title
stringlengths
1
89
url
stringlengths
31
119
text
stringlengths
0
105k
ଆଖଣ୍ଡଳମଣି ମନ୍ଦିର
https://or.wikipedia.org/wiki/ଆଖଣ୍ଡଳମଣି_ମନ୍ଦିର
ଆଖଣ୍ଡଳମଣି ମନ୍ଦିର ଓଡ଼ିଶାର ଭଦ୍ରକ ଜିଲ୍ଲାର ଆରଡ଼ିଠାରେ ଅବସ୍ଥିତ ଏକ ପ୍ରଧାନ ଶୈବ ପିଠ । ଏହା ବୈତରଣୀ ନଦୀ କୂଳରେ ଆରଡ଼ିଠାରେ ଓ ଭଦ୍ରକ ସହରଠାରୁ ୪୦ କି.ମି. ଦୂରରେ ଅବସ୍ଥିତ । ବୈତରଣୀ ଓ ସାଳନ୍ଦୀ ନଦୀଦ୍ୱୟର ସଙ୍ଗମସ୍ଥଳରେ ଆଖଣ୍ଡଳେଶ୍ୱର ବା ଆଖଣ୍ଡଳମଣି ବା ବାବାମଣିଙ୍କ ମନ୍ଦିର ଅବସ୍ଥିତ । ଗମନାଗମନ ଏଠାକୁ ଚାନ୍ଦବାଲିଠାରୁ ବୈତରଣୀ ନଦୀରେ ଡଙ୍ଗା ଯୋଗେ ଯିବାଆସିବ ସମ୍ଭବ । ଚାନ୍ଦବାଲିଠାରୁ ଆରଡ଼ିକୁ ଡଙ୍ଗାରେ ୨ ଘଣ୍ଟା ଲାଗେ ।ଭୁବନେଶ୍ୱରଠାରୁ ବସ୍ରେ ମଧ୍ୟ ଯାଈ ପାରିବେ । କିମ୍ବଦନ୍ତୀ ତତ୍କାଳିନ ଜମିଦାର ନିଳାଦ୍ରୀ ସମରସିଂହ ଦିନେ ନିଜ ଜମିରେ ହଳ କରିବା ନିମନ୍ତେ ଅନନ୍ତ ନାମକ ଜଣେ ହଳୁଆକୁ ନିର୍ଦ୍ଦେଶ ଦେଇଥିଲେ । ଅନନ୍ତ କିଛି ସମୟ ହଳ ବୁଲାଇବା ପରେ ହଠାତ ଲଙ୍ଗଳ ମୁନଟି ମାଟିତଳେ ଥିବା ଏକ ବସ୍ତୁରେ ବାଜି ଭାଙ୍ଗି ଯାଇଥିଲା । ତ‌ତ୍‌କ୍ଷଣାତ୍ ଆକାଶରେ କଳାବଦଲ ଛାଇଗଲା, ପ୍ରଚଣ୍ଡ ଘଡ଼ଘଡ଼ି ସ‌ହ ବିଜୁଳି ଚକିବାରେ ଲାଗିଲା । ଲୁହାରେ ନିର୍ମିତ ଫାଳଟି ଭାଙ୍ଗିଯିବା ସ‌ହିତ ପ୍ରକୃତିର ଅବସ୍ଥାର ହଠାତ୍ ପରିବର୍ତ୍ତନରେ ଆତଙ୍କିତ ହୋଇଯାଇଥିବା ଅନନ୍ତ ବସ୍ତୁଟିର ଚାରିକଡ଼ର ମାଟି ଆଡ଼େଇଲା । ଏକ କଳା ମୁଗୁନି ପଥର ଦେହରୁ ରକ୍ତର ଧାର ବୈତରଣୀ ନ‌ଦୀ ଆଡ଼କୁ ବୋହୁଯାଉଥିବାର ଦେଖିଲା । ଏହାପରେ ସେ ଯାଇ ଜମିଦାରଙ୍କୁ ସମସ୍ତ ବୃତ୍ତାନ୍ତ ଜଣାଇଲା । ଜମିଦାର ସମରସିଂହ କିଛି ଗ୍ରାମବାସୀଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଲେ । ସେତେବେଳେ ଆଃ ଶବ୍ଦ ରଡ଼ି କରି ବାବା ଆଖଣ୍ଡଳମଣି ଶିବଲିଙ୍ଗ ରୂପରେ ବିଦ୍ୟମାନ ହେଲେ । ଆଃ ଶବ୍ଦ ରଡ଼ି କରିଥିବାରୁ ସେହି ସ୍ଥାନର ନାମ ଆରଡ଼ି ହୋଇଛି । ସେହି ଲିଙ୍ଗଟିରେ ଏକ କ୍ଷତ ହୋଇଯାଇଥିଲା ଏବଂ ସେହି ସ୍ଥାନରୁ ରକ୍ତ ଝରୁଥିବାର ସମସ୍ତେ ଦେଖିଲେ ଏବଂ ଶିବଙ୍କର ମସ୍ତକ ଉପରେ ଖିର ବର୍ଷା ହେବା ସ‌ହ ସେଠାରେ ଏକ ନାଗ ସେହି ଖିରରେ ଗାଧୋଉଥିଲା । ସେଦିନ ରାତିରେ ଜମିଦାରଙ୍କୁ ସ୍ୱପ୍ନରେ ଜଣେ ସାଧୁ ତାଙ୍କର ସମାଧିସ୍ତ କାହାଣୀ ବିଷୟରେ ଜଣାଇଲେ । ସେ ଦ୍ୱାପର ଯୁଗରୁ ଅଖଣ୍ଡଳେଶ୍ୱର ଭାବରେ ସମାଧିସ୍ତ ଥିଲେ । ସେହି ଲଙ୍ଗଳର ଫାଳ ବାଜିବା ଫଳରେ ସେ ଲିଙ୍ଗ ରୂପରେ ଅବିର୍ଭାବ ହେଲେ । ଏହା ପରଠାରୁ ଖଣ୍ଡମଣ୍ଡଳର ଇଶ୍ୱର ଭାବରେ ମହାପ୍ରଭୁ ଆଖଣ୍ଡଳେଶ୍ୱର ବା ଆଖଣ୍ଡଳମଣି ବା ବାବାମଣି ଭାବେ ସର୍ବଜନବିଦିତ ହେଲେ । ଭଗବାଙ୍କର ଇଚ୍ଛାନୁସାରେ ସେ ଶିବଲିଙ୍ଗର ସ୍ଥାପନ କଲେ । ପୂଜା କରିବା ନିମନ୍ତେ ଯାଜପୁରର ନହରା ଗ୍ରାମରୁ ପାଞ୍ଚଜଣ ବ୍ରାହ୍ମଣଙ୍କୁ ଅଣାଗଲା । ଏକ ତାଳପତ୍ର ଛତାରେ ଶିବଲିଙ୍ଗକୁ ସୁରକ୍ଷା ଦିଆଯାଉଥିଲା । କିଛି ଦିନ ପରେ ଜମିଦାରଜଣକ ଗାଆଁଲୋକଙ୍କର ସାହାଯ୍ୟରେ କାଠରେ ଏକ ମନ୍ଦିର ନିର୍ମାଣ କଲେ । ଅଳ୍ପଦିନ ମଧ୍ୟରେ ଭଗବାନ ଆଖଣ୍ଡଳେଶ୍ୱରଙ୍କ ଅଲୌକିକତା ସାରା ଦେଶରେ ପ୍ରଚାର ହେଲା ଏବଂ ବିଭିନ୍ନ ସ୍ଥାନରୁ ଶ୍ରାଦ୍ଧାଳୁମାନଙ୍କର ସମାଗମ ହେଲା । ଏହି ସ୍ଥାନଟିକୁ ଭଗବାନଙ୍କର ଆଶୀର୍ବାଦ ଭାବରେ ଗଣାଗଲା । ମନ୍ଦିର ସେହିସମୟରେ ରାଜକନିକାର ରାଜା ହରିହର ଭଞ୍ଜଦେଓ ଏକ ଘତକ ଚକ୍ଷୁରୋଗରେ ପିଡ଼ୀତ ହୋଇଥିଲେ । ସବୁକିଛି ଚିକିତ୍ସା ବିଫଳ ହେଲା । ଭଗବାନ ଆଖଣ୍ଡଳେଶ୍ୱରଙ୍କର ଆଶୀର୍ବାଦ ତାଙ୍କର ଏହି ରୋଗକୁ ଭଲ କରିଦେଇପାରିବ ବୋଲି ସେ ଭାବିଲେ, ତେଣୁ ସେ ଆସି ଆଖଣ୍ଡଳେଶ୍ୱରଙ୍କ ପାଖରେ ଅଧିଆ ପଡ଼ିଲେ । ଭଗବାନ ଆଖଣ୍ଡଳେଶ୍ୱର ତାଙ୍କର ସ୍ୱପ୍ନରେ ଆସି ତାଙ୍କୁ ସେହି ରୋଗର ଉପଚାର ବିଷୟରେ ପଥ ପ୍ରଦର୍ଶନ କରିଥିଲେ । ଶେଷରେ ଭଗବାନଙ୍କର ଆଶୀର୍ବାଦରେ ରାଜା ଆରୋଗ୍ୟଲାଭ କଲେ । ତାଙ୍କର ମାନସିକ ଅନୁସାରେ ସେ ଭଗବାନ ଆଖଣ୍ଡଳେଶ୍ୱରଙ୍କର ଏକ ପଥର ମନ୍ଦିର ନିର୍ମାଣ କରିବାକୁ ଚେଷ୍ଟା କଲେ । ଆରଡ଼ି ଭଳି ଏକ ସୁନ୍‌ଶାନ କ୍ଷେତ୍ରରେ ଏବେ ମଧ୍ୟ ଏକ ପଥର ମନ୍ଦିର ନିର୍ମାଣ କରିବା କଷ୍ଟର କାମ । ପଥର ଖଣ୍ଡ ଏବଂ ଚୂନର ବ୍ୟବ‌ହାରରେ ହିଁ ପକ୍କା ମନ୍ଦିର ନିର୍ମାଣ ହୋଇପାରୁଥିଲା । ଆରଡ଼ିଠାରୁ ୧୦୦ କିଲୋମିଟର ଦୂର ନୀଳଗିରି ପାହାଡ଼ରେ ହିଁ ସେହି ପଥର ଉପଲବ୍ଧ ଥିଲା । ବୈତରଣୀ ନ‌ଦୀର ଜଳପଥ ମାଧ୍ୟମରେ ଏହି ପଥର ଖଣ୍ଡଗୁଡ଼ିକୁ ଆରଡ଼ି ଯାଏ ବୋହି ବୋହି ନିଆଗଲା । ରାଜା ମନ୍ଦିର ନିର୍ମାଣ କରିବା ପାଇଁ ସମସ୍ତ ପ୍ରାରମ୍ଭିକ ଆୟୋଜନ କରିଦେଇଥିଲେ । ଏହାପରେ ସେଠାରେ ସେ ଶିବଗଙ୍ଗା ନାମକ ଏକ ପୁଷ୍କରଣୀ ଖୋଳାଇଥିଲେ । ପୁଷ୍କରଣୀ ସ‌ହ ନ‌ଦୀକୁ ସଂଯୋଗ କରିବା ଏକ ନାଳ ମଧ୍ୟ ଖୋଳାଇଥିଲେ, ଯାହା ଏବେ ଶିବ ମହର ନାମରେ ନାମିତ । ଏହି ନାଳଟି ମନ୍ଦିର ନିର୍ମାଣ ପଥର ନେବାଆଣିବା କରିବା କାମରେ ଲାଗିଲା । ୧୮୩୯ ଶତାବ୍ଦୀରେ ରାଜା ହରିହର ଭଞ୍ଜଦେଓଙ୍କ ବିୟୋଗ ପରେ ସ୍ୱାମୀରଦ୍ୱାରା ଆରମ୍ଭ ହୋଇଥିବା ମନ୍ଦିର ନିର୍ମାଣ କାର୍ଯ୍ୟ ରାଣୀ ସତ୍ୟଭାମା ପାଟମହାଦେଈଙ୍କଦ୍ୱାରା ଶେଷ ହୋଇଥିଲା । ଏହି ମନ୍ଦିରଟିର ଉଚ୍ଚତା ୫୦ ଫୁଟ ଏବଂ ଶୁଭ୍ର ବର୍ଣ୍ଣ ଅଟେ । ସରକାରୀ ନଥିପତ୍ର ଅନୁସାରେ ୧୮୩୯ ମସିହା ପର୍ଯ୍ୟନ୍ତ ଆରଡ଼ିରେ କାଠ ନିର୍ମିତ୍ତ ମନ୍ଦିର ଥିଲା ଏବଂ ଏହା ପରେ ବର୍ତ୍ତମାନର ପଥର ନିର୍ମିତ ମନ୍ଦିରଟି ତିଆରି ହୋଇଥିଲା । ପଥରରେ ମନ୍ଦିର ନିର୍ମାଣ ହେବାପରେ, ସେଠାରେ ଭଗବାନଙ୍କୁ ସ୍ଥାପନ କରାଯାଇଥିଲା । ପରନ୍ତୁ ସେହି ସ୍ଥାନରେ ମୁଖଶାଳା ନଥିଲା । ପରବର୍ତ୍ତୀ ସମୟରେ ଦର୍ଶନ ଦାସ ନାମକ ଜଣେ ସନ୍ଥ ମୁଖଶାଳା ନିର୍ମାଣ କରାଇଥିଲେ । ପରେ ପରେ ସରକାରଙ୍କଦ୍ୱାରା ମନ୍ଦିରରେ ବର୍ତ୍ତମାନର ଭୋଗ ମଣ୍ଡପ ନିର୍ମାଣ ହେବା ସ‌ହ ଅନ୍ୟାନ୍ୟ ଦରକାରୀ ଗୃହମାନ ନିର୍ମାଣ ହୋଇଛି । ମୁଖ୍ୟ ଲିଙ୍ଗର ଆକାର ଲିଙ୍ଗର ଉଚ୍ଚତା: ୩୩ ଇଞ୍ଚ ଲିଙ୍ଗର ପରିଧି: ୪୫ ଇଞ୍ଚ ଶକ୍ତିର ପରିଧି: ୫୨ ଇଞ୍ଚ ମନ୍ଦିରର ଦେବାଦେବୀ ମୁଖ୍ୟ ମନ୍ଦିରର ଗର୍ଭଗୃହରେ ପୂଜା ପାଉଥିବା ଦେବାଦେବୀମାନେ ହେଲେ: ଆଖଣ୍ଡଳମଣିଙ୍କର ଚନ୍ଦ୍ରଶେଖର ବିଜେ ପ୍ରତିମା ମାଆ ପାର୍ବତୀ ଶ୍ରୀ ଗଣେଶ ଶ୍ରୀ ମହାବୀର ହନୁମାନ ମନ୍ଦିର ପରିସରରେ ଥିବା ପାର୍ଶ୍ୱଦେବତା ଗଣ ହେଲେ: ଶ୍ରୀ ହନୁମାନ ଶ୍ରୀ ଗଣେଶ ଶ୍ରୀ କାର୍ତ୍ତିକେଶ୍ୱର ଶ୍ରୀ ଶ୍ରାବଣୀ ମହାଦେବ ମାତା ପାର୍ବତୀ ଅବସ୍ଥିତ ଅନ୍ୟାନ୍ୟ ମନ୍ଦିର ବାବା ଆଖଣ୍ଡଳମଣିଙ୍କର ମନ୍ଦିର ପାର୍ଶ୍ୱରେ ଅବସ୍ଥିତ ଅନ୍ୟାନ୍ୟ ମନ୍ଦିରମାନ ହେଲା: ଶ୍ରୀ ଜଗନ୍ନାଥ ମନ୍ଦିର ମାଆ ତାରିଣୀ ମନ୍ଦିର ମାଆ ବାଟମଙ୍ଗଳା ମନ୍ଦିର ମାଉସୀ ମାଆ ମନ୍ଦିର ନିତ୍ୟ ବେଶ ଏବଂ ସେବାପୂଜା ହିନ୍ଦୁ ଧର୍ମାନୁସାରେ ଦେବୀଦେବତାମାନଙ୍କର ମାନବ ଭଳି ସେବା କରାଯାଏ । "ଯଥା ଦେହି, ତ‌ଥା ଦେବ" । ଭଗବାନଙ୍କର ନିତ୍ୟସେବାରେ ପୋଷାକ ପରିଧାନଠାରୁ ଆରମ୍ଭ କରି ଖାଦ୍ୟଗ୍ରହଣ ପରି କାର୍ଯ୍ୟମାନ ରହିଛି । ବାବା ଆଖଣ୍ଡଳମଣି ଗ୍ରୀଷ୍ମ ଋତୁରେ ସକାଳ ୪ଟାରେ ଏବଂ ଅନ୍ୟ ସମସ୍ତ ଋତୁରେ ସକାଳ ୪ଟା ୩୦ରେ ଶଯ୍ୟା ତ୍ୟାଗ କରିଥାନ୍ତି । ପୂର୍ବଦିନର ବଡ଼ ସିଂହାର ବେଶରେ ହିଁ ମଙ୍ଗଳ ଆରତି କରାଯିବା ପରେ ମଙ୍ଗଳ ଆରତି ନୈବେଦ୍ୟ ପ୍ରଦାନ କରାଯାଏ । ଏହା ପରେ ପାଳିଆ ସେବକମାନେ ବଡ଼ ସିଂହାର ବେଶ ଫିଟାଇ ଘିଅ, ମହୁ, ଖିର, ଦ‌ହି ଏବଂ ଗୁଡ଼ରୁ ପ୍ରସ୍ତୁତ ପଞ୍ଚାମୃତରେ ମହାସ୍ନାନ କରିଥାନ୍ତି । thumb|Bada Bhoga at Aradi Temple Bhadrak ଦିଗମ୍ବର ବେଶ ମହାସ୍ନାନ ପରେ ଭଗବାନ ସମ୍ପୂର୍ଣ୍ଣ ଉଲଗ୍ନ ଥାନ୍ତି ଏବଂ ଭକ୍ତମାନେ ତାଙ୍କର ସେହି ଦବମ୍ବର ବେଶ ଦର୍ଶନ କରନ୍ତି । ସକାଳ ଅରତି ସରିବା ପରେ ଭକ୍ତବୃନ୍ଦ ବାଲ୍ୟଭୋଗ(ବିଭିନ୍ନ ପ୍ରକାରର ମିଠା) ପ୍ରଦାନ କରିଥାନ୍ତି । ଦିନ ୧ଟା ଯାଏ ଭଗବାନଙ୍କର ଉଲଗ୍ନ ବେଶ ଭକ୍ତମାନେ ଦର୍ଶନ କରିଥାନ୍ତି । ଏହି ବେଶ ସମ୍ଭବତଃ ଭଗବାନଙ୍କର ସତ୍ୟ ସ୍ୱରୂପକୁ ଦେଖାଇବା ପାଇଁ ରହିଛି । କପଡ଼ା ପରିଧାନ ପରେ ମୌଳିକତା ସ‌ହିତ ସତ୍ୟ ମଧ୍ୟ ଲୁଚିଯାଏ । ଏହି ବେଶରେ ଦେବତାଙ୍କ ଉପରେ ପଞ୍ଚାମୃତ ଘର୍ଷଣ କରିବାକୁ ସୁବିଧା ହୁଏ । ପ୍ରକୃତରେ ଏହି ଅର୍ଦ୍ଧତରଳ ବସ୍ତୁଟି ହେଉଛି ଅଭିଷେକ ପଞ୍ଚାମୃତ ଯାହାକି ମର୍ତ୍ତ୍ୟର ଅମୃତ ସ‌ହ ସମାନ ଯାହା ଦୁସାଦ୍ଧ୍ୟ ରୋଗରୁ ଆରୋଗ୍ୟ ଦେବାର ଅଲୌକିକ ଶକ୍ତି ଧାରଣ କରିଥାଏ । ପ‌ହଡ଼କିଆ ଭୋଗ ଦିନ ୧୦ଟା ୩୦ରେ ଭଗବାନ ଆଖଣ୍ଡଳେଶ୍ୱର ତାଙ୍କର ଆଂଶିକ ଭୋଜନ ଗ୍ରହଣ କରିଥାନ୍ତି । ଅନ୍ନ, ଡାଲି ଏବଂ ବିଭିନ୍ନ ପ୍ରକାରର ତୁଣ ସ‌ହ ଏହି ଭୋଗ ଲାଗିକରାଯାଏ । ଯୋଗୀ ବେଶ ଏବଂ ନିତୀ ଭୋଗ ଦିନର ମଧ୍ୟାହ୍ନ ଭୋଜନ ପୂର୍ବରୁ ଭଗବାନ ଆଖଣ୍ଡଳେଶ୍ୱର ଯୋଗୀ ବେଶରେ ସଜ୍ଜିତ ହୋଇଥାନ୍ତି । ଏହି ବେଶରେ ସେ ଧଳା ଧୋତି ଏବଂ ମଥାରେ ଚନ୍ଦନ ତିଳକ ଧାରଣ କରିଥାନ୍ତି । ଏହି ବେଶରେ ସେ ତାଙ୍କର ସାଧାରଣ ଚଳନୀ ଶୈଳୀ ବିଷୟରେ ଦର୍ଶାଇଥାନ୍ତି । ଏହି ବେଶରରେ ଦିନ ୧ଟା ୩୦ରେ ସେ ମଧ୍ୟାହ୍ନ ଭୋଜନ ଗ୍ରହଣ କରିଥାନ୍ତି ଏବଂ ଆରତି ପ୍ରସାଦ ସ‌ହିତ ବଡ଼ ଧୂପ ମଧ୍ୟ ପ୍ରଦାନ କରାଯାଇଥାଏ । ଏହାପରେ ମୁଖ ପଖାଳିବା ପାଇଁ ପ୍ରଭୁ ଆଂଶିକ ସ୍ନାନ କରିଥାନ୍ତି ଏବଂ ପାଖାପାଖି ୧ଘଣ୍ଟାର ବିଶ୍ରାମ ନେଇଥାନ୍ତି । ବଡ଼ସିଂହାର ବେଶ ଆଖଣ୍ଡଳେଶ୍ୱର ପ୍ରଭୁ ଦ୍ୱିପ୍ରହର ୪ଟା ବେଳେ ଉଠନ୍ତି । ଏହା ପରେ ବଡ଼ସିଂହାରୀ ବଡ଼ସିଂହାର ବେଶ କରାଇଥାନ୍ତି । ଏହି ବେଶରେ ପ୍ରଭୁଙ୍କର ଦେହ ଅନେକପ୍ରକାରର ଫୁଲରେ ସୁସଜ୍ଜିତ ହୋଇଥାଏ । ବଡ଼ସିଂହାର ବେଶ ବେଳେ ମୁଣ୍ଡରେ ମୁକୁଟ ଏବଂ ଦୁଇଟି ସୁନା ଆଖି ସ‌ହ ସୁନା ନାଶା ଓ ସୁନା ଚିତା ଧାରଣ କରିବା ସ‌ହିତ ମଥାରେ ଚନ୍ଦନ ଚିଳକ ବୋଳାଯାଇଥାଏ । ପ୍ରତିଦିନ ହେଉଥିବା ସମସ୍ତ ବେଶ ମଧ୍ୟରେ ବଡ଼ସିଂହାର ବେଶ ହେଉଛି ପ୍ରମୁଖ ବେଶ । ଏହିବେଶରେ ପ୍ରଭୁ ରାତିରେ ନିଦ୍ରା ଯାଇଥାନ୍ତି ଏବଂ ପରଦିନ ସକାଳ ଯାଏ ଏହି ବେଶ ରହିଥାଏ । ସନ୍ଧ୍ୟା ଧୂପ ଋତୁ ଅନୁସାରେ ସନ୍ଧ୍ୟା ଆରତୀର ସମୟ ବଦଳିଥାଏ, କାରଣ ସୂର୍ଯ୍ୟାସ୍ତ ପରେ ଗୋଧୂଳି ଲଗ୍ନରେ ଏହି ବେଶ ଅନୁଷ୍ଠିତ ହୋଇଥାଏ । ବିଭିନ୍ନ ଋତୁ ଅନୁସାରେ ସୂର୍ଯ୍ୟାସ୍ତର ସମୟ ବଦଳୁଥିବାରୁ, ଗ୍ରୀଷ୍ମକାଳରେ ପାଖାପାଖି ସନ୍ଧ୍ୟା ୬ଟା ୩୦ରେ ସନ୍ଧ୍ୟା ଆରତୀ ଲାଗି କରାଯାଏ ଏବଂ ଶୀତ ଋତୁରେ ପାଖାପାଖି ୫ଟା ୩୦ରେ ସନ୍ଧ୍ୟା ଆରତି ଲାଗି କରାଯାଏ । ସନ୍ଧ୍ୟା ଆରତୀ ସମୟରେ ସୂଜି, ଘିଅ ଏବଂ ଚିନିରୁ ପ୍ରସ୍ତୁତ ଲଡ଼ୁ ଭୋଗ କରାଯାଏ । ବାତୁଳ ଭୋଗ ଏବଂ ରାତ୍ର ପ‌ହଡ଼ ବିଭିନ୍ନ ଋତୁ ଅନୁସାରେ ରାତ୍ର ପ‌ହଡ଼ର ସମୟ ମଧ୍ୟ ବଦଳିଥାଏ । ଶୀତ ଋତୁରେ ରାତ୍ର ପ‌ହଡ଼ର ସମୟ ରାତି ୧୦ଟା ଥିବାବେଳେ ଗ୍ରୀଷ୍ମ ୠତୁରେ ଏହି ପ‌ହଡ଼ ରାତି ୧୧ଟାରେ ଅନୁଷ୍ଠିତ ହୋଇଥାଏ । ବାତୁଳ ଭୋଗ ପରେ ରାତ୍ର ପ‌ହଡ଼ ଅନୁଷ୍ଠିତ ହୋଇଥାଏ । ଭଗବାନ ଆଖଣ୍ଡଳେଶ୍ୱରଙ୍କର ରାତ୍ର ଭୋଜନ ହେଉଛି ବାତୁଳ ଭୋଗ । ଏହି ଭୋଗରେ ଅନ୍ନ ସ‌ହିତ ବିଭିନ୍ନ ପ୍ରକାରର ତରକାରୀ ପ୍ରଭୁଙ୍କ ପାଖରେ ଲାଗି କରାଯାଇଥାଏ । ଏହି ଭୋଗ ପରେ ଶେଷ ଧୂପ ଲାଗି କରାଯାଏ । ଏହା ପରେ ପ୍ରଭୁ ବିଶ୍ରାମ ନିଅନ୍ତି । ତାଙ୍କର ଚଳନ୍ତି ପ୍ରତିମା ଶଯ୍ୟା ଯାଇଥାନ୍ତି ଏବଂ ମନ୍ଦିର ବନ୍ଦ ହୋଇଥାଏ । ପାଦୁକା ବାବାମଣିଙ୍କ ପାଦୁକା (କୁଣ୍ଡଜଳ) ବିଭିନ୍ନ ରୋଗବିନାଶକାରୀ ଭାବରେ କାର୍ଯ୍ୟ କରିଥାଏ ବୋଲି ସାଧାରଣରେ ଦୃଢ଼ ବିଶ୍ୱାସ ରହିଆସିଛି । ଘିଅ, ମହୁ, କ୍ଷୀର, ଲହୁଣୀ, ଛେନା, ଦହି, ଅଦା, ଗୁଡ଼, ନଡ଼ିଆ ଓ କଦଳୀ ଇତ୍ୟାଦି ବହୁ ଉପାଦେୟ ଦ୍ରବ୍ୟମାନ ନୈବେଦ୍ୟ ଭାବେ ମହାପ୍ରଭୁଙ୍କର ଅଙ୍ଗଲାଗି ବା ଘର୍ଷଣ ହୋଇ ସାରିବା ପରେ ସ୍ନାନ ସମୟରେ ସେଥିରୁ ନିର୍ଗତ ସ୍ନାନଜଳକୁ କୁଣ୍ଡଜଳ ବା ପାଦୁକା କୁଣ୍ଡରେ ରଖାଯାଇଥାଏ । ଏହି ଜଳକୁ ଚନ୍ଦୁକ କୁହାଯାଏ । ବହୁ ଲୋକ ଏଠାକାର ପାଦୁକାକୁ ମେଡିସିନ ରୂପେ ମାନିଥାନ୍ତି ବିବାହ, ବ୍ରତ, ଗୃହପ୍ରତିଷ୍ଠ ଇତ୍ୟାଦି ଶୁଭକାର୍ଯ୍ୟଗୁଡ଼ିକରେ ଏହି ପବିତ୍ର ଜଳକୁ ଇଶ୍ୱରଙ୍କ ଆଶୀର୍ବାଦ ଭାବରେ ଗ୍ରହଣ କରାଯାଇଥାଏ । ପର୍ବ ପର୍ବାଣି ବର୍ଷସାରା ବାବା ଆଖଣ୍ଡଳମଣୀଙ୍କ ପାଖରେ ମଧ୍ୟ ଅନେକ ପର୍ବପର୍ବାଣି ପାଳନ କରାଯାଏ । ହିନ୍ଦୁ ପଞ୍ଜିକା ଅନୁସାରେ ବୈଶାଖ ମାସରୁ ହିଁ ବର୍ଷ ଆରମ୍ଭ ହୋଇଥାଏ । ପଣା ସଂକ୍ରାନ୍ତି ଭୋର ୪ଟାରେ ବାବା ଶ୍ରୀ ଆଖଣ୍ଡଳମଣିଙ୍କର ପ‌ହଡ଼ ଫିଟାଯାଏ । ମୁଖ ପ୍ରକ୍ଷାଳନ ଏବଂ ଦନ୍ତ ମଞ୍ଜନ ପରେ ମଙ୍ଗଳ ଆଳତୀ ଆରମ୍ଭ ହୋଇଥାଏ । ମନ୍ଦିରର ପ୍ରଧାନ ପୂଜକ ପ୍ରାର୍ଥନା କରନ୍ତି ଏବଂ ଭଗବାନଙ୍କୁ ସ୍ନାନ ପାଇଁ ଆନୁରୋଧ କରିଥାନ୍ତି । ନୈବେଦ୍ୟ ପରେ ମଙ୍ଗଳ ଆଳତୀ ପ୍ରଦାନ କରାଯାଏ । ଏହା ପରେ ବାବା ଆଖଣ୍ଡଳେଶ୍ୱର ଦିଗମ୍ବର ବେଶରେ ବିଭୂଷୀତ ହୋଇଥାନ୍ତି ଏବଂ ମର୍ତ୍ତ୍ୟର ଅମୃତ ରୂପେ ଜ୍ଞାନ ପଞ୍ଜାମୃତ ଘର୍ଷଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ସମସ୍ତ ରିଷ୍ଟ ଖଣ୍ଡନ କରୁଥିବା ଏହି ଘର୍ଷଣକୁ ପଣା କୁହାଯାଏ । ଅନ୍ୟ ମନ୍ଦିରମାନଙ୍କରେ କେବଳ ପଣା ସଂକ୍ରାନ୍ତି ଦିନ ହିଁ ଏହି ଘର୍ଷଣ ପର୍ବ ଅନୁଷ୍ଠିତ ହେଉଥିବା ବେଳେ, କେବଳ ବାବା ଶ୍ରୀ ଆଖଣ୍ଡଳେଶ୍ୱରଙ୍କର ମନ୍ଦିରରେ ପ୍ରତିଦିନ ଏହି ପର୍ବ ଅନୁଷ୍ଠିତ ହୋଇଥାଏ । ଏହି ସ୍ୱତନ୍ତ୍ର ଫଳଦାୟକ ଘର୍ଷଣ ପ୍ରାପ୍ତ କରିବା ପାଇଁ, ଏହିଦିନ ମନ୍ଦିରକୁ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଆସିଥାନ୍ତି । କେବଳ ଏହିଦିନ ହିଁ ମନ୍ଦିରର ସେବକମାନେ ସେମାନଙ୍କର ଖର୍ଚ୍ଚରେ ହିଁ ଘର୍ଷଣ ପ୍ରଦାନ କରିଥାନ୍ତି । ପଣା ସଂକ୍ରାନ୍ତି ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥାଏ । ଚନ୍ଦନ ଯାତ୍ରା ଗ୍ରୀଷ୍ମ ଋତୁର ଜ୍ୟୈଷ୍ଠମାସରେ ଯେତେବେଳେ ସୂର୍ଯ୍ୟଦେବଙ୍କ ପ୍ରକୋପର ଅସ‌ହ୍ୟ ତାତିରେ ଜୀବନ ଜୀଇଁବା କଷ୍ଟ ହୋଇଯାଏ, ସେତେବେଳେ ଶିବ-ଗଙ୍ଗା ପୁଷ୍କରଣୀରେ ଚନ୍ଦନ ଚାପ(ନୈକା ବିହାର) ଅନୁଷ୍ଠିତ ହୋଇଥାଏ । ବାବା ଆଖଣ୍ଡଳେଶ୍ୱରଙ୍କର ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ଦେବୀ ପାର୍ବତୀଙ୍କ ସ‌ହ ବୃଷଭଙ୍କ ଉପରେ ସବାର ହୋଇ ଡଙ୍ଗାରେ ନୈବିହାର କରନ୍ତି । ଭକ୍ତିଗୀତର ତାଳେ ତାଳେ ସ୍ୱର୍ଗୀୟ ଭାବନା ସୃଷ୍ଟି କରୁଥିବା ମାଳମାଳ ଆଲୋକ ତ‌ଥା ସୁସଜ୍ଜିତ ଶିବ-ଗଙ୍ଗା ପୁଷ୍କରଣୀରେ ଭଗବାନ ନୈବିହାର କରିଥାନ୍ତି । ପ୍ରକୃତରେ ଏହା ଅତ୍ୟନ୍ତ ମନୋମୁଗ୍ଧକର । ସନ୍ଧ୍ୟାରେ ପ୍ରବଚକମାନଙ୍କର ପ୍ରବଚନ, ସାଂସ୍କୃତିକ କାର୍ଯ୍ୟକ୍ରମ ତ‌ଥା ପୁଷ୍କରଣୀରେ ଦେବତାଙ୍କର ବିରାଜମାନର ଦୃଶ୍ୟ ଏହି ଉତ୍ସବକୁ ଆକର୍ଷଣୀୟ କରାଇଥାଏ । ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇ ଏହି ପର୍ବ ୨୧ ଦିନ ଧରି ଚାଲିଥାଏ । ୨୧ ଦିନ ଧରି ପାଳନ କରାଯାଉଥିବା ଏହି ଚନ୍ଦନ ଯାତ୍ରାର ମୁଖ୍ୟ ଦିନ ହେଉଛି ଚନ୍ଦନ ପୂର୍ଣ୍ଣିମା । ଲୋକ କଥାନୁସାରେ ଏହି ପବିତ୍ର ନୈକାବିହାରରେ ଦେବଦେବ ଶ୍ରୀ ମହାଦେବ ଅଖଣ୍ଡଳେଶ୍ୱର ଅସ‌ହ୍ୟ ଗରମ ତାତିରୁ ମୁକ୍ତି ପାଇଥାନ୍ତି, କିନ୍ତୁ ବାସ୍ତବରେ ଏହି ସମୟଟି ଦେବତା ଏବଂ ମାନବମାନଙ୍କର ସଭା ପାଇଁ ଏକ ଉପଯୁକ୍ତ ସମୟ । ଭଗବାନ ସ୍ୱୟଂ ମନ୍ଦିରରୁ ବାହାରକୁ ଆସିଥାନ୍ତି ଏବଂ ଭକ୍ତମାନଙ୍କର ସମସ୍ତ ଦୁଃଖ ଅସୁବିଧା ହରଣ କରିଥାନ୍ତି । ଶିବ ବିବାହ ଆଷାଢ଼ ଶୁକ୍ଳ ପକ୍ଷରେ ବାବା ଆଖଣ୍ଡଳେଶ୍ୱରଙ୍କର ମନ୍ଦିରରେ ଶିବ ବିବାହ ଅନୁଷ୍ଠିତ ହୋଇଥାଏ । ବେଦର ବର୍ଣ୍ଣନାରେ ଥିବା ସୂଚନାନୁସାରେ ଭଗବାନ ଶିବ ଏବଂ ପାର୍ବତୀଙ୍କ ମଧ୍ୟରେ ବିବାହ ଅନୁଷ୍ଠିତ ହୋଇଥାଏ । ମନ୍ଦିରର ପୂଜକମାନଙ୍କ ମଧ୍ୟରୁ ଜଣେ ଦେବୀ ପାର୍ବତୀଙ୍କର ପିତାଙ୍କ ଭୂମିକା ତୁଲାଇଥିବା ବେଳେ ଅନ୍ୟଜଣେ ଭଗବାନ ଶିବଙ୍କର ପିତାଙ୍କ ଭୂମିକା ତୁଳାଇଥାନ୍ତି । ଏହା ପରେ ବିବାହର ପବିତ୍ର ମୁହୂର୍ତ୍ତ ନିର୍ଦ୍ଧାରଣ କରିବା ପରେ ବିବାହ କାର୍ଯ୍ୟ ସମ୍ପାଦନ କରି ବରକନ୍ୟାଙ୍କୁ ସ୍ୱାଗତ କରାଯାଏ । ଏହି ବିବାହ ଉତ୍ସବକୁ ସମସ୍ତ ଦେବାଦେବୀ, ମାନବ, ଅସୁର, ଜକ୍ଷ ସମେତ ସମସ୍ତଙ୍କୁ ସାଦର ନିମନ୍ତ୍ରଣ କରାଯାଇଥାଏ । ଆକର୍ଷଣୀୟ ଏବଂ ସୁନ୍ଦର ସାଜସଜ୍ଜା ସ‌ହିତ ରୋଷଣୀରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥାଏ । ମନୋମୁଗ୍ଧକର ରୋଷଣୀ ବର ଘରଠାରୁ ଆରମ୍ଭ ହୋଇ କନ୍ୟା ଘର ପର୍ଯ୍ୟନ୍ତ ଯାଇଥାଏ । ଦେବୀ ପାର୍ବତୀଙ୍କର ଚଳନ୍ତି ପ୍ରତିମା ପାଲିଙ୍କିରେ ବସି ସୁସଜ୍ଜିତ ବେଦୀକୁ ଆସିଥାନ୍ତି । ରାତିସାରା ଶିବ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥାଏ ଏବଂ ବର ପିତା ଓ କନ୍ୟା ପିତାଙ୍କର ଭାବପୂର୍ଣ୍ଣମିଳନରେ ଏହି ବିବାହ ସମାପ୍ତ ହୋଇଥାଏ । ଏହି ଉତ୍ସବର ରାତିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଅତିଥୀମାନଙ୍କୁ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଭୋଜନ ପ୍ରଦାନ କରାଯାଇଥାଏ । ଏହି ସମ୍ପୂର୍ଣ୍ଣ ବିବାହ କାର୍ଯ୍ୟଟି ମନ୍ଦିର ପ୍ରଶାସନ ତରଫରୁ ସମ୍ପାଦନ କାରଯାଇଥାଏ । ଶ୍ରାବଣୀ ମହୋତ୍ସବ ଧରାପୃଷ୍ଠରୁ ଆଷାଢ଼ମାସ ବିଦାୟ ନେବା ପରେ ଶ୍ରାବଣର ପ୍ରଥମ ସୋମ‌ବାରରୁ ଶ୍ରବଣୀ ମହୋତ୍ସବ ଆରମ୍ଭ ହୋଇଥାଏ । ସବୁ ସ୍ଥାନରେ ଗୋଟିଏ ସ୍ୱର ଶୁଣାଯାଏ, ଜଟିଆ ବାବା ପାର୍ କରେଗା । ବାବା ଆଖଣ୍ଡଳେଶ୍ୱରଙ୍କୁ ଜଳାଭିଷେକ କରାଇବା ପାଇଁ ଦେଶର ବିଭିନ୍ନ କୋଣରୁ ଲୋକମାନେ ଆସିଥାନ୍ତି । କାଉଁରିଆମାନେ ବିଭିନ୍ନ ନ‌ଦୀରୁ ଜଳ ଆଣି ପାଦରେ ଚାଲିଚାଲି ଆଖଣ୍ଡଳେଶ୍ୱରଙ୍କ ଉପରେ ଜଳାଭିଷେକ କରାଇବା ପାଇଁ ଆସିଥାନ୍ତି । ବମ୍ ବମ୍ ଭୋଲେ ଭଳି ସୁମଧୁର ସ୍ୱରରେ ଚତର୍ଦିଗ ପ୍ରକମ୍ପିତ ହୋଇଥାଏ । ଶ୍ରବଣୀ ମହୋତ୍ସବ ସମୟରେ ମନ୍ଦିରର ସଜ୍ଞା ଶବ୍ଦର ବର୍ଣ୍ଣନା କରିହେବ ନାହିଁ । ପ୍ରତ୍ୟେକ ସୋମ‌ବାର ସନ୍ଧ୍ୟାରେ ମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ଆଲୋକମାଳାରେ ମନ୍ଦିରକୁ ସଜାଯିବା ସ‌ହ ଭକ୍ତି ସଙ୍ଗୀତ ସାଙ୍ଗକୁ ପ୍ରବଚନର ମଧ୍ୟ ଆୟୋଜନ କରାଯାଇଥାଏ । କାଉଁରିଆ ସଙ୍ଗଠନ ପକ୍ଷରୁ ଜଳ ନେଇ ଆସୁଥିବା କାଉଁରିଆମାନଙ୍କ ପାଇଁ ମଗଣା ଖାଦ୍ୟପେୟର ବନ୍ଦୋବସ୍ତ କରାଯାଇ ସଙ୍ଗେ ସଙ୍ଗେ ସେମାନଙ୍କର ସେବା ପାଇଁ ସମସ୍ତ ଆୟୋଜନ କରାଯାଇଥାଏ । ଶ୍ରାବଣୀ ମହୋତ୍ସବ ପ୍ରଥମ ସୋମ‌ବାରରୁ ଆରମ୍ଭ ହୋଇ ଶେଷ ସୋମ‌ବାରରେ ସମାପ୍ତ ହୋଇଥାଏ । କିନ୍ତୁ ଜଗନ୍ନାଥ ପଞ୍ଜିକାନୁସାରେ ଏହି ଉତ୍ସବ ଶ୍ରାବଣ ପୂର୍ଣ୍ଣିମା ଯାଏ ଚାଲିଥାଏ । ଶ୍ରାବଣ ମାସର ପ୍ରତ୍ୟେକ ସମୋବାରରେ ଜଳାଭିଷେକ କରଯାଇଥାଏ । ଝୁଲଣ ଯାତ୍ରା ଶ୍ରାବଣ ଏକାଦଶୀଠାରୁ ଝୁଲଣ ଯାତ୍ରା ଆରମ୍ଭ ହୋଇଥାଏ ଏବଂ ଶ୍ରାବଣ ପୂର୍ଣ୍ଣିମାରେ ଏହି ମେଳ ଶେଷ ହୁଏ । ଏହି ଯାତ୍ରାରେ ବାବା ଆଖଣ୍ଡଳେଶ୍ୱରଙ୍କର ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ଦେବୀ ପାର୍ବତୀଙ୍କ ସ‌ହ ଝୁଲଣ ମଣ୍ଡପକୁ ଆସନ୍ତି । ଶ୍ରାବଣର ସୁନ୍ଦର ସନ୍ଧ୍ୟାରେ ବୃଷଭ ଉପରେ ଏକତ୍ର ବିରାଜମାନ ହୋଇ ମିଠା ମିଠା ଭକ୍ତି ସଙ୍ଗୀତ ତାଳେ ତାଳେ ସେମାନଙ୍କର ଝୁଲଣ ଯାତ୍ର ଆରମ୍ଭ ହୋଇଥାଏ । ଏହି ଯାତ୍ରା ୫ ଦିନ ଧରି ରାକ୍ଷୀ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିଥାଏ । ଏହି ଯାତ୍ରାର ଆନନ୍ଦ ଦେଖିବା ଭଳି ହୋଇଥାଏ । ଗଣେଶ ପୂଜା ଭାଦ୍ରବ ଶୁକ୍ଳ ଚତୁର୍ଥୀ ତିଥିରେ ସଙ୍କଳ୍ପ ମଣ୍ଡପରେ ଦେବୀ ପାର୍ବତୀଙ୍କର ପ୍ରିୟ ପୁତ୍ର ବିଘ୍ନନାଶକ ଶ୍ରୀ ଗଣେଶ ବିଦ୍ୟମାନ ହୋଇଥାନ୍ତି । ଏହି ମଣ୍ଡପରେ ଶ୍ରୀ ଗଣେଶ ପୂଜା ଅନୁଷ୍ଠିତ ହୋଇଥାଏ ଏବଂ ଭକ୍ତମାନେ ଉପବାସ କରିବା ସ‌ହ ଶ୍ରୀ ଗଣେଶଙ୍କ ଉପସନା କରିଥାନ୍ତି । କେବଳ ମନ୍ଦିରର ପୂଜକମାନେ ନୁହେଁ ବରଂ ସମସ୍ତ ସାଧାରଣ ଜନତା ଏହି ପୂଜାରେ ଯୋଗଦେଇ ଶ୍ରୀ ଗଣେଶଙ୍କର ଆଶୀର୍ବାଦ ପ୍ରାପ୍ତ କରିଥାନ୍ତି । ଦୂର୍ଗାପୂଜା ଗଣେଶ ପୂଜାଠାରୁ ପାର୍ବଣ ଆରମ୍ଭ ହୋଇଥାଏ । ଆଖଣ୍ଡଳେଶ୍ୱର ମନ୍ଦିରରେ ମୂଳାଷ୍ଟମୀଠାରୁ ଆରମ୍ଭ ହୋଇ ଦୁର୍ଗା ପୂଜା ଦୀର୍ଘ ୧୬ ଦିନ ଧରି ଚାଲିଥାଏ । କନ‌କ ଦୂର୍ଗାଙ୍କର ମନ୍ଦିର ମନ୍ଦିରର ଦକ୍ଷିଣ ଭାଗରେ ଅବସ୍ଥିତ । ଦେବୀ ପାର୍ବତୀ ଉତ୍ତରକୁ ମୁଖ କରି ବିରାଜମାନ ହୋଇଛନ୍ତି । ବାବା ଆଖଣ୍ଡଳେଶ୍ୱରଙ୍କର ମନ୍ଦିରର ଗର୍ଭଗୃହରେ ଦେବୀ ପାର୍ବତୀ ଏବଂ ଦେବୀ କନ‌କ ଦୁର୍ଗା ସିଂହାସନରେ ବିରାଜମାନ କରିଛନ୍ତି । ୧୬ଦିନ ଧରି ଏହି ପର୍ବ ବଡ଼ ଆଡ଼ମ୍ବର ସ‌ହ ପାଳନ କରାଯାଏ । ଆଚାର ବିଚାର ଅନୁସାରେ, ଦେବୀ ଦୁର୍ଗା ୧୬ ଦିନ ଧରି ଯୁଦ୍ଧ କରି ମହିସାଷୁରକୁ ବଦ୍ଧ କରିଥିଲେ । ସେଥିପାଇଁ ଏହି ୧୬ଦିନର ପୂଜା ଦେବୀ ଦୁର୍ଗାଙ୍କ ପାଇଁ ପାଳନ କରାଯାଏ, ଯାହାଙ୍କର ବୟସ ୧୬ ବର୍ଷ ବୋଲି ଧରାଯାଏ । ୧୬ଦିନର ଏହି ପୂଜାରେ ପ୍ରତ‌ହ୍ୟ ଚଣ୍ଡି ଯଜ୍ଞ ଏବଂ ଷୋଡ଼ଶ ଉପଚାର ପୂଜା କରାଯାଇଥାଏ । ପ୍ରତ୍ୟେକ ସନ୍ଧ୍ୟାକୁ ଆକର୍ଷଣୀୟ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ସଙ୍ଗେ ସଙ୍ଗେ ପ୍ରବଚନର ଆୟୋଜନ କରାଯାଇଥାଏ । କାଳୀପୂଜା ଏବଂ ଦୀପାବଳୀ କାର୍ତ୍ତୀକ କୃଷ୍ଣ ଚତୁଦ୍ଦର୍ଶୀଠାରୁ ଦୀପାବଳୀ ଉତ୍ସବ ଆରମ୍ଭ ହୋଇଥାଏ ଏବଂ ଅମାବାସ୍ୟାର ଘନ ଅନ୍ଧକାରର ମଧ୍ୟରାତ୍ରରେ ଦେବୀ କାଳୀଙ୍କ ପୂଜା ଆରମ୍ଭ ହୋଇଥାଏ । ମହାକାଳୀ ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ବିରାଜମାନ କରିଥାନ୍ତି । ପୂରାଣାନୁସାରେ ଅସୁରମାନଙ୍କର ବିନାସ କରି ସାଧୁସନ୍ଥମାନଙ୍କୁ ରକ୍ଷା କରିବା ନିମନ୍ତେ ଦେବୀ ପାର୍ବତୀ ହିଁ ମହାକାଳୀଙ୍କର ଅବତାର ନେଇଥିଲେ । ଦୀପାବଳୀରେ ସୁସଜ୍ଜିତ ମନ୍ଦିର ଏକ ନବ‌ବଧୂ ପରି ଦୃଶ୍ୟମାନ ହୋଇଥାଏ । କାର୍ତ୍ତୀକ ପୂର୍ଣ୍ଣିମା କାର୍ତ୍ତୀକ ପୂର୍ଣ୍ଣିମାରେ ସମ୍ପୂର୍ଣ୍ଣ ଦିନ‌କର ଯଜ୍ଞ ପରେ ଭଗବାନ ଶିବ ଏବଂ ଦେବୀ ପାର୍ବତୀ ହର-ଗୌରୀ ରୂପରେ ଆବିର୍ଭୂତ ହୋଇଥାନ୍ତି । ବଡ଼ ସିଂହାର ବେଶରେ ଦର୍ଶନ ଦେଉଥିବା ମହାଦେବ ଶିବଙ୍କର ସିଂହାସରେ ଠିକ ପଛ ପଟରେ ଏକ ରୂପା ସିଂହାସନରେ ମହାଦେବ ଶିବ ଏବଂ ଦେବୀ ପାର୍ବତୀଙ୍କର ସୋଲୋ ନିର୍ମିତ ପ୍ରତିମୂର୍ତ୍ତୀ ରଖାଯାଇଥାଏ । କେବଳ ଏହି ଦିନରେ ଭକ୍ତମାନେ ହର-ଗୌରୀଙ୍କର ଏହି ପ୍ରତିମୂର୍ତ୍ତୀକୁ ସ୍ପର୍ଶ କରିପାରିଥାନ୍ତି । ରାସ ପୂର୍ଣ୍ଣିମା ପାଇଁ ସନ୍ଧ୍ୟାରେ ଆୟୋଜନ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରକୃତରେ ସୁଖଦ ହୋଇଥାଏ । ଏହି ସନ୍ଧ୍ୟାରେ ସ୍ଥାୟୀ ମଣ୍ଡପରେ ବିଭିନ୍ନ ପ୍ରକାରର ନାଚଗୀତର ଆସର ଜମିଥାଏ । ଗୀତା ଜୟନ୍ତୀ ଆଷାଢ଼ ମାସର ଶୁକ୍ଳ ତ୍ରୟୋଦଶୀଦିନ ଗୀତା ଜୟନ୍ତୀ ପାଳନ କରାଯାଏ । ଭଗବାନ ଶିବ ଏବଂ ଭଗବାନ ବିଷ୍ଣୁ ହେଉଛନ୍ତି ଏକ ଏବଂ ଉଦାସୀନ । ଭଗବାନ ଶିବ ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ପ୍ରଧାନ ଭକ୍ତ । ପବିତ୍ର ଗୀତା ବ‌ହିର ଦିବ୍ୟ ମନ୍ତ୍ର ଉଚ୍ଚାରଣ ଏବଂ ମନ୍ତ୍ର ବିଷୟରେ ବିଚାର ବିମର୍ଶରେ ସେଦିନ ମନ୍ଦିର ସ୍ୱର୍ଗ ପରି ଲାଗିଥାଏ । କେବଳ ପୂଜମାନେ ନୁହନ୍ତି ସାଧରଣ ଭକ୍ତମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତି । ମହାଶିବ ରାତ୍ରୀ ଫାଲ୍ଗୁନ ମାସର କୃଷ୍ଣ ତ୍ରୟୋଦସୀ ପରେ ଚତୁର୍ଦ୍ଦଶୀ ଦିନ ପ୍ରସିଦ୍ଧ ଜାଗର ଯାତ୍ରା ପାଳନ କାରଯାଏ । ଏହି ପର୍ବ ବର୍ଷସାରା ପାଳନ କରାଯାଉଥିବା ପର୍ବମାନଙ୍କର ସମିଶ୍ରଣ ସ‌ହ ସମାନ ଅଟେ । ଆଳତୀ ସରିବା ପରେ କନିକାର ରାଜା ଘର୍ଷଣ ଏବଂ ଖିଚୁଡ଼ି ଅର୍ପଣ କରିଥାନ୍ତି । ମହାଦେବ ଦିଗମ୍ବର ବେଶ ଧାରଣ କରିଥାନ୍ତି ଏବଂ ଅସଂଖ୍ୟ ଭକ୍ତ ଏହି ଆକର୍ଷକ ଶୋଭା ଦେଖିବା ପାଇଁ ଆସିଥାନ୍ତି । ଜାଗରର ପ୍ରଥମ ପ‌ହଡ଼ରୁ ହିଁ ପୂଜା ଆରମ୍ଭ ହୋଇଥାଏ । ସମସ୍ତ ଭକ୍ତ ଏବଂ ପୂଜକମାନେ ଷୋଡ଼ଶ ଉପଚାର ଅଭିଷେକ ଏବଂ ଯଜ୍ଞର ସମାପ୍ତିଯାଏ ଉଜାଗର ରହିଥାନ୍ତି । ପୂଜାର ଶେଷ ପ‌ହଡ଼ ଏବ ଅଭଷେକ ପରେ ମହାସ୍ନାନ ଅନୁଷ୍ଠିତ ହୋଇଥାଏ । ଗଙ୍ଗା ନଦୀରୁ ସଂଗ୍ରହ କରାଯାଇଥିବା ୧୦୮କୁମ୍ଭ ଜଳ ମହାଦେବଙ୍କ ଉପରେ ପୂଜକମାନେ ଢ଼ାଳିଥାନ୍ତି । ଏହା ପରେ ମହାଦେବ ଶିବ ଅତ୍ୟାବଶ୍ୟକୀୟ ସୁନାର ଅଳଙ୍କାରରେ ଅଳଙ୍କୃତ ହୋଇଥାନ୍ତି । ଭଗବାନ ଶିବଙ୍କର ଏହି ସୁନ୍ଦର ରୂପ ଦେଖିବାକୁ ଅନ୍ୟ ଦେବାଦେବୀମନଙ୍କ ଅନେକ ଇଚ୍ଛା ଥାଏ । ଏହି ଅଳଙ୍କାର ସ‌ହ ମହାଦେବ ଶିବର ଦର୍ଶନ ସମସ୍ତ ମାନବ ସମେତ ଦେବାଦେବୀଙ୍କ ପାଇଁ ଅମୂଲ୍ୟ ଅଟେ । ମନ୍ଦିର ପ୍ରଶାସନ ତରଫରୁ ଆୟୋଜନ କରାଯାଇଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ରାତିସାରା ଚାଲିଥାଏ । ଏହିଦିନ ମନ୍ଦିରର ସମସ୍ତ କାର୍ଯ୍ୟ ଏବଂ ଅଳାଙ୍କାର ଆଭୂଷଣର ଦୃଶ୍ୟ ଦୂରଦର୍ଶନ ମାଧ୍ୟମରେ ପ୍ରାସାରଣ କରାଯାଏ ଏବଂ ମନ୍ଦିର ବାହାରେ ଥିବା ଭକ୍ତମାନଙ୍କ ପାଇଁ ପ୍ରୋଜେକ୍ଟର ମାଧ୍ୟମରେ ଦେଖାଯାଇଥାଏ । ଏହି ସବୁର ଆୟୋଜନ ସମସ୍ତ ଭକ୍ତମାନଙ୍କଦ୍ୱାରା ହୋଇଥାଏ । ଷୋଡ଼ଶ ଉପଚାର ପୂଜା ଶେଷ ହେବା ପରେ ପାଖାପାଖି ରାତି ୪ଟା ବେଳେ ମହାଦୀପ ପୂଜା ଆରମ୍ଭ ହୋଇଥାଏ । ମନ୍ଦିରର ପୂଜକମାନଙ୍କଦ୍ୱାରା ମହାଦୀପ ପ୍ରସ୍ତୁତ କରାଯାଇଥାଏ । ବେଦରେ ଥିବା ସୂଚନାନୁସାରେ ପୂଜକ ଏବଂ ଭକ୍ତମାନେ ମହାଦୀପକୁ ଧରି ମନ୍ଦିର ଚାରିପଟେ ପରିକ୍ରମା କରିବା ପରେ ଶେଷରେ ମନ୍ଦିରର ଅଗ୍ରଭାବରେ ଦୀପକୁ ସ୍ଥାପନ କରିଥାନ୍ତି । ଭକ୍ତମାନଙ୍କର ରିଷ୍ଟଖଣ୍ଡନ ତ‌ଥା ସେମାନଙ୍କୁ ଉପରୁ କୁଶକ୍ତିକୁ ଦୂର କରିବା ପାଇଁ ଏହି ପୂଜା କରାଯାଇଥାଏ । ଦୋଳ ଯାତ୍ରା ଫାଲ୍ଗୁନ ମାସର ପୂର୍ଣ୍ଣିମା ଦିନ ବାବା ଆଖଣ୍ଡଳେଶ୍ୱର ମନ୍ଦିରରେ ଦୋଳ ଯାତ୍ରା ଅନୁଷ୍ଠିତ ହୋଇଥାଏ । ବାବା ଆଖଣ୍ଡଳେଶ୍ୱର ଏବଂ ମାତା ପାର୍ବତୀଙ୍କର ଚଳନ୍ତି ପ୍ରତିମା ଏହିଦିନ ବୃଷଭ ଉପରେ ସବାର ହୋଇ ଭୋଗମଣ୍ଡପକୁ ଆସିଥାନ୍ତି । ଭୋଗମଣ୍ଡପରେ ସେଦିନ ରାତିରେ ଅନ୍ୟ ସ୍ଥାନରୁ ଆସିଥିବା ଦେବତାମାନଙ୍କୁ ସେମାନେ ଭେଟିଥାନ୍ତି । ମହଦେବ ଶିବ ଭଗବାନ ବିଷ୍ଣୁଙ୍କୁ ଏବଂ ଦେବୀ ପାର୍ବତୀ ମାଆ ଲକ୍ଷ୍ମୀଙ୍କୁ ଭେଟିଥାନ୍ତି । ସେହି ମିଳନ ସ୍ଥାନରେ ହିନ୍ଦୁମାନଙ୍କର ନବ ବର୍ଷର ନୂଆ ପାଞ୍ଜି ଉନ୍ମୋଚିତ ହୋଇଥାଏ । ଆଧାର ଅଧିକ ତଥ୍ୟ Official Website ଶ୍ରେଣୀ:ଭଦ୍ରକ ଜିଲ୍ଲା ଶ୍ରେଣୀ:ଓଡ଼ିଶାର ହିନ୍ଦୁ ମନ୍ଦିର ଶ୍ରୀ ଶ୍ରୀ ଆଖଣ୍ଡଳମଣି ମୂଳ ସେବାୟତ ଯାଦବ ସମାଜ ବାବା ଆଖଣ୍ଡଳମଣି ପ୍ରକଟ ପରଠାରୁ ପ୍ରାଥମିକ ୨୦୦ ବର୍ଷରୁ ଉର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ ସ୍ଥାନୀୟ ୧୦ଟି ପଞ୍ଚାୟତର (ଯାଦବ)ଗୋପାଳମାନଙ୍କର ପୂର୍ବସୁରୀମାନେ ବାବା ଆଖଣ୍ଡଳମଣି ସେବାପୂଜା କରି ଆସୁଥିଲେ 1000 ବର୍ଷରୁ ପୁର୍ବ ପୁରୁଷରୁ ରହିଆସିଥିବା ପ୍ରଥା ପରମ୍ପରା ବାବା ଆଖଣ୍ଡଳମଣିଙ୍କ ପୀଠରେ ଗୋପାଳମାନେ ପ୍ରତିବର୍ଷ ବୈଶାଖ ମାସ ସୋମବାର ବାବା ଆଖଣ୍ଡଳମଣିଙ୍କ ପୀଠରେ ପାଣି ଢାଳନ୍ତି
ଭଟ୍ଟାରିକା ମନ୍ଦିର
https://or.wikipedia.org/wiki/ଭଟ୍ଟାରିକା_ମନ୍ଦିର
ଭଟ୍ଟାରିକା ମନ୍ଦିର ଓଡ଼ିଶାର କଟକର ଆଠଗଡ଼ଠାରେ ବଡ଼ମ୍ବା ବ୍ଳକର ଶଶାଙ୍ଗ ଗ୍ରାମରେ ରହିଛି ହିନ୍ଦୁ ଦେବୀ 'ମା ଭଟ୍ଟାରିକା'ଙ୍କର ମନ୍ଦିର । ଏହା ମହାନଦୀ କୂଳରେ ଅବସ୍ଥିତ । ଏହି ପୀଠରେ ମାଙ୍କୁ ଷୋଡ଼ଶୀ ଭାବେ କଳ୍ପନା କରାଯାଇଛି । ପୁରାଣ ଓ କିମ୍ବଦନ୍ତୀ ଇତିହାସ ଅନୁଯାୟୀ ପୁରୀ ଗଜପତି ମହାରାଜାଙ୍କ ନିର୍ଦ୍ଦେଶକ୍ରମେ ହଟ୍ଟ ଓ ମଲ୍ଲ ନାମକ ଦୁଇଭାଇ ଏଠାରେ ଶଙ୍କ ଓ ମହୁରୀ ନାମକ ଦୁଇ ଗ୍ରାମ ବସାଇଥିଲେ । କାଳକ୍ରମେ ଏହି ଦୁଇଗାଁ ମିଶି ଏବେ ଶଙ୍ଖାମେରି ହୋଇଛି । ଦୁଇଭାଇ ନିଜର ଗଡ଼ ତିଆରି କରିବା ନିମନ୍ତେ ସ୍ଥାନ ସନ୍ଧାନ କଲାବେଳେ, ଗୋଟିଏ ଶବରଙ୍କ ଦଖଲରେ ଥିବା ଗୋଟିଏ ଜାଗାରେ ଅଲୌକିକ ଘଟଣା ଦେଖି ଜାଣିଲେ ଯେ ତାହା ହିଁ ବୀରମାଟି, ଗଡ଼ ନିର୍ମାଣ ନିମନ୍ତେ ଉପଯୁକ୍ତ ସ୍ଥାନ । କିନ୍ତୁ ଶବର ନିଜର ଆସ୍ଥାନ ଖାଲି କରିବାକୁ ପ୍ରସ୍ତୁତ ନଥିଲେ । ତେଣୁ ଦୁଇଭାଇ ଯୁଦ୍ଧ କଲେ, ଯୁଦ୍ଧରେ ଶବରଙ୍କ ମୃତ୍ୟୁ ପରେ ଶବରୀଙ୍କ ସହ ମଧ୍ୟ ଯୁଦ୍ଧ କଲେ । ଶବରୀ ମଧ୍ୟ ହାରିଲେ, ମୃତ୍ୟୁ ପୂର୍ବରୁ ସେ ଦୁଇଭାଇଙ୍କୁ ଖାରୋଡ଼ର ମହାକାଳୀ ଓ ମାଭଟ୍ଟାରିକାଙ୍କୁ ପୂଜା କରିବାକୁ ଉପଦେଶ ଦେଲେ । ଏହା ପରେ ଦୁଇଭାଇ ସେଠରେ ମାଙ୍କ ମନ୍ଦିର ନିର୍ମାଣ କରିଥିଲେ । ଭଟ୍ଟାରିକାଙ୍କ ଏକ ନାମ ବୃହଦମ୍ବା, ଅନୁସାରେ ସେମାନେ ନିଜର ରାଜ୍ୟକୁ ନାମିତ କରିଥିଲେ, ପରେ ତାହା ଅପଭ୍ରଂଶ ହୋଇ ବଡ଼ମ୍ବା ହୋଇଛି । ସମ୍ବାଦ, ୨୩ଅକ୍ଟୋବର ୨୦୧୨, ପୃଷ୍ଠା:୦୨ thumb|ଦେବୀ ଭଟ୍ଟାରିକା ଏହି ଦେବୀପୀଠ ଶାକ୍ତ ଓ ଶୈବ ଧର୍ମର ସମ୍ମିଳିତ ଉପାସନା କ୍ଷେତ୍ରରୂପେ ବିଦିତ । ରାଜା ପର୍ଶୁରାମ ନିଜ ତୀରମୁନରେ ପ୍ରସ୍ତର ଖୋଦେଇ କରି ଶକ୍ତିସ୍ୱରୂପିଣୀ ମହାମାୟା ମା'ଭଟ୍ଟାରିକାଙ୍କ ମୂର୍ତ୍ତି ଗଢ଼ି ପୂଜା କରିଥିଲେ, ତେଣୁ ଏହି ଶକ୍ତିପୀଠକୁ ପର୍ଶୁରାମପୀଠ କୁହାଯାଏ ଏବଂ ମା'ଙ୍କୁ ଭକ୍ତମାନେ ଅଭୟ ବରଦାୟିନୀଭାବେ ପୂଜାକରିଥା'ନ୍ତି । କିମ୍ବଦନ୍ତୀ ଅନୁସାରେ, ପୃଥିବୀକୁ କ୍ଷତ୍ରିୟଶୂନ୍ୟ କରିବା ନିମନ୍ତେ ପର୍ଶୁରାମ ମା ଭଟ୍ଟାରିକାଙ୍କୁ ପ୍ରାର୍ଥନା କରି ତାଙ୍କଠାରୁ ବରଲାଭ କରିଥିଲେ । ବିଷ୍ଣୁକଳା ପ୍ରାପ୍ତି ପାଇଁ ମା ତାଙ୍କୁ କଣ୍ଟିଲୋର ପଦ୍ମକ୍ଷେତ୍ରରେ ନୀଳମାଧବଙ୍କୁ ପୂଜା କରିବାଲାଗି ଉପଦେଶ ଦେବା ସହ ସହସ୍ରାର୍ଜୁନ ନିଧନ ନିମନ୍ତେ ଦିବ୍ୟାସ୍ତ୍ର ପ୍ରଦାନ କରିଥିଲେ । ପୁରାଣ ଅନୁସାରେ ପର୍ଶୁରାମ ସହସ୍ରାର୍ଜୁନଙ୍କଠାରୁ ପରାଜିତ ହେଲାପରେ ମା ଦୁର୍ଗାଙ୍କୁ ପୂଜା କରିବା ପରେ ସେ ପର୍ଶୁରାମଙ୍କୁ ସାହାଯ୍ୟ କରିବା ପାଇଁ ସେଠାରେ ବିଜେ ହୋଇ ତାଙ୍କୁ ରକ୍ଷା କରିଥିଲେ ।ସମାଜ, ପୃଷ୍ଠା- ଘ, ୨୩.୧୦.୨୦୧୨ ଏଠାରେ ଦେବୀଙ୍କୁ ରନ୍ଧା ମାଛଭୋଗ ଅର୍ପଣ କରାଯାଇଥାଏ । ଶାରଦୀୟ ପୂଜା ରୀତିନୀତି ଶାରଦୀୟ ପୂଜାସମୟରେ ଷୋହଳଦିନବ୍ୟାପୀ ଦେବୀଙ୍କର ଷୋଡଶୋପଚାର ପୂଜା ସହିତ ବିଶେଷ ସନ୍ଧିପୂଜା ଅନୁଷ୍ଠିତ ହୁଏ । ଦଶହରା ପର୍ବର ମହାଷ୍ଟମୀ ତିଥିରେ ଏଠାରେ ବାର୍ଷିକଯାତ୍ରା ଅନୁଷ୍ଠିତ ହୋଇଥାଏ । ସମ୍ଭବତଃ ୧୭୦୦ମସିହାରୁ ବଡ଼ମ୍ବାଗଡ଼ର ତତ୍କାଳୀନ ରାଜା ଫକିରଚନ୍ଦ୍ର ଦେବଙ୍କ ସମୟରୁ ଭଟ୍ଟାରିକା ପୀଠରେ ମହାଷ୍ଟମୀ ଯାତ୍ରା ଆରମ୍ଭ ହୋଇଥିବା 'ବେଙ୍ଗଲ ଗେଜେଟ୍'ରୁ ଜଣାଯାଏ । ଦୁଇଦିନ ବ୍ୟାପୀ ଅନୁଷ୍ଠିତ ଏହିଯାତ୍ରାରେ ପୂର୍ବରୁ ମାନସିକଧାରୀ ଭକ୍ତମାନେ ଦେବୀଙ୍କ ଉଦ୍ଦେଶ୍ୟରେ ବହୁ ଛାଗବଳି ପକାଉଥିଲେ । ୧୯୭୫ମସିହାରୁ ମଇଁଷି ବଳି ଏବଂ ୨୦୦୦ମସିହାରୁ ଛାଗବଳି ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି । ଦେବୀ ଭଟ୍ଟାରିକା ଶ୍ରୀଯନ୍ତ୍ର ଆସୀନା । ସେଥିପାଇଁ ତାଙ୍କୁ କେତେକ ଭକ୍ତ ପରମବୈଷ୍ଣବୀ ତ୍ରିପୁରାସୁନ୍ଦରୀରୂପେ ବିବେଚନା କରନ୍ତି । ଅନ୍ୟପକ୍ଷରେ ମା' ଆଦ୍ୟାଶକ୍ତି ସିଂହବାହିନୀ ହୋଇଥିବାରୁ ଶ୍ରୀଦୁର୍ଗାରୂପେ ପୂଜାକରାଯାଏ । ମା'ଙ୍କର ଦୈନିକ ରୀତିନୀତିଠାରୁ ଶାରଦୀୟ ପୂଜା ସମୟର ନୀତିକାନ୍ତି ଭିନ୍ନ । ଆଶ୍ୱିନ କୃଷ୍ଣପକ୍ଷ ଦ୍ୱିତୀୟା ଅର୍ଥାତ୍ ମୂଳାଷ୍ଟମୀ ତିଥିରୁ ମା'ଙ୍କର ଷୋଳଦିନାତ୍ମକ ପାର୍ବଣ ପର୍ବ ଅନୁଷ୍ଠିତ ହୁଏ । ଦେବୀଙ୍କର ପ୍ରତ୍ୟହ ସ୍ୱତନ୍ତ୍ର ପୂଜର୍ଚ୍ଚନା ସହିତ ସେବାସୀମାନେ ଏହି ଷୋଳଦିନ ବ୍ରତରଖି ନିଷ୍ଠାର ସହିତ ଶାରଦୀୟ ପୂଜା ପାଳିଥାନ୍ତି । ସେହିଭଳି ପରମ୍ପରାନୁଯାୟୀ ଏହି ଷୋଳଦିନ ତ୍ରିପୁରା ସୁନ୍ଦରୀ ମା'ଭଟ୍ଟାରିକାଙ୍କଠାରେ ସ୍ୱତନ୍ତ୍ର ସୁନାବେଶଲାଗି କରାଯାଏ ଏବଂ ଏହି ଆକର୍ଷଣୀୟ ସୁନାବେଶ ବର୍ଷର ଅନ୍ୟ କୌଣସି ସମୟରେ ଦେଖିବାକୁ ମିଳେନାହିଁ । ପବିତ୍ର ମହାଳୟା ଅମାବାସ୍ୟାଠାରୁ କାମ୍ପିଲ୍ୟବାସିନୀ ମା'ଭଟ୍ଟାରିକାଙ୍କର ପାର୍ବଣପୂଜାର ଦ୍ୱିତୀୟପର୍ବ ନବରାତ୍ର ପୂଜା ଆରମ୍ଭ ହୁଏ । ମହାସପ୍ତମୀ, ମହାଷ୍ଟମୀ, ମହାନବମୀ ଏବଂ ଦଶମୀତିଥି ଅର୍ଥାତ୍ ପବିତ୍ର ଦଶହରା ପୂଜାସହିତ ଏହି ପାର୍ବଣ ସମ୍ପନ୍ନ ହୁଏ । ଦେବୀପକ୍ଷର ମହାସପ୍ତମୀଠାରୁ ଦଶହରା ପର୍ଯ୍ୟନ୍ତ ମା'ଙ୍କ ଦର୍ଶନ ପାଇଁ ରାଜ୍ୟର ବିଭିନ୍ନପ୍ରାନ୍ତରୁ ଭକ୍ତମାନେ ଆସିଥାନ୍ତି । ସ୍ଥାନୀୟ ଅଧିବାସୀମାନେ ମା'ଭଟ୍ଟାରିକାଙ୍କ ପାଇଁ ମହାଷ୍ଟମୀବ୍ରତ ରଖି ନିଷ୍ଠାର ସହିତ ଉପବାସ କରିଥାନ୍ତି ଓ ଦଶହରାରେ ଶୁଭାନୁକୂଳ ନିମନ୍ତେ ମନ୍ଦିରଯାଇ ମା'ଙ୍କର ପୂଜାର୍ଚ୍ଚନା କରିଥାନ୍ତି । ଶାରଦୀୟ ପୂଜା ସମୟରେ ରାଜ୍ୟର ଅନ୍ୟାନ୍ୟ ପୀଠଭଳି ପ୍ରତ୍ୟହ ଚଣ୍ଡିପୁରାଣ ବର୍ଣ୍ଣିତ ଦଶମହାବିଦ୍ୟାର ବିଭିନ୍ନରୂପରେ ମା'ଙ୍କୁ ଏଠି ଯଦିଓ ବନ୍ଦାପନା କରାଯାଏ କିନ୍ତୁ ବେଶ କରାଯାଏନାହିଁ । ପରମ୍ପରାନୁଯାୟୀ ଏହିସମୟରେ ଦେବୀ ଭଟ୍ଟାରିକାଙ୍କୁ ପ୍ରତ୍ୟହ କିଶୋରୀ, କୁମାରୀ ଏବଂ ପୌଢା ଏହି ତିନି ମାତୃଶକ୍ତି ରୂପେ ଯଥାକ୍ରମେ ସକାଳେ, ମଧ୍ୟାହ୍ନରେ ଏବଂ ସଞ୍ଜରେ ସଜାଯାଇ ପୂଜାର୍ଚ୍ଚନା କରାଯାଏ । ପାର୍ବଣ ପୂଜା ସମୟରେ ପ୍ରତ୍ୟହ ସଂକୀର୍ତ୍ତନ, ପାଲା, ଚଣ୍ଡିପାଠ ସହିତ ମା'ଙ୍କର ବିଶେଷ ସନ୍ଧିପୂଜା କରାଯାଏ । ମହାଷ୍ଟମୀ ଯାତ୍ରାର ମଧ୍ୟରାତ୍ରରେ କାଳେସି ଉଭାଯାତ୍ରା ଦେଖିବାକୁ ଲୋକମାନଙ୍କ ପ୍ରବଳ ଭିଡ଼ ହୁଏ । ଆଧାର ଅଧିକ ତଥ୍ୟ ଭଟ୍ଟାରିକା ମନ୍ଦିରର ଫଟୋ ଶ୍ରେଣୀ:ଓଡ଼ିଶାର ହିନ୍ଦୁ ମନ୍ଦିର ଶ୍ରେଣୀ:କଟକ ଜିଲ୍ଲା ଶ୍ରେଣୀ:ଓଡ଼ିଶାର ଦେବୀ ମନ୍ଦିର
ଚନ୍ଦନେଶ୍ୱର ମନ୍ଦିର
https://or.wikipedia.org/wiki/ଚନ୍ଦନେଶ୍ୱର_ମନ୍ଦିର
thumb|280px|right|ଚନ୍ଦନେଶ୍ୱର ଶିବ ମନ୍ଦିର ଚନ୍ଦନେଶ୍ୱର ଶିବ ମନ୍ଦିର ବାଲେଶ୍ୱର ଜିଲ୍ଲାର ଏକ ପ୍ରମୁଖ ଶିବ ମନ୍ଦିର । ଓଡ଼ିଆ ନୂଆବର୍ଷ ପଣା ସଂକ୍ରାନ୍ତି ଦିନ ଏଠାରେ ଏକ ବିରାଟ ମେଳାର ଆୟୋଜନ କରାଯାଏ । ଏହାକୁ "ଚଡକ ମେଳା" କୁହାଯାଏ l ଅନେକ ଭକ୍ତ ଓଡ଼ିଶା ଓ ଆଖପାଖ ରାଜ୍ୟରୁ ଏଠାକୁ ଏହିଦିନ ଆସିଥାନ୍ତି । ଅବସ୍ଥିତି ଏହା ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଅବସ୍ଥିତ । ଏଠାକୁ ବାଲେଶ୍ୱର, ଜଳେଶ୍ୱର ଓ ପଶ୍ଚିମବଙ୍ଗର ଦିଘାଠାରୁ ଗମନାଗମନର ସୁବିଧା ଅଛି । ଆହୁରି ଦେଖନ୍ତୁ ଚାନ୍ଦିପୁର ଭୂଷଣ୍ଡେଶ୍ୱର ଆଧାର ବାହାର ଆଧାର ଶ୍ରେଣୀ:ଓଡ଼ିଶାର ହିନ୍ଦୁ ମନ୍ଦିର
ପଞ୍ଚଲିଙ୍ଗେଶ୍ୱର
https://or.wikipedia.org/wiki/ପଞ୍ଚଲିଙ୍ଗେଶ୍ୱର
ପଞ୍ଚଲିଙ୍ଗେଶ୍ୱର ଶିବ ମନ୍ଦିର ଓଡ଼ିଶାର ବାଲେଶ୍ୱର ଜିଲାର ନୀଳଗିରି ପାଖରେ ଥିବା ପଞ୍ଚଲିଙ୍ଗେଶ୍ୱରରେ ଅବସ୍ଥିତ । ଏହି ଲିଙ୍ଗଗୁଡ଼ିକର ଦର୍ଶନ କରିବା ପାଇଁ ଜଣକୁ ପାହାଡ଼଼ି ଚଟାଣ ଭିତରେ ବହିଯାଇଥିବା ଝରଣା ପାଣି ଦେଇ ହାତରେ ଛୁଇଁ ଜାଣିବାକୁ ପଡ଼ିବ । ଏଠାରେ ପାହାଡ଼଼ୀ ଝରଣା ଭିତରେ ପାଞ୍ଚୋଟି ଶିବଲିଙ୍ଗ ପୂଜାପାଉଛନ୍ତି ଯାହାଙ୍କ ନାମ ଅନୁସାରେ ଏହି ଜାଗାର ନାମ ପଞ୍ଚଲିଙ୍ଗେଶ୍ୱର ହୋଇଛି ।ବାଲେଶ୍ୱର ସମୁଦ୍ର ଉପକୂଳରେ ବଙ୍ଗୋପସାଗରର ବେଳାଭୂମିକୁ ସାମନ୍ତରାଳଭାବରେ କୁପାରୀଠାରୁ ନୀଳଗିରି ପର୍ଯ୍ୟନ୍ତ ପୂର୍ବଘାଟ ପର୍ବତମାଳା ଲମ୍ବିଆସିଛି । ୧୦୦୦ ଫୁଟ ଛୋଟ ଛୋଟ ପାହାଡ଼ "ଦେବଗିରି" ପର୍ବତମାଳାର ପଞ୍ଚେଲିଙ୍ଗେଶ୍ୱର ଏକ ଅଂଶ ବିଶେଷ । ଏହି ଶୈବପୀଠର ପାଦଦେଶରେ ଝରଣାଟିଏ ବହିଯାଇଛି । ଏହି ଜଳସ୍ରୋତ ମଧ୍ୟରେ ଅଦୃଶ୍ୟ ପାଞ୍ଚଗୋଟି ଲିଙ୍ଗ ହେଉଛନ୍ତି ପଞ୍ଚେଲିଙ୍ଗେଶ୍ୱର ପୀଠ । ଭକ୍ତମାନେ ଜଳସ୍ରୋତ ମଧ୍ୟରେ ପଞ୍ଚେଲିଙ୍ଗେଶ୍ୱରଙ୍କୁ ଦର୍ଶନ କରି ପୂଜାକରନ୍ତି । ପ୍ରସ୍ତର ଉପରେ ବସି ପୁଜକ ଶିବଲିଙ୍ଗ ପୂଜା କରିଥାନ୍ତି । ରାଜ୍ୟ ପର୍ଯ୍ୟଟନ ତରଫରୁ ଯାତ୍ରୀନିବାସର ଆନୁସାଙ୍ଗିକ ବ୍ୟବସ୍ଥା ମଧ୍ୟ ରହିଛି । ସରସ୍ୱତୀ ପୂଜା ସମୟରେ ପାଞ୍ଚ ଦିନ ବ୍ୟାପୀ ମେଳା ହୁଏ । ବହୁ ଲୋକ ଏଠାକୁ ଆସି ଦେବଦର୍ଶନ କରିଥାନ୍ତି ଓ ମନୋହାରୀ ଜିନିଷ କିଣିଥାନ୍ତି । ଦେବଗିରି ପର୍ବତର ଶିଖର ଦେଶରେ ମଣ୍ଡଳେଶ୍ୱରୀ ଦେବୀସ୍ଥାନ ରହିନ୍ତି । ଏହାଙ୍କୁ ବର୍ଷାଦେବୀ ମଧ୍ୟ କହାଯାଏ । ବର୍ଷା ନହେଲେ ଦେବୀଙ୍କୁ ପୂଜାକଲେ ବର୍ଷା ହୋଇଥାଏ ବୋଲି ଲୋକବିଶ୍ୱାସ ରହିଛି । ଦେବଗିରି ପର୍ବତମାଳା ପରିବେଷ୍ଟିତ ପର୍ବତର ଶୀର୍ଷଦେଶରୁ ମଙ୍ଗଳପୁର ପ୍ରାଚୀନ ପଥ ଓ ଦୁର୍ଗପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ରହିଛି । ଜନଶୃତି ଅଛି ଯେ ପଞ୍ଚଲିଙ୍ଗେଶ୍ୱର ପାହାଡ଼ର ପାଦଦେଶରୁ ଏହି ସୁଡଙ୍ଗ ରହିଛି । ଗମନାଗମନ ଏହା ନୀଳଗିରିଠାରୁ ୧୦ କିଲୋମିଟର, ବାଲେଶ୍ୱରଠାରୁ ୩୦ କି.ମି. ଓ ବାରିପଦାଠାରୁ ୮୫ କିମି ଦୂରତାରେ ରହିଛି। ଏହି ଦୁଇ ସହରଠାରୁ ବସଯୋଗେ ଗମନାଗମନର ସୁବିଧା ଅଛି । ଏଠାରେ ଏକ ସରକାରୀ ପାନ୍ଥଶାଳା ଅଛି । thumb|center|650px|ପାହାଡ଼଼ି ଝରଣା ଭିତରେ ବାବା ପଞ୍ଚଲିଙ୍ଗେଶ୍ୱର ଆଧାର ଅଧିକ ତଥ୍ୟ ପଞ୍ଚଲିଙ୍ଗେଶ୍ୱରର ନିଆରା ପର୍ଯ୍ୟଟନ ସ୍ଥଳୀ ଶ୍ରେଣୀ:ଓଡ଼ିଶାର ହିନ୍ଦୁ ମନ୍ଦିର ଶ୍ରେଣୀ:ହିନ୍ଦୁ ମନ୍ଦିର
ମୁକ୍ତେଶ୍ଵର
https://or.wikipedia.org/wiki/ମୁକ୍ତେଶ୍ଵର
ଲେଉଟାଣି ମୁକ୍ତେଶ୍ୱର ଦେଉଳ
Main page
https://or.wikipedia.org/wiki/Main_page
REDIRECTପ୍ରଧାନ ପୃଷ୍ଠା
ସାରଳା ମନ୍ଦିର
https://or.wikipedia.org/wiki/ସାରଳା_ମନ୍ଦିର
thumb|ସାରଳା ଠାକୁରାଣୀ ସାରଳା (ଶାରଳା ଓ ଶାରୋଳା ଆଦି ବନାନ ମଧ୍ୟ ପ୍ରଚଳିତ) ମନ୍ଦିର ଓଡ଼ିଶା ରାଜ୍ୟର ଜଗତସିଂହପୁର ଜିଲ୍ଲାର ଝଙ୍କଡ଼ଠାରେ ଅବସ୍ଥିତ ଏକ ଦେବୀ ମନ୍ଦିର । ମନ୍ଦିର ଐତିହାସିକ କେଦାରନାଥ ମହାପାତ୍ର ତାଙ୍କ ଲିଖିତ ଖୋରଧାର ଇତିହାସରେ ଲେଖିଛନ୍ତି, ସେଠାରେ ଥିବା ସାରଳା ମନ୍ଦିର ୧୬୮୬ ମସିହାରେ ମୁସଲମାନମାନେ ଭାଙ୍ଗିନେଇ ସେହି ମନ୍ଦିରର ପ୍ରାୟ ମାଇଲିଏ ପଶ୍ଚିମକୁ ଏକ ମସଜିଦ ନିର୍ମାଣ କରିଛନ୍ତି । ସେହି ମସଜିଦ ନିର୍ମାଣ ୧୦୯୮ ହିଜ୍ରିରେ ହୋଇଥିବା ଉଲ୍ଲେଖ ଅଛି । ବର୍ତ୍ତମାନ ସେଠାରେ ଗଣେଶଙ୍କ ମୂର୍ତ୍ତି ପୂଜା ପାଉଛନ୍ତି । ଲୋକମାନେ ତାହାକୁ ନଣ୍ଡା ଦେଉଳ କହନ୍ତି । ସାରଳା ଦାସଙ୍କ ରଚିତ ଗ୍ରନ୍ଥମାନଙ୍କ ମଧ୍ୟରେ ଚଣ୍ଡୀପୁରାଣରେ ଓଡ଼ିଶାର ଆଠଟି ତନ୍ତ୍ରପୀଠର ନାମ ଉଲ୍ଲେଖ କରିଛନ୍ତି । ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଥିବା ଏକ ପ୍ରାଚୀନ ତାଳପତ୍ର ପୋଥିରେ ଅଷ୍ଟଚଣ୍ଡୀଙ୍କ ନାମ ବର୍ଣ୍ଣନା ଅନୁଯାୟୀ ଝଙ୍କଡ଼ର ସାରଳା, କାକଟପୁରର ମଙ୍ଗଳା, କୋଣାର୍କର ରାମଚଣ୍ଡୀ, ପୁରୀର ବିମଳା, ବାଙ୍କୀର ଚର୍ଚ୍ଚିକା, ଯାଜପୁରର ବିରଜା, ତାଳଚେରର ହିଙ୍ଗୁଳା ଓ ଭୁବନେଶ୍ୱରର ଗୌରୀ ହେଉଛନ୍ତି ଅଷ୍ଟତନ୍ତ୍ରପୀଠର ଅଷ୍ଟଦେବୀ । କିନ୍ତୁ ପରବର୍ତ୍ତୀ କାଳରେ ଧବଳଗିରି ନିବାସୀ ବାଳକବି ଭଗବତୀ ଜଣାଣରେ ଯେଉଁ ଅଷ୍ଟଚଣ୍ଡୀଙ୍କ ନାମ ଉଲ୍ଲେଖ କରିଛନ୍ତି, ସେଥିରେ ଭୁବନେଶ୍ୱରର ଗୌରୀ, ତାଳଚେରର ହିଙ୍ଗୁଳା ଓ କୋଣାର୍କର ରାମଚଣ୍ଡୀଙ୍କ ନାମ ବଦଳରେ ସମ୍ବଲପୁରର ସମଲାଇ, ବାଣପୁରର ଭଗବତୀ ଓ ଚଣ୍ଡୀ (ସମ୍ଭବତଃ ଚିତ୍ରୋତ୍ପଳା ଓ ଲୁଣାନଦୀ ମଧ୍ୟରେ ଥିବା ହରଚଣ୍ଡୀ)ଙ୍କୁ ବର୍ଣ୍ଣନା କରିଛନ୍ତି । ସାରଳା ଦାସଙ୍କ ପରବର୍ତ୍ତୀ କବିମାନେ ସାରଳା ଠାକୁରାଣୀ ଝଙ୍କଡ଼ରେ ଥିବା ବର୍ଣ୍ଣନା କରିଛନ୍ତି । ବଳରାମ ଦାସଙ୍କ ମାଳଶ୍ରୀ ଯାହାକୁ ଭାଦ୍ରବ ମାସ ଖୁଦୁରୁକୁଣୀଙ୍କ ପାଖରେ ପଢ଼ାଯାଏ । ମାଳଶ୍ରୀକୁ ଅନୁଧ୍ୟାନ କଲେ ଦେଖାଯାଏ, ଝଙ୍କଡ଼ ପ୍ରଗଣାର ତେନ୍ତୁଳିପଦାଠାରେ ବିଲ- ସାରଳା ନାମରେ ଆଉ ଏକ ଦେବୀଙ୍କ ମନ୍ଦିର ଅଛି । ସମ୍ଭବତତଃ ୧୬୮୬ ମସିହାରେ ଯେତେବେଳେ ମୁସଲମାନମାନେ ସାରଳା ଠାକୁରାଣୀଙ୍କ ମୂଳ ମନ୍ଦିରକୁ ଭାଙ୍ଗିଦେଇ ମସଜିଦ କଲେ, ସେତେବେଳେ ଠାକୁରାଣୀଙ୍କ ସେବକମାନେ ଓ ହିନ୍ଦୁମାନେ ସାରଳା ଠାକୁରାଣୀଙ୍କୁ ସେହି ବୃଦ୍ଧନଦୀରେ ନେଇଯାଇଥିଲେ । ତେନ୍ତୁଳିପଦାଠାରେ ଯେଉଁଠାରେ ବିଲ- ସାରଳା ଅଛନ୍ତି ସେଠାରେ ରଖିଦେଇ ଆସିଲେ । ପରେ ସେଠାରୁ ସାରଳାଙ୍କ ମୂର୍ତ୍ତିକୁ ଉନବିଂଶ ଶତାବ୍ଦୀର ଶେଷଭାଗରେ ବା ବିଂଶ ଶତାବ୍ଦୀର ଆରମ୍ଭରେ କନକପୁର ନିଆଯାଇଥିଲା । ବର୍ତ୍ତମାନ କନକପୁରଠାରେ ଯେଉଁ ମନ୍ଦିର ଅଛି ସେହି ମନ୍ଦିରରେ ସାରଳା ଠାକୁରାଣୀଙ୍କର ବିଧିବଦ୍ଧ ପ୍ରତିଷ୍ଠା ୧୩୨୧ ସାଲ ଆଷାଢ଼ ଦି୧୨ନଠାରୁ ଦି୧୯ନ ପର୍ଯ୍ୟନ୍ତ ହୋଇଥିବା ମନ୍ଦିର ପ୍ରତିଷ୍ଠା ନିମନ୍ତ୍ରଣପତ୍ରରୁ ଜଣାଯାଏ । ଏହି ୧୩୨୧ ସାଲ ଇଂରାଜୀ ୧୯୧୪ ମସିହାରେ ପଡ଼ିଥିଲା । ଇତିହାସ ସୂର୍ଯ୍ୟନାରାୟଣ ଦାଶଙ୍କ ଲିଖିତ ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ବହିରେ ସପ୍ତମ ପରିଚ୍ଛେଦରେ ଲିଖିତ ଅଛି - ରତ୍ନଗିରି ଦକ୍ଷିଣକୁ ସିଧାସଳଖ ପ୍ରାୟ ୨୦ ମାଇଲ ଦୂରରେ ପ୍ରସିଦ୍ଧ ତିର୍ତ୍ତୋଳ ଭୂବନ୍ଦର । ଏହାକୁ ହୁଏନସାଂ ଚେଲିତାଲେ କହିଛନ୍ତି । ତିରିତୋଳର ବର୍ତ୍ତମାନ ନାମ ତିର୍ତ୍ତୋଲ । ଏହା ନିକଟରେ ଥିବା ଝଙ୍କଡ଼ଠାରେ ଦେବୀ ସାରଳାଙ୍କ ପୀଠ । ସାରଳା ମହାଭାରତରେ ଏହି ଝଙ୍କଡ଼କୁ ଜଙ୍ଗେର ବା ଜଙ୍ଗେରପୁର କୁହାହୋଇଛି । ପୂର୍ବେ ପୂର୍ବଭାରତର ପ୍ରସିଦ୍ଧ ବନ୍ଦର ଚେଳିତାଳୋ ଥିବା ଯୋଗୁଁ ସେହି ଅଞ୍ଚଳରେ ଯକ୍ଷ ବା ଜଙ୍ଖମାନେ ରହିବା ସ୍ୱାଭାବିକ । ତେଣୁ ଜଙ୍ଖମାନେ ରହୁଥିବା ଅଞ୍ଚଳକୁ ଜଙ୍ଖେରପୁର କୁହାଯାଉଥିବା ସମ୍ଭବ । ସେତେବେଳେ ବୃଦ୍ଧା ଏବଂ ଚନ୍ଦ୍ରଭାଗା ଦୁଇଟି ନଦୀ ସାରଳା ଠାକୁରାଣୀଙ୍କ ବିଜେସ୍ଥଳୀର ଉତ୍ତର ଦକ୍ଷିଣରେ ପ୍ରବାହିତ ହୋଇ ସମୁଦ୍ରରେ ମିଶିଥିଲେ । ବର୍ତ୍ତମାନ ସେହି ବୃଦ୍ଧନଦୀ ବୁଢ଼ାନଈ ନାମରେ ନାମିତ । ସାରଳା ଦାସ ବୃଦ୍ଧନଦୀକୁ ବୁଧମାତା ନାମେ ନଦୀ’ବର୍ଣ୍ଣନା କରିଛନ୍ତି । ସାରଳା ଦାସ ତାଙ୍କ ପୁରାଣରେ ଶାରୋଳ ଗ୍ରାମରେ ସାରଳାପୀଠ ଅବସ୍ଥିତ ବୋଲି କହିଛନ୍ତି । ବର୍ତ୍ତମାନ ଝଙ୍କଡ଼ ପ୍ରଗଣାରେ ବଡ଼ ଶାରୋଳ ଓ ସାନ ଶାରୋଳ ନାମରେ ଦୁଇଟି ଗ୍ରାମ ଅଛି । ସେହି ଗ୍ରାମ ନିକଟରେ ପୂର୍ବେ ସାରଳା ଠାକୁରାଣୀଙ୍କ ମନ୍ଦିର ଥିଲା । ପୁରୀ ଜଗନ୍ନାଥ ପ୍ରେସରେ ୧୯୦୯ରେ ଛପା ହୋଇଥିବା ‘ମୋହନ’ଙ୍କ ଚନ୍ଦ୍ରାବତୀ ହରଣ ବହିର ଆରମ୍ଭରେ ସାରଳାଙ୍କ ବନ୍ଦନା ଅଛି । ଉକ୍ତବହିରେ କବି ମୋହନ ବର୍ଣ୍ଣନା କରିଛନ୍ତି ନଣ୍ଡାଦେଉଳ ନିକଟରେ ଥିବା ଗୋପତମାଣିକା ବା ଗୁପ୍ତମାଣିକାରେ ସାରଳା ସାତଦିନ ସାତରାତି ବୁଡ଼ି ରହିଥିଲେ । ତା’ପରେ ତେନ୍ତୁଳିପଦା ଚାଲିଗଲେ । ସାରଳା ମହାଭାରତ ଦ୍ରୋଣପର୍ବର ଉକ୍ତି ସହିତ ଆଦିପର୍ବର ସାରଳାଦେବୀଙ୍କ ବନ୍ଦନାରେ ଥିବା ବିବରଣୀକୁ ମେଳ କଲେ ଜଣାଯାଏ ପୁରୀ ଓ ଯାଜପୁର ମଧ୍ୟରେ ଝଙ୍କଡ଼ ବା ଜଙ୍ଗେର ଅବସ୍ଥିତ । ସେଠାରେ ସାରଳା ଠାକୁରାଣୀ ପୂଜା ପାଉଛନ୍ତି । ସାରଳାପୀଠ ଏକ ମହାନ ତନ୍ତ୍ରପୀଠ । ସାରଳା ଠାକୁରାଣୀଙ୍କ ମୂର୍ତ୍ତିକୁ ଦେଖି ଐତିହାସିକ ତଥା ପ୍ରତ୍ନତାତ୍ତ୍ୱିକ ଡଃ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଦେବୀ ଅଷ୍ଟମ ଶତାବ୍ଦୀର ବୋଲି ମତପ୍ରକାଶ କରିଥିଲେ । ଚୀନ ପରିବ୍ରାଜକ ହୁଏନସାଂ ସପ୍ତମ ଶତାବ୍ଦୀରେ ଓଡ଼ିଶା ଆସିଥିଲେ । ସେତେବେଳେ ସେ ଚେଳି-ତାଳୋରେ ବୌଦ୍ଧବିହାର ଓ ସ୍ତୂପ ଥିବା ଦେଖିଥିଲେ । ଏସ. ବିଲଙ୍କ ଲିଖିତ "The Life of Hiuen Tsiang"ର ୧୩୪ତମ ପୃଷ୍ଠାରେ ଚେ-ଳି-ତା-ଳୋ ବନ୍ଦରରେ ବଜ୍ରଜାନୀଙ୍କ ଦେବତା ପୂଜିତ ହେଉଥିଲେ । ବର୍ତ୍ତମାନ ପୂଜାପାଉଥିବା ସାରଳା ହିନ୍ଦୁଦେବୀ ହେଲେ ମଧ୍ୟ ତାଙ୍କ ହାତରେ ବଜ୍ରଯାନୀଙ୍କର ପରମ ଆୟୁଧ ବଜ୍ର ଓ ଘଣ୍ଟି ରହିଛି । ବୌଦ୍ଧ ଚିତ୍ରବିଦ୍ୟାରେ ଆଦିବୁଦ୍ଧଙ୍କ ସ୍ୱରୂପ ଉଲ୍ଲେଖ ଓ ଚିତ୍ରିତ ହୋଇଛି । ସେଥିରୁ ଜଣାଯାଏ ତାଙ୍କ ଦକ୍ଷିଣହସ୍ତରେ ବଜ୍ର ଓ ବାମହସ୍ତରେ ଘଣ୍ଟି ଅଛି । ସାରଳା ଅଷ୍ଟଭୂଜା ମହିଷାସୁର ମର୍ଦ୍ଦିନୀ ଦୁର୍ଗା । ତାଙ୍କ ଦକ୍ଷହସ୍ତ ଚତୁଷ୍ଟୟରେ ଖଡ୍ଗ, ବେଦ, ଶୂଳ ଓ ବୀଣା ରହିଛି । ସେହିଭଳି ବାମହସ୍ତ ଚତୁଷ୍ଟୟରେ ଢ଼ାଲ, ଧନୁ, ମହିଷାସୁରର ମୁଖ ଓ ଘଣ୍ଟି ଥିବା ଦେଖାଯାଏ । ଦେବୀ ତାଙ୍କ ଦକ୍ଷପଦ ମହିଷାସୁରର ପୃଷ୍ଠଦେଶରେ ସ୍ଥାପନ କରିଛନ୍ତି । ଏହି ମହିଷାସୁରର ମୁଣ୍ଡଟି ହେଉଛି ମହିଷର ମୁଣ୍ଡ ଓ ଦେହ ମଣିଷ ଭଳି ତା ଦେହରେ ବର୍ମ ରହିଛି । ସେ ହାତରେ ଗଦା ଭଳି ଏକ ଅସ୍ତ୍ର ଧରିଛି । ଖୁବ୍ ସମ୍ଭବତଃ ସେ ତା’ର ମୁଖ ଦେବୀଙ୍କ ଜନନଇନ୍ଦ୍ରିୟ ଆଡ଼କୁ ନେଉଥିଲା । ସେଥିପାଇଁ ଦେବୀ ତାଙ୍କ ବାମଭାଗର ଏକ ହସ୍ତରେ ତା’ର ମୁଖକୁ ଚିପିଧରି ଦୂରକୁ ଠେଲୁଛନ୍ତି । ଠିକ ସେହିଭଳି ଦୃଶ୍ୟ ଭୁବନେଶ୍ୱର ବଇତାଳ ମନ୍ଦିର ଗାତ୍ରରେ ଥିବା ଦୁର୍ଗା, ଦ୍ୱାରବାସିନୀ ଦେବୀ, ଦକ୍ଷିଣ ଚଣ୍ଡୀ ଆଦିଙ୍କ ମୂର୍ତ୍ତିରେ ଦେଖିବାକୁ ମିଳେ । କପାଳୀ ମଠରେ ଆରାଧିତା କପାଳିନୀଙ୍କ ମୂର୍ତ୍ତି ଅନେକାଂଶରେ ସାରଳାଙ୍କ ମୂର୍ତ୍ତି ସହିତ ମିଶିଯାଏ । କେବଳ ପ୍ରତ୍ନତାତ୍ତ୍ୱିକ ଭୂମରାର ମହିଷମର୍ଦ୍ଦିନୀ ଦୁର୍ଗାଙ୍କୁ ପୁରାତନା ବୋଲି କହିଥାନ୍ତି । ଭୂମରାର ମହିଷାମର୍ଦ୍ଦିନୀ ଦୁର୍ଗା ଷଷ୍ଠ ଶତାବ୍ଦୀର ଓ ସେ ଚତୁର୍ଭୂଜା (ପଞ୍ଚୋପାସନା) ମାତ୍ର ଓଡ଼ିଶାର ଯାଜପୁରରେ ଆରାଧିତା ବିରଜା ଠିକ ଭୂମରାର ଦୁର୍ଗାଙ୍କ ଭଳି ହେଲେ ମଧ୍ୟ ସେ ଦ୍ୱିଭୁଜା । ଐତିହାସିକ ମତବାଦ ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଓଡ଼ିଶାର ସଂସ୍କୃତି ଓ ଇତିହାସରେ ଯାଜପୁରରେ ରମା ପ୍ରସାଦ ଚାନ୍ଦଙ୍କ ଯୁକ୍ତି ଉଦ୍ଧାର କରି କହିଛନ୍ତି ବିରଜା ପଞ୍ଚମ ଶତାବ୍ଦୀର । ସେତେବେଳେକୁ ଦେବୀ ବଧ କରିଥିବା ପ୍ରାଣୀଟି ପଶୁରୂପରେ ମହିଷ ଆକାରରେ ରହିଯାଇଥିଲା । ଅସୁରର ନାମ ଗନ୍ଧ ନଥିଲା କହିଲେ ଚଳେ । ଦୃଷ୍ଟାନ୍ତ ରୂପେ ପର୍ଣ୍ଣଶବରୀଙ୍କୁ ନିଆଯାଇପାରେ । ପର୍ଣ୍ଣଶବରୀଙ୍କ ଧ୍ୟାନରେ ଲେଖାଅଛି “ହୃଦ୍ୱାମ ମୁଷ୍ଟିତର୍ଜନ୍ୟାଧୋ ବିଘ୍ନଗଣାନ୍ ସଂଚର୍ଯ୍ୟ ଦକ୍ଷିଣ ବଜ୍ରମୁଷ୍ଟି ପ୍ରହାରାଭିନୟାଂ” ମୂର୍ତ୍ତିରେ ବିଘ୍ନଗଣ ସ୍ଥାନରେ ହାତୀର ରୂପ ରହିଛି ଓ ଦେବୀ ତାକୁ ଦକ୍ଷିଣ ତର୍ଜନୀ ଦେଖାଇ ମୁଷ୍ଟିପ୍ରହାର ପାଇଁ ଭୟ ଦେଖାଉଛନ୍ତି । ଧ୍ୟାନରେ ପର୍ଣ୍ଣପିଚ୍ଛିକା ବସନା ଲେଖାଅଛି । ପର୍ଣ୍ଣଶବରୀ ନାମରୁ ଜଣାଯାଉଛି ଦେବୀ ଶାବରୀ ଦେବତା । ହୁଏତ ବଣ୍ୟହସ୍ତୀ ଶବରମାନଙ୍କ ଫସଲ ଓ ଘର ନଷ୍ଟ କରୁଥିବା ହେତୁ ଏଥିରୁ ଉଦ୍ଧାର ପାଇବା ପାଇଁ ପର୍ଣ୍ଣଶବରୀ ଦେବୀଙ୍କୁ ଆରାଧନା କରୁଥିଲେ । ସେମାନଙ୍କଠାରୁ ବୌଦ୍ଧ ବଜ୍ରଯାନୀମାନେ ସେହିଭାବକୁ ନେଇ ମୂର୍ତ୍ତି ଗଠନ କଲେ । ପରେ ଯେତେବେଳେ ପୁରାଣ ରଚନା କରାଗଲା, ସେତେବେଳେ ମହିଷକୁ ଅସୁର ଆଖ୍ୟା ଦେଇ କାହାଣୀମାନ ସୃଷ୍ଟି ହେଲା । ବିରଜାଙ୍କ ମୂର୍ତ୍ତିଗଠନ ବେଳେ ମହିଷ ଥିଲା ଓ ସାରଳାଙ୍କ ବେଳକୁ ମହିଷାସୁରର ରୂପ ଆସିଯାଇଥିଲା । ସେଥିପାଇଁ ସାରଳା ଦାସ ତାଙ୍କ ଚଣ୍ଡୀ ପୁରାଣ ଗ୍ରନ୍ଥରେ ଲେଖିଛନ୍ତି "ମଇଁଷିର ମୁଣ୍ଡ ଗୋଟା ମନୁଷ୍ୟ ସ୍ୱରୂପ" (ପୃଷ୍ଠା ୧୭) । ସାରଳାଙ୍କ ମୂର୍ତ୍ତି ଦୁର୍ଗାଙ୍କ ସ୍ୱରୂପା,ଦୁର୍ଗା ଶାବରୀୟ ଦେବତା । ହରିବଂଶରେ ସ୍ପଷ୍ଟ ଉଲ୍ଲେଖ ଅଛି, “ ଶବରୈଃ ବର୍ବରୈଶ୍ଚୈବ ପୁଲିନ୍ଦୈଶ୍ଚ ସୁପୂଜିତା” । ତେଣୁ ଦୁର୍ଗା, ଶବର, ବର୍ବର, ପୁଲିନ୍ଦ ଜାତିଦ୍ୱାରା ଆରାଧିତା । ହାତର କଳ୍ପନା ଦିଗରୁ ଆସିଛି ବୋଲି ଶ୍ରୀଦୁର୍ଗାରେ ସ୍ୱାମୀ ପ୍ରଜ୍ଞାନାନନ୍ଦ ଲେଖିଛନ୍ତି । ସେ ଶ୍ରୀଦୁର୍ଗା ପୃ.୧୫୦-୧୫୧ରେ ଲେଖିଛନ୍ତି, “ ଦୁର୍ଗା ଦେବୀଙ୍କ ଦଶହାତ ଦଶଦିଗର ପରିଚାରକ । ଅତଏବ ଦିଗରୁ ହାତର କଳ୍ପନା କରାଯାଇଛି । ବ୍ରାହ୍ମଣ ସାହିତ୍ୟରେ ଦିଗର ପୁଣି ଭିନ୍ନ ଭିନ୍ନ ସଂଖ୍ୟା କହାହୋଇଛି” ଇତ୍ୟାଦି । ମଣିଷ ପ୍ରଥମରୁ ଦଶଦିଗ କଥା ଜାଣିନଥିଲା । ତାହାହେଲେ ଅଷ୍ଟଦିଗପାଳଙ୍କ ବିଷୟ କହାଯାଆନ୍ତା ନାହିଁ ଯେଉଁ ସମୟରେ ଜ୍ଞାନୀ ମଣିଷ ଅଷ୍ଟଦିଗ ଜାଣିଥିଲା ସେହି ସମୟରେ ଦେବତାଙ୍କ ହାତ ୮ ଥିଲା । ଅଷ୍ଟଦିଗକୁ ପ୍ରସାରି ଦେବୀଙ୍କ ହାତ ରହିଥିବା ହେତୁ ସାରଳା ଅଷ୍ଟଭୁଜା । ସାରଳା ବୌଦ୍ଧବଜ୍ରଯାନୀଙ୍କ ଦେବତା ବୋଲି କହାଯାଇପାରେ । କାରଣ ତାଙ୍କ ହାତରେ ବୌଦ୍ଧମାନଙ୍କର ଦୁଇଟି ପରମ ସଂକେତ ବଜ୍ର ଓ ଘଣ୍ଟି ଅଛି । କେତେକ ପଣ୍ଡିତ ଧାରଣା କରନ୍ତି ହିନ୍ଦୁମାନେ ବୌଦ୍ଧମାନଙ୍କଠାରୁ ଦେବାଦେବୀଙ୍କୁ ଧାର କରି ନେଇଛନ୍ତି । ତେଣୁ ଅବଲେକିତେଶ୍ୱର, ଲୋକେଶ୍ୱର, ପ୍ରଜ୍ଞାପାରମିତା, ବଜ୍ରଯୋଗିନୀ, ଆର୍ଯ୍ୟତାରା, ବାଗୀଶ୍ୱରୀ, ମଞ୍ଜୁଶ୍ରୀ, ହାରୀତ, ମାରୀଚୀ, ଅକ୍ଷୋଭ୍ୟ, ପର୍ଣ୍ଣଶବରୀ ପ୍ରଭୃତି ବ୍ରହ୍ମା, ବିଷ୍ଣୁ, ଶିବ,ଦୁର୍ଗା, କାଳୀ, ଲକ୍ଷ୍ମୀ, ସରସ୍ୱତୀ, ବାଶୁଳୀ, ମଙ୍ଗଳା, ଶୀତଳା ପ୍ରଭୃତି ନାମ ନେଇ ଛଦ୍ମବେଶରେ ହିନ୍ଦୁମାନଙ୍କ ଘରେ ତଥା ଗ୍ରାମ, ନଗରରେ ଆଜି ମଧ୍ୟ ପୂଜା ପାଉଛନ୍ତି(ଶ୍ରୀଦୁର୍ଗା ପୃଷ୍ଠା ୧୨୩) । ଏହାଛଡ଼ା "Introduction to the modern Budhist and its follows in Orissa"ର ୧୧ତମ ପୃଷ୍ଠାରେ ମହାମହୋପାଧ୍ୟାୟ ହରପ୍ରସାଦ ଶାସ୍ତ୍ରୀ ଲେଖିଛନ୍ତି, ଦେବୀପୂଜା ତଥା ଶକ୍ତିବାଦ ବୌଦ୍ଧଧର୍ମର ଗୋଟିଏ ପରିଣତି । ତାଙ୍କ ମତରେ ଉତ୍ତର ଦେଶୀୟ ବୌଦ୍ଧଧର୍ମର ତ୍ରିତ୍ୱବାଦରୁ ତନ୍ତ୍ରଦେବତାଙ୍କ ଉତ୍ପତ୍ତି । ତା ପୂର୍ବରୁ ବ୍ରାହ୍ମଣମାନଙ୍କ ଭିତରେ ଏହା ପ୍ରଚାର ହୋଇନଥିଲା । ବର୍ତ୍ତମାନର ସାରଳାଙ୍କ ମନ୍ଦିର ଉତ୍ତର ଦିଗରୁ ତେନ୍ତୁଳିପଦା ଗ୍ରାମରେ ବିଲ ସାରଳା ନାମରେ ଆଉଗୋଟିଏ ଦୁର୍ଗା ମୂର୍ତ୍ତି ଆରାଧିତା । ଏହି ଦୁର୍ଗା ମଧ୍ୟ ଅଷ୍ଟଭୁଜା । ମୂର୍ତ୍ତିକୁ ଦେଖିଲେ ମନେହୁଏ, ସାରଳାଙ୍କ ପରେ ବିଲ- ସାରଳାଙ୍କ ମୂର୍ତ୍ତି ଅଙ୍କିତ ହୋଇଛି । ସାରଳାଙ୍କ ଭଳି ବିଲ- ସାରଳା ଖଣ୍ଡିଏ ପଥରରେ ଅଙ୍କିତା । ତାଙ୍କ ହାତମାନଙ୍କରେ ଖଡ୍ଗ, ଶୂଳ, ଶର, ଚକ୍ର, ଢାଲ, ଧନୁ, ପାଶ ରହିଛି । ସପ୍ତଶତୀଚଣ୍ଡୀରେ ବର୍ଣ୍ଣିତ ମହିଷାସୁରମର୍ଦ୍ଦିନ ରୂପ ସହିତ ଏହି ମୂର୍ତ୍ତିର ରୂପ ମେଳ ଖାଇଯାଏ । ସାରଳା ଠାକୁରାଣୀଙ୍କ ମହିଷାସୁର ଭଳି ‘ମହିଷର ମୁଣ୍ଡ ଦେହ ତ ମନୁଷ୍ୟ’ ନୁହେଁ । ମୂର୍ତ୍ତିରେ ମହିଷର କର୍ତ୍ତିତ ମୁଣ୍ଡ ପଡ଼ିରହିଛି ଓ ତା’ର ମହିଷ ଦେହ ମଧ୍ୟରୁ ଏକ ପୁରୁଷ ଖଡ୍ଗ ଢାଲ ଧରି ଦେବୀଙ୍କ ସହିତ ଯୁଦ୍ଧ କରୁଛି । ଦେବୀ ତା ବକ୍ଷରେ ଶୂଳ ବିଦ୍ଧ କରିଛନ୍ତି ଓ ବାମହାତରେ ଥିବା ସର୍ପରୂପୀ ପାଶଦ୍ୱାରା ସେ ବନ୍ଧନଯୁକ୍ତ । ଚଣ୍ଡୀର ତୃତୀୟ ଅଧ୍ୟାୟରେ ଯେଉଁ ମହିଷାସୁର ବଧ କାହାଣୀ ଉଲ୍ଲେଖ ହୋଇଛି ସେହି ବର୍ଣ୍ଣନା ସହିତ ବିଲ- ସାରଳାଙ୍କ ସ୍ୱରୂପର ମେଳ ଖାଇଯାଏ । ଚଣ୍ଡୀ ତୃତୀୟ ଅଧ୍ୟାୟର ୪୧-୪୨ ମନ୍ତ୍ରରେ ଲେଖାଅଛି – ଅନନ୍ତର ମହିଷାସୁର ଚଣ୍ଡିକାଙ୍କ ପଦଦ୍ୱାରା ଦୃଢଭାବେ ଆକ୍ରାନ୍ତ ହୋଇ ନିଜ ମୁଖରୁ ଅନ୍ୟ ମହାସୁରରୂପେ ଅର୍ଦ୍ଧମାତ୍ର ବହିର୍ଗତ ହେଲା । ସେହି ସମୟରେ ଦେବୀଙ୍କ ଉଗ୍ର ତେଜରେ ସ୍ତମ୍ଭୀଭୂତ ହେଲା । ଏହି ମହାସୁର ଅର୍ଦ୍ଦମାତ୍ର ନିର୍ଗତ ହୋଇ ଦେବୀଙ୍କ ସହିତ ଯୁଦ୍ଧ କରୁ କରୁ ଦେବୀଙ୍କ ଖଡ୍ଗଘାତରେ ଛିନ୍ନ ମସ୍ତକ ହୋଇ ଧରାଶାୟୀ ହେଲା । ଚଣ୍ଡୀଗ୍ରନ୍ଥ ହିନ୍ଦୁତନ୍ତ୍ର ପର୍ଯ୍ୟାୟର, ତେଣୁ ବିଲ- ସାରଳାଙ୍କୁ ହିନ୍ଦୁତାନ୍ତ୍ରିକମାନେ ଉପାସନା କରୁଥିବା ମନେହୁଏ । ଏହି ମୂର୍ତ୍ତି ଭଳି ଦୁଇଟି ବିରାଟ ବିରାଟ ଦୁର୍ଗାମୂର୍ତ୍ତି ଗରାମରେ ଭଗବତୀ ନାମରେ ଓ ତୀର୍ଥମଠର ସଂଗ୍ରହାଳୟରେ ସଂରକ୍ଷିତ । ବିଲ ସାରଳା ବା ସାରଳାଙ୍କଠାରୁ ଏହି ଦୁଇଟି ସ୍ଥାନ ଦୁଇକୋଶ ଦୂର ହୋଇପାରେ । ତୀର୍ଥମଠକୁ ସେ ଅଞ୍ଚଳରେ ପରଶୁରାମଙ୍କ ମଠ କୁହାଯାଏ । ସେଠାରେ ମଧ୍ୟ ପରଶୁରାମଙ୍କ ପିତା ମାତା ଜମଦଗ୍ନି ଓ ରେଣୁକାଙ୍କ ମୂର୍ତ୍ତି ରହିଛି । ପରଶୁରାମ ହିନ୍ଦୁ ତନ୍ତ୍ରାଚାର୍ଯ୍ୟ । ଲୋକମାନେ କୁହନ୍ତି ପରଶୁରାମ ପ୍ରଥମେ ସାରଳାଙ୍କୁ ମାଟି ଭିତରୁ ଉଦ୍ଧାର କରି ଉପାସନା କରିଥିଲେ ଓ ବର ପାଇ ମହେନ୍ଦ୍ର ଯାଇଥିଲେ । ସେ ଯାହାହେଉ ଏହିଭଳି ମୂର୍ତ୍ତିକୁ ହିନ୍ଦୁ ପର୍ଯ୍ୟାୟର ଦୁର୍ଗାଭାବେ ନିଆଯାଇପାରେ । ଯେତେବେଳେ ବୌଦ୍ଧ ବଜ୍ରଯାନୀମାନେ ତନ୍ତ୍ରଦେବତାଙ୍କୁ ଉପାସନା କରି ଅଦ୍ଭୁତ କାର୍ଯ୍ୟମାନ ଦେଖାଇ ଲୋକମାନସକୁ ତାଙ୍କ ଆଡ଼କୁ ଟାଣି ନେଉଥିଲେ, ସେତେବେଳେ ବୈଦିକମାନେ ମଧ୍ୟ ତନ୍ତ୍ରରେ ପ୍ରବେଶ କଲେ । ତନ୍ତ୍ରସାଧନା କରିବାକୁ ହେଲେ ତାନ୍ତ୍ରିକକୁ ମଶାଣିକୁ ଯିବାକୁ ହୋଇଥାଏ ଓ ଶବ, ନରକରୋଟି ଆଦି ସେ ପରମ ପାଥେୟ ରୂପେ ଗ୍ରହଣ କରିଥାଏ । ତେଣୁ ବୈଦିକମାନେ ଏମାନଙ୍କୁ ଘୃଣାଚକ୍ଷୁରେ ଦେଖିଲେ । ସେଥିପାଇଁ ବୋଧେ ତନ୍ତ୍ରଦେବତାଙ୍କ ପୂଜକ ପଣ୍ଡା, ପାଣି, ପାଣିଗ୍ରାହୀ ଆଦି ସଂଖ୍ୟାଧାରୀ ବ୍ରାହ୍ମଣମାନଙ୍କ ସହିତ ଶାସନୀ ବ୍ରାହ୍ମଣମାନେ ବନ୍ଧୁ ବାନ୍ଧୁନଥିଲେ । ଓଡ଼ିଶାର ତନ୍ତ୍ରପୀଠଗୁଡ଼ିକୁ ଦେଖିଲେ ମନେହୁଏ, ବଜ୍ରଯାନୀମାନେ ଯେଉଁଠି ଆସନପାତି ତନ୍ତ୍ରଦ୍ୱାରା ଲୋକସମାଜର ଉପକାର କରୁଥିଲେ, ସେଇଠି ହିନ୍ଦୁତାନ୍ତ୍ରିକମାନେ ମଧ୍ୟ ନିଜର ଆସନ ଦୃଢ଼ କରୁଥିଲେ । ଏ ବିଷୟରେ ପୁରୀ ଜିଲ୍ଲାର ବାଣପୁର ଓ ଭଗବତୀଙ୍କୁ ନିଆଯାଇପାରେ । ସେହିଭଳି ପ୍ରାଚୀନଦୀ ଅବବାହିକାରେ ଥିବା ମୋତିଆଦି ଗ୍ରାମରେ ପୂଜା ପାଉଥିବା ଦୁର୍ଗାଙ୍କୁ ଗ୍ରହଣ କରାଯାଇପାରେ । ସେସବୁ ଅଞ୍ଚଳରେ ବୌଦ୍ଧପୀଠର ଯେଉଁଭଳି ନିଦର୍ଶନ ରହିଛି ରହିଛି ସେହିଭଳି ଏବେ ହିନ୍ଦୁତନ୍ତ୍ର ଦେବତାଙ୍କ ମନ୍ଦିର ପରିଦୃଷ୍ଟ ହୁଏ । ଝଙ୍କଡ଼ ପ୍ରଗଣାକୁ ଲାଗି ରହିଥିବା ତିରଣ ପ୍ରଗନାର ଗରାମ ଗ୍ରାମରେ ଯେଉଁ ଭଗବତୀଙ୍କ ମନ୍ଦିର ଅଛି ସେହି ମନ୍ଦିର ସମ୍ମୁଖରେ ପଦ୍ମପାଣି ବୁଦ୍ଧଙ୍କର ଏକ ମୂର୍ତ୍ତି ଅଛି । ତାଙ୍କ ହାତରେ ବୁଦ୍ଧମୁଦ୍ରା,ପଦ୍ମ, ବରମୁଦ୍ରା ଆଦି ରହିଛି । କେବଳ ଏତିକି ନୁହେଁ ଭଗବତୀଙ୍କ ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ଏକ ଷଡ଼ଭୁଜ ତାରାଙ୍କ ମୂର୍ତ୍ତି ଥିବା ଦେଖାଯାଏ । ତାଙ୍କ ହସ୍ତରେ ଖଡ୍ଗ, ତ୍ରିଶୂଳ, ପଦ୍ମ ଫୁଲ, ଢାଲ, ଧନୁ ଓ ଭୂମିସ୍ପର୍ଶମୁଦ୍ରା ଥିବା ଦେଖାଯାଏ । ତାହା ଯେ ଏକ ବୌଦ୍ଧପୀଠ ଥିଲା ବୋଲି ଏହା ଧାରଣା କରିବା ସ୍ୱାଭାବିକ । ତେନ୍ତୁଳିପଦାର ବିଲ- ସାରଳାଙ୍କ ମନ୍ଦିରରେ ଗୋଟିଏ ମନସାଦେବୀଙ୍କର ମୂର୍ତ୍ତି ରହିଛି । ବିବାହ ବ୍ରତରେ ଏହି ଅଞ୍ଚଳର କେତେକ ସମ୍ପ୍ରଦାୟ ତାଙ୍କୁ ସ୍ନାନ ମାର୍ଜନା କରିଥାଆନ୍ତି । ମନସା ସର୍ପଙ୍କ ଦେବୀ ତାଙ୍କ ମୁଣ୍ଡ ଉପରେ ସାପ ଫଣାଟେକି ରହିଛି । ଦେବୀଙ୍କ ହାତରେ ଅମୃତ କଳସ । ଏହିଭଳି ମନସା ମୂର୍ତ୍ତି ନିମାପଡାର କୁଶଭଦ୍ରା ନଦୀକୂଳରେ ନାରାୟଣୀ ନାମରେ ଉପାସିତା । ବୈତରଣୀର ଉତ୍ତରକୁ ଆଖୁଆପଦାରେ ମଧ୍ୟ ମନସାଦେବୀଙ୍କ ମୂର୍ତ୍ତି ପୂଜାପାଉଥିବା ଦେଖିବାକୁ ମିଳେ । ସାଧାରଣତଃ ନଦୀକୂଳ ଅଞ୍ଚଳ ବା ସର୍ପ ଉପଦ୍ରବ ଅଞ୍ଚଳରେ ମନସାଦେବୀଙ୍କ ମୂର୍ତ୍ତି ଉପାସିତା । ତନ୍ତ୍ରଗ୍ରନ୍ଥମାନଙ୍କରେ ମନସାଙ୍କ ମନ୍ତ୍ର ତଥା ଉପାସନା ପ୍ରଣାଳୀ ଲେଖା ଅଛି । ଓଡ଼ିଶାର ବିଭିନ୍ନ ସ୍ଥାନରେ ମନସାଙ୍କର ଦ୍ୱିଭୁଜା, ଚତୁର୍ଭୁଜା ଆଦି ମୂର୍ତ୍ତି ଦେଖିବାକୁ ମିଳେ । ସାରଳାଙ୍କ ମନ୍ଦିର ବର୍ତ୍ତମାନ ଯେଉଁ ଗ୍ରାମରେ ଅଛି ସେ ଗ୍ରାମକୁ କନକପୁର କୁହାଯାଏ । ତାହାର ଅନତି ଦୂରରେ ଅରଡଙ୍ଗ ଗ୍ରାମରେ ଗୋଟିଏ ଅଷ୍ଟଭୁଜା ଚାମୁଣ୍ଡା ମୂର୍ତ୍ତି ଗ୍ରାମଦେବତୀ ରୂପେ ପୂଜାପାଉଛନ୍ତି । ଡଃ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ବିରଜା ବକ୍ତୃତାମାଳା-୧ରେ ଓ ବିଭିନ୍ନ ସ୍ଥାନରେ କହିଛନ୍ତି ଚାମୁଣ୍ଡା ବୌଦ୍ଧଦେବୀ । Budhist Iconographyରେ ଚର୍ଚ୍ଚିକା ଠିକ ଚାମୁଣ୍ଡାଙ୍କ ଭଳି । ଓଡ଼ିଶାର ବହୁ ତନ୍ତ୍ରପୀଠରେ ଚାମୁଣ୍ଡା ପୀଠଦେବୀ ରୂପେ ଆରାଧିତା । ଅସ୍ଥି କଙ୍କାଳସାର ଉପବାସୀ ବୁଦ୍ଧଙ୍କ ସ୍ତ୍ରୀ ରୂପ ଚାମୁଣ୍ଡା । ସାଧାରଣତଃ ଚାମୁଣ୍ଡାଙ୍କ ହସ୍ତରେ ଖଡ୍ଗ, ନରମୁଣ୍ଡ, ଜପମାଳା, ବରମୁଦ୍ରା, ତ୍ରିଶୂଳ, ପାନପାତ୍ର, ଢାଲ, ଅଭୟମୁଦ୍ରା ରହିଥାଏ । ଅରଡଙ୍ଗରେ ଥିବା ଚାମୁଣ୍ଡା ମୂର୍ତ୍ତି ଠିକ୍ ସେହିଭଳି, ସେ ଶବ ଉପରେ ବସିଛନ୍ତି ଓ ଦକ୍ଷିଣ ହସ୍ତରୁ ଝରୁଥିବା ରକ୍ତକୁ ଶିବା ପାନ କରୁଛି । ତାଙ୍କ ଗଳଦେଶରେ ନରମୁଣ୍ଡ ମାଳ । ସାରଳାଙ୍କଠାରୁ ୪/୫ ମାଇଲ ଦୂରରେ କୋଷ୍ଠି ମଲ୍ଲିକାପୁର ଗ୍ରାମ । ଏହି ଗ୍ରାମରେ ଇଶାଣେଶ୍ୱର ମହାଦେବଙ୍କ ମନ୍ଦିର । ଐତିହାସିକ କେଦାରନାଥ ମହାପାତ୍ର ଏହି ମନ୍ଦିରର ମୁଖଶାଳାରେ ଲେଖାହୋଇଥିବା ଶିଳାଲେଖଟିକୁ ପାଠକରି କହନ୍ତି । ଏହା କପିଳେଶ୍ୱର ଦେବଙ୍କ ଶିଳାଲେଖ । ବର୍ତ୍ତମାନ ମନ୍ଦିର ମଧ୍ୟରେ ଶିବଲିଙ୍ଗଟି ନାହିଁ । ଶକ୍ତିପୀଠର ମଧ୍ୟଦେଶରେ ଲିଙ୍ଗ ଥିବାର ପ୍ରମାଣ ରହିଛି । ଖୁବ ସମ୍ଭବତଃ ସପ୍ତଦଶ ଶତାବ୍ଦୀରେ ଧର୍ମାନ୍ଧମାନେ ଲିଙ୍ଗଟିକୁ ଶକ୍ତିଠାରୁ ଭିନ୍ନ କରି ଦେଇଛନ୍ତି । ଏହିଭଳି ଅବସ୍ଥା ବହୁ ଶୈବପୀଠରେ ଦେଖିବାକୁ ମିଳେ । ଫୁଲନଖରା ଛକ ନିକଟରେ ଲକ୍ଷେଶ୍ୱର ମହାଦେବ ଏ ଅବସ୍ଥାରୁ ରକ୍ଷା ପାଇନାହାନ୍ତି । ଏହି ଇଶାଣେଶ୍ୱର ମନ୍ଦିର ନିକଟରେ ଚାମୁଣ୍ଡାଙ୍କର ଏକ ମୂର୍ତ୍ତି ସହିତ ଶବ ଉପରେ ଦଣ୍ଡାୟମାନ ଖଡ୍ଗ, ପଦ୍ମ, ପାନପାତ୍ର ଓ ଛିନ୍ନଶିର ଧାରଣ କରିଥିବା ଗୋଟିଏ ଭୈରବମୂର୍ତ୍ତି ରହିଛି । ତାଛଡା ଶିବ ପାର୍ବତୀଙ୍କର ଗୋଟିଏ ମୂର୍ତ୍ତି ଏଠାରେ ଉପାସିତା । ସମଗ୍ର ଓଡ଼ିଶାରେ ଅଷ୍ଟକାଳୀ ବା ଅଷ୍ଟଚଣ୍ଡୀଙ୍କ ଆରାଧନା କଥା କୁହାଯାଇଥାଏ । ସେହିଭଳି ପ୍ରତି ତନ୍ତ୍ର କ୍ଷେତ୍ରରେ ଅଷ୍ଟଦେବୀ ବିରାଜମାନା କରିଥାନ୍ତି । ସାରଳାଙ୍କ ପୀଠର ଚତୁର୍ଦ୍ଦିଗରେ ଆଉ ସାତ ବା ଆଠଟି ଦେବୀପୀଠର ସନ୍ଧାନ ମିଳେ । ଯେତେବେଳେ ପୀଠଗୁଡ଼ିକ ଗଢିଉଠିଥିଲା, ସେତେବେଳେ ତନ୍ତ୍ରର ଯେଉଁ ରାଜତ୍ୱ ଚାଲିଥିଲା ତାପରେ ଦେଶର ରାଜା ବିମୁଖ ହେବା ଫଳରେ ବହୁ ତନ୍ତ୍ରପୀଠ ବିଲୟ ଲଭିଲାଣି । କେତେକ ମଧ୍ୟ ଅର୍ଦ୍ଦମୃତ ଅବସ୍ଥାରେ ପଡ଼ିରହିଛି । ସେହିଭଳି ସାରଳାପୀଠର ଅବସ୍ଥା ସପ୍ତମ ଅଷ୍ଟମ ଶତାବ୍ଦୀ ତନ୍ତ୍ରର ସ୍ୱର୍ଣ୍ଣଯୁଗ ଥିଲା । ସେହି ସମୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ତନ୍ତ୍ରପୀଠ ଗଢ଼ିଉଠିଥିବା ଜଣାଯାଏ । ତାପରେ ପ୍ରାୟ ଦ୍ୱାଦଶ ଶତାବ୍ଦୀ ବେଳକୁ ଆସିଥିଲା ବୈଷ୍ଣବମାନଙ୍କ ଯୁଗ । ସେ ସମୟରେ ମଦ୍ୟ-ମାଂସ-ମତ୍ସ୍ଯ-ମୁଦ୍ରା-ମୈଥୁନରେ ଉପାସିତା ଦେବୀମାନେ ବୈଷ୍ଣବ ମତରେ ଆରାଧିତା ହେଲେ । ସେଥିପାଇଁ ସାରଳାଦାସ ତାଙ୍କ ଗ୍ରନ୍ଥର ବିଭିନ୍ନ ସ୍ଥାନରେ ସାରଳାଙ୍କୁ ପରମ ବୈଷ୍ଣବୀ ବୋଲି କହିଛନ୍ତି । ତାହା ସତ୍ତ୍ୱେ ତାଙ୍କ ଲିଖିତ ମହାଭାରତର ବହୁ ସ୍ଥାନରେ ସେ ସାରଳାଙ୍କୁ ମଦ ମାଂସରେ ତୃପ୍ତି ବା ଶୋଣିତ ଦର୍ଶନେ ତୃପ୍ତି ବୋଲି ଲେଖିଛନ୍ତି । ସାରଳାଦାସଙ୍କ ସମୟକୁ ଓଡ଼ିଶାର ରାଜା କପିଳେଶ୍ୱର ବା କପିଳେନ୍ଦ୍ର ଶକ୍ତିଙ୍କ ମହାତ୍ମ୍ୟ ଉପଲବ୍ଧି କରିଥିବା ଇତିହାସରୁ ଦେଖାଯାଏ । ସେଥିପାଇଁ କବି ସାରଳା ଦେବୀ ସାରଳାଙ୍କ ଅନୁଗ୍ରହରୁ ଶକ୍ତିକୁ ମୂଳ କରି ଗ୍ରନ୍ଥ ରଚନା କରିଗଲେ । ମାତ୍ର ତାଙ୍କର କିଛି ବର୍ଷ ପରେ ଚୈତନ୍ୟଙ୍କ ଆଗମନ ଫଳରେ ଶକ୍ତିକୁ ମୂଳ କରି ତନ୍ତ୍ରୋପାସନା ପୁଣି ପଛେଇଗଲା । ଭାରତର ମୂଳ ତନ୍ତ୍ରଭୂମି ଓଡ଼ିଶା ହୋଇଥିଲେ ମଧ୍ୟ ଲୋକେ ତାହା ଭୁଲିଗଲେ । ଶେଷ ତନ୍ତ୍ରଭୂମି କାମରୂପ ଓଡ଼ିଆଙ୍କ ପାଖରେ ସର୍ବଶ୍ରେଷ୍ଠ ବୋଲି ଧାରଣା ହେଲା । ତନ୍ତ୍ରପୀଠମାନଙ୍କରେ ତନ୍ତ୍ରାଚାର୍ଯ୍ୟଙ୍କ ବଂଶଧର ଯେଉଁ ରାଉଳ, ଭୋପା, ମାଳିମାନେ ତନ୍ତ୍ରଦେବୀଙ୍କୁ ପୂଜା କରୁଥିଲେ, ସେମାନେ ବିପଥଗାମୀ ହୋଇ ସାଧନାକୁ ଭୁଲିଗଲେ । ତନ୍ତ୍ରପୋଥିଗୁଡ଼ିକ ମଧ୍ୟ କୀଟଦଂଷ୍ଟ୍ର ହୋଇ ନଷ୍ଟ ହୋଇଗଲା । କେବଳ ରହିଲା କେତେକଙ୍କ ପାଖରେ କିଛି ଟୁଣୁକାଟୁଣୁକ ମନ୍ତ୍ର । ତାହା ମଧ୍ୟ ସାଙ୍କର୍ଯ୍ୟ ଦୋଷରେ ନିଷ୍ଫଳ ହେବାକୁ ଲାଗିଲା । ଶିକ୍ଷାୟତନ, ଆଚାର୍ଯ୍ୟ ନ ରହିଲେ ବିଦ୍ୟାର ଅବସ୍ଥା ଯାହାହୁଏ ଆଜି ଓଡ଼ିଶାରେ ତନ୍ତ୍ରର ଅବସ୍ଥା ସେହିଭଳି ହୋଇଛି । କେବଳ ବୈଷ୍ଣବ ପରମ୍ପରା ଛଡ଼ା ଶୈବ, ଶାକ୍ତାଦି ପରମ୍ପରା ଆଉ ନାହିଁ । କେବଳ ଅସୁବିଧାରେ ପଡ଼ି ବିଶ୍ୱାସ ନେଇ ଲୋକେ ଶକ୍ତି ମନ୍ଦିରକୁ ଯାଉଛନ୍ତି ତାହାହିଁ ସାରଳାପୀଠର ଅବସ୍ଥା ଶ୍ରୀଯୁକ୍ତ ଗଣେଶ ପ୍ରସାଦ ପରିଜା, ଓଡ଼ିଶାର ତନ୍ତ୍ର ସଂସ୍କୃତି, ପୃଷ୍ଠା- ୧୭୨- ୧୮୩, ISBN- 81- 7586- 019-7 ତନ୍ତ୍ରରେ ଦେବୀ ସାରଳାଙ୍କ ବର୍ଣ୍ଣନା ସମ୍ମୋହିନୀ ତନ୍ତ୍ର ଓ ରୁଦ୍ର ଯାମଳ ତନ୍ତ୍ରରେ ଦେବୀ ସାରଳାଙ୍କ ବର୍ଣ୍ଣନା ମିଳେ ।ବର୍ତ୍ତମାନ ଏହି ଦୁଇ ତନ୍ତ୍ର ପୁସ୍ତକ ବିରଳ । ତେବେ ରୁଦ୍ର ଯାମଳ ଅନୁଯାୟୀ ଦେବୀଙ୍କ ଧ୍ୟାନ ବୀଣାସି ବେଦ ଢାଲ ଘଣ୍ଟିକା ଶର ଶାର୍ଙ୍ଗଶ୍ଚ ଶୂଳଂ ବୈରୀ କେଶ ହସ୍ତାଂ ତ୍ରିଲୋଚନାଂ । ସିଂହସ୍ଥା ମହିଷ ନିଶୁଦିନୀ ଶୁଭ୍ରାଙ୍ଗୀ ଶଶୀ ଶେଖରାଂ ଶାରଦାଂ ନମତେ ସର୍ବ ସିଦ୍ଧିଦାମ୍ । । ପୁନଃ ସମ୍ମୋହିନୀ ତନ୍ତ୍ର ଅନୁଯାୟୀ ଶ୍ରୀ ଶୈଳେସ୍ଥିତା ଯା ପ୍ରହସିତ ବଦନା ତାରିଣୀ ଶୂଳ ହସ୍ତା । ବହ୍ନ୍ୟର୍କେନ୍ଦୁ ତ୍ରିନେତ୍ରା ତ୍ରିଭୁବନ ଜନନୀ ଅଷ୍ଟଭୁଜା ସର୍ବଶକ୍ତିଃ । । ରକ୍ତାମ୍ବରାଂ ବେଦାସି ବୀଣାଢାଲ ଘଣ୍ଟୈଧନୁଶ୍ଚ ବାଣହସ୍ତାଂ । ସାନଃ ସିଂହାସନସ୍ଥା ମହିଷମର୍ଦ୍ଦିନୀଂ ଦୁର୍ଗା ଶାରଦାଶଂ କରୋତୁ । । ଅର୍ଥ - ଶ୍ରୀ ପର୍ବତ ଉପରେ ସ୍ମିତହାସ୍ୟ ମୁଖେ ଯେଉଁ ତାରିଣୀ ଶୂଳ ଧାରିଣୀ ଯାହାଙ୍କ ତିନି ଚକ୍ଷୁ ସୂର୍ଯ୍ୟ,ଚନ୍ଦ୍ର,ଅଗ୍ନି ସମ ।ତ୍ରିଭୁବନ ଜନନୀ ଓ ସମସ୍ତ ଶକ୍ତିସମ୍ପନ୍ନା ଅଷ୍ଟଭୁଜା । ଯିଏ ରକ୍ତ ବସ୍ତ୍ର ପରିଧାନ କରି ବେଦ,ଖଡ୍ଗ, ବୀଣା,ଢାଲ,ଘଣ୍ଟା,ଧନୁ,ବାଣ ଧରି ସିଂହାସନରେ ବସି ମହିଷାକୁ ବଧ କରୁଛନ୍ତି ସେହି ଶାରଦା ଦେବୀ ଦୁର୍ଗା ରୂପେ ବିଖ୍ୟାତ । ଭଗବତୀଙ୍କୁ ସମ୍ମୋହିନୀ ତନ୍ତ୍ରେ ସରସ୍ୱତୀ ଓ ଶୂଳିନୀ ଦୁର୍ଗାଙ୍କ ମିଳିତ ରୂପ କୁହାଯାଇଛି । ରୁଦ୍ରଯାମଳ ଓ ଶକ୍ତିସଙ୍ଗମ ତନ୍ତ୍ରରେ ଦେବୀ ନୀଳ ସରସ୍ୱତୀ ଅଟନ୍ତି । ଦ୍ୱିତୀୟ ମହାବିଦ୍ୟା ତାରାଙ୍କ ପ୍ରଧାନ ତିନିରୂପ ଏକଜଟା,ଉଗ୍ରତାରା,ନୀଳ ସରସ୍ୱତୀ ଅଟନ୍ତି । ଏହି ନୀଳ ସରସ୍ୱତୀ ସାତ ପ୍ରକାରର- ମହାନୀଳ ସରସ୍ୱତୀ, ବାଗୀଶ୍ୱରୀ ସରସ୍ୱତୀ, ନୀଳବାଣୀ ସରସ୍ୱତୀ, ଅଞ୍ଜନ ବାଣୀ ସରସ୍ୱତୀ, ଶ୍ମଶାନ ଶାରଦା ସରସ୍ୱତୀ, କୁଲ୍ଲୁକା ସରସ୍ୱତୀ ଓ ମହାସନ୍ଧ୍ୟା ସରସ୍ୱତୀ ଏହି ନୀଳ ସରସ୍ୱତୀ ମଧ୍ୟରୁ ଅଞ୍ଜନ ବାଣୀ ହେଲେ ସିଦ୍ଧ ଶାରଦା । ଯିଏ ଚାରି ପ୍ରକାର ବାଣୀରୁ ପଶ୍ୟନ୍ତି ବାଣୀର ବିଗ୍ରହ ।ମହା ସିଦ୍ଧ ବାଗ୍ମିତା ଦେବାରେ ସମର୍ଥ ଯେହେତୁ ଦେବୀ ଏକାଧାରରେ ଶୂଳିନୀ ଦୁର୍ଗା, ନୀଳ ସରସ୍ୱତୀ, ସରସ୍ୱତୀଙ୍କ ମିଳିତ ଶକ୍ତି । ସେଥିପାଇଁ ଉପରୋକ୍ତ ସମ୍ମୋହିନୀ ତନ୍ତ୍ରୋକ୍ତ ଧ୍ୟାନରେ ଦେବୀଙ୍କୁ ତାରିଣୀ,ଶାରଦା ଓ ଦୁର୍ଗା କୁହାଯାଇଛି । ଉତ୍କଳରେ ତାରା ଉପାସନା ସର୍ବ ପ୍ରାଚୀନ । ଭୂଷଣ୍ଡପୁର ତାରା, ଝଙ୍କଡର ତାରା, ବ୍ରହ୍ମପୁର ତାରାତାରିଣୀ, ଘଟଗାଁ ତାରିଣୀ,ଭଦ୍ରକ ତାରା ଇତ୍ୟାଦି । ସେଥିପାଇଁ ବୃହଦ୍ ବାଡବାନଳ ତନ୍ତ୍ରେ- ବଙ୍ଗେ କାଳୀକା ୟା ସା କାମରୂପେ ଚ ସୁନ୍ଦରୀ । ସା ଦେବୀ ପରମାବିଦ୍ୟା ଉତ୍କଳେ ତାରିଣୀ ସ୍ମୃତା । । ସମ୍ମୋହିନୀ ତନ୍ତ୍ରୋକ୍ତ ଦେବୀଙ୍କ ପ୍ରାଦୁର୍ଭାବ- ସଦାଶିବ ଉବାଚ: ଜ୍ଞାନ ଅଧିଷ୍ଠାତ୍ରୀ ଦେବୀଙ୍କ ପ୍ରମୁଖ ନାମରେ ବୃହଦ୍ଭାନୁ କନ୍ୟା ଶାରଦା ଅନ୍ୟତମ । ପ୍ରଥମ କଳ୍ପ ରମ୍ଭ କଳ୍ପରେ ଜଣେ ମହର୍ଷି ଥିଲେ ବୃହଦଭାନୁ । ତାଙ୍କ ପତ୍ନୀ ସୁବ୍ରତୀ ଦେବୀ ।ଉଭୟଙ୍କ ତିନୋଟି ପୁତ୍ର ଥିଲେ ମଧ୍ୟ ଏକ କନ୍ୟା ସନ୍ତାନ ଆଶାରେ ବିନ୍ଧ୍ୟଗିରୀରେ ତପସ୍ୟା କଲେ । ବୃହଦ୍ଭାନୁ ଦୁର୍ଗା ଭକ୍ତ କିନ୍ତୁ ସୁବ୍ରତୀ ଦେବୀ ସରସ୍ୱତୀଙ୍କ ସାଧିକା ଥିଲେ । ଦୁହିଁଙ୍କ ଇଷ୍ଟଠାରୁ କନ୍ୟା ଚାହୁଥିଲେ । ଜ୍ୟେଷ୍ଠ ଅମାବାସ୍ୟାରେ ଉଭୟ ସରସ୍ୱତୀ ଓ ଶୂଳିନୀଙ୍କ ମିଳିତ ଶକ୍ତିରୁ ଜାତ ହେଲେ ଏକ କନ୍ୟା । ଏହି କନ୍ୟା ଷୋହଳ ବର୍ଷ ବେଳେ ରମ୍ଭ କଳ୍ପେ ଦେବୀ ଉଗ୍ରଚଣ୍ଡାଙ୍କ ହସ୍ତେ ବଧ ହେଲା ମହିଷାସୁର । ଅସୁରକୁଳ ଧ୍ୱଂସ ହେବା ଦେଖି ଶୁକ୍ରାଚାର୍ଯ୍ୟ ମେଘାସୁରକୁ ଡକାଇଲେ । ଦେବୀଙ୍କ କୃପାରୁ ମହର୍ଷିଙ୍କ ପାଖେ ଅନନ୍ତ ସଂଜୀବନୀ ବିଦ୍ୟା ଥିଲା । ମେଘାସୁରକୁ ମହିଷ ରୂପେ ରୂପାନ୍ତରିତ କରି ଋଷିଙ୍କୁ ବଧ କରି ଉକ୍ତ ବିଦ୍ୟା ଆଣିବାକୁ ଆଦେଶ ଦେଲେ । ଋଷିଙ୍କ ଆଶ୍ରମରେ ଅସୁର ଦେଖିଲା ଋଷି ଦେବୀଙ୍କ ପୂଜା କରୁଛନ୍ତି । ଏହାର ସୁଯୋଗରେ ସେ ମାରିବାକୁ ଆସିବା ବେଳେ ହଠାତ୍ ସେହି ଷୋଳ ବର୍ଷୀୟା କନ୍ୟା ଅଷ୍ଟଭୁଜା ହୋଇ ଉକ୍ତ ଅସୁରର କେଶ ଭିଡ଼ି ତାକୁ ଶୁଳି ବଦ୍ଧ କଲା । ନିଜ ପୁତ୍ରୀର ଏପରି ରୁପଦେଖି ମହର୍ଷି ସ୍ତବ୍ଧ ହୋଇଗଲେ । ସର୍ବପ୍ରଥମେ ବୃହଦ୍ଭାନୁଙ୍କଦ୍ୱାରା ଆରାଧନା ହେବାରୁ ଦେବୀ ବୃହଦେଶ୍ୱରୀ ରୂପେ ବିଖ୍ୟାତ ।ପରେ ସିଦ୍ଧ ଶାରଦା , ସିଂହାରୁଢ଼ା ବାଗବାଦ଼ିନୀ ଆଦି ନାମେ ଭୂଷିତ ହେଲେ । ପରବର୍ତ୍ତୀ କାଳରେ ପର୍ଶୁରାମଙ୍କ ଶରଦ୍ୱାରା ନିଜ ରୂପ ପାଇ ସାରଳା ରୂପେ ବିଖ୍ୟାତ ହେଲେ । ଅନେକ କଳ୍ପରେ ମହିଷାସୁର ଅନେକ ଥର ଅନେକ ବଂଶରୁ ଜାତ ହୋଇଛି । ଦେବୀ ସାରଳାଙ୍କଦ୍ୱାରା ମେଘାସୁର ନାମକ ମହିଷାସୁର ବଧ ହୋଇଛି । ସମ୍ମୋହିନୀ ତନ୍ତ୍ରରେ ଦେବୀଙ୍କ ନିଜସ୍ୱ ଧ୍ୟାନ, ଋଷ୍ୟାଦିବିନ୍ୟାସ ଅଛି । ମନ୍ତ୍ରଦଷ୍ଟ୍ରା ଋଷି ବୃହଦ୍ଭାନୁ,ଭୈରବ ସଦାଶିବ ନାରଦ । ଦେବୀ ଚିରକୁମାରୀ ତେଣୁ ସ୍ୱାମୀ ନାହାନ୍ତି । ମା ସାରଳାଙ୍କ ପୀଠର ବିଶେଷତ୍ୱ ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସାରଳାଙ୍କଠାରେ ବୈଷ୍ଣବ ଓ ଶାକ୍ତ ସଂସ୍କୃତିର ସମନ୍ୱୟ ଦେଖିବାକୁ ମିଳେ । ଏହି ମନ୍ଦିରରେ ମା’ଙ୍କ ପୂଜାରେ ବେଲପତ୍ର ଓ ତୁଳସୀ ପତ୍ର ବ୍ୟବହୃତ ହୁଏ, ଯାହା କି ଅନ୍ୟ କୌଣସି ମନ୍ଦିରରେ ଦେଖିବାକୁ ମିଳେନାହିଁ , କାରଣ ବେଲପତ୍ର ଓ ତୁଳସୀ ପତ୍ର ହିନ୍ଦୁଧର୍ମରେ ଦୁଇଟି ଭିନ୍ନ ସଂସ୍କୃତିର ପ୍ରତୀକ ଅଟନ୍ତି । କିନ୍ତୁ ଏହି ତୁଳସୀ ତନ୍ତ୍ର ଶାସ୍ତ୍ରରେ ଦୁର୍ଲ୍ଲଭା ରୂପେ ପରିଚିତ।ଯାହା ବୈଷ୍ଣବ ମାନଙ୍କ ପ୍ରଭାବରେ ବଦଳାଇ ଦିଆ ଯାଇଛି। ଦେବୀଙ୍କ ପ୍ରତିମା ଗଠନକୁ ଦେଖିଲେ, ମନେହୁଏ ବୌଦ୍ଧ ତାନ୍ତ୍ରିକ ପ୍ରତିମୂର୍ତ୍ତି ହୋଇଥାଇ ପାରେ । କାରଣ ଦେବୀ ହାତରେ ବୀଣା ଓ ଘଣ୍ଟି ଧରିଛନ୍ତି; ଯାହାକି ମହାଯାନର ପ୍ରତୀକ ରୂପେ ବିଦିତ । ଚୀନ ପରିବ୍ରାଜକ ହୁଏନ୍‌ସାଂ ଓଡ଼ିଶା ଆସିଥିଲେ, ଚେଲିତାଲେ ବନ୍ଦରରୁ ଏକ ଜାହାଜ ନେଇ ଶ୍ରୀଲଙ୍କା ଯାଇଥିଲେ ଯାହାକୁ ଐତିହାସିକମାନେ ବର୍ତ୍ତମାନର ତିର୍ତ୍ତୋଲ ବୋଲି ଅଭିହିତ କରନ୍ତି । ସମ୍ଭବତଃ ଏହା ହୋଇପାରେ, ଭୌଗଳିକ ଅବସ୍ଥିତି ଅନୁସାରେ ପାରାଦ୍ୱୀପ ଏକ ଦ୍ୱୀପ ଥିଲା ଏବଂ ଅଞ୍ଚଳଟି ଭିତର ଓ କୁଜଙ୍ଗ ଚାରିପାଖ ସମୁଦ୍ର/ନଦୀ ଜଳରେ ବୁଡି ରହିଥିଲା । ଭୌଗଳିକ ତଥ୍ୟ ଏହାକୁ ସମର୍ଥନ କରେ । ନିଶ୍ଚିତ ରୂପେ କୁହାଯାଇ ପାରେ, ମା’ ସାରଳା ଶିବ-ଶକ୍ତି ଉପାସନାକୁ ପ୍ରତିପାଦିତ କରନ୍ତି ଯାହା ଶୈବ ଓ ଶାକ୍ତ ଧର୍ମର ସମ୍ମିଶ୍ରଣରୁ ଆନୀତ କିମ୍ବା ଆଉ ତନ୍ତ୍ର ରୂପରେ । ମା’ ସାରଳାଙ୍କୁ ବାକ୍ ଦେବୀ କୁହାଯାଏ, ଯିଏ ବିଦ୍ୟା ଓ ବୁଦ୍ଧିର ଦେବୀ । ବର୍ଣ୍ଣିତ ଅଛି ଯେ, ସିଦ୍ଧେଶ୍ୱର ପରିଡା ଜଣେ ସାମାନ୍ୟ କୃଷକ ଓ ସାମୟିକ ଭାବେ ଓଡ଼ିଆ ପାଇକ ମା’ଙ୍କର ପରମ ଭକ୍ତ ଥିଲେ; ତାଙ୍କରି ଆର୍ଶିବାଦ ଯୋଗୁଁ ସିଦ୍ଧେଶ୍ୱର ପରିଡା ସାରଳା ଦାସ ହେଲେ, ଯିଏ ଓଡ଼ିଆ ମହାଭାରତର ରଚୟିତା । ଲୋକକଥା ଅନୁସାରେ, ହଜାର ହଜାର ବର୍ଷ ପୂର୍ବେ ପର୍ଶୁରାମଙ୍କ ସମୟର କଥା । କୁହାଯାଏ, ଭଗବାନ୍ ପର୍ଶୁରାମ ତୀରମୁନରେ ଦେବୀଙ୍କୁ ଆଙ୍କିଥିଲେ । ଏପରିକି ମନ୍ଦିରଟି କଳାଚାନ୍ଦ(କଳାପାହାଡ)ର ଧ୍ୱଂସ ସାଧନରୁ ବର୍ତ୍ତିଯାଇ ଥିଲା । ନୂଆ ମନ୍ଦିରଟି ୫୦୦ବର୍ଷ ତଳର, ଯାହାକୁ ମଣିଜଙ୍ଗାର ରାଜାଙ୍କଦ୍ୱାରା ନିର୍ମିତ କରାଯାଇଛି । ପୁରୁଣା ମନ୍ଦିରର ଅବଶେଷ ଆଉ ଦେଖିବାକୁ ମିଳେନାହିଁ; ଲୋକକଥା ଅନୁସାରେ ତାହା ବଡ଼ ସାରୋଳଠାରେ ଥିଲା, ଯେଉଁ ସ୍ଥାନରେ ଗଣେଶ ମନ୍ଦିର ସାକ୍ଷୀ ରୂପେ ଦଣ୍ଡାୟମାନ, ସେଠାରେ ଏକଦା ପୁରୁଣା ମନ୍ଦିରଟି ଥିଲା । ଲୋକମାନେ ତାହାକୁ ନଣ୍ଡା ଦେଉଳ କହନ୍ତି, ତାହାକୁ ଏବେ ନବୀକରଣ କରାଯାଇଛି । ମନ୍ଦିରରେ ଅନେକଗୁଡିଏ ଉତ୍ସବ ପାଳନ କରାଯାଏ, ମୁଖ୍ୟପର୍ବଗୁଡ଼ିକ ହେଲା: ପାର୍ବଣ, ଶାରଦୀୟ ଉତ୍ସବ, ପଣା ସଂକ୍ରାନ୍ତି, ଦୋଳ ପୂର୍ଣ୍ଣିମା ଆଉ ଚନ୍ଦନ ଯାତ୍ରା । କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକର ଲୋକମାନଙ୍କର ମା’ ସାରଳା ଏତେ ଆଦରଣୀୟ ଯେ ଅନ୍ତତଃ ବର୍ଷକୁ ଥରେ ମନ୍ଦିର ଦର୍ଶନ କରିବାକୁ ମନ ବଳାଇଥାନ୍ତି । ଐତିହାସିକ ତଥ୍ୟ ଅନୁଯାୟୀ, ବିଶ୍ୱାସ କରାଯାଏ ଯେ ଏହି ପ୍ରସିଦ୍ଧ ସାରୋଳା ଚଣ୍ଡିବାସ ମନ୍ଦିର ଅଷ୍ଟମ ଶତାବ୍ଦୀରେ ଭୌମବଂଶର ରାଜତ୍ୱ କାଳରେ ସାରୋଳ ଗ୍ରାମରେ ନିର୍ମିତ ହୋଇଥିଲା । ୧୫୬୮ ଖ୍ରୀଷ୍ଟାବ୍ଦର ଶେଷ ହିନ୍ଦୁ ଶାସନ ପର୍ଯ୍ୟନ୍ତ ମା’ ସାରଳା ଏହି ମନ୍ଦିରରେ ପୂଜା ପାଉଥିଲେ । ଇତିହାସ, ସଂସ୍କୃତି, କିମ୍ବଦନ୍ତୀ ଓ ସାହିତ୍ୟ ସାରୋଳା ଗ୍ରାମରେ ସାରୋଳା ଚଣ୍ଡୀ ରହିଥିବାର ମୁକସାକ୍ଷୀ ଥିଲେ । ଭାଙ୍ଗିଯାଇ ଥିବା ମନ୍ଦିର ପାଖରେ ଏକ ବୃହତ ପୁଷ୍କରଣୀ ଥିଲା ଓ ଏହାର ଚାରିପାଖରେ ସମସ୍ତ ପ୍ରକାର ପୂଜକ(ପୂଜାପଣ୍ଡା, ନିୟୋଗୀ, ରାଉଳ, ସେବକ ଓ ମାଳି ଇତ୍ୟାଦି) ବାସ କରୁଥିଲେ । ଆଉମଧ୍ୟ ସେଠାରେ ଗୋଟିଏ ବୃହତ ବରଗଛ ଥିଲା, ଓଡ଼ିଆ ମହାଭାରତରେ ‘ନୀଳକଳ୍ପବଟ’ ରୂପେ ବର୍ଣ୍ଣିତ ହୋଇଛି, ତାହା ୧୯୯୯ ମସିହା ମହାବାତ୍ୟାରେ ଉପୁଡି ପଡ଼ିଲା । ଅଷ୍ଟମ ଶତାବ୍ଦୀର ଭୌମବଂଶର ଶାସନ ସମୟରେ ମନ୍ଦିରଟି ସ୍ଥାପିତ ହୋଇଥିଲା; ୧୫୬୮ ଖ୍ରୀଷ୍ଟାବ୍ଦୀର ଶେଷ ହିନ୍ଦୁଶାସନ ପର୍ଯ୍ୟନ୍ତ ସମୃଦ୍ଧିଲାଭ କରିଥିଲା । କିମ୍ବଦନ୍ତୀ ରୂପେ ଯାହାକୁ ଐତିହାସିକ ତଥ୍ୟ ସମର୍ଥନ କରେ, ୧୫୬୮ ଖ୍ରୀଷ୍ଟାବ୍ଦରେ, ବଙ୍ଗଦେଶ ସୁଲତାନ ସୁଲେମାଙ୍କରନିଙ୍କର ସେନାପତି କଳାପାହାଡ ମୁସଲମାନ ସୈନ୍ୟମାନଙ୍କ ସହିତ ସାରୋଳା ଗ୍ରାମରେ ଥିବା ସାରୋଳା ଚଣ୍ଡୀଙ୍କ ଆଦିପୀଠକୁ ଆକ୍ରମଣ କଲେ, ଏହାର ଅତି ପ୍ରସିଦ୍ଧ ଶକ୍ତିପୀଠକୁ ଆଂଶିକଭାବେ ନଷ୍ଟ କରିଦେଲେ । ଠିକ୍ ଶହେବର୍ଷ ପରେ, ମୋଗଲ ଶାସକ ଔରାଙ୍ଗଜେବଙ୍କ ଶାସନ ସମୟରେ ସାରୋଳା ଗ୍ରାମରେ ଥିବା ପୁରୁଣା ମନ୍ଦିରକୁ ନଷ୍ଟକରି ଦିଆଯାଇଥିଲା ଏବଂ ମନ୍ଦିରର ପଶ୍ଚିମ ପଟକୁ କିଛି ମିଟର ଦୂରରେ ଏକ ମସଜିଦ ନିର୍ମିତ କରାଯାଇ ଥିଲା । ବର୍ତ୍ତମାନ ନଷ୍ଟହୋଇ ଯାଇଥିବା ମନ୍ଦିରରେ ସାରଳା ମନ୍ଦିର ଟ୍ରଷ୍ଟର ପୃଷ୍ଟପୋଷକତାରେ ଗଣେଶଙ୍କୁ ଦେବୀଙ୍କ ମୂଖ୍ୟପୂଜକଙ୍କ ପୂଜା କରାଯାଉଛି । ଉକ୍ତ ମନ୍ଦିରକୁ ୧୯୮୨ ମସିହାରେ ନୂତନଭାବେ ନିର୍ମାଣ କରାଯାଇଛି । ବିଧି ସମ୍ବଳିତ କିଛି ପ୍ରମୁଖ ଉତ୍ସବଗୁଡିକ ମଧ୍ୟ ପୁରୁଣା ପୀଠରେ ବର୍ଷକୁ ତିନିଥର ପାଳନ କରାଯାଏ । ପ୍ରାଚୀନ ବିଧିକୁ ଉଜ୍ଜିବିତ କରିବା ଉଦ୍ଦେଶ୍ୟରେ ସାରଳାଙ୍କ ଚଳନ୍ତିବିଗ୍ରହକୁ ସୁସଜ୍ଜିତ ପାଲିଙ୍କିରେ ବର୍ତ୍ତମାନର ମନ୍ଦିରରୁ ସାରୋଳା ଗ୍ରାମକୁ ବର୍ଷକୁ ସାତଥର ଅଣାଯାଏ । ଦେବୀପ୍ରତିମାଙ୍କୁ ବିଧିପୂର୍ବକ ଭାବେ ପୁରୁଣା ବେଦୀ ଉପରେ ସ୍ଥାପିତ କରାଯାଏ, ଯେଉଁଠାରେ ସେ ଶତାବ୍ଦୀ ଶତାବ୍ଦୀ ଧରି ପୂଜା ପାଇ ଆସୁଥିଲେ । ଦଶହରା ଉତ୍ସବର ଅନ୍ତିମ ବିଧି ହୋଇଥିବା ଯୋଗୁଁ ସେଠାରେ ଏକ ବୋଦାକୁ ପଞ୍ଚଉପଚାର ପୂଜା ମାଧ୍ୟମରେ ପାରମ୍ପରିକଭାବେ ବଳିଦିଆଯାଏ । ମହାବିଷୁବ ପଣା ସଂକ୍ରାନ୍ତି ମଧ୍ୟାହ୍ନରେ ମହାନ ଉତ୍ସବ ଝାମୁଯାତ୍ରା ହୁଏ; ରାଉଳମାନେ ନିଆଁ ଉପରେ ଚାଲନ୍ତି ଆଉ ପଣ୍ଡା ପୂଜକଙ୍କଦ୍ୱାରା ଦେବୀଙ୍କୁ ପଇଡ ଅର୍ପଣ କରାଯାଏ । ଦୋଳପୂର୍ଣ୍ଣିମାର ଭୋର ସମୟରେ ସୁସଜ୍ଜିତ ବିମାନଗୁଡିକରେ ବିଗ୍ରହଗୁଡିକ ଆଖପାଖ ଅଞ୍ଚଳରୁ ଆସି ଦେବୀଙ୍କ ସହ ସମ୍ମିଳିତ ହୁଅନ୍ତି । ଏହି ଚିତାକର୍ଷକ ଉତ୍ସବ ବଡ଼ ଧୁମଧାମରେ ପାଳନ କରାଯାଏ । ଏହି ନିର୍ଦ୍ଦିଷ୍ଟ ଉତ୍ସବରେ, ଯେତେବେଳେ ଦେବୀ ସାରଳାଙ୍କୁ ଅନ୍ୟ ବିଗ୍ରହମାନଙ୍କ ସହିତ ପୂଜା କରାଯାଏ, ମା ସାରଳାଙ୍କୁ ସୂଚିତ ହୁଅନ୍ତି ଯେ ସେ ବୈଦିକ,ତାନ୍ତ୍ରିକ ବିଧିର ସମ୍ମିଶ୍ରଣ ଓ ପରମ ବୈଷ୍ଣବୀ । ବର୍ତ୍ତମାନର ମନ୍ଦିରଟି ମରହଟ୍ଟା ଶାସନ କାଳରେ ୧୭୫୩ ଓ ୧୮୦୩ ମସିହା ମଧ୍ୟରେ ନିର୍ମିତ ହୋଇଥିଲା । ମରହଟ୍ଟା ସୁବେଦାରମାନେ ବର୍ତ୍ତମାନର ମନ୍ଦିର ନିର୍ମାଣ ପାଇଁ ପଦକ୍ଷେପ/ନେତୃତ୍ୱ ନେଇଥିଲେ ଏବଂ କୁଜଙ୍ଗ, କନିକା, ବେନପୁର ଓ ହରିଶପୁରମାନଙ୍କର ସ୍ଥାନୀୟ ରାଜାମାନଙ୍କୁ ଏଥିପାଇଁ ସାହାଯ୍ୟ କରିଥିଲେ । ବର୍ତ୍ତମାନର ମନ୍ଦିରଟି କନକପୁର ଗ୍ରାମର ଝଙ୍କଡ ପ୍ରଗଣା (କନକବାଟି ପାଟଣା)ରେ ଅବସ୍ଥିତ । କିମ୍ବଦନ୍ତୀ ତ୍ରେତୟା ଯୁଗରେ ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମ ତୀର୍ଥ ପର୍ଯ୍ୟଟନରେ ବାହାରିଲେ, ଉଦ୍ଦେଶ୍ୟ ଥିଲା ଯିବାବାଟରେ ମାତୃତୀର୍ଥ ସ୍ଥାପନ କରିବା । ସ୍ଥାନରୁ ସ୍ଥାନ ଭ୍ରମଣ କରୁଥିବା ସମୟରେ ସେ ଚନ୍ଦ୍ରଭାଗା ନଦୀ ନିକଟରେ ପହଞ୍ଚିଲେ, ନଦୀରେ ବୁଡ ପକାଇ ଏକ ବରଗଛ ମୂଳରେ ବିଶ୍ରାମ ନେଲେ । ଯେତେବେଳେ ଧ୍ୟାନରେ ବସିଲେ, ଏକ ଶକ୍ତି ଲୁକ୍ କାୟିତ ଥିବାର ସେ ଜାଣିବାକୁ ପାଇଲେ ଏବଂ ଆତ୍ମପ୍ରକାଶ କରିବାକୁ ଚାହୁଁଛି । ଏହାପରେ ପର୍ଶୁରାମ ଏକ ପରଶମଣି ଶିଳା ଯାହା ଅଦ୍ ଭୁତ ଚକ୍ ମକ୍ ଉଜ୍ଜଳ ମୁଗୁନିପଥର, ମାଟିତଳୁ ଉଦ୍ଧାର କଲେ । ଦେବୀଙ୍କ ଦିବ୍ୟ ପ୍ରତିକୃତି ତୀରଦ୍ୱାରା ଆଙ୍କିଲେ । ସେଇସ୍ଥାନରେ କିମ୍ବଦନ୍ତୀ ବର୍ଣ୍ଣିତ ଭେଟିଥିବା ବରଗଛ ‘ଭେଟବର’ ଅଛି । ଝଙ୍କାର ବା ଝଙ୍କଡ଼ ନାମ ଭାଷା ଜନିତ ଶବ୍ଦ ଯାହା ଦିବ୍ୟ ପଥରକୁ ପର୍ଶୁରାମଙ୍କ ତୀର ସ୍ପର୍ଶଦ୍ୱାରା ସୃଷ୍ଟି ହେଉଥିବା ସମ୍ମୋହନଜନକ ଝଙ୍କାର ବା ପ୍ରତିଧ୍ୱନି ସୃଷ୍ଟି ହେଉଥିଲା । କିମ୍ବଦନ୍ତୀ ଅନୁଯାୟୀ, ପର୍ଶୁରାମ ଶରରେ ଦେବୀଙ୍କ ପ୍ରତିକୃତି ଖୋଦିତ କରିଥିବାରୁ ଦେବୀଙ୍କ ଅନ୍ୟନାମ ସାରଦା । ଅନ୍ୟଏକ ଜନଶ୍ରୁତି ଅନୁସାରେ ପର୍ଶୁରାମ ବହୁ ତୀର୍ଥକୁ ପର୍ଯ୍ୟଟନ କରି ପବିତ୍ର ନଦୀମାନଙ୍କରେ ସ୍ନାନ କରିଥିଲେ । ଚନ୍ଦ୍ରଭାଗା ନଦୀରେ ସ୍ନାନ କରିବାକୁ ଯିବା ସମୟରେ ନିଜର ଧନୁଟିକୁ ଏକ ବଟବୃକ୍ଷ ମୂଳରେ ଡେରି ଦେଇଥିଲେ । ସ୍ନାନରୁ ଫେରିଆସି ସେ ଆଶ୍ଚର୍ଯ୍ୟ ହେଲେ । କାରଣ ତାଙ୍କ ଧନୁର ଗୁରୁତା ଯୋଗୁଁ ସର୍ବତ୍ର ସେ ମାଟି ସ୍ଖଳନ ହେବାର ଦେଖିଥିଲେ । କିନ୍ତୁ ସେଠାରେ କିଛି ସେମିତି ଘଟିଲା ନାହିଁ । ସେହିସ୍ଥାନର କିଛି ମହାତ୍ମ୍ୟ ଥିବାର ମନେକରି ମାଟି ଖନନ କଲେ ଓ ଏକ ପଥର ଖଣ୍ଡରେ ଏକ ଶକ୍ତିମୟୀଙ୍କ ମୂର୍ତ୍ତି ଅଙ୍କନ ହୋଇଥିଲା । ସେହି ଦେବୀ ମୂର୍ତ୍ତିଙ୍କୁ ସେଠାରେ ସ୍ଥାପନା କଲେ । ଶ୍ରୀ ବିଷ୍ଣୁପ୍ରସାଦ ବାହାଲିଆ, ଓଡ଼ିଶାର ଦେବଦେବୀ, ପୃଷ୍ଠା- ୩୭୭ ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ ଉକ୍ତସ୍ଥାନ ଓ ପ୍ରତିମୂର୍ତ୍ତି, ଦେବୀପୁରାଣ ଆଉ ଅନ୍ୟ ପୌରାଣିକ ଗ୍ରନ୍ଥରେ ବର୍ଣ୍ଣିତ ଦକ୍ଷଯଜ୍ଞ ସମ୍ପର୍କୀତ ଅଟେ, ଦକ୍ଷକନ୍ୟା ଆଦିଶକ୍ତି ସତୀ, ପ୍ରଭୁଶିବଙ୍କ ପତ୍ନୀ ଯଜ୍ଞରେ ପିତା ଦକ୍ଷଙ୍କର ଶିବଙ୍କ ପ୍ରତି ନିନ୍ଦା ସହିନପାରି ଆତ୍ମବିସର୍ଜନ କଲେ । ଗଭୀର ଦୁଃଖ ଓ ଅନୁତାପରେ , ଶିବ ସତୀଙ୍କ ଶରୀରକୁ କାନ୍ଧରେ ପକାଇ ଅବିଶ୍ରାନ୍ତ ଭାବେ ଇତସ୍ତିତ ଘୁରି ବୁଲିଲେ । ଶିବଙ୍କ କ୍ରୋଧକୁ ଯାହା ଜନସମାଜ ପାଇଁ କ୍ଷତିକାରକ ହୃଦୟଙ୍ଗମ କରି ବିଷ୍ଣୁ ଚକ୍ରଦ୍ୱାରା ସତୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରିଦେଲେ । ତାଙ୍କର ଶରୀରର ଅଂଶଗୁଡ଼ିକ ୫୧ସ୍ଥାନରେ ପଡ଼ିଲା, ପ୍ରତ୍ୟେକ ସ୍ଥାନ ହେଲା ପବିତ୍ରସ୍ଥାନ ଆଉ ଶକ୍ତିପୀଠ । କିମ୍ବଦନ୍ତୀ ଅନୁସାରେ ନାଭି ପଡ଼ିଥିଲା ଯାଜପୁରରେ, ଯେଉଁଠି ବିରଜା ପୂଜା ପାଉଛନ୍ତି ତାହା ନାଭିକ୍ଷେତ୍ର ରୂପେ ବିଦିତ । ପାଦ ଶ୍ରୀକ୍ଷେତ୍ରରେ ପଡ଼ିଥିଲା, ଯେଉଁଠାରେ ବିମଳା ପୂଜା ପାଉଛନ୍ତି ତାହା ପାଦପୀଠ ରୂପେ ଖ୍ୟାତ ଏବଂ ଜିଭ ଝଙ୍କଡ଼ରେ ପଡ଼ିଥିଲା ଯାହା ଜିହ୍ନା ବା ବାଣୀପୀଠ ରୂପେ ଖ୍ୟାତ । ତେଣୁ ଦେବୀ ସାରଳାଙ୍କୁ ମଧ୍ୟ ‘ଉତ୍କଳ ଭାରତୀ’ କହାଯାଏ । ଦେବୀପୀଠରେ ତନ୍ତ୍ର ସଂସ୍କୃତି ଓଡ଼ିଆ ମହାଭାରତରେ ବର୍ଣ୍ଣନା କରାଯାଇଛି ଯେ ଦେବୀ ସାରଳା ସାରୋଳ ଚଣ୍ଡୀ ରୂପରେ ୧୫୦୦ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରସିଦ୍ଧ ଥିଲେ । ଚଣ୍ଡୀ ବା ସପ୍ତସତୀ ମାର୍କଣ୍ଡେୟ ପୁରାଣରେ ବ୍ରାହ୍ମଣ ସମ୍ପ୍ରଦାୟଙ୍କ ଶାକ୍ତ ତନ୍ତ୍ରବିଦ୍ୟା ବୋଲି ବର୍ଣ୍ଣିତ ଅଛି । ବିଦ୍ୟମାନତା ଓ ଦେବୀ ସାରଳାଙ୍କର ସଂସ୍କୃତି ମାର୍କଣ୍ଡେୟ ଋଷିଙ୍କ ରଚିତ ସପ୍ତସତୀ ଚଣ୍ଡୀରୁ ଆସିଛି । ଗ୍ରନ୍ଥର ବର୍ଣ୍ଣନା ଅନୁସାରେ ଦେବୀ ଲାଭ କରିଛନ୍ତି ଶିବଙ୍କ ତ୍ରିଶୂଳ, ବିଷ୍ଣୁଙ୍କ ଚକ୍ର, ବାୟୁଙ୍କ ଧନୁ, ସୂର୍ଯ୍ୟଙ୍କ ତୀର, ବିଶ୍ୱକର୍ମାଙ୍କ କୁରାଢ଼ୀ, ଇନ୍ଦ୍ରଙ୍କ ବଜ୍ର, ଐରାବରର ଘଣ୍ଟି ଓ ହିମବାନଙ୍କ ସିଂହ । ଦେବୀ ସାରଳାଙ୍କ ପ୍ରତିମାଙ୍କର ଏହାକୁ ମୁଖ୍ୟ ଉତ୍ସ ରୂପେ ଗ୍ରହଣ କରାଯାଏ । ମନ୍ଦିର ଭିତରେ ଶ୍ରୀଚଣ୍ଡୀଙ୍କର ପବିତ୍ର ଶ୍ଳୋକ ପାଠ କରିବା ଏକ ଅତ୍ୟନ୍ତ ପବିତ୍ର କର୍ମ ଅଟେ । ମା’ଙ୍କ ପାଖରେ ସବୁଦିନ ପବିତ୍ର ଶ୍ଳୋକ ପାଠ କରିବା କେବଳ ଏକ ମୁଖ୍ୟକର୍ମ ନୁହେଁ, ବରଂ ଏହା ଭକ୍ତମାନଙ୍କୁ ସୁରକ୍ଷା ପ୍ରଦାନ କରେ । କେଉଁ ଆବାହମାନ କାଳରୁ ରୀତିନୀତିରେ ତନ୍ତ୍ରପାଠ ଚାଲିଆସୁଛି, ଯାହାକି ନିଃସନ୍ଦେହରେ ପ୍ରମାଣ କରେ ଏହା ଏକ ମହାନ ଶାକ୍ତ ତନ୍ତ୍ରପୀଠ । ପଣ୍ଡା ପୂଜକଙ୍କଦ୍ୱାରା ପଞ୍ଚ ‘ମ’କାର ପୂଜା କର୍ମ ପ୍ରାତ୍ୟହିକ ପୂଜାକର୍ମରେ ଦେଖାଯାଏ, ଯେଉଁଥିରେ ନୈବେଦ୍ୟରେ ନଡ଼ିଆ ପାଣି, ବିରି ତିଆରି ପିଠା ଓ ବିଭିନ୍ନ ପ୍ରକାର ଅନ୍ନ ଅର୍ପଣ କରାଯାଏ । ଏହି ପୂଜାକର୍ମଗୁଡ଼ିକ ତନ୍ତ୍ରର ପଞ୍ଚ ‘ମ’କାର ପ୍ରତିରୂପ । ରାଉଳ (ମାଙ୍କର ଶୁଦ୍ରସେବକ )ଙ୍କଦ୍ୱାରା ପରିବେଷଣ କରାଯାଉ ଥିବା ଘଟନୃତ୍ୟ ଆଉଏକ ତନ୍ତ୍ରପୂଜା କର୍ମ ଅଟେ । ରାଉଳକୁ ଓଡ଼ିଆ ମହାଭାରତରେ ‘ମହାଗୁଣିଆ’ ରୂପେ ବର୍ଣ୍ଣନା କରାଯାଇଛି । ଏକ କାଠଦଣ୍ଡ ଉପରେ ଜଳପୂର୍ଣ୍ଣ ଘଟ ଫୁଲରେ ସଜ୍ଜିତ ହୋଇଥାଏ, ରାଉଳ ଶାଢ଼ୀ, ଖଡ଼ୁ, ପାହୁଡ, ସିନ୍ଦୂର, କଜ୍ଜଳ ଓ ବିଭିନ୍ନ ପ୍ରକାର ଅଳଙ୍କାରରେ ସଜେଇ ହୋଇଥାଏ । ପୌରାଣିକ ବର୍ଣ୍ଣନା ଅନୁସାରେ , ନିଜକୁ ମନୋରମଭାବେ ସଜେଇ ହୋଇ ଘଟକୁ ମୁଣ୍ଡାଇ କୌଣସି ସହାୟତା ବିନା ସେ ଢଳି ଢଳି ନାଚ କରେ । ରାଉଳର ନୃତ୍ୟଭଙ୍ଗୀ ଦେବୀଙ୍କର ଇଛାରେ ହୁଏ ବୋଲି ମନେକରାଯାଏ ।ଏହି ରୀତି ଶାକ୍ତତନ୍ତ୍ରର ଏକ ପ୍ରାଚୀନ ପ୍ରଥା ବୋଲି ଜଣାଯାଏ ଯାହାକୁ ବିଭିନ୍ନ ଶକ୍ତିପୀଠରେ ଆଦରି ନିଆଯାଇଛି । ଦଶହରାର ମହାଷ୍ଟମୀ ସନ୍ଧି ପୂଜା ଉପଲକ୍ଷେ ପଶୁବଳି ଦିଆଯାଏ(ଯାହା ବହୁଦିନରୁ ବନ୍ଦ କରାଯାଇଛି), ଏହା ଏକ ଶାକ୍ତ ତନ୍ତ୍ରପୀଠ ବୋଲି ପ୍ରମାଣ ଦିଏ ଯଦିଓ ଏବେ ଆଉ ଏହା ପ୍ରଚଳିତ ରୀତିନିତିରେ ପରିଦୃଷ୍ଟ ହୁଏନାହିଁ । ମୁଖ୍ୟ ବା ଧ୍ରୁବବିଗ୍ରହରୁ ସ୍ପଷ୍ଟଭାବେ ଜଣାପଡ଼େ ପ୍ରତିମା ମାତଙ୍ଗୀ ଓ ମହିଷାମର୍ଦ୍ଦିନୀର ସମ୍ମିଶ୍ରଣ । ଆଧାର ବାହାର ତଥ୍ୟ ଶ୍ରେଣୀ:ଓଡ଼ିଶାର ହିନ୍ଦୁ ମନ୍ଦିର ଶ୍ରେଣୀ:ହିନ୍ଦୁ ମନ୍ଦିର ଶ୍ରେଣୀ:ଜଗତସିଂହପୁର ଜିଲ୍ଲା
ସାଖିଗୋପାଳ ମନ୍ଦିର
https://or.wikipedia.org/wiki/ସାଖିଗୋପାଳ_ମନ୍ଦିର
REDIRECTସାକ୍ଷୀଗୋପାଳ ମନ୍ଦିର
କୀଚକେଶ୍ୱରୀ ମନ୍ଦିର
https://or.wikipedia.org/wiki/କୀଚକେଶ୍ୱରୀ_ମନ୍ଦିର
କୀଚକେଶ୍ୱରୀ ମନ୍ଦିର ମୟୂରଭଞ୍ଜ ଜିଲ୍ଲାର ଖିଚିଂଠାରେ ଅବସ୍ଥିତ ।ଏଠାରେ ମା କୀଚକେଶ୍ୱରୀଙ୍କୁ ପୂଜା କରାଯାଏ । ଅବସ୍ଥାନ ଏହା ବାରିପଦାରୁ ୧୫୦ କି.ମି. ଓ ବାଲେଶ୍ୱରରୁ ୨୦୫ କି.ମି. ଦୂରରେ ଅବସ୍ଥିତ । ନିର୍ମାଣ ଶୈଳୀ ଏହି ମନ୍ଦିରଟି ସମ୍ପୂର୍ଣ୍ଣ ମୁଗୁନି ପଥରରେ ଗଠନ କରାଯାଇଛି । ନିର୍ମାଣ ଇତିହାସ କୀଚକେଶ୍ୱରୀ ମନ୍ଦିର ଖ୍ରୀଷ୍ଟାବ୍ଦ ୯୨୦ରୁ ୯୨୬ ମଧ୍ୟରେ ମୟୂରଭଞ୍ଜର ତତ୍କାଳୀନ ଭଞ୍ଜବଂଶୀୟ ମହାରାଜାଙ୍କଦ୍ୱାରା ନିର୍ମାଣ କରାଯାଇଥିଲା । ମନ୍ଦିରଟି ବିଭିନ୍ନ କାରଣରୁ ଭାଙ୍ଗିରୁଜି ଯାଇଥିବାରୁ, ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ୧୯୩୪ ମସିହାରେ ଏହାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୪୨ ମସିହାରେ ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଥିଲା । ମନ୍ଦିରରେ ଲାଗିଥିଲା ୬୦ଭାଗ ପଥର ପୁରୁଣା ମନ୍ଦିରର ଅବଶେଷ ଥିଲା ବେଳେ, ୪୦ଭାଗ ପଥର ନୂଆ ପଥର ଲାଗିଥିଲା । ଏହି ନୂଆ ପଥର ମନ୍ଦିର ପାଖରେ ଥିବା କେଶନା ଓ ଆଦିପୁର ଗାଁ ନିକଟସ୍ଥ ଖଣିରୁ ଅଣା ଯାଇଥିଲା । ମନ୍ଦିର ନିର୍ମାଣରେ ରାଜ୍ୟ ବାହାର ଶିଳ୍ପୀଙ୍କ ବ୍ୟତିତ ଶହ ଶହ ଆଞ୍ଚଳିକ କାରିଗର ନିଯୁକ୍ତ ହୋଇଥିଲେ । ଛୋବି ଆଧାର ଅଧିକ ତଥ୍ୟ maa kichakeshwari,the chamuda temple bahalada,a place near to khiching sarvam shakti mayam sculptures of Kalinga style ଶ୍ରେଣୀ:ଓଡ଼ିଶାର ଦେବୀ ମନ୍ଦିର ଶ୍ରେଣୀ:ଶକ୍ତି ପୀଠ ଶ୍ରେଣୀ:ମୟୂରଭଞ୍ଜ ଜିଲ୍ଲା
କୀଚକେଶ୍ଵରୀ
https://or.wikipedia.org/wiki/କୀଚକେଶ୍ଵରୀ
ଲେଉଟାଣି କୀଚକେଶ୍ୱରୀ ମନ୍ଦିର
ବିଭୂତି ପଟ୍ଟନାୟକ
https://or.wikipedia.org/wiki/ବିଭୂତି_ପଟ୍ଟନାୟକ
ବିଭୂତି ପଟ୍ଟନାୟକ (ଜନ୍ମ: ୨୫ ଅକ୍ଟୋବର ୧୯୩୭) କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଜଣେ ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ । ସେ ଜଗତସିଂହପୁର ଜିଲ୍ଲାରେ ୨୫ ଅକ୍ଟୋବର ୧୯୩୭ ମସିହାରେ ଜନ୍ମ ଲାଭ କରିଥିଲେ । ତାଙ୍କର ୧୫୦ଟି ଗଳ୍ପ, ଉପନ୍ୟାସ, ଭ୍ରମଣ କାହାଣୀ ଓ ସମାଲୋଚନା ବହି ପ୍ରକାଶିତ ହୋଇସାରିଛି ।Bibhuti Patnaik turns 71 ୧୯୭୦-୧୯୯୫ ମସିହା ପର୍ଯ୍ୟନ୍ତ ସେ ଜଣେ ଅଧ୍ୟାପକ ଭାବରେ କାର୍ଯ୍ୟ କରି, ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷାଦାନ କରିଛନ୍ତି । ସାହିତ୍ୟ ସର୍ଜନା ଉପନ୍ୟାସ ଶେଷ ବସନ୍ତ ଅଭିମାନ ପରପୁରୁଷ ଓଦା ମାଟିର ସ୍ୱର୍ଗ ରଙ୍ଗନଟି ଚପଳ ଛନ୍ଦା ଉଜାଣି ଯମୁନା ଅଶ୍ୱମେଧର ଘୋଡ଼ା (ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ) ପ୍ରେମିକା ବଧୂ ନିରୂପମା ନଷ୍ଟ ଚରିତ୍ର ନାୟିକାର ନାମ ଶ୍ରାବଣୀ ପାପପୁଣ୍ୟ ନଗରୀର ନିଳପରୀ ବନ୍ଦୀ ଯାଯାବର ମାୟାବୀ ହୃଦୟ ରାଣୀ ମହୁମାଛି ଶେଷ ଅଭିନୟ ଶେଷ ରାତ୍ରିର ସୂର୍ଯ୍ୟ ପ୍ରେମ ଓ ପୃଥିବୀ ଧୂଳିଘର ଗଳ୍ପ ମହିଷାସୁରର ମୁହଁ (କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ) ମନ ଭଲ ନାହିଁ ରାଜକନ୍ୟାର ଦୁଃଖ କେତେ ଯେ ବସନ୍ତ ସତେ ଜୀବନର ଜଟିଳତା ନିର୍ବାଚିତ ଗଳ୍ପ କଳିକାଳ ଛବିର ମଣିଷ ଭ୍ରମଣ କାହାଣୀ ଦ୍ୱାରକା ଦର୍ଶନ ତୀରେ ତୀରେ ତୀର୍ଥ ବାଇଓଗ୍ରାଫି ମହାତ୍ମା ଜନ ନାୟକ ସମାଲୋଚନା ଓଡ଼ିଆ ଉପନ୍ୟାସ ସମାଜ ତାତ୍ତ୍ୱିକ ରୂପରେଖ ସାମ୍ପ୍ରତିକ ସାହିତ୍ୟ ସାହିତ୍ୟର ସୂଚୀପତ୍ର ପତ୍ରିକା ସମ୍ପାଦନା ନବରବି ଆସନ୍ତାକାଲି ଗଳ୍ପ କୃଷକhttp://www.odisha.com/archives/23842 ଗ୍ରନ୍ଥ ସାହିତ୍ୟର ସୂଚୀପତ୍ର ପୁରସ୍କାର ଓ ସମ୍ମାନ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୫ (ମହିଷାସୁରର ମୁହଁ ଗଳ୍ପ ପୁସ୍ତକ ପାଇଁ) ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ୨୦୧୬ (ସାମଗ୍ରୀକ କୃତି ପାଇଁ) ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୫ (ଅଶ୍ୱମେଧର ଘୋଡ଼ା ପାଇଁ) ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୮୮ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ) ଶାରଳା ପୁରସ୍କାର, ୧୯୯୯(ସାମଗ୍ରୀକ କୃତି ପାଇଁ) ସାହିତ୍ୟ ଭାରତୀ ସମ୍ମାନ, ୨୦୦୭ ବିଷୁବ ପୁରସ୍କାର (ପ୍ରଜାତନ୍ତ୍ର ପ୍ରଚାର ସମିତି), ୧୯୯୪ ଶୁକଦେବ ସାହୁ ଉପନ୍ୟାସ ସମ୍ମାନ, ୧୯୯୩ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ) ଗୋବର୍ଦ୍ଧନରାମ ସାହିତ୍ୟ ପୁରସ୍କାର - ୨୦୨୧ (ଗୋବର୍ଦ୍ଧନରାମ ସ୍ମୃତି କମିଟି, ଗୁଜରାଟ ପ୍ରଦତ୍ତ) ଆଧାର ଅଧିକ ତଥ୍ୟ ଶ୍ରେଣୀ:୧୯୩୭ ଜନ୍ମ ଶ୍ରେଣୀ:ଜୀବିତ ବ୍ୟକ୍ତି ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଆ ସାହିତ୍ୟିକ ଶ୍ରେଣୀ:ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଶ୍ରେଣୀ:ଝଙ୍କାର ପୁରସ୍କାର ସମ୍ମାନିତ ଶ୍ରେଣୀ:ବିଷୁବ ପୁରସ୍କାର ସମ୍ମାନିତ ଶ୍ରେଣୀ:ଶାରଳା ପୁରସ୍କାର ବିଜେତା ଶ୍ରେଣୀ:ଓଡ଼ିଆ ଔପନ୍ୟାସିକ ଶ୍ରେଣୀ:ଓଡ଼ିଆ ଗାଳ୍ପିକ ଶ୍ରେଣୀ:ଜଗତସିଂହପୁର ଜିଲ୍ଲାର ଲୋକ ଶ୍ରେଣୀ:ଓଡ଼ିଆ ସାହିତ୍ୟିକ
ଓଡ଼ିଆ କଥାଚିତ୍ର ଜଗତ
https://or.wikipedia.org/wiki/ଓଡ଼ିଆ_କଥାଚିତ୍ର_ଜଗତ
ଓଡ଼ିଆ କଥାଚିତ୍ର ଜଗତ ବା ଓଲିଉଡ଼ ଭୁବନେଶ୍ୱର ଓ କଟକରେ ଥିବା ଓଡ଼ିଆ କଥାଚିତ୍ର ଜଗତକୁ ବୁଝାଇଥାଏ । ୨୦୨୨ ମସିହା ନଭେମ୍ବରରେ ଓଡ଼ିଶାରେ କେବଳ ୬୦ଟି ଚଳଚ୍ଚିତ୍ର ପ୍ରେକ୍ଷାଳୟ ଥିଲା । ଇତିହାସ ୧୯୩୬ରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ସୀତା ବିବାହ ନିର୍ମିତ ହୋଇଥିଲା। ରାମାୟଣ ଉପରେ ଆଧାରିତ ଏହି କଥାକୁହା କଥାଚିତ୍ରର ନିର୍ଦ୍ଦେଶକ ଥିଲେ ମୋହନ ସୁନ୍ଦର ଦେବ ଗୋସ୍ୱାମୀ। ଏହା କାମପାଳ ମିଶ୍ରଙ୍କ ରଚିତ ଏକ ନାଟକ ଉପରେ ଆଧାରିତ ଥିଲା । ମାତ୍ର ୩୦,୦୦୦ ଟଙ୍କାରେ ତିଆରି ଏହି କଥାଚିତ୍ରରେ ୧୪ଟି ଗୀତ ଥିଲା । ଏଥିରେ ମୁଖ୍ୟ ଭୂମିକାରେ ମାଖନଲାଲ୍‌ ବାନାର୍ଜୀ, ଆଦିତ୍ୟ ବଲ୍ଲଭ ମହାନ୍ତି, ପ୍ରଭାବତୀ ଦେବୀ ପ୍ରମୁଖ ଅଭିନୟ କରିଥିଲେ। ଏହା ୧୯୩୬ ଏପ୍ରିଲ୍‌ ୨୮ ତାରିଖରେ ମୁକ୍ତି ଲାଭ କରିଥିଲା। ପ୍ରଥମ ଓଡ଼ିଆ କଥାଚିତ୍ର ହୋଇଥିବାରୁ ଅନେକ ଭୁଲ ଭଟକା ଥିବା ସତ୍ତ୍ୱେବି ଏକ ବହୁଳ ଭାବରେ ଆଦୃତ ହୋଇଥିଲା । ଏହା ଲକ୍ଷ୍ମୀ ଟକିଜଦ୍ୱାରା ପ୍ରଦର୍ଶିତ ହୋଇଥିଲା । ଏହା ଓଡ଼ିଆ କଥାଚିତ୍ରକୁ ଆଗକୁ ଦିଗ ଦେଖାଇଥିଲା । ୧୯୪୯ରେ ଦ୍ୱିତୀୟ ଓଡ଼ିଆ ଚଳଚ୍ଚିତ୍ର ଲଳିତା ମୁକ୍ତି ଲାଭ କରିଥିଲା। ଏହାର ନିର୍ଦ୍ଦେଶକ ଥିଲେ କଲ୍ୟାଣ ଗୁପ୍ତା। ଏଥିରେ ମୁଖ୍ୟ ଭୂମିକାରେ ଲୋକନାଥ, ଉମା ପ୍ରମୁଖ ଅଭିନୟ କରିଥିଲେ। ୧୯୫୦ରେ ତୃତୀୟ ଓଡ଼ିଆ ଚଳଚ୍ଚିତ୍ର ସପ୍ତଶଯ୍ୟା ମୁକ୍ତି ଲାଭ କରିଥିଲା। ଏହାର ନିର୍ଦ୍ଦେଶକ ଥିଲେ କଲ୍ୟାଣ ଗୁପ୍ତା। ଏଥିରେ ବ୍ୟୋମକେଶ ତ୍ରିପାଠି, ଅନିମା ପ୍ରମୁଖ ଅଭିନୟ କରିଥିଲେ। ୧୯୫୦ରେ ଚତୁର୍ଥ ଓଡ଼ିଆ ଚଳଚ୍ଚିତ୍ର ଶ୍ରୀ ଜଗନ୍ନାଥ ମୁକ୍ତି ଲାଭ କରିଥିଲା। ଚିତ୍ତ ରଞ୍ଜନ ମିତ୍ର ଏହାର ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ମୁଖ୍ୟ ଭୂମିକାରେ ଗୋପାଳ, ଗ୍ଲୋରିୟା ମହାନ୍ତି ପ୍ରମୁଖ ସୁନ୍ଦର ଅଭିନୟ କରିଥିଲେ। ୧୯୫୧ରେ ପଞ୍ଚମ ଓଡ଼ିଆ ଚଳଚ୍ଚିତ୍ର ରୋଲେସ୍‌ ଟୁ ଏଇଟ୍‌ ବା ଆକା ରୋଲସ୍‌-୨୮ ମୁକ୍ତି ଲାଭ କରିଥିଲା। ଇଂଲିଶ୍‌ ନାମ ଥିବା ଏହା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର। ଏହାର ନିର୍ଦ୍ଦେଶକ ଥିଲେ କଲ୍ୟାଣ ଗୁପ୍ତା। ଏଥିରେ ମୁଖ୍ୟ ଭୂମିକାରେ ରତିକାନ୍ତ, କମଳା ପ୍ରମୁଖ ଅଭିନୟ କରିଥିଲେ।http://www.dharitri.com/main/top5_details/290 ପ୍ରଫୁଲ ସେନଗୁପ୍ତାଙ୍କଦ୍ୱାରା ନିର୍ଦ୍ଦେଶିତ ୧୧ତମ ଓଡ଼ିଆ ଚଳଚ୍ଚିତ୍ର ଶ୍ରୀଲୋକନାଥକୁ ଜାତୀୟ ଫିଲ୍ମ ପୁରସ୍କାର ହାସଲ କରିଥିଲା। ପରେ ପରେ ୧୯୬୦-୭୦ରେ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ନୂଆ ବୋଉ, ମାଟିର ମଣିଷ, ଅଦିନ ମେଘ ପରି ଚଳଚ୍ଚିତ୍ର ସବୁ ଜାତୀୟ ଫିଲ୍ମ ପୁରସ୍କାର ଲାଭ କରିଥିଲା। ୧୯୭୬ ମସିହାରେ ମୁକ୍ତିଲାଭ କରିଥିଲା ପ୍ରଥମ ରଙ୍ଗୀନ ଓଡ଼ିଆ ଚଳଚ୍ଚିତ୍ର ଗପ ହେଲେ ବି ସତ। ଏହି ଚଳଚ୍ଚିତ୍ରରେ ସଙ୍ଗୀତଜ୍ଞ ଅକ୍ଷୟ ମହନ୍ତିଙ୍କ ସଙ୍ଗୀତ ନିର୍ଦ୍ଦେଶନା ଓଡ଼ିଆ ସିନେ ଜଗତରେ ନୂତନତ୍ୱ ଭରିଦେଇଥିଲା।OTV Memory Lane with Akshaya Mohanty: ୟୁଟ୍ୟୁବ୍ ମହମ୍ମଦ୍ ମହସିନ୍ ଓଡ଼ିଶାର ତତକାଳୀନ ସମାଜରେ ଘଟଣାକୁ ନେଇ ଫୁଲ ଚନ୍ଦନ ପରି ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାଣ କଲେ। ଏହି ସମୟରେ ସଂପୂର୍ଣ୍ଣ ଓଡ଼ିଆ କଥାବସ୍ତୁ ସହ ନିଜସ୍ୱ କହାଣୀକୁ ନେଇ ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଉଥିଲା। ୧୯୯୦ ପର୍ଯ୍ୟନ୍ତ ସମୟକୁ ଓଡ଼ିଆ ଚଳଚ୍ଚିତ୍ରର "ସୁବର୍ଣ୍ଣ ଯୁଗ" ବୋଲି କୁହଯାଏ।https://archive.is/20130624210753/http://www.odishaglitz.com/events-news/ups-and-downs-in-odia-cinema-telaram-meher-phd-research-scholar.html ଅମୀୟ ରଂଜନ ପଟ୍ଟନାୟକ ପ୍ରଥମ ଅନେକ କଳାକାର ତଥା ମୁମ୍ବାଇରୁ ଟେକ୍ନିସିଆନ୍, କଣ୍ଠଶିଳ୍ପୀ, ମ୍ଯୁଜିସିଆନ୍ଙ୍କୁ ନେଇ ଅଧିକ ବଜେଟ ଯୁକ୍ତ ଚଳଚ୍ଚିତ୍ର ନିର୍ମାଣ କରି ନୂଆ ଅଧ୍ୟ୍ୟାୟର ଆରମ୍ଭ କଲେ। ତଙ୍କଦ୍ୱାରା ୧୯୮୫ରେ ନିର୍ମିତ ହାକିମ୍ ବାବୁକୁ ଜାତୀୟ ଫିଲ୍ମ ପୁରସ୍କାର ମିଳିଥିଲା। ତାଙ୍କ ଚଳଚ୍ଚିତ୍ରକୁ ସେ ତିନଟି ଭଷା ଯଥା: ଓଡ଼ିଆ, ବାଙ୍ଗ୍ଲା ଓ ବାଙ୍ଗ୍ଳାଦେଶୀରେ ଚଳଚ୍ଚିତ୍ରକୁ ମୁକ୍ତି ଲାଭକରିଥିଲେ। ଓଡ଼ିଆ ଚଳଚ୍ଚିତ୍ରରେ ଅନେକ ପ୍ରତିଭାସଂପର୍ଣ୍ଣ କଳାକରଙ୍କ ଅବଦାନ ରହିଛି। ଉପନ୍ୟାସରୁ କଥାଚିତ୍ର ଅନେକ ଓଡ଼ିଆ କଥାଚିତ୍ର ଉପନ୍ୟାସର ବିଷୟବସ୍ତୁକୁ ଆଧାର କରି ନିର୍ମାଣ କରାଯାଇଛି, ସେଥିମଧ୍ୟରୁ କେତୋଟି ହେଲା: ଅମଡ଼ା ବାଟ, ୧୯୬୪ - ବସନ୍ତ କୁମାରୀ ପଟ୍ଟନାୟକ ଅଭିନେତ୍ରୀ, ୧୯୬୫ - କାହ୍ନୁ ଚରଣ ମହାନ୍ତି ମଲା ଜହ୍ନ, ୧୯୬୫ - ଉପେନ୍ଦ୍ର କିଶୋର ଦାସ କା, ୧୯୬୬ - କାହ୍ନୁ ଚରଣ ମହାନ୍ତି ମାଟିର ମଣିଷ, ୧୯୬୬ - କାଳିନ୍ଦୀ ଚରଣ ପାଣିଗ୍ରାହୀ ଅଦିନ ମେଘ, ୧୯୭୦ - କୁନ୍ତଳା କୁମାରୀ ଆଚାର୍ଯ୍ୟ କନକଲତା, ୧୯୭୩– ନନ୍ଦ କିଶୋର ବଳ ଧରିତ୍ରୀ, ୧୯୭୩ - ଅମୂଲ୍ୟ କୁମାରୀ ପଟ୍ଟନାୟକ ସିନ୍ଦୁର ବିନ୍ଦୁ, ୧୯୭୬ - ଚିନ୍ତାମଣି ଜେନା ଅପରଚିତା, ୧୯୮୦ - ପ୍ରତିଭା ରାୟ ଟିକେ ହସ ଟିକେ ଲୁହ, ୧୯୮୧- ବିଜୟିନୀ ଦାସ କାବେରୀ, ୧୯୮୪- ଗାୟତ୍ରୀ ବସୁ ମଲ୍ଲିକ ମାୟା ମିରିଗ, ୧୯୮୪- ବିଭୂତି ପଟ୍ଟନାୟକ ଛ ମାଣ ଆଠ ଗୁଣ୍ଠ, ୧୯୮୬- ଫକୀର ମୋହନ ସେନାପତି ବଧୂ ନିରୁପମା, ୧୯୮୭- ବିଭୂତି ପଟ୍ଟନାୟକ ଶାସ୍ତି- କାହ୍ନୁ ଚରଣ ମହାନ୍ତି ତୁଣ୍ଡ ବାଇଦ, ୧୯୮୭- କାହ୍ନୁ ଚରଣ ମହାନ୍ତି ମୋକ୍ଷ, ୨୦୦୧ - ପ୍ରତିଭା ରାୟ ଗାରେ ସିନ୍ଦୂର ଧାରେ ଲୁହ, ୨୦୦୨ - ବିଭୂତି ପଟ୍ଟନାୟକ ଚନ୍ଦ୍ରଭାଗା , ୨୦୧୬ - ପ୍ରତିଭା ରାୟ ଶିଳ୍ପ ଭାବରେ ସ୍ୱୀକୃତି ୧୯୭୪ ମସିହାରେ ଓଡ଼ିଶା ସରକାର ଫିଲ୍ମ ନିର୍ମାଣ ଓ ଚଳଚ୍ଚିତ୍ର ପ୍ରଦର୍ଶନ ଭବନ ନିର୍ମାଣକୁ ଏକ ଶିଳ୍ପ ଭାବରେ ସ୍ୱୀକୃତି ପ୍ରଦାନ କରିଥିଲେ । ଓଡ଼ିଶା ସରକାର ଓଡ଼ିଶାରେ ଚିତ୍ର ନିର୍ମାଣ ଶିଳ୍ପର ଉନ୍ନତି ପାଇଁ କଟକଠାରେ କାର୍ଯ୍ୟାଳୟ ଥାଇ " ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ " ସ୍ଥାପନ କରିଛନ୍ତି । ଟୀକା ଦ୍ରଷ୍ଟବ୍ୟ 'ଓଡ଼ିଆ ଚଳଚ୍ଚିତ୍ରର ଇତିହାସ', ଓଡ଼ିଶା ବୁକ ଷ୍ଟୋର, ୧୯୮୪ (୧୯୩୪-୧୯୮୪ ମଧ୍ୟରେ ତିଆରି କଥାଚିତ୍ର), ଲେଖକ: କାର୍ତ୍ତିକ କୁମାର ଘୋଷକ 'ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ', ୨୦୦୮, ସଂକଳକ: ଭୀମ ସିଂ, ଅଧିକ ତଥ୍ୟ Oriya Cinema Data ସୁରଭି ଡିଡି ଧାରାବାହିକ ଏପିସୋଡ୍ ନଂ ୨୦୦ ଶ୍ରେଣୀ:ଓଡ଼ିଶାରେ ତିଆରି ସିନେମା ଶ୍ରେଣୀ:ରାଜ୍ୟ ଅନୁସାରେ ଭାରତୀୟ ସିନେମା
ଓଡ଼ିଆ ସିନେମା
https://or.wikipedia.org/wiki/ଓଡ଼ିଆ_ସିନେମା
ଲେଉଟାଣି ଓଡ଼ିଆ କଥାଚିତ୍ର ଜଗତ
ଓଲିଉଡ଼
https://or.wikipedia.org/wiki/ଓଲିଉଡ଼
ଲେଉଟାଣି ଓଡ଼ିଆ କଥାଚିତ୍ର ଜଗତ
Odia film industry
https://or.wikipedia.org/wiki/Odia_film_industry
ଲେଉଟାଣି ଓଡ଼ିଆ କଥାଚିତ୍ର ଜଗତ
Ollywood
https://or.wikipedia.org/wiki/Ollywood
ଲେଉଟାଣି ଓଡ଼ିଆ କଥାଚିତ୍ର ଜଗତ
ପୁରାତନ କଳା
https://or.wikipedia.org/wiki/ପୁରାତନ_କଳା
thumb|୨୧୨୦ ଖ୍ରୀ.ପୂ.ର ସୁମେରୀୟ ଦେବୀ ପ୍ରାଚୀନ ବିଶ୍ୱର କଳା ନାନା ପ୍ରକାରର କଳାକୁ ବୁଝାଇଥାଏ ଯାହା ବିଭିନ୍ନ ଚଳଣି, ପୁରାତନ ସମାଜ, ଯଥା- ଚୀନ, ଭାରତ, ମେସୋପଟାମିଆଁ, ମିଶର, ଗ୍ରୀସ, ରୋମ ଆଦିର ସମାଜ ବ୍ୟବସ୍ଥାକୁ ବୁଝାଇଥାଏ । ଭାରତୀୟ ଚିତ୍ରକଳା thumb|ଅଜନ୍ତାର ଜାତକ ଗଳ୍ପ ପୁରାତନ ଭାରତୀୟ ଚିତ୍ରକଳା ସବୁ ଥିଲା ପ୍ରାଗୈତିହାସିକ କାଳର ପଥର ଉପରେ ଅଙ୍କା କଳା, ଯାହା ଭିମ୍ବେତ୍କା ସମେତ ନାନାଦି ପେଟ୍ରୋଗ୍ଲିଫଥିବା ଜାଗରୁ ମିଳିଛି, ତାହା ଭିତରୁ କେତେକ ୫୫୦୦ ଖ୍ରୀ.ପୂ.ରୁ ପୁରୁଣା । ଏହିପରି କଳାସବୁ ଶହଶହ ଦଶନ୍ଧି ଧରି ଚାଲିଥିଲା, ୭ମ ଶତାବ୍ଦୀରେ ତିଆରି ମହାରାଷ୍ଟ୍ରର ଅଜନ୍ତା, ୧୨ଶ ଶତାବ୍ଦୀରେ ତିଆରି ଓଡ଼ିଶାର କୋଣାର୍କର କଳା ସବୁ ଏହି ପଥରରେ ଖୋଦାହୋଇଥିବା କଳାକୃତିର ଉଦାହରଣ । ପୁରାତନ ଭାରତରେ ହଜାର ହଜାର ବର୍ଷ ତଳେ ଅନେକ ବୌଦ୍ଧ ସ୍ତୂପ ଓ ଏହି ପଥର ଖୋଦା କଳାକୃତି ମିଳିଥାଏ । ଗ୍ୟାଲେରି ଆଧାର Bailey, Douglass. (2005). Prehistoric Figurines: Representation and Corporeality in the Neolithic. Routledge Publishers. ଅଧିକ ତଥ୍ୟ Phoenix Ancient Art Seattle's Art Museum Oriental Institute Virtual Egyptian Museum ଶ୍ରେଣୀ:କଳା ଶ୍ରେଣୀ:ଇତିହାସ
ପ୍ରାଚୀନ କଳା
https://or.wikipedia.org/wiki/ପ୍ରାଚୀନ_କଳା
REDIRECT ପୁରାତନ କଳା
ରେଭେନ୍ସା ବିଶ୍ୱବିଦ୍ୟାଳୟ
https://or.wikipedia.org/wiki/ରେଭେନ୍ସା_ବିଶ୍ୱବିଦ୍ୟାଳୟ
ରେଭେନ୍ସା ବିଶ୍ୱବିଦ୍ୟାଳୟ (୨୦୦୬ ପୂର୍ବରୁ ରେଭେନ୍ସା କଲେଜ ନାମରେ ଜଣା) ଓଡ଼ିଶାର କଟକରେ ଥିବା ଏକ ରାଜ୍ୟ ବିଶ୍ୱବିଦ୍ୟାଳୟ । ୨୦୦୬ ମସିହା ନଭେମ୍ବର ୧୫ ତାରିଖରେ ରେଭେନ୍ସା କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଥିଲା । ଥୋମାସ ଏଡୱାଡ ରେଭେନ୍ସା ଏହି ମହାବିଦ୍ୟାଳୟର ୧୮୬୮ ମସିହାରେ ପ୍ରତିଷ୍ଠା କରିଥିଲେ ।http://www.samajalive.in/ravenshaw-8/48453.html ଇତିହାସ ପ୍ରାରମ୍ଭିକ ସମୟ ୧୮୬୬ର ନଅଙ୍କ ଦୁର୍ଭିକ୍ଷ ଓଡ଼ିଶାର ଲୋକମାନେ ବହୁ ଅସୁବିଧାରେ ପଡ଼ିଥିଲେ। ସେ ଯୁଗରେ ଓଡ଼ିଶାରେ ଉଚ୍ଚତର ଶିକ୍ଷାର କିଛି ସାଧନ ନଥିଲା। ଏହି ସମୟରେ କିଛି ଦୂରଦର୍ଶୀ ଓଡ଼ିଆ ତଥା ଶାସନ କରୁଥିବା କିଛି ଇଂରେଜ ସୁଶାସକମାନେ ଓଡ଼ିଶାରେ ଏକ ମହାବିଦ୍ୟାଳୟ ଖୋଲିବା ପାଇଁ ଇଛା କରିଥିଲେ। ଏହିମାନଙ୍କ ମଧ୍ୟରେ ଥିଲେ ଓଡ଼ିଶାର ତତ୍କାଳୀନ କମିସନରଟି ଇ ରେଭେନ୍ସା ଯେ କି ସେ କାଳର ଓଡ଼ିଆ ଛାତ୍ରମାନଙ୍କ ଏହି ଦୁଖ ବୁଝି ବଙ୍ଗ ସରକାରଙ୍କଠାରୁ ଏକ ମହାବିଦ୍ୟାଳୟ ଖୋଲିବା ପାଇଁ ଅନୁମତି ଆଣିଥିଲେ। ଏହି ପରି ୧୮୬୮ ମସିହାରେ ଜାନୁୟାରୀରେ କଟକ ଜିଲ୍ଲା ସ୍କୁଲରେ ଉଚ୍ଚ ମାଧ୍ୟମିକ ଶ୍ରେଣୀ ସ୍ଥାପନ ହେଇଥିଲା। ପ୍ରଥମ ବର୍ଷ କେବଳେ ୬ ଜଣ ଛାତ୍ର ଏଥିରେ ଯୋଗ ଦେଇଥିଲେ। thumb|center|750px|ରେଭେନ୍ସା ବିଶ୍ୱବିଦ୍ୟାଳୟ ମୁଖ୍ୟ ଅଟ୍ଟାଳିକା ଓ ପ୍ରବେଶ , ୨୦୧୧ ଆଧାର ବାହାର ଲିଙ୍କ ରେଭେନ୍ସା ବିଶ୍ୱବିଦ୍ୟାଳୟ ବେବପୃଷ୍ଠା ଶ୍ରେଣୀ:କଟକରେ ଶିକ୍ଷା ଶ୍ରେଣୀ:ଓଡ଼ିଶାରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ
Ravenshaw University
https://or.wikipedia.org/wiki/Ravenshaw_University
ଲେଉଟାଣି ରେଭେନ୍ସା ବିଶ୍ୱବିଦ୍ୟାଳୟ
Baleswar
https://or.wikipedia.org/wiki/Baleswar
ଲେଉଟାଣି ବାଲେଶ୍ୱର
ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ
https://or.wikipedia.org/wiki/ବିଜୁ_ପଟ୍ଟନାୟକ_ବୈଷୟିକ_ବିଶ୍ୱବିଦ୍ୟାଳୟ
ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବି.ପି.ଇଉ.ଟି.), ରାଉରକେଲା ସହରରେ ଅବସ୍ଥିତ ଏକ ବୈଷୟିକ ଶିକ୍ଷା ବିଶ୍ୱବିଦ୍ୟାଳୟ । ଓଡ଼ିଶା ବିଧାନ ସଭାରେ ଗୃହିତ ବି.ପି.ୟୁ.ଟି ଅଧିନିୟମ-୨୦୦୨ (ନଭେମ୍ବର ୨୦୦୨)ଦ୍ୱାରା ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଏହା ପୂର୍ବରୁ ଓଡ଼ିଶାରେ ଥିବା ବିଭିନ୍ନ ବୈଷୟିକ ମହାବିଦ୍ୟାଳୟଗୁଡ଼ିକ ଭିନ୍ନ ଭିନ୍ନ ବିଶ୍ୱବିଦ୍ୟାଳୟ ଅଧୀନରେ ରହିଥିଲା, ତେଣୁ ପରୀକ୍ଷା ପରିଚାଳନା ତଥା ସାଧାରଣ ଶିକ୍ଷା କ୍ଷେତ୍ରରେ କିଛି ବୈଷମ୍ୟତା ଅନୁଭବ କରାଯାଉଥିଲା। ଏହି ଅସୁବିଧାକୁ ଦୂର କରିବାକୁ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ଏହି ବିଶ୍ୱବିଦ୍ୟାଳୟ ଅଧୀନକୁ ସାରା ଓଡ଼ିଶାର ଯାନ୍ତ୍ରିକ (ଇଞ୍ଜିନିୟରିଂ), ସ୍ଥାପତ୍ୟ (ଆର୍କିଟେକ୍ଚର), ପ୍ରବନ୍ଧ (ମାନେଜମେଣ୍ଟ), ଫାର୍ମସି ଓ କମ୍ପ୍ୟୁଟର ପ୍ରୟୋଗ (ଏମ.ସି.ଏ.) ମହାବିଦ୍ୟାଳୟଗୁଡ଼ିକ ଅଣାଯାଇଥିଲା । ଆଜି ଏହି ବିଶ୍ୱବିଦ୍ୟାଳୟରେ ୧୫୬ଟି ମହାବିଦ୍ୟାଳୟ, ଉଭୟ ଅଧିନସ୍ଥ/ଘଟକ ଓ ଅନୁବନ୍ଧିତ, ଅଛନ୍ତି ଏବଂ ଏଠାରେ ପାଖାପାଖି ୧,୨୦,୦୦୦ ଛାତ୍ର ଅଧ୍ୟୟନ କରନ୍ତି । ବି.ପି.ୟୁ.ଟି ଅଧୀନରେ ଥିବା ରାଜ୍ୟ ସରକାରଙ୍କ ସରକାରୀ ମହାବିଦ୍ୟାଳୟ ଗୁଡ଼ିକ ଏହାର ଘଟକ (constituent) ବିଦ୍ୟାଳୟ ଓ ବାକି ସମସ୍ତ ଘରୋଇ ମହାବିଦ୍ୟାଳୟ ଗୁଡ଼ିକ ଅନୁବନ୍ଧିତ (affiliated) ବିଦ୍ୟାଳୟ ଭାବେ କାର୍ଯ୍ୟ କରିଥାନ୍ତି । ଅନୁବନ୍ଧିତ କଲେଜ ତାଲିକା ଆଧାର ଅଧିକ ତଥ୍ୟ ଶ୍ରେଣୀ:ବିଜୁ ପଟ୍ଟନାୟକଙ୍କ ସ୍ମୃତି ଶ୍ରେଣୀ:ଓଡ଼ିଶାରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ
ସୁବର୍ଣପୁର ଜିଲା
https://or.wikipedia.org/wiki/ସୁବର୍ଣପୁର_ଜିଲା
ଲେଉଟାଣି ସୁବର୍ଣ୍ଣପୁର ଜିଲ୍ଲା
ସୁବର୍ଣ୍ଣପୁର ଜିଲ୍ଲା
https://or.wikipedia.org/wiki/ସୁବର୍ଣ୍ଣପୁର_ଜିଲ୍ଲା
ସୁବର୍ଣ୍ଣପୁର ଜିଲ୍ଲା ବା ସୋନପୁର ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ସୁବର୍ଣ୍ଣପୁର ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟାଳୟ । ସୁବର୍ଣ୍ଣପୁର ଜିଲ୍ଲା ୧୯୯୩ ମସିହା ଏପ୍ରିଲ ୧ ତାରିଖରେ ଗଠନ ହେଇଥିଲା । ତା ପୂର୍ବରୁ ବଲାଙ୍ଗିର ଜିଲ୍ଲାରେ ମିଶିକି ଥିଲା । ଏହି ଜିଲ୍ଲାକୁ ସୋନପୁର ଜିଲ୍ଲା ମଧ୍ୟ କୁହାଯାଏ । ଏହି ଜିଲ୍ଲାର ଉତ୍ତରରେ ସମ୍ବଲପୁର ଜିଲ୍ଲା ଅବସ୍ଥିତ ଏବଂ ଦକ୍ଷିଣ ଓ ଦକ୍ଷିଣ-ପୂର୍ବରେ ବୌଦ୍ଧ ଜିଲ୍ଲା ଅବସ୍ଥିତ ଏବଂ ପଂଶ୍ଚିମରେ ବଲାଙ୍ଗିର ଜିଲ୍ଲା ଅବସ୍ଥିତ । ସୋମବଂଶୀ ରାଜାମାନଙ୍କ ଶାସନ କାଳରୁ "ସୁବର୍ଣ୍ଣପୁର" ନାମଟି ଆସିଥିବା ବିଶ୍ୱାସ କରାଯାଏ । ସୋନପୁର ଏହାର ସାଂସ୍କୃତିକ ବିଭବ, କଳା, ସୋନପୁରର ତନ୍ତବୁଣା ଲୁଗା, କାରିଗରୀ, ହାତତିଆରି କଳାକୃତି, ପିତଳ ଓ ଟେରାକୋଟା କାମ ଓ ତରଭାର ଫିଲିଗିରି କାମ, ଉଲୁଣ୍ଡାର ପଥର ଖୋଦେଇ ଓ ଡୁଙ୍ଗୁରିପାଲିର ଧାନରେ ତିଆରି ହାତକାମ ପାଇଁ ପ୍ରସିଦ୍ଧ । ଭୂଗୋଳ ଓଡ଼ିଶାର ପଶ୍ଚିମ ଭାଗରେ ଅବସ୍ଥିତ ସୁବର୍ଣ୍ଣପୁର ଜିଲ୍ଲାର ଆୟତନ ୨,୨୮୪.୪ ବର୍ଗ କିମି ସୁବର୍ଣ୍ଣପୁର ଜିଲ୍ଲାର ସରକାରୀ ପୃଷ୍ଠା ମୁଖ୍ୟ ନଦୀ ମହାନଦୀ ଅଙ୍ଗ ତେଲ ଶୁକତେଲ ଜନସଂଖ୍ୟା ୨୦୧୧ ଜନଗଣନା Census 2011: Odisha: Provisional Population Totalsଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲାର ମୋଟ ଲୋକସଂଖ୍ୟା ୬,୫୨,୧୦୭ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୬,୦୨,୧୭୫ ଓ ସହରାଞ୍ଚଳରେ ୪୯,୯୩୨ ଲୋକ ବାସ କରନ୍ତି ।Census 2011: Odisha: Rural Urban Distribution ପୁରୁଷ: ୩,୩୨,୮୯୭ ମହିଳା: ୩,୧୯,୨୧୦ ଛ ବର୍ଷରୁ କମ: ୭୬,୫୩୬ ପଢୁଆ ହାର: ୭୪.୪୨% ପୁରୁଷ: ୭୮.୪୧% ମହିଳା: ୮୪.୭୮% ପ୍ରଶାସନିକ ବିଭାଗ ଉପଖଣ୍ଡ (ସବ୍ ଡିଭିଜନ): (୨) ୧. ସୋନପୁର ଓ ୨. ବୀରମହରାଜପୁର । ତହସିଲ: (୬): ଉଲୁଣ୍ଡା, ରାମପୁର, ବିନିକା, ବୀରମହାରାଜାପୁର, ତରଭା ଓ ସୋନପୁର ବ୍ଳକ: (୬): ଉଲୁଣ୍ଡା, ଡୁଙ୍ଗୁରିପାଲ୍ଲି, ତରଭା, ବିନିକା, ବୀରମହାରାଜାପୁର, ସୋନପୁର ଗ୍ରାମ ପଞ୍ଚାୟତ: ୯୬ ଗ୍ରାମ: ୯୫୯ ପର୍ଯ୍ୟଟନ ସ୍ଥଳ thumb|150px|alt=Alt text|ଖମ୍ବେଶ୍ୱରୀ ମା  ଲଙ୍କେଶ୍ୱରୀ ମନ୍ଦିର: ଲଙ୍କେଶ୍ୱରୀ ଠାକୁରାଣୀ ମନ୍ଦିର ସୋନପୁରର ଏକ ପ୍ରସିଦ୍ଧ ଠାକୁରାଣୀ ମନ୍ଦିର । ସୁବର୍ଣ୍ଣମେରୁ ମନ୍ଦିର: ଏହି ମନ୍ଦିରର ନାମ ଅନୁସାରେ ସୁବର୍ଣ୍ଣପୁର ହେବା କଥା କେତେକ ମତ ଦେଇଥାନ୍ତି । ଏହା ଏକ ଶିବ ମନ୍ଦିର । ପାତାଳୀ ଶ୍ରୀକ୍ଷେତ୍ର, କୋଟସମଲାଏ: କୋଟ ସମଲାଏ: କୋଟସମଲାଏ ପାହାଡ଼ ଉପରେ ଥିବା ଏକ ସୁନ୍ଦର ଜଗନ୍ନାଥ ମନ୍ଦିର । ମହିମା ପୀଠ, ଖଲିଆପାଲି: ମହିମା ଧର୍ମର ଏକ ମୁଖ୍ୟ କେନ୍ଦ୍ର ମେଟାକାନୀ, ଉଲୁଣ୍ଡା କପିଳେଶ୍ୱର ମନ୍ଦିର, ଚରଦାଠାରେ ଅବସ୍ଥିତ । ସୁରେଶ୍ୱରୀ ମନ୍ଦିର – ଏହି ମନ୍ଦିର ସୋନପୁରଠାରେ ଅବସ୍ଥିତ । ରାମେଶ୍ୱର ମନ୍ଦିର – ଏହି ମନ୍ଦିର ମଧ୍ୟ ସୋନପୁରଠାରେ ଅବସ୍ଥିତ । ଚମ୍ପେଶ୍ୱର ଶିବ ମନ୍ଦିର – ଏହି ମନ୍ଦିର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଚମ୍ପାମାଳ ଗ୍ରାମରେ ଅବସ୍ଥିତ । ପାପକ୍ଷୟ ଏକ ଦର୍ଶନୀୟ ପୀଠ । ଏହା ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରଠାରୁ ୩ କି.ମି ଦୂରରେ ମହାନଦୀ କୂଳରେ ଅବସ୍ଥିତ । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ମନୋହର । ପର୍ବପର୍ବାଣି ଲଙ୍କା ପୋଡ଼ି: ଭାଦ୍ରବ ମାସର ସପ୍ତପୁରୀ ଅମାବାସ୍ୟା ଅବସରରେ ଲଙ୍କା ପୋଡ଼ି ଉତ୍ସବ ପାଳନ କରାଯାଇଥାଏ । ହନୁମାନଙ୍କ ଲାଙ୍ଗୁଡ଼ରେ ନିଆଁ ଲଗାଇ ଲଙ୍କା ନାଶ କରିବା ଏଥିରେ ବର୍ଣ୍ଣିତ । ପିଲାମାନେ ମାଟି ତିଆଅରି ହନୁମାନ ମୁର୍ତ୍ତି ତିଆରି କରି ସେଥିରେ କାଳ୍ପନିକ ଲଙ୍କା ଦହନ କରନ୍ତି । ଗ୍ୟାଲେରି ଆଧାର ଅଧିକ ତଥ୍ୟ Iconography of the Buddhist Sculpture of Orissa Cultural Profile of South Kosal Pasayat, C. (1994), "Myth and Reality in Little Tradition: A Study of Dandanata in Orissa" in Man in India, Vol.74, No.4, December 1994, pp. 413–427. Pasayat, C. (1998), Tribe, Caste and Folkculture, Jaipur/New Delhi: Rawat Publications. Pasayat, C. (2003), Glimpses of Tribal and Folkculture, New Delhi: Anmol Pub. Pvt. Ltd. ଶ୍ରେଣୀ:ସୁବର୍ଣ୍ଣପୁର ଜିଲ୍ଲା
Sonepur district
https://or.wikipedia.org/wiki/Sonepur_district
ଲେଉଟାଣି ସୁବର୍ଣ୍ଣପୁର ଜିଲ୍ଲା
Subarnapur district
https://or.wikipedia.org/wiki/Subarnapur_district
ଲେଉଟାଣି ସୁବର୍ଣ୍ଣପୁର ଜିଲ୍ଲା
ତାଳସାରି ବେଳାଭୂମି
https://or.wikipedia.org/wiki/ତାଳସାରି_ବେଳାଭୂମି
ତାଳସାରି ବେଳାଭୂମି ଓଡ଼ିଶାର ବାଲେଶ୍ୱର ଜିଲାର ଏକ ବେଳାଭୂମି ଯାହା ଭାରତର ଉତ୍ତର-ପୂର୍ବ ଭାଗରେ ଅବସ୍ଥିତ । ତାଳସାରି ନାମ "ତାଳ" ଓ "ସାରି/ସାରଣୀ" ଶବ୍ଦରୁ ଆସିଅଛି ବୋଲି ବିଶ୍ୱାସ କରାଯାଏ । ଏହି ଜାଗାକୁ ଘେରି ରହିଥିବା ତାଳଗଛକୁ ନେଇ ଏମିତି ନାମ ଦିଆଯାଇଥିବା ଜଣାଯାଏ । http://www.telegraphindia.com/1090802/jsp/calcutta/story_11310795.jsp ତାଳ ଶବ୍ଦଟି ସଙ୍ଗୀତର ତାଳକୁ ବି ବୁଝାଇଥାଏ ଯାହା ସମୁଦ୍ରର ଲହଡ଼ିକୁ ସୂଚାଏ । ବିଶେଷତା ଏହି ଜାଗା ଘନ ଧାନ କ୍ଷେତରେ ଭରା, ଅନେକ ନଦୀ, ପାହାଡ଼ ଆଦି ଏହାକୁ ଲାଗି ରହିଛି । ଏଠାରେ ତାଳ, ନଡ଼ିଆ ଓ ଗୁଆ ଗଛ ମଧ୍ୟ ରହିଛି । ଉଦୟପୁର ଏହି ଭାଗର ଶେଷ ବେଳାଭୂମି । ଏଠାକାର ସୁବର୍ଣ୍ଣ ଦ୍ୱୀପରେ ଝାଉଁ ବଣରୁ ମନୋହରୀ ସାଇଁ ସାଇଁ ଶବ୍ଦ ଶୁଣିବାକୁ ମିଳିଥାଏ ।Beaches: Talasari beach. Baleswar official portal ଗ୍ୟାଲେରି thumb|left|alt=Alt text|ସୂର୍ଯ୍ୟାସ୍ତ thumb|left|alt=Alt text|ସନ୍ଧ୍ୟାରେ ବେଳାଭୂମିରେ ଜାଲ ବିଛାଯାଇଛି thumb|left|alt=Alt text|ପାଣି ଫୋଟକା thumb|left|alt=Alt text|ସମୁଦ୍ର କୂଳରେ ଲୁଣା ଜଙ୍ଗଲ thumb|left|alt=Alt text|ଲୁଣା ଜଙ୍ଗଲ thumb|left|alt=Alt text|ସାନ୍ତ ବେଳାଭୂମି thumb|left|alt=Alt text|ବେଳାଭୂମିରେ ନାଲି କଙ୍କଡ଼ା thumb|ତାଳସାରି ବେଳାଭୂମି thumb|ତାଳସାରି ବେଳାଭୂମି ଆଧାର ବାହାର ଲିଙ୍କ Official Website of baleswar district Talasari beach, baleswar Talasari map Takearh ଶ୍ରେଣୀ:ବାଲେଶ୍ୱର ଜିଲ୍ଲା ଶ୍ରେଣୀ:ବେଳାଭୂମି ଶ୍ରେଣୀ:ଓଡ଼ିଶାର ବେଳାଭୂମି
ସମ୍ବଲପୁରୀ ଶାଢ଼ୀ
https://or.wikipedia.org/wiki/ସମ୍ବଲପୁରୀ_ଶାଢ଼ୀ
right|200px|thumb|ହାତବୁଣା ଇକତ ସମ୍ବଲପୁରୀ ଶାଢ଼ୀ ସମ୍ବଲପୁରୀ ଶାଢ଼ୀ ଏକ ପାରମ୍ପରିକ ହାତବୁଣା ଇକତ ଶାଢ଼ୀ ହେଉଁଥିରେ ସୂତା ସବୁକୁ ପ୍ରାକୃତିକ ରଙ୍ଗରେ ରଙ୍ଗାଯାଏ ଓ ସେଥିରେ ଶାଢ଼ୀ ବୁଣାଯାଇଥାଏ, ଯାହାକି ଓଡ଼ିଶାର ସୋନପୁର, ସମ୍ବଲପୁର ଆଦି ଅଞ୍ଚଳରେ ବୁଣାଯାଇଥାଏ । ଶାଢ଼ୀ ଏକ ପାରମ୍ପରିକ ଭାରତୀୟ ନାରୀମାନଙ୍କ ଲୁଗା ଯାହା Alkazi, Roshan (1983) "Ancient Indian costume", Art Heritage; Ghurye (1951) "Indian costume", Popular book depot (Bombay); Boulanger, Chantal; (1997) ସିଲାଇ ନକରାଯାଇ ପିନ୍ଧା ହୋଇଥାଏ ଓ ଏହାର ଆକାର ୪-୯ ମିଟର ହୋଇଥାଏ । thumb|alt=Alt text|ସମ୍ବଲପୁରୀ ଶାଢ଼ୀ ସମ୍ବଲପୁରୀ ବସ୍ତ୍ରାଳୟ ୧୯୩୦ରେ ବରଗଡ଼ଠାରେ ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟଙ୍କଦ୍ୱାରା ସ୍ଥାପିତ ଏହା ଗରିବ ଆଦିବାସୀ ଓ ହରିଜନମାନଙ୍କୁ ହାତବୁଣା ସମ୍ବଲପୁରୀ ଶାଢ଼ୀ ତିଆରି କରି ସେମାନଙ୍କ ଜୀବନ ଧାରଣର ମାନ ବଢ଼ାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । thumb|right|Sambalpuri sari thumb|right|alt=Alt text|ସମ୍ବଲପୁରୀ ଶାଢ଼ୀ ବୁଣା କନା ଓ ଡିଜାଇନ ସମ୍ବଲପୁରୀ କନା ଏକ ନିଆରା ପଦ୍ଧତିରେ ତିଆରି ବାନ୍ଧ କଳାରେ ତିଆରି ହୋଇଥାଏ । ପାରମ୍ପରିକ ଭାବରେ, ବୁଣାକାରମାନେ ଗଛ, ଲତା ଓ ନାନାଦି ଛବି ଆଙ୍କିଥାନ୍ତି କଣା ଉପରେ । ତେବେ ଆଜିକାଲି ଅନେକ ନୂଆ ନୂଆ ଢଙ୍ଗର ବାନ୍ଧରେ ପୋଟ୍ରେଟ, ଲ୍ୟାଣ୍ଡସ୍କେପ ଓ ଫୁଲ ପାଖୁଡ଼ା ଆଦି ଅଙ୍କାଥିବା ଦେଖିବାକୁ ମିଳୁଛି । ରଙ୍ଗ ସମ୍ବଲପୁରୀ ବସ୍ତ୍ରରେ ଦିଅ ଯାଉଥିବା ରଙ୍ଗର ମନ ସ୍ୱତନ୍ତ୍ର । ତାହା ଏପରି ଭାବେ ତିଆରି ହେଇଥାଏ ଯେ ତାହା ବହୁଦିନ ବ୍ୟବହାର ପରେ ମଧ୍ୟ ମଳିନ ପଡେ ନାହି । ଏହି ରଙ୍ଗର ପ୍ରସ୍ତୁତି ବିଧି ଗୋପନୀୟ ରକ୍ଷା ଯାଇଥାଏ । ଓଡ଼ିଶାର ହାତବୁଣା ଲୁଗାର ପ୍ରକାର କ୍ରମାଙ୍କ.ଲୁଗାର ଶ୍ରେଣୀଜିଲାର ନାମଲୁଗାର ନାମଲୁଗାର ସଂଖ୍ୟା୧ A ବରଗଡ଼ ଅତାବିରା, ବରଗଡ଼, ଭେଡ଼େନ, ବରପାଲି, ବିଜେପୁର, ପଦମପୁର, ସୋହେଲା, ଭାଟଲି ୮୨ A ସୋନପୁର ବୀରମହାରାଜପୁର, ସୋନପୁର, ଉଲୁଣ୍ଡା, ବିନିକା 4୨ A ବୌଦ୍ଧ ବଉଦ ୧୪ B ବଲାଙ୍ଗୀର ପାଟନାଗଡ଼, ଆଗଲପୁର, ବଙ୍ଗମୁଣ୍ଡା ୩୫ B ନୂଆପଡ଼ା ଖରିଆର (ସିନାପାଲି) ୧୬ B ସମ୍ବଲପୁର ରେଙ୍ଗାଲି ୧ ଅନ୍ୟାନ୍ୟ ସମ୍ବଲପୁରୀ ହାତବୁଣା ଲୁଗା ଶାଢ଼ୀକୁ ବାଦଦେଇ ସମ୍ବଲପୁରୀ ଲୁଗାରେ ତିଆରି ଝରକା ପରଦା, ବିଛଣା ଚାଦର, ପଲଙ୍କ ଚାଦର, ସୋଫା ଖୋଳ, ତଉଲିଆ, ପିନ୍ଧା ଲୁଗା ଥାନ, ସମ୍ବଲପୁରୀ ସାଲୁଆର କାମିଜ, କୁରୁତା ଆଦି ତିଆରି କରାଯାଇଥାଏ । ଆଗକୁ ପଢ଼ିବେ The Orissan art of weaving, କେଶବ ଚନ୍ଦ୍ର ମେହେର, ପ୍ରକାଶକ: କେଶବ ଚନ୍ଦ୍ର ମେହେର (୧୯୯୫) Indian ikat textiles, V & A Museum Indian Art Series. ରୋଜମାରି ଗିଲ, ଭିକ୍ଟୋରିଆ ଆଣ୍ଡ ଆଲବର୍ଟ ମିଉଜିଅମ. ଭି ଆଣ୍ଡ ଏ ପବ୍ଲିକେସନ, ୧୯୯୮ . ଦ୍ରଷ୍ଟବ୍ୟ ବାହାର ଲିଙ୍କ Sambalpuri sarees ଶ୍ରେଣୀ:ଶାଢ଼ୀ ଶ୍ରେଣୀ:ଓଡ଼ିଶାର ଶାଢ଼ୀ ଶ୍ରେଣୀ:ଓଡ଼ିଶାରେ ଥିବା ଭୌଗଳିକ ସଙ୍କେତ
Sambalpuri Saree
https://or.wikipedia.org/wiki/Sambalpuri_Saree
ଲେଉଟାଣି ସମ୍ବଲପୁରୀ ଶାଢ଼ୀ
ଭୁଷଣ୍ଡେଶ୍ଵର
https://or.wikipedia.org/wiki/ଭୁଷଣ୍ଡେଶ୍ଵର
ଲେଉଟାଣି ଭୂଷଣ୍ଡେଶ୍ୱର ମନ୍ଦିର
କଳିଙ୍ଗ, ଭାରତ
https://or.wikipedia.org/wiki/କଳିଙ୍ଗ,_ଭାରତ
thumb|କଳିଙ୍ଗଖଣ୍ଡ thumb|କଳିଙ୍ଗଖଣ୍ଡ କଳିଙ୍ଗ ପୂର୍ବ ଭାରତର ଏକ ଐତିହାସିକ ଭୌଗଳିକ ଓ ରାଜନୈତିକ କ୍ଷେତ୍ର। ଏହା ଉତ୍ତରେ ଗଙ୍ଗାଠାରୁ ଦକ୍ଷିଣରେ ଗୋଦାବରୀ ପର୍ଯ୍ୟନ୍ତ ଏବଂ ପୂର୍ବରେ ମହୋଦଧିଠାରୁ ପଶ୍ଚିମରେ ଅମରକଣ୍ଟକ ପର୍ବତମାଳା ଓ ଦାକ୍ଷିଣାତ୍ୟ ମାଳଭୂମି ପର୍ଯ୍ୟନ୍ତ ବିସ୍ତୃତ। ଏଠାରେ ପରିଶ୍ରମୀ କଳିଙ୍ଗୀୟ (ସାହସିକ) କୋଶଳୀୟ (କୁଶଳୀ) ଓ ଉତ୍କଳୀୟ (ଉତ୍କୃଷ୍ଟ କଳାକାର) ଓଡ୍ର (ଅରୁଆ ଉତ୍ପନ୍ନ କରୁଥିବା) ଲୋକମାନେ ମହାନଦୀ-ବ୍ରାହ୍ମଣୀ-ବୈତରଣୀ ଅବବାହିକାରେ ବୈଦିକ ସଭ୍ୟତାଠାରୁ ଭିନ୍ନ ଏକ ସଭ୍ୟତା କଳିଙ୍ଗ ସଭ୍ୟତାର ନିର୍ମାଣ କରିଥିଲେ। ଏହା ବର୍ତ୍ତମାନ ପଶ୍ଚିମ ବଙ୍ଗର ନୈରୁତ ଅଞ୍ଚଳ, ମହାକାନ୍ତର (ଝାଡଖଣ୍ଡ), ଛେଦିଗଡ (ଛତିଶଗଡ଼), ଆନ୍ଧ୍ର କଳିଙ୍ଗ ଓ ଓଡ଼ିଶାରେ ପରିବ୍ୟାପ୍ତ। ଯବନର ଲେଖକମାନେ ଓଡ୍ରୀୟମାନଙ୍କୁ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଓରେଟସ୍ ବୋଲି ନାମଦେଇଥିଲେ। ଇତିହାସରେ ଏଥିରେ ଅନେକ ଛୋଟ ବଡ଼ କିନ୍ତୁ ଶକ୍ତିଶାଳୀ ସ୍ୱାଧୀନତା ପ୍ରିୟ ସାମ୍ରାଜ୍ୟମାନ ଗଢିଉଠିଥିଲା। ଶେଷରେ 1568ରେ ଏହି ଅଞ୍ଚଳ ସମ୍ପୁର୍ଣ୍ଣ ଭାବେ ନିଜର ସ୍ୱାଧିନତା ହରାଇଲା।right|thumb|200px|ଖ୍ରୀ.ପୂ. ୨୬୫ରେ କଳିଙ୍ଗ ଖାରବେଳଙ୍କ ଉତଥାନ ଖାରବେଳ କଳିଙ୍ଗର ଜଣେ ବୀର ଯୋଦ୍ଧା-ରାଜା ଥିଲେ ।Agrawal, Sadananda (2000): Śrī Khāravela, Sri Digambar Jain Samaj, Cuttack, Orissa ସେ ମଧ୍ୟ ଭାରତୀୟ ଉପମହାଦେଶରେ ଜୈନ ଧର୍ମର ଅଭ୍ୟୁତ୍ଥାନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ, କିନ୍ତୁ ତାହାଙ୍କୁ ଭାରତ ଇତିହାସରେ ସେତେ ଗୁରୁତ୍ୱ ଦିଆଯାଇନାହିଁ । ଭୁବନେଶ୍ୱରର ହାତୀଗୁମ୍ଫା ଶିଳାଲେଖ ଅନୁସାରେ ସେ ମଗଧର ରାଜଗୃହ ଆକ୍ରମଣ କରିଥିଲେ ଯାହା ଇଣ୍ଡୋ-ଗ୍ରୀକ ରାଜା ଦେମେଟ୍ରିଅସଙ୍କୁ ମଥୁରା ଫେରିଯିବାକୁ ବାଧ୍ୟ କରିଥିଲା ।Shashi Kant (2000): The Hathigumpha Inscription of Kharavela and the Bhabru Edict of Ashoka, D K Printworld Pvt. Ltd. କିନ୍ତୁ ଶିଳାଲେଖ ସେ ମଗଧକୁ କଳିଙ୍ଗ ସହ ମିଶାଇ ଦେଇଥିଲେ ବୋଲି ବୁଝାଇ ନଥାଏ , ବରଂ ଏହା ତାଙ୍କର ଶୁଙ୍ଗ ଶାସକ ପୁଷ୍ୟମିତ୍ର ଓ ଅଗ୍ନିମିତ୍ରଙ୍କ ସହ ଭଲ ବୁଝାମଣାକୁ ବୁଝାଇଥାଏ ଯାହା ମୌର୍ଯ୍ୟ ସାମ୍ରାଜ୍ୟର ମୂଳ ନାସ କରିବାରେ ସାହାଯ୍ୟ କରିଥିଲା । ଟୀକା ଆହୁରି ଦେଖନ୍ତୁ କଳିଙ୍ଗ ଯୁଦ୍ଧ ଶ୍ରେଣୀ:ଭାରତର ସାମ୍ରାଜ୍ୟ ଓ ସମ୍ରାଟ ଶ୍ରେଣୀ:ଓଡ଼ିଶାର ଇତିହାସ ଶ୍ରେଣୀ:ଆନ୍ଧ୍ରର ଇତିହାସ ଶ୍ରେଣୀ:ଶ୍ରୀଲଙ୍କାର ଇତିହାସ
କଳିଙ୍ଗ
https://or.wikipedia.org/wiki/କଳିଙ୍ଗ
REDIRECT କଳିଙ୍ଗ (ବହୁବିକଳ୍ପ)
ଉତ୍କଳ ବିଶ୍ୱବିଦ୍ୟାଳୟ
https://or.wikipedia.org/wiki/ଉତ୍କଳ_ବିଶ୍ୱବିଦ୍ୟାଳୟ
ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଶାର ସର୍ବ ପୁରାତନ ତଥା ଭାରତର ସତରତମ ପୁରାତନ ବିଶ୍ୱବିଦ୍ୟାଳୟ ଅଟେ। ବାଣୀ ବିହାର ଭାବେ ପରିଚିତ ଏହାର ୩୯୯.୯ ଏକର ପରିମିତ ଏହାର ପରିସରଟି ଭୁବନେଶ୍ୱରର କେନ୍ଦ୍ରସ୍ଥଳରେ ଅବସ୍ଥିତ। ଏହି ବିଶ୍ୱବିଦ୍ୟାଳୟରେ ନିଜସ୍ୱ ଶିକ୍ଷା ବ୍ୟବସ୍ଥା ଥିବା ସାଙ୍ଗରେ ଅନ୍ୟ ବହୁ ମହାବିଦ୍ୟାଳୟ ଅନୁବନ୍ଧିତ ଭାବେ ରହିଛନ୍ତି। ଏବେ ଏହି ବିଶ୍ୱବିଦ୍ୟାଳୟରେ ୨୭ଟି ସ୍ନାତକୋତ୍ତର ବିଭାଗ ବିଜ୍ଞାନ, କଳା ଓ ବାଣିଜ୍ୟ କ୍ଷେତ୍ରରେ ଶିକ୍ଷାଦାନ କରୁଛନ୍ତି । ଏହାଛଡା ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଦୂରଶିକ୍ଷା ନିର୍ଦ୍ଦେଶାଳୟ, ଆଇନଶିକ୍ଷା ମହାବିଦ୍ୟାଳୟ ଓ ବହୁ ସେଲ୍ଫ ଫାଇନାନ୍ସ ବିଭାଗ ମଧ୍ୟ ଅଛି । ସମ୍ପ୍ରତି ବିଭିନ୍ନ ସ୍ନାତକୋତ୍ତର ବିଭାଗରେ ପ୍ରାୟ ୩୦୦୦ରୁ ଅଧିକ ଛାତ୍ର ପଢୁଛନ୍ତି। ଗତ ଅଡ଼ଷଠି ବର୍ଷଧରି ବାଣୀବିହାର ଶିକ୍ଷା କ୍ଷେତ୍ରରେ ଯୋଗଦାନ କରିଆସୁଛି । thumb|ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟଦ୍ୱାର ଇତିହାସ ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବା ସମୟରେ, ଓଡ଼ିଶାରେ ବିଶ୍ୱବିଦ୍ୟାଳୟ ନଥିଲା । ଉଚ୍ଚଶିକ୍ଷା କ୍ଷେତ୍ରରେ ରାଜ୍ୟବାସୀଙ୍କ ଆଶା ଓ ଆକାଙ୍କ୍ଷାକୁ ପୁରଣ କରିବା ନିମନ୍ତେ ୧୯୩୮ମସିହା ମାର୍ଚ୍ଚମାସ ୨ତାରିଖରେ ଓଡ଼ିଶାର ତତ୍କାଳିନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ଦାସ ଓଡ଼ିଶାରେ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ଫଳସ୍ୱରୂପ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଥିଲା । ଶିକ୍ଷାବିତ ଶ୍ୟାମାଚନ୍ଦ୍ର ତ୍ରିପାଠୀଙ୍କୁ ବିଲ ପ୍ରସ୍ତୁତ କରିବାର ଦାୟିତ୍ୱ ଦିଆଗଲା । ଏହି କମିଟିର ସୁପାରିସକୁ ତତ୍କାଳିନ ଓଡ଼ିଶାର ପ୍ରଧାନମନ୍ତ୍ରୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଓ ଶିକ୍ଷାମନ୍ତ୍ରୀ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଉଦ୍ୟମରେ ଚୁଡ଼ାନ୍ତ ରୂପଦେଇ ୩୦ଜୁନ ୧୯୪୩ ମସିହାରେ ବିଧାନ ସଭାରେ ସର୍ବସମ୍ମତି କ୍ରମେ ଗୃହିତ କରାଯାଇଥିଲା । ୧୯୪୩ ମସିହା ଅଗଷ୍ଟ ୨ ତାରିଖରେ ବିଶ୍ୱବିଦ୍ୟାଳୟର ଶୁଭଉଦଘାଟନ କରାଯାଇ ‘ଉତ୍କଳ ବିଶ୍ୱବିଦ୍ୟାଳୟ’ ଭାବେ ନାମିତ କରାଯାଇଥିଲା । ପ୍ରଥମେ ଏହି ବିଶ୍ୱବିଦ୍ୟାଳୟ ରେଭେନ୍ସା ମହାବିଦ୍ୟାଳୟ ସହିତ ପାଞ୍ଚଟି ମହାବିଦ୍ୟାଳୟ ଏବଂ କଳା, ବିଜ୍ଞାନ, ଆଇନ ଓ ଶିକ୍ଷା ଆଦି ଚାରିଟି ବିଭାଗକୁ ନେଇ ଆରମ୍ଭ ହୋଇଥିଲା । ରେଭେନ୍ସା ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗରେ ୧୯୪୩ ମସିହା ନଭେମ୍ବର ୨୭ତାରିଖ ଦିନ ‘ଉତ୍କଳ ବିଶ୍ୱବିଦ୍ୟାଳୟ’ର କାର୍ଯ୍ୟରମ୍ଭ ହୋଇଥିଲା । ବୈଜ୍ଞାନିକ ଡକ୍ଟର ପ୍ରାଣକୃଷ୍ଣ ପରିଜା ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଆସନ, ୱାଇ. ଏନ. ସୁକନ୍ଥକର କୁଳାଧିପତି ଓ ଭି.ଭି. ଜନ କୁଳସଚିବ ଆସନ ଅଳଙ୍କୃତ କରିଥିଲେ । ବିଶ୍ୱବିଦ୍ୟାଳୟର ଉତ୍ତମ ପରିଚାଳନା ନିମନ୍ତେ ସିନେଟ (ସର୍ବୋଚ୍ଚ ପରିଚାଳନା କମିଟି), ସିଣ୍ଡିକେଟ ଓ ଏକାଡେମିକ କାଉନ୍ସିଲ ଗଠନ କରାଯାଇଥିଲା । ୧୯୪୮ ମସିହାରେ ଏହି ବିଶ୍ୱବିଦ୍ୟାଳୟର ମୁଖ୍ୟକାର୍ଯ୍ୟାଳୟ କଟକଠାରେ ସ୍ଥାପିତ ହେବାପାଇଁ ସିନେଟ ନିଷ୍ପତି ଗ୍ରହଣ କରିଥିଲା । ୧୯୫୭ ମସିହାରେ ବିଶ୍ୱବିଦ୍ୟାଳୟ ନିମନ୍ତେ ସ୍ଥନାଭାବ ଓ ଭବିଷ୍ୟତ କାର୍ଯ୍ୟପନ୍ଥାକୁ ଆଖିଆଗରେ ରଖି ସିନେଟ ବିଶ୍ୱବିଦ୍ୟାଳୟକୁ ଭୁବନେଶ୍ୱରରେ ସ୍ଥାୟୀ ଭାବେ ଅବସ୍ଥାପିତ କରିବାପାଇଁ ନିଷ୍ପତି ଗ୍ରହଣ କରିଥିଲେ । ତଦନୁଯାୟୀ ଭୁବନେଶ୍ୱରଠାରେ ଉତ୍କଳ ବିଶ୍ୱବିଦ୍ୟାଳୟର ପରିସର ନିର୍ମାଣ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଥିଲା । ତତ୍କାଳିନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଉଦ୍ୟମରେ ଭୁବନେଶ୍ୱରଠାରେ ଜାତୀୟ ରାଜପଥ ନିକଟରେ ୩୯୯.୪୯୨ ଏକର ପରିମିତ ଜମିରେ ୧୯୫୮ ମସିହା ଜାନୁଆରୀ ପହିଲାରେ ତତ୍କାଳିନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଶିଳାନ୍ୟାସ କରିଥିଲେ । ଏହି ସ୍ଥାନର ନାମ ପ୍ରଥମେ ‘ବିଦ୍ୟାନଗର’ ଥିଲା ଓ ପରବର୍ତ୍ତୀ ସମୟରେ ‘ବାଣୀବିହାର’ ନାମରେ ପରିଚିତ ଲାଭ କରିଥିଲା । ୧୯୬୩ ମସିହରେ ତତ୍କାଳିନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଉତ୍କଳ ବିଶ୍ୱବିଦ୍ୟାଳୟର ନୂତନ ପରିସର ଉଦଘାଟନ କରିଥିଲେ । ସମାଜ, ୨୭ନଭେମ୍ବର ୨୦୧୧, ପୃଷ୍ଠା-୦୬ ପରିଜା ପାଠାଗାର thumb|ପରିଜା ପାଠାଗାର ୧୯୪୬ରେ ବିଶ୍ୱବିଦ୍ୟାଳୟରେ ଏହି ପାଠାଗାର ପ୍ରତିଷ୍ଠା ହୋଇଥିଲା । ଏହାର ନାମ ସ୍ୱର୍ଗତ ପ୍ରାଣକୃଷ୍ଣ ପରିଜାଙ୍କ (ବିଶ୍ୱବିଦ୍ୟାଳୟର ପ୍ରଥମ କୁଳାଧିପତି ଓ ଜଣେ ବିଶ୍ୱସ୍ତରୀୟ ବୈଜ୍ଞାନିକ) ସ୍ମୃତି ଉଦ୍ଦେଶ୍ୟରେ ରଖାଗଲା ପରିଜା ପାଠାଗାର । ଏଠାରେ ବିଭିନ୍ନ ସ୍ନାତକୋତ୍ତର ବିଭାଗ ଅଧୀନରେ ୨୪ଟି ବିଭାଗୀୟ ପାଠାଗାର ରହିଛି । ଏହା ବ୍ୟତୀତ ୨୪ଟି ବରିଷ୍ଠ ପଢାଘର, ୧୪ ଗବେଷଣା ମଣ୍ଡଳ (resarch cubicle) ଓ ୧୨୦ଟି ସାଧାରଣ ପଢାଘର ରହିଛି । ବିଭାଗ ଏହି ବିଶ୍ୱବିଦ୍ୟାଳୟରେ ୨୭ଟି ବିଭାଗ ରହିଛି । ଆଧାର ବାହାର ଆଧାର ଶ୍ରେଣୀ:ଓଡ଼ିଶାରେ ଶିକ୍ଷା ଶ୍ରେଣୀ:ଓଡ଼ିଶାରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ
Ganjam district
https://or.wikipedia.org/wiki/Ganjam_district
ଲେଉଟାଣି ଗଞ୍ଜାମ ଜିଲ୍ଲା
ଗୋପାଳପୁର ବେଳାଭୂମି
https://or.wikipedia.org/wiki/ଗୋପାଳପୁର_ବେଳାଭୂମି
ଗୋପାଳପୁର ବେଳାଭୂମି ଗୋପାଳପୁରଠାରେ ଥିବା ଏକ ବେଳାଭୂମି ଓ ଏକ ପୁରାତନ ବନ୍ଦର ତଥା ଏବେକାର ଏକ ମାଛଧରା ବନ୍ଦର । thumb|ଗୋପାଳପୁର ବେଳାଭୂମି thumb|ଗୋପାଳପୁର ବେଳାଭୂମି thumb|ଗୋପାଳପୁର ବେଳାଭୂମିରେ ଏକ ଶଙ୍ଖ ଓ ଶାମୁକା ଦୋକାନ thumb|ଗୋପାଳପୁର ବେଳାଭୂମିରେ ବିଶ୍ରାମରତ ଡଙ୍ଗାସମୂହ ଭୂଗୋଳ ଗୋପାଳପୁର ବେଳାଭୂମି ବ୍ରହ୍ମପୁର ନିକଟସ୍ଥ ଏକ ପର୍ଯ୍ୟଟନ ସ୍ଥଳୀ । ଏହା ବ୍ରହ୍ମପୁରରୁ ପନ୍ଦର କି.ମି. ଦୂର ଓ ବଙ୍ଗୋପସାଗର କୂଳରେ ଅବସ୍ଥିତ । thumb| ଗୋପାଳପୁର ବତୀଘର ଦ୍ରଷ୍ଟବ୍ୟ ବାହାର ଲିଙ୍କ ଶ୍ରେଣୀ:ବନ୍ଦର ଶ୍ରେଣୀ:ଓଡ଼ିଶା ପର୍ଯ୍ୟଟନ ଶ୍ରେଣୀ:ଓଡ଼ିଶାର ବେଳାଭୂମି ଶ୍ରେଣୀ:ବେଳାଭୂମି ଶ୍ରେଣୀ:ଗଞ୍ଜାମ ଜିଲ୍ଲା
ଚନ୍ଦ୍ରଗିରି ବୌଦ୍ଧ ବିହାର
https://or.wikipedia.org/wiki/ଚନ୍ଦ୍ରଗିରି_ବୌଦ୍ଧ_ବିହାର
thumb|200px|ଚନ୍ଦ୍ରଗିରିର ବୁଦ୍ଧ ମୁର୍ତ୍ତି ଚନ୍ଦ୍ରଗିରି ଓଡ଼ିଶାର ଗଜପତି ଜିଲ୍ଲାରେ ଥିବା ଏକ ବୌଦ୍ଧ ବିହାର ଓ ଉପାସନା ସ୍ଥଳ । ୧୯୫୯ରେ ଚୀନରେ ତିବ୍ୱତ ଅଧିଗ୍ରହଣ ସମୟରେ ଅନେକ ତିବ୍ୱତୀୟ ଏଠାରେ ଆସି ଆଶ୍ରୟ ନେଇଥିଲେ । ଏହା ଯଦିଓ ଓଡ଼ିଶାର ବାକି ସବୁ ଯାଗାଠାରୁ ଅଲଗା ନୁହେଁ ତେବେ ଏଠାକାର ପରିବେଶ ପୁରା ଅଲଗା । ଠାଏ ଠାଏ ସାନ ସାନ ବୌଦ୍ଧ କୁଡ଼ିଆ ଘର ଓ ବୌଦ୍ଧ ବିହାର ଅଛି । thumb|ଚନ୍ଦ୍ରଗିରିରେ ଥିବା ବୌଦ୍ଧ ବିହାର ଅବସ୍ଥାନ ଏଠାକାର ବସ ରହିବା ଯାଗାର ନାମ ହେଲା ଲୋବେରସିଙ୍ଗ । ଏହା ତପ୍ତପାଣିରୁ ୩୫ କି.ମି. ଦୂର । ଏଠାରେ ତିବ୍ୱତୀୟ ଲୁଗା ଓ ଅନ୍ୟାନ୍ୟ ସାମଗ୍ରୀ ମିଳିଥାଏ । ପାଖ ସହର: ବ୍ରହ୍ମପୁର (୧୫ କି.ମି.) ପାଖ ବିମାନ ବନ୍ଦର: ବିଜୁ ପଟ୍ଟନାୟକ ବିମାନ ବନ୍ଦର, ଭୁବନେଶ୍ୱର ଆଧାର ଶ୍ରେଣୀ:ବୌଦ୍ଧ ଧର୍ମ ଶ୍ରେଣୀ:ଓଡ଼ିଶାର ଐତିହ୍ୟସ୍ଥଳ ଶ୍ରେଣୀ:ଓଡ଼ିଶାର ବୌଦ୍ଧ ବିହାର ଶ୍ରେଣୀ:ବୌଦ୍ଧ ପର୍ଯ୍ୟଟନ ସ୍ଥଳ ଶ୍ରେଣୀ:ଓଡ଼ିଶାର ଇତିହାସ ଶ୍ରେଣୀ:ଗଜପତୋ ଜିଲ୍ଲା
ବିଜୁ ପଟ୍ଟନାୟକ ବିମାନ ବନ୍ଦର
https://or.wikipedia.org/wiki/ବିଜୁ_ପଟ୍ଟନାୟକ_ବିମାନ_ବନ୍ଦର
ବିଜୁ ପଟ୍ଟନାୟକ ବିମାନ ବନ୍ଦର , (ଭୁବନେଶ୍ୱର ବିମାନ ବନ୍ଦର ନାମରେ ମଧ୍ୟ ଜଣାଶୁଣା), ଭାରତର ଓଡ଼ିଶାରେ ଭୁବନେଶ୍ୱର ନଗରରେ ଅବସ୍ଥିତ । ଏହା ଓଡ଼ିଶାର ପ୍ରମୁଖ ଓ ଏକମାତ୍ର ବିମାନ ବନ୍ଦର । ପ୍ରଖ୍ୟାତ ନେତା, ସ୍ୱାଧୀନତା ସଂଗ୍ରାମୀ ଓ ବିମାନ ଚାଳକ ବିଜୁ ପଟ୍ଟନାୟକଙ୍କ ନାମ ଅନୁସାରେ ଏହାର ନାମ ରଖାଯାଇଛି । ଟର୍ମିନାଲସ ଟର୍ମିନାଲସ ୧ (ଘରୋଇ) thumb|ଟର୍ମିନାଲ ୧ ପ୍ରବେଶ ପଥ |229x229px thumb|ଟର୍ମିନାଲ ୧ ଅପେକ୍ଷା ଜାଗା |231x231px thumb|ମାଗଣା ୱାଇଫାଇ କ୍ଷେତ୍ର|245x235px ଟର୍ମିନାଲସ ୨ (ଆନ୍ତର୍ଜାତିକ) ଦ୍ରବ୍ୟ ବିମାନ ସେବା ଓ ଗନ୍ତବ୍ୟ ସ୍ଥଳ ଏବେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଚାଲୁଥିବା ସିଧା ଉଡାଣ/ଗନ୍ତବ୍ୟସ୍ଥଳ ସବୁ । , thumb|ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର thumb|ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ଚେକ୍ଇନ୍ ଏରିଆ thumb|ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିଦ୍ଧାରିତ ଅଧିକାର ପତ୍ର ବିମାନ ସେବା ଚାଳକ ଖାଦ୍ୟ ଯୋଗାଣକାରୀ ବ୍ୟବସାୟ Dakota Food Court & Lounge by Hotel Crown Canara Airport Cafeteria ମେଫେୟାର ହୋଟେଲ ଏବଂ ରେସର୍ଟ National Aviation Company of India Ltd. (NACIL) Pal Heights ଇନ୍ଧନ ଭାରତ ପେଟ୍ରୋଲିୟମ ହିନ୍ଦୁସ୍ତାନ ପେଟ୍ରୋଲିୟମ ଇଣ୍ଡିଆନ ଅଏଲ ରିଲିୟନ୍ସ Aviation ପ୍ରଶଂସା ସଂଯୋଜକ ଘଟଣା ଓ ଦୁର୍ଘଟଣା ଆଧାର ବାହାର ଆଧାର ଶ୍ରେଣୀ:ଭୁବନେଶ୍ୱର ଶ୍ରେଣୀ:ଓଡ଼ିଶାରେ ଥିବା ବିମାନ ବନ୍ଦର ଶ୍ରେଣୀ:ଓଡ଼ିଶା ପର୍ଯ୍ୟଟନ ଶ୍ରେଣୀ:ଭାରତର ବିମାନ ବନ୍ଦର ଶ୍ରେଣୀ:ବିଜୁ ପଟ୍ଟନାୟକଙ୍କ ସ୍ମୃତି
Jagannath
https://or.wikipedia.org/wiki/Jagannath
REDIRECT ଜଗନ୍ନାଥ
୧୯୩୬ର ଓଡ଼ିଆ କଥାଚିତ୍ର
https://or.wikipedia.org/wiki/୧୯୩୬ର_ଓଡ଼ିଆ_କଥାଚିତ୍ର
ଓଡ଼ିଆ ସିନେମା ଜଗତରେ ୧୯୩୬ରେ ତିଆରି ହୋଇଥିବା ଓଡ଼ିଆ କଥାଚିତ୍ର '୧୯୩୬'ମସିହାର ଓଡ଼ିଆ କଥାଚିତ୍ର ତାଲିକା ନାମ ନିର୍ଦ୍ଦେଶକ ଅଭିନେତା ଟୀକା ୧୯୩୬ସୀତା ବିବାହ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ମାଖନ୍‌ଲାଲ୍ ବାନାର୍ଜୀ, ଆଦିତ୍ୟ ବଲ୍ଲଭ ମହାନ୍ତି, ପ୍ରଭାବତୀ ଦେବୀ ପ୍ରଥମ ଓଡ଼ିଆ କଥାଚିତ୍ର ଆଧାର 1940 ଶ୍ରେଣୀ:ଚଳଚ୍ଚିତ୍ର ୧୯୩୬ରେ ଶ୍ରେଣୀ:୧୯୩୬ରେ ଭାରତ ଶ୍ରେଣୀ:୧୯୩୬ରେ ଓଡ଼ିଶା
ସୀତା ବିବାହ
https://or.wikipedia.org/wiki/ସୀତା_ବିବାହ
ସୀତା ବିବାହ ପ୍ରଥମ ଓଡ଼ିଆ କଥାଚିତ୍ର । ୧୯୩୬ ମସିହା ଅପ୍ରେଲ ୨୮ତାରିଖରେ ପୁରୀର ଲକ୍ଷ୍ମୀ ସିନେମା ହଲରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିଥିଲା । ଧ୍ୱନି ଥାଇ ଏହା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର । କଳାଧଳା ଚଳଚ୍ଚିତ୍ରଟି ଥିଲା ସବାକ । ଉଲ୍ଲେଖଯୋଗ୍ୟ ଯେ, ଆମରାଜ୍ୟରେ ନିର୍ବାକ ଚଳଚ୍ଚିତ୍ର ଆଦୌ ନିର୍ମାଣ ହୋଇନଥିଲା । ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ପ୍ରଯୋଜନା ଓ ନିର୍ଦ୍ଦେଶନାରେ ଓଡ଼ିଶାବାସୀ ସୀତା ବିବାହ ମାଧ୍ୟମରେ ପ୍ରଥମ ସିନେମାର ସ୍ୱାଦ ଚାଖିଥିଲେ । କଥାଚିତ୍ରରେ ଚଉଦଟି ଗୀତ ଥିଲା ଓ ସେଗୁଡ଼ିକୁ ଅଭିନୟ କରିଥିବା କଳାକାର ମାନେହିଁ ଗାୟନ କରିଥିଲେ । ଏଥିରେ ଥିବା ୧୨ଟି ଗୀତକୁ ମୋହନ ସୁନ୍ଦର ରଚନା କରିଥିଲେ ।ରାମ ଓ ସୀତାଙ୍କ ବିବାହ ଉପରେ ଆଧାରିତ ଏହି ୧୨ରିଲ ବିଶିଷ୍ଟ । କଲିକତାରେ ପ୍ରଦର୍ଶନ କରିବାକୁ ନେବା ଅବସରରେ ଅଗ୍ନିକାଣ୍ଡ ଯୋଗୁଁ ଏହାର ସମସ୍ତ ରିଲ ପୋଡ଼ି ନଷ୍ଟ ହେଇଯାଇଥିଲା । ଅଭିନୟରେ ଓଡ଼ିଆ କଥାଚିତ୍ର ‘ସୀତା ବିବାହ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:ପ୍ରମେୟ ୨୮ ଅପ୍ରେଲ ୨୦୧୫, ପୃଷ୍ଠା ୫ ମାଖନଲାଲ ବାନାର୍ଜୀ- ରାମ ପ୍ରଭାବତୀ ଦେବୀ- ସୀତା ଅଦ୍ୱୈତ ଚରଣ ମହାନ୍ତି- ଲକ୍ଷ୍ମଣ ମୋହନ ସୁନ୍ଦର ଦେବ ଗୋସ୍ୱାମୀ- ବିଶ୍ୱାମିତ୍ର ନରସିଂହ ନନ୍ଦ ଶର୍ମା- ନାଉରୀ କୃଷ୍ଣଚନ୍ଦ୍ର ସିଂହ ବୁଦ୍ଧିମତୀ ରାଧାରାଣୀ ଲକ୍ଷ୍ମୀପ୍ରିୟା ରାମଚନ୍ଦ୍ର ଲାଲ ନିର୍ମାଣ ୧୯୩୫ ମସିହା ପ୍ରଥମ ଭାଗରେ ପୁରୀଠାରେ କଳାକାରମାନେ ଅଭ୍ୟାସ ଆରମ୍ଭ କରିଥିଲେ । ସେହିବର୍ଷ ଜୁଲାଇ ୨୯ରେ ମୋହନ ସୁନ୍ଦର ସମସ୍ତଙ୍କୁ ଧରି କଲିକତା ଯାତ୍ରା କରିଥିଲେ । ସେପ୍ଟେମ୍ବର ୧୯ରେ କଲିକତାଠାରେ ଚିତ୍ର ଗ୍ରହଣ ଆରମ୍ଭ ହୋଇଥିଲା । ୨୩ ମାର୍ଚ୍ଚ ୧୯୩୬ରେ ନିର୍ମାଣ ଶେଷ ହୋଇଥିଲା । ମାସକ ପରେ ଦର୍ଶକ ଏହାକୁ ଦେଖିବାକୁ ପାଇଥିଲେ । ଚଳଚ୍ଚିତ୍ରଟିରେ ସମୁଦାୟ ଖର୍ଚ୍ଚ ହୋଇଥିଲା ୨୯ ହଜାର ୭୮୧ ଟଙ୍କା ୧୦ ଅଣା । ମୋହନ ସୁନ୍ଦର ଦେବ ଗୋସ୍ୱାମୀ ନିଜ ଘର ବନ୍ଧକ ରଖି ଏହି ଅର୍ଥ ଯୋଗାଡ କରିଥିଲେ । ମାଖନଲାଲ ବାନାର୍ଜୀ, ରାମ ଚରିତ୍ରରେ ଅଭିନୟ କରିବା ପାଇଁ ୧୨୦ ଟଙ୍କା, ଲକ୍ଷ୍ମଣ ଚରିତ୍ରରେ ଅଭିନୟ କରିଥିବା ଆଦିତ୍ୟ ବଲ୍ଲଭ ମହାନ୍ତି ଯିବା ଆସିବା ଖର୍ଚ୍ଚ ପାଇଁ ୩୫ଟଙ୍କା ଓ ପ୍ରଭାବତୀ ଦେବୀ ସୀତା ଚରିତ୍ରରେ ଅଭିନୟ କରିବା ପାଇଁ ୧୫୦ଟଙ୍କା ପାରିଶ୍ରମିକ ଗ୍ରହଣ କରିଥିଲେ । ଚଳଚ୍ଚିତ୍ର ସଙ୍ଗୀତ ଏହି ଚଳଚ୍ଚିତ୍ରରେ ସ୍ଥାନିତ ଗୀତଗୁଡ଼ିକ: ଏହି ଯେ ଆଶ୍ରମ ଦେଖୁଛୁ ଶ୍ରୀରାମ କାହିଁକି ଗୋ ପ୍ରିୟ ସଖୀ ଦେବଙ୍କ ତାରଣେ ଦନୁଜ ମରଣେ ଅପୂର୍ବ କୁମାରୀ ତ୍ରିପୁରାସୁନ୍ଦରୀ କାଲି ଦେଖିଥିଲି ମଧୁର ଚାଲିକି ଆଧାର ଅଧିକ ତଥ୍ୟ ଶ୍ରେଣୀ:୧୯୩୬ର ଓଡ଼ିଆ କଥାଚିତ୍ର
ସିତା ବିବାହ
https://or.wikipedia.org/wiki/ସିତା_ବିବାହ
REDIRECT ସୀତା ବିବାହ
ଖିରି
https://or.wikipedia.org/wiki/ଖିରି
ଖିରି ବା 'କ୍ଷୀରି ଏକ ପାରମ୍ପାରିକ ଦକ୍ଷିଣ ଏସୀୟ ଖାଦ୍ୟ । ଏହାକୁ ଚାଉଳ ବା ଭଙ୍ଗା ଗହମକୁ କ୍ଷୀରରେ ଫୁଟାଇ ସେଥିରେ କେସର, ଗୁଜୁରାତି, କିସମିସ, କାଜୁ, ପିସ୍ତା ବାଦାମ ବା ଆଲମଣ୍ଡ ଆଦି ପକାଇ ତିଆରି କରାଯାଇଥାଏ । ଇତିହାସ thumb|'କ୍ଷିରିର ଉପାଦାନ କ୍ଷୀରି ୨,୦୦୦ ବର୍ଷ ତଳେ ଜଗନ୍ନାଥ ମନ୍ଦିର, ପୁରୀ, ଓଡ଼ିଶାରେ ଜନ୍ମ ନେଇଥିଲା । ଏହା ମନ୍ଦିରରେ ପୂଜା ଓ ପର୍ବ ପର୍ବାଣିରେ ତିଆରି କରାଯାଇଥାଏ ।http://www.kurma.net/essays/e3.html ଆଞ୍ଚଳିକ ପ୍ରସ୍ତୁତି ଭାରତର ଭିନ୍ନ ଭିନ୍ନ ଜାଗାରେ ଏହା ଅଲଗା ଅଲଗା ଭାବରେ ଖିଆଯାଇଥାଏ । ଉପାଦାନ ୧ ଲିଟର କ୍ଷୀର ୧/୨ କପ ବସୁମତୀ ଚାଉଳ ୩/୪ କପ ଖୁଆ ୧ କପ ଚିନି କିଛି କାଜୁ କିଛି କିସମିସ ଗୁଜୁରାତି ଗୁଣ୍ଡ ଗୁଆ ଘିଅ ୨ ଚାମଚ ମିଲ୍କ ମେଡ ପାଣି ପ୍ରଣାଳୀ ପ୍ରଥମେ ହାଣ୍ଡିରେ ଗୁଆ ଘିଅ ପକାଇ ଗରମ କରି ଦିଅନ୍ତୁ,ସେଥିରେ ଗୁଜୁରାତି ଗୁଣ୍ଡ ଓ ଭେଦା ଚାଉଳ ପକାଇ ୧୦ରୁ ୧୨ ମିନିଟ ଭଲ ଭାବେ ଘାଣ୍ଟି ଦିଅନ୍ତୁ ।କିଛି ଚିନି,କାଜୁ,କିସମିସ ପକାଇ ନିୟମିତ ବ୍ୟବଧାନରେ ଗୋଳାନ୍ତୁ । ମାଟିଆ ରଙ୍ଗ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ଅଳ୍ପ ପାଣି,କ୍ଷୀର (୫୦୦ ମିଲିଲିଟର) ପକାଇ ଘୋଡେଇ ଦିଅନ୍ତୁ । ମଝିରେ ମଝିରେ ଢାଙ୍କୁଣୀ ଖୋଲି ଗୋଳେଇ ଦିଅନ୍ତୁ । ଚାଉଳ ପ୍ରାୟ ଅଧାରୁ ଅଧିକ ଫୁଟିଲା ପର୍ଯ୍ୟନ୍ତ ପ୍ରଣାଳୀ ଜାରି ରଖନ୍ତୁ । ଚାଉଳ ଫୁଟି ସାରିଲା ପରେ ଖୁଆ ଓ ମିଲ୍କ ମେଡ ପକାଇ ଗୋଳାନ୍ତୁ ଯେଉଁ ପର୍ଯ୍ୟନ୍ତ ଖିରୀ ବହଳିଆ ନ ହୋଇଛି । ଥଣ୍ଡା କରି ଗିନାରେ ପରସି ଦିଅନ୍ତୁ । ପ୍ରକାର ଚାଉଳରେ ତିଆରି କ୍ଷିରୀ: ଚାଉଳ, ଚିନି, କ୍ଷୀର ଆଦିକୁ ମିଶାଇ ଏହା ତିଆରି କରାଯାଇଥାଏ । ମୁଗ କ୍ଷିରି: ଏହା ମୁଗ ଡାଲିକୁ ସିଝାଇ ସେଥିରେ ଚିନି, ଭଜା କାଜୁ, କିସମିସ ଆଦି ପକାଇ ତିଆରି କରାଯାଇଥାଏ । thumb|ମୁଗ କ୍ଷିରି ଆଧାର ଅଧିକ ତଥ୍ୟ ପାୟାସାମ୍ ରେସିପି ପୁରୁଣା ଚାଉଲ ପୁଡିଙ୍ଗ ଖିରି ରେସିପି ଶ୍ରେଣୀ:ଓଡ଼ିଆ ଖାଦ୍ୟ ଶ୍ରେଣୀ:ମିଠା
କ୍ଷୀରି
https://or.wikipedia.org/wiki/କ୍ଷୀରି
REDIRECT ଖିରି
ହରେକୃଷ୍ଣ ମହତାବ
https://or.wikipedia.org/wiki/ହରେକୃଷ୍ଣ_ମହତାବ
ହରେକୃଷ୍ଣ ମହତାବ (୨୧ ନଭେମ୍ବର ୧୮୯୯ -୨ ଜାନୁଆରୀ ୧୯୮୭) ଜଣେ ଲେଖକ ଓ ଭାରତୀୟ ଜାତୀୟ କଂଗ୍ରେସ ନେତା ଥିଲେ । ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ୧୯୪୬-୫୦ ଯାଏଁ କାମ କରିଥିଲେ । ସେ ଉତ୍କଳ କେଶରୀ ନାମରେ ମଧ୍ୟ ଜଣାଶୁଣା । ପ୍ରାରମ୍ଭିକ ଜୀବନ ହରେକୃଷ୍ଣ ମହତାବ ଓଡ଼ିଶାର ଭଦ୍ରକ ଜିଲ୍ଲାର ଆଗରପଡାଠାରେ ୨୧ ନଭେମ୍ବର, ୧୮୯୯ରେ ଜନ୍ମ ନେଇଥିଲେ । ତାଙ୍କ ପିତାଙ୍କ ନାମ କୃଷ୍ଣ ଚରଣ ମହତାବ ଓ ମାତାଙ୍କ ନାମ ତୋହଫା ଦେବୀ ଥିଲା । ଭଦ୍ରକ ହାଇସ୍କୁଲରୁ ମାଟ୍ରିକ ପଢ଼ା ପରେ ସେ କଟକର ରେଭେନ୍ସା କଲେଜରେ ନାମ ଲେଖାଇଥିଲେ, କିନ୍ତୁ ସେଠାରୁ ସେ ୧୯୨୧ରେ ପାଠପଢ଼ା ଛାଡ଼ି ସ୍ୱାଧୀନତା ଆନ୍ଦୋଳନରେ ଭାଗନେଇଥିଲେ । ସାମାଜିକ ଓ ରାଜନୈତିକ ଜୀବନ ୧୯୨୩-୨୪ରେ ହରେକୃଷ୍ଣ ଓଡ଼ିଶା ପ୍ରଜା ଆନ୍ଦୋଳନର ନେତୃତ୍ୱ ଗ୍ରହଣ କରି କାରାବରଣ କରିଥିଲେ । ୧୯୨୪-୧୯୨୮ ମସିହା ମଧ୍ୟରେ ସେ ବାଲେଶ୍ୱର ଜିଲ୍ଲା ବୋର୍ଡର ଚେୟାରମ୍ୟାନ ଭାବରେ ନିର୍ବାଚିତ ହୋଇଥିଲେ । ୧୯୨୪ ମସିହାରେ ସେ ତତ୍କାଳୀନ ବିହାର-ଓଡ଼ିଶା ପ୍ରଦେଶର ସଭ୍ୟ ରୂପେ ନିର୍ବାଚିତ ହୋଇଥିଲେ । ୧୯୩୦-୩୧ରେ ବାଲେଶ୍ୱରର ଇଞ୍ଚୁଡ଼ିଠାରେ ଲବଣ ସତ୍ୟାଗ୍ରହ ଓ ଆଇନ ଅମାନ୍ୟ ଆନ୍ଦୋଳନକୁ ପରିଚାଳନା କରି ଦୁଇ ଥର କାରାବରଣ କରିିଥିଲେ । ୧୯୩୬ ମସିହାରେ ନିଖିଳ ଭାରତ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଭ୍ୟ ମନୋନୀତ ହୋଇ ୧୯୪୬ ପର୍ଯ୍ୟନ୍ତ ଅବସ୍ଥାପିତ ଥିଲେ । ୧୯୩୭ରେ ସେ ଓଡ଼ିଶା ରାଜ୍ୟ କଂଗ୍ରେସରେ ସଭାପତି ଭାବେ ଯୋଗଦାନ କରିଥିଲେ । ୧୯୩୮ରେ ସେ ଜାତୀୟ କଂଗ୍ରେସର କାର୍ଯ୍ୟକାରୀ ସମିତିର ସଭ୍ୟରୂପେ ମନୋନୀତ ହୋଇଥିଲେ । ୧୯୪୬ରୁ ୧୯୫୦ ପର୍ଯ୍ୟନ୍ତ ଓ ପୂନର୍ବାର ୧୯୫୬ରୁ ୧୯୬୧ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୫୦ରୁ ୧୯୫୨ ପର୍ଯ୍ୟନ୍ତ ସେ କେନ୍ଦ୍ର ଶିଳ୍ପ, ବାଣିଜ୍ୟ ଓ ଯୋଗାଣ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୫୫-୫୬ରେ ସେ ବମ୍ବେ ରାଜ୍ୟର ରାଜ୍ୟପାଳ ହେବାର ସୌଭାଗ୍ୟ ଲାଭ କରିଥିଲେ । ୧୯୬୨ରେ ସେ ଅପ୍ରତିଦ୍ୱନ୍ଦୀ ଭାବେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୬୬ରେ ସେ କଂଗ୍ରେସ ଦଳ ଛାଡ଼ିଥିଲେ । ୧୯୬୭, ୧୯୭୧ ଓ ୧୯୭୪ ମସିହାରେ ସେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଗଡ଼ଜାତ ମିଶ୍ରଣ, ଭୁବନେଶ୍ୱରରେ ନୂଆ ରାଜଧାନୀ ପ୍ରତିଷ୍ଠା, ଓଡ଼ିଶା ଟେକ୍ସଟାଇଲ ମିଲ ପ୍ରତିଷ୍ଠା, କଟକ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା, ବାରବାଟୀ ଷ୍ଟାଡିୟମ ନିର୍ମାଣ ଓ ହୀରାକୁଦ ବନ୍ଧ ନିର୍ମାଣରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ଓଡ଼ିଶା ଅଲମ୍ପିକ ଆସୋସିଏସନର ସେ ଥିଲେ ପ୍ରତିଷ୍ଠାତା ସଭାପତି । ୧୯୨୩ ମସିହାରେ ସେ ସାପ୍ତହିକ ଖବରକାଗଜ ପ୍ରଜାତନ୍ତ୍ର ପ୍ରତିଷ୍ଠା କରିଥିଲେ, ଯାହା ଏବେ ଦୈନିକ ପ୍ରକାଶ ପାଉଛି । ପ୍ରମେୟ ୨୧/୧୧/୨୦୧୪ ପୃଷ୍ଠା ୨ ତାଙ୍କଦ୍ୱାରା ସାହିତ୍ୟ ପତ୍ରିକା ଝଙ୍କାରର ପ୍ରତିଷ୍ଠା ଓ "ବିଷୁବ ମିଳନ" ଆୟୋଜନ ଓଡ଼ିଆ ସାହିତ୍ୟକୁ ପ୍ରଗତି ପଥରେ ନେଇଛି । ପ୍ରମେୟ ୨୧/୧୧/୨୦୧୪ ପୃଷ୍ଠା ୯ରେ ପ୍ରକାଶିତ ଲେଖା "ଗଣବଦ୍ୟ ଡ଼ ମହତାବ" ରଚନାବଳୀ ଉପନ୍ୟାସ ନୂତନ ଧର୍ମ ଟାଉଟର ଅବ୍ୟାପାର ପ୍ରତିଭା-୧୯୪୬ ତୃତୀୟ ପର୍ବ ଗଳ୍ପ ସଂକଳନ ସ୍ୱର୍ଗରେ ଏମର୍ଜେନ୍ସୀ ଆତ୍ମଜୀବନୀ ସାଧନାର ପଥେ କବିତା ସଂକଳନ ଚାରି ଚକ୍ଷୁ ପଲାସୀ ଅବସାନେ ଶେଷ ଅଶୃ ନନ୍ଦିକା ଲଳିତା ରାଜାରାଣୀ ଛାୟାପତର ଯାତ୍ରୀ ଶିଶୁ ସାହିତ୍ୟ ବିଷ୍ଣୁପୁରର ଭିତିରିକଥା ଗଣେଶଙ୍କ ପାଠପଢ଼ା ଅନ୍ୟାନ୍ୟ ଆତ୍ମଦାନ ରୂପାନ୍ତର ଇତିହାସର ପରିହାସ ପ୍ରବଚନ ଗୁପ୍ତ ପ୍ରଣୟ ଉତ୍ତରୋତର ଶମ୍ଭୁଙ୍କର ତପସ୍ୟା ଅନ୍ଧଯୁଗ ଯୁଗସଂକେତ ଓଡ଼ିଶା ଇତିହାସ (୩ ଖଣ୍ଡ) ସାହିତ୍ୟ ଆଲୋଚନା ଗାନ୍ଧୀ ଧର୍ମ ଅହିଂସାର ଉପଯୋଗ ଭାରତୀୟ ସଂସ୍କୃତି ନେତା ଓ ଜନତା ଦଶ ବର୍ଷର ଓଡ଼ିଶା ଗାନ୍ଧୀଜୀ ଓ ଓଡ଼ିଶା ଆରବ ସାଗରରୁ ଚିଲିକା ଗାଁ ମଜଲିସ (4 ଖଣ୍ଡ) ଆଧୁନିକତା ପୁରସ୍କାର ଓ ସମ୍ମାନ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସଂଗୀତ ନାଟକ ଏକାଡେମୀର ସଭାପତି ଭାବେ ଅନେକ ଥର ନିର୍ବାଚିତ ହୋଇଥିଲେ । ତାଙ୍କୁ ଆନ୍ଧ୍ର ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ ଉପାଧି ଦିଆଯାଇଥିଲା, ତାହା ସହିତ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡି.ଲିଟ. ଓ ଆଇନରେ ସାଗର ବିଶ୍ୱବିଦ୍ୟାଳୟରୁ ଡକ୍ଟଟେରେଟ ଉପାଧି ମିଳିଥିଲା । କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୩ ଆଧାର ଅଧିକ ତଥ୍ୟ Orissa Chief Ministers List Orissa Chief Ministers ଶ୍ରେଣୀ:୧୮୯୯ ଜନ୍ମ ଶ୍ରେଣୀ:୧୯୮୭ ମୃତ୍ୟୁ ଶ୍ରେଣୀ:ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଆ ସାହିତ୍ୟିକ ଶ୍ରେଣୀ:୨ୟ ଓଡ଼ିଶା ବିଧାନ ସଭାର ସଭ୍ୟ ଶ୍ରେଣୀ:୪ର୍ଥ ଓଡ଼ିଶା ବିଧାନ ସଭାର ସଭ୍ୟ ଶ୍ରେଣୀ:୫ମ ଓଡ଼ିଶା ବିଧାନ ସଭାର ସଭ୍ୟ ଶ୍ରେଣୀ:୬ଷ୍ଠ ଓଡ଼ିଶା ବିଧାନ ସଭାର ସଭ୍ୟ ଶ୍ରେଣୀ:ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ଶ୍ରେଣୀ:ଭଦ୍ରକ ଜିଲ୍ଲାର ଲୋକ ଶ୍ରେଣୀ:ବମ୍ବେର ରାଜ୍ୟପାଳ ଶ୍ରେଣୀ:ଓଡ଼ିଆ ସାହିତ୍ୟିକ ଶ୍ରେଣୀ:ଭାରତୀୟ ଜାତୀୟ କଂଗ୍ରେସରୁ ମୁଖ୍ୟମନ୍ତ୍ରୀ
ହରେକ୍ରୁଷ୍ନ ମହତାବ
https://or.wikipedia.org/wiki/ହରେକ୍ରୁଷ୍ନ_ମହତାବ
REDIRECT ହରେକୃଷ୍ଣ ମହତାବ
ରତ୍ନଗିରି (ମହାରାଷ୍ଟ୍ର)
https://or.wikipedia.org/wiki/ରତ୍ନଗିରି_(ମହାରାଷ୍ଟ୍ର)
ପୁରାତନ ବୌଦ୍ଧ ବିହାର ନିମନ୍ତେ ରତ୍ନଗିରି ଦେଖନ୍ତୁ ଓ କାମ୍ବୋଡିଆର ଏକ ଅଞ୍ଚଳ ନିମନ୍ତେ ରତ୍ନକିରି ଦେଖନ୍ତୁ ।' ରତ୍ନଗିରି' ଭାରତର ମହାରାଷ୍ଟ୍ରର ଦକ୍ଷିଣ-ପଶ୍ଚିମରେ ରତ୍ନଗିରି ଜିଲ୍ଲାରେ ଥିବା ଏକ ବନ୍ଦର-ସହର । ଏହା ଆରବ ସାଗର ନିକଟରେ ଅବସ୍ଥିତ ।http://ratnagiri.nic.in/distGazette/Part2.pdf ଏହା କୋଙ୍କଣର ମଧ୍ୟ ଏକ ଅଂଶ ଅଟେ । ଆଧାର ଶ୍ରେଣୀ:ଭାରତର ବନ୍ଦର ସହର ଶ୍ରେଣୀ:କୋଙ୍କଣ ରେଳବାଇର ରେଳଷ୍ଟେସନ ଶ୍ରେଣୀ:କୋଙ୍କଣ ଶ୍ରେଣୀ:ମହାରାଷ୍ଟ୍ରର ତାଲୁକ ଶ୍ରେଣୀ:ରତ୍ନଗିରି ଜିଲ୍ଲାର ଗାଁ ଓ ସହର
ସ୍ୱପ୍ନ ସାଗର
https://or.wikipedia.org/wiki/ସ୍ୱପ୍ନ_ସାଗର
ସ୍ୱପ୍ନ ସାଗର () ଏକ ଓଡ଼ିଆ ଚଳଚ୍ଚିତ୍ର । ଏହା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓ ୧୯୮୩ ମସିହାରେ ମୁକ୍ତିଲାଭ କରିଥିଲା । ପ୍ରଶାନ୍ତ ନନ୍ଦ ଏହାର ପ୍ରଯୋଜନା, ନିର୍ଦ୍ଦେଶନା, କାହାଣୀ ରଚନା କରିଥିବା ବେଳେ ଓ ଚିତ୍ରନାଟ୍ୟ ଓ ସଂଗୀତ ସଂଯୋଜନା ଅକ୍ଷୟ ମହାନ୍ତି କରିଥିଲେ । ଓଡ଼ିଆ ସିନେମା ଇତିହାସରେ ଏହା ପ୍ରଥମ ଓଡ଼ିଆ ୭୦ ଏମ.ଏମ. ଚଳଚ୍ଚିତ୍ର । ଅଭିନୟରେ ଓଡ଼ିଆଚଳଚ୍ଚିତ୍ର ‘ସ୍ୱପ୍ନ ସାଗର’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ପ୍ରଶାନ୍ତ ନନ୍ଦ ଶ୍ରୀରାମ ପଣ୍ଡା ଅନିତା ଦାସ ଧୀର ବିଶ୍ୱାଳ ହେମନ୍ତ ଦାସ ବିଜୟ ମହାନ୍ତି ପ୍ରଶାନ୍ତ ନନ୍ଦ ମହାଶ୍ୱେତା ରାୟ ଜୟୀରାମ ସାମଲ ଦୁଃଖୀରାମ ସ୍ୱାଇଁ ପୀର ମିଶ୍ର ଶ୍ୟାମଳେନ୍ଦୁ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି । ଗୀତ ଚିଠି ମୋର ଟିକି ଚଢ଼େଇ ସେଇ ଦୀପ ଅଛି, ସେଇ ଫୁଲ ଅଛି ଏଇ ପାଣିରେ ପାଣିରେ ବାଟୋଇ ଭାଇ ଶୀକାରି ଶିକାରି ଆଧାର ବାହାର ଆଧାର ଆହୁରି ଦେଖନ୍ତୁ ୧୯୮୩ର ଓଡ଼ିଆ କଥାଚିତ୍ର ପ୍ରଶାନ୍ତ ନନ୍ଦ ଅକ୍ଷୟ ମହାନ୍ତି ଶ୍ରେଣୀ:୧୯୮୩ର ଓଡ଼ିଆ କଥାଚିତ୍ର
୧୯୪୯ର ଓଡ଼ିଆ କଥାଚିତ୍ର
https://or.wikipedia.org/wiki/୧୯୪୯ର_ଓଡ଼ିଆ_କଥାଚିତ୍ର
ଓଡ଼ିଆ ସିନେମା ଜଗତରେ ୧୯୪୯ରେ ତିଆରି ହୋଇଥିବା ଓଡ଼ିଆ କଥାଚିତ୍ର । A-Z ନାମ ନିର୍ଦ୍ଦେଶକ ଅଭିନେତା ପ୍ରକାର ଟୀକା ୧୯୪୯ଲଳିତାକାଳୀ ଚରଣ ପଟ୍ଟନାୟକ ଲୋକନାଥ ମିଶ୍ର, ଉମା ବାନାର୍ଜୀ, ସୁମତୀ ଦେବୀ, ପଙ୍କଜ ନନ୍ଦ ଆଧାର ଶ୍ରେଣୀ:୧୯୪୯ର ସିନେମା ଶ୍ରେଣୀ:୧୯୪୯ରେ ଭାରତ ଶ୍ରେଣୀ:୧୯୪୯ରେ ଓଡ଼ିଶା ଶ୍ରେଣୀ:୧୯୪୯ର ଓଡ଼ିଆ କଥାଚିତ୍ର
ଲଳିତା (୧୯୪୯ର ସିନେମା)
https://or.wikipedia.org/wiki/ଲଳିତା_(୧୯୪୯ର_ସିନେମା)
ଲଲିତା, ୧୯୪୯ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ଜଗତର ୨ୟ ଚଳଚ୍ଚିତ୍ର । ଗୌରେନ୍ଦ୍ର ପ୍ରତାପ ସିଂଦେଓଙ୍କ ପ୍ରଯୋଜିତ ଓ କଲ୍ୟାଣ ଗୁପ୍ତାଙ୍କଦ୍ୱାରା ନିର୍ଦ୍ଦେଶିତ ଏହି କଥାଚିତ୍ରର କାହାଣୀ, ସଂଳାପ ସହ ଗୀତ ରଚନା କରିଥିଲେ କାଳୀଚରଣ ପଟ୍ଟନାୟକ । ଅଭିନୟରେ ଓଡ଼ିଆ କଥାଚିତ୍ର ‘ଲଳିତା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ଲୋକନାଥ ମିଶ୍ର (ବିଦ୍ୟାପତି ଭୂମିକାରେ) ଉମା ବାନାର୍ଜୀ (ଲଳିତା) ସୁମତୀ ଦେବୀ ପଙ୍କଜ ନନ୍ଦ ଦାମୋଦର ଦାସ ଗିରିଧାରୀ ପଣ୍ଡା ନଳିନୀ ତ୍ରିପାଠୀ ପ୍ରଫୁଲ୍ଲ ସିଂହ ଆଧାର ଅଧିକ ତଥ୍ୟ ଶ୍ରେଣୀ:୧୯୪୯ର ଓଡ଼ିଆ କଥାଚିତ୍ର
ସପ୍ତଶଯ୍ୟା (ଓଡ଼ିଆ ଚଳଚ୍ଚିତ୍ର)
https://or.wikipedia.org/wiki/ସପ୍ତଶଯ୍ୟା_(ଓଡ଼ିଆ_ଚଳଚ୍ଚିତ୍ର)
ସପ୍ତଶଯ୍ୟା - ୧୯୫୧ ଡିସେମ୍ବର ୧ ତାରିଖରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଢେଙ୍କାନାଳ ରାଜପରିବାରର ସଦସ୍ୟ ଶେଷ ପ୍ରତାପ ସିଂହଦେଓ (ନିନି ସାହେବ ଭାବେ ପରିଚିତ) ଏହାର ପ୍ରଯୋଜନା କରିଥିଲେ । କବି ଅନନ୍ତ ପଟ୍ଟନାୟକ ଏହାର କାହାଣୀ, ଚିତ୍ରନାଟ୍ୟ, ଗୀତ ଓ ସଂଳାପ ରଚନା କରିଥିଲେ । (‘ସମାଜ’ରେ ଡିଜିଟାଇଜଡ୍ ହୋଇ କି ଅଛି, ହାର୍ଡ କପି ବି ଅଛି। ‘ସମାଜ’ ଲାଇବ୍ରେରିରେ ୧୯୫୧ ମସିହାର ସବୁତକ ଖବର କାଗଜ ପୃଷ୍ଠା ପରେ ପୃଷ୍ଠା ଖୋଜିଲି। ଡିସେମ୍ବର ୧ ତାରିଖକୁ ପହଞ୍ଚିଲି ତ ‘ସପ୍ତଶଯ୍ୟା’ ମୁକ୍ତିଲାଭ କରିଛି ସେଦିନ । ମୁଁ ତ ସେଇ ପ୍ରକାଶିତ ବିଜ୍ଞାପନ ସଂଗ୍ରହ କରିସାରିଥିଲି ଆଗରୁ। ସୂର୍ଯ୍ୟ ଦେଓ ) (ସିନେ ଓଡ଼ିଶା’ର ଉଭୟ ହିନ୍ଦୀ ଓ ଓଡ଼ିଆ ସିନେମାର ସମୀକ୍ଷା ଥିଲା ତୀକ୍ଷଣ୍ । ଉଦାହରଣ ସ୍ୱରୂପ ଧୀର ବିଶ୍ୱାଳ ଲେଖିଥିବା ‘ସପ୍ତଶଯ୍ୟା’ର ସମୀକ୍ଷା ଧାର ବେଶ ଦାଢ଼ । By ସୂର୍ଯ୍ୟ ଦେଓ On May 22, 2021) ସଙ୍ଗୀତ - ଉଦୟନାଥ ସାହୁ ଗୀତ ଗୁଡ଼ିକର ସାରଣୀ କ୍ରମଗୀତଗୀତିକାରଗାୟକ / ଗାୟିକା୧ରଙ୍ଗିଧାନ କିଏ ଲୁଟିଅନନ୍ତ ପଟ୍ଟନାୟକକମଳା ଦେବୀ୨ଅନାଇ ନାହିଁ ତାକୁଅନନ୍ତ ପଟ୍ଟନାୟକକମଳା ଦେବୀ୩ଆହୁଲାରେଅନନ୍ତ ପଟ୍ଟନାୟକପ୍ରଫୁଲ୍ଲ କୁମାର ସିଂହଦେଓ୪ଆରେ ସଙ୍ଗିନୀ ଆରେଅନନ୍ତ ପଟ୍ଟନାୟକକମଳା ଦେବୀ ଓ ଉଦୟନାଥ ସାହୁ୫ତୁମ ଶିରେ ଶୋହେ ଫୁଲଅନନ୍ତ ପଟ୍ଟନାୟକକମଳା ଦେବୀ, ଉଦୟନାଥ ସାହୁ, ଓ ଅନ୍ୟ ଅଭିନୟରେ ଓଡ଼ିଆ କଥାଚିତ୍ର ‘ସପ୍ତଶଯ୍ୟା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ବ୍ୟୋମକେଶ ତ୍ରିପାଠୀ ଅନିମା ପେଦିନି ଗିରିଧାରି ପଙ୍କଜ ନନ୍ଦ ରତିକାନ୍ତ ନାୟକ କିଶୋରି ରାଜେନ୍ଦ୍ର ଟୁନିଆ ଆଧାର ଅଧିକ ତଥ୍ୟ ଶ୍ରେଣୀ:୧୯୫୧ର ଓଡ଼ିଆ କଥାଚିତ୍ର
ଶ୍ରୀ ଜଗନ୍ନାଥ (ଓଡ଼ିଆ କଥାଚିତ୍ର)
https://or.wikipedia.org/wiki/ଶ୍ରୀ_ଜଗନ୍ନାଥ_(ଓଡ଼ିଆ_କଥାଚିତ୍ର)
ଶ୍ରୀ ଜଗନ୍ନାଥ - ୧୯୫୦ରେ ମୁକ୍ତିଲାଭ କରିଥିବା ଏକ ପୌରାଣିକ ଓଡ଼ିଆ କଥାଚିତ୍ର । ଓଡ଼ିଆ ଭାଷାରେ ଏହା ହେଉଛି ତୃତୀୟ କଥାଚିତ୍ର (ମୁକ୍ତିଲାଭ ଅନୁସାରେ) । ଶ୍ରୀଜଗନ୍ନାଥ ସଂସ୍କୃତି ଓ ଐତିହ୍ୟ ଉପରେ ଏହି କଥାଚିତ୍ରଟି ଆଧାରିତ ହୋଇଥିଲା । ଅଭିନୟରେ ଓଡ଼ିଆ କଥାଚିତ୍ର ‘ଶ୍ରୀ ଜଗନ୍ନାଥ’ରେ ଅଭିନୟ କରିଥିବା କଳାକାର ହେଲେ: ଗୋପାଳ ଚନ୍ଦ୍ର ଘୋଷ ଗ୍ଳୋରିଆ ମହାନ୍ତି ଚପଳା ନାୟକ ରାମଚନ୍ଦ୍ର ମାଣିଆ ଖଗେନ୍ଦ୍ର ନାଥ ମିତ୍ର ସାମୁଏଲ ସାହୁ(ବାବି) ଭୀମ ସିଂହ ଏଥିରେ ଚପଳା ନାୟକ (ପାର୍ବତୀ ଘୋଷ) ଶିଶୁ କଳାକାର ଭାବେ ପ୍ରଥମେ ଅଭିନୟ କରିଥିଲେ । ଆଧାର ବାହାର ଆଧାର odiamoviedatabase ଶ୍ରେଣୀ:୧୯୫୦ର ଓଡ଼ିଆ କଥାଚିତ୍ର
୧୯୫୦ର ଓଡ଼ିଆ କଥାଚିତ୍ର
https://or.wikipedia.org/wiki/୧୯୫୦ର_ଓଡ଼ିଆ_କଥାଚିତ୍ର
ଓଡ଼ିଆ ସିନେମା ଜଗତରେ ୧୯୫୦ରେ ତିଆରି ହୋଇଥିବା ଓଡ଼ିଆ କଥାଚିତ୍ର । ଅ-କ୍ଷ ନାମ ନିର୍ଦ୍ଦେଶକ ଅଭିନେତା ପ୍ରକାର ଟୀକା ୧୯୫୦ସପ୍ତଶଯ୍ୟା କଲ୍ୟାଣ ଗୁପ୍ତା ବ୍ୟୋମକେଶ ତ୍ରିପାଠୀ, ଅନିମାଶ୍ରୀ ଜଗନ୍ନାଥ‎ଚିତ୍ତ ରଞ୍ଜନ ମିତ୍ରଗୋପାଳ, ଗ୍ଲୋରିଆ ମହାନ୍ତି ଆଧାର ୧୯୫୦ ଶ୍ରେଣୀ:୧୯୫୦ର ଚଳଚ୍ଚିତ୍ର ଶ୍ରେଣୀ:୧୯୫୦ରେ ଭାରତ ଶ୍ରେଣୀ:୧୯୫୦ରେ ଓଡ଼ିଶା
୧୯୫୧ର ଓଡ଼ିଆ କଥାଚିତ୍ର
https://or.wikipedia.org/wiki/୧୯୫୧ର_ଓଡ଼ିଆ_କଥାଚିତ୍ର
ଓଡ଼ିଆ ସିନେମା ଜଗତରେ ୧୯୫୧ରେ ତିଆରି ହୋଇଥିବା ଓଡ଼ିଆ କଥାଚିତ୍ର | '୧୯୫୧'ମସିହାର ଓଡ଼ିଆ କଥାଚିତ୍ର ତାଲିକା ନାମ ନିର୍ଦ୍ଦେଶକ ଅଭିନେତା ପ୍ରକାର ଟୀକା ୧୯୫୧ ରୋଲ୍ସ - ୨୮କଲ୍ୟାଣ ଗୁପ୍ତା, ରତିକାନ୍ତ ପାଢ଼ି ଓ କମଳା ଆଧାର 1951 ଶ୍ରେଣୀ:୧୯୫୧ର ଚଳଚ୍ଚିତ୍ର ଶ୍ରେଣୀ:୧୯୫୧ରେ ଭାରତ ଶ୍ରେଣୀ:୧୯୫୧ରେ ଓଡ଼ିଶା
୧୯୫୩ର ଓଡ଼ିଆ କଥାଚିତ୍ର
https://or.wikipedia.org/wiki/୧୯୫୩ର_ଓଡ଼ିଆ_କଥାଚିତ୍ର
ଓଡ଼ିଆ ସିନେମା ଜଗତରେ ୧୯୫୩ରେ ତିଆରି ହୋଇଥିବା ଓଡ଼ିଆ ସିନେମା A-Z ନାମ ନିର୍ଦ୍ଦେଶକ ଅଭିନେତା ପ୍ରକାର ଟୀକା ୧୯୫୩ ଆମରି ଗାଁ ଝିଅବିନୟ ବାନାର୍ଜୀ ଗୌର ଘୋଷ, ଚପଳା, ଗୋପାଳ ବାନାର୍ଜୀ ଦ୍ରଷ୍ଟବ୍ୟ ୧୯୫୩ ଶ୍ରେଣୀ:ଚଳଚ୍ଚିତ୍ର ୧୯୫୩ରେ ଶ୍ରେଣୀ:୧୯୫୩ରେ ଭାରତ ଶ୍ରେଣୀ:୧୯୫୩ରେ ଓଡ଼ିଶା
ଚଟିଆ (ଚଢ଼େଇ)
https://or.wikipedia.org/wiki/ଚଟିଆ_(ଚଢ଼େଇ)
ଘର ଚଟିଆ ବା ଚଟିଆ () ଏକ ପେସେରିଡେ (Passeridae) ପରିବାରର ଚଢ଼େଇ । ଏମାନେ ଛୋଟ ପେସେରିନ (passerine) ଚଢ଼େଇ । ଏମାନେ ବଡ଼ ବଡ଼ ଦଳରେ ମିଶି ରହିଥାନ୍ତି, ଘର ଚଟିଆମାନେ ଘରମାନଙ୍କରେ ରହିଥାନ୍ତି ଓ ଇଉରାସିଆନ ଗଛ ଚଟିଆ (Eurasian Tree Sparrow)ମାନେ ବେଶୀ ନଗରମାନଙ୍କରେ ରହିଥାନ୍ତି । ଚଟିଆମାନେ ବାକି ବଣୁଆ ଚଢ଼େଇମାନଙ୍କ ତୁଳନାରେ ବେଶୀ ଜଣାଶୁଣା । ଘରର ଚାଳ ଓ କାନ୍ଥ ସନ୍ଧିରେ, କୋଠା ଘରର ସ୍କାଇ ଲାଇଟର କିମ୍ବା କୌଣସି ଖୋପରେ, ବତୀ ଖୁଣ୍ଟରେ ଥ\ବା କେବୁଲ ବକ୍ସରେ ଚଢ଼େଇଟି ତା ଛୋଟ ସଂସାର ମେଲିଥାଏ | ପ୍ରଜନନ ଏପ୍ରିଲରୁ ଆଗଷ୍ଟ ମାସ ପର୍ଯ୍ୟନ୍ତ ଘରଚଟିଆର ପ୍ରଜନନ ଋତୁ | ଅଣ୍ଡା ଦେବାର ମାତ୍ର ଦଶ ଦିନ ମଧ୍ୟରେ ଅଣ୍ଡା ଫୁଟାଇ ଛୁଆ ଜନ୍ମ କରିଥାନ୍ତି |ଅଣ୍ଡାର ଲମ୍ବ ୦.୮ରୁ ୦.୯ ଇଞ୍ଚ | ଛୁଆ ଫୁଟିବାର ୧୪ ଦିନ ମଧ୍ୟରେ ଏହାର ଶାବକ ଉଡିବା ଆରମ୍ଭ କରିଥାଏ | ଆଧାର ଆଗକୁ ପଢିବେ Clement, Harris and Davis, Finches and Sparrows (hardcover) (ବନ୍ଧା ବହି) ବାହାର ଲିଙ୍କ ଇଣ୍ଟରନେଟ ବାର୍ଡ କଲେକସନ ଶ୍ରେଣୀ:ପକ୍ଷୀ
ଅଜଗନ୍ଧା
https://or.wikipedia.org/wiki/ଅଜଗନ୍ଧା
ଅଣସୋରିଷିଆ, ଅଣସୋରିଷମ ବା ଅଜଗନ୍ଧା (କ୍ଳିଓମ ଗାଇନାଣ୍ଡ୍ରା) () ଏକ ବରୁଣ (cappridaceae) କୁଳ(family)ର ଫୁଲ । ବିବିଧ ଭାରତୀୟ ପ୍ରାଦେଶିକ ନାମ ପ୍ରାଦେଶିକ ଭାଷା ନାମ ଓଡ଼ିଆ ଅଣସୋରିଷିଆ, ଅଣସୋରିଷମ ସଂସ୍କୃତ ତିଳପର୍ଣ୍ଣୀ, ପୂତିଗନ୍ଧା, ଉଗ୍ରଗନ୍ଧା, ବର୍ବରକ, ଅଜଗନ୍ଧା, ପଶୁଗନ୍ଧା ହିନ୍ଦୀ ହୁଳହୁଳ୍, ହୂର୍ହୂର, କବାଲିଆ ଅସିମୀୟା ଭୂତମୁଲ୍ଲା କନ୍ନଡ଼ ନରମ୍ବେଳେ, ସପ୍ପୁ, ନାଇତୁଲ୍ସୀ କଶ୍ମିରୀ ଗଣ୍ଡି ବୁଟୀଗୁଜରାଟୀ ତଲ୍ୱାନୀ, ଢେଳିତାଳବାନ ତାମିଲ ନାଳବଲ୍ଲାଇ, ନାଳ ବେଲାଇ, ସ୍ୱରୂପ, ଶ୍ୱେତପୁଷ୍ପା ପଞ୍ଜାବୀ ବୁଗ୍ରା ବଙ୍ଗଳା ହୁର୍ହୁରିଆ, ଶୁଲତେ ମାଲୟାଲମ ଅତୁନାରୀ ବେଲ, ମରାଠୀ-ତିଲ୍ୱଣ, ଭାତବାନ, ମାବ୍ଲି, ତିଲ୍ୱନ୍ତ thumb|ଅଣସୋରିଷିଆ (Cleome gynandra) ବିଶେଷତ୍ତ୍ୱ ଏହା ଦୁଇପ୍ରକାର 'ଶ୍ୱେତ'ପୁଷ୍ପା ଓ 'ପୀତ'ପୁଷ୍ପା | ଶ୍ୱେତପୁଷ୍ପା ଏହା କିଞ୍ଚିତ ଦୁର୍ଗନ୍ଧି ଯୁକ୍ତ କ୍ଷୁପ/ଗୁଳ୍ମ ଉଚ୍ଚତା: ୧-୩ ଫୁଟ ପତ୍ର: ପଞ୍ଚାଙ୍ଗୁଳି ସ୍ୱରୂପ,ଦୀର୍ଘବୃନ୍ତ ଯୁକ୍ତ ପତ୍ର ଯେଉଁଥିରେ ପାଞ୍ଚ, ଅବୃନ୍ତ, ବିସମାକାର, ଅଭିନଟୁଆକାର, ରୋମସ ପତ୍ରକ ଥାଏ l ପୁଷ୍ପ: ଶ୍ୱେତ ବର୍ଣ୍ଣର ମଞ୍ଜରି ସହିତ ବାଇଗଣି ରଙ୍ଗର ପରାଗ ଥାଏ l ବର୍ଷା ରୂତୁରେ ପୁଷ୍ପ ଦେଖାଯାଏ l କୋଣପୁଷ୍ପକ-ତ୍ରିପତ୍ରକ ଅଟେ l ଫଳ: ଲମ୍ବ ଗୋଳାକୃତି ,ଦୀର୍ଘବୃନ୍ତ l ବୀଜ: ରାଶି ସଦୃଶ l ପୀତପୁଷ୍ପl ଉଚ୍ଚତା: ୧-୩ ଫୁଟ ରୋମସ, ଗ୍ରନ୍ଥିଯୁକ୍ତ, ତ୍ରିପତ୍ରୀୟ l ପତ୍ର: ୩-୫ ପତ୍ରକ l ପତ୍ରକ: ନଟୁଆକାର, ଅଣନଟୁଆକାର ପୁଷ୍ପ: ଲମ୍ବ ମଞ୍ଜରିରେ ପିତ, ହଳଦିଆ ବର୍ଣ୍ଣଯୁକ୍ତ ପୁଷ୍ପ ଥାଏl ଫଳ: ୨-୩ ଇଞ୍ଚ ଲମ୍ବା, ଧାରଯୁକ୍ତ, ଗ୍ରନ୍ଥିଯୁକ୍ତ ରୋମସ ଅଗ୍ରଭାଗରେ ପତଳା ହୋଇଥାଏ l ବୀଜ: ରାଶି ସମାନ, ପାଉଁସିଆ କିମ୍ବା କଳା ବର୍ଣ୍ଣ l ଉତ୍ପତ୍ତିସ୍ଥାନ thumb|ଅଣସୋରିଷିଆ ଏହା ସମସ୍ତ ଭାରତବର୍ଷର ଉଷ୍ଣ ପ୍ରଦେଶ ଗୁଡିକରେ ବହୁତାୟାତ ପରିମାଣରେ ଅନାବନା ଭାବରେ ହୋଇଥାଏ l ସମଗ୍ର ପୃଥିବୀର ପ୍ରାୟତଃ ସମସ୍ତ ଦେଶ ମହାଦେଶରେ ଦେଖିବାକୁ ମିଳେ ଯଥା-ଆମେରିକା, ଆଫ୍ରିକା, ଇଉରୋପ ଆଦି ପ୍ରମୁଖ ମହାଦେଶ ଗୁଡିକରେ ବହୁଳ ଭାବେ ଦେଖା ଯାଏ l ରାସାୟନିକ ତତ୍ତ୍ୱ ଶ୍ୱେତ ପୁଷ୍ପାର ବୀଜରେ ୨୨% ହାଲୁକା ରଙ୍ଗର ଏକ ସ୍ଥିର ତୈଳ ଥାଏ, ଏଥିରେ କ୍ଳେଓମିନ(Cleomine) ନାମକ ତତ୍ତ୍ୱ ଥାଏ l ପିତପୁଷ୍ପା ପ୍ରଜାତିରେ ୩୬.୬% ସ୍ଥିର ତୈଳ ତଥା ଭିସ୍କୋସୀନ (Viscosin) ତତ୍ତ୍ୱ ଥାଏ l ଏହାଛଡା କlରୋଟିନୋଇଡ, କାର୍ଡିଆକ ଗ୍ଲାୟକୋସାଇଡ଼, ସିଆନୋଜେନିକ ଗ୍ଲାୟକୋସାଇଡ଼, ଫ୍ଲାଭୋନୋଇଡ, ଟ୍ରାଇଟେର୍ପିନ, ଟାନୀନ ଇତ୍ୟାଦି ଉଦ୍ଭିଦୀୟ ରାସାୟନିକ ତତ୍ତ୍ୱ ଥାଏ l ଖଣିଜ ଲବଣ ତତ୍ତ୍ୱ: ପୋଟାସିୟମ, ମାଗ୍ନେସିଅମ, କାଲ୍ସିଅମ, ସୋଡିଅମ, ଫସଫରସ, ଆଇରନ, ଜିଙ୍କ, କପର l ସ୍ନେହାମ୍ଳ (Fatty acids): ପାଳ୍ମିଟିକ, ପଲ୍ମିଟୋଲେଇକ ଏସିଡ଼, ଷ୍ଟିଆରିକ ଏସିଡ଼, ଓଲେଇକ ଏସିଡ଼, ଆରାଚିଡେଇକ ଏସିଡ଼, ଏଇକୋଷାନୋଇକ ଏସିଡ଼| ଆମିନୋଅମ୍ଳ (Amino acids): ଆର୍ଗିନାଇନ, ଗ୍ଳୁଟାମାଇନ, ଆସ୍ପାର୍ଟିକ, ଗ୍ଳାଇସିନ, ଲିଉସିନ, ଭାଲାଇନ, ପ୍ରୋଲାଇନ, ଫିନାଇଲାଲାଇନ, ଆଇସୋଲିଉସିନ, ଥ୍ରେଓନାଇନ, ଆଲାନାଇନ, ସେରାଇନ, ଲାଇସିନ, ଟ୍ରାୟୋସାଇନ, ହିସ୍ତିଦlଇନ। ବ୍ୟବହାର ପୃଥିବୀ ସାରା ଏହାର ବ୍ୟବହାର ବିଭିନ୍ନ ଉଦ୍ଦେଶ୍ୟରେ ହୋଇ ଥାଏ l ଆଫ୍ରିକୀୟ ଦେଶଗୁଡିକରେ ଏହାର ବ୍ୟବହାର ଏକ ଶାକ ବ୍ୟଞ୍ଜନ ରୂପେ ହୋଇଥାଏ। ଭାରତରେ ଏହାର ବ୍ୟବହାର ଏକ ଶାଗ ହିସାବରେ ଏବଂ ଔଷଧ ରୂପେ ହୋଇଥାଏ l ଓଡ଼ିଶାରେ ଏହାକୁ ଶାଗ ଭାବରେ ଏବଂ ପେଟ ରୋଗରେ ବ୍ୟବହାର କରାଯାଇଥାଏ l ଥାଇଲାଣ୍ଡରେ ଏହାକୁ ସୁରାସାର କିଣ୍ୱନ(fermentation) କରି ପାକ-ସିୟାଙ୍ଗ-ଡଙ୍ଗ ନାମକ ଏକ ସ୍ୱାସ୍ଥ୍ୟକାରି ପାନୀୟରେ ବ୍ୟବହାର କରାଯାଇଥାଏ (FAO 1990) । କେନିୟାର ଅଧିବାସୀମାନେ ଏହି ଗୁଳ୍ମ ପ୍ରସ୍ତୁତ ଖାଦ୍ୟ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ସ୍ତ୍ରୀ ଲୋକଙ୍କୁ ସେବନ କରାଇଥାନ୍ତି |ପତ୍ରର କ୍ୱାଥ ସ୍କର୍ଭି ଓ ପାଟିଚିରା, ତୁଣ୍ଡ ଘା ଆଦି ରୋଗରେ ବ୍ୟବହାର କରିଥାନ୍ତି l ଅନେକ ପ୍ରାନ୍ତରେ ଏଥିରେ ପ୍ରଚୁର ପୋଷକ ତତ୍ତ୍ୱ ରହିଥିବାରୁ ଏହାକୁ ମାରାସ୍ମସ(marasmus) ବ୍ୟାଧିରେ ପ୍ରୟୋଗ କରାଯାଇ ଥାଏ l ଫିଲିପିନ୍ସ ଦେଶରେ ଏହି ଗୁଳ୍ମର ଆଦର ପ୍ରଚୁର l ଏହାକୁ ପୃଷ୍ଟିସାର ଓ ଖଣିଜ ତତ୍ତ୍ୱରରେ ଭରା ଏକ ଖାଦ୍ୟ ହିସାବରେ ବ୍ୟବହାର କରାଯାଇଥାଏ । ତାଇୱାନରେ ଏହାକୁ ଫିରଙ୍ଗ(syphilis), ଉପଦଂଶ(Gonorrhoea), ବିଷମଜ୍ୱର(Malaria) ଆଦି ରୋଗରେ ବ୍ୟବହାର କରାଯାଏ । ଭାରତରେ ଏହାକୁ ଅପସ୍ମାର, ମସ୍ତିଷ୍କ ରୋଗର ସଫଳ ଚିକିତ୍ସା ପାଈଁ ବ୍ୟବହାର କରାଯାଏ l ଚିକିତ୍ସା ବିଜ୍ଞାନରେ ବ୍ୟବହାର ବୈଜ୍ଞାନିକ ଶୋଧ ଅନୁସାରେ ଏହି ଗୁଳ୍ମରେ ରହିଛି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଉପାଦାନ | ନୂତନ ଗବେଷଣା ଅନୁସାରେ ଏହାର କର୍କଟ ରୋଗ ଆରୋଗ୍ୟକାରୀ ତତ୍ତ୍ୱ ରହିଛି । ଅଣସୋରିଷିଆ ଗୁଳ୍ମରେ ରହିଛି ଶୋଥ ଓ ବେଦନା ନାଶକ ତତ୍ତ୍ୱ ଯାହାକି ଆଣ୍ଠୁଗଣ୍ଠି ବାତରୋଗକୁ ଉପଶମ କରିପାରେ | ତା'ଛଡା ଏହାର ଯଥେଷ୍ଟ ଜାରଣବିରୋଧୀ (Antioxidant) ସାମର୍ଥ୍ୟ ରହିଛି l ଆୟୁର୍ବେଦୀୟ ଶାସ୍ତ୍ର ମତାନୁସାରେ ଔଷଧୀୟ ବ୍ୟବହାର ଗୁଣ ରସ କଟୁ ଗୁଣ ତିକ୍ଷ୍ଣ ବୀର୍ଯ୍ୟ ତିକ୍ଷ୍ଣ ବୀର୍ଯ୍ୟ ଉଷ୍ଣ ବିପାକ ଟୁ ଏହାକୁ ଆୟୁର୍ବେଦ ଚିକତ୍ସା ବିଜ୍ଞାନରେ ଏକ ବହୁ ଉପଯୋଗୀ ଔଷଧୀୟ ଗୁଳ୍ମ ହିସାବରେ ବ୍ୟବହାର କରାଯାଏ । କର୍ମ: ଦୀପନ, ପାଚନ, ଉଦରଶୂଳ, ଅଗ୍ନିମାନ୍ଦ୍ୟ, କୃମିହର, ବେଦନାହର, କର୍ଣ୍ଣପୀଡ଼ାହର, ହୃଦ୍ୟ, ବାତହର, ଗୁଳ୍ମହର । ଦ୍ରଷ୍ଟବ୍ୟ THE AYURVEDIC PHARMACOPOEIA OF INDIA . part-1 Volume-1,page-13 T Anbazhagi,K Kadavul, G Suguna and A J A Petrus Studies on the pharmacognostical and in vitro antioxidant potential of Cleome gynandra Linn. Leaves Natural Product Radiance, Vol. 8(2),(2009)pp. 151–157 Mr. Cuthbert Makgakga, Pretoria National Botanical Institute, March (2004) James A. Chweya and Nameus A. Mnzava, IPGRI International Plant Genetic Resources Institute IPGRI, Promoting the conservation and use of underutilized and neglected crops. 11. Cat’s whiskers. Mule S. N., Ghadge R. V., Chopade A. R., Bagul B.A., Patil S. B., Naikwade N. S. EVALUATION OF ANTINOCICEPTIVE AND ANTI-INFLAMMATORY ACTIVITY OF LEAVES OF GYNANDROPSIS PENTAPHYLLA, Journal of Herbal Medicine and Toxicology 2 (1) (2008) 41-44 Narendhirakannan RT, Kandaswamy M, Subramanian S. Anti-inflammatory activity of Cleome gynandra L. on hematological and cellular constituents in adjuvant-induced arthritic rats, Department of Inorganic Chemistry, University of Madras, Chennai, Tamil Nadu, India, J Med Food. 8(1),( 2005) :93-9. T. Kalaivani#, C. Rajasekaran and Lazar Mathew, In vitro free radical scavenging potential of Picrorhiza kurroa, School of Bio Sciences and Technology, VIT University, Vellore – 632 014, Tamilnadu, India. Received on: 26-12-2009; Revised on: 16-01-2010; Accepted on: 23-03-2010. Journal of Pharmacy Research Vol.3.Issue 4.(2010) Asis Bala, Biswakanth Kar, Pallab K. Haldar, Upal K. Mazumder and Samit Bera, Evaluation of anticancer activity of Cleome gynandra on Ehrlich's Ascites Carcinoma treated mice Journal of Ethnopharmacology, Volume 129, Issue 1, ( 2010) Pages 131-134. Arts ICW and Hollman PCH, Polyphenols and disease risk in epidemiologic studies, Am J Clin Nutr, 81(2005),317S-325S. Knekt P, Kumpulainen J, Järvinen R, RissanenH, Heliövaara M, Reunanen A and Hakulinen T, Flavonoid intake and risk of chronic diseases, Am J Clin Nutr, 76,( 2002) ,560-568. Edwards RL, Lyon T, Litwin SE, Rabovsky A,Symons JD and Jalili T, Quercetin reduces blood pressure in hypertensive subjects, J Nutr, 137 (2007) , 2405-2411. Shenouda SM and Vita JA, Effects of flavonoid-containing beverages and EGCG on endothelial function, J Am Col Nutr, 26(4), (2007)366S-372S. Howes MJ, Perry NS and Houghton PJ, Plants with traditional uses and activities, relevant to the management of Alzheimer’s disease and other cognitive disorders, Phytother Res17(1),(2003)1-18. Repetto MG and Llesuy SF, Antioxidant properties of natural compounds used in popular medicine for gastric ulcers, Braz J Med Biol Res, 35(5), ( 2002,)523-534. ଶ୍ରେଣୀ:ଜୀବଜଗତ ଶ୍ରେଣୀ:ଉଦ୍ଭିଦ ଜଗତ ଶ୍ରେଣୀ:ଉଦ୍ଭିଦ ବିଜ୍ଞାନ ଶ୍ରେଣୀ:ଔଷଧୀୟ ଗଛ
ଡାଲମା
https://or.wikipedia.org/wiki/ଡାଲମା
ଡାଲମା ଏକ ପାରମ୍ପାରିକ ଓଡ଼ିଆ ରାନ୍ଧଣା । ଏଥିରେ ଡାଲିକୁ ପରିବା ସହିତ ସିଝାଯାଇ ତାହାକୁ ଜିରା, ଫୁଟଣ, ଭୃଷଙ୍ଗ ପତ୍ର, ବିଲାତି ବାଇଗଣ, ପିଆଜ, ରସୁଣ, ଅଦା ଆଦି ଛୁଙ୍କ ଦେଇ ତିଆରି କରାଯାଏ । ଉପାଦାନ ଡାଲି ହରଡ଼, ମୁଗ, କୋଳଥ, ମସୁର ପରିବା: ଜହ୍ନି, ବାଇଗଣ, ଆଳୁ, କଞ୍ଚା କଦଳୀ, କଖାରୁ, ଦେଶି ଆଳୁ, ସଜନା ଛୁଇଁ, ଇତ୍ୟାଦି. ˑ ପ୍ରକାର thumb|ହବିଷ ଡାଲମା ହବିଷ ଡାଲମା ମୁଗ ଡାଲମା ହରଡ଼ ଡାଲମା ମସୁର ଡାଲମା ବୁଟ ଡାଲିର ଡାଲମା ମାଂସ ଡାଲମା ଚିଙ୍ଗୁଡି ଡାଲମା କୋବି ଡାଲମା ତିଆରି ପ୍ରଣାଳୀ ଡାଲିକୁ ପରିବା, ଲୁଣ ଏବଂ ଅଳ୍ପ ହଳଦୀଗୁଣ୍ଡ ଦେଇ ସିଝାଯାଏ. ତତ୍ପରେ ତାହାକୁ ତେଲ/ ଘିଅରେ ଲଙ୍କା, ପଞ୍ଛଫୁଟଣ, ପିଆଜ, ରସୁଣ, ଅଦା, ଭୃଷଙ୍ଗ ପତ୍ର ଆଦି ଛୁଙ୍କ ଦେଇ ଏହା ତିଆରି କରାଯାଏ । ଦୁଇ ପ୍ରକାରରେ ଡାଲମା ରନ୍ଧା ଯାଇ ପାରେ । ଏକ ପ୍ରଣାଳୀରେ ପ୍ରଥମେ ପରିବାକୁ ଅଳ୍ପ ତେଲରେ ଭାଜି ତାହା ପରେ ଡାଲି ପକାଇ ସିଝାଯାଏ । ଅନ୍ୟ ପ୍ରଣାଳୀରେ ପରିବା ଓ ଡାଲିକି ଏକା ସାଂଗରେ ସିଝାଯାଏ । ଡାଲମାରେ ନଡିଆ କୋରା ପକେଇ ରାନ୍ଧିଲେ ଏହାକୁ ଲୋକେ ବାଡିଆ ଡାଲମା ବୋଲି କୁହନ୍ତି । ହବିଷ ଡାଲମା ବିନା ପିଆଜ, ରସୁଣରେ ତିଆରି କରାଯାଇଥାଏ ଓ ହବିଷ କାଳରେ ଖିଆଯାଇଥାଏ । ଆହୁରି ଦେଖନ୍ତୁ ଓଡ଼ିଆ ରାନ୍ଧଣା ଡାଲି ବାହାର ଲିଙ୍କ ଡାଲମା ଡାଲମା ଓଡ଼ିଆ ଖାଦ୍ୟ ଶ୍ରେଣୀ:ଭାରତୀୟ ଖାଦ୍ୟ ଶ୍ରେଣୀ:ଭାରତୀୟ ଖାଦ୍ୟ ଶ୍ରେଣୀ:ଓଡ଼ିଆ ରାନ୍ଧଣା ଶ୍ରେଣୀ:ଡାଲିଜାତୀୟ ଖାଦ୍ୟ
ଡାଲି
https://or.wikipedia.org/wiki/ଡାଲି
ଡାଲି ( ଦାଲ (Dāl), ଦାଲ, ଦାଲ, ବେଳେ (Bēḷe), , ଦାଲ (Dāl), ପାରିପ୍ପୁ (Parippu), ଦାଲ (Ḍāḷ), ଡାଲି, ପାରିପ୍ପୁ (Parippu), ପାପ୍ପୁ (Pappu), ଦାଲ (Dāl), , ଗୁଜରାଟୀ: દાળ, ଦାଲ (Dāl) ଡାଲମା ଆଦି ତରକାରୀ ରନ୍ଧାରେ ବ୍ୟବହୃତ ଏକ ଶସ୍ୟ । ଚୋପାରୁ ବାହାର କରାଯାଇଥିବା ଡାଲିକୁ ତରକାରି କରିବାରେ ବ୍ୟବହାର କରାଯାଇଥାଏ । ପ୍ରକାର ହରଡ଼, ମୁଗ, କୋଳଥ, ମସୁର ବିରି,ଚଣା, ରାନ୍ଧଣା ପ୍ରକାର ଡାଲମା ସମ୍ବର (ଖାଦ୍ୟ) ତିଆରି ପ୍ରଣାଳୀ ଡାଲିକୁ ସିଝାଯାଇ ତାହାକୁ ତେଲ/ ଘିଅରେ ଜିରା, ଲଙ୍କା, ଫୁଟଣ, ପିଆଜ], ରସୁଣ, ଅଦା, ଭୃଷଙ୍ଗ ପତ୍ର ଆଦିକୁ ଛୁଙ୍କ ଦେଇ ଏହା ତିଆରି କରାଯାଏ । ଆହୁରି ଦେଖନ୍ତୁ ଓଡ଼ିଆ ରାନ୍ଧଣା ଡାଲମା ଶ୍ରେଣୀ:ଭାରତୀୟ ଖାଦ୍ୟ ଶ୍ରେଣୀ:ଭାରତୀୟ ଖାଦ୍ୟ ଶ୍ରେଣୀ:ଓଡ଼ିଆ ରାନ୍ଧଣା ଶ୍ରେଣୀ:ଡାଲିଜାତୀୟ ଖାଦ୍ୟ
୧୯୫୪ର ଓଡ଼ିଆ କଥାଚିତ୍ର
https://or.wikipedia.org/wiki/୧୯୫୪ର_ଓଡ଼ିଆ_କଥାଚିତ୍ର
ଓଡ଼ିଆ ସିନେମା ଜଗତରେ ୧୯୫୪ରେ ତିଆରି ହୋଇଥିବା ଓଡ଼ିଆ ସିନେମା A-Z ନାମ ନିର୍ଦ୍ଦେଶକ ଅଭିନେତା ପ୍ରକାର ଟୀକା ୧୯୫୪କେଦାର ଗୌରିମାନରଞ୍ଜନ ଦାସଗୌର ଘୋଶ, ବୀଣା ଦ୍ରଷ୍ଟବ୍ୟ ୧୯୫୪ ଶ୍ରେଣୀ:ଚଳଚ୍ଚିତ୍ର ୧୯୫୪ରେ ଶ୍ରେଣୀ:୧୯୫୪ରେ ଭାରତ ଶ୍ରେଣୀ:୧୯୫୪ରେ ଓଡ଼ିଶା
୧୯୫୬ର ଓଡ଼ିଆ କଥାଚିତ୍ର
https://or.wikipedia.org/wiki/୧୯୫୬ର_ଓଡ଼ିଆ_କଥାଚିତ୍ର
ଓଡ଼ିଆ ସିନେମା ଜଗତରେ ୧୯୫୬ରେ ତିଆରି ହୋଇଥିବା ଓଡ଼ିଆ ସିନେମା A-Z ନାମ ନିର୍ଦ୍ଦେଶକ ଅଭିନେତା ପ୍ରକାର ଟୀକା ୧୯୫୬ ଭାଇ ଭାଇନିତାଇ ପାଲିତ ଗୌର ଘୋଷ, ଚପଳା, ବୀଣା ଦ୍ରଷ୍ଟବ୍ୟ ୧୯୫୬ ଶ୍ରେଣୀ:ଚଳଚ୍ଚିତ୍ର ୧୯୫୬ରେ ଶ୍ରେଣୀ:୧୯୫୬ରେ ଭାରତ ଶ୍ରେଣୀ:୧୯୫୬ରେ ଓଡ଼ିଶା
ବେସର
https://or.wikipedia.org/wiki/ବେସର
ବେସର ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ । ବେସର ବଟା (ସୋରିଷ, ଜିରା, ପାନମଧୁରୀ, ନଡ଼ିଆ ଆଦି ମିଶାଇ ବାଟିବା କିମ୍ବା ସୋରିଷ, ରସୁଣ, ଜିରାକୁ ମିଶାଇ ବାଟିବା)ରେ ପରିବା କିମ୍ବା ମାଛ ଆଦି ମିଶାଇ କରାଯାଇଥିବା ଏକ ତରକାରୀ । ବେସର ଉଭୟ ନିରାମିଷ (ପରିବା ବେସର, ପାଳଙ୍ଗ/ଶାଗ ବେସର, ଛୁଇଁ ବେସର, ଛତୁ ବେସର ଆଦି) ଆମିଷ (ସାଧାରଣତଃ ମାଛରେ) ହୋଇପାରେ । ବେସରରେ ସାଧାରଣତଃ ବଡ଼ି ବା ନାଡ଼ି ଛୁଙ୍କ ଦେଇ ତିଆରି କରାଯାଇଥାଏ । ବେସର ଝୋଳ ଭଳି ପାଣିଆ ନହୋଇ ବହଳିଆ ହୋଇଥାଏ । ମାଛ ବେସର ଓ ଅନ୍ୟାନ୍ୟ କେତେ ବେସରରେ ଆମ୍ବୁଲ ମଧ୍ୟ ପଡ଼ିଥାଏ । ବେସର ସାଧାରଣତଃ ଦ୍ୱିପହର କିମ୍ବା ରାତିରେ ଭାତ ସଙ୍ଗେ ଏକ ମୁଖ୍ୟ ତରକାରୀ ଭାବେ ଖିଆଯାଇଥାଏ । ପ୍ରକାର ଭେଦ ବେସର ବଟାରେ ବ୍ୟବହୃତ ଉପାଦାନକୁ ନେଇ ବେସର ମୁଖ୍ୟତଃ ଦୁଇପ୍ରକାରର । ପ୍ରଥମଟି ସୋରିଷ, ଜିରା, ପାନମଧୁରୀ, ନଡ଼ିଆ ଆଦି ମିଶାଇ ବଟାଯାଇଥିବା ବେସର ବଟା ପଡ଼ିହୁଏ । ଜଗନ୍ନାଥ ମନ୍ଦିର ଓ ଅନ୍ୟାନ୍ୟ ଦେଉଳରେ ଏହି ଭଳି ବେସର ବଟା ପଡ଼ି ରନ୍ଧାଯାଉଥିବାରୁ ଏହାକୁ "ଦେଉଳିଆ ବେସର" ବୋଲି ମଧ୍ୟ କହାଯାଏ । ଦ୍ୱିତୀୟ ପ୍ରକାରର ବେସର ସୋରିଷ, ରସୁଣ, ଜିରା ଆଦିକୁ ମିଶାଇ ବାଟି କରାଯାଇଥାଏ । ଏହା ସାଧାରଣତଃ ଘରେ ଓ ଭୋଜି ଆଦିରେ ରନ୍ଧାଯାଇଥାଏ । ମାଛ ବେସର ଓ ଛତୁ ବେସର ଆଦିରେ ଆମ୍ବୁଲ ଓ ଏହି ପ୍ରକାର ବେସର ବଟା ଦେଇ ରନ୍ଧାଯାଏ । ଆଧାର ଶ୍ରେଣୀ:ଓଡ଼ିଆ ରାନ୍ଧଣା
ଅଣସୋରିଷିଆ
https://or.wikipedia.org/wiki/ଅଣସୋରିଷିଆ
REDIRECT ଅଜଗନ୍ଧା
କେଦାର ଗୌରୀ
https://or.wikipedia.org/wiki/କେଦାର_ଗୌରୀ
କେଦାର ଗୌରୀ ୧୯୫୪ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ନିତାଇ ପାଲିତ ଓ ମନୋରଞ୍ଜନ ଦାସଙ୍କ ଯୌଥ ନିର୍ଦ୍ଦେଶନାରେ ତିଆରି ହେଇଥିଲା । ଅଭିନୟରେ ଓଡ଼ିଆକଥାଚିତ୍ର ‘କେଦାର ଗୌରୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ବୀଣା କିଶୋରି ଦେବୀ ଗୌର ଘୋଷ ଲକ୍ଷ୍ମୀ ଗ୍ଲୋରିଆ ମହାନ୍ତି ସଞ୍ଜୁକ୍ତା ପାଣିଗ୍ରାହୀ ରାଧାରାଣୀ ରୀତା ସୀଲା ଉଲ୍ଲାସ ଗୋବିନ୍ଦ ତେଜ (ପ୍ରଥମ ଅଭିନୟ) ଗୀତ ଓ ସଙ୍ଗୀତ ଗୀତ : କାଳୀଚରଣ ପଟ୍ଟନାୟକ ସଙ୍ଗୀତ : ବାଳକୃଷ୍ଣ ଦାସ ଆଧାର ବାହାର ଆଧାର ଶ୍ରେଣୀ:୧୯୫୪ର ଓଡ଼ିଆ କଥାଚିତ୍ର
ରୋଲ୍ସ - ୨୮
https://or.wikipedia.org/wiki/ରୋଲ୍ସ_-_୨୮
ରୋଲ୍ସ୍ ୨-୮ ଏପ୍ରିଲ ୨୮, ୧୯୫୦ ଶୁକ୍ରବାର ଦିନ କଟକର କ୍ଯାପିଟାଲ ରଙ୍ଗାଳୟରେ ମୁକ୍ତିଲାଭ କରିଥିଲା । ଗ୍ରେଟଇଷ୍ଟର୍ଣ୍ଣ ମୋଭିଟୋନ ଦ୍ବାରା ପ୍ରଯୋଜିତ ଓ କଲ୍ୟାଣ ଗୁପ୍ତାଙ୍କ ନିର୍ଦ୍ଦେଶିତ ଏହା ହେଲା ଚତୁର୍ଥ ଓଡ଼ିଆ କଥାଚିତ୍ର। (ପ୍ରଥମ ସାମାଜିକ ଓଡ଼ିଆ ସିନେମା ‘ରୋଲସ୍ ଟୁ ଏଇଟ୍‌’ ସମ୍ବନ୍ଧରେ ଏପର୍ଯ୍ୟନ୍ତ ସଂପୂର୍ଣ ଓ ନିର୍ଭୁଲ ତଥ୍ୟ ମିଳିନାହିଁ। ଆଶ୍ଚର୍ଯ୍ୟଜନକ ଭାବରେ ଏହାର ମୁକ୍ତିଲାଭ ତାରିଖ ସମ୍ବନ୍ଧରେ ମଧ୍ୟ ଭ୍ରାନ୍ତି ରହିଛି। କାର୍ତ୍ତିକ ଘୋଷଙ୍କ ‘ଓଡ଼ିଆ ଚଳଚ୍ଚିତ୍ରର ଇତିହାସ’, ଭୀମ ସିଂହଙ୍କ ‘ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ’ ଓ ରଣଧୀର ଦାସଙ୍କ ‘ଜୀବନରଙ୍ଗ ଚଳଚ୍ଚିତ୍ର ବିଶେଷାଙ୍କ’ରେ ‘ରୋଲସ୍ ଟୁ ଏଇଟ୍‌’ର ମୁକ୍ତିଲାଭ ବର୍ଷ ୧୯୫୧ ବୋଲି ଉଲ୍ଲେଖ ରହିଛି, ତାରିଖ କି ମାସର ଉଲ୍ଲେଖ ନାହିଁ।...ପ୍ରଥମ ଓଡ଼ିଆ ସିନେମା ‘ସାତା ବିବାହ’ ଓଡ଼ିଶାରେ ମୁକ୍ତିଲାଭ କରିଥିଲା ସେହି ଏପ୍ରିଲ ୨୮ ତାରିଖରେ, ତାହାର ଚଉଦ ବର୍ଷ ପରେ ସେହି ଏକା ତାରିଖରେ ମୁକ୍ତିଲାଭ କଲା ପ୍ରଥମ ସାମାଜିକ ଓଡ଼ିଆ ସିନେମା ‘ରୋଲ୍‌ସ ଟୁ ଏଇଟ୍‌’! ସୂର୍ଯ୍ୟ ଦେଓଙ୍କ ଦ୍ବାରା ଅକ୍ଟୋବର ୧୩, ୨୦୨୨ରେ ପ୍ରକାଶିତ ନୂତନ ତଥ୍ୟ ) ସଙ୍ଗୀତ : ଗୌର ଗୋସ୍ୱାମୀ ଓ ସୁରେନ୍ ପାଲ୍‌ ଗୀତ ଗୁଡ଼ିକର ସାରଣୀ କ୍ରମ ଗୀତଗୀତିକାରଗାୟକ / ଗାୟିକା୧ନା ଯାନା ଇଂଲଣ୍ଡ ବ୍ରଜେନ୍ଦ୍ର ନାରାୟଣ ସିଂହଦେଓପ୍ରଫୁଲ୍ଲ କୁମାର ସିଂହଦେଓ ଓ କମଳା ଦେବୀ୨ବନଫୁଲ ବନେକାଳୀଚରଣ ପଟ୍ଟନାୟକ ପ୍ରଫୁଲ୍ଲ କୁମାର ସିଂହଦେଓ୩ବସନ୍ତରେ ବସନ୍ତରେକାଳୀଚରଣ ପଟ୍ଟନାୟକକମଳା ଦେବୀ୪ମରୁଆ ଫୁଟିଲା ବନେ ରାଧାରମଣ ରାୟରାଧାରମଣ ରାୟ ଓ କମଳା ଦେବୀ୫ମନ ମୋର ସପନରବ୍ରଜେନ୍ଦ୍ର ନାରାୟଣ ସିଂହଦେଓପ୍ରଫୁଲ୍ଲ କୁମାର ସିଂହଦେଓ ଓ କମଳା ଦେବୀ୬ରାଜାର କୁମାର ମୋରବ୍ରଜେନ୍ଦ୍ର ନାରାୟଣ ସିଂହଦେଓପ୍ରଫୁଲ୍ଲ କୁମାର ସିଂହଦେଓ ଓ କମଳା ଦେବୀ ମରୁଆ ଫୁଟିଲା ବନେ ଅଭିନୟରେ ଓଡ଼ିଆ କଥାଚିତ୍ର ‘ରୋଲ୍ସ ୨-୮’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ବିମଳା ଦେବୀ କିଶୋରି ଦେବୀ ଗିରିଧାରି ରତିକାନ୍ତ ପାଢ଼ି ପଙ୍କଜ ଅନିମା ପେଦିନି ରାଜେନ୍ଦ୍ର ଆଧାର ବାହାର ଆଧାର ଶ୍ରେଣୀ:୧୯୫୦ର ଓଡ଼ିଆ କଥାଚିତ୍ର
ଭାଇ ଭାଇ
https://or.wikipedia.org/wiki/ଭାଇ_ଭାଇ
ନିତାଇ ପାଲିତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଭାଇ ଭାଇ ୧୯୫୬ ମସିହାରେ ମୁକ୍ତିଲାଭ କରିଥିଲା । ଅଭିନୟରେ ଓଡ଼ିଆଚଳଚ୍ଚିତ୍ର ‘ଭାଇ ଭାଇ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ଗୌର ଘୋଷ ହେମନ୍ତ ଦାସ ଚପଳା ନାୟକ ଲୀଳା ଦୁଲାଳୀ ବୀଣା ଅଶୋକ କୁମାର କିଶୋର କୁମାର ନିମ୍ମି ଓମ୍ ପ୍ରକାଶ ନିରୁପା ରାୟ ସାମୁଏଲ୍ ସାହୁ (ବାବି) ଆଧାର ଅଧିକ ତଥ୍ୟ ଶ୍ରେଣୀ:୧୯୫୬ର ଓଡ଼ିଆ କଥାଚିତ୍ର
ଆମରି ଗାଁ ଝୁଅ
https://or.wikipedia.org/wiki/ଆମରି_ଗାଁ_ଝୁଅ
ବିନୟ ବାନାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ଆମରି ଗାଁ ଝୁଅ ୧୯୫୩ ମସିହାରେ ମୁକ୍ତିଲାଭ କରିଥିଲା । ଅଭିନୟରେ ଓଡ଼ିଆ କଥାଚିତ୍ର ‘ଆମରି ଗାଁ ଝୁଅ’ରେ ଅଭିନୟ କରିଥିବା କଳାକାର ହେଲେ: ଗୋପାଳ ବାନାର୍ଜି ଚପଳା ନାୟକ, ଅନୁ ଚରିତ୍ରରେ ଭାନୁମତୀ ଦେବୀ ଦୁର୍ଲଭ ସିଂ ଗୌର ଘୋଷ, ବିନୋଦ ଚରିତ୍ରରେ ଆଧାର ଅଧିକ ତଥ୍ୟ ଶ୍ରେଣୀ:୧୯୫୩ର ଓଡ଼ିଆ କଥାଚିତ୍ର
ପ୍ରଥମ ପ୍ରେମ
https://or.wikipedia.org/wiki/ପ୍ରଥମ_ପ୍ରେମ
ହର ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ପ୍ରଥମ ପ୍ରେମ ୨୦୦୫ ମସିହାରେ ମୁକ୍ତିଲାଭ କରିଥିଲା । ଅଭିନୟରେ ଓଡ଼ିଆଚଳଚ୍ଚିତ୍ର ‘ପ୍ରଥମ ପ୍ରେମ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ଅନୁଭବ ମହାନ୍ତି ସୁଗେନା ଚୌଧୁରୀ ମେଘନା ମିଶ୍ର ଦେବୁ ବୋଷ ହର ପଟ୍ଟନାୟକ ଗ୍ଲୋରିଆ ମହାନ୍ତି ହରିହର ମହାପାତ୍ର ବ୍ରଜ ସିଂ ସଲିଳ ମିତ୍ର ରୁନୁ ପରିଜା ଶୁଭକାନ୍ତ ସାହୁ ଦ୍ରଷ୍ଟବ୍ୟ ଶ୍ରେଣୀ:୨୦୦୫ର ଓଡ଼ିଆ କଥାଚିତ୍ର ଶ୍ରେଣୀ:କଥାଚିତ୍ର ପ୍ରକଳ୍ପରେ ଉନ୍ନତ ହେବାକୁ ଥିବା ପ୍ରସଙ୍ଗ
ଅଭିମାନ
https://or.wikipedia.org/wiki/ଅଭିମାନ
ସାଧୁ ମେହେରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ଅଭିମାନ୧୯୭୭ ମସିହାରେ ମୁକ୍ତିଲାଭ କରିଥିଲା । ନିର୍ଦ୍ଦେଶକ ଭାବରେ ସାଧୁ ମେହେର ଓ ଅଭିନେତା ଭାବେ ଉତ୍ତମ ମହାନ୍ତିଙ୍କର ଏହା ଥିଲା ପ୍ରଥମ ଓଡ଼ିଆ କଥାଚିତ୍ର । ଅଭିନୟ ଉତ୍ତମ ମହାନ୍ତି ବିଜୟ ମହାନ୍ତି ଶରତ ପୂଜାରୀ ଅଜିତ ଦାସ ଜ୍ୟୋତ୍ସ୍ନା ଦାସ ସୁଜାତା ଆନନ୍ଦ ଧୀର ବିଶ୍ୱାଳ ରିତା ଚାନ୍ଦ ଗଡ଼ି ସାଧୁ ମେହେର ପ୍ରମୋଦ ମହାନ୍ତି ନିହାରିକା ସାହୁ ସାମୁଏଲ ସାହୁ (ବାବି) ଗୀତ ଓ ସଙ୍ଗୀତ ସଙ୍ଗୀତକାର: ରାଧାକୃଷ୍ଣ ଭଞ୍ଜ, ସରୋଜ ପଟ୍ଟନାୟକ ପ୍ରଚ୍ଛଦପଟ ଗାୟକ: ଅକ୍ଷୟ ମହାନ୍ତି, ଉଷା ମଙ୍ଗେସକର ଗୀତ କାହିଁ ଗଲେ ବନ୍ଧୁରେ ଭଷା ମେଘ ମୁଁ ଯେ ଭାସିଯଏ ଦୂରେ ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ ଆଧାର ବାହାର ଆଧାର ଶ୍ରେଣୀ:୧୯୭୭ର ଓଡ଼ିଆ କଥାଚିତ୍ର ଶ୍ରେଣୀ:କଥାଚିତ୍ର ପ୍ରକଳ୍ପରେ ଉନ୍ନତ ହେବାକୁ ଥିବା ପ୍ରସଙ୍ଗ
ଦଣ୍ଡା ବାଳୁଙ୍ଗା
https://or.wikipedia.org/wiki/ଦଣ୍ଡା_ବାଳୁଙ୍ଗା
ଲେଉଟାଣି ଦଣ୍ଡାବାଳୁଙ୍ଗା
ନାଗ ଫାସ
https://or.wikipedia.org/wiki/ନାଗ_ଫାସ
ଲେଉଟାଣି ନାଗଫାସ
ମଥୁରା ବିଜୟ
https://or.wikipedia.org/wiki/ମଥୁରା_ବିଜୟ
ମଥୁରା ବିଜୟ ୧୯୭୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବାବୁଲାଲ ଦୋଶୀ । ଏ ସଞ୍ଜିବୀ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବାଳକୃଷ୍ଣ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିରେ କୃଷ୍ଣ ଭୂମିକାରେ ଶ୍ରୀକାନ୍ତ ଗୌତମ, ରାଧା ଭୂମିକାରେ ରୂପଲେଖା, କଂସ ଭୂମିକାରେ ଶରତ ପୂଜାରୀ, ନନ୍ଦ ଭୂମିକାରେ ପବନ କୁମାର ଓ ଯଶୋଦା ଭୂମିକାରେ ଅନିତା ଦାସ ଅଭିନୟ କରିଥିଲେ । ମିହିର ଦାସ, ଜୟା ସ୍ୱାମୀ, ଗୀତା ରାଓ, ଦୀପା ସାହୁ, ଜୟୀରାମ ସାମଲ, ମାମିନା, ରୁକମଣୀ, ତାପସ ଦାସଗୁପ୍ତା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅଭିନୟ ଶ୍ରୀକାନ୍ତ ଗୌତମ ରୂପଲେଖା ଶରତ ପୂଜାରୀ ପବନ କୁମାର ଅନିତା ଦାସ ମିହିର ଦାସ ଜୟା ସ୍ୱାମୀ ଗୀତା ରାଓ (ଗୀତା ରାଣୀ ଦତ୍ତ) ଦୀପା ସାହୁ ଜୟୀରାମ ସାମଲ ମାମିନା ରୁକମଣୀ ତାପସ ଦାସଗୁପ୍ତା ଗୀତ ଓ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଏ ବାଳକୃଷ୍ଣ ଦାଶ । ନାରାୟଣ ପ୍ରସାଦ ସିଂହ, ଗୌର ପଟ୍ଟନାୟକ, ବୈକୁଣ୍ଠନାଥ ମହାନ୍ତି ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଭିକାରୀ ବଳ, ଶେଖର ଘୋଷ, ବାଣୀ ଜୟରାମ, ଗୀତା ପଟ୍ଟନାୟକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ । ଆଧାର ବାହାର ଆଧାର ଶ୍ରେଣୀ:୧୯୭୯ର ଓଡ଼ିଆ କଥାଚିତ୍ର
ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା
https://or.wikipedia.org/wiki/ଶ୍ରୀ_ଶ୍ରୀ_ମହାଲକ୍ଷ୍ମୀ_ପୂଜା
ବିଶ୍ୱନାଥ ନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା - ୧୯୫୯ ମସିହାରେ ମୁକ୍ତିଲାଭ କରିଥିଲା । ଅଭିନୟରେ ଓଡ଼ିଆ କଥାଚିତ୍ର ‘ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୁଜା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ବାଉରିବନ୍ଧୁ ଝରଣା ଦାସ ଅନୁଭା ଗୁପ୍ତା ଶରତ ପୂଜାରୀ ଶେଫାଳୀ ନାୟକ ଶ୍ରୀକାନ୍ତ ଗୀତ ଏହି କଥାତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇର୍ଥିଲେ ନଚିକେତା ଘୋଷ । ଗୀତ ସାରଣୀ ଗୀତ ଗୀତିକାର ଗାୟକ / ଗାୟିକା ମୋର ମନ ସିନା କେହି ଜାଣେନା --- ସନ୍ଧ୍ୟା ମୁଖାର୍ଜୀ ଆଜି କାର୍ତ୍ତିକ ପୁନେଇ ଦିନରେ ମାଝି କାତ ମାରି --- ଜୟ ତୁ ମହାଲକ୍ଷ୍ମୀ ଜୟ ତୁ ମା--- କେତେ ମଜା ଏ ଦୁନିଆ ଭାଇ ମଜା --- ଆଧାର ଅଧିକ ତଥ୍ୟ ଶ୍ରେଣୀ:୧୯୫୯ର ଓଡ଼ିଆ କଥାଚିତ୍ର
ଚଉମୁଖ
https://or.wikipedia.org/wiki/ଚଉମୁଖ
ଚଉମୁଖ ଓଡ଼ିଶାର ବାଲେଶ୍ୱର ଜିଲାର ବାଲିଆପାଳ ବ୍ଲକର ଏକ ଗାଆଁ । Indiawater.gov.in ଚଉମୁଖ ଚଉମୁଖ ଓ ଡଗରା ବାଲିଆପାଳ ବ୍ଲକର ଦୁଇଟି ଉପକୂଳବର୍ତ୍ତୀ ଗାଆଁ ଯାହା ନିକଟରେ ଏକ ବେଳାଭୂମି ଅଛି । ବାଲେଶ୍ୱର ଜିଲା ଚାନ୍ଦିପୁର, ତାଳସାରିର ବେଳାଭୂମି ପରି ଏଠାରେ ମଧ୍ୟ ନାଲି କଙ୍କଡ଼ା, ରୂପା ଚକ ଚକ ବାଲି ଓ ଝାଉଁ ବଣ ଦେଖିବାକୁ ମିଳିଥାଏ । ସ୍ଥାନୀୟ ମାଛଧରାଳିମାନେ ଏଠାରେ ଛୋଟ ଛୋଟ ପଟିଆ ଡଙ୍ଗାରେ ମାଛ ଧରିଥାନ୍ତି । ଭୂଗୋଳ ଚଉମୁଖର ଅବସ୍ଥାନଠାରେ । ଗମନାଗମନ ଚଉମୁଖ ବାଲେଶ୍ୱରଠାରୁ ୬୪ କି.ମି. ଦୂର । ନିକଟତମ ବସ ରହିବା ଜାଗା ହେଲା ଜଗାଇ (୯ କି.ମି.) । ନିକଟତମ ରେଳ ଷ୍ଟେସନ ହେଲା ଜଳେଶ୍ୱର (୫୮ କି.ମି.) । ଏହା ପାଖରେ ଥିବା ଆଉ ଏକ ଷ୍ଟେସନ ହେଲା ବସ୍ତା (୬୫ କି.ମି.) । ନିକଟତମ ବିମାନ ବନ୍ଦର ହେଲା ଭୁବନେଶ୍ୱର । ରହିବା ସୁବିଧା ପାନ୍ଥନିବାସ, ଡଗରା, ଟେଲିଫୋନ: ୫୩୩୩୧ ଓଟିଡ଼ିସି ପାନ୍ଥଶାଳା: ତାଳସାରି, ପୋ: ଚନ୍ଦନେଶ୍ୱର, ବାଲେଶ୍ୱର ଜିଲା: ୭୫୬୦୮୫, ଟେଲିଫୋନ: (୦୬୭୮୧) ୨୩୨୫୨୮ ଘର ଭଡ଼ା (ଦୁଇଟିକିଆ ବିଛଣା): ୧୧୫୦, ବିନା ଏ.ସି. (ଦୁଇଜଣିଆ ବିଛଣା): ୭୦୦, ସାଧାରଣ ରହିବା ଘର (୩ଟି ବିଛଣା): ୨୦୦ ଟଙ୍କା (ପ୍ରତି ବିଛଣା ପିଛା)http://www.panthanivas.com/chandaneswar.htm ଦ୍ରଷ୍ଟବ୍ୟ ଶ୍ରେଣୀ:ବାଲେଶ୍ୱର ଜିଲ୍ଲାର ଗାଆଁ ଓ ସହର ଶ୍ରେଣୀ:ଓଡ଼ିଶାର ଗାଆଁ ଓ ସହର
ଡଗରା, ବାଲେଶ୍ୱର
https://or.wikipedia.org/wiki/ଡଗରା,_ବାଲେଶ୍ୱର
ଡଗରା ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକର ଏକ ଗାଆଁ ।Indiawater.gov.in ଡଗରା ଡଗରା ଓ ଚଉମୁଖ ବାଲିଆପାଳ ବ୍ଲକର ଦୁଇଟି ଉପକୂଳବର୍ତ୍ତୀ ଗାଆଁ ଯାହା ନିକଟରେ ଏକ ବେଳାଭୂମି ଅଛି । ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର, ତାଳସାରିର ବେଳାଭୂମି ପରି ଏଠାରେ ମଧ୍ୟ ନାଲି କଙ୍କଡ଼ା, ରୂପା ଚକ ଚକ ବାଲି ଓ ଝାଉଁ ବଣ ଦେଖିବାକୁ ମିଳିଥାଏ । ସ୍ଥାନୀୟ ମାଛଧରାଳିମାନେ ଏଠାରେ ଛୋଟ ଛୋଟ "ପଟିଆ ଡଙ୍ଗା"ରେ ମାଛ ଧରିଥାନ୍ତି । ଭୂଗୋଳ ଡଗରାର ଅବସ୍ଥାନଠାରେ । ଗମନାଗମନ ଡଗରା ବାଲେଶ୍ୱରଠାରୁ ୬୪ କି.ମି. ଦୂର । ନିକଟତମ ବସ ରହିବା ଜାଗା ହେଲା ଜଗାଇ (୧୧ କି.ମି.) । ନିକଟତମ ରେଳ ଷ୍ଟେସନ ହେଲା ଜଳେଶ୍ୱର (୫୮ କି.ମି.) । ଏହା ପାଖରେ ଥିବା ଆଉ ଏକ ଷ୍ଟେସନ ହେଲା ବସ୍ତା (୬୫ କି.ମି.) । ନିକଟତମ ବିମାନ ବନ୍ଦର ହେଲା ଭୁବନେଶ୍ୱର । ରହିବା ସୁବିଧା ପାନ୍ଥନିବାସ, ଡଗରା, ଟେଲିଫୋନ: ୫୩୩୩୧ ଓଟିଡ଼ିସି ପାନ୍ଥଶାଳା: ତାଳସାରି, ପୋ: ଚନ୍ଦନେଶ୍ୱର, ବାଲେଶ୍ୱର ଜିଲା: ୭୫୬୦୮୫, ଟେଲିଫୋନ: (୦୬୭୮୧) ୨୩୨୫୨୮ http://www.panthanivas.com/chandaneswar.htm ଦ୍ରଷ୍ଟବ୍ୟ ଶ୍ରେଣୀ:ବାଲେଶ୍ୱର ଜିଲ୍ଲାର ଗାଆଁ ଓ ସହର
ପୂଜା ପାଇଁ ଫୁଲଟିଏ
https://or.wikipedia.org/wiki/ପୂଜା_ପାଇଁ_ଫୁଲଟିଏ
ଗଦାଧର ପୁଟୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ସିନେମା ପୂଜା ପାଇଁ ଫୁଲଟିଏ ୨୦୦୭ ମସିହାରେ ମୁକ୍ତିଲାଭ କରିଥିଲା । ଅଭିନୟରେ ଓଡ଼ିଆଚଳଚ୍ଚିତ୍ର ‘ପୂଜା ପାଇଁ ଫୁଲଟିଏ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ଆଦ୍ୟାଶା ମହାପାତ୍ର ଆକାଙ୍କ୍ଷା କବି ନୈନା ଦାସ ଲିସା ମହାନ୍ତି ଶରତ ପୂଜାରୀ ସୌମେନ ପୁଜାରୀ ସୁମନ୍ତ ମଣି ଦ୍ରଷ୍ଟବ୍ୟ ଶ୍ରେଣୀ:୨୦୦୭ର ଓଡ଼ିଆ କଥାଚିତ୍ର ଶ୍ରେଣୀ:ଜାତୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ କଥାଚିତ୍ର
ମମତା ମାଗେ ମୂଲ
https://or.wikipedia.org/wiki/ମମତା_ମାଗେ_ମୂଲ
ଅମିୟ ରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ମମତା ମାଗେ ମୂଲ ୧୯୮୫ ମସିହାରେ ମୁକ୍ତିଲାଭ କରିଥିଲା । ଅଭିନୟରେ ଓଡ଼ିଆ କଥାଚିତ୍ର ‘ମମତା ମାଗେ ମୂଲ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ଅନୀତା ଦାସ ହେମନ୍ତ ଦାସ ଅପରାଜିତା ମହାନ୍ତି ବିଜୟ ମହାନ୍ତି ଉତ୍ତମ ମହାନ୍ତି ତନ୍ଦ୍ରା ରାୟ ଜୟୀରାମ ସାମଲ ଦୁଃଖୀରାମ ସ୍ୱାଇଁ ଟୀକା ଶ୍ରେଣୀ:୧୯୮୫ର ଓଡ଼ିଆ କଥାଚିତ୍ର ଶ୍ରେଣୀ:କଥାଚିତ୍ର ପ୍ରକଳ୍ପରେ ଉନ୍ନତ ହେବାକୁ ଥିବା ପ୍ରସଙ୍ଗ
ଚାନ୍ଦିପୁର
https://or.wikipedia.org/wiki/ଚାନ୍ଦିପୁର
ଚାନ୍ଦିପୁର() ବା ଚାନ୍ଦିପୁର ବେଳାଭୂମି ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଏକ ବେଳାଭୂମି । ଏହା ବଙ୍ଗୋପସାଗର ନିକଟରେ ଓ ବାଲେଶ୍ୱର ସହରଠାରୁ ୧୬ କି.ମି. ଦୂରରେ ଅବସ୍ଥିତ । ଏହା ଏକ ନିଆରା ବେଳାଭୂମି ଯେଉଁଠାରେ ସମୁଦ୍ର ପାଣି ବେଳାଭୂମିରୁ ୧-୪ କି.ମି. ଯାଏଁ ଘୁଞ୍ଚିଯାଏ ଓ ଜୁଆର ସମୟରେ ପୁଣି ଫେରିଥାଏ । ଏହି ପ୍ରକ୍ରିୟା ଦିନରେ ଦୁଇଥର ହୋଇଥାଏ। ଉଦାହରଣ ସ୍ୱରୂପ ଜଦି ସକାଳେ ଜୁଆର ଆସେ ତାହେଲେ ବାର ଘଂଟା ପରେ ଭଟ୍ଟା ଆସିବ। ଏହି କାରଣରୁ ଏଠାରେ ଅନେକ ଜୈବ ବିଭିନ୍ନତା ଦେଖିବାକୁ ମିଳିଥାଏ । ମିର୍ଜାପୁର ପଟ ବେଳାଭୂମିରେ ଅଶ୍ୱଖୁରାକୃତି କଙ୍କଡା ବା ନାଲି କଙ୍କଡ଼ା ଦେଖିବାକୁ ମିଳିଥାଏ । ନିକଟରେ ବୁଢ଼ାବଳଙ୍ଗ ନଦୀର ମୁହାଣ ପାଖରେ ବଳରାମ ଗଡ଼ିଠାରେ ଏକ ମାଛଧରା ବନ୍ଦର ଅଛି । ଚାନ୍ଦିପୁରଠାରେ ଭାରତୀୟ ସେନାର ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ର ମଧ୍ୟ ଅଛି । thumb|ଚାନ୍ଦିପୁର ବେଳାଭୂମି ଭୂଗୋଳ ଚାନ୍ଦିପୁର ଠାରେ ଅବସ୍ଥିତ ।Falling Rain Genomics, Inc - Chandipur ଏହାର ହାରାହାରି ଉଚ୍ଚତା । thumb|ମିସାଇଲ ପରୀକ୍ଷଣ ପଦାତିକ ସେନା ଚାନ୍ଦିପୁର ବେଳାଭୂମିଠାରେ ଭାରତୀୟ ପଦାତିକ ସେନାର ଇଣ୍ଟିଗ୍ରେଟେଡ଼ ଟେଷ୍ଟ ରେଞ୍ଜ (ଆଇଟି ଆର) ଅଛି । ଏଠାରୁ ଆକାଶ, ଅଗ୍ନି, ଶୌର୍ଯ୍ୟ, ପୃଥିବୀ ଓ ବ୍ରହ୍ମୋସ ଆଦି ଅନେକ ପରମାଣୁ କ୍ଷମତାଧାରୀ ମିସାଇଲର ପରୀକ୍ଷଣ କରାଯାଇଛି । ଗମନାଗମନ ଚାନ୍ଦିପୁରକୁ ବାଲେଶ୍ୱରରୁ ସଡ଼କ ପଥରେ ଯାଇହେବ । ବାଲେଶ୍ୱର ସଡ଼କ ପଥରେ ୫ ନମ୍ବର ଜାତୀୟ ରାଜପଥ ଓ ରେଳପଥଦ୍ୱାରା ଭୁବନେଶ୍ୱର ଓ କଲିକତା ସହ ସଂଯୁକ୍ତ । ଦ୍ରଷ୍ଟବ୍ୟ ବାହାର ଲିଙ୍କ ଶ୍ରେଣୀ:ବାଲେଶ୍ୱର ଜିଲ୍ଲାର ଗାଆଁ ଓ ସହର ଶ୍ରେଣୀ:ଓଡ଼ିଶାର ବେଳାଭୂମି ଶ୍ରେଣୀ:ବେଳାଭୂମି
ଜଗା ହାତରେ ପଘା
https://or.wikipedia.org/wiki/ଜଗା_ହାତରେ_ପଘା
ଜଗା ହାତରେ ପଘା, ୧୯୮୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ମହମ୍ମଦ ମହସିନ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ, କାହାଣୀ ଓ ଚିତ୍ରନାଟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଅଭିନୟରେ ଓଡ଼ିଆ କଥାଚିତ୍ର ‘ଜଗା ହାତରେ ପଘା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ଉତ୍ତମ ମହାନ୍ତି ବିଜୟ ମହାନ୍ତି ଅପରାଜିତା ମହାନ୍ତି ସୁଜାତା ଆନନ୍ଦ ଅରବିନ୍ଦ ଦେବୁ ବ୍ରହ୍ମା ହେମନ୍ତ ଦାସ ଗ୍ଲୋରିଆ ମହାନ୍ତି ମାମିନା ବୈଶାଳି ପରିଡ଼ା ଅସିତ ପତି ଜୟୀରାମ ସାମଲ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି । ଆଧାର ବାହାର ଆଧାର ଶ୍ରେଣୀ:୧୯୮୫ର ଓଡ଼ିଆ କଥାଚିତ୍ର ଶ୍ରେଣୀ:କଥାଚିତ୍ର ପ୍ରକଳ୍ପରେ ଉନ୍ନତ ହେବାକୁ ଥିବା ପ୍ରସଙ୍ଗ
ଯା ଦେବୀ ସର୍ବ ଭୂତେଷୁ
https://or.wikipedia.org/wiki/ଯା_ଦେବୀ_ସର୍ବ_ଭୂତେଷୁ
ଯା ଦେବୀ ସର୍ବ ଭୂତେଷୁ - ୧୯୮୯ ରେ ମୁକ୍ତିଲାଭ କରିଥିବା ଓଡ଼ିଆଚଳଚ୍ଚିତ୍ର । ଅଭିନୟ ପ୍ରଶାନ୍ତ ନନ୍ଦ ମହାଶ୍ୱେତା ରାୟ ବିରାଜ ଦାଶ ପ୍ରତିଭା ପଣ୍ଡା ଆଧାର ଶ୍ରେଣୀ:୧୯୮୯ର ଓଡ଼ିଆ କଥାଚିତ୍ର
୧୯୫୯ର ଓଡ଼ିଆ କଥାଚିତ୍ର
https://or.wikipedia.org/wiki/୧୯୫୯ର_ଓଡ଼ିଆ_କଥାଚିତ୍ର
ଓଡ଼ିଆ ସିନେମା ଜଗତରେ ୧୯୫୯ରେ ତିଆରି ହୋଇଥିବା ଓଡ଼ିଆ ସିନେମା A-Z ନାମ ନିର୍ଦ୍ଦେଶକ ଅଭିନେତା ପ୍ରକାର ଟୀକା ୧୯୫୯ମାନିତ୍ୟାନନ୍ଦ ପାଲିତଗୌର ଘୋଷ, ଚନ୍ଦନା ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା ବିଶ୍ୱନାଥ ନାୟକଶରତ ପୂଜାରୀ, ଶେଫାଳୀ ଦ୍ରଷ୍ଟବ୍ୟ ୧୯୫୯ ଶ୍ରେଣୀ:ଚଳଚ୍ଚିତ୍ର ୧୯୫୯ରେ ଶ୍ରେଣୀ:୧୯୫୯ରେ ଭାରତ ଶ୍ରେଣୀ:୧୯୫୯ରେ ଓଡ଼ିଶା
ଯୋର ଯା'ର ମୂଲକ ତାର
https://or.wikipedia.org/wiki/ଯୋର_ଯା'ର_ମୂଲକ_ତାର
ଯୋର୍ ଯା'ର ମୂଲକ ତାର ୧୯୮୬ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରବି ସ୍ୱାଇଁ । ରାଜୁ ମିଶ୍ର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଅଭିନୟ ଉତ୍ତମ ମହାନ୍ତି ଅପରାଜିତା ମହାନ୍ତି ଶ୍ରୀରାମ ପଣ୍ଡା ବୈଶାଳୀ ପରିଡ଼ା ଜୟୀରାମ ସାମଲ ହର ପଟ୍ଟନାୟକ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି । ଆଧାର ବାହାର ଆଧାର ଶ୍ରେଣୀ:୧୯୮୬ର ଓଡ଼ିଆ କଥାଚିତ୍ର
କଳାହାଣ୍ଡି ଜିଲ୍ଲା
https://or.wikipedia.org/wiki/କଳାହାଣ୍ଡି_ଜିଲ୍ଲା
କଳାହାଣ୍ଡି (ଆଞ୍ଚଳିକ ଭାଷାରେ କଳାହାନି ମଧ୍ୟ କୁହାଯାଇଥାଏ) ଓଡ଼ିଶାର ପଶ୍ଚିମାଞ୍ଚଳରେ ଅବସ୍ଥିତ ଏକ ଜିଲ୍ଲା । ଏହା ଏକ ପୁରାତନ ସଭ୍ୟତାର ମୂଳକେନ୍ଦ୍ର ଭାବରେ ବିବେଚିତ । ପ୍ରତ୍ନତତ୍ତ୍ୱ ପ୍ରମାଣ ଅନୁସାରେ ଏଠାରେ ପ୍ରସ୍ତର ଯୁଗ ଓ ଲୌହ ଯୁଗର ମାନବ ବସତିର ସୂଚନା ମିଳିଥାଏ ।B.Mishra, J. Bengal Art, Vol.9&10, 2004-2005, 383-410 ଅସୁରଗଡ଼ଠାରେ ୨୦୦୦ ବର୍ଷ ଆଗରୁ ଏକ ଉନ୍ନତ ଓ ସଭ୍ୟ ସହର ଜନ ବସତି ଥିବା ଜଣାଯାଏ ।P.Mohanty, B. Mishra, Op. Cit,2000; C.R. Mishra, S. Pradhan, op. cit. 1989-1990, Infra, F.N.79 ଆଗ କାଳରେ ଏହା ମହାକାନ୍ତର (ଅର୍ଥ ବିଶାଳ ଜଙ୍ଗଲ) ଓ କାରୁଣ୍ଡା ମଣ୍ଡଳ (କାରୁଣ୍ଡାର ଅର୍ଥ ମାଣିକ) ଭାବରେ ଜଣା ଥିଲା ଯାହା ଏଠାରେ ମାଣିକ, ଲାଲ ପଥର, ବେରୁଜ, ନୀଲମ, ଓ ଆଲେକଜାଣ୍ଡ୍ରା ଆଦି ମିଳୁଥିବାର ଜଣାଯାଏ । ମାଣିକେଶ୍ୱରୀ (ମାଣିକର ଠାକୁରାଣୀ) କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କ ଉପସ୍ଥିତି ଏହି ଜିଲ୍ଲାର ଇତିହାସ ସହ ଯୋଡ଼ା । ୧୯୮୦ରେ, କଳାହାଣ୍ଡିର ନାମ ପଛୁଆ ଓ ଅନାହାର ମୃତ୍ୟୁ ସହ ଯୋଡ଼ାଗଲା । ତେବେ ଏସବୁ ସତ୍ତ୍ୱେ ବି ଇତିହାସ, ଚାଷ ବାସ, ବନ ସମ୍ବଳ, ମୁଲ୍ୟବାନ ପଥର, ବକ୍ସାଇଟ, ଲୋକନାଟ, ହାତକାମ ଓ କଳାରେ ଏହା ଏକ ସମୃଦ୍ଧ ଜିଲ୍ଲା । କଳାହାଣ୍ଡିର ପ୍ରଥମ ଗେଜେଟିୟର ଅନୁସାରେ କଳାହାଣ୍ଡି ଜିଲ୍ଲା ପୂର୍ବ-ଗଡଜାତ କଳାହାଣ୍ଡି ରାଜ୍ୟ ଓ ଖରିଆର ଜମିଦାରୀ (ବର୍ତ୍ତମାନର ନୂଆପଡା ଜିଲ୍ଲା)କୁ ମିଶାଇ ଏବଂ ସେଥିରୁ କାଶୀପୁର ଥାନା ଅଞ୍ଚଳକୁ ଅଲଗା କରି ଗଠିତ ହୋଇଥିଲା । ୧୯୪୮ ମସିହାରେ ଗଡଜାତ ରାଜ୍ୟ ମିଶ୍ରଣ ହେବା ସମୟରେ କଳାହାଣ୍ଡିଗଡ ରାଜ୍ୟ,ପାଟଣାଗଡ ରାଜ୍ୟ ଓ ସୋନପୁରଗଡ ରାଜ୍ୟ ମିଶାଇ କଳାହାଣ୍ଡି ଜିଲ୍ଲା ଗଠିତ ହୋଇଥିଲା ଯାହାର ସଦର ମହକୁମା ବଲାଙ୍ଗିର ଥିଲା । ୧ ନଭେମ୍ବର ମସିହା ୧୯୪୯ରେ ପାଟଣା (ପରବର୍ତ୍ତୀ ସମୟରେ ବଲାଙ୍ଗିର ଜିଲ୍ଲା ), ସୋନପୁର ( ବର୍ତ୍ତମାନର ସୁବର୍ଣ୍ଣପୁର ଜିଲ୍ଲା ) କଳାହାଣ୍ଡିରୁ ଅଲଗା ହେଲା ଓ ବଲାଙ୍ଗିର ଜିଲ୍ଲା ଗଠିତ ହେଲା । କଳାହାଣ୍ଡି ଓ ନୂଆପଡାକୁ ମିଶାଇ ଗୋଟିଏ ଜିଲ୍ଲା ହେଲା ଏବଂ ଭବାନୀପାଟଣାକୁ ଏହାର ସଦର ମହକୁମା କରାଗଲା । କାଶୀପୁର ଥାନା ଅଞ୍ଚଳ ସହିତ ଭବାନୀପାଟଣା ମଧ୍ୟରେ କୌଣସି ସିଧା ସଳଖ ଯୋଗାଯୋଗ ନଥିବାରୁ ଏହାଦ୍ୱାରା ପ୍ରଶାସନିକ ଅସୁବିଧା ଅନୁଭୂତ ହେଲା । ୧ ଅଗଷ୍ଟ ୧୯୬୨ରେ କାଶୀପୁର ଥାନା ଅଞ୍ଚଳକୁ କଳାହାଣ୍ଡିରୁ ପୃଥକ କରି କୋରାପୁଟ ସହିତ ମିଶାଗଲା । ପରବର୍ତ୍ତୀ ସମୟରେ ୨୭ ମାର୍ଚ୍ଚ ୧୯୯୩ରେ ନୂଆପଡା ଉପଭାଗ (ଖରିଆ ଜମିଦାରୀ) ଅଲଗା ହୋଇ ନୂଆପଡା ଜିଲ୍ଲା ହେଲା । କଳାହାଣ୍ଡି ନାମର ଉତ୍ପତ୍ତି :- ଓଡ଼ିଆରେ “କଳାହାଣ୍ଡି”ର ଅର୍ଥ ହେଲା କଳା+ ପାତ୍ର (ହାଣ୍ଡି) ଅର୍ଥାତ କଳାରଙ୍ଗର ହାଣ୍ଡି । ଏହି ଜିଲ୍ଲାରେ ମୃତ୍ତିକା କୃଷ୍ଣ-କାର୍ପାସ ଶ୍ରେଣୀୟ ଏବଂ ମାଟିର ରଙ୍ଗ କଳା । କୁମ୍ଭାରମାନେ ଏଥିରେ କଳା ରଙ୍ଗର ପାତ୍ର ତିଆରିକରି ଏହି ଜିଲ୍ଲା, ପଡୋଶୀ ଜିଲ୍ଲା ଏବଂ ରାଜ୍ୟମାନଙ୍କରେ ବିକ୍ରି କରିଥାନ୍ତି । ସମ୍ଭବତଃ ଏହାର ନାମର ଉତ୍ପତ୍ତି ଏଥିରୁ ହୋଇଥାଇପାରେ ବୋଲି ଅନୁମେୟ । କଳାହାଣ୍ଡି ନାମକରଣ ଉତ୍ପତ୍ତି ବିଷୟରେ କୌଣସି ଅଭିଲେଖ ବା ଦଲିଲ ନାହିଁ । ଏହା ଆଗରୁ କାରୁଣ୍ଡ ନାମରେ ପରିଚିତ ଥିଲା । ଲେଫ୍ଟନାଣ୍ଟ ଏଲ୍ଲିୟଟ ( ଉପ କମିଶନର ରାୟପୁର , ୧୮୫୬)ଙ୍କ ଅନୁସାରେ କଳାହାଣ୍ଡି ନାମ କାରୁଣ୍ଡ ନାମର ଓଡ଼ିଆ ଅପଭ୍ରଂଶ ମାତ୍ର । କଳାହାଣ୍ଡି ନାମରେ କୌଣସି ସ୍ଥାନ କିମ୍ବା ଗ୍ରାମ ନାହିଁ । କୋରାପୁଟ ଓ ବସ୍ତର ଅଞ୍ଚଳରେ ବହୁତ ସ୍ଥାନକୁ ଦୁଇ ପ୍ରକାରରେ ଉଚ୍ଚାରଣ କରାଯାଇଥାଏ । ଯଥା ବସ୍ତରର ଗ୍ରାମ ବକାଊଣ୍ଡ ଓଡ଼ିଆରେ ବକାହାଣ୍ଡି , ବାଜାଊଣ୍ଡକୁ ବଜାହାଣ୍ଡି , ନଲପାଊଣ୍ଡକୁ ନାଲଫାହାଣ୍ଡି ଓ କୁମାରଊଣ୍ଡକୁ କୁମାରହାଣ୍ଡି କୁହାଯାଇଥାଏ । କିନ୍ତୁ ସେ ଯାହା ହେଉନା କାହିଁକି ୧୯୦୫ ପରଠାରୁ ଯେତେବଳେ ଏହି ଅଞ୍ଚଳ ଇଂରେଜ ଶାସିତ ବଙ୍ଗଳା ରାଜ୍ୟଖଣ୍ଡ ସଙ୍ଗେ ମିଶିଲା , ଏହାର ନାମ କଳାହାଣ୍ଡି ଭାବରେ ବ୍ୟବହୃତ ହେଲା । ଭୂଗୋଳ କଳାହାଣ୍ଡି ରେ ଅବସ୍ଥିତ ।<ref>Orissa District Gazetters, Kalahandi, 2</ref> ଓ ଏହା ଓଡ଼ିଶାର ଦକ୍ଷିଣ-ପଶ୍ଚିମ ଭାଗକୁ ନେଇ ତିଆରି । ଏହାର ଉତ୍ତରରେ: ବଲାଙ୍ଗୀର ଜିଲ୍ଲା ଓ ନୂଆପଡ଼ା ଜିଲ୍ଲା ଦକ୍ଷିଣରେ: ନବରଙ୍ଗପୁର ଜିଲ୍ଲା, କୋରାପୁଟ ଜିଲ୍ଲା ଓ ରାୟଗଡ଼ା ଜିଲ୍ଲା ପୂର୍ବରେ: ପୁର୍ବରେ କନ୍ଧମାଳ ଜିଲ୍ଲା ଓ ବୌଦ୍ଧ ଜିଲ୍ଲା ଅବସ୍ଥିତ । ଜନଗଣନା ୨୦୧୧ ଜନଗଣନା Census 2011: Odisha: Provisional Population Totals ଅନୁସାରେ କଳାହାଣ୍ଡି ଜିଲ୍ଲାର ମୋଟ ଲୋକସଂଖ୍ୟା ୧୫,୭୩,୦୫୪ ।ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୪,୫୧,୧୩୦ ଓ ସହରାଞ୍ଚଳରେ ୧,୨୧,୯୨୪ ଲୋକ ବାସ କରନ୍ତି Census 2011: Odisha: Rural Urban Distribution। ପୁରୁଷ: ୭,୮୫,୧୭୯ ମହିଳା: ୭,୮୭,୮୭୫ ଛ ବର୍ଷରୁ କମ: ୨,୧୪,୧୧୧ ସାକ୍ଷରତା ହାର ୬୦.୨୨% ପୁରୁଷ: ୭୩.୩୪% ମହିଳା: ୪୭.୨୭% ଲୋକକଳା କଳାହାଣ୍ଡି ଆକ୍ଷରିକ ଭାବରେ କଳାରେ ଭରା ହାଣ୍ଡିକୁ ବୁଝାଇଥାଏ । ଏହି ଶବ୍ଦ ଗୁଡ଼ହାଣ୍ଡି ଗୁମ୍ଫାରେ କଳା ଓ ନାଲି ରଙ୍ଗରେ ଖୋଦିତ ପ୍ରାକ-ଐତିହାସିକ କଳାରୁ ଆସିଥିବା ବିଶ୍ୱାସ କରାଯାଇଥାଏ । ଏଠାରେ ପଥରରେ ତିଆରି ନାନା ଅଳଙ୍କାର ଦେଖିବାକୁ ମିଳିଥାଏ । ହାବସିପୁରୀ ଢାଞ୍ଚା''ରେ ତିଆରି ଶାଢ଼ୀ ଏଠାରେ ଦେଖିବାକୁ ମିଳିଥାଏ । ଖଇରପଦର‌ର କାଠ କାମ ମଧ୍ୟ ଦେଶ ବିଦେଶକୁ ରପ୍ତାନି କରାଯାଇଥାଏ । ଲୋକ ନାଟ କଳାହାଣ୍ଡିରେ ନାନା ପ୍ରକାର ଆଦିବାସୀ ଓ ଅଣ-ଆଦିବାସୀ ନାଟ ଦେଖିବାକୁ ମିଳିଥାଏ । ଏଠାକାର ନାଚ ବଲାଙ୍ଗିର ଜିଲ୍ଲା ଓ ସମ୍ବଲପୁର ଜିଲ୍ଲାରେ ଦେଖାଯାଉଥିବା ଡାଲଖାଇ, ଜାଇଫୁଲ, ରସରକେଳି, ସଜନୀ ଆଦି ନାଚ ସହ ସାମଞ୍ଜସ୍ୟ ଦେଖିବାକୁ ମିଳିଥାଏ ।C. Pasayat, (Ed.) (2008), Paschima Odisara Lokageeta (in Oriya), Bhubaneswar: Folklore Foundation ସାରି ଗୀତ, ଫୋଲିଆ ଗୀତ, ପ୍ରକୃତି ସହ ଯୋଡ଼ା ନାନାପ୍ରକାରର ଗୀତ ମଧ୍ୟ ଏଠାରେ ପ୍ରଚଳିତ ଯାହା କୋରାପୁଟ ଜିଲ୍ଲାର 'ବୋରିଆ ଗୀତ, ନିଆଳିମାଳି, କଳାକୋଳିକ' ଆଦି ଗୀତ ସହ ସାମଞ୍ଜସ୍ୟ ଥିବାର ଦେଖାଯାଏ । କଲାହାଣ୍ଡି ଜିଲ୍ଲାରେ ଘୁମୁରା ସବୁଠୁ ପ୍ରସିଦ୍ଧ ବୀର ବାଦ୍ୟ ଅଟେ । ଘୁମୁରା ନୃତ୍ୟ କଳାହାଣ୍ଡିର ବୀରବାଦ୍ୟ ଘୁମୁରା ଅଟେ । *ବଜାସାଲ୍ ଦର୍ଶନୀୟ ସ୍ଥାନ thumb|ଫୁରଲିଝରଣ ଜଳପ୍ରପାତ ଫୁରଲିଝରନ ଭବାନୀପାଟଣା ଡୋକ୍ରିଚଞ୍ଚଡ଼ା ଜଳପ୍ରପାତ ଅସୁରଗଡ଼ ଧର୍ମଗଡ଼ ବେଲଖଣ୍ଡି ଶୈବପୀଠ କଢେଲ ଜଗନ୍ନାଥ ମନ୍ଦିର ରାବଣଧର ଜଳପ୍ରପାତ ଜୁନାଗଡ଼ କର୍ଲାପାଟ୍ ଅଭୟାରଣ ଜାକମ୍ କାଠ ବଙ୍ଗଳା ଗୋବରଗୋଲା ଜଳପ୍ରପାତ ହେଲୋ ପଏଣ୍ଟ ଆହୁରି ଦେଖନ୍ତୁ କଳାହାଣ୍ଡି ରାଜ୍ୟ ଆଧାର ଅଧିକ ତଥ୍ୟ Map of Kalahandi Indravati Project ଶ୍ରେଣୀ:କଳାହାଣ୍ଡି ଜିଲ୍ଲା
ଯୋର୍ ଯା'ର ମୂଲକ ତାର
https://or.wikipedia.org/wiki/ଯୋର୍_ଯା'ର_ମୂଲକ_ତାର
REDIRECT ଯୋର ଯା'ର ମୂଲକ ତାର
ଗପ ହେଲେ ବି ସତ
https://or.wikipedia.org/wiki/ଗପ_ହେଲେ_ବି_ସତ
ନଗେନ ରାୟଙ୍କ ନିର୍ଦ୍ଦେଶନାରେ ନିର୍ମିତ ପ୍ରଥମ ସମ୍ପୁର୍ଣ୍ଣ ରଙ୍ଗୀନ ଓଡ଼ିଆ କଥାଚିତ୍ର ଗପ ହେଲେ ବି ସତ ୧୯୭୬ ମସିହାରେ ମୁକ୍ତିଲାଭ କରିଥିଲା । ଅଭିନୟରେ 'ଗପ ହେଲେ ବି ସତ'ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ହରିଶ ମହାପାତ୍ର ବନଜା ମହାନ୍ତି ନିହାରିକା ସାହୁ ଦୁର୍ଲଭ ସୁରେଶ ମହାପାତ୍ର ନେତ୍ରାନନ୍ଦ ସୁଧାରାଣୀ ଜେନା ସୌଦାମିନୀ ଗୀତ ଓ ସଂଗୀତ ଏହି କଥାତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭୁବନେଶ୍ୱର ମିଶ୍ର ଓ ହରିପ୍ରସାଦ ଚୌରାଶିଆ ଗୀତ ଗୀତିକାର ଗାୟକ/ ଗାୟିକା"ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ସପନ" ଗୁରୁକୃଷ୍ଣ ଗୋସ୍ୱାମୀ ସୁମନ କଲ୍ୟାଣପୁର, ଅମିତ କୁମାର"ଜୟ ଯଦୁ ନନ୍ଦନ ରାଧିକା ପ୍ରାଣ ଭଞ୍ଜନ ହେ" ଗୁରୁକୃଷ୍ଣ ଗୋସ୍ୱାମୀ "ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ" ଗୁରୁକୃଷ୍ଣ ଗୋସ୍ୱାମୀ ଆଧାର ଅଧିକ ତଥ୍ୟ ଶ୍ରେଣୀ:୧୯୭୬ର ଓଡ଼ିଆ କଥାଚିତ୍ର
ବଧୂ ନିରୁପମା
https://or.wikipedia.org/wiki/ବଧୂ_ନିରୁପମା
ବଧୂ ନିରୁପମା - (୧୯୮୭)ରେ ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା । ଏହା ବିଭୂତି ପଟ୍ଟନାୟକଙ୍କ ଉପନ୍ୟାସ ବଧୁ ନିରୁପମା ଉପରେ ଆଧାରିତ । ଗୋପାଳ ଛୋଟରାୟ ଏହାର କାହାଣୀକାର, ଯୁଗଳ ଦେବତାଙ୍କ ନିର୍ଦ୍ଦେଶନା ଓ ଚିତ୍ରନାଟ୍ୟ, ମହେନ୍ଦ୍ର ମିଶ୍ର, ରବି ପଟ୍ଟନାୟକଙ୍କ ସମ୍ପାଦନାରେ ୧୯୮୭ରେ ତିଆରି ଏହି ଚଳଚ୍ଚିତ୍ରରେ ଇଶା ବେବର୍ତା, ଦେବୁ ବୋଷ, ଅପରାଜିତା ମହାନ୍ତି, ରାଧା ପଣ୍ଡା, ଶ୍ରୀରାମ ପଣ୍ଡା, ଜୟୀରାମ ସାମଲ ଅଭିନୟ କରିଥିଲେ । ଅଭିନୟ ଇଶା ବେବର୍ତା ଦେବୁ ବୋଷ ଅପରାଜିତା ମହାନ୍ତି ରାଧା ପଣ୍ଡା ଶ୍ରୀରାମ ପଣ୍ଡା ଜୟୀରାମ ସାମଲ ବିଜୟ ମହାନ୍ତି ଅନୁ ଚୌଧୁରୀ (ଶିଶୁ କଳାକାର) ଗୀତ ଓ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି । ଆଧାର ବାହାର ଆଧାର ଶ୍ରେଣୀ:୧୯୮୭ର ଓଡ଼ିଆ କଥାଚିତ୍ର
ସନ୍ତୁଳା
https://or.wikipedia.org/wiki/ସନ୍ତୁଳା
ସନ୍ତୁଳା ଭାରତର ଓଡ଼ିଶାରେ ରନ୍ଧାଯାଉଥିବା ଏକ ପରିବା ତରକାରୀ । ଏହା ମୁଖ୍ୟତଃ ନାନା ପ୍ରକାର ପରିବାକୁ ମିଶାଇ ରନ୍ଧାଯାଇଥାଏ ।http://www.bharatonline.com/orissa/travel-tips/cuisine.html ଉପାଦାନ ବାଇଗଣ ଆଳୁ ବୋଇତାଳୁ/ ବୋଇତି କଖାରୁ ସଜନା ଛୁଇଁ ବଡ଼ି ପ୍ରକାର ଭଜା ସନ୍ତୁଳା: ଏହା ନାନା ପ୍ରକାର ପରିବାକୁ ମିଶାଯାଇ ସେସବୁକୁ ଭାଜିକରି ତିଆରି କରାଯାଇଥାଏ । ସିଝା ସନ୍ତୁଳା: ପରିବାସବୁକୁ ମିଶାଇ ସିଝାଯାଇ ତାହାକୁ ପିଆଜ, ରସୁଣ, ଅଦା, ଫୁଟଣ ଓ ଲଙ୍କା ଛୁଙ୍କ ଦେଇ ଏହା ତିଆରି କରାଯାଇଥାଏ । ପାଣି ସନ୍ତୁଳା: ଏହା ଏକ ପ୍ରକାରର ସିଝା ସନ୍ତୁଳା । ମାତ୍ର ଏଥିରେ ପାଣି ଅଂଶ ବେଶୀ ଥାଏ । ଏହାକୁ ଭାତ, ଚକୁଳି ଓ ରୁଟି ସହ ଖିଆଯାଏ । ଶୁଖିଲା/କାଦୁଅ ସନ୍ତୁଳା: ଏହା ଏକ ପ୍ରକାରର ସିଝା ସନ୍ତୁଳା । ମାତ୍ର ଏଥିରେ ପାଣି ଅଂଶ ଆଦୌ ନ ଥାଏ । ଏହାକୁ ରୁଟି, ପୁରି ଓ ପରଟା ସହ ଖିଆଯାଏ । ଆଧାର ବାହାର ଲିଙ୍କ Bharat Ek Bhoj - Times of India Publications http://www.oriyanari.com/id2.html#name2 http://www.vahrehvah.com/Santula:533 http://www.odiakitchen.com http://food.sify.com/vegrecipes/ingredient/vegetables/carrot/Santula_Oriyagharna-142624 ଶ୍ରେଣୀ:ଓଡ଼ିଆ ରାନ୍ଧଣା ଶ୍ରେଣୀ:ରାନ୍ଧଣା ଶ୍ରେଣୀ:ନିରାମିଷ ଖାଦ୍ୟ
ଉଲ୍‌କା
https://or.wikipedia.org/wiki/ଉଲ୍‌କା
ଉଲ୍‌କା ୧୯୮୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୂର୍ଯ୍ୟ ମିଶ୍ର ।http://www.orissabarta.com/index.php?option=com_content&view=article&id=8605:-odia-films-list-from-the-year-1936-2010&catid=44:tourism&Itemid=87 ସଙ୍ଗୀତକାର ରାଜୁ ମିଶ୍ର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଅଭିନୟ ଗ୍ଲୋରିଆ ମହାନ୍ତିhttp://www.orissadiary.com/CurrentNews.asp?id=55592 ବିନୋଦ ମିଶ୍ର ରାଜୁ ମିଶ୍ର ସୁର୍ଯ୍ୟ ମିଶ୍ର ମହାଶ୍ୱେତା ରାୟ ବ୍ୟୋମକେଶ ତ୍ରିପାଠୀ ରଜତ କୁମାର କର ଆଧାର ବାହାର ଆଧାର ଶ୍ରେଣୀ:୧୯୮୧ର ଓଡ଼ିଆ କଥାଚିତ୍ର
ହାକିମ ବାବୁ
https://or.wikipedia.org/wiki/ହାକିମ_ବାବୁ
ହାକିମ ବାବୁ ୧୯୮୫ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ବିଭୂତି ପଟ୍ଟନାୟକଙ୍କ ଉପନ୍ୟାସକୁ କାହାଣୀରେ ରୂପାନ୍ତର କରିଥିଲେ ପ୍ରଣବ ଦାସ । ଅମିୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରଯୋଜିତ ଏହି କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ପ୍ରଣବ ଦାସ । ଏହି କଥାଚିତ୍ରଟିର କାହାଣୀ କେନ୍ଦୁଝର ଅଞ୍ଚଳର ହୋଇଥିବାରୁ ଏହାର ୭୫ ଭାଗ ସୁଟିଂ କେଉଁଝର ଅଞ୍ଚଳରେ ହୋଇଥିବା ବେଳେ ବାକି ସୁଟିଂ କଳିଙ୍ଗ ଷ୍ଟୁଡିଓରେ ହୋଇଥିଲା । ଏହି କଥାଚିତ୍ରର କଳା ନିର୍ଦ୍ଦେଶକ ଥିଲେ ନିଖିଲ ବରଣ ସେନ୍‌ଗୁପ୍ତା । ସୁଜାତା ଆନନ୍ଦ, ଅଜିତ ଦାସ, ହେମନ୍ତ ଦାସ, ଜୟା ସ୍ୱାମୀ, ବିଜୟା ଜେନା, ବିଜୟ ମାହାନ୍ତି, ଅସିତ ପତି, ଜୟୀରାମ ସାମଲ, ସାମୁଏଲ ସାହୁ, ଦୁଃଖୀରାମ ସ୍ୱାଇଁ, ଚୌଧୁରୀ ବିକାଶ ଦାସ, ପୀତବାସ, ସୁବୋଧ ପଟ୍ଟନାୟକ, ସୁକେଶ, ସୁଚିତ୍ର ପ୍ରମୁଖ କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅଭିନୟ ସୁଜାତା ଆନନ୍ଦ ଅଜିତ ଦାସ ହେମନ୍ତ ଦାସ ଜୟା ସ୍ୱାମୀ ବିଜୟା ଜେନା ବିଜୟ ମହାନ୍ତି ଅସିତ ପତି ଜୟୀରାମ ସାମଲ ସାମୁଏଲ ସାହୁ (ବାବି) ଦୁଃଖୀରାମ ସ୍ୱାଇଁ ଚୌଧୁରୀ ବିକାଶ ଦାସ ପୀତବାସ ସୁବୋଧ ପଟ୍ଟନାୟକ ସୁକେଶ ସୁଚିତ୍ରା ଗୀତ ଓ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସରୋଜ ପଟ୍ଟନାୟକ । ପୁରସ୍କାର ଏହି ଚଳଚ୍ଚିତ୍ରଟି ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା ଏବଂ ଏହି ଚଳଚ୍ଚିତ୍ରର ଅଭିନେତା ଅଜିତ ଦାସଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ଆଧାର ଅଧିକ ତଥ୍ୟ ଶ୍ରେଣୀ:୧୯୮୫ର ଓଡ଼ିଆ କଥାଚିତ୍ର ଶ୍ରେଣୀ:ଓଡ଼ିଆ ସିନେମା
ଯାଯାବର
https://or.wikipedia.org/wiki/ଯାଯାବର
ଯାଯାବର ହୁଏତ ଯାଯାବର (୧୯୭୫ର ସିନେମା) ଯାଯାବର (ମଣିଷ) (ବାରବୁଲା ମଣିଷ)କୁ ବୁଝାଇପାରେ ।
ନୂଆ ବୋଉ
https://or.wikipedia.org/wiki/ନୂଆ_ବୋଉ
ନୂଆ ବୋଉ, ୯ ମାର୍ଚ୍ଚ ୧୯୬୨ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।ପ୍ରଭାତ ମୂଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ନୂଆ ବୋଉରେ ୭୦ ଦଶକର ପାରମ୍ପରିକ ଗ୍ରାମର ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା କାହାଣୀରେ ପ୍ରଦର୍ଶିତ ହୋଇଛି ।ଖବର, ରବିବାର ୪ଡିସେମ୍ବର ୨୦୧୧, ପୃଷ୍ଠା-୧୬ ଅଭିନୟରେ ଓଡ଼ିଆ ଚଳଚ୍ଚିତ୍ର ‘ନୂଆ ବୋଉ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ଧୀର ବିଶ୍ୱାଳ ଲୀଳା ଦୁଲାଳୀ ପ୍ରଶାନ୍ତ ନନ୍ଦ ଶରତ ପୂଜାରୀ ପଦ୍ମା ବିଶ୍ୱାସ ଗୀତ ଓ ସଙ୍ଗୀତ ସଙ୍ଗୀତକାର: ବାଳକୃଷ୍ଣ ଦାସ ଗୀତିକାର: ନରସିଂହ ମହାପାତ୍ର ପ୍ରଚ୍ଛଦପଟ ଗାୟକ: ସ୍ୱର୍ଣ୍ଣପ୍ରଭା ଷଢ଼ଙ୍ଗୀ ଗୀତ ଯାରେ ମନ ଦୋଳି ଉଡ଼ି ଯା.. ଆଧାର ଅଧିକ ତଥ୍ୟ ଶ୍ରେଣୀ:୧୯୬୨ର ଓଡ଼ିଆ କଥାଚିତ୍ର ଶ୍ରେଣୀ:ଜାତୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ କଥାଚିତ୍ର
ଶେଷ ଶ୍ରାବଣ
https://or.wikipedia.org/wiki/ଶେଷ_ଶ୍ରାବଣ
ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ଶେଷ ଶ୍ରାବଣ ୧୯୭୬ ମସିହାରେମୁକ୍ତିଲାଭ କରିଥିଲା । ୧୯୭୯ ମସିହାରେ ଏହା ପୁନଶ୍ଚ ହିନ୍ଦୀ ଭାଷାରେ ରାଜଶ୍ରୀ ଚଳଚ୍ଛିତ୍ର ପ୍ରଯୋଜନା ସଂସ୍ଥାଦ୍ୱାରା ନୈୟା ଶୀର୍ଷକରେ ପ୍ରଶାନ୍ତ ନନ୍ଦଙ୍କ ଦେଇ ନିର୍ମିତ ହୋଇଥିଲା । ଏହି କଥାଚିତ୍ର ଜରିଆରେ ପ୍ରଶାନ୍ତ ନନ୍ଦ ନିର୍ଦ୍ଦେଶନା ଆରମ୍ଭ କରିଥିଲେ । ଅଭିନୟରେ ଓଡ଼ିଆକଥାଚିତ୍ର ‘ଶେଷ ଶ୍ରାବଣ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ହେମନ୍ତ ଦାସ ବନଜା ମହାନ୍ତି ମହମ୍ମଦ ମହସିନ ପ୍ରଶାନ୍ତ ନନ୍ଦ ମହାଶ୍ୱେତା ରାୟ ଦୁଃଖୀରାମ ସ୍ୱାଇଁ ସଙ୍ଗୀତ ଓଡ଼ିଆ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ଗୀତ କଣ୍ଠହାଏରେ ହାଏ ଗରଜେ ମେଘ ଘୁମ ଘୁମ ମୟୁରୀ ନାଚେ ପ୍ରଫୁଲ୍ଲ କରଚିତ୍ତ ଜେନା, ବାଣୀ ଜୟରାମମାଝି'ରେ ଶିବବ୍ରତ ଦାସପ୍ରଫୁଲ୍ଲ କରମାଣିକ ପ୍ରଫୁଲ୍ଲ କର ଚିତ୍ତ ଜେନା & ମହମ୍ମଦ ହବିବମେଘ ବରଷିଲା ଟୁପୁରୁ ଟାପୁରୁ ପ୍ରଫୁଲ୍ଲ କରବାଣୀ ଜୟରାମକାଳୀ କପାଳୀ ନରମୁଣ୍ଡମାଳୀ ପ୍ରଫୁଲ୍ଲ କର ପ୍ରଫୁଲ୍ଲ କର ଆଧାର ବାହାର ଆଧାର ଶ୍ରେଣୀ:୧୯୭୬ର ଓଡ଼ିଆ କଥାଚିତ୍ର ଶ୍ରେଣୀ:ଜାତୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ କଥାଚିତ୍ର
ଅମର ପ୍ରେମ
https://or.wikipedia.org/wiki/ଅମର_ପ୍ରେମ
ଗୋପାଳ ଘୋଷhttp://odishasuntimes.com/2015/02/27/odishas-veteran-actor-director-gopal-ghosh-passes-away-cuttack/ ଓ ପଳାଶ ବାନାର୍ଜୀଙ୍କ ମିଳିତ ନିର୍ଦ୍ଦେଶନାରେ ତିଆରି ଓଡ଼ିଆ ଚଳଚ୍ଚିତ୍ର ଅମର ପ୍ରେମ ୧୯୭୬ରେ ମୁକ୍ତିଲାଭ କରିଥିଲା । ଅଭିନୟରେ ଓଡ଼ିଆଚଳଚ୍ଚିତ୍ର ‘ଅମର ପ୍ରେମ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ହେମନ୍ତ ଦାସ ସୁରେଶ ମହାପାତ୍ର ବନଜା ମହାନ୍ତି ଶରତ ପୂଜାରୀ ନେତ୍ରାନନ୍ଦ ମିଶ୍ର ନିହାରିକା ସାହୁ ଗୀତ ଓ ସଙ୍ଗୀତ ସଙ୍ଗୀତକାର: ରାଖାଲ ମହାନ୍ତି ଗୀତ ଏତିକି ମିନତି ସବୁ ଦୋଷ ଦିଅନା ଏତେ ଯାତନା ମାୟାବିନୀ ଏଇ ରାତି ଏକାକିନୀ ଯାଏ ବିତି ଆଧାର ବାହାର ଆଧାର ଶ୍ରେଣୀ:୧୯୭୬ର ଓଡ଼ିଆ କଥାଚିତ୍ର
ହାକିମ୍ ବାବୁ
https://or.wikipedia.org/wiki/ହାକିମ୍_ବାବୁ
REDIRECT ହାକିମ ବାବୁ
ଛ ମାଣ ଆଠ ଗୁଣ୍ଠ (ଓଡ଼ିଆ କଥାଚିତ୍ର)
https://or.wikipedia.org/wiki/ଛ_ମାଣ_ଆଠ_ଗୁଣ୍ଠ_(ଓଡ଼ିଆ_କଥାଚିତ୍ର)
ଫକିର ମୋହନ ସେନାପତିଙ୍କ ଲେଖା ଛ ମାଣ ଆଠ ଗୁଣ୍ଠକୁ ଆଧାର କରି ପାର୍ବତୀ ଘୋଷଙ୍କ ପ୍ରଯୋଜନା ଓ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଛ ମାଣ ଆଠ ଗୁଣ୍ଠ - ୧୯୮୬ରେ ମୁକ୍ତିଲାଭ କରିଥିଲା । ଅଭିନୟରେ ପାର୍ବତୀ ଘୋଷ, ବିଜୟ ମହାନ୍ତି, ନିହାରିକା ସାହୁ ଓ ଦୁଖୀରାମ ସ୍ୱାଇଁଙ୍କ ଅଭିନୀତ ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଫୁଲ୍ଲ କର । ଦ୍ରଷ୍ଟବ୍ୟ ଶ୍ରେଣୀ:୧୯୮୬ ଓଡ଼ିଆ ସିନେମା
ଚିଲିକା ତୀରେ
https://or.wikipedia.org/wiki/ଚିଲିକା_ତୀରେ
'ଚିଲିକା ତୀରେ' ୧୯୭୭ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହା ବିପ୍ଳବ ରାୟଚୌଧୁରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଇଥିଲା । ସଙ୍ଗୀତ ଶାନ୍ତନୁ ମହାପାତ୍ର ଗୀତ ଗୁଡ଼ିକର ସାରଣୀ ଗୀତ ଗୀତିକାର ଗାୟକ / ଗାୟିକା ୧) ମାଝିରେ ଉଆସ ରାତି ଶିବବ୍ରତ ଦାସ ପ୍ରଣବ ପଟ୍ଟନାୟକ ୨) ସୁଲସୁଲିଆ ଚୁଲବୁଲିଆ ଶିବବ୍ରତ ଦାସ ନିର୍ମଳା ମିଶ୍ର ଓ ବସନ୍ତ ଦାସ ୩) କଇଁଚ ନୁହେଁ କି କଙ୍କଡ଼ା ଶିବବ୍ରତ ଦାସ ପ୍ରଫୁଲ୍ଲ କର, ବସନ୍ତ ଦାସ, ଓ ସାଥୀ ୪) ଜଗତପତି ହେ ଶିବବ୍ରତ ଦାସ ଦେବାଶିଷ ମହାପାତ୍ର ୫) ଯା ଯାରେ ଭାସି ଯା ଶିବବ୍ରତ ଦାସ ନିର୍ମଳା ମିଶ୍ର ୬) ପିମ୍ପୁଡ଼ି ବାପୁଡ଼ା ବାହା ଶିବବ୍ରତ ଦାସ ଚିତ୍ତ ଜେନା ଓ ଇନ୍ଦ୍ରାଣୀ ମିଶ୍ର ୭) ଉର୍ମି ଅଧୀରା ରୂପସୀ ଚିଲିକା ଶିବବ୍ରତ ଦାସ ପ୍ରଣବ ପଟ୍ଟନାୟକ ଅଭିନୟରେ ଓଡ଼ିଆ କଥାଚିତ୍ର ‘ଚିଲିକା ତୀରେ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ବିଜୟ ମହାନ୍ତି : ଏହା ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର । ତନ୍ଦ୍ରା ରାୟ : ଏହା ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର । ହେମନ୍ତ ଦାସ ସୁଜାତା ଆନନ୍ଦ ଅଶୋକ ଚକ୍ରବର୍ତ୍ତୀ ରୁନୁ ବୋଷ ଅକ୍ଷୟ ମହାନ୍ତି (କାଶ୍ୟପ) ନିତ୍ୟାନନ୍ଦ ମିଶ୍ର ବିଜୟ ମିଶ୍ର ପ୍ରୀତି ପଟ୍ଟନାୟକ ମଞ୍ଜୁ ପ୍ରଧାନ ରାଧାରାଣୀhttp://www.dailypioneer.com/STATE-EDITIONS/bhubaneswar/classic-movie-chilika-tire-screened-at-jaydev-bhawan.html ଆଧାର ଅଧିକ ତଥ୍ୟ ଶ୍ରେଣୀ:୧୯୭୭ର ଓଡ଼ିଆ କଥାଚିତ୍ର ଶ୍ରେଣୀ:ଜାତୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ କଥାଚିତ୍ର
ସାନଘାଗରା ଜଳପ୍ରପାତ
https://or.wikipedia.org/wiki/ସାନଘାଗରା_ଜଳପ୍ରପାତ
ସାନଘାଗରା ଜଳପ୍ରପାତ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଏକ ସୁନ୍ଦର ପ୍ରାକୃତିକ ଜଳପ୍ରପାତ । ଅବସ୍ଥିତି ସାନଘାଗରା, ଜିଲ୍ଲାର ସଦରମହକୁମା କେନ୍ଦୁଝରଠାରୁ ୬ କି.ମି. ଦୂରରେ ଅବସ୍ଥିତ ଓ ବଡ଼ଘାଗରା ଜଳପ୍ରପାତଠାରୁ ୩ କି.ମି. ଦୂରରେ ଅବସ୍ଥିତ । ଆକର୍ଷଣ ସାନଘାଗରା ଏକ ଚିରସ୍ରୋତା ଜଳପ୍ରପାତ । ଏହା ବୈତରଣୀ ନଦୀର ଏକ କ୍ଷୁଦ୍ର ଉପନଦୀ ମାଛକାନ୍ଦଣା ମଧ୍ୟରେ ଅବସ୍ଥିତ । ଏହି ସ୍ଥାନରେ ଜଳସ୍ରୋତଟି ହାରାହାରି ୧୦୦ଫୁଟ ଉଚ୍ଚତାରୁ ନିମ୍ନକୁ ଗତିକରିଛି । ୪୮୮ ହେକ୍ଟର ଆୟତନ ବିଶିଷ୍ଟ ଏହି ସ୍ଥାନଟି ଏକ ଜଣାଶୁଣା ପର୍ଯ୍ୟଟନ କ୍ଷେତ୍ର ଭାବରେ ପ୍ରସିଦ୍ଧି ଲାଭ କରିଛି । ଶାଳଜଙ୍ଗଲ ପରିବେଷ୍ଟିତ ଏହି ସ୍ଥାନକୁ ବର୍ଷସାରା ସହସ୍ରାଧିକ ପର୍ଯ୍ୟଟକ ଆସିଥାନ୍ତି । ପର୍ଯ୍ୟଟକମାନଙ୍କ ପାଇଁ ଏଠାରେ ଏକ କୃତ୍ରିମ ହ୍ରଦ ନିର୍ମାଣ କରାଯାଇ ନୌ-ବିହାରର ବ୍ୟବସ୍ଥା କରାଯାଇଛି । ଆଧାର http://kendujhar.nic.in/ ଶ୍ରେଣୀ:ଓଡ଼ିଶା ପର୍ଯ୍ୟଟନ ଶ୍ରେଣୀ:ଓଡ଼ିଶାରେ ଥିବା ଜଳପ୍ରପାତ ଶ୍ରେଣୀ:କେନ୍ଦୁଝର ଜିଲ୍ଲା
ଶ୍ରୀ ଲୋକନାଥ
https://or.wikipedia.org/wiki/ଶ୍ରୀ_ଲୋକନାଥ
ଶ୍ରୀ ଲୋକନାଥ, ୧୯୬୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରରେ ସାପଙ୍କ ମ‌ହିମା ବିଷୟରେ କିଛି ଦୃଶ୍ୟ ରହିଛି । ଅଭିନୟରେ ଓଡ଼ିଆ କଥାଚିତ୍ର ‘ଶ୍ରୀ ଲୋକନାଥ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ସାମୁଏଲ ସାହୁ (ବାବି) ଦୁଃଖୀରାମ ସ୍ୱାଇଁ ଅକ୍ଷୟ ମହାନ୍ତି କାଶ୍ୟପ ଇନ୍ଦ୍ରଜିତ ଘୋଷ ନିତ୍ୟାନନ୍ଦ ମିଶ୍ର କମଳ କୁମାରି ମହାପାତ୍ର ମଣିମାଳା ନିର୍ମଳା ସୌମେନ୍ଦ୍ର ଉର୍ବଶୀ ଶାନ୍ତି ଗୀତ ଏହି କଥାତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇର୍ଥିଲେ ବାଳକୃଷ୍ଣ ଦାଶ । ଗୀତ ଗୁଡ଼ିକର ସାରଣୀ କ୍ରମ ଗୀତ ଗୀତିକାର ଗାୟକ / ଗାୟିକା୧ ଆଜି ଆକାଶେ କି ରଙ୍ଗ ଲାଗିଲା କାର୍ତ୍ତିକ କୁମାର ଘୋଷ ନିର୍ମଳା ମିଶ୍ର୨ ଫୁଲ ରସିଆରେ ମନ ମୋ ଛୁଇଁ ଛୁଇଁ ଯା ଯା ନରସିଂହ ମହାପାତ୍ର ସନ୍ଧ୍ୟା ମୁଖାର୍ଜୀ ୩ ତୁ କି ପରଦେଶୀ ନିଜ ଦେଶେ ନରସିଂହ ମହାପାତ୍ର ପ୍ରଣବ ପଟ୍ଟନାୟକ୪ତାଝିଣାତା ବାଜେ ନୂପୁରନରସିଂହ ମହାପାତ୍ରଶ୍ୟାମାମଣି ପଟ୍ଟନାୟକ୫ଭଜ ଶ୍ରୀଲୋକନାଥ ଚରଣ ନରସିଂହ ମହାପାତ୍ରଅକ୍ଷୟ ମହାନ୍ତି ଓ ସାଥୀ ୬ଚାହେଁନା ଚାହେଁନା ମିଛ ଏ ବନ୍ଧନନରସିଂହ ମହାପାତ୍ରନିର୍ମଳା ମିଶ୍ର ଓ ପ୍ରଣବ ପଟ୍ଟନାୟକ ଆଧାର ଅଧିକ ତଥ୍ୟ ଶ୍ରେଣୀ:୧୯୬୦ର ଓଡ଼ିଆ କଥାଚିତ୍ର ଶ୍ରେଣୀ:ଜାତୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ କଥାଚିତ୍ର
ପରିଣାମ
https://or.wikipedia.org/wiki/ପରିଣାମ
ପରିଣାମ ୧୯୬୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କୃଷ୍ଣଚନ୍ଦ୍ର ତ୍ରିପାଠୀ । ନିର୍ଦ୍ଦେଶକ ବିଶ୍ୱନାଥ ନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଭୁବନେଶ୍ୱର ମିଶ୍ର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ପ୍ରମୋଦ ପାଣିଗ୍ରାହୀ, ଗୀତିସୁଧା, ଶରତ ପୂଜାରୀ, କାର୍ତ୍ତିକ ଘୋଷ, ଧୀର ବିଶ୍ୱାଳ, ମଣିଆ, ଦୁଃଖୀରାମ ସ୍ୱାଇଁ, ତୁଷାର ଆଦି କଲାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅଭିନେତ୍ରୀ ସୁଧାରାଣୀ ଜେନା (ଗୀତିସୁଧା) ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ଅଭିନୟ ପ୍ରମୋଦ ପାଣିଗ୍ରାହୀ ଶରତ ପୂଜାରୀ ଗୀତିସୁଧା କାର୍ତ୍ତିକ ଘୋଷ ଧୀର ବିଶ୍ୱାଳ ମଣିଆ ଦୁଃଖୀରାମ ସ୍ୱାଇଁ ତୁଷାର ଗୀତ ଏବଂ ସଙ୍ଗୀତ ଏହି କଥାତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇର୍ଥିଲେ ଭୁବନେଶ୍ୱର ମିଶ୍ର । ସିପ୍ରା ବୋଷ, ନିର୍ମଳା ମିଶ୍ର, ଅକ୍ଷୟ ମହାନ୍ତି, ସନ୍ଧ୍ୟା ମୁଖାର୍ଜୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ । ଗୀତ ମୁକ୍ତିଲାଭ ଏହି କଥାଚିତ୍ରଟି ୧୯୬୦ ମସିହାର ନଭେମ୍ବର ୩ ତାରିଖରେ କଟକର କ୍ୟାପିଟାଲ୍, ପୁରୀର ଶ୍ରୀକୃଷ୍ଣ ଓ ଆସ୍କାର ଉତ୍କଳ ଟିକଜ୍‌ରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରର ସବୁ ପ୍ରିଣ୍ଟ ୧୯୬୯ ମସିହାରେ ନଷ୍ଟ ହୋଇଯାଇଥିଲା । ଫିଲ୍ମ ଜର୍ଣ୍ଣଲିଷ୍ଟ ଫୋରମ‌ଦ୍ୱାରା ଏହାର କପି ଆସ୍କାରୁ ଉଦ୍ଧାର କରାଯାଇ, ଡିଜିଟାଇଜ୍ କରାଯିବ ସହିତ ୬ ନଭେମ୍ବର ୨୦୨୩ରେ ଏହାକୁ ଭୁବନେଶ୍ୱରଠାରେ ପୁନଃପ୍ରଦର୍ଶନ କରାଯାଇଥିଲା । ଆଧାର ଅଧିକ ତଥ୍ୟ ଶ୍ରେଣୀ:୧୯୬୦ର ଓଡ଼ିଆ କଥାଚିତ୍ର
ଦସ୍ୟୁ ରତ୍ନାକର
https://or.wikipedia.org/wiki/ଦସ୍ୟୁ_ରତ୍ନାକର
ଦସ୍ୟୁ ରତ୍ନାକର ୧୯୬୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଆଂଶିକ ରଙ୍ଗୀନ Newage Media & Publications Pvt. Ltd: ନଜର, ନିତିଦିନ, accessdate: May 19, 2016ଓଡ଼ିଆ କଥାଚିତ୍ର । କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ପ୍ରଯୋଜନା ଓ ପ୍ରଭାତ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏଇଟି ଓଡ଼ିଆ କଥାଚିତ୍ର ଇତିହାସରେ ପ୍ରଥମ ଆଂଶିକ ରଙ୍ଗୀନ ଛବି । ଏଥିରେ ଶରତ ପୂଜାରୀ ନାୟକ ଭୂମିକାରେ ଅଭିନୟ କରିଥିବା ବେଳେ ପ୍ରଶାନ୍ତ ନନ୍ଦ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ । ଅଭିନୟରେ ଓଡ଼ିଆ କଥାଚିତ୍ର ‘ଦସ୍ୟୁ ରତ୍ନାକର’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ଶରତ ପୂଜାରୀ କୃଷ୍ନା ପ୍ରଶାନ୍ତ ନନ୍ଦ ମାଷ୍ଟର ମାଣିଆ ଧୀରେନ୍ଦ୍ର ରମେଶ ଶାନ୍ତି ଗୀତ ଓ ସଙ୍ଗୀତ ବାଳକୃଷ୍ଣ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଗୀତ ଗୁଡ଼ିକର ସାରଣୀ କ୍ରମ ଗୀତ ଗୀତିକାର ଗାୟକ / ଗାୟିକାଦୃଶ୍ୟବନ୍ଧ ୧ ମାୟାଘେରା ମଧୁବନେ ଗୁରୁକୃଷ୍ଣ ଗୋସ୍ୱାମୀ ନିର୍ମଳା ମିଶ୍ର୨ ଛଳଛଳ ମେଘ ଆଜି ପ୍ରମୋଦ କୁମାର ପାଣିଗ୍ରାହୀ ସତୀନାଥ ମୁଖାର୍ଜୀ୩ ବନ୍ଦନ ହେ କାଳୀଚରଣ ପଟ୍ଟନାୟକ ନବ କୁମାର ମିଶ୍ର ଓ ଉତ୍ପଳା ସେନ୪ ମାୟା ମାୟା ମାୟା କାଳୀଚରଣ ପଟ୍ଟନାୟକ ନବ କୁମାର ମିଶ୍ର୫ ରାମାୟଣ ପଦ କାଳୀଚରଣ ପଟ୍ଟନାୟକ ବାଳକୃଷ୍ଣ ଦାଶ୬ ଜୟ ରାମ ଜୟ କାଳୀଚରଣ ପଟ୍ଟନାୟକ ଶ୍ଯାମାମଣି ପଟ୍ଟନାୟକ ଓ ଉତ୍ପଳା ସେନ ଆଧାର ବାହାର ଆଧାର ଶ୍ରେଣୀ:୧୯୬୨ର ଓଡ଼ିଆ କଥାଚିତ୍ର
ଅକ୍ଷି ତୃତୀୟା
https://or.wikipedia.org/wiki/ଅକ୍ଷି_ତୃତୀୟା
ଅକ୍ଷି ତୃତୀୟା ୧୯୮୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବାବୁଲାଲ ଦୋଶୀ । କାର୍ତ୍ତିକ ଚନ୍ଦ୍ର ରଥ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ବାବୁଲାଲ ଦୋଶୀ ଓ ସୁଶିଲ ମୂଖାର୍ଜୀଙ୍କ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି ଚଳଚ୍ଚିତ୍ରଟି ଛାୟାବାଣୀ ପ୍ରତିଷ୍ଠାନଦ୍ୱାରା ନିର୍ମାଣ କରାଯାଇଥିଲା । ସଙ୍ଗୀତକାର ରାଖାଲ ମହାନ୍ତି ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଶରତ ପୂଜାରୀ, ଉତ୍ତମ ମହାନ୍ତି, ମହାଶ୍ୱେତା ରାୟ, ନିରଞ୍ଜନ, ରାଧା ପଣ୍ଡା, ପ୍ରଶାନ୍ତି, ଦୀପା ସାହୁ, ଅନିତା ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅଭିନୟ ଶରତ ପୂଜାରୀhttp://www.orissabarta.com/index.php?option=com_content&view=article&id=8605:-odia-films-list-from-the-year-1936-2010&catid=44:tourism&Itemid=87 ଉତ୍ତମ ମହାନ୍ତି ମହାଶ୍ୱେତା ରାୟ ନିରଞ୍ଜନ ରାଧା ପଣ୍ଡା ପ୍ରଶାନ୍ତି ଦୀପା ସାହୁ ଅନିତା ଦାସ ଗୀତ ଓ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ରାଖାଲ ମହାନ୍ତି । ଶିବବ୍ରତ ଦାସ, ବୈକୁଣ୍ଠନାଥ ମହାନ୍ତି, ନିଜାମ, କାର୍ତ୍ତିକ ଚନ୍ଦ୍ର ରଥ, ନନ୍ଦ କିଶୋର ସିଂହ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଶ୍ରୀକାନ୍ତ ଦାସ, ସୁବାସ ଦାସ, ନିଳୀମା ମିଶ୍ର, ଗୀତା ପଟ୍ଟନାୟକ, ପ୍ରଣବ ପଟ୍ଟନାୟକ, ତାନସେନ ସିଂହ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ । ଆଧାର ବାହାର ଆଧାର ଶ୍ରେଣୀ:୧୯୮୧ର ଓଡ଼ିଆ କଥାଚିତ୍ର