url
stringlengths
29
226
text
stringlengths
7
18.1k
https://www.dharitri.com/ମାଲ୍ୟା-ମୋଦିଙ୍କ-ପ୍ରତ୍ୟର୍/
ମାଲ୍ୟା, ମୋଦିଙ୍କ ପ୍ରତ୍ୟର୍ପଣ ତଥ୍ୟ ଦେଲାନି ଏମ୍‌ଇଏ ନୂଆଦିଲ୍ଲୀ,୧୬।୫: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା ଏବଂ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ପ୍ରତ୍ୟର୍ପଣ ସମ୍ପର୍କରେ ତଥ୍ୟ ଦେବାକୁ ମନା କରିଦେଇଛନ୍ତି ବୈଦେଶିକ ମନ୍ତ୍ରଣାଳୟ(ଏମ୍ଇଏ)। ଏ ସମ୍ପର୍କରେ ଆର୍ଟିଆଇରେ ପ୍ରଶ୍ନ ପଚାରାଯାଇଥିଲା ବେଳେ ଏହି ଆଇନର ଦ୍ୱାହି ଦେଇ ବୈଦେଶିକ ମନ୍ତ୍ରଣାଳୟ ଉକ୍ତ ତଥ୍ୟ ଦେବ ନାହିଁ ବୋଲି କହିଛି। ଆର୍ଟିଆଇ ଉତ୍ତରରେ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ମାଲ୍ୟା ଓ ମୋଦିଙ୍କୁ ପ୍ରତ୍ୟର୍ପଣ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ରିଟେନକୁ ଅନୁରୋଧ କରାଯାଇଛି। ଏବେ ବ୍ରିଟେନ ସରକାର ଏ ସମ୍ପର୍କରେ ବିଚାର କରୁଛନ୍ତି। ତେବେ ଏ ସଂକ୍ରାନ୍ତରେ ଆର୍ଟିଆଇ ଆଇନର ଧାରା ୮(୧)(ଏଚ୍) ଅଧୀନରେ ତଦନ୍ତ,ଗିରଫଦାରିରେ ବାଧା ଉପୁଜିବା ତଥା ମାମଲା ପରିଚାଳନାରେ ଅସୁବିଧାକୁ ଦୃଷ୍ଟିରେ ରଖି ପ୍ରତ୍ୟର୍ପଣ ସଂକ୍ରାନ୍ତ ତଥ୍ୟ ପ୍ରକାଶ କରିହେବ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
https://www.dharitri.com/ଭୀମ-ଭୋଇ-ଭିନ୍ନକ୍ଷମ-ସାମର୍ଥ-3/
ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ସିନାପାଲି,୨୭।୯(ଡି.ଏନ.ଏ.)-ନୂଆପଡା ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଗୁରୁବାର ସିନାପାଲି ଉଚ୍ଚ ବିଦ୍ୟାଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୮୨ ଜଣ ଭିନ୍ନକ୍ଷମ ବସ୍ ଓ ଟ୍ରେନ୍ ପାସ ପାଇଁ ଆବେଦନ କରିଥିଲେ। ଅସ୍ଥିଶଲ୍ୟ ଭିନ୍ନକ୍ଷମ ୨୩୨ ଜଣ, ଦୃଷ୍ଟିବାଧିତ ୫୯ ଜଣ, ଶ୍ରବଣବାଧିତ ୧୦୪ ଜଣ ଓ ୨୭ ଜଣ ମାନସିକ ଅନଗ୍ରସର ଏବଂ ୧୭ ଜଣ ସିକିଲସେଲ୍ ଓ ଥାଲାସେମିଆ ରୋଗରେ ପୀଡିତ ରୋଗୀ ପ୍ରମାଣପତ୍ର ପାଇଁ ଆବେଦନ କରିଛନ୍ତି । ଶିବିରରେରେ ଡାକ୍ତର ଚିନ୍ମୟ ସାହୁ, ଡାକ୍ତର ରମାକାନ୍ତ ସାହୁ, ଡାକ୍ତର ଧନଞ୍ଜୟ ଭୋଇ, ଡାକ୍ତର ଘନଶ୍ୟାମ ସାହୁ, ଡାକ୍ତର ମନୋଜ କୁମାର ସାହୁ, ଡାକ୍ତର ଦୀନବନ୍ଧୁ ବେହେରା ପ୍ରମୁଖ ଯୋଗଦେଇ ଭିନ୍ନକ୍ଷମମାନଙ୍କୁ ଚିହ୍ନଟ କରିଥିଲେ। ସେହିପରି ସିନାପାଲି ବ୍ଲକ୍ ଅଧ୍ୟକ୍ଷା ତପସ୍ବିନୀ ମାଝି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରେନ୍ଦ୍ର ମେହେର, ଜିଲା ପରିଷଦ ସଭ୍ୟ ଗିିରିରାଜ ମାଝି, ଜିଲା ସାମାଜିକ ସୁରକ୍ଷା ଅଧିକାରିଣୀ ଗୋପଲକ୍ଷ୍ମୀ ହୋତା, ସିନାପାଲି ବ୍ଲକ୍ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଦୁର୍ଯ୍ୟୋଧନ ବିଶି ଓ ସିନାପାଲି ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ସତ୍ୟବାନ ମେହେର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।
https://www.dharitri.com/17-kg-of-gold-rs-1-57-crore-was-found-from-the-locker/
ଲକରରୁ ମିଳିଲା ୧୭ କେଜି ସୁନା, ୧.୫୭ କୋଟି ଟଙ୍କା ଭୁବନେଶ୍ୱର, ୧୮।୧ (ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତଟ ରେଳପଥର ଅବସରପ୍ରାପ୍ତ ପ୍ରିନ୍ସିପାଲ ଚିଫ୍ ଅପରେଶନ୍ ମ୍ୟାନେଜର ପ୍ରମୋଦ କୁମାର ଜେନାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ଚଢ଼ାଉ କରି ବିପୁଳ ସମ୍ପତ୍ତି ଠାବ କରିଛି। ୧୩ରୁ ଅଧିକ ଦିନ ଧରି ଚାଲିଥିବା ଚଢ଼ାଉ ଓ ଯାଞ୍ଚ ନେଇ ମଙ୍ଗଳବାର ସିବିଆଇ ପକ୍ଷରୁ ଚମକାଇ ଦେବାଭଳି ତଥ୍ୟ ଦିଆଯାଇଛି। ଏକାଧିକ ଲକରରୁ ୧୭ କେଜି ସୁନା, ୧.୫୭ କୋଟି ଟଙ୍କା ମିଳିବା ପରେ ସିବିଆଇ ତଦନ୍ତକୁ ଜୋର୍ଦାର କରିଛି। ଠାବ ସୁନା ମଧ୍ୟରେ ଅଳଙ୍କାର, ସୁନା ବିସ୍କୁଟ, କଏନ୍, ସୁନା ବାର୍ ରହିଛି। ଓଡ଼ିଶାର ଭୁବନେଶ୍ୱର ଓ ଜଗତ୍ସିଂପୁର ଏବଂ କୋଲକାତାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ବିଭିନ୍ନ ବ୍ୟାଙ୍କରେ ପ୍ରମୋଦ ଓ ତାଙ୍କ ପରିବାର ତଥା ସମ୍ପର୍କୀୟଙ୍କ ନାଁରେ ଥିବା ୮ରୁ ଅଧିକ ଲକର୍ ଠାବ ହୋଇଥିଲା। ସେଥି ମଧ୍ୟରୁ ୩ଟି ଲକର ସ୍ତ୍ରୀଙ୍କ ନାମରେ ଥିବାବେଳେ ଅନ୍ୟ ୫ଟିର ପ୍ରକୃତ ମାଲିକ ଜାଣିବାକୁ ସିବିଆଇକୁ ବହୁ କଷ୍ଟ କରିବାକୁ ପଡ଼ିଥିଲା। ପରେ ସେଗୁଡ଼ିକର ମାଲିକ ଚିହ୍ନଟ କରିଛି ସିବିଆଇ। ଏଥିସହ ଏଯାବତ୍ ୭ଟି ଲକର୍ ଖୋଲାଯାଇଛି। ସେଥିରୁ ବିପୁଳ ପରିମାଣର ସୁନା, ନଗଦ ଟଙ୍କା ଓ ଆର୍ଥିକ କାରବାର ସମ୍ବନ୍ଧିତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଛି। ରିପୋର୍ଟ ଅନୁଯାୟୀ, ଲକର୍ରୁ ନଗଦ ୧.୫୭ କୋଟି ଟଙ୍କା, ୯.୫ କୋଟି ଟଙ୍କାର ୧୭ କେଜି ସୁନା ଠାବ ହୋଇଛି। ସେହିପରି ପୋଷ୍ଟାଲ ସେଭିଂସ ଓ ବ୍ୟାଙ୍କ ଫିକ୍ସ ଡିପୋଜିଟ୍ ୩.୩୩ କୋଟି, ବ୍ୟାଙ୍କ ଜମା ୧.୫୧ କୋଟି, ମ୍ୟୁଚୁଆଲ୍ ଫଣ୍ଡ୍ ୪୭.୭୫ ଲକ୍ଷ ଟଙ୍କା ମଧ୍ୟ ଠାବ କରାଯାଇଛି। ଅନ୍ୟପକ୍ଷରେ ପୂର୍ବରୁ ମଧ୍ୟ ସିବିଆଇ ପ୍ରମୋଦ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ୪କୋଟି ୨୮ଲକ୍ଷ ୮୭ହଜାର ୫୫୩ ଟଙ୍କା ମୂଲ୍ୟର ସମ୍ପତ୍ତି ଠାବ କରିଥିଲା। ଏଥିରୁ ୧ କୋଟି ୯୨ ଲକ୍ଷ ୨୧ ହଜାର ୪୦୫ ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି ବୋଲି ଜଣାପଡିଥିଲା, ଯାହା ତାଙ୍କ ପ୍ରକୃତ ଆୟର ୫୯.୦୯ ପ୍ରତିଶତ ଅଧିକ ବୋଲି ସିବିଆଇ ଏଫ୍ଆଇଆର୍ରେ ଉଲ୍ଲେଖ କରିଥିଲା। ଏ ସଂକ୍ରାନ୍ତରେ ଗତ ଜାନୁୟାରୀ ୩ରୁ ପ୍ରିଭେନ୍ଶନ୍ ଅଫ୍ କରପ୍ଶନ ଆକ୍ଟର ଦଫା ୧୩ (୧) (ବି)ରେ ଏକ ମାମଲା ରୁଜୁ କରି ସିବିଆଇ ଅଧିକ ତଦନ୍ତ ଆରମ୍ଭ କରିଛି। ତଦନ୍ତ ଜାରି ରହିଥିବାରୁ ସିବିଆଇ ମୋଟ ସମ୍ପତ୍ତି କେତେ ତାହା ଆକଳନ କରିନାହିଁ। ତେବେ ଏଯାଏ ଠାବ ହୋଇଥିବା ସମ୍ପତ୍ତିର ପରିମାଣ ୨୦ କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ହିସାବ କହୁଛି। ପ୍ରମୋଦଙ୍କଠାରୁ ଆହୁରି ଅଧିକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ପାଇବାକୁ ସିବିଆଇ ଆଶା ରଖିଛି। ପରବର୍ତ୍ତୀ ସମୟରେ ପ୍ରମୋଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଗିରଫଦାରି ନେଇ ବିସ୍ତୃତ ବିବରଣୀ ଦିଆଯିବ ବୋଲି ସୂଚନା ମିଳିଛି। ସୂଚନା ଅନୁଯାୟୀ, ପ୍ରମୋଦ ହେଉଛନ୍ତି ୧୯୮୭ ମସିହା ବ୍ୟାଚର ରେଳ ଅଧିକାରୀ। ସେ ୧୯୮୯ ମାର୍ଚ୍ଚ ୬ରେ ଚାକିରିରେ ଯୋଗ ଦେଇ ବିଭିନ୍ନ ପଦ ପଦବୀରେ କାର୍ଯ୍ୟ କରିଥିଲେ। ୨୦୨୨ ନଭେମ୍ବର ୩୦ରେ ଚିଫ୍ ଅପରେଶନ ମ୍ୟାନେଜର ଭାବେ ପଦୋନ୍ନତି ପାଇଥିଲେ। ଏହାପରେ ସେ ଚାକିରିରୁ ଅବସର ନେଇଥିଲେ। ପ୍ରମୋଦଙ୍କ ୨ଝିଅ ଥିବାବେଳେ ବଡ଼ ଏକ ଘରୋଇ ବ୍ୟାଙ୍କରେ ଚାକିରି କରୁଥିବାବେଳେ ସାନ ଝିଅ ଏମ୍ବିବିଏସ୍ ପରେ ଏମ୍ଏସ୍ ପଢ଼ୁଛନ୍ତି। ୨୦୦୫ ଏପ୍ରିଲ ୧ରୁ ୨୦୨୦ ମାର୍ଚ୍ଚ ୩୧ ମଧ୍ୟରେ ପ୍ରମୋଦ ବ୍ୟାପକ ଦୁର୍ନୀତି କରି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ସିବିଆଇ ନିକଟରେ ଡିସେମ୍ବର ୨୬ରେ ଅଭିଯୋଗ ହୋଇଥିଲା।
https://www.dharitri.com/thirty-two-years-later-not-recived-land-lease/
୩୨ ବର୍ଷ ବିତିଲା, ମିଳୁନି ଜମିପଟ୍ଟା ବାରିପଦା ଅଫିସ,୨୨।୧୨ ମୟୂରଭଞ୍ଜ ଜିଲା ବୁଢ଼ାବଳଙ୍ଗ ତଟବର୍ତ୍ତୀ ମଧୁବନ ଅଞ୍ଚଳରେ ଗୃହ ଓ ସହରୀ ବିକାଶ ନିଗମ(ହୁଡକୋ) ପକ୍ଷରୁ ଗୃହ ଯୋଗାଇ ଦିଆଯାଇଥିବା ହିତାଧିକାରୀଙ୍କୁ ଜମିପଟ୍ଟା ଦେବାକୁ ବାରିପଦା ଟାଉନ କଂଗ୍ରେସ ପକ୍ଷରୁ ଦାବି ହୋଇଛି। ଏ ସଂକ୍ରାନ୍ତରେ ଟାଉନ କଂଗ୍ରେସ ସଭାପତି ଶାନ୍ତନୁ ପାଲଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ଉପଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ୭ନଂ ୱାର୍ଡରେ ବସବାସ କରୁଥିବା ହିତାଧିକାରୀଙ୍କୁ ବାରିପଦା ହୁଡକୋ ପକ୍ଷରୁ କଲୋନୀ ନିର୍ମାଣ କରି ଆବଶ୍ୟକ ଅର୍ଥ ନେଇ ଗୃହ ଯୋଗାଇ ଦିଆଯାଇଥିଲା। ତେବେ ଦୀର୍ଘ ୩୨ବର୍ଷ ଧରି ଉକ୍ତ ହିତାଧିକାରୀଙ୍କୁ ଉକ୍ତ ସ୍ଥାନର ଜମିପଟ୍ଟା ପ୍ରଦାନ କରାଯାଇ ନ ଥିବାରୁ ବିଭିନ୍ନ ସରକାରୀ ଯୋଜନାରୁ ସେମାନେ ବଞ୍ଚିତ ରହୁଛନ୍ତି। ତହସିଲରୁ ଆବଶ୍ୟକ ସାର୍ଟିଫିକେଟ ମଧ୍ୟ ପାଇପାରୁ ନାହାନ୍ତି। ଏ ସଂକ୍ରାନ୍ତରେ ହିତାଧିକାରୀମାନେ ଟାଉନ ପ୍ଲାନିଙ୍ଗ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିବା ପରେ ୨୦୧୨ରେ ଦେବୋତ୍ତର ବିଭାଗ ସମ୍ମତି ପ୍ରକାଶ କରି ଲିଜଧାରୀଙ୍କୁ ଆବଶ୍ୟକ ଦସ୍ତାବିଜ ଦାଖଲ କରିବାକୁ ଆଦେଶ ଦେଇଥିଲେ ା ଏ ନେଇ ଟାଉନ ପ୍ଳାନିଙ୍ଗ ପକ୍ଷରୁ ବାରିପଦା ଉପଜିଲାପାଳଙ୍କୁ ଚିଠିନଂ.୧୮୫୪/୨୪ସେପ୍ଟେମ୍ବର ୨୦୧୨ରେ ଅବଗତ କରାଯାଇଥିଲା। ମାତ୍ର ଅଦ୍ୟାବଧି ହିତାଧିକାରୀମାନେ ଜମିପଟ୍ଟା ପାଇବାରୁ ବଞ୍ଚିତ ରହିଛନ୍ତି। ଖୁବଶୀଘ୍ର ଲିଜଧାରୀଙ୍କୁ ପଟ୍ଟା ପ୍ରଦାନ କରା ନ ଗଲେ ଆନ୍ଦୋଳନ କରାଯିବା ବୋଲି ସେମାନେ କଡ଼ା ଚେତାବନୀ ଦେଇଛନ୍ତି ା ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ବିଜନ ଦାସ, ରତନଲାଲ ଶର୍ମା, ଜିଲା ମହିଳା ସଭାନେତ୍ରୀ ସୁସ୍ମିତା ଘୋଷାଲ, ସ୍ବାଗନ ଦାସଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ା
https://www.dharitri.com/ଖୁସି-ଖବର-ରେମ୍‌ଡିସିଭିର୍‌/
ଖୁସି ଖବର: ରେମ୍‌ଡିସିଭିର୍‌ ଔଷଧ କରୋନା ଭୂତାଣୁକୁ ରୋକିବାରେ ସଫଳ ଓ୍ବାଶିଂଟନ,୩୦।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଆମେରିକାରେ ଇବୋଲା ସଂକ୍ରମଣ ରୋକିବା ପାଇଁ ବ୍ୟବହାର କରାଯାଇଥିବା ରେମ୍ଡିସିଭିର୍ ଔଷଧର ପ୍ରୟୋଗ ବେଶ୍ ସଫଳ ରହିଥିବା କୁହାଯାଉଛି। କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ଏହି ଔଷଧ ଆଶ୍ଚର୍ଯ୍ୟଜନକ ଭାବେ କାର୍ଯ୍ୟ କରିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏହି ଆଣ୍ଟି ଭାଇରାଲ ଔଷଧ ଭଲ କାର୍ଯ୍ୟ କରୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି। ଆମେରିକାର ଫୁଡ୍ ଡ୍ରଗ୍ ଆଣ୍ଡ୍ ଆଡମିନିଷ୍ଟ୍ରେଶନ(ଏଫ୍ଡିଏ) ପକ୍ଷରୁ ଏହାର ବ୍ୟବହାର ପାଇଁ ଖୁବ୍ ଶୀଘ୍ର ଘୋଷଣା କରାଯିବାର ସମ୍ଭାବନା ରହିଛି। ସଂକ୍ରାମକ ରୋଗ ବିଶେଷଜ୍ଞ ଆନ୍ଥୋନୀ ଫୌସି ଏହାର ବ୍ୟବହାର ବେଶ୍ ଫଳପ୍ରଦ ରହିଥିବା କହିଛନ୍ତି। ରେମ୍ଡିସିଭିର୍ ଔଷଧକୁ ଆମେରିକା, ୟୁରୋପ ଏବଂ ଏସିଆର ୬୮ ଅଞ୍ଚଳରେ ୧୦୬୩ ଲୋକଙ୍କଠାରେ ପରୀକ୍ଷାମୂଳକ ପ୍ରୟୋଗ କରାଯାଇଥିଲା। ତେବେ ଉହାନରେ ଏହାର ପ୍ରୟୋଗ ଦ୍ୱାରା କୌଣସି ସୁଫଳ ମିଳି ନ ଥିବା ଚାଇନା କହିଥିଲା। ଏହି ଔଷଧକୁ ଆମେରିକା ବାୟୋଫାର୍ମାସ୍ୟୁଟିକାଲ କମ୍ପାନୀ ଗିଲେଡ୍ ସାଇନ୍ସେସ୍ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ଏହାକୁ ପ୍ୟାଟେଣ୍ଟ୍ କରିବା ପାଇଁ ଚାଇନା ଉଦ୍ୟମ କରୁଥିଲା। ଏନେଇ ଚାଇନା ୨୧ ଜାନୁୟାରୀରେ ଆବେଦନ ମଧ୍ୟ କରିଥିଲା। ଉହାନର ଭିରୋଲୋଜି ଲ୍ୟାବ୍ ଏବଂ ମିଲିଟ୍ରି ମେଡ଼ିସିନ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଏହି ଆବେଦନ କରାଯାଇଥିଲା। ତେବେ ତାହା ସଫଳ ହୋଇ ନ ଥିଲା।
https://www.dharitri.com/sonu-sood-wife-sonali-and-his-complete-family-members/
ସୋନୁ ସୁଦଙ୍କ ଜୀବନରେ ପ୍ରଥମ ଥର ଆସିଥିଲେ ଏହି ଝିଅ: ଜାଣନ୍ତୁ ସେ କିଏ… ବଲିଉଡ୍ ଅଭିନେତା ସୋନୁ ସୁଦ ଏବେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଅସହାୟ ଲୋକଙ୍କୁ ସହାଯ୍ୟ କରିବା ସହ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ସେ ସବୁବେଳେ ସମ୍ପର୍କରେ ରହିଥାନ୍ତି। ନିକଟରେ ଜଣେ ପ୍ରଶଂସକ ଭଗବାନଙ୍କ ଫଟୋ ନିକଟରେ ସୋନୁଙ୍କ ଫଟୋରଖି ପୂଜା କରୁଥିବା ଭିଡିଓ ସୋନୁଙ୍କୁ ଟ୍ୟାଗ୍ କରିଥିଲେ। ଏହାର ଉତ୍ତରରେ ସୋନୁ କହିଥିଲେ, ମୋର ସ୍ଥାନ ଏଠାରେ ନୁହେଁ, କେବଳ ଆପଣଙ୍କ ହୃଦୟରେ ରହିବା ଦରକାର। ତେବେ ସୋନୁଙ୍କ ବିଷୟରେ ପ୍ରାୟ ସମସ୍ତ ଅଳ୍ପ ବହୁତ ଜାଣନ୍ତି। କିନ୍ତୁ ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କ ବିଷୟରେ ବହୁତ କମ୍ ଲୋକ ଜାଣିଥିବେ। ଜାଣିବା ସୋନୁଙ୍କ ପରିବାର ବିଷୟରେ… ୩୦ ଜୁଲାଇ, ୧୯୭୩ରେ ପଞ୍ଜାବର ମୋଗାରେ ଜନ୍ମଗ୍ରହଣ କରିଥିବା ସୋନୁଙ୍କ ସ୍ତ୍ରୀଙ୍କ ନାମ ହେଉଛି ସୋନାଲି ସୁଦ। ସୋନୁ ୨୫ ସେପ୍ଟେମ୍ବର ୧୯୯୬ରେ ସୋନାଲୀଙ୍କୁ ବିବାହ କରିଥିଲେ। ତାଙ୍କର ୨ ପୁଅ ଆୟାନ ଓ ଇଶାନ ଅଛନ୍ତି। ତେବେ ସୋନାଲୀ ଲାଇମ୍ଲାଇଟ୍ରୁ ସବୁବେଳେ ଦୂରରେ ରହିବାକୁ ପସନ୍ଦ କରନ୍ତି। ତେଣୁ ସର୍ବସାଧାରଣ ଇଭେଣ୍ଟରେ ତାଙ୍କୁ ବହୁତ କମ୍ ଦେଖିବାକୁ ମିଳିଥାଏ। ଫିଲ୍ମ ଜଗତ ସହିତ ସୋନାଲିଙ୍କର କୌଣସି ସମ୍ପର୍କ ନାହିଁ। ନାଗପୁରର ଯଶଓ୍ବନ୍ତରାଓ ଚୌହ୍ବାନ କଲେଜର ଇଞ୍ଜିନିୟରିଂ ପାଠ ପଢ଼ିବା ସମୟରେ ସୋନୁ ଏବଂ ସୋନାଲିଙ୍କ ମଧ୍ୟ ପ୍ରଥମ ସାକ୍ଷାତ ହୋଇଥିଲା। ସୋନୁ ପଞ୍ଜାବୀ ହୋଇଥିବା ବେଳେ ସୋନାଲି ତେଲୁଗୁ । ସୋନୁଙ୍କ ଜୀବନରେ ଆସିଥିବା ପ୍ରଥମ ଝିଅ ହେଉଛନ୍ତି ସୋନାଲି। ଏକଥା ନିଜେ ସୋନୁ ଏକ ସାକ୍ଷାତକାରରେ କହିଥିଲେ। ସେମାନଙ୍କ ବିବାହକୁ ୨୪ ବର୍ଷ ହେବାକୁ ଯାଉଛି। ସୋନୁଙ୍କର ୨ ଭଉଣୀ ଅଛନ୍ତି। ଜଣେ ପଞ୍ଜାବରେ ବିବାହ କରିଥିବା ବେଳେ ଅନ୍ୟ ଜଣେ ବିଦେଶରେ ବିବାହ କରିଛନ୍ତି। ସୋନୁଙ୍କ ବାପା ଶକ୍ତି ସୁଦଙ୍କର ଫେବୃୟାରୀ ୨୦୧୮ରେ ମୃତ୍ୟୁ ଘଟିଥିଲା। ଏହାର ୮ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୦ରେ ତାଙ୍କ ମା’ଙ୍କ ପରଲୋକ ଘଟିଥିଲା। ସୋନୁ ନିଜର ଜନ୍ମଦିନ ପାଳନ କରି ନ ଥାନ୍ତି। ଏହା ପଛରେ ଏକ ବଡ଼ କାରଣ ମଧ୍ୟ ରହିଛି। ନିଜେ ସୋନୁ ଏକ ସାକ୍ଷାତକାରରେ କହିଥିଲେ ଯେ, ଯେବେଠାରୁ ତାଙ୍କ ମା’ଙ୍କ ମୃତ୍ୟୁ ଘଟିଛି ତା’ ପରଠାରୁ ସେ ଆଉ ଜନ୍ମଦିନ ପାଳନ କରୁ ନାହାନ୍ତି। ବଲିଉଡ୍ରେ କାମ କରିବା ପୂର୍ବରୁ ସୋନୁ ଦକ୍ଷିଣ ଭାରତୀୟ ଫିଲ୍ମରେ କାମ କରୁଥିଲେ। ୨୦୦୨ରେ ତାଙ୍କର ପ୍ରଥମ ବଲିଉଡ୍ ଫିଲ୍ମ ‘ଶହିଦ୍-ଏ-ଆଜମ୍’ ରିଲିଜ୍ ହୋଇଥିଲା। ପରେ ସୋନୁ କାହାଁ ହୋ ତୁମ୍, ଯୁବା, ଶିଶା, ଆଶିକ ବନାୟା ଆପ୍ନେ, ଯୋର୍ଦ୍ଧା ଅବକର, ଦବଙ୍ଗ ଆଦି ଫିଲ୍ମରେ କାମ କରିଛନ୍ତି।
https://www.dharitri.com/ପେଟର-ଲାଗି-ନାଟ-ଜାଦୁ-ଖେଲ-ଦେଉ/
ପେଟର ଲାଗି ନାଟ: ଜାଦୁ ଖେଲ ଦେଉଛେ ପେଟକେ ଦାନା ଅତାବିରା, ୩।୬ (ଡି.ଏନ୍.ଏ): ପେଟର ଲାଗି ଦାନା ଯୁଗାଡ଼ କରବାକେ ରାଜସ୍ଥାନ ଜଲବାର ଗାଁରୁ ଆସି ଗୁଟେ ପରିବାର ଓଡ଼ିଶାର ଭିନେ ଭିନେ ଅଂଚଲରେ ବୁଲୁଛନ୍। ସେମାନେ ଗାଁ ଗାଁ ବୁଲି, ଜାଦୁ ଖେଲ ଦେଖେଇ ଦୁଇ ପଏସା ରୁଜଗାର କରୁଥିବାର ଦେଖ୍ବାକେ ମିଲିଛେ। ୭ ବଛର୍ର ନିଜର ଟୁକେଲକେ ଜାଦୁ ଖେଲରେ ବାଜି ଲଗେଇ ଭିନେ ଭିନେ ପରକାର କଳା କଉଶଲ ଆର ଜାଦୁ ଦେଖଉଛନ୍। ଇ ଘଟନା ଦେଖ୍ବାକେ ମିଲିଥିଲା ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍ର ଉଦେପୁର ଗାଁରେ। ତାହାକୁ ପଚରାଉଚରା କଲାରୁ ଜନାପଡ଼ଲା ଯେ, ପରିବାରଟା ପେଟପାଟନାର ଲାଗି ରାଜସ୍ଥାନରୁ ଆସି ଓଡ଼ିଶାରେ ଗାଁ ଗାଁ ବୁଲି ଜାଦୁ ଖେଲ ଦେଖଉଛନ୍। ରାଜସ୍ଥାନ ଜଲବାର ଗାଁର ସୁନଜି ଆର ଜରିନା ବାନକଁର ପୁଓ ଅଲ୍ଲୀ। ସେ ନିଜର ନାବାଲିକା ଝି’ ସୀମା ସଂଗେ ଅତାବିରା ଆର ଭେଡ଼େନ ବ୍ଲକକେ ଯାଇ ସେଠାନେ ଜାଦୁ ଖେଲ ଦେଖଉଛନ୍ ଆର ଫିଦିନ୍ ୩ଶହରୁ ୧ ହଜାର ଟଁକା ତକ୍ ରୁଜଗାର କରୁଛନ୍। ଇ ଜାଦୁ ଖେଲ ତାକର ପରିବାର ଲାଗି କପଡ଼ାଲତା ଆର ପେଟକେ ଦାନା ଦେଉଛେ। ରାଜସ୍ଥାନରେ କାମ୍ଧଁଦା ଅଭାବୁ ବହୁତ ବଛର ହେଲା ଆମେ କୁଟୁମବସିଆ ଓଡ଼ିଶାକେ ଆସି ଜାଦୁ ଖେଲ ଦେଖେଇ ପେଟପାଲୁଛୁଁ ବଲି ସେ କହିଥିଲେ।
https://www.dharitri.com/ମିନି-ରୋବଟ/
ମିନି ରୋବଟ ରୋବଟ୍ର ଚାହିଦା ଦିନକୁ ଦିନ ବଢ଼ି ଚାଲିଛି। ବିଭିନ୍ନ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଇ ସେଥିରୁ ସଫଳତା ମିଳିବାର ନଜୀର ମଧ୍ୟ ରହିଛି। ନିକଟରେ ଇଂଲଣ୍ଡର ବୈଜ୍ଞାନିକମାନେ ଏକ କ୍ଷୁଦ୍ର ରୋବଟ ପ୍ରସ୍ତୁତ କରିଛନ୍ତି। ଏହି ମିନି ରୋବୋଟ କାନ୍ଥ ଉପରେ ଚଢ଼ି ତାହାକୁ ସଫା କରିପାରିବ। ଉକ୍ତ ହାଇଟେକ୍ ରୋବଟ୍ର ଶରୀର ‘ଇଲେକ୍ଟ୍ରୋ ସ୍କିନ୍’ରେ ପ୍ରସ୍ତୁତ କରାଯାଇଛି। ଖାସ୍ କଥା ହେଲା କାନ୍ଥ ଉପରେ ଚଢ଼ି ସଫା କରିବା ସମୟରେ ଏହି ରୋବଟ୍ ନିଜ ଶରୀରକୁ ଅତି ସହଜରେ ସଙ୍କୋଚିତ ଏବଂ ପ୍ରସାରିତ କରିପାରିବ। ପରୀକ୍ଷାମୂଳକ ଭାବରେ ଏହି ମିନି ରୋବଟ୍ରୁ ସଫଳତା ମିଳିବା ପରେ ତାହାକୁ କିପରି ଆହୁରି କାର୍ଯ୍ୟଦକ୍ଷ କରାଯାଇପାରିବ ସେ ନେଇ ଚେଷ୍ଟା ଜାରି ରହିଛି।
https://www.dharitri.com/suspended-wrestling-federation-of-india-wfi-chief-sanjay-singh-wrote-a-letter-to-united-world-wrestling-www/
ବାସନ୍ଦ ଉଠାଇବା ଲାଗି କହିଲା ଭାରତ କୁସ୍ତି ମହାସଂଘ ନୂଆଦିଲ୍ଲୀ, ୭ା୧: ନୂଆ କର୍ମକର୍ତ୍ତା ନିର୍ବାଚନ ହେବାର ୩ ଦିନ ପରେ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ସସ୍ପେଣ୍ଡ ହୋଇଥିବା ଭାରତ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ)ର ମୁଖ୍ୟ ସଞ୍ଜୟ ସିଂ ୟୁନାଇଟେଡ ଓ୍ବାଲର୍ଡ ରେସ୍ଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ)କୁ ଏକ ଚିଠି ଲେଖିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି)ର ସନନ୍ଦ ଅନୁସାରେ ନବନିର୍ବାଚିତ ଡବ୍ଲ୍ୟୁଏଫ୍ଆଇ ଉପରେ ଭାରତୀୟ ଅଲିମ୍ପିକ ଆସୋସିଏଶନ(ଆଇଓଏ)ର କୌଣସି କର୍ତ୍ତୃତ୍ୱ ରହିବା ଉଚିତ ନୁହେଁ। ଅନ୍ୟପକ୍ଷରେ ଗତବର୍ଷ ଅଗଷ୍ଟ ମାସରୁ ଲାଗୁ ହୋଇଥିବା ସସ୍ପେଣ୍ଡ ଆଦେଶକୁ ତୁରନ୍ତ ପ୍ରତ୍ୟାହାର କରିନେବା ଲାଗି ସେ ନିବେଦନ କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଆଇଓଏ ଦ୍ୱାରା ଗଠିତ ଆଡହକ୍ ପ୍ୟାନେଲ ଭାରତ କୁସ୍ତି ମହାସଂଘର ଦୈନନ୍ଦିନ ବ୍ୟାପାର ବୁଝାଶୁଝା କରୁଛି। କୁସ୍ତି ଉପରେ ଆଇଓଏ ପ୍ରଭାବ ବିସ୍ତାରକୁ ବେଆଇନ ବୋଲି ମନେ କରାଯିବା ଉଚିତ ବୋଲି ସଞ୍ଜୟ ୟୁଡବ୍ଲ୍ୟୁଡବ୍ଲ୍ୟୁ ନିକଟକୁ ଲେଖିଥିବା ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ଡିସେମ୍ବର ୨୧ରେ ବିପୁଳ ବ୍ୟବଧାନରେ ନିର୍ବାଚନ ଜିତିଥିବା ସଞ୍ଜୟ ୟୁଡବ୍ଲ୍ୟୁଡବ୍ଲ୍ୟୁର ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଯେ, ଦିଲ୍ଲୀ ହାଇକୋର୍ଟ ତାଙ୍କର ଏକ ନିର୍ଦ୍ଦେଶନାମାରେ ଜାତୀୟ କ୍ରୀଡ଼ା ମହାସଂଘ ବ୍ୟାପାରରେ ଆଇଓଏର ହସ୍ତକ୍ଷେପକୁ ବେଆଇନ ବୋଲି ଦର୍ଶାଇଥିଲେ। ଡବ୍ଲ୍ୟୁଏଫ୍ଆଇର ପୂର୍ବତନ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ଘନିଷ୍ଠ ବୋଲି କୁହାଯାଉଥିବା ସଞ୍ଜୟ କହିଛନ୍ତି, ଭାରତୀୟ କୋର୍ଟ, ୟୁଡବ୍ଲ୍ୟୁଡବ୍ଲ୍ୟୁ ନିୟମାବଳୀ ଏବଂ ଅଲିମ୍ପିକ ସନନ୍ଦ ଅନୁସାରେ ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ହେଉଛନ୍ତି ସ୍ବୟଂଶାସିତ ସଂସ୍ଥା। ଆଇଓଏ କିପରି ନିୟମ ଉଲ୍ଲଂଘନ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନିର୍ବାଚନରେ ସ୍ବଚ୍ଛତା ଓ ନିରପେକ୍ଷତା ଅବଲମ୍ବନ କରାଯାଇଥିଲା। ଆଇଓଏ ଏ ବିଷୟରେ ସମ୍ପୂର୍ଣ୍ଣ ଅବଗତ। ସମସ୍ତ ସଫଳ ପ୍ରାର୍ଥୀଙ୍କୁ ରିଟର୍ନିଂ ଅଫିସର ସାର୍ଟିଫିକେଟ ମଧ୍ୟ ପ୍ରଦାନ କରିଛନ୍ତି।
https://www.dharitri.com/money-mobile-sanitizers-came-to-the-market/
ମାର୍କେଟକୁ ଆସିଲା ଟଙ୍କା, ମୋବାଇଲ ସାନିଟାଇଜର କରୋନା ଭାଇରସ ଯୋଗୁ ସମଗ୍ର ବିଶ୍ୱ ଏବେ ଚିନ୍ତାରେ। ଏଥିରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତ୍ୱ ରକ୍ଷା କରିବା, ମାସ୍କ ପିନ୍ଧିବା ଏବଂ ବାରମ୍ବାର ହାତ ଧୋଇବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି। ତେବେ କାଗଜ ନୋଟରେ କରୋନା ଭାଇରସ ବ୍ୟାପିଥିବା ନେଇ ପ୍ରଥମରୁ କୁହାଯାଉଛି। ଏମିତିରେ ଏବେ ମାର୍କେଟରେ ଟଙ୍କାକୁ ସାନିଟାଇଜ ପାଇଁ ଏକ ପ୍ରକାର ସାନିଟାଇଜର ଆସିଛି। ଏହା ଦ୍ୱାରା କାଗଜ ନୋଟ ସମେତ ମୋବାଇଲ ଫୋନ୍, ପର୍ସ ମଧ୍ୟ ସାନିଟାଇଜ କରାଯାଇ ପାରିବ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ତେବେ ଏହି ପ୍ରଡକ୍ଟ ବିଷୟରେ ଜାଣିବା ପାଇଁ ଲୋକେ ଚେଷ୍ଟା କରୁଛନ୍ତି। ଏହି ପ୍ରଡକ୍ଟ ଦ୍ୱାରା କରୋନାକୁ କିଛି ମାତ୍ରାରେ ରୋକାଯାଇ ପାରିବ ବୋଲି କୁହାଯାଉଛି।
https://www.dharitri.com/former-cricketer-and-actor-salil-ankola-appointed-as-mumbai-ranji-trophy-chief-selector/
ଏହି ଅଭିନେତାଙ୍କୁ ମିଳିଲା ମୁମ୍ବାଇ ରଣଜୀ ଟିମ୍‌ ଚୟନ ଦାୟିତ୍ୱ କ୍ରିକେଟ ଏବଂ ଫିଲ୍ମ ଦୁନିଆ ମଧ୍ୟରେ ଘନିଷ୍ଟ ସମ୍ପର୍କ ରହିଛି। ଅଜୟ ଜାଡେଜା ଏବଂ ହରଭଜନ ସିଂହଙ୍କ ଭଳି କ୍ରିକେଟରମାନେ ଅଭିନେତା ହେବାକୁ ଚେଷ୍ଟା କରିସାରିଛନ୍ତି। ସେହିପରି ସୁନୀଲ ଶେଟ୍ଟୀ, ସୋହେଲ ଖାନ, ଅଫତାବ ଶିବଦାସାନି ଭଳି କଳାକାରମାନେ ମଧ୍ୟ କ୍ରିକେଟ ଖେଳି ସାରିଛନ୍ତି। ଠିକ୍ ସେହିପରି ସଲିଲ ଆଙ୍କୋଲା ମଧ୍ୟ ଏହି ଦୁଇଟଇ କ୍ଷେତ୍ରରେ ନିଜର ଭାଗ୍ୟ ପରୀକ୍ଷା କରିସାରିଛନ୍ତି। ସଲିଲ ପ୍ରଥମେ ଜଣେ କ୍ରିକେଟର ଥିଲେ, ପରେ ଅଭିନେତା ହେଲେ। ଏବେ ପୁଣିଥରେ କ୍ରିକେଟରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ହେଲେ ଏବେ ସେ ବଲ କିମ୍ବା ବ୍ୟାଟ୍ ସହ କ୍ରିକେଟ ପଡ଼ିଆକୁ ଓହ୍ଲାଉ ନାହାନ୍ତି ବରଂ ତାଙ୍କୁ ମୁମ୍ବାଇ ରଣଜୀ ଟ୍ରଫିର ନିର୍ବାଚନ କମିଟିର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ଏହାକୁ ନେଇ ସଲିଲ ବହୁତ ଖୁସି ମଧ୍ୟ ଅଛନ୍ତି। ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ୨୦ ବର୍ଷ ଧରି ଅଭିନୟ କରିଛି, କିନ୍ତୁ ସବୁବେଳେ ମନରେ ଏକ ଅଭାବ ରହିଗଲାପରି ମନେ ହୁଏ। ଆହୁରି ମଧ୍ୟ ସେ କହିଥିଲେ ଯେ, ତାଙ୍କର ପ୍ରଥମ ପ୍ରେମ କ୍ରିକେଟ ଥିଲା ଏବଂ ସେ ଏହାକୁ ସବୁବେଳେ ମନେ ମଧ୍ୟ ପକାନ୍ତି ।
https://www.dharitri.com/injection-wont-do-any-good-alcohol-will-help/
‘ ଭାକ୍ସିନ ନୁହେଁ, କରୋନା ଉପରେ ମଦ କାମ ଦେବ ’ ନୂଆଦିଲ୍ଲୀ,୧୯।୪ : ଭାକ୍ସିନ ଦ୍ୱାରା କିଛି ହେବ ନାହିଁ। ମଦ ହିଁ ସାହାଯ୍ୟ କରିବ। ଦିଲ୍ଲୀରେ ୬ ଦିନିଆ ଲକ୍ଡାଉନ ଘୋଷଣା ହେବା ପରେ ଶିବପୁରୀ ଅଞ୍ଚଳରୁ ମଦ କିଣୁଥିବା ଜଣେ ମହିଳା ଏଭଳି ମନ୍ତବ୍ୟ ଦେଇଛନ୍ତି। ମୁଁ ଗତ ୩୫ ବର୍ଷ ହେଲା ମଦ ପାନ କରୁଛି। ଏହା ଛଡ଼ା ମୁଁ ଆଉ କୌଣସି ଟିକା ନେଇ ନାହିଁ। ଦିନକୁ ଗୋଟିଏ ପେଗ୍ ନିଏ। ଏହା ମୋ ପାଇଁ ଔଷଧ ବୋଲି ନାକ ତଳକୁ ମାସ୍କ ପିନ୍ଧି ଥିବା ମହିଳା ଜଣଙ୍କ ହସି ହସି କହିଛନ୍ତି। ଏହାର ଭିଡିଓ ଭାଇରାଲ ହୋଇଯାଇଛି ସୋସିଆଲ ମିଡିଆରେ। ଏହାକୁ ୟୁଜର୍ସମାନେ ନାପସନ୍ଦ କରୁଛନ୍ତି। ଲୋକଙ୍କ ଏଭଳି ମାନସିକତା ହିଁ କରୋନାର ଦ୍ୱିତୀୟ ଲହର ପାଇଁ ଦାୟୀ ବୋଲି କମେଣ୍ଟ କରିଛନ୍ତି କିଛି ପ୍ରଶଂସକ।
https://www.dharitri.com/corona-is-more-contagious-in-men-than-women/
ମହିଳାଙ୍କ ତୁଳନାରେ ପୁରୁଷଙ୍କ କ୍ଷେତ୍ରରେ ଅଧିକ ସଂକ୍ରାମକ ହୋଇଛି କରୋନା… ଟରଣ୍ଟୋ,୫।୧୦ : ମହିଳାଙ୍କ ତୁଳନାରେ ପୁରୁଷମାନଙ୍କ ଉପରେ କରୋନା ଭୁତାଣୁ ଅଧିକ ଗୁରୁତର ପ୍ରଭାବ ପକାଇଛି। ଏହାର କାରଣ ହେଉଛି ଏସିଇ-୨ ପ୍ରୋଟିନ, ଯାହା କୋଷର ବାହ୍ୟ ପୃଷ୍ଠରେ ଅବସ୍ଥିତ। ଏହା ରକ୍ତଚାପ ଏବଂ ଫୁଲାକୁ ନିୟନ୍ତ୍ରଣ କରିବା ସହିତ ଅଙ୍ଗରେ ଅତ୍ୟଧିକ ଫୁଲା ହେତୁ ହେଉଥିବା କ୍ଷତିକୁ ରୋକିଥାଏ । କରୋନାରେ ସଂକ୍ରମିତ ହେବା ପରେ ଭୁତାଣୁ ଆକ୍ରାନ୍ତଙ୍କର ପ୍ରୋଟିନ କୋଷରେ ପହଞ୍ଚି ଏସିଇ-୨ କୁ ପ୍ରଭାବିତ କରନ୍ତି। ଅନୁସନ୍ଧାନକାରୀମାନେ ଏହି ଅଧ୍ୟୟନର ଫଳାଫଳକୁ ନୂତନ ନୀତି ପାଇଁ ଉତ୍ତମ ବୋଲି ବିଚାର କରୁଛନ୍ତି। ଆଇଏସ ସାଇନ୍ସ ମେଡିକାଲ ଜର୍ନାଲରେ ପ୍ରକାଶିତ ଅଧ୍ୟୟନରେ, ଅନୁସନ୍ଧାନକାରୀମାନେ ମୂଷା ଉପରେ ପ୍ରି-କ୍ଲିନିକାଲ ଅନୁସନ୍ଧାନ କରିଛନ୍ତି। କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ହାଇବୋ ଝାଙ୍ଗ କହିଛନ୍ତି ମହିଳାଙ୍କ ତୁଳନାରେ ପୁରୁଷଙ୍କଠାରେ କରୋନାର ଗମ୍ଭୀରତା ଏବଂ ମୃତ୍ୟୁ ହାର ବହୁତ ଅଧିକ। ଏହାର କାରଣ ଏପର୍ଯ୍ୟନ୍ତ ସଠିକ ଭାବରେ ବୁଝିପାରୁନାହିଁ। ଏହି ଅଧ୍ୟୟନରେ ଆମେ ଆବିଷ୍କାର କରିଛୁ ଜିନ ଯାହା ଏସିଇ-୨ ପ୍ରୋଟିନ ଏନକୋଡ କରେ ଏକ୍ସ କ୍ରୋମୋଜୋମରେ ଅବସ୍ଥିତ। ଏହାର ଅର୍ଥ ହେଉଛି ମହିଳାମାନଙ୍କର ଦୁଇଟି କପି ଜିନ ଥିବାବେଳେ ପୁରୁଷମାନଙ୍କ ପାଖରେ କେବଳ ଗୋଟିଏ ଅଛି । ଝାଙ୍ଗ କହିଛନ୍ତି ଏସିଇ-୨ ପାଇଁ ଜିନର ଅତିରିକ୍ତ କପି ସୁସ୍ଥ ଲୋକମାନଙ୍କ ମଧ୍ୟରେ କୌଣସି ପରିବର୍ତ୍ତନ କରେ ନାହିଁ କାରଣ ଅନୁସନ୍ଧାନକାରୀମାନେ ସୁସ୍ଥ ପୁରୁଷ ଏବଂ ମହିଳାମାନଙ୍କରେ ସମାନ ସ୍ତରର ଏସିଇ-୨ ପ୍ରୋଟିନ ପାଇଛନ୍ତି, କିନ୍ତୁ କରୋନା, ଏସିଇ-୨ ପ୍ରୋଟିନ୍ରେ ସଂକ୍ରମିତ ହେବା ପରେ ଏସିଇ-୨ ରେ ହ୍ରାସ ଦେଖାଗଲା ଯେତେବେଳେ ମହିଳାମାନଙ୍କରେ ସେପରି କୌଣସି ପରିବର୍ତ୍ତନ ଦେଖାଗଲା ନାହିଁ। କରୋନା ସଂକ୍ରମିତ ପୁରୁଷମାନଙ୍କ କ୍ଷେତ୍ରରେ ଅଧିକ ଗମ୍ଭୀର ପରିଣାମ ପାଇଁ ଏସିଇ-୨ ର ନିମ୍ନ ସ୍ତର ଦାୟୀ କି ନାହିଁ ଏହି ଗବେଷଣାରେ ଅନୁସନ୍ଧାନ କରାଯାଇଥିଲା । ଗବେଷକମାନେ ଫୁସଫୁସରେ ସିଧାସଳଖ ଲ୍ୟାବ ନିର୍ମିତ ଏସିଇ-୨ ପ୍ରୋଟିନ ଯୋଗାଇବା ପାଇଁ ଏକ ଇନହେଲର୍ ବ୍ୟବହାର କରିଥିଲେ। ଏହା ପରେ, ଏହା ଦେଖାଗଲା କରୋନା ସଂକ୍ରମିତ ପୁରୁଷମାନଙ୍କୁ ପ୍ରତିଦିନ ଏସିଇ-୨ ନିଶ୍ୱାସ ନେବା ଦ୍ୱାରା ସେମାନଙ୍କ ଫୁସଫୁସରେ କମ ଭୁତାଣୁ ମିଳିଥିଲା ଏବଂ ଫୁସଫୁସରେ ଆଘାତ ମଧ୍ୟ ଆଂଶିକ ବୋଲି ଜଣାପଡିଥିଲା। ଏକ ସାଧାରଣ ଭୁଲ ଧାରଣା ହେଉଛି ଏସିଇ-୨ ରିସେପ୍ଟରଗୁଡ଼ିକର ଉପସ୍ଥିତି ଅଧିକ ସଂକ୍ରମଣ ହାରରେ ପରିଣତ ହେବ ବୋଲି ଅନୁସନ୍ଧାନକାରୀମାନେ କହିଛନ୍ତି।
https://www.dharitri.com/as-the-infection-progresses-so-do-the-covid-guidelines/
ସଂକ୍ରମଣ ବଢିଲେ ଲାଗୁ ହେବ କଟକଣା ଭୁବନେଶ୍ୱର, ୭।୩(ବ୍ୟୁରୋ): ଆସନ୍ତା ୨୪ରେ ପୌର ନିର୍ବାଚନ। ଏଥିପାଇଁ ରାଜନୀତି ସରଗରମ ରହିଛି। ତେବେ ନିର୍ବାଚନ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ନିର୍ବାଚନ କମିଶନ ଆଦିତ୍ୟ ପାଢୀ। ସେ କହିଛନ୍ତି, ରାଜ୍ୟରେ କେସ୍ ପଜିଟିଭିଟି ହାର କମୁଥିବାରୁ ପ୍ରଚାର କଟକଣା ନାହିଁ। ସାଧାରଣ ଭାବରେ ଯେମିତି ପ୍ରଚାର କରାଯାଏ , ସେହିଭଳି କରାଯାଇପାରିବ। ଯଦି ଆଗକୁ କେସ୍ ବଢେ, ତେବେ କଟକଣା ଲାଗୁ କରାଯିବ ବୋଲି ନିର୍ବାଚନ କମିଶନ କହିଛନ୍ତି।
https://www.dharitri.com/ଆଇଏସ୍‌ଆଇ-ଇସାରାରେ-ଜୈଶ୍‌-ଲ/
ଆଇଏସ୍‌ଆଇ ଇସାରାରେ ଜୈଶ୍‌-ଲଶ୍କର ଓ ଅଲ୍‌-ଉମର ଭାରତରେ ଆକ୍ରମଣ ପାଇଁ ରଚିଛନ୍ତି ଷଡ଼ଯନ୍ତ୍ର: ଆଇବି ରିପୋର୍ଟ ନୂଆଦିଲ୍ଲୀ,୩।୧୦: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ପକ୍ଷରୁ ଷଡ଼ଯନ୍ତ୍ର ରଚାଯାଇଛି। ଦେଶର ପ୍ରମୁଖ ସହର ଉପରେ ଆକ୍ରମଣ ପାଇଁ ଆଇଏସ୍ଆଇ ଇସାରାରେ ଜୈଶ୍-ଇ-ମହମ୍ମଦ୍, ଲଶ୍କର-ଇ-ତୋଏବା ଓ ଅଲ୍-ଉମର-ମୁଜାହିଦ୍ଦିନ୍ ଆଦି ସଂଗଠନ ପକ୍ଷରୁ ଆତ୍ମଘାତୀ ଷଡ଼ଯନ୍ତ୍ର ରଚାଯାଇଛି। ଏନେଇ ଇଣ୍ଟେଲଜେନ୍ସ ବ୍ୟୁରୋ(ଆଇବି) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଇଏସ୍ଆଇ ପକ୍ଷରୁ ଅଲ୍-ଉମର-ମୁଜାହିଦ୍ଦିନ୍କୁ ପୋଷ୍ଟର ବୟ ଭାବେ ସ୍ଥାନୀୟ କରାଯାଇ ଏହା ଉପରେ ଗୁରୁ ଦାୟିତ୍ୱ ଦିଆଯାଇଛି। ପାର୍ବଣ ଋତୁରେ ଜନଗହଳି ସ୍ଥାନରେ ଆଇଇଡ଼ି ବିସ୍ଫୋରଣ ପାଇଁ ଆଇଏସ୍ଆଇ ପକ୍ଷରୁ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରାଯାଇଛି ବୋଲି ଆଇବି ରିପୋର୍ଟରେ ଦର୍ଶାଯାଇଛି।
https://www.dharitri.com/the-chairman-of-the-district-council-went-on-a-hunger-strike/
ମଣ୍ଡିରୁ ଉଠୁନି ଧାନ, ଅନଶନରେ ବସିଲେ ଜିଲା ପରିଷଦ ଅଧ୍ୟକ୍ଷା ବରଗଡ଼ ଅଫିସ,୧।୨: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ସପ୍ତାହକ ପରେ ତିନିମାସ ପୂରିବ। ମାତ୍ର ଧାନ ବିକ୍ରି ସମସ୍ୟା ତୁଟି ନାହିଁ। ଚାଷୀମାନେ ଧାନ ବିକ୍ରି କରି ସାରି ନ ଥିବାବେଳେ ବିଭିନ୍ନ ମଣ୍ଡିକୁ ବନ୍ଦ କରି ଦିଆଯାଇଛି। ଅନ୍ୟପକ୍ଷରେ ଚାଷୀଙ୍କୁ ମିଳିଥିବା ଟୋକନ ଅବଧି ମଧ୍ୟ ସରି ବସିଛି। ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପଦ୍ମପୁର ଉପଖଣ୍ଡରେ ଏହି ସମସ୍ୟା ଜଟିଳ ହୋଇପଡ଼ିଛି। ଏହି ଉପଖଣ୍ଡ ଲଖମରା ପ୍ରାଥମିକ କୃଷି ସମବାୟ ସମବାୟ ସମିତି ଅଧୀନ ମଣ୍ଡିଗୁଡିକରେ ୨୦ ହଜାର କୁଇଣ୍ଟାଲରୁ ଊଦ୍ଧର୍ବ ଧାନ ବିକ୍ରି ନ ହୋଇ ପଡ଼ିରହିଛି। ଏହାର ପ୍ରତିବାଦରେ ସୋମବାର ବରଗଡ଼ ଜିଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ଅନଶନରେ ବସିଛନ୍ତି। ଅଞ୍ଚଳର ଅନେକ ଚାଷୀ ଅନଶନକୁ ସମର୍ଥନ ଜଣାଇ ଧାରଣାରେ ବସିଛନ୍ତି।
https://www.dharitri.com/india-opened-pakistans-polls-lie-caught/
ପାକିସ୍ତାନର ପୋଲ୍‌ ଖୋଲଦେଲା ଭାରତ: ଧରାପଡିଲା ମିଛ ମୁମ୍ବାଇ,୫।୩: ମୁମ୍ବାଇର ନାଭା ଶେଭା ବନ୍ଦରରେ ପାକିସ୍ତାନ ଅଭିମୁଖେ ଯାଉଥିବା ଏକ ଜାହାଜକୁ ଭାରତୀୟ ସୁରକ୍ଷା ଏଜେନ୍ସି ଅଟକ ରଖିଛି। ଏହି ଜାହାଜ ଚାଇନାରୁ ପାକିସ୍ତାନ ଯାଉଥିଲା। ଆଣବିକ ଅସ୍ତ୍ରଶସ୍ତ୍ର ଏବଂ ବାଲିଷ୍ଟିକ କ୍ଷେପଣାସ୍ତ୍ର ସହ ଜଡିତ ସାମଗ୍ରୀ ତିଆରି ସନ୍ଦେହରେ ଚାଇନା ପଠାଇଥିବା ଏହି ଜାହାଜକୁ ଭାରତ ଅଟକ ରଖିଦେଇଛି। ବର୍ତ୍ତମାନ ଏହି ବିଷୟରେ DRDO ରିପୋର୍ଟରେ ଏକ ବଡ଼ ଖୁଲାସା କରାଯାଇଛି। ପାକିସ୍ତାନର ଆଣବିକ ଅସ୍ତ୍ର କାର୍ଯ୍ୟକ୍ରମରେ ବ୍ୟବହାର ପାଇଁ ଚାଇନାରୁ ପଠାଯାଉଥିବା ସନ୍ଦେହଜନକ ଜିନିଷ ଜବତ ସମ୍ପର୍କରେ DRDO ଦଳ ମଙ୍ଗଳବାର ଦକ୍ଷ ଅଧିକାରୀଙ୍କ ନିକଟରେ ନିଜର ସରକାରୀ ରିପୋର୍ଟ ଦାଖଲ କରିଛି। DRDO ବିଶେଷଜ୍ଞଙ୍କ ରିପୋର୍ଟରେ କୁହାଯାଇଛି ଯେ, ବଡ଼ ଆକାରର କମ୍ପ୍ୟୁଟର ନ୍ୟୁମେରିକାଲ କଣ୍ଟ୍ରୋଲ (ସିଏନ୍ସି) ମେଶିନ ଜାହାଜରୁ ମିଳିଛି। ଏଗୁଡିକ ସାମରିକ ପ୍ରୟୋଗ ପାଇଁ ବ୍ୟବହାର କରାଯାଇପାରିବ। ଲାଇଭ ମେଣ୍ଟ ରିପୋର୍ଟ ଅନୁଯାୟୀ ଉତ୍ତର କୋରିଆ ଆଣବିକ କାର୍ଯ୍ୟକ୍ରମରେ ସିଏନସି ମେସିନ ବ୍ୟବହାର କରୁଛି। ଏଥି ସହ ପାକିସ୍ତାନ ରବିବାର ଭାରତରେ ଏକ ଚାଇନାର ଜାହାଜ ଜବତକୁ ବିରୋଧ କରିଛି। ପାକିସ୍ତାନ ଏହାକୁ ଏକ ଟର୍ନି ମେଶିନ କହିଛି।
https://www.dharitri.com/google-pays-tribute-to-actress-zohra-sehgal-with-special-doodle/
ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ମନେ ପକାଇଲା ଡୁଡ୍‌ଲ ଗୁଗଲ ମଙ୍ଗଳବାର ଦିନ ପ୍ରସିଦ୍ଧ ଭାରତୀୟ ଅଭିନେତ୍ରୀ ଜୋହରା ସେହଗାଲଙ୍କୁ ସ୍ମରଣ କରି ଏକ ଡୁଡ୍ଲ କରିଛି। ସେହଗାଲ ଦେଶର ପ୍ରଥମ କଳାକାରମାନଙ୍କ ମଧ୍ୟରୁ ଜଣେ ଯିଏକି ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କୁ ୧୯୮୮ରେ ପଦ୍ମଶ୍ରୀ, ୨୦୦୧ରେ କାଲିଦାସ ପୁରସ୍କାର ଏବଂ ୨୦୧୦ରେ ପଦ୍ମଭୂଷଣ ପୁରସ୍କାର ପ୍ରଦାନ କରାଯାଇଥିଲା। ଗୁଗଲ ସାଧାରଣତଃ ପ୍ରତ୍ୟେକ ଦିନ ମହାନ ବ୍ୟକ୍ତିଙ୍କୁ ମନେ ପକାଇ ଡୁଡଲ ପ୍ରସ୍ତୁତ କରେ। ଜୋହରା ସେହଗାଲ ୧୯୧୨, ଏପ୍ରିଲ ୨୭ରେ ଜନ୍ମଗ୍ରହଣ କରିଥିଲେ। ସେ ହେଉଛନ୍ତି ଏକମାତ୍ର ଅଭିନେତ୍ରୀ ଯିଏକି ବିଗତ ଶତାବ୍ଦୀର କିମ୍ବଦନ୍ତୀ ପ୍ରୀତିରାଜ କପୁର, ଅମିତାଭ ବଚ୍ଚନଙ୍କଠାରୁ ଆରମ୍ଭ କରି ନୂତନ ଯୁଗର ଅଭିନେତା ରଣବୀର କପୁରଙ୍କ ସହ ଅଭିନୟ କରି ନିଜର ଏକ ପରିଚୟ ସୃଷ୍ଟି କରିଥିଲେ। କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ସେ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ। ୨୦୧୪, ଜୁଲାଇ ୧୦ ରେ ନୂଆଦିଲ୍ଲୀରେ ସେହଗାଲଙ୍କ ଦେହାନ୍ତ ହୋଇଥିଲା।
https://www.dharitri.com/iran-tehran-jail-fire-protest-hijab-video-viral/
ତେହେରାନର ଇଭିନ ଜେଲରେ ଭୟଙ୍କର ଅଗ୍ନିକାଣ୍ଡ, ୮ ଆହତ, ଲୋକେ କହୁଛନ୍ତି ଫୁଟିଛି ଗୁଳି ତେହେରାନ,୧୬ ।୧୦: ଇରାନର ରାଜଧାନୀ ତେହେରାନର ଇଭିନ ଜେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଜେଲରେ ଅନେକ ରାଜନେତା ବନ୍ଦୀ ଭାବେ ରହୁଥିବା ବେଳେ ଦୁଇଟି ଦେଶର ନାଗରିକତା ରଖିଥିବା ଅନେକ କଏଦୀ ବି ଏହି ଜେଲରେ ରହୁଛନ୍ତି । ଏବେ ପର୍ଯ୍ୟନ୍ତ ଅଗ୍ନିକାଣ୍ଡରେ ୮ ଜଣ ଆହତ ହୋଇଥିବା ସୂଚନା ମିଳିଛି । ହେଲେ କେତେଜଣ ଲୋକ କହୁଛନ୍ତି ସେମାନଙ୍କୁ ଗୁଳି ଫୁଟିବାର ଶବ୍ଦ ଶୁଭିଛି । ଏହାରି ଭିତରେ ଜେଲର କଏଦୀମାନେ ଭୟଭୀତ ଅବସ୍ଥାରେ ଥିବା ବେଳେ ସେମାନଙ୍କ ପରିବାର ଲୋକେ ଜେଲ ବାହାରେ ପାଟିତୁଣ୍ଡ କରୁଥିବା ଦେଖାଯାଇଛି । ଜେଲରେ ଲାଗିଥିବା ଅଗ୍ନିକାଣ୍ଡର କିଛି ଭିଡିଓ ସାମ୍ନାକୁ ଆସିଛି । ଗୋଟିଏ ଭିଡିଓରେ ଭୟଙ୍କର ନିଆଁ ସହ ଧୂଆଁ ଉଠୁଥିବା ଦେଖାଯାଇଛି । ଘଟଣାସ୍ଥଳକୁ ଆମ୍ବୁଲାନ୍ସ ଓ ଅନ୍ୟ ଗାଡି ସବୁ ପହଞ୍ଚୁଥିବା ଦେଖାଯାଇଛି । ଏବେ ପର୍ଯ୍ୟନ୍ତ କାହାର ମୃତ୍ୟୁ ହୋଇଥିବା କୁହାଯାଉ ନ ଥିବା ବେଳେ ଜାରି କରାଯାଇଥିବା ଏକ ବୟାନରେ କୁାହାଯାଇଛି କି ଘୋଟାଲା ଓ ଚୋରୀ ଅପରାଧରେ ଜେଲରେ ବନ୍ଦ ଥିବା କଏଦୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ହେଲେ ନିଆଁ କେମିତି ଲାଗିଲା ତା’ର କାରଣ ଜଣାପଡୁ ନ ଥିବା ବେଳେ ଫାୟାର ଡିପାର୍ଟମେଣ୍ଟ ଏବେ ପର୍ଯ୍ୟନ୍ତ ଏହାକୁ ନେଇ କିଛି କହିବାକୁ ନା ରାଜ । ଫାୟାର ଡିପାର୍ଟମେଣ୍ଟ ନିଆଁ ଲାଗିବାର କାରଣ ଯାଞ୍ଚ କରୁଛି ।
https://www.dharitri.com/money-is-weak-dollar-is-strong/
ଟଙ୍କା ଟଳମଳ, ଡଲାର ସବଳ ଓ୍ବାଶିଂଟନ/ମୁମ୍ବାଇ,୨୩ା୯: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଟଙ୍କା ଦିନକୁ ଦିନ ତଳକୁ ଖସିବାରେ ଲାଗିଥିବାରୁ ଭାରତର ଅର୍ଥନୀତିକୁ ଶକ୍ତ ଝଟ୍କା ଲାଗିଛି। ୨୦୨୪-୨୫ ଆର୍ଥିକ ବର୍ଷ ସୁଦ୍ଧା ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ୍ ଡଲାରରେ ପହଞ୍ଚାଇବା ନେଇ ସ୍ବପ୍ନ ଦେଖୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନା ଉପରେ ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ସାମ୍ପ୍ରତିକ ସ୍ଥିତିରେ ମୁଦ୍ରାସ୍ଫୀତି ଉପରେ ଲଗାମ ଲଗାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ ବୋଲି ପ୍ରମାଣିତ ହୋଇଛି। କେବଳ ଭାରତ ନୁହେଁ, ସାରା ବିଶ୍ୱ ଦରଦାମ ବୃଦ୍ଧିଜନିତ ମୁଦ୍ରାସ୍ଫୀତି ସଙ୍କଟକୁ ସାମ୍ନା କରୁଥିବାବେଳେ ଏଥିରେ ଅଙ୍କୁଶ ଲଗାଇବାକୁ ଯାଇ ଆମେରିକାର ରିଜର୍ଭ ବ୍ୟାଙ୍କ ବୁଧବାର କ୍ରମାଗତ ତୃତୀୟ ଥର ଲାଗି ସୁଧହାର ୦.୭୫% ବଢ଼ାଇଛି। ଏହି ସୁଧହାର ବୃଦ୍ଧି ସହ ଡଲାର ଇଣ୍ଡେକ୍ସ ୨୦ ବର୍ଷର ରେକର୍ଡ ଭାଙ୍ଗିଛି। ଆମେରିକାର ଟ୍ରେଜେରି ୟିଲ୍ଡସ୍ ମଧ୍ୟ ୧୧ ବର୍ଷର ଇତିହାସରେ ସବୁଠୁ ଉପରକୁ ଉଠିଛି। ଗୁରୁବାର ରାତି ୯ଟାରେ ଡଲାର ସୂଚକାଙ୍କ ୦.୮୩୧ ପଏଣ୍ଟ ବଢ଼ି ୧୧୧.୧୧୭ରେ ପହଞ୍ଚତ୍ଛି। ଏଥିସହ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ଟ ୮୧.୧୧୫କୁ ଛୁଇଁଛି। ଗତ ଫେବୃୟାରୀ ୨୪ ପରେ ଏହା ହେଉଛି ଟଙ୍କାର ସବୁଠୁ ବଡ଼ ଅଧଃପତନ। ୪ ଦଶନ୍ଧିର ସର୍ବାଧିକ ମୁଦ୍ରାସ୍ଫୀତିକୁ ସାମ୍ନା କରୁଥିବା ବିତ୍ତଶାଳୀ ଆମେରିକା ଏହାର ମୁକାବିଲା ପାଇଁ ଆଗକୁ ଆହୁରି କଠୋର ପଦକ୍ଷେପ ନେବ ବୋଲି ଫେଡେରାଲ ରିଜର୍ଭ ଚେୟାର ଜେରୋମି ପୋଓ୍ବେଲ ବୁଧବାର ସ୍ପଷ୍ଟ କରିବା ପରେ ଏସୀୟ ପୁଞ୍ଜି ବଜାରଗୁଡ଼ିକର ଫ୍ୟୁଚର୍ସ ରାତାରାତି ଧରାଶାୟୀ ହୋଇଥିଲା। ଏହି କ୍ରମରେ ଗୁରୁବାର କ୍ଲୋଜିଂ ଡେ’ରେ ଭାରତୀୟ ଶେୟାର ମାର୍କେଟ ମଧ୍ୟ ବହୁଳ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ନିଫ୍ଟି ୮୮.୫୫ ପଏଣ୍ଟ ହ୍ରାସ ପାଇ ୧୭,୬୨୯.୮୦କୁ ଖସିଥିବାବେଳେ ସେନ୍ସେକ୍ସ ୩୩୭.୦୬ ପଏଣ୍ଟ ତଳକୁ ଖସି ୫୯,୧୧୯.୭୨ରେ ପହଞ୍ଚତ୍ଛି। ସେହିପରି ବ୍ୟାଙ୍କ ନିଫ୍ଟି ୫୭୨.୮୫ ହ୍ରାସ ପାଇ ୪୦,୬୩୦.୬୦ରେ କାରବାର ବନ୍ଦ ହୋଇଥିଲା। ଫେଡେରାଲ ରିଜର୍ଭ ଚଳିତବର୍ଷ ଶେଷ ସୁଦ୍ଧା ସୁଧହାରର ମୋଟ ପରିଣାମକୁ ୪.୪% ପର୍ଯ୍ୟନ୍ତ ବଢ଼ାଇବା ନେଇ ଲକ୍ଷ୍ୟ ରଖିଥିବାରୁ ପରବର୍ତ୍ତୀ ଦୁଇଟି ବୈଠକ(ନଭେମ୍ବର ଓ ଡିସେମ୍ବର)ରେ ଆହୁରି ୧୨୫ ବେସିସ୍ ପଏଣ୍ଟ ବୃଦ୍ଧି ଘଟିବା ଅନୁମାନ କରାଯାଉଛି। ଏପରି ହେଲେ ଡଲାର ଆହୁରି ସବଳ ହେବ ଓ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ପାଇବ ବୋଲି ଭାରତୀୟ ପଲିସିମେକର୍ସ ଆକଳନ କରିଛନ୍ତି। ଡଲାର ମୂଲ୍ୟ ବୃଦ୍ଧି ପାଇଁ କେବଳ ସୁଧହାରକୁ ଦାୟୀ କରାଯାଉ ନାହିଁ। ଏହା ପୂର୍ବରୁ ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଯୋଗୁ ବୈଶ୍ୱିକ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଥିବାରୁ ଆମଦାନୀ ରପ୍ତାନି କ୍ଷେତ୍ରରେ ଅବଶିଷ୍ଟ ବିଶ୍ୱରେ ବ୍ୟବହୃତ ଆମେରିକୀୟ ମୁଦ୍ରା ମଜଭୁତ ହୋଇଛି। ରୁଷିଆ ଓ ୟୁକ୍ରେନ୍ ସାମଗ୍ରୀ (କମୋଡିଟିଜ୍) ଯୋଗାଣକାରୀ ଦୁଇ ବଡ଼ ରାଷ୍ଟ୍ର ହୋଇଥିବାରୁ ଯୁଦ୍ଧ ପରଠୁ ବିଭିନ୍ନ ଦେଶରେ ଅନେକ ସାମଗ୍ରୀର ସଙ୍କଟ ଦେଖାଦେଲାଣି। ଏଥିଯୋଗୁ ଅନ୍ୟ ଦେଶଗୁଡ଼ିକ ତୈଳ ଓ ଗ୍ୟାସ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଚାହିଦା ମେଣ୍ଟାଇବା ପାଇଁ ପରସ୍ପର ଉପରେ ନିର୍ଭର କରୁଛନ୍ତି। ଏଥିଲାଗି ସେମାନେ ଡଲାର ଆକାରରେ ଦେଣନେଣ କରୁଛନ୍ତି। ଇତିମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଆଣବିକ ଅସ୍ତ୍ର ପ୍ରୟୋଗ ଏବଂ ୟୁକ୍ରେନ୍କୁ ଅତିରିକ୍ତ ୩ ଲକ୍ଷ ସୈନ୍ୟ ପ୍ରେରଣର ଧମକ ଦେଇଥିବାରୁ ଆଗକୁ ଯୋଗାଣ ଆହୁରି ବ୍ୟାହତ ହେବା ଆଶଙ୍କା ଉପୁଜିଛି। ଆହୁରି ଖସିବ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ଫେଡେରାଲ ରିଜର୍ଭ ସୁଧହାରରେ ୭୫ ବେସିସ୍ ପଏଣ୍ଟ ବଢ଼ାଇବା ସହ ଆଗକୁ ଆହୁରି ବୃଦ୍ଧିର ସଙ୍କେତ ଦେଇଛି। ଏଥିଯୋଗୁ ଡଲାର ଇଣ୍ଡେକ୍ସ ଆହୁରି ଉପରକୁ ଉଠିବ। ଫଳରେ ଭାରତୀୟ ଟଙ୍କା ସମେତ ଅଧିକାଂଶ ବଡ଼ ମାର୍କେଟ କରେନ୍ସି ଉପରେ ଚାପ ସୃଷ୍ଟି ହେବ। ଟଙ୍କାର ଅଧଃପତନକୁ ଦେଖିଲେ ଭାରତୀୟ ବଜାର ନିଜ ଆକର୍ଷଣ ହରାଉଥିବା ସ୍ପଷ୍ଟ ଜଣାପଡ଼ୁଛି। -ନବୀନ କୁଲକର୍ଣ୍ଣୀ, ଚିଫ୍ ଇନ୍ଭେଷ୍ଟମେଣ୍ଟ ଅଫିସର, ଆକ୍ସିସ୍ ସିକ୍ୟୁରିଟିଜ୍ ଘରୋଇ ଆର୍ଥିକ ଅଭିବୃଦ୍ଧି ସତ୍ତ୍ୱେ ଭାରତୀୟ ଟଙ୍କା ଚାପରେ ରହିବ। ପୂର୍ବ ଶେସନ୍ରେ ଡଲାର ପିଛା ଟଙ୍କାର ବିନିମୟ ମୂଲ୍ୟ ୭୯.୯୭୫୦ ରହିଥିଲା। କିନ୍ତୁ ଫେଡ୍ ସୁଧହାର ବୃଦ୍ଧି ଘୋଷଣା କରିବା ପରେ ଏହା ୮୦.୫୮ରେ ପହଞ୍ଚତ୍ ଆଗକୁ ଆହୁରି ଅସ୍ଥିର ହେବା ନେଇ ସଙ୍କେତ ଦେଇଥିଲା। ଟଙ୍କା ଭବିଷ୍ୟତରେ ଆହୁରି ଦୁର୍ବଳ ହେବ। ନିମ୍ନଗାମୀ ଟଙ୍କାକୁ ଅଣ୍ଟା ସଳଖି ଛିଡ଼ା କରାଇବା ପାଇଁ ଆର୍ବିଆଇ ପ୍ରଭାବୀ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି। -ସନ୍ତୋଷ ମୀନା, ଗବେଷଣା ମୁଖ୍ୟ, ସ୍ବସ୍ତିକ ଇନ୍ଭେଷ୍ଟମେଣ୍ଟ
https://www.dharitri.com/ଟ୍ରମ୍ପଙ୍କ-ସହ-ଡିନର୍‌-କଲେ-ଏ/
ଟ୍ରମ୍ପଙ୍କ ସହ ଡିନର୍‌ କଲେ ଏହି ସେଲିବ୍ରିଟି, ଭାଇରାଲ ହେଉଛି ଫଟୋ ବମ୍ବେ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଭବନରେ ମଙ୍ଗଳବାର ଡିନର୍(ରାତ୍ରଭୋଜନ)ର ଆୟୋଜନ କରାଯାଇଥିଲା। ଏଥିରେ ସାମିଲ ହୋଇଥିଲେ କିଛି ସେଲିବ୍ରିଟି। ସେମାନଙ୍କ ମଧ୍ୟରେ ରହିଥିଲେ ଖ୍ୟାତନାମା ଗାୟକ ଏଆର୍ ରେହମାନ ଏବଂ ଶେଫ୍ ବିକାଶ ଖନ୍ନା। ଉଭୟ ଏହି ଭବ୍ୟ ଆୟୋଜନରେ ଭାଗ ନେବା ବେଳର କିଛି ଫଟୋ ପ୍ରଶଂସକମାନଙ୍କ ସହ ଶେୟାର କରିଛନ୍ତି। ଫଟୋଗୁଡ଼ିକ ଏବେ ଭାଇରାଲ ହେଉଛି। ଅନେକେ ଏହାକୁ ପସନ୍ଦ ମଧ୍ୟ କରୁଛନ୍ତି। ରେହମାନ ଖଇରିଆ ରଙ୍ଗର କୁର୍ତ୍ତା ପିନ୍ଧିଥିବା ବେଳେ ବିକାଶ ପିନ୍ଧିଥିଲେ ସୁଟବୁଟ୍। ପାର୍ଟିରେ ଉଭୟଙ୍କ ଲୁକ୍ ସହ ଡିନର ଟେବୁଲ ଏବଂ ଅତିଥି ତାଲିକା ଚର୍ଚ୍ଚାରେ ରହିଥିଲା। ଦୁଇଦିନିଆ ଗସ୍ତରେ ଆସିଥିବା ଟ୍ରମ୍ପଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ସ୍ବାଗତ କରିଥିଲେ। ପରେ ରାତିରେ ତାଙ୍କ ପାଇଁ ରାତ୍ରଭୋଜନର ଆୟୋଜନ କରାଯାଇଥିଲା।
https://www.dharitri.com/athiya-shetty-and-kl-rahul-are-finally-married/
ସାତଫେରା ନେଲେ ଆଥିଆ-ରାହୁଲ ମୁମ୍ବାଇ,୨୩।୧: ଦୀର୍ଘଦିନର ସମ୍ପର୍କ ପରେ ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କ୍ରିକେଟର୍ କେ.ଏଲ ରାହୁଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସୁନୀଲ ଶେଟ୍ଟୀଙ୍କ ଖଣ୍ଡାଲା ଫାର୍ମହାଉସରେ ସୋମବାର ଦୁହେଁ ରାଜକୀୟ ଢଙ୍ଗରେ ବିବାହ କରିଛନ୍ତି। ତେବେ ବିବାହକୁ ଦେଇ ସୁନୀଲ ଶେଟ୍ଟୀ କନଫର୍ମ କରିଛନ୍ତି। ଶନିବାରଠାରୁ ଦୁହିଁଙ୍କର ବିବାହ ଉତ୍ସବ ଆରମ୍ଭ ହୋଇଥିଲା। ରବିବାର ରାତିରେ ଅଭିନେତ୍ରୀଙ୍କ ଏକ ସଂଗୀତ ସମାରୋହ ଆୟୋଜନ ହୋଇଥିଲା। ଯେଉଁଥିରେ କେବଳ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁ ଯୋଗ ଦେଇଥିଲେ।
https://www.dharitri.com/ଅବ୍ୟବସ୍ଥାରେ-ଆଇସୋଲେଶନ-ସେଣ/
ଅବ୍ୟବସ୍ଥାରେ ଆଇସୋଲେଶନ ସେଣ୍ଟର ଏରସମା, ୧୬।୪ (ସ୍ବ.ପ୍ର.)-ଏରସମା ବ୍ଲକ ଅଧୀନ ଜିରୋଇଲୋ ପଞ୍ଚାୟତରେ ହୋଇଥିବା ଆଇସୋଲେଶନ ସେଣ୍ଟରରେ ନାନା ଅବ୍ୟବସ୍ଥା ଥିବା ଅଭିଯୋଗ ହୋଇଛି। ଏଥିରେ ରହିଥିବା ଜଣେ ମହିଳାଙ୍କ ସମେତ ୫ ଜଣ ଅସୁବିଧାରେ ରହୁଛନ୍ତି। ପ୍ରକାଶ ଯେ, ଜିରାଇଲୋ ପଞ୍ଚାୟତ ଅଧୀନ ଜିରାଇଲୋ ନମୌଜୀ ହାଇସ୍କୁଲକୁ ଅସ୍ଥାୟୀ ଆଇସୋଲେଶନ ସେଣ୍ଟର କରାଯାଇଛି। ସେଥିରେ ଗତ ୧୩ ଦିନ ହେବ ସ୍ଥାନୀୟ ଅଞ୍ଚଳର ସରସ୍ବତୀ ମଲ୍ଲିକ ଓ ବିକାଶ ମଲ୍ଲିକ ରହୁଥିବା ବେଳେ ଗତ ୩ଦିନ ହେଲା ଅନିଲ ଦଳାଇ, ସୁନୀଲ ଦଳାଇ ଓ ରମାକାନ୍ତ ଦଳାଇ ରହୁଛନ୍ତି। ନିୟମ ଅନୁସାରେ ସେମାନଙ୍କ ବେଡ୍ସିଟ ସାନିଟାଇଜ କରାଯିବା କଥା। ତାହା କରାଯାଉ ନ ଥିବା ବେଳେ ସେଠାରେ ଜଣେ ମହିଳା ରହୁଥିଲେ ବି ତାଙ୍କ ନିରାପତ୍ତା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଗୋଟିଏ ଶୌଚାଳୟ ଥିବା ବେଳେ ତାହାକୁ ବ୍ଲିଚିଂ ପକାଯାଇ ସଫା କରାଯାଉନାହିଁ। ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଲା ପିଇବା ପାଣି ପାଇଁ ଫିଲଟର୍ କିମ୍ବା ଆକ୍ୱାଗାର୍ଡ ବ୍ୟବସ୍ଥା କରା ନ ଯାଇ ସ୍କୁଲ ପରିସରରେ ଥିବା ନଳକୂପରୁ ପାଣି ପିଇବାକୁ ଦିଆଯାଉଛି। ତେବେ ଆଇସୋଲେଶନ ସେଣ୍ଟରରେ ଏଭଳି ଅବ୍ୟବସ୍ଥା ଯୋଗୁ ଯଦି ସେମାନଙ୍କ ମଧ୍ୟରୁ ଜଣେ କେହି କରୋନା ପଜିଟିଭ୍ ଚିହ୍ନଟ ହୁଅନ୍ତି, ତା’ହେଲେ ଅନ୍ୟ ୪ ଜଣ ମଧ୍ୟ ସଂକ୍ରମିତ ହେବାର ଆଶଙ୍କା ରହିଛି। ଏ ସମ୍ପର୍କରେ ଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରାଙ୍କୁ ପଚାରିବାରେ ଆସନ୍ତା ୨ଦିନ ଭିତରେ ଆକ୍ୱାଗାର୍ଡ ବସାଯିବ। ଏଥିସହିତ ଯଥେଷ୍ଟ ପରିମାଣରେ ବ୍ଲିଚିଂ ନ ଥିବାରୁ ଦିଆଯାଇ ନ ଥିଲା, ଖୁବ୍ଶୀଘ୍ର ସେ ନେଇ ବ୍ୟବସ୍ଥା କରାଯିବ। ସମ୍ପୃକ୍ତା ମହିଳାଙ୍କ ଭାଇ ସେହି ଆଇସୋଲେଶନ ସେଣ୍ଟରରେ ରହୁଥିବାରୁ ଗାର୍ଡର ଆବଶ୍ୟକତା ନାହିଁ ବୋଲି କହିଛନ୍ତି।
https://www.dharitri.com/emotional-priyanka/
ଇମୋଶନାଲ ପ୍ରିୟଙ୍କା ଦିନ ଥିଲା ପ୍ରିୟଙ୍କା ଚୋପ୍ରା ବଲିଉଡ୍ର ଜଣେ ଆଗଧାଡିର ଅଭିନେତ୍ରୀ ଭାବରେ ପରିଗଣିତ ହେଉଥିଲେ। ହେଲେ ସେ ହଲିଉଡ୍ରେ ସୁଯୋଗ ପାଇବା ପରେ ତାଙ୍କୁ ଆଉ ହିନ୍ଦୀ ସିନେମାରେ ଦେଖିବାକୁ ମିଳି ନ ଥିଲା। ହଲିଉଡ୍ ଗାୟକ ନିକ୍ ଜୋନାସ୍ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ଏବେ ସେ ହଲିଉଡ୍ରେ ବ୍ୟସ୍ତ ଅଛନ୍ତି। ନିକଟରେ ନିଜ କ୍ୟାରିୟର ସମ୍ପର୍କରେ ସୂଚନା ଦେଉଦେଉ ଇମୋଶନାଲ ହୋଇପଡିଥିଲେ ପ୍ରିୟଙ୍କା। ହେଲେ କ’ଣ ପାଇଁ ସେ ହଠାତ୍ ଏମିତି ଭାବପ୍ରବଣ ହୋଇପଡିଲେ ଜାଣିବେନି ? ଏ ନେଇ ପ୍ରିୟଙ୍କା କହନ୍ତି, ‘ଗତ କିଛି ବର୍ଷ ହେବ ମୁଁ ହିନ୍ଦୀ ସିନେମାଠାରୁ ଦୂରେଇ ଯାଇଛି। କାରଣ ଯେଉଁ କେତୋଟି ହଲିଉଡ୍ ପ୍ରୋଜେକ୍ଟ ମୋତେ ମିଳିଥିଲା ତାକୁ ତ ଶେଷ କରିବାକୁ ପଡିବ। କିନ୍ତୁ ବଲିଉଡ୍କୁ ମୁଁ କ’ଣ କେବେ ଭୁଲି ପାରିବି? ଏହା ମୋତେ ନେମ୍ ଫେମ୍ ସବୁକିଛି ଦେଇଛି। ଅବଶ୍ୟ ଏଇ କିଛି ବର୍ଷ ଭିତରେ ମୋତେ କେତୋଟି ହିନ୍ଦୀ ସିନେମାରେ ଅଭିନୟ କରିବାକୁ ଅଫର ମିଳିଥିଲା, କିନ୍ତୁ ସମୟ ଅଭାବରୁ ସେଗୁଡିକୁ ହାତଛଡା କରିଥିଲି। ଏବେ ଫରହାନ୍ ଅଖତରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଜି ଲେ ଜରା’ରେ ଅଭିନୟ କରୁଛି। ଏହି ସିନେମାଟିକୁ ଦର୍ଶକ ଗ୍ରହଣ କରିବେ ବୋଲି ମଧ୍ୟ ଆଶା ରଖିଛି।’ ଏଥିରେ ପ୍ରିୟଙ୍କାଙ୍କ ବ୍ୟତୀତ ଆଲିୟା ଭଟ୍ଟ ଏବଂ କ୍ୟାଟ୍ରିନା କୈଫଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଫିଲ୍ମଟି ଚଳିତ ବର୍ଷ ପରଦା ଉପରକୁ ଆସିବାର ଯୋଜନା ରହିଛି।
https://www.dharitri.com/bjd-student-doing-politics-for-college-elections-arindam/
କଲେଜ ନିର୍ବାଚନ ପାଇଁ ରାଜନୀତି କରୁଛି ଛାତ୍ର ବିଜେଡି: ଅରିନ୍ଦମ କଟକ,୫ା୯(ଶିଳ୍ପା ପ୍ରିୟଦର୍ଶିନୀ): କଟକରେ ଆୟୋଜିତ ସ୍ବାୟତ୍ତଶାସନ ଦିବସ କାର୍ଯ୍ୟକ୍ରମ ପରେ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ଶା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ସମ୍ପର୍କରେ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ବିଭିନ୍ନ ସ୍ଥାନରେ ପ୍ରତିବାଦର ସ୍ବର ଉଠିବା ସହ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି। ତେବେ ଏ ସମ୍ପର୍କରେ କଟକ ମେରିଆ ବଜାରସ୍ଥିତ କାର୍ଯ୍ୟାଳୟରେ ଭାଜପା ନେତା ଅରିନ୍ଦମ ରାଏ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ମତରେ କୌଣସି ଆପତ୍ତି ଉଠାଯିବା ଉଚିତ ନୁହେଁ। କିନ୍ତୁ ବିଜୁ ଛାତ୍ର ଜନତା ଦଳ ଏହାକୁ ରାଜନୈତିକ ପ୍ରସଙ୍ଗ କରି ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛି। ଏହି ଦଳର ସଦସ୍ୟମାନେ ଏବେ ବିକ୍ଷୋଭ କରୁଛନ୍ତି। ବିକ୍ଷୋଭକାରୀଙ୍କ ମଧ୍ୟରୁ ୫୦ ପ୍ରତିଶତ ଅଣଛାତ୍ର। କେନ୍ଦ୍ରମନ୍ତ୍ରୀ ଗତବର୍ଷ କଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମାନ ମନ୍ତବ୍ୟ ଦେଇଥିଲେ। ହେଲେ ସେତେବେଳେ କେଉଁଠି ଥିଲେ ଏହି ଦଳର ବିକ୍ଷୋଭକାରୀ। କେବଳ ଆଗାମୀ ଛାତ୍ର ସଂସଦ ନିର୍ବାଚନକୁ ନଜରରେ ରଖି ଏଭଳି ରାଜନୀତି କରାଯାଉଛି ବୋଲି ଅରିନ୍ଦମ କହିଛନ୍ତି।
https://www.dharitri.com/50-net-bowlers-will-go-uae-for-ipl/
ଆଇପିଏଲ୍‌ ପାଇଁ ୟୁଏଇ ଯିବେ ୫୦ ନେଟ୍‌ ବୋଲର ନୂଆଦିଲ୍ଲୀ, ୧୨ା୮ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୨୦୨୦ ସଂସ୍କରଣ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ହେବ। ଏହା ପାଖାପାଖି ଅନ୍ୟ ୫୦ କ୍ରିକେଟରଙ୍କ ଲାଗି ପରୋକ୍ଷରେ ଆଶୀର୍ବାଦ ଭଳି ହୋଇ ପାରେ। ଏହି ଖେଳାଳିମାନେ ୮ଟି ଦଳର ନେଟ୍ ବୋଲର ଭାବେ ୟୁଏଇ ଗସ୍ତ କରିବେ। ଅତିକମ୍ରେ ତିନୋଟି ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ), କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଓ ଦିଲ୍ଲୀ କ୍ୟାପିଟାଲ ନେଟ୍ ବୋଲରମାନଙ୍କ ଏକ ରୋଷ୍ଟର ତାଲିକା ପ୍ରସ୍ତୁତ କରିସାରିଛନ୍ତି। ତାଲିକାରେ ପ୍ରାୟତଃ ପ୍ରଥମ ଶ୍ରେଣୀ, ୧୯ ବର୍ଷରୁ କମ୍ ଏବଂ ୨୩ ବର୍ଷରୁ କମ୍ ରାଜ୍ୟସ୍ତରୀୟ କ୍ରିକେଟର ସ୍ଥାନ ପାଇଛନ୍ତି। ଏମ୍.ଏସ୍. ଧୋନୀ, ସୁରେଶ ରାଇନା, ରିଷଭ ପନ୍ତ୍ଙ୍କ ଭଳି ଖେଳାଳିଙ୍କୁ ବୋଲିଂ କରିବେ। ଭାରତରେ ଫ୍ରାଞ୍ଚାଇଜ୍ଗୁଡ଼ିକ ସାଧାରଣତଃ ସ୍ଥାନୀୟ ଜୁନିୟର ବୋଲରଙ୍କୁ ନେଟ୍ ବୋଲର ଭାବେ ବ୍ୟବହାର କରିଥାନ୍ତି। କିନ୍ତୁ ଟୁର୍ନାମେଣ୍ଟ ପାଇଁ ଜୈବ ସୁରକ୍ଷିତ ପଦକ୍ଷେପ ନିଆଯାଇଥିବାରୁ ସମସ୍ତ ଫ୍ରାଞ୍ଚାଇଜଗୁଡ଼ିକୁ ପ୍ରାକ୍ଟିସ ସେସନ ପାଇଁ କ୍ୱାଲିଟି ବୋଲର ଯୋଗାଡ଼ କରିବାକୁ ପଡ଼ିବ। ଆଇପିଏଲ୍ ପାଇଁ ପ୍ରତିଟି ଫ୍ରାଞ୍ଚାଇଜ୍ ସେମାନଙ୍କ ଖେଳାଳି ସଂଖ୍ୟା ୨୪ରେ ସୀମିତ ରଖିବେ। ୟୁଏଇରେ ପ୍ରତିଟି ଫ୍ରାଞ୍ଚାଇଜ୍ ନେଟ୍ ବୋଲର ପାଇପାରିବେ ନାହିଁ। ସବୁ ଯଦି ଠିକ୍ଠାକ୍ ଚାଲେ ତେବେ ଯୋଜନା ମୁତାବକ ଚେନ୍ନାଇ ସୁପର କିଙ୍ଗ୍ସ ୧୦ ବଲ୍ ବୋଲରଙ୍କୁ ନେବା ପାଇଁ ସ୍ଥିର କରିଥିବା ଏହାର ସିଇଓ କାଶୀ ବିଶ୍ୱନାଥନ ପ୍ରକାଶ କରିଛନ୍ତି। କୋଲକାତା ନାଇଟ ରାଇଡର୍ସ ଇତିମଧ୍ୟରେ ସେମାନଙ୍କୁ ଏକ ୧୦ ଜଣିଆ ନେଟ୍ ବୋଲର ତାଲିକା ପ୍ରସ୍ତୁତ କରି ସାରିଛି। ଦିଲ୍ଲୀ କ୍ୟାପିଟାଲ ୬ଜଣ ନେଟ୍ ବୋଲରଙ୍କୁ ନେବା ଲାଗି ସ୍ଥିର କରିଛନ୍ତି। ରାଜସ୍ଥାନ ରୟାଲ୍ସ ଏହାର ନେଟ ବୋଲରଙ୍କ ତାଲିକା ଚୂଡ଼ାନ୍ତ କରି ନାହିଁ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସେମାନଙ୍କ ନିଜସ୍ବ ଏକାଡେମୀରୁ ବୋଲର ନେଇପାରନ୍ତି। ଆରସିବି ଯଦି ପସନ୍ଦ କରେ ତେବେ ଆଦିତ୍ୟ ତାରେଙ୍କ ଭଳି ଭାରତର ପୂର୍ବତନ ୧୯ବର୍ଷରୁ କମ୍ କ୍ରିକେଟର ବିଶେଷ ଉପକୃତ ହୋଇ ପାରିବେ। ନେଟ ସେସନରେ ସେ ବିରାଟ କୋହଲିଙ୍କୁ ବୋଲିଂ କରିପାରିବେ। ଆଦିତ୍ୟ ଆରସିବି ଡେଭଲପମେଣ୍ଟାଲ ସ୍କ୍ବାଡ୍ର ସଦସ୍ୟ ରହିଛନ୍ତି। ନେଟ୍ ବୋଲର ତାଲିକାରେ ସ୍ପିନରମାନଙ୍କ ସଂଖ୍ୟା ମଧ୍ୟ ଭଲ ରହିବ। କାରଣ ଦୁବାଇର ମନ୍ଥର ଟ୍ରାକ୍ରେ ବିଶେଷ କରି ଆର୍ଦ୍ର ପରିବେଶରେ ଦଳଗୁଡ଼ିକ ଅଧିକ ସ୍ପିନ୍ ବୋଲର ନେବାକୁ ଚାହିଁବେ।
https://www.dharitri.com/father-dies-in-accident-son-is-in-critical-condition/
ଦୁର୍ଘଟଣାରେ ଚାଲିଗଲା ବାପାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲେ ପୁଅ ସଇଁତଳା,୨୨ା୧୦ (ରାଖାଲ ପ୍ରସାଦ ଶତପଥି): ବଲାଙ୍ଗୀର ଜିଲା ସଇଁତଳା ଥାନା ବେଲଗାଁ ଫାଣ୍ଡି ଅନ୍ତର୍ଗତ ପିପୃଟ ଗ୍ରାମ ନିକଟରେ ରବିବାର ରାତିରେ ଏକ ସଡ଼କ ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଆହତ ହୋଇଛନ୍ତି। ମୃତକ ହେଲେ କରମତଲା ପଞ୍ଚାୟତ ଝିମନପାଲି ଗ୍ରାମର ଲକ୍ଷ୍ମଣ ଭୋଇ(୪୫)। ତାଙ୍କ ପୁଅ ଅନୀଲ ଭୋଇ(୨୦) ଆହତ ହୋଇଛନ୍ତି। ଉଭୟେ ଦୁର୍ଗାପୂଜା ଦେଖିବା ପାଇଁ ବାଇକ୍ ଯୋଗେ ଶିଶକେଲା ଯାଉଥିଲେ। ୨୬ ନମ୍ବର ଜାତୀୟ ରାଜପଥ ପିପୃଟ ନିକଟରେ ବାଇକ୍କୁ କୌଣସି ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଥିଲା। ଉଭୟେ ବାଇକରୁ ଛିଟିକି ରାସ୍ତାରେ ପଡ଼ିଥିଲେ। ଖବର ପାଇ ସଇଁତଳା ଥାନା ପୋଲିସ ଉଭୟଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ହେଲେ ସେଠାରେ ଡ଼ାକ୍ତର ବାପା ଲକ୍ଷ୍ମଣଙ୍କୁ ମୃତ ଘୋଷଣା କରିଥିଲେ।
https://www.dharitri.com/the-code-of-conduct-for-the-panchayat-elections-will-be-implemented-soon/
ଖୁବ୍‌ ଶୀଘ୍ର ପଞ୍ଚାୟତ ନିର୍ବାଚନ ପାଇଁ ଲାଗୁ ହେବ ଆଚରଣ ବିଧି ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ଅବାଧ ଓ ନିରପେକ୍ଷ ପଞ୍ଚାୟତ ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଭାରତୀୟ ସମ୍ବିଧାନର ୨୪୩-କେ ନିର୍ବାଚନ ଆଚରଣ ବିଧି ପ୍ରସ୍ତୁତ କରାଯାଉଛି। ଏହା ନିର୍ବାଚନ ତାରିଖ ଘୋଷଣା ହେବା ଦିନଠାରୁ ନିର୍ବାଚନର ଫଳାଫଳ ଘୋଷଣା ହେବା ଯାଏ କାର୍ଯ୍ୟକାରୀ ହେବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ଯେ କୌଣସି ସମୟରେ ପଞ୍ଚାୟତ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇପାରେ। ବିଜ୍ଞପ୍ତି ଜାରି ହେବା ପରେ ଆଦର୍ଶ ଆଚରଣ ବିଧି ଲାଗୁ ହେବ। ଗଣତି ସରିବା ପର୍ଯ୍ୟନ୍ତ ବଳବତ୍ତର ରହିବ ଆଦର୍ଶ ଆଚରଣ ବିଧି। ଆସନ୍ତା ପଞ୍ଚାୟତ ନିର୍ବାଚନରେ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ଉପରେ ଗୁରୁତ୍ୱ ଦିଆଯିବ । ଏହା ସହିତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ । ବିଶେଷ କରି ସମ୍ବେଦନଶୀଳ ଅଞ୍ଚଳଗୁଡିକରେ ବିଶେଷ ଦୃଷ୍ଟି ଦିଆଯିବ ।
https://www.dharitri.com/special-promotion-ceremony-of-odm/
ଓଡିଏମ୍‌ର ସ୍ବତନ୍ତ୍ର ସମ୍ବର୍ଦ୍ଧନା ସମାରୋହ ଭୁବନେଶ୍ୱର,୧୯।୫ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ପଟିଆସ୍ଥିତ ଓଡିଏମ୍ ପବ୍ଲିକ୍ ସ୍କୁଲ୍ର ଛାତ୍ରୀଛାତ୍ରମାନେ ନିକଟରେ ପ୍ରକାଶିତ ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍ଇ) ଦଶମ ଓ ଦ୍ୱାଦଶ ଶ୍ରେଣୀର ବିଜ୍ଞାନ ଓ ବାଣିଜ୍ୟ ଫଳାଫଳରେ ଅଭୂତପୂର୍ବ ସଫଳତା ସହିତ କୃତିତ୍ୱ ହାସଲ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଏକ ସ୍ବତନ୍ତ୍ର ସମ୍ବର୍ଦ୍ଧନା ‘ଓଡିଏମ୍ ଉତ୍କର୍ଷ ଆୱାର୍ଡ-୨୦୨୪’ସମାରୋହ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାରତ ସରକାରଙ୍କ ଅଧୀନ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଭୁବନେଶ୍ୱର ସମ୍ଭାଗର ଉପାୟୁକ୍ତ ଡ. ଶିହରଣ ବୋଷ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲାବେଳେ ସମ୍ମାନିତ ଅତିଥି ଭାବେ ଭାରତ ସରକାରଙ୍କ ଅଧୀନ ନବୋଦୟ ବିଦ୍ୟାଳୟ ସମିତିର ନବୋଦୟ ଲିଡର୍ଶିପ୍ ଇନ୍ଷ୍ଟିଚ୍ୟୁଟ୍ କୋଣାର୍କର ସଂଯୋଜିକା ସନ୍ଧ୍ୟା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ସେହିଭଳି ଓଡିଏମ୍ ଶିକ୍ଷାସମୂହର ପ୍ରତିଷ୍ଠାତା ଡ.ସତ୍ୟବ୍ରତ ମୀନକେତନ ସମ୍ବର୍ଦ୍ଧନା ସଭାର ଆଭିମୁଖ୍ୟ ସହିତ କୃତୀ ଛାତ୍ରୀଛାତ୍ର ତଥା ସେମାନଙ୍କର ମାତାପିତା ଓ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ କରିଥିଲେ। ତତ୍ସହିତ ବିଦ୍ୟାଳୟର ସଫଳତା ପାଇଁ ଉପାଧ୍ୟକ୍ଷ ଡ.ରାଜେଶ କୁମାର ପାଢ଼ୀ, ଉପାଧ୍ୟକ୍ଷା ଡ.ସନ୍ଧ୍ୟାରାଣୀ ସ୍ବାଇଁ ଏପରିକି ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ସେ ସାଧୁବାଦ ଜଣାଇଥିଲେ। ମୁଖ୍ୟ ଅତିଥି ଡ. ବୋଷ ଓଡିଏମ୍ର ଏହି ସଫଳତା ପାଇଁ ଡ. ମୀନକେତନଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତ କୃତୀ ବିଦ୍ୟାର୍ଥୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ କୃତୀ ଛାତ୍ରୀଛାତ୍ରମାନେ ନିଜ ନିଜର ସଫଳତା କାହାଣୀକୁ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବିତ୍ତ ଓ ପ୍ରଶାସନିକ ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ, ମୁଖ୍ୟ କାର୍ଯ୍ୟକାରିଣୀ ଅଧିକାରୀ ସ୍ବୟନ୍ ସତ୍ୟେନ୍ଦୁ, ବିଦ୍ୟାଳୟର ଶିକ୍ଷା ଉପଦେଷ୍ଟା ବ୍ରହ୍ମାନନ୍ଦ ରାଉତ, ଶିକ୍ଷା ନିର୍ଦ୍ଦେଶକ ଡ.ଆର୍ତ୍ତତ୍ରାଣ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତିବିଶେଷ, ଶିକ୍ଷୟିତ୍ରୀ ଶିକ୍ଷକ,ଅଭିଭାବକ ଏବଂ ଛାତ୍ରୀଛାତ୍ରମାନେ ଉପସ୍ଥିତ ଥିଲେ।
https://www.dharitri.com/commercial-lpg-cylinder-prices-reduced/
ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦାମ ଶସ୍ତା ହେଲା… ନୂଆଦିଲ୍ଲୀ,୧।୫ : ମେ’ ୧ରେ ଶ୍ରମିକ ଦିବସରେ ସରକାର ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି। ଫଳରେ ଅନେକ ସହରରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବଦଳି ଯାଇଛି। ତେବେ କେବଳ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି। ବର୍ତ୍ତମାନ ୧୪.୨ କିଲୋଗ୍ରାମ ଘରୋଇ ରନ୍ଧନ ଗ୍ୟାସର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୭୧.୫୦ ଟଙ୍କା ହ୍ରାସ କରାଯାଇଛି। ଦିଲ୍ଲୀରେ ବାଣିଜି୍ୟକ ଏଲପିଜି ସିଲିଣ୍ଡର ଦାମ ୧୮୫୬.୫୦ ଟଙ୍କା ହୋଇଛି। ଏହାର ଦାମ କୋଲକାତାରେ ୧୯୬୦.୫୦ ଟଙ୍କା, ମୁମ୍ବାଇରେ ୧୮୦୮.୫୦ଟଙ୍କା ଏବଂ ଚେନ୍ନାଇରେ ୨୦୨୧.୫୦ ଟଙ୍କା ରହିଛି। ତୈଳ କମ୍ପାନୀଗୁଡିକ ସେମାନଙ୍କର ୱେବସାଇଟରେ ନୂତନ ଦାମକୁ ଅପଡେଟ କରିଛନ୍ତି । ପ୍ରତ୍ୟେକ ମାସର ପହିଲାରେ ସରକାରୀ ତୈଳ ମାର୍କେଟିଂ କମ୍ପାନୀ ଗ୍ୟାସର ମୂଲ୍ୟ ସଂଶୋଧନ କରନ୍ତି। ଏପ୍ରିଲ ୧ରେ ମଧ୍ୟ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ହ୍ରାସ କରାଯାଇଥିଲା। ମାର୍ଚ୍ଚରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଥିଲା
https://www.dharitri.com/boat-sinks-in-the-middle-sea-15-dead-19-missing/
ମଝି ସମୁଦ୍ରରେ ଡଙ୍ଗାବୁଡ଼ି: ୧୫ ମୃତ, ୧୯ ନିଖୋଜ… ଜାକର୍ତ୍ତା,୨୪।୭ : ରବିବାର-ସୋମବାର ମଧ୍ୟରାତ୍ରିରେ ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପ ନିକଟରେ ମଝି ସମୁଦ୍ରରେ ଏକ ଡଙ୍ଗା ବୁଡ଼ିଯାଇଛି। ଏଥିରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଅନ୍ୟ ୧୯ ଜଣ ନିଖୋଜ ଅଛନ୍ତି। ଜାତୀୟ ସନ୍ଧାନ ଏବଂ ଉଦ୍ଧାରକାରୀ ସଂସ୍ଥା ଏହି ସୂଚନା ଦେଇଛନ୍ତି। ଡଙ୍ଗାରେ ୪୦ ଜଣ ଯାତ୍ରୀ ଥିବା ଏଜେନ୍ସି ଏକ ବିବୃତ୍ତିରେ କହିଛି। ମଧ୍ୟରାତ୍ରିରେ ଡଙ୍ଗା ବୁଡ଼ିଯାଇଥିଲା। ତେବେ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ୬ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି, ଯେଉଁମାନେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
https://www.dharitri.com/ପାରିବାରିକ-କଳହକୁ-ନେଇ-ନଦୀକ/
ପାରିବାରିକ କଳହକୁ ନେଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି ହାଟଡ଼ିହୀ,୪।୯(ଡି.ଏନ୍.ଏ.): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅମିନପୁର ଗ୍ରାମର ଜଣେ ମହିଳା ହାବଳେଶ୍ୱର ଶିବ ମନ୍ଦିର ନିକଟ ବୈତରଣୀକୁ ଡେଇଁ ବୁଧବାର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ହେଲେ ପ୍ରଶାନ୍ତ ସେନାପତିଙ୍କ ସ୍ତ୍ରୀ ନିରୁପମା(୪୫)। ପାରିବାରିକ କଳହକୁ ନେଇ ନିରୁପମା ଏପରି କରିଥିବା ଜଣାପଡ଼ିଛି। ତେବେ ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ ଏଯାବତ୍ ତାଙ୍କ ପତ୍ତା ମିଳିପାରିନାହିଁ।
https://www.dharitri.com/8-feaves-clinics-have-been-started-in-berhampur/
ବ୍ରହ୍ମପୁରରେ ଖୋଲିଲା ୮ ସରକାରୀ ଜ୍ୱର କ୍ଲିନିକ: କରୋନା ଲକ୍ଷଣ ଉପରେ ମିଳିବ ପରାମର୍ଶ ଛତ୍ରପୁର, ୧୪।୭( ଡି.ଏନ୍.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ତେଣୁ ବ୍ରହ୍ମପୁର ସହରରେ ୮ଟି ସରକାରୀ ସ୍ବତନ୍ତ୍ର ଜ୍ୱର କ୍ଲିନିକ୍ ଖୋଲାଯାଇଛି। ଉକ୍ତ କ୍ଲିନିକକୁ ଯାଇ ଲୋକେ ନିଜର କରୋନା ଲକ୍ଷଣ ଉପରେ ପରାମର୍ଶ ନେଇପାରିବେ। ଏ ନେଇ ଗଞ୍ଜାମ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ରିଟୁଇଟ୍କରି ସୂଚନା ଦେଇଛନ୍ତି। ଏହି ଜ୍ୱର କ୍ଲିନିକ୍ ବ୍ରହ୍ମପୁର ସହରରେ ଥିବା ଆସିକା ରୋଡ଼, ଆଗା ସାହି, ବୈକୁଣ୍ଠନଗର, ଗୁଡ୍ସେଡ୍ ରୋଡ଼, ଖୋଡାସିଙ୍ଗି, ଆମ୍ବପୁଆ, ଉତ୍ତରାମୁଖୀ, ଏସଏନଟି ରୋଡ଼ ରେଡ଼କ୍ରସ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଖୋଲାଯାଇଛି। ଏହା ଦୈନିକ ସକାଳ ୮ ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖୋଲାରହିବ ବୋଲି ଜଣାପଡ଼ିଛି।
https://www.dharitri.com/no-player-complained-about-virat-kohli-to-bcci-either-in-writing-or-verbally-bcci-treasurer-arun-dhumal/
‘କୋହଲିଙ୍କ ବିରୋଧରେ କେହି ଅଭିଯୋଗ କରି ନାହାନ୍ତି’ ମୁମ୍ବାଇ,୩୦।୯: ଭାରତୀୟ ଦଳର କିଛି ସିନିୟର ଖେଳାଳି ବିସିସିଆଇର ସମ୍ପାଦକ ଜୟ ଶାହଙ୍କୁ ଫୋନ କରି ଅଧିନାୟକ ବିରାଟ କୋହଲିଙ୍କ ବିରୋଧରେ ଅଭିଯୋଗ କରିଥିବା ନେଇ କିଛି ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଥିଲା। ହେଲେ ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ବିସିସିଆଇର ଟ୍ରେଜରର (କୋଷାଧ୍ୟକ୍ଷ) ଅରୁନ ଧୁମାଲ। ଭାରତୀୟ ଟି୨୦ ଦଳର ଅଧିନାୟକ ପଦ ଛାଡ଼ିବା କୋହଲିଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ସେ କହିଛନ୍ତି। କୋହଲି ଗତ ୧୬ ତାରିଖରେ ଟି୨୦ ଅଧିନାୟକ ଛାଡ଼ିବାକୁ ଯାଉଥିବା ଘୋଷଣା କରିଥିଲେ। କିଛି ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଥିଲା ଯେ, ଉପ ଅଧିନାୟକ ପଦରୁ ରୋହିତ ଶର୍ମାଙ୍କୁ ବିଦା କରିବାକୁ ପାଇଁ କୋହଲି ଚୟନକର୍ତ୍ତାଙ୍କୁ କହିଥିଲେ। ଏହାବାଦ୍ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାନେଙ୍କ ଭଳି ସିନିୟର ଖେଳାଳି କୋହଲିଙ୍କ ବିଷୟରେ ବିସିସିଆଇ ସମ୍ପାଦକ ଶାହଙ୍କୁ ଅଭିଯୋଗ କରିଥିବା ସେପ୍ଟେମ୍ବର ୨୮ ତାରିଖରେ ପ୍ରକାଶ ପାଇଥିବା ରିପୋର୍ଟରେ ଦର୍ଶାଯାଇଥିଲା। ”ଗଣମାଧ୍ୟମକୁ ଏଭଳି ବେକାର କଥା ଲେଖିବା ବନ୍ଦ କରିବାକୁ ପଡ଼ିବ। ବିସିସିଆଇକୁ କୌଣସି ଖେଳାଳି ଲିଖିତ କିମ୍ବା ମୌଖିକ ଆକାରରେ ଅଭିଯୋଗ କରିନାହାନ୍ତି। ବିସିସିଆଇ ସବୁବେଳେ ଏଭଳି ଭିତ୍ତିହିନ ରିପୋର୍ଟ ଉପରେ ଉତ୍ତର ଦେଇ ପାରିବ ନାହିଁ। କିଛି ରିପୋର୍ଟ ଅନୁଯାୟୀ, ଟି୨୦ ବିଶ୍ୱକପ୍ ଦଳରେ ପରିବର୍ତ୍ତନ ହୋଇପାରେ। କିଏ କହିଲା ଏ କଥା“ ବୋଲି ପ୍ରଶ୍ନ କରିଛନ୍ତି ବିସିସିଆଇ ଟ୍ରେଜର ଅରୁନ ଧୁମାଲ।
https://www.dharitri.com/ଗୁଜରାଟ-ମାଡ-ହେବା-ପୂର୍ବରୁ-ଦ/
ଗୁଜରାଟ ମାଡ ହେବା ପୂର୍ବରୁ ଦିଗ ବଦଳାଇଲା ‘ବାୟୁ’: ମୁଖ୍ୟମନ୍ତ୍ରୀ କହିଲେ, ସବୁ ଭଗବାନ କୃଷ୍ଣଙ୍କ କୃପା ଅହମ୍ମଦାବାଦ, ୧୪।୬:ସାମୁଦ୍ରିକ ବାତ୍ୟା ‘ବାୟୁ’ ଦିଗ ବଳାଇଛି। ଗୁଜରାଟରେ ମାଡ଼ହେବା ପୂର୍ବରୁ ଏହା ପୁଣି ଆରବ ସାଗର ମୁହାଁ ହୋଇଛି। ଭେରେଭାଲ୍, ପୋର୍ବନ୍ଦର, ଓ ଦ୍ୱାରକା ପାଖଦେଇ ଏହା ଚାଲିଯିବ ବୋଲି ଜଣାପଡ଼ିଛି। ଏନେଇ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ନିଜ ମତ ରଖି କହିଛନ୍ତି, ଭଗବାନଙ୍କ କୃଷ୍ଣ, ହରିଶିଦ୍ଧି ମାତା ଏବଂ ଭଗବାନ ସୋମନାଥଙ୍କ ଯୋଗୁ ସବୁ ସମ୍ଭବ ହେଲା। ବାତ୍ୟା ଯୋଗୁ ଆମ କ୍ଷତି ହୋଇନି। ଏବେ ଏହା ଗୁଜରାଟ ଉପକୂଳରୁ ୧୧୦ କିମି ଦୂରରେ ରହିଛି। ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ସହ ୧୪୫ କିମି ବେଗରେ ପବନ ବୋହୁଥିବାବେଳେ ହାଇଆଲର୍ଟ ଜାରି କରାଯାଇଛି ବୋଲି ସେ କହିଛନ୍ତି। ଏନେଇ ଭଗବାନଙ୍କୁ ଧନ୍ୟବାଦ ଦେବି ବୋଲି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ,ବାତ୍ୟାର ଭୟାବହତାକୁ ଦେଖି ବୁଧବାର ଉପକୂଳ ଅଞ୍ଚଳରେ ଥିବା ୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା।
https://www.dharitri.com/ସମର୍ଥନରେ-ଶୋଭାଯାତ୍ରା/
ସମର୍ଥନରେ ଶୋଭାଯାତ୍ରା ଭୁବନେଶ୍ୱର, ୨୧ା୧୨(ବ୍ୟୁରୋ): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଦେଶ ସାରା ଆନ୍ଦୋଳନର ନିଅଁ। ଜଳୁଥିବାବେଳେ ଏହାକୁ କେତେକ ସଙ୍ଗଠନ ସମର୍ଥନ ଜଣାଇଛନ୍ତି। ଏହି ଆଇନକୁ ସମର୍ଥନ କରି ଶୁକ୍ରବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ବିଶାଳ ବାଇକ୍ ରାଲି କରାଯାଇଛି। ଏହି ରାଲିରେ ବିଭିନ୍ନ କଲେଜର ୩ଶହରୁ ଊର୍ଦ୍ଧ୍ୱ ଛାତ୍ର ସାମିଲ ହୋଇଥିଲେ। ସେମାନେ ବିରାଟ ତ୍ରିରଙ୍ଗା ଧରି ବିଭିନ୍ନ ସ୍ଲୋଗାନ ଦେଇ ଉକତ୍ଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ବାଇକ ରାଲିରେ ବାହାରି ମାଷ୍ଟରକ୍ୟାଣ୍ଟିନରେ ପହଞ୍ଚିଥିଲେ। ଏନ୍ଆର୍ସିକୁ ଓଡ଼ିଶାରେ ଲାଗୁ କରାଯିବାକୁ ଛାତ୍ରମାନେ ଦାବି କରିଥିଲେ। ଏବିଭିପିର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ରଙ୍କ ନେତୃତ୍ୱରେ ହୋଇଥିବା ଏହି ଆନ୍ଦୋଳନରେ ରାଜ୍ୟ ସହସମ୍ପାଦକ ରତନ ଦିଗଲ, ରାଜ୍ୟ ସହସମ୍ପାଦିକା ଭୁବନେଶ୍ୱର ସମ୍ପାଦକ ସମ୍ବିତ ରାଉତ ଏବଂ ଅନ୍ୟମାନେ ଯୋଗଦେଇଥିଲେ। ସେହିପରି ସାମାଜିକ କର୍ମୀ ଓ ଯୁବବର୍ଗ ସିଏଏକୁ ସମର୍ଥନ କରି ରାମ ମନ୍ଦିରରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ଆସିଥିଲେ। ସାମାଜିକ କର୍ମୀମାନେ କହିଛନ୍ତି, ସିଏଏ ଦେଶର ନାଗରିକଙ୍କ ଅଧିକାରକୁ ଛଡ଼ାଇ ନେବନାହିଁ। ଓଡ଼ିଶାରେ ଏନ୍ଆର୍ସି ଲାଗୁ ପାଇଁ ସେମାନେ ଦାବି କରିଛନ୍ତି।
https://www.dharitri.com/saliva-pregnancy-test/
ସାଲିଭାରୁ ଗର୍ଭ ପରୀକ୍ଷା ଲଣ୍ଡନ,୨୧।୬: ଏଣିକି ମହିଳାମାନେ ଅତି ସହଜରେ ଜାଣିପାରିବେ ସେମାନେ ଗର୍ଭବତୀ ଅଛନ୍ତି କି ନାହିଁ। ସାଲିଭା (ଲାଳ) ଦ୍ୱାରା ମହିଳାମାନେ ଗର୍ଭଧାରଣ ସମ୍ପର୍କରେ ଜାଣିପାରିବେ। ପ୍ରେଗ୍ନାନ୍ସି ପରୀକ୍ଷାକୁ ସରଳ କରିବା ଲାଗି ଜେରୁଜେଲମର ଷ୍ଟାର୍ଟଅପ୍ କମ୍ପାନୀ ସାଲିଗ୍ନୋଷ୍ଟିକ୍ ସାଲିଷ୍ଟିକ୍ ନାମକ ଏକ ଉପକରଣ ତିଆରି କରିଛି। ଏହା ଜରିଆରେ ମହିଳାମାନେ ଯେକୌଣସି ସମୟରେ ଗର୍ଭଧାରଣ ପରୀକ୍ଷା କରିପାରିବେ। ବର୍ତ୍ତମାନ ବ୍ରିଟେନ୍ ଓ ଆୟରଲାଣ୍ଡ ବଜାରରେ ସାଲିଷ୍ଟିକ୍ ଉପଲବ୍ଧ ଅଛି। କୋଭିଡ୍ ଟେଷ୍ଟ କିଟ୍ ତିଆରି କରିବା ପାଇଁ ବ୍ୟବହୃତ ଟେକ୍ନୋଲୋଜି ଜରିଆରେ ଏହି ପ୍ରେଗ୍ନାନ୍ସି ଟେଷ୍ଟ କିଟ୍ ପ୍ରସ୍ତୁତ କରାଯାଇଛି। ସାଲିଷ୍ଟିକ୍ର ବଜାର ମୂଲ୍ୟ ୯.୯୯ ପାଉଣ୍ଡ (ପାଖପାଖି ୧୦୪୪ ଟଙ୍କା) ରହିଛି । ଗର୍ଭବତୀ ଅବସ୍ଥାରେ ମହିଳାଙ୍କ ସାଲିଭାରୁ ବିଶେଷ ପ୍ରକାରର ଏଚ୍ସିଜି ହରମୋନ୍ ନିଷ୍କ୍ରିୟ ହୋଇଥାଏ। ଏହି ହରମୋନ୍ ସହାୟତାରେ ମହିଳା ଗର୍ଭବତୀ ଥିବା ସାଲିଷ୍ଟିକ୍ ଦ୍ୱାରା ସହଜରେ ଜଣାପଡ଼ିଥାଏ। ସାଲିଷ୍ଟିକ୍କୁ ପାଟିରେ ପୂରାଇ କିଛି ସମୟ ରଖିବା ପରେ ଏଥିରେ ଥିବା ପ୍ଲାଷ୍ଟିକ୍ ଟ୍ୟୁବ୍ରେ ସାଲିଭା ଜମା ହୋଇଥାଏ। ବାୟୋଲୋଜିକାଲ ରିଆକ୍ସନ ଦ୍ୱାରା ୫ରୁ ୧୫ ମିନିଟ୍ ମଧ୍ୟରେ ଗର୍ଭଧାରଣ ସମ୍ପର୍କରେ ଜଣାପଡ଼ିଯାଏ। ଅତିକମ୍ରେ ୩ ମିନିଟ୍ ଭିତରେ ସାଲିଷ୍ଟିକ୍ ସାହାଯ୍ୟରେ ଗର୍ଭପରୀକ୍ଷା କରାଯାଇପାରିବ। ମାସିକ ଋତୁସ୍ରାବ ଡେରି ହେବାର ପ୍ରଥମ ଦିନ ସାଲିଷ୍ଟିକ୍ ଦ୍ୱାରା ମହିଳା ଗର୍ଭବତୀ ଅଛନ୍ତି କି ନାହିଁ ତାହା ଜଣାପଡ଼ିଯିବ। ଅନ୍ୟପକ୍ଷେ ଖାଦ୍ୟ ଖାଇବାର ୩୦ ମିନିଟ୍ ପରେ ସାଲିଷ୍ଟିକ୍ ଦ୍ୱାରା ଗର୍ଭପରୀକ୍ଷା କରାଯାଇପାରିବ। ଜେରୁଜେଲମର ହେବ୍ରେଉ ୟୁନିଭର୍ସିଟି ବିଶେଷଜ୍ଞଙ୍କ ଦ୍ୱାରା ସାଲିଗ୍ନୋଷ୍ଟିକ୍ ଷ୍ଟାର୍ଟଅପ୍ କମ୍ପାନୀ ଖୋଲାଯାଇଛି। ୨୦୧୬ରେ ସାଲିଷ୍ଟିକ୍ ସମ୍ପର୍କରେ କମ୍ପାନୀ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା। ଇସ୍ରାଏଲର ପାଖାପାଖି ୩୦୦ ମହିଳାଙ୍କୁ ନେଇ ଏହାର କ୍ଲିନିକାଲ ଟ୍ରାଏଲ୍ କରାଯାଇଥିଲା। ପରିସ୍ରାରୁ ଗର୍ଭ ପରୀକ୍ଷା ଜାଣିବା କୌଶଳ ୫୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। କିନ୍ତୁ ବର୍ତ୍ତମାନ ସାଲିଷ୍ଟିକ୍ ଜରିଆରେ ସହଳ ଏବଂ ହାଇଜିନ୍ ମେଥଡ୍ରେ ମହିଳାମାନ ଗର୍ଭଧାରଣ ପରୀକ୍ଷା କରିପାରିବେ ବୋଲି ସାଲିଷ୍ଟିକ୍ର ବଜାର ବିକ୍ରି କରାଉଥିବା ସୁପରଡ୍ରଗ୍ର ନିର୍ଦ୍ଦେଶକ କାରିସ୍ ନ୍ୟୁସନ୍ କହିଛନ୍ତି।
https://www.dharitri.com/bodies-of-two-youths-seized-murder-suspected/
କାମକୁ ଯାଇ ଘରକୁ ଫେରି ନ ଥିଲେ ଦୁଇ ଯୁବକ: ପରିତ୍ୟକ୍ତ ବାଡ଼ିରୁ ମିଳିଲା ରକ୍ତାକ୍ତ ମୃତଦେହ ରାଉରକେଲା ଅଫିସ,୪ା୨: ସୁନ୍ଦରଗଡ଼ ଜିଲା ଟାଙ୍ଗରପାଲି ଥାନା ଅନ୍ତର୍ଗତ କନଷ୍ଟ୍ରକ୍ସନ କଲୋନୀରେ ରକ୍ତାକ୍ତ ଅବସ୍ଥାରେ ପୋଲିସ ଦୁଇ ଯୁବକଙ୍କ ମୃତଦେହକୁ ଶନିବାର ସନ୍ଧ୍ୟାରେ ଜବତ କରିଛି। ମୃତ ଯୁବକଙ୍କ ନାମ ଇନ୍ଦ୍ରଜିତ ସ୍ବାଇଁ(୨୭) ଓ ସଞ୍ଜୟ କୁମାର ଦାଶ (୩୯)। ସୂଚନାଯୋଗ୍ୟ, ଟାଙ୍ଗରପାଲିସ୍ଥିତ ଲାଲଟାଙ୍କି ଅଞ୍ଚଳରେ ଇନ୍ଦ୍ରଜିତ ଏବଂ ସଞ୍ଜୟ ପରିବାର ସହ ବାସ କରନ୍ତି। ଶନିବାର ଅପରାହ୍ନରେ ବାଇକ୍ ଯୋଗେ ଇନ୍ଦ୍ରଜିତ ଏବଂ ସଞ୍ଜୟ କନ୍ଷ୍ଟ୍ରକ୍ସନ କଲୋନୀକୁ କୌଣସି କାମରେ ଯାଇଥିଲେ। ପରେ ସନ୍ଧ୍ୟା ହେବାରୁ ଘରକୁ ଫେରି ନ ଥିଲେ। ଅନ୍ୟପକ୍ଷରେ କନ୍ଷ୍ଟ୍ରକ୍ସନ କଲୋନୀରେ ଥିବା ଏକ ବନ୍ଦ ଘର ପଛପଟ ବାଡ଼ିରେ ଦୁଇଜଣଙ୍କ ମୃତଦେହ ପଡ଼ିଥିବା ପୋଲିସ ଖବର ପାଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଦୁଇଟି ଜବତ କରିଥିଲା। ଉଭୟଙ୍କ ମୁଣ୍ଡ ଓ ମୁହଁରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ଏନେଇ ଥାନାଧିକାରୀ ସୁଦର୍ଶନ ପଣ୍ଡାଙ୍କୁ ପଚାରିବାରୁ ସେ ଛୁଟିରେ ଥିବା କହିଥିଲେ। ଉଭୟଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସ୍ଥାନୀୟ ଲୋକେ ଚର୍ଚ୍ଚା କରୁଛନ୍ତି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ପୋଲିସ ଘଟଣାସ୍ଥଳରୁ ମୃତ ଯୁବକ ଦ୍ୱୟଙ୍କ ମୃତଦେହ ଜବତ କରି ଆରଜିଏଚ୍ ମର୍ଗ ହାଉସରେ ରଖି ଘଟଣାର ତଦନ୍ତ ଜାରି ରଖିଛି।
https://www.dharitri.com/3-hour-train-ride-at-tire-station/
ସୋର ଷ୍ଟେଶନରେ ୩ଘଣ୍ଟା ରେଳରୋକୋ ସୋର, ୭।୬(ଡି.ଏନ୍.ଏ.) ବିଭିନ୍ନ ଏକ୍ସପ୍ରେସ ରହଣି ଦାବିରେ ସୋମବାର ସକାଳେ ସୋର ନାଗରିକ ମଞ୍ଚ ଆବାହକତ୍ୱରେ ସୋର ଲେଭଲକ୍ରସିଂ ନିକଟ ଧାରଣାରେ ରେଳରୋକୋ କରାଯାଇଥିଲା। ଏଥିରେ ବିଭିନ୍ନ ସଙ୍ଗଠନ ମଧ୍ୟ ସାମିଲ ହୋଇଥିଲେ। ଫଳରେ ଦୀର୍ଘ ୩ ଘଣ୍ଟା ଧରି ରେଳ ଚଳାଚଳ ବନ୍ଦ ରହିଥିଲା। ଉଭୟପାର୍ଶ୍ୱରେ କେତେକ ଦୂରଗାମୀ ଟ୍ରେନ ଅଟକି ରହିବା ଯୋଗୁ ଯାତ୍ରୀମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିବା ସହିତ ହନ୍ତସନ୍ତ ହୋଇଥିଲେ। ଖଡ଼ଗପୁର ଡିଆରଏମ୍ ଅନ୍ୟ ଅଧିକାରୀଙ୍କ ଜରିଆରେ ମେସେଜ୍ ଦେବା ପରେ ସୋର ଅତିରିକ୍ତ ତହସିଲଦାର ସତ୍ୟଜିତ ମହାନ୍ତି ଓ ବାଲେଶ୍ୱର ଅତିରିକ୍ତ ଜିଲାପାଳ ପହଞ୍ଚି ଆଲୋଚନା କରିଥିଲେ। ଆସନ୍ତା ୮ ତାରିଖରେ ଖଡ଼ଗପୁର ଡିଆର୍ଏମ୍ କାର୍ଯ୍ୟାଳୟରେ ଆଲୋଚନା ପାଇଁ ନିଷ୍ପତ୍ତି ନିଆଯିବାରୁ ରେଳରୋକୋକୁ ସ୍ଥଗିତ ଘୋଷଣା କରାଯାଇଥିଲା। ମଧ୍ୟରେ ଦୀର୍ଘବର୍ଷ ହେଲା ହରିଦ୍ୱାର-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଏବଂ ହାୱଡ଼ା-ପୁରୀ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଡାଉନ୍ ଟ୍ରେନ ଏଠାରେ ରହିଆସୁଥିଲା। କୋଭିଡ଼ କଟକଣା ଆଳରେ ଏହାର ରହଣିକୁ ବାତିଲ କରିଦିଆଯାଇଛି। ସେହିପରି ହାୱଡ଼ା-ଯଶୋବନ୍ତପୁର, ନନ୍ଦନକାନ ଏକ୍ସେପ୍ରେସ ସୋରରେ ରହଣି, ପାସେଞ୍ଜର ଟ୍ରେନଗୁଡ଼ିକରେ ସାଧାରଣ ଭଡ଼ା ନେବା, ଦ୍ୱିତୀୟ ପାଦଚଲା ପୋଲ ନିର୍ମାଣ, ପ୍ଲାଟଫର୍ମରେ କୋଚ୍ ଇଣ୍ଡିକେଟର ଲଗାଇବା, ଟିକେଟ କଳାବଜର ରୋକିବା ପାଇଁ ସିସିକ୍ୟାମେରା ଲଗାଇବା, ୨ ଓ ୩ ନମ୍ବର ପ୍ଲାଟଫର୍ମରେ ଥଣ୍ଡା ପାନୀୟ ଜଳ ଏବଂ ଘଣ୍ଟା ଲଗାଇବା ଆଦି ଦାବି ନେଇ ନାଗରିକ ମଞ୍ଚ ରେଳ ମନ୍ତ୍ରୀ ଅଶି୍ବନୀ ବୈଷ୍ଣବ, ଦକ୍ଷିଣପୂର୍ବ ରେଳ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଏବଂ ବାଲେଶ୍ୱର ଜିଲାପାଳଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଏହି ଆନ୍ଦୋଳନରେ ନାଗରିକ ମଞ୍ଚ ସଭାପତି ନେତ୍ରାନନ୍ଦ ରାଉତ, ସମ୍ପାଦକ ଡ.ନରହରି ନାୟକ, ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ନବକିଶୋର ଦାସ, ଦମୋଦର ଦାଶ ମହାପାତ୍ର, ମନୋଜ କୁମାର ରାୟ, ବିଭିନ୍ନ ସଙ୍ଗଠନ ତରଫରୁ ଗୌରୀଶଙ୍କର ଘଡ଼େଇ, ଅଜିତ ନାୟକ, ଅଞ୍ଜନ ଦାସ ପ୍ରମୁଖ ସାମିଲ ହୋଇଥିଲେ।
https://www.dharitri.com/samsons-decision-was-correct/
ସାମ୍‌ସନଙ୍କ ନିଷ୍ପତ୍ତି ଠିକ୍‌ ଥିଲା ମୁମ୍ବାଇ, ୧୪।୪- ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ସୋମବାର ମ୍ୟାଚରେ ରାଜସ୍ଥାନ ରୟାଲ୍ସ ମାତ୍ର ୪ ରନରେ ପଞ୍ଜାବ କିଙ୍ଗ୍ସ ନିକଟରୁ ପରାଜିତ ହୋଇଥିଲା। ହାଇସ୍କୋରିଂ ମ୍ୟାଚରେ ଶେଷ ୨ ବଲ୍ରୁ ବିଜୟ ପାଇଁ ୫ ରନ ଆବଶ୍ୟକ ହେଉଥିଲା। ଅର୍ଶଦୀପ ସିଂଙ୍କ ୪ର୍ଥ ବଲ୍କୁ ଅଧିନାୟକ ସଞ୍ଜୁ ସାମ୍ସନ ଲଙ୍ଗଅଫ୍ ଅଞ୍ଚଳକୁ ଖେଳିଥିଲେ ହେଁ ସିଙ୍ଗଲ ନେଇ ନ ଥିଲେ। ନନ୍ଷ୍ଟ୍ରାଇକର ଏଣ୍ଡରେ ଥିବା କ୍ରିସ୍ ମୋରିସ ରନ ନେବାକୁ ବାହାରି ଯାଇଥିଲେ ହେଁ ସାମ୍ସନ ତାଙ୍କୁ ଫେରାଇ ଦେଇଥିଲେ। ଶେଷ ବଲ୍କୁ ସେ ଛକା ମାରିବା ଚକ୍କରରେ ବଡ଼ ଶଟ୍ ଖେଳିଥିଲେ ହେଁ ଏକ୍ସଟ୍ରା କଭର ବାଉଣ୍ଡାରୀରେ ଦୀପକ ହୁଦାଙ୍କ ହାତରେ ଧରାପଡ଼ି ଯାଇଥିଲେ। ମାତ୍ର ସାମ୍ସନଙ୍କ ଏହି ନିଷ୍ପତ୍ତିକୁ ପୂର୍ବତନ ଖେଳାଳିମାନେ ସମର୍ଥନ ଜଣାଇଛନ୍ତି। ଏମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ସଞ୍ଜୟ ମଞ୍ଜ୍ରେକର, ସ୍ନେହାଲ ପ୍ରଧାନ, ମୁମ୍ବାଇ ଇଣ୍ଡିଆନ୍ସ ଅଲରାଉଣ୍ଡର ଜେମ୍ସ ନିଶାମ ଏବଂ ରାଜସ୍ଥାନ ରୟାଲ୍ସ ନିର୍ଦ୍ଦେଶକ (କ୍ରିକେଟ) କୁମାର ସଙ୍ଗକାରା। ଶେଷ ବଲ୍ରେ ନୂଆ ବ୍ୟାଟ୍ସମ୍ୟାନ କ୍ରିସ୍ ମୋରିସ ଚୌକା ମାରିବା ଅପେକ୍ଷା ସାମ୍ସନ ଛକା ମାରିବା ଅଧିକ ସମ୍ଭାବନା ଥିଲା। ସାମ୍ସନ ସିଙ୍ଗଲ ନ ନେଇ ନିଜ ହାତରେ ଷ୍ଟ୍ରାଇକ୍ ରଖି ଠିକ୍ କରିଥିଲେ ବୋଲି ମଞ୍ଜ୍ରେକର ଟୁଇଟ କରିଛନ୍ତି। ସାମ୍ସନ ସିଙ୍ଗଲ ନ ନେଇ କିଛି ଭୁଲ କରିଥିବା ମୁଁ ଜାଣି ପାରୁନାହିଁ। ସେ ଶେଷ ବଲ୍ରେ ଛକା ନ ହେଲେ ମଧ୍ୟ ଚୌକା ମାରିବାର ଦକ୍ଷତା ରଖିଥିଲେ ବୋଲି ପୂର୍ବତନ ଭାରତୀୟ ମହିଳା କ୍ରିକେଟର ସ୍ନେହାଲ ପ୍ରଧାନ ଟୁଇଟ କରିଛନ୍ତି। ପୂର୍ବରୁ ଭଲ ହିଟ୍ କରିଥିବାରୁ ସଞ୍ଜୁ ମ୍ୟାଚ ଫିନିଶ କରିବା ନିଷ୍ପତ୍ତି ନେଇଥିଲେ। ଶେଷ ବଲ୍କୁ ସେ ହିଟ୍ ମଧ୍ୟ କରିଥିଲେ। ମାତ୍ର ତାହା ବାଉଣ୍ଡାରୀଠାରୁ ୫-୬ ଗଜ କମ୍ ରହି ଯାଇଥିଲା। ଜଣେ ଫର୍ମରେ ଥିବାବେଳେ ଏପରି ବିଶ୍ୱାସ କରିଥାଏ। ସଞ୍ଜୁ ସେପରି କରିବା ଉତ୍ସାହଜନକ ଥିଲା। ସେ ସିଙ୍ଗଲ ମିସ୍ କରିଥିବା କଥାକୁ ନେଇ ଚର୍ଚ୍ଚା ହେବା ଅନୁଚିତ, କାରଣ ସେ ସକାରାତ୍ମକ ମନୋଭାବରେ ଖେଳିଥିଲେ। ଆସନ୍ତା ଥରକୁ ସେ ୧୦ ଗଜ ଅଧିକ ଦୂରକୁ ଶଟ୍ ମାରି ଆମପାଇଁ ମ୍ୟାଚ ବିଜେତା ହେବା ମୋର ବିଶ୍ୱାସ ବୋଲି ମ୍ୟାଚ ପରବର୍ତ୍ତୀ ଖବରଦାତା ସମ୍ମିଳନୀରେ ସଙ୍ଗକାରା କହିଛନ୍ତି। ”ସିଙ୍ଗଲ ଆବଶ୍ୟକ ନ ଥିଲା। କାରଣ ଶେଷ ବଲ୍ରେ ମୋରିସ ଚୌକା କିମ୍ବା ଛକା ମାରିବା ଅପେକ୍ଷା ସାମ୍ସନ ଛକା ମାରିବା ଅଧିକ ସମ୍ଭାବନା ଥିଲା। ସେ ବଲ୍କୁ ଯେପରି ଭାବେ ହିଟ୍ କଲେ ସେଥିରୁ ତାଙ୍କ ଆତ୍ମବିଶ୍ୱାସ ବାରି ହୋଇ ପଡ଼ୁଥିଲା। ତାଙ୍କ ନିଷ୍ପତ୍ତି ଭୁଲ ନ ଥିଲା“ ବୋଲି ନିଶାମ ଟୁଇଟ କରିଛନ୍ତି। ଆଇପିଏଲରେ ଜଣେ ଅଧିନାୟକଭାବେ ନିଜ ପ୍ରଥମ ମ୍ୟାଚରେ ସାମ୍ସନ ସର୍ବାଧିକ ରନ ସ୍କୋର କରିଥିଲେ। ଏହି ପ୍ରତିଭାସମ୍ପନ୍ନ ଉଇକେଟକିପର ମାତ୍ର ୬୩ ବଲ୍ରୁ ୧୨ ଚୌକା ଓ ୭ ଛକା ସହାୟତାରେ ୧୧୯ ରନ କରିଥିଲେ। ୨୨୨ ରନ ପିଛା କରିଥିବା ରୟାଲ୍ସ ୨୧୭ ରନରେ ରହି ଯାଇଥିଲା।
https://www.dharitri.com/bird-flu-bmc-warned-the-shopkeepers/
ବାର୍ଡ ଫ୍ଲୁ: କୁକୁଡ଼ା ଦୋକାନୀଙ୍କୁ ସତର୍କକଲା ବିଏମ୍‌ସି ଭୁବନେଶ୍ୱର,୩୧।୮(ଅନୁରାଧା ମହାରଣା): ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ସହରର ସମସ୍ତ କୁକୁଡ଼ା ମାଂସ ଦୋକାନୀମାନଙ୍କୁ ବାର୍ଡ ଫ୍ଲୁ ସଂକ୍ରମଣ ନେଇ ସତର୍କ କରାଯାଇଛି। ଭୁବନେଶ୍ବର ଆଖପାଖ ଅଞ୍ଚଳରେ ବାର୍ଡ ଫ୍ଲୁ ଭୂତାଣୁ ସଂକ୍ରମିତ ହେଉଥିବାରୁ କୁକୁଡ଼ା ମାଂସ ଦୋକାନୀମାନେ ଉକ୍ତ ଅଞ୍ଚଳରୁ କୁକୁଡ଼ା ନ କିଣିବାକୁ ବିଏମ୍ସି କମିଶନର ରାଜେଶ ପ୍ରଭାକର ପାଟିଲ ପରାମର୍ଶ ଦେଇଛନ୍ତି। ଏହି ରୋଗ ସଂକ୍ରମିତ ହେବାର ସମ୍ଭାବନା ରହିଥିତ୍ବାରୁ ସଂପ୍ରତି ଯେଉଁ କୁକୁଡ଼ା ବା ପକ୍ଷୀ ଅସ୍ବାଭାବିକ ଭାବେ ଅସୁସ୍ଥ ହୋଇ ପଡୁଥିଲେ କିମ୍ବା ମୃତ୍ୟୁ ହେଉଥିଲା ତୁରନ୍ତ ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ର କିମ୍ବା ୱାର୍ଡ ଅଫିସରେ ଜଣାଇବାକୁ କମିଶନର କହିଛନ୍ତି। ସେହିପରି ଅସ୍ବାଭାବିକ ଭାବେ ମୃତ୍ୟୁବରଣ କରୁଥିବା ପକ୍ଷୀଙ୍କୁ ଏଣେତେଣେ ନ ଫିଙ୍ଗି ନିର୍ଦ୍ଦିଷ୍ଟ ସ୍ଥାନରେ ପୋତିଦେବା ସହ ତା’ ଉପରେ ବ୍ଲିଚିଂ ସିଞ୍ଚନ କରିବା ସହ ଏହି କାର୍ଯ୍ୟ କରିବା ସମୟରେ ମୁହଁରେ ମାସ୍କ ଏବଂ ହାତରେ ଗ୍ଲୋବ୍ସ ପିନ୍ଧିବା ଉପରେ କମିଶନର ଗୁରୁତ୍ୱାରୋପ କରିଛନ୍ତି। ଯଦି ଏହି କୁକୁଡ଼ା ସଂସ୍ପର୍ଶରେ ଆସି କୌଣସି ବ୍ୟକ୍ତି ବା ଶିଶୁଙ୍କର ଜ୍ବର, ଛିଙ୍କ, କାଶ ଲାଗି ରୁହେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ ବୋଲି ସେ କହିଛନ୍ତି। ବିଏମ୍ସି ଅଧିକାରୀ ବା ସାଇନ୍ ଟିମ୍ ପରିଦର୍ଶନରେ ଯିବା ସମୟରେ ଠିକ୍ ତଥ୍ୟ ପ୍ରଦାନ କରି ଭୁବନେଶ୍ବରକୁ ବାର୍ଡ ଫ୍ଲୁ ମୁକ୍ତ କରିବାରେ ସକ୍ରିୟ ସହଯୋଗ କରିବା ପାଇଁ ବିଏମ୍ସି ପକ୍ଷରୁ ନିବେଦନ କରାଯାଇଛି।
https://www.dharitri.com/young-man-jumped-into-the-mahanadi-river/
ମହାନଦୀକୁ ଡେଇଁ ପଡ଼ିଲେ ଯୁବକ କଟକ,୧୬।୭(କାର୍ତ୍ତିକ ସାହୁ): କଟକ ଛତ୍ରବଜାର ଅଞ୍ଚଳର ଜଣେ ଯୁବକ ସୋମବାର ରାତିରେ ମହାନଦୀକୁ ଡେଇଁ ନିଖୋଜ ଥିବା ଜଣାପଡିଛି। ହେଲେ ଯୁବକ ଜଣକ କେଉଁ ପରିସ୍ଥିତିରେ ମହାନଦୀକୁ ଡେଇଁଲେ ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।
https://www.dharitri.com/ବିହାରର-ମନ୍ତ୍ରୀ-ବିଧାୟକ-ଭି/
ବିହାରର ମନ୍ତ୍ରୀ, ବିଧାୟକ ଭିନ୍ନ ଢଙ୍ଗରେ ଟିମ୍‌ ଇଣ୍ଡିଆକୁ ଜଣାଇଲେ ଶୁଭକାମନା ପାଟନା, ୯।୭: ଆଇସିସି ବିଶ୍ୱକପରେ ମଙ୍ଗଳବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ଖେଳାଯିବ। ଭାରତର ବିଜୟ କାମନା କରି ଦେଶର ବିଭିଭନ୍ନ ସ୍ଥାନରେ ଯଜ୍ଞ, ପୂଜାର୍ଚ୍ଚନା କରାଯାଉଥିଲାବେଳେ ବିହାରର ମନ୍ତ୍ରିମଣ୍ଡଳର କିଛି ମନ୍ତ୍ରୀ ଏବଂ ବିଧାୟକ ଟିମ୍ ଇଣ୍ଡିଆକୁ ଶୁଭକାମନା ଜଣାଇଛନ୍ତି। ବିଧାନସଭାର ଶୀତକାଳୀନ ଅଧିବେଶନରେ ଭାଗ ନେବା ପୂର୍ବରୁ ହାତରେ ପ୍ଲା କାର୍ଡ ଧରି ବିଧାୟକ ଏବଂ ମନ୍ତ୍ରୀ ବିଧାନସଭା ଭିତରକୁ ପ୍ରବେଶ କରିଥିଲେ। ଉକ୍ତ ପ୍ଲା-କାର୍ଡରେ ‘ଜିତିବରେ ଜିତିବ, ଟିମ, ଇଣ୍ଡିଆ ଜିତିବ’, ‘କୋହଲିଙ୍କ ଦଳ ଏଥର ବିଶ୍ୱକପ୍ ଆଣିବ’ ଭଳି ସ୍ଲୋଗାନମାନ ଲେଖାଥିଲା।
https://www.dharitri.com/the-fire-started-in-the-barsararani/
ବର୍ଷାରାଣୀରେ ଲାଗିଲା ନିଆଁ ରାୟଗଡ଼ା ଅଫିସ,୧୩।୨: ରାୟଗଡ଼ା-କୋରାପୁଟ ରାସ୍ତା ସିରିକଣା ତାରିଣୀ ମନ୍ଦିର ନିକଟରେ ଶୁକ୍ରବାର ବିଳମ୍ବତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଯାତ୍ରୀବାହୀ ବସ୍ ବର୍ଷାରାଣୀରେ ଅଗ୍ନିକାଣ୍ଡ ଘଟି ବସ୍ଟି ସମ୍ପୂର୍ଣ୍ଣ ଜଳିଯାଇଛି। ଏଥିରେ କେହି ମୃତାହତ ହୋଇ ନ ଥିବା ବେଳେ ୫୦ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବସ୍ଟି ନବରଙ୍ଗପୁର କୋଷା ଗୁମୁଡ଼ାରୁ ଗଞ୍ଜାମ ପୋଲସରା ଯାଉଥିବା ବେଳେ ପଛଚକା ଫାଟି ନିଆଁା ଲାଗିଯାଇଥିଲା। ପରେ ସମସ୍ତ ଯାତ୍ରୀ ଗାଡ଼ିରୁ ଓହ୍ଲାଇ ଯାଇଥିଲେ। ଖବରପାଇ ରାୟଗଡ଼ା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l
https://www.dharitri.com/ପ୍ରଶାନ୍ତ-ଜେଡିୟୁକୁ-ବଡ-ଦଳ-କ/
ପ୍ରଶାନ୍ତ ଜେଡିୟୁକୁ ବଡ ଦଳ କହିବାରୁ ଜବାବ ଦେଲା ଭାଜପା ପାଟନା,୩୦।୧୨: ବିହାର ବିଧାନସଭା ନିର୍ବାଚନ ଆସନ୍ତା ବର୍ଷ ହେବାକୁ ଥିବା ବେଳେ ଏବେଠାରୁ କିନ୍ତୁ ରାଜନୀତି ହେଲାଣି ସରଗରମ। ଏହି ନିର୍ବାଚନକୁ ନେଇ ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରଶାନ୍ତ କିଶୋର ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଆଗାମୀ ନିର୍ବାଚନରେ ଜେଡିୟୁ ବିହାରରେ ବଡ ଦଳ ଭାବେ ରହିବା ଦରକାର। ୨୦୦୪ରୁ ଭାରତୀ ଜନତା ପାର୍ଟି(ଭାଜପା) ସହ ମେଣ୍ଟ କରିବା ପରେ ବି ଜେଡିୟୁ ବଡ ଦଳ ହୋଇିଥିବାରୁ ଏହାକୁ ୫୦ ପ୍ରତିଶତରୁ ଅଧିକ ଆସନ ମିଳିବା କଥା। ତେଣୁ ଭାଜପା ଆସନ ବୁଝାମଣା କରିବା ପୂର୍ବରୁ ଜେଡିୟୁ ଏହା ଚିନ୍ତା କରିବା କଥା। ପ୍ରଶାନ୍ତଙ୍କର ଏହି ବୟାନ ପରେ ଭାଜପା କହିଛି ଆସନ ବୁଝାମଣା କଥା ଦଳର ହାଇକମାଣ୍ଡ ବୁଝିବେ। ପ୍ରଶାନ୍ତ ଏବେଠାରୁ ଏହାକୁ ନେଇ କାହିଁକି ମତ ଦେଉଛନ୍ତି। ଭାଜପା ନେତା ନୀତୀନ ନବିନ କହିଛନ୍ତି, ପ୍ରଶାନ୍ତ ବିନା ମୌସୂମୀରେ ବର୍ଷା କରୁଛନ୍ତି। ତାଙ୍କ ବୟାନ ଜେଡିୟୁର ଅଫିସିଆଲ୍ ବୟାନ ନୁହେଁ। ତେଣୁ ସମୟ କହିବ କିଏ ବଡ କିଏ ଛୋଟ।
https://www.dharitri.com/from-rajasthan-to-puri/
ଦଣ୍ଡ ପ୍ରଣାମ କରି ରାଜସ୍ଥାନରୁ ପୁରୀ ପୁରୀ,୧୬ା୬(ଅଜିତ୍ ମହାନ୍ତି): ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ଲାଭ ଉଦ୍ଦେଶ୍ୟରେ ରାଜସ୍ଥାନରୁ ଜଣେ ଭକ୍ତ ଦଣ୍ଡ ପ୍ରମାଣ କରି ଗୁରୁବାର ପୁରୀରେ ପହଞ୍ଚିଛନ୍ତି। ଏହି ଭକ୍ତ ଜଣଙ୍କ ହେଉଛନ୍ତି ରାଜସ୍ଥାନର ଶ୍ରୀରାମ ଗୁଜ୍ଜର। ଶ୍ରୀରାମ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ତାଙ୍କ ମନରେ ଇଚ୍ଛା ଜାଗ୍ରତ ହୋଇଥିଲା। ତେଣୁ ସେ ୨୦୨୨ ଡିସେମ୍ବର ୭ରେ ରାଜସ୍ଥାନର ତାଙ୍କ ଗ୍ରାମରୁ ବାହାରିଥିଲେ। ବାଟ ସାରା ଦଣ୍ଡ ପ୍ରଣାମ କରି କରି ପୁରୀ ଆସିଛନ୍ତି। ତାଙ୍କୁ ପୁରୀରେ ପହଞ୍ଚତ୍ବା ପାଇଁ ୬ମାସ ୮ ଦିନ ସମୟ ଲାଗିଛି। ସେ ସମୁଦାୟ ୧୮୫୦ କିଲୋମିଟର ଦଣ୍ଡ ପ୍ରଣାମ କରି ଆସିଛନ୍ତି। ଶ୍ରୀମନ୍ଦିରରେ ପହଞ୍ଚତ୍ ତାଙ୍କୁ ବହୁତ ଆନନ୍ଦ ମିଳୁଛି। ତାଙ୍କର କୌଣସି ମାନସିକ ନାହିଁ, କେବଳ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ପ୍ରଥମ ଥର ଦଣ୍ଡ ପ୍ରଣାମ କରି ପୁରୀ ଆସିଥିବାବେଳେ ବାଟରେ କୌଣସି ସମସ୍ୟା ହୋଇନାହିଁ। ତାଙ୍କ ସାଥିରେ ତାଙ୍କର ଦୁଇ ଭାଇ ଆସିଛନ୍ତି। ଦେଶରେ ଭକ୍ତି ଭାବ ସୃଷ୍ଟି କରିବା ସହ ସମସ୍ତଙ୍କୁ ମହାପ୍ରଭୁ ଭଲରେ ରଖନ୍ତୁ ବୋଲି ସେ ପ୍ରାର୍ଥନା କରିଥିବା ଶ୍ରୀରାମ କହିଛନ୍ତି।
https://www.dharitri.com/ranaprataps-funeral-is-over-his-village/
ଜନ୍ମମାଟିରେ ଜଳିଲା ଯବାନ ରାଣାପ୍ରତାପଙ୍କ ଜୁଇ ଅନୁଗୋଳ ଅଫିସ,୧୧ା୧୨: ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ବୀର ଯବାନ ରାଣାପ୍ରତାପ ଦାସଙ୍କ ଜୁଇ ତାଙ୍କ ଜନ୍ମମାଟି କୃଷ୍ଣଚନ୍ଦ୍ରପୁର ଗାଁରେ ଜଳିଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମମାଟିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବୀର ରାଣାଙ୍କୁ ତାଙ୍କ ପୁତୁରା ଅତିସ ଦାସ ମୁଖାଗ୍ନି ଦେଇଛନ୍ତି। ସୂଚନାଯୋଗ୍ୟ, ଆଜି ବିମାନ ବନ୍ଦରରେ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ଦେଇଥିଲେ। ସେହିପରି ବିରୋଧୀ ଦଳ ବିଧାୟକ, ପୋଲିସ ଡିଜି ଏବଂ ଅନ୍ୟ ବରିଷ୍ଠ ନେତାମାନେ ରାଣାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଗତ ବୁଧବାର ସିଡିଏସ ବିପିନ ରାଓ୍ବତ ତାମିଲନାଡୁର ଓ୍ବେଲିଂଟନକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଥିଲେ। ତାମିଲନାଡୁର କୁନ୍ନୁରଠାରେ ଏହି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ବିପିନଙ୍କ ସହିତ ତାଙ୍କ ସ୍ତ୍ରୀ ଓ ଅନ୍ୟ ସେନାଧିକାରୀ ଥିଲେ। ସେମାନଙ୍କ ମଧ୍ୟରେ ତାଳଚେରର ପୁଅ ରାଣାପ୍ରତାପ ଦାସ ମଧ୍ୟ ଥିଲେ। ସେ ବାୟୁସେନାର ଜୁନିଅର ଓ୍ବାରେଣ୍ଟ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ଏହି ଦୁର୍ଘଟଣାରେ ମୋଟ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା।
https://www.dharitri.com/ସୋମବାର-ନ୍ୟାଶନାଲ-ଟାକ୍ସ-ଇ-ଆ/
ସୋମବାର ନ୍ୟାଶନାଲ ଟାକ୍ସ ଇ-ଆସେସମେଣ୍ଟ ସେଣ୍ଟର ଶୁଭାରମ୍ଭ ନୂଆଦିଲ୍ଲୀ,୭-୧୦: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସୋମବାର ଆୟକର ବିଭାଗର ନ୍ୟାଶନାଲ ଟାକ୍ସ ଇ-ଆସେସମେଣ୍ଟ ସେଣ୍ଟର(ଏନ୍ଇଏସି)ର ଶୁଭାରମ୍ଭ କରିବେ। ଏହା ଦ୍ୱାରା ଟିକସଦାତା ଏବଂ ଟିକସ ଅଧିକାରୀଙ୍କ ମଧ୍ୟରେ ଆଉ ସାମ୍ନା ସାମ୍ନି ହେବାକୁ ପଡିବ ନାହିଁ। ଉକ୍ତ ସେଣ୍ଟର ଦ୍ୱାରା ଟିକସଦାତାଙ୍କ ଲାଗି ଉନ୍ନତ ସେବା, ଟିକସଦାତାଙ୍କ ଅଭିଯୋଗରେ ହ୍ରାସ ଭଳି ବିଭିନ୍ନ ପ୍ରସଙ୍ଗ ଆଧାରରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି। ସରକାରଙ୍କ ଡିଜିଟାଲ ଇଣ୍ଡିଆ ପଦକ୍ଷେପ ଅନ୍ତର୍ଗତ ଦେଶ ମଧ୍ୟରେ ଇଜ୍ ଅଫ୍ ଡୁଇଁ ବିଜନେସକୁ ପ୍ରୋତ୍ସାହିତ କରିବା ଲାଗି ଏଭଳି ଏକ ଯୋଜନା ହାତକୁ ନିଆଯାଇଥିବା ଅର୍ଥ ମନ୍ତ୍ରଣାଳୟ ସୋମବାର ସୂଚନା ଦେଇଛି। ଟିକସ ଆସେସମେଣ୍ଟ କ୍ଷେତ୍ରରେ ନୂଆ ପଦକ୍ଷେପ ସ୍ବଚ୍ଛତା, ଉତ୍ତରଦାୟିତ୍ୱ ଏବଂ ଦକ୍ଷତା ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଲୋକମାନେ ଟିକସ ଅଧିକାରୀଙ୍କୁ ନ ଭେଟି ମଧ୍ୟ ସେମାନଙ୍କ ଟିକସ ସଂକ୍ରାନ୍ତ ବିଭିନ୍ନ କାର୍ଯ୍ୟ କରିପାରିବେ। ନୂଆ ସିଷ୍ଟମ ମୁତାବକ ଟିକସଦାତା ସେମାନଙ୍କ ପଞ୍ଜୀକୃତ ଇ-ମେଲ ଏବଂ ଆୟକର ବିଭାଗ ଓ୍ବେବପୋର୍ଟାଲରେ ପଞ୍ଜୀକୃତ ଆକାଉଣ୍ଟରେ ନୋଟିସ ପାଇବେ। ଆୟକର ବିଭାଗ ନିକଟରେ ପଞ୍ଜୀକରଣ ହୋଇଥିବା ମୋବାଇଲ ନମ୍ବରରେ ରିଅଲଟାଇମ୍ ଭିତ୍ତିରେ ଏସ୍ଏମ୍ଏସ୍ ଆଲର୍ଟ ପାଇପାରିବେ। ଯଦି କୌଣସି କ୍ଷେତ୍ରରେ ଅସଙ୍ଗତି ଆସେ ତେବେ ଟିକସଦାତାଙ୍କୁ ଏଭଳି ଉପାୟରେ ବିଭାଗ ସମ୍ପର୍କ କରିବ। ଟିକସଦାତା ଏହାର ଉତ୍ତର ଘରେ କିମ୍ବା ନିଜ କାର୍ଯ୍ୟାଳୟରେ ପ୍ରସ୍ତୁତ ରଖି ନ୍ୟାଶନାଲ ଇ-ଆସେସମେଣ୍ଟ ସେଣ୍ଟରକୁ ମେଲ୍ କରିପାରିବେ॥ ଉତ୍ତରକୁ ବିଭାଗର ନିର୍ଦ୍ଧାରିତ ଓ୍ବେବ ପୋର୍ଟାଲରେ ଅପଲୋଡ କରିବାକୁ ହେବ।
https://www.dharitri.com/2-students-from-ganjam-will-participate-in-pariksha-pe-charcha/
‘ପରୀକ୍ଷା ପେ ଚର୍ଚ୍ଚା’ରେ ଭାଗନେବେ ଗଞ୍ଜାମର ୨ ଛାତ୍ର ନୂଆଦିଲ୍ଲୀ,୨୫ା୧: ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’(ପିପିସି-୨୦୨୩)ରେ ମଧ୍ୟପ୍ରଦେଶର ଇନ୍ଦୋର ଷ୍ଟାଡିୟମ୍ରେ ଆସନ୍ତା ୨୭ରେ ଅନୁଷ୍ଠିତ ହେବ। ଏଥିରେ ଦେଶର ବିଭିନ୍ନ ଭାଗରୁ ୧୦୨ ଛାତ୍ରୀଛାତ୍ର ସାମିଲ ହେବେ। ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲାର ୨ ଜଣ ଛାତ୍ର ଅଛନ୍ତି। ଉଭୟେ ହେଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶ୍ରେୟଶ କୁମାର ତ୍ରିପାଠୀ ଓ ଆୟୁଷ ଦାସ। ଦୁଇ ଛାତ୍ରଙ୍କ ସହ ସେମାନଙ୍କ ଶିକ୍ଷକ ରାମକୃଷ୍ଣ ପତି ମଧ୍ୟ ଯୋଗଦେବେ। ପିପିସିର ଷଷ୍ଠ ସଂସ୍କରଣ ପାଇଁ ଓଡ଼ିଶାରୁ ୪୩,୦୦୦ ଛାତ୍ରୀଛାତ୍ର ଓ ୮,୦୦୦ରୁ ଶିକ୍ଷୟିତ୍ରୀ ଶିକ୍ଷକ ନାମ ପଞ୍ଜୀକରଣ କରିଛନ୍ତି। ଏହାବାଦ୍ ୪,୦୦୦ ଅଭିଭାବକ ମଧ୍ୟ ନାମ ପଞ୍ଜୀକରଣ କରିଥିବା ଜଣାପଡ଼ିଛି।
https://www.dharitri.com/break-in-the-number-of-daily-infections-and-deaths/
ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌… ନୂଆଦିଲ୍ଲୀ,୨୭।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଆଗକୁ ଆସୁଥିବା ପାର୍ବଣରେ ଭିଡ଼ ଯୋଗୁ ପୁଣି ସ୍ଥିତି ସଙ୍କଟ ଜନକ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଲଗାତାର ୩ ଦିନ ଧରି ୩୦ ହଜାର ତଳେ ରହିଛି। ସଂକ୍ରମଣ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। କେରଳ ସ୍ଥିତି ଯୋଗୁ ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେରଳରେ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କେରଳରେ ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ୯୫୧ ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୧୬୫ ଛୁଇଁଛି। ଗତ ୨୪ ଘଣ୍ଟାରେ ଦେଶରେ କରୋନାରେ ୨୭୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ହଜାର ୪୧ ରେ ପହଞ୍ଚିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୨୯ ହଜାର ୬୨୧ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୭.୭୮ ପ୍ରତିଶତ ରହିଛି। ଅପରପକ୍ଷରେ ୨ ଲକ୍ଷ ୯୯ ହଜାର ୬୨୦ ଜଣ ଚିକିତ୍ସିତ ହେଉଛନ୍ତି। ସାପ୍ତାହିକ ପଜିଟିଭ୍ ହାର ୨.୫୭ ପ୍ରତିଶତ ରହିଛି। ସକ୍ରିୟ ମାମଲା ୦.୯୦ ପ୍ରତିଶତରେ ପହଞ୍ଚିଛି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୪୭ ହଜାର ୧୯୪ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୩ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୮୬ କୋଟି ୧ ଲକ୍ଷ ୫୯ ହଜାର ୧୧ ଜଣଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ୩୮ ଲକ୍ଷ ୧୮ ହଜାର ୩୬୨ ଜଣଙ୍କୁ ଟିକା ଦିଆଯାଇଛି। ଅପରପକ୍ଷରେ ଇତିମଧ୍ୟରେ ୫୬ କୋଟି ୧୬ ଲକ୍ଷରୁ ଅଧିକ ଜଣ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍ଆର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ୧୫ ଲକ୍ଷ ୯୨ ହଜାରରୁ ଅଧିକ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୨୯ ଲକ୍ଷ ୩୧ ହଜାର ୯୭୨ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୩୬ ଲକ୍ଷ ୭୮ ହଜାର ୭୮୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
https://www.dharitri.com/war-cannot-be-over-soon/
ନିକଟରେ ଶେଷ ହୋଇ ନ ପାରେ ଯୁଦ୍ଧ ମସ୍କୋ,୧୦।୫: ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜି ଜର୍ମାନୀ ଉପରେ ସୋଭିଏଟ୍ ୟୁନିୟନ ବିଜୟର ୭୭ତମ ବାର୍ଷିକୀ ଅବସରରେ ସୋମବାର ରୁଷିଆ ବିଜୟ ଦିବସ ପାଳନ କରିଛି। ଏହି ଅବସରରେ ରେଡ୍ ସ୍କୋୟାରରେ ଅନୁଷ୍ଠିତ ବାର୍ଷିକ ବିଜୟ ଦିବସ ପରେଡ୍ରେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଟେଲିଭିଜନ ଯୋଗେ ଉଦ୍ବୋଧନ ଦେଇ ମାତୃଭୂମିର ଭବିଷ୍ୟତ ପାଇଁ ରୁଷିଆ ସୈନ୍ୟ ୟୁକ୍ରେନ୍ରେ ଲଢ଼ୁଥିବା କହିଥିଲେ। ଏହି ଅବସରରେ ରୁଷିଆ ରାଷ୍ଟ୍ରପତି ୟୁକ୍ରେନ୍ ଉପରେ ଆକ୍ରମଣକୁ ଯଥାର୍ଥ ବୋଲି କହିଛନ୍ତି। ସେ ସୈନ୍ୟମାନଙ୍କୁ ସେମାନଙ୍କ ବୀରତ୍ୱ ପାଇଁ ଉଚ୍ଚ ପ୍ରଶଂସା କରିଛନ୍ତି। ସୀମିତ ବିଜୟ କିମ୍ବା ଆକ୍ରମଣ କେତେଦିନ ଯାଏ ଚାଲିବ ସେ ନେଇ ପୁଟିନ୍ କୌଣସି ଘୋଷଣା କରି ନ ଥିବାରୁ ନିକଟରେ ଯୁଦ୍ଧ ଶେଷ ହେବାର ସୂଚନା ମିଳୁନାହିଁ। ବିଜୟ ଦିବସରେ ପୁଟିନ୍ କୌଣସି ବଡ଼ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିବାବେଳେ ସେଭଳି କୌଣସି ଘୋଷଣା ହୋଇନାହିଁ। ସୁରକ୍ଷା ଦାବି ପ୍ରତ୍ୟାଖ୍ୟାନ ପାଇଁ ପୁଟିନ୍ ପାଶ୍ଚାତ୍ୟ ଦେଶ ଓ ନାଟୋକୁ ଦୋଷ ଦେଇଥିଲେ। ୟୁକ୍ରେନ୍ରେ ରୁଷିଆ ଆକ୍ରମଣ ୧୦ ସପ୍ତାହ ଅତିକ୍ରମ କଲାଣି। ଏଥିରେ ଅନେକ ନିରୀହ ନାଗରିକଙ୍କ ଜୀବନ ଗଲାଣି। ୟୁକ୍ରେନ୍ର ପୂର୍ବାଞ୍ଚଳ ସହର ବିଲୋହୋରିଭ୍କାରେ ଥିବା ଏକ ସ୍କୁଲ୍ ଉପରେ ରୁଷିଆ ସୈନ୍ୟ ବୋମାମାଡ଼ କରିବାରୁ ୬୦ ଜଣ ପ୍ରାଣ ହରାଇଥିଲେ। ୟୁକ୍ରେନ୍ ଶାସକଙ୍କୁ ରୁଷିଆ ନେତା ଫାସିବାଦୀ କହିବା ସହ କିଭ୍ରେ ନିଓ-ନାଜିଙ୍କ ଦ୍ୱାରା ଗଣତାନ୍ତ୍ରିକ ସରକାର ଚାଲିଥିବା ମିଥ୍ୟା ଅଭିଯୋଗକୁ ଦୋହରାଇଥିଲେ। ଆମ ସାମରିକ ଭିତ୍ତିଭୂମି ପ୍ରତି ବିପଦ ସୃଷ୍ଟି ହେଉଥିଲା। ନାଟୋ ନିୟମିତ ଭାବେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇଚାଲିଥିଲା। ତେଣୁ ୟୁକ୍ରେନ୍ ଉପରେ ସ୍ବତନ୍ତ୍ର ସାମରିକ ଅଭିଯାନ ଜରୁରୀ ଥିଲା ଓ ଏକ ସାର୍ବଭୌମ, ଶକ୍ତିଶାଳୀ ଓ ସ୍ବାଧୀନ ରାଷ୍ଟ୍ର ପାଇଁ ଏହା ଠିକ୍ ନିଷ୍ପତ୍ତି ବୋଲି ପୁଟିନ୍ କହିଛନ୍ତି। ଡିସେମ୍ବରରେ ସୁରକ୍ଷା ଗ୍ୟାରେଣ୍ଟି ଚୁକ୍ତିନାମା ଉପରେ ସିଦ୍ଧାନ୍ତରେ ପହଞ୍ଚତ୍ବା ଲାଗି ପ୍ରସ୍ତାବ ଦିଆଯାଇଥିଲା। ସମସ୍ତଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆଲୋଚନା ମାଧ୍ୟମରେ ଉଚିତ୍ ଆପୋସ ସମାଧାନରେ ପହଞ୍ଚତ୍ବା ଲାଗି ରୁଷିଆ ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ଆହ୍ବାନ ଦେଇଥିଲା। ତେବେ ସବୁ ଉଦ୍ୟମ ବିଫଳ ହୋଇଥିଲା ବୋଲି ପୁଟିନ୍ କହିଛନ୍ତି। ନାଟୋ ରାଷ୍ଟ୍ରଗୋଷ୍ଠୀ ଆମକୁ ଶୁଣିଲେ ନାହିଁ। ସେମାନଙ୍କ ଯୋଜନା ସମ୍ପୂର୍ଣ୍ଣ ଭିନ୍ନ ଥିଲା। କ୍ରିମିଆ ସମେତ ଡୋନ୍ବାସରେ ଆଉ ଏକ ଅଭିଯାନ ଲାଗି ସେମାନେ ଖୋଲାଖୋଲି ପ୍ରସ୍ତୁତି ଚଳାଇଛନ୍ତି। କିଭ୍ରେ ଅଣୁଅସ୍ତ୍ର ଦଖଲ ସମ୍ଭାବନା ସମ୍ପର୍କରେ ଘୋଷଣା କରି ନାଟୋ ଗୋଷ୍ଠୀ ଆମ ପଡୋଶୀ ଅଞ୍ଚଳ ଉପରେ ସାମରିକ ନିୟନ୍ତ୍ରଣ ଲାଗି କାମ ଆରମ୍ଭ କରିଥିଲା। ଏହା ଆଦୌ ଗ୍ରହଣୀୟ ନୁହେଁ ଓ ରୁଷିଆ ସୀମା ପ୍ରତି ସିଧାସଳଖ ବିପଦ ସୃଷ୍ଟି କରାଯାଇଥିଲା ବୋଲି ଏହାର ରାଷ୍ଟ୍ରପତି କହିଛନ୍ତି। ଅନ୍ୟପକ୍ଷରେ ପୁଟିନ୍ଙ୍କ ଅଭିଯୋଗକୁ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଖଣ୍ଡନ କରାଯାଇଛି। ନାଟୋ ରାଷ୍ଟ୍ରଗୋଷ୍ଠୀ ରୁଷିଆ ଆକ୍ରମଣ କରିବାର କୌଣସି ଯୋଜନା ନ ଥିବା ୟୁକ୍ରେନ୍ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ଅଧିକାରୀ ମିଖାଇଲୋ ପୋଡୋଲିଆକ୍ ଟୁଇଟ୍ କରିଛନ୍ତି। କ୍ରିମିଆ ଉପରେ ଆକ୍ରମଣ ଲାଗି ୟୁକ୍ରେନ୍ ଯୋଜନା କରି ନ ଥିବା ସେ କହିଛନ୍ତି। ବିଜୟ ଦିବସରେ ପୁଟିନ୍ ସ୍ବତନ୍ତ୍ର ସାମରିକ ଅଭିଯାନ ପରିବର୍ତ୍ତେ ସମ୍ପୂର୍ଣ୍ଣ ଯୁଦ୍ଧ ଘୋଷଣା କରିପାରନ୍ତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ଏହା ବଦଳରେ ସେ ୟୁକ୍ରେନ୍ରେ ମୃତାହତଙ୍କ ପରିବାରକୁ ସ୍ବତନ୍ତ୍ର ସହାୟତା ଲାଗି ଏକ ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିଥିଲେ।
https://www.dharitri.com/the-elephant-trampled-the-woman-2/
ମହିଳାଙ୍କୁ ଦଳିଦେଲା ହାତୀ ବାଣପୁର,୧୪ା୮(ଦିଲ୍ଲୀପ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ନୀଳାଦ୍ରି ପ୍ରସାଦ ପଞ୍ଚାୟତ ପୁଞ୍ଜିଆମା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ସୋମବାର ସକାଳୁ ପାଣ୍ଡବ ପ୍ରଧାନଙ୍କ ସ୍ତ୍ରୀ ରଞ୍ଜନା ଘର ପଛପଟ ବିଲକୁ ଯାଇଥିବା ବେଳେ ହଠାତ୍ ଏକ ଦନ୍ତା ହାତୀ ଆସି ତାଙ୍କୁ ଆକ୍ରମଣ କରିଥିଲା। ଏନେଇ ଗ୍ରାମବାସୀ ବାଲୁଗାଁ ରେଞ୍ଜ ଧୂଆଁନଲି ସେକ୍ସନ ଫରେଷ୍ଟ ବିଭାଗକୁ ଖବର ଦେବାରୁ ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ଗୁରୁତର ଅବସ୍ଥାରେ ରଞ୍ଜନାଙ୍କୁ ଚିକିତ୍ସା ପାଇଁ ବାଣପୁର ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
https://www.dharitri.com/punia-made-history/
ଇତିହାସ ରଚିଲେ ପୁନିଆ ନୂଆଦିଲ୍ଲୀ,୧୯।୯: ଭାରତର ତାରକା ରେସଲର ବଜରଙ୍ଗ ପୁନିଆ ବିଶ୍ୱ ରେସଲିଂ ଚାମ୍ପିଅନଶିପରେ ଇତିହାସ ସୃଷ୍ଟି କରିଛନ୍ତି। ବେଲଗ୍ରେଡରେ ଚାଲିଥିବା ବିଶ୍ୱ ରେସଲିଂ ଚାମ୍ପିଅନଶିପରେ ବଜରଙ୍ଗ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ସମ୍ମାନଜନକ ଚାମ୍ପିଅନସିପରେ ସାମଗ୍ରିକ ଭାବେ ବଜରଙ୍ଗଙ୍କ ଚତୁର୍ଥ ପଦକ। ଏହା ସହ ବଜରଙ୍ଗ ଏହି ଚାମ୍ପିଅନସିପରେ ଚାରିଟି ପଦକ ଜିତିଥିବା ପ୍ରଥମ ଭାରତୀୟ ହୋଇପାରିଛନ୍ତି। ନିକଟରେ ସେ ବର୍ମିଂହାମ କମନୱେଲଥ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଟୋକିଓ ଅଲିମ୍ପିକ୍ସର ବ୍ରୋଞ୍ଜ ପଦକ ବିଜେତା ବଜରଙ୍ଗ ପୁନିଆ ଏକ ବ୍ରୋଞ୍ଜ ପଦକ ମୁକାବିଲାରେ ପୁଏର୍ତୋ ରିକୋ ରେସଲର ସେବାଷ୍ଟିଆନ ସି ରିବେରାଙ୍କୁ ୧୧-୯ରେ ପରାସ୍ତ କରିଥିଲେ।
https://www.dharitri.com/the-bodies-of-three-members-of-the-family-were-found-in-the-train-tracks/
ରେଳ ଧାରଣାରୁ ମିଳିଲା ପରିବାରର ୩ ଜଣଙ୍କ ମୃତଦେହ ଟିକିରି/ଦଶମନ୍ତପୁର,୨୬ା୧୦(ଡି.ଏନ୍.ଏ.)-କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ସିଙ୍ଗାରାମ ରେଳ ଷ୍ଟେଶନ ନିକଟରୁ ସୋମବାର ଗୋଟିଏ ପରିବାରର ୩ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ସେମାନେ ହେଲେ କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ୍ ଚିକାମ୍ବ ଗ୍ରାମର କେଶବ ସୁବୁଦ୍ଧି(୩୮), ଝିଅ ଶ୍ରେୟା(୧୨) ଏବଂ ପୁଅ ସିଦ୍ଧୁ(୭)। ସୂଚନା ଅନୁଯାୟୀ, କେଶବ ରାୟଗଡ଼ା ଜିଲା କାଶୀପୁର ବ୍ଲକ୍ ପୋଡ଼ାପାଡ଼ି ଗ୍ରାମରେ ରହୁଥିଲେ। ଟିକିରିସ୍ଥିତ ଏକ କମ୍ପାନୀରେ ସେ ସୁପରଭାଇଜର ଭାବେ କାମ କରୁଥିଲେ। ତେବେ ସୋମବାର ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ରେଳ ଧାରଣା ନିକଟରେ ୩ଜଣଙ୍କ ମୃତଦେହ ପଡ଼ିଥିବା ଖବର ପାଇ ଜିଆର୍ପି ପହଞ୍ଚି ତଦନ୍ତ ଚଳାଇଛି। ମୃତକମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଥିଲେ ମଧ୍ୟ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ତେବେ ସେମାନେ ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି। ଏ ନେଇ ତଦନ୍ତ ଜାରି ରହିଥିବା ଜିଆର୍ପି ସୂଚନା ଦେଇଛି।
https://www.dharitri.com/ସ୍କୁଲ-ଖୋଲିବା-ପରେ-ପାଠପଢ଼ା/
ସ୍କୁଲ ଖୋଲିବା ପରେ ପାଠପଢ଼ାକୁ ନେଇ ଚିନ୍ତାରେ ସରକାର: ବାତ୍ୟାବିପନ୍ନ ଛାତ୍ରୀଛାତ୍ର ପାଖ ବିଦ୍ୟାଳୟକୁ ଯିବେ ଭୁବନେଶ୍ୱର,୧୮।୬(ବ୍ୟୁରୋ): ଦିନକ ପରେ ସ୍କୁଲ ଖୋଲିବ। କିନ୍ତୁ ‘ଫନୀ’ ପ୍ରଭାବିତ ଅଞ୍ଚଳରେ ପିଲାମାନେ କେଉଁଠି ପାଠ ପଢ଼ିବେ, ତାକୁ ନେଇ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି। ଖରାଛୁଟି ପରେ ଜୁନ୍ ୧୯ରେ ବିଦ୍ୟାଳୟଗୁଡ଼ିକ ଖୋଲିବାକୁ ଯାଉଥିବା ବେଳେ ବାତ୍ୟା ବିପନ୍ନ ପିଲାଙ୍କ ପାଠପଢ଼ାକୁ ନେଇ ଗଣଶିକ୍ଷା ବିଭାଗର ନିଦ ହଜିଯାଇଛି। ଏପରି କି, ଶିକ୍ଷକ, ଛାତ୍ରୀଛାତ୍ର ଓ ଅଭିଭାବକମାନେ ମଧ୍ୟ ନାନା ଆଶଙ୍କା ମଧ୍ୟରେ ରହିଛନ୍ତି। କାରଣ ଏହି ଅଞ୍ଚଳରେ ସଂଖ୍ୟାଧିକ ବିଦ୍ୟାଳୟ ଗୃହ ବାତ୍ୟାରେ ଗୁରୁତର ଭାବେ ପ୍ରଭାବିତ ହୋଇଛି। ତେଣୁ ସେଠାରେ ପାଠପଢ଼ା ସମ୍ଭବ ନୁହେଁ। ସୂଚନାନୁଯାୟୀ, ବାତ୍ୟାରେ ୧୪ ଜିଲାର ପାଖାପାଖି ୭ହଜାର ବିଦ୍ୟାଳୟ କ୍ଷତିଗ୍ରସ୍ତ ହୋଇଛି। ସେଥିମଧ୍ୟରୁ ୫ହଜାରରୁ ଊର୍ଦ୍ଧ୍ୱ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଥିବା ବେଳେ ଦେଢ଼ ହଜାରରୁ ଊର୍ଦ୍ଧ୍ୱ ହାଇସ୍କୁଲ ରହିଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଜିଲାରେ ୨ହଜାରରୁ ଊର୍ଦ୍ଧ୍ୱ ବିଦ୍ୟାଳୟ ଏବଂ କଟକ ଜିଲାରେ ୧ହଜାରରୁ ଊର୍ଦ୍ଧ୍ୱ ବିଦ୍ୟାଳୟ କ୍ଷତିଗ୍ରସ୍ତ ହୋଇଛି। ସେହିପରି ଖୋର୍ଦ୍ଧା ଜିଲାରେ ମଧ୍ୟ ବିଦ୍ୟାଳୟଗୁଡ଼ିକର ବ୍ୟାପକ କ୍ଷତି ଘଟିଛି। ଏହାଛଡ଼ା ଗଞ୍ଜାମ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଆଦି ଜିଲାରେ ଅନେକ ସ୍କୁଲ ଗୃହ ଭାଙ୍ଗିରୁଜି ଯାଇଛି। ଯେଉଁ ସ୍କୁଲର ଆଜ୍ବେଷ୍ଟସ୍ ଓ ଟିଣ ଛାତ ଥିଲା, ସେ ସବୁ ଉଡ଼ିଯାଇଛି। ସ୍କୁଲରେ ପାଠପଢ଼ା ତ ଦୂରର କଥା ଶିକ୍ଷକମାନେ ବସିବାକୁ ମଧ୍ୟ ଜାଗା ନାହିଁ। କ୍ଷତିଗ୍ରସ୍ତ ବିଦ୍ୟାଳୟରେ କ୍ଷୟକ୍ଷତିର ପରିମାଣ ୪୦୦କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ। ତେବେ ନୂଆ ମନ୍ତ୍ରିମଣ୍ଡଳ ଗଠନ ହେବା ପରେ ବିଦ୍ୟାଳୟ ଗୃହ ମରାମତି ସାରି ଏଗୁଡ଼ିକୁ ବ୍ୟବହାର ଉପଯୋଗୀ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଥିଲେ। ସେପଟେ ବର୍ତ୍ତମାନ ରାଜ୍ୟରେ ପ୍ରାୟ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଗଲାଣି। ମୌସୁମୀ ବର୍ଷା ଆରମ୍ଭ ହେବା ପରେ ପରିସ୍ଥିତି ଆହୁରି ସାଂଘାତିକ ହୋଇଯିବ। ତେଣୁ ଛାତ୍ରୀଛାତ୍ର ଓ ଶିକ୍ଷକମାନେ ଯେଭଳି ସମସ୍ୟାର ସମ୍ମୁଖୀନ ନ ହେବେ, ସେଥିପାଇଁ ଗଣଶିକ୍ଷା ବିଭାଗ ତତ୍ପରତା ପ୍ରକାଶ କରିଛି। ବର୍ତ୍ତମାନ ସୁଦ୍ଧା କେତେ ସ୍କୁଲର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଲାଣି, ତା’ର ଠିକ୍ ସଂଖ୍ୟା କହିହେବ ନାହିଁ। କୌଣସି ପିଲା ପାଠପଢ଼ାରୁ ବଞ୍ଚିତ ହେବେ ନାହିଁ। ସବୁ ପିଲା ନିଶ୍ଚିତ ଭାବେ ସ୍କୁଲ ଯିବେ ଏବଂ ପାଠ ପଢ଼ିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଯେଉଁ ସ୍କୁଲଗୁଡ଼ିକ କିଛିଟା କ୍ଷତି ହୋଇଥିଲା ତାକୁ ସଜଡ଼ା ଚାଲିଛି। କିନ୍ତୁ ଯେଉଁଗୁଡ଼ିକ ଅଧିକ କ୍ଷତି ହୋଇଥିଲା, ତାହା ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ସଜଡ଼ା ଯାଇପାରିବ ନାହିଁ। ତେଣୁ ପାଖ ସ୍କୁଲକୁ ପିଲାମାନେ ପାଠ ପଢ଼ିବାକୁ ଯିବେ। ସେମାନଙ୍କୁ ନେବା ପାଇଁ ଗାଡ଼ିର ମଧ୍ୟ ବ୍ୟବସ୍ଥା ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
https://www.dharitri.com/ଘନକୁହୁଡ଼ି-ଚିଲିକା-ମଝିରେ-ଦ/
ଘନକୁହୁଡ଼ି: ଚିଲିକା ମଝିରେ ଦେଢ଼ଘଣ୍ଟା ଅଟକିଲା ଡଙ୍ଗା, ଯାତ୍ରୀ ଆତଙ୍କିତ କୃଷ୍ଣପ୍ରସାଦ,୧୬।୧(ଡି.ଏନ୍.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳରେ ଘନ କୁହୁଡ଼ି ଯୋଗୁ ସାତପଡ଼ା-ଜହ୍ନିକୁଦା ଚିଲିକା ମଝିରେ ଏକ କୁଦରେ ଯାତ୍ରୀବାହୀ ଡଙ୍ଗା ଅଟକି ଯିବାରୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଏହି ଡଙ୍ଗାଟି ସକାଳ ୭ଟା ୩୦ରୁ ୯ଟା ପର୍ଯ୍ୟନ୍ତ ଏଠାରେ ଅଟକି ରହିଥିଲା। ଡଙ୍ଗାରେ ମୋଟ୍ ୩୦ ଜଣ ଯାତ୍ରୀ ଥିବାବେଳେ ୧୦ଟି ମୋଟରସାଇକେଲ୍ ମଧ୍ୟ ଥିଲା। ଏଥିରେ ୫ ମହିଳା, ୩ ଶିଶୁ ଥିବାବେଳେ ଅନ୍ୟମାନେ ପୁରୁଷ ଥିଲେ। ସମସ୍ତ ଯାତ୍ରୀ ଆତଙ୍କିତ ଅବସ୍ଥାରେ ଦେଢ଼ଘଣ୍ଟା ମଝି ନଈରେ ଅଟକି ରହିଥିଲେ। କୁହୁଡ଼ି ଛାଡ଼ିବାରୁ ଯାତ୍ରୀମାନେ ଓହ୍ଲାଇ କୂଳକୁ ଆସିଥିବା ପ୍ରତ୍ୟକ୍ଷଦର୍ଶୀ ସ୍ଥାନୀୟ କନ୍ଦାଖାଇ ମହାବିଦ୍ୟାଳୟର ଅଧ୍ୟାପକ ସେକ୍ ହୁସେନ୍ କହିଛନ୍ତି।
https://www.dharitri.com/ଏସ୍‌ସିବି-ମେଡିକାଲରେ-୫-ଟି-ସ/
ଏସ୍‌ସିବି ମେଡିକାଲରେ ୫-ଟି ସଚିବ: ସୁପର ସ୍ପେଶିଆଲିଟି ବିଲ୍ଡିଂ ନିର୍ମାଣ ନେଇ ଆଲୋଚନା କଟକ ଅଫିସ, ୭।୧୧: ରାତି ପାହିନି, କଟକ ଏସ୍ସିବି ମେଡିକାଲରେ ରାଜ୍ୟର ୩ ଜଣ ଆଇଏଏସ୍ ଅଫିସର ପହଞ୍ଚିଥିଲେ। ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ନେତୃତ୍ୱରେ ସ୍ବାସ୍ଥ୍ୟ ସଚିବ ପ୍ରମୋଦ ମହେର୍ଦ୍ଦା, ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଶାଲିନୀ ପଣ୍ଡିତ ବୁଧବାର ଭୋର ୫ଟାରେ ଏସ୍ସିବି ମେଡିକାଲ ଗସ୍ତ କରିଥିଲେ। ୫-ଟି ସଚିବ ଆସୁଛନ୍ତି ବୋଲି ମଙ୍ଗଳବାର ମଧ୍ୟରାତ୍ରରୁ ସୂଚନା ମିଳିଯାଇଥିଲା। ଫଳରେ ସନ୍ଧ୍ୟା ୫ଟାରୁ ଘରକୁ ପଳାଇଥିବା ଉଚ୍ଚ ଅଧିକାରୀ ଓ ଡାକ୍ତରମାନେ ରାତି ଅନିଦ୍ରା ହୋଇ ଜଗି ବସିଥିଲେ। କାଜୁଆଲ୍ଟିରେ ହସ୍ପିଟାଲ ମ୍ୟାନେଜର ବସିଥିବା ବେଳେ ଆର୍ଡିସି (ଆଞ୍ଚଳିକ ନିଦାନ କେନ୍ଦ୍ର)ରେ ମେଡିକାଲ ପ୍ରଶାସନିକ ଅଧିକାରୀ ଓ ଅଧୀକ୍ଷକଙ୍କ ଅଫିସରେ ପ୍ରଫେସରମାନେ ଉପସ୍ଥିତ ଥିଲେ। ପ୍ରଥମେ ସେମାନେ ପଲ୍ମନାରି ମେଡିସିନ ବିଭାଗ ବାଟ ଦେଇ ମେଡିକାଲ ଖେଳ ପଡ଼ିଆକୁ ଯାଇଥିଲେ। ସେଠାରେ ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ୍ ଇଞ୍ଜିନିୟରିଂ(ବୋସ୍) ଗଡ଼ା ନିକଟକୁ ଏକ ରାସ୍ତା ଖୋଲିବା ପାଇଁ ଆଲୋଚନା କରିଥିଲେ। ମେଡିକାଲକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକର ପ୍ରଶସ୍ତୀକରଣ ଉପରେ ତର୍ଜମା କରାଯାଇଥିଲା। ଏହାପରେ ମେଡିକାଲର ପୁରୁଣା ଆଉଟ୍ଡୋର ନିକଟସ୍ଥ ଜାଗା ବୁଲି ଦେଖିଥିଲେ। ମୁଖ୍ୟତଃ କେଉଁଠି ସୁପର ସ୍ପେଶିଆଲିଟି ବିଲ୍ଡିଂ ନିର୍ମାଣ କରାଯିବ ସେ ସମ୍ପର୍କରେ ମେଡିକାଲ ଅଧିକାରୀମାନଙ୍କ ସହିତ ଆଲୋଚନା ହୋଇଥିଲା। ପରେ ମେଡିକାଲ କଲେଜ ପ୍ରିନ୍ସିପାଲଙ୍କ ଚାମ୍ବରରେ ଅନୁଷ୍ଠିତ ବୈଠକରେ ସେମାନେ ଯୋଗଦେଇଥିଲେ। ବୈଠକ ଶେଷକରି ସକାଳ ୬ଟା ସୁଦ୍ଧା ସେମାନେ ଭୁବନେଶ୍ୱର ଫେରିଯାଇଥିଲେ। ପ୍ରିନ୍ସିପାଲଙ୍କ ଚାମ୍ବରରେ ହୋଇଥିବା ବୈଠକର ନିଷ୍ପତ୍ତି ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ସଚିବାଳୟରେ ଏସ୍ସିବିର ସମସ୍ତ ବିଭାଗର ମୁଖ୍ୟ, ଅଧୀକ୍ଷକ, ପ୍ରିନ୍ସିପାଲ ଓ ପ୍ରଶାସନିକ ଅଧିକାରୀଙ୍କର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଏସ୍ସିବି ମେଡିକାଲ ପାଇଁ ବହୁକୋଟି ଟଙ୍କାର ପ୍ୟାକେଜ ସରକାର ଘୋଷଣା କରିଛନ୍ତି। ତେବେ ପାଣ୍ଡିଆନ ଓ ଅନ୍ୟ ଦୁଇ ଆଇଏଏସ୍ ଅଧିକାରୀଙ୍କ ଗସ୍ତକୁ ନେଇ ସାମାଜିକ କର୍ମୀ ଓ ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ବିଭିନ୍ନ କଥା ଶୁଣିବାକୁ ମିଳୁଛି। ସାମାଜିକ କର୍ମୀ ଉମେଶ ବିଶ୍ୱାଳ କହିଛନ୍ତି, ଯଦି ୫-ଟି ସଚିବ ଏସ୍ସିବି ମେଡିକାଲର ପ୍ରକୃତ ଅବସ୍ଥା ଜାଣିବାକୁ ଇଚ୍ଛା କରୁଥିଲେ, ତେବେ ଭୋର ସମୟରେ ନ ଆସି ପୂର୍ବାହ୍ନ ୧୦ଟା ପରେ ଆସିଥିଲେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର ଦେଖିଥାନ୍ତେ। ନିରାମୟ କେନ୍ଦ୍ରଠାରୁ ଆରମ୍ଭ କରି ନିଦାନ କେନ୍ଦ୍ର ପର୍ଯ୍ୟନ୍ତ ରୋଗୀଙ୍କର ଲମ୍ବା ଲାଇନ କେତେ କଷ୍ଟ ତାହା ହୃଦ୍ବୋଧ କରିଥାନ୍ତେ। ଯାଜପୁର ଅଞ୍ଚଳରୁ ଆସିଥିବା ମନୋରଞ୍ଜନ ସିଂ ନାମକ ଜଣେ ରୋଗୀଙ୍କ ସମ୍ପର୍କୀୟ କୁହନ୍ତି, ୫-ଟି ସଚିବ ମେଡିକାଲ ରାସ୍ତା ଦେଇ ଚାଲିଗଲେ। ୱାର୍ଡ ଭିତରକୁ ପଶିଥିଲେ ଭିତିରି କଥା ଜାଣିଥାନ୍ତେ। ରାସ୍ତା ଦେଇ ଚାମ୍ବରରେ ବୈଠକ କରିବାର ମାନେ କିଛି ନାହିଁ। ତେବେ ୫-ଟି ସଚିବଙ୍କ ଏହି ଗସ୍ତ ସମୟରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଜିଲାପାଳ ଭବାନୀ ଶଙ୍କର ଚୟନୀ, ଡିସିପି ଅଖିଳେଶ୍ୱର ସିଂ, ଏସ୍ସିବି ମେଡିକାଲ କଲେଜ ପ୍ରିନ୍ସିପାଲ ପ୍ରଫେସର ଜୟଶ୍ରୀ ମହାନ୍ତି, ଅଧୀକ୍ଷକ ପ୍ରଫେସର ସରୋଜକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
https://www.dharitri.com/rishabh-pant-confident-of-playing-whole-season-of-ipl-2024-ricky-ponting-told-delhi-capitals/
ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖୁସି ଖବର, ପୂରା ସିଜିନ ଖେଳିବାକୁ ପ୍ରସ୍ତୁତ ରିଷଭ ପନ୍ତ ନୂଆଦିଲ୍ଲୀ,୭।୨: ଆଇପିଏଲ ୨୦୨୪ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଏକ ବଡ଼ ଖବର ଆସିଛି। ରିକି ପଣ୍ଟିଙ୍ଗ କହିଛନ୍ତି, ରିଷଭ ପନ୍ତ ପୂରା ଆଇପିଏଲ ସିଜିନ ଖେଳିବାକୁ ପ୍ରସ୍ତୁତ ଅଛନ୍ତି। ସେ ନିଶ୍ଚିତ ଯେ ସେ ପୂରା ଆଇପିଏଲ ଖେଳିବେ। ୨୦୨୨ ଡିସେମ୍ବର ୩୦ରେ କାର୍ ଦୁର୍ଘଟଣାରେ ପନ୍ତ ଗୁରୁତର ଆହତ ହୋଇଥିଲେ, ଏହା ପରେ ସେ କ୍ରିକେଟ ପଡ଼ିଆରୁ ଦୂରେଇ ଯାଇଥିଲେ।କିନ୍ତୁ ବର୍ତ୍ତମାନ ତାଙ୍କ ପ୍ରତ୍ୟାବର୍ତ୍ତନ ଆଇପିଏଲ ୨୦୨୪ ରୁ ଆଶା କରାଯାଉଛ। ତେବେ ପନ୍ତ ଫେରିବା ପରେ ଉଇକେଟ୍ କିପିଂ କରିବେ କି ନାହିଁ ତାହା ପଣ୍ଟିଙ୍ଗ ସ୍ପଷ୍ଟ କରିନାହାନ୍ତି।
https://www.dharitri.com/pm-modi-and-russian-president-putin-likely-to-meet-this-year/
ମୋଦିଙ୍କୁ ସାକ୍ଷାତ କରିବେ ଋଷିଆ ରାଷ୍ଟ୍ରପତି ପୁଟିନ ମସ୍କୋ,୧୨।୧୦: ଚଳିତ ବର୍ଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସମ୍ଭାବ୍ୟ ବୈଠକ ସମ୍ପର୍କରେ ଋଷିଆ ଏବଂ ଭାରତ ମଧ୍ୟରେ ଆଲୋଚନା ଚାଲିଛି। ମସ୍କୋରେ ଭାରତର ରାଷ୍ଟ୍ରଦୂତ ପୱନ କପୁରଙ୍କ ଅନୁଯାୟୀ, ଏପ୍ରସଙ୍ଗରେ ଉଚ୍ଚ ସ୍ତରୀୟ ଆଲୋଚନା ଚାଲିଛି। ଋଷିଆର ନ୍ୟୁଜ ଏଜେନ୍ସି ଆରଆଇ ଏହି ସୂଚନା ଦେଇଛି। ପୁଟିନ ଏବଂ ମୋଦିଙ୍କ ମଧ୍ୟରେ ହୋଇଥିବା ବୈଠକର ଖବର ଏପରି ସମୟରେ ଆସୁଛି ଯେତେବେଳେ ଋଷିଆର ରାଷ୍ଟ୍ରପତି ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ (ବିଆରଆଇ) ସମ୍ମିଳନୀରେ ଭାଗ ନେବାକୁ ଚାଇନା ଗସ୍ତରେ ଅଛନ୍ତି। ମୋଦି ଏବଂ ପୁଟିନଙ୍କ ଶେଷ ବୈଠକ ସେପ୍ଟେମ୍ବର ୨୦୨୨ରେ ସାଂଘାଇ ସମ୍ମିଳନୀ (SCO) ସମୟରେ ହୋଇଥିଲା। ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀ ପରେ ଋଷିଆର ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଥିଲେ। ଜି -20 ସମ୍ମିଳନୀ ପାଇଁ ପୁଟିନ ଭାରତ ଆସିବାକୁ ଯାଉଥିଲେ କିନ୍ତୁ ଶେଷ ମୁହୂର୍ତ୍ତରେ ସେ ତାଙ୍କର ଗସ୍ତକୁ ବାତିଲ କରିଥିଲେ। ପୁଟିନ ଏହି ସମ୍ମିଳନୀରେ ଯୋଗଦେବାକୁ ଅକ୍ଷମତା ଜଣାଇଥିଲେ। ଭାରତର ଜି ୨୦ ଅଧ୍ୟକ୍ଷତାରେ ସମସ୍ତ ପଦକ୍ଷେପ ପାଇଁ ଋଷିଆର ନିରନ୍ତର ସମର୍ଥନ ପାଇଁ ମୋଦି ରାଷ୍ଟ୍ରପତି ପୁଟିନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
https://www.dharitri.com/consumers-can-also-change-electric-connections-like-mobile-sim/
ମୋବାଇଲ୍‌ ସିମ୍‌ ଭଳି ବିଦ୍ୟୁତ୍‌ ସଂଯୋଗ ବି ବଦଳାଇ ପାରିବେ ଉପଭୋକ୍ତା… ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗାମୀ କିଛି ଦିନ ମଧ୍ୟରେ ବିଦ୍ୟୁତ୍ ସଂଶୋଧନ ବିଲ୍, ୨୦୨୧ ଅଣାଯିବାର ଯୋଜନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ ସମ୍ମୁଖରେ ଅନୁମୋଦନ ପାଇଁ ଏହାକୁ ଉପସ୍ଥାପନ କରାଯିବାର ସମ୍ଭାବନା ରହିଥିବା ନେଇ ଚର୍ଚ୍ଚା ହେଉଛି। ଏହାଦ୍ୱାରା ଉପଭୋକ୍ତାମାନେ ଏଣିକି ମୋବାଇଲ ସଂଯୋଗକୁ ପୋର୍ଟ କରିବା ଭଳି ବିଦ୍ୟୁତ୍ ସଂଯୋଗକୁ ମଧ୍ୟ ପରିବର୍ତ୍ତନ କରିପାରିବେ। ଫଳରେ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଉନ୍ନତ ସୁବିଧା ସୁଯୋଗ ମିଳିବା ସହିତ ବିତରଣକାରୀ କମ୍ପାନୀଗୁଡିକ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ସୃଷ୍ଟି ହୋଇପାରିବ। ଏକ ସରକାରୀ ସୂତ୍ରରୁ ଜଣାପଡିଛି ଯେ, ବିଦ୍ୟୁତ୍ ସଂଶୋଧନ ବିଲ-୨୦୨୧ ଉପରେ ବିଚାର ଏବଂ ଅନୁମୋଦନ ପାଇଁ ଆସନ୍ତା କିଛି ଦିନ ମଧ୍ୟରେ କେନ୍ଦ୍ର କ୍ୟାବିନେଟ ସମ୍ମୁଖରେ ରଖାଯିବାର ସମ୍ଭାବନା ରହିଛି। ସଂସଦର ମୌସୁମୀ ଅଧିବେଶନରେ ଏହି ବିଲ ଆଣିବାକୁ ସରକାର ଚାହୁଁଛନ୍ତି। ୧୩ ଅଗଷ୍ଟରେ ମୌସୁମୀ ଅଧିବେଶନ ଶେଷ ହେବ। ୨୦୨୧ ଜୁଲାଇ ୧୨ରେ ଜାରି ହୋଇଥିବା ଲୋକସଭାର ବୁଲେଟିନ ଅନୁଯାୟୀ, ବିଦ୍ୟୁତ୍ ସଂଶୋଧନ ବିଲକୁ ସଂସଦର ମୌସୁମୀ ଅଧିବେଶନରେ ଉପସ୍ଥାପିତ ହେବାକୁ ଥିବା ୧୭ଟି ବିଲ୍ ମଧ୍ୟରେ ତାଲିକାଭୁକ୍ତ କରାଯାଇଛି। ବୁଲେଟିନ୍ରେ ଉଲ୍ଲେଖ କରାଯାଇଛି ଯେ, ପ୍ରସ୍ତାବିତ ସଂଶୋଧନ ବିଦ୍ୟୁତ୍ ଆଇନର ବଣ୍ଟନ ବ୍ୟବସାୟରୁ ଲାଇସେନ୍ସକୁ ହଟାଇବ ଏବଂ ପ୍ରତିଯୋଗିତା ସୃଷ୍ଟି କରିବାକୁ ସକ୍ଷମ ହେବ। ଏହା ସହିତ ପ୍ରତ୍ୟେକ କମିଶନରେ ଆଇନ ପେଶା ସହିତ ସମ୍ପର୍କ ରଖିଥିବା ସଦସ୍ୟଙ୍କୁ ନିଯୁକ୍ତ କରାଯିବ। ଏହା ବ୍ୟତୀତ ବିଦ୍ୟୁତ୍ ଅପିଲ ଟ୍ରିବ୍ୟୁନାଲ (ଏପିଟିଇଏଲ୍)କୁ ସଶକ୍ତ କରିବା ଏବଂ ବିକଳ୍ପ ଶକ୍ତି ଉତ୍ସ କ୍ରୟ ପ୍ରତିଶ୍ରୁତି ବଦ୍ଧତା (ଆର୍ପିଓ) ପୂରଣ ନ କରାଗଲେ ଏଥିରେ ଦଣ୍ଡ ବିଧାନର ବ୍ୟବସ୍ଥା ମଧ୍ୟ ରହିବ।
https://www.dharitri.com/supreme-court-expressed-dissatisfaction/
ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମକୋର୍ଟ ନୂଆଦିଲ୍ଲୀ, ୫ା୫: ହାଇକୋର୍ଟଗୁଡ଼ିକରେ ବହୁ ଆପରାଧିକ ମାମଲାର ଅପିଲ ବିଚାର ନ ହୋଇ ପଡ଼ିରହିଥିବାରୁ ବୁଧବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହ ଗତ ୩୦ରୁ ୪୦ ବର୍ଷ ମଧ୍ୟରେ କେଉଁ ହାଇକୋର୍ଟରେ ଅଧିକ ସଂଖ୍ୟକ ମାମଲା ଗଡ଼ୁଛି ବୋଲି ରିପୋର୍ଟ ମାଗିଛନ୍ତି। ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓ ଏବଂ ବି. ଆର୍ ଗବାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଉଚ୍ଚ ଅଦାଲତରେ ବିଚାରାଧୀନ ମାମଲା ବୋଝ ହ୍ରାସ ନିମନ୍ତେ ଦେଶର ଅନ୍ୟ ଅଦାଲତଗୁଡ଼ିକୁ ପ୍ରସ୍ତାବ ମାଗିଛନ୍ତି। ଖଣ୍ଡପୀଠ କହିଛନ୍ତି, ଆଲ୍ଲାହାବାଦ ହାଇକୋର୍ଟରେ ୪୦ ବର୍ଷ ପୁରୁଣା ଅପିଲ ପିଟିଶନର ଶୁଣାଣି ନ ହେବା ଭଳି ଦୃଷ୍ଟାନ୍ତ ଅତ୍ୟନ୍ତ ଚିନ୍ତାଜନକ। ମଧ୍ୟପ୍ରଦେଶ ହାଇକୋର୍ଟ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆଇନଜୀବୀ କହିଥିଲେ, ସର୍ବୋଚ୍ଚ ଅଦାଲତ ମାଗିଥିବା ରିପୋର୍ଟ ଦାଖଲ କରାସରିଛି। ଉତ୍ତରପ୍ରଦେଶର ଖୁର୍ସିଦ ଅହମ୍ମଦଙ୍କୁ ଆଇପିସି ଦଫା ୩୦୨ ବଳରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦିଆଯାଇଥିଲା। ଆଲ୍ଲାହାବାଦ ହାଇକୋର୍ଟରେ ଖୁର୍ସିଦ ଏହାକୁ ଚ୍ୟାଲେଞ୍ଜ କରିଥିବାବେଳେ ଅଦ୍ୟାବଧି ତାହାର ଫଇସଲା ହୋଇପାରିନାହିଁ। ତେଣୁ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି, ଯାହାର ଶୁଣାଣି ଚାଲିଛି। ରାଜ୍ୟଗୁଡ଼ିକ ସମେତ କେନ୍ଦ୍ର ସରକାରଙ୍କୁ ମଧ୍ୟ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗର ସମାଧାନ ପାଇଁ ପରାମର୍ଶ ମାଗିଛନ୍ତି।
https://www.dharitri.com/many-rules-related-to-banking-will-change-on-february-1/
ଫେବୃୟାରୀ ୧ରୁ ବଦଳିଯିବ ବ୍ୟାଙ୍କ ସହ ଜଡ଼ିତ ଏସବୁ ବଡ଼ ନିୟମ; ଏବେଠୁ ଜାଣି ନିଅନ୍ତୁ… ନୂଆଦିଲ୍ଲୀ,୨୯।୧: ନୂଆ ବର୍ଷ ୨୦୨୨ର ପ୍ରଥମ ମାସ ଅର୍ଥାତ ଜାନୁୟାରୀ ଶେଷ ହେବାକୁ ଯାଉଛି। ଫେବୃୟାରୀ ପହିଲାରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଫେବୃୟାରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିବେ । ବଜେଟ ବ୍ୟୟବରାଦ ଅନୁସାରେ ଅର୍ଥ ବ୍ୟବସ୍ଥା ସହ ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପଡ଼ିବ । ଏହାଛଡ଼ା ପହିଲାରୁ କେତେକ ବ୍ୟାଙ୍କ ସେମାନଙ୍କ ନିୟମରେ ପରିବର୍ତ୍ତନ ଆଣୁଛନ୍ତି । ବଡ଼ ପରିବର୍ତ୍ତନ କରିବ ଏସ୍ବିଆଇ: ଫେବୃୟାରୀ ପହିଲାରୁ ଦେଶର ସବୁଠୁ ବଡ଼ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ଟଙ୍କା ଦେଣନେଣ ନିୟମରେ ପରିବର୍ତ୍ତନ କରିବ । ୨ ଲକ୍ଷରୁ ୫ ଲକ୍ଷ ଯାଏ ଟଙ୍କା ଆଇଏମ୍ପିଏସ୍ ଜରିଆରେ ପଠାଇଲେ ୨୦ ଟଙ୍କା ସହ ଜିଏସଟି ଚାର୍ଜ ଦେବାକୁ ପଡ଼ିବ । ଅର୍ଥାତ ଏବେ ଟଙ୍କା ପଠାଇବା ମହଙ୍ଗା ହେବ। ତେବେ ୨୦୨୧ ଅକ୍ଟୋବରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇଏମ୍ପିଏସ୍ ଜରିଆରେ ଦୈନିକ ହେଉଥିବା ନେଣଦେଣର ସୀମାକୁ ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବଢ଼ାଇଥିଲା । -ବ୍ୟାଙ୍କ ଅଫ୍ ବରୋଦା ନିୟମରେ ପରିବର୍ତ୍ତନ: ଫେବୃୟାରୀ ପହିଲାରୁ ପରିବର୍ତ୍ତିତ ହେଉଥିବା ନିୟମ ମଧ୍ୟରେ ବ୍ୟାଙ୍କ ଅଫ ବରୋଦା ଚେକ କ୍ଲିଅରାନ୍ସ ସମ୍ବନ୍ଧିତ ନିୟମ ରହିଛିି । ପହିଲାରୁ ଚେକ ପେମେଣ୍ଟ ଲାଗି ଗ୍ରାହକଙ୍କୁ ପଜିଟିଭ୍ ପେ ସିଷ୍ଟମ ଅନୁସରଣ କରିବାକୁ ପଡ଼ିବ । ଅର୍ଥାତ୍ ଚେକର ତଥ୍ୟ ପଠାଇଲେ ହିଁ ଚେକ କ୍ଲିଅର୍ ହେବ । ତେବେ ୧୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଚେକ କାରବାର ଉପରେ ଏହି ପରିବର୍ତ୍ତନ ଲାଗୁ ହେବ । -କଠୋର ହେଲା ପିଏନ୍ବି: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଫେବୃୟାରୀ ୧ରୁ ଆଣୁଥିବା ପରିବର୍ତ୍ତନ ଆପଣଙ୍କ ପକେଟକୁ ବାଧିପାରେ । କାରଣ ଯଦି ଆପଣଙ୍କ ଆକାଉଣ୍ଟରେ ଟଙ୍କା ନ ଥିବା କାରଣରୁ କୌଣସି ଅଟୋ ଡେବିଟ କିସ୍ତି ବିଫଳ ହେଉଛି, ତାହେଲେ ଆପଣଙ୍କୁ ୨୫୦ ଟଙ୍କା ଜରିମାନା ଦେବାକୁ ପଡ଼ିବ । ପୂର୍ବରୁ ଜରିମାନା ରାଶି ୧୦୦ ଟଙ୍କା ଥିଲା । ଏବେ ଆପଣଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ। -ଗ୍ୟାସ ସିଲିଣ୍ଡର ଦାମ୍ରେ ହୋଇପାରେ ପରିବର୍ତ୍ତନ: ପ୍ରତି ମାସର ପହିଲାରେ ରୋଷେଇ ଗ୍ୟାସର ମୂଲ୍ୟ ଧାର୍ଯ୍ୟ କରାଯାଇଥାଏ। ଏଥର ବଜେଟ ମଧ୍ୟ ଆସୁଛି। ଏଣୁ ଫେବୃୟାରୀ ପହିଲାରେ ଗ୍ୟାସ୍ ସିଲିଣ୍ଡର ଦାମ୍ରେ କେଉଁ ପ୍ରଭାବ ପଡ଼ୁଛି ଦେଖିବାକୁ ହେବ। ଯଦି ଦାମ ବଢ଼େ ତେବେ ପକେଟକୁ ବାଧିବ।
https://www.dharitri.com/38-new-corona-positive-cases-in-bbsr-today/
ରାଜଧାନୀରେ ମାଡ଼ି ଚାଲିଛି କରୋନା: ଆଜି ଚିହ୍ନଟ ହେଲେ ଆଉ ୩୮ ଭୁବନେଶ୍ୱର,୧୧।୭(ବ୍ୟୁରୋ): ରାଜଧାନୀରେ ଶନିବାର ଆଉ ୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୬ କ୍ୱାରାଣ୍ଟାଇନ୍ କେସ୍ ରହିଥିବା ବେଳେ ୧୨ ଲୋକାଲ କେସ୍ ରହିଛି। ସେହିଭଳି ୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଅପରାହ୍ନରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତ ସଂଖ୍ୟା ୬୪୦ ହୋଇଛି। ନୂତନ କ୍ୱାରାଣ୍ଟାଇନ୍ କେସ୍ ମଧ୍ୟରେ ବରମୁଣ୍ଡାର ଜଣେ ୬୬ ବର୍ଷୀୟ ବୃଦ୍ଧ, ଶାସ୍ତ୍ରୀନଗରରୁ ୫୦ବର୍ଷୀୟ ବ୍ୟକ୍ତି, କ୍ୱାରାଣ୍ଟାଇନ୍ ସେଣ୍ଟରର ୪୦ ୧ବର୍ଷୀୟା ମହିଳା, ବିଜେବି ନଗରରେ ଥିବା ଏକ ସରକାରୀ ଅଫିସର ୩ଜଣ(୨୩,୨୪,୨୮ ବର୍ଷ), ଶିଖରଚଣ୍ଡି ବସ୍ତିର ୩୩ବର୍ଷୀୟ ବ୍ୟକ୍ତି, ମଞ୍ଚେଶ୍ୱରର ୭୦ବର୍ଷୀୟ ବୃଦ୍ଧ, କେଦାରଗୌରୀ ବିହାରର ୧୯ ବର୍ଷୀୟ ଯୁବକ, ଚନ୍ଦ୍ରଶେଖରପୁର ବିଡିଏ କଲୋନୀର ୪୮ବର୍ଷୀୟ ବ୍ୟକ୍ତି, ୬୨ ବର୍ଷୀୟ ବୃଦ୍ଧ, ସରକାରୀ ଡାକ୍ତରଖାନାର ଜଣେ ୨୭ ବର୍ଷୀୟ ମହିଳା, କ୍ୱାରାଣ୍ଟାଇନ୍ ସେଣ୍ଟରରେ ଥିବା ୩୫ବର୍ଷୀୟ ବ୍ୟକ୍ତି ଅଛନ୍ତି। ସେହିଭଳି ୧୨ ଲୋକାଲ୍ କେସ୍ ମଧ୍ୟରେ ରସୁଲଗଡ଼ ପାଲାମଣ୍ଡପ ଅଞ୍ଚଳର ୨୩ ବର୍ଷୀୟ ଯୁବତୀ, କଳିଙ୍ଗ ବିହାରର ୨୩ ବର୍ଷୀୟା ଯୁବତୀ, କଳିଙ୍ଗ ବିହାରର ସମ୍ ହସ୍ପିଟାଲ ନିକଟର ୨ଜଣ(୧୭ବର୍ଷ, ୩୯ବର୍ଷୀୟ ଯୁବତୀ), ପଳାଶୁଣୀର ୫୩ବର୍ଷୀୟ ବ୍ୟକ୍ତି, ନୟାପଲ୍ଲୀର ୨୭ ବର୍ଷୀୟ ବ୍ୟକ୍ତି, କ୍ୱାରାଣ୍ଟାଇନ୍ ସେଣ୍ଟରରେ ଥିବା ୩୫ ବର୍ଷୀୟ ପୁରୁଷ, ୪୮ବର୍ଷୀୟ ପୁରୁଷ,ଆଚାର୍ଯ୍ୟ ବିହାର ଆପୋଲୋ ହସ୍ପିଟାଲ ନିକଟରୁ ଜଣେ ୨୫ ବର୍ଷୀୟ ଯୁବତୀ, କଳିଙ୍ଗ ବିହାରର ୫୬ ବର୍ଷୀୟ ଯୁବକ, ପୋଖରୀପୁଟ ଅଞ୍ଚଳର ୪୦ବର୍ଷୀୟ ବ୍ୟକ୍ତି, ଭୀମଟାଙ୍ଗୀ ଅଞ୍ଚଳର ୫୭ ବର୍ଷୀୟ ବ୍ୟକ୍ତି, ଚନ୍ଦ୍ରଶେଖରପୁର ବିଡିଏ କଲୋନୀ ଅଞ୍ଚଳର ୨ଜଣ(୨୮ବର୍ଷ, ୨୭ବର୍ଷ ବ୍ୟକ୍ତି), ଗଙ୍ଗନଗରର ୩ଜଣ(୪୩, ୧୩ ବର୍ଷ ବ୍ୟକ୍ତି ଏବଂ ୧୬ବର୍ଷ ନାବାଳିକା), ନିଳାଦ୍ରିବିହାର ହନୁମାନ ମନ୍ଦିର ନିକଟରୁ ୩ଜଣ(୪୪ବର୍ଷ, ୨୧ ବର୍ଷ, ୨୩ ବର୍ଷ), ନୟାପଲ୍ଲୀର ୫୫ବର୍ଷୀୟ ବ୍ୟକ୍ତି ଥିବା ବିଏମ୍ସି ପକ୍ଷରୁ କୁହାଯାଇଛି।
https://www.dharitri.com/ମାଆ-ସ୍ତ୍ରୀଙ୍କ-ସହ-ଆସି-ଭୋଟ-ଦ/
ମାଆ, ସ୍ତ୍ରୀଙ୍କ ସହ ଆସି ଭୋଟ ଦେଲେ ଫଡନଭିସ ନାଗପୁର,୨୧।୧୦:ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ସୋମବାର ମହାରାଷ୍ଟ୍ର ବିଧାନସଭା ପାଇଁ ହୋଇଥିବା ମତଦାନରେ ଭାଗ ନେଇଛନ୍ତି। ସେ ନାଗପୁରର ଏକ ବୁଥରେ ମା’ ସରିତା ଓ ସ୍ତ୍ରୀ ଅମୃତାଙ୍କ ସହ ଯାଇ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ସୂଚନାଯୋଗ୍ୟ, ସୋମବାର ହେଉଥିବା ଏହି ନିର୍ବାଚନର ଫଳାଫଳ ଆସନ୍ତା ୨୪ ଗୁରୁବାର ପ୍ରକାଶ ପାଇବ। ଏଥିରେ ଭାଜପା ବହୁ ସଂଖ୍ୟାରେ ବିଜୟ ଲାଭ କରିବ ବୋଲି ଦାବି କରୁଥିବା ବେଳେ ବିରୋଧୀ କଂଗ୍ରେସ ମଧ୍ୟ ପୁଣି ଥରେ ଶାସନ କ୍ଷମତାକୁ ଫେରିବ ବୋଲି ଆଶ ବାନ୍ଧି ବସିଛି।
https://www.dharitri.com/ghulam-nabi-azad-book/
ପୁସ୍ତକ ଲେଖିବେ ଗୁଲାମ ନବୀ! ନୂଆଦିଲ୍ଲୀ,୧୬ ।୨: କିଛିଦିନ ହେବ ଦେଶର ରାଜନୈତିକ ବାତାବରଣରେ ସାମାନ୍ୟ ହଲଚଲ ଦେଖାଦେଇଛି । ଗୋଟିଏ ପଟେ ରାଜ୍ୟ ସଭାରୁ ଗୁଲାମ ନବୀ ଆଜାଦଙ୍କ ବିଦାୟୀ ତ ଅନ୍ୟପଟେ ବିହାର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ । ଦୁଇଟିଯାକ ଘଟଣାରେ ନାଟକୀୟତା ଦେଖାଯାଇଛି । ରାଜ୍ୟ ସଭାରୁ ଆଜାଦଙ୍କୁ ବିଦାୟ ଦେବା ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଖିରେ ଲୁହ ଆସିଯିବା ଦେଖାଯାଇଥିଲା । ପୂର୍ବରୁ କେବେ ଏମିତି ଦେଖାଯାଇ ନ ଥିଲା । ପ୍ରଧାନମନ୍ତ୍ରୀ କୌଣସି ଅନ୍ୟ ଦଳର ନେତାଙ୍କ କାର୍ଯ୍ୟକାଳ ପୂରଣ ହେବା ପରେ ଏତେ ଭାବୁକ ହୋଇ ପଡିବେ । ଏହାକୁ ନେଇ ନାନା ଅନୁମାନ ବି ଲଗାଗଲା । ତେବେ ଭାରତୀୟ ଜନତା ପାର୍ଟି(ଭାଜପା) ସହ ଆଜାଦଙ୍କ ନିକଟତର ହେଲେ ବୋଲି କୁହାଗଲା । ଆହୁରି ମଧ୍ୟ କୁହାଗଲା କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦେବା ପରେ ଭାଜପା ଜଣେ ନୂଆ ଚେହେରା ଖୋଜୁଛି । ଭାଜପା ହୁଏତ ଏଥିପାଇଁ ସିଧାସଳଖ ଭାବେ ନଚେତ ବ୍ୟାକଫୁଟରେ ଗୁଲାମ ନବୀ ଆଜାଦଙ୍କୁ ନେବାକୁ ମନ ବଳାଇଛି । ଏହାସହ ଉପରାଷ୍ଟ୍ରପତି ପଦ ପାଇଁ ମଧ୍ୟ ଗୁଲାମ ନବୀଙ୍କ ନାଁ ଆଲୋଚନା ପରିସରକୁ ଆସିଲା । ଯଦିଓ ଭେଙ୍କିୟା ନାଇଡୁଙ୍କ କାର୍ଯ୍ୟକାଳ ୨୦୨୨ ପର୍ଯ୍ୟନ୍ତ ରହିଛି ତେବେବି ଆଲୋଚନା ହେବାରେ କେହି ବାଧା ଦେଇ ପାରିଲେନି । ରାଜନୀତିରେ ଗୁଲାମ ନବୀଙ୍କ ଯାତ୍ରା କେତେଦୂର ଯିବ ତାହା ଅନୁମାନ ଲଗାଇବା ମୁସ୍କିଲ ହୋଇପଡିଛି ସତ କିନ୍ତୁ ଆଉ ଏକ ଆଲୋଚନା ଏବେ ସାମ୍ନାକୁ ଆସିଛି କି ଗୁଲାମ ନବୀ ତାଙ୍କ ରାଜୈତିକ ଅନୁଭବକୁ ନେଇ ଏକ ପୁସ୍ତକ ରଚନା କରିପାରନ୍ତି । ସେ ଇନ୍ଦିରା ଗାନ୍ଧୀଙ୍କଠାରୁ ଆରମ୍ଭ କରି ସୋନିଆ ଗାନ୍ଧୀଙ୍କ ପର୍ଯ୍ୟନ୍ତ କିଚେନ କ୍ୟାବିନେଟର ମେମ୍ବର ରହିସାରିଛନ୍ତି । ତେଣୁ ଦଳର ବହୁତ କିଛି ଗୁପ୍ତ ତଥ୍ୟ ମଧ୍ୟ ସେ ଜାଣିଥାଇ ପାରନ୍ତି । ଯଦି ଏହାକୁ ନେଇ ଆଜାଦ ସଚ୍ଚୋଟତାର ସହ ପୁସ୍ତକ ଲେଖିବେ ତେବେ ଏହା ଧମାକା ହେବ ବୋଲି କୁହାଯାଉଛି ।
https://www.dharitri.com/ram-mandir-inauguration-soon-yogi-will-meet-pm-modi-today/
ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ଯୋଗୀ, ଦେବେ ରିପୋର୍ଟ; ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦିବସ ଉପରେ ଲାଗିପାରେ ମୋହର ଲକ୍ଷ୍ନୌ,୫।୯: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ନୂଆଦିଲ୍ଲୀରେ ରହିବେ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ତାଙ୍କୁ ଅଯୋଧ୍ୟରେ ନିର୍ମାଣ କରାଯାଉଥିବା ଶ୍ରୀରାମ ଜନ୍ମଭୂମୀ ମନ୍ଦିରରର ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରିତ କରି ପାରନ୍ତି। ସେ ରାଜ୍ୟର ବିଭାଗୀୟ ମୁଖ୍ୟାଳୟରେ ପ୍ରତିଷ୍ଠିତ ଅଟଳ ଆବାସିକ ବିଦ୍ୟାଳୟଗୁଡ଼ିକର ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିପାରନ୍ତି। ଆସନ୍ତା ବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନ ଏବଂ ରାଜ୍ୟରେ ନିର୍ମାଣାଧୀନ କିଛି ବଡ ପ୍ରକଳ୍ପ ବିଷୟରେ ସେ ସେମାନଙ୍କ ସହ ଆଲୋଚନା କରିପାରନ୍ତି। ଅଯୋଧ୍ୟାରେ ଶ୍ରୀ ରାମ ଜନ୍ମଭୂମି ମନ୍ଦିର (ରାମ ମନ୍ଦିର ଅଯୋଧ୍ୟା) ର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ମନ୍ଦିରର ତଳ ମହଲାର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଯାଉଛି। ଏହା ସହିତ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି। ପ୍ରାଣ ପ୍ରତିଷ୍ଠାର ଅନୁଷ୍ଠାନ ଆସନ୍ତା ବର୍ଷ ଜାନୁୟାରୀ ୧୫ରୁ ଆରମ୍ଭ ହେବ। ଜାନୁଆରୀ ୨୧ରୁ ୨୩ ମଧ୍ୟରେ ମନ୍ଦିରରେ ରାମଲଲାଙ୍କ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା ହୋଇପାରେ। ପ୍ରାଣ ପ୍ରତିଷ୍ଠା ପାଇଁ ଶ୍ରୀ ରାମ ଜନ୍ମଭୂମୀ ତୀର୍ଥ କ୍ଷେତର ଟ୍ରଷ୍ଟ ପକ୍ଷରୁ ପ୍ରଧାନମନ୍ତ୍ରୀ (ରାମ ମାଣ୍ଡିର ପ୍ରଧାନମନ୍ତ୍ରୀ ମୋଦି) କୁ ନିମନ୍ତ୍ରଣ ପଠାଯାଇଛି।
https://www.dharitri.com/arrested-for-attempting-to-murder/
ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ: ଜେଲ ଗଲେ ସ୍ବାମୀ ଗୋପାଳପୁର,୨୭ା୧(ଡି.ଏନ.ଏ.): ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ ଅଭିଯୋଗରେ ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପୋଲିସ ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ରଣ୍ଢା ଗ୍ରାମର ଶିବରାମ ସେଠୀ (୪୦)। ଶିବରାମ ଏବଂ ସ୍ତ୍ରୀ ଗୌରୀଙ୍କ ମଧ୍ୟରେ ଗତ କିଛି ମାସ ହେଲା କଳହ ଲାଗି ରହୁଥିଲା। ମଙ୍ଗଳବାର ରାତିରେ ପୁଣି ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ଶାଶୁ ଓ ନଣନ୍ଦ ମିଶି ଗାଳି ଗୁଲଜ କରିବା ସହ ଗୌରୀଙ୍କୁ ଟଣାଓଟରା କରିଥିଲେ। ଏପରିକି ଶିବରାମ ଉତ୍ତ୍ୟକ୍ତ ହୋଇ ଏକ ପନିକିରେ ଗୌରୀଙ୍କୁ ଆକ୍ରମଣ କରିଥିଲେ। ଏନେଇ ଗୌରୀ ଥାନାରେ ଏକ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା(ନଂ. ୪୫/୨୩) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ପୋଲିସ ଶିବରାମଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।
https://www.dharitri.com/former-prime-minister-of-thailand-returned-to-his-homeland-after-15-years/
୧୫ ବର୍ଷ ପରେ ନିଜ ଦେଶକୁ ଫେରିଲେ ଥାଇଲ୍ୟାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ, ହୋଇପାରନ୍ତି ଗିରଫ ବ୍ୟାଙ୍କକ,୨୨।୮: ଥାଇଲ୍ୟାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଥକସିନ ଶିନାଓ୍ବାଟ୍ରା ୧୫ ବର୍ଷ ପରେ ନିଜ ଦେଶକୁ ଫେରିଛନ୍ତି। ଗଣମାଧ୍ୟମ ସୂତ୍ର ଅନୁଯାୟୀ, ଟେଲି ଯୋଗାଯୋଗ ବ୍ୟବସାୟରେ ନିଜର ଭାଗ୍ୟ ଅର୍ଜନ କରିବା ପାଇଁ ଥାକସିନ ମଙ୍ଗଳବାର ସକାଳ ୯ଟାରେ ସିଙ୍ଗାପୁରକୁ ଏକ ଘରୋଇ ବିମାନରେ ବ୍ୟାଙ୍କକର ଡନ ମୁଆଙ୍ଗ ବିମାନବନ୍ଦରରେ ଅବତରଣ କରିଥିଲେ। ଥାକସିନଙ୍କ ଭଉଣୀ ଏଙ୍ଗ୍ଲାକ ଶିନାୱାଟ୍ରା ଟିକ ଟକରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଥାକସିନ ଏକ କଳା ଶୁଟ ଏବଂ ନାଲି ରଙ୍ଗର ଟାଇ ପିନ୍ଧି ଏକ ଛୋଟ ବିମାନରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା। ଏଙ୍ଗ୍ଲାକ ଶେନାୱାଟ୍ରା ମଧ୍ୟ ଥାଇଲ୍ୟାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ରହିଛନ୍ତି। ୨୦୦୧ରେ ଥାକସିନ ସର୍ବସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ଦେଶର ଶାସକ ଦଳଗୁଡିକ ଦ୍ୱାରା ବହୁ ପୂର୍ବରୁ ଅବହେଳିତ ହୋଇଆସୁଥିବା ଗ୍ରାମୀଣ ଥାଇମାନଙ୍କୁ ଜିତିଥିଲେ। ଯଦିଓ ସେ ପାଞ୍ଚ ବର୍ଷ ପରେ ୨୦୦୬ରେ ଶଶସନ କ୍ଷମତାକୁ ଫେରିଲେ ହେଲେ, ସେପ୍ଟେମ୍ବର ୨୦୦୬ରେ, ଯେତେବେଳେ ଥାକସିନ ନ୍ୟୁୟର୍କରେ ମିଳିତ ଜାତିସଂଘକୁ ସମ୍ବୋଧିତ କରିବାକୁ ପ୍ରସ୍ତୁତ ହେଉଥିଲେ, ସେତେବେଳେ ଦେଶର ସୈନ୍ୟବାହିନୀ କ୍ଷମତା ଦଖଲ କରି ନେଇଥିଲେ। ପରେ କ୍ଷମତାର ଅପବ୍ୟବହାର ହେତୁ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ, ଏହା ପରେ ସେ ନିଜକୁ ରାଜନୀତିରୁ ଦୂରେଇ ରଖିଥିଲେ। ସେବେଠାରୁ ସେ ଦୁବାଇରେ ରହିବାକୁ ଲାଗିଲେ। ପ୍ରାୟ ୧୫ବର୍ଷ ପରେ ସେ ଫେରିବା ପରେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କ୍ଷମତାର ଅପବ୍ୟବହାର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇ ସୁପ୍ରିମକୋର୍ଟରେ ହାଜର କରାଯାଇପାରେ।
https://www.dharitri.com/ବୁଡ଼ିବାକୁ-ବସିଲାଣି-ମାଟିଦୀ/
ବୁଡ଼ିବାକୁ ବସିଲାଣି ମାଟିଦୀପ ବେଉସା ଯୋଡ଼ା, ୨୬।୧୦(ଡି.ଏନ.ଏ.)- ଆଲୋକର ପର୍ବ ଦୀପାବଳିରେ ଦୀପର ଚାହିଦା ନିଆରା। ଏହି ପର୍ବରେ ମାଟି ଦୀପ ଜାଳିବା ପରମ୍ପରା ସବୁଠି ରହିଛି। ହେଲେ ହାଟ ବଜାରକୁ ଚାଇନାରେ ତିଆରି ଲାଇଟ୍ ଆସିବା ପରଠାରୁ ସ୍ଥାନୀୟ ଅଞ୍ଚଳରେ ମାଟିରେ ଦୀପ ତିଆରି କରୁଥିବା କୁମ୍ଭକାରଙ୍କ ମାଟିଦୀପ ବେଉସା ବୁଡିବାରେ ଲାଗିଛି। ଲୋକେ ଚାଇନା ତିଆରି ରଙ୍ଗବେରଙ୍ଗ ଲାଇଟ୍ କିଣି ଏହାକୁ ଅଧିକ ଭାବେ ବ୍ୟବହାର କରୁଛନ୍ତି। ଏଭଳି ସ୍ଥିତିରେ ଦୀପାବଳିକୁ ଦୃଷ୍ଟିରେ ରଖି ମାଟିଦୀପ ତିଆରି କରୁଥିବା କୁମ୍ଭକାରମାନେ ଉଚିତ ମୂଲ୍ୟ ପାଇପାରୁ ନାହାନ୍ତି ା ଯୋଡା ସହରଠାରୁ ପ୍ରାୟ ୨୦ କିମି ଦୂରରେ ଅବସ୍ଥିତ ଅଁସେଇକଳା ଓ ସାନବଡବିଲ୍ ଗ୍ରାମ ଅବସ୍ଥିତ। ଏହି ଗ୍ରାମରେ ପ୍ରାୟ ୫ଶହରୁ ଉର୍ଦ୍ଧ୍ୱ କୁମ୍ଭକାର ପରିବାର ରହିଛନ୍ତି। ସେମାନେ ପାରମ୍ପରିକ ବୃତ୍ତିକୁ ଆଦରି ମାଟି ହାଣ୍ଡି, ମାଟି ଦୀପ ସହିତ ବିଭିନ୍ନ ସାମଗ୍ରୀ ପ୍ରଭୃତି ତିଆରି କରି ଏହାକୁ ହାଟବଜାରରେ ବିକି ଜୀବିକା ନିର୍ବାହ କରୁଛନ୍ତି। ସେମାନେ ଏସବୁ ସାମଗ୍ରୀ ଯୋଡା, ବଡବିଲ୍, ଚମ୍ପୁଆ, ଜୟନ୍ତୀଗଡ ଆଦି ଅଞ୍ଚଳକୁ ନେଇ ବିକ୍ରି କରିଥାନ୍ତି। ମାତ୍ର ଚାଇନା ନିର୍ମିତ ପ୍ଲାଷ୍ଟିକ ବତି ବିକ୍ରି ବୃଦ୍ଧି ପାଉଥିବାରୁ ମାଟି ତିଆରି ବତିର ଚାହିଦା କ୍ରମେ ହ୍ରାସ ପାଇବାରେ ଲାଗିଛି। ଝାଡଖଣ୍ଡର ବ୍ୟବସାୟୀମାନେ ଏବେ ଆଧୁନିକ ବିଦ୍ୟୁତ୍ଚାଳିତ ଦୀପ, ବତି ଓ ଲାଇଟ୍ ଏ ଅଞ୍ଚଳରେ ବିକ୍ରି କରୁଥିବାରୁ ଲୋକେ ଏସବୁ ସାମଗ୍ରୀ ପ୍ରତି ବିଶେଷ ଆକର୍ଷିତ ହେଉଛନ୍ତି। ଅଁସେଇକଳା ଗ୍ରାମର ମହିଳା କାରିଗର ଅର୍ପିତ ବେହେରା କହିଛନ୍ତି, ମାଟି ଦୀପ ତିଆରି ଆମ କୁଳ ବ୍ୟବସାୟ । ଏଥିଲାଗି ଆମେ ଆଗୁଆ ମାଟି ଦୀପ ଗଢି ଦୀପାବଳିରେ ବେପାର କରିଥାଉ । ଆଗରୁ ପୂଜା ପାର୍ବଣ, ଯାନିଯାତ୍ରା ଓ ବିବାହ ଉତ୍ସବ ସମୟରେ ମାଟିପାତ୍ରର ଭଲ ଚାହିଦା ରହୁଥିଲା। ବିଶେଷକରି ଦୀପାବଳି ଉପଲକ୍ଷେ ସେମାନେ ଅଧିକ ସଂଖ୍ୟାରେ ମାଟି ଦୀପ ତିଆରି କରି ଏହାକୁ ବିକି ପରିବାର ଚଳାଉଥିଲେ। ଏବେ ମାଟି ଦୀପ ବିକିଲେ ଉଚିତ ପ୍ରାପ୍ୟ ମିଳୁ ନ ଥିବାରୁ ଜୀବିକା ନିର୍ବାହ କରିବା କଷ୍ଟସାଧ୍ୟ ହୋଇପଡିଲାଣି। ଗ୍ରାମର ଅନ୍ୟଜଣେ ମହିଳା କାରିଗର ରୁକ୍ମିଣୀ ବେହେରା ଅନୁରୂପ ପ୍ରତିକ୍ରିୟା ବ୍ୟକ୍ତକରି କହିଛନ୍ତି, ଦୀପାବଳି ପର୍ବ ଆସିଲେ ଗ୍ରାମର ଆବାଳ ବୃଦ୍ଧବନିତା ମାଟି ଦୀପ ତିଆରି କାମରେ ଲାଗି ପଡିଥାନ୍ତି। ପାରମ୍ପରିକ ବୃତ୍ତିକୁ ଆପଣାଇ ସେମାନେ ଏବେ ଅବହେଳିତ, ନିଷ୍ପେଷିିତ । କୁମ୍ଭକାରମାନଙ୍କ ବୃତ୍ତିକୁ ବଞ୍ଚାଇବା ଲାଗି ସରକାରୀ ପ୍ରୋସତ୍ାହନ ନିହାତି ଆବଶ୍ୟକ ବୋଲି ଯୋଡା ବିଜୁ ଜନତା ଦଳ ସଭାପତି ମାନସ ଦାସ , ଯୋଡା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର ପ୍ରମୁଖ ମତପୋଷଣ କରିଛନ୍ତି।
https://www.dharitri.com/ଦୀକ୍ଷା-ଆପ୍‌ରେ-ପାଠ-ପଢ଼ି/
‘ଦୀକ୍ଷା ଆପ୍‌’ରେ ପାଠ ପଢ଼ିବେ ଦଶମ ଶ୍ରେଣୀ ପିଲା ଭୁବନେଶ୍ୱର, ୮।୪(ବ୍ୟୁରୋ): କରୋନା ଯୋଗୁ ସବୁକିଛି ବନ୍ଦ ହୋଇଯିବା ପରେ ପିଲାମାନଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ସ୍କୁଲ, କଲେଜ ବନ୍ଦ ହେବାପରେ ଆଗକୁ ପିଲାଙ୍କ ଭବିଷ୍ୟତ କ’ଣ ହେବ ତାକୁ ନେଇ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି। ପିଲାଙ୍କ ପାଠପଢ଼ା ଲାଗି ସରକାର ନୂଆ ଯୋଜନା ଆରମ୍ଭ କରିବାକୁ ଉଦ୍ୟମ ଚଳାଇଛନ୍ତି। ମୁଖ୍ୟତଃ ନୂଆକରି ଦଶମ ଶ୍ରେଣୀରେ ପାଦ ରଖିବାକୁ ଥିବା ପିଲାଙ୍କ ପାଇଁ ଅଧିକ ଚିନ୍ତା ବଢ଼ିଯାଇଛି। ସେମାନଙ୍କ ପାଠପଢ଼ା ପାଇଁ ଏବେ ସରକାର ଅନ୍ଲାଇନରେ ଶିକ୍ଷା ଆରମ୍ଭ କରିବାକୁ ଚିନ୍ତା କରୁଥିବା ଜାଣିବାକୁ ମିଳିଛି। ଦୀକ୍ଷା ଆପ୍ ଜରିଆରେ ପିଲାମାନେ ପାଠ ପଢ଼ିବେ। ଏ ସମ୍ପର୍କିତ ଖବର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରଥମେ ଧରିତ୍ରୀକୁ ସୂଚନା ଦେବାପରେ ତାହା ଗତ ସୋମବାର ପ୍ରକାଶ ପାଇଥିଲା। ଏନେଇ ମନ୍ତ୍ରୀ ଦାଶ ବିଭାଗୀୟ ସଚିବ ଚିତ୍ରା ଅରୁମୁଗମ୍ଙ୍କ ପରାମର୍ଶ ଲୋଡ଼ିଥିବା ବେଳେ ଏହା ଉପରେ ସେ ନିଜର ମତ ରଖିଥିବା ଜଣାପଡିଛି। ଖୁବ୍ଶୀଘ୍ର ଏନେଇ ଏକ ବିଧିବଦ୍ଧ ବୈଠକ ବସିବାପରେ ଅନ୍ଲାଇନ ପାଠପଢ଼ା ଆରମ୍ଭ ହେବ ବୋଲି ଜଣାପଡିଛି। ବିଭାଗୀୟ ସଚିବ ଏବେ ସୁରଟରେ ଥିବା ଓଡ଼ିଆଙ୍କ ଦାୟିତ୍ୱରେ ଥିବାବେଳେ ଓସେପା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ ମଧ୍ୟ ସ୍ବାସ୍ଥ୍ୟ ବିଭାଗର କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ତେଣୁ ୧୪ ତାରିଖ ପରେ ଏହି ଦୁଇ ଅଧିକାରୀଙ୍କ ସହ ମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା। ଏନେଇ ମନ୍ତ୍ରୀ ଦାଶ ମଙ୍ଗଳବାର କହିଛନ୍ତି ଯେ, ଦଶମ ଶ୍ରେଣୀ ପିଲାମାନେ ଅନ୍ଲାଇନରେ ପଢ଼ିବେ। କେନ୍ଦ୍ର ସରକାରଙ୍କ ଦୀକ୍ଷା ଆପ୍ ଦ୍ୱାରା ପାଠ ପଢ଼ିବାକୁ କୁହାଯିବ। ଯେଉଁ ଛାତ୍ରୀଛାତ୍ରମାନଙ୍କ ପାଖରେ କମ୍ପ୍ୟୁଟର ସୁବିଧା ରହିଥିବା ସେମାନେ ଅଧିକ ଲାଭବାନ ହେବେ। ଯାହା ପାଖରେ ନ ଥିବ ସେମାନଙ୍କ ପାଇଁ ସ୍ବତନ୍ତ୍ର ଯୋଜନା କରାଯିବ। ଅନ୍ଲାଇନ ପାଠପଢ଼ା ଲାଗି ସ୍କୁଲ ଶିକ୍ଷୟିତ୍ରୀ, ଶିକ୍ଷକମାନେ ପିଲାଙ୍କୁ ଗାଇଡ୍ କରିବେ।
https://www.dharitri.com/a-terrible-fire-in-a-pipe-warehouse/
ପାଇପ୍‌ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ପାଇପ୍‌ ଜଳିଗଲା ସମ୍ବଲପୁର,୨୨ା୫(ବ୍ୟୁରୋ): ସମ୍ବଲପୁର ଧମା ଥାନା ଗୁଣ୍ଡରପୁରସ୍ଥିତ ପାଇପ୍ ଗୋଦାମରେ ସୋମବାର ଭୟାବହ ଅଗ୍ନିକାଣ୍ଡ ହୋଇଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ପାଇପ୍ ଜଳିଯାଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲଗିଛନ୍ତି। ସୂଚନାନୁସାରେ ଗୁଣ୍ଡରପୁରଠାରେ ଏକ ପାଇପ୍ ଗୋଦାମ ରହିଥିବାବେଳେ ଆଜି ସକାଳେ ହଠାତ୍ ନିଆଁ ଲାଗିଯାଇଥିଲା। ତେବେ ନିଆଁ ଲାଗିବାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ଏବେ ବି ନିଆଁ ଲିଭା କାର୍ଯ୍ୟ ଜାରି ରହିଛି।
https://www.dharitri.com/maulvi-slept-without-turning-off-the-loudspeaker/
ମାଇକ୍‌ ଅନ୍‌ କରି ଶୋଇପଡ଼ିଲେ ମୌଲବୀ, ପରେ ଯାହା ଘଟିଲା ଶୁଣିଲେ ହସିହସି ଗଡ଼ିବେ ସୋସିଆଲ ମିଡିଆରେ ହାସ୍ଟ୍ୟାଗ୍ ଶ୍ୱେତା ନାମରେ ଏକ ଅଡିଓ ଏବେ ଭାଇରାଲ ହେଉଛି। ଯେଉଁଥିରେ ଯୁବତୀ ଅନ୍ଲାଇନ ମିଟିଂ ପରେ ମାଇକ୍ ବନ୍ଦ କରିବାକୁ ଭୁଲି ଯାଇଥିଲେ। ଏହା ପରେ ତାଙ୍କର ଜଣେ ବନ୍ଧୁଙ୍କ ଦ୍ୱାରା ତାଙ୍କର ସମସ୍ତ ବ୍ୟକ୍ତିଗତ କଥା ଲିକ୍ ହୋଇଯାଇଥିଲା। ସେହିପରି ବର୍ତ୍ତମାନ ଜଣେ ମୌଲବୀ ସାହେବଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଶୁଣିଲେ ସ୍ପଷ୍ଟ ହେବ ମୌଲବୀ ମାଇକ୍ ବନ୍ଦ ନ କରି ଶୋଇ ଯାଇଛନ୍ତି ଆଉ ଜୋର୍ରେ ଘୁଙ୍ଗୁଡ଼ି ମାରୁଛନ୍ତି। ଏହା ଶୁଣି ଲୋକେ ହସି ହସି ବେଦମ ହୋଇଯାଉଛନ୍ତି। @dapakiguy92 ନାମକ ଜଣେ ଟୁଇଟର ୟୁଜର ଏହାକୁ ଶେୟାର କରିଛନ୍ତି। ଏଥିରେ କ୍ୟାପଶନ ଲେଖିଛନ୍ତି, ମୌଲବୀ ସାହେବ ମାଇକ୍ ଅନ୍ କରି ଶୋଇ ଯାଇଛନ୍ତି। ଭିଡିଓଟି ଦେଖି ଲୋକେ ହସି ହସି ଗଡ଼ିବା ସହ ମଜାଳିଆ କମେଣ୍ଟ ସବୁ ଦେଉଛନ୍ତି।
https://www.dharitri.com/laras-prediction-either-of-these-2-indians-can-break-the-record-of-400-runs/
ଲାରାଙ୍କ ଭବିଷ୍ୟବାଣୀ, ଏହି ୨ ଭାରତୀୟଙ୍କ ମଧ୍ୟରୁ ଯେ କେହି ଭାଙ୍ଗିପାରେ ୪ଶହ ରନ୍‌ର ରେକର୍ଡ ନୂଆଦିଲ୍ଲୀ,୧୧।୭: ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ଗସ୍ତରେ ଅଛି। ଭାରତୀୟ ଦଳ ଶୁବମନ ଗିଲଙ୍କ ଅଧିନାୟକତ୍ୱରେ ୫ଟି ଟି -୨୦ ମ୍ୟାଚ ଖେଳିଛନ୍ତି। ଏବେ ଭେଟେରାନ ୱେଷ୍ଟଇଣ୍ଡିଜ କ୍ରିକେଟର ବ୍ରାଏନ ଲାରା ଏକ ବଡ ଦାବି କରିଛନ୍ତି। ସେ ଏମିତି ଦୁଇ ଖେଳାଳିଙ୍କ କଥା କହିଛନ୍ତି ଯିଏ ଟେଷ୍ଟରେ ୪୦୦ ରନ ରେକର୍ଡ ଭାଙ୍ଗି ପାରିବେ ବୋଲି ଲାରା ଅନୁମାନ କରିଛନ୍ତି। ସବୁଠାରୁ ଭଲ କଥା ହେଉଛି ଏଥିପାଇଁ ସେମାନେ ୨ ଜଣ ଭାରତୀୟଙ୍କୁ ବାଛିଛନ୍ତ। ଲାରା ୧୨ ଏପ୍ରିଲ ୨୦୦୪ରେ ଇଂଲଣ୍ଡ ବିପକ୍ଷରେ ୪୦୦* ରନ ଇନିଂସ ଖେଳି ରେକର୍ଡ କରିଥିଲେ। ତେବେ ଏହି ରେକର୍ଡ ଅବିସ୍ମରଣୀୟ। ତାଙ୍କ ରେକର୍ଡ ବିଷୟରେ ଲାରା କହିଛନ୍ତି ଯେ ବିରେନ୍ଦ୍ର ସେହୱାଗ, କ୍ରିସ ଗେଲ, ସନଥ ଜୟସୁରିଆଙ୍କ ପରି ଅନେକ କିମ୍ବଦନ୍ତୀ ତାଙ୍କ ରେକର୍ଡକୁ ଚ୍ୟାଲେଞ୍ଜ କରିଛନ୍ତି। ଡେଲି ମେଲ ସହିତ କଥାବାର୍ତ୍ତା କରି ଲାରା କହିଛନ୍ତି, ‘ମୋ ସମୟରେ ଏପରି ଖେଳାଳି ଥିଲେ ଯେଉଁମାନେ ଏହି ରେକର୍ଡକୁ ଚ୍ୟାଲେଞ୍ଜ କରିଥିଲେ କିମ୍ବା ଅନ୍ତତଃ ୩୦୦ ଅତିକ୍ରମ କରିଥିଲେ। ଏମାନଙ୍କ ମଧ୍ୟରେ ବିରେନ୍ଦ୍ର ସେହୱାଗ, କ୍ରିସ ଗେଲ, ଇନଜାମାମ-ଉଲ-ହକ, ସନଥ ଜୟସୁରିଆ ଅଛନ୍ତି। ସେମାନେ ସମସ୍ତେ ଅତ୍ୟଧିକ ଆକ୍ରମଣାତ୍ମକ ଖେଳାଳି ଥିଲେ। ଭବିଷ୍ୟତରେ ତାଙ୍କ ରେକର୍ଡ ଭାଙ୍ଗିବାକୁ ସେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜ୍ୟାକ କ୍ରାଉଲି, ହ୍ୟାରି ବ୍ରୁକ ଏବଂ ଭାରତୀୟ କ୍ରିକେଟର ଶୁବମନ ଗିଲ ଏବଂ ଯଶସ୍ବୀ ଜୟସୱାଲଙ୍କୁ ପ୍ରତିଯୋଗୀ ଭାବରେ ବର୍ଣ୍ଣନା କରିଛନ୍ତି।
https://www.dharitri.com/୨୦୧୯-୨୦-ଆର୍ଥିକ-ବର୍ଷ-ମଦରୁ-୪/
୨୦୧୯-୨୦ ଆର୍ଥିକ ବର୍ଷ: ମଦରୁ ୪୬୦୦ କୋଟି ଆୟ ଲକ୍ଷ୍ୟ ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଅବକାରୀ ରାଜସ୍ବ ବାବଦକୁ ୩୯୨୫କୋଟି ଟଙ୍କା ପାଇଥିଲେ। ଚଳିତ ବର୍ଷ ୨୦୧୯-୨୦ ଆର୍ଥିକ ବର୍ଷରେ ୪୬୦୦କୋଟି ଟଙ୍କା ଅବକାରୀ ରାଜସ୍ବ ଆଦାୟ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ରଖିଛନ୍ତି। ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଏକ ପ୍ରଶ୍ନର ଉତ୍ତରରେ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ପୂଜାରୀ କହିଛନ୍ତି ଯେ, ସାମାଜିକ ଓ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ମଦ୍ୟପାନରେ ଅଭ୍ୟସ୍ତ ଥିବା ଜନସାଧାରଣଙ୍କୁ ସରକାରୀ ଅନୁମୋଦିତ ମଦ ଦୋକାନ ମାଧ୍ୟମରେ ସୁଲଭ ତଥା ଉତ୍ତମ ମାନର ମଦ ଯୋଗାଇ ଦିଆଯାଉଛି। ସେହିପରି ବିଧାୟକ ମୋହନ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପୂଜାରୀ କହିଛନ୍ତି, ୨୦୧୩-୧୪, ୨୦୧୪-୧୫, ୨୦୧୫-୧୬, ୨୦୧୬-୧୭, ୨୦୧୭-୧୮ ଏବଂ ୨୦୧୮-୧୯ ୬ ବର୍ଷ ମଧ୍ୟରେ ରାଜ୍ୟରେ ୧୦,୫୩୦ ଲାଇସେନ୍ସ ପ୍ରାପ୍ତ ମଦ ବିକ୍ରେତା ଭାରତ ତିଆରି ବିଦେଶୀ ମଦ ପରିମାଣ ୨୪.୬୩ କୋଟି ଲିଟର ଉଠାଉଛନ୍ତି। ସେହିପରି ୩୫.୯୯କୋଟି ଲିଟର ବିଅର ଉଠାଉଛନ୍ତି। ଅନ୍ୟପଟେ ୬.୧୨କୋଟି ଲିଟର ଦେଶୀ ମଦ ଉଠାଉଛନ୍ତି।
https://www.dharitri.com/arriving-in-malkangiri-the-chief-minister-distributed-bsky-smart-cards/
ମାଲକାନଗିରିରେ ପହଞ୍ଚି ବିଏ୍‌କେଓ୍ବାଇ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମାଲକାନଗିରି,୨୦।୮(ଡି.ଏନ୍.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ମାଲକାନଗିରି ଗସ୍ତରେ ଯାଇଛନ୍ତି। ସେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମାଲାକାନଗିରି ଷ୍ଟାଡିୟମରେ ପହଞ୍ଚି ଥିଲେ। ପରେ ସେଠାରୁ ସଂସ୍କୃତି ଭବନରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବିଏ୍କେଓ୍ବାଇ ଶୁଭାରମ୍ଭ କରିଥିଲେ। ଶୁଭାରମ୍ଭ ପରେ ଜିଲାରେ ପ୍ରଥମ ବିତରଣ କରିଛନ୍ତ ମୁଖ୍ୟମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୫-ଟି ସଚିବ ଭିକେ ପାଣ୍ଡିଆନ ଓ ବହୁ ମନ୍ତ୍ରୀ ଉପସ୍ଥିତ ଥିଲେ। ଏହାପରେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ମନ୍ତ୍ରୀମାନେ ମାଲକାନଗିରିରେ ରହି ସ୍ମାର୍ଟ କାର୍ଡ ବଣ୍ଟନ କରିବେ।
https://www.dharitri.com/aspiprants-are-in-hope-and-fear/
ଆଶା ଆଶଙ୍କାରେ ଆଶାୟୀ ଡ.ପ୍ରଫୁଲ୍ଲ କୁମାର ସାହୁ ରାଜ୍ୟରେ କ୍ଷମତାସୀନ ବିଜେଡି ଓ ମୁଖ୍ୟ ବିରୋଧୀ ଦଳ ଏଥର ବୁଝାମଣାଭିତ୍ତିରେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ବୋଲି ଜୋର୍ ଧରିଛି ଚର୍ଚ୍ଚା। ଗଣତନ୍ତ୍ରରେ ଶାସକ ଦଳ ହେଉଛି ଏକ ମତ୍ତହସ୍ତୀ। ତାକୁ ଆୟତ୍ତ କରିବା ପାଇଁ ଯେଉଁ ଅଙ୍କୁଶ ଦରକାର, ତାହା ହେଉଛି ବିରୋଧୀ ଦଳର ସମାଲୋଚନା। ବିରୋଧୀ ଦଳର ସମାଲୋଚନା ଡରରେ କୌଣସି ଜନବିରୋଧୀ କାର୍ଯ୍ୟ କରିବାକୁ ସାହସ କରେନି ଶାସକଦଳ। କିନ୍ତୁ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଯଦି ଶାସକଦଳ ସହ ଭାଗୁଆଳି ହୋଇ କ୍ଷମତାର ମହୁ ଚାଖିବା ପାଇଁ ଚାହିଁବ, ତେବେ କିଏ ଖୋଜିବ ସରକାରଙ୍କ ଦୋଷତ୍ରୁଟି? ବିରୋଧୀ ଦଳ ନ ଥାଇ ସଂସଦୀୟ ଗଣତନ୍ତ୍ର ସଫଳ ହେବ କେମିତି? ସଂସଦରେ ଶାସକ ଓ ବିରୋଧୀ ଦଳର ଭୂମିକା ସମ୍ପୂର୍ଣ୍ଣ ଅଲଗା। ଏପରି ସ୍ଥଳେ ଦୁଇ ପକ୍ଷ ନିର୍ବାଚନରେ ମେଣ୍ଟ କରିବା ଅର୍ଥ ଦେଢଶୁର ଭାଇବୋହୂ ମଧ୍ୟରେ ପୀରତି । ଯୁକ୍ତି ଛଳରେ କୁହାଯାଇପାରେ ଯେ ରାଜ୍ୟରେ ବିଜେଡି-ଭାଜପାର ପୀରତି କିଛି ଆକସ୍ମିକ ନୁହେଁ, ବରଂ ଏ ସମ୍ପର୍କ ବେଶ୍ ପୁରୁଣା ଓ ଗହିରିଆ। ପ୍ରବାଦପୁରୁଷ ବିଜୁବାବୁଙ୍କ ଦେହାନ୍ତ ପରେ କେନ୍ଦ୍ରୀୟ ଭାଜପାର ଉଦ୍ୟମରେ ହିଁ ଜନ୍ମ ନେଇଥିଲା ବିଜେଡି। ମହାବାତ୍ୟା(୧୯୯୯)ପରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ(୨୦୦୦) ଉଭୟ ଦଳ ମେଣ୍ଟ କରି କଂଗ୍ରେସକୁ ହରାଇଲେ ଏବଂ ୨୦୦୯ ପର୍ଯ୍ୟନ୍ତ କ୍ଷମତା ଉପଭୋଗ କଲେ ମିଳିତ ଭାବରେ। ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ନିର୍ଦ୍ଦିଷ୍ଟ କିଛି କାରଣରୁ ମେଣ୍ଟରେ ଫାଟ ସୃଷ୍ଟି ହେବାରୁ ଦୁଇଦଳ ନିଜ ନିଜ ଶକ୍ତିରେ ନିର୍ବାଚନ ଲଢିଲେ ଏବଂ ଏକୁଟିଆ କ୍ଷମତା ଦଖଲ କରିବାକୁ ସକ୍ଷମ ହେଲା ବିଜେଡି। ସେବେଠାରୁ ଦୁଇ ଦଳ ମଧ୍ୟରେ ଆଉ ମେଣ୍ଟ ହୋଇ ନ ଥିଲେ ମଧ୍ୟ ପରସ୍ପର ସମ୍ପର୍କ ଥିଲା ମଧୁର ଏବଂ ସ୍ବର ବି ଥିଲା ନରମ। ୨୦୧୯ ନିର୍ବାଚନରେ କଂଗ୍ରେସକୁ ପଛରେ ପକାଇ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ଅବତୀର୍ଣ୍ଣ ହେଲା ପରେ ଶାସକ ବିଜେଡି ପ୍ରତି ଭାଜପାର ସ୍ବର କିଛି ମାତ୍ରାରେ ଆକ୍ରମଣାତ୍ମକ ହେଲା ସତ, କିନ୍ତୁ ଅସଲ ବେଳେ ଉଭୟ ହାତ ଟେକିଲେ ଉଭୟଙ୍କ ସପକ୍ଷରେ। ବିଶେଷକରି ଦିଲ୍ଲୀରେ ଆବଶ୍ୟକ ବେଳେ ଅକୁଣ୍ଠ ସହଯୋଗ ଯୋଗାଇ ଚାଲିଲା ବିଜେଡି। ଦୁଇଦଳ ମଧ୍ୟରେ ସମ୍ପର୍କକୁ ଦେଖି ଲାଗୁଥିଲା-‘କାଉ କୋଇଲିର ଏକା ବର୍ଣ୍ଣ, ରାବନ୍ତି ଖାଲି ଭିନ୍ନ ଭିନ୍ନ’। ଆଶ୍ଚର୍ଯ୍ୟର ବିଷୟ ଦୁଇ ଦଳ ପରସ୍ପର ପ୍ରତି ଏତେ କୋମଳ ମନୋଭାବ ପୋଷଣ କରିବା ସତ୍ତ୍ବେ ତୃଣମୂଳ ସ୍ତରର ରାଜନୀତି ଥିଲା ସମ୍ପୂର୍ଣ୍ଣ ଭିନ୍ନ। ଉଭୟ ଦଳର କର୍ମୀଙ୍କ ଆଭିମୁଖ୍ୟ ଥିଲା ସମ୍ପୂର୍ଣ୍ଣ ଆକ୍ରମଣାତ୍ମକ। ନିଜ ନିଜର ରାଜନୈତିକ କ୍ଷେତ୍ର ପ୍ରସ୍ତୁତ ପାଇଁ ନିଆଁରେ ଘିଅ ଢାଳୁଥିଲେ ଉଭୟ ଦଳର ଛାମୁଆ ନେତା। ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କଲ୍ୟାଣକାରୀ ଯୋଜନାର ଶ୍ରେୟ ନେବା ପାଇଁ ଦୁଇଦଳ ମଧ୍ୟରେ ଚାଲୁଥିଲା କମର କଷାକଷି। ରାଜ୍ୟ ଦେଉ କି କେନ୍ଦ୍ର ଦେଉଛି- ଏହାକୁ ନେଇ ସ୍ଥାନୀୟ ନେତାଙ୍କ ଭିତରେ ଚାଲୁଥିଲା କାଦୁଅ ଫିଙ୍ଗାଫିଙ୍ଗି । ଲଢେଇ ପୂର୍ବରୁ ଷଣ୍ଢ ଛାଇ ପୋତାପୋତି ହେଲା ପରି ଦୁଇଦଳ ଭିତରେ ଚାଲିଥିବା ପାଗ ଭିଡ଼ାଭିଡ଼ି ଦେଖି ଲାଗୁଥିଲା ଏଥର ମଇଦାନରେ ଖୁବ ଜୋରଦାର ହେବ ଲଢ଼େଇ। ଆଶାୟୀ ପ୍ରାର୍ଥୀ ଓ କର୍ମୀଙ୍କ ଦ୍ବାରା କ୍ଷେତ୍ର ବି କର୍ଷଣ ସରିଥିଲା ଖୁବ୍ ବଢିଆ ଢଙ୍ଗରେ। ଯୁଦ୍ଧ ବିଗୁଲ ବାଜିବା ଆଗରୁ ଭିଡା ସରିଥିଲା ପାଗ। କିନ୍ତୁ ଯୁଦ୍ଧ ବଦଳରେ ଯେ ସନ୍ଧି ହେବ ଏକଥା ଜାଣିପାରି ନ ଥିଲେ କର୍ମୀ। ରଣରଙ୍କ ଦୁଇ ସେନାପତି ଯେ ଯୁଦ୍ଧ ପୂର୍ବରୁ ଅସ୍ତ୍ରଛାଡି ଏଭଳି ପାଣିଚିଆ ନିଷ୍ପତ୍ତି ନେବେ ତା’ର ଟେର ପାଇ ନ ଥିଲେ ପ୍ରତିପକ୍ଷ ବିରୋଧରେ ସିଂହରଡି ଛାଡୁଥିବା ଛାମୁଆ ନେତାମାନେ। ମେଣ୍ଟର ଉଦ୍ଦେଶ୍ୟ ସେବା ହେଉ କି ସ୍ବାର୍ଥ ହେଉ ଏଥିରେ ଖୁବ୍ ଆଘାତପ୍ରାପ୍ତ ହୋଇଛି କର୍ମୀ। ଗାଁରେ କହନ୍ତି-‘ତେଲ ଓ ତେଲି ହୋଇଲେ ଏକା, ପିଡିଆ ଖଣ୍ଡକ ବାହାରେ ପକା।’ ଏବେ ସେଇ ଅବସ୍ଥା ହୋଇଛି କର୍ମୀର। କେହି ବୁଝିଲେନି ପରସ୍ପର ବିରୋଧରେ ପାଟିତୁଣ୍ଡ, ପିଟାପିଟି ଓ ଥାନା ପୋଲିସ ହୋଇ ଦୀର୍ଘଦିନ ଧରି ଯନ୍ତ୍ରଣା ଭୋଗୁଥିବା କର୍ମୀଙ୍କ ମନକଥା। ସୋସିଆଲ ମିଡିଆରେ ଅଜାଡି ହୋଇପଡୁଛି ତା’ର କ୍ଷୋଭ ଆଉ ଅବଶୋଷ। ମେଣ୍ଟ ନିଷ୍ପତ୍ତିକୁ ଆଦୌ ଗ୍ରହଣ କରି ପାରୁ ନ ଥିବା କର୍ମୀଟିର ଅନ୍ତତଃ ଏବେ ଏତିକି ଅଭିଜ୍ଞତା ହେଲା- ଉପରେ ରାଜନୀତି କରୁଥିବା ଲୋକ ଯେତିକି ଚତୁର, ତଳ ସ୍ତରରେ ସେମାନଙ୍କ ଜିନ୍ଦାବାଦ କରି ପରସ୍ପର ଭିତରେ ସମ୍ପର୍କ ଖରାପ କରୁଥିବା ଲୋକ ସେତିକି ବୋକା। କର୍ମୀଙ୍କ କଥା ଛାଡନ୍ତୁ ରାଜନୀତିରେ ସାମାନ୍ୟ ରୁଚି ରଖିଥିବା ଲୋକଙ୍କ ମନରେ ବି ପ୍ରଶ୍ନ-କାହା ବିରୋଧରେ ଏହି ମେଣ୍ଟ ? ସମସ୍ତେ ଜାଣନ୍ତି ଏବେ ଓଡ଼ିଶାରେ ଆଦୌ ଭଲ ନାହିଁ କଂଗ୍ରେସର ସ୍ଥିତି। କେହି କେହି କୁହାଳିଆ ନେତା ହୁଏତ ଆଗାମୀ ନିର୍ବାଚନରେ ତାଙ୍କ ଦଳ ଖୁବ୍ ଭଲ ପ୍ରଦର୍ଶନ କରିବ ବୋଲି ବାହୁସ୍ଫୋଟ ମାରିପାରନ୍ତି, କିନ୍ତୁ ଏଭଳି ମନ୍ତବ୍ୟର ବାସ୍ତବ ଆଧାର ହେଲା- ‘ସାହୁ କହିଛି, ପାଚିଲା ଧାନରେ ମଇ ଦେଉଛି’। କଂଗ୍ରେସ ଏତେ ଦୟନୀୟ ସ୍ଥିତିରେ ଥିବାବେଳେ ଆଉ କାହା ଭୟରେ ମେଣ୍ଟ? ଯଦି ତୁ ତ ମୂତୁରୀ ମୁଁ ତ ମୂତୁରୀ ହେଁସ କାହିଁପାଇଁ ଧୋଇବା’ ନ୍ୟାୟରେ ମେଣ୍ଟ ହେଉଥାଏ ତେବେ ଧରିନେବାକୁ ହେବ ଯେ ଅନ୍ୟ କେହି ରାଜନୈତିକ ପ୍ରତିପକ୍ଷ ବିରୋଧରେ ନୁହେଁ, ବରଂ ଏ ମେଣ୍ଟ ସାଧାରଣ ଲୋକଙ୍କ ବିରୋଧରେ। ପ୍ରସଙ୍ଗ କ୍ରମେ ଆଉ ଯେଉଁ କଥାଟି ଯଥେଷ୍ଟ ଗୁରୁତ୍ୱ ବହନ କରେ ତାହା ହେଲା- ଶାସକଦଳ ଓ ମୁଖ୍ୟ ବିରୋଧୀ ଦଳ ମଧ୍ୟରେ ଯଦି ମେଣ୍ଟ କରିବାର ଥିଲା, ତେବେ ନିଜ ଢୋଲ ନିଜେ ପିଟିବାକୁ ଯାଇ ବିଜ୍ଞାପନ ବାବଦରେ ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଗଲା କାହିଁକି ? ଯେଉଁଠି ଲୋକଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ ହୋଇପାରୁନି, ସେଠାରେ ନିର୍ବାଚନକୁ ଆଖି ଆଗରେ ରଖି ବିକାଶକୁ ଏତେ ଜୋରରେ ଦୌଡେଇବାରେ କି ଲାଭ? ରାଜନୀତିରେ ପଦକ୍ଷେପର ପ୍ରାୟତଃ ଦୁଇଟି ଦିଗ ଥାଏ -ଗୁଣ ଓ ଖୁଣ। ଏଭଳି ମେଣ୍ଟ ରାଜନୀତିର ଖୁଣ ତ ଅନେକ। କିନ୍ତୁ ଗୁଣ ବୋଲି ଯାହାକୁ କହିବା ସେ କଥାଟି ହେଲା- ଘର ପଛେ ପୋଡିଯାଉ, ଓଡ଼ଶ କେଞ୍ଚେ ପାଇବା ଦରକାର। ଆମ ଦେଶରେ ନିର୍ବାଚନ ଋତୁ ଆସିଲେ ପ୍ରାୟତଃ ସବୁ ଦଳ ପକ୍ଷରୁ ଆୟୋଜିତ ହୁଏ ମିଶ୍ରଣ ପର୍ବ। ଯେଉଁମାନେ ଅନ୍ୟ ଦଳରେ କୋଣଠେସା ହୋଇ ପଡିଥାନ୍ତି,ଟିକେଟ ପାଇବା ଆଶା ହରେଇ ଥାନ୍ତି କିମ୍ବା ଦୁର୍ନୀତିରେ ଛନ୍ଦିହୋଇ ନିରାପଦ ଆଶ୍ରା ଖୋଜୁଥାନ୍ତି,ସେମାନଙ୍କୁ ମିଳିଯାଏ ନୂଆ ଶିବିରରେ ଶରଣ ନେବାର ସୁଯୋଗ। ମଜାର କଥା ଏବେ ଅକଳରେ ପଡିଛନ୍ତି ସଦ୍ୟ ଶିବିର ପରିବର୍ତ୍ତନ କରିଥିବା କିଛି ଟିକେଟ ଆଶାୟୀ। କାରଣ ଏମାନେ ରଙ୍ଗ ବଦଳେଇବାର କେଇ ଘଣ୍ଟା ମଧ୍ୟରେ ରଙ୍ଗ ବଦଳେଇଲା ନିଜେ ରାଜନୀତି। ସମ୍ପ୍ରତି ଏମାନଙ୍କର ଦୁର୍ଦ୍ଦଶା କଥା ଭାବିଲେ ମନେପଡ଼େ ‘ସୋଲେ’ ଚଳଚ୍ଚିତ୍ରର ସେହି ସ୍ମରଣୀୟ ସଂଳାପ-‘ତେରା କ୍ୟା ହୋଗାରେ କାଲିଆ’। କେବଳ ଦଳଡିଆଁ ନୁହନ୍ତି, ନୂଆ ସମୀକରଣ ନେଇ ଘର ସଜାଡୁଥିବା ନେତାଙ୍କ ମୁଣ୍ଡ ବି ଗୋଲ। କେଉଁ ଆଧାରରେ ଆସନ ବୁଝାମଣା ହେବ, ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଉଛି ଭିନ୍ନ ଭିନ୍ନ ଗଣିତ। ସେହି ଆଧାରରେ ମନକୁ ଛୁଇଁଲାଣି- ‘ମୁଁ ଯାହାକୁ ଆଖେଇ ଥିଲି,ଆଉ କିଏ ତାକୁ କାଖେଇଲାଣି’ର ଭୟ। କେଉଁ ଆସନ କାହା ଭାଗରେ ପଡିବ ତା’ର ପୂର୍ବାନୁମାନ କରି ହେଉ ନ ଥିବାରୁ ଆଶାୟୀଙ୍କ ଏଭଳି ଆଶଙ୍କା ସ୍ବାଭାବିକ। କାରଣ ଆସନ ବୁଝାମଣାର ସୂତ୍ରଟି ହେଉଛି ତେଲିଆ ମୁଣ୍ଡରେ ତେଲ। ଅର୍ଥାତ୍ ଆସନକୁ ନେଇ ନୁହେଁ, ପ୍ରାର୍ଥୀଙ୍କ ପତିଆରାକୁ ଦୃଷ୍ଟିରେ ରଖି ଚୂଡାନ୍ତ ହୁଏ ଭାଗବଣ୍ଟା। ଏହା ଦ୍ବାରା ତୃଣମୂଳ ସ୍ତରର ନେତା ବଳି ପଡନ୍ତି ଓ ଝିଣ୍ଟିକା ମାରି ବଣି ପୋଷିବା ନ୍ୟାୟରେ ଚମକି ଉଠେ କିଛି ପ୍ରଭାବଶାଳୀ ନେତାଙ୍କ ଭାଗ୍ୟ। ଏହି ପରିପ୍ରେକ୍ଷୀରେ ଶେଷ କଥାଟି ହେଉଛି ପ୍ରକୃତ ଯୋଦ୍ଧା ପକ୍ଷରେ ବିଜୟ କିମ୍ବା ମୃତ୍ୟୁ ଶ୍ରେୟସ୍କର, କିନ୍ତୁ ସନ୍ଧି ନୁହେଁ। ବିଜୁ ପଟ୍ଟନାୟକ ନଗର, ଭଦ୍ରକ
https://www.dharitri.com/france-bitrain-ukraine-germany-unites-with-israel/
ଇସ୍ରାଏଲ ସହିତ ଫ୍ରାନ୍ସ-ବିଟ୍ରେନ-ୟୁକ୍ରେନ-ଜର୍ମାନୀ ଏକଜୁଟ… ଜେରୁଜେଲମ,୭।୧୦ : ଶନିବାର ସକାଳେ ହମାସର ଯୁଦ୍ଧବିମାନ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଗାଜା ଅଞ୍ଚଳରେ ହମାସ ଯୁଦ୍ଧବିମାନ ରକେଟ ମାଡ କରିଥିଲା। ପରେ ପାରାଗ୍ଲାଇଡିଂ ହମାସ ସଦସ୍ୟମାନେ ସଡକ ଏବଂ ଅନ୍ୟାନ୍ୟ ମାର୍ଗରେ ଇସ୍ରାଏଲରେ ପ୍ରବେଶ କରି ସେମାନଙ୍କ ସାମ୍ନାରେ ଯାହାକୁ ଦେଖିଲେ ଗୁଳି ଚଳାଇଥିଲେ। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏହାକୁ ନେଇ ହମାସ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି ଏବଂ ସମଗ୍ର ଇସ୍ରାଏଲରେ ରେଡ ଆଲର୍ଟ ଜାରି କରାଯାଇଛି। ସେ କହିଛନ୍ତି ଆଜି ସକାଳେ ହମାସ ଏକ ବଡ଼ ଭୁଲ କରିଛି, ସେମାନେ ଇସ୍ରାଏଲ ବିରୋଧରେ ଯୁଦ୍ଧ ଆରମ୍ଭ କରିଛନ୍ତି, ଇସ୍ରାଏଲ ନିଶ୍ଚିତ ଭାବେ ଏହାକୁ ଜିତିବ । ଏହି ସମୟରେ, ମଧ୍ୟ ପୂର୍ବ ଦେଶ ଉପରେ ହୋଇଥିବା ଆକ୍ରମଣକୁ ଫ୍ରାନ୍ସ, ବ୍ରିଟେନ, ୟୁକ୍ରେନ ଏବଂ ଜର୍ମାନୀ ନିନ୍ଦା କରିଛନ୍ତି। ବ୍ରିଟିଶ ବୈଦେଶିକ ସଚିବ ଜେମ୍ସ କ୍ଲିଭର୍ଲି କହିଛନ୍ତି ପାଲେଷ୍ଟାଇନ ଇସଲାମ ଗୋଷ୍ଠୀ ହମାସ ଦ୍ୱାରା ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣକୁ ବ୍ରିଟେନ ନିନ୍ଦା କରୁଛି। ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଜେମ୍ସ କ୍ଲିଭର୍ଲି କହିଛନ୍ତି, ଇସ୍ରାଏଲର ସାଧାରଣ ନାଗରିକଙ୍କ ଉପରେ ହମାସ ଦ୍ୱାରା ହୋଇଥିବା ଭୟଙ୍କର ଆକ୍ରମଣକୁ ବ୍ରିଟେନ ନିନ୍ଦା କରିଛି। ବ୍ରିଟେନ ସର୍ବଦା ଇସ୍ରାଏଲର ନିଜକୁ ରକ୍ଷା କରିବାର ଅଧିକାରକୁ ସମର୍ଥନ କରିବ। ଫ୍ରାନ୍ସର ବୈଦେଶିକ ମନ୍ତ୍ରଣାଳୟ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛି। ମନ୍ତ୍ରଣାଳୟ କହିଛି, ଫ୍ରାନ୍ସ ଇସ୍ରାଏଲ ଏବଂ ଏହି ଆକ୍ରମଣର ଶିକାର ହୋଇଥିବା ଲୋକଙ୍କ ସହିତି ଛିଡା ହୋଇଛି। ଜର୍ମାନ ବୈଦେଶିକ ମନ୍ତ୍ରୀ ଆନ୍ନାଲେନା ବେରବକ ଏହି ଆକ୍ରମଣକୁ ନିନ୍ଦା କରି କହିଛନ୍ତି ନିରୀହ ଲୋକଙ୍କ ପ୍ରତି ହିଂସା ତୁରନ୍ତ ବନ୍ଦ ହେବା ଆବଶ୍ୟକ। ମୁଁ ଗାଜାରେ ଇସ୍ରାଏଲ ବିରୁଦ୍ଧରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରୁଛି। ନିରୀହ ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ହିଂସା ଏବଂ ରକେଟ ଆକ୍ରମଣ ତୁରନ୍ତ ବନ୍ଦ ହେବା ଆବଶ୍ୟକ। ଆମେ ଇସ୍ରାଏଲ ସହିତ ଏଛୁ। ୟୁକ୍ରେନ କହିଛି ଇସ୍ରାଏଲ ବିରୁଦ୍ଧରେ ଚାଲିଥିବା ଆକ୍ରମଣକୁ ଜେରୁଜେଲମ ଏବଂ ତେଲ ଆଭିଭରେ ସାଧାରଣ ନାଗରିକଙ୍କ ଉପରେ ରକେଟ ଆକ୍ରମଣକୁ ଆମେ ଦୃଢ଼ ନିନ୍ଦା କରୁଛୁ। ୟୁକ୍ରେନ କହିଛି ନିଜକୁ ତଥା ଏହାର ଲୋକଙ୍କୁ ରକ୍ଷା କରିବାର ଅଧିକାରରେ ଆମେ ଇସ୍ରାଏଲକୁ ସମର୍ଥନ କରୁଛୁ। ଇସ୍ରାଏଲର ସାମରିକ ମୁଖପାତ୍ର ରିଚାର୍ଡ ହେଚ କହିଛନ୍ତି ଏହା ଏକ ମିଳିତ ଆକ୍ରମଣ ଯାହା ପାରାଗ୍ଲାଇଡର୍, ସମୁଦ୍ର ତଥା ସ୍ଥଳଭାଗ ଦେଇ ଘଟିଥିଲା। ସେ କହିଛନ୍ତି, ଆମେ ଗାଜା ଅଞ୍ଚଳର ଚାରିପାଖରେ ଯୁଦ୍ଧ କରୁଛୁ।
https://www.dharitri.com/3-and-a-half-hours-of-sleep-no-food-after-6-pm-mp-was-shocked-to-hear-modis-words/
ସାଢେ ୩ ଘଣ୍ଟା ନିଦ, ସନ୍ଧ୍ୟା ୬ଟା ପରେ କୌଣସି ଖାଦ୍ୟ ଗ୍ରହଣ କରନ୍ତି ନାହିଁ, ମୋଦିଙ୍କ କଥା ଶୁଣି ଚମକି ପଡିଲେ ଏମପି ନୂଆଦିଲ୍ଲୀ,୧୦।୨: ପାର୍ଲାମେଣ୍ଟରେ ବଜେଟ ଅଧିବେଶନର ଶେଷ ଦିନ ପୂର୍ବରୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ନେଇଯିବା ପରେ କିଛି ଏମପି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପାର୍ଲାମେଣ୍ଟ ଗୃହ କ୍ୟାଣ୍ଟିନରେ ପ୍ରଧାନମନ୍ତ୍ରୀଙ୍କ ସହ ବସିଥିବା ୮ଜଣ ଏମପିଙ୍କ ପାଇଁ ଏକ ଭାତ, ଖେଚୁଡି, ଖିରି, ପନିର, ଡାଲି, ରାଶି ଏବଂ ମାଣ୍ଡିଆ ମିଠା ଖାଇବା ପାଇଁ ଥିଲା। କେନ୍ଦ୍ର ମନ୍ତ୍ରୀ ତଥା ଏମପି ଏଲ ମୁରୁଗାନ ଏହାକୁ ଏକ ବିଶେଷ ଉତ୍ସବ ବୋଲି କହିଛନ୍ତି। ମନ୍ତ୍ରୀ ମୁରୁଗାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏହି ସମ୍ପୂର୍ଣ୍ଣ ବିଲ ପ୍ରଦାନ କରିଛନ୍ତି। ମଧ୍ୟାହ୍ନ ଭୋଜନରେ ବିଜେଡି ନେତା ସସ୍ମିତ ପାତ୍ର, ଆରଏସପି ନେତା ଏନ.କେ ପ୍ରେମଚନ୍ଦ୍ରନ, ଟିଡିପିର କେ.କେ ରାମ ମୋହନ ନାଇଡୁ, ବିଏସପିର ରିତେଶ ପାଣ୍ଡେ, ଭାଜପାର ହେନା ଗାଭିଟ, ଏସ ଫାଙ୍ଗନ କନକ, ଜାମିଆଙ୍ଗ ସେରିଙ୍ଗ ନାମଗାଲ ଏବଂ ଏଲ ମୁରୁଗାନ ଯୋଗ ଦେଇଥିଲେ। ଏଲ ମୁରୁଗାନ କହିଛନ୍ତି ଯେ ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ଏବଂ ଖୁସି ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଦୈନନ୍ଦିନ କାର୍ଯ୍ୟ, ବ୍ୟାୟାମ ଏବଂ ତାଙ୍କ କରାଚି ଗସ୍ତ ସହିତ ତାଙ୍କର ବିଦେଶ ଯାତ୍ରା ବିଷୟରେ କହିଥିଲେ। ଆମେ ତାଙ୍କ ସହିତ ୪୫ ମିନିଟ ବିତାଇବାକୁ ଏକ ସୁଯୋଗ ପାଇଲୁ। ଆମେ ତାଙ୍କଠାରୁ ଅନେକ ପ୍ରେରଣାଦାୟକ ଜିନିଷ ଶିଖିଲୁ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ସାଢେ ୩ ଘଣ୍ଟା ଶୁଅନ୍ତି ଏବଂ ସା ୬ଟା ପରେ ଖାଦ୍ୟ ଖାଉ ନାହାଁନ୍ତି। ମୁରୁଗାନ କହିଛନ୍ତି ଯେ ଏମପିମାନେ ସବୁ ଦଳର ଥିଲେ ଏବଂ ଭାରତର ବିଭିନ୍ନ ଅଞ୍ଚଳର ପ୍ରତିନିଧିତ୍ୱ କରୁଥିଲେ। ପ୍ରଧାନମନ୍ତ୍ରୀ ମୋଦି ଜଣେ ସାଧାରଣ ବ୍ୟକ୍ତିଙ୍କ ପରି ଆମ ସହ ବସିଥିଲେ, ସେ ସେଠାରେ ପ୍ରଧାନମନ୍ତ୍ରୀଙ୍କ ପରି ବସି ନଥିଲେ ଏବଂ ପରେ ସେ ଏହି ବିଲ ପ୍ରଦାନ କରିଥିଲେ। ମୁଁ ତଥାପି ସେହି ଭାବନାଠାରୁ ନିଜକୁ ଦୂରେଇ ରଖିବାରେ ଅସମର୍ଥ।
https://www.dharitri.com/the-thief-stole-the-temple-treasury/
ମନ୍ଦିର ଦାନହୁଣ୍ଡି ଚୋରି କରି ନଦୀ ବାଲିରେ ପୋତିଦେଲେ ଦୁର୍ବୃତ୍ତ ସୋରଡ଼ା,୨୩।୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡ଼ାସ୍ଥିତ ପଞ୍ଚାନନ ହୁଣ୍ଡିକୁ ଶୂକ୍ରବାର ରାତିରେ ଦୁର୍ବୃତ୍ତମାନେ ଚୋରି କରି ନେଇଥିବା ଶନିବାର ସକାଳେ ମନ୍ଦିର ପୂଜକ ଯାଇ ଦେଖିଥିଲେ। ଏନେଇ ପରିଚାଳନା କମିଟିକୁ ଖବର ଦେଇଥିଲେ। କମିଟି ସଭ୍ୟ ମନୋଜ କୁମାର ପଟ୍ଟନାୟକ ଥାନାକୁ ଜଣାଇଥିଲେ। ଥାନାଧିକାରୀ ରମେଶ କୁମାର ପ୍ରଧାନ,ଏସ୍ଆଇ ସୁନୀଲ କଣ୍ଡୋଗୋରି ପ୍ରମୁଖ ପହଞ୍ଚି ଖୋଜିବା ଆରମ୍ଭ କରିଥିଲେ। ମନ୍ଦିର ନିକଟ ଜରଉ ନଦୀ ପଠା ବାଲିରେ ପୋତି ହୋଇଥିବା ହୁଣ୍ଡିଟିକୁ ଉଦ୍ଧାର କରାଯାଇଛି। ହୁଣ୍ଡିଟି ଶକ୍ତ ଲୁହାରେ ତିଆରି ଯୋଗୁ ଚୋରମାନେ ସେଥିରୁ ଅର୍ଥ ବାହାର କରିପାରିନାହାନ୍ତି। ଏଥିରେ ୩ରୁ ଅଧିକ ଲୁଟେରା ସଂପୃକ୍ତ ଥିବା ଅନୁମାନ କରାଯାଉଛି । ତେବେ ହୁଣ୍ଡିଟିକୁ ନେବା ସମୟରେ ମନ୍ଦିରର ପାହାଚଗୁଡ଼ିକ ଆଂଶିକ ଭାଙ୍ଗିଯାଇଛି। ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।
https://www.dharitri.com/କିଙ୍ଗ୍‌-ମେକରଙ୍କ-ଭୂମିକା/
କିଙ୍ଗ୍‌-ମେକରଙ୍କ ଭୂମିକା ବୈକୁଣ୍ଠନାଥ ମିଶ୍ର ଅନେକ ସମୟରେ ଦେଖାଯାଏ ଯେ, କୌଣସି ଶାସନର ସର୍ବୋଚ୍ଚ ସ୍ତରରେ ଏପରି ଜଣେ ଜଣେ ବିଦ୍ୱାନ୍ ବ୍ୟକ୍ତିଙ୍କର ଆବିର୍ଭାବ ଘଟିଥାଏ, ଯାହାଙ୍କର ଅନନ୍ୟ ପ୍ରତିଭା ଯୋଗୁ ଶାସନ ମୁଖ୍ୟ ତାଙ୍କ ଉପରେ ବେଶ୍ ନିର୍ଭରଶୀଳ ହୋଇଥାନ୍ତି। ସେମାନେ ନିଜେ କିଙ୍ଗ୍ ନ ହୋଇ କିଙ୍ଗ୍ମେକରର ଭୂମିକା ନିର୍ବାହ କରନ୍ତି। ସେହି କିଙ୍ଗ୍ମେକରମାନେ ପ୍ରଚ୍ଛଦପଟ ନାୟକ ହିସାବରେ ତାଙ୍କ ବିଚକ୍ଷଣତାର ପ୍ରୟୋଗ କରି ମୁଖ୍ୟଙ୍କୁ ସଦା ବିପଦମୁକ୍ତ କରିବା ସହ ତାଙ୍କ ସଫଳତାର ମାର୍ଗ ଉନ୍ମୁକ୍ତ କରନ୍ତି। ବିରୋଧୀ ଏପରିକି ଆପଣା ଲୋକଙ୍କ ପକ୍ଷରୁ ବାରମ୍ବାର ଆପତ୍ତି ଅଭିଯୋଗ କରାଯାଉଥିଲେ ମଧ୍ୟ ଶାସନମୁଖ୍ୟ ସେଥିପ୍ରତି ଉଦାସୀନ ରହନ୍ତି। ଶାସନ ପରିଚାଳନାରେ ସେମାନଙ୍କ ଦକ୍ଷତା, ନିଷ୍ଠା, ମୂଲ୍ୟବାନ ଉପଦେଶ ତଥା ପରାମର୍ଶ ସେମାନଙ୍କୁ ମୁଖ୍ୟଙ୍କର ଅତି ବିଶ୍ୱସ୍ତ ଓ ନିର୍ଭରଶୀଳ କରିଥାଏ। ଇତିହାସ ପୃଷ୍ଠା ଏପରି କିଙ୍ଗ୍ମେକରଙ୍କ ବିରଳ କୃତିତ୍ୱରେ ଚିର ଭାସ୍ବର। ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଆଚାର୍ଯ୍ୟ ଚାଣକ୍ୟ ତିନିପୁରୁଷ ଧରି ଯେଉଁ ଦିଗ୍ଦର୍ଶନ ଦେଇ ଆସୁଥିଲେ ତା’ର ପରିଣାମସ୍ବରୂପ ମୌର୍ଯ୍ୟ ସମ୍ରାଟମାନେ କେବଳ ଦିଗନ୍ତବିସ୍ତୃତ ସାମ୍ରାଜ୍ୟର ଅଧିପତି ହୋଇ ନ ଥିଲେ ବରଂ ଯଶ ଓ କ୍ଷମତାର ପ୍ରାଚୁର୍ଯ୍ୟ ମଧ୍ୟରେ ସୁଶାସକର ଗୌରବ ଅର୍ଜନ କରିଥିଲେ। ଚନ୍ଦ୍ରଗୁପ୍ତ ପରି ଏକ ଗ୍ରାମୀଣ ଯୁବକଙ୍କୁ ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟରେ ପରିଣତ କରିବା ମୂଳରେ ନିହିତ ଥିଲା ଚାଣକ୍ୟଙ୍କ ବୁଦ୍ଧି। ସମ୍ରାଟ ବିନ୍ଦୁସାର ଓ ଅଶୋକ ମଧ୍ୟ ଆଚାର୍ଯ୍ୟ ଚାଣକ୍ୟଙ୍କର ପ୍ରାଜ୍ଞ ଅନୁଶାସନର ଏକ ଏକ ସଫଳ ରୂପାୟନ। ଗଭୀର ପ୍ରଜ୍ଞା ଓ ପ୍ରଗାଢ଼ କୂଟନୀତି ସହ ପ୍ରତ୍ୟୁତ୍ପନ୍ନମତିତାର ବିରଳ ସମ୍ମିଶ୍ରଣ ଆଚାର୍ଯ୍ୟଙ୍କୁ ଅନନ୍ୟ କରି ଗଢ଼ିତୋଳିଥିଲା। ବିନ୍ଦୁସାରଙ୍କ ସ୍ବପତ୍ନୀସମ୍ଭୂତ ତିନି ପୁତ୍ର ଥିଲେ ମଧ୍ୟ ଦାସୀପୁତ୍ର ଅଶୋକଙ୍କଠାରେ ସେ ଦେଖିଥିଲେ ତାଙ୍କ ଈପ୍ସିତ ଶାସକର ପ୍ରତିଚ୍ଛବି। ମଗଧ ସମ୍ରାଟଙ୍କ ପକ୍ଷେ କ’ଣ ଉଚିତ ବା ଅନୁଚିତ ତା’ର ସମ୍ଭାବ୍ୟ ନକ୍ସା ଆଙ୍କୁଥିଲେ ଏହି ସ୍ଥିତପ୍ରଜ୍ଞ ଆଚାର୍ଯ୍ୟ। ନିଜେ ନିରାଡମ୍ବର ଜୀବନ ବିତାଇ ଶାସକଙ୍କ ହିତ ଚିନ୍ତନ କରିବା ଥିଲା ଚାଣକ୍ୟଙ୍କର ସର୍ବଶ୍ରେଷ୍ଠ ଆଦର୍ଶ। ଶ୍ରେଷ୍ଠ କୂଟନୀତିଜ୍ଞ କୌଟିଲ୍ୟଙ୍କୁ ଶେଷରେ କୂଟନୀତି ଦ୍ୱାରା ଅଗ୍ନିଦଗ୍ଧ କରି ହତ୍ୟା କରାଗଲା। ଶାସ୍ତ୍ର କହେ ବିଦ୍ୱାନ୍ ଧନୀ ନୁହନ୍ତି କି ନୃପତି ଦୀର୍ଘଜୀବୀ ନୁହନ୍ତି। ତେଣୁ ତ ମୌର୍ଯ୍ୟ ସାମ୍ରାଜ୍ୟର ତିନିପୁରୁଷ ଧରି ସେ ଆରାଧ୍ୟ ଗୁରୁଙ୍କର ସ୍ଥାନ ଅଧିକାର କରିଥିଲେ। ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ- ”ଗନ୍ଧଂ ସୁବର୍ଣ୍ଣେ ଫଳମିକ୍ଷୁଦଣ୍ଡେ ନାକାରି ପୁଷ୍ପଂ ଖଳୁ ଚନ୍ଦନସ୍ୟ, ବିଦ୍ୱାନ୍ ଧନୀ ଭୂପତି ଦୀର୍ଘଜୀବୀ ଧାତୁଃ ପୁରା କୋଽପି ନ ବୁଦ୍ଧିଦୋଽଭୂତ୍।“ ଅର୍ଥାତ୍ ମୂଲ୍ୟବାନ ଧାତୁ ସୁବର୍ଣ୍ଣରେ ଗନ୍ଧ ନାହିଁ, ଆଖୁଗଛ ମିଠା କିନ୍ତୁ ଏହାର ଫଳ ନାହିଁ। ସୁଗନ୍ଧିତ ଚନ୍ଦନ ବୃକ୍ଷରେ ଫୁଲ ନାହିଁ। ବିଦ୍ୱାନ୍, ଗୁଣୀ କିନ୍ତୁ ଧନୀ ନୁହନ୍ତି। କ୍ଷମତା ଓ ପରାକ୍ରମର ଉତ୍କର୍ଷ ଥିଲେ ମଧ୍ୟ ରାଜାମାନେ ଦୀର୍ଘଜୀବୀ ନୁହନ୍ତି। ବୋଧହୁଏ ବିଧାତାଙ୍କର କେହି ପରାମର୍ଶଦାତା ନ ଥିଲେ। ମୋଗଲ ସମ୍ରାଟ ଆକବରଙ୍କ ସମୟର ଏକ କାହାଣୀ, ଯେଉଁଥିରେ କିଙ୍ଗ୍ମେକରଙ୍କ ଭୂମିକା ପ୍ରଦର୍ଶିତ ହୋଇଛି। ସମ୍ରାଟଙ୍କ ରାଜସଭାରେ ଅନେକ ଜ୍ଞାନୀ, ଗୁଣୀ ପଣ୍ଡିତ ଥିଲେ ବି ତାଙ୍କ ପାଇଁ ନିର୍ଭରଯୋଗ୍ୟ ଥିଲେ ପଣ୍ଡିତ ବୀରବଲ, ଯାହାଙ୍କର ଅନନ୍ୟ ପ୍ରତିଭା ସମ୍ରାଟଙ୍କୁ ଯେ କୌଣସି ସମସ୍ୟା ଓ ବିପତ୍ତିରୁ ରକ୍ଷା କରୁଥିଲା। ଦ୍ୱିତୀୟତଃ ସଙ୍ଗୀତଜ୍ଞ ତାନ୍ସେନ ଥିଲେ ଅତି ପ୍ରିୟ। କୁହାଯାଏ ତାନ୍ସେନଙ୍କ ମେଘମହ୍ଲାର ମୂର୍ଚ୍ଛନାରେ ମେଘମୁକ୍ତ ଆକାଶ ଜଳପ୍ରସୂ ହୋଇ ଝରିପଡୁଥିଲା ସ୍ନିଗ୍ଧ ବାରିଧାରା। ସମ୍ରାଟଙ୍କ ରାଜସଭାର ଉଭୟ ହିନ୍ଦୁ ଓ ମୁସଲମାନ ପାରିଷଦ ମଣ୍ଡଳୀ ଈର୍ଷାନ୍ବିତ ହୋଇ ଉଭୟଙ୍କ ବିରୋଧରେ ସମ୍ରାଟଙ୍କ ନିକଟରେ ଗୁପ୍ତ ଅଭିଯୋଗ ବାଢୁଥିଲେ। ବାରମ୍ବାର ଏପରି ଅଭିଯୋଗରେ ଅତିଷ୍ଠ ସମ୍ରାଟ ଏକ କୌଶଳର ଆଶ୍ରୟ ନେଲେ। ଦିନେ ଏକାନ୍ତରେ ସମ୍ରାଟ ବୀରବଲ ଓ ତାନ୍ସେନଙ୍କୁ ଡକାଇ ଏକ ପତ୍ର ଦେଇ ବର୍ମା ରାଜଦରବାରକୁ ପ୍ରେରଣ କଲେ। ଅଭିଯୋଗ କରୁଥିବା ଜଣେ ବରିଷ୍ଠ ମନ୍ତ୍ରୀଙ୍କୁ ସମ୍ରାଟ ଏ ଗୁପ୍ତ ଚିଠିଟି ପଢ଼ାଇ ନୀରବ ରହିବାକୁ ଆଦେଶ ଦେଲେ। ବୀରବଲ ଓ ତାନ୍ସେନ ବର୍ମା ରାଜାଙ୍କୁ ପତ୍ରଟି ହସ୍ତାନ୍ତର କଲେ। ବନ୍ଧୁ ଆକବରଙ୍କ ଦ୍ୱାରା ପ୍ରେରିତ ରାଜଦୂତଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇ ଅତିଥି ଭବନରେ ରଖାଗଲା। କିନ୍ତୁ ଚିଠିଟି ପାଠକଲା ପରେ ରାଜାଙ୍କ ମୁଖମଣ୍ଡଳ ବିଷଣ୍ଣ ହୋଇଗଲା। ଚିଠିରେ ଉଲ୍ଲେଖ ଥିଲା ବନ୍ଧୁ! ପତ୍ରବାହକ ଦୁହେଁ
https://www.dharitri.com/15-lakhs-loot-self-deposit-in-account-no/
ଖାତାରେ ଜମା ନାଁରେ ୧୫ ଲକ୍ଷ ଆତ୍ମସାତ୍‌ ଭୁବନେଶ୍ୱର,୭।୪ (ବ୍ୟୁରୋ): ଲୋକଙ୍କଠାରୁ ଟଙ୍କା ଆଦାୟ କରି ଜମା ନାଁରେ ୧୫ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଲିଙ୍ଗରାଜ ଥାନା ପୋଲିସ ଜଣେ ମହିଳା ଡାକ ଏଜେଣ୍ଟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଉକ୍ତ ଥାନା ଅଞ୍ଚଳରେ ରହୁଥିବା ଜଗତ୍ସିଂହପୁରର ସ୍ବର୍ଣ୍ଣଲତା ଦାସ। ତାଙ୍କଠାରୁ ୯୮ ଜଣଙ୍କର ୧୨୯ଟି ଆର୍ଡି ପାସବୁକ ଓ ପୋଷ୍ଟାଲ ପାସ୍ବୁକ ଜବତ କରାଯାଇଛି। ତେଣୁ ଏହି ଠକେଇ ଟଙ୍କା ବଢିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ଏଜେଣ୍ଟଙ୍କ ନାଁରେ ଆଉ ୩ରୁ ୪ ଜଣ ଲୋକ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଏଥିସହ ଅଭିଯୁକ୍ତ ମହିଳା କେତେଜଣ ଲୋକଙ୍କ ଘରକୁ ଯାଇ ଦସ୍ତଖତ ଆଣି ଟଙ୍କା ଉଠାଇନେଇଥିବା ପୋଲିସ ଜାଣିବାକୁ ପାଇଛି । ସୂଚନାନୁସାରେ, ଭୀମଟାଙ୍ଗୀ ପୋଷ୍ଟ ଅଫିସ୍ର ଡାକ ଏଜେଣ୍ଟ ଭାବେ ସ୍ବର୍ଣ୍ଣଲତା କାମ କରନ୍ତି। ସେ ଜମାଖାତା ଖୋଲିବାକୁ କହି ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିଲେ। ତେବେ ସେହି ଟଙ୍କା ଖାତାରେ ଜମା କରିବା ବଦଳରେ ଆତ୍ମସାତ କରିଦେଉଥିଲେ। ଏପରିକି ଧରା ନ ପଡ଼ିବା ଲାଗି ପାସ୍ବୁକ, ପୋଷ୍ଟାଲ ସେଭିଙ୍ଗ୍ସ ଆକାଉଣ୍ଟ ଖାତାକୁ ନିଜ ପାଖରେ ରଖୁଥିଲେ। ଗ୍ରାହକ ଯେତେ ମାଗିଲେ ବି ବାହାନା କରି ଦିନ ଗଡ଼ାଇଚାଲିଥିଲେ। ଲିଙ୍ଗରାଜ ମନ୍ଦିରରେ ଅଭଡା ପ୍ରସ୍ତ୍ରୁତ କରୁଥିବା ଜଣେ ମହିଳା ତାଙ୍କ ଜମାଖାତା ମାଗିବାକୁ ଅଭିଯୁକ୍ତା ଡାକ ଏଜେଣ୍ଟଙ୍କ ପାଖକୁ ଯାଇଥିଲେ। କିନ୍ତୁ ସେ ଖାତା ଦେବା ବଦଳରେ ଗାଳିଗୁଳଜ କରିବା ସହ ଧମକଚମକ ଦେଇଥିଲେ। ଏ ନେଇ ସମ୍ପୃକ୍ତ ମହିଳାଙ୍କ ସନ୍ଦେହ ହେବାରୁ ଥାନାର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଡାକ ଏଜେଣ୍ଟଙ୍କୁ ପଚରାଉଚରା କରିଥିଲା। ପରେ ପୋଲିସ ତାଙ୍କ ଘରୁ ବହୁ ଲୋକଙ୍କ ପାସବୁକ ଖାତା ଜବତ କରି ତଦନ୍ତ ପାଇଁ ଥାନାକୁ ଆଣିଥିଲା। ଏନେଇ ସେ ଦୋଷ ସ୍ବୀକାର କରିବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା।
https://www.dharitri.com/ଛତ୍ରପୁର-ତ୍ରାହି-ଅଚ୍ୟୁତ-ଆଶ/
ଛତ୍ରପୁର ତ୍ରାହି ଅଚ୍ୟୁତ ଆଶ୍ରମ ଜମି ବିବାଦ ମାମଲା: ହାଜର ହେଲେନି ସୁରବାବା, ୧ରେ ଶୁଣାଣି ଛତ୍ରପୁର,୨୬ା୯(ଡି.ଏନ.ଏ.)-ଛତ୍ରପୁର ତ୍ରାହି ଅଚ୍ୟୁତ ଆଶ୍ରମ ଜମି ବିବାଦ ମାମଲାରେ ବୁଧବାର ସ୍ଥାନୀୟ ଏସଡିଜେମ୍ କୋର୍ଟରେ ଚାର୍ଜଫ୍ରେମ ହୋଇପାରିନି। ମାମଲାର ଅଭିଯୁକ୍ତ ତଥା ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁରେନ୍ଦ୍ରନାଥ ମିଶ୍ର (ସୁରବାବା) ହାଜର ନ ହେବା ଏବଂ ଆପୋସ ବୁଝାମଣା ପିଟିଶନ ଦାଖଲ କରାଯାଇଥିବା କାରଣରୁ ଚାର୍ଜଫ୍ରେମ ହୋଇପାରିନି। ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ସୁରବାବାଙ୍କ ପୁଅ ତ୍ରିଲୋଚନ ମିଶ୍ର ବୁଧବାର କୋର୍ଟରେ ହାଜର ହୋଇ ଥିଲେ ା ଆସନ୍ତା ୧ ତାରିଖରେ ଏହା ଉପରେ ଶୁଣାଣି ପାଇଁ ଏସ୍ଡିଜେଏମ୍ ସନ୍ତୋଷ କୁମାର ପାଣିଗ୍ରାହୀ ଦିନ ଧାର୍ଯ୍ୟ କରିଛନ୍ତି। ଅଭିଯୁକ୍ତ ବାପ, ପୁଅ ଏବଂ ଅଭିଯୋଗକାରୀ ତଥା ବ୍ରହ୍ମପୁର ଧର୍ମନଗର ସାହି ନିବାସୀ ମୋଚିରାମ ସାହୁଙ୍କ ପକ୍ଷରୁ ଏକ ଆପୋସ ବୁଝାମଣା ପିଟିଶନ ଏସ୍ଡିଜେଏମ୍ଙ୍କ କୋର୍ଟରେ ଦାଖଲ ହୋଇଥିଲା। ମାମଲାର ପରିଚାଳନା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏ ପର୍ଯ୍ୟନ୍ତ ପିପି କିମ୍ବା ଏପିପିଙ୍କୁ ଦାୟିତ୍ୱ ଦିଆଯାଇନି। ଏ ସମ୍ପର୍କରେ ଜଣାଇବାକୁ କ୍ରାଇମବ୍ରାଞ୍ଚକୁ କୋର୍ଟ କହିଛନ୍ତି। କ୍ରାଇମ୍ବ୍ରାଞ୍ଚ ଇନ୍ସପେକ୍ଟର ସରୋଜ ମହନ୍ତ କୋର୍ଟରେ ଉପସ୍ଥିତ ଥିଲେ ା ସରକାରଙ୍କ ପକ୍ଷରୁ କ୍ୟାଡର ଏପିପି ରାଜେଶ କୁମାର ମିଶ୍ର ଏବଂ ପ୍ରତିପକ୍ଷ ପକ୍ଷରୁ ଓକିଲ କେ. ଶିବିରାମ ରେଡ୍ଡୀ ମାମଲା ପରିଚାଳନା କରିଥିଲେ ା ସୂଚନାଯୋଗ୍ୟ, ଛତ୍ରପୁର ତହସିଲ ଅନ୍ତର୍ଗତ କଣମଣା ପଞ୍ଚାୟତ ଜୟଦୁର୍ଗା ନଗରରେ ଥିବା ଜମିକୁ ହଡ଼ପ କରି ସୁରବାବା ଓ ଅନ୍ୟମାନେ ତ୍ରାହି ଅଚ୍ୟୁତ ଆଶ୍ରମର ଏକ ଶାଖା ଖୋଲିଥିବା ପୂର୍ବରୁ ଜମିର ମାଲିକ ଥିବା ମୋଚିରାମ ଅଭିଯୋଗ କରିଥିଲେ ା ଏ ନେଇ ସେ ୨୦୧୫ ଅଗଷ୍ଟ ୩ ତାରିଖରେ ଛତ୍ରପୁର ଥାନାରେ ସୁରବାବା, ତାଙ୍କ ପୁଅ ତ୍ରିଲୋଚନଙ୍କ ସମେତ ୩ ଜଣଙ୍କ ନାଁରେ ଏତଲା ଦେଇଥିଲୋ ପରେ ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା ା ଅନ୍ୟ ଏକ ମାମଲାରେ ସୁରବାବା ଓ ତାଙ୍କ ପୁଅ ସେତେବେଳେ ଗିରଫ ହୋଇ ଝାରପଡା ଜେଲରେ ଥିଲେ ା ୨୦୧୫ ଅଗଷ୍ଟ ୨୪ରେ ବାପ, ପୁଅଙ୍କୁ ଛତ୍ରପୁର ଆଶ୍ରମ ଜମି ଜାଲିଆତି ମାମଲାରେ ସ୍ଥାନୀୟ ଏସ୍ଡିଜେଏମ୍ କୋର୍ଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ହାଜର କରାଯାଇଥିଲା ା ପରେ ଉଭୟଙ୍କୁ ଛତ୍ରପୁର ସବ୍ଜେଲ୍କୁ ପଠାଯାଇଥିଲାା ସପ୍ତାହକ ପରେ ପୁଣି ସେମାନେ ଝାରପଡା ଜେଲକୁ ଯାଇଥିଲେ ା ଗତବର୍ଷ ସୁରବାବା ଓ ତାଙ୍କ ପୁଅ ଜାମିନରେ ମୁକୁଳିଛନ୍ତି।
https://www.dharitri.com/ଲାବଣ୍ୟଦେଈପୁର-ଓ-ଶରତ-ପଞ୍ଚା/
ଲାବଣ୍ୟଦେଈପୁର ଓ ଶରତ ପଞ୍ଚାୟତବାସୀଙ୍କ ବିକ୍ଷୋଭ କପ୍ତିପଦା,୧୨ା୧୧(ଡି.ଏନ.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍ ଅଧୀନ ଶରତ ଓ ଲାବଣ୍ୟଦେଈପୁର ପଞ୍ଚାୟତବାସୀ ବିଭିନ୍ନ ଦାବି ନେଇ ସୋମବାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଲାବଣ୍ୟଦେଈପୁର ପଞ୍ଚାୟତ ଅଧୀନରେ ଥିବା ଆଦିବାସୀ ଅଧ୍ୟୁଷିତ ଧନଚତୁରୀ, ହୁଡିସାହି, କଟୁରିଆ, ଶାଣଦେଇ, ପାତାସାହି, ଢିପାସାହି, ଗଜାପଥର, ଗାଇପାଣିଖିଆ ଓ ଚାପଲସାହି ଗ୍ରାମବାସୀ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି ା ସ୍ବାଧୀନତାର ୭୨ବର୍ଷ ପରେ ମଧ୍ୟ ସେମାନଙ୍କର ମାୈଳିକ ସମସ୍ୟା ଯଥା ପାଣି, ଘର, ଭତ୍ତା, ରାଶନକାର୍ଡ, ଜଙ୍ଗଲ ଜମିି ପଟ୍ଟା ଆଦି ସମସ୍ୟାର ସମାଧାନ ହୋଇ ନାହିଁ ା ଏଥିନେଇ ସେମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁି। ଏସମ୍ପର୍କରେ ମାଝୀ ହାଡାମ ଜୟ ମୁର୍ର୍ମୁୁ, କାରାନ ମୁର୍ମୁ, ବାଗାନ ସିଂ, ଶରତ ଚନ୍ଦ୍ର ମୁର୍ମୁ ଓ ମୁଖିଆ ସିଂ ଆଲପାଙ୍କ ନେତୃତ୍ୱରେ ଗ୍ରାମବାସୀ କପ୍ତିପଦା ବ୍ଲକ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିଡିଓଙ୍କ ଅନୁପସ୍ଥିତିରେ ସହକାରୀ ଯନ୍ତ୍ରୀ ସଦାଶିବ ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ମୁତାବକ ଆଗାମୀ ୩ମାସ ମଧ୍ୟରେ ଯଦି ସେମାନଙ୍କର ମାୈଳିକ ସମସ୍ୟାଗୁଡ଼ିକର ସମାଧାନ ନ ହୁଏ ତେବେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଶତାଧିକ ଆଦିବାସୀ ମହିଳାପୁରୁଷ କପ୍ତିପଦାଠାରେ ଉଦଳା-କପ୍ତିପଦା ଓ ବାଲେଶ୍ୱର ରାସ୍ତାକୁ ଅବରୋଧ କରିବେ ବୋଲି କହିଛନ୍ତି ା ସେହିପରି ଶରତ ପଞ୍ଚାୟତର ୱାର୍ଡ ନଂ.୨ରେ ଥିବା ବିଦ୍ୟାଳୟଠାରୁ ବାଲେସାହି ରାସ୍ତା ନିର୍ମାଣ, ପାରାଏ ଘରଠାରୁ ସିମଲ ଘର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଓ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ପ୍ରଦାନ ପାଇଁ ଦାବି ହୋଇଛି। ସରକାର ଆଦିବାସୀମାନଙ୍କ ପାଇଁ ବିଭିନ୍ନ ଜନାଭିମୁଖୀ ଯୋଜନା ପ୍ରସ୍ତୁତ କରୁଥିବା ବେଳେ କେତେକ ପ୍ରଶାସନିକ ଅଧିକାରୀଙ୍କ ପାଇଁ ଏହାର ସଫଳ ରୂପାୟନ ସେମାନଙ୍କ ନିକଟରେ ପହଞ୍ଚି ପାରୁ ନ ଥିବାର ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ଏହିଭଳି ଆଦିବାସୀ ମାରଣ ନୀତି ବନ୍ଦ ନ କଲେ ଆଗାମୀ ଦିନରେ ଏହା ଆନ୍ଦୋଳନର ରୂପ ନେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବିଡିଓ ବିଶ୍ୱଜିତ ପଣ୍ଡାଙ୍କୁ ପଚାରିବାରୁ ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ କଥା ହୋଇ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବି ବୋଲି କହିଛନ୍ତି।
https://www.dharitri.com/ଡ୍ରାମା-ଅଫ୍‌-ନେଚର/
ଡ୍ରାମା ଅଫ୍‌ ନେଚର ନୂଆଦିଲ୍ଲୀ: ସାପ ଉପରେ ବେଙ୍ଗ। ଏମିତି ଏକ କଥା ଶୁଣିବା ମାତ୍ରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚୟ। କାହିଁକିନା ଜଣେ ଖାଦ୍ୟ ଆଉ ଜଣେ ଖାଦକ। ଏମିତି ଏକ ସମ୍ପର୍କର ଦୁଇଟି ଜୀବଙ୍କୁ ଏକାଠି ଦେଖିବା ନିହାତିଭାବେ ଆଶ୍ଚର୍ଯ୍ୟର କଥା। ମାତ୍ର ଅନେକ ସମୟରେ ପ୍ରକୃତିର ଏଭଳି ବିଚିତ୍ର ଦୃଶ୍ୟ ଆମକୁ ଯେତିକି ଆମୋଦିତ କରେ ସେତିକି ଆଚମ୍ବିତ ବି କରିଥାଏ। ଏଭଳି ଏକ ଘଟଣାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଇଣ୍ଡିଆନ୍ ଫରେଷ୍ଟ ସର୍ଭିସ୍ ଅଫିସର ସୁଶାନ୍ତ ନନ୍ଦ ଏହି ଭିଜୁଆଲକୁ ପୋଷ୍ଟ କରି ଏହାର କ୍ୟାପସନ୍ରେ ଲେଖିଛନ୍ତି ‘ଡ୍ରାମା ଅଫ୍ ନେଚର’ ବା ପ୍ରକୃତିର ବୈଚିତ୍ର୍ୟ। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓଟି ମାତ୍ର ୮ ସେକେଣ୍ଡର। ଭିଡିଓରେ ଦେଖିବାକୁ ମିଳୁଛି ଯେ, ଏକ ସାପ ଚାଲୁଥିବାବେଳେ ତା ଉପରେ ଏକ ବେଙ୍ଗ ବେଶ୍ ଆରାମରେ ବସିଛି। ବେଙ୍ଗଟି ଆଦୌ ବିଚଳିତ ନ ହୋଇ ନିଜକୁ ସାପ ଉପରେ ବସିବା ନେଇ ସୁନ୍ଦ ଭାବରେ ଆଡଜଷ୍ଟ କରି ନେଉଛି। ସାପର ମୁଖ୍ୟ ଖାଦ୍ୟ ବେଙ୍ଗର ନିର୍ଭିକତାକୁ ଦେଖିବା ଲୋକଙ୍କ ପାଇଁ ବେଶ୍ ଉତ୍ସାହପୂର୍ଣ୍ଣ। ଖାଦ୍ୟ ଓ ଖାଦକର ଏହି ସମ୍ପର୍କ କେତେ ସମୟ ତିଷ୍ଟି ରହିବ ତାହା ଭିନ୍ନ କଥା। କିନ୍ତୁ ଭିଜୁଆଲଟି ଏବେ ଲୋକଙ୍କୁ ଖୁବ୍ ପସନ୍ଦ ହୋଇଛି। ବହୁ ସଂଖ୍ୟାରେ ଲୋକେ ଏହି ଭିଡିଓକୁ ଦେଖିବା ସହିତ ଏହାକୁ ନେଇ ରିଟୁଇଟ୍ ବି କରୁଛନ୍ତି। ଭିଜୁଆଲକୁ ନେଇ ଲୋକଙ୍କ କମେଣ୍ଟ ମଧ୍ୟ ରହିଛି ବେଶ୍ ମଜାଦାୟକ।
https://www.dharitri.com/ରଶ୍ମି-ଲଖି-ପ୍ରଶାନ୍ତ-ରୋଶନା/
ରଶ୍ମି, ଲଖି, ପ୍ରଶାନ୍ତ, ରୋଶନାରା ସମ୍ବର୍ଦ୍ଧିତ ହେବେ ଭୁବନେଶ୍ୱର, ୨୪।୯(କ୍ରୀଡ଼ା ପ୍ରତିନିଧି)- ଜଗତଜ୍ଜନନୀ ମା’ ଦୁର୍ଗାଙ୍କର ଶାରଦୀୟ ଉତ୍ସବ ଅବସରରେ ଶହିନ ନଗର ଦୁର୍ଗାପୂଜା କମିଟି ପକ୍ଷରୁ ୪ କ୍ରୀଡ଼ାବିତ୍ଙ୍କୁ ସମ୍ବର୍ଦ୍ଧିତ କରାଯିବ। ୨୦୦୭ରୁ ଏହି ଧାରା ଆରମ୍ଭ ହୋଇଛି ଏବଂ ଏଥର ମହାସପ୍ତମୀରୁ ବିଜୟା ଦଶମୀ ମଧ୍ୟରେ ଓଡ଼ିଶାର କୃତୀ କ୍ରୀଡ଼ାବିତ୍ଙ୍କୁ ସମ୍ବର୍ଦ୍ଧିତ କରିବାକୁ ଯାଉଛୁ ବୋଲି ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ କମିଟି ସମ୍ପାଦକ ନାରାୟଣ ମହାପାତ୍ର। ପରମ୍ପରାକୁ ବଜାୟ ରଖି ଆମେ ମହାସପ୍ତମୀ ଦିନ ବଡିବିଲ୍ଡର ରଶ୍ମିରଞ୍ଜନ ସାହୁ, ମହାଷ୍ଟମୀରେ ମହିଳା ଗଲ୍ଫ ଖେଳାଳି ଲଖି ସ୍ବାଇଁ, ମହାନବମୀରେ କ୍ରୀଡ଼ା ସଙ୍ଗଠକ ପ୍ରଶାନ୍ତ କୁମାର ନାୟକ ଏବଂ ଦଶମୀ ଦିନ ଅନ୍ତର୍ଜାତୀୟ ମହିଳା କ୍ରିକେଟ ତାରକା ରୋଶନାରା ପରବୀନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସେ କହିଛନ୍ତି। ପ୍ରତ୍ୟହ ସନ୍ଧ୍ୟା ଆଳତୀପରେ ପୂଜା ମଣ୍ଡପରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ। ଏଥର ପ୍ରଥମଥରପାଇଁ ତାରକଷି ରୂପା ମେଢ଼ ସହ ସୁନ୍ଦର ତୋରଣ ନିର୍ମାଣ ହେବ। ମା’ଙ୍କର ସୁନା ମୁକୁଟ ଏଥର ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ ବୋଲି ସେ କହିଛନ୍ତି। କମିଟିର ମୁଖ୍ୟ ଉପଦେଷ୍ଟା ଜଗନ୍ନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ସମ୍ପାଦକ ପଙ୍କଜ ପଟ୍ଟନାୟକ, କୋଷାଧ୍ୟକ୍ଷ ହରିଶ ପ୍ରସାଦ ରଥ, ପୂର୍ବତନ କର୍ପୋରେଟର ଉମାନାଥ ମିଶ୍ର, ସମିତି ସଭ୍ୟ ଅଚ୍ୟୁତ ପ୍ରସାଦ ବେହେରା, ମଳୟ ରଞ୍ଜନ ମହାପାତ୍ର, ସରୋଜ ପାତ୍ର ଓ ଶ୍ରୀନିବାସ ରାଓ ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠାନ ପକ୍ଷରୁ ୨୦୦୭ରୁ ଏପର୍ଯ୍ୟନ୍ତ ଅଲିମ୍ପିଆନ ଆଥଲେଟ୍ ଅନୁରାଧା ବିଶ୍ୱାଳ, ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଚେସ୍ ତାରକା ସ୍ବୟଂଶୁ ସତ୍ୟପ୍ରଜ୍ଞ, ଅଲିମ୍ପିଆନ ପଦ୍ମଶ୍ରୀ ଦିଲୀପ ତିର୍କୀ, ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତି, ଚେସ୍ ତାରକା କିରଣ ମନୀଷା ମହାନ୍ତି, ମହିଳା ଫୁଟବଲର ସସ୍ମିତା ମଲିକ, ଭାରୋତ୍ତୋଳନକାରୀ ରାନୁ ମହାନ୍ତି, ଆଥଲେଟିକ୍ କୋଚ୍ ଅରୁଣ ଦାସ, କ୍ରିକେଟ କୋଚ୍ ଶଶାଙ୍କ ଦାସ, ଫୁଟବଲ ଖେଳାଳି ଗୀତାଞ୍ଜଳି ଖୁଣ୍ଟିଆ, ବଡିବିଲ୍ଡର କାର୍ତ୍ତିକେଶ୍ୱର ଜେନା, ଆଥଲେଟିକ୍ କୋଚ୍ ନୀଳମାଧବ ଦେଓ, ଫୁଟବଲ ତାରକା ରାଜେନ୍ଦ୍ର ପ୍ରସାଦ ସିଂ, ମହିଳା ଫୁଟବଲ ଜମାବଣୀ ସୋରେନ, ବାସ୍କେଟବଲ ଖେଳାଳି ତଥା କୋଚ୍ ଅରୁପାନନ୍ଦ ରାଉତରାୟ, ଅନ୍ତର୍ଜାତୀୟ କ୍ରିକେଟର ଶିବସୁନ୍ଦର ଦାସ, ବାଲିକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, କରାଟେକା ଭାଲେନା ଭାଲେଣ୍ଟିନା, ପର୍ବତାରୋହି ଗଣେଷ ଜେନା, ଧାବିକା ସରସ୍ବତୀ ଚାନ୍ଦ, ଫୁଟବଲ କୋଚ୍ ନନ୍ଦକିଶୋର ପଟ୍ଟନାୟକ, ଫୁଟବଲ ଖେଳାଳି ଆଲୋଚନା ସେନାପତି, ଭାରୋତ୍ତୋଳନକାରୀ ପ୍ରମିଳା କିର୍ସାନୀ, ମହିଳା ଫୁଟବଲର ସୁଭଦ୍ରା ନାଏକ, କବାଡ଼ି ଖେଳାଳି ଅରବିନ୍ଦ ଖୁଣ୍ଟିଆ, ସନ୍ତରଣ ପ୍ରତିଭା ପ୍ରତ୍ୟାଶା ରାୟ, ଫୁଟବଲ କୋଚ୍ ଗଙ୍ଗାଧର ବେହେରା, ରଗ୍ବୀ ଖେଳାଳି ପ୍ରଜ୍ଞା ଗରାବଡ଼ୁ, ଆଥଲେଟ୍ ଅମୀୟ ମଲିକ, ଚେସ୍ ପ୍ରତିଭା ସାଇନା ସାଲୋନିକା, ରୋଇଂ କୋଚ୍ ଜୋସ ଜ୍ୟାକବ, ସ୍ନୁକର ତାରକା ସୁବ୍ରତ ଦାସ, କବାଡ଼ି କୋଚ୍ ସଂହିତା ଦାସ, ବିଶିଷ୍ଟ ଫିଜିଓ ଡ. ମୁକ୍ତିପ୍ରସାଦ ଦାଶ ଏବଂ କ୍ରିକେଟ ଭାଷ୍ୟକାର ନିଶାନ୍ତ ମାଜିଥିଆଙ୍କୁ ସମ୍ପର୍ଦ୍ଧିତ କରାଯାଇଥିବା ସୂଚନା ଦିଆ ଯାଇଛି।
https://www.dharitri.com/veteran-marathi-actor-ravi-patwardhan-dies-at-84-uddhav-thackeray-pays-tribute/
ଅଭିନେତା ରବି ପଟବର୍ଦ୍ଧନଙ୍କ ପରଲୋକ ମୁମ୍ବାଇ,୬।୧୨- ଭେଟେରାନ ଅଭିନେତା ରବି ପଟବର୍ଦ୍ଧନଙ୍କର ରବିବାର ହୃଦଘାତରେ ପରଲୋକ ହୋଇଯାଇଛି। ୮୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶନିବାର ରାତିରେ ରବିଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହୋଇଥିଲା। ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରବିବାର ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ତେଜାବ, ଅଙ୍କୁଶ, ୟେଶୱନ୍ତ, ଜୟ ମହୋତା ଦେବୀ ଭଳି ଅନେକ ହିନ୍ଦୀ ଫିଲ୍ମରେ ଅଭିନୟ କରିଛନ୍ତି। ତାଙ୍କ ପରଲୋକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶୋକବ୍ୟକ୍ତ କରିଛନ୍ତି।
https://www.dharitri.com/g7-vaccine-charade/
ଜି୭ର ମିଥ୍ୟା ପ୍ରତିଶ୍ରୁତି **ଜେମ୍ସ କେ.ଗଲବ୍ରେଥ୍** ନିକଟରେ ଏକ ନିବନ୍ଧରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ୟୁନାଇଟେଡ୍ ଷ୍ଟେଟ୍ସ ୍ଏଜେନ୍ସି ଫର୍ ଇଣ୍ଟର୍ନ୍ୟାଶନାଲ ଡେଭଲପ୍ମେଣ୍ଟର ନୂଆ ପ୍ରଶାସକ ସାମଂଥା ପାଓ୍ବାରଙ୍କ ଉପରେ ଦି ନ୍ୟୁୟର୍କ ଟାଇମ୍ସ ମିଶେଲ ଗୋଲ୍ଡବର୍ଗ ଉଲ୍ଲେଖ କରିଛନ୍ତି ଯେ,କୋଭିଡ-୧୯ ବିରୋଧରେ ଆମେରିକା ବିଶ୍ୱର ଅନ୍ୟ ଦେଶଗୁୁଡ଼ିକୁ ଟିକାକରଣରେ ସାହାଯ୍ୟ କରିବାକୁ ଯାହା କରିଛି,ପାଓ୍ବାର ତାହା ଉପରେ ଠିକ୍ ଢଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆକଳନ ବା ବ୍ୟାଖ୍ୟ କରିଛନ୍ତି। ପାଓ୍ବାର ନିଜେ କହିଛନ୍ତି ଯେ, ଏହା ଏକ ଖୁବ ବାସ୍ତବ, ପରିଣାମମୁଖୀ କାର୍ଯ୍ୟକ୍ରମ । ପରିଣାମ ଭଲ ଆସିବ ବୋଲିି ଲାଗୁଥିଲା। ଜି୭ ସମ୍ମିଳନୀରେ ନିମ୍ନ ଓ ମଧ୍ୟମ ଆୟବର୍ଗର ଦେଶଗୁଡ଼ିକରେ ଟିକାକରଣ ପାଇଁ ଆମେରିକା ୫୦୦ ମିଲିୟନ ଟିକା ଯୋଗାଇ ଦେବାର ବାଇଡେନଙ୍କ ଘୋଷଣାକୁ ଗୋଲ୍ଡ୍ଡବର୍ଗ ବିଧିବଦ୍ଧ ଭାବେ ରିପୋର୍ଟ କରିଛନ୍ତି। ଗୋଲ୍ଡବର୍ଗଙ୍କ ଅନୁଯାୟୀ ଆମେରିକାର ଏହି ପଦକ୍ଷେପ ଟିକାକରଣ ଲାଗି ଅନ୍ୟ ଦେଶଗୁଡ଼ିକର ଯୋଗଦାନକୁ ବି ପ୍ରେରିତ କରିବ, ଯାହାଦ୍ୱାରା ଏହି ସବୁ ଦେଶଗୁଡ଼ିକୁ ୨୦୨୨ ସୁଦ୍ଧା ଏକ ବିଲିୟନ ଡୋଜ୍ ଯୋଗାଇ ଦେବା ନିଶ୍ଚତ ହୋଇପାରିବ। କିନ୍ତୁ ଘୋଷଣା ବ୍ୟତୀତ ଏମିତି କିଛି ଘଟିଲା ନାହିଁ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ପ୍ରକ୍ୃତରେ ଅଧିତ୍କ ୮୭୦ ମିଲିୟନ ଡୋଜ୍ ଦେବା ପାଇଁ ଏହା କଥା ଦେଇଥିଲା, ଏକ ବିଲିୟନ ପାଇଁ ନୁହେଁ। ୨୦୨୧ ଶେଷ ସୁଦ୍ଧା ଏହାର ପ୍ରାୟ ଅଧା ଯୋଗାଇ ଦେବାର ସଂକଳ୍ପ ନେଇଥିଲା। କହିବାକୁ ଗଲେ ୨୦୨୨ ସୁଦ୍ଧା କୋଭାକ୍ସ ଫ୍ୟାସିଲିଟି (ଗରିବ ଦେଶଗୁଡ଼ିକୁ ଟିକା ପାଇବାରେ ନିଶ୍ଚିତ କରିବାର ଅନ୍ତଃରାଷ୍ଟ୍ରୀୟ ପ୍ରକ୍ରିୟା ) କୁ ଅତି କମ୍ରେ ୪୩୫ ମିଲିୟନ ଅଧିକ ଟିକା ଡୋଜ ମିଳିବାର ଲକ୍ଷ୍ୟ ଥିତ୍ଲା। ଏପରି କି ଯେଉଁ ବିଲିୟନ ସଂଖ୍ୟକ ଟିକା କଥା କୁହାଯାଉଛି ,୨୦୨୨ରେ ଯଦି ତାହା ଆସେ ତେବେ ଏହା ସମୁଦ୍ରରେ ଏକ ଜଳବିନ୍ଦୁ ସଦୃଶ ହେବ। ଏହା ମଧ୍ୟ ଅପର୍ଯ୍ୟାପ୍ତ। ଡ୍ୟୁକ୍ ବିଶ୍ୱଦ୍ୟାଳୟର ଗାଭିନ ୟାମେ ଲାନସେଟ ଗ୍ରୁପ ପାଇଁ ଆସିଥିବା ସବୁ ପରିଣାମକୁ ଏକାଠି କରି କହିଛନ୍ତି ଯେ,ଧନୀ ଦେଶଗୁଡ଼ିକ ଏହି ସମୟରେ ସବୁଠୁ ଭୟଙ୍କର ମନୋଭାବ ପଦର୍ଶନ କରିଛନ୍ତି। ଜି୭ର ପ୍ରତିବଦ୍ଧତା ବା ସଂକଳ୍ପ କେବଳ ଏକ ପ୍ରତିଶ୍ରୁତି। ଏହାକୁ ପୂରଣ କରିବାରେ ଜି ୭ର ଅତୀତର କାର୍ଯ୍ୟ ସମ୍ପାଦନ ଶୈଳୀ ଭଲ ନୁହେଁ। ଏବେ ବିଶ୍ୱକୁୁ ଟିକା ଯୋଗାଇ ଦେବା ହିଁ ତା’ର ଏକମାତ୍ର ଲକ୍ଷ୍ୟ ବୋଲି ଜି୭ ଘୋଷଣା କହୁଛି। ଏପରିକି ଜଣେ ବିଶ୍ୱାସ କରିବ ଯେ, ଜି୭ର ଏଭଳି ଘୋଷଣା ପୂରା ଠିକ୍। କିନ୍ତୁ ଏହା ଆଦୌ ସ୍ପଷ୍ଟ କିମ୍ବା ନିରପେକ୍ଷ ନୁହେଁ। ଏବେ ଆଫ୍ରିକା ଏବଂ ଭାରତ ଏମାନଙ୍କର ମୋଟ ପ୍ରାୟ ୨.୫ ବିଲିୟନ ଲୋକଙ୍କ ମଧ୍ୟରୁ ପାଖାପାଖିତ୍ ୩%ଙ୍କୁ ଟିକା ଦେଇଛନ୍ତି। ଏମିତି କାହିଁକି ହୋଇଛି। ୨୦୨୧ ଶେଷ ସୁଦ୍ଧା କେବଳ ଆମେରିକାର ୪.୭ ବିଲିୟନ ଡୋଜ୍ ଉପତ୍ାଦନ କରିବାର କ୍ଷମତା ରହିଛି। ଆମେରିକାର ଆବଶ୍ୟକ ଡୋଜ୍ ଠାରୁ ଏହା ୪ ବିଲିୟନ ବେଶି। ପୁନଶ୍ଚ ଆମ୍ନେଷ୍ଟି ଇଣ୍ଟର୍ନ୍ୟାଶନାଲ ଅନୁଯାୟୀ, ୨୦୨୧ ଶେଷ ସୁଦ୍ଧା ଆବଶ୍ୟକତାଠାରୁ ବଳକା ୩ ବିଲିୟନ ଟିକା ଜି୭ ପାଖରେ ରହିବ। ଏବେ ବଳକା ଡୋଜ୍ ଏବେ ଧନୀ ରାଷ୍ଟ୍ରଗୁଡ଼ିକ ପାଖକୁ ହିଁ ଯାଉଛି। ପ୍ରୋଗ୍ରେସିଭ ଇଣ୍ଟର୍ନ୍ୟାଶନାଲର ବର୍ଷା ଜି.ନେଲୁଟାଙ୍କ ରିପୋର୍ଟ ଅନୁଯାୟୀ ବୁଷ୍ଟର ଶଟ୍ ପାଇଁ ୟୁରୋପୀୟ ସଂଘକୁ ୧.୮ ବିଲିୟନ ଡୋଜ୍ ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ଏଥିରେ ରହିଛି। ଅଥଚ ଏହି ସମୟରେ ଧନୀ ଦେଶଗୁଡ଼ିକ ବାହାରେ ଏବେ କରୋନା ସଂକ୍ରମଣ ବ୍ୟାପକ କରିବା ସହ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଉଛି। ଭୂତାଣୁକୁ ଯଦି ସମୂଳେ ନାଶ କରା ନ ଯାଏ,ତେବେ ଆହୁରି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ। ଯାହା ଆମେ ଜାଣୁ କୌଣସି ଦେଶ କରୋନା ଭାଇରସକୁ ହରାଇବା ଲାଗି ଆବଶ୍ୟକ ଟିକା ପାଇପାରିନାହାନ୍ତି। ଅଧିତ୍କ ସମୟ ନଷ୍ଟ କଲେ ଭୟଙ୍କର ବିପଦ ମାଡିଆସିବ। କେବଳ ଗରିବ ଦେଶଗୁଡ଼ିକ ନୁହନ୍ତି ବରଂ ଅନ୍ୟମାନେ ବି ଏଥିରେ ଯେ ଭୀଷଣ କ୍ଷତିଗ୍ରସ୍ତ ନ ହେବେ ତାହା କେହି ନିଶ୍ଚିତ ଭାବେ କହିପାରିବେ ନାହିଁ। ଏହି ସମସ୍ୟା ସମାଧାନର ଏକ ଉପାୟ ହେଉଛି ଗଚ୍ଛିତ ଟିକା ଭଣ୍ଡାର ବିଶ୍ୱର ସବୁ ଦେଶକୁ ଦିଆଯାଉ। ଆମେରିକା ଭଳି ସେନା ଅଧୀନକୁ କିଛି ନିୟମ ଦିଆଯାଉ। ଦ୍ୱିତୀୟରେ ପାଶ୍ଚାତ୍ୟ ଟିକାଗୁଡ଼ିକ ଉପରେ ରହିଥିତ୍ବା ସଂରକ୍ଷିତ ପ୍ୟାଣ୍ଟେଟ ଛାଡ କରାଯାଉ ଓ ଯୋଗାଣ କଟକଣା ଦୂର କରାଯାଉ। ଏହାଦ୍ୱାରା ଏହି ଟିକା କମ୍ପାନୀଗୁଡ଼ିକ ଅନ୍ୟ ଦେଶରେ ଶୀଘ୍ର ଅଧିକ ଟିକା ଉପତ୍ାଦନ କରିପାରିବେ। ବିଶ୍ୱର ସର୍ବାଧିକ ଟିକା ଉପତ୍ାଦନକାରୀ ଦେଶ ଭାବେ କେବଳ ଭାରତ ଏବେ ଟିକା ଉପତ୍ାନର ସମସ୍ୟାକୁ ଦୂର କରିପାରିବ। ଏହା ମଧ୍ୟ ଚଳିତ ବର୍ଷ ଶେଷ ସୁଦ୍ଧା ନିଜର ଟିକା ଆବଶ୍ୟକତା ପୂରଣ କରିବା ସହ ଏସିଆ ଏବଂ ଆଫ୍ରିକା ଦେଶଗୁଡ଼ିକୁ ଟିକା ଯୋଗାଇ ଦେବ। କେବଳ ଏତିକି ନୁହେଁ ୨୦୨୨ ଶେଷ ସୁଦ୍ଧା ମହାମାରୀକୁ ଶେଷ କରିବା ପାଇଁ ଅଧିତ୍କ ଟିକା ଉପତ୍ାଦନ ହୋଇପାରିବ। ମେ’ ପ୍ରାରମ୍ଭରେ ଟିକା ସହ କୋଭିଡ୍-୧୯ ପାଇଁ ଆବଶ୍ୟକ ଉପତ୍ାଦ ଯୋଗାଣ ଉପରେ ଲାଗୁ କରାଯାଇଥିବା ଟ୍ରେଡ ରିଲେଟେଡ୍ ଆସପେକ୍ଟସ୍ ଅଫ୍ ଇଣ୍ଟେଲେକ୍ଚୁଆଲ ପ୍ରପର୍ଟିି ରାଇଟସ୍କୁ ହଟାଇ ନେବା ଲାଗି ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦ୍ୱାରା ଆଗୁଆ ଦିଆଯାଇଥିବା ଏକ ପସ୍ତାବକୁ ବାଇଡେନ ପ୍ରଶାସନ ତା’ର ସମର୍ଥନ ଘୋଷଣା କରିଥିଲା। କିନ୍ତୁ କିଛି ଲାଭ ହେଲା ନାହିଁ। ଟିକାଗୁଡ଼ିକୁ ଆବିଷ୍କାର କରିବାକୁ ପ୍ରଚଳିତ ଗବେଷଣାକୁ ଆର୍ଥିକ ଓ ବ୍ୟବସାୟିକ ସମର୍ଥନ ଦେବା ସରକାରଙ୍କ କାମ, କୌଣସି ବଡ କମ୍ପାନୀଗୁଡ଼ିକର ନୁହେଁ। କମ୍ପାନୀଗୁଡ଼ିକର କେବଳ ପ୍ୟାଣ୍ଟେଟ ରହିଛି। ପ୍ୟାଣ୍ଟେଟ ନ ଥିତ୍ଲେ ସେମାନେ ଉପତ୍ାଦନ କରିବେ ନାହିଁ ବୋଲି ଯାହା କୁହାଯାଉଛି ତାହା ଅସଙ୍ଗତ। ଡିଫେନ୍ସ ପ୍ରଡକ୍ସନ ଆକ୍ଟରେ ଆମେରିକା ସରକାରଙ୍କ ଟିକା ଉପତ୍ାଦନ କରିବାକୁ ବାଧ୍ୟ କରିବାର କ୍ଷମତା ରହିଛି , ଯେଉଁଥିପାଇଁ ଶୀଘ୍ର ଅଧିକ ଟିକା ଉପତ୍ତ୍ାଦନ କରିବା ଲାଗି ଏହି ଆଇନକୁ ଉପଯୋଗ କରିସାରିଛି। ଆଉ ଏମିତି ଉପତ୍ାଦନ କରିଛି ଯେ, ତାହା ଭାରତର ଟିକା ଉପତ୍ାଦନରେ କମ୍ ସମୟ ପାଇଁ ବାଧା ଉପୁଜାଇଛିି। ଏବେ ଚାଇନା ଦିନକୁ ୧୦ ମିଲିୟନ କୋଟିି ଲୋକଙ୍କୁ ଟିକା ଦେଉଛି। ଏଭଳି ତୀବ୍ର ଗତିରେ ଟିକାକରଣ କରୁଥିତ୍ବାରୁ ଚଳିତ ବର୍ଷ ଶେଷ ସୁଦ୍ଧା ଏହା ସବୁ ଲୋକଙ୍କୁ ଟିକା ଦେଇଦେବ। ୨୦୨୨ରେ ଚାଇନା ବିଶ୍ୱ ପାଇଁ ୫ ବିଲିୟନ ଡୋଜ ଉପତ୍ାଦନ କରିପାରିବ। ଏହି ସଂଖ୍ୟକ ଟିକା ଏକାଠି ଭାରତ ଓ ଆଫ୍ରିକା ପାଇଁ ଯଥେଷ୍ଟ ହେବ। ସମ୍ପ୍ରତି ଚାଇନାର ଟିକା ଉପତ୍ାଦନକାରୀମାନେ ବିଶ୍ୱର ସବୁଆଡେ ଉପତ୍ାଦନ କେନ୍ଦ୍ର ପ୍ରତିଷ୍ଠା କରିବାକୁ ନିଶ୍ଚିତ ଅଛନ୍ତି। ବର୍ତ୍ତମାନ ଏହା ଇଜିପ୍ଟରେ ଆରମ୍ଭ ହୋଇଛି। ରୁଷିଆ ମଧ୍ୟ ଚଳିତ ବର୍ଷ ଭାରତରେ ୮୫୦ ମିଲିୟନରୁ ଅଧିକ ସ୍ଫୁଟନିକ-ଭି ଡୋଜ ଉପତ୍ାଦନ କରିବାକୁ ଯୋଜନା କରିଛି। ଏହି ସଂଖ୍ୟକ ଟିକା ସମ୍ପୂର୍ଣ୍ଣ ଜି୭ର ସଂକଳ୍ପ ସହ ପ୍ରାୟ ସମାନ। ରିପୋର୍ଟ ମୁତାବକ ଏହା ସତ ହୋଇପାରେ ଯେ,ଫାଇଜର ବାୟୋ ଏନ୍ ଟେକ୍, ମଡର୍ନା, ଆଷ୍ଟ୍ରାଜେନିକା, ଜନ୍ଶନ୍ ଆଣ୍ଡ ଜନ୍ଶନ୍ ଏବଂ ସ୍ଫୁଟନିକ୍ ଭି ଦ୍ୱାରା ଉପତ୍ାଦିତ ଟିକା ତୁଳନାରେ ଚାଇନାର ଟିକାଗୁଡ଼ିକ କମ୍ ପ୍ରଭାବୀ। କିନ୍ତୁ ବର୍ତ୍ତମାନ ପାଇଁ ସ୍ଥିତି କେଉଁ ଆଡେ ଗତି କରୁଛି,ତାହା ସ୍ପଷ୍ଟ ହୋଇଛି। ଆମେରିକା ଏବଂ ୟୁରୋପ କମ୍ ଟିକା ଦେଉଛନ୍ତି, ସେମାନଙ୍କ ଅତି ଧନୀ ବ୍ୟକ୍ତବିଶେଷଙ୍କୁ, ଫାମାସ୍ୟୁଟିକାଲ୍ସ ଲବିଗୁଡ଼ିକୁ ସୁରକ୍ଷା ପ୍ରଦାନ କରୁଛନ୍ତି। କିନ୍ତୁ ଅପରପକ୍ଷରେ ଚାଇନା ଏବଂ ରୁଷିଆ ଭିନ୍ନ ଚିନ୍ତାଧାରା ନେଇ ଆଗାଉଛନ୍ତି ଏବଂ ସେଗୁଡ଼ିକୁ ଭଲ ଭାବେ ଦୃଦୟଙ୍ଗମ କରିଛନ୍ତି। ଏଣୁ ମହାମାରୀର ମେରୁଦଣ୍ଡ ପୂରା ଭାଙ୍ଗିବାର ବହୁ ପୂର୍ବରୁ ବିଶ୍ୱ ନିକଟରେ କିଏ ବିଶ୍ୱସନୀୟ ଓ କିଏ ନୁହେଁ ତାହା ପ୍ରକାଶ ରହିବା ଦରକାର। ମୁଁ ଏତିକି କହିବି ଯେ, ଏ ଘୋଷଣା ଅଭ୍ୂତପୂର୍ବ ଜଣାପଡୁଥିତ୍ଲେ ମଧ୍ୟ ଏହା ସେମିତି କିଛି ନୁହେଁ। ଏହା ଏକ ପ୍ରହେଳିକା। ଅତୀତର ଘଟଣାକୁ ଦେଖିଲେ ଏହା ସ୍ପଷ୍ଟ ହୋଇପାରିବ। ୧୯୪୭-୪୮ ଖାଦ୍ୟାଭାବ ଦେଖାଦେବାରୁ ଚେକୋସ୍ଲୋଭାକିଆର ବୈଦେଶିକ ମନ୍ତ୍ରୀ ଜାନ୍ ମାସାରିକ ଜାହାଜରେ ଖାଦ୍ୟ ପଠାଇବାକୁ ଆମେରିକାକୁ ଅନୁରୋଧ କରିଥିଲେ। କିନ୍ତୁ ଆମେରିକା ଏ ସମ୍ପର୍କରେ କିଛି ନିଷ୍ପତ୍ତି ନ ନେଇ ଦ୍ୱନ୍ଦ୍ୱରେ ରହିଥିଲା। ଏଥିପାଇଁ କିଛି ସର୍ତ୍ତ ମଧ୍ୟ ରଖିଥିଲା। ପରେ ଚେକୋସ୍ଲୋଭାକିଆ କମ୍ୟୁନିଷ୍ଟ ପାର୍ଟିର ମୁଖ୍ୟ କ୍ଲେମେଣ୍ଟ ଗୋଟଓ୍ବାଲ୍ଡ ଜୋଶେଫ ଷ୍ଟାଲିନଙ୍କୁ ଅନୁରୋଧ କରନ୍ତେ ସେ ୩୦୦, ୦୦୦ ଟନ ଗହମ ଟ୍ରେନରେ ପଠାଇଥିଲେ। ପରେ ୧୯୪୮ରେ ଚେକୋସ୍ଲୋଭାକିଆ ସମ୍ପୂର୍ଣ୍ଣ କମ୍ୟୁନିଷ୍ଟ ଅଧୀନକୁ ଆସିଥିଲା। ୟୁନିଭର୍ସିଟି ଅଫ୍ ଟେକ୍ସାସ, ଅଷ୍ଟିନ
https://www.dharitri.com/will-sheikh-hasina-be-returned-or-not/
ଶେଖ ହାସିନାଙ୍କୁ ଫେରାଇବ କି ନା … ସ୍ଥିର କରୁ ଭାରତ, ୟୁନୁସ ସରକାରଙ୍କ ବୟାନକୁ ନେଇ ବଢୁଛି ଉତ୍ତେଜନା ଢାକା,୨।୯: ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ପଦ ଏବଂ ଦେଶ ଛାଡିଥିବା ଶେଖ ହାସିନା ଏବେ ଭାରତରେ ଅଛନ୍ତି। କିନ୍ତୁ ଭାରତରେ ଶେଖ ହାସିନାଙ୍କ ଉପସ୍ଥିତି ବାଂଲାଦେଶକୁ ବିଚଳିତ କରୁଛି। ଏହି କାରଣରୁ ବାଂଲାଦେଶର ବୈଦେଶିକ ବ୍ୟାପାର ପରାମର୍ଶଦାତା ମହମ୍ମଦ ତାହିଦ ହୁସେନ ବର୍ତ୍ତମାନ ଏକ ନୂଆ କଥା କହିଛନ୍ତି। ହୁସେନ କହିଛନ୍ତି ଯେ ଶେଖ ହସିନାଙ୍କୁ ହସ୍ତାନ୍ତର କରାଯିବ କି ନାହିଁ ଭାରତ ନିଷ୍ପତ୍ତି ନେବା ଉଚିତ। ଏହି ସମୟରେ ବାଂଲାଦେଶ ଶେଖ ହାସିନା ଏବଂ ତାଙ୍କ ପରିବାର ସଦସ୍ୟଙ୍କ ରାଜନୈତିକ ପାସପୋର୍ଟକୁ ମଧ୍ୟ ବାତିଲ କରିଦେଇଛି। ଏବେ ପ୍ରଶ୍ନ ହେଉଛି ଶେଖ ହାସିନା ପାସପୋର୍ଟ ବିନା ଭାରତରେ ରହିପାରିବେ କି ନାହିଁ। ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଶେଖ ହାସିନାଙ୍କୁ ଦେଶ ଛାଡିବା ପରେ ଖୁବ କମ ନୋଟିସରେ ଭାରତରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି। ଏସବୁ ମଧ୍ୟରେ ଏକ ପ୍ରଶ୍ନ ଉଙ୍କି ମାରୁଛି କି ତାଙ୍କୁ ପ୍ରତ୍ୟର୍ପଣର ସମ୍ମୁଖୀନ ହେବାକୁ ପଡିବ କି? ବାସ୍ତବରେ ବାଂଲାଦେଶ ସରକାର ହାସିନାଙ୍କୁ ହସ୍ତାନ୍ତର କରିବାକୁ ଦାବି କରୁଛନ୍ତି। ବାଂଲାଦେଶର ବୈଦେଶିକ ବ୍ୟାପାର ପରାମର୍ଶଦାତା ମହମ୍ମଦ ତାହିଦ ହୁସେନ କହିଛନ୍ତି ଯେ ଭାରତ ସହିତ ଏକ ଚୁକ୍ତି ଅଛି। ଯଦି ଆମର ଆଇନ ବ୍ୟବସ୍ଥା ଚାହୁଁଛି, ଆମେ ନିଶ୍ଚିତ ଭାବରେ ଶେଖ ହାସିନାଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରିବୁ।
https://www.dharitri.com/ଝାଡ଼ଖଣ୍ଡରେ-ବିଜୟ-ହାସଲ-ପରେ/
ଝାଡ଼ଖଣ୍ଡରେ ବିଜୟ ହାସଲ ପରେ ଖୁସିରେ ସାଇକେଲ୍‌ ଚଲାଇଲେ ସୋରେନ୍‌ ରାଞ୍ଚି,୨୩।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ନିର୍ଣ୍ଣାୟକ ସ୍ଥିତିକୁ ଦେଖିବା ପରେ ଭାଜପାକୁ ଏକ ଶକ୍ତ ଧକ୍କା ଲାଗିଛି। ଝାଡ଼ଖଣ୍ଡରେ ଭାଜପା ହାତରୁ ଶାସନ ପଳାଇଥିବା ବେଳେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍ଏମ୍)ର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ୍ଙ୍କ ମୁଖ୍ୟମନ୍ତ୍ରୀ ହେବା ରାସ୍ତା ପରିଷ୍କାର ହୋଇଯାଇଛି। ଜେଏମ୍ଏମ୍ ୨୮ ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ-ଜେଏମ୍ଏମ୍-ଆର୍ଜେଡିର ମେଣ୍ଟ ୪୬ ଆସନରେ ଭାଜପାଠାରୁ ଆଗୁଆ ରହିଛି। ଏହି ଅବସରରେ ହେମନ୍ତ ରାଞ୍ଚିସ୍ଥିତ ପୈତୃକ ବାସଭବନରେ ପହଞ୍ଚି ବାପା ଶିବୁ ସୋରେନ୍ଙ୍କୁ ଭେଟିଥିଲେ। ପରିବାର ସହ ସମୟ ବିତାଇବା ସହ ଅତି ଖୁସି ହୋଇ ସେ ସାଇକେଲ୍ ଚଲାଇଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
https://www.dharitri.com/ଦେବାଶୀଷ-ଚାଟାର୍ଜୀ-ମାଇଣ୍ଡଟ/
ଦେବାଶୀଷ ଚାଟାର୍ଜୀ ମାଇଣ୍ଡଟ୍ରି ସିଇଓ, ଏମ୍‌ଡି ନୂଆଦିଲ୍ଲୀ,୩-୮: ଆଇଟି କମ୍ପାନୀ ମାଇଣ୍ଡଟ୍ରି ଲିମିଟେଡ କଗ୍ନିଜାଣ୍ଟର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବାଶୀଷ ଚାଟାର୍ଜୀଙ୍କୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଏବଂ ପରିଚାଳନା ନିର୍ଦ୍ଦେଶକ(ଏମ୍ଡି) ଭାବେ ନିଯୁକ୍ତ କରିଥିବା ଶୁକ୍ରବାର ଘୋଷଣା କରିଛି। କମ୍ପାନୀ ଲାର୍ସେନ ଆଣ୍ଡ ଟୁବ୍ରୋ(ଏଲ୍ ଆଣ୍ଡ ଟି)ର ସିଇଓ ତଥା ଏମ୍ଡି ଏସ୍.ଏନ୍.ସୁବ୍ରମଣ୍ୟନଙ୍କୁ ଅଣ କାର୍ଯ୍ୟନିର୍ବାହୀ ଭାଇସ୍ ଚେୟାରମ୍ୟାନ ଭାବେ ଅବସ୍ଥାପିତ କରିସାରିଛି। ଉଭୟ ନିଯୁକ୍ତି ଶୁକ୍ରବାର ଠାରୁ କାର୍ଯ୍ୟକାରୀ ହେବ ବୋଲି ମାଇଣ୍ଡଟ୍ରି ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି। ଉଲ୍ଲେଖଥାଉ କି, ମାଇଣ୍ଡଟ୍ରି ଲିମିଟେଡକୁ ଏଲ୍ ଆଣ୍ଡ ଟି ଅଧିଗ୍ରହଣ କରିଛି।
https://www.dharitri.com/principal-suspended-teacher-replaced/
ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ,ବଦଳିଲେ ଶିକ୍ଷୟିତ୍ରୀ ଉଦଳା,୧୭ା୧(ଡି.ଏନ୍.ଏ.): ଛାତ ଉପରକୁ କାଠ ଆଣିବାକୁ ଯାଇଥିବା ବେଳେ ପାହାଚରୁ ଖସି ଜଣେ ଛାତ୍ରଙ୍କ ଗୋଡ଼ ଭାଙ୍ଗିବା ଘଟଣାରେ ଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦାୟିତ୍ୱରେ ଅବହେଳା ପାଇଁ ପ୍ରଧାନଶିକ୍ଷୟିତ୍ରୀ ମଙ୍ଗଳା ନାଏକଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ବେଳେ ଅନ୍ୟ ଜଣେ ଶିକ୍ଷୟିତ୍ରୀ ସୁମି ମାରାଣ୍ଡିଙ୍କୁ ବଦଳି କରାଯାଇଥିବା ଉଦଳା ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ରମାକାନ୍ତ ମହାନ୍ତି ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଗତ ୧୨ ତାରିଖରେ ଉଦଳା ଶିକ୍ଷା ଜିଲା ଅଧୀନ ବୈରାଟପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ର ଉଦିତ କୁମାର ବିନ୍ଧାଣୀ ବିଦ୍ୟାଳୟ ଛାତ ଉପରକୁ କାଠ ଆଣିବାକୁ ଯାଉଥିବା ବେଳେ ପାହାଚରୁ ଖସି ଗୁରୁତର ହୋଇଥିଲେ। ତାଙ୍କର ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଶରୀରରେ କ୍ଷତ ସୃଷ୍ଟି ହୋଇଥିଲା। ଛାତ୍ରଙ୍କ ପରିବାର ସଦସ୍ୟଙ୍କୁ ଘଟଣା ବାବଦରେ ଜଣାଇ ପ୍ରଧାନ ଶିକ୍ଷୟିତ୍ରୀ ନିଜ କାମ ସାରି ଦେଇଥିଲେ। ପରିବାର ଲୋକେ ଗୁରୁତର ଉଦିତଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ବିଦ୍ୟାଳୟ କର୍ର୍ତ୍ତୃପକ୍ଷ ସେଠାରେ ପହଞ୍ଚତ୍ ନ ଥିଲେ। ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସୋମବାର ଆହତ ଛାତ୍ରଙ୍କ ପରିବାର ଲୋକଙ୍କ ସମେତ ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଥିଲେ। ଦୀର୍ଘ ସମୟ ଧରି ଧାରଣାରେ ବସିବା ପରେ ବିଇଓ ମହାନ୍ତି ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
https://www.dharitri.com/nick-names-of-planets/
ଗ୍ରହମାନଙ୍କ ନିକ୍‌ ନେମ୍‌ ଗ୍ରହମାନଙ୍କର ବିଭିନ୍ନ ରଙ୍ଗ ଓ ସେମାନଙ୍କ ସମ୍ପର୍କରେ ବିଭିନ୍ନ ଆଶ୍ଚର୍ଯ୍ୟଜନକ ଭୌଗୋଳିକ ତଥ୍ୟକୁ ଆଖି ଆଗରେ ରଖି ବିଭିନ୍ନ ନିକ୍ ନେମ୍ ବା ଡାକନାମ ରଖାଯାଇଛି। ଜାଣିବା କେତେକ ଗ୍ରହ ମାନଙ୍କ ନିକ୍ ନେମ୍ ସମ୍ପର୍କରେ… ବ୍ଲୁ ପ୍ଲାନେଟ୍: ପୃଥିବୀପୃଷ୍ଠରେ ୭୦%ରୁ ଊର୍ଦ୍ଧ୍ୱ ବିଶାଳ ମହାସାଗର ବା ଜଳଭାଗ ରହିଛି। ମହାକାଶରେ ରହି ଦୂରରୁ ଦେଖିଲେ ଏହି ଜଳଭାଗ ଉପସ୍ଥିତି ଯୋଗୁ ପୃଥିବୀ ଏକ ନୀଳ ରଙ୍ଗର ବଲ୍ ଭଳି ଦେଖାଯାଏ, ଯେଉଁଥିପାଇଁ ଏହାର ନାମ ବ୍ଲୁ ପ୍ଲାନେଟ୍ ରଖାଯାଇଛି। ଗ୍ୟାସ୍ ଜିଆଣ୍ଟ: ସୌରମଣ୍ଡଳର ବୃହତ୍ତମ ଗ୍ରହ ବୃହସ୍ପତି। ଏହାର ଭଉଁରି ସଦୃଶ ରଙ୍ଗିନ ବାଦଲ, ଲାଲ୍ ରଙ୍ଗର ବଡ଼ ବଡ଼ ଚିହ୍ନ ଏବଂ ଏହାର ଝଡ଼ବତାସ ଭଳି ଗତିଶୀଳ ବାୟୁମଣ୍ଡଳ ସେଠାରେ ପ୍ରବଳ ପ୍ରାକୃତିକ ଗ୍ୟାସ୍ ଥିବା ଦର୍ଶାଇଥାଏ। ତେଣୁ ଏହାର ନାମ ଜିଆଣ୍ଟ ଗ୍ୟାସ୍ ରଖାଯାଇଛି। ରେଡ୍ ପ୍ଲାନେଟ୍: ମଙ୍ଗଳ ଗ୍ରହରେ ଥିବା ମାଟିରେ ଲୌହର ପରିମାଣ ଖୁବ୍ ଅଧିକ ହୋଇଥିବାରୁ ଏହାର ରଙ୍ଗ ଲାଲ୍। ମହାକାଶରୁ ଏହି ଗ୍ରହକୁ ଦେଖିଲେ ଏକ ଲାଲ୍ ରଙ୍ଗର ବଲ୍ ସଦୃଶ ଦେଖାଯାଇଥାଏ, ଯେଉଁଥିପାଇଁ ଏହାକୁ ରେଡ୍ ପ୍ଲାନେଟ୍ କୁହାଯାଏ। ମର୍ନି ଷ୍ଟାର୍/ ଇଭିନିଂ ଷ୍ଟାର୍: ଶୁକ୍ର ଗ୍ରହ ହେଉଛି ଆମ ସୌରମଣ୍ଡଳର ଏକମାତ୍ର ଏମିତି ଗ୍ରହ, ଯାହା ଏକ ବଡ଼ ଉଜ୍ଜ୍ୱଳ ତାରା ଭଳି ସଂଧ୍ୟା ହେବା ବେଳେ ପ୍ରଥମେ ଏବଂ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଆକାଶରେ ଦେଖାଦେଇଥାଏ, ଯେଉଁଥିପାଇଁ ଏହାକୁ ମର୍ନିଂ କିମ୍ବା ଇଭିନିଂ ଷ୍ଟାର୍ ବୋଲି ମଧ୍ୟ କୁହାଯାଇଥାଏ। ରିଙ୍ଗ୍ଡ ପ୍ଲାନେଟ୍: ଶନିଗ୍ରହର ଚାରିପଟେ ବରଫ ଖଣ୍ଡ, ଧୂଳିକଣା, ପଥରଖଣ୍ଡ ଦ୍ୱାରା ପ୍ରସ୍ତୁତ ମୋଟା ବଳୟ ରହିଛି, ଯାହାକି ମହାକାଶରୁ ଦେଖିଲେ ସ୍ପଷ୍ଟ ଭାବେ ଏକ ରିଙ୍ଗ ପରି ଦେଖାଯାଉଥିବାରୁ ଏହାକୁ ରିଙ୍ଗ୍ଡ ପ୍ଲାନେଟ୍ କୁହାଯାଇଥାଏ।
https://www.dharitri.com/ବଳିଦାନ-ସମାପ୍ତ-କ୍ଷମା-ଆରମ୍/
ବଳିଦାନ ସମାପ୍ତ: କ୍ଷମା ଆରମ୍ଭ ଜୀବନ ନାଶକାରୀ କୋଭିଡ୍-୧୯ର କ୍ରୋଧ ତାଣ୍ଡବଲୀଳା ମାନବ ସମାଜକୁ ଭୀଷଣ ଆଘାତ କରିଛି। ଈଶ୍ୱରଙ୍କଠାରେ ଆମର ପ୍ରାର୍ଥନା, ନିବେଦନ ମଣିଷ ସମାଜକୁ ଈଶ୍ୱର ଏହି ବିଷାକ୍ତ ମହାମାରୀ କୋଭିଡ୍-୧୯ର ଆକ୍ରମଣ ଓ ସଂକ୍ରମଣରୁ ରକ୍ଷା କରି ଜୀବନ ବଞ୍ଚାନ୍ତୁ। ବାଇବେଲରେ ବର୍ଣ୍ଣିତ ଅଛି, ”ଲାଜାର ନାମକ ଜଣେ ବ୍ୟକ୍ତି ଭୀଷଣ ଅସୁସ୍ଥ ଥିଲେ। ତାଙ୍କର ଦୁଇ ଭଉଣୀ ହେଲେ ମରିୟମ ଓ ମାର୍ଥା। ସେମାନେ ଯିଶୁଙ୍କୁ ଖବର ଦେଲେ। ଯିଶୁଖ୍ରୀଷ୍ଟ ତାହା ଶୁଣି କହିଲେ, ଏହି ମୃତ୍ୟୁ ନିମନ୍ତେ ନୁହେଁ, ମାତ୍ର ଈଶ୍ୱରଙ୍କ ଗୌରବ ନିମନ୍ତେ, ଯେପରି ତଦ୍ଦ୍ବାରା ଈଶ୍ୱରଙ୍କ ପୁତ୍ର ଗୌରବପ୍ରାପ୍ତ ହୁଅନ୍ତି। ଖବର ପାଇ ପ୍ରଭୁ ଯିଶୁ ସାଙ୍ଗେ ସାଙ୍ଗେ ନ ଯାଇ ସେହି ସ୍ଥାନରେ ଅଧିକ ଦୁଇଦିନ ରହିଗଲେ। ପ୍ରଭୁ ଯିଶୁ ସେହି ଗ୍ରାମରୁ ଖବର ପାଇଲେ ଯେ, ଲାଜାର ମୃତ୍ୟୁ ପରେ ଚାରିଦିନ ହେଲା ସମାଧିରେ ରଖା ଗଲେଣି। ମାର୍ଥା ଯିଶୁଙ୍କୁ କହିଲେ, ପ୍ରଭୁ! ଯଦି ଆପଣ ଏଠାରେ ରହି ଥାଆନ୍ତେ, ତା’ହେଲେ ମୋହର ଭାଇ ଲାଜାର ମରି ନ ଥା’ନ୍ତେ। ପ୍ରଭୁ ଯିଶୁ ତାଙ୍କୁ କହିଲେ, ତୁମ ଭାଇ ପୁଣି ଉଠିବ। ପ୍ରଭୁ ଯିଶୁ କହିଲେ, ”ମୁଁ ପୁନରୁତ୍ଥାନ ଓ ଜୀବନ“ ଯିଏ ମୋଠାରେ ବିଶ୍ୱାସ କରେ, ଯଦ୍ୟପି ସେ ମରେ ତଥାପି ସେ ବଞ୍ଚିବ। ପ୍ରଭୁ ଯିଶୁ କବର ନିକଟକୁ ଯାଇ କହିଲେ, ଏହି ପଥର ଘୁଞ୍ଚାଇ ଦିଅ: ଯଦି ତୁମେ ବିଶ୍ୱାସ କର, ତାହାହେଲେ ଈଶ୍ୱରଙ୍କ ମହିମା ଦେଖିବ। ପ୍ରଭୁ ଯିଶୁ ଉଚ୍ଚ ସ୍ବରରେ ଡାକିଲେ, ”ଲାଜାର ବାହାରି ଆସ, ମୃତ୍ୟୁ ଭୋଗ କରିଥିବା ଲାଜାର ଜୀବିତ ହୋଇ ବାହାରି ଆସିଲେ। ଆଶ୍ଚର୍ଯ୍ୟ, କିନ୍ତୁ ସତ୍ୟ ଘଟଣା। ମୃତ୍ୟୁକୁ ଜୀବନ ଦେଇଥିବା ପ୍ରଭୁ ଯିଶୁ କଳିକୃତ ହେଲେ ସଂସାରର ମୁକ୍ତି ଓ କ୍ଷମା ପାଇଁ। ଖ୍ରୀଷ୍ଟ ବିଶ୍ୱାସର ପରିପ୍ରେକ୍ଷୀରେ ଶୁଭ ଶୁକ୍ରବାର ଏକ ବିଶେଷ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ। ପ୍ରଭୁ ଯିଶୁଖ୍ରୀଷ୍ଟଙ୍କୁ ଅମଣିଷ, ବର୍ବରୋଚିତ ଏବଂ ଅମାନୁଷିକ ଭାବରେ ହତ୍ୟା କରିବା ପ୍ରାଚୀନ ଓ ଆଧୁନିକ ମଣିଷ ସମାଜରେ ଏକ ବିରଳ ଓ ଅଦ୍ୱିତୀୟ ଘଟଣା । କ୍ରୂଶୀୟ ବଳିଦାନ ଅହିଂସା, ନମ୍ରତା, ସହିଷ୍ଣୁତା, ପରୋପକାରିତାର ନିଖୁଣ ଚିତ୍ର ଏବଂ ଜ୍ୱଳନ୍ତ ଅଦ୍ୱିତୀୟ ଉଦାହରଣ। ତାଙ୍କର କ୍ରୂଶୀୟ ବଳିଦାନରେ ସମଗ୍ର ମଣିଷ ସମାଜ ପାଇଁ ଏକ ନିଶ୍ଚିତ ଆବଶ୍ୟକତା ପୂରଣ ହେଲା ଏବଂ ମହାନ୍ କାର୍ଯ୍ୟ ସାଧିତ ହେଲା। ବୈଜ୍ଞାନିକ ଓ ଡାକ୍ତରମାନଙ୍କ ମତରେ, ଜଣେ ମଣିଷ କ୍ରୂଶବିଦ୍ଧ ହୋଇ ମୃତ୍ୟୁ ସମୟରେ କମ୍ ବାକ୍ୟ କହିଥାନ୍ତି। କାରଣ ଦାରୁଣ କ୍ରୂଶୀୟ ମୃତ୍ୟୁ ସମୟରେ ଅମ୍ଳଜାନ ଅଭାବ ହୋଇ ନିଃଶ୍ୱାସ ପ୍ରଶ୍ୱାସ ନେବା ଏବଂ କଥା କହିବା ଭୀଷଣ କଷ୍ଟ ହୋଇଥାଏ। ସେହି ଦାରୁଣ ପରିସ୍ଥିତିରେ ଉଚ୍ଚାରିତ ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ସପ୍ତବାଣୀ ଆଜି ମଧ୍ୟ ମାନବ ସମାଜକୁ ପ୍ରେରଣା ଦେଉଛି। ପ୍ରଥମ ବାଣୀରେ ପିତା ଏମାନଙ୍କୁ କ୍ଷମା କର, କାରଣ ଏମାନେ କ’ଣ କରୁଛନ୍ତି ଜାଣନ୍ତି ନାହିଁ। ଦ୍ୱିତୀୟ ବାଣୀ- ମୁଁ ତୁମ୍ଭକୁ ସତ୍ୟ କହୁଛି, ଆଜି ତୁମେ ମୋ ସହିତ ପାରଦୀଶରେ ଉପସ୍ଥିତ ହେବ। ତୃତୀୟ ବାଣୀ- ହେ ମୋର ଈଶ୍ୱର ତୁମେ ମୋତେ କାହିଁକି ପରିତ୍ୟାଗ କଲ। ଚତୁର୍ଥବାଣୀ- ହେ ପିତା, ତୁମ ହସ୍ତରେ ମୋର ଆତ୍ମାକୁ ସମର୍ପଣ କରୁଅଛି। ପଞ୍ଚମବାଣୀ- ଗୋ ନାରୀ, ଏଠାରେ ତୁମର ପୁତ୍ର, ଏଠାରେ ତୁମର ମା’। ଷଷ୍ଠ ବାଣୀ- ମୋତେ ତୃଷା ଲାଗୁଛି। ସପ୍ତମ ବାଣୀ- ଏହା ସମାପ୍ତ ହେଲା। ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ଶାରୀରିକ ମୃତ୍ୟୁ ପୂର୍ବରୁ କ୍ରୂଶରେ ଝୁଲୁଥିବା ଅବସ୍ଥାରେ କହିଲେ, ‘ଏଇ ସମାପ୍ତ ହେଲା’। ଏହା ହେଉଛି ଶୁଭ ଶୁକ୍ରବାରର ବିଶେଷ ଶୁଭ ସଂକେତ ଓ ଶୁଭବାର୍ତ୍ତା। କ’ଣ ସମାପ୍ତ ହେଲା? ପବିତ୍ର ବଳିଦାନ ମନୁଷ୍ୟ ଜାତିର ପାପ କ୍ଷମା ପାଇଁ ପବିତ୍ର ରକ୍ତ ବଳିଦାନର ଜରୁରୀ ଥିଲା। ପ୍ରଭୁ ଯିଶୁ ତାହା ପୂରଣ କରି ‘ସମାପ୍ତ’ କଲେ। ବାଇବେଲ କୁହେ ”ରକ୍ତପାତ ବିନା ପାପ କ୍ଷମା ନାହିଁ କାରଣ ବୃକ୍ଷ ଓ ଛାଗଳ ରକ୍ତ ଯେ’ ପାପ କ୍ଷମା କରିବ ଏହା ଅସମ୍ଭବ“। * ପାପ ହେତୁ ମନୁଷ୍ୟ ଜାତି ପ୍ରତି ପବିତ୍ର ଈଶ୍ୱରଙ୍କ କ୍ରୋଧ ଓ ବିଚାର ସମାପ୍ତ ହେଲା ବାଇବେଲ୍ କୁହେ, ‘ପାପର ବେତନ ମୃତ୍ୟୁ’ କିନ୍ତୁ ପାପ ପାଇଁ ପ୍ରାୟଶ୍ଚିତ୍ତ ସାଧନା କଲେ ପ୍ରଭୁ ଯିଶୁ। ନିଜେ ଦୋଷୀ ହୋଇ, ଈଶ୍ୱରଙ୍କ କ୍ରୋଧ ଓ ବିଚାରରୁ ମନୁଷ୍ୟ ସମାଜକୁ ଦୂରେଇ ଦେଲେ। * ପାପ ଓ ଶୟତାନର ଦାସତ୍ୱ ବନ୍ଧନ ‘ସମାପ୍ତ’ ହେଲା। ବାଇବେଲ୍ କୁହେ, ”ପ୍ରଭୁ ଯିଶୁଙ୍କ ରକ୍ତ ସମସ୍ତ ପାପକୁ ଧୌତ କରେ।“ * ପାପୀ ମନୁଷ୍ୟ ସମାଜକୁ ପବିତ୍ର ଈଶ୍ୱର ସହ ସଂଯୋଗ କରିବା ଯୋଜନା ସଂପୂର୍ଣ୍ଣ ଓ ‘ସମାପ୍ତ’ ହେଲା। ବାଇବେଲ୍ କୁହେ, ଯେଉଁମାନେ ପ୍ରଭୁ ଯିଶୁଙ୍କଠାରେ ବିଶ୍ୱାସ କଲେ ସେମାନେ ଈଶ୍ୱରଙ୍କ ସନ୍ତାନର ଅଧିକାର ପାଇଲେ। * ସମସ୍ତଙ୍କ ମୋକ୍ଷ ଓ ପରିତ୍ରାଣ ପାଇଁ ପ୍ରଭୁ ଯିଶୁ ଶେଷ ବଳିଦାନ ‘ସମାପ୍ତ’ କଲେ। ବାରମ୍ବାର ପ୍ରତିବର୍ଷ ପାପ କ୍ଷମା ପାଇଁ ବଳିଦାନର ଆବଶ୍ୟକତା ନାହିଁ, ବାଇବେଲ୍ କୁହେ ‘ସମସ୍ତଙ୍କ ପାଇଁ ଥରେ ମାତ୍ର ବଳିକୃତ ହେଲେ’। * ପ୍ରଭୁ ଯିଶୁଙ୍କ ବଳିଦାନରେ ‘ନୂତନ ନିୟମ’ ସ୍ଥାପିତ ହେଲା। ନୂତନ ନିୟମ ସ୍ଥାପନାର୍ଥେ ଜୀବନ ଦେବା ସମାପ୍ତ ହେଲା। * ମନୁଷ୍ୟ ଈଶ୍ୱରଙ୍କ ନିକଟକୁ ଯିବା ପାଇଁ ଥିବା ସମସ୍ତ ପ୍ରତିବନ୍ଧକ ଓ କଟକଣା ସମାପ୍ତ ହେଲା। ଯେକୌଣସି ବ୍ୟକ୍ତି ଯେକୌଣସି ସମୟରେ ପରମେଶ୍ୱରଙ୍କ ନିକଟକୁ ଯାଇପାରିବେ ଏବଂ ବ୍ୟକ୍ତିଗତ ସମ୍ପର୍କ ରଖିପାରିବେ। * କିପରି ସମାପ୍ତ ହେଲା?- କ୍ରୂଶୀୟ ମୃତ୍ୟୁରେ ବଳିଦାନ ଦ୍ୱାରା। * କ୍ରୂଶୀୟ ମୃତ୍ୟୁ କ’ଣ?- ନିର୍ଦ୍ଦୟ ଦୟାଶୂନ୍ୟ ପ୍ରଣାଳୀରେ ହତ୍ୟା। ରୋମୀୟ ଶାସକ ସମୟରେ ଦେଶଦ୍ରୋହୀମାନଙ୍କୁ କ୍ରୂଶାର୍ପିତ କରାଯାଇଥିଲା। * କାହା ପାଇଁ ସମାପ୍ତ ହେଲା? ଜାତି, ଧର୍ମ, ବର୍ଣ୍ଣ, ଭାଷା ଭୌଗୋଳିକ ସୀମା ନିର୍ବିଶେଷରେ ମନୁଷ୍ୟ ଜାତିର ମୋକ୍ଷ ପରିତ୍ରାଣ ପାଇଁ। ସମାପ୍ତ ହେଲା ବା ଗ୍ରୀକ୍ ଭାଷାରେ ଟିଟିଲିଷ୍ଟାଇ ଅର୍ଥାତ୍ ପ୍ରଭୁ ଯିଶୁଙ୍କ ଦ୍ୱାରା ସମସ୍ତ କାର୍ଯ୍ୟ ସମାପ୍ତ ହେଲା। ତାହା ପୁଣି ସବୁଦିନ ପାଇଁ। ଭବିଷ୍ୟତରେ ଆଉ କିଛି କରିବାକୁ କି ଅବା ଦେବାକୁ ପଡ଼ିବ ନାହିଁ। ଶୁଭ ଶୁକ୍ରବାରରେ ବଳିଦାନ ସମାପ୍ତ ହେଲା ଏବଂ କ୍ଷମା ଆରମ୍ଭ ହେଲା। ପ୍ରଭୁ ଯିଶୁ ସମସ୍ତଙ୍କୁ କ୍ଷମା କରନ୍ତି। କ୍ଷମା ଦେଇ ଏବଂ କ୍ଷମା ଗ୍ରହଣ କରି ମଣିଷ ଅନ୍ୟକୁ ଗ୍ରହଣ କରୁ। ଶୁଭ ଶୁକ୍ରବାରରେ କେତେକ ବିଷୟ ସମାପ୍ତ ଓ ପରିପୂର୍ଣ୍ଣ ହେଲା।“ ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ କ୍ଷମା ଓ ବଳିଦାନ ଏହି ଶୁଭ ଶୁକ୍ରବାରରେ ପ୍ରେରଣାର ଉତ୍ସ। ପ୍ରଭୁ ଯିଶୁ କହିଲେ, ”ମୁଁ ପୁନରୁତ୍ଥାନ୍ ଓ ଜୀବନ, ଯେ ମୋଠାରେ ବିଶ୍ୱାସ କରେ, ସେ ଯଦ୍ୟପି ମରେ, ତଥାପି ସେ ବଞ୍ଚିବ।“ ବାଇବେଲ କୁହେ, ”ବଳିଦାନ ମୃତ୍ୟୁ ପରେ ପ୍ରଭୁ ଯିଶୁ କବରରୁ ତିନିଦିନ ପରେ ପୁନରୁତ୍ଥିତ ହେଲେ ଏବଂ ଆଜି ଜୀବିତ ଅଛନ୍ତି। ପ୍ରଭୁ ଯିଶୁ ଆଜି, କାଲି ଓ ଚିରକାଳ ସମାନ ଅଟନ୍ତି।“ ସଭିଁଙ୍କ ପାଇଁ ବଳିଦାନ ସମାପ୍ତ: କ୍ଷମା ଆରମ୍ଭ। ଶୁଭ ଶୁକ୍ରବାରରେ ପ୍ରଭୁ ଯିଶୁଖ୍ରୀଷ୍ଟ ସମସ୍ତଙ୍କୁ ଆଶୀର୍ବାଦ କରି କ୍ଷମା, ଶାନ୍ତି ଓ କୋଭିଡ୍-୧୯ରୁ ସୁରକ୍ଷା ପ୍ରଦାନ କରନ୍ତୁ। **ହରିଶ ଚନ୍ଦ୍ର ଅରିଶଲ୍ୟ** **
https://www.dharitri.com/mumbai-police-received-threat-to-terrorize-the-city/
ମୁମ୍ବାଇକୁ ବୋମାରେ ଉଡାଇଦେବାକୁ ମିଳିଲା ଧମକ ମୁମ୍ବାଇ,୨୩।୫: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇକୁ ବୋମାରେ ଉଡାଇଦେବାକୁ ପୋଲିସକୁ ଧମକ ମିଳିଛି। ଜଣେ ବ୍ୟକ୍ତି ଟୁଇଟର ମାଧ୍ୟମରେ ଏହି ଧମକ ଦେଇଥିବା ଜଣାପଡିଛି। ପୋଲିସ ସୂତ୍ର ଅନୁଯାୟୀ, ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ମୁମ୍ବାଇ ପୋଲିସର ଟୁଇଟର ଆକାଉଣ୍ଟକୁ ଏକ ବାର୍ତ୍ତା ପଠାଯାଇଥିଲା, ଯେଉଁଥିରେ ଲେଖାଥିଲା ଯେ ମୁଁ ଖୁବ୍ଶୀଘ୍ର ମୁମ୍ବାଇକୁ ବିସ୍ଫୋରଣରେ ଉଡାଇଦେବି। ଏହି ବାର୍ତ୍ତା ଇଂରାଜୀ ଭାଷାରେ ଲେଖାଯାଇ ପଠାଯାଇଥିଲା। ଏହି ବାର୍ତ୍ତାକୁ ଗମ୍ଭୀରତାର ସହ ଗ୍ରହଣ କରି ମୁମ୍ବାଇ ପୋଲିସ ତଦନ୍ତ ଆରମ୍ଭ କରିଛି।
https://www.dharitri.com/no-president-or-opposition-at-inauguration-only-me-everywhere-sanjay-raut/
ଉଦଘାଟନୀ ଉତ୍ସବରେ ନାହାନ୍ତି ରାଷ୍ଟ୍ରପତି ଅବା ବିରୋଧୀ, କେବଳ ସବୁଠାରେ ମୁଁ : ସଞ୍ଜୟ ରାଉତ… ମୁମ୍ବାଇ,୨୮।୫ : ଶିବସେନା (ଉଦ୍ଧବ ବଲ ଠାକରେ) ଏହାର ମୁଖପତ୍ର ସାମନାର ସମ୍ପାଦକୀୟ ମାଧ୍ୟମରେ ନୂତନ ସଂସଦ ଭବନର ଉଦଘାଟନ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଭାଜପାକୁ ପୁଣି ଥରେ କଡ଼ା ସମାଲୋଚନା କରିଛି। ନୂତନ ସଂସଦ ଗୃହର ଉଦଘାଟନ କରାଯାଉଥିବା ପ୍ରବନ୍ଧରେ କୁହାଯାଇଛି, ଏହା ବିଶ୍ୱାସ ଏବଂ ପରମ୍ପରା ଅନୁଯାୟୀ ନୁହେଁ ଏବଂ ସଂସଦକୁ ଏହି ଧରଣର ଦଖଲ କରିବାଗଣତନ୍ତ୍ର ପାଇଁ ସାଂଘାତିକ । ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଆମ ଦେଶରେ ଦିନରାତି କ୍ରମାଗତ ସଂଘର୍ଷ ଚାଲିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କଥା ସମ୍ପାଦକୀୟ ପ୍ରବନ୍ଧରେ ଦୋହରାଯାଇଛି। ଦିଲ୍ଲୀରେ ଏକ ନୂତନ ସଂସଦ ଭବନ ନିର୍ମାଣ ଯଥାର୍ଥ କି ? ଏହା ପ୍ରକୃତରେ ଆବଶ୍ୟକ ଥିଲା କି? ନୂତନ ସଂସଦ ଗୃହ ଅନାବଶ୍ୟକ ଥିଲା। ପ୍ରଧାନମନ୍ତ୍ରୀଙ୍କ ଭଳି ଏକଛତ୍ରବାଦୀ ଶାସନ କେବଳ ଧାରଣା ଏବଂ କ୍ଷମତାର କେନ୍ଦ୍ରୀକରଣର ବନ୍ଧନରେ ସାହାଯ୍ୟ କରେ। ଯଦିଓ ନୂତନ ସଂସଦ ଗୃହ ନିର୍ମାଣ ହୋଇଛି, କିନ୍ତୁ ଗତ ଆଠ ବର୍ଷ ଧରି ଦେଶର ଉଭୟ ଗୃହରେ ଭୟର ବାତାବରଣ ସୃଷ୍ଟି ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅତିକ୍ରମ କରି ନୂତନ ସଂସଦ ଗୃହ ଉଦଘାଟନ କରାଯାଇଛି। ଏହା ବିଶ୍ୱାସ ଏବଂ ପରମ୍ପରା ଅନୁଯାୟୀ ନୁହେଁ। ରାଷ୍ଟ୍ରପତି ଏହି ଦେଶ ତଥା ସଂସଦର ମୁଖ୍ୟ ଅଟନ୍ତି। ସଂସଦର ଏଭଳି ଦଖଲ ଗଣତନ୍ତ୍ର ପାଇଁ ସାଂଘାତିକ। ଭାଜପା ବ୍ୟତୀତ ପ୍ରାୟ ସମସ୍ତ ରାଜନୈତିକ ଦଳ ଏହା ବିରୋଧରେ ଲଢ଼ିଛନ୍ତି। ଉଦଘାଟନୀ ଉତ୍ସବରେ ରାଷ୍ଟ୍ରପତି ଅବା ବିରୋଧୀ ନାହାନ୍ତି। କେବଳ ସବୁଠାରେ ମୋଦିଙ୍କ ମୁଁ ମୁଁ ରହିଛି ବୋଲି ସାମନାରେ ଳେଖାଯାଇଛି। ପରମ୍ପରା ଅନୁଯାୟୀ ଦେଶର ରାଷ୍ଟ୍ରପତି ନୂତନ ସଂସଦର ଉଦଘାଟନ କରିବା ଉଚିତ, ଏହି ଦାବି ପ୍ରଥମେ ରାହୁଲ ଗାନ୍ଧୀଙ୍କ ଦ୍ୱାରା କରାଯାଇଥିଲା ଏବଂ ପ୍ରାୟ ସମସ୍ତ ବିରୋଧୀ ଦଳ ଏହାକୁ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ସଂସଦର ନୂତନ ଭବନକୁ ଉଦଘାଟନ କରିଛନ୍ତି। ଏହା ଗଣତନ୍ତ୍ରର ବିଶ୍ୱାସ ଏବଂ ପରମ୍ପରା ଅନୁଯାୟୀ ନୁହେଁ। ଏପରିକି ରାଷ୍ଟ୍ରପତିଙ୍କୁ ଏକ ସରଳ ନିମନ୍ତ୍ରଣ ଦିଆଯାଇ ନ ଥିଲା, ତେଣୁ କଂଗ୍ରେସ ସମେତ ୨୧ ଟି ରାଜନୈତିକ ଦଳ ସଂସଦର ଉଦଘାଟନୀ ସମାରୋହକୁ ବର୍ଜନ କରିଛନ୍ତି। ବିରୋଧୀଙ୍କ ବର୍ଜନ ପ୍ରତି ଧ୍ୟାନ ନ ଦେଇ ପ୍ରଧାନମନ୍ତ୍ରୀ ସଂସଦର ଉଦଘାଟନୀ ସମାରୋହରେ ଏକ ଅଭିଭାଷଣ ଦେବେ ଏବଂ ତାଙ୍କ ଦ୍ୱାରା ସଂଗୃହିତ ଦର୍ଶକ ସେଠାରେ ପ୍ରଶଂସା କରିବେ। ଗଣତନ୍ତ୍ର ପାଇଁ ଏହା ହେଉଛି ସବୁଠାରୁ ବଡ ବିପଦ। ସଂସଦର ଉଦଘାଟନୀ ଉତ୍ସବରେ ଦେଶର ରାଷ୍ଟ୍ରପତିଙ୍କୁ କିମ୍ବା ବିରୋଧୀ ଦଳର ନେତାମାନଙ୍କୁ କୌଣସି ନିମନ୍ତ୍ରଣ ନାହିଁ। ସବୁକିଛି ’ମୁଁ’ ଅର୍ଥ ମୋଦି । ଏହା ହେଉଛି ଇଗୋ। ରାଷ୍ଟ୍ରପତିଙ୍କ ଦ୍ୱାରା ସଂସଦର ଉଦଘାଟନ ନ କରିବା ଏବଂ ତାଙ୍କୁ ସେହି କାର୍ଯ୍ୟ ପାଇଁ ନିମନ୍ତ୍ରଣ ନକରିବା ହେଉଛି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଁ ଅପମାନ। ରାହୁଲ କହିଥିଲେ ସଂସଦ ଅହଂକାରର ଇଟା ଦ୍ୱାରା ନୁହେଁ, ବରଂ ସାମ୍ବିଧାନିକ ମୂଲ୍ୟବୋଧରେ ନିର୍ମିତ ହେବା ଜରୁରୀ। ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ବର୍ତ୍ତମାନ ଜେଲରେ ଅଛନ୍ତି। ସିସୋଡିଆଙ୍କୁ କୋର୍ଟ ତାରିଖ ପାଇଁ ଜେଲରୁ ଅଣାଯାଇଥିଲା। ସିସୋଡିଆ କହିଥିଲେ, ’ମୋଦି ଅହଂକାରୀ’, ଏହା ଉପରେ ପୋଲିସ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କୁ କଲର ଧରି ଟାଣି ନେଇଥିଲା। ଗଣତନ୍ତ୍ରକୁ ମଧ୍ୟ ଏହିପରି ଟାଣି ନିଆଯାଉଛି। ଏପରିସ୍ଥଳେ ଏକ ନୂତନ ସଂସଦ ଗୃହ ନିର୍ମାଣ କରି କ’ଣ ହେବ?
https://www.dharitri.com/salad-served-late-up-man-hacks-wife-to-death-leaves-son-in-critical-state/
ସାଲାଡ ପାଇଁ ସ୍ତ୍ରୀଙ୍କୁ ହତ୍ୟା ଲକ୍ଷ୍ନୌ,୨।୬ : ରାତ୍ରି ଭୋଜନରେ ସାଲାଡ ଦେବାରେ ବିଳମ୍ବ ହେବାରୁ ସ୍ତ୍ରୀଙ୍କୁ ବେଲଚାରେ ପିଟି ପିଟି ହତ୍ୟା କରିଛନ୍ତି ସ୍ବାମୀ। ଉତ୍ତର ପ୍ରଦେଶର ଶାମଲି ଜିଲାର ଗୋଗାଓ୍ବାନ ଜଲାଲପୁରରୁ ଘଟିଛି ଏଭଳି ଘଟଣା। ହତ୍ୟା ପରଠାରୁ ଅଭିଯୁକ୍ତ ସ୍ବାମୀ ଫେରାର ଅଛନ୍ତି। ମୁରଲି (୪୫)ଙ୍କ ନାମରେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି ସ୍ଥାନୀୟ ପୋଲିସ। ସୋମବାର ରାତିରେ ଖାଇବାବେଳେ ସାଲାଡ ଦାବି କରିଥିଲେ ମୁରଲି। ସ୍ତ୍ରୀ ସୁଦେଶ ଅନ୍ୟ କାମରେ ବ୍ୟସ୍ତ ଥିବାରୁ ସାଲାଡ ଦେବାରେ ବିଳମ୍ବ ହୋଇଥିଲା। ଏହାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ। ପରେ ସୁଦେଶଙ୍କୁ ଚାଷ କାର୍ଯ୍ୟରେ ବ୍ୟବହୃତ ବେଲଚାରେ ଆକ୍ରମଣ କରିଥିଲେ। ମା’ଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିବା ୨୦ ବର୍ଷୀୟ ପୁଅ ମଧ୍ୟ ଏହି ଘଟଣାରେ ଗୁରୁତର ହୋଇଛନ୍ତି। ଚିତ୍କାର ଶୁଣିବା ପରେ ପଡ଼ୋଶୀମାନେ ଘଟଣା ସ୍ଥଳରେ ପହଞ୍ଚି ସୁଦେଶ ଓ ତାଙ୍କ ପୁଅଙ୍କୁ ହସ୍ପିଟାଲ ନେଇଥିଲେ। ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ। ପୁଅର ଅବସ୍ଥା ଗୁରୁତର ରହିଛି।
https://www.dharitri.com/t-series-director-bhushan-kumar-enters-in-ott-market/
ଓଟିଟି ସ୍ପେଶରେ ଏଣ୍ଟ୍ରି କଲା ଟି ସିରିଜ ମୁମ୍ବାଇ: ବର୍ଷ ବର୍ଷ ଧରି ନିର୍ବିବାଦରେ ସଙ୍ଗିତ ଦୁନିଆରେ ସଫଳତା ସହ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଭୁଷଣ କୁମାର ଏବେ ଟି ସିରିଜକୁ ଆଗକୁ ବଢାଇବାକୁ ଆଉ ଏକ ପ୍ରୟାସ କରିଛନ୍ତି । ଏବେ ସେ ୱେବ ସିରିଜ ପ୍ରଡ୍ୟୁସ କରିବାକୁ ଯାଉଛନ୍ତି । ଟି-ସିରିଜ ଏସିଆର ସବୁଠାରୁ ବଡ ମ୍ୟୁଜିକ ଲେବଲ, ପବ୍ଲିସର ଓ ଭାରତର ସବୁଠାରୁ ବଡ ଫିଲ୍ମ ଷ୍ଟୁଡିଓ ଯିଏ ଏବେ ଓଟିଟିରେ ୱେବ ସିରିଜ ପ୍ରଡ୍ୟୁସ କରିବାକୁ ମନ ବଳାଇଛି । ଏଡି ଘୋଷଣା ପରେ ଖୁସି ବ୍ୟକ୍ତ କରି ଟି ସିରିଜର ଅଧ୍ୟକ୍ଷ ଓ ପ୍ରବନ୍ଧ ନିର୍ଦ୍ଦେଶକ, ଭୁଷଣ କୁମାର କହିଛନ୍ତି ଟି ସିରିଜ ସବୁବେଳେ ଦମଦାର କାହାଣୀ ଉପରେ ବିଶ୍ୱାସ କରେ । ଏହା ସଙ୍ଗିତ ମାଧ୍ୟମରେ ହେଉ ଅବା ଫିଲ୍ମ ମାଧ୍ୟମରେ । ଏବେ ଆମେ ଏହାକୁ ନେଇ ୱେବ ସିରିଜ ନିର୍ମାଣ କରିବାକୁ ଉତ୍ସାହି ଅଛୁ । ଏଥିରେ ଆମେ ଦର୍ଶକଙ୍କୁ ଫ୍ରେସ୍, ଅରିଜନାଲ ଓ ବିଶିଷ୍ଟ ଷ୍ଟୋରି ଭେଟିଦେବୁ ।
https://www.dharitri.com/ଜୋର୍‌ରେ-ହସିଲେ-ହୋଇପାରେ-ସଂ/
ଜୋର୍‌ରେ ହସିଲେ ହୋଇପାରେ ସଂକ୍ରମଣ ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣକୁ ନେଇ ଏବେ ସମସ୍ତେ ସତର୍କ। ସେଥିପାଇଁ ଏବେ ସମସ୍ତେ ସାନିଟାଇଜ୍ ସହ ସାମାଜିକ ଦୂରତା ଉପରେ ଜୋର ଦେଉଛନ୍ତି। କିନ୍ତୁ କରୋନା ସଂକ୍ରମଣ ବ୍ୟକ୍ତି ଜୋର୍ରେ ହସୁଥିବାବେଳେ ବି ରୋଗ ସଂକ୍ରମଣ ହେବାର ସମ୍ଭାବନା ରହିଛି। ଆଇସିଏମଆର୍ ଏବଂ ଏମ୍ସ ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡ୍ ଲାଇନ୍ରୁ ଏହା ଜଣାପଡ଼ିଛି। ବିଭିନ୍ନ ଅନୁସନ୍ଧାନରୁ ବି ଏହା ଜଣାପଡ଼ିଛି। ନୂଆ ଗାଇଡ୍ ଲାଇନ୍ ଅନୁସାରେ ଜୋର୍ରେ ହସିବା ସମୟରେ କରୋନା ଭାଇରସ୍ ଡ୍ରପଲେଟ୍ ମାଧ୍ୟମରେ ବାହାରକୁ ବାହାରିଥାଏ ଏବଂ ଆଖପାଖରେ ଥିବା ଲୋକଙ୍କୁ ସଂକ୍ରମିତ କରିଥାଏ। କିଛି ଦିନ ତଳେ ଚାଇନାର ବିଶେଷଜ୍ଞମାନେ ମତ ଦେଇଥିଲେ କି ସଂକ୍ରମିତ ବ୍ୟକ୍ତିର ମଳରେ ବି କରୋନା ଭାଇରସ୍ ଅନେକ ଦିନ ପର୍ଯ୍ୟନ୍ତ ରହିଥାଏ। ପୂର୍ବ ଗାଇଡ୍ ଲାଇନ୍ ଅନୁସାରେ କାଶ, ଛିଙ୍କ ହେଲେ ରୁମାଲ ଦେଇ ଛିଙ୍କନ୍ତୁ। ଦେହରେ କିମ୍ବା ମୁହଁରେ ହାତ ଲଗାନ୍ତୁ ନାହିଁ। ତେଣୁ ଭଲଭାବେ ହାତ ଧୋଇବା ସହ ସାନିଟାଇଜ୍ ଉପରେ ଗୁରୁତ୍ୱ ଦେବା ଉଚିତ୍। ସେହିପରି ମଦ କିମ୍ବା ଧୁମ୍ରପାନ ବି କରିବା ଉଚିତ୍ ନୁହେଁ। କାରଣ ଏହା ଫଳରେ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବହୁତ କମି ଯାଇଥାଏ। ରକ୍ତଚାପ ରୋଗୀ ଖୁବ୍ କମ୍ ଲୁଣ ଖାଆନ୍ତୁ। ଏହିପରି ସମସ୍ତ ପ୍ରକାରର ପ୍ରତିଷେଧକ ବ୍ୟବସ୍ଥାକୁ ମାନିବା ଉଚିତ୍।
https://www.dharitri.com/sabka-sath-sabka-bikash-thoughts-of-mahatma-gandhi-vice-president/
ସବକା ସାଥ-ସବକା ବିକାଶ ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରା: ଉପରାଷ୍ଟ୍ରପତି… ନୂଆଦିଲ୍ଲୀ ୨୪।୯ : ଉପରାଷ୍ଟ୍ରପତି ଜଗଦୀପ ଧନକର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ’ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସାବକା ପ୍ରୟାସ ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇଛି। ଗାନ୍ଧୀ ଆଦର୍ଶର ସମ୍ବିଧାନର ମୌଳିକ ଅଧିକାର ଏବଂ ନିର୍ଦ୍ଦେଶନାମାକୁ ବିସ୍ତାର କରି ସେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ବାପୁଙ୍କ ଶିକ୍ଷା ମାନବିକତା ପାଇଁ ସର୍ବଦା ପ୍ରାସଙ୍ଗିକ ରହିବ। ଶନିବାର ନୂଆଦିଲ୍ଲୀରେ ହରିଜନ ସେବକ ସଂଗଠନର ୯୦ ତମ ଫାଉଣ୍ଡେଶନ ଦିବସ ଅବସରରେ ଆୟୋଜିତ ସଦଭାବନା ସମ୍ମିଳନୀରେ ଯୋଗ ଦେଇ ସେ ଏହା କହିଛନ୍ତି। କାର୍ଯ୍ୟକ୍ରମ ପୂର୍ବରୁ ସେ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଆଚାର୍ଯ୍ୟ ବିନୋବା ଭାବେଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଆଇନ ଆଗରେ ସମସ୍ତେ ସମାନ ବୋଲି କହିଥିଲେ। ପ୍ରତ୍ୟେକ ବ୍ୟକ୍ତି, ତାଙ୍କର ଶକ୍ତି କିମ୍ବା ଇତିହାସ ଯାହା ହେଉ, ଦେଶର ଆଇନ ବ୍ୟବସ୍ଥା ଦ୍ୱାରା ବନ୍ଧା ହୋଇ ରହିଥିବା ସେ କହିଛନ୍ତି। ସେ କହିଛନ୍ତି ଯେ ଗାନ୍ଧୀଙ୍କ ନୀତିକୁ ଧ୍ୟାନରେ ରଖି କରୋନା ମହାମାରୀର ଦୁଇ ବର୍ଷ ମଧ୍ୟରେ ୯୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଇଥିଲା। ମହାମାରୀରୁ ଦୂରେଇ ରଖିବା ପାଇଁ ସରକାର ମହାମାରୀ ସମୟରେ କୋଟି କୋଟି ଲୋକଙ୍କୁ କରୋନା ଭାଇରସ ଟିକାର ଦୁଇ ଡୋଜ ଯୋଗାଇ ଦେଇଛନ୍ତି। ଧନକର କହିଛନ୍ତି ଯେ ଏହା ଗାନ୍ଧୀଙ୍କ ଆଦର୍ଶ ଅନୁସାରେ ୧୮ କୋଟି ପରିବାରଙ୍କୁ ରୋଷେଇ ପାଇଁ ପାରମ୍ପାରିକ ଇନ୍ଧନରୁ ମୁକ୍ତି ପାଇବା ପାଇଁ ମାଗଣା ରନ୍ଧନ ଗ୍ୟାସ ସଂଯୋଗ ଦିଆଯାଇଥିଲା। ଯେଉଁମାନେ ଏକଦା ବ୍ୟାଙ୍କରେ ପ୍ରବେଶ କରିବାକୁ ଭୟ କରୁଥିଲେ, ଆଜି ଅଧିକାରୀମାନେ ସେମାନଙ୍କ ଦ୍ୱାର ପରିଦର୍ଶନ କରି ବ୍ୟାଙ୍କିଙ୍ଗ ସୁବିଧା ସହିତ ସଂଯୋଗ କରୁଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି ଯେ ମହାତ୍ମା ଗାନ୍ଧୀଙ୍କ ନୀତି ମାନବିକତା ପାଇଁ ବହୁତ ଲାଭଦାୟକ ହୋଇଛି। ଆଜି ଦୁନିଆକୁ ଅନେକ ସଙ୍କଟ ଦେଖାଦେଇଛି – ଦାରିଦ୍ର୍ୟଠାରୁ ଆରମ୍ଭ କରି ଜଳବାୟୁ ପରିବର୍ତ୍ତନ ପର୍ଯ୍ୟନ୍ତ ଯୁଦ୍ଧ ପର୍ଯ୍ୟନ୍ତ – ଗାନ୍ଧିଜୀଙ୍କ ଚିନ୍ତାଧାରା ସମସ୍ତଙ୍କ ପାଇଁ ସମାଧାନ ପ୍ରଦାନ କରିଛି। ସ୍ବରାଜଙ୍କ ବିଷୟରେ ଗାନ୍ଧୀଙ୍କ ଧାରଣା ବିଷୟରେ ଉପରାଷ୍ଟ୍ରପତି କହିଛନ୍ତି ଯେ ଖାଦ୍ୟ ସୁରକ୍ଷା, ଟିକାକରଣ, ସର୍ବଭାରତୀୟ ବ୍ୟାଙ୍କିଙ୍ଗ ଆଦି ସରକାରଙ୍କ ସମସ୍ତ ଯୋଜନାରେ ଗାନ୍ଧୀଙ୍କ ଭାବନା ରହିଛି। ସେ କହିଛନ୍ତି ଯେ ନିକଟ ଅତୀତରେ ଏକ ଇକୋସିଷ୍ଟମ ଉତ୍ପନ୍ନ ହୋଇଛି ଯାହା ଗାନ୍ଧୀ ଦର୍ଶନ ସହ ସହମତି ଭିତ୍ତିରେ ସମସ୍ତଙ୍କର ସାମର୍ଥ୍ୟ ଏବଂ ପ୍ରତିଭାର ସମ୍ପୂର୍ଣ୍ଣତାକୁ ସୁନିଶ୍ଚିତ କରୁଛି।
https://www.dharitri.com/thief-leaves-rs-500-note-in-engineers-house-without-finding-anything-goes-viral-on-social-media/
ଇଞ୍ଜିନିୟରଙ୍କ ଘରେ କିଛି ନ ପାଇ ୫ ଶହ ଟଙ୍କିଆ ନୋଟ ଛାଡ଼ିଗଲେ ଚୋର, ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ… ନୂଆଦିଲ୍ଲୀ,୨୪।୭ : ଚୋରିର ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦିଲ୍ଲୀରେ ସାମ୍ନାକୁ ଆସିଛି। ଚୋରି କରିବା ଉଦ୍ଦେଶ୍ୟରେ ରୋହିଣୀର ସେକ୍ଟର ୮ରେ ଏକ ଘରେ ପ୍ରବେଶ କରିଥିବା ଚୋରମାନେ କିଛି ପାଇଲେ ନାହିଁ। ନା ସେମାନେ ନଗଦ ଟଙ୍କା ପାଇଲେ କିମ୍ବା ଘରେ ଅଳଙ୍କାର ଅବା ଅନ୍ୟ ମୂଲ୍ୟବାନ ସାମଗ୍ରୀ ମିଳିଲା। ଏପରିକି ଘରେ ମୋବାଇଲ ଏବଂ ଲାପଟପ ଭଳି କିଛି ମିଳିଲା ନାହିଁ। ଏହା ପରେ ଚୋରମାନେ ଘରର ଦ୍ୱାରରେ ୫ ଶହ ଟଙ୍କିଆ ନୋଟ ଛାଡିଥିଲେ। ଚୋରମାନଙ୍କର ଏହି ଉଦାରତା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଘରର ମାଲିକ ମଧ୍ୟ ନିଶ୍ଚିତ କରିଛନ୍ତି ତାଙ୍କ ଘରୁ କିଛି ଚୋରି ହୋଇ ନାହିଁ। ଚୋରମାନେ ସେମାନଙ୍କ ନାମରେ ୫ ଶହ ଟଙ୍କିଆ ନୋଟ ଛାଡିଛନ୍ତି। ସରକାରୀ ଚାକିରିରୁ ଅବସର ନେଇଥିବା ଜଣେ ୮୦ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ସହ ଦିଲ୍ଲୀର ରୋହିଣୀରେ ରହୁଛନ୍ତି। ସେ କହିଥିଲେ ସେ ଗୁରୁଗ୍ରାମକୁ ତାଙ୍କ ଇଞ୍ଜିନିୟର ପୁଅଙ୍କୁ ଭେଟିବା ପାଇଁ ଯାଇଥିଲେ। ପଡୋଶୀମାନେ ଘରର କବାଟ ଭାଙ୍ଗିଯିବା ବିଷୟରେ କହିଥିଲେ। ଏହା ପରେ ସେ ପୋଲିସ ନିକଟରେ ଏକ ରିପୋର୍ଟ ଦାଖଲ କରିଥିଲେ। ଯଦିଓ ସେ କହିଥିଲେ ଘରର ତାଲା ଭାଙ୍ଗି ଯାଇଛି, କିନ୍ତୁ ଘର ଭିତରୁ କୌଣସି ଜିନିଷ ହଜିଯାଉ ନାହିଁ। ତେବେ ସେ ଦ୍ୱାରରେ ୫ ଶହ ଟଙ୍କିଆ ନୋଟ ପାଇଛନ୍ତି। ବୃଦ୍ଧ ଦମ୍ପତି କହିଥିଲେ ସେମାନେ ନିଜ ପୁଅଙ୍କ ସହ ରହିବାକୁ ଗୁରୁଗ୍ରାମକୁ ବେଳେବେଳେ ଯାଇଆନ୍ତି। ସେ କହିଛନ୍ତି ଚୋରି ଘଟଣାକୁ ଦୃଷ୍ଟିରେ ରଖି ଆମେ ଘରେ ଅଧିକ ଟଙ୍କା ରଖି ନ ଥାଉ। ଘରେ ଅଳଙ୍କାର କିମ୍ବା ଅନ୍ୟ କୌଣସି ଜିନିଷ ରଖୁ ନାହୁଁ। ଘରେ କେବଳ ଆବଶ୍ୟକୀୟ ଜିନିଷ ଏବଂ ଆସବାବପତ୍ର ଅଛି। ଏହା ସମ୍ଭବ ଚୋରମାନେ ଚୋରି କରିବାକୁ କିଛି ନ ପାଇ ୫ ଶହ ଟଙ୍କା ଛାଡି ଯାଇଥିଲେ। ସୋସିଆଲ ମିଡିଆରେ ଏହି ଘଟଣା ବିଷୟରେ ଚର୍ଚ୍ଚା ହେଉଛି । ଏହି ପରି ଆଉ ଏକ ଘଟଣା ଦିଲ୍ଲୀରେ ପୂର୍ବରୁ ଘଟିସାରିଛି। ଜୁନ ମାସରେ ଶାହାଦରା ଅଞ୍ଚଳରେ ଏକ ଦମ୍ପତିଙ୍କୁ ଲୁଟ କରିଥିବା ଗ୍ୟାଙ୍ଗ ସେମାନଙ୍କ ଅବସ୍ଥା ପାଇଁ ଦୁଃଖ ଅନୁଭବ କଲେ। ବାସ୍ତବରେ ଏହି ଦମ୍ପତିଙ୍କଠାରୁ ମାତ୍ର ୨୦ ଟଙ୍କା ମିଳିଥିଲା। ଏହା ପରେ ଚୋରମାନେ ସେମାନଙ୍କୁ ୧୦୦ ଟଙ୍କା ଦେଇଥିଲେ। ବର୍ତ୍ତମାନ ଯେତେବେଳେ ଚୋରମାନେ ଏହି ବୃଦ୍ଧ ଦମ୍ପତିଙ୍କ ଘରେ କିଛି ପାଇଲେ ନାହିଁ। ସେମାନେ ୫୦୦ ଟଙ୍କା ଛାଡି ଯାଇଥିଲେ। ଏହି ଘଟଣାଗୁଡ଼ିକରୁ ଜଣାପଡେ ବେଳେବେଳେ ଚୋର ଏବଂ ଡକାୟତମାନେ ମଧ୍ୟ ମାନବିକତା ଦେଖାଇବାକୁ ଭୁଲି ନ ଥାନ୍ତି।