url
stringlengths 29
226
| text
stringlengths 7
18.1k
|
---|---|
https://www.dharitri.com/1650-indians-stranded-in-afghanistan-plans-for-air-lift/ | ଆଫଗାନିସ୍ତାନରେ ଅଟକି ରହିଛନ୍ତି ୧୬୫୦ ଭାରତୀୟ, ଏୟାର ଲିଫ୍ଟ ପାଇଁ ଯୋଜନା…
ନୂଆଦିଲ୍ଲୀ,୧୮।୮: ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ପରଠାରୁ, ସେଠାରେ ଅଟକି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ନେଇ ଭାରତ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏପର୍ଯ୍ୟନ୍ତ ଭାରତୀୟ ଦୂତାବାସର ଅଧିକାରୀ, କର୍ମଚାରୀ, ସୁରକ୍ଷା କର୍ମୀଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି। ତେବେ ବର୍ତ୍ତମାନ ଆଫଗାନିସ୍ତାନରେ ୧୬୫୦ ଭାରତୀୟ କାବୁଲରେ ରହିଛନ୍ତି। ସେମାନଙ୍କୁ ଏୟାର ଲିଫ୍ଟ ପାଇଁ ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଭାରତୀୟମାନେ ଦୂତାବାସରେ ସହାୟତା ପାଇଁ ନିବେଦନ କରିଛନ୍ତି। ଭାରତୀୟଙ୍କ ପାଇଁ ବହିର୍ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ହେଲ୍ପଲାଇନ ନମ୍ବର, ଇ-ମେଲ ଆଇଡି ଜାରି କରାଯାଇଛି। ଗାଜିପୁର, ଗାଜିଆବାଦ, ଉତ୍ତରାଖଣ୍ଡର ଦେହରାଡୁନ ଏବଂ ଦିଲ୍ଲୀ ସମେତ ଅନ୍ୟାନ୍ୟ ଅଞ୍ଚଳର ଲୋକମାନେ ଆଫଗାନିସ୍ତାନରେ କାମ କରିବା ଉଦ୍ଦେଶ୍ୟରେ ସେଠାକୁ ଯାଇଥିଲେ। ମାତ୍ର ଏବେ ସେମାନେ ସେଠାରେ ଅଟକି ରହିଛନ୍ତି। ସେମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। କାବୁଲ ବିମାନବନ୍ଦରରେ ଦଳାଚକଟା ହେବା ପରେ ଉଦ୍ଧାର କାର୍ଯ୍ୟ ପାଇଁ ଏହାକୁ କିଛି ସମୟ ଲାଗି ବନ୍ଦ କରାଯାଇଥିଲା, କିନ୍ତୁ ବର୍ତ୍ତମାନ ଏହା ପୁଣି ଆରମ୍ଭ ହୋଇଛି। ଆମେରିକା ଏବଂ ନାଟୋ ସୈନ୍ୟଙ୍କ ସାହାଯ୍ୟରେ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ସୂଚନାଯୋଗ୍ୟ ଯେ ତାଲିବାନ ପକ୍ଷରୁ ଏକ ଗଣମାଧ୍ୟମ ସମ୍ମିଳନୀରେ ନିଶ୍ଚିତ କରାଯାଇଛି ଯେ କୌଣସି ବିଦେଶୀ କିମ୍ବା ସ୍ଥାନୀୟ ନାଗରିକଙ୍କୁ କ୍ଷତି ପହଞ୍ଚାଇବା ଭଳି କାର୍ଯ୍ୟ କରାଯିବ ନାହିଁ। ଆମେରିକା ଅନୁଯାୟୀ ତାଲିବାନ ସହମତ ହୋଇଛି ଯେ ଯଦି କେହି ଦେଶ ଛାଡିବାକୁ ଚାହାଁନ୍ତି, ତେବେ ତାଙ୍କୁ ନିରାପଦରେ ଏଭଳି କରିବାକୁ ଦିଆଯିବ। |
https://www.dharitri.com/earthquake-in-pakistan-many-killed-magnitude-6-0/ | ଥରିଲା ପାକିସ୍ତାନ: ୬.୦ ତୀବ୍ରତାର ଭୂକମ୍ପରେ ୨୦ ମୃତ ୨୦୦ଶହରୁ ଊର୍ଦ୍ଧ୍ୱ ଆହତ
ଇସଲାମାବାଦ,୭ ।୧୦: ପାକିସ୍ତାନରେ ଗୁରୁବାର ଭୋର ପ୍ରାୟ ୩ଟା ୩୦ରେ ଏକ ଭୂକମ୍ପ ହୋଇଥିବା ସୂଚନା ମିଳିଛି । ଏହାର ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୬.୦ । ଏଥିରେ ୨୦ ଜଣଙ୍କ ମୃତ୍ୟୁ ହେବା ସହ ୨୦୦ଶହରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିବା ସୂଚନା ଦେଇଛନ୍ତି ବିପର୍ଯ୍ୟୟ ପରିଚାଳନା ଅଧିକାରୀ । ନ୍ୟାଶନାଲ ସେଣ୍ଟର ଫର ସିସମୋଲୋଜିର ସୂଚନା ଅନୁଯାୟୀ ପାକିସ୍ତାନର ହରନାଇରୁ ୧୪ କିଲୋମିଟର ଉତ୍ତର-ପୂର୍ବରେ ଗୁରୁବାର ଭୋର ପ୍ରାୟ ୩ଟା ୩୦ରେ ୬.୦ ତୀବ୍ରତାର ଏକ ଭୂକମ୍ପ ଅନୁଭୁତ ହୋଇଛି । ସ୍ଥାନୀୟ ପ୍ରଶାସନର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ୨୦ ଜଣ ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୬ଜଣ ଶିଶୁ ରହିଛନ୍ତି । |
https://www.dharitri.com/india-is-11-times-larger-than-bangladesh-in-terms-of-purchasing-power/ | ପରଚେଜିଂ ପାଓ୍ବାରରେ ବାଂଲାଦେଶଠାରୁ ୧୧ ଗୁଣ ବଡ଼ ଭାରତ ଜିଡିପି
ନୂଆଦିଲ୍ଲୀ: ୨୦୧୯ ଡାଟା ମୁତାବକ ପରଚେଜିଂ ପାଓ୍ବାର ପ୍ୟାରିଟି(ପିପିପି)ରେ ବାଂଲାଦେଶଠାରୁ ଭାରତର ଜିଡିପି ପ୍ରାୟ ୧୧ ଗୁଣ ବଡ। ଆଇଏମ୍ଏଫ୍ର ମୁଣ୍ଡପିଛା ଜିଡିପି ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇବା ପରେ ଜଣେ ବରିଷ୍ଟ ସରକାରୀ ଅଧିକାରୀ ଏଭଳି ମତ ପ୍ରକାଶ କରିଛନ୍ତି। ସେହିଭଳି ଆଇଏମ୍ଏଫ୍ର ଆକଳନକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ସରକାର ଗତ ୬ ବର୍ଷ ମଧ୍ୟରେ କିଭଳି ବଡ ସଫଳତା ପାଇଛନ୍ତି ତାହା ଏବେ ଦେଖାଯାଉଛି। ଭାଜପାର ଘୃଣା ଭରା ସାଂସ୍କୃତିକ ଜାତୀୟତାବାଦ ଯୋଗୁ ବାଂଲାଦେଶ ଭାରତକୁ ମୁଣ୍ଡ ପିଛା ଜିଡିପିରେ ଟପିବାକୁ ଯାଉଛି। |
https://www.dharitri.com/all-institutions-of-india-influenced-by-rss-rahul-gandhi/ | ଭାରତର ସମସ୍ତ ଅନୁଷ୍ଠାନ ଆରଏସଏସ ଦ୍ୱାରା ହୋଇଛି ପ୍ରଭାବିତ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୨୨।୯: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପୁଣିଥରେ ଭାରତରେ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଗଠନ ପରେ ସବୁକିଛି ବଦଳି ଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଭାରତ ବର୍ତ୍ତମାନ ଏକ ଦୁର୍ବଳ ଗଣତନ୍ତ୍ର ସେ ଦାବି କରିଛନ୍ତି।
ନିକଟରେ ନରୱେର ଓସଲୋ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ଭାରତର ସମସ୍ତ ଅନୁଷ୍ଠାନ ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ ଦ୍ୱାରା ପ୍ରଭାବିତ ହୋଇଛି। ସିବିଆଇ, ଇଡି ଏବଂ ଇନକମ ଟ୍ୟାକ୍ସ ଭଳି ଏଜେନ୍ସିଗୁଡିକ ଅସ୍ତ୍ର କରାଯାଇଛି। ବିରୋଧୀ ଦଳର ମିଳିତ ମେଣ୍ଟ ‘ଇଣ୍ଡିଆ’ ଭବିଷ୍ୟତରେ ଏହା ଘଟିବାକୁ ଦେବ ନାହିଁ।
ନିକଟରେ ରାହୁଲ ଗାନ୍ଧୀ ୟୁରୋପ ଗସ୍ତ କରିଥିଲେ। ଏହି ସମୟ ମଧ୍ୟରେ ସେ ଓସଲୋ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ସହିତ ମଧ୍ୟ କଥାବାର୍ତ୍ତା କରିଥିଲେ। ସେ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେଇଥିଲେ। ଓସଲୋ ବିଶ୍ୱବିଦ୍ୟାଳୟରୁ ତାଙ୍କର ଭିଡିଓ ଗୁରୁବାର କଂଗ୍ରେସ ଦ୍ୱାରା ପ୍ରକାଶ ପାଇଛି। |
https://www.dharitri.com/ବାସୁଦେବପୁର-ବ୍ଲକ-ଜିଆର୍ଏସ/ | ବାସୁଦେବପୁର ବ୍ଲକ ଜିଆର୍ଏସ୍ଙ୍କୁ ମରଣାନ୍ତକ ଆକ୍ରମଣ: ଆକ୍ରମଣକାରୀ ମହିଳାଙ୍କୁ ପିଟିଲେ ଗ୍ରାମବାସୀ
ବାସୁଦେବପୁର, ୨୯।୫(ଡି.ଏନ୍.ଏ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକରେ କାର୍ଯ୍ୟରତ ଜିଆର୍ଏସ୍ ଲମ୍ବୋଦର ଦାସଙ୍କୁ ମଙ୍ଗଳବାର ରାତିରେ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କର ଜଣେ ପଡୋଶୀ ମହିଳା ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି। ଗୁୁରୁତର ଅବସ୍ଥାରେ ତାଙ୍କୁ କଟକ ମେଡିକାଲକୁ ପଠାଯାଇଛି। ଉକ୍ତ ମହିଳାଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ଼ ମାରିଥିବା ଜଣାପଡିଛି। ପ୍ରକାଶ ଯେ ସମ୍ପୃକ୍ତ ଜିଆର୍ଏସ୍ ଓ ଉକ୍ତ ମହିଳାଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ପୂର୍ବରୁ ବିବାଦ ଲାଗିରହିଥିଲା। ତେବେ କେଉଁ ଘଟଣା ପାଇଁ ମହିଳା ତାଙ୍କୁ ଆକ୍ରମଣ କରିଥିଲେ ଜଣାପଡିନାହିଁ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। |
https://www.dharitri.com/6-shots-were-caught-from-rourkela-airport/ | ରାଉରକେଲା ବିମାନବନ୍ଦରରୁ ୬ଗୁଳି ଧରାପଡ଼ିଲା
ରାଉରକେଲା ଅଫିସ,୯ା୧: ରାଉରକେଲା ସହରକୁ ବିମାନସେବା ଆରମ୍ଭ ହେବାର ଦିନକ ପରେ ରବିବାର ସ୍ଥାନୀୟ ବିମାନ ବନ୍ଦରରୁ ଜଣେ ଯାତ୍ରୀଙ୍କଠାରୁ ୬ଟି ଗୁଳି ଧରାପଡିଛି। ଯାତ୍ରୀ ଜଣଙ୍କ ଜଣେ ଔଷଧ ବ୍ୟବସାୟୀ ହୋଇଥିବାବେଳେ ସେ ବିମାନରେ ଚଢ଼ିବା ପୂର୍ବରୁ ସିକ୍ୟୁରିଟି ସ୍କାନରରେ ଧରା ପଡ଼ିଯାଇଥିଲେ। ଉକ୍ତ ଯାତ୍ରୀ ଜଣଙ୍କ ନାମରେ ଏନେଇ ଛେଣ୍ଡ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବାବେଳେ ତାଙ୍କ ପାଖରେ ବନ୍ଧୁକ ଲାଇସେନ୍ସ ଥିବାରୁ ପୋଲିସ ତାଙ୍କୁ ଛାଡ଼ି ଦେଇଥିଲା। ଯାତ୍ରୀ ଜଣଙ୍କ ଏକ ବ୍ୟାଗ ଧରି ରାଉରକେଲାରୁ ଭୁବନେଶ୍ୱର ଯାତ୍ରା କରିବାକୁ ବାହାରିଥିଲେ। ବିମାନବନ୍ଦରରେ ତାଙ୍କ ବ୍ୟାଗ ଚେକିଂ ସମୟରେ ୪ଟା ଫୁଟା ଓ ୨ଟି ଅଫୁଟା ଗୁଳି ସହ ମୋଟ ୬ଟି ଗୁଳି ଥିବା ଜଣାପଡ଼ିଥିଲା। ପରେ ବିମାନବନ୍ଦରରେ ଥିବା ସୁରକ୍ଷାକର୍ମୀ ଯାତ୍ରୀ ଜଣଙ୍କୁ ଅଟକ ରଖି ଛେଣ୍ଡ ଥାନା ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ତାଙ୍କୁ ଥାନାରେ ଅଟକ ରଖି ଉକ୍ତ ବିଷୟରେ ପଚରାଉଚରା କରିଥିଲେ। ଗୁଳି ଓ ବନ୍ଧୁକର ଲାଇସେନ୍ସ ଥିବାବେଳେ ଯାତ୍ରୀ ଜଣଙ୍କ କହିଥିଲେ। ବନ୍ଧୁକ ଘରେ ଥିବାବେଳେ ଗୁଳି ତରବରିଆ ବ୍ୟାଗରେ ରଖିଥିବା ପୋଲିସ ପାଖରେ କହିଥିଲେ। ପରେ ପୋଲିସ ଯାତ୍ରୀ ଜଣଙ୍କର ଲାଇସେନ୍ସ ସମ୍ପର୍କିତ କାଗଜ ଯାଞ୍ଚ କରିବା ପରେ ତାଙ୍କୁ ଛାଡ଼ି ଦେଇଥିଲେ। |
https://www.dharitri.com/indian-womens-hockey-star-deepgrace-ekka-announces-retirement/ | ଅବସର ଘୋଷଣା କଲେ ଭାରତୀୟ ମହିଳା ହକି ଷ୍ଟାର ଦୀପଗ୍ରେସ ଏକ୍କା
ଭୁବନେଶ୍ୱର, ୨୮।୧: ଭାରତୀୟ ହକି ଟିମ୍ର ଷ୍ଟାର ଦୀପଗ୍ରେସ ଏକ୍କା ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ହକି ଇଣ୍ଡିଆ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଭାରତୀୟ ହକି ଟିମକୁ ପ୍ରଶଂସା କରିଥିଲେ । ଦୀପଗ୍ରେସ ଲେଖିଛନ୍ତି, ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିବାରୁ ସେ ନିଜକୁ ଗର୍ବିତ ମନେ କରୁଛନ୍ତି।
୧୭ ବର୍ଷ ବୟସରେ ୨୦୧୧ରେ ହକିରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ ଦୀପଗ୍ରେସ । ଆର୍ଜେଣ୍ଟିନାରେ ସେ ପ୍ରଥମ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ । |
https://www.dharitri.com/special-story-on-singer-mansi-patra/ | ଜୀଇଁ ଥିବାଯାଏ ଗାଉଥିବି: କଣ୍ଠଶିଳ୍ପୀ ମାନସୀ ପାତ୍ର
ପିଲାଟି ଦିନରୁ ସେ ଗୀତ ବୋଲିବାକୁ ଖୁବ୍ ଭଲ ପାଉଥିଲେ। ଯେବେ କିଏ ଲକ୍ଷ୍ମୀପୁରାଣ କି ସାବିତ୍ରୀ ବ୍ରତ କିମ୍ବା ରାଧାକୃଷ୍ଣ ବ୍ରତ ଆଦି ବହି ପଢ଼ିବାକୁ ଡାକୁଥିଲେ ସେ ଖୁସୀ ହୋଇପଡ଼ୁଥିଲେ । ସ୍କୁଲ ବୟସରୁ ସଂଗୀତ ଶିଖିବାର ନିଶା ଆଜି ତାଙ୍କୁ ଜଣେ ପ୍ରସିଦ୍ଧ କଣ୍ଠଶିଳ୍ପୀର ମାନ୍ୟତା ଦେଇଛି । ତାଙ୍କରି ସୁମଧୁର କଣ୍ଠ ସ୍ବରରେ – ବଉଳା ଗାଈର ଚାନ୍ଦ ବାଛୁରି, ହାଏରେ ହାଏ ମୋ କହ୍ନେଇ ରାଜା.., ପ୍ରଭାତୁ ଉଠିବୁ ଆଲୋ ସଜୋନୀ ମୋର ଏବଂ କଳା ଯାଦୁଗର ଆଦି ଏମିତି ଏକାଧିକ ଲୋକପ୍ରିୟ ଭଜନର କଣ୍ଠସ୍ବର ଓଡ଼ିଶାର ଘରେ ଘରେ ସୁପରିଚିତ ହୋଇପାରିଛି। ସେ ହେଲେ ଓଡ଼ିଶାର ସୁନାମଧନ୍ୟା କଣ୍ଠଶିଳ୍ପୀ ମାନସୀ ପାତ୍ର। ପିତା ଭୋଳାନାଥ ପାତ୍ର, ମାତା ଶୋଭାରାଣୀ ପାତ୍ର। ଘର ବାଲେଶ୍ୱର ଜିଲାର ଜାଗୁଳି ଠାରେ। ସେ କୁହନ୍ତି, ମା,ବାପାଙ୍କର ମୁଁ ଏକମାତ୍ର ଝିଅ । ଘରର ପ୍ରତି କାନ୍ଥବାଡ଼ ସତେଯେମିତି କଳାସଂସ୍କୃତିକୁ ଜାବୁଡ଼ି ଧରିଥିଲା। ମୋ ବାପାଥିଲେ ଜଣେ ଶିକ୍ଷକ। ହେଲେ ସେ ନାଟକ ଓ ଡ୍ରାମା ଆଦିରେ ନିର୍ଦ୍ଦେଶନା ଦେଉଥିଲେ। ମୋର ପଞ୍ଚମ ଶ୍ରେଣୀରୁ ଗୀତ, ନାଚପ୍ରତି ପ୍ରବଳ ଆଗ୍ରହ ହେଲା। ଗୁରୁ ବନମାଳୀ ଜେନା ଏବଂ ବାସୁଦେବ ଗୋଚ୍ଛାୟତଙ୍କ ପାଖରୁ ଗୀତ ଶିଖିଲି। ତା’ ସହିତ ଓଡ଼ିଶୀ , ସମ୍ବଲପୁରୀ ନୃତ୍ୟ ମଧ୍ୟ ଶିଖିଲି। କିନ୍ତୁ ପରିବାର ଗୀତକୁ ଅଧିକା ସ୍ବୀକୃତି ଦେଲେ। ସେଇଠୁ ଆରମ୍ଭ ହେଲା ବିଧିବଦ୍ଧ ସଂଗୀତ ଶିକ୍ଷା। ସେତେବେଳ ଯେଉଁଠି କିଛି ସଂଗୀତ କାର୍ଯ୍ୟକ୍ରମ ହେଉଥିଲା ଅଂଶଗ୍ରହଣ କରୁଥିଲି। ଆମ ଅଞ୍ଚଳର ପ୍ରାୟ ସବୁ ସ୍କୁଲ ଓ କଲେଜରେ ସଂଗୀତ ପ୍ରତିଯୋଗିତାରେ ପ୍ରଥମ ହେବାରୁ ମନୋବଳ ଦୃଢ଼ ହେଲା। ମୋ ବାପାଙ୍କର ଇଚ୍ଛାଥିଲା ମୁଁ ଜଣେ ଅଧ୍ୟାପିକା ହେବି। ତେଣୁ ପିଜି କରିବି ବୋଲି ଭୁବନେଶ୍ୱର ଆସିଲି। ସେତେବେଳେ ଇଟିଭିର ମହ୍ଲାର କାଯର୍ୟକ୍ରମରେ ଅଂଶଗ୍ରହଣ କରିଲି। ରାଖଲ ମହାନ୍ତି, ରାଧାକାନ୍ତ ନନ୍ଦ ଓ ସିକନ୍ଦର ଆଲାମ ପ୍ରମୁଖ ଜଣାଶୁଣା କଳାକାରମାନଙ୍କ ଗହଣରେ ଭଜନଗାଇବାର ଅନୁଭୂତି ଥିଲା ଭିନ୍ନ। ଆଜିଯାଏ ଏହାକୁ ମନରେ ସାଇତି ରଖିତ୍ଛି। ଆଉ ସେବେଠୁ ପଛକୁ ଫେରିନି। ଏହାପରେ ଆକାଶବାଣୀରେ ସ୍ବୀକୃତିପ୍ରାପ୍ତ ଗାୟିକାଭାବେ ପରିଚିତ ହେଲି। ତା’ ପରଠୁ ଆଜି ଯାଏ କେବଳ ୧୭ବର୍ଷ ଧରି ଭଜନ ହିଁ ଗାଇ ଚାଲିଛି। ବାହାଘର ପରେ ଭୁବନେଶ୍ୱର ଚାଲି ଆସିଲି। ବାପାଙ୍କ ପରେ ସ୍ବାମୀ ପ୍ରଭାତକୁମାର ନାୟକ ହିଁ ମତେ ସଂଗୀତ କ୍ଷେତ୍ରରେ ଆଗକୁ ନେବାରେ ସାହାଯ୍ୟ କରିଛନ୍ତି। ସେତେବେଳେ ସ୍ବାମୀଙ୍କୁ ବିଦେଶ ଯିବା ପାଇଁ ବହୁତ ଅଫର ଆସିଥିଲା କିନ୍ତୁ ମୋ ପାଇଁ ସେ ଭୁବନେଶ୍ୱରରେ ରହିଲେ। ମୋର ପ୍ରଥମ ଭଜନ ଆଲବମ୍- ‘ମୋହ ମାୟା ଅଢେଇଦିନ’ ମୋତେ ଘରେ ଘରେ ପରିଚିତ କରାଇଥିଲା। ମୋତେ କରିଦେ କଳାତୁଳସୀ, ବଉଳା ଗାଈର ଚାନ୍ଦବାଛୁରି, ପ୍ରଭାତୁ ଉଠିବୁ ଆଲୋ ସଜୋନୀ ମୋର ଆଦି ଗୀତ ମତେ ସ୍ବତନ୍ତ୍ର ପରିଚୟ ଦେଲା। ତା’ ପରେ କଟକରେଗୁରୁବିଶ୍ୱନାଥ ମିଶ୍ରଙ୍କଠୁ ପୁଣି ସଂଗୀତ ଶିକ୍ଷା ଆରମ୍ଭକଲି। ଆଉ ଭଜନ କ୍ୟାସେଟ୍ରେ ଗୀତ ଗାଇ ଚାଲିଲି। ଓଟିଭି ଦାମିନୀ ଧାରାବାହିକର ଟାଇଟଲ ସଙ୍ଗ ଗାଇବା ସହ ବେଷ୍ଟ ସିଙ୍ଗର ପୁରସ୍କାର ମତେ ମିଳିଥିଲା। ଏହାଛଡା ଡିଡି-୧ରେ ଗାଁ ସିରିଏଲର ଟାଇଟଲ ସଙ୍ଗ୍ ଓ ଭଜନଅନ୍ତାକ୍ଷରୀ ମତେ ଘରେ ଘରେ ପରିଚିତ କରାଇଛି। ଭଜନ – ବଡ଼ଦାଣ୍ଡେ ଜଗା ଝୁଲିଝୁଲି ଆସୁଛି ସଂଗୀତ ବେଶ୍ ଲୋକପ୍ରିୟ ହୋଇଥିଲା। ଭାବବନ୍ଧନ କ୍ୟାସେଟର ଗୀତ -ହାଏରେ ହାଏମୋ କହ୍ନେଇ ରାଜା କୁଆଡ଼େଗଲା, ଜନ୍ମରୁ ମରଣ ଅଢ଼େଇ ଦିନ, କଳା ଯାଦୁଗର, ଯାବୁଡ଼ି ଧରିବି କାଳେ ପାଦକୁ ତୋର ଆଦି ଲୋକଙ୍କ ମନକୁ ଛୁଇଁ ଥିଲା। ଆଜିଯାଏ ପ୍ରାୟ୫ଶହରୁ ଉର୍ଦ୍ଧ୍ୱ ଭଜନ ଗାଇ ସାରିଛି ।
ପଦ୍ମଶ୍ରୀ ରଜତ କରଙ୍କ ସହିତ ଭାଗବତ ଗାଇଛି। ସବୁଠୁ ବଡ଼ କଥା ହେଲା ଜଣେ କଳାକାର ଭାବରେ ସ୍ମୃତି ମଧୁର ହେବାପରି ଗୀତ ଗାଇବାରେ ମୁଁ ବିଶ୍ୱାସ କରେ। ତା’ ବଦଳରେ ଶ୍ରୋତାଙ୍କଠାରୁ ଅନେକ ଭଲ ପାଇବା ସମ୍ମାନ ଆଉ ଆଶୀର୍ବାଦ ମିଳୁଛି। ସବୁଠାରୁ ବଡ଼ କଥା ହେଲା ସ୍ବାମୀ, ମୋର ଦୁଇ ଝିଅ, ଶାଶୁ ମା’ଙ୍କୁ ନେଇ ଗଡ଼ି ଚାଲିଛି ମୋର ସୁଖର ସଂସାର। ଏତିକି ଆଶା ବିଞ୍ଚତ୍ଥିବା ଯାଏ ଭଜନ ଗାଉଥିବି। ଏମିତିରେ ମୋର ଗୋଟିଏ ପ୍ରିୟ ଗୀତ ବି ଅଛି-ଜିଇ ଥିବାଯାଏ ଗାଉଥିବି ମୁହିଁ ,ଭଜନ ଜଣାଣ ପ୍ରଭୁ ତୁମ ପାଇଁ …। ମୋ ସଂଗୀତମୟ ଜୀବନର ରାସ୍ତା ଆଜି ପଯର୍ୟନ୍ତ ଭାବ ଭକ୍ତିକୁ ନେଇ ପ୍ରଭୁଙ୍କ ପାଖରେ ସମର୍ପିତ।
-ବନବିହାରୀ ବେହେରା |
https://www.dharitri.com/in-this-india-656/ | ଏଇ ଭାରତରେ
ଜଣେ ବ୍ୟକ୍ତି ଜୀବିତ ଥାଇ ମଧ୍ୟ ସରକାରୀ କାଗଜପତ୍ରରେ ମୃତ ଘୋଷିତ ହେବା ଜାଣି ଆଶ୍ଚର୍ଯ୍ୟ ହେଉଥିବେ। ହେଲେ ଏହା ସତ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ। ମୈନପୁରୀର ଜାଫରପୁର ଗାଁର ଉକ୍ତ ବ୍ୟକ୍ତିଙ୍କ ନାମ ଗଙ୍ଗା ସିଂ। ୮୦ ବର୍ଷୀୟ ଗଙ୍ଗାଙ୍କ ସଂସାର କହିଲେ ସ୍ତ୍ରୀ ହୋମଶ୍ରୀ ଏବଂ ଦୁଇ ପୁଅ। ସେ ଚାଷରୁ ଆୟ କରିବା ସହ ବୃଦ୍ଧାବୃଦ୍ଧ ପେନ୍ସନ ଏବଂ କିଷାନ ସମ୍ମାନ ନିଧି ଟଙ୍କାରେ ଚଳନ୍ତି। କିନ୍ତୁ ଜୁଲାଇ ୩ରେ ଯେତେବେଳେ ସେ ପେନ୍ସନ ଆଣିବା ପାଇଁ ବ୍ୟାଙ୍କରେ ପହଞ୍ଚିଥିଲେ, ସେତେବେଳେ ବ୍ୟାଙ୍କ କର୍ମଚାରୀ ଟଙ୍କା ଆସିବା ବନ୍ଦ ହୋଇଥିବା ସମ୍ପର୍କରେ ତାଙ୍କୁ କହିଥିଲେ। ଏହାର ସତ୍ୟାସତ୍ୟ ଜାଣିବା ଲାଗି ଗଙ୍ଗା ସାମାଜିକ କଲ୍ୟାଣ କାର୍ଯ୍ୟାଳୟକୁ ଗଲେ। ସେଠାକାର କର୍ମଚାରୀ କମ୍ପ୍ୟୁଟରରେ ଗଙ୍ଗାଙ୍କ ପାସ୍ବୁକ୍ ଏବଂ ଆଧାରକାର୍ଡ ନମ୍ବର ପ୍ରବେଶ କରାଇଥିଲେ ଓ ରେକର୍ଡରେ ସେ ମୃତ ବୋଲି ଜଣାପଡ଼ିିଲା। ସାମାଜିକ କଲ୍ୟାଣ ବିଭାଗ କର୍ମଚାରୀ ଏହି କାର୍ଯ୍ୟ ନଗର ପଞ୍ଚାୟତର ବୋଲି କହିଥିଲେ। ପରେ ଗଙ୍ଗା ନଗର ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ ଏବଂ ସେଠା କର୍ମଚାରୀ କହିଥିଲେ ଯେ, ଭୁଲ୍ରେ ମୃତକଙ୍କ ତାଲିକାରେ ତାଙ୍କ ନାମ ସ୍ଥାନ ପାଇଛି। ଏହାର ଏକ ମାସ ପରେ ମଧ୍ୟ ଗଙ୍ଗା ସିଂ ସରକାରୀ କାଗଜପତ୍ରରେ ମୃତ ହୋଇ ରହିଛନ୍ତି। ଗଙ୍ଗା ସବୁଠି ବିଫଳ ହେବା ପରେ ଏବେ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିବେଦନ କରିଛନ୍ତି। |
https://www.dharitri.com/hollywood-actor-armie-hammer-is-accused-of-being-a-cannibal-and-his-screenshots-are-shared-about-drinking-blood/ | ପୂର୍ବତନ ପ୍ରେମିକାଙ୍କ ରକ୍ତ ପିଇବାକୁ ଚାହୁଁଛନ୍ତି ଏହି ଅଭିନେତା
ଫିଲ୍ମ ‘କଲ୍ ମି ୟୋର ନେମ୍’ରୁ ଚର୍ଚ୍ଚାକୁ ଆସିଥିବା ହଲିଉଡ୍ ଅଭିନେତା ଆର୍ମି ହମର ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ନିଜର ଲୁକ୍ ଏବଂ ରିଲେସନଶିପ୍କୁ ନେଇ ସବୁବେଳେ ଆଲୋଚନାରେ ରହୁଥିବା ଆର୍ମିଙ୍କ ଡାର୍କ ସାଇଡ୍ ଏବେ ସାମ୍ନାକୁ ଆସିଛି। ସୋସିଆଲ ମିଡିଆ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରୁ କିଛି ମେସେଜ୍ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ଅଭିନେତା ନିଜକୁ ଜଣେ ଖରାପ ବ୍ୟକ୍ତି ବୋଲି କହିଛନ୍ତି। ଆର୍ମି ଏହି ମେସେଜ୍ ତାଙ୍କ ପୂବ ପ୍ରେମିକାଙ୍କ ନିକଟକୁ ପଠାଇଥିବା ଜଣାପଡ଼ିଛି।
ସେ ମେସେଜ୍ରେ ଲେଖିଛନ୍ତି ଯେ, ପୂର୍ବ ପ୍ରେମିକାଙ୍କ ଗୋଡ଼ର ଗାଙ୍ଗୁଠି କାଟି ନିଜର ପକେଟରେ ରଖି ବୁଲିବାକୁ ଚାହୁଛି। ମୁଁ ଶତପ୍ରତିଶତ ଜଣେ ଖରାପ ବ୍ୟକ୍ତି। ମୁଁ ତୁମକୁ ଖାଇବାକୁ ଚାହୁଁଛି। ମୋତେ ତୁମର ରକ୍ତ ପିଇବାର ଆବଶ୍ୟକତା ରହିଛି। ଆର୍ମି ପୂର୍ବ ପ୍ରେମିକାକୁ ନିଜର ଗୁଲାମ କରିବାକୁ ଚାହୁଁଥିବା କଥା ଏବେ ଭାଇରାଲ ହେବାରେ ଲାଗିଛି। ଏହି ମେସେଜ୍ ବ୍ଲୁ ଟିକ୍ ନାମକ ଜଣେ ମହିଳାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରୁ ଶେୟାର ହୋଇଛି। ଏହାକୁ ଅଭିନେତ୍ରୀ ବେଲା ଥ୍ରୋନ୍ ସମର୍ଥନ କରିଛନ୍ତି। |
https://www.dharitri.com/acid-usage-to-excrete-poison/ | ବିଷ ଝଡ଼ାଇବା ପାଇଁ ବୋଳା ହେଉଛି ଏସିଡ୍
ଭୁବନେଶ୍ୱର, ୨୦ା୮(ବ୍ୟୁରୋ): ଏବେ ବି ତନ୍ତ୍ରମନ୍ତ୍ର ଓ ଅନ୍ଧବିଶ୍ୱାସକୁ ନେଇ ଚିକିତ୍ସା ଚାଲିଛି। ଏଥିଯୋଗୁ କାହିଁ କେତେ ଜୀବନ ବିପଦ ମୁହଁକୁ ଚାଲିଯାଉଛି। ସାପ କିମ୍ବା ଅନ୍ୟକିଛି ବିଷାକ୍ତ ଜୀବଜନ୍ତୁ କାମୁଡ଼ିଲେ ରୋଗୀଙ୍କୁ ଡାକ୍ତରଖାନା ବଦଳରେ ଗୁଣିଆ ପାଖକୁ ନିଆଯାଉଛି। ବିଷ ଝାଡ଼ିବା ପାଇଁ ଗୁଣିଆ କରୁଛନ୍ତି ଅଜବ ଚିକିତ୍ସା। ଯେଉଁ ଅଙ୍ଗରେ ବିଷ ଚରିଥିବ ବୋଲି ଗୁଣିଆ ଭାବୁଛନ୍ତି ସେଥିରେ ସେ ଏସିଡ୍ ବୋଳି ଦେଉଛନ୍ତି। ଫଳରେ ଏସିଡ୍ ଜ୍ୱାଳାରେ ରୋଗୀ ଜଣକ ଛଟପଟ ହେଉଛନ୍ତି। ଚମଡ଼ା ପୋଡ଼ିଯିବାରୁ କପଡ଼ା ପିନ୍ଧିବା ଅସମ୍ଭବ ହୋଇପଡୁଥିବାବେଳେ ସାମାଜିକ କଳଙ୍କ ଭାବି ଲଜ୍ଜାରେ ଘର ଭିତରେ ରହି ମାନସିକ ଭାରସାମ୍ୟ ବି ହରାଉଛନ୍ତି। ଢେଙ୍କାନାଳ ଜିଲାରେ ଏଭଳି ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି। ନିକଟରେ ମୋଟଙ୍ଗା ଥାନା ଅନ୍ତର୍ଗତ ମୃଦଙ୍ଗାପଲ୍ଲୀ ଗ୍ରାମର ୩ଜଣଙ୍କ କ୍ଷେତ୍ରରେ ଏଭଳି ବିପଦପୂର୍ଣ୍ଣ ଚିକିତ୍ସା କରାଯାଇଥିବା ଜଣାପଡିଛି।
ମିଳିଥିବା ସୂଚନାନୁସାରେ, ସରିତା ମହାପାତ୍ର ନାମକ ଜଣେ ୨୫ବର୍ଷୀୟ ଯୁବତୀଙ୍କ ଗୋଡ଼ ଆଙ୍ଗୁଠିରେ ଗତ ୧୭ ତାରିଖରେ କ’ଣ ଗୋଟେ କାମୁଡି ଦେଇଥିଲା। ସାପ କାମୁଡ଼ି ଦେଇଥିବା ସନ୍ଦେହରେ ସେ ନିକଟ ଗାଁର ଜଣେ ଗୁଣିଆଙ୍କ ପାଖକୁ ଯାଇଥିଲେ। ଗୁଣିଆ ଜଣକ ତାଙ୍କ ଗୋଡ଼ରେ ଏସିଡ୍ ବୋଳି ଚିକିତ୍ସା କରିଥିଲେ। ତା’ପର ଦିନ ସରିତାଙ୍କ ଗୋଡ଼ କଳା ପଡ଼ି ଫୋଟକା ହୋଇଯାଇଥିଲା। ସେହିପରି ୪୫ ବର୍ଷୀୟ ଶୁଭଶ୍ରୀ ମହାପାତ୍ରଙ୍କ ବାମ ଗୋଡ଼ରେ ପ୍ରାୟ ୧୫ଦିନ ତଳେ ଏକ କଙ୍କଡ଼ାବିଛା କାମୁଡ଼ି ଦେଇଥିଲା। ସେ ମଧ୍ୟ ତାଙ୍କ ପାଖକୁ ଯିବାପରେ କ୍ଷତ ସ୍ଥାନରେ ଏସିଡ଼ ବୋଳି ଚିକିତ୍ସା କରିଥିଲେ। ଏହି ସମୟରେ ଶୁଭଶ୍ରୀ ମୁଣ୍ଡ ବୁଲାଉଥିବା କହିବାରୁ ଗୁଣିଆ ଜଣକ ମଧ୍ୟ ତାଙ୍କ ମୁଣ୍ଡରେ ଏସିଡ୍ ବୋଳିଦେଇଥିଲେ। ଫଳରେ ତାଙ୍କ ଦେହସାରା ଫୋଟକା ଆଉ ଘା’ ହୋଇଯାଇଥିଲା। ଯନ୍ତ୍ରଣା ଅସହ୍ୟ ହେବାରୁ ସେ ଡାକ୍ତରଖାନା ଯାଇ ଔଷଧ ଖାଇବା ପରେ ସୁସ୍ଥ ହୋଇଛନ୍ତି। କିନ୍ତୁ ମୁଣ୍ଡରେ କଳା ଦାଗ ରହିଥିବାରୁ ଚିନ୍ତାରେ ରହିଛନ୍ତି ଶୁଭଶ୍ରୀ। ଆଉଜଣେ ରୋଗୀ ହେଉଛନ୍ତ ନିରଞ୍ଜନ ବେହେରା। ୩୦ବର୍ଷୀୟ ଏହି ବ୍ୟକ୍ତିଜଣକ ଗତ ୧୫ ତାରିଖରେ ଘରେ ଥିବାବେଳେ ଚାଳ ଉପରୁ ତାଙ୍କ ମୁଣ୍ଡ ଉପରକୁ ଏକ ସାପ ଖସିପଡ଼ିଥିଲା। ସେ ଉକ୍ତ ସାପଟିକୁ ହାତରେ ଟାଣି ଫୋପାଡ଼ି ଦେଇଥିଲେ। ସାପ କାମୁଡ଼ି ଦେଇଥିବା ଭାବି ସେ ଉକ୍ତ କୁଣିଆଙ୍କ ପାଖକୁ ଯାଇଥିଲେ। ଗୁଣିଆ ଜଣକ ସମାନ ଢଙ୍ଗରେ ଏସିଡ୍ ବୋଳି ଦେଇଥିଲେ। ଏହାପରେ ନିରଞ୍ଜନ ଯନ୍ତ୍ରଣାରେ ଛଟପଟ ହେବା ସହ ତାଙ୍କ ଶରୀରର ଅବସ୍ଥା କଦାକାର ହୋଇଯାଇଥିଲା।
ଉଲ୍ଲେଖଯୋଗ୍ୟ, ଗୁଣିଆ ଜଣକ ଏସିଡ୍ ନୁହେଁ ଏକ ତରଳ ଔଷଧ ବୋଳାଯାଉଥିବା ରୋଗୀଙ୍କୁ କହିଥାନ୍ତି। ସେ କେବେ ବି ହାତରେ ନ ବୋଳି ଏକ ବ୍ରଶ୍ ବ୍ୟବହାର କରୁଥିବାରୁ ତାହାକୁ ସ୍ଥାନୀୟ ଅଞ୍ଚଳର ଶିକ୍ଷିତ ଲୋକେ ଏସିଡ୍ ବୋଲି କହୁଛନ୍ତି। କିନ୍ତୁ ରୋଗୀଙ୍କ କ୍ଷତକୁ ଦେଖିଲେ ମଧ୍ୟ ତାହା ଏସିଡ୍ ପୋଡ଼ା ଚିହ୍ନ ବୋଲି ସ୍ପଷ୍ଟ ଜଣାପଡୁଥିବା ଭୁବନେଶ୍ୱର ଏମ୍ସର ଫରେନ୍ସିକ୍ ମେଡିସିନ୍ ବିଭାଗର ଆଡିଶନାଲ ପ୍ରଫେସର ଡା. ସୁଦୀପ୍ତ ରଣସିଂହ କହିଛନ୍ତି। ତେବେ ଏସମ୍ପର୍କରେ ଖବର ପାଇବା ପରେ ସ୍ନେକ୍ ହେଲ୍ପ ଲାଇନ୍ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ମଙ୍ଗଳବାର ନିଜ ଟିମ୍ ସହ ସେଠାକୁ ଯାଇ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲେ। ୧୯୦୦ ମସିହାରୁ ଏପରି ବିପଦପୂର୍ଣ୍ଣ ଚିକିତ୍ସା ଚାଲି ଆସିଥିବା ଜାଣିବାକୁ ପାଇଛନ୍ତି। ସେଠାରୁ ଫେରିବା ପରେ ବୁଧବାର ଶୁଭେନ୍ଦୁ ମୁଖ୍ୟମନ୍ତ୍ରୀଙ୍କୁ ତଥ୍ୟ ସମ୍ବଳିତ ଅଭିଯୋଗ କରିଛନ୍ତି। ଏଥିସହିତ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ଢେଙ୍କାନାଳ ଏସ୍ପି ଓ ସିଡିଏମ୍ଓଙ୍କୁ ଜଣାଇଛନ୍ତି। ସମ୍ପୃକ୍ତ ଗୁଣିଆରିଙ୍କୁ ତୁରନ୍ତ ଗିରଫ କରିବା ସହିତ ଏକ ସ୍ବତନ୍ତ୍ର ମେଡିକାଲ ଟିମ୍ ଦ୍ୱାରା ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି। |
https://www.dharitri.com/corona-at-mere-sais-shooting-set/ | ‘ମେରେ ସାଇଁ’ର ଶୁଟିଂ ସେଟ୍ରେ ପହଞ୍ଚିଲା କରୋନା
କରୋନା ଯୋଗୁ ଜାରି ରହିଥିବା ଲକ୍ଡାଉନ୍ ପାଇଁ ଫିଲ୍ମଠାରୁ ଆରମ୍ଭକରି ଧାରାବାହିକର ପର୍ଯ୍ୟନ୍ତ ସବୁ ଶୁଟିଂ ବନ୍ଦ ରହିଥିଲା। ଏବେ ଧୀରେ ଧୀରେ ଶୁଟିଂ ଆରମ୍ଭ ହୋଇଛି। ତେବେ ସୋନୀ ଟିଭିରେ ପ୍ରସାରିତ ଧାରାବାହିକ ‘ମେରେ ସାଇଁ’ ର ଶୁଟିଂ ଆରମ୍ଭ ହେଉ ହେଉ ପୁଣିଥର ବନ୍ଦ କରିବାକୁ ପଡ଼ିଛି। କାରଣ ଶୋ’ର ଶୁଟିଂ ସେଟ୍ର ଜଣେ କ୍ରୁ ମେମ୍ବରଙ୍କୁ କରୋନା ହୋଇଥିବା ଜଣାପଡ଼ିଛି। ଏହା ଜଣାପଡ଼ିବା ପରେ ସଙ୍ଗେ ସଙ୍ଗେ ସମସ୍ତ ଶୁଟିଂକୁ ବନ୍ଦ କରିଦିଆଯାଇଛି। ଏଥିସହ ଶୋ’ର ସମସ୍ତ ସଦସ୍ୟଙ୍କୁ କିଛି ଦିନ ପାଇଁ ହୋମ୍ କ୍ୱାରାଣ୍ଟାଇନ୍ରେ ରହିବାକୁ କୁହାଯାଇଛି। ଏଥିସହ ଶୁଟିଂ ସେଟ୍କୁ ସାନିଟାଇଜ୍ କରାଯାଇଥିବା ଜଣାପଡ଼ିଛି। |
https://www.dharitri.com/ignore-chinas-red-eyes-india-nepal-will-agree-on-energy-sector/ | ଚାଇନାର ନାଲି ଆଖିକୁ ବେଖାତିର: ଶକ୍ତି କ୍ଷେତ୍ରରେ ବୁଝାମଣା କରିବେ ଭାରତ-ନେପାଳ…
ନୂଆଦିଲ୍ଲୀ/କାଠମାଣ୍ଡୁ,୨।୧ : ଚାଇନାର ଧମକ ସତ୍ତ୍ୱେ ନେପାଳ ଭାରତ ସହ ଦୀର୍ଘକାଳୀନ ଶକ୍ତି ଚୁକ୍ତି ଘୋଷଣା କରିଛି। ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏନ ଜୟଶଙ୍କରଙ୍କ ନେପାଳ ଗସ୍ତ ସମୟରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହେବ। ଏହା ବ୍ୟତୀତ ହାଇ ଇମ୍ପାକ୍ଟ କମ୍ୟୁନିଟି ଡେଭଲପମେଣ୍ଟ ପ୍ରୋଜେକ୍ଟ ପାଇଁ ଅର୍ଥ ବୃଦ୍ଧି ପାଇଁ ଭାରତର ପ୍ରସ୍ତାବରେ ମଧ୍ୟ ସ୍ବାକ୍ଷର କରାଯିବ। ଜୟଶଙ୍କର ଗୁରୁବାର କାଠମାଣ୍ଡୁ ଗସ୍ତରେ ଯାଉଛନ୍ତି। ସେ ଭାରତ-ନେପାଳ ମିଳିତ ଆୟୋଗର ସପ୍ତମ ବୈଠକରେ ଏକ ଭାରତୀୟ ପ୍ରତିନିଧୀଙ୍କର ମଧ୍ୟ ନେତୃତ୍ୱ ନେଉଛନ୍ତି, ଯାହା ଭାରତ ଏବଂ ନେପାଳ ମଧ୍ୟରେ ଏକ ଉଚ୍ଚ ସ୍ତରୀୟ ଦ୍ୱିପାକ୍ଷିକ ପ୍ରଣାଳୀ। ଦ୍ୱିପାକ୍ଷିକ ସମ୍ପର୍କର ସାମଗ୍ରିକ ସ୍ଥିତିକୁ ସମୀକ୍ଷା କରିବା ପାଇଁ ଏହି କମିଶନ କାର୍ଯ୍ୟ କରେ ।
କାଠମାଣ୍ଡୁ ପୋଷ୍ଟର ରିପୋର୍ଟ ଅନୁଯାୟୀ, ଜୟଶଙ୍କରଙ୍କ ନେପାଳ ଗସ୍ତର ଆନୁଷ୍ଠାନିକ ଘୋଷଣା ଏପର୍ଯ୍ୟନ୍ତ ହୋଇନାହିଁ। କିନ୍ତୁ, ଖବରକାଗଜ ସୂତ୍ରରୁ ପ୍ରକାଶ ଜୟଶଙ୍କର ଗୁରୁବାର ସକାଳେ କାଠମାଣ୍ଡୁରେ ପହଞ୍ଚି ନେପାଳର ପ୍ରତିପକ୍ଷ ମନ୍ତ୍ରୀଙ୍କ ସହ ଆୟୋଗର ବୈଠକରେ ଯୋଗଦେବେ। ଏହି ବୈଠକରେ ବୈଦେଶିକ ମନ୍ତ୍ରୀ ଏନପି ସଉଦଙ୍କ ନେତୃତ୍ୱରେ ନେପାଳର ପ୍ରତିନିଧୀ ଦଳ ଆଲୋଚନା କରିବେ। ଜୟଶଙ୍କର ଶେଷ ଥର ପାଇଁ ୨୦୧୯ରେ କାଠମାଣ୍ଡୁ ଗସ୍ତ କରିଥିଲେ।
ଆରମ୍ଭରୁ ଭାରତ-ନେପାଳ ଶକ୍ତି ଚୁକ୍ତିନାମାକୁ ଚାଇନା ବିରୋଧ କରିଆସୁଛି। ଗତ ବର୍ଷ ସେପ୍ଟେମ୍ବରରେ ନେପାଳରେ ଚାଇନାର ରାଷ୍ଟ୍ରଦୂତ ଚେନ ସୋଙ୍ଗ୍ ଏହି ଚୁକ୍ତିନାମା ବିରୁଦ୍ଧରେ ମନ୍ତବ୍ୟ ପ୍ରଦାନ କରିଥିଲେ। |
https://www.dharitri.com/exit-polls-give-bajpa-361-axis-my-indias-boss-cries-after-seeing-the-results/ | ଏକଜିଟ ପୋଲ ଭାଜପାକୁ ଦେଲା ୩୬୧, ଫଳାଫଳକୁ ଦେଖି ଭୋ ଭୋ କାନ୍ଦିଲେ ଆକ୍ସିସ ମାଇଁ ଇଣ୍ଡିଆର ମାଲିକ
ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନ ଫଳାଫଳ ଏକଜିଟ ପୋଲକୁ ଧୋଇ ଦେଇଛି। ଏକଜିଟ ପୋଲରେ ସମସ୍ତ ସଂସ୍ଥା ପ୍ରାୟ ୪୦୦ ଟି ଆସନରେ ଭାଜପା-ଏନଡିଏକୁ ବିଜୟ ପ୍ରଦାନ କରୁଥିଲେ। କିନ୍ତୁ ଜୁନ ୪, ମଙ୍ଗଳବାର ଫଳାଫଳ ସମ୍ପୂର୍ଣ୍ଣ ବିପରୀତ ଥିଲା। ନ୍ୟାସନାଲ ଡେମୋକ୍ରାଟିକ ଆଲାଏନ୍ସ ସଂଖ୍ୟାଗରିଷ୍ଠତା ହାସଲ କଲା କିନ୍ତୁ ୨୯୨ ଟି ସିଟ ସହିତ। ଏକଜିଟ ପୋଲ ଏଜେନ୍ସି ଆକ୍ସିସ ମାଇ ଇଣ୍ଡିଆର ମୁଖ୍ୟ ପ୍ରଦୀପ ଗୁପ୍ତା କହିଛନ୍ତି ଯେ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ରର ସର୍ଭେ ଭୁଲ ପ୍ରମାଣିତ ହୋଇଛି। ସେ କହିଛନ୍ତି ଯେ ଏହି ତିନୋଟି ରାଜ୍ୟରେ ଭାଜପା ଆଶାଠାରୁ କମ ପ୍ରଦର୍ଶନ କରିଛି ଏବଂ ଇଣ୍ଡିଆ ମିଳିତ ମଞ୍ଚ ସପକ୍ଷରେ ଜୁଆର ଆଣିବାରେ ଦଳିତ ଭୋଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।
ଆକ୍ସିସ ମାଇ ଇଣ୍ଡିଆର ମାଲିକ କହିଛନ୍ତି ଯେ ଏକଜିଟ ପୋଲରେ ସେ ଏନଡିଏ ପାଇଁ ୩୬୧-୪୦୧ ସିଟ ପୂର୍ବାନୁମାନ କରିଛନ୍ତି। କାରଣ ସର୍ଭେ ସମୟରେ ଭୋଟରଙ୍କ ଭାଜପା ପ୍ରତି ମନୋଭାବ ଦୃଶ୍ୟମାନ ହେଉଥିଲା। କିନ୍ତୁ ନିର୍ବାଚନ ଫଳାଫଳରେ, ଏନଡିଏ ପ୍ରାୟ ୨୯୫ଟି ଆସନରେ ସୀମିତ ଥିଲା, ଯାହା ସମସ୍ତ ଏକଜିଟ ପୋଲ ଫଳାଫଳର ସମ୍ପୂର୍ଣ୍ଣ ବିପରୀତ ଅଟେ।
ଏକ ନ୍ୟୁଜ ଚ୍ୟାନେଲରେ ନିର୍ବାଚନ ଫଳାଫଳ ଆଲୋଚନା ବେଳେ ଗୁପ୍ତା କହିଛନ୍ତି ଯେ ସେ ଗତ ୧୦ ବର୍ଷ ଧରି ଏକଜିଟ ପୋଲ କାର୍ଯ୍ୟ କରୁଛନ୍ତି। ସେ ୨ଟି ଲୋକ ସଭା ନିର୍ବାଚନ ସମେତ ୬୯ଟି ନିର୍ବାଚନରେ ସର୍ଭେ କାର୍ଯ୍ୟ କରିଛନ୍ତି। ସେ କହିଛନ୍ତି ଯେ ଏହି ୬୯ ଟି ନିର୍ବାଚନ ମଧ୍ୟରୁ ତାଙ୍କର ପୂର୍ବାନୁମାନ ୬୫ ଥର ସଠିକ ପ୍ରମାଣିତ ହୋଇଛି। |
https://www.dharitri.com/the-risk-of-flooding-is-increasing-in-jalaka/ | ବଢୁଛି ଜଳକା, ବନ୍ୟା ଆଶଙ୍କା
ବାଲେଶ୍ୱର, ୧୫।୯(ବାଞ୍ଛାନିଧି ଦେ ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ମଥାନୀ ଠାରେ ନଦୀର ସତର୍କ ସଙ୍କେତ ୬ ମିଟର ରହିଥିବା ବେଳେ ରବିବାର ସକାଳ ୬ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୫.୯୮ ମିଟରରେ ପ୍ରବାହିତ ହେଉଥିଲା। ଦିନ ୯ଟା ସୁଦ୍ଧା ୬.୨୨ ମିଟରରେ ଜଳସ୍ତର ପ୍ରବାହିତ ହେଉଛି । ନଦୀର ଏବେ ବିପଦ ସଙ୍କେତ ରହିଛି ୬.୫୦ ମିଟର । ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ୟା ଆଶଙ୍କାରେ ଭୟଭୀତ ଅଛନ୍ତି ନଦୀ କୁଳିଆ ବାସିନ୍ଦା ।
ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବଢୁଛି ନଦୀର ଜଳସ୍ତର । ଗତ ଦୁଇଦିନ ଧରି ବାଲେଶ୍ବର ସମେତ ପଡୋଶୀ ମୟୁରଭଞ୍ଜ ଜିଲାରେ ପ୍ରବଳ ବର୍ଷା ହୋଇଛି l ଫଳରେ ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀ ଅବବାହିକା ସମେତ ନଦୀର ଉପର ମୁଣ୍ଡ ରାସଗୋବିନ୍ଦପୁର,ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବୃଦ୍ଧି ପାଉଛି ନଦୀର ଜଳସ୍ତର । ବର୍ଷା ଲାଗି ରହିଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରା ଯାଉଛି । ଯଦି ବନ୍ୟା ହୁଏ ତେବେ ବସ୍ତା ବ୍ଲକର ୧୦ ଏବଂ ସଦର ବ୍ଲକର ୩ ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ଶନିବାର ରାସଗୋବିନ୍ଦପୁର ଅଞ୍ଚଳରେ ୮୨ ମିଲିମିଟର,ମୋରଡାରେ ୩୦.୨ ମିଲିମିଟର ଏବଂ ଶୁଳିଆପଦା ଅଞ୍ଚଳରେ ୭୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଯାଇଛି । ତେବେ ମୟୂରଭଞ୍ଜ, ବାଲେଶ୍ବର ଏବଂ କେନ୍ଦୁଝରକୁ ପାଣିପାଗ ବିଭାଗ ରବିବାର ରେଡ ଆଲର୍ଟ ଜାରି କରିଥିବାରୁ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି । |
https://www.dharitri.com/୪୮-ଘଣ୍ଟା-ପୂରିଲା-ଫେରାର-କଏଦ/ | ୪୮ ଘଣ୍ଟା ପୂରିଲା, ଫେରାର କଏଦୀଙ୍କ ପତ୍ତା ମିଳୁନି: କର୍ମଚାରୀଙ୍କୁ ଦୋଷଦେଲେ କର୍ତ୍ତୃପକ୍ଷ
ଢେଙ୍କାନାଳ ଅଫିସ, ୧୬।୧୨: ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ଚର୍ଚ୍ଚାକୁ ଆସିଛି ୧୦୦ ବର୍ଷ ପୁରୁଣା ଢେଙ୍କାନାଳ ଜିଲା କାରଗାର। ନାବାଳିକା ବଳାତ୍କାର ଭଳି ସଙ୍ଗିନ ମାମଲାର ବିଚାରାଧୀନ କଏଦୀ ଶିବ ମୁଣ୍ଡା (୨୩) ଯୋଜନାବଦ୍ଧ ଭାବେ ଜେଲ ପାଚେରି ଡେଇଁ ଚମ୍ପଟ ମାରିବା ଏବେ କାରାଗାରର ହୁଗୁଳା ବ୍ୟବସ୍ଥାକୁ ପଦାରେ ପକାଇଛି। ଘଟଣାକୁ ୪୮ଘଣ୍ଟା ବିତିଯାଇଥିଲେ ସୁଦ୍ଧା ଫେରାର କଏଦୀଙ୍କ ପତ୍ତା ମିଳୁନାହିଁ। ଅନ୍ୟପଟେ ଜେଲ ପରିସରରେ କାର୍ଯ୍ୟରତ କର୍ମଚାରୀଙ୍କ ତ୍ରୁଟି ଯୋଗୁ ଏପରି ଘଟଣା ଘଟିଥିବା କହିଛନ୍ତି ଜେଲ ସୁପରିଣ୍ଟେଣ୍ଡେଣ୍ଟ।
ସ୍ବାଧୀନତା ସଂଗ୍ରାମର ସ୍ମୃତି ବହନ କରୁଥିବା ଢେଙ୍କାନାଳ ଜିଲା କାରଗାରକୁ ପୂରିଛି ୧୦୩ ବର୍ଷ। ହେଲେ ଶୁକ୍ରବାର ଅପରାହ୍ନ ୫ଟା ୪୫ରେ କଏଦୀ ଫେରାର ହେବା ପରେ ଜେଲ ଭିତରର ସୁରକ୍ଷା ବ୍ୟବସ୍ଥା ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଫେରାର କଏଦୀ ଶିବ ମୁଣ୍ଡା ବିଦ୍ୟୁତ୍ ଟାୱାର ଲାଇନ୍ କାର୍ଯ୍ୟ କରନ୍ତି। ତାଙ୍କ ଘର ଭୁବନ ଥାନା କାଞ୍ଚନବାହାଳି ଢିପସାହି ଅଞ୍ଚଳରେ। ମାର୍ଚ୍ଚ ମାସରେ ସେ ତୁମୁସିଙ୍ଗା ଥାନା ଅଞ୍ଚଳକୁ ବିଦ୍ୟୁତ୍ ଟାଓ୍ବାର ଲାଇନ କାର୍ଯ୍ୟ କରିବାକୁ ଯାଇଥିଲେ। ସେଠାରେ ଜଣେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଏଥିରେ ସମ୍ପୃକ୍ତ ଅଭିଯୋଗରେ ଶିବଙ୍କ ନାମରେ ନଂ. ୩୧/୧୯, ଦଫା ୩୬୩, ୩୭୬(୨) (ଏମ୍), ୬ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ତାଙ୍କୁ ଢେଙ୍କାନାଳ ଜିଲା କାରାଗାରକୁ ପଠାଇ ଦିଆଯାଇଥିଲା।
ଢିଲା ସୁରକ୍ଷା ବ୍ୟବସ୍ଥାର ଫାଇଦା ନେଇ ଶିବ ଲୁଙ୍ଗି ସହାୟତାରେ ପାଚେରି ଡେଇଁ ଜନଗହଳି ରାସ୍ତାରେ ଫେରାର ହୋଇଯାଇଥିଲେ। ଏହି ଘଟଣାର ସମସ୍ତ ଦୃଶ୍ୟ ପାଚେରି ନିକଟରେ ଜଣେ ବ୍ୟକ୍ତିଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡିଂ ହୋଇଛି। ଏ ନେଇ ଜେଲ କର୍ତ୍ତୃପକ୍ଷଙ୍କ ଅଭିଯୋଗକ୍ରମେ ଟାଉନ ଥାନାରେ ନଂ. ୩୮୧/୧୯, ଦଫା ୨୨୪ରେ ଏକ ମାମଲା ରୁଜୁ କରାଯାଇଛି ା ତଦନ୍ତକାରୀ ଅଧିକାରୀ ତଥା ଟାଉନଥାନା ଏସ୍ଆଇ ଚନ୍ଦ୍ରକାନ୍ତ ସେଠୀ ରବିବାର ଶିବଙ୍କ ଗ୍ରାମକୁ ଯାଇ ତଦନ୍ତ କରିଛନ୍ତି। ଏଥିସହ ତାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।
ଏ ନେଇ ଜେଲ ସୁପରିଣ୍ଟେଣ୍ଡେଣ୍ଟ ବୀରେନ ସାହୁ କୁହନ୍ତି, ଡ୍ୟୁଟିରେ ଥିବା କର୍ମଚାରୀଙ୍କ ଅବହେଳାରୁ ଏପରି ଘଟଣା ଘଟିଲା। ଶନିବାର ସମ୍ବଲପୁରରୁ ଜେଲ୍ ଡିଆଇଜି କାରାଗାର ପରିଦର୍ଶନରେ ଆସି ତଦନ୍ତ କରି ଯାଇଛନ୍ତି। ଫେରାର କଏଦୀ ଟାୱାରରେ ଚଢ଼ି କାମ କରିବା ଅଭିଜ୍ଞତା ଥିବାରୁ ସେ ପାଚେରି ଡେଇଁ ପଳାଇବାକୁ ସକ୍ଷମ ହୋଇଛନ୍ତି, ଯାହା ତାଙ୍କର ରେକର୍ଡ ବିଷୟରେ ଅନୁଧ୍ୟାନ କରିବା ପରେ ଜଣାପଡ଼ିଛି। ଜେଲ ପାଚେରି ଉପରେ ଦିଆଯାଇଥିବା ତାର ବାଡ ଓ ଆଙ୍ଗେଲ ମଧ୍ୟରେ ଗ୍ୟାପ୍ ଥିବାରୁ ଜଣେ ସହଜରେ ଗଳି ଯାଇପାରିବ। ତାରବାଡ ଲାଗିବା ସମୟରେ ଏହି ତ୍ରୁଟିକୁ କେହି ଜାଣିପାରି ନ ଥିବା ଅନୁମାନ କରାଯାଉଛି। ସାଧାରଣତଃ ୱାଚଟାୱାର ପାଚେରି ବାହାରେ ନିର୍ମାଣ ହୋଇଥାଏ। ହେଲେ ଏଠି ଜେଲ ଭିତରେ ନିର୍ମାଣ ହୋଇଛି। ୱାଚଟାୱାର ପାଇଁ କର୍ମଚାରୀଙ୍କ ଅଭାବ ରହିଛି। ନାବାଳିକା ବଳାତ୍କାର ଘଟଣାର ଦଣ୍ଡାଦେଶ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ହେଉଛି। ଜେଲରେ ଥିବା ଟିଭିରୁ ଏ ସମ୍ପର୍କିତ ଖବର ଦେଖି କଏଦୀ ଜଣକ ଏପରି ଘଟଣା ଘଟାଇଥିବା ସନ୍ଦେହ କରାଯାଉଛି ବୋଲି ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି। |
https://www.dharitri.com/record-gst-collection-in-april-rs-1-68-lakh-crore-tax/ | ଏପ୍ରିଲ୍ରେ ରେକର୍ଡ ଜିଏସ୍ଟି ସଂଗ୍ରହ, ୧.୬୮ ଲକ୍ଷ କୋଟି ଟିକସ…
ନୂଆଦିଲ୍ଲୀ, ୧।୫ : ଏପ୍ରିଲ ୨୦୨୨ ରେ, ଦେଶରେ ଜିଏସ୍ଟି ଲାଗୁ ହେବା ପରଠାରୁ ସର୍ବାଧିକ ଟିକସ ସଂଗ୍ରହ କରାଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷର ଆରମ୍ଭରେ ଜିଏସ୍ଟି ସଂଗ୍ରହରେ ରେକର୍ଡ ବୃଦ୍ଧି ଘଟିଛି। ଚଳିତ ମାସରେ ମୋଟ ୧,୬୭,୫୪୦ କୋଟି ଟଙ୍କା ରାଜକୋଷକୁ ଆସିଛି। ଜିଏସ୍ଟି ଲାଗୁ ହେବା ପରେ ଏଭଳି ଘଟି ନ ଥିଲା। ଏହାପୂର୍ବରୁ, ମାର୍ଚ୍ଚ ୨୦୨୨ ରେ ଜିଏସ୍ ଟି ରୁ ସରକାରଙ୍କ ମୋଟ ଆୟ ୧,୪୨,୦୯୫ କୋଟି ଟଙ୍କା ଥିଲା।
ରବିବାର ଏ ସମ୍ପର୍କରେ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରୁ ଟୁଇଟ କରି ଅର୍ଥ ମନ୍ତ୍ରଣାଳୟ ଏ ବିଷୟରେ ସୂଚନା ଦେଇଛି। ମନ୍ତ୍ରଣାଳୟ କହିଛି ଯେ ଜିଏସ୍ଟି ସଂଗ୍ରହ ଏକ ରେକର୍ଡସ୍ତରକୁ ଆସିଛି ଏବଂ ଏପ୍ରିଲ୍ରେ ମାର୍ଚ୍ଚ ୨୦୨୨ ତୁଳନାରେ ଅଧିକ ଟିକସ ସଂଗ୍ରହ ହୋଇ ପାରିଛି।
ଏପ୍ରିଲ୍ରେ ସଂଗ୍ରହ ହୋଇଥିବା ଜିଏସ୍ଟି ମଧ୍ୟରୁ ସିଜିଏସଟି ହେଉଛି ୩୩,୧୫୯ କୋଟି ଏବଂ ଏସ୍ଜିଏସ୍ଟିର ପରିମାଣ ୪୧,୭୯୩ କୋଟି ଟଙ୍କା ରହିଛି। ଏହା ସହିତ, ଆଇଜିଏସଟିର ପରିମାଣ ୮୧, ୯୩୯ କୋଟି ଟଙ୍କା ରହିଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହା ସହିତ, ସେସର ପରିମାଣ ୧୦,୬୪୯ କୋଟି ଟଙ୍କା ରହିଛି। ଏହା ସହିତ ସାମଗ୍ରୀ ଆମଦାନୀ ଉପରେ ୮୫୭ କୋଟି ଟଙ୍କା ସଂଗ୍ରହ ହୋଇଛି। |
https://www.dharitri.com/ଭଙ୍ଗାଯାଉନି-ବିପଦସଙ୍କୁଳ-ଶ୍/ | ଭଙ୍ଗାଯାଉନି ବିପଦସଙ୍କୁଳ ଶ୍ରେଣୀଗୃହ : ଛାତ୍ରୀଛାତ୍ରଙ୍କ ଜୀବନ ପ୍ରତି ବିପଦ
ନୟାଗଡ଼ ଅଫିସ/ନୂଆଗାଁ (ଡି.ଏନ.ଏ.)୨୭।୯: ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଚାହାଳିସ୍ଥିତ ଜନଶକ୍ତି ନୋଡ଼ାଲ ଉଚ୍ଚବିଦ୍ୟାଳୟରେ କେତେକ ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଫଳରେ ଛାତ୍ରୀଛାତ୍ରଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ରହିଥିବାବେଳେ ତାହା ଭଙ୍ଗାଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଗତ ବର୍ଷ ଅଗଷ୍ଟ ମାସରେ ତତ୍କାଳୀନ ଜିଲାପାଳ ଡା. ଏନ୍. ତିରୁମାଲା ନାୟକ ଉକ୍ତ ବିଦ୍ୟାଳୟ ପରିଦର୍ଶନ କରିଥିବା ବେଳେ ବିପଦସଙ୍କୁଳ ଗୃହକୁ ଭାଙ୍ଗିବା ପାଇଁ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବିଦ୍ୟାଳୟ ପରିଚାଳନା କମିଟି ମଧ୍ୟ ବିଧିବଦ୍ଧ ଭାବେ ଉକ୍ତ ଘରକୁ ଭାଙ୍ଗିବା ପାଇଁ ଜିଲା ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ କିନ୍ତୁ ଉକ୍ତ ଘରକୁ ଭଙ୍ଗାଯାଇନାହିଁ। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁ ବିଦ୍ୟାଳୟର ଶ୍ରେଣୀଗୃହକୁ ଭଙ୍ଗା ଯାଉ ନ ଥିବା ବିଦ୍ୟାଳୟ ପରିଚାଳନା କମିଟି ପ୍ରକାଶ କରିଛିି। ଫଳରେ ଉକ୍ତ ଘରେ ଛାତ୍ରୀଛାତ୍ରଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ସେମାନେ ପ୍ରକାଶ କରିଛନ୍ତିି । ବର୍ତ୍ତମାନ ୩ ଦିନ ଧରି ଲଗାଣ ବର୍ଷା ହେବା ଫଳରେ ବିଦ୍ୟାଳୟ ପରିସରରେ ଥିବା ୪ଟି ବିପଦସଙ୍କୁଳ ଗୃହର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। |
https://www.dharitri.com/odd-advice-of-bjp-mp-corona-will-not-pass-through-mud-bath-and-blowing-shells/ | ସାଂସଦଙ୍କ ଅଦ୍ଭୁତ ପରାମର୍ଶ: କାଦୁଅରେ ଗାଧୋଇ ଶଙ୍ଖ ଫୁଙ୍ଖିଲେ ହେବନି କରୋନା
ଜୟପୁର, ୧୭।୮: କରୋନା ମହାମାରୀକୁ ନେଇ ଯେଉଁଠାରେ ସାରା ବିଶ୍ୱର ବୈଜ୍ଞାନିକ ଏହାର ନିରାକରଣ ଟୀକା ସନ୍ଧାନରେ ରହିଛନ୍ତି ସେଭଳି ସମୟରେ ରାଜସ୍ଥାନର ଜଣେ ସାଂସଦଙ୍କ ଅଦ୍ଭୁତ ପରାମର୍ଶ ଏବେ ସାମ୍ନାକୁ ଆସିଛି। ପୂର୍ବରୁ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ସାଂସଦ ଅର୍ଜୁନ ମେଘଓ୍ବାଲ ‘ଭାବିଜୀ ପାମ୍ପଡ’ ଖାଇବାକୁ ପରାମର୍ଶ ଦେଇଥିଲେ। ଏବେ ଆଉ ଜଣେ ଭାଜପା ସାଂସଦ କରୋନାରୁ ରକ୍ଷା ପାଇବା ଲାଗି ଆଉ ଏକ ଭିନ୍ନ ପରାମର୍ଶ ଦେଇ ଚର୍ଚ୍ଚାକୁ ଆସିଛନ୍ତି।
ଟୋଙ୍କର ଭାଜପା ସାଂସଦ ସୁଖବୀର ସିଂ ଜୋନପୁରିୟା ପରାମର୍ଶ ଦେଇଛନ୍ତି ଯେ, କାଦୁଅରେ ଗାଧୋଇ ଶଙ୍ଖ ଫୁଙ୍ଖିବା ଦ୍ୱାରା କରୋନା ମହାମାରୀକୁ ଏଡ଼ାଇ ଦେଇହେବ। ଏଥିସହ ସୁଖବୀରଙ୍କ ଏଭ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ନିଜେ କାଦୁଅରେ ଗାଧୋଇବା ସହ ଶଙ୍ଖ ଫୁଙ୍ଖୁଥିବାର ଦେଖିବାକୁ ମିଳିଛି। ଏହି ଭିଡିଓରେ ସେ କହିଛନ୍ତି, ‘କରୋନା ଆରମ୍ଭରୁ ମୁଁ କହିଥିଲି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଅ। ଔଷଧ ଖାଇବା ଦ୍ୱାରା ଏହା ବଢ଼ିବନି। ପ୍ରାକୃତିକ ଉପାୟରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ପଡ଼ିଥାଏ। ଯେଉଁଥି ପାଇଁ ତୁମକୁ ବୁଲିବା ଦରକାର। ବର୍ଷାରେ ଓଦା ହୋଇ ମାଟି ଉପରେ ବସିବା ଆବଶ୍ୟକ। ଏଥିସହ ଜମିରେ କାମ କର, ଖାଲି ପାଦରେ ଚାଲନ୍ତୁ, କାଦୁଅରେ ଗାଧୋଇବା ସହ ଶଙ୍ଖ ଫୁଙ୍କନ୍ତୁ। ଏହି ଜିନିଷଗୁଡ଼ିକ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।’ |
https://www.dharitri.com/north-korean-spy-satellite-recovers-wreckage-south-korea/ | ଉତ୍ତର କୋରିଆର ଗୁପ୍ତଚର ଉପଗ୍ରହ ଭଗ୍ନାବଶେଷ ଉଦ୍ଧାର କଲା ଦକ୍ଷିଣ କୋରିଆ…
ସିଓଲ,୫।୭ : ଦକ୍ଷିଣ କୋରିଆ ସୈନ୍ୟମାନେ ଉତ୍ତର କୋରିଆର ଗୁପ୍ତଚର ଉପଗ୍ରହରୁ ଆବର୍ଜନା ଉଦ୍ଧାର କରିଛନ୍ତି। ମେ ମାସରେ ବିଫଳ ଉତକ୍ଷେପଣ ପରେ ଉପଗ୍ରହ ସମୁଦ୍ରରେ ପଡ଼ିଯାଇଥିଲା। ଗତ ମାସରେ ଉତ୍ତର କୋରିଆ ଏହାର ପ୍ରଥମ ସାମରିକ ଉପଗ୍ରହ ଉତକ୍ଷେପଣ କରିଥିଲା, ଯାହା ବିଫଳ ହୋଇଥିଲା। ଏହାର ବୁଷ୍ଟର୍ ଏବଂ ପେଲୋଡ ଟେକ ଅଫ ହେବାର କିଛି ସମୟ ପରେ ସମୁଦ୍ର ଉପରେ ବିସ୍ପୋରଣ ଘଟିଥିଲା। ଏହି ଗୁପ୍ତଚର ରକେଟର ଆବର୍ଜନାକୁ ଦକ୍ଷିଣ କୋରିଆ ସମୁଦ୍ରରୁ ଉଦ୍ଧାର କରିଛି।
ଉତ୍ତର କୋରିଆର ଏହି ଗୁପ୍ତଚର ଉପଗ୍ରହ ଉତକ୍ଷେପଣକୁ ବିଶ୍ଳେଷଣ କରିବା ପରେ ଦକ୍ଷିଣ କୋରିଆ ଏବଂ ଆମେରିକାର ବିଶେଷଜ୍ଞମାନେ କହିଛନ୍ତି ଗୁପ୍ତଚର ଉପଗ୍ରହ ଭାବରେ ଏହାର କୌଣସି ସାମରିକ ଉପଯୋଗୀତା ନାହିଁ। ଦକ୍ଷିଣ କୋରିଆ ସୈନ୍ୟ କହିଛନ୍ତି ସେମାନେ ବୁଧବାର ସର୍ଚ୍ଚ ଅପରେଶନ ଶେଷ କରିଛନ୍ତି। |
https://www.dharitri.com/oh4rc-full-fledged-thai-case-is-on-the-rise/ | ଓଏଚ୍ଆର୍ସି: ପୂର୍ଣ୍ଣ ସଦସ୍ୟ ଥାଇ ମାମଲା ବଢୁଛି
ଭୁବନେଶ୍ୱର,୨୫।୮(ବ୍ୟୁରୋ): ପୋଲିସ, ପ୍ରଶାସନଠାରୁ ନ୍ୟାୟ ନ ମିଳିଲେ ସାଧାରଣ ଲୋକେ ରାଜ୍ୟ ମାନବାଧିକାର କମିଶନ (ଓଏଚ୍ଆର୍ସି)ଙ୍କ ଦ୍ୱାରସ୍ଥ ହୋଇଥାନ୍ତି। କମିଶନଙ୍କ ଉପରେ ଭରସା ଥିବାରୁ ମାମଲା ସଂଖ୍ୟା ବଢ଼ିବାରେ ଲାଗିଛି। ହେଲେ ତ୍ୱରିତ ଫଇସଲା ହୋଇପାରୁ ନ ଥିବାରୁ ଗଦାଗଦା ମାମଲା ପଡ଼ି ରହୁଛି। ସବୁଠାରୁ ଉଦ୍ବେଗର ବିଷୟ ହେଉଛି, ପୂର୍ବରୁ କମିଶନରେ ଜଣେ ସଦସ୍ୟ ଥିବାବେଳେ ଯେତିକି ମାମଲାର ଫଇସଲା ହେଉଥିଲା, ଏବେ ପୂର୍ଣ୍ଣ ସଦସ୍ୟ ଥାଇ ବି ସେହି ଅନୁପାତରେ ହୋଇପାରୁନି। ଫଳରେ ନ୍ୟାୟ ପାଇଁ ଲୋକଙ୍କୁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡୁଛି।
୨୦୦୦ ମସିହା ଜାନୁୟାରୀ ୨୭ରେ ଓଏଚ୍ଆର୍ସି ସ୍ଥାପନ କରାଯାଇଥିଲେ ମଧ୍ୟ ୨୦୦୩ ଜୁଲାଇ ୧୧ରୁ କାର୍ଯ୍ୟ କରିଥିଲା। ଦୀର୍ଘ ୬ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଅଧ୍ୟକ୍ଷ ପଦବୀ ଖାଲିପଡ଼ିଥିଲା। ସେହି ସମୟରେ ପର୍ଯ୍ୟାୟକ୍ରମେ ସଦସ୍ୟ ଥିବା ଡ. ଆର୍.ଏନ୍.ବହିଦାର, ଜଷ୍ଟିସ ବି.କେ.ମିଶ୍ର ଓ ଜଷ୍ଟିସ ରଘୁବୀର ଦାସ କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଥିଲେ। ତେବେ ଜଷ୍ଟିସ ବି.କେ. ମିଶ୍ରଙ୍କ ସମୟରେ ପାଖାପାଖି ୫ବର୍ଷ ଧରି ଜଣିକିଆ ସଦସ୍ୟରେ କମିଶନ କାର୍ଯ୍ୟ କରିଥିଲା। ୨୦୧୯ ସେପ୍ଟେମ୍ବର ୪ରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିମଳ ପ୍ରସାଦ ଦାସଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର। ଜଷ୍ଟିସ ରଘୁବୀର ଦାସ ଓ ଅସୀମ ଅମିତାଭ ଦାଶ ମଧ୍ୟ ସଦସ୍ୟ ଭାବେ ନିଯୁକ୍ତି ପାଇଥିଲେ। ଏହାପରଠାରୁ ପୂର୍ଣ୍ଣକାଳୀନ ୩ ସଦସ୍ୟ ବିଶିଷ୍ଟ ପ୍ୟାନେଲ କାର୍ଯ୍ୟ ଆରମ୍ଭ କରିଥିଲା। ହେଲେ ଏପର୍ଯ୍ୟନ୍ତ ଆଶାନୁରୂପେ ମାମଲାର ଫଇସଲା ହୋଇପାରୁନି। ଓଏଚଆର୍ସି ତଥ୍ୟରୁ ଜଣାପଡିଛି ଯେ, ପୂର୍ଣ୍ଣକାଳୀନ ସଦସ୍ୟଙ୍କୁ ନେଇ କମିଶନ କାର୍ଯ୍ୟ ଆରମ୍ଭ କରିବାର ପୂର୍ବମାସ ଅର୍ଥାତ୍ ୨୦୧୯ ଅଗଷ୍ଟ ଆରମ୍ଭରୁ ୧୩୪୦୮ଟି ମାମଲା ବିଚାରାଧୀନ ଥିବାବେଳେ ସେହି ମାସରେ ୨୭୩ଟି ନୂଆ ଆବେଦନ ପଞ୍ଜୀକୃତ ହୋଇଥିଲା। ଜଣିକିଆ ସଦସ୍ୟ ଥିବା ସତ୍ତ୍ୱେ କମିଶନ ସେହି ମାସରେ ୨୮୩ଟି ମାମଲାର ସମାଧାନ ହୋଇଥିଲା। ଫଳରେ ମାସ ଶେଷରେ ମାମଲା ସଂଖ୍ୟା ୧୩୩୯୮କୁ ହ୍ରାସ ପାଇଥିଲା। ୩ଜଣିଆ ପ୍ୟାନେଲର ସମସ୍ତ ପଦବୀ ପୂରଣ ହେବା ପରେ କମିଶନଙ୍କ ଉପରେ ଲୋକଙ୍କ ଭରସା ଆହୁରି ବଢ଼ିଯାଇଥିଲା। ଫଳରେ ସେପ୍ଟେମ୍ବର ମାସରେ ହିଁ ଆଉ ୩୪୫ ନୂଆ ମାମଲା ପଞ୍ଜୀକରଣ ହୋଇଥିଲା ଓ ଫଇସଲା ପରେ ବିଚାରାଧୀନ ମାମଲା ସଂଖ୍ୟା ୧୩୩୯୨କୁ ଖସି ଆସିଥିଲା। କିନ୍ତୁ ଏହାପରଠାରୁ ମାମଲାଗୁଡ଼ିକର ଫଇସଲା ଆଖିଦୃଶିଆ ହୋଇପାରିନାହିଁ। ଅକ୍ଟୋବରରେ କମିଶନ ୩୮୮ଟି ନୂଆ ମାମଲା ଗ୍ରହଣ କରିଥିବାବେଳେ ମାତ୍ର ୩୦୩ଟିର ସମାଧାନ ହୋଇଥିଲା। ଫଳରେ ମାମଲା ସଂଖ୍ୟା ୧୩୪୭୭କୁ ବୃଦ୍ଧି ପାଇଥିଲା। ବିଭିନ୍ନ ମାସରେ ପଞ୍ଜୀକୃତ ହେଉଥିବା କିଛି ନୂଆ ମାମଲା ସହ ପଡ଼ି ରହିଥିବା ପୁରୁଣା ବିଚାରାଧୀନ ମାମଲା ସେମିତି ଗଡ଼ି ଚାଲିଲା। ଫଳରେ ଡିସେମ୍ବରରେ ୧୩୬୬୬, ଜାନୁୟାରୀରେ ୧୩୭୩୮, ଫେବୃୟାରୀରେ ୧୩୭୫୨କୁ ବୃଦ୍ଧି ପାଇଥିଲା। କେବଳ ମାର୍ଚ୍ଚରେ ଏହି ମାମଲା ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇ ୧୩୭୪୫ ରହିଥିବାବେଳେ ଏହାପରେ ପୁଣି ବୃଦ୍ଧି ପାଇ ମେ’ରେ ୧୪୦୧୧ରେ ପହଞ୍ଚତ୍ଛି। ଅନ୍ୟପକ୍ଷରେ ଉକ୍ତ ତଥ୍ୟ ଅନୁସାରେ, ଅନେକ ଆବେଦନକାରୀ କ୍ଷମତା ବାହାରେ ଥିବା ସିଭିଲ ବିବାଦ, କୋର୍ଟରେ ବିଚାରାଧୀନ ମାମଲା, ଚାକିରି ମାମଲା କିମ୍ବା ଜମିଜମା ବିବାଦ ସମ୍ବନ୍ଧୀୟ ସେବା ପ୍ରସଙ୍ଗରେ କମିଶନଙ୍କ ହସ୍ତକ୍ଷେପ ଲୋଡୁଛନ୍ତି। କମିଶନ ପ୍ରତି ମାସରେ ଏହିପରି ଶହ ଶହ ମାମଲା ଖାରଜ କରୁଛନ୍ତି। ୨୦୧୯ ସେପ୍ଟେମ୍ବରରେ ଏପରି ୨୨୦ଟି ମାମଲା ଖାରଜ ହୋଇଥିବାବେଳେ ନଭେମ୍ବରରେ ୨୪୩ ଓ ୨୦୨୦ ଫେବୃୟାରୀରେ ୨୬୨ ଅଭିଯୋଗ ଖାରଜ ହୋଇଥିଲା।
ଏନେଇ ମାବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍ଗୋ କହିଛନ୍ତି, ପଡ଼ି ରହିଥିବା ମାମଲାଗୁଡ଼ିକର ଶୀଘ୍ର ସମାଧାନ କରିବା ସମ୍ଭବ ନୁହେଁ। ଆହୁରି ଅଧିକ ସମୟର ଆବଶ୍ୟକତା ରହିଛି। କିନ୍ତୁ ଏହି ସମୟ ଭିତରେ ୩ଜଣିଆ ବେଞ୍ଚ ମାନବିକ ଅଧିକାର ପ୍ରଚାର ଓ ପ୍ରସାର ପାଇଁ ସେଭଳି ଆଖିଦୃଶିଆ ପଦେକ୍ଷପ ନେଇ ନାହାନ୍ତି। ଓଏଚ୍ଆର୍ସିର ଜଣେ ସଦସ୍ୟ ନାମ ଗୋପନ ରଖି କହିଛନ୍ତି, ସ୍ବଳ୍ପ କର୍ମଚାରୀ ଦ୍ୱାରା ଏକାଧିକ ମାମଲାର ଫଇସଲା କରାଯାଉଛି। ମାମଲା ପଡି ରହିଥିବା କହିବା ଠିକ୍ ନୁହେଁ। ମାମଲାର ଗୁରୁତ୍ୱକୁ ଦେଖି ବିଚାର କରାଯାଉଛି। କମିଶନଙ୍କ ଉପରେ ଲୋକଙ୍କର ଯଥେଷ୍ଟ ଭରସା ରହିଛି।
ତ୍ରିନାଥ ମହାନ୍ତି |
https://www.dharitri.com/bajaj-allianz-life-etouch/ | ବଜାଜ ଆଲିଆଞ୍ଜ ଲାଇଫ୍ ଇ ଟଚ୍
ନୂଆଦିଲ୍ଲୀ,୨୦।୮: ବଜାଜ ଆଲିଆଞ୍ଜ ଲାଇଫ ଇନସ୍ୟୁରାନ୍ସ (ବଜାଜ ଆଲିଆଞ୍ଜ)ର ନୂତନ ଉତ୍ପାଦ ‘ବଜାଜ ଆଲିଆଞ୍ଜ ଲାଇଫ୍ ଇ ଟଚ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ମିଆଦୀ ବୀମା ଆର୍ଥିକ ଯୋଜନାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶରେ ପରିଣତ ହୋଇଥିବାବେଳେ ତାହା ପଲିସିଧାରକ ଓ ସେମାନଙ୍କ ପରିବାରକୁ ଆର୍ଥିକ ସୁରକ୍ଷା ଓ ମାନସିକ ଶାନ୍ତି ପ୍ରଦାନ କରୁଛି। ସୁଲଭ ପ୍ରିମିୟମ୍ରେ ଉଲ୍ଲେଖନୀୟ ଜୀବନ ବୀମା ସୁରକ୍ଷା ପ୍ରଦାନ କରୁଥିବା ମିଆଦୀ ବୀମା ପଲିସିଧାରକଙ୍କ ଅସମୟ ମୃତ୍ୟୁରେ କଲ୍ୟାଣ ଓ ଆର୍ଥିକ ସ୍ଥିରତାକୁ ସୁନିଶ୍ଚିତ କରୁଛି। ଏକ ବ୍ୟାପକ ମିଆଦୀ ପ୍ଲାନ୍ର ଗୁରୁତ୍ୱକୁ ଦର୍ଶାଉଥିବା ଉପତ୍ାଦ ହେଉଛି ବଜାଜ ଆଲିଆଞ୍ଜ୍ ଲାଇଫ୍ ଇ ଟଚ୍। ଏହି ସ୍ବତନ୍ତ୍ର ଉପତ୍ାଦ ତିନିଟି ଭାରିଆଣ୍ଟରୁ ଚୟନ କରିବାର ନମନୀୟତା ପ୍ରଦାନ କରୁଛି, ଯାହା ପଲିସିଧାରକଙ୍କ ପରିବାରକୁ ଜୀବନ ଲକ୍ଷ୍ୟକୁ ସଠିକ୍ ପଥରେ ରଖିବାରେ ସହାୟକ ହେଉଛି। ବଜାରରେ ବଜାଜ ଆଲିଆଞ୍ଜ ଲାଇଫ୍ର ଇ ଟଚ୍ ଭଳି ଅଭିନବ ଉପତ୍ାଦ ରହିଛି, ଯାହା ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଥିବାବେଳେ ବ୍ୟାପକ ଜୀବନ ବୀମା ସୁରକ୍ଷା ପ୍ରଦାନ କରୁଛି। ଭାରତରେ ସ୍ବଳ୍ପ ବୀମା ଏକ ସମସ୍ୟା ହୋଇ ରହିଛି, ଯେଉଁଠାରେ ନିଜ ପ୍ରିୟଜନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରିବା ଲାଗି ଅନେକ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ବୀମା ସୁରକ୍ଷା ନାହିଁ। |
https://www.dharitri.com/two-fire-accidents-on-friday-morning-at-amazon-store-rohini-scrap-godown-kirti-nagar/ | ଆମାଜନ ଷ୍ଟୋରରେ ନିଆଁ: ୨ ମୃତ, ୩ ଆହତ
ନୂଆଦିଲ୍ଲୀ,୧୫ ।୧: ରାଜଧାନୀ ଦିଲ୍ଲୀର ରୋହିଣି ସେକ୍ଟର-୬ରେ ଥିବା ଏକ ଆମାଜନ ଷ୍ଟୋରରେ ଶୁକ୍ରବାର ସକାଳେ ନିଆଁ ଲାଗିଯିବା ଫଳରେ ଜଣେ ମହିଳା ଓ ଜଣେ ଦମକଳ କର୍ମୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିପରି କିର୍ତ୍ତି ନଗରରେ ଗତରାତି ପ୍ରାୟ ୧୧ଟାରେ ଏକ କବାଡି ଦୋକାନରେ ନିଆଁ ଲାଗିଯାଇଛି । ଖବରପାଇ ଦମକଳ ବାହିନୀ ପହଞ୍ଚିଥିଲେ ବି ନିଆଁ ଲିଭାଇବାକୁ କିଛି ସମୟ ଲାଗିଥିଲା ଓ ଭିତରେ ଥିବା ୨ ଜଣ ଅଜଣା ବ୍ୟକ୍ତିଙ୍କର ମୃତଦେହ ମିଳିଥିବା ସୂଚନା ରହିଛି । ଏଥିରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ତେବେ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥାଇ ପାରେ ବୋଲି ଅନୁମାନ କରାଯାଉଛି । |
https://www.dharitri.com/book-village/ | ପୁସ୍ତକ ଗାଁ
ପୁସ୍ତକପ୍ରେମୀଙ୍କୁ ଭଲ ବହି ଖଣ୍ଡେ ଓ ନିରୋଳା ଜାଗାଟିଏ ମିଳିଗଲେ ବେଶ୍ ଖୁସିରେ ସେମାନେ ଘଣ୍ଟା ଘଣ୍ଟା ବସି ପଢ଼ନ୍ତି। ତେବେ ଭାବିଲେ ଦେଖି ଯଦି ଏକ ଗାଁ ପୁସ୍ତକାଳୟ ପାଲଟିଯାଏ, ତେବେ ବହି ପଢ଼ିବାକୁ ଭଲ ପାଉଥିବା ମଣିଷକୁ କେମିତି ଲାଗିବ। ବୋଧହୁଏ ସେ ଖୁସିରେ ଆତ୍ମହରା ହୋଇଯିବେ। ଭାବୁଥିବେ ଏମିତି କ’ଣ ସମ୍ଭବ? ମହାରାଷ୍ଟ୍ର, ସିତାରା ଜିଲା ଅନ୍ତର୍ଗତ ଭିଲାର ଗାଁ ଏବେ ବେଶ୍ ପରିଚିତ ‘ପୁସ୍ତକ ଗାଁ’ ଭାବେ। ଏଠାକାର ୨୫ଟି ସ୍ଥାନ ଯେମିତିକି କିଛି ଘର, ସ୍କୁଲ, ମନ୍ଦିର ଆଦି ପାଲଟିଛି ପାଠାଗାର। ଏହି ପାଠାଗାରରେ ସାହିତ୍ୟ, ଧର୍ମ, ମହିଳା, ପିଲା, ଇତିହାସ, ପରିବେଶ, ଲୋକ ସାହିତ୍ୟ, ଆତ୍ମଜୀବନୀ ଭଳି ଅନେକ ପୁସ୍ତକ ଉପଲବ୍ଧ ହେଉଛି। ଗାଁର ଛୋଟରୁ ବଡ଼ ସମସ୍ତେ ପାଠାଗାରରେ କିଛି କିଛି ସମୟ ବିତାନ୍ତି। ଏହାବାଦ୍ ପର୍ଯ୍ୟଟକମାନେ ମଧ୍ୟ ଏହି ପାଠାଗାରକୁ ଯାଇ ବହି ପଢ଼ନ୍ତି। ଗାଁରେ ବିଭିନ୍ନ ପ୍ରକାରର ସାହିତ୍ୟ କାର୍ଯ୍ୟକ୍ରମ ବି ହୁଏ। |
https://www.dharitri.com/locked-in-toilet-inconvenience-to-passengers/ | ଶୌଚାଳୟରେ ତାଲା, ଯାତ୍ରୀ ହଇରାଣ
|
https://www.dharitri.com/no-one-can-defeat-congress-only-congress-can-defeat-itself-punjab-congress-chief-navjot-singh-sidhu/ | ‘କଂଗ୍ରେସକୁ କେହି ହରାଇପାରିବେ ନାହିଁ, ଦଳ ନିଜକୁ ହିଁ ନିଜେ ହରାଇପାରିବ’
ଚଣ୍ଡିଗଡ,୩୦।୧: ପଞ୍ଜାବରେ ନିର୍ବାଚନ ପାଖେଇ ଆସୁଥିବାରୁ ବିଭିନ୍ନ ଦଳର ନେତାଙ୍କ ମଧ୍ୟ ଆରୋପ-ପ୍ରତ୍ୟାରୋପ ଲମ୍ବିବାରେ ଲାଗିଛି। ଶିରୋମଣି ଅକାଳୀ ଦଳର ବିଧାୟକ ବିକ୍ରମ ମାଜିଠିଆ ଏବଂ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଛି। ରବିବାର ସିଦ୍ଧୁ ବିକ୍ରମଙ୍କ ନାଁରେ ଅଭିଯୋଗ ଆଣି କହିଛନ୍ତି, ସେ (ବିକ୍ରମ ସିଂ ମାଜିଥିଆ) ଜଣେ ‘ପର୍ଚ୍ଚା ମାଫିଆ’। ସେ ଅନେକ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ମୁଁ କାହା ବିରୋଧରେ ଗୋଟିଏ ବି ମାମଲା ଦାୟର କରି ନାହିଁ। କଂଗ୍ରେସ ଏକ ଶକ୍ତିଶାଳୀ ଏବଂ ସୁରକ୍ଷିତ ସରକାର ଦେବ ବୋଲି ସମସ୍ତେ ଜାଣନ୍ତି। ଆମେ ଏକ ନୂତନ ପଞ୍ଜାବ ତିଆରି କରିବୁ ବୋଲି ସେ କହିଛନ୍ତି।
ସେପଟେ ଅମୃତସରରେ ସିଦ୍ଧୁଙ୍କୁ ରାଜ୍ୟ ୟୁନିଟରେ ଦଳଗତ ବିଷୟରେ ପଚରାଯାଇଥିଲା। କଂଗ୍ରେସକୁ କେହି ପରାସ୍ତ କରିପାରିବେ ନାହିଁ। କେବଳ କଂଗ୍ରେସ ନିଜକୁ ପରାସ୍ତ କରିପାରିବ ବୋଲି ସେ କହିଥିଲେ। |
https://www.dharitri.com/after-the-lok-sabha-elections-mamatas-campaign-in-the-by-elections-tmc-ahead-in-4-assembly-seats/ | ଲୋକ ସଭା ନିର୍ବାଚନ ପରେ ଉପ ନିର୍ବାଚନରେ ବି ମମତାଙ୍କ ଦବଦବା, ୪ ବିଧାନସଭା ଆସନରେ ଟିଏମସି ଆଗରେ
କୋଲକାତା,୧୩।୭: ୨୦୨୪ ଲୋକ ସଭା ନିର୍ବାଚନରେ ଚମତ୍କାର ପ୍ରଦର୍ଶନ କରିଥିବା ତ୍ରୁଣମୂଳ କଂଗ୍ରେସ (ଟିଏମସି) ପଶ୍ଚିମବଙ୍ଗରେ ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ଏଥର ଦଳ ବିଧାନସଭା ଉପ-ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) କୁ ପରାସ୍ତ କରୁଥିବା ଦେଖାଯାଉଛି।
ମାଣିକଟାଲା ବିଧାନସଭା ଆସନରେ ଅନୁଷ୍ଠିତ ଉପ-ନିର୍ବାଚନ ପାଇଁ କୋଲକାତାର ରବୀନ୍ଦ୍ର ଭାରତ ବିଶ୍ୱବିଦ୍ୟାଳୟରେ ଭୋଟ ଗଣନା ଚାଲିଛି। ପ୍ରଥମ ପର୍ଯ୍ୟାୟ ଗଣନା ପରେ ଟିଏମସି ପ୍ରାର୍ଥୀ ସୁପତି ପାଣ୍ଡେ ଭାଜପା ପ୍ରାର୍ଥୀ କଲ୍ୟାଣ ଚୌବେଙ୍କଠାରୁ ଅଗାରେ ରହିଛନ୍ତି।
ଏଥି ସହିତ ନାଦିଆ ଜିଲାର ରଣାଗତ ଦକ୍ଷିଣ ବିଧାନସଭା ଆସନ ପାଇଁ ଉପ-ନିର୍ବାଚନରେ ଭାଜପା ପ୍ରାର୍ଥୀ ମନୋଜ କୁମାର ବିଶ୍ୱାସ ଏବଂ ଟିଏମସି ପ୍ରାର୍ଥୀ ମୁକୁଲ ମଣି ଆଦିକାରୀ ଉପ-ନିର୍ବାଚନରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଅଟନ୍ତି। ପ୍ରଥମ ପର୍ଯ୍ୟାୟ ଭୋଟ ଗଣନା ପରେ ଏଠାରେ ଟିଏମସି ଅଗ୍ରଣୀ ରହିଛି।
ଉତ୍ତର ଦିନାଜପୁର ଜିଲାର ରାଇଗଞ୍ଜ ବିଧାନସଭା ଉପ-ନିର୍ବାଚନ ପାଇଁ ଟିଏମସି ମଧ୍ୟ ଅଗ୍ରଣୀ ରହିଛି। ଏଠାରେ ଦ୍ୱିତୀୟ ପର୍ଯ୍ୟାୟ ଗଣନା ପରେ ଭାଜପା ପ୍ରାର୍ଥୀ ମାନସ କୁମାର ଘୋଷ ଟିଏମସି ପ୍ରାର୍ଥୀ କୃଷ୍ଣ କଲ୍ୟାଣୀଙ୍କ ପଛରେ ଅଛନ୍ତି।
ବାଗଡା ବିଧାନସଭା ଆସନରୁ ଭାଜପା ପାଇଁ ଖରାପ ଖବର ଅଛି। ଉତ୍ତର ଦିନାଜପୁର ଜିଲାରେ ବାଗଡା ବିଧାନସଭା ଉପ-ନିର୍ବାଚନ ପାଇଁ ଭୋଟ ଗଣନା ଆରମ୍ଭ ହୋଇଛି। ପ୍ରଥମ ରାଉଣ୍ଡ ଗଣନା ପରେ ଟିଏମସି ପ୍ରାର୍ଥୀ ମଧୁପର୍ନା ଠାକୁର ଅଗ୍ରଣୀ ଥିବାବେଳେ ଭାଜପା ପ୍ରାର୍ଥୀ ବିନୋଇ ବିଶ୍ୱାସ ପଛରେ ଅଛନ୍ତି। |
https://www.dharitri.com/two-feet-high-water-over-the-bridge/ | ପୋଲ ଉପରେ ଦୁଇଫୁଟ ଉଚ୍ଚର ପାଣି, ଯାନବାହନ ଚଳାଚଳ ବନ୍ଦ
କୋରୁକୋଣ୍ଡା,୬ା୯(ଅବିନାଶ ବେହେରା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ କାମଓ୍ବାଡା ପଞ୍ଚାୟତ ଏମ୍ଭି-୨୮ଗ୍ରାମଠାରୁ ମାରକେଲଗୁଡ଼ା ଯିବା ରାସ୍ତାରେ ବହୁଦିନ ଧରି ଏକ ପୋଲ ରହିଥିବା ବେଳେ ବର୍ଷାଦିନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ପ୍ରାୟ ୪ରୁ ଊର୍ଦ୍ଧ୍ୱ ଗ୍ରାମବାସୀ। ଚଳିତ ଲଘୁଚାପ ଜନିତ ଦୁଇଦିନର ଲଗାଣ ବର୍ଷାରେ ଏମ୍ଭି-୨୮ଗ୍ରାମଠାରୁ ମାରକେଲଗୁଡ଼ା ଯିବାକୁ ଥିବା ରାସ୍ତାରେ ଥିବା ଉକ୍ତ ପୋଲ ଉପରେ ଦୁଇ ଫୁଟରୁ ଅଧିକ ପାଣି ହୋଇଯିବାରୁ ଯିବା ସେହି ରାସ୍ତା ଦେଇ ଯାନବାହନ ଯିବା ଆସିବା ପୂରା ବନ୍ଦ ହୋଇଯାଇଛି। ନିଜ ନିଜର ଚାଷଜମିକୁ ଯିବା ପାଇଁ ଲୋକେ ବାଧ୍ୟ ହୋଇ ସେହି ପାଣିରେ ପଶିଯିବା ଆସିବା କରିବା ସହିତ ଗୃହପାଳିତ ପଶୁମାନଙ୍କୁ ଚରାଇବା ଲାଗି ନେଇ ଯିବା ସମୟରେ କିଛି ଭାସିଯାଉଥିବା କହିଛନ୍ତି ଗ୍ରାମବାସୀ। ଏହିପରି ସମସ୍ୟାରେ ରହିଥିବା ବେଳେ ଅଞ୍ଚଳବାସୀ ସ୍ଥାନୀୟ ପ୍ରଶାସନ ସମେତ ସ୍ଥିନୀୟ ଜନପ୍ରତିନିଧିଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁ ନ ଥିବା କହିଛନ୍ତି ଅଞ୍ଚଳବାସୀ। |
https://www.dharitri.com/7-mile-handcuffed-swim-record-2/ | ହାତକଡ଼ି ଲଗାଇ ୭ ମାଇଲ ପହଁରି ରେକର୍ଡ
କାଇରୋ, ୬ା୪: ବିନା ହାତ ଚାଳନାରେ ପାଣିରେ ପହଁରିବା ପ୍ରାୟତଃ ଅସମ୍ଭବ। କିନ୍ତୁ ଏହାକୁ ସମ୍ଭବ କରିବା ସହ ଗିନିଜ୍ ଓ୍ବାଲର୍ଡ ରେକର୍ଡସ୍ରେ ନିଜକୁ ସାମିଲ କରିଛନ୍ତି ଇଜିପ୍ଟର ଶେହାବ ଆଲମ। ସେ ହାତରେ ହାତକଡ଼ି ଲଗାଇ ଗୋଟିଏ କିମ୍ବା ଦୁଇ କିଲୋମିଟର ନୁହେଁ, ବରଂ ୭ ମାଇଲ୍ (ପାଖାପାଖି ୧୧ କିଲୋମିଟର) ବାଟ ପହଁରି ରେକର୍ଡ ସୃଷ୍ଟି କରିଛନ୍ତି।
ଆବିଆନ୍ ଗଲ୍ଫରେ ଦୁଇ ହାତରେ ହାତକଡ଼ି ଲଗାଇ ଶେହାବ ୬ ଘଣ୍ଟାରେ ୭.୨୩୮ ମାଇଲ୍ ଦୂର ପହଁରିଥିବାବେଳେ ତାଙ୍କୁ କୌଣସି ପ୍ରକାର ବୋଟ୍ର ସପୋର୍ଟ ମିଳି ନ ଥିଲା। ଏ ନେଇ ବହୁଦିନ ପୂର୍ବରୁ ଶେହାବ ଅଭ୍ୟାସ ଆରମ୍ଭ କରିଥିଲେ। ପ୍ରତିଦିନ ହାତକଡ଼ି ବାନ୍ଧି ସମୁଦ୍ରରେ କିଛି ଦୂର ପର୍ଯ୍ୟନ୍ତ ସେ ପହଁରିବା ଅଭ୍ୟାସ କରୁଥିବା କହିଛନ୍ତି। କାହାରି ଦୃଷ୍ଟି ଆକର୍ଷଣ କରିବା ତାଙ୍କର ଉଦ୍ଦେଶ୍ୟ ନ ଥିଲେ ମଧ୍ୟ ଅଭ୍ୟାସ ସମୟରେ ବେଳାଭୂମିରେ ବୁଲୁଥିବା ଲୋକେ ତାଙ୍କୁ କୌତୂହଳର ସହ ଦେଖୁଥିବା ସେ କହିଛନ୍ତି। ହାତକଡ଼ି ବାନ୍ଧି ପହଁରି ଗିନିଜ୍ ଓ୍ବାଲର୍ଡ ରେକର୍ଡ କରିବା ପରେ ସେ ସୁପର୍ ହିରୋ ଭଳି ଅନୁଭବ କରିଥିବା କହିଛନ୍ତି। ଶେହାବ ଦୀର୍ଘ ଦିନ ପର୍ଯ୍ୟନ୍ତ ନିଜ ରେକର୍ଡକୁ ଜାରି ରଖିବେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି।
ଗିନିଜ୍ ଓ୍ବାଲର୍ଡ ରେକର୍ଡ ସାର୍ଟିଫିକେଟ୍ ହାତକୁ ନ ଆସିବା ପର୍ଯ୍ୟନ୍ତ ତାଙ୍କ ମିଶନ୍ ସଫଳ ହୋଇ ନାହିଁ। ଶେହାବଙ୍କ ମତରେ ପୂର୍ବରୁ ସେ ଯେଉଁସବୁ ରେକର୍ଡ ହାସଲ କରିଛନ୍ତି, ସେସବୁ ସେତିକି ଖୁସି ଦେଇନାହିଁ ଯେତିକି ଗିନିଜ୍ ଓ୍ବାଲର୍ଡ ରେକର୍ଡସ୍ ଦେଇଛି। ଶେହାବ ଅନେକ ଯୁବପିଢ଼ିଙ୍କ ପାଇଁ ଏକ ନୂଆ ଆଶା ଏବଂ ଉତ୍ସାହର ମାଧ୍ୟମ ପାଲଟିଛନ୍ତି। ଖାଲି ସେତିକି ନୁହେଁ, ସନ୍ତରଣକୁ ନେଇ ତାଙ୍କ ମଧ୍ୟରେ ଥିବା କଳା ଓ କୌଶଳ ଦୀର୍ଘସ୍ଥାୟୀ ହେବା ସହ ସେ ନିଜ ରେକର୍ଡକୁ ବଜାୟ ରଖିବେ ବୋଲି ଗିନିଜ୍ ଓ୍ବାଲର୍ଡ ରେକର୍ଡସ୍ ପକ୍ଷରୁ କୁହାଯାଇଛି। |
https://www.dharitri.com/passenger-punched-a-flight-attendant-in-the-face-knocking-2-of-her-teeth-out/ | ସିଟ୍ ବେଲ୍ଟ ଲଗାଇବାକୁ କହିବାରୁ କ୍ର୍ୟୁ ମେମ୍ବରଙ୍କ ଦାନ୍ତ ଭାଙ୍ଗିଲେ ମହିଳା ଯାତ୍ରୀ
ଓ୍ବାଶିଂଟନ୍,୩୧।୫: ପ୍ରାୟ ସମୟରେ ବିମାନ ଯାତ୍ରା ସହ ଜଡ଼ିତ କିଛି ନା କିଛି ଖବର ସାମ୍ନାକୁ ଆସିଥାଏ। କେତେବେଳେ କ୍ର୍ୟୁ ମେମ୍ବର ଯାତ୍ରୀଙ୍କ ସହ ର୍ଦୁବ୍ୟବହାର ଘଟଣା ସାମ୍ନାକୁ ଆସିଥିବା ବେଳେ ଆଉ କେତେବେଳେ ଯାତ୍ରୀ କ୍ର୍ୟୁ ମେମ୍ବରଙ୍କ ସହ ର୍ଦୁବ୍ୟବହାର କରିଥିବା କଥା କୁହାଯାଏ। ଇତିମଧ୍ୟରେ ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ଯାତ୍ରୀ କ୍ର୍ୟୁ ମେମ୍ବରଙ୍କ ଦାନ୍ତ ଭାଙ୍ଗିଦେଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ଆମେରିକାର ସେକ୍ରୋମେଣ୍ଟରୁ ଡିଏଗୋ ଯାଉଥିବା ବିମାନ ଯାତ୍ରା ସମୟରେ ଜଣେ ୨୮ବର୍ଷୀୟ ବ୍ୟବିଆନା କ୍ୱିନୋନେଜ ନାମକ ଯାତ୍ରୀ ଯାତ୍ରା କରୁଥିଲେ।
ବିମାନ ଉଡ଼ାଣ ସମୟରେ କ୍ର୍ୟୁ ମେମ୍ବର ତାଙ୍କୁ ସିଟ୍ ବେଲ୍ଟ ବାନ୍ଧିବାକୁ କହିଥିଲେ। ହେଲେ ସେ କର୍ଣ୍ଣପାତ କରି ନ ଥିଲେ। ଏହା ସତ୍ତ୍ୱେ କ୍ର୍ୟୁ ମେମ୍ବର ବାରମ୍ବାର ବ୍ୟବିଆନାଙ୍କୁ ସିଟ୍ ବେଲ୍ଟ ବାନ୍ଧିବାକୁ ଅନୁରୋଧ କରିଥିଲେ। ଏହି କଥାରେ ବ୍ୟବିଆନା ଉତ୍ତ୍ୟକ୍ତ ହୋଇପଡ଼ି କ୍ର୍ୟୁ ମେମ୍ବରକୁ ଏକ ମୁକ୍କା ମାରିଥିଲେ। ଯେଉଁଥିରେ ତାଙ୍କର ୨ଟି ଦାନ୍ତ ଭାଙ୍ଗିଯାଇ ରକ୍ତ ସ୍ରାବ ହୋଇଥିଲା। ଏହି ଘଟଣାରେ ଆମେରିକା ଏୟାରଲାଇନ୍ସ ପକ୍ଷରୁ ବ୍ୟବିଆନାଙ୍କୁ ଗିରଫ କରାଯାଇଛି। ତେବେ ଘଟଣା ସମୟରେ ସେ ମଦ୍ୟପାନୀୟ କରିଥିଲେ କି ନାହିଁ ସେନେଇ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। କିନ୍ତୁ ଏହି ଘଟଣା ପରେ ଏୟାରଲାଇନ୍ସ ବିମାନରେ ମଦ ଉପରେ ପ୍ରତିବନ୍ଧକ ଲଗାଇଛି। |
https://www.dharitri.com/ସୁବର୍ଣ୍ଣପୁରରେ-ଶ୍ରୀଜୀଉଙ୍/ | ସୁବର୍ଣ୍ଣପୁରରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା
ସୋନପୁର,୫।୬(ନି.ପ୍ର.)-ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶୁକ୍ରବାର ସୁବର୍ଣ୍ଣପୁରର ବିଭିନ୍ନ ମନ୍ଦିରରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ପାଳିତ ହୋଇଯାଇଛି । ଏଥିପାଇଁ ସହରର ଗଡଭିତର ଜଗନ୍ନାଥ ମନ୍ଦିର, ଘୋଡାଘାଟପଡାର ଦଧିବାମନ ମନ୍ଦିର ଓ ରାୟଗୁରୁପଡାର ବୃନ୍ଦାବନବିହାରୀ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଥିଲା । ସକାଳେ ତିନି ଠାକୁରଙ୍କୁ ସ୍ନାନ ମଣ୍ଡପକୁ ନିଆ ଯାଇଥିଲା । ମନ୍ଦିରର ପୂଜକମାନେ ଚନ୍ଦନ, ଖୁଆ, କର୍ପୂର ଓ କେଶର ଇତ୍ୟାଦି ସୁଗନ୍ଧ ମିଶ୍ରିତ ୧୦୮ କଳସ ଜଳରେ ବିଧି ଅନୁଯାୟୀ ମହାପ୍ରଭୁଙ୍କୁ ସ୍ନାନ କରାଇଥିଲେ । ପରେ ନୀତି ଅନୁସାରେ ପୂଜା ହେବା ସହିତ ବାଳଭୋଗ ଲାଗିଥିଲା । କରୋନା କଟକଣା ଯୋଗୁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ବଳ୍ପ ସଂଖ୍ୟକ ଭକ୍ତ ଆରତି ସମୟରେ ଦର୍ଶନ କରିଥିଲେ । ମଧ୍ୟାହ୍ନରେ ଅନ୍ନଭୋଗ ଲାଗିଥିଲା । ତେବେ ସ୍ନାନ ପରେ ଠାକୁର ଜ୍ୱରରେ ପଡିବାରୁ ସେମାନଙ୍କୁ ଅଣସର ଘରକୁ ନିଆଯାଇଛି । |
https://www.dharitri.com/rakhi-sawant-on-boyfriend-adil-durrani-we-met-through-his-brother/ | ୬ ବର୍ଷ ସାନ ଆଦିଲଙ୍କ ପ୍ରେମରେ ପଡ଼ିଛନ୍ତି ରାକ୍ଷୀ, ଉପହାରରେ ମିଳିଛି ବିଏମ୍ଡବ୍ଲୁ
ବମ୍ବେ: ଛଅ ବର୍ଷ ସାନ ପ୍ରେମିକଙ୍କୁ ଡେଟ୍ କରିବାକୁ ନେଇ ଚର୍ଚ୍ଚାରେ ଡ୍ରାମା କୁଇନ୍ ରାକ୍ଷୀ ସାଓ୍ବନ୍ତ। ଉଭୟଙ୍କ ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏଣୁ ପ୍ରେମିକ କିଏ, ସେ କ’ଣ କରନ୍ତି, ରାକ୍ଷୀଙ୍କୁ ସେ କିପରି ଚିହ୍ନିଲେ ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିଲା। ଏବେ ରାକ୍ଷୀ ସେସବୁର ଉତ୍ତର ଦେଇଛନ୍ତି।
ରାକ୍ଷୀ ଆଦିଲ ଖାଁ ଦୁରାନୀଙ୍କ ପ୍ରେମରେ ପଡ଼ିଛନ୍ତି। ସେ ତାଙ୍କଠାରୁ ବୟସରେ ୬ ବର୍ଷ ସାନ। ସ୍ବାମୀ ରିତେଶଙ୍କଠାରୁ ଅଲଗା ହେବା ପରେ ରାକ୍ଷୀ ଡିପ୍ରେଶନକୁ ଚାଲି ଯାଇଥିଲେ। ତାଙ୍କୁ କିଛି ଭଲ ଲାଗୁ ନ ଥିଲା। ଏହାପରେ ତାଙ୍କ ଜୀବନକୁ ଆସିଥିଲେ ଆଦିଲ। ମାସେ ଯାଏ ପରସ୍ପରକୁ ଭେଟିବା ପରେ ହଠାତ ତାଙ୍କୁ ପ୍ରେମ ନିବେଦନ କରିଥିଲେ ଆଦିଲ। ହେଲେ ବୟସାଗତ ତଫାତ ଯୋଗୁ ରାକ୍ଷୀ ପ୍ରଥମେ ରାଜି ହୋଇ ନ ଥିଲେ। ଆଦିଲ ରାକ୍ଷୀଙ୍କୁ ପ୍ରିୟଙ୍କା ଚୋପ୍ରା, ମଲାଇକା ଅରୋରାଙ୍କ ଉଦାହରଣ ଦେଇଥିଲେ। ଏପରିକି ତାଙ୍କୁ ବହୁତ ଭଲପାଆନ୍ତି ବୋଲି କହିଥିଲେ। ଏହାଶୁଣି ରାକ୍ଷୀ ହଁ ଭରିଥିବା କହିଛନ୍ତି।
ଆଦିଲ ମୈସୁରର। ପେସାରେ ସେ ଜଣେ ବ୍ୟବସାୟୀ। ତାଙ୍କ ଭାଇ ଶୌଲେ ରାକ୍ଷୀଙ୍କ ଭଲ ବନ୍ଧୁ ଏବଂ ବ୍ୟବସାୟରେ ପାର୍ଟନର ରହିଆସିଛନ୍ତି। ସେ ଆଦିଲଙ୍କୁ ରାକ୍ଷୀଙ୍କ ସହ ଭେଟ କରାଇଥିଲେ। ଉଭୟ କଥା ହେବା ପରେ ପରସ୍ପରକୁ ମନ ଦେଇଛନ୍ତି। ନିକଟରେ ଆଦିଲ ରାକ୍ଷୀଙ୍କୁ ଏକ ବିଏମ୍ଡବ୍ଲୁ ଉପହାରରେ ଦେଇଛନ୍ତି। ହେଲେ ଆଦିଲଙ୍କ ପରିବାର ସମ୍ପର୍କକୁ ନେଇ ଖୁସି ନାହାନ୍ତି। ରାକ୍ଷୀଙ୍କ ପୋଷାକ ପରିଧାନ ସେମାନଙ୍କୁ ପସନ୍ଦ ଆସୁନାହିଁ। ହେଲେ ଆବଶ୍ୟକ ପଡ଼ିଲେ ସେ ନିଜକୁ ବଦଳାଇବାକୁ ପସନ୍ଦ ବୋଲି ରାକ୍ଷୀ କହିଛନ୍ତି। ଏହାଛଡ଼ା ଆଦିଲଙ୍କ ପରିବାର ତାଙ୍କୁ ଆପଣାନ୍ତୁ ବୋଲି ସେ ଚାହୁଁଥିବା କହିଛନ୍ତି। |
https://www.dharitri.com/ଉପାନ୍ତ-ସହରର-ଆକର୍ଷଣ-ପ୍ରେମ/ | ଉପାନ୍ତ ସହରର ଆକର୍ଷଣ ପ୍ରେମ ପାହାଡ଼
ରାୟଗଡ଼ା ଜିଲାର ୩୫ଟି ସ୍ଥାନକୁ ଚିହ୍ନଟ କରି ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଁ ଜିଲା ପ୍ରଶାସନ ପର୍ଯ୍ୟଟନ ବିଭାଗକୁ ଯେଉଁ ପ୍ରସ୍ତାବ ତାଲିକା ପଠାଇଛନ୍ତି ସେଥିରେ ପ୍ରେମ ପାହାଡ଼ ରହିଛି। ରାୟଗଡା ସହରରେ ଥିବା ଲଣ୍ଡା ପାହାଡର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଥମେ ଜିଲା ପ୍ରଶାସନ ତାହାର ନାମ ପ୍ରେମ ପାହାଡ଼ ରଖି ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀର ରୂପରେଖ କରିଥିଲା। ତକତ୍ାଳୀନ ଜିଲାପାଳ ଗୁହା ପୁନମ ତାପସ କୁମାର ପର୍ଯ୍ୟଟନ ବିଭାଗକୁ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରସ୍ତାବ ଦେଇଥିଲେ। ଏଥିପାଇଁ ୪କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୦୧୭ ମାର୍ଚ୍ଚ ୩ରେ ୧କୋଟି ଓ ୨୦୧୮ ଜାନୁୟାରୀ ୧୨ରେ ୨କୋଟି ୧୮ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରାଯାଇଥିଲା। ବର୍ତ୍ତମାନ ପ୍ରେମ ପାହାଡର ସୌନ୍ଦର୍ଯ୍ୟକରଣ ତଥା ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଚାଲୁରହିଛି। ଭାରପ୍ରାପ୍ତ ଜିଲା ପର୍ଯ୍ୟଟନ ଅଧିକାରୀ ସୁରେନ୍ଦ୍ର ଲିମାଙ୍କଠାରୁ ମିଳିଥିବା ସୂଚନା ପ୍ରକାରେ, ଏହାର କାର୍ଯ୍ୟ ଓଟିଡିସି (ଓଡିଶା ପର୍ଯ୍ୟଟନ ଉନ୍ନୟନ ସଂସ୍ଥା) ଦ୍ୱାରା କରାଯାଉଛି। ପ୍ରେମ ପାହାଡର ଚତୁଃପାର୍ଶ୍ୱରେ ୯୦୦ମିଟର ବୃତ୍ତାକାରରେ ସହରବାସୀଙ୍କ ପାଇଁ ପାଦଚଲା ପଥ ନିର୍ମାଣ କରାଯାଇଛି। ତଳୁ ବସି ପାହାଡର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ୨୯ଟି ଚେୟାର ବ୍ୟବସ୍ଥା କରାଯାଇଛି। ସେହିପରି ପାହାଡର ଚାରିପଟ ପାଚେରି ନିର୍ମାଣ କରାଯାଇଥିବା ବେଳେ ୩ଟି ମୁଖ୍ୟଦ୍ୱାର ନିର୍ମାଣ କରାଯାଇଛି। ପାଦଚଲା ରାସ୍ତା କଡରେ ସିମେଣ୍ଟ କୁଣ୍ଡରେ ବିଭିନ୍ନ କିସମର ଫୁଲଗଛ ଲଗାଯିବା ପାଇଁ ଯୋଜନା ରହିଛି। ଏଥିସହ ପାହାଡ ଉପରେ ୨ଟି ଡେକୋରେଟିଭ୍ ଭିଉ ପଏଣ୍ଟ, ଲୋକେ ବସି ଚା’ପିଇବା ପାଇଁ ଟି-ହାଉସ ଓ ୨ଟି ମସ୍ରୁମ୍ ହାଉସ୍ (ଛତୁ ଆକାରର ଘର) ନିର୍ମାଣ କରାଯାଇଛି। ଆଗାମୀ ଦିନରେ ଏହାର ଚତୁଃପାର୍ଶ୍ୱରେ ଆଲୋକ ବ୍ୟବସ୍ଥା କରାଯିବ। ପ୍ରେମ ପାହାଡର ପାଦଚଲା ରାସ୍ତା ନିର୍ମାଣ ହୋଇସାରିଥିବା ଯୋଗୁ ଏଠାକୁ ପ୍ରତିଦିନ ସକାଳେ, ସନ୍ଧ୍ୟାରେ ବରିଷ୍ଠ ନାଗରିକଙ୍କଠାରୁ ଆରମ୍ଭ କରି ମହିଳା, ପୁରୁଷ, ଯୁବକ ଭ୍ରମଣରେ ଆସିଥାନ୍ତି। ପାହାଡର ଗୋଟିଏ ଭାଗରେ ମହାକାଳେଶ୍ୱରଙ୍କ ଏକ ବିରାଟ ମୂର୍ତ୍ତି ରହିଛି। ଅନ୍ୟଭାଗରେ ଶ୍ରୀ ଗଣେଶ, ଶିବ ମନ୍ଦିର ନିର୍ମାଣ ମଧ୍ୟ କରାଯାଇଛି। ଏହି ପ୍ରେମ ପାହାଡକୁ ସବୁଜବନାନୀରେ ପରିପୂର୍ଣ୍ଣ କରିବା ପାଇଁ ପ୍ରଶାସନଠାରୁ ଆରମ୍ଭ କରି ସହରର ବହୁ ସ୍ବେଚ୍ଛାସେବୀ ସଙ୍ଗଠନ ଅନେକ ସମୟରେ ଚାରାରୋପଣ କରୁଛନ୍ତି। ବର୍ତ୍ତମାନ ପାହାଡର ଏକ ତୃତୀୟାଂଶରେ କୃତ୍ରିମ ଜଙ୍ଗଲ ସୃଷ୍ଟି ହୋଇଛି। |
https://www.dharitri.com/ଟାଙ୍ଗୀ-ଗ୍ରାମ-ନ୍ୟାୟାଳୟ-ପକ/ | ଟାଙ୍ଗୀ ଗ୍ରାମ ନ୍ୟାୟାଳୟ ପକ୍ଷରୁ ଚାରାରୋପଣ
ଟାଙ୍ଗୀ(ଖୋର୍ଦ୍ଧା),୧୭।୮(ଡି.ଏନ.ଏ.)-ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ବନ ବିଭାଗ ସହଯୋଗରେ ଟାଙ୍ଗୀ ଗ୍ରାମ ନ୍ୟାୟାଳୟ ପ୍ରଥମ ଶ୍ରେଣୀ ବିଚାର ବିଭାଗ ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମାଜିଷ୍ଟ୍ରେଟ ଶାଶ୍ୱତୀ ମହାପାତ୍ରଙ୍କ ନେତୃତ୍ୱରେ ପଥରବନ୍ଧ ନର୍ସରୀ ପରିସରରେ ସ୍ବାଧୀନତା ଦିବସ ପାଳନ ଅବସରରେ ଏହା ଆୟୋଜିତ ହୋଇଥିଲା। ବନାଞ୍ଚଳ ଅଧିକାରୀ ଅଜୟ କୁମାର ଜଗଦେବ, ପରିବେଶବିତ୍ ସନ୍ତୋଷ ଚନ୍ଦ୍ର କର, ଓକିଲ ସଂଘ ସଭାପତି ନକୁଳ ନାୟକ, ସମ୍ପାଦକ ସ୍ବସ୍ତିକ ରଥ, ଆଇନଜୀବୀ ଅନିଲ ପଟ୍ଟନାୟକ, ନିରଞ୍ଜନ ଦାସ, ହମିଦ୍ ମିରା, ଭାସ୍କର ପ୍ରସାଦ ମହାନ୍ତି, ପୀତବାସ ନାୟକ, ବନ କର୍ମଚାରୀ ଓ ଓକିଲ ସଂଘର ସଭ୍ୟମାନେ ଉପସ୍ଥିତ ଥିଲେ । |
https://www.dharitri.com/why-toothbrush-bristles-have-different-colours-do-you-know/ | ଜାଣନ୍ତି ଟୁଥ୍ବ୍ରଶ୍ ବ୍ରିଷ୍ଟଲରେ କାହିଁକି ଥାଏ ଦୁଇ ପ୍ରକାର ରଙ୍ଗ
ସାଧାରଣତଃ ଦନ୍ତ ଚିକିତ୍ସକମାନେ ଦାନ୍ତକୁ ସୁନ୍ଦର ରଖିବା ପାଇଁ ପରାମର୍ଶ ଦେଇଥାନ୍ତି। ଦିନକୁ ଦୁଇଥର ବ୍ରଶ କରିବା ଉଚିତ୍ ବୋଲି କହିଥାନ୍ତି। ଏହା ବ୍ୟତୀତ ପ୍ରତି ୬ ମାସରେ ବ୍ରଶ୍ ପରିବର୍ତ୍ତନ କରାଯିବା ଉଚିତ୍। ଟୁଥବ୍ରଶ୍ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମସ୍ତେ ଟୁଥ୍ବ୍ରଶ୍ ବ୍ୟବହାର କରନ୍ତି ମାତ୍ର ଅନେକ ଲୋକ ଏହା ବିଷୟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ମଧ୍ୟ ଜାଣିନାହାନ୍ତି। ଉଦାହରଣ ସ୍ବରୂପ, ଟୁଥ୍ବ୍ରଶ୍ ବ୍ରିଷ୍ଟଲ ଅର୍ଥାତ୍ ତୂଳୀ ପରି ଦେଖାଯାଉଥିବା ଏଥିରେ ହିଁ ଆମେ ଦାନ୍ତ ଘଷୁ। ଏହା ପ୍ରାୟତଃ ଦୁଇଟି ଭିନ୍ନ ରଙ୍ଗର ହୋଇଥାଏ। ଏହାର କାରଣ ଜାଣନ୍ତି କି? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…
ଆପଣ ଭାବିବେ ଏହା କେବଳ ଏକ ଡିଜାଇନ ଅଟେ, ମାତ୍ର ବ୍ରିଷ୍ଟଲ ରଙ୍ଗ କରିବା ପଛରେ ଆଉ ଏକ କାରଣ ଅଛି, ଯାହା ନିକଟରେ ଜଣେ ମହିଳାଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା।
ଏକ ରିପୋର୍ଟ ଅନୁଯାୟୀ, କାନାଡାର ଅନଟାରିଓ ନିବାସୀ ଜେସ୍ ଜଣେ ଶିକ୍ଷକ। ନିକଟରେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକଟୋକରେ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ଟୁଥ୍ବ୍ରଶ୍ ବ୍ରିଷ୍ଟଲ୍ସର ଦୁଇଟି ରଙ୍ଗ କାହିଁକି ସେ ସମ୍ପର୍କରେ ବୁଝାଇଥିଲେ।
ସେ କହିଛନ୍ତି, ବଜାରରେ ଏପରି ଅନେକ ବ୍ରଶ୍ ଅଛି, ଯାହାର ବ୍ରିଷ୍ଟସ୍ ସମାନ ରଙ୍ଗ ଥାଏ। କିନ୍ତୁ କିଛି ଭଲ ଗୁଣ ଏବଂ ମହଙ୍ଗା ବ୍ରଶ୍ରେ ଦୁଇଟି ଭିନ୍ନ ରଙ୍ଗର ବ୍ରିଷ୍ଟଲ ଥାଏ। ଏଥିପାଇଁ ଏକ ବିଶେଷ କାରଣ ଅଛି ବୋଲି ସେ କହିଛନ୍ତି। ତାହା ହେଉଛି, ବ୍ରଶର ଉପର ରଙ୍ଗର ଅଂଶକୁ ଏକ ଭିନ୍ନ ରଙ୍ଗ ଦିଆଯାଏ ଯାହା ଦ୍ୱାରା ଲୋକମାନେ ବୁଝିପାରିବେ ଯେ ସେମାନଙ୍କୁ ଏଠାରେ ଟୁଥ୍ପେଷ୍ଟ ପ୍ରୟୋଗ କରିବାକୁ ପଡ଼ିବ।
ଜେସ କହିଛନ୍ତି, ବ୍ରଶର ଉପର ଭାଗରେ ଏହା ଯେତେ ରଙ୍ଗୀନ, ସେତେ ଅଧିକ ପେଷ୍ଟ ନିଆଯିବା ଉଚିତ୍। ଲୋକମାନେ ପ୍ରାୟତଃ ବ୍ରଶର ସମଗ୍ର କଣ୍ଟା ଉପରେ ଟୁଥ୍ପେଷ୍ଟ ଲଗାନ୍ତି, ଯାହା ସମ୍ପୂର୍ଣ୍ଣ ଭୁଲ। ଏହିପରି, ସେମାନେ ଅଧିକ ପେଷ୍ଟ ବ୍ୟବହାର କରନ୍ତି, ଯାହା ଆବଶ୍ୟକ ହୁଏ ନାହିଁ।
ସେ ଏହା ମଧ୍ୟ କହିଛନ୍ତି, ଏହିପରି ଏକ ଡିଜାଇନ ପିଲାମାନଙ୍କ ବ୍ରଶରେ ମଧ୍ୟ ଥାଏ, କିନ୍ତୁ ସାଧାରଣତଃ ସେମାନଙ୍କ ବ୍ରଶ୍ରେ, ବିଭିନ୍ନ ରଙ୍ଗର ବ୍ରିଷ୍ଟଲ ମଝିରେ ଥାଏ। ଉପରେ ନୁହେଁ। କାରଣ ଯେତେବେଳେ ପିଲାମାନେ କୋଣରେ ପେଷ୍ଟ ବାହାର କରନ୍ତି, ସେତେବେଳେ ବ୍ରଶ ମଧ୍ୟ ସେମାନଙ୍କଠାରୁ ଖସିପାରେ। ଏପରି ପରିସ୍ଥିତିରେ, ଏହା ମଝିରେ ପେଷ୍ଟ ଲଗାଇଲେ ପଡ଼ିଯିବାର ସମ୍ଭାବନା କମ୍ ଥାଏ।
ସୋସିଆଲ ମିଡିଆରେ ତାଙ୍କ କଥା ଶୁଣିବା ପରେ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି। ଅନେକ ୟୁଜର କହିଛନ୍ତି ସେମାନେ ଏହା ଜାଣି ନାହାନ୍ତି। ଆଉ କିଛି ୟୁଜର ଏହାକୁ ମିଛ ବୋଲି କହିଛନ୍ତି। |
https://www.dharitri.com/୨-ଅପରାଧ-ଘଟଣାରେ-୭-ଗିରଫ-ବ୍ରା/ | ୨ ଅପରାଧ ଘଟଣାରେ ୭ ଗିରଫ : ବ୍ରାଉନ୍ସୁଗାର, ବିପୁଳ ଟଙ୍କା, ମାରଣାସ୍ତ୍ର ଜବତ
ଜଟଣୀ,୨୨ା୭(ଡି.ଏନ.ଏ.) : ପୃଥକ୍ ଦୁଇ ଅପରାଧ ଘଟଣା ଚୋରା ବ୍ରାଉନ୍ସୁଗାର କାରବାର ଓ ଡକାୟତି ଯୋଜନା କରୁଥିବା ସମୟରେ ଜଟଣୀ ଥାନା ପୋଲିସ ଚଢାଉ କରି ୭ ଜଣଙ୍କୁ ରବିବାର ଗିରଫ କରିଛି। ବ୍ରାଉନ୍ସୁଗାର ଚୋରାରେ ବିକ୍ରୟ କରୁଥିବା ଖବରପାଇ ସ୍ଥାନୀୟ ନୂଆଗାଁ ଅଞ୍ଚଳରେ ପୋଲିସ ଚଢାଉ କରି ଦୁଇଜଣଙ୍କୁ ଧରିଥିଲା। ଗିରଫ ଦୁଇ ଅଭିଯୁକ୍ତ ହେଲେ ନୂଆଗାଁ ଅଞ୍ଚଳର କାହ୍ନୁ ସାମଲ ଓରଫ ଝୁଲ ଓ କୃଷ୍ଣ ବେହେରା ଓରଫ ଧଣ୍ଡ। ସେମାନଙ୍କଠାରୁ ୧୪ ଗ୍ରାମ ବ୍ରାଉନ୍ସୁଗାର ଓ ୧ ଲକ୍ଷ ୪୭ ହଜାର ୬ ଶହ ଟଙ୍କା ପୋଲିସ ଜବତ କରିଛି। ଏ ନେଇ ୨୧(ବି) ଏନ୍ଡିପିଏସ୍ ଆକ୍ଟରେ ନଂ. ୨୫୮/୧୯ରେ ମାମଲା ରୁଜୁ ହୋଇଛି। ସେହିପରି ଜଟଣୀ-ଖୋର୍ଦ୍ଧା ମୁଖ୍ୟରାସ୍ତାର ବଡ଼ତୋଟା ଗ୍ରାମର ଅଳ୍ପ ଦୂରରେ ଶନିବାର ବିଳମ୍ବିତ ରାତିରେ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ଚଢାଉ କରି ୫ ଜଣଙ୍କୁ କାବୁ କରି ନେଇଥିଲା। ଗିରଫ ୫ ଜଣ ହେଲେ ଏହି ଥାନା ଅନ୍ତର୍ଗତ ଛେଲଦା ଗ୍ରାମର ସୁଧାକର ମଙ୍ଗରାଜ, ନୂଆଗାଁର ସନ୍ଦୀପ ବେହେରା ଓରଫ ଚନ୍ଦନ, କିଶୋର ନାୟକ, ଦୀନେଶ ଭୋଇ ଓ ଗୋପବନ୍ଧୁ ନଗର ଅଞ୍ଚଳର ଆଲୋକ ହଦ। ସେମାନଙ୍କଠାରୁ କଟୁରି, ଖଣ୍ଡା, ଷ୍ଟିଲ ପାଇପ୍, ଦୁଇଟି ବାଇକ୍, ୫ଟି ମୋବାଇଲ୍ ଫୋନ୍ ଓ ୫୦୦ ଟଙ୍କା ପୋଲିସ ଜବତ କରିଛି। ଏ ନେଇ ନଂ. ୨୬୧/୧୯ରେ ମାମଲା ରୁଜୁ ହୋଇଛି। |
https://www.dharitri.com/ତୃପ୍ତି-ହୋଟେଲ-ମାଲିକଙ୍କୁ-ଗ-2/ | ତୃପ୍ତି ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣା: ପ୍ରତିଶ୍ରୁତି ପରେ ହଟିଲା ରାସ୍ତା ଅବରୋଧ
ଭୁବନେଶ୍ୱର,୩୧।୭(ବ୍ୟୁରୋ): ରସୁଲଗୁଡ଼ସ୍ଥିତ ତୃପ୍ତି ହୋଟେଲ ମାଲିକ ବୁଲୁ ସାମନ୍ତରାୟଙ୍କୁ ମଙ୍ଗଳବାର ରାତିରେ ଆକ୍ରମଣ କରି ସୁନାଚେନ୍, ବ୍ରେସଲେଟ୍ ଓ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ। ଏହାର ପ୍ରତିବାଦ ସହ ଅଭିଯୁକ୍ତଙ୍କ ଗିରଫ ଦାବିରେ ବୁଧବାର ପୂର୍ବାହ୍ନରେ ସ୍ଥାନୀୟ ବାସିନ୍ଦା ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଫଳରେ ଭୁବନେଶ୍ୱର-କଟକ, ଭୁବନେଶ୍ୱର ପୁରୀ ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ଉଭୟପଟୁ ଆସୁଥିବା ଶତାଧିକ ଗାଡ଼ିମୋଟର ଦୀର୍ଘ ସମୟ ଧରି ଅଟକି ରହିଥିଲା। ଡିସିପି ଅନୁପ ସାହୁ ଏବଂ ପୋଲିସ କମିଶନର ସତ୍ୟଜିତ୍ ମହାନ୍ତି ଲୋକଙ୍କୁ ବୁଝାଶୁଝା କରିବା ସହ ଅଭିଯୁକ୍ତଙ୍କୁ ଧରିବାର ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ତୃପ୍ତି ହୋଟେଲ ମାଲିକ ବୁଲୁ ରାତି ପ୍ରାୟ ସାଢ଼େ ୧୨ଟାରେ ହୋଟେଲ ବନ୍ଦ କରି ପାଲାମଣ୍ଡପ ନିକଟସ୍ଥ ଘରକୁ ଫେରୁଥିଲେ। ଘରଠାରୁ ଅଳ୍ପ ଦୂରରେ ଏକ ପଲସର ବାଇକରେ ୩ ଜଣ ଦୁର୍ବୃତ୍ତ ମୁହଁରେ କଳାକପଡ଼ା ବାନ୍ଧି ଆଙ୍କ ଆଗରେ ଅଟକି ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବନ୍ଧୁକ ବାହାର କରି ବୁଲୁଙ୍କୁ ଦେଖାଇଥିଲେ। ଏହି ସମୟରେ ବୁଲୁ ବାଇକ୍ ଛାଡ଼ି ଦୌଡ଼ିବାରୁ ମାରଣାସ୍ତ୍ରରେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଏଥିରେ ତାଙ୍କ ବେକ, ହାତ, ପେଟ ଓ ଜଙ୍ଘରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। |
https://www.dharitri.com/କାଳରାତ୍ରି-ବେଶରେ-ଦର୍ଶନ-ଦେ/ | କାଳରାତ୍ରି ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା
ନିରାକାରପୁର,୫।୧୦(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ନୂଆଗଡ ପଞ୍ଚାୟତ ଅନ୍ତର୍ଗତ ମୂଳିଝର ନିକଟସ୍ଥ ହାତୀଆଶୁଣି ପାହାଡ଼ ପାଦଦେଶରେ ବିଜେ ମା’ ଉଗ୍ରତାରାଙ୍କ ଶାକ୍ତପୀଠରେ ଶୁକ୍ରବାର ପାର୍ବଣର ସପ୍ତମୀ ତିଥିରେ ମା’ ଉଗ୍ରତାରା କାଳରାତ୍ରି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ମା’ଙ୍କର ଏହି ବେଶ ଦେଖିବାକୁ ଭକ୍ତଙ୍କ ସମାଗମ ଲାଗିରହିଥିଲା। ପ୍ରତ୍ୟୁଷରୁ ମା’ଙ୍କୁ ରୀତିନୀତି ଅନୁସାରେ ସ୍ନାନ କରାଯାଇ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା। ଏହା ପରେ ମଙ୍ଗଳ ଆଳତିରେ ଶୁଖିଲି ଭୋଗ, ଫଳ ଲାଗି କରାଯାଇଥିଲା। ମଧ୍ୟାହ୍ନ ଧୂପରେ ଅନ୍ନ ଡାଲିି, ଖିରି, ଖଟା, ମାଛ ବେସର ଓ ମାଛ ପୋଡାବଳି ଅର୍ପଣ କାରାଯାଇଥିଲା। ନିଶାର୍ଦ୍ଧରେ ମା’ଙ୍କ ଗୁପ୍ତ ନୀତି ପୂଜା ଅନୁଷ୍ଠିତ ହେବ। ସେହିପରି ଡିଆ ପଞ୍ଚାୟତସ୍ଥିତ ଭୋଇସାହି ଗ୍ରାମରେ ଥିବା ମା’ ନାରାୟଣୀଙ୍କ ପୀଠରେ ମଧ୍ୟ ମହାସପ୍ତମୀ ପୂଜା ଭୋଇ ପରିବାର ପକ୍ଷରୁ ପାଳିତ ହୋଇଛି । |
https://www.dharitri.com/matric-supplementary-results/ | ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ, କୌଣସି ଛାତ୍ରୀଛାତ୍ରଙ୍କୁ ମିଳିନି ଗ୍ରେଡ୍ A1
କଟକ ଅଫିସ,୨୨ା୧୦: ଗୁରୁବାର ପ୍ରକାଶ ପାଇଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ। ଚଳିତବର୍ଷ ୨୧, ୪୮୭ ଛାତ୍ରୀଛାତ୍ର ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫, ୨୪୪ ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଛନ୍ତି।
ତେବେ ଚଳିତବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା କୌଣସି ଛାତ୍ରୀଛାତ୍ରଙ୍କୁ A1 ଗ୍ରେଡ୍ ମିଳିନି। A2ରେ ୧୦, B1ରେ ୧୯୫, B2ରେ ୯୩୦, Cରେ ୧୯୦୨, Dରେ ୩୧୪୦, Eରେ ୯୦୬୭, Fରେ ୬୨୧୮ ପିଲା ପାସ କରିଛନ୍ତି। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ମଧ୍ୟ ଆଜି ପ୍ରକାଶ ପାଇଛି। ଏଥିରେ ୯,୪୮୮ ଜଣ ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଛନ୍ତି। |
https://www.dharitri.com/ନାଟକର-ଶେଷ-ଗୀତ-ପାଲଟିଲା-ଜୀବ/ | ନାଟକର ଶେଷ ଗୀତ ପାଲଟିଲା ଜୀବନର ଶେଷ ଗୀତ: ଗୀତ ଗାଇବା ବେଳେ ଟଳିପଡିଲେ ଗାୟକ
ଉଦଳା, ୧୪ା୨(ଡି.ଏନ.ଏ.):‘ବରଷା ରାତିକୁ ଭରସା ନାହିଁ’ ନାଟକର ଟାଇଟଲ ଗୀତ ଗାଉଥିଲେ ଗାୟକ। କିନ୍ତୁ ଏହି ଗୀତ ପାଲଟିଗଲା ତାଙ୍କ ଜୀବନର ଶେଷ ଗୀତ। ଗୀତ ଗାଉଥିବା ବେଳେ ହଠାତ ଟଳିପଡିଲେ ଗାୟକ ସଞ୍ଜୟ କୁମାର ପାତ୍ର। ସ୍ତବ୍ଧ ପାଲଟିଯାଇଥିଲେ ଯାତ୍ରା କଳାକାର ଆଉ ଉପସ୍ଥିତ ଦର୍ଶକ। କିଛି କ୍ଷଣ ମଧ୍ୟରେ ମନୋରଞ୍ଜନର ପରିବେଶ ହୋଇଯାଇଥିଲା ଶୋକାକୁଳ। ମୟୂରଭଞ୍ଜ ଜିଲା ଉଦଳାରେ ରବିବାର ରାତିରେ ତୁଳସୀ ଗଣନାଟ୍ୟର ଯାତ୍ରା ଚାଲିଥିବା ବେଳେ ଏଭଳି ହୃଦୟବିଦାରକ ଘଟଣା ଘଟିଥିଲା।
ଉଦଳା ବସ୍ଷ୍ଟାଣ୍ଡ ନିକଟରେ ତୁଳସୀ ଗଣନାଟ୍ୟର ଯାତ୍ରା ଅନୁଷ୍ଠିତ ହେଉଥିଲା। ଯାତ୍ରାପାର୍ଟିର ସୁନାମଧନ୍ୟ ଗାୟକ ସଞ୍ଜୟ ନାଟକର ଶେଷ ଗୀତ ଗାଉଥିବା ବେଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରି ସେହିଠାରେ ଟଳି ପଡିଥିଲେ। ସହକର୍ମୀ ଏବଂ ଯାତ୍ରା କମିଟିର ସଦସ୍ୟ ତୁରନ୍ତ ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତାଙ୍କ ବିୟୋଗରେ ତୁଳସୀ ଯାତ୍ରା ପାର୍ଟିର କଳାକାର ଜୁଲି ପଣ୍ଡା, ଅଶ୍ୱିନୀ ବ୍ରହ୍ମ, ନୀର ସ୍ବାଇଁଙ୍କ ସମେତ ସମସ୍ତ କଳାକାର ଶୋକ ପ୍ରକାଶ କରିଛନ୍ତି। ସଞ୍ଜୟଙ୍କ ଦେହାନ୍ତ ପରେ ଯାତ୍ରା ପାର୍ଟିରେ ସୃଷ୍ଟି ହୋଇଥିବା ଶୂନ୍ୟ ସ୍ଥାନ ପୂରଣ ହେବା କଷ୍ଟକର ବୋଲି କହିଛନ୍ତି ଅନେକ କଳାକାର। |
https://www.dharitri.com/puri-ratnabhandara-news/ | ଏମିତି ରହିଛି ସବୁ ଅଳଙ୍କାର, ଭିତର ରତ୍ନଭଣ୍ଡାର ସ୍ଥିତି ନେଇ ବରିଷ୍ଠ ସେବାୟତ କଲେ ବଡ଼ ଖୁଲାସା
ପୁରୀ,୧୮।୭: ଭିତର ରତ୍ନଭଣ୍ଡାର ସ୍ଥିତି ନେଇ ବରିଷ୍ଠ ସେବାୟତ ଦୁର୍ଗା ଦାସମହାପାତ୍ର ବଡ଼ ପ୍ରତିକ୍ରିୟା ଦେଇ କହିଛନ୍ତି ବାହାର ପଟୁ ଗୋଟିଏ ଫାଟ ଦୃଶ୍ୟମାନ ହେଉଛି। ଭିତରେ ୪ଟି ପଥର ଖସି ପଡ଼ିଥିବାର ଆମେ ଦେଖିବାକୁ ପାଇଲୁ। ଅଧିକ କ୍ଷୟକ୍ଷତି ନଜରକୁ ଆସିଲା ନାହିଁ। ଚଟାଣ କାନ୍ଥ ସେପରି ସନ୍ତସନ୍ତିଆ ନାହିଁ। ତଥାପି ମରାମତି କରିବାର ଆବଶ୍ୟକତା ରହିଛି। କିପରି ମରାମତି ହେବ ତାହା କେବଳ ଏଏସଆଇ କହିପାରିବ। ଆଲମିରା ଓ ସିନ୍ଦୁକ ଭିତରେ ଛୋଟ ଛୋଟ କଣ୍ଟେନର ରହିଥିଲା ତେଣୁ କେଉଁ କଣ୍ଟେନର ଭିତରେ କେଉଁ ଅଳଙ୍କାର ଅଛି କେହି ଜାଣି ନାହାନ୍ତି।
ଭିତର ରତ୍ନଭଣ୍ଡାର ଖୋଲି ସମସ୍ତ ଅଳଙ୍କାର ସ୍ଥାନାନ୍ତର କରାଯାଇ ଅସ୍ଥାୟୀ ଷ୍ଟ୍ରଙ୍ଗରୁମରେ ରଖାଯାଇଛି । ରତ୍ନଭଣ୍ଡାର ଭିତରେ ଥିବା ୫ଟି ଆଲମିରା ଓ ୩ଟି ସିନ୍ଦୁକକୁ ମଧ୍ୟ ବାହାରକୁ ଅଣାଯାଇଛି। |
https://www.dharitri.com/ଚେନ୍-ଟାଣି-ଟ୍ରେନରୁ-ଖସି-ପଳ/ | ଚେନ୍ ଟାଣି ଟ୍ରେନରୁ ଖସି ପଳାଇଲେ ଗଞ୍ଜାମର ୪୦୦ ପ୍ରବାସୀ
ଛତ୍ରପୁର,୨୪ା୫,(ଡି.ଏନ.ଏ.)-ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ବାଲିବଗଡ ରେଲୱେ ଫାଟକ ନିକଟରେ ରବିବାର ଅପରାହ୍ନରେ ଚେନ୍ ପୁଲିଂ କରି ଗଞ୍ଜାମର ୪୦୦ ପ୍ରବାସୀ ଖସି ପଳାଇଛନ୍ତି। ଖବରପାଇ ଆରପିଏଫ ଓ ଛତ୍ରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି କେତେକ ପ୍ରବାସୀଙ୍କୁ ବାଲିବଗଡ଼ ରାସ୍ତା, ରେଲୱେ ଫାଟକ ଓ ରେଳ ଧାରଣା ନିକଟରେ ଅଟକାଇବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି।
ଘଟଣାରୁ ଜଣାପଡ଼ିଛି, ତଲେଙ୍ଗାନାରୁ ଗଞ୍ଜମର ୬୦୦ରୁ ଊର୍ଦ୍ଧ୍ୱ ପ୍ରବାସୀଙ୍କୁ ଧରି ଉକ୍ତ ଟ୍ରନ ଖୋର୍ଦ୍ଧା ରୋଡ ଅଭିମୁଖେ ଆସୁଥିବାବେଳେ ପ୍ରବାସୀମାନେ ଚେନ ପୁଲିଂ କରିଥିଲେ। ଫଳରେ ଟ୍ରନଟି ଛତ୍ରପୁର ଉପକଣ୍ଠ ବାଲିବଗଡ ରେଲୱେ ଫାଟକ ନିକଟରେ ଅଟକିବା ପରେ ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଓହ୍ଲାଇ ପଳାଇ ଯାଇଥିଲେ। ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି। |
https://www.dharitri.com/which-is-cheap-expensive/ | କ’ଣ ହେଲା ଶସ୍ତା-ମହଙ୍ଗା…
ନୂଆଦିଲ୍ଲୀ,୧।୨ : ୨୦୨୩ ବଜେଟରେ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଭିନ୍ନ କ୍ଷେତ୍ର ସମ୍ବନ୍ଧରେ ବଜେଟରେ ଅନେକ ଘୋଷଣା କରିଛନ୍ତି। କିନ୍ତୁ ସାଧାରଣ ଲୋକ କେଉଁ ଜିନିଷ ଶସ୍ତା ଏବଂ କେଉଁ ଜିନିଷ ମହଙ୍ଗା ହୋଇଛି ତାହା ମନ୍ତ୍ରୀ କହିଛନ୍ତି।
ବଜେଟରେ ଖେଳନା ଉପରେ କଷ୍ଟମ ଡ୍ୟୁଟି ୧୩ ପ୍ରତିଶତକୁ ହ୍ରାସ କରାଯାଇଛି। ଏହା ଖେଳନା ମୂଲ୍ୟକୁ ହ୍ରାସ କରିବ।
ଇଲେକ୍ଟ୍ରୋନିକ ଯାନରେ ବ୍ୟବହୃତ ବ୍ୟାଟେରୀ ଉପରେ କଷ୍ଟମ ଡ୍ୟୁଟି ଛାଡ କରାଯାଇଛି । ଏହି ଇଲେକ୍ଟ୍ରୋନିକ ଯାନଗୁଡ଼ିକ ଶସ୍ତା ହେବ ।
ମୋବାଇଲ ଫୋନରେ ବ୍ୟବହୃତ ଲିଥିୟମ ବ୍ୟାଟେରୀ ଉପରେ କଷ୍ଟମ୍ସ ଡ୍ୟୁଟି ମଧ୍ୟ ହ୍ରାସ କରାଯାଇଛି।
ଫଳରେ ମୋବାଇଲ ଦାମ କମିବାର ଆଶା ରହିଛି। ଟେଲିଭିଜନ ପ୍ୟାନେଲଗୁଡିକରେ ଆମଦାନୀ ଶୁଳ୍କ ୨.୫ ପ୍ରତିଶତକୁ ହ୍ରାସ କରାଯାଇଛି। ଫଳରେ ଟେଲିଭିଜନ ଶସ୍ତା ହେବ।
ମହଙ୍ଗା ହୋଇଥିବା ସାମଗ୍ରୀ ମଧ୍ୟରେ ସିଗାରେଟ ଉପରେ ଆତସ୍ମିକତା ଶୁଳ୍କ ୧୬ ପ୍ରତିଶତ ବୃଦ୍ଧି କରାଯାଇଛି। ଏହାଦ୍ୱାରା ସିଗାରେଟ ମହଙ୍ଗା ହେବ । ସେହିପରି
ସୁନା, ରୂପା ଏବଂ ପ୍ଳାଟିନମରେ ନିର୍ମିତ ଆମଦାନୀ ହୋଇଥିବା ଅଳଙ୍କାର ମହଙ୍ଗା ହୋଇଛି । |
https://www.dharitri.com/ସବ୍ଡିଭିଜନ-ଦାବି-ତେଜିଲା/ | ସବ୍ଡିଭିଜନ ଦାବି ତେଜିଲା
ବଡ଼ସାହି,୧୫।୧୨(ସ୍ବ.ପ୍ର.)-ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାର ବେତନଟୀ ଓ ବଡସାହି ବ୍ଲକୁ ମିଶାଇ ସବ୍ଡିଭିଜନ ଗଠନ କରିବା ଦାବି ତେଜିବାରେ ଲାଗିଛି। ଶନିବାର ପାଉଁଶିଆବନ୍ଧ ଠାରେ ଅନୁଷ୍ଠିତ ବିକାଶ ମଞ୍ଚର ୮ମ ବୈଠକରେ ଏନେଇ ଜୋରଦାର ଦାବି ଉପସ୍ଥାପନ କରାଯାଇଛି। ବଡସାହି ଓ ବେତନଟୀ ବ୍ଲକରେ ସାମୂହିକ ଉନ୍ନତି ମୂଳକ କାର୍ଯ୍ୟ ସମେତ ବଡସାହିରେ ଏକ ସବ୍ ରେଜିଷ୍ଟ୍ରାର ଅଫିସ ଖୋଲାଯିବା ଲାଗି ବୈଠକରେ ମଧ୍ୟ ଦାବି କରାଯାଇଥିଲା।
ବରିଷ୍ଠ ନାଗରିକ ଚୂଡାମଣି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମଞ୍ଚର ସଦସ୍ୟମାନେ ଆଗାମୀ ଦିନର କାର୍ଯ୍ୟକ୍ରମ ସଂକ୍ରାନ୍ତ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ। ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ବଡସାହି ବିଧାୟକ ସନାତନ ବିଜୁଳି, ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାଏକ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ା ଖବରଦାତା ଅରୁଣ କୁମାର ଓତା ପୂର୍ବ ବୈଠକର ବିବରଣୀ ସମ୍ପର୍କରେ ଆଲୋକପାତ କରିଥିଲେ। ମୟୂରଭଞ୍ଜ ଜିଲାର ଏକ ବଡ ବ୍ଳକ ଭାବେ ପରିଚିତ ବଡସାହିର ୩୦ ପଞ୍ଚାୟତରେ ୨ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ଏଠାରେ ସବ୍ ରେଜିଷ୍ଟ୍ରାର ଅଫିସ ଥିବାରୁ ଜମି କିଣାବିକା କାରବାର ଲାଗି ଲୋକେ ହଇରାଣ ହେଉଛନ୍ତି। ଏଥିଲାଗି ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ସ୍ଥିର ହୋଇଥିଲା। ସେହିପରି ବଡ଼ସାହି ଓ ବେତନଟୀଠାରେ ନିର୍ମାଣ ହେବାକୁ ଥିବା ବସଷ୍ଟାଣ୍ଡ ନିର୍ମାଣ ସକାଶେ ଆବଶ୍ୟକ ପହୁଥିବା ଜମି ସମ୍ପର୍କରେ ପ୍ରଶାସନକୁ ସବିଶେଷ ତତ୍ୟ ଦେବା ଲାଗି ବୈଠକରେ ୫ଜଣଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ସେହିପରି ସବ୍ଡିଭିଜନ ଦାବି ହାସଲ ନିମନ୍ତେ ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା ହୋଇଥିଲା। ଉଭୟ ବ୍ଳକର ଦାବିକୁ ନେଇ ସଙ୍ଗଠନକୁ ମଜବୁତ କରିବା ସହ ଏଥିରେ ଅଞ୍ଚଳବାସୀଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଶେଷରେ ଖବରଦାତା ମନୋଜ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। |
https://www.dharitri.com/ମାଲିଙ୍ଗାଙ୍କ-ଟି୨୦-ର଼୍ୟାଙ୍/ | ମାଲିଙ୍ଗାଙ୍କ ଟି୨୦ ର଼୍ୟାଙ୍କିଙ୍ଗ୍ରେ ଉନ୍ନତି
ପାଲେକେଲେ,୭।୯- ନ୍ୟୁଜିଲାଣ୍ଡ ବିପକ୍ଷ ଅନ୍ତିମ ଟି୨୦ ମ୍ୟାଚ୍ରେ କ୍ରମାଗତ ୪ ବଲରେ ୪ ଉଇକେଟ ନେଇଥିବା ଭେଟେରାନ ଶ୍ରୀଲଙ୍କା ପେସର ଲାସିଥ ମାଲିଙ୍ଗାଙ୍କ ର଼୍ୟାଙ୍କିଙ୍ଗ୍ରେ ଉଲ୍ଲେଖନୀୟ ଉନ୍ନତି ଦେଖିବାକୁ ମିଳିଛି। ସେ ପୂର୍ବାପେକ୍ଷା ୨୦ ସୋପାନ ଉପରକୁ ଆସି ୨୧ତମ ସ୍ଥାନ ଅଧିକାର କରିଛନ୍ତି। ଏହା ଦର୍ଶାଇଛି ନୂଆ ଟି୨୦ ବୋଲରଙ୍କ ର଼୍ୟାଙ୍କିଙ୍ଗ୍। ଉଭୟ ଦିନିକିଆ ଓ ଟି୨୦ ଫର୍ମାଟରେ କ୍ରମାଗତ ୪ ବଲରେ ୪ ଉଇକେଟ ନେବାରେ ମାଲିଙ୍ଗା ଇତିହାସର ପ୍ରଥମ ବୋଲର। ଅନ୍ତିମ ଟି୨୦ ମ୍ୟାଚ୍କୁ ଶ୍ରୀଲଙ୍କା ୩୭ ରନ୍ରେ ଜିତି ନେଇଥିଲା। ଏହି ବିଜୟରେ ମାଲିଙ୍ଗାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ସମ୍ପୂର୍ଣ୍ଣ ୪ ଓଭର ବୋଲିଂ କରି ଏକ ମେଡେନ ଓଭର ସହ ୬ ରନ୍ ଦେଇ ୫ ଉଇକେଟ ହାତେଇଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ସେ ମୋଟ ଉପରେ ୫ ଥର ହ୍ୟାଟ୍ରିକ ନେଇସାରିଛନ୍ତି। ଏହି ମ୍ୟାଚ୍ରେ ମାଲିଙ୍ଗା ପ୍ରଥମ ପୁରୁଷ ବୋଲର ଭାବେ ୧୦୦ ଅନ୍ତର୍ଜାତୀୟ ଟି୨୦ ଉଇକେଟ ନେଇ ରେକର୍ଡ କରିଛନ୍ତି। ଆଫଗାନିସ୍ତାନ ଲେଗ୍ ସ୍ପିନର ରସିଦ ଖାନଙ୍କ ନେତୃତ୍ୱାଧୀନ ବୋଲଙ୍କ ର଼୍ୟାଙ୍କିଙ୍ଗ୍ରେ ନ୍ୟୁଜିଲାଣ୍ଡର ମିଚେଲ ସାଣ୍ଟନର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ୫ମ ସ୍ଥାନରେ ଥିବା କୁଲଦୀପ ଯାଦବ ଏକମାତ୍ର ବୋଲର ଭାବେ ଟପ୍ ୧୦ ମଧ୍ୟରେ ସ୍ଥାନ ପାଇଛନ୍ତି। ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍ରେ ମଧ୍ୟ ପରିବର୍ତ୍ତନ ହୋଇଛି। ବାବର ଆଜାମ ଶୀର୍ଷରେ ଥିବାବେଳେ କଲିନ ମୁନ୍ରୋ ଓ ଗ୍ଲେନ ମ୍ୟାକ୍ସଓ୍ବେଲ୍ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଭାରତୀୟ ଓପନର ଲୋକେଶ ରାହୁଲ ୭ମ ଓ ରୋହିତ ଶର୍ମା ୯ମ ସ୍ଥାନ ବଜାୟ ରଖିଛନ୍ତି। କୌତୂହଳ ବିଷୟ ହେଲା କି, ନିକଟରେ ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ଶୀର୍ଷ ମାନ୍ୟତା ହରାଇଥିବା ବିରାଟ କୋହଲି ଟି୨୦ରେ ୧୨ତମ ସ୍ଥାନରେ ରହିଛନ୍ତି। |
https://www.dharitri.com/shraddhas-murder-accused-aftab-doesnt-want-to-get-out-of-jail-takes-bail-and-returns/ | ଜେଲରୁ ବାହାରିବାକୁ ଚାହୁଁ ନାହାନ୍ତି ଶ୍ରଦ୍ଧାଙ୍କ ହତ୍ୟା ଅଭିଯୁକ୍ତ ଆଫତାବ, ଜାମିନ ଆବେଦନ ନେଲେ ଫେରାଇ…
ନୂଆଦିଲ୍ଲୀ,୨୨।୧୨ : ଶ୍ରଦ୍ଧା ଓ୍ବାରକ ହତ୍ୟା ମାମଲାରେ ଅଭିଯୁକ୍ତ ଆଫତାବ ଅମିନ ପୁନାୱାଲା ଜେଲରୁ ବାହାରିବାକୁ ଚାହୁଁ ନାହାନ୍ତି। ସେ ସାକେତ କୋର୍ଟରୁ ନିଜର ଜାମିନ ଆବେଦନ ପ୍ରତ୍ୟାହାର କରିଛନ୍ତି। ଗୁରୁବାର ପୂର୍ବାହ୍ନ ୧୧ ଟାରୁ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଆରମ୍ଭ ହୋଇଥିଲା। ଆଫତାବଙ୍କ ଆଇନଜୀବୀ ପହଞ୍ଚି ନ ଥିଲେ। ଏହାପୂର୍ବରୁ ଡିସେମ୍ବର ୧୭ ରେ ଆଫତାବଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ସାକେତ କୋର୍ଟରେ ଅତିରିକ୍ତ ସେସନ ଜଜ ବୃନ୍ଦା କୁମାରୀଙ୍କ ନିକଟରେ ହାଜର କରାଯାଇଥିଲା।
ଅନ୍ୟପକ୍ଷରେ ଆଫ୍ଟାବ ପୁନାୱାଲାଙ୍କ ଭଏସ ନମୁନା ନେବାକୁ ଅନୁମତି ଲୋଡ଼ି ଦିଲ୍ଲୀ ପୋଲିସ ସାକେତ କୋର୍ଟରେ ଆବେଦନ କରିଛି।
ଡିସେମ୍ବର ୧୭ ରେ ହୋଇଥିବା ଶୁଣାଣି ସମୟରେ ଅଭିଯୁକ୍ତ ଅଫତାବ କୋର୍ଟଙ୍କୁ କହିଥିଲେ ଯେ ସେ ଜାମିନ ଆବେଦନ ବିଷୟରେ ଜାଣି ନାହାଁନ୍ତି। ସେ କେବଳ ଓ୍ବକାଲତନାମାରେ ସ୍ବାକ୍ଷର କରିଥିଲେ, କିନ୍ତୁ ଜାମିନ ଆବେଦନ କରିବା ବିଷୟରେ କୌଣସି ସୂଚନା ତାଙ୍କ ପାଖରେ ନଥିଲା। |
https://www.dharitri.com/in-4-months-1-89-crore-jobs-were-lost/ | ୪ ମାସରେ ନିଯୁକ୍ତି ହରାଇଲେଣି ୧.୮୯ କୋଟି
ନୂଆଦିଲ୍ଲୀ, ୨୦।୮(ପି.ଟି.): କରୋନା ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ଛଡ଼ାଇ ନେଇଛି। ଏକ ଆକଳନ ଅନୁଯାୟୀ କେବଳ ଜୁଲାଇ ମାସରେ ୫୦ ଲକ୍ଷ ବେତନଭୋଗୀ ନିଯୁକ୍ତି ହରାଇଥିବାବେଳେ ଏପ୍ରିଲ୍ରୁ ଇତିମଧ୍ୟରେ ପାଖାପାଖି ୨ କୋଟି ଲୋକଙ୍କ ଚାକିରି ଯାଇଛି। ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମ୍ଆଇଇ) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି।
ସିଏମ୍ଆଇଇ ରିପୋର୍ଟ ଅନୁଯାୟୀ, କରୋନା ଜନିତ ଲକ୍ଡାଉନ ଯୋଗୁ ଏପ୍ରିଲରେ ମୋଟ ୧.୭୭ କୋଟି ବେତନଭୋଗୀ ନିଯୁକ୍ତି ହରାଇଥିଲେ। ମେ’ ଓ ଜୁନ୍ରେ ସ୍ଥିତିରେ ଉନ୍ନତି ଆସିଥିଲା ଓ ୪୦ ଲକ୍ଷ ଲୋକ ନିଯୁକ୍ତି ଫେରିପାଇଥିଲେ। ତେବେ ଜୁଲାଇରେ ପୁଣି ୫୦ ଲକ୍ଷଙ୍କୁ ନିଯୁକ୍ତି ହରାଇବାକୁ ପଡ଼ିଛି। ଏହାକୁ ମିଶାଇ ମୋଟ ୧.୮୯ କୋଟି ନିଯୁକ୍ତି ହରାଇ ଦୁର୍ଦ୍ଦିନର ସମ୍ମୁଖୀନ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମହାମାରୀ ଯୋଗୁ ଦେଶର ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଥିବାବେଳେ ନିକଟରେ ଏଥିରେ ସୁଧାର ଆସିବା ଭଳି ଜଣାପଡ଼ୁନାହିଁ। ଏଥିସହିତ ବେତନଭୋଗୀ କର୍ମଚାରୀ ନିଯୁକ୍ତି ହରାଇବା ସ୍ଥିତିକୁ ଆହୁରି ସଙ୍ଗିନ କରିଦେଇଛି। ଭାରତରେ ମୋଟ ନିଯୁକ୍ତିର ୨୧ ପ୍ରତିଶତ ବେତନଭୋଗୀ କର୍ମଚାରୀ, ଯାହାକି ଅଣଆନୁଷ୍ଠାନିକ ସେକ୍ଟରରେ ନିଯୁକ୍ତଙ୍କ ସଂଖ୍ୟାଠାରୁ ଯଥେଷ୍ଟ କମ୍। ଏପ୍ରିଲରୁ ଅଣଆନୁଷ୍ଠାନିକ ସେକ୍ଟର ଏବଂ ଗ୍ରାମାଞ୍ଚଳରେ ନିଯୁକ୍ତିରେ ସାମାନ୍ୟ ଉନ୍ନତି ହୋଇଥିବାବେଳେ ବେତନଭୋଗୀ ନିଯୁକ୍ତି ହ୍ରାସ ପାଇବା ଚିନ୍ତାର କାରଣ ପାଲଟିଛି।
୪ ମାସରେ ପାଖାପାଖି ୨ କୋଟି ଲୋକ ନିଯୁକ୍ତି ହରାଇବା ଘଟଣାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉଦ୍ବେଗ ପ୍ରକାଶ କରିବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ୨ କୋଟି ପରିବାରର ଭାଗ୍ୟ ଅନ୍ଧକାର ମଧ୍ୟକୁ ଠେଲିହୋଇଯାଇଛି। ଫେସ୍ବୁକ୍ରେ ମିଛ ଖବର ଓ ହିଂସା ଉଦ୍ରେକକାରୀ ଭାଷଣ ଦେଇ ବେରୋଜଗାରୀ ଏବଂ ଦେଶର ଆର୍ଥିକ ବିପର୍ଯ୍ୟୟ ଜନିତ ସତ୍ୟତାକୁ ଲୁଚାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। |
https://www.dharitri.com/india-vs-bharat-row-blue-dart-makes-surprising-renaming-announcement-of-its-services-name/ | ଇଣ୍ଡିଆ ବନାମ ଭାରତ ବିବାଦ: ବ୍ଲୁ ଡାର୍ଟ କଲା ନାମ ପରିବର୍ତ୍ତନ
ନୂଆଦିଲ୍ଲୀ,୧୩।୯: ଇଣ୍ଡିଆ ବନାମ ଭାରତକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ଏପ୍ରସଙ୍ଗରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଲାଗି ରହିଛି। ତେବେ ସେପ୍ଟେମ୍ବର ୧୭ରେ ଆରମ୍ଭ ହେବାକୁ ଥିବା ସ୍ବତନ୍ତ୍ର ଅଧିବେଶନରେ ଏନେଇ ସରକାରଙ୍କର କଣ ଆଭିମୁଖ୍ୟ ରହିଛି ତାହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏହାରି ଭିତରେ ଲଜିଷ୍ଟିକ କମ୍ପାନୀ ବ୍ଲୁ ଡାର୍ଟ ଏକ ବଡ଼ ଘୋଷଣା କରିଛି। କମ୍ପାନୀ ବର୍ତ୍ତମାନ ଏହାର ପ୍ରିମିୟମ ସେବା ‘ଡାର୍ଟ ପ୍ଲସ’ର ନାମ ପରିବର୍ତ୍ତନ କରି ‘ଭାରତ ପ୍ଲସ’ କରିଛି। ବ୍ଲୁ ଡାର୍ଟ କହିଛି, କୂଟନୈତିକ ପରିବର୍ତ୍ତନ ଦ୍ୱାରା କମ୍ପାନୀ ଭବିଷ୍ୟତରେ ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିବ। ଭାରତର ବୃହତ ଆବଶ୍ୟକତା ପୂରଣ କରିବା ପାଇଁ ଆମେ ପ୍ରତିବଦ୍ଧ।
ଏହି ନିଷ୍ପତ୍ତି ପଛର କାରଣ ବର୍ଣ୍ଣନା କରି ବ୍ଲୁ ଡାର୍ଟ କହିଛି ଯେ, ଆମ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏପରି ପରିବର୍ତ୍ତନ କରିଛୁ। ସମସ୍ତ ଗ୍ରାହକଙ୍କୁ ଏହି ପରିବର୍ତ୍ତନଶୀଳ ଯାତ୍ରାରେ ଯୋଗଦେବାକୁ ଆମନ୍ତ୍ରଣ କରୁଛି ଯେହେତୁ ଆମେ ଭାରତକୁ ବିଶ୍ୱ ସହ ଏବଂ ବିଶ୍ୱକୁ ଭାରତ ସହ ଯୋଡିବା ଜାରି ରଖିବୁ। |
https://www.dharitri.com/accused-was-arrested-in-the-guise-of-a-priest/ | ପୂଜକ ବେଶରେ ଅଭିଯୁକ୍ତ ଗିରଫ
ଦେବଗଡ଼,୧୭।୪(ଡି.ଏନ.ଏ.): ଦେବଗଡ଼ ସହରର ଜଣେ କପଡା ବ୍ୟବସାୟୀଙ୍କଠାରୁ ୨୦ ଲକ୍ଷ ଟଙ୍କା ଠକିନେଇ ଫେରାର ହୋଇଯାଇଥିବା ଯୁବକ ଅତୁଲ୍ୟ ମିଶ୍ରଙ୍କୁ ପୋଲିସ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଜେଲକୁ ପଠାଇଦିଆଯାଇଛି। ଅଭିଯୁକ୍ତ ଯୁବକ ଛଦ୍ମବେଶରେ ରହିଥିଲେ। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଚମ୍ପାମାଲ ଗ୍ରାମରେ ରହି ନିକଟସ୍ଥ ପଥରଘାଟ ହନୁମାନ ମନ୍ଦିର ପୂଜକ ଭାବେ କାର୍ଯ୍ୟ କରୁଥିଲେ। ଅତୁଲ୍ୟଙ୍କ ଘର ଅନୁଗୋଳ ଜିଲା ଛେଣ୍ଡିପଦା ଅଞ୍ଚଳରେ।
କିଛିବର୍ଷ ହେଲା ଦେବଗଡ଼ ଥାନା ଅନ୍ତର୍ଗତ ସରତଳା ଗ୍ରାମରେ ରହି ଅତୁଲ୍ୟ ବ୍ୟବସାୟ କରୁଥିଲେ। ଗତ ୨୦୨୦ ଜାନୁୟାରୀରେ ଦେବଗଡ଼ ସହର ମୁଖ୍ୟ ବଜାରର ରାଜେଶ ଗୋଏଲ ନାମକ ଜଣେ ବ୍ୟବସାୟୀଙ୍କଠାରୁ ୨୦ ଲକ୍ଷ ଟଙ୍କା ଠକି ନେଇଥିଲେ। ବ୍ୟବସାୟୀ ରାଜେଶ ଏ ସମ୍ପର୍କରେ ସେହିମାସ ୫ ତାରିଖରେ ଦେବଗଡ଼ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ତାଙ୍କ ବିରୋଧରେ ଏକ ଠକେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମାତ୍ର ଅଭିଯୁକ୍ତ ଅତୁଲ୍ୟ ଫେରାର ହୋଇଯିବାରୁ ତାଙ୍କୁ ଗିରଫ କରିପାରି ନ ଥିଲା। ପରବର୍ତ୍ତୀ ସମୟରେ ପୋଲିସ କୋର୍ଟ ୱାରେଣ୍ଟ ବଳରେ ତାଙ୍କୁ ଗିରଫ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଏହା ସଫଳ ହୋଇ ନ ଥିଲା। ଅତୁଲ୍ୟ ନିଜର ବେଶ ବଦଳାଇ ମନ୍ଦିର ପୂଜକ ସାଜିଥିଲେ। ଏ ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଏସ୍ପି ମନୋଜ କୁମାର ମାହାନ୍ତଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଦେବଗଡ଼ ଏସ୍ଡିପିଓ ପ୍ରତ୍ୟୁଷ ମହାପାତ୍ର, ଦେବଗଡ଼ ଆଦଶର୍ର୍ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ନାୟକ ଓ ସବ୍ଇନ୍ସପେକ୍ଟର ଡି.ଦଳେଇ ଚମ୍ପାମାଲ ଗ୍ରାମକୁ ଯାଇ ଚଢାଉ କରିଥିଲେ। ଅତୁଲ୍ୟଙ୍କ ନାମରେ ବିଭିନ୍ନ ଥାନାରେ ପ୍ରାୟ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ ମାମଲା ରହିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। |
https://www.dharitri.com/southeast-asia-will-determine-the-future-of-the-world/ | ପୃଥିବୀର ଭବିଷ୍ୟତ ନିର୍ଦ୍ଧାରଣ କରିବ ଦକ୍ଷିଣ-ପୂର୍ବ ଏସିଆ…
ଓ୍ବାଶିଂଟନ,୨୪।୮: ପୃଥିବୀର ଭବିଷ୍ୟତ ନିର୍ଦ୍ଧାରଣ କ୍ଷେତ୍ରରେ ଦକ୍ଷିଣ-ପୂର୍ବ ଏସିଆ ଏବଂ ଭାରତ ମହାସାଗର-ପ୍ରଶାନ୍ତ ମହାସାଗର ଅଞ୍ଚଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍ ଏଭଳି କହିଛନ୍ତି। ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିନ୍ ଲୁୁଙ୍ଗ୍ଙ୍କ ସହିତ ଏକ ବୈଠକରେ ଯୋଗଦେଇ କମଲା ଏପରି ମନ୍ତବ୍ୟ ଦେଇ ଏହି ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଆଗାମୀ ଦିନରେ ପୃଥିବୀରେ ସୃଷ୍ଟି ହେବାକୁଥିବା ଆହ୍ବାନର ମୁକାବିଲା କ୍ଷେତ୍ରରେ ଦକ୍ଷିଣ-ପୂର୍ବ ଏସିଆ ଏବଂ ଭାରତ ମହାସାଗର-ପ୍ରଶାନ୍ତ ମହାସାଗର ଅଞ୍ଚଳ ମଧ୍ୟରେ ଆମେରିକାର ଉତ୍ତମ ବୁଝାମଣା ପ୍ରଭାବଶାଳୀ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି। ଭବିଷ୍ୟତରେ କରୋନା ଭଳି ମହାମାରୀର ମୁକାବିଲା କ୍ଷେତ୍ରରେ ଗବେଷଣ ଅପରିହାର୍ଯ୍ୟ ହୋଇପଡ଼ିଥିବାବେଳେ ଆମେରିକା ପକ୍ଷରୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବା ନେଇ କମଲା ଗୁରୁତ୍ୱାରୋପ କରିଛନ୍ତି। ଦକ୍ଷିଣ-ପୂର୍ବ ଏସିଆରେ ଚାଇନାର ପ୍ରଭାବ ବୃଦ୍ଧି ପାଉଥିବାବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା କୂଟନୈତିକ ପଦକ୍ଷେପ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। |
https://www.dharitri.com/babiya-the-vegetarian-crocodile-of-ananthapadmanabha-swamy-temple-in-kerala-dies/ | ମନ୍ଦିରରେ ରହୁଥିବା ‘ଶାକାହାରୀ କୁମ୍ଭୀର’ର ମୃତ୍ୟୁ
ଥିରୁଭାନନ୍ତପୁରମ,୧୦।୧୦: କେରଳର ଶ୍ରୀ ଅନନ୍ତପଦ୍ମନାବା ସ୍ବାମୀ ମନ୍ଦିରରେ ରହୁଥିବା ‘ଶାକାହାରୀ କୁମ୍ଭୀର’ ଦେହାନ୍ତ ହୋଇଛି। ‘ବାବିଆ’ ଭାବରେ ଜଣାଶୁଣା ଏହି କୁମ୍ଭୀରଟି ଗତ ୭୦ ବର୍ଷ ଧରି ମନ୍ଦିରର ହ୍ରଦରେ ରହୁଥିଲା। ଏହି କୁମ୍ଭୀର ବିଷୟରେ ସବୁଠାରୁ ବିଶେଷ କଥା ହେଲା ଏହା ହେଉଛି ବିଶ୍ୱର ଏକମାତ୍ର ଶାକାହାରୀ କୁମ୍ଭୀର। ମନ୍ଦିର ପ୍ରଶାସନ ଦାବି କରିଛି ଯେ, ସେ କେବଳ ମନ୍ଦିରର ଭୋଗ ଖାଇ ବଞ୍ଚୁଥିଲା। ମନ୍ଦିର ପୁରୋହିତଙ୍କ ଅନୁଯାୟୀ, ‘ଈଶ୍ୱରୀୟ’ କୁମ୍ଭୀରଟି ଅଧିକାଂଶ ସମୟ ଗୁମ୍ଫା ଭିତରେ ବିତାଇ ଅପରାହ୍ନରେ ବାହାରକୁ ଆସୁଥିଲା।
ରବିବାର ରାତି ପ୍ରାୟ ୧୧.୩୦ ସମୟରେ ହ୍ରଦରେ କୁମ୍ଭୀରର ମୃତଦେହ ଦେଖିବାକୁ ମିଳିଥିଲା। ମନ୍ଦିର ପ୍ରଶାସନ ତୁରନ୍ତ ପୋଲିସ ଏବଂ ପଶୁପାଳନ ବିଭାଗକୁ ସୂଚନା ଦେଇଥିଲା। ମୃତ ‘ବାବିଆ’କୁ ହ୍ରଦରୁ ଉଦ୍ଧାର କରାଯାଇଥିଲା। ଏହା ପରେ ବାବିଆକୁ ଏକ ଗ୍ଲାସ ବାକ୍ସରେ ରଖାଯାଇଥିଲା। ସୋମବାର ଅନେକ ନେତା ବାବିଆଙ୍କୁ ଶେଷ ସମ୍ମାନ ଜଣାଇଥିଲେ।
କୁମ୍ଭୀରଟି ହ୍ରଦରେ ରହିବା ସତ୍ତ୍ୱେ ମାଛ ଏବଂ ଅନ୍ୟାନ୍ୟ ଜଳଜୀବ ଖାଇ ନ ଥିଲା। ଦିନକୁ ଦୁଇଥର ସେ ଭଗବାନଙ୍କୁ ଦେଖା କରିବାକୁ ଯାଉଥିଲା। ସ୍ଥାନୀୟ ଲୋକମାନେ ଏହା ମଧ୍ୟ କହିଛନ୍ତି ଯେ, ମନ୍ଦିରରେ ପୂଜାପାଠ ସମୟରେ ବାବିଆ କେବଳ ଦିଆଯାଇଥିବା ପ୍ରସାଦ ଖାଉଥିଲା। |
https://www.dharitri.com/ବାଲ୍ୟବିବାହ-ବିରୋଧୀ-ଫୋରମର/ | ବାଲ୍ୟବିବାହ ବିରୋଧୀ ଫୋରମର ଶୁଭାରମ୍ଭ
ଫୁଲବାଣୀ ଅପିସ,୨୬ା୮-ଜିଲାରେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ପ୍ରଶାସନ ଓ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ମିଳିତ ଭାବେ ପ୍ରୟାସ ଆରମ୍ଭ କରିଛନ୍ତି। ଜିଲାପାଳ ଡା. ବୃନ୍ଦା ଡିଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା ସଭାଗୃହରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଫୋରମର ଶୁଭାରମ୍ଭ ହୋଇଛି। ପ୍ରତ୍ୟକ ସମ୍ପ୍ରଦାୟର ମୁଖ୍ୟମାନେ ସେମାନଙ୍କ ସମାଜରେ ବାଲ୍ୟ ବିବାହକୁ ନା କହିଲେ ଜିଲାରେ ଏହାକୁ ରୋକାଯାଇ ପାରିବ ବୋଲି କହିଥିଲେ ଜିଲାପାଳ। ଏଥିପାଇଁ ସରକାରୀ ସ୍ତରରେ ମଧ୍ୟ ଉଦ୍ୟମ କରାଯାଉଛି। ପ୍ରତି ଶିକ୍ଷାନୁଷ୍ଠାନ ଗ୍ରାମ ବୈଠକ, ଗାଁ କଲ୍ୟାଣ ସମିତି, ପଞ୍ଚାୟତ ସମିତି ବୈଠକ, ସ୍ବୟଂ ସହାୟକ ଗୋଷ୍ଠି ବୈଠକରେ ଏନେଇ ସଚେତନତା ସୃଷ୍ଟି କରାଯାଉଛି। ତେଣୁ ଆଶା କରାଯାଉଛି ଆଗମୀ ୨ରୁ ୩ ବର୍ଷ ମଧ୍ୟରେ ଜିଲାରେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ଭାବେ ରୋକାଯାଇ ପାରିବ। ସମସ୍ତ ସମ୍ପ୍ରଦାୟ ଓ ସଂଗଠନର ମୁଖ୍ୟମାନଙ୍କୁ ନେଇ ଏକ ହ୍ବାଟ୍ସଅପ ଗ୍ରୁପ୍ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ବୈଠକରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଓ ବାଲିଗୁଡା ବିଧାୟକ ଚକ୍ରମଣି କହଁର ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ବୈଠକ ପ୍ରାରମ୍ଭରେ ଆକ୍ସନଆଡ୍ର ନିର୍ଦ୍ଦେଶକ ବି. ଏନ୍. ଦୁର୍ଗା ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରିଥିଲେ। ଚାଇଲ୍ଡ ଲାଇନ ଜିଲା ସଂଯୋଜକ ଦୋଳଗୋବିନ୍ଦ ମହାରାଣା ବାଲ୍ୟ ବିବାହର କାରଣ ଓ ଏନେଇ ଥିବା ଦଣ୍ଡ ବିଧାନ ଉପରେ ବୁଝାଇଥିଲେ। ଜିଲା ସମାଜ ମଙ୍ଗଳ ଅଧିକାରୀ ମନୋସ୍ବିନୀ ମିଶ୍ର ସଂଯୋଜନା କରିଥିଲେ। ଆକ୍ସନଆଡର ଜିଲା ସଂଯୋଜିକା ସ୍ବାତୀ ତନୟା ମିଶ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହେଯାଗ କରିଥିବାବେଳେ ପିଡି ବିଶ୍ୱନାଥ ବାରିକ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରଣ ପ୍ରମୁଖ ଉପସ୍ଥିତ ଥିଲେ। |
https://www.dharitri.com/୧୫୦୦-ଏପିସୋଡ୍ରେ-ଦୁର୍ଗା/ | ୧୫୦୦ ଏପିସୋଡ୍ରେ ଦୁର୍ଗା
ତରଙ୍ଗ ଚ୍ୟାନେଲରେ ପ୍ରସାରିତ ମେଗା ଧାରାବାହିକ ‘ଦୁର୍ଗା’ ଆଉ ଏକ ରେକର୍ଡ ସୃଷ୍ଟି କରିଛି। ନିକଟରେ ଏହାର ୧୫୦୦ତମ ଏପିସୋଡ୍ ପ୍ରସାରିତ ହୋଇଛି। ତରଙ୍ଗ ଚ୍ୟାନେଲରେ ଏପରି ରେକର୍ଡ ସୃଷ୍ଟି କରିବାରେ ‘ଦୁର୍ଗା’ ହେଉଛି ପ୍ରଥମ ଧାରାବାହିକ। ଏ ସମ୍ପର୍କରେ ଏହାର ନିର୍ଦ୍ଦେଶକ ତଥା ଓଲିଉଡ୍ ମେକର ଭାବେ ପରିଚିତ ମହେଶ ହାଜ୍ରା କହନ୍ତି, ‘ଜଣେ ସାହସୀ ଝିଅ ଦୁର୍ଗା କିପରି କଠିନ କାମକୁ ବୁଦ୍ଧି ଖଟାଇ ସମାଧାନ କରିବା ସହ ପରିବାରକୁ ଗୋଟିଏ ଡୋରିରେ ବାନ୍ଧି ରଖିବାକୁ ଚେଷ୍ଟା କରୁଛି ତାହା ଏହି ଧାରାବାହିକରେ ବେଶ୍ ସୁନ୍ଦର ଭାବେ ଦୃଶ୍ୟାୟନ କରାଯାଇଛି। କାହାଣୀ ଅନୁସାରେ ଉପସ୍ଥାପନା ଧାରାବାହିକଟିକୁ ଲୋକପ୍ରିୟ କରାଇବାରେ ସହାୟକ ହୋଇଛି। ଟାଇଟଲ ଭୂମିକାରେ କେବଳ ଅର୍ପିତା (କର) ନୁହନ୍ତି, ସମସ୍ତ କଳାକାରଙ୍କ ନିଖୁଣ ଅଭିନୟ ଏହାକୁ ଏପରି ଏକ ରେକର୍ଡ ସୃଷ୍ଟି କରିବାରେ ସାହାଯ୍ୟ କରିଛି ବୋଲି ଜୋର୍ ଦେଇ କହିବି। ବର୍ତ୍ତମାନ ଏହାର ତୃତୀୟ ଜେନେରେଶନ ଅନୁସାରେ କାହାଣୀ ଗତିଶୀଳ। ୨୦୧୪ ଡିସେମ୍ବର ୧ରେ ‘ଦୁର୍ଗା’ର ପ୍ରଥମ ଏପିସୋଡ୍ ପ୍ରସାରିତ ହୋଇଥିଲା। ଦୀର୍ଘ ୫ ବର୍ଷ ଧରି ଦର୍ଶକ ଆମକୁ ଯେଉଁ ସ୍ନେହ ଶ୍ରଦ୍ଧା ଦେଇଛନ୍ତି ତାହାକୁ ଆମେ କଦାପି ଭୁଲିପାରିବୁ ନାହିଁ।’ ଏହି ଧାରାବାହିକର ପ୍ରଯୋଜନା କରିଛନ୍ତି ଛୋଟ ପରଦାର ପରିଚିତ ତଥା ଆଗଧାଡିର ପ୍ରଯୋଜକ ସୁବ୍ରତ ନାୟକ। |
https://www.dharitri.com/ମମତାଙ୍କୁ-ଚ୍ୟାଲେଞ୍ଜ-ଦେଲେ/ | ମମତାଙ୍କୁ ଚ୍ୟାଲେଞ୍ଜ ଦେଲେ ଅମିତ ଶାହା
କୋଲକାତା,୨୯।୧୧: ପଶ୍ଚିମବଙ୍ଗର ଧର୍ମତଲାଠାରେ ବୁଧବାର ଆୟୋଜିତ ଏକ ଜନ ସମାବେଶରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିନ୍ଦା କରିଛନ୍ତି।
ଅମିତ ଶାହା କହିଛନ୍ତି, ଯେଉଁ ରାଜ୍ୟରେ ଏତେ ଅନୁପ୍ରବେଶ ଅଛି ସେଠାରେ କେବେ ବିକାଶ ହୋଇପାରିବ ନାହିଁ। ସେଥିପାଇଁ ମମତା ବାନାର୍ଜୀ ସିଏଏକୁ ବିରୋଧ କରୁଛନ୍ତି। ସିଏଏ ହେଉଛି ଦେଶର ନିୟମ ଏବଂ ଏହାକୁ କେହି ରୋକି ପାରିବେ ନାହିଁ। ଆମେ ଏହାକୁ କାର୍ଯ୍ୟକାରୀ କରିବୁ।
ଭାଜପା ପଶ୍ଚିମବଙ୍ଗରେ ସରକାର ଗଠନ କରିବ ଏବଂ ୨୦୨୪ ନିର୍ବାଚନରେ କ୍ଷମତାକୁ ଆସିବ। ସେ କହିଛନ୍ତି ମୁଁ ଆଜି ଡାକିବାକୁ ଆସିଛି, ଯଦି ୨୦୨୬ରେ ଏଠାରେ ଭାଜପା ସରକାର ଗଠନ କରିବାକୁ ପଡିବ। ତେବେ ୨୦୨୪ ଲୋକସଭା ନିର୍ବାଚନରେ ଏହାର ମୂଳଦୁଆ ପକାଇବ ଏବଂ ନରେନ୍ଦ୍ର ମୋଦିଙ୍କୁ ଦେଶର ପ୍ରଧାନମନ୍ତ୍ରୀ କର ବୋଲି ଶାହା ଲୋକଙ୍କୁ ଆହ୍ବାନ ଦେଇଛନ୍ତି। |
https://www.dharitri.com/chinese-company-slammed-for-asking-women-to-apply-makeup-to-motivate-team/ | ପୁରୁଷ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ମେକଅପ କରିବା ବାଧ୍ୟତାମୂଳକ, କମ୍ପାନୀର ମହିଳା କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଲେ ସିଇଓ
ବେଜିଂ,୨୯।୧୨: ଯୁବତୀ ହୁଅନ୍ତୁ କି ମହିଳା ମେକଅପ କରିବାକୁ ବହୁତ ପସନ୍ଦ କରନ୍ତି। ନିଜକୁ ସୁନ୍ଦର ଓ ଆକ୍ଟ୍ରାଟିଭ କରିବା ସହ ଆତ୍ମ ବିଶ୍ୱାସ ବଢାଇବା ପାଇଁ ମହିଳାମାନେ ମେକଅପ କରିଥାନ୍ତି। କିନ୍ତୁ କୌଣସି କମ୍ପାନୀର ସିଇଓ ଯଦି ମେକଅପ କରିବାକୁ ମହିଳା କର୍ମଚାରୀଙ୍କୁ କଡାକଡି ନିର୍ଦ୍ଦେଶ ଦିଅନ୍ତି। ତେବେ ଆପଣ କଣ କହିବେ। ଯଦି ଆମେ ଆପଣଙ୍କୁ କହିବୁ ଏହି ନିର୍ଦ୍ଦେଶ ଏଥିପାଇଁ ଦିଆଯାଇଛି କି, ପୁରୁଷ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ମେକଅପ କରିବା ବାଧ୍ୟତାମୂଳକ! ଶୁଣି ତାଜୁବ ହୋଇଯାଉଥିବେ। ହେଲେ ଏହା ସତ। ଚାଇନାର ଏକ କମ୍ପାନୀର ସିଇଓ ତାଙ୍କ ମହିଳା କର୍ମଚାରୀଙ୍କୁ ଏହିପରି ହିଁ ନିର୍ଦ୍ଦେଶ ଦେଇଛନ୍ତି।
ଚାଇନାର ଦକ୍ଷିଣ-ପୂର୍ବ ସହରର ଶୈନଜୈନର ଏକ କମ୍ପାନୀରେ ଏପରି ଘଟଣା ଦେଖିବାକୁ ମିଳିଛି। ସିଇଓ ଲୁଓ ଓ୍ବେବ ଚାଟ୍ରେ ମିଟିଂ କରିବା ସମୟରେ ମହିଳା କର୍ମଚାରୀଙ୍କୁ ଏପରି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗ୍ରୁପ୍ ଚାଟରେ କହିବା ସହ ଗ୍ରୁପରେ ମେସେଜମଧ୍ୟ କରିଥିଲେ। ସେ କହିଥିଲେ ଯେ, ଟିମ୍ରେ ପୁରୁଷ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ମହିଳାମାନେ ସବୁବେଳେ ମେକଅପ କରି ଆସନ୍ତୁ। ପ୍ରତିବଦଳରେ ପୁରୁଷ ସହକର୍ମୀମାନେ ସେମାନଙ୍କୁ ଚା’ ଡେଟ୍ରେ ନେବେ।
ତେବେ ସିଇଓଙ୍କ ଏପରି ମେସେଜ ପରେ ମହିଳା କର୍ମଚାରୀମାନେ ଏହାକୁ ରେସପନ୍ସ କରି ନ ଥିଲେ। ଯାହାକୁ ନେଇ ଲୁଓ ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି। ମହିଳାମାନେ ଏପରି ନ କଲେ ସେମାନଙ୍କର ବୋନସ କଟିବ ବୋଲି ସେ କହିଛନ୍ତି।
ଏହାପରେ ଦେଖିବାକୁ ମିଳିଥିଲା କି, ଲୁଓ ତାଙ୍କ ମେସେଜକୁ ଗ୍ରୁପରୁ ଡିଲିଟ କରି ଦେଇଥିଲେ। ହେଲେ ଜଣେ କର୍ମଚାରୀ ଏହାର ସ୍କ୍ରିନସଟ ନେଇ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏପରି ଘଟଣା ଭାଇରାଲ ହେବା ପରେ ଲୁଓ ତାଙ୍କ ମେସେଜ ମଜାଳିଆ ବୋଲି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, WeChat ଆମେ କର୍ମଚାରୀଙ୍କ ସହ ଏପରି ମଜାଳିଆ କଥା ହୋଇଥାଉ। |
https://www.dharitri.com/alia-will-give-birth-to-her-child-on-this-day/ | ଏହିଦିନ ମା’ ହେବାକୁ ଯାଉଛନ୍ତି ଆଲିଆ
ମୁମ୍ବାଇ; ବଲିଉଡ ବିୟୁଟି ଆଲିଆ ଭଟ୍ଟ ଏବେ ତାଙ୍କ ଜୀବନର ସବୁଠାରୁ ସୁନ୍ଦର ସମୟ ଅତିବାହିତ କରୁଛନ୍ତି । କାରଣ ଆଲିଆ ମାଆ ହେବାକୁ ଯାଉଛନ୍ତି । ଏହି ନୂଆ ଜର୍ଣ୍ଣିକୁ ନେଇ ଆଲିଆ ଓ ପତି ରଣବୀର କପୁର ବେଶ ଖୁସି ଅଛନ୍ତି । ଆଲିଆଙ୍କ ପ୍ରେଗ୍ନେସିକୁ ନେଇ ସବୁଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ଏବେ ତାଙ୍କ ଡେଲିଭରିର ଡ୍ୟୁ ଡେଟ ସାମ୍ନାକୁ ଆସିଛି । ଯଦିଓ ତାରିଖ ସମ୍ପର୍କରେ ସେମିତି କିଛି ସ୍ପଷ୍ଟ ସୂଚନା ମିଳିନାହିଁ ତଥାପି ଆଲିଆ ନଭେମ୍ବରରେ ମାଆ ହେବାକୁ ଯାଉଥିବା କୁହାଯାଉଛି । ତେବେ ତାରିଖ କଥା ଯଦି କହିବା ଆଲିଆ ୨୦-୩୦ ନଭେମ୍ବର ଭିତରେ ମାଆ ହୋଇ ପାରନ୍ତି ବୋଲି କୁହାଯାଉଛି ।
ଅନ୍ୟପଟେ କୁହାଯାଉଛି କି ଆଲିଆଙ୍କ ଡେଲିଭରି ତାଙ୍କ ଭଉଣୀ ସାହିନଙ୍କ ଜନ୍ମଦିନ ପାଖାପାଖି କରାଯାଇପାରେ । ଅର୍ଥାତ ୨୮ ନଭେମ୍ବର ସାହିନଙ୍କ ଜନ୍ମଦିନ ହୋଇଥିବାରୁ ଏହି ନିକଟରେ କଲେ ପରିବାର ଲୋକେ ଗୋଟିଏ ପାର୍ଟିରେ ଦୁଇଟି ସେଲିବ୍ରେଶନ ମନାଇବେ ବୋଲି କୁହାଯାଉଛି । ଆଲିଆ ତାଙ୍କ ଡେଲିଭରି ପାଇଁ ମୁମ୍ବାଇର ଏଚ ଏନ ରିଲାଏନ୍ସ ହସ୍ପିଟାଲରେ ଡେଟ ବୁକ କରି ସାରିଛନ୍ତି । ଏହି ହସ୍ପିଟାଲରେ ରଣବୀରଙ୍କ ପିତା ଋଷି କପୁରଙ୍କର ଚିକିତ୍ସା ଚାଲିଥିଲା ।
ସୂଚନାଯୋଗ୍ୟ, ଆଲିଆ ଭଟ୍ଟ ଓ ରଣବୀର କପୁର ଚଳିତ ବର୍ଷ ୧୪ ଏପ୍ରିଲରେ ବିବାହ କରିଥିଲେ । ଜୁନରେ ଅଭିନେତ୍ରୀ ମାଆ ହେବାକୁ ଯାଉଥିବାର ଖୁସି ଖବର ଶେୟାର କରିଥିଲେ । ଏହା ଶୁଣି ପ୍ରଶଂସକ ଚମକି ପଡିଥିଲେ । କାରଣ ବିବାହର ୩ ମାସ ଭିତରେ ଆଲିଆ ମାଆ ହେବା କଥା କହିଥିଲେ । |
https://www.dharitri.com/ଅନ୍ଲାଇନ୍ରେ-ଲୁଡୁ-ଖେଳୁଛନ/ | ଅନ୍ଲାଇନ୍ରେ ଲୁଡୁ ଖେଳୁଛନ୍ତି ଭାରତୀୟ ମହିଳା କ୍ରିକେଟର
ନୂଆଦିଲ୍ଲୀ, ୧୪ା୪ (ପି.ଟି.)-କରୋନା ଭାଇରସ୍ ମହାମାରୀ ଯୋଗୁ ସମଗ୍ର ଦେଶରେ ଲକ୍ଡାଉନ୍ ଲାଗୁ କରାଯାଇଛି। ଏହି ସମୟରେ ଭାରତୀୟ ମହିଳା କ୍ରିକେଟ ଦଳର ସଦସ୍ୟାମାନେ ଅନ୍ଲାଇନ୍ରେ ଲୁଡୁ ଖେଳି ପରସ୍ପର ସହ ସମ୍ପର୍କ ବଜାୟ ରଖିଛନ୍ତି। ସୋମବାର ଏହି ସୂଚନା ଦେଇଛନ୍ତି ଷ୍ଟାର ଓପନର ସ୍ମୃତି ମନ୍ଧାନା। ଦେଶର ଏହି ଅଗ୍ରଣୀ ବ୍ୟାଟ୍ସଓମ୍ୟାନ କହିଛନ୍ତି, ଅନ୍ୟ ଆଥଲେଟ୍ମାନଙ୍କ ଭଳି ଘରେ ବ୍ୟାୟାମ ଜରିଆରେ ନିଜକୁ ଫିଟ୍ ରଖୁଛନ୍ତି। ଟ୍ରେନରଙ୍କ ସହିତ ତାଙ୍କର ଯୋଗାଯୋଗ ରହିଛି। ତାଙ୍କଠାରୁ ସେ ଫିଡ୍ବ୍ୟାକ୍ ନେଉଛନ୍ତି। ୨୩ ବର୍ଷୟା ମନ୍ଧାନା ମା’ଙ୍କଠାରୁ ରୋଷେଇ ଶିଖୁଛନ୍ତି। ଘରେ ଅନ୍ୟାନ୍ୟ କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି। ପରିବାର ସହ ସେ ତାସ୍ ଖେଳୁଛନ୍ତି। ସପ୍ତାହରେ ୨ରୁ ୩ଟି ଫିଲ୍ମ ଦେଖୁଛନ୍ତି। ସେ ଶୋଇବାକୁ ଭଲ ପାଆନ୍ତି। ଅତି କମ୍ରେ ସେ ଦୈନିକ ୧୦ ଘଣ୍ଟା ଶୋଇଥାନ୍ତି। |
https://www.dharitri.com/big-change-in-national-film-awards-indira-nargis-name-removed/ | ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ବଡ଼ ପରିବର୍ତ୍ତନ: ଇନ୍ଦିରା, ନର୍ଗିସ୍ଙ୍କ ନାଁ ହଟାଇଦେଲେ
ନୂଆଦିଲ୍ଲୀ,୧୪।୨(ପି.ଟି.):ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଅନେକ ପରିବର୍ତ୍ତନ କରାଯାଇଛି। ଏଥିରେ ‘ସର୍ବଶ୍ରେଷ୍ଠ ନବାଗତ ଚଳଚ୍ଚିତ୍ର ପାଇଁ ରହିଥିବା ଇନ୍ଦିରା ଗାନ୍ଧୀ ପୁରସ୍କାର’ ଏବଂ ‘ଜାତୀୟ ସଂହତି ଉପରେ ସର୍ବଶ୍ରେଷ୍ଠ ଫିଚର ଫିଲ୍ମ ପାଇଁ ନର୍ଗିସ୍ ଦତ୍ତ ପୁରସ୍କାର’ରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ କିମ୍ବଦନ୍ତୀ ଅଭିନେତ୍ରୀଙ୍କ ନାଁ ହଟାଇ ଦିଆଯାଇଛି। ବିଭିନ୍ନ ବର୍ଗରେ ଦିଆଯାଉଥିବା ସମ୍ମାନକୁ ଯୁକ୍ତିସଙ୍ଗତ କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଗଠିତ କମିଟିର ସୁପାରିସକ୍ରମେ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୨ରେ ପରିବର୍ତ୍ତନ ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି। ‘ଶ୍ରେଷ୍ଠ ନବାଗତ ନିର୍ଦ୍ଦେଶକ ପାଇଁ ଇନ୍ଦିରା ଗାନ୍ଧୀ ପୁରସ୍କାର’ ନାଁ ବଦଳାଯାଇ ‘ଶ୍ରେଷ୍ଠ ନବାଗତ ନିର୍ଦ୍ଦେଶକ ପୁରସ୍କାର’ ରଖାଯାଇଛି। ପୂର୍ବରୁ ଏ ବାବଦରେ ମିଳୁଥିବା ପୁରସ୍କାର ରାଶିକୁ ନିର୍ଦ୍ଦେଶକ ଓ ନିର୍ମାତାଙ୍କ ମଧ୍ୟରେ ଭାଗ କରାଯାଉଥିବାବେଳେ ଏଣିକି କେବଳ ନିର୍ଦ୍ଦେଶକ ଉକ୍ତ ପୁରସ୍କାର ରାଶି ପାଇବେ। ସେହିପରି ‘ଶ୍ରେଷ୍ଠ ଫିଚର ଫିଲ୍ମ ପାଇଁ ନର୍ଗିସ୍ ଦତ୍ତ ପୁରସ୍କାର’ ନାଁ ବଦଳାଯାଇ ‘ଜାତୀୟ, ସାମାଜିକ ଓ ପରିବେଶୀୟ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରୁଥିବା ଶ୍ରେଷ୍ଠ ଫିଚର ଫିଲ୍ମ’ ରଖାଯାଇଛି। ଏହି ବର୍ଗରେ ସାମାଜିକ ଏବଂ ପରିବେଶ ସଂରକ୍ଷଣ ପାଇଁ ଥିବା ଅଲଗା ଅଲଗା ପୁରସ୍କାରକୁ ଗୋଟିଏ ପୁରସ୍କାର କରାଯାଇଛି। ସେହିପରି ଦାଦାସାହେବ ଫାଲ୍କେ ପୁରସ୍କାରରେ ଦିଆଯାଉଥିବା ନଗଦ ଅର୍ଥ ରାଶିକୁ ୧୦ ଲକ୍ଷରୁ ୧୫ ଲକ୍ଷ ଟଙ୍କାକୁ ବଢ଼ାଇ ଦିଆଯାଇଛି। ସ୍ବର୍ଣ୍ଣ କମଳ ପୁରସ୍କାର ରାଶିକୁ ୩ ଲକ୍ଷ ଏବଂ ରଜତ କମଳ ପୁରସ୍କାର ରାଶିକୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବର୍ଗରେ ପରିବର୍ତ୍ତନ ଲାଗି ଗଠିତ କମିଟି ଗତ ଡିସେମ୍ବରରେ ଚୂଡ଼ାନ୍ତ ସୁପାରିସ କରିଥିଲେ। ୨୦୨୨ ପାଇଁ ନ୍ୟାଶନାଲ ଆଓ୍ବାର୍ଡ ପାଇଁ ଏଣ୍ଟ୍ରି ଜାନୁଆରୀ ୩୦ରେ ଶେଷ ହୋଇଛି। ମହାମାରୀ ଯୋଗୁ ପୁରସ୍କାର ପ୍ରଦାନ ବିଳମ୍ବ ହେବା ସହ ୨୦୨୧ର ପୁରସ୍କାର ୨୦୨୩ରେ ପ୍ରଦାନ କରାଯାଇଥିଲା। |
https://www.dharitri.com/2-bikes-collided-head-on-lost-life/ | ୨ବାଇକ ମୁହାଁ ମୁହିଁ ଧକ୍କା, ଚାଲିଗଲା ଜୀବନ
ରେଢାଖୋଲ ,୮।୯(ଅଚ୍ୟୁତାନନ୍ଦ ପୁରୋହିତ): ଚାରମାଳ ଥାନା ଅଧିନ ୫୫ନଂ ଜାତୀୟ ରାଜପଥର ଆମ୍ବଦର ଓଭରବ୍ରିଜ ଉପରେ ରବିବାର ଦିନ ୧୨ଟା ବେଳେ ୨ଟି ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ ଆରୋହିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଅନ୍ୟ ବାଇକରେ ଥିବା ୨ଜଣ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି ହେଲେ ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ଅଧିନ ଜରିପାଳ ଗ୍ରାମର ବେଣୁଧର ସାହୁ ବୋଲି ଜଣାପଡିଛି। ସେହିପରି ଗୁରୁତର ଆହତ ହୋଇଥିବା ୨ଜଣ ହେଲେ ଚାରମାଳ ଥାନା ଗରଗଡବାହାଳ ପଞ୍ଚାୟତର କଣ୍ଢଳ ଗ୍ରାମର ଯେନ୍ଦା ଡୁଙ୍ଗଡୁଙ୍ଗ ଓ ରୋହିତ କେର଼କେଟା ବୋଲି ଜଣାପଡିଛି। ଉଭୟେ ଗୁରୁତର ଥିବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ସୂଚନାଯୋଗ୍ୟ, ବେଣୁଧରସାହୁ ଅନ୍ୟଜଣେ ଯୁବକଙ୍କ ସହ ବାଇକ ନଂ ଓଡି ୧୯ଏନ-୭୩୧୩ ଯୋଗେ ଯୁଯୋମୁରା ଅଞ୍ଚଳକୁ ଏକ ଛେଳିବୋଦା ଧରି ଯାଉଥିବା ବେଳେ ସମ୍ମୁଖରୁ ଓଡି ୧୫ବି-୯୧୩୧ ଯୋଗେ ରୋହିତ ଓ ଯେନ୍ଦା ଆସୁଥିବାବେଳେ କୌଣସି କାରଣ ବସତଃ ଉଭୟ ବାଇକ ମୁହାଁ ମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ବେଣୁଧରଙ୍କ ମୃତ୍ୟୁ ହୋଇଥିବାବେଳେ ରୋହିତ ଓ ଯେନ୍ଦା ଗୁରୁତର ଆହତ ହୋଇଥିଲେ। ଗୁରୁତର ଆହତ ୨ଜଣଙ୍କୁ ଉଦ୍ଧାର କରି ପ୍ରଥମେ ଚାରମାଳ ଡାକ୍ତର ଖାନାକୁ ଆଣାଯାଇଥିବା ବେଳେ ଅବସ୍ଥା ଗୁରୁତର ଯୋଗୁଁ ବୁର୍ଲା ଡାକ୍ତର ଖାନାକୁ ନିଆଯାଇଛି। ବେଣୁଧରଙ୍କ ମୃତଦେହକୁ ରେଢାଖୋଲ ଡାକ୍ତର ଖାନାଖୁ ବ୍ୟବଛେଦ ପାଇଁ ଅଣାଯାଇଥିବା ଜଣାପଡିଛି। ଦୁର୍ଘଟଣା ଖବର ପାଇ ବେଣୁଧରଙ୍କ ପରିବାର ଲୋକେ ପହଞ୍ଚିଥିବା ଜଣାପଡିଛି। ଚାରମାଳ ପୋଲିସ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି। |
https://www.dharitri.com/ପୌରପାଳିକାର-ଅଜବ-ତଟ-ସଫେଇ-ବେ/ | ପୌରପାଳିକାର ଅଜବ ତଟ ସଫେଇ : ବେଳାଭୂମିରେ ପୋତାଯାଉଛି ଆବର୍ଜନା
ପାରାଦୀପ, ୧୭ା୮ (ସ୍ବ.ପ୍ର.): ସମ୍ପ୍ରତି ସମଗ୍ର ଦେଶରେ ସରକାରୀ ଓ ବେସରକାରୀ ଭାବେ ସ୍ବଚ୍ଛ ଭାରତ ଅଭିଯାନରେ ସଫେଇ କାର୍ଯ୍ୟକ୍ରମ ଚାଲିଛି। ଏହାଦ୍ୱାରା ସମସ୍ତେ ନିଜ ଅଞ୍ଚଳରେ ଆବର୍ଜନାମୁକ୍ତ ପରିବେଶ ସୃଷ୍ଟି କରିବେ ବୋଲି କୁହାଯାଉଛି। ଏହି କ୍ରମରେ ପାରାଦୀପ ପୌରପାଳିକା ମଧ୍ୟ ନିଜସ୍ବ ଅଞ୍ଚଳରେ ବ୍ୟାପକ ସଫେଇ କରୁଛି। ବିଶେଷକରି ଚଳିତ ମାସରେ ସ୍ବାୟତ୍ତଶାସନ ଦିବସ ଥିବାରୁ ସମୂହ ସଫେଇ ଅଭିଯାନ ଚାଲିଛି। କିନ୍ତୁ ପୌରପାଳିକା ପକ୍ଷରୁ ନିୟୋଜିତ ଠିକାସଂସ୍ଥା କିପରି ସଫା କରୁଛି, ତାହା ଠିକ୍ ଭାବେ ଅନୁଧ୍ୟାନ କରାଯାଉ ନ ଥିବା ମନେ ହେଉଛି। ବିଶେଷକରି ପାରାଦୀପର ସବୁଠାରୁ ଆକର୍ଷୀୟ ସ୍ଥାନ ସମୁଦ୍ର ବେଳାଭୂମିକୁ ନିୟମିତ ଠିକାସଂସ୍ଥା ପକ୍ଷରୁ ସଫା କରାଯାଉଛି। ସେଠାରେ ଠିକା ସଂସ୍ଥାର ସଫେଇ କର୍ମଚାରୀମାନେ ଯେଉଁଭଳି ସଫା କରୁଛନ୍ତି ତାହା ବେଶ୍ କୌତୁହଳପ୍ରଦ। ବେଳାଭୂମିରେ ପଡ଼ୁଥିବା ପ୍ଲାଷ୍ଟିକ୍ ବୋତଲ, ପଲିଥିନ୍ ଓ ଅନ୍ୟ ଆବର୍ଜନାକୁ ବାଲି ଉପରୁ ଗୋଟାଇ ସେହି ସ୍ଥାନରେ ବାଲି ଖୋଳି ପୋତାଯାଉଛି। ସଫେଇ ବେଳେ ଏମିତି ପ୍ରତି ୨୦ରୁ ୨୫ ମିଟର ବ୍ୟବଧାନରେ ଗାତ ଖୋଳି ଆବର୍ଜନା ପୋତାଯାଉଛି। ଫଳରେ ଆବର୍ଜନା ଯେଉଁଠାରେ ଥିଲା ସଫେଇ ପରେ ମଧ୍ୟ ସେହିଠାରେ ରହିଯାଉଛି। ବାଲି ଉପରେ ଲୋକମାନେ ଯାତାୟାତ କରିବା ଓ ପବନରେ ଉଡ଼ିବା ପରେ ସେହି ଆବର୍ଜନା ପୁଣି ବାହାରେ ପଡୁଛି। ଏମିତି ଦୃଶ୍ୟ ଗତ ମଙ୍ଗଳବାର ସକାଳେ ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ସଫେଇ କରୁଥିବା କର୍ମଚାରୀଙ୍କୁ ପଚାରିବାରେ ସେମାନେ କହିଲେ ଯେ, ଠିକାଦାର ସାହୁ ବାବୁ ଏମିତି କରିବା ପାଇଁ ଆମକୁ କହିଛନ୍ତି। ଆମେ ସବୁଦିନ ଏହିଭଳି ସଫା କରୁଛୁ। ଠିକାଦାର ଅନାଥ ସାହୁ କହିଛନ୍ତି ଯେ, ସେମିତି କିଛି ନୁହେଁ। ସମୁଦ୍ର ଢ଼େଉରେ ଭାସିଆସି ଲାଗୁଥିବା କାଠିକୁଟାକୁ ଆମେ ବେଳେବେଳେ ବାଲିରେ ପୋତିଥାଉ। କିନ୍ତୁ ପ୍ଲାଷ୍ଟିକ ଓ ପଲିଥିନ୍କୁ ନୁହେଁ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ଦିଲୀପ କୁମାର ମହାନ୍ତିଙ୍କୁ ପଚାରିବାରେ ସେ କହିଲେ ଯେ, କୌଣସି ଆବର୍ଜନାକୁ ଆମେ ପୋତିବାକୁ କହିନାହୁଁ। ଠିକାସଂସ୍ଥା ପକ୍ଷରୁ ଏପରି କରାଯିବା ସମ୍ପର୍କରେ ଏବେ ଜାଣିଲୁ। ଏନେଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ସମୁଦ୍ର ବେଳାଭୂମିର ସୌନ୍ଦର୍ଯ୍ୟକରଣ ଓ ଆଲୋକୀକରଣ ବ୍ୟବସ୍ଥା ପୌରପାଳିକା କରିଛି। ଏବେ ସେଠାରେ ପ୍ରତ୍ୟହ ଅପରାହ୍ନଠାରୁ ରାତି ପର୍ଯ୍ୟନ୍ତ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ହେଉଛି। ଲୋକଙ୍କ ଭିଡ଼ ହେବାରୁ ସେଠାରେ ବୁଲା ବ୍ୟବସାୟୀଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ପର୍ଯ୍ୟଟକ ଖାଉଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀ ଓ ପ୍ୟାକେଟ ଜରି ସେଠାରେ ପଡୁଛି। ଏତଦ୍ ବ୍ୟତିରେକ ରାତି ହେଲେ ନିଶାଡ଼ିଙ୍କ ଆଡ୍ଡା ସେଠାରେ ଜମୁଛି। ମଦ ବୋତଲ ଓ ପ୍ଲାଷ୍ଟିକ ବୋତଲ ଗ୍ଲାସ ଆଦି ପ୍ରତିଦିନ ପଡୁଛି। ସେ ସବୁ ପ୍ରତିଦିନ ସକାଳେ ସଫା କରିବା ପାଇଁ ପୌରପାଳିକା ଠିକାସଂସ୍ଥା ନିଯୁକ୍ତ କରିଛି। ସେହି ଆବର୍ଜନାକୁ ସଂଗ୍ରହ କରି ଗାଡ଼ିରେ ନେଇ ଡମ୍ପିଂୟାର୍ଡରେ ପକାଇବା ସମୟ ସାପେକ୍ଷ ଓ ବ୍ୟୟବହୁଳ ମଧ୍ୟ। ସେଥିରୁ ବର୍ତ୍ତିବା ପାଇଁ ଠିକାସଂସ୍ଥା ଏଭଳି ଆବର୍ଜନା ବାଲିରେ ପୋତି ଚାଲିଛି। |
https://www.dharitri.com/ignore-the-lockdown/ | ଲକ୍ଡାଉନକୁ ବେଖାତିର: କ୍ଷୀର, ପରିବା ବିକ୍ରି ଆଳରେ ଖୋଲୁଛି ଚା’, ଭେରାଇଟ ଷ୍ଟୋର
କଣ୍ଟାପଡା,୨୪।୭(ଡି.ଏନ୍.ଏ.): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ସେହିପରି କଣ୍ଟାପଡା ବ୍ଲକରେ ଗୁରୁବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି। ତେବେ ରାଜ୍ୟସରକାର କେତେକ ଜିଲାକୁ ଆସନ୍ତା ୩୧ ପର୍ଯ୍ୟନ୍ତ ଲକ୍ଡାଉନ ଘୋଷଣା କରିଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ଉପରେ କଟକଣା କୋହଳ ରହିଛି। ଏହାର ଫଇଦା ନେଇ କଣ୍ଟାପଡା ବ୍ଲକ ଅଞ୍ଚଳର କେତେକ ବ୍ୟବସାୟୀ କ୍ଷୀର ଓ ପରିବା ବିକ୍ରିଆଳରେ ଚା’ ଓ ଭେରାଇଟ ଷ୍ଟୋର ଖୋଲୁଥିବା ଦେଖିବାକୁ ମିଳୁଛି। କଣ୍ଟାପଡା ବ୍ଲକର ଅଡ଼ଶପୁର, ବାଇରୋଇ, ଓଲଟପୁର, କଣ୍ଟାପଡା, ଦାମୋଦରପୁର, ବାଗଲପୁର, ସୁନ୍ଦରଗ୍ରାମ, ପାଟସୁନ୍ଦରପୁର, ଗୋବିନ୍ଦପୁର ଆଦି ବଜାରରେ କେତେକ ଚା’ଦୋକାନୀ ଭୋର ୪ଟାରୁ କ୍ଷୀର ବିକ୍ରି କରିବା ଆଳରେ ଦେକାନ ଖୋଲୁଛନ୍ତି। ଏହି ସମୟରେ ସେମାନେ ମୁହଁରେ ମାସ୍କ ପିନ୍ଧୁ ନ ଥିବା ବେଳେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଉନାହାନ୍ତି।
ସେହିପରି କେତେକ ଭେରାଇଟ ଷ୍ଟୋର ମାଲିକ କ୍ଷୀର ଓ ପରିବା ବିକ୍ରିକୁ ଢ଼ାଲକରିବା ଆରମ୍ଭ କରିଛନ୍ତି। ଏହି ସମୟରେ ସେମାନେ ଲକଡାଉନ ନିୟମର ଖୋଲାଖୋଲି ଉଲଙ୍ଘନ କରୁଛନ୍ତି।
ଶୁକ୍ରବାର କଣ୍ଟାପଡା ବ୍ଲକଛକରେ କେତେକ ଚା’ଦେକାନୀ ଏହି ନିୟମର ଖୋଲାଖୋଲି ଉଲଙ୍ଘନ କରୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ସେହିପରି ଗ୍ରୋସରୀ ଦେକାନୀଙ୍କୁ ଦିନ ୧ଟାପର୍ଯ୍ୟନ୍ତ ଖୋଲିବାପାଇଁ ଗାଇଡଲାଇନ୍ ଜାରି କରାଯାଇଥି ବାବେଳେ ଅଧିକାଂଶ ଗ୍ରୋସରୀ ଦୋକାନୀ ଲୁଚାଛପାରେ ଦିନତମାମ ବ୍ୟବସାୟ ଚଳାଇଛନ୍ତି। ଏ ସମ୍ପର୍କରେ ଓଲଟପୁର ଥାନା ଆଇଆଇସି ଚିନ୍ମୟୀ ସାହୁ କହିଛନ୍ତି, ପାଟ୍ରୋଲିଂ ଚାଲିଛି ଯେଉଁମାନେ ହାବୁଡରେ ପଡୁଛନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। |
https://www.dharitri.com/the-student-left-the-coma-11-months-later/ | ୧୧ ମାସ ପରେ କୋମାରୁ ବାହାରିଲେ ଛାତ୍ର, ତାଙ୍କ ପାଖରେ ନାହିଁ କରୋନା ଖବର
୨୦୨୦ରେ କରୋନା ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିଥିଲା। ଏହା କେବଳ ଲୋକଙ୍କ ଜୀବନ ନେଇନାହିଁ ଅନେକ କ୍ଷତି ମଧ୍ୟ ଘଟାଇଛି। କିଛି ଲୋକଙ୍କ ମାନସିକ ସ୍ଥିତି ବିଗିଡ଼ିଯାଇଛି। ଏହି ସମୟରେ ଇଂଲଣ୍ଡର ଜଣେ ଯୁବଛାତ୍ର ଦୁର୍ଘଟଣାରେ କୋମାକୁ ଚାଲିଯାଇଥିଲେ। ଦୀର୍ଘ ୧୧ ମାସ ପରେ ସେ କୋମାରୁ ବାହାରିଛନ୍ତି। ମାତ୍ର କରୋନା କେମିତି ବିଶ୍ୱକୁ କବଳିତ କରିଥିଲା, କ’ଣ କ’ଣ କ୍ଷତି ଘଟାଇଛି ସେ କିଛି ଜାଣିନାହାନ୍ତି। କାରଣ ସେ କୋମାରୁ ବାହାରିବା ପୂର୍ବରୁ କରୋନା ସ୍ଥିତିରେ ଅନେକ ପରିବର୍ତ୍ତନ ଆସିଛି। ସବୁକିଛି ବଦଳି ଯାଇଛି। ଜୀବନଯାତ୍ରା ସ୍ବାଭାବିକ ହୋଇଛି। କରୋନା ଟିକା ମଧ୍ୟ ବାହାରି ଯାଇଛି। ତେଣୁ ସେ କରୋନାର ଖରାପ ସମୟ ଦେଖିନାହାନ୍ତି।
ଇଂଲଣ୍ଡରେ ରହୁଥିବା ୧୯ ବର୍ଷୀୟ ଛାତ୍ର ଜୋସେଫ ଫ୍ଲୋବିଲ୍ଙ୍କର ଗତବର୍ଷ ମାର୍ଚ୍ଚରେ ଏକ କାର୍ ଦୁର୍ଘଟଣା ହୋଇଥିଲା। ଏଥିରେ ସେ ଗୁରୁତର ହୋଇପଡ଼ିଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ସେ କୋମାକୁ ଚାଲିଯାଇଥିଲେ। ଠିକ୍ ଏହି ସମୟରେ ବ୍ରିଟେନରେ କରୋନା ମହାମାରୀ ଆରମ୍ଭ ହେଉଥିଲା। ଜୋସେଫ ଏ ବିଷୟରେ କିଛି ବି ଜାଣିନାହାନ୍ତି। |
https://www.dharitri.com/happy-birthday-my-love-rishabh-pants-girlfriend-isha-negi-wishes-cricketer-on-his-25th-birthday/ | ରିଷଭ ପନ୍ତଙ୍କୁ ରୋମାଣ୍ଟିକ୍ ଅନ୍ଦାଜ୍ରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଗର୍ଲଫ୍ରେଣ୍ଡ
ଭାରତର ଯୁବ ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଆଜି ତାଙ୍କର ୨୫ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଅବସରରେ ପନ୍ତଙ୍କୁ ତାଙ୍କ ପ୍ରେମିକା ଇଶା ନେଗି ଏକ ରୋମାଣ୍ଟିକ ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଇଶା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ରିଷଭ ପନ୍ତଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି।
ଇଶା ତାଙ୍କ ଇନଷ୍ଟା ଷ୍ଟାଟସରେ ରିଷଭ ପନ୍ତଙ୍କ କିଛି ଫଟୋ ନେଇ ଭିଡିଓ ପ୍ରସ୍ତୁତ କରିଛନ୍ତି। ଏହି ଭିଡିଓ ଶେୟାର କରି ଇଶା ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା ମାଇ ଲଭ୍।
ରିଷଭ ପନ୍ତ ୨୦୧୯ରେ ଆନୁଷ୍ଠାନିକ ଭାବରେ ତାଙ୍କ ସମ୍ପର୍କ ବିଷୟରେ ଖୁଲାସା କରିଛନ୍ତି। କରିଥିଲେ। ଇନ୍ଷ୍ଟାରେ ଇଶା ନେଗିଙ୍କ ସହ ଏକ ରୋମାଣ୍ଟିକ ଫଟୋ ପୋଷ୍ଟ କରିଥିଲେ ପନ୍ତ। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ସେ ସର୍ବଦା ଇଶାଙ୍କୁ ଖୁସି କରିବାକୁ ଚାହାଁନ୍ତି, କାରଣ ସେ ତାଙ୍କ ଖୁସିର କାରଣ। ପନ୍ତ ଏବଂ ଇଶା ୨୦୧୮ଠାରୁ ପରସ୍ପରକୁ ଡେଟ କରୁଛନ୍ତି। |
https://www.dharitri.com/mothers-scientific-perspective/ | ମା’ର ବୈଜ୍ଞାନିକ ଦୃଷ୍ଟିକୋଣ
ପ୍ରକୃତି ଓ ପ୍ରାକୃତିକ ଘଟଣା ଆମକୁ ସବୁ ସମୟରେ ଆକର୍ଷିତ କରିଆସିଛି। ଆମେ ଆଖି ଖୋଲିଲେ ବିଭିନ୍ନ ପ୍ରକାର ଜିନିଷ ଆମ ନଜରରେ ପଡ଼େ। ବିଭିନ୍ନ ଆକାରର ଜିନିଷ। ବିଭିନ୍ନ ରଙ୍ଗର ଓ ଭିନ୍ନ ଭିନ୍ନ ଆକୃତିର ଜିନିଷ। ଭିନ୍ନ ଭିନ୍ନ ପ୍ରକୃତିର ଘଟଣା ଦେଖୁ। ପ୍ରକୃତିରେ ଘଟୁଥିବା ସବୁ ଘଟଣାର କାରଣ ଓ ଉଦ୍ଦେଶ୍ୟ ବିଷୟରେ ଆମକୁ ଜଣା ନ ଥିଲେ ବି ଅନେକ ଘଟଣା ବିଷୟରେ ଆମେ ଅନେକ କଥା ଜାଣିଛୁ। ଯାହା ବି ଜାଣିଛୁ, ବିଭିନ୍ନ ଯୁକ୍ତି ଓ ଗବେଷଣା ମାଧ୍ୟମରେ ଜାଣିଛୁ। ଯୁକ୍ତି, ଗବେଷଣା ଓ ସତ୍ୟର ସନ୍ଧାନ ହିଁ ବିଜ୍ଞାନ। ଘଟଣାକୁ ଆମୂଳଚୂଳ ବୁଝିବା ସକାଶେ ବିଜ୍ଞାନର ଆବଶ୍ୟକତା ବି ରହିଛି। ସବୁଠି ବିଜ୍ଞାନର ସ୍ବାକ୍ଷର ରହିଛି। ତେଣୁ ମା’ର ହାଣ୍ଡିଶାଳ ସେଥିରୁ ବାଦ୍ ପଡି ନାହିଁ। ରୋଷେଇ କରିବା ସମୟରେ ମା’ ଯେଉଁସବୁ ପଦ୍ଧତି ଅନୁସରଣ କରେ, ସେସବୁ ପଛରେ ଅଳ୍ପ ହେଉ କି ବେଶି ବୈଜ୍ଞାନିକ କାରଣ ନିଶ୍ଚୟ ରହିଛି। ତେଣୁ ମା’ ବିଜ୍ଞାନ ବହି ପଢ଼ିଥାଉ କି ନ ପଢ଼ିଥାଉ, କିନ୍ତୁ ବୈଜ୍ଞାନିକ କୌଶଳ ବ୍ୟବହାର କରି ରୋଷେଇ କାମକୁ ସହଜ କରିପାରୁଛି।
ରୋଷେଇରେ ବାମ୍ଫର ଉଦାହରଣ ନିଆଯାଉ। ରୋଷେଇ କାମକୁ ସହଜ କରିବାରେ ବାମ୍ଫର କରାମତି ବିଷୟରେ ମା’କୁ ଭଲ ଭାବରେ ଜଣାଅଛି। ତରକାରି ରାନ୍ଧିଲା ବେଳେ ବା ଭଜା ଭାଜିଲା ବେଳେ କଡ଼େଇ ଉପରେ ମା’ ଢାଙ୍କୁଣୀ ଘୋଡେଇଦିଏ। କାରଣ, ଢାଙ୍କୁଣୀ ଘୋଡ଼େଇଦେଲେ କଡ଼େଇ ଭିତର ବାମ୍ଫ ବନ୍ଦୀ ହୋଇ ରହେ ଓ ରନ୍ଧାକାମ ଶୀଘ୍ର ହୁଏ। ଯଦି ପଦାର୍ଥ ବିଜ୍ଞାନ ଦୃଷ୍ଟି କୋଣରୁ ମା’ର ଏହି ପଦ୍ଧତିକୁ ବିଚାର କରିବା, ତେବେ ସମାନ ତାପମାତ୍ରାରେ ରହିଥିବା ଗରମ ପାଣି ଓ ବାମ୍ଫ ମଧ୍ୟରୁ ବାମ୍ଫ ଭିତରେ ଅଧିକ ତାପଶକ୍ତି ଲୁଚି ରହିଥାଏ। ତେଣୁ ଖୋଲା କଡ଼େଇରେ ତରକାରି ନ ବସେଇ କିମ୍ବା ଭଜା ନ ଭାଜି କଡ଼େଇ ଉପରେ ଢାଙ୍କୁଣୀ ରଖିଲେ ପରିବାରୁ ବାହାରୁଥିବା ବାମ୍ଫରେ ଲୁଚି ରହିଥିବା ଅଧିକ ତାପ ପରିବାକୁ ଶୀଘ୍ର ସିଝିବାରେ ସାହାଯ୍ୟ କରେ। ତେଣୁ ମା’ର ଢାଙ୍କୁଣୀ ଘୋଡ଼େଇବା ପଦ୍ଧତି ବିଜ୍ଞାନ ସମ୍ମତ।
ଭାତହାଣ୍ଡିକୁ ଢାଙ୍କୁଣୀ ଘୋଡ଼େଇବା କାମ ମା’ର ବୈଜ୍ଞାନିକ ଦୃଷ୍ଟିକୋଣର ଆଉ ଏକ ପରିଚୟ ଦିଏ। ଘରେ ରୋଷେଇ କରିବା ସମୟରେ ଖୋଲା କଡ଼େଇରେ ପାଣି ଫୁଟାଇଲେ ପାଣିର ତାପମାତ୍ରା ବଢ଼ି ବଢ଼ି ଅତି ବେଶିରେ ୧୦୦ ଡିଗ୍ରୀ ସେଲ୍ସିୟସ ରହିବ। ଯେତେ ସମୟ ନିଆଁରେ ବସିଲେ ବି ପାଣିର ତାପମାତ୍ରା ଆଉ ବଢ଼ିପାରିବ ନାହିଁ। କିନ୍ତୁ ପାଣି ଉପରେ ବା ଜମା ହୋଇ ରହିଲେ ଫୁଟୁଥିବା ପାଣିର ତାପମାତ୍ରା ଆହୁରି ବଢ଼ିଯାଏ। ସେଥିପାଇଁ ମା’ ଭାତହାଣ୍ଡି ଉପରେ ଢାଙ୍କୁଣୀ ଘୋଡ଼େଇ ଦିଏ। ଫଳରେ ଗରମ ପାଣିରୁ ବାହାରୁଥିବା ବାମ୍ଫ ଢାଙ୍କୁଣୀ ତଳେ ଚାପିହୋଇ ହାଣ୍ଡି ଭିତରେ ରହେ। ତେଣୁ ଫୁଟୁଥିବା ପାଣିର ତାପମାତ୍ରା ଟିକିଏ ଅଧିକ ହୁଏ, ଯାହାକି ଚାଉଳକୁ କମ୍ ସମୟରେ ସିଝେଇବାରେ ସାହାଯ୍ୟ କରେ। ତେଣୁ କମ୍ ଜାଳେଣି ଖର୍ଚ୍ଚ ହୁଏ।
ଭାତହାଣ୍ଡି ଓ କଡ଼େଇ ଉପରେ ଢାଙ୍କୁଣୀ ଘୋଡେଇ ରୋଷେଇ କରିବା ଅପେକ୍ଷା ପ୍ରେସର କୁକର ଦ୍ୱାରା ଆହୁରି କମ୍ ସମୟରେ ରୋଷେଇ ହୋଇପାରେ। ଏହା ପଛରେ ମଧ୍ୟ ସେଇ ବୈଜ୍ଞାନିକ କାରଣ ରହିଛି, ଯାହା ମା’କୁ ଜଣାଅଛି। ଖୋଲା ପାତ୍ରରେ ପାଣି ଗରମ କଲେ ପାଣି ଉପରେ ସାଧାରଣ ବାୟୁମଣ୍ଡଳୀୟ ଚାପ ପଡୁଥାଏ ଏବଂ ତାହା ୧୦୦ ଡିଗ୍ରୀ ସେଲ୍ସିୟସ ତାପମାତ୍ରାରେ ଫୁଟେ। କିନ୍ତୁ ପ୍ରେସର କୁକର ଭିତରେ ସେମିତି ହୁଏ ନାହିଁ। ପ୍ରେସର କୁକର ଭିତରେ ପାଣି ରଖି ଗରମ କଲେ ପାଣିରୁ ବାହାରୁଥିବା ବାଷ୍ପ ବାହାରକୁ ନ ଯାଇ ସେହି ପାଣି ଉପରେ ଜମାହୋଇ ରହେ। ତେଣୁ ପ୍ରେସର କୁକର ଭିତରର ଚାପ ବାହାରର ବାୟୁମଣ୍ଡଳୀୟ ଚାପଠାରୁ ବଢିଯାଏ। ପାଣି ଉପରେ ଅଧିକ ଚାପ ପଡ଼ିଲେ ତାହା ଅଧିକ ତାପମାତ୍ରାରେ ଫୁଟେ। ଏହାର ଅର୍ଥ ପାଣିର ତାପମାତ୍ରା ୧୦୦ ଡିଗ୍ରୀ ସେଲ୍ସିୟସଠାରୁ ଅଧିକ ହୋଇପାରେ। ପ୍ରକୃତରେ ପ୍ରେସର କୁକର ଭିତରେ ପାଣିର ତାପମାତ୍ରା ୧୦୦ ଡିଗ୍ରୀ ବଦଳରେ ୧୪୦ ଡିଗ୍ରୀ ସେଲ୍ସିୟସ ଛୁଇଁଯାଏ। ଏତେ ବେଶି ତାପମାତ୍ରାରେ ରହିଥିବା ଗରମ ପାଣି ସହଜରେ ପନିପରିବା ଓ ମାଂସ ଭିତରେ ପଶିଯାଇ ସେସବୁକୁ ଶୀଘ୍ର ସିଝେଇଦିଏ। ସେଥିପାଇଁ ଖୋଲା କଡ଼େଇରେ ମାଂସ ରାନ୍ଧିଲେ ସିଝିବା ପାଇଁ ବହୁତ ସମୟ ଲାଗେ। କିନ୍ତୁ ପ୍ରେସର କୁକରରେ ରାନ୍ଧିଲେ ଖୁବ୍ କମ୍ ସମୟରେ ମାଂସ ସିଝିଯାଏ।
କେବଳ ବାମ୍ଫର ବ୍ୟବହାର ନୁହେଁ, ଅନେକ କାମରେ ମା’ର ଅନୁଭୂତି, ଚିନ୍ତାଶକ୍ତି ଓ ବୈଜ୍ଞାନିକ ଦୃଷ୍ଟିକୋଣ ସକାଶେ ସହଜରେ କାମଟି ହୋଇଯାଏ। ତେଣୁ ମା’କୁ ବଡ଼ ବୈଜ୍ଞାନିକ ନ କହିଲେ ବି ତା’ର ବୈଜ୍ଞାନିକ ଦୃଷ୍ଟିକୋଣକୁ ସମ୍ମାନ ଦେବା।
ପ୍ରାଧ୍ୟାପକ, ସ୍ନାତକୋତ୍ତର (ଏମ୍.ଏସ୍ସି.) ପଦାର୍ଥ ବିଜ୍ଞାନ ବିଭାଗ,
ଭଦ୍ରକ ସ୍ବୟଂଶାସିତ ସରକାରୀ କଲେଜ, ଭଦ୍ରକ, |
https://www.dharitri.com/କେନ-ଓ୍ବିଲିୟମସନଙ୍କ-ଖେଳୁଆଡ/ | କେନ ଓ୍ବିଲିୟମସନଙ୍କ ଖେଳୁଆଡ଼ ମନୋଭାବ ଉପରେ ପ୍ରଶ୍ନ
ବର୍ମିଂହାମ,୨୦।୬(ପି.ଟି.)- ଏଠାରେ ଖେଳାଯାଇଥିବା ବିଶ୍ୱକପ୍ ମ୍ୟାଚ୍ରେ ଅଧିନାୟକ କେନ ଓ୍ବିଲିୟମସନଙ୍କ ଅପରାଜିତ ଶତକ ବଳରେ ନ୍ୟୁଜିଲାଣ୍ଡ ୪ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଛି। କିନ୍ତୁ ଓ୍ବିଲିୟମସନଙ୍କ ଖେଳୁଆଡ଼ ମନୋଭାବ ଉପରେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ଖେଳାଳି ପଲ ଆଡାମ୍ସ। ଓ୍ବିଲିୟମ୍ସନଙ୍କ ଶତକୀୟ ଇନିଂସ ଅବସରରେ ୩୮ତମ ଓଭରରେ ଉଇକେଟକିପର କ୍ୱିଣ୍ଟନ ଡି’କକ୍ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଦକ୍ଷିଣ ଆଫ୍ରିକୀୟ ଖେଳାଳିଙ୍କ ଅପିଲ ସତ୍ତ୍ୱେ ଏହାକୁ ଅମ୍ପାୟର ଆଉଟ୍ ଦେଇ ନ ଥିଲେ। ଦଳ ନିକଟରେ ରିଭ୍ୟୁ ବାକି ଥିଲା। ହେଲେ ରିଭ୍ୟୁ ବ୍ୟବହାର କରାଯାଇ ନ ଥିଲା। ପରେ ରିପ୍ଲେରେ ବଲ ବ୍ୟାଟ୍ରେ ବାଜିଥିବା ଜଣାପଡ଼ିଥିଲା। ଓ୍ବିଲିୟମସନ କାହିଁକି ନିଜ ଆଡୁ ପ୍ୟାଭିଲିଅନ ଫେରି ଗଲେ ନାହିଁ ବୋଲି ଆଡାମ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ଆମେ ଜାଣି ନ ଥିଲୁ। ସେତେବେଳେ ମୁଁ ଲଙ୍ଗ ଅନ୍ ଅଞ୍ଚଳରେ ଥିଲି। କ୍ୟାଚ୍ ବେଳେ କେବଳ ଡି’କକ୍ଙ୍କ ହିଁ ନିକଟରେ ଥିଲେ। ତାଙ୍କ ନିଷ୍ପତ୍ତିକୁ ଭରସା କରିଥିଲି ବୋଲି ଡୁ’ପ୍ଲେସି ମ୍ୟାଚ୍ ପରେ କହିଛନ୍ତି। |
https://www.dharitri.com/the-third-phase-of-the-ratha-katha-reached-in-puri/ | ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ
ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ ଅସନ ଥିବା ବେଳେ ୪୦ ଫୁଟିଆ ଧଉରା କାଠ ରହିଛି।
ନୟାଗଡ଼ ମହୀପୁର ଜଙ୍ଗଲରୁ ୨୫ଟି ରଥକାଠ ଆସିଛି। ରଥର ଗୟଳ, ଅଖ ଏବଂ ଦଣ୍ଡା ନିର୍ମାଣ କାର୍ଯ୍ୟରେ ଏସବୁ କାଠ ବ୍ୟବହୃତ ହେବ ବୋଲି ସୂଚନା ମିଳିଛି। |
https://www.dharitri.com/india-lost-to-new-zealand-7-4/ | ଭାରତ ୭-୪ରେ ନ୍ୟୁଜିଲାଣ୍ଡକୁ ହରାଇଲା
ଭୁବନେଶ୍ୱର, ୫ା୧୧(କ୍ରୀଡ଼ା ପ୍ରତିନିଧି): ଏଫ୍ଆଇଏଚ୍ ପ୍ରୋ ଲିଗ୍ର ଶୁକ୍ରବାର ଅନୁଷ୍ଠିତ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚରେ ଗୋଲ ଏବଂ ପେନାଲ୍ଟି କର୍ନର ବର୍ଷା ମଧ୍ୟରେ ଘରୋଇ ଦଳ ବିଜୟୀ ହୋଇଛି। ଅଧିନାୟକ ହରମନପ୍ରୀତ ସିଂ ଓ ସେଲଭାମ୍ କାର୍ଥିଙ୍କ ଡବଲ ଗୋଲ ବଳରେ ଭାରତ ୭-୪ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ମ୍ୟାଚରେ ମୋଟ ୧୬ଟି ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି ହୋଇଥିଲା। ଭାରତକୁ ୧୧ ଏବଂ ନ୍ୟୁଜିଲାଣ୍ଡକୁ ୫ଟି ମିଳିଥିଲା। ଏଥିରୁ ଭାରତ ୩ଟି ଓ ନ୍ୟୁଜିଲାଣ୍ଡ ଗୋଟିଏ ଗୋଲ କରିଥିଲା। ପୂରା ମ୍ୟାଚରେ ଚମତ୍କାର ପ୍ରଦର୍ଶନ ପାଇଁ ହାର୍ଦ୍ଦିକ ସିଂ ପ୍ଲେୟର ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ। ମ୍ୟାଚ ଆରମ୍ଭରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଅତିଥିଭାବେ ଯୋଗଦେଇ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ଶେଷରେ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ପୁରସ୍କାର ପ୍ରଦାନ କରିଥିଲେ। ମ୍ୟାଚର ପ୍ରଥମ କ୍ୱାର୍ଟର ନ୍ୟୁଜିଲାଣ୍ଡ ସପକ୍ଷରେ ରହିଥିବାବେଳେ ପରବର୍ତ୍ତୀ ୩ କ୍ୱାର୍ଟରରେ ଭାରତ ପ୍ରଭାବ ବିସ୍ତାର କରିଥିଲା। ଚଳିତ ଲିଗ୍ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଏହାଥିଲା ଦ୍ୱିତୀୟ ବିଜୟ। ସିଜନ ଆରମ୍ଭ ମ୍ୟାଚରେ ଭାରତ ୪-୩ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା।
କ୍ରମାଗତ୨ ମ୍ୟାଚରେ ପରାଜିତ ହୋଇଥିବାରୁ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା ନ୍ୟୁଜିଲାଣ୍ଡ। ଭାରତୀୟ ରକ୍ଷଣଭାଗରେ ଗୁରୁତର ତ୍ରୁଟି ପରିଲକ୍ଷିତ ହୋଇଥିଲା। ଏହାର ଫାଇଦା ଉଠାଇ ୨ୟ ମିନିଟରେ ହିଁ ସିମନ ଚିଲ୍ଡଙ୍କ ଫିଲ୍ଡ ଗୋଲ ବଳରେ ନ୍ୟୁଜିଲାଣ୍ଡ ଅଗ୍ରଣୀ ହାସଲ କରିଥିଲା। କାଉଣ୍ଟର ଆକ୍ରମଣ କରି ଭାରତ ୭ମ ମିନିଟରେ ପେନାଲ୍ଟି କର୍ନର ହାସଲ କରିଥିଲା। ପ୍ରଥମ ଦୁଇ ଉଦ୍ୟମ ବିଫଳ ହେବା ପରେ ତୃତୀୟ ଉଦ୍ୟମରେ ଅଧିନାୟକ ହରମନପ୍ରୀତ ସିଂଙ୍କ ଗୋଲ ବଳରେ ଭାରତ ମ୍ୟାଚକୁ ସମାନ ସ୍ତରକୁ ଆଣିଥିଲା। ମାତ୍ର ପ୍ରଥମ କ୍ୱାର୍ଟରରେ ନ୍ୟୁଜିଲାଣ୍ଡ କ୍ରମାଗତ ଆକ୍ରମଣ ଜାରି ରଖି ସଫଳ ହୋଇଥିଲା। ୯ମ ମିନିଟରେ ସାମ୍ ଲେନ୍ ଫିଲ୍ଡ ଗୋଲ ଦେଇ ନ୍ୟୁଜିଲାଣ୍ଡକୁ ପୁଣି ଅଗ୍ରଣୀ କରାଇଥିଲେ। ସେତିକିିରେ ଭାରତର ଦୁର୍ଦ୍ଦଶା ସରି ନ ଥିଲା। ୧୪ତମ ମିନିଟରେ ଜ୍ୟାକ ସ୍ମିଥ ଆଉ ଏକ ଫିଲ୍ଡ ଗୋଲ ଦେବାରୁ ଭାରତ ଉପରେ ଚାପ ସୃଷ୍ଟି କରିଥିଲା ନ୍ୟୁଜିଲାଣ୍ଡ। ପ୍ରଥମ କ୍ୱାର୍ଟର ଶେଷ ବେଳକୁ ନ୍ୟୁଜିଲାଣ୍ଡ ୩-୧ ଗୋଲରେ ଅଗ୍ରଣୀ ରହିଥିଲା। ପରବର୍ତ୍ତୀ ୩ କ୍ୱାର୍ଟରର ଖେଳ କିନ୍ତୁ ଭାରତ ନିୟନ୍ତ୍ରଣରେ ରହିଥିଲା।
ଦ୍ୱିତୀୟ କ୍ୱାର୍ଟର ଆରମ୍ଭରେ ଭାରତ ଅପେକ୍ଷାକୃତ ଭଲ ଖେଳିଥିଲା। ୧୭ତମ ମିନିଟରେ ସେଲଭାମ୍ କାର୍ଥି ଓ ୧୯ତମ ମିନିଟରେ ହରମନପ୍ରୀତ ଗୋଲଦେଇ ମ୍ୟାଚକୁ ୩-୩ ସ୍ଥିତିକୁ ନେଇ ଆସିଥିଲେ। ତୃତୀୟ କ୍ୱାର୍ଟର ଆରମ୍ଭରେ ଏକ ତ୍ରିକୋଣୀୟ ପାସ୍ ମଧ୍ୟରେ ରାଜ କୁମାର ପାଲ୍ ବଲ୍କୁ ନ୍ୟୁଜିଲାଣ୍ଡ ଗୋଲପୋଷ୍ଟକୁ ପଠାଇବାରେ ସକ୍ଷମ ହୋଇଥିଲେ। ୩୧ତମ ମିନିଟରେ ଅଭିଷେକ ବଲ୍କୁ ମନପ୍ରୀତ ସିଂଙ୍କୁୁ ଦେଇଥିଲେ। ମନପ୍ରୀତ ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ ଚକ୍ମା ଦେଇ ବଲ୍କୁ ରାଜ କୁମାରଙ୍କ ନିକଟରୁ ପଠାଇ ଦେଇଥିଲେ। ରାଜକୁୁମାରଙ୍କ ଶଟ୍ରୁ ବଲ୍ ବିଜୁଳି ବେଗରେ ନ୍ୟଜିଲାଣ୍ଡ ଗୋଲ ପୋଷ୍ଟର ନେଟ୍ ସ୍ପର୍ଶ କରିଥିଲା। ଫଳରେ ଭାରତ ପ୍ରଥମଥର ପାଇଁ ଏହି ମ୍ୟାଚରେ ଅଗ୍ରଣୀ ହାସଲ କରିଥିଲା। ୩୮ତମ ମିନିଟରେ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ଦେଇଥିଲେ ସେଲଭାମ୍ କାର୍ଥି। ୫୦ତମ ମିନିଟରେ ସୁଖଜିତ ସିଂ ଏକ ଫିଲ୍ଡ ଗୋଲ ଦେଇ ଭାରତର ଅଗ୍ରଣୀ ବ୍ୟବଧାନକୁ ବୃଦ୍ଧି କରିିଥିଲେ। ୫୦ରୁ ୫୨ତମ ମିନିଟ ମଧ୍ୟରେ ଭାରତ ଲଗାତର ୭ଟି ପେନାଲ୍ଟି କର୍ନର ପାଇଥିଲା। ସେଥିରୁ ୫୩ତମ ମିନିଟରେ ଯୁଗରାଜ ସିଂ ଗୋଟିଏ ଗୋଲ ଦେବାରେ ସକ୍ଷମ ହୋଇଥିଲେ। ଏହାର ୧ ମିନିଟ ପରେ ୫୪ତମ ମିନିଟରେ ନ୍ୟୁଜିଲାଣ୍ଡ ଅଧିନାୟକ ନିକ୍ ଉଡ୍ସ କ୍ରମାଗତ ୨ ପେନାଲ୍ଟି କର୍ନରରୁ ଗୋଟିଏ ଗୋଲ ପରିଶୋଧ କରିଥିଲେ। |
https://www.dharitri.com/people-who-have-recovered-from-corona-get-these-symptoms-even-after-2-months/ | ଚିନ୍ତାରେ ବିଶେଷଜ୍ଞ: କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ନିଟରେ ୨ ମାସ ପରେ ମଧ୍ୟ ଦେଖାଯାଉଛି ଲକ୍ଷଣ
ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଏସବୁ ସତ୍ତ୍ୱେ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରୁଥିବା ବ୍ୟକ୍ତିମାନଙ୍କ ପାଖରେ କିଛି ସପ୍ତାହ ପରେ ପୁଣି ଲକ୍ଷଣ ଦେଖାଯାଉଛି। ଜାମା ଜର୍ନାଲ ପକ୍ଷରୁ କରାଯାଇଥିବା ଅନୁସନ୍ଧାନରୁ ଏଭଳି ନିଷ୍କର୍ସ ବାହାରିଛି।
ଇଟାଲୀର ୧୪୩ କରୋନା ସଂକ୍ରମିତଙ୍କ ଉପରେ ଏହି ରିସର୍ଚ୍ଚ(ଅନୁସନ୍ଧାନ) କରାଯାଇଥିଲା। ରୋମ ହସ୍ପିଟାଲର ଜଣେ ଡାକ୍ତର ଏଞ୍ଜେଲୋ କାର୍ଫି ଏହାର ନେତୃତ୍ୱ ନେଇଥିଲେ। ତେବେ କରୋନା ସଂକ୍ରମିତମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଲୋକଙ୍କଠାରେ ରୋଗ ଆରମ୍ଭ ହେବାର ୨ ମାସ ପରେ ମଧ୍ୟ କିଛି ଲକ୍ଷଣ ମିଳିଥିଲା। ସେମାନଙ୍କୁ ଥକ୍କା ଲାଗିବା ସହ ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେବା, ଆଣ୍ଠୁଗଣ୍ଠିରେ ବ୍ୟଥା ଆଦି ହେଉଥିଲା।
ସେହିଭଳି ଡେଲି ମେଲ୍ରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ରିସର୍ଚ୍ଚରୁ ଜଣାପଡ଼ିଛି ରୋଗ ହେବାର ପାଖାପାଖି ୬୦ ଦିନ ପରେ ମାତ୍ର ୧୨.୬% ଲୋକ କରୋନା ଲକ୍ଷଣରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ ହୋଇପାରୁଛନ୍ତି।
ଏହାପୂର୍ବରୁ କରାଯାଇଥିବା ଅଧ୍ୟୟନ ଅନୁଯାୟୀ, କରୋନାରେ ସ୍ବାଦ ଜାଣିବା ଏବଂ ଶୁଙ୍ଘିବା ଶକ୍ତି ଚାଲିଯାଇଥାଏ। ଏଥିରେ ୧୦% ରୋଗୀଙ୍କ ପାଖରେ ଏକ ମାସ ପରେ ଲକ୍ଷଣ ଦେଖାଯାଇ ନ ଥାଏ। ହେଲେ ଇଟାଲୀରେ କରାଯାଇଥିବା ଅଧ୍ୟୟନରେ କରୋନାରୁ ଆରୋଗ୍ୟ ଲାଭ କରିଥିବା ପ୍ରାୟ ୫୫% ଲୋକଙ୍କ ନିକଟରେ ଦୁଇ ମାସ ପରେ ପରେ ମଧ୍ୟ ତିନିରୁ ଅଧିକ ଲକ୍ଷଣ ପ୍ରକାଶ ପାଉଛି। ୩୨% ରୋଗୀଙ୍କ ପାଖରେ ଗୋଟିଏରୁ ଦୁଇଟି ଲକ୍ଷଣ ରହିଛି। ସେହିଭଳି ୪୩%ଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ଉପୁଜୁଥିଲା। କରୋନା ନେଗେଟିଭ୍ ଘୋଷଣା ହେବା ପରେ ମଧ୍ୟ ଏଭଳି ହେଉଥିବା ବିଶେଷଜ୍ଞଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। |
https://www.dharitri.com/ସ୍ଲୁଇସ-ଗେଟ୍-କାମ-ନିମ୍ନମା/ | ସ୍ଲୁଇସ ଗେଟ୍ କାମ ନିମ୍ନମାନର: ପ୍ରଭାବିତ ହେବେ ୫ ପଞ୍ଚାୟତର ଚାଷୀ
ନାଉଗାଁ,୧୧ା୭(ସ୍ବ.ପ୍ର.): ଚାଷ ଜମିରୁ ଉଦ୍ବୃତ ଜଳ ନିଷ୍କାସନ ସହିତ ଆବଶ୍ୟକ ସମୟରେ ସଂରକ୍ଷିତ ଜଳକୁ ଚାଷ କାର୍ଯ୍ୟରେ ବିନିଯୋଗ କରିବା ନିମନ୍ତେ ନାଉଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଗୋବରୀ ନଦୀରେ ସ୍ଲୁଇସ ଗେଟ୍ ନିର୍ମାଣ କରାଯାଇଛି। ତେବେ ରକ୍ଷଣାବେକ୍ଷଣ ଅଭାବରୁ ଅନେକ ସ୍ଲୁଇସ ଗେଟ୍ ନଷ୍ଟ ହୋଇଗଲାଣି। ସେହିପରି କେତେକ ସ୍ଲୁଇସ ଗେଟ୍କୁ ମାଛ ଧରାଳିମାନେ ମନଇଚ୍ଛା ବ୍ୟବହାର କରୁଛନ୍ତି। ଏହି ବ୍ଲକର କୋରୁଅ ପଞ୍ଚାୟତ ଗାରୋଇଠାରେ ଦେବୀ ଓ ଗୋବରୀ ନଦୀର ସଙ୍ଗମ ସ୍ଥଳରେ ନିର୍ମିତ ହୋଇ ଏକ ସ୍ଲୁଇସ ଗେଟ୍। ଏହି ଗେଟ୍ ୧୯୮୩ ମସିହାରେ ଜଳ ସମ୍ପଦ ବିଭାଗ ଦ୍ୱାରା ନିର୍ମାଣ କରାଯାଇଥିଲା। ଏହା ମାଧ୍ୟମରେ ଡେରିକି, କୋରୁଅ, ଓଷକଣା, ତିରୁଣା, ଡାବର ଆଦି ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମିରୁ ବର୍ଷ ଦିନେ ଉଦବୃତ ଜଳ ନିଷ୍କାସିତ ହୋଇଥାଏ। ସେହିପରି ଆବଶ୍ୟକ ସମୟରେ ଏହା ମାଧ୍ୟମରେ ଚାଷୀ ଜଳସେଚନ ସୁବିଧା ପାଇଥାନ୍ତି। ଦୀର୍ଘଦିନ ଧରି ଏହି ସ୍ଲୁଇସ ଗେଟ୍ ମାଛ ଧରାଳିଙ୍କ କବ୍ଜାରେ ରହିଥିବାବେଳେ ରକ୍ଷଣାବେକ୍ଷଣ ଅଭାବରୁ ଏହାର ଅଧିକାଂଶ ଗେଟ୍ ନଷ୍ଟ ହୋଇଯାଇଥିଲା। ଫଳରେ ଜଳ ନିଷ୍କାସନ ଓ ସଂରକ୍ଷଣରେ ବାଧା ସୃଷ୍ଟି ହେଉଥିଲା। ଏହାର ମରାମତି ପାଇଁ ଚାଷୀମାନେ ବାରମ୍ବାର ଦାବି କରିବା ପରେ ବିଭାଗ ପକ୍ଷରୁ କିଛିଦିନ ହେଲା ସ୍ଲୁଇସ ଗେଟ୍ ମରାମତି କାମ ଆରମ୍ଭ ହୋଇଛି। କିନ୍ତୁ କାମ ହେଉଥିବା ସମୟରେ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ରହୁ ନ ଥିବାରୁ ଠିକାଦାର ନିମ୍ନମାନର କାମ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ୫ ପଞ୍ଚାୟତର ଚାଷୀ ଏହି ସ୍ଲୁଇସ୍ ଗେଟ୍ ଉପରେ ନିର୍ଭରଶୀଳ। ତେଣୁ ଏହି ଗେଟ୍ ମରାମତି କାର୍ଯ୍ୟ ଠିକ୍ ଭାବେ କରିବାକୁ ସେମାନେ ଦାବି କରିଛନ୍ତି। |
https://www.dharitri.com/ତୃତୀୟ-ଟି୨୦-ନ୍ୟୁଜିଲାଣ୍ଡର/ | ତୃତୀୟ ଟି୨୦: ନ୍ୟୁଜିଲାଣ୍ଡରେ ପ୍ରଥମ ସିରିଜ ବିଜୟ ଲକ୍ଷ୍ୟରେ ଭାରତ
ହାମିଲଟନ, ୨୯।୧(ପି.ଟି.)- ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମଥର ପାଇଁ ଭାରତ ଟି୨୦ ସିରିଜ ଜିତିବାର ସମ୍ଭାବନା ସୃଷ୍ଟି କରିଛି। ସ୍ଥାନୀୟ ସେଡନ ପାର୍କ ଗ୍ରାଉଣ୍ଡରେ ଭାରତ ଓ ଘରୋଇ ଦଳ ମଧ୍ୟରେ ବୁଧବାର ତୃତୀୟ ଟି୨୦ ମ୍ୟାଚ୍ ଖେଳାଯିବ। ଅକ୍ଲାଣ୍ଡରେ ଖେଳାଯାଇଥିବା ପ୍ରଥମ ଦୁଇଟି ମୁକାବିଲାରେ ବିଜୟୀ ହୋଇ ଭାରତ ଯଥାକ୍ରମେ ୬ ଓ ୭ ଉଇକେଟରେ ବିଜୟ ହାସଲ କରିଥିଲା। ଫଳରେ ଭାରତ ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି। ଏବେ ଏହି ତୃତୀୟ ମୁକାବିଲା ଉଭୟ ଦଳ ପାଇଁ ବେଶ୍ ମହତ୍ତ୍ୱ ରଖୁଛି। ବିଜୟୀ ହେଲେ ଭାରତ କ୍ରମାଗତ ତୃତୀୟ ବିଜୟ ହାସଲ କରି ୩-୦ରେ ଅଗ୍ରଣୀ ହେବା ସହ ଆଗୁଆ ସିରିଜ ହାତେଇବ। ଅନ୍ୟପଟେ ସିରିଜ ବଞ୍ଚାଇ ରଖିବାକୁ ହେଲେ ନ୍ୟୁଜିଲାଣ୍ଡକୁ ବିଜୟୀ ହେବା ଅପରିହାର୍ଯ୍ୟ ହୋଇପଡିଛି। ତେଣୁ ନ୍ୟୁଜିଲାଣ୍ଡ ଏବେ କର ବା ମର ପରିସ୍ଥିତିର ସମ୍ମୁଖୀନ ହୋଇଛି।
ପୂର୍ବରୁ ଭାରତ ଦୁଇଥର ନ୍ୟୁଜିଲାଣ୍ଡ ଗସ୍ତକରି ଟି୨୦ ସିରିଜ ଖେଳିଛି। ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ୨୦୦୮-୦୯ରେ ୦-୨ରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା। ସେହିପରି ଗତବର୍ଷ ଭାରତ ଘରୋଇ ନ୍ୟୁଜିଲାଣ୍ଡଠାରୁ ୧-୨ରେ ସିରିଜ ପରାଜୟବରଣ କରିଥିଲା। ୨୦୧୯ ବିଶ୍ୱକପ୍ ପରେ ଭାରତ ଗତ ୫ଗୋଟି ଟି୨୦ ସିରିଜରେ ଅପରାଜେୟ ରହିଛି। ଏଥିରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ମଧ୍ୟ ସାମିଲ ରହିଛି। ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ସିରିଜ ୧-୧ରେ ଡ୍ର ରହିଥିଲା। ଗୋଟିଏ ମ୍ୟାଚ୍ ବର୍ଷା କାରଣରୁ ଧୋଇଯାଇଥିଲା।
ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ର଼୍ୟାଙ୍କିଙ୍ଗ୍ରେ ଭାରତ ଏବେ ପଞ୍ଚମ ସ୍ଥାନରେ ରହିଛି। ଏହି ସିରିଜ ଜିତିଲେ ମଧ୍ୟ ଦଳୀୟ ର଼୍ୟାଙ୍କିଙ୍ଗ୍ରେ ସେଭଳି କୌଣସି ବଡ଼ ଧରଣର ପରିବର୍ତ୍ତନ ହେବ ନାହିଁ। ବାକି ୩ଟି ମ୍ୟାଚ୍ ଜିତି ୫-୦ରେ କ୍ଲିପ୍ ସୁଇପ୍ କଲେ ଭାରତ ଗୋଟିଏ ସ୍ଥାନ ଉପରକୁ ଉଠି ପଞ୍ଚମ ସ୍ଥାନରେ ରହିବ। ଅପରପକ୍ଷରେ ନ୍ୟୁଜିଲାଣ୍ଡ ର଼୍ୟାଙ୍କିଙ୍ଗ୍ରେ ଷଷ୍ଠ ସ୍ଥାନରେ ରହିଛି। ପାକିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛି।
ଆସନ୍ତା ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍ ଆୟୋଜନ ହେବା କାର୍ଯ୍ୟକ୍ରମ ରହିଥିବାରୁ ଦଳ ଗଠନ ଉପରେ ଭାରତ ଏବେ ଗୁରୁତ୍ୱ ଦେଉଛି। ଫଳରେ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ବିଭିନ୍ନ ବିଭାଗରେ ପରୀକ୍ଷା ନିରୀକ୍ଷା ଚଳାଇଛି। ଲୋକେଶ ରାହୁଲ ଓ ଶ୍ରେୟାସ ଆୟାର ଦମ୍ଦାର ପ୍ରଦର୍ଶନ କରି ମ୍ୟାନେଜମେଣ୍ଟର ଏହି ଏକ୍ସପେରିମେଣ୍ଟକୁ ବେଶ୍ ପରୋକ୍ଷରେ ସହଯୋଗ କରିଛନ୍ତି। ତୃତୀୟ ଟି୨୦ରେ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆଶା କରାଯାଉଛି। ମଙ୍ଗଳବାର ଆୟୋଜିତ ଏକ ଅପ୍ଶନାଲ ପ୍ରାକ୍ଟିସ ସେସନରେ ଅଧିନାୟକ ବିରାଟ କୋହଲି, ଲୋକେଶ ରାହୁଲ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସାମି ଓ ଯଶପ୍ରୀତ ବୁମ୍ରା ଯୋଗ ଦେଇଥିଲେ। ସିରିଜରେ ଏପର୍ଯ୍ୟନ୍ତ ଖେଳି ନ ଥିବା ଖେଳାଳିଙ୍କ ସହ ସପୋର୍ଟ ଷ୍ଟାଫ୍ମାନେ ମିଳିତ ଭାବେ କାର୍ଯ୍ୟ କରିଛନ୍ତି। ଓ୍ବାଶିଂଟନ ସୁନ୍ଦରଙ୍କ ଉପରେ ହେଡ୍ କୋଚ୍ ରବି ଶାସ୍ତ୍ରୀ ଓ ରିଷଭ ପନ୍ତଙ୍କ ଉପରେ ବ୍ୟାଟିଂ କୋଚ୍ ବିକ୍ରମ ରାଠୋର ନଜର ରଖିଛନ୍ତି। ତେବେ ତୃତୀୟ ମ୍ୟାଚ୍ରେ ଏହି ଦୁଇ ଖେଳାଳି ବେଞ୍ଚ୍ରେ ବସିବା ନିଶ୍ଚିତ ମନେ ହେଉଛି। ତେବେ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ ହେବା ଆଶା କରାଯାଉଛି। ପ୍ରଥମ ଦୁଇଟି ମ୍ୟାଚ୍ରେ ବାହାରେ ବସିଥିବା ରିଷ୍ଟ ସ୍ପିନର କୁଲଦୀପ ଯାଦବ ଗ୍ରାଉଣ୍ଡର ଆକାରକୁ ଦୃଷ୍ଟିରେ ରଖି ଦଳରେ ସାମିଲ ହେବା ଆଶା କରାଯାଉଛି। ଅନ୍ୟତମ ରିଷ୍ଟ ସ୍ପିନର ମଧ୍ୟ ବେଶ୍ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଡାହାଣହାତୀ ବ୍ୟାଟ୍ସମ୍ୟାନଙ୍କୁ କୁଲଦୀପ ସମସ୍ୟାରେ ପକାଇବାରେ ସମର୍ଥ ହେବେ। ୨୦୧୯ ବିଶ୍ୱକପ୍ ପରେ କୁଲଦୀପ ଓ ଚହଲ ଏକାଠି ଏପର୍ଯ୍ୟନ୍ତ ଖେଳି ନାହାନ୍ତି। ତେବେ ଏହି ଦୁଇଜଣ ପୁଣି ଏହି ମ୍ୟାଚ୍ରେ ଏକାଠି ଖେଳିବା ସମ୍ଭାବନା ନାହିଁ।
ଅପରପକ୍ଷରେ ନ୍ୟୁଜିଲାଣ୍ଡ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଅଲରାଉଣ୍ଡର କଲିନ୍ ଡି ଗ୍ରାଣ୍ଡହୋମଙ୍କ ପାଇଁ ଶେଷ ସୁଯୋଗ ସୃଷ୍ଟି କରିଛି। ଶେଷ ଦୁଇଟି ମ୍ୟାଚ୍ରେ ଗ୍ରାଣ୍ଡହୋମଙ୍କ ବଦଳରେ ବ୍ୟାଟ୍ସମ୍ୟାନ ଟମ୍ ବ୍ରୁସ୍ ଖେଳିବେ। ଜଣେ ବ୍ୟାଟ୍ସମ୍ୟାନ ଭାବେ ଖେଳିଥିଲେ ମଧ୍ୟ ଗ୍ରାଣ୍ଡହୋମ ପ୍ରଥମ ଦୁଇଟି ମ୍ୟାଚ୍ରେ ୦ ଓ ୩ ରନ ସଂଗ୍ରହ କରିଥିଲେ। ଭାରତୀୟ ବୋଲିଂ ଖାସି କରି ଯଶପ୍ରୀତ ବୁମ୍ରାଙ୍କୁ ନେଇ ନ୍ୟୁଜିଲାଣ୍ଡ ଟିମ ମ୍ୟାନେଜମେଣ୍ଟ ଚିନ୍ତିତ ରହିଛି। ଏହି ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ୯ଗୋଟି ଟି୨୦ରୁ ୭ଟିରେ ବିଜୟୀ ହୋଇଛି। ରେକର୍ଡ ସପକ୍ଷରେ ରହିଥିବା ବେଳେ ଭାରତର ବିଜୟଧାରାକୁ ରୋକିବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ ରହିଛି। ଉଭୟଦଳ ପାଇଁ ଗୁରୁତ୍ୱବହନ କରୁଥିବାରୁ ଏହି ମ୍ୟାଚ୍ ବେଶ୍ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଲୋକେଶ ରାହୁଲ (ଉଇକେଟକିପର), ମନୀଷ ପାଣ୍ଡେ, ରିଷଭ ପନ୍ତ, ସଞ୍ଜୁ ସାମସନ, ଶ୍ରେୟାସ ଆୟାର, ଶିବମ୍ ଦୁବେ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସାମି, ଯଶପ୍ରୀତ ବୁମ୍ରା, ଶାର୍ଦ୍ଦୂଳ ଠାକୁର, ନବଦୀପ ସଇନି ଓ ଓ୍ବାଶିଂଟନ ସୁନ୍ଦର।
ନ୍ୟୁଜିଲାଣ୍ଡ ଦଳ: କେନ୍ ଓ୍ବିଲିୟମସନ (ଅଧିନାୟକ), ମାର୍ଟିନ ଗୁପ୍ଟିଲ, ରସ ଟେଲର, ସ୍କଟ ଗୁଗେଲଜିନ, କଲିନ ମୁନରୋ, କଲିନ ଡି ଗ୍ରାଣ୍ଡହୋମ, ଟମ୍ ବ୍ରୁସ, ଡାରିଲ ମିଚେଲ, ମିଚେଲ ସାଣ୍ଟନର, ଟିମ୍ ସେଇପେର୍ଟ (ଉଇକେଟକିପର), ହାମିଶ ବେନେଟ୍ଟ, ଇଶ୍ ସୋଧୀ, ଟିମ୍ ସୌଦି ଓ ବ୍ଲେୟାର ଟିକ୍ନେର।
ସମୟ: ଅପରାହ୍ନ ୧୨. ୩୦
ସ୍ଥାନ: ହାମିଲଟନ
ପ୍ରସାରଣ: ଷ୍ଟାର ସ୍ପୋଟର୍ସ ନେଟ୍ଓ୍ବର୍କ |
https://www.dharitri.com/who-is-the-indian-student-who-has-been-arrested-in-america/ | କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ
ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି। ଭାରତୀୟ ମୂଳର ଏହି ଛାତ୍ରୀ ଆମେରିକାର ପ୍ରତିଷ୍ଠିତ ପ୍ରିନ୍ସଟନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରନ୍ତି। ଏହି ଛାତ୍ରୀଙ୍କ ସହ ଆଉ ଜଣଙ୍କୁ ଗିରଫ କରାଯାଇଛି।
ବିଶ୍ୱବିଦ୍ୟାଳୟର ମୁଖପାତ୍ର କହିଛନ୍ତି ଯେ ଏହି ଛାତ୍ରୀ ତାମିଲନାଡୁର କୋଏମ୍ବାଟୁରଠାରେ ଜନ୍ମ ହୋଇଥିବା ଅଚିନ୍ତ୍ୟ ଶିବଲିଙ୍ଗନ, ଯାହାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟରୁ ବହିଷ୍କାର କରାଯାଇଛି। |
https://www.dharitri.com/despite-being-the-owner-of-crores-of-assets-this-actor-keeps-himself-away-from-late-night-parties/ | କୋଟି କୋଟି ସମ୍ପତ୍ତିର ମାଲିକ ହୋଇ ସୁଦ୍ଧା ନିଜକୁ ଲେଟ୍ ନାଇଟ୍ ପାର୍ଟିରୁ ଦୂରେଇ ରଖନ୍ତି ଏହି ଅଭିନେତା
|
https://www.dharitri.com/mabirjas-ride-ended/ | ଶେଷ ହେଲା ମା’ବିରଜାଙ୍କ ରଥଯାତ୍ରା
ଯାଜପୁର ଟାଉନ,୪ା୧୦(ଡି.ଏନ.ଏ.): ପ୍ରତିପଦାଠାରୁ ଆରମ୍ଭ ହୋଇଥିବା ନବ ଦିନ ବ୍ୟାପୀ ମା’ବିରଜାଙ୍କ ସିଂହଧ୍ୱଜ ରଥଯାତ୍ରା ସୋମବାର ଶେଷ ହୋଇଛି। ସେହିପରି ଅଷ୍ଟମୀଗତେ ମହାନବମୀ ସୋମବାର ମା’ବିରଜାଙ୍କ ପୀଠରେ ପାଳିତ ହୋଇଯାଇଛି। ମହାନବମୀ ପୂଜା ଅବସରରେ ଦଶାଶ୍ୱମେଧ ଘାଟରୁ ବ୍ରାହ୍ମଣଙ୍କ ଦ୍ୱାରା ଅଣାଯାଇଥିବା ବୈତରଣୀ ଜଳରେ ମା’ଙ୍କୁ ସ୍ନାନ କରାଯାଇଥିଲା ା ଏହାପରେ ବେଶଭୁଷା କରାଯାଇ ନବେଦ୍ୟ ଅର୍ପଣ ପରେ ନବମୀ ବିହିତ ପୂଜା କରାଯାଇଥିଲା ା ଏହାପରେ ରଥରେ ଥିବା ବିଜେ ପ୍ରତିମାଙ୍କ ପୂଜା କରାଯିବା ପରେ ମା’ଙ୍କୁ ନୀତି ଅର୍ପଣ ପରେ ପହଡ଼ ପଡ଼ିଥିଲା। ପହଡ଼ ଖୋଲିବା ପରେ ଶ୍ରୀଅଙ୍ଗଲାଗି ସେବାୟତ ମା’ଙ୍କ ଆର୍ଶାଦଣ୍ଡକୁ ଧରି ରଥ ଉପରେ ବିଜେ କରିଥିଲେ ା ନବମୀ ଦିନ ଶ୍ରୀ ଅଙ୍ଗଲାଗି ସେବାୟତ, ମା’ଙ୍କ ସେବାରେ ନିୟୋଜିତ ବିଭିନ୍ନ ସେବାୟତ ଓ ପୋଲିସ ବାହିନୀ ମା’ଙ୍କ ସିଂହଧ୍ୱଜ ରଥକୁ ଟାଣି ଆଣି ସିଂହଦ୍ୱାର ନିକଟରେ ରଖିଥିଲେ। ପରେ ଆର୍ଶାଦଣ୍ଡ ଧରି ଶ୍ରୀଅଙ୍ଗଲାଗି ସେବାୟତ ରଥରୁ ମା’ଙ୍କୁ ଓହ୍ଲାଇ ଗର୍ଭଗୃହରେ ରଖିବା ପରେ ଆଳତୀ ହୋଇଥିଲା। ରାତ୍ର ୧୦ଘଟିକା ପରେ ମା’ଙ୍କ ସିଂହାସନ ସମ୍ମୁଖରେ ମନ୍ଦିର ଟ୍ରଷ୍ଟି ତଥା ଉପଜିଲାପାଳ, ଧର୍ମାଧିକାରୀ, ପୂଜକ, ପାଳିହା, ଲାଖ, ସମିଧ, ଆର୍ଶା, ତରାସ, ଛତା, ଚାମର ଓ ମା’ଙ୍କ ପୂଜାରେ ନିୟୋଜିତ ହୋଇଥିବା ବିଭିନ୍ନ ସେବାୟତଙ୍କୁ ଶିରିପା ବନ୍ଧା ହେବାପରେ ସମସ୍ତେ ରଥ ଦାଣ୍ଡରେ ଥିବା ମା’ଙ୍କର ସିଂହଧ୍ୱଜ ରଥକୁ ଆସିଥିଲେ। ରଥ ଉପରେ ପୁରୋଧା ବିଜେ ପ୍ରତିମାଙ୍କ ପୂଜା ଶେଷ କରିଥିଲେ। ଏହାପରେ ଏକ ସୁସଜ୍ଜିତ ବିମାନରେ ମା’ଙ୍କ ବିଜେ ପ୍ରତିମାଙ୍କୁ ଘଣ୍ଟ, ବାଦ୍ୟ, ଦୁନ୍ଦୁଭି, ଶଙ୍ଖ, ତୁରି, ଭଜନ କୀର୍ତ୍ତନ କରାଯାଇ ଅନତି ଦୂରରେ ଥିବା ଲାଖବିନ୍ଧା ପଡିଆକୁ ନିଆଯାଇଥିଲା। ସେଠାରେ ମା’ଙ୍କ ମଣ୍ଡପରେ ପୂଜାର୍ଚ୍ଚନା ସରିବା ପରେ ମହିଷି ରୂପୀ ଅସୁରର ନିଧନ ସ୍ବରୂପ ଚତୁର୍ଦ୍ଦିଗକୁ ଲାଖଧାରି ପୂଜକ ଶର ନିକ୍ଷେପ କରିଥିଲେ। ଲାଖବିନ୍ଧାରେ ଲାଖ ନିକ୍ଷେପ ପରେ ମା’ବିରଜାଙ୍କୁ ସୁସଜ୍ଜିତ ବିମାନକୁ ନଗର ପରିକ୍ରମା କରାଯାଇଥିଲା ା ଏହାପରେ ମା’ଙ୍କ ବିଜେ ପ୍ରତିମାକୁ ମନ୍ଦିରର ଗର୍ଭଗୃହକୁ ପ୍ରବେଶ କରାଇ ରତ୍ନ ସିଂହାସନରେ ରଖାଯାଇଥିଲା। ପରେ ଗୁପ୍ତ ପୂଜା ଅନୁଷ୍ଠିତ ହୋଇଥିଲା। ଏହାପରେ ମା’ ବିରଜାଙ୍କୁ ଅଧରପଣା ଅର୍ପଣ କରାଯାଇଥିଲା। ପରେ ମା’ଙ୍କର ପହୁଡ଼ ପଡ଼ିଥିଲା। ଉପରୋକ୍ତ କାର୍ଯ୍ୟକ୍ରମକୁ ମନ୍ଦିରର ଟ୍ରଷ୍ଟି ତଥା ଉପଜିଲାପାଳ ଗୋପିନାଥ କୁଅଁର, ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ, ଜିଲା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ସରୋଜ କୁମାର ଉପାଧ୍ୟାୟ, ଯାଜପୁର ଟାଉନ ଥାନାର ଭାରପ୍ରାପ୍ତ ଅଧିକାର ଅଜୟ କୁମାର ଜେନାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଶେଷ ହୋଇଥିଲା ା |
https://www.dharitri.com/ମୋଦି-ସରକାରଙ୍କୁ-ସୋନିଆଙ୍କ/ | ମୋଦି ସରକାରଙ୍କୁ ସୋନିଆଙ୍କ ଟାର୍ଗେଟ:ଆତଙ୍କର ପରିବେଶ ସୃଷ୍ଟି କରି ନ ଥିଲେ ରାଜୀବ
ନୂଆଦିଲ୍ଲୀ,୨୩ା୮(ପି.ଟି.):୧୯୮୪ ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ବୃହତ୍ ଜନାଦେଶ ପାଇ କ୍ଷମତାସୀନ ହୋଇଥିଲେ। ହେଲେ ସେ ତାକୁ ନେଇ କେବେ ଆତଙ୍କର ପରିବେଶ ସୃଷ୍ଟି କରି ନ ଥିଲେ। ରାଜୀବ କ୍ଷମତାର ଅପବ୍ୟବହାର କରି କେବେହେଲେ ଲୋକଙ୍କୁ ଭୟଭୀତ କରାଉ ନ ଥିଲେ କି କାହାକୁ ଧମକ ଦେଉ ନ ଥିଲେ। ଏପରି କି ତାଙ୍କ ଅମଳରେ କୌଣସି ସାମ୍ବିଧାନିକ ସଂସ୍ଥାକୁ ଧ୍ୱଂସ କରାଯାଇ ନ ଥିଲା ବୋଲି ଗୁରୁବାର କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ।
ଗାନ୍ଧୀଙ୍କ ୭୫ତମ ଜୟନ୍ତୀ ପାଳନ ଅବସରରେ ନୂଆଦିଲ୍ଲୀର କେଡି ଯାଦବ ଇନ୍ଡୋର ଷ୍ଟାଡିୟମ୍ରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସୋନିଆ ଏଥିରେ ସମ୍ବୋଧିତ କରି କହିଥିଲେ, ଏବେ କଂଗ୍ରେସ କେତେକ କଠିନ ଚ୍ୟାଲେଞ୍ଜକୁ ସାମ୍ନା କରୁଥିଲେ ହେଁ ବିଭାଜନକାରୀ ଶକ୍ତିଗୁଡ଼ିକ ବିରୋଧରେ ଆଦର୍ଶଗତ ଲଢ଼େଇ ଜାରି ରଖିବା ଜରୁରୀ ହୋଇପଡ଼ିଛି ବୋଲି ସୋନିଆ କହିଛନ୍ତି। ଆଇଏନ୍ଏକ୍ସ ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଗିରଫ କରାଯାଇଥିବାବେଳେ ସିବିଆଇ ଏବଂ ଇଡିର ଅପବ୍ୟବହାର ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। ବ୍ୟକ୍ତିଗତ ପ୍ରତିଶୋଧ ନେବା ପାଇଁ ଭାଜପା ନେତୃତ୍ୱାଧୀନ ଏନ୍ଡିଏ ସରକାର କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଅପବ୍ୟବହାର କରୁଥିବା ଅଭିଯୋଗ ଆଣୁଥିବାବେଳେ ଦଳର ଅଧ୍ୟକ୍ଷା ସୋନିଆ ରାଜୀବ ଗାନ୍ଧୀଙ୍କ ଉଦାହରଣ ଦେଇ ପରୋକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଅନ୍ୟପକ୍ଷରେ ଶିରୋମଣି ଅକାଳୀ ଦଳ ସୋନିଆଙ୍କ ସମାଲୋଚନାର ଜବାବ ରଖିଛି। ରାଜୀବଙ୍କ ଶାସନ ଅମଳରେ ଲୋକଙ୍କୁ ହତ୍ୟା କରି ବିଜୟର ପୁରସ୍କାର ଦିଆଯାଇଥିଲା ବୋଲି ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ବେଳର କଥା ମନେପକାଇ ଦେଇଛନ୍ତି ଅକାଳୀ ଦଳ ମୁଖପାତ୍ର ମନ୍ଜିନ୍ଦର ସିଂ ସିର୍ସା। ଶିଖ୍ମାନଙ୍କୁ ହତ୍ୟା କରିବା ପାଇଁ ଲୋକଙ୍କୁ ଉସୁକାଇଥିବା କଂଗ୍ରେସ ନେତା ସଜ୍ଜନ କୁମାର ଓ ଜଗଦୀଶ ଟାଇଟଲରଙ୍କ ବିରୋଧରେ କଂଗ୍ରେସ କିଛି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବା ସେ ସମାଲୋଚନା କରିଛନ୍ତି।
ଯେ, ୧୯୮୪ ଲୋକ ସଭା ନିର୍ବାଚନରେ କଂଗ୍ରେସ ୪୦୦ରୁ ଅଧିକ ଆସନରେ ବିଜୟୀ ହେବା ପରେ ରାଜୀବ ପ୍ରଧାନମନ୍ତ୍ରୀ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ୩୦୩ ଆସନ ଦଖଲ କରିଥିବାବେଳେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି। |
https://www.dharitri.com/supreme-court-issued-notice-to-the-center-in-the-case-of-marital-rape/ | ବୈବାହିକ ବଳାତ୍କାର ମାମଲାରେ କେନ୍ଦ୍ରକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ…
ନୂଆଦିଲ୍ଲୀ,୧୬।୧ : ବୈବାହିକ ବଳାତ୍କାର ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି। ବୈବାହିକ ବଳାତ୍କାରକୁ ଅପରାଧ ଶ୍ରେଣୀରେ ଆଣିବା ପାଇଁ ସୁପ୍ରିମକୋର୍ଟ ଏହା ଦ୍ୱାରା ଏକ ବଡ ପଦକ୍ଷେପ ନେଇଛନ୍ତି। ବୈବାହିକ ବଳାତ୍କାରକୁ ଅପରାଧ ଶ୍ରେଣୀରେ ଆଣିବା ଉଚିତ କି ନାହିଁ ପ୍ରଶ୍ନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଫେବୃଆରୀ ୧୫ ସୁଦ୍ଧା ଏହାର ଉତ୍ତର ଦାଖଲ କରିବାକୁ କହିଛନ୍ତି। ମାର୍ଚ୍ଚ ୧୪ ରୁ କୋର୍ଟ ଏହି ମାମଲାର ଅନ୍ତିମ ଶୁଣାଣି କରିବେ।
ପ୍ରଧାନ ବିଚାରପତି ଡି.ଓ୍ବାଇ.ଚନ୍ଦ୍ରଚୂଡ, ବିଚାରପତି ପିଏସ୍ ନରସିଂହ ଏବଂ ଜେବି ପାରଦିଓ୍ବାଲାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମାମଲାର ବିଚାର କରି ଏଭଳି କହିଛନ୍ତି।
ଏହାର ଶୁଣାଣି ସମୟରେ କେନ୍ଦ୍ର ପକ୍ଷରୁ ହାଜର ହୋଇଥିବା ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଏହି ଘଟଣାର ବଡ ପ୍ରଭାବ ପଡ଼ିବ। ଆମେ କିଛି ମାସ ପୂର୍ବରୁ ସମସ୍ତ ହିତାଧିକାରୀଙ୍କ ଠାରୁ ମତାମତ ଲୋଡିଥିଲୁ । ଆମେ ଏହି ପ୍ରସଙ୍ଗରେ ଉତ୍ତର ଦାଖଲ କରିବାକୁ ଚାହୁଁଛୁ। ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ମାର୍ଚ୍ଚ ୩ ସୁଦ୍ଧା ସମସ୍ତ ପକ୍ଷ ଲିଖିତ ଯୁକ୍ତି ଉପସ୍ଥାପନ କରିବେ।
ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟର ଦୁଇ ଜଣିଆ ବିଚାରପତିଙ୍କ ଡିଭିଜନ ବେଞ୍ଚ ବୈବାହିକ ବଳାତ୍କାରର ଅପରାଧୀକରଣ ଉପରେ ଏକ ରାୟ ଦେଇଥିଲେ। ବେଞ୍ଚରେ ଥିବା ଜଣେ ବିଚାରପତି ତାଙ୍କ ନିଷ୍ପତ୍ତିରେ ବୈବାହିକ ବଳାତ୍କାରକୁ ଅପରାଧ ବୋଲି ବିବେଚନା କରିଥିବାବେଳେ ଅନ୍ୟ ବିଚାରପତି ଏହାକୁ ଅପରାଧ ବୋଲି ବିବେଚନା କରି ନ ଥିଲେ। ଏହି ଶୁଣାଣି ସମୟରେ ବେଞ୍ଚରେ ଅଧ୍ୟକ୍ଷତା କରିଥିବା ଜଷ୍ଟିସ ରାଜୀବ ଶକଧର ବୈବାହିକ ବଳାତ୍କାରକୁ ରଦ୍ଦ କରିବା ଲାଗି ସମର୍ଥନ କରିଥିବାବେଳେ ଜଷ୍ଟିସ ସି ହରି ଶଙ୍କର କହିଥିଲେ ଯେ ଆଇପିସି ଅଧୀନରେ ଏହା ଅଣସାମ୍ବିଧାନିକ ନୁହେଁ ଏବଂ ଏହା ଏକ ଭିନ୍ନତା ଉପରେ ଆଧାରିତ। |
https://www.dharitri.com/reece-topley-from-england-team/ | ଇଂଲଣ୍ଡକୁ ଝଟ୍କା, ଓ୍ବାର୍ଲଡ କପରୁ ବାହାରିଲେ ରିସ ଟପଲୋ
ଧର୍ମଶାଳା,୨୨।୧୦: ବିଶ୍ୱକପରେ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡର ସମସ୍ୟା କମ ହେବାର ନାଁ ନେଉନାହିଁ। ବର୍ତ୍ତମାନ ଇଂଲଣ୍ଡର ଦ୍ରୁତ ବୋଲର ରିସ ଟୋପଲୋ ଆହତ କାରଣରୁ ବିଶ୍ୱକପରୁ ବାହାରିଯାଇଛନ୍ତି। ଘଟଣାହେଲା ଦକ୍ଷିଣ ଆଫ୍ରିକା ବିପକ୍ଷରେ ରିସ ଟୋପଲୋଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା, ଏହା ପରେ ଏହି ବୋଲରଙ୍କୁ ପୁରା ଟୁର୍ନାମେଣ୍ଟରୁ ବାହାରେ ରହିବାକୁ ପଡିଲା। ତେବେ, ଖେଳାଳିଙ୍କ ଖରାପ ଫର୍ମ ସହିତ କ୍ରମାଗତ ଭାବରେ ସଂଘର୍ଷ କରୁଥିବା ଇଂଲଣ୍ଡ ପାଇଁ ରିସ ଟୋପଲୋଙ୍କ ବହିଷ୍କାର ଏକ ବଡ଼ ଝଟ୍କା ବୋଲି ବିବେଚନା କରାଯାଉଛି।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ରିସ ଟୋପଲୋ ଆଘାତର ଶିକାର ହୋଇଥିଲେ। ଯାହା ପରେ ଏହି ଖେଳାଳିଙ୍କୁ ପଡ଼ିଆ ଛାଡିବାକୁ ପଡିଲା। ଏହି ସମୟରେ, ଏହିପରି ଆଘାତ ପାଇବା ପରେ, ସେ ନିଜ ଉପରେ ଅତ୍ୟଧିକ ବିରକ୍ତି ଭାବ ପ୍ରକାଶ କରିଥିବା ଦେଖାଯାଉଥିଲେ। ରିସ ପାଭିଲିୟନ ଆଡକୁ ଯାଉଥିବାବେଳେ ଚେୟାର ଫିଙ୍ଗିଥିଲେ। ଏହି ଦ୍ରୁତ ବୋଲର ଡ୍ରେସିଂ ରୁମକୁ ଭଙ୍ଗାରୁଜା କରିଥିଲେ। ତାଙ୍କର ସମସ୍ତ କାର୍ଯ୍ୟ କ୍ୟାମେରାରେ କଏଦ ହୋଇଥିଲା। ଯାହା ପରେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହୋଇଥିଲା। ତେବେ ବର୍ତ୍ତମାନ ରିସ ଟୋପଲୋ ବାହାରିଯିବା ପରେ ଇଂଲଣ୍ଡ ଦଳ ପରିଚାଳନାରେ ସମସ୍ୟା ବଢିଛି। |
https://www.dharitri.com/ହାଇକୋର୍ଟ-ବେଞ୍ଚ-ପୁନଃସ୍ଥାପ/ | ହାଇକୋର୍ଟ ବେଞ୍ଚ ପୁନଃସ୍ଥାପନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ବଲାଙ୍ଗୀର ଅଫିସ,୧୬।୧: ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚର ପୁନଃ ସ୍ଥାପନ, ଦୀର୍ଘ ୧୫ମାସ ହେଲା ବନ୍ଦ ହୋଇପଡ଼ିଥିବା ଲୋୟର ସୁକତେଲ ପ୍ରକଳ୍ପର ନିର୍ମାଣ କାମ ତୁରନ୍ତ ଆରମ୍ଭ ଓ ବାଇପାସ୍ ରାସ୍ତା ନିର୍ମାଣ ଦାବିରେ ଆକ୍ସନ କମିଟି ପକ୍ଷରୁ ଦିଆଯାଇଥିବା ଦୁଇଦିନ ଧରି ବନ୍ଦ ଡାକରାର ଗୁରୁବାର ଦ୍ୱିତୀୟ ଦିନ। ବୁଧବାର ପରି ଆଜି ମଧ୍ୟ ବଲାଙ୍ଗୀର ଆକ୍ସନ କମିଟି ପକ୍ଷରୁ ସମସ୍ତ କେନ୍ଦ୍ରୀୟ ତଥା ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟ ବନ୍ଦ ରହିଥିବା ବେଳେ କଚେରି, ବ୍ୟାଙ୍କ, ବୀମା ଓ ଡାକ କାର୍ଯ୍ୟାଳୟ ବନ୍ଦ ରହିଛି। ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇ ବଲାଙ୍ଗୀରର ସମସ୍ତ ରାଜନୈତିକ ଦଳ, ବିଭିନ୍ନ ସଂଗଠନ କର୍ମକର୍ତ୍ତା ସକ୍ରିୟ ଭାବେ ସାମିଲ ହୋଇଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କମିଟି ଚେତାବନୀ ଦେଇଛି। ଏହି ଧାରଣାରେ ଆକ୍ସନ କମିଟିର ଆବାହକ ଗୋପାଲଜୀ ପାଣିଗ୍ରାହୀ, ନାଗରିକ କମିଟିର ସଭାପତି ବିକ୍ରମାନନ୍ଦ ବହିଦାର, ବାର୍ ଆସୋସିଏଶନ୍ର ସଭାପତି ଆଇନଜୀବୀ ପ୍ରମୋଦ ତ୍ରିପାଠୀ, ସମ୍ପାଦକ ଅମନ ନାଗ, ସିଭିଲ ସୋସାଇଟିର ସଭାପତି ନୀଳମଣି ମିଶ୍ର, ଆଇନଜୀବୀ ଶୁଭ୍ରାଂଶୁ ମିଶ୍ର ପ୍ରମୁଖ ସାମିଲ ଅଛନ୍ତି। |
https://www.dharitri.com/bollywood-happy-bithday-akkineni-nagarjuna-when-actor-made-headlines-for-dating-tabu/ | ୧୫ ବର୍ଷ ଧରି ଡେଟ୍ କରିଥିଲେ ମଧ୍ୟ ନାଗାର୍ଜୁନଙ୍କୁ ବିବାହ କରି ନ ଥିଲେ ବଲିଉଡ୍ର ଏହି ଲୋକପ୍ରିୟ ଅଭିନେତ୍ରୀ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତା ଆକ୍କିନେନି ନାଗାର୍ଜୁନ। ଆଜି ତାଙ୍କର ଜନ୍ମଦିନ। ୨୯ ଅଗଷ୍ଟ, ୧୯୫୯ରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିବା ନାଗାର୍ଜୁନ ୬୧ବର୍ଷରେ ପାଦ ଦେଇଛନ୍ତି। କିନ୍ତୁ ତାଙ୍କ ଫିସ୍ନେସ୍କୁ ଦେଖିଲେ ଆଜି ବି ସବୁ ହିରୋକୁ ସେ ପଛରେ ପକାଇଦେବେ।
ନାଗାର୍ଜୁନ ସଫଳ ଅଭିନେତା ସାଙ୍ଗକୁ ନିର୍ମାତା, ଟିଭି ଉପସ୍ଥାପକ ଏବଂ ବ୍ୟବସାୟୀ ମଧ୍ୟ ଅଟନ୍ତି। ଦକ୍ଷିଣ ଭାରତୀୟ ଫିଲ୍ମ ବ୍ୟତିତ ସେ କେତୋଟି ବଲିଉଡ୍ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଅଭିନୟ ସାଙ୍ଗକୁ ତାଙ୍କର ଲଭ୍ ଲାଇଫ୍ ସବୁବେଳେ ଚର୍ଚ୍ଚାରେ ରହିଥାଏ।
ଫିଲ୍ମ ‘ବିକ୍ରମ’ରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ଅଗାର୍ଜୁନ। ୧୯୮୪ରେ ସେ ଲକ୍ଷ୍ମୀ ଦଗ୍ଗୁବତୀଙ୍କୁ ପ୍ରଥମ ବିବାହ କରିଥିଲେ। ବିବାହର ୬ ବର୍ଷ ପରେ ସେମାନେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ସେମାନେ ଅଲଗା ହେବାର କାରଣ ଅଭିନେତ୍ରୀ ଅମଲା ମୁଖାର୍ଜୀ ବୋଲି କୁହାଯାଏ। ଅମଲା ଏବଂ ନାଗାର୍ଜୁନ କେତୋଟି ସିନେମାରେ ଏକତ୍ର କାମ ମଧ୍ୟ କରିଛନ୍ତି। ଫିଲ୍ମର ଶୁଟିଂ ସମୟରେ ଉଭୟ ଆମେରିକାରେ ଥିବାବେଳେ ନାଗାର୍ଜୁନ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ପରେ ୧୯୯୨ରେ ସେମାନେ ଚେନ୍ନାଇରେ ବ୍ୟକ୍ତିଗତ ସମାରୋହରେ ବିବାହ କରିଥିଲେ। ନାଗାର୍ଜୁନଙ୍କର ପ୍ରଥମ ସ୍ତ୍ରୀ ଲକ୍ଷ୍ମୀଙ୍କଠାରୁ ଜଣେ ସନ୍ତାନ ନାଗା ଚୈତନ୍ୟ ଏବଂ ଅମଲାଙ୍କଠାରୁ ଅଖିଲ ଅକ୍କିନେନୀ ରହିଛନ୍ତି। ଅମଲାଙ୍କୁ ବିବାହ ପରେ ନାଗାର୍ଜୁନଙ୍କର ବଲିଉଡ୍ ଅଭିନେତ୍ରୀ ତବ୍ବୁଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ସେହି ସମୟରେ ଖୁବ୍ ଚର୍ଚ୍ଚାରେ ଥିଲେ। ୧୫ ବର୍ଷ ପର୍ଯ୍ୟନ୍ତ ସେମାନେ ପରସ୍ପରକୁ ଡେଟ୍ କରିଥିଲେ ବୋଲି କୁହାଯାଏ। କିନ୍ତୁ ସେମାନେ ବିବାହ କରି ନ ଥିଲେ। ଏହାର କାରଣ ନାଗାଜୁନ ପୂର୍ବରୁ ବିବାହିତ ବୋଲି କୁହାଯାଏ। |
https://www.dharitri.com/kohli-rahul-broke-3-big-records/ | ୩ ବଡ଼ ରେକର୍ଡ ଭାଙ୍ଗିଲେ କୋହଲି-ରାହୁଲ
କଲମ୍ବୋ,୧୨।୯: ଏସିଆ କପ୍ ସୁପର-୪ ଏକ ମ୍ୟାଚ୍ରେ ଭାରତ ପାକିସ୍ତାନକୁ ପରାସ୍ତ କରିଛି। ଏହି ମ୍ୟାଚ୍ରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୨୮ ରନ ବ୍ୟବଧାନରେ ପାକିସ୍ତାନକୁ ପରାସ୍ତ କରିଛି। ତେବେ ଏହାପୂର୍ବରୁ ବିରାଟ କୋହଲି ଏବଂ କେ.ଏଲ ରାହୁଲ ଭାରତ ପାଇଁ ଶତକୀୟ ଇନିଂସ ଖେଳିଥିଲେ। ବିରାଟ କୋହଲି ଏବଂ କେ.ଏଲ ରାହୁଲଙ୍କ ମଧ୍ୟରେ ତୃତୀୟ ଉଇକେଟ ପାଇଁ ୨୩୩ ରନର ଏକ ଅବିଭକ୍ତ ଭାଗିଦାରୀ ହୋଇଥିଲା। ଏହାସହିତ ବିରାଟ କୋହଲି ଏବଂ କେ.ଏଲ ରାହୁଲ ଅନେକ ବଡ଼ ରେକର୍ଡ ଭାଙ୍ଗିଛନ୍ତି।
ବିରାଟ କୋହଲି ଏବଂ କେ.ଏଲ ରାହୁଲଙ୍କ ମଧ୍ୟରେ ତୃତୀୟ ଉଇକେଟ ପାଇଁ ୨୩୩ ରନ ଭାଗିଦାରୀ ହୋଇଥିଲା। ଏସିଆ କପ ଇତିହାସରେ ଏହା ହେଉଛି ସବୁଠାରୁ ବଡ ଭାଗିଦାରୀ। ଏହାପୂର୍ବରୁ ଏହି ରେକର୍ଡ ପାକିସ୍ତାନର ମହମ୍ମଦ ହାଫିଜ ଏବଂ ନାସିର ଜାମସେଦଙ୍କ ନାମରେ ଥିଲା। ଏସିଆ କପ ୨୦୧୨ରେ ଦୁଇ ଖେଳାଳିଙ୍କ ମଧ୍ୟରେ ୨୨୪ ରନ ଭାଗିଦାରୀ ହୋଇଥିଲା। ଏହି ମ୍ୟାଚରେ ଭାରତ ଏବଂ ପାକିସ୍ତାନର ଦଳ ମୁହାଁମୁହିଁ ହୋଇଥିଲେ।
ଏହା ବ୍ୟତୀତ ବିରାଟ କୋହଲି ଏବଂ କେ.ଏଲ ରାହୁଲ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସବୁଠୁ ବଡ଼ ଭାଗିଦାରୀ କରିଥିଲେ। ଏହାପୂର୍ବରୁ ଏହି ରେକର୍ଡ ସଚିନ ତେନ୍ଦୁଲକର ଏବଂ ନବଜୋତ ସିଂ ସିଦ୍ଧୁଙ୍କ ନାମରେ ଥିଲା। ସଚିନ ତେନ୍ଦୁଲକର ଏବଂ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ଦ୍ୱିତୀୟ ଉଇକେଟ ପାଇଁ ୨୩୧ ରନ ଭାଗିଦାରୀ ହୋଇଥିଲା। ୨୦୧୮ରେ ଶିଖର ଧାୱନ ଏବଂ ରୋହିତ ଶର୍ମା ପାକିସ୍ତାନ ବିପକ୍ଷରେ ୨୧୦ ରନର ଭାଗିଦାରୀ କରିଥିଲେ।
ଦିନିକିଆ କ୍ରିକେଟ ଇତିହାସରେ ତୃତୀୟ ଥର ଭାରତ ପାଇଁ ୩ ନମ୍ବର ଏବଂ ୪ ନମ୍ବର ବ୍ୟାଟ୍ସମ୍ୟାନ ଏକ ମ୍ୟାଚରେ ଶତକ ହାସଲ କରିଛନ୍ତି। ରାହୁଲ ଦ୍ରାବିଡ଼ ଏବଂ ସଚିନ ତେନ୍ଦୁଲକରଙ୍କ ବ୍ୟତୀତ ଗୌତମ ଗମ୍ଭୀର ଏବଂ ବିରାଟ କୋହଲି ଏହି ସଫଳତା ହାସଲ କରିଥିଲେ। |
https://www.dharitri.com/farmland-submerged-in-flood-water/ | ବନ୍ୟା ପାଣିରେ ବୁଡ଼ିଲା ଚାଷଜମି
ବରୀ,୪ା୮(ମହେନ୍ଦ୍ର ସ୍ବାଇଁ): ଲଗାଣ ବର୍ଷା ଯୋଗୁ ଦୁଧେଇ ନଦୀରେ ବନ୍ୟା ଆସିବାରୁ ବରୀ ଅଞ୍ଚଳ ପ୍ରଭାବିତ ହୋଇଛି। ବରୀ-କଳାମାଟିଆ ରାସ୍ତାର ବାଲିବିଲସ୍ଥିତ ସାଇ ମନ୍ଦିର ନିକଟରେ ପାଣି ପ୍ରବାହିତ ହେବା ଯୋଗୁ ଶହଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। ଚାଷୀ ଅକ୍ଳାନ୍ତ ପରିଶ୍ରମ କରି ଧାନ ଫସଲ କରିଥିଲେ। ଚଳିତ ବନ୍ୟା ଯୋଗୁ ତାହା କ୍ଷତିଗ୍ରସ୍ତ ହେବା ଫଳରେ ଚାଷୀମାନଙ୍କ ମୁଣ୍ଡରେ ଚଡ଼କ ପଡିଛି। ବ୍ଲକ୍ ଅଧୀନ ଅଙ୍ଗାଳୋ ପଞ୍ଚାୟତର ଡିହବାରିଙ୍ଗ, ବାଲିବିଲ ପଞ୍ଚାୟତର କେଁକରଡ଼ା, କ୍ଷେମେଶ୍ୱର, କୋରଡ଼ାପିପଳ, ବାଲିବିଲ ଓ ଅଲିପୁର ଆଦି ଅଞ୍ଚଳର ଚାଷ ଜମି ପାଣିରେ ବୁଡି ରହିଛି। ସେହିପରି ଭଅଁରା, ବୋଦୁଅ, ରତଳାଙ୍ଗ, ଉଦୟନାଥପୁର ଆଦି ପଞ୍ଚାୟତରେ ମଧ୍ୟ ବନ୍ୟା ପାଣି ପ୍ରବେଶ କରିବା ଯୋଗୁ ଚାଷୀ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଜଳସ୍ତର କ୍ରମଶ ବୃଦ୍ଧି ପାଉଥିବାରୁ ଚାଷୀମାନେ ଅତ୍ୟନ୍ତ ତରବରିଆଭାବେ ନିଜର ପନିପରିବା ତୋଳି କମ୍ ଦାମ୍ରେ ବିକ୍ରି କରି ଦେଉଥିବା ଦେଖିବାକୁ ମିଳିଛି। |
https://www.dharitri.com/ବିଗ୍ବସ୍-ପରେ-ଏବେ-ପରଦାରେ/ | ବିଗ୍ବସ୍ ପରେ ଏବେ ପରଦାରେ ‘ପାହିରା’ ଯୋଡ଼ି
ବମ୍ବେ: ଚର୍ଚ୍ଚାରେ ବିଗ୍ବସ୍ର ଆଉ ଏକ ଯୋଡ଼ି ‘ପାହିରା’। ଅଭିନେତା ପାରସ ଛାବଡା-ମାହିରା ଶର୍ମାଙ୍କ ଯୋଡ଼ି ଏବେ ପରଦାରେ ନଜରକୁ ଆସିବ। ଉଭୟଙ୍କ କିଛି ଫଟୋ ଭାଇରାଲ ହେବା ପରେ ଏଭଳି କିଛି କୁହାଯାଉଛି। ଉଭୟ ଏକାଠି ସ୍କ୍ରିନ୍ ଶେୟାର କରିବେ। ଏକ ମ୍ୟୁଜିକ୍ ଭିଡିଓରେ ଏହି ଯୋଡ଼ି ନଜରକୁ ଆସିବେ। ଭିଡିଓ ଲଞ୍ଚ୍ ହେବା ପୂର୍ବରୁ ବ୍ରାଇଡାଲ ଲୁକ୍ରେ ପାରସ ଓ ମାହିରାଙ୍କ ଫଟୋ ଭାଇରାଲ ହେଉଛି।
ବିଗ୍ବସ୍କୁ ଯିବା ପୂର୍ବରୁ ପାରସ ଆକାଂକ୍ଷାଙ୍କ ପ୍ରେମରେ ଥିଲେ। ହେଲେ ପରେ ସେ ଆକାଂକ୍ଷାଙ୍କଠାରୁ ଦୂରେଇ ଯିବାକୁ ଚାହୁଁଥିବା କହିଥିଲେ। ମାହିରାଙ୍କ ସହ ତାଙ୍କ ନୂଆ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ ଭବିଷ୍ୟତରେ କପଲ୍ ହୋଇପାରନ୍ତି ବୋଲି ଅନେକେ ମତ ରଖିଥିଲେ। ହେଲେ ଏବେ ପରିସ୍ଥିତି ଟିକିଏ ବଦଳିଛି। ପାରସଙ୍କୁ ମାହିରା କେବଳ ବନ୍ଧୁ ବୋଲି କହୁଛନ୍ତି। ଅପରପକ୍ଷେ ଏକ ନୂଆ ଶୋ’ରେ ନିଜ ପାଇଁ ଜୀବନସାଥୀ ଖୋଜୁଛନ୍ତି ପାରସ। ତେଣୁ ଆଗାମୀ ଦିନରେ ତାଙ୍କର ସାହାନାଇ ବାଜିପାରେ ବୋଲି ଆଲୋଚନା ହେଉଛି। |
https://www.dharitri.com/ପୋଷ୍ଟ-ଅଫିସ୍ରେ-ହେଉନି-ଆଧା/ | ପୋଷ୍ଟ ଅଫିସ୍ରେ ହେଉନି ଆଧାର ସଂଶୋଧନ: ଲୋକେ ହୀନସ୍ତା
ଯୋଡ଼ା, ୧୪।୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ସହରର ମଧ୍ୟଭାଗରେ ଥିବା ଯୋଡା ପୋଷ୍ଟ ଅଫିସ୍ରେ ହେଉଥିବା ଆଧାର ସଂଶୋଧନ ପ୍ରକୋଷ୍ଠଟି ବନ୍ଦ ପଡିଥିବା ଯୋଗୁ ଲୋକେ ହୀନସ୍ତା ହେଉଥିବା ଅଭିଯୋଗ କରିଛନ୍ତି। ଯୋଡା ସହରର ବିପ୍ଳବ ଚାଟାର୍ଜୀ, ସମୀର ଦାସ, ମହମ୍ମଦ ଅଲୀ, ସୁଧାଂଶୁ ବାରିକ, ପୀତାମ୍ବର ସା, କାଠିଆ ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି ଯେ, ସମସ୍ତ ପୋଷ୍ଟ ଅଫିସ୍ରେ ଲୋକମାନଙ୍କୁ ଆଧାର ସମ୍ବନ୍ଧୀୟ ସମସ୍ତ ସେବା ଯୋଗାଇ ଦେବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି। ଏଣୁ ସାଧାରଣ ଲୋକେ ଆଧାର କାର୍ଯ୍ୟ କରାଇବା ପାଇଁ ପୋଷ୍ଟ ଅଫିସ୍ର ଦ୍ୱାରସ୍ଥ ହେଉଛନ୍ତି। ମାତ୍ର ଯୋଡା ପୌରପାଳିକାର ୭ନଂ ଓ୍ବାର୍ଡ ସୁପର ମାର୍କେଟ ନିକଟସ୍ଥ ପୋଷ୍ଟ ଅଫିସରେ ଥିବା ଆଧାର ସଂଶୋଧନ ପ୍ରକୋଷ୍ଠଟି ଦୀର୍ଘ ୨୦ ଦିନ ହେବ ବନ୍ଦହୋଇ ରହିଛି। ଫଳରେ ଲୋକେ ବାରମ୍ବାର ଏଠାକୁ ଆଧାର କାର୍ଡ କାର୍ଯ୍ୟ କରିବା ପାଇଁ ଆସୁଥିବା ବେଳେ ପୋଷ୍ଟ ଅଫିସ୍ ପକ୍ଷରୁ ଷ୍ଟାଫ ନାହାନ୍ତି, କାଲି ଆସନ୍ତୁ ଏପରି କହି ଫେରାଇ ଦିଆଯାଉଥିବା ଅଭିଯୋଗ କରିଛନ୍ତି।
ସେମାନେ ଆହୁରି ଅଭିଯୋଗ କରି କହିଛନ୍ତି ଯେ, ଆଧାର ତ୍ରୁଟି ଯୋଗୁ ସେମାନଙ୍କର ରାଶନ କାର୍ଡ ସହିତ ଆଧାର କାର୍ଡ ଲିଙ୍କ ହୋଇ ପାରୁ ନ ଥିବାରୁ ପିଡିଏସ ସାମଗ୍ରୀରୁ ସେମାନେ ବଞ୍ଚିତ ହେଉଛନ୍ତି। ଏ ସମ୍ପର୍କରେ ପୋଷ୍ଟ ମାଷ୍ଟର ସୁଜିତ କୁମାର ପାଲଙ୍କୁ ପଚାରିବାରୁ ଦୈନିକ ୨ ଘଣ୍ଟା ପାଇଁ ଉକ୍ତ ପ୍ରକୋଷ୍ଠରେ ଜଣେ କର୍ମଚାରୀ ପାର୍ଟ ଟାଇମ୍ ଭାବେ କାର୍ଯ୍ୟ କରୁଛନ୍ତି। ହେଲେ ଉକ୍ତ କର୍ମଚାରୀ ଜଣଙ୍କୁ ଅନ୍ୟ କାର୍ଯ୍ୟ ଦିଆଯିବାରୁ ସେ ଏହି କାର୍ଯ୍ୟ କରିପାରୁନାହାନ୍ତି। କର୍ମଚାରୀ ଅଭାବ ହେତୁ ପ୍ରକୋଷ୍ଠ ଖୋଲାଯାଇପାରୁନାହିଁ। ଏଥିପାଇଁ ଜଣେ ସ୍ଥାୟୀ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବା ପାଇଁ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ହେଁ, ତାହା ପୂରଣ ହୋଇପାରୁନାହିଁ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ା |
https://www.dharitri.com/ବରଗଡ଼-ଧନୁଯାତ୍ରା-ଉଦ୍ଘାଟି/ | ବରଗଡ଼ ଧନୁଯାତ୍ରା ଉଦ୍ଘାଟିତ
ମଥୁରାନଗରୀ,୧-୧:ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଉଦ୍ଘାଟିତ ହୋଇଯାଇଛି। ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବରଗଡ଼ ଏମ୍ପି ସୁରେଶ ପୂଜାରୀ, ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ ଏହାକୁ ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ ସମାରୋହରେ ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, କାର୍ଯ୍ୟକାରୀ ସଭାପତି ତଥା ଏସପି ପଦ୍ମିନୀ ସାହୁ, ସମ୍ପାଦକ ସୁରେଶ୍ୱର ଶତପଥୀ, ରାଜ ଦରବାର କମିଟି ଆବାହକ ରାଜେନ୍ଦ୍ର ପ୍ରସାଦ ସିଂ, ସାଂସ୍କୃତିକ କମିଟି ଆବାହକ ଗୋପାଳକୃଷ୍ଣ ଦାଶ, କଳାକାର ଉପଦେଷ୍ଟା ସମନ୍ବୟ ସମିତି ସହ ଆବାହକ ଅଶୋକ ବେହେରା, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ସଦସ୍ୟ ଚୈତନ୍ୟ ପାଇକ, ପୂର୍ବତନ ପୌର ଉପାଧ୍ୟକ୍ଷା କଳ୍ପନା ମାଝି ପ୍ରମୁଖ ଉପସ୍ଥିତ ଥିଲେ। ଉଦ୍ଘାଟନ ପରେ ବରଗଡ଼ ସହର ମଥୁରାନଗରୀ ପାଲଟି ଯାଇଥିବାବେଳେ କଂସଙ୍କ ରାଜୁତି ଆରମ୍ଭ ହୋଇଛି। |
https://www.dharitri.com/police-orders-to-lose-weight/ | ଓଜନ କମାଇବା ପାଇଁ ପୋଲିସ ବାବୁଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର,୧୫ା୨(ବ୍ୟୁରୋ): ଭୁବନେଶ୍ବର ପୋଲିସର ସବୁ ଅଧିକାରୀ ଓ କର୍ମଚାରୀଙ୍କୁ ଫିଟ୍ ରହିବାକୁ କମିଶନରେଟ ପୋଲିସ ନିର୍ଦ୍ଦେଶ ଦେଇଛି। ଡିଜି କ୍ୟାମ୍ପ ହାଉସ୍ରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ହେଡ୍କ୍ବାର୍ଟର, ଟିମ୍ ୬୦, ଓଏସ୍ଏପି ଫିଟ୍ ରହିବେ ସେଥିପାଇଁ କମିଶନରେଟ ପୋଲିସ ନିର୍ଦ୍ଦେଶନାମା ଜାରି କରିଛି। ଡ୍ୟୁଟିର ସୁବିଧା ଅନୁଯାୟୀ, ସକାଳେ ଏବଂ ଅପରାହ୍ନରେ ନିଜ ନିଜ କ୍ୟାମ୍ପସ୍ରେ ବ୍ୟାୟାମ କରାଯିବ। ଫିଟନେସ୍ ଏବଂ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଗୁରୁତ୍ୱ ଦେବାକୁ ସବୁ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉପସ୍ଥାନକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ୮୦ ପ୍ରତିଶତରୁ କାହାର ଉପସ୍ଥାନ କମ୍ ରହିବ ନାହିଁ।
ସେହିପରି ଓଜନ ଉପରେ ଗୁରୁତ୍ୱ ଦିଆଯାଇ ଏହାକୁ ନିୟମିତ ଭାବେ ତଦାରଖ କରାଯିବ। ତମାଖୁ ଦ୍ରବ୍ୟ ଏବଂ ମଦ୍ୟପାନର ବ୍ୟବହାର କମ୍ କରିବାକୁ ଚାପ ପକାଯିବ । ୟୁନିଫର୍ମରେ ସ୍ମାର୍ଟ ଲୁକ୍କୁ ଗୁରୁତ୍ୱ ଦିଆଯିବା ସହ ସକ୍ରିୟ ଭାବରେ କାମ କରିବାକୁ ପରାମର୍ଶ ଦିଆଯାଇଛି। |
https://www.dharitri.com/first-qualifier-mumbai-beat-mumbai-against-delhi/ | ପ୍ରଥମ କ୍ୱାଲିଫାୟର: ଦିଲ୍ଲୀ ବିପକ୍ଷରେ ମୁମ୍ବାଇ ପଲା ଭାରି
ଦୁବାଇ, ୫।୧୧(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି। ଲିଗ୍ ପର୍ଯ୍ୟାୟ ଶେଷରେ ୪ ଦଳ ମୁମ୍ବାଇ ଇଣ୍ଡିଆନ୍ସ (୧୮ ପଏଣ୍ଟ), ଦିଲ୍ଲୀ କ୍ୟାପିଟାଲ୍ସ(୧୬), ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (୧୪) ଓ ସନ୍ରାଇଜର୍ସ ହାଇଦ୍ରାବାଦ (୧୪) ପ୍ଲେ-ଅଫ୍ରେ ପ୍ରବେଶ କରିଛନ୍ତି। କୋଲକାତା ନାଇଟ ରାଇଡର୍ସ (୧୪), କିଙ୍ଗ୍ସ ଇଲେଭେନ ପଞ୍ଜାବ (୧୨), ଚେନ୍ନାଇ ସୁପରକିଙ୍ଗ୍ସ (୧୨) ଓ ରାଜସ୍ଥାନ ରୟାଲ୍ସ (୧୨) ବିଦାୟ ନେଇଛନ୍ତି। ମଙ୍ଗଳବାର ଅନୁଷ୍ଠିତ ଶେଷ ଲିଗ୍ ମ୍ୟାଚରେ ଟେବୁଲ ଟପ୍ପର ମୁମ୍ବାଇକୁ ୧୦ ଉଇକେଟରେ ହରାଇ ସନ୍ରାଇଜର୍ସ ପ୍ଲେ-ଅଫ୍ ପକ୍କା କରିଛି। ପଏଣ୍ଟ ଟେବୁଲରେ ଶୀର୍ଷସ୍ଥାନ ଅଧିକାର କରିଥିବା ଦୁଇ ଦଳ ମୁମ୍ବାଇ ଓ ଦିଲ୍ଲୀ ମଧ୍ୟରେ ଗୁରୁବାର ପ୍ରଥମ କ୍ୱାଲିଫାୟର ଖେଳାଯିବ। ଏହି ଦଳର ବିଜେତା ଫାଇନାଲରେ ପ୍ରବେଶ କରିବ। ପରାଜିତ ଦଳ କ୍ୱାଲିଫାୟର-୨ରେ ଆଉଥରେ ଭାଗ୍ୟପରୀକ୍ଷା କରିବ। ଟୁର୍ନାମେଣ୍ଟର ସବୁଠାରୁ ସଫଳ ଦଳ ୪ ଥର ଚାମ୍ପିୟନ ମୁମ୍ବାଇ ମୋମେଣ୍ଟମ୍ ହରାଇ ଗତ ମ୍ୟାଚରେ ୧୦ ଉଇକେଟରେ ପରାଜିତ ହୋଇଥିଲା। ଅନ୍ୟପକ୍ଷରେ କ୍ରମାଗତ ୪ ପରାଜୟ ପରେ ବାଙ୍ଗାଲୋରକୁ ହରାଇ ଦିଲ୍ଲୀ ଦଳ ମୁମ୍ବାଇକୁ ଟକ୍କର ଦେବାକୁ ପ୍ରସ୍ତୁତ ହୋଇଛି। ପ୍ରଦର୍ଶନ ଦୃଷ୍ଟିରୁ ଦିଲ୍ଲୀ ବିପକ୍ଷରେ ମୁମ୍ବାଇ ପଲା ଭାରି ରହିଛି। ଚଳିତ ସଂସ୍କରଣରେ ଅନୁଷ୍ଠିତ ଦୁଇ ମୁକାବିଲାରେ ମୁମ୍ବାଇ ଶତପ୍ରତିଶତ ବିଜୟ ରେକର୍ଡ ରଖିଛି। ଦିଲ୍ଲୀକୁ ଏହି ଦଳ ପ୍ରଥମ ଭେଟରେ ୫ ଉଇକେଟରେ ଓ ଦ୍ୱିତୀୟ ମୁକାବିଲାରେ ୯ ଉଇକେଟରେ ପରାସ୍ତ କରିଛି।
ହାମଷ୍ଟ୍ରିଙ୍ଗ୍ ଇଞ୍ଜୁରି ଯୋଗୁ ୪ ମ୍ୟାଚରୁ ବାଦ୍ ପଡ଼ିବାପରେ ଅଧିନାୟକ ରୋହିତ ଶର୍ମା ପ୍ରତ୍ୟାବର୍ତ୍ତନ କରିବା ମୁମ୍ବାଇ ଦଳର ମନୋବଳ ବଢ଼ାଇଛି। ରୋହିତ ଗତ ମ୍ୟାଚରେ ମାତ୍ର ୪ ରନ କରି ଆଉଟ ହୋଇଥିବାରୁ ଆଗାମୀ ବଡ଼ ମ୍ୟାଚରେ ଦକ୍ଷତା ଅନୁସାରେ ଖେଳିବା ଆବଶ୍ୟକ ହେଉଛି। ଗତଥର ଚାମ୍ପିୟନ ମୁମ୍ବାଇର ବ୍ୟାଟିଂ ଲାଇନ୍ଅପ୍ ଶକ୍ତିଶାଳୀ ଥିବାବେଳେ ବୋଲିଂ ବିଭାଗ ବେଶ୍ ଶାଣିତ। ଟପ୍ ଅର୍ଡରରେ ଇଶାନ କିଶନ ୪୨୮, କ୍ୱିଣ୍ଟନ ଡି’କକ୍ ୪୪୩ ଓ ସୂର୍ଯ୍ୟକୁମାର ଯାଦବ ୪୧୦ ରନ ସଂଗ୍ରହ କରି ସାରିଛନ୍ତି। ମିଡିଲ ଅର୍ଡରରେ ହାର୍ଡ ହିଟରଭାବେ ପରିଚିତ ହାର୍ଦ୍ଦିକ ପାଣ୍ଡ୍ୟା(୨୪୧) ଓ କିରନ ପୋଲାର୍ଡ(୨୫୯) ମଧ୍ୟ ସେମାନଙ୍କ ଯୋଗଦାନ ଦେଇଛନ୍ତି। ପୋଲାର୍ଡଙ୍କ ଛକା ମାରିବା ଟେକ୍ନିକ ଏବେ ମଧ୍ୟ ଚମତ୍କାରଭାବେ କାମ ଦେଉଛି। ଦୁଇ ମୁଖ୍ୟ ବୋଲର ଯଶପ୍ରୀତ ବୁମ୍ରା ୨୩ ଓ ଟ୍ରେଣ୍ଟ ବୋଲ୍ଟ ୨୦ ଉଇକେଟ ହାସଲ କରିଛନ୍ତି। ସ୍ପିନର ରାହୁଲ ଚହର(୧୫) ଓ କୃନାଲ ପାଣ୍ଡ୍ୟା(୫ ଉଇକେଟଓ ୯୫ ରନ) ମଧ୍ୟ ପଛରେ ପଡ଼ି ନାହାନ୍ତି।
ଅନ୍ୟପକ୍ଷରେ ଦିଲ୍ଲୀ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନରେ ସ୍ଥିରତା ରହିନାହିଁ। ଜଣେ କିମ୍ବା ଦୁଇଜଣ ବ୍ୟାଟ୍ସମ୍ୟାନଙ୍କ ଉପରେ ଦଳ ନିର୍ଭର କରୁଛି। ଅଜିଙ୍କ୍ୟ ରାହାନେ ଗତ କେତୋଟି ମ୍ୟାଚରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି। ବିଶେଷ କରି ବାଙ୍ଗାଲୋର ବିପକ୍ଷରେ ଦିଲ୍ଲୀକୁ ବିଜୟୀ କରାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଅଭିଜ୍ଞ ଓପନର ଶିଖର ଧାଓ୍ବନ (୫୨୫ ରନ) ଚମତ୍କାର ଫର୍ମରେ ଅଛନ୍ତି। ସେ ଇତିମଧ୍ୟରେ ୨ ଶତକ ଏବଂ ୩ ଅର୍ଦ୍ଧଶତକ ହାସଲ କରି ସାରିଛନ୍ତି। ତେବେ ଆଗାମୀ ବଡ଼ ମ୍ୟାଚରେ ତାଙ୍କୁ ଉପଯୁକ୍ତ ପାର୍ଟନର ମିଳିବା ଆବଶ୍ୟକ ହେଉଛି। ଦୁଇ ଯୁବ ଖେଳାଳି ପୃଥ୍ବୀ ଶ’(୨୨୮) ଓ ରିଷଭ ପନ୍ତ(୨୮୨) ଦକ୍ଷତା ଅନୁସାରେ ଖେଳି ନ ପାରିବା ଦଳପାଇଁ ଚିନ୍ତାର କାରଣ ହୋଇଛି। ବିଦେଶୀ ଖେଳାଳି ଶିମରନ ହେଟମେର(୧୩୮) ଓ ମାର୍କୁସ ଷ୍ଟୋଇନ୍ସ (୨୪୯)ଙ୍କ ଅବସ୍ଥା ମଧ୍ୟ ତାହା। ଆଗାମୀ ମ୍ୟାଚରେ ଅଧିନାୟକ ଶ୍ରେୟାସ ଆୟାର(୪୨୧)ଙ୍କ ଉପରେ ଇନିଂସ ଗଢ଼ିବାର ଗୁରୁଦାୟିତ୍ୱ ରହିବ। ବୋଲିଂ ବିଭାଗରେ ଦୁଇ ଦକ୍ଷିଣ ଆଫ୍ରିକା ପେସର କାଗିଶୋ ରାବାଡ଼ା(୨୫ ଉଇକେଟ) ଓ ଏନରିଚ୍ ନର୍ଜେ(୧୯) ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ଅକ୍ଷର ପଟେଲ ମଧ୍ୟ ଭଲ କରିଛନ୍ତି।
ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (ଅଧିନାୟକ), କ୍ୱିଣ୍ଟନ ଡି କକ୍, ସୂର୍ଯ୍ୟକୁମାର ଯାଦବ, ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, କିରନ ପୋଲାର୍ଡ, କୃନାଲ ପାଣ୍ଡ୍ୟା, ଯଶପ୍ରୀତ ବୁମ୍ରା, ଟ୍ରେଣ୍ଟ ବୋଲ୍ଟ, ଜେମ୍ସ ପ୍ୟାଟିନସନ, ରାହୁଲ ଚହର, ସୌରଭ ତିଓ୍ବାରୀ, ନାଥାନ କୁଲ୍ଟର ନୀଲ, ଆଦିତ୍ୟ ତାରେ, ଶେର୍ଫାନେ ରୁଥରଫୋର୍ଡ, ଅନମୋଲପ୍ରୀତ ସିଂ, କ୍ରିସ୍ ଲିନ୍, ଧାଓ୍ବଲ କୁଲକର୍ନୀ, ମିଚେଲ ମ୍ୟାକକ୍ଲିନଘାନ, ପ୍ରିନ୍ସ ବଲଓ୍ବନ୍ତ ରାୟ ସିଂ, ଦିଗ୍ବିଜୟ ଦେଶମୁଖ, ମହସିନ ଖାଁ, ଜୟନ୍ତ ଯାଦବ, ଅନୁକୂଳ ରୟ।
ଦିଲ୍ଲୀ କ୍ୟାପିଟାଲ୍ସ: ଶ୍ରେୟାସ ଆୟାର(ଅଧିନାୟକ), ଶିଖର ଧାଓ୍ବନ, ପୃଥ୍ବୀ ଶ, ଅଜିଙ୍କ୍ୟ ରାହାନେ, ରିଷଭ ପନ୍ତ, ମାର୍କୁସ ଷ୍ଟୋଇନ୍ସ, କାଗିଶୋ ରାବାଡା, ଏନରିଚ୍ ନର୍ଜେ, ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ, ଡାନିଏଲ ସାମ୍ସ, କେମୋ ପଲ୍, ମୋହିତ ଶର୍ମା, ଲଳିତ ଯାଦବ, ହର୍ଶଲ ପଟେଲ, ଆଲେକ୍ସ କାରେ, ଶିମରନ ହେଟମେର, ତୁଷାର ଦେଶପାଣ୍ଡେ, ଆଭେଶ ଖାଁ, ସନ୍ଦୀପ ଲାମିଚାନେ, । |
https://www.dharitri.com/ବାତ୍ୟା-ଅମ୍ଫନ୍-କ୍ଷୟକ୍ଷତି/ | ବାତ୍ୟା ଅମ୍ଫନ୍ କ୍ଷୟକ୍ଷତି ଆକଳନ: ବାଲେଶ୍ୱର, କେନ୍ଦ୍ରାପଡ଼ା ପରିଦର୍ଶନ କଲେ କେନ୍ଦ୍ରୀୟ ଟିମ୍; ଶୁକ୍ରବାର ଗସ୍ତ କରିବେ ଜଗତ୍ସିଂହପୁର, ଭଦ୍ରକ
ଭୁବନେଶ୍ୱର,୪ା୬(ବ୍ୟୁରୋ)/କେନ୍ଦ୍ରାପଡ଼ାଅଫିସ/ଭୋଗରାଇ/ବାଲିଆପାଳ, (ଡି.ଏନ୍.ଏ.): ବାତ୍ୟା ଅମ୍ଫନ୍ର କ୍ଷୟକ୍ଷତି ଆକଳନ କରିବାକୁ ଏକ ୭ ଜଣିଆ କେନ୍ଦ୍ରୀୟ ଟିମ୍ ଭୁବନେଶ୍ୱରରେ ପହଞ୍ଚିଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଯୁଗ୍ମ ସଚିବ ଶ୍ରୀ ପ୍ରକାଶଙ୍କ ନେତୃତ୍ୱରେ ଏହି ଟିମ୍ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଟିମ୍ରେ କୃଷି ଓ ସମବାୟ ବିଭାଗର ଆସିଷ୍ଟାଣ୍ଟ କମିଶନର ସୋମନାଥ ଆଗାସିମନି, ନୂଆଦିଲ୍ଲୀ ସ୍ଥିତ ମତ୍ସ୍ୟ ବିଭାଗର ଆସିଷ୍ଟାଣ୍ଟ କମିଶନର ଏସ.କେ. ରଥ, ଅର୍ଥ ମନ୍ତ୍ରଣାଳୟର ଖର୍ଚ୍ଚ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସୁରଜ କୁମାର ପ୍ରଧାନ, ଜଳଶକ୍ତି ମନ୍ତ୍ରଣାଳୟର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ଅମରୀଶ ପାଲ ସିଂ, ଶକ୍ତି ମନ୍ତ୍ରଣାଳୟର ନିର୍ଦ୍ଦେଶକ ଏନ୍ଆର୍ଏଲ୍କେ ପ୍ରସାଦ ଏବଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ଅଧିକାରୀ ବି ଏନ ସହାୟ ଏହି ଟିମ୍ର ସଦସ୍ୟ ରହିଛନ୍ତି। ଏହି କେନ୍ଦ୍ରୀୟ ଟିମ୍ ଦୁଇଦିନ ୪ଟି ଜିଲା ବାଲେଶ୍ୱର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଜଗତ୍ସିଂହପୁର ଗସ୍ତକରି କ୍ଷୟକ୍ଷତି ଆକଳନ କରିବେ। ୫ ତାରିଖରେ ଟିମ୍-ଏ ଭଦ୍ରକ ଏବଂ ଟିମ୍-ବି ଜଗତ୍ସିଂହପୁର ଗସ୍ତ କରିବେ। ସେହି ଦିନ ଅପରାହ୍ନରେ ଉଭୟ ଟିମ୍ ଭୁବନେଶ୍ୱର ଫେରିଆସିବେ। ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହିତ ବୈଠକରେ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିବେ। ଗୁରୁବାର ଏହି ଟିମ୍ ଦୁଇ ଭାଗରେ ବିଭକ୍ତ ହୋଇ ଜିଲାଗସ୍ତ କରିଛନ୍ତି। ଟିମ୍-ଏ ବାଲେଶ୍ୱର ଏବଂ ଟିମ୍-ବି କେନ୍ଦ୍ରାପଡ଼ା ଜିଲା ଗସ୍ତ କରିଛନ୍ତି।
କେନ୍ଦ୍ରୀୟ ଟିମ୍-ବି ସଦସ୍ୟଙ୍କ ସହିତ ଜିଲାପାଳ ସମର୍ଥ ବର୍ମା ପ୍ରମୁଖ ରାଜନଗର ବ୍ଲକ ପେଣ୍ଠ ଓ ନଳିତାପାଟିଆ ଅଞ୍ଚଳ ପରିଦର୍ଶନ କରିଥିଲେ। ପରେ ଜିଲାପାଳଙ୍କ କାର୍ଯ୍ୟାଳୟରେ କେନ୍ଦ୍ରୀୟ ଟିମ୍ ସହ ଜିଲା ପ୍ରଶାସନ ଅଧିକାରୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲା ଜରୁରିକାଳୀନ ଅଧିକାରୀ ସମ୍ବିତ୍ କୁମାର ଶତପଥୀ ଅମ୍ଫନ୍ ସମୟରେ କ୍ଷୟକ୍ଷତି ସହିତ ବାତ୍ୟା ପରିଚାଳନା ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ। ସେ ଦର୍ଶାଇଥିଲେ, ଅମ୍ଫନ୍ ବାତ୍ୟାରେ ଜିଲାର ୧୫୯୨ ରାଜସ୍ବ ଗ୍ରାମରେ କ୍ଷତି ହୋଇଛି। ୪୭୮ ହେକ୍ଟର ଚାଷ କ୍ଷତି ହୋଇଥିବା ବେଳେ ୧୪୫୧ଟି ଘର ଭାଙ୍ଗିଛି। ସେହିପରି ୮,୭୧,୯୪୩ ପ୍ରାଣୀ ସମ୍ପଦ ପ୍ରଭାବିତ ହୋଇଛନ୍ତି। ଏଥିରେ ୪୬୩.୬୭୩ ଲକ୍ଷ ଟଙ୍କାର ବେସରକାରୀ ଓ ସରକାରୀ ସମ୍ପଦ କ୍ଷତି ହୋଇଛି। ତେବେ ବାତ୍ୟାରେ କୌଣସି ଲୋକ ମୃତାହତ ହୋଇନାହାନ୍ତି। ବାତ୍ୟା ପୂର୍ବରୁ ଜିଲାର ୩୯୮୬୪ ଜଣଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇଥିଲା। ବୈଠକରେ ଏଡିଏମ୍ ବସନ୍ତ କୁମାର ରାଉତ, ପିଡି ଦିଲୀପ କୁମାର ପରିଡାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ସାମିଲ ହୋଇଥିଲେ। |
https://www.dharitri.com/ପାହାଡ଼ରୁ-ଛାତ୍ରଙ୍କ-ମୃତଦେହ/ | ପାହାଡ଼ରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର
ଲଖନପୁର,୧୩।୭(ଡି.ଏନ୍.ଏ.) – ଝାରସୁଗୁଡ଼ା ରେଙ୍ଗାଲି ଥାନା କଦମ୍ବଘାଟ ପାହାଡ଼ରୁ ଶନିବାର ପୋଲିସ ସନ୍ଦେହଜନକ ଅବସ୍ଥାରେ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଛାତ୍ର ହେଲେ ବାଉଁସେନ୍ପାଲିର ଜ୍ଞାନ କଅଁରଙ୍କ ପୁଅ ସୁକାନ୍ତ (୧୫)। ଜ୍ଞାନଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ. ୧୩/୧୯) ରୁଜୁକରି ତଦନ୍ତ ଚଳାଇଛି। ସୁକାନ୍ତଙ୍କ କାନମୁଣ୍ଡାରୁ ସାମନ୍ୟ ରକ୍ତ ବାହାରୁଥିଲା। ତେବେ ଶରୀରର ଅନ୍ୟ କୌଣସି ସ୍ଥାନରେ କ୍ଷତଚିହ୍ନ ନ ଥିଲା। ମୃତଦେହ ଏକ ପଥର ଚଟାଣ ଉପରେ ପଡ଼ିରହିଥିଲା। ଘଟଣାର ଉପଯୁକ୍ତ ତଦନ୍ତ କରିବାକୁ ଜ୍ଞାନ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ସୁକାନ୍ତ ବାଉଁସେନପାଲି ଗ୍ରାମର କୈଳାସ ସା ଓ ରଣଜିତ କଅଁରଙ୍କ ସହ ଶନିବାର ସକାଳ ୧୦ଟାରେ ଗ୍ରାମ ନିକଟ କଦମ୍ବଘାଟ ପାହାଡ଼କୁ ମୟୂରପୁଛ ଖୋଜିବା ପାଇଁ ଯାଇଥିଲେ। ପାହାଡ଼ ଚଢ଼ିବା ପରେ ୩ଜଣଯାକ ଗୋଟିଏ ସ୍ଥାନରେ ବସି କିଛି ଖାଦ୍ୟ ଖାଇଥିଲେ। ପରେ କୈଳାସ ଓ ରଣଜିତ ଗୋଟିଏ ରାସ୍ତାରେ ବାହାରିଥିଲେ। ସୁକାନ୍ତ ଅନ୍ୟ ରାସ୍ତା ଧରିଥିଲେ। ମୟୂରପୁଛ ଖୋଜିସାରିବା ପରେ ସମସ୍ତେ ଗୋଟିଏ ସ୍ଥାନରେ ଏକାଠି ହେବେ ବୋଲି ସେମାନେ କଥା ହୋଇଥିଲେ। ମୟୂରପୁଛ ଖୋଜିସାରିବା ପରେ କୈଳାସ ଓ ରଣଜିତ ଉକ୍ତ ସ୍ଥାନରେ ପହଞ୍ଚିଥିଲେ ମଧ୍ୟ ସୁକାନ୍ତ ଆସି ନ ଥିଲେ। କୈଳାସ ଓ ରଣଜିତ ତାଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବା ପରେ ଅପରାହ୍ନ ୨ଟାରେ ଘରକୁ ଫେରିଆସି ସୁକାନ୍ତଙ୍କ ପରିବାର ଲୋକଙ୍କୁ ଏହି ସୂଚନା ଦେଇଥିଲେ। ସୁକାନ୍ତଙ୍କ ବାପା ଜ୍ଞାନ କୈଳାସ ଓ ରଣଜିତଙ୍କୁ ସାଙ୍ଗରେ ଧରି ପୁଅକୁ ଖୋଜିବା ପାଇଁ ପାହାଡ଼କୁ ବାହାରିଥିଲେ। ଏହି ସମୟରେ ସୁକାନ୍ତଙ୍କ ମୃତଦେହ ଏକ ପଥର ଚଟାଣ ଉପରେ ପଡ଼ିଥିବା ସେମାନେ ଦେଖିବାକୁ ପାଇଥିଲେ। ସୂଚନାଯୋଗ୍ୟ, ସୁକାନ୍ତ ଭିକମପାଲି ହାଇସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ। |
https://www.dharitri.com/ବ୍ୟାଙ୍କ-ଡକାୟତି-ଯୋଜନା-ପଣ୍/ | ବ୍ୟାଙ୍କ ଡକାୟତି ଯୋଜନା ପଣ୍ଡ, ୭ ଗିରଫ
ଗୋପାଳପୁର/କନିଷି,୧୭ା୪(ଡି.ଏନ.ଏ.)-ଗୋଳନ୍ଥରା ଥାନା ପୋଲିସ ସୋମବାର ରାତିରେ ଏକ ବ୍ୟାଙ୍କରୁ ଡକାୟତି ଯୋଜନା କରୁଥିବା ୭ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କୁନା ବେହେରା, ସୁରଜ ପରିଡା, ତୋଫାନ ଦାସ, ଲିଲୁ ଦଳେଇ, ଅମର କୁମାର ଦଳେଇ, ବିକ୍ରମ ଦାସ ଓ ମନୋଜ ଦାସ। ସେମାନଙ୍କଠାରୁ ଦୁଇଟି ବୋମା, ୨ ଖଣ୍ଡା, ଗୋଟିଏ ଲୁହାରଡ ଜବତ କରାଯାଇଛି। କୁନାଙ୍କ ନାମରେ ବ୍ରହ୍ମପୁର ପୋଲିସ ଜିଲାର ବିଭିନ୍ନ ଥାନାରେ ୨୨ ମାମଲା ରହିଥିବା ଥାନା ଅଧିକାରୀ ବାବୁଲି ନାୟକ ସୂଚନା ଦେଇଛନ୍ତି। ସୋମବାର ରାତିରେ ରଣ୍ଢା ଓ ଚିକରଡା ରାସ୍ତାରେ ଥିବା ଏକ ନିର୍ମାଣାଧୀନ କୋଠାରେ ଅଭିଯୁକ୍ତମାନେ ରଣ୍ଢାସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି ପାଇଁ ଯୋଜନା କରୁଥିଲେ। ପୋଲିସ ଏହି ସୂଚନା ପାଇ ସେଠାରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ କାବୁ କରିଥିଲା। ଏ ନେଇ ଥାନାରେ ନଂ. ୧୧୧/୧୯ରେ ଏକ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ଏକାଧିକ ମାମଲାର ଅଭିଯୁକ୍ତ କୁନାଙ୍କୁ ପୋଲିସ ଏନ୍କାଉଣ୍ଟର କରିଥିଲା। ତାଙ୍କୁ କୋର୍ଟଚାଲାଣ କରାଯାଇଥିଲେ ମଧ୍ୟ ପରେ ଜାମିନରେ ମୁକୁଳିଥିଲେ। |
https://www.dharitri.com/big-news-about-vinesh-phogat-court-says/ | ଭିନେଶ ଫୋଗଟ୍ଙ୍କୁ ନେଇ ଆସିଲା ବଡ଼ ଖବର, କୋର୍ଟ କହିଲେ…
ନୂଆଦିଲ୍ଲୀ,୧୧।୮: ଘୁଞ୍ଚିଲା ରେସଲର୍ ଭିନେଶ ଫୋଗଟ୍ଙ୍କ ପଦକ ଆବେଦନର ଶୁଣାଣି। ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କୁ ରୌପ୍ୟ ପଦକ ମିଳିବ କି ନାହିଁ ସେ ନେଇ ରବିବାର ରାତିରେ ରାୟ ଆସିବାର ଥିଲା। ମାତ୍ର ଶୁଣାଣି ଦିନକୁ ଘୁଞ୍ଚାଇ ଦିଆଯାଇଛି। ୫୦ କେଜି ରେସଲିଂ ଓଜନ ବର୍ଗରେ ଫାଇନାଲ ପୂର୍ବରୁ ଅଯୋଗ୍ୟ ଘୋଷିତ ଭିନେଶଙ୍କ ସ୍ବର୍ଣ୍ଣ ପଦକ ଜିତିବା ଆଶା ଧୂଳିସାତ୍ ହୋଇଯାଇଥିବା ବେଳେ ସେ ରୌପ୍ୟ ପଦକ ପାଇଁ ଆବେଦନ କରିଥିଲେ।
ପ୍ୟାରିସ ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ କୁସ୍ତିରେ ଭାରତ ସ୍ବର୍ଣ୍ଣ ପଦକ ଜିତିବ ବୋଲି ଆଶା କରାଯାଉଥିଲା। ୫୦ କିଲୋଗ୍ରାମ ଓଜନ ବର୍ଗର ଫାଇନାଲରେ ସ୍ଥାନ ସୁରକ୍ଷିତ କରି ଭିନେଶ ଇତିହାସ ସୃଷ୍ଟି କରିଥିଲେ। ମଙ୍ଗଳବାର ଭାରତୀୟ ତାରକା ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲେ। ହେଲେ ଦୁର୍ଭାଗ୍ୟବଶତଃ ମ୍ୟାଚ ପୂର୍ବରୁ ତାଙ୍କର ମାତ୍ର ୧୦୦ ଗ୍ରାମ ଓଜନ ବଢି ଯାଇଥିଲା। ଫଳରେ ତାଙ୍କୁ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ କରାଯାଇଥିଲା।
ତେବେ ଭିନେଶଙ୍କୁ ରୋପ୍ୟ ପଦକ ମିଳିବ କି ନେଇ ଏନେଇ କୋର୍ଟ ଅଫ୍ ଆର୍ବିଟ୍ରେଶନ ଫର୍ ସ୍ପୋଟର୍ସ ରାୟ ଦେବାର ଦିନକୁ ଘୁଞ୍ଚାଇ ଦେଇଛନ୍ତି। ରବିବାର ପରିବର୍ତ୍ତେ ୧୩ ତାରିଖ ଅର୍ଥାତ୍ ମଙ୍ଗଳବାର ଶୁଣାଣି କରାଯିବ ବୋଲି CASଙ୍କ ପକ୍ଷରୁ ସୂଚନା ମିଳିଛି। ୧୩ ତାରିଖ ରାତି ୯ଟା ୩୦ରେ ହେବ ଭିନେଶଙ୍କ ଶୁଣାଣି ହେବ ବୋଲି ଜଣାପଡିଛି।
ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରୁ ଭିନେଶଙ୍କ ଅଯୋଗ୍ୟତା ପରେ ରେସଲିଂ ଫେଡେରେସନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ) ୟୁନାଇଟେଡ ୱାଲର୍ଡ ରେସଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ)କୁ ଦାବି କରିଥିଲା ଯେ, ଭିନେଶଙ୍କୁ କିଛି ସମୟ ଦିଆଯାଉ। କିନ୍ତୁ ୟୁଡବ୍ଲ୍ୟୁଡବ୍ଲ୍ୟୁ ଆବେଦନ ସତ୍ତ୍ୱେ ଭିନେଶଙ୍କ ଅଯୋଗ୍ୟତା ପ୍ରତ୍ୟାହାର କରାଯିବ ନାହିଁ ବୋଲି ସ୍ପଷ୍ଟ କରିଥିଲା।
ଭିନେଶ ଅଯୋଗ୍ୟ ଘୋଷିତ ହେବା ପରେ ଗୁରୁବାର ଅବସର ଘୋଷଣା କରିଥିଲେ। ସେ ତାଙ୍କ ପୋଷ୍ଟ ରେ ଲେଖିଥିଲେ, ମୋ’ କୁସ୍ତି ମୋ’ଠାରୁ ଜିତିଗଲା, ମୁଁ ହାରିଗଲି, ମୋତେ କ୍ଷମା କରିବ, ତୁମର ସ୍ବପ୍ନ, ମୋର ସାହସ ସବୁ ଭାଙ୍ଗିଗଲା, ମୋର ଆଉ ଅଧିକ ଶକ୍ତି ନାହିଁ। ତାଙ୍କର ଏହି ଅବସର ଘୋଷଣା ପରେ ସମଗ୍ର ଭାରତବାସୀଙ୍କ ହୃଦୟ ଭାଙ୍ଗି ଯାଇଛି। |
https://www.dharitri.com/5-case-of-corona-detected-in-a-media-house-bbsr/ | ରାଜଧାନୀରେ ଏକ ଗଣମାଧ୍ୟମ ସଂସ୍ଥାର ୫ଜଣଙ୍କୁ କରୋନା
ଭୁବନେଶ୍ୱର,୧୭।୭(ବ୍ୟୁରୋ): ରାଜଧାନୀରେ ଶୁକ୍ରବାର ଚିହ୍ନଟ ହୋଇଥିବା ୧୨୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୫ଜଣ ଗଣମାଧ୍ୟମ ସଂସ୍ଥାର କର୍ମଚାରୀ ଅଛନ୍ତି। ସେମାନଙ୍କର ବୟସ ଯଥାକ୍ରମେ ୩୫, ୩୨, ୨୪,୨୮, ୩୦ ବର୍ଷ ଏବଂ ସମସ୍ତେ ପୁରୁଷ ଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରକାଶ ଯେ, ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୭୨ କ୍ୱାରାଣ୍ଟାଇନ୍ କେସ୍ ରହିଥିବା ବେଳେ ୫୨ ଲୋକାଲ କେସ୍ ରହିଛି। ଏହାକୁ ମିଶାଇ ସହରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦୪୩ ଛୁଇଁଛି। ସେଥିରୁ ୫୭୪ ଆକ୍ଟିଭ୍ କେସ୍ ରହିଥିବା ବେଳେ ୪୫୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିଭଳି ୧୧ଜଣଙ୍କ ମୃତ୍ୟୁ ଘଟିଥିବା ବିଏମ୍ସି ପକ୍ଷରୁ କୁହାଯାଇଛି। |
https://www.dharitri.com/happy-birthday-virender-sehwag/ | ସମ୍ପର୍କୀୟ ଭଉଣୀଙ୍କୁ ପ୍ରେମ କରି ବସିଥିଲେ ମୁଲ୍ତାନର ସୁଲତାନ୍
ଭାରତୀୟ ଦଳର ପୂର୍ବତନ ବିସ୍ଫୋରକ ବ୍ୟଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ଆଜି ୪୩ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୮ ଅକ୍ଟୋବର ୨୦ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। କ୍ରିକେଟ୍ରେ ସେ ଯେମିତି ଚର୍ଚ୍ଚିତ ପ୍ରେମରେ ବି ସେ ବେଶ୍ ମାହିର୍। ତାଙ୍କ ପ୍ରେମ କାହାଣୀ କୌଣସି ବଲିଉଡ ଚଳଚ୍ଚିିତ୍ରଠାରୁ କମ ନୁହେଁ। ସେହ୍ବାଗ କୌଣସି ଅଭିନେତ୍ରୀ କିମ୍ବା ସହପାଠୀ ନୁହେଁ ସମ୍ପର୍କୀୟ ଭଉଣୀ ଆରତୀ ଅଗ୍ରଓ୍ବାଲଙ୍କ ପ୍ରେମରେ ପଡିଥିଲେ। ଆରତୀଙ୍କ ବଡ ଭଉଣୀ ଏକ ସାକ୍ଷାତକାରରେ କହିଥିଲେ, ସେହ୍ବାଗ ଓ ଆରତୀଙ୍କ ଦେଖା ସାକ୍ଷାତ ଏକ ବିବାହ ଭୋଜିରେ ହୋଇଥିଲା। ଆରତିଙ୍କ ପିଉସୀ ସେହ୍ବାଗଙ୍କ ଜଣେ ସମ୍ପର୍କୀୟଙ୍କୁ ବିବାହ କରିଥିଲେ। ସେହି କାରଣରୁ ଦୁହଁିଙ୍କ ମଧ୍ୟରେ ଦେଖା ସାକ୍ଷାତ ହୋଇଥିଲା ଓ ପରେ ଏହା ପ୍ରେମରେ ପରିଣତ ହୋଇଥିଲା। ଉଭୟ ସମ୍ପର୍କରେ ଭାଇ, ଭଉଣୀ ଥିଲେ। ଏହା ଜାଣିଥିଲେ ସୁଦ୍ଧା ଦୁହେଁ ଦୁହିଁଙ୍କୁ ୩ବର୍ଷ ପର୍ଯ୍ୟନ୍ତ ଡେଟ୍ କରିଥିଲେ। ଥରେ ସେହ୍ବାଗ ମଜାକରେ ଆରତୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ସେ ମଧ୍ୟ ଏଥିରେ ରାଜି ହୋଇ ଯାଇଥିଲେ। ୨୦୦୪ରେ ଦୁହେଁ ବିବାହ କରିଥିଲେ। ତାଙ୍କ ଚମତ୍କାର କ୍ୟାରିୟରରେ ବୀରୁ ୧୦୪ଟି ଟେଷ୍ଟ ଏବଂ ୨୫୧ଟି ଏକଦିବସୀୟ ଖେଳି ଯଥାକ୍ରମେ ୮୫୮୬ ଏବଂ ୮୨୭୩ ରନ ସ୍କୋର କରିଛନ୍ତି। ସେ ୧୯ ଟି -୨୦ରେ ୩୯୪ ରନ ସ୍କୋର କରିଥିଲେ। ସେହ୍ବାଗ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ମୋଟ ୩୮ ଶତକ କରିଥିଲେ। |
https://www.dharitri.com/russian-airline-aeroflot-violated-canadian-airspace/ | କାନାଡାର ଏୟାରସ୍ପେସ୍ରେ ପଶିଲା ରୁଷିଆ ଫ୍ଲାଇଟ୍
ଟୋରୋଣ୍ଟୋ,୨୮।୨: ରୁଷିଆନ ଏୟାରଲାଇନ୍ ଏରୋଫ୍ଲଟ୍ ରବିବାର କାନାଡାର ଏୟାରସ୍ପେସ୍ ବ୍ୟବହାର କରି ପ୍ରତିବନ୍ଧକ ଉଲ୍ଲଂଘନ କରିଛି। ଏ ନେଇ ରେଗୁଲେଟର ଟ୍ରାନ୍ସପୋର୍ଟ କାନାଡା ପକ୍ଷରୁ ରବିବାର କୁହାଯାଇଛି। ୟୁକ୍ରେନ ଉପରେ ଆକ୍ରମଣ ପରେ ବିଭିନ୍ନ ନାଟୋ ସଦସ୍ୟ ଦେଶ ଭଳି କାନାଡା ମଧ୍ୟ ରୁଷିଆନ ଏୟାର ଲାଇନ ଓ ବିମାନ ପାଇଁ ଏୟାରସ୍ପେସ୍ ବ୍ୟବହାର ଉପରେ କଟକଣା ଲାଗୁ କରିଛି।
“ଏରୋଫ୍ଲଟ ଫ୍ଲାଇଟ୍ ୧୧୧ ପ୍ରତିବନ୍ଧକ ଉଲ୍ଲଂଘନ କରିଥିବା ଆମକୁ ଜଣାଅଛି। ଫ୍ଲାଇଟ୍ ୧୧୧ ଫ୍ଲୋରିଡାର ମିଆମିରୁ ମସ୍କୋ ଯାଉଥିଲା। ଏଥିଲାଗି ଏରୋଫ୍ଲଟ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଆମେ ପଛ ଘୁଞ୍ଚା ଦେବୁ ନାହିଁ ” ବୋଲି ଟ୍ରାନ୍ସପୋର୍ଟ କାନାଡା ପକ୍ଷରୁ ଟୁଇଟରରେ କୁହାଯାଇଛି। କାନାଡା ସମେତ ସ୍ବିଡେନ, ଫିନଲାଣ୍ଡ, ଡେନମାର୍କ, ବ୍ରିଟେନ, ପୋଲାଣ୍ଡ, ବୁଲଗେରିଆ, ଚେକ୍ ରିପବ୍ଲିକ, ରୋମାନିଆ ଓ ଆଇସ୍ଲାଣ୍ଡ ମଧ୍ୟ ରୁଷିଆ ଉପରେ ସମାନ କଟକଣା ଲଗାଇଛନ୍ତି। |
https://www.dharitri.com/the-house-was-demolished-by-elephants/ | ୪ ଘର ଭାଙ୍ଗିଲେ ହାତୀପଲ: ଧାନ ଚାଉଳ ଖାଇଲେ, ନଷ୍ଟ କଲେ ଆଖୁ କ୍ଷେତ
ପାଟଣା,୧୩ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୨୬ ଟିକିଆ ହାତୀପଲ ୪ ଦିନ ହେବ ବିଭିନ୍ନ ଅଞ୍ଚଳରେ ଉପଦ୍ରବ ଜାରି ରଖିଛନ୍ତି। ରବିବାର ବିଳମ୍ବିତ ରାତିରେ ହାତୀପଲ ମାଛଗଡ଼ ଓ ତଣ୍ଡବିଟର ଫୁଲପାହାଡ଼ି ଗାଁର ବାବୁନ ମୁଣ୍ଡାଙ୍କ ଖପର ଘର, ବଡ଼ ନୂଆଗାଁର ଶ୍ରୀକାନ୍ତ ମହାନ୍ତଙ୍କ ଟାଇଲ ଘର, କୁଣ୍ଡୁଳା ଛତିଶ ନାଏକ ଓ ବାଳ କୃଷ୍ଣ ମିରିଖୋଜିଆଙ୍କ ଚାଳ ଛପର ଘର ଭାଙ୍ଗି ଦେଇଥିବା ରେଞ୍ଜର ଟିକେଶ୍ୱର ମହାନ୍ତ ସୂଚନା ଦେଇଛନ୍ତି। ଏଥି ସହ କୁଣ୍ଡଳା,ମିରିଗିଖୋଜି, ଡୁମୁରିଆ, ମଙ୍ଗଳପୁର ବଡ଼ ନୂଆଗାଁ ଅଞ୍ଚଳରେ ବ୍ୟାପକ ଧାନ ଫସଲ,ଆଖୁ ବାଡ଼ି ଖାଇବା ସହ ମାଡି ଦଳି ନଷ୍ଟ କରିଛନ୍ତି। ଘରେ ପଶି ହାତୀ ପଲ ଧାନ ଚାଉଳ ଖାଇବା ସହ ଅମଳ ପାଇଁ ରଖା ଯାଇଥିବା ଧାନ ବିଡା ଖାଇ ନଷ୍ଟ କରିଛନ୍ତି। ଘରେ ଶୋଇଥିବା ପରିବାର ଲୋକେ ହାତୀ ଆକ୍ରମଣ ରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏବେ ହାତୀପଲ ଖଡିବେଡ଼ା ବୈତରଣୀ ନଦୀର ଟାପୁରେ ଡେରା ପକାଇଛନ୍ତି। ବନ ବିଭାଗ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଉଛି। ହାତୀପଲଙ୍କ ଆତଙ୍କ ପାଇଁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଖୁବ୍ଶୀଘ୍ର କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ଯୋଗାଇ ଦେବା ସ୍ଥାନୀୟ ଲୋକେ ଦାବି କରିଛନ୍ତି। ହାତୀପଲଙ୍କୁ ଅଞ୍ଚଳରୁ ତୁରନ୍ତ ଘଉଡ଼ାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। |
https://www.dharitri.com/the-chief-minister-inaugurated-5-medical-colleges-and-hospitals-of-the-state-including-sundargarh/ | ସୁନ୍ଦରଗଡ଼ ସମେତ ରାଜ୍ୟର ୫ଟି ମେଡିକାଲ କଲେଜ ଓ ହସ୍ପିଟାଲ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
|
https://www.dharitri.com/ବନ୍ଦ-ହୋଇଯିବ-ଆଦିତ୍ୟ-ବିର୍ଲ/ | ବନ୍ଦ ହୋଇଯିବ ଆଦିତ୍ୟ ବିର୍ଲା ଆଇଡିଆ ପେମେଣ୍ଟସ ବ୍ୟାଙ୍କ
ନୂଆଦିଲ୍ଲୀ,୨୧-୭: ନୂଆ ଯୁଗର ପେମେଣ୍ଟ ବ୍ୟାଙ୍କ ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି। ଭୋଡ଼ାଫୋନର ଏମ୍ ପୈସା ପରେ ଆଦିତ୍ୟ ବିର୍ଲା ଆଇଡିଆ ପେମେଣ୍ଟସ ବ୍ୟାଙ୍କ ବନ୍ଦ ହୋଇଯିବ। ମାତ୍ର ୧୭ ମାସ ପୂର୍ବେ ଆରମ୍ଭ ହୋଇଥିବା ଏହି ବ୍ୟାଙ୍କ ଆସନ୍ତା ୨୬ରୁ ସମସ୍ତ ନେଣଦେଣ ବନ୍ଦ କରିବାକୁ ଘୋଷଣା କରିଛି। ଗ୍ରାହକ ନିଜ ଆକାଉଣ୍ଟରେ ଥିବା ଟଙ୍କାକୁ ଅନ୍ୟ ବ୍ୟାଙ୍କକୁ ସ୍ଥାନାନ୍ତର କରିବାକୁ ଆଇଡିଆ ପେମେଣ୍ଟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଭୋଡାଫୋନ ଆଇଡିଆ ପକ୍ଷରୁ କୁହାଯାଇଛି ଯେ, ବ୍ୟାଙ୍କ ବନ୍ଦ କରିବା ଲାଗି ନିୟାମକୀୟ ଅନୁମତି ମିଳିଯାଇଛି। ବ୍ୟାଙ୍କ ପକ୍ଷରୁ ଶୁକ୍ରବାର ଷ୍ଟକ୍ ଏକ୍ସଚେଞ୍ଜକୁ ଏ ସମ୍ପର୍କରେ ଜଣାଇ ଦିଆଯାଇଛି। ଅପେକ୍ଷାକୃତ ସଫଳତା ନ ମିଳିବା କାରଣରୁ ବ୍ୟାଙ୍କ ବ୍ୟବସାୟକୁ ଆଗକୁ ବଢ଼ାଇବା ସମ୍ଭବ ନୁହେଁ ବୋଲି ବ୍ୟାଙ୍କ କହିଛି। ଗ୍ରାହକ ଅନ୍ଲାଇନ, ମୋବାଇଲ ବ୍ୟାଙ୍କିଙ୍ଗ ଅଥବା ନିକଟସ୍ଥା ବ୍ୟାଙ୍କିଙ୍ଗ ପଏଣ୍ଟକୁ ଯାଇ ନିଜର ବାଲାନ୍ସ ଟ୍ରାନ୍ସଫର କରିପାରିବେ। ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଆଦିତ୍ୟ ବିର୍ଲା ନୁଭୋ ଏବଂ ଆଇଡିିଆ ସେଲ୍ୟୁଲାର ଯୁଗ୍ମ ଭାବେ ଆଦିତ୍ୟ ବିର୍ଲା ଆଇଡିଆ ପେମେଣ୍ଟ ବ୍ୟାଙ୍କ ପ୍ରତିଷ୍ଠା କରିଥିଲେ। ରେଗୁଲେଟୋରୀ ସର୍ତ୍ତ ପୂରଣ କରିବା ଲାଗି ୧୮ ମାସ ସମୟ ଦିଆଯାଇଥିଲା। ପରେ ୭ ଜଣ ଆବେଦନକାରୀଙ୍କୁ ପେମେଣ୍ଟ ବ୍ୟାଙ୍କ ଲଞ୍ଚ କରିବାକୁ ଫାଇନାଲ ଲାଇସେନ୍ସ ମିଳି ଥିଲା। ୨୦୧୬ରେ ଆଇଡିଆ ସେଲ୍ୟୁଲାର ଏହାର ସହଯୋଗୀ କମ୍ପାନୀ ଆଇଡିଆ ମୋବାଇଲ କମର୍ସ ସର୍ଭିସେସ୍କୁ ପେମେଣ୍ଟ ବ୍ୟାଙ୍କରେ ମିଶାଇ ଦେଇଥିଲା। ଏଥିରେ ଆଦିତ୍ୟ ବିର୍ଲା ନୁଭୋର ୫୧% ଅଂଶଧନ ରହିଛି। ବ୍ୟାଙ୍କରେ ପ୍ରାୟ ୨୦୦ କର୍ମଚାରୀ ଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଗ୍ରୁପ୍ର ଅନ୍ୟ କମ୍ପାନୀକୁ ସ୍ଥାନାନ୍ତର କରାଯାଇଥିବା ବେଳେ କେତେକଙ୍କୁ ଚାକିରି ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଡିସେମ୍ବର, ୨୦୧୮ ସୁଦ୍ଧା ପେମେଣ୍ଟ ବ୍ୟାଙ୍କ ମାତ୍ର ୫.୬୨ କୋଟି ଟଙ୍କା ଜମା କରିପାରିଥିଲା। ଏହି ସେଗମେଣ୍ଟରେ ଏୟାରଟେଲ ପେମେଣ୍ଟସ ବ୍ୟାଙ୍କ ଓ ପେଟିଏମ୍ ପେମେଣ୍ଟସ ବ୍ୟାଙ୍କ କାର୍ଯ୍ୟ କରୁଛି। ଡିସେମ୍ବର ୨୦୧୮ ସୁଦ୍ଧା ସମସ୍ତ ପେମେଣ୍ଟ ବ୍ୟାଙ୍କ ନିକଟରେ ୭୮୦ କୋଟି ଟଙ୍କା ରହିଛି। କଡ଼ା କଓ୍ବୋଇସି ନିୟମ ଏବଂ ପ୍ରତିଯୋଗିତା ଯୋଗୁ ପେମେଣ୍ଟସ ବ୍ୟାଙ୍କ ସେଗ୍ମେଣ୍ଟ ଆଗେଇ ପାରୁନାହିଁ। |
https://www.dharitri.com/demonstrators-burn-qurans-in-front-of-egypt-turkey-embassy-in-denmark/ | ଡେନମାର୍କରେ ଇଜିପ୍ଟ-ତୁର୍କୀ ଦୂତାବାସ ସମ୍ମୁଖରେ କୁରାନ ଜଳାଇଲେ ପ୍ରଦର୍ଶନକାରୀ…
କୋପେନହେଗେନ,୨୬।୭ : କୁରାନକୁ ଅସମ୍ମାନ କରିବା ପ୍ରସଙ୍ଗ ଜାରି ରହିଛି। ଇସଲାମ ବିରୋଧୀ ଏକ ଦଳ ଡେନମାର୍କର କୋପେନହେଗେନସ୍ଥିତ ଇଜିପ୍ଟ ଏବଂ ତୁର୍କୀ ଦୂତାବାସ ସମ୍ମୁଖରେ କୁରାନର ନକଲକୁ ପୋଡି ଦେଇଛନ୍ତି। ଏହାପୂର୍ବରୁ ଗତ ସପ୍ତାହରେ ଡେନମାର୍କ ଏବଂ ସ୍ବିଡେନରେ ଘଟିଥିବା ଘଟଣାକୁ ନେଇ ମୁସଲମାନ ଦେଶ ଅସନ୍ତୋଷ ବ୍ୟକ୍ତ କରିଥିଲେ।
ମୁସଲମାନମାନଙ୍କର ପବିତ୍ର ଧର୍ମଗ୍ରନ୍ଥ କୁରାନ ପୋଡିବା ଘଟଣାରେ ଡେନମାର୍କ ଏବଂ ସ୍ବିଡେନ ଉଦବେଗ ପ୍ରକାଶ କରିଛନ୍ତି। କିନ୍ତୁ ଏହା ମଧ୍ୟ କହିଛନ୍ତି ଅଭିବ୍ୟକ୍ତିର ସ୍ବାଧୀନତା ଆଇନ ଅନୁଯାୟୀ ଦିଆଯାଇଥିବା ଅଧିକାର ଯୋଗୁ ସେମାନଙ୍କୁ ସୁରକ୍ଷା ଦିଆଯାଇପାରିବ ନାହିଁ। ଗତ ସପ୍ତାହରେ ଇରାକରେ ବିକ୍ଷୋଭକାରୀମାନେ କୁରାନ ପୋଡ଼ିବା ପ୍ରତିବାଦରେ ବାଗଦାଦରେ ଥିବା ସ୍ବିଡେନ ଦୂତାବାସରେ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଥିଲେ।
ପ୍ରଦର୍ଶନକାରୀମାନେ ନିଜକୁ ଡେନମାର୍କ ଦେଶପ୍ରେମୀ ବୋଲି କହିବା ସହିତ, କୋପେନହେଗେନରେ କୁରାନ ପୋଡି ଦେଇଥିଲେ। ଗତ ମାସରେ ସ୍ବିଡେନରେ ଏଭଳି ଦୁଇଟି ଘଟଣା ଘଟିଥିଲା, ଯାହା ପରେ ମୁସଲମାନ ଦେଶମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଇରାକରେ ହିଂସାତ୍ମକ ପ୍ରଦର୍ଶନ ପରେ ଇରାନ ଏବଂ ଲେବାନନରେ ପ୍ରଦର୍ଶନ କରାଯାଇଥିଲା।
ଏନେଇ ଇରାକର ବୈଦେଶିକ ମନ୍ତ୍ରୀ କହିଛନ୍ତି ତଥାକଥିତ ଅଭିବ୍ୟକ୍ତିର ସ୍ବାଧୀନତା ନାମରେ କୁରାନ ଭଳି ପବିତ୍ର ଧର୍ମଗ୍ରନ୍ଥ ଜାଳିବା ଘଟଣାକୁ ୟୁରୋପୀୟ ଦେଶମାନେ ବିଚାର କରିବା ଉଚିତ। |
https://www.dharitri.com/ସରକାରୀ-ସୁବିଧାରୁ-ବଁଚିତ୍/ | ସରକାରୀ ସୁବିଧାରୁ ବଁଚିତ୍ କେଁଦୁପତର ବଁଧାଲି
ସିନାପାଲି, ୩।୭ (ଡି.ଏନ୍.ଏ.): ନୂଆପଡ଼ା ଜିଲା ସିନାପାଲି ବ୍ଲକର ଭିନେ ଭିନେ କେଁଦୁପତର ଫଡିରେ ପତର ବଁଧାଲିମାନେ ବଡ଼ା ଗୁଲଗୁଲା ହେଇ ଜୀବନ୍ ବିତଉଥିବାର ଅଭିଯୋଗ ହେଉଛେ। ଇ କାମ୍ ଲାଗି ସେମାନେ ମାସାଧିକ୍ ଘରଦୁଆର ଛାଡ଼ି ରହୁଥିଲାବେଲେ ଫଡିରେ ସାଧାରନ୍ ସୁବିଧା ସୁଯୋଗରୁ ବଁଚିତ୍ ହେଉଥିବାର ଅଭିଯୋଗ କରିଛନ୍।
ସୂଚନା ହିସାବେ ସିନାପାଲି ବ୍ଲକର ୮ଟା ଫଡିରେ କେଁଦୁପତର ବଁଧାଲିମାନେ ପତରବଁଧା କାମ୍ କରୁଛନ୍। ଇମାନେ ସଭେ ପାଖାପାଖି ୨୦ ଦିନ୍ ହେଲା ଫଡିମାନକେ କାମ୍ କରୁଛନ୍। ସିନାପାଲି ଅଂଚଲର ଇ ଫଡିମାନକେ କୋମନା ସମେତ ପଡ଼ିଶା ବରଗଡ଼ ଜିଲାର ପାଇକମାଲ ଅଂଚଲରୁ ପତରବଁଧାଲିମାନେ ଆସିଛନ୍। ହେଲେ ସରକାରୀ ନିୟମ ହିସାବେ ଇମାନକୁ ଯେନ୍ ସୁବିଧା ସୁଯୋଗ ଦିଆଯିବାର କଥା ସେଟା ନାଇଁ ମିଲବାର। ଯେନ୍ଥିରଲାଗି ପତରବଁଧାଲିମାନେ ବଡ଼ା ଗୁଲଗୁଲା ହେଇ ଫଡିମାନକେ ରହୁଥିବାର ଅଭିଯୋଗ କରିଛନ୍। ସରକାରୀ ନିୟମ ହିସାବେ ଇମାନକୁ ଲାଲ୍ଟିନ୍, ମଶାରୀ, କମଲ ସମେତ ଉନିଆ ସାଜୋସାମାନ, ବୋନସ ଟଁକା ଦେବାର କଥା। ହେଲେ ନଙ୍ଗଲବୋଡ଼ ଫଡିରେ କାମ କରୁଥିବାର ପାଇକମାଲ ଅଂଚଲର ବଁଧାଲିମାନେ ଇ ସବୁ ସୁବିଧା ସୁଯୋଗ ନାଇଁ ପାଇଥିବାର ଅଭିଯୋଗ କରିଛନ୍। ଏପ୍ରିଲ ଆର ମେ’ ମାସେ କେଁଦୁପତର ଠୁଲେଇ ସେଟାକେ ଶୁଖେଇ ଫଡିଘରେ ବେଉଁତ କରି ରଖାଯଏସି। ଜୁଲାଇରୁ ଡିସେମ୍ବର ୬ ମାସ୍ ତକ୍ ଇ ପତରବଁଧା କାମ୍ ଚାଲସି। ଦୂରିଆ ଗଁାରୁ ବଁଧାଲିମାନେ ଘରେ ତାଲା ଝୁଲେଇ ପେଟପାଟନାର ଲାଗି ଫଡିକେ ଆଏସନ୍। ଇମାନେ ଫଡିରେ ସଖାଲୁ ବେଲବୁଡ଼ା ତକ୍ ପତର ସଜା, ପତରଛଟା ସମେତ ବିଡ଼ା ବଁଧା କାମ୍ କରସନ୍। ଗୁଟେ ପେଁଥାରେ ୫ କେ.ଜି. ୩ଶହ ଗ୍ରାମରୁ ଅଧ୍କା ଉଜନ ହେଲେ ୬୦ ଟଁକା ଦିଆଯାଏସି। ହେଲେ ଶ୍ରମିକମାନେ ପେଁଥା ଦର ୧୦୦ ଟଁକା କରବାକେ ସରକାରକୁଁ ଦାବି ଜନେଇଛନ୍। ଇଆଡ଼େ ବଡ଼ଭାଗି ଫଡି ଜଂଗଲ ଅଂଚଲରେ ଥିଲାବେଲେ ପତର ବଁଧାଲିମାନକର ଉପରେ ସବୁବେଲେ ଜୀବ୍ଜଁତୁ ଆକ୍ରମନର ଭଏ ରହୁଛେ। ଫଡିମାନକେ ଶୌଚାଲୟର ବେବସ୍ତା ନଁାଇଁନ, ଯେନ୍ଥିରଲାଗି ଇମାନେ ବାହାରକେ ଝାଡ଼ାଝପଟ, ଗଧାବୁଡ଼ା କରବାର ଲାଗି ଯାଉଛନ୍। ସେନ୍ତା ବିଜଲିବତୀର ଅଭାବୁ ମଶା, ମାଛି, ସଁାପ୍ କଁଟିଆର ଭଏ ରହୁଛେ। କେତେ ସଁାପ୍ କଁଟିଆ ଚବାରେ ମରୁଥିଲାବେଲେ ଅନେକ ନାନା ରୁଗ୍ଦୁଖ୍ରେ ଶଢ଼ୁଛନ୍। ଅନେକ ଫଡିରେ ରଁଧାବଢ଼ାର ଲାଗି ଜାଗାଠାନ୍ ନାଇଁଥିଲାବେଲେ ବଁଧାଲିମାନେ ବାହାରେ ଇ କାମ୍ କରୁଛନ୍। ବିଭାଗ ପତର ବଁଧାଲିକୁ ଖଁଡ଼େ ଲେଖେଁ ପଲିଥିନ୍ ଦେଇ ନିଜର କାମ୍ ସାରିଦେଉଥିବାର ଅଭିଯୋଗ ହେଉଛେ। ଇ ବାବ୍ଦେ ସିନାପାଲି କେଁଦୁପତର ରେଞ୍ଜର ସନ୍ତୋଷ ସୁନାନୀକୁଁ ପଚରାଲାରୁ ଆମର ତରଫୁ ବେବସ୍ତା କରବାର ସରକାରୀ ନିୟମ ନଁାଇଁନ। ଖାଲି କାମ୍ବେଲେ କିଏ ମରିଗଲେ କ୍ଷତି ପୂରନ ଦିଆଯାଏସି ଆର ବିଭାଗ ତରଫୁ ବୋନସ ଟଁକା ଦେବାର ବେବସ୍ତା ରହିଛେ। ହେଲେ ଏଭ୍ତକ୍ କେଁଦୁପତର ବିକ୍ରି ନାଇଁ ହେଇ କି କମ୍ପାନୀମାନେ ନାଇଁ ଆଏବାର। ଯେନ୍ଥିରଲାଗି ବଁଧାଲିମାନକୁ ବୋନସ ଟଁକା ଦେବାରେ ବିଲମ୍ ହେଉଛେ ବଲି ସେ କହିଥିଲେ। |
https://www.dharitri.com/୪-ବର୍ଷରେ-୧୧୦-କିଲୋ-ଓଜନ-କମାଇ/ | ୪ ବର୍ଷରେ ୧୧୦ କିଲୋ ଓଜନ କମାଇଲେ ୧୪ ବର୍ଷ ବୟସ୍କ ବାଳକ
ଜାକର୍ତ୍ତା,୨୬।୧: ପୃଥିବୀର ସବୁଠାରୁ ମେଦବହୁଳ ବାଳକ ଗତ ୪ ବର୍ଷରେ ୧୧୦ କିଲୋ ଓଜନ କମାଇଇଛନ୍ତି। ସେ ବାଳକ ଜଣକ ହେଉଛନ୍ତି ଇଣ୍ଡୋନେସିଆର ୧୪ ବର୍ଷ ବୟସ୍କ ଆରିୟା ପରମାନା। ପୂର୍ବରୁ ତାଙ୍କ ଓଜନ ୧୯୩ କିଲୋ ଥିଲା। ତେବେ ନିୟମିତ ବ୍ୟାୟାମ ଏବଂ ବାରିଆଟିକ୍ ସର୍ଜରୀ କରାଯିବା ଦ୍ୱାରା ତାଙ୍କର ଓଜନ କମି ଏବେ ୮୩ କିଲୋରେ ପହଞ୍ଚିଛି। ୪୯ ବର୍ଷ ବୟସ୍କ ଟ୍ରେନର ଅଦେ ରୟଙ୍କ ସହଯୋଗରେ ଏହା ସମ୍ଭବ ହୋଇଥିବା ଆରିଆ କହିଛନ୍ତି। ସେ ଟ୍ରେନିଂ ସମୟର ଏକ ଭିଡ଼ିଓ ମଧ୍ୟ ସୋସିଆଲ୍ ମିଡ଼ିଆରେ ଶେୟାର କରିଛନ୍ତି। ୪ ବର୍ଷ ବୟସରୁ ତାଙ୍କର ଓଜନ ବଢ଼ିବାରେ ଲାଗିଥିଲା। ଆରିୟାଙ୍କୁ ୧୦ ବର୍ଷ ହୋଇଥିବାବେଳେ ତାଙ୍କ ଓଜନ ୧୯୩ କିଲୋରେ ପହଞ୍ଚିଥିଲା। ଏହାପରେ ପିତା ଆରିୟାଙ୍କ ଟ୍ରେନରଙ୍କ ପାଖକୁ ନେଇଯାଇଥିଲେ। |
https://www.dharitri.com/the-basis-of-the-five-energies-eid/ | ପଞ୍ଚ ଶକ୍ତିର ଆଧାର: ଇଦ୍
ଡ. ସତ୍ୟନାରାୟଣ ମିଶ୍ର
ମୁସଲମାନ ଧର୍ମର ବ୍ୟକ୍ତିମାନେ ପଞ୍ଚ ଶକ୍ତିର ଆଧାରରେ ସମର୍ପିତ ହୋଇଥାନ୍ତି; ଯାହା ଇସ୍ଲାମ ଓ ମହମ୍ମଦଙ୍କ ଦ୍ୱାରା ଶୃଙ୍ଖଳାର ପରିଧି ମଧ୍ୟରେ ନିମର୍ଜିତ ହୋଇଥାଏ। ସେଗୁଡ଼ିକ ହେଲା ଶହାଦା, ସଲାତ ବା ନମାଜ, ଜକାତ, ସୋମ ବା ରୋଜା ଓ ହଜ । ଉକ୍ତ ପଞ୍ଚ ଶକ୍ତିର ପ୍ରୟୋଗରେ ମଣିଷ ମାର୍ଜିତ ହୋଇ ଜୀବନ ଧାରଣର ଏକ ଆଧାର ସୃଷ୍ଟି କରିଥାଏ; ଯାହା ହେଉଛି ସଂଯମତା, ଇନ୍ଦ୍ରିୟ ଦମନ ଓ ଜୀବନର ବଞ୍ଚିବାର ଶୃଙ୍ଖଳିତ ମାଧ୍ୟମ ବା ବ୍ୟବସ୍ଥା। ଶହାଦା ହେଉଛି ବିଶ୍ୱାସ। ଇସ୍ଲାମ ଉପରେ, ମହମ୍ମଦଙ୍କ ଉପରେ, ଆଲ୍ଲାଙ୍କ ଉପରେ ତଥା ଏକେଶ୍ୱରବାଦ ଉପରେ ବିଶ୍ୱାସ। ସତ୍ୟ ଓ ପୀରଙ୍କ ଉପରେ ପ୍ରଗାଢ଼ ବିଶ୍ୱାସ ହିଁ ହେଉଛି ପ୍ରଥମ ଶକ୍ତି, ଯାହା ବଞ୍ଚିବାର ଆଶାକୁ ଆଗକୁ ଆଗକୁ ଶୃଙ୍ଖଳିତ କରିଥାଏ କାରଣ ଏଠାରେ ସମର୍ପଣ ନିହିତ ଥାଏ। ଦ୍ୱିତୀୟ ହେଉଛି ସଲାତ ବା ନମାଜ ଯାହା ଦୈନନ୍ଦିନ ଜୀବନ ଶୈଳୀକୁ ସୁଗମ କରି ଏକ ମାର୍ଜିତ ମଣିଷ ପ୍ରତିଷ୍ଠା କରିଥାଏ। ଏଥିରେ ବ୍ୟକ୍ତି ଦିନକୁ ପାଞ୍ଚଥର ଈଶ୍ୱରଙ୍କୁ ପ୍ରାର୍ଥନା କରିଥାନ୍ତି। ଉକ୍ତ ପାଞ୍ଚଥର ପ୍ରାର୍ଥନାଗୁଡ଼ିକ ହେଉଛି ଫଜର; ଯାହା ପ୍ରତ୍ୟୁଷରେ ପ୍ରାର୍ଥନା କରାଯାଇଥାଏ, ଦ୍ୱିତୀୟରେ ଜୁହର ଯାହା ମଧ୍ୟାହ୍ନରେ କରାଯାଇଥାଏ, ତୃତୀୟରେ ଅସ୍ର ଯାହା ଅପରାହ୍ନରେ କରାଯାଇଥାଏ, ଚତୁର୍ଥରେ ମଘରିବ ଯାହା ସୂର୍ଯ୍ୟାସ୍ତ ପରେ କରାଯାଇଥାଏ ଓ ପଞ୍ଚମରେ ଈଷା ଯାହା ସା ବା ରାତ୍ରିର ପ୍ରଥମ ପ୍ରହରରେ କରାଯାଇଥାଏ। ତୃତୀୟ ଶକ୍ତି ହେଉଛି ଜକାତ, ଯାହା ଦାନ ଧର୍ମରେ ନିୟୋଜିତ କରିଥାଏ। ଦରିଦ୍ରଙ୍କୁ ଦାନ କରିବା ହେଉଛି ପ୍ରକୃତରେ ଭଗବାନଙ୍କୁ ପୂଜା କରିବା ସହ ସମାନ। ଜକାତରେ ନିର୍ଦ୍ଦେଶ ଅଛି ଯେ ଜଣେ ବ୍ୟକ୍ତିର ସମୁଦାୟ ରୋଜଗାରର ୨.୫% ସମାଜର ଦରିଦ୍ର ଓ ଆବଶ୍ୟକ ବ୍ୟକ୍ତିମାନଙ୍କ ନିମନ୍ତେ ଦାନ କରିବା ଉଚିତ। ଚତୁର୍ଥ ଶକ୍ତି ହେଉଛି ସୋମ ବା ରୋଜା ଯାହା ଉପବାସ କରିବାକୁ ନିର୍ଦ୍ଦେଶ ଦେଇଥାଏ। ମୁସଲମାନ ଧର୍ମାବଲମ୍ବୀମାନେ ରମଜାନ ମାସରେ ଏକ ମାସ ଧରି ଦିନରେ ସୂର୍ଯ୍ୟୋଦୟ ପରେ ଉପବାସ କରିଥାନ୍ତି, ଯାହା ସୂର୍ଯ୍ୟାସ୍ତରେ ପ୍ରତ୍ୟହ ଶେଷ ହୋଇଥାଏ। ଉକ୍ତ ସମୟରେ ସେମାନେ ସେମାନଙ୍କର ଆରାଧ୍ୟ ଈଶ୍ୱର ଆଲ୍ଲାଙ୍କୁ ଉପବାସ ମାଧ୍ୟମରେ ସମର୍ପଣ ହୋଇଥାନ୍ତି ଓ ପ୍ରୟାସ କରିଥାନ୍ତି ଯେ ଈଶ୍ୱର ହିଁ କେବଳ ଆବଶ୍ୟକ ଓ ଅନ୍ୟ ସବୁ ପାର୍ଥିବ ବସ୍ତୁ ତୁଚ୍ଛ। ପଞ୍ଚମ ଶକ୍ତି ହେଉଛି ହଜ ଯାହା ସୂଚନା ଦେଇଥାଏ ଯେ ଜୀବନରେ ଅନୂ୍ୟନ ଥରେ ମକ୍କାକୁ ତୀର୍ଥ ଭ୍ରମଣ କରିବା ଉଚିତ। ଏହାର ଅନ୍ତର୍ନିହିତ ଉଦ୍ଦେଶ୍ୟ କର୍ମମୟ ଜୀବନର ଭୋଗ ବିଳାସର ତୃପ୍ତିକୁ ପ୍ରତ୍ୟାଖ୍ୟାନ କରି ଧର୍ମର ଅନ୍ବେଷଣରେ ଭ୍ରମଣ କରିବା ଓ ଅନ୍ୟମାନଙ୍କୁ ଆର୍ଥିକ ଅନୁଦାନ ସାହାଯ୍ୟ କରିବା, ଏଥିରେ ବ୍ୟକ୍ତିର ସାମାଜିକ ଶୃଙ୍ଖଳା ଓ ଅନ୍ୟମାନଙ୍କ ପ୍ରତି ପ୍ରତିବଦ୍ଧତାର ମହନୀୟ ଗୁଣ ନିହିତ ଥାଏ।
ତେଣୁ ଆତ୍ମ ଶୁଦ୍ଧିର ଶକ୍ତି ବୃଦ୍ଧି ନିମନ୍ତେ ମୁସଲମାନ ଧର୍ମାବଲମ୍ବୀମାନେ ଏକ ମାସ ଧରି ଯେଉଁ ଉପବାସ ବା ରୋଜା କରିଥାନ୍ତି ଯାହାକୁ ରମଜାନ କୁହାଯାଏ ତାହାର ଏକ ମାସର ପୂର୍ଣ୍ଣତାକୁ ଇଦ୍ କୁହାଯାଏ। ବିଶ୍ୱାସ କରାଯାଏ ଯେ ପ୍ରଫେଟ ମହମ୍ମଦ ପବିତ୍ର କୋରାନର ପ୍ରଥମ ସ୍ପର୍ଶ ବା ସ୍ବ ଅନୁଭୂତି ଏହି ରମଜାନ ମାସରେ ପାଇଥିଲେ। ତେଣୁ ଇଦ୍ ହେଉଛି ଉକ୍ତ ଉପବାସର ମାସକୁ ଭଙ୍ଗ କରି ନିଜ ନିଜ ମଧ୍ୟରେ ଭାବ, ସ୍ନେହ, ଶ୍ରଦ୍ଧା ଆଦି ଗୁଣରେ ବିନିମୟ କରି ମଣିଷର ଜୀବନର ଆଭିମୁଖ୍ୟକୁ ପ୍ରତିପାଦନ କରିବା ଓ ଈଶ୍ୱରଙ୍କ ନିକଟରେ ସମର୍ପଣ ହେବା। ରମଜାନ ଆତ୍ମାକୁ ଶୁଦ୍ଧ କରିଥାଏ ଓ ମାନବୀୟ ପ୍ରେମରେ ମଣିଷ ଜୀବନ ନିର୍ବାହ କରିବାର ପନ୍ଥାକୁ ବିଚାର କରିଥାଏ। ତେଣୁ ଇଦ୍ ପର୍ବ ହେଉଛି ପଞ୍ଚ ଶକ୍ତିର ଆଧାର ନିଷ୍ଠାର ପବିତ୍ର ମାନବ ପ୍ରେମ ଓ ଭବିଷ୍ୟତ ଜୀବନ ନିର୍ବାହର ଏକ ଦୃଷ୍ଟାନ୍ତ ବା ଶକ୍ତି; ଯାହା ପ୍ରେରଣା ଦେଇଥାଏ ଯେ ଜୀବନର ମାର୍ଗ ଦର୍ଶନର ପନ୍ଥା। ରମଜାନ ମାସର ଇଦ୍ ପର୍ବରେ ଯେଉଁ ପଞ୍ଚ ଶକ୍ତିର ଆଧାର ସୃଷ୍ଟି ହୋଇଥାଏ ତାହା ଥାଏ ଏକ ଯୋଗକର୍ମ ଓ ତାହା ପଞ୍ଚଭୂତ- ଆକାଶ, ବାୟୁ, ଅଗ୍ନି, ଜଳ ଓ ପୃଥିବୀ ସହ ଜଡିତ ଥାଏ। ପୁଣି ତାହା ପଞ୍ଚ ଇନ୍ଦ୍ରିୟ – କର୍ଣ୍ଣ, ଚର୍ମ, ଚକ୍ଷୁ, ଜିହ୍ବା ଓ ନାସା ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ଯେତେବେଳେ ମୁସଲମାନ ଧର୍ମାବଲମ୍ବୀ ମାନେ ରମଜାନ ମାସରେ ପାଞ୍ଚଥର ପ୍ରାର୍ଥନା କରିଥାନ୍ତି ତାହା ଥାଏ ଏକ ଯୋଗ କ୍ରିୟା ଓ ସେଗୁଡ଼ିକ ଶବ୍ଦ, ସ୍ପର୍ଶ, ଘ୍ରାଣ, ରୂପ ଓ ସ୍ବାଦ ସହ ସନ୍ନିବେଷ୍ଟିତ ଥାଏ। ପାଞ୍ଚଟି ଅଙ୍ଗୁଳିରେ କ୍ଷିତି, ଅପ, ତେଜ, ମରୁତ ଓ ବ୍ୟୋମର ସ୍ଥିତି ରହିଥାଏ। ରମଜାନର ପୂର୍ଣ୍ଣତା ପ୍ରାପ୍ତିରେ ଇଦ୍ର ପାଳନ ହେଉଛି ନିଷ୍ଠା, ସେବା, ତ୍ୟାଗ, ଭ୍ରାତୃପ୍ରେମ, ମାନବିକତା ଇତ୍ୟାଦିର ପ୍ରେରଣା ଓ ନିଷ୍ଠାର କ୍ରିୟା। କ୍ରିୟା ଯେତେବେଳେ ପୂର୍ଣ୍ଣତା ପ୍ରାପ୍ତି ହୋଇଥାଏ ସେତେବେଳେ ଶକ୍ତିର ତେଜ ଦୃଶ୍ୟମାନ ହୋଇଥାଏ, ମାତ୍ର ଯେତେବେଳେ ଯୁକ୍ତାତ୍ମକ କର୍ମଗୁଡ଼ିକ ପ୍ରତିବନ୍ଧକକୁ ପରାସ୍ତ କରି ଲକ୍ଷ୍ୟ ଭେଦ କରି ମାନବ କଲ୍ୟାଣରେ ସହାୟକ ହୋଇଥାଏ, ସେତେବେଳେ ତାହା ଶକ୍ତିର ରୂପ ନେଇ ଏକ ଆଧାର ଶକ୍ତି ହୋଇଥାଏ; ଯାହା ରମଜାନ ମାସର ପଞ୍ଚଶକ୍ତିରେ ସିକ୍ତ ହୋଇ ଇଦ୍ ପର୍ବରେ ତାହାର ପୂର୍ଣ୍ଣତା ହୋଇଥାଏ ଓ ଶାନ୍ତିର ମଳୟ ପବନରେ ମଣିଷ ନିଜକୁ ମାର୍ଜିତ କରିଥାଏ। ତେଣୁ ପଞ୍ଚଶକ୍ତିର ଆଧାରର ପରିସୀମାରେ ଇଦ୍ ହେଉଛି ଏକ ସମନ୍ବୟ କ୍ଷେତ୍ର ପ୍ରସ୍ତୁତି ଓ ସଦ୍ଭାବନାର ଅବସର।
ଅଭିଲେଖାଧିକାରୀ, ଜାତୀୟ ଅଭିଲେଖାଗାର, ଭାରତ ସରକାର, ମଧୁସୂଦନ ନଗର,ଭୁବନେଶ୍ବର |
https://www.dharitri.com/assam-flood-disaster-more-than-5-lakh-people-affected/ | ଆସାମ ବନ୍ୟା ବିତ୍ପାତ: ୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ…
ଗୁଆହାଟୀ,୨୬।୬ : ଆସାମରେ ବନ୍ୟା ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ରାଜ୍ୟର ୨୨ ଟି ଜିଲାରେ ୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ସାଧାରଣ ଜୀବନ କଷ୍ଟସାଧ୍ୟ ହୋଇପଡିଛି। ବନ୍ୟା ଯୋଗୁଁ ଶହ ଶହ ଗାଁ ଜଳମଗ୍ନ ହୋଇଛି। ଲୋକଙ୍କ ପାଖରେ ଘର ନାହିଁ ଏବଂ ପେଟ ପାଇଁ ଖାଦ୍ୟ ମିଳୁନାହିଁ । ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ବନ୍ୟାରେ ୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ୧୩୬୭ ଟି ଗାଁ ପାଣିରେ ବୁଡି ରହିଛି। ଏଥି ମଧ୍ୟରେ ବାଜଲି, ବକସା, ବାରପେଟା, ଡାରାଙ୍ଗ, ଧୁବ୍ରି, ଡିବ୍ରୁଗଡ, ଗୋଲପାରା, ଗୋଲାଗର, ଜୋରହାଟ, କାମ୍ରୁପ, ଲାକିପୁର, ନାଗାଓଁ, ନାଲବାରୀ ଏବଂ ତମୁଲପୁର ଜିଲାର ବହୁ ଗ୍ରାମ ଅନ୍ତର୍ଭୁକ୍ତ। ଅନ୍ୟପକ୍ଷରେ ବାରପେଟା ଜିଲାର ଲୋକମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଠାରେ ବନ୍ୟା ଯୋଗୁଁ ୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବାଲାଜୀରେ ୬୦,୭୦୭ ଲୋକ, ଲଖିମପୁରରେ ୨୨,୦୬୦ ଏବଂ ନାଲବାରୀ ଜିଲାରେ ଦଶ ହଜାର ୩୫୧ ଲୋକ ପ୍ରଭାବିତ ହୋଇଛନ୍ତି। ଆସାମରେ ୫୯,୩୬.୬୩ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି ।
ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେଉଥିବା ଲୋକଙ୍କ ପାଇଁ ପ୍ରଶାସନ ବିଭିନ୍ନ ଜିଲାରେ ୮୩ ଟି ରିଲିଫ କ୍ୟାମ୍ପ ଏବଂ ୧୦୪ ଟି ରିଲିଫ ବଣ୍ଟନ କେନ୍ଦ୍ର ସ୍ଥାପନ କରିଛି। ୪୩,୦୬୪ ଲୋକ ଅସ୍ଥାୟୀ ଶିବିରରେ ଆଶ୍ରୟ ନେଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ନାଲବାରୀରେ ବନ୍ୟାରେ ୨୨୨ ପ୍ରାଣୀ ଭାସି ଯାଇଛନ୍ତି। ଏହି ସମୟରେ ପ୍ରାୟ ୧,୨୯୦ ଘର ନଷ୍ଟ ହୋଇଯାଇଛି। ଏଥିସହ ତମୁଲପୁରରେ ତିନୋଟି ଡ୍ୟାମ ଭାଙ୍ଗିଥିବାବେଳେ ସାତୋଟି ଡ୍ୟାମ ନଷ୍ଟ ହୋଇଯାଇଛି। ଏହା ସହିତ ୯୨ ଟି ରାସ୍ତା, ୩ ଟି ପୋଲ ଏବଂ ଅନେକ ଅଙ୍ଗନୱାଡି କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଛି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କହିଛି ଯେ ଆସାମରେ ସ୍ଥିତିରେ ସୁଧାର ଆସୁଛି, କିନ୍ତୁ ବାରପେଟା ଜିଲାରେ ସମସ୍ୟା ଜାରି ରହିଛି। ଆସାମର ତଳିଆ ଜିଲାର ୧୬୭ ଟି ଗାଁରେ ପ୍ରାୟ ୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଏଥି ସହିତ, ୩୮୨.୭୫ ହେକ୍ଟର ଅଞ୍ଚଳ ପାଣିରେ ବୁଡ଼ିଯାଇଛି।
ବନ୍ୟା ଯୋଗୁଁ ପ୍ରାୟ ୩ ଲକ୍ଷରୁ ଅଧିକ ପ୍ରାଣୀ ମଧ୍ୟ ପ୍ରଭାବିତ ହୋଇଛନ୍ତି। ବାରପେଟାର ଜିଲା ପ୍ରଶାସନ ୫୯ ଟି ରିଲିଫ କ୍ୟାମ୍ପ ଏବଂ ୫୩ ଟି ରିଲିଫ ବଣ୍ଟନ କେନ୍ଦ୍ର ସ୍ଥାପନ କରି ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ଉଦ୍ଧାର କାର୍ଯ୍ୟରେ ସେନା, ପାରାମିଲିଟାରୀ ଫୋର୍ସ, ନ୍ୟାଶନାଲ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ), ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏସଡିଆରଏଫ), ଅଗ୍ନି ଏବଂ ଜରୁରୀକାଳୀନ ସେବା , ନାଗରିକ ପ୍ରଶାସନ, ବେସରକାରୀ ସଂଗଠନ (ଏନଜିଓ) ଏବଂ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। |