url
stringlengths
29
226
text
stringlengths
7
18.1k
https://www.dharitri.com/the-security-of-the-asaduddin-owaisi-increased-after-the-attack/
ଆକ୍ରମଣ ପରେ ଓଓ୍ବାଇସିଙ୍କ ସୁରକ୍ଷା ବଢିଲା ନୂଆଦିଲ୍ଲୀ,୪।୨: ହାଇଦ୍ରାବାଦ ଏମ୍ପି ତଥା ଏଆଇଏମଆଇଏ ସୁପ୍ରିମୋ ଅସଦୁଦ୍ଦିନ ଓଓ୍ବାଇସିଙ୍କ ଉପରକୁ ଆକ୍ରମଣ ପ୍ରରେ ତାଙ୍କ ସୁରକ୍ଷା ବଢାଇ ଦିଆଯାଇଛି। ତାଙ୍କୁ ତୁରନ୍ତ ଜେଡ୍ ବର୍ଗର ସୁରକ୍ଷା ଦିଆଯାଇଥିବା ସୂଚନା ମିଳିଛି। ଗୁରୁବାର ସେ ଉତ୍ତର ପ୍ରଦେଶରୁ ନିର୍ବାାଚନ ରାଲି ସାରି ଫେରୁଥିବା ବେଳେ ତାଙ୍କ ଗାଡି ଉପରକୁ ୩ରୁ ୪ ରାଉଣ୍ଡ ଗୁଳି ମାଡ ହୋଇଥିଲା। ଗୁଳି ମାଡରେ ତାଙ୍କ ଗାଡି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେ କିନ୍ତୁ ସୁରକ୍ଷିତ ଦିଲ୍ଲୀ ଫେରି ପାରିଛନ୍ତି। ଏହି ଘଟଣାରେ ପୋଲିସ୨ ଜଣଙ୍କ ଗିରଫ କରିଛି। ଗୁଳିମାଡରେ ଓଓ୍ବାଇସଙ୍କ ଗାଡି ଚକା ଫାଟି ଯାଇଥିବା ବେଳେ ଗାଡିରେ ମଧ୍ୟ ଦୁଇଟି ଗୁଳିର ଦାଗ ଥିବା ଭଳି ଫଟୋ ସାମ୍ନାକୁ ଆସିଛି। ଦିଲ୍ଲୀ-ମୀରଟ ହାଇୱେରେ ଏପରି ଘଟିଥିଲା।
https://www.dharitri.com/in-this-india-119/
ଏଇ ଭାରତରେ ବାଇକର ଓଜନ ମାତ୍ର ୩୫ କିଲୋଗ୍ରାମ। ଏହାକୁ ପୁଣି ଚଲାଇବେ ବିନା ଡ୍ରାଇଭିଂ ଲାଇସେନ୍ସରେ। ଏମିତି କଥା ଶୁଣି ଆଶ୍ଚର୍ଯ୍ୟ ହେଉଥିବେ, ହେଲେ ଏହା ସତ। ହାଇଦ୍ରାବାଦର ଭାମ୍ସି ଗଡାମ ଏଭଳି ଇଲେକଟ୍ରୋନିକ ବାଇକ ନିର୍ମାଣ କରିଛନ୍ତି। ଭାମ୍ସିଙ୍କ ଷ୍ଟାର୍ଟ ଅପ୍ ‘ଅଟୋମୋବାଇଲ’ ଏହି ବାଇକ ପ୍ରସ୍ତୁତ କରିଛି। ଥରେ ଚାର୍ଜ ହେଲେ ଯାଉଛି ୧୦୦ କି.ମି.। ଏହା ଅତି ବେଶିରେ ଘଣ୍ଟାକୁ ୨୫ କି.ମି. ବେଗରେ ଯାଉଛି। ଏଥିପାଇଁ ଏହି ବାଇକ ଚଳାଇବା ଲାଗି ଚାଳକଙ୍କୁ ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକତା ରହୁନି। ସବୁଠୁ କମ୍ ବେଗରେ ମୋଟରସାଇକେଲ ଭାବେ ଏହାକୁ ଇଣ୍ଟରନ୍ୟାଶନାଲ ସେଣ୍ଟର ଫର ଅଟୋମୋଟିଭ ଟେକନୋଲୋଜି (ଆଇସିଏଟି) ସ୍ବୀକୃତି ଦେଇଛି ା ଏହି ବାଇକର ନାମ ରଖାଯାଇଛି ଏଟିୟୁଏମ୍ ୧୦। ହାମ୍ସି ଆମେରିକାର ପୁର୍ଡ୍ୟୁ ବିଶ୍ୱବିଦ୍ୟାଳୟରୁ ବିଜନେସ ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ କରିଛନ୍ତି। ଭାମ୍ସିଙ୍କ ସହ ଆଉ ୧୦ ଜଣ ଇଞ୍ଜିନିୟର ମିଶି ଏହି ବାଇକ୍ ତିଆରି କରିବା ସହ ଏହାର ପରୀକ୍ଷଣ ମଧ୍ୟ ଶେଷ କରିଛନ୍ତି। ବ୍ୟାଟେରି ଚାର୍ଜ ଜାଣିବା ଲାଗି ଡିଜିଟାଲ ଡିସପ୍ଲେ ରହିଛି। ଏବେ ସୁଦ୍ଧା ଏହି ବାଇକ ପାଇଁ ୩୦୦ ଜଣ ବୁକିଂ କରିସାରିଲେଣି। ଭାରତର ବିଭିନ୍ନ ରାଜ୍ୟରୁ ଏହି ସବୁ ବିକିଂ ହେଉଛି। ଏହାର ମୂଲ୍ୟ ରଖାଯାଇଛି ୫୦ ହଜାର ଟଙ୍କା। ତେବେ ଏହାର ଚାହିଦା ବୃଦ୍ଧି ପାଇଲେ ଦିନକୁ ୨୫୦-୩୦୦ ବାଇକ୍ ତାଙ୍କ ଷ୍ଟାର୍ଟଅପରେ ନିର୍ମାଣ କରାଯାଇପାରିବ ବୋଲି କହନ୍ତି ଭାମ୍ସି।
https://www.dharitri.com/rice-wheat-available-even-without-ration-card-state-governments-big-announcement/
ରାଶନ କାର୍ଡ ନ ଥିଲେ ବି ମିଳିବ ଚାଉଳ/ଗହମ, ରାଜ୍ୟ ସରକାରଙ୍କ ବଡ଼ ଘୋଷଣା ଅମରାବତୀ,୬।୯: ସାଧାରଣ ଲୋକଙ୍କ ପାଇଁ ଖୁସି ଖବର। ସରକାରୀ ସହାୟତା ଉପରେ ପ୍ରତିବନ୍ଧକ ହଟାଇଛନ୍ତି ରାଜ୍ୟ ସରକାର । ରାଶନ କାର୍ଡ ସହିତ ଲିଙ୍କ ନକରି ମିଳିପାରିବ ରାଶନ ସାମଗ୍ରୀ। ଏନେଇ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ନାଗରିକ ଯୋଗାଣ ମନ୍ତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ପାସ ମିଶନ ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ସରକାର ପୂର୍ବରୁ ଘୋଷଣା କରିସାରିଛନ୍ତି। ତେବେ ବିଜୟୱାଡା ସହର ପ୍ରବଳ ବର୍ଷା ଓ ବନ୍ୟା ପ୍ରଭାବିତ ହୋଇଛି। ଲକ୍ଷ ଲକ୍ଷ ଲୋକ ଜଳ ସଙ୍କଟରେ ଫସି ରହିଛନ୍ତି। ଏପରି ଲୋକଙ୍କୁ ମାଗଣାରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି। ଶୁକ୍ରବାର ସକାଳେ ବିଜୟୱାଡାର ବନ୍ୟା ପ୍ରଭାବିତ ଅଞ୍ଚଳରେ ସରକାର ଏହି ମାଗଣା ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ କରୁଛନ୍ତି। ମନ୍ତ୍ରୀ ନିଜେ ଏହି ବିଷୟରେ କହିଛନ୍ତି। ଯେଉଁମାନଙ୍କର ରାଶନ କାର୍ଡ ନାହିଁ, ସେମାନଙ୍କୁ ମଧ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବିତରଣ ପାଇଁ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ଏହି ପାସ ମିଶନ ମାଧ୍ୟମରେ ବନ୍ୟା ପରିସ୍ଥିତିରେ ୧୨ ଟି ଅତିରିକ୍ତ ସେବା କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏଥିସହ ବନ୍ୟା ପୀଡିତଙ୍କ ନିକଟକୁ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ୨ ଲକ୍ଷରୁ ଅଧିକ ଲୋକଙ୍କୁ ପଠାଯିବ। କିନ୍ତୁ ଯେଉଁମାନଙ୍କର ରାଶନ କାର୍ଡ ନାହିଁ ସେମାନଙ୍କୁ ଆଧାର କାର୍ଡ କିମ୍ବା ବାୟୋମେଟ୍ରିକ ସିଷ୍ଟମ ମାଧ୍ୟମରେ ଏହି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ବିଜୟୱାଡାର ବନ୍ୟା ପ୍ରଭାବିତ ପରିବାରମାନଙ୍କୁ ସବସିଡି ଭିତ୍ତିରେ ପନିପରିବା ସହିତ ଅତ୍ୟାବଶ୍ୟକ କିଟ ଯୋଗାଇ ଦିଆଯାଉଛି। ଏହି କିଟ ଗୁଡିକରେ ୨୫ କିଲୋଗ୍ରାମ ଚାଉଳ, ୧ ଲିଟର ଖଜୁରୀ ତେଲ, ୨ କିଲୋଗ୍ରାମ ଆଳୁ, ୨ କେଜି ପିଆଜ ଏବଂ ୧ କିଲୋଗ୍ରାମ ଆଖୁ ରହିଛି । ପ୍ରଥମ କିସ୍ତିରେ ୫୦ ହଜାର ପରିବାରକୁ ମିଳିତ ସରକାର ଏହି ସହାୟତା ପ୍ରଦାନ କରିବାକୁ ଯାଉଛନ୍ତି। ସମୁଦାୟ ୨ ଲକ୍ଷ ୫୦ ହଜାର ଅତ୍ୟାବଶ୍ୟକ କିଟ ବଣ୍ଟନ ପାଇଁ ସରକାର ପ୍ରସ୍ତୁତି ଚଳାଇଛନ୍ତି। ଏପି ସରକାର ରିଲିଫ ପଦକ୍ଷେପକୁ ତ୍ୱରାନୱିତ କରିଛନ୍ତି। ସେହିଭଳି ମୋବାଇଲ ବଜାର ମାଧ୍ୟମରେ ବନ୍ୟା ପୀଡିତଙ୍କୁ ପନିପରିବା ଯୋଗାଇ ଦିଆଯିବା ଉଚିତ। ଏଥିରେ ସମସ୍ତ ପ୍ରକାର ପନିପରିବାର ମୂଲ୍ୟ ୨ ରୁ ୨୦ ଟଙ୍କା ମଧ୍ୟରେ ସ୍ଥିର କରାଯାଇଛି। ସେହିଭଳି ପ୍ରବଳ ବର୍ଷା ଯୋଗୁଁ ପ୍ରାଣ ହରାଇଥିବା ପରିବାରକୁ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି।
https://www.dharitri.com/ବାଇକ୍‌-ଦୁର୍ଘଟଣାରେ-ଜଣେ-ମୃ/
ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ ଦିଗପହଣ୍ଡି/ଚିକିଟି,୬ା୧(ଡି.ଏନ.ଏ.)-କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ସିନ୍ଧିଖାଳି ଗ୍ରାମ ନିକଟରେ ରବିବାର ରାତି ପ୍ରାୟ ସାଢ଼େ ୯ଟାରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଅନୁଗୋଳ ଜିଲା କତଡା ଗ୍ରାମର କୁରୁପତି ପ୍ରଧାନ (୨୧) ଓ ଗୁରୁତର ସୁଜିତ ସାହୁ (୨୦) । ଏ ନେଇ କେ.ନୂଆଗାଁ ଥାନାରେ ନଂ. ୩/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଦୀର୍ଘ ଦିନଧରି କୁରୁପତି ଓ ସୁଜିତ ପାତ୍ରପୁର ବ୍ଲକ୍ ଖାରିଆଗୁଡ଼ା ଗ୍ରାମର ଏକ କନ୍ଷ୍ଟ୍ରକଶନ କମ୍ପାନୀରେ କାମ କରୁଥିଲେ। ରବିବାର ସେମାନେ ନିଜ ଗଁାକୁ ଯିବା ପାଇଁ ବାଇକ୍ରେ ନୂଆପଡା ଦେଇ ଦିଗପହଣ୍ଡି ଅଭିମୁଖେ ଯାଉଥିବା ସମୟରେ ସିନ୍ଧିଖାଳି ନିକଟରେ ଥିବା ଏକ କଲ୍ଭର୍ଟରେ ପିଟି ହୋଇଯାଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର କୁରୁପତିଙ୍କୁ ମୃତ ଘୋଷଣା କରିଥିଲେ। ସୁଜିତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ପଠାଯାଇଛି। ନୂଆପଡ଼ା ଫାଣ୍ଡି ଅଧିକାରୀ ଗାଡି ଜବତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛି।
https://www.dharitri.com/fighting-for-legacy/
ଲିଗାସି ପାଇଁ ଲଢ଼େଇ ମୁମ୍ବାଇ,୨ା୭: ଏକନାଥ ସିନ୍ଧେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କିଛି ସମୟ ପରେ ନିଜ ଟୁଇଟର ପ୍ରୋଫାଇଲ ବଦଳାଇଛନ୍ତି। ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକ୍ରେଙ୍କ ସହ ତାଙ୍କର ଏକ ପୁରୁଣା ଫଟୋକୁ ପ୍ରୋଫାଇଲରେ ରଖିଛନ୍ତି। ଏହାକୁ ସିନ୍ଧେଙ୍କ ପୂବର୍ସୁରୀ ଉଦ୍ଧବ ଠାକ୍ରେଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ବୋଲି କୁହାଯାଉଛି। ଶିବସେନାର ୪୦ ବିଧାୟକଙ୍କୁ ଧରି ଗୁଜରାଟ, ଗୁଆହାଟୀ ପରେ ଗୋଆର ହୋଟେଲରେ ଅବସ୍ଥାନ କରିଥିବା ସିନ୍ଧେ ବିଦ୍ରୋହୀ ଗୋଷ୍ଠୀକୁ ‘ଶିବସେନା ବାଲାସାହେବ’ ନାମକରଣ କରିଛନ୍ତି। ବାଲାସାହେବ ଠାକ୍ରେ ଭାଜପା ସହ ମେଣ୍ଟ କରିଥିଲେ। ଆମେ ମଧ୍ୟ ତାଙ୍କୁ ଅନୁକରଣ କରିଛୁ ବୋଲି ବିଦ୍ରୋହୀ ବିଧାୟକ ଦୀପକ କେସରକାର କହିଛନ୍ତି। ସିନ୍ଧେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦେବେନ୍ଦ୍ର ଫଡ୍ନବିସ ଘୋଷଣା କରିବା ପରେ ବିଦ୍ରୋହୀ ନେତା କହିଥିଲେ, ‘ବାଲାସାହେବ ଠାକ୍ରେଙ୍କ ଶିବସୈନିକ’ଙ୍କ ପାଇଁ କ୍ଷମତା ଛାଡ଼ି ଦେଇ ଭାଜପା ବିଶାଳ ହୃଦୟର ପରିଚୟ ଦେଇଛି।
https://www.dharitri.com/now-get-paid-4-lakh-rupees-just-by-wearing-cozy-slippers-all-day-becoming-slipper/
୧୨ ଘଣ୍ଟା ଚପଲ ପିନ୍ଧିଲେ କମ୍ପାନୀ ଦେବ ୪ ଲକ୍ଷ ଟଙ୍କା ମହାମାରୀ କରୋନା ଯୋଗୁ ବେରୋଜଗାର ବୃଦ୍ଧି ପାଇଛି। ଅନେକ ଲୋକ ନିଜର ଚାକିରି ହରାଇଛନ୍ତି। ମାତ୍ର ଏବେ ଘରେ ବସିରହି ଲକ୍ଷ ଲକ୍ଷ ଟଙ୍କା ଆୟ କରିବାର ଅଫର ଆସିଛି। ଏଥିପାଇଁ ବେଶୀ କିଛି ପରିଶ୍ରମ ମଧ୍ୟ କରିବାକୁ ପଡ଼ିବ ନାହିଁ। କେବଳ ପାଦରେ ଚପଲ ପିନ୍ଧି କିପରି ଅନୁଭବ କରୁଛନ୍ତି ତାହା କହିବାକୁ ପଡ଼ିବ, ଚପଲ କେତେ ଆରାମଦାୟକ ? କେବଳ ଏତିକି କହିବା ଦ୍ୱାରା କମ୍ପାନୀ ଆପଣଙ୍କ ଆକାଉଣ୍ଟରେ ୪ ଲକ୍ଷ ଟଙ୍କା କ୍ରେଡିଟ କରିଦେବ। ବେଡରୁମ୍ ଆଥଲେଟିକ୍ସ ନାମକ ଏହି କମ୍ପାନୀ ସ୍ଲିପର ଟେଷ୍ଟର ଭେକେନ୍ସି ବାହାର କରିଛି। ଏଥିପାଇଁ ଯେ କେହି ବି ଆପ୍ଲାଏ କରିପାରିବେ । ଇଚ୍ଛୁକ ପ୍ରାର୍ଥୀ www.bedroomathletics.com ରେ ଯାଇ ଫର୍ମ ପୂରଣ କରିପାରିବେ। ସୋସିଆଲ ମିଡିଆରେ ଏହି ଚପଲ କମ୍ପାନୀର ବିଜ୍ଞାପନ ଏବେ ଭାଇରାଲ ହେବାରେ ଲାଗିଛି। କେବଳ ଘରେ ବସି ଉକ୍ତ କମ୍ପାନୀ ଚପଲ ପିନ୍ଧି ସଚ୍ଚୋଟତାର ସହିତ ସମୀକ୍ଷା କରିବାକୁ ପଡ଼ିବ। ଏତିକି କରିବା ଦ୍ୱାରା ୪ ବର୍ଷ ପର୍ଯ୍ୟନ୍ତ କମ୍ପାନୀ ବାର୍ଷିକ ଦରମା ଦେବ। ଏହି କମ୍ପାନୀ ଗତ ବର୍ଷ ମଧ୍ୟ ଭେକେନି୍ସ ବାହାର କରିଥିଲା। ଏହା ପରେ କମ୍ପାନୀକୁ ଜବରଦସ୍ତ ପ୍ରତିକ୍ରିୟା ମିଳିଥିଲା। ଏଥର କମ୍ପାନୀ ୨ଟି ପଦବୀ ପାଇଁ ଭେକେନ୍ସ ବାହାର କରିଛି। ଗୋଟିଏ ପୋଷ୍ଟ ମହିଳାଙ୍କ ପାଇଁ ରହିଥିବା ବେଳେ ଅନ୍ୟଟି ପୁରୁଷଙ୍କ ପାଇଁ। କେବଳ କମ୍ପାନୀର ଚପଲ ପିନ୍ଧି କିପରି ଅନୁଭବ ହେଉଛି ତାହା କହିବାକୁ ପଡ଼ିବ। ଆପଣଙ୍କ ସମୀକ୍ଷାକୁ ଆଧାର କରି କମ୍ପାନୀ ଆହୁରି ଭଲ ଚପଲ ତିଆରି କରିବାକୁ ଚେଷ୍ଟା କରିବ। ଏହି ଚାକିରିରେ ମାସକୁ କେବଳ ୨ ଦିନ ଚପଲ ପିନ୍ଧି ଟେଷ୍ଟ କରିବାକୁ ପଡ଼ିବ। ମାତ୍ର ଏଥିପାଇଁ ଦିନକୁ ୧୨ ଘଣ୍ଟା ଚପଲ ପିନ୍ଧିବାକୁ ପଡ଼ିବ। କମ୍ପାନୀ ବିଜ୍ଞାପନରେ ଲେଖିଛନ୍ତି ଯେ, ଚପଲ ସାଙ୍ଗକୁ ରାତି ପୋଷାକ ମଧ୍ୟ ପିନ୍ଧି ପରୀକ୍ଷା କରିବାକୁ ପଡ଼ିବ। ଯଦି ଆପଣ ଏହି କାମ କରିବାକୁ ଚାହୁଁଛନ୍ତି ତେବେ, କମ୍ପାନୀର ସାଇଟ୍ରେ ଥିବା ଲିଙ୍କ୍ରେ କହିବାକୁ ପଡ଼ିବ ଯେ, ଏଥିପାଇଁ ଆପଣ କାହିଁକି ଉପଯୁକ୍ତ ଏବଂ କମ୍ପାନୀ ଆପଣଙ୍କୁ କ’ଣ ପାଇଁ ଏଥିରେ ନିଯୁକ୍ତ ଦେବ? ଆପଣଙ୍କ ଉତ୍ତରରେ ସନ୍ତୁଷ୍ଟ ହେବା ପରେ କମ୍ପାନୀ ଏଥିପାଇଁ ଆପଣଙ୍କ ସହ କଣ୍ଟ୍ରାକ୍ଟ କରିବ।
https://www.dharitri.com/ଖୋଲିଲା-ସ୍ବତନ୍ତ୍ର-ଜନଜାତି/
ଖୋଲିଲା ସ୍ବତନ୍ତ୍ର ଜନଜାତି ଷ୍ଟୋର୍‌ ‘ଆଦିଶା’ ଭୁବନେଶ୍ୱର ୧୦।୯(ବ୍ୟୁରୋ): ଆଦିବାସୀମାନଙ୍କ ବିଭିନ୍ନ ସାମଗ୍ରୀର ବ୍ୟାପକ ବ୍ୟବସାୟ ନିମନ୍ତେ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ। ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ଓଡ଼ିଶା ଆଦିବାସୀ ଉନ୍ନୟନ ସମବାୟ ନିଗମ ଲିମିଟେଡ୍(ଟିଡିସିସିଓଏଲ୍) ମୁଖ୍ୟାଳୟରେ ଏକ ସ୍ବତନ୍ତ୍ର ଜନଜାତି ଷ୍ଟୋର୍ ‘ଆଦିଶା’ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏହାକୁ ଉଦ୍ଘାଟନ କରିଥିଲେ। ରୂପାଲି ଛକସ୍ଥିତ ଟିଡିସିସିଓଏଲ୍ ପରିସରରେ ଖୋଲିଥିବା ଏହି ଅତ୍ୟାଧୁନିକ ଷ୍ଟୋର୍ରେ ଗ୍ରାହକମାନେ ଓଡ଼ିଶା ଜନଜାତିମାନଙ୍କ ବିଭିନ୍ନ ସାମଗ୍ରୀ ଯଥା ଲଘୁ ବନଜାତ ଦ୍ରବ୍ୟ, କୃଷି ଉତ୍ପାଦିତ ଦ୍ରବ୍ୟ, ଜନଜାତି ହସ୍ତତନ୍ତ, ହସ୍ତକଳା, ହସ୍ତଶିଳ୍ପ, ଅଳଙ୍କାର, ମସଲା, ଚିତ୍ରକଳା ଓ ଖାଦ୍ୟ ସାମଗ୍ରୀ ଆଦି ସୁବିଧାରେ ପାଇପାରିବେ। ମାଣ୍ଡିଆ ବିସ୍କୁଟ୍, ପିଠା, ମାଣ୍ଡିଆରେ ପ୍ରସ୍ତୁତ ପାଉଁରୁଟି ବା ବ୍ରେଡ୍ ଭଳି ସ୍ବାସ୍ଥ୍ୟ ହିତକର ଜନଜାତି ଖାଦ୍ୟର ବ୍ୟାପକ ବଜାର ସୃଷ୍ଟି ନିମନ୍ତେ ପ୍ରଥମଥର ପାଇଁ ବିଭାଗ ପକ୍ଷରୁ ଏଭଳି ଉଦ୍ୟମ କରାଯାଇଥିବା ଟିଡିସିସିଓଏଲ୍ର ପରିଚାଳନା ନିର୍ଦ୍ଦେଶିକା ମାନସୀ ନିମ୍ଭାଲ୍ ସୂଚନା ଦେଇଛନ୍ତି। ଟିଡିସିସିଓଏଲ୍ ତରଫରୁ ରାଜ୍ୟର ୬ ଜିଲାରେ ଏଭଳି ୧୧ଟି ସ୍ବତନ୍ତ୍ର ଷ୍ଟୋର୍ ଖୋଲାଯାଇଛି। ଏହାବ୍ୟତୀତ ଏକ ଭ୍ରାମ୍ୟମାଣ ଷ୍ଟୋର୍ ‘ଟ୍ରାଇବାଲ୍ସ ଅନ୍ ହ୍ବିଲ୍ସ’ର ବ୍ୟବସ୍ଥା କରାଯାଇଛି। ଏହି ଷ୍ଟୋର୍ଗୁଡ଼ିକରୁ ଗ୍ରାହକମାନେ ଜନଜାତିମାନଙ୍କ ଦ୍ୱାରା ପ୍ରସ୍ତୁତ ଶୁଦ୍ଧ ଖାଦ୍ୟ ସାମଗ୍ରୀ ଏବଂ ଘରକରଣା ସାମଗ୍ରୀ କିଣିପାରିବେ। ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ଯେପରି ରାଜ୍ୟର ଜନଜାତିମାନଙ୍କ ସାମଗ୍ରୀ ପହଞ୍ଚତ୍ପାରିବ ଓ ତାହାର ଉପାଦେୟତା ସମ୍ପର୍କରେ ଲୋକେ ଜାଣିପାରିବେ ତାହାକୁ ଦୃଷ୍ଟିରେ ରଖି ଉତ୍କୃଷ୍ଠମାନର ପ୍ୟାକେଜିଂ କରାଯାଇଛି। ସେହିଭଳି ଗ୍ଲୋବାଲ୍ ମାର୍କେଟ୍ ସୁଯୋଗ ସୃଷ୍ଟି କରିବାକୁ ଇ-କମର୍ସ ପ୍ଲାଟଫର୍ମ ଉପରେ ଗୁରୁତ୍ୱ ଦିଆଯାଇଛି। www.adisha.in ଓ୍ବେବ୍ସାଇଟ୍ରେ ସମସ୍ତ ସାମଗ୍ରୀ ବିକ୍ରିବଟା ପାଇଁ ରଖାଯାଇଛି। ଉଦ୍ଘାଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା, ନିର୍ଦ୍ଦେଶକ ସଚିନ୍ ଆର୍. ଯାଦବ ପ୍ରମୁଖ ଉପସ୍ଥିତ ଥିଲେ। **ବିଶ୍ୱ ବଜାରରେ ପହଞ୍ଚିବ କୋରାପୁଟ କଫି** ରାଜ୍ୟ ଏବଂ ରାଜ୍ୟ ବାହାରେ କୋରାପୁଟ କଫିର ବିଶେଷ ଚାହିଦା ରହିଛି। ଏହାର ସ୍ବାଦ ଅନ୍ୟ ଅଞ୍ଚଳରେ ମିଳୁଥିବା କଫି ଠାରୁ ବେଶ୍ ନିଆରା ହୋଇଥିବାବେଳେ ଏଥିରେ ଯେଉଁ ଔଷଧୀୟ ଗୁଣ ରହୁଛି ତାହା ଆଉ କେଉଁ କଫିରେ ଦେଖିବାକୁ ମିଳେନା। ଦିନକୁ ଦିନ କୋରାପୁଟ କଫିର ଉତ୍ପାଦନ ବୃଦ୍ଧି ପାଉଥିବାବେଳେ ଚାଷୀଙ୍କ ସଂଖ୍ୟା ମଧ୍ୟ ବଢ଼ୁଥିବା ପରିଲକ୍ଷିତ ହେଉଛି। ଏହାକୁ ଦୃଷ୍ଟିରେ ରଖି କୋରାପୁଟ କଫିର ପ୍ରଚାର ପ୍ରସାର ପାଇଁ ଉଦ୍ୟମ ଚଳାଇଛି ଟିଡିସିସିଓଏଲ୍। ଅନ୍ତର୍ଜାତୀୟ ବଜାରରେ ଏହାର ଚାହିଦା ବୃଦ୍ଧି ପାଇଁ ସ୍ବତନ୍ତ୍ର ବ୍ରାଣ୍ଡିଂ ସହ ବୈଜ୍ଞାନିକ ପଦ୍ଧତିରେ ପ୍ୟାକେଜିଂ କରାଯାଇଛି। ପ୍ରଥମଥର ପାଇଁ ଆଦିଶା ବ୍ରାଣ୍ଡ୍ରେ ଏହି କଫି ବିକ୍ରି ହେବାସହ ଅନ୍ଲାଇନ୍ରେ ଉପଲବ୍ଧ ହେବ। ଏହାସହ ଭୁବନେଶ୍ୱରରେ ଥିବା ଆଦିଶା ଷ୍ଟୋର୍ରେ କୋରାପୁଟ କଫି ପାଇଁ ସ୍ବତନ୍ତ୍ର କ୍ୟାଫେଟେରିଆ ପ୍ରତିଷ୍ଠା ହେବ। ଜନଜାତିମାନଙ୍କ ଦ୍ୱାରା ସବାଇ ଘାସରେ ପ୍ରସ୍ତୁତ ଚେୟାରରେ ବସି ଲୋକେ ଏହି ବିଶ୍ୱପ୍ରସିଦ୍ଧ କୋରାପୁଟିଆ କଫିର ମଜା ନେଇପାରିବେ।
https://www.dharitri.com/wimbledon-grand-slam-tennis-djokovic-in-third-round/
ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ୍‌: ତୃତୀୟ ରାଉଣ୍ଡରେ ଜୋକୋଭିଚ୍‌ ଓ୍ବିମ୍ବେଲେଡନ, ୧।୭: ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତ ଟପ୍ ସିଡ୍ ସର୍ବିୟାର ନୋଭାକ ଜୋକୋଭିଚ୍ । ବୁଧବାର ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡ ମୁକାବିଲରେ ସେ ଦକ୍ଷିଣ ଆଫ୍ରିକାର କେଭିନ ଆଣ୍ଡରସନଙ୍କୁ ୬-୩, ୬-୩, ୬-୩ ସେଟ୍ରେ ପରାସ୍ତ କରିଛନ୍ତି। ସ୍ପେନର ପାବ୍ଲୋ ଆଣ୍ଡୁଜାର ନ ଖେଳିବାରୁ ଓ୍ବାକଓଭର ପାଇ ଦଶମ ସିଡ୍ କାନାଡାର ୨୨ ବର୍ଷୀୟ ଡେନିସ ଶାପୋଭାଲୋଭ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅନ୍ୟ ଏକ ପ୍ରଥମ ରାଉଣ୍ଡ ମ୍ୟାଚରେ ମିକାୟେଲ ଆମିର ୭-୫, ୬-୭(୪/୭), ୫-୭, ୬-୪, ୬-୩ ସେଟ୍ରେ ଜୋ ଓ୍ବିଲ୍ଫ୍ରେଡ୍ ସୋଙ୍ଗାଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ତେବେ କେଇ ନିଶିକୋରି ୬-୪, ୬-୪, ୬-୪ ସେଟ୍ରେ ଆଲେକ୍ସି ପୋପିରିନଙ୍କୁ ହରାଇ ଆଗକୁ ବଢ଼ିଛନ୍ତି। ମହିଳା ସିଙ୍ଗଲ୍ସରେ ଏଲିସେ ମେର୍ଟେନ୍ସ ୬-୨, ୬-୦ ସେଟ୍ରେ ଝୁ ଲିନ୍ଙ୍କୁ ହରାଇ ତୃତୀୟ ରାଉଣ୍ଡରେ ପହଞ୍ଚତ୍ଛନ୍ତି। ଭିକ୍ଟୋରିଆ ଆଜାରେଙ୍କା ୬-୧, ୬-୩ ସେଟ୍ରେ କାଟେରିନା କୋଜଲୋଭାଙ୍କୁ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି କାଟରିନା ସିନିକୋଭା ୬-୧, ୬-୦ ସେଟ୍ରେ ଓ୍ବାଙ୍ଗ୍ ୟାଫାନଙ୍କୁ ହରାଇ ପ୍ରଥମ ରାଉଣ୍ଡ ଅତିକ୍ରମ କରିଛନ୍ତି। ସେହିପରି ଏଲିନା ସ୍ବିତୋଲିନା ୬-୩, ୨-୬, ୬-୩ ସେଟ୍ରେ ଆଲିସନ ଭାନ୍ ଉଭାନକ୍ଙ୍କୁ ଏବଂ କ୍ରିଷ୍ଟିନା ପ୍ଲିସ୍କୋଭା ୩-୬, ୬-୪, ୬-୪ ସେଟ୍ରେ ଆଷ୍ଟ୍ରା ଶର୍ମାଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏଲିନା ଭେସନିନା ୭-୫, ୬-୧ ସେଟ୍ରେ ମାର୍ଟିନା ଟ୍ରେଭିସାନଙ୍କୁ ହରାଇ ଦେଇଛନ୍ତି।
https://www.dharitri.com/prison-crowds-on-the-rise-the-number-of-employees-is-less-than-required/
ଜେଲ୍‌ରେ ବଢୁଛି କଏଦୀଙ୍କ ଭିଡ଼: କର୍ମଚାରୀଙ୍କ ସଂଖ୍ୟା ଆବଶ୍ୟକତାଠାରୁ କମ୍‌ ନୂଆଦିଲ୍ଲୀ, ୩୧।୮: ଭାରତୀୟ ଜେଲ୍ଗୁଡ଼ିକରେ କଏଦୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଜେଲ୍ଗୁଡ଼ିକରେ କ୍ଷମତାଠାରୁ ଅଧିକ ସଂଖ୍ୟକ କଏଦୀ ରହିଛନ୍ତି। ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ ରିପୋର୍ଟ ଅନୁସାରେ ୨୦୧୯ରେ ଜେଲ୍ରେ କଏଦୀଙ୍କ ସଂଖ୍ୟା ୪ ଲକ୍ଷ ୭୮ ହଜାର ରହିଛି। ତେବେ ଜେଲ୍ର କ୍ଷମତା ୪ ଲକ୍ଷ ୩ ହଜାର ଅଛି। ଫଳରେ ଜେଲ୍ରେ ଭିଡ଼ ପରିଲକ୍ଷିତ ହେଉଛି। କଏଦୀଙ୍କ ମଧ୍ୟରେ ୧୯ ହଜାର ୯୧୩ ମହିଳା ଥିବାବେଳେ ୪ ଲକ୍ଷ ୫୮ ହଜାର ପୁରୁଷ ରହିଛନ୍ତି। କଏଦୀଙ୍କ ସଂଖ୍ୟା ବଢୁଥିଲେ ମଧ୍ୟ ଜେଲ୍ କର୍ମଚାରୀଙ୍କ ସଂଖ୍ୟା ଆବଶ୍ୟକତାଠାରୁ ଯଥେଷ୍ଟ କମ୍ ରହିଛି। ୮୦ ହଜାର ୫୯୯ ଜେଲ୍ କର୍ମଚାରୀଙ୍କୁ ନିଯୁକ୍ତି ପାଇଁ ସ୍ବୀକୃତି ମିଳିଥିଲେ ମଧ୍ୟ ୨୦୧୯ ଡିସେମ୍ବର ୩୧ ସୁଦ୍ଧା ସେମାନଙ୍କ ସଂଖ୍ୟା ୬୦ ହଜାର ୭୮୭ ରହିଛି। ଦେଶରେ ୧୩୫୦ ଜେଲ୍ ରହିଛି। ସେଥିମଧ୍ୟରେ ଉପ ଜେଲ୍ ସଂଖ୍ୟା ୬୧୭ ଥିବାବେଳେ ଜିଲା ଜେଲ୍ ସଂଖ୍ୟା ୪୧୦ ରହିଛି। ସେହିପରି ୧୪୪ଟି ସେଣ୍ଟ୍ରାଲ୍ ଜେଲ୍, ୮୬ଟି ଓପନ୍ ଜେଲ୍, ୪୧ ବିଶେଷ ଜେଲ୍, ୩୧ ମହିଳା ଜେଲ ଏବଂ ୨୧ ଅନ୍ୟ ଜେଲ୍ ରହିଛି। ସେଣ୍ଟ୍ରାଲ୍ ଜେଲ୍ର କ୍ଷମତା ଲକ୍ଷେ ୭୭ ହଜାର ଥିବାବେଳେ ଏଠାରେ ୨ ଲକ୍ଷ ୨୦ ହଜାର କଏଦୀ ରହୁଛନ୍ତି। ସେହିପରି ଜିଲା ଜେଲ୍ର କ୍ଷମତା ଲକ୍ଷେ ୫୮ ହଜାର ରହିଛି। ଏସବୁ ଜେଲ୍ରେ କଏଦୀଙ୍କ ସଂଖ୍ୟା ୨ ଲକ୍ଷ ୬ ହଜାର ରହିଥିବା ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
https://www.dharitri.com/ସ୍ତ୍ରୀଙ୍କୁ-ଭରଣପୋଷଣ-ଆଦେଶ/
ସ୍ତ୍ରୀଙ୍କୁ ଭରଣପୋଷଣ ଆଦେଶ ଦେଲେ ଅଦାଲତ: ୫ ବସ୍ତା କଏନ୍‌ ନେଇ କୋର୍ଟରେ ପହଞ୍ଚିଲେ ସ୍ବାମୀ ସ୍ତ୍ରୀଙ୍କୁ ଭରଣପୋଷଣ ଦେବା ପାଇଁ ଏକ ପରିବାର ଅଦାଲତଙ୍କ ରାୟ ପରେ ସ୍ବାମୀ କୋର୍ଟରେ ୫ ବସ୍ତା କଏନ୍ ନେଇ ପହଞ୍ଚିଛନ୍ତି। ଏଭଳି ଏକ ରୋଚକ ଘଟଣା ଛତିଶଗଡ଼ରେ ଘଟିଛି। ସ୍ଥାନୀୟ ପାମ୍ଗଢ଼ ଥାନା ଅଞ୍ଚଳରେ ବାସକରୁଥିବା ପୁନିରାମ ସାହୁ ଏବଂ ତାଙ୍କ ସ୍ତ୍ରୀ ଯଶୋଧାରାଙ୍କ ମଧ୍ୟରେ ଛାଡ଼ପତ୍ର ମାମଲାର ବିଚାର ଦୀର୍ଘ ୨୦ ବର୍ଷ ଧରି ଚାଲିଛି। ପୁନିରାମ ଜଣେ ପରିବା ବେପାରି। ପରିବାର କୋର୍ଟ ପକ୍ଷରୁ ଯଶୋଧାରାଙ୍କୁ ୩୩ ହଜାର ୮ଶହ ଟଙ୍କା ଭରଣପୋଷଣ ଦେବାକୁ ପୁନିରାମଙ୍କୁ ଆଦେଶ ଦିଆଯାଇଥିଲା। ପୁନିରାମ ନିଜ ପାଖରେ ଥିବା ଟଙ୍କିକିଆ, ୨ ଟଙ୍କିଆ, ୫ ଟଙ୍କିଆ ତଥା ୧୦ ଟଙ୍କିଆ କଏନ୍ ଥିବା ୫ଟି ବସ୍ତା ନେଇ ପହଞ୍ଚିଥିଲେ। ତେବେ ବିଚାରପତି କିରଣ ଚତୁର୍ବେଦୀ ଏହାକୁ ଗଣିବାକୁ ପୁନିରାମଙ୍କୁ କହିଥିଲେ। ସେ କୋର୍ଟ ଚଟାଣରେ ବସି ୩୩ ହଜାର ଟଙ୍କାର କଏନ୍ ଗଣିଗଣି ଯଶୋଧାରାଙ୍କୁ ଦେଇଥିଲେ। ଅବଶିଷ୍ଟ ୮ଶହ ଟଙ୍କା ୨୨ ଜୁଲାଇରେ ଦେବାକୁ କୋର୍ଟ ପୁନିରାମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କଏନ୍ ବସ୍ତା ଯଶୋଧାରା ନେବାକୁ ମନା କରିବାରୁ ପୁନିରାମ ଏହାକୁ ବୋହି ବୋହି ନେଇ ତାଙ୍କ ଘରେ ଦେଇଥିବା କୁହାଯାଉଛି। ଏହି ଘଟଣା ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
https://www.dharitri.com/these-bollywood-actress-take-some-items-from-their-film-sets/
ଚୋରଣୀ ଅଭିନେତ୍ରୀ ! ବମ୍ବେ:ବଲିଉଡ୍ ଅଭିନେତ୍ରୀମାନେ ଖାଲି ଯେ ଦର୍ଶକଙ୍କ ହୃଦୟ ଚୋରି କରନ୍ତି ତାହା ନୁହେଁ, ସେମାନଙ୍କ ମଧ୍ୟରୁ ଅନେକେ ଶୁଟିଂସେଟ୍ରୁ ସାମଗ୍ରୀ ଚୋରି କରିବାରେ ଓସ୍ତାଦ। ଅଟ୍ପଟା ଲାଗିଲେ ବି କଥାଟି ସତ। ଫିଲ୍ମର ଶୁଟିଂ ବେଳେ କଳାକାରମାନେ ନିଜ ଚରିତ୍ରର ପ୍ରେମରେ ପଡ଼ିଯାଇଥାନ୍ତି। ଏଣୁ ସେମାନେ ବ୍ୟବହାର କରିଥିବା ଜିନିଷକୁ ଘରକୁ ନେଇ ଆସିଥାନ୍ତି। ଯେମିତିକି: -ସାନ୍ୟା ମଲହୋତ୍ରା: ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ଏହି ଡିଭା। ସାନ୍ୟା ନିକଟରେ ନେଟ୍ଫ୍ଲିକ୍ସର ଫିଲ୍ମ‘ମୋନାକ୍ଷୀ ସୁନ୍ଦରେଶ୍ୱର’ରେ ନଜର ଆସିଥିଲେ। ଫିଲ୍ମରେ ସେ ସୁନ୍ଦର ଶାଢ଼ି ପିନ୍ଧିଥିଲେ। ସବୁଦିନ ସେଗୁଡ଼ିକୁ ପିନ୍ଧି ପିନ୍ଧି ସେ ପ୍ରେମରେ ପଡ଼ିଯାଇଥିଲେ। ଶେଷରେ ସେ ଏହାକୁ ଚୋରି କରି ଘରକୁ ନେଇଆସିଥିଲେ। ଏବେ ସେ ସେଗୁଡ଼ିକୁ ପିନ୍ଧୁଥିବା ଅଭିନେତ୍ରୀ ନିଜେ ସ୍ବିକାର କରିଛନ୍ତି। – କିଆରା ଆଡଭାଣୀ: ଏହି ଅଭିନେତ୍ରୀ ଫିଲ୍ମ ‘ଫଗଲୀ’ ସେଟ୍ରୁ ବୁଟ୍ ଚୋରାଇଥିଲେ। ସେ ଆଜିବି ତାକୁ ପାଖରେ ରଖିଛନ୍ତି। ବୁଟ୍ଟି ତାଙ୍କୁ ପ୍ରଥମ ଫିଲ୍ମର ସ୍ମୃତି ମନେ ପକାଉଛି ବୋଲି ସେ କୁହନ୍ତି। -ତମନ୍ନା ଭାଟିଆ: ବାହୁବଲୀ ଫିଲ୍ମ ସମୟରେ ଏହି ଅଭିନେତ୍ରୀ ଏକ ଲକେଟ୍ ପିନ୍ଧିଥିଲେ। ପରେ ସେ ତାହାକୁ ନେଇ ଆସିଥିଲେ। -ଭୂମି ପେଡନେକର: ଅଭିନେତ୍ରୀ ଫିଲ୍ମ ‘ଦମ୍ ଲଗା କେ ହେଇସା’ରେ ପିନ୍ଧିଥିବା ଗୋଲାପୀ ରଙ୍ଗର ଗାଉନ୍କୁ ନେଇ ଆସିଥିଲେ। -ନୁସରତ ଭରୁଚା: ଏହି ଅଭିନେତ୍ରୀ ଫିଲ୍ମ ‘ପ୍ୟାର୍ କା ପଞ୍ଚନାମା’ ସେଟ୍ରୁ ହାର୍ଟ ସେପ୍ର ତକିଆ ଚୋରାଇ ନେଇ ଆସିଥିଲେ।
https://www.dharitri.com/the-future-of-hunger/
ଭୋକର ଭବିଷ୍ୟତ ନିକଟରେ ପ୍ରକାଶ ପାଇଥିବା ବିଶ୍ୱ କ୍ଷୁଧା ସୂଚକାଙ୍କ (ଜିଏଚ୍ଆଇ)ରେ ଭାରତ ୧୦୭ ଦେଶ ମଧ୍ୟରୁ ୯୪ ସ୍ଥାନରେ ରହିଛି। ଗତବର୍ଷ ଏହାର ସ୍ଥାନ ୧୦୨ ଥିଲା। ଏଥର ୮ ପାଦ ଆଗେଇଥିଲେ ମଧ୍ୟ ଭାରତର ସ୍ଥାନ ‘ଅତି ଗମ୍ଭୀର’ ବର୍ଗରେ ରହିଛି। ଏପରି କି କ୍ଷୁଧା ପୀଡ଼ିତ ଦେଶ ଭାବେ ବିଶ୍ୱରେ ପରିଚିତ ଥିବା ଆଫ୍ରିକା ମହାଦେଶର ସୁଦାନ ସହ ଭାରତର ର଼୍ୟାଙ୍କ୍ ସମାନ ହୋଇଯାଇଛି। ଆହୁରି ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ, ପଡ଼ୋଶୀ ପାକିସ୍ତାନ, ନେପାଳ, ବାଂଲାଦେଶ, ଶ୍ରୀଲଙ୍କା ଭଳି ରାଷ୍ଟ୍ରଠାରୁ ଭାରତ ପଛେଇ ଯାଇଛି। ପ୍ରତି କଥାରେ ଭାରତୀୟମାନେ ପାକିସ୍ତାନକୁ ସମାଲୋଚନା କରିଥାଆନ୍ତି। ହେଲେ ପାକିସ୍ତାନ ୮୮ତମ ସ୍ଥାନରେ ରହି ଭାରତ ଆଗକୁ ଚାଲିଯାଇଛି। ଭାରତୀୟ ନେତୃତ୍ୱ ବିଶ୍ୱ ମଞ୍ଚରେ ଅନେକ ପ୍ରକାର ବାହାଦୁରି ମାରିଥାଆନ୍ତି। ଖାଦ୍ୟ ନିରାପତ୍ତା କାର୍ଯ୍ୟକ୍ରମ ବିଷୟରେ ଢେର ପ୍ରଚାର କରାଯାଉଛି। କିନ୍ତୁ ଏହାର ସୁବିଧା ଅନେକ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରୁନାହିଁ। କେଉଁଠାରେ ଥିଲାବାଲା ଲୋକ ଅଭାବୀଙ୍କ ଖାଦ୍ୟ ଖାଇଦେଉଥିବା ବେଳେ ଆଧାର କାର୍ଡ ଦେଖାଇ ନ ପାରି ଭିନ୍ନକ୍ଷମମାନେ ଯୋଜନାର ସୁବିଧା ପାଇପାରୁ ନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ, ଅସଂଖ୍ୟ କୋଟି ଟଙ୍କା ବ୍ୟୟରେ ଆଧାରକାର୍ଡ ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ଏମାନଙ୍କ ସହ ଗରିବ ଲୋକ ରାଶନ ନ ପାଇ ସେବାରୁ ବଞ୍ଚିତ ହେଉଛନ୍ତି। ଏହା ପଛରେ ବାୟୋମେଟ୍ରିକ୍ ସାମଞ୍ଜସ୍ୟ ଭଳି ଅନେକ କାରଣ ରହିଛି। ଦେଶର କୋଣଅନୁକୋଣରେ ଏଭଳି ବହୁ ଉଦାହରଣ ଦେଖିବାକୁ ମିଳୁଛି। ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ବିଫଳତା କ୍ଷୁଧା ବଢ଼ାଇ ଦେଉଛି। ଏଥିସହିତ ଚଳିତବର୍ଷର କରୋନା ମହାମାରୀ ଖାଦ୍ୟ ମୁଦ୍ରାସ୍ଫୀତି ବୃଦ୍ଧି କରିଛି। ଅନ୍ୟପକ୍ଷରେ ଲୋକଙ୍କ ରୋଜଗାର କମିଯିବା ଓ ସେମାନଙ୍କ ହାତରେ ଆବଶ୍ୟକ ଅର୍ଥ ନ ଥିବାରୁ ସେମାନେ ପୁଷ୍ଟିକର ଖାଦ୍ୟ କିଣି ଖାଇପାରୁ ନାହାନ୍ତି। ଭାରତରେ ସବୁଠାରୁ ଅଧିକ ଦୁର୍ଦ୍ଦଶା ଭୋଗୁଛନ୍ତି ମହିଳା ଓ ଶିଶୁ। ସେମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟର ଯଥେଷ୍ଟ ଆବଶ୍ୟକତା ଥିବା ବେଳେ ଯୋଗାଣ ଠିକ୍ ଭାବେ ହୋଇ ନ ପାରିବାରୁ ବିଶେଷକରି ପିଲାମାନେ ଅପପୁଷ୍ଟିର ଶିକାର ହେଉଛନ୍ତି। ଚଳିତ ମାସ ୧୫ ତାରିଖରେ ମାଲକାନଗିରି ଜିଲା ସଦର ବ୍ଲକ ପଦ୍ମଗିରି ଅଞ୍ଚଳର କାଚେଲି ଗ୍ରାମରେ ବିଷାକ୍ତ ଖାଦ୍ୟ ଖାଇ ୩ ଜଣ ପିଲାଙ୍କ ମୃତ୍ୟୁ ଘଟିବା ସଦ୍ୟ ଉଦାହରଣ। ଏକ ଆକଳନରୁ ଜଣାପଡ଼ିଛି ଯେ, ଗ୍ରାମୀଣ ଭାରତରେ ୪ ଜଣରୁ ୩ ଜଣ ସନ୍ତୁଳିତ ଓ ପୁଷ୍ଟିକର ଖାଦ୍ୟ ପାଇ ନ ଥାଆନ୍ତି। ଜିଏଚ୍ଆଇ ମଧ୍ୟ ରିପୋର୍ଟ ଦେଇଛି ଯେ, ଭାରତ ଜନସଂଖ୍ୟାର ୧୪ ପ୍ରତିଶତ ଅପପୁଷ୍ଟିର ଶିକାର ହୋଇଛନ୍ତି। ତେଣୁ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ (ଏନ୍ଏଫ୍୍ଏସ୍ଏ)କୁ କାର୍ଯ୍ୟକାରୀ କରିବା ଲାଗି ଅନେକ କାର୍ଯ୍ୟ କରିବାକୁ ପଡ଼ିବ। ରାଜ୍ୟ ସରକାରଗୁଡ଼ିକ କେଉଁ ଅଞ୍ଚଳର ଲୋକମାନେ ଦାରିଦ୍ର୍ୟ ଦେଇ ଗତି କରୁଛନ୍ତି ତାହାକୁ ଚିହ୍ନଟ କରି ରିପୋର୍ଟ ଦେବା କଥା। କିନ୍ତୁ ତାହାସବୁ ସମ୍ଭବ ହୋଇପାରୁ ନାହିଁ। କିଛିବର୍ଷ ତଳେ ଉପକୂଳ ଓଡ଼ିଶାର ନଗଡ଼ା ଅଞ୍ଚଳରେ ପିଲାଙ୍କ ସମେତ ବୟସ୍କମାନେ କିଭଳି କ୍ଷୁଧା ପୀଡ଼ିତ ହୋଇ ଡହଳବିକଳ ହୋଇଥିଲେ, ତାହାର ଦୃଶ୍ୟ ସମସ୍ତେ ଦେଖିଥିଲେ। ଖୋଳତାଡ଼ କରାଗଲା ପରେ ସେଭଳି ଏକ ଅଞ୍ଚଳ ରହିଥିବା ନେଇ ପ୍ରଶାସନ ଜାଣିପାରି ନ ଥିବା ବିଷୟ ପଦାକୁ ଆସିଥିଲା। ସବୁ ରାଜ୍ୟରେ ଏହିଭଳି ଅଞ୍ଚଳ ଖୋଜିଲେ ଅନେକ ମିଳିବ। ଚନ୍ଦ୍ରଯାନ ପଠାଇ ଜହ୍ନରେ ଜଳ ଖୋଜିବାର ପ୍ରୟାସଠାରୁ ଦେଶ ଭିତରେ ଥିବା ଲୋକଙ୍କୁ ବିଶୁଦ୍ଧ ପାଣିମୁନ୍ଦାଏ ସହ ଖାଦ୍ୟ ଯୋଗାଣ ଠିକ୍ ହୋଇପାରିଲେ କ୍ଷୁଧା ଅନେକାଂଶରେ ଦୂରୀଭୂତ ହୋଇପାରନ୍ତା।
https://www.dharitri.com/rajasthan-karni-sena-support-kejriwal-demand-for-lakshmi-ganesh-photo-on-indian-currency/
କେଜରିୱାଲଙ୍କୁ ସମର୍ଥନ କଲା ରାଜସ୍ଥାନର କରନି ସେନା ଜୟପୁର,୨୮ ।୧୦: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଭାରତୀୟ ମୁଦ୍ରା ଉପରେ ମା’ ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ଫଟୋ ଲଗାଇବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି । ଏହାପରେ କେଜରିୱାଲଙ୍କ ଏହି ଦାବିକ ନେଇ ନେଇ ଭିନ୍ନ ଭିନ୍ନ ପ୍ରକାରର ଟିପ୍ପଣି ଆସୁଛି । ଏହାରି ଭିତରେ ରାଜସ୍ଥାନର କରନି ସେନା କେଜରିୱାଲଙ୍କୁ ସମର୍ଥନ କରିଛି । ରାଜପୁତ କରନି ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ମହିପାଳ ସିଂ ମକରାନା କହିଛନ୍ତି, ମୁଖ୍ୟମନ୍ତ୍ରୀ ଅରବିନ୍ଦ କଜେରିୱାଲ ମା’ ଲକ୍ଷ୍ମୀ ଓ ଅଗ୍ରପୂଜ୍ୟ ଭଗବାନ ଗଣେଶଙ୍କ ଫଟୋ ଭାରତୀୟ ମୁଦ୍ରାରେ ଛାପିବାକୁ କହିବା ଯୁକ୍ତିଯୁକ୍ତ । ଯଦି ଏଭଳି ହେବ ତେବେ ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ସମ୍ମାନର କଥା ହେବ । ସେ କହିଛନ୍ତି ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ଭାରତୀୟ ମୁଦ୍ରାରେ ହେବା ଉଚିତ । କେଜରିୱାଲଙ୍କ ଏହି କଥାକୁ ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ଜାଣି ରଖିବା ଉଚିତ ଯେ ମା’ ଲକ୍ଷ୍ନୀ ନିଜେ ମୁଦ୍ରାର ପ୍ରତିକ । ଯଦି ଏହାକୁ ନେଇ କିଏ କହେ ଯେ ମା’ ଲକ୍ଷ୍ମୀଙ୍କ ଫଟୋ ଲାଗିରେ ଏହା କୌଣସି ନେତା ବା ଦଳର ସମର୍ଥନ ହେଉଛି ତେବେ ତାହା ଭୁଲ ।
https://www.dharitri.com/bus-hiwa-face-to-face-on-the-taratarini-hills-the-driver-including-7-devotees-injured/
ତାରା ତାରିଣୀ ପାହାଡ଼ରେ ବସ- ହାଇୱା ମୁହାଁମୁହିଁ  , ୭ ଜଣ ଭକ୍ତଙ୍କ ସମେତ ଡ୍ରାଇଭର ଆହତ
https://www.dharitri.com/ବୀମା-ଯୋଜନା-ଅର୍ଥ-ପୈଠ-କରୁନା/
ବୀମା ଯୋଜନା ଅର୍ଥ ପୈଠ କରୁନାହାନ୍ତି ସରକାର: ସେବା ନ ଯୋଗାଇବାକୁ ଘରୋଇ ହସ୍ପିଟାଲ ସଂଘର ଚେତାବନୀ ଭୁବନେଶ୍ୱର, ୧।୧୦(ବ୍ୟୁରୋ): ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ବିଜୁ କୃଷକ କଲ୍ୟାଣ ଯୋଜନା (ବିକେକେୱାଇ) ଏବଂ ଓଡ଼ିଶା ଷ୍ଟେଟ୍ ଟ୍ରିଟ୍ମେଣ୍ଟ୍ ଫଣ୍ଡ୍ ଆଦି ଯୋଜନା ଦ୍ୱାରା ଗରିବଙ୍କୁ ମାଗଣାରେ ଚିକିତ୍ସା ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଏହିସବୁ ଯୋଜନାରେ ରାଜ୍ୟର ବିଭିନ୍ନ ଘରୋଇ ହସ୍ପିଟାଲରେ ଆର୍ଥିକ ଅନଗ୍ରସର ରୋଗୀ ଚିକିତ୍ସିତ ହେଉଥିବାବେଳେ ଏ ବାବଦ ଅର୍ଥ କିନ୍ତୁ ସରକାର ପୈଠ କରିବାରେ ବିଫଳ ହୋଇଛନ୍ତି। ଏ ପର୍ଯ୍ୟନ୍ତ ବାକି ପଡ଼ିଥିବା ୨୫କୋଟି ଟଙ୍କା ଘରୋଇ ହସ୍ପିଟାଲ୍କୁ ଦେଇନାହାନ୍ତି ରାଜ୍ୟ ସରକାର। ତେଣୁ ସରକାରଙ୍କ ପ୍ରଚଳିତ କୌଣସି ସ୍ବାସ୍ଥ୍ୟ ବୀମା ଯୋଜନାରେ ସହଭାଗିତା ଯୋଗାଇଦେବ ନାହିଁ ବୋଲି ଚେତାବନୀ ଦେଇଛି ଅଲ୍ ଓଡ଼ିଶା ପ୍ରାଇଭେଟ୍ ମେଡିକାଲ୍ ଏଷ୍ଟାବ୍ଲିଶ୍ମେଣ୍ଟ ଫୋରମ୍। ଫୋରମ୍ ପକ୍ଷରୁ ସୋମବାର ଆଇଏମ୍ଏ ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇ ସ୍ବାସ୍ଥ୍ୟସେବା ସହ ଜଡ଼ିିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଅନ୍ୟ ସମସ୍ୟା ମଧ୍ୟରେ ୨୦୧୪ରୁ ୭୫% ଘରୋଇ ଡାକ୍ତରଖାନାର ପଞ୍ଜୀକରଣ ଓ ନବୀକରଣ ଦରଖାସ୍ତ ପଡ଼ି ରହିଥିଲେ ବି ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି ବୋଲି ଫୋରମ୍ ଅଭିଯୋଗ କରିଛି। ଅନ୍ୟ ରାଜ୍ୟରେ ଉଭୟ ସରକାରୀ ଓ ବେସରକାରୀ ଡାକ୍ତରଖାନା କ୍ଲିନିକାଲ୍ ଏଷ୍ଟାବ୍ଲିଶ୍ମେଣ୍ଟ ଆଇନ୍ରେ ପଞ୍ଜୀକୃତ ହେଉଥିବାବେଳେ ଓଡ଼ିଶାରେ କେବଳ ବେସରକାରୀ ଡାକ୍ତରଖାନାକୁ ଏହି ଆଇନ୍ ଅନ୍ତର୍ଭୁକ୍ତ କରାଯାଇଛି। ସରକାରୀ ଡାକ୍ତରଖାନାକୁ ଏହି ଆଇନ୍ର ଅଗ୍ନିଶମ ଓ ପ୍ରଦୂଷଣ ପରି ନିୟାମକରୁ ବାହାରେ କାହିଁକି ରଖାଯାଇଛି ବୋଲି ଫୋରମ୍ ସଭାପତି ଡା. ଅଜୟ କୁମାର ମିଶ୍ର କହିଛନ୍ତି। ଅନ୍ୟପକ୍ଷରେ ଡାକ୍ତରଙ୍କ ସୁରକ୍ଷା ପାଇଁ ରାଜ୍ୟରେ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ନ ଥିବାବେଳେ ଅନେକ ସମୟରେ ଡାକ୍ତରମାନେ ଆକ୍ରମଣର ଶିକାର ହେଉଛନ୍ତି। ଏନେଇ ଫୋରମ୍ ପକ୍ଷରୁ ବାରମ୍ବାର ସ୍ବାସ୍ଥ୍ୟମନ୍ତ୍ରୀ, ସଚିବଙ୍କୁ ଅଭିଯୋଗ କରାଗଲେ ମଧ୍ୟ କୌଣସି ସ୍ଥାୟୀ ପ୍ରତିକାର କରାଯାଇ ନ ଥିବା ସେ କହିଛନ୍ତି। ଡା. ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଫୋରମ୍ର ସଦସ୍ୟଙ୍କ ସହ ରାଜ୍ୟ ଆଇଏମ୍ଏ ସଭାପତି ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସମ୍ପାଦକ ଡା. ଜନ୍ମେଜୟ ମହାପାତ୍ର, ସହସମ୍ପାଦକ ଡା. ମୃତ୍ୟୁଞ୍ଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
https://www.dharitri.com/delhi-and-ncr-is-still-in-red-zone/
ରେଡ୍ ଜୋନ୍‌ରେ ଦିଲ୍ଲୀ ଏନ୍‌ସିଆର୍‌ ନୂଆଦିଲ୍ଲୀ,୭ ।୧୧: ବେଳକୁ ବେଳ ଖରାପ ହେବାରେ ଲାଗିଛି ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ମାତ୍ରା । ବିଶେଷ ଭାବେ ଦିଲ୍ଲୀ ଏନ୍ସିଆର୍ରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏଠାକାର ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦ ଅତିକ୍ରମ କରି ଯାଇଥିବା ବେଳେ ସେଠାକାର ଲୋକଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେଉଛି, ଆଖି ପୋଡୁଛି ବୋଲି ଅଭିଯୋଗ ଆସୁଛି । ଏବେ ଦିଲ୍ଲୀ ଏନ୍ସିଆର୍ ରେଡ ଜୋନରେ ଥିବା କୁହାଯାଉଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁଯାୟୀ, ଦିଲ୍ଲୀର ପଞ୍ଜାବୀ ବାଗରେ ଶନିବାର ବାୟୁ ପ୍ରଦୂଷଣ ସ୍ତର ୪୩୮ ରେକର୍ଡ କରାଯାଇଛି । ଯାହା ସାଂଘାତିକ ସ୍ତର ବୋଲି କୁହାଯାଉଛି । ପଡୋଶୀ ରାଜ୍ୟ ପଞ୍ଜାବ ଓ ହରିୟାଣାରେ କୃଷକମାନେ ନଡା ପୋଡୁଥିବାରୁ ବେଳକୁ ବେଳେ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଛି ବୋଲି ଅଭିଯୋଗ ହେଉଛି ।
https://www.dharitri.com/ପେଟ୍ରୋଲ-ପମ୍ପରେ-ଛିଡ଼ା-ହୋଇ/
ପେଟ୍ରୋଲ ପମ୍ପରେ ଛିଡ଼ା ହୋଇଥିବା ଟ୍ରକରୁ ଲୁଟ ,୨ ଗିରଫ ବଡବିଲ, ୩ା୪(ସ୍ବ.ପ୍ର.)-ପେଟ୍ରୋଲ ପମ୍ପରେ ଛିଡା ହୋଇଥିବା ଏକ ଟ୍ରକରୁ ଲୁଟ ଅଭିଯୋଗରେ କେନ୍ଦୁଝର ଜିଲା ବଡବିଲ ପୋଲିସ ଶୁକ୍ରବାର ୨ ଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଯୋଡା ଥାନା ଅନ୍ତର୍ଗତ ପାତ୍ର ସାହି ଅଞ୍ଚଳର ଅନିଲ ଗୋପ ଓରଫ୍ ଡାଡୁ ଏବଂ ସୁଶାନ୍ତ କୁମାର ପାତ୍ର ଓରଫ୍ ବାବୁ। ପୋଲିସ ସୂଚନା ଅନୁ୍ଯାୟୀ, ବଡବିଲ ଥାନା ଅଧୀନ ଭୁଷୁଗାଁସ୍ଥିତ ଭରଦ୍ୱାଜ ପେଟ୍ରୋଲ ପମ୍ପ ପରିସରରେ ଗୁରୁବାର ରାତିରେ କେତେକ ଟ୍ରକ ଛିଡା ହୋଇଥିଲେ। ବିଳମ୍ବିତ ରାତିରେ ହଠାତ ୨ଜଣ ଦୁର୍ବୃତ୍ତ ଟ୍ରକ ଡ୍ରାଇଭରମାନଙ୍କୁ ଭୟଭୀତ କରି ସେମାନଙ୍କ ନିକଟରୁ ନଗଦ ପ୍ରାୟ ୧୧ ହଜାର ୫ ଶହ ଟଙ୍କା ଲୁଟିନେଇଥିବା ବଡବିଲ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି ସେମାନଙ୍କଠାରୁ ନଗଦ ୭ ହଜାର ୫ ଶହ ଟଙ୍କା, ୪ ଟି ମୋବାଇଲ ଓ ଏକ ବାଇକକୁ ଜବତ କରିଥିବା ଆଇଆଇସି ସୁଶାନ୍ତ ଦାଶ କହିଛନ୍ତି।
https://www.dharitri.com/ଦେଶ-କରୋନା-ସହ-ଲଢୁଥିବା-ବେଳେ/
ଦେଶ କରୋନା ସହ ଲଢୁଥିବା ବେଳେ କଂଗ୍ରେସ ଲଢୁଛି କେନ୍ଦ୍ର ସହ: ଜାଭେଡକର ନୂଆଦିଲ୍ଲୀ,୨୪।୪: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ସାରା ଦେଶ କରୋନା ଭାଇରସ ସହ ଲଢୁଥିବା ବେଳେ କଂଗ୍ରେସ କିନ୍ତୁ ଲଢୁଛି କେନ୍ଦ୍ର ସରକାରଙ୍କ ସହ। ପରୋକ୍ଷରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଏହି ସମୟରେ ରାହୁଲଙ୍କ କର୍ମୀମାନେ କରୋନାକୁ ନେଇ କୌଣସି କନଷ୍ଟ୍ରକଟିଭ ଆଇଡିଆ ଦେବା ପରିବର୍ତ୍ତେ କେନ୍ଦ୍ର ସରକାରଙ୍କ କରୋନା ଯୁଦ୍ଧକୁ ନେଇ ସମାଲୋଚନା କରିବା ନିନ୍ଦନୀୟ ବିଷୟ। ନିକଟରେ ରାହୁଲ କେନ୍ଦ୍ର ସରକାରଙ୍କ ବର୍ଦ୍ଧିତ ମହଙ୍ଗା ଭତ୍ତା ଓ ମହଙ୍ଗା ସହାୟତା ପ୍ରଦାନ ନ କରିବା ନିଷ୍ପତ୍ତିକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। ଏହାକୁ ନେଇ ପ୍ରକାଶ ଜାଭେଡକର ରାହୁଲଙ୍କ ଏଭଳି ଟୁଇଟକୁ ନିନ୍ଦା କରିଛନ୍ତି।
https://www.dharitri.com/ଘାତକ-ହେଲାଣି-ସିଏଏ-ନିଆଁ-ପୋଲ/
ଘାତକ ହେଲାଣି ସିଏଏ ନିଆଁ: ପୋଲିସ ଗୁଳିରେ ଟଳିଲେ ୩ ବିକ୍ଷୋଭକାରୀ ମାଙ୍ଗାଲୁରୁ/ଲକ୍ଷ୍ନୌ, ୨୦।୧୨:ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧକରି ଦେଶବ୍ୟାପୀ ମୁଣ୍ଡଟେକିଥିବା ଆନ୍ଦୋଳନର ନିଆଁ ଘାତକ ହେଲାଣି। କର୍ନାଟକର ମାଙ୍ଗାଲୁରୁ ଓ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ-ଜନତା ଖଣ୍ଡଯୁଦ୍ଧ ହୋଇଛି। ପୋଲିସର ଲାଠି ଓ ଗୁଳିମାଡ଼ରେ ୩ ଜଣଙ୍କ ଜୀବନ ଯାଇଛି। ଏହାସହ ଶତାଧିକ ବିକ୍ଷୋଭକାରୀ ଆହତ ହୋଇଛନ୍ତି। ଏହା ପୂର୍ବରୁ ଉତ୍ତର-ପୂର୍ବାଞ୍ଚଳ ଓ ପଶ୍ଚିମବଙ୍ଗରେ ସିଏଏ ବିରୋଧୀ ନିଆଁ ୧୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁର କାରଣ ହୋଇଛି। କେନ୍ଦ୍ରର ଏହି ବିବାଦୀୟ ଆଇନ ପ୍ରତ୍ୟାହାରରେ ଆନ୍ଦୋଳନରତ ଲୋକଙ୍କ ଉପରେ ପୋଲିସର ଏଭଳି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ସିଏଏ ପ୍ରତ୍ୟାହାର ଦାବିରେ ମାଙ୍ଗାଲୁରୁରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ପୋଲିସ ସହ ସେମାନଙ୍କ ସଂଘର୍ଷ ହୋଇଥିଲା। ଏଥିରେ ୨୦ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ପୋଲିସ ଜବାବୀ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ବିକ୍ଷୋଭକାରୀଙ୍କ ଉପରେ ଗୁଳି ଚଳାଇବାକୁ ବାଧ୍ୟ ହୋଇଥିଲା ବୋଲି ମାଙ୍ଗାଲୁରୁ ସିଟି ପୋଲିସ କମିଶନର ପି.ଏସ୍. ହର୍ଷ କହିଛନ୍ତି। ପୋଲିସ ଗୁଳିରେ ଗୁରୁତର ହୋଇଥିବା ୨ ବିକ୍ଷୋଭକାରୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବାବେଳେ ଉଭୟଙ୍କ ମୃତ୍ୟୁ ଘଟିଛି। କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ପା ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି। ନ୍ୟସ୍ତସ୍ବାର୍ଥ ବ୍ୟକ୍ତିମାନେ କର୍ନାଟକରେ ଶାନ୍ତି ଓ ସହାବସ୍ଥାନ ଭଙ୍ଗ କରିବା ଲାଗି ଗୁଜବ ସୃଷ୍ଟି କରୁଥିବା ସେ ସମାଲୋଚନା କରିଛନ୍ତି। ସେହିପରି ଲକ୍ଷ୍ନୌର ପରିବର୍ତ୍ତନ ଚୌକରେ ବିକ୍ଷୋଭକାରୀମାନେ ପୋଲିସ ଉପରକୁ ଟେକାମାଡ଼ କରି ଯାନବାହନ ଜାଳିଦେଇଥିଲେ। ପୋଲିସ ସେମାନଙ୍କୁ ଘଉଡ଼ାଇବାକୁ ଯାଇ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ବିକ୍ଷୋଭକାରୀ ନ ମାନିବାରୁ ପୋଲିସ ଗୁଳି ଚଳାଇଥିଲା। ଗୁଳିମାଡ଼ରେ ଜଣେ ବିକ୍ଷୋଭକାରୀ ଟଳିପଡ଼ିଛନ୍ତି। ସମ୍ପୃକ୍ତ ବିକ୍ଷୋଭକାରୀଙ୍କୁ ଗୁରୁତର ଅବସ୍ଥାରେ କେଜିଏମ୍ୟୁ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ସେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଦେଇଛନ୍ତି। ତେବେ ଗୁଳିମାଡ଼ରେ ତାଙ୍କର ମୃତ୍ୟୁ ଘଟିଥିବା ବିଷୟକୁ ଉତ୍ତରପ୍ରଦେଶ ପୋଲିସ ଡିଜି ଓମ୍ପ୍ରକାଶ ସିଂ ଖଣ୍ଡନ କରିଛନ୍ତି। ଇତିମଧ୍ୟରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଜି. କିଷନ ରେଡ୍ଡୀ କହିଛନ୍ତି, ବିକ୍ଷୋଭକାରୀ ବା ଆନ୍ଦୋଳନରତ ଛାତ୍ରୀଛାତ୍ରଙ୍କ ଉପରେ କେହି ବଳପ୍ରୟୋଗ କରିବା ଅନୁଚିତ। ପୋଲିସ ଲାଠି କିମ୍ବା ଅନ୍ୟ କୌଣସି ଅସ୍ତ୍ର ବ୍ୟବହାର ନ କରୁ।
https://www.dharitri.com/ମହାପ୍ରଭୁଙ୍କୁ-ଦର୍ଶନ-କଲେ-ନ/
ମହାପ୍ରଭୁଙ୍କୁ ଦର୍ଶନ କଲେ ନେପାଳ ରାଜଗୁରୁ ପୁରୀ ଅଫିସ, ୩୧ା୭: ନେପାଳର ରାଜଗୁରୁ ତଥା ବୌଦ୍ଧିକ ସାଧକ ଅର୍ଜୁନ ପ୍ରସାଦ ବାସ୍ତୋଲା ବୁଧବାର ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପୂର୍ବାହ୍ନ ପ୍ରାୟ ୧୦ଟାରେ ବାସ୍ତୋଲା ତାଙ୍କ ସହଯୋଗୀମାନଙ୍କ ସହ ଆସି ସିଂହଦ୍ୱାରରେ ପହଞ୍ଚତ୍ବା ପରେ ଓଡ଼ିଶା ଇଣ୍ଟରନ୍ୟାଶନାଲ ସେଣ୍ଟର(ଓଆଇସି) ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଓଆଇସି ଚେୟାରମ୍ୟାନ ପରେଶ ନାୟକ ଓ ପୁରୀର ଓଆଇସି ଅଧ୍ୟକ୍ଷ ଜ୍ଞାନରଞ୍ଜନ ରଥ ପୁଷ୍ପମାଲ୍ୟ ଦେଇ ବାସ୍ତୋଲାଙ୍କୁ ସମ୍ବର୍ଦ୍ଧନା ଜଣାଇ ଥିଲେ। ଏହାପରେ ବାସ୍ତୋଲା ଶ୍ରୀମନ୍ଦିରକୁ ଯାଇ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଥିଲେ। ବାସ୍ତୋଲା କହିଥିଲେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହିତ ନେପାଳର ଘନିଷ୍ଠ ସମ୍ପର୍କ ରହିଛି। ନେପାଳ ରାଜାଙ୍କର ରତ୍ନସିଂହାସନ ପର୍ଯ୍ୟନ୍ତ ଯାଇ ପୂଜା କରିବାର ବିଧି ଅଛି। ତେଣୁ ନେପାଳବାସୀ ମହାପ୍ରଭୁଙ୍କ ନିକଟରେ ସବୁବେଳେ ଋଣୀ। ଶ୍ରୀଜଗନ୍ନାଥ ମନ୍ଦିର ତିଆରି ସମୟରେ ନେପାଳ ରାଜା ମନ୍ଦିର ପାଇଁ ଯଥେଷ୍ଟ ଧନ ସମ୍ପତ୍ତି ଦାନ କରିଥିଲେ। ସେହିପରି ଆଜି ବି ନେପାଳରୁ ପଠାଯାଉଥିବା କସ୍ତୁରୀ ଓ ଚନ୍ଦନ ଶ୍ରୀମନ୍ଦିରରେ ବ୍ୟବହାର କରାଯାଉଛି ବୋଲି ବାସ୍ତୋଲା ପ୍ରକାଶ କରିଥିଲେ। ତିନିଦିନିଆ ଗସ୍ତରେ ଆସିଥିବା ବାସ୍ତୋଲା ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ, ମୁକ୍ତିମଣ୍ଡପ ପଣ୍ଡିତ ସଭା ସହିତ ନେପାଳ ଓ ଭାରତ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ। ଗୁରୁବାର ସେ ନେପାଳ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।
https://www.dharitri.com/these-grapes-bigger-than-eggs/
କୁକୁଡା ଅଣ୍ଡାଠୁ ବଡ ଏଇ ଅଙ୍ଗୁର ପେନ୍ଥା ପେନ୍ଥା ତାଜା ଅଙ୍ଗୁର ଦେଖିଲେ ଭାରି ଲୋଭ ଲାଗେ। ଯଦି ଏହା ମଞ୍ଜି ବିହୀନ, ରସାଳ ହୋଇଥାଏ ତେବେ ଖାଇବାରେ ମଜା ଆସିଯାଏ। ଆମେ ଏଠାରେ ଯେଉଁ ଅଙ୍ଗୁର ବିଷୟରେ କହୁଛୁ ତାକୁ ଦେଖି ଯେତିକି ଆଶ୍ଚର୍ଯ୍ୟ ଲାଗିବ ଖାଇବାକୁ ତାହା ଆହୁରି ସ୍ବାଦିଷ୍ଟ। କାରଣ ଏହି ଅଙ୍ଗୁର ଦେଖିବାକୁ କୁକୁଡା ଅଣ୍ଡାଠୁ ବଡ। ମଞ୍ଜିବିହୀନ ଓ ରସାଳ ଅଟେ। ଭିଏତ୍ନାମରେ ତିଆରି କରାଯାଇଛି ଏହି ନୂଆ ପ୍ରକାରର ଅଙ୍ଗୁର। ଏହାର ମୂଲ୍ୟ ଗୋଟିଏ ପେନ୍ଥାକୁ ୩୦୦ଡଲାର। ଏହାର ଗୋଟିଏ ପେନ୍ଥା ୧ କି.ଗ୍ରା.ରୁ ଅଧିକ ଓଜନ । ସୋସିଆଲ ମିଡିଆରେ ଏହାର ଫଟୋ ଭାଇରାଲ ହେଲା ପରେ ଏହାର ଚାହିଦା ବଢିଯାଇଛି। ଅଧିକ ଅର୍ଡର ବି ଆସୁଛି।
https://www.dharitri.com/chhelo-show-in-oscar-race/
ଓସ୍କାର ଦୌଡ଼ରେ ‘ଚ୍ଛେଲୋ ଶୋ’ ନୂଆଦିଲ୍ଳୀ: ଫିଲ୍ମ ଜଗତର ସବୁଠାରୁ ବଡ଼ ସମାରୋହ କୁହାଯାଉଥିବା ଓସ୍କାର ରେସ୍ରେ ସାମିଲ ହୋଇଛି ଗୁଜରାଟୀ ଫିଲ୍ମ ‘ଚ୍ଛେଲୋ ଶୋ’। ଏ ନେଇ ଇଣ୍ଡିଆନ୍ ଫିଲ୍ମ ଫେଡେରେଶନ୍ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି। ଏହାର ଇଂଲିଶ ନାମ ‘ଲାଷ୍ଟ ଫିଲ୍ମ ଶୋ’ ରଖାଯାଇଛି। ଆସନ୍ତା ବର୍ଷ ଆୟୋଜନ ହେବାକୁ ଥିବା ୯୫ତମ ଓସ୍କାର ସମାରୋହରେ ଚ୍ଛେଲୋ ଶୋ’କୁ ବେଷ୍ଟ ଇଣ୍ଟରନ୍ୟାଶନାଲ ଫିଚର ଫିଲ୍ମ ଶ୍ରେଣୀରେ ଚୟନ କରାଯାଇଛି। ନଳିନୀ ପାନ୍ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଭାବିନ ରାବାରି, ଭାବେଶ ଶରିମାଲି, ରୀଚା ମୀନା, ଦୀପେନ ରାଭାଲ ଏବଂ ପରେଶ ମେହେଟ୍ଟା ଆଦି କଳାକାର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ରବର୍ଟ ଡେନିରୋଙ୍କ ଟ୍ରିବେକା ଫିଲ୍ମ ଫେଷ୍ଟିଭାଲଠାରୁ ଆରମ୍ଭ କରି ବହୁ ଅନ୍ତର୍ଜାତୀୟ ଫିଲ୍ମ ସମାରୋହରେ ଚ୍ଛେଲୋ ଶୋ’କୁ ପୁରସ୍କୃତ କରାଯାଇଛି। ଚଳିତ ବର୍ଷର ସୁପରହିଟ୍ ପାନ୍ ଇଣ୍ଡିଆ ଫିଲ୍ମ ‘ଆର୍ ଆର୍ ଆର୍’ ଓସ୍କାର ଦୌଡ଼ରୁ ବାଦ୍ ପଡ଼ିବା ନେଇ ସିନେପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏସ୍.ଏସ୍. ରାଜାମୌଲିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ଚଳିତବର୍ଷ ମାର୍ଚ୍ଚ ୨୫ରେ ରିଲିଜ୍ ହୋଇଥିଲା। ବ୍ରିଟିଶ୍ ଶାସନ କାଳର କାହାଣୀ ଉପରେ ଫିଲ୍ମଟି ଆଧାରିତ। ରାମ ଚରଣ ଓ ଜୁନିୟର୍ ଏନ୍ଟିଆର୍ଙ୍କ ସମେତ ବଲିଉଡ୍ ବ୍ୟୁଟି ଆଲିଆ ଭଟ୍ଟ ଏଥିରେ ଅଭିନୟ କରିଥିଲେ।
https://www.dharitri.com/superbug-will-become-the-second-biggest-threat-after-corona-in-2023-can-kill-10-million-people-in-a-year/
୨୦୨୩ରେ କରୋନା ପରେ ସବୁଠାରୁ ବଡ ବିପଦ ହେବ ସୁପରବଗ, ପ୍ରତିବର୍ଷ  ୧ କୋଟି ଲୋକଙ୍କ ମୃତ୍ୟୁ ହୋଇପାରେ ନୂଆଦିଲ୍ଲୀ,୩ ।୧: ପ୍ରାୟ ୨ ବର୍ଷ ହେବ କରୋନା ମାହାମାରୀ ଲୋଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ଦୁର୍ବଳ କରି ଦେଇଥିବା ବେଳେ ଏବେ ଏହାର ନୂଆ ନୂଆ ଭାରିଏଣ୍ଟକୁ ଦେଖି ଲୋକେ ଭୟଭିତ ହୋଇ ଯାଇଛନ୍ତି । ଅନ୍ୟପଟେ ଆମେରିକାରେ ଲୋକଙ୍କ ମଧ୍ୟରେ ଦ୍ରୁତ ଗତିରେ ପ୍ରସାରଲାଭ କରିଥିବା ସୁପରବଗ ପୁଣିଥରେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି । କିଛିବର୍ଷ ହେବ ଏହି ବ୍ୟାକ୍ଟେରିଆ ସୁପରବଗ ମେଡିକାଲ ସାଇନ୍ସ ପାଇଁ ଚ୍ୟାଲେଞ୍ଜ ପାଲଟି ଯାଇଛି । ଏଥିରେ କୋଭିଡ-୧୯ ସଂକ୍ରମଣ ଏହାକୁ ଆହୁରି ଅଧିକ ବିପଦପୂର୍ଣ୍ଣ କରିଦେଇଛି । ମେଡିକାଲ ଜର୍ନାଲ ଲାନସେଟରେ ପ୍ରକାଶିତ ଏକ ଷ୍ଟଡି ଅନୁଯାୟୀ, ଯଦି ଏହି ସୁପରବଗ ଏମିତି ଗତିରେ ପ୍ରସାରଲାଭ କରିବ ତେବେ ଏହାଯୋଗୁ ପ୍ରତିବର୍ଷ ପ୍ରାୟ ୧ କୋଟି ଲୋକଙ୍କର ମୃତ୍ୟୁ ହୋଇପାରେ । ଏବେ ଏହି ସୁପରବଗରେ ସାରା ବିଶ୍ୱରେ ପ୍ରତିବର୍ଷ ୧୩ ଲକ୍ଷ ଲୋକଙ୍କର ମୃତ୍ୟୁ ହେଉଛି । ଏଥିରେ ଆଣ୍ଟିବାୟୋଟିକ ଓ ଆଣ୍ଟି ଫଙ୍ଗାଲ ଔଷଧ କାମ କରୁନାହିଁ । ଏହା ବ୍ୟାକ୍ଟେରିଆର ଏକ ରୂପ । ମଣିଷ ଶରୀରରେ କିଛି ହ୍ୟୁମାନ ଫ୍ରେଣ୍ଡଲି ଭାଇରସ ଥିବା ବେଳେ ଆଉ କିଛି ଖୁବ୍ କ୍ଷତିକାରକ ବ୍ୟାକେଟରିଆ ରହିଥାଆନ୍ତି । ଏହି ବ୍ୟାକ୍ଟେରିଆ ଭାଇରସ ଓ ପାରାସାଇଟର ଷ୍ଟ୍ରେନ୍ । ଯେତେବେଳେ ବ୍ୟାକ୍ଟେରିଆ, ଭାଇରସ, ଫଙ୍ଗସ ବା ପାରାସାଇଟସ୍ ସମୟ ସହ ବଦଳି ଯାଆନ୍ତି ସେତେବେଳେ ଔଷଧ କାମ କରିବା ବନ୍ଦ କରିଦେଇଥାଏ । ଫଳରେ ଏଥିରେ ଏକ ଆଣ୍ଟିମାଇକ୍ରୋବଁୟଲ ରେଜିଷ୍ଟ୍ରେଶନ ଜନ୍ମ ନେଇଥାଏ । ଏହାପରେ ଏହି ସଂକ୍ରମଣର ଚିକିତ୍ସା ଖୁବ୍ ଜଟିଳ ହୋଇଯାଇଥାଏ । ଅଧିକ ଆଣ୍ଟିବାୟୋଟିକ ବ୍ୟବହାର ବା ଆବଶ୍ୟକ ନ ଥାଇ ଆଣ୍ଟିବାୟୋଟିକ ଔଷଧ ସେବନ କରିବା ଦ୍ୱାରା ସୁପରବଗ ଜନ୍ମ ହୋଇଥାଏ । ଡାକ୍ତରଙ୍କ କହିବା କଥା ହେଲା ଫ୍ଲୁ ଭଳି ସଂକ୍ରମଣରେ ଆଣ୍ଟିବାୟୋଟିକ ନେଲେ ସୁପରବଗ ହେବାର ସମ୍ଭାବନା ଅଧିକ ଥାଏ । ଏହା ଧୀରେ ଧୀରେ ଅନ୍ୟ ଲୋକଙ୍କୁ ବ୍ୟାପିଥାଏ । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚର ସୂଚନା ଅନୁଯାୟୀ, ଆମ ଦେଶରେ ନିମୋନିଆ ଓ ସେପ୍ଟିସିମିଆର ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା ଔଷଧ କାର୍ବେପନେମ ମେଡିସିନ ଏବେ ବ୍ୟାକ୍ଟେରିଆ ଉପରେ କାମ କରୁନାହିଁ । ତେଣୁ ଏବେ ଏହି ଔଷଧ ପ୍ରସ୍ତୁତି ଉପରେ ରୋକ ଲାଗାଯାଇଛି ।
https://www.dharitri.com/ମମତାଙ୍କୁ-କଡ଼ା-ସମାଲୋଚନା-କ/
ମମତାଙ୍କୁ କଡ଼ା ସମାଲୋଚନା କଲେ ମୋଦି: କୋଲକାତାରୁ ଜାତିସଙ୍ଘରେ ପହଞ୍ଚିଲେ ଦିଦି ନୂଆଦିଲ୍ଲୀ,୨୨।୧୨: ସିଏଏକୁ ବିରୋଧ କରି ଦେଶବ୍ୟାପି ପ୍ରଦର୍ଶନ କରାଯିବା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ରାମଲୀଳା ମଇଦାନରେ ଆୟୋଜିତ ଧନ୍ୟବାଦ ରାଲିରେ ଯୋଗଦେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଦିଦି ସିଏଏକୁ ବିରୋଧ କରୁକରୁ କୋଲକାତାରୁ ସିଧାସଳଖ ଜାତିସଂଘରେ ପହଞ୍ଚିଯାଇଛନ୍ତି। ଅନୁପ୍ରବେଶକାରୀ ନିଜ ପରିଚୟ ଲୁଚାଉଥିବାବେଳେ ଶରଣାର୍ଥୀ ନିଜ ପରିଚୟ କେବେ ଲୁଚାଇ ନ ଥାନ୍ତି ବୋଲି ସେ କହିଛନ୍ତି। ସିଏଏକୁ ଭଲ ଭାବେ ନ ବୁଝି ବିରୋଧି ଦଳ ଲୋକଙ୍କୁ ଭ୍ରମିତ କରୁଥିବା ମୋଦି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, କିଛି ଦିନ ତଳେ ମମତା ସିଏଏର ଅନୁଧ୍ୟାନ ଜାତିସଂଘ ଦଳ କରନ୍ତୁ ବୋଲି ଦାବି କରିଥିଲେ।
https://www.dharitri.com/cm-ashok-gehlot-salary-net-worth/
ଆପଣ ଜାଣନ୍ତି କି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଦରମା କେତେ? ଜୟପୁର,୨୭।୧୦: କଂଗ୍ରେସର ଶକ୍ତିଶାଳୀ ନେତାଙ୍କ ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଗଣିତ ହୁଅନ୍ତି। ସେ ଦୁଇଥର ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏଥର ମଧ୍ୟ ତାଙ୍କ ନାମ ମୁଖ୍ୟମନ୍ତ୍ରୀ ଦୌଡରୁ ହଟାଯାଇନାହିଁ। ଏଥର ମଧ୍ୟ ତାଙ୍କ ନାମ ମୁଖ୍ୟମନ୍ତ୍ରୀ ପାଇଁ ଆଗରେ ଅଛି। ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଅଶୋକ ଗେହଲଟ ପାଞ୍ଚ ଥର ଏମ୍ପି ଥିଲେ ଏବଂ ଇନ୍ଦିରା ଗାନ୍ଧୀ ସରକାରରେ ମଧ୍ୟ ସେ କେନ୍ଦ୍ର ମନ୍ତ୍ରୀ ଥିଲେ। ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ରାଜନୀତିରେ ଏତେ ଲମ୍ବା ଇନିଂସ ଖେଳୁଥିବା ଅଶୋକ ଗେହଲଟଙ୍କ ଦରମା କେତେ? ଏଠାରେ ଆମେ ଆପଣଙ୍କୁ ତାଙ୍କ ଦରମା ବିଷୟରେ ବିସ୍ତୃତ ଭାବରେ କହିବାକୁ ଯାଉଛୁ। ଅଶୋକ ଗେହଲଟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବରେ ପ୍ରତି ମାସରେ ୭୫,୦୦୦ ଟଙ୍କା ଦରମା ନେଇଥାନ୍ତି। ମୁଖ୍ୟମନ୍ତ୍ରୀ ବ୍ୟତୀତ ସେ ଜଣେ ବିଧାୟକ ଭାବରେ ପ୍ରତି ମାସରେ ୩୫,୦୦୦ଟଙ୍କା ବେତନ ପାଆନ୍ତି। ଏହା ବ୍ୟତୀତ ଗେହଲଟ ପ୍ରତି ମାସରେ ବିଭିନ୍ନ ପ୍ରକାରର ଭତ୍ତା ଏବଂ ଅନ୍ୟାନ୍ୟ ଆର୍ଥିକ ସହାୟତା ମଧ୍ୟ ପାଇଥା’ନ୍ତି । ଯଦି ଏହି ସବୁକୁ ମିଶାଇ ଦିଆଯାଏ ତେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲଟ ମାସକୁ ପ୍ରାୟ ୧୭୫,୦୦୦ଟଙ୍କା ଦରମା ପାଆନ୍ତି।
https://www.dharitri.com/ai-is-being-used-to-attack-gaza/
ଗାଜାରେ ଆକ୍ରମଣ ପାଇଁ ଏଆଇର କରାଯାଉଛି ବ୍ୟବହାର ଜେରୁଜେଲମ,୨।୧୨: ଇସ୍ରାଏଲ ଏବଂ ପାଲେଷ୍ଟାଇନର ଉଗ୍ରବାଦୀ ସଂଗଠନ ହମାସ ମଧ୍ୟରେ ଚାଲିଥିବା ୬ଦିନିଆ ଅସ୍ତ୍ରବିରତି ସମାପ୍ତ ହେବା ପରେ ଗାଜା ଅଞ୍ଚଳରେ ପୁଣି ଆକ୍ରମଣ ଆରମ୍ଭ ହୋଇଛି। ଦାବି କରାଯାଉଛି ଯେ ଗାଜାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଏପର୍ଯ୍ୟନ୍ତ ୧୪ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ଏହା ସହିତ ଆହୁରି ମଧ୍ୟ ସାମ୍ନାକୁ ଆସିଛି ଯେ ଉଗ୍ରବାଦୀ ସଂଗଠନକୁ ହଟାଇବା ପାଇଁ ଅକ୍ଟୋବର ୭ରେ ଇସ୍ରାଏଲରେ ପ୍ରବେଶ କରିଥିବା ହମାସ ଦ୍ୱାରା ହୋଇଥିବା ନିର୍ଦ୍ଦୟ ଆକ୍ରମଣ ପରେ ଇସ୍ରାଏଲ ସମଗ୍ର ଗାଜା ଷ୍ଟ୍ରିପ ଅଞ୍ଚଳରୁ ଆତଙ୍କବାଦକୁ ହଟାଇବାକୁ ଶପଥ ନେଇଛି। ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣ ପାଇଁ ଇସ୍ରାଏଲ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜିର ସ୍ବତନ୍ତ୍ର ଉପକରଣ ବ୍ୟବହାର କରୁଛି। ସେମାନଙ୍କର ନାମ ହେଉଛି ଗସ୍ପେଲ ଅଲକେମିଷ୍ଟ ଏବଂ ଡେପଥ ଅଫ ଓ୍ବିସଡମ। ଏହି ସିଷ୍ଟମଗୁଡିକ ଲକ୍ଷ୍ୟକୁ ଲକ ଏବଂ ନଷ୍ଟ କରିବା ପାଇଁ ଗାଇଡ କମାଣ୍ଡ ସହିତ ସ୍ବତନ୍ତ୍ର ଭାବରେ ଡିଜାଇନ ଏବଂ ସଜ୍ଜିତ କରାଯାଇଛି। ଗାଜାରେ ହମାସ ସହିତ ଯୁଦ୍ଧରେ ଏହି ଏଆଇ ଉପକରଣଗୁଡ଼ିକ ବହୁଳ ଭାବରେ ବ୍ୟବହୃତ ହେଉଛି।
https://www.dharitri.com/another-low-pressure-is-coming-heavy-to-very-heavy-rain-in-12-districts/
ଆସୁଛି ଆଉ ଏକ ଲଘୁଚାପ, ୧୨ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଭୁବନେଶ୍ୱର,୨୩।୯: ମୌସୁମୀ ଟ୍ରପ୍ ଲାଇନ୍ ବଙ୍ଗୋପସାଗରର ଦକ୍ଷିଣପୂର୍ବ ଦିଗରେ ଅଗ୍ରସର ହେଉଛି। ସେହିପରି ଆନ୍ଧ୍ରପ୍ରଦେଶ ଉପକୂଳରୁ ଦକ୍ଷିଣ ଉପକୂଳବର୍ତ୍ତୀ ମ୍ୟାନ୍ମାର ମଧ୍ୟରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହି ଦୁଇ ଘୂର୍ଣ୍ଣବଳୟ ପ୍ରଭାବରେ ସୋମବାର ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଏବେ ରାଜ୍ୟରେ ବର୍ଷା ହେଉଥିବାବେଳେ ଆଗକୁ ବର୍ଷା ପରିମାଣ ବଢ଼ିବ ଓ ୨୭ ତାରିଖ ଯାଏ ବର୍ଷା ଜାରି ରହିବ। ଅନ୍ୟପକ୍ଷରେ ଆସନ୍ତା ୨୩ରୁ ପଶ୍ଚିମ ରାଜସ୍ଥାନ ଏବଂ ଗୁଜରାଟ କଚ୍ଛର କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଫେରିବା ନେଇ ସ୍ଥିତି ଅନୁକୂଳ ହେଉଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଘୂର୍ଣ୍ଣିବଳୟ ଓ ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଉପକୂଳବର୍ତ୍ତୀ ଓଡ଼ିଶାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବାବେଳେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବା ନେଇ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏହିସବୁ ଜିଲାଗୁଡ଼ିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, କୋରାପୁଟ, ଅନୁଗୋଳ, ଢେଙ୍କାନାଳ ଓ ଦେବଗଡ଼ରେ ୭ରୁ ୨୦ ସେମି ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ମାଲକାନଗିରି, ବଲାଙ୍ଗୀର, ସୋନପୁର ଆଦି ୮ ଜିଲାର ବିଭିନ୍ନ ସ୍ଥାନରେ ୭ରୁ ୧୧ ସେମି ବର୍ଷା ହୋଇପାରେ। ୨୪ ତାରିଖରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ଜଗତ୍ସିଂହପୁର, କଟକ, ବାଲେଶ୍ୱର ସମେତ ୧୨ ଜିଲାରେ ବର୍ଷା ସମ୍ଭାବନା ରହିଥିବା ସୂଚନା ଦିଆଯାଇଛି।
https://www.dharitri.com/ମୁକୁଳିଲେ-୧୮-ଭାରତୀୟ/
ମୁକୁଳିଲେ ୧୮ ଭାରତୀୟ ନୂଆଦିଲ୍ଲୀ,୨୪ା୧୨(ପି.ଟି.)-ନାଇଜେରିଆ ଉପକୂଳ ନିକଟରେ ଏକ ବାଣିଜି୍ୟକ ଜାହାଜରୁ ଡିସେମ୍ବର ୩ରେ ଅପହୃତ ହୋଇଥିବା ୧୮ ଭାରତୀୟଙ୍କୁ ମୁକ୍ତ କରାଯାଇଛି। ଜଳଦସ୍ୟୁମାନେ ହଂକଂ ଜାହାଜକୁ ନିୟନ୍ତ୍ରଣକୁ ନେବା ପରେ ସେଥିରେ ଥିବା ଭାରତୀୟଙ୍କୁ ଅପହରଣ କରିନେଇଥିଲେ। ସେମାନଙ୍କୁ ମୁକ୍ତ କରାଇବାରେ ସହଯୋଗ କରିଥିବା ସମସ୍ତଙ୍କୁ ସେଠାର ଭାରତୀୟ ମିଶନ ଧନ୍ୟବାଦ ଜଣାଇଛି।
https://www.dharitri.com/more-than-40-thousand-tourists-in-bhimkund/
ଭୀମକୁଣ୍ଡରେ ୪୦ ହଜାରରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ପାଟଣା,୧୫।୧ (ସ୍ବ.ପ୍ର.): ଗଣପର୍ବ ମକର ମେଳା ପାଇଁ କେନ୍ଦୁଝର ଜିଲାର ପାଟଣା ଓ ସାହାରପଡା ବ୍ଲକ ଉତ୍ସମୁଖର ହୋଇଉଠିଛି। ଏହା କୁଡୁମୀ ସମ୍ପ୍ରଦାୟର ଏକ ସ୍ବତନ୍ତ୍ର ପର୍ବ। ଏହି ସମ୍ପ୍ରଦାୟର ଝିଅ ଓ ବୋହୂମାନେ ସକାଳୁ ଗାଧୋଇ ସାରି ଟୁସୁମୁନିଙ୍କୁ ପୂଜା କରିଥିଲେ। ଦଳ ଦଳ ହୋଇ ଟୁସୁ ଗୀତ ଗାଇ ନଦୀ, ନାଳ ଓ ପୋଖରୀରେ ଟୁସୁମୁନିଙ୍କୁ ବିସର୍ଜନ କରିଛନ୍ତି। ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ଘାଟ ବାଲି ଯୋଡ଼ିସ୍ଥିତ ପ୍ରାଚୀନ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡରେ ଶନିବାର ୪୦ ହଜାରରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କ ସମାଗମ ହୋଇଛି। ହଜାର ହଜାର ଶ୍ରଦ୍ଧାଳୁ ବୈତରଣୀ ନଦୀରେର ବୁଡ଼ ପକାଇ ମକର ଚାଉଳ ଖାଇ ନଦୀ କୂଳରେ ଥିବା ତୀର୍ଥେଶ୍ୱର ମହାଦେବଙ୍କୁ ଦର୍ଶନ କରିଥିଲେ। ଭୀମକୁଣ୍ଡ ଉନ୍ନୟନ ପରିଷଦ ପକ୍ଷରୁ ମକର ମେଳା-୨୦୨୩ ଆରମ୍ଭ ହୋଇଛି। ପର୍ଯ୍ୟଟକମାନେ ମିନାବଜାର ସହ ଭୀମକୁଣ୍ଡ ମନୋରମ ଜଳପ୍ରପାତ ଓ ଘଞ୍ଚ ଜଙ୍ଗଲରେ ବୁଲିବା ସହିତ ରଙ୍ଗାରଙ୍ଗ ନୃତ୍ୟ କାର୍ଯ୍ୟକ୍ରମରେ ଝୁମିଥିଲେ। ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବେ ବିଧାୟକ ଜଗନ୍ନାଥ ନାଏକ ଉଦ୍ଘାଟନ କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଧାୟକ ନାଏକ, ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ସଭ୍ୟା ରୁନୁ ମହାନ୍ତ, ଡୁମୁରିଆ ସରପଞ୍ଚ ଗୌରହରି ନାଏକ, ବିଡିଓ ଈଶ୍ୱର ଚନ୍ଦ୍ର ନାଏକ, ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ, ଜିଲା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାଏକ ଓ ମିରିଖୋଜି ସରପଞ୍ଚ ମନମୋହନ ବେହେରା ଯୋଗ ଦେଇଥିଲେ। ଏହି ପର୍ଯ୍ୟଟନ ସ୍ଥଳୀର ସର୍ବାଙ୍ଗୀନ ବିକାଶ ପାଇଁ ପଦକ୍ଷପ ନିଆଯିବ। ତେବେ ମକର ପର୍ବକୁ ଉପଭୋଗ କରିବାକୁ ବିଧାୟକ ନାଏକ କହିଥିଲେ। ପାର୍ଥ ସାରଥୀ ବେଜ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଚଳଚ୍ଚିତ୍ର ଅଭିନେତ୍ରୀ ଖୁସି ନାଏକ, ଡି ସ୍ବର୍ଣ୍ଣ ମୟୀ, ବବିତା ମହାନ୍ତ, ସୁନିତା ଓ ଅଙ୍କିତା ଯୋଡ଼ି, ଝୁମୁର ନୃତ୍ୟ ଗ୍ରୁପ, ଭରସା ପରିବାର, ନୃତ୍ୟଗୁରୁ ସଞ୍ଜୟ କୁମାର ଦାସ ଓ ଭାସ୍କର ରଣାଙ୍କୁ କେନ୍ଦୁଝର କଳା ସଂସ୍କୃତି ବିକାଶରେ ଉଲ୍ଲେଖନୀୟ ଅବଦାନ ଓ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଛି। ୩ ଦିନ ଧରି ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବିପଦପୂର୍ଣ୍ଣ ସାନ କୁଣ୍ଡରେ ବ୍ୟାରିକେଡ୍ କରି ନାଲିପତାକା ପୋତାଯାଇଥିବା ବେଳେ ଘଟଗଁା ପୋଲିସ ପକ୍ଷରୁ ଏସ୍ଡିପିଓ ସୁଶୀଲ ମିଶ୍ର, ଏଏସ୍ଆଇ ଶିବ ପ୍ରସାଦ ଆଇଚ, ତପନ କୁମାର ଜେନାଙ୍କ ସହ ଏକ ସେକ୍ସନ ପୋଲିସ, ପାଟଣା ଅଗ୍ନିଶମ ବିଭାଗ ପକ୍ଷରୁ ଷ୍ଟେଶନ ପରିଚାଳକ ମନୋରଞ୍ଜନ ମହାନ୍ତଙ୍କ ନେତୃତ୍ୱରେ ୬ଜଣ ଉଦ୍ଧାରକାରୀ ଦଳ ସାନକୁଣ୍ଡ ନିକଟରେ ମୁତୟନ ହୋଇଥିଲେ।
https://www.dharitri.com/letter-written-to-health-minister-rahul-to-stop-india-jodo-tour-for-the-good-of-the-country/
ଦେଶର ହିତ ପାଇଁ ଭାରତ ଯୋଡୋ ଯାତ୍ରା ବନ୍ଦ କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ରାହୁଲଙ୍କୁ ଲେଖିଲେ ଚିଠି… ନୂଆଦିଲ୍ଲୀ,୨୧।୧୨ : ସମଗ୍ର ବିଶ୍ୱରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସରକାର ସର୍ତକ ସୂଚନା ଜାରି କରିଛନ୍ତି। ନୂତନ ମାମଲା ଉପରେ ନଜର ରଖିବାକୁ ଏବଂ ଜିନୋମ ସିକ୍ୱେନ୍ସିଂକୁ ବୃଦ୍ଧି କରିବାକୁ କେନ୍ଦ୍ର ସମସ୍ତ ରାଜ୍ୟକୁ କହିଛନ୍ତି। ସେପଟେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟଙ୍କ ଏକ ଚିଠି ସାମ୍ନାକୁ ଆସିଛି ଯାହା ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ସେ ଲେଖିଛନ୍ତି। ଏଥିରେ ଭାରତ ଯୋଡା ଯାତ୍ରାରେ କୋଭିଡ ପ୍ରୋଟୋକଲ ଅନୁସରଣ କରିବାକୁ ଉଭୟ ନେତାଙ୍କୁ ନିବେଦନ କରାଯାଇଛି। ଏହା ସହିତ ଏହା ମଧ୍ୟ କୁହାଯାଇଛି ଯେ ଯଦି ଏହା ସମ୍ଭବ ନୁହେଁ, ତେବେ ଦେଶର ହିତ ପାଇଁ ଯାତ୍ରା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯିବା ଉଚିତ। ସେ ଚିଠିରେ କହିଛନ୍ତି ଯେ, କରୋନାଭାଇରସ ମହାମାରୀ ଏକ ସାଧାରଣ ଜରୁରୀକାଳୀନ ପରିସ୍ଥିତି ହୋଇଥିବାରୁ ଭାରତ ଯୋଡା ଯାତ୍ରାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯିବା ଆବଶ୍ୟକ।
https://www.dharitri.com/do-you-know-what-would-happen-if-the-earth-stopped-rotating-for-2-minutes/
ଯଦି ପୃଥିବୀ ୨ ମିନିଟ୍‌ ଘୂରିବା ବନ୍ଦ କରିଦେବ, ତେବେ କ’ଣ ଘଟିବ ଜାଣନ୍ତି କି ପିଲାଦିନର ବିଜ୍ଞାନ ବହିରେ ଦିନ ଏବଂ ରାତି କିପରି ଘଟେ କିମ୍ବା ବର୍ଷଗୁଡ଼ିକ କିପରି ବଦଳେ ସେ ବିଷୟରେ ପଢ଼ିଥିବେ ନିଶ୍ଚିତ। ଏହି ପୂରା ପ୍ରକ୍ରିୟା ପୃଥିବୀର ଅକ୍ଷରେ ଘୂର୍ଣ୍ଣନ ଏବଂ ସୂର୍ଯ୍ୟର ଘୂର୍ଣ୍ଣନ ଉପରେ ନିର୍ଭର କରେ। ପୃଥିବୀ ସର୍ବଦା ଘୂରିଥାଏ। ଏହି କାରଣରୁ ସମୟ ସବୁବେଳେ ବଢିଥାଏ। କେବେ ଭାବିଛନ୍ତି ଯଦି ପୃଥିବୀ ହଠାତ୍ ନିଜ ଅକ୍ଷରେ ଘୂର୍ଣ୍ଣନ ବନ୍ଦ କରିଦିଏ ତେବେ କ’ଣ ଘଟିବ? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ… ସୋସିଆଲ ମିଡିଆ ପ୍ଲାଟଫର୍ମ କୋରାରେ ଲୋକମାନେ ସେମାନଙ୍କର ପ୍ରଶ୍ନ ପଚାରନ୍ତି ଏବଂ ଅନ୍ୟ ୟୁଜରମାନେ ସେମାନଙ୍କୁ ଉତ୍ତର ଦେଇଥାନ୍ତି। ସମ୍ପ୍ରତି ଏହି ପ୍ଲାଟ୍ଫର୍ମରେ ଜଣେ ବ୍ୟକ୍ତି ପଚାରିଛନ୍ତି, ପୃଥିବୀ ୨ ମିନିଟ୍ ପାଇଁ ଘୂର୍ଣ୍ଣନ ବନ୍ଦ କଲେ କ’ଣ ହେବ? କିଛି ଲୋକ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ଏବଂ ପୃଥିବୀ ଘୂର୍ଣ୍ଣନ ବନ୍ଦ କଲେ କ’ଣ ହେବ ବୋଲି ନିଜ ପଦ୍ଧତିରେ ବ୍ୟାଖ୍ୟା କରିଛନ୍ତି। ଅମିତ ନାମକ ଜଣେ ବ୍ୟକ୍ତି କହିଛନ୍ତି, ଯଦି ପୃଥିବୀ ମାତ୍ର ୨ ମିନିଟ୍ ପାଇଁ ଘୂର୍ଣ୍ଣନ ବନ୍ଦ କରେ, ତେବେ ଦୃଶ୍ୟ ଭୟଙ୍କର ହେବ, କାରଣ ପୃଥିବୀ ନିଜ ଅକ୍ଷରେ ଘଣ୍ଟା ପ୍ରତି ୧୦୦୦ ମାଇଲ ବେଗରେ ଘୂର୍ଣ୍ଣନ କରିଥାଏ। ପୃଥିବୀ ଘୂର୍ଣ୍ଣନ ବନ୍ଦ କରିବା ମାତ୍ରେ ଘଣ୍ଟା ପ୍ରତି ୧୦୦୦ ମାଇଲ ବଳ ଦ୍ୱାରା ଆମକୁ ପୂର୍ବ ଆଡ଼କୁ ନିକ୍ଷେପ କରାଯିବ। ଯଦି ପୃଥିବୀ ସବୁଦିନ ପାଇଁ ଘୂର୍ଣ୍ଣନ ବନ୍ଦ କରେ ତେବେ ପୃଥିବୀର ଗୋଟିଏ ଭାଗରେ ଦିନ ଏବଂ ଅନ୍ୟ ପଟେ ରାତି ରହିବ। ଏହି କାରଣରୁ ଗୋଟିଏ ଅଂଶର ତାପମାତ୍ରା ବୃଦ୍ଧି ପାଇବ ଏବଂ ଅନ୍ୟ ଅଂଶ ଥଣ୍ଡା ରହିବ। ନୀତୀଶ ନାମକ ଜଣେ ୟୁଜର କହିଛନ୍ତି, ପୃଥିବୀ ଘୂର୍ଣ୍ଣନ ବନ୍ଦ କରିବାର କାରଣ ହେଉଛି ପୃଥିବୀର ନିଜସ୍ବ ମାଧ୍ୟାକର୍ଷଣ ଶକ୍ତି ସମାପ୍ତ ହେବ। ଯଦି ଏହା ୨ ମିନିଟ୍ରୁ କମ୍ ସମୟ ପର୍ଯ୍ୟନ୍ତ ଘଟେ ତେବେ ସୂର୍ଯ୍ୟଙ୍କ ମାଧ୍ୟାକର୍ଷଣ ଶକ୍ତି ହେତୁ ପୃଥିବୀ ଅତି ଉଚ୍ଚ ବେଗରେ ଗତି କରିବ। ଏହା ସୂର୍ଯ୍ୟର ମଧ୍ୟଭାଗକୁ ଗତି କରିବ ଏବଂ କିଛି ସମୟ ମଧ୍ୟରେ ଏହା ସୂର୍ଯ୍ୟର ମଧ୍ୟଭାଗରେ ପ୍ରବେଶ କରିବ ଏବଂ ସମଗ୍ର ପୃଥିବୀ ସୂର୍ଯ୍ୟଙ୍କ ନିକଟରେ ଅବଶୋଷିତ ହେବ। ଏଗୁଡ଼ିକ ଲୋକଙ୍କ ଉତ୍ତର ଥିଲା। କିନ୍ତୁ ବିଜ୍ଞାନ ପ୍ରକୃତରେ କ’ଣ କହୁଛି, ଆମେ ମଧ୍ୟ ଏହି ବିଷୟରେ ଆପଣଙ୍କୁ କହିବ। ଜ୍ୟୋତିର୍ବିଜ୍ଞାନ ଏବଂ ବିଜ୍ଞାନ ସହ ଜଡ଼ିତ ଏକ ଓ୍ବେବସାଇଟ୍ ସ୍ପେସ୍ ଡଟ୍ କମ୍ରେ ଏହି ପ୍ରଶ୍ନର ଉତ୍ତର ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ଯଦିଓ ଏହା ସମ୍ଭବ ନୁହେଁ, କିନ୍ତୁ ଯଦି ପୃଥିବୀ ଘୂର୍ଣ୍ଣନ ବନ୍ଦ କରେ ତେବେ ଦିନରାତି ବନ୍ଦ ହୋଇଯିବ। ଯଦି ପୃଥିବୀ ସୂର୍ଯ୍ୟ ଚାରିପଟେ ଘୂରି ବୁଲିବ, ତେବେ ସେଠାରେ ୬ ମାସ ଦିନ ଏବଂ ୬ ମାସ ରାତି ହେବ। ପୃଥିବୀର ଚୁମ୍ବକୀୟ କ୍ଷେତ୍ର ନଷ୍ଟ ହେତୁ ମହାକାଶରୁ ଆସୁଥିବା ବିକିରଣ ପୃଥିବୀରେ ପହଞ୍ଚିବ ଏବଂ ଲୋକଙ୍କ ସ୍ବାସ୍ଥ୍ୟ ଖରାପ ହେବ।
https://www.dharitri.com/un-secretary-general-antonio-guterres-expresses-hope-pm-modi-ukraine-visit-can-end-russia-ukraine-war/
ମୋଦିଙ୍କ ଗସ୍ତ ପରେ ଅଟକି ଯିବ ୟୁକ୍ରେନ-ରୁଷ ଯୁଦ୍ଧ! ଆଶା ପ୍ରକଟ କଲା ଜାତିସଂଘ ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ୟୁକ୍ରେନ-ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ସମାପ୍ତ କରିବାରେ ସହାୟକ ହେବ ବୋଲି ଆଶା ପ୍ରକଟ କରିଛନ୍ତି ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍। ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ସିଧାସଳଖ ପୋଲାଣ୍ଡରୁ ଟ୍ରେନ୍ ଯୋଗେ ୟୁକ୍ରେନରେ ପହଞ୍ଚିଥିଲେ। କିଭରେ ପହଞ୍ଚିବା ପରେ ତାଙ୍କୁ ଭାରତୀୟ ସମ୍ପ୍ରଦାୟର ଲୋକମାନେ ସ୍ୱାଗତ କରିଥିଲେ। ଏହାପରେ ମୋଦି ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଏହାରି ମଧ୍ୟରେ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ବିଷୟରେ ଜାତିସଂଘର ସାଧାରଣ ସମ୍ପାଦକ ଷ୍ଟେଫେନ ଡୁଜାରିକ୍ଙ୍କୁ ଏକ ପ୍ରଶ୍ନ ପଚରାଯାଇଥିଲା, ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ସମାପ୍ତ କରିପାରିବ। ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ମୁଖପାତ୍ର ଷ୍ଟିଫେନ୍ ଡୁଜାରିକ୍ କହିଛନ୍ତି ଯେ ଆମେ ଅନେକ ରାଜ୍ୟ ତଥା ସରକାରଙ୍କ ମୁଖ୍ୟଙ୍କୁ ଏହି ଅଞ୍ଚଳକୁ ଯାତ୍ରା କରୁଥିବା ଦେଖିଛୁ। ଏଭଳି ପରିସ୍ଥିତିରେ ଆମେ ଆଶା କରୁଛୁ ଯେ ଏହି ସମସ୍ତ ପରିଦର୍ଶନ ଆମକୁ ସାଧାରଣ ସଭାର ସଂକଳ୍ପ, ଆନ୍ତର୍ଜାତୀୟ ଆଇନ ଏବଂ ଆଞ୍ଚଳିକ ଅଖଣ୍ଡତା ଅନୁଯାୟୀ ବିବାଦର ସମାପ୍ତିକୁ ନିକଟତର କରିବ। ତିନୋଟି ସଂକଳ୍ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ୟୁକ୍ରେନରେ ନରେନ୍ଦ୍ର ମୋଦୀ ପହଞ୍ଚିଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ନିମନ୍ତ୍ରଣରେ ପିଏମ ମୋଦି ଏହି ଗସ୍ତରେ ଆଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ପହଞ୍ଚିଛନ୍ତି। ଏହି ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଭ ଏଭି ଫୋମିନ୍ ବଟାନିକାଲ୍ ଗାର୍ଡେନ୍ରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଫୁଲ ଅର୍ପଣ କରିଥିଲେ। ଏହି ମୂର୍ତ୍ତି ୨୦୨୦ ରେ ମହାତ୍ମା ଗାନ୍ଧୀଙ୍କ ୧୫୧ ତମ ଜନ୍ମ ବାର୍ଷିକୀରେ ସ୍ଥାପିତ ହୋଇଥିଲା।
https://www.dharitri.com/ଇନ୍ଧନ-ଦର-ବୃଦ୍ଧି-ଅବ୍ୟାହତ/
ଇନ୍ଧନ ଦର ବୃଦ୍ଧି ଅବ୍ୟାହତ ନୂଆଦିଲ୍ଲୀ,୧୫।୬: ଗତ ୮ ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିରେ ଲଗାମ ଲାଗିପାରୁ ନାହିଁ। ରବିବାର ପେଟ୍ରୋଲ ଲିଟର ପିଛା ୬୨ ପଇସା ଏବଂ ଡିଜେଲ ଲିଟର ପିଛା ୬୪ ପଇସା ବଢିଛି। ଗୋଟିଏ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଇନ୍ଧନ ଦର ବୃଦ୍ଧି ଘଟିବା ଯୋଗୁ ପେଟ୍ରୋଲ ଦର ୪.୫୨ ଟଙ୍କା ଏବଂ ୪.୬୪ ଟଙ୍କା ମହଙ୍ଗା ହୋଇଛି। ଏହା ପୂର୍ବରୁ ଦୀର୍ଘ ୮୨ ଦିନ ଧରି ତେଲ କମ୍ପାନୀଗୁଡିକ ଇନ୍ଧନ ଦରରେ କୌଣସି ପରିବର୍ତ୍ତନ କରି ନ ଥିଲେ। ଏହି ଦର ବୃଦ୍ଧି ଫଳରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦର ୭୫.୧୬ ଟଙ୍କାରୁ ୭୫.୭୮ ଟଙ୍କାକୁ ବୃଦ୍ଧି ଘଟିଛି। ସେହିଭଳି ଡିଜେଲର ଲିଟର ପିଛା ଦର ୭୩.୩୯ ଟଙ୍କାରୁ ୭୪.୦୩ ଟଙ୍କା ଛୁଇଁଥିବା ରାଷ୍ଟ୍ରାୟତ୍ତ ତେଲ କମ୍ପାନୀଗୁଡିକ ପକ୍ଷରୁ ସୂଚନା ଦିଆଯାଇଛି। ସ୍ଥାନୀୟ ସେଲ୍ସ ଟିକସ ଏବଂ ଭ୍ୟାଟ୍ ଆଧାରରେ ଦେଶର ବିଭିନ୍ନ ପ୍ରାନ୍ତରେ ଇନ୍ଧନ ଦରରେ ଭିନ୍ନତା ଦେଖାଯାଇଛି। ୨୦୧୭ ଜୁନରେ ତେଲ କମ୍ପାନୀଗୁଡିକ ଦୈନିକ ଭିତ୍ତିରେ ଇନ୍ଧନ ଦର ପରିବର୍ତ୍ତନ ନିୟମ ଆରମ୍ଭ କରିଥିଲେ। ପେଟ୍ରୋଲ ଉପରେ ୬୨ ପଇସା ଏବଂ ଡିଜେଲ ଉପରେ ୬୪ ପଇସା ବୃଦ୍ଧି ନୂଆ ନିୟମ ଲାଗୁ ହେବା ପରଠାରୁ ସର୍ବାଧିକ। ଅର୍ଥାତ ବର୍ତ୍ତମାନ ଯାଏ ଏକାଥରକେ ଏଭଳି ବୃଦ୍ଧି କେବେ ହୋଇ ନ ଥିଲା। ବର୍ତ୍ତମାନ ଜୁନ ୭ ପରଠାରୁ ତେଲ କମ୍ପାନୀଗୁଡିକ ଲଗାତର ଦର ବୃଦ୍ଧି କରି ଚାଲିଛନ୍ତି। ସେହିଭଳି ଗତ ଆଠ ଦିନ ମଧ୍ୟରେ ପେଟ୍ରୋଲ ଉପରେ ୪.୫୨ ଟଙ୍କା ଏବଂ ଡିଜେଲ ଉପରେ ୪.୬୪ ଟଙ୍କାର ଦର ବୃଦ୍ଧି ମଧ୍ୟ ରେକର୍ଡ ସ୍ତରର ବୃଦ୍ଧି। **କାହିଁକି ବଢୁଛି ଦର** ସରକାର ଅତିରିକ୍ତ ରାଜସ୍ବ ସଂଗ୍ରହ ଲାଗି ଇନ୍ଧନ ଉପରେ ଅତିରିକ୍ତ ଉତ୍ପାଦ ଟିକସ ବଢାଇଥିଲେ। ଅନ୍ତର୍ଜାତୀୟ ବଜାରରେ ତେଲ ଦର ନିମ୍ନରେ ରହିଥିବାରୁ ଟିକସ ବଢିଲେ ମଧ୍ୟ କମ୍ପାନୀଗୁଡିକ ରିଟେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ନ କରି ନିଜ ଉପରେ ପଡୁଥିବା ପ୍ରଭାବକୁ ନିଜ ମଧ୍ୟରେ ବ୍ୟବସ୍ଥିତ କରିଥିଲେ। ଏହା ପରେ ରାଜ୍ୟଗୁଡିକ ଭ୍ୟାଟ୍ ବଢାଇଲେ। ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢିଥିବା ବେଳେ ରାଜ୍ୟ ଏବଂ କେନ୍ଦ୍ର ସ୍ତରରେ ବର୍ଦ୍ଧିତ ଟିକସ ଯୋଗୁ ଇନ୍ଧନ ଦର ଲଗାତର ବଢୁଛି। ସରକାର ମାର୍ଚ୍ଚ ୧୪ରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ଉପରେ ୩ ଟଙ୍କା ଲେଖାଏ ଉତ୍ପାଦ ଟିକସ ଲାଗୁ କରିଥିଲେ। ଏହା ପରେ ମେ ମାସ ୫ରେ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଯଥାକ୍ରମେ ୧୦ ଓ ୧୩ ଟଙ୍କା ମୂଲ୍ୟ ଉତ୍ପାଦ ଟିକସ ଲାଗୁ କରିଛନ୍ତି। ଏଭଳି ଟିକସ ବୃଦ୍ଧି ଦ୍ୱାରା ସରକାର ଅତିରିକ୍ତ ୨ ଲକ୍ଷ କୋଟି ଟଙ୍କାର ରାଜସ୍ବ ସଂଗ୍ରହ ଲାଗି ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ୩୨.୯୮ ଟଙ୍କା ଏବଂ ଡିଜେଲ ଉପରେ ୩୧.୮୩ ଟଙ୍କାର ଉତ୍ପାଦ ଟିକସ ଲାଗୁଛି। ୨୦୧୪ରେ ନରେନ୍ଦ୍ର ମୋଦି ଶାସନ କ୍ଷମତାକୁ ଆସିବା ପରେ ପେଟ୍ରୋଲ ଉପରେ ଉତ୍ପାଦ ଟିକସ ୯.୪୮ ଟଙ୍କା ଏବଂ ଡିଜେଲ ଉପରେ ୩.୫୬ ଟଙ୍କା ରହିଥିଲା। ନଭେମ୍ବର ୨୦୧୪ରୁ ଜାନୁୟାରୀ ୨୦୧୬ ମଧ୍ୟରେ ସରକାର ୯ ଥର ଉତ୍ପାଦ ଟିକସ ବଢାଇଛନ୍ତି। ସେହି ୧୫ ମାସରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଯଥାକ୍ରମେ ୧୧.୭୭ ଟଙ୍କା ଓ ୧୩.୪୭ ଟଙ୍କା ଉତ୍ପାଦ ଟିକସ ବଢାଯିବା ଯୋଗୁ ସରକାର ବୃହତ୍ ପରିମାଣର ରାଜସ୍ବ ଆଦାୟ କରିଛନ୍ତି। ଏହି ବାବଦକୁ ୨୦୧୪-୧୫ରେ ରାଜସ୍ବ ୯୯ ହଜାର କୋଟି ଟଙ୍କା ଥିବା ବେଳେ ଏହା ୨୦୧୬-୧୭ରେ ୨.୪୨ ଲକ୍ଷ କୋଟି ଟଙ୍କାକୁ ବଢିଯାଇଥିଲା। ୨୦୧୭ରେ ସରକାର ୨ ଟଙ୍କାର ଉତ୍ପାଦ ଟିକସ କମାଇଥିଲେ। ଗୋଟିଏ ବର୍ଷ ପରେ ଏଥିରେ ୧.୫୦ ଟଙ୍କା ହ୍ରାସ ହୋଇଥିଲା। ୨୦୧୯ ଜୁଲାଇରେ ପୁଣି ଥରେ ୨ ଟଙ୍କା ଉତ୍ପାଦ ଟିକସ ବଢାଯାଇଥିଲା। ଚଳିତବର୍ଷ ମାର୍ଚ୍ଚରେ ପୁଣି ଏଥିରେ ୩ ଟଙ୍କା ବୃଦ୍ଧି ଘଟିଥିଲା। ଅର୍ଥାତ ସରକାର ବାରମ୍ବାର ଟିକସ ବଢାଇବା ଯୋଗୁ ଇନ୍ଧନ ଦର ହ୍ରାସ ହେଉ ନ ଥିବା ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।
https://www.dharitri.com/baby-falls-into-hot-frying-pan-and-dies/
ଗରମ ତରକାରି ହାଣ୍ଡିରେ ପଡ଼ି ଶିଶୁ ମୃତ ବୁଗୁଡ଼ା,୩୧।୫(ଡି.ଏନ୍.ଏ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ନଗୁଡୁ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଶୁଦ୍ଧିକ୍ରିୟା ଭୋଜି ପାଇଁ ପ୍ରସ୍ତୁତ ହେଉଥିବା ଗରମ ତରକାରି ହାଣ୍ଡିରେ ପଡ଼ି ଜଣେ ତିନି ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମୃତକ ହେଲେ ବଳରାମ ସେଠୀଙ୍କ ପୁତ୍ର ସାଇପ୍ରସାଦ। ପ୍ରକାଶ ଯେ, ନଗୁଡୁ ଗ୍ରାମର ରଙ୍କନିଧି ସେଠୀଙ୍କ ଘରେ ଶୁଦ୍ଧିକ୍ରିୟା ଭୋଜି ଚାଲିଥିଲା। ଏଥିରେ ଯୋଗ ଦେବା ପାଇଁ ବଳରାମଙ୍କ ପରିବାର ଯାଇଥିଲେ। ସେଠାରେ ଭୋଜି ପାଇଁ ତରକାରି ପ୍ରସ୍ତୁତ ହେଉଥିବା ବେଳେ ଅସାବଧାନତାବଶତଃ ସାଇପ୍ରସାଦ ଗରମ ତରକାରି ହାଣ୍ଡିରେ ପଡିଯାଇଥିଲେ। ପରିବାର ଲୋକେ ତାଙ୍କୁ ସେଥିରୁ ଉଦ୍ଧାର କରି ମାଣିତରା ମେଡିକାଲକୁ ନେଇଥିଲେ। ପରେ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ଘଟିଥିଲା।
https://www.dharitri.com/cheating-on-rs-20000/
ଥାନା ଅଧିକାରୀଙ୍କ ପରିଚୟ ଦେଇ ଠକିନେଲେ ୨୦ ହଜାର କଣ୍ଟାବାଞ୍ଜି,୬।୧୧(ଡି.ଏନ.ଏ.): ନିଜକୁ ପୋଲିସ ପରିଚୟ ଦେଇ ପୁଅବୋହୂଙ୍କ କଳିର ଥାନାରେ ଆପୋଷ ସମାଧାନ କରିଦେବେ କହି ଜଣେ ବ୍ୟକ୍ତିଙ୍କଠାରୁ ୨୦ ହଜାର ଟଙ୍କା ଠକିିନେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଏନେଇ କଣ୍ଟାବାଞ୍ଜି ଥାନାରେ ଶୁକଦେବା ମହାନ୍ତି ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିବା ପରେ ଘଟଣା ଲୋକଲୋଚନକୁ ଆସିଛି। କଣ୍ଟାବାଞ୍ଜି ସହର ନିବାସୀ ଶୁକଦେବଙ୍କ ପୁଅ ବାହାଘର କଳାହାଣ୍ଡି ଜିଲା କୋକସରା ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହ ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟ ପତିପତ୍ନୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ମହିଳା ଜଣକ ସ୍ବାମୀ ଓ ତାଙ୍କ ପରିବାର ଲୋକଙ୍କ ନଁାରେ କୋକ୍ସରା ଥାନାରେ ଗତ ସେପ୍ଟେମ୍ବର ୨୯ ତାରିଖରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗର ଆପୋଷ ସମାଧାନ କରିଦେବ ବୋଲି ଜୟପାଟଣାର ସନ୍ତୋଷ ଦାସ ନାମକ ଜଣେ ବ୍ୟକ୍ତି ଶୁକଦେବଙ୍କୁ ଫୋନ୍ କରିଥିଲେ। ଏପରିକି ଅନ୍ୟଜଣେ ବ୍ୟକ୍ତିଙ୍କୁ କୋକ୍ସରା ଥାନା ଅଧିକାରୀ ଭାବେ ପରିଚୟ ଦେଇ ଶୁକଦେବଙ୍କ ସହ ଫୋନ୍ରେ କଥା କରାଇଥିଲେ। ଏହି ବିବାଦ ସମାଧାନ କରିବାକୁ ହେଲେ ତୁରନ୍ତ ୨୦ ହଜାର ଟଙ୍କା ଫୋନ୍ ପେ ମାଧ୍ୟମରେ ପଠାଇବାକୁ ସନ୍ତୋଷ କହିଥିଲେ। ଭୟରେ ଶୁକଦେବ ଦୁଇଟି ପର୍ଯ୍ୟାୟରେ ଫୋନ୍ ପେ ମାଧ୍ୟମରେ ୨୦ ହଜାର ଟଙ୍କା ପଠାଇଥିଲେ। ତେବେ ଟଙ୍କା ପଠାଇ ସାରିବା ପରେ ଆଉ କୌଣସି କଥାବାର୍ତ୍ତା ନ ହେବାରୁ ସନ୍ଦେହ କରି ସେ ଠକାମିରେ ପଡିଥିବା ଜାଣି କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରଛନ୍ତି। ଅଭିଯୋଗକୁ ଭିତ୍ତି କରି ଏକ ମାମଲା (୬୧/୨୧) ରୁଜୁ ହୋଇଥିବା ଥାନା ଅଧିକାରୀ ସତ୍ୟଜିତ କନ୍ଦନକେଲ ସୂଚନା ଦେଇଛନ୍ତି ା
https://www.dharitri.com/ଜିଏସ୍‌ଟି-ଆଦାୟ-ଲକ୍ଷେ-କୋଟି/
ଜିଏସ୍‌ଟି ଆଦାୟ ଲକ୍ଷେ କୋଟି ଟଙ୍କା ଟପିଲା ନୂଆଦିଲ୍ଲୀ,୨-୧: ଚଳିତ ଆର୍ଥତ୍କ ବର୍ଷରେ ଲଗାତର ଭାବେ ଦ୍ୱିତୀୟ ଥର ଲାଗି ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ଆଦାୟ ଲକ୍ଷେ କୋଟି ଟଙ୍କା ଟପିଛି। ଡିସେମ୍ବର ମାସରେ ଜିଏସ୍ଟି ରାଜସ୍ବ ବାବଦକୁ ୧,୦୩,୪୯୨ କୋଟି ଟଙ୍କା ଆଦାୟ କରାଯାଇଛି। ଲୋକଙ୍କର ଖର୍ଚ୍ଚ ବଢିବା ଯୋଗୁ ରାଜସ୍ବ ସଂଗ୍ରହ ଉନ୍ନତ ହୋଇଥିବା ଜଣାପଡିଛି। ଏହା ପୂର୍ବରୁ ଚଳିତ ବର୍ଷ ଜୁଲାଇରେ ରାଜସ୍ବ ସଂଗ୍ରହ ୧ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ୱରେ ରହିବା ସହ ୧.୦୨ ଲକ୍ଷ କୋଟି ଟଙ୍କା ଛୁଇଁଥିଲା। ୨୦୧୮ ଡିସେମ୍ବରରେ ସରକାର ୯୪,୭୨୬ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ ବୋଲି ସରକାରୀ ଡାଟାରୁ ଜଣାପଡିଛି। ଅନୁପାଳନ ଏବଂ ଲୋକଙ୍କ ଖର୍ଚ୍ଚରେ ଉନ୍ନତି ଯୋଗୁ ରାଜସ୍ବ ବଢିଥିବା ଜଣେ ସରକାରୀ ଅଧିକାରୀ କହିଛନ୍ତି। ଚଳିତ ବର୍ଷ ଡିସେମ୍ବରରେ ଜିଏସ୍ଟି ରାଜସ୍ବ ଗତ ବର୍ଷ ସମାନ ସମୟ ତୁଳନାରେ ୧୬% ବୃଦ୍ଧି ଘଟିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିଭଳି ଆମଦାନୀରୁ ସଂଗ୍ରହ ହେଉଥିବା ମୋଟ୍ ଜିଏସ୍ଟି କଥା ବିଚାରକୁ ନେଲେ ଏଥିରେ ଗତ ବର୍ଷ ଡିସେମ୍ବର ତୁଳନାରେ ୯% ବୃଦ୍ଧି ଘଟିଛି। ସଂଗ୍ରହ ହୋଇଥିବା ମୋଟ ୧.୦୩ ଲକ୍ଷ କୋଟି ଟଙ୍କାର ରାଜସ୍ବ ମଧ୍ୟରୁ କେନ୍ଦ୍ର ଜିଏସ୍ଟି ବା ସିଜିଏସ୍ଟି ବାବଦ ୧୯,୯୬୨ କୋଟି, ରାଜ୍ୟ ଜିଏସ୍ଟି ବା ଏସ୍ଜିଏସ୍ଟି ବାବଦ ୨୬,୭୯୨ କୋଟି, ସମନ୍ବିତ ଜିଏସ୍ଟି ବା ଆଇଜିଏସ୍ଟି ବାବଦ ୪୮,୦୯୯ କୋଟି, ସେସ୍ ବା ଉପକାର ବାବଦ ୮୩୩୧ କୋଟି ଟଙ୍କା ସାମିଲ ରହିଛି। ଡିସେମ୍ବର ୩୧ ସୁଦ୍ଧା ୮୧.୨୧ ଲକ୍ଷ ଜିଏସ୍ଟି ଆର୍ ୩ବି ଫାଇଲ କରାଯାଇଛି। ନିୟମିତ ସମାଧାନ ଦ୍ୱାରା ଆଇଜିଏସ୍ଟିରୁ ସରକାର ସିଜିଏସ୍ଟି ବାବଦ ୨୧,୮୧୪ କୋଟି ଏବଂ ଏସ୍ଜିଏସ୍ଟି ବାବଦ ୧୫,୩୬୬ କୋଟି ଟଙ୍କା ସମାଧାନ କରିଛନ୍ତି। ନିୟମିତ ସମାଧାନ ଦ୍ୱାରା ଡିସେମ୍ବରରେ କେନ୍ଦ୍ର ଏବଂ ରାଜ୍ୟ ସରକାର ସିଜିଏସ୍ଟି ବାବଦ ୪୧,୭୭୬ କୋଟି ଏବଂ ଏସ୍ଜିଏସ୍ଟି ବାବଦ ୪୨,୧୫୮ କୋଟି ଟଙ୍କା ପାଇଛନ୍ତି। ଚଳିତ ଆର୍ଥତ୍କ ବର୍ଷ ବାକି ଥିବା ମାସଗୁଡିକରେ ପ୍ରତିମାସ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କାର ଜିଏସ୍ଟି ସଂଗ୍ରହ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଧାର୍ଯ୍ୟ ଲକ୍ଷ୍ୟକୁ ହାସଲ କରିବା ପାଇଁ ଟିକସ ଅଧିକାରୀଙ୍କୁ କୁହାଯାଇଛି। ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ ଉଚ୍ଚ ଟିକସ ଅଧିକାରୀଙ୍କ ସହ ଏ ନେଇ ଗତ ମାସରେ ଭିଡିଓ କନଫରେନ୍ସିଂ ଯୋଗେ ବୈଠକ କରିଥିଲେ। ବିତ୍ତୀୟ ନିଅଣ୍ଟକୁ ନିୟନ୍ତ୍ରଣ କରିବା ଲାଗି ଆସନ୍ତା ମାସଗୁଡିକରେ ରାଜସ୍ବ ସଂଗ୍ରହ ଉନ୍ନତ ହେବା ଆବଶ୍ୟକ ବୋଲି ଡେଲଏଟ ଇଣ୍ଡିଆର ପାର୍ଟନର ଏମ୍.ଏସ୍. ମଣି କହିଛନ୍ତି। ଟିକସ ସଂଗ୍ରହରେ ଉନ୍ନତି, ଇନଭଏସିଂ, ନୂଆ ରିଟର୍ନ ପ୍ରଣାଳୀ ଦ୍ୱାରା ରାଜସ୍ବ ସଂଗ୍ରହ ବଢିବ ନେଇ ଆଶା ରହିଥିବା ସେ ମତ ଦେଇଛନ୍ତି। ଡିସେମ୍ବରରେ ହିମାଞ୍ଚଳ ପ୍ରଦେଶର ଜିଏସ୍ଟି ସଂଗ୍ରହ ୨ ଗୁଣା ବଢି ୨୬ରୁ ୫୮ କୋଟି ଟଙ୍କା ଟପିଛି। ଏହାବାଦ ନାଗାଲାଣ୍ଡରେ ରାଜସ୍ବ ଆଦାୟ ୮୮%, ମଣିପୁର ୬୪%, ମିଜୋରାମ ୬୦% ବଢିଛି। ସେହିଭଳି ଲାକ୍ଷାଦୀପର ରାଜସ୍ବ ସଂଗ୍ରହ ୭୮% କମିଥିବା ବେଳେ ଝାଡଖଣ୍ଡର ୩% ଟିକସ ସଂଗ୍ରହ କମିଛି।
https://www.dharitri.com/nominations-are-due-today/
ଆଜି ନାମାଙ୍କନ ପତ୍ର ଦାଖଲ ଶେଷ ଭୁବନେଶ୍ୱର,୭ା୩(ବ୍ୟୁରୋ): ଆସନ୍ତା ୨୪ ତାରିଖରେ ରାଜ୍ୟରେ ୧୦୬ ମ୍ୟୁନିସିପାଲିଟି, ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ଏବଂ ୩ ମହାନଗର ନିଗମରେ ନିର୍ବାଚନ ଅନୁଷ୍ଠିତ ହେବ। ସୋମବାର ଅପରାହ୍ନ ୫ଟା ସୁଦ୍ଧା ନାମାଙ୍କନ ପତ୍ର ଦାଖଲ ଶେଷ ହେବ। ଏ ନେଇ ରବିବାର ବିଭିନ୍ନ ପୌର ପରିଷଦରେ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରାର୍ଥତ୍ପତ୍ର ଦାଖଲ ନେଇ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଆସନ୍ତା ୯ ତାରିଖରେ ପ୍ରାର୍ଥତ୍ପତ୍ର ଯାଞ୍ଚ କରାଯିବ। ୧୦ ତାରିଖରେ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ବୈଧ ପ୍ରାର୍ଥୀଙ୍କ ନାମ ପ୍ରକାଶ କରାଯିବ। ୧୪ ତାରିଖ ଅପରାହ୍ନ ୩ଟା ମଧ୍ୟରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରାଯାଇ ପାରିବ। ସେହି ଦିନ ଅପରାହ୍ନ ୫ଟା ସୁଦ୍ଧା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ। ମାର୍ଚ୍ଚ ୨୪ରେ ଭୋଟଗ୍ରହଣ କରାଯିବ। ୨୬ ତାରିଖରେ ଭୋଟ ଗଣତି ହେବ। ୨୯ ତାରିଖରେ ନିର୍ବାଚିତ ହୋଇଥିବା ମେୟର, ପୌରାଧ୍ୟକ୍ଷ ଏବଂ କର୍ପୋରେଟରମାନଙ୍କର ନାମ ରାଜ୍ୟ ନିର୍ବାଚନ କମିଶନଙ୍କ ଗେଜେଟ୍ରେ ପ୍ରକାଶ କରାଯିବ। ମାର୍ଚ୍ଚ ୩୧ରେ ଡେପୁଟି ମେୟର ନିର୍ବାଚନ ସକାଶେ ନିର୍ବାଚିତ ମେୟର ଓ କର୍ପୋରେଟରମାନଙ୍କର ଏକ ସ୍ବତନ୍ତ୍ର ବୈଠକ ଡକାଯିବ। ଏପ୍ରିଲ ୮ ତାରିଖରେ ଡେପୁଟି ମେୟର ନିର୍ବାଚନ ଅନୁଷ୍ଠିତ ହେବ।
https://www.dharitri.com/russia-attack-on-ukraine-missiles-hit-residential-building-in-eastern-8-killed-31-wounded/
ୟୁକ୍ରେନ ଉପରେ ଆକ୍ରମଣ କଲା ରୁଷିଆ: ୮ ମୃତ, ୩୧ ଆହତ ମସ୍କୋ,୮।୮: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ଦେଉନାହିଁ। ଉଭୟ ପାର୍ଶ୍ୱରୁ ଭୟଙ୍କର ଆକ୍ରମଣ ହୋଇଛି। ନିକଟରେ ରୁଷିଆର ରାଜଧାନୀ ମସ୍କୋ ଆଖପାଖ ଅଞ୍ଚଳକୁ ୟୁକ୍ରେନ ଟାର୍ଗେଟ କରିଛି, ଯେଉଁ କାରଣରୁ ରୁଷିଆ କ୍ରୋଧିତ ହୋଇଛି। ଏଭଳି ପରିସ୍ଥିତିରେ ରୁଷିଆ ଅତ୍ୟନ୍ତ ଆକ୍ରମଣାତ୍ମକ ଦେଖାଯାଉଛି। ତେବେ ରୁଷିଆ ୟୁକ୍ରେନ ପୂର୍ବ ସହର ପୋକ୍ରୋଭସ୍କ ଉପରେ କ୍ଷେପଣାସ୍ତ୍ର ବର୍ଷା କରିଛି, ଯେଉଁଥିରେ ମୋଟ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୧ଜଣ ଆହତ ହୋଇଛନ୍ତି।
https://www.dharitri.com/କେୟାର-ହସ୍ପିଟାଲରେ-ଲୋକଙ୍କୁ/
କେୟାର ହସ୍ପିଟାଲରେ ଲୋକଙ୍କୁ ପାର୍କିଂ ମନା ଭୁବନେଶ୍ୱର, ୩୧ା୧୦: ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ସିନେମା ହଲ୍, ଆପାର୍ଟମେଣ୍ଟ, ମଲ୍ରେ ଲୋକଙ୍କ ଗାଡ଼ି ରଖିବା ଆବଶ୍ୟକ ପାର୍କିଂ ସ୍ଥାନ ରଖିବାକୁ ବାଧ୍ୟ। ଏବେ ପାର୍କିଂ ଫି ଆଦାୟ ଉପରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) କଟକଣା ଲଗାଇବା ସହ ୧୧ ମଲ୍ ଓ ୩ ହସ୍ପିଟାଲକୁ ନୋଟିସ କରିଛି। କିନ୍ତୁ ନୋଟିସ୍ ପରେ ବି ଚନ୍ଦ୍ରଶେଖରପୁରସ୍ଥିତ କେୟାର ହସ୍ପିଟାଲ୍ରେ ପାର୍କିଂ ଫାଙ୍କା ନାହିଁ କୁହାଯାଉଥିବାରୁ ଲୋକେ ରାସ୍ତା ପାର୍ଶ୍ୱରେ ଗାଡ଼ି ରଖୁଛନ୍ତି। ଏନେଇ ଅଭିଯୋଗ ଆସିବା ପରେ ଏନ୍ଫୋର୍ସମେଣ୍ଟ ଅଧିକାରୀ ପ୍ରମୋଦ ପାତ୍ରଙ୍କ ନେତୃତ୍ୱରେ ବିଡିଏର ଏକ ଟିମ୍ ବୁଧବାର ହସ୍ପିଟାଲ ପରିସର ପାର୍କିଂ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ଯାଞ୍ଚ ରିପୋର୍ଟ ଆଧାରରେ ହସ୍ପିଟାଲ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଡିଏ ପ୍ଲାନିଂ ମେମ୍ବର ଗୌରୀଶଙ୍କର ଭୂୟଁା କହିଛନ୍ତି। ହସ୍ପିଟାଲର ସିନିୟର ମ୍ୟାନେଜର (ପ୍ରଶାସନିକ) ସଞ୍ଜୀବ ପିଲାଇ କହିଛନ୍ତି, ଆମେ ବେସ୍ମେଣ୍ଟରେ ଦୁଇ ଚକିଆ ଓ ଉପରେ କାର୍ ପାର୍କିଂ ବ୍ୟବସ୍ଥା କରିଛୁ। ୬୦୦ ଷ୍ଟାଫ୍ଙ୍କ ଗାଡ଼ି ରହିବା ପରେ ପାର୍କିଂସ୍ଥଳରେ ଆଉ ଫାଙ୍କା ସ୍ଥାନ ରହୁନି। ଷ୍ଟାଫ୍ମାନେ ଯଦି ବାହାରେ ୨ଘଣ୍ଟା ପାଇଁ ୫ଟଙ୍କା ଦେଇ ଗାଡ଼ି ପାର୍କିଂ କରିବେ ତା’ହେଲେ ସେମାନେ ଚାକିରି ଛାଡ଼ିଦେବେ। ସେଥିପାଇଁ ଆମେ ଷ୍ଟାଫ୍ଙ୍କ ଗାଡିକୁ ପ୍ରଥମେ ପାର୍କିଂ କରିବାକୁ ଛାଡ଼ୁଛୁ। ବଳକା ସ୍ଥାନ ରହିଲେ ସାଧାରଣ ଲୋକଙ୍କୁ ସୁଯୋଗ ଦେଉଛୁ। ତେବେ ଲୋକଙ୍କ ଗାଡ଼ି ପାର୍କିଂରେ ସମସ୍ୟା ହେଉଥିବାରୁ ଏହାକୁ ଏଡ଼ାଇବା ପାଇଁ ଆଗକୁ ମଲ୍ଟି ପାର୍କିଂ ବ୍ୟବସ୍ଥା କରାଯିବ। ଆସନ୍ତା ମାର୍ଚ୍ଚ ମାସରୁ କାର୍ଯ୍ୟ ଆରମ୍ଭ ହେବ। ସେହିପରି ହସ୍ପିଟାଲ ପଛରେ କିଛି ଅଧିକ ଜମି ଯୋଗାଇ ଦେବାକୁ ସରକାରଙ୍କୁ ଆବେଦନ କରାଯାଇଛି। ଜମି ମିଳିଲେ ସେଠାରେ ଲୋକଙ୍କ ପାଇଁ ପାର୍କିଂ ସ୍ଥଳ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି। **ପାର୍କିଂ ସ୍ଥଳରେ ଷ୍ଟୋର୍ ରୁମ୍ ଅଭିଯୋଗ** ଅନ୍ୟପକ୍ଷରେ ହସ୍ପିିଟାଲର ପାର୍କିଂ ସ୍ଥଳରେ ଷ୍ଟୋର୍ରୁମ କରାଯାଇ ଲୋକଙ୍କୁ ବାହାରେ ଗାଡ଼ି ରଖିବାକୁ କୁହାଯାଉଥିବା ନେଇ ମଙ୍ଗଳବାର କେତେଜଣ ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ ଉଠାଇଥିଲେ। ସେମାନେ ହସ୍ପିଟାଲର ପାର୍କିଂ ସ୍ଥଳର ଏକ ପାର୍ଶ୍ୱରେ ଷ୍ଟୋର୍ ଓ ଅନ୍ୟ ପାର୍ଶ୍ୱରେ ନିଜ କର୍ମଚାରୀଙ୍କ ଗାଡ଼ି ରଖାଯାଉଥିବା ଦେଖି ଆମେ କେଉଁଠି ଗାଡି ରଖିବୁ ବୋଲି କହି ଉପସ୍ଥିତ ସିକ୍ୟୁରିଟି ଗାର୍ଡଙ୍କୁ ପ୍ରଶ୍ନ କରିଥିଲେ। ସିକ୍ୟୁରିଟି ଗାର୍ଡ ଜଣକ ହସ୍ପିିଟାଲର ପାର୍କିଂ କେବଳ କର୍ମଚାରୀଙ୍କ ପାଇଁ, ଅନ୍ୟ କାହାର ଗାଡ଼ି ରଖାଯିବ ନାହିଁ ବୋଲି କହିଥିଲେ। ଅନ୍ୟମାନେ ଯେପରି ବାହାରେ ଗାଡ଼ି ରଖୁଛନ୍ତି ସେମିତି ରଖ ବୋଲି କହି ନାଲିଆଖି ଦେଖାଇଥିଲେ। ଫଳରେ ଏହାକୁ ନେଇ ହସ୍ପିଟାଲର ସିକ୍ୟୁରିଟି ଗାର୍ଡଙ୍କ ସହ ରୋଗୀ ସମ୍ପର୍କୀୟଙ୍କ ପାଟିତୁଣ୍ଡ ମଧ୍ୟ ହୋଇଥିବା ଦେଖିବାକୁ ମିଳିଥିଲା। **୧୪ ବିଲ୍ଡିଂକୁ ନୋଟିସ ଦେଇ ବିଡିଏ ଚୁପ୍** ଭୁବନେଶ୍ୱରରେ ବେଆଇନ ଭାବେ ୭୨ଟି ବଡ଼ ବିଲ୍ଡିଂ ଲୋକଙ୍କଠାରୁ ପାର୍କିଂ ଫି ଆଦାୟ କରୁଥିବା ବିଡିଏ ଚିହ୍ନଟ କରିଛି। ହେଲେ ସେଥିମଧ୍ୟରୁ ମାତ୍ର ୧୪ଟି ବିଲ୍ଡିଂକୁ ନୋଟିସ୍ ଦିଆଯାଇ ୭ଦିନ ମଧ୍ୟରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଇତିମଧ୍ୟରେ ୧୦ ଦିନରୁ ଅଧିକ ବିତିଥିଲେ ମଧ୍ୟ ମାତ୍ର ୩ଟି ବିଲ୍ଡିଂ ଦ୍ୱାରା ଉତ୍ତର ଆସିଛି। କିନ୍ତୁ ବିଲ୍ଡିଂ ପ୍ଲାନ୍ ଓ ଦସ୍ତାବିଜ୍ ଯାଞ୍ଚ ଚାଲିଥିବା ଦର୍ଶାଇ ବିଡିଏ ଚୁପ୍ ବସିଛି।
https://www.dharitri.com/bas-4-vehicle-registration-allowed/
ବିଏସ୍‌-୪ ଯାନ ପଞ୍ଜୀକରଣକୁ ଅନୁମତି ନୂଆଦିଲ୍ଲୀ,୧୪।୮: ମାର୍ଚ୍ଚରେ ବିକ୍ରି ହୋଇଥିବା ବିଏସ୍-୪ ଯାନର ପଞ୍ଜୀକରଣ ନେଇ ସୁପ୍ରିମକୋର୍ଟ ଗୁରୁବାର ଅନୁମତି ପ୍ରଦାନ କରିଛନ୍ତି। ମାର୍ଚ୍ଚରେ ବିକ୍ରି ହୋଇଥିବା ବିଏସ୍-୪ ଯାନ ଲକ୍ଡାଉନ ଲାଗି ପଞ୍ଜୀକରଣରେ ବିଭିନ୍ନ ସମସ୍ୟା ଉପୁଜିଥିଲା। ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଲୋକଙ୍କୁ ଆଶ୍ୱସ୍ତି ମିଳିଥିବା ଜଣାପଡ଼ିଛି। ସରକାରଙ୍କ ଡାଟା ମୁତାବକ ମାର୍ଚ୍ଚ ୧୨ରୁ ମାର୍ଚ୍ଚ ୩୧ ମଧ୍ୟରେ ଘରୋଇ ବଜାରରେ ୯.୯୫ ଲକ୍ଷ ବିଏସ୍-୪ ଯାନ ବିକ୍ରି ହୋଇଛି। ଏହା ମଧ୍ୟରେ ୯.୦୧ ଲକ୍ଷ ଯାନ ପଞ୍ଜୀକରଣ ହୋଇଛି। ୨୦୧୮ ଅକ୍ଟୋବରେ ସୁପ୍ରିମକୋର୍ଟ କହିଥିଲେ ଯେ, ୨୦୨୦ ଏପ୍ରିଲ ପହିଲାରୁ ବିଏସ୍-୪ ଯାନ ବିକ୍ରି କିମ୍ବା ପଞ୍ଜୀକରଣ ହୋଇପାରିବ ନାହିଁ। ୨୦୧୬ରେ କେନ୍ଦ୍ର ସରକାର ଘୋଷଣା କରିଥିଲେ ଯେ, ବିଏସ୍-୫ ନିୟମକୁ ବାଦ୍ ଦେଇ ୨୦୨୦ରୁ ବିଏସ୍-୬ ନିୟମ ଭାରତରେ ଲାଗୁ କରାଯିବ। ଯାନବାହନରୁ ବାହାରୁ ଥିବା ପ୍ରଦୂଷଣକାରୀ ପଦାର୍ଥକୁ କମାଇବା ଲାଗି ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଥିଲେ। ଦେଶ ମଧ୍ୟରେ ବିଏସ୍-୪ ବର୍ଗରେ ୭ ଲକ୍ଷ ୨ ଚକିଆ, ୧୫ ହଜାର ଯାତ୍ରୀବାହୀ ଯାନ ଏବଂ ୧୨ ହଜାର ବାଣିଜି୍ୟକ ଯାନ ବିକ୍ରି ହୋଇପାରି ନ ଥିବା ମାର୍ଚ୍ଚରେ ସୁପ୍ରିମକୋର୍ଟକୁ ସୂଚନା ଦିଆଯାଇଥିଲା। ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ଯାନଗୁଡିକୁ ବିକ୍ରି କରିବା ଲାଗି ପ୍ରାୟ ୧୦ ଦିନ ସମୟ ମିଳିଥିଲା।
https://www.dharitri.com/senior-monk-among-12-killed-in-myanmar-military-plane-crash/
ସେନା ବିମାନ ଦୁର୍ଘଟଣା: ୧୨ ମୃତ ନାପିତାଉ,୧୦ା୬: ମ୍ୟାନ୍ମାର ସେନାର ଏକ ବିମାନ ଗୁରୁବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସେନା ପକ୍ଷରୁ କୁହାଯାଇଛି। ବିମାନଟି ରାଜଧାନୀ ନାପିତାଉରୁ ପିନ୍ ଓ’ ଲ୍ବିନ୍କୁ ଯାଉଥିବା ବେଳେ ଖରାପ ପାଗ ଯୋଗୁ ଅବତରଣ ପୂର୍ବରୁ ମାଣ୍ଡେଲୟ ସହର ନିକଟରେ ଖସି ପଡ଼ିଥିଲା। ବିମାନରେ ମ୍ୟାନ୍ମାର ସୈନ୍ୟଙ୍କ ସମେତ ବୌଦ୍ଧ ସନ୍ନ୍ୟାସୀ ଥିଲେ।
https://www.dharitri.com/who-will-be-the-next-chief-justice/
ଅବସର ନେବେ ଚନ୍ଦ୍ରଚୂଡ଼, ଜାଣନ୍ତୁ କିଏ ହେବେ ପରବର୍ତ୍ତୀ ମୁଖ୍ୟ ବିଚାରପତି ନୂଆଦିଲ୍ଲୀ,୧୩ା୫: ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ ଆସନ୍ତା ନଭେମ୍ବର ୧୦ରେ ତାଙ୍କ ପଦରୁ ଅବସର ନେବେ। ସେ ୯ ନଭେମ୍ବର ୨୦୨୨ରେ ଭାରତର ୫୦ତମ ପ୍ରଧାନ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ୨ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଲେଣି। ଯଦି ଆମେ ସୁପ୍ରିମକୋର୍ଟ ବିଚାରପତିଙ୍କ ବରିଷ୍ଠତା ତାଲିକାକୁ ଦେଖିବା, ତେବେ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ପରେ ଆସନ୍ତା ୮ ବର୍ଷ ମଧ୍ୟରେ ଜଷ୍ଟିସ ଜେ.ବି ପାରଦୀଓ୍ବାଲା ଏକମାତ୍ର ବିଚାରପତି ହେବେ ଯିଏକି ପ୍ରଧାନ ବିଚାରପତି ପଦରେ ୨ ବର୍ଷରୁ ଅଧିକ ସମୟ ରହିବେ। ଏହା ବ୍ୟତୀତ କୌଣସି ମୁଖ୍ୟ ବିଚାରପତି କେହି ବି ୧ ବର୍ଷରୁ ଅଧିକ ସମୟ ଚେୟାରରେ ରହି ନାହାନ୍ତି। ଭାରତର ପ୍ରଧାନ ବିଚାରପତି ହେଉଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ। ମୁଖ୍ୟ ବିଚାରପତି ହେଉଛନ୍ତି ‘ମାଷ୍ଟର ଅଫ ରୋଷ୍ଟର’ ଏବଂ ଦୁଇ କିମ୍ବା ଅଧିକ ବିଚାରପତିଙ୍କ ଏକ ବେଞ୍ଚ ଗଠନ ଏବଂ ସେମାନଙ୍କୁ ମାମଲା ନ୍ୟସ୍ତ କରିବାର ଅଧିକାର ଅଛି। ପ୍ରଧାନ ବିଚାରପତି ମଧ୍ୟ ସୁପ୍ରିମକୋର୍ଟ କଲେଜିୟମର ମୁଖ୍ୟ, ଯାହା ସୁପ୍ରିମକୋର୍ଟରୁ ହାଇକୋର୍ଟରେ ବିଚାରପତି ନିଯୁକ୍ତ କରିବାକୁ ସୁପାରିସ କରନ୍ତି। ଏହା ବ୍ୟତୀତ ପ୍ରଧାନ ବିଚାରପତି ମଧ୍ୟ ସୁପ୍ରିମକୋର୍ଟର ସମସ୍ତ ପ୍ରଶାସନିକ କାର୍ଯ୍ୟର ଯତ୍ନ ନିଅନ୍ତି। ଭାରତରେ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ବିଚାରପତିମାନେ କଲେଜିୟମ ସିଷ୍ଟମ ମାଧ୍ୟମରେ ନିଯୁକ୍ତ ହୁଅନ୍ତି। ଭାରତର ପ୍ରଧାନ ବିଚାରପତିଙ୍କ ବ୍ୟତୀତ ସୁପ୍ରିମକୋର୍ଟ କଲେଜିୟମରେ ୪ ଜଣ ବରିଷ୍ଠ ବିଚାରପତି ଅଛନ୍ତି। ସୁପ୍ରିମକୋର୍ଟ ଏବଂ ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ସୁପାରିସ କରନ୍ତି। ଏହା ବ୍ୟତୀତ ବିଚାରପତିଙ୍କ ସ୍ଥାନାନ୍ତର ଉପରେ ମଧ୍ୟ କଲେଜିୟମ ନିଷ୍ପତ୍ତି ନିଏ। ଭାରତର ସମ୍ବିଧାନରେ କଲେଜିୟମ ବ୍ୟବସ୍ଥା ପାଇଁ କୌଣସି ଣସି ବ୍ୟବସ୍ଥା ନାହିଁ। ଅକ୍ଟୋବର ୧୯୯୮ରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲା। ସେବେଠାରୁ ଏହି ବ୍ୟବସ୍ଥା ମାଧ୍ୟମରେ ବିଚାରପତି ନିଯୁକ୍ତ ହୋଇଥିଲେ। ୨୦୧୪ରେ କଲେଜିୟମ ବ୍ୟବସ୍ଥାରେ ଜାତୀୟ ଜୁଡିସିଆଲ ନିଯୁକ୍ତି ଆୟୋଗ (ଏନ୍ଜେଏସି) ଗଠନ କରାଯାଇଥିଲା, କିନ୍ତୁ ମାମଲା ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇ କୋର୍ଟ ଏହାକୁ ଅସାମ୍ବିଧାନିକ ଘୋଷଣା କରିଥିଲେ। ଚନ୍ଦ୍ରଚୂଡ଼ଙ୍କ ପରେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ବରିଷ୍ଠତା ତାଲିକାରେ ଦ୍ୱିତୀୟ ସ୍ଥାନରେ ରହି ପରବର୍ତ୍ତୀ ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି। ଯଦି ବରିଷ୍ଠତା ନୀତି ଅନୁସରଣ କରାଯାଏ, ତେବେ ଜଷ୍ଟିସ ସଞ୍ଜୀବ ଖାନ୍ନା ୧୧ ନଭେମ୍ବର ୨୦୨୪ରେ ଦେଶର ୫୧ତମ ପ୍ରଧାନ ବିଚାରପତି ହେବେ। ତାଙ୍କର କାର୍ଯ୍ୟକାଳ ୬ ମାସ ହେବ ଏବଂ ସେ ୧୩ ମେ’ ୨୦୨୫ରେ ଅବସର ନେବେ।
https://www.dharitri.com/ଚିଟ୍‌ଫଣ୍ଡ-କୋର୍ଟ-ଜଜ୍‌-ପଦବ/
ଚିଟ୍‌ଫଣ୍ଡ କୋର୍ଟ ଜଜ୍‌ ପଦବୀ ଖାଲି; ବିଚାର ପ୍ରକ୍ରିୟାରେ ବିଳମ୍ବ ବ୍ରହ୍ମପୁର ଅଫିସ,୭ା୧୧: ବ୍ରହ୍ମପୁର ଜିଲା କୋର୍ଟରେ ସ୍ବତନ୍ତ୍ର ଭାବେ ଓପିଆଇଡି କୋର୍ଟ ରହିଛି। ଦକ୍ଷିଣ ଓଡ଼ିଶାର ୧୦ ଜିଲା ପାଇଁ ଏହି କୋର୍ଟ ରହିଥିବା ବେଳେ ଏଠାରେ ଏବେ ବିଚାରପତି ପଦବୀ ଖାଲି ରହିଛି। ଫଳରେ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡିକର ବିଚାରରେ ବିଳମ୍ବ ଘଟୁଛି। କ୍ଷତିଗ୍ରସ୍ତ ଜମାକାରୀ ସେମାନଙ୍କ ଟଙ୍କା ଫେରି ପାଇବା ଆଶା ମଉଳି ଯାଇଛି। ରାଜ୍ୟ ସରକାର ଅନ୍ୟାନ୍ୟ କୋର୍ଟ ପାଇଁ ବିଚାରପତି ନିଯୁକ୍ତି କରୁଥିବା ବେଳେ ବ୍ରହ୍ମପୁରରେ ଥିବା ଓପିଆଇଡି କୋର୍ଟ ପ୍ରତି ଅଣଦେଖା କରୁଥିବା ନେଇ ବିଭିନ୍ନ ମହଲରେ ଅଭିଯୋଗ ହୋଇଛି। ତେଣୁ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ବିଚାରପତି ପଦବୀ ପୂରଣ କରିବାକୁ ଓକିଲ ସଂଘ ସଭାପତି ରବି ପାଣିଗ୍ରାହୀ, ପୂର୍ବତନ ଯୁଗ୍ମ ସମ୍ପାଦକ କରୁଣାକର ପାଣିଗ୍ରାହୀ ଓ ଆଇନଜୀବୀ ରଘୁନାଥ ପ୍ରସଦ ପାଣିଗ୍ରାହୀ ପ୍ରମୁଖ ଦାବି କରିଛନ୍ତି। ବ୍ରହ୍ମପୁରରେ ଖୋଲାଯାଇଥିବା ସ୍ବତନ୍ତ୍ର ଓପିଆଇଡି କୋର୍ଟରେ ୧୦୧ ମାମଲା ବିଚାରାଧୀନ ରହିଛି। ଜମାକାରୀଙ୍କ କୋଟି କୋଟି ଟଙ୍କା ଠକେଇ କରିଥିବା ଚିଟଫଣ୍ଡ ମାଲିକମାନେ ବର୍ତ୍ତମାନ ମଣ୍ଡଳ କାରାଗାରରେ ରହିଛନ୍ତି। ଦୀର୍ଘଦିନ ଧରି ଚିଟଫଣ୍ଡ କୋର୍ଟରେ ଜଜ୍ ନ ଥିବାରୁ ମାମଲାଗୁଡିକର ବିଚାର ହୋଇ ନ ପାରି କେବଳ ତାରିଖ ପରେ ତାରିଖ ଧାର୍ଯ୍ୟ ହେଉଛି। ସୂଚନାଯୋଗ୍ୟ, ଜୁଲାଇରୁ ଚିଟଫଣ୍ଡ ବିଚାରପତି ପଦବୀ ଖାଲିପଡିଛି। ନିକଟରେ ହାଇକୋର୍ଟ ବିଭିନ୍ନ କୋର୍ଟରେ ନୂତନ ଜଜ ନିଯୁକ୍ତି କରିଛନ୍ତି। କିନ୍ତୁ ବ୍ରହ୍ମପୁରରେ ଥିବା ଚିଟଫଣ୍ଡ କୋର୍ଟ ପାଇଁ କୌଣସି ଜଜ ନିଯୁକ୍ତି କରାଯାଇନାହିଁ। ଏ ଦିଗରେ ଦୃଷ୍ଟି ଦେଇ ଜଜ ନିଯୁକ୍ତି କରିବା ପାଇଁ ଜମାକାରୀ ଏବଂ ଓକିଲଙ୍କ ପକ୍ଷରୁ ଦାବି ହେଉଛି।
https://www.dharitri.com/only-the-image-of-the-candidate-will-determine-the-fate/
ପ୍ରାର୍ଥୀଙ୍କ ଭାବମୂର୍ତ୍ତି ହିଁ ଭାଗ୍ୟ ନିର୍ଦ୍ଧାରଣ କରିବ ଡାବୁଗାଁ,୭ା୨(ଡି.ଏନ୍.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ଦୁଇଟି ଜିଲା ପରିଷଦ ଜୋନ୍ ରହିଛି। ଜୋନ-୨ ଅଣସଂରକ୍ଷିତ ରହିଛି। ଏହି ନିର୍ବାଚନ ମଣ୍ଡଳୀରେ ଚତୁର୍ମୁଖୀ ପ୍ରତିଦ୍ୱନ୍ଦ୍ୱିିତା ହେବାକୁ ଯାଉଛି। ବିଜେଡିର ଗୁପ୍ତ ବିଶୋୟୀ, ଭାଜପାର ଗୋବିନ୍ଦ ଗୋପାଳ ଅଗ୍ରୱାଲ, କଂଗ୍ରେସର ଧର୍ମାନନ୍ଦ ନାୟକ ଓ ସ୍ବାଧୀନ ପ୍ରାର୍ଥୀ ତାରାପ୍ରସାଦ ପାଣିଗ୍ରାହୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ଅଞ୍ଚଳା, ଚଚରାଗୁଡ଼ା, ଡାବୁଗାଁ ଓ ମେଦନା ପଞ୍ଚାୟତର ୨୦,୩୧୩ ଭୋଟର ମତଦାନ କରିବେ। କରୋନା କଟକଣା ମଧ୍ୟରେ ପ୍ରାର୍ଥୀମାନେ ୫ଜଣଙ୍କୁ ସାଙ୍ଗରେ ନେଇ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି। ବିଜେଡିର ଗୁପ୍ତ ବିଶୋୟୀ ଜଣେ ସକ୍ରିୟ ଯୁବନେତା ହେବା ସହ ଲୋକଙ୍କ ସହ ସବୁବେଳେ ଯୋଡ଼ିହୋଇ ରହିଛନ୍ତି। ସେହିପରି ଭାଜପାର ଗୋବିନ୍ଦ ଗୋପାଳ ଅଗ୍ରୱାଲ ଜଣେ ବ୍ୟବସାୟୀ ହୋଇଥିବାବେଳେ ପ୍ରଥମଥର ପାଇଁ ରାଜନୀତିରେ ପାଦ ଦେଇଛନ୍ତି। କଂଗ୍ରେସର ଧର୍ମାନନ୍ଦ ନାୟକ ରାଜନୀତିରେ ସକ୍ରିୟ ରହି ୧୯୯୭ରୁ ୨୦୦୭ ପର୍ଯ୍ୟନ୍ତ ଚଚରାଗୁଡ଼ା ପଞ୍ଚାୟତର ସରପଞ୍ଚ, ୨୦୦୭ରୁ ୨୦୧୨ ସମିତିସଭ୍ୟ ଓ ୨୦୧୭ରୁ ଏ ପର୍ଯ୍ୟନ୍ତ ସରପଞ୍ଚ ପଦରେ ରହି ଲୋକଙ୍କ ସହ ସୁସମ୍ପର୍କରେ ରହିଛନ୍ତି। ତାଙ୍କ ବାପା ମଧ୍ୟ ପଞ୍ଚାୟତ ଆରମ୍ଭରୁ ୭ ଥର ସରପଞ୍ଚ ନିର୍ବାଚିତ ହୋଇ କାର୍ଯ୍ୟ କରିଛନ୍ତି। ତେଣୁ ଧର୍ମାନନ୍ଦଙ୍କ ପଲା ମଧ୍ୟ ଭାରି ରହିଛି। ତେବେ ୩ ଦଳର ପ୍ରଚାର ଓ ପ୍ରସାରକୁ ଅନୁଧ୍ୟାନ କଲେ ଲଢ଼େଇ ଜୋରଦାର ହେବ ବୋଲି ସ୍ପଷ୍ଟ ହେଉଛି। ଅନ୍ୟପକ୍ଷରେ ୩ ପ୍ରାର୍ଥୀଙ୍କ ଲଢ଼େଇରୁ ଲାଭ ଉଠାଇବା ନିମନ୍ତେ ସ୍ବାଧୀନ ପ୍ରାର୍ଥୀ ତାରାପ୍ରସାଦ ପାଣିଗ୍ରାହୀ ନିଜ ସମର୍ଥକଙ୍କୁ ନେଇ ପ୍ରଚାର କରିବା ସହ ବହୁମତ ପାଇବା ଆଶା ରଖିଛନ୍ତି। ବିଜେଡି ରାଜ୍ୟ ସରକାରଙ୍କ ଜନହିତକର ଯୋଜନାକୁ ମୁଖ୍ୟ ବିଷୟ କରି ପ୍ରଚାର କରୁଥିବାବେଳେ ବିଜେଡି ଶାସନ ମଧ୍ୟରେ ହୋଇଥିବା ବିଭିନ୍ନ ଦୁର୍ନୀତିକୁ ପ୍ରସଙ୍ଗ କରିଛି ଭାଜପା। ସେହିପରି ଉଭୟ କେନ୍ଦ୍ର ଓ ରାଜ୍ୟର ଅପାରଗତା ଓ ବିଫଳତାକୁ ନେଇ ଲୋକଙ୍କ ନିକଟକୁ ଯାଉଛି କଂଗ୍ରେସ। ସ୍ଥାନୀୟ ନିଯୁକ୍ତି, ଚାଷୀଙ୍କୁୁ ସାର ଯୋଗାଣରେ ବିଫଳତା, ମଣ୍ଡିରେ ଧାନ କଟନୀ ଛଟନୀ, ଉଠା ଜଳସେଚନ ନାଁରେ ଚାଷୀଙ୍କୁ ଠକିବା, ନାରୀ ନିର୍ଯାତନା, ପାଇଖାନା ଦୁର୍ନୀତି ଆଦିକୁ ବିରୋଧୀ ଦଳ ମୁଖ୍ୟ ପ୍ରସଙ୍ଗ କରିଛନ୍ତି। ତେବେ ଏଥର ନିର୍ବାଚନରେ ଜିଲା ପରିଷଦ ଆସନ ପାଇଁ ଦଳ ସହ ବ୍ୟକ୍ତିଗତ ଭାବମୂର୍ତ୍ତିକୁ ମଧ୍ୟ ଭୋଟର ଅଧିକ ଗୁରୁତ୍ୱ ଦେଉଛନ୍ତି। ତେଣୁ ୪ ପ୍ରାର୍ଥୀଙ୍କ ମଧ୍ୟରୁ ଭୋଟରଙ୍କ ମନ କିଏ ଜିଣିବେ ତାହା ଫଳାଫଳ ହିଁ ସ୍ପଷ୍ଟ କରିବ।
https://www.dharitri.com/ପ୍ରବାସୀ-ସାଜିବେ-ଭୂତାଣୁ-ବା/
ପ୍ରବାସୀ ସାଜିବେ ଭୂତାଣୁ ବାହକ ଓ୍ବାଶିଂଟନ,୧୩ା୪: ଘରକୁ ଫେରିଆସୁଥିବା ପ୍ରବାସୀ ଶ୍ରମିକ ଓ କର୍ମଚାରୀମାନେ କରୋନା ଭାଇରସ୍ ବାହକ ହୋଇପାରନ୍ତି। କରୋନା ମହାମାରୀ ଦ୍ୱାରା ପ୍ରଭାବିତ ହୋଇ ନ ଥିବା ନିଜ ଗ୍ରାମ ଓ ଅନ୍ୟ ସ୍ଥାନରେ ସେମାନେ ବାଣ୍ଟିପାରନ୍ତି ଘାତକ ଭୂତାଣୁ। ବିଶ୍ୱବ୍ୟା ପକ୍ଷରୁ ରବିବାର ଏଭଳି ଆଶଙ୍କା ବ୍ୟକ୍ତ କରାଯାଇଛି। ପ୍ରାଥମିକ ଅନୁସନ୍ଧାନ ସୂଚାଉଛି ଯେ, ପ୍ରବାସୀମାନେ ଯେଉଁ ଅଞ୍ଚଳକୁ ଫେରୁଛନ୍ତି ସେଠାରେ ପ୍ରଥମ କରି କୋଭିଡ୍-୧୯ ମାମଲା ଦେଖିବାକୁ ମିଳିଛି ଏବଂ ମିଳିବା ଆଶଙ୍କା ମଧ୍ୟ ରହିଛି। ସବୁଠାରୁ ଅସୁରକ୍ଷିତ ଲୋକ ତଥା ବସ୍ତିବାସିନ୍ଦା, ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ସଂକ୍ରମଣ ବ୍ୟାପିବା ସହଜ ବୋଲି ଉକ୍ତ ରିପୋର୍ଟରେ ସତର୍କ କରିଦିଆଯାଇଛି। ବିଶ୍ୱବ୍ୟାଙ୍କର ଦ୍ୱିବାର୍ଷିକ ଆଞ୍ଚଳିକ ରିପୋର୍ଟରେ ଦର୍ଶାଯାଇଛି ଯେ, ବିଶ୍ୱରେ ଦକ୍ଷିଣ ଏସିଆ ବିଶେଷକରି ଏହାର ସହରାଞ୍ଚଳ ହେଉଛି ସର୍ବାଧିକ ଜନସଂଖ୍ୟା ସାନ୍ଧ୍ରତା ଅଞ୍ଚଳ। ଏହି ଅଞ୍ଚଳରେ କରୋନା ସଂକ୍ରମଣକୁ ବ୍ୟାପିବାରୁ ରୋକିବା ଏକ ବଡ଼ ଚ୍ୟାଲେଞ୍ଜ। ବିଶ୍ୱବ୍ୟାଙ୍କ କହିଛି ଯେ, ଲକ୍ଡାଉନ ନୀତି ଉପମହାଦେଶରେ କୋଟି କୋଟି ପ୍ରବାସୀଙ୍କୁ ପ୍ରଭାବିତ କରିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଦିନ ମଜୁରିଆ। ଏବେ ସେମାନଙ୍କ ପାଇଁ ସହରାଞ୍ଚଳରେ କାମଧନ୍ଦା ନାହିଁ। ତେଣୁ ସହରରେ ଭୋକଉପାସରେ ରହିବା ଅପେକ୍ଷା ଶହ ଶହ କିଲୋମିଟର ଦୂରସ୍ଥ ନିଜ ଗ୍ରାମକୁ ଫେରିବାକୁ ସେମାନେ ପସନ୍ଦ କରୁଛନ୍ତି। ଭାରତ, ବାଂଲାଦେଶ ଏବଂ ପାକିସ୍ତାନରେ ଆଭ୍ୟନ୍ତରୀଣ ଯାତ୍ରୀ ପରିବହନକୁ ସ୍ଥଗିତ ରଖିବାକୁ ଘୋଷଣା ଏବଂ ଏହାର କାର୍ଯ୍ୟକାରିତା ମଧ୍ୟରେ ସମୟ ଗୋଟିଏ ଦିନରୁ କମ୍ ଥିଲା। ଫଳରେ ପ୍ରବାସୀମାନେ ନିଜ ଗ୍ରାମକୁ ଫେରିବା ନେଇ ବିଭ୍ରାଟ ସୃଷ୍ଟି ହୋଇଥିଲା। ଭିଡ଼କୁ ଏଡ଼ାଇବା ଏବଂ ସାମାଜିକ ଦୂରତାକୁ କାର୍ଯ୍ୟକାରୀ କରିବା ଅସମ୍ଭବ ହୋଇପଡ଼ିଥିଲା। ବହୁଲୋକ କୌଣସି ଉପାୟ ନ ପାଇ ଚାଲି ଚାଲି ନିଜ ଘରକୁ ଫେରୁଛନ୍ତି। ହେଲେ ନିଜ ଗଁା ଅଭିମୁଖେ ଏଭଳି ଗଣପଳାୟନ କରୋନା ଭାଇରସ୍ର ବାହକ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଆମେରିକା ଓ ଚାଇନା ତୁଳନାରେ ୬୫ବର୍ଷରୁ ଊର୍ଦ୍ଧ୍ୱ ବୟସର ଜନସଂଖ୍ୟା ଦକ୍ଷିଣ ଏସିଆରେ କମ୍, ଯାହାକି ସାମାନ୍ୟ ଆଶ୍ୱସ୍ତିର ବିଷୟ। ଏହାଦ୍ୱାରା ମୃତ୍ୟୁସଂଖ୍ୟା ସୀମିତ ରହିପାରେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ତଥାପି ପରିବାରର ସଦସ୍ୟ ସଂଖ୍ୟା ଅଧିକ। ସେହିପରି ଅନ୍ୟ ଦେଶଗୁଡ଼ିକ ପରି ଆବଶ୍ୟକ ଚିକିତ୍ସା ଉପକରଣ ତଥା ସାନିଟାଇଜର, ମାସ୍କ ଏବଂ ଭେଣ୍ଟିଲେଟର ନାହିଁ। ଆମଦାନୀ ହେଉଥିବା ମେଡିକାଲ ସାମଗ୍ରୀର ଅଭାବ ରହୁଥିବାରୁ ଦକ୍ଷିଣ ଏସୀୟ ଦେଶଗୁଡ଼ିକୁ ଘରୋଇ ସାମଗ୍ରୀ ଗଚ୍ଛିତ ରଖିବାକୁ ପଡ଼ୁଛି। ଭାରତର ଯେଉଁ ଅଞ୍ଚଳକୁ ବହୁସଂଖ୍ୟାରେ ପ୍ରବାସୀ ସ୍ଥାନାନ୍ତର ହୋଇଛନ୍ତି ସେଠାରେ କରୋନା ସଂକ୍ରମଣର ଆଶଙ୍କା ଅଧିକ। ଏହାକୁ ଦୃଷ୍ଟିରେ ରଖି ସରକାର ସେହି ଅଞ୍ଚଳ ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ବିଶ୍ୱବ୍ୟାଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।
https://www.dharitri.com/balabhadra-falls-on-servitors-during-rath-yatra/
ବଡ଼ଠାକୁର ରଥ ଉପରେ ପଡ଼ିବା ଘଟଣା: ଭିଡିଓ ଦେଖାଇ ଦେଖାଇ ପଚାରୁଛି … ପୁରୀ,୧୩।୮: ଚଳିତ ବର୍ଷ ରଥଯାତ୍ରାରେ ଆଡ଼ପ ପହଣ୍ଡି ବେଳେ ବଡ଼ଠାକୁର ରଥ ଉପରେ ପଡ଼ିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏ ନେଇ ୩ ଜଣିଆ କମିଟି ବଳଭଦ୍ରଙ୍କ ବାଡ଼ଗ୍ରାହୀଙ୍କୁ ଡାକି ପଚରାଉଚରା କରୁଛି। ଦଇତାପତି, ପ୍ରତିହାରୀ, ଖୁଣ୍ଟିଆ ସେବକ ଓ ଜେଟିପିଙ୍କୁ ପଚରାଉଚରା କରାଯାଉଥିବା ସୂଚନା ମିଳିଛି। ସେମାନଙ୍କୁ ଭିଡିଓ ଦେଖାଇ ୩ ଜଣିଆ କମିଟି ପଚରାଉଚରା କରୁଛି। ଜୁଲାଇ ୯ରେ ଆଡପ ପହଣ୍ଡି ବେଳେ ଏହି ବଡ଼ ଅଘଟ ଘଟିଥିବା ବେଳେ ୧୦ ଦିନ ଭିତରେ କମିଟି ତଦନ୍ତ କରି ରିପୋର୍ଟ ଦେବା କଥା ତେବେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ।
https://www.dharitri.com/ucc-necessity-vs-weapons/
ୟୁସିସି: ଆବଶ୍ୟକତା ବନାମ ଅସ୍ତ୍ର ନୂଆଦିଲ୍ଲୀ,୨୯ା୬(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶରୁ ଫେରିବା ପରେ ମଙ୍ଗଳବାର ମଧ୍ୟପ୍ରଦେଶର ଭୋପାଳରେ ଭାଜପା କର୍ମୀମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ ଦେଶରେ ସମାନ ଦଓ୍ବୋନୀ ସଂହିତା ବା ଏକକ ନାଗରିକ ସଂହିତା (ୟୁସିସି) ଲାଗୁ କରାଇବା ସପକ୍ଷରେ ମତ ରଖିଥିଲେ। ସାଧାରଣ ନିର୍ବାଚନକୁ ୧୦ ମାସରୁ କମ୍ ସମୟ ବାକି ଥିବାବେଳେ ମୋଦିଙ୍କ ମନ୍ତବ୍ୟକୁ ବିରୋଧୀ ଦଳଗୁଡ଼ିକ ଗ୍ରହଣ କରିପାରି ନାହାନ୍ତି। କେନ୍ଦ୍ରରେ କ୍ଷମତାସୀନ ଭାଜପା ଆସାମରେ ଜାତୀୟ ନାଗରିକ ପଞ୍ଜିକା (ଏନ୍ଆର୍ସି) ଏବଂ ୨୦୧୯ର ନାଗରିକତ୍ୱ ସଂଶୋଧନ ଆଇନ ଭଳି ୟୁସିସିକୁ ଲୋକ ସଭା ନିର୍ବାଚନ ବେଳେ ଭୋଟ ଧ୍ରୁବୀକରଣ ପାଇଁ ଅସ୍ତ୍ର ରୂପେ ବ୍ୟବହାର କରିବ ବୋଲି ନେତାମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ସମ୍ବିଧାନର ଚତୁର୍ଥ ଭାଗରେ ଥିବା ଅନୁଚ୍ଛେଦ ୪୪ରେ ୟୁନିଫର୍ମ ସିଭିଲ୍ କୋଡ୍ ସମ୍ପର୍କରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ସମଗ୍ର ଭାରତ ଭୂଖଣ୍ଡରେ ନାଗରିକମାନଙ୍କ ପାଇଁ ଏକ ୟୁସିସି ଆଣିବାକୁ ରାଷ୍ଟ୍ର ପ୍ରୟାସ କରିବ ବୋଲି ସମ୍ବିଧାନ ପ୍ରଣେତାମାନେ ସ୍ପଷ୍ଟ କରିଛନ୍ତି। ୧୯୮୫ରେ ମହମ୍ମଦ ଅହମ୍ମଦ ଖାନ୍ ବନାମ ଶାହ ବାନୋ ବେଗମ୍ଙ୍କ ମାମଲାରେ ସୁପ୍ରିମକୋର୍ଟ ମଧ୍ୟ ୟୁସିସି କାର୍ଯ୍ୟକାରୀ କରାଇବା ସପକ୍ଷରେ ରାୟ ଦେଇଥିଲେ। ଛାଡ଼ପତ୍ର ପାଇଥିବା ଶାହ ବାନୋ ନିଜ ସ୍ବାମୀଙ୍କଠାରୁ ଭରଣପୋଷଣ ଦାବି କରିଥିବାବେଳେ ଶୀର୍ଷ ଅଦାଲତ ତର୍ଜମା କରିଥିଲେ ଯେ, ସମ୍ପୃକ୍ତ ମୁସଲମାନ ସ୍ବାମୀଙ୍କ କ୍ଷେତ୍ରରେ ସିଆର୍ପିସି ଲାଗୁ ହେବ ନା ମୁସଲିମ୍ ପର୍ସନାଲ ଲ। ୧୯୯୫ରେ ମଧ୍ୟ ସୁପ୍ରିମକୋର୍ଟ ଅନ୍ୟ ଏକ ମାମଲାର ରାୟ ପ୍ରକାଶ ବେଳେ ୟୁସିସି ଲାଗୁ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୮ରେ ମୋଦି ସରକାରଙ୍କ ଅନୁରୋଧକ୍ରମେ ଲ’ କମିଶନ ପାରିବାରିକ ଆଇନର ସଂସ୍କାର ଉପରେ ୧୮୫ ପୃଷ୍ଠା ସମ୍ବଳିତ କନ୍ସଲ୍ଟେଶନ୍ ପେପର ଦାଖଲ କରିଥିଲେ। ସେତେବେଳେ କମିଶନ ୟୁସିସିକୁ ଅନାବଶ୍ୟକ ଓ ଅବାଞ୍ଛିତ ବୋଲି ଦର୍ଶାଇଥିଲେ। କର୍ନାଟକ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଋତୁରାଜ ଅଓ୍ବସ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ ୨୨ତମ ଆଇନ କମିଶନ ଗତ ୧୪ ତାରିଖରେ ୟୁସିସି ଉପରେ ବିଭିନ୍ନ ପକ୍ଷ, ଧର୍ମୀୟ ସଂସ୍ଥା ଓ ସାଧାରଣ ଜନତାଙ୍କ ମତାମତ ଲୋଡ଼ିବା ପରଠୁ ଏହି ପ୍ରସଙ୍ଗରେ ଶୀତଳଭଣ୍ଡାରରୁ ବାହାରି ଶିରୋନାମା ମଣ୍ଡନ କରୁଛି। ଏଭଳି ସମୟରେ ପ୍ରଧାନମନ୍ତ୍ରୀ ମୋଦି ହଠାତ୍ ୟୁସିସି ପ୍ରସଙ୍ଗ ଉଠାଇ ରାଜନୀତିରେ ଉଷ୍ମତା ଭରିଦେଇଛନ୍ତି। ବିରୋଧୀଙ୍କ ମତରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ନେଇ ଏତେ ତରତର ହେବାର ଯଥାର୍ଥତା ନାହିଁ। ମୋଦି ଚାହିଁଥିଲେ ପୂର୍ବରୁ ମଧ୍ୟ ୟୁସିସି ପ୍ରସଙ୍ଗ ଉଠାଇ ଏହାକୁ ଲାଗୁ କରାଇବା ଦିଗରେ ପଦକ୍ଷେପ ନେଇପାରିଥାନ୍ତେ। ଏହା ଏକ ଜଟିଳ ପ୍ରକ୍ରିୟା। ସମାଜର ସବୁ ବର୍ଗର ଲୋକଙ୍କ ମତାମତ ଲୋଡ଼ା। ବିନା ସହମତିରେ ୟୁସିସି ଆଣିବା ଅସମ୍ଭବ। ଏପରି କି ଏହା ସମୟ ସାପେକ୍ଷ ମଧ୍ୟ। ଏହିସବୁ ଦିଗକୁ ଅଣଦେଖା କରି ହଠାତ୍ ୟୁସିସିର ଓକିଲାତି କରିବା ପଛରେ ଭାଜପାର ମନ୍ଦ ଉଦ୍ଦେଶ୍ୟ ରହିଛି ବୋଲି ବିରୋଧୀ ଟାର୍ଗେଟ କରିଛନ୍ତି। ଆଇନ କମିଶନଙ୍କୁ ପ୍ରଭାବିତ କରିବା ପାଇଁ ମୋଦି ଉଦ୍ୟମ କରୁଛନ୍ତି କି ବୋଲି ବିରୋଧୀ ପ୍ରଶ୍ନ କରୁଥିବାବେଳେ ବିପକ୍ଷ ନେତାମାନେ ମୁସଲମାନ ସମ୍ପ୍ରଦାୟକୁ ବିଭ୍ରାନ୍ତ କରି ଉସୁକାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସମାଲୋଚନା କରିଛନ୍ତି।
https://www.dharitri.com/ଫନ୍‌-ଫିଟ୍‌ନେସ-ଚ୍ୟାଲେଞ୍ଜ/
ଫନ୍‌ ଫିଟ୍‌ନେସ ଚ୍ୟାଲେଞ୍ଜ ବେଙ୍ଗାଲୁରୁ, ୨୨।୪ – କରୋନା ଭାଇରସ୍ ସଂକ୍ରମଣ ଯୋଗୁ ପ୍ରଭାବିତ ହୋଇଥିବା ଗରିବ ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ଭାରତୀୟ ମହିଳା ହକି ଦଳ ପକ୍ଷରୁୁ ଫନ୍ ଫିଟନେସ ଚ୍ୟାଲେଞ୍ଜ ଆରମ୍ଭ ହୋଇଛି। ଏହାପ୍ରତି ଲୋକମାନଙ୍କ ବଦାନ୍ୟତା ମନୋଭାବପ୍ରତି କୃତଜ୍ଞତା ଜଣାଇଛନ୍ତି ଭାରତୀୟ ଦଳ ମିଡ୍ଫିଲ୍ଡର ସୁଶିିଳା ଚାନୁ। ”ଭାରତୀୟ ମହିଳା ହକି ଦଳ ୧୦୦୦ ଲୋକଙ୍କୁ ଖାଦ୍ୟ ଯୋଗାଇବାକୁ ଲକ୍ଷ୍ୟ ରଖିଛି। ଏଥିପ୍ରତି ଲୋକଙ୍କ ସମର୍ଥନ ଓ ଭଲପାଇବା ଆମକୁ ଅଭିଭୂତ କରିଛି“ ବୋଲି ମଣିପୁର ଇମ୍ଫାଲର ଚାନୁ ପ୍ରକାଶ କରିଛନ୍ତି। ଚାନୁଙ୍କ ବାପା ଜଣେ ଡ୍ରାଇଭର ଭାବେ କାର୍ଯ୍ୟରତ। ଭାରତୀୟ ଦଳ ୪ ଦିନ ମଧ୍ୟରେ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସଂଗ୍ରହ କରିଛି। ଏହି ପ୍ରକ୍ରିୟା ଲକ୍ ଡାଉନ୍ ଶେଷ ଅର୍ଥାତ୍ ମେ’ ୩ ପର୍ଯ୍ୟନ୍ତ ଚାଲିବ। ”ଆମେ ଏଇଥିପାଇଁ ଖୁସି ଯେ, ଲୋକମାନେ କେବଳ ଆର୍ଥିକ ସାହାଯ୍ୟ କରୁନାହାନ୍ତି, ସେମାନେ ଫିଟ୍ନେସ ଚ୍ୟାଲେଞ୍ଜରେ ଅଂଶଗ୍ରହଣ ମଧ୍ୟ କରୁଛନ୍ତି। ସମସ୍ତେ ଶାରୀରିକଭାବେ ସକ୍ରିୟ ରହିିବା ଗୁରୁତ୍ୱପୂର୍ଣ୍ଣ। ଫିଟ୍ନେସ ଚ୍ୟାଲେଞ୍ଜ୍ ପାଇଁ ଆମେ ଯେଉଁ ଡିଜାଇନ୍ ପ୍ରସ୍ତୁତ କରିଛୁ କଷ୍ଟକର ନୁହେଁ, ଏହାକୁ ଘର ମଧ୍ୟରେ ରହି କରିିହେବ“ ବୋଲି ଚାନୁ କହିଛନ୍ତି । ଚାନୁ, ପୁନମ ରାଣୀ ଓ ଲିଲି ଚାନୁ ମାୟେଙ୍ଗବାମ୍ ମିଶି ଲୋକମାନଙ୍କୁ‘୨୦ ପୁଶ୍ଅପ୍ ଏବଂ ୨୦ ଡିିପ୍’ ପାଇଁ ଚ୍ୟାଲେଞ୍ଜ କରିଛନ୍ତି। ଚାନୁ ଭାରତୀୟ ପୁରୁଷ ହକି ଦଳର ସଦସ୍ୟ କୋଥାଜିତ ସିଂ ଓ ଚିଙ୍ଗଲେନସାନା ସିଂଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ। ବକ୍ସର ସରିତା ଦେବୀ ମଧ୍ୟ ତାଙ୍କ ନିକଟରୁ ଚ୍ୟାଲେଞ୍ଜ ପାଇଥିଲେ। ପ୍ରକାଶ ଯୋଗ୍ୟ ଯେ, ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ଟ୍ରେନିିଂ ନେଉଥିବା ଭାରତୀୟ ମହିଳା ହକି ଦଳର ୨୪ଜଣିଆ କୋର୍ ସଦସ୍ୟା ସମ୍ପ୍ରତି ବେଙ୍ଗାଲୁରୁସ୍ଥିତ ସାଇ ସେଣ୍ଟରରେ ରହିଛନ୍ତି। ସେମାନେ ଆଇସୋଲେଶନରେ ବ୍ୟକ୍ତିଗତ ଫିଟ୍ନେସ ରୁଟିନ ପ୍ରସ୍ତୁତ କରି ତାହାକୁ କାର୍ଯ୍ୟକାରୀ କରୁଛନ୍ତି।
https://www.dharitri.com/ଅସହାୟ-ଭାବେ-ବିତୁଛି-ଜୀବନ/
ଅସହାୟ ଭାବେ ବିତୁଛି ଜୀବନ ଆରଡି, ୨।୧୦ (ଡି.ଏନ.ଏ)-ଦୁର୍ଘଟଣା ବଦଳାଇ ଦେଲା ତାଙ୍କ ଜୀବନର ମୋଡ଼ ା ପାଠପଢି ସୁନେଲି ଭବିଷ୍ୟତର ସ୍ବପ୍ନ ଦେଖୁଥିବା ଜଣେ ଦଳିତ ଯୁବକଙ୍କ ଲାଗି ସବୁକିଛି ଅନ୍ଧାର ପାଲଟିଗଲା ା ଚାକିରି ଓ ରୋଜଗାର କରି ଯେଉଁ ମା’ଙ୍କୁ ପୋଷିବା ଲାଗି ସେ ମନସ୍ଥ କରିଥିଲେ, ଏବେ ମା’ଙ୍କ ହାତଟେକାକୁ ସେ ଚାହିଁ ବସୁଛନ୍ତି। ଏହି ଯୁବକ ହେଲେ ସୁଧାକର ଜେନା ଓରଫ ଠକରା(୨୪)। ଘର ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ପଞ୍ଚାୟତ କୁଳେଇପଦା ଗାଁରେ। ପରିବାରର ଆର୍ଥିକ ଅନଟନ ସତ୍ତ୍ୱେ ସେ ସଂଘର୍ଷ କରି ଯୁକ୍ତ ୨ ଶ୍ରେଣୀଯାଏ ପାଠ ପଢିଥିଲେ। ଏହାପରେ ତାଙ୍କ ପାଠପଢାରେ ଡୋରି ଲାଗି ଯାଇଥିଲା। ଘରର ଆର୍ଥିକ ଅନଟନକୁ ସୁଧାରିବା ଲାଗି ୩ ବର୍ଷ ତଳେ ସେ ବାଙ୍ଗାଲୁରୁ ଚାଲି ଯାଇ ସେଠାରେ ଏକ ଘରୋଇ କମ୍ପାନୀରେ କାମକରି ଗୁଜୁରାଣ ମେଣ୍ଟାଉଥିଲେ। ପରିବାର କହିଲେ ମା’ ଜୟନ୍ତୀଙ୍କ ସହ ରହନ୍ତି। କିଛିବର୍ଷ ତଳେ ପାରିବାରିକ କଳିରୁ ତାଙ୍କ ପିତା ପରିବାରଠାରୁ ଦୂରେଇ ଯାଇଛନ୍ତି। ବାଙ୍ଗାଲୁରୁରେ କାମ କରି ଘରକୁ ଫେରିଥିବା ବେଳେ ଗତ ମାର୍ଚ୍ଚ ୮ ତାରିଖରେ ନିଜ ଗାଁର ଜଣେ ଯୁବକଙ୍କ ସହ ସେ ଆରଡି ଯାଉଥିଲେ। ବାଟରେ ଅନ୍ୟ ଏକ ବାଇକ ସହ ଧକ୍କା ହେବାରୁ ସୁଧାକରଙ୍କର ମୁଣ୍ଡ, ଛାତି, ହାତ ଓ ଆଖିରେ ଆଘାତ ଲାଗିଥିଲା। ପ୍ରଥମେ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ କଟକ ବଡ ଡାକ୍ତରଖାନା ଯାଇଥିଲେ। ଶେଷରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ ା ଜମିବାଡି, ଜିନିଷ ପତ୍ର ବିକି ସୁଧାକରଙ୍କ ଚିକିତ୍ସା କରାଯିବା ସତ୍ତ୍ୱେ ତାଙ୍କ ଡାହାଣ ଆଖି ନଷ୍ଟ ହୋଇଗଲା। ବାମ ହାତକୁ ଅସ୍ତ୍ରୋପଚାର କରାଯାଇ ଲୁହା ପାତିଆ ଲଗାଗଲା। କେବଳ ସେତିକି ନୁହେଁ ମୁଣ୍ଡରେ ଗଭୀର ଆଘାତ ଯୋଗୁ ସେ ଏବେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ଅର୍ଥାଭାବରୁ ଅଧିକ ଚିକିତ୍ସା କରାଯାଇ ନ ପାରିବାରୁ ସେ ଗାଁକୁ ଫେରି ଏକ ଭଙ୍ଗା ଝାଟିମାଟି ଘରେ ଦିନ କାଟୁଛନ୍ତି। ଏବେ ଔଷଧ ଓ ଚିକିତ୍ସା ବାବଦକୁ ଦରକାର ହେଉଛି ମାସିକ ପ୍ରାୟ ୮ ହଜାର ଟଙ୍କା ା ମା’ ଜୟନ୍ତୀ ପୁଅର ଚିକିତ୍ସା ପାଇଁ ପର ଲୋକଙ୍କ ବିଲବାଡିରେ ମୂଲ ଲାଗି ସଂଘର୍ଷ ଜାରି ରଖିଛନ୍ତି। କାଳେ କିଛି ସରକାରୀ ସହାୟତା ମିଳିବ ଏଥିଲାଗି ଅନେକଙ୍କୁ ଗୁହାରି କରି ସାରିଲେଣି। ପ୍ରଶାସନ ତଥା ସରକାରଙ୍କ ପକ୍ଷରୁ ସହାୟତା ମିଳିଲେ ସୁଧାକରଙ୍କ ଚିକିତ୍ସା କରି ତାଙ୍କୁ ସୁସ୍ଥ କରିବା ଆଶାରେ ସେ ଚାହିଁ ବସିଛନ୍ତି। ଏଥିଲାଗି ସରକାରଙ୍କୁ ସେ ଆକୁଳ ନିବେଦନ କରିଛନ୍ତି।
https://www.dharitri.com/the-chief-minister-congratulated-the-people-of-the-state/
ଓଡ଼ିଶା ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର,୧ା୪(ବ୍ୟୁରୋ): ଆଜି ଓଡ଼ିଶା ଦିବସ। ସାରା ରାଜ୍ୟବାସୀ ଏହି ଦିନଟିକୁ ବେଶ୍ ଉତ୍ସାହର ସହ ପାଳନ କରୁଛନ୍ତି। ଏହି ଦିବସରେ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଆସନ୍ତୁ ଓଡ଼ିଆ ଜାତିର ସ୍ବାଭିମାନକୁ ବଜାୟ ରଖିବା ସହ ଓଡ଼ିଶାର ସମୃଦ୍ଧି ପାଇଁ ଆମର ମିଳିତ ଉଦ୍ୟମକୁ ଆହୁରି ଶକ୍ତିଶାଳୀ କରିବା। ବନ୍ଦେ ଉତ୍କଳ ଜନନୀ।
https://www.dharitri.com/new-ccc-of-tpcodl-inaugurated/
ଟିପିସିଓଡିଏଲ୍‌ର ନୂତନ ସିସିସି ଉଦ୍‌ଘାଟିତ ଭୁବନେଶ୍ୱର,୫।୭: ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବା ଲାଗି ରହିଥିବା ପ୍ରତିବଦ୍ଧତା ଅନୁସାରେ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍)ର ୧୯ତମ ଗ୍ରାହକ ସେବା କେନ୍ଦ୍ର(ସିସିସି) ନିମାପଡ଼ାଠାରେ ଉଦ୍ଘାଟିତ ହୋଇଯାଇଛି। ବିଶେଷକରି ଟିପିସିଓଡିଏଲ୍ର ନିମାପଡ଼ା ଡିଭିଜନର ସମସ୍ତ ଗ୍ରାହକଙ୍କୁ ଉତ୍କୃଷ୍ଟ ସେବା ପ୍ରଦାନ କରିବା ଲାଗି କମ୍ପାନୀର ରହିଥିବା ପ୍ରତିବଦ୍ଧତା ସ୍ବରୂପ ସିସିସିର ଶୁଭାରମ୍ଭ କରାଯାଇଛି। ସେହିଭଳି ତାଲିମପ୍ରାପ୍ତ କର୍ମଚାରୀମାନଙ୍କ ଏକ ଟିମ୍ ଦ୍ୱାରା ଉକ୍ତ ସିସିସି ପରିଚାଳିତ ହେବ। ଏପରିକି ଉକ୍ତ ଗ୍ରାହକ ସେବା କେନ୍ଦ୍ରରେ ନୂତନ ବିଦ୍ୟୁତ୍ ସଂଯୋଗ ପାଇଁ ଆବେଦନ, ମାସିକ ବିଲ୍ ପ୍ରଦାନ, ଗ୍ରାହକଙ୍କ ପ୍ରଶ୍ନ ଓ ସମସ୍ୟାଗୁଡ଼ିକର ସମାଧାନ ସମେତ ଅନ୍ୟାନ୍ୟ ଗ୍ରାହକ ସମ୍ପର୍କିତ ସେବାଗୁଡ଼ିକ ମଧ୍ୟ ପ୍ରଦାନ କରାଯିବ। ଅପରପକ୍ଷରେ ନିମାପଡ଼ାସ୍ଥିତ ଗ୍ରାହକ ସେବା କେନ୍ଦ୍ର ମୁଖ୍ୟତଃ ଏହି ଅଳରେ ବାସ କରୁଥିବା ଗ୍ରାମୀଣ ଗ୍ରାହକମାନଙ୍କ ଆବଶ୍ୟକତାକୁ ପୂରଣ କରିବ। ଉତ୍ତମ ଗ୍ରାହକ ସେବା ପ୍ରଦାନ କରିବା ଲାଗି ଏହି ଗ୍ରାହକ ସେବା କେନ୍ଦ୍ରରେ ଉନ୍ନତ ମାନର ସୁବିଧାସୁଯୋଗ ଯଥା କେନ୍ଦ୍ରକୁ ଆସୁଥିବା ଗ୍ରାହକଙ୍କ ସୁଚାରୁ ରୂପେ ପରିଚାଳନା ପାଇଁ ଧାଡ଼ି ପରିଚାଳନା ବ୍ୟବସ୍ଥା, ଏକ ସେଲ୍ଫ ହେଲ୍ପ କିଓସ୍କ ଏବଂ ସେବା ଉପରେ ଗ୍ରାହକମାନଙ୍କ ମତାମତ ସଂଗ୍ରହ କରିବା ଲାଗି ଏକ ଫିଡ୍ବ୍ୟାକ୍ ଟ୍ୟାବ୍ ଓ ପରାମର୍ଶ ବାକ୍ସ ରହିଛି। ଅନ୍ଲାଇନ ପେମେଣ୍ଟ ବିକଳ୍ପ, ସୁରକ୍ଷା ଓ ଅନ୍ୟାନ୍ୟ ସ୍କିମ୍ ବିଷୟରେ ଗ୍ରାହକମାନଙ୍କୁ ଅବଗତ କରିବା ଲାଗି ଉକ୍ତ କେନ୍ଦ୍ରରେ ଏକ ଟିଭି ସ୍କ୍ରିନ୍ର ବ୍ୟବସ୍ଥା ମଧ୍ୟ ରହିଛି। ଏ ସମ୍ପର୍କରେ ଟିପିସିଓଡିଏଲ୍ର ସିଇଓ ଅରବିନ୍ଦ ସିଂହ କହିଛନ୍ତି, ଗ୍ରାହକମାନଙ୍କୁ ଉତ୍ତମ ଅନୁଭୂତି ପ୍ରଦାନ କରିବା ଲାଗି ଆମେ ନିମାପଡ଼ାଠାରେ ଏକ ନୂତନ ଗ୍ରାହକ ସେବା କେନ୍ଦ୍ର ଉଦ୍ଘାଟନ କରିଛୁ ବୋଲି ସିଂହ ମତପ୍ରକାଶ କରିଛନ୍ତି।
https://www.dharitri.com/thirteen-year-old-girl-killed-by-father/
ବାପାଙ୍କ ଟାଙ୍ଗିଆ ଚୋଟରେ ୧୩ ବର୍ଷ ଝିଅର ମୃତ୍ୟୁ ବୌଦ୍ଧ/ବାଉଁଶୁଣୀ,୧।୩(ସ୍ବ.ପ୍ର./ଡି.ଏନ.ଏ.): ବୌଦ୍ଧ ଜିଲା ବାଉଁଶୁଣୀ ଥାନାର ଗୋଛାପଡା ଗ୍ରାମରେ ରବିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ବ୍ୟକ୍ତିଙ୍କ ଟାଙ୍ଗିଆ ଆକ୍ରମଣରେ ତାଙ୍କର ୧୩ ବର୍ଷର ଝିଅର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଓ ଶାଳକ ଗୁରୁତର ହୋଇଛନ୍ତି । ପ୍ରକାଶ ଯେ, ଗୋଛାପଡା ଗ୍ରାମର ରାଜକୁମାର ମେହେର ନିଜ ପରିବାର ସହ ରହି ଆସୁଥିଲେ । ଘଟଣାଦିନ ରାତିରେ ପାରିବାରିକ କଳହରୁ ହଠାତ୍ ଉତ୍ତ୍ୟକ୍ତ ହୋଇ ଏକ ଟାଙ୍ଗିଆରେ ସ୍ତ୍ରୀ ଡୁଲେଶ୍ୱରୀ, ଝିଅ ଶ୍ରାବଣୀ ଓ ଶାଳକଙ୍କୁ ଆକ୍ରମଣ କରିଥିଲେ । ଫଳରେ ତିନି ଜଣ ଯାକ ଗୁରୁତର ହୋଇ ପଡିଥିଲେ । ସମସ୍ତଙ୍କୁ ସୋନପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଝିଅ ଶ୍ରାବଣୀଙ୍କ ମୃତ୍ୟୁ ଘଟିଥିଲା । ଡୁଲେଶ୍ୱରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।ବାଉଁଶୁଣୀ ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହି ଘଟଣାରେ ଅଭିଯୁକ୍ତ ରାଜକୁମାର ଓ ତାଙ୍କ ବାପାଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।
https://www.dharitri.com/ଚାଲାଣ-କାଟିବାରୁ-ଥାନାର-ବିଜ/
ଚାଲାଣ କାଟିବାରୁ ଥାନାର ବିଜୁଳି କାଟିଦେଲେ ଜେଇ ମିରଟ,୨୦।୯: ଉତ୍ତର ପ୍ରଦେଶର ମିରଟରେ ଜଣେ ଜେଇ ଥାନାର ବିଜୁଳି କାଟିଦେବା ଖବର ଏବେ ଆସିଛି ଚର୍ଚ୍ଚାକୁ। ଜେଇ ସୋମପ୍ରକାଶ ଗର୍ଗ ବିନା ହେଲମେଟ୍ରେ ଗାଡ଼ି ଚାଳାଇ ଯାଉଥିଲେ। ଏହି ସମୟରେ ନୂଆ ମୋଟର ଯାନ ନିୟମ ଅନୁଯାୟୀ ଟ୍ରାଫିକ୍ ପୋଲିସ ତାଙ୍କୁ ଅଟକାଇ ହେଲମେଟ୍ ନ ପିନ୍ଧିଥିବା ଓ ଗାଡିର ପଲ୍ୟୁଶନ ସାର୍ଟିଫିକେଟ ନ ଥିବା କରଣରୁ ଏକ ଚାଲାଣ କାଟିଦେଇଥିଲେ। ହେଲେ ଏଥିରେ ରାଗିଯାଇ ଜେଇ ସୋମପ୍ରକାଶ ତୁରନ୍ତ ନିଜ କାର୍ଯ୍ୟାଳୟକୁ ଫେରି ଲାଇନ୍ ମ୍ୟାନଙ୍କୁ ଡାକିବା ସହ ଥାନାର ବିଜୁଳି କାଟି ଦେଇଥିଲେ। ସେ ଅଭିଯୋଗ କରିଥିଲେ କି ଥାନାର ଲକ୍ଷ ଲକ୍ଷ ଟଙ୍କା ବିଲ୍ ବକେୟା ରହିଛି ଓ ସେମାନେ ନିୟମ ଅନୁଯାୟୀ ବିଲ୍ ପଇଠ କରି ନାହାଁନ୍ତି। ତେବେ ଜେଇ ଜଣଙ୍କ ଯେଉଁଭଳି ଭାବରେ ରାଗି ଯାଇ ଲାଇନ୍ ମ୍ୟାନଙ୍କୁ ଡାକିଥିଲେ ତା’ର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
https://www.dharitri.com/a-question-of-honor-for-the-congress-the-bjd/
କଂଗ୍ରେସ, ବିଜେଡି ପାଇଁ ସମ୍ମାନର ପ୍ରଶ୍ନ କେନ୍ଦ୍ରାପଡ଼ା ଅଫିସ, ୧୯ା୨: କେନ୍ଦ୍ରାପଡ଼ା ବ୍ଲକର ୭ ନଂ. ଜିଲା ପରିଷଦ ଜୋନ୍ରେ ଆସନ୍ତା ୨୨ ତାରିଖରେ ନିର୍ବାଚନ ହେବ। ଏଥିପାଇଁ ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କଲେଣି। କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ଏହି ଜୋନ୍ ଉଭୟ ବିଜେଡି ଓ କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ଦଳୀୟ ଅସନ୍ତୋଷ ଭୋଟ ବିଭାଜନର କାରଣ ହେଲେ ଭାଜପାକୁ ଫାଇଦା ଦେଇପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ଜୋନ୍ ଅନ୍ତର୍ଗତ ବାରୋ ପଞ୍ଚାୟତର ୨୧ ୱାର୍ଡରେ ୬୮୧୬ ଭୋଟର ଅଛନ୍ତି। ସେହିପରି ଚନ୍ଦନପୁର ପଞ୍ଚାୟତର ୧୪ ୱାର୍ଡରେ ୬୨୨୧, ଗାଙ୍ଗପଡାର ୧୫ ୱାର୍ଡରେ ୪୯୦୦, ପଳସିଙ୍ଗାର ୧୨ ୱାର୍ଡରେ ୪୧୫୮, ସାନମାଣତିଆର ୧୨ ୱାର୍ଡରେ ୩୯୪୬ ଓ କେଶପୁର ପଞ୍ଚାୟତର ୧୧ ୱାର୍ଡରେ ଥିବା ୩୧୭୪ ଭୋଟର ଚଳିତ ଥର ମତଦାନ କରିବେ। ମହିଳାଙ୍କ ପାଇଁ ସଂରକ୍ଷିତ ଏହି ଜୋନରେ ବିଜେଡିରୁ ମଧୁଛନ୍ଦା ମହାନ୍ତି, ଭାଜପାରୁ ସଂଘମିତ୍ରା ମଳିକ, କଂଗ୍ରେସରୁ ସୁଜାତା ଦାସ ପ୍ରାର୍ଥୀ ଅଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ରାଜନୈତିକ ବିଶେଷଜ୍ଞ ଅମରବର ବିଶ୍ୱାଳ, ମୀର ଅବୁ ଓବେଦା, ବିଜୟ କୁମାର ପରିଡା ପ୍ରମୁଖ କହିଛନ୍ତି, ଏହି ଜୋନ୍ରୁ ଜିତିଥିବା ବିଜେଡି ପ୍ରାର୍ଥୀ ମାନସ କୁମାର ପରିଡା ପରବର୍ତ୍ତୀ ସମୟରେ ପରିଷଦର ଅଧ୍ୟକ୍ଷ ପଦ ହାତେଇଥିଲେ। ସେହିପରି କେନ୍ଦ୍ରାପଡ଼ା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତିଙ୍କ ଭାଉଜ ମଧୁଛନ୍ଦା ଚଳିତ ଥର ପ୍ରାର୍ଥୀ ହୋଇଛନ୍ତି। ବିଜେଡି ପାଇଁ ଏହି ଜୋନ୍ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ କଂଗ୍ରେସ ଏଠାରୁ ସ୍ବାଧୀନତା ସଂଗ୍ରାମୀ ଦେଶବନ୍ଧୁ ଦାସଙ୍କ ବୋହୂ ସୁଜାତାଙ୍କୁ ପ୍ରାର୍ଥୀ କରିଛି। ପରିବାରର ରାଜନୈତିକ ଅଭିଜ୍ଞତା ଓ ସ୍ବାଧୀନତା ସଂଗ୍ରାମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏଥିସହ ଆଞ୍ଚଳିକ ସମସ୍ୟା ସହ ଦଳୀୟ କନ୍ଦଳ ଏହି ଜୋନ୍ର ଭୋଟ ଫଳାଫଳକୁ ପ୍ରଭାବିତ କରିବ। କେନ୍ଦ୍ରାପଡ଼ା ବ୍ଲକର ଉତ୍ତରପାର୍ଶ୍ୱରେ ଥିବା ଏହି ଜୋନ୍ ବିଭିନ୍ନ ସମସ୍ୟା ମଧ୍ୟରେ ଛନ୍ଦି ହୋଇଛି। ପ୍ରତ୍ୟେକ ପଞ୍ଚାୟତରେ ପାନୀୟ ଜଳ, ରାସ୍ତା, କ୍ଷେତକୁ ଜଳ ପରିଚାଳନା ସମସ୍ୟା ରହିଛି। ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପରିଷଦ ଅଧ୍ୟକ୍ଷ ପଦ ବିଜେଡି ପ୍ରାର୍ଥୀଙ୍କୁ ଯାଇଥିଲେ ମଧ୍ୟ ତୃଣମୂଳସ୍ତରର ଉନ୍ନୟନ ଯୋଜନା ପ୍ରତି ଗ୍ରାମରେ ପହଞ୍ଚତ୍ ପାରିନାହିଁ। କ୍ଷେତକୁ ଜଳ ପରିଚାଳନା ସ୍ଥାନୀୟ କୃଷିଜୀବୀଙ୍କ ମୁଖ୍ୟ ପ୍ରସଙ୍ଗ ହୋଇଛି। ବିଭିନ୍ନ ପାଟ ଜମିରୁ ଜଳ ନିଷ୍କାସନ ସମ୍ପର୍କରେ ପ୍ରାର୍ଥୀଙ୍କ ପାଇଁ ପ୍ରଶ୍ନ ହୋଇଛି। ତେବେ ଅଭିଜ୍ଞତାସମ୍ପନ୍ନ ପୂର୍ବତନ ବ୍ଲକ ଅଧ୍ୟକ୍ଷ ମହାନ୍ତି ଲୋକ ସମ୍ପର୍କକୁ ଆୟୁଧ କରିଛନ୍ତି। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ଦାସ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟ ହୋଇଥିବାରୁ ଭୋଟରଙ୍କ ଭଲ ନଜରରେ ଅଛନ୍ତି। ଉଭୟ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ସ୍ନାତକଧାରୀ ହୋଇଥିବା ବେଳେ ଭାଜପା ଏଠାରେ ମାଟ୍ରିକ ପାସ୍ କରିଥିବା ମଲ୍ଲିକଙ୍କୁ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିଛି। ଭାଜପା ପାଇଁ ପ୍ରତିପକ୍ଷଙ୍କ ଦଳୀୟ କନ୍ଦଳ ଭୋଟ ସଂଗ୍ରହକୁ ପ୍ରଭାବିତ କରିବ ବୋଲି ସେମାନେ ପ୍ରକାଶ କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଭୋଟର କେଉଁ ପ୍ରାର୍ଥୀଙ୍କ ନିଜର ମୂଲ୍ୟବାନ ଭୋଟ ଦେଇ ଜୟଯୁକ୍ତ କରୁଛନ୍ତି।
https://www.dharitri.com/dead-bodies-will-be-scattered-in-gaza-after-48-hours/
ବିଜୁଳି କାଟ୍‌-ଚିକିତ୍ସା ଠପ୍‌: ୪୮ଘଣ୍ଟାରେ ମୃତ ସହରରେ ପରିଣତ ହେବ ଗାଜା ଗାଜା,୨୫।୧୦: ଇସ୍ରାଏଲ-ହମାସ ଯୁଦ୍ଧକୁ ୧୮ଦିନ ବିତିଯାଇଥିବାବେଳେ ଏହା ଥମିବାର କୌଣସି ସମ୍ଭାବନା ଦେଖାଯାଉ ନାହିଁ। ଏତେଦିନ ମଧ୍ୟରେ ଗାଜାକୁ ଖାଦ୍ୟ, ଜଳ ଓ ବିଦ୍ୟୁତ ସେବାକୁ ବନ୍ଦ କରାଯାଇଛି। ଜରୁରୀକାଳୀନ ସେବା ପହଞ୍ଚୁଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ ବୋଲି କୁହାଯାଉଛି। ଆଉ ୪୮ଘଣ୍ଟା ମଧ୍ୟରେ ଦୁନିଆର ଏକ ଅଂଶ ଯାହାର ନାମ ଗାଜା, ତାର ଅସ୍ତିତ୍ୱ ବିଲୁପ୍ତ ହେବାକୁ ଯାଉଛି। ଗାଜାର ଡାକ୍ତରଖାନାଗୁଡ଼ିକରେ ମାତ୍ର ୪୮ ଘଣ୍ଟା ଜେନେରେଟରଗୁଡି ବନ୍ଦ ହୋଇଯିବାକୁ ଯାଉଛି। ଏହାଦ୍ୱାରା ଚିକିତ୍ସା କରିବା ସମୟରେ ଅସୁବିଧା ଆସିପାରେ। ଇସ୍ରାଏଲ ସେନା ଗାଜା ଉପରେ ଏୟାର ଷ୍ଟ୍ରାଇକ କରି ଅଧିକାଂଶ ଡାକ୍ତରଖାନାକୁ ନଷ୍ଟ କରିଦେଇଛି। ହମାସ ଦାବି କରିଛି ଯେ, ମଙ୍ଗଳବାର ଇସ୍ରାଏଲର ବାୟୁସେନା ବିମାନ ଗାଜାର ଖାନ ୟୁନିସ ଅଞ୍ଚଳରେ ଥିବା ଅଲ-ଅମାଲ ହସ୍ପିଟାଲରେ ବୋମା ମାଡ଼ କରିଛି। ଯେଉଁଥିରେ ୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ୨୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଯଦି ଏହି ସମସ୍ତ ଆହତ ଏବଂ ନିରୀହ ଶିଶୁଙ୍କ ଚିକିତ୍ସା ନକରାଯାଏ ତେବେ ୪୮ଘଣ୍ଟା ମଧ୍ୟରେ ସମସ୍ତେ ମୃତ୍ୟୁବରଣ କରିବେ। ଉତ୍ତର ଗାଜାର ବିଟ ଲାହିଆ ଅଞ୍ଚଳରେ ଥିବା ଇଣ୍ଡୋନେସିଆନ ହସ୍ପିଟାଲରେ ବିଦ୍ୟୁତ ନାହିଁ। ମହଜୁଦ ଥିବା ସାମଗ୍ରୀ ଏବଂ ସୁବିଧା ମଧ୍ୟରେ ଡାକ୍ତରମାନେ ଅନ୍ଧାରରେ କୌଣସି ପ୍ରକାରେ ଲୋକଙ୍କୁ ଚିକିତ୍ସା କରୁଛନ୍ତ। ଆହତଙ୍କୁ ପୋର୍ଟେବଲ ଲାଇଟ କିମ୍ବା ମୋବାଇଲ ଫୋନ ସାହାଯ୍ୟରେ ଚିକିତ୍ସା କରାଯାଉଛି। ଆହତଙ୍କ ସଂଖ୍ୟା ଏତେ ଅଧିକ ହୋଇଛି ଯେ ଆହତଙ୍କୁ ଭୂମିରେ ରଖି ଚିକିତ୍ସା କରାଯାଉଛି। ହୁ’ରୁ ଆସିଥିବା ସୂଚନା ସମଗ୍ର ବିଶ୍ୱକୁ ଚକିତ କରିଛି। ଇସ୍ରାଏଲ ଆକ୍ରମଣରେ ଗାଜାର ଦୁଇ ତୃତୀୟାଂଶ ଡାକ୍ତରଖାନା ବନ୍ଦ ହୋଇଯାଇଛି। ୭୨ଟି ହସ୍ପିଟାଲ ମଧ୍ୟରୁ ୪୬ଟି ଡାକ୍ତରଖାନା ବନ୍ଦ ଅଛିି। ଏହିସବୁ ହସ୍ପିଟାଲରେ ବିଦ୍ୟୁତ ସେବା ନ ଥିବା ସହ ଜେନେରେଟର ମଧ୍ୟ ବନ୍ଦ ହୋଇଯାଇଛି। ମୃତକଙ୍କ ମଧ୍ୟରୁ ୨ହଜାରରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଛି। ୨୪ ଘଣ୍ଟା ମଧ୍ୟରେ ୧୮୨ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।
https://www.dharitri.com/ଦକ୍ଷିଣା-ପାଇଁ-ଭକ୍ତଙ୍କୁ-ଦୁ/
ଦକ୍ଷିଣା ପାଇଁ ଭକ୍ତଙ୍କୁ ଦୁର୍ବ୍ୟବହାର ପୁରୀ ଅଫିସ,୨୨।୨: ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କଠାରୁ ଦାନ, ଦକ୍ଷିଣା ଆଦାୟ କରାଯାଇପାରିବ ନାହିଁ। ଏହା ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମ୍କୋର୍ଟ। ହେଲେ ଏହାକୁ କେତେକ ସେବାୟତ ମାନୁନାହାନ୍ତି। ଦକ୍ଷିଣା ପାଇଁ ଦର୍ଶନାର୍ଥୀଙ୍କୁ ଜୁଲମ୍ କରିବା ସହ ବେଳେ ବେଳେ ଖରାପ ଭାଷାରେ ଗାଳି କରିବା ଭଳି ଅଭିଯୋଗ ମଧ୍ୟ ହୋଇଛିି। ଗୁରୁବାର ଶ୍ରୀମନ୍ଦିରରେ ଅଧିକ ଦକ୍ଷିଣା ଦାବି କରି ଜଣେ ଭକ୍ତଙ୍କୁ ଦୁର୍ବ୍ୟବହାର କରାଯାଇଛି। ସମ୍ପୃକ୍ତ ଭକ୍ତ ଅଭିଯୋଗ କରିବା ପରେ ଶୁକ୍ରବାର ସିଂହଦ୍ୱାର ଥାନାରେ ୫ ସେବାୟତଙ୍କ ନଁ।ରେ ମାମଲା ରୁଜୁ ହୋଇଛି। ଜଗତ୍ସିଂହପୁରର ଜଣେ ବ୍ୟକ୍ତି ଗୁରୁବାର ଶ୍ରୀମନ୍ଦିରକୁ ଆସିଥିଲେ। ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଭୋଗ ସାମଗ୍ରୀ ଜଣେ ସେବାୟତଙ୍କୁ ଦେଇଥିଲେ। ସମ୍ପୃକ୍ତ ସେବାୟତ ପୂଜା କରିସାରିବା ପରେ ଦକ୍ଷିଣା ମାଗିଥିଲେ। ଶ୍ରଦ୍ଧାଳୁ ଜଣଙ୍କ ଯାହା ଦକ୍ଷିଣା ଦେଲେ ସେ ଗ୍ରହଣ ନ କରି ଅଧିକ ଦକ୍ଷିଣା ଦାବି କରିଥିଲେ। ମାତ୍ର ଶ୍ରଦ୍ଧାଳୁ ଜଣଙ୍କ ଅମଙ୍ଗ ହେବାରୁ ସମ୍ପୃକ୍ତ ସେବାୟତ ଏବଂ ଅନ୍ୟ କେତେଜଣ ସେବାୟତ ମିଶି ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଏ ନେଇ ସମ୍ପୃକ୍ତ ଶ୍ରଦ୍ଧାଳୁ ବେଢା ପରିସର ମନ୍ଦିର କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ସିଂହଦ୍ୱାର ଥାନା ଆଇଆଇସି ଗେହ୍ଲି ସାହୁ କହିଛନ୍ତି, ଅଧିକ ଦକ୍ଷିଣା ପାଇଁ ଗୁରୁବାର କେତେଜଣ ସେବାୟତ ଜଣେ ଶ୍ରଦ୍ଧାଳୁଙ୍କୁ ଖରାପ ଭାଷାରେ ଗାଳି କରିଥିଲେ। ମନ୍ଦିର କାର୍ଯ୍ୟାଳୟରେ ଅଭିଯୋଗ ହେବା ପରେ ତାହା ଶୁକ୍ରବାର ଥାନାକୁ ଫରୱାର୍ଡ କରାଯାଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ୫ ସେବାୟତଙ୍କ ନଁ।ରେ ମାମଲା (ନଂ.୨୧/୨୦) ରୁଜୁ କରାଯାଇଛି। ସୂଚନାଥାଉ କି, କେବେଳ ଦୁର୍ବ୍ୟବହାର ନୁହେଁ, ଦାନ, ଦକ୍ଷିଣାକୁ ନେଇ ପୂର୍ବରୁ ଶ୍ରୀମନ୍ଦିରରେ ଅନେକ ଥର ଭକ୍ତଙ୍କୁ ମାଡ଼ ମରାଯାଉଛି । ୨୦୧୮ ମେ ୨୦ରେ ପିଣ୍ଡିକାରେ ଟଙ୍କା ପକାଇବାକୁ ନେଇ ମହାରାଷ୍ଟ୍ର ଥାନେ ଅଞ୍ଚଳର ଚେତନ ଗନପତ୍ ଅମୋଲକର ଏବଂ ତାଙ୍କ ସ୍ତ୍ରୀଙ୍କୁ ଭିତରକାଠ ନିକଟରେ ୨ଜଣ ସେବାୟତ ଗାଳି କରିଥିଲେ। ପିଣ୍ଡିକାରେ ନୁହେଁ, ତାଙ୍କୁ ଟଙ୍କା ଦେବାକୁ କହିଥିଲେ । ମାତ୍ର ଚେତନ ରାଜି ହୋଇ ନ ଥିଲେ। ଏହାକୁ ନେଇ ସମ୍ପୃକ୍ତ ସେବାୟତ ସ୍ବାମୀ, ସ୍ତ୍ରୀଙ୍କୁ ମାଡ଼ ମାରିଥିଲେ। ଏହି ଘଟଣା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜଗମୋହନରେ ୪ଟି ସିସିଟିଭି ଲଗାଯାଇଥିଲା। ଉଦ୍ଦେଶ୍ୟ ଥିଲା ସେବାୟତଙ୍କ ଆଚରଣ ଏବଂ ଉଚ୍ଚାରଣରେ ପରିବର୍ତ୍ତନ ଆସିବ। ହେଲେ ସେଥିରେ ଫରକ୍ ଆସୁନାହିଁ।
https://www.dharitri.com/satyendras-bail-application-rejected/
ସତ୍ୟେନ୍ଦ୍ରଙ୍କ ଜାମିନ୍‌ ଆବେଦନ ଖାରଜ ନୂଆଦିଲ୍ଲୀ,୧୮।୬: ବେଆଇନ୍ ଅର୍ଥ କାରବାରରେ ଗିରଫ ହୋଇଥିବା ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ଆମ ଆଦମୀ ନେତା ସତ୍ୟେନ୍ଦ୍ର ଜୈନ ବଡ ଝଟକା। ଶନିବାର ସତ୍ୟେନ୍ଦ୍ରଙ୍କ ଜାମିନ୍ ଆବେଦନକୁ ସ୍ବତନ୍ତ୍ର ସିବିଆଇ କୋର୍ଟ ଖାରଜ କରିଦେଇଛନ୍ତି। ସୂଚନାଯୋଗ୍ୟ, ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ରଙ୍କୁ ଇଡି ମେ’ ୩୦ ତାରିଖରେ ଗିରଫ କରିଥିଲା। ଜୁନ ୬ରେ, ଇଡି ଅଧିକାରୀମାନେ ସତ୍ୟେନ୍ଦ୍ରଙ୍କ ସହ ଜଡିତ ସାତୋଟି ସ୍ଥାନରେ ଚଢାଉ କରିଥିଲେ। ଏହା ପରେ ଶୁକ୍ରବାର ସତ୍ୟେନ୍ଦ୍ର ଓ ତାଙ୍କର ସହଯୋଗୀଙ୍କ ୧୦ଟି ସ୍ଥାନରେ ଦ୍ୱିତୀୟ ଥର ପାଇଁ ଇଡି ଚଢାଉ କରିଛି ।
https://www.dharitri.com/the-tmc-is-in-tears-over-the-case-of-the-murder-of-a-trainee-doctor-mamatas-mp-demands-response-from-west-bengal-government/
ଟ୍ରେନି ଡାକ୍ତର ହତ୍ୟା ମାମଲାକୁ ନେଇ ଟିଏମସି ମଧ୍ୟରେ କନ୍ଦଳ! ମମତାଙ୍କ ଏମପି ମାଗିଲେ ପଶ୍ଚିମବଙ୍ଗ ସରକାରଙ୍କଠାରୁ ଜବାବ କୋଲକାତା,୧୮।୮: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ (କୋଲକାତା ଡାକ୍ତର ହତ୍ୟା ମାମଲା)ାର ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କ ହତ୍ୟା ଘଟଣା କେବଳ ବଙ୍ଗଳାରେ ନୁହେଁ ସମଗ୍ର ଦେଶରେ କ୍ରୋଧା ବହ୍ନି ଜାଳିଛି। ଏହି ପ୍ରସଙ୍ଗରେ ମମତା ସରକାରଙ୍କ ଉପରେ ଅନେକ ପ୍ରଶ୍ନ ଉଠିଛି। ବିରୋଧୀଙ୍କ ସହ ବର୍ତ୍ତମାନ ଶାସକଦଳର ନେତାମାନେ ମଧ୍ୟ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି। ଇତିମଧ୍ୟରେ ଟିଏମସିର ରାଜ୍ୟ ସଭା ଏମପି ସୁଖେନ୍ଦୁ ଶେଖର ରାୟ ମମତା ସରକାରଙ୍କ ଉପରେ ଅନେକ ପ୍ରଶ୍ନ ଉଠାଇଛନ୍ତି। ଦୁଇ ଦିନ ପୂର୍ବେ ସେ ଆର.ଜି କର ହସ୍ପିଟାଲର ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ହଟାଇବାରେ ବିଳମ୍ବ ନେଇ ପ୍ରଶ୍ନ ଉଠାଇଥିଲେ। ଏବେ ସେ ପୋଲିସ କମିଶନର ଏବଂ ପୂର୍ବତନ ପ୍ରିନ୍ସିପାଲଙ୍କୁ ଦାୟିତ୍ୱ ଦେଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଉପରେ ପ୍ରଶ୍ନ ଉଠାଇ ସୁଖେନ୍ଦୁ କହିଛନ୍ତି ଯେ ସିବିଆଇ କୋଲକାତା ହତ୍ୟା ମାମଲାର ନିରପେକ୍ଷ ଭାବରେ ଯାଞ୍ଚ କରିବା ଉଚିତ। ସେ କହିଛନ୍ତି ଯେ ପୋଲିସ କମିଶନର ତଥା ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସପାଲଙ୍କୁ ପ୍ରଥମେ ଗିରଫ କରାଯିବା ଉଚିତ ଏବଂ ପରେ ଆତ୍ମହତ୍ୟା କାହାଣୀ କିଏ ଏବଂ କାହିଁକି ସୃଷ୍ଟି କରିଛି ସେନେଇ ତଦନ୍ତ କରାଯିବା ଉଚିତ। ଟିଏମସି ଏମପି ସୁଖେନ୍ଦୁ କ୍ରମାଗତ ଭାବରେ ମମତା ସରକାରଙ୍କ ଉପରେ ଆକ୍ରମଣକାରୀ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ଅଗଷ୍ଟ ୧୪ରେ ସେ ଡାକ୍ତରଙ୍କ ବିରୋଧକୁ ମଧ୍ୟ ସମର୍ଥନ କରିଥିଲେ ଏବଂ କହିଥିଲେ ଯେ ବଙ୍ଗଳାର ଲକ୍ଷ ଲକ୍ଷ ପରିବାରଙ୍କ ପରି ମୋର ମଧ୍ୟ ଗୋଟିଏ ଝିଅ ଅଛି ଏବଂ ମୁଁ ସେମାନଙ୍କୁ ସମର୍ଥନ କରିବାକୁ ଯାଉଛି। ସେ ଏହା ମଧ୍ୟ କହିଛନ୍ତି ଯେ ମହିଳାମାନଙ୍କ ପାଇଁ କୋଲକାତା ସବୁଠାରୁ ସୁରକ୍ଷିତ ବୋଲି ଏହି ଧାରଣାକୁ ଅସ୍ବୀକାର କରିଛି।
https://www.dharitri.com/paytm-will-pay-rs-50-crore-cashback-in-200-cities/
୨୦୦ ସହରରେ ପେଟିମ୍‌ ଦେବ ୫୦ କୋଟିର କ୍ୟାସ୍‌ବ୍ୟାକ୍‌… ନୂଆଦିଲ୍ଲୀ,୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଅନ୍ଲାଇନ୍ରେ ଡିଜିଟାଲ କାରବାର କରିବାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି। ଏପରିସ୍ଥଳେ ପେଟିମ୍ ଏହାର ୟୁଜରମାନଙ୍କ ପାଇଁ ୫୦ କୋଟି ଟଙ୍କାର କ୍ୟାସ୍ବ୍ୟାକ୍ ଘୋଷଣା କରିବାକୁ ଯାଉଥିବା କମ୍ପାନୀର ସିଇଓ ବିଜୟ ଶେଖର ଶର୍ମା ସୂଚନା ଦେଇଛନ୍ତି। ଏହି ଯୋଜନା ଦେଶର ୨୦୦ଟି ଜିଲାର ବଛାକଛା ୨୦୦ ସହରରେ ଉପଲବ୍ଧ ହେବ। ତେବେ ସହରଗୁଡ଼ିକର ନାମ କମ୍ପାନୀ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଘୋଷଣା କରାଯାଇ ନାହିଁ। ଡିଜିଟାଲ ଇଣ୍ଡିଆର ୬ ବର୍ଷ ପୂର୍ତ୍ତି ଉପଲକ୍ଷେ ପେଟିଏମ୍ ପକ୍ଷରୁ ଏଭଳି ଘୋଷଣା କରାଯାଇଛି। ୨୦୧୫ ଜୁଲାଇ ୧ରେ ଦେଶରେ ପେଟିଏମ୍ ପକ୍ଷରୁ କାରବାର ଆରମ୍ଭ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ ଇଣ୍ଡିଆ ଲକ୍ଷ୍ୟ ପୂରଣ ପାଇଁ ପେଟିମ୍ ଏହାର ୟୁଜରଙ୍କ ଲାଗି ଏଭଳି କ୍ୟାସ୍ବ୍ୟାକ୍ ବ୍ୟବସ୍ଥା କରିଥିବା ବିଜୟ କହିଛନ୍ତି।
https://www.dharitri.com/shane-warne-praises-virat-kohli-after-team-india-win-oval-test/
ଯେବେ ଯାଏ ବିରାଟ କୋହଲି ଅଛନ୍ତି, ସେବେ ଯାଏ ଟେଷ୍ଟ କ୍ରିକେଟର ଭାଗ୍ୟ ଉଜ୍ଜ୍ୱଳ ନୂଆଦିଲ୍ଲୀ,୮।୯: ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ଜିତି ୨-୧ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ। ଖରାପ ଆରମ୍ଭ ସତ୍ତ୍ୱେ ଦଳ ଭଲ ପ୍ରତ୍ୟାବର୍ତ୍ତନ କରିଥିଲା। ଏହାକୁ ନେଇ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଭୂରି ପ୍ରଶଂସା କରାଯାଉଛି। ପୂର୍ବତନ ଅଷ୍ଟ୍ରେଲିୟ ସ୍ପିନର ଶେନ ଓ୍ବାର୍ନ କୋହଲିଙ୍କ ପ୍ରଶଂସା କରି କହିଛନ୍ତି, ଯେତେବେଳ ଯାଏ କୋହଲି ଭାରତୀୟ ଦଳରେ ଅଛନ୍ତି ଟେଷ୍ଟ କ୍ରିକେଟ ସେତେବେଳ ଯାଏ ଚାଲିବ। ସ୍କାଇ ସ୍ପୋଟ୍ସ ସହ ସାକ୍ଷାତକାରରେ ଓ୍ବାର୍ନ କହିଛନ୍ତି, ଦଳ କୋହଲିଙ୍କୁ ଦେଖିଥାଏ। ଏଣୁ ତାଙ୍କୁ ସମସ୍ତ ଖେଳାଳିଙ୍କଠାରୁ ସମ୍ମାନ ମିଳିଥାଏ। ଖେଳାଳିମାନେ ତାଙ୍କ କଥା ଶୁଣିଥାନ୍ତି। ତାଙ୍କ ପାଇଁ ଖେଳିଥାନ୍ତି। ଜଣେ ଅଧିନାୟକ ପାଇଁ ଜରୁରୀ ଯେ ତାର ଦଳ ତା’ ପାଇଁ ଖେଳୁ। ଯେଉଁଭଳି ଭାବେ କୋହଲି ନିଜର ସଞ୍ଚାଳନ କରନ୍ତି ତାଙ୍କର ଧନ୍ୟବାଦ ସମସ୍ତେ କରିବା ଉଚିତ ବୋଲି ମନେକରୁଥିବା ଓ୍ବାର୍ନ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଯେଉଁଭଳି ଭାବେ କୋହଲି ନେତୃତ୍ୱ ନେଇଥାନ୍ତି, ସେ ଦଳକୁ ଭରସା ଦେଇଛନ୍ତି। ଖେଳରେ ଭରସା ମହତ୍ୱପୂର୍ଣ୍ଣ। ଯଦି ତୁମେ ବିଶ୍ୱାସ କରିବ ନାହିଁ ତେବେ ତୁମ ଦଳ ଯେତେ ଭଲ ହେଉନା କାହିଁକି ତୁମେ ସଫଳ ହେବ ନାହିଁ। କୋହଲି ଦଳକୁ ସେହି ବିଶ୍ୱାସ ଦେଇଛନ୍ତି। ତାକୁ ଦେଖିବା ଏକ ସୁଖଦ ଅନୁଭୂତି ଦେଇଥାଏ। ଏଣୁ ଯେତେ ଯାଏ କୋହଲି ଅଛନ୍ତି ସେତେ ଯାଏ ଟେଷ୍ଟ କ୍ରିକେଟ ଲମ୍ବା ଚାଲିବ। ଏଣୁ ସେ ବହୁତ ସମୟ ଯାଏ ଖେଳନ୍ତୁ ବୋଲି ପ୍ରାର୍ଥନା କର ବୋଲି ସେ କହିଛନ୍ତି।
https://www.dharitri.com/୪-ଦିନ-ହେଲା-ଗାଁରେ-ଜଳୁନି-ଚୁଲ/
୪ ଦିନ ହେଲା ଗାଁରେ ଜଳୁନି ଚୁଲି ବନ୍ତ,୬।୩(ଡି.ଏନ.ଏ.)- ଭଦ୍ରକ ଜିଲା ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତର ଏକ ଗାଁରେ ଗତ ୪ ଦିନ ହେବ ଅଗ୍ନିକାଣ୍ଡ ଗୁଜବ ବ୍ୟାପିବାରୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଭୟରେ କେହି ନିଜ ଘରେ ଚୁଲି ଜଳାଉ ନାହାନ୍ତି। ଏପରିକି ନିଆଁ ଲାଗିବା ଗୁଜବ ଶୁଣି ଲୋକେ ଦମକଳ ଅଫିସ୍କୁ ଜଣାଉଛନ୍ତି। ଆଗରପଡ଼ା, ଭଣ୍ଡାରିପୋଖରୀ ଆଦି ସ୍ଥାନରୁ ଅଗ୍ନିଶମ ବାହିନୀ ଆସି ଏହା ମିଥ୍ୟା ଓ ଗୁଜବ ବୋଲି ଜାଣି ସେମାନେ ଗଁାରୁ ଫେରିଛନ୍ତି। ସୂଚନା ଅନୁଯାୟୀ, ଗତ ସୋମବାରଠାରୁ ଗୁରବାର ମଧ୍ୟରେ ଗ୍ରାମର ୪ ଜଣଙ୍କ ଘରେ ନିଅଁା ଲାଗିବା ନେଇ ଗୁଜବ ପ୍ରଚାରିତ ହୋଇଥିଲା। ଏଭଳି ଖବର ଶୁଣି ଶତାଧିକ ଲୋକ ଆସି ପହଞ୍ଚିଥିଲେ। ଏପିରିକି ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। କିନ୍ତୁ ସେଠାରେ ସେଭଳି କିଛି ଅଗ୍ନିକାଣ୍ଡ ଘଟିଥିବାର ଦେଖିବାକୁ ମିଳି ନ ଥିଲା। ଜଣେ ୨୫ ବର୍ଷୀୟା ଯୁବତୀଙ୍କ ଦେହରେ ଭୂତ ସବାର ହେବା ଫଳରେ ସେ ବିଭିନ୍ନ ସମୟରେ ଲୋକଙ୍କ ଘରେ ନିଅଁା ଲାଗୁଥିବା କଥା କହିବାରୁ ଭୟରେ ସେହି ସ୍ଥାନକୁ ଦୌଡୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଗୁରୁବାର ସ୍ଥାନୀୟ ସରପଞ୍ଚ ରଞ୍ଜନ କୁମାର ସାହୁ ଉକ୍ତ ଗଁାରେ ପହଞ୍ଚି ସମ୍ପୃକ୍ତ ଯୁବତୀଙ୍କୁ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଏ ସମ୍ପର୍କରେ ଆଗରପଡ଼ା ଅଗ୍ନିଶମ ଅଧିକାରୀ ସଞ୍ଜୀବ କୁମାର ପ୍ରଧାନଙ୍କୁ ପଚାରିବାରୁ ଘଟଣାସ୍ଥଳରେ ସେଭଳି କୌଣସି ଅଗ୍ନିକାଣ୍ଡ ଘଟି ନ ଥିବା କହିଛନ୍ତି।
https://www.dharitri.com/varun-dhawan-kiara-advani-and-neetu-kapoor-tested-corona-positive/
ବରୁଣ, କିଆରା, ନିତୁ କପୁର କରୋନା ପଜିଟିଭ, ବନ୍ଦ ହେଲା ଫିଲ୍ମ ଶୁଟିଂ! ମୁମ୍ବାଇ: ବଲିଉଡ୍ ନାୟକ ବରୁଣ ଧୱନ ଅଭିନେତ୍ରୀ କିଆରା ଆଡଭାନୀ ଓ ନିତୁ କପୁର ଏବେ ଗୋଟିଏ ଫିଲ୍ମରେ ନଜର ଆସିବେ । ଫିଲ୍ମର ନାମ ରହିଛି ‘ଯୁଗ ଯୁଗ ଜିୟୋ’ । ଏବେ ଏହାର ଶୁଟିଂ ଚଣ୍ଡିଗଡ଼ରେ ଚାଲିଥିବା ବେଳେ କଳାକାରମାନେ ସେହିଠାରେ ଅଛନ୍ତି । ହେଲେ ଏବେ କିଛି ସମୟ ପାଇଁ ଶୁଟିଂକୁ ବନ୍ଦ କରିବାକୁ ପଡିଛି । ଏହାର କାରଣ ହେଉଛି ଫିଲ୍ମ ‘ଯୁଗ ଯୁଗ ଜିୟୋ’ ସେଟ୍ର କେତେଜଣ ସଦସ୍ୟ ଏବେ କରୋନାରେ ପୀଡ଼ିତ ହୋଇଛନ୍ତି । ଏହାରି ଭିତରେ ବରୁଣ, କିଆର ଓ ନିତୁ କପୁର ମଧ୍ୟ କରୋନାରେ ପୀଡ଼ିତ ହୋଇଥିବା ଶୁଣିବାକୁ ମିଳିଛି । କୁହାଯାଉଛି ଏମାନଙ୍କ କରୋନା ଟେଷ୍ଟ ରିପୋର୍ଟ ଗୁରୁବାର ସନ୍ଧ୍ୟାରେ ଆସିଥିବା ବେଳେ ୩ କଳାକାର କରୋନା ପଜିଟିଭ ହୋଇ ଯାଇଛନ୍ତି । ଯାହା ଫଳରେ ଶୁଟିଂକୁ ଅଟକାଇ ଦିଆଯାଇଛି । କିନ୍ତୁ ଅଫିସିୟାଲି ଏହାର କୌଣସି ସୂଚନା ଦିଆଯାଇ ନାହିଁ । ଫିଲ୍ମ କଥା ଆଲୋଚନା କଲେ ପ୍ରଥମଥର ଲାଗି ବରୁଣ ଓ କିଆରା ଗୋଟିଏ ଫିଲ୍ମରେ ଧମାଲ କରିବାକୁ ଯାଉଛି । ଏହାପୂର୍ବରୁ ଅବଶ୍ୟ ଏହି ଯୋଡି ଧର୍ମା ପ୍ରଡକସନର ‘କଳଙ୍କ’ ମୁଭିର ଏକ ଗୀତରେ ନଜର ଆସିଥିଲେ । ହେଲେ ଏଥର ଏହି ଯୋଡିଙ୍କୁ ଦର୍ଶକେ ବେଶ୍ ପସନ୍ଦ କରିବେ ବୋଲି କୁହାଯାଉଛି । ଫିଲ୍ମରେ ଏଭରଗ୍ରୀନ୍ ନାୟକ ଅନିଲ କପୁରଙ୍କୁ ମଧ୍ୟ ଦେଖିବାକୁ ମିଳିବ । ‘ଯୁଗ ଯୁଗ ଜିୟୋ’ର ନିର୍ଦ୍ଦେଶନା ଦେଇଛନ୍ତି ରାଜ ମେହେଟା ।
https://www.dharitri.com/uttar-pradesh-population-policy-vhp-questions-one-child-policy/
ଯୋଗୀଙ୍କ ଜନସଂଖ୍ୟା ନୀତି ପରେ ଆପତ୍ତି ଉଠାଇଲା ଭିଏଚ୍‌ପି ଲକ୍ଷ୍ନୌ,୧୨।୭: ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ଅଣାଯାଇଥିବା ନୂଆ ଜନସଂଖ୍ୟା ନୀତି ଉପରେ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍ପି) ପ୍ରଶ୍ନ ଉଠାଇଛି। ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ଆଲୋକ କୁମାର ଏହି ପ୍ରସଙ୍ଗକୁ ନେଇ ୟୁପି ଲ’ କମିଶନଙ୍କୁ ଏକ ଚିଠି ଲେଖିଛନ୍ତି। ବିଲ୍ରେ ଏକ ଛୋଟ ପିଲାଙ୍କ ନୀତି ସାମିଲ ଉପରେ ଭିଏଚ୍ପି ଆପତ୍ତି ଉଠାଇଛି। ସରକାରୀ କର୍ମଚାରୀ କିମ୍ବା ଅନ୍ୟମାନଙ୍କୁ ଗୋଟିଏ ସନ୍ତାନ ପାଇଁ ପ୍ରୋତ୍ସାହନ ଦିଆଯିବା ନେଇ ଘୋଷଣା କରାଯାଇଛି। ତେବେ ଉତ୍ତରପ୍ରଦେଶ ସରକାର ଏହି ନିୟମ ବରିବର୍ତ୍ତନ କରିବା ଉଚିତ୍ ବୋଲି ଭିଏଚ୍ପି କହିଛି। ସେହିପରି ୨ଶିଶୁଙ୍କ ନୀତି ଜନସଂଖ୍ୟା ନିୟନ୍ତ୍ରଣ ଆଡ଼କୁ ନେଇଥାଏ। କିନ୍ତୁ ୨ରୁ କମ୍ ପିଲାଙ୍କ ନୀତି ଆଗାମୀ ସମୟରେ ଅନେକ ନକାରାତ୍ମକ ପ୍ରଭାବ ପକାଇବ। ଯଦି ଏକ ଶିଶୁ ନୀତି ଅଣାଯାଏ ତେବେ ଏହା ସମାଜରେ ଜନସଂଖ୍ୟାରେ ଅସନ୍ତୁଳନ ସୃଷ୍ଟି କରିବ। ଏଭଳି ପରିସ୍ଥିତିରେ ସରକାର ପୁନର୍ବାର ଏ ବିଷୟରେ ଚିନ୍ତା କରିବା ଉଚିତ ନଚେତ ଏହା ନକାରାତ୍ମକ ଅଭିବୃଦ୍ଧି ଉପରେ ପ୍ରଭାବ ପକାଇବ ବୋଲି ଭିଏଚ୍ପି ଉକ୍ତ ଚିଠିରେ ଉଲ୍ଲେଖ କରିଛି।
https://www.dharitri.com/ମେଡିକାଲରୁ-ଉଭାନ-ରୋଗୀଙ୍କ-ମ/
ମେଡିକାଲରୁ ଉଭାନ ରୋଗୀଙ୍କ ମୃତଦେହ ଉଦ୍ଧାର କେନ୍ଦୁଝର,୧୪।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାର ମେଡିସିନ (ପୁରୁଷ) ଓ୍ବାର୍ଡରୁ ବୁଧବାର ରାତିରେ ନିଖୋଜ ହୋଇଯାଇଥିବା ଜଣେ ରୋଗୀଙ୍କ ମୃତଦେହ ମେଡିକାଲଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ ଆଟପୁର ସାହି ନିକଟରୁ ଗୁରୁବାର ସକାଳେ ମିଳିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଉକ୍ତ ବ୍ୟକ୍ତିଙ୍କ ନାମ ରିଙ୍କୁ ମୁଖୀ (୩୬)। ଘର ଝୁମ୍ପୁରା ଅଞ୍ଚଳରେ ବୋଲି ଜଣାପଡ଼ିଛି। ତାଙ୍କୁ କେତେକ ଲୋକ ଗତକାଲି ରାତିରେ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅତ୍ୟଧିକ ମଦ୍ୟପାନ କରି ଅସୁସ୍ଥ ହୋଇ ପଡ଼ବାରୁ ଚିକିତ୍ସା ପାଇଁ ଅଣାଯାଇଥିଲା। ତାଙ୍କୁ ଇଞ୍ଜେକ୍ସନ/ସାଲାଇନ ଦିଆଯାଇ ଚିକିତ୍ସା କରାଯାଇଥିଲା। ହଠାତ୍ ବିଳମ୍ବିତ ରାତିରେ ନିଖୋଜ ହୋଇଯାଇଥିଲୋ। ବେଡ୍ରେ ନ ଥିବା ଦେଖି ମେଡିକାଲ ପକ୍ଷରୁ ଖୋଜାଖୋଜି କରାଯାଇଥିଲା। ଏନେଇ ମେଡିକାଲ ପକ୍ଷରୁ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ବୋଲି ସିଡିଏମଓ ଡାକ୍ତର ଅଶୋକ କୁମାର ଦାଶ କହିଛନ୍ତି। ତେବେ ଗୁରୁବାର ସକାଳେ ସ୍ଥାନୀୟ ଆଟୋପୁର ସାହି ନିକଟରେ ତାଙ୍କର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଜଣାଇଥିଲେ। ହାତରେ ଇଞ୍ଜେକ୍ନ ଦେବା ପାଇଁ କିଡ୍ସ ଲାଗିଥିଲା। ରୋଗୀ ଚିହ୍ନଟ ହେବା ପରେ ମେଡିକାଲ ଅଣାଯାଇ ମୃତଦେହ ବ୍ୟବଚ୍ଛେଦ ଗୃହକୁ ନିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସିଡିଏମଓ ସୂଚନା ଦେଇଛନ୍ତି। ସେହିପରି ତାଙ୍କୁ କିଏ କାହିଁକି ଆଣି ଏଠାରେ ଆଡମିଶନ କରିଥିଲେ ତାହା ମଧ୍ୟ ତଦନ୍ତସାପେକ୍ଷ। ପୋଲିସ ସବୁ ଦିଗରୁ ତଦନ୍ତ କରୁଥିବା ଜଣାପଡ଼ିଛି।କୋହଳ ସୁରକ୍ଷା ବ୍ୟବସ୍ଥାରୁ ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ଅସାମାଜିକ କାର୍ଯ୍ୟକଳାପ, ଗାଡ଼ି ଚୋରି ଭଳି ଘଟଣା ଘଟୁଥିବା ବେଳେ ମେଡିସିନ (ପୁରୁଷ) ଓ୍ବାର୍ଡରେ ଚିକିତ୍ସିତ ଜଣେ ରୋଗୀ ନିଖୋଜ ଘଟଣା ପୁଣି ଥରେ ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।
https://www.dharitri.com/violence-spreads-again-in-manipur-5-dead-in-jiribam/
ମଣିପୁରରେ ପୁଣି ବ୍ୟାପିଲା ହିଂସା, ଜିରିବାମରେ ୫ ମୃତ ଇମ୍ଫାଲ,୭।୯: ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ। ଗତ କିଛିମାସ ହେବ ମଣିପୁର ହିଂସାର ନିଆଁରେ ଜଳିବାରେ ଲାଗିଛି। ଏବେ ଜିରିବାମରେ ହୋଇଥିବା ହିଂସାରେ ୫ ଜଣଙ୍କ ମୃତ୍ୟୁହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଜିରିବାମରେ ଶନିବାର ହୋଇଥିବା ହିଂସା ଏତେ ଉଗ୍ରରୂପ ନେଇଥିଲା ଯେ ଏଥିରେ ୫ ଜଣଙ୍କ ଜୀବନ ଯାଇଥିଲା। ଦୁଇଟି ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ଏହି ହିଂସାରେ ୫ ଜଣଙ୍କ ମୃତ୍ୟୁହୋଇଛି। ସୂଚନାଯୋଗ୍ୟ, ସଶସ୍ତ୍ର ପୁରୁଷମାନେ କୁକି ସମ୍ପ୍ରଦାୟ ଉପରେ ଆକ୍ରମଣ କରିଥିଲେ ଏବଂ ଏହାର ପ୍ରତିଶୋଧ ନେବାପରେ ୫ଜଣଙ୍କର ମୃତ୍ୟୁ ହୋଇଥିଲା। ଜିରିବାମ ଜିଲାର ସେରୌ, ମୋଲଜୋଲ, ରସିଦପୁର ଏବଂ ନଙ୍ଗଚାପି ଗ୍ରାମରେ ହିଂସାକାଣ୍ଡ ବ୍ୟାପିଛି। ଶନିବାର ସକାଳ ୧୦ଟା ପର୍ଯ୍ୟନ୍ତ ରହି ରହି ଗୁଳି ବିନିମୟ ଜାରି ରହିଥିଲା। ଏହି ଅଞ୍ଚଳରେ ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ରହିଛି। ଜିରିବାମ ଜିଲା ସଶସ୍ତ୍ର ଶତ୍ରୁତାର ଏକ ନୂତନ କ୍ଷେତ୍ର ପାଲଟିଛି ବୋଲି କୁହାଯାଉଛି ଯେ ଜିରିବାମ ଜିଲାର ଅଣ-ଆଦିବାସୀ ମୌତେଇ ଏବଂ ଆଦିବାସୀ କୁକି ସମ୍ପ୍ରଦାୟ ମଧ୍ୟରେ ଜାତିଗତ ବିବାଦ ଦିନକୁ ଦିନ ବୃଦ୍ଧି ପାଉଛି। ସୂଚନାଯୋଗ୍ୟ, ଗତ କିଛି ମାସ ଧରି ମଣିପୁରରେ ହିଂସାତ୍ମକ ଆନ୍ଦୋଳନ ଚାଲିଥିଲା। ରାଜ୍ୟର ସବୁଆଡେ ଦଙ୍ଗା, ଅଗ୍ନିକାଣ୍ଡ ଏବଂ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଯେତେବେଳେ କ୍ରୋଧିତ ଜନତା କୁକି ସମ୍ପ୍ରଦାୟର ଦୁଇଜଣ ମହିଳାଙ୍କୁ ନିବସ୍ତ୍ର କରି ସେମାନଙ୍କୁ ବୁଲାଇଥିଲେ ଓ ଏହାର ଭିଡିଓ ଭାଇରାଲ କରିଥିଲେ, ସେତେବେଳେ ଏହାର ଅବସ୍ଥା ଆହୁରି ବିଗିଡି ଯାଇଥିଲା ଏବଂ ରାଜ୍ୟରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିଲା। ସୂଚନାଯୋଗ୍ୟ, ମଣିପୁର, କୁକି, ମୌତେଇ ଏବଂ ନାଗା ତିନୋଟି ସମ୍ପ୍ରଦାୟ ଅଛି। କୁକି ଏବଂ ନାଗା ସମ୍ପ୍ରଦାୟ ଏଥିରେ ଆକ୍ରମଣାତ୍ମକ ଅଟନ୍ତି। ୧୯୯୩ରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା ଯେତେବେଳେ ନାଗାମାନେ ଦାବି କରିଥିଲେ ଯେ କୁକି ସମ୍ପ୍ରଦାୟ ସେମାନଙ୍କ ଜମି ଅକ୍ତିୟାର କରିଛନ୍ତି। ଏହାର ଏକ ମୁଖ୍ୟ କାରଣ ହେଲା ନାଗାମାନେ ସର୍ବଦା କୁକିଙ୍କୁ ବିଦେଶୀ ଭାବରେ ବିବେଚନା କରୁଥିଲେ। ସେମାନେ ବିଶ୍ୱାସ କରନ୍ତି ଯେ କୁକି ଜଣେ ବାହାର ଲୋକ ଏବଂ ମଣିପୁରକୁ ଆସି ତାଙ୍କ ସମ୍ପତ୍ତି ଜବତ କରିବାକୁ ଚାହୁଁଛନ୍ତି। ଏହା ପରେ ହିଂସାତ୍ମକ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଯାହାକି ଏପର୍ଯ୍ୟନ୍ତ ବନ୍ଦ ହେବାର କୌଣସି ଚିହ୍ନ ଦେଖାଯାଉ ନାହିଁ। ମଣିପୁରରେ ପ୍ରତିଦିନ ହିଂସା, ଅଗ୍ନିକାଣ୍ଡ ଏବଂ ଗୁଳି ବିନିମୟ ଘଟଣା ସାମ୍ନାକୁ ଆସୁଛି। ମଣିପୁରର ଅବସ୍ଥା ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ରହିଛି।
https://www.dharitri.com/imran-masood-joins-congress-in-delhi-in-presence-of-k-c-venugopal/
ଇମ୍ରାନ୍‌ ମସୂଦ କଂଗ୍ରେସରେ ସାମିଲ ନୂଆଦିଲ୍ଲୀ,୭।୧୦: ବିଏସପିର ପୂର୍ବତନ ନେତା ଇମ୍ରାନ୍ ମସୂଦ କଂଗ୍ରେସରେ ସାମିଲ ହୋଇଛନ୍ତି। ଶନିବାର ସଂଗଠନର ମହାସଚିବ କେସି ଭେଣୁଗୋପାଳ ତାଙ୍କୁ ସଦସ୍ୟତା ଦେଇଛନ୍ତି। ଇମ୍ରାନ୍ ମସୂଦ ପୂର୍ବରୁ କଂଗ୍ରେସରେ ହିଁ ଥିଲେ। ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡିଦେଇଥିଲେ। ଏହା ପରେ ଇମ୍ରାନ୍ ମସୂଦ ଏସ୍ପିରେ ଯୋଗ ଦେଇଥିଲେ, କିନ୍ତୁ ସେ ସେଠାରେ ଅଧିକ ସମୟ ନ ଥିଲେ ପରେ ବିଏସପିରେ ଯୋଗ ଦେଇଥିଲେ। ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିବା ପରେ ବିଏସପି ସୁପ୍ରିମୋ ତଥା ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମାୟାବତୀ ତାଙ୍କୁ ଅନୁଶାସନହୀନତା ଅଭିଯୋଗରେ ଦଳରୁ ବହିଷ୍କାର କରିଦେଇଥିଲେ।
https://www.dharitri.com/ଗଛରେ-ରାଖୀ-ବାନ୍ଧିଲେ-ଛାତ୍ର-2/
ଗଛରେ ରାଖୀ ବାନ୍ଧିଲେ ଛାତ୍ରୀ, ଅତିଥି, ଶିକ୍ଷୟିତ୍ରୀ ଚନ୍ଦାହାଣ୍ଡି, ୧୫।୮(ଡି.ଏନ୍.ଏ.)-ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଯାଦବ ମାଝି ବାଳିକା ବିଦ୍ୟାଳୟରେ ଗୁରୁବାର ସ୍ବାଧୀନତା ଦିବସ ଓ ରକ୍ଷାବନ୍ଧନ ପାଳନ କରାଯାଇଛି। ବିଦ୍ୟାଳୟ ପୂର୍ବତନ ସମ୍ପାଦକ ତଥା ଜିଲା ଭାଜପା ସଭାପତି ଗୋବିନ୍ଦ କୁମାର ଜୈନ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ନଜରାନା ପରବିନ୍ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ବ୍ଲକ ବିଜେଡି ସଭାପତି ଗୌରହରି ନାୟକ, ଖବରଦାତା ଦିଲୀପ ଦାସ, ଶ୍ୟାମଲାଲ ସାହୁ, ମଣ୍ଡଳ ସଭାପତି ଡମ୍ବରୁ ମାଝି, ପ୍ରତାପ ବାଘ ପ୍ରମୁଖ ଉପସ୍ଥିତ ଥିଲେ। ପତାକା ଉତ୍ତୋଳନ ପରେ ସ୍କୁଲ ପରିସରରେ ଥିବା ଗଛଗୁଡିକୁ ଛାତ୍ରୀ, ଶିକ୍ଷୟିତ୍ରୀ ଓ ଅତିଥିମାନେ ପୂଜା କରି ରାଖୀ ବାନ୍ଧିଥିଲେ। ସ୍କୁଲ ପରିବେଶକୁ ସବୁଜ ସୁନ୍ଦର ରଖିବା ପାଇଁ ଗଛରେ ରାଖୀ ବାନ୍ଧିଛୁ ବୋଲି ଛାତ୍ରୀମାନେ କହିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷକ ଲକ୍ଷ୍ମୀଧର ନାୟକ, ଦେବରାଜ ସାହୁ, ପ୍ରତିଭା ଖମାରୀ, ସୁଚିତ୍ରା ଶତପଥୀ, ତରଣୀ ସାହୁ, ଧରିତ୍ରୀ ସାହୁ ତପନ ପୂଜାରା ପ୍ରମୁଖ ଉପସ୍ଥିତ ଥିଲେ।
https://www.dharitri.com/drinking-water-problem-in-hinjilikatu/
ହିଞ୍ଜିଳିକାଟୁରେ ପିଇବା ପାଣି ସମସ୍ୟା ହିଞ୍ଜିଳିକାଟୁ, ୩।୧୦: ( ଦ୍ବିତୀକୃଷ୍ଣ ପଣ୍ଡା) ହିଞ୍ଜିଳିକାଟୁ ପୌରାଞ୍ଚଳରେ କିଛି ଅଞ୍ଚଳକୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପିଇବା ପାଣି ଯୋଗାଣରେ ସମସ୍ୟା କାରଣରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟ ପକ୍ଷରେ ସହରର ବହୁ ଅଞ୍ଚଳକୁ ୨୪ ଘଣ୍ଟିଆ ପାଇପ ଜଳ ଯୋଗାଣ ଏବେ ମଧ୍ୟ କାଗଜ କଲମରେ ସୀମିତ ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଜଳ ଯୋଗାଣ ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ପ୍ରକଳ୍ପ ହୋଇଥିଲେ ସୁଦ୍ଧା ପରିଚାଳନା ଗତ ତୃଟି କାରଣରୁ ସହରର ବହୁ ଅଞ୍ଚଳର ଲୋକ ଠିକ୍ରେ ପାଣି ପାଉନାହାନ୍ତି। ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନାମରେ ଅନେକ ସମୟରେ କଳା ରଙ୍ଗ ଓ ମାଟି ଗୋଳିଆ ପାଣି ଯୋଗାଣ ହେଉଥିବା ଅଭିଯୋଗ ହେଉଛି। ସହରର ବିଭିନ୍ନ ସ୍ଥାନରେ ମୁଖ୍ୟ ଯୋଗାଣ ପାଇପ ଓ ସଂଯୋଗ ପାଇପ ଗୁଡିକ ଫାଟି ରାସ୍ତା ଉପରେ ପାଣି ବୋହିଯାଉଥିଲେ ମଧ୍ୟ ଏହାର ମରାମତି କାର୍ଯ୍ୟ ହେଉନାହିଁ। ଓ୍ବାର୍ଡ ୫ରେ ଗତ ମଙ୍ଗଳବାର ଦିନ ପିଇବା ପାଣି ଯୋଗାଣରେ ସମସ୍ୟା କାରଣରୁ ସାହି ବାସିନ୍ଦା ଦୂର ଦୂରଦୂରାନ୍ତରୁ ପାଣି ବୋହି ନେଉଥିବା ଦେଖାଯାଇଛି। ଅନ୍ୟ ପକ୍ଷରେ ଓ୍ବାର୍ଡ ନଂ ୧୦ ରେଗିଡି ସାହି, ଓ୍ବାର୍ଡ ୧୧ ଥାନା ତୋଟା ସାହି, ଓ୍ବାର୍ଡ ୧୨ ଓ ୧୩ ର ବିଭିନ୍ନ ଅଞ୍ଚଳ ରେ ଆବଶ୍ୟକ ମୁତାବକ ପାଣି ଯୋଗାଣ ହେଉନଥିବାରୁ ସମସ୍ୟା ଓ ଯୋଗାଣ ପାଇପ ଫାଟିଥିବା ଅଭିଯୋଗ ହୋଇଛି। ହିଞ୍ଜିଳିକାଟୁ ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ଶ୍ରୀଧର ଦାସଙ୍କ ସହ ଯୋଗାଯୋଗ କରିବା ପରେ ମରାମତି କାମ ଚାଲିଥିବାରୁ କିଛି ଅଞ୍ଚଳକୁ ମଙ୍ଗଳବାର ପାଣି ଯୋଗାଣ ବାଧା ହୋଇଛି ଓ ଶୀଘ୍ର ସମସ୍ୟାର ସମାଧାନ ହୋଇଯିବ ବୋଲି କହିଛନ୍ତି। ତେବେ ସହରରେ ୨୪ ଘଣ୍ଟିଆ ପାଇପ ଲାଇନ ଯୋଗେ ଜଳ ଯୋଗାଣ ନେଇ କୌଣସି ସନ୍ତୋଷଜନକ ସ୍ପଷ୍ଟୀକରଣ ମିଳୁନାହିଁ।
https://www.dharitri.com/bjp-will-release-the-first-list-of-candidates-in-the-first-week-of-march/
ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିବ ଭାଜପା ନୂଆଦିଲ୍ଲୀ,୨୩ା୨: ଲୋକ ସଭା ନିର୍ବାଚନ-୨୦୨୪କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।ମାର୍ଚ୍ଚ ପ୍ରଥମ ସପ୍ତାହରେ ଭାଜପା ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିବ। ୧୦୦ ପ୍ରାର୍ଥୀଙ୍କ ନାମ ଏଥିରେ ଅନ୍ତର୍ଭୁକ୍ତ ହେବ ବୋଲି ଆଶା କରାଯାଉଛି। ପ୍ରଥମ ତାଲିକାରେ ମୁଖ୍ୟତଃ ସେହି ଆସନଗୁଡ଼ିକ ଅନ୍ତର୍ଭୁକ୍ତ ହେବ, ଯେଉଁଥିରେ ୨୦୧୪ ଏବଂ ୨୦୧୯ ଲୋକ ସଭା ନିର୍ବାଚନରେ ଭାଜପା ହାରି ଯାଇଥିଲା। ଏଥିରେ ଉତ୍ତରପ୍ରଦେଶର ୧୪ଟି ଲୋକ ସଭା ଆସନ ମଧ୍ୟ ରହିଛି। ଗତ ଲୋକ ସଭା ନିର୍ବାଚନରେ ଅନେକ ଭାଜପା ପ୍ରାର୍ଥୀ କମ୍ ଭୋଟରେ ହାରି ଯାଇଥିଲେ ଏବଂ କିଛି ପ୍ରାର୍ଥୀ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଏଭଳି ପରିସ୍ଥିତିରେ ଭାଜପା ପାଇଁ ଏହି ଆସନଗଡ଼ିକକୁ ପ୍ରାଥମିକତା ଦିଆଯାଇଛି। ପ୍ରଥମେ ଏହି ଆସନରେ ପ୍ରାର୍ଥୀ ଘୋଷଣା କରି ଭାଜପା ସେମାନଙ୍କୁ ଜନସାଧାରଣଙ୍କ ନିକଟରେ ପହଞ୍ଚିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଦେବାକୁ ଚାହୁଁଛି। ଉତ୍ତରପ୍ରଦେଶ ହେଉଛି ଭାଜପା ପାଇଁ ମୁଖ୍ୟ କେନ୍ଦ୍ରବିନ୍ଦୁ। ଏହା ବ୍ୟତୀତ ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ନାଟକ, ପଶ୍ଚିମବଙ୍ଗ, ପଞ୍ଜାବ, ଜମ୍ମୁ-କଶ୍ମୀର, ଓଡିଶା ଏବଂ ମହାରାଷ୍ଟ୍ରରେ ହଜିଯାଇଥିବା ଆସନ। ଭାଜପା ପ୍ରାର୍ଥୀମାନେ ଏହି ରାଜ୍ୟରେ ବହୁ ଲୋକ ସଭା ଆସନ ହରାଇଥିଲେ। ଏହା ବ୍ୟତୀତ ସେ ଅନେକ ଆସନରେ ଦ୍ୱିତୀୟ ସ୍ଥାନରେ ରହିଥିଲେ ଏବଂ ବିଜୟ ଏବଂ ପରାଜୟ ମଧ୍ୟରେ ବହୁତ ପାର୍ଥକ୍ୟ ଥିଲା।
https://www.dharitri.com/rising-prices-can-make-you-cry/
କନ୍ଦାଇପାରେ ଦରଦାମ ବୃଦ୍ଧି ନୂଆଦିଲ୍ଲୀ,୨୬।୭: କରୋନା ପାଇଁ ଲାଗୁ ହୋଇଥିବା କଟକଣା ଧୀରେ ଧୀରେ କୋହଳ ହେଉଛି। ହେଲେ ଦେଶର କଳକାରଖାନାଗୁଡ଼ିକରେ ଉତ୍ପାଦନ ହେଉକି କରୋନା ମାଡ଼ରେ କ୍ଷତିଗ୍ରସ୍ତ ହୋଇଥିବା ସମଗ୍ର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ଟ୍ରାକ୍କୁ ଫେରିପାରିନାହିଁ। ଏଭଳି ସ୍ଥିତିରେ ଚାହିଦା ମଧ୍ୟ କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ଦୈନଦିନ ବ୍ୟବହାରରେ ଆସୁଥିବା ସାମଗ୍ରୀ ଦର ବୃଦ୍ଧି ହେବା ନେଇ ଆଶଙ୍କା କରାଯାଇଛି। ଏଭଳି ସ୍ଥିତି ଆସିଲେ ଏହା ଲୋକଙ୍କର ଚିନ୍ତାକୁ ବଢ଼ାଇପାରେ ବୋଲି ବଜାର ବିଶେଷଜ୍ଞ କହିଛନ୍ତି। ଖୁଚୁରା ମୁଦ୍ରାସ୍ଫୀତି ୭%ରୁ ଅଧିକ ହୋଇପାରେ। ଜୁନ ୨୦୨୦ରେ ଉପଭୋକ୍ତା ମୂଲ୍ୟସୂଚୀ ଆଧାରିତ ମୁଦ୍ରାସ୍ଫୀତି ୬.୦୯% ସ୍ତରରେ ରହିଛି। ଖୁବ୍ ସ୍ବଳ୍ପ ଡାଟାକୁ ନେଇ ଏଭଳି ଆକଳନ କରାଯାଇଥିବା ନିକଟରେ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା। ଦେଶର କଳକାରଖାନାଗୁଡିକ ବର୍ତ୍ତମାନ ଅଧା କ୍ଷମତା ସହ ଚାଲୁଛି। ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ୯.୫% ଖସିପାରେ ବୋଲି ବଜାର ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।
https://www.dharitri.com/10000-crore-investment-in-250-acre-expanded-plant/
୨୫୦ ଏକର ପରିବ୍ୟାପ୍ତ ପ୍ଲାଣ୍ଟରେ ୧୦୦୦ କୋଟିର ନିବେଶ ଭୁବନେଶ୍ୱର,୧୦।୧(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଜିନ୍ଦଲ ଆଡଭାନ୍ସଡ ମ୍ୟାଟେରିଆଲ୍ସ (ଜାମ୍) ତାମିଲନାଡୁରେ ପ୍ରାୟ ୧୦୦୦ କୋଟି ଟଙ୍କା ନିବେଶ କରିବ ବୋଲି ଚେନ୍ନାଇଠାରେ ଆୟୋଜିତ ୨ଦିନିଆ ବୈଶ୍ୱିକ ନିବେଶକ ସମ୍ମିଳନୀରେ କମ୍ପାନୀ ବିସ୍ତୃତ ଭାବେ ଘୋଷଣା କରିଛି। ଏପରିକି କମ୍ପାନୀ ଦକ୍ଷିଣ ଭାରତରେ ପ୍ରଥମ ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବା ପାଇଁ ତାମିଲନାଡୁ ସରକାରଙ୍କ ସହ ଏକ ଦ୍ୱିପାକ୍ଷିକ ବୁଝାମଣା ପତ୍ର (ଏମ୍ଓୟୁ) ସ୍ବାକ୍ଷର କରିଛି। ବିଶେଷ ୨୫୦ ଏକର ପରିବ୍ୟାପ୍ତ ଜମିରେ କମ୍ପାନୀ ଉକ୍ତ କାରଖାନା (ଅତ୍ୟାଧୁନିକ ପ୍ଲାଣ୍ଟ) ତ୍ରିଚିଠାରେ ସ୍ଥାପନ ହେବ ଏବଂ ପ୍ରାୟ ୩୦୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ସେହିଭଳି ଜାମ୍ ଉକ୍ତ କାରଖାନା (ପ୍ଲାଣ୍ଟ) ରେ ଅଭିନବ କମ୍ପୋଜିଟ୍ ସାମଗ୍ରୀ ଉତ୍ପାଦନ କରିବ। ସାରା ଭାରତରେ କମ୍ପାନୀର ଏହା ୪ର୍ଥ ପ୍ଲାଣ୍ଟ ହୋଇଥିବାବେଳେ ଉପରୋକ୍ତ ଏମ୍ଓୟୁ ଅନୁଯାୟୀ ତାମିଲନାଡୁ ସରକାର ଆବଶ୍ୟକ ଭିତ୍ତିଭୂମି ତଥା ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବାକୁ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଜାମ୍ର ନିର୍ଦ୍ଦେଶକ, ସି.ପି.ଅଗ୍ରୱାଲ ଏବଂ ତାମିଲନାଡୁ ସରକାରଙ୍କ ଗାଇଡାନ୍ସ, ଶିଳ୍ପ, ନିବେଶ ପ୍ରୋତ୍ସାହନ ଓ ବାଣିଜ୍ୟ ବିଭାଗର ଏମ୍ଡି ତଥା ସିଇଓ ଭି.ବିଷ୍ଣୁ ଏମ୍ଓୟୁ ସ୍ବାକ୍ଷର କରିଛନ୍ତି। ଏହି ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ.ଷ୍ଟାଲିନ,ରାଜ୍ୟ ଶିଳ୍ପମନ୍ତ୍ରୀ ଡ. ଟି.ଆର୍.ବି. ରାଜା, ମୁଖ୍ୟ ଶାସନ ସଚିବ ଶିବ ଦାସ ମୀନା ପ୍ରମୁଖ ଉପସ୍ଥିତ ଥିଲେ। ଜାମ୍ର ନିର୍ଦ୍ଦେଶକ ସି.ପି.ଅଗ୍ରୱାଲ କହିଛନ୍ତି, ଦକ୍ଷିଣ ଭାରତରେ ଆମର ଗ୍ରାହକ ସେବା ଅଭିଜ୍ଞତାକୁ ବୃଦ୍ଧି କରିବାରେ ଉକ୍ତ ବୁଝାମଣାର ପ୍ରମୁଖ ଭୂମିକା ରହିଛି। ଏପରିକି ତାମିଲନାଡୁର ସୁଦୃଢ଼ ଭିତ୍ତିଭୂମି, ଅଧିକ ବାଣିଜ୍ୟ ସୁଯୋଗ ପାଇଁ ତ୍ରିଚିର ବନ୍ଦରଠାରୁ କମ୍ ଦୂରତା ଏବଂ ଭିତ୍ତିଭୂମି ଓ ଏରୋସ୍ପେସ୍ କ୍ଷେତ୍ରରେ ଥିବା ଇକୋସିଷ୍ଟମ ଆମର ପ୍ରତିବଦ୍ଧତାକୁ ଆହୁରି ଭଲ ଭାବେ ବିସ୍ତାର କରିବାକୁ ସକ୍ଷମ କରିବ। ତାମିଲନାଡୁ ସରକାରଙ୍କ ବାଣିଜ୍ୟ ବିଭାଗର ଏମ୍ଡି ତଥା ସିଇଓ ଭି. ବିଷ୍ଣୁ କହିଛନ୍ତି, ଆମ ଲକ୍ଷ୍ୟକୁ ବୁଝିଥିବାରୁ ମୁଁ ନିବେଶକ, ଚିନ୍ତାନାୟକ, ନୀତି ନିର୍ମାତା ଏବଂ ବୁଦ୍ଧିଜୀବୀଙ୍କ ନିକଟରେ କୃତଜ୍ଞ। ଏପରିକି ତାମିଲନାଡୁ ବୈଶ୍ୱିକ ନିବେଶକ ସମ୍ମିଳନୀ-୨୦୨୪ର ସଫଳତାରେ ଆମ ବେଶ୍ ଉତ୍ସାହିତ ଥିଲାବେଳେ ଆମର ଉଦ୍ଦେଶ୍ୟ ଓ ଦୂରଦୃଷ୍ଟି ପ୍ରତିଫଳିତ ହୋଇଛି। ବିଶେଷ କରି ତାମିଲନାଡୁ ପ୍ରତିରକ୍ଷା ଶିଳ୍ପ କରିଡରରେ ଭିତିଭୂମି ଏବଂ ଏରୋସ୍ପେସରେ ଅଧିକ ଶିଳ୍ପ ଏବଂ ଜାମ ମଧ୍ୟ ଏହା ଉପରେ ଧ୍ୟାନ ଦେଉଛି। ଦକ୍ଷିଣ ଭାରତର ବାକି ଅଞ୍ଚଳ ସହ ତାମିଲନାଡୁର କେନ୍ଦ୍ରୀୟ ସଂଯୋଗକୁ ଦୃଷ୍ଟିରେ ରଖି ଜାମ ସହିତ ଉକ୍ତ ବୁଝାମଣା ସହରର ଶିଳ୍ପ ଅଭିବୃଦ୍ଧିକୁ ଆଗେଇ ନେବା ପାଇଁ ପ୍ରସ୍ତୁତ ରହିଛି।
https://www.dharitri.com/odia-son-brought-glory-to-maharashtra/
ମହାରାଷ୍ଟ୍ର ପାଇଁ ଗୌରବ ଆଣିଲେ ଓଡ଼ିଆ ପୁଅ ଭୁବନେଶ୍ୱର, ୨୧।୮(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ରବିବାର ଶେଷ ହୋଇଛି ଜାତୀୟ ଜୁନିୟର ଓ ସବ୍ଜୁନିୟର ଆକ୍ୱାଟିକ୍ ଚାମ୍ପିୟନଶିପ୍। ଗତ ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଗା ପ୍ରତିଯୋଗିତାରେ ୨୫ ରାଜ୍ୟ ଓ ଅନୁଷ୍ଠାନରୁ ୯୦୦ରୁ ଊର୍ଦ୍ଧ୍ୱ ସନ୍ତରଣକାରୀ ଅଂଶଗ୍ରହଣ କରିଥିଲେ। ଏଥିରେ ଓଡ଼ିଶାରୁ ୩୨ ସନ୍ତରଣକାରୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ୧୫ ମହିଳା ଓ ୧୭ ପୁରୁଷ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ପ୍ରତିଯୋଗୀ ପଦକ ଜିତିବାରେ ସକ୍ଷମ ହୋଇନାହାନ୍ତି। ତେବେ ମହାରାଷ୍ଟ୍ର ପାଇଁ ଗୌରବ ଆଣିଛନ୍ତି ଜଣେ ଓଡ଼ିଆ ଖେଳାଳି। ସେ ହେଉଛନ୍ତି ରିଷଭ ଦାସ। ରିଷଭ କେବଳ ଯେ ପଦକ ହାସଲ କରିଛନ୍ତି ତା’ ନୁହେଁ ଭାଗ ନେଇଥିବା ୮ ଇଭେଣ୍ଟରୁ ୭ଟି ପଦକ ଜିତି ଏକପ୍ରକାର ସୁଇପ୍ କରିଛନ୍ତି କହିଲେ ଭୁଲ ହେବନି। ରିଷଭଙ୍କ ଘର କଟକରେ। ତାଙ୍କ ମା’ଙ୍କ ନାମ ପ୍ରଜ୍ଞା ଓ ବାପା ଅନୁପମ ଦାସ। ପରିବାର ସହ ପିଲାଟି ଦିନରୁ ନଭି ମୁମ୍ବାଇରେ ରହୁଥିବା ମହାରାଷ୍ଟ୍ର ରାଜ୍ୟ ପକ୍ଷରୁ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଆସୁଛନ୍ତି। ୧୬ ବର୍ଷୀୟ ରିଷଭ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ୫ଟି ସ୍ବର୍ଣ୍ଣ ଏବଂ ୨ଟି ରୌପ୍ୟ ପଦକ ହାସଲ କରିଛନ୍ତି। ୧୦୦ ମିଟର ବ୍ୟାକ୍ଷ୍ଟ୍ରୋକ୍, ୧୦୦ ମିଟର ଫ୍ରିଷ୍ଟାଇଲ, ୨୦୦ ମିଟର ବ୍ୟାକ୍ଷ୍ଟ୍ରୋକ୍, ୧୦୦ ମିଟର ଫ୍ରିଷ୍ଟାଇଲ ରିଲେ ଏବଂ ୨୦୦ ମିଟର ଫ୍ରିଷ୍ଟାଇଲ୍ ରିଲେରେ ସେ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ଏହା ବ୍ୟତୀତ ୫୦ ମିଟର ବ୍ୟାକ୍ଷ୍ଟ୍ରୋକ୍ ଏବଂ ୧୦୦ ମିଟର ମିଡ୍ଲେ ରିଲେରେ ସେ ରୌପ୍ୟ ପଦକ ହାସଲ କରିଛନ୍ତି। କେବଳ ୫୦ ମିଟର ମିଡ୍ଲେ ଇଭେଣ୍ଟରେ ସେ ପଦକ ମିସ୍ କରିଥିଲେ। ରିଷଭ ସମ୍ପ୍ରତି ମହାରାଷ୍ଟ୍ରର ଭାଶିସ୍ଥିତ ଅଗ୍ନେଲ ମଲ୍ଟିପର୍ପୋସ ସ୍କୁଲ୍ର ୧୦ମ ଷ୍ଟାଣ୍ଡାର୍ଡର ଛାତ୍ର। ଶିବ ଛତ୍ରପତି ପୁରସ୍କାରପ୍ରାପ୍ତ କୋଚ୍ ଗୋକୁଳ କାମାଥ ଓ ରୁତୁଜା ଉଦେଶିଙ୍କଠାରୁ ସେ ପ୍ରଶିକ୍ଷଣପ୍ରାପ୍ତ। ୧୪ ବର୍ଷର ହୋଇଥିବାବେଳେ ରିଷଭ ୨୦୨୧ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ପାଇଁ ମନୋନୀତ ହୋଇଥିଲେ। ସେଥିରେ ସେ ୧୮ ବର୍ଷରୁ କମ୍ ବର୍ଗରେ ଗୋଟିଏ ଲେଖାଏ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଥିଲେ। ସେଠାରେ ସେ ଭାରତର ସର୍ବକନିଷ୍ଠ ଖେଲୋ ଇଣ୍ଡିଆ ପଦକ ବିଜେତା ହୋଇଥିଲେ। ୨୦୨୨ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ସେ ୨ ସ୍ବର୍ଣ୍ଣ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିଲେ। କଳିଙ୍ଗ ଷ୍ଟାଡିୟମର ନବନିର୍ମିତ ଆକ୍ୱାଟିକ୍ ସେଣ୍ଟରରେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ରିଷଭ। ଏଠାକାର ଭିତ୍ତିଭୂମି ଏବଂ ସୁବିଧା ସୁଯୋଗରେ ସେ ଅଭିଭୂତ। ଏଥିପାଇଁ ସେ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି। ୨୦୦ ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ୨:୦୬. ୧୩ ସେକେଣ୍ଡ ସମୟ ନେଇଥିବା ରିଷଭ ଶ୍ରେଷ୍ଠ ସନ୍ତରଣକାରୀ ବିବେଚିତ ହୋଇଛନ୍ତି।
https://www.dharitri.com/us-refuses-to-travel-to-india-says-rape-terrorism-is-on-the-rise/
ଭାରତ ଯାତ୍ରାକୁ ଆମେରିକାର ମନା, ବଳାତ୍କାର-ଆତଙ୍କବାଦ ଘଟଣା ବଢୁଥିବା କହିଲା… ଓ୍ବାଶିଂଟନ, ୨୬।୧ : ଆମେରିକାର ଜୋ ବାଇଡେନ ପ୍ରଶାସନ ଏହାର ନାଗରିକମାନଙ୍କୁ ଜମ୍ମୁ-କଶ୍ମୀରରେ କରୋନା, ବଳାତ୍କାର ଏବଂ ଆତଙ୍କବାଦ ଘଟଣା ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ଭାରତକୁ ଯାତ୍ର କରିବା ନେଇ ମନା କରିଛନ୍ତି। ଭାରତ ଯାତ୍ରା ଉପରେ ପୁନର୍ବିଚାର କରିବାକୁ ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି। ପୂର୍ବରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆମେରିକା ଭାରତ ଯାତ୍ରା ନେଇ ଲେବୁଲ-୩ସ୍ତରୀୟ ସ୍ବାସ୍ଥ୍ୟ ନୋଟିସ୍ ଜାରି କରିଥିଲା। ଆମେରିକା କହିଛି ଯେ, ଆତଙ୍କବାଦ ଏବଂ ଅଶାନ୍ତି ଦୃଷ୍ଟିରୁ ଆମେରିକାର ନାଗରିକମାନେ ଜମ୍ମୁ-କଶ୍ମୀରର ପୂର୍ବ ଲଦାଖ ଅଞ୍ଚଳ ଏବଂ ଏହାର ରାଜଧାନୀ ଲେହ ବ୍ୟତୀତ ଅନ୍ୟ ଅଞ୍ଚଳକୁ ଯାତ୍ରା କରିବା ଉଚିତ ନୁହେଁ। ଭାରତ-ପାକିସ୍ଥାନ ସୀମାର ୧୦ କିଲୋମିଟର ମଧ୍ୟରେ ଯାତ୍ରା କରିବାକୁୂ ଆମେରିକା ଏହାର ନାଗରିକଙ୍କୁ ବାରଣ କରିଛି। ଏସବୁ ଅଞ୍ଚଳରେ ସଶସ୍ତ୍ର ସଂଘର୍ଷର ଆଶଙ୍କା ରହିଥିବା ଆମେରିକାର ଯାତ୍ରା ପରାମର୍ଶ ସତର୍କ ସୂଚନାରେ ଉଲ୍ଲେଖ କରାଯାଇଛି। ଆମେରିକା ପାକିସ୍ତାନ ଯାତ୍ରାକୁ ପରାମର୍ଶ ବେୁଲ-୩ସ୍ତରରେ ରଖିଛି। ଆମେରିକା କହିଛି ଯେ ପାକିସ୍ତାନରେ ଆତଙ୍କବାଦ ଏବଂ ବିଚ୍ଛିନ୍ନତାବାଦୀ ହିଂସା ବଢ଼ିବାରେ ଲାଗିଛି। କେବଳ ଏତିକି ନୁହେଁ ପାକିସ୍ତାନର କିଛି ଅଞ୍ଚଳରେ ଜୀବନ ଉପରେ ବିପଦ ଯଥେଷ୍ଟ ବୃଦ୍ଧି ପାଇଛି। ସେହିପରି ଆମେରିକା ଏହାର ନାଗରିକମାନଙ୍କୁ ବାଲୁଚିସ୍ତାନ ଏବଂ ଖାଇବର ପାସ୍ତୁତନଖୱା ପ୍ରଦେଶକୁ ନ ଯିବାକୁ କହିଛି। ଏହି ଅଞ୍ଚଳରେ ଆତଙ୍କବାଦ ଏବଂ ଅପହରଣ ଘଟଣା ଘଟୁଛି।
https://www.dharitri.com/supreme-court-warns-government-over-hindu-inheritance-law/
ହିନ୍ଦୁ ଉତ୍ତରାଧିକାରୀ ଆଇନରେ ପାତରଅନ୍ତର ନେଇ ସରକାରଙ୍କୁ ଚେତାଇଲେ ସୁପ୍ରିମ୍‌କୋର୍ଟ… ନୂଆଦିଲ୍ଲୀ, ୫।୪ : ଦେଶରେ ମହିଳାମାନଙ୍କ ପ୍ରତି ଭେଦଭାବ କରୁଥିବା ହିନ୍ଦୁ ଉତ୍ତରାଧିକାର ଆଇନର ଧାରାକୁ ଚ୍ୟାଲେଞ୍ଜ କରି ଏକ ଆବେଦନ ଉପରେ ଉତ୍ତର ଦାଖଲ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଆଉ ଚାରି ସପ୍ତାହ ସମୟ ଦେଇଛନ୍ତି। ସୁପ୍ରିମକୋର୍ଟ ଚେତାବନୀ ଦେଇ କହିଛନ୍ତି ଯେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ ଏହା ହେଉଛି ଶେଷ ସୁଯୋଗ। ଯଦି ଏହି ଅବଧି ମଧ୍ୟରେ ଉତ୍ତର ଦାଖଲ ନହୁଏ, ତେବେ କୋର୍ଟ ଏହାର ନିର୍ଦ୍ଦେଶ ପ୍ରଦାନ କରିବେ। ଶୀର୍ଷ ଅଦାଲତରେ ଦାଖଲ ହୋଇଥିବା ଆବେଦନରେ ଆବେଦନକାରୀ ହିନ୍ଦୁ ଉତ୍ତରାଧିକାର ଆଇନର ଧାରା ୧୫ ଏବଂ ୧୬ କୁ ଚ୍ୟାଲେଞ୍ଜ କରିଛନ୍ତି। ଆବେଦନରେ ଆଇନଗତ ବ୍ୟବସ୍ଥା ପ୍ରତି ପ୍ରଶ୍ନ ଚିହ୍ନ ଉଠିଛି। ଏହା ଅନୁଯାୟୀ ଯଦି ବିବାହିତ ସନ୍ତାନହୀନ ବ୍ୟକ୍ତିଙ୍କ ମୃତ୍ୟୁ ଘଟେ, ତା’ହେଲେ ତାଙ୍କ ସମ୍ପତ୍ତି ଉପରେ ପିତାମାତାଙ୍କର ଅଧିକାର ଅଛି। ତଥାପି, ମହିଳାମାନଙ୍କ କ୍ଷେତ୍ରରେ ଏହା ନୁହେଁ । ସେହିଭଳି, ଜଣେ ସନ୍ତାନହୀନ ତଥା ସ୍ବାମୀଙ୍କର ପୂର୍ବରୁ ମୃତ୍ୟୁ ଘଟିଥିବା ମହିଳାଙ୍କ ମୃତ୍ୟୁ ହେଲେ, ତାଙ୍କ ସମ୍ପତ୍ତି ତାଙ୍କ ପିତାମାତାଙ୍କ ପରିବର୍ତ୍ତେ ସ୍ବାମୀଙ୍କ ପିତାମାତା କିମ୍ବା ସମ୍ପର୍କୀୟଙ୍କ ନିକଟକୁ ଯାଇଥାଏ। ଏହାପୂର୍ବରୁ ସୁପ୍ରିମକୋର୍ଟ ହିନ୍ଦୁ ଉତ୍ତରାଧିକାର ଆଇନର ଧାରା ୧୫ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଏହି ଆବେଦନକୁ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ସୂର୍ଯ୍ୟକାନ୍ତ ଏବଂ ବେଲା ଏମ୍ ତ୍ରିବେଦୀଙ୍କ ନେତୃତ୍ୱରେ ଗଠିତ ତିନିଜଣିଆ ଖଣ୍ଡପୀଠ ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି। ଏହା ଲିଙ୍ଗଗତ ଆଧାରରେ ଏକ ଅନ୍ୟାୟ। ସମ୍ପତ୍ତି ସ୍ଥାନାନ୍ତର ମାମଲାରେ ପୁରୁଷ ଏବଂ ମହିଳାଙ୍କ ପାଇଁ ଭିନ୍ନ ଭିନ୍ନ ନିୟମ ରହିଥିବା ଏହି ପ୍ରସଙ୍ଗକୁ ନେଇ ପୁନର୍ବାର ବିତର୍କ ଆରମ୍ଭ ହୋଇଛି।
https://www.dharitri.com/cheating-on-women/
କାଳିଆ ଯୋଜନା ନାଁରେ ମହିଳାଙ୍କୁ ଠକେଇ, ଜେଲ୍‌ ଗଲେ ଅଭିଯୁକ୍ତ ଦିଗପହଣ୍ଡି,୧୧ା୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ପଞ୍ଚାୟତ ଚଢ଼େୟାଗରଦ ଗ୍ରାମର ନିରୀହ ଆଦିବାସୀ ମହିଳା ଚାଷୀଙ୍କୁ କାଳିଆ ଯୋଜନାରେ ଆର୍ଥିକ ସହାୟତା କରାଇ ଦେବାକୁ କହି ୩୯ ହଜାର ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। ଗ୍ରାମର ସୁରେଖା ମଲ୍ଲିକ, ଦ୍ରୌପଦୀ ମଲ୍ଲିକ, ଗୁଦୁ ମଲ୍ଲିକଙ୍କଠାରୁ ୧୦ ହଜାର ଲେଖାଏ ଏବଂ ବାଙ୍କି ମଲ୍ଲିକଙ୍କ ଠାରୁ ୯ ହଜାର ଟଙ୍କା ଏଭଳି ମୋଟ୍ ୩୯ ହଜାର ଟଙ୍କା ଗରିବ ଆଦିବାସୀ ମହିଳା ଚାଷୀଙ୍କଠାରୁ ଅଭିନବ ଉପାୟରେ ଠକେଇ କରିଥିବା ଜଣେ ଯୁବକଙ୍କୁ ଦିଗପହଣ୍ଡି ପୋଲିସ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଦିଗପହଣ୍ଡି ବ୍ଳକ ସାନ ଡୁମ୍ବୁଳା ଗ୍ରାମର କୃଷ୍ଣ ସେଠୀ। କେସ୍ ନଂ. ୨୬୫/୨୦ ଅନୁଯାୟୀ ଜାମିନ ଆବେଦନ ଖାରଜ ହୋଇଯିବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ, ଅଭିଯୁକ୍ତ କୃଷ୍ଣ ଗତ ୨୦୧୮ ଅକ୍ଟୋବର ୨୦ରେ ଦିଗପହଣ୍ଡି ତହସିଲଦାର ଅଦୈତ କୁମାର ସ୍ବାଇଁଙ୍କ ଜାଲ ଦସ୍ତଖତ କରି ତାଙ୍କ ନାଁରେ ଥିବା ଏକ ଜାତୀୟ ବ୍ୟାଙ୍କରୁ ତିତ୍ଲି କ୍ଷତିପୂରଣ ଜମାଖାତାରୁ ୩ ଲକ୍ଷ ୨୮୪୦୦ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ତହସିଲଦାରଙ୍କ ଏତଲା କ୍ରମେ ଦିଗପହଣ୍ଡି କେସ୍ ନଂ.୧୮୪/୧୮ ଅନୁଯାୟୀ ଅଭିଯୁକ୍ତଙ୍କୁ ଗିରଫ କରି ସେ ପୋଲିସ କୋର୍ଟ ଚାଲାଣ କରିଥିଲା। ଜାମିନରେ ମୁକୁଳିବା ପରେ ପୁଣି ଥରେ ଏଭଳି ଠକେଇ କରି ଧରାପଡ଼ିଥିବାରୁ ଏହା ପଛରେ ଏକ ବଡ଼ଧରଣର ରାକେଟ କାମ କରୁଥିବା ଆଲୋଚନା ହେଉଛି।
https://www.dharitri.com/male-model-wearing-womens-underwear/
ମହିଳାଙ୍କ ଅନ୍ତଃବସ୍ତ୍ର ପିନ୍ଧିଲେ ପୁରୁଷ ମଡେଲ୍‌ ବେଜିଂ, ୬। ୩: ଚାଇନାରେ ମହିଳା ଅନ୍ତଃବସ୍ତ୍ର ପିନ୍ଧି ଅନ୍ଲାଇନ୍ରେ ମଡେଲିଂ କରିବା ନିଷିଦ୍ଧ ହେବା ପରେ ଚାଇନାର ଏକ ଲାଇଭ୍ଷ୍ଟିମ୍ ଫ୍ୟାଶନ୍ କମ୍ପାନୀ ଏ କାମରେ ଏବେ ପୁରୁଷଙ୍କୁ ନିୟୋଜିତ କରିଛି। ମହିଳାଙ୍କ ପାଇଁ ଉପଲବ୍ଧ ପୁସ୍-ଅପ ବ୍ରା’ଠାରୁ ଆରମ୍ଭ କରି ଲେସ୍-ଟ୍ରିମ୍ଡ ନାଇଟ୍ ଗାଉନ୍ସ ଓ ସ୍ନ୍ଗ୍ କୋର୍ସେଟ୍ ପୁରୁଷ ମଡେଲ୍ମାନେ ପିନ୍ଧିଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ପ୍ରସାର ହେବାରେ ଲାଗିଛି। ଲାଇଭ୍ଷ୍ଟିମ୍ ବିଜ୍ନେସର ମାଲିକ ଜୁ ଏହାର ଭିଡିଓ ଅନ୍ଲାଇନ୍ ପ୍ଲାଟଫର୍ମରେ ଅପ୍ଲୋଡ୍ କରିଛନ୍ତି। ଭିଡିଓ ଶେୟାର ହେବା ପରେ ଏହାକୁ ୨,୦୦୦ ଲାଇକ୍ ମିଳିଛି। ତେବେ ମହିଳାମାନଙ୍କୁ ଅନ୍ତଃବସ୍ତ୍ରରେ ମଡେଲିଂ କରିବାକୁ ନ ଦେବା ଏବଂ ପୁରୁଷଙ୍କୁ ମହିଳାଙ୍କ ଅନ୍ତଃବସ୍ତ୍ର ପିନ୍ଧାଇ ମଡେଲିଂ କରେଇବାକୁ ନେଇ ସୋସିଆଲ ମିଡିଆ ୟୁଜର୍ସ କମେଣ୍ଟ ମାଧ୍ୟମରେ ସେମାନଙ୍କ ମତ ଦେଇଛନ୍ତି।
https://www.dharitri.com/kalyani-got-place-in-berhampur-iiser/
ତାରାତାରିଣୀ କଲେଜର ଗୌରବ: ବ୍ରହ୍ମପୁର ଆଇଜରରେ ସ୍ଥାନ ପାଇଲେ କଲ୍ୟାଣୀ ପୁରୁଷୋତ୍ତମପୁର, ୧୫ା୮(ସିମାଞ୍ଚଳ ମିଶ୍ର): ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ଛାତ୍ରୀ କଲ୍ୟାଣି ଶୁଭଶ୍ରୀ ତ୍ରିପାଠୀ ପୁଣି ଥରେ କଲେଜ ଲାଗି ଗୌରବ ଆଣିଛନ୍ତି। କେବଳ ସେତିକି ନୁହେଁ ସେ ଓଡିଶାର ପ୍ରଥମ ଛାତ୍ରୀ ଭାବରେ ବ୍ରହ୍ମପୁର ଆଇଜରରେ ବାୟୋଲୋଜିକାଲ ସାଇନ୍ସ ବିଭାଗର ଆଇପିହେଚଡି ୭ ବର୍ଷିଆ ପାଠ୍ୟକ୍ରମରେ ନାମ ଲେଖାଇଛନ୍ତି। ୨୦୧୬ରେ ବ୍ରହ୍ମପୁରରେ ଆଇଜର ପ୍ରତିଷ୍ଠା ପରଠାରୁ ଓଡିଶାର କୌଣସି ଛାତ୍ରୀ ନାମ ଲେଖାଇନଥିବା ବେଳେ କଲ୍ୟାଣିଶୁଭଶ୍ରୀ ପ୍ରଥମ। ଏପରି ଗତ ମାର୍ଚ୍ଚ ମାସରେ ସେ ଜାମ (ଯୁଗ୍ମ ପ୍ରବେଶିକା ପରିକ୍ଷା) ବାୟୋଟେକ୍ନୋଲୋଜିରେ ସର୍ବ ଭାରତୀୟ ସ୍ତରରେ ୧୬୧ ରେଙ୍କରେ ରହି କଲିକତା ହାଓ୍ବଡା ସ୍ଥିତ ଆଇଆଇ ଇଏସଟିରେ ରିସର୍ଚ କରି କଲେଜ ପାଇଁ ସଫଳତା ମଧ୍ୟ ଆଣିଥିଲେ। ୧୯୭୯ରେ ଏହି ତାରା ତାରିଣି କଲେଜ ପ୍ରତିଷ୍ଠାଠାରୁ ଏଭଳି ସଫଳତାରେ କଲ୍ୟାଣି ଶୁଭଶ୍ରୀ ପ୍ରଥମ। ସେ ବିନା କୋଚିଙ୍ଗରେ ଏଭଳି ସଫଳତା ହାସଲ କରିଛନ୍ତି। ଏହି ସଫଳତା ଲାଗି ସେ ତାଙ୍କ ବାପା ସରକାରୀ ଓକିଲ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ମା ରଶ୍ମୀରେଖା ତ୍ରିପାଠୀ, ଭାଇ ମଳୟ କୁମାର ତ୍ରୀପାଠିଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ସଫଳତା ଯୋଗୁ ତାଙ୍କ ପାଖକୁ ବିଭିନ୍ନ ମହଲରୁ ସୁଭେଚ୍ଛାର ସୁଅଛୁଟିଛି।
https://www.dharitri.com/mamata-banerjee-is-scared-jp-nadda/
ଭୟଭୀତ ଅଛନ୍ତି ମମତା ବାନାର୍ଜୀ: ଜେପି ନଡ୍ଡା କୋଲକତା,୩୧।୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। ବୁଧବାର ଭାରତୀୟ ଜନତା ପାର୍ଟି ସଭାପତି ଜେପି ନଡ୍ଡା ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିଲେ। ହୁଗୁଳିରେ ଜେପି କହିଛନ୍ତି ଯେ, ଏଥର ମମତା ବାନାର୍ଜୀ ଭୟଭୀତ ଅଛନ୍ତି, କାରଣ ସେ ନନ୍ଦିଗ୍ରାମରୁ ନିର୍ବାଚନ ହାରୁଛନ୍ତି। ଶୁଭେନ୍ଦୁ ଅଧିକାରୀଙ୍କଠାରୁ ମମତା ନିଶ୍ଚିତ ହାରିବେ ବୋଲି ନଡ୍ଡା ଦୃଢୋତି ପ୍ରକାଶ କରିଛନ୍ତି। ଏଥର ଟିଏମ୍ସି ନେତ୍ରୀ ମମତା ବାନାର୍ଜୀ ଏବଂ ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ନନ୍ଦିଗ୍ରାମରୁ ଟକ୍କର ହେବ। ଶୁଭେନ୍ଦୁ ନିର୍ବାଚନ ପୂର୍ବରୁ ଟିଏମ୍ସି ଛାଡି ଭାଜପାରେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ଏଥର ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଛି। ପ୍ରଥମ ପର୍ଯ୍ୟାୟ ସରିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଏପ୍ରିଲ ୧ରେ ହେବ।
https://www.dharitri.com/chief-ministers-announcement-2-new-itis-will-be-opened-in-kuchinda-balangir/
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: କୁଚିଣ୍ଡା-ବଲାଙ୍ଗୀରରେ ଖୋଲିବ ୨ ନୂଆ ଆଇଟିଆଇ ଭୁବନେଶ୍ବର, ୩ା୮(ବ୍ୟୁରୋ): ସମ୍ବଲପୁରର କୁଚିଣ୍ଡା ଓ ବଲାଙ୍ଗୀରର ପାଟଣାଗଡ଼ଠାରେ ୨ଟି ନୂତନ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଘୋଷଣା କରିଛନ୍ତି। ଏହାଦ୍ବାରା ଏହି ଜନଜାତି ବହୁଳ ଅଞ୍ଚଳର ଯୁବ ସମାଜ ବିଶେଷ ଉପକୃତ ହେବେ। କୁଚିଣ୍ଡାରେ ନୂଆ ସରକାରୀ ଆଇଟିଆଇ ପ୍ରତିଷ୍ଠା ଦ୍ବାରା କୁଚିଣ୍ଡା ବାମରା ଓ ଜମନକିରା ବ୍ଲକର ଯୁବସମାଜ ଉପକୃତ ହେବେ। ନିଯୁକ୍ତି ତଥା ଆତ୍ମନିଯୁକ୍ତିର ସୁଯୋଗ ଥିବା ୪ ଗୋଟି ଟ୍ରେଡ୍ରେ ଏଠାରେ ୨୪୦ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ମିଳିବ। ସମ୍ବଲପୁର ଆଖପାଖରେ ଅନେକ ଶିଳ୍ପାନୁଷ୍ଠାନ ଗଢି ଉଠୁଥିବାରୁ ଏହା ଛାତ୍ରୀଛାତ୍ରମାନଙ୍କ ପାଇଁ ବିପୁଳ ଓ ଆତ୍ମନିଯୁକ୍ତିର ସୁଯୋଗ ମଧ୍ୟ ସୃଷ୍ଟି ହେବ। ସେହିପରି ବଲାଙ୍ଗୀରର ପାଟଣାଗଡ଼ଠାରେ ପ୍ରତିଷ୍ଠିତ ଆଇଟିଆଇରେ ମଧ୍ୟ ୪ଟି ଟ୍ରେଡ୍ରେ ୨୪୦ ପିଲା ଶିଳ୍ପ ତାଲିମ ପାଇପାରିବେ। ବୃତ୍ତିଗତ ତାଲିମ ବ୍ୟବସ୍ଥା ଦ୍ବାରା ବ୍ଲକ୍ର ଯୁବତୀଯୁବକମାନଙ୍କ ଦକ୍ଷତା ବୃଦ୍ଧି ହେବା ସହିତ ନିଯୁକ୍ତି/ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
https://www.dharitri.com/2-burqa-clad-women-damage-religious-idols/
ମୂର୍ତ୍ତି ଭାଙ୍ଗିଲେ ୨ ବୁର୍ଖା ପରିହିତା ମହିଳା ହାଇଦ୍ରାବାଦ,୨୮।୯: ହାଇଦ୍ରାବାଦର ଚିନ୍ତଳବସ୍ତିରେ ଥିବା ପୂଜା ମଣ୍ଡପରେ ମଙ୍ଗଳବାର ଦୁଇ ବୁର୍ଖାପିନ୍ଧା ମହିଳା ଦୁର୍ଗାମୂର୍ତ୍ତି ଭାଙ୍ଗିଦେଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ପିଛା କରି ଧରିବା ସହ ପୋଲିସକୁ ହସ୍ତାନ୍ତର କରିଥିଲେ। ସୈଫାବାଦ ପୋଲିସ ଉଭୟଙ୍କୁ ଗିରଫ କରିଛି। ଦୁର୍ଗାମୂର୍ତ୍ତି ଭାଙ୍ଗିବା ପୂର୍ବରୁ ସେମାନେ ଫାଷ୍ଟ ଲାନ୍ସରରେ ଥିବା ଚର୍ଚ୍ଚରେ ପଶି ମୂର୍ତ୍ତି ଭାଙ୍ଗିଥିଲେ।
https://www.dharitri.com/in-this-india-58/
ଏଇ ଭାରତରେ ଜଣେ ଆଇଏଏସ୍ଙ୍କ ନେତୃତ୍ୱରେ ସରକାରୀ କର୍ମଚାରୀ ଓ ଶିକ୍ଷକମାନେ ଏକ ଆଦର୍ଶ ସ୍କୁଲ ଗଢିଛନ୍ତିି ତାମିଲନାଡୁରେ। ଚିକାବାଲାପୁର ଜିଲା ନନ୍ଦୀ ପାହାଡ ପାଦଦେଶରେ ଥିବା ଚିଗାଟେନାହାଲି ଗାଁ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ୨୦୦୬ରେ ପ୍ରତିଷ୍ଠା କରାଯାଇଥିଲା। ଏହା ଏବେ ଏକ ମଡେଲ ସ୍କୁଲ୍ ଭାବେ ଖ୍ୟାତି ଅର୍ଜନ କରିଛି। ଏହି ସ୍କୁଲରେ ପିଲାମାନଙ୍କ ଆଖିତ୍ ପରୀକ୍ଷା କରାଯିବା ସହ ମାନସିକ ଚିକିତ୍ସାର ବ୍ୟବସ୍ଥା ମଧ୍ୟ କରାଯାଉଛି। ଚିକାବାଲାପୁର ଜିଲା ପରିଷଦର ଚିଫ୍ ଏକ୍ଜିକ୍ୟୁଟିଭ୍ ଅଫିସର ଫୌଜିୟା ତାରାନୁମ୍ଙ୍କ ସହ ଜିଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଏଥିଲାଗି ସହଯୋଗ କରିଛନ୍ତି। ୨୦୧୫ ବ୍ୟାଚ୍ ଆଇଏଏସ ଫୌଜିୟା ଅଗଷ୍ଟ ୨୦୧୯ରେ ଚିକାବାଲାପୁରାରେ ନିଯୁକ୍ତିପାଇବା ପରେ ଏହି ପଦକ୍ଷେପ ନେଇଥିଲେ। ଏଥିପାଇଁ ସମସ୍ତେ ସେମାନଙ୍କ ଦରମାର କିଛି ଅଂଶ ଦାନ କରିଛନ୍ତି। ଅନ୍ୟମାନେ ମଧ୍ୟ ସହଯୋଗର ହାତ ବଢାଇଛନ୍ତି। ସରକାରୀ ଅଧିକାରୀ ଓ ଶିକ୍ଷକମାନେ ତାରାନୁମ୍ଙ୍କ ଟିମରେ ସକ୍ରିୟ ଭାବେ କାମ କରୁଛନ୍ତି। ଏହି ସ୍କୁଲ ବ୍ୟତୀତ ସେମାନେ ଆଉ ୩୮ଟି ସ୍କୁଲକୁ ମଡେଲ ସ୍କୁଲ୍ ଭାବେ ଗଢିବାକୁ ଯୋଜନା କରିଛନ୍ତି। ୫୦ଟି ଅଙ୍ଗନଓ୍ବାଡିକୁ ମଡେଲ ଅଙ୍ଗନଓ୍ବାଡି କରିବାର ଯୋଜନା ରଖାଯାଇଛି। ଶିକ୍ଷକମାନେ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯାଇ ଛୋଟ ପିଲମାନଙ୍କ ମାନସିକ ଉନ୍ନତି ଆଣିବାରେ ସାହାଯ୍ୟ କରୁଛନ୍ତି। ଏମାନେ ଛୁଟିଦିନଗୁଡିକରେ ପିଲାମାନଙ୍କୁ ପଢ଼ାଉଛନ୍ତି। ଫୌଜିୟା ବହୁ ସମୟରେ ସ୍କୁଲ ପରିଦର୍ଶନରେ ଯାଉଛନ୍ତି।
https://www.dharitri.com/the-paika-rebellion-and-jai-rajguru/
ପାଇକ ବିଦ୍ରୋହ ଓ ଜୟୀ ରାଜଗୁରୁ ଡ. ପ୍ରଫୁଲ୍ଲ କୁମାର ସାହୁ ଭାରତୀୟ ମୁକ୍ତି ସଂଗ୍ରାମର ଇତିହାସର ପ୍ରଥମ ଶହୀଦ ଜୟୀ ରାଜଗୁରୁ(ଜୟକୃଷ୍ଣ ରାଜଗୁରୁ)। ଓଡ଼ିଆ ଅସ୍ମିତା ଓ ବୀରତ୍ୱର କିମ୍ବଦନ୍ତୀ ପୁରୁଷ। ଜଣେ ଧର୍ମଶାସ୍ତ୍ର ଓ ନୀତିଶାସ୍ତ୍ର ବିଶାରଦ ତଥା ସମର କୁଶଳୀ ଯୋଦ୍ଧା। ୧୮୫୭ ସିପାହି ବିଦ୍ରୋହର ଅର୍ଦ୍ଧ ଶତାବ୍ଦୀ ପୂର୍ବରୁ ଖୋର୍ଦ୍ଧାର ବୀର ପାଇକମାନଙ୍କ ଦ୍ବାରା ବ୍ରିଟିଶ ଶାସନ ବିରୋଧରେ ବିଦ୍ରୋହର ଯେଉଁ ବିଗୁଲ ବାଜିଥିଲା,ଏହି ଜୟୀ ରାଜଗୁରୁ ଥିଲେ ତା’ର ପଟ୍ଟ ପୁରୋଧା। ଶ୍ରୀକ୍ଷେତ୍ର ପୁରୀଠାରୁ ମାତ୍ର ପାଞ୍ଚ ମାଇଲ ଦୂର ଜଗନ୍ନାଥ ସଡ଼କ ଡାହାଣ ପଟରେ ଅବସ୍ଥିତ ହରେକୃଷ୍ଣପୁର ଗଁା। ଶ୍ରୀକ୍ଷେତ୍ର ଷୋଳ ଶାସନ ପରମ୍ପରାର ସମୃଦ୍ଧ ଏକ ବ୍ରାହ୍ମଣ ଶାସନ। ବୀର ପାଇକର ଲୀଳାଭୂମି ଏହି ପ୍ରଖ୍ୟାତ ପଲ୍ଲୀ କୋଳରେ (୨୯ା୧୦ା୧୭୩୯) ଜୟୀ ରାଜଗୁରୁଙ୍କ ଜନ୍ମ। ପିତା ଚାନ୍ଦ ରାଜଗୁରୁ ଥିଲେ ଖୋର୍ଦ୍ଧା ରାଜାଙ୍କ କୁଳ ପୁରୋହିତ ବା ରାଜଗୁରୁ। ପିତାଙ୍କ ମୃତ୍ୟୁ ପରେ ପରମ୍ପରା କ୍ରମେ ରାଜଗୁରୁ ପଦରେ ଅଧିଷ୍ଠିତ ହେଲେ ଜୟୀ ରାଜଗୁରୁ। ପିଲାଟି ଦିନରୁ ସେ ଥିଲେ ଖୁବ୍ ନିର୍ଭୀକ ଓ ସ୍ବାଧୀନଚେତା। ବିଶେଷକରି ରାଜଗୁରୁ ପରିବାରରେ ଜନ୍ମ ହୋଇଥିବାରୁ ଘୋଡ଼ାଚଢ଼ାଠାରୁ ଯୁଦ୍ଧବିଦ୍ୟା ଯାଏ, ସବୁଥିରେ ଥିଲା ତାଙ୍କର ବିଶେଷ ପାରଦର୍ଶିତା। ଏହି ଦକ୍ଷତା କାରଣରୁ ରାଜଗୁରୁ ପଦ ମଣ୍ତନ କରିବାର ଅଳ୍ପ ଦିନ ମଧ୍ୟରେ ନିଜର ବିଚକ୍ଷଣ ବୁଦ୍ଧି, ଦେଶପ୍ରେମ, ରାଜାନୁରକ୍ତି, ସାହସ ଓ ଶକ୍ତି ବଳରେ ଜିତିନେଲେ ଖୋର୍ଦ୍ଧା ରାଜାଙ୍କ ହୃଦୟ। ତାଙ୍କର ପ୍ରଜ୍ଞା ଓ ପ୍ରତିଭାକୁ ଆକଳନ କରି ରାଜା ତାଙ୍କ ଉପରେ ନ୍ୟସ୍ତ କଲେ ପ୍ରଧାନମନ୍ତ୍ରୀ, ମୁଖ୍ୟ ପରାମର୍ଶଦାତା ଓ ସେନାଧ୍ୟକ୍ଷ ଭଳି ଗୁରୁ ଦାୟିତ୍ୱ। ତା’ର ପ୍ରତିଦାନ ସ୍ବରୂପ ଗଜପତିଙ୍କ ପ୍ରତିଷ୍ଠା ବଢ଼ାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଲେ ରାଜଗୁରୁ। ପାଇକ ଜାଗରଣ ନିମନ୍ତେ ସେ ପଦ ବ୍ରଜରେ ବୁଲିଲେ ଖୋର୍ଦ୍ଧାର ଗାଁକୁ ଗାଁ। ତାଙ୍କରି ଆହ୍ବାନ କ୍ରମେ ଘରେ ଘରେ ସୃଷ୍ଟି ହେଲେ ସୈନିକ। ଠା’କୁ ଠା ଗଢ଼ି ଉଠିଲା ପାଇକ ଆଖଡ଼ା। ସେ ନିଜେ ବୁଲି ବୁଲି ଆଖଡ଼ା ଶାଳରେ ପାଇକମାନଙ୍କୁ ଶିଖାଇଲେ ସମର କୌଶଳ। ତାଙ୍କରି ନିରନ୍ତର ଉଦ୍ୟମ ଫଳରେ ସୁଦୃଢ଼ ହେଲା ବରୁଣାଇ ଗଡ଼। ଅନ୍ୟପକ୍ଷରେ ଏହି ଜାତୀୟ କର୍ତ୍ତବ୍ୟ ସଂପାଦନ କରୁ କରୁ ସେ ଭୁଲିଗଲେ ଆପଣା ପାରିବାରିକ ସମସ୍ୟା ଓ ବୟସର ଦାବି। ଯୌବନର କାମନା ବାସନାକୁ ଉପେକ୍ଷା କରି ବ୍ରହ୍ମଚାରୀ ପାଲଟିଗଲେ ପିତାମହ ଭୀଷ୍ମଙ୍କ ପରି। ଗଜପତି ଦିବ୍ୟସିଂହଦେବଙ୍କ ମୃତ୍ୟୁ ପରେ ଇଂରେଜମାନଙ୍କ ଚକ୍ରାନ୍ତ ଯୋଗୁ ଖୋର୍ଦ୍ଧା ରାଜଗାଦିକୁ ନେଇ ସୃଷ୍ଟି ହେଲା ବିବାଦ। ମାତ୍ର ରାଜଗୁରୁଙ୍କ ବିଚକ୍ଷଣ ବୁଦ୍ଧି ଯୋଗୁ ରାଜଗାଦିରେ ଅଭିଷିକ୍ତ ହେଲେ ଦିବ୍ୟସିଂହ ଦେବଙ୍କ ନାବାଳକ ପୁତ୍ର ଦ୍ବିତୀୟ ମୁକୁନ୍ଦଦେବ। ଏହାଦ୍ବାରା ଦକ୍ଷ, ଅଭିଜ୍ଞ, କୁଶଳୀ, କୂଟନୀତିଜ୍ଞ, ମହାମନ୍ତ୍ରୀ ତଥା ସେନାଧ୍ୟକ୍ଷ ରାଜଗୁରୁଙ୍କ ଉପରେ ଲଦି ହୋଇଗଲା ରାଜ୍ୟର ଶାସନ ଭାର। ନାବାଳକ ରାଜାଙ୍କ ଅଭିଭାବକ ଭାବରେ ସେ ହେଲେ ମୁକୁଟ ବିହୀନ ସମ୍ରାଟ। ଦେଶ ରକ୍ଷା ହେଲା ରାଜ୍ୟ ଅଖଣ୍ଡତା ବଜାୟ ରଖିବା ପାଇଁ ଇଂରେଜମାନଙ୍କ ସହିତ ଲଢ଼ିଲେ ସାଲିସ ବିହୀନ ଲଢ଼େଇ। ଇତିହାସ କହେ ୧୮୦୩ରେ ଇଂରେଜମାନେ ବାରବାଟୀ ଦୁର୍ଗ ଦଖଲ କରିବାକୁ ଯାଇ ମରାଠାଙ୍କ ସହିତ ଲଢ଼ିଲାବେଳେ ବାଧ୍ୟ ହୋଇ ଲୋଡ଼ିଥିଲେ ଖୋର୍ଦ୍ଧା ରାଜ୍ୟର ସହାୟତା। କାରଣ ସେତେବେଳେ ଖୋର୍ଦ୍ଧାର ସୀମାକୁ ବାଦ୍ଦେଇ ଗଞ୍ଜାମ ଓ ବାରବାଟୀ ମଧ୍ୟରେ ସୈନ୍ୟ ସଞ୍ଚାଳନ ଓ ଖବର ସରବରାହ ଥିଲା ଏକ ଦୁରୂହ ବ୍ୟାପାର। ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧାର ଗଜପତି ଓ ଇଂରେଜ ସେନାଧ୍ୟକ୍ଷ କଲୋନେଲ ହାରକୋର୍ଟଙ୍କ ମଧ୍ୟରେ ସ୍ବାକ୍ଷରିତ ହୋଇଥିଲା ଚୁକ୍ତିନାମା। ମାତ୍ର ମରାଠାମାନଙ୍କୁ ପରାସ୍ତ କରି ବାରବାଟୀ ଦୁର୍ଗ ଦଖଲ କରିନେବା ପରେ କଲୋନେଲ ହାରକୋର୍ଟ ଭୁଲିଗଲେ ଚୁକ୍ତିନାମାର ସର୍ତ୍ତ। ପ୍ରତିଶ୍ରୁତି ଅନୁସାରେ ଏକଲକ୍ଷ ଟଙ୍କା ଦେଲେ ନାହିଁ କି ଫେରେଇଲେ ନାହିଁ ଲେମ୍ବଇ, ସିରେଇ, ରାହାଙ୍ଗ ଓ ଚବିଶକୁଦ ଆଦି ଚାରି ପ୍ରଗଣା। ଇଂରେଜମାନଙ୍କର ଏଭଳି ପ୍ରବଞ୍ଚନାର ପ୍ରତିଶୋଧ ନେବା ପାଇଁ ସୁଯୋଗ ଖୋଜି ବୁଲିଲେ ଜୟୀ ରାଜଗୁରୁ। ମରହଟ୍ଟାମାନଙ୍କ ସହିତ ମିଳିତ ହୋଇ ଇଂରେଜମାନଙ୍କ ବିରୋଧରେ ଲଢ଼ିବା ଯୋଜନାରେ ନାଗପୁରକୁ ପ୍ରେରଣ କଲେ ଦୂତ । ଦୁର୍ଭାଗ୍ୟବଶତଃ ଇଂରେଜମାନଙ୍କ ହାତରେ ଧରାପଡ଼ିବା କାରଣରୁ ତାଙ୍କର ସବୁ ଯୋଜନା ପଦାରେ ପଡ଼ିଲା ଏବଂ ତାଙ୍କ ଉପରେ ତୀକ୍ଷ୍ମ ଦୃଷ୍ଟି ରଖିଲେ ଇଂରେଜ ସରକାର। ତାଙ୍କୁ ପରାମର୍ଶ ଦାତା ପଦରୁ ହଟେଇବା ପାଇଁ ରାଜାଙ୍କ ଉପରେ ସୃଷ୍ଟି କଲେ ଚାପ। ଏହି ମର୍ମରେ ଗୋବିନ୍ଦ ରାୟ ମେହେର ନାମକ ଜଣେ କାନଗୋଇଙ୍କ ହାତରେ ରାଜାଙ୍କ ପାଖକୁ ଏକ ପତ୍ର ପ୍ରେରଣ କଲେ ୧୮୦୩ ଡିସେମ୍ବର ୧୬ରେ। ଏହି ପତ୍ରରେ ଲେଖାଥିଲା ରାଜଗୁରୁଙ୍କୁ ପଦଚ୍ୟୁତ କରି ଇଂରେଜମାନଙ୍କଠାରୁ ୫୦ ହଜାର ଟଙ୍କା ପୁରସ୍କାର ରାଶି ଗ୍ରହଣ କରିନେବା ପାଇଁ ପ୍ରସ୍ତାବ। ଏଭଳି ପ୍ରସ୍ତାବ ପ୍ରତ୍ୟାଖ୍ୟାତ ହେବା ପରେ ୧୮୦୪ ଫେବୃୟାରୀ ୨୦ରେ ରାଜାଙ୍କ ପାଖକୁ ଆସିଲା ଆଉ ଏକ ଧମକପୂର୍ଣ୍ଣ ଚିଠି; ଯେଉଁଥିରେ ଜୟୀ ରାଜଗୁରୁଙ୍କ ପ୍ରତି ଥିଲା କଟକରେ ପହଞ୍ଚତ୍ତ୍ କଲୋନେଲ ହାରକୋର୍ଟଙ୍କୁ ସାକ୍ଷାତ କରିବା ପାଇଁ ନିର୍ଦ୍ଦେଶ । ଏଭଳି ଧମକପୂର୍ଣ୍ଣ ଚିଠିକୁ ଭ୍ରୂକ୍ଷେପ କରିବା ପରିବର୍ତ୍ତେ ସର୍ତ୍ତ ମୁତାବକ ଇଂରେଜ ମାନଙ୍କଠାରୁ ଏକ ଲକ୍ଷ ଟଙ୍କା ସହିତ ପ୍ରଗଣାଗୁଡ଼ିକ ହାସଲ କରିବା ନିମନ୍ତେ ସାମରିକ ପ୍ରସ୍ତୁତିରେ ଲାଗିପଡ଼ିଲେ ଜୟୀ ରାଜଗୁରୁ। ୧୮୦୪ ମାର୍ଚ୍ଚ ୧୧ରେ ପାଇକ ବାହିନୀ ନେଇ ଅତର୍କିତ ଭାବରେ ସେ ଘେରାଉ କଲେ ବାରବାଟୀ ଦୁର୍ଗ। ପାଇକମାନଙ୍କ ଦ୍ୱାରା ଦୁର୍ଗ ଘେରାଉ ହେବା ଫଳରେ ଭୟଭୀତ ହୋଇପଡ଼ିଲେ କଲୋନେଲ ହାରକୋର୍ଟ। ପୂର୍ବ ଚୁକ୍ତି ଅନୁଯାୟୀ ଦେବାକୁ ଥିବା ଏକ ଲକ୍ଷ ଟଙ୍କାରୁ ତକତ୍ାଳ ପଇଠ କଲେ ନଗଦ ୪୦ହଜାର ଟଙ୍କା। ଜୟୀ ରାଜଗୁରୁଙ୍କ ଏଭଳି ପରାକ୍ରମକୁ ପ୍ରତିହତ କରିବା ପାଇଁ ଇଂରେଜମାନେ ଖୋର୍ଦ୍ଧା ସୀମାରେ ସ୍ଥାପନ କଲେ ସେନା ଛାଉଣୀ। ୧୮୦୪ ଅକ୍ଟୋବର ୧ ଗୋଲାମ ଅମିନ ନାମକ ଜଣେ ଇଂରେଜ କର୍ମଚାରୀଙ୍କୁ ରାଜାଙ୍କ ଉପଦେଷ୍ଟା ଭାବରେ ନିଯୁକ୍ତି ଦେଲେ ଏକତରଫା ଭାବରେ। ତା’ର ପ୍ରତିବାଦରେ ସେହି ମାସ ଇଂରେଜ ସେନା ଛାଉଣୀ ଉପରେ ଆକ୍ରମଣ କଲେ ପାଇକ ବାହିନୀ। ବିବ୍ରତ ହୋଇପଡ଼ିଲେ ପ୍ରବଳ ପରାକ୍ରମୀ ହାରକୋର୍ଟ ଏବଂ ବାଧ୍ୟହୋଇ ସମଗ୍ର ଖୋର୍ଦ୍ଧା ମୁଲକରୁ ଅପସାରଣ କରିନେଲେ ଫୌଜ। ଖୋର୍ଦ୍ଧା ଦଖଲ ନିମନ୍ତେ ପରବର୍ତ୍ତୀ ରଣକୌଶଳ ସ୍ବରୂପ ସେ ଲୋଡ଼ିଲେ ମାଡ୍ରାସ ସେନା ଦାୟିତ୍ୱରେ ଥିବା ଇଂରେଜ ସେନାପତି ମେଜର ପ୍ଲେଚରଙ୍କ ସାହାଯ୍ୟ। ଏକଥା ଜାଣିପାରି କୌଶଳକ୍ରମେ ସୀମା ସୁରକ୍ଷାକୁ କଡ଼ାକଡ଼ି କଲେ ବିଚକ୍ଷଣ ଯୋଦ୍ଧା ଜୟୀ ରାଜଗୁରୁ। ଫ୍ଲେଚର ବାହିନୀକୁ ଖୋର୍ଦ୍ଧା ସୀମାରେ ପୂରେଇ ନ ଦେବା ପାଇଁ ସଂକଳ୍ପବଦ୍ଧ ଭାବରେ ସମୁଦ୍ରତଟ ଜଗିରହିଲେ ରାଜଗୁରୁଙ୍କ ଦ୍ୱାରା ଅନୁଗୃହୀତ ପ୍ରାଚୀ ଅବବାହିକାର ୧୮ଗଡ଼ର ସାମନ୍ତମାନେ। ଇଂରେଜମାନେ ଉପାୟ ନ ପାଇ ଶେଷରେ ପ୍ରୟୋଗ କଲେ ଛଳନୀତି। ନିଶାର୍ଦ୍ଧରେ ଚିଲିକା ମଧ୍ୟ ଦେଇ ଖୋର୍ଦ୍ଧାକୁ ପ୍ରବେଶ କଲେ ଚରଣ ପଟ୍ଟନାୟକ ନାମକ ଜଣେ ବିଶ୍ୱାସଘାତକ ସହାୟତାରେ। ୧୮୦୪ ନଭେମ୍ବରରେ ଆରମ୍ଭ ହେଲା ଯୁଦ୍ଧ। ଭାରତବର୍ଷର ଶେଷ ସ୍ବାଧୀନ ଦୁର୍ଗର ସୁରକ୍ଷା ପାଇଁ ଖୋର୍ଦ୍ଧାର ପାଇକମାନେ ଲୁହଲହୁକୁ ଏକାଠି କରି ଲଢ଼ିଲେ ଦୁର୍ବାର ଲଢ଼େଇ। ତିନି ସପ୍ତାହ ବ୍ୟାପି ଲଢ଼େଇ ପରେ ଇଂରେଜମାନଙ୍କ ଦ୍ୱାରା ବନ୍ଦୀ ହେଲେ ଗଜପତି ଓ ମହାନ୍ ଯୋଦ୍ଧା ଜୟୀ ରାଜଗୁରୁ। ସେମାନଙ୍କୁ ପ୍ରଥମେ କଟକ ଜେଲରେ ରଖାଯାଇ ପରେ ମେଦିନପୁର ଜେଲକୁ ପଠେଇ ଦିଆଗଲା ଗୋପନରେ। ୧୮୦୬ ଡିସେମ୍ବର ୩ରେ ଆରମ୍ଭ ହେଲା ରାଜଗୁରୁଙ୍କ ଅନ୍ତିମ ବିଚାର। ସେ ଅନୁଭବ କଲେ ଇଂରେଜମାନଙ୍କ ସହିତ ଲଢ଼ିବା ପାଇଁ ଗଜପତି ଜୀବିତ ରହିବା ଏକାନ୍ତ ଆବଶ୍ୟକ। ତେଣୁ ଜଣେ ଦେଶ ହିତୈଷୀ ସଂଗଠକ ଭାବରେ ଗଜପତିଙ୍କ ପ୍ରାଣ ବଞ୍ଚେଇବା ପାଇଁ ସବୁତକ ଦୋଷ ନିଜ ଉପରକୁ ନେଇ ସୃଷ୍ଟି କଲେ ତ୍ୟାଗର ଏକ ଉଚ୍ଚ ଆଦର୍ଶ ଓ ପରମ୍ପରା। ବିଚାରକମାନଙ୍କ ସମ୍ମୁଖରେ ତାଙ୍କର ସ୍ପଷ୍ଟ ବକ୍ତବ୍ୟ ଥିଲା- ଜନ୍ମଭୂମିର ସୁରକ୍ଷା ପାଇଁ ସଂଗ୍ରାମ କରିବା ପ୍ରତ୍ୟେକ ଦେଶ ଭକ୍ତର କର୍ତ୍ତବ୍ୟ। ତେଣୁ ଇଂରେଜମାନଙ୍କ ଗୋଲାମ ହେବା ଅପେକ୍ଷା ଜନ୍ମଭୂମି ପାଇଁ ଲଢ଼େଇ କରି ଜୀବନ ଦେବା ତାଙ୍କ ଲାଗି ଶତଗୁଣ ଶ୍ରେୟସ୍କର। ଶେଷରେ ରାଜଦ୍ରୋହ ଅପରାଧ ପାଇଁ ତାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ବିଚାରପତି। ତଦନୁଯାୟୀ ଆଦେଶ କାର୍ଯ୍ୟକାରୀ ହେଲା ଡିସେମ୍ବର ୬ (୧୮୦୬ ମସିହା) ତାରିଖ ସକାଳେ। ମେଦିନପୁର ଜେଲ ସଂଲଗ୍ନ ବାଘିତୋଟାର ବରଡାଳରେ ବାନ୍ଧି ତାଙ୍କୁ ଏଭଳି ବର୍ବରୋଚିତ ଭାବରେ ହତ୍ୟା କରାଗଲା ଯେ ଦୁଇଫାଳ ହୋଇ ଚିରି ହୋଇଗଲା ତାଙ୍କ ଶରୀର। ଝର ଝର ତାଜା ରକ୍ତରେ ଲାଲ ହୋଇଗଲା ବାଘିତୋଟାର ମାଟି। ଖବର ବ୍ୟାପିଯିବା ମାତ୍ରେ ସ୍ତବ୍ଧ ହୋଇଗଲା ସମଗ୍ର ରାଜ୍ୟ। ମାନବିକତାର ଇତିହାସରେ ଯୋଡ଼ି ହୋଇଗଲା ଆଉ ଏକ କଳଙ୍କିତ ଅଧ୍ୟାୟ। ଜାତିପ୍ରାଣ ଜୟୀ ରାଜଗୁରୁଙ୍କ ଏହି ଦୁଃଖଦ ମୃତ୍ୟୁ ପାଇକମାନଙ୍କୁ ଶୋକାଭିଭୂତ କରି ରଖିଲା ଦୀର୍ଘଦିନ ପର୍ଯ୍ୟନ୍ତ। ମାତ୍ର ବ୍ୟର୍ଥ ଗଲାନି ଶହୀଦ ରାଜଗୁରୁଙ୍କ ବଳିଦାନ। ତାଙ୍କ ଦେଶପ୍ରେମ ଓ ଆତ୍ମତ୍ୟାଗରୁ ପ୍ରେରଣା ନେଇ ଦାନା ବାନ୍ଧିଲା ଏକ ଭୟଙ୍କର ସଶସ୍ତ୍ର ବିଦ୍ରୋହ।୧୮୧୭ ରୁ ୧୮୨୫ ପର୍ଯ୍ୟନ୍ତ ଜାରି ରହିଥିବା ଏହି ବିଦ୍ରୋହ ହିଁ ଥିଲା ଭାରତୀୟ ମୁକ୍ତି ସଂଗ୍ରାମର ପ୍ରଥମ ସ୍ବର। ଅଧ୍ୟକ୍ଷ, ଫୁଲମତୀ ହେମ୍ବ୍ରମ ମହାବିଦ୍ୟାଳୟ, ପଡ଼ିଆବେଡ଼ା, ମୟୂରଭଞ୍ଜ
https://www.dharitri.com/push-of-push-childrens-duty-to-well-yaa-a-total-of-4-years-old-and-dirty-two-years-and-a-daughter-saviance-stepped-in-front-of-5-years-and-a-daughter-sasmatic-prisoned/
ଦୁଇ ଶିଶୁଙ୍କୁ କୂଅକୁ ଠେଲି ହତ୍ୟା ଘଟଣା: ମାଆଙ୍କୁ ୮ବର୍ଷ ଓ ବାପାଙ୍କୁ ୫ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ କୋର୍ଟ ବାଲିଗୁଡା,୧୬।୧:(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା ଅଞ୍ଚଳରେ ୨୦୨୧ ଜୁଲାଇ ୧୭ ତାରିଖ ଦିନ ଏକ ଲୋମହର୍ଷଣକାରୀ ଘଟଣା ଘଟିଥିଲା। ଏହି ମାମଲାର ରାୟ ମଙ୍ଗଳବାର ଆସିଛି। ବାଲିଗୁଡାର ଅତିରିକ୍ତ ଜିଲା ଜଜ ଦିଲ୍ଲୀପ କୁମାର ବିଶାଳ ଏନେଇ ଶୁଣାଣି କରିଛନ୍ତି । ପ୍ରକାଶ ଯେ, ସ୍ବାମୀର ପରକୀୟ ପ୍ରୀତିରେ ସ୍ତ୍ରୀ କାଣ୍ଡଜ୍ଞାନ ହରାଇ ଲୋମହର୍ଷଣକାରୀ ଘଟଣା ଘଟାଇଥିଲେ । ଦୁଇ ଶିଶୁଙ୍କୁ କୂଅକୁ ଠେଲି ହତ୍ୟା କରିଥିଲେ ମାଆ ଭାଗ୍ୟ ଲକ୍ଷ୍ମୀ ପାତ୍ର। ସେଥିପାଇଁ ତାଙ୍କୁ ୮ ବର୍ଷ ସଶ୍ରମ କାରାଦଣ୍ଡ ସହ ଦୁଇ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏଥିସହ ସ୍ବାମୀ ଏମ.ରାଜେଶ ପାତ୍ରଙ୍କୁ, ସ୍ତ୍ରୀଙ୍କୁ ନିର୍ଯାତନା ଦେବା ଏବଂ ଆତ୍ମ ହତ୍ୟା କରିବା ପାଇଁ ବାଧ୍ୟ କରାଇବା ଅଭିଯୋଗରେ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ କୋଡିଏ ହଜାର ଟଙ୍କା ଜରିମାନା ହୋଇଛି । ନଅ ବର୍ଷର ଝିଅ ବୈଷ୍ଣବୀ ଏବଂ ଚାରି ବର୍ଷର ପୁଅ ଯୁବରାଜଙ୍କୁ କୂଅରେ ପକାଇ ହତ୍ୟା କରିବା ଘଟଣାରେ ଭାଗ୍ୟଲକ୍ଷ୍ମୀ ପାତ୍ରଙ୍କ ଭାଇର ଅଭିଯୋଗକୁ ଭିତ୍ତି କରି ରାଇକିଆ ଥାନା କେଶ ନଂ. ୭୧/୨୧ରେ ଭାଗ୍ୟଲକ୍ଷ୍ମୀ ଓ ଏମ. ରାଜେଶଙ୍କୁ ଗିରଫ କରିଥିଲା ପୋଲିସ ।
https://www.dharitri.com/modi-responsible-for-rising-unemployment-and-comodities-price-hike-rahul/
ବେରୋଜଗାର-ମହଙ୍ଗା ମାଡ଼ ବୃଦ୍ଧି ପାଇଁ ଦାୟୀ ମୋଦି: ରାହୁଲ ନୂଆଦିଲ୍ଲୀ,୨୦।୩: କଂଗ୍ରେସ ପକ୍ଷରୁ ଲଗାତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍ କରାଯାଉଛି। ଏହି ମର୍ମରେ ରାହୁଲ ଗାନ୍ଧୀ ଟୁଇଟ୍ କରି କହିଛନ୍ତି ଯେ, ମୋଦି ସରକାରଙ୍କ ଯୋଗୁ ଦେଶରେ ବେରୋଜଗାର ଏବଂ ମହଙ୍ଗା ମାଡ଼ ବଢ଼ିବାରେ ଲାଗିଛି। ଅପରପକ୍ଷରେ ମୋଦିଙ୍କ ପ୍ରିୟ ଶିଳ୍ପପତି ବନ୍ଧୁଙ୍କ ଆୟ ମଧ୍ୟ ବୃଦ୍ଧି ପାଇଛି। ଦେଶର ଏଭଳି ସଙ୍କଟ ଜନକ ସ୍ଥିତି ପାଇଁ ମୋଦି ହିଁ ଦାୟୀ ବୋଲି ରାହୁଲ କହିଛନ୍ତି। କରୋନା ମହାମାରୀ ପୂର୍ବରୁ ୯କୋଟି ୯୦ ଲକ୍ଷ ଲୋକ ମଧ୍ୟମ ଆୟ ବର୍ଗର ଅଂଶବିଶେଷ ଥିଲେ। ତେବେ ଏବେ ସେମାନଙ୍କ ସଂଖ୍ୟା କମି ୬କୋଟି ୬୦ ଲକ୍ଷରେ ପହଞ୍ଚିଛି। ୩ କୋଟି ୩୦ ଲକ୍ଷ ଲୋକ ଏହି ବର୍ଗରୁ ନିମ୍ନ ଆୟ ବର୍ଗକୁ ଖସି ଆସିଛନ୍ତି। ୨୦୧୧ରୁ ୨୦୧୯ ମଧ୍ୟରେ ୫କୋଟି ୭୦ ଲକ୍ଷ ଲୋକ ନିମ୍ନ ଆୟ ବର୍ଗରୁ ଉଠି ମଧ୍ୟମ ଆୟ ବର୍ଗରେ ପହଞ୍ଚିଥିଲେ। ତେବେ ଏବେ ସେମାନଙ୍କର ଆର୍ଥିକ ଅବସ୍ଥା ଖରାପ ହୋଇଯାଇଛି। ସମ୍ପ୍ରତି ଦେଶର ସାଢ଼େ ୭ କୋଟି ଲୋକଙ୍କ ଦୈନିକ ଆୟ ୧୫୦ ଟଙ୍କା ଅବା ଏହାଠାରୁ କମ ରହିଛି। ମୋଦି ସରକାରଙ୍କ ଯୋଗୁ ସାଧାରଣ ଲୋକଙ୍କ ଜୀବନଧାରଣ ଧାରାରେ ସଙ୍କଟ ସୃଷ୍ଟି ହୋଇଥିବା ରାହୁଲ ଅଭିଯୋଗ କରିଛନ୍ତି।
https://www.dharitri.com/limited-in-hopes-of-redemption/
ମୁକ୍ତି ଆଶାରେ ପଣବନ୍ଦୀ ଦୋହା/ଗାଜା ସିଟି/ ଜେରୁଜେଲମ୍,୨୨ା୧୧: ଅକ୍ଟୋବର ୭ରେ ଯୁଦ୍ଧ ଆରମ୍ଭ ପରଠୁ ହମାସ୍ ଆତଙ୍କବାଦୀମାନେ ପଣବନ୍ଦୀ କରି ରଖିଥିବା ଲୋକଙ୍କୁ ଖୁବ୍ଶୀଘ୍ର ମୁକ୍ତ କରିପାରନ୍ତି। ଏନେଇ ହମାସ୍ ଓ ଇସ୍ରାଏଲ ମଧ୍ୟରେ କାତାର ମଧ୍ୟସ୍ଥତା କରୁଛି। ସନ୍ଧି ନିକଟତର ହୋଇଥିବା ହମାସ୍ ନେତା ଇସ୍ମାଇଲ ହାନିୟେ ସୂଚନା ଦେବା ପରେ ପଣବନ୍ଦୀଙ୍କ ମୁକ୍ତି ଆଶା ଉଜ୍ଜ୍ୱଳ ହୋଇଛି। ଫାଇଟରମାନେ ସୀମାପାର ଆକ୍ରମଣରେ ୧,୨୦୦ ଇସ୍ରାଏଲୀଙ୍କୁ ହତ୍ୟା କରିଥିବାବେଳେ ଇସ୍ରାଏଲର ପ୍ରତିଆକ୍ରମଣରେ ପ୍ରାୟ ୧୩,୩୦୦ ପାଲେଷ୍ଟିନୀୟ ନିହତ ହେଲେଣି। ସେମାନଙ୍କ ମଧ୍ୟରେ ଅନେକ ହଜାର ଶିଶୁ ରହିଛନ୍ତି। ହମାସ୍ ଆତଙ୍କବାଦୀ ପ୍ରାୟ ୨୪୦ ଜଣଙ୍କୁ ପଣବନ୍ଦୀ କରିଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଛାଡ଼ିଦେଇଛନ୍ତି। ସମସ୍ତ ପଣବନ୍ଦୀଙ୍କୁ ତୁରନ୍ତ ମୁକ୍ତ କରି ଆଣିବା ପାଇଁ ଇସ୍ରାଏଲୀମାନେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଉପରେ ଚାପ ପକାଉଛନ୍ତି। ସମସ୍ତଙ୍କୁ ନ ଛାଡ଼ିବା ପର୍ଯ୍ୟନ୍ତ ଅସ୍ତ୍ରବିରତି ଉପରେ ଇସ୍ରାଏଲ ଚିନ୍ତା କରିବ ନାହିଁ ବୋଲି ନେତାନ୍ୟାହୁ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି। ଏଭଳି ସମୟରେ କାତାରର ମଧ୍ୟସ୍ଥତା ଆଶ୍ୱସ୍ତି ଆଣିଦେଇଛି। କାତାରରେ ହମାସ୍ର ଏକ ରାଜନୈତିକ ଅଫିସର ରହିଛି। ସେଠାରେ ଥିବା ହମାସ୍ ନେତା ହାନିୟେ ଏକ ଟେଲିଗ୍ରାମ ପୋଷ୍ଟ୍ରେ କହିଛନ୍ତି, ଆମେ ସନ୍ଧି ଉପରେ ଡିଲ୍ର ନିକଟତର ହୋଇଛୁ। ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ପଣବନ୍ଦୀଙ୍କ ମୁକ୍ତି ପାଇଁ ସହମତି ପ୍ରକାଶ ପାଇବାକୁ ଯାଉଛି ବୋଲି ସୋମବାର କହିଥିଲେ। ସୂତ୍ରରୁ ମିଳିଥିବା ସୂଚନାନୁସାରେ ସ୍ଥଳଭାଗରେ ୫ ଦିନ ପାଇଁ ଅସ୍ତ୍ରବିରତି କରାଯିବ। ଏଥିସହ ଦକ୍ଷିଣ ଗାଜାରେ ମଧ୍ୟ ଇସ୍ରାଏଲ ଏୟାର ଅପରେଶନ୍ ବନ୍ଦ କରିବ। ଏହା ବଦଳରେ ହମାସ୍ ୫୦ରୁ ୧୦୦ ପଣବନ୍ଦୀଙ୍କୁ ମୁକ୍ତ କରିବ। ଆଉ ଏକ ପାଲେଷ୍ଟିନୀୟ ଗୋଷ୍ଠୀକୁ ଇସ୍ରାଏଲ ମୁକ୍ତ କରିବ। ଇସ୍ରାଏଲୀ ଜେଲଗୁଡ଼ିକରେ ଥିବା ମହିଳା ଓ ଶିଶୁଙ୍କ ସମେତ ମୋଟ ୩୦୦ ପାଲେଷ୍ଟିନୀୟ ମୁକ୍ତ ହେବେ ବୋଲି ଡିଲ୍ରେ ଆପାତତଃ ଚୂଡ଼ାନ୍ତ ହୋଇଛି। ସଂଘର୍ଷ ଚାଲିଥିବାବେଳେ ଉଭୟ ପକ୍ଷର ଏହି ମାନବୀୟ ଅସ୍ତ୍ରବିରତିକୁ ଭାରତ ସ୍ବାଗତ କରିଛି। ଇତିମଧ୍ୟରେ ୨୬/୧୧ ମୁମ୍ବାଇ ଆକ୍ରମଣକାରୀ ପାକିସ୍ତାନର ଲଶ୍କର-ଇ-ତୋଇବା (ଏଲ୍ଇଟି)କୁ ଇସ୍ରାଏଲ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରିଛି। ୬ ଇହୁଦୀଙ୍କ ସମେତ ୧୬୬ ଜଣଙ୍କ ଜୀବନ ଯାଇଥିବା ଏହି ଆକ୍ରମଣର ୧୫ ବର୍ଷ ପୂର୍ତ୍ତି ପୂର୍ବରୁ ଉକ୍ତ ପଦକ୍ଷେପକୁ ପ୍ରଶଂସା କରାଯାଉଛି।
https://www.dharitri.com/kala-baisakhi/
କାଳବୈଶାଖୀ ହେଲା କାଳ ବେହେରା,୨୪।୪(ଡି.ଏନ୍.ଏ.): ଅଦିନିଆ ବର୍ଷା, କାଳବୈଶାଖୀ ଓ କୁଆପଥର ମାଡ଼ ମାସକ ମଧ୍ୟରେ ବାରମ୍ବାର ହେଉଥିବାରୁ କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ବେହେରା ପଞ୍ଚାୟତ ଦଲସର୍ଗି ଗ୍ରାମର ଅନେକ ପନିପରିବା ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରାୟ ୨୫ରୁ ଅଧିକ ଏକର ଚାଷ ଜମିରେ ଭେଣ୍ଡି ସହ ଅନ୍ୟାନ୍ୟ ପନିପରିବା ଚାଷ କରାଯାଇଥିବା ବେଳେ ଲଗାତାର ବର୍ଷା ହେବାରୁ ପାଣି ଜମି ଫସଲ ନଷ୍ଟ ହେଉଛି। ଫଳରେ ଚାଷୀ ଅନେକ କ୍ଷତି ସହୁଛନ୍ତି। ପନିପରିବା ଚାଷ ହିଁ ପେଟପାଟଣାର ଏକ ମାତ୍ର ପନ୍ଥା ହୋଇଥିବାରୁ ଭାଗ୍ୟକୁ ଦୋଷ ଦେଇ ଚାଷୀ ହତାଶ ହୋଇ ପଡ଼ିଛନ୍ତି। ଗ୍ରାମର ସତ୍ୟାନନ୍ଦ କାଣ୍ଡ, ରୁକ୍ମଣ ପୂଝାରୀ, ଶଙ୍କର ହଂସ, ଗଂଚୁ ହଂସ, ପ୍ରେମ କାଣ୍ଡ, ଜୀମୂତ କାଣ୍ଡ, ଲଛମନ କାଣ୍ଡ, କପୁର କାଣ୍ଡ, ଗଙ୍ଗା କାଣ୍ଡ, ଭାସ୍କର କାଣ୍ଡ, ଶ୍ରୀହରି କାଣ୍ଡ, ତ୍ରିନାଥ କାଣ୍ଡ, ହିମାଞ୍ଚଳ କାଣ୍ଡ, ରତ୍ନାକର କାଣ୍ଡ, ଚମ୍ପେଶ୍ୱର କାଣ୍ଡ, ଗଣେଶ କାଣ୍ଡ, ପର୍ଶୁରାମ କାଣ୍ଡ ପ୍ରମୁଖଙ୍କ ସର୍ବାଧିକ କ୍ଷୟକ୍ଷତି ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ଏ ବିଷୟରେ ଏସିଡବ୍ଲୁ ଦେବୀ ପ୍ରସାଦ ତାଣ୍ଡିଙ୍କୁ ପଚାରିବାରୁ କ୍ଷତିଗ୍ରସ୍ତ ଚାଷଜମି ତଦନ୍ତ କରାଯାଇ ଚାଷୀଙ୍କୁ ସରକାର ତରଫରୁ ଯାହା ସୁବିଧା କରାଯିବା କଥା କରାଯିବ ବୋଲି କହିଥିଲେ।
https://www.dharitri.com/the-covida-situation-in-andhra-pradesh-is-worrying-there-are-sudden-deaths-without-symptoms/
ଆନ୍ଧ୍ରରେ କୋଭିଡ୍‌ ସ୍ଥିତି ଚିନ୍ତାଜନକ: ଲକ୍ଷଣ ନ ଥାଇ ହଠାତ୍‌ ମୃତ୍ୟୁ ହେଉଛି ବିଶାଖାପାଟଣା,୨୬ା୬:ମହାମାରୀ କରୋନା ଆନ୍ଧ୍ରବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହି ଦକ୍ଷିଣ ଭାରତୀୟ ରାଜ୍ୟରେ ରୋଗୀଙ୍କଠାରେ କୋଭିଡ୍-୧୯ ଲକ୍ଷଣ ନ ଥାଇ ହଠାତ୍ ମୃତ୍ୟୁ ଘଟୁଛି। ବିଜୟଓ୍ବାଡା ସରକାରୀ ହସ୍ପିଟାଲ ପରିସରରେ ଥିବା ଏଆର୍ଟି ସେଣ୍ଟରରେ କାର୍ଯ୍ୟରତ ଜଣେ ଡାକ୍ତର ହଠାତ୍ ଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏକ୍ସ-ରେ ହେବାରୁ ତାଙ୍କ ଛାତିରେ ଅସ୍ବାଭାବିକତା ଜଣାପଡିଥିଲା। ସଙ୍ଗେ ସଙ୍ଗେ ତାଙ୍କୁ କୋଭିଡ୍ ହସ୍ପିଟାଲକୁ ନିଆଯାଇଥିଲା ଓ ସେହିଦିନ ତାଙ୍କର ମୃତ୍ୟୁ ଘଟିଲା। ମୃତ୍ୟୁର ଦିନକ ପୂର୍ବରୁ ଏହି ଡାକ୍ତର ରୋଗୀ ଦେଖୁଥିଲେ। ପୂର୍ବ ଗୋଦାବରୀ ଜିଲାରେ ପ୍ରାୟ ୨୦୦ ଲୋକଙ୍କୁ ସଂକ୍ରମିତ କରିଥିବା ସୁପର ସ୍ପ୍ରେଡର କାକିନାଡା ହସ୍ପିଟାଲରେ ଭର୍ତ୍ତି ହେବାର ଅଧଘଣ୍ଟା ମଧ୍ୟରେ ପ୍ରାଣ ହରାଇଥିଲେ। ସେହିପରି ୩ ଦିନ ତଳେ ଅମଲାପୁରମ ଅଞ୍ଚଳର ଜଣେ ରୋଗୀ ହସ୍ପିଟାଲରେ ପହଞ୍ଚତ୍ବା ପୂର୍ବରୁ ଆଖିବୁଜି ଦେଇଥିଲେ। ଅନ୍ୟ ଜିଲାଗୁଡ଼ିକରେ ମଧ୍ୟ ଅନୁରୂପ ମାମଲା ସାମ୍ନାକୁ ଆସିଛି। ଲକ୍ଷଣ ଜଣାପଡ଼ିବାର କିଛି ସମୟ ମଧ୍ୟରେ କିମ୍ବା ଅତିବେଶିରେ ଦିନକରେ ରୋଗୀଙ୍କର ମୃତ୍ୟୁ ଘଟୁଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଲକ୍ଷଣ ଜଣାପଡ଼ୁ ନ ଥିବା ରୋଗୀ ସ୍ଥିର ମନେହେଉଥିଲେ ହେଁ ଭୂତାଣୁ ସେମାନଙ୍କ ଅଙ୍ଗ ନଷ୍ଟ କରିଦେଇଥାଏ। ଏହା ରକ୍ତ ଅମ୍ଳଜାନ ସ୍ତରକୁ ହ୍ରାସ କରିଦେଇଥାଏ। ଫଳରେ ରୋଗୀକୁ ବଞ୍ଚାଇବା ପାଇଁ ଡାକ୍ତରଙ୍କୁ ଯଥେଷ୍ଟ ସମୟ ମିଳେନାହିଁ। ସେଭେନ ହିଲ୍ସ ହସ୍ପିଟାଲର କନ୍ସଲ୍ଟାଣ୍ଟ ପଲମୋଲୋଜିଷ୍ଟ ଡ. ଭାମ୍ସି କ୍ରିଷ୍ଣାଙ୍କ କହିବା ଅନୁଯାୟୀ, ଚିକିତ୍ସାର ଫଳାଫଳ ପ୍ରାରମ୍ଭିକ ଭାବେ ରୋଗର ତୀବ୍ରତା ଓ ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି ଉପରେ ନିର୍ଭର କରେ। ତେବେ କେତେଜଣ କରୋନା ରୋଗୀଙ୍କଠାରେ ବ୍ଲଡ୍ ଅକ୍ସିଜେନ୍ ସ୍ତର ଅତ୍ୟଧିକ ହ୍ରାସ ପାଇଥିଲେ ହେଁ ସେମାନଙ୍କଠାରେ ଲକ୍ଷଣ ଦେଖାଯାଏ ନାହିଁ। ଯେତେବେଳେ ହଠାତ୍ ମୃତ୍ୟୁ ଆସେ, ସାଇଲେନ୍ସ ହାଇପୋକ୍ସିଆ କିମ୍ବା ଅନ୍ୟ ଜଟିଳତା ଦେଖାଯାଏ, ସେତେବେଳେ କିଛି କରିହୁଏ ନାହିଁ ବୋଲି ଡ. କ୍ରିଷ୍ଣା କହିଛନ୍ତି। ଅଧିକାଂଶ କରୋନା ରୋଗୀଙ୍କଠାରେ ଲକ୍ଷଣ ଦେଖାଯାଏ ନାହିଁ। ଲକ୍ଷଣ ନାହିଁ ମାନେ କୌଣସି କ୍ଷତି ନାହିଁ ଭାବିବା ଠିକ୍ ନୁହେଁ।
https://www.dharitri.com/ଇଣ୍ଟରନ୍ୟାଶନାଲ-ନର୍ସ-ଡେ-ର/
ଇଣ୍ଟରନ୍ୟାଶନାଲ ନର୍ସେସ୍‌ ଡେ’: ରୋଗୀଙ୍କ ସେବା କରୁଛନ୍ତି ୯ ମାସର ଗର୍ଭବତୀ ନର୍ସ ଶିବାମୁଗ୍ଗା,୧୨।୫: ମେ’ ୧୨ରେ ପାଳନ କରାଯାଉଛି ଇଣ୍ଟରନ୍ୟାଶନାଲ ନର୍ସେସ୍ ଡେ’। ଏବେ ସାରା ବିଶ୍ୱ ଏହି କରୋନା ଯୋଦ୍ଧାଙ୍କୁ ସାଲ୍ୟୁଟ କରୁଛନ୍ତି। ସାରା ବିଶ୍ୱରେ କରୋନା ମହାମାରୀ ଏବେ ତାଣ୍ଡବ ରଚି ଚାଲିଥିବା ବେଳେ ନର୍ସମାନେ ସାଜିଛନ୍ତି ଆଗ ଧାଡିର ଯୋଦ୍ଧା। ଏହାରି ଭିତରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କର୍ନାଟକ ଶିବାମୁଗ୍ଗାର ଜୟଚାମାରାଜେନ୍ଦ୍ର ସରକାରୀ ଡାକ୍ତରଖାନାରେ ନର୍ସ ଥିବା ରୂପା ପ୍ରବିନ ରାଓ। ଏବେ ସେ ୯ ମାସର ଗର୍ଭବତୀ। ଏପଟେ କରୋନା ସଂକ୍ରମଣ ପାଇଁ ଗର୍ଭବତୀଙ୍କୁ ସ୍ବତନ୍ତ୍ର ସୁରକ୍ଷା ଦେବାକୁ କୁହାଯାଇଛି। ହେଲେ ସେବା ମନୋବୃତ୍ତି ନେଇ ନର୍ସିଂରେ ଯୋଗ ଦେଇଥିବା ରୂପା କରୋନା ମହାମାରୀକୁ ଭୟ ନ କରି ରୋଗୀଙ୍କ ସେବା କରିବାରେ ଆନନ୍ଦ ପାଉଛନ୍ତି ବୋଲି କହିଛନ୍ତି। ୯ ମାସର ଗର୍ଭବତୀ ଥିବାରୁ ସେ ଯେ କୌଣସି ସମୟରେ ମାତୃତ୍ୱ ଲାଭ କରିପାରନ୍ତି। ଏଥିପାଇଁ ତାଙ୍କ ସିନିୟର୍ସମାନେ ମଧ୍ୟ ତାଙ୍କୁ ଛୁଟି ନେଇ ବିଶ୍ରାମ କରିବାକୁ କହିଥିଲେ। ହେଲେ ସେ ବିଶ୍ରାମ ନେଲେ ରୋଗୀ ସେବାରେ ଅସୁବିଧା ହେବ ଭାବି ପ୍ରତିଦିନ ହସ୍ପିଟାଲ ଆସୁଛନ୍ତି। ଏମିତିକି ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୁରପ୍ପା ମଧ୍ୟ ରୂପାଙ୍କ କାମକୁ ପ୍ରଶଂସା କରିବା ସହ ତାଙ୍କୁ ଛୁଟି ନେବାକୁ ପରାମର୍ଶ ଦେଇଥିବା ସେ ପ୍ରକାଶ କରିଛନ୍ତି।
https://www.dharitri.com/pradeep-was-interrogated-again/
ପୁଣି ପ୍ରଦୀପଙ୍କୁ ପଚରାଉଚରା ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଏବଂ ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ଛନ୍ଦି ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଙ୍ଗଳବାର ପୁଣିଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି। ଏହି ଦୁଇ ମାମଲାରେ ହୋଇଥିବା କୋଟି କୋଟି ଟଙ୍କା ବେଆଇନ୍ ଅର୍ଥ କାରବାରକୁ ନେଇ ଇଡି ପକ୍ଷରୁ ତାଙ୍କୁ ଏକାଧିକ ପ୍ରଶ୍ନ ପଚରାଯାଇଥିବା ସୂଚନା ମିଳିଛି। ସୋମବାର ପ୍ରଥମଥର ପ୍ରଦୀପ ଇଡିରେ ହାଜର ହୋଇଥିଲେ। ଇଡିର ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟରେ ତାଙ୍କୁ ପୂର୍ବାହ୍ନ ପ୍ରାୟ ୧୦ଟାରୁ ସା ୭ଟା ପର୍ଯ୍ୟନ୍ତ ୯ଘଣ୍ଟା ଧରି ମାରାଥନ ଜେରା କରାଯାଇଥିଲା। ଗତକାଲି ଜେରାବେଳେ ବାକିଥିବା ଏକାଧିକ ପ୍ରଶ୍ନ ଦ୍ୱିତୀୟ ଥରରେ ପଚରାଯାଇଥିବା ଜଣାପଡିଛି।
https://www.dharitri.com/bjp-minister-manguli-jena-maurder-case/
ଭାଜପା ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ମାମଲା: ତଦନ୍ତ କରିବ କ୍ରାଇମବ୍ରାଞ୍ଚ ଭୁବନେଶ୍ୱର,୧୬।୪(ବ୍ୟୁରୋ): ଖୋର୍ଦ୍ଧା ଭାଜପା ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ମାମଲା। ଏହି ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏନେଇ ସୂଚନା ଦେଇଛନ୍ତି ଭାରପ୍ରାପ୍ତ ଡିଜି ବିକେ ଶର୍ମା। କ୍ରାଇମବ୍ରାଞ୍ଚ ଡିଏସ୍ପି ପ୍ରମୋଦ ରଥଙ୍କୁ ଏହି ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ଆଇଜି ଅରୁଣ ବୋଥ୍ରା ଏହାର ତତ୍ତ୍ୱାବଧାନ କରିବେ ବୋଲି ସୂଚନା ମିଳିଛି। ରବିବାର ରାତିରେ ଖୋର୍ଦ୍ଧା ନବୀନବାଗରେ ଥିବା ଭାଜପା କାର୍ଯ୍ୟାଳୟ ପାଖରେ ମଙ୍ଗୁଳି ଜେନାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଜଣେ ଦୁବୃର୍ତ୍ତ ସ୍କୁଟିରେ ଆସି ତାଙ୍କୁ ଗୁଳି କରିଥିବା ପ୍ରତ୍ୟକ୍ଷଦର୍ଶୀ କହିଥିଲେ। ରାଜନୈତିକ ଶତ୍ରୁତା ଯୋଗୁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଇଥିଲା। ଏହି ହତ୍ୟାକାଣ୍ଡ ପଛରେ ବିଜେଡି କର୍ମୀଙ୍କ ହାତ ଥିବା ନେଇ ଭାଜପା ଅଭିଯୋଗ କରିଥିଲା। କିନ୍ତୁ ବିଜେଡି ଏହି ଅଭିଯୋଗକୁ ଖଣ୍ଡନ କରିଛି।
https://www.dharitri.com/bipasha-basu-and-karan-singh-grover-are-expecting-their-first-child/
ମା’ହେବାକୁ ଯାଉଛନ୍ତି ବିପାଶା, ଫଟୋଶୁଟରେ ଦେଖାଇଲେ ବେବି ବମ୍ପ ମୁମ୍ବାଇ: ମାଆ ହେବାକୁ ଯାଉଛନ୍ତି ବଲିଉଡ ବିୟୁଟି ବିପାଶା ବାସୁ । ଏହି ଖବର ସେ ନିଜେ ଅଫିସିଆଲ କରିଛନ୍ତି । ଏବେ ବିପାଶା ତାଙ୍କ ପ୍ରେଗ୍ନେସିକୁ ଏନଜୟ କରୁଛନ୍ତି । ବର୍ତ୍ତମାନ ବିପାଶା ଶେଷ ଟ୍ରେମିଷ୍ଟରରେ ଅଛନ୍ତି । ଆଉ ଏହାରି ଭିତରେ ବିପାଶ ବେବି ବମ୍ପ ସହ ଗ୍ଲାମରସ ଫଟୋ ଶୁଟ କରିଛନ୍ତି । ଏହି ଫଟୋଶୁଟରେ ତାଙ୍କ ସହ ତାଙ୍କ ସ୍ୱାମୀ ତଥା ଅଭିନେତା କରଣ ସିଂହ ଗ୍ରୋଭର ନଜର ଆସିଛନ୍ତି । ବିପାଶା ଏବେ ସୋସିଆଲ ମିଡିଆରେ ଦୁଇଟି ଫଟୋ ଶେୟାର କରିଛନ୍ତି । ଏହାସହ ଏକ ଲମ୍ବା ନୋଟ ବି ଲେଖିଛନ୍ତି । ଏହି ନୋଟରେ ସେ ନିଜର ଖୁସି ପ୍ରକାଶ କରିଛନ୍ତି । ଆଉ ଖୁସିର ସହ ସେ ଇଚ୍ଛା ପ୍ରକାଶ କରିଛନ୍ତି ସେ ଖୁବଶୀଘ୍ର ୨ରୁ ୩ ହେବାକୁ ଯାଉଛନ୍ତି । ଏହାସହ ଅଭିନେତ୍ରୀ ଜୀବନର ନୂଆ ଫେଜକୁ ନେଇ ଖୁବ୍ ଏକ୍ସାଇଟେଡ ଅଛନ୍ତି । ଏହାସହ ସେ ତାଙ୍କ ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଛନ୍ତି । ଫଟୋରେ ବିପାଶା ଏକ ଓଭର ସାଇଜ୍ ଶାର୍ଟ ପିନ୍ଧିଥିବା ବେଳେ ଏହାର ଗୋଟିଏ ବଟନ ଲଗାଯାଇଛି ଆଉ ତାଙ୍କ ବେବି ବମ୍ପ ସ୍ପଷ୍ଟ ନଜର ଆସୁଛି । ଆଉ ଏକ ଫଟୋରେ ସ୍ୱାମୀ କରଣ ସିଂ ଗ୍ରୋଭର ବିପାଶାଙ୍କ ବେବି ବମ୍ପକୁ ଧରି କିସ୍ କରୁଥିବା ଦେଖାଯାଇଛି । ଆଉ ବିପାଶାଙ୍କ ମୁହଁରେ ଏକ ଲମ୍ବା ସ୍ମିତ ହାସ୍ୟ ଦେଖାଯାଇଛି । ଏହି ଫଟୋକୁ ଶେୟାର କରି ବିପାଶା ଲେଖିଛନ୍ତି ଏକ ନୂଆ ସମୟ, ଏକ ନୂଆ ଆଲୋକ ଆମ ଜୀବନରେ ଏକ ଆଙ୍ଗୁଳି ଛାପ ଯୋଡି ଦେଉଛି ।
https://www.dharitri.com/କରୋନା-କଟକଣାରେ-ସାମାଜିକ-ଦୂ/
କରୋନା କଟକଣାରେ ସାମାଜିକ ଦୂରତା: ବିଜେପୁରରେ ଘରକୁ ଘର ବଣ୍ଟା ଯାଉଛି ଭତ୍ତା ବିଜେପୁର,୨୭।୩(ଡି.ଏନ୍.ଏ.): କରୋନା କଟକଣା ଯୋଗୁ ଗତ ମଙ୍ଗଳବାର ମଧ୍ୟ ରାତ୍ରରୁ ସମସ୍ତ ଜିଲା ଲକ୍ଡାଉନ୍ କରାଯାଇଛି।ଏହି ଭାଇରସକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ରକ୍ଷା କରିବାକୁ ସଚେତନତା ସୃଷ୍ଟି କରାଯାଉଛି। ତେଣୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସାମାଜିକ ସୁରକ୍ଷା ଯୋଜନାରେ ଆଗୁଆ ୪ମାସର ଭତ୍ତା ବଣ୍ଟନ ଚାଲିଛି। ଏହିକ୍ରମରେ ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ସାନବାଉଁଶେନ ପଞ୍ଚାୟତର ବିଭିନ୍ନ ଗାଁର ହିତାଧିକାରୀଙ୍କୁ ଭେଟି ଶୁକ୍ରବାର ବିଭାଗୀୟ କର୍ମଚାରୀମାନେ ଭତ୍ତା ବଣ୍ଟନ କରିଛନ୍ତି। ଏହି ପଞ୍ଚାୟତର ସାନବାଉଁଶେନ, ଝାଲପାଲି, ମୁଣ୍ଡୋମହୁଲର ୨୯୦ଜଣ ହିତାଧିକାରୀଙ୍କୁ ୫,୮୪,୦୦୦ଟଙ୍କା ଗୁରୁବାର ବଣ୍ଟା ଯାଇଥିଲ। ସେହିପରି ଶୁକ୍ରବାର ବାରଗୋଡା ଓ ବୁରୋମାଳରେ ୭୦ଜଣ ହିତାଧିକାରୀଙ୍କୁ ୧,୪୩,୨୦୦ଟଙ୍କା ବଣ୍ଟନ କରାଯାଇଛି। ଉକ୍ତ ପଞ୍ଚାୟତର କାର୍ଯ୍ୟର୍ନିବାହୀ ଅଧିକାରୀ ମାୟାଧର ଭୋଇ, ଜିଆରଏସ ଏକଲବ୍ୟ ରଣା, ଯୋଗାଣ ସହାୟକ ସବିତା ପଧାନ, ପି. ଜି ବୀରେନ୍ଦ୍ର ବାଗ ପ୍ରମୁଖ ଏହି ଭତ୍ତା ବଣ୍ଟନ କରିଥିଲେ। ସେହିପରି ବିଜେପୁର ଏନଏସିର ବିଜେପୁର, ବାଉଁଶପୋଲା, ଏମଗଣ୍ଡପାଲି, କନ୍ଧରା, କେଉଁଟିପାଲି, ମାଝି ପାଲିର ୧୨୮୦ଜଣ ହିତାଧିକାରୀଙ୍କୁଘର ଘର ବୁଲି ଦୁଇଦିନରେ ୨୪ଲକ୍ଷ ଟଙ୍କା ବଣ୍ଟନ କରାଯାଇଥିବା ଏନ୍ଏସି ଇଓ ରୁକ୍ମଣ ମେହେର ସୂଚନା ଦେଇଛନ୍ତି।
https://www.dharitri.com/ho-introduced-the-song/
ହୋ ଗୀତ ଦେଇଛି ପରିଚୟ ଯୋଡ଼ା,୨୯ା୯(ମାନସ ମହାନ୍ତି): ପିଲାଟି ବେଳରୁ ଅଭାବ ଅନଟନରେ ଜୀବନ ଯାପନ କରୁଥିଲେ। ମଧ୍ୟବିତ ଓ ବଡ଼ ପରିବାର ହେତୁ ପଢ଼ାରେ ମଧ୍ୟ ସମସ୍ୟା ଉପୁଜିଥିଲା। ମାତ୍ର ପଦ୍ମ ପଙ୍କରୁ ଫୁଟିବା ଭଳି ତାଙ୍କ ପ୍ରତିଭା ମଧ୍ୟ ବହୁ ଦିନ ଲୁଚିପାରି ନ ଥିଲା। ଗୀତ ପ୍ରତି ଦୁର୍ବଳତା ଥିବାରୁ ୟୁ ଟ୍ୟୁବରେ ଚ୍ୟାନେଲ ଖୋଲି ନିଜ ଭାଷା ତଥା ଆଦିବାସୀ ହୋ ଭାଷାରେ ଗୀତ ରେକର୍ଡ କରି ପକାଇଥିଲେ। ତାହା ତାଙ୍କୁ ଏତେ ଲୋକପ୍ରିୟ କରିଥିଲା ଯେ ପରେ ସେ ଓଡ଼ିଆ ସମେତ ଅନ୍ୟାନ୍ୟ ଭାଷାରେ ଗୀତ ଗାଇ ଓଡ଼ିଶା, ଝାଡ଼ଖଣ୍ଡରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍ ଅସେଇଁକଳା ପଞ୍ଚାୟତର ସାନବଡ଼ବିଲର ସୋମା ପୂର୍ତ୍ତି(୨୪)। ସୋମା ବିଲେଇପଦା ଶିଶୁମନ୍ଦିରରୁ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିବା ବେଳେ ଏବେ ରିମୁଳି କଲେଜରେ ସ୍ନାତକ କରୁଛନ୍ତି। ବାପା ଗୁରୁଚରଣ ପୂର୍ତ୍ତି ଜଣେ ଚାଷୀ ଏବଂ ପାଲାଗାୟକ। ମା’ବାପାଙ୍କ ସହ ପରିବାରରେ ଆଉ ଦୁଇ ଭାଇ ଓ ଜଣେ ଭଉଣୀ ଅଛନ୍ତି। ସ୍ବଳ୍ପ ରୋଜଗାରରେ ଘର ଚଳାଇବା ଓ ପିଲାମାନକୁ ପାଠ ପଢ଼ାଇବା ଗୁରୁଚରଣଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇଥିଲା। ପରିବାର ଚଳାଇବା ପାଇଁ ବାପାଙ୍କୁ ସୋମା ଚାଷ କାର୍ଯ୍ୟରେ ସାହାଯ୍ୟ କରୁଥିଲେ। ଯେହେତୁ ୬ଷ୍ଠ ଶ୍ରେଣୀରୁ ତାଙ୍କର ଗୀତ ଗାଇବା ଓ ଲେଖିବା ରୁଚି ରହିଥିଲା,ସେ ସଙ୍ଗୀତକୁ ମାଧ୍ୟମ କରି ୟୁ ଟ୍ୟୁବ ଜରିଆରେ ରୋଜଗାର କରିବା ପାଇଁ ସିଦ୍ଧାନ୍ତ ନେଇଥିଲେ। ସଙ୍ଗୀତ ରେକର୍ଡିଂ ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ ନିମନ୍ତେ ବିଲେଇପଦା ସାପ୍ତାହିକ ହାଟରେ ପରିବା ବିକ୍ରି କରିଥିଲେ। ଯେଉଁ ଅର୍ଥ ପାଇଥିଲେ, ତାହା ବାପାଙ୍କ ନିର୍ଦ୍ଦେଶକ୍ରମେ ଗୀତ ରେକର୍ଡିଂରେ ଖର୍ଚ୍ଚ କରି ନିଜର ପୂର୍ତ୍ତି ଷ୍ଟାର ନାମକ ଏକ ଚ୍ୟାନେଲ ଆରମ୍ଭ କରିଥିଲେ। ଏହାର ବହୁଳ ପ୍ରସାରଣ ହେବା ପରେ ସେ ହୋ ଭାଷାର ଗାୟକ ଭାବେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ପରେ ଆଦିବାସୀ ହୋ ଭାଷର ସହ ସାଦ୍ରି ଓ ଓଡ଼ିଆ ଭାଷାରେ ଗୀତ ଗାଇ ଲୋକପ୍ରିୟତା ହାସଲ କରିପାରିଛନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଝାଡ଼ଖଣ୍ଡ ରାଜ୍ୟର ରାଞ୍ଚତ୍, ଜାମସେଦପୁର, ଚକ୍ରଧରପୁର, ଚାଇଁବାସା ସମେତ ଓଡ଼ିଶାର ଯାଜପୁର, ବାରିପଦା, ରାଉରକେଲା ଆଦି ଅଞ୍ଚଳରେ ଲାଇଭ ଷ୍ଟେଜ ଶୋ କରି ପ୍ରଶଂସା ସାଉଣ୍ଟିଛନ୍ତି। ସେ ହୋ ଭାଷାରେ ମାଲ ପିୟେଙ୍ଗେ, ମୂର୍ଗି ଟାଙ୍ଗଳି, ବେବୀ ବ୍ୟୁଟିଫୁଲ, ଓଡ଼ିଆରେ ଦିଲ୍ଟା ଦିୱାନା ସାଜିଛି ପ୍ରଭୃତି ଗୀତ ଗାଇଛନ୍ତି। ଏପରିକି କିଛି ଗୀତ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଆଲୋଚ୍ୟ ହେଉଛି। ବଡ଼ ବଡ଼ ପ୍ରତିଷ୍ଠିତ ସେଲିବ୍ରିଟି ସୋମାଙ୍କ ଗୀତରେ ସୋସିଆଲ ମିଡିଆରେ ରିଲ୍ସି କରି ନାଚୁଥିବା ଦେଖିବାକୁ ମିଳୁଛି। ସୋମା ଧରିତ୍ରୀକୁ କହିଛନ୍ତି, ଏହି ସ୍ତରକୁ ପହଞ୍ଚତ୍ ଲୋକପ୍ରିୟତା ହାସଲ କରିବେ ବୋଲି ସେ କେବେ ଭାବି ନ ଥିଲେ। ଏହା କେବଳ ମା’ବାପାଙ୍କ ଆଶୀର୍ବାଦ ଓ ଜନସାଧାରଣଙ୍କ ସ୍ନେହ ବୋଲି ସେ କହିଛନ୍ତି। ଭବିଷ୍ୟତରେ ଏକ ନିଜସ୍ବ ଷ୍ଟୁଡିଓ ନିର୍ମାଣ କରିବା ସହ ହୋ ଭାଷା ଓ ଓଡ଼ିଆ ଭାଷାର ଗୀତକୁ ଆହୁରି ପ୍ରଚାରପ୍ରସାର ଦିଗରେ ଉଦ୍ୟମ କରିବେ ବୋଲି କହିଛନ୍ତି।
https://www.dharitri.com/big-news-about-the-ration-card-this-people-will-not-get-rice-wheat/
ରାସନ କାର୍ଡକୁ ନେଇ ବଡ଼ ଖବର, ଏମାନଙ୍କୁ ମିଳିବନି ଚାଉଳ-ଗହମ… ଭୁବନେଶ୍ୱର,୩୦।୯: ରାସନ କାର୍ଡକୁ ନେଇ ବଡ଼ ଖବର। ଏହି ଜିନିଷ ନ କରିଥିଲେ ଆପଣଙ୍କ ଲିଷ୍ଟରୁ ନାଁ କଟିଯିବ। ଏପରିକି ଅପାଣଙ୍କୁ ଆଉ ଚାଉଳ-ଗହମ ମଧ୍ୟ ମିଳିବ ନାହିଁ। କେନ୍ଦ୍ର ସରକାର ଏଥର ରାସନ କାର୍ଡରେ ଇ-କେୱାଇସି କରିବା ବାଧ୍ୟତାମୂଳକ କରିଛନ୍ତି। ବର୍ତ୍ତମାନ ଏହି ରାସନ କାର୍ଡର KYC କରିବା ପାଇଁ ସମୟ ସୀମା ବୃଦ୍ଧି କରିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି । ଯଦି ଆପଣ ମାଗଣା ଚାଉଳ-ଗହମ ପାଇବାକୁ ଚାହୁଁଛନ୍ତି ଓ ଆପଣଙ୍କର ରାସନ ଯୋଗାଣରେ କୌଣସି ଅସୁବିଧା ଦେଖିବାକୁ ଚାହୁଁ ନାହାନ୍ତି ତେବେ ରାସନ କାର୍ଡ ଇ-କେୱାଇସି ସଂପୂର୍ଣ୍ଣ କରିବା ଆବଶ୍ୟକ । ଆଧାର କାର୍ଡ ଏବଂ ଲିଙ୍କ ହୋଇଥିବା ମୋବାଇଲ ନମ୍ବର ବ୍ୟବହାର କରି ଆପଣ ଅନଲାଇନରେ ଆପଣଙ୍କର ରାସନ କାର୍ଡ KYC ସଂପୂର୍ଣ୍ଣ କରିପାରିବେ । ଅନଲାଇନରେ KYC କରୁଥିଲେ ଆପଣଙ୍କୁ କିଛି ଡକ୍ୟୁମେଣ୍ଟ ଦରକାର । ସେଗୁଡ଼ିକ ହେଉଛି ଆଧାର କାର୍ଡ, ପରିବାରର ସମସ୍ତ ସଦସ୍ୟଙ୍କ ଆଧାର କାର୍ଡ ଏବଂ ଆଧାର କାର୍ଡ ସହିତ ସଂଯୁକ୍ତ ନିଜସ୍ବ ମୋବାଇଲ ନମ୍ବର ଆବଶ୍ୟକ ।
https://www.dharitri.com/notice-to-kareena/
କରିନାଙ୍କୁ ନୋଟିସ ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରିନା କପୁର ଖାଁଙ୍କ ସମସ୍ୟା ବଢିଛି। ତାଙ୍କ ପୁସ୍ତକର ଟାଇଟଲକୁ ନେଇ ଅଡୁଆରେ ପଡିଛନ୍ତି ଅଭିନେତ୍ରୀ। ବଲିଉଡ ବେବୋ ତାଙ୍କର ପ୍ରେଗ୍ନେସି ଜର୍ନିକୁ ନେଇ ଏକ ପୁସ୍ତକ ଲେଖିଥିଲେ, ଯାହାର ନାମ ଦେଇଥିଲେ ‘କରିନା କପୁର ଖାନ୍ସ ପ୍ରେଗ୍ନେସି ବାଇବେଲ’। ପୁସ୍ତକର ନାମରେ ବାଇବେଲ ଶବ୍ଦଥିବାରୁ ଏହା ବିରୋଧରେ ଜବଲପୁରର ଜଣେ ଖ୍ରୀଷ୍ଟିଆସ ସମାଜସେବୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହାପରେ କୋର୍ଟ କରିନାଙ୍କୁ ନୋଟିସ ପଠାଇଛନ୍ତି। ଜବଲପୁରର ଖ୍ରୀଷ୍ଟିଆନ ସାମାଜିକ କର୍ମୀ ଖ୍ରୀଷ୍ଟୋଫର ଆନ୍ଥୋନୀ ମଧ୍ୟପ୍ରଦେଶ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି ଯେଉଁଥିରେ କୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କୋର୍ଟ କରିନା କପୁର ଏବଂ ପୁସ୍ତକ ବିକ୍ରେତାଙ୍କଠାରୁ ଉତ୍ତର ମାଗିଛନ୍ତି। ସୂଚନାଯୋଗ୍ୟ, ଜବଲପୁରର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସାମାଜିକ କର୍ମୀ ଖ୍ରୀଷ୍ଟୋଫର୍ ଆନ୍ଥୋନୀ ବିଶ୍ୱାସ କରନ୍ତି ଯେ କରିନା କପୁର କେବଳ ପୁସ୍ତକକୁ ପ୍ରୋତ୍ସାହିତ କରିବା ପାଇଁ ଖ୍ରୀଷ୍ଟିଆନ ଧର୍ମର ପବିତ୍ର ପୁସ୍ତକ ନାମ ନେଇ ଶସ୍ତା ଲୋକପ୍ରିୟତା ହାସଲ କରିବାକୁ ଏମିତି କରିଛନ୍ତି। ସେ କହିଛନ୍ତି ଯେ ବାଇବଲ ସମଗ୍ର ବିଶ୍ୱରେ ଖ୍ରୀଷ୍ଟିଆନ ଧର୍ମର ପବିତ୍ର ପୁସ୍ତକ ଏବଂ କରିନା କପୁର ଖାନଙ୍କ ଗର୍ଭଧାରଣକୁ ବାଇବଲ ସହିତ ତୁଳନା କରିବା ଭୁଲ ଅଟେ। ଏହା ଦ୍ୱାରା ସେମାନଙ୍କର ଧାର୍ମିକ ଭାବନା ଆଘାତ ପାଇଛି। ଏହି ପୁସ୍ତକ ୨୦୨୧ରେ ପ୍ରକାଶିତ ହୋଇଥିଲା ଯେଉଁଥିରେ ୪୩ ବର୍ଷିୟ ବେବୋ ତାଙ୍କ ଗର୍ଭଧାରଣ ଯାତ୍ରା ବିଷୟରେ ବର୍ଣ୍ଣନା କରିଛନ୍ତି। ଗର୍ଭବତୀ ମହିଳାମାନଙ୍କୁ ପରାମର୍ଶ ଦେବା ପାଇଁ ସେ ଏହି ପୁସ୍ତକ ଶେୟାର କରିଥିଲେ। ଖବର ଅନୁଯାୟୀ, ଅଭିନେତ୍ରୀଙ୍କ ବିରୋଧରେ ପ୍ରଥମ ସୂଚନା ରିପୋର୍ଟ (ଏଫଆଇଆର୍) ଦାଖଲ କରିବାକୁ ଆବେଦନକାରୀ ପୋଲିସ ନିକଟରେ ପହଞ୍ଚିଥିଲେ, କିନ୍ତୁ ଯେତେବେଳେ ସେମାନେ ମାମଲା ପଞ୍ଜିକରଣ କରିବାକୁ ମନା କରିଦେଇଥିଲେ ସେତେବେଳେ ସେ ନିମ୍ନ ଅଦାଲତରେ ପହଞ୍ଚିଥିଲେ। କିନ୍ତୁ, ଯେତେବେଳେ ସେ ସେଠାରେ ମଧ୍ୟ ସଫଳ ହୋଇନଥିଲେ, ସେ ହାଇକୋର୍ଟଙ୍କ ନିକଟକୁ ଯାଇଥିଲେ।
https://www.dharitri.com/your-data-will-be-used-for-a-specific-purpose-elon-musks-announcement/
ଆପଣଙ୍କର ତଥ୍ୟ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ବ୍ୟବହୃତ ହେବ: ଏଲନ ମସ୍କଙ୍କ ଘୋଷଣା… ଓ୍ବାଶିଂଟନ,୩।୯ : ତୁମେ ଯାହା ଖୋଜୁଛ, ତୁମେ ଯାହା ଦେଖୁଛ, ତୁମେ କେଉଁଠାକୁ ଯାଅ, ଯେତେବେଳେ ତୁମେ ଯାଅ ଏଲନ ମସ୍କ ସବୁକିଛି ଜାଣେ। ପ୍ରକୃତରେ, ଏକ୍ସର ମାଲିକ ଏଲୋନ ମସ୍କ, ତାଙ୍କ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ମାଧ୍ୟମରେ ଆପଣଙ୍କର ପ୍ରତ୍ୟେକ ପଦକ୍ଷେପ ଉପରେ ନଜର ରଖିଛନ୍ତି। ସେମାନେ ଆପଣଙ୍କର ସମସ୍ତ ତଥ୍ୟ ସଂଗ୍ରହ କରୁଛନ୍ତି ଯାହା ଦ୍ୱାରା ଏହା ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇପାରିବ। ଏଥିପାଇଁ ମସ୍କ ନିକଟରେ କମ୍ପାନୀର ଗୋପନୀୟତା ଏବଂ ନୀତିରେ ପ୍ରମୁଖ ପରିବର୍ତ୍ତନ କରଛନ୍ତି। ପ୍ରାୟତଃ ରିପୋର୍ଟ ଆସିଥାଏ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ବିପଦରେ ଅଛି। କେହି କେହି ଏହାକୁ କିଛି ବିଶେଷ କାରଣ ପାଇଁ ବ୍ୟବହାର କରୁଛନ୍ତି। କିନ୍ତୁ ଆଜି ଏହାର ଦୃଢ଼ ପ୍ରମାଣ ମଧ୍ୟ ମିଳିଛି। ଏଲନ ମସ୍କ ଏହାକୁ ଖୋଲାଖୋଲି ଭାବେ ଘୋଷଣା କରିଛନ୍ତି। ବର୍ତ୍ତମାନ ଏକ୍ସ ଆପଣଙ୍କର ପସନ୍ଦ, ସନ୍ଧାନ ଅଭ୍ୟାସ ଏବଂ ଅନ୍ୟାନ୍ୟ ସୂଚନା ସଂଗ୍ରହ କରିବ ଏବଂ ଏହାକୁ ନିଜ ପାଇଁ ବ୍ୟବହାର କରିବ । ଯଦି ଆମେ ନୂଆ ନୀତି ଦେଖିବା କେବଳ ଏତିକି ନୁହେଁ, କମ୍ପାନୀ ୟୁଜରଙ୍କ ଅତୀତର ଚାକିରି ତଥ୍ୟ, ବାୟୋମେଟ୍ରିକ ତଥ୍ୟ ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ ସୂଚନାକୁ ମଧ୍ୟ ଏକତ୍ର କରିବ, ଯାହାଦ୍ୱାରା ଉପଭୋକ୍ତାମାନଙ୍କୁ ସର୍ବୋତ୍ତମ ନିଯୁକ୍ତିଦାତା ସହିତ ସଂଯୋଗ କରିବାର ଉଦ୍ଦେଶ୍ୟ ହାସଲ ହୋଇପାରିବ । ଏହି ସବୁ ହଠାତ ଘଟି ନ ଥିଲା, ବରଂ ଏହା ପଛରେ ଏକ ଦୀର୍ଘ ଯୋଜନା ଥିଲା। ନିଜେ ଏଲନ ମସ୍କ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି। ଏଥିସହ ସେ ତାଙ୍କର ଗୋଟିଏ ପୋଷ୍ଟରେ କହିଛନ୍ତି କମ୍ପାନୀ ଏହାର ଏଆଇ ଉପକରଣଗୁଡ଼ିକୁ ତାଲିମ ଦେବା ପାଇଁ ସର୍ବସାଧାରଣ ପୋଷ୍ଟ ବ୍ୟବହାର କରିବ। ଏଥିସହ, ସେ ବିଶ୍ୱର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ଲାଟଫର୍ମରେ ଖୋଲାଖୋଲି ଭାବରେ ଲେଖିବାକୁ କହିଥିଲେ ଏବଂ ଏହା ଏଆଇ ମଡେଲଗୁଡିକର ବିକାଶ ପାଇଁ ବ୍ୟବହୃତ ହେବ ବୋଲି ସ୍ପଷ୍ଟ କରିଛନ୍ତି।
https://www.dharitri.com/ଖାଲି-ପାଦରେ-ବିଧାନସଭା-ଆସିଲ/
ଖାଲି ପାଦରେ ବିଧାନସଭା ଆସିଲେ ଦେବେ ଗୌଡାଙ୍କ ପୁଅ ବେଙ୍ଗାଲୁରୁ,୧୮।୭: କର୍ନାଟକର ମନ୍ତ୍ରୀ ଏଚ୍ଡି ରେଭାନ୍ନା ଗୁରୁବାର ଖାଲି ପାଦରେ ବିଧାନସଭା ଆସିଥିବା ଦେଖିବାକୁ ମିଳିଛି। ଏବେ ତାଙ୍କର ସେହି ସମୟର ଏକ ଫଟୋ ଭାଇରାଲ ହେବାରେ ଲାଗିଛି।
https://www.dharitri.com/ଗାଭାସ୍କରଙ୍କ-ଭାରତ-ପାକ୍‌-ମ/
ଗାଭାସ୍କରଙ୍କ ଭାରତ-ପାକ୍‌ ମିଳିତ ଏକାଦଶ ନୂଆଦିଲ୍ଲୀ, ୧୮।୫ କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଭାରତ-ପାକିସ୍ତାନ ମିଳିତ ଏକାଦଶ ଚୟନ କରିଛନ୍ତି। ଏଥିରେ ସେ ୬ ଭାରତୀୟ ଓ ୫ ପାକିସ୍ତାନ ଖେଳାଳିଙ୍କୁ ନେଇଥିବାବେଳେ ଅନେକ ବିସ୍ମୟ ଦେଖିବାକୁ ମିଳିଛି। ସୌରଭ ଗାଙ୍ଗୁଲି, ରାହୁଲ ଡ୍ରାଭିଡ, ମହେନ୍ଦ୍ର ସିଂ ଧୋନୀ, ଇଞ୍ଜାମାମ-ଉଲ-ହକ୍ ଓ ୱାକର ୟୁନିସ ଜଣେ ଜଣେ କ୍ରିକେଟ ଲିଜେଣ୍ଡ ହୋଇଥିଲେ ହେଁ ଗାଭାସ୍କରଙ୍କ ଏକାଦଶରେ ସ୍ଥାନ ପାଇ ନାହାନ୍ତି। ବୀରେନ୍ଦ୍ର ସେହ୍ବାଗଙ୍କ ସହ ସେ ପାକିସ୍ତାନର ହନିଫ୍ ମହମ୍ମଦଙ୍କୁ ଅନ୍ୟତମ ଓପନର ବାଛିଛନ୍ତି। ମିଡଲ ଅର୍ଡରରେ ୩ ଖେଳାଳି ହେଲେ ଜାହିର ଆବାସ, ସଚିନ ତେନ୍ଦୁଲକର ଓ ଗୁଣ୍ଡାପ୍ପା ବିଶ୍ୱନାଥ। ୬ ଓ ୭ ନମ୍ବରରେ ସ୍ଥାନ ପାଇଛନ୍ତି ଦୁଇ ପ୍ରସିଦ୍ଧ ପେସ୍ ବୋଲିଂ ଅଲରାଉଣ୍ଡର କପିିଳ ଦେବ ଓ ଇମ୍ରାନ ଖାଁ। ସୟଦ କିର୍ମାନୀଙ୍କୁ ସେ ଉଇକେଟ କିପରଭାବେ ନେଇଛନ୍ତି। ବୋଲିଂ ବିଭାଗରେ ରହିଛନ୍ତି ୱାସିମ ଆକ୍ରମ, ଅବଦୁଲ କାଦିର ଓ ବି.ଏସ୍. ଚନ୍ଦ୍ରଶେଖର । ଗାଭାସ୍କରଙ୍କ ଭାରତ-ପାକ୍ ଏକାଦଶ: ବୀରେନ୍ଦ୍ର ସେହ୍ବାଗ, ହନିଫ୍ ମହମ୍ମଦ, ଜାହିର ଆବାସ, ସଚିନ ତେନ୍ଦୁଲକର, ଗୁଣ୍ଡାପ୍ପା ବିଶ୍ୱନାଥ, କପିଳ ଦେବ, ଇମ୍ରାନ ଖାଁ, ସୟଦ କିର୍ମାନୀ, ୱାସିମ ଆକ୍ରମ, ଅବଦୁଲ କାଦିର ଓ ବି.ଏସ୍. ଚନ୍ଦ୍ରଶେଖର।
https://www.dharitri.com/ବଇଣ୍ଡାକୁ-ଆସିଲା-ନୂତନ-୧୦୮-ଆ/
ବଇଣ୍ଡାକୁ ଆସିଲା ନୂତନ ୧୦୮ ଆମ୍ବୁଲାନ୍ସ ବଇଣ୍ଡା,୧୪।୩(ଡି.ଏନ.ଏ.) କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳକୁ ଏକ ନୂତନ ୧୦୮ ଆମ୍ବୁଲାନ୍ସ ଗୁରୁବାର ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଛି। ଦୀର୍ଘବର୍ଷ ହେବ ଏଠାରେ ଥିବା ୧୦୮ ଆମ୍ବୁଲାନ୍ସ ଭାଙ୍ଗି ଯାଇଥିବା ବେଳେ ଡୋର୍ରେ ଦଉଡି ଭିଡି ସେବା ଯୋଗାଇ ଦିଆଯାଉଥିଲା। ଏ ସମ୍ପର୍କରେ ଗତ ୩ ତାରିଖରେ ଏକ ଖବର ‘ଧରିତ୍ରୀ’ରେ ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ନୂତନ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି। ଏଥିପାଇଁ ବଇଣ୍ଡା ଅଞ୍ଚଳବାସୀ ‘ଧରିତ୍ରୀ’କୁ କୃତଜ୍ଞତା ଜଣାଇଛନ୍ତି। ପ୍ରକାଶ ଯେ, ଅନୁଗୋଳ ଜିଲାର କିଶୋରନଗର ଓ ଆଠମଲ୍ଲିକ ବ୍ଲକର ୧୩ଟି ପଞ୍ଚାୟତବାସୀଙ୍କୁ ଜରୁରୀ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର ବହୁ ପୂର୍ବରୁ ଏକ ୧୦୮ ଆମ୍ବୁଲାନ୍ସ ପ୍ରଦାନ କରିଥିଲେ। ହେଲେ ଦୀର୍ଘଦିନ ହେଲା ଆମ୍ବୁଲାନ୍ସର ଦୁଇଟି ଡୋର୍, କାଚ ଭାଙ୍ଗି ଯାଇଥିଲେ ମଧ୍ୟ ତାହାକୁ ମରାମତି କରାଯାଉ ନ ଥିଲା। ଉକ୍ତ ଦଦରା ଆମ୍ବୁଲାନ୍ସ ଡୋର୍ରେ ଦଉଡି ଭିଡ଼ାଯାଇ ରୋଗୀ ପରିବହନ କରାଯାଉଥିଲା। ଏ ନେଇ ଗ୍ରାମବାସୀ ବହୁବାର ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନ ଥିଲା। ତେବେ ‘ଧରିତ୍ରୀ’ରେ ଖବରପ୍ରକାଶ ପରେ ପ୍ରଶାସନ ପକ୍ଷରୁ ଏକ ନୂତନ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିବାରୁ ନୁନୁକାପଶି ସରପଞ୍ଚ ଜଳଧର ସାହୁ, ଅରବିନ୍ଦ ସାହୁ, ବିଜୟ କୁମାର ସାହୁ, ରମେଶ କୁମାର ଟିବ୍ରୁଓ୍ବାଲା, ରମେଶ କୁମାର ବେହେରା, ରମାକାନ୍ତ ବେହେରା, ରାଜେନ୍ଦ୍ର ରାଉତ, ଗିରିଶଚନ୍ଦ୍ର ବେହେରା ପ୍ରମୁଖ ଜିଲା ପ୍ରଶାସନ ଓ ‘ଧରିତ୍ରୀ’କୁ କୃତଜ୍ଞତା ଜଣାଇଛନ୍ତି।
https://www.dharitri.com/prime-minister-hasina-criticizes-bharat-barjan-campaign/
‘ଭାରତ ବର୍ଜନ’ ପ୍ରଚାରକୁ ସମାଲୋଚନା କଲେ ପ୍ରଧାନମନ୍ତ୍ରୀ ହାସିନା ଢାକା,୧ା୪: ଶେଖ୍ ହାସିନା ପୁନର୍ବାର ବାଂଲାଦେଶ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପରେ ଅନ୍ଲାଇନରେ ଭାରତ ବିରୋଧୀ ମାନସିକତା ବଢ଼ିଛି। ସେଠାରେ ଭାରତୀୟ ସାମଗ୍ରୀ ବର୍ଜନ ଲାଗି ପ୍ରଚାର ଜୋର୍ ଧରିଥିବାବେଳେ କେତେଜଣ ବିରୋଧୀ ନେତା ଏହାକୁ ସମର୍ଥନ କରୁଛନ୍ତି। ପ୍ରଧାନମନ୍ତ୍ରୀ ହାସିନା ଏଭଳି ଭାରତ ବିରୋଧୀ ପ୍ରଚାରକୁ ବିରୋଧ କରିଛନ୍ତି। ଅନ୍ୟପକ୍ଷରେ ହାସିନା ଏବଂ ତାଙ୍କ ଦଳ ଆଓ୍ବାମୀ ଲିଗ୍ ସବୁଠୁ ବଡ଼ ଭାରତୀୟ ଉତ୍ପାଦ ବୋଲି ବିରୋଧୀ ନେତାମାନେ ଅଭିଯୋଗ କରିଛନ୍ତି। ଭାରତ ସହ ହାସିନାଙ୍କ ଘନିଷ୍ଠତା ରହିଛି। ସେ କ୍ରମାଗତ ଚତୁର୍ଥ ଥର ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପରେ ବିରୋଧୀ ନେତାମାନେ ଭାରତ ବିରୋଧୀ ମାନସିକତାର ପ୍ରସାର କରାଇବାକୁ ଉଦ୍ୟମ ଚଳାଇଛନ୍ତି। କିଛି ମାସର ନୀରବତା ପରେ ହାସିନା ବିରୋଧୀଙ୍କୁ ମୁକାବିଲା କରିବା ଲାଗି ବାହାରିଛନ୍ତି। ସେ ବିରୋଧୀଙ୍କୁ ସମାଲୋଚନା କରିବା ସହ ଭାରତୀୟ ଶାଢ଼ିକୁ ଭଲ ପାଆନ୍ତି ବୋଲି କହିଛନ୍ତି।