଭାରତର ସ୍ୱାଧୀନତା ଆନ୍ଦୋଳନରେ ଜଣେ ସକ୍ରିୟ କର୍ମୀ ଭାବରେ ଅଂଶ ଗ୍ରହଣ କରି ୩ ଥର ( ୨ ବର୍ଷ ୨ ମାସ ) ହଜାରୀ ବାଗ ଜେଲରେ କାରାବରଣ କରିଥିଲେ । "କେନ୍ଦ୍ର ବିଧାନ ସଭା" ଓ ଓଡ଼ିଶା ବିଧାନ ସଭାରେ ତାଙ୍କର ଓଜସ୍ୱିନୀ ଭାଷଣ ଅନେକଙ୍କୁ ଦେଶସେବା ଆଡ଼କୁ ମୁହାଁଇଥିଲା । ସେ ଏକାଧାରରେ ଜଣେ ଦେଶ ସେବକ, ସୁବକ୍ତା, ସୁଲେଖକ, ବାଗ୍ମୀ ଓ ଭାଷାବିତ(ଦ) ଥିଲେ । ଜଣେ ସକ୍ରିୟ ସ୍ୱାଧୀନତା ସଂଗ୍ରାମୀ ଭାବରେ ସେ ଛୁଆଁ ଅଛୁଆଁ ଭେଦଭାବ ଓ ନାନାଦି ସାମାଜିକ କୁସଂସ୍କାର ବିରୋଧରେ ସ୍ୱର ଉଠାଇଥିଲେ ।http://www.orissadiary.com/personality/freedom_fighter/NilakanthaDas.asp > ପଣ୍ଡିତ ନୀଳକଣ୍ଠ ଜାତିଭେଦ ମାନୁନଥିଲେ ଓ ନିଜ ଛାତ୍ରମାନଙ୍କୁ ମଧ୍ୟ ସେହି ଶିକ୍ଷା ଦେଉଥିଲେ । ସେତେବେଳେ ବ୍ରାହ୍ମଣ ସମାଜରେ, ଦାଢୀ କାଟି ନିଶ ରଖିବା ମନା ଥିଲା । ଏହାର ପ୍ରତିବାଦ କରି, ସେ ଦାଢୀ କାଟି ନିଶ ରଖିଥିଲେ । ଏଥିପାଇଁ ତାଙ୍କୁ ଶାସନୀ ବ୍ରାହ୍ମଣ ସମାଜର ଘୋର ବିରୋଧର ସମ୍ମୁଖିନ ହୋଇଥିଲେ ଓ ତାଙ୍କୁ ଦାଢୀ ହେବାକୁ ପଡିଥିଲା । ଏହି ପ୍ରଥାକୁ ବିଦ୍ରୁପ କରି, ସେ ମୋ ନିଶ ନାମରେ ପ୍ରବନ୍ଧ ଲେଖିଥିଲେ । ସମ୍ମାନ ପଦ୍ମ ଭୂଷଣ, ୧୯୬୦ ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୬୩ (ତାଙ୍କର ବହି ଆତ୍ମଜୀବନୀ ନିମନ୍ତେ) ଡି. ଲିଟ (ଉତ୍କଳ ବିଶ୍ୱବିଦ୍ୟାଳୟ) ଉତ୍କଳ ଗୁରୁ ଉପାଧି -୧୯୫୧ପ୍ରମେୟ ୦୫/୦୮/୨୦୧୪ ପୃଷ୍ଠା ୮ ଆଧାର ଅଧିକ ତଥ୍ୟ ଶ୍ରେଣୀ:୧୮୮୪ ଜନ୍ମ ଶ୍ରେଣୀ:୧୯୬୭ ମୃତ୍ୟୁ ଶ୍ରେଣୀ:ପଦ୍ମ ଭୂଷଣ ସମ୍ମାନିତ ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଆ ସାହିତ୍ୟିକ ଶ୍ରେଣୀ:ଓଡ଼ିଶା ବିଧାନ ସଭା ସଭ୍ୟ ଶ୍ରେଣୀ:ବଛା ଲେଖା ଶ୍ରେଣୀ:ଓଡ଼ିଆ କବି ଶ୍ରେଣୀ:ପୁରୀ ଜିଲ୍ଲାର ଲୋକ ଶ୍ରେଣୀ:ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ଶ୍ରେଣୀ:ଓଡ଼ିଆ ସାହିତ୍ୟିକ
କିଏ କାହାର
https://or.wikipedia.org/wiki/କିଏ_କାହାର
କିଏ କାହାର, ୧୯୬୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ନିତାଇ ପାଲିତ । ଅଭିନୟରେ ଓଡ଼ିଆ କଥାଚିତ୍ର ‘କିଏ କାହାର’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ଶରତ ପୂଜାରୀ ସୌଦାମିନୀ ଅଶୋକ ଚକ୍ରବର୍ତ୍ତୀ ଧିର ବିଶ୍ୱାଳ ଲୀଳା ଦୁଲାଳୀhttp://www.odisha.com/20050504/fullstory/story_5.html ମଣିମାଳା ନରେନ୍ଦ୍ର କୁମାର ବେହେରା (ନରି) ନିରଞ୍ଜନ ସାମୁଏଲ ସାହୁ (ବାବି) ଶ୍ୟାମଳେନ୍ଦୁ ସାଗର କୁମାର ଦାସ ଗୀତ ଓ ସଙ୍ଗୀତ ସଙ୍ଗୀତକାର: ଅକ୍ଷୟ ମହାନ୍ତି ଗୀତ ଗୀତ ଗୀତିକାର ଗାୟକ / ଗାୟିକା ହେମ ହରିଣୀ ମଥାର ମଣି କାଳୀଚରଣ ପଟ୍ଟନାୟକ ନିର୍ମଳା ମିଶ୍ର ଓ ସିପ୍ରା ବୋଷ ହାୟ ମଦଭରି ଆଖି ପାର୍ଥସାରଥୀ ମହାପାତ୍ର ଶ୍ଯାମଲ ମିତ୍ର ଉଡ଼ି ଉଡ଼ି ଉଡ଼ି ଉଡ଼ି ଯାରେ ନାରାୟଣ ପ୍ରସାଦ ସିଂହ ଅକ୍ଷୟ ମହାନ୍ତି ଚକୋରୀ ଝରାନା ଲୁହ ଅକ୍ଷୟ ମହାନ୍ତି ଅକ୍ଷୟ ମହାନ୍ତି ଉଦାସୀ ଆଖି ଚାହିଁ ରହେ ନାରାୟଣ ପ୍ରସାଦ ସିଂହ ଆରତି ମୁଖାର୍ଜୀ ପରଦେଶୀ ବନ୍ଧୁ ତୁମେ ଦେବଦାସ ଛୋଟରାୟ ସିପ୍ରା ବୋଷ ଫୁଲେଇ ରାଣୀ ସଜଫୁଲ ଗୁରୁକୃଷ୍ଣ ଗୋସ୍ୱାମୀ ଅକ୍ଷୟ ମହାନ୍ତି ଓ ସିପ୍ରା ବୋଷ ଆଖି ନୁହେଁ ସେ ଯେ କାଳୀଚରଣ ପଟ୍ଟନାୟକ ନିର୍ମଳା ମିଶ୍ର ଆଧାର ବାହାର ଆଧାର ଶ୍ରେଣୀ:୧୯୬୮ର ଓଡ଼ିଆ କଥାଚିତ୍ର ଶ୍ରେଣୀ:କଥାଚିତ୍ର ପ୍ରକଳ୍ପରେ ଉନ୍ନତ ହେବାକୁ ଥିବା ପ୍ରସଙ୍ଗ
ଘର ସଂସାର
https://or.wikipedia.org/wiki/ଘର_ସଂସାର
ଗୋପାଳ ଘୋଷ ଓ ବ୍ୟୋମକେଶ ତ୍ରିପାଠୀଙ୍କ ମିଳିତ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ସିନେମା ଘର ସଂସାର - ୧୯୭୩ ମସିହାରେ ମୁକ୍ତିଲାଭ କରିଥିଲା । ଏହି ସିନେମାରେ ପ୍ରଶାନ୍ତ ନନ୍ଦ, ଶରତ ପୂଜାରୀ, ସରସ୍ୱତୀ ଦେବୀ (ସର ଅପା), ଓ ସୁଜାତା ଆନନ୍ଦ ପ୍ରମୁଖ ଅଭିନୟ କରିଥିଲେ | ସଙ୍ଗୀତ ଭି. ବାଲସରା ଓ ରାଖାଲ ମହାନ୍ତି ଗୀତ ଗୁଡ଼ିକର ସାରଣୀ ଗୀତ ଗୀତିକାର ଗାୟକ / ଗାୟିକା ୧) ଶୁଭ ବିବାହ ବାଜେ ରେ ନାରାୟଣ ପ୍ରସାଦ ସିଂହ ନିର୍ମଳା ମିଶ୍ର, ସିପ୍ରା ବୋଷ, ଓ ସାଥୀ ୨) ଗେଲବସରର ଦିନ ସରିଗଲା ବୃନ୍ଦାବନ ଜେନା ମାନ୍ନା ଦେ ୩) ହାପି ବାର୍ଥ ଡେ ନାରାୟଣ ପ୍ରସାଦ ସିଂହ ଶ୍ଯାମଲ ମିତ୍ର ଓ ଶ୍ରାବନ୍ତୀ ମଜୁମଦାର ୪) ସପନ ବିଳାସୀ ଆମେ ନାରାୟଣ ପ୍ରସାଦ ସିଂହ ଶ୍ଯାମଲ ମିତ୍ର ଓ ନିର୍ମଳା ମିଶ୍ର ୫) ପ୍ରଭୁ ପଦ ତଳେ ପ୍ରଣତି ନାରାୟଣ ପ୍ରସାଦ ସିଂହ ଭିକାରୀ ବଳ, ମୀନା, ଓ ନିର୍ମଳା ମିଶ୍ର ୬) ମୋ ମନ ଛନ୍ ଛନ୍ ଛନ‌ରେ ବୃନ୍ଦାବନ ଜେନା ଅକ୍ଷୟ ମହାନ୍ତି ଓ ସିପ୍ରା ବୋଷ ୭) ରାତ୍ ସରାବି ପ୍ରୀତ୍ ଗୁଲାବି ବୃନ୍ଦାବନ ଜେନା ଶ୍ରାବନ୍ତୀ ମଜୁମଦାର ଦ୍ରଷ୍ଟବ୍ୟ ଶ୍ରେଣୀ:୧୯୭୩ ଓଡ଼ିଆ ସିନେମା
ମଲାଜହ୍ନ
https://or.wikipedia.org/wiki/ମଲାଜହ୍ନ
ନିତାଇ ପାଲିତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ମଲାଜହ୍ନ ୧୯୬୫ ମସିହାରେ କଟକର ପ୍ରଭାତ ସିନେମାରେ ମୁକ୍ତିଲାଭ କରିଥିଲା । ଏହା ଔପନ୍ୟାସିକ ତଥା ଚିତ୍ରଶିଳ୍ପୀ ଉପେନ୍ଦ୍ର କିଶୋର ଦାସଙ୍କ ରଚିତ ଉପନ୍ୟାସ "ମଲାଜହ୍ନ"ର ଚିତ୍ର ରୂପ । ଏହା ବର୍ତ୍ତମାନ ସି.ଏଚ୍.ଏସ୍.ଇ. ର ଏକାଦଶ ଶ୍ରେଣୀର ଇଛାଧୀନ ଓଡ଼ିଆ ପାଠ୍ୟପୁସ୍ତକରେ ପଢାଯାଉ ଅଛି। କାହାଣୀ କଟକରେ ରହି ପାଠ ପଢୁଥିବା 'ସତୀ' (ଝରଣା ଦାସ) କୁଳୀନ ବ୍ରାହ୍ମଣ ଘରର ଝିଅ । ଗରିବ ବିଧବା ମାଦ୍ୱାରା ପରିପାଳିତ 'ନାଥନନା' ସତୀକୁ ଭଲ ପାଆନ୍ତି । ଧନୀ ଘରେ ବାହା ହେଲେ ଝିଅ ସୁଖରେ ରହିବ ବୋଲି ସତୀର ନନା 'ସତୀ'କୁ ବାଧ୍ୟକରି ବିପତ୍ନିକ ଜମିଦାର ପ୍ରୌଢ଼ ନରହରି ମିଶ୍ରଙ୍କ ସହ ବାହା କରିଦିଅନ୍ତି । ପ୍ରୌଢ଼ ନରହରି ମିଶ୍ରଙ୍କ ଘରେ ଏକ ରକ୍ଷିତା ସହ ପ୍ରଥମ ପକ୍ଷରୁ ପୁଅଟିଏ ଥାଏ । ଦିନେ ସପରିବାର ତୀର୍ଥ ଦର୍ଶନରେ ଧବଳେଶ୍ୱର ଯାଇଥିବା ବେଳେ ପ୍ରଚଣ୍ଡ ଝଡ଼ତୋଫାନ ଯୋଗୁଁ 'ସତୀ' ହଜିଯାଏ ଓ ନାଥନନାଙ୍କ ସହ ଦେଖା ହୁଏ । ପରଦିନ ନାଥନନା ସତୀକୁ ନରହରି ମିଶ୍ରଙ୍କ ଘରକୁ ଛାଡ଼ିବାକୁ ପହଞ୍ଚିଥିଲେ, କିନ୍ତୁ ପତ୍ନୀର ଚରିତ୍ରକୁ ସନ୍ଦେହ କରି ମିଶ୍ରେ 'ସତୀ'କୁ ଘରେ ପୁରାନ୍ତି ନାହିଁ । ଅଗତ୍ୟା 'ସତୀ'କୁ ନେଇ ନାଥନନା କଟକରେ ରଖନ୍ତି । 'ସତୀ' କିନ୍ତୁ ତା ବାପା, ମାଙ୍କ ପାଖକୁ ଯିବାକୁ ଚାହେଁ । ଗାଁକୁ ଫେରିବା ବେଳକୁ 'ସତୀ'ର ବାପା, ବୋଉ ଚାଲିଯାଇଥାନ୍ତି ଆରପାରିକୁ । ଗାଁ ଟାଉଟର ସମ୍ପତ୍ତି ହାତେଇବା ଲକ୍ଷ୍ୟରେ 'ସତୀ' ଓ ନାଥଙ୍କୁ ନେଇ ଗୁଜବ ସୃଷ୍ଟି କରେ । ସତୀ ଯାଇ ନଦୀରେ ଝାସ ଦିଏ । ଅଭିନୟରେ ଓଡ଼ିଆ କଥାଚିତ୍ର ‘ମଲା ଜହ୍ନ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ଝରଣା ଦାସ (ପ୍ରଥମ କଥାଚିତ୍ର) ଅକ୍ଷୟ ମହାନ୍ତି (କାଶ୍ୟପ) ମଣିମାଳା ପ୍ରିୟନାଥ ମିଶ୍ର (ପୀର) ଶରତ ପୂଜାରୀ ଭୀମ ସିଂହ ପୂର୍ଣ୍ଣ ସିଂହ ଗୀତ ଓ ସଙ୍ଗୀତ ସଙ୍ଗୀତକାର: ଅକ୍ଷୟ ମହାନ୍ତି, ଏହା ଅକ୍ଷୟ ମହାନ୍ତିଙ୍କ ପ୍ରଥମ ଚଳଚ୍ଚିତ୍ର ସଙ୍ଗୀତ ନିର୍ଦ୍ଧେଶନା ଥିଲା । ଗୀତିକାର: ବିନୋଦିନୀ ଦେବୀ ତଥା ଅନ୍ୟମାନେ ପ୍ରଚ୍ଛଦପଟ ଗାୟକ: ପ୍ରଣବ ପଟ୍ଟନାୟକ, କଲ୍ୟାଣୀ ଭଟ୍ଟାଚାର୍ଯ୍ୟ, ଅକ୍ଷୟ ମହାନ୍ତି ଓ ନନ୍ଦିତା ଘୋଷ ଗୀତ ରକତ ଟଳମଳ ଖଇର ପାଞ୍ଚପଳ (କଣ୍ଠ: ଅକ୍ଷୟ ମହାନ୍ତି) ଗଲାଣି ତ ଗଲା କଥାରେ ସଙ୍ଗାତ (ରଚନା: ଚମ୍ପୂ, କବିସୂର୍ଯ୍ୟ ବଳଦେବ ରଥ, କଣ୍ଠ: ଅକ୍ଷୟ ମହାନ୍ତି) ମୋର ଅନ୍ତର ମନ୍ଦିରେ ରହି (ଜଣାଣ, ରଚନା- ଜଳୌକା ବାବା ବୈକୁଣ୍ଠ ନାଥ ବ୍ରହ୍ମଚାରୀ, କଣ୍ଠ: ପ୍ରଣବ ପଟ୍ଟନାୟକ) ମୁଁ ତ କୂଳରୁ ହେଲି ବାହାର ଲୋ ସଜନୀ (ରଚନା: ବନମାଳୀ ଦାସ, କଣ୍ଠ: ପ୍ରଣବ ପଟ୍ଟନାୟକ ଓ କଲ୍ୟାଣୀ ଭଟ୍ଟାଚାର୍ଯ୍ୟ) ତୁଛାକୁ ମହୁ (ରଚନା: ବିନୋଦିନୀ ଦେବୀ, କଣ୍ଠ: କଲ୍ୟାଣୀ ଭଟ୍ଟାଚାର୍ଯ୍ୟ) ନାଁ'ଟି ମୋ ନାଁ'ଟି (ରଚନା: ବିନୋଦିନୀ ଦେବୀ, କଣ୍ଠ: ନନ୍ଦିତା ଘୋଷ) ଆଧାର ବାହାର ଆଧାର ଶ୍ରେଣୀ:୧୯୬୫ର ଓଡ଼ିଆ କଥାଚିତ୍ର ଶ୍ରେଣୀ:ଜାତୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ କଥାଚିତ୍ର
ବାବୁଲା
https://or.wikipedia.org/wiki/ବାବୁଲା
ସାଧୁ ମେହେରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ବାବୁଲା - ୧୯୮୫ ମସିହାରେ ମୁକ୍ତିଲାଭ କରିଥିଲା । ଅଭିନୟରେ ଓଡ଼ିଆଚଳଚ୍ଚିତ୍ର 'ବାବୁଲା'ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ଶରତ ପୂଜାରୀ ଅନିତା ଦାସ ଦାଦା ନାଥୁରାମ ସ୍ୱସ୍ତିକ ଦ୍ରଷ୍ଟବ୍ୟ ଶ୍ରେଣୀ:୧୯୮୫ ଓଡ଼ିଆ ସିନେମା
ଗ୍ରେଗୋରିଯନ ପାତ୍ରୋ
https://or.wikipedia.org/wiki/ଗ୍ରେଗୋରିଯନ_ପାତ୍ରୋ
REDIRECT ଗ୍ରେଗୋରି ପାଞ୍ଜି
ସମର୍ପଣ
https://or.wikipedia.org/wiki/ସମର୍ପଣ
ପ୍ରଫୁଲ୍ଲ ରଥ ଓ ଏନ୍. ଗୋପାଳକୃଷ୍ଣଙ୍କ ମିଳିତ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ସିନେମା ସମର୍ପଣ - ୧୯୭୮ ମସିହାରେ ମୁକ୍ତିଲାଭ କରିଥିଲା । ଏହି ସିନେମାରେ ବିଜୟ ମହାନ୍ତି, ଶରତ ପୂଜାରୀ, ଜଗନ୍ନାଥ, ଗିରିଶ ଚନ୍ଦ୍ର ପୁରୋହିତ, ତନ୍ଦ୍ରା ରାୟ ଓ ନିହାରିକା ସାହୁ ପ୍ରମୁଖ ଅଭିନୟ କରିଥିଲେ | ଦ୍ରଷ୍ଟବ୍ୟ ଶ୍ରେଣୀ:୧୯୭୮ର ଓଡ଼ିଆ କଥାଚିତ୍ର
ବାଲିଘାଟ ବନ୍ଦର
https://or.wikipedia.org/wiki/ବାଲିଘାଟ_ବନ୍ଦର
ବାଲିଘାଟ ବନ୍ଦର ଓଡ଼ିଶାର ବାଲେଶ୍ୱରରେ ଥିବା ଏକ ପୁରାତନ ବନ୍ଦର ଯାହା ଏବେ ମୁଖ୍ୟତ ମାଛଧରା ବନ୍ଦର ଭାବରେ ବ୍ୟବହାର ହୋଇଥାଏ । ବାଲିଘାଟରେ ବୁଢାବଳଙ୍ଗ ଉପରେ ପୋଲ ଏଠାରେ ପ୍ରଥମେ ଫେବୃଆରୀ ୨୦୦୫ ବେଳକୁ "ବାଲିଘାଟ ଗାଆଁ" ପାଖର ୨୩ଟି ପଞ୍ଚାୟତର ଲୋକେ ଏକ କାଠପୋଲ ତିଅରି କରିଥିଲେThe Hindustan Times Publish date: February 12, 2006 ପରେ ୨୦୦୫ ମେ ମାସରେ ଏଠାରେ ନଦୀ ଉପରେ ଏକ ପୋଲ ତିଆରି କରାଯାଇଛି ।Africa Intelligence Wire June 24, 2004 ଆହୁରି ଦେଖନ୍ତୁ ବାଲେଶ୍ୱର ସହର ଚାନ୍ଦିପୁର ବେଳାଭୂମି ତାଳସାରି ବେଳାଭୂମି କ୍ଷୀରଚୋରା ଗୋପୀନାଥ ମନ୍ଦିର ଗ୍ୟାଲେରି thumb|210px|ବୁଢାବଳଙ୍ଗ ନଦୀ କଡରେ ଡଙ୍ଗା thumb|210px|ବୁଢାବଳଙ୍ଗ ନଦୀଶଯ୍ୟା ଡଙ୍ଗା ରହିବା ଜାଗା thumb|210px|ମାଛଧରା ଟ୍ରଲର ଓ ଜାହାଜ ରହିବାଜାଗା thumb|210px|ଜାହାଜ ମରମତି କରିବା ଜାଗା thumb|210px|ପୋଲ ଉପରୁ ବାଲିଘାଟର ମନୋରମ ଦୃଶ୍ୟ thumb|210px|ବାଲିଘାଟରେ ଥିବା ମନ୍ଦିର thumb|210px|ବାଲିଘାଟରେ ସୁର୍ଯ୍ୟାସ୍ତ thumb|210px|ବାଲିଘାଟରେ ସୁର୍ଯ୍ୟାସ୍ତ thumb|210px|ବାଲିଘାଟ ଜଗନ୍ନାଥ ମନ୍ଦିର ଦ୍ରଷ୍ଟବ୍ୟ ଶ୍ରେଣୀ:ବାଲେଶ୍ୱର ଜିଲ୍ଲା ଶ୍ରେଣୀ:ବନ୍ଦର
ଚାନ୍ଦିପୁର ବେଳାଭୂମି
https://or.wikipedia.org/wiki/ଚାନ୍ଦିପୁର_ବେଳାଭୂମି
REDIRECT ଚାନ୍ଦିପୁର
Balighat port
https://or.wikipedia.org/wiki/Balighat_port
REDIRECT ବାଲିଘାଟ ବନ୍ଦର
ହାଇଦରାବାଦ
https://or.wikipedia.org/wiki/ହାଇଦରାବାଦ
REDIRECT ହାଇଦ୍ରାବାଦ
ଦେହରାଦୂନ
https://or.wikipedia.org/wiki/ଦେହରାଦୂନ
REDIRECT ଡେରାଡୁନ
ଚଣ୍ଡୀଗଢ଼
https://or.wikipedia.org/wiki/ଚଣ୍ଡୀଗଢ଼
REDIRECT ଚଣ୍ଡୀଗଡ଼
ରାଂଚୀ
https://or.wikipedia.org/wiki/ରାଂଚୀ
REDIRECT ରାଞ୍ଚି
ପଣଜୀ
https://or.wikipedia.org/wiki/ପଣଜୀ
REDIRECT ପାଣାଜୀ
ପାଣଜୀ
https://or.wikipedia.org/wiki/ପାଣଜୀ
REDIRECT ପାଣାଜୀ
ଜମ୍ମୁ
https://or.wikipedia.org/wiki/ଜମ୍ମୁ
REDIRECT ଜାମ୍ମୁ
Baleswar district
https://or.wikipedia.org/wiki/Baleswar_district
ଲେଉଟାଣି ବାଲେଶ୍ୱର ଜିଲ୍ଲା
୧୯୬୦ର ଓଡ଼ିଆ କଥାଚିତ୍ର
https://or.wikipedia.org/wiki/୧୯୬୦ର_ଓଡ଼ିଆ_କଥାଚିତ୍ର
ଓଡ଼ିଆ ସିନେମା ଜଗତରେ ୧୯୬୦ରେ ତିଆରି ହୋଇଥିବା ଓଡ଼ିଆ ସିନେମା A-Z ନାମ ନିର୍ଦ୍ଦେଶକ ଅଭିନେତା ପ୍ରକାର ଟୀକା ୧୯୬୦ଶ୍ରୀ ଲୋକନାଥପ୍ରଫୁଲ୍ଲ ସେନଗୁପ୍ତା ଅକ୍ଷୟ ମହାନ୍ତି, ଉର୍ବଶୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ପ୍ରଥମ ଓଡ଼ିଆ ସିନେମା ଦ୍ରଷ୍ଟବ୍ୟ ୧୯୬୦ ଶ୍ରେଣୀ:ଚଳଚ୍ଚିତ୍ର ୧୯୬୦ରେ ଶ୍ରେଣୀ:୧୯୬୦ରେ ଭାରତ ଶ୍ରେଣୀ:୧୯୬୦ରେ ଓଡ଼ିଶା
ଉଇକିପିଡ଼ିଆ
https://or.wikipedia.org/wiki/ଉଇକିପିଡ଼ିଆ
ଉଇକିପିଡ଼ିଆ ( or ; ) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୫.୪ କୋଟି ପ୍ରସଙ୍ଗ (ଯେଉଁଥିରୁ କେବଳ ୬୧ ଲକ୍ଷ ପ୍ରସଙ୍ଗ ଇଂରାଜୀ ଉଇକିପିଡ଼ିଆରେ ଅଛି) ମିଳିତ ଭାବରେ ବିଶ୍ୱର ଉଇକିଆଳିମାନଙ୍କ ଦେଇ ଲେଖାଯାଇଛି ।।In some parts of the world, the access to Wikipedia had been blocked. ଉଇକିପିଡ଼ିଆ ୧୫ ଜାନୁଆରୀ ୨୦୦୧ରେ ଜିମି ୱେଲ୍ସ ଓ ଲାରି ସାଙ୍ଗରଙ୍କଦ୍ୱାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, Cf. Bill Tancer (Global Manager, Hitwise), "Wikipedia, Search and School Homework", Hitwise: An Experian Company (Blog), 2007-03-01. Retrieved 2008-12-18. ଅଲେକ୍ସା ଇଣ୍ଟରନେଟ କ୍ରମ ଅନୁସାରେ ଏହା ବିଶ୍ୱର ୧୫ଟି ଲୋକପ୍ରିୟ ୱେବସାଇଟ ମଧ୍ୟରେ ସ୍ଥାନପାଇଛି ।Wikipedia's Evolving Impact , by Stuart West, slideshow presentation at TED2010 ଇଣ୍ଟରନେଟ ସହାୟତାରେ ବିଶ୍ୱର ବିଭିନ୍ନ ସ୍ଥାନରୁ ସ୍ୱେଚ୍ଛାସେବୀମାନଙ୍କ ଅବଦାନଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । "ଉଇକି" (Wiki-ଏହା ବିଭିନ୍ନ ସହଯୋଗୀ ୱେବସାଇଟ ଗୁଡ଼ିକର ନିର୍ମାଣ କରିବାର ଏକ ଶୈଳୀ,ହାୱାଇ ଭାଷାରେ "ଉଇକି"ର ଅର୍ଥ "ଶୀଘ୍ର"କୁ ବୁଝାଇଥାଏ) ଏବଂ "ଏନସାଇକ୍ଳୋପିଡ଼ିଆ" (Encyclopedia-ଜ୍ଞାନକୋଷ), ଦୁଇଟି ଶବ୍ଦକୂ ନେଇ ଏହାର ନାମକରଣ କରାଯାଇଥିଲା, ଯେହେତୁ ଶୀଘ୍ର ଓ ସହଜରେ ସମସ୍ତଙ୍କ ପାଖରେ ଆବଶ୍ୟକୀୟ ତଥ୍ୟ ପହଞ୍ଚାଇବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ୱେବସାଇଟକୁ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଗୁଡ଼ିକୁ ବ୍ୟବହାର ତଥା ସମ୍ପାଦନା କରିପାରିବେ । ଏକଦା ଟାଇମ୍ସ ପତ୍ରିକାରେ ପ୍ରକାଶିତ ଏକ ସ୍ତମ୍ଭଲେଖରେ, ଉଇକିପିଡ଼ିଆର ଏଭଳି ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)କୁ ପ୍ରଶଂସା କରାଯାଇଥିଲା ଓ ଜିମି ୱେଲ୍ସଙ୍କର ଏହି ଦୂରଦର୍ଶିତା ପାଇଁ "ଉଇକିପିଡ଼ିଆ" ବିଶ୍ୱର ଅନ୍ୟ ଏନସାଇକ୍ଳୋପିଡ଼ିଆମାନଙ୍କଠାରୁ ଉନ୍ନତ ଓ ବୃହତ ହୋଇପାରିଛି ବୋଲି ଦର୍ଶା ଯାଇଥିଲା । ପ୍ରଥମେ ଏହା କେବଳ ଇଂରାଜୀ ଭାଷାରେ ଆରମ୍ଭ କରାଯାଇଥିଲା । କିନ୍ତୁ ପରେ ଏହାକୁ ବିଭିନ୍ନ ଦେଶରେ ୨୯୦ରୁ ଅଧିକ ଭାଷାରେ ତିଆରି କରଯାଇଛି । ବିଭିନ୍ନ ଭାଷାର ଉଇକିପିଡ଼ିଆରେ ରଖାଯାଇଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଓ ସାମ୍ପାଦନା ଶୈଳୀ କିଛି କ୍ଷେତ୍ରରେ ଅଲଗା ଅଲଗା ହୋଇଥିବା ଦେଖିବାକୁ ମିଳେ । ବର୍ତ୍ତମାନ ପୁରା ବିଶ୍ୱରେ ୩୦୦ରୁ ଅଧିକ ଭାଷାରେ ଉଇକିପିଡ଼ିଆ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଭିନ୍ନ ଭିନ୍ନ ଭାଷାରେ ପାଖାପାଖି ୫୦ ମିଲିୟନରୁ ଅଧିକ ପ୍ରସଙ୍ଗ ଉଇକିଆଳି ମାନଙ୍କଦ୍ୱାରା ଗଢାସରିଲାଣି । ଏବେ ଏହା ଇଣ୍ଟରନେଟରେ ସବୁଠାରୁ ଲୋକପ୍ରିୟ ୱେବସାଇଟ ମାନଙ୍କ ମଧ୍ୟରୁ ଏକ ଭାବରେ ପରିଗଣିତ ହେଉଛି । ଏଥିରେ ରହିଥିବା ପ୍ରସଙ୍ଗ ତଥା ତଥ୍ୟ ଗୁଡ଼ିକର ସତ୍ୟତା ଓ ବିଶ୍ୱାସନୀୟତା ପାଇଁ ଏହା ଲୋକପ୍ରିୟ । ଅନ୍ୟ କିଛି ଆଲୋଚନାରୁ ଜଣାଯାଏ ଯେ ଉଇକି ପ୍ରସଙ୍ଗ ଗୁଡ଼ିକରେ ନକଲି ତଥା ଅସତ୍ୟ ସୂଚନା ଗୁଡ଼ିକୁ ଲେଖିବା (vandalism) ଏକ ପ୍ରକାର ଦୋଷ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଉଇକି ପ୍ରକଳ୍ପରେ ପରିଚାଳକମାନଙ୍କୁ ରଖାଯାଇଥାଏ । ପ୍ରସଙ୍ଗ ଗୁଡ଼ିକର ମାନ ସୁଧାରିବା, ସେଗୁଡ଼ିକର ସତ୍ୟତା ପରଖିବା ଇତ୍ୟାଦି କାର୍ଯ୍ୟ ଏହି ପରିଚାଳକ ମାନଙ୍କ ଉପରେ ନ୍ୟସ୍ତ ଥାଏ । ୨୦୧୭ ମସିହାରେ, ବିଶ୍ୱର ପ୍ରମୁଖ ସୋସିଆଲ-ମିଡ଼ିଆ ଫେସବୁକ, ନିଜର ବ୍ୟବହାରକାରୀ ମାନଙ୍କୁ ମିଥ୍ୟା ଖବର ଗୁଡ଼ିକ ବିଷୟରେ ଅବଗତ କରାଇବା ପାଇଁ ସେଥି ସମ୍ପର୍କିତ ଉଇକିପିଡ଼ିଆ ପ୍ରସଙ୍ଗ ଗୁଡ଼ିକୁ ଲିଙ୍କ କରିବା ପାଇଁ ଘୋଷଣା କରିଥିଲା ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିଲା । ୨୦୧୮ ମସିହାରେ ୟୁ ଟ୍ୟୁବ ମଧ୍ୟ ସମାନ ପ୍ରକାର ଘୋଷଣା କରିଥିଲା । ଏହା ପରେ ଉଇକିପିଡ଼ିଆକୁ ୱାସିଙ୍ଗଟନ ପୋଷ୍ଟ ଇଣ୍ଟରନେଟର "ନୂତନ ରକ୍ଷୀ" (The good cop of the internet) ଭାବରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇଛି । Noam Cohen, "Conspiracy videos? Fake news? Enter Wikipedia, the ‘good cop’ of the Internet" Washington Post April 7, 2018 ଇତିହାସ thumb|alt=Logo reading "Nupedia.com the free encyclopedia" in blue with large initial "N"|ଉଇକିପିଡ଼ିଆକୁ ମୂଳତଃ ଇଂରାଜୀ ଭାଷାର ଅନ୍ୟ ଏକ ଜ୍ଞାନକୋଷ ନ୍ୟୁପେଡ଼ିଆରୁ ବିକଶିତ କରାଯାଇଥିଲା ଉଇକିପିଡ଼ିଆକୁ,ପ୍ରଥମେ ନ୍ୟୁପେଡ଼ିଆ (Nupedia) ନାମକ ଇଂରାଜୀ ଭାଷାର ଏକ ଜ୍ଞାନକୋଷ/ବିଶ୍ୱକେଷର ଏକ ପରିପୂରକ ଯୋଜନା ରୂପେ ସେହି ଇଂରାଜୀ ଭାଷାରେ ଆରମ୍ଭ କରାଯାଇଥିଲା । ଏହାକୁ ଅନଲାଇନରେ ଇଣ୍ଟର୍ନେଟ ସହାୟତାରେ ଏକ ମୁକ୍ତ ଜ୍ଞାନକୋଷ ଭାବରେ, ସମସ୍ତଙ୍କଦ୍ୱାରା ବ୍ୟବହାର କରାଯିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିଲା । ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକୁ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ମାନଙ୍କଦ୍ୱାରା ଲେଖା ଯାଇଥିଲା ତଥା ଏକ ସାଧାରଣ ପ୍ରଣାଳୀରେ ସମୀକ୍ଷା ମଧ୍ୟ କରଯାଉଥିଲା ।Kock, N., Jung, Y., & Syn, T. (2016). Wikipedia and e-Collaboration Research: Opportunities and Challenges. International Journal of e-Collaboration (IJeC), 12(2), 1–8. ନ୍ୟୁପେଡ଼ିଆକୁ ୯ ମାର୍ଚ୍ଚ ୨୦୦୦ରେ ବୋମିସ ନାମକ ଏକ ୱେବ ପୋର୍ଟାଲ କମ୍ପାନୀଦ୍ୱାରା ଆରମ୍ଭ କରାଯାଇଥିଲା । ବୋମିସର ସି.ଇ.ଓ. ଜିମି ୱେଲ୍ସ ଏବଂ ଲାରି ସାଙ୍ଗର ନ୍ୟୁପେଡ଼ିଆର ପ୍ରମୁଖ ସଦସ୍ୟ ତଥା ମୁଖ୍ୟ ସମ୍ପାଦକ ଭାବରେ କାର୍ଯ୍ୟ ତୁଲାଇଥିଲେ । ସେମାନେ ପରେ ଏକାଠି ମିଶି ଉଇକିପିଡ଼ିଆ ପାଇଁ ମଧ୍ୟ କାମ କରିଥିଲେ । ପ୍ରଥମେ ନ୍ୟୁପେଡ଼ିଆର ତଥ୍ୟ ଗୁଡ଼ିକୁ ଏହାର ନିଜସ୍ୱ "ଓପନ କଣ୍ଟେଣ୍ଟ ଲାଇସେନ୍ସ"ଦ୍ୱାରା ଲାଇସେନ୍ସ କରାଯାଇଥିଲା । ପରେ ରିଚାର୍ଡ ଷ୍ଟଲମ୍ୟାନଙ୍କ ପ୍ରସ୍ତାବ ଅନୁସାରେ ଉଇକିପିଡ଼ିଆ ଆରମ୍ଭ ହେବା ଆଗରୁ ଏହି ସବୁ ଗୁଡ଼ିକୁ "ଜି.ଏନ.ୟୁ. ଫ୍ରି ଡକ୍ୟୁମେଣ୍ଟେସନ ଲାଇସେନ୍ସ"ର ଅନ୍ତର୍ଭୁକ୍ତ କରିଦିଆଯାଇଥିଲା । ଉଇକିପିଡ଼ିଆର ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)ର ଶ୍ରେୟ ଜିମି ୱେଲ୍ସଙ୍କୁ ଦିଆଯାଉଥିବା ବେଳେ ଏହାକୁ ସମସ୍ତଙ୍କ ପାଖରେ ସହଜରେ ପହଞ୍ଚାଇବାର ଶ୍ରେୟ ଏହାର ଅନ୍ଯତମ ପ୍ରତିଷ୍ଠାତା ଲାରି ସାଙ୍ଗରଙ୍କୁ ଦିଆଯାଇଥାଏ । ୧୦ ଜାନୁଆରୀ ୨୦୦୧ରେ ଲାରି ସାଙ୍ଗର, ନ୍ୟୁପେଡ଼ିଆ ପାଇଁ ଏକ "ଫିଡର" ପ୍ରକଳ୍ପ ଭାବରେ ଉଇକିର ନିର୍ମାଣ ପାଇଁ ନ୍ୟୁପେଡ଼ିଆ ମେଲିଂ ଲିଷ୍ଟରେ ପ୍ରସ୍ତାବ ଦେଇଥିଲେ । ୧୫ ଜାନୁଆରୀ ୨୦୦୧ରେ ପ୍ରଥମ ଥର ପାଇଁ ଉଇକିପିଡ଼ିଆକୁ ଔପଚାରିକ ଭାବରେ www.wikipedia.comରେ ଏକମାତ୍ର ଇଂରାଜୀ ସଂସ୍କରଣ ସହିତ ଆରମ୍ଭ କରାଯାଇଥିଲା । ଏବଂ ସାଙ୍ଗର ଏ ବିଷୟରେ ନ୍ୟୁପେଡ଼ିଆ ମେଲିଂ ଲିଷ୍ଟରେ ସୂଚନା ଦେଇଥିଲେ । ଉଇକିପିଡ଼ିଆ ଆରମ୍ଭ ହେବାର ପ୍ରଥମ ମାସରେ ଏହାର "ନ୍ୟୁଟ୍ରାଲ ପଏଣ୍ଟ ଅଫ ଭିୟୁ" (Neutral point-of-view) ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା । ସେତେବେଳେ ଏହି ନିୟମକୁ ଛାଡ଼ି ଅନ୍ୟ ବିଶେଷ କିଛି ନିୟମ କାନୁନ ଉଇକିପିଡ଼ିଆପାଇଁ କରାଯାଇ ନଥିଲା ଏବଂ ଏହା ନ୍ୟୁପେଡ଼ିଆ ଉପରେ ନିର୍ଭରଶୀଳ ନଥିଲା । ପ୍ରଥମେ ଉଇକିପିଡ଼ିଆ, ନ୍ୟୁପେଡ଼ିଆର କିଛି ଯୋଗଦାନକାରୀଙ୍କ ଅବଦାନ ପାଇଥିଲା । ୨୦୦୧ ମସିହାର ଶେଷ ବେଳକୁ ପ୍ରାୟ ୧୮ଟି ଭାଷାରେ ଉଇକିପିଡ଼ିଆ ଆରମ୍ଭ ହୋଇସାରିଥିଲା । ଠିକ ସେହିପରି ୨୦୦୨ ଶେଷ ସୁଦ୍ଧା ଉଇକିପିଡ଼ିଆର ୨୬ଟି ଭାଷାରେ ସଂସ୍କରଣ , ୨୦୦୩ ଶେଷ ସୁଦ୍ଧା ୪୬ଟି ଭାଷା ସଂସ୍କରଣ ଏବଂ ୨୦୦୪ ଶେଷ ସୁଦ୍ଧା ୧୬୧ଟି ଭାଷା ସଂସ୍କରଣ ବାହାରି ସାରିଥିଲା । ଉଇକିପିଡ଼ିଆର ବଢୁଥିବା ଲୋକପ୍ରିୟତାକୁ ଦେଖି ୨୦୦୩-୨୦୦୪ରେ ନ୍ୟୁପେଡ଼ିଆର ସର୍ଭରକୁ ଧୀରେ ଧୀରେ ବନ୍ଦ କରିଦିଆଯାଇଥିଲା ଓ ସେଥିରେ ଥିବା ସମସ୍ତ ତଥ୍ୟ ଗୁଡ଼ିକୁ ଉଇକିପିଡ଼ିଆରେ ସ୍ଥାନିତ କରାଯାଇଥିଲା । ୯ ଡିସେମ୍ବର ୨୦୦୭ରେ ଇଂରାଜୀ ଉଇକିପିଡ଼ିଆରେ ପ୍ରସଙ୍ଗ ସଂଖ୍ୟା ୨ ମିଲିୟନ ପାର କରିସାରିଥିଲା ଓ ବିଶ୍ୱର ସର୍ବବୃହତ ଜ୍ଞାନକୋଷ ହେବାର ମାନ୍ୟତା ଲାଭ କରିସାରିଥିଲା । ଏହା ୧୪୦୮ ୟୋଙ୍ଗଲ ଏନସାଇକ୍ଳୋପିଡ଼ିଆର ପ୍ରସଙ୍ଗ ସଂଖ୍ୟାକୁ ମଧ୍ୟ ଟପିସାରିଥିଲା, ଯାହା ଦୀର୍ଘ ୬୦୦ ବର୍ଷ ଧରି ସର୍ବାଧିକ ପ୍ରସଙ୍ଗ ସହିତ ସର୍ବବୃହତ ଜ୍ଞାନକୋଷ ଭାବରେ ରେକର୍ଡ ବଜାୟ ରଖିଥିଲା । ଏକ ଇଂରାଜୀ କଥିତ ତଥା ଇଂରାଜୀ ଭାଷା କେନ୍ଦ୍ରୀୟ ଉଇକିପିଡ଼ିଆ ଭାବରେ ଇଂରାଜୀ ଉଇକିପିଡ଼ିଆରେ ତଥ୍ୟ ଗୁଡ଼ିକର ସମୀକ୍ଷା ତଥା ନିୟନ୍ତ୍ରଣର ଅଭାବ ଓ ବିଭିନ୍ନ ପ୍ରକାର ବ୍ଯବସାୟିକ ବିଜ୍ଞାପନ ଗୁଡ଼ିକର ବ୍ୟବହାର ଆଶଙ୍କାରେ,୨୦୦୨ ମଶିହାରେ ସ୍ପାନିସ ଉଇକିପିଡ଼ିଆର ଉପଯୋଗକର୍ତ୍ତାମାନେ ଏନସାଇକ୍ଳୋପିଡ଼ିଆ ଲାଇବ୍ରେରୀ ( Enciclopedia Libre-Spanish) ପ୍ରତିଷ୍ଠା କରିବା ପାଇଁ ଇଂରାଜୀ ଉଇକିପିଡ଼ିଆଠାରୁ ଅଲଗା ହୋଇଯାଇଥିଲେ । ଏହି ଘଟଣା ପରେ ୨୦୦୨ ମସିହାରେ ଜିମି ୱେଲ୍ସ ଘୋଷଣା କରିଥିଲେ ଯେ, ଉଇକିପିଡ଼ିଆ କିମ୍ବା ଏହାର କୌଣସି ସହଯୋଗୀ ପ୍ରକଳ୍ପ କୌଣସି ପ୍ରକାରର ବ୍ଯବସାୟିକ ବିଜ୍ଞାପନ ଗୁଡ଼ିକର ବ୍ୟବହାର କରିବ ନାହିଁ । ପରେ ଏହାକୁ wikipedia.comରୁ wikipedia.orgକୁ ବଦଳାଇ ଦିଆଯାଇଥିଲା । ତା ପରଠାରୁ କେବେ କୌଣସି ପ୍ରକାରର ସମ୍ପାଦକୀୟ କାରଣରୁ ଉଇକିପିଡ଼ିଆର କୌଣସି ସହଯୋଗୀ ପ୍ରକଳ୍ପକୁ ଏହାଠାରୁ ଅଲଗା କରାଯାଇନାହିଁ । ୨୦୦୭ ମସିହା ହେବା ବେଳକୁ ଇଂରାଜୀ ଉଇକିପିଡ଼ିଆରେ ପ୍ରସଙ୍ଗ ଗୁଡ଼ିକର ସଂଖ୍ୟା କ୍ରମାଗତ ବଢିବାରେ ଲାଗିଥିଲା ଓ ୨୦୦୯ ମସିହା ବେଳକୁ ଏହା ୩ ମିଲିୟନ ଟପିସାରିଥିଲା । ସେତେବେଳେ ଦିନକୁ ପ୍ରାୟ ୧୮୦୦ଟି ପ୍ରସଙ୍ଗ ଇଂରାଜୀ ଉଇକିପିଡ଼ିଆରେ ଲେଖାଯାଉଥିବାର ନଜିର ରହିଛି । ଉଇକିପିଡ଼ିଆଠାରୁ ପ୍ରେରିତ ହୋଇ ପରେ ସାଇଟିଜେଣ୍ଡ଼ିୟମ (Citizendium), ସ୍କଲାରପିଡ଼ିଆ (Scholarpedia), କନଜର୍ଭପିଡ଼ିଆ (Conservapedia) ଏବଂ ଗୁଗୁଲ ନୋଲ (Knol) ଆଦି ପ୍ରକଳ୍ପ ଗୁଡ଼ିକର ପରିଯୋଜନା କରାଯାଇଥିଲା ।. ଉଇକିପିଡ଼ିଆର କଥା କଥିତ ସୀମା ଗୁଡ଼ିକୁ ସମ୍ବୋଧିତ କରିବା ପାଇଁ ଏସବୁ ଗୁଡ଼ିକ ବ୍ୟବହାର କାରାଯାଉଥିଲା । ୨୦ ଜୁନ ୨୦୦୩ ମସିହାରେ ଉଇକିପିଡ଼ିଆ ଓ ନ୍ୟୁପେଡ଼ିଆର ମିଳିତ ସହଯୋଗରେ ଉଇକିମିଡ଼ିଆ ଫାଉଣ୍ଡେସନ ପ୍ରତିଷ୍ଠା କରାଯାଇଥିଲା ।जिमी वेल्स: "अनाउनसिंग विकिमीडिया फाउंडेशन" 20 जून 2003, <Wikipedia-l@wikipedia.org>ଏହା ଅନେକ ସ୍ୱେଚ୍ଛାସେବୀଙ୍କ ମିଳିତ ଚେଷ୍ଟାରେ ପରିଚାଳିତ ଅନଲାଇନ ଉଇକି ପ୍ରକଳ୍ପ ଯଥା; ଉଇକିପିଡ଼ିଆ, ଉଇକିଅଭିଧାନ, ଉଇକିକଥା , ଉଇକିପୋଥି , ଉଇକିଉତ୍ସ, ଉଇକିମିଡ଼ିଆ କମନ୍ସ, ଉଇକିସ୍ପିସିସ, ଉଇକିଖବର, ଉଇକିମହାବିହାର, ଉଇକିମିଡ଼ିଆ ଇନକୁବେଟର, ମେଟା ଉଇକି ଓ ଏହାର ଅଚଳ ପ୍ରକଳ୍ପ, ନୁପେଡ଼ିଆ ଆଦିକୁ ପରିଚାଳନ କରିଥାଏ ।thumb|right|A promotional video of the Wikimedia Foundation that encourages viewers to edit Wikipedia, mostly reviewing 2014 via Wikipedia content ଉଇକିପିଡ଼ିଆର ନିୟମ thumb|right|The editing interface of Wikipedia thumb|ଜନ ସିଜେନଥେଲର ଉଇକିପିଡ଼ିଆ ବିଷୟରେ ଆଲୋଚନା କରିବା ସମୟର ଏକ ଚିତ୍ର । ଉଇକିପିଡ଼ିଆରେ ଥିବା ପ୍ରସଙ୍ଗ ଗୁଡ଼ିକର ଲେଖା ଗୁଡ଼ିକ କୌଣସି ପ୍ରାକାରର ଔପଚାରିକ ସହକର୍ମୀ ସମୀକ୍ଷା ପାଇଁ ରହି ନଥାନ୍ତି ଏବଂ ଏଗୁଡ଼ିକ ଯେକୌଣସି ମୁହୂର୍ତ୍ତରେ ବଦଳ କରାଯାଇପାରିବ । ତଥାପି ଏହା କଛି ନିର୍ଦ୍ଧାରିତ ନିୟମ କାନୁନ ସହାୟତାରେ ସୁରୁଖୁରୁରେ ପରିଚାଳିତ ହୋଇଥାଏ । କିଛି ପ୍ରମୁଖ ନିୟମ ଗୁଡ଼ିକ ହେଲା:- କୌଣସି ପ୍ରସଙ୍ଗ ଉପରେ ଏହାର ମୂଳ ଲେଖକ କିମ୍ବା ଅନ୍ୟ କୌଣସି ସମ୍ପାଦକଙ୍କର ଅଧିକାର ନଥାଏ କିମ୍ବା କୌଣସି ନିର୍ଦ୍ଧିଷ୍ଟ ମାନ୍ୟତା ପ୍ରାପ୍ତ ବ୍ୟକ୍ତି/ ଅନୁଷ୍ଠାନ ଏହାକୁ ନିୟନ୍ତ୍ରଣ କରେନାହିଁ । କିଛି କିଛି ଏପରି ପୃଷ୍ଠା, ଯେଉଁଥିରେ କି ଅସତ୍ୟ ସୂଚନା କିମ୍ବା ଜାଣିଶୁଣି କେହି ଭୁଲ ତଥ୍ୟ ଦେଇଥାଏ, ଅଥବା ଅଦରକାରୀ ଲେଖା ଥାଏ, ସେଗୁଡ଼ିକୁ ପରିଚାଳକ(ଆଡମିନ) ମାନଙ୍କଦ୍ୱାରା ସୁଧାର ପାଇଁ ରଖାଯାଏ କିମ୍ବା ଲିଭାଇ ଦିଆଯାଏ । ଉଇକି ବାଟବରଣକୁ ନିର୍ମଳ ରଖିବା ପାଇଁ ଏପରି କରାଯାଇଥାଏ । ଯେକୌଣସି ପ୍ରସଙ୍ଗକୁ ସମ୍ପାଦନା କରିବା ପାଇଁ ଜଣେ ଏକ ଅଜଣା ନାମରେ ଆକାଉଣ୍ଟ ଖୋଲି ବ୍ୟବହାର କରିପାରିବ କିମ୍ବା ନିଜସ୍ୱ ନାମରେ ମଧ୍ୟ ସମ୍ପାଦନା ପାଇଁ ଆକାଉଣ୍ଟ ଖୋଲିପାରିବ । କେବଳ ସଠିକ ପଞ୍ଜୀକୃତ ହୋଇଥିବା ଅବଦନକାରୀମାନେ ଇଂରାଜୀ ଉଇକିପିଡ଼ିଆରେ ନୂଆ ପ୍ରସଙ୍ଗ ଗଢିପାରିବେ । ଉଇକିପିଡ଼ିଆରେ ସମ୍ପାଦନାକାରୀ ମାନଙ୍କ ପରିଚୟ ଓ ନିଜସ୍ୱ ତଥ୍ୟ/ସମ୍ପାଦିତ ତଥ୍ୟ ଗୁଡ଼ିକର କେବଳ ସଦୁପଯୋଗ ହିଁ ହେବ ବୋଲି କିଛି ନିଶ୍ଚିତତା ନଥାଏ । ଯଦିଓ ଏଥିରେ ସଭିଙ୍ଗ ଉଦ୍ଦେଶ୍ୟ ମହତ ରହିଥାଏ, ତଥାପି କିଛି ପ୍ରସଙ୍ଗ/ସୂଚନା ଏମିତି ବି ଉଇକିରେ ରହିଛି ଯାହାକୁ ଅନ୍ୟ ମାନଙ୍କଦ୍ୱାରା ସମାଲୋଚନା କରାଯାଇଥାଏ, ଆପତ୍ତିଜନକ ତଥା ଅଶ୍ଳୀଳ ଭାବରେ ବିଚାର କରାଯାଇଥାଏ । କୌଣସି ସମ୍ବେଦନଶୀଳ ଘଟଣା, ରାଜନୈତିକ ମତାମତ କିମ୍ବା ବ୍ୟକ୍ତିଗତ ମତ, କୌଣସି ଆକ୍ରମଣାତ୍ମକ ପ୍ରବୃତ୍ତିର ତଥ୍ୟ ଉଇକିପିଡ଼ିଆ ପ୍ରକଳ୍ପ ଅନ୍ତର୍ଭୁକ୍ତ କରିବାକୁ ପ୍ରଶ୍ରୟ ଦିଆଯାଏନାହିଁ । ବେଳେବେଳେ ଏହି କାରଣ ପାଇଁ କେତେକ ସ୍ଥାନରେ ଉଇକିପିଡ଼ିଆର କିଛି ଭାଗକୁ ପ୍ରାବନ୍ଧିତ(Ban) ମଧ୍ୟ କରିଦିଆଯାଏ । ଯେହେତୁ ଉଇକିପିଡ଼ିଆକୁ ଏକ ମୁକ୍ତ ଜ୍ଞାନକୋଷ ଭାବରେ ବିବେଚନା କରାଯାଏ, ତେଣୁକରି ଏଥିରେ କେବଳ ସେହିପରି ପ୍ରସଙ୍ଗ ଗୁଡ଼ିକୁ ରଖାଯାଏ ଯେଉଁଗୁଡ଼ିକ ଜ୍ଞାନକୋଷରେ ରହିବା ଯୋଗ୍ୟ କିମ୍ବା ଏହା ସମ୍ପର୍କିତ ହୋଇଥିବ ଅଥବା ଏହାର ଅବଦାନ ଜ୍ଞାନ ବିତରଣ ପାଇଁ ଉଲ୍ଲେଖନୀୟ ହୋଇଥିବ। ଉଇକିପିଡ଼ିଆରେ କେବଳ ସେହି ତଥ୍ୟ ଗୁଡ଼ିକୁ ପ୍ରଦର୍ଶିତ କରିପାରିବ ଯେଉଁଗୁଡ଼ିକ ବିଷୟରେ ଆଗରୁ ବିଶ୍ୱସନୀୟ ସୂତ୍ରରୁ ସୂଚନା ପ୍ରଦାନ କରାଯାଇଛି ଏବଂ ଏହାକୁ ଆଧାର ଭାବରେ ପ୍ରସଙ୍ଗ ସହିତ ଯୋଡ଼ା ଯାଇଥାଏ । ଯଦି ଏହାରି କିଛି ପୃଷ୍ଠା ଉଇକିପିଡ଼ିଆରେ ଅଛି ଯାହା ଉପରେ ଭବିଷ୍ୟତରେ ତର୍କ ବା ଅନୁସନ୍ଧାନ କରାଯାଇପାରେ, ତେବେ ଏଥିରେ ବିଶ୍ୱସନୀୟ ସୂତ୍ରରୁ ଆଧାର ଯୋଡ଼ିବା ନିହାତି ଜରୁରୀ । ଉଇକିପିଡ଼ିଆରେ କିଛି ନୂଆ ପୃଷ୍ଠା ତିଆରି କରିବା ଆଗରୁ କିମ୍ବା ନୂଆ ତଥ୍ୟ ଯୋଡ଼ିବା ଆଗରୁ ଉଇକିଆଳି ମାନଙ୍କୁ ସେହି ବିଷୟରେ ନିଜେ ଭଲ ଭାବରେ ଅନୁସନ୍ଧାନ କରି ସୂଚନା ଯୋଗାଡ କରି ନିଜ ଭାଷାରେ ବ୍ୟକ୍ତ କରିବାକୁ ପରାମର୍ଶ ଦିଆଯାଇଥାଏ । ଫଳରେ ଏହା ସମସ୍ତଙ୍କ ବୁଝିବା ପାଇଁ ସହଜ ହୋଇଥାଏ । ଉଇକିପିଡ଼ିଆରେ ଥିବା ତଥ୍ୟ ଗୁଡ଼ିକୁ ସର୍ବଦା ନିରପେକ୍ଷ ରଖିବାକୁ ପ୍ରାଧାନ୍ଯ ଦିଆଯାଇଥାଏ । ଭିନ୍ନ ଭିନ୍ନ ଭାଷାର ଉଇକିଆଳି,ସମ୍ପାଦନକାରୀ ତଥା ପରିଚାଳକମାନେ ସମସ୍ତେ ମିଳି ମିଶି ଏକ ସଂପ୍ରଦାୟ ଭାବରେ କାମ କରନ୍ତି ଓ ସମୟେ ସମୟେ ନିଜ ଉଇକିପିଡ଼ିଆ ପାଇଁ ନୀତି/ ନିର୍ଦ୍ଦେଶନାମା ଗୁଡ଼ିକୁ ଲେଖନ୍ତି ବା ବଦଳ/ସଂଶୋଧିତ କରନ୍ତି । ବିଭିନ୍ନ ଉଇକିପିଡ଼ିଆର ଆବଶ୍ୟକତା ଅନୁସାରେ ସେଥିରେ ନାନା ପ୍ରକାରର ଶ୍ରେଣୀ,ଛାଞ୍ଚ ତଥା ବିଭାଗ ଗୁଡ଼ିକୁ ବ୍ୟବହାର କରାଯାଇଥାଏ । ପ୍ରତ୍ଯେକ ଛାଞ୍ଚ ଓ ଶ୍ରେଣୀ ଗୁଡ଼ିକୁ ସମସ୍ତଙ୍କ ଅବଗତି ପାଇଁ ଭଲ ଭାବରେ ବ୍ୟାଖ୍ୟା ମଧ୍ୟ କାରାଯାଇଥାଏ । ) ଅନ୍ଯାନ୍ଯ ପୁରୁଣା କୌଣସି ଏନସାଇକ୍ଳୋପିଡ଼ିଆ ମାନଙ୍କଠାରୁ ଅଲଗା ଭାବରେ ଉଇକିପିଡ଼ିଆ ନିଜର ତଥ୍ୟ ଗୁଡ଼ିକର ସୁରକ୍ଷା ପାଇଁ "ପ୍ରୋକ୍ରାଷ୍ଟିନେସନ ଶୈଳୀ" (The procrastination principle) ଆପଣାଇଥାଏ । The procrastination principle dictates that you should wait for problems to arise before solving them. ଉଇକିପିଡ଼ିଆର ବଢୁଥିବା ଲୋକପ୍ରିୟତାକୁ ଦେଖି ଏହାର କେତେକ ଲୋକପ୍ରିୟ ସଂସ୍କରଣରେ ତଥ୍ୟ ଯୋଡିବା ଲାଗି କିଛି ପ୍ରକ୍ରିୟା ରଖାଯାଇଛି । ଯେପରିକି ଇଂରାଜୀ ଉଇକିପିଡ଼ିଆରେ କେବଳ ସଠିକ ଭାବରେ ପଞ୍ଜୀକୃତ ହୋଇଥିବା ଉଇକିଆଳିମାନେ ହିଁ ନୂଆ ପ୍ରସଙ୍ଗ ଗଢିପାରିବେ । ଏହା ଛଡା କିଛି ଗୁଡ଼ିଏ ପ୍ରସଙ୍ଗର ସମ୍ବେଦନଶୀଳତା ଓ ଗୁରୁତ୍ୱକୁ ନେଇ ସେଗୁଡ଼ିକ ପୂର୍ଣ୍ଣ ନିରାପଦ ଭାବରେ ରଖାଯାଇଥାଏ । ୨୦୦୨ ପରଠାରୁ କିଛି କ୍ଷେତ୍ରରେ "ପେଣ୍ଡିଙ୍ଗ ଚେଞ୍ଜେସ" (Pending changes-ନୂଆ ଉଇକିଆଳିଙ୍କଦ୍ୱାରା କରାଯାଇଥିବା ବଦଳ ଗୁଟିକ ଆଉ ଥରେ ମାଇନା କରିବା) ପ୍ରଣାଳୀ ମଧ୍ୟ ବ୍ୟବହାର ହେବାର ଦେଖିବାକୁ ମିଳିଥାଏ । ଯଦିଓ ଉଇକିପିଡ଼ିଆରେ କରାଯାଉଥିବା ସମସ୍ତ ବଦଳ ଗୁଡ଼ିକର ପୁନଃ ନିରୀକ୍ଷଣ ପାଇଁ କୌଣସି ପ୍ରକାରର ନିର୍ଦ୍ଧିଷ୍ଟ ପ୍ରଣାଳୀ ନାହିଁ, ତଥାପି ଉଇକିପିଡ଼ିଆରେ ବ୍ୟବହୃତ ଅନେକ ଗୁଡ଼ିଏ ସଫ୍ଟୱେର ଟୁଲଦ୍ୱାରା ସବୁ ବଦଳ ଗୁଡ଼ିକୁ ଦେଖାଯାଇପାରେ ଓ ବଦଳା ଯାଇପାରେ । ଉଇକିପିଡ଼ିଆର ସମସ୍ତ ଭାଗ ସହିତ ଜଡ଼ିତ ଇତିହାସ (History label)ଲେଖା ଏଥିରେ ମୁଖ୍ୟ ଭୂମିକା ନିଭାଇ ଥାଏ । Revisions with libelous content, criminal threats, or copyright infringements may be removed completely. ଉଇକି ପ୍ରସଙ୍ଗରେ କୌଣସି ପ୍ରକାର ବଦଳ, ଯାହାକି ଏହାର ତଥ୍ୟକୁ ନଷ୍ଟ କରେ ଅଥବା ବିପଥଗାମୀ କରିଥାଏ ବା ଉଇକିପିଡ଼ିଆର ନିୟମକୁ ଉଲ୍ଲଂଘନ କରିଥାଏ, ସେଗୁଡ଼ିକୁ ଉଇକିପିଡ଼ିଆ ନିୟମରେ "ଭାଣ୍ଡାଲିଜିମ" (Vandalism) କୁହାଯାଇଥାଏ । ଯେକୌଣସି ପ୍ରକାର ଅଦରକାରୀ ତଥା ବିଜ୍ଞାପନ ଭିତ୍ତିକ ତଥ୍ୟ ରଖିବାକୁ, କିମ୍ବା କୌଣସି ପ୍ରସଙ୍ଗରୁ ସମସ୍ତ ଲେଖା ଗୁଡ଼ିକୁ ଲିଭାଇ ଦେବାକୁ ମଧ୍ୟ ଭାଣ୍ଡାଲିଜିମ କୁହାଯାଏ । ସାଧାରଣତଃ ଏହି ଭାଣ୍ଡାଲିଜିମ ଗୁଡ଼ିକୁ ଖୋଜି ସଜାଡିବାକୁ କିଛି ମିନିଟ ସମୟ ଲାଗିଥାଏ । କିନ୍ତୁ ବେଳେବେଳେ ଏହା ଅପେକ୍ଷାକୃତ ଭାବରେ ଅଧିକ ସମୟ ମଧ୍ୟ ନେଇଥାଏ । ଉଇକିପିଡ଼ିଆରେ ପ୍ରସଙ୍ଗ ଗୁଡ଼ିକୁ ସମ୍ପାଦନା କରିବା ପାଇଁ ସମ୍ପାଦନର ପାଞ୍ଚଟି ସ୍ତମ୍ଭ ଓ ଏହା ସହିତ ସମ୍ପର୍କିତ ଅନେକ ନୀତିଗୁଡ଼ିକ ବିଷୟରେ ଜାଣିବାକୁ ପଡିଥାଏ । ଏହି ପଲିସି ଗୁଡ଼ିକୁ ସମୟେ ସମୟେ ପରିବର୍ତ୍ତନ ମଧ୍ୟ କରାଯାଇଥାଏ । ଉଇକିପିଡ଼ିଆ କେବଳ ସଠିକ ଭାବରେ ପ୍ରମାଣିତ ଓ ପ୍ରକାଶିତ ହୋଇଥିବା ତଥ୍ୟ ଗୁଡ଼ିକୁ ବ୍ୟବହାର କରିବାର ଅନୁମତି ଦିଏ । ଉଇକିପିଡ଼ିଆ ସର୍ବଦା ନିରପେକ୍ଷ ରହିଥାଏ । ଯେ କୌଣସି ବ୍ୟକ୍ତିଗତ ମନ୍ତବ୍ୟ ଯାହା ଏକ ପ୍ରସଙ୍ଗ ବାହାର ଉତ୍ସରୁ ଅଣାଯାଇଥାଏ, ତାକୁ ନିରପେକ୍ଷ ଭାବରେ ସଠିକ ଆଧାର ସହିତ ପ୍ରସଙ୍ଗରେ ବ୍ୟବହାର କରାଯାଇପାରେ । ଏହାକୁ "ନ୍ୟୁଟ୍ରାଲ ପଏଣ୍ଟ ଅଫ ଭିୟୁ" (Neutral point of view-NPOV) କୁହାଯାଇଥାଏ । ଉଇକି ସମ୍ପ୍ରଦାୟ thumb|right|ଉଇକିମାନିଆ thumb|ଉଇକିମାନିଆ ୨୦୧୬ ଉଇକିପିଡ଼ିଆରେ ଥିବା ପ୍ରତ୍ଯେକ ପ୍ରସଙ୍ଗ/ପୃଷ୍ଠା ଓ ପ୍ରତ୍ଯେକ ଉଇକିଆଳିମାନଙ୍କର ଏକ ଆଲୋଚନା ପୃଷ୍ଠା ରହିଥାଏ । ଏହା ଉଇକିଆଳି ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଆଲୋଚନା ଓ ମତ ଆଦାନ-ପ୍ରଦାନ ପାଇଁ ବ୍ଯବହାର ହୋଇଥାଏ । ଉଇକିଆଳିମାନେ ବେଳେବେଳେ ପରସ୍ପରକୁ ଧନ୍ୟବାଦ ଜ୍ଞାପନ କରିବା ପାଇଁ ଅଥବା ସେମାନଙ୍କ କାମର ପ୍ରଶଂସା କରି ସେମାନଙ୍କୁ ଏହି ଆଲୋଚନା ପୃଷ୍ଠାରେ ଆଦର ସନ୍ଦେଶ ବା ବାର୍ଣ୍ଣଷ୍ଟାର ପ୍ରଦାନ କରିଥାନ୍ତି । ଏହା କେବଳ ସେମାନଙ୍କର ଉଇକିରେ ଲେଖା ବା ଅବଦାନ ପାଇଁ ନୁହେଁ ବରଂ କିଛି ନୂଆ ଜିନିଷ ଶିଖିବାରେ ସାହାଜ୍ଯ କରିବା, କୌଣସି କର୍ମଶାଳା ବା ଅନ୍ୟ କୌଣସି ଉଲ୍ଲେଖନୀୟ ଅବଦାନ ପାଇଁ ଦିଆଯାଇଥାଏ । ଉଇକିପିଡ଼ିଆରେ କୌଣସି ସମ୍ପାଦକ କିମ୍ବା ଅବଦନକାରୀ ମାନଙ୍କୁ ସେମାନଙ୍କ ପ୍ରକୃତ ପରିଚୟ ଦେବାକୁ ବାଧ୍ୟ କରାଯାଏନି । ଏହା ସେମାନଙ୍କର ସଂପୂର୍ଣ୍ଣ ବ୍ୟକ୍ତିଗତ ଇଚ୍ଛା ଯେ ସେମନେ ନିଜର ପରିଚୟ ପ୍ରକାଶ କରିବେ କି ନାହିଁ । ସେଥିପାଇଁ ବେଳେବେଳେ "କେଉଁମାନେ ଉଇକିପିଡ଼ିଆରେ ସମ୍ପାଦନା କରିପାରିବେ ?" ବୋଲି ଏକ ପ୍ରମୁଖ ପ୍ରଶ୍ନ ସାମନାକୁ ଆସିଥାଏ ।{{cite web |url = http://citeseerx.ist.psu.edu/viewdoc/summary;jsessionid=5F2472BC3443736B94200AFDCECAC3C8?doi=10.1.1.212.8218 |title=Power of the Few vs. Wisdom of the Crowd: Wikipedia and the Rise of the Bourgeoisie |publisher=Viktoria Institute |first=Aniket |last=Kittur |format = PDF |accessdate=August 13, 2014 } ଉଇକିପିଡ଼ିଆରେ ଓ ଏହାର ସହ ପ୍ରକଳ୍ପ ଗୁଡ଼ିକରେ କିଛି ଅବଦାନକାରୀଙ୍କର ଗୋଟିଏ ଗୋଟିଏ ଦଳ ବିଶାଳ ପରିମାଣରେ ତଥ୍ୟ ଯୋଡି ଏହାକୁ ଅନ୍ୟ ପୁରୁଣା ଅନୁଷ୍ଠାନ ମାନଙ୍କ ସହିତ ସମକକ୍ଷ କରିପାରିଛନ୍ତି ବୋଲି ଏକଦା ଜିମି ୱେଲ୍ସ ମନ୍ତବ୍ୟ ଦେଇଥିଲେ । ୨୦୦୮ ମସିହାରେ "ସ୍ଳେଟ"(Slate) ନାମକ ପତ୍ରିକା ଭାଷା ସଂସ୍କରଣ thumb|left|upright=2.27|ବିଶ୍ୱର ବିଭିନ୍ନ ସ୍ଥାନରୁ ଉଇକିପିଡ଼ିଆର ବିଭିନ୍ନ ସଂସ୍କରଣ ଗୁଡ଼ିକର ଅବଦାନ ଗୁଡ଼ିକର ଏକ ଅନୁମାନ କାର୍ଯ୍ୟ ପ୍ରଣାଳୀ thumb|ଉଇକିମିଡ଼ିଆ ଫାଉଣ୍ଡେସନର ପ୍ରତୀକ ସଂସ୍କୃତିକ ମହତ୍ୱ ସମ୍ପର୍କିତ ପ୍ରକଳ୍ପ ବୈଷୟିକ ଅଧ୍ୟୟନ ପ୍ରିଡହୋରକୀ, ଜିଲିନ ଚେନ ,ଟୋନି.କେ. ଲ୍ୟାମ , କ୍ୟାଥେରିନ ପାଂସିଏରା, ଲୋରେନ ତରବୀନ ଏବଂ ଜନ ରିଏଡେଲ [http://portal.acm.org/citation.cfm?doid=1316624.1316663 ବର୍ଷ-୨୦୦୭, ଡ଼ି.ଓ.ଆଇ. : 1316624,131663. ପୁସ୍ତକ (ବେକରଙ୍କଦ୍ୱାରା ସଂଶୋଧିତ କରାଯାଇଥିବା ପୁସ୍ତକ बेकर) ଅନ୍ଯାନ୍ଯ ମିଡ଼ିଆ ସ୍ରୋତରୁ "ସି, ହୁ ଇଜ ଏଡିଟିଙ୍ଗ ଉଇକିପିଡ଼ିଆ – WIRED, August 14, 2007. "Is Wikipedia Cracking Up?" The Independent, February 3, 2009. "Wikipedia probe into paid-for 'sockpuppet' entries", BBC News', October 21, 2013. "The Decline of Wikipedia" , MIT Technology Review, October 22, 2013 Edits to Wikipedia pages on Bell, Garner, Diallo traced to 1 Police Plaza (March 2015), Capital ଆଧାର ଅଧିକା ଲିଙ୍କ ଶ୍ରେଣୀ:ଖୋଲା ଜ୍ଞାନକୋଷ ଶ୍ରେଣୀ:ଉଇକିମିଡ଼ିଆ ପ୍ରକଳ୍ପ ଶ୍ରେଣୀ:ଉଇକିପ୍ରକଳ୍ପ କମ୍ପ୍ୟୁଟର ବିଜ୍ଞାନ ଶ୍ରେଣୀ:କମ୍ପ୍ୟୁଟର ବିଜ୍ଞାନ
ଶ୍ରେୟା ଘୋଷାଲ
https://or.wikipedia.org/wiki/ଶ୍ରେୟା_ଘୋଷାଲ
ଶ୍ରେୟା ଘୋଷାଲ (ଜନ୍ମ ୧୨ ମାର୍ଚ ୧୯୮୪) ଜଣେ ଭାରତୀୟ ଗାୟିକା । ସେ ଅନେକ ଅସିମୀୟା, ଓଡ଼ିଆ, ବଙ୍ଗଳା, କନ୍ନଡ, ମାଲୟାଲମ, ମରାଠୀ, ପଞ୍ଜାବୀ, ତାମିଲ,ତେଲଗୁ ଭାଷା ପାଇଁ କଣ୍ଠଦାନ କରିଛନ୍ତି । ସେ ମଧ୍ୟ ଅନେକ ପପ ଆଲବମରେ କଣ୍ଠଦାନ କରିଛନ୍ତି । ଶ୍ରେୟା ସାରେ ଗା ମା ପା ପ୍ରତିଯୋଗିତା ପରେ ହିନ୍ଦୀ ଚଳଚ୍ଚିତ୍ରଦେବଦାସରୁ ତାଙ୍କ କ୍ୟାରିୟର ଆରମ୍ଭ ହେଲା, ଯାହାପାଇଁ ସେ ଫିଲ୍ମଫେୟାର ଆବାଡ ଶ୍ରେଷ୍ଠ ନାରୀ ପ୍ରଚ୍ଛଦପଟ ଗାୟକ ପାଇଁ ଫିଲ୍ମଫେୟାର ପୁରସ୍କାର ଓ ନୂଆ ସଙ୍ଗୀତ ପ୍ରତିଭା ପାଇଁ ଆର.ଡ଼ି. ବର୍ମନ ଫିଲ୍ମଫେୟାର ପୁରସ୍କାର ପାଇଥିଲେ । ତାହା ପରଠାରୁ ସେ ୨୦୦ରୁ ଅଧିକ ସିନେମାରେ ଗାଇ ସାରିଛନ୍ତି ଏବଂ ୪ଟି ଜାତୀୟ ଓ ୪ଟି ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି । ଜୀବନକାଳ ପ୍ରାରମ୍ଭିକ ଜୀବନ ଶ୍ରେୟା ଏକ ବଙ୍ଗାଳୀ ହିନ୍ଦୁ, ବ୍ରାହ୍ମଣ ପରିବାରରେ ଦୁର୍ଗାପୁର,ପଶ୍ଚିମବଙ୍ଗରେ ଜନ୍ମ ନେଇଥିଲେ । ତାଙ୍କ ପୁର୍ବପୁରୁଷମାନେ ବଙ୍ଗଳାଦେଶର ଢାକାରୁ ଆସିଥିଲେ । ସେ ଏକ ଛୋଟ ସହର ରାଓତଭାଟା,କୋଟା, ରାଜସ୍ଥାନରେ ପିଲାଦିନ କାଟିଛନ୍ତି । "Shreya Ghoshal's Profile". Sa Re Ga Ma. Retrieved 7 January 2011. ଡିସ୍କୋଗ୍ରାଫି ବେନ୍ଧେଛି ବୀନା (୧୯୯୮) ଓ ତୋଟା ପାଖି ରେ (୧୯୯୮) ଏକତୀ କଥା (୧୯୯୯) ମୁଖର ପୋରାଗ (୨୦୦୦) ରୂପସୀ ରାତି (୨୦୦୦) ବନମାଳୀ ରେ (୨୦୦୨) ଜାବୋ ତେପନ୍ତୋର (୨୦୦୩) ଆକଶେର ମୁଖମୁଖୀ (୨୦୦୨) ସ୍ୱପ୍ନେର ପାଖ (୨୦୦୩) ଠିକାନା (୨୦୦୬) ଉସ୍ତାଦ ଏଣ୍ଡ ଦି ଦିଭାସ (୨୦୦୬) କ୍ରିଷ୍ନା ବିନା ଅଛେ କେ (୨୦୦୭) କନଡାଉ ବିଟ୍ଠାଲୁ (୨୦୦୭) ଜୀତେ ଦାଓ ଆମୟ (୨୦୦୮) ମଝି ଗାନୀ - ଶ୍ରେୟା ଘୋଷାଲ (୨୦୦୮) ଏ ଟ୍ରିବ୍ୟୁଟ ଟୁ ଆର.ଡ଼ି. ବର୍ମନ (୨୦୧୦) ଏଇ ଆକାଶ ତୋମାରି ରିମ ଝିମ ତୁମି ବୋଲ ଆମି ଶୁଣି ପୁରସ୍କାର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୦୩: ଶ୍ରେଷ୍ଟ ପ୍ରଚ୍ଛଦପଟ ନାରୀ ଗାୟୀକା ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର - " ବୈରି ପିୟା"(ଦେବ୍‌ଦାସ୍‌- ହିନ୍ଦୀ) ୨୦୦୬: ଶ୍ରେଷ୍ଟ ପ୍ରଚ୍ଛଦପଟ ନାରୀ ଗାୟୀକା ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର - "ଧିରେ ଜଲ୍‌ନା"(ପହେଲି-ହିନ୍ଦୀ) ୨୦୦୮:ଶ୍ରେଷ୍ଟ ପ୍ରଚ୍ଛଦପଟ ନାରୀ ଗାୟୀକା ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର - "ୟେ ଇସ୍କ ହାୟେ"(ଜବ୍‌ ଉଇ ମେଟ୍‌-ହିନ୍ଦୀ) ୨୦୦୯:ଶ୍ରେଷ୍ଟ ପ୍ରଚ୍ଛଦପଟ ନାରୀ ଗାୟୀକା ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର - "ଜିଭ୍‌ ରଙ୍ଗଲା"(ଜୋଗୱା -ମରାଠି) ଏବଂ "ଫେରାରି ମୋନ୍"(ଅନ୍ତହିନ୍-ବଙ୍ଗାଳୀ) ଆଧାର ବାହାର ଲିଙ୍କ ଶ୍ରେଣୀ:ସାରେ ଗା ମା ପା ପ୍ରାର୍ଥୀ ଶ୍ରେଣୀ:ଜାତୀୟ ଫିଲ୍ମ ପୁରସ୍କାର ବିଜେତା ଶ୍ରେଣୀ:ଫିଲ୍ମଫେୟାର ପୁରସ୍କାର ବିଜେତା ଶ୍ରେଣୀ:ସଙ୍ଗୀତକାର ଶ୍ରେଣୀ:୧୯୮୪ ଜନ୍ମ ଶ୍ରେଣୀ:ଜୀବିତ ବ୍ୟକ୍ତି ଶ୍ରେଣୀ:ଭାରତୀୟ ଫିଲ୍ମ ଗାୟକ ଶ୍ରେଣୀ:ଭାରତୀୟ ନାରୀ ଗାୟକ ଶ୍ରେଣୀ:ବଲିଉଡ଼ ପ୍ରଚ୍ଛଦପଟ ଗାୟକ
ଜନ୍ମଦାତା (୧୯୭୮ର ଚଳଚ୍ଚିତ୍ର)
https://or.wikipedia.org/wiki/ଜନ୍ମଦାତା_(୧୯୭୮ର_ଚଳଚ୍ଚିତ୍ର)
କେ. ଏଚ. ଡ଼ି. ରାଓଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ସିନେମା ଜନ୍ମଦାତା - ୧୯୭୮ ମସିହାରେ ମୁକ୍ତିଲାଭ କରିଥିଲା । ଏହି ସିନେମାରେ ପ୍ରମୁଖ ଅଭିନୟ କରିଥିଲେ | ଅଭିନୟରେ ଓଡ଼ିଆଚଳଚ୍ଚିତ୍ର ‘ଜନ୍ମଦାତା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ରିତା ଚାନ୍ଦ ରାଧା ପଣ୍ଡା ଶ୍ରୀରାମ ପଣ୍ଡା ଶରତ ପୂଜାରୀ ମହାଶ୍ୱେତା ରାୟ ଜୟୀରାମ ସାମଲ ଦ୍ରଷ୍ଟବ୍ୟ ଶ୍ରେଣୀ:୧୯୭୮ର ଓଡ଼ିଆ କଥାଚିତ୍ର
ଅଶାନ୍ତ ଗ୍ରହ
https://or.wikipedia.org/wiki/ଅଶାନ୍ତ_ଗ୍ରହ
ଶରତ ପୂଜାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ସିନେମା ଅଶାନ୍ତ ଗ୍ରହ ୧୯୮୨ ମସିହାରେ ମୁକ୍ତିଲାଭ କରିଥିଲା । ଚଳଚ୍ଚିତ୍ରର ବହୁଭାଗ ପଶ୍ଚିମ ଓଡ଼ିଶାର ସମ୍ଭଲପୁର ଓ ସୁନ୍ଦରଗଡ଼ ଆଦି ସ୍ଥାନରେ ସୁଟିଙ୍ଗ କରାଯାଇଥିଲା । ଅଭିନୟରେ ଏହି କଥାଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ : ହେମନ୍ତ ଦାସ ଶରତ ପୂଜାରୀ ମହାଶ୍ୱେତା ରାୟ ଉତ୍ତମ ମହାନ୍ତି ଅନୀତା ଦାସ ଦେବୁ ବୋଷ ସୁଜାତା ଆନନ୍ଦ ଜୟୀରାମ ସାମଲ ଗୀତାରାଣୀ ବିଭୂତିhttp://www.telegraphindia.com/1110903/jsp/orissa/story_14458994.jsp ଗୀତ ରଚନା ଅକ୍ଷୟ ମହାନ୍ତି ବୃନ୍ଦାବନ ଜେନା ଗଙ୍ଗାଧର ମେହେର କଣ୍ଠଦାନ ଅକ୍ଷୟ ମହାନ୍ତି ପ୍ରଣବ ପଟ୍ଟନାୟକ ତୃପ୍ତି ଦାସ ଗୀତା ପଟ୍ଟନାୟକ ଫକୀର ପଟ୍ଟନାୟକ ପୂର୍ଣ୍ଣପ୍ରଭା ବହିଦାରhttp://sambad.in/news/entertainment/asantagraha-odia-movie/79031.html ଆଧାର ବାହାର ଆଧାର ଶ୍ରେଣୀ:୧୯୮୨ର ଓଡ଼ିଆ କଥାଚିତ୍ର
ସୀତାକାନ୍ତ ମହାପାତ୍ର
https://or.wikipedia.org/wiki/ସୀତାକାନ୍ତ_ମହାପାତ୍ର
ସୀତାକାନ୍ତ ମହାପାତ୍ର (ଜନ୍ମ ୧୭ ସେପ୍ଟେମ୍ବର ୧୯୩୭) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ କବି ଓ ସାହିତ୍ୟ ସମାଲୋଚକ । ସେ ଭାରତୀୟ ପ୍ରଶାସନିକ ସେବା (ଆଇ.ଏ.ଏସ.)ରେ ୧୯୬୧ରୁ ଦୀର୍ଘକାଳ ଧରି କାମ କରିବା ପରେ ୧୯୯୫ରେ ଅବସର ନେଇ ଦିଲ୍ଲୀର ନ୍ୟାସନାଲ ବୁକ ଟ୍ରଷ୍ଟର ସଭାପତି ଭାବରେ କାମ କରିଆସୁଛନ୍ତି । ଜ୍ଞାନପୀଠ ପୁରସ୍କାର ପାଇବାରେ ସେ ହେଉଛନ୍ତି ୩ୟ ଓଡ଼ିଆ । ରଚନାବଳୀ କବିତା ଦୀପ୍ତି ଓ ଦ୍ୟୁତି (୧୯୬୩) ଅଷ୍ଟପଦୀ (୧୯୬୭) (ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର) ଶବ୍ଦର ଆକାଶ (୧୯୭୧) (କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର) ସମୁଦ୍ର (୧୯୭୭) ସାରହୁଲର ଜହ୍ନ (ମୁଣ୍ଡା ମାନଙ୍କ କବିତା) (୧୯୭୭) ଚିତ୍ରନଦୀ (୧୯୭୯) ଆର ଦୃଶ୍ୟ (୧୯୮୧)(ଶାରଳା ପୁରସ୍କାର) ସମୟର ଶେଷ ନାମ (୧୯୮୪) କାହାକୁ ପୁଚ୍ଛିବା କୁହ (୧୯୮୭) ଚଢେଇରେ ତୁ କି ଜାଣୁ (୧୯୯୦) ଫେରି ଆସିବାର ବେଳ (୧୯୯୧) ଶ୍ରେଷ୍ଠ କବିତା (୧୯୯୨) ବର୍ଷା ସକାଳ (୧୯୯୩) ପାଦ ଚିହ୍ନ ( ୧୯୯୬) ମୃତ୍ୟୁର ଅସୀମ ଧୈର୍ଯ୍ୟ (୧୯୯୭) ନିର୍ବାଚିତ କବିତା (୧୯୯୮) କପଟ ପାସ (୨୦୦୦) ଅସରନ୍ତି ପିଲାଦିନ, ମଗଧ ଓ ଅନ୍ୟାନ କବିତା ( ୨୦୦୨)(ଅନୁବାଦ) ସୂର୍ଯ୍ୟ ତୃଷ୍ଣା (୨୦୦୨)(ଅନୁବାଦ) ପ୍ରଦକ୍ଷିଣା ( ୨୦୦୨) କବିତା ଓ ପିଲାଦିନ (୨୦୦୨) ସାରା ଜୀବନ ଲୋକଟା (୨୦୦୪) ଭାରତବର୍ଷ (୨୦୦୬) କୁନି ଚଢ଼େଇ ଓ ଭିନ୍ନ ଆକାଶ (୨୦୦୬) ସ୍ୱର ଓ ସ୍ୱପ୍ନର ସିଫୋନୀ (୨୦୦୭) ହାତ ପାପୁଲିରେ ଇନ୍ଦ୍ରଧନୁ (୨୦୧୦) ଅସଫଳ ଆରୋପ (୨୦୧୧) ଆଉ କେବେ ଆସ ଋତୁସଂହାର (୨୦୨୩) ପ୍ରତି ଅକ୍ଷରରେ ମୋର ପୁନର୍ଜନ୍ମ (୨୦୧୪) ପକ୍ଷୀ ଏକେଲା (୨୦୧୭) ପଡୋଶୀ ଓ ଅନ୍ୟାନ୍ୟ କବିତା (୨୦୧୮) ବେଶି କିଛି କହିବାର ନାହିଁ (୨୦୧୮) ପ୍ରବନ୍ଧ ଭିନ୍ନ ଆକାଶ ଭିନ୍ନ ଦୀପ୍ତି (୧୯୭୮) ନିଶଙ୍ଗ ମଣିଷ (୧୯୮୦) ଶବ୍ଦ, ସ୍ୱପ୍ନ ଓ ନିର୍ଭୀକତା (୧୯୯୦) ଅନ୍ଧାରର ଝୋଟି ଚିତ୍ର (୧୯୯୦) ସମୟର ଆରପାରି (୧୯୯୮) ଭ୍ରମଣକାହାଣୀ ଅନେକ ଶରତ (୧୯୮୧) ତାଳପତ୍ର ଉପରେ ଉଷାବିଳାସ ଇଂରାଜୀ The curve of meaning (୧୯୭୪) Bare foot in two reality (୧୯୭୫) Gestures of Intimacy (୧୯୭୬) Bhima Bhoi (୧୯୮୩) Modernisation & Ritual (୧୯୮୬) Tradition & Modern Artist (୧୯୮୭) Mohabharat & Modern India Literature (୧୯୮୮) Jagannath Dash (୧୯୯୦) Tribal Wall Paintings of Orissa (୧୯୯୧) Tribal Life and Culture of Orissa (୧୯୯୨) The ruined Temple and other poems, 1996 (କବିତା, ଅନୁବାଦ) Unending Rhythms (ଓଡ଼ିଶାର ଆଦିବାସୀଙ୍କ ବୋଲା କବିତା, ଅନୁବାଦ) ପଦ, ପୁରସ୍କାର ଓ ସମ୍ମାନ ପଦ ସେକ୍ରେଟେରି, ସଂସ୍କୃତି, ଭାରତ ସରକାର ପ୍ରେସିଡେଣ୍ଟ, ଇଉନେସ୍କୋର ଶତକ ବ୍ୟାପୀ ସଂସ୍କୃତିକ ବିକାଶ (୧୯୯୪-୧୯୯୬) ହାରଭାର୍ଡ଼ ବିଶ୍ୱବିଦ୍ୟାଳୟର ବୟୋଜ୍ୟଷ୍ଠ କର୍ତ୍ତା ଇଣ୍ଟରନ୍ୟାସନାଲ ଏକାଡେମି ଅଫ ପଏଟସ, କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟର ସମ୍ମାନନୀୟ କର୍ତ୍ତା ନ୍ୟାସନାଲ ବୁକ ଟ୍ରଷ୍ଟ, ଦିଲ୍ଲୀର ସଭାପତି ପୁରସ୍କାର ଓ ସମ୍ମାନ ପଦ୍ମ ବିଭୂଷଣ, ୨୦୧୦ ପଦ୍ମ ଭୂଷଣ, ୨୦୦୩ ଜ୍ଞାନପୀଠ ସମ୍ମାନ (୧୯୯୩) - ଜୀବନ ବ୍ୟାପି ସାହିତ୍ୟ ସର୍ଜନା ପାଇଁ ଶାରଳା ପୁରସ୍କାରଶାରଳା ପୁରସ୍କାର ସମ୍ମାନିତଙ୍କ ତାଲିକା (୧୯୮୫) - ଆର ଦୃଶ୍ୟ ପୁସ୍ତକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୧୯୬୯) - ଅଷ୍ଟପଦୀ ପୁସ୍ତକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (୧୯୭୪) - ଶବଦର ଆକାଶ ପୁସ୍ତକ ପାଇଁhttp://odisha.gov.in/e-magazine/orissaannualreference/ORA-2011/pdf/87-89.pdf ବିଷୁବ ପୁରସ୍କାର, ୧୯୮୩ ପ୍ରଜାତନ୍ତ୍ର ପ୍ରଚାର ସମିତି ଝଙ୍କାର ପୁରସ୍କାର (କବିତା), ୧୯୭୧ ସର୍ବୋଚ୍ଚ ସମ୍ମାନ, ସୋକା ବିଶ୍ୱବିଦ୍ୟାଳୟ, ଟୋକିଓ (୨୦୦୧) ପିପୁଲ ଅଫ ଦି ଇୟର ୨୦୧୫(ଲିମକା ବୁକ ଅଫ ରେକର୍ଡ୍ସର ୨୬ତମ ସଂସ୍କରଣରେ ଭାରତୀୟ ସାହିତ୍ୟକୁ ଅବଦାନ ପାଇଁ, ସ୍ଥାନ ପାଇଥିବା ୧୫ଜଣ ଭାରତୀୟ ସାହିତ୍ୟିକମାନଙ୍କ ମଧ୍ୟରୁ ଜଣେ) ସାହିତ୍ୟ ଭାରତୀ ସମ୍ମାନ, ୨୦୧୦ ଉତ୍କଳ ରତ୍ନ ସମ୍ମାନ (ଉତ୍କଳ ସାହିତ୍ୟ ସମାଜଦ୍ୱାରା ପ୍ରଦତ୍ତ) - ୨୦୧୯ ଆଧାର ଅଧିକ ତଥ୍ୟ The Library of Congress ଶ୍ରେଣୀ:୧୯୩୭ ଜନ୍ମ ଶ୍ରେଣୀ:ଜୀବିତ ବ୍ୟକ୍ତି ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ ସମ୍ମାନିତ ଶ୍ରେଣୀ:ବିଷୁବ ପୁରସ୍କାର ସମ୍ମାନିତ ଶ୍ରେଣୀ:ଶାରଳା ପୁରସ୍କାର ବିଜେତା ଶ୍ରେଣୀ:ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଆ ସାହିତ୍ୟିକ ଶ୍ରେଣୀ:ପଦ୍ମ ଭୂଷଣ ସମ୍ମାନିତ ଶ୍ରେଣୀ:ପଦ୍ମ ବିଭୂଷଣ ସମ୍ମାନିତ ଶ୍ରେଣୀ:ଉତ୍କଳ ରତ୍ନ ସମ୍ମାନିତ ଶ୍ରେଣୀ:ଝଙ୍କାର ପୁରସ୍କାର ସମ୍ମାନିତ ଶ୍ରେଣୀ:ଓଡ଼ିଆ କବି ଶ୍ରେଣୀ:ଓଡ଼ିଆ ସାହିତ୍ୟିକ
ଜଗତସିଂହପୁର
https://or.wikipedia.org/wiki/ଜଗତସିଂହପୁର
ଜଗତସିଂହପୁର, ଭାରତୀୟ ରାଜ୍ୟ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ଏକ ସହର । ଏହା ଜଗତସିଂହପୁର ଜିଲ୍ଲାର ସଦର ମହକୁମା । କଟକଠାରୁ ଏହାର ଦୂରତା ୪୧ କିଲୋମିଟର । ଭୁଗୋଳ ଜଗତସିଂହପୁର ୨୦°୨୭'ଉତ୍ତର, ୮୬°୧୭' ପୂର୍ବରେସ୍ଥିତ ଅଛି । ଇତିହାସ ଏହାର ପୁରୁଣା ନାଁ ହରିହରପୁର ଥିଲା ।ଶତାବ୍ଦୀର ସୂର୍ଯ୍ୟ , ସୁରେନ୍ଦ୍ର ମହାନ୍ତି , ପୃଷ୍ଠା-୪୫, ପ୍ରଥମ ପ୍ରକାଶନ-୧୯୭୦ 'ଜଗତ ସିଂହ' ଜାମ୍ମୁ ଅଞ୍ଚଳର ଜଣେ 'ପଠାଣିଆ ରାଜପୁତ' ଥିଲେ (ପଠାଣମାନଙ୍କର ଆକ୍ରମଣ ପ୍ରତିରୋଧ କରିଥିବାରୁ ସେମାନଙ୍କୁ ପଠାଣିଆ ରାଜପୁତ କୁହାଯାଉଥିଲା) ଓ ତାଙ୍କ ନାଁରେ ରାଜ୍ୟର ନାମ ଜଗତସିଂହପୁର ହୋଇଥିଲା । ପ୍ରମୁଖ ଶିକ୍ଷା ଅନୁଷ୍ଠାନ ସ୍ୱାମୀ ବିବେକାନନ୍ଦ ସ୍ମାରକୀ ସ୍ୱୟଂଶାସିତ ମହାବିଦ୍ୟାଳୟ । ଏହା ଲୋକମୁଖରେ ଏସ.ବି.ଏମ (SVM) ଭାବେ ପରିଚିତ । ଏହା ମୃତ ଅଳକା ନଦୀର ବାଲି ଉପରେ ଗଢ଼ା ହୋଇଛି । ଶ୍ରୀକୃଷ୍ଣ ଏକାଡେମୀ , ଓଡ଼ିଶାର ପ୍ରାଚୀନତମ ଶିକ୍ଷା ଅନୁଷ୍ଠାନ ମଧ୍ୟରୁ ଅନ୍ୟତମ । ଏହା ଏସ.କେ. ଏକାଡେମୀ (S.K. Academy) ଭାବେ ଜଣାଶୁଣା । ବାଲିକୁଦା ଉଚ୍ଚ ବିଦ୍ୟାଳୟ, ଓଡ଼ିଶାର ସର୍ବପୁରାତନ ବିଦ୍ୟାଳୟ ମଧ୍ୟରୁ ଗୋଟେ । ଏହା ବାଲିକୁଦା ବ୍ଲକ ଅନ୍ତର୍ଗତ ବାଲିକୁଦାରେ ଅବସ୍ଥିତ। ଦର୍ଶନୀୟ ସ୍ଥାନ ମା ଶାରଳା ମନ୍ଦୀର ପାରାଦ୍ୱୀପ ବନ୍ଦର ଗାରେଇ ଆଶମ କିପରି ଯିବେ କଟକରୁ ରେଳ ଯୋଗେ ପାରାଦୀପ ସଂଯୋଗ ହୋଇଛି । ଗୋରଖନାଥଠାରେ ମଧ୍ୟ ଏକ ଷ୍ଟେସନ ଅଛି , ସେଠାରୁ ଜଗତସିଂହପୁରର ଦୂରତା ୧୦ କି.ମି । କଟକ , ଭୂବନେଶ୍ୱର ସହ ଏହି ସହରକୁ ସବୁ ବେଳେ ବସ ଚଳାଚଳ କରିଥାଏ । ଆଧାର ଅଧିକ ଦେଖନ୍ତୁ ଶ୍ରେଣୀ:ଜଗତସିଂହପୁର ଜିଲ୍ଲା
କିଶୋରୀ ଚରଣ ଦାସ
https://or.wikipedia.org/wiki/କିଶୋରୀ_ଚରଣ_ଦାସ
କିଶୋରୀ ଚରଣ ଦାସ (୧ ମାର୍ଚ୍ଚ ୧୯୨୪ - ୧୭ ଅଗଷ୍ଟ ୨୦୦୪ ) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପ୍ରାପ୍ତ ଲେଖକ । ସେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଲେଖୁଥିଲେ ।http://www.loc.gov/acq/ovop/delhi/salrp/kishoricharandas.html ବାଲ୍ୟ ଜୀବନ ଓ ଶିକ୍ଷା କିଶୋରୀ ଚରଣ, କଟକର ଖଟବିନ ସାହିରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ବିପ୍ର ଚରଣ ଦାସ ଓ ମାତା ସୀତାମଣି ଦେବୀ । ସେ ସମୟ ପୂର୍ବରୁ ଜନ୍ମ ହୋଇଥିବା ଜଣେ ଶିଶୁ ଥିଲେ । ଅତ୍ୟଧିକ ମୋଟା ହୋଇଯିବାରୁ ଶୈଶବରେ ୪ବର୍ଷ ହେବା ପର୍ଯ୍ୟନ୍ତ ତାଙ୍କର ଶାରୀରିକ ବିକାଶ ସ୍ୱଭାବିକ ନଥିଲା । ଗୋଟିଏ 'କେଶବ କଣ୍ଢେଇ' ପ୍ରତି ତାଙ୍କର ବିଶେଷ ଆକର୍ଷଣ ଥିବା ଯୋଗୁ, ଜେଜେବାପା ନାମ ଦେଇଥିଲେ 'କେଶବ' । କେଶବରୁ ଗ୍ଲେହାନାମ କେଶ ଓ ପରେ 'କିଶୋରୀ ଚରଣ' ହୋଇଥିଲା । ତାଙ୍କର ପିତା ଜିଲ୍ଲା ଜଜ୍ ଭାବେ କାର୍ଯ୍ୟ କରିଥିଲେ ଓ ବଦଳି ଚାକିରି ଯୋଗୁଁ, କିଶୋରୀଙ୍କ ପିଲାଦିନ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିତିଥିଲା । ସେ କେନ୍ଦ୍ରାପଡ଼ା ହାଇସ୍କୁଲରୁ ମାଟ୍ରିକ, ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଓ ପାଟଣା ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର ପାଠ ପଢ଼ିଥିଲେ । ବୃତ୍ତିଗତ ଜୀବନ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଭାବରେ କିଶୋରୀ ଚରଣ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ । ତିନି ବର୍ଷ ପରେ ଇଣ୍ଡିଆନ ଅଡିଟ ଆଣ୍ଡ ଆକାଉଣ୍ଟସ ସର୍ଭିସରେ ଯୋଗ ଦେଇଥିଲେ । ଚାକିରି ଜୀବନର କୋଡ଼ିଏ ବର୍ଷ ବିତିଥିଲା କଲିକତା ଓ ନୂଆ ଦିଲ୍ଲୀରେ । ବିଦେଶରେ ମଧ୍ୟ କିଛି କାଳ ରହିଥିଲେ । ସାହିତ୍ୟ ସର୍ଜନା ଜୀବନର ବହୁ ବର୍ଷ ଓଡ଼ିଶା ବାହାରେ ବିତାଇଥିଲେ ମଧ୍ୟ, କିଶୋରୀଙ୍କର ସାହିତ୍ୟରେ ଓଡ଼ିଆ ଜୀବନର ପ୍ରତିଛବି ଦେଖିବାକୁ ମିଳୁଥିଲା । ସେ ସାତ ଖଣ୍ଡ ଉପନ୍ୟାସ ଓ କୋଡ଼ିଏ ଖଣ୍ଡ ଗଳ୍ପ ସଂକଳନ ରଚନା କରିଛନ୍ତି । 'ନବୀନ' ପତ୍ରିକାରେ ପ୍ରକାଶିତ 'ପରଦା ତଳେ' ତାଙ୍କର ପ୍ରଥମ ପ୍ରକାଶିତ ଗଳ୍ପ ଥିଲା । ପ୍ରଥମେ କବିତା ଓ ପରେ ଗଳ୍ପ ଏବଂ ଉପନ୍ୟାସକୁ ଓହ୍ଲାଇଥିଲେ କିଶୋରୀ ଚରଣ । ମଧ୍ୟବିତ ଶ୍ରେଣୀର ଜୀବନ ସଂଗ୍ରାମ ତାଙ୍କ ରଚନାରେ ବିଶେଷ ଭାବରେ ଦେଖିବାକୁ ମିଳେ ।http://odisha.gov.in/literature/stories.htm "ଲେଖିବାକୁ ଭଲଲାଗେ; ତେଣୁ, ସେ ଲେଖୁଥିଲେ" ବୋଲି କହିଥିଲେ କିଶୋରୀ ଚରଣ । କ୍ଷୁଦ୍ର ଗଳ୍ପ ଭଙ୍ଗା ଖେଳଣା (୧୯୬୧) ଘର ବାହୁଡ଼ା (୧୯୬୮) (୧୯୭୩ ମସିହାରେ ଏହାର କାହାଣୀକୁ ଆଧାର କରି ଘର ବାହୁଡ଼ା କଥାଚିତ୍ର ନିର୍ମିତ ହୋଇଥିଲା ।) ମଣିହାର (୧୯୭୦) ଠାକୁର ଘର (୧୯୭୫) ଖେଳର ନାମ ରଙ୍ଗ (୧୯୮୨) ଭିନ୍ନ ପାଉଁଶ (୧୯୮୪) ଶୀତ ଲହର (୧୯୮୬) ନିଜ ସଞ୍ଜ (୧୯୯୨) ତରଙ୍ଗ (୧୯୯୭) ଲକ୍ଷ ବିହଙ୍ଗ ନାଲି ଗୁଲୁ ଗୁଲୁ ସାଧବ ବୋହୁ ଗମନ ତ୍ରୟୋବିଂଶ ମୃତ୍ୟୁ ସଞ୍ଜ ଲେଉଟାଣି ନେତ ଓ ନେତ୍ରମଣୀ ଶାନ୍ତ ଅପରାହ୍ନ ଶେଷ ଗଳ୍ପ ପରଦା ତଳେ ଓ ଅନ୍ୟାନ୍ୟ ଗଳ୍ପ ଧବଳ ଆକାଶ ଥରୁଟିଏ ଉପନ୍ୟାସ ସାତଟି ଦିନର ସତି (୧୯୯୩) ସକାଳ ସନ୍ତାନ ସ୍ୱର୍ଗସୀମା (୧୯୯୮) ★ ନେତା ଓ ନେତ୍ରମଣି ★ ତମ ଆମ ସମୟର ଶତାବ୍ଦୀ ଭ୍ରମଣ କାହାଣୀ ଚେନାଏ ପୃଥିବୀ ଚିରୁଡାଏ ଘର ଅନ୍ୟାନ୍ୟ ଲେଖକର ସଂସାରhttp://www.orissadiary.com/personality/writer/KISHORICHARAN%20DAS%20.asp Death of an Indian(୧୯୮୪) : ଇଂରାଜୀ ଗଳ୍ପ ସଂକଳନ The midnight Moon and Other Stories (୧୯୯୩) : ଇଂରାଜୀ ଗଳ୍ପ ସଂକଳନ Faces in the Dark(୧୯୮୦) : ଇଂରାଜୀ କବିତା ସଂକଳନ ଆତ୍ମଚରିତ ସମୟ ନାହିଁ ପଦ ଓ ସମ୍ମାନ ସମ୍ମାନ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୬: 'ଠାକୁର ଘର' ପାଇଁhttp://odisha.gov.in/e-magazine/orissaannualreference/ORA-2005/pdf/recipients_of_kendra_sahitya.pdf ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୪ : ମଣିହାର ପାଇଁ ଶାରଳା ପୁରସ୍କାର, ୧୯୮୬ : ଭିନ୍ନ ପାଉଁଶ ପାଇଁ ଶାରଳା ପୁରସ୍କାର ବିଜେତାଙ୍କ ତାଲିକା ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୭୪ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ) ବିଷୁବ ପୁରସ୍କାର, ୧୯୯୨http://www.odisha360.com/odia-personalities/kishori-charan-das/ ଶେଷଜୀବନ କିଶୋରୀ ଚରଣ ୨୦୦୪ ଅଗଷ୍ଟ ୧୭ତାରିଖରେ ମୃତ୍ୟୁବରଣ କରିଥିଲେ । ଶେଷଜୀବନ ସେ ନିଜ ଜନ୍ମସ୍ଥାନ ଖଟବିନ ସାହିରେ ହିଁ ବିତେଇଥିଲେ । ତାଙ୍କ ସ୍ମୃତିରେ କିଶୋରୀ ସାହିତ୍ୟ ସଂସଦ ତରଫରୁ ପ୍ରତିବର୍ଷ "କିଶୋରୀ ଚରଣ ଦାସ ସାହିତ୍ୟ ପୁରସ୍କାର" ପ୍ରଦାନ କରାଯାଏ ।http://www.telegraphindia.com/1130303/jsp/odisha/story_16625096.jsp#.VdG5ALUwDSg ଆଧାର ଅଧିକ ତଥ୍ୟ ଶ୍ରେଣୀ:୧୯୨୪ ଜନ୍ମ ଶ୍ରେଣୀ:୨୦୦୪ ମୃତ୍ୟୁ ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଆ ସାହିତ୍ୟିକ ଶ୍ରେଣୀ:ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଶ୍ରେଣୀ:ଝଙ୍କାର ପୁରସ୍କାର ସମ୍ମାନିତ ଶ୍ରେଣୀ:ଶାରଳା ପୁରସ୍କାର ବିଜେତା ଶ୍ରେଣୀ:ବିଷୁବ ପୁରସ୍କାର ସମ୍ମାନିତ ଶ୍ରେଣୀ:କଟକ ଜିଲ୍ଲାର ଲୋକ ଶ୍ରେଣୀ:ଓଡ଼ିଆ ଗାଳ୍ପିକ ଶ୍ରେଣୀ:ଓଡ଼ିଆ ସାହିତ୍ୟିକ
ଗୋପାଳ ଛୋଟରାୟ
https://or.wikipedia.org/wiki/ଗୋପାଳ_ଛୋଟରାୟ
ଗୋପାଳ ଛୋଟରାୟ (୨୦ ଅପ୍ରେଲ ୧୯୧୬ - ୨୨ ଜାନୁଆରୀ ୨୦୦୩) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଆ ନାଟ୍ୟକାର । ଓଡ଼ିଶାର ଗୀତିନାଟ୍ୟ, ପାଲା, ଗହନ ଆଦିରେ ସଂସ୍କାର ଆଣିବାରେ ସେ ପ୍ରୟାସ କରିଥିଲେ । ସାଧାରଣ ମଣିଷର ଜୀବନଧାରଣ ଓ ନିତିଦିନିଆ ଚଳଣିକୁ ନେଇ ତାଙ୍କର ନାଟକସବୁ ଜୀବନ୍ତ ।http://www.loc.gov/acq/ovop/delhi/salrp/chhotray.html ସେ ଶତାଧିକ ମଞ୍ଚ ଓ ବେତାର ନାଟକ ଏବଂ ଅନେକ ଚଳଚ୍ଚିତ୍ରରେ ସଂଳାପ ରଚନା କରିଛନ୍ତି । ସେ ମଧ୍ୟ ଅନେକ ହିନ୍ଦୀ, ମରାଠୀ ଓ ଗୁଜରାଟୀର ନାଟକକୁ ଓଡ଼ିଆ ଭାଷାରେ ରୂପାନ୍ତର କରିଛନ୍ତି । ସାହିତ୍ୟ ସର୍ଜନା ନାଟକ ଶ୍ରୀଗଣେଷ ମହିଷମର୍ଦ୍ଦିନୀ ଜନ୍ମାଷ୍ଟମୀ ଶ୍ରୀଜଗନ୍ନାଥ କପଟପାଶା ଘରବରା ଦେଖା ନ ପାହୁ ରାତି ନ ମରୁ ପତି ଶ୍ରୀମତୀ ସମାର୍ଜନୀ ଶ୍ରୀହରିଙ୍କ ସଂସାର ପୂରାପୂରୀ ପାରିବାରିକ ବିଭ୍ରାଟ ଡାକ୍ତର ବାବୁ ଏକାଙ୍କିକା ସହଧର୍ମିଣୀ (୧୯୪୧) ପଞ୍ଚନାଟିକା (୧୯୯୩) ନ ପାହୁ ରାତି (୧୯୭୧) କପଟପଶା (୧୯୮୯) ହାସ୍ୟରସର ନାଟକ (୧୯୮୧) ବାବୁ ଚନ୍ଦ୍ରମଣି (୧୯୯୨) ସେଇ ଫୁଲ LCCN: 90902198, ଗ୍ରନ୍ଥମନ୍ଦିର, ୧୯୮୯, କଟକ ଚନ୍ଦ୍ରମୁଖୀ(୧୯୯୩) ଓଡ଼ିଆ କଥାଚିତ୍ରରେ ସଂଳାପ/କାହାଣୀ ଶ୍ରୀ ଜଗନ୍ନାଥ ଅମଡ଼ା ବାଟ ଅଭିନେତ୍ରୀ ମାଟିର ମଣିଷ ଅଦିନ ମେଘ ଆତ୍ମଚରିତ ପଥିକ ଅନ୍ୟାନ୍ୟ ଫେରିଆ LCCN: 2001291559 , ଗ୍ରନ୍ଥମନ୍ଦିର, ୧୯୮୯, କଟକ (ମୂଳ ଲେଖା ୧୯୪୭) ଭରସା(୧୯୫୩) ପରକଲମ(୧୯୫୪) ଜନଶକ୍ତି ପୁସ୍ତକାଳୟ, ୧୯୮୪, କଟକ ଶଙ୍ଖା ସିନ୍ଦୁର(୧୯୫୫) ଅର୍ଦ୍ଧାଙ୍ଗିନୀ(୧୯୫୬) ନଷ୍ଟ ଉର୍ବଶୀ('ନଷ୍ଟ ଉର୍ବଶୀ'ର କଥାବସ୍ତୁ ଯେତିକି ଗ୍ରାମ ଆଉ ସହର ସହିତ ସଂପୃକ୍ତ ସେତିକି ପ୍ରେମ ଆଉ ପ୍ରବଂଛନା, ଦୈହିକ ଲୁଣ୍ଠନ ଆଉ ମାନସିକ ଆନୁଗତ୍ୟ ସହିତ । ଜଣେ ସରଳ ଗ୍ରାମ୍ୟ ବାଳିକାର ଏକ ଜଟିଳ ଭବିତବ୍ୟ ଭିତରେ ବଡ଼ ହୋଇ ଉଠିବାର ଏକ ବହୁକୋଣୀୟ ଅଭିଜ୍ଞତାହିଁ କାହାଣୀର ଉପଜୀବ୍ୟ । ନାଟ୍ୟକାର ନାଟକକୁ ତିନୋଟି ଅଙ୍କରେ ବିଭକ୍ତ କରିଛନ୍ତି । ପ୍ରଥମ ଅଙ୍କ ୫ଟି ଦୃଶ୍ୟ, ୨ୟ ଅଙ୍କ ୭ଟି ଦୃଶ୍ୟ, ୩ୟ ଅଙ୍କ ୧୧ଟି ଦୃଶ୍ୟ ସମ୍ବଳିତ ।) ପଦ ଓ ସମ୍ମାନ ପଦ ଆକାଶବାଣୀ, କଟକରେ ଅନେକ ବହୁକାଳ ଧରି ଅନେକ ନାଟକ ରଚନା କରିଯାଇ ଅଛନ୍ତି ଅନେକ ମଞ୍ଚ, ବେତାର, ଅପେରା, ଚିତ୍ରନାଟ୍ୟ ପାଇଁ କାହାଣୀ ରଚନା ଯାହା ଭିତରୁ ୮ଟି ହିନ୍ଦୀ, ଇଂରାଜୀ ଓ ତେଲୁଗୁରେ ଅନୁବାଦ କରାଯାଇଅଛି । ପୁରସ୍କାର ଓ ସମ୍ମାନ ପଦ୍ମଶ୍ରୀ, ୨୦୦୨ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୨ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୪ ଶାରଳା ପୁରସ୍କାର, ୨୦୦୦ ବିଷୁବ ପୁରସ୍କାର, ୧୯୯୩ ଆଧାର ଶ୍ରେଣୀ:୧୯୧୬ ଜନ୍ମ ଶ୍ରେଣୀ:୨୦୦୩ ମୃତ୍ୟୁ ଶ୍ରେଣୀ:ପଦ୍ମଶ୍ରୀ ସମ୍ମାନିତ ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଶ୍ରେଣୀ:ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଶ୍ରେଣୀ:ଶାରଳା ପୁରସ୍କାର ବିଜେତା ଶ୍ରେଣୀ:ବିଷୁବ ପୁରସ୍କାର ସମ୍ମାନିତ ଶ୍ରେଣୀ:ଓଡ଼ିଆ ନାଟ୍ୟକାର ଶ୍ରେଣୀ:ଜଗତସିଂହପୁର ଜିଲ୍ଲାର ଲୋକ
ଜଗତସିଂହପୁର ଜିଲ୍ଲା
https://or.wikipedia.org/wiki/ଜଗତସିଂହପୁର_ଜିଲ୍ଲା
ଜଗତସିଂହପୁର ଭାରତର ଓଡ଼ିଶା ରାଜ୍ୟର ଏକ ଜିଲ୍ଲା । ଜଗତସିଂହପୁର ଏକ ଜିଲ୍ଳା ଭାବରେ ୧ ଏପ୍ରିଲ ୧୯୯୩ରେ ଗଠିତ ହୋଇଥିଲା । ଏହି ଜିଲ୍ଳାରେ ପାରାଦୀପ ବନ୍ଦର ଏବଂ ଅନେକ ସାର କାରଖାନା ଅଛି । ଏଠାରେ ପ୍ରସିଦ୍ଧ ସାରଳା ପୀଠ ରହିଛି । ସାହିତ୍ୟର କେତେଜଣ ମହନୀୟ ସ୍ରଷ୍ଟା ସାରଳା ଦାସ, ଜାତୀୟ କବି ବୀରକିଶୋର, ଗୋପାଳ ଛୋଟରାୟ, ପ୍ରତିଭା ରାୟ, ବିଭୂତି ପଟ୍ଟନାୟକ ଏଠାରେ ଜନ୍ମ ନେଇଥିଲେ । ଇତିହାସ ପ୍ରଥମରୁ ଜଗତସିଂହପୁର ଜିଲ୍ଲା କଟକ ଜିଲ୍ଲାର ଏକ ଅଂଶ ଥିଲା, ତେବେ ପ୍ରଶାସନିକ ସୁବିଧା ଦୃଷ୍ଟିରୁ ୧ ଏପ୍ରିଲ, ୧୯୯୩ରେ ଏହାକୁ ଏକ ନୂଆ ଜିଲ୍ଲା ଭାବରେ ଆଉଥରେ ଗଠନ କରାଗଲା । ଜଗତସିଂହପୁର ଜିଲ୍ଳାର ସରକାରୀ ପୃଷ୍ଠାଜଗସିଂହପୁରର ଇତିହାସ ମହାନ୍ । ଓଡ଼ିଶା ପୂର୍ବ ଉପକୂଳର ଏହି ସହର ଏକଦା ହରିଦ୍ରାବସନ, ପରବର୍ତ୍ତୀ ସମୟରେ ହରିହରପୁର ଓ ସମ୍ପ୍ରତି ଜଗତ୍‌ସିଂହପୁର ନାମରେ ପରିଚିତ । ଏହି ଜିଲାର ଇଷ୍ଟଦେବୀ ତଥା ବାକଦେବୀ । ମା' ଶାରଳା ବାଣୀଦେବୀ ନାମରେ ବିଦୀତ ଥିବାରୁ ଏହାକୁ ବାଣୀକ୍ଷେତ୍ର ଏବଂ ଜଗତ୍‌ସିଂହପୁର ସହରକୁ ବାଣୀର ସହର ବୋଲି କୁହାଯାଏ । ଷଷ୍ଠ ଶତାବ୍ଦୀରେ ଏହି ଅଞ୍ଚଳ ନୌବାଣିଜ୍ୟ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିଲା, ଯାହାକି ସେ ସମୟର ଚୀନ ପରିବ୍ରାଜକ ହୁଏସ୍ୟଙ୍କ ଭ୍ରମଣ ବୃତ୍ତାନ୍ତରେ ଉଲ୍ଲେଖ ଅଛି । ଏଥିରେ ମହାନଦୀର ଚେଳିତୋଳ ବନ୍ଦର ସମ୍ପର୍କରେ ଲେଖାଯାଇଛି। କେବଳ ଏତିକି ନୁହେଁ, ଜଗତ୍‌ସିଂହପୁର ସହର ମଧ୍ୟଦେଇ ପ୍ରବାହିତ ମୃତ ଅଳକା ନଦୀର ଉପସ୍ଥିତି ପୂର୍ବ ନୌବାଣିଜ୍ୟ ସ୍ମୃତିକୁ ଉଜୀବିତ ରଖିଛି । ଏ ଅଞ୍ଚଳର ନୌବାଣିଜ୍ୟ ଭିତ୍ତିଭୂମିକୁ ଆଧାର କରି ଗଢ଼ି ଉଠିଛି ପାରାଦୀପ ବନ୍ଦର । ପ୍ରାଚୀନ କାଳରୁ ବିଭିନ୍ନ ଧର୍ମଧାରା ଯଥା ବୌଦ୍ଧ, ଜୈନ, ନାଥ, ଶାକ୍ତ, ଶୈବ, ଗାଣପତ୍ୟ, ବୈଷ୍ଣବ ଓ ଇସଲାମ ଧର୍ମ ଧାରା ପ୍ରବାହିତ ହୋଇଚାଲିଛି। ଜଗତ୍‌ସିଂହପୁରସହରର ଅନତି ଦୂରରେ ଭୌମ ରାଜବଂଶର ରାଜତ୍ୱ କାଳରେ ମା' ଶାରଳାଙ୍କ ପୀଠ ପ୍ରତିଷ୍ଠା ହୋଇଥିବା ସୂଚନା ମିଳେ । କଳା, ସ୍ଥାପତ୍ୟ ପାଇଁ ଏ ଭୂମି ସାରା ଦେଶରେ ସୁଖ୍ୟାତ। ସହର ନିକଟସ୍ଥ ବାଲିଆର ଭୁବନେଶ୍ୱର ମନ୍ଦିର, କୁଣ୍ଢେଶ୍ୱରର ତ୍ରିଲୋଚନେଶ୍ୱର ମନ୍ଦିର, ନାସିକର ଖଣ୍ଡେଶ୍ୱର ମନ୍ଦିର, ଧନିଶୋର ପଞ୍ଚୁ ପାଣ୍ଡବ ମନ୍ଦିରର ସ୍ଥାପତ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ଓଡ଼ିଆ ସାହିତ୍ୟକୁ ଏ ଅଞ୍ଚଳର ଦାନ ଅନନ୍ୟ। ଆଦିକବି ସାରଳା ଦାସ ମା' ଶାରଳାଙ୍କ ପୀଠ ନିକଟସ୍ଥ କାଳୀନାଗରେ ଜନ୍ମ ଗ୍ରହଣ କରିଥିଲେ। କିନ୍ତୁ ସାଧନା କରିଥିଲେ ନିକଟସ୍ଥ ତେନ୍ତୁଳିପଦାଠାରେ । ସେଇଠୁ ମା ଶାରଳାଙ୍କ କୃପାଲାଭ କରି ରଚନା କରିଥିଲେ ବିଶାଳ ସାହିତ୍ୟ କୃତି ଓଡ଼ିଆ ମହାଭାରତ, ବିଲଙ୍କା ରାମାୟଣ ଓ ଚଣ୍ଡୀ ପୁରାଣ । ଏହି ଗ୍ରନ୍ଥ ଆଜି ଓଡ଼ିଆ ସାହିତ୍ୟର ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛି । ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏହି ଅଞ୍ଚଳର ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । ଏକଦା ଅଳକାଶ୍ରମ । ଆଚାର୍ଯ୍ୟ, ଥିଲା ସାରା ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କ ଅନ୍ତୁଡ଼ିଶାଳ। ଏହି ସ୍ୱାଧୀନତା ସଂଗ୍ରାମୀ ତାଲିମ କେନ୍ଦ୍ର ଭାରତୀୟ ମୁକ୍ତି ସଂଗ୍ରାମର ସାକ୍ଷୀ ସ୍ୱରୁପ ବିଦ୍ୟମାନ । କଳେବର ଦୃଷ୍ଟିରୁ ସହରଟି କ୍ଷୁଦ୍ର ହୋଇଥିଲେ ସୁଦ୍ଧା ଏହାର ଐତିହ୍ୟ ଓ ଗରିମା ମହାନ । ଏହି ମାଟିର ଯାତ୍ରା ଅନୁଷ୍ଠାନ ଓ ଯାତ୍ରାକାର ଓଡ଼ିଆ ଯାତ୍ରା କ୍ଷେତ୍ରରେ ପ୍ରସିଦ୍ଧିଲାଭ କରିପାରିଛନ୍ତି । ଅନ୍ୟାନ୍ୟ କଳା ବିଭବ ଭାବେ ଲୋକକଳା ପାଲା, ଘୋଡ଼ାନାଚ, ଘଟପାଟୁଆ, ଧୁଡୁକି ଆଦି ଅନେକ ଲୋକପ୍ରିୟତା ଅର୍ଜନ କରିଛି । ମୋଟାମୋଟି କହିବାକୁ ଗଲେ ସହରର କଳା, ସଂସ୍କୃତି, ସାହିତ୍ୟର ବ୍ୟାପ୍ତି ଦକ୍ଷିଣରେ ପୁଣ୍ୟତୋୟା ପ୍ରାଚୀ ଉପତ୍ୟକାଠାରୁ ଉତ୍ତରର ଚିତ୍ରୋତ୍ପାଳା ପର୍ଯ୍ୟନ୍ତ ବିସ୍ତୃତ । ସ୍ୱାଧୀନତା ସଂଗ୍ରାମୀଙ୍କ ଅନ୍ତୁଡ଼ିଶାଳ ସ୍ୱାଧୀନତା ସଂଗ୍ରାମରେ ଜଗତ୍‌ସିଂହପୁରର ଅବଦାନ ଅତୁଳନୀୟ । ଏହି ଜିଲାର ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନ ଆଜି ଓଡ଼ିଶା କାହିଁକି ସାରା ଦେଶର ଇତିହାସକୁ ଜାଜ୍ଜଲ୍ୟମାନ କରି ରଖିଛି । ଏଠାରେ ଥିବା ଅଳକାଶ୍ରମ ଥିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଅନ୍ତୁଡ଼ିଶାଳ। ଏଠାରୁ ବହୁ ସଂଗ୍ରାମୀ ସୃଷ୍ଟି ହୋଇଥିଲେ। ୧୯୩୬ରେ ପରାଧୀନ ଭାରତବର୍ଷର ସର୍ବପ୍ରଥମ ନିର୍ବାଚନ ପ୍ରଚାର ତତ୍କାଳୀନ କଂଗ୍ରେସ ସଭାପତି ଜବାହରଲାଲ ନେହେରୁ ଏହି ଅଳକାଶ୍ରମରୁ ଆରମ୍ଭ କରିଥିଲେ। ଓଡ଼ିଶାରେ ଭୂଦାନ ଆନ୍ଦୋଳନ ବିନୋବାଭାବେଙ୍କ ନେତୃତ୍ୱରେ ସର୍ବପ୍ରଥମେ ଏହି ଅଳକାଶ୍ରମରୁ ହିଁ ଆରମ୍ଭ ହୋଇଥିଲା । ୧୯୪୨ ଭାରତଛାଡ଼ ଆନ୍ଦୋଳନରେ ଜୟପ୍ରକାଶ ନାରାୟଣ ଏଠାରୁ ପ୍ରଚାର କାର୍ଯ୍ୟ ଆରମ୍ଭ କରିଥିଲେ । ସ୍ୱାଧୀନ ଭାରତରେ ରାମ ମନୋହର ଲୋହିଆ, ହରେକୃଷ୍ଣ ମହତାବ ଓ ସୁରେନ୍ଦ୍ର ନାଥ ଦ୍ୱିବେଦୀ ପ୍ରମୁଖ ଏହି ମାଟିରୁ ସେମାନଙ୍କ କାର୍ଯ୍ୟ ଆରମ୍ଭ କରିଥିଲେ । ଦୁଃଖର ବିଷୟ ସମୟଚକ୍ରରେ ଅଳକାଶ୍ରମ ତାର ପରିଚୟ ହଜାଇବାକୁ ବସିଲାଣି । ଆଶ୍ରମ ଏବଂ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମନେ ପକାଇବା ପାଇଁ ସ୍ଥାନୀୟ ଚାଟରାର ବିନାୟକ ପଟ୍ଟନାୟକ କିଛି ଜମି ଦାନ କରିଥିଲେ । ଏହା ସତ୍ତ୍ୱେ ଆଶ୍ରମର ବିକାଶ ଏଯାଏ ସମ୍ଭବ ହୋଇପାରିନାହିଁ। ଅଳକାଶ୍ରମର ଇତିହାସ । ଅବଲୋକନ କଲେ ଜଣାଯାଏ, ଭାଗୀରଥ ମହାପାତ୍ର ଓ କର୍ମଯୋଗୀ । ଗୋପବନ୍ଧୁ ଚୌଧୁରୀଙ୍କ ଉଦ୍ୟମରେ ଏଭଳି ଏକ ଆଦର୍ଶ ଅନୁଷ୍ଠାନ ଗଢ଼ି ଉଠିଥିଲା । ୧୯୨୨ରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ କରକମଳରେ ଏହା ଉଦଘାଟିତ ହୋଇଥିଲା । ଆଶ୍ରମର ମୂଳ ଉଦ୍ଦେଶ୍ୟ ଥିଲା ସଂଗ୍ରାମୀ ସୃଷ୍ଟି କରିବା । ସାଧାରଣ ଶିକ୍ଷାଦାନ ସହ ଆତ୍ମନିର୍ଭରଶୀଳ ହେବା ପାଇଁ ଅରଟରେ ଲୁଗାବୁଣା, ସୂତା କଟା ଆଦି ଶିକ୍ଷା ଦିଆଯାଉଥିଲା । ସ୍ୱାଧୀନତା ଆନ୍ଦୋଳନ ପାଇଁ ଏହି ଆଶ୍ରମ ଏକ ଶକ୍ତିଶାଳୀ କେନ୍ଦ୍ର ଥିଲା । ଭାଗୀରଥି ଓ ଗୋପବନ୍ଧୁଙ୍କୁ ସହଯ।ଗ କରିଥିଲେ ନବକୃଷ୍ଣ ଚୌଧୁରୀ, ରମାଦେବୀ, ସରଳା ଦେବୀ, ଜାତୀୟ କବି ବୀରକିଶୋର, ବାଗଲପୁରର ଗୌରାଙ୍ଗ ଦାସ, ନବାପାଟଣାର ରାମଚନ୍ଦ୍ର ସିଂ, ତଙ୍ଗ ଗ୍ରାମର ବିଶ୍ୱନାଥ ନନ୍ଦ, ବାଙ୍ଗୀର ଗୋଲକଚନ୍ଦ୍ର ମହାରଣା, ବଡ଼ବାଗର ବୃନ୍ଦାବନ ଚନ୍ଦ୍ର ଦାସ, ଯଶୋବନ୍ତପୁରର ବୈଷ୍ଣବ ମହାପାତ୍ର, ସୁଜଙ୍ଗ ମାଧପୁରର ପଣ୍ଡିତ କାର୍ତ୍ତିକନନ୍ଦ, ଚାଟରାର ବ୍ରହ୍ମାନନ୍ଦ ଚୌଧୁରୀ ଏବଂ କୁଜଙ୍ଗର ନାରାୟଣ ବୀରବର ସାମନ୍ତ ଓ ରତ୍ନମାଳୀ ଜେନା ପ୍ରମୁଖ ସ୍ୱାଧୀନତା ଆନ୍ଦୋଳନରେ ରାମକୃଷ୍ଣ ନନ୍ଦ, ବିଶ୍ୱନାଥ ପରିଡ଼ା, ବିଶ୍ୱନାଥ ନନ୍ଦ, କୈଳାସ ଚନ୍ଦ୍ର ମହାନ୍ତି, ନଦିଆ ବିହାରୀ ମହାନ୍ତି ପ୍ରମୁଖ ଅନେକ ଝାସ ଦେଇଥିଲେ। ଆଶ୍ରମରେ ରହି ରମାଦେବୀ, ସରଳାଦେବୀ ଓ ଅନ୍ନପୂର୍ଣ୍ଣା ମହାରଣା ପ୍ରମୁଖ ନାରୀ ଆନ୍ଦୋଳନର ନେତୃତ୍ବ ନେଇ କାରାବରଣ କରିଥିଲେ। ଏଭଳି ଏକ ଅନୁଷ୍ଠାନ ସାରା ଓଡ଼ିଶାରେ ଶିକ୍ଷା, ସାହିତ୍ୟ, ସଂସ୍କୃତି, ଅର୍ଥନୀତି ଏବଂ ପ୍ରଜ୍ଞା ଓ ଜ୍ଞାନର ଏକ ଆଦର୍ଶ ଭିତ୍ତିଭୂମି ତିଆରି କରିପାରିଥିଲା । ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଓ ଅସ୍ପୃଶ୍ୟତା ନିବାରଣ ଆଦି କ୍ଷେତ୍ରରେ ଅଳକାଶ୍ରମ ମୁଖ୍ୟ ଭୂମିକା ନିର୍ବାହ କରୁଥିଲା। ଲବଣ ସତ୍ୟାଗ୍ରହରେ ଶହ ଶହ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ବନ୍ଦୀ ହେଲେ। ଭାରତବର୍ଷର ବିଭିନ୍ନ ସ୍ଥାନର କଂଗ୍ରେସ ଅଫିସକୁ ବ୍ରିଟିଶ ସରକର ଦଖଲକୁ ନେଲେ। ଏହି ସମୟରେ ଅଳକାଶ୍ରମ ବ୍ରିଟିଶ ଦଲାଲମାନଙ୍କଦ୍ୱାରା ଚିହ୍ନଟ ହୋଇପାରିଥିଲା । ୧୯୩୨ ମେ ମାସର ଅର୍ଦ୍ଧରାତ୍ରରେ ଅଳକାଶ୍ରମର କର୍ମୀ ଓ ନେତାମାନେ ଲବଣ ସତ୍ୟାଗ୍ରହରେ ଯୋଗଦେଇ ଜେଲରେ ଥିବାବେଳେ ଆଶ୍ରମ ଚାଳଘର ନିଆଁ ଲଗାଇ ଭସ୍ମୀଭୂତ କରି ଦିଆଯାଇଥିଲା। ଐତିହାସିକ ପୃଷ୍ଠଭୂମି ଇଂଗ୍ରେଜମାନେ ମଚ୍ଛଲିପଟ୍ଟମ୍ରେ ଅବସ୍ଥାନ କରୁଥିବା ସମୟରେ ଗୁଜରାଟରେ ଦୁର୍ଭିକ୍ଷ କାରଣରୁ ବସ୍ତ୍ରର ଘୋର ଅଭାବ ଅନୁଭବ କରିଥିଲେ। ତେଣୁ ପୂର୍ବ ଉପକୂଳରେ ବାଣିଜ୍ୟକେନ୍ଦ୍ର ଖୋଲିବାକୁ ଚିନ୍ତା କରିଥିଲେ । ସେ ସମୟରେ ମୋହନପୁର ଏବଂ ହରିହରପୁର (ବର୍ତ୍ତମାନର ଜଗତ୍‌ସିଂହପୁର)ଠାରେ ଉତ୍କୃଷ୍ଟ ଧରଣର ସୂତାଲୁଗା ପ୍ରସ୍ତୁତ କରାଯାଉଥିଲା । ତେଣୁ ହରିହରପୁରରେ ଇଂରେଜମାନେ ଫ୍ୟାକ୍ଟ୍ରି କରିବାକୁ ଚିନ୍ତା କରିଥିଲେ । ଏ ସମ୍ପର୍କରେ ତତ୍କାଳୀନ ହରିହରପୁର ଫ୍ୟାକ୍ଟ୍ରି ଦାୟିତ୍ୱରେ ଥିବା ମିଷ୍ଟର କୋଲି ଏକ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ସେତେବେଳେ ସେ ଏଠାରୁ ୪ ହଜାର ଖଣ୍ଡ ବସ୍ତ୍ର କ୍ରୟ କରି ଇଂଲଣ୍ଡ ପାରିପାର୍ଶ୍ୱିକ ସୁବିଧା ଓ ଅନ୍ୟ କାରଣରୁ ଇଂରେଜ ବଣିକମାନେ ୧୬୩୩ ବେଳକୁ ହରିହର ପୁରରେ ବ୍ୟବସାୟ କେନ୍ଦ୍ର ଅର୍ଥାତ୍‌ ବାଣିଜ୍ୟ କୋଠି ସ୍ଥାପନ କରିବାକୁ ସକ୍ଷମ ହୋଇଥିଲେ । ଏଠାରେ ମଧ୍ୟ ଏକ ଲୁଗାକଳ ସ୍ଥାପନ କରିଥିଲେ । ହରିହରପୁରରେ ପହଞ୍ଚିବା ପାଇଁ ସେମାନଙ୍କ ନିମନ୍ତେ ସବୁଠୁ ବଡ଼ ସୁବିଧା ଥିଲା ହରିଶପୁର ବନ୍ଦର ଓ ଅଳକା ନଦୀ । ବଙ୍ଗୋପସାଗରରୁ ଅବାଧରେ ଜାହାଜଗୁଡ଼ିକ ଏହି ପଥ ଦେଇ ହରିହରପୁର ପର୍ଯ୍ୟନ୍ତ ଯାତାୟତ କରିପାରୁଥିଲା । ସୁନାବ୍ୟା, ସୁଗଭୀର ଅଳକା ନଦୀ କ୍ରମେ ପୋତି ହୋଇଯିବା ଓ ଅନ୍ୟାନ୍ୟ କାରଣରୁ ହରିହରପୁର ଫ୍ୟାକ୍ଟ୍ରି ବନ୍ଦ ହୋଇଗଲା । ଏବେ ମଧ୍ୟ ଜଗତ୍‌ସିଂହପୁରର ଫିରିଙ୍ଗକୁଦ ୪୫୦ ବର୍ଷ ତଳର ସେହି ମଳିନ ସ୍ମତିକୁ ଜାବୁଡି ଧରିଛି। ସେଠାରେ ଜଗସିଂହପୁରର ପୁରାତନ ଶିକ୍ଷାନୁଷ୍ଠାନ ଶ୍ରୀକୃଷ୍ଣ ଏକାଡେମୀ ଗଢ଼ି ଉଠିଛି । ବ୍ରିଟିଶ ଶାସନ କାଳରେ ଅର୍ଥାତ୍ ଉନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ସରକାରୀ କାଗଜପତ୍ରରେ ହରିହରପୁର ସ୍ଥାନରେ ଜଗତ୍‌ସିଂହପୁର ନାମଟି ଦରଜ କରାଯାଇଥିଲା । ଭୌଗୋଳିକ ସ୍ଥିତି ରାଜ୍ୟର ଏକ ଛୋଟ ଜିଲା ହେଉଛି ଜଗତ୍‌ସିଂହପୁର ଏହା ୮୬ ଡିଗ୍ରୀ ୩ ଇଞ୍ଚରୁ ୮୬ ଡିଗ୍ରୀ ୪୫ ଇଞ୍ଚ ପୂର୍ବ ଦ୍ରାଘିମା ଏବଂ ୧୯ ଡିଗ୍ରୀ ୫୮ ଇଞ୍ଚରୁ ୨୦ ଡିଗ୍ରୀ ୨୩ ଇଞ୍ଚ ଉତ୍ତର ଅକ୍ଷାଂଶ ମଧ୍ୟରେ ଅବସ୍ଥିତ । ଏହାର ଉତ୍ତରରେ କେନ୍ଦ୍ରାପଡ଼ା ଜିଲା, ଦକ୍ଷିଣରେ ପୁରୀ, ପୂର୍ବରେ ବଙ୍ଗୋପସାଗର ଏବଂ ପଶ୍ଚିମରେ କଟକ ଜିଲା ରହିଛି । ଏହି ଜିଲାର ତାପମାତ୍ରା ଓ ପାଣିପାଗ ଶୀତରେ ଥଣ୍ଡା, ଗ୍ରୀଷ୍ମରେ ଗରମ ଓ ଆର୍ଦ୍ରା ରାଜ୍ୟର ୪ ପ୍ରମୁଖ ନଦୀ ଯଥା ମହାନଦୀ, କାଠଯୋଡି, ଦେବୀ ଓ ବିଲୁଆଖାଇ ଏହି ଜିଲାରେ ପ୍ରବାହିତ । ମହାନଦୀ ଜଗତ୍‌ସିଂହପୁର ଜିଲାରେ ସୁଦୀର୍ଘ ଭାବେ ପ୍ରବାହିତ । ତାଳଦଣ୍ଡା କେନାଲ ଓଡ଼ିଶାର ସବୁଠାରୁ ଲମ୍ବା ଏବଂ ବଡ଼ କେନାଲ । ବ୍ରିଟିଶ ଶାସନ କାଳରେ ୧୮୬୯ରେ ମହାନଦୀର କଟକ ନିକଟରୁ ବଙ୍ଗୋପସାଗର (ପାରାଦୀପ) ପର୍ଯ୍ୟନ୍ତ ଏହି କେନାଲ ଖୋଳାଯାଇଥିଲା । ଏହି କେନାଲ ଜଗତ୍‌ସିଂହପୁରର ଲାଇଫ ଲାଇନ୍ କହିଲେ ଅତ୍ୟୁକ୍ତି ହେବନାହିଁ । କେନାଲଟି ରେଭେନ୍ସା ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ତତ୍କାଳୀନ କଟକ କମିଶନର ସାର ଥୋମାସ୍ ଏଡ଼ୱାର୍ଡ ରେଭେନ୍ସାଙ୍କଦ୍ୱାରା ଆରମ୍ଭ କରାଯାଇଥିଲା । ଝଡ଼ ଓ ବାତ୍ୟାରେ ଏହି ଅଞ୍ଚଳ ବିଶେଷ ପ୍ରଭାବିତ ହୋଇଥାଏ । ରାଜଧାନୀଠାରୁ ଦୂରତା ରାଜଧାନୀଠାରୁ ଜଗସିଂହପୁରର ଦୂରତା ପାଖାପାଖି ୬୨ କିଲୋମିଟର ହେବ । ଯାତାୟତ ପାଇଁ ସଡକ ପଥ ରହିଛି । ରେଳ ଯୋଗେ ଗୋରେଖନାଥ ଷ୍ଟେଶରୁ ଯିବାଆସିବା ସମ୍ଭବ। ପୌର ପରିଷଦ ଜଗତ୍‌ସିଂହପୁର ପୌର ପରିଷଦ ୨୧ଟି ୱାର୍ଡକୁ ନେଇ ଗଠିତ । ଏହି ୨୧ ୱାର୍ଡରୁ ୧୧ଜଣ ମହିଳା ଓ ୧୦ଜଣ ପୁରୁଷ କାଉନ୍‌ସିଲର ନିର୍ବାଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫ନଂ. ୱାର୍ଡ କାଉନସିଲର ବିପ୍ଲବ ଚୌଧୁରୀ ଏବେ ନଗରପାଳ ଅଛନ୍ତି । ସହର ଭୋଟର ସଂଖ୍ୟା ରହିଛି ୨୩,୪୮୫ । ଶିକ୍ଷାନୁଷ୍ଠାନ ଜଗତସିଂହପୁର ସହରରେ ସ୍ୱାମୀ ବିବେକାନନ୍ଦ ସ୍ମାରକୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ଶ୍ରୀକୃଷ୍ଣ ଏକାଡେମୀ, ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ପୁରୋହିତପୁର ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପବ୍ଲିକ ସ୍କୁଲ, ସୁଧାନନ୍ଦ ବିଦ୍ୟାଳୟ, ତ୍ରିମ୍ ଇଣ୍ଡିଆ ସ୍କୁଲ, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ସେଣ୍ଟ ଜାଭିୟର୍ସ ସ୍କୁଲ, ସ୍କଲାର ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ, ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆଦି ଶିକ୍ଷାନୁଷ୍ଠାନ ରହିଛି। ଏହାବାଦ୍ । ବେସରକାରୀ ଆଇଟିଆଇ, ପଲିଟେକ୍‌ନିକ୍, ନସିଂ ଟ୍ରେନିଂ କେନ୍ଦ୍ର ସମେତ ସରକାରୀ ଭାବେ ଜିଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ କାର୍ଯ୍ୟ କରୁଛି । ସହରର ସର୍ବପୁରାତନ ଶ୍ରୀକୃଷ୍ଣ ଏକାଡେମୀର ଇତିହାସ ମହାନ । ଏହା ବ୍ରିଟିଶ ସରକାରଙ୍କ ଲୁଗା ଫାକ୍ଟସ୍ଥାପନ ହୋଇଥିବା ଫିରିଙ୍ଗି କୁଦ ଉପରେ ଛିଡା ହୋଇଛି । ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ଶିକ୍ଷାଲାଭ କରୁଛନ୍ତି । ଏଠାରୁ ଶିକ୍ଷାଲାଭ କରି ଅନେକ ଛାତ୍ରୀଛାତ୍ର ସମାଜର ବିଭିନ୍ନସ୍ତରରେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି । ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ କୃଷ୍ଣଚନ୍ଦ୍ର ବଡ଼ (ଆଇଏଏସ୍), ବସନ୍ତ ସ୍ୱାଇଁ (ଆଇଏଏସ୍), ଅବସରପ୍ରାପ୍ତ ବିଶେଷଜ୍ଞ ଦୁର୍ଗା ଚରଣ ଜେନା, ନାଇଜର ରେଜିଷ୍ଟ୍ରାର ଅଭୟ ନାୟକ, ସଚିବ ପ୍ରମୋଦ କୁମାର ପ୍ରତିହାରୀ (ଓଇଏସ୍), ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକଙ୍କ ସମେତ ଶତାଧିକ ଡାକ୍ତର, ଇଞ୍ଜିନିୟର ଓ ଅନ୍ୟ ପଦ ପଦବୀଧାରୀ ଏଠାରୁ ଉନ୍ନୀତ ହୋଇଯାଇଛନ୍ତି । ସେହିପରି ୧୯୬୩ରେ ପ୍ରତିଷ୍ଠିତ ଏସ୍‌ଭିଏମ୍ ସ୍ୱୟଂଶାସିତ ମହାବିଦ୍ୟାଳୟ ଉଚ୍ଚଶିକ୍ଷା କ୍ଷେତ୍ରରେ ସାରା ରାଜ୍ୟରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ । ଏଠାରେ ଯୁକ୍ତ ୨ରୁ ସ୍ନାତକ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ରହିଛି। କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ମୋଟ ୫,୪୦୦ ଛାତ୍ରୀଛାତ୍ର ପଢୁଛନ୍ତି । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସ, ଜିଲ୍ଲା ଯୋଜନା କମିଟି । ଅଧ୍ୟକ୍ଷ ପ୍ରଶାନ୍ତ ମୁଦୁଲି, ଭୁବନେଶ୍ୱରସ୍ଥିତ ଆଇଆଇଟିର ପୂର୍ବତନ ରେଜିଷ୍ଟ୍ରାର ବଟ ରାୟ, ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ପ୍ରମୁଖ ଏଠାରୁ ଶିକ୍ଷାଲାଭ କରିଥିଲେ। ଅଧିକ ସୂଚନା ଜନସଂଖ୍ୟା ୧୨,୨୦,୦୦୦ (୨୦୨୩ ଜନଗଣନା ଅନୁଯାୟୀ) ସାଂସ୍କୃତିକ ଅନୁଷ୍ଠାନ ଜିଲା ମୁଖ୍ୟାଳୟରେ ଜିଲା କଳା ବିକାଶ କେନ୍ଦ୍ର, ଦୁଃଖୁରାମ ସ୍ୱାଇଁ କଳା ପ୍ରତିଷ୍ଠାନ, ପାଲ୍ ଆର୍ଟ ଲାଇନ୍, ସୁଧାକର ବେଦୀ କଳା ନିକେତନ, ଶ୍ରୀ ଅରବିନ୍ଦ କଳା ନିକେତନ, ମହାବୀର କଳା ନିକେତନ ଆଦି ସାଂସ୍କୃତିକ ଅନୁଷ୍ଠାନ ରହିଛି। ଶ୍ମଶାନ ସ୍ୱତନ୍ତ୍ର ଭାବେ ଚୂଲା ବ୍ୟବସ୍ଥା ଥିବା ଶ୍ମଶାନ ନାହିଁ। ଗ୍ୟାସ୍ ବ୍ୟବସ୍ଥା ଥିବା ଶବଦାହ ଯନ୍ତ୍ର ନିହାତି ଦରକାର । ପାରାଦୀପ ଫସଫେଟ୍ ଲିମିଟେଡ୍ ଏନେଇ ୨୫ ଲକ୍ଷ ଟଙ୍କା ଦେଇ ପୁଣି ଫେରାଇ ନେଇଥିବା ସୂଚନା ମିଳିଛି। (ଜାତୀୟ ରାଜପଥ ) ଜଗସିଂହପୁର ସହର ସହିତ ଜାତୀୟ ରାଜପଥ ସଂଯୋଗ ନାହିଁ। ନିକଟରେ କନ୍ଦରପୁର-ଜଗସିଂହପୁର ନୂଆଗାଁ ରାସ୍ତାକୁ ଜାତୀୟ ରାଜପଥ ନଂ. ୫୫ ଅନ୍ତର୍ଭୁକ୍ତ କରାଯାଇଛି । ଏହାବାଦ୍ ୬ଟି ବାଇପାସ୍ କରାଯିବ । ଏହାର ଦୈର୍ଘ୍ୟ ୪୦, ୨୩୦ କିଲୋମିଟର ହେବ । ଏହି ନୂଆ ରାସ୍ତା ପାଇଁ ଜମି ଅଧିଗ୍ରହଣ ଶେଷ ହୋଇନି। କଲ୍ୟାଣ ମଣ୍ଡପ ଜଗସିଂହପୁର ପୌର ପରିଷଦ ପକ୍ଷରୁ ୨ଟି କଲ୍ୟାଣ ମଣ୍ଡପ ରହିଛି । ସେଗୁଡିକ ହେଲା ଯୋଗଧାରୀ ନିକଟରେ ସରଳା ଦେବୀ କଲ୍ୟାଣ ମଣ୍ଡପ ଓ ସାନ ବଜାରସ୍ଥିତ ମ୍ୟୁନିସିପାଲିଟି ମାର୍କେଟ୍ ଉପର ଥିବା କଲ୍ୟାଣ ମଣ୍ଡପ ଏହାବାଦ୍ ୪ଟି ବେସରକାରୀ କଲ୍ୟାଣ ମଣ୍ଡପ ରହିଛି । ପୋଖରୀ ଜଗତ୍‌ସିଂହପୁର ପୌର ପରିଷଦ ଓ ପ୍ରତତ୍ତ୍ୱ ବିଭାଗର ମୋଟ ୧୦ଟି ପୋଖରୀ ରହିଛି। ସେଥିମଧ୍ୟରୁ ୭ଟି ପରିତ୍ୟକ୍ତ । ଉନ୍ନତ ଭିତରେ ଗୋପାଳସାଗର (୩୫ ଡେସିମିଲ) ଓ ମାଧପୁର ମୌଜାର ରାଧାମାଧବଜୀଉ (୨୦ ଡେସିମିଲ) ପୋଖରୀ ଅନ୍ତର୍ଭୁକ୍ତ । ସିପିସ୍ଥିତ ବିଦେଇ ପୋଖରୀ (୨୦ ଡେସିମିଲ), ଦେଉଳୀ ଗ୍ରାମେଶ୍ୱର ରାଢିଆଣୀ ମନ୍ଦିର ପାଖ ପୋଖରୀ (୧୨ ଡେସିମିଲ) ଓ ଖେରସରେ ଥିବା କନିଆରୀ ପୋଖରୀ (୧ ଏକର) ଆଦି ପୁନରୁଦ୍ଧାର ପାଇଁ ଯୋଜନା ଅଛି । ସହର ରାସ୍ତା ଜଗସିଂହପୁର ସହରର ମୋଟ ୨୧ଟି ୱାର୍ଡରେ ୧,୩୮,୪୦୦। ମିଟର (୧୩୮.୪ କି.ମି.) ରାସ୍ତା ଅଛି। ସେଥିମଧ୍ୟରୁ ପିଚୁ ୩୯,୦୩୭ ମିଟର, କଂକ୍ରିଟ ୨୩,୩୬୨, ସ୍ପଲ୍ ମୋରମ ୪୧,୪୭୯, ମେଟାଲ ୨,୦୮୫ ଓ କଳା ୩୨,୪୩୭ ମିଟର ଏହିପରି ମୋଟ ୧,୩୮,୪୦୦ ମିଟର ରହିଛି । ଅଡିଟୋରିୟମ ମନୋରଞ୍ଜନ ଓ ସଭାସମିତି ପାଇଁ ଜଗତ୍‌ସିଂହପୁର ସହରରେ ୫ଟି ଅଡିଟୋରିୟମ ରହିଛି । ସେଗୁଡିକ ମଧ୍ୟରୁ ଜଗତ୍‌ସିଂହପୁର ପୌର ପରିଷଦଦ୍ୱାରା ପରିଚାଳିତ ଗୋଟିଏ ମାତ୍ର ଅଡିଟୋରିୟମ ଟାଉନ ହଲ୍ ଅଛି । ସେହିପରି ଜିଲା ପ୍ରଶାସନ ତରଫରୁ ଏହି କାର୍ଯ୍ୟାଳୟ ପରିସର ସଦ୍ଭାବନା ସଭାଗୃହ, ଡିଆରଡିଏ ସମ୍ମିଳନୀ କକ୍ଷ ସମେତ ସଂସ୍କୃତି ଭବନ, ଜିଲା ଯୋଜନା ଓ ପରିସଂଖ୍ୟାନ ବିଭାଗ ପରିସରରେ ଅଡିଟୋରିୟମ ରହିଛି। ଯାନବାହନ ଜଗସିଂହପୁରରେ ଗାଡିମୋଟର ସଂଖ୍ୟା ବଢ଼ିଚାଲିଛି । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆରଟିଓ) ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗତ ୩ ବର୍ଷରେ ମୋଟ ୪୦,୬୦୩ଟି ଗାଡ଼ି ପଞ୍ଜିକୃତ ହୋଇଛି । ସେଥିମଧ୍ୟରେ ମୋଟର ସାଇକେଲ, ସ୍କୁଟି, ମୋପେଜ୍ । ୩୬,୬୬୭, ତିନି ଚକିଆ ଅଟୋ ରିକ୍ସା, ଡାଲା ଅଟୋ ୧,୧୦୦, ଟ୍ରାକ୍ଟର ୧,୪୫୩, ଚାରି ଚକିଆ କାର, ଜିପ ୩୬୪, ପିକ୍ଅପ୍ ଭ୍ୟାନ୍, ମାଞ୍ଚି କାବ୍ ଆଦି ୬୭୩, ଟ୍ରକ୍ ୩୩୫, ଆମ୍ବୁଲାନ୍ସ ୧୧ ଓ ବସ୍ତ୍ର ୮ଟି ରହିଛି । ସିନେମା ହଲ୍ ଜଗସିଂହପୁର ସହରରେ ୨ଟି ସିନେମା ହଲ ରହିଛି । ସେଗୁଡିକ ହେଲା ରଶ୍ମି ଓ ରାଧିକା ସିନେମା ହଲ । ଥାନା ଓ ଫାଣ୍ଡି ଜଗତ୍‌ସିଂହପୁର ପୋଲିସ ଜିଲ୍ଲାରେ ୧୫ଟି ଥାନା ଓ ୪ଟି ଫାଣ୍ଡି ରହିଛି । ସେଥିମଧ୍ୟରୁ ଜଗସିଂହପୁର ସହରରେ ଟାଉନ ଥାନା ଓ କଲେଜ ଛକ ନିକଟରେ ଏକ ଫାଣ୍ଡି ଅଛି । ରେଳଷ୍ଟେଶନ ଜଗସିଂହପୁର ଜିଲ୍ଲାର ପାରାଦୀପ, ଗୋରେଖନାଥ, ରଘୁନାଥପୁର, ବଡ଼ବନ୍ଧ ଓ ରାହାମାରେ ରେଳଷ୍ଟେଶନ୍ ଥିଲେ ସୁଦ୍ଧା ଜିଲା ମୁଖ୍ୟାଳୟରେ ଷ୍ଟେଶନ ନାହିଁ । ଗୋରେଖନାଥା ଷ୍ଟେଶନଟି ଏଠାରୁ ୧୦ କିଲୋମିଟର ଦୂରରେ ଅବସ୍ଥିତ । ଗୋରେଖନାଥ ଷ୍ଟେଶନରୁ ରେଳ ଲାଇନରେ ରାହାମା ୧୬ କି.ମି.,ରଘୁନାଥପୁର ୧୩, ବଡ଼ବନ୍ଧ ୨୦ ଓ ପାରାଦୀପ ୩୯ କି.ମି. ଦୂର । ଗୋରେଖନାଥରୁ କନ୍ଦରପୁର ୨୮ ଓ କଟକ ୪୫ କି.ମି. ଦୂର ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି । ପର୍ଯ୍ୟଟନ ସ୍ଥଳୀ ଜଗସିଂହପୁର ଜିଲାରେ ମା’ସାରଳାଙ୍କ ମନ୍ଦିର ସମେତ ପାରାଦୀପ ବନ୍ଦର, ବେଳାଭୂମି, ଜଗନ୍ନାଥ ମନ୍ଦିର, ଗଡ଼କୁଜଙ୍ଗର ଜଗନ୍ନାଥ ମନ୍ଦିର, ସିଆଳି ବେଳାଭୂମି, ମହିଳର ରଘୁନାଥଜୀଉ ମନ୍ଦିର, ଗୋରେଖନାଥ ପୀଠ, ବାଲିକୁଦା ବ୍ଲକ ପଞ୍ଚପଲ୍ଲୀସ୍ଥିତ ଗ୍ରାମେଶ୍ୱର ମନ୍ଦିର, ନାଉଗାଁ ଗାରୋଇ ଆଶ୍ରମ ଜଗନ୍ନାଥ ମନ୍ଦିର, ବିରିଡ଼ିର ପଞ୍ଚଶଖା ଧାନ ପୀଠ ଧାନକୁଦ, ନାଇଲୋର ଯଶୋବନ୍ତ ପୀଠ, ରଘୁନାଥପୁରର ଧଳତଙ୍ଗଗଡ଼ ଜଙ୍ଗଲ, ବାଲିକୁଦାର ବନ୍ଦର, ବିରିଡ଼ି ବାଲିଆସ୍ଥିତ ଭଗବତୀ ପୀଠ ଆଦି ପର୍ଯ୍ୟଟନ ସ୍ଥଳରେ ପ୍ରତ୍ୟହ ବହୁ ଜନ ସମାଗମ ହୁଏ । ଏହାବାଦ୍ ଜଗତ୍‌ସିଂହପୁର ସହରରେ ଥିବା ସୋମନାଥ ମନ୍ଦିର ମଧ୍ୟ ସରକାରୀ ଭାବେ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଛି। ପାର୍କ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ଏକତା ଶିଶୁ । ଉଦ୍ୟାନ ତା’ପାଖ ଗୋପବନ୍ଧୁ ପାର୍କ ଓ ଚର୍ଚ୍ଚିକା ବଜାରସ୍ଥିତ । ରାଜୀବଗାନ୍ଧୀ ଶିଶୁ ଉଦ୍ୟାନ ପିଲାମାନଙ୍କ ମନୋରଞ୍ଜନର ମାଧ୍ୟମ ହୋଇଛି । ଗୁରୁତ୍ୱପୂର୍ଣ୍ଣ ଉତ୍ସବ ଦଶହରା, ବିଶ୍ୱକର୍ମା ପୂଜା, ଗଣେଶ ପୂଜା, ସୋମନାଥ ପୀଠରେ ମକର ସଂକ୍ରାନ୍ତି, ଶ୍ରୀରାମ ନବମୀ, ରଥଯାତ୍ରା, ଦୋଳଯାତ୍ର, ଝୁଲଣ ଯାତ୍ରା, ରଜ, ହୋଲି, ଚନ୍ଦନ ଯାତ୍ରା ଆଦି ପାରମ୍ପରିକ ଉତ୍ସବ ଏଠାରେ ଅନୁଷ୍ଠିତ ହୁଏ । ଏହାବାଦ୍ ଜିଲା ମହୋତ୍ସବ କଲ୍ଲୋଳ, ପୁସ୍ତକ ମେଳାରେ ବହୁ ଜନସମାଗମ ହୋଇଥାଏ ।ଓଡ଼ିଶାର ପୂର୍ବ ଭାଗରେ ଅବସ୍ଥିତ ଜଗତସିଂହପୁର ଜିଲ୍ଲାର ଆୟତନ ୧,୭୫୯ବର୍ଗ କିମି୤ ଅବସ୍ଥିତି ମୁଖ୍ୟ ନଦୀ ମହାନଦୀ ଅଳକା ବିଲୁଆଖାଈ କୁସୁମି ହଂସୁଆ କନୁରିଆ ଳୁଣିଝରା ଦର୍ଶନୀୟ ସ୍ଥାନ ସାରଳା ପୀଠ (କନକ ପୁର) ଧ୍ୟାନକୁଦ (ପଞ୍ଚଶାଖା ପୀଠ) ପାରାଦୀପ ବନ୍ଦର ଶିଶୁଅନନ୍ତ ମଠ ଗୋରଖନାଥ ମହାବୀର ପୀଠ ଶାଳିଜଂଗା ମଠ ଜନସଂଖ୍ୟା ୨୦୧୧ ଜନଗଣନା Census 2011: Odisha: Provisional Population Totalsଅନୁସାରେ, ଜଗତସିଂହପୁର ଜିଲ୍ଲାର ମୋଟ ଲୋକସଂଖ୍ୟା ୧୧,୩୬,୬୦୪ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୦,୨୦,୭୧୦ ଓ ସହରାଞ୍ଚଳରେ ୧,୧୫,୮୯୪ ଲୋକ ବାସ କରନ୍ତି Census 2011: Odisha: Rural Urban Distribution । ପୁରୁଷ: ୫,୭୭,୬୯୯ ମହିଳା: ୫,୫୮,୯୦୫ ଛ ବର୍ଷରୁ କମ: ୧,୦୩,୫୧୭ ସାକ୍ଷରତା ହାର: ୮୭.୧୩% ପୁରୁଷ: ୯୩.୨୦% ମହିଳା: ୮୦.୮୮% ଆଧାର ଅଧିକ ତଥ୍ୟ ଶ୍ରେଣୀ:ଜଗତସିଂହପୁର ଜିଲ୍ଲା
ନବରଙ୍ଗପୁର ଜିଲ୍ଲା
https://or.wikipedia.org/wiki/ନବରଙ୍ଗପୁର_ଜିଲ୍ଲା
ନବରଙ୍ଗପୁର ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ନବରଙ୍ଗପୁର ସହର ଏହାର ପ୍ରଶାସନିକ ମୁଖ୍ୟ ସହର । ଏହି ଜିଲ୍ଲାର ଅଧିକାଂଶ ଲୋକ ଆଦିବାସୀ ଓ ଅଧିକାଂଶ ଭୂଭାଗ ଜଙ୍ଗଲଦ୍ୱାରା ଆଚ୍ଛାଦିତ । ନବରଙ୍ଗପୁର ଓ ଉମରକୋଟ ଏହି ଜିଲ୍ଲାର ମୂଖ୍ୟ ସହର । ଭୂଗୋଳ ଅବସ୍ଥିତି ଏହା ଓଡ଼ିଶାର ଦକ୍ଷିଣ-ପଶ୍ଚିମ ଭାଗରେ, କୋରାପୁଟ ଜିଲ୍ଲା ନିକଟରେ ୧୯.୧୪' ଉତ୍ତର ଅକ୍ଷାଂଶ ଓ ୮୨.୩୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହାର ଉଚ୍ଚତା । ଜନସଂଖ୍ୟା ୨୦୧୧ ଜନଗଣନାCensus 2011: Odisha: Provisional Population Totals ଅନୁସାରେ, ନବରଙ୍ଗପୁର ଜିଲ୍ଲାର ମୋଟ ଲୋକସଂଖ୍ୟା ୧୨,୧୮,୭୬୨ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୧,୩୧,୦୫୭ ଓ ସହରାଞ୍ଚଳରେ ୮୭,୭୦୫ ଲୋକ ବାସ କରନ୍ତି । Census 2011: Odisha: Rural Urban Distribution । ପୁରୁଷ: ୬,୦୬,୦୪୬ ଗ୍ରାମାଞ୍ଚଳ: ୫,୫୯,୯୩୩ ସହରାଞ୍ଚଳ: ୪୪,୧୧୩ ମହିଳା: ୬,୧୪,୭୧୬ ଗ୍ରାମାଞ୍ଚଳ: ୫,୭୧,୧୨୪ ସହରାଞ୍ଚଳ: ୪୩,୫୯୨ ଛ ବର୍ଷରୁ କମ: ୨,୦୧,୯୦୧ ପଢୁଆ ହାର: ୪୮.୨୦% ପୁରୁଷ: ୫୯.୪୫% ମହିଳା: ୩୭.୨୨% ପର୍ଯ୍ୟଟନସ୍ଥଳୀ ୨୦୧୨ ମସିହାରେ ନବରଙ୍ଗପୁର ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ୨ ଲକ୍ଷ ୭୦ ହଜାର ୮୨୦ ଜଣ ପର୍ଯ୍ୟଟକ ବୁଲି ଦେଖିଥିଲେ । ପୋଡାଗଡ଼, ଉମରକୋଟ ଚନ୍ଦନଧାରା ଜଳପ୍ରପାତ ହିର୍ଲୀ ପର୍ବତ କେଲିଆ ଶୈବପୀଠ, ଡାବୁଗାଁ ନୀଳକଣ୍ଠେଶ୍ୱ୍ଅର ମନ୍ଦିର, ପାପଡା ହାଣ୍ଡି ପେଣ୍ଡ୍ରାଣୀ ମନ୍ଦିର ଆଧାର ଅଧିକ ତଥ୍ୟ The district Blog: Nabarangpur Page on Orissa website Lok Sabha debate on bringing railway to area
ନବରଙ୍ଗପୁର
https://or.wikipedia.org/wiki/ନବରଙ୍ଗପୁର
ନବରଙ୍ଗପୁର ] ଓଡ଼ିଶା ଅବସ୍ଥିତ ନବରଙ୍ଗପୁର ଜିଲ୍ଲାର ଏକ ମ୍ୟୁନିସିପାଲିଟି ଓ ଏକ ବଡ଼ ସହର । ଏହା ନବରଙ୍ଗପୁର ଜିଲ୍ଲାର ସଦର ମହକୁମା । ଅବସ୍ଥାନ ଏହାର ଦିଗବାରେଣି: ଏହି ସହର ୧୯.୧୪' ଅକ୍ଷାଂଶ ଓ ୮୨.୩୨' ଦ୍ରାଘିମାରେ ଓ ସମୁଦ୍ର ପତ୍ତନଠାରୁ ୧୮୭୬ ଫୁଟ ଉଚ୍ଚରେ ଅବସ୍ଥିତ । ଇତିହାସ ପର୍ଯ୍ୟଟନ ଜନଗଣନା ୨୦୦୧ର ଜନଗଣନା ଅନୁସାରେ , ନବରଙ୍ଗପୁରର ଲୋକସଙ୍ଖ୍ୟା ଥିଲା ୨୭,୯୭୫ । ସମୁଦାୟର ଜନସଙ୍ଖ୍ୟାର ୫୩% ଭାଗ ପୁରୁଷ ଓ ମହିଳା ୪୭% । ହାରାହାରି ସାକ୍ଷରତା ହାର ୬୭%, ଯାହା ଜାତୀୟ ସାକ୍ଷରତା ହାର ୫୯.୫%ଠାରୁ ଅଧିକ । ପୁରୁଷ ସାକ୍ଷରତା ୭୨% ଓ ମହିଳା ସାକ୍ଷରତା ହାର ୬୨% । ସମୁଦାୟ ଲୋକସଙ୍ଖ୍ୟାର ୧୨% ୬ ବର୍ଷରୁ କମ ବୟସର । ଆଧାର ଶ୍ରେଣୀ:ନବରଙ୍ଗପୁର ଜିଲ୍ଲାର ଗାଆଁ ଓ ସହର
ସମ୍ବଲପୁର ଜିଲ୍ଲା
https://or.wikipedia.org/wiki/ସମ୍ବଲପୁର_ଜିଲ୍ଲା
http://www.sambalpur.nic.in/ ସମ୍ବଲପୁର ଜିଲ୍ଲା ଭାରତର ଓଡ଼ିଶାରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ସମ୍ବଲପୁର ସହର ଏହି ଜିଲ୍ଲାର ଶାସନ ମୁଖ୍ୟାଳୟ । ଭୂଗୋଳ ଅବସ୍ଥାନ ଏହାର ଭୌଗଳିକ ଦିଗବାରେଣି: ଏହି ଜିଲାଟି ମହାନଦୀ କୁଳରେ ଅବସ୍ଥିତ । ସମୁଦାୟ ଆୟତନ ୬,୭୦୨ ବର୍ଗ କି.ମି. । ଏହାର ୬୦% ଅଞ୍ଚଳ ଜଙ୍ଗଲଦ୍ୱାରା ଘେରା । ସମ୍ବଲପୁର ଜିଲ୍ଲାର ପୂର୍ବରେ ଦେବଗଡ଼ ଜିଲ୍ଲା ପଶ୍ଚିମରେ ଝାରସୁଗୁଡ଼ା ଜିଲ୍ଲା ଓ ବରଗଡ଼ ଜିଲ୍ଲା ଉତ୍ତରରେ ସୁନ୍ଦରଗଡ଼ ଜିଲ୍ଲା ଦକ୍ଷିଣରେ ସୁବର୍ଣ୍ଣପୁର ଜିଲ୍ଲା ଓ ଅନୁଗୋଳ ଜିଲ୍ଲା ଅବସ୍ଥିତ । ଇତିହାସ ସମ୍ବଲପୁର ଜିଲ୍ଲାର ଇତିହାସ ବହୁତ ଚଳଚଞ୍ଚଳ ରହିଆସିଛି ବିଗତ ଷୋହଳ ଶତାବ୍ଦୀରୁ ଉର୍ଦ୍ଧ କାଳ ପାଇଁ । ଇତିହାସ କହେ, ୪ର୍ଥ ଶତାବ୍ଦୀରେ ସମୁଦ୍ରଗୁପ୍ତ ଉତ୍କଳର ରାଜାଙ୍କୁ ପରାଜିତ କରି ଯେଉଁ ଅଞ୍ଚଳ ସବୁ ଅଧିକାର କରିଥିଲେ, ସମ୍ବଲପୁର ତାହାର ଅଂଶ ଥିଲା । ତତ୍ ପରାନ୍ତ ଏହି ଅଞ୍ଚଳ ଅନେକ ରାଜାଙ୍କ ସମ୍ଭ୍ରାଜ୍ୟରେ ମିଶି ଭିନ୍ନ ଭିନ୍ନ ଶାସନ ଅଧୀନରେ ରହିଲା । ଶେଷକୁ ୧୮୦୪ ମସିହାରେ ବ୍ରିଟିଶ ଶାସନାଧୀନ ହେଲା । ସେତେବେଳେ ସମ୍ବଲପୁରର ବିଭିନ୍ନ ଅଞ୍ଚଳ କେତେକ ବିଂଝାଲ ରାଜା ଓ ଜମିଦାରଙ୍କ ଅଧୀନରେ କରଦ ରାଜ୍ୟ ଭାବରେ ଶାସିତ ହୋଇ ଆସୁଥିଲା । ପରିଶେଷରେ ୧୮୧୭ ମସିହାରେ ପୂର୍ଣ ରୂପରେ ଜମିଦାରୀ ଉଚ୍ଛେଦ ହେଇ ବ୍ରିଟିଶ ଶାସନାଧୀନ ହେଲା । ଭରତ ସ୍ୱାଧୀନ ହେଲା ପରେ ଏହା ଓଡ଼ିଶାର ଏକ ବୃହତ (ଆକାର ଦ୍ରୁଷ୍ଟିରୁ) ଜିଲ୍ଲା ହିସାବରେ ରହିଥିଲା । ପରେ ଶାସନ ସୁବିଧା ପାଇଁ ୩୧ ମାର୍ଚ ୧୯୯୩ରେ ଏହାକୁ ବରଗଡ, ଦେବଗଡ, ଝାରସୁଗୁଡା, ସମ୍ବଲପୁର ଏହିପରି ୪ଟି ଜିଲ୍ଲାରେ ବିଭକ୍ତ କରାଗଲା । ସମ୍ବଲପୁରୀ ହସ୍ତତନ୍ତ ବସ୍ତ୍ର ସମ୍ବଲପୁରୀ ହସ୍ତତନ୍ତ ବସ୍ତ୍ର ବରମାନ ସାରା ପୃଥିବୀରେ ବିଖ୍ୟାତ । ଏହାର ଗୁଣାତ୍ମକ ମାନ, ଏହାର ରଙ୍ଗ କରିବା ଶୈଳୀ, ବୟନ ଶୈଳୀ ପାଇଁ ଏହା ବହୁଳ ଭାବରେ ଆଦୃତ ହୁଏ । ଏହି ବସ୍ତ୍ରର ବିଶେଷତ୍ତ୍ୱ ଏହା ଯେ ଏହାର ରଙ୍ଗ ବହୁଦିନ ପରେ ମଧ୍ୟ ସତେଜ ଥାଏ । ସମ୍ବଲପୁର ଶାଢ଼ୀ , ଚାଦର ଓ ଅନ୍ୟ ବ୍ୟବହାରୀ ବସ୍ତ୍ରର ଚାହିଦା ବହୁଳ ଭାବରେ ଥାଏ । ଜନସଂଖ୍ୟା ୨୦୧୧ ଜନଗଣନାCensus 2011: Odisha: Provisional Population Totals ଅନୁସାରେ, ସମ୍ବଲପୁର ଜିଲ୍ଲାର ମୋଟ ଲୋକସଂଖ୍ୟା ୧୦,୪୪,୪୧୦| ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୭,୩୩,୦୨୧ ଓ ସହରାଞ୍ଚଳରେ ୩,୧୧,୩୮୯ ଲୋକ ବାସ କରନ୍ତି Census 2011: Odisha: Rural Urban Distribution | ପୁରୁଷ: ୫,୨୯,୪୨୪ ଗ୍ରାମାଞ୍ଚଳ: ୩,୬୯,୨୩୮ ସହରାଞ୍ଚଳ: ୧,୬୦,୧୮୬ ମହିଳା: ୫,୧୪,୯୮୬ ଗ୍ରାମାଞ୍ଚଳ: ୩,୬୩,୭୮୩ ସହରାଞ୍ଚଳ: ୧,୫୧,୨୦୩ ଛ ବର୍ଷରୁ କମ: ୧,୧୨,୯୪୬ ପଢୁଆ ହାର ୭୬.୯୧% ପୁରୁଷ: ୮୫.୧୭% ମହିଳା: ୬୮.୪୭% ସମ୍ବଲପୁରୀ ନୃତ୍ୟ ସମ୍ବଲପୁରୀ ଲୋକ ନୃତ୍ୟ ତାର ସ୍ୱର , ବାଦ୍ୟ ଓ ଅଭିନବ ଢଙ ଯୋଗୁ ସାରା ଭରତରେ ଜନପ୍ରିୟ ହୋଇଛି । 'ରଙ୍ଗବତୀ ' ଗୀତ ଦୀର୍ଘ 50 ବର୍ଷ ଧରି ଏକ ବହୁଳ ପ୍ରଚାରିତ ଜନପ୍ରିୟ ଗୀତ ହିସାବରେ ଆଜି ଯାଏ ପ୍ରଚଳିତ । ଏହି ଗୀତକୁ ନେଇ ଅନେକ ଭିନ୍ନ ଭାଷାରେ ମଧ୍ୟ ଅନୁବାଦ ହେଇଛି । ଦର୍ଶନୀୟ ସ୍ଥାନ ସମଲେଶ୍ୱରୀ ମନ୍ଦିର ସମଲେଶ୍ୱରୀ ମନ୍ଦିର ସମ୍ବଲପୁର ସହର ମଧ୍ୟରେ ଅବସ୍ଥିତ ଏକ ପୁରାତନ ମନ୍ଦିର । ମାଁ ସମଲାଇଙ୍କୁ ସମ୍ବଲପୁର ଅଞ୍ଚଳର ଲୋକ ନିଜର ଇଷ୍ଟ ଦେବତା ହିସାବରେ ମନି ଆସୁଛନ୍ତି କାଳ କାଳରୁ । ଏହି ମନ୍ଦିରର ସ୍ଥାପତ୍ୟ ମଧ୍ୟ ଆକର୍ଷଣୀୟ । ମନ୍ଦିରରେ ବିଭିନ୍ନ ପୂଜା ପାର୍ବଣ ଖୁବ ଜକ୍ ଯମକ୍ ସହିତ ହୁଏ । କୁହା ଯାଏ , ମା ସମଳୟଙ୍କ ଧବଳାମୁଖୀ ବେଶ ଦିନ ଦର୍ଶନ କାଲେ ସମସ୍ତ ପାପ ଧୌତ ହେଇ ଯାଏ । ହୀରାକୁଦ ବନ୍ଧ ହୁମାର ବକ୍ର ମନ୍ଦିର ( ପୃଥିବୀର ଏକମାତ୍ର ବକ୍ର ମନ୍ଦିର ) ଚିପିଳିମା ରାଜନୀତି #ନିର୍ବାଚନ ମଣ୍ଡଳୀଆରକ୍ଷଣ ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି )୧୪ଶ ବିଧାନ ସଭା ସଦସ୍ୟରାଜନୈତିକ ଦଳ୧୫କୁଚିଣ୍ଡାଅନୁସୂଚିତ ଜନଜାତିକୁଚିଣ୍ଡା (ବି), କୁଚିଣ୍ଡା, ବାମରା, ଜମନକିରା ରାଜେନ୍ଦ୍ର କୁମାର ଛତ୍ରିଆ କଂଗ୍ରେସ୧୬ରେଙ୍ଗାଲିଅନୁସୂଚିତ ଜାତିରେଙ୍ଗାଲି, ଧାନକୁଡ଼ା, ମାନେଶ୍ୱର (ଆଂଶିକ) ଦୁର୍ଯ୍ୟୋଧନ ଗଡ଼ିଆ କଂଗ୍ରେସ୧୭ସମ୍ବଲପୁରଅଣ ସଂରକ୍ଷିତସମ୍ବଲପୁର (ପୌ), ବୁର୍ଲା (ବି), ହୀରାକୁଦ (ବି) ଜୟନାରାୟଣ ମିଶ୍ର ଭାଜପା୧୮ରେଢ଼ାଖୋଲଅଣ ସଂରକ୍ଷିତରେଢ଼ାଖୋଲ (ବି), ରେଢ଼ାଖୋଲ, ଜୁଜୁମରା, ନାକଟିଦେଉଳ, ମାନେଶ୍ୱର (ଆଂଶିକ) ପ୍ରସନ୍ନ ଆଚାର୍ଯ୍ୟ ବି. ଜ. ଦ. ଅଧିକ ତଥ୍ୟ ଶ୍ରେଣୀ:ସମ୍ବଲପୁର ଜିଲ୍ଲା
ରକ୍ତ ଗୋଲାପ
https://or.wikipedia.org/wiki/ରକ୍ତ_ଗୋଲାପ
ଭୀମେଶ୍ୱର ରାଓଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ସିନେମା ରକ୍ତ ଗୋଲାପ ୧୯୭୭ ମସିହାରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଶ୍ରୀରାମ ପଣ୍ଡା ଓ ବନଜା ମହାନ୍ତି । ବ୍ରଜ, କୁଞ୍ଜନନ୍ଦ, ସୁରେଶ୍ ମିଶ୍ର, ନିତ୍ୟାନନ୍ଦ ଦାସ, ରାଧା ପଣ୍ଡା, ରମେଶ ପାଣିଗ୍ରାହୀ ଓ, ଶାନ୍ତି ପ୍ରମୁଖ ଅଭିନୟ କରିଥିଲେ । ଆଧାର ଅଧିକ ତଥ୍ୟ ଶ୍ରେଣୀ:୧୯୭୭ର ଓଡ଼ିଆ କଥାଚିତ୍ର ଶ୍ରେଣୀ:କଥାଚିତ୍ର ପ୍ରକଳ୍ପରେ ଉନ୍ନତ ହେବାକୁ ଥିବା ପ୍ରସଙ୍ଗ
ପ୍ରିୟତମା
https://or.wikipedia.org/wiki/ପ୍ରିୟତମା
ବିଶ୍ୱଜିତ ଦାସଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ପ୍ରିୟତମା ୧୯୭୮ ମସିହାରେ ମୁକ୍ତିଲାଭ କରିଥିଲା । ଅଭିନୟରେ ଓଡ଼ିଆ କଥାଚିତ୍ର ‘ପ୍ରିୟତମା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ଶ୍ରୀରାମ ପଣ୍ଡା ମହାଶ୍ୱେତା ରାୟ ନଗେନ ରାୟ ପ୍ରମୋଦ ମହାପାତ୍ର ଟୁନୁ ମହାନ୍ତି ନରୀ ରାଧା ପଣ୍ଡା ପ୍ରୀତି ପଟ୍ଟନାୟକ ନିଳକଣ୍ଠ ରାୟ ଆଧାର ବାହାର ଆଧାର ଶ୍ରେଣୀ:୧୯୭୮ର ଓଡ଼ିଆ କଥାଚିତ୍ର
ଉତ୍ତମ ମହାନ୍ତି
https://or.wikipedia.org/wiki/ଉତ୍ତମ_ମହାନ୍ତି
ଉତ୍ତମ ମହାନ୍ତି ଭାରତର ଓଡ଼ିଶାରେ ଥିବା ଓଡ଼ିଆ ସିନେମା ଜଗତର ଜଣେ ଅଭିନେତା । ୧୯୭୭ ମସିହାରେ ସେ ଅଭିମାନ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ପ୍ରାରମ୍ଭିକ ଜୀବନ ଉତ୍ତମ ମହାନ୍ତି ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଜନ୍ମ ନେଇଥିଲେ । ସେ ସର୍ବମୋଟ ୧୩୫ଟି ଓଡ଼ିଆ, ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିସାରିଛନ୍ତି । ଓଡ଼ିଆ କଥାଚିତ୍ର ଅଭିନେତ୍ରୀ, ଅପରାଜିତାଙ୍କୁ ସେ ବିବାହ କରିଛନ୍ତି । ସେମାନଙ୍କ ପୁତ୍ର ବାବୁସାନ ଜଣେ ଅଭିନେତା । ଚଳଚ୍ଚିତ୍ର ଜୀବନ ୧୯୭୭ ମସିହାରେ ସେ ଅଭିମାନ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିଲେ । ଏହାପରେ ଉତ୍ତମ ତାଙ୍କ ପାଠପଢ଼ାରେ ବ୍ୟସ୍ତ ରହିଲେ ଏବଂ ତିନିବର୍ଷ ପରେ ପୁଣି ପତିପତ୍ନୀ ଚଳଚ୍ଚିତ୍ର ଜରିଆରେ କଥାଚିତ୍ରରେ ଅଭିନୟ କରିବା ଆରମ୍ଭ କଲେ । ଅଭିନୀତ ଓଡ଼ିଆ କଥାଚିତ୍ର କଥାଚିତ୍ରମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକକଳ୍କୀ ଅବତାର ୧୯୯୯ହର ପଟ୍ଟନାୟକରୂପା ଗାଁର ସୁନାକନିଆଁ ୧୯୯୮ରାଜୁ ମିଶ୍ରପୁଅ ମୋର ଭୋଳାଶଙ୍କର ୧୯୯୬ହର ପଟ୍ଟନାୟକ ସୁହାଗ ସିନ୍ଦୂର ୧୯୯୬ହର ପଟ୍ଟନାୟକଲକ୍ଷ୍ମଣ ରେଖା ୧୯୯୬ମହମ୍ମଦ ମହସୀନ ଯଶୋଦା ୧୯୯୬ହର ପଟ୍ଟନାୟକକପାଳ ଲିଖନ ୧୯୯୨ହର ପଟ୍ଟନାୟକଭୀଷ୍ମ ପ୍ରତିଜ୍ଞା ୧୯୯୨ରବି କିନ୍ନାଗୀଏଇ ଆମ ସଂସାର ୧୯୯୨ଶିଶିର ମିଶ୍ରପଞ୍ଚୁ ପାଣ୍ଡବ ୧୯୮୯ଶିଶିର ମୋହନ ପତି ପାପପୁଣ୍ୟ ୧୯୮୮ସିଦ୍ଧାର୍ଥପୂଜାଫୁଲ ୧୯୮୫ଜେ. ଏଚ୍. ସତ୍ତାରସତ କେବେ ଲୁଚି ରହେନା ୧୯୮୫ରମେଶ ମହାନ୍ତିସମୟ ବଡ଼ ବଳବାନ ୧୯୮୫ଶିଶିର ମିଶ୍ର ସହରୀ ବାଘ ୧୯୮୫ମହମ୍ମଦ ମହସୀନ ଦଣ୍ଡା ବାଳୁଙ୍ଗା ୧୯୮୪ମହମ୍ମଦ ମହସୀନ ଝିଅଟି ସୀତା ପରି ୧୯୮୩ବିଧୁଭୁଷଣ ନନ୍ଦଫୁଲ ଚନ୍ଦନ ୧୯୮୨ମହମ୍ମଦ ମହସୀନରାମାୟଣ ୧୯୮୦ଗୋବିନ୍ଦ ତେଜଅଭିମାନ ୧୯୭୭ସାଧୁ ମେହେର ମାନ ସମ୍ମାନ ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ପୁରସ୍କାର, ୨୦୧୨ ଶ୍ରେଷ୍ଠ ଅଭିନେତା, "ଫିଟଫାଟ ବାଇସ୍କୋପ" ପୁରସ୍କାର (୨୦୦୮) ଇନ୍ଦିରା ଗାନ୍ଧୀ ପ୍ରିୟଦର୍ଶିନୀ ପୁରସ୍କାର (୨୦୦୬) ଜୟଦେବ ପୁରସ୍କାର (୧୯୯୯) ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରେଷ୍ଠ ସହ-ଅଭିନେତା, ୧୯୯୧, (ତୋ ବିନୁ ଅନ୍ୟଗତି ନାହିଁ) ଶ୍ରେଷ୍ଠ ଅଭିନେତା, ୧୯୮୪ (ଦଣ୍ଡା ବାଳୁଙ୍ଗା) ଶ୍ରେଷ୍ଠ ଅଭିନେତା, ୧୯୮୩ (ଝିଅଟି ସୀତା ପରି) ଶ୍ରେଷ୍ଠ ଅଭିନେତା, ୧୯୮୨ (ଫୁଲ ଚନ୍ଦନ) ଶ୍ରେଷ୍ଠ ଅଭିନେତା, ଚିତ୍ରପୁରୀ ପୁରସ୍କାର ଆଧାର ଅଧିକ ତଥ୍ୟ orissacinema.com ଶ୍ରେଣୀ:୧୯୫୮ ଜନ୍ମ ଶ୍ରେଣୀ:ଜୀବିତ ବ୍ୟକ୍ତି ଶ୍ରେଣୀ:ଓଡ଼ିଶାର ଲୋକ ଶ୍ରେଣୀ:କଟକ ଶ୍ରେଣୀ:ବିଜୁ ଜନତା ଦଳ ରାଜନେତା ଶ୍ରେଣୀ:ଓଡ଼ିଆ କଥାଚିତ୍ରରେ ପୁରୁଷ ଅଭିନେତା ଶ୍ରେଣୀ:ଓଡ଼ିଶାର ପୁରୁଷ ଅଭିନେତା ଶ୍ରେଣୀ:ମୟୂରଭଞ୍ଜ ଜିଲ୍ଲାର ଲୋକ
ଅପରାଜିତା ମହାନ୍ତି
https://or.wikipedia.org/wiki/ଅପରାଜିତା_ମହାନ୍ତି
ଅପରାଜିତା ମହାନ୍ତି (ଜନ୍ମ: ୧୫ ମଇ ୧୯୬୫,ସମ୍ବଲପୁର) ଓଡ଼ିଆ କଥାଚିତ୍ର ଜଗତର ଜଣେ ଅଭିନେତ୍ରୀ । ସେ ୧୯୮୦ ମସିହାର ସିନେମା ସୀତା ଲବକୁଶରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଛୋଟ ପରଦାରେ ମଧ୍ୟ ସେ ଅଭିନୟ କରିଛନ୍ତି । ପ୍ରାରମ୍ଭିକ ଜୀବନ ଓ ପରିବାର ଅପରାଜିତା ୧୯୬୫ ମସିହା ମଇ ୧୫ ତାରିଖରେ ସମ୍ବଲପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଅବଦୁଲ ଅଜିଜ ଖାନ ଭଦ୍ରକର ଏକ ମୁସଲିମ ପରିବାରରୁ ଓ ମାତା ହରପ୍ରିୟା ରାୟ ଏକ ହିନ୍ଦୁ ପରିବାରରୁ ଥିଲେ । ବାପା ଓ ଜେଜେବାପା ଉଭୟ ଆଇନଜୀବୀ ଥିଲେ । ଜେଜେ ବାପା ୧୯୪୧ରେ କୃଷ୍ଣଚନ୍ଦ୍ର ଗଜପତିଙ୍କ ନେତୃତ୍ୱରେ ଗଠିତ ଓଡ଼ିଶା ମନ୍ତ୍ରୀମଣ୍ଡଳରେ ରାଜସ୍ୱ ଓ ଆଇନ ମନ୍ତ୍ରୀ ଥିଲେ । ବାପା ଅଜିଜ ଖାନ ସମ୍ବଲପୁରରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟେଟ । ତାଙ୍କ ମା ହରପ୍ରିୟା, ସାହିତ୍ୟିକ ରାଜକିଶୋର ରାୟଙ୍କ ସାନ ଭଉଣୀ । ଅପରାଜିତା ଓଡ଼ିଆ କଥାଚିତ୍ର ଜଗତର ଅଭିନେତା ଉତ୍ତମ ମହାନ୍ତିଙ୍କ ପତ୍ନୀ । ତାଙ୍କର ପୁଅ ବାବୁସାନ ମହାନ୍ତି ମଧ୍ୟ ଜଣେ ଅଭିନେତା । କଥାଚିତ୍ର ଜୀବନ ସେ ଗତ ୩୦ ବର୍ଷ ଧରି ଫିଲ୍ମ ଓ ଟି.ଭି ଧାରାବାହିକରେ ଅଭିନୟ କରିଛନ୍ତି । ୧୯୮୦ ମସିହାରେ ସେ ସୀତା ଲବକୁଶ କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିଲେ । ସେ ୭୦ରୁ ଅଧିକ ଓଡ଼ିଆ ଓ ହିନ୍ଦୀ କଥାଚିତ୍ରରେ ଅଭିନୟ କରିସାରିଛନ୍ତି । ଅଭିନୀତ ଓଡ଼ିଆ କଥାଚିତ୍ର ସୁପର ମିଛୁଆ, ୨୦୧୫ କିଏ ଦବ ଟକ୍କର ୨୦୧୫ ନୂଆ ନୂଆ ପ୍ରେମରେ, ୨୦୧୫ ଇସ୍କ ତୁ ହି ତୁ, ୨୦୧୫ ଲେଖୁ ଲେଖୁ ଲେଖିଦେଲି, ୨୦୧୪ ଗୋଲାପି ଗୋଲାପି, ୨୦୧୪ ଡାଡି, ୨୦୧୪ ତୁ ଆଉ ମୁଁ, ୨୦୧୪ ଆଖିରେ ଆଖିରେ, ୨୦୧୪ ଡାହା ବାଳୁଙ୍ଗା, ୨୦୧୩ ପ୍ରେମ ସବୁଠୁ ବଳବାନ, ୨୦୧୩ ଟାର୍ଗେଟ, ୨୦୧୩ ନଈ ସେପାରୀ କନକ ଗୋରୀ, ୨୦୧୩ ଲଭ ମାଷ୍ଟର, ୨୦୧୩ ଚାନ୍ଦ ନା ତମେ ତାରା, ୨୦୧୨ ବ୍ୟାଡ଼ ଗାର୍ଲ, ୨୦୧୨ ଏମିତି ବି ପ୍ରେମ ହୁଏ, ୨୦୧୨ ଥୁକୁଲ୍, ୨୦୧୨ ଲୋଫର୍, (୨୦୧୧) ଅଭିମନ୍ୟୁ, (୨୦୦୯) ଧଉଳି ଏକ୍ସପ୍ରେସ୍, ୨୦୦୭ କଳ୍କୀ ଅବତାର, ୧୯୯୯ ରକତ ଚିହ୍ନିଛି ନିଜର କିଏ|, ୧୯୯୯ ଶୂନ୍ୟସ୍ୱରୂପ, ୧୯୯୭ ପୁଅ ମୋର ଭୋଳାଶଙ୍କର, (୧୯୯୬) ଯଶୋଦା, (୧୯୯୬) ସୁନା ଭାଉଜ, (୧୯୯୪) ଲକ୍ଷେ ଶିବ ପୂଜି ପାଇଛି ପୁଅ, ୧୯୯୪ କପାଳ ଲିଖନ|, ୧୯୯୨ ରଜନୀଗନ୍ଧା, (୧୯୮୯) ରାଜା ରାଣୀ, (୧୯୮୯) ସାଗର, (୧୯୮୯) ବୋହୂ ହେବ ଏମିତି|| (୧୯୮୮) ପାପପୁଣ୍ୟ, (୧୯୮୮) ଏଇ ଆମ ସଂସାର, (୧୯୮୬) ବଧୂ ନିରୁପମା, (୧୯୮୭) ନଳ ଦମୟନ୍ତୀ, ୧୯୮୫ ପରଝିଅ ଘର ଭାଙ୍ଗେନା, ୧୯୮୫ ପୂଜାଫୁଲ (୧୯୮୫) ମମତା ମାଗେ ମୂଲ (୧୯୮୫) ସହରୀ ବାଘ, (୧୯୮୫) ଜନନୀ, (୧୯୮୪) ଜାଇଫୁଲ|| (୧୯୮୪) ଝିଅଟି ସୀତା ପରି, (୧୯୮୩) ଅସ୍ତରଙ୍ଗ| (୧୯୮୨) ଫୁଲ ଚନ୍ଦନ, (୧୯୮୨) ରାମାୟଣ, (୧୯୮୦) ସତ କେବେ ଲୁଚି ରହେନା, (୧୯୮୫) ସନ୍ତାନ, (୧୯୯୮) ଟୋପାଏ ସିନ୍ଦୂର ଦି ପଟ ଶଙ୍ଖା, (୧୯୮୯) ମମତାର ଡୋରି, (୧୯୮୯) ଯାହାକୁ ରଖିବେ ଅନନ୍ତ, (୧୯୮୮) ଏ ମନ ଖୋଜେ ମନଟିଏ, (୨୦୧୧) ପ୍ରେମ ଋତୁ ଆସିଲାରେ, (୨୦୦୬) ସୀତା ଲବକୁଶ, (୧୯୮୦) ମାନସମ୍ମାନ ୨୦୦୯: ଇ ଟିଭି ଓଡ଼ିଆ ପ୍ରିୟ ଓଡ଼ିଆ ସମ୍ମାନ ୧୯୮୨: ଶ୍ରେଷ୍ଠ ଅଭିନେତ୍ରୀ, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, (ଫୁଲ ଚନ୍ଦନ)cinemasagar.com: Orissa State Film Award Winners ଆଧାର ଅଧିକ ତଥ୍ୟ www.orissacinema.com ଶ୍ରେଣୀ:୧୯୬୫ ଜନ୍ମ ଶ୍ରେଣୀ:ଜୀବିତ ବ୍ୟକ୍ତି ଶ୍ରେଣୀ:ଓଡ଼ିଶାର ଲୋକ ଶ୍ରେଣୀ:ସମ୍ବଲପୁରର ଲୋକ ଶ୍ରେଣୀ:ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ଶ୍ରେଣୀ:୧୯୬୫ ଜନ୍ମ ଶ୍ରେଣୀ:ଜୀବିତ ବ୍ୟକ୍ତି ଶ୍ରେଣୀ:ଓଡ଼ିଶାର ଲୋକ ଶ୍ରେଣୀ:ବୃତ୍ତି ଅନୁସାରେ ଓଡ଼ିଆ ଲୋକ ଶ୍ରେଣୀ:ସମ୍ବଲପୁରର ଲୋକ ଶ୍ରେଣୀ:ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ଶ୍ରେଣୀ:ଓଡ଼ିଶାର ଅଭିନେତ୍ରୀ ଶ୍ରେଣୀ:ସମ୍ବଲପୁର ଜିଲ୍ଲାର ଲୋକ
ନାଗଫାସ
https://or.wikipedia.org/wiki/ନାଗଫାସ
ନାଗଫାସ, ବସନ୍ତ ନାୟକଙ୍କ ପ୍ରଯୋଜନା ତଥା ବସନ୍ତ ନାୟକ ଓ ଅକ୍ଷୟମହାନ୍ତିଙ୍କ ମିଳିତ ନିର୍ଦ୍ଦେଶନାରେ ନିର୍ମିତ ହୋଇ୧୯୭୭ ମସିହାରେ ମୁକ୍ତିଲାଭ କରିଥିଲା । ଏହା 'ବ୍ରଜରାଜ ମୁଭିଜ୍‌'ର ପ୍ରଥମ ଓଡ଼ିଆ କଥାଚିତ୍ର । ଏଥିରେ ବିଭିନ୍ନ ଭୂମିକାରେ ଧୀର ବିଶ୍ୱାଳ, ଶ୍ରୀରାମ ପଣ୍ଡା, ଅନିତା ଦାସ, ପ୍ରଶାନ୍ତ ନନ୍ଦ, ଅନିମା ପେଦିନୀ ଓ ମାଳବିକା ରାୟ ଆଦି ଅଭିନେତା ଅଭିନୟ କରିଥିଲେ । ବିଜୟ ମହାନ୍ତି ଏଥିରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ଅଭିନୟରେ ଓଡ଼ିଆ କଥାଚିତ୍ର ‘ନାଗଫାସ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ଧୀର ବିଶ୍ୱାଳ ଶ୍ରୀରାମ ପଣ୍ଡା ଅନିତା ଦାସ ଧୀରେନ ଦାସ ବନଜା ମହାନ୍ତି ବିଜୟ ମହାନ୍ତି ମହମ୍ମଦ ମହସିନ ପ୍ରଶାନ୍ତ ନନ୍ଦ ନରେନ୍ଦ୍ର କୁମାର ବେହେରା (ନରି) ରାଧା ପଣ୍ଡା ଅନିମା ପେଦିନୀ ଲିନା ରାୟ ମାଳବିକା ରାୟ ଜୟୀରାମ ସାମଲ କେଶବ ଶତପଥୀ ଗୀତ ମୋ କୋଳ ତୋ ଝୁଲଣା ଟିକ ଟିକ ଘଣ୍ଟା ଚାଲେ ନାଥ ନାଥ ପ୍ରାଣନାଥ ଆଧାର ଅଧିକ ତଥ୍ୟ ଶ୍ରେଣୀ:୧୯୭୭ର ଓଡ଼ିଆ କଥାଚିତ୍ର
ଶରତ ପୂଜାରୀ
https://or.wikipedia.org/wiki/ଶରତ_ପୂଜାରୀ
ଶରତ ପୂଜାରୀ ( ୮ ଅଗଷ୍ଟ ୧୯୩୪-୧୧ ମଇ ୨୦୧୪) ଜଣେ ଓଡ଼ିଆ କଥାଚିତ୍ର ଅଭିନେତା ଥିଲେ । ୬୦ ଦଶକର ଆରମ୍ଭରୁ ୨୦୧୨ ଯାଏଁ ସେ ଓଡ଼ିଆ କଥାଚିତ୍ର ଜଗତରେ, ଜଣେ ଅଭିନେତା ଓ ନିର୍ଦ୍ଦେଶକ ଭାବରେ କାମ କରିଥିଲେ । ଶିକ୍ଷା ଓ ପ୍ରାରମ୍ଭିକ ଜୀବନ ଶରତଙ୍କ ବାପା ସମ୍ବଲପୁର ଝାଡୁଆପଡ଼ାର ମୂଳନିବାସୀ ସଚ୍ଚିଦାନନ୍ଦ ପୂଜାରୀ ନୟାଗଡ଼ ରାଜ୍ୟରେ ଦେୱାନ ଥିଲେ । ୧୯୩୪ ଅଗଷ୍ଟ ୮ ତାରିଖରେ ନୟାଗଡ଼ରେ ଶରତ ପୂଜାରୀଙ୍କ ଜନ୍ମ ହୋଇଥିଲା । ବିଭିନ୍ନ ସ୍ଥାନରେ ଶିକ୍ଷା ଶେଷ କଲା ପରେ ସେ ଅର୍ଥନୀତିରେ ସ୍ନାତକ ଓ ୧୯୫୬ରେ ଚିତ୍ରାଙ୍କନରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ଡିପ୍ଲୋମା ସାରିଥିଲେ । ତାଙ୍କର ପ୍ରଥମ ଚାକିରି ବ୍ଲକ ଡିଜାଇନର ଓ ପବ୍ଲିସିଟି ଏଜେଣ୍ଟ ଭାବରେ ଆରମ୍ଭ ହୋଇଥିଲା । ୧୯୫୯ରେ ସେ ଅର୍ଥନୀତି ଅଧ୍ୟାପକ ଭାବରେ ବରଗଡ଼ର ପଞ୍ଚାୟତ କଲେଜରେ ଯୋଗ ଦେଇଥିଲେ । ୧୯୬୬ରେ ତାପଙ୍ଗ ଲାଇଟ୍ ଫାଉଣ୍ଡ଼୍ରୀରେ ୱାର୍କ୍ସ ମ୍ୟାନେଜର ଭାବରେ କିଛି ଦିନ କାର୍ଯ୍ୟ କଲା ପରେ ୩୪ ବର୍ଷ ବୟସରେ ସେ ଲରମ୍ଭା କଲେଜରେ ଅଧ୍ୟକ୍ଷ ହୋଇପାରିଥିଲେ। ପଦ ପଦବୀ ୧୯୫୯-୧୯୬୬: ଅଧ୍ୟାପକ (ଅର୍ଥନୀତି), ପଞ୍ଚାୟତ କଲେଜ, ବରଗଡ଼ ୧୯୬୮- ୧୯୯୨: ଅଧ୍ୟକ୍ଷ, ଲରମ୍ଭା କଲେଜ ୧୯୮୯- ୧୯୯୦: ଅଧ୍ୟକ୍ଷ, "ବିଭାପା' କଳା ମହାବିଦ୍ୟାଳୟ, ସୁନ୍ଦରଗଡ଼ ୧୯୯୨- ୧୯୯୪: ଅଧ୍ୟକ୍ଷ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ଭୁବନେଶ୍ୱର ୨୦୧୧- ୨୦୧୪: ସଭାପତି, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ କଥାଚିତ୍ର ଜୀବନ ୧୯୫୯ରେ ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା କଥାଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିବା ପରେ "ଜୀବନସାଥୀ', "ସାଧନା", "ମାଟିର ମଣିଷ', "ଅରୁନ୍ଧତୀ' ପ୍ରଭୃତି ସିନେମାରେ ଅଭିନୟ କରି ସେ ରାଷ୍ଟ୍ରପତିଙ୍କଠାରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଗ୍ରହଣ କରିଥିଲେ । ତାଙ୍କ ଅଭିନୀତ "କିଏ କାହାର' ସିନେମା କଟକ ସହରର ବିଭିନ୍ନ ପ୍ରେକ୍ଷାଳୟରେ ୧୦୦ଦିନ କ୍ରମାନ୍ୱୟରେ ଚାଲି ରେକର୍ଡ଼ ସୃଷ୍ଟି କରିଥିଲା । ତାଙ୍କ ନିର୍ଦ୍ଦେଶିତ "ତଅପୋଇ', "ଅଶାନ୍ତ ଗ୍ରହ" ଓ "ଅସ୍ତରାଗ" କଥାଚିତ୍ର ଦର୍ଶକଙ୍କୁ ପ୍ରଭାବିତ କରିଥିଲା । ତାଙ୍କ ଅଭିନୀତ ଶେଷ କଥାଚିତ୍ର ଥିଲା ଗଦାଧର ପୁଟୀଙ୍କ ନିର୍ଦ୍ଦେଶିତ ପୂଜା ପାଇଁ ଫୁଲଟିଏ (୨୦୦୭) । ଏହି କଥାଚିତ୍ର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କାର ହାସଲ କରିଥିଲା । "କା", "ଅନ୍ଧ ଦିଗନ୍ତ", "ଭୂଖା", "ଦୃଷ୍ଟି", "ଅରଣ୍ୟ ରୋଦନ", "ଆରଣ୍ୟକ", "ଶେଷଦୃଷ୍ଟି", "ସତମିଛ" ପ୍ରଭୃତି ପ୍ରାୟ ୫୦ରୁ ଊର୍ଦ୍ଧ୍ୱ କଥାଚିତ୍ରରେ ଅଭିନୟ ସାଙ୍ଗକୁ ୩ଟି କଥାଚିତ୍ର ଓ ୭୫ରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇଥିଲେ । କଥାଚିତ୍ର ନାମ ଚରିତ୍ର ଭୂମିକା ବର୍ଷ ମାଟିର ମଣିଷ ବରଜୁ ଅଭିନେତା ୧୯୬୬ କା ଅଭିନେତା ୧୯୬୬ ଅରୁନ୍ଧତୀ ମନୋଜ ଅଭିନେତା ୧୯୬୭ ତଅପୋଇ ନିର୍ଦ୍ଦେଶକ ୧୯୭୮ ଅଶାନ୍ତ ଗ୍ରହ ଶରତ ଅଭିନେତା-ନିର୍ଦ୍ଦେଶକ ୧୯୮୨ ଅସ୍ତରାଗ ନିର୍ଦ୍ଦେଶକ ୧୯୮୨ ଅନ୍ଧ ଦିଗନ୍ତ ଅଭିନେତା ୧୯୮୮ ଭୂଖା ଅଭିନେତା ୧୯୮୯ ଦୃଷ୍ଟି ଅଭିନେତା ୧୯୯୦ ଅରଣ୍ୟ ରୋଦନ ଅଭିନେତା ୧୯୯୨ ଆରଣ୍ୟକ ରାଜା ସାହେବ ଅଭିନେତା ୧୯୯୪ ଶେଷ ଦୃଷ୍ଟି କେଦାର ବାବୁ ଅଭିନେତା ୧୯୯୭ ଶୂନ୍ୟସ୍ୱରୂପ ଅଭିନେତା ୧୯୯୭ନୂଆ ବୋଉ ପ୍ରଯୋଜକ, ଅଭିନେତା ୧୯୬୨ ପୁରସ୍କାର ଓ ସମ୍ମାନ ହେମନ୍ତ ଦାସ କଳା ସମ୍ମାନ, ୨୦୧୧ ସିନେ ଆର୍ଟିଷ୍ଟ ଆସୋସିଏସନ ପୁରସ୍କାର (୨୦୧୨)cinemasagar.com: Actor Sarat Pujari Felicited by Cine Artist’s associationodisha360.com: Veteran Odia Actor Sarat Pujari Felicitatedincredibleorissa.com: Cine Artist Association Orissa awarded veteran actor Sarat Pujari at Utkal Mandap କାଦମ୍ବିନୀ ସମ୍ମାନ, ୨୦୧୦ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ (୨୦୦୭) ଜୟଦେବ ପୁରସ୍କାର (୧୯୮୫) ଚିତ୍ରପୁରୀ ସମ୍ମାନ ଭୂମିପୁତ୍ର ସମ୍ମାନ ଗଣକବି ସମ୍ମାନ ଆଧାର ଅଧିକ ତଥ୍ୟ ଶ୍ରେଣୀ:୧୯୩୪ ଜନ୍ମ ଶ୍ରେଣୀ:୨୦୧୪ ମୃତ୍ୟୁ ଶ୍ରେଣୀ:ନୟାଗଡ଼ ଜିଲ୍ଲାର ଲୋକ ଶ୍ରେଣୀ:ଓଡ଼ିଆ କଥାଚିତ୍ରରେ ପୁରୁଷ ଅଭିନେତା ଶ୍ରେଣୀ:ଓଡ଼ିଶାର ପୁରୁଷ ଅଭିନେତା
୧୯୬୨ର ଓଡ଼ିଆ କଥାଚିତ୍ର
https://or.wikipedia.org/wiki/୧୯୬୨ର_ଓଡ଼ିଆ_କଥାଚିତ୍ର
ଓଡ଼ିଆ ସିନେମା ଜଗତରେ ୧୯୬୨ରେ ତିଆରି ହୋଇଥିବା ଓଡ଼ିଆ କଥାଚିତ୍ର । ଅ-କ୍ଷ ନାମ ନିର୍ଦ୍ଦେଶକ ଅଭିନେତା ପ୍ରକାର ଟୀକା ୧୯୬୨ଦସ୍ୟୁ ରତ୍ନାକର ପ୍ରଭାତ ମୁଖାର୍ଜୀଶରତ ପୂଜାରୀ, ଶାନ୍ତି , ପ୍ରଶାନ୍ତ ନନ୍ଦଜୟଦେବ ବ୍ୟୋମକେଶ ତ୍ରିପାଠୀବ୍ୟୋମକେଶ ତ୍ରିପାଠୀ, ଶେଫାଳୀନୂଆ ବୋଉ ପ୍ରଭାତ ମୁଖାର୍ଜୀ ପ୍ରଶାନ୍ତ ନନ୍ଦ, ଧିର ବିଶ୍ୱାଳ ଲକ୍ଷ୍ମୀ ଶାରଦା ନାୟକଗୌର ଘୋଷ, ଚନ୍ଦନା, ବାବି ଆଧାର odiacinemaworld.blogspot.com: Odia Cinema Produced during 1962 in Odisha ୧୯୬୨ ଶ୍ରେଣୀ:ଚଳଚ୍ଚିତ୍ର ୧୯୬୨ରେ ଶ୍ରେଣୀ:୧୯୬୨ରେ ଭାରତ ଶ୍ରେଣୀ:୧୯୬୨ରେ ଓଡ଼ିଶା
ଗୋପାଳ ଚନ୍ଦ୍ର ପ୍ରହରାଜ
https://or.wikipedia.org/wiki/ଗୋପାଳ_ଚନ୍ଦ୍ର_ପ୍ରହରାଜ
ଗୋପାଳ ଚନ୍ଦ୍ର ପ୍ରହରାଜ (୨୭ ସେପ୍ଟେମ୍ବର ୧୮୭୪-୧୬ ମଇ ୧୯୪୫) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଭାଷାବିଦ୍, ଲେଖକ, ବିଶ୍ୱକୋଷକାର ଓ ବାରିଷ୍ଟର ଥିଲେ । ତାଙ୍କର ଜନ୍ମ ଓଡ଼ିଶାର କଟକ ଜିଲ୍ଲାର ସିଦ୍ଧେଶ୍ୱରପୁରଠାରେ ହୋଇଥିଲା । ସେ ସାମାଜିକ, ରାଜନୈତିକ ଏବଂ ସେତେବେଳର ପ୍ରଚଳିତ ସଂସ୍କୃତି ଭିତ୍ତିକ ଅନେକ ବ୍ୟଙ୍ଗ ଏବଂ ବିଶ୍ଳେଷିତ ପ୍ରବନ୍ଧମାନ ଉତ୍କଳ ସାହିତ୍ୟ, ରସଚକ୍ର, ନବଭାରତ, ସତ୍ୟ ସମାଚାର ଭଳି ପତ୍ରିକାରେ ଲେଖୁଥିଲେ । thumb|ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ରଚିତ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଜୀବନୀ ବ୍ୟକ୍ତିଗତ ଜୀବନ ଗୋପାଳ ଚନ୍ଦ୍ର ପ୍ରହରାଜ ୧୮୭୪ ମସିହା ସେପ୍ଟେମ୍ବର ୨୭ ତାରିଖରେ ଓଡ଼ିଶାର କଟକ ଜିଲ୍ଲାର ସିଦ୍ଧେଶ୍ୱରପୁର ଗ୍ରାମରେ ଏକ ଧନୀ ବ୍ରାହ୍ମଣ ଜମିଦାର ଘରେ ଜନ୍ମଗ୍ରହଣ କରିଥିଲେ । ଶିକ୍ଷା ସେ ରେଭେନ୍ସା କଲିଜେଟ ସ୍କୁଲରୁ ମାଟ୍ରିକ ପାସ କରିଥିଲେ । ପରବର୍ତ୍ତୀ ସମୟରେ କଟକର ସେ ରେଭେନ୍ସା ମହାବିଦ୍ୟାଳୟରୁ କଳା ବିଭାଗରେ ଅଧ୍ୟୟନ କରିଥିଲେ । ଏହା ପରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଓକିଲାତି ଅଧ୍ୟୟନ କରିଥିଲେ । ପରିବାର ଗୋପାଳ ଚନ୍ଦ୍ର ପ୍ରହରାଜ ମୁକ୍ତାମଣିଙ୍କୁ ବିବାହ କରିଥିଲେ । ଉଭୟ ଦମ୍ପତ୍ତିଙ୍କର ଚନ୍ଦ୍ରଶେଖର ନାମରେ ଜଣେ ବଡ଼ ପୁଅ ଓ ଲାବଣ୍ୟବତୀ ନାମରେ ଜଣେ ଝିଅ ହୋଇଥିଲେ । ବିବାହର କିଛି ବର୍ଷ ପରେ ୧୯୨୭ରେ ମୁକ୍ତାମଣି ପୁଅ ଚନ୍ଦ୍ରଶେଖରଙ୍କୁ ଧରି ତାଙ୍କଠାରୁ ସଂପୂର୍ଣ୍ଣ ଅଲଗା ହୋଇଯାଇଥିଲେ ଓ ନିଜ ଗାଁ ସିଦ୍ଧେଶ୍ୱରପୁରରେ ରହୁଥିଲେ । ମୁକ୍ତାମଣିଙ୍କଠାରୁ ଅଲଗା ହୋଇ ସେ ନିଜ ବିଧବା ଶାଳୀ ପୀତାମ୍ବରୀ ଦେବୀଙ୍କ ସହ କଟକରେ ରହୁଥିଲେ । କଟକରେ ସେ ରହୁଥିବା ସ୍ଥାନ ଏବେ "ଭାଷାକୋଷ ଲେନ୍" ଭାବରେ ପରିଚିତ । ଓକିଲାତି ସେ ୧୯୦୨ ମସିହାରେ ଓକିଲ ହୋଇଥିଲେ ଓ ମଧୁସୂଦନ ଦାସଙ୍କ ଅଧୀନରେ ଓକିଲାତି ବ୍ୟବସାୟ କରୁଥିଲେ । ସେ ସରକାରୀ ଓକିଲ ହିସାବରେ ମଧ୍ୟ କାମ କରିଥିଲେ । ବ୍ୟବସାୟ ବହୁତ ଭଲ ଚାଲିଥିଲା ଓ ରୋଜଗାର ଭଲ ହେଉଥିଲା । ମୃତ୍ୟୁ ପ୍ରହରାଜ ୧୯୪୫ ମସିହା ମେ ୧୬ତାରିଖରେ ବିଷ ମିଶା ଦୁଧ ପାନ କରିବାରୁ ତାଙ୍କର ମୃତ୍ୟୁ ଘଟିଥିଲା । ଲେଖକ ଜୀବନୀ ପ୍ରହରାଜ ୧୯୦୧ ମସିହାରେ ଉତ୍କଳ ସାହିତ୍ୟ ପତ୍ରିକାରେ ଭାଗବତ ଟୁଙ୍ଗୀରେ ସନ୍ଧ୍ୟା ଶୀର୍ଷକରେ ପ୍ରବନ୍ଧ ଲେଖିବା ଆରମ୍ଭ କରିଥିଲେ ଏବଂ ଏହା ହେଉଛି ତାଙ୍କର ପ୍ରଥମ କରି ପ୍ରକାଶିତ ହୋଇଥିବା ଲେଖା । ତାଙ୍କର ଲିଖନଶୈଳୀ ଫକୀର ମୋହନ ସେନାପତିଙ୍କଦ୍ୱାରା ପ୍ରଭାବିତ । ଓଡ଼ିଆ ବ୍ୟଙ୍ଗ ସାହିତ୍ୟକୁ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ତାଙ୍କ ଲେଖାରେ ଓଡ଼ିଶାର ଅପଭ୍ରଂଶିତ ଭାଷା ସ‌ହିତ ହିନ୍ଦୁସ୍ଥାନୀ, ପାରସୀ, ଇଂରାଜୀ, ସଂସ୍କୃତ ଏବଂ ଅନେକ ଭାଷାର ମିଶ୍ରଣ ଦେଖିବାକୁ ମିଳେ । ଜୀବନର ଶେଷ ଯାଏ ଭିନ୍ନ ଶୀର୍ଷକ ଥାଇ ସେ ଅନେକ କଷ୍ଟକର ପ୍ରବନ୍ଧ ବିଭିନ୍ନ ପତ୍ରିକାରେ ଲେଖିଥିଲେ । ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଗୋପାଳ ଚନ୍ଦ୍ର ପ୍ରହରାଜ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ମୁଖ୍ୟ ସଂକଳକ ଥିଲେ । ଏହାର ସଂକଳନ ଶେଷ କରିବା ପାଇଁ ତାଙ୍କୁ ପାଖାପାଖି ୩୦ ବର୍ଷ ସମୟ ଲାଗିଥିଲା ଓ ତାଙ୍କର ସଞ୍ଚିତ ସମସ୍ତ ଅର୍ଥ ଏହାର ପ୍ରସ୍ତୁତିରେ ଖର୍ଚ୍ଚ ହୋଇଯାଇଥିଲା । ରଚନାବଳୀ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ''': ପ୍ରଥମ ଓଡ଼ିଆ ଭାଷାକୋଷ (୭ଟି ଖଣ୍ଡ)।http://www.archive.org/details/PurnachandraOdiaBhashakosha-Volume3-ConsonantsChaToTha ୯୪୫୦ ପୃଷ୍ଠାର ଏହି ସଙ୍କଳନରେ ସର୍ବମୋଟ ମୋଟ ୧,୮୫,୦୦୦ ଶବ୍ଦର ବିଷଦ ବିବରଣୀ ସ୍ଥାନ ପାଇଛି । ଭାଗବତ ଟୁଙ୍ଗୀରେ ସନ୍ଧ୍ୟା (୧୯୦୩) ବାଇ ମାହାନ୍ତି ପାଞ୍ଜି (୧୯୨୩) ଦୁନିଆର ହାଲଚାଲ (୧୯୫୨) ନନାଙ୍କ ବସ୍ତାନି ଆମ ଘରର ହାଲଚାଲ (୧୯୭୧) ବାଇନାନୀଙ୍କ ବୁଜୁଳି ଆଧାର ଶ୍ରେଣୀ:୧୮୭୪ ଜନ୍ମ ଶ୍ରେଣୀ:୧୯୪୫ ମୃତ୍ୟୁ ଶ୍ରେଣୀ:ଭାରତୀୟ ଲେଖକ ଶ୍ରେଣୀ:ଓଡ଼ିଆ ସାହିତ୍ୟିକ ଶ୍ରେଣୀ:ଔପନ୍ୟାସିକ ଶ୍ରେଣୀ:କଟକ ଜିଲ୍ଲାର ଲୋକ
୧୯୬୧ର ଓଡ଼ିଆ କଥାଚିତ୍ର
https://or.wikipedia.org/wiki/୧୯୬୧ର_ଓଡ଼ିଆ_କଥାଚିତ୍ର
ଓଡ଼ିଆ ସିନେମା ଜଗତରେ ୧୯୬୧ରେ ତିଆରି ହୋଇଥିବା ଓଡ଼ିଆ ସିନେମା A-Z ନାମ ନିର୍ଦ୍ଦେଶକ ଅଭିନେତା ପ୍ରକାର ଟୀକା ୧୯୬୧ପରିଣାମବିଶ୍ୱନାଥ ନାୟକପ୍ରମୋଦ, ଗୀତିସୁଧା ଦ୍ରଷ୍ଟବ୍ୟ ୧୯୬୧ ଶ୍ରେଣୀ:ଚଳଚ୍ଚିତ୍ର ୧୯୬୧ରେ ଶ୍ରେଣୀ:୧୯୬୧ରେ ଭାରତ ଶ୍ରେଣୀ:୧୯୬୧ରେ ଓଡ଼ିଶା
ଦଣ୍ଡାବାଳୁଙ୍ଗା
https://or.wikipedia.org/wiki/ଦଣ୍ଡାବାଳୁଙ୍ଗା
ଦଣ୍ଡା ବାଳୁଙ୍ଗା, ୧୯୮୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆକଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବସନ୍ତ ନାୟକ । ଏହା ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଇଥିଲା । ଅଭିନୟରେ ଓଡ଼ିଆ କଥାଚିତ୍ର ‘ଦଣ୍ଡା ବାଳୁଙ୍ଗା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ହେମନ୍ତ ଦାସ ବିଜୟ ମହାନ୍ତି ଉତ୍ତମ ମହାନ୍ତି ମହାଶ୍ୱେତା ରାୟ ନିହାରିକା ସାହୁ ଜୟୀରାମ ସାମଲ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି । ଦ୍ରଷ୍ଟବ୍ୟ ଅଧିକ ତଥ୍ୟ ଶ୍ରେଣୀ:୧୯୮୪ର ଓଡ଼ିଆ କଥାଚିତ୍ର ଶ୍ରେଣୀ:କଥାଚିତ୍ର ପ୍ରକଳ୍ପରେ ଉନ୍ନତ ହେବାକୁ ଥିବା ପ୍ରସଙ୍ଗ
୧୯୩୭
https://or.wikipedia.org/wiki/୧୯୩୭
ଘଟଣା ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଅଜ୍ଞାତ ତିଥି ଘଟଣା ଜନ୍ମ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ୧୭ ସେପ୍ଟେମ୍ବର – ସୀତାକାନ୍ତ ମହାପାତ୍ର, ଓଡ଼ିଆ ଓ ଇଂରାଜୀ କବି, ସାହିତ୍ୟ ସମାଲୋଚକ ଅକ୍ଟୋବର-ଡିସେମ୍ବର ୧୨ ଅକ୍ଟୋବର – ଅକ୍ଷୟ ମହାନ୍ତି, ଓଡ଼ିଆ ଗାୟକ, ସଂଗୀତକାର, ଲେଖକ (ମୃତ୍ୟୁ. ୨୦୦୨) ୨୫ ଅକ୍ଟୋବର – ବିଭୂତି ପଟ୍ଟନାୟକ, ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ ମୃତ୍ୟୁ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଆଧାର ଶ୍ରେଣୀ:୧୯୩୭
୧୯୩୪
https://or.wikipedia.org/wiki/୧୯୩୪
ଘଟଣା ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଅଜ୍ଞାତ ତିଥି ଘଟଣା ଜନ୍ମ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ୮ ଅଗଷ୍ଟ - ଶରତ ପୂଜାରୀ, ଓଡ଼ିଆ କଥାଚିତ୍ର ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ (ମୃତ୍ୟୁ. ୨୦୧୪) ଅକ୍ଟୋବର-ଡିସେମ୍ବର ମୃତ୍ୟୁ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଆଧାର ଶ୍ରେଣୀ:୧୯୩୪
ଶଂଖ ମହୁରୀ
https://or.wikipedia.org/wiki/ଶଂଖ_ମହୁରୀ
ଅକ୍ଷୟ ମହାନ୍ତି କାଶ୍ୟପ ଓ ଆର୍. ଜି. ଗୋପଙ୍କ ମିଳିତ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ସିନେମା ଶଙ୍ଖ ମହୂରୀ ୧୯୭୮ ମସିହାରେ ମୁକ୍ତିଲାଭ କରିଥିଲା । ଅଭିନୟରେ ଓଡ଼ିଆଚଳଚ୍ଚିତ୍ର ‘ଶଙ୍ଖ ମହୂରୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ଉତ୍ତମ ମହାନ୍ତି ଶ୍ରୀରାମ ପଣ୍ଡା ମହାଶ୍ୱେତା ରାୟ ସୁଧାରାଣୀ ଜେନା ଦ୍ରଷ୍ଟବ୍ୟ ଶ୍ରେଣୀ:୧୯୭୮ର ଓଡ଼ିଆ କଥାଚିତ୍ର
ତପସ୍ୟା (ଓଡି଼ଆ ଚଳଚ୍ଚିତ୍ର)
https://or.wikipedia.org/wiki/ତପସ୍ୟା_(ଓଡି଼ଆ_ଚଳଚ୍ଚିତ୍ର)
ଲେଉଟାଣି ତପସ୍ୟା (ଓଡ଼ିଆ କଥାଚିତ୍ର)
ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ
https://or.wikipedia.org/wiki/ପୂର୍ଣ୍ଣଚନ୍ଦ୍ର_ଓଡ଼ିଆ_ଭାଷାକୋଷ
ପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଏକ ଓଡ଼ିଆ ଶବ୍ଦକୋଷ । ଏହା ସଂକଳନ କରିବାରେ ୩୦ରୁ ଅଧିକ ବର୍ଷ ସମୟ ଲାଗିଥିବା ବେଳେ ଏହା ୧୯୩୧ରୁ ୧୯୪୦ ଭିତରେ ୭ଟି ଖଣ୍ଡରେ ଓ ପ୍ରତି ଖଣ୍ଡ ଆକାରରେ ପାଖାପାଖି ରୟାଲ କ୍ୱାର୍ଟୋ ପୃଷ୍ଠା ଭାବରେ ପ୍ରକାଶିତ ହୋଇଥିଲା । ଏହାର ମୋଟ ପୃଷ୍ଠା ସଂଖ୍ୟା ୯,୫୦୦ ଓ ଏଥିରେ ୧୮୫,୦୦୦ ମୁଖ୍ୟଶବ୍ଦ ରହିଛି । ଏହାର ମୁଖ୍ୟ ସଂକଳକ ଥିଲେ ଗୋପାଳ ଚନ୍ଦ୍ର ପ୍ରହରାଜ ଓ ଉତ୍କଳ ସାହିତ୍ୟ ପ୍ରେସ ଏହାର ପ୍ରକାଶ ଓ ମୁଦ୍ରଣ କରିଥିଲେ । ତାଙ୍କ ସହ ତାଙ୍କର ମୁଖ୍ୟ ସହକର୍ମୀ ପୀତାମ୍ବରୀ ଦେବୀ ଓ ଅନ୍ୟାନ୍ୟ ସହକର୍ମୀମାନେ ଶବ୍ଦ ସଂଗ୍ରହ ଓ ସଂକଳନରେ ସାହାଯ୍ୟ କରିଥିଲେ । ବିଶ୍ୱନାଥ କର ଥିଲେ ଏହାର ପ୍ରକାଶକ । ଏହା ଥିଲା ପ୍ରଥମ ଓଡ଼ିଆ ଶବ୍ଦକୋଷ । ସଂକଳନ ସହ ପ୍ରହରାଜ ସର୍ବସାଧାରଣ ଅନୁଦାନ ସଂଗ୍ରହ ଓ ଛପା ଖର୍ଚ୍ଚ ମଧ୍ୟ ବହନ କରିଥିଲେ । ତତ୍କାଳୀନ ବଙ୍ଗ, ମାନ୍ଦ୍ରାଜ ପ୍ରଦେଶ, ଅନେକ ଓଡ଼ିଆ କଥିତ ଅଞ୍ଚଳର ଶାସକ ଓ ବ୍ରିଟିଶ ସରକାର ଏହି ଗ୍ରନ୍ଥାବଳୀ ପାଇଁ ପୃଷ୍ଠପୋଷକତା ଯୋଗାଇଥିଲେ ।200px|thumb|right|ଇ-ଭାଷାକୋଷ ଶବ୍ଦାବଳୀ ୩୦ ପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ମୋଟ ୧,୮୫,୦୦୦ଟି ଓଡ଼ିଆ ମୁଖ୍ୟଶବ୍ଦ ରହିଛି । ଏଥିରେ କେତେ ହଜାର ବୈଜ୍ଞାନିକ ଶବ୍ଦାବଳୀ ମଧ୍ୟ ସ୍ଥାନୀତ । ଯଥା ଏଥିରେ ନକ୍ଷତ୍ର ସମ୍ବନ୍ଧରେ ୧୬-ପୃଷ୍ଠା ସମ୍ବଳିତ ଏକ ପ୍ରସଙ୍ଗ ରହିଛି । ଏଥିରେ ୧୩୦୦ଟି ଉଦ୍ଭିଦର ବର୍ଣ୍ଣନା ସ୍ଥାନୀତ । ପ୍ରତିଟି ମୁଖ୍ୟଶବ୍ଦର ଓଡ଼ିଆ, ହିନ୍ଦୀ, ଇଂରାଜୀ, ବଙ୍ଗଳା, ସଂସ୍କୃତ ଓ ତେଲୁଗୁ ଅର୍ଥ ମଧ୍ୟ ରହିଛି । ତାହା ସହିତ ନାନାଦି ବର୍ଣ୍ଣନା ଓ ପୁରାଣରେ ବ୍ୟବହାର ମଧ୍ୟ ଏଥିରେ ଅଛି । ଏଥିରେ ସ୍ଥାନୀୟ ଗଛଲଟା, ଓଡ଼ିଶାର ଇତିହାସ, ଖାଦ୍ୟ ଓ ଚଳଣି ସମ୍ପର୍କରେ ଅନେକ ଲେଖା ସବିଶେଷ ବର୍ଣ୍ଣନା ସହ ଦେଖିବାକୁ ମିଳିଥାଏ । ଇ-ଭାଷାକୋଷ ସୃଜନିକା ଏହି ୭ ଖଣ୍ଡ ବହିକୁ ସ୍କାନ କରି ସେସବୁକୁ ପ୍ରଥମେ ଏକ ସିଡ଼ିରେ ରଖି ୨୦୦୬ ମସିହାରେ ମୁକ୍ତ ଲାଇସେନ୍ସରେ ବିତରଣ ଆରମ୍ଭ କରିଥିଲା ।http://www.archive.org/details/PurnachandraOdiaBhashakosha-Volume3-ConsonantsChaToTha ପରେ ସ୍କାନ ହୋଇଥିବା ପୃଷ୍ଠାସବୁ ଟାଇପ କରାଯାଇ ଏକ ଡିଜିଟାଲ ଲେଖା ସଂସ୍କରଣ ଚିକାଗୋ ବିଶ୍ୱବିଦ୍ୟାଳୟ ୱେବସାଇଟରେ ମଧ୍ୟ ଉପଲବ୍ଧ ହୋଇଛି । ଆଧାର ଶ୍ରେଣୀ:ଓଡ଼ିଆ ସାହିତ୍ୟ ଶ୍ରେଣୀ:ଓଡ଼ିଆ ଭାଷା ଶ୍ରେଣୀ:ଭାଷା ବିଜ୍ଞାନ ଶ୍ରେଣୀ:ଓଡ଼ିଆ ଅଭିଧାନ
ତ୍ରିନାଥ ମେଳା (ଓଡ଼ିଆ କଥାଚିତ୍ର)
https://or.wikipedia.org/wiki/ତ୍ରିନାଥ_ମେଳା_(ଓଡ଼ିଆ_କଥାଚିତ୍ର)
ତ୍ରିନାଥ ମେଳା ୧୯୮୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହା କୃଷ୍ଣଚନ୍ଦ୍ର ରଥଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଇଥିଲା । ଅଭିନୟରେ ଓଡ଼ିଆ କଥାଚିତ୍ର ‘ତ୍ରିନାଥ ମେଳା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ରବୀନ୍ଦ୍ର ରଥ ଶୁଭ୍ରା ପତି କୃଷ୍ଣଚନ୍ଦ୍ର ରଥ ରବୀ ନିର୍ମଳା ନାୟକ ମୀରା ମହାନ୍ତି ନୃତ୍ୟ ନିର୍ଦ୍ଦେଶନା ଗୋପୀକୃଷ୍ଣ ବେହେରା ସଙ୍ଗୀତ ନିର୍ଦ୍ଦେଶନା ରାଖାଲ ମହାନ୍ତି ଆଧାର ଅଧିକ ତଥ୍ୟ ଶ୍ରେଣୀ:୧୯୮୦ର ଓଡ଼ିଆ କଥାଚିତ୍ର
ଶ୍ରୀକୃଷ୍ଣ ରାସଳୀଳା
https://or.wikipedia.org/wiki/ଶ୍ରୀକୃଷ୍ଣ_ରାସଳୀଳା
REDIRECT ଶ୍ରୀକୃଷ୍ଣ ରାସଲୀଳା
ଶ୍ରୀକୃଷ୍ଣ ରାସଲୀଳା
https://or.wikipedia.org/wiki/ଶ୍ରୀକୃଷ୍ଣ_ରାସଲୀଳା
ଶ୍ରୀକୃଷ୍ଣ ରାସଲୀଳା ୧୯୭୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହା ସୋନା ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଇଥିଲା । ଏହି ସିନେମାରେ ରବୀନ୍ଦ୍ର ଅତିବୁଦ୍ଧି, ପ୍ରୀତି ପଟ୍ଟନାୟକ, ତପତୀ ଭଟ୍ଟାଚାର୍ଯ୍ୟ ପ୍ରମୁଖ ଅଭିନୟ କରିଥିଲେ । ଆଧାର ଅଧିକ ତଥ୍ୟ ଶ୍ରେଣୀ:୧୯୭୯ର ଓଡ଼ିଆ କଥାଚିତ୍ର
ଘର ବାହୁଡ଼ା
https://or.wikipedia.org/wiki/ଘର_ବାହୁଡ଼ା
ଘର ବାହୁଡ଼ା ୧୯୭୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର। ଏକାମ୍ର ଚିତ୍ରମ ବ୍ୟାନରରେ ନିର୍ମିତ ଏହି ଓଡ଼ିଆ କଥାଚିତ୍ର ସୋନା ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଇଥିଲା । ଅଭିନୟରେ 'ଘର ବାହୁଡ଼ା' କଥାଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ସୁଜାତା ଆନନ୍ଦ ନିରଞ୍ଜନ ଶତପଥୀ ସାମୁଏଲ ସାହୁ (ବାବି) ସୁଜିତ ଦାସ ରାଧା ପଣ୍ଡା ହିମାଂଶୁ ଦାସ ଅସୀମ ବସୁ ନୀହାରିକା ଅରୁଣା ମହାନ୍ତି (ଶିଶୁ କଳାକାର) ଗୀତ ଓ ସଙ୍ଗୀତ ସଙ୍ଗୀତକାର: ଅକ୍ଷୟ ମହାନ୍ତି ଗୀତିକାର: ଶିବବ୍ରତ ଦାସ ପ୍ରଚ୍ଛଦପଟ ଗାୟକ: ସିକନ୍ଦର ଆଲମ, ନିର୍ମଳା ମିଶ୍ର, ସିପ୍ରା ବୋଷ, ଅକ୍ଷୟ ମହାନ୍ତି ଗୀତ ଗୁଡ଼ିକର ସାରଣୀ ଗୀତ ଗୀତିକାର ଗାୟକ / ଗାୟିକା ୧) ଏକା ଏକା ମନେ ମନେ ନରସିଂହ ମହାପାତ୍ର ନିର୍ମଳା ମିଶ୍ର ୨) ମନର ଶାମୁକା ବୁକେ ନରସିଂହ ମହାପାତ୍ର ଅକ୍ଷୟ ମହାନ୍ତି ଓ ତୃପ୍ତି ଦାସ ୩) ମାରିନେଲେ ମହାପାତ୍ରେ କାଳୀଚରଣ ପଟ୍ଟନାୟକ ବାଳକୃଷ୍ଣ ଦାଶ ୪) ତୋର ଚିକିମିକି ଚିକିମିକି ଶିବବ୍ରତ ଦାସ ଅକ୍ଷୟ ମହାନ୍ତି ୫) ମୋ ସାଙ୍ଗେ ଲାଗନାରେ ଦେବଦାସ ଛୋଟରାୟ ଅକ୍ଷୟ ମହାନ୍ତି ଓ ସିପ୍ରା ବୋଷ ୬) ଦିହୁଡ଼ି ଜଳୁଛି କାହିଁରେ କାହିଁ ପର୍ଶୁରାମ ପଟ୍ଟନାୟକ ମହମ୍ମଦ ସିକନ୍ଦର ଆଲାମ, ଧନଞ୍ଜୟ ଶତପଥୀ ଓ ସାଥୀ ୭) ଏ ମାୟାବିନୀ ବନ ଜୋଛନା ପର୍ଶୁରାମ ପଟ୍ଟନାୟକ ମହମ୍ମଦ ସିକନ୍ଦର ଆଲାମ ଓ ନିର୍ମଳା ମିଶ୍ର ଆଧାର ଅଧିକ ତଥ୍ୟ ଘର ବାହୁଡ଼ା କଥାଚିତ୍ରର ଛବି ଶ୍ରେଣୀ:୧୯୭୩ର ଓଡ଼ିଆ କଥାଚିତ୍ର
ମହାସତୀ ସାବିତ୍ରୀ
https://or.wikipedia.org/wiki/ମହାସତୀ_ସାବିତ୍ରୀ
ସୋନା ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ମହାସତୀ ସାବିତ୍ରୀ ୧୯୮୩ ମସିହାରେ ମୁକ୍ତିଲାଭ କରିଥିଲା । ଅଭିନୟରେ ଓଡ଼ିଆ କଥାଚିତ୍ର ‘ମହାସତୀ ସାବିତ୍ରୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ଝରଣା ଦାସ ରାଧା ପଣ୍ଡା ତପତୀ ଭଟ୍ଟାଚାର୍ଯ୍ୟ ରୋଜା ରମଣୀ ରବି ତ୍ରୀପାଠୀ ସାହୁ ସାମୁଏଲ ଅକ୍ଷୟ ମହାନ୍ତି କଶ୍ୟପ ସଉଦାମିନି ଜ‌ଜ୍ ତିଆଡ଼ି ନିରଞ୍ଜନ ଦେବୁବ୍ରହ୍ମ ଗୀତା ରାଓ ଗୁରୁଦତ୍ତ ସଙ୍ଗୀତ ଲୀଲା ଘୋଷ- ପ୍ରଚ୍ଛଦପଟ ଗାୟିକା ଶୀର୍ଷାନନ୍ଦ ଦାସ କାନୁନ‌ଗୋ- ଗୀତିକାର ଅକ୍ଷୟ ମହାନ୍ତି- ଗୀତିକାର/ପ୍ରଚ୍ଛଦପଟ ଗାୟକ ଲକ୍ଷମଣି ନାରାୟଣ ମହାନ୍ତି- ଗୀତିକାର ସ୍ୱପ୍ନା ମୁଖର୍ଜୀ- ପ୍ରଚ୍ଛଦପଟ ଗାୟକ ଅନୁରାଧା ପୌଡ଼ୱାଲ- ପ୍ରଚ୍ଛଦପଟ ଗାୟକ ଅଲ୍କା ଅଗ୍ନି- ପ୍ରଚ୍ଛଦପଟ ଗାୟକ ଆଧାର ବାହାର ଆଧାର ଶ୍ରେଣୀ:୧୯୮୩ର ଓଡ଼ିଆ କଥାଚିତ୍ର
ଜୟ ଜଗନ୍ନାଥ
https://or.wikipedia.org/wiki/ଜୟ_ଜଗନ୍ନାଥ
ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ବହୁଭାଷି କଥାଚିତ୍ର ଜୟ ଜଗନ୍ନାଥ ୨୦୦୭ ମସିହା ରଥଯାତ୍ରା ଅବସରରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟି ଓଡ଼ିଆ ଓ ହିନ୍ଦୀ ଭାଷାରେ ତିଆରି କରାଯାଇଥିଲା । ପରେ ଏହାକୁ ଇଂରାଜୀ ସମେତ ୧୩ଟି ଆଞ୍ଚଳିକ ଭାଷାରେ ଅନୁଦିତ କରାଯାଇ ଥିଲା । ସାରା°ଶ ଏହି ଚଳଚ୍ଚିତ୍ର ପୁରାତନ ଗ୍ରନ୍ଥ ଲକ୍ଷ୍ମୀ ପୁରାଣ ଉପରେ ଆଧାରିତ । ସେହି ସମୟରେ ଅଛୁଆଁ ଲୋକମାନେ ଭଗବାନଙ୍କୁ ପୂଜା, ପ୍ରାର୍ଥନା କିମ୍ବା ଜଣାଣ କରିବାର ଅନୁମତି ନ ଥିଲା । ଶ୍ରିୟା, ଏହି ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର, ପୂଜା କରିବା ପାଇଁ ଚେଷ୍ଟା କରୁଛି ଆଉ ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରୁଛି । ପ୍ରଭୁ ଜଗନ୍ନାଥ ବଡ଼ ଭାଇ ବଳଭଦ୍ରଙ୍କ କଥା ମାନି ମାତାଙ୍କୁ ଘରୁ ବିତାଡିତ କରୁଛନ୍ତି । ଅଭିନୟ ଶ୍ରୀତମ ଦାସ ଜ୍ୟୋତି ମିଶ୍ର ପିଣ୍ଟୁ ନନ୍ଦ ସାଧୁ ମେହେର ଗୁନା ମହାପାତ୍ର ମୋନାଲିସା ଶରତ ପୂଜାରୀ ରତନ ମେହେର ଶିଳାଲିପି ପରିଡ଼ା ଦେବାଶିଷ ପାତ୍ର ମୋନାଲିସା କାନୁନଗୋ ପ୍ରଦ୍ୟୁମ୍ନ ଲେଙ୍କା ହର ପଟ୍ଟନାୟକ କୁନା ମହାପାତ୍ର ଶରତ ପୂଜାରୀ ମାମୁନି ମିଶ୍ର ରଜତ ମେହେର ଶାହନୱାଜ ଖାନ ମଣ୍ଟୁ ମହାପାତ୍ର ରାମଚନ୍ଦ୍ର ପ୍ରତିହାରୀ ଗୀତା ଜୈନ ବୀରେନ୍ଦ୍ର ଗୋଛିକାର ଗୀତ ଓ ସଙ୍ଗୀତ ସଙ୍ଗୀତକାର: ଅକ୍ଷୟ ମହାନ୍ତି ଗୀତିକାର: ଅକ୍ଷୟ ମହାନ୍ତି, ବିନୋଦିନୀ ଦେବୀ, ଅଭିଳାଷ ପ୍ରଚ୍ଛଦପଟ ଗାୟକ: ଲୋପିତା ମିଶ୍ର, ବିଭୁ କିଶୋର, ଶୈଳଭାମା, ଜାଭେଦ, ପ୍ରୀତିନନ୍ଦା, ସବିନ, ବିନୋଦ ରାଠୋର, ଅନୁରାଧା ପୌଢ଼ୱାଲ ପୁରସ୍କାର ସ୍ୱତନ୍ତ୍ର ଜୁରୀ ଓ ଶ୍ରେଷ୍ଠ ସମ୍ପାଦକ ପାଇଁ ଏହି ଚଳଚ୍ଚିତ୍ରକୁ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ଆଧାର ବାହାର ତଥ୍ୟ Film preview of Jai Jagannatha in www.bollywoodhungama.com Preview of Jai Jagannatha in www.glamsham.com Preview of Jai Jagannatha in in.movies.yahoo.com Preview of Jai Jagannatha in www.nowrunning.com ଶ୍ରେଣୀ:୨୦୦୭ର ଓଡ଼ିଆ କଥାଚିତ୍ର ଶ୍ରେଣୀ:ଜଗନ୍ନାଥଙ୍କ ଉପରେ ଆଧାରିତ କଥାଚିତ୍ର
ଗୋପାଳ ପ୍ରହରାଜ
https://or.wikipedia.org/wiki/ଗୋପାଳ_ପ୍ରହରାଜ
REDIRECT ଗୋପାଳ ଚନ୍ଦ୍ର ପ୍ରହରାଜ
ସଂଗୀତ
https://or.wikipedia.org/wiki/ସଂଗୀତ
ସଙ୍ଗୀତ ଏକ କଳା ଯାହାର ମାଧ୍ୟମ ଧ୍ୱନି । ସାଧାରଣ ଉପକରଣଗୁଡ଼ିକ ହେଉଛି ପିଚ, ଯାହା ସ୍ୱର, ଲୟ, ତାଳଦ୍ୱାରା ପରିଚାଳିତ ହୋଇଥାଏ । ଇତିହାସ ଏସିଆର ସଂସ୍କୃତି ସଙ୍କେତ thumb|200px|Sheet music is written representation of music. This is a homorhythmic (i.e., hymn-style) arrangement of a traditional piece entitled Adeste Fideles, in standard two-staff format for mixed voices. ମାଧ୍ୟମ ଓ ବୈଷୟିକ ଜ୍ଞାନ ଆଧାର ଆଗକୁ ପଢ଼ିବେ Colles, Henry Cope (1978). The Growth of Music : A Study in Musical History, 4th ed., London ; New York : Oxford University Press. (1913 edition online at Google Books) Harwood, Dane (1976). "Universals in Music: A Perspective from Cognitive Psychology," Ethnomusicology 20, no. 3:521–33. Small, Christopher (1977). Music, Society, Education. John Calder Publishers, London. ଅଧିକ ତଥ୍ୟ BBC Blast Music For 13–19-year-olds interested in learning about, making, performing and talking about music. The Virginia Tech Multimedia Music Dictionary , with definitions, pronunciations, examples, quizzes and simulations The Music-Web Music Encyclopedia, for musicians, composers and music lovers Dolmetsch free online music dictionary, complete, with references to a list of specialised music dictionaries (by continent, by instrument, by genre, etc.) Musical Terms – Glossary of music terms from Naxos "On Hermeneutical Ethics and Education: Bach als Erzieher", a paper by Prof. Miguel Ángel Quintana Paz in which he explains the history of the different views hold about music in Western societies, since the Ancient Greece to our days. Monthly Online Features From Bloomingdale School of Music , addressing a variety of musical topics for a wide audience Arts and Music Uplifting Society towards Transformation and Tolerance Articles meant to stimulate people’s awareness about the peace enhancing, transforming, communicative, educational and healing powers of music. Scientific American, Musical Chills Related to Brain Dopamine Release ଶ୍ରେଣୀ:Performing arts ଶ୍ରେଣୀ:Entertainment
ସାରଳା ଦାସ
https://or.wikipedia.org/wiki/ସାରଳା_ଦାସ
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ । ୧୫ଶ ଶତାବ୍ଦୀରେ ସେ ଥିଲେ ପ୍ରଥମ ଓଡ଼ିଆ ଯେ ଓଡ଼ିଆରେ ସାହିତ୍ୟ ରଚନା କରିଥିଲେ । ତାଙ୍କର ଜନ୍ମ ସଠିକ ଭାବରେ ନିରୂପଣ କରାଯାଇ ପାରି ନାହିଁ । ସାରଳା ଦାସ ପ୍ରଥମେ ମୂର୍ଖ ଥିଲେ; ପରେ ସାରଳା ଠାକୁରାଣୀଙ୍କଠାରେ ଅଧିଆ ପଡ଼ି ଠାକୁରାଣୀଙ୍କଠାରୁ ବର ପାଇଥିଲେ । ମା ଶାରଳା ଠାକୁରାଣୀଙ୍କ ମନ୍ଦିରରେ ପ୍ରତି ଦିନ ପଢ଼ା ଯାଉଥିବା ସଂସ୍କୃତ ମହାଭାରତ ପୁରାଣ ଶୁଣି ଓଡ଼ିଆରେ ମହାଭାରତ ରଚନା କରିଥିଲେ । କିନ୍ତୁ ମୂଳ ସଂସ୍କୃତ ମହାଭାରତ ସଙ୍ଗେ ଉକ୍ତ ମହାଭାରତ ଅବିକଳ ମେଳ ହୁଏ ନାହିଁ । ଏ ମହାଭାରତରେ କବି ଅନେକ ମୌଳିକ କଥା ଛାଡ଼ି ଯାଇଅଛନ୍ତି ଓ କେତେକ କାଳ୍ପନିକ ଆଖ୍ୟାନ ମଧ୍ୟ ଯୋଗ କରିଅଛନ୍ତି । ସାରଳା ଦାସ ମୂଳ ମହାଭାରତର ଭାବ ସମାନ ରଖିଥିଲେ ହେଁ ନିଜ ଜାଣତରୁ ଏଥିରେ ଅନେକ ପୌରାଣିକ ଘଟଣା ଓ କାହାଣୀମାନ ମିଶାଇ ଏହାକୁ ଅତି ସମୃଦ୍ଧ ଓ ମୌଳିକ କରି ଲେଖିଥିଲେ ।This contribution is a nearly verbatim reproduction of "Sarala Dasa, the Originator of the Oriya Literature" by Debendra Nath Bhoi and Priyadarshini Bakshi in the Orissa Review of October 2004 ଓଡ଼ିଆ ପଦ୍ୟ ରଚନାରେ ଏହାଙ୍କର ଲେଖା ପ୍ରାଚୀନ ବୋଧ ହେଉଥିବାରୁ ଏହାଙ୍କୁ ଆଦିକବି ବୋଲି ଲୋକେ କହନ୍ତି । ପଞ୍ଚଦଶ ଶତାବ୍ଦୀର ଲୋକ ପୁରୀ ଜଗନ୍ନାଥଙ୍କ ଦେଉଳ ବେଢା ମଧ୍ୟସ୍ଥ କଳ୍ପବଟ ମୂଳେ ବସି ତାଙ୍କ ମହାଭାରତ ରଚନା କରିଥିଲେ । ପୁରୀ ମୁକ୍ତିମଣ୍ଡପର ପଣ୍ଡିତମାନେ ସନ୍ତୁଷ୍ଟ ହୋଇ ତାଙ୍କୁ 'ଶୂଦ୍ରମୁନି' ଉପାଧି ଦେଇଥିଲେ । ସେ ସମୟରେ ଓଡ଼ିଶାରେ କପିଳେନ୍ଦ୍ର ଦେବ ରାଜା ଥିଲେ । ରାଜା ତାଙ୍କ କବିତ୍ୱରେ ସନ୍ତୁଷ୍ଟ ହୋଇ ତାଙ୍କୁ 'ପରିଡ଼ା' ଉପାଧି ଦେଇଥିଲେ । ତାଙ୍କ ବଂଶଧରମାନେ ସେହି 'ପରିଡ଼ା' ଉପାଧିକୁ 'ପରିଜା' ବୋଲି ଏବେ ବ୍ୟବହାର କରୁଅଛନ୍ତି । ତାଙ୍କ ନାମ ଅନୁସାରେ ଝଙ୍କଡ଼ର ଉତ୍ତର-ପଶ୍ଚିମରେ 'ସାରଳା' ନାମରେ ଗୋଟିଏ଼ ଗ୍ରାମ ବସିଥିଲା । ସେ ଗ୍ରାମକୁ ବର୍ତ୍ତମାନ 'ବଡ଼ ସାରୋଳ' ବୋଲାଯାଏ । କବି ନିରକ୍ଷର ଥାଇ ଜୀବନର ପ୍ରଥମ ଅବସ୍ଥାରେ ଚାଷବାସ ଓ ମୂଲିଆ କାମ କରୁଥିଲେ । ମହାଭାରତ ଲେଖି ସାରି ସେ ବୁଢ଼ାନଦୀ କୂଳରେ ଗୋଟିଏ ମଠ ସ୍ଥାପନ କରି ସେହିଠାରେ ଶେଷ ଜୀବନ କଟାଇଲେ । ତାଙ୍କୁ ଲୋକେ 'ମୁନିଗୋସାଇଁ' ବୋଲି ଡାକୁଥିଲେ ଓ ଏବେ ମଧ୍ୟ ସେହି ଆଶ୍ରମକୁ ସ୍ଥାନୀୟ ଲୋକେ ମୁନି ଗୋସାଈଁ ମଠ କହନ୍ତି। ମାଘ ଶୁକ୍ଳ ସପ୍ତମୀ ଦିନ ସେ ପରଲୋକ ଗମନ କରିଥିଲେ । ସାହିତ୍ୟ ସର୍ଜନା ସେ ପ୍ରଥମେ ବିଲଙ୍କା ରାମାୟଣ , ଦ୍ୱିତୀୟରେ ମହାଭାରତ ଓ ତୃତୀୟରେ ଚଣ୍ଡୀପୁରାଣ ବା ଶିରୀ ଭାଗବତ ରଚନା କରିଛନ୍ତି । କବିଙ୍କ ଭାଷାରେ :- "ପ୍ରଥମେ ଶ୍ରୀ ରାମାୟଣ ଦ୍ୱିତୀୟେ ଭାରତ ତୃତୀୟେ ଲିଖନ କଲି ଶିରୀ ଭାଗବତ" । ଏଠାରେ ରାମାୟଣ ଅର୍ଥ 'ବିଲଙ୍କା ରାମାୟଣ' , ଭାରତ ଅର୍ଥ 'ମହାଭାରତ' ଏବଂ ଶିରୀ ଭାଗବତ ଅର୍ଥ 'ଦେବୀ ଭାଗବତ' ବା 'ଚଣ୍ଡୀପୁରାଣ' । କେହି କେହି ଗବେଷକ ଶ୍ରୀ ରାମାୟଣ ଅର୍ଥ ବିଚିତ୍ର ରାମାୟଣ ବୋଲି ମତପୋଷଣ କରନ୍ତି । କିନ୍ତୁ ଏହା ଏପର୍ଯ୍ୟନ୍ତ ଏକ ବିବଦମାନ ବିଷୟ ହୋଇରହିଛି । ତାଙ୍କଦ୍ୱାରା ରଚିତ ପ୍ରମୁଖ ଗ୍ରନ୍ଥଗୁଡିକ ହେଲା :- ବିଲଙ୍କା ରାମାୟଣ ମହାଭାରତ ଚଣ୍ଡୀପୁରାଣ ଲକ୍ଷ୍ମୀନାରାୟଣ ବଚନିକା ଆଲୋଚନା:- ଆଦିକବି ଶାରଳା ଦାସ ନିଜ ଗ୍ରନ୍ଥମାନଙ୍କରେ ନିଜକୁ ମୁର୍ଖ, ଅଜ୍ଞାନ ତଥା କେବଳ ମା ଶାରଳାଙ୍କ ଆଶୀର୍ବାଦ ଯୋଗୁ କାବ୍ୟ ଲେଖିଛ୍ହନ୍ତି ବୋଲି ବର୍ଣ୍ଣନା କରିଛନ୍ତି; ତେଣୁ କିଛି ସମାଲୋଚକ ତାଙ୍କୁ ମହାମୁର୍ଖ ବୋଲି ବର୍ଣ୍ଣନା କରିଛନ୍ତି । ତେବେ ଯେକୌଣସି ପାଠକ ଯଦି ତାଙ୍କ ସାହିତ୍ୟ ପଢ଼ିବ, ତାହାହେଲେ ସେ ନିଶ୍ଚୟ ଅନୁଭବ କରିବ ଯେ ଶାରଳା ଦାସ ମୋଟେ ଗଜମୁର୍ଖ ନ ଥିଲେ । ବରଂ ସେ ଥିଲେ ବିଭିନ୍ନ ଶାସ୍ତ୍ରର ପଣ୍ଡିତ, ତେଣୁ ସେ ତତ୍କାଳୀନ ସମାଜର ବୁଦ୍ଧିଜୀବିମାନଙ୍କୁ ମୂର୍ଖ ବନାଇ ଦେଉଥିଲେ । ଶାରଳା ଦାସ ଅବଶ୍ୟ ମା ଶାରଳାଙ୍କର ଅନୁଗ୍ରହ ଲାଭ କରିଥିଲେ, କିନ୍ତୁ ତାଙ୍କର ବହୁ ଶାସ୍ତ୍ର ପୁରାଣରେ ପ୍ରବେଶ ଥିଲା । ଅନେକ ଗ୍ରନ୍ଥ ଅଧ୍ୟୟନ କରିଥିବାରୁ ତାଙ୍କର ଅସୀମ ଜ୍ଞାନ ଥିଲା । ସେ କପିଳେନ୍ଦ୍ରଦେବଙ୍କର ସୈନ୍ୟବାହିନୀରେ ଯୋଗଦେଇ ଅନେକବର୍ଷ ବିଭିନ୍ନ ସ୍ଥାନ ଭ୍ରମଣ କରିଥିଲେ, ଏଣୁ ତାଙ୍କର ଭୌଗଳିକ ଜ୍ଞାନ ମଧ୍ୟ ବହୁତ ଥିଲା । ବିଭିନ୍ନ ଲୋକଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଆସିବାଦ୍ୱାରା ସେ ଲୋକଚରିତ୍ର କଣ ଅନୁଭବ କରିପାରିଥିଲେ । ଏତେ ସବୁ ସତ୍ତ୍ୱେ ସେ ସେତେବେଳର ସମାଜକୁ ଭୟ କରୁଥିଲେ, ତେଣୁ ସାଧାରଣ ଲୋକମାନେ ବୁଝିବା ଭଳି ଭାବ ଭାଷାରେ ସେ ଓଡ଼ିଆରେ କେଖୁଥିଲେ । ତତ୍କାଳୀନ ବ୍ରାହ୍ମଣପ୍ରଧାନ ସମାଜ ଓ ସସ୍କୃତପ୍ରେମୀ ଜନତା କାଳେ ତାଙ୍କ ସାହିତ୍ୟକୁ ଅନାଦର କରିବେ, ଏଇ ଭୟରେ ସେ ଚତୁରତାର ସହ ପ୍ରଚାର କଲେ ଯେ ସେ କିଛି ଲେଖିନାହାନ୍ତି । ଯାହା ମା ଶାରଳା କୁହନ୍ତି, ତାକୁ ସେ ଲେଖନ୍ତି । ମା ଶାରଳାଙ୍କ ନାମକୁ ନେଇ କବି ତାଙ୍କ ରଚନାକୁ ସମାଜରେ ପ୍ରତିଷ୍ଠିତ କରି ପାରିଥିଲେ । ଓଡ଼ିଆ ଭାଷା ସାହିତ୍ୟର ସେ ଜଣେ ବିରଳ ପ୍ରତିଭା । ତାଙ୍କର ପ୍ରମୁଖ ଗ୍ରନ୍ଥଗୁଡିକ ମଧ୍ୟରେ "ବିଲଙ୍କା ରାମାୟଣ", "ମହାଭାରତ", "ଚଣ୍ଡି ପୁରାଣ" ଏବଂ "ଲକ୍ଷ୍ମୀନାରାୟଣ ବଚନିକା ନାମକ ଏକ କ୍ଷୁଦ୍ର ଗ୍ରନ୍ଥ ରଚନା ଅନ୍ତର୍ଭୁକ୍ତ । ଆହୁରି ଅନେକ ଗ୍ରନ୍ଥ ଶାରଳାଙ୍କଦ୍ୱାରା ରଚିତ ବୋଲି ଲେଖାଥିଲେ ମଧ୍ୟ ତାହା ପ୍ରକୃତରେ ଆଦିକବିଙ୍କଦ୍ୱାରା ଲେଖା ଯାଇଛି କି ନାହିଁ ପ୍ରମାଣ ହୋଇପାରି ନାହିଁ । ବିଲଙ୍କା ରାମାଯ଼ଣ ରାବଣକୁ ବଧକରି ପ୍ରଭୁ ରାମଚନ୍ଦ୍ର ପତ୍ନୀ ସୀତା ଓ ଭାଇ ଲକ୍ଷ୍ମଣଙ୍କ ସହ ଅଯୋଧ୍ୟା ଫେରି ଆସିଥାନ୍ତି । ରାମଙ୍କର ରାଜ୍ୟାଭିଷେକର ଆୟୋଜନରେ ସାରା ଅଯୋଧ୍ୟା ଉତ୍ସବ ମୁଖର ହୋଇ ଉଠିଥାଏ । କିନ୍ତୁ ବିଧିର ବିଚିତ୍ର ବିଧାନ! ଅଭିଷେକ ହୋଇଗଲେ ରାମଚନ୍ଦ୍ର ରାଜକାର୍ଯ୍ୟରେ ବ୍ୟସ୍ତଯିବେ, ତେଣୁ ବିଲଙ୍କାସୁରକୁ ବଧ କରି ଦେବତାମାନଙ୍କୁ କିପରି ଉଦ୍ଧାର କରିବେ ବୋଲି ବ୍ରହ୍ମାଙ୍କୁ ଯମ ପଚାରିଛନ୍ତି । ନିଜ ଶକ୍ତିର ପ୍ରମାଣ ଦେବାକୁ ରାମ ଏକାକୀ ବିଲଙ୍କାସୁରକୁ ବଧ କରିବାକୁ ଯାଇଛନ୍ତି, ହେଲେ ସେଥିରେ ସଫଳ ହୋଇ ପାରି ନାହାନ୍ତି । ପରେ ହନୁମାନ ରାମଙ୍କ ସାହାଯ୍ୟ ସତ୍ତ୍ୱେ ମଧ୍ୟ ବଧ କରି ପାରି ନାହାନ୍ତି । ସେପଟେ କିପରି ରାମଙ୍କର ମୃତ୍ୟୁ ହେବ ବୋଲି ବିଲଙ୍କାସୁର ଗ୍ରାମଦେବତୀଙ୍କୁ ପୂଜା ଓ ଯଜ୍ଞ କରିଛି । ମାତ୍ର ହନୁମାନ ଓ ରାମଚନ୍ଦ୍ର ତାଙ୍କ ଯଜ୍ଞ ସମ୍ପୁର୍ଣ କରାଇ ଦେଇ ନାହାନ୍ତି । ବିଲଙ୍କାସୁରକୁ ବଧ କରିବାକୁ ସୀତାଙ୍କର ଆବଶ୍ୟକତା ଅଛି ବୋଲି ଦେବତାମାନେ କହିବାରୁ ହନୁମାନ ଯାଇ ସୀତା ଓ ଲକ୍ଷ୍ମଣଙ୍କୁ ବିଲଙ୍କା ଆଣିଛନ୍ତି । ରାମ, ଲକ୍ଷ୍ମଣ, ହନୁମାନ ମିଳିତଭାବରେ ଯୁଦ୍ଧ କରି ବିଲଙ୍କାସୁରକୁ ମାରି ପାରି ନାହାନ୍ତି । ଶେଷରେ ଦେବଗଣ ସୀତାଙ୍କୁ ପ୍ରାର୍ଥନା କରି ରାକ୍ଷସକୁ ବଧ କରିବାକୁ ନିବେଦନ କରିବାରୁ ସୀତା ଚିତ୍ରସେନ ରଥରେ ବସି ଯୁଦ୍ଧଭୁମିକୁ ଆସିଛନ୍ତି । ଯୁଦ୍ଧକରି ଶେଷରେ ବିବସ୍ତ୍ର ହେବାରୁ ବିଲଙ୍କାସୁର ସୀତାଙ୍କୁ ହରଣ କରି ନେବାକୁ ସ୍ଥିର କରିଥିବା ବେଳେ ରାମ, ଲକ୍ଷ୍ମଣଙ୍କ ମିଳିତ ଅସ୍ତ୍ରରେ ରାକ୍ଷସର ମୃତ୍ୟୁହୋଇଛି । ପରେ ରାମଙ୍କ ରାଜ୍ୟ ଅଭିଷେକ ଉତ୍ସବ ମହାସମାରୋହରେ ପାଳିତ ହୋଇଛି । ମହାଭାରତ ବ୍ୟାସଦେବଙ୍କ ଲିଖିତ ସଂସ୍କୃତ ମହାଭାରତର କଥାବସ୍ତୁକୁ ନେଇ ଆଦିକବି ସାରଳା ଦାସ ଓଡ଼ିଆରେ ମହାଭାରତ ଲେଖିଛନ୍ତି । ସଂସ୍କୃତରୁ ସିଧା ସିଧା ଅନୁବାଦ ନ କରି କବି ତାଙ୍କର ଦୃଷ୍ଟିଭଙ୍ଗୀ ଓ ମୌଳିକ ବିଚାରବୋଧର ପ୍ରକାଶ କରିଛନ୍ତି । ଓଡ଼ିଆ ଘରର ଚାଲିଚଳଣୀ, ରୀତିନୀତି, ଖାଦ୍ୟପେୟ,ବେଶଭୁଷା, ପୁଣ୍ୟପର୍ବ, ଯାନିଯାତ୍ରା, କଥାବାର୍ତ୍ତା ସବୁକିଛି ତାଙ୍କ ମହାଭାରତରେ ଫୁଟି ଉଠିଛି । କେତେକ ସ୍ଥାନରେ ସେ ମୂଳ ସଂସ୍କୃତ ମହାଭାରତର ଘଟଣାକୁ ସଂକ୍ଷିପ୍ତ କରିଛନ୍ତି ତ କେଉଠି ଛୋଟ ଘଟଣାକୁ ବଡ଼ କରି ବର୍ଣ୍ଣନା କରିଛନ୍ତି । ସେହିପରି ମୂଳ ମହାଭାରତର କେତେକ ଘଟଣାକୁ ସେ ସମ୍ପୁର୍ଣ ଛାଡ଼ି ଦେବାବେଳେ କିଛି ଘଟଣା ସେ ନିଜ ମନରୁ ବର୍ଣ୍ଣନା କରିଛନ୍ତି । କବି ଶାହାଡ଼ାଗଛର ମାହାତ୍ମ୍ୟ, ଶାନ୍ତନୁଙ୍କ ସହ ଗଙ୍ଗାଙ୍କ ବିବାହ, ସିନ୍ଧିଚୋର କଥା, ସତ୍ୟ ଆମ୍ବ କଥା, ବାବନାଭୁତ କଥା, ଗାନ୍ଧାରିଙ୍କ ସନ୍ତାନଲାଭ କଥା, ଧୃତରାଷ୍ଟ୍ରଙ୍କ ଶହେ ପୁଅଙ୍କ ନାମକରଣ, ଅଳସୁଆ କାହାଣୀ, ସିଂହ-ଶୃଗାଳ କଥା, ସିଂହ-ମଶା କଥା, ତୁଳସୀବଣ ବାଘ ଓ ତୁଳାମୁହାଁଙ୍କ ଗଳ୍ପ, କଳି ଅବତରଣ ପ୍ରସଙ୍ଗ ଓ ସୁହାଣୀ କନ୍ୟା ସହ ଯୁଧିଷ୍ଠିରଙ୍କ ବିବାହ କଥା - ଏମିତି କେତେସବୁ ଗପ ନିଜ ମନରୁ ସୃଷ୍ଟି କରିଛନ୍ତି । ଶାହଡ଼ାଗଛର ମାହାତ୍ମ୍ୟ ଥରେ ଭଗବାନ ମହାଦେବ ବୃଷଭ ପିଠିରେ ବସି ବୁଲି ଯାଉଥିଲେ । ବାଟରେ ଯାଉ ଯାଉ ଗୋଟିଏ ଶାହଡା ଗଛ ଦେଖି ବୃଷଭ ଖୁସିହେଲା, ଗଛ ନିକଟକୁ ଯାଇ ପତ୍ରଟିଏ ଆଣି ନିଜ ମୁଣ୍ଡରେ ରଖିଲା । ମହାଦେବ ଏହାର ରହସ୍ୟ କଣ ପଚାରିବାରୁ ବୃଷଭ ଉତ୍ତରଦେଲା "ଶାହାଡ଼ା ଗଛର ପତ୍ରକୁ ମୁଣ୍ଡରେ ରଖିଲେ ସେଦିନ ଅମୃତ ସଦୃଶ ଖାଦ୍ୟ ପଦାର୍ଥ ମିଳେ" । ଏକଥା ଶୁଣି ଶିବ ଆଶ୍ଚର୍ଯ୍ୟ ହେଲେ ଓ ଘଟଣାର ସତ୍ୟତା ପରୀକ୍ଷା କରିବାକୁ ସ୍ଥିର କଲେ । ବୃଷଭକୁ ନେଇ ବିଭିନ୍ନ ସ୍ଥାନ ବୁଲିବା ପରେ କ୍ଳାନ୍ତ ହୋଇ ସୁର୍ଯ଼୍ୟାସ୍ତ ସମୟକୁ ଶିବ କୈଳାସ ଫେରି ଆସିଲେ । ଏଣେ ପତିଙ୍କ ଆସିବାରେ ବିଳମ୍ବ ଦେଖି ପାର୍ବତୀ ଅମୃତତୁଲ୍ୟ ଭୋଜନ ବାଢ଼ି କେବଳ ପଞ୍ଚଗ୍ରାସୀ କରୁଥାନ୍ତି, ଠିକ୍ ସେତିକି ବେଳେ ଶିବଙ୍କର ଡମ୍ବରୁ ଶବ୍ଦ ଶୁଣାଗଲା । ଦେବୀ ଖାଦ୍ୟ ଥାଳି ତରତରରେ ନେଇ ବୃଷଭ କୁଣ୍ଡରେ ପକାଇ ଦେଇ ସ୍ୱାମୀଙ୍କୁ ବନ୍ଦାପନା କରି ପ୍ରାସାଦକୁ ନେଇ ଆସିଲେ । ବୃଷଭକୁ କିଛି ଖାଦ୍ୟ ନ ଦେବାକୁ କଡା ଆଦେଶ ଦେଇ ଶିବ ଶୋଇଗଲେ । ସେପଟେ ବିଚରା ବୃଷଭ ସାରାଦିନ ବୁଲି ବୁଲି ଘରକୁ ଫେରିଲା ପରେ ପ୍ରଭୁଙ୍କ ନିଷ୍ଠୁର ଆଦେଶ ଶୁଣି ମନଦୁଃଖ କଲେ । ବାସିନଡା ଖାଇବାକୁ ପଡିବ ବୋଲି ଭାବି କୁଣ୍ଡରେ ଦେଖିଲା ବେଳକୁ ସେଥିରେ ଭଳିକି ଭଳି ଖାଦ୍ୟପଦାର୍ଥ ଭରି ରହିଥାଏ । ବୃଷଭ ଶାହଡ଼ା ଗଛ ଦେଖିବା ଓ ତା ପତ୍ରମୁଣ୍ଡରେ ରଖିବା ହେତୁ ଅପୁର୍ବ ଖାଦ୍ୟ ମିଳିଛି ଜାଣି ଖୁସି ମନରେ ସବୁ ଖାଇ ଆନନ୍ଦରେ ଶୋଇ ପଡିଲେ । ତା ପରଦିନ ସକାଳୁ ଶିବ ବୃଷଭଠାରୁ ସବୁ କଥା ଶୁଣି ଶାହାଡ଼ାଗଛର ମାହାତ୍ମ୍ୟ ଜାଣିପାରିଲେ । ଉଆଁସୀ କନ୍ୟା ବ୍ରହ୍ମରାକ୍ଷସ ଦୋଷ ନେଇ ଜନ୍ମ ହୋଇଥିବାରୁ ଧୃତରାଷ୍ଟ୍ରଙ୍କୁ କନ୍ୟା ମିଳୁନଥିଲେ କି ଉଆଁସୀ କନ୍ୟା ଗାନ୍ଧାରୀଙ୍କୁ ବର ମିଳୁନଥିଲେ । ତେଣୁ ଦୁହେଁ ଅବିବାହିତ ଥିଲେ କାରଣ ଯେଉଁଠି ସେମାନଙ୍କ ବିବାହ ପ୍ରସ୍ତାବ ପଡୁଥିଲା, ସେ ବରକନ୍ୟାମାନେ ମରିଯାଉଥିଲେ । ଶେଷରେ ବ୍ୟାସକବି ନିଜେ ରାଜା ଗାନ୍ଧାରସେନଙ୍କୁ ତାଙ୍କ ପୁଅ ଧୃତରାଷ୍ଟ୍ରଙ୍କ ପାଇଁ ଗାନ୍ଧାରୀଙ୍କୁ ମାଗିଲେ । ଗାନ୍ଧାରସେନ ପ୍ରଥମେ ରାଜି ହେଉ ନଥିଲେ, କିନ୍ତୁ ବିବାହ ପୁର୍ବରୁ ତାଙ୍କର ଏକମାତ୍ର କନ୍ୟା ଗାନ୍ଧାରୀଙ୍କୁ ଶାହାଡ଼ାଗଛ ସହ ବିବାହ ଦେବେ ବୋଲି ବ୍ୟାସଦେବ ପରାମର୍ଶ ଦେବାରୁ ରାଜା ମାନିଲେ । ଯେମିତି ଶାହାଡ଼ାଗଛର ଡାଳରେ ଗାନ୍ଧାରୀଙ୍କ ହାତ ରଖି ହସ୍ତଗଣ୍ଠି ପଡିଛି, ଦେଖୁ ଦେଖୁ ଆଖିପିଛୁଳାକେ ସମସ୍ତଙ୍କ ଆଖି ଆଗରେ ଗଛଟି ପୋଡ଼ି ପାଉଁଶ ହୋଇଗଲା । ଗାନ୍ଧାରୀଙ୍କ ସବୁ ଦୋଷ କଟିଗଲା ଓ ସେ ଧୃତରାଷ୍ଟ୍ରଙ୍କୁ ବିବାହ କଲେ । ସତ୍ୟ ଆମ୍ବ କଥା ପାଣ୍ଡବମାନଙ୍କ ଅଜ୍ଞାତ ବନବାସ ସ୍ଥାନର ପରିଚୟ ପାଇବା ଉଦ୍ଦେଶ୍ୟରେ ଦିନେ ଦୁର୍ଯୋଧନ ଶକୁନିଙ୍କ ସହିତ ମନ୍ତ୍ରଣା କରିଛନ୍ତି ଓ ତାଙ୍କ ପରାମର୍ଶକ୍ରମେ ପୁରଚନ ପଣ୍ଡାଙ୍କ ପୁତ୍ର ଗୌରମୁଖକୁ ଡାକି ଅନୁସନ୍ଧାନ ନିମିତ୍ତ ପଠାଇଛନ୍ତି । ଯେଉଁମାନେ ଆଶ୍ୱିନ ମାସରେ ଆମ୍ବଫଳ ଦେଇ ପାରିବେ, ସେମାନେ ପାଣ୍ଡବ ବୋଲି ଚିହ୍ନିବ ବୋଲି ଗୌରମୁଖଙ୍କୁ କହିଛନ୍ତି । ଚାରିମାସ ପର୍ଯନ୍ତ ଖୋଜିବା ପରେ ଶେଷରେ ଗୌରମୁଖ ପାଣ୍ଡବମାନଙ୍କୁ ଅସ୍କନ୍ଧ ବନରେ ଠାବ କରି ତାଙ୍କର ଅତିଥି ହୋଇଛନ୍ତି । ସେ ଯୁଧିଷ୍ଠିରଙ୍କୁ ପାଚିଲା ଆମ୍ବ ଖାଇବା ପାଇଁ ମାଗିଛନ୍ତି । ଅତିଥିଙ୍କର କଥା ଶୁଣି ଯୁଧିଷ୍ଠିର ଚିନ୍ତିତ ହୋଇ ପଡିଛନ୍ତି । ଅସମୟରେ ମିଳିବନାହିଁ ଜାଣି ମଧ୍ୟ ଯୁଧିଷ୍ଠିର ଚାରିଭାଇଙ୍କୁ ଆମ୍ବ ଆଣିବାକୁ ପଠାଇଛନ୍ତି ହେଲେ ସମସ୍ତେ ନିରାଶ ହୋଇ ଫେରିଛନ୍ତି । ଶେଷରେ ଯୁଧିଷ୍ଠିର ଶ୍ରୀକୃଷ୍ନଙ୍କୁ ସ୍ମରଣ କରିଛନ୍ତି ଓ ତାଙ୍କୁ ପନ୍ହୁପାଣ୍ଡବ ସତକଥା କହିଛନ୍ତି । ପାଙ୍ଚଭାଇଙ୍କ ସତ୍ୟକଥା ଶୁଣି ଆମ୍ବ ଟାକୁଆରୁ ଗଜା ହୋଇ ଗଛ ହୋଇଛି, ଫୁଲ ଫୁଟିଛି, କଷି ଧରିଛି । ଶେଷକୁ ଦ୍ରୌପଦୀଙ୍କ ସତ୍ୟକଥାରେ ଆମ୍ବଟି ପାଚି ହଳଦିଆ ପଡିଯାଇଛି । ଯୁଧିଷ୍ଠିର ଖୁସି ହୋଇ ବ୍ରାହ୍ମଣଙ୍କୁ ସେ ଅଦିନ ଆମ୍ବଟି ପ୍ରଦାନ କରିଛନ୍ତି । ବ୍ରାହ୍ମଣ ଗଧୋଇସାରି ଖାଇବେ ବୋଲି କହି ଆମ୍ବଟି ନେଇ ସେଠାରୁ ପଳାଇ ଯାଇଛନ୍ତି । ମାତ୍ର ବ୍ରାହ୍ମଣଙ୍କର ମନ୍ଦ ଉଦ୍ଦେଶ୍ୟ ଜାଣିପାରି ଶ୍ରୀକୃଷ୍ନ ଆମ୍ବଟି ହରଣ କରି ନେଇଛନ୍ତି ଓ ଦୁର୍ଯୋଧନ ପାଣ୍ଡବମାନଙ୍କ ସମ୍ବନ୍ଧରେ ଆଉ ପ୍ରମାଣ ପାଇନାହାନ୍ତି । thumb|317x317_ପିକସେଲ|ଭୁବନେଶ୍ୱର ଭଞ୍ଜ କଳାମଣ୍ଡପ ସମ୍ମୁଖରେ ଥିବା ସାରଳା ଦାସଙ୍କ ପ୍ରତିମୂର୍ତ୍ତି ବାବନାଭୁତ କଥା ତୁଙ୍ଗଭଦ୍ରା ନଦୀ କୁଳରେ ଜ୍ଞାନପୁର ନାମକ ଗାଁଟିଏ । ଗାଁକୁ ଲାଗି ଏକ ବଡ଼ ଭୟଙ୍କର ମଶାଣୀ ଥାଏ, ଯାହାର ରାଜା ଥିଲା ବାବନାଭୁତ । ତା ଅଧୀନରେ ଥିବା ଭୁତ, ଡାହାଣୀ, ଚିରୁଗୁଣୀ ତାର ଆଦେଶ ପାଳନ୍ତି । ବାଟରେ ଯାଉଥିବା ଲୋକମାନଙ୍କୁ ସେମାନେ ଢେଲାପଥର ପକାଇ ହଇରାଣ କରନ୍ତି । ରାତିରେ ସେମାନଙ୍କୁ ଦେଖି କେହି ଯଦି ଭେଟଣା ହୋଇଗଲା, ତେବେ ରକ୍ତବାନ୍ତି କରି ମରି ଯାଉଥିଲା । ଭୁତମାନଙ୍କର ଏପରି ଉତ୍ପାତଯୋଗୁ ଗାଁ ଲୋକମାନେ ଡରିଡରି ବଡ଼ କଷ୍ଟରେ ଦିନ ବିତାଉଥାନ୍ତି । ଦିନେ ସୋମରାଷ୍ଟ୍ର ଦେଶରୁ ଶୁଦ୍ରକ ରାଉଳ ବୋଲି ଜଣେ ବ୍ୟକ୍ତି ଆସି ସେ ଗାଁରେ ପହଙ୍ଚିଲେ, ତାଙ୍କୁ ଗୁଣି ଗାରୁଡି ଜଣାଥିଲା । ଲୋକମାନେ ରାଉଳଙ୍କୁ ପାଇ ଖୁସି ହେଲେ, ତାଙ୍କପାଇଁ ଘରଦ୍ୱାର କରିଦେଲେ । ରାଉଳଙ୍କର ଚାଷ କରିବାପାଇଁ ଜମି ଦରକାର ହେବାରୁ ସେ ସ୍ଥିର କଲେ ଯେ ବଡ଼ ମଶାଣୀକୁ ଲାଗି ଯେଉଁ ଅନାବାଦୀ ଜମି ଅଛି, ତାକୁ ତାଡି ଚାଷ କରିବେ । ଚାଷଜମିରୁ ଯାହା ଉତ୍ପନ୍ନ କରିବେ ତାକୁ ବିକି ପରିବାର ପୋଷିବେ । ଗାଁଲୋକଙ୍କୁ ସେ ମନକଥା କହିବାରୁ ସେମାନେ ତାଙ୍କୁ ବାବନାଭୁତର ଉପଦ୍ରବ କଥା କହିଲେ ଓ ସେ ଜମିରେ ଚାଷ ନ କରିବାକୁ ପରାମର୍ଶ ଦେଲେ । ଶୁଦ୍ରକ କହିଲା - "ମୁଁ କେତେ ଭୁତ ପ୍ରେତଙ୍କୁ ସାବାଡ଼ କରିଦେଇଚି, ବାବନାଟା କେତେ ମାତ୍ର! ମୁଁ ଏବର୍ଷ ସେ ଜମିରେ ମାଘତିଳ ଚାଷ କରିବି । ମୋତେ ହଳ ଚାରିଟା ଯୋଗାଡ଼ କରିଦିଅ । ତେଣିକି ମୋ ଦାୟିତ୍ୱ । ତୁମେମାନେ ବ୍ୟସ୍ତ ହୁଅନାହିଁ । ମୁଁ କେବଳ ଚାଷ ଆରମ୍ଭ କରେ, ଦେଖିବ ବାବନା କିପରି ଏ ସ୍ଥାନ ଛାଡ଼ିଯାଉଛି ।" ହଳ କାମ ଆରମ୍ଭ ହେବାରୁ ଭୁତମାନେ ଯାଇ ବାବନାଭୁତକୁ ଏକଥା ଜଣାଇଲେ । ବାବନା ଆଦେଶରେ ଶହ ଶହ ଭୁତ ତାଙ୍କର କିଳିକିଳା ନାଦରେ ହଳିଆମାନଙ୍କୁ ଭୟଭୀତ କଲେ । ଏକଥା ଶ୍ହୁଣି ଶୁଦ୍ରକ ରାଉଳ ସେଠି ପହଙ୍ଚିଯାଇ ତା ବିଦ୍ୟା ପ୍ରୟୋଗ କଲା, ଦଉଡି ଠେଙ୍ଗାରେ ଭୁତମାନଙ୍କୁ ପାନେ ଦେଲା । ଭୁତମାନେ ମୁକ୍ତିଦେବାକୁ ପ୍ରାର୍ଥନା କରିବାରୁ ରାଉଳ କହିଲା ଯଦି ତାକୁ ୬୦ପଉଟି ତିଳ ଦେବେ, ତେବେ ସେମାନଙ୍କୁ ମୁକ୍ତି ମିଳିବ । ସେମାନେ ରାଜି ହୋଇ ପଳାଇଗଲେ ଓ ବାବନାକୁ ସବୁ କହିଲେ । ବାବନାଭୁତ ସେ କଥାରେ ରାଜି ହେଲାନାହିଁ, ବରଙ୍ଗ୍ ତା କାମ କରିବାକୁ ବାହାରି ଗଲା । ରାଉଳ କିଛି ସମୟପରେ ଘରେ ପହନ୍ଚି ଦେଖିଲା ତା ପୁଅ ଖାଲି ନାଚିକୁଦି ଚିତ୍କାର କରୁଛି, ନାନା କଥା କହୁଛି । ରାଉଳ ଜାଣିଲା ତାକୁ ଭୁତ ଗ୍ରାସିଛି । ସେ ମନ୍ତ୍ର ପଢ଼ି ଭୁତକୁ ପିଟିଲା । ବାବନାଭୁତ ନାକ ଘଷି ରାଉଳକୁ ଷାଠିଏ ପଉଟି ତିଳ ଦେଲା ଓ ତାର ବଂଶ ଦଳବଳ ନେଇ କୁଅଡେ ଚାଲିଗଲା । ଲୋକମାନେ ରାଉଳକୁ ଧନ୍ୟ ଧନ୍ୟ କରି ଖୁସିରେ ରହିଲେ । ଦ୍ୱାପର ଯୁଗର ଶ୍ରୀକୃଷ୍ଣ କଳିଯୁଗର ଜଗନ୍ନାଥ ଜଗନ୍ନାଥ ଓଡ଼ିଆ ଜାତିର ଆରାଧ୍ୟ ଦେବତା, ତାଙ୍କର ପ୍ରସିଦ୍ଧି ବିଶ୍ୱବ୍ୟାପୀ । ବିଶ୍ୱ ଦରବାରରେ ଓଡ଼ିଶାର ଜଗନ୍ନାଥ ଧର୍ମ ଅତୁଳନୀୟ, ସେ ହେଉଛନ୍ତି ସବୁ ଧର୍ମର ସମନ୍ୱୟ । ସବୁ ଚିନ୍ତା ଚେତନା ଏବଂ ସାରସ୍ୱତକୁ ଏକାଠି ମିଶାଇ ଦେଲେ ଯାହା ହେବ ତାହା ହିଁ ହେଉଛି - ଜଗନ୍ନାଥ ଧର୍ମ । ସେଇଥି ପାଇଁ ପ୍ରତ୍ୟେକ ଧର୍ମର ଧର୍ମାବଲମ୍ବୀ ତାଙ୍କୁ ନିଜ ନିଜ ଧର୍ମମତର ପ୍ରତୀକ ରୂପେ ଗ୍ରହଣ କରିବା ଲାଗି ଦ୍ୱିଧା ପ୍ରକଶ କରନ୍ତି ନାହିଁ । ଜଗତର ନାଥ ଜଗନ୍ନାଥଙ୍କୁ କିଏ କହେ 'ରାମ' କିଏ କହେ 'ବାମନ' କିଏ କହେ 'ଅଲେଖ ନିରଞନ' ପୁଣି କିଏ କହେ 'ବୁଦ୍ଧଦେବ' । ମାତ୍ର ଶାରଳା ଦାସ ଯୁକ୍ତି ଦର୍ଶାଇ ଦ୍ରୁଢ ସ୍ୱରରେ କହିଛନ୍ତି, ସେ ହେଉଛନ୍ତି 'ଶ୍ରୀକୃଷ୍ଣ' । ଦ୍ୱାପର ଯୁଗର କଥା । ଶ୍ରୀକୃଷ୍ଣ ଶିଆଳି ଲତାରେ ଚୁପ ଚାପ ଶୋଇଥିଲେ । ଏଇ ସମୟରେ ସେ ବଣକୁ ମୃଗୟା ଉଦ୍ଦେଶ୍ୟରେ ଆସିଥିବା ଜାରାଶବର ଲତା ଗହଳିରେ ଶ୍ରୀକୃଷ୍ଣର ପାଦ ଯୋଡିକୁ ଦେଖି ମୃଗୁଣୀର କାନ ବୋଲି ଭାବିଲା ଏବଂ ଶର ବିନ୍ଧିଲା । ପାଖକୁ ଯାଇ ଦେଖେ ତ ସେ ଦ୍ୱାରିକାଧିପତି ଶ୍ରୀକୃଷ୍ଣ । ଜାରା ପ୍ରଭଙ୍କର ମହିମା ଆଗରୁ ଜାଣିଥିଲା, ଏବେ ଶ୍ରୀକୃଷ୍ଣଙ୍କର ହତ୍ୟାର କାରଣ ହୋଇଥିବାରୁ ସେ ନିଜକୁ ଖୁବ ଧିକ୍କାର କଲା । ମାତ୍ର ଏହା ଥିଲା ବିଧିର ବିଧାନ - ଜାରା ପୁର୍ବ ଜନ୍ମରେ ମାଗିଥିବା ବରର ମନସ୍କାମନା ପୁରଣ ମାତ୍ର । "କାତରେ ବେନି ହାତ ଯୋଡି, କୃଷ୍ଣଙ୍କ ଚରଣ ତଳେ ପଡି ଉଠି କପାଳେ ମାରି କର, ବୋଲଇ ମୁହିଁ ଦୁରାଚାର ନ ଜାଣି କଲି ଏଡେ କର୍ମ, କେ ମତେ କଲା ମତିଭ୍ରମ ତୁ ନାଥ ଜଗତ ସୋଦର, ଏ ଅପରାଧ କ୍ଷମା କର" ଜାରାଶବର ହାତରେ ଶ୍ରୀକୃଷ୍ଣଙ୍କ ଦେହବସାନ ହେଲା ପରେ ପାଣ୍ଡବମାନେ ତାଙ୍କୁ ନେଇ ସମୁଦ୍ର କୁଳରେ ଦାହ କଲେ । ମାତ୍ର ସେ ଅକ୍ଷୟ ବ୍ରହ୍ମ ପୂର୍ଣ୍ଣ ଦାହ ହେଲା ନାହ୍ହି ତେଣୁ ପାଣ୍ଡବମାନେ ନିରାଶ ହୋଇ ଶେଷକୁ ଉପାୟ ନପାଇ ସେଇ ଦରପୋଡା ବ୍ରହ୍ମକୁ ସମୁଦ୍ରରେ ଭସାଇ ଦେଲେ । ସେ ବ୍ରହ୍ମ ଭାସି ଭାସି ଯାଇ ପୁରୀର ସମୁଦ୍ର ତଟରେ ପହନ୍ଚିଲା । ସେଇଠି ଯୁଗ ଯୁଗ ଧରି ସେ ନୀଳମାଧବ ରୁପରେ ପୂଜା ପାଇଲେ । ବିଷ୍ଣୁଙ୍କ ସନ୍ଧାନରେ ମାଳବରୁ ରାଜା ଇନ୍ଦ୍ରଦ୍ୟୁମ୍ନ ଏବଂ ବ୍ରାହ୍ମଣ ବିଦ୍ୟାପତି ଆସିଲେ । ନୀଳମାଧବ ଉଭେଇ ଯାଇ ବାଙ୍କି ମୁହାଣରେ ଦେଖା ଦେଲେ ଦାରୁବ୍ରହ୍ମ ଆକାରରେ । ରାଜା ସୈନ୍ୟସାମନ୍ତ, ସକଳ ଅଶ୍ୱ ଗଜ ନେଇ "ଦାରୁବ୍ରହ୍ମ" ପାଇଁ ଗଲେ । ଦାରୁବ୍ରହ୍ମ ପ୍ରୁଷ୍ଠରେ ଶ୍ରୀକୃଷ୍ଣଙ୍କର ଶଙ୍ଖ, ଚକ୍ର, ଗଦା, ପଦ୍ମ ପ୍ରଭୃତି ଚିହ୍ଣ ସବୁ ବିଦ୍ୟମାନ ଥିଲା । ମାତ୍ର ଦାରୁବ୍ରହ୍ମ ଅଟଳ ରହିବାରୁ ରାଜା ଅଧିଆ ପଡିଲେ । ଠାକୁର ତାଙ୍କୁ ସ୍ୱପ୍ନରେ ଛାୟାପ୍ରାୟ ଦୃଶ୍ୟ ହୋଇ କହିଲେ "ରାଜା, ତୋର ପାର୍ଥିବ ଶକ୍ତି ବଳରେ ଏଠାରୁ ମୋତେ ଟଳେଇ ନେବାର ବୃଥା ଚେଷ୍ଟା କରନା । ଆସନ୍ତା କାଲି ମୋର ପ୍ରକୃତ ସେବକ ବିଦ୍ୟାପତିଙ୍କର ବଂଶଧରମାନଙ୍କୁ ଡକେଇ ଆଣି ଗୋଟିଏ ପାଖରେ ଠିଆ କରାଇବୁ ଓ ଆର ପାଖରେ ଜାରାର ବଂଶଧରଙ୍କୁ । ସେଇମାନେ ଏକତ୍ର ଛୁଇଁଲେ ମୁଁ ଯିବି" । ଶେଷରେ ତାହା ହି ହେଲା । ଦାରୁବ୍ରହ୍ମ ଭକ୍ତମାନଙ୍କ ଉପସ୍ଥିତିରେ ଅକ୍ଳେଶରେ ଉଠି ଚାଲିଲେ । ଅମୁହାଁ ଦେଉଳରେ ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚାଙ୍କ ପରାମର୍ଶରେ ମୂର୍ତ୍ତୀଗଢା ଆରମ୍ଭ ହେଲା । ଏଇ ମୂର୍ତ୍ତୀ ଗଢିବା କାର୍ଯ଼୍ୟ କଲେ ସ୍ୱୟଂ ବିଶ୍ୱକର୍ମା । ସେଇ ଦାରୁ ଦେବତା । । । ଶବର ଦେବତା । । । ହେଉଛନ୍ତି ଦ୍ୱାପରର ଶ୍ରୀକୃଷ୍ଣ (ଜଗନ୍ନାଥ) ବଳଭଦ୍ର ଏବଂ ସୁଭଦ୍ରା! ପାଖରେ ତାଙ୍କର ସୁଦର୍ଶନ । ଯାହା ପାଖରେ ବିଚାର ନାହିଁ ଆର୍ଯ଼୍ୟ, ଅନାର୍ଯ଼୍ୟ, ବ୍ରାହ୍ମଣ, ଶୁଦ୍ର, ହିନ୍ଦୁ, ମୁସଲମାନର । ସେ ଆଚାଣ୍ଡାଳ ବ୍ରାହ୍ମଣ ସମସ୍ତଙ୍କର । ଆଜିକୁ ଛହଶହ ବର୍ଷ ତଳେ ଶାରଳା ଦାସ ଯାହା କଳ୍ପନା କରି ଯାଇଥିଲେ ଆଜି ତାହା ବାସ୍ତବ ରୁପ ନେଇଛି । କଳି ଅବତରଣ ପ୍ରସଙ୍ଗ ମହାଭାରତ ଯୁଦ୍ଧ ଶେଷ ହେଲା, ଧର୍ମରେ ଥିବାରୁ ପନ୍ଚୁପାଣ୍ଡବଙ୍କର ବିଜୟ ହେଲା । ସେତେବେଳକୁ ଦ୍ୱାପର ଯୁଗ ସରି ଆସିଲାଣି, କଳିଯୁଗ ପ୍ରବେଶ କରିବାକୁ ଥାଏ । କଳିକାଳରେ ଧର୍ମନନ୍ଦନ ଯୁଧିଷ୍ଠିର କିପରି ରାଜ୍ୟ କରିବେ ବୋଲି ଭାବି ସହଦେବ କଳିକୁ ଅଟକାଇ ରଖିଲେ । ଯୁଧିଷ୍ଠିର ସ୍ୱର୍ଗାରୋହଣ କରିବାକୁ ପ୍ରସ୍ତୁତ ହେଉଥାନ୍ତି, ସେତିକିବେଳେ ତାଙ୍କ ପାଖହୁ ଏକ ମୋକଦ୍ଦମା ଆସିଲା । ଜଣେ ବ୍ରାହ୍ମଣ ତାଙ୍କର ଶୁଦ୍ର ଚାକର ସହ ସୁନାକଙ୍କଣ ଦୁଇଟି ଧରି ଆସିଲେ । ବ୍ରାହ୍ମଣଙ୍କ ଢିପଜମିରୁ ଖୋଳୁ ଖୋଳୁ ଶୁଦ୍ରକୁ ତାହା ମିଳିଥିଲା, ତେଣୁ ସେ ମାଲିକଙ୍କ ପାଖରେ ତାହା ଦେଲା । କିନ୍ତୁ ବ୍ରାହ୍ମଣ ସେ କଙ୍କଣ ଗ୍ରହଣ କଲେ ନାହିଁ, ବରଂ କହିଲେ ଯେ ସେ କଙ୍କଣ ତାଙ୍କର ପ୍ରାପ୍ୟ ନୁହେଁ କାରଣ ତାଙ୍କ ଚାକର ପରିଶ୍ରମ କରି ପାଇଥିବାରୁ କଙ୍କଣ ତାର ହେବା ଉଚିତ । ମାତ୍ର ଚାକର ସେକଥା ନ ଶୁଣି ମାଲିକଙ୍କ ଜମିରୁ ତାହା ମିଳିଥିବାରୁ ତାହା ମାଲିକଙ୍କର ବୋଲି ଯୁକ୍ତି କରିଥିଲା । ଏଥିପାଇଁ ଦୁଇଜଣଙ୍କ ଭିତରେ କଳିଗୋଳ ଭୟଙ୍କର ରୁପ ଧାରଣ କଲା । ଉଭୟ ଏହାର ସମାଧାନ ପାଇ ବହୁଲୋକଙ୍କ ପାଖକୁ ଯାଇ ନିରାଶ ହୋଇ ସେମାନେ ଯୁଧିଷ୍ଠିରଙ୍କ ପାଖକୁ ଆସିଲେ ନ୍ୟାୟ ପାଇଁ । ଯୁଧିଷ୍ଠିର ସବୁ ସୁଣି ସମାଧାନ ପାଇଁ ମନ୍ତ୍ରୀ ସହଦେବଙ୍କୁ ପଚାରିଲେ । ସହଦେବ କହିଲେ ମୁ କଳିକୁ ଅଟକାଇ ରଖିଛି, ଏଣୁ ଦ୍ୱାପର ଯୁଗର ପ୍ରଭାବ ଏବେ ବି ରହିଛି । ଆପଣ ତ ସ୍ୱର୍ଗକୁ ବାହାରିଲେଣି । ଆପଣଙ୍କ ଆଜ୍ଞା ହେଲେ ମୁ କଳିକୁ ମୁକ୍ତ କରିଦେବି । ରାଜା ପରୀକ୍ଷିତ ଏହାର ବିଚାର କରିବେ । ଯୁଧିଷ୍ଠିର ସେଥିରେ ରାଜି ହେବାରୁ ସହଦେବ କଳିକୁ ମୁକ୍ତ କରିଦେଲେ । ପରୀକ୍ଷିତଙ୍କ ଆଗରେ ହଠାତ କଳି ପ୍ରଭାବରେ ବ୍ରାହ୍ମଣ ଓ ଶୁଦ୍ରଙ୍କ କଥା ଓ ଯୁକ୍ତି ବଦଳି ଗଲା । ଦୁହେଁ କଙ୍କଣକୁ ନିଜର ବୋଲି ଦାବୀ କଲେ, ନାନା ଯୁକ୍ତି ଦେଇ ପ୍ରମାଣ କରିବାକୁ ଚେଷ୍ଟା କଲେ ଯେ କଙ୍କଣର ମାଲିକ ସେମାନେ । ହଠାତ ଦୁହେଁ କଙ୍କଣ ପାଇବା ପାଇଁ କଳିଗୋଳ ମଧ୍ୟ କଲେ । ସବୁ ଶୁଣି ରାଜା ପରୀକ୍ଷିତ କହିଲେ - ତୁମେ କେହି ସେ ଜିନିଷ ପାଇବ ନାହିଁ । ତାହା ରାଜକୋଷରେ ଜମା ହେବ । ସେ ଘଟଣା ଦେଖି ଯୁଧିଷ୍ଠିର ଆଉ ମୁହୁର୍ତ୍ତଟିଏ ମଧ୍ୟ କଳି ରାଜୁତିରେ ନ ରହିବାକୁ ସ୍ଥିର କଲେ । ଚାରିଭାଇ ଓ ଦ୍ରୌପଦୀଙ୍କୁ ନେଇ ହିମାଳୟ ଅଭିମୁଖେ ଚାଲିଲେ । ଚଣ୍ଡି ପୁରାଣ ଶୁକ-ପରୀକ୍ଷିତ ସମ୍ବାଦ ଛଳରେ କବି ଚଣ୍ଡିପୁରାଣରେ ସମସ୍ତ କଥାକୁ ବର୍ଣ୍ଣନା କରିଛନ୍ତି । ମହାଭାରତର ବିଲଙ୍କା ରାମାୟଣ ପରି ଚଣ୍ଡିପୁରାଣ ଗ୍ରନ୍ଥଟି କବି ସାରଳା ଦାସ ଚଣ୍ଡିଙ୍କ ଆଜ୍ଞାରେ ତାଙ୍କରି ଭାଷାକୁ ପ୍ରକାଶ କରିବାର ବର୍ଣ୍ଣନା କରିଛନ୍ତି । ଏହି ପୁରାଣ ପରବର୍ତ୍ତୀ କାଳରେ ହିନ୍ଦୁମାନଙ୍କ ଘରେ ଚଣ୍ଡିପୁରାଣ ଭାବେ ଅଦ୍ୟାବଧି ପୂଜିତ ହେଉଛି । ବ୍ରହ୍ମାଙ୍କ ବଳରେ ବଳିୟାନ ମହିଷାସୁର ଦେବ, ଦାନବ, ଯକ୍ଷ, ରକ୍ଷ, ଗନ୍ଧର୍ବ, ନର ଓ ବାନର କାହାଦ୍ୱାରା ମୃତ୍ୟୁ ହେବନାହିଁ ବୋଲି ଜାଣି ପ୍ରବଳ ଯୁଦ୍ଧ ପରେ ସମସ୍ତଙ୍କୁ ପରାସ୍ତ କଲା । ଦିଗ୍ୱିଜୟୀ ବୀର ହୋଇ ଶେଷରେ ସ୍ୱର୍ଗ ଉପରେ ଆକ୍ରମଣ କଲା ଓ ଦେବଗଣଙ୍କୁ ପରାସ୍ତ କଲା । ଅନେକ ଦେବତାଙ୍କୁ ଆଣି ବନ୍ଦୀ କରିବାରୁ ଦେବତାମାନେ ଭୟରେ ଲୁଚିଲେ । ଦେବତାଙ୍କ ମୁଖର ଅଗ୍ନିରୁ ଦେବୀ ଦୁର୍ଗା ଜନ୍ମ ନେଲେ । ମହିଷାସୁର ଦେବୀଙ୍କ ମୋହିନୀ ରୁପରେ ଟାଣି ହୋଇ ତାଙ୍କୁ ସ୍ତ୍ରୀ ରୁପେ ପାଇବାପାଇଁ ତାର ସେନାପତି ଚାମର, ବେମାଳ, କାଳ, ବିକାଳ, କାନ୍ତିମାଳା, ବିଡାଳାକ୍ଷ, ରକ୍ତବିର୍ୟ, ବୀରଘଣ୍ଟ ଓ କାଳଦନ୍ତ ଆଦିଙ୍କୁ ପଠାଇଲା । ମାତ୍ର ଦେବୀ ସମସ୍ତଙ୍କୁ ମାରି ଶେଷରେ ମହିଷାସୁରକୁ ବଧ କରି ସମସ୍ତଙ୍କୁ ଶାନ୍ତି ପ୍ରଦାନ କଲେ । ଲକ୍ଷ୍ମୀନାରାୟଣ ବଚନିକା କବିଙ୍କ ଅନ୍ୟାନ୍ୟ ଗ୍ରନ୍ଥଗୁଡ଼ିକ "ଦାଣ୍ଡିବୃତ୍ତ"ରେ ଲେଖାଯାଇଛି । "ଲକ୍ଷ୍ମୀନାରାୟଣ ବଚନିକା" ଗ୍ରନ୍ଥଟି ଖୁବ କ୍ଷୁଦ୍ର, ଅଣାଅଶୀ ପଦର । ଗ୍ରନ୍ଥଟିରେ ଲକ୍ଷ୍ମୀ ନାରାୟଣଙ୍କର କଥୋପକଥନ ବର୍ଣ୍ଣନା କରାଯାଇଛି । ଲକ୍ଷ୍ମୀନାରାୟଣ ତାଙ୍କର ଗୁରୁବାର ବ୍ରତ ସମ୍ବନ୍ଧରେ ଯାହା କିଛି ବର୍ଣ୍ଣନା କରିଛନ୍ତି ତାହାହିଁ ଗ୍ରନ୍ଥଟିର ବିଷୟବସ୍ତୁ । ଲକ୍ଷ୍ମୀ ମଣ୍ଡାଫୁଲ, ପଦ୍ମଫୁଲ ଓ ଅଁଳା ପୂଜାରେ ବହୁତ ଖୁସି ହୁଅନ୍ତି ଏବଂ ଭକ୍ତମାନଙ୍କୁ ମନଜାଣି ଫଳ ଦେଇଥାନ୍ତି । ଲକ୍ଷ୍ମୀ ପୁରୁଷ ଓ ସ୍ତ୍ରୀମାନଙ୍କର ବିଭିନ୍ନ ଆଚାର ବ୍ୟବହାର କଥା କହି କାହା ପାଖରେ କମ୍ ରହନ୍ତି ବର୍ଣ୍ଣନା କରିଛନ୍ତି । ଏହାଛଡା ସମାଜର ସମସ୍ତ ଅନୀତି କାର୍ଯ୍ୟକୁ ବାରଣ କରିଛନ୍ତି । ସମାଜରେ କେଉଁ ଦିନ କଣ କରିବ,କଣ ନ କରିବ, ଭଲ ବା ମନ୍ଦ କାମ କଲେ କି ଫଳ ମିଳେ, ଗୁରୁବାର ବ୍ରତ ଭାବେ ସମାଜକୁ ଉପଦେଶ ଦେଇଛନ୍ତି । ଗାଇ ବାଛୁରୀ ଜନ୍ମ ଦେଲେ କେତେ ଦିନ ପରେ ଦୁହିଁବା କଥା, କେଉଁ ତିଥିରେ କଣ ଖାଇବା ନିଷେଧ, ଦାନ୍ତରେ ନଖ କଟିଲେ କି ଫଳ ମିଳେ ବର୍ଣ୍ଣନା ରହିଛି । ଏସବୁଦ୍ୱାରା ବିଶୃଙ୍ଖଳା ଦୂର ହୋଇ ସମାଜ ସୁସ୍ଥ ହୋଇପାରିବ ବୋଲି ଜଣାଯାଏ । ମହାଭାରତ thumb|236x236_ପିକସେଲ|ସାରଳା ସାହିତ୍ୟ ସଂସଦ (କଟକ) ସମ୍ମୁଖରେ ଥିବା ସାରଳା ଦାସଙ୍କ ପ୍ରତିମୂର୍ତ୍ତି ମହାଭାରତରେ ସେ ୧୮ଟି ପର୍ବର ବର୍ଣ୍ଣନା କରିଛନ୍ତି । ସଂସ୍କୃତ ମହାଭାରତର ପର୍ବଗୁଡିକ ହେଲା :- ୧ ଆଦିପର୍ବ ୨ ସଭାପର୍ବ ୩ ବନପର୍ବ ୪ ବିରାଟ ପର୍ବ ୫ ଉଦଯୋଗ ପର୍ବ ୬ ଭୀଷ୍ମ ପର୍ବ ୭ ଦ୍ରୋଣ ପର୍ବ ୮ କର୍ଣ୍ଣ ପର୍ବ ୯ ଶଲ୍ୟ ପର୍ବ` ୧୦ ସୌପ୍ତିକ ପର୍ବ ୧୧ ସ୍ତ୍ରୀ ପର୍ବ ୧୨ ଶାନ୍ତି ପର୍ବ ୧୩ ଅନୁଶାସନିକ ପର୍ବ ୧୪ ଅଶ୍ବମେଧ ପର୍ବ ୧୫ ଆଶ୍ରମବାସିକା ପର୍ବ ୧୬ ମୌଷଳ ପର୍ବ ୧୭ ମହାପ୍ରସ୍ଥାନିକ ପର୍ବ ୧୮ ସ୍ୱର୍ଗାରୋହଣ ପର୍ବ ୧୯ ମାନଗୋବିନ୍ଦଙ୍କ ମହାନତା ସାରଳା ମହାଭାରତର ପର୍ବଗୁଡିକ ହେଲା :- ୧ ଆଦିପର୍ବ ୨ ମଧ୍ୟ ପର୍ବ ୩ ସଭାପର୍ବ ୪ ବନପର୍ବ ୫ ବିରାଟ ପର୍ବ ୬ ଉଦଯୋଗ ପର୍ବ ୭ ଭୀଷ୍ମ ପର୍ବ ୮ ଦ୍ରୋଣ ପର୍ବ ୯ କର୍ଣ୍ଣ ପର୍ବ ୧୦ ଶଲ୍ୟ ପର୍ବ ୧୧ ଗଦା ପର୍ବ ୧୨ ଐଷିକ ବା କାଇଁଶିକା ପର୍ବ ୧୩ ନାରୀ ପର୍ବ ୧୪ ଶାନ୍ତି ପର୍ବ ୧୫ ଆଶ୍ରମିକ ପର୍ବ ୧୬ ଅଶ୍ବମେଧ ପର୍ବ ୧୭ ମୂଷଳି ପର୍ବ ୧୮ ସ୍ବର୍ଗାରୋହଣ ପର୍ବ ଆହୁରି ଦେଖନ୍ତୁ ସାରଳା ପୁରସ୍କାର ଆଧାର ଶ୍ରେଣୀ:ଓଡ଼ିଆ ସାହିତ୍ୟ ଶ୍ରେଣୀ:ପୁରାତନ ଓଡ଼ିଆ ସାହିତ୍ୟିକ ଶ୍ରେଣୀ:ଓଡ଼ିଆ କବି ଶ୍ରେଣୀ:୧୫ଶ ଶତାବ୍ଦୀରେ ଜନ୍ମ ଶ୍ରେଣୀ:ଜଗତସିଂହପୁର ଜିଲ୍ଲାର ଲୋକ ଶ୍ରେଣୀ:୨୦୧୫ ନବକଳେବର ଗଣସମ୍ପାଦନାରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ ଶ୍ରେଣୀ:ଓଡ଼ିଆ ସାହିତ୍ୟିକ
ଜଗନ୍ନାଥ ଦାସ
https://or.wikipedia.org/wiki/ଜଗନ୍ନାଥ_ଦାସ
ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ"‌) । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ । ଜୀବନ କାଳ ପ୍ରାରମ୍ଭିକ ଜୀବନ ୧୪୯୦ ଖ୍ରୀଷ୍ଟାଦ୍ଦ ଭାଦ୍ରବମାସ ଶୁକ୍ଲପକ୍ଷ ଅଷ୍ଟମୀ ଅନୁରାଧା ନକ୍ଷତ୍ର ବୁଧବାର ଦିନ ମଧ୍ୟାହ୍ନ ସମୟରେ କପିଳେଶ୍ୱରପୁର ଶାସନରେ ଜଗନ୍ନାଥ ଦାସ ଜନ୍ମଗ୍ରହଣ କରିଥିଲେ । ଯେଉଁ କ୍ଷଣରେ ବୃଷଭାନୁ ନନ୍ଦିନୀ ରାଧା ଦେବୀଙ୍କର ଜନ୍ମ ବୋଲି ପୁରାଣରେ ବର୍ଣ୍ଣିତ ହୋଇଛି, ଠିକ ସେହିକ୍ଷଣରେ ଜଗନ୍ନାଥ ଦାସ ଜନ୍ମଗ୍ରହଣ କରିଥିବାରୁ ତାଙ୍କୁ ରାଧାଙ୍କର ଅଂଶାବତାର ବୋଲି ଲୋକେ ବିଶ୍ୱାସ କରନ୍ତି । ତାଙ୍କ ପିତାଙ୍କ ନାମ ଭଗବାନ ଦାସ ଓ ମାତାଙ୍କ ନାମ ପଦ୍ମାବତୀ । ଭଗବାନ ଦାଶ ମହାରାଜା ପୁରୁଷୋତ୍ତମ ଦେବଙ୍କର ପୌରାଣିକ ଥିଲେ । ଶିକ୍ଷା ଶିଶୁଟି ଜଗନ୍ନାଥ ଦେବଙ୍କ ପ୍ରସାଦରୁ ଲବ୍ଧ ବୋଲି ଭାବି ଭଗବାନ ଦାସ ପଣ୍ଡିତମାନଙ୍କ ପରାମର୍ଶକ୍ରମେ ତାହାର ଜଗନ୍ନାଥ ବୋଲି ନାମକରଣ କଲେ । ଶିଶୁ ଜଗନ୍ନାଥ ଚତୁର୍ଥ ବୟସରେ ପଦାର୍ପଣ କରିବା ବେଳକୁ ପିତା ତାଙ୍କର ଚୂଡ଼ାକର୍ମ, ବଣ୍ଣବୋଧ ଆଦି ଶେଷ କରିଥିଲେ । ପଞ୍ଚମ ବର୍ଷରେ ସେ ବିଦ୍ୟାରମ୍ଭ କରିଥିଲେ । ସେ ପ୍ରଥମେ ଗ୍ରାମ ଚାଟଶାଳୀରେ ବର୍ଣ୍ଣପାଠ ଓ ଅଙ୍କ ଆଦି ଶିଖିଥିଲେ । ଉପନୟନ ଉତ୍ତାରେ ପିତାଙ୍କ ନିକଟରେ ଅମରକୋଷ, ଅଭିଧାନ ଏବଂ କଳାପ ଓ ବର୍ଦ୍ଧମାନ ନାମକ ଦୁଇଟି ସଂସ୍କୃତ ବ୍ୟାକରଣ ସମ୍ପୂର୍ଣ୍ଣ କଣ୍ଠସ୍ଥ କରିଥିଲେ । ନିକଟବର୍ତ୍ତୀ ବ୍ରାହ୍ମଣ ଶାସନକୁ ପ୍ରତିଦିନ ଯାଇ ଯଜୁର୍ବେଦ ଓ ସାମବେଦର ସଂହିତାମାନ ମଧ୍ୟ ସେ ଅଧ୍ୟୟନ ଓ କଣ୍ଠସ୍ଥ କରିଥିଲେ । ନ୍ୟାୟ ବେଦାନ୍ତ ଆଦି ଦର୍ଶନଶାସ୍ତ୍ର ଏବଂ ମହାଭାରତ ରାମାୟଣ ଆଦି ଧର୍ମଶାସ୍ତ୍ର ସମସ୍ତ ପଢ଼ିବା ପରେ ସେ ଭାଗବତ ଅଧ୍ୟୟନ କରିଥିଲେ । ଏହି ସମୟରେ ପିତା ଭଗବାନ ଦାସ ଜଗନ୍ନାଥଙ୍କର ବିବାହ ପ୍ରସ୍ତାବ ଉଠାଇଲେ । ଜଗନ୍ନାଥ ଆଉ କେତେକ ଶାସ୍ତ୍ରର ଅଧ୍ୟୟନ ସମାପ୍ତ କରି ବିବାହ କରିବା ପାଇଁ ପିତାଙ୍କୁ ଅନୁରୋଧ କରିଥିଲେ । ସେ ଜଗନ୍ନାଥ ଦର୍ଶନ ନିମନ୍ତେ ଶ୍ରୀକ୍ଷେତ୍ର ପୁରୀକୁ ନିତି ଆସୁଥିଲେ । ମନ୍ଦିର ଭିତର ବେଢ଼ାରେ ସେ ବଟଗଣେଶଙ୍କ ନିକଟରେ ବସି ଶ୍ରୀମଦ୍ ଦ୍ଭାଗବତ ପାଠ କରୁଥିଲେ । ବଟବିହାରୀ ନାମକ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିଙ୍କ ନିକଟରେ ଆଜି ପର୍ଯ୍ୟନ୍ତ ପୁରାଣ ପାଠ ହେଉଅଛି ଓ ପୁରାଣ ପାଠକଙ୍କ ପାଇଁ ରାଜପ୍ରଦତ୍ତ ବୃତ୍ତି ମଧ୍ୟ ଖଞ୍ଜା ଅଛି । ଚୈତନ୍ୟ ଦେବଙ୍କ ସହ ସାକ୍ଷାତ ୧୫୦୯ ଖ୍ରୀଷ୍ଟାଦ୍ଦରେ ଶ୍ରୀ ଚୈତନ୍ୟଦେବ ସନ୍ନ୍ୟାସ ଗ୍ରହଣ କରି ଭକ୍ତି ସମେତ ଶ୍ରୀଜଗନ୍ନାଥ ଦେବଙ୍କ ଦର୍ଶନ ନିମନ୍ତେ ପୁରୀକୁ ଆଗମନ କରିଥିଲେ । ସେତେବେଳକୁ ଜଗନ୍ନାଥ ଦାସଙ୍କ ବୟସ ଉଣେଇଶ । ଶ୍ରୀଚୈତନ୍ୟ ଦେବ ବଡ଼ଦେଉଳରେ ପ୍ରବେଶ କରି ବଟ ମୂଳରେ ପ୍ରଥମେ ଏହାଙ୍କୁ ଭେଟିଥିଲେ । ଅଢ଼ାଇ ଦିନ ପର୍ଯ୍ୟନ୍ତ ଦୁହେଁ ଏକତ୍ର ବାସ କଲେ । ସେହି କାଳରେ ଅନ୍ୟ କାହା ସହିତ ସାକ୍ଷାତ ହେଉନଥିଲା । ଜଗନ୍ନାଥ ଦାସ ଓ ମଠ thumb|ଭୁବନେଶ୍ୱର ଭଞ୍ଜ କଳାମଣ୍ଡପ ସମ୍ମୁଖରେ ଥିବା ଅତିବଡ଼ିଙ୍କ ଆଧୁନିକ ପ୍ରତିକୃତି ଦିନେ ଉତ୍କଳର ମହାରାଜା ପ୍ରତାପରୁଦ୍ର ଦେବ ଜଗନ୍ନାଥ ଦର୍ଶନ କରିବାକୁ ଯାଇଥିଲେ, ଏମନ୍ତ ସମୟରେ ଶ୍ରୀଚୈତନ୍ୟଙ୍କ ସଙ୍ଗେ ମନ୍ଦିରରେ ତାଙ୍କର ଭେଟ ହେଲା, ମହାରାଜ ଶ୍ରୀଚୈତନଙ୍କୁ ପଚାରିଲେ, "ଜଗନ୍ନାଥ ମୂର୍ତ୍ତିରେ କିପରି ରାଧାକୃଷ୍ଣଙ୍କର ଯୁଗଳମୂର୍ତ୍ତି ଭାବ ଉପଲବ୍ଧି କରି ପାରିବି, ଏହା ମୋତେ ଅନୁଗ୍ରହ କରି ବୁଝାଇ ଦିଅନ୍ତୁ" । ଏହା ଶୁଣି ଶ୍ରୀଚୈତନ୍ୟ ଦେବ ଉତ୍ତର ଦେଲେ 'ଆମ୍ଭ ଅତିବଡ଼ି ସ୍ୱାମୀ ତାହା ଆପଣଙ୍କୁ ସ୍ପଷ୍ଟଭାବେ ବୁଝାଇ ଦେବେ" । ତହୁଁ ଅତିବଡ଼ି ସ୍ୱାମୀ ଶ୍ରୀ ଜଗନ୍ନାଥ ଦାସ ମହାରାଜ ପ୍ରତାପରୁଦ୍ର ଦେବଙ୍କୁ ତାହା ବୁଝାଇ ଦେବାରୁ ରାଜା ତାଙ୍କଠାରେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ତାଙ୍କର ଭକ୍ତ ଓ ବଶୀଭୂତ ହେଲେ ଶ୍ରୀ ଜଗନ୍ନାଥ ମନ୍ଦିରର ବାୟୁ କୋଣରେ ମାର୍କଣ୍ଡେୟ ତୀର୍ଥର ଅନତିଦୂର ଦକ୍ଷିଣରେ ନିଜ ରାଣୀଙ୍କର ଶ୍ରୀକ୍ଷେତ୍ରରେ ଅବସ୍ଥାନ ନିମନ୍ତେ ମହାରାଜାଙ୍କର ଯେଉଁ ରାଜପ୍ରସାଦ ନିର୍ମିତ ହୋଇଥିଲା, ତହିଁରେ ଜଗନ୍ନାଥ ଦାସଙ୍କୁ ରହିବାକୁ ମହାରାଜ ପ୍ରାର୍ଥନା କଲେ । ଅତିବଡ଼ି ପ୍ରଥମେ ସେଠାରେ ରହିବାକୁ ଅନିଚ୍ଛୁକ ଥିଲେ ସୁଦ୍ଧା ମହରାଜଙ୍କର ସେବାରେ ଓ ଭକ୍ତିରେ ସନ୍ତୁଷ୍ଟ ହୋଇ କିଛି କାଳ ସେଠାରେ ଅବସ୍ଥାନ କଲେ ବର୍ତ୍ତମାନ ତାହା ଓଡ଼ିଆମଠ ନାମରେ ଖ୍ୟାତ । ଜଗନ୍ନାଥ ଦାସ ସଂସାର କୋଳାହଳ ବର୍ଜ୍ଜିତ ସମୁଦ୍ରତୀରବର୍ତ୍ତୀ ବାଲୁକାମୟ ଭୂମିରେ ଏକ ନିର୍ଜନ ଭଜନ କୁଟୀର ସ୍ଥାପନ କଲେ । ଏହାର ଆଧୁନିକ ନାମ ସାତଲହଡ଼ି ମଠ । ଏହି ମଠଟି ଶଙ୍କରାଚାର୍ଯ୍ୟ ମଠର ଦକ୍ଷିଣରେ ଅବସ୍ଥିତ । ଏଠାରେ ଜଗନ୍ନାଥ ଦାସଙ୍କର ମଣିବିଗ୍ରହ (ପ୍ରସ୍ତର—ମୂର୍ତ୍ତି) ବିଦ୍ୟମାନ । କଥିତ ଅଛି ଜଗନ୍ନାଥ ଦାସ ସମୁଦ୍ର ତରଙ୍ଗର ଘୋର ଗର୍ଜନ ଯୋଗୁଁ ଭଜନସ୍ମରଣରେ ଅସୁବିଧା ଅନୁଭବ କରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର କୃପାପ୍ରାର୍ଥୀ ହେବାରୁ ପ୍ରଭୁଙ୍କ ଆଜ୍ଞାରେ ସମୁଦ୍ର ସାତ ସ୍ତର ଲହରୀର ଦୂରତା ପର୍ଯ୍ୟନ୍ତ ଦୂରକୁ ଘୁଞ୍ଚି ଯାଇଥିଲା । ତେଣୁ ସେହି ଦିନଠାରୁ ଉକ୍ତ ମଠଟିର ନାମ ସାତଲହଡ଼ି ମଠ ହୋଇଛି । ଗୋସ୍ୱାମୀ ମୁକୁନ୍ଦ ଦାସ ୫ ଗୋଟି ଶିଷ୍ୟ କରି ପ୍ରଧାନ ଶିଷ୍ୟଙ୍କୁ ନିଜ ମଠରେ ଗାଦିନସୀନ କରାଇ ଅପର ୪ ଗୋଟିଙ୍କୁ ମଠର ଚତୁଃପାର୍ଶ୍ୱରେ ରଖାଇ ପୁରୀ, କଟକ, ବାଲେଶ୍ୱର ଓ ଖୋରଧା ଅଞ୍ଚଳରେ ସେମାନଙ୍କ ଚଳାଚଳ ପାଇଁ କେତେକ ଭୂସମ୍ପତ୍ତି ଖଞ୍ଜି ଦେଇ ଯାଇଅଛନ୍ତି ଉକ୍ତ ୪ଗୋଟି ମଠ ଅଦ୍ୟାବଧି ବଡ଼ ଓଡ଼ିଆ ମଠର ଅଧୀନ ଥାଇ ଚଳି ଆସୁଅଛି ଯଥା: ସାନ ଓଡ଼ିଆ ମଠ ମଧୁ ଦାସ ମଠ ବନମାଳି ଦାସ ମଠ ଭାଗବତ ଦାସ ମଠ ଏହା ଛଡ଼ା ପୁରୀ କୁଣ୍ଢାଇବେଣ୍ଟସାହୀ ଓ ଦାଣ୍ଡିମାଳ ସାହୀରେ ଆହୁରି ୧୫/୧୬ଟି ମଠ ଅଛି ସେହି ସବୁ ମଠର ଅଧିକାରିଗଣ ବଡ଼ ଓଡ଼ିଆ ମଠର ନେତୃତ୍ୱ ସ୍ୱୀକାର କରି ଥାଆନ୍ତି । ଏହି ସବୁ ମଠର ଅଧିକାରୀମାନଙ୍କ ମୁଣ୍ଡରେ ବଡ଼ ଓଡ଼ିଆ ମଠର ଅଧିକାରୀ ମହୋଦୟ ଶାଢ଼ି ବାନ୍ଧିଲେ ସେମାନେ ନିଜ ନିଜ ମଠରେ ଅଧିକାରୀ ହୁଅନ୍ତି । ଏହି ବଡ଼ ଓଡ଼ିଆ ମଠର ମତାବଲମ୍ବୀ ଶିଷ୍ୟମାନେ ମୋଗଲବନ୍ଦି ଓ ଗଡ଼ଜାତମାନଙ୍କର ନାନାସ୍ଥାନରେ ପ୍ରାୟ ୨ହଜାର ପର୍ଯ୍ୟନ୍ତ ଅଛନ୍ତି । ବର୍ତ୍ତମାନ ଅଧିକାରୀ ବୃନ୍ଦାବନ ଦାସ ଗୋସ୍ୱାମୀ ଭାଷାକୋଷର ଜଣେ ପରମସ୍ନେହୀ ପୃଷ୍ଠପୋଷକ ଅଟନ୍ତି । ୧୫୫୦ ଖ୍ରାଷ୍ଟାଦ୍ଦରେ ମାଘ ଶୁକ୍ଲପକ୍ଷ ସପ୍ତମୀ ଦିନ ଜଗନ୍ନାଥ ଦାସଙ୍କର ତିରୋଧାନ ହେଲା । କିମ୍ବଦନ୍ତୀ ଜଗନ୍ନାଥ ଦାସଙ୍କ ଭକ୍ତିର ଗଭୀରତାକୁ ନେଇ ଅନେକ କିମ୍ବଦନ୍ତୀ ପ୍ରଚଳିତ । ତନ୍ମଧ୍ୟରୁ ଗୋଟିଏ ଏହିଭଳି । କିମ୍ବଦନ୍ତୀ ଅଛି ଯେ ମେଧା ଓ ସୁମେଧା ନାମରେ ଦୁଇଜଣ ଦେବକନ୍ୟା ଜଗନ୍ନାଥଦାସଙ୍କର ସେବା କରିବାକୁ ଆସୁଥିଲେ । ଏଣୁ ରାଜା ଜଗନ୍ନାଥଦାସଙ୍କ ଚରିତ୍ର ଉପରେ ସନ୍ଦେହ କଲେ । ରାଜାଙ୍କ ଆଜ୍ଞାରେ ଚାରମାନେ ଛକି ଛକି ସେ ଦୁହିଙ୍କୁ ଧରିବାକୁ ଚେଷ୍ଟା କରିବାରୁ ସେମାନେ ଅନ୍ତର୍ଦ୍ଧାନ ହୋଇଯାଇଥିଲେ । ଅନ୍ୟ ଏକ କିମ୍ବଦନ୍ତୀ ପ୍ରକାରେ ଏଭଳି ଆହୁରି ଏକ ଅଲୌକିକ ଘଟଣା ଘଟିଥିଲା ଜଗନ୍ନାଥଦାସଙ୍କ ଜୀବନରେ । କାଶୀରାମ ନାମକ ଜଣେ ବ୍ୟବସାୟୀ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସି ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି କରିବା ନିମନ୍ତେ ଶ୍ରୀଖଣ୍ଡ ଚନ୍ଦନ ଟେଳାଟିଏ ମହାରାଜାଙ୍କୁ ଦେଇଯାଇଥିଲେ । ଏଥିରେ କସ୍ତୁରୀ, କର୍ପୂର ପ୍ରଭୃତି ବହୁବିଧ ମୂଲ୍ୟବାନ୍ ବାସଦ୍ରବ୍ୟ ମିଶ୍ରିତ ହୋଇଥିଲା । ଦିନେ ରାଜା ସେହି ଟେଳାରୁ ଖଣ୍ଡିଏ ଜଗନ୍ନାଥଦାସଙ୍କୁ ଦେଲେ ଓ ତାହାକୁ ଘୋରି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିବାକୁ କହିଲେ । ମାତ୍ର ଭକ୍ତ ଜଗନ୍ନାଥ ତାହାକୁ ଘୋରି ଭାବବିହ୍ୱଳ ଅବସ୍ଥାରେ ମଠ କାନ୍ଥରେ ଲେପିଦେଲେ । ରାଜା ଏ ସମାଚାର ପାଇ ଜଗନ୍ନାଥ ଦାସଙ୍କୁ ପରିବାରୁ ସେ କହିଲେ—“ମୁଁ ଠାକୁରଙ୍କ ଶ୍ରୀଅଙ୍ଗରେ ଚନ୍ଦନ ବୋଳି ଦେଇଛି । ରାଜା ପରୀକ୍ଷା ଉଦ୍ଦେଶ୍ୟରେ ମନ୍ଦିର ଯାଇ ଦେଖିଲେ ଯେ ବାସ୍ତବରେ ତିନି ଠାକୁରଙ୍କ ଶ୍ରୀଅଙ୍ଗରେ ଚନ୍ଦନ ଲେପିତ ହୋଇଛି ଓ ମନ୍ଦିର ସୁଗନ୍ଧରେ ମହକି ଉଠୁଛି । ରଚନାବଳୀ ଭାଗବତ ଲିଖନ ବ୍ୟାସଦେବଙ୍କଦ୍ୱାରା ରଚିତ ସଂସ୍କୃତ ଶ୍ରୀମଦ ଭାଗବତ ଓଡ଼ିଆ ଭାଷାଭାଷୀଙ୍କ ନିକଟରେ ଆଦୃତ ହୋଇପାରିନଥିଲା । ଜଗନ୍ନାଥ ଦାସଙ୍କ ପିତା ଭଗବାନ ଦାସ ବଡ଼ଦେଉଳରେ ପୁରାଣପଣ୍ଡା ଥିଲେ । ତାଙ୍କ ପରେ ଜଗନ୍ନାଥ ଦାସ ପୁରାଣପଣ୍ଡା ହେଲେ । ସେ ସଂସ୍କୃତ ଭାଗବତକୁ ସରଳ ଭାଷାରେ ବୁଝାଇ ଦେଉଥିଲେ । ଜଗନ୍ନାଥଙ୍କ ବୋଉ ଓଡ଼ିଆ ଭାଷାରେ ପଦ୍ୟରୂପରେ ଶୁଣିବା ପାଇଁ ପୁଅକୁ ନିର୍ଦ୍ଦେଶ ଦିଅନ୍ତି । ବିଧବା ମା’ ବାର୍ଦ୍ଧକ୍ୟର ପୁଣ୍ୟ ସଞ୍ଚୟ ଆଶାରେ କୃଷ୍ଣଚରିତ ଶୁଣିବାକୁ ଆଶାୟୀ ହେବାରୁ ଜଗନ୍ନାଥ ଦାସ ଜନନୀର ଅଭିଳାଷ ପୂରଣ ନିମନ୍ତେ ଅଧ୍ୟାୟେ ଅଧ୍ୟାୟେ ପଦ୍ୟାନୁବାଦ ଶୁଣାଇବାକୁ ଲାଗିଲେ । ସେହି ପଦ୍ୟାନୁବାଦ ଭାଗବତ ଗ୍ରନ୍ଥର ରୂପ ନେଲା । ଜଗନ୍ନାଥ ଦାସ ଗୋସ୍ୱାମୀ ବଟ ଗଶେଶଙ୍କ ନିକଟରେ ବସି ସଂସ୍କୃତ ଭାଗବତକୁ ଓଡ଼ିଆ ଭାଷାରେ ନବାକ୍ଷରୀ ବୃତ୍ତରେ ରଚନା କରିଥିଲେ ।ଧରିତ୍ରୀ ଛୁଟିଦିନ ୭-୧୩ଜୁନ ୨୦୧୫ ଅନ୍ୟାନ୍ୟ ରଚନାବଳୀ ଏହା ଛଡ଼ା ସେ ସଂସ୍କୃତ ଓ ଓଡ଼ିଆ ଭାଷାରେ ଭକ୍ତି-ଗ୍ରନ୍ଥମାନ ରଚନା କରିଥିଲେ । ଅର୍ଥ କୋଇଲି Prachina Utkal, Shri Jagabandhu Singh ଫୁଲତୋଳା ଚଉତିଶା ଦୁତି ବୋଧ ଶ୍ରୀ ସତସଙ୍ଗ ତୁଳା ଭିଣା (ଗଦ୍ୟ) ପସନ୍ଦ ଦଳନ ଗଜ ନିସ୍ତରଣ ଶ୍ରୀମଦ ଭାଗବତ ଜଗନ୍ନାଥ କରିକ ଧ୍ରୁବ ସ୍ତୁତି ମନଶିକ୍ଷା କୃଷ୍ଣ ଭକ୍ତି କଳ୍ପଲତାAtibadi Jagannath Das, Pandita Sadasiva Mishra କୃଷ୍ଣ ଭକ୍ତି କଳ୍ପଲତା ଫଳମ ନିତ୍ୟ ଗୁପ୍ତମାଳା ଉପସନା ଶତକ ପ୍ରେମ ସୁଧମ୍ବୁଧା ନିତ୍ୟାଚାର ଦିକ୍ଷା ସହିତ ଉପାସନା ବିଧି ଶୀର ରାଧା ରସମଞ୍ଜରୀ ନିଳାଦ୍ରିଶତକମ ନାମ ଚନ୍ଦ୍ରିକା ଅନାମୟ କୁଣ୍ଠଳି ଭୂଗୋଳ ଏକାଦଶ ସ୍କନ୍ଧ ବ୍ରହ୍ମ ଗୀତା ଗୁପ୍ତ ଗୀତା ଦାରୁବ୍ରହ୍ମ ଗୀତା ପଞ୍ଚଭୂତ ଗୀତା ଷଡ଼ରସ ଭାଗବତ ନିତ୍ୟ ନୀଳାଦ୍ରି ବିଳାସ ମୃଗୁଣୀ ସ୍ତୁତି ପାହାନ୍ତି ଅବକାଶ ଗୁଣ୍ଡିଚା ବିଜେ ହାତୀ ଝୁଲେରେ ଉଷା ହରଣ ସର୍ଜନାଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ ସଂସ୍କୃତ ଉପାସନାଶତକମ୍ କୃଷ୍ଣଭକ୍ତି-କଳ୍ପଲତା ଜଗନ୍ନାଥ ଚରଣମ୍ବୋଧି ସରଣୀ ନିତ୍ୟ ଗୁପ୍ତମାଳା ନିଳାଦ୍ରିଶତକମ୍ ପ୍ରେମସୂଧାମ୍ବୁଧି ଶ୍ରୀରାଧା ରସମଞ୍ଜରୀ ମୃଗୁଣୀ ସ୍ତୁତି ଓଡ଼ିଆ ଭାଗବତ (ମୂଳ ଭାଗବତର ଏଗାରଗୋଟି ସ୍କନ୍ଧର ଓଡ଼ିଆଭାଷାରେ ବ୍ୟାଖ୍ୟା ପ୍ରଦାନ କରିଅଛନ୍ତି) ଗୁପ୍ତଭାଗବତ ଦାରୁବ୍ରହ୍ମଗୀତା ଗୁଣ୍ଡିଚାବିଜେ ଗୋଲକ ସାରୋଦ୍ଧାର ଶୈବାଗମ ଭାଗବତ ଷୋଳ ଚଉପଦୀ ସତ୍‌ସଙ୍ଗ ବର୍ଣ୍ଣନ ଅର୍ଥକୋଇଲି (କବି ମାର୍କଣ୍ଡଙ୍କ ରଚିତ କେଶବକୋଇଲିର ଆଧ୍ୟାତ୍ମିକ ବ୍ୟାଖ୍ୟା) ତୁଳାଭିଣା (ଶିବ-ପାର୍ବତୀଙ୍କ କଥୋପକଥନ ଛଳରେ ଉତ୍କଳୀୟ ବୈଷ୍ଣବ ଧର୍ମର ବିଶେତ୍ୱମାନ ବର୍ଣ୍ଣିତ ହୋଇଛି ୤ ) କାବ୍ୟ ଉଷାହରଣ (ଅଷ୍ଟ ଛାନ୍ଦବିଶିଷ୍ଟ) ବାଣୀ ଆଧାର ଅଧିକ ତଥ୍ୟ ଶ୍ରେଣୀ:୧୪୯୦ ଜନ୍ମ ଶ୍ରେଣୀ:୧୫୫୦ ମୃତ୍ୟୁ ଶ୍ରେଣୀ:ଓଡ଼ିଆ ସାହିତ୍ୟ ଶ୍ରେଣୀ:ସନ୍ଥକବି ଶ୍ରେଣୀ:ଓଡ଼ିଆ କବି ଶ୍ରେଣୀ:ବଛା ଲେଖା
ବଳରାମ ଦାସ
https://or.wikipedia.org/wiki/ବଳରାମ_ଦାସ
ବଳରାମ ଦାସ ପଞ୍ଚଦଶ ଶତାବ୍ଦୀର ଓଡ଼ିଆ ସନ୍ଥକବି ଓ ପଞ୍ଚସଖାଙ୍କ ମଧ୍ୟରୁ ଜ୍ୟେଷ୍ଠ । ସେ ଓଡ଼ିଆରେ ଅନେକ ପୁରାଣ ଓ ଭକ୍ତିମୂଳକ କାବ୍ୟକବିତା ରଚନା କରିଛନ୍ତି । ଦାଣ୍ଡି ବା ଜଗମୋହନ ରାମାୟଣ ଓ ଲକ୍ଷ୍ମୀ ପୁରାଣ ତହିଁ ମଧ୍ୟରୁ ଅନ୍ୟତମ । ବଳରାମ ଦାସଙ୍କର ଜନ୍ମବର୍ଷ ୧୪୮୪ ବୋଲି ଅନୁମାନ କରାଯାଇଥାଏ l ତାଙ୍କ ବାପାଙ୍କ ନାମ ଶ୍ରୀ ସୋମନାଥ ମହାପାତ୍ର ଓ ମାଆଙ୍କ ନାମ ମନୋମାୟା ବା ମହାମାୟା l ସୋମନାଥ ପ୍ରତାପରୁଦ୍ରଦେବଙ୍କ ଶାସନକାଳରେ ଜଣେ ମନ୍ତ୍ରୀରୂପେ ନିଯୁକ୍ତ ଥିଲେ । ବଳରାମ ଦାସ ପୁରୀ ଶ୍ରୀକ୍ଷେତ୍ରରେ ଅବସ୍ଥାନ କରୁଥିଲେ ବୋଲି ଉଲ୍ଲେଖ ରହିଥିଲେ ମଧ୍ୟ କଟକ ଜିଲ୍ଲାର ଯାଜପୁର ତାଙ୍କର ପ୍ରକୃତ ଜନ୍ମସ୍ଥାନ ଥିଲା ବୋଲି ଆଉ ଗୋଟିଏ ମତ ମଧ୍ୟରହିଛି । ଶ୍ରୀ ଚୈତନ୍ୟ ପୁରୀକୁ ଆସିବା ସମୟକୁ ବଳରାମ ପୁରୀକୁ ଆସିସାରିଥିଲେ ଓ ଓଡ଼ିଆ ରାମାୟଣ(ଜଗମୋହନ ରାମାୟଣ)ର ରଚନା କରିସାରିଥିଲେ l ବଳରାମ ଓଡ଼ିଆ ସାହିତ୍ୟର ପଞ୍ଚସଖା(ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଅନନ୍ତ ଦାସ, ଯଶୋବନ୍ତ ଦାସ)ଙ୍କ ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଜୀବନକାଳ ବଳରାମଙ୍କର ପୀଠସ୍ଥାନ ହେଉଛି ପୁରୀର ନିକଟବର୍ତ୍ତୀ ସମଗରା ପାଟ l ସେହି ପୀଠ ଆଜି ବିଲୁପ୍ତ ହୋଇଯାଇଛି କିନ୍ତୁ ପୁରୀ ସମୁଦ୍ରକୂଳରେ ଯେଉଁ ଗୁମ୍ଫାଟିରେ ସାଧନା କରୁଥିଲେ,ସେହି ଗୁମ୍ଫାଟି ଏବେ ମଧ୍ୟ ରହିଛି l ସେହିଠାରେ ହିଁ ଧ୍ୟାନକରି ସେ ଜଗନ୍ନାଥଙ୍କ ରଥକୁ ବଡଦାଣ୍ଡରେ ଅଟକାଇଦେଇଥିଲେ lପୁରୀ ଜିଲ୍ଲା ଗୋପ ଥାନା ବେଦପୁର ପଞ୍ଚାୟତ ବେଗୁନିଆ ନିକଟ କୂଶଭଦ୍ରା ନଦୀକୂଳରେ ବଳରାମ ଦାସଙ୍କର ଗାଦି ଅଛି lସେ ସେଠାରେ ଦେହରକ୍ଷା କରିଥିଲେ l ଏବେ ମଧ୍ୟ ସମାଧି ମନ୍ଦିର ରହିଛି lପ୍ରତ୍ନତାତ୍ତ୍ୱିକ ବିଭାଗ ସହାୟତାରେ କିଛି ଉନ୍ନୟନ ମୂଳକ କାର୍ଯ୍ୟ ହୋଇଥିବା ବେଳେ ମନ୍ଦିର ନିର୍ମାଣ କରାଯାଇଛି। ରଚନାବଳୀ thumb|ବଳରାମ ଦାସଙ୍କ ଅର୍ଚ୍ଚା ଚତୁର୍ଦ୍ଧାମୂର୍ତ୍ତି, ଏରବଙ୍ଗ ବଳରାମ ଦାସ ଓଡ଼ିଆ ରାମାୟଣର ରଚୟିତା ହିସାବରେ ସର୍ବପ୍ରଥମେ ପରିଚିତ ହେଇ ରହିଛନ୍ତି l ତାହାହିଁ ତାଙ୍କର ଶ୍ରେଷ୍ଠକୃତି । ସେ ଶ୍ରୀମଦ୍ ଭଗବତ ଗୀତାର ଅନୁବାଦ ମଧ୍ୟ କରିଛନ୍ତି l ଏହାକୁ ଜଗମୋହନ ରାମାୟଣ ବୋଲି ମଧ୍ୟ କୁହାଯାଏ। ଅମରକୋଷ ଗୀତା କମଳଲୋଚନ ଚଉତିଶା କାନ୍ତ କୋଇଲି ଗଣେଶ ବିଭୂତି ଟୀକା (ସିଦ୍ଧାନ୍ତ ଡମ୍ବର) ଦୀପ୍ତିସାର ଗୀତା ପଣସ ଚୋରୀ ବଟ ଅବକାଶ ବଉଳା ଅଧ୍ୟାୟ ବିରାଟ ଗୀତା ବେଢ଼ା ପରିକ୍ରମା ବେଦାନ୍ତସାର ଗୁପ୍ତଗୀତା ବ୍ରହ୍ମଜ୍ଞାନ ଏକାକ୍ଷର ବ୍ରହ୍ମାଣ୍ଡ ଭୂଗୋଳ ଭାବ ସମୁଦ୍ର ମନୁ ଗୀତା ମୃଗୁଣୀ ସ୍ତୁତି ଶ୍ରୀମଦ ଭଗବଦ ଗୀତା (ସଂସ୍କୃତ ଗୀତାର ଓଡ଼ିଆ ଅନୁବାଦ) ଶ୍ରୀରୋଢ଼ା ଜ୍ଞାନ ଉଜ୍ଜ୍ୱଳମଣି ଗୀତା ଜ୍ଞାନ ଚୁଡାମଣି ଲକ୍ଷ୍ମୀ ପୁରାଣ ଆଧାର 'ଜଗମୋହନ ରାମାୟଣ' ବଳରାମ ଦାସଙ୍କ ସର୍ବଶ୍ରେଷ୍ଠ କୃତି । ଏହା ଦାଣ୍ଡିବୃତ୍ତରେ ରଚିତ ହୋଇଥିବାରୁ ଦାଣ୍ଡି ରାମାୟଣ ଭାବରେ ପରିଚିତ । ଏହା ଏକ ଅନୁବାଦ ଗ୍ରନ୍ଥ ନୁହେଁ, ଅନୁସୃଜିତ ଗ୍ରନ୍ଥ । 'ଜଗମୋହନ ରାମାୟଣ' ସଂସ୍କୃତ ରାମାୟଣକୁ ଆଧାର କରିଥିଲେ ମଧ୍ୟ ତାହା ଏକ ମୌଳିକ ସୃଷ୍ଟି ଭାବରେ ବିଦିତ । ଜୀବନ୍ତ ଚରିତ୍ର ଚିତ୍ରଣ, ସେ ସମୟର ସମାଜ ଚିତ୍ର, ମୌଳିକ ପ୍ରକାସଭଙ୍ଗି ଓ ମନୋଜ୍ଞ ବର୍ଣ୍ଣନା ଶୈଳୀ ତାଙ୍କ ରାମାୟଣର ବୈଶିଷ୍ଟ୍ୟ । ତାଙ୍କର ଅନ୍ୟାନ୍ୟ ପ୍ରମୁଖ ରଚନା ଗୁଡ଼ିକ ହେଲା, - 'ବ୍ରହ୍ମପୁରାଣ',' ଲକ୍ଷ୍ମୀପୁରାଣ','ବାଟ ଅବକାଶ',' ବ୍ରହ୍ମାଣ୍ଡ ଭୁଗୋଳ','ଭବ ସମୁଦ୍ର','ମୃଗୁଣୀ ସ୍ତୁତି',' ବ୍ରହ୍ମଗୀତା, । JagamohanaRamayana-BalaKanda.djvu ଶ୍ରେଣୀ:ସନ୍ଥକବି ଶ୍ରେଣୀ:ଓଡ଼ିଆ ସାହିତ୍ୟ ଶ୍ରେଣୀ:ପୁରାତନ ଓଡ଼ିଆ ସାହିତ୍ୟିକ ଶ୍ରେଣୀ:ଓଡ଼ିଆ କବି ଶ୍ରେଣୀ:୧୫ଶ ଶତାବ୍ଦୀରେ ଜନ୍ମ
ଅଚ୍ୟୁତାନନ୍ଦ ଦାସ
https://or.wikipedia.org/wiki/ଅଚ୍ୟୁତାନନ୍ଦ_ଦାସ
ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଷୋଡ଼ଶ ଶତାବ୍ଦୀର ପ୍ରମୁଖ ଓଡ଼ିଆ ସନ୍ଥ, କବି, ଦାର୍ଶନିକ ଏବଂ ତତ୍କାଳୀନ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ । ସେ ଆନୁମାନିକ ୧୬ଶ ଶତାବ୍ଦୀ ପ୍ରାରମ୍ଭରେ କଟକ ଜିଲ୍ଲା ତିଳକଣା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଓଡ଼ିଆ ଭାଷାରେ ଯୋଗ, ପୁରାଣ ଓ ଆଗତ ଭବିଷ୍ୟ ଉପରେ ଆଧାରିତ ୩୬ଟି ସଂହିତା, ୭୮ଟି ଗୀତା, ୧୦୦ଟି ମାଳିକା, ଅନେକ ଭଜନ, ଚଉପଦୀ ଏବଂ ଜଣାଣ ଏହିପରି ପାଖାପାଖି ୧୬୦,୦୦୦ ପଦ୍ୟାବଳୀ ସେ ରଚନା କରିଯାଇଛନ୍ତି ।ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ. ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ. ପୃ. ୧୧୪-୧୧୭ ଯୋଗ, ଜ୍ୟୋତିଷ, ଦର୍ଶନ, ବାସ୍ତୁ, ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ଆୟୁର୍ବେଦ ତଥା ଏହିପରି ଅନେକ ବିଷୟ ଏବଂ ବିଦ୍ୟାରେ ତାଙ୍କର ପାରଦର୍ଶିତା ଥିବାରୁ ତାଙ୍କୁ ଓଡ଼ିଶାର ପୁରପଲ୍ଳୀରେ 'ମହାପୁରୁଷ' ଭାବେ ଲୋକେ ଅଭିହିତ କରନ୍ତି । ଜୀବନ ପ୍ରାରମ୍ଭିକ ଜୀବନ 220x124px|thumb|right|ଅଚ୍ୟୁତାନନ୍ଦ ଦାସଙ୍କ ଗାଦି ପ୍ରତିମା ଅଚ୍ୟୁତାନନ୍ଦ ଦାସ ଓଡ଼ିଶାର କଟକ ଜିଲ୍ଲାସ୍ଥିତ ନେମାଳ ପାଖରେ ଥିବା ତିଳକଣା ଗାଁରେ ମାତା ପଦ୍ମାବତୀଙ୍କଠାରୁ ଓ ପିତା ଦୀନବନ୍ଧୁ ଖୁଣ୍ଟିଆଙ୍କ ଔରସରୁ ଜନ୍ମଲାଭ କରିଥିଲେ ।ପ୍ରାଚୀନ ଉତ୍କଳ (ପ୍ରଥମ ଭାଗ), ଜଗବନ୍ଧୁ ସିଂହ । ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର । ତୃତୀୟ ସଂସ୍କରଣ, ୧୯୮୨ । ସେ ନିଜର ଜନ୍ମ ଗୋପାଳ ଜାତିରେ ହୋଇଥିବା ଉଲ୍ଲେଖ କରିଛନ୍ତି ।ଏହି ଉଦ୍ଧୃତି ଅନୁସାରେ ସେ ତିଳକଣା ଗ୍ରାମରେ ଜନ୍ମ ହୋଇଥିଲେ । ମାତା ତାଙ୍କୁ 'ଅଗଣି' ବୋଲି ଡାକୁଥିଲେ । ତାଙ୍କର ଦୁଇ ଭାଇ ଓ ଗୋଟିଏ ଭଉଣୀ ଥିଲେ ଓ ସେ ଶୂଦ୍ରକୁଳରେ ଜନ୍ମିତ । ପୁନଃ ସେ ନିଜ ମାତା ପିତାଙ୍କ ନାମ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ ନିଜ ରଚନା ଶୂନ୍ୟସଂହିତାରେ ଆତ୍ମପରିଚୟ ଦେଇ ଲେଖିଛନ୍ତି ଯେ ସେ ପୂର୍ବ ଜନ୍ମରେ ସୁଦାମ ଥିଲେ । ଚୈତନ୍ୟଙ୍କ ସହ ଭେଟ ତାଙ୍କ ନିଜ ଲେଖାରୁ ତାଙ୍କର ଚୈତନ୍ୟଙ୍କ ସହ କିପରି ଭେଟ ହୋଇଥିଲା ତାହାର ବର୍ଣ୍ଣନ ରହିଛି । ଶିଷ୍ୟ ଅଚ୍ୟୁତାନନ୍ଦଙ୍କ ୩୦୦୦ ଭକ୍ତ ବା ଶିଷ୍ୟ ଥିଲେ । ଏହି ଭିତରୁ ଉତ୍ତମ ଶିଷ୍ୟ ୫୦୦ । ପ୍ରାଚୀକୂଳରେ ଅଚ୍ୟୁତଙ୍କ ୧,୦୦୦ ଭକ୍ତ ଥିଲେ । ଅନନ୍ତପୁର ଶାସନର ଶର୍ମ୍ମା ଦ୍ୱିଜବର, ପ୍ରାଚୀ କୂଳର ଦାସ ମହାପାତ୍ର, ଗଣେଶ ପତି, ଗଣକକୁଳ କାହ୍ନୁଙ୍କ ପୁତ ପରୀକ୍ଷିତ, ଯାଜପୁର ବନ୍ଧୁ ମହାନ୍ତି ଆଦି ଦାସଙ୍କ ପ୍ରମୁଖ ଶିଷ୍ୟ ଥିଲେ । ପ୍ରତାପରୁଦ୍ରଙ୍କ ପରୀକ୍ଷା ସେତେବେଳେ ଗଜପତି ପ୍ରତାପରୁଦ୍ର ଦେବ ଓଡ଼ିଶାର ରାଜା ଥିଲେ । ଦାସଙ୍କ ଶୂନ୍ୟଭଜନ କଥା ରାଜା ଶୁଣିପାରିଲେ ଓ ଶୂନ୍ୟଭଜନ କି ପ୍ରକାର ତାହା ଜାଣିବା ଲାଗି ଅଚ୍ୟୁତଙ୍କ ସହ ଅନେକ କଟାଳ କଲେ । ବ୍ରାହ୍ମଣମାନେ ଏହା ଶୁଣି ଉପହାସ କଲେ । ଦାସଙ୍କର ଉପହାସ ପ୍ରତି ଭ୍ରୂକ୍ଷେପ ନ ଥିଲା । ଦାସେ ରାଜାଙ୍କ ଆଜ୍ଞା ପାଇ ସଙ୍କଟରେ ପଡ଼ିଲେ ମାତ୍ର ଶେଷକୁ ପରୀକ୍ଷା ହେବା ସ୍ଥିର କରାଗଲା । ପୁରୀ ସହରର ବାଙ୍କି ମୁହାଁଣ ନିକଟସ୍ଥ ଶୂନ୍ୟ ବାମ୍ଫିଠାରେ ପରୀକ୍ଷା ହେଲା । ପରୀକ୍ଷା ପରେ ରାଜା ସନ୍ତୁଷ୍ଟ ହୋଇ ଓ ସେହି ସ୍ଥାନରେ ବାସ କରିବା ଲାଗି ଅଚ୍ୟୁତଙ୍କୁ ଆଜ୍ଞା ଦେଲେ । ଅଦ୍ୟାବଧି ଏହି ସ୍ଥାନରେ ଗୋଟିଏ ମଠ ରହିଛି ଯାହାର ନାମ ଗୋପାଳ ମଠ । ଧର୍ମତତ୍ତ୍ୱ ଅଚ୍ୟୁତାନନ୍ଦ ଶରୀରତତ୍ତ୍ୱ ଭଳି କଠିନ ଦାର୍ଶନିକ ବିଷୟଗୁଡ଼ିକୁ ସରଳ ଓଡ଼ିଆ ଭାଷାରେ ଲେଖିଛନ୍ତି । ଭଜନ ଅଚ୍ୟୁତାନନ୍ଦ ନିରାକାର ଭଜନର ମହତ୍ତ୍ୱ ବିଷୟରେ ବାରମ୍ବାର ଲେଖିଛନ୍ତି । ଜାତିଭେଦ ଅଚ୍ୟୁତାନନ୍ଦ ଜାତିଭେଦରେ ବିଶ୍ୱାସ ରଖୁନଥିଲେ । ରଚନାବଳୀ ଶୂନ୍ୟସଂହିତା ରାମଦାସଙ୍କ ପ୍ରଶ୍ନ ଶୁଣି ଅଚ୍ୟୁତ ଯେଉଁ ଉପଦେଶ ଦେଇଥିଲେ ତାହା ହିଁ ଶୂନ୍ୟସଂହିତାର ବିଷୟ । ଅଚ୍ୟୁତଙ୍କ ସଂଖ୍ୟାଧିକ ରଚନାବଳୀ ମଧ୍ୟରୁ କେତକ ପ୍ରାପ୍ତ ତଥା ପ୍ରକାଶିତ ଗ୍ରନ୍ଥର ବିବରଣୀ ନିମ୍ନରେ ପ୍ରଦତ୍ତ । ସେ ୩୬ଟି ସଂହିତା, ୭୮ଟି ଗୀତା, ୨୭ଟି ହରିବଂଶାଦି ଚରିତ, ୧୨ଟି ଉପବଂଶ ଚରିତ, ୧୦୦ଟି ପୁରାଣ ବା ମାଳିକା ଲେଖିଛନ୍ତି । ଏହା ସହିତ ସେ ଅନେକ ଭଜନ ଚୌପଦୀ ଲେଖିଛନ୍ତି । ପୁରାଣ ହରିବଂଶ ମାଳିକା ଆଗତ-ଭବିଷ୍ୟ ମାଳିକା ଜାଈଫୁଲ ମାଳିକା ଦଶପଟଳ ମାଳିକା କଳିଯୁଗ ମାଳିକା ଗୀତା ଗୁରୁଭକ୍ତି ଗୀତା ବ୍ରହ୍ମ ଏକାକ୍ଷର ଗୀତା ଶୂନ୍ୟ ଗୀତା କୈବର୍ତ୍ତ ଗୀତା କଳିଯୁଗ ଗୀତା ଗରୁଡ଼ ଗୀତା ଉପଦେଶଚକ୍ର ଗୀତା ମଣିବନ୍ଧ ଗୀତା ଆଦିବ୍ରହ୍ମ ଗୀତା ଆଦିଲିଳା ଗୀତା ଭକ୍ତଲୀଳା ଗୀତା କୋଇଲି ଜ୍ଞାନୋଦୟ କୋଇଲି ଡିବିଡିବି କୋଇଲି ବାଖର କୋଇଲି ସଂହିତା ଶୂନ୍ୟ ସଂହିତା ଅଣାକାର ସଂହିତା ବଟ ସଂହିତା ଅମରଜୁମର ସଂହିତା ଛାୟା ସଂହିତା ଅବାଡ଼ ସଂହିତା ଜ୍ୟୋତି ସଂହିତା ଅନାହତ ସଂହିତା ବୀଜ ସଂହିତା ବ୍ରହ୍ମ ସଂହିତା ରାହାସ ନିତ୍ୟ ରାହାସ ମହାନିତ୍ୟ ରାହାସ ଶୁନ୍ୟ ରାହାସ ଠୁଳଶୁନ୍ୟ ରାହାସ ରାଧା ରାସ ଦୁତୀ ରାହାସ ବୃନ୍ଦା ରାହାସ ପରମ ରାହାସ ଅନନ୍ତ ରାସ ପଦ୍ମବନ ରାସ ଟୀକା ବର୍ଣ ଟୀକା କଳ୍ପ ଟୀକା ଚନ୍ଦ୍ରକଳ୍ପ ଟୀକା ପଦ୍ମକଳ୍ପ ଟୀକା ପଟଳ ଛୟାଳିଶ ପଟଳ ଚବିଶ ପଟଳ ଷୋଡ଼ଶ ପଟଳ ଅନ୍ୟାନ ପଦ୍ୟାବଳୀ ଓ ଗ୍ରନ୍ଥସମୂହ ଅଷ୍ଟ ଗୁଜ୍ଜରୀ ନବ ଗୁଜ୍ଜରୀ ତେରଜନ୍ମ ସ୍ମରଣ ଗୋପାଳଙ୍କ ଓଗାଳି ଓ ଲଉଡ଼ି ଖେଳ ପଟ୍ଟା ମଡ଼ାଣ ଚକଡ଼ା ମଡ଼ାଣ ଶିବ କଳ୍ପ ଶରଣ ପଞ୍ଜର ତତ୍ତ୍ୱବୋଧିନୀ ଭାବନାବର ଚୌରାଶୀ ଯନ୍ତ୍ର ଶ୍ରୀଅଣାକରବ୍ରହ୍ମ ଯନ୍ତ୍ର ବ୍ରହ୍ମ ଶାଙ୍କୁଳି ଅଭୟ କବଚ ଆଧାର ଅଧିକ ତଥ୍ୟ ଅଚ୍ୟୁତାନନ୍ଦ ଅଦ୍ୱୈତଙ୍କ ପୁତ୍ର (ଧରିତ୍ରୀ, ୧୮ ଜାନୁଆରୀ ୨୦୧୭) http://www.garoiashram.org/english/places/shunyabhajanapitha.html (ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ଶୂନ୍ୟ ଭଜନ ପୀଠ ଓ ଶୂନ୍ୟ ଭଜନ) ଶ୍ରେଣୀ:୧୫୧୦ ଜନ୍ମ ଶ୍ରେଣୀ:କଟକ ଜିଲ୍ଲାର ଲୋକ ଶ୍ରେଣୀ:ଓଡ଼ିଆ ସାହିତ୍ୟ ଶ୍ରେଣୀ:ସନ୍ଥକବି ଶ୍ରେଣୀ:ଓଡ଼ିଆ କବି ଶ୍ରେଣୀ:ଓଡ଼ିଆ ସାହିତ୍ୟିକ
ଶିଶୁ ଅନନ୍ତ ଦାସ
https://or.wikipedia.org/wiki/ଶିଶୁ_ଅନନ୍ତ_ଦାସ
ଶିଶୁ ଅନନ୍ତ ଦାସ (ଜନ୍ମନାମ ଅନନ୍ତ ଦାସ) ଓଡ଼ିଶାରେ ଜନ୍ମିତ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଓ ଭକ୍ତକବି ଥିଲେ ଓ ଓଡ଼ିଆରେ ପୁରାଣ ରଚନା କରିବାରେ ଅନ୍ୟତମ ଥିଲେ । ସେ ଅନେକ ଭକ୍ତି କବିତା ରଚନା କରିଥିଲେ । ମହାପୁରୁଷ ଅନନ୍ତ ଦାସ ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ । ଜଗନ୍ନାଥ, ବଳରାମ, ଅଚ୍ୟୁତ, ଯଶୋବନ୍ତଙ୍କ ସହିତ ଅନନ୍ତ ଥିଲେ ଯୋଗଜ୍ଞାନ ଉପରେ ଆଧାରିତ ଉତ୍କଳୀୟ ବୈଷ୍ଣବ ମତବାଦର ଜଣେ ପରିପୋଷକ ସନ୍ଥ । ଜୀବନ ଶିଶୁଅନନ୍ତଙ୍କ ପିତାଙ୍କ ନାମ କପିଳ ମହାନ୍ତି ଓ ମା’ଙ୍କ ନାମ ଗୌରୀ । ତାଙ୍କ ଜନ୍ମ ‘ବାଲିପାଟଣା’ ଅଞ୍ଚଳରେ । ଗବେଷକ ସୂର୍ଯ୍ୟନାରାୟଣ ଦାଶଙ୍କ ମତରେ ଶିଶୁ ଅନନ୍ତ ପୁରୁଷୋତ୍ତମ ଦେବଙ୍କ ରାଜତ୍ୱର ୨୫ ଅଙ୍କରେ ଖ୍ରୀଷ୍ଟାବ୍ଦ ୧୪୮୬ରେ ଜନ୍ମଗ୍ରହଣ କରିଥିବା ଅଚ୍ୟୁତାନନ୍ଦଙ୍କ 'ଉଦୟ କାହାଣୀ'ରୁ ଜଣାଯାଏ । ଅନ୍ୟମତେ ଅନନ୍ତ ଦାସଙ୍କ ଜନ୍ମ ୧୪୭୨ ଖ୍ରୀଷ୍ଟାବ୍ଦରେ ହୋଇଥିଲା । 'ଶିଶୁ' ଉପାଧି ତାଙ୍କ ନାମ କାହିଁକି ଶିଶୁ ଅନନ୍ତ ହେଲା ଏ ବିଷୟରେ ଏକ କିମ୍ବଦନ୍ତୀରୁ ଜଣାଯାଏ ଯେ ଜଗତସିଂହପୁର ଜିଲ୍ଲା ଅଞ୍ଚଳରେ ତିର୍ତ୍ତୋଲ ଥାନା ଅରିଲୋ ଗ୍ରାମ ଅବସ୍ଥିତ । ଏହି ଗ୍ରାମଟି ପାଇକା ଓ ମୁକୁପାଇକା ନଦୀର ମଧ୍ୟସ୍ଥଳରେ ରହିଛି । ସେହି ଗାଁ ପାଖ ଗହୀର ଜମି ରାଧାକାନ୍ତ ଠାକୁରଙ୍କର । ସେହି ଜମି ମଧ୍ୟରେ ଏକ ଉଇହୁଙ୍କା ଥିଲା । ଗ୍ରାମର ପୁରୁଖା ଲୋକ ଓ ବୁଢ଼ୀମାନେ କହନ୍ତି, କେନ୍ଦ୍ରାପଡ଼ା ବଳଦେବ ଜୀଉଙ୍କୁ ମନାସୁଥିବା ଭୋଗ ନପାଇ ପାରିଲେ ଏହି ରାଧାକାନ୍ତ ହୁଙ୍କା ପାଖରେ ସମର୍ପଣ କରିଦିଆଯାଏ । ଏହି ହୁଙ୍କାଟି କଣ୍ଟକିତ ଗୁଳ୍ମଦ୍ୱାରା ଆଚ୍ଛାଦିତ । ବହୁ ସର୍ପଙ୍କର ବାସସ୍ଥଳୀ । ମୁଖ୍ୟ ସର୍ପଟି ଅତି ଭୟଙ୍କର । ୧୯୬୨ରେ ଏଇ ହୁଙ୍କା ମଧ୍ୟରେ ଶିଶୁ ଅନନ୍ତଙ୍କ ଆଭାସ ଉଦ୍ଭାସିତ ହୋଇଥିବାର ଜଣାଯାଏ । ଅନ୍ୟ ଏକ କିମ୍ବଦନ୍ତୀରୁ ଜଣାଯାଏ, ପାଖଡ଼ ଗ୍ରାମର ସତ୍ୟାନନ୍ଦ ସାହୁ ସେହି ହୁଙ୍କାବାଟେ ଯାଉଥିଲେ । ହୁଙ୍କାପାଖ ହିଡମୁଣ୍ଡରୁ ଜଣେ ବାବାଜୀ ତାଙ୍କୁ ଡାକିଲେ । ତାଙ୍କଠାରୁ ପାଚିଲା କଦଳୀ ଖାଇବାକୁ ମାଗିଲେ । ନାମ ପଚାରିବାରୁ କହିଲେ ‘ ମୁଁ, ଶିଶୁ ଅନନ୍ତ’ । କଦଳୀ ଖାଇ ସେ ଅଦୃଶ୍ୟ ହୋଇଗଲେ । ସେହିଦିନଠାରୁ ଶିଶୁ ଅନନ୍ତଙ୍କ ନାମ ପ୍ରଚାରିତ ହେଲା । ଅନ୍ୟ ଏକ କିମ୍ବଦନ୍ତୀରୁ ଜଣାଯାଏ, ପଞ୍ଚସଖାଙ୍କ ମଧ୍ୟରୁ ମହାପୁରୁଷ ଅନନ୍ତ ଦାସ ‘ଶିଶୁ’ ସମ୍ପ୍ରଦାୟର ପ୍ରତିଷ୍ଠାତା ଓ ପ୍ରବର୍ତ୍ତକ ହୋଇଥିବାରୁ ଶିଶୁ ଅନନ୍ତ ଦାସ ନାମରେ ସର୍ବତ୍ର ପରିଚିତ । ପରବର୍ତ୍ତୀ କାଳରେ 'ଶିଶୁ' ଗୋଷ୍ଠୀର କବିମାନେ ଉପାଧି ଧାରଣ କରିଥିବା ଜଣାଯାଏ, ଯେପରି- ଶିଶୁ ଅର୍ଜୁନ ଦାସ (କଳ୍ପଲତା, ରାମବିଭା), ଶିଶୁ ବନମାଳି ଦାସ (ରାସ), ଶିଶୁ ଶଙ୍କର ଦାସ (ଉଷାଭିଳାଷ), ଶିଶୁ ପ୍ରତାପରାୟ (ଶଶିସେଣା) ଓ ଶିଶୁ ଦୟାନିଧି ଦାସ (ଅଶ୍ୱମେଧ ଯାଗ) । ସାହିତ୍ୟିକ କୃତି thumb|ବାଲିପାଟଣାରେ ଅନନ୍ତଙ୍କ ପ୍ରତିମୂର୍ତ୍ତି ଗୁପ୍ତବାଣୀ ଉଦେବାଖର କଳି ମାଳିକା କଳି ଭାଗବତ ଗୁପ୍ତ ବ୍ରହ୍ମତତ୍ତ୍ୱ ଦର୍ଶନ ତତ୍ତ୍ୱପୂର୍ଣ୍ଣ ଗୀତା ତାଣ୍ଡବ ରାସ ପଦକଳ୍ପତରୁ ପଦ ପୋଥି ପଦ୍ମବନ ରାସ ବ୍ରହ୍ମପାର୍ଥିବ ତତ୍ତ୍ୱସାର ଗୀତା ଭବିଷ୍ୟ ତତ୍ତ୍ୱ ଲେଖନ ମୋହକଳ୍ପ ତତ୍ତ୍ୱଟୀକା ଶବ୍ଦବ୍ରହ୍ମ ବା ସୁପ୍ରକାଶ ଜ୍ଞାନଲହରୀ ଶୂନ୍ୟନାମ ଭେଦ ଶୂନ୍ୟରାଦ ଓ ସନ୍ଧିଜ୍ଞାନ ସଂସାର ତତ୍ତ୍ୱବୋଧ ଲେଖନ ହେତୁ ଉଦୟ ଭାଗବତ ଗରୁଡ଼ କେଶବ (ସମ୍ବାଦ) ଚଉତିଶା ଭବିଷ୍ୟ ପୁରାଣ ଚୁମ୍ବକ ଆଗତ ଭବିଷ୍ୟ ମାଳିକା''Medieval India: Essays in medieval Indian history and culture'', Shahabuddin Iraqi, Manohar, 01-Jan-2008, 322 pages ଅର୍ଥତାରେଣୀ ପ୍ରଶ୍ନୋତ୍ତର ଅଣାକାର ଶବଦ ଭକ୍ତିମୁକ୍ତିଦାୟକ ଗୀତାଓଡ଼ିଆ ସାହିତ୍ୟର ଇତିହାସ - ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ । ଗ୍ରନ୍ଥ ମନ୍ଦିର, କଟକ, ବ୍ରହ୍ମପୁର । ୧୯୬୭, ଦ୍ୱିତୀୟ ମୁଦ୍ରଣ । ମୁଦ୍ରଣ ଶିଶୁ ଅନନ୍ତଙ୍କର ଗ୍ରନ୍ଥଗୁଡ଼ିକ ମୁଦ୍ରିତ ନ ହୋଇଥିବାରୁ ସେଗୁଡ଼ିକ ସମ୍ବନ୍ଧରେ ବିଶେଷ କିଛି ଜାଣିବାର ସୁବିଧା ନାହିଁ । ଭୁବନେଶ୍ୱରରେ ଥିବା ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଗ୍ରନ୍ଥାଗାରରେ ତାଙ୍କର କେତୋଟି ଗ୍ରନ୍ଥର ପାଣ୍ଡୁଲିପି ଥିବା ଶିଶୁ ଅର୍ଜୁନ ଦାସଙ୍କ କଳ୍ପଲତା କାବ୍ୟର ମୁଖବନ୍ଧରେ ଶ୍ରୀ କେଦାରନାଥ ମହାପାତ୍ର ଲେଖିଛନ୍ତି । ଏହି ଗ୍ରନ୍ଥଗୁଡ଼ିକରେ ଶିଶୁ ଅନନ୍ତଙ୍କ ଭଣିତା ରହିଛି । ଧର୍ମତତ୍ତ୍ୱ ବଳିଆ ବାବା କହନ୍ତି, ଶିଶୁ ଅନନ୍ତ ହେଉଛନ୍ତି ସତ୍ୟର ଶେଷଦେବ ନୃସିଂହ, ତ୍ରେତୟାର ରାମ ଲକ୍ଷ୍ମଣ, ଦ୍ୱାପରର କୃଷ୍ଣ ବଳରାମ, ଜଗନ୍ନାଥ ଚେତନାର ଜଗନ୍ନାଥ ବଳଦେବ ଓ ବୈଷ୍ଣବୀୟ ଦର୍ଶନର ଗୌର ନିତାଇ । ଶିଶୁ ଅନନ୍ତ ଜଣେ ପ୍ରସିଦ୍ଧ ଯୋଗସାଧକ ଥିଲେ । ସେ ସ୍ୱକୀୟ ଯୋଗ ବଳରେ ଜଗତର ପିତାମାତା ଲକ୍ଷ୍ମୀନାରାୟଣଙ୍କର କୋଳରେ ଶିଶୁ ପ୍ରଦ୍ୟୁମ୍ନଙ୍କ ରୂପରେ ଖେଳିଥିଲେ । ତାଙ୍କ ନାମରେ ଅନେକ ଗ୍ରନ୍ଥମାନ ରଚିତ ହୋଇଛି । ଶିଶୁ ଅନନ୍ତଙ୍କ ତତ୍ତ୍ୱଜ୍ଞାନ ସମ୍ବଳିତ ରଚନା ଅପେକ୍ଷା ତାଙ୍କ ଭବିଷ୍ୟବାଣୀ ମାଳିକା ଅଧିକ ଲୋକପ୍ରିୟ ।ପ୍ରମେୟ ରବିବାର, ପୃଷ୍ଠା- ୨, ୩.୨.୨୦୧୩ ଅନନ୍ତଙ୍କ ରଚନାଗୁଡ଼ିକ ଓଡ଼ିଶାରେ ଏକଦା ପ୍ରସିଦ୍ଧ ନାଥ ସମ୍ପ୍ରଦାୟର ଧାରାରେ ରଚିତ ବୋଲି ଗବେଷକମାନେ କୁହନ୍ତି ।''Medieval Indian Literature: Surveys and selections'' edited by Ayyappappanikkar. Sahitya Akademi, 1997. ଅନନ୍ତ ଓଡ଼ିଆ ସାହିତ୍ୟର ପଞ୍ଚସଖା (ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଅନନ୍ତ ଦାସ, ଯଶୋବନ୍ତ ଦାସ)ଙ୍କ ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ ଓ ସେମାନଙ୍କ କାଳରେ ଅନେକ ଓଡ଼ିଆ ଭକ୍ତି ସାହିତ୍ୟର ସୃଷ୍ଟି ହୋଇଥିଲା ।Heinz Kloss, Grant D. McConnell. The Written languages of the world: a survey of the degree ..., Volume 2, Book 1.Bijoy Misra. Oriya Language and Literature. April 11, 2009 ଆଧାର ଶ୍ରେଣୀ:ସନ୍ଥକବି ଶ୍ରେଣୀ:ଓଡ଼ିଆ ସାହିତ୍ୟ ଶ୍ରେଣୀ:କବି ଶ୍ରେଣୀ:୧୫ଶ ଶତାବ୍ଦୀରେ ଜନ୍ମ ଶ୍ରେଣୀ:ଓଡ଼ିଆ କବି
ଯଶୋବନ୍ତ ଦାସ
https://or.wikipedia.org/wiki/ଯଶୋବନ୍ତ_ଦାସ
ଯଶୋବନ୍ତ ଦାସ ଓଡ଼ିଶାରେ ଜନ୍ମିତ ଜଣେ ସାଧକ ଓ ଭକ୍ତକବି ଥିଲେ । ଯଶୋବନ୍ତ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ ଭିତରୁ ଜଣେ । ସେ ଅନେକ ଗ୍ରନ୍ଥ, ଭଜନ, ମାଳିକା ଓ ପଦ୍ୟ ରଚନା କରିଥିଲେ । ତାଙ୍କ ରଚନାମାନଙ୍କ ଭିତରୁ ଅଧିକାଂଶ ମୁଦ୍ରିତ ହୋଇନାହିଁ ।ଓଡ଼ିଆ ସାହିତ୍ୟର ଇତିହାସ, ପ୍ରଥମ ଭାଗ - ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ । ଏପ୍ରିଲ, ୧୯୬୮, ଦ୍ୱିତୀୟ ମୁଦ୍ରଣ । ପ୍ରକାଶକ- ଶ୍ରୀ ଅଭିରାମ ମହାପାତ୍ର, ଗ୍ରନ୍ଥ ମନ୍ଦିର, କଟକ, ବ୍ରହ୍ମପୁର । ଜୀବନ ଯଶୋବନ୍ତ ଚୈତନ୍ୟଙ୍କ ସମସାମୟିକ ଥିଲେ । ବଂଶାବଳୀମହାପୁରୁଷ ଯଶୋବନ୍ତ ଦାସଙ୍କ ଚୌରାଅଶୀ ଆଜ୍ଞା, ସୁଦର୍ଶନ ଦାସ, ରାଜକିଶୋର କରଣ (ଗଦ୍ୟାନୁବାଦ), ଚିତ୍ତରଞ୍ଜନ ଦାସ ଓ ଆଶିଷ ରଞ୍ଜନ ମହାପାତ୍ର (ସମ୍ପାଦନା) । ଶ୍ରୀ ଯଶୋବନ୍ତ ଗୋସ୍ୱାମୀ ଗାଦିପୀଠ ଟ୍ରଷ୍ଟ ବୋର୍ଡ, ନାଇଲୋ, ଅଢ଼ଙ୍ଗଗଡ଼, ଅଣଖିଆ, ଜଗତସିଂହପୁର, ଓଡ଼ିଶା । ଯଶୋବନ୍ତଙ୍କ ବଂଶର ପ୍ରଶାନ୍ତ ବଲ୍ଲଭ ଦାସ ବର୍ତ୍ତମାନ ପୀଠର ମହନ୍ତ ଅଟନ୍ତି । ଜନ୍ମ ଅଚ୍ୟୁତାନନ୍ଦଙ୍କ 'ଉଦୟ କାହାଣୀ' ଅନୁସାରେ ଜଗନ୍ନାଥ ଦାସ ଓ ଯଶୋବନ୍ତ ଦାସ ଏକା ବର୍ଷରେ ଜନ୍ମଗ୍ରହଣ କରିଥିଲେ । ବଳରାମ ଦାସ ଏହି ଉଭୟଙ୍କଠୁଁ ଚାରିବର୍ଷ ବଡ଼ । ଏଣୁ 'ଉଦୟ କାହାଣୀ' ଅନୁସାରେ ଯଶୋବନ୍ତ ଖ୍ରୀଷ୍ଟାବ୍ଦ ୧୪୮୭ରେ ଜନ୍ମଗ୍ରହଣ କରିଥିଲେ ବୋଲି ଧରାଯାଏ । କଟକ ଜିଲ୍ଲା ଅନ୍ତର୍ଗତ ଜଗତସିଂହପୁର ନିକଟସ୍ଥ ଅଢ଼ଙ୍ଗଗଡ଼ ଅନ୍ତର୍ଗତ ନନ୍ଦୀଗ୍ରାମରେ ଯଶୋବନ୍ତ ଜନ୍ମଲାଭ କରିଥିଲେ । ତାଙ୍କ ପିତାଙ୍କ ନାମ ଜଗୁ ମଲ୍ଲିକ ଓ ମାତାଙ୍କ ନାମ ରେଖାଦେବୀ । ଯଶୋବନ୍ତ ଦାସ ନିଜ ବା ନିଜ ପରିବାର ବିଷୟରେ କୌଣସି ସନ୍ତୋଷଜନକ ପରିଚୟ ନିଜ ଗ୍ରନ୍ଥମାନଙ୍କରେ ଦେଇନାହାନ୍ତି । ସେ ମହାନାୟକ ବା କ୍ଷତ୍ରିୟ ଥିଲେ ବୋଲି କେତେକଙ୍କ ମତ ରହିଛି ।''The History of Medieval Vaishnavism in Orissa'', Prabhat Mukherjee. Asian Educational Services, 1981.   ଅନ୍ୟମତେ ସେ କୃଷକ ପରିବାରରେ ଜନ୍ମଲାଭ କରିଥିଲେ । ବାଲ୍ୟ ଜୀବନ ଯଶୋବନ୍ତଙ୍କ ପିତା ମାତା ବହୁତ ଧର୍ମ ପରାୟଣ ଥିଲେ । ଯଶୋବନ୍ତଙ୍କ ଉପରେ ସେମାନଙ୍କ ଗଭୀର ପ୍ରଭାବ ପଡ଼ିଥିଲା । ଏଣୁ ସେ ଧର୍ମ ପ୍ରତି ଆକୃଷ୍ଟ ହୋଇଥିଲେ ।ପଞ୍ଚସଖା ଓଡ଼ିଆ ସାହିତ୍ୟ - ଅଧ୍ୟାପକ ଦେବେନ୍ଦ୍ର ମହାନ୍ତି । ଫ୍ରେଣ୍ଡସ୍ ପବ୍ଲିଶର୍ସ, ଜୁଲାଇ ୧୯୬୫, ଶ୍ୟାମସୁନ୍ଦର ପ୍ରେସ, କଟକ-୨ । ସୁଦର୍ଶନ ଦାସଙ୍କ ଲିଖିତ 'ଯଶୋବନ୍ତ ଦାସଙ୍କ ଚଉରାଶି ଆଜ୍ଞା' ନାମକ ଗ୍ରନ୍ଥରେ ଯଶୋବନ୍ତଙ୍କ ବାଲ୍ୟ ଜୀବନର ବର୍ଣ୍ଣନା ରହିଛି । ସୁଦର୍ଶନ ଦାସ ଯଶୋବନ୍ତଙ୍କ ନିଜ ଶିଷ୍ୟ ଥିଲେ । ଏହି ଗ୍ରନ୍ଥରେ ଯଶୋବନ୍ତଙ୍କ ବିଷୟରେ ବହୁ ବିସ୍ମୟକାରୀ କିମ୍ବଦନ୍ତୀ ରହିଛି । ଯଶୋବନ୍ତଙ୍କ ପିତା ଜଣେ ଦରିଦ୍ର ବ୍ୟକ୍ତି ଥିଲେ । ଦାରିଦ୍ର୍ୟ ଯୋଗୁଁ ସେ ବାଧ୍ୟ ହୋଇ ଥରେ ଧାନ ଚୋରି କରିଥିଲେ । ଚୋରି କଲାବେଳେ ଅଢ଼ଙ୍ଗଗଡ଼ର ସାମନ୍ତରାଜା ରଘୁରାମ ଚ଼ମ୍ପପତି ରାୟ ତାଙ୍କୁ ଦେଖିଦେଇଥିଲେ । ରଘୁରାମ ଚୋରକୁ ଦଣ୍ଡ ଦିଆଯାଉ ବୋଲି ଆଜ୍ଞା କରିବାରୁ ଯଶୋବନ୍ତ ଜଗନ୍ନାଥଙ୍କୁ ଆକୁଳ ହୋଇ ବିନତି କଲେ । ଜଗନ୍ନାଥ ତାଙ୍କ ଡାକ ଶୁଣି ଯଶୋବନ୍ତଙ୍କ ଶରୀରରେ ପ୍ରକାଶିତ ହେଲେ । ଏହି ଦୃଶ୍ୟକୁ ରଘୁରାମ ହିଁ ଦେଖିପାରିଥିଲେ । ଏହା ଦେଖିଲାପରେ ରଘୁରାମ ଓ ତାଙ୍କ ସ୍ତ୍ରୀ ତିଳୋତ୍ତମା ଯଶୋବନ୍ତଙ୍କ ଶିଷ୍ୟ ହୋଇଗଲେ । ଏହି କିମ୍ବଦନ୍ତୀ ଭଳି ଅନ୍ୟ ଏକ କଥା ମଧ୍ୟ ଶୁଣାଯାଏ । ତାହା ତଳେ ଦିଆଯାଇଛି । ସନ୍ନ୍ୟାସ ବାରବର୍ଷ ବୟସରୁ ଯଶୋବନ୍ତ ସଂସାର ପ୍ରତି ଉଦାସୀନ ହୋଇପଡ଼ିଥିଲେ । ଏହା ପରେ ସେ ବହୁତ ବର୍ଷ ତୀର୍ଥ ପର୍ଯ୍ୟଟନରେ ଅତିବାହିତ କରିଥିଲେ । ସେ ବୈଷ୍ଣବ ଧର୍ମରେ ଦୀକ୍ଷିତ ହେବା ପରେ 'ଦାସ' ଉପାଧି ଗ୍ରହଣ କରିଥିଲେ । ଚୈତନ୍ୟଙ୍କ ସହ ଭେଟ ଯଶୋବନ୍ତ ଚୈତନ୍ୟ ଦେବଙ୍କ ସଂକୀର୍ତ୍ତନ ମଣ୍ଡଳୀଦ୍ୱାରା ପ୍ରଭାବିତ ହୋଇ ଖ୍ରୀଷ୍ଟାବ୍ଦ ୧୫୦୯ରେ ପୁରୀ ଆସିଥିଲେ । ଓଡ଼ିଶାରେ ଚୈତନ୍ୟ ଦେବଙ୍କ ଅବସ୍ଥାନ ସମୟରେ ଯଶୋବନ୍ତ ତାଙ୍କ ସଂସ୍ପର୍ଶରେ ଆସିଥିଲେ । ପୁରୀରେ ସେ ଦୀକ୍ଷା ନେଇଥିଲେ । ଦୀକ୍ଷା ନେଇ ନିଜ ଗ୍ରାମ ଅଢ଼ଙ୍ଗକୁ ଫେରିଆସିଥିଲେ । ବିବାହ ସେତେବେଳେ ଅଢ଼ଙ୍ଗଗଡ଼ର ସାମନ୍ତ ରାଜା ଥିଲେ ରଘୁରାମ ଚମ୍ପପତି ରାୟ । ରଘୁରାମଙ୍କ ଭଗିନୀ ଅଞ୍ଜନା ଦେବୀଙ୍କ ସହ ଯଶୋବନ୍ତଙ୍କ ବିବାହ ହୋଇଥିଲା । କେତେକଙ୍କ ମତରେ ସଂସାର ପ୍ରତି ଯଶୋବନ୍ତଙ୍କ ବୀତସ୍ପୃହତା ଦେଖି ତାଙ୍କ ବାପା ମା ତାଙ୍କୁ ବିବାହିତ କରିଥିଲେ । ରଘୁରାମ ଯଶୋବନ୍ତଙ୍କ ପାଇଁ ଗୋଟିଏ ସୁନ୍ଦର ମଠ ନିର୍ମାଣ କରି ମଠର ପରିଚାଳନା ନିମନ୍ତେ ବହୁ ସମ୍ପତ୍ତି ଖଞ୍ଜିଥିଲେ । ଏ ମଠ ବର୍ତ୍ତମାନ ସୁଦ୍ଧା ଯଶୋବନ୍ତ ଦାସଙ୍କ ଉତ୍ତରାଧିକାରୀମାନଙ୍କଦ୍ୱାରା ପରିଚାଳିତ ହୋଇ ଆସୁଛି । କିମ୍ବଦନ୍ତୀ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଯଶୋବନ୍ତ ଦାସଙ୍କର ୭୫୦ ଶିଷ୍ୟ ଥିଲେ ବୋଲି ଶୁଣାଯାଏ । ଯଶୋବନ୍ତ ଜଣେ ସିଦ୍ଧ ବୈଷ୍ଣବ ଥିଲେ । ଏଣୁ ଯଶୋବନ୍ତଙ୍କ ଜୀବନ ସମ୍ବନ୍ଧରେ ବହୁ କିମ୍ବଦନ୍ତୀ ଶୁଣାଯାଏ ।ଶିବସ୍ୱରୋଦୟ - ଯଶୋବନ୍ତ ଦାସ । ପ୍ରାଚୀ ସମିତି । ବ୍ରହ୍ମରାକ୍ଷସ ଓ ବାବନାଭୂତ ଜନଶ୍ରୁତିରୁ ଶୁଣାଯାଏ ଯେ ଥରେ ଯଶୋବନ୍ତ କେତେକ ଶିଷ୍ୟଙ୍କ ସହିତ ପୁରୀ ଅଭିମୁଖରେ ଯାତ୍ରା କରୁଥିଲେ । ପଥ ମଧ୍ୟରେ ଏକ ବ୍ରହ୍ମରାକ୍ଷସ ସହ ସେମାନଙ୍କ ଭେଟ ହେଲା । ବ୍ରହ୍ମରାକ୍ଷସ ତାହାର ପୈଶାଚିକୀ ଲୀଳା ସାଧନା କରିବାକୁ ଗଲାବେଳେ ଯଶୋବନ୍ତ ନିଜ ଯୋଗ ପ୍ରଭାବରେ ଆଶାବାଡ଼ିରେ ତାହାକୁ ପଥ ଦେଖାଇ ଆଗେ ଆଗେ ଚାଲିବାକୁ ଉପଦେଶ ଦେଲେ । ଏହା ପରେ ରାକ୍ଷସ ଆଉ କୌଣସି ଅତ୍ୟାଚାରର ପ୍ରଚେଷ୍ଟା ନ କରି ଶାନ୍ତ ଶିଷ୍ଟ ଭାବରେ ଚାଲିଲା । ବ୍ରହ୍ମରାକ୍ଷସ ଆସୁଥିବାର ଜାଣି ଜନସାଧାରଣ ଘର ଛାଡ଼ି ଚାରିଆଡ଼େ ଧାଇଁବାକୁ ଲାଗିଲେ । ଅଳ୍ପକାଳ ମଧ୍ୟରେ ଏ ଖବର ତତ୍କାଳୀନ ରାଜା ପ୍ରତାପରୁଦ୍ର ଦେବଙ୍କ ପାଖକୁ ପହଞ୍ଚିଲା । ରାଜା ଯଶୋବନ୍ତଙ୍କ ଦେଖି ବିସ୍ମିତ ହେଲେ ଓ ତାଙ୍କ ଅଭ୍ୟର୍ଥନା ଲାଗି ଅଠରନଳା ପାଖରେ ଆସିକି ନିଜେ ଘଟଣାଟିକୁ ଦେଖିଲେ । ଅଭର୍ଥନା ଶେଷରେ ଯଶୋବନ୍ତଙ୍କ ଅନୁରୋଧ କ୍ରମେ ରାଜା ରାକ୍ଷସଟିକୁ ଜଗନ୍ନାଥଙ୍କ ଗୁଣ୍ଡିଚା ବାଡ଼ିର ରକ୍ଷଣାବେକ୍ଷଣ ଭାର ପ୍ରଦାନ କଲେ । ସେହିଦିନଠାରୁ ସେ ରାକ୍ଷସଟି ସେଠାରେ ବାବନାଭୂତ ନାମ ଧାରଣ କରି ପୂଜା ପାଇ ଆସୁଅଛି । ଧାନଶିଁଷାରୁ 'ରାମ ରାମ' ଶବ୍ଦ ଅନ୍ୟ ଏକ କିମ୍ବଦନ୍ତୀ ରହିଛି ଯେ ଯଶୋବନ୍ତ କେତେକ କାଳ ରଘୁରାମଙ୍କ ଅଧୀନରେ ଗ୍ରମ କଟୁଆଳ କାର୍ଯ୍ୟ ଗ୍ରହଣ କରିଥିଲେ । ସେହି ସମୟରେ ଥରେ ଦେଶରେ ଶସ୍ୟହାନି ଘଟି ଭୀଷଣ ଦୁର୍ଭିକ୍ଷ ହୋଇଥିଲା । ଏକଦା ତାଙ୍କର ସ୍ତ୍ରୀ ପାୟସାନ୍ନ ଭୋଜନ କରିବାକୁ ଇଚ୍ଛା କରିବାରୁ ଯଶୋବନ୍ତ ଗ୍ରାମବାସୀ ଜନୈକ କୃଷକର ଧାନ କିଆରୀରେ ପଶି ଧାନ ଚୋରି କଲେ । ପାଚିଲା ଧାନ ଛିଣ୍ଡାଇଲା ବେଳେ ସେ ଶୁଣିଲେ ଯେ ପ୍ରତ୍ୟେକ ଧାନଶିଁଷା ସତେ ଯେପରି ବିକଳରେ 'ରାମ ରାମ' ଡାକୁଅଛି । ସେହି ଶବ୍ଦରେ କୃଷକ ଜାଗ୍ରତ ହୋଇ ଯଶୋବନ୍ତଙ୍କୁ ଧରିଲା ଓ ରାଜକୀୟ ବିଚାରାଳୟକୁ ନେଲା । ସେଠାରେ ରାଜା ସମସ୍ତ ବୃତ୍ତାନ୍ତ ଶୁଣି ଯଶୋବନ୍ତଙ୍କୁ ଦୋଷୀ ବୋଲି ଗ୍ରହଣ କରି ଦୋଷ ଅନୁସାରେ ଦଣ୍ଡବିଧାନ କରିଥିଲେ । ସାଲବେଗଙ୍କ ସହ ଭେଟ ସୁଦର୍ଶନ ଦାସଙ୍କ ରଚିତ ଗ୍ରନ୍ଥ 'ଯଶୋବନ୍ତ ଦାସଙ୍କ ଚଉରାଶି ଆଜ୍ଞା'ରେ ଲିଖିତ ଅଛି ଯେ ଥରେ ଯବନ କବି ସାଲବେଗ ବୈଷ୍ଣବ ଦୀକ୍ଷିତ ହୋଇସାରିବା ପରେ ଯଶୋବନ୍ତଙ୍କ ଶକ୍ତି ବିଷୟରେ ଶୁଣିଲେ ଓ ତାଙ୍କୁ ପରୀକ୍ଷା କରିବା ପାଇଁ ଚାହିଁଲେ । ତାଙ୍କ ପରୀକ୍ଷାରେ ଯଶୋବନ୍ତ ଉତ୍ତୀର୍ଣ୍ଣ ହେବାରୁ ସେ ତାଙ୍କ ପାଦଧୂଳି ଗ୍ରହଣ କରିଥିଲେ । ଏହି ସାଲବେଗ ଗୌଡ଼ୀୟ ସାଲବେଗଙ୍କଠାରୁ ଅଲଗା ବୋଲି ପ୍ରତୀୟମାନ ହୁଏ, ଯେହେତୁ ଗୌଡ଼ୀୟ ସାଲବେଗ ସପ୍ତଦଶ ଶତାବ୍ଦୀର ଲୋକ ଥିଲେ ଓ ତାଙ୍କ ଗୁରୁଙ୍କ ନାମ ଶ୍ୟାମାନନ୍ଦ ଥିଲା । ଦେହାବସାନ ଯଶୋବନ୍ତଙ୍କ ଦେହାବସାନ କେଉଁ ବର୍ଷରେ ହୋଇଥିଲେ ଏହା ଜାଣିବା ପାଇଁ କିଛି ଉପାଦାନ ମିଳୁନାହିଁ । ସେ ମାଘ ମାସ ଶୁକ୍ଳ ଷଷ୍ଠୀରେ ଇହଧାମ ତ୍ୟାଗ କରିଥିଲେ ବୋଲି ଜନଶ୍ରୁତିରେ ରହିଛି । ତାଙ୍କର ତିରୋଧାନ ଦିବସରେ ଅଢ଼ଙ୍ଗରେ ଗୋଟିଏ ବଡ଼ ମେଳା ଅନୁଷ୍ଠିତ ହୁଏ । ସାହିତ୍ୟିକ କୃତି ଯଶୋବନ୍ତଙ୍କ ରଚିତ ଭଜନଗୁଡ଼ିକ ବ୍ରହ୍ମଜ୍ଞାନମୂଳକ । ଏଗୁଡ଼ିକର ଭାଷା ସରଳ ହୋଇଥିବାରୁ ଏଗୁଡ଼ିକ ଓଡ଼ିଶାରେ ଗ୍ରାମେ ଗ୍ରାମେ ପ୍ରସିଦ୍ଧ । ଗୋବିନ୍ଦଚନ୍ଦ୍ର (ଉପାଖ୍ୟାନ) ଓଡ଼ିଆ ସାହିତ୍ୟରେ ଗାଥା କବିତା ଗୋଟିଏ ପ୍ରକାର କବିତା ଯେଉଁଥିରେ କୌଣସି ପୌରାଣିକ ଗାଥାକୁ ଗୀତିକବିତା ମାଧ୍ୟମରେ କୁହାଯାଏ । ଯଶୋବନ୍ତ ଦାସଙ୍କ 'ଗୋବିନ୍ଦଚନ୍ଦ୍ର' ଏହି ଶ୍ରେଣୀର ପ୍ରଥମ ରଚନା ବୋଲି କେତେଜଣଙ୍କ ମତ ରହିଛି । ଏହା ବଙ୍ଗଦେଶର ରାଜା ଗୋବିନ୍ଦଚନ୍ଦ୍ରଙ୍କ ଉପରେ ଆଧାରିତ । ଗୋବିନ୍ଦଚନ୍ଦ୍ରଙ୍କ ମାତା ମୁକୁତା ଦେଈ ହାଡ଼ିପାଙ୍କୁ ନିଜ ପୁତ୍ରର ଗୁରୁ କରାଇ ତାଙ୍କୁ ବ୍ରହ୍ମଜ୍ଞାନ ପ୍ରାପ୍ତି କରିବାକୁ ଉପଦେଶ ଦିଅନ୍ତି ଯଦ୍ୱାରା ତାଙ୍କ ଅକାଳମୃତ୍ୟୁ ଟଳିଯାଏ । ଯଶୋବନ୍ତଙ୍କ ପରେ ଏହି ବିଷୟରେ ଦୁଇଜଣ ଅଷ୍ଟାଦଶ ଶତାବ୍ଦୀର କବି ମଧ୍ୟ ରଚନା କରିଛନ୍ତି ।ସାହିତ୍ୟିକ ଦୃଷ୍ଟିକୋଣରୁ ଖୁବ ମୂଲ୍ୟବାନ ।ଏହା ଅନୁସରଣରେ ଟୀକାଗୋବିନ୍ଦ ଚନ୍ଦ୍ର ରଚିତ । ଶିବସ୍ୱରୋଦୟ ଏହା ଏକ ଶୈବ ତାନ୍ତ୍ରିକ ଗ୍ରନ୍ଥର "ସ୍ୱରୋଦୟଲେଶ"ର ଅନୁବାଦ ଅଟେ ।ଶିବ ପାର୍ବତୀଙ୍କ କଥୋପକଥନ ଶୈଳୀରେ ରଚିତ । ମୂଳଗ୍ରନ୍ଥ ପରି ଏହା ମଧ୍ୟ 21 ଅଧ୍ୟାୟ ବିଶିଷ୍ଟ ।ସମଗ୍ର ଗ୍ରନ୍ଥର ପଦସଂଖ୍ୟା 475 । ସ୍ୱରର ପ୍ରଶଂସା ,ନାଡିଜ୍ଞାନ,ନାଡିଚାଳନାର ଫଳାଫଳ ,ପ୍ରାଣାଦି ବାୟୁର ତତ୍ତ୍ୱ ନିରୂପଣ ,ସ୍ତ୍ରୀବଶୀକରଣ ଆଦି ଯୋଗସାଧନ ପ୍ରଣାଳୀ,ସ୍ୱରଜ୍ଞାନ ଆଦି ରଚିତ । ପ୍ରେମଭକ୍ତି ବ୍ରହ୍ମଗୀତା ଏଥିରେ ଶ୍ରୀକୃଷ୍ଣ ରାଧା ଓ ଅର୍ଜ୍ଜୁନଙ୍କୁ ଯୋଗମାର୍ଗ ବିଷୟରେ କହନ୍ତି । ପ୍ରେମ ଓ ଭକ୍ତିର ଏକ ସମନ୍ୱୟ । ବିଷୟବସ୍ତୁ ଆରମ୍ଭରେ ସୃଷ୍ଟିକ୍ରିୟା ବିବରଣୀ ପ୍ରଦତ୍ତ । ରାଧାକୃଷ୍ନଙ୍କ ଜନ୍ମ, ଯୁଗଳରୂପ, ନିତ୍ୟରାସ, ଜୀବ-ପରମ ବିହାର, ଶରୀର ମଧ୍ୟସ୍ଥ ସପ୍ତାବରଣତତ୍ତ୍ୱ, ଶ୍ରୀକ୍ଷେତ୍ର ମହିମା ଆଦି ବର୍ଣ୍ଣନା କରଯାଉଛି। ପାଞ୍ଚଟି ଅଧ୍ୟାୟରେ ସମାପ୍ତ ଓ ନବାକ୍ଷରୀ ବା ଗୁଜ୍ଜରୀ ବୃତ୍ତରେ ରଚିତ । ଅଢ଼ଙ୍ଗ ଗଡ଼ମାଳିକା,ସମାଜ, ୧୮ ଡିସେମ୍ବର ୨୦୧୨, ପୃଷ୍ଠା: ୨ ଆତ୍ମପରତେ ଗୀତା ଚଉରାଅଶି ଆଜ୍ଞା ପ୍ରେମଭକ୍ତି ବ୍ରହ୍ମଗୀତା ବଣଭୋଜି ମନ୍ତ୍ରବୋଲି ଯନ୍ତ୍ରବୋଲି ଦିବ୍ୟଦେହୀ ଲୋହି ଗୀତା ଭବିଷ୍ୟ ମାଳିକା ଶିବ ସ୍ୱରୋଦୟ (ସଂସ୍କୃତ 'ସ୍ୱରୋଦ୍ୱୟଲେଶ' ଶୀର୍ଷକ ଗ୍ରନ୍ଥର ବିଷୟବସ୍ତୁ ଅବଲମ୍ବନରେ) ହେତୁ ଉଦୟ ଭାଗବତ ଆଗତ ଭବିଷ୍ୟ ଧାନଚୋରି ବାଘଲୀଳା ଭଜନସାର ଡ. ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ, ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ,ପୃଷ୍ଠା: ୧୧୭ ଧାର୍ମିକ ମତ ଯଶୋବନ୍ତ ଅନେକ ବ୍ରହ୍ମଜ୍ଞାନମୂଳକ ଭଜନ ରଚନା କରିଛନ୍ତି । ତାଙ୍କ ରଚନା ଭିତରୁ ଶିବସ୍ୱରୋଦୟ, ପ୍ରେମଭକ୍ତି ବ୍ରହ୍ମଗୀତା, ଦିବ୍ୟଦେହୀ, ଲୋହୀ ଗୀତା, ଗୋବିନ୍ଦଚନ୍ଦ୍ର ଓ ଯନ୍ତ୍ରବୋଲି ବିଶେଷ ଜନାଦୃତ । ଏହି ରଚନାଗୁଡ଼ିକରେ ସେ ପିଣ୍ଡବ୍ରହ୍ମାଣ୍ଡ ତତ୍ତ୍ୱ ଓ ଶୂନ୍ୟବ୍ରହ୍ମଙ୍କ ବିଷୟରେ ଲେଖିଛନ୍ତି । 'ଭବିଷ୍ୟ ମାଳିକା' ନାମକ ରଚନାରେ ସେ ଭବିଷ୍ୟ କାଳରେ କିପରି ଅଘଟଣ ହେବ ତାହା ବିଷୟରେ ଲେଖିଛନ୍ତି । 'ଯନ୍ତ୍ରବୋଲି'ରେ ସେ ଯନ୍ତ୍ର ଓ ଅକ୍ଷର ମାଧ୍ୟମରେ କିପରି ବ୍ରହ୍ମଙ୍କୁ ପ୍ରାପ୍ତ କରିହେବ ଲେଖିଛନ୍ତି । ଯଶୋବନ୍ତ ଶୂନ୍ୟବ୍ରହ୍ମଙ୍କ ଉପାସକ ହେଲେ ମଧ୍ୟ ଜଗନ୍ନାଥଙ୍କୁ ନିଜ ଇଷ୍ଟଦେବତା ଭାବେ ମାନୁଥିଲେ । ଆଧାର ଶ୍ରେଣୀ:ସନ୍ଥକବି ଶ୍ରେଣୀ:ଓଡ଼ିଆ ସାହିତ୍ୟ ଶ୍ରେଣୀ:କବି ଶ୍ରେଣୀ:୧୪୮୭ ଜନ୍ମ ଶ୍ରେଣୀ:ଓଡ଼ିଆ କବି
ଜୟଦେବ
https://or.wikipedia.org/wiki/ଜୟଦେବ
ଜୟଦେବ ନାମକ ଓଡ଼ିଆ କଥାଚିତ୍ର ପାଇଁ ଜୟଦେବ (ଚଳଚ୍ଚିତ୍ର) ଓ ଜୟଦେବ (ଚଳଚ୍ଚିତ୍ର-୧୯୮୭) ପୃଷ୍ଠାଦୁଇଟି ଦେଖନ୍ତୁ । ଜୟଦେବ ଓଡ଼ିଶାରେ ଜନ୍ମିତ ଜଣେ କବି ଥିଲେ । ସେ ତାହାଙ୍କର ଭକ୍ତି କାବ୍ୟ ଗୀତ ଗୋବିନ୍ଦ ପାଇଁ ଜଣାଶୁଣା । ଗୀତ ଗୋବିନ୍ଦରେ ହରି(କୃଷ୍ଣ) ଓ ରାଧାଙ୍କର ପ୍ରେମଗାଥା ବର୍ଣ୍ଣିତ ଯେଉଁ ଥିରେ ସେ ରାଧାଙ୍କୁ ହରିଙ୍କଠାରୁ ଅଧିକ ମାନ୍ୟତା ଦେଇଅଛନ୍ତି । ଏହାକୁ ହିନ୍ଦୁ ଧର୍ମର ବୈଷ୍ଣବ ଭକ୍ତି ଧାରାର ଏକ ପ୍ରଧାନ ଗ୍ରନ୍ଥ ଭାବରେ ବିବେଚନା କରାଯାଇଥାଏ ।Jayadev at britannica.com କେତେକ ଗବେଷକଙ୍କ ମତରେ ସେ ଜଣେ ସହଜଯାନୀ ବୌଦ୍ଧ ଥିଲେ। Sri Jaya Debanka Baaisi Pahacha, Page No. 6 ଜୀବନୀ ଜୟଦେବ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ପ୍ରାଚୀ ନଦୀ କୂଳରେ ଥିବା କେନ୍ଦୁଲି ଶାସନରେ ୧୨୦୦ ଖ୍ରୀଷ୍ଟାବ୍ଦରେ ଜନ୍ମ ନେଇଥିଲେ । ତାଙ୍କର ପିତାଙ୍କ ନାମ ଥିଲା "ଭୋଜଦେବ" ଓ ମାତାଙ୍କର ନାମ ଥିଲା "ବାମାଦେବୀ", ମନ୍ଦିର ପୁରାଣରୁ ଜାଣିବାକୁ ମିଳିଥାଏ ଯେ ତାଙ୍କର ଶିକ୍ଷାଦୀକ୍ଷା କୋଣାର୍କ ନିକଟରେ ଥିବା "କୂର୍ମପଟକ"ଠାରେ ହୋଇଥିଲା । thumb|left|ଜୟଦେବ ପିଠ, କେନ୍ଦୁଲି ଗ୍ରାମ, (କେନ୍ଦୁବିଲ୍ଲ୍ୱ) ସାହିତ୍ୟ କୃତି ଜୟଦେବ ହରିଙ୍କର ଦଶାବତାର, ଦଶକୃତିକୃତେ ଆଦିର ବର୍ଣ୍ଣନା କରିଛନ୍ତି । ଆହୁରି ମଧ୍ୟ ଓଡ଼ିଶୀରେ ବ୍ୟବହାର କରାଯାଉଥିବା ତ୍ରିଭଙ୍ଗୀ ଠାଣିର ବର୍ଣ୍ଣନା ମଧ୍ୟ ତାଙ୍କ ଲେଖାରେ ଦେଖିବାକୁ ମିଳିଥାଏ । ଜୟଦେବଙ୍କ ରଚିତ ପଦାବଳୀ ଶିଖ ଧର୍ମର ଧର୍ମଗ୍ରନ୍ଥ ଗୁରୁ ଗ୍ରନ୍ଥ ସାହେବରେ ମଧ୍ୟ ବ୍ୟବହାର କରାଯାଇଅଛି । କୁହାଯାଏ ଗୁରୁ ନାନକଙ୍କ ଓଡ଼ିଶା ଆସିବା ସମୟରେ ଏହି ପଦାବଳୀ ସବୁ ତାହାଙ୍କ ଦେଇ "ଗୁରୁ ଗ୍ରନ୍ଥ ସାହେବ"ରେ ରଖାଯାଇଅଛି ।Visit of Guru Nanak thumb|ପ୍ରତାପରୁଦ୍ରପୁରଆଖଣ୍ଡଳେଶ୍ୱର ଦେଉଳ ପ୍ରାଙ୍ଗଣରେ ଥିବା ଜୟଦେବଙ୍କ ପୁରାତନ ମୂର୍ତ୍ତିthumb| ଗୀତ ଗୋବିନ୍ଦର ପାଣ୍ଡୁଲିପି ୧୫୦୦ ଖ୍ରୀ.ଅ. ଆଧାର ଅଧିକ ତଥ୍ୟ Sanskrit Scholars of Orissa ଲିଙ୍କ=https://or.wikipedia.org/wiki/%E0%AC%AB%E0%AC%BE%E0%AC%87%E0%AC%B2:Odissi_poet_Gopalakrusna's_handwritten_Gitagobinda_Pothi.jpg|thumb|432x432_ପିକସେଲ|କବିକଳହଂସ ଗୋପାଳକୃଷ୍ଣଙ୍କ ହସ୍ତଲିଖିତ ଗୀତଗୋବିନ୍ଦ ତାଳପତ୍ର ପୋଥି ଶ୍ରେଣୀ:ଓଡ଼ିଆ ସାହିତ୍ୟ ଶ୍ରେଣୀ:ଭାରତୀୟ କବି ଶ୍ରେଣୀ:ଓଡ଼ିଶାର ଲୋକ ଶ୍ରେଣୀ:ଜଗନ୍ନାଥଙ୍କ ଭକ୍ତ ଶ୍ରେଣୀ:ଭକ୍ତି ଧାରା ଶ୍ରେଣୀ:ଓଡ଼ିଆ କବି
ଦୀନକୃଷ୍ଣ ଦାସ
https://or.wikipedia.org/wiki/ଦୀନକୃଷ୍ଣ_ଦାସ
220x124px|thumb|right|ଦୀନକୃଷ୍ଣ ଦାସଙ୍କର ସର୍ବଶ୍ରେଷ୍ଠ କୃତି “ରସକଲ୍ଲୋଳ” ଦୀନକୃଷ୍ଣ ଦାସ ସପ୍ତଦଶ ଶତାବ୍ଦୀର ଜଣେ ଓଡ଼ିଶୀ ସଙ୍ଗୀତକାର, ରୀତି ଓ ଭକ୍ତି କବି । ସେ ରସକଲ୍ଲୋଳ ନାମକ କୃଷ୍ଣଲୀଳା ସମ୍ବଳିତ ଛାନ୍ଦକାବ୍ୟ ପାଇଁ ଜନାଦୃତ । ଜୀବନ ଭକ୍ତକବି ଦୀନକୃଷ୍ଣ ଦାସ ଓଡ଼ିଶାର ବାଲେଶ୍ୱର ଜିଲା ଅନ୍ତର୍ଗତ ଜଳେଶ୍ୱରଠାରେ ଜନ୍ମ ହୋଇଥିଲେ । ସେ ବାଲ୍ୟକାଳରୁ ଶ୍ରୀକ୍ଷେତ୍ରକୁ ଚାଲିଯାଇଥିଲେ । ବ୍ରାହ୍ମଣୀ ନଦୀର କୂଳରେ ଢେଙ୍କାନାଳ ଜିଲ୍ଲାର ଏକଘରିଆ ଗ୍ରାମରେ ରହି ସେ ଭକ୍ତିସାହିତ୍ୟ ଅଧ୍ୟୟନ କରୁଥିଲେତ। ାଙ୍କ ଜୀବନର ଅନେକ ଭାଗ ପୁରୀଠାରେ ଜଗନ୍ନାଥ ମନ୍ଦିର ଓ ଅନ୍ୟାନ୍ୟ ମଠମାନଙ୍କରେ କଟିଥିଲା ।କବି ଦୀନକୃଷ୍ଣ ଦାସ - http://baleswar.nic.in/Kabi%20Dinakrushna%20Das.htm ଦୀନକୃଷ୍ଣଙ୍କ ସ୍ୱାଭିମାନ ରୀତି ଯୁଗୀୟ ଅନ୍ୟ କବିଙ୍କ ପରି ନିଜର ସୃଷ୍ଟିକୁ ରାଜାଙ୍କୁ ଭଣିତା କରୁ ନଥିଲେ, ତେଣୁ ରାଜାଙ୍କ କୋପର ଶରବ୍ୟ ହୋଇଥିଲେ। କୌଣସି ଉପାଧି ବା ରାଜାଙ୍କଠାରୁ କୌଣସି ଆର୍ଥିକ ସାହାଯ୍ୟ ସେ ଚାହୁଁ ନଥିଲେ। ସେ କେବଳ ନିଜର କୃତି ଗୁଡିକୁ ଶ୍ରେଷ୍ଠତା ପ୍ରଧାନ କରିବାକୁ ଚେଷ୍ଟା କରିଛନ୍ତି। ଦାର୍ଢ଼୍ୟତାଭକ୍ତି ରସାମୃତ ଅଷ୍ଟାଦଶ ଶତାବ୍ଦୀର ଜୀବନୀ ଲେଖକ ରାମଦାସ ତାଙ୍କ ପ୍ରଣୀତ ଗ୍ରନ୍ଥ ଦାର୍ଢ଼୍ୟତାଭକ୍ତି ରସାମୃତରେ ଦୀନକୃଷ୍ଣଙ୍କ ବିଷୟରେ ଲେଖିଛନ୍ତି । ତାଙ୍କର ବିବୃତି ଅନୁସାରେ ପୁରୀର ତତ୍କାଳୀନ ଗଜପତି ରାଜା କବି ଦୀନକୃଷ୍ଣଙ୍କ କବିତ୍ୱରେ ମୁଗ୍ଧ ହୋଇ ତାଙ୍କୁ ରାଜାଙ୍କ ନାମରେ ଗୀତଗୁଡ଼ିକ ଭଣି ପ୍ରଚୁର ଧନରାଶି ଲୋଭ ଦେଖାଇଥିଲେ । କିନ୍ତୁ ଦୀନକୃଷ୍ଣ ନିଜର ଦରିଦ୍ର ଓ ରୁଗ୍ଣ ଅବସ୍ଥା ଥାଇ ମଧ୍ୟ ନିଜ ସ୍ୱାଭିମାନ ଯୋଗୁଁ ଏହା କରିବାକୁ ମନା କରିଥିଲେ । ଦୀନକୃଷ୍ଣ କେବଳ ଜଗନ୍ନାଥଙ୍କ ପାଇଁ ଗୀତ ଲେଖନ୍ତି ବୋଲି କହି ରାଜାଙ୍କ ନାମରେ ଗୀତ ଲେଖିବାକୁ ମନା କରିଥିଲେ । ଏହା ଯୋଗୁଁ ତାଙ୍କ ବିରୁଦ୍ଧରେ ସଭାର ପଣ୍ଡିତମାନେ ଅନେକ ଚକ୍ରାନ୍ତ ରଚି ଦୀନକୃଷ୍ଣଙ୍କୁ କାରାଗାରରେ ବନ୍ଦୀ କରାଇଥିଲେ । ଏହା ଯୋଗୁଁ ଭୋକଶୋଷରେ ତାଙ୍କ ଜୀବନ ସଙ୍କଟାପନ୍ନ ହୋଇଥିଲା । ଏହି ସମୟରେ ଜଗନ୍ନାଥ ନିଜେ ମିଷ୍ଟାନ୍ନ ଆଣି ତାଙ୍କୁ ଦେଇଥିଲେ ଓ ରାଜାଙ୍କୁ ସ୍ୱପ୍ନାଦେଶ ଦେଇ କବିଙ୍କୁ ମୁକ୍ତ କରାଇଥିଲେ ବୋଲି ଲିଖିତ ହୋଇଛି । କବିଙ୍କ ନିଜ ରଚନା କବିଙ୍କ ନିଜ ରଚନାଗୁଡ଼ିକରେ ଏହି ଘଟଣାର କୌଣସି ବର୍ଣ୍ଣନା ନ ଥିଲେ ମଧ୍ୟ ପରୋକ୍ଷରେ ସେ ବହୁ ସ୍ଥାନରେ କବି ହୋଇ ନିଜ ସ୍ୱାଭିମାନ ନ ହରାଇବାକୁ ଚେତାବନୀ ଦେଇଛନ୍ତି । ଏହା ସଙ୍ଗେ ସେ ଧନ ଲୋଭରେ ମୂର୍ଖମାନଙ୍କୁ ଉପାସନା କରିବା ନିଜ ଛାତିରେ କାତି ମାରିଲା ଭଳି ଦଶା ବୋଲି କହିଛନ୍ତି । ସାହିତ୍ୟିକ କୃତି ରସକଲ୍ଲୋଳ ତାଙ୍କର ଏକ ପ୍ରସିଦ୍ଧ ସାହିତ୍ୟ କୃତି ଯେଉଁଥିରେ ହରି ଓ ରାଧାଙ୍କର ପ୍ରେମ କାହାଣୀ ବର୍ଣିତ । ଓଡ଼ିଆ ସାହିତ୍ୟର ମଧ୍ୟଯୁଗରେ ତାହାଙ୍କର ରଚନାବଳୀ ପୁରାଣ, ଶାସ୍ତ୍ରୀୟ ପରମ୍ପରା ଓ ନାନାଦି ଭକ୍ତି ଭାବ ଭରା ଲେଖାରେ ଭରା । ଯେତେବେଳେ ଓଡ଼ିଶାରୁ ଓଡ଼ିଆ ଭାଷା ଉଠାଇ ଦେଇ ସ୍କୁଲମାନଙ୍କରେ ବଙ୍ଗଳାଭାଷା ପ୍ରବର୍ତ୍ତନ କରାଇ ଶେଷରେ ଓଡ଼ିଶାକୁ ବଙ୍ଗାଳରେ ସାମିଲ କରାଇ ନେବାର ଅପଚେଷ୍ଟା କରାଯାଉଥିଲା, ସେତେବେଳେ ଉତ୍କଳ ଦୀପିକା ଜନମତ ଜାଗ୍ରତ କରାଇ ପ୍ରତିରୋଧ କରିଥିଲା । ସେହି ସମୟରେ ବଙ୍ଗଳା କାବ୍ୟ ବିଦ୍ୟାସୁନ୍ଦର ଓ ଓଡ଼ିଆ କାବ୍ୟ ରସକଲ୍ଲୋଳ ସମ୍ବନ୍ଧରେ ଏକ ତୁଳନାତ୍ମକ ବିଚାର କରାଯାଇଥିଲା । ଏହି ତୁଳନାତ୍ମକ ଲେଖରେ ବଙ୍ଗଳା କବି ଭରତଚନ୍ଦ୍ରଙ୍କ ଅପେକ୍ଷା ଦୀନକୃଷ୍ଣଙ୍କ ସାହିତ୍ୟ କେତେ ଉନ୍ନତ ଏହା ବିଷୟରେ ଲେଖାଯାଇ ଓଡ଼ିଆ ଭାଷା ଓ ସାହିତ୍ୟ କେତେ ଉତ୍ତମ ଏହା ଦର୍ଶାଯାଇଥିଲା । ୧୮୬୬ ମସିହାରେ ପତ୍ରିକାର ପୃ-୪୬-୪୭ରେ ଛପାଯାଇଥିଲାଉତ୍କଳ ଦୀପିକା ୧୮୬୬, ପୃ ୪୬-୪୭- ଆଧାର ଅଧିକ ତଥ୍ୟ orissadiaryରେ ଦୀନକୃଷ୍ଣ ଦାସ ଶ୍ରେଣୀ:୧୬୫୦ ଜନ୍ମ ଶ୍ରେଣୀ:୧୭୧୦ ମୃତ୍ୟୁ ଶ୍ରେଣୀ:ଭାରତୀୟ କବି ଶ୍ରେଣୀ:ବାଲେଶ୍ୱର ଜିଲ୍ଲାର ଲୋକ ଶ୍ରେଣୀ:ଜଗନ୍ନାଥଙ୍କ ଭକ୍ତ ଶ୍ରେଣୀ:ଭକ୍ତି ଧାରା ଶ୍ରେଣୀ:ଓଡ଼ିଆ କବି
କେଳୁଚରଣ ମହାପାତ୍ର
https://or.wikipedia.org/wiki/କେଳୁଚରଣ_ମହାପାତ୍ର
କେଳୁଚରଣ ମହାପାତ୍ର (୮ ଜାନୁଆରୀ ୧୯୨୬ - ୭ ଅପ୍ରେଲ ୨୦୦୪) ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଓ ଗୁରୁ । ବିଂଶ ଶତାବ୍ଦୀରେ ଓଡ଼ିଶୀର ପୁନରୁତ୍ଥାନ ଓ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଇବାରେ କେଳୁଚରଣଙ୍କର ପ୍ରମୂଖ ଭୂମିକା ରହିଥିଲା ।DANCE REVIEW; Sculptural And Sensual, It's Odissi by Anna Kisselgoff, New York Times, October 19, 2000. ପଦ୍ମ ବିଭୂଷଣ ପୁରସ୍କାର ପାଇବାରେ ସେ ପ୍ରଥମ ଓଡ଼ିଆ । ସେ ପ୍ରାୟ ୨୦୦ ଏକକ ପ୍ରଦର୍ଶନ ଓ ୫୦ଟି ନୃତ୍ୟ ନାଟିକା ସଂଯୋଜନ କରିଛନ୍ତି । ଜୀବନୀ thumb|ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁ କେଳୁଚରଣ ପୁରସ୍କାର ସମ୍ମିଳନୀକୁ ଉଦ୍ଘାଟନ କରୁଛନ୍ତି । କେଳୁଚରଣ ପୁରୀରେ ଥିବା ଶିଳ୍ପୀଗ୍ରାମ ରଘୂରାଜପୁରର ଏକ ଶିଳ୍ପୀ ପରିବାରରେ ୧୯୨୬ ମସିହା ଜାନୁଆରୀ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ପିତା ଚିନ୍ତାମଣୀ ମହାପାତ୍ର ଜଣେ ଚିତ୍ରକର ଓ ମର୍ଦ୍ଦଳ ବାଦକ ଥିଲେ । ଯାତ୍ରା ଓ ସଂକୀର୍ତ୍ତନ ତାଙ୍କ ଗ୍ରାମରେ ସବୁବେଳେ ପରିବେଷଣ କରାଯାଉଥିଲା । ଏ ସବୁର ପ୍ରଭାବ ପଡିଥିଲା ବାଳକ କେଳୁଚରଣଙ୍କ ଉପରେ । ଗ୍ରାମରେ ଥିବା ବଳଭଦ୍ର ସାହୁଙ୍କ ଆଖଡ଼ାକୁ କେଳୁଚରଣ ବରାବର ଯାଉଥିଲେ ଓ ସେଠାରେ ଶିଖା ଯାଉଥିବା ଗୋଟିପୁଅ ନାଚ ପ୍ରତି ଆକର୍ଷିତ ଥିଲେ । ପିତାଙ୍କୁ, କେଳୁଚରଣଙ୍କ ଗୋଟିପୁଅ ନାଚ କରିବା ପସନ୍ଦ ନଥିଲା । ସେ କେଳୁଚରଣଙ୍କୁ ଏଥିରୁ ନିବୃତ କରି, ପୁରୀରେ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ "କୁଞ୍ଜ ବିହାରୀ ରାସ ଲୀଳା" ଦଳରେ ଛାଡିଥିଲେ । ଏଠାରେ କେଳୁଚରଣ ନୃତ୍ୟ ସଙ୍ଗୀତ ଅଭିନୟ ସହିତ ମଞ୍ଚସଜ୍ଜା, ମେକ୍ ଅପ୍, ନୃତ୍ୟ ସଂଯୋଜନା ଆଦି ଶିକ୍ଷା କରିଥିଲେ । ଏହି ଦଳ ବର୍ଷର ୬/୭ ମାସ ଗାଁ ଗାଁ ବୁଲି କୃଷ୍ଣଲୀଳା ଓ ପୁରାଣର ଅନ୍ୟ ଉପାଖ୍ୟାନ ନୃତ୍ୟ ସଙ୍ଗୀତ ମାଧ୍ୟମରେ ପରିବେଷଣ କରୁଥିଲେ । ଉପେନ୍ଦ୍ର ଭଞ୍ଜ, ବନମାଳୀ, ଗୋପାଳକୃଷ୍ଣ ଓ ଜୟଦେବ ଆଦିଙ୍କ ରଚନାରୁ "ବାଲ୍ୟଲୀଳା", "ମାନଭଞ୍ଜନ", "ରାଧା ପ୍ରେମାମୃତ", "ବିଦଗ୍ଧ ମାଧବ" ଆଦି ବିଷୟ ନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଉଥିଲା । ନୃତ୍ୟ ସଂଯୋଜନା, ସଙ୍ଗୀତ, ମଞ୍ଚସଜ୍ୟା ଆଦୁ ସବୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କଦ୍ୱାରା କରାଯାଉଥିଲା । କେଳୁଚରଣ ଏହି ଦଳରେ ଦଶ ବର୍ଷ ରହିଥିଲେ । ଏଠାରେ ସେ ଗୁରୁ ଅଗାଧୁ ମହାରଣାଙ୍କଠାରୁ ମୃଦଙ୍ଗ ଓ କ୍ଷେତ୍ରମୋହନ କରଙ୍କଠାରୁ ତବଲା ବଜେଇବା ଶିଖିଥିଲେ । ଗୁରୁ-ଶିଷ୍ୟ ପରମ୍ପରାରେ ସମୃଦ୍ଧ ଏହି ଦଳରେ ଶିକ୍ଷାଗ୍ରହଣ ସହିତ କେଳୁଚରଣ, ଗୁରୁଙ୍କ ପାଇଁ ରୋଷେଇ, ବାସନ ମଜା ଭଳି ସେବା ମଧ୍ୟ କରୁଥିଲେ । ମୋହନ ସୁନ୍ଦର ଦେବଙ୍କ ପ୍ରଭାବ କେଳୁଚରଣଙ୍କ ଗଭୀର ଭାବରେ ପଡିଥିଲା । ପରବର୍ତ୍ତୀ ସମୟରେ ଯେତେବେଳେ କେଳୁଚରଣ ନିଜେ ଗୁରୁ ସାଜିଥିଲେ, ସେହି ଗୁରୁ-ଶିଷ୍ୟ ପରମ୍ପରାକୁ ଆବୋରୀ ଥିଲେ ଓ ଶିଷ୍ୟମାନଙ୍କୁ ନିଜ ସନ୍ତାନ ଭାବରେ ମନେ କରୁଥିଲେ । ପିତାଙ୍କ ଦେହନ ପରେ କେଳୁଚରଣଙ୍କୁ ରାସ ଲୀଳା ଦଳ ଛାଡି ଗାଁକୁ ଫେରିବାକୁ ପଡିଥିଲା । ଜୀବିକା ନିର୍ବାହ ପାଇଁ ଏକ ପାନ ବରଜରେ ମୂଲିଆ ଭାବରେ କାର୍ଯ୍ୟ କରିବାକୁ ପଡିଥିଲା । ତାଙ୍କ କଳାକାର ମନ ବିଦ୍ରୋହ କରିଥିଲା ଓ କିଛିଦିନ ପରେ ଗାଁ ଛାଡ଼ି କଟକ ଚାଲି ଆସିଥିଲେ । କଟକ ଆସି, ସେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଓଡ଼ିଶା ଥିଏଟର୍ସରେ ଯୋଗ ଦେଇଥିଲେ । ଏଠାରେ ସେ ମଞ୍ଚ ସଜ୍ୟା ଓ ମର୍ଦଳ ବାଦନ ଆଦି କରୁଥିଲେ । ଦରମା ଥିଲା ମାସକୁ ୭ ଟଙ୍କା । କଟକରେ ସେ ହରିହର ରାଓଙ୍କଠାରୁ ତବଲାରେ ଅଧିକ ଶିକ୍ଷାଗ୍ରହଣ କରିଥିଲେ । ତାପରେ ସେ "ଅନ୍ନପୂର୍ଣ୍ଣା ବି" ଦଳରେ ଯୋଗ ଦେଇଥିଲେ । ଏଠାରେ ଗୁରୁ ପଙ୍କଜ ଚରଣ ଦାସଙ୍କ ସଂସ୍ପର୍ଶରେ ଆସି ତାଙ୍କ ନୃତ୍ୟ ପ୍ରତିଭାର ବିକାଶ ଘଟିଥିଲା । ପଙ୍କଜ ଚରଣଙ୍କ ସଂଯୋଜନାରେ ନୃତ୍ୟ ନାଟିକା "ଦେବୀ ଭସ୍ମାସୁର"ରେ "ନଟରାଜ" ଭୂମିକାରେ କେଳୁଚରଣ ଲୋକଲୋଚନକୁ ଆସିଲେ । ଏଥିରେ "ମୋହିନୀ" ଭୂମିକାରେ ଅଭିନୟ କରିଥିଲେ "ଲକ୍ଷ୍ମୀପ୍ରିୟା" । ଏଠାରୁ ଆରମ୍ଭ ହୋଇଥିଲା କେଳୁଚରଣ-ଲକ୍ଷ୍ମୀପ୍ରିୟାଙ୍କର ଯୁଗଳବନ୍ଦୀ ଏବଂ ତାଙ୍କ ବିବାହ ପର୍ଯ୍ୟନ୍ତ ଏହି ଜୋଡି ପ୍ରାୟ ସବୁ ପରିବେଷଣରେ ଏକାଠି ନୃତ୍ୟାଭିନୟ କରୁଥିଲେ । ଅନ୍ନପୂର୍ଣ୍ଣା ବି ଦଳରେ ଥାଇ, କେଳୁଚରଣ ଗୁରୁ ଦୁର୍ଲଭ ଚନ୍ଦ୍ର ସିଂ, ଗୁରୁ ଦୟାଳ ଶରଣ ଆଦିଙ୍କଠାରୁ ଅଭିନୟ ନୃତ୍ୟ ଓ ବ୍ୟାକରଣରେ ଅଧିକ ଜ୍ଞାନ ଆହରଣ କରିଥିଲେ । କ୍ରମେ ସେ ନିଜକୁ ଜଣେ ନର୍ତ୍ତକ, ବାଦକ ଓ ନୃତ୍ୟ ସଂଯୋଜକ ଭାବରେ ପ୍ରତିଷ୍ଠା କରିଥିଲେ । ଅନ୍ନପୂର୍ଣ୍ଣା ବି ଦଳରେ ସେ ପ୍ରାୟ ୫/୬ ବର୍ଷ ରହିଥିଲେ । କେଳୁଚରଣଙ୍କୁ ୨୮ବର୍ଷ ହେଲା ବେଳକୁ ସେ ଲକ୍ଷ୍ମୀପ୍ରିୟାଙ୍କୁ ବିବାହ କରିଥିଲେ । ଅନ୍ନପୂର୍ଣ୍ଣା ବି ଦଳ ଛାଡି, ଉଭୟ ପୁରୀ ଚାଲି ଯାଇଥିଲେ । ପୁରୀରେ ସେମାନେ ମାହାରୀ ଓ ଗୋଟିପୁଅ ନୃତ୍ୟ ଉପରେ ଗବେଷଣା କରି, ସେ ସବୁକୁ ଆୟତ୍ତ କରି ନିଜସ୍ୱ ଏକ ପରିଚୟ ସୃଷ୍ଟି କରି ପାରିଥିଲେ । କେଳୁଚରଣଙ୍କ ଭାଷାରେ "ଓଡ଼ିଶୀ ନୃତ୍ୟ ମାହାରୀର ଭାବ ଓ ଗୋଟିପୁଅର ଅଙ୍ଗଭଙ୍ଗୀକୁ ନିଜର କରିଛି" । ପୁରୀରେ ସେମାନେ "ଅନ୍ନପୂର୍ଣ୍ଣା ଏ" ଆନୁକୁଲ୍ୟରେ ନୃତ୍ୟ ପରିବେଷଣ କରୁଥିଲେ । କ୍ରମେ କେଳୁଚରଣ ଆକାଶବାଣୀ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ତବଲା ଓ ମର୍ଦଳ ବାଦନ କରିବା ଆରମ୍ଭ କରିଥିଲେ । ୧୯୫୩ ମସିହାରେ, ସେ କଟକର କଳା ବିକାଶ କେନ୍ଦ୍ରରେ ଯୋଗ ଦେଇଥିଲେ । ସେତେବେଳ ଯାଏଁ କଳା ବିକାଶ କେନ୍ଦ୍ରର ପାଠ୍ୟକ୍ରମରେ ଓଡ଼ିଶୀ ନୃତ୍ୟର ସ୍ଥାନ ନଥାଏ । କେଳୁଚରଣ ସେ କାମଟି କରି ପାରିଥିଲେ । କଳା ବିକାଶ କେନ୍ଦ୍ରରେ ସେ ୧୫ ବର୍ଷ କାଳ ଓଡ଼ିଶୀ ଶିକ୍ଷାଦାନ କରି ବହୁ ସଂଖ୍ୟକ ଛାତ୍ର ଛାତ୍ରୀ ସୃଷ୍ଟି କରି ପାରିଥିଲେ । ଏ ସମୟରେ ସେ ସଂଯୁକ୍ତା ପାଣିଗ୍ରାହୀ, ମିନତି ମିଶ୍ର, ପ୍ରିୟମ୍ବଦା ମହାନ୍ତି ହେଜମାଦି ଆଦି ଛାତ୍ରୀମାନଙ୍କୁ ବ୍ୟକ୍ତିଗତ ଭାବରେ ଓଡ଼ିଶୀ ନୃତ୍ୟ ଶିକ୍ଷାଦାନ କରୁଥିଲେ । ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମଧ୍ୟ ଓଡ଼ିଶୀ ନୃତ୍ୟ ଶିକ୍ଷାଦାନ କରୁଥିଲେ । "ପଞ୍ଚପୁଷ୍ପା", "କୃଷ୍ଣ ଗାଥା", "ଗୀତ ଗୋବିନ୍ଦ", "ଊର୍ବଶୀ", "କୃଷ୍ଣ ଲୀଳା", "ସାକ୍ଷୀଗୋପାଳ", "କୋଣାର୍କ" ଆଦି କେଳୁଚରଣଙ୍କ ସେହି ସମୟରେ ନୃତ୍ୟ ସଂଯୋଜନା । କଳା ବିକାଶ କେନ୍ଦ୍ର ସହଯୋଗରେ ସେ ଓଡ଼ିଶାର ବିଭିନ୍ନ ମନ୍ଦିରରେ ଖୋଦେଇ ହୋଇଥିବା ନର୍ତ୍ତକ/ନର୍ତ୍ତକୀମାନଙ୍କର ମୁଦ୍ରା ଉପରେ ଗବେଷଣା କରି, ସେଗୁଡିକୁ ନିଜ ନୃତ୍ୟ ମଧ୍ୟରେ ଆୟତ୍ତ କରିଥିଲେ । ସେତେବେଳକୁ କେଳୁଚରଣଙ୍କ ନିଜସ୍ୱ ନୃତ୍ୟ ଶୈଳୀ ସମୃଦ୍ଧ ହୋଇ ଆସୁଥିଲା ।http://www.srjan.com/GuruKelucharanMohapatra.php ଅଶି ଦଶକ ବେଳକୁ, କେଳୁଚରଣ କଳା ବିକାଶ କେନ୍ଦ୍ର ଛାଡି, ଭାରତର ବିଭିନ୍ନ ସ୍ଥାନରେ ଓଡ଼ିଶୀ ନୃତ୍ୟ ଶିକ୍ଷା ଦେବା ଆରମ୍ଭ କରିଥିଲେ । ସେଗୁଡିକ ମଧ୍ୟରେ ଦିଲ୍ଲୀର ଗାନ୍ଧର୍ବ ମହାବିଦ୍ୟାଳୟ, ମୁମ୍ବାଇର ନେସନାଲ ସେଣ୍ଟର ଫର ପରଫର୍ମିଙ୍ଗ ଆର୍ଟ୍ସ, କଲିକତାର ପଦାତିକ ନୃତ୍ୟ କେନ୍ଦ୍ର ଅନ୍ୟତମ ଥିଲା । କେଳୁଚରଣଙ୍କର ଲୋକପ୍ରିୟତା ଓ ଶିଷ୍ୟମାନଙ୍କ ସଂଖ୍ୟା ବଢ଼ି ଚାଲିଥିଲା । ବହୁ ବିଦେଶୀ ଶିଷ୍ୟ କଟକ ଆସି, କେଳୁଚରଣଙ୍କ ଘରେ ରହି ତାଙ୍କଠାରୁ ନୃତ୍ୟ ଶିକ୍ଷା କରୁଥିଲେ । ନିଜସ୍ୱ ନୃତ୍ୟ ପରିବେଷଣ ମଧ୍ୟ ଚାଲିଥିଲା । ଭାରତର ବିଭିନ୍ନ ସ୍ଥାନ ସହ ଜାପାନ, ଜର୍ମାନୀ, ଋଷିଆ, ଫ୍ରାନ୍ସ, ଯୁକ୍ତରାଜ୍ୟ ଓ ଯୁକ୍ତରାଷ୍ଟ୍ର ଆମେରିକା ଆଦି ସ୍ଥାନରେ ସେ ନୃତ୍ୟ ପରିବେଷଣ କରୁଥିଲେ । ସେ ଭୁବନେଶ୍ୱରସ୍ଥିତ "ଓଡ଼ିଶୀ ଗବେଷଣା କେନ୍ଦ୍ର ସହିତ ପ୍ରାୟ ୧୦ ବର୍ଷ ଧରି ଜଡ଼ିତ ରହିଥିଲେ । ଏହି ସମୟରେ ଓଡ଼ିଶୀ ନୃତ୍ୟ ବାବଦରେ ବହୁ ପ୍ରଲେଖନ ଆଦି କରି ଓଡ଼ିଶୀକୁ ପରପିଢି ପାଇଁ ସଂରକ୍ଷିତ କରିବା କାର୍ଯ୍ୟ କରିଥିଲେ । ଓଡ଼ିଶୀ ଗବେଷଣା କେନ୍ଦ୍ରକୁ ତାଙ୍କରି ନାମରେ ନାମିତ କରାଯାଇଛି । ୧୯୯୫ ମସିହାରେ ଓଡ଼ିଶୀ ଗବେଷଣା କେନ୍ଦ୍ର ଛାଡିବା ପରେ, ସେ ନିଜସ୍ୱ ଅନୁଷ୍ଠାନ "ସୃଜନ"ର ନିର୍ମାଣ କରିଥିଲେ । ୨୦୦୪ ମସିହା ଅପ୍ରେଲ ୭ ତାରିଖରେ କେଳୁଚରଣ ଇହଧାମ ତ୍ୟାଗ କରିଥିଲେ ।http://www.rediff.com/news/2004/apr/07gkm.htm ପୁରସ୍କାର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ୨୦୦୦ http://orissa.gov.in/e-magazine/orissaannualreference/ORA-2011/pdf/104-108.pdf ସଙ୍ଗୀତ ନାଟକ ଅକାଦେମି ପୁରସ୍କାର, ୧୯୬୬ ପଦ୍ମଶ୍ରୀ, ୧୯୭୨ ପଦ୍ ଭୂଷଣ, ୧୯୮୯ ସଙ୍ଗୀତ ନାଟକ ଅକାଦେମି ଫେଲ୍ଲୌଶିପ, ୧୯୯୧ ପଦ୍ମ ବିଭୂଷଣ, ୨୦୦୦ କାଳିଦାସ ସମ୍ମାନ(ମଧ୍ୟପ୍ରଦେଶ ରାଜ୍ୟ ସରକାର), ୧୯୮୭ ଡକ୍ଟରେଟ(ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟ), ୧୯୮୧ ଶଙ୍କର ଦେବ ସମ୍ମାନ(ଆସାମ ରାଜ୍ୟ ସରକାର), ୨୦୦୧http://www.narthaki.com/info/profiles/profl111.html ଆଧାର ଅଧିକ ତଥ୍ୟ mad boy profile from www.odissidance.com Homage to a Guru at Rediff.com'' Video links mad boy - Orissi dance - Gita Govinda Guru Kelucharan Mohapatra - Geeta Govinda Dancer Madhavi Mudgal explains, a performance of Kelucharan Mohapatra ଶ୍ରେଣୀ:୧୯୨୬ ଜନ୍ମ ଶ୍ରେଣୀ:୨୦୦୪ ମୃତ୍ୟୁ ଶ୍ରେଣୀ:ପଦ୍ମ ବିଭୂଷଣ ସମ୍ମାନିତ ଶ୍ରେଣୀ:ପଦ୍ମ ଭୂଷଣ ସମ୍ମାନିତ ଶ୍ରେଣୀ:ପଦ୍ମଶ୍ରୀ ସମ୍ମାନିତ ଶ୍ରେଣୀ:ପୁରୀ ଜିଲ୍ଲାର ଲୋକ ଶ୍ରେଣୀ:ଭାରତୀୟ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଶ୍ରେଣୀ:ଓଡ଼ିଶୀ ନୃତ୍ୟଶିଳ୍ପୀ
ଭୁଲି ହୁଏନା
https://or.wikipedia.org/wiki/ଭୁଲି_ହୁଏନା
ଭୁଲି ହୁଏନା, ୧୯୮୭ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଶୋକ ସ୍ୱାଇଁ ଓ ଅସିତ ଦାସ ମହାପାତ୍ର । ଯଦୁନାଥ ଦାସ ମହାପାତ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ପ୍ରଣବ ଦାସ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ଅଭିନେତା ବିଜୟ ମହାନ୍ତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ବିଜୟ ମହାନ୍ତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଭୂଲି ହୁଏନା ୧୯୮୭ ମସିହାରେ ମୁକ୍ତିଲାଭ କରିଥିଲା । ଅଭିନୟରେ ବିଜୟ ମହାନ୍ତି ଶ୍ରୀରାମ ପଣ୍ଡା ରାମେଶ୍ୱରୀ ଦେବୁ ବୋଷ ଜୟୀରାମ ସାମଲ ମୀରା ମହାନ୍ତି ଆଧାର ଶ୍ରେଣୀ:୧୯୮୭ର ଓଡ଼ିଆ କଥାଚିତ୍ର
କାବେରୀ (୧୯୮୩ର କଥାଚିତ୍ର)
https://or.wikipedia.org/wiki/କାବେରୀ_(୧୯୮୩ର_କଥାଚିତ୍ର)
ରବି କିନାଗୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର କାବେରୀ ୧୯୮୩ ମସିହାରେ ମୁକ୍ତିଲାଭ କରିଥିଲା । କାହାଣୀ କାବେରୀ (ମହାଶ୍ୱେତା ରାୟ) ପିଲାଦିନରୁ ଭଲପାଏ ସାଗର (ଶ୍ରୀରାମ ପଣ୍ଡା)କୁ୤ ସାଗର କଲେଜରେ ପଢ଼ିବାକୁ ସହରକୁ ଆସେ ୤ ସାଗର ଟିଉସନ କରୁଥିବା ଯୁବତୀ (ନିହାରିକା) ସାଗରକୁ ଭଲପାଇ ବସେ ୤ ସାଗର ଘରେ ନ ଜଣାଇ ନିହାରିକାକୁ ବାହାହୋଇ ଗାଆଁକୁ ଆସେ ୤ ଏଥିରେ ମର୍ମାହତ ହୋଇ କାବେରୀ ଅବିବାହିତା ରହିବାର ନିଷ୍ପତ୍ତି ନିଏ ୤ ପରିଶେଷରେ କାବେରୀକୁ ସାଗର ସ୍ତ୍ରୀର ମର୍ଯ୍ୟାଦା ଦିଏ ୤ ଅଭିନୟରେ ଓଡ଼ିଆ କଥାଚିତ୍ର ‘କାବେରୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ଦେବୁ ବୋଷ ବିଜୟ ମହାନ୍ତି ଶ୍ରୀରାମ ପଣ୍ଡା ଅଜିତ ଦାସ ମହାଶ୍ୱେତା ରାୟ ଲୀଳା ଦୁଲାଳି ନରୀ ନିରଞ୍ଜନ ଅନିମା ପେଦିନୀ ନିହାରିକା ସାହୁ ସୌଦାମିନି ଜୟୀରାମ ସାମଲ ସୁଧାରାଣୀ ଜେନା ଗୀତ ଓ ସଙ୍ଗୀତ ସଙ୍ଗୀତକାର: ବାସୁଦେବ ରଥ ଗୀତିକାର: ନାରାୟଣ ପ୍ରସାଦ ସିଂ, ଗୌର ପଟ୍ଟନାୟକ, ବନବିହାରୀ ପଣ୍ଡା ପ୍ରଚ୍ଛଦପଟ ଗାୟକ: ଚିତ୍ତଜେନା, ଭୁବନେଶ୍ୱରୀ ମିଶ୍ର, ସୁରେଶ ୱାଡ଼େକର, ଅନୁରାଧା ପୌଡ଼ୱାଲ ଗୀତ ଝୁମି ଝୁମି ଯାଉଛି ମନ ନାଚି ଯାଉଛି ଆଜି ଜୀବନର ସବୁକିଛି ପାଇଛି ଆସିବ ବର ତୋର ହୋଇବ ବାହାଘର ଏ ଦୁନିଆ ବୁକୁରେ ବଞ୍ଚିବାକୁ ହେଲେ ଆସୁନ ଆସ ଜୀବନର ସବୁକିଛି ମା ପାଇଁ ଶୁଭ କାମନା ଘେନ ଶୁଭକାମନା ଆଧାର ବାହାର ଆଧାର ଶ୍ରେଣୀ:୧୯୮୩ର ଓଡ଼ିଆ କଥାଚିତ୍ର
ସିନ୍ଦୁର ବିନ୍ଦୁ
https://or.wikipedia.org/wiki/ସିନ୍ଦୁର_ବିନ୍ଦୁ
ସିନ୍ଦୁର ବିନ୍ଦୁ ୧୯୭୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହା ଶିଶିର ମିଶ୍ରଙ୍କ ନିର୍ଦ୍ଦେଶନାରେ ମହାଲକ୍ଷ୍ମୀ ଫିଲ୍ମସ୍‌ଦ୍ୱାରା ତିଆରି ହେଇଥିଲା । ‘ସିନ୍ଦୁର ବିନ୍ଦୁ’ର କାହାଣୀ ଚିନ୍ତାମଣି ଜେନାଙ୍କ ରଚିତ ଉପନ୍ୟାସ ‘ସରପଞ୍ଚ ପୁଅ’ ଉପରେଆଧାରିତ ହୋଇଥିଲା । ଅଭିନୟରେ ଓଡ଼ିଆ କଥାଚିତ୍ର ‘ସିନ୍ଦୁର ବିନ୍ଦୁ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ପ୍ରଶାନ୍ତ ନନ୍ଦ ଶ୍ରୀରାମ ପଣ୍ଡା ଅଜିତ ଦାସ ସୁଜାତା ଆନନ୍ଦ ତ୍ରିପୁରା ମିଶ୍ର ଧୀର ବିଶ୍ୱାଳ ଲୀଳା ଦୁଲାଳୀ ନରେନ୍ଦ୍ର କୁମାର ବେହେରା (ନରି) ଶ୍ୟାମଳେନ୍ଦୁ ପୂର୍ଣ୍ଣଚନ୍ଦ୍ର ପ୍ରତିହାରୀ ଆଧାର ଅଧିକ ତଥ୍ୟ ଶ୍ରେଣୀ:୧୯୭୬ର ଓଡ଼ିଆ କଥାଚିତ୍ର
ସିଂଲା
https://or.wikipedia.org/wiki/ସିଂଲା
ସିଂଲା ବାଲେଶ୍ୱର ଜିଲ୍ଲାର ଉତ୍ତରରେ ଅବସ୍ଥିତ ବସ୍ତା ବ୍ଲକ ଅନ୍ତର୍ଗତ ଏକ ଗ୍ରାମ | ବସ୍ତା ଓ ବାଲିଆପାଳକୁ ସଡକ ପଥ ଯୋଗେ ସଂଯୋଗ କରୁଥିବା ଗ୍ରାମଗୁଡ଼ିକ ମଧ୍ୟରୁ ସିଂଲା ଅନ୍ୟତମ| ଏହା ବାଲେଶ୍ୱରଠାରୁ ମାତ୍ର ୩୦ କି.ମି. ଦୂରରେ ଅବସ୍ଥିତ| ବିଶେଷତ୍ୱ ଓଡ଼ିଶା ଏବଂ ଓଡ଼ିଆ ଭାଷାର ସ୍ୱାକ୍ଷର ବହନ କରୁଥିବା ଅବିଭକ୍ତ ବାଲେଶ୍ୱର ଜିଲ୍ଲା ଏହାର ପ୍ରତିଟି ଗ୍ରାମ ପାଇଁ ଗର୍ବିତ ମନେକରେ | ସ୍ୱାଧିନତାର ବହୁ ପୂର୍ବରୁ ପ୍ରତିଷ୍ଠିତ ଏହି ଗ୍ରାମଟି ଅନନ୍ୟତାର ସ୍ୱାକ୍ଷର ବହନ କରେ| କେବଳ ପୋଷ୍ଟ ଅଫିସ ନୁହେଁ ଏହାର ନିଜସ୍ୱ ପୋଲିସ ଷ୍ଟେସନ ମଧ୍ୟ ୧୯୧୮ ମସିହାରେ ସ୍ଥାପିତ | ସୂଦୂର ପ୍ରସାରୀ ଧାନକ୍ଷେତ,ସୁବିସ୍ତୀର୍ଣ ଆମ୍ବତୋଟା ତଥା କଙ୍କୁଡି ନଦୀର ଜଳଧାରା ଏହାକୁ କରିରଖେ ଚିର ସତେଜ| ଗ୍ରାମରେ ଦୁଇଟି ମଧ୍ୟମ ସରକାରୀ ଉଚ୍ଚ ବିଦ୍ୟାଳୟ ସହିତ ତିନୋଟି ଅନ୍ୟ ବିଦ୍ୟାଳୟ ମଧ୍ୟ ରହିଛି| ଶିକ୍ଷା ଏହାର ପାଖାପାଖି ଗ୍ରାମ ଜାମୂଶୁଳିରେ ରହିଥିବା ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟଟି ଉଚ୍ଚଶିକ୍ଷା ନିମିତ୍ତ ବେଶ ପ୍ରଯୂଯ୍ୟ| ପର୍ଯ୍ୟଟନ ଏଠାରେ ଏକ ସୁନ୍ଦର ଜଗନ୍ନାଥ ମନ୍ଦିର ଅଛି । ଅତି ନିକଟରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଅବସରରେ ପୁରୀର ପ୍ରସିଦ୍ଧ ପୂଜକ ଶ୍ରୀ ସୂର୍ଯ୍ୟନାରାୟଣ ରଥଶର୍ମା ଏହାର ମୁଖ୍ୟ ପୁରୋଧା ସାଜିଥିଲେ|ପ୍ରତିବର୍ଷ ଏଠାରେ ରଥଯାତ୍ରା ଓ ଦୁର୍ଗାପୂଜା ଏଠାରେ ମହା ଆଡମ୍ବରରେ ପାଳିତ ହୁଏ| ଆହୁରି ଦେଖନ୍ତୁ ତାଳସାରି ବେଲାଭୂମି ଚନ୍ଦନେଶ୍ୱର ମନ୍ଦିର ଭୂଷଣ୍ଡେଶ୍ୱର ମନ୍ଦିର ଚଉମୁଖ ଡଗରା ବାଲେଶ୍ୱର ଶ୍ରେଣୀ:ବାଲେଶ୍ବର ଜିଲ୍ଲାର ଗାଆଁ ଓ ସହର
ବଳିଦାନ (କଥାଚିତ୍ର)
https://or.wikipedia.org/wiki/ବଳିଦାନ_(କଥାଚିତ୍ର)
ବଳିଦାନ, ୧୯୭୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଇଥିଲା । ଅଭିନୟରେ ଓଡ଼ିଆ କଥାଚିତ୍ର ‘ବଳିଦାନ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ପ୍ରଶାନ୍ତ ନନ୍ଦ ଅଜିତ ଦାସ ହେମନ୍ତ ଦାସ ସୁଜାତା ଆନନ୍ଦ ମହମ୍ମଦ ମହସୀନ ମହାଶ୍ୱେତା ରାୟ ଜୟୀରାମ ସାମଲ ଦୁଃଖୀରାମ ସ୍ୱାଇଁ ମମତା ଶଙ୍କର ପୀର ମିଶ୍ର ଆଧାର ଅଧିକ ତଥ୍ୟ ଶ୍ରେଣୀ:୧୯୭୮ର ଓଡ଼ିଆ କଥାଚିତ୍ର ଶ୍ରେଣୀ:କଥାଚିତ୍ର ପ୍ରକଳ୍ପରେ ଉନ୍ନତ ହେବାକୁ ଥିବା ପ୍ରସଙ୍ଗ
ବଗୁଲା ବଗୁଲୀ
https://or.wikipedia.org/wiki/ବଗୁଲା_ବଗୁଲୀ
ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ସିନେମା ବଗୁଲା ବଗୁଲୀ ୧୯୮୬ ମସିହାରେ ମୁକ୍ତିଲାଭ କରିଥିଲା । ଅଭିନୟରେ ଓଡ଼ିଆ କଥାଚିତ୍ର ‘ବଗୁଲା ବଗୁଲୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ପ୍ରଶାନ୍ତ ନନ୍ଦ ଶ୍ରୀକାନ୍ତ ଗୌତମ ପ୍ରିୟନାଥ ମିଶ୍ର (ପୀର ମିଶ୍ର) ମହାଶ୍ୱେତା ରାୟ ସ୍ୱରୂପ ନାୟକ ନୂପୁର ବିଦ୍ୟା ଆଧାର ଶ୍ରେଣୀ:୧୯୮୬ର ଓଡ଼ିଆ କଥାଚିତ୍ର
ହୀରାନୀଳା
https://or.wikipedia.org/wiki/ହୀରାନୀଳା
ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ହୀରାନୀଳା ୧୯୮୬ ମସିହାରେ ମୁକ୍ତିଲାଭ କରିଥିଲା । ଅଭିନୟରେ ଓଡ଼ିଆ କଥାଚିତ୍ର ‘ହୀରାନୀଳା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ପ୍ରଶାନ୍ତ ନନ୍ଦ ମହାଶ୍ୱେତା ରାୟ ଶ୍ରୀରାମ ପଣ୍ଡା ନିହାରିକା ସାହୁ ବିଜୟା ଜେନା ଆଧାର ଶ୍ରେଣୀ:୧୯୮୬ର ଓଡ଼ିଆ କଥାଚିତ୍ର
ଖାରବେଳ
https://or.wikipedia.org/wiki/ଖାରବେଳ
ମହାମେଘବାହନ ଐର ଖାରବେଳ (IAST: Khārabeḷa) (୧୯୩ ଖ୍ରୀ.ପୂ. – ୧୭୦ ଖ୍ରୀ.ପୂ. ପରେ) କଳିଙ୍ଗର ଚେଦି ରାଜବଂଶର ଜଣେ ପରାକ୍ରମୀ ରାଜା ଥିଲେ । ଖାରବେଳଙ୍କ ସମ୍ପର୍କିତ ସବିଶେଷ ତଥ୍ୟ ଅଧୁନା ଭୁବନେଶ୍ୱରସ୍ଥିତ ଉଦୟଗିରିରେ ଥିବା ହାତୀଗୁମ୍ଫା ଶିଳାଲେଖରୁ ମିଳିଥାଏ । ଚେଦି ରାଜବଂଶ ଖାରବେଳଙ୍କ ଶାସନ କାଳରେ କ୍ଷମତାର ଶୀର୍ଷରେ ପହଞ୍ଚିଥିଲା । କଳିଙ୍ଗର ପୁରୁଣା ଗୌରବ ତାଙ୍କ ଯୋଗୁ ଫେରିଆସିଥିଲା । ତାଙ୍କ ଶାସନକାଳ ମଧ୍ୟରେ କଳିଙ୍ଗର ନୌବାଣିଜ୍ୟ ସେତେ ବେଳର ସିଂହଳ (ଶ୍ରୀଲଙ୍କା), ବର୍ମା (ମିଆଁମାର), ସିଆମ (ଥାଇଲାଣ୍ଡ), ଭିଏତନାମ, କାମ୍ବୋଜ (କାମ୍ବୋଡ଼ିଆ), ବୋର୍ଣିଓ, ବାଲି, ସମୁଦ୍ର (ସୁମାତ୍ରା) ଏବଂ ଜାଭାଦ୍ୱୀପ (ଜାଭା) ପର୍ଯ୍ୟନ୍ତ ବ୍ୟାପିଥିଲା । ଏହା ବ୍ୟତୀତ ମଗଧ, ଅଙ୍ଗ, ସାତବାହନ ତଥା ବିଭିନ୍ନ ଦକ୍ଷିଣ ଭାରତୀୟ ପ୍ରଦେଶ ଯେପରି ପାଣ୍ଡ୍ୟ ସାମ୍ରାଜ୍ୟ (ଅଧୁନା ତାମିଲନାଡୁ) ଜୟ କରି କଳିଙ୍ଗର ପରିସୀମା ଗଙ୍ଗାଠାରୁ କାବେରୀ ପର୍ଯ୍ୟନ୍ତ ବ୍ୟାପ୍ତ କରିଥିଲେ । ସେ ଜୈନଧର୍ମ ଗ୍ରହଣ କରିଥିଲେ । ପ୍ରାରମ୍ଭିକ ଜୀବନ ଖାରବେଳ ଚେଦି ରାଜବଂଶର ବଂଶଧର ଥିଲେ । ସେ ଏହି ରାଜବଂଶର ତୃତୀୟ ରାଜା ଥିଲେ । ସେ କେବଳ ୧୩ ବର୍ଷ ରାଜତ୍ୱ କରିଥିଲେ । ତାଙ୍କ ସାମ୍ରାଜ୍ଯ ମୌର୍ଯ୍ୟ ରାଜବଂଶ ପ୍ରତିଷ୍ଠାତା ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସାମ୍ରାଜ୍ଯଠାରୁ ମଧ୍ଯ ବଡ଼ ଥିଲା । ଐତିହାସିକମାନଙ୍କ ମତରେ ତାଙ୍କର ପ୍ରାୟ ୬ ଲକ୍ଷ ବା ତତୋଧିକ ସୈନ୍ଯ ଥିଲେ । ଖାରବେଳଙ୍କର ଅନେକ ରାଣୀ ଥିଲେ । ତାଙ୍କର ପାଟରାଣୀଙ୍କ ନାମ ଥିଲା ଧୂସି ଓ ସେ ହସ୍ତୀ ସାହ ବା ହସ୍ତୀ ସିଂହ ନାମକ ଲାଲରାଜ୍ୟର ଅଧିପତିଙ୍କ କନ୍ଯା ଥିଲେ । ଲାଲରାଜ୍ୟ ରାଢ଼ (ପଶ୍ଚିମବଙ୍ଗ) ବା ଲାଟ (ଗୁଜରାଟ) ବୋଲି ଅନୁମାନ କରାଯାଏ । ଉଦୟଗିରିରେ ମଞ୍ଚପୁରୀ, ଯମପୁରୀ ଓ ଛୋଟ ହାତୀ ଗୁମ୍ଫାରେ ଥିବା ବ୍ରାହ୍ମୀ ଲେଖମାନଙ୍କରୁ ତାଙ୍କ ଦୁଇଟି ପୁତ୍ର କନ୍ଦର୍ପଶ୍ରୀ ଓ ବରେଷଶ୍ରୀଙ୍କ ନାମ ମିଳେ । କନ୍ଦର୍ପଶ୍ରୀ ପାଟରାଣୀ ଧୂସିଙ୍କ ଜ୍ୟେଷ୍ଠ ପୁତ୍ର ଥିଲେ ଏବଂ ସମ୍ରାଟ ଖାରବେଳଙ୍କ ପରେ କଳିଙ୍ଗ ସାମ୍ରାଜ୍ୟର ଉତ୍ତରାଧିକାରୀ ହୋଇଥିଲେ । ବରେଷଶ୍ରୀ (ବା କୁୁୁମାର ବଡୁଖ) ଯମପୁରୀ ଗୁମ୍ଫା ଖୋଦିତ କରାଇଥିଲେ । ନୌବାଣିଜ୍ୟରେ ସମୃଦ୍ଧ ଥିବାରୁ କଳିଙ୍ଗର ବିଶାଳ ସୈନ୍ଯବାହିନୀ (୬ ଲକ୍ଷରୁ ଉର୍ଦ୍ଧ୍ବ) ଥିଲା । ପାଣ୍ଡ୍ୟରାଜା, ବାସୁକୀ (ନାଗବଂଶୀୟ ରାଜା), ବିଦ୍ୟାଧର ଇତ୍ୟାଦି ସମ୍ରାଟ ଖାରବେଳଙ୍କ ସାମନ୍ତ ରାଜା ଥିଲେ । ଖାରବେଳଙ୍କ ସମ୍ପର୍କିତ ମୁଖ୍ୟ ତଥ୍ୟଗୁଡ଼ିକ ଆଧୁନିକ ଭୁବନେଶ୍ୱର ନିକଟରେ ଥିବା ଉଦୟଗିରିର ହାତୀଗୁମ୍ଫା ଶିଳାଲେଖରୁ ମିଳିଥାଏ । ସେହି ଶିଳାଲେଖ ଅନୁଯାୟୀ ଖାରବେଳ ଚେଦି ବଂଶର ରାଜା ଥିଲେ ଏବଂ ମହର୍ଷି ବାସୁଙ୍କର ବଂଶଜ ଥିଲେ। ଏହି ଲୋକକଥା ଜନିତ ତଥ୍ୟ ଓ ଲିଖିତ ପ୍ରମାଣର ଅଭାବ ଫଳରୁ ଅନେକ ଐତିହାସିକ ଖାରବେଳଙ୍କୁ ଓଡ଼ିଆ ବଂଶର ବୋଲି ଦାବି କରିଆସିଛନ୍ତି । ଉତ୍ତରପୂର୍ବ ଭାରତରେ ଖାରବେଳ ନାମରେ ଏକ ଜାଠ ବଂଶ ନିଜକୁ ସମ୍ରାଟ ଖାରବେଳଙ୍କ ବଂଶଧର ବୋଲି ଦାବି କରିଥାନ୍ତି। ସେହିପରି, ଐର ନାମଟି ଏକ ନାଗବଂଶୀ ରାଜା ଐରାବତରୁ ଆସିଥିବା ଜଣାଯାଏ।Dr Mahendra Singh Arya, Dharmpal Singh Dudee, Kishan Singh Faujdar & Vijendra Singh Narwar: Adhunik Jat Itihas (In Hindi) (Modern History of Jats), Agra 1998, Jaypal Agencies, Agra, Pp. 224 and 234 କିନ୍ତୁ ଏବେ ମଧ୍ୟ ଖାରବେଳଙ୍କ ସମ୍ପର୍କରେ ଅଧିକ ଜାଣିବା ପାଇଁ ଏକ ବହୁବିଧ ଗବେଷଣାର ଆବଶ୍ୟକତା ରହିଛି । ହାତୀଗୁମ୍ଫା ଶିଳାଲେଖ ଖାରବେଳ ଏହି ଶିଳାଲେଖଟି ଉଦୟଗିରି ପାହାଡ଼ରେ ଥିବା ହାତୀଗୁମ୍ଫା ନାମକ ଏକ ପ୍ରାକୃତିକ ଗୁମ୍ଫାରେ ବ୍ରାହ୍ମୀ ଲିପିରେ ପଥରେ ଖୋଦେଇ କରି ସତର ଧାଡ଼ିରେ ଲେଖା ହୋଇଛି । ଏହା ଭୁବନେଶ୍ୱର ନିକଟବର୍ତ୍ତୀ ଉଦୟଗିରିର ଦକ୍ଷିଣ ପ୍ରାନ୍ତରେ ଅବସ୍ଥିତ । ଏହା ଖ୍ରୀଷ୍ଟପୂର୍ବ ୧ମ ଶତାବ୍ଦୀର ବୋଲି ଜଣାଯାଏ ଓ ଏହା ଧଉଳିସ୍ଥିତ ଅଶୋକ ଶିଳାଲେଖ ଆଡ଼କୁ ମୁହଁକରି ରହିଛି, ଯାହାକି ପାଖାପାଖି ଛଅ ମାଇଲ ଦୂରରେ ଅବସ୍ଥିତ । ଖଣ୍ଡଗିରିି-ଉଦୟଗିରିର ପ୍ରାଚୀନ ନାମ ଯଥାକ୍ରମେ କୁମାର ଓ କୁମାରୀ ପର୍ବତ । କଥିତ ଶିଳାଲେଖଟି ପ୍ରଥମେ ୧୮୨୦ ମସିହାରେ ଏ. ଷ୍ଟର୍ଲିଙ୍ଗଦ୍ୱାରା ଆବିଷ୍କୃତ ହୋଇଥିଲା ଯାହାକି ସେ "ଏସିଆଟିକ ରିସର୍ଚ୍ଚ"ର ୧୫ତମ ସଂଖ୍ୟା ତଥା ତାଙ୍କରି ବହି "ଆନ ଏକାଉଣ୍ଟ, ଜିଓଗ୍ରାଫିକାଲ, ଷ୍ଟାଟିଷ୍ଟିକାଲ ଏଣ୍ଡ ହିଷ୍ଟୋରିକାଲ ଅଫ ଓରିସା ଅର କଟକ"ରେ ପ୍ରକାଶ କରିଥିଲେ। ଏହାପରେ, ଭାଷାବିତ ଜେମ୍ସ ପ୍ରିନସେପ ଏହାକୁ ପଢ଼ିବା ତଥା ବିଶ୍ଳେଷଣ କରିବାରେ ସକ୍ଷମ ହୋଇଥିଲେ। ପୁଣି ପ୍ରିନସେପଙ୍କ ପଢ଼ା ତଥା କିଟୋଏଙ୍କ ପ୍ରସ୍ତୁତ ଏକ ଫାକ୍ସକୁ ମିଶାଇ ଏହା ୧୮୩୭ରେ "ଜର୍ଣାଲ ଅଫ ଦି ଏସିଆଟିକ ସୋସାଇଟି ବେଙ୍ଗଲ"ର ଷଷ୍ଠ ସଂଖ୍ୟାରେ ପ୍ରକାଶିତ ହୋଇଥିଲା । ପ୍ରିନସେପଙ୍କ ଅନୁସାରେ, ଶିଳାଲେଖରେ ଐର ନାମକ ବ୍ୟକ୍ତିଙ୍କ ଉଲ୍ଲେଖ ରହିଛି । ୧୮୭୧ ଖ୍ରୀଷ୍ଟାବ୍ଦର ଶେଷ ଆଡ଼କୁ ଏଚ. ଲୋକେଙ୍କଦ୍ୱାରା ପ୍ରସ୍ତୁତ ଏକ ଅବିକଳ ପ୍ଲାଷ୍ଟର ପ୍ରତିରୂପ ବର୍ତ୍ତମାନ ଭାରତୀୟ ସଂଗ୍ରହାଳୟ(ଇଣ୍ଡିଆନ ମ୍ୟୁଜିୟମ), କଲିକତାରେ ଶୋଭା ପାଉଛି। ଏହାପରେ, ୧୮୭୭ରେ ଆଲେକଜାଣ୍ଦର କନିଙ୍ଗହାମ ଏହାକୁ "କର୍ପସ ଇନସ୍କ୍ତିପସନମ ଇଣ୍ଡିକାରମ-ପ୍ରଥମ ଭାଗ" ଏବଂ ୧୮୮୦ରେ ଆର. ଏଲ. ମିତ୍ରା ଏକ ସ୍ୱଳ୍ପ ପରିବର୍ତ୍ତିତ ଲେଖା "ଆଣ୍ଟିକୁଇଟିଜ ଅଫ ଓଡ଼ିଶା-ଦ୍ୱିତୀୟ ଭାଗ"ରେ ପ୍ରକାଶ କରିଥିଲେ । ଶିଳାଲେଖର ପ୍ରଥମ ପ୍ରାମାଣିକ ପଠନର ଶ୍ରେୟ ଐତିହାସିକ ଭଗବାନ ଲାଲ ଇନ୍ଦ୍ରଜୀଙ୍କୁ ଦିଆଯାଏ। ଇନ୍ଦ୍ରଜୀ ୧୮୮୫ରେ ଅନୁଷ୍ଠିତ ଷଷ୍ଠ ଆନ୍ତର୍ଜାତୀୟ ଓରିଏଣ୍ଟାଲିଷ୍ଟ ମହାସଭାରେ ଏକ ଅଭିନବ ଉପାୟ ଉପସ୍ଥାପିତ କରିଥିଲେ, ଯାହା ବହୁ ଲୋକଙ୍କଦ୍ୱାରା ଗୃହୀତ ହୋଇଥିଲା। ପଣ୍ଡିତ ଇନ୍ଦ୍ରଜୀ ପ୍ରଥମ ଗବେଷକ ଭାବେ ଘୋଷଣା କରିଥିଲେ ଯେ ହାତୀଗୁମ୍ଫା ଶିଳାଲେଖରେ ଥିବା ଅଭିଲେଖ ଖାରବେଳ, ଏବଂ ଐର ଏକ ନୁହେଁ । କିନ୍ତୁ ସମୟ କ୍ରମେ ଶିଳାଲେଖରେ ବହୁ ଅବକ୍ଷୟ ଘଟିଥିବାରୁ, ଏହାର ସଠିକ ପଠନ ହୋଇପାରିନାହିଁ ଏବଂ ବହୁ ତଥ୍ୟଗତ ବିବାଦ ଜନ୍ମ ନେଇଛି। ଏଥିରେ ୧୭ଟି ଧାଡ଼ି ରହିଛି । ପାଖାପାଖି ୧୯୦୦ ବର୍ଷ ପରେ ଏହା ଆବିଷ୍କାର ହୋଇଥିବାରୁ ଏହି ଶିଳାଲେଖର କିଛି ଅକ୍ଷର ନଷ୍ଟ ବା ଅସ୍ପଷ୍ଟ ହୋଇ ଯାଇଛି । ତେଣୁ ଭିନ୍ନ ଭିନ୍ନ ଐତିହାସିକକାରୀଙ୍କ ପୁନରୁଦ୍ଧାର ଓ ବାଖ୍ୟାରେ ଅନେକ ପ୍ରଭେଦ ଦେଖିବାକୁ ମିଳେ । ଐତିହାସିକ କାଶୀପ୍ରସାଦ ଜୟସ୍ୱାଲ ଓ ରାଖାଲ ଦାସ ବାନାର୍ଜୀଙ୍କ ଅନୁସାରେ ୧୭ ଧାଡି ବିଶିଷ୍ଟ ହାତୀଗୁମ୍ଫା ଶିଳାଲେଖର ପାଲି/ସଂସ୍କୃତାନୁବାଦ ଅଭିଲେଖ ଏହିପରି — +ଧାଡ଼ି ସଂଖ୍ୟାଲେଖଓଡ଼ିଆ ଅନୁବାଦ୧ମନମୋ ଅରାହଂତାନଂ । ନମୋ ସବସିଧାନଂ । ଐରେଣ ମହାରାଜେନ ମହାମେଘବାହନେନ ଚେତିରାଜ ବସ ବଧନେନ ପଥସସୁଭ ଲଖନେନ ଚତୁରଂତ - ଲୁଠିତ - ଗୁଣୋପହିତେନ କଲିଂଗାଧିପତିନା ସିରିଖାରବେଲେନ ।ଅର୍ହତମାନଙ୍କୁ ନମସ୍କାର । ସକଳ ସିଦ୍ଧମାନଙ୍କୁ ନମସ୍କାର । ଆର୍ଯ୍ୟ ମହାରାଜ , ମହାମେଘବାହାନ 'ଚେତ' ରାଜବଂଶ ବର୍ଦ୍ଧନ । ପ୍ରଶସ୍ତ ଶୁଭଲକ୍ଷଣ । ଅସମୁଦ୍ର କ୍ଷିତିର ଶାସକ ହେବା ପାଇଁ ସକଳ ଗୁଣରେ ଭୂୂୂଷିିିତ ଶ୍ରୀଧରଙ୍କ ପରି ରୂପସମ୍ପନ୍ନ , କଳିଙ୍ଗର ରାଜା ଶ୍ରୀ ଖାରବେଳ ପଞ୍ଚଦଶ ବର୍ଷ ପର୍ଯ୍ୟନ୍ତ କୁମାର ରୂପେ କ୍ରୀଡ଼ା କୌତୁକରେ କଟାଇଥିଲେ । ତାହା ପରେ ଲେଖ (ଲିଖନ) , ରୂପ (ମୁଦ୍ରାତତ୍ତ୍ୱ),ଗଣନା (ଆୟବ୍ୟୟ ସମୀକ୍ଷଣ),ବ୍ୟବହାର (ନ୍ୟାୟ ବିଚାର), ବିଧି (ରାଜ୍ଯ ଶାସନ ନିୟମମାନ ) ପ୍ରଭୃତି ସର୍ବବିଦ୍ୟାରେ ନିପୁଣ ହୋଇ ନଅବର୍ଷ କାଳ ଯୁବରାଜ ରୂପେ ଶାସନ କରିଥିଲେ । ଚତୁର୍ବିଂଶତି ବର୍ଷ ଉପଗତ ହୁଅନ୍ତେ ,ସେ କଳିଙ୍ଗ ରାଜବଂଶର 'ତୃତୀୟ ପୁରୁଷ ଯୁଗ'(ପଞ୍ଚମ ପୁରୁଷ) ମହାରାଜ ରୂପେ ଅଭିଷିକ୍ତ ହୋଇଥିଲେ ଓ ଜୀବନର ଅବଶିଷ୍ଟାଂଶ ଦିଗବିଜୟ ଓ ଶାସନ କର୍ଯ୍ୟରେ କଟାଇଥିଲେ ।୨ୟପଂଦରସବସାନି ସୀରି-କଡାର-ସରୀରବତା କୀଡିତା କୁମାର କୀଡିକା । ତତୋ ଲେଖ-ରୂପ-ଗଣନା-ବବହାର-ବିଧି-ବିସାରଦେନଜସବ-ବିବଦାତେନ ନବ-ବସାନିି ଯୋବରଜଂ ପସାସିତଂ । ସଂପୁଶ-ଚତୁବୀସତି-ବସୋ ତଦାନି ବଧମାନ ସେସୟୋ ବେନା-ଭିିିିବିଜୟୋ ତତିୟେ ।ଅଭିଷିକ୍ତ ହେବା ମାତ୍ରେ ସେ ରାଜତ୍ବର ପ୍ରଥମ ବର୍ଷରେ (କଳିଙ୍ଗର ରାଜଧାନୀ) କଳିଙ୍ଗ ନଗରର ପ୍ରବଳ ବାୟୁ-ପ୍ରବାହଦ୍ୱାରା ନଷ୍ଟ ହୋଇଥିବା ଗୋପୁର ପ୍ରାକାର ଓ ନିବେଶନ(ପ୍ରାସାଦ)ମାନଙ୍କର ସଂସ୍କାର କରିଥିଲେ । ଗଭୀର ଓ ଶୀତଳ ପୋଖରୀ ଓ ପ୍ରଣାଳୀମାନଙ୍କୁ ବନ୍ଧାଇଥିଲେ । ଉଦ୍ୟାନ ସକଳର ପୁନଃ ନିର୍ମାଣ କରିଥିଲେ । ଏଥିରେ ପଞ୍ଚତ୍ରିଂଶ ଲକ୍ଷ ମୁଦ୍ରା ବ୍ୟୟିତ ହୋଇଥିଲା । ସେ ପ୍ରଜାମାନଙ୍କୁ ରଞ୍ଜନ କରିଥିଲେ ବା ନାନା ପ୍ରକାର ସୁଖ ଦେଇଥିଲେ ।୩ୟକଲିଂଙ୍ଗ-ରାଜ-ବଂସେ ପୁରିସ-ଯୁଗେ ମହାରାଜା-ଭିସେଚନଂ ପାପୁନାତି । ଅଭିସିତ-ମପେ ଚ ପଧମେ ବସେ, ବାତ-ବିହତ-ଗୋପୁର-ପାକାର-ନିବେସନଂ ପଟିସଂଖାରୟତି,କଲିଂଗ-ନଗରି-ଖିବୀର-ଇସି-ତାଲ-ତଡାଗ-ପାଡିୟୋ ଚ ବଂଧାପୟତି; ସବୂୟାନ-ପ(ଟି)ସଂଥପନଂଚରାଜତ୍ବର ଦ୍ୱିତୀୟ ବର୍ଷରେ ହୟ-ଗଜ-ନର ରଥଯୁକ୍ତ ଚତୁରଙ୍ଗ ବଳ(ଦଣ୍ଡ) ପଶ୍ଚିମ ଦିଗକୁ ଚଳାଇ ଅତର୍କିତ ଭାବରେ ସାତକର୍ଣିଙ୍କୁ(ଆନ୍ଧ୍ରରାଜା) ଆକ୍ରମଣ କରିଥିଲେ । କଳିଙ୍ଗରୁୁ ପରେ ଆସିଥିବା ସେନାଦ୍ୱାରା ଅସିକ ବା ଅସ୍ମକ ନଗର ଆକ୍ରମଣ କରିଥିଲେ ।୪ର୍ଥକାରୟତି ପନତିସାହି ସତ-ସହସେହି ପକତିୟୋ ଚ ରଂଜୟତି । ଦୁତିୟେ ଚ ବସେ ଅଚିତୟିତା ସାତଙ୍କନିଂ ପଛିମ-ଦିସଂ ହୟ-ଗଜ-ନର-ରଧ-ବହୁଲଂ ଦଂଡଂ ପଠାପୟତି ; କହ୍ନବେଂଣା-ଗତାୟ ଚ ସେନାୟ ବିତାସିତଂ ମୁସିକ-ନଗରଂ । ତତିୟେ ପୁନ ବସେ ।ରାଜତ୍ବର ତୃତୀୟ ବର୍ଷରେ ଗନ୍ଧର୍ବ ବେଦରେ ବିଶାରଦ(ଶ୍ରୀ ଖାରବେଳ) ଦର୍ପ(ପଶୁଯୁଦ୍ଧ) , ନୃତ୍ୟ , ଗୀତଗୋବିନ୍ଦର , ବାଦିତ୍ର(ବାଇଦ) ଇତ୍ୟାଦି ଦେଖାଇ ଉତ୍ସବ ଓ ସମାଜ ପ୍ରଭୃତି କରାଇ କଳିଙ୍ଗ ନଗରର ଲୋକମାନଙ୍କ ଆନନ୍ଦ ବିଧାନ କରିଥିଲେ ।୫ମଗଂଧବ-ବେଦ-ବୁଧୋ ଦପ-ନତ-ଗୀତ-ବାଦିତ-ସଂଦଂସ-ନାହି ଉତ୍ସବ-ସମାଜ-କାରାପନାହି ଚ କୀଡାପୟତି ନଗରିଂ । ତଥା ଚବୁଥେ ବସେ ବିଜାଧରାଧିବାସଂ ଅହତ-ପୁବଂ କଲିଂଗ-ଯୁବରାଜ ନିବେସିତଂ ବିତଧ-ମକୁଟ-ସବିଲମଧିତେ ଚ ନଖିତଛତ-ଭୃଙ୍ଗାରାନ୍ଭିଂଗାରେ ହିତ-ରତନ-ସାପତେୟେ ସବ-ରଠିକ-ଭୋଜକେ ପାଦେ ବଂଦାପୟତି । ପଂଚମୀ ଚ ଦାନୀ ବସେ ନଂଦ-ରାଜ-ତିବସ-ସତ-ଓଘାଟିତଂ ତନସୁଲିୟବାଟା ପଣାଡିଂ ନଗରଂ ପବେସ-(ୟ)ତି । ସୋ...ଭିସିତୋ ଚ ରାଜସୁୟଂ ସଂଦସୟଂତୋ ସବ-କର-ବଣଂ୬ଷ୍ଠଅନୁଗ୍ରହ-ଅନେକାନି ସତସହସାନି ବିସଜତି ପୋରଂ ଜାନପଦଂ । ସତମଂ ଚ ବସଂ ପସାସତୋ ବଜିରଘର-ବତି-ଘୁସିତ-ଘରିନି ସ ମତୁକ-ପଦ-ପୁନର୍ବାର....(କୁ)ମ.... । ଅଠମେ ଚ ବସେ ମହତା ସେନା ଗୋରଧଗିରିଂରାଜତ୍ବର ପଞ୍ଚମ ବର୍ଷରେ 'ନନ୍ଦରାଜା'ଙ୍କଦ୍ୱାରା ୩୦୦ ବର୍ଷ ବା ୧୦୩ ବର୍ଷ ପୂର୍ବେ ଖୋଦିତ ହୋଇଥିବା ପ୍ରଣାଳୀକୁ ତଉଶୂଳୀ ବାଟରେ ନଗର ଭିତରକୁ ଅଣାଇଥିଲେ । ଏଥିରେ ଏକ ଲକ୍ଷ ମୁଦ୍ରା ବ୍ୟୟିତ ହୋଇଥିଲା ।୭ମଅନୁଗ୍ରହ-ଅନେକାନି ସତସହସାନି ବିସଜତି ପୋରଂ ଜାନପଦଂ । ସତମଂ ଚ ବସଂ ପସାସତୋ ବଜିରଘର-ବତି-ଘୁସିତ-ଘରିନି ସ ମତୁକ-ପଦ-ପୁନର୍ବାର....(କୁ)ମ.... । ଅଠମେ ଚ ବସେ ମହତା ସେନା ଗୋରଧଗିରିଂରାଜତ୍ବର ଷଷ୍ଠ ବର୍ଷରେ ନିଜର ବିପୁଳ ଐଶ୍ୱର୍ଯ୍ୟ ଦେଖାଇବା ପାଇଁ କର (ଖଜଣା), ପଣ (ମହାସୁଲ) ପ୍ରଭୃତି ରାଜସ୍ବ ଛାଡି ଦେଇଥିଲେ ଏବଂ ନଗର ଓ ଗ୍ରାମର ଲୋକମାନଙ୍କୁ ନାନା ପ୍ରକାର ଅନୁଗ୍ରହ ଦେଖାଇଥିଲେ ।୮ମଘାତାପୟିତା ରାଜଗହଂ ଉପପୀଡାପୟତି । ଏତି(ନା) ଚ କଂମପଦାନ-ସଂନାଦେନ ସଂବିତ-ସେନ-ବାହନେ ବିପମୁଂଚିତୁଂ ମଧୁରଂ ଅପୟାତୋ ଯବନ-ରାଜା .... ଦିମିତ.... ଯଛତି.... ପଲବ...ସପ୍ତମ ବର୍ଷରେ ସହସ୍ର ସହସ୍ର ମୁଦ୍ରା ବ୍ୟୟ କରି ଅସି,ଛତ୍ର,ଧ୍ବଜ,ରଥ,ରକ୍ଷୀ,ତୁରଙ୍ଗ,ଘଟ ପ୍ରଭୃତି ପ୍ରଦର୍ଶନଦ୍ୱାରା ସମାଜ ଓ ମଙ୍ଗଳ ବା ବିଜୟ ଉତ୍ସବ ଇତ୍ୟାଦି କରିଥିଲେ ।୯ମକପରୁଖେ ହୟ-ଗଜ-ରଧ-ସହ-ଯଂତେ ସବ-ଘରା ବାସ-ପରିବସେନ ଅଗିସଥିୟା ସବ-ଗହନଂ ଚ କାରୟତୁଂ ବଂହଣାନଂ ଜାତିଂ-ପରିହରଂ ଦଦାତି । ଅରହତୋ (ବ ?) (ଗି) ୟ (ତୋ)ଅଷ୍ଟମ ବର୍ଷରେ ବିପୁଳ ବାହିନୀ ସଙ୍ଗରେ ନେଇ ମଥୁରା ଯାଇଥିଲେ । ସେଠାରୁ ଯୁଦ୍ଧଯାତ୍ରା କରି ଗୋରଖଗିରିର ରାଜାଙ୍କୁ ପରାସ୍ତ କରି ମଗଧର ରାଜଧାନୀ ରାଜଗୃହକୁ ଅବରୋଧ କରିଥିଲେ । ଶତ୍ରୁ ସୈନ୍ଯମାନଙ୍କର ପ୍ରତିରୋଧ ଜନିତ କ୍ଲାନ୍ତିିି ଓ ଅବସାଦ ଦୂର କରିବା ପାଇଁଁ ସେ ନିଜ ସୈନ୍ଯମାନଙ୍କୁ ପୁଣି ମଥୁରା ନେଇଯାଇଥିଲେ । ସେଠାରେ ଉପଗତ ହୋଇ ସେ (ଶ୍ରୀ ଖାରବେଳ) ସମସ୍ତ ଗୃହବାସୀ,ଗୃହପତି,ବ୍ରାହ୍ମଣ , ଶ୍ରମଣମାନଙ୍କୁ ପାନ ଭୋଜନଦ୍ୱାରା ସନ୍ତୁଷ୍ଟ କରିଥିଲେ । ହୟ,ଗଜ,ନର,ରଥ ବେଷ୍ଟିତ ପଲ୍ଲବଭାର କଳ୍ପବୃକ୍ଷ ସହିତ ସେ କଳିଙ୍ଗକୁ ଫେରି ଆସିଥିଲେ । (ପଲ୍ଲବଭାର କଳ୍ପବୃକ୍ଷଦ୍ୱାରା ତାଙ୍କର ବିଜଅନେକ ସୂଚିତ ହୁଏ ।) ଏଠାରେ ପହଞ୍ଚି ସେ ଶତ ସହସ୍ର ମୁଦ୍ରା ବ୍ୟୟ କରି ଗୃହବାସୀ ରାଜଭୃତ୍ୟ, ଗୃହପତି,ବ୍ରାହ୍ମଣ,ଅର୍ହତ ଓ ଶ୍ରମଣମାନଙ୍କୁ ପାନ ଭୋଜନରେ ସନ୍ତୁଷ୍ଟ କରିଥିଲେ ।୧୦ମ....କ.ଇ ମାନ (ତି) ରାଜ-ସଂନିବାସଂ ମହାବିଜୟ ପାସାଦଂ କାରୟତି ଅଠତିସାୟ ସତ-ସହସେହି । ଦସମେ ଚ ବସେ ଦଂଡ-ସଂଧୀ-ସା(ମ)-ମୟୋ ଭରଧବସ-ପଠାନଂ ମହୀଜୟନଂ... କାରାପୟତି.... ପାୟାତାନଂ ଚ ମଣିରତନାନି ଉପଲଭତେ ।ନବମ ବର୍ଷରେ ଅଷ୍ଟତ୍ରିଂଶ ଲକ୍ଷ ମୁଦ୍ରା ବ୍ୟୟ କରି ସେ ବୈଦୁର୍ଯ୍ୟଖଚିତ 'ମହାବିଜୟ ପ୍ରାସାଦ' ନାମକ କଳିଙ୍ଗ ରାଜନିବାସ ନିର୍ମାଣ କରିଥିଲେ ।୧୧ଶ(ମଂଡଂ) ଚ ଅବ-ରାଜ-ନିବେସିତଂ ପୀଥୁଡଂ ଗଦଭ-ମଂଗଲେନ କାସୟତି ଜନସ ଦଭାବନ ଚ ତେରସ ବସ-ସତିକଂ ଆଭିଂଦତି ତ୍ରମିର-ଦେଶ-ସଂଘାତଂ । ବାରସମେ ଚ ବସେ.... ହସ କେ (ସହ) ସେହି ବିତାସୟତି ଉତ୍ତରାପଧ-ରାଜାନୋ....ଦଶମ ବର୍ଷରେ କଳିଙ୍ଗ ରାଜବଂଶର 'ତୃତୀୟ ଯୁଗସର୍ଗ'ର ଅବସାନ ହୁଅନ୍ତେ ସେ ବହୁସଂଖ୍ୟକ ମୁଦ୍ରା ବ୍ୟୟ କରି କଳିଙ୍ଗର ପୂର୍ବ ରାଜାମାନଙ୍କର ଯଶଃ ସଂସ୍କାର କରିଥିଲେ ।୧୨ଶମଗଧାନଂ ଚ ବିପୁଲଂ ଭୟଂ ଜନେତୋ ହଥି ସୁଗଂଗୀୟଂ ପାୟ-ୟତି ; ମ(ଗ)ଧଂ ଚ ରାଜାନଂ ବହ(ସ)ତିି ମିତଂ ପାଦେ ବଂଦାପୟତି । ନଂଦ-ରାଜ-ନୀତଂ ଚ କା(ଲିିଂ)ଗ-ଜିନଂ ସଂନିବେ(ଶଂ)... (ଗହ)-ରତ(ନା)ନଂ ପଡିହାରେହିି ଅଂଗ-ମଗଧବସୁୁଂ ଚ ନେୟାତି ।ଏକାଦଶ ବର୍ଷରେ ମଣିରତ୍ନ ବିମଣ୍ଡିତ ପଟୁଆରରେ ବହିର୍ଗତ ହୋଇଥିଲେ । କଳିଙ୍ଗର ପୂର୍ବ ରାଜାମାନଙ୍କଦ୍ୱାରା ସ୍ଥାପିତ ବହୁ ଭଦକପୂର୍ଣ୍ଣ ଖାତ ଓ ଘନକୁଶାଛ୍ଛାଦିତ ନଗରକୁ ପରିଷ୍କାର କରି 'ଜୀନପଦ ଭବନ' ବାହାର କରିଥିଲେ । ଏକ ଶତ ତେର ବର୍ଷ କାଳ ପରିତ୍ଯକ୍ତ ହୋଇଥିବାରୁ ସେଠାରେ ଅନେକ ଦହି ସୃଷ୍ଟି ହୋଇଥିଲା । ସେଗୁଡ଼ିକ ମଧ୍ଯ ପରିଷ୍କାର କରାଇଥିଲେ ।୧୩ଶ...(କ)ତୁଂ ତ ଜଠାର-(ଲି)ଖିଲ ବରାନି ସହରାନପୁର ନିବେସୟତି ସତ ବିସିକନଂ (ପ)ରିହାରେହି । ଅଦ୍ଭୁତମଛରିୟଂ ଚ ରଥି-ନିବାସୀ (ସ)-ପରିସରଂ... ହୟ-ହାଥୀ-ରତନା-(ମାନିକାଂ) ପଂଡ-ରାଜା (ଚଏଦାନି ଅନେକାନି) ମୁତ-ମଣି-ରତନାନି ଅହରାପୟତି ଇଧ ସ ତ ।ଦ୍ବାଦଶ ବର୍ଷରେ ଅସଂଖ୍ଯ ମୁଦ୍ରା ବ୍ୟୟ (କୌଣସି ଏକ ଅନୁଷ୍ଠାନରେ) କରିଥିଲେ । ଉତ୍ତରାପଥ ରାଜାମାନଙ୍କର ଭ୍ରମଣ ଉତ୍ପାଦନ କରିଥିଲେ । ମଗଧବାସୀଙ୍କ ମଧ୍ଯରେ ବିପୁଳ ଭୟ ଜାତ କରାଇ ହସ୍ତୀ ଓ ଅଶ୍ବମାନଙ୍କୁ ଗଙ୍ଗାଜଳ ପିଆଇଥିଲେ ଅର୍ଥାତ୍ ମଗଧ ଆକ୍ରମଣ କରି ସୈନ୍ଯମାନଙ୍କୁ ଗଙ୍ଗା କୂଳରେ ରଖାଇଥିଲେ । ମଗଧରାଜ ବୃହସ୍ପତି ମିତ୍ରଙ୍କୁ ପରାସ୍ତ କରିଥିଲେ । ବହୁବର୍ଷ ପୂର୍ବେ କଳିଙ୍ଗରୁ ନନ୍ଦରାଜାଙ୍କଦ୍ୱାରା ନୀତ 'କଳିଙ୍ଗ ଜିନାସନ'କୁ ଅଙ୍ଗ ମଗଧ ଦେଶରୁୁ ବିଜୟର ସ୍ମାରକ ସ୍ବରୂପ ଅସଂଖ୍ଯ ଅଶ୍ବ-ଗଜ-ରଥାରୋହୀ ସୈନ୍ଯବାହିନୀଙ୍କ ପଟୁଆର ମଧ୍ଯରେ କଳିଙ୍ଗକୁ ଘେନି ଆସିଥିଲେ । ଅଙ୍ଗ ଓ ମଗଧର ଲୋକମାନଙ୍କୁ ପଦଦଳିତ କରିଥିଲେ । ଶତ ବାସୁକି ତାଙ୍କ ନିକଟକୁ ମଣିମୁକ୍ତାଦି ମୂଲ୍ଯବାନ ରତ୍ନ ଏବଂ ଦୁର୍ଲଭ ବିସ୍ମୟୋତ୍ପାଦକ ହସ୍ତୀ,ଅଶ୍ବ,କୃଷ୍ଣସାର ପ୍ରଭୃତି ନାନବିଧ ଜନ୍ତୁ ଉପଢୌକନ ସ୍ବରୂପ ପଠାଇଥିଲେ । ପାଣ୍ଡ୍ୟରାଜ କଳିଙ୍ଗ ନଗରର ସୌନ୍ଦର୍ଯ୍ୟ ବୃଦ୍ଧି ନିମିତ୍ତ ନାନବିଧ ଅଭରଣ ମଣିମୁକ୍ତାଦି ରତ୍ନମାନ ଉପହାର ଦେଇଥିଲେ । ଅନେକ... ଦମନ କରିଥିଲେ ।୧୪ଶ....ସିନୋ ବସୀକରୋତି । ତେରସମେ ଚ ବସେ ସୁପବତ-ବିଜୟ-ଚକ-କୁମାରୀ-ପବତେ ଅରହୟତେ ପଖିଣ-ସଂସିତେହି କାୟ ନିସୀଦିୟାୟ ଯାପନାବକେହି ରାଜଭିତିନି ଚିନ-ବତାନି ବାସାସିତାନି ; ପୂଜାନୁରତନୁବା ସଗ-ଖା ରବେଲ ସିରିନା ଜୀବ-ଦେହ-(ସିରି) କା ପରିଖିତା ।ରାଜତ୍ବର ତ୍ରୟୋଦଶ ବର୍ଷରେ ସୁପ୍ରବର୍ତ୍ତ-ବିଜୟ-ଚକ୍ର ବା ବିଜୟ ରାଜ୍ୟରେ ଅବସ୍ଥିତ କୁମାରୀ ପର୍ବତ ବା ଉଦୟଗିରିରେ ଶ୍ରୀ ଖାରବେଳ ଓ ତାଙ୍କର ମହିଷୀ,ପୁତ୍ର,ଭ୍ରାତା,ବନ୍ଧୁ ଓ ରାଜଭୃତ୍ୟମାନେ ଅର୍ହତ ବା ଜୈନ ଶ୍ରମଣଙ୍କର ନିବାସ ନିମିତ୍ତ ୧୧୭ଟି ଗୁମ୍ଫା ଖୋଳାଇଥିଲେ ।୧୫ଶ...ସୁକତା-ସମଣ-ସୁବିହିତାନଂ ଚ ସତଦିସାନଂ ଞ୍ଜାନିନଂ ତପସି-ଇସିନଂ ସଂଘୟନଂ । ଅରହତ-ନିସୀଦିୟା ସମୀପେ ପାଭାରେ ବରାକାର-ସମୁଥାପିତାହି ଅନେକ-ଯୋଜନାହି-ତାହି ପ ସି ଓ... ସିଲାହି ସିଂହପଥ ରଞ୍ଜୀ ସିଂଧୁଳାୟ ନିସୟାନିଚତୁର୍ଦ୍ଦଶ ବର୍ଷରେ ସମ୍ରାଟ ଖାରବେଳ ଲବ୍ଧପ୍ରତିଷ୍ଠ ଶ୍ରମଣ ଓ ଶତଦିଗାଗତ ବ୍ରାହ୍ମଣ୍ୟ ଧର୍ମାବଲମ୍ବୀ ଯତି,ତାପସ ଓ ଋଷିମାନଙ୍କ ନିମିତ୍ତ ଗୋଟିଏ ବିଶାଳ ଗୁମ୍ଫା ଖୋଳାଇଥିଲେ । ଏହି ଗୁମ୍ଫାଟି ପାହାଡର କ୍ରମନିମ୍ନ ପ୍ରଦେଶରେ ଅର୍ହତମାନଙ୍କ ବାସସ୍ଥାନ ବା ସମାଧିସ୍ଥଳ (କାୟନିଷୀଦି) ନିକଟରେ ଖୋଦିତି ହୋଇଥିଲା । ଏଥିରେ ବା ଏହା ନିକଟର ଚତୁର୍ଦ୍ଦିଗରେ ଥିବା ଶ୍ରେଷ୍ଠ ଖଣିମାନଙ୍କରୁ ଖୋଦିତ ଲକ୍ଷ ଲକ୍ଷ ପଥରଦ୍ୱାରା ଶିଳାସ୍ତମ୍ଭ ଓ ଚୈତ୍ୟ ସମୂହ ନିର୍ମାଣ କରିଥିଲେ । ନାନା ଭରଣମଣ୍ଡିତ ତଳ ଓ ଛାତ ଥିବା ଏକ ବିଶାଳ ଗୃହରେ ୭୫ ଲକ୍ଷ ମୁଦ୍ରା ବ୍ୟୟ କରି ବୈଦୁର୍ଯ୍ୟାଛ୍ଛାଦିତ ସ୍ତମ୍ଭକାର ସ୍ଥାପନ କରିଥିଲେ । ଏକାନ୍ତର ଭାବରେ ବୈଦୁର୍ଯ୍ୟ ଓ ନୀଳ ଖଚିତ ଅର୍ଦ୍ଧଶତ ଚୈତ୍ୟଯଷ୍ଟି ବା ଛତ୍ରଯଷ୍ଟି ସ୍ଥାପନ କରିଥିଲେ ।୧୬ଶ....ପଟାଲକୋ ଚତୁରୋ ଚ ବେଡୁରିୟ-ଗଭେ ଥଂଭେ ପତିଠାପୟତି , ପାନତରିୟ ସତ-ସହସେହି ; ମୁରିୟ-କାଲ-ବୋଛିନଂ ଚ-ଚୋୟଠି ଅଂଗ-ସତିକଂ ତୁରୀୟଂ ଉପାଦୟତି । ଖେମ-ରାଜା ସ ବଢରାଜା ସ ଭିଖୁ-ରାଜା ଧମ-ରାଜା ପସଂତୋ ସୁନତୋ ଅନୁଭବତୋ କଲାଣାନିସେ (ଶ୍ରୀ ଖାରବେଳ) କ୍ଷେମରାଜ (ମଙ୍ଗଳକାରକ) , ବର୍ଦ୍ଧରାଜ (ଦାନଶୀଳ),ଇନ୍ଦ୍ରରାଜ(ପରାକ୍ରମଶାଳୀ),ଧର୍ମରାଜ(ନ୍ୟାୟ ଓ ସତ୍ଯପାଳକ),ନିଜର ଦୃଷ୍ଟି, ଶ୍ରୁତି ଓ ଅନୁଭବ ସାହାଯ୍ୟରେ(ପ୍ରଜାମାନଙ୍କର) ବିବିଧ କଲ୍ୟାଣ ସର୍ବଦା କରିବାକୁ ଚେଷ୍ଟା କରିଥିଲେ । ଶ୍ରୀ ଖାରବେଳ ନାନାବିଧ ଗୁଣରେ ଭୂଷିତ ଅଟନ୍ତି । ସେ ସକଳ ଧର୍ମାବଲମ୍ବୀମାନଙ୍କର ପୂଜକ ଓ ଆଶ୍ରୟଦାତା; ସେ ଦେବମନ୍ଦିରମାନଙ୍କର ସଂସ୍କାରକାରକ ଅଟନ୍ତି । ସେ ଅପ୍ରତିହତ ଚକ୍ରବାହନ ବଳ ଚକ୍ରଧର ଶୁକଚକ୍ର, ପ୍ରବର୍ତ୍ତଚକ୍ର,ରାଜର୍ଷି ବଂଶକୁଳ ବିନିସୃତ ମହାବିଜୟୀ ଅଟନ୍ତି ।୧୭ଶ...ଗୁଣ-ବିସେସ-କୁସଲୋ ସବ-ପାସଂଡ-ପୂଜକୋ ସବ-ଦେବାୟତନ ସଂଖାର-କାରକୋ ଅପତିହତ-ଚକିବାହିନି-ବଲୋ ଚକ-ଧୁର-ଗୁତ-ଚକୋ ପବତ-ଚକୋ ରାଜସି-ବସୁ-କୁଲ-ବିନିସ୍ରିତୋ ମହାବିଜୟୋ ରାଜା-ଖାରବେଲ-ସିରି ।ଏହି ରୂପେ ରାଜ୍ୟ ଶାସନ କରି ସେହି କ୍ଷେମରାଜ,ବୁଦ୍ଧିରାଜା,ଭିକ୍ଷୁରାଜ,ଧର୍ମରାଜ, ରାଜର୍ଷିବସୁଙ୍କ ଦାୟାଦ,ମହାବିଜୟୀ ଶ୍ରୀ ଖାରବେଳ,ଯେ ବିଶେଷ ଗୁଣରହିବା ଆଧାର,ସର୍ବଧର୍ମର ପୂଜକ, ସର୍ବଦେବାୟତନ ସଂସ୍କାରକ,ଅପ୍ରତିହତ ସେନାବଳର ଅଧିକାରୀ ଏବଂ ତତସହ ଯେ ଶାସନ ଚକ୍ରଧାରକ,ନୀଳମଣି ଶୃଙ୍ଖଳାରକ୍ଷକ ଓ ନୀତିନିୟମ ପ୍ରବର୍ତ୍ତକ,ସେ ସର୍ବ ବିଷୟ ଦେଖି,ଶୁଣି ଏବଂ ଅନୁଭବ କରି ବହୁ କଲ୍ୟାଣମୟ କାର୍ଯ୍ୟ ସମ୍ପାଦନ କରନ୍ତି । ପ୍ରାରମ୍ଭିକ ଜୀବନ ହାତୀଗୁମ୍ଫା ଶିଳାଲେଖ ଅନୁସାରେ ଖାରବେଳ ୧୬ ବର୍ଷ ବୟସରେ ଯୁବରାଜ ଘୋଷିତ ହୋଇଥିଲେ ଏବଂ ସେହି ପଦବୀରେ ୯ ବର୍ଷ ପର୍ଯ୍ୟନ୍ତ ରହିଥିଲେ । ଏହି ସମୟରେ ସେ ରାଜ୍ୟ ଶାସନ ସମ୍ବନ୍ଧୀୟ ବିଭିନ୍ନ ତାଲିମ ପାଇଥିଲେ । ସେ ପତ୍ର ବିନିମୟ, ମୁଦ୍ରା, ଧାର୍ମିକ ରୀତି, ଅର୍ଥନୀତି ଇତ୍ୟାଦି ସମ୍ପର୍କରେ ତାଲିମ ପାଇଥିଲେ । ଶାସନ କାଳ ଖାରବେଳ ୨୪ ବର୍ଷ ବୟସରେ କଳିଙ୍ଗ ସିଂହାସନରେ ଅଧିଷ୍ଠିତ ହୋଇଥିଲେ । ହାତୀଗୁମ୍ଫା ଶିଳାଲେଖ ତାଙ୍କ ଶାସନର ୧୩ ବର୍ଷର ବର୍ଣ୍ଣନା କରିଥାଏ | ୧ମ ବର୍ଷ ବାତ୍ୟାଦ୍ୱାରା ଧ୍ୱଂସ ହୋଇ ଯାଇଥିବା ତୋରଣ ଓ ଘର ସବୁର ପୁନର୍ଗଠନ କଲେ, ଅନେକ ପୋଖରୀ ଆଦି ଖୋଳାଇଲେ ଓ ବଗିଚା ସବୁ ଆଉଥରେ ତିଆରି କଲେ । ଶିଳାଲେଖ ଏହି ବିଷୟରେ ଏକ ସଂଖ୍ୟା ଉଲ୍ଲେଖ କରିଛି, ଯାହାର ବିଭିନ୍ନ ଅର୍ଥ କରାଯାଏ । କେତେକଙ୍କ ମତରେ ଏହା ରାଜ୍ୟର ଜନସଂଖ୍ୟାକୁ ସୂଚାଏ, ଆଉ କେତେକଙ୍କ ମତରେ, ଏହା ପୁନରୁଦ୍ଧାର କାର୍ଯ୍ୟରେ ଖର୍ଚ୍ଚ ହୋଇଥିବା ଅର୍ଥର ପରିମାଣକୁ ବୁଝାଏ । ୨ୟ ବର୍ଷ ଶିଳାଲେଖ ସାତକର୍ଣ୍ଣୀ ନାମକ ଏକ ରାଜାଙ୍କ ବିଷୟରେ ଉଲ୍ଲେଖ କରେ । ଖାରବେଳ ତାଙ୍କ ସୈନ୍ୟ ବାହିନୀକୁ ପଠେଇଥିବା କଥା ବି ଉଲ୍ଲେଖ କରେ । ୩ୟ ବର୍ଷ ଗାନ୍ଧର୍ବ ବିଦ୍ୟାରେ ପାରଙ୍ଗମ ଖାରବେଳ ନଗରୀ ବାସୀଙ୍କୁ ନୃତ୍ୟ, ଗୀତ, ଆଦି ଉତ୍ସବଦ୍ୱାରା ନଗରୀ ବାସୀଙ୍କୁ ଆପ୍ୟାୟିତ କଲେ । ପାଦଟୀକା ଆଧାର ଆହୁରି ଦେଖନ୍ତୁ ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା ହାତୀଗୁମ୍ଫା ଶିଳାଲିପି ବାହାର ଲିଙ୍କ ସମ୍ରାଟ ଖାରବେଳଙ୍କ ଆତ୍ମଜୀବନୀ ହାତୀଗୁମ୍ଫା ଶିଳାଲେଖର ସମ୍ପୂର୍ଣ୍ଣ ଇଂରାଜୀ ଲେଖା ପୁରାଣିକ ଇତିହାସ ହାତୀଗୁମ୍ଫା ଶିଳାଲେଖର ସମ୍ପୂର୍ଣ୍ଣ ଦେବନାଗରୀ ତଥା ଇଂରାଜୀ ଅନୁବାଦ ଦ୍ରଷ୍ଟବ୍ୟ Shashi Kant (2000): The Hathigumpha Inscription of Kharavela and the Bhabru Edict of Ashoka, D K Printworld Pvt. Ltd. Mahajan, Dr. Malati (2003): Orissa : From Place Names in Inscriptions C. 260 BC-1200 AD (Cultural and Historical Geography), Sundeep Prakashan. Agrawal, Sadananda (2000): Śrī Khāravela, Sri Digambar Jain Samaj, Cuttack, Orissa. ଶ୍ରେଣୀ:ଓଡ଼ିଶାର ଇତିହାସ ଶ୍ରେଣୀ:ପୁରାତନ ଭାରତ ଶ୍ରେଣୀ:ଜୈନ ଧର୍ମ
ଅନୁତାପ (ଓଡ଼ିଆ କଥାଚିତ୍ର)
https://or.wikipedia.org/wiki/ଅନୁତାପ_(ଓଡ଼ିଆ_କଥାଚିତ୍ର)
ଜଲାଲ ଆଦେନୀଙ୍କ ନିର୍ଦ୍ଦେଶନାରେ ନିର୍ମିତ, ଅଭିଯାତ୍ରିକ ପ୍ରଡ଼କ୍ସନର ଓଡ଼ିଆ କଥାଚିତ୍ର 'ଅନୁତାପ' ୧୯୭୭ ମସିହାରେ ମୁକ୍ତିଲାଭ କରିଥିଲା । ଅଭିନୟରେ ଓଡ଼ିଆ କଥାଚିତ୍ର ‘ଅନୁତାପ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ସୁରେଶ ମହାପାତ୍ର ପ୍ରୀତି ସାମୁଏଲ ସାହୁ (ବାବି) ସୌଦାମିନୀ ଶ୍ୟାମଳେନ୍ଦୁ ଗୀତ ଓ ସଙ୍ଗୀତ ସଙ୍ଗୀତକାର: ଜଲାଲ ଆଦେନୀ ଗୀତିକାର: ଶିର୍ଷାନନ୍ଦ ଦାସ କାନୁନଗୋ, ରଜନୀକାନ୍ତ ନାୟକ, ନିଜାମ ପ୍ରଚ୍ଛଦପଟ ଗାୟକ: ଜଲାଲ ଆଦେନୀ, ଭିକାରି ବଳ, କୁମୁଦିନୀ ମିଶ୍ର, ନିର୍ମଳ ମିଶ୍ର, ତାନସେନ ସିଂhttp://timesofindia.indiatimes.com/city/bhubaneswar/Tansen-Singh-in-penury/articleshow/18719341.cms ଆଧାର ଅଧିକ ତଥ୍ୟ ଶ୍ରେଣୀ:୧୯୭୭ର ଓଡ଼ିଆ କଥାଚିତ୍ର
ବାରିପଦା
https://or.wikipedia.org/wiki/ବାରିପଦା
ବାରିପଦା ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ଓ ଏକ ପ୍ରମୁଖ ସହର । ବାରିପଦା ନିକଟରେ ଥିବା ଶିମିଳିପାଳଠାରେ ବନ୍ୟଜନ୍ତୁ ଅଭୟାରଣ୍ୟ ଅଛି । ଏହି ସହରରେ ପୁରାତନ ମନ୍ଦିରସବୁ ଅଛି ଓ ଏହା ଜଙ୍ଗଲ, ସବୁଜିମା ଆଦିରେ ଭରା । ଇତିହାସ ୧୯୦୫ ଜୁଲାଇ ୧ ତାରିଖରେ ବାରିପଦା ପୌର ପରିଷଦ ତତ୍କାଳୀନ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କଦ୍ୱାରା ପ୍ରତିଷ୍ଠା ହୋଇଥିଲା । ୧୯୨୨ ମସିହା ପର୍ଯ୍ୟନ୍ତ ମୟୂରଭଞ୍ଜ ପୌରପରିଷଦ ରେଗୁଲେଶନ ଆକ୍ଟ ବଳରେ ଚାଲିଥିବା ବେଳେ ୧୯୨୨ରେ ବିହାର-ଓଡ଼ିଶା ମ୍ୟୁନିସିପାଲିଟି ଆକ୍ଟ ପ୍ରଚଳିତ ହୋଇଥିଲା । ମୟୂରଭଞ୍ଜ ପୌର ପରିଷଦରେ ଗୋପବନ୍ଧୁ ଦାସ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ବାରିପଦା ପୂର୍ବରୁ ଭଂଜ ରାଜବଂଶର ରାଜଧାନୀ ଥିଲା । ମୟୂରଭଞ୍ଜର ଭୁତପୁର୍ବ ରାଜା ମହାରାଜା କୃଷ୍ଣ ଚନ୍ଦ୍ର ଭଂଜଦେଓ ଓଡ଼ିଶାରେ ପ୍ରଥମ ଟ୍ରେନ ପ୍ରଣାଳି ଆରମ୍ଭ କରିଥିଲେ। ବାରିପଦାରେ ଥିବା ଏମ୍. ପି. ସି. ବିଶ୍ୱବିଦ୍ୟାଳୟ ଏବଂ ଏମ୍. କେ. ସି. ଉଚ୍ଚ ବିଦ୍ୟାଳୟ ଏହି ବଂଶର ଶାସନ ଅଧିନରେ ବନା ଯାଇଥିଲା। ଭୌଗଳିକ ଅବସ୍ଥାନ ଏହାର ଅବସ୍ଥାନ । ବାରିପଦା ଓଡ଼ିଶାର ପୂର୍ବରେ ଅବସ୍ଥିତ । ଏହା ୨୧°୯୪`ଉତ୍ତର, ୮୬°୭୨` ପୁର୍ବରେ ଅଛି । ସମୁଦ୍ର ପତନରୁ ଏହାର ଉଚ୍ଚତା ୩୬ ମିଟର (୧୧୮ ଫୁଟ) । Falling Rain Genomics, Inc -Baripada ଲୋକଗଣନା ୨୦୦୧ ଜଣଗଣନା ଅନୁସାରେ, ବାରିପଦାର ଲୋକସଂଖ୍ୟା ୯୪,୯୪୭ । ପୁରୁଷ ୫୩% ଆଉ ମହିଳା ୪୭% । ବାରିପଦାର ପଢୁଆ ହାର ୭୭%, ଯାହାକି ଜାତୀୟ ସାକ୍ଷରତା ହାର ୫୯.୫%ରୁ ବେଶି, ୮୭% ପୁରୁଷ, ୬୫% ମହିଳା । ଲୋକସଖ୍ୟାର ୧୧% ଛ ବର୍ଷରୁ କମ । ଗମନା ଗମନ ଓଡ଼ିଶାରେ, ରେଳ ଯାତାୟତରେ ବାରିପଦା ପ୍ରଥମ । ସେତେବେଳର ରାଜା ଏଚ.ଏଚ. ମହାରାଜା କୃଷ୍ଣ ଚନ୍ଦ୍ର ଭଞ୍ଜଦେବ ବାରିପଦାକୁ ନେରୋଗଜ ରେଳଦ୍ୱାରା ହାଓଡ଼ା-ଚେନ୍ନାଇ ପଥକୁ ସଂଯୋଗ କରିଥିଲେ । ଓଡ଼ିଶାରେ ପ୍ରଥମ ବିମାନ ବନ୍ଦର ରାସଗୋବିନ୍ଦପୁର(ସହରରୁ ୬୦ କିଲୋମିଟର) ଏବଂ ରାଜାବସା (ସହରରୁ ୧୬ କିଲୋମିଟର)ରେ ବନା ଯାଇଥିଲା । ଏହି ବିମାନ ବନ୍ଦରରେ 2 କିଲୋମିଟର ବିମାନ ଦୌଡପଥ ଅଛି ଏବଂ ଏଯାହିଁ ଓଡ଼ିଶାରେ ଉପସ୍ଥିତ । ବିଶ୍ୱ ଯୁଦ୍ଧ ୨ ସମୟରେ ଏହି ବିମାନ ବନ୍ଦରର ନିର୍ମାଣ କରା ଯାଇଥିଲା । ଚଳଣି ବାରିପଦା ଛଉ ନାଚ ପାଇଁ ବିଶ୍ୱ ପ୍ରସିଦ୍ଧ । ଚୈତ୍ର ପର୍ବ ଅପ୍ରେଲ ମଝିରେ ପାଳନ କରାଯାଏ, ଯାହା ସେଠିକାର ଦକ୍ଷତା ଦର୍ଶାଇଥାଏ । ଉତ୍ତରସାଇ ଓ ଦକ୍ଷିଣସାଇ ଦୁଇଟି ଯାହା ଛଉ ନାଚ ପ୍ରଦର୍ଶନ କରିଥାନ୍ତି । ମୁଢ଼ି ପାଇଁ ବାରିପଦା ଓଡ଼ିଶା ପ୍ରସିଦ୍ଧ । ପର୍ଯ୍ୟଟନ ଏଠାରେ ରଥଯାତ୍ରା ଏକ ବଡ଼ ପର୍ବ ଏବଂ ଏଇଟା ବହୁ ପ୍ରସିଦ୍ଧ । ଏହା ପୁରୀର ରଥଯାତ୍ରା ପରେ ଓଡ଼ିଶାର ଦ୍ୱିତୀୟ ବଡ଼ ରଥଯାତ୍ରା । ଏହି କାରଣରୁ ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବି କହନ୍ତି । ତିନୋଟି ରଥ ଗୁଡିକୁ ଜଗନ୍ନାଥ ମନ୍ଦିରରୁ ମାଉସି ମାଁ ମନ୍ଦିର ଯାଏଁ ଟଣା ଯାଏ । ମାଁ ସୁଭଦ୍ରାଙ୍କ ରଥ କେବଳ ମହିଳାମାନେ ଟାଣନ୍ତି । ବାରିପଦାରେ ରଥଯାତ୍ରା ପୁରୀର ରଥଯାତ୍ରାର ଗୋଟିଏ ଦିନ ପରେ ଆରମ୍ଭ ହୁଏ। ମାଁ ଅମ୍ବିକା ମନ୍ଦିର, ଯେଉଁଠି ମାଁ ଅମ୍ବିକା ପୁଜା ପାଆନ୍ତି, ବଡ଼ବଜାରରେ ଉପସ୍ଥିତ ଏବଂ ଲୋକେ ବହୁ ସଂଖ୍ୟାରେ ପ୍ରତିଦିନ ଦର୍ଶନ ପାଇଁ ଯାଆନ୍ତି । ଏହି ମନ୍ଦିର ବାରିପଦା ବସ ସ୍ଟେଂଡରୁ ଏକ କିଲୋମିଟର ପାଖା-ପାଖି ଦୁର ହେବ । ଶିକ୍ଷା ବାରିପଦାର ତକତପୁର ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଅବସ୍ଥିତ । ଏଠାରେ ମଧ୍ୟ ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟ ଓ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ଅବସ୍ଥିତ । ସବୁଠୁ ପୁରାତନ ବିଦ୍ୟଳୟ ହେଉଛି ମହାରାଜା କୃଷ୍ଣଚନ୍ଦ୍ର ହାଇସ୍କୁଲ(୧୮୮୯) । ଏଠାରେ କେନ୍ଦ୍ରୀୟ ବିଦ୍ୟାଳୟ ମଧ୍ୟ ଅଛି ,କେନ୍ଦ୍ରୀୟ ବିଦ୍ୟାଳୟ, ଲକ୍ଷ୍ମିପୋଷି ଏବଂ କେନ୍ଦ୍ରୀୟ ବିଦ୍ୟାଳୟ, ମୁର୍ଗାବାଡି, ବାରିପଦା । ଏଇଠି ଥିବା ଅନ୍ୟ ବିଦ୍ୟାଳୟ ଗୁଡ଼ିକ ହେଲା ସେନ୍ଟ ଏନ୍ନି କୋଂଭେନ୍ଟ ବିଦ୍ୟାଳୟ, ସ୍ଟେସନ ବଜାର; ସେନ୍ଟ ମେରି କୋଂଭେନ୍ଟ ବିଦ୍ୟାଳୟ, ଲକ୍ଷ୍ମିପୋସି, ପୋଲିସ ଲାଇନ ବିଦ୍ୟାଳୟ, ପାୱେଲ ବିଦ୍ୟାଳୟ ଏବଂ ଭଞ୍ଜପୁର ଉଚ୍ଚ ବିଦ୍ୟାଳୟ । ଏଇଠି ମୟୂରଭଞ୍ଜ ଆଇନ କଲେଜ, ତକତ୍ ପୁର ମଧ୍ୟ ଅଛି । ଆଧାର ଶ୍ରେଣୀ:ମୟୂରଭଞ୍ଜ ଜିଲ୍ଲା
ବତୀଘର (୧୯୭୬ର କଥାଚିତ୍ର)
https://or.wikipedia.org/wiki/ବତୀଘର_(୧୯୭୬ର_କଥାଚିତ୍ର)
ଅନନ୍ତ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ, ଅଭିଯାତ୍ରିକ ପ୍ରଡ଼କ୍ସନର ଓଡ଼ିଆ କଥାଚିତ୍ର ବତୀଘର ୧୯୭୬ ମସିହାରେ ମୁକ୍ତିଲାଭ କରିଥିଲା । ଅଭିନୟ ଓଡ଼ିଆ କଥାଚିତ୍ର ‘ବତୀଘର’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ପ୍ରଶାନ୍ତ ନନ୍ଦ ଧୀର ବିଶ୍ୱାଳ ବ୍ୟୋମକେଶ ତ୍ରିପାଠୀ ସାଧୁ ମେହେର ଲିଲି ମହାନ୍ତି ପ୍ରୀତି ଗାଙ୍ଗୁଲୀ ସଙ୍ଗୀତ ନିର୍ଦ୍ଦେଶନା ପ୍ରଫୁଲ୍ଲ କର ଆଧାର ବାହାର ଆଧାର ଶ୍ରେଣୀ:୧୯୭୬ର ଓଡ଼ିଆ କଥାଚିତ୍ର
କଦଳୀ
https://or.wikipedia.org/wiki/କଦଳୀ
କଦଳୀ ହେଉଛି ଏକ ଲମ୍ବାଳିଆ ଖଦ୍ଯୋପଯୋଗୀ ଫଳ, ଉଦ୍ଭିଦବିଜ୍ଞାନ ଅନୁସାରେ ଏକ କୋଳି ।Armstrong, Wayne P. "Identification Of Major Fruit Types". Wayne's Word: An On-Line Textbook of Natural History. Archived from the original on November 20, 2011. Retrieved August 17, 2013.Banana from 'Fruits of Warm Climates' by Julia Morton". Hort.purdue.edu. Archived from the original on April 15, 2009. Retrieved April 16, 2009. ଏଗୁଡିକ ମୁସା ପ୍ରଜାତିର ବଡ଼ବଡ଼ ଗୁଳ୍ମଜାତୀୟ ଉଦ୍ଭିଦମାନଙ୍କର ଫଳ ।Banana". Merriam-Webster Online Dictionary. Archived from the original on March 9, 2013. Retrieved January 4, 2013. ଫଳଟି ବିଭିନ୍ନ ରଙ୍ଗ ଏବଂ ଆକାରର କିନ୍ତୁ ସାଧାରଣତଃ ଲମ୍ବା, ବଙ୍କା ଏବଂ ଶର୍କରାରେ ପୂର୍ଣ୍ଣ ମାଂସ ଯୁକ୍ତ ହୋଇଥାଏ, ଯାହା ଏକ ସବୁଜ କିମ୍ବା ହଳଦିଆ ଚୋପାଦ୍ୱାରା ଘୋଡାଇ ହୋଇ ରହିଥାଏ । କଦଳୀ, ଗଛର ଉପରପଟୁ ଏକତ୍ର ଫଳିଥାଏ । ବର୍ତ୍ତମାନର ପ୍ରାୟ ସମସ୍ତ ମଞ୍ଜି-ବିହୀନ କଦଳୀ ଦୁଇଟି ବନ୍ଯ ପ୍ରଜାତିଠାରୁ ଆସିଥାଏ - ମୁସା ଆକୁମିନାଟା, ଏବଂ ମୁସା ବାଲ୍ୱିସିଆନା। ମୁସା ଜାତିଗୁଡ଼ିକ ଇଣ୍ଡୋମଳୟ ଏବଂ ଅଷ୍ଟ୍ରେଲାସିଆରେ ଉତ୍ପନ୍ନ ହୋଇଥିଲେ । ଏଗୁଡ଼ିକ ପ୍ରଥମେ ନ୍ଯୁ ଗ୍ୱିନିରେ ଚାଷ କରାଯାଇଥିଲା ବୋଲି ବିଶ୍ୱାସ କରାଯାଏ ।Tracing antiquity of banana cultivation in Papua New Guinea". The Australia & Pacific Science Foundation. Archived from the original on August 29, 2007. Retrieved September 18, 2007.Nelson, Ploetz & Kepler 2006. ଐତିହାସିକ କଦଳୀ ଚାଷ ପ୍ରାଥମିକ ଚାଷ thumb|କମଳାରେ ମୁସା ବାଲ୍ୱିସିଆନା ଏବଂ ସବୁଜରେ ମୁସା ଆକୁମିନାଟାର ଉତ୍ପତ୍ତି ସ୍ଥଳ ନ୍ଯୁଗ୍ୱିନିରେ ସର୍ବପ୍ରଥମେ ବଣରେ ମିଳୁଥିବା ମୁସା ଆକୁମିନାଟା ବାଙ୍କସିର ମଞ୍ଜି-ବିହୀନ କେତେକ ଉପଜାତିକୁ ଚାଷ କରାଯାଇଥିବ ବୋଲି କଳ୍ପନା କରାଯାଏ । ପପୁଆଙ୍କଦ୍ୱାରା ଏହା ଚାଷିତ ହେଉଥିଲା । ଆଧାର ଶ୍ରେଣୀ:ଉଦ୍ଭିଦ ସାମ୍ରାଜ୍ଯ ଶ୍ରେଣୀ:୨୦୧୫ ନବକଳେବର ଗଣସମ୍ପାଦନାରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ ଶ୍ରେଣୀ:ଗଣସମ୍ପାଦନା ଅଭିଯାନ ୧୦୦୦୦ରେ ତିଆରି ପ୍ରସଙ୍ଗ ଶ୍ରେଣୀ:ଫଳ‎