instruction
stringlengths 9
1.46k
| input
stringlengths 5
3.79k
⌀ | output
stringlengths 1
2.69k
| source
stringclasses 6
values |
---|---|---|---|
କେଉଁ ସମୂଦ୍ରକୂଳରେ ମନ୍ଦିର ଅବସ୍ଥିତ? | ୧୨୩୮ ଠାରୁ ୧୨୬୪ଖ୍ରୀ.ଅ ମଧ୍ୟରେ ଓଡ଼ିଶାରେ ରାଜା ଲାଙ୍ଗୁଳା ନରସିଂହଦେବ ରାଜତ୍ୱ କରୁଥିଲେ । ସେ ସୂର୍ଯ୍ୟଙ୍କ ପୂଜାପାଇଁ ସୁନ୍ଦର ମନ୍ଦିରଟିଏ ତୋଳେଇବାକୁ ଇଛାକରିଥିଲେ । ରାଜାଙ୍କ ଆଦେଶରେ ରାଜ୍ୟର ଅନେକ କାରିଗରଙ୍କ ମଧ୍ୟରୁ ୧୨୦୦ ଭଲ ଭଲ କାରିଗରଙ୍କୁ ବଛାହେଇ ମନ୍ଦିରର କାମ ଆରମ୍ଭ ହୋଇଥିଲା । ମନ୍ଦିର ତିଆରିରେ ମୂଖ୍ୟ କାରିଗର ଥିଲେ ବିଶୁମହାରଣା । ସମୂଦ୍ରକୂଳ ଚନ୍ଦ୍ରଭାଗାନଦୀ ମୂହାଣରେ ମନ୍ଦିରର ଆରମ୍ଭ ହୋଇଥିଲା । ମନ୍ଦିରଟି ତିଆରିହେଲା ଏକ ରଥ ଆକାରରେ । ସେଥିରେ ସାତଟି ପଥର ଘୋଡା ଯୋଖା ହେଲା । ମନ୍ଦିରର ସିଂହାସନରେ ରହିଲା ସୂର୍ଯ୍ୟଙ୍କ ପ୍ରତିମା । ଓଡ଼ିଶାର ୧୨ବର୍ଷର ରାଜସ୍ୱ ଖର୍ଚ୍ଚରେ ମନ୍ଦିରଟି ନିର୍ମାଣ ହେଲା । ମନ୍ଦିରର ମୂଳରୁ ଚୂଳ ଯାଏଁ କାରୂକାର୍ଯ୍ୟ ପୂର୍ଣ୍ଣ ହୋଇ ତିଆରି ହେଲା । କିନ୍ତୁ କାରିଗରମାନେ ଯେତେ ଥର ମନ୍ଦିରର ଦଧିନଉତିକୁ ବସାଉଥାଆନ୍ତି ତାହା ଖସି ପଡୁଥାଏ । | ଚନ୍ଦ୍ରଭାଗାନଦୀ | ai4bharatIndicQA |
କିଏ କହିଥିଲେ "ଯିଏ ରାମ ପୁଣି ସିଏ କୃଷ୍ଣ, ବର୍ତ୍ତମାନ ସେ ନିଜେ (ଏହି ଦେହରେ) ରାମକୃଷ୍ଣ ରୂପେ ଅବତୀର୍ଣ୍ଣ" ? | ଦେହତ୍ୟାଗର ଦୁଇ ଦିନ ମାତ୍ର ବାକୀ । ଶ୍ରୀରାମକୃଷ୍ଣ ଅସହ୍ୟ ରୋଗ ଯାତନାରେ କାତର; ତା’ରି ଭିତରେ ସେ ବାରମ୍ବାର ସମାଧିମଗ୍ନ ହେଉଛନ୍ତି । ଭକ୍ତଗଣ ନୀରବରେ ଅଧୋବଦନ ହୋଇ ଚାରିଆଡ଼େ ଘେରି ବସିଛନ୍ତି । ନରେନ୍ଦ୍ରନାଥ ମଧ୍ୟ ମ୍ଳାନମୁଖରେ ଗଭୀର ଚିନ୍ତାମଗ୍ନ ହୋଇ ବସିଛନ୍ତି । ଶ୍ରୀରାମକୃଷ୍ଣଙ୍କୁ ଶତ ଶତ ଲୋକ ଅବତାର ବୋଲି ଘୋଷଣା କରିଛନ୍ତି । ଭକ୍ତଗଣଙ୍କ ମଧ୍ୟରୁ ଅନେକଙ୍କର ବିଶ୍ୱାସ ଯେ ସେ ଭଗବାନଙ୍କର ଅବତାର । ନରେନ୍ଦ୍ରଙ୍କ ମନ କିନ୍ତୁ ସେତେବେଳେ ସୁଦ୍ଧା ଦ୍ୱିଧାଶୂନ୍ୟ ହୋଇନାହିଁ । ନିଜେ ତା’ର ପ୍ରମାଣ ନ ପାଇଲେ ସେ ପାଞ୍ଚଜଣଙ୍କ କଥାରେ ବିଶ୍ୱାସ କରିବା ଲୋକ ନୁହନ୍ତି । ଏତିକିବେଳେ ହଠାତ୍ ତାଙ୍କର ମନେ ହେଲା ଏହି ନିଦାରୁଣ କଷ୍ଟବେଳେ ଯଦି ସେ କହିବେ ଯେ ‘ମୁଁ ସ୍ୱୟଂ ଭଗବାନ‘, ତା’ ହେଲେ ମୁଁ ବିଶ୍ୱାସ କରିବି । ଆଶ୍ଚର୍ଯ୍ୟ ! ନରେନ୍ଦ୍ରଙ୍କ ମନରେ ଏହି ଚିନ୍ତା ଉଦୟ ହେବା ମାତ୍ରକେ ଶ୍ରୀରାମକୃଷ୍ଣ ନରେନ୍ଦ୍ରଙ୍କ ଆଡ଼କୁ ମୁହଁ ବୁଲାଇ ସ୍ୱାଭାବିକ କଣ୍ଠରେ କହିଲେ, ‘ଯିଏ ରାମ ପୁଣି ଯିଏ କୃଷ୍ଣ, ବର୍ତ୍ତମାନ ସେ ନିଜେ (ଏହି ଦେହରେ) ରାମକୃଷ୍ଣ ରୂପେ ଅବତୀର୍ଣ୍ଣ । | ଭଗବାନଙ୍କର | ai4bharatIndicQA |
ମନ୍ଦିରର ପ୍ରବେଶ ଦ୍ଵାରର ନାମ କଣ ? | କୋଣାର୍କ ମନ୍ଦିର କଳିଙ୍ଗ ସ୍ଥାପତ୍ୟ କଳା ଶୈଳୀରେ ତୋଳାଯାଇଥିଲା । ଗର୍ଭଗୃହଯୁକ୍ତ ମୁଖ୍ୟ ମନ୍ଦିରଟି ୨୨୯ ଫୁଟ ଉଚ୍ଚ ଓ ମୁଖଶାଳା ୧୨୮ ଫୁଟ ଉଚ୍ଚ। ୧୩ ଫୁଟ ଉଚ୍ଚ ପଥର ଚଟାଣ ଉପରେ ବିମାନ ଓ ଜଗମୋହନ ରଥ ରୂପରେ ଗଢ଼ା ଯାଇଥିଲା । ସେ ଚଟାଣ ଚାରିପଟେ ୯ଫୁଟ ୯ ଇଞ୍ଚ ଉଚ୍ଚର ୨୪ଟି ଚକ ଓ ସମ୍ମୁଖରେ ସାତଟି ଘୋଡା ଖଞ୍ଜା ଯାଇଥିଲା । ଜଗମୋହନର ଉଚ୍ଚତା ଥିଲା ୧୨୩ ଫୁଟ ଓ ବିମାନର ଉଚ୍ଚତା ଥିଲା ୨୨୫ ଫୁଟ । ଏବେ ବିମାନଟି ପ୍ରାୟ ଧ୍ୱଂସ ହୋଇଯାଇଛି । ବର୍ତ୍ତମାନ ଅଛି ଗର୍ଭଗୃହ ଓ ଦେବସିଂହାସନ। | ମୁଖଶାଳା | ai4bharatIndicQA |
ରବୀନ୍ଦ୍ର ନାଥ ଟାଗୋର ଜୀବନର ଶେଷ ଉପହାର ଭାବେ କ’ଣ ଚାହୁଁଥିଲେ ? | ସେ ବିଜ୍ଞାନର ପକ୍ରିୟା, ବୈଜ୍ଞାନିକମାନଙ୍କର ବିବରଣୀ, ସେ ଗଳ୍ପ ମଧ୍ୟରେ ପ୍ରକାଶ କରିଥିଲେ, ସେ(୧୯୩୭),ତିନ ସଙ୍ଗୀ(୧୯୪୦), ଗଳ୍ପସଳ୍ପ (୧୯୪୧) । ତାଙ୍କର ଶେଷ ପାଞ୍ଚବର୍ଷ ପୁରୁଣା କଷ୍ଟ ଓ ରୋଗଦ୍ୱାରା ଆକ୍ରାନ୍ତ ହୋଇଥିଲେ । ଏସବୁ ୧୯୩୭ରେ ଆରମ୍ଭ ହୋଇଥିଲା ଯେତେବେଳେ ସେ ଚେତା ଶୂନ୍ୟ ହୋଇଯାଇଥିଲା, ସେ ବହୁସମୟ ଧରି କୋମା ଅବସ୍ଥାରେ ଥିଲେ ,ଯାହା ପାଇଁ ସେ ମୃତ୍ୟୁର ନିକଟତର ହୋଇଥିଲେ । ସେ ସମୟରେ ଦୀର୍ଘସମୟଧରି ଅତ୍ୟଧିକ ଯନ୍ତ୍ରଣା ଭୋଗ କରୁଥିଲେ, ୭ ଅଗଷ୍ଟ ୧୯୪୧ରେ ମୃତ୍ୟୁବରଣ କରିଥିଲେ ୮୦ବର୍ଷ ବୟସରେ; ସେ ଜୋରାସଙ୍କ ଭବନର ଉପର ମହଲାରେ ପ୍ରାଣତ୍ୟାଗ କରିଥିଲେ । ସେ ତାରିଖରେ ଆଜି ପର୍ଯ୍ୟନ୍ତ ଶୋକ ବ୍ୟକ୍ତ କରାଯାଉଛି । ଏ. କେ. ସେନ, ପ୍ରଥମ ମୁଖ୍ୟ ନିର୍ବାଚନ କମିଶନଙ୍କ ଭାଇ, ୩୦ ଜୁଲାଇ ୧୯୪୧ ସେ ଟାଗୋରଙ୍କଠୁ ଆଗୁଆ ହୁକୁମ ପାଇଥିଲେ କି ନିର୍ଦ୍ଧାରିତ କାର୍ଯ୍ୟ ସମାପ୍ତ ପାଇଁ-ତାଙ୍କର ଶେଷ କବିତା । ସେ ତାଙ୍କ ସାଙ୍ଗ, ତାଙ୍କ ସ୍ପର୍ଶ, ଏବଂ ପୃଥିବୀ ପୃଷ୍ଟ/ଧରିତ୍ରୀ ମାର ଶେଷ ଭଲ ପାଇବା ଚାହୁଁଥିଲେ। ମୁଁ ମୋ ଜନ୍ମଦିନ ମଝିରେ ହଜିଯାଇଛି । | ତାଙ୍କ ସାଙ୍ଗ, ତାଙ୍କ ସ୍ପର୍ଶ | ai4bharatIndicQA |
ସିନ୍ଧୁ ଜଳ ଚୁକ୍ତି ବେଳେ ଭରତ ର ପ୍ରଧାନ ମନ୍ତ୍ରୀ କିଏ ଥିଲେ ? | ସିନ୍ଧୁ ଜଳ ଚୁକ୍ତି ବା ସିନ୍ଧୁ ଜଳ ବୁଝାମଣା (ଇଂରାଜୀରେ Indus Waters Treaty) ଭାରତ ଓ ପାକିସ୍ତାନ ମଧ୍ୟରେ ଜଳ ବିଭାଜନକୁ ଆଧାର କରି ହୋଇଥିବା ଏକ ଐତିହାସିକ ଚୁକ୍ତି । ବିଶ୍ୱବ୍ୟାଙ୍କର ମଧ୍ୟସ୍ତତାରେ ଭାରତରୁ ପାକିସ୍ତାନକୁ ପ୍ରବାହିତ ସିନ୍ଧୁ ନଦୀ ଓ ତାହାର ଉପନଦୀମାନଙ୍କ ଜଳକୁ ଉଭୟ ଦେଶ ମଧ୍ୟରେ ଆବଣ୍ଟିତ କରାଯାଇଥିଲା । [୧][୨][୩] ୧୯୬୦ ମସିହା ସେପ୍ଟେମ୍ବର ୧୯ ତାରିଖ ଦିନ ପାକିସ୍ତାନର କରାଚୀ ସହରରେ ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହରଲାଲ ନେହେରୁ ଓ ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଆୟୁବ ଖାଁଙ୍କଦ୍ୱାରା ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । [୪]ଏହି ବୁଝାମଣା ଅନୁସାରେ, ପୂର୍ବ ପଟର ୩ଟି ନଦୀରେ (ବେଆସ୍, ରାବୀ ଓ ଶତଲେଜ) ପ୍ରବାହିତ ବାର୍ଷିକ ୩.୩ କୋଟି ଏକର-ଫୁଟ୍ ପାଣି ଉପରେ ଭାରତର ନିୟନ୍ତ୍ରଣ ରହିଲା ଏବଂ ପଶ୍ଚିମ ପଟର ୩ଟି ନଦୀରେ (ସିନ୍ଧୁ, ଚେନାବ ଓ ଝେଲମ) ପ୍ରବାହିତ ବାର୍ଷିକ ୮ କୋଟି ଏକର-ଫୁଟ୍ ପାଣି ଉପରେ ପାକିସ୍ତାନର ନିୟନ୍ତ୍ରଣ ରହିଲା । [୫] ଏହି ଚୁକ୍ତିରେ ପାଣି ଆବଣ୍ଟନ ସମ୍ପର୍କିତ ପ୍ରସ୍ତାବ ଅଧିକ ବିବାଦୀୟ ଥିଲା । ଯେହେତୁ ପାକିସ୍ତାନର ନଦୀଗୁଡ଼ିକର ଅଧିକାଂଶ ଭାଗ ପାଣି ଭାରତରୁ ଆସେ, ତେଣୁ ପଶ୍ଚିମ ପଟର ନଦୀମାନଙ୍କ ପାଣିକୁ ଭାରତ ନିୟନ୍ତ୍ରିତ ଜଳସେଚନ, ଜଳବିଦ୍ୟୁତ୍ ଉତ୍ପାଦନ, ଜଳ ପରିବହନ, ମତ୍ସ୍ୟ ପାଳନ ଇତ୍ୟାଦି ଉଦ୍ଦେଶ୍ୟରେ ବ୍ୟବହାର କରିପାରିବ ବୋଲି ଚୁକ୍ତିରେ ପ୍ରସ୍ତାବ ରହିଲା । କୌଣସି ପ୍ରକଳ୍ପ ନିର୍ମାଣ ପାଇଁ ଭାରତକୁ କିଛି ନିୟମାବଳୀର ଅନୁସରଣ କରିବାକୁ ହେବ । ଭାରତ ଓ ପାକିସ୍ତାନର ମଧ୍ୟରେ ରହିଆସିଥିବା ଦୋଳାୟମାନ ସମ୍ପର୍କ ଯୋଗୁଁ ଯୁଦ୍ଧ ସମୟରେ ଭାରତ ସିନ୍ଧୁ ଓ ଅନ୍ୟ ନଦୀମାନଙ୍କ ଜଳକୁ ନିଜ ଇଚ୍ଛାରେ ନିୟନ୍ତ୍ରଣ କରି ପାକିସ୍ତାନରେ ବନ୍ୟା ବା ଦୁର୍ଭିକ୍ଷ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ପାକିସ୍ତାନର ଆଶଙ୍କା (ବା ଅଭିଯୋଗ) ରହିଆସିଛି । ତେଣୁ ସିନ୍ଧୁ ଜଳ ଚୁକ୍ତିର ଉପକ୍ରମରେ ବନ୍ଧୁତା, ସମନ୍ୱୟ ଓ ସଦ୍ଭାବ ରକ୍ଷାକରି ଏବଂ ଉଭୟ ଦେଶଙ୍କ ଅଧିକାରର ସମ୍ମାନ କରି ସିନ୍ଧୁ ଅବବାହିକା ବ୍ୟବସ୍ଥାରୁ ଉପଯୁକ୍ତ ଓ ଯଥେଷ୍ଟ ପରିମାଣର ଜଳ ଆବଣ୍ଟିତ କରିବା ଏହି ଚୁକ୍ତିର ଉଦ୍ଦେଶ୍ୟ । [୬][୭]ଚୁକ୍ତିର ଅନୁଚ୍ଛେଦ XII(୨) ଅନୁସାରେ ୧୯୬୦ ମସିହା ଅପ୍ରେଲ ପହିଲାଠାରୁ ଚୁକ୍ତି ଲାଗୁ ହେବା ପରଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଜଳ ସମ୍ବନ୍ଧୀୟ ବିବାଦ ବା ଯୁଦ୍ଧ ହୋଇନାହିଁ । ବିବାଦ କିମ୍ବା ଅସହମତିର ସ୍ଥିତି ଉପୁଜିଲେ ଚୁକ୍ତିର ନିୟମାବଳୀକୁ ଆଧାର କରି ମାମଲାର ବିଚାର କରାଯାଏ ଓ ବୁଝାମଣା ହୁଏ । [୮] ଆଧୁନିକ ସମୟରେ ବୁଦ୍ଧିଜୀବୀ ଓ ଗବେଷକ ମତ ଦିଅନ୍ତି ଯେ ଏହି ଚୁକ୍ତିରେ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ନିୟମ ରହିବା କଥା କିନ୍ତୁ ତଥାପି ଜଳ ଆବଣ୍ଟନ ପରିପ୍ରେକ୍ଷୀରେ ସିନ୍ଧୁ ଜଳ ଚୁକ୍ତିକୁ ବିଶ୍ୱର ସଫଳ ଚୁକ୍ତିମାନଙ୍କ ମଧ୍ୟରେ ପରିଗଣନା କରାଯାଏ । | ପଣ୍ଡିତ ଜୱାହରଲାଲ ନେହେରୁ | ai4bharatIndicQA |
ଦେହତ୍ୟାଗର କେତେ ଦିନ ପୂର୍ବେ ଶ୍ରୀ ରାମକୃଷ୍ଣ ପାଞ୍ଜି ଦେଖି ମହାପ୍ରସ୍ଥାନ ପାଇଁ ଦିନ ସ୍ଥିର କଲେ? | ଦେହତ୍ୟାଗର ଛ’ ସାତ ଦିନ ପୂର୍ବେ ସେ ପାଞ୍ଜି ଦେଖି ମହାପ୍ରସ୍ଥାନ ପାଇଁ ଦିନ ସ୍ଥିର କଲେ । ଶ୍ରାବଣ ସଂକ୍ରାନ୍ତି, ତିନି ଚାରି ଦିନ ମାତ୍ର ବାକି । ଶ୍ରୀରାମକୃଷ୍ଣ ନରେନ୍ଦ୍ରଙ୍କୁ ନିଜ ଶଯ୍ୟାପାର୍ଶ୍ୱକୁ ଡାକିଲେ ଏବଂ ଦ୍ୱାର ବନ୍ଦ କରିବାକୁ କହିଲେ । କୋଠରୀଟି ନିସ୍ତବ୍ଧତାରେ ଭାରାକ୍ରାନ୍ତ । ନରେନ୍ଦ୍ରଙ୍କୁ ସମ୍ମୁଖରେ ବସିବାକୁ ଇଙ୍ଗିତ କରି ସେ ନରେନ୍ଦ୍ରଙ୍କ ଆଖି ଉପରେ ଦୃଷ୍ଟି ନିବଦ୍ଧ କରି କ୍ରମେ ସମାଧିସ୍ଥ ହେଲେ । ସେତେବେଳେ ନରେନ୍ଦ୍ର ଅନୁଭବ କଲେ-ଶ୍ରୀରାମକୃଷ୍ଣଙ୍କ ଦେହରୁ ଯେପରି ଗୋଟିଏ ସୂକ୍ଷ୍ମ ତେଜରଶ୍ମି ତାଙ୍କ ଭିତରକୁ ଆସି ପ୍ରବେଶ କରୁଛି । କ୍ରମେ ବାହ୍ୟ ଚେତନା ବିଲୁପ୍ତ ହୋଇ ତାଙ୍କ ମନ ଗଭୀର ସମାଧିରେ ଲୀନ ହୋଇଗଲା । ବହୁ ସମୟ ପରେ ନରେନ୍ଦ୍ରଙ୍କ ବାହ୍ୟ ଚେତନା ଫେରି ଆସିଲା । ଶ୍ରୀରାମକୃଷ୍ଣ କହିଲେ, ‘ଆଜି ତୋତେ ସବୁ ଦେଇ ମୁଁ ଫକିର ହେଲି । | ଛ’ ସାତ | ai4bharatIndicQA |
ସେ କେଉଁଠାକୁ ଚାଲି ଆସିଥିଲେ ? | ଶ୍ରୀରାମକୃଷ୍ଣ କହୁଥିଲେ-‘ଫୁଲ ଫୁଟିଲେ ଭ୍ରମର ଆପେ ଆପେ ଆସେ ମଧୁପାନ କରିବାକୁ; ତାକୁ ଡାକିବାକୁ ପଡ଼େ ନାହିଁ । ’...କେଉଁ ଏକ ଅଜ୍ଞାତ ଆକର୍ଷଣରେ ଦକ୍ଷିଣେଶ୍ୱରକୁ ଛୁଟି ଆସିଲେ ଆବାଳ ବୃଦ୍ଧ-ବନିତା, ସମାଜର ସବୁ ସ୍ତରର, ସବୁ ଧର୍ମର ଲୋକେ । ଉଚ୍ଚ-ନୀଚ, ବ୍ରାହ୍ମଣ-ଚଣ୍ଡାଳର କୌଣସି ଭେଦ ନ ଥିଲା । ସେ ଥିଲେ କରୁଣାସାଗର । ସଭିଙ୍କ ପ୍ରତି ତାଙ୍କର ସମାନ କରୁଣା, ସମାନ ଦୟା । ସଭିଙ୍କୁ ସେ ଭଗବତ୍-ପ୍ରାପ୍ତି ନିମନ୍ତେ ସାହାଯ୍ୟ କରୁଥିଲେ । ସେ ଥିଲେ ତ୍ରିକାଳଦର୍ଶୀ ମହାପୁରୁଷ । ଅନ୍ତର ଭିତରେ ପଶି କିଏ କେଉଁ ଭାବର ଲୋକ, ତାହା ଜାଣି ସେହି ଭାବରେ ସଭିଙ୍କୁ ଉପଦେଶ ଦେଉଥିଲେ । ତାଙ୍କ ଭିତରେ ଏପରି ଆଧ୍ୟାତ୍ମିକ ଶକ୍ତିର ବିକାଶ ହୋଇଥିଲା ଯେ ଥରଟିଏ ମାତ୍ର ସ୍ପର୍ଶ କରି ଭକ୍ତଗଣଙ୍କୁ ସମାଧିସ୍ଥ କରି ଦେଇପାରୁଥିଲେ, ଈଶ୍ୱର ଦର୍ଶନ କରାଇ ପାରୁଥିଲେ । ଦିନେ ଭାବାବେଶରେ କହିଥିଲେ, ‘ବର୍ତ୍ତମାନ ମାଆଙ୍କୁ (ଜଗଜ୍ଜନନୀଙ୍କୁ) କହୁଥିଲି-ମା’ ! | ଦକ୍ଷିଣେଶ୍ୱରକୁ | ai4bharatIndicQA |
ସଂଧ୍ୟାରେ ଶ୍ରୀରାମକୃଷ୍ଣଙ୍କର କ’ଣ ହୋଇଥିଲା? | ମଝି ରାତିରେ ତାଙ୍କର ସମାଧିଭଙ୍ଗ ହେଲା । ଭକ୍ତଗଣ ତାଙ୍କୁ ତକିଆରେ ଆଉଜାଇ ବସାଇଦେଲେ । ସେ ସମବେତ ଭକ୍ତଙ୍କ ଉପରେ ସସ୍ନେହ ଦୃଷ୍ଟିପାତ କରି ସ୍ୱାଭାବିକ କଣ୍ଠରେ ତିନିଥର ‘କାଳୀ’ ନାମ ଉଚ୍ଚାରଣ କରି ପୁନର୍ବାର ସମାଧିମଗ୍ନ ହେଲେ । ରାତି ଗୋଟାଏ ଦୁଇ ମିନିଟ୍ ବେଳେ ହଠାତ୍ ତାଙ୍କ ସର୍ବାଙ୍ଗରେ ମୁହୁର୍ମୁହୁଃ ପୁଲକ ଓ ରୋମାଞ୍ଚ ହେବାକୁ ଲାଗିଲା । ଦୃଷ୍ଟି-ନାସାଗ୍ର-ନିବଦ୍ଧ । ମୁଖମଣ୍ଡଳରେ ଦିବ୍ୟାନନ୍ଦର ଦୀପ୍ତି । ଶ୍ରୀରାମକୃଷ୍ଣ ଗଭୀର ସମାଧିମଗ୍ନ ହେଲେ । ଭକ୍ତଗଣ ଭାବିଲେ ଶୀଘ୍ର ପୁଣି ବାହ୍ୟଜ୍ଞାନ ଫେରି ଆସିବ । ରାତି ଶେଷ ହୋଇଗଲା, କିନ୍ତୁ ତାଙ୍କ ସମାଧି ଭଙ୍ଗ ହେଲା ନାହିଁ । | ଦୃଷ୍ଟି-ନାସାଗ୍ର-ନିବଦ୍ଧ | ai4bharatIndicQA |
କାବୁଲ ନଦୀ ସିନ୍ଧୁ ନଦୀ ସହିତ କେଉଁଠାରେ ମିଶିଛି ? | ସିନ୍ଧୁ ନଦୀର ମୂଳ ଉତ୍ସ ତିବ୍ବତରେ ରହିଛି । ସେଙ୍ଗେ ଜାଙ୍ଗବୋ ଓ ଗାର୍ ତ୍ସାଙ୍ଗପୋର ସଙ୍ଗମରୁ ସିନ୍ଧୁ ନଦୀର ଆରମ୍ଭ ହୋଇଛି । ଏହି ଦୁଇ ନଦୀ ଗାଂଗଲୋଂଗ କାଂଗ୍ରି ଓ ଗାଂଗଦିସେ ଶାନ୍ (କୈଳାସ ପର୍ବତର ଗାଂଗ୍ ରିମ୍ପୋଶେ) ପର୍ବତରେ ପ୍ରବାହିତ ସ୍ରୋତ ଓ ଝରଣାସମୂହରୁ ସୃଷ୍ଟ । ଏହି ସଙ୍ଗମ ପରେ ସିନ୍ଧୁ ନଦୀ ଦକ୍ଷିଣ-ପଶ୍ଚିମ ଦିଗରେ ପ୍ରବାହିତ ହୋଇ ଲଦାଖ ଓ ବାଲ୍ଟିସ୍ତାନ ଅତିକ୍ରମ କରିବା ପରେ କାରାକୋରମ୍ ପର୍ବତଶ୍ରେଣୀର ଦକ୍ଷିଣରେ ଗିଲ୍ଗିଟ୍ ସହିତ ମିଳିତ ହୋଇଛି । ଶ୍ୟୋକ୍, ଶିଗର୍ ଓ ଗିଲିଗିଟ୍ ନଦୀ ମୁଖ୍ୟତଃ ହିମସ୍ରୋତରୁ ସୃଷ୍ଟ ଓ ଏମାନେ ସିନ୍ଧୁ ନଦୀକୁ ନିଜ ଜଳଦ୍ୱାରା ପରିବୃଦ୍ଧ କରିଥାନ୍ତି । ଏହା ପରେ ସିନ୍ଧୁ ନଦୀ ଦକ୍ଷିଣାଭିମୁଖୀ ହୋଇ ପାକିସ୍ତାନର କାଲାବାଗଠାରେ ପଞ୍ଜାବର ସମତଳ ଅଞ୍ଚଳକୁ ପ୍ରବେଶ କରିଛି । ନଙ୍ଗା ପର୍ବତ ନିକଟରେ ସିନ୍ଧୁ ନଦୀରେ ଗଭୀର ଗଣ୍ଡମାନ ରହିଛି ଯାହାର ଗଭୀରତା ୪୨୦୦-୫୨୦୦ମିଟର୍ (୧୫୦୦୦-୧୭୦୦୦ ଫୁଟ୍) । ଏହା ପରେ ସିନ୍ଧୁ ନଦୀ ହଜାରା ନିକଟରେ ଅତି ତୀବ୍ର ଧାରରେ ପ୍ରବାହିତ ହୋଇଛି ଓ ସେଠାରେ ତର୍ବେଲା ନଦୀବନ୍ଧ ନିର୍ମାଣ କରାଯାଇଛି । ଆଟକ୍ଠାରେ କାବୁଲ ନଦୀ ସିନ୍ଧୁ ନଦୀ ସହ ମିଳିତ ହୋଇଛି । ଏହା ପରଠାରୁ ସିନ୍ଧୁ ନଦୀ ପଞ୍ଜାବର ସମତଳ ଅଞ୍ଚଳରେ ପ୍ରବାହିତ । ପଞ୍ଜାବ ପରେ ପାକିସ୍ତାନର ସିନ୍ଧ ଅଞ୍ଚଳ ଦେଇ ପ୍ରବାହିତ ହେବାବେଳକୁ ସିନ୍ଧୁ ନଦୀ ଅଧିକ ପ୍ରସାରିତ, ବିଖଣ୍ଡିତ ଓ ଧୀର ହୋଇଯାଇଛି । | ଆଟକ୍ଠାରେ | ai4bharatIndicQA |
କେଉଁ ବର୍ଷରେ Dr.APJ ଅବଦୁଲ କଲାମ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ବା ଇସ୍ରୋକୁ ବଦଳି ହୋଇ ଯାଇଥିଲେ ? | ସେ ତାଙ୍କ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ଭାରତୀୟ ସେନା ପାଇଁ ଏକ କ୍ଷୁଦ୍ର ହେଲିକପ୍ଟରର ଡିଜାଇନରୁ। ତେବେ ପ୍ରାରମ୍ଭରେ ତାଙ୍କୁ ଦିଆଯାଉଥିବା କାର୍ଯ୍ୟ ନେଇ ସେ ସନ୍ତୁଷ୍ଟ ନଥିଲେ। ପରେ ସେ ବିଖ୍ୟାତ ବୈଜ୍ଞାନିକ ବିକ୍ରମ ସରାଭାଇଙ୍କ ଅଧୀନରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ। ବିକ୍ରମ ସରାଭାଇଙ୍କ ଅଧୀନରେ ଗଠିତ ଆଇଏନସିଓଏସପିଏଆର୍ କମିଟିରେ ସେ ସାମିଲ ହୋଇଥିଲେ। ବିକ୍ରମ ସରାଭାଇ ତାଙ୍କର ପ୍ରେରଣା ଥିଲେ ବୋଲି ଅବଦୁଲ କଲାମ ଅନେକ ଥର କହିଛନ୍ତି। ୧୯୬୯ରେ ସେ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ବା ଇସ୍ରୋକୁ ବଦଳି ହୋଇ ଯାଇଥିଲେ। ସେ ଥିଲେ ଭାରତର ପ୍ରଥମ ସାଟେଲାଇଟ୍ ଲଞ୍ଚ୍ ଭେହିକିଲ୍ (ଏସଏଲଭି-୩)ର ପ୍ରୋଜେକ୍ଟ ଡାଇରେକ୍ଟର। | ୧୯୬୯ | ai4bharatIndicQA |
ବିହାରୀମାଲା ଙ୍କ ନାତିଙ୍କ ନାମ କଣ ? | ବିହାରୀମଲ୍ଲ, ତାଙ୍କର ପୁତ୍ର ଭଗବନ ଦାସ ଓ ନାତି ମାନ ସିଂହ ମୋଗଲ ଦରବାରରେ ରାଜକାର୍ଯ୍ୟ କରି ମୋଗଲ ସାମ୍ରାଜ୍ୟର ଅଭିବୃଦ୍ଧି ପାଇଁ ଯଥେଷ୍ଟ ସାହାଯ୍ୟ କରିଥିଲେ । ଆକବରଙ୍କ ରାଜପୁତ ନୀତିଦ୍ୱାରା ଅନେକ ରାଜପୁତ ଶାସକ ପ୍ରଭାବିତ ହୋଇଥିଲେ । କିନ୍ତୁ ମିବାରର ରାଜବଂଶ ଆକବରଙ୍କର ବଶତା ସ୍ୱୀକାର କଲେ ନାହିଁ । ସେତେବେଳେ ରାଣା ସଂଗ୍ରାମ ସିଂହଙ୍କର ପୁତ୍ର ଉଦୟ ସିଂହ ମିବାରର ରାଣା ଥିଲେ । ଆକବର ୧୫୬୭ ଖ୍ରୀଷ୍ଟାବ୍ଦରେ ମିବାରର ରାଜଧାନୀ ଚିତୋର ଆକ୍ରମଣ କଲେ । ଉଦୟ ସିଂହ ପଳାୟନ କଲେ । | ମାନ ସିଂହ | ai4bharatIndicQA |
କେଉଁ ଚୁକ୍ତି ଉଭୟ ଦେଶ ମଧ୍ୟରେ ସ୍ବାକ୍ଷରିତ ହୋଇଥିଲା? | କିନ୍ତୁ ଉଭୟ ପକ୍ଷ ଆଲୋଚନା ବନ୍ଦ କରିବାକୁ ଉତ୍ସାହୀ ନଥିଲେ । ପାକିସ୍ତାନୀ ଗଣମାଧ୍ୟମରେ ଗୁଜବ ପ୍ରଚାରିତ ହେଲା ଯେ ବୃଦ୍ଧି ପାଉଥିବା ଶତ୍ରୁତା ଯୋଗୁଁ ସିନ୍ଧୁ ବିବାଦ ଆଲୋଚନା ବନ୍ଦ ହୋଇଗଲା ଓ ଭାରତ ସହ କଥାବାର୍ତ୍ତା ବନ୍ଦ କରି ଯୁଦ୍ଧ କରିବା ପାଇଁ ପାକିସ୍ତାନ ପ୍ରସ୍ତୁତ ନଥିବାରୁ ନିଜ ଯୁକ୍ତି ବିଷୟରେ ପୁନର୍ବିଚାର କରୁ । [୩୪][୩୫] ଭାରତ ମଧ୍ୟ ସିନ୍ଧୁ ସମସ୍ୟାର ସମାଧାନ ପାଇଁ ବ୍ୟଗ୍ର ଥିଲା । କଥାବାର୍ତ୍ତା ଯୋଗୁଁ ଅନେକ ପ୍ରକଳ୍ପର କାମ ଅଧାରେ ବନ୍ଦ ହୋଇଯାଇଥିଲା ଓ ଭାରତୀୟ ରାଜନେତାମାନେ ଜଳସେଚନ ପାଇଁ ଉଦ୍ଦିଷ୍ଟ କେନାଲ୍ ଯଥା ସମ୍ଭବ କମ୍ ସମୟରେ ନିର୍ମାଣ କରିବାକୁ ଚାହୁଁଥିଲେ । [୩୬]୧୯୫୪ ମସିହା ଡିସେମ୍ବର ମାସରେ ଉଭୟ ପକ୍ଷ ପୁଣି ଆଲୋଚନା ଆରମ୍ଭ କଲେ । ବିଶ୍ୱବ୍ୟାଙ୍କର ପ୍ରସ୍ତାବ ଶେଷ ନିଷ୍ପତ୍ତି ନୁହେଁ ବରଂ ଆଲୋଚନା ପରେ ବୁଝାମଣାରୁ ଶେଷ ନିଷ୍ପତ୍ତି ନିଆଯିବା ସ୍ଥିର ହେବାରୁ କଥାବାର୍ତ୍ତା ଆଗାମୀ ୬ ବର୍ଷ ପର୍ଯ୍ୟନ୍ତ ଚାଲିଲା । [୩୭]ବୁଝାମଣାର ଶେଷ ବାଧା ଥିଲା କେନାଲ ଓ ଜଳଭଣ୍ଡାରଗୁଡ଼ିକର ନିର୍ମାଣର ଆର୍ଥିକ ସହାୟତା । ପାକିସ୍ତାନ ପୂର୍ବ ପଟର ନଦୀମାନଙ୍କ ଅଧିକାର ହରାଉଥିବାରୁ ପଶ୍ଚିମ ପଟର ନଦୀର ଜଳ ଗଚ୍ଛିତ ରଖିବା ଜରୁରୀ ଥିଲା । ବିଶ୍ୱବ୍ୟାଙ୍କ ପ୍ରଥମେ ଏହି ନିର୍ମାଣ କାର୍ଯ୍ୟର ଆର୍ଥିକ ଭାର ଭାରତକୁ ଦେବାକୁ ଚାହୁଁଥିଲା ଯାହାକୁ ନେଇ ଭାରତ ରାଜି ହେଲା ନାହିଁ । [୩୮] ବିଶ୍ୱବ୍ୟାଙ୍କ ଏଥିପାଇଁ ଏକ ଯୋଜନା କଲା । ୧୯୬୦ ମସିହା ସେପ୍ଟେମ୍ବର ୧୯ ତାରିଖରେ କରାଚୀ ସହରରେ ପାକିସ୍ତାନ, ଅଷ୍ଟ୍ରେଲିଆ, କାନାଡ଼ା, ପଶ୍ଚିମ ଜର୍ମାନୀ, ନ୍ୟୁଜିଲ୍ୟାଣ୍ଡ, ଯୁକ୍ତରାଜ୍ୟ, ଯୁକ୍ତରାଷ୍ଟ୍ର ଆମେରିକା ଓ ବିଶ୍ୱବ୍ୟାଙ୍କ ମିଳିତ ଭାବେ ସିନ୍ଧୁ ଅବବାହିକା ଉନ୍ନୟନ କୋଷ ଚୁକ୍ତି (Indus Basin Development Fund Agreement)ରେ ସ୍ୱାକ୍ଷର କଲେ । ଏହି ଦେଶ ଓ ସଂସ୍ଥା ପାକିସ୍ତାନକୁ ଆର୍ଥିକ ଅନୁଦାନ ତଥା ଋଣ ଦେବାକୁ ରାଜି ହେଲେ । | ଉନ୍ନୟନ କୋଷ ଚୁକ୍ତି | ai4bharatIndicQA |
ସମସ୍ୟାର ସମାଧାନ ପାଇଁ ସମସ୍ତେ କାହା ପାଖ କୁ ଗଲେ ? | ବିରୋଚନ ପୁତ୍ର ବଳି ଇନ୍ଦ୍ର ଓ ମରୁତଗଣଙ୍କୁ ପରାସ୍ତ କରି ତ୍ରିଭୁବନ ଜୟକରି ପ୍ରଜାପାଳନ କରୁଥିଲେ । ଦାନପାଇଁ ସେ ପ୍ରସିଦ୍ଧ ଥିଲେ ଏବଂ ଯେ ଯାହା ମାଗୁଥିଲେ, ତାହା ଦାନ କରୁଥିଲେ । ତାଙ୍କର ବିକ୍ରମ ଓ ଦାନର ପ୍ରଭାବରେ ସେ ଇନ୍ଦ୍ର ଓ ଦେବତାମାନଙ୍କୁ ନିଷ୍ପ୍ରଭ କରିବାକୁ ବସିଲେ । ଏଥିରେ ଇନ୍ଦ୍ର ଓ ଦେବଗଣ ଭୟଭୀତ ହେଲେ । ବଳି ଏକ ପ୍ରସିଦ୍ଧ ଯଜ୍ଞ କଲେ । ଏହି ଯଜ୍ଞ ଶେଷହେଲେ ଇନ୍ଦ୍ର ଓ ଦେବଗଣଙ୍କର ସମସ୍ତ ଶକ୍ତି ଓ ତେଜ ଚାଲିଯିବ । ଏହାର ଆଶୁ ନିରାକରଣ ପାଇଁ ଭଗବାନ ବିଷ୍ଣୁଙ୍କର ଶରଣାପନ୍ନ ହେଲେ । ବିଷ୍ଣୁ ବାମନ ରୂପରେ ବଳିଙ୍କ ଠାରୁ ତିନିଲୋକ ପ୍ରାପ୍ତହେଲେ । ଦାନପ୍ରଦାନ ଛଳରେ ମାୟାବୀବିଷ୍ଣୁ ଗର୍ବୀବଳିଙ୍କୁ ତୃତୀୟପାଦରେ ପାତାଳ ଚାପି ଦେଲେ । | ଭଗବାନ ବିଷ୍ଣୁ | ai4bharatIndicQA |
କେତେ ମସିହାରେ ଫରୱାର୍ଡ ଦଳ ଗଠନ ହେଲା ? | ୧୯୩୮ ମସିହାରେ ହରିପୁରା ଜାତୀୟ କଂଗ୍ରେସର ଅଧିବେଶନରେ ଗାନ୍ଧୀଙ୍କ ମନୋନୀତ ପ୍ରାର୍ଥୀ ପଟ୍ଟାଭିସୀତାରାମାୟାଙ୍କୁ ହରାଇ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ୧୯୩୯ରେ ସେ ପୁଣିଥରେ ସେହି ପଦବୀକୁ ନିର୍ବାଚିତ ହୋଇଥିଲେ । ୧୯୩୯ରେ ସେ ଫରୱାର୍ଡ଼ ବ୍ଳକ ନାମକ ଏକ ନୂତନ ଦଳ ଗଠନ କରିଥିଲେ । ସଶସ୍ତ୍ର ଆନ୍ଦୋଳନଦ୍ୱାରା ହିଁ ଭାରତକୁ ବ୍ରିଟିଶ ସାମ୍ରାଜ୍ୟବାଦରୁ ମୁକ୍ତ କରିହେବ ବୋଲି ସେ ବିଶ୍ୱାସ କରୁଥିଲେ । ସେ ଇଟାଲିର ଜନନାୟକ ଗାରିବାଲ୍ଡି ଓ ମାଜିନିଙ୍କଦ୍ୱାରା ଯଥେଷ୍ଟ ଅନୁପ୍ରାଣୀତ ହୋଇଥିଲେ । ସୁଭାଷଙ୍କର ଏହି ଉଗ୍ରନୀତି ଯୋଗୁଁ ବ୍ରିଟିଶ ସରକାର ତାଙ୍କୁ କଲିକତାଠାରେ ନଜରବନ୍ଦୀ ରୂପେ ରଖିଥିଲେ । ଭାରତର ସ୍ୱାଧୀନତା ପାଇଁ ଭାରତ ବାହାରେ ରହି ଯୁଦ୍ଧ କରିବା ପାଇଁ ୧୯୪୧ ଜାନୁଆରୀ ୧୭ ତାରିଖରେ ସେ ଭାରତର ସୀମାନ୍ତ ଅତିକ୍ରମ କରି ଆଫଗାନିସ୍ଥାନ ଓ ସୋଭିଏତ ଋଷ ମଧ୍ୟ ଦେଇ ମାର୍ଚ୍ଚ ମାସରେ ବର୍ଲିନଠାରେ ପହଞ୍ଚିଥିଲେ । ଜର୍ମାନୀର ନାଜି ଶାସକ ହିଟଲରଙ୍କ ସହ ସାକ୍ଷାତ କରି ଭାରତର ସ୍ୱାଧୀନତା ହାସଲ ସମ୍ପର୍କରେ ତାଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ । | ୧୯୩୯ରେ | ai4bharatIndicQA |
ରାମକୃଷ୍ଣ କେଉଁ ପରିବାରରେ ଜନ୍ମଗ୍ରହଣ କରିଥିଲେ? | ଶ୍ରୀରାମକୃଷ୍ଣ ହୁଗୁଳୀ ଜିଲ୍ଲାର କାମାରପୁକୁର ଗାଁରେ ଏକ ବ୍ରାହ୍ମଣ ବଂଶରେ ଜନ୍ମଗ୍ରହଣ କରିଥିଲେ । ସେ ଦିନ ଥିଲା ୧୨୪୨ ସାଲର ଛଅ ଫାଲ୍ଗୁନ, ବୁଧବାର, ଶୁକ୍ଳ ଦ୍ୱିତୀୟା ତିଥି (୧୮୩୬ ଖ୍ରୀ:ର ଫେବୃଆରୀ ୧୮ ତାରିଖ) । ତାଙ୍କ ପିତାଙ୍କ ନାମ କ୍ଷୁଦିରାମ ଚଟ୍ଟୋପାଧ୍ୟାୟ ଓ ମାତା ଚନ୍ଦ୍ରମଣି ଦେବୀ । କ୍ଷୁଦିରାମ ଅତି ନିଷ୍ଠାବାନ, ତେଜସ୍ୱୀ, ଦେବଦେବୀଙ୍କ ପ୍ରତି ଭକ୍ତିପରାୟଣ, ସତ୍ୟବାଦୀ ଓ ସଦାଚାରୀ ବ୍ରାହ୍ମଣ ଥିଲେ । ତାଙ୍କର ବିଶ୍ୱାସ ଥିଲା ଜ୍ୱଳନ୍ତ । ଶୀତଳା ଦେବୀ ବାଳିକା ରୂପରେ ଆସି ପ୍ରତ୍ୟୁଷରେ ପୂଜାଫୁଲ ତୋଳିବାରେ କ୍ଷୁଦିରାମଙ୍କୁ ସାହାଯ୍ୟ କରୁଥିଲେ । | ବ୍ରାହ୍ମଣ ବଂଶରେ | ai4bharatIndicQA |
ସରୋଜିନୀଙ୍କର କାହାଙ୍କ ସହ ନିବିଡ଼ ସମ୍ପର୍କ ସ୍ଥାପିତ ହୋଇଥିଲା? | ସେ ପାର୍ସି ଭାଷାରେ ମେହେର୍ ମୁନିର୍ ନାମକ ନାଟିକା ରଚନା କରିଥିଲେ ଏହା ଏକ ପତ୍ରିକାରେ ପ୍ରକାଶିତ ହୋଇ ଆଲୋଡନ ସୃଷ୍ଟି କରିଥିଲା। ଏଥିପାଇଁ ତାଙ୍କୁ ୧୮୮୫ ମସିହାରେ ହାଇଦ୍ରାବାଦର ନିଜାମଙ୍କ ତରଫରୁ ବାର୍ଷିକ ୩୦୦ ପାଉଣ୍ଡ ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା ଓ ସେ ଉଚ୍ଚଶିକ୍ଷା ପାଇଁ ୧୬ ବର୍ଷ ବୟସରେ ବିଲାତ ଯାତ୍ରା କରିଥିଲେ। ପରବର୍ତ୍ତୀ ତିନିବର୍ଷ ସରୋଜିନୀ ଲଣ୍ଡନ ଓ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କଲେ । ସେହି ସମୟରେ ଲଣ୍ଡନର "ରାଇମର୍ସ କ୍ଲବ୍"ର ପ୍ରଭାବରେ ଏବଂ ସାର୍ ଏଡମଣ୍ଡ ଗୋସ୍ଙଙ୍କ ପ୍ରୋତ୍ସାହନ ପାଇ ତାଙ୍କର କାବ୍ୟିକ ପ୍ରତିଭାର ବିକାଶ ଘଟିଥିଲା । ଏହି ସମୟରେ ଆନିବେସାନ୍ତଙ୍କ ସହ ନିବିଡ଼ ସମ୍ପର୍କ ସ୍ଥାପିତ ହୋଇଥିଲା। ଇଂଲଣ୍ଡରେ ଥିବାବେଳେ ପ୍ରସିଦ୍ଧ ଲେଖକ ଓ ସମାଲୋଚକ ଏଡ଼ମଣ୍ଡ ଗସ୍ଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା। ତାଙ୍କର ଯେଉଁସବୁ ଲେଖା ବ୍ରିଟିସ୍ ପତ୍ରିକାରେ ପ୍ରକାଶିତ ହେଉଥିଲା ଏଡ଼ମଣ୍ଡ ସେସବୁକୁ ପଢି ତାଙ୍କୁ ପ୍ରେରଣା ଓ ପରାମର୍ଶ ଦେଉଥିଲେ । ପରେ ସେ, ତାଙ୍କରି ନିର୍ଦେଶରେ ଭାରତୀୟ ପରିବେଶକୁ ଆଧାର କରି କବିତା ଲେଖିଥିଲେ। ଏହାଦ୍ୱାରା ତାଙ୍କର ଲେଖା ସ୍ୱଦେଶଭିମୁଖୀ ହୋଇପାରିଥିଲେ ଓ ବିଦେଶରେ ତାଙ୍କର ସୁଖ୍ୟାତି ବ୍ୟାପିଯାଇଥିଲା। ସେ ଲଣ୍ଡନର କିଂଗ୍ସ କଲେଜ୍ , କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଓ ଗର୍ଟନ କଲେଜ୍ ଆଦିରେ ଅଧ୍ୟୟନ କରିଥିଲେ। ଲଣ୍ଡନରେ ୩ବର୍ଷ ରହିବା ପରେ ସ୍ୱସ୍ଥ୍ୟହାନୀ ଘଟିଥିଲା। | ରାଇମର୍ସ | ai4bharatIndicQA |
କଳା ଠାକୁରଙ୍କ ପ୍ରତିମୂର୍ତ୍ତିର ଉଚ୍ଚତା କେତେ? | ପୂର୍ବ-ପଶ୍ଚିମ ମୁଖା ବଟ ଗଣପତି ସମୁଖରେ ହରି ସହଦେବ ମନ୍ଦିର ପାର୍ଶ୍ୱରେ ବଟ ଜଗନ୍ନାଥ ମନ୍ଦିର । ଏଠାରେ ଜଗନ୍ନାଥଙ୍କ ବିଗ୍ରହ ପୂଜିତ । ସଦା ସର୍ବଦା ସୁନା ବେଶର ମୁକୁଟ, କିରୀଟ କଳା ବଦନର ଶୋଭାକୁ ଦୁଇ ଗୁଣିତ କରୁଅଛି। ମୂର୍ତ୍ତିର ଉଚ୍ଚତା ୫ ଫୁଟ। ବାମ ପାର୍ଶ୍ୱରେ ଲକ୍ଷ୍ମୀଙ୍କ ମୂର୍ତ୍ତି । ଏହା ସମ୍ମୁଖରେ ପୁରାଣ ପଢିବା ବେଳେ ଅତିବଡି ଜଗନ୍ନାଥ ଦାସଙ୍କ ସହିତ ଚୈତନ୍ୟ ଭେଟ ହୋଇଥିଲେ । ଯବନ/ବିଧର୍ମୀମାନେ ଶ୍ରୀଜଗନ୍ନାଥଙ୍କୁ ଯେତେବେଳେ ଆକ୍ରମଣ କରନ୍ତି ସେହି ସମୟରେ ମହାପ୍ରଭୁଙ୍କ ସୁରକ୍ଷା ନିମନ୍ତେ ବଟ ବିହାରୀ ଜଗନ୍ନାଥଙ୍କୁ କଳାହାଟ ଦ୍ୱାରରେ ରଖି ଶତ୍ରୁଙ୍କୁ ଠକା ଯାଇଛି। ମହାସ୍ନାନ ସ୍ନାନ ପୂର୍ଣ୍ଣିମା ଦିନ ସମ୍ପାଦିତ ହୋଇ ଅଣସର ନୀତି ପାଳିତ ହୁଏ । | ୫ ଫୁଟ | ai4bharatIndicQA |
ଏହି ଆୟୋଗ ଚାରି ବର୍ଷ ପାଇଁ ଭାରତର ପ୍ରତ୍ୟେକ ରାଜ୍ୟ ଭ୍ରମଣ କରିଥିଲେ ଏବଂ କେଉଁ ମସିହାରେ ତତ୍କାଳୀନ ଅଧିନିୟମ ଡ୍ରାଫ୍ଟ ଦାଖଲ କରିଥିଲେ ? | ଅଷ୍ଟାଦଶ ଶତାବ୍ଦୀର ଆରମ୍ଭ ବେଳକୁ ଭାରତର ପ୍ରାୟ ଅଧିକାଂଶ ରାଜ୍ୟ ଇଷ୍ଟ ଇଣ୍ଡିଆ କମ୍ପାନୀର ଶାସନାଧୀନ ହୋଇସାରିଥଲା । ବିଭିନ୍ନ ରାଜ୍ୟରେ ସମାଜର ଚଳଣୀ ଓ ସଂସ୍ଥାପନା ବ୍ୟବସ୍ଥାକୁ ନେଇ ବିଭିନ୍ନ ପ୍ରକାରର ଆଇନ ଓ ବିଚାର ବ୍ୟବସ୍ଥା ଥିଲା । ଏହି ବିଭିନ୍ନତା ଓ ପାର୍ଥକ୍ୟ ଇଂରେଜ ମାନଙ୍କର ପସନ୍ଦ ହେଲାନାହିଁ । ଫଳରେ ସେମାନେ ସାରା ଭାରତରେ ଏକ ପ୍ରକାରର ଆଇନର ପ୍ରଚଳନ କରିବା ଉଦ୍ଦେଶ୍ୟରେ ଏକ ଭାରତୀୟ ଫୌଜଦାରୀ ଦଣ୍ଡବିଧି ଆଇନର ପରିକଳ୍ପନା କଲେ ଓ ଲର୍ଡ ରବର୍ଟ ମାକଲେଙ୍କ ଅଧକ୍ଷତାରେ ଏକ କମିଶନ ବସାଇଲେ । [୧][୨] ଏହି କମିଶନ ଦୀର୍ଘ ୪ ବର୍ଷ ଭାରତର ପ୍ରତ୍ୟେକ ରାଜ୍ୟ ଭ୍ରମଣ କରି ଓ ଆଇନ ସମ୍ପର୍କିତ ବିଧିବ୍ୟବସ୍ଥାର ଅନୁଧାନ କରି ୧୮୩୭ ମସିହାରେ ଏହି ଚିଠା ଆଇନଟିକୁ ତତ୍କାଳୀନ ଗଭର୍ଣ୍ଣର ଜେନେରାଲ ଅଫ୍ ଇଣ୍ଡିଆନ କାଉନସିଲଙ୍କ ପାଖରେ ଦାଖଲ କରିଥଲେ । ମାତ୍ର ଏହି ଚିଠା ଆଇନଟି ଗ୍ରହଣଯୋଗ୍ୟ ନୁହେଁ ବୋଲି ସ୍ୱୟଂ ଇଷ୍ଟ ଇଣ୍ଡିଆ କମ୍ପାନୀ ମତ ଦେବାରୁ ଏହା ସ୍ୱୀକୃତ ହୋଇପାରିଲା ନାହିଁ । ୧୮୫୭ ମସିହାରେ ପ୍ରଥମ ସ୍ୱାଧୀନତା ଆନ୍ଦୋଳନ (ଯାହାକି ‘‘ସିପାହୀ ବିଦ୍ରୋହ ବୋଲି ନାମିତ) ପରେ ଭାରତର ଶାସନ ବ୍ୟବସ୍ଥା ଇଂରେଜ ସରକାର ନିଜ ହାତକୁ ନେଲେ ଓ ୧୮୬୦ ମସିହା ଅକ୍ଟୋବର ମାସ ୬ ତାରିଖରେ ଏହି ଚିଠା ଆଇନଟି ଗଭର୍ଣ୍ଣର ଜେନେରାଲଙ୍କ ସ୍ୱୀକୃତିପ୍ରାପ୍ତ ହୋଇ ଆଇନରେ ପରିଣତ ହେଲା ଓ ୧.୧.୧୮୬୨ ତାରିଖରୁ ଭାରତରେ କାର୍ଯ୍ୟକାରୀ ହେଲା । ଭାରତୀୟ ଦଣ୍ଡ ସଂହିତା(Indian Penal Code,1860)ପ୍ରକାରେ ସାଧାରଣ ଭାବରେ ଅପରାଧର ଅର୍ଥ ହେଲା ମନ୍ଦ ଅଭିପ୍ରାୟ ରଖି ରାଜ୍ୟର, ସର୍ବସାଧାରଣଙ୍କର ବା କୌଣସି ବ୍ୟକ୍ତି ବିଶେଷଙ୍କର ଧନ, ଜୀବନ ଓ ସମ୍ମାନ ଉପରେ ଆଞ୍ଚ ଆଣିଲା ଭଳି କାର୍ଯ୍ୟ କରିବା ଏବଂ ଏହିଭଳି କାର୍ଯ୍ୟ ରାଜ୍ୟଦ୍ୱାରା ପ୍ରଣୀତ କୌଣସି ଏକ ଆଇନଦ୍ୱାରା ଦଣ୍ଡନୀୟ ହୋଇଥବା ଦରକାର । ଅପରାଧ ବିଜ୍ଞାନ ଅନୁସାରେ ଅପରାଧର ଚାରୋଟି ଅବସ୍ଥା । | ୧୮୩୭ | ai4bharatIndicQA |
ଯାହା ୧୨୦୦ ବଢେଇ କରି ପରିଲେଣି ତାହା କେତେ ବର୍ଷ ର ଶିଶୁ କରି ଦେଖେଇଲା ? | ବିଶୁମହାରଣା ଘରୁ ଆସିବା ସମୟରେ ତାଙ୍କର ଗୋଟେ ପୁଅ ହୋଇଥିଲା । ତା ନାଁ ଥିଲା ଧରମା( ଧର୍ମପଦ)। ସେ ବାପାଙ୍କୁ ଦେଖାକରିବାକୁ ଜିଦ୍ କରିବାରୁ ତା ମା ତାକୁ ତାଙ୍କଘର ବାଡ଼ିବରକୋଳି ଦେଇ ପଠେଇଥିଲେ । ଧରମା ଖୋଜି ଖୋଜି ଯାଏ ମନ୍ଦିର ପାଖରେ ପହଞ୍ଚିଲା। ୧୨ ବର୍ଷ ବିତିଯାଏଥିଲେ ମଧ୍ୟ ସେ ପୁଅକୁ କେବେ ଦେଖି ନ ଥିଲେ । ଘରର ବାଡ଼ିବରକୋଳି ଦେଖି ସେ ପୁଅକୁ ଚିହ୍ନିପାରିଲେ । ବାପାଙ୍କ ମନରେ ଉଦାସ ଦେଖି ଧରମା ସମସ୍ତ କଥା ପଚାରି ବୁଝିଲା । ରାତି ପାହିଲେ ୧୨୦୦ବଢେଇଙ୍କ ମୁଣ୍ଡ କଟା ହେବ । ତା ମନ ବିକଳ ହୋଇ ଉଠିଲା, ସେ କାରିଗରୀ କୂଳର ପିଲା , ମନ୍ଦିରର ଦଧିନଉତି ବସାଇ ମୁଣ୍ଡି ମାରି ପାରିବ ବୋଲି ଧରମାର ସାହସ ହେଲା । ସେ ବାପାଙ୍କଠାରୁ ଅନୁମତି ନେଇ ମନ୍ଦିରର ଚୂଳକୁ ଉଠିଲା ଓ ରାତାରାତି ମାପଚୂପ କରି ଦଧିନଉତି ବସେଇ ଦେଲା। | ୧୨ ବର୍ଷ | ai4bharatIndicQA |
୧୯୯୩ ମସିହାରେ କଳ୍ପନା ଚାୱଲା କେଉଁ ଭାବରେ Overset Methods, Inc ରେ ଯୋଗ ଦେଇଥିଲେ? | ୧୯୮୮ ମସିହାରେ କଳ୍ପନା ନାସା (NASA)ର Ames Research Centerଠାରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ। । ସେଠାରେ ସେ Computational fluid dynamics (CFD)କୁ ବ୍ୟବହାର କରି ମହାକାଶଯାନକୁ ମହାକାଶକୁ ପ୍ରେରଣ କରିବା ଏବଂ ତାହାକୁ ପୃଥିବୀରେ ଅବତରଣ କରିବା (Vertical/Short Takeoff and Landing concepts) ଉପରେ ଗବେଷଣା କରିଥିଲେ। ୧୯୯୩ ମସିହାରେ ଉପସଭାପତି ତଥା ଏକାଧିକ ବସ୍ତୁର ଗତି (simulation of moving multiple body problems) ଉପରେ ବିଶେଷଜ୍ଞତା ଥିବା ଗବେଷକ (Research Scientist) ଭାବରେ ସେ Overset Methods, Incରେ ଯୋଗ ଦେଇଥିଲେ। ସେ ମଧ୍ୟ ଉଡ଼ାଜାହାଜ (airplane), ଗ୍ଲାଇଡର୍ (glider), ଏକ ବା ଏକାଧିକ ଇଞ୍ଜିନ୍ ଯୁକ୍ତ ଉଡ଼ାଜାହାଜ (single-engine airplane, multi-engine airplane) ଏବଂ ପାଣିଜାହାଜ (seaplane) ଇତ୍ୟାଦି ଚଳାଇବା ପାଇଁ ପ୍ରଶିକ୍ଷଣ ଦେଉଥିଲେ। | ବିଶେଷଜ୍ଞତା ଥିବା ଗବେଷକ | ai4bharatIndicQA |
ରାଜା ହରିହର ପ୍ରଭୁ ଅଖଣ୍ଡଲେଶ୍ୱରଙ୍କ ଏକ କି ପ୍ରକାର ମନ୍ଦିର ନିର୍ମାଣ କରିବାକୁ ଚେଷ୍ଟା କରିଥିଲେ? | ସେହିସମୟରେ ରାଜକନିକାର ରାଜା ହରିହର ଭଞ୍ଜଦେଓ ଏକ ଘତକ ଚକ୍ଷୁରୋଗରେ ପିଡ଼ୀତ ହୋଇଥିଲେ । ସବୁକିଛି ଚିକିତ୍ସା ବିଫଳ ହେଲା । ଭଗବାନ ଆଖଣ୍ଡଳେଶ୍ୱରଙ୍କର ଆଶୀର୍ବାଦ ତାଙ୍କର ଏହି ରୋଗକୁ ଭଲ କରିଦେଇପାରିବ ବୋଲି ସେ ଭାବିଲେ, ତେଣୁ ସେ ଆସି ଆଖଣ୍ଡଳେଶ୍ୱରଙ୍କ ପାଖରେ ଅଧିଆ ପଡ଼ିଲେ । ଭଗବାନ ଆଖଣ୍ଡଳେଶ୍ୱର ତାଙ୍କର ସ୍ୱପ୍ନରେ ଆସି ତାଙ୍କୁ ସେହି ରୋଗର ଉପଚାର ବିଷୟରେ ପଥ ପ୍ରଦର୍ଶନ କରିଥିଲେ । ଶେଷରେ ଭଗବାନଙ୍କର ଆଶୀର୍ବାଦରେ ରାଜା ଆରୋଗ୍ୟଲାଭ କଲେ । ତାଙ୍କର ମାନସିକ ଅନୁସାରେ ସେ ଭଗବାନ ଆଖଣ୍ଡଳେଶ୍ୱରଙ୍କର ଏକ ପଥର ମନ୍ଦିର ନିର୍ମାଣ କରିବାକୁ ଚେଷ୍ଟା କଲେ । ଆରଡ଼ି ଭଳି ଏକ ସୁନ୍ଶାନ କ୍ଷେତ୍ରରେ ଏବେ ମଧ୍ୟ ଏକ ପଥର ମନ୍ଦିର ନିର୍ମାଣ କରିବା କଷ୍ଟର କାମ । ପଥର ଖଣ୍ଡ ଏବଂ ଚୂନର ବ୍ୟବହାରରେ ହିଁ ପକ୍କା ମନ୍ଦିର ନିର୍ମାଣ ହୋଇପାରୁଥିଲା । ଆରଡ଼ିଠାରୁ ୧୦୦ କିଲୋମିଟର ଦୂର ନୀଳଗିରି ପାହାଡ଼ରେ ହିଁ ସେହି ପଥର ଉପଲବ୍ଧ ଥିଲା । ବୈତରଣୀ ନଦୀର ଜଳପଥ ମାଧ୍ୟମରେ ଏହି ପଥର ଖଣ୍ଡଗୁଡ଼ିକୁ ଆରଡ଼ି ଯାଏ ବୋହି ବୋହି ନିଆଗଲା । ରାଜା ମନ୍ଦିର ନିର୍ମାଣ କରିବା ପାଇଁ ସମସ୍ତ ପ୍ରାରମ୍ଭିକ ଆୟୋଜନ କରିଦେଇଥିଲେ । ଏହାପରେ ସେଠାରେ ସେ ଶିବଗଙ୍ଗା ନାମକ ଏକ ପୁଷ୍କରଣୀ ଖୋଳାଇଥିଲେ । | ପଥର ମନ୍ଦିର | ai4bharatIndicQA |
ରାମକୃଷ୍ଣଙ୍କ ଶରୀରରେ ଆଲୋକର କ୍ଷୁଦ୍ର କିରଣ ଆସିବାବେଳେ ନରେନ୍ଦ୍ରଙ୍କ ସହିତ କ’ଣ ହେଲା? | ଦେହତ୍ୟାଗର ଛ’ ସାତ ଦିନ ପୂର୍ବେ ସେ ପାଞ୍ଜି ଦେଖି ମହାପ୍ରସ୍ଥାନ ପାଇଁ ଦିନ ସ୍ଥିର କଲେ । ଶ୍ରାବଣ ସଂକ୍ରାନ୍ତି, ତିନି ଚାରି ଦିନ ମାତ୍ର ବାକି । ଶ୍ରୀରାମକୃଷ୍ଣ ନରେନ୍ଦ୍ରଙ୍କୁ ନିଜ ଶଯ୍ୟାପାର୍ଶ୍ୱକୁ ଡାକିଲେ ଏବଂ ଦ୍ୱାର ବନ୍ଦ କରିବାକୁ କହିଲେ । କୋଠରୀଟି ନିସ୍ତବ୍ଧତାରେ ଭାରାକ୍ରାନ୍ତ । ନରେନ୍ଦ୍ରଙ୍କୁ ସମ୍ମୁଖରେ ବସିବାକୁ ଇଙ୍ଗିତ କରି ସେ ନରେନ୍ଦ୍ରଙ୍କ ଆଖି ଉପରେ ଦୃଷ୍ଟି ନିବଦ୍ଧ କରି କ୍ରମେ ସମାଧିସ୍ଥ ହେଲେ । ସେତେବେଳେ ନରେନ୍ଦ୍ର ଅନୁଭବ କଲେ-ଶ୍ରୀରାମକୃଷ୍ଣଙ୍କ ଦେହରୁ ଯେପରି ଗୋଟିଏ ସୂକ୍ଷ୍ମ ତେଜରଶ୍ମି ତାଙ୍କ ଭିତରକୁ ଆସି ପ୍ରବେଶ କରୁଛି । କ୍ରମେ ବାହ୍ୟ ଚେତନା ବିଲୁପ୍ତ ହୋଇ ତାଙ୍କ ମନ ଗଭୀର ସମାଧିରେ ଲୀନ ହୋଇଗଲା । ବହୁ ସମୟ ପରେ ନରେନ୍ଦ୍ରଙ୍କ ବାହ୍ୟ ଚେତନା ଫେରି ଆସିଲା । ଶ୍ରୀରାମକୃଷ୍ଣ କହିଲେ, ‘ଆଜି ତୋତେ ସବୁ ଦେଇ ମୁଁ ଫକିର ହେଲି । | ଫେରି ଆସିଲା | ai4bharatIndicQA |
ସୁଗ୍ରିବଙ୍କ ସନ୍ଧାନରେ ଦୁଇ ଭାଇ କେଉଁ ପର୍ବତ ଆଡକୁ ଯାତ୍ରା ଆରମ୍ଭ କଲେ ? | ସୁଗ୍ରୀବଙ୍କ ସଙ୍ଗେ ଶ୍ରୀରାମଙ୍କ ବନ୍ଧୁତା ସ୍ଥାପନଇତି ମଧ୍ୟରେ ରାମ ଓ ଲକ୍ଷ୍ମଣ ପମ୍ପା ସରୋବର ନିକଟରେ ପହଞ୍ଚିଲେ । ପଥରେ ରାମ ଶବରୀର ଭକ୍ତିପୂର୍ଣ୍ଣ ଆତିଥ୍ୟ ଗ୍ରହଣ କରିଥିଲେ । ତତ୍ପରେ ସୁଗ୍ରୀବଙ୍କ ସନ୍ଧାନରେ ଦୁଇଭାଇ ଋଷ୍ୟମୁଖ ପର୍ବତ ଅଭିମୁଖେ ଯାତ୍ରା ଆରମ୍ଭ କଲେ । ସୁଗ୍ରୀବ ସେଠାରେ ରାମଲକ୍ଷ୍ମଣ ଦୁଇ ଭାଇଙ୍କୁ ଦେଖି ପ୍ରମାଦ ଗଣିଲା । ବାଳୀଙ୍କଦ୍ୱାରା ପ୍ରେରିତ ହୋଇ ସୁଗ୍ରୀବଙ୍କୁ ବଧ କରିବା ଉଦ୍ଦେଶ୍ୟରେ ଆସିଥାଇପାରନ୍ତି ଭାବି ଭୟଭୀତ ହେଲା । ତେବେ ସୁଗ୍ରୀବଙ୍କ ତରଫରୁ ତାଙ୍କ ମନ୍ତ୍ରୀ ହନୁମାନ ରାମ ଲକ୍ଷ୍ମଣଙ୍କୁ ଦେଖାକରି ସୁଗ୍ରୀବଙ୍କ ବିଷୟରେ କହିଲେ ଏବଂ ସୁଗ୍ରୀବଙ୍କ ସହ ରାମ ଲକ୍ଷ୍ମଣଙ୍କ ସାକ୍ଷତ କରାଇଲେ । ସେଠାରେ ବିଶ୍ରାମ ନେବାପରେ ସୁଗ୍ରୀବଙ୍କ ସହ ତାଙ୍କର ଦେଖା ହେଲା । ସୁଗ୍ରୀବଙ୍କ ଭାଇ ବାଳୀ ଇତିମଧ୍ୟରେ ସୁଗ୍ରୀବଙ୍କୁ ତଡ଼ିଦେଇ ନିଜେ କିଷ୍କିନ୍ଧ୍ୟାର ରାଜା ହୋଇଥିଲେ ଏବଂ ସୁଗ୍ରୀବଙ୍କ ସ୍ତ୍ରୀଙ୍କୁ ବଳପୂର୍ବକ ନେଇ ରାଣୀକରି ରଖିଥିଲେ । ସୁଗ୍ରୀବଙ୍କ ସହ ବନ୍ଧୁତା ସ୍ଥାପନ କଲାପରେ ରାମ ଆଶ୍ୱାସନା ଦେଲେ ଯେ ସେ ସୁଗ୍ରୀବଙ୍କୁ ତାଙ୍କ ରାଜ୍ୟ ଓ ସ୍ତ୍ରୀ ଫେରିପାଇବାରେ ସହାୟତା କରିବେ । ପ୍ରତିବଦଳରେ ସୁଗ୍ରୀବ ରାମଙ୍କୁ ସୀତାଙ୍କ ଉଦ୍ଧାରରେ ବାନର ସେନା ସହ ସାହାଯ୍ୟ କରିବାପାଇଁ ପ୍ରତିଶ୍ରୁତି ଦେଲେ । କିନ୍ତୁ ସମୟକ୍ରମେ ସୁଗ୍ରୀବ ତାଙ୍କ ପ୍ରତିଜ୍ଞା ଭୁଲିଯିବା ଦେଖି ତାରା, ସୁଗ୍ରୀବଙ୍କ ଦ୍ୱିତୀୟ ପତ୍ନୀ, ସୁଗ୍ରୀବଙ୍କୁ ଏ କଥା ମନେ ପକାଇଦେଇ ଲକ୍ଷ୍ମଣଙ୍କ କ୍ରୋଧରୁ ବଞ୍ଚିତ କରିପାରିଥିଲେ । | ଋଷ୍ୟମୁଖ ପର୍ବତ | ai4bharatIndicQA |
ରକ୍ତଚାପ ମାସରେ କେତେ ଥର ମାପ କରାଯାଏ ? | ଲଗାତାର ରକ୍ତଚାପ ବଢି ରହିଲେ ଉଚ୍ଚ ରକ୍ତଚାପ ରୋଗ ନିର୍ଣ୍ଣୟ କରାଯାଏ । ପରମ୍ପରା ଅନୁଯାୟୀ ମାସେ ଛଡାରେ ତିନି ଥର ରକ୍ତଚାପ ମପାଯାଏ । ପ୍ରଥମାବସ୍ଥାରେ ରୋଗର ସମ୍ପୁର୍ଣ୍ଣ ଇତିହାସ ଓ ଶାରୀରିକ ପରୀକ୍ଷା କରାଯାଏ । ଅଧୁନା ୨୪ ଘଣ୍ଟିଆ ଆମ୍ବୁଲେଟରି ଚକ୍ତଚାପ ମନିଟର ଓ ଘରୋଇ ରକ୍ତଚାପ ମେସିନ୍ ମିଳୁଛି ଯାହା ଫଳରେ ଭୁଲ କ୍ରମେ ଧଳା କୋଟ ରକ୍ତଚାପ ନିର୍ଣ୍ଣୟରୁ ମୁକ୍ତି ମିଳୁଛି । ଅଧୁନା ବ୍ରିଟିଶ ପଦ୍ଧତିରେ ଚିକିତ୍ସାଳୟରେ ଥରେ ମାପ ପରେ ଆମ୍ବୁଲେଟରି ମାପ ବା ୭ ଦିନ ଧରି ଘରୋଇ ମାପ କରାଯାଉଛି । ବୟସ୍କ ଲୋକଙ୍କର ରକ୍ତ ନଳୀ କାନ୍ଥ କ୍ୟାଲସିୟମ ଯୁକ୍ତ ଥିବାରୁ ଶକ୍ତ ରହେ । | ତିନି ଥର | ai4bharatIndicQA |
କାହାର ସାହାଯ୍ୟରେ ସରୋଜିନୀଙ୍କ କବିତା ପ୍ରତିଭା ବିକଶିତ ହେଲା? | ସେ ପାର୍ସି ଭାଷାରେ ମେହେର୍ ମୁନିର୍ ନାମକ ନାଟିକା ରଚନା କରିଥିଲେ ଏହା ଏକ ପତ୍ରିକାରେ ପ୍ରକାଶିତ ହୋଇ ଆଲୋଡନ ସୃଷ୍ଟି କରିଥିଲା। ଏଥିପାଇଁ ତାଙ୍କୁ ୧୮୮୫ ମସିହାରେ ହାଇଦ୍ରାବାଦର ନିଜାମଙ୍କ ତରଫରୁ ବାର୍ଷିକ ୩୦୦ ପାଉଣ୍ଡ ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା ଓ ସେ ଉଚ୍ଚଶିକ୍ଷା ପାଇଁ ୧୬ ବର୍ଷ ବୟସରେ ବିଲାତ ଯାତ୍ରା କରିଥିଲେ। ପରବର୍ତ୍ତୀ ତିନିବର୍ଷ ସରୋଜିନୀ ଲଣ୍ଡନ ଓ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କଲେ । ସେହି ସମୟରେ ଲଣ୍ଡନର "ରାଇମର୍ସ କ୍ଲବ୍"ର ପ୍ରଭାବରେ ଏବଂ ସାର୍ ଏଡମଣ୍ଡ ଗୋସ୍ଙଙ୍କ ପ୍ରୋତ୍ସାହନ ପାଇ ତାଙ୍କର କାବ୍ୟିକ ପ୍ରତିଭାର ବିକାଶ ଘଟିଥିଲା । ଏହି ସମୟରେ ଆନିବେସାନ୍ତଙ୍କ ସହ ନିବିଡ଼ ସମ୍ପର୍କ ସ୍ଥାପିତ ହୋଇଥିଲା। ଇଂଲଣ୍ଡରେ ଥିବାବେଳେ ପ୍ରସିଦ୍ଧ ଲେଖକ ଓ ସମାଲୋଚକ ଏଡ଼ମଣ୍ଡ ଗସ୍ଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା। ତାଙ୍କର ଯେଉଁସବୁ ଲେଖା ବ୍ରିଟିସ୍ ପତ୍ରିକାରେ ପ୍ରକାଶିତ ହେଉଥିଲା ଏଡ଼ମଣ୍ଡ ସେସବୁକୁ ପଢି ତାଙ୍କୁ ପ୍ରେରଣା ଓ ପରାମର୍ଶ ଦେଉଥିଲେ । ପରେ ସେ, ତାଙ୍କରି ନିର୍ଦେଶରେ ଭାରତୀୟ ପରିବେଶକୁ ଆଧାର କରି କବିତା ଲେଖିଥିଲେ। ଏହାଦ୍ୱାରା ତାଙ୍କର ଲେଖା ସ୍ୱଦେଶଭିମୁଖୀ ହୋଇପାରିଥିଲେ ଓ ବିଦେଶରେ ତାଙ୍କର ସୁଖ୍ୟାତି ବ୍ୟାପିଯାଇଥିଲା। ସେ ଲଣ୍ଡନର କିଂଗ୍ସ କଲେଜ୍ , କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଓ ଗର୍ଟନ କଲେଜ୍ ଆଦିରେ ଅଧ୍ୟୟନ କରିଥିଲେ। ଲଣ୍ଡନରେ ୩ବର୍ଷ ରହିବା ପରେ ସ୍ୱସ୍ଥ୍ୟହାନୀ ଘଟିଥିଲା। | ସାର୍ ଏଡମଣ୍ଡ ଗୋସ୍ଙଙ୍କ | ai4bharatIndicQA |
ସେ କେଉଁ ସ୍ଥାନ ସବୁ ବୁଲିଲେ? | ଶ୍ରୀରାମକୃଷ୍ଣ ତୀର୍ଥଦର୍ଶନ ପାଇଁ ବାହାରିଥିଲେ ୧୮୬୮ ଖ୍ରୀଷ୍ଟାବ୍ଦରେ । ସସ୍ତ୍ରୀକ ମଥୁରବାବୁ ଓ ଭଣଜା ହୃଦୟ ତାଙ୍କ ସଙ୍ଗରେ ଯାଇଥିଲେ । ବୈଦ୍ୟନାଥ, କାଶୀ, ପ୍ରୟାଗ ଓ ଶ୍ରୀବୃନ୍ଦାବନ ଦର୍ଶନ କଲେ । ବୈଦ୍ୟନାଥରେ ଶତ ଶତ ଗରିବ ସାନ୍ତାଳଙ୍କୁ ଦେଖି ତାଙ୍କ ଅନ୍ତରରେ ଦୟାର ଉଦ୍ରେକ ହେଲା । ସେ ମଥୁରାନାଥଙ୍କୁ କହି ସେମାନଙ୍କୁ ନାରାୟଣ ମନେକରି ଅନ୍ନବସ୍ତ୍ରାଦିଦ୍ୱାରା ସେବାର ବ୍ୟବସ୍ଥା କଲେ । କାଶୀର ମଣିକର୍ଣ୍ଣିକାରେ ବିଶ୍ୱନାଥଙ୍କ ଗମ୍ଭୀର ଚିନ୍ମୟ ରୂପ ଦର୍ଶନ କରି ସେ ସମାଧିସ୍ଥ ହୋଇଗଲେ । ସେ ଦେଖିଥିଲେ ମା’ କାଳୀଙ୍କୁ ସଙ୍ଗରେ ଘେନି ବିଶ୍ୱନାଥ ପ୍ରତ୍ୟେକ ଶବ’ର କାନେ କାନେ ତାରକବ୍ରହ୍ମନାମ ଦେଉଛନ୍ତି ଏବଂ ମା’ କାଳୀ ଚିତା ଉପରେ ବସି ଜୀବର କର୍ମବନ୍ଧନ ମୁକ୍ତ କରି ଦେଉଛନ୍ତି । | ବୈଦ୍ୟନାଥ, କାଶୀ, ପ୍ରୟାଗ ଓ ଶ୍ରୀବୃନ୍ଦାବନ | ai4bharatIndicQA |
ବିଶ୍ୱକର୍ମା ଶବ୍ଦଟି କାହାଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ? | ବୌଦ୍ଧ ଗୁମ୍ଫା ସମୂହ ମଧ୍ୟରେ ଗୁମ୍ଫା କ୍ରମାଙ୍କ ୧୦ ଉଲ୍ଲେଖଯୋଗ୍ୟ । ଏହା ଏକ ଚୈତ୍ୟ ଗୃହ ଓ ଏହାର ନାମ “ବିଶ୍ୱକର୍ମା ଗୁମ୍ଫା” । ଯେ ସବୁ କିଛି କର୍ମ ସମ୍ପାଦନ କରିପାରନ୍ତି, ସେ ବିଶ୍ୱକର୍ମା ଶବ୍ଦଟି ଦିବ୍ୟ ସ୍ଥପତିଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ । ଖ୍ରୀ. ୬୫୦ ବେଳକୁ ଏହି ଗୁମ୍ଫାଟି ନିର୍ମିତ ହୋଇଥିଲା । ଏହି ଗୁମ୍ଫାକୁ “ବଢ଼େଈ ଗୁମ୍ଫା” ମଧ୍ୟ କୁହାଯାଏ । ଏହି ଗୁମ୍ଫାର ବାହ୍ୟ ଗଠନ କାଷ୍ଠ୍ୟ ଅଭ୍ୟନ୍ତରର ଭ୍ରମ ସୃଷ୍ଟି କରୁଥିବାରୁ ଏପରି ନାମ ରଖାଯାଇଛି । | ଦିବ୍ୟ ସ୍ଥପତି | ai4bharatIndicQA |
ମହେଶ ବାବୁଙ୍କ ପତ୍ନୀଙ୍କ ନାମ କ’ଣ? | ସେହି ବର୍ଷ ତ୍ରିଷାଙ୍କ ସହ ତାଙ୍କର ଏକ ବ୍ୟୟ ବହୁଳ ଚଳଚ୍ଚିତ୍ର ସୈନିକୁଡୁ ମୁକ୍ତିଲାଭ କରିଥିଲା, ମାତ୍ର ଏହି ଚଳଚ୍ଚିତ୍ରଟି ଭଲ ବ୍ୟବସାୟ ବିଫଳ ହୋଇଯାଇଥିଲା । ଏହି ବର୍ଷ ମହେଶଙ୍କର ଚଳଚ୍ଚିତ୍ର ଅତିଦୀ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ ମହେଶଙ୍କ ସହ ଅଭିନେତ୍ରୀ ଅମ୍ରିତା ରାଓ ମୁଖ୍ୟ ଭୂମିକାରେ ତେଲୁଗୁ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହି ଚଳଚ୍ଚିତ୍ରଟି ମହେଶଙ୍କର ବଡ଼ଭାଇ ରମେଶ ବାବୁ ପ୍ରଯୋଜନା କରିଥିଲେ । ୨୦୦୮ରେ ଜଲ୍ସା ଚଳଚ୍ଚିତ୍ରରେ ମହେଶ ବାବୁ ସ୍ୱର ଦାନ କରିଥିଲେ । ୨୦୦୮ରେ ଅତିଦୀ ମୁକ୍ତିଲାଭ କରିବା ପରେ ମହେଶ ଚଳଚ୍ଚିତ୍ର ଦୁନିଆରୁ ୭ମାସର ବିଶ୍ରାମ ନେଇଥିଲେ ଏବଂ ତା'ର ଦୁଇମାସ ପରେ ସେ କଲେଜା ଚଳଚ୍ଚିତ୍ର ପାଇଁ ଚୁକ୍ତି କରିଥିଲେ । କିନ୍ତୁ କିଛି ଅସୁବିଧା ପାଇଁ ସେହି ବିଶ୍ରାମ ଦୁର୍ଭାଗ୍ୟ ବଶତଃ ୨ବର୍ଷଯାଏ ବଢ଼ିଗଲା । ଏହି ସମୟରେ ମହେଶଙ୍କର ଜେଜେମା ଏବଂ ପତ୍ନୀ ନମ୍ରତାର ପିତାମାତାଙ୍କ ମୃତ୍ୟୁ ହୋଇଯାଇଥିଲା । ଏହି ସବୁ କାରଣ ପାଇଁ ମହେଶଙ୍କ ପିତା କ୍ରୀଷ୍ଣା, ମହେଶଙ୍କର ଆଗାମୀ ଚଳଚ୍ଚିତ୍ର ଜୀବନ ବିଷୟରେ ବହୁତ ଚିନ୍ତିତ ହୋଇଯାଇଥିଲେ । | ନମ୍ରତା | ai4bharatIndicQA |
ହନୁମାନ ସହ ମୁକାବିଲା କରିବାକୁ ରାବଣ କାହାକୁ ପଠାଇଥିଲେ? | ଗୁପ୍ତଚରଙ୍କଠାରୁ ସଂଦେଶ ପାଇ ରାବଣ ହନୁମାନଙ୍କ କାର୍ଯ୍ୟରେ ବାଧା ଦେବା ନିମିତ୍ତ କାଳନେମୀକୁ ପ୍ରେରଣ କଲେ । କିନ୍ତୁ ହନୁମାନ କାଳନେମୀକୁ ବଦ୍ଧ କରିଦେଲେ । ଔଷଧୀ ବୃକ୍ଷ ସଂଜୀବନୀ ଚିହ୍ନଟ କରି ନ ପାରି ହନୁମାନ ପୁରା ଗନ୍ଧମାର୍ଦନ ପର୍ବତକୁ ଉଠାଇ ଆଣିଲେ । ପଥରେ ରାଜା ଭରତ ହନୁମାନଙ୍କୁ କେହି ଜଣେ ରାକ୍ଷସ ମନେ କରି ବାଣ ପ୍ରୟୋଗ କରି ମୁର୍ଚ୍ଛିତ କରିଦେଲେ, ହେଲେ ସତ୍ୟ ଜାଣିବା ପରେ ଆଉ ଏକ ବାଣରେ ବସାଇ ତାଙ୍କୁ ଲଙ୍କା ପଠାଇ ଦେଲେ । ଏପଟେ ଔଷଧି ଆସିବାରେ ବିଳମ୍ବ ହେବାର ଦେଖି ରାମ ପ୍ରଳାପ କରିବାକୁ ଲାଗିଲେ । ତେବେ ଠିକ ସମୟରେ ହନୁମାନ ଔଷଧି ବୃକ୍ଷ ସହ ପହଞ୍ଚି ଯିବାରେ ସୁଷେଣ ଔଷଧି ପ୍ରୟୋଗ କରି ଲକ୍ଷ୍ମଣଙ୍କୁ ସୁସ୍ଥ କରିଦେଲେ । ଇତି ମଧ୍ୟରେ ରାବଣ ଯୁଦ୍ଧ ନିମିତ୍ତ କୁମ୍ଭକର୍ଣ୍ଣଙ୍କୁ ନିଦ୍ରାରୁ ଉଠାଇଲେ । କୁମ୍ଭକର୍ଣ୍ଣ ମଧ୍ୟ ପ୍ରଥମେ ରାବଣଙ୍କୁ ରାମଙ୍କ ସହ ଯୁଦ୍ଧ ନ କରିବାକୁ ବ୍ୟର୍ଥ ପରାମର୍ଶ ଦେଲେ । | କାଳନେମୀକୁ | ai4bharatIndicQA |
କେତେ ବର୍ଷ ପୂର୍ବେ ଓଡ଼ିଶାରେ ବୁଦ୍ଧ ଜନ୍ମ, ବୁଦ୍ଧ ଧର୍ମର ପ୍ରଚାର ହୋଇଥିଲା ? | ଚର୍ଯା/ ଚରିଜାଗିତି ଯୁଗ ବା ସିଦ୍ଧ ସାହିତ୍ୟ ଯୁଗ ଓ ନାଥ ସାହିତ୍ୟଭାରତର ସବୁଠୁ ପୁରୁଣା ଭାଷା ପାଳିରୁ ଓଡ଼ିଆର ତିଆରି । ୨୦୦୦ ବର୍ଷରୁ ଅଧିକ ଆଗରୁ ଓଡ଼ିଶାରେ ବୁଦ୍ଧଙ୍କ ଜନ୍ମ, ଧର୍ମପ୍ରଚାର ଓ ବୌଦ୍ଧ ଧର୍ମର ବିକାଶ କାଳରେ ପାଳି ଭାଷା ହିଁ ଥିଲା ଓଡ଼ିଆ ଭାଷା ତିଆରିର ମୂଳଦୁଆ ଯାହାକି ଆଧୁନିକ ଓଡ଼ିଆ ଭାଷାର ମୂଳଦୁଆ । ଓଡ଼ିଶା ଏବଂ ଏହାର ସୀମାନ୍ତ ରାଜ୍ୟମାନଙ୍କର ବିଭିନ୍ନ ଅଞ୍ଚଳରୁ ସଂଗୃହୀତ ତାମ୍ରଫଳକ ଏବଂ ପଥରରେ ଖୋଦିତ ଲେଖାମାନଙ୍କରୁ ଖ୍ରୀଷ୍ଟାବ୍ଦ ୭୦୦ରୁ ୧୦୦୦ ଶତାବ୍ଦୀ ମଧ୍ୟରେ ଉକ୍ତ ଭାଷାର ପ୍ରଚଳନ ଥିବାର ସ୍ୱଷ୍ଟ ପ୍ରମାଣ ମିଳିଛି । ଏହା ବ୍ୟତୀତ ନେପାଳରୁ ସଂଗ୍ରହ କରାଯାଇଥିବା ବୌଦ୍ଧଧର୍ମୀ ଚର୍ଯାପଦମାନଙ୍କ ପଦ୍ୟରଚନା ଗୁଡିକ ମଧ୍ୟରୁ ଏହି ସମୟରେ ଓଡ଼ିଆ ଭାଷାର ଆଦ୍ୟାବସ୍ଥାର ପରିଚୟ ମିଳିଅଛି । ଆଦିଯୁଗରେ ଓଡ଼ିଆ ଭାଷା ଏବେକାର ଓଡ଼ିଆ ଭାଷା ପରି ନଥିଲା । ଅଷ୍ଟମ-ନବମ ଶତାବ୍ଦୀର ଓଡ଼ିଆ ପାଳି ଭାଷାର ଅନୁରୂପ ଥିଲା । ସେତେବେଳେ ଆର୍ଯ୍ୟମାନଙ୍କ ଓଡ଼ିଶା ଆଗମନ ହେତୁ ଅନେକ ଓଡ଼ିଆ ଶବ୍ଦ ସଂସ୍କୃତ ଦେଇ ପ୍ରଭାବିତ ହେଲା ଓ ଶବ୍ଦ ଗଢଣରେ ବଦଳ ଆସିଲା । ଏହି ପରିବର୍ତ୍ତିତ ଶବ୍ଦ ସବୁ କ୍ରମେ ସଂସ୍କୃତ ଭାଷା ଭଣ୍ଡାରକୁ ଉନ୍ନତ କରିଛି । ସେତେବେଳର ଓଡ଼ିଶା ବା କଳିଙ୍ଗ ଭୂଖଣ୍ଡ ଭିତରେ ଆଜିର ଓଡ଼ିଶା, ବଙ୍ଗଳା, ବିହାର ଓ ଆସାମ ଆଦି ଥିଲା, ତେଣୁ ଓଡ଼ିଆ ଭାଷା ଏ ସବୁ ଅଞ୍ଚଳର ଭାଷା ଓ ସାହିତ୍ୟକୁ ବହୁ ଭାବରେ ପ୍ରଭାବିତ କରିଥିଲା । ଏହି କାଳର ପାଳି ଭାଷାକୁ କେହି ସାନ୍ଧ୍ୟ ଭାଷା କହିଥାନ୍ତି । ଏଥିରେ ଲିଖିତ ଗୀତିକବିତା କେତେକ ମିଳିଅଛି ଯାହାକୁ ଚର୍ଯାଗୀତି ବା ଚର୍ଯାଗୀତିକା କୁହାଯାଏ । ବୌଦ୍ଧ ସିଦ୍ଧ କବିମାନେ ଏସବୁର ରଚନା କରିଥିଲେ । ଏଗୁଡ଼ିକ ଆକାରରେ ଖୁବ ଛୋଟ । କାହ୍ନୁ ପା, ଲୁଇ ପା, ସବରି ପା, ହାଡୁ ପା, କୁକୁରି ପା ଏହି କାଳର କବି । | ୨୦୦୦ ବର୍ଷରୁ ଅଧିକ | ai4bharatIndicQA |
ଫାଲ୍ଗୁନ ମାସର କୃଷ୍ଣ ତ୍ରୟୋଦସୀ ପରେ ଚତୁର୍ଦ୍ଦଶୀ ଦିନ କେଉଁ ପ୍ରସିଦ୍ଧ ଯାତ୍ରା ପାଳନ କାରଯାଏ ? | ଫାଲ୍ଗୁନ ମାସର କୃଷ୍ଣ ତ୍ରୟୋଦସୀ ପରେ ଚତୁର୍ଦ୍ଦଶୀ ଦିନ ପ୍ରସିଦ୍ଧ ଜାଗର ଯାତ୍ରା ପାଳନ କାରଯାଏ । ଏହି ପର୍ବ ବର୍ଷସାରା ପାଳନ କରାଯାଉଥିବା ପର୍ବମାନଙ୍କର ସମିଶ୍ରଣ ସହ ସମାନ ଅଟେ । ଆଳତୀ ସରିବା ପରେ କନିକାର ରାଜା ଘର୍ଷଣ ଏବଂ ଖିଚୁଡ଼ି ଅର୍ପଣ କରିଥାନ୍ତି । ମହାଦେବ ଦିଗମ୍ବର ବେଶ ଧାରଣ କରିଥାନ୍ତି ଏବଂ ଅସଂଖ୍ୟ ଭକ୍ତ ଏହି ଆକର୍ଷକ ଶୋଭା ଦେଖିବା ପାଇଁ ଆସିଥାନ୍ତି । ଜାଗରର ପ୍ରଥମ ପହଡ଼ରୁ ହିଁ ପୂଜା ଆରମ୍ଭ ହୋଇଥାଏ । ସମସ୍ତ ଭକ୍ତ ଏବଂ ପୂଜକମାନେ ଷୋଡ଼ଶ ଉପଚାର ଅଭିଷେକ ଏବଂ ଯଜ୍ଞର ସମାପ୍ତିଯାଏ ଉଜାଗର ରହିଥାନ୍ତି । ପୂଜାର ଶେଷ ପହଡ଼ ଏବ ଅଭଷେକ ପରେ ମହାସ୍ନାନ ଅନୁଷ୍ଠିତ ହୋଇଥାଏ । ଗଙ୍ଗା ନଦୀରୁ ସଂଗ୍ରହ କରାଯାଇଥିବା ୧୦୮କୁମ୍ଭ ଜଳ ମହାଦେବଙ୍କ ଉପରେ ପୂଜକମାନେ ଢ଼ାଳିଥାନ୍ତି । | ଜାଗର | ai4bharatIndicQA |
ଚାନ୍ଦି ମନ୍ଦିରର ଆକାର କାହାର ଆକାର ସହିତ ସମାନ ? | ଚାଣ୍ଡି ସ୍ଥାପତ୍ୟବିଦ୍ୟା ବାସ୍ତୁଶାସ୍ତ୍ରର ହିନ୍ଦୁ ସ୍ଥାପତ୍ୟଜ୍ଞାନର ବିନିଯୋଗ କରିଥିଲା । ଜାଭାରେ ବୃତ୍ତାକାର ମଣ୍ଡଳ, ମଣ୍ଡଳ ମଧ୍ୟରେ ଉଚ୍ଚ ମୁଖ୍ୟ ମନ୍ଦିରର ନିର୍ମାଣ ହେବା ଏହାର ଦୃଷ୍ଟାନ୍ତ । ଚାଣ୍ଡି ମନ୍ଦିରର ଆକାର ଦେବମାନଙ୍କ ବାସସ୍ଥଳୀ ମେରୁ ପର୍ବତର ଆକାର ପରି । ତ୍ରିଲୋକ ଓ ବ୍ରହ୍ମାଣ୍ଡର ସମ୍ପର୍କିତ ତଥ୍ୟ ମନ୍ଦିର କାନ୍ଥ ଓ ସ୍ତମ୍ଭରେ ଚିତ୍ରିତ ହୋଇଛି । ଚାଣ୍ଡି ମନ୍ଦିରରେ କେଉଁ ସ୍ଥାନ ପବିତ୍ର ଓ କେଉଁ ସ୍ଥାନ ଅପବିତ୍ର ତାହାର ଶ୍ରେଣୀ ଧାର୍ଯ୍ୟ କରାଯାଇଛି । ହିନ୍ଦୁ ଓ ବୌଦ୍ଧ ଧର୍ମରେ ଅନେକ ବିଷୟର ନିର୍ଦ୍ଧାରଣ ପାଇଁ ୩ (ତ୍ରି-) ସଂଖ୍ୟା ବ୍ୟବହୃତ ହୁଏ । ଯଥା – ହିନ୍ଦୁ ଧର୍ମରେ ତ୍ରିମୂର୍ତ୍ତି, ତ୍ରିଲୋକ, ତ୍ରିଦେବ, ତ୍ରି-ବାର ସତ୍ୟ ଓ ବୌଦ୍ଧ ଧର୍ମରେ ତ୍ରିରତ୍ନ । | ମେରୁ ପର୍ବତର ଆକାର | ai4bharatIndicQA |
ସେମାନଙ୍କୁ କେଉଁଠାରେ ହତ୍ୟା କରାଯାଇଥିଲା ? | ୫ ଜୁନ ୧୮୫୭ ବେଳକୁ କାନପୁରରେ ବିଦ୍ରୋହର ସୂତ୍ରପାତ ହେଲାବେଳକୁ ନାନାସାହେବ ବିଦ୍ରୋହୀମାନଙ୍କର ନେତା ବନିଗଲେ । ବ୍ରିଟିଶ ଫୌଜ ୨୫ ଜୁନ ୧୮୫୭ରେ ଆତ୍ମ ସମର୍ପଣ କରିବାପରେ ସେମାନଙ୍କୁ ସତୀଚୌରା ଘାଟକୁ ସ୍ଥାନାନ୍ତର କରାଗଲା ଯେଉଁଁଠାରେ କି ସେମାନଙ୍କୁ ଗଣସଂହାର କରିଦିଆଗଲା । ଜୁନ ମାସର ଶେଷ ଆଡକୁ ନାନା ସାହେବକୁ ପେଶବା ଘୋଷିତ କରିଦିଆଗଲା । ବ୍ରିଟିଶ ସେନାପତି ଜେନେରାଲ ହାଭଲୋକ ନାନା ସାହେବଙ୍କ ସୈନ୍ୟବାହିନୀ ସହ ଦୁଇଥର ଯୁଦ୍ଧ କରିଥିଲେ , ତେବେ ତୃତୀୟ ଥର ପରାସ୍ତ ହୋଇ ବିଠୁର ଆଡକୁ ପଳାୟନ କଲେ । ତାତ୍ୟା ବିଠୁରରେ ରହି ନାନା ସାହେବଙ୍କ ନାମରେ କାର୍ଯ୍ୟକ୍ରମ ଜାରୀ ରଖିଲେ । ଏହି ସମୟରେ ନାନା ସାହେବ କିଛି ବ୍ରିଟିଶ ପଣବନ୍ଦୀ ରଖି ବ୍ରିଟିଶ ସହ ସୌଦା କରିବାକୁ ମନସ୍ଥ କଲେ । ହେଲେ, ଜେନେରାଲ ହେନେରୀ ହାଭଲୋକଙ୍କ ଆଦେଶରେ କମ୍ପାନୀ ସେନା ଅଲ୍ଲାହାବାଦରୁ କାନପୁର ଆଡକୁ ଆଗେଇବାକୁ ଲାଗିଲେ । ଏହି କମ୍ପାନୀ ସେନାକୁ ଅଟକାଇବାପାଇଁଁ ନାନା ସାହେବ ପଠାଇଥିବା ଦୁଇ ଦଳ ସୈନ୍ୟବାହିନୀ ଇଁରେଜ ହାତରେ ପରାସ୍ତ ହେଲେ ଏବଂ କଥିତ ଅଛି ଏହି ପରାଜୟର ପ୍ରତିଶୋଧ ସ୍ୱରୁପ ନାନା ସାହେବ ପ୍ରାୟ ୨୦୦ ବ୍ରିଟିଶ ସ୍ତ୍ରୀ ଏବଂ ଛୋଟ ପିଲାଙ୍କୁ ଜନେ ପାରିଷଦର ପରାମର୍ଷ କ୍ରମେ ଗଣ ହତ୍ୟା କରିଥିଲେ । ତେବେ ଏହି ବିଷୟରେ ସଠିକ ତଥ୍ୟ ଲିପିବଧ ନାହିଁଁ । | ସତୀଚୌରା | ai4bharatIndicQA |
କାହାର ସଂଖ୍ୟାମାତ୍ରା ବଢିଯିବାରୁ ରକ୍ତ କଣିକା ଫାଟିଯାଏ ? | ମଶା କାମୁଡିବାଦ୍ୱାରା ଚଳନକ୍ଷମ ସଂକ୍ରମଣ କ୍ଷମତା ସମ୍ପର୍ଣ୍ଣ ସ୍ପୋରୋଜଏଟ (ପରଜୀବୀ ଜୀବନର ପ୍ରଥମ ଆକାର) ମେରୁଦଣ୍ଡୀ ପ୍ରାଣୀର ଦେହରେ ପ୍ରବେଶ କରି ରକ୍ତ ମାଧ୍ୟମରେ ଯକୃତର କୋଷରେ (Hepatocyte) ପ୍ରବେଶ କରେ । ଏଠାରେ ଏହାର ଅଲିଙ୍ଗୀ ଜୀବନ ଆରମ୍ଭ ହୋଇ ହଜାର ହଜାର ସଂକ୍ଷକ ମେରୋଜଏଟ ସୃଷ୍ଟି ହୁଅନ୍ତି । ଗୋଟିଏ ମେରୋଜଏଟ ଗୋଟିଏ ଲୋହିତ ରକ୍ତ କଣିକାରେ ପ୍ରବେଶ କରି ସେହି ଅଲିଙ୍ଗୀ ପଦ୍ଧତିରେ ବଂଶ ବିସ୍ତାର କରି ୮ରୁ ୨୪ଟି ମେରୋଜଏଟରେ ପରିଣତ ହୁଏ । ଏତେ ସଂଖ୍ୟକ ମେରୋଜଏଟ ରହିବା ପାଇଁ ଜାଗା ଅଭାବ ହୁଏ ଓ ରକ୍ତ କଣିକା ଫାଟି ଯାଏ । ଏହି ମୋରୋଜଏଟରୁ ଗାମିଟୋସାଇଟ ତିଆରି ହୁଅନ୍ତି । ଏତିକି ବେଳେ ସଂକ୍ରମିତ ଲୋକକୁ ମାଈ ଆନୋଫିଲିସ ମଶା କାମୁଡି ରକ୍ତ ଶୋଷିଲେ ଏହି ଅପରିପକ୍ୱ ଗାମୋଟୋସାଇଟ ମଶା ଦେହକୁ ଯାଇ ତାହାର ଖାଦ୍ୟ ନଳୀରେ ରହେ । ସେଠାରେ ପୁରୁଷ ଓ ସ୍ତ୍ରୀ ଗାମିଟୋସାଇଟ ମିଳିତ ହୋଇ ମିଶି ଯାଆନ୍ତି ଓ ଜାଇଗୋଟରେ ପରିଣତ ହୁଅନ୍ତି । | ମେରୋଜଏଟ | ai4bharatIndicQA |
ବିଶାଳ କକ୍ଷରେ କେତେଟି ଷ୍ଟେଟ ଡ଼ାଇନିଂ କକ୍ଷ ଅଛି? | କକ୍ଷ ମଝିରେ ଏକ-ଦୁଇ ଟନ ଓଜନର (ଶୌଣ୍ଡେଲିୟର) ଲଗା ହୋଇଛି , ଯାହା ୩୩ ମିଟର ଉଞ୍ଚା ଛାତରୁ ଓହଳି ରହିଛି । ଏହି ବିଶାଳ କକ୍ଷର ଚାରି କୋଣରେ ସ୍ଥିତ ରହିଛି ଗୋଟିଏ କକ୍ଷ ପ୍ରତି କୋଣ। ଏଥିରୁ ଦୁଇ ଷ୍ଟେଟ ଡ଼ାଇନିଂ କକ୍ଷ, ଗୋଟେ ଷ୍ଟେଟ ଉପର କକ୍ଷ ଏବଂ ଗୋଟେ ଷ୍ଟେଟ ପୁସ୍ତକାଳୟ । ଅନ୍ୟ କକ୍ଷ ଗଳି ଯେପରି ମଧ୍ୟ ରହିଛି ତାହାର ଚତୁର୍ପାଶ୍ୱ ଖୋଲା ରହିଛି । ଏକ ବୃହତ ଭୋଜନ କକ୍ଷ , ଏକ ବୈଠକ କକ୍ଷ, ବିଲିୟାର୍ଡ଼ କକ୍ଷ ଇତ୍ୟାଦି ରହିଛି । ପ୍ରାସାଦରେ ସର୍ବତ୍ର ବହୁ ସ୍ଥାନରେ ଜଳର ଫବାରେ ଏବଂ ବେସିନ ତିଆରି ହୋଇଛି । | ଦୁଇ | ai4bharatIndicQA |
କେଉଁ ରାଜ୍ୟର ଶିରୋମଣି ଅକାଳୀ ଦଳ ଏକ ଆଞ୍ଚଳିକ ରାଜନୈତିକ ଦଳ ଅଟେ? | ପବିତ୍ର ସ୍ଥାନ ଓ ପ୍ରବେଶ ପଥ ସମୁଖରେ ଅକାଳ ତଖତ ଇମାରତ ଅବସ୍ଥିତ। ଏହା ମୁଖ୍ୟ ତଖତ ଅଟେ ଯାହା ଶୀଖ ସମ୍ପ୍ରଦାୟର ଅଧିକାରିକ କେନ୍ଦ୍ର ଅଟେ। ଏହା ପଂଜାବର ମୁଖ୍ୟ ରାଜନୀତି ଦଳ ଶିରୋମଣି ଅକାଲି ଦଳର ମୁଖ୍ୟାଳୟ ଅଟେ । ଅକାଳ ତଖତ ଶୀଖ ଦରମା ମାମଲାରେ ଓ ଶୀଖ ସମ୍ପ୍ରଦାୟକୁ ଏକଜୁଟ ହେବ ପାଇଁ ଆଦେଶ ଦେଇଥାଏ। ଅକାଳ ତଖତର ଅର୍ଥ ''କାଳାତୀତ ଭାବଙ୍କ ସିଂହାସନ''। ଏହି ସଂସ୍ଥା ଗୁରୁ ହରଗୋବିନ୍ଦ ନିଜ ପିତା ଗୁରୁ ଅର୍ଜନ ନ୍କ ସହିଦ ହେବ ପରେ ଉପଚାରିକ, ଆଧ୍ୟାତ୍ମିକ ଓ ଧର୍ମ ନିରେପେକ୍ଷ ମାମଲାରେ ଆୟୋଜନ କରିବାକୁ ନିଜ ସ୍ଥାନରୁ ଦୂର ଶୀଖ ଗୁରୁଦ୍ୱାରରେ ବାଧ୍ୟକରି ରିପୋର୍ଟ ଜାରି କରିବାକୁ ସ୍ଥାପନ କରି ଥିଲେ। ଏହା ପରେ ଗୁରୁ ଗୋବିନ୍ଦ ଦ୍ୱାର ସ୍ଥାପନ କରାଯାଇଥିବା ତଖତ ଉପରେ ଏକ ଇମାରତ ନିର୍ମାଣ କଲେ, ଏହା ଅକାଳ ଭୁଞ୍ଜା ରୂପେ ଜଣ ଯାଏ । ଅକାଳ ତଖତକୁ ତଖତ ଶ୍ରୀ ଅକାଳ ଭୁଞ୍ଜା ନାମରେ ମଧ୍ୟ ଯାନଯାଏ । ଶୀଖ ପରମ୍ପରାରେ ୫ଟି ତଖତ ଅଛି, ଯାହା ମଧ୍ୟରେ ଶୀଖ ଧର୍ମରେ ପ୍ରମୁଖ ତିର୍ଥସ୍ଥଳ। ଏହା ଆନନ୍ଦପୁର, ପାଟନା, ନାଁଦେଡ, ତଲବନ୍ଦି ସବୋ, ଓ ଅମୃତସରରେ ଅଛି। ସ୍ୱର୍ଣ୍ଣମନ୍ଦିର ପ୍ରସାରରେ ଥିବା ଅକାଳ ତଖତ ପ୍ରମୁଖ ଅଟେ। | ପଂଜାବ | ai4bharatIndicQA |
କେଉଁ ସମୟରୁ ସିନ୍ଧୁ ଜଳ ବିବାଦ ଲାଗି ରହିଛି | ସିନ୍ଧୁ ନଦୀ ବ୍ୟବସ୍ଥାରେ ସମସ୍ତ ନଦୀ ମୁଖ୍ୟତଃ ଚୀନର ତିବ୍ବତ ଅଞ୍ଚଳ ଓ ଭାରତର ହିମାଚଳ ପ୍ରଦେଶ ଓ ଜାମୁ ଓ କାଶ୍ମୀରରେ ଥିବା ହିମାଳୟ ପର୍ବତମାଳାରୁ ବାହାରିଛନ୍ତି । ଏହି ନଦୀଗୁଡ଼ିକ ପଞ୍ଜାବ, ହରିଆଣା, ରାଜସ୍ଥାନ ଓ ସିନ୍ଧ ପ୍ରଦେଶରେ ପ୍ରବାହିତ ହେବା ପରେ କରାଚୀ ସହରର ଦକ୍ଷିଣକୁ ରହିଥିବା ଗୁଜରାଟର କୋରି କ୍ରିକ୍ଠାରେ ଆରବ ସାଗରରେ ସମ୍ମିଳିତ ହୋଇଥାନ୍ତି । ପାକିସ୍ତାନକୁ ଏହି ନଦୀମାନଙ୍କରୁ ବାର୍ଷିକ ହାରାହାରି ୧୭.୭ କୋଟି ଏକର-ଫୁଟ୍ ବା ୨୧,୮୪୦ କୋଟି ଘନ ମିଟର୍ ଜଳ ସମ୍ବଳ ପ୍ରାପ୍ତ ହୋଇଥାଏ । ପୂର୍ବେ ଏହି ଅବବାହିକାର ଏକ କ୍ଷୁଦ୍ର ଭାଗ ଜଳସେଚିତ ହେଉଥିଲା । କିନ୍ତୁ କେନାଲ୍ ଓ ଜଳଭଣ୍ଡାରମାନ ନିର୍ମାଣ କରାଯାଇ ୨୦୦୯ ମସିହା ବେଳକୁ ଏହି ଅବବାହିକାରୁ ପାକିସ୍ତାନର ୪୭୦ ଲକ୍ଷ ଏକର ଅଞ୍ଚଳକୁ ଜଳ ପହଞ୍ଚି ପାରୁଛି । ବିଶ୍ୱରେ କୌଣସି ନଦୀ ଅବବାହିକାରୁ ଜଳସେଚିତ ଅଞ୍ଚଳମାନଙ୍କ ମଧ୍ୟରେ ଏହା ବୃହତ୍ତମ । ଇଂରେଜ ଶାସନରୁ ସ୍ୱାଧୀନତା ହାସଲ କରିବା ସମୟରେ ଭାରତୀୟ ଭୂଖଣ୍ଡର ବିଭାଜନ ହୋଇ ଭାରତ ଓ ପାକିସ୍ତାନ ସୃଷ୍ଟି ହେବା ପରେ ସିନ୍ଧୁ ଅବବାହିକାର ଜଳକୁ ନେଇ ବିବାଦ ସୃଷ୍ଟି ହେଲା । ନୂତନ ଭାବେ ପ୍ରସ୍ତୁତ ଦୁଇ ଦେଶ କିପରି ଭାବେ ରହି ଆସିଥିବା ଏକ ଜଳସେଚନ ବ୍ୟବସ୍ଥାରୁ ଉପକୃତ ହେବେ ଓ କିପରି ନିଜର ଭାଗ ନେବେ ତାହା ବିବାଦର କାରଣ ହେଲା । | ଇଂରେଜ ଶାସନରୁ ସ୍ୱାଧୀନତା ହାସଲ କରିବା ସମୟ | ai4bharatIndicQA |
୬ବିଂ ଶତାବ୍ଦୀରେ ଭାରତରେ କେଉଁ ଖେଳର ପ୍ରାରମ୍ଭିକ ରୂପ "ଚତୁରଙ୍ଗ" ରୂପେ ଜଣାଯାଏ? | ଚେସ ସାଧାରଣତଃ ଗୁପ୍ତ ସାମ୍ରାଜ୍ୟ ଅନୁସାରେ ପଶ୍ଚିମତ୍ତର ଭାରତରେ ଉତ୍ପନ୍ନ ହୋଇଥିଲା, ଯେଉଁଠାରେ ୬ବିଂ ଶତାବ୍ଦୀରେ ଏହାର ପ୍ରାରମ୍ଭିକ ରୂପ "ଚତୁରଙ୍ଗ" ରୂପେ ଜଣାଯାଏ । ପାରମ୍ପରିକ ସ୍ବଦେଶୀ ଖେଳରେ "କବାଡୀ" ଏବଂ "ଗିଲ୍ଲୀ ଦଣ୍ଡା", ଯାହା ଦେଶର ଅଧିକାଂଶ ଭାଗରେ ସାମିଲ ରହିଛି । "ଇଣ୍ଡୋର" (ଘର ଭିତରେ ଖେଳ ଯାଉଥିବା ଖେଳ) ଓ "ଆଉଡୋର" ( ଘର ବାହାରେ ଖେଳା ଯାଉଥିବା ଖେଳ) ଯେପରି- " ଲୁଡୋ, ତାଶ, ପୋଲୋ, କ୍ୟାରମ, ବ୍ୟାଡ ମିଟନ, ଲୁଚାଛୁପି, ଖୋଖୋ, ଦୌଡା" ଇତ୍ୟାଦି ଲୋକପ୍ରିୟ ଅଟେ । ପାରମ୍ପରିକ ଦକ୍ଷିଣ ଭାରତୀୟ ଖେଳରେ "ସ୍ନେକ ବୋଟ ରେସ ଓ କୂଟ୍ଟୀମ କୋଲମ" ସାମିଲ ହୋଇଛି । "ପୋଲୋ"ର ଆଧୁନିକ ଖେଳ ମଣିପୁରରୁ ପ୍ରସିଦ୍ଧି ଲାଭ କରିଛି । ସେଠାରେ ଏହି ଖେଳକୁ "ସଗୋଲ କଞ୍ଜଈ, କଞ୍ଜଈ-ବାଜି, ପୁଲୁ" ନାମରେ ଜଣାଯାଏ । | ଚେସ | ai4bharatIndicQA |
ଅତ୍ୟଧିକ ଉଚ୍ଚତାରେ ହିମାଳୟର କେଉଁ ଲୁପ୍ତପ୍ରାୟ ଓ ମାୟାବୀ ଜନ୍ତୁ ବସବାସ କରେ ? | ପରିବେଶ, ବୃଷ୍ଟିପାତ, ସମୁଦ୍ରପତନରୁ ଉଚ୍ଚତା ଓ ମୃତ୍ତିକା ଅନୁସାରେ ହିମାଳୟର ଜୀବମଣ୍ଡଳରେ ସାମାନ୍ୟ ବିଭିନ୍ନତା ଦେଖାଯାଏ । ହିମାଳୟର ପାଦଦେଶର ଜଳବାୟୁ କ୍ରାନ୍ତୀୟ ହୋଇଥିବା ବେଳେ ଉଚ୍ଚ ପର୍ବତମାନ ବର୍ଷସାରା ବରଫାବୃତ । ଦକ୍ଷିଣ-ହିମାଳୟର ପଶ୍ଚିମ ପଟ ତୁଳନାରେ ପୂର୍ବ ପଟକୁ ବୃଷ୍ଟିପାତର ମାତ୍ରା ଅଧିକ ହୋଇଥାଏ । ବୃଷ୍ଟିପାତ, ଉଚ୍ଚତା ଓ ମୃତ୍ତିକାର ପ୍ରକାରରେ ବିଭିନ୍ନତା ତଥା ତୁଷାରାଚ୍ଛନ୍ନ ପର୍ବତ ଯୋଗୁଁ ଏଠାକାର ଜୈବମଣ୍ଡଳରେ ବିଭିନ୍ନ ଜୀବଜନ୍ତୁ ବାସ କରିବା ଦେଖାଯାଏ । ସମୁଦ୍ରପତନରୁ ଅତ୍ୟଧିକ ଉଚ୍ଚତା ଓ ନିମ୍ନ ବାୟୁମଣ୍ଡଳୀୟ ଚାପ ପରି କଠୋର ଜଳବାୟୁ ସହନ କରିବାର କ୍ଷମତା ଏହି ଜୀବମାନଙ୍କଠାରେ ଦେଖିବାକୁ ମିଳେ । ଅତ୍ୟଧିକ ଉଚ୍ଚତାରେ ହିମାଳୟର ଲୁପ୍ତପ୍ରାୟ ଓ ମାୟାବୀ ଜନ୍ତୁ ହିମ କଲରାପତ୍ରିଆ ବାଘ ବସବାସ କରେ ଓ ସେ ଏଠାକାର ଖାଦ୍ୟ ଶୃଙ୍ଖଳର ସର୍ବୋଚ୍ଚ ଜୀବ । ତୁଷାର ଓ ପଥୁରିଆ ଶିଖରରେ ରହୁଥିବା ଭରାଲ୍ (ବା ହିମାଳୟ ନୀଳ ମେଣ୍ଢା) ପରି ଜୀବ ହିମ କଲରାପତ୍ରିଆ ବାଘର ମୁଖ୍ୟ ଆହାର । ଅଧିକ ଉଚ୍ଚତାରେ ହିମାଳୟ କସ୍ତୁରୀ ମୃଗ ମଧ୍ୟ ଦେଖାଯାଏ । କସ୍ତୁରୀ ପାଇଁ ଏମାନଙ୍କୁ ବହୁମାତ୍ରାରେ ଶିକାର କରାଯାଇ ଆସୁଥିବାରୁ ବର୍ତ୍ତମାନ ଏମାନେ ବିରଳ ଓ ଲୁପ୍ତପ୍ରାୟ । ହିମାଳୟ ଥାର୍, ତେକିନ୍, ସିରୌ ଛେଳି, ଗୋରାଲ୍ ଛେଳି ପ୍ରଭୃତି ଏହି ଅଞ୍ଚଳର ମୁଖ୍ୟ ତୃଣଭୋଜୀ ପ୍ରାଣୀ । | ହିମ କଲରାପତ୍ରିଆ ବାଘ | ai4bharatIndicQA |
ଗୁରୁଙ୍କୁ ସାକ୍ଷାତ ତଥା ଦର୍ଶନ କରିବା ପାଇଁ ମନ୍ଦିର ପରିସରରେ ପ୍ରବେଶ କରିବା ପୂର୍ବେ ମଣିଷର କ'ଣ ନଷ୍ଟ କରିବା ଆବଶ୍ୟକ ଥିଲା ? | ନିର୍ମାଣ ସମୟରେ ଜଳାଶୟର ଖାଲି କରି ଶୁଖା ଯାଇଥିଲେ । ହରମନ୍ଦିର ସାହିବଙ୍କ ପ୍ରଥମ ସଂସ୍କରଣ ପୁର୍ଣ ହେବ ପାଇଁ ୮ ବର୍ଷ ସମୟ ଲାଗିଥିଲା । ଗୁରୁ ଅର୍ଜନ ବିନମତ୍ରା ଉପରେ ଅଧିକ ଜୋର ଦେଇ ସହର ଠାରୁ କାମ ସ୍ଥରରେ ଏକ ମନ୍ଦିର ନିର୍ମାଣ କଲେ, କାରଣ ଗୁରୁଙ୍କୁ ସାକ୍ଷାତ ତଥା ଦର୍ଶନ କରିବା ପାଇଁ ମନ୍ଦିର ପରିସରରେ ପ୍ରବେଶ କରିବା ପୂର୍ବେ ମଣିଷର ଅହଂକାରକୁ ନଷ୍ଟ କରିବା ଆବଶ୍ୟକ ଥିଲା । ସେ ମଧ୍ୟ ମନ୍ଦିର ପରିସର ଥିବା ସମସ୍ଥ ପାର୍ଶ୍ୱ ଖୋଲା ରଖିବାକୁ ଦାବି କରିଥିଲେ ଯାହା ସମସ୍ତ ଲୋକଙ୍କ ପାଇଁ ଖୋଲା ଥିବାର ଦର୍ଶାଏ । ଅରବିନ୍ଦ ପାଲ ସିଂ ମାଣ୍ଡିରଙ୍କ କଥା ଅନୁସାରେ ଜଳାଶୟ ମଧ୍ୟରେ ଥିବା ଏହି ପବିତ୍ର ସ୍ଥାନ ଯେଉଁଠି ତାଙ୍କ ଗୁରୁ ବସୁଥିଲେ, ସେଠାରେ ପହଂଚିବା ପାଇଁ କେବଳ ଏକ ପୋଲୋ ଥିଲା ଏହା ଦର୍ଶାଉଥାଏ କି ଜୀବନର ଅନ୍ତିମ ଲକ୍ଷ୍ୟ କେବଳ ଏକ ଅଟେ । ୧୫୮୯ରେ ଇଟାଦ୍ୱାରା ମନ୍ଦିରର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିଲା । ଗୁରୁ ଅର୍ଜନ ଏହାର ନିମ୍ନ ପ୍ରସ୍ଥର ସ୍ଥାପନା ପାଇଁ ଲାହୋରର ସୁଫି ସେନ୍ଟ ମିଆଁ ମୀରଙ୍କୁ ନିମଂତ୍ରିତ କରିଥଲେ, ସାଙ୍କେତିକ ରୂପେ ଏହା ବହୁଳବାଦ ଏବଂ ଶିଖ ପରମ୍ପରା ସଭିଙ୍କୁ ସ୍ୱାଗତ କରୁଥିବାର ଦର୍ଶାଏ । | ଅହଂକାରକୁ | ai4bharatIndicQA |
ଇକୋ-ଟୁରିଜିମ୍ ପାଇଁ ଭାରତ ସରକାର କରବେଟ୍ ଜାତୀୟ ଉଦ୍ୟାନ ଏବଂ ଗରୱାଲ୍ ଅଞ୍ଚଳରେ କ’ଣ ଆୟୋଜନ କରିଛନ୍ତି ? | ଯଦିଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ଜାତୀୟ ଉଦ୍ୟାନର ମୂଳ ଉଦ୍ଦେଶ୍ୟ, ଏମାନଙ୍କୁ ଭଲଭାବେ ଜାଣିବା ପାଇଁ ପରିବେଶୋପଯୋଗୀ ଓ ଅଣବ୍ୟବସାୟିକ ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଏ । ୧୯୯୩ ମସିହାରେ ଉଦ୍ୟାନର ଗାଇଡ୍ମାନଙ୍କୁ ପ୍ରାକୃତିକ ଇତିହାସ, ପର୍ଯ୍ୟଟନ ପରିଚାଳନା, ଉଦ୍ୟାନର ବ୍ୟାଖ୍ୟା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା । ୧୯୯୫ ମସିହାରେ ଆହୁରି ଗାଇଡ୍ ନିଯୁକ୍ତି ପାଇଲେ ଓ ଆଉ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଗଲା । ଅନେକ ପ୍ରଶିକ୍ଷିତ ଗାଇଡ୍ ବ୍ୟବସ୍ଥାରେ ଆସିବା ଫଳରେ ଉଦ୍ୟାନରେ ପୂର୍ବରୁ ପର୍ଯ୍ୟଟକଙ୍କ ସୁବିଧା ବୁଝିବାରେ ବ୍ୟସ୍ତ କର୍ମଚାରୀ ଉତ୍ତମ ରୂପେ ପରିଚାଳନା କରିବାରେ ସମର୍ଥ ହେଲେ । ଏହା ବ୍ୟତୀତ ଭାରତ ସରକାର କର୍ବେଟ ଜାତୀୟ ଉଦ୍ୟାନ ଓ ଗଡ଼ୱାଲ ଅଞ୍ଚଳରେ ପରିବେଶୋପଯୋଗୀ ପର୍ଯ୍ୟଟନ ପାଇଁ ଆହୁରି ଅନେକ କର୍ମଶାଳା ଆୟୋଜନ କରିଛନ୍ତି । ଏହି କର୍ମଶାଳା ସ୍ଥାନୀୟ ଲୋକଙ୍କୁ ପର୍ଯ୍ୟଟନରୁ ଲାଭ ପାଇବା ଓ ଜାତୀୟ ଉଦ୍ୟାନକୁ ସୁରକ୍ଷିତ ରଖିବା ଇତ୍ୟାଦି ସମ୍ପର୍କରେ ଅବଗତ କରାଇଲା । ଅପ୍ରେଲ୍ରୁ ଜୁନ୍ ମାସ ଭାରତୀୟ ପର୍ଯ୍ୟଟକ ଓ ନଭେମ୍ବରରୁ ଜାନୁଆରୀ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ପ୍ରକୃଷ୍ଟ ସମୟ ବୋଲି କିଛି ଲେଖକ ମତ ରଖିଛନ୍ତି । ହାତୀପିଠିରେ ବସି ଶୁଷ୍କ ଋତୁ (ଅପ୍ରେଲ୍ରୁ ଜୁନ୍)ରେ ଜାତୀୟ ଉଦ୍ୟାନକୁ ଗଲେ ବାଘଙ୍କୁ ଦେଖିବାର ଅଧିକ ସମ୍ଭାବନା ରହିଥାଏ ବୋଲି ମଧ୍ୟ କୁହାଯାଏ । ୧୯୯୧ ମସିହା ୧୫ ନଭେମ୍ବରରୁ ୧୫ ଜୁନ୍ ମଧ୍ୟରେ କର୍ବେଟ୍ ଜାତୀୟ ଉଦ୍ୟାନ ବୁଲିବାକୁ ୪୫୨୧୫ ପର୍ଯ୍ୟଟକ ଆସିଥିଲେ ଓ ୩୨୩୭ଟି ଗାଡ଼ିରେ ବସି ଜାତୀୟ ଉଦ୍ୟାନକୁ ଉପଭୋଗ କରିଥିଲେ । ଏପରି ମାତ୍ରାଧିକ ପର୍ଯ୍ୟଟକଙ୍କ ଆଗମନ ପ୍ରାକୃତିକ ପରିବେଶ ପ୍ରତି ବିପଦ ସୃଷ୍ଟି କରିପାରେ । ଅତ୍ୟଧିକ ପର୍ଯ୍ୟଟନ ଯୋଗୁଁ ମୃତ୍ତିକାର ଆର୍ଦ୍ରତା କମେ ଓ ଏହା ଫଳରେ ଉଦ୍ୟାନର ଉଦ୍ଭିଦ ପ୍ରଭାବିତ ହୁଅନ୍ତି । ସେତେବେଳେ ପର୍ଯ୍ୟଟକମାନେ ଜାଳେଣୀ ପାଇଁ କାଠ ବ୍ୟବହାର କରିବା ବଢ଼ିଗଲା । ଏହି ସବୁ କାଠ ଆଖପାଖର ଜଙ୍ଗଲରୁ କଟା ହୋଇ ଆସୁଥିଲା ଯାହା ସ୍ଥାନୀୟ ଜଙ୍ଗଲକୁ ନଷ୍ଟ କରୁଥିଲା । | କର୍ମଶାଳା ଆୟୋଜନ କରିଛନ୍ତି | ai4bharatIndicQA |
ଅନନ୍ତ ଏକ କଳା ମୁଗୁନି ପଥର ଦେହରୁ ରକ୍ତର ଧାର କେଉଁ ନଦୀ ଆଡ଼କୁ ବୋହୁଯାଉଥିବାର ଦେଖିଲା? | ତତ୍କାଳିନ ଜମିଦାର ନିଳାଦ୍ରୀ ସମରସିଂହ ଦିନେ ନିଜ ଜମିରେ ହଳ କରିବା ନିମନ୍ତେ ଅନନ୍ତ ନାମକ ଜଣେ ହଳୁଆକୁ ନିର୍ଦ୍ଦେଶ ଦେଇଥିଲେ । ଅନନ୍ତ କିଛି ସମୟ ହଳ ବୁଲାଇବା ପରେ ହଠାତ ଲଙ୍ଗଳ ମୁନଟି ମାଟିତଳେ ଥିବା ଏକ ବସ୍ତୁରେ ବାଜି ଭାଙ୍ଗି ଯାଇଥିଲା । ତତ୍କ୍ଷଣାତ୍ ଆକାଶରେ କଳାବଦଲ ଛାଇଗଲା, ପ୍ରଚଣ୍ଡ ଘଡ଼ଘଡ଼ି ସହ ବିଜୁଳି ଚକିବାରେ ଲାଗିଲା । ଲୁହାରେ ନିର୍ମିତ ଫାଳଟି ଭାଙ୍ଗିଯିବା ସହିତ ପ୍ରକୃତିର ଅବସ୍ଥାର ହଠାତ୍ ପରିବର୍ତ୍ତନରେ ଆତଙ୍କିତ ହୋଇଯାଇଥିବା ଅନନ୍ତ ବସ୍ତୁଟିର ଚାରିକଡ଼ର ମାଟି ଆଡ଼େଇଲା । ଏକ କଳା ମୁଗୁନି ପଥର ଦେହରୁ ରକ୍ତର ଧାର ବୈତରଣୀ ନଦୀ ଆଡ଼କୁ ବୋହୁଯାଉଥିବାର ଦେଖିଲା । ଏହାପରେ ସେ ଯାଇ ଜମିଦାରଙ୍କୁ ସମସ୍ତ ବୃତ୍ତାନ୍ତ ଜଣାଇଲା । ଜମିଦାର ସମରସିଂହ କିଛି ଗ୍ରାମବାସୀଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଲେ । | ବୈତରଣୀ ନଦୀ | ai4bharatIndicQA |
ପାକିସ୍ତାନ 2743 ମିଟର ଲମ୍ବ ଏବଂ 143 ମିଟର ଉଚ୍ଚ ତାରବେଲା ନଦୀ ବନ୍ଧ ନିର୍ମାଣ କରିଛି, ତା ହାର ଲମ୍ବ କେତେ ? | ପାକିସ୍ତାନ ଗଠିତ ହେବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୬୦ ମସିହାରେ ସିନ୍ଧୁ ଜଳ ଚୁକ୍ତି ସ୍ୱାକ୍ଷରିତ ହେଲା ଏବଂ ଏହା ଯୋଗୁଁ ଉପରମୁଣ୍ଡ ଭାରତରେ ଥିଲେ ହେଁ ପାକିସ୍ତାନକୁ ସିନ୍ଧୁ, ଝେଲମ୍ ଓ ଚେନାବ ନଦୀର ସିଂହଭାଗ ଜଳ ମିଳିଲା । ପରିକଳ୍ପିତ ସିନ୍ଧୁ ଅବବାହିକା ଯୋଜନା (Indus Basin Project) ଅନୁସାରେ ଝେଲମ ନଦୀ ଉପରେ ମଙ୍ଗଳା ବନ୍ଧ ଏବଂ ସିନ୍ଧୁ ନଦୀ ଉପରେ ତର୍ବେଲା ବନ୍ଧ ଏବଂ କିଛି କ୍ଷୁଦ୍ର ସହାୟକ ନଦୀବନ୍ଧ ନିର୍ମିତ ହେବାର ଥିଲା । ପାକିସ୍ତାନର ଜଳ ଓ ଶକ୍ତି ଉନ୍ନୟନ ବିଭାଗ ଚସମା ଓ ଝେଲମ ଯୋଡ଼ ସେଚନ କେନାଲ୍ର କାର୍ଯ୍ୟ ଆରମ୍ଭ କରିଥିଲା । ଏହି ସଂଯୁକ୍ତ କେନାଲ୍ ବାହାୱାଲପୁର ଓ ମୁଲତାନ ପର୍ଯ୍ୟନ୍ତ ଜଳ ଯୋଗାଣ କରିପାରେ । ରାୱଲପିଣ୍ଡି ନିକଟରେ ପାକିସ୍ତାନ ୨୭୪୩ ମିଟର୍ ଲମ୍ବା ଓ ୧୪୩ ମିଟର୍ ଉଚ୍ଚ ତର୍ବେଲା ନଦୀବନ୍ଧ ନିର୍ମାଣ କରିଛି ଯାହାର ଜଳଭଣ୍ଡାରର ଦୈର୍ଘ୍ୟ ୮୦ କିଲୋମିଟର୍ । ଡେରା ଇସ୍ମାଇଲ୍ ଖାନ ନିକଟସ୍ଥ ଚସମା ବ୍ୟାରେଜରୁ ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ, ଡେରା ଗାଜି ଖାନ ନିକଟସ୍ଥ ତୌନ୍ସା ବ୍ୟାରେଜରୁ ୧ ଲକ୍ଷ କିଲୋୱାଟ୍ ବିଦ୍ୟୁତଶକ୍ତି ଉତ୍ପାଦନ ପାଇଁ ତର୍ବେଲା ନଦୀବନ୍ଧ ସହାୟକ ହୋଇଥାଏ । ହାଇଦ୍ରାବାଦ (ସିନ୍ଧ) ନିକଟସ୍ଥ କୋଟ୍ରି ବ୍ୟାରେଜ ୯୧୫ ମିଟର୍ ଉଚ୍ଚ ଓ ଏହା କରାଚୀର ଅତିରିକ୍ତ ଜଳ ଆବଶ୍ୟକତାକୁ ପୂରଣ କରିଥାଏ । | ୮୦ କିଲୋମିଟ | ai4bharatIndicQA |
ସିଦ୍ଧ ସାହିତ୍ୟ ଯୁଗର ଅନ୍ୟ ନାମ କ'ଣ? | ଚର୍ଯା/ ଚରିଜାଗିତି ଯୁଗ ବା ସିଦ୍ଧ ସାହିତ୍ୟ ଯୁଗ ଓ ନାଥ ସାହିତ୍ୟଭାରତର ସବୁଠୁ ପୁରୁଣା ଭାଷା ପାଳିରୁ ଓଡ଼ିଆର ତିଆରି । ୨୦୦୦ ବର୍ଷରୁ ଅଧିକ ଆଗରୁ ଓଡ଼ିଶାରେ ବୁଦ୍ଧଙ୍କ ଜନ୍ମ, ଧର୍ମପ୍ରଚାର ଓ ବୌଦ୍ଧ ଧର୍ମର ବିକାଶ କାଳରେ ପାଳି ଭାଷା ହିଁ ଥିଲା ଓଡ଼ିଆ ଭାଷା ତିଆରିର ମୂଳଦୁଆ ଯାହାକି ଆଧୁନିକ ଓଡ଼ିଆ ଭାଷାର ମୂଳଦୁଆ । ଓଡ଼ିଶା ଏବଂ ଏହାର ସୀମାନ୍ତ ରାଜ୍ୟମାନଙ୍କର ବିଭିନ୍ନ ଅଞ୍ଚଳରୁ ସଂଗୃହୀତ ତାମ୍ରଫଳକ ଏବଂ ପଥରରେ ଖୋଦିତ ଲେଖାମାନଙ୍କରୁ ଖ୍ରୀଷ୍ଟାବ୍ଦ ୭୦୦ରୁ ୧୦୦୦ ଶତାବ୍ଦୀ ମଧ୍ୟରେ ଉକ୍ତ ଭାଷାର ପ୍ରଚଳନ ଥିବାର ସ୍ୱଷ୍ଟ ପ୍ରମାଣ ମିଳିଛି । ଏହା ବ୍ୟତୀତ ନେପାଳରୁ ସଂଗ୍ରହ କରାଯାଇଥିବା ବୌଦ୍ଧଧର୍ମୀ ଚର୍ଯାପଦମାନଙ୍କ ପଦ୍ୟରଚନା ଗୁଡିକ ମଧ୍ୟରୁ ଏହି ସମୟରେ ଓଡ଼ିଆ ଭାଷାର ଆଦ୍ୟାବସ୍ଥାର ପରିଚୟ ମିଳିଅଛି । ଆଦିଯୁଗରେ ଓଡ଼ିଆ ଭାଷା ଏବେକାର ଓଡ଼ିଆ ଭାଷା ପରି ନଥିଲା । ଅଷ୍ଟମ-ନବମ ଶତାବ୍ଦୀର ଓଡ଼ିଆ ପାଳି ଭାଷାର ଅନୁରୂପ ଥିଲା । ସେତେବେଳେ ଆର୍ଯ୍ୟମାନଙ୍କ ଓଡ଼ିଶା ଆଗମନ ହେତୁ ଅନେକ ଓଡ଼ିଆ ଶବ୍ଦ ସଂସ୍କୃତ ଦେଇ ପ୍ରଭାବିତ ହେଲା ଓ ଶବ୍ଦ ଗଢଣରେ ବଦଳ ଆସିଲା । ଏହି ପରିବର୍ତ୍ତିତ ଶବ୍ଦ ସବୁ କ୍ରମେ ସଂସ୍କୃତ ଭାଷା ଭଣ୍ଡାରକୁ ଉନ୍ନତ କରିଛି । ସେତେବେଳର ଓଡ଼ିଶା ବା କଳିଙ୍ଗ ଭୂଖଣ୍ଡ ଭିତରେ ଆଜିର ଓଡ଼ିଶା, ବଙ୍ଗଳା, ବିହାର ଓ ଆସାମ ଆଦି ଥିଲା, ତେଣୁ ଓଡ଼ିଆ ଭାଷା ଏ ସବୁ ଅଞ୍ଚଳର ଭାଷା ଓ ସାହିତ୍ୟକୁ ବହୁ ଭାବରେ ପ୍ରଭାବିତ କରିଥିଲା । ଏହି କାଳର ପାଳି ଭାଷାକୁ କେହି ସାନ୍ଧ୍ୟ ଭାଷା କହିଥାନ୍ତି । ଏଥିରେ ଲିଖିତ ଗୀତିକବିତା କେତେକ ମିଳିଅଛି ଯାହାକୁ ଚର୍ଯାଗୀତି ବା ଚର୍ଯାଗୀତିକା କୁହାଯାଏ । ବୌଦ୍ଧ ସିଦ୍ଧ କବିମାନେ ଏସବୁର ରଚନା କରିଥିଲେ । ଏଗୁଡ଼ିକ ଆକାରରେ ଖୁବ ଛୋଟ । କାହ୍ନୁ ପା, ଲୁଇ ପା, ସବରି ପା, ହାଡୁ ପା, କୁକୁରି ପା ଏହି କାଳର କବି । | ଚର୍ଯା/ ଚରିଜାଗିତି ଯୁଗ | ai4bharatIndicQA |
କେତେ ଲୋକରୁ ଅଧିକ ଲୋକଙ୍କ ସମାଗମ ଉପରେ କଟକଣା ଲଗାଇଥିଲେ ସରକାର ? | କରୋନାଭାଇରସ ସଂକ୍ରମଣ ରୋକିବା ପାଇଁ ପ୍ରଥମ ପଦକ୍ଷେପ ସ୍ୱରୂପ ୨୦୨୦ ମାର୍ଚ୍ଚ ୪ ପରେ ବିଦେଶରୁ ଫେରିଥିବା ୩,୨୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ଲୋକଙ୍କୁ "ସଙ୍ଗରୋଧ"ରେ ରଖାଗଲା । ମାର୍ଚ୍ଚ ୪ ପରେ ଯେଉଁମାନେ ବିଦେଶରୁ ଫେରି ଆସିଥିଲେ ସେମାନଙ୍କୁ ସ୍ୱତଃପ୍ରବୃତ ଭାବେ ସେମାନଙ୍କ ଭ୍ରମଣ ବିବରଣୀ ସହ ଆତ୍ମ ଘୋଷଣାପତ୍ର ସରକାରଙ୍କୁ ଦେବା ପାଇଁ ପରାମର୍ଶ ଦିଆଯାଇଥିଲା । ଏ ଦିଗରେ ସେମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ସ୍ୱତଃପ୍ରବୃତ ଭାବେ କ୍ୱାରାଣ୍ଟାଇନ ବା ସଙ୍ଗରୋଧରେ ୧୪ ଦିନ ପାଇଁ ରହିବା ବ୍ୟକ୍ତିଙ୍କୁ ସରକାର ୧୫,୦୦୦ ଟଙ୍କା ପାଇଁ ଘୋଷଣା କରିଥିଲେ । ସେମାନଙ୍କ ପାଇଁ ଏଥି ନିମିତ୍ତ ଏକ ସରକାରୀ ଇଣ୍ଟରନେଟ ପୋର୍ଟାଲ (covid19.odisha.gov.in) ଆରମ୍ଭ କରାଯାଇଥିଲା । ପ୍ରାଥମିକ ପ୍ରଯ୍ୟାୟରେ ଓଡ଼ିଶାର ୧,୩୦୦ରୁ ଅଧିକ ସମ୍ଭାବିତ ରୋଗୀ ପୋର୍ଟାଲରେ ପଞ୍ଜୀକୃତ ହୋଇଥିଲେ । ଓଡ଼ିଶା ସରକାର ସେମାନଙ୍କ ପାଇଁ ତଥା ସାଧାରଣ ଜନତାଙ୍କ ପାଇଁ ଏକ ନିଃଶୁଳ୍କ ଫୋନ ହେଲ୍ପଲାଇନ (୧୦୪) ମଧ୍ୟ ପ୍ରଚଳନ କରିଛନ୍ତି । କରୋନା ମହାମାରୀର ପର୍ଯ୍ୟାୟ-୩ରେ ନ ପହଞ୍ଚିବା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ କିଛି ତ୍ୱରିତ ପଦକ୍ଷେପ ମଧ୍ୟ ନିଆଗଲା । ଅଧିକ ସଂଖ୍ୟକ ଲୋକ ଏକାଠି ହେବାର ସମ୍ଭାବନା ଥିବାରୁ ସାମାଜିକ ଦୂରତା ବଜାୟ ରଖିବା ଉଦ୍ଦେଶ୍ୟରେ ସମସ୍ତ ରେଷ୍ଟୁରାଣ୍ଟ, ବାର୍, କଫିସପ, କ୍ୟାଣ୍ଟିନ ଏବଂ ଭୋଜନ। ଳୟ ଆଦିକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଏକ ସରକାରୀ ନିର୍ଦ୍ଦେଶନାମା ପ୍ରକାଶ ପାଇଲା ଏବଂ ଯେ କୌଣସି ସର୍ବସାଧାରଣ ସ୍ଥାନରେ ସାତରୁ ଅଧିକ ଲୋକଙ୍କର ଏକାଠି ହେବା ଉପରେ ପ୍ରତିବନ୍ଧକ ରହିଲା । ମନ୍ଦିର, ମସଜିଦ ଏବଂ ଚର୍ଚ୍ଚ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହେଲା । | ସାତରୁ ଅଧିକ | ai4bharatIndicQA |
କେତେ ମସିହାରେ କଭି କଭି ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା। ? | ୧୯୭୬ ମସିହାରେ ସେ ନିର୍ଦ୍ଦେଶକ ୟଶ୍ ଚୋପ୍ରାଙ୍କ ରୋମାଣ୍ଟିକ୍ ତଥା ପାରିବାରିକ ଚଳଚ୍ଚିତ୍ର କଭି କଭିରେ ଅଭିନୟ କରିଥିଲେ । ବଚ୍ଚନ ଏଥିରେ ଅମିତ୍ ମାଲ୍ହୋତ୍ରା ନାମକ ଯୁବକ ଚରିତ୍ରରେ ଅଭିନୟ କରିଥିଲେ । ଅମିତ୍ ମାଲ୍ହୋତ୍ରା ଜଣେ କବି ଥିଲା ଏବଂ ସେ ପୂଜା (ରାକ୍ଷୀ ଗୁଲ୍ଜାର୍) ନାମକ ଜଣେ ସୁନ୍ଦରୀ ଯୁବତୀକୁ ଗଭୀର ଭାବେ ପ୍ରେମ କରିବା ଆରମ୍ଭ କରିଦେଇଥିଲା । କିନ୍ତୁ ଶେଷରେ ପୂଜା ଆଉ ଜଣକୁ (ଶଶୀ କପୁର) ବିବାହ କରିଥିଲା । ଏହି ଚଳଚ୍ଚିତ୍ରରେ ବଚ୍ଚନ ଜଣେ ରୋମାଣ୍ଟିକ୍ ହିରୋର ଚରିତ୍ରରେ ଅଭିନୟ କରିଥିଲେ, ଯାହାକି ସେ ଜଞ୍ଜିର୍ ଓ ଦିୱାର୍ ଆଦି ଚଳଚ୍ଚିତ୍ରରେ କରିଥିବା "ୟାଙ୍ଗ୍ରି ୟଙ୍ଗ୍ ମ୍ୟାନ୍" ଚରିତ୍ର ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କଦ୍ୱାରା ଖୁବ୍ ଆଦୃତ ହୋଇଥିଲା । ଏଥିରେ ନିଜର ଅଭିନୟ ପାଇଁ ବଚ୍ଚନ ପୁନର୍ବାର ଫିଲ୍ମଫେୟାର୍ରେ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ସେହି ବର୍ଷ ସେ ଅଦାଲତ୍ ଚଳଚ୍ଚିତ୍ରରେ ପିତା ଓ ପୁତ୍ର ଉଭୟଙ୍କ ଚରିତ୍ରରେ ଅଭିନୟ କରିଥିଲେ । ୧୯୭୭ ମସିହାରେ ଅମର୍ ଅକବର୍ ଆନ୍ଥୋନି ଚଳଚ୍ଚିତ୍ରରେ ନିଜର ଅଭିନୟ ପାଇଁ ସେ ତାଙ୍କର ପ୍ରଥମ ଫିଲ୍ମଫେୟାର୍ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ଜିଣିଥିଲେ । ଏହି ଚଳଚ୍ଚିତ୍ରରେ ସେ ବିନୋଦ ଖନ୍ନା ଓ ଋଷି କପୁରଙ୍କ ବିପକ୍ଷରେ ତୃତୀୟ ମୁଖ୍ୟ ଚରିତ୍ରରେ ଆନ୍ଥୋନି ଗୋନ୍ଜାଲ୍ଭେସ୍ ଭାବେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ସେ ବର୍ଷର ସବୁଠାରୁ ଅଧିକ ଆୟକାରୀ ଚଳଚ୍ଚିତ୍ର ଥିଲା । ପର୍ବରିଶ୍ ଓ ଖୁନ୍ ପସିନା ମଧ୍ୟ ବଚ୍ଚନଙ୍କ ଅଭିନୀତ ସେହି ବର୍ଷର ସଫଳ ଚଳଚ୍ଚିତ୍ରମାନଙ୍କ ମଧ୍ୟରୁ ଅନ୍ୟତମ । | ୧୯୭୬ | ai4bharatIndicQA |
ରାଜପୁତ ମାନେ କି ପ୍ରକାର ଯୋଦ୍ଧା ଥିଲେ ? | ପ୍ରଥମ ଘଟଣାଟି ହେଲା ଖ୍ରୀଷ୍ଟପୂର୍ବ ୩୦୦ ବର୍ଷ ତଳର । ମାସିଡୋନିଆର ସମ୍ରାଟ ଆଲେକଜାଣ୍ଡାର ଭାରତ ଉପରେ ବିଜୟ ଲାଭ ପାଇଁ ଅଗ୍ରସର ହେଉଥିବା ବେଳେ ରାଜା ପୁରୁଙ୍କ ସମ୍ମୁଖୀନ ହେଇଥିଲେ । ପ୍ରଥମ ଥର ପୁରୁଙ୍କଠାରୁ ଆଲେକଜାଣ୍ଡାର ପରାସ୍ତ ହେଲେ, ସେତେବେଳେ ଆଲେକଜାଣ୍ଡାରଙ୍କ ପତ୍ନୀ ପୁରୁଙ୍କ ନିକଟକୁ ଏକ ରାକ୍ଷୀ ପ୍ରେରଣ କରିଥିଲେ। ପୁରୁ ତାଙ୍କୁ ନିଜର ଭଉଣୀ ଭାବେ ଗ୍ରହଣ କରିଥିଲେ । ଅନ୍ୟ ଘଟଣାଟି ହେଲା ରାଣୀ କର୍ଣ୍ଣାବତୀ ଓ ସମ୍ରାଟ ହୁମାୟୁନଙ୍କୁ ନେଇ । ମଧ୍ୟ ଯୁଗର ରାଜପୁତ ଯୋଦ୍ଧମାନେ ପରାକ୍ରମୀ ଥିଲେ । ସେମାନେ କୈଣସି ଆକ୍ରମଣକାରୀ ସତ ପ୍ରାଣ ଦେଇ ଲଢୁଥିଲେ । | ଆଲେକଜାଣ୍ଡାର ପରା | ai4bharatIndicQA |
ପୂଜାର କେଉଁ ପହଡ଼ ଏବ ଅଭଷେକ ପରେ ମହାସ୍ନାନ ଅନୁଷ୍ଠିତ ହୋଇଥାଏ ? | ଫାଲ୍ଗୁନ ମାସର କୃଷ୍ଣ ତ୍ରୟୋଦସୀ ପରେ ଚତୁର୍ଦ୍ଦଶୀ ଦିନ ପ୍ରସିଦ୍ଧ ଜାଗର ଯାତ୍ରା ପାଳନ କାରଯାଏ । ଏହି ପର୍ବ ବର୍ଷସାରା ପାଳନ କରାଯାଉଥିବା ପର୍ବମାନଙ୍କର ସମିଶ୍ରଣ ସହ ସମାନ ଅଟେ । ଆଳତୀ ସରିବା ପରେ କନିକାର ରାଜା ଘର୍ଷଣ ଏବଂ ଖିଚୁଡ଼ି ଅର୍ପଣ କରିଥାନ୍ତି । ମହାଦେବ ଦିଗମ୍ବର ବେଶ ଧାରଣ କରିଥାନ୍ତି ଏବଂ ଅସଂଖ୍ୟ ଭକ୍ତ ଏହି ଆକର୍ଷକ ଶୋଭା ଦେଖିବା ପାଇଁ ଆସିଥାନ୍ତି । ଜାଗରର ପ୍ରଥମ ପହଡ଼ରୁ ହିଁ ପୂଜା ଆରମ୍ଭ ହୋଇଥାଏ । ସମସ୍ତ ଭକ୍ତ ଏବଂ ପୂଜକମାନେ ଷୋଡ଼ଶ ଉପଚାର ଅଭିଷେକ ଏବଂ ଯଜ୍ଞର ସମାପ୍ତିଯାଏ ଉଜାଗର ରହିଥାନ୍ତି । ପୂଜାର ଶେଷ ପହଡ଼ ଏବ ଅଭଷେକ ପରେ ମହାସ୍ନାନ ଅନୁଷ୍ଠିତ ହୋଇଥାଏ । ଗଙ୍ଗା ନଦୀରୁ ସଂଗ୍ରହ କରାଯାଇଥିବା ୧୦୮କୁମ୍ଭ ଜଳ ମହାଦେବଙ୍କ ଉପରେ ପୂଜକମାନେ ଢ଼ାଳିଥାନ୍ତି । | ଶେଷ ପହଡ଼ | ai4bharatIndicQA |
ବିଶ୍ୱକର୍ମା ଗୁମ୍ଫାର ଅନ୍ୟ ନାମ କ’ଣ? | ବୌଦ୍ଧ ଗୁମ୍ଫା ସମୂହ ମଧ୍ୟରେ ଗୁମ୍ଫା କ୍ରମାଙ୍କ ୧୦ ଉଲ୍ଲେଖଯୋଗ୍ୟ । ଏହା ଏକ ଚୈତ୍ୟ ଗୃହ ଓ ଏହାର ନାମ “ବିଶ୍ୱକର୍ମା ଗୁମ୍ଫା” । ଯେ ସବୁ କିଛି କର୍ମ ସମ୍ପାଦନ କରିପାରନ୍ତି, ସେ ବିଶ୍ୱକର୍ମା ଶବ୍ଦଟି ଦିବ୍ୟ ସ୍ଥପତିଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ । ଖ୍ରୀ. ୬୫୦ ବେଳକୁ ଏହି ଗୁମ୍ଫାଟି ନିର୍ମିତ ହୋଇଥିଲା । ଏହି ଗୁମ୍ଫାକୁ “ବଢ଼େଈ ଗୁମ୍ଫା” ମଧ୍ୟ କୁହାଯାଏ । ଏହି ଗୁମ୍ଫାର ବାହ୍ୟ ଗଠନ କାଷ୍ଠ୍ୟ ଅଭ୍ୟନ୍ତରର ଭ୍ରମ ସୃଷ୍ଟି କରୁଥିବାରୁ ଏପରି ନାମ ରଖାଯାଇଛି । | ବଢ଼େଈ ଗୁମ୍ଫା | ai4bharatIndicQA |
ରବୀନ୍ଦ୍ର ନାଥ ଟାଗୋର କେଉଁ ଭାଷାରେ ସବୁଠୁ ଲମ୍ବା କବିତା ଲେଖି ଥିଲେ? | ଉପନୟନ ପରେ,୧୮୭୩ ମସିହାରେ ଫେବୃଆରୀ ମାସରେ, ସେ ଯେତେବେଳେ ୧୧ବର୍ଷର ହୋଇଥିଲେ, ସେ ତାଙ୍କ ବାପାଙ୍କ ସହ ଭାରତ ପରିଦର୍ଶନ ଯାଇଥିଲେ । ସେ ଯାତ୍ରା ମାସ ମାସ ଧରି କରି ଥିଲେ । ସେ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ ,ତାହା ପଞ୍ଜାବର ଅମୃତସର ,ହିମାଳୟର ଡେଲହଉସି । ସେ ମଧ୍ୟ ଶାନ୍ତିନିକେତନ ତାଙ୍କ ବାପାଙ୍କ ସହ ଯାଇଥିଲେ । ସେଠାରେ ସେ ଆତ୍ମଜୀବନି ପଢି ଥିଲେ ଏବଂ ଇତିହାସ, ସଂସ୍କୃତ, ଆଧୁନିକ ବିଜ୍ଞାନ, ଓ ଜ୍ୟୋତିଷ ଶାସ୍ତ୍ର ର ଅଧ୍ୟୟନ କରିଥିଲେ । ସେ ମଧ୍ୟ କାଳୀଦାସ ଙ୍କ ବିଷୟରେ ପଢ଼ୁଥିଲେ । ସେ ମୈଥିଳି ଭାଷାରେ ସବୁଠୁ ଲମ୍ବା କବିତା ଲେଖି ଥିଲେ । | ମୈଥିଳି | ai4bharatIndicQA |
ସେ କେଉଁ ଶକ୍ତି ବିକାଶ କରିବାରେ ସକ୍ଷମ ଥିଲେ ? | ଶ୍ରୀରାମକୃଷ୍ଣ କହୁଥିଲେ-‘ଫୁଲ ଫୁଟିଲେ ଭ୍ରମର ଆପେ ଆପେ ଆସେ ମଧୁପାନ କରିବାକୁ; ତାକୁ ଡାକିବାକୁ ପଡ଼େ ନାହିଁ । ’...କେଉଁ ଏକ ଅଜ୍ଞାତ ଆକର୍ଷଣରେ ଦକ୍ଷିଣେଶ୍ୱରକୁ ଛୁଟି ଆସିଲେ ଆବାଳ ବୃଦ୍ଧ-ବନିତା, ସମାଜର ସବୁ ସ୍ତରର, ସବୁ ଧର୍ମର ଲୋକେ । ଉଚ୍ଚ-ନୀଚ, ବ୍ରାହ୍ମଣ-ଚଣ୍ଡାଳର କୌଣସି ଭେଦ ନ ଥିଲା । ସେ ଥିଲେ କରୁଣାସାଗର । ସଭିଙ୍କ ପ୍ରତି ତାଙ୍କର ସମାନ କରୁଣା, ସମାନ ଦୟା । ସଭିଙ୍କୁ ସେ ଭଗବତ୍-ପ୍ରାପ୍ତି ନିମନ୍ତେ ସାହାଯ୍ୟ କରୁଥିଲେ । ସେ ଥିଲେ ତ୍ରିକାଳଦର୍ଶୀ ମହାପୁରୁଷ । ଅନ୍ତର ଭିତରେ ପଶି କିଏ କେଉଁ ଭାବର ଲୋକ, ତାହା ଜାଣି ସେହି ଭାବରେ ସଭିଙ୍କୁ ଉପଦେଶ ଦେଉଥିଲେ । ତାଙ୍କ ଭିତରେ ଏପରି ଆଧ୍ୟାତ୍ମିକ ଶକ୍ତିର ବିକାଶ ହୋଇଥିଲା ଯେ ଥରଟିଏ ମାତ୍ର ସ୍ପର୍ଶ କରି ଭକ୍ତଗଣଙ୍କୁ ସମାଧିସ୍ଥ କରି ଦେଇପାରୁଥିଲେ, ଈଶ୍ୱର ଦର୍ଶନ କରାଇ ପାରୁଥିଲେ । ଦିନେ ଭାବାବେଶରେ କହିଥିଲେ, ‘ବର୍ତ୍ତମାନ ମାଆଙ୍କୁ (ଜଗଜ୍ଜନନୀଙ୍କୁ) କହୁଥିଲି-ମା’ ! | ଆଧ୍ୟାତ୍ମିକ | ai4bharatIndicQA |
ନାରାୟଣଙ୍କର ପ୍ରଥମ ଲେଖା କ'ଣ ଥିଲା? | ନାରାୟଣ ଶିକ୍ଷକତାରୁ ହିଁ ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ । ପରେ ତାଙ୍କୁ ପ୍ରଧାନ ଶିକ୍ଷକ ନକରି ଏକ ଶାରିରୀକ ଶିକ୍ଷକ କରିବାରୁ ସେ ଶିକ୍ଷକତା ଛାଡିଥିଲେ ଏବଂ ଅନୁଭବ କରିଥିଲେ ଯେ ସେ ଲେଖିବା ଜୀବନ ଆରମ୍ଭ କରିବେ । ତାଙ୍କର ପ୍ରଥମ ଲେଖା ଥିଲା “ Development of Maritime Law’s of 17th century of England”। ତାପରେ ସେ ଖବର କାଗଜ ଓ ପତ୍ରିକା ପାଇଁ ସ୍ଥାନୀୟ ଗଳ୍ପ ଲେଖିଥିଲେ । ସେଥିରେ ସେ ଭଲ ସଫଳତା ନପାଇବାରୁ ନିଜ ପରିବାର ସହଯୋଗରେ ସ୍ୱାଧୀନଭାବେ ନିଜ ଅନୁଭୂତିରେ ଲେଖିବା ଆରମ୍ଭ କଲେ ୧୯୩୦ ମସିହାରେ । ତାଙ୍କର ପ୍ରଥମ ଉପନ୍ୟାସ Swami and Friends ଯାହାକି ଛପା ଯାଇ ପାରି ନଥିଲା । | Development of Maritime Law’s of 17th century of England” | ai4bharatIndicQA |
ଏହି ଜଟିଳ ସମୟରେ କିଏ କିଏ ଦିଲ୍ଲୀକୁ କାବୁ କରିବା ପାଇଁ ପଞ୍ଜାବରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ? | ଏହି ବିପଦପୂର୍ଣ୍ଣ ସମୟରେ ଆକବର ଓ ବୈରାମ ଖାଁ ଦିଲ୍ଲୀ ଅଧିକାର କରିବା ପାଇଁ ପଞ୍ଜବରୁ ଦିଲ୍ଲୀ ଆଡ଼କୁ ଅଗ୍ରସର ହେଲେ । ହିମୁଙ୍କର ଏକ ବିଶାଳ ସେନା ଥିଲା । ଉଭୟ ପକ୍ଷ ମଧ୍ୟରେ ଇତିହାସ ପ୍ରସିଦ୍ଧ ପାନିପଥ କ୍ଷେତ୍ରରେ ଯୁଦ୍ଧ ହେଲା । ହିମୁଙ୍କର ପ୍ରଚଣ୍ଡ ଆକ୍ରମଣ ଫଳରେ ମୋଗଲ ସେନା ପରାସ୍ତ ହେବାକୁ ଲାଗିଲା । କିନ୍ତୁ ଶତ୍ରୁ ପକ୍ଷର ଏକ ତୀର ହିମୁଙ୍କର ଚକ୍ଷୁରେ ବିଦ୍ଧ ହେବାରୁ ସେ ମୂର୍ଚ୍ଛିତ ହୋଇ ତଳେ ପଡ଼ିଗଲେ । ସେନାପତିଙ୍କର ଏପରି ଦୁର୍ଦ୍ଦଶା ଦେଖି ସୈନ୍ୟମାନେ ପଳାୟନ କଲେ । ମୋଗଲ ମାଏନ୍ ବିଜୟୀ ହେଲେ । | ଆକବର ଓ ବୈରାମ ଖାଁ | ai4bharatIndicQA |
ଶେଷରେ ଏହା ସ୍ପଷ୍ଟ ହେଲା ଯେ ପତାକାର ମଧ୍ୟରେ କେଉଁ ରଙ୍ଗ ରହିବ ? | ପିଙ୍ଗଳି ଭେଙ୍କୟା ନାମକ ଆନ୍ଧ୍ର ପ୍ରଦେଶର ଜଣେ ଯୁବକ ଭାରତୀୟ ଜାତୀୟ ପତାକାର ଏକ ଡିଜାଇନ ପ୍ରସ୍ତୁତ କରି ମହାତ୍ମା ଗାନ୍ଧୀଙ୍କୁ ପ୍ରଦାନ କରିଥିଲେ । ଏହି ପତାକାରେ ଲାଲ ଓ ସବୁଜ ଏହିପରି ୨ଟି ରଙ୍ଗ ଥିଲା । ଏହି ଦୁଇ ରଙ୍ଗ ହିନ୍ଦୁ ଓ ମୁସଲମାନ୍ ଦୁଇ ପ୍ରମୁଖ ଧର୍ମର ପ୍ରତୀକ ଥିଲା । ତେବେ ଏହି ଦୁଇ ସମ୍ପ୍ରଦାୟକୁ ଛାଡି ଅନ୍ୟ ଧର୍ମାବଲମ୍ବିଙ୍କ ପାଇଁ ମଝିରେ ଧଳା ରଙ୍ଗ ଦେବାକୁ ଗାନ୍ଧିଜୀ ପ୍ରସ୍ତାବ ଦେଇଥିଲେ । ୧୯୩୧ରେ କେଶରୀ, ଧଳା ଓ ସବୁଜ ରଙ୍ଗରେ ଜାତୀୟ ପତାକା ତିଆରି କରାଯାଇଥିଲା । ପତାକାର ମଝିରେ ଅରଟ ଚିହ୍ନ ଥିଲା । ତେବେ ଏହି ପତାକାର ପରିବର୍ତ୍ତନ କରାଯାଇଥିଲା । | କେଶରୀ, ଧଳା ଓ ସବୁଜ | ai4bharatIndicQA |
ସିନ୍ଧୁ ଜଳ ଚୁକ୍ତି ବା ସିନ୍ଧୁ ଜଳ ବୁଝାମଣା କେଉଁ ଦୁଇ ଦେଶ ମଧ୍ୟରେ ଜଳ ବିଭାଜନକୁ ଆଧାର କରି ହୋଇଥିବା ଏକ ଐତିହାସିକ ଚୁକ୍ତି ? | ସିନ୍ଧୁ ଜଳ ଚୁକ୍ତି ବା ସିନ୍ଧୁ ଜଳ ବୁଝାମଣା (ଇଂରାଜୀରେ Indus Waters Treaty) ଭାରତ ଓ ପାକିସ୍ତାନ ମଧ୍ୟରେ ଜଳ ବିଭାଜନକୁ ଆଧାର କରି ହୋଇଥିବା ଏକ ଐତିହାସିକ ଚୁକ୍ତି । ବିଶ୍ୱବ୍ୟାଙ୍କର ମଧ୍ୟସ୍ତତାରେ ଭାରତରୁ ପାକିସ୍ତାନକୁ ପ୍ରବାହିତ ସିନ୍ଧୁ ନଦୀ ଓ ତାହାର ଉପନଦୀମାନଙ୍କ ଜଳକୁ ଉଭୟ ଦେଶ ମଧ୍ୟରେ ଆବଣ୍ଟିତ କରାଯାଇଥିଲା । [୧][୨][୩] ୧୯୬୦ ମସିହା ସେପ୍ଟେମ୍ବର ୧୯ ତାରିଖ ଦିନ ପାକିସ୍ତାନର କରାଚୀ ସହରରେ ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହରଲାଲ ନେହେରୁ ଓ ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଆୟୁବ ଖାଁଙ୍କଦ୍ୱାରା ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । [୪]ଏହି ବୁଝାମଣା ଅନୁସାରେ, ପୂର୍ବ ପଟର ୩ଟି ନଦୀରେ (ବେଆସ୍, ରାବୀ ଓ ଶତଲେଜ) ପ୍ରବାହିତ ବାର୍ଷିକ ୩.୩ କୋଟି ଏକର-ଫୁଟ୍ ପାଣି ଉପରେ ଭାରତର ନିୟନ୍ତ୍ରଣ ରହିଲା ଏବଂ ପଶ୍ଚିମ ପଟର ୩ଟି ନଦୀରେ (ସିନ୍ଧୁ, ଚେନାବ ଓ ଝେଲମ) ପ୍ରବାହିତ ବାର୍ଷିକ ୮ କୋଟି ଏକର-ଫୁଟ୍ ପାଣି ଉପରେ ପାକିସ୍ତାନର ନିୟନ୍ତ୍ରଣ ରହିଲା । [୫] ଏହି ଚୁକ୍ତିରେ ପାଣି ଆବଣ୍ଟନ ସମ୍ପର୍କିତ ପ୍ରସ୍ତାବ ଅଧିକ ବିବାଦୀୟ ଥିଲା । ଯେହେତୁ ପାକିସ୍ତାନର ନଦୀଗୁଡ଼ିକର ଅଧିକାଂଶ ଭାଗ ପାଣି ଭାରତରୁ ଆସେ, ତେଣୁ ପଶ୍ଚିମ ପଟର ନଦୀମାନଙ୍କ ପାଣିକୁ ଭାରତ ନିୟନ୍ତ୍ରିତ ଜଳସେଚନ, ଜଳବିଦ୍ୟୁତ୍ ଉତ୍ପାଦନ, ଜଳ ପରିବହନ, ମତ୍ସ୍ୟ ପାଳନ ଇତ୍ୟାଦି ଉଦ୍ଦେଶ୍ୟରେ ବ୍ୟବହାର କରିପାରିବ ବୋଲି ଚୁକ୍ତିରେ ପ୍ରସ୍ତାବ ରହିଲା । କୌଣସି ପ୍ରକଳ୍ପ ନିର୍ମାଣ ପାଇଁ ଭାରତକୁ କିଛି ନିୟମାବଳୀର ଅନୁସରଣ କରିବାକୁ ହେବ । ଭାରତ ଓ ପାକିସ୍ତାନର ମଧ୍ୟରେ ରହିଆସିଥିବା ଦୋଳାୟମାନ ସମ୍ପର୍କ ଯୋଗୁଁ ଯୁଦ୍ଧ ସମୟରେ ଭାରତ ସିନ୍ଧୁ ଓ ଅନ୍ୟ ନଦୀମାନଙ୍କ ଜଳକୁ ନିଜ ଇଚ୍ଛାରେ ନିୟନ୍ତ୍ରଣ କରି ପାକିସ୍ତାନରେ ବନ୍ୟା ବା ଦୁର୍ଭିକ୍ଷ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ପାକିସ୍ତାନର ଆଶଙ୍କା (ବା ଅଭିଯୋଗ) ରହିଆସିଛି । ତେଣୁ ସିନ୍ଧୁ ଜଳ ଚୁକ୍ତିର ଉପକ୍ରମରେ ବନ୍ଧୁତା, ସମନ୍ୱୟ ଓ ସଦ୍ଭାବ ରକ୍ଷାକରି ଏବଂ ଉଭୟ ଦେଶଙ୍କ ଅଧିକାରର ସମ୍ମାନ କରି ସିନ୍ଧୁ ଅବବାହିକା ବ୍ୟବସ୍ଥାରୁ ଉପଯୁକ୍ତ ଓ ଯଥେଷ୍ଟ ପରିମାଣର ଜଳ ଆବଣ୍ଟିତ କରିବା ଏହି ଚୁକ୍ତିର ଉଦ୍ଦେଶ୍ୟ । [୬][୭]ଚୁକ୍ତିର ଅନୁଚ୍ଛେଦ XII(୨) ଅନୁସାରେ ୧୯୬୦ ମସିହା ଅପ୍ରେଲ ପହିଲାଠାରୁ ଚୁକ୍ତି ଲାଗୁ ହେବା ପରଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଜଳ ସମ୍ବନ୍ଧୀୟ ବିବାଦ ବା ଯୁଦ୍ଧ ହୋଇନାହିଁ । ବିବାଦ କିମ୍ବା ଅସହମତିର ସ୍ଥିତି ଉପୁଜିଲେ ଚୁକ୍ତିର ନିୟମାବଳୀକୁ ଆଧାର କରି ମାମଲାର ବିଚାର କରାଯାଏ ଓ ବୁଝାମଣା ହୁଏ । [୮] ଆଧୁନିକ ସମୟରେ ବୁଦ୍ଧିଜୀବୀ ଓ ଗବେଷକ ମତ ଦିଅନ୍ତି ଯେ ଏହି ଚୁକ୍ତିରେ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ନିୟମ ରହିବା କଥା କିନ୍ତୁ ତଥାପି ଜଳ ଆବଣ୍ଟନ ପରିପ୍ରେକ୍ଷୀରେ ସିନ୍ଧୁ ଜଳ ଚୁକ୍ତିକୁ ବିଶ୍ୱର ସଫଳ ଚୁକ୍ତିମାନଙ୍କ ମଧ୍ୟରେ ପରିଗଣନା କରାଯାଏ । | ପାକିସ୍ତାନ | ai4bharatIndicQA |
ସରୋଜିନୀଙ୍କ ପରିବାରର ସମସ୍ତେ କେଉଁ ସଂସ୍କୃତି ଦ୍ୱାରା ପ୍ରଭାବିତ ହୋଇଥିଲେ? | ତାଙ୍କ ପରିବାରରେ ସମସ୍ତେ ବଙ୍ଗୀୟ ସଂସ୍କୃତିଦ୍ୱାରା ପ୍ରଭାବିତ ହୋଇଥିଲେ। କିନ୍ତୁ ବଙ୍ଗଭୂମି ଛାଡି ହାଇଦ୍ରାବାଦ ଆସିଲା ପରେ ସେମାନେ ଇଂରାଜୀ ଭାଷାକୁ ଆଦରିନେଇଥିଲେ। ଯଦିଓ ସରୋଜିନୀ ଇଂରେଜ ମାନଙ୍କ ଚଳଣି ଓ ସଭ୍ୟତାକୁ ପସନ୍ଦ କରୁଥିଲେ,କିନ୍ତୁ ଇଂରେଜୀ ଭାଷାରେ କଥାବାର୍ତ୍ତା କରିବାକୁ ଭଲପାଉନଥିଲେ। ସେ ଇଂରେଜୀ ଭାଷା ଶିଖିବାକୁ ଆଗ୍ରହୀ ନୁହନ୍ତି ବୋଲି ଥରେ ବାପାଙ୍କୁ କହିଥିଲେ ଏବଂ ଏହା ଶୁଣି ଅଘୋରନାଥ ରାଗିଯାଇ ତାଙ୍କୁ ଏକ କୋଠରୀରେ ବନ୍ଦ କରିଦେଇଥିଲେ। କାରଣ ସେତେବେଳେ ଇଂରାଜୀ ଭାଷା ଓ ଜ୍ଞାନ ହିଁ ଥିଲା ସଫଳତାର ଚାବିକାଠି। ପିତା ବହୁତ ବୁଝାଇବାପରେ ସେ ନିଜ ମତ ବଦଳାଇଥିଲେ। | ବଙ୍ଗୀୟ ସଂସ୍କୃତି | ai4bharatIndicQA |
ଜାଗରର କେଉଁ ପହଡ଼ରୁ ପୂଜା ଆରମ୍ଭ ହୋଇଥାଏ? | ଫାଲ୍ଗୁନ ମାସର କୃଷ୍ଣ ତ୍ରୟୋଦସୀ ପରେ ଚତୁର୍ଦ୍ଦଶୀ ଦିନ ପ୍ରସିଦ୍ଧ ଜାଗର ଯାତ୍ରା ପାଳନ କାରଯାଏ । ଏହି ପର୍ବ ବର୍ଷସାରା ପାଳନ କରାଯାଉଥିବା ପର୍ବମାନଙ୍କର ସମିଶ୍ରଣ ସହ ସମାନ ଅଟେ । ଆଳତୀ ସରିବା ପରେ କନିକାର ରାଜା ଘର୍ଷଣ ଏବଂ ଖିଚୁଡ଼ି ଅର୍ପଣ କରିଥାନ୍ତି । ମହାଦେବ ଦିଗମ୍ବର ବେଶ ଧାରଣ କରିଥାନ୍ତି ଏବଂ ଅସଂଖ୍ୟ ଭକ୍ତ ଏହି ଆକର୍ଷକ ଶୋଭା ଦେଖିବା ପାଇଁ ଆସିଥାନ୍ତି । ଜାଗରର ପ୍ରଥମ ପହଡ଼ରୁ ହିଁ ପୂଜା ଆରମ୍ଭ ହୋଇଥାଏ । ସମସ୍ତ ଭକ୍ତ ଏବଂ ପୂଜକମାନେ ଷୋଡ଼ଶ ଉପଚାର ଅଭିଷେକ ଏବଂ ଯଜ୍ଞର ସମାପ୍ତିଯାଏ ଉଜାଗର ରହିଥାନ୍ତି । ପୂଜାର ଶେଷ ପହଡ଼ ଏବ ଅଭଷେକ ପରେ ମହାସ୍ନାନ ଅନୁଷ୍ଠିତ ହୋଇଥାଏ । ଗଙ୍ଗା ନଦୀରୁ ସଂଗ୍ରହ କରାଯାଇଥିବା ୧୦୮କୁମ୍ଭ ଜଳ ମହାଦେବଙ୍କ ଉପରେ ପୂଜକମାନେ ଢ଼ାଳିଥାନ୍ତି । | ମହାଦେବ | ai4bharatIndicQA |
କେଉଁ ଋତୁରେ ବାଘମାନେ ଅଧିକ ଚଳପ୍ରଚଳ ଦେଖାଯାନ୍ତି ? | ଯଦିଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ଜାତୀୟ ଉଦ୍ୟାନର ମୂଳ ଉଦ୍ଦେଶ୍ୟ, ଏମାନଙ୍କୁ ଭଲଭାବେ ଜାଣିବା ପାଇଁ ପରିବେଶୋପଯୋଗୀ ଓ ଅଣବ୍ୟବସାୟିକ ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଏ । ୧୯୯୩ ମସିହାରେ ଉଦ୍ୟାନର ଗାଇଡ୍ମାନଙ୍କୁ ପ୍ରାକୃତିକ ଇତିହାସ, ପର୍ଯ୍ୟଟନ ପରିଚାଳନା, ଉଦ୍ୟାନର ବ୍ୟାଖ୍ୟା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା । ୧୯୯୫ ମସିହାରେ ଆହୁରି ଗାଇଡ୍ ନିଯୁକ୍ତି ପାଇଲେ ଓ ଆଉ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଗଲା । ଅନେକ ପ୍ରଶିକ୍ଷିତ ଗାଇଡ୍ ବ୍ୟବସ୍ଥାରେ ଆସିବା ଫଳରେ ଉଦ୍ୟାନରେ ପୂର୍ବରୁ ପର୍ଯ୍ୟଟକଙ୍କ ସୁବିଧା ବୁଝିବାରେ ବ୍ୟସ୍ତ କର୍ମଚାରୀ ଉତ୍ତମ ରୂପେ ପରିଚାଳନା କରିବାରେ ସମର୍ଥ ହେଲେ । ଏହା ବ୍ୟତୀତ ଭାରତ ସରକାର କର୍ବେଟ ଜାତୀୟ ଉଦ୍ୟାନ ଓ ଗଡ଼ୱାଲ ଅଞ୍ଚଳରେ ପରିବେଶୋପଯୋଗୀ ପର୍ଯ୍ୟଟନ ପାଇଁ ଆହୁରି ଅନେକ କର୍ମଶାଳା ଆୟୋଜନ କରିଛନ୍ତି । ଏହି କର୍ମଶାଳା ସ୍ଥାନୀୟ ଲୋକଙ୍କୁ ପର୍ଯ୍ୟଟନରୁ ଲାଭ ପାଇବା ଓ ଜାତୀୟ ଉଦ୍ୟାନକୁ ସୁରକ୍ଷିତ ରଖିବା ଇତ୍ୟାଦି ସମ୍ପର୍କରେ ଅବଗତ କରାଇଲା । ଅପ୍ରେଲ୍ରୁ ଜୁନ୍ ମାସ ଭାରତୀୟ ପର୍ଯ୍ୟଟକ ଓ ନଭେମ୍ବରରୁ ଜାନୁଆରୀ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ପ୍ରକୃଷ୍ଟ ସମୟ ବୋଲି କିଛି ଲେଖକ ମତ ରଖିଛନ୍ତି । ହାତୀପିଠିରେ ବସି ଶୁଷ୍କ ଋତୁ (ଅପ୍ରେଲ୍ରୁ ଜୁନ୍)ରେ ଜାତୀୟ ଉଦ୍ୟାନକୁ ଗଲେ ବାଘଙ୍କୁ ଦେଖିବାର ଅଧିକ ସମ୍ଭାବନା ରହିଥାଏ ବୋଲି ମଧ୍ୟ କୁହାଯାଏ । ୧୯୯୧ ମସିହା ୧୫ ନଭେମ୍ବରରୁ ୧୫ ଜୁନ୍ ମଧ୍ୟରେ କର୍ବେଟ୍ ଜାତୀୟ ଉଦ୍ୟାନ ବୁଲିବାକୁ ୪୫୨୧୫ ପର୍ଯ୍ୟଟକ ଆସିଥିଲେ ଓ ୩୨୩୭ଟି ଗାଡ଼ିରେ ବସି ଜାତୀୟ ଉଦ୍ୟାନକୁ ଉପଭୋଗ କରିଥିଲେ । ଏପରି ମାତ୍ରାଧିକ ପର୍ଯ୍ୟଟକଙ୍କ ଆଗମନ ପ୍ରାକୃତିକ ପରିବେଶ ପ୍ରତି ବିପଦ ସୃଷ୍ଟି କରିପାରେ । ଅତ୍ୟଧିକ ପର୍ଯ୍ୟଟନ ଯୋଗୁଁ ମୃତ୍ତିକାର ଆର୍ଦ୍ରତା କମେ ଓ ଏହା ଫଳରେ ଉଦ୍ୟାନର ଉଦ୍ଭିଦ ପ୍ରଭାବିତ ହୁଅନ୍ତି । ସେତେବେଳେ ପର୍ଯ୍ୟଟକମାନେ ଜାଳେଣୀ ପାଇଁ କାଠ ବ୍ୟବହାର କରିବା ବଢ଼ିଗଲା । ଏହି ସବୁ କାଠ ଆଖପାଖର ଜଙ୍ଗଲରୁ କଟା ହୋଇ ଆସୁଥିଲା ଯାହା ସ୍ଥାନୀୟ ଜଙ୍ଗଲକୁ ନଷ୍ଟ କରୁଥିଲା । | ଶୁଷ୍କ ଋତୁ (ଅପ୍ରେଲ୍ରୁ ଜୁନ୍) | ai4bharatIndicQA |
ଦୁର୍ଘଟଣାର ପ୍ରଚାରକୁ କଣ ସୁନିଶ୍ଚିତ କଲା ? | ତେବେ ଏହି ସଫଳତାର କିଛି ଶ୍ରେୟ ବଚ୍ଚନଙ୍କ ଦୁର୍ଘଟଣା ଯୋଗୁଁ ହୋଇଥିବା ପ୍ରଚାରକୁ ମଧ୍ୟ ଯାଏ । ବଚ୍ଚନଙ୍କ ଦୁର୍ଘଟଣା ପରେ ନିର୍ଦ୍ଦେଶକ ମନମୋହନ ଦେଶାଇ କୁଲିର ଶେଷଭାଗକୁ ବଦଳାଇ ଦେଇଥିଲେ । ପୂର୍ବରୁ ଲେଖାଯାଇଥିବା କାହାଣୀ ଅନୁଯାୟୀ ବଚ୍ଚନ ଅଭିନୟ କରୁଥିବା ଚରିତ୍ରଟି ଶେଷରେ ମୃତ୍ୟୁବରଣ କରୁଥିଲା । କିନ୍ତୁ କାହାଣୀରେ ପରିବର୍ତ୍ତନ ପରେ ଚରିତ୍ରଟି ଶେଷରେ ବଞ୍ଚିଥିଲା । ଦେଶାଇ କହିଥିଲେ ଯେ, ଯେଉଁ ବ୍ୟକ୍ତି ନିଜ ପ୍ରକୃତ ଜୀବନରେ ମୃତ୍ୟୁକୁ ହରାଇ ଫେରିଆସିଛି, ସେ ପର୍ଦ୍ଦା ଉପରେ ମରିଯିବାଟା ନିଶ୍ଚିତ ଭାବରେ ଅନୁଚିତ୍ । ଆହୁରି ମଧ୍ୟ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରରେ ଉପରୋକ୍ତ ଲଢ଼େଇ ଦୃଶ୍ୟକୁ ଟେବୁଲ୍ ଉପରକୁ ଡେଇଁବା ସମୟରେ ସ୍ଥଗିତ ରଖାଯାଇ ପର୍ଦ୍ଦା ଉପରେ ଅଭିନେତାର ଦୁର୍ଘଟଣାକୁ ସଙ୍କେତ କରି ଏକ ଶିରୋନାମା ଦେଖାଯାଇଥିଲା । ଏହି ଶିରୋନାମାଦ୍ୱାରା ଦୁର୍ଘଟଣାଟିର ପ୍ରଚାର ସୁନିଶ୍ଚିତ କରାଯାଇଥିଲା । ପରବର୍ତ୍ତୀ ସମୟରେ ବଚ୍ଚନ ମିଆସ୍ଥେନିଆ ଗ୍ରେଭିସ୍ (Myasthenia gravis) ରୋଗରେ ଆକ୍ରାନ୍ତ ହୋଇଥିଲେ । ତାଙ୍କର ଅସୁସ୍ଥତା ଯୋଗୁଁ ସେ ଉଭୟ ଶାରୀରିକ ଓ ମାନସିକ ଭାବେ ଦୁର୍ବଳ ହୋଇପଡ଼ିଥିଲେ ଏବଂ ଅଭିନୟରୁ ଅବସର ନେଇ ରାଜନୀତିରେ ପ୍ରବେଶ କରିବା କଥା ଚିନ୍ତା କରିବାକୁ ଲାଗିଥିଲେ । | ଶିରୋନାମାଦ୍ୱାରା | ai4bharatIndicQA |
କେଉଁ ଅଞ୍ଚଳରେ ମୁଖ୍ୟତ ସିନ୍ଧୁ ପ୍ରଣାଳୀର ସମସ୍ତ ନଦୀ ଅବସ୍ଥିତ ? | ସିନ୍ଧୁ ନଦୀ ବ୍ୟବସ୍ଥାରେ ସମସ୍ତ ନଦୀ ମୁଖ୍ୟତଃ ଚୀନର ତିବ୍ବତ ଅଞ୍ଚଳ ଓ ଭାରତର ହିମାଚଳ ପ୍ରଦେଶ ଓ ଜାମୁ ଓ କାଶ୍ମୀରରେ ଥିବା ହିମାଳୟ ପର୍ବତମାଳାରୁ ବାହାରିଛନ୍ତି । ଏହି ନଦୀଗୁଡ଼ିକ ପଞ୍ଜାବ, ହରିଆଣା, ରାଜସ୍ଥାନ ଓ ସିନ୍ଧ ପ୍ରଦେଶରେ ପ୍ରବାହିତ ହେବା ପରେ କରାଚୀ ସହରର ଦକ୍ଷିଣକୁ ରହିଥିବା ଗୁଜରାଟର କୋରି କ୍ରିକ୍ଠାରେ ଆରବ ସାଗରରେ ସମ୍ମିଳିତ ହୋଇଥାନ୍ତି । ପାକିସ୍ତାନକୁ ଏହି ନଦୀମାନଙ୍କରୁ ବାର୍ଷିକ ହାରାହାରି ୧୭.୭ କୋଟି ଏକର-ଫୁଟ୍ ବା ୨୧,୮୪୦ କୋଟି ଘନ ମିଟର୍ ଜଳ ସମ୍ବଳ ପ୍ରାପ୍ତ ହୋଇଥାଏ । ପୂର୍ବେ ଏହି ଅବବାହିକାର ଏକ କ୍ଷୁଦ୍ର ଭାଗ ଜଳସେଚିତ ହେଉଥିଲା । କିନ୍ତୁ କେନାଲ୍ ଓ ଜଳଭଣ୍ଡାରମାନ ନିର୍ମାଣ କରାଯାଇ ୨୦୦୯ ମସିହା ବେଳକୁ ଏହି ଅବବାହିକାରୁ ପାକିସ୍ତାନର ୪୭୦ ଲକ୍ଷ ଏକର ଅଞ୍ଚଳକୁ ଜଳ ପହଞ୍ଚି ପାରୁଛି । ବିଶ୍ୱରେ କୌଣସି ନଦୀ ଅବବାହିକାରୁ ଜଳସେଚିତ ଅଞ୍ଚଳମାନଙ୍କ ମଧ୍ୟରେ ଏହା ବୃହତ୍ତମ । ଇଂରେଜ ଶାସନରୁ ସ୍ୱାଧୀନତା ହାସଲ କରିବା ସମୟରେ ଭାରତୀୟ ଭୂଖଣ୍ଡର ବିଭାଜନ ହୋଇ ଭାରତ ଓ ପାକିସ୍ତାନ ସୃଷ୍ଟି ହେବା ପରେ ସିନ୍ଧୁ ଅବବାହିକାର ଜଳକୁ ନେଇ ବିବାଦ ସୃଷ୍ଟି ହେଲା । ନୂତନ ଭାବେ ପ୍ରସ୍ତୁତ ଦୁଇ ଦେଶ କିପରି ଭାବେ ରହି ଆସିଥିବା ଏକ ଜଳସେଚନ ବ୍ୟବସ୍ଥାରୁ ଉପକୃତ ହେବେ ଓ କିପରି ନିଜର ଭାଗ ନେବେ ତାହା ବିବାଦର କାରଣ ହେଲା । | ଚୀନର ତିବ୍ବତ ଅଞ୍ଚଳ ଓ ଭାରତର ହିମାଚଳ ପ୍ରଦେଶ ଓ ଜାମୁ ଓ କାଶ୍ମୀରରେ ଥିବା ହିମାଳୟ ପର୍ବତମାଳା | ai4bharatIndicQA |
କାହାଙ୍କ ନେତୃତ୍ଵରେ ବ୍ରିଟିଶ ସେନା ଆକ୍ରମଣ କଲେ ? | ୫ ଜୁନ ୧୮୫୭ ବେଳକୁ କାନପୁରରେ ବିଦ୍ରୋହର ସୂତ୍ରପାତ ହେଲାବେଳକୁ ନାନାସାହେବ ବିଦ୍ରୋହୀମାନଙ୍କର ନେତା ବନିଗଲେ । ବ୍ରିଟିଶ ଫୌଜ ୨୫ ଜୁନ ୧୮୫୭ରେ ଆତ୍ମ ସମର୍ପଣ କରିବାପରେ ସେମାନଙ୍କୁ ସତୀଚୌରା ଘାଟକୁ ସ୍ଥାନାନ୍ତର କରାଗଲା ଯେଉଁଁଠାରେ କି ସେମାନଙ୍କୁ ଗଣସଂହାର କରିଦିଆଗଲା । ଜୁନ ମାସର ଶେଷ ଆଡକୁ ନାନା ସାହେବକୁ ପେଶବା ଘୋଷିତ କରିଦିଆଗଲା । ବ୍ରିଟିଶ ସେନାପତି ଜେନେରାଲ ହାଭଲୋକ ନାନା ସାହେବଙ୍କ ସୈନ୍ୟବାହିନୀ ସହ ଦୁଇଥର ଯୁଦ୍ଧ କରିଥିଲେ , ତେବେ ତୃତୀୟ ଥର ପରାସ୍ତ ହୋଇ ବିଠୁର ଆଡକୁ ପଳାୟନ କଲେ । ତାତ୍ୟା ବିଠୁରରେ ରହି ନାନା ସାହେବଙ୍କ ନାମରେ କାର୍ଯ୍ୟକ୍ରମ ଜାରୀ ରଖିଲେ । ଏହି ସମୟରେ ନାନା ସାହେବ କିଛି ବ୍ରିଟିଶ ପଣବନ୍ଦୀ ରଖି ବ୍ରିଟିଶ ସହ ସୌଦା କରିବାକୁ ମନସ୍ଥ କଲେ । ହେଲେ, ଜେନେରାଲ ହେନେରୀ ହାଭଲୋକଙ୍କ ଆଦେଶରେ କମ୍ପାନୀ ସେନା ଅଲ୍ଲାହାବାଦରୁ କାନପୁର ଆଡକୁ ଆଗେଇବାକୁ ଲାଗିଲେ । ଏହି କମ୍ପାନୀ ସେନାକୁ ଅଟକାଇବାପାଇଁଁ ନାନା ସାହେବ ପଠାଇଥିବା ଦୁଇ ଦଳ ସୈନ୍ୟବାହିନୀ ଇଁରେଜ ହାତରେ ପରାସ୍ତ ହେଲେ ଏବଂ କଥିତ ଅଛି ଏହି ପରାଜୟର ପ୍ରତିଶୋଧ ସ୍ୱରୁପ ନାନା ସାହେବ ପ୍ରାୟ ୨୦୦ ବ୍ରିଟିଶ ସ୍ତ୍ରୀ ଏବଂ ଛୋଟ ପିଲାଙ୍କୁ ଜନେ ପାରିଷଦର ପରାମର୍ଷ କ୍ରମେ ଗଣ ହତ୍ୟା କରିଥିଲେ । ତେବେ ଏହି ବିଷୟରେ ସଠିକ ତଥ୍ୟ ଲିପିବଧ ନାହିଁଁ । | ହାଭଲୋକ | ai4bharatIndicQA |
୧୯୩୨ ଲସଏଞ୍ଜେଲ୍ସ ଅଲିମ୍ପିକରେ ଧ୍ୟାନଚାନ୍ଦ କେତେଟି ଗୋଲ କରିଥିଲେ? | ୧୯୨୮ ଆମଷ୍ଟରଡାମ ଅଲିମ୍ପିକରେ ଭାରତ ମୋଟ ୨୯ ଗୋଲ କରିଥିବା ବେଳେ ଧ୍ୟାନଚାନ୍ଦ ଦେଇଥିଲେ ୧୫ଟି ଗୋଲ । ସେହିପରି ୧୯୩୨ ଲସଏଞ୍ଜେଲ୍ସ ଅଲିମ୍ପିକରେ ୧୨ଟି ଓ ୧୯୩୬ର ବର୍ଲିନ ଅଲିମ୍ପିକରେ ୧୧ଟି ଗୋଲକରି ନିଜ ନେତୃତ୍ତ୍ୱରେ ଭାରତକୁ ହାଟ୍ରିକ ଟାଇଟଲ ବିଜୟ କରାଇଥିଲେ । ୧୯୪୭ରେ ୪୨ବର୍ଷ ବୟସରେ ସ୍ୱାଧୀନ ଭାରତ ହକି ଦଳର ଅଧିନାୟକ ଭାବେ ଏକ ଯୁବ ଦଳ ସହିତ ସେ ପୂର୍ବ ଆଫ୍ରିକା ଯାଇଥିଲେ । ସେଠାରେ ଭାରତ ୨୨ଟି ମ୍ୟାଚ ଖେଳିଥିଲା । ବ୍ୟକ୍ତିଗତ ଭାବେ ଧ୍ୟାନଚାନ୍ଦ ୬୨ଟି ଗୋଲ କରିଥିଲେ । ସେ ୧୯୪୮ ମସିହାରେ ହକିରୁ ଅବସର ନେଲେ । ୧୯୫୭ ମସିହାରେ ସେ ମେଜର ପଦରୁ ଆର୍ମିରୁ ଅବସର ନେଲେ । ୧୯୨୬ରୁ ଆରମ୍ଭ କରି ୧୯୪୮ରେ ଅବସର ନେବା ମଧ୍ୟରେ ଏକ ହଜାରରୁ ଅଧିକ ଗୋଲ ସ୍କୋର କରିଥିଲେ । | ୧୨ | ai4bharatIndicQA |
ୟୁହେଜି ଲୋକମାନେ ଭାରତ-ୟୁରୋପୀୟ ଜାତିର ହୋଇପାରନ୍ତି ବୋଲି କେଉଁମାନେ କହିଛନ୍ତି? | ଚୀନୀ ଉତ୍ସଗୁଡିକ ଅନୁସାରେ ଗୁଇଶ୍ୱାଂ (貴霜), ବା କୁଶାଣମାନେ, ୟୁହେଜୀର ପାଞ୍ଚଟି ସାମନ୍ତବାଦୀ ଜାତି ମଧ୍ଯରୁ ଗୋଟିଏ । ୟୁହେଜୀ ଲୋକମାନେ ଇଣ୍ଡୋ-ୟୁରୋପୀୟ ଜାତିର ହୋଇପାରନ୍ତି ବୋଲି ଅନେକ ଇତିହାସକାର ସହମତ ହୁଅନ୍ତି । ଅନେକ ସମୟରେ ଏମାନଙ୍କ ଉତ୍ପତ୍ତି ତୋଚାରୀୟମାନଙ୍କ ଠାରୁ ହୋଇଥିବ ବୋଲି ଗ୍ରହଣ କରାଯାଏ । କେତେକ ଇତିହାସକାର, ଏମାନଙ୍କଇରାନୀ ଏବଂ ବିଶେଷକରି ଶକ, ଉତ୍ପତ୍ତିର ମଧ୍ଯ ସମର୍ଥନ କରନ୍ତି । ଅନ୍ଯମାନେ କୁହନ୍ତି ଯେ - ୟୁହେଜୀମାନେ ମୂଳତଃ ଯାଯାବର ଇରାନୀ ଲୋକ ହୋଇଥିବେ, ଯେଉଁମାନେ ପରେ ତୋଚାରୀୟମାନଙ୍କ ସହ କିଛି ମାତ୍ରାରେ ମିଶିଯାଇଥିବେ । ଫଳରେ ତାଙ୍କଠାରେ ଉଭୟ ଇରାନୀ ଓ ତୋଚାରୀୟ ସଂସ୍କୃତି ପ୍ରତିଫଳିତ ହେଉଥିବ । | ଇତିହାସକାର | ai4bharatIndicQA |
କିଏ ଚିତାରେ ବସିଥିଲେ? | ଶ୍ରୀରାମକୃଷ୍ଣ ତୀର୍ଥଦର୍ଶନ ପାଇଁ ବାହାରିଥିଲେ ୧୮୬୮ ଖ୍ରୀଷ୍ଟାବ୍ଦରେ । ସସ୍ତ୍ରୀକ ମଥୁରବାବୁ ଓ ଭଣଜା ହୃଦୟ ତାଙ୍କ ସଙ୍ଗରେ ଯାଇଥିଲେ । ବୈଦ୍ୟନାଥ, କାଶୀ, ପ୍ରୟାଗ ଓ ଶ୍ରୀବୃନ୍ଦାବନ ଦର୍ଶନ କଲେ । ବୈଦ୍ୟନାଥରେ ଶତ ଶତ ଗରିବ ସାନ୍ତାଳଙ୍କୁ ଦେଖି ତାଙ୍କ ଅନ୍ତରରେ ଦୟାର ଉଦ୍ରେକ ହେଲା । ସେ ମଥୁରାନାଥଙ୍କୁ କହି ସେମାନଙ୍କୁ ନାରାୟଣ ମନେକରି ଅନ୍ନବସ୍ତ୍ରାଦିଦ୍ୱାରା ସେବାର ବ୍ୟବସ୍ଥା କଲେ । କାଶୀର ମଣିକର୍ଣ୍ଣିକାରେ ବିଶ୍ୱନାଥଙ୍କ ଗମ୍ଭୀର ଚିନ୍ମୟ ରୂପ ଦର୍ଶନ କରି ସେ ସମାଧିସ୍ଥ ହୋଇଗଲେ । ସେ ଦେଖିଥିଲେ ମା’ କାଳୀଙ୍କୁ ସଙ୍ଗରେ ଘେନି ବିଶ୍ୱନାଥ ପ୍ରତ୍ୟେକ ଶବ’ର କାନେ କାନେ ତାରକବ୍ରହ୍ମନାମ ଦେଉଛନ୍ତି ଏବଂ ମା’ କାଳୀ ଚିତା ଉପରେ ବସି ଜୀବର କର୍ମବନ୍ଧନ ମୁକ୍ତ କରି ଦେଉଛନ୍ତି । | ମା’ କାଳୀ | ai4bharatIndicQA |
ସମ୍ରାଟ ବଳି କାହା ର ମହାନ ଭକ୍ତ ଥିଲେ ? | ଅସୁର ସମ୍ରାଟ ବଳି ଭଗବାନ ବିଷ୍ଣୁଙ୍କର ଜଣେ ବଡ ଭକ୍ତ ଥିଲେ, ତାଙ୍କ ଉପରେ କୈଣସି ବିପଦ ଆସୁ ଏହା ବିଷ୍ଣୁ ଚାହୁଁ ନ ଥିଲେ । ତେଣୁ ବଳି ଉପରେ ବିପଦ ଥିବା ଜାଣି ବିଷ୍ଣୁ ବୈକୁଣ୍ଠ ତ୍ୟାଗକରି ବଳିର ରାଜପ୍ରାସାଦରେ ଅବସ୍ଥାନ କଲେ । ତେଣେ ମହାଲକ୍ଷ୍ମୀ ଏହା ଚାହୁଁ ନଥିଲେ । ସେ ଚାହୁଁ ଥିଲେ ବିଷ୍ଣୁ ତାଙ୍କ ସହ ବୈକୁଣ୍ଠରେ ଅବସ୍ଥାନ କରନ୍ତୁ । ଏହାର ଏକ ଉପାୟ ଚିନ୍ତାକରି ଲକ୍ଷ୍ମୀ ବ୍ରାହ୍ମଣୀ ବେଶରେ ବଳିକୁ ଭେଟିଲେ । ଶ୍ରାବଣ ପୂର୍ଣ୍ଣମୀରେ ସେ ବଳି ହାତରେ ରାକ୍ଷୀ ବାନ୍ଧି ଦେଇଥିଲେ । ଏହାପରେ ଜଣେ ଭାଇ ହିସାବରେ ଲକ୍ଷ୍ମୀଙ୍କ କଥା ବୁଝିବା ବଳିଙ୍କର କର୍ତ୍ତ୍ୟବ୍ୟ ଥିଲା । ଲକ୍ଷ୍ମୀ କଣ ଚାହୁଛନ୍ତି ଜାଣିବାପରେ ସେ ବିଷ୍ଣୁଙ୍କୁ ବୈକୁଣ୍ଠରେ ରହିବାକୁ ଅନୁରୋଧ କରିଥିଲେ । ମହାଭାରତରେ ମଧ୍ୟ ଏପରି ଏକ ପୌରାଣିକ କାହାଣୀ ରହିଛି। କାହାଣୀଟି କୃଷ୍ଣ ଓ ଦ୍ରୌପଦୀଙ୍କୁ ନେଇ । ଶ୍ରୀକୃଷ୍ଣ ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ବେଳେ ତାଙ୍କର ଅଙ୍ଗୁଳି କଟିଯାଇଥିଲା । | ବିଷ୍ଣୁଙ୍କ | ai4bharatIndicQA |
କେଉଁ ମସିହାରେ ଅମିତାଭ ବଚ୍ଚନଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା ? | ଅମିତାଭ ବଚ୍ଚନଙ୍କ ପିତା ୨୦୦୩ ମସିହାରେ ମୃତ୍ୟୁବରଣ କରିଥିଲେ ଓ ତାଙ୍କ ମାତା ୨୦୦୭ ମସିହାରେ ମୃତ୍ୟୁବରଣ କରିଥିଲେ । ଅମିତାଭ ବଚ୍ଚନ ନୈନିତାଲ୍ର ଶେର୍ଉଡ୍ କଲେଜରେ ନିଜର କଲେଜ ଶିକ୍ଷା ଶେଷ କରିଥିଲେ । ଏହାପରେ ସେ ଦିଲ୍ଲୀ ୟୁନିଭର୍ସିଟି ଅଧିନରେ ଥିବା କିରୋରି ମଲ୍ କଲେଜରୁ କଳାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ସ୍ନାତକ ଡିଗ୍ରୀ ଲାଭ କରିସାରିଲା ପରେ ସେ କୋଲକାତାରେ ବିଭିନ୍ନ କମ୍ପାନୀରୁ ଜିନିଷ ନେବାଆଣିବା କାମ କରୁଥିଲେ । ଅମିତାଭଙ୍କ ମାତାଙ୍କର ଅଭିନୟ ପ୍ରତି ଆଗ୍ରହ ଥିଲା ଏବଂ ତାଙ୍କୁ ଏକ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ସୁଯୋଗ ମଧ୍ୟ ମିଳିଥିଲା । କିନ୍ତୁ ଘର ତଥା ପରିବାରର ଦାୟିତ୍ୱ ଯୋଗୁଁ ସେ ଅଭିନୟ ଆଡ଼କୁ ମନ ବଳାଇ ନ ଥିଲେ । କିନ୍ତୁ ସେ ଚାହୁଁଥିଲେ ଯେ ଅମିତାଭ ଅଭିନୟ କରନ୍ତୁ । ତେଣୁ ଅମିତାଭ ବମ୍ବେ (ବର୍ତ୍ତମାନର ମୁମ୍ବାଇ) ଯାଇ ଅଭିନୟ କରିବାକୁ ନିଷ୍ପତ୍ତି ନେଇଥିଲେ । | ୨୦୦୩ | ai4bharatIndicQA |
ମଣିପୁର ର ଖେଳ ନାମ କଣ? | ଚେସ ସାଧାରଣତଃ ଗୁପ୍ତ ସାମ୍ରାଜ୍ୟ ଅନୁସାରେ ପଶ୍ଚିମତ୍ତର ଭାରତରେ ଉତ୍ପନ୍ନ ହୋଇଥିଲା, ଯେଉଁଠାରେ ୬ବିଂ ଶତାବ୍ଦୀରେ ଏହାର ପ୍ରାରମ୍ଭିକ ରୂପ "ଚତୁରଙ୍ଗ" ରୂପେ ଜଣାଯାଏ । ପାରମ୍ପରିକ ସ୍ବଦେଶୀ ଖେଳରେ "କବାଡୀ" ଏବଂ "ଗିଲ୍ଲୀ ଦଣ୍ଡା", ଯାହା ଦେଶର ଅଧିକାଂଶ ଭାଗରେ ସାମିଲ ରହିଛି । "ଇଣ୍ଡୋର" (ଘର ଭିତରେ ଖେଳ ଯାଉଥିବା ଖେଳ) ଓ "ଆଉଡୋର" ( ଘର ବାହାରେ ଖେଳା ଯାଉଥିବା ଖେଳ) ଯେପରି- " ଲୁଡୋ, ତାଶ, ପୋଲୋ, କ୍ୟାରମ, ବ୍ୟାଡ ମିଟନ, ଲୁଚାଛୁପି, ଖୋଖୋ, ଦୌଡା" ଇତ୍ୟାଦି ଲୋକପ୍ରିୟ ଅଟେ । ପାରମ୍ପରିକ ଦକ୍ଷିଣ ଭାରତୀୟ ଖେଳରେ "ସ୍ନେକ ବୋଟ ରେସ ଓ କୂଟ୍ଟୀମ କୋଲମ" ସାମିଲ ହୋଇଛି । "ପୋଲୋ"ର ଆଧୁନିକ ଖେଳ ମଣିପୁରରୁ ପ୍ରସିଦ୍ଧି ଲାଭ କରିଛି । ସେଠାରେ ଏହି ଖେଳକୁ "ସଗୋଲ କଞ୍ଜଈ, କଞ୍ଜଈ-ବାଜି, ପୁଲୁ" ନାମରେ ଜଣାଯାଏ । | "ପୋଲୋ" | ai4bharatIndicQA |
ବିଶାଳ କକ୍ଷରେ କେତେଟି ଷ୍ଟେଟ ଉପର କକ୍ଷ ଅଛି? | କକ୍ଷ ମଝିରେ ଏକ-ଦୁଇ ଟନ ଓଜନର (ଶୌଣ୍ଡେଲିୟର) ଲଗା ହୋଇଛି , ଯାହା ୩୩ ମିଟର ଉଞ୍ଚା ଛାତରୁ ଓହଳି ରହିଛି । ଏହି ବିଶାଳ କକ୍ଷର ଚାରି କୋଣରେ ସ୍ଥିତ ରହିଛି ଗୋଟିଏ କକ୍ଷ ପ୍ରତି କୋଣ। ଏଥିରୁ ଦୁଇ ଷ୍ଟେଟ ଡ଼ାଇନିଂ କକ୍ଷ, ଗୋଟେ ଷ୍ଟେଟ ଉପର କକ୍ଷ ଏବଂ ଗୋଟେ ଷ୍ଟେଟ ପୁସ୍ତକାଳୟ । ଅନ୍ୟ କକ୍ଷ ଗଳି ଯେପରି ମଧ୍ୟ ରହିଛି ତାହାର ଚତୁର୍ପାଶ୍ୱ ଖୋଲା ରହିଛି । ଏକ ବୃହତ ଭୋଜନ କକ୍ଷ , ଏକ ବୈଠକ କକ୍ଷ, ବିଲିୟାର୍ଡ଼ କକ୍ଷ ଇତ୍ୟାଦି ରହିଛି । ପ୍ରାସାଦରେ ସର୍ବତ୍ର ବହୁ ସ୍ଥାନରେ ଜଳର ଫବାରେ ଏବଂ ବେସିନ ତିଆରି ହୋଇଛି । | ଗୋଟେ | ai4bharatIndicQA |
ପରିବାର ଯୋଜନା ସମ୍ବାଦ ବିସ୍ତାର କରିବାରେ କ'ଣ ସାହାଯ୍ୟ କରେ ? | ବେସରକାରୀ ଓ ବିଶ୍ୱାସ ଆଧରିତ ଘରୋଇ ଅନୁଷ୍ଠନମାନ ଲାଭକାରୀ ଡାକ୍ତରୀ ସଂସ୍ଥା, ଫର୍ମାସୀ ଓ ଔଷଧ ଦୋକାନମାନଙ୍କୁ ମୁକ୍ତ ବା ସବସିଡି ଆକାରରେ ସାହାଯ୍ୟ ଦେଉଥିଲେ । ପୃଥିବୀରେ ଘରୋଇ ଅନୁଷ୍ଠନମାନ ପ୍ରାୟ ଦୁଇ ପଞ୍ଚମାଂଶ ଜନ୍ମନିରୋଧକ ଯୋଗାଣ କରନ୍ତି । ସାମାଜିକ ମାର୍କେଟ, ସାମାଜିକ ସହଭାଗୀ ଓ ଫର୍ମାସୀମାନଙ୍କୁ ଘରୋଇ ଅନୁଷ୍ଠାନମାନ ଜନ୍ମନିରୋଧକ ସେବା ନିମନ୍ତେ ଦୀର୍ଘସ୍ଥାୟୀ ମାର୍କେଟ ଯୋଗେଇଦିଅନ୍ତି । ସାମାଜିକ ମାର୍କେଟିଙ୍ଗରେ ମାର୍କେଟିଙ୍ଗ ଟେକନିକ ସାହାଯ୍ୟରେ ବ୍ୟବହାରିକ ପରିବର୍ତ୍ତନ ହାସଲ କରି ଜନ୍ମ ନିରୋଧକ ଉପଲବ୍ଧ କରାନ୍ତି । ସାମାଜିକ ମାର୍କେଟିଙ୍ଗରେ ଘରୋଇ ସଂସ୍ଥା, ଭୌଗଳିକ ଓ ସମାଜ-ଅର୍ଥନୈତିକ ସାମଞ୍ଜସ୍ୟକୁ କମେଇଦେଇ ପୁରୁଷ ଓ ବାଳକମାନଙ୍କ ପାଖକୁ ପହଞ୍ଚିଯାଆନ୍ତି । ଜନ୍ମନିରୋଧକ ମାର୍କଟ ବୃଦ୍ଧି ନିମନ୍ତେ ସାମାଜିକ ସହଭାଗୀମାନେ ବ୍ରାଣ୍ଡ ଡିଜାଇନ କରନ୍ତି । ଅଳ୍ପ ଘରୋଇ କ୍ଲିନିକ ଥିବା ଗ୍ରମୀଣ ଇଲାକା ଓ ସହରର ବସ୍ତିମାନଙ୍କରେ ଥିବା ଔଷଧ ଦୋକାନ ଓ ଫର୍ମାସୀଗୁଡ଼ିକ ସ୍ୱାସ୍ଥ୍ୟ ସେବା ଯୋଗାନ୍ତି । ସବ-ସାହାରା ଆଫ୍ରିକାରେ ଏଗୁଡ଼ିକ ଲୋକଙ୍କୁ କଣ୍ଡୋମ, ପିଲ ବା ବଟିକା, ଇଞ୍ଜେକସନ ଓ ଆଶୁ ଜନ୍ମନିରୋଧକ ଯୋଗାଣ କରନ୍ତି । ଦକ୍ଷିଣ ଆଫ୍ରିକାରେ ପ ଅନେକ ସ୍ୱଳ୍ପ ଆମଦାନୀକାରୀ ଦେଶମାନଙ୍କରେ ଫର୍ମାସୀଗୁଡ଼ିକ ଅଳ୍ପ ଦାମ୍ର ଆଶୁଜନ୍ମନିରୋଧକ ଯୋଗାନ୍ତି । | ସାମାଜିକ ମାର୍କେଟିଙ୍ଗ | ai4bharatIndicQA |
ପୂର୍ବ ହିମାଳୟରେ କ’ଣ ଦେଖିବାକୁ ମିଳିଥାଏ ? | ପରିବେଶ, ବୃଷ୍ଟିପାତ, ସମୁଦ୍ରପତନରୁ ଉଚ୍ଚତା ଓ ମୃତ୍ତିକା ଅନୁସାରେ ହିମାଳୟର ଜୀବମଣ୍ଡଳରେ ସାମାନ୍ୟ ବିଭିନ୍ନତା ଦେଖାଯାଏ । ହିମାଳୟର ପାଦଦେଶର ଜଳବାୟୁ କ୍ରାନ୍ତୀୟ ହୋଇଥିବା ବେଳେ ଉଚ୍ଚ ପର୍ବତମାନ ବର୍ଷସାରା ବରଫାବୃତ । ଦକ୍ଷିଣ-ହିମାଳୟର ପଶ୍ଚିମ ପଟ ତୁଳନାରେ ପୂର୍ବ ପଟକୁ ବୃଷ୍ଟିପାତର ମାତ୍ରା ଅଧିକ ହୋଇଥାଏ । ବୃଷ୍ଟିପାତ, ଉଚ୍ଚତା ଓ ମୃତ୍ତିକାର ପ୍ରକାରରେ ବିଭିନ୍ନତା ତଥା ତୁଷାରାଚ୍ଛନ୍ନ ପର୍ବତ ଯୋଗୁଁ ଏଠାକାର ଜୈବମଣ୍ଡଳରେ ବିଭିନ୍ନ ଜୀବଜନ୍ତୁ ବାସ କରିବା ଦେଖାଯାଏ । ସମୁଦ୍ରପତନରୁ ଅତ୍ୟଧିକ ଉଚ୍ଚତା ଓ ନିମ୍ନ ବାୟୁମଣ୍ଡଳୀୟ ଚାପ ପରି କଠୋର ଜଳବାୟୁ ସହନ କରିବାର କ୍ଷମତା ଏହି ଜୀବମାନଙ୍କଠାରେ ଦେଖିବାକୁ ମିଳେ । ଅତ୍ୟଧିକ ଉଚ୍ଚତାରେ ହିମାଳୟର ଲୁପ୍ତପ୍ରାୟ ଓ ମାୟାବୀ ଜନ୍ତୁ ହିମ କଲରାପତ୍ରିଆ ବାଘ ବସବାସ କରେ ଓ ସେ ଏଠାକାର ଖାଦ୍ୟ ଶୃଙ୍ଖଳର ସର୍ବୋଚ୍ଚ ଜୀବ । ତୁଷାର ଓ ପଥୁରିଆ ଶିଖରରେ ରହୁଥିବା ଭରାଲ୍ (ବା ହିମାଳୟ ନୀଳ ମେଣ୍ଢା) ପରି ଜୀବ ହିମ କଲରାପତ୍ରିଆ ବାଘର ମୁଖ୍ୟ ଆହାର । ଅଧିକ ଉଚ୍ଚତାରେ ହିମାଳୟ କସ୍ତୁରୀ ମୃଗ ମଧ୍ୟ ଦେଖାଯାଏ । କସ୍ତୁରୀ ପାଇଁ ଏମାନଙ୍କୁ ବହୁମାତ୍ରାରେ ଶିକାର କରାଯାଇ ଆସୁଥିବାରୁ ବର୍ତ୍ତମାନ ଏମାନେ ବିରଳ ଓ ଲୁପ୍ତପ୍ରାୟ । ହିମାଳୟ ଥାର୍, ତେକିନ୍, ସିରୌ ଛେଳି, ଗୋରାଲ୍ ଛେଳି ପ୍ରଭୃତି ଏହି ଅଞ୍ଚଳର ମୁଖ୍ୟ ତୃଣଭୋଜୀ ପ୍ରାଣୀ । | ବିଭିନ୍ନ ଜୀବଜନ୍ତୁ ବାସ କରିବା ଦେଖାଯାଏ | ai4bharatIndicQA |
କାହାକୁ ହନୁମାନ ଭାବି ପୂଜା କରିଥିଲେ ? | ତା’ପରେ ହନୁମାନଙ୍କ ଭାବରେ ଶ୍ରୀରାମଚନ୍ଦ୍ରଙ୍କର ଉପାସନା କଲେ । ପୁଣି ରାମମନ୍ତ୍ରରେ ଦୀକ୍ଷିତ ହୋଇ ବାତ୍ସଲ୍ୟଭାବରେ ସାଧନା କରି ରାମଲାଲା ମୂର୍ତ୍ତି ମଧ୍ୟରେ ଶ୍ରୀରାମଚନ୍ଦ୍ରଙ୍କ ଦର୍ଶନ ପାଇଥିଲେ । ଏହି ସମୟରେ ବୈଷ୍ଣବ ସାଧକଗଣ ତାଙ୍କ ନିକଟକୁ ଆସିବା ଆରମ୍ଭ କଲେ । ବୈଷ୍ଣବ ପଣ୍ଡିତ ବୈଷ୍ଣବଚରଣ ଶ୍ରୀରାମକୃଷ୍ଣଙ୍କୁ କଲୁଟୋଲାସ୍ଥିତ ଚୈତନ୍ୟସଭାକୁ ନେଇଯାଇଥିଲେ । ଏହି ସଭାରେ ଶ୍ରୀରାମକୃଷ୍ଣ ଭାବାବିଷ୍ଟ ହୋଇ ଶ୍ରୀଚୈତନ୍ୟଦେବଙ୍କ ଆସନରେ ଯାଇ ବସିଥିଲେ । ଏହା ଦେଖି ବୈଷ୍ଣବଚରଣ ମଥୁରାନାଥଙ୍କୁ କହିଥିଲେ, ‘ଏ ଉନ୍ମାଦ ସାମାନ୍ୟ ବା ତୁଚ୍ଛ ନୁହେଁ, ଏହା ପ୍ରେମୋନ୍ମାଦ ଅବସ୍ଥା । | ଶ୍ରୀରାମଚନ୍ଦ୍ର | ai4bharatIndicQA |
କେଉଁ ପର୍ବତ ଅନେକ ପ୍ରମୁଖ ନଦୀର ଜଳ ଉତ୍ସ ? | ଧୌଲାଗିରି (ଧବଳଗିରି)ର ପଶ୍ଚିମକୁ ଗଲେ ପଶ୍ଚିମ-ନେପାଳରେ କୌଣସି ମହତ୍ତ୍ୱପୂର୍ଣ୍ଣ ପର୍ବତ ନାହିଁ କିନ୍ତୁ ନେପାଳର ବୃହତ୍ତମ ହ୍ରଦ ରାରା ହ୍ରଦ ଏହି ଅଞ୍ଚଳରେ ରହିଛି । ତିବ୍ବତରୁ ବାହାରିଥିବା କର୍ଣ୍ଣାଳୀ ନଦୀ ଏହି ଅଞ୍ଚଳ ଦେଇ ପ୍ରବାହିତ ହୋଇଛି । ଆଉ ପଶ୍ଚିମକୁ ଭାରତୀୟ ସୀମା ନିକଟରେ ସାରଦା ନଦୀ ପ୍ରବାହିତ ହେଉଛି । ଏଠାରେ ଚୀନକୁ ସଂଯୋଗ କରୁଥିବା ବାଣିଜ୍ୟ ପଥ ଓ ତିବ୍ବତୀୟ ଉଚ୍ଚଭୂମିର ଏକ ମୁଖ୍ୟ ଶୃଙ୍ଗ “ଗୁର୍ଲା ମାନ୍ଧାତା” ମଧ୍ୟ ରହିଛି । ମାନସରୋବର ହ୍ରଦର ଅପର ପାର୍ଶ୍ୱରେ କୈଳାସ ପର୍ବତ ରହିଛି । କୈଳାସ ପର୍ବତ ହିମାଳୟର ଅନେକ ମୁଖ୍ୟ ନଦୀର ଉତ୍ସ । ହିନ୍ଦୁ, ବୌଦ୍ଧ, ସୁଫି, ଜୈନ ଓ ବୋନ୍ପୋ ଧର୍ମରେ କୈଳାସ ପର୍ବତକୁ ଅତି ପବିତ୍ର ବୋଲି ପୂଜା କରାଯାଏ । | କୈଳାସ | ai4bharatIndicQA |
ଇଣ୍ଡସ ବେସିନ ପ୍ରକଳ୍ପ ଅଧୀନରେ ଜେଲମ୍ ନଦୀରେ ଥିବା ଡ୍ୟାମ୍ ର ନାମ କଣ ? | ପାକିସ୍ତାନ ଗଠିତ ହେବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୬୦ ମସିହାରେ ସିନ୍ଧୁ ଜଳ ଚୁକ୍ତି ସ୍ୱାକ୍ଷରିତ ହେଲା ଏବଂ ଏହା ଯୋଗୁଁ ଉପରମୁଣ୍ଡ ଭାରତରେ ଥିଲେ ହେଁ ପାକିସ୍ତାନକୁ ସିନ୍ଧୁ, ଝେଲମ୍ ଓ ଚେନାବ ନଦୀର ସିଂହଭାଗ ଜଳ ମିଳିଲା । ପରିକଳ୍ପିତ ସିନ୍ଧୁ ଅବବାହିକା ଯୋଜନା (Indus Basin Project) ଅନୁସାରେ ଝେଲମ ନଦୀ ଉପରେ ମଙ୍ଗଳା ବନ୍ଧ ଏବଂ ସିନ୍ଧୁ ନଦୀ ଉପରେ ତର୍ବେଲା ବନ୍ଧ ଏବଂ କିଛି କ୍ଷୁଦ୍ର ସହାୟକ ନଦୀବନ୍ଧ ନିର୍ମିତ ହେବାର ଥିଲା । ପାକିସ୍ତାନର ଜଳ ଓ ଶକ୍ତି ଉନ୍ନୟନ ବିଭାଗ ଚସମା ଓ ଝେଲମ ଯୋଡ଼ ସେଚନ କେନାଲ୍ର କାର୍ଯ୍ୟ ଆରମ୍ଭ କରିଥିଲା । ଏହି ସଂଯୁକ୍ତ କେନାଲ୍ ବାହାୱାଲପୁର ଓ ମୁଲତାନ ପର୍ଯ୍ୟନ୍ତ ଜଳ ଯୋଗାଣ କରିପାରେ । ରାୱଲପିଣ୍ଡି ନିକଟରେ ପାକିସ୍ତାନ ୨୭୪୩ ମିଟର୍ ଲମ୍ବା ଓ ୧୪୩ ମିଟର୍ ଉଚ୍ଚ ତର୍ବେଲା ନଦୀବନ୍ଧ ନିର୍ମାଣ କରିଛି ଯାହାର ଜଳଭଣ୍ଡାରର ଦୈର୍ଘ୍ୟ ୮୦ କିଲୋମିଟର୍ । ଡେରା ଇସ୍ମାଇଲ୍ ଖାନ ନିକଟସ୍ଥ ଚସମା ବ୍ୟାରେଜରୁ ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ, ଡେରା ଗାଜି ଖାନ ନିକଟସ୍ଥ ତୌନ୍ସା ବ୍ୟାରେଜରୁ ୧ ଲକ୍ଷ କିଲୋୱାଟ୍ ବିଦ୍ୟୁତଶକ୍ତି ଉତ୍ପାଦନ ପାଇଁ ତର୍ବେଲା ନଦୀବନ୍ଧ ସହାୟକ ହୋଇଥାଏ । ହାଇଦ୍ରାବାଦ (ସିନ୍ଧ) ନିକଟସ୍ଥ କୋଟ୍ରି ବ୍ୟାରେଜ ୯୧୫ ମିଟର୍ ଉଚ୍ଚ ଓ ଏହା କରାଚୀର ଅତିରିକ୍ତ ଜଳ ଆବଶ୍ୟକତାକୁ ପୂରଣ କରିଥାଏ । | ମଙ୍ଗଳା ବନ୍ଧ | ai4bharatIndicQA |
ଜଳସେଚନ ପ୍ରକଳ୍ପ ନେଇ କେବେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା? | କିନ୍ତୁ ଉଭୟ ପକ୍ଷ ଆଲୋଚନା ବନ୍ଦ କରିବାକୁ ଉତ୍ସାହୀ ନଥିଲେ । ପାକିସ୍ତାନୀ ଗଣମାଧ୍ୟମରେ ଗୁଜବ ପ୍ରଚାରିତ ହେଲା ଯେ ବୃଦ୍ଧି ପାଉଥିବା ଶତ୍ରୁତା ଯୋଗୁଁ ସିନ୍ଧୁ ବିବାଦ ଆଲୋଚନା ବନ୍ଦ ହୋଇଗଲା ଓ ଭାରତ ସହ କଥାବାର୍ତ୍ତା ବନ୍ଦ କରି ଯୁଦ୍ଧ କରିବା ପାଇଁ ପାକିସ୍ତାନ ପ୍ରସ୍ତୁତ ନଥିବାରୁ ନିଜ ଯୁକ୍ତି ବିଷୟରେ ପୁନର୍ବିଚାର କରୁ । ଭାରତ ମଧ୍ୟ ସିନ୍ଧୁ ସମସ୍ୟାର ସମାଧାନ ପାଇଁ ବ୍ୟଗ୍ର ଥିଲା । କଥାବାର୍ତ୍ତା ଯୋଗୁଁ ଅନେକ ପ୍ରକଳ୍ପର କାମ ଅଧାରେ ବନ୍ଦ ହୋଇଯାଇଥିଲା ଓ ଭାରତୀୟ ରାଜନେତାମାନେ ଜଳସେଚନ ପାଇଁ ଉଦ୍ଦିଷ୍ଟ କେନାଲ୍ ଯଥା ସମ୍ଭବ କମ୍ ସମୟରେ ନିର୍ମାଣ କରିବାକୁ ଚାହୁଁଥିଲେ । ୧୯୫୪ ମସିହା ଡିସେମ୍ବର ମାସରେ ଉଭୟ ପକ୍ଷ ପୁଣି ଆଲୋଚନା ଆରମ୍ଭ କଲେ । ବିଶ୍ୱବ୍ୟାଙ୍କର ପ୍ରସ୍ତାବ ଶେଷ ନିଷ୍ପତ୍ତି ନୁହେଁ ବରଂ ଆଲୋଚନା ପରେ ବୁଝାମଣାରୁ ଶେଷ ନିଷ୍ପତ୍ତି ନିଆଯିବା ସ୍ଥିର ହେବାରୁ କଥାବାର୍ତ୍ତା ଆଗାମୀ ୬ ବର୍ଷ ପର୍ଯ୍ୟନ୍ତ ଚାଲିଲା । ବୁଝାମଣାର ଶେଷ ବାଧା ଥିଲା କେନାଲ ଓ ଜଳଭଣ୍ଡାରଗୁଡ଼ିକର ନିର୍ମାଣର ଆର୍ଥିକ ସହାୟତା । ପାକିସ୍ତାନ ପୂର୍ବ ପଟର ନଦୀମାନଙ୍କ ଅଧିକାର ହରାଉଥିବାରୁ ପଶ୍ଚିମ ପଟର ନଦୀର ଜଳ ଗଚ୍ଛିତ ରଖିବା ଜରୁରୀ ଥିଲା । ବିଶ୍ୱବ୍ୟାଙ୍କ ପ୍ରଥମେ ଏହି ନିର୍ମାଣ କାର୍ଯ୍ୟର ଆର୍ଥିକ ଭାର ଭାରତକୁ ଦେବାକୁ ଚାହୁଁଥିଲା ଯାହାକୁ ନେଇ ଭାରତ ରାଜି ହେଲା ନାହିଁ । ବିଶ୍ୱବ୍ୟାଙ୍କ ଏଥିପାଇଁ ଏକ ଯୋଜନା କଲା । ୧୯୬୦ ମସିହା ସେପ୍ଟେମ୍ବର ୧୯ ତାରିଖରେ କରାଚୀ ସହରରେ ପାକିସ୍ତାନ, ଅଷ୍ଟ୍ରେଲିଆ, କାନାଡ଼ା, ପଶ୍ଚିମ ଜର୍ମାନୀ, ନ୍ୟୁଜିଲ୍ୟାଣ୍ଡ, ଯୁକ୍ତରାଜ୍ୟ, ଯୁକ୍ତରାଷ୍ଟ୍ର ଆମେରିକା ଓ ବିଶ୍ୱବ୍ୟାଙ୍କ ମିଳିତ ଭାବେ ସିନ୍ଧୁ ଅବବାହିକା ଉନ୍ନୟନ କୋଷ ଚୁକ୍ତି (Indus Basin Development Fund Agreement)ରେ ସ୍ୱାକ୍ଷର କଲେ । ଏହି ଦେଶ ଓ ସଂସ୍ଥା ପାକିସ୍ତାନକୁ ଆର୍ଥିକ ଅନୁଦାନ ତଥା ଋଣ ଦେବାକୁ ରାଜି ହେଲେ । | ୧୯୬୦ ମସିହା ସେପ୍ଟେମ୍ବର ୧୯ ତାରିଖରେ | ai4bharatIndicQA |
ସ୍ଥାନୀୟ ଖାଦ୍ୟ, ସାଂସ୍କୃତିକ ବିବିଧତା ଏବଂ ଭାରତର ଜନସଂଖ୍ୟାକୁ ପ୍ରତିଫଳିତ କରି କଣ ବିଭିନ୍ନ ଅଞ୍ଚଳରେ ଭିନ୍ନ ହୋଇଥାଏ ? | ଭାରତୀୟ ଭୋଜନ ରେ ଭାରତୀୟ ଉପମହାଦ୍ୱୀପର ମୂଳ ନିବାସୀ କ୍ଷେତ୍ରୀୟ ଓ ପାରମ୍ପରିକ ବ୍ୟଞ୍ଜନର ଏକ ବିସ୍ତୃତ ବିବିଧତା ଶାମିଲ ରହିଥାଏ । ମାଟିର ପ୍ରକାର, ଜଳବାୟୁ, ସଂସ୍କୃତି, ଜାତୀୟ ସମୂହ ଏବଂ ବ୍ୟବସାୟରେ ବିବିଧତାର ସୀମାକୁ ଦେଖି ଏହି ବ୍ୟଞ୍ଜନ ଦୁହେଁ ଦୁହିଁଙ୍କ ଠାରୁ କାଫି ଭିନ୍ନ ହୋଇଥାଏ ଓ ସ୍ଥାନୀୟ ଋପେ ଉପଲବ୍ଧ (ମସଲା), (ଜଡୀ ବୂଟୀ), (ଫଳ) ଓ (ପରିବା) ଆଦିର ଉପଯୋଗ କରାଯାଇଥାଏ । ଭାରତୀୟ ଭୋଜନ ମଧ୍ୟ ଧର୍ମ, ବିଶେଷ ଋପେ ହିନ୍ଦୁ, ସାଂସ୍କୃତିକ ବିକଳ୍ପ ଓ ପରମ୍ପରା ସହିତ ବହୁ ପ୍ରଭାବିତ ହୋଇଥାଏ । ଏହାଛଡା, ମଧ୍ୟ ପୂର୍ବ ଓ ମଧ୍ୟ ଏସିଆର (ମୁଗଲ ସାମ୍ରାଜ୍ୟ)ର ଶାସନ ସମୟରୁ ଇତ୍ତରୀ ଭାରତୀୟ ବ୍ୟଞ୍ଜନ ଉପରେ ପ୍ରଭାବ ପଡିଛି । ଅନ୍ୟ ସମାଜ ସହିତ ଦେଶର ସାଂସ୍କୃତିକ କଥାବାର୍ତ୍ତାର ପରିଣାମ ସ୍ୱରୂପ ଭାରତୀୟ ବ୍ୟଞ୍ଜନ ଏବେ ମଧ୍ୟ ବିକଶିତ ହେବାରେ ଲାଗିଛି । ବିଦେଶୀ ଆକ୍ରମଣ, ବ୍ୟାପାର ସମ୍ବନ୍ଧ ଓ ଉପନିବେଶବାଦ ପରି ଐତିହାସୀକ ଘଟଣା ଆଦି ଦେଶରେ କିଛି ଖାଦ୍ୟ ପଦାର୍ଥକୁ ଆରମ୍ଭ କରିବାର ଭୂମିକା ରହିଛି । ଉଦାହରଣ ଋପେ: ଆଳୁ, ଭାରତର କିଛି କ୍ଷେତ୍ରରେ ଏକ ପ୍ରମୂଖ ଆହାର ଅଟେ । ଏହା ପୂର୍ତ୍ତଗାଳୀଙ୍କ ଦ୍ୱାରାଭାରତକୁ ଅଣାଯାଇ ଥିଲା, ଯେଉଁଥିରେ ଲଙ୍କା ଓ ବ୍ରେଡ ଫୃଟ ମଧ୍ୟ ପରିଚୟ କରାଯାଇ ଥିଲା । ଭାରତୀୟ ବ୍ୟଞ୍ଜନ ଅନ୍ତଃରାଷ୍ଟ୍ରୀୟ ସମ୍ବନ୍ଧର ଇତିହାସକୁ ଆକାର ଦେଇଛି । ମସଲା ବ୍ୟାପାର ଭାରତ ଓ ୟୁରୋପ ମଧ୍ୟରେ ଉତ୍ପତ୍ତୀର ସମୟ ସୀମା ପ୍ରାଥମିକ ଉତ୍ପେରକ ଥିଲା । ଭାରତ ସାଧାରଣତଃ ଖାଦ୍ୟ ଓ ମସଲା ପାଇଁ ବେଶି ପ୍ରସିଦ୍ଧ ଥାଏ । | ବ୍ୟଞ୍ଜନ | ai4bharatIndicQA |
କେଉଁ ମସିହାରେ ତାଙ୍କର ଭାଗ୍ୟ ବଦଳିଗଲା ? | ଛୋଟବେଳୁ ଅଭିନୟ କରିବାର ତାଙ୍କର ବହୁତ ଆଗ୍ରହ ଥିଲା । ସେ ସ୍କୁଲ ଓ କଲେଜ ସମୟରେ ଡ୍ରାମାରେ ଅଭିନୟ କରୁଥିଲେ । ୧୯୬୫ ମସିହାରେ ତାଙ୍କର ଭାଗ୍ୟର ଡୋରି ବଦଳିଯାଇଥିଲା । ସେହି ସମୟରେ "ୟୁନାଇଟେଡ୍ ପ୍ରଡ୍ୟୁସର ଏଣ୍ଡ ଫିଲ୍ମଫେୟାର" ପକ୍ଷରୁ ଅଭିନେତା ପାଇଁ "ଟାଲେଣ୍ଟ ହଣ୍ଟ"ରେ ଭାଗ ନେଇ ଶେଷ ୮ ଜଣଙ୍କ ମଧ୍ୟରେ ରହି ସମସ୍ତଙ୍କ ନଜରକୁ ଆସିଥିଲେ । ଏହାର ଗୋଟିଏ ବର୍ଷ ପରେ ଚେତନ ଆନନ୍ଦ ତାଙ୍କୁ ଆଖିର୍ ଖତ୍ ଚଳଚ୍ଚିତ୍ରରେ ପ୍ରଥମଥର ମୁଖ୍ୟଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ଦେଇଥିଲେ । ସେହିଠାରେ ହିଁ ତାଙ୍କ ନାମ ଯତିନରୁ ରାଜେଶକୁ ପରିବର୍ତ୍ତନ କରାଯାଇଥିଲା । ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ପ୍ରାରମ୍ଭିକ ସମୟରେ ତାଙ୍କ ଫିଲ୍ମ ଗୁଡିକ ବିଶେଷ ସଫଳତା ଲାଭ କରିନ ଥିଲା । କିନ୍ତୁ ୧୯୬୯ରେ ନିର୍ମିତ "ଆରାଧନା" କଥାଚିତ୍ରରେ ଅଭିନେତ୍ରୀ ଶର୍ମିଳା ଟାଗୋରଙ୍କ ସହ ତାଙ୍କ ଅଭିନୟ ଦର୍ଶକଙ୍କ ମନକୁ କିଣି ନେଇଥିଲା । | ୧୯୬୫ ମସିହାରେ | ai4bharatIndicQA |
ଚଳଚ୍ଚିତ୍ରରେ ଅଭିନୟ ପୂର୍ବରୁ ଅମିତାଭ ବଚ୍ଚନ କେଉଁ ସହରର ଏକ କମ୍ପାନିରେ କାମ କରୁଥିଲେ? | ଅମିତାଭ ବଚ୍ଚନଙ୍କ ପିତା ୨୦୦୩ ମସିହାରେ ମୃତ୍ୟୁବରଣ କରିଥିଲେ ଓ ତାଙ୍କ ମାତା ୨୦୦୭ ମସିହାରେ ମୃତ୍ୟୁବରଣ କରିଥିଲେ । ଅମିତାଭ ବଚ୍ଚନ ନୈନିତାଲ୍ର ଶେର୍ଉଡ୍ କଲେଜରେ ନିଜର କଲେଜ ଶିକ୍ଷା ଶେଷ କରିଥିଲେ । ଏହାପରେ ସେ ଦିଲ୍ଲୀ ୟୁନିଭର୍ସିଟି ଅଧିନରେ ଥିବା କିରୋରି ମଲ୍ କଲେଜରୁ କଳାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ସ୍ନାତକ ଡିଗ୍ରୀ ଲାଭ କରିସାରିଲା ପରେ ସେ କୋଲକାତାରେ ବିଭିନ୍ନ କମ୍ପାନୀରୁ ଜିନିଷ ନେବାଆଣିବା କାମ କରୁଥିଲେ । ଅମିତାଭଙ୍କ ମାତାଙ୍କର ଅଭିନୟ ପ୍ରତି ଆଗ୍ରହ ଥିଲା ଏବଂ ତାଙ୍କୁ ଏକ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ସୁଯୋଗ ମଧ୍ୟ ମିଳିଥିଲା । କିନ୍ତୁ ଘର ତଥା ପରିବାରର ଦାୟିତ୍ୱ ଯୋଗୁଁ ସେ ଅଭିନୟ ଆଡ଼କୁ ମନ ବଳାଇ ନ ଥିଲେ । କିନ୍ତୁ ସେ ଚାହୁଁଥିଲେ ଯେ ଅମିତାଭ ଅଭିନୟ କରନ୍ତୁ । ତେଣୁ ଅମିତାଭ ବମ୍ବେ (ବର୍ତ୍ତମାନର ମୁମ୍ବାଇ) ଯାଇ ଅଭିନୟ କରିବାକୁ ନିଷ୍ପତ୍ତି ନେଇଥିଲେ । | କୋଲକାତାରେ | ai4bharatIndicQA |
ରବୀନ୍ଦ୍ର ନାଥ ଟାଗୋର କ’ଣ ପାଇବାକୁ ଚାହୁଁଥିଲେ ? | ସେ ବିଜ୍ଞାନର ପକ୍ରିୟା, ବୈଜ୍ଞାନିକମାନଙ୍କର ବିବରଣୀ, ସେ ଗଳ୍ପ ମଧ୍ୟରେ ପ୍ରକାଶ କରିଥିଲେ, ସେ(୧୯୩୭),ତିନ ସଙ୍ଗୀ(୧୯୪୦), ଗଳ୍ପସଳ୍ପ (୧୯୪୧) । ତାଙ୍କର ଶେଷ ପାଞ୍ଚବର୍ଷ ପୁରୁଣା କଷ୍ଟ ଓ ରୋଗଦ୍ୱାରା ଆକ୍ରାନ୍ତ ହୋଇଥିଲେ । ଏସବୁ ୧୯୩୭ରେ ଆରମ୍ଭ ହୋଇଥିଲା ଯେତେବେଳେ ସେ ଚେତା ଶୂନ୍ୟ ହୋଇଯାଇଥିଲା, ସେ ବହୁସମୟ ଧରି କୋମା ଅବସ୍ଥାରେ ଥିଲେ ,ଯାହା ପାଇଁ ସେ ମୃତ୍ୟୁର ନିକଟତର ହୋଇଥିଲେ । ସେ ସମୟରେ ଦୀର୍ଘସମୟଧରି ଅତ୍ୟଧିକ ଯନ୍ତ୍ରଣା ଭୋଗ କରୁଥିଲେ, ୭ ଅଗଷ୍ଟ ୧୯୪୧ରେ ମୃତ୍ୟୁବରଣ କରିଥିଲେ ୮୦ବର୍ଷ ବୟସରେ; ସେ ଜୋରାସଙ୍କ ଭବନର ଉପର ମହଲାରେ ପ୍ରାଣତ୍ୟାଗ କରିଥିଲେ । ସେ ତାରିଖରେ ଆଜି ପର୍ଯ୍ୟନ୍ତ ଶୋକ ବ୍ୟକ୍ତ କରାଯାଉଛି । ଏ. କେ. ସେନ, ପ୍ରଥମ ମୁଖ୍ୟ ନିର୍ବାଚନ କମିଶନଙ୍କ ଭାଇ, ୩୦ ଜୁଲାଇ ୧୯୪୧ ସେ ଟାଗୋରଙ୍କଠୁ ଆଗୁଆ ହୁକୁମ ପାଇଥିଲେ କି ନିର୍ଦ୍ଧାରିତ କାର୍ଯ୍ୟ ସମାପ୍ତ ପାଇଁ-ତାଙ୍କର ଶେଷ କବିତା । ସେ ତାଙ୍କ ସାଙ୍ଗ, ତାଙ୍କ ସ୍ପର୍ଶ, ଏବଂ ପୃଥିବୀ ପୃଷ୍ଟ/ଧରିତ୍ରୀ ମାର ଶେଷ ଭଲ ପାଇବା ଚାହୁଁଥିଲେ। ମୁଁ ମୋ ଜନ୍ମଦିନ ମଝିରେ ହଜିଯାଇଛି । | ଧରିତ୍ରୀ ମାର ଶେଷ ଭଲ ପାଇବା | ai4bharatIndicQA |
୧୭୩୧ ମସିହାରେ ଶ୍ରୀମନ୍ଦିର ଉପରେ କିଏ ଦ୍ୱିତୀୟବାର ଆକ୍ରମଣ କରିଥିଲେ ? | ସେହି ବିଶ୍ୱାସରେ ବ୍ରହ୍ମଲୀଳା ସମ୍ପନ୍ନ ହୋଇଥିଲା । ପ୍ରଥମ ବ୍ରହ୍ମଲୀଳା ବିଶର ମହାନ୍ତିଙ୍କଦ୍ୱାରା ହୋଇଥିଲା । ଦ୍ୱିତୀୟ ବାର ବ୍ରହ୍ମଲୀଳା ୧୬୨୨ ମସିହାରେ ମିର୍ଜା ଅହମ୍ମଦ ବେଗ ସମୟରେ ହୋଇଥିଲା । ଖୁବ ଗୋପନରେ ଗଜପତିଙ୍କ ପରାମର୍ଶରେ ସେବକମାନେ ଖୋର୍ଦ୍ଧାଜିଲାର ଗଡ଼ମାଣତ୍ରୀରେ ବ୍ରହ୍ମଲୀଳା କରେଇଥିଲେ । ୧୭୩୧ ମସିହାରେ ଶ୍ରୀମନ୍ଦିର ଉପରେ ତକି ଖାଁ ଦ୍ୱିତୀୟବାର ଆକ୍ରମଣ କରିଥିଲେ । | ତକି ଖାଁ | ai4bharatIndicQA |
ସେଇଠାରେ କେଉଁ ପାର୍ଶ୍ୱରେ ବହୁ ଲୋକଙ୍କର ମତ ଥିଲା କି , ଏହା ପୁର୍ନତଃ ଭାରତୀୟ ସ୍ଥାପତ୍ୟକଳାର ଅଟେ? | ଏହାର ମୂଳ ଯୋଜନା ଅନୁସାରେ , କିଛି ଏପରି ତିଆରି କରିବାର ଥିଲା ଯାହା କି ପୂର୍ବ ଏବଂ ପାଶ୍ଚାତ୍ୟ ଶୈଳୀର ମିଶ୍ରଣ ଅଟେ । କିଛି ଲୋକଙ୍କ ରାୟରେ ଏହା ବହୁ ପରମ୍ପରା ଗତ ଶୈଳୀରେ ହେବାର ଥିଲା , ଯାହା ପ୍ରାଚୀନ ଶାଳୀରେ ହେବାର ଥିଲା । କିନ୍ତୁ ଏହା ଭାରତରେ ସ୍ପଷ୍ଟତଃ ପାଶ୍ଚାତ୍ୟ ଶକ୍ତି ପ୍ରଦର୍ଶନ ହୋଇଥାନ୍ତା , ଯାହା ଅମାନ୍ୟ ଥିଲା । ସେଇଠାରେ ଦ୍ୱିତୀୟ ପାର୍ଶ୍ୱରେ ବହୁ ଲୋକଙ୍କର ମତ ଥିଲା କି , ଏହା ପୁର୍ନତଃ ଭାରତୀୟ ସ୍ଥାପତ୍ୟକଳାର ଅଟେ । ଏହି ଦ୍ୱୟର ମିଶ୍ରଣରେ ବହୁ ଅନୁପାତ ପ୍ରସ୍ଥାବିତ ଥିଲା । | ଦ୍ୱିତୀୟ | ai4bharatIndicQA |
କେତେ ମସିହାରେ ଜଳସେଚନ ପ୍ରକଳ୍ପ ନେଇ ଭାରତ ଓ ପାକିସ୍ତାନ ଉଭୟ ପକ୍ଷ ଆଲୋଚନା କରିଥିଲେ? | କିନ୍ତୁ ଉଭୟ ପକ୍ଷ ଆଲୋଚନା ବନ୍ଦ କରିବାକୁ ଉତ୍ସାହୀ ନଥିଲେ । ପାକିସ୍ତାନୀ ଗଣମାଧ୍ୟମରେ ଗୁଜବ ପ୍ରଚାରିତ ହେଲା ଯେ ବୃଦ୍ଧି ପାଉଥିବା ଶତ୍ରୁତା ଯୋଗୁଁ ସିନ୍ଧୁ ବିବାଦ ଆଲୋଚନା ବନ୍ଦ ହୋଇଗଲା ଓ ଭାରତ ସହ କଥାବାର୍ତ୍ତା ବନ୍ଦ କରି ଯୁଦ୍ଧ କରିବା ପାଇଁ ପାକିସ୍ତାନ ପ୍ରସ୍ତୁତ ନଥିବାରୁ ନିଜ ଯୁକ୍ତି ବିଷୟରେ ପୁନର୍ବିଚାର କରୁ । ଭାରତ ମଧ୍ୟ ସିନ୍ଧୁ ସମସ୍ୟାର ସମାଧାନ ପାଇଁ ବ୍ୟଗ୍ର ଥିଲା । କଥାବାର୍ତ୍ତା ଯୋଗୁଁ ଅନେକ ପ୍ରକଳ୍ପର କାମ ଅଧାରେ ବନ୍ଦ ହୋଇଯାଇଥିଲା ଓ ଭାରତୀୟ ରାଜନେତାମାନେ ଜଳସେଚନ ପାଇଁ ଉଦ୍ଦିଷ୍ଟ କେନାଲ୍ ଯଥା ସମ୍ଭବ କମ୍ ସମୟରେ ନିର୍ମାଣ କରିବାକୁ ଚାହୁଁଥିଲେ । ୧୯୫୪ ମସିହା ଡିସେମ୍ବର ମାସରେ ଉଭୟ ପକ୍ଷ ପୁଣି ଆଲୋଚନା ଆରମ୍ଭ କଲେ । ବିଶ୍ୱବ୍ୟାଙ୍କର ପ୍ରସ୍ତାବ ଶେଷ ନିଷ୍ପତ୍ତି ନୁହେଁ ବରଂ ଆଲୋଚନା ପରେ ବୁଝାମଣାରୁ ଶେଷ ନିଷ୍ପତ୍ତି ନିଆଯିବା ସ୍ଥିର ହେବାରୁ କଥାବାର୍ତ୍ତା ଆଗାମୀ ୬ ବର୍ଷ ପର୍ଯ୍ୟନ୍ତ ଚାଲିଲା । ବୁଝାମଣାର ଶେଷ ବାଧା ଥିଲା କେନାଲ ଓ ଜଳଭଣ୍ଡାରଗୁଡ଼ିକର ନିର୍ମାଣର ଆର୍ଥିକ ସହାୟତା । ପାକିସ୍ତାନ ପୂର୍ବ ପଟର ନଦୀମାନଙ୍କ ଅଧିକାର ହରାଉଥିବାରୁ ପଶ୍ଚିମ ପଟର ନଦୀର ଜଳ ଗଚ୍ଛିତ ରଖିବା ଜରୁରୀ ଥିଲା । ବିଶ୍ୱବ୍ୟାଙ୍କ ପ୍ରଥମେ ଏହି ନିର୍ମାଣ କାର୍ଯ୍ୟର ଆର୍ଥିକ ଭାର ଭାରତକୁ ଦେବାକୁ ଚାହୁଁଥିଲା ଯାହାକୁ ନେଇ ଭାରତ ରାଜି ହେଲା ନାହିଁ । ବିଶ୍ୱବ୍ୟାଙ୍କ ଏଥିପାଇଁ ଏକ ଯୋଜନା କଲା । ୧୯୬୦ ମସିହା ସେପ୍ଟେମ୍ବର ୧୯ ତାରିଖରେ କରାଚୀ ସହରରେ ପାକିସ୍ତାନ, ଅଷ୍ଟ୍ରେଲିଆ, କାନାଡ଼ା, ପଶ୍ଚିମ ଜର୍ମାନୀ, ନ୍ୟୁଜିଲ୍ୟାଣ୍ଡ, ଯୁକ୍ତରାଜ୍ୟ, ଯୁକ୍ତରାଷ୍ଟ୍ର ଆମେରିକା ଓ ବିଶ୍ୱବ୍ୟାଙ୍କ ମିଳିତ ଭାବେ ସିନ୍ଧୁ ଅବବାହିକା ଉନ୍ନୟନ କୋଷ ଚୁକ୍ତି (Indus Basin Development Fund Agreement)ରେ ସ୍ୱାକ୍ଷର କଲେ । ଏହି ଦେଶ ଓ ସଂସ୍ଥା ପାକିସ୍ତାନକୁ ଆର୍ଥିକ ଅନୁଦାନ ତଥା ଋଣ ଦେବାକୁ ରାଜି ହେଲେ । | ୧୯୫୪ ମସିହା | ai4bharatIndicQA |
୨୦୦୩ ମସିହାରେ ମୁକ୍ତିଲାଭ କରିଥିବା ଜର୍ମାନ ଚଳଚ୍ଚିତ୍ର ଗୁଡ୍ ବାଏ ଲେନିନ୍ର କିଛି କାହାଣୀକୁ ୨୦୧୧ ମସିହାରେ ନିର୍ଦ୍ଦେଶକ ଶ୍ରୀନୁ ଭାଇତ୍ଲା କାହାଙ୍କୁ ନେଇ ନିର୍ମାଣ କରିଥିଲେ ଦୋକୁଡ଼ୁ ? | ୨୦୦୩ ମସିହାରେ ମୁକ୍ତିଲାଭ କରିଥିବା ଜର୍ମାନ ଚଳଚ୍ଚିତ୍ର ଗୁଡ୍ ବାଏ ଲେନିନ୍ର କିଛି କାହାଣୀକୁ ୨୦୧୧ ମସିହାରେ ନିର୍ଦ୍ଦେଶକ ଶ୍ରୀନୁ ଭାଇତ୍ଲା ମହେଶ ବାବୁଙ୍କୁ ନେଇ ନିର୍ମାଣ କରିଥିଲେ ଦୋକୁଡ଼ୁ । ଏହି ଚଳଚ୍ଚିତ୍ରରେ ମହେଶ ବାବୁଙ୍କ ସହ ପ୍ରଥମ ଥର ପାଇଁ ଅଭିନୟ କରିଥିଲେ ସାମନ୍ତା । ଏହି ଚଳଚ୍ଚିତ୍ରଟି ଦର୍ଶକମାନଙ୍କଠାରୁ ଭଲ ମତ ପାଇଥିଲା ଏବଂ ସେହି ବର୍ଷରେ ସର୍ବାଧିକ ଆୟ କରିଥିବା ତେଲୁଗୁ ଚଳଚ୍ଚିତ୍ର ଥିଲା । ଏହି ଚଳଚ୍ଚିତ୍ରରେ ମହେଶ ବାବୁଙ୍କର ଅଭିନୟ ପାଇଁ ତାଙ୍କୁ ୨୦୧୨ରେ ଅନୁଷ୍ଠିତ ନନ୍ଦି ପରୁଷ୍କାର ଉତ୍ସବର ଶ୍ରେଷ୍ଠ ନାୟକ ପୁରସ୍କାର ମିଳିଥିଲା । ଏହି ଚଳଚ୍ଚିତ୍ର ପାଇଁ ସେ ମଧ୍ୟ ୫୯ତମ ଦକ୍ଷିଣ ଭାରତୀୟ ଫିଲ୍ମ ଫେୟାର୍ ଏବଂ ପ୍ରଥମ ଆନ୍ତର୍ଜାତୀୟ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେରେ ଶ୍ରେଷ୍ଠ ନାୟକ ପୁରସ୍କାର ପାଇଥିଲେ । ଚଳଚ୍ଚିତ୍ରଟିର ଆୟ ୧୦୦ କୋଟିରୁ ଅଧିକ ହେବା ପରେ, ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ପାଇଁ ୧୨ଲକ୍ଷରୁ ଅଧିକ ଦାବି କରୁଥିବାର ଅପପ୍ରଚାର ହେବା ପରେ ଆୟକର ବିଭାଗର ଅଧିକାରୀଗଣ ମହେଶ ବାବୁଙ୍କର ଜୁବ୍ଲି ହିଲ୍ସ ଘର ଉପରେ ଚଢ଼ାଉ କରିଥିଲେ । ପରେ ପରେ ପୁରି ଜଗନ୍ନାଧଙ୍କ ନିର୍ଦ୍ଦେଶିତ ବିଜିନେସମ୍ୟାନ ଚଳଚ୍ଚିତ୍ରରେ ମାଫିଆମାନଙ୍କର ସର୍ଦ୍ଦାର ଭାବେ ନାୟିକା କାଜଲ ଅଗ୍ରୱାଲଙ୍କ ସହ ଅଭିନୟ କରିଥିଲେ । | ମହେଶ ବାବୁ | ai4bharatIndicQA |
କେଉଁ କାର୍ଯ୍ୟକଳାପ ପ୍ରତି କଳ୍ପନାଙ୍କର ଆଗ୍ରହ ଥିଲା ? | କଳ୍ପନା ନିଜ ଘର ପାଖ ବିଦ୍ୟାଳୟ ଟାଗୋର୍ ବାଲ୍ ନିକେତନ୍ଠାରେ ନିଜର ପ୍ରାରମ୍ଭିକ ଶିକ୍ଷା ଆରମ୍ଭ କରିଥିଲେ। ତାଙ୍କ ଶିକ୍ଷକ, ବନ୍ଧୁ ତଥା ପରିଚିତ ବ୍ୟକ୍ତି ମାନଙ୍କ ମତରେ ସେ ଜଣେ ଶାନ୍ତ ଶିଷ୍ଟ କିନ୍ତୁ ଖୁସ୍ ମିଜାଜ୍ର ଝିଅ ଥିଲେ। ବିଭିନ୍ନ ସାହାସିକ ପଦକ୍ଷେପ ନେବାରେ ତାଙ୍କର ବିଶେଷ ରୁଚି ଥିଲା। ଖୁବ୍ କମ୍ ବୟସରେ ମଧ୍ୟ କଳ୍ପନାଙ୍କର ସୁନ୍ଦର ଆଖି, ଉଜ୍ଜ୍ୱଳ ହସ ତଥା ନିଜ କାର୍ଯ୍ୟ ପ୍ରତି ଉତ୍ସର୍ଗୀକୃତ ମନୋଭାବ ଏବଂ ସମାଜ ପାଇଁ କିଛି କରିବାର ଅଦମ୍ୟ ଇଚ୍ଛା ଅନ୍ୟ ମାନଙ୍କୁ ବଶୀଭୂତ କରିପାରୁଥିଲା। ନିଜର ତୀକ୍ଷ୍ଣ ବୁଦ୍ଧି ଏବଂ ଚତୁରତା ଯୋଗୁଁ ସେ ସର୍ବଦା ଶ୍ରେଣୀର ପ୍ରଥମ ପାଞ୍ଚ ଜଣ ବିଦ୍ୟାର୍ଥୀଙ୍କ ମଧ୍ୟରେ ରହୁଥିଲେ। ସେ ଯେ କେବଳ ସୁନ୍ଦର ଓ କଠିନ ପରିଶ୍ରମୀ ଥିଲେ ତାହା ନୁହେଁ, ସେ ମଜା ମସ୍ତିକୁ ମଧ୍ୟ ଖୁବ୍ ଭଲ ପାଉଥିଲେ। | ସମାଜ ପାଇଁ କିଛି କରିବାର | ai4bharatIndicQA |
ସ୍ଥାନୀୟ ମରାଠାଙ୍କ ସ୍ୱାର୍ଥ ରକ୍ଷା ପାଇଁ କିଏ ଶିବସେନା ଗଠନ କରିଥିଲେ ? | ୧୯୭୦ ଦଶକ ଅନ୍ତେ ଏଠାରେ ନିର୍ମାଣ କାର୍ଯ୍ୟରେ ବହୁତ ବୃଦ୍ଧି ହେଇଥିଲା। ଯାହାଫଳରେ କି ଏଠାରେ ପ୍ରବାସୀମାନଙ୍କ ଆଗମନରେ ବହୁତ ବୃଦ୍ଧି ହେଲା। ସମୟ ଆସିଲା ଏହା ଜନସଂଖ୍ୟାରେ ଭାରତରେ ସବୁଠୁ ବଡ ଜନବହୁଳ ସହର କଲିକତାକୁ ପଛରେ ପକେଇଦେଲା ଓ ପ୍ରଥମ ସ୍ଥାନ ନେଲା। ଏହି ପ୍ରବାସୀଙ୍କ ଆଗମନ ସ୍ଥାନୀୟ ମରାଠୀମାନଙ୍କ ମନକୁ ଆଶଙ୍କିତ କରିଲା, ଯେଉଁମାନେ ନିଜର ଭାଷା, ସଂସ୍କୃତି ଓ ବ୍ୟବସାୟକୁ ରକ୍ଷା କରିବାପାଇଁ ଚିନ୍ତିତ ଥିଲେ। ବାଲା ସାହେବ ଠାକରେଙ୍କଦ୍ୱାରା ଶିବସେନା ରାଜନୈତିକ ଦଳ ଗଠନ କରାଗଲା ଯାହାକି ସ୍ଥାନୀୟ ମରାଠୀମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଥିଲା। ସହରର ଧର୍ମ ନିରପେକ୍ଷତା ୧୯୯୨-୯୩ର ଦଙ୍ଗା କାରଣରୁ ଛିନ୍ନଭିନ୍ନ ହେଇଥିଲା ଯେଉଁଥିରେ ବଡ ପରିମାଣର ଜୀବନ ଓ ସମ୍ପତ୍ତି ହାନି ହେଇଥିଲା। ଏହାର କିଛିମାସ ମରେ ୧୨ ମାର୍ଚ୍ଚ ୧୯୯୩ରେ ପୂର୍ବ ନିଯୋଜିତ ବମ ବିସ୍ଫୋଟ ସହରକୁ ଦୋହଲେଇଦେଇଥିଲା। ଯେଉଁଥିରେ ଶତାଧିକ ଲୋକ ମୃତ୍ୟୁବରଣ କରିଥିଲେ। ୧୯୯୫ରେ ବମ୍ବେ ନାମକୁ ପରିବର୍ତ୍ତନ କରାଯାଇ ମୁମ୍ବାଇ କରଯାଇଥିଲା। ଏହା ଶିବସେନା ସରକାରରେ ଇଂରେଜମାନଙ୍କଦ୍ୱାରା ଦିଆଯାଇଥିବା ନାମଗୁଡିକୁ ଐତିହାସିକ ଓ ସ୍ଥାନୀୟ ଆଧାରରେ ପୁନଃ-ନାମକରଣ ହେଇଥିଲା। ଏଠାରେ ଏବେ ମଧ୍ୟ ଆତଙ୍କବଦୀମାନଙ୍କଦ୍ୱାରା ଆକ୍ରମଣ ସମୟ ସମୟରେ କରାଯାଉଛି। ୨୦୦୬ରେଠାରେ ସ୍ଥାନୀୟ ରେଳରେ ବିସ୍ଫୋଟ କରଯାଇଥିଲା ଯେଉଁଥିରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। | ବାଲା ସାହେବ ଠାକରେ | ai4bharatIndicQA |
କେଉଁ ମସିହାରେ ମନ୍ଦିରର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିଲା ? | ନିର୍ମାଣ ସମୟରେ ଜଳାଶୟର ଖାଲି କରି ଶୁଖା ଯାଇଥିଲେ । ହରମନ୍ଦିର ସାହିବଙ୍କ ପ୍ରଥମ ସଂସ୍କରଣ ପୁର୍ଣ ହେବ ପାଇଁ ୮ ବର୍ଷ ସମୟ ଲାଗିଥିଲା । ଗୁରୁ ଅର୍ଜନ ବିନମତ୍ରା ଉପରେ ଅଧିକ ଜୋର ଦେଇ ସହର ଠାରୁ କାମ ସ୍ଥରରେ ଏକ ମନ୍ଦିର ନିର୍ମାଣ କଲେ, କାରଣ ଗୁରୁଙ୍କୁ ସାକ୍ଷାତ ତଥା ଦର୍ଶନ କରିବା ପାଇଁ ମନ୍ଦିର ପରିସରରେ ପ୍ରବେଶ କରିବା ପୂର୍ବେ ମଣିଷର ଅହଂକାରକୁ ନଷ୍ଟ କରିବା ଆବଶ୍ୟକ ଥିଲା । ସେ ମଧ୍ୟ ମନ୍ଦିର ପରିସର ଥିବା ସମସ୍ଥ ପାର୍ଶ୍ୱ ଖୋଲା ରଖିବାକୁ ଦାବି କରିଥିଲେ ଯାହା ସମସ୍ତ ଲୋକଙ୍କ ପାଇଁ ଖୋଲା ଥିବାର ଦର୍ଶାଏ । ଅରବିନ୍ଦ ପାଲ ସିଂ ମାଣ୍ଡିରଙ୍କ କଥା ଅନୁସାରେ ଜଳାଶୟ ମଧ୍ୟରେ ଥିବା ଏହି ପବିତ୍ର ସ୍ଥାନ ଯେଉଁଠି ତାଙ୍କ ଗୁରୁ ବସୁଥିଲେ, ସେଠାରେ ପହଂଚିବା ପାଇଁ କେବଳ ଏକ ପୋଲୋ ଥିଲା ଏହା ଦର୍ଶାଉଥାଏ କି ଜୀବନର ଅନ୍ତିମ ଲକ୍ଷ୍ୟ କେବଳ ଏକ ଅଟେ । ୧୫୮୯ରେ ଇଟାଦ୍ୱାରା ମନ୍ଦିରର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିଲା । ଗୁରୁ ଅର୍ଜନ ଏହାର ନିମ୍ନ ପ୍ରସ୍ଥର ସ୍ଥାପନା ପାଇଁ ଲାହୋରର ସୁଫି ସେନ୍ଟ ମିଆଁ ମୀରଙ୍କୁ ନିମଂତ୍ରିତ କରିଥଲେ, ସାଙ୍କେତିକ ରୂପେ ଏହା ବହୁଳବାଦ ଏବଂ ଶିଖ ପରମ୍ପରା ସଭିଙ୍କୁ ସ୍ୱାଗତ କରୁଥିବାର ଦର୍ଶାଏ । | ୧୫୮୯ | ai4bharatIndicQA |
କେଉଁ ଦେଶର ଏକ ପ୍ରତ୍ନତାତ୍ତ୍ୱିକ ଦଳ ପାଠାଗାରକୁ ପୁନଃସ୍ଥାପିତ କରିବାରେ ସକ୍ଷମ ହୋଇଥିଲେ ? | ନରୋଦମ ସିହାନୌକଙ୍କ ଅନୁରୋଧ ପରେ ୧୯୯୨ ମସିହାରେ ଅଂକୋର୍ ୱାଟ୍କୁ UNESCOର ବିପଦମୁଖରେ ରହିଥିବା ବିଶ୍ୱ ଐତିହ୍ୟ ସ୍ଥଳ ତାଲିକାରେ ଅନ୍ତର୍ଭୁକ୍ତ କରାଗଲା । ଅଂକୋର୍ର ସୁରକ୍ଷା ପ୍ରତି ବିଶ୍ୱବାସୀଙ୍କ ଧ୍ୟାନ ଆକର୍ଷଣ କରିବା ଉଦ୍ଦେଶ୍ୟରେ ଏହା କରାଯାଇଥିଲା, କିନ୍ତୁ ପରେ ୨୦୦୪ ମସିହାରେ ପୁନରୁଦ୍ଧାର କାର୍ଯ୍ୟର ସନ୍ତୋଷଜନକ ସଫଳତା ପରେ ଏହାକୁ ବିପଦ ସୂଚକ ତାଲିକାରୁ ବାହାର କରିଦିଆଗଲା । ୧୯୯୪ ମସିହାରେ ଅଂକୋର୍ ଅଞ୍ଚଳକୁ ବିଭିନ୍ନ ଜୋନ୍ (Zone)ରେ ବିଭକ୍ତ କରାଗଲା, ୧୯୯୫ ମସିହାରେ ଅଂକୋର୍ର ରକ୍ଷଣାବେକ୍ଷଣ ପାଇଁ ଅପସରା (APSARA) ସଂସ୍ଥାର ଗଠନ କରାଗଲା ଏବଂ ୧୯୯୬ ମସିହାରେ କାମ୍ବୋଡିଆର ଏହି ଐତିହ୍ୟ ସ୍ଥଳର ସୁରକ୍ଷା ପାଇଁ ସରକାରୀ ନିୟମର ପ୍ରଚଳନ କରାଗଲା । ଫ୍ରାଂସ୍, ଜାପାନ୍ ଓ ଚୀନ୍ ପରି ଅନେକ ଦେଶ ଅଂକୋର୍ ୱାଟ୍ର ସୁରକ୍ଷାରେ ସହାୟତା କରୁଛନ୍ତି । ଜର୍ମାନ୍ ଅପସରା ସୁରକ୍ଷା ପ୍ରକଳ୍ପ (German Apsara Conservation Project - GACP) ମନ୍ଦିର କାନ୍ଥରେ ଖୋଦିତ ଚିତ୍ର ଓ ପ୍ରତିମୂର୍ତ୍ତିର ସୁରକ୍ଷା କାର୍ଯ୍ୟର ତଦାରଖ କରୁଛି । ଏହି ସଂସ୍ଥାର ସର୍ବେକ୍ଷଣ ଅନୁଯାୟୀ ସମସ୍ତ ଦେବତା ପ୍ରତିମୂର୍ତ୍ତିମାନଙ୍କ ପ୍ରାୟ ୨୦% ପ୍ରାକୃତିକ ଅବକ୍ଷୟ ଓ ପୂର୍ବ ସମୟରେ ପୁନରୁଦ୍ଧାର ପାଇଁ କରାଯାଇଥିବା ରାସାୟନିକ ବ୍ୟବହାର ଯୋଗୁଁ ଅତି ଦୟନୀୟ ଅବସ୍ଥାରେ ରହିଛି । ଏହା ସହିତ ମନ୍ଦିରର ଅନ୍ୟ ଅଂଶଗୁଡିକର ମରାମତି, ଅବକ୍ଷୟ ହେବାରୁ ସୁରକ୍ଷା କରିବା ଦିଗରେ ମଧ୍ୟ କାର୍ଯ୍ୟ କରାଯାଇଛି । | ଫ୍ରାଂସ୍, ଜାପାନ୍ ଓ ଚୀନ୍ | ai4bharatIndicQA |
କଳାପାହାଡ଼ ଓଡିଶା ଉପରେ ଆକ୍ରମଣ କରି କେଉଁ ମନ୍ଦିର ଧ୍ୱଂସ କରିଥିଲା ? | ଧ୍ୱଂସର ମୂଳକାରଣ କଳାପାହାଡ଼ଦ୍ୱାରା ଆକ୍ରମଣ ବୋଲି ଉଲ୍ଲେଖ ରହିଛି । କଳାପାହାଡ଼ ବଙ୍ଗୀୟ ସୁଲତାନ ସୁଲେମାନ କରାଣୀଙ୍କ ସେନାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ । କଳା ପାହାଡ଼ ପ୍ରଥମେ ହିନ୍ଦୁ ଓ ପରେ ଇସଲାମ ଧର୍ମ ଗ୍ରହଣ କରିଥିଲେ । ଶେଖ କବୀର ବତିନିଙ୍କ ଅଫସାନା-ଈ-ଶାହାନଙ୍କ ଅନୁସାରେ ସେ ଜଣେ ବତିନି (ଆଫଗାନୀ ପଠାଣ) ଲୋକ । ଓଡ଼ିଶା ଇତିହାସରେ ଉଲ୍ଲେଖ ହୋଇଛି ଯେ ୧୫୦୮ ଖ୍ରୀଷ୍ଟାବ୍ଦରେ କଳା ପାହାଡ଼ ଓଡ଼ିଶା ଆକ୍ରମଣ କରି କୋଣାର୍କ ମନ୍ଦିର ସମେତ ଓଡ଼ିଶାର ଅନେକ ମନ୍ଦିରକୁ ଧ୍ୱସ୍ତ ବିଧ୍ୱସ୍ତ କରି ଦେଇଥିଲେ । | କୋଣାର୍କ ମନ୍ଦିର ସମେତ ଓଡ଼ିଶାର ଅନେକ ମନ୍ଦିର | ai4bharatIndicQA |
କେତେ ମସିହାରେ ଏହି ପାର୍କର ସ୍ଥିତି ନେଇ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ଉଦବେଗ ପ୍ରକାଶ କରିଥିଲେ? | ଲାଣ୍ଟାନା, ପାର୍ଥେନିୟମ୍ ପ୍ରଭୃତି ଉଦ୍ଭିଦ ମାଡ଼ିଚାଲନ୍ତି ଓ ସାରା ବଣରେ ବ୍ୟାପିଯାନ୍ତି । କର୍ବେଟ୍ ଜାତୀୟ ଉଦ୍ୟାନର କିଛି ଅଂଶରେ ମଧ୍ୟ ଏହି ସମସ୍ୟା ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକେ ମଧ୍ୟ ସମୟ ସମୟରେ ଜଙ୍ଗଲର କିଛି ଅଂଶ ସଫା କରି ସେଠାରେ ବସବାସ ବା କୃଷି କରନ୍ତି । କର୍ବେଟ୍ ଉଦ୍ୟାନରେ ଏପରି ୭୪ଟି ପରିବାର ବିଭିନ୍ନ ସ୍ଥାନରେ ୧୩.୬୨ ହେକ୍ଟର୍ ଜମିରେ ବସବାସ କରିବା ଦେଖାଯାଇଥିଲା । ଉଦ୍ୟାନ ଚାରିପଟେ ରହିଥିବା ଗାଁଗୁଡ଼ିକ ୩୦-୪୦ ବର୍ଷ ହେଲା ସ୍ଥାପିତ ହୋଇଛି ଓ ବର୍ତ୍ତମାନ ସମୟରେ ଆଉ କୌଣସି ନୂଆ ଗାଁ ଦେଖାଯାଇନାହିଁ । ଜାତୀୟ ଉଦ୍ୟାନର ଆଖପାଖରେ ଦ୍ରୁତ ହାରରେ ବଢ଼ୁଥିବା ଜନସଂଖ୍ୟା ଓ ଜନବସତି ଘନତା ଉଦ୍ୟାନ ପାଇଁ ସମସ୍ୟା ସୃଷ୍ଟି କରିପାରେ । ମହାବଳ ବାଘ ଓ କଲରାପତରିଆ ବାଘମାନେ ଗୃହପାଳିତ ପଶୁ ମାରିବା ଓ ଖାଇବା ସ୍ଥାନୀୟ ଲୋକଙ୍କୁ ଉତ୍କ୍ଷିପ୍ତ କରିଦେଇଥାଏ ଓ ସେମାନେ ଏହି ପଶୁଙ୍କୁ ପାନେ ଦେବା ଉଦ୍ଦେଶ୍ୟରେ ଜଗି ରହିଥାନ୍ତି । ଉଦ୍ୟାନର ଦକ୍ଷିଣ ସୀମାରେ ଏକ ୧୨ କି.ମି. ଲମ୍ବା ପଥର ପାଚେରୀ ନିର୍ମାଣ କରାଯିବା ପାଇଁ ଭାରତ ସରକାର ଅନୁମତି ପ୍ରଦାନ କରିଛନ୍ତି । ଏହି ସୀମାରେ ଲୋକଙ୍କ ଚାଷଜମି ଉଦ୍ୟାନର ସୀମାକୁ ଲାଗି ରହିଛି । ୨୦୦୮ ମସିହା ଅପ୍ରେଲ୍ ମାସରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (National Tiger Conservation Authority-NTCA) ଉଦ୍ୟାନରେ ଶିକାରୀ ପଶିଥିବା ଓ ଅବୈଧ ଶିକାର ହେଉଥିବାର ଚିନ୍ତା ପ୍ରକଟ କଲେ । ବିଭିନ୍ନ କ୍ଷେତ୍ର ନିରୀକ୍ଷଣ ପରେ ହେଉଥିବା ପ୍ରଣୟନ ହୋଇଥିବା କାର୍ଯ୍ୟବିଧି ଓ ଆଚରଣବିଧି ଅନୁସରଣ ହେଉନଥିବା ଜଣାପଡ଼ିଲା । ୨୦୦୬ ମସିହା ପରଠାରୁ ବାଘଙ୍କ ବିଷୟରେ ମାସିକ ରିପୋର୍ଟ୍ ଦିଆଯାଉନଥିବା ପଦାକୁ ଆସିଲା । ଏପରି ଭାବେ କାର୍ଯ୍ୟ ପରିଚାଳନା ହେଲେ ବାଘଙ୍କ ନିରୀକ୍ଷଣ ଓ ଅବୈଧ ଶିକାରୀଙ୍କ ପ୍ରତିରୋଧ ଅସମ୍ଭବ ବୋଲି NTCA ମତ ରଖିଲା । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶର ଅବମାନନା କରି ଉଦ୍ୟାନ ମଧ୍ୟରେ ଏକ ପକ୍କା ସଡ଼କ ନିର୍ମାଣ କରାଯାଇଛି । | ୨୦୦୮ | ai4bharatIndicQA |
କକ୍ଷ ମଝିରେ ଲଗା ଯାଇଥିବା ଏକ-ଦୁଇ ଟନ ଓଜନର ଶୌଣ୍ଡେଲିୟରର କେତେ ଉଞ୍ଚା ଛାତରୁ ଓହଳି ରହିଛି ? | କକ୍ଷ ମଝିରେ ଏକ-ଦୁଇ ଟନ ଓଜନର (ଶୌଣ୍ଡେଲିୟର) ଲଗା ହୋଇଛି , ଯାହା ୩୩ ମିଟର ଉଞ୍ଚା ଛାତରୁ ଓହଳି ରହିଛି । ଏହି ବିଶାଳ କକ୍ଷର ଚାରି କୋଣରେ ସ୍ଥିତ ରହିଛି ଗୋଟିଏ କକ୍ଷ ପ୍ରତି କୋଣ। ଏଥିରୁ ଦୁଇ ଷ୍ଟେଟ ଡ଼ାଇନିଂ କକ୍ଷ, ଗୋଟେ ଷ୍ଟେଟ ଉପର କକ୍ଷ ଏବଂ ଗୋଟେ ଷ୍ଟେଟ ପୁସ୍ତକାଳୟ । ଅନ୍ୟ କକ୍ଷ ଗଳି ଯେପରି ମଧ୍ୟ ରହିଛି ତାହାର ଚତୁର୍ପାଶ୍ୱ ଖୋଲା ରହିଛି । ଏକ ବୃହତ ଭୋଜନ କକ୍ଷ , ଏକ ବୈଠକ କକ୍ଷ, ବିଲିୟାର୍ଡ଼ କକ୍ଷ ଇତ୍ୟାଦି ରହିଛି । ପ୍ରାସାଦରେ ସର୍ବତ୍ର ବହୁ ସ୍ଥାନରେ ଜଳର ଫବାରେ ଏବଂ ବେସିନ ତିଆରି ହୋଇଛି । | ୩୩ ମିଟର | ai4bharatIndicQA |
୧୦ ଗୁମ୍ପାରେ ୮ଟି ଧ୍ୟାନସ୍ଥଳ କେଉଁ ରାଜ୍ୟରେ ଅଛି? | ଗୁମ୍ଫା ୧୦ରେ ବିହାର, ଗୀର୍ଜାଘର ପରି ଏକ ପୂଜା ଗୃହ, ପଛ କାନ୍ଥରେ ୪ଟି ଓ ଡାହାଣ ପଟ କାନ୍ଥରେ ୪ଟି ଲେଖାଏଁ କରି ଧ୍ୟାନ କରିବା ପାଇଁ ୮ଟି କ୍ଷୁଦ୍ର ପ୍ରକୋଷ୍ଠ ଓ ସାମନା ପଟକୁ ଏକ ବାରଣ୍ଡା ରହିଛି । ଏଲୋରାର ବୌଦ୍ଧ ଗୁମ୍ଫା ସମୂହ ମଧ୍ୟରେ ଏଇଟି ଏକମାତ୍ର ଚୈତ୍ୟ ଗୃହ ଓ ଏହାର ଗଠନ ଅଜନ୍ତାର ଗୁମ୍ଫା କ୍ରମାଙ୍କ ୧୯ ଓ ୨୬ ପରି । ଗବାକ୍ଷ, ଚନ୍ଦ୍ରଶାଳ ବା ତୋରଣ ପରି ଅର୍ଦ୍ଧ ଚନ୍ଦ୍ରାକାର ଝରକା ଗୁମ୍ଫା କ୍ରମାଙ୍କ ୧୦ର ବିଶେଷତା ଏବଂ ଏକ ସୁଡ଼ଙ୍ଗଦ୍ୱାରା ଏହି ଗୁମ୍ଫାଟି ୯ ନମ୍ବର ଗୁମ୍ଫା ସହିତ ସଂଯୋଜିତ ହୋଇଅଛି । ବିଶ୍ୱକର୍ମା ଗୁମ୍ଫାଟି ଅଭ୍ୟନ୍ତର ଗମ୍ବୁଜାକାର । ଏହାର କେନ୍ଦ୍ରୀୟ ପ୍ରକୋଷ୍ଠ ଓ କାନ୍ଥର ଭିତର ପଟକୁ ରହିଥିବା ଆୟତାକାର ବଳୟ ମଧ୍ୟରେ ୨୮ଟି ଅଷ୍ଟଭୂଜାକାର ସ୍ତମ୍ଭ ଆୟତକ୍ଷେତ୍ର ଆକାରରେ ସଜ୍ଜିତ ହୋଇ ରହିଛନ୍ତି । ଚୈତ୍ୟ ଗୃହର ଗମ୍ବୁଜ ତଳେ ଏକ ସ୍ତୁପ ଖୋଦିତ ଯାହା ସହିତ ବ୍ୟାଖ୍ୟାୟନ ମୁଦ୍ରାରେ (ଧର୍ମୋପଦେଶ ପ୍ରଦାନ କରୁଥିବା ମୁଦ୍ରାରେ) ରହିଥିବା ବୁଦ୍ଧଙ୍କର ଏକ ବିରାଟ ମୂର୍ତ୍ତି ସଂଲଗ୍ନ ହୋଇ ରହିଛି । | ବିହାର | ai4bharatIndicQA |
ସେ କେଉଁ ବିଶ୍ବବିଦ୍ୟାଳୟରେ ନାମ ଲେଖାଇଥିଲେ? | ନିଜର ସ୍ନାତକ ପାଠପଢ଼ା ସରିଲା ବେଳକୁ କଳ୍ପନା ଚାୱଲା ଉଚ୍ଚଶିକ୍ଷା ପାଇଁ ସଂଯୁକ୍ତ ରାଷ୍ଟ୍ର ଆମେରିକାକୁ ଯିବା ପାଇଁ ଚିନ୍ତା କରି ସାରିଥିଲେ। ବହୁତ ଚିନ୍ତା କରିବା ପରେ ସେ ଆର୍ଲିଙ୍ଗ୍ଟନ୍ଠାରେ ଥିବା ଟେକ୍ସାଜ୍ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବାକୁ ସ୍ଥିର କରିଥିଲେ। ଏହି ବିଶ୍ୱବିଦ୍ୟାଳୟରେ ପାଠପଢ଼ା ଏବଂ ଗବେଷଣା ପାଇଁ ପ୍ରକୃଷ୍ଟ ସୁଯୋଗ ଥିବାରୁ ସେ ଏହାକୁ ବାଛିଥିଲେ। ଟେକ୍ସାଜ୍ରେ ନାମ ଲେଖାଇବା ପାଇଁ ମନୋନୀତ ହେବା ପରେ ସେ ଖୁବ୍ ଖୁସି ଥିଲେ। କିନ୍ତୁ ପୂର୍ବଥର ପରି ଏଥର ମଧ୍ୟ ତାଙ୍କ ପରିବାର ଏହି ଯୁବତୀ ଜଣଙ୍କୁ ବିଦେଶକୁ ଛାଡ଼ିବା ପାଇଁ ରାଜି ହେଲା ନାହିଁ। ତେବେ କଳ୍ପନା ପୁନର୍ବାର ନିଜ ପରିବାରକୁ ରାଜି କରାଇବାରେ ସଫଳ ହୋଇଯାଇଥିଲେ। ଶେଷରେ ୧୯୮୨ ମସିହାରେ କଳ୍ପନା ନିଜ ଛୋଟ ସହରଟିକୁ ଛାଡ଼ି ସଂଯୁକ୍ତ ରାଷ୍ଟ୍ର ଆମେରିକାକୁ ଯାଇଥିଲେ। | ଟେକ୍ସାଜ୍ ବିଶ୍ୱବିଦ୍ୟାଳୟ | ai4bharatIndicQA |
ସହରରେ ପେରିମିଟର ଗେଟୱେ କିଏ ତିଆରି କଲା? | ଅହମଦାବାଦର ଇତିହାସ ଅଣହିଲବାଡ଼(ଆଧୁନିକ ପାଟନ)ର ଶାସକ ସୋଲଂକୀରାଜା କର୍ଣଦେବ ପ୍ରଥମଙ୍କ ସହ ଏଗାରଶହ ଶତାବ୍ଦୀରେ ଆରମ୍ଭ ହେଲା । ସେ ଭୀଲ ରାଜା ଅଶପଲ୍ଲ ବା ଆଶାପାଲଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ ଏବଂ ତାଙ୍କ ବିଜୟ ପରେ ସାବରମତୀ ନଦୀ କୂଳରେ ଆଜିର ଆଧୁନିକ ଅହମଦାବାଦ ଥିବା ସ୍ଥାନରେ କର୍ଣାବତୀ ନାମକ ସହର ସ୍ଥାପନା କରାଗଲା । ସୋଲଂକୀ ଶାସନ ତେରଶହ ଶତାବ୍ଦୀ ଯାଏଁ ହୋଇଥିଲା , ମୋଗଲମାନେ ତେରଶହ ଶତାବ୍ଦୀର ଶେଷ ଭାଗରେ ଗୁଜରାଟ ଉପରେ ନିଜର ଆଧିପତ୍ୟ ବିସ୍ତାର କଲେ । ପନ୍ଦରଶହ ଶତାବ୍ଦୀର ଆରମ୍ଭରେ ମୁସଲିମ୍ ମୁଜ଼ଫ୍ଫରିଦ ରାଜବଂଶଦ୍ୱାରା ଏକ ସ୍ୱତନ୍ତ୍ର ସଲତନତର ଶାସନ ଗୁଜରାଟରେ ସ୍ଥାପିତ କରାଗଲା ଏବଂ ୧୪୧୧ରେ ସୁଲତାନ ଅହମଦ ଶାହଙ୍କଦ୍ୱାରା କର୍ଣାବତୀ ନଗରକୁ ଅହମଦାବାଦ ନାମରେ ନାମିତ କରାଗଲା । ୧୪୮୭ରେ ଅହମଦ ଶାହଙ୍କ ପୌତ୍ର ମହମୂଦ ବେଗଡ଼ାଙ୍କଦ୍ୱାରା ଛଅମିଲ ପରିଧିରେ ସହର ଚାରିପାଖେ ପାଚେରୀ ନିର୍ମାଣ କରାଯାଇଥିଲା ଏଥିରେ ୧୨ଟି ପ୍ରବେଶ ପଥ, ୧୮୯ଟି ଗଡ଼ ଏବଂ ୬୦୦୦ରୁ ଅଧିକ ସୈନ ଦଳ ବାହରର ଆକ୍ରମଣକାରୀଙ୍କଠାରୁ ସହର ରକ୍ଷା ନିମନ୍ତେ ରଖାଯାଇଥିଲା । ଅନ୍ତିମ ସୁଲତାନ ମୁଜ଼ଫ୍ଫ଼ର ତୃତୀୟଙ୍କ ସମୟରେ ସହରରେ ଅରାଜକତା ବଢ଼ି ଯାଇଥିଲା ଏବଂ ଗୁଜରାଟକୁ ମୋଗଲ ସମ୍ରାଟ ଆକବରଙ୍କଦ୍ୱାରା ୧୫୭୩ରେ ଜିତା ଯାଇଥିଲା । ମୋଗଲ ଶାସନକାଲରେ ଅହମଦାବାଦ ବେପାର କେନ୍ଦ୍ର ରୂପେ, ବିଶେଷ କରି ବସ୍ତ୍ର ଉଦ୍ୟୋଗର କେନ୍ଦ୍ର ହେଲା, ଏଠାକାର କପଡ଼ା ୟୁରୋପ ଆଦି ଦୂର ଦେଶଗୁଡ଼ିକୁ ରପ୍ତାନୀ କରାଯାଉଥିଲା । ୧୬୩୦ର ମରୁଡ଼ି ଏବଂ ଅକାଳ ଯୋଗୁଁ ସହରର ବିକାଶ ବାଧାପ୍ରାପ୍ତ ହେଲା । ୧୭୫୩ରେ ମରାଠା ଜେନେରାଲ ରଘୁନାଥ ରାଓ ଏବଂ ଦାମଜୀ ଗାୟକବାଡ଼ଙ୍କ ସେନା ସହର ଉପରେ ଆକ୍ରମଣ କରି କବଜା କଲା ଏବଂ ଅହମଦାବାଦରେ ମୋଗଲ ଶାସନ ସମାପ୍ତ ହୋଇଥିଲା । | ମହମୂଦ ବେଗଡ଼ା | ai4bharatIndicQA |
ତାଙ୍କ ସାବତ ମା ଏବଂ ଭାଇ ଭଉଣୀମାନେ କାହାଙ୍କୁ ହଇରାଣ କରିବାକୁ ଚେଷ୍ଟା କରିଥିଲେ ? | ପ୍ରିନ୍ସି ହେଉଛି ଗୋଟିଏ ଛୋଟ ଝିଅଟିଏ । ଝନକ ଶୁକ୍ଳା ପ୍ରିନ୍ସି ଭୂମିକାରେ ଅଭିନୟ କରିଥିଲେ । ଫୃଟି ବ୍ୟତୀତ ପ୍ରିନ୍ସି ହିଁପରୀମାନଙ୍କୁ ପୃଥିବୀଲୋକରେ ଦେଖିପାରୁଥିଲା । ପ୍ରନ୍ସି ହେଉଛି ତା' ବାପାଙ୍କର ସବୁଠାରୁ ଗେହ୍ଲି ଝିଅ । ପ୍ରିନ୍ସିର ମାଆ ମୃତ୍ୟୁବରଣ କରିବା ପରେ ତା ବାପା ଆଉ ଥରେ ବିବାହ କରିଥିଲେ । ଏହାପରେ ପ୍ରିନ୍ସିର ସାବତ ମାଆ ପ୍ରିନ୍ସିକୁ ବହୁତ ହଇରାଣ କରୁଥିଲା । ଏମିତିକି ତା'ର ସାବତ ଭାଇ ଭଉଣୀମାନେ ମଧ୍ୟ ପ୍ରିନ୍ସିକୁ ବିପଦରେ ପକାଇବାର କୌଣସି ସୁଯୋଗ ହାତଛଡ଼ା କରୁନ ଥିଲେ । ପ୍ରିନ୍ସିର ବାପା କିନ୍ତୁ ଏହି ସବୁ ବିଷୟରେ ଅଜ୍ଞାତ ଥିଲେ । ପ୍ରିନ୍ସିର ବାପା ଆସିଲେ, ତା'ର ମାଆ ତା' ସହ ଏପରି ବ୍ୟବହାର କରୁଥିଲେ, ସତେ ଯେମିତି ସେ ହିଁ ତା'ର କେବଳ ଗୋଟିଏ ପିଲା, ତା' ବ୍ୟତୀତ ତା'ର ଆଉ କେହି ନାହାନ୍ତି । | ପ୍ରିନ୍ସିକୁ | ai4bharatIndicQA |
ବୈଜ୍ଞାନିକ ଜୋସଲ୍କର ଏବଂ ତା'ର ଚେଲା ବଣ୍ଟି ଦ୍ୱାରା ତିଆରି କେଉଁ ଯନ୍ତ୍ରରେ ଥିବା ସୂଚକ ପରୀମାନଙ୍କର ପାଖରେ ଥିବା ସୂଚନ ଦେଉଥିଲା? | ତେଣେ ବୈଜ୍ଞାନିକ ଜୋସଲ୍କର ଏବଂ ତା'ର ଚେଲା ବଣ୍ଟି ପରୀମାନଙ୍କୁ ଧରିବା ପାଇଁ ଅନେକ ଉପାୟ ବାହାର କରୁଥିଲେ । ଏପରିକି ସେମାନେ ସୋନପରୀକୁ ମଧ୍ୟ ଧରି ନେଇଯାଇଥିଲେ, ମାତ୍ର ସବୁଥର ଫୃଟି ଏବଂ ଆଲ୍ତୁ ମିଶି ସେମାନଙ୍କର ଯୋଜନା ସଫଳ ହେବାକୁ ଦେଉନଥିଲେ । ସେମାନେ ପରୀର ଉପସ୍ଥିତି ବିଷୟରେ ଜାଣିବା ପାଇଁ ପରୀମିଟର ତିଆରି କରିଥିଲେ, ଯେଉଁଥିରେ ଥିବା ସୂଚକ ପରୀମାନଙ୍କର ପାଖରେ ଥିବା ସୂଚନ ଦେଉଥିଲା । ପରୀମାନଙ୍କୁ ଧରିବା ପାଇଁ ଅଦୃଶ୍ୟ ଜାଲ ମଧ୍ୟ ସେମାନେ ତିଆରି କରିଥିଲେ । ମାତ୍ର ସବୁବେଳେ ସେମାନଙ୍କର ଯୋଜନା ଭଣ୍ଡୁର ହୋଇଯାଇଥିଲା । ଏପରିକି ସେମାନେ ରୋହିତର ଘରେ ପରୀମାନେ ରହୁଥିବା କହି ରୋହିତଠାରୁ କିଛି ସାହାଯ୍ୟ ନେଇ ପରୀକୁ ଦେଖିବା ପାଇଁ ଏକ ମିଶ୍ରଣ ପ୍ରସ୍ତୁତ କରିଥିଲେ, ଯାହାକୁ ଆଖିରେ ପକାଇବାଦ୍ୱାରା ବାହାରଦୁନିଆର ଲୋକମାନେ ଦେଖାଯିବ । | ପରୀମିଟର | ai4bharatIndicQA |
ଏହି ଚୁକ୍ତି ନାମା ପୁନରାବୃତ୍ତି କେଉଁ ମସିହାରେ ହୋଇଥିଲା ? | ସିନ୍ଧୁ ଜଳ ଚୁକ୍ତିରୁ ଭାରତକୁ ୧୬% (ପ୍ରାୟ ୩.୩ କୋଟି ଏକର-ଫୁଟ୍) ଜଳ ମିଳୁଥିବା ବେଳେ ପାକିସ୍ତାନକୁ ୮୪% (୧୭୭ କୋଟି ଏକର-ଫୁଟ୍) ଜଳ ମିଳିଥାଏ । ତେବେ ପଶ୍ଚିମ ପଟର ନଦୀମାନଙ୍କ ପାଣିରୁ ୧୨.୫ ଲକ୍ଷ ଏକର-ଫୁଟ୍ ଗଚ୍ଛିତ କରି ଭାରତ ୭,୦୧,୦୦୦ ଏକର ଅଞ୍ଚଳରେ ଜଳସେଚନ କରିପାରିବ, ୧୬ ଲକ୍ଷ ଏକର-ଫୁଟ୍ ପାଣି ଗଚ୍ଛିତ ରଖି ଜଳବିଦ୍ୟୁତ୍ ପ୍ରକଳ୍ପରେ ଉପଯୋଗ କରିପାରିବ ଏବଂ ୭.୫ ଲକ୍ଷ ଏକର-ଫୁଟ୍ ପାଣି ବନ୍ୟା ନିୟନ୍ତ୍ରଣ ପାଇଁ ଗଚ୍ଛିତ ରଖିପାରିବ । ଏହି ଚୁକ୍ତିରୁ ମିଳୁଥିବା ଜଳ ଜାମୁ ଓ କାଶ୍ମୀରର ଅଳ୍ପ ଅଞ୍ଚଳରେ ଜଳସେଚନ ହୋଇପାରୁଥିବା ବେଳେ ପାକିସ୍ତାନର ୮୦% ଜମି ଜଳସେଚିତ ହୋଇପାରେ । ଚୁକ୍ତି ଅନୁସାରେ ଭାରତରେ ଜଳବିଦ୍ୟୁତ୍ ଉତ୍ପାଦନ ପାଇଁ ଯେତିକି ଜଳ ଗଚ୍ଛିତ ରଖିପାରିବାର ପ୍ରସ୍ତାବ ରହିଛି, ଯଦି କେବଳ ଜାମୁ-କାଶ୍ମୀରର ନଦୀମାନଙ୍କର ସମ୍ପୂର୍ଣ୍ଣ ଜଳକୁ ବାନ୍ଧି ରଖାଯାଏ ତେବେ ତାହାଠାରୁ ଅଧିକ ପଟୁମାଟି ବନ୍ଧରେ ଜମା ହେବ । ଜାମୁ-କାଶ୍ମୀରରେ ବନ୍ଧ ବାନ୍ଧିବାର ବିରୋଧ ନକଲେ ପାକିସ୍ତାନକୁ ନିଜ ଭୂଖଣ୍ଡରେ ଛୋଟ ଛୋଟ ବନ୍ଧ ନିର୍ମାଣର ଆବଶ୍ୟକତା ରହିବ ନାହିଁ । ପରିଣାମ ସ୍ୱରୂପ ଜାମୁ-କାଶ୍ମୀରରେ ଥିବା ଜଳଭଣ୍ଡାରମାନଙ୍କୁ ସଚଳ ରଖିବା ପାଇଁ ପ୍ରତିବର୍ଷ ଜମା ପଟୁ ମାଟି ଓ ବାଲି ଅଧିକ ଅର୍ଥ ବ୍ୟୟରେ ସଫା କରିବାକୁ ପଡ଼ୁଛି । କିନ୍ତୁ ପାକିସ୍ତାନରେ ୪୫୦୦ ମେଗାୱାଟ କ୍ଷମତାସମ୍ପନ୍ନ ଡାୟମର୍-ବାଶା ବନ୍ଧ, ୩୬୦୦ ମେଗାୱାଟ କ୍ଷମତାସମ୍ପନ୍ନ କାଲାବାଘ ବନ୍ଧ, ୬୦୦ ମେଗାୱାଟ କ୍ଷମତା ସମ୍ପନ୍ନ ଅଖୋରି ବନ୍ଧ, ଦାସୁ ବନ୍ଧ, ବୁଞ୍ଜି ବନ୍ଧ, ଥାକୋଟ ବନ୍ଧ, ପଟାନ ବନ୍ଧ ପରି ବହୁମୁଖୀ ଯୋଜନାର ନିର୍ମାଣ ହୋଇପାରୁଛି । ଏହି ସମସ୍ତ ବନ୍ଧ ଭୂମିକମ୍ପ-ପ୍ରବଣ ବଳୟର ଅନ୍ତର୍ଭୁକ୍ତ ଓ ଦୈବାତ୍ ଭୂମିକମ୍ପ ଯୋଗୁଁ ନଦୀବନ୍ଧ ଭାଙ୍ଗିଗଲେ ପାକିସ୍ତାନରେ ସିନ୍ଧୁର ତଳମୁଣ୍ଡ ଓ କଚ୍ଛ ଲବଣମରୁ ଅତ୍ୟଧିକ ବନ୍ୟା ପ୍ଳାବିତ ହେବାର ଆଶଙ୍କା ରହିଛି । ୨୦୦୩ ମସିହାରେ ସିନ୍ଧୁ ଜଳ ଚୁକ୍ତିରେ ପୁନର୍ବିଚାର ଓ ପରିବର୍ତ୍ତନ କରାଯାଉ ବୋଲି ପୁରାତନ ଜାମୁ ଓ କାଶ୍ମୀର ରାଜ୍ୟ ବିଧାନ ସଭାରେ ଏକ ପ୍ରସ୍ତାବ ସର୍ବସମ୍ମତିରେ ଗୃହୀତ ହୋଇଥିଲା । ୨୦୧୬ ମସିହାରେ ଏହାର ପୁନରାବୃତ୍ତି ଘଟିଥିଲା । ଜାମୁ-କାଶ୍ମୀରର ତତ୍କାଳୀନ ବିଧାୟକମାନେ ମତ ରଖିଥିଲେ ଯେ ଏହି ଚୁକ୍ତି ଜାମୁ-କାଶ୍ମୀରକୁ ସମ୍ପୂର୍ଣ୍ଣ ଭାବେ ଉପେକ୍ଷା କରି ଏହାର ନାଗରିକଙ୍କ ଅଧିକାର କ୍ଷୁଣ୍ଣ କରୁଛି । କିନ୍ତୁ ସିନ୍ଧୁ ଜଳ ଚୁକ୍ତି ଯୋଗୁଁ ଭାରତକୁ ଏକ ସାମରିକ ଲାଭ ମଧ୍ୟ ମିଳିଛି । | ୨୦୧୬ | ai4bharatIndicQA |
ରତ୍ନଭଣ୍ଡାରରେ କେତୋଟି ଚାବି ପଡ଼ିଛି? | ଜଗନ୍ନାଥ ମନ୍ଦିରରେ ଠାକୁରମାନଙ୍କୁ ପିନ୍ଧାଯିବା ସକାଶେ ବିଭିନ୍ନ ଅଳଙ୍କାର ରଖିବା ପାଇଁ ଦେଉଳ ତୋଳା ହେବା ବେଳେ ଏକ ରତ୍ନଭଣ୍ଡାରର ନିର୍ମାଣ କରାଯାଇଥିଲା । ବିଭିନ୍ନ ରାଜ୍ୟ ଜୟ କରିବା ସମୟରେ ସେଠାରୁ ମିଳିଥିବା ସୁନା, ରୂପା, ହୀରା, ଲୀଳା ଆଦି ରତ୍ନ ରାଜା-ମହାରାଜାମାନେ ଦେଉଳକୁ ଦାନ ଦେଉଥିଲେ । ଶହଶହ ବର୍ଷଧରି ରତ୍ନଭଣ୍ଡାରରେ ତାହା ସବୁ ତାଲାପଡ଼ି ରହିଆସିଛି । ୧୯୫୨ ଏବଂ ୧୯୭୮ ମସିହାରେ ରତ୍ନଭଣ୍ଡାରର ତିନିଟି ସିନ୍ଦୁକ ଖୋଲାଯାଇ ତାଲିକା ତିଆରି ନିମନ୍ତେ ସେଥିରୁ ଅଳଙ୍କାର ବାହାର କରାଯାଇଥିଲା । ଏହି ସମ୍ପୂର୍ଣ୍ଣ ତାଲିକା ତିଆରି କରାଯାଇ ପାରିନାହିଁ । କିଛି ଅଳଙ୍କାର ଭାରତୀୟ ରିଜର୍ଭ ବ୍ୟାଙ୍କରେ ଗଚ୍ଛିତ କରାଯାଇଥିଲା । ଆଉ କିଛି ଅଳଙ୍କାର ଠାକୁରଙ୍କ ଦୈନନ୍ଦିନ ଜଗନ୍ନାଥଙ୍କ ବେଶରେ ବ୍ୟବହାର ପାଇଁ ଭଣ୍ଡାରଘରେ ରଖାଯାଇଛି । ଅନେକ ଅଳଙ୍କାର ସମୟକ୍ରମେ ରକ୍ଷନାବେକ୍ଷଣା ବିନା ଭାଙ୍ଗିରୁଜି ଯାଇଛି । ରତ୍ନଭଣ୍ଡାରରେ ତିନିଟି ଚାବି ପଡ଼ିଛି ଯହିଁରୁ ଗୋଟେ ପୁରୀ ଗଜପତିଙ୍କ ପାଖରେ ଥିବା ବେଳେ ଅନ୍ୟ ୨ଟି ଶ୍ରୀମନ୍ଦିର ପ୍ରଶାସନ ଏବଂ ଭଣ୍ଡାର ମେକାପଙ୍କ ପାଖରେ ରହିଛି । ତିନୋଟି ଚାବି ଏକାଠି ହେଲେ ରତ୍ନଭଣ୍ଡାର ଖୋଲାଯାଇ ପାରିବ । ପ୍ରାୟ ୫୦ଟି ବଡ଼ ସିନ୍ଦୁକରେ ରହିଛି ବିଭିନ୍ନ ପ୍ରକାରର ମୂଲ୍ୟବାନ ଅଳଙ୍କାର ଭପୂର ହୋଇ ରହିଛି ବୋଲି ଜଣାଯାଏ । | ତିନିଟି | ai4bharatIndicQA |
ଏହି ସମୟର ପାଲି ଭାଷାକୁ କଣ କୁହାଯାଏ? | ଚର୍ଯା/ ଚରିଜାଗିତି ଯୁଗ ବା ସିଦ୍ଧ ସାହିତ୍ୟ ଯୁଗ ଓ ନାଥ ସାହିତ୍ୟଭାରତର ସବୁଠୁ ପୁରୁଣା ଭାଷା ପାଳିରୁ ଓଡ଼ିଆର ତିଆରି । ୨୦୦୦ ବର୍ଷରୁ ଅଧିକ ଆଗରୁ ଓଡ଼ିଶାରେ ବୁଦ୍ଧଙ୍କ ଜନ୍ମ, ଧର୍ମପ୍ରଚାର ଓ ବୌଦ୍ଧ ଧର୍ମର ବିକାଶ କାଳରେ ପାଳି ଭାଷା ହିଁ ଥିଲା ଓଡ଼ିଆ ଭାଷା ତିଆରିର ମୂଳଦୁଆ ଯାହାକି ଆଧୁନିକ ଓଡ଼ିଆ ଭାଷାର ମୂଳଦୁଆ । ଓଡ଼ିଶା ଏବଂ ଏହାର ସୀମାନ୍ତ ରାଜ୍ୟମାନଙ୍କର ବିଭିନ୍ନ ଅଞ୍ଚଳରୁ ସଂଗୃହୀତ ତାମ୍ରଫଳକ ଏବଂ ପଥରରେ ଖୋଦିତ ଲେଖାମାନଙ୍କରୁ ଖ୍ରୀଷ୍ଟାବ୍ଦ ୭୦୦ରୁ ୧୦୦୦ ଶତାବ୍ଦୀ ମଧ୍ୟରେ ଉକ୍ତ ଭାଷାର ପ୍ରଚଳନ ଥିବାର ସ୍ୱଷ୍ଟ ପ୍ରମାଣ ମିଳିଛି । ଏହା ବ୍ୟତୀତ ନେପାଳରୁ ସଂଗ୍ରହ କରାଯାଇଥିବା ବୌଦ୍ଧଧର୍ମୀ ଚର୍ଯାପଦମାନଙ୍କ ପଦ୍ୟରଚନା ଗୁଡିକ ମଧ୍ୟରୁ ଏହି ସମୟରେ ଓଡ଼ିଆ ଭାଷାର ଆଦ୍ୟାବସ୍ଥାର ପରିଚୟ ମିଳିଅଛି । ଆଦିଯୁଗରେ ଓଡ଼ିଆ ଭାଷା ଏବେକାର ଓଡ଼ିଆ ଭାଷା ପରି ନଥିଲା । ଅଷ୍ଟମ-ନବମ ଶତାବ୍ଦୀର ଓଡ଼ିଆ ପାଳି ଭାଷାର ଅନୁରୂପ ଥିଲା । ସେତେବେଳେ ଆର୍ଯ୍ୟମାନଙ୍କ ଓଡ଼ିଶା ଆଗମନ ହେତୁ ଅନେକ ଓଡ଼ିଆ ଶବ୍ଦ ସଂସ୍କୃତ ଦେଇ ପ୍ରଭାବିତ ହେଲା ଓ ଶବ୍ଦ ଗଢଣରେ ବଦଳ ଆସିଲା । ଏହି ପରିବର୍ତ୍ତିତ ଶବ୍ଦ ସବୁ କ୍ରମେ ସଂସ୍କୃତ ଭାଷା ଭଣ୍ଡାରକୁ ଉନ୍ନତ କରିଛି । ସେତେବେଳର ଓଡ଼ିଶା ବା କଳିଙ୍ଗ ଭୂଖଣ୍ଡ ଭିତରେ ଆଜିର ଓଡ଼ିଶା, ବଙ୍ଗଳା, ବିହାର ଓ ଆସାମ ଆଦି ଥିଲା, ତେଣୁ ଓଡ଼ିଆ ଭାଷା ଏ ସବୁ ଅଞ୍ଚଳର ଭାଷା ଓ ସାହିତ୍ୟକୁ ବହୁ ଭାବରେ ପ୍ରଭାବିତ କରିଥିଲା । ଏହି କାଳର ପାଳି ଭାଷାକୁ କେହି ସାନ୍ଧ୍ୟ ଭାଷା କହିଥାନ୍ତି । ଏଥିରେ ଲିଖିତ ଗୀତିକବିତା କେତେକ ମିଳିଅଛି ଯାହାକୁ ଚର୍ଯାଗୀତି ବା ଚର୍ଯାଗୀତିକା କୁହାଯାଏ । ବୌଦ୍ଧ ସିଦ୍ଧ କବିମାନେ ଏସବୁର ରଚନା କରିଥିଲେ । ଏଗୁଡ଼ିକ ଆକାରରେ ଖୁବ ଛୋଟ । କାହ୍ନୁ ପା, ଲୁଇ ପା, ସବରି ପା, ହାଡୁ ପା, କୁକୁରି ପା ଏହି କାଳର କବି । | ସାନ୍ଧ୍ୟ ଭାଷା | ai4bharatIndicQA |
ଏକଦା ସୋନପରୀକୁ କିଏ କଣ୍ଢେଇ କରିଦେଇଥିଲା? | ଧାରାବାହିକର ସମ୍ପୂର୍ଣ୍ଣ କାହାଣୀରେ ମୁଖ୍ୟତଃ ସବୁ ଚରିତ୍ରରେ ଫୃଟି ସହ ଯୋଡ଼ିହୋଇଥିଲା । ତନ୍ଭି ହୋଗ୍ଡ଼େ ଫୃଟି ଭୂମିକାରେ ଅଭିନୟ କରିଥିଲେ । ମାଆ ମୃତ୍ୟୁବରଣ କରିବା ପରେ ତା'ର ବାପା ରୁବୀକୁ ବିବାହ କରିବାକୁ ସେ ସହଜରେ ଗ୍ରହଣ କରିପାରୁ ନ ଥିଲା । ଏପରିକି ଘରେ କୌଣସି ଜିନିଷ କିଛି ଏପଟସେପଟ ହେଲେ ସେମାନେ ଫୃଟିକୁ ଦୋଷ ଦୋଷ ହେଉଥିଲେ । ସେଥିପାଇଁ ସେ ସର୍ବଦା ଦୁଃଖି ରହୁଥିଲା ଏବଂ ରାତିରେ ଛାତ ଉପରକୁ ଯାଇ ସବଦିନେ ତାରାପୁଞ୍ଜଙ୍କ ଭିତରେ ତା'ର ମାଆକୁ ଖୋଜୁଥିଲା । ତା'କୁ ସର୍ବଦା ଲାଗୁଥିଲା କି ତା'ର ମାଆ ତାରା ହୋଇ ସେଇ ତାରକାପୁଞ୍ଜଙ୍କ ମେଳରେ ରହିଯାଇଛି । ଫୃଟି ସବୁବେଳେ ସମସ୍ତଙ୍କର ଭଲ ଚିନ୍ତାକରେ । ଫୃଟି ସୋନପରୀର ଜୀବନ ବଞ୍ଚେଇବା ପରେ ତା' ସହ ବନ୍ଧୁତା ସ୍ଥାପନ କଲା । ଫୃଟିକୁ ସର୍ବଦା ସାହାଯ୍ୟ କରିବାକୁ ସୋନପରୀ ଆସୁଥିଲା । ଫୃଟିର ସବୁ କାର୍ଯ୍ୟରେ ସେମାନେ ଫୃଟିକୁ ସାହାଯ୍ୟ କରୁଥିଲେ । ରୁବୀର ସମସ୍ତ ମନ୍ଦ ଉଦେଶ୍ୟ ବିଷୟରେ ସେମାନେ ସବୁକିଛି ଜାଣିପାରି ଫୃଟିକୁ ତା' ବିଷୟରେ ଜଣାଇଥିଲେ । ସୋନପରୀ ବିଭିନ୍ନ ଅସୁବିଧାରେ ପଡ଼ିଥିବା ବେଳେ ତାକୁ ଫୃଟି ମଧ୍ୟ ସାହାଯ୍ୟ କରୁଥିଲା । ବୈଜ୍ଞାନିକ ଜୋସଲ୍କରର ବିଭିନ୍ନ ସଇତାନିକ ମନ୍ଦ ଚକ୍ରାନ୍ତରୁ ସେ ସୋନପରୀକୁ ଉଦ୍ଧାର କରୁଥିଲା । ଏକଦା ସୋନପରୀକୁ ଜଙ୍ଗୋବାବା କଣ୍ଢେଇ କରିଦେଇଥିଲା । | ଜଙ୍ଗୋବାବା | ai4bharatIndicQA |
ତାଙ୍କ ଭାଇ ମହେନ୍ଦ୍ର ପ୍ରସାଦ ପାଟଣାସ୍ଥିତ କେଉଁ ଏକାଡେମୀର ୨ ବର୍ଷ ଅଧ୍ୟୟନ କରିଥିଲେ? | ତାଙ୍କର ଆଦ୍ୟ ଶିକ୍ଷା ଆରମ୍ଭ ହୋଇଥିଲା ମୌଲବୀଙ୍କ ଚାଟଶାଳୀରେ ପାର୍ସୀ, ହିନ୍ଦୀ ଓ ପାଟୀ ଗଣିତ ଶିକ୍ଷା କରିବାରେ। ପାରମ୍ପରିକ ଶିକ୍ଷା ସମାପ୍ତି ପରେ ସେ ଛାପ୍ରା ଜିଲ୍ଲାସ୍କୁଲରେ ପାଠ ପଢିଲେ ଓ ପରେ ପରେ ନିଜ ଭାଇ ମହେନ୍ଦ୍ର ପ୍ରସାଦଙ୍କ ସହିତ ପାଟନାର ଟି.କେ. ଘୋଷ ଏକାଡେମୀରେ ଦୁଇ ବର୍ଷକାଳ ପାଠ ପଢ଼ିଲେ। କଲିକତା ବିଶ୍ୱ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ ସେ ପ୍ରଥମ ହୋଇଥିଲେ ଓ ସେଥିପାଇଁ ମାସକୁ ୩୦ ଟଙ୍କାର ମାସିକ ବୃତ୍ତି ମଧ୍ୟ ହାସଲ କରିଥିଲେ। ୧୯୦୨ରେ ସେ କଲିକତା ପ୍ରେସିଡେନ୍ସି କଲେଜରେ ପ୍ରଥମେ ଏକ ବିଜ୍ଞାନ ଛାତ୍ର ହିସାବରେ ଯୋଗଦେଲେ। ୧୯୦୪କେ ଇଣ୍ଟରମିଡିଏଟ ବା ସେ ସମୟର ଏଫ.ଏ. ପାସ କଲେ। ପରେ ପରେ ସେ କଳା ବିଭାଗରେ ଯୋଗଦେଇ ୧୯୦୯ରେ କଲିକତା ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ପ୍ରଥମ ଶ୍ରେଣୀରେ ଉନ୍ନୀତ ହେଲେ। | ପାଟନାର ଟି.କେ. ଘୋଷ | ai4bharatIndicQA |
ବିକଶିତ ଦେଶରେ ପ୍ରାୟ କେତେ ନିୟୁତ ମହିଳା ପ୍ରଜନନକ୍ଷମ ବୟସରେ ଆଧୁନିକ ଗର୍ଭନିରୋଧକ ବ୍ୟବହାର ବିଷୟରେ ଜାଣନ୍ତି ନାହିଁ ? | ପ୍ରଜନନକ୍ଷମ ପ୍ରାୟ ୨୧୪ ନିୟୁତ ମହିଳା ବିକଶିତ ଦେଶମାନଙ୍କରେ ଆଧୁନିକ ଜନ୍ମନିରୋଧକ ବ୍ୟବହାର ବିଷୟରେ ଅଜ୍ଞ ଅଛନ୍ତି । ସୀମିତ ଜନ୍ମନିରୋଧ ଉପଲବ୍ଧ ଉପାୟ, ସୀମିତ ପସନ୍ଦ, ପାର୍ଶ୍ୱ ପ୍ରତିକ୍ରିୟାର ଡର, ସାଂସ୍କୃତିକ ଓ ଧାର୍ମିକ ବିରୋଧ, ମିଳୁଥିବା ଦରିଦ୍ର ସେବା, ବ୍ୟବହାରକାରୀ ଓ ପ୍ରଦାତାର ପକ୍ଷପାତ, ଲିଙ୍ଗାତ୍ମକ ବାଧା ଇତ୍ୟାଦି କାରଣମାନଙ୍କ ଯୋଗୁ ଏଭଳି ପରିସ୍ଥିତି ଜାତ ହୋଇପାରେ । ଆଫ୍ରିକାରେ ପ୍ରଜନନକ୍ଷମ ୨୪.୨% ମହିଳା ଆଧୁନିକ ଉପାୟ ବିଷୟରେ ଅଜ୍ଞ ଅଛନ୍ତି । ଏସିଆ, ଲାଟିନ ଆମେରିକା ଓ କାରିବିଆନ ଦେଶମାନଙ୍କରେ ୧୦-୧୧% ମହିଳାଙ୍କର ଏହି ଆବଶ୍ୟକତା ପୂରଣ ହୋଇପାରିନି । ଏହା ଯୋଗୁ ବର୍ଷକୁ ମାତୃ ମୃତ୍ୟୁ ୧୦୪,୦୦୦ କମ୍ ହୋଇପାରନ୍ତା, ପ୍ରସବପର ରକ୍ତସ୍ରାବ ବା ଅସୁରକ୍ଷିତ ଗର୍ଭପାତ ଯୋଗୁ ୨୯% ମୃତ୍ୟୁ ମଧ୍ୟ କମିଯାଇପାରିବ । ମିଳିତ ଜାତିସଂଘର ଅର୍ଥନୈତିକ ଓ ସାମାଜିକ କାର୍ଯ୍ୟ ଅନୁସାରେ: ପୃଥିବୀର ୬୪% ଜନ୍ମନିରୋଧକ ବ୍ୟବହାର କରନ୍ତି, ୧୨% ଲୋକଙ୍କର ଆବଶ୍ୟକତା ପୁରଣ ହୋଇପାରେନି । ସବୁଠାରୁ ଅଳ୍ପ ବିକଶିତ ଦେଶରେ ଜନସଂଖ୍ୟାର ୨୨% ଲୋକଙ୍କୁ ଜନ୍ମନିରୋଧକ ଉପଲବ୍ଧ ହୁଏନି ଓ ୪% ଜନ୍ମନିରୋଧକ ବ୍ୟବହାର କରନ୍ତି । ସବ-ସାହାରା ଆଫ୍ରକା, ଦକ୍ଷିଣ ଏସିଆ ଓ ପଶ୍ଚିମ ଏସିଆ ଦେଶମାନଙ୍କରେ ଅଣଉପଲବ୍ଧ ଆଧୁନିକ ଜନ୍ମନିରୋଧକ ସଂଖ୍ୟା ବହୁତ ଅଧିକ । ଆଫ୍ରିକାରେ ସବୁଠାରୁ କମ୍ ଜନ୍ମନିରୋଧକ ବ୍ୟବହାର ହାର (୩୩%) ଓ ଅଣଉପଲବ୍ଧ ହାର (୨୨%) । ଉତ୍ତର ଆମେରିକାରେ ସର୍ବାଧିକ ଜନ୍ମନିରୋଧକ ବ୍ୟବହାର (୭୩%) ଓ ସବୁଠାରୁ କମ ଅଣଉପଲବ୍ଧ (୭%) । ଏହି ହାର ଲାଟିନ ଆମେରିକା ଓ କାରିବିଆନରେ ଯଥାକ୍ରମେ ୭୩% ଓ ୧୧% । ୟୁରୋପରେ ଏହି ହାର ୬୮% ଓ ୧୦%, ଏସିଆରେ ୬୮% ଓ ୧୦% । ଅଣଉପଲବ୍ଧ ଜନ୍ମନିରୋଧକ ଏସିଆରେ ୪୪୩ ନିୟୁତ ସଂଖ୍ୟକ ମହିଳା ସ୍ଥଳେ ୟୁରୋପରେ କେବଳ ୭୪ ନିୟୁତ ମହିଳା । | ୨୧୪ | ai4bharatIndicQA |
Subsets and Splits
No saved queries yet
Save your SQL queries to embed, download, and access them later. Queries will appear here once saved.