instruction
stringlengths
9
1.46k
input
stringlengths
5
3.79k
output
stringlengths
1
2.69k
source
stringclasses
6 values
କେଉଁ ସହରର ଧ୍ୱଂସାବଶେଷରୁ ଏକ ବୃହତ ସ୍ନାନଗାର ଉଦ୍ଧାର କରାଯାଇଛି?
ହରପ୍ପା ନଗରମାନଙ୍କରେ ତିନିପ୍ରକାର ଅଟ୍ଟାଳିକାମାନ ନିର୍ମିତ ହୋଇଥିବାର ଦେଖାଯାଏ। ସେଗୁଡିକ ଥିଲା ବାସଗୃହ, ସର୍ବସାଧାରଣ ଗୃହ ଓ ସର୍ବଜନୀନ ସ୍ନାନାଗାର। ବାସଗୃହ ରୂପେ ନିର୍ମିତ ଅଟ୍ଟାଳିକାଗୁଡିକ କରୁକାର୍ଯ୍ୟ ସମ୍ପନ୍ନ ନ ହୋଇ ସରଳ ଓ ସ୍ୱାଚ୍ଛନ୍ଦ୍ୟପୂର୍ଣ୍ଣ ହୋଇଥିଲା। ଏକମହଲା ଅଟ୍ଟାଳିକାଗୁଡିକ ଦରିଦ୍ରଙ୍କ ପାଇଁ ଓ ବହୁ ମହଲା ଅଟ୍ଟାଳିକା ଧନୀକ ଶ୍ରେଣୀର ଲୋକଙ୍କ ଉବ୍ଦିଷ୍ଟ ଥିବାର ମନେହୁଏ। ବାସଗୃହ ବ୍ୟତୀତ ନଗରୀର ମଧ୍ୟଭାଗରେ ତିନୋଟି ବିଶାଳ ଅଟ୍ଟାଳିକା ନିର୍ମତ ହୋଇଥିବାର ଦେଖାଯାଏ। ସେଗୁଡିକ ଥିଲା ଖମ୍ବବିଶିଷ୍ଟ ସଭାଗୃହ, ଶସ୍ୟାଗାର ଓ ସାର୍ବଜନୀନ ସ୍ନାନାଗାର। ଚତୁଃପାର୍ଶ୍ୱରେ ଅନେକ ଛୋଟ ଛୋଟ କୋଠରୀଥିବା ଏକ ବହୁସ୍ତମ୍ଭ ବିଶିଷ୍ଟ ଗୃହ ଆବିଷ୍କୃତ ହୋଇଛି। ଏହା ସମ୍ଭବତଃ ଶିକ୍ଷାଳୟ ବା ବଜାର ଭାବେ ବ୍ୟବହୃତ ହେଉଥିଲା। ଏତଦବ୍ୟତୀତ ଅନେକ ବେଞ୍ଚ ପଡିଥିବା ଗୋଟିଏ ପ୍ରଶସ୍ତ ଅଟ୍ଟାଳିକା ମଧ୍ୟ ରହିଛି। ସମ୍ଭବତଃ, ଏହା ନଗରର ଶାସକ ବିଧାୟକ ଗୃହରୂପେ ବ୍ୟବହୃତ ହେଉଥିଲା। ମହେଞ୍ଜୋଦାରୋ ନଗରର ଭଗ୍ନସ୍ତୁପରୁ ଏକ ବିରାଟ ସର୍ବସାଧାରଣ ସ୍ନାନାଗାର ଉଦ୍ଧାର କରାଯାଇଛି। ଏଥିରେ ଗୋଟିଏ ବିରାଟ ଚଟାଣ, ମଧ୍ୟଭାଗରେ ଏକ ଜଳଭଣ୍ଡାର ଓ ତା'ର ଚାରିପଟେ ଗ୍ୟାଲେରୀ ଓ ଛୋଟ ଛୋଟ କୋଠରୀ ରହିଥିବାର ଦେଖାଯାଏ। ନଗରଗୁଡିକର ରାସ୍ତାଗୁଡିକ ଥିଲା ସିଧା ଓ ପ୍ରଶସ୍ତ। ରାସ୍ତାଗୁଡିକ ଆଲୋକିତ କରିବା ପାଇଁ ବତୀଖୁଣ୍ଟମାନ ରଖାଯାଇଥିଲା। ହରପ୍ପା ନଗରର ଅନ୍ୟ ଏକ ବୈଶିଷ୍ଟ୍ୟ ଥିଲା ତା'ର ଜଳ ନିଷ୍କାସନ ବ୍ୟବସ୍ଥା। ପ୍ରତ୍ୟକ ବାସଗୃହରୁ କ୍ଷୁଦ୍ର କ୍ଷୁଦ୍ର ନର୍ଦ୍ଦମାଗୁଡିକ ବାହାରି ପ୍ରଧାନ ନର୍ଦ୍ଦମା ସହିତ ମିଶିଥିଲା।
ମହେଞ୍ଜୋଦାରୋ
ai4bharatIndicQA
ବ୍ରିଟିଶ ଶାସନ ଶେଷ ହେବା ପରେ କିଏ ସ୍ୱାଧୀନ ହୋଇଥିଲେ?
ପାକିସ୍ତାନର ଅର୍ଥନୀତି ଓ ଜନଜୀବନ ପାଇଁ ସିନ୍ଧୁ ନଦୀ ଅତି ଗୁରୁତ୍ୱପୂର୍ଣ୍ଣ । ଇଂରେଜ ଶାସନର ସମାପ୍ତି ପରେ ଭାରତ ଓ ପାକିସ୍ତାନ ସ୍ୱାଧୀନ ହୋଇଥିଲେ ; କିନ୍ତୁ ସିନ୍ଧୁ ଓ ପୂର୍ବ ପଟର ପାଞ୍ଚ ଉପନଦୀର ଜଳକୁ ନେଇ ଘୋର ବିବାଦ ସୃଷ୍ଟି ହେଲା । ଶତଲେଜ ନଦୀର ଜଳସେଚନ ନାଳ ଓ ବାରି ଦୋଆବର ନାଳଗୁଡ଼ିକ ପାକିସ୍ତାନ ପଟରେ ରହିଗଲା କିନ୍ତୁ ତାହାର ନିୟନ୍ତ୍ରଣ କରୁଥିବା ବନ୍ଧ ଭାରତ ପଟରେ ରହିଲା । ଏହା ଫଳରେ ପାକିସ୍ତାନରେ ଜଳସେଚନ ବାଧାପ୍ରାପ୍ତ ହେଲା । ପୁଣି ପଞ୍ଜାବ ଅଞ୍ଚଳରେ ଭାରତ ନୂତନ ବନ୍ଧ ନିର୍ମାଣ କରିବାଦ୍ୱାରା ପାକିସ୍ତାନକୁ ଜଳ ଯୋଗାଣ କମିଯିବାର ଆଶଙ୍କା ହେଲା । ଯୁଦ୍ଧ ସମୟରେ ଭାରତ ନଦୀମାନଙ୍କ ପାଣିକୁ ନିଜ ପାଇଁ ବ୍ୟବହାର ଓ ପାକିସ୍ତାନକୁ ହଇରାଣ କରିପାରେ ବୋଲି ପାକିସ୍ତାନରେ ଏକ ରାଜନୈତିକ ଚିନ୍ତା ସୃଷ୍ଟି କଲା । ତେଣୁ ୧୯୬୦ ମସିହାରେ ବିଶ୍ୱବ୍ୟାଙ୍କର ମଧ୍ୟସ୍ଥତାରେ ଭାରତ ଓ ପାକିସ୍ତାନ ମଧ୍ୟରେ କୂଟନୈତିକ ଆଲୋଚନା ହୋଇ ଉଭୟ ରାଷ୍ଟ୍ରଙ୍କଦ୍ୱାରା ସିନ୍ଧୁ ଜଳ ଚୁକ୍ତି (Indus Waters Treaty) ସ୍ୱାକ୍ଷରିତ ହୋଇଥିଲା । ଏହି ଚୁକ୍ତି ଅନୁସାରେ ଭାରତ ପାଖରେ ଶତଲେଜ, ବେଆସ୍ ଏବଂ ରାୱି ନଦୀର ଜଳକୁ ନିୟନ୍ତ୍ରଣ କରିବାର କ୍ଷମତା ରହିଥିବା ବେଳେ ପାକିସ୍ତାନ ପାଖରେ ଝେଲମ, ଚେନାବ ଓ ସିନ୍ଧୁ ନଦୀର ଜଳ ନିୟନ୍ତ୍ରଣ କରିବାର କ୍ଷମତା ରହିଲା । ଭାରତ ପାଖରେ ପଶ୍ଚିମ ନଦୀ ତିନୋଟିକୁ ଜଳସେଚନ ବ୍ୟତୀତ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରିବାର ଅଧିକାର ରହିଲା । ନଦୀର ପାଣିକୁ ଜଳସେଚନ ପାଇଁ ଅତ୍ୟଧିକ ମାତ୍ରାରେ ଓ ସ୍ଥାନେ ସ୍ଥାନେ ବ୍ୟବହାର କରାଯିବା ଯୋଗୁଁ ଅନେକ ସମସ୍ୟା ସୃଷ୍ଟି ହୋଇଛି । କେନାଲ୍‍ମାନଙ୍କରେ ପଟୁମାଟି ଜମା ହୋଇ ରହିଯାଏ, ଏହା ଚାଷଜମିରେ ପହଞ୍ଚିପାରେ ନାହିଁ ଓ କୃଷି ଉତ୍ପାଦନ ଉପରେ ପ୍ରଭାବ ପକାଇଥାଏ ।
ଭାରତ ଓ ପାକିସ୍ତାନ
ai4bharatIndicQA
ମନ୍ଦିରର କେଉଁ କାରୁକାର୍ଯ୍ୟର ସୁରକ୍ଷା କଥା କୁହାଯାଇଛି?
୧୯୯୦ ମସିହା ପରଠାରୁ ଅଂକୋର୍ ୱାଟ୍ ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହୋଇଅଛି । ଗଣନାନୁସାରେ ୧୯୯୩ ମସିହାରେ ଏହି ମନ୍ଦିରର ପର୍ଯ୍ୟଟକଙ୍କ ସଂଖ୍ୟା କେବଳ ୭୬୫୦ ଥିଲା । କିନ୍ତୁ ୨୦୦୪ ମସିହାର ସରକାରୀ ଗଣନା ଅନୁସାରେ ସିଏମ୍ ରିପ୍ ଅଞ୍ଚଳରେ ସେ ବର୍ଷ ୫୬୧୦୦୦ ବିଦେଶୀ ପର୍ଯ୍ୟଟକ ଆସି ପହଞ୍ଚିଥିଲେ । ୨୦୦୭ ମସିହାରେ ପର୍ଯ୍ୟଟକଙ୍କ ସଂଖ୍ୟା ୧୦ ଲକ୍ଷରୁ ଅଧିକ ହୋଇଥିବା ବେଳେ, ୨୦୧୨ ଓ ୨୦୧୩ ମସିହାର ପର୍ଯ୍ୟଟକଙ୍କ ସଂଖ୍ୟା ୨୦ ଲକ୍ଷ ଅତିକ୍ରମ କରିଥିଲା । ସିଏମ୍ ରିପ୍‍କୁ ଆସୁଥିବା ବିଦେଶୀ ପର୍ଯ୍ୟଟକମାନେ ପ୍ରାୟତଃ ଅଂକୋର୍ ୱାଟ୍ ଦର୍ଶନ କରିବା ଉଦ୍ଦେଶ୍ୟ ନେଇ ଆସିଥାନ୍ତି । ସୋକିମେକ୍ସ୍ (SOKIMEX) ନାମକ ଏକ ବେସରକାରୀ ସଂସ୍ଥା ୧୯୯୦ ପରଠାରୁ ଏହି ମନ୍ଦିର ସ୍ଥଳପାଇଁ କାମ୍ପୁଚିଆର ସରକାରଙ୍କୁ ଭଡା ପ୍ରଦାନ କରିଆସୁଛି ଓ ମନ୍ଦିରଟି ଏହି ସଂସ୍ଥାର ତତ୍ତ୍ୱାବଧାନରେ ରହିଛି । ମନ୍ଦିର ପ୍ରାଙ୍ଗଣମଧ୍ୟକୁ ଏତେ ସଂଖ୍ୟାରେ ପର୍ଯ୍ୟଟକମାନଙ୍କ ଆଗମନ, ସେମାନଙ୍କ ବାରମ୍ବାର ସ୍ପର୍ଶ ଓ ଘର୍ଷଣଦ୍ୱାରା ମନ୍ଦିର କାନ୍ଥରେ ଅଙ୍କିତ କିଛି କାରୁକାର୍ଯ୍ୟ ନଷ୍ଟ/ନିଶ୍ଚିହ୍ନ ମଧ୍ୟ ହୋଇଛି । ତେଣୁ ମନ୍ଦିର ଚଟ୍ଟାଣ ଓ କାନ୍ଥରେ ଖୋଦିତ ଚିତ୍ରର ସୁରକ୍ଷା ନିମନ୍ତେ ସ୍ଥାନେ ସ୍ଥାନେ କାଠ ପାହାଚ ଓ ଦଉଡିଦ୍ୱାରା ବେଷ୍ଟିତ କରି ପର୍ଯ୍ୟଟକ ଓ କଳାକୃତି ମଧ୍ୟରେ ବିଭାଜନ ସୃଷ୍ଟି କରାଯାଇଛି । ପର୍ଯ୍ୟଟନର ଅଭିବୃଦ୍ଧି ଫଳରେ ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ଅତିରିକ୍ତ ଖଜଣା ମିଳିବା ମଧ୍ୟ ସମ୍ଭବପର ହୋଇପାରିଛି ।
ଚଟ୍ଟାଣ ଓ କାନ୍ଥରେ ଖୋଦିତ ଚିତ୍ରର
ai4bharatIndicQA
ଭାରତରୁ ତିବ୍ଦତର ଲାସା କୁ ଯିବା ରାସ୍ତା ଟି କେଉଁ ରାଜ୍ୟ ଦେଇ ଯାଇଛି?
ନେପାଳର ସୁଦୂର ପୂର୍ବରେ ହିମାଳୟ ବକ୍ଷରେ ଓ ଭାରତର ସୀମାରେ ପୃଥିବୀର ତୃତୀୟ ସର୍ବୋଚ୍ଚ ଶୃଙ୍ଗ କାଞ୍ଚନଜଙ୍ଘା ଦଣ୍ଡାୟମାନ । ୮୦୦୦ ମି.ରୁ ଉଚ୍ଚତର ଏହା ହିମାଳୟର ଶେଷ ଶୃଙ୍ଗ ଓ ଭାରତରେ ରହିଥିବା ସର୍ବୋଚ୍ଚ ଗିରିଶୃଙ୍ଗ । କାଞ୍ଚନଜଙ୍ଘାର ପୂର୍ବ ପଟକୁ ସିକ୍କିମ ରାଜ୍ୟ ଅବସ୍ଥିତ । ଭାରତରୁ ତିବ୍ବତର ଲାସାକୁ ଯିବା ରାସ୍ତାଟି ସିକ୍କିମ ରାଜ୍ୟ ଦେଇ ଯାଇଛି । ଏହି ରାସ୍ତାଟି ହିମାଳୟକୁ “ନାଥୁ ଲା” ଗିରିପଥଦ୍ୱାରା ଅତିକ୍ରମ କରିଛି । ସିକ୍କିମର ପୂର୍ବ ପଟକୁ ପ୍ରାଚୀନ ବୌଦ୍ଧ ରାଜ୍ୟ ଭୁଟାନ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ କେହି ବି ଆରୋହଣ କରିପାରିନଥିବା ଅନ୍ୟତମ ଉଚ୍ଚ ଶୃଙ୍ଗ ଓ ଭୁଟାନର ଉଚ୍ଚତମ ପର୍ବତଟି ହେଲା ଗଂଗଖାର ପ୍ୟୁନ୍ସୁମ୍ । ଏହି ପାଖରୁ ହିମାଳୟର ଉପତ୍ୟକାରେ ଘନଜଙ୍ଗଲ ତଥା ଅଧିକ ଗଭୀର ଢଳାଣି ଦେଖିବାକୁ ମିଳେ । ଉତ୍ତର-ପଶ୍ଚିମ ଦିଗରେ ଆଗକୁ ବଢ଼ିଲେ ଅରୁଣାଚଳ ପ୍ରଦେଶ ଓ ତିବ୍ବତ ଅତିକ୍ରମ କରିବା ପରେ ପୂର୍ବ ପଟର ଶେଷ ଶୃଙ୍ଗ “ନାମଚେ ବରୁଆ” ରହିଛି । ୟାରଲୁଂ ତ୍ସାଂଗପୋ ନଦୀର ବିରାଟ ବାଙ୍କରେ ଏହି ଗିରିଶୃଙ୍ଗ ଅବସ୍ଥିତ ।
ସିକ୍କିମ ରାଜ୍ୟ
ai4bharatIndicQA
କର୍ଣ୍ଣାଟକର କେଉଁ ଜିଲ୍ଲା ଚଲୁକିଆର ରାଜଧାନୀ ଥିଲା ?
ଚାଲୁକ୍ୟ ସ୍ଥାପତ୍ୟ ଶୈଳୀ ପ୍ରାୟ ଖ୍ରୀ. ୪୫୦ରେ ଆଇହୋଳେରେ ଆରମ୍ଭ ହେଲା । ପରବର୍ତ୍ତୀ ସମୟର ବାଦାମୀ ଓ ପଟ୍ଟାଡକାଲ୍ ମନ୍ଦିରରେ ଏହାର ଅଧିକ ଉନ୍ନତ ରୂପ ଦେଖାହେଲା । ଭାରତୀୟ ସ୍ଥାପତ୍ୟକଳାର ଇତିହାସରେ ବାଦାମୀ ଚାଲୁକ୍ୟ ଯୁଗ ଏକ ଗୌରବମୟ ସମୟ । କର୍ଣ୍ଣାଟକର ବାଗଲକୋଟ୍ ଜିଲ୍ଲାର ବାଦାମୀ (ପୁରାତନ ନାମ ବାତାପି) ଦୁଇଟି ପାହାଡ଼ ମଧ୍ୟରେ ଅବସ୍ଥିତ ଓ ଏହା ଚାଲୁକ୍ୟମାନଙ୍କର ରାଜଧାନୀ ଥିଲା । ଖ୍ରୀ. ୫୦୦ରୁ ୭୫୭ ମଧ୍ୟରେ ବାଦାମୀ ଚାଲୁକ୍ୟମାନେ ମାଳପ୍ରଭା ନଦୀକୂଳରେ ଗୁମ୍ଫାମନ୍ଦିର ନିର୍ମାଣ ଓ ସ୍ଥାପତ୍ୟକଳାରେ ଉତ୍କର୍ଷତା ଲାଭ କରିଥିଲେ । ଆଇହୋଳେ, ପଟ୍ଟାଡକାଲ୍ ଓ ବାଦାମୀରେ ଏହି ଶୈଳୀର ଗୁମ୍ଫାମନ୍ଦିର ଦେଖିବାକୁ ମିଳେ । କାଡ଼ାଗି ପାହାଡ଼ର ବାଦାମୀ ରଙ୍ଗର ବାଲୁଆ ପଥରକୁ କାଟି ଏହି ସବୁ ଗୁମ୍ଫାମନ୍ଦିର ନିର୍ମିତ ହୋଇଥିଲା । ବାଦାମୀରେ ଚାଲୁକ୍ୟମାନଙ୍କ ଉତ୍କୃଷ୍ଟ ଗୁମ୍ଫାମନ୍ଦିର ସ୍ଥାପତ୍ୟର ନିଦର୍ଶନ ମିଳେ । ଆଇହୋଳେରେ ଭାରତୀୟ ମନ୍ଦିର ସ୍ଥାପତ୍ୟର ବାଲ୍ୟରୂପ ଦେଖିବାକୁ ମିଳେ । ଏହି ଗ୍ରାମରେ ପ୍ରାୟ ୧୫୦ଟି ମନ୍ଦିର ଇତସ୍ତତଃ ହୋଇ ରହିଛି ଓ ଲାଦ୍ ଖାନ୍ ମନ୍ଦିର ସବୁଠାରୁ ପୁରାତନ । ଦୁର୍ଗା ମନ୍ଦିରଟି ଗଠନାତ୍ମକ ଶୈଳୀରେ ବହୁତ ଅଲଗା ପ୍ରକାରର । ହୁଚିମାଳିର ମନ୍ଦିରରେ ବିଷ୍ଣୁ ଏକ ନାଗ ଉପରେ ଉପବିଷ୍ଟ । ରାୱଲଫଡ଼ି ଗୁମ୍ଫା ମନ୍ଦିରରେ ଶିବଙ୍କର ଅନେକ ରୂପ ଚିତ୍ରିତ ହୋଇଛି । ଅନ୍ୟ ପ୍ରସିଦ୍ଧ ମନ୍ଦିର ମଧ୍ୟରେ କୋନ୍ଥି ମନ୍ଦିର ଓ ମେଗୁଟି ଜୈନ ମନ୍ଦିର ଉଲ୍ଲେଖନୀୟ ।
ବାଗଲକୋଟ୍ ଜିଲ୍ଲାର ବାଦାମୀ
ai4bharatIndicQA
ପୁରୁ ଆଲେକଜାଣ୍ଡାରଙ୍କ ପତ୍ନୀଙ୍କୁ କଣ ରୂପର ଗ୍ରହଣ କରି ଥିଲେ ?
ପ୍ରଥମ ଘଟଣାଟି ହେଲା ଖ୍ରୀଷ୍ଟପୂର୍ବ ୩୦୦ ବର୍ଷ ତଳର । ମାସିଡୋନିଆର ସମ୍ରାଟ ଆଲେକଜାଣ୍ଡାର ଭାରତ ଉପରେ ବିଜୟ ଲାଭ ପାଇଁ ଅଗ୍ରସର ହେଉଥିବା ବେଳେ ରାଜା ପୁରୁଙ୍କ ସମ୍ମୁଖୀନ ହେଇଥିଲେ । ପ୍ରଥମ ଥର ପୁରୁଙ୍କଠାରୁ ଆଲେକଜାଣ୍ଡାର ପରାସ୍ତ ହେଲେ, ସେତେବେଳେ ଆଲେକଜାଣ୍ଡାରଙ୍କ ପତ୍ନୀ ପୁରୁଙ୍କ ନିକଟକୁ ଏକ ରାକ୍ଷୀ ପ୍ରେରଣ କରିଥିଲେ। ପୁରୁ ତାଙ୍କୁ ନିଜର ଭଉଣୀ ଭାବେ ଗ୍ରହଣ କରିଥିଲେ । ଅନ୍ୟ ଘଟଣାଟି ହେଲା ରାଣୀ କର୍ଣ୍ଣାବତୀ ଓ ସମ୍ରାଟ ହୁମାୟୁନଙ୍କୁ ନେଇ । ମଧ୍ୟ ଯୁଗର ରାଜପୁତ ଯୋଦ୍ଧମାନେ ପରାକ୍ରମୀ ଥିଲେ । ସେମାନେ କୈଣସି ଆକ୍ରମଣକାରୀ ସତ ପ୍ରାଣ ଦେଇ ଲଢୁଥିଲେ ।
ନିଜର ଭଉଣୀ ଭାବେ
ai4bharatIndicQA
ଅମିତାଭଙ୍କ ପୂର୍ବ ପୁରୁଷ ଉତ୍ତରପ୍ରଦେଶର କେଉଁ ଗାଁରେ ରହୁଥିଲେ ?
ଅମିତାଭ ବଚ୍ଚନ ୧୯୪୨ ମସିହା ଅକ୍ଟୋବର ମାସ ୧୧ ତାରିଖରେ ଭାରତର ଉତ୍ତର ପ୍ରଦେଶ ରାଜ୍ୟରେ ଥିବା ଆଲ୍ହାବାଦଠାରେ ଜନ୍ମ ଗ୍ରହଣ କରିଥିଲେ । ସେତେବେଳେ ଭାରତ ବ୍ରିଟିଶ୍ ଶାସନାଧୀନ ଥିଲା । ତାଙ୍କ ପୂର୍ବପୂରୁଷମାନେ ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ଥିବା ରାଣୀଗଞ୍ଜ ତାଲୁକାର ବାବୁପତି ଗ୍ରାମରେ ବସବାସ କରୁଥିଲେ । ତାଙ୍କ ପିତା ହରିବଂଶ ରାୟ ଶ୍ରୀବାସ୍ତବ (ବଚ୍ଚନ) ଜଣେ ଜଣାଶୁଣା ହିନ୍ଦୀ କବି ଓ ମାତା ତେଜୀ ବଚ୍ଚନ ପଞ୍ଜାବଠାରେ ଥିବା ଲିଆଲ୍‌ପୁର (ବର୍ତ୍ତମାନର ଫୈସଲାବାଦ)ର ଜଣେ ପଞ୍ଜାବୀ ଶିଖ୍ ଥିଲେ । ଅମିତାଭ ତାଙ୍କ ମାତାପିତାଙ୍କର ପ୍ରଥମ ସନ୍ତାନ । ତାଙ୍କ ସାନ ଭାଇଙ୍କ ନାମ ଅଜିତାଭ ବଚ୍ଚନ । ଭାରତୀୟ ସ୍ୱାଧିନତା ସଂଗ୍ରାମ ସମୟରେ ବ‌ହୁଳ ଭାବରେ ବ୍ୟବ‌ହୃତ ହୋଇଥିବା ସ୍ଲୋଗାନ୍ ଇନ୍‌କିଲାବ୍ ଜିନ୍ଦାବାଦ୍ଦ୍ୱାରା ପ୍ରେରିତ ହୋଇ ଅମିତାଭଙ୍କ ମାତାପିତା ତାଙ୍କ ନାମ ଇନ୍‌କିଲାବ୍ ରଖିଥିଲେ । ଇନ୍‌କିଲାବ୍‌ର ଅର୍ଥ ବିପ୍ଳବ ବଞ୍ଚିରହୁ । କିନ୍ତୁ ପରବର୍ତ୍ତୀ ସମୟରେ ହରିବଂଶ ରାୟ ତାଙ୍କର ଜଣେ ସାଥି କବି ସୁମିତ୍ରାନ‌ନ୍ଦନ ପନ୍ତଙ୍କ ପରାମର୍ଶକ୍ରମେ ଅମିତାଭଙ୍କ ନାମ ଇନ୍‌କଲାବ୍‌ରୁ ବଦଳାଇ ଅମିତାଭ ରଖିଥିଲେ ।
ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ଥିବା ରାଣୀଗଞ୍ଜ ତାଲୁକାର ବାବୁପତି ଗ୍ରାମରେ
ai4bharatIndicQA
କ’ଣ ଧରିବା ପାଇଁ ବୈଜ୍ଞାନିକ ଜୋସେଲକର ଅନେକ ପଦ୍ଧତି ଉଦ୍ଭାବନ କରୁଥିଲେ?
ତେଣେ ବୈଜ୍ଞାନିକ ଜୋସଲ୍‌କର ଏବଂ ତା'ର ଚେଲା ବଣ୍ଟି ପରୀମାନଙ୍କୁ ଧରିବା ପାଇଁ ଅନେକ ଉପାୟ ବାହାର କରୁଥିଲେ । ଏପରିକି ସେମାନେ ସୋନପରୀକୁ ମଧ୍ୟ ଧରି ନେଇଯାଇଥିଲେ, ମାତ୍ର ସବୁଥର ଫୃଟି ଏବଂ ଆଲ୍‌ତୁ ମିଶି ସେମାନଙ୍କର ଯୋଜନା ସଫଳ ହେବାକୁ ଦେଉନଥିଲେ । ସେମାନେ ପରୀର ଉପସ୍ଥିତି ବିଷୟରେ ଜାଣିବା ପାଇଁ ପରୀମିଟର ତିଆରି କରିଥିଲେ, ଯେଉଁଥିରେ ଥିବା ସୂଚକ ପରୀମାନଙ୍କର ପାଖରେ ଥିବା ସୂଚନ ଦେଉଥିଲା । ପରୀମାନଙ୍କୁ ଧରିବା ପାଇଁ ଅଦୃଶ୍ୟ ଜାଲ ମଧ୍ୟ ସେମାନେ ତିଆରି କରିଥିଲେ । ମାତ୍ର ସବୁବେଳେ ସେମାନଙ୍କର ଯୋଜନା ଭଣ୍ଡୁର ହୋଇଯାଇଥିଲା । ଏପରିକି ସେମାନେ ରୋହିତର ଘରେ ପରୀମାନେ ର‌ହୁଥିବା କ‌ହି ରୋହିତଠାରୁ କିଛି ସାହାଯ୍ୟ ନେଇ ପରୀକୁ ଦେଖିବା ପାଇଁ ଏକ ମିଶ୍ରଣ ପ୍ରସ୍ତୁତ କରିଥିଲେ, ଯାହାକୁ ଆଖିରେ ପକାଇବାଦ୍ୱାରା ବାହାରଦୁନିଆର ଲୋକମାନେ ଦେଖାଯିବ ।
ପରୀମାନଙ୍କୁ
ai4bharatIndicQA
ଗୁମ୍ପାଟି କେତେ ବର୍ଷର ପୁରୁଣା ମନ୍ଦିର ଭାବେ ଜଣାଶୁଣା?
ଗୁମ୍ଫା କ୍ରମାଙ୍କ ୧୫ ଦଶାବତାର ମନ୍ଦିର ଭାବେ ଜଣାଶୁଣା । ସମ୍ଭବତଃ ଗୁମ୍ଫା କ୍ରମାଙ୍କ ୧୪ (ରାବଣ ଗର୍ତ୍ତ ବା ରାବଣ ଖାଈ) ପରେ ଏହାର ଖୋଦନ କରାଯାଇଥିଲା । ଦଶାବତାର ଗୁମ୍ଫାର ନକସା, ପ୍ରକୋଷ୍ଠ ଓ ଅଭ୍ୟନ୍ତର ବୌଦ୍ଧ ଗୁମ୍ଫା କ୍ରମାଙ୍କ ୧୧ ଓ ୧୨ ପରି । ଏହି କାରଣରୁ କେତେକ ଗବେଷକ ଏହା ବୌଦ୍ଧ ଗୁମ୍ଫା ଉଦ୍ଦେଶ୍ୟରେ ପ୍ରଥମେ ଖୋଳାଯାଇଥିଲା ବୋଲି ବିଶ୍ୱାସ କରନ୍ତି । କିନ୍ତୁ ଦଶାବତାର ଗୁମ୍ଫାର ପ୍ରବେଶଦ୍ୱାର ସମ୍ମୁଖରେ ରହିଥିବା ନୃତ୍ୟ ମଣ୍ଡପ ଏକ ଅଣ-ବୌଦ୍ଧ ରଚନା ଓ ଉପରୋକ୍ତ ମତର ବିରୋଧୀ । ଜେମ୍‍ସ୍ ହାର୍ଲେଙ୍କ ଅନୁଯାୟୀ, ବୌଦ୍ଧ ଗୁମ୍ଫା ୧୧ରେ ମଧ୍ୟ କିଛି ହିନ୍ଦୁ ପ୍ରତିମା ଦେଖିବାକୁ ମିଳେ ଓ ଆଖ ପାଖର ବୌଦ୍ଧ ଗୁମ୍ଫାରେ ମଧ୍ୟ ହିନ୍ଦୁ ଧାର୍ମିକ ପରମ୍ପରାର ଛାପ ରହିଛି । ଧାର୍ମିକ ଶିଳ୍ପକଳାର ଏପରି ସମ୍ମିଶ୍ରଣରୁ ଅନୁମାନ କରାଯାଏ ଯେ ବୋଧହୁଏ ସମାନ କାରିଗର, ଶିଳ୍ପୀ ଓ ସ୍ଥପତିମାନେ ଉଭୟ ବୌଦ୍ଧ ଓ ହିନ୍ଦୁ ଗୁମ୍ଫାର ଖୋଦନ କରୁଥିଲେ କିମ୍ବା ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ପୂର୍ବ ନିର୍ଦ୍ଧାରିତ ଗୁମ୍ଫାରେ ପରବର୍ତ୍ତୀ ସମୟରେ ହିନ୍ଦୁ ପ୍ରତିମା ନିର୍ମାଣ କରାଯାଇ ଏହାକୁ ଏକ ହିନ୍ଦୁ ଗୁମ୍ଫାରେ ପରିବର୍ତ୍ତିତ କରାଯାଇଥିଲା ।
୧୫
ai4bharatIndicQA
ଭାରତର ନାମ କେଉଁଠାରୁ ଆସିଛି?
ଭାରତର ଇଂରାଜୀ ନାମ ଇଣ୍ଡିଆ ମଧ୍ୟ ସିନ୍ଧୁ ନଦୀର ଇଂରାଜୀ ନାମ ଇଣ୍ଡସ୍‍ରୁ ଉଦ୍ଧୃତ । ପ୍ରାଚୀନ ସମୟରେ ସିନ୍ଧୁ ନଦୀର କୂଳବର୍ତ୍ତୀ ଅଞ୍ଚଳକୁ ଭାରତ ବୋଲି ଲୋକେ କହୁଥିଲେ । ଖ୍ରୀ.ପୂ. ୩୦୦ ବେଳକୁ ହେରୋଡଟସ୍ ଓ ମେଘାସ୍ଥିନିସ୍ ପରି ଗ୍ରୀକ୍ ଐତିହାସିକ ଏବଂ ପରିବ୍ରାଜକମାନେ ସମ୍ପୂର୍ଣ୍ଣ ଭାରତୀୟ ଉପମହାଦେଶକୁ ଇଣ୍ଡିଆ ବୋଲି କହିବା ଆରମ୍ଭ କଲେ । ସିନ୍ଧୁ ନଦୀର ନିମ୍ନ ଅବବାହିକା ଇରାନୀୟ ମାଳଭୂମି ଓ ଭାରତୀୟ ଉପମହାଦେଶ ମଧ୍ୟରେ ପ୍ରାକୃତିକ ସୀମା ନିର୍ଦ୍ଧାରଣ କରିଥାଏ । ଏହି ଅଞ୍ଚଳ ସମଗ୍ର ପାକିସ୍ତାନ (ବଲୋଚିସ୍ତାନ, ଖାଇବର୍ ପଖ୍‍ତୁନ୍‍ଖ୍ୱା, ପଞ୍ଜାବ, ସିନ୍ଧ), ଆଫଗାନିସ୍ତାନ ଓ ଭାରତରେ ବ୍ୟାପ୍ତ । ଗ୍ରୀସ ଦେଶର ମେସିଡୋନିଆ ରାଜ୍ୟର ବିଶ୍ୱବିଜୟୀ ସମ୍ରାଟ ଆଲେକ୍‍ଜାଣ୍ଡାର୍ ସିନ୍ଧୁ ନଦୀର ପଶ୍ଚିମ ତଟ ପର୍ଯ୍ୟନ୍ତ ବିଜୟ କରି ନିଜ ସାମ୍ରାଜ୍ୟରେ ମିଶାଇଥିଲେ ।
ଇଣ୍ଡସ୍‍ରୁ
ai4bharatIndicQA
କେଉଁ କେଉଁ ଗବେଷକମାନେ ଅନୁମାନ କରନ୍ତି ଯେ ରାଜା ସୂର୍ଯ୍ୟବର୍ମନ ବୋଧହୁଏ ଅଂକୋର୍ ୱାଟ ମନ୍ଦିରକୁ ନିଜର ସମାଧୀ ମନ୍ଦିର ଭାବେ ନିର୍ମାଣ କରିବା ପାଇଁ ଇଛ୍ଛା କରିଥିଲେ?
ଅଂକୋର୍ ୱାଟ୍ ଏହି ଅଞ୍ଚଳର ଅନ୍ୟ ମନ୍ଦିରମାନଙ୍କଠାରୁ ଗୋଟିଏ ବିଷୟରେ ସମ୍ପୂର୍ଣ୍ଣ ଭିନ୍ନ । ତାହା ହେଲା ସମସ୍ତ ମନ୍ଦିରର ମୁଖ୍ୟଦ୍ୱାର ପୂର୍ବ ଦିଗରେ ଥିଲାବେଳେ ଅଂକୋର୍ ୱାଟ୍‍ ପଶ୍ଚିମ ଦିଗକୁ ମୁହଁ କରି ଦଣ୍ଡାୟମାନ । ଏପରି ଭିନ୍ନତା ଦେଖି ମୌରିସ୍ ଗ୍ଲେଜ୍ ଓ ଜର୍ଜ୍ କୋଡେ ପରି ଅନେକ ଗବେଷକମାନେ ଅନୁମାନ କରନ୍ତି ଯେ ରାଜା ସୂର୍ଯ୍ୟବର୍ମନ ବୋଧହୁଏ ଏହି ମନ୍ଦିରକୁ ନିଜର ସମାଧୀ ମନ୍ଦିର ଭାବେ ନିର୍ମାଣ କରିବା ପାଇଁ ଇଛ୍ଛା କରିଥିଲେ । ଏପରି ଅନୁମାନର ଆଉ ଏକ କାରଣ ହେଉଛି ପ୍ରସ୍ତର ଖୋଦିତ ଚିତ୍ରଗୁଡିକର କଥା ଘଡିର ବିପରୀତ ଦିଗରେ ଅଗ୍ରସର ହୋଇଛି । ବ୍ରାହ୍ମଣମାନଙ୍କ କ୍ଷେତ୍ରରେ ଶବଦାହ ସମୟରେ ସମସ୍ତ ବିଧି ବିପରୀତ ଦିଗରେ ପରିଚାଳିତ ହୁଏ । ଘଣ୍ଟାକଣ୍ଟାର ଦିଗର ବିପରୀତ ବା ପ୍ରସଭ୍ୟ ଦିଗ ସାଧାରଣ ଜନଜୀବନର ବିପରୀତ ବୋଲି ମନେ କରାଯାଉଥିବାରୁ ଏପରି ଅନୁମାନ କରାଯାଏ ।
ମୌରିସ୍ ଗ୍ଲେଜ୍ ଓ ଜର୍ଜ୍ କୋଡେ
ai4bharatIndicQA
କେତେ ତାରିଖରେ ମୁମ୍ବାଇ ସହରରେ ପୂର୍ବରୁ ଯୋଜନାବଦ୍ଧ ବୋମା ବିସ୍ଫୋରଣ ହୋଇଥିଲା ?
୧୯୭୦ ଦଶକ ଅନ୍ତେ ଏଠାରେ ନିର୍ମାଣ କାର୍ଯ୍ୟରେ ବହୁତ ବୃଦ୍ଧି ହେଇଥିଲା। ଯାହାଫଳରେ କି ଏଠାରେ ପ୍ରବାସୀମାନଙ୍କ ଆଗମନରେ ବହୁତ ବୃଦ୍ଧି ହେଲା। ସମୟ ଆସିଲା ଏହା ଜନସଂଖ୍ୟାରେ ଭାରତରେ ସବୁଠୁ ବଡ ଜନବହୁଳ ସହର କଲିକତାକୁ ପଛରେ ପକେଇଦେଲା ଓ ପ୍ରଥମ ସ୍ଥାନ ନେଲା। ଏହି ପ୍ରବାସୀଙ୍କ ଆଗମନ ସ୍ଥାନୀୟ ମରାଠୀମାନଙ୍କ ମନକୁ ଆଶଙ୍କିତ କରିଲା, ଯେଉଁମାନେ ନିଜର ଭାଷା, ସଂସ୍କୃତି ଓ ବ୍ୟବସାୟକୁ ରକ୍ଷା କରିବାପାଇଁ ଚିନ୍ତିତ ଥିଲେ। ବାଲା ସାହେବ ଠାକରେଙ୍କଦ୍ୱାରା ଶିବସେନା ରାଜନୈତିକ ଦଳ ଗଠନ କରାଗଲା ଯାହାକି ସ୍ଥାନୀୟ ମରାଠୀମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଥିଲା। ସହରର ଧର୍ମ ନିରପେକ୍ଷତା ୧୯୯୨-୯୩ର ଦଙ୍ଗା କାରଣରୁ ଛିନ୍ନଭିନ୍ନ ହେଇଥିଲା ଯେଉଁଥିରେ ବଡ ପରିମାଣର ଜୀବନ ଓ ସମ୍ପତ୍ତି ହାନି ହେଇଥିଲା। ଏହାର କିଛିମାସ ମରେ ୧୨ ମାର୍ଚ୍ଚ ୧୯୯୩ରେ ପୂର୍ବ ନିଯୋଜିତ ବମ ବିସ୍ଫୋଟ ସହରକୁ ଦୋହଲେଇଦେଇଥିଲା। ଯେଉଁଥିରେ ଶତାଧିକ ଲୋକ ମୃତ୍ୟୁବରଣ କରିଥିଲେ। ୧୯୯୫ରେ ବମ୍ବେ ନାମକୁ ପରିବର୍ତ୍ତନ କରାଯାଇ ମୁମ୍ବାଇ କରଯାଇଥିଲା। ଏହା ଶିବସେନା ସରକାରରେ ଇଂରେଜମାନଙ୍କଦ୍ୱାରା ଦିଆଯାଇଥିବା ନାମଗୁଡିକୁ ଐତିହାସିକ ଓ ସ୍ଥାନୀୟ ଆଧାରରେ ପୁନଃ-ନାମକରଣ ହେଇଥିଲା। ଏଠାରେ ଏବେ ମଧ୍ୟ ଆତଙ୍କବଦୀମାନଙ୍କଦ୍ୱାରା ଆକ୍ରମଣ ସମୟ ସମୟରେ କରାଯାଉଛି। ୨୦୦୬ରେଠାରେ ସ୍ଥାନୀୟ ରେଳରେ ବିସ୍ଫୋଟ କରଯାଇଥିଲା ଯେଉଁଥିରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।
୧୨ ମାର୍ଚ୍ଚ ୧୯୯୩ରେ
ai4bharatIndicQA
ସିନ୍ଧୁଜଳ ଚୁକ୍ତି ଧାରା ନମ୍ବର କେତେ ?
ସିନ୍ଧୁ ନଦୀ ବ୍ୟବସ୍ଥାରେ ପଶ୍ଚିମ ପଟରେ ୩ଟି ନଦୀ (ସିନ୍ଧୁ, ଝେଲମ ଓ ଚେନାବ) ଏବଂ ପୂର୍ବ ପଟରେ ୩ଟି ନଦୀ (ବେଆସ, ରାୱି ଓ ଶତଲେଜ) ରହିଛନ୍ତି । ସିନ୍ଧୁ ଜଳ ଚୁକ୍ତିର ଅନୁଚ୍ଛେଦ-୧ ଅନୁଯାୟୀ ଚୁକ୍ତିରେ ଉଲ୍ଲିଖିତ ପାଞ୍ଚ ଉପନଦୀ ବ୍ୟତୀତ ସିନ୍ଧୁର ଅନ୍ୟ ଉପନଦୀ, ତ୍ରିକୋଣଭୂମିସ୍ଥ ଜୁଆରିଆ ଶାଖାନଦୀ, ନଦୀ ସହ ସଂଯୁକ୍ତ ହ୍ରଦ ଇତ୍ୟାଦି ସିନ୍ଧୁ ନଦୀର ଅଂଶ ବୋଲି ଧରାଯିବ । ଚୁକ୍ତି ଅନୁସାରେ ପୂର୍ବ ପଟର ନଦୀଗୁଡ଼ିକର ପାଣିର ଅନୁମତିପ୍ରାପ୍ତ ଅଂଶ ପାକିସ୍ତାନ ବ୍ୟବହାର କରିବା ପରେ ଏହାର ପାଣିର ବ୍ୟବହାରର ପୂର୍ଣ୍ଣ ଅଧିକାର ଭାରତକୁ ପ୍ରାପ୍ତ ହୋଇଛି । ପୂର୍ବ ପଟର ନଦୀଗୁଡ଼ିକ ପୁଣି ପାକିସ୍ତାନ ଆଡ଼କୁ ପ୍ରବାହିତ ହୋଇ ସିନ୍ଧୁ ସହିତ ମିଳିତ ହୋଇଛନ୍ତି । ସେହିପରି ପଶ୍ଚିମ ପଟର ନଦୀଗୁଡ଼ିକ ଭାରତରେ ପ୍ରବାହିତ ହେବା ସମୟରେ ଭାରତ ତାହାର ଅନୁମତିପ୍ରାପ୍ତ ଅଂଶ ବ୍ୟବହାର କରିବା ପରେ ଏମାନଙ୍କ ଜଳ ଉପରେ ପାକିସ୍ତାନର ପୂର୍ଣ୍ଣ ଅଧିକାର ରହିଛି । ସିନ୍ଧୁ ଜଳ ଚୁକ୍ତିର ଅନୁଚ୍ଛେଦ-୪ (୧୪) ଅନୁଯାୟୀ କୌଣସି ଦେଶରେ ପାଣିର ସମ୍ପୂର୍ଣ୍ଣ ବିନିଯୋଗ କରାଯାଉନଥିଲେ ଓ ଅନ୍ୟ ଦେଶ ଜଳର ବ୍ୟବହାର କରୁଥିଲେ ମଧ୍ୟ ଏହା ଜଳ ଉପରେ ପୂର୍ବୋକ୍ତ ଦେଶର ଅଧିକାରର ସ୍ଥିତି ବଦଳାଇ ପାରିବ ନାହିଁ । [୧୩]ଚୁକ୍ତି ଲାଗୁ ହେବା ସମୟରେ ୧୦ ବର୍ଷର ସଂକ୍ରମଣ ଅବଧି ଧାର୍ଯ୍ୟ କରାଗଲା । ଏହି ସମୟରେ ଭାରତ ପୂର୍ବ ନଦୀମାନଙ୍କ ପାଣି ପାକିସ୍ତାନକୁ ଯୋଗାଉଥିଲା । ଏହି ୧୦ ବର୍ଷ ମଧ୍ୟରେ ପାକିସ୍ତାନକୁ ପଶ୍ଚିମ ନଦୀମାନଙ୍କରେ ଜଳସେଚନ ପାଇଁ କେନାଲ୍ ବ୍ୟବସ୍ଥା ନିର୍ମାଣ କରିବାର ସମୟ ଓ ସୁଯୋଗ ମିଳିଲା ।
ଅନୁଚ୍ଛେଦ-୪ (୧୪)
ai4bharatIndicQA
ଅହମ୍ମଦାବାଦର ସର୍ବ ପୁରାତନ ନାମ କ’ଣ ଥିଲା?
ଅହମଦାବାଦର ଇତିହାସ ଅଣହିଲବାଡ଼(ଆଧୁନିକ ପାଟନ)ର ଶାସକ ସୋଲଂକୀରାଜା କର୍ଣଦେବ ପ୍ରଥମଙ୍କ ସହ ଏଗାରଶହ ଶତାବ୍ଦୀରେ ଆରମ୍ଭ ହେଲା । ସେ ଭୀଲ ରାଜା ଅଶପଲ୍ଲ ବା ଆଶାପାଲଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ ଏବଂ ତାଙ୍କ ବିଜୟ ପରେ ସାବରମତୀ ନଦୀ କୂଳରେ ଆଜିର ଆଧୁନିକ ଅହମଦାବାଦ ଥିବା ସ୍ଥାନରେ କର୍ଣାବତୀ ନାମକ ସହର ସ୍ଥାପନା କରାଗଲା । ସୋଲଂକୀ ଶାସନ ତେରଶହ ଶତାବ୍ଦୀ ଯାଏଁ ହୋଇଥିଲା , ମୋଗଲମାନେ ତେରଶହ ଶତାବ୍ଦୀର ଶେଷ ଭାଗରେ ଗୁଜରାଟ ଉପରେ ନିଜର ଆଧିପତ୍ୟ ବିସ୍ତାର କଲେ । ପନ୍ଦରଶହ ଶତାବ୍ଦୀର ଆରମ୍ଭରେ ମୁସଲିମ୍ ମୁଜ଼ଫ୍ଫରିଦ ରାଜବଂଶଦ୍ୱାରା ଏକ ସ୍ୱତନ୍ତ୍ର ସଲତନତର ଶାସନ ଗୁଜରାଟରେ ସ୍ଥାପିତ କରାଗଲା ଏବଂ ୧୪୧୧ରେ ସୁଲତାନ ଅହମଦ ଶାହଙ୍କଦ୍ୱାରା କର୍ଣାବତୀ ନଗରକୁ ଅହମଦାବାଦ ନାମରେ ନାମିତ କରାଗଲା । ୧୪୮୭ରେ ଅହମଦ ଶାହଙ୍କ ପୌତ୍ର ମହମୂଦ ବେଗଡ଼ାଙ୍କଦ୍ୱାରା ଛଅମିଲ ପରିଧିରେ ସହର ଚାରିପାଖେ ପାଚେରୀ ନିର୍ମାଣ କରାଯାଇଥିଲା ଏଥିରେ ୧୨ଟି ପ୍ରବେଶ ପଥ, ୧୮୯ଟି ଗଡ଼ ଏବଂ ୬୦୦୦ରୁ ଅଧିକ ସୈନ ଦଳ ବାହରର ଆକ୍ରମଣକାରୀଙ୍କଠାରୁ ସହର ରକ୍ଷା ନିମନ୍ତେ ରଖାଯାଇଥିଲା । ଅନ୍ତିମ ସୁଲତାନ ମୁଜ଼ଫ୍ଫ଼ର ତୃତୀୟଙ୍କ ସମୟରେ ସହରରେ ଅରାଜକତା ବଢ଼ି ଯାଇଥିଲା ଏବଂ ଗୁଜରାଟକୁ ମୋଗଲ ସମ୍ରାଟ ଆକବରଙ୍କଦ୍ୱାରା ୧୫୭୩ରେ ଜିତା ଯାଇଥିଲା । ମୋଗଲ ଶାସନକାଲରେ ଅହମଦାବାଦ ବେପାର କେନ୍ଦ୍ର ରୂପେ, ବିଶେଷ କରି ବସ୍ତ୍ର ଉଦ୍ୟୋଗର କେନ୍ଦ୍ର ହେଲା, ଏଠାକାର କପଡ଼ା ୟୁରୋପ ଆଦି ଦୂର ଦେଶଗୁଡ଼ିକୁ ରପ୍ତାନୀ କରାଯାଉଥିଲା । ୧୬୩୦ର ମରୁଡ଼ି ଏବଂ ଅକାଳ ଯୋଗୁଁ ସହରର ବିକାଶ ବାଧାପ୍ରାପ୍ତ ହେଲା । ୧୭୫୩ରେ ମରାଠା ଜେନେରାଲ ରଘୁନାଥ ରାଓ ଏବଂ ଦାମଜୀ ଗାୟକବାଡ଼ଙ୍କ ସେନା ସହର ଉପରେ ଆକ୍ରମଣ କରି କବଜା କଲା ଏବଂ ଅହମଦାବାଦରେ ମୋଗଲ ଶାସନ ସମାପ୍ତ ହୋଇଥିଲା ।
କର୍ଣାବତୀ ନଗର
ai4bharatIndicQA
କେଉଁ ମସିହାରେ ଚିଲିକାର ହାଟିପଡା ଠାରେ କାଲାପାହାର ଆକ୍ରମଣ ହୋଇଥିଲା ?
ଇତିହାସରୁ ଜଣାଯାଏ ଯେ ଶ୍ରୀମନ୍ଦିର ଉପରେ ସମୁଦାୟ ଅଠରଥର ଆକ୍ରମଣ ହୋଇଥିଲା । ଏଥିମଧ୍ୟରୁ ପାଞ୍ଚଥର ଆକ୍ରମଣର ସବିଶେଷ ବିବରଣୀ ଗବେଷଣା ହୋଇ ଆଲୋଚନା ପରିସରକୁ ଆସିନାହିଁ । ତେରଥର ଆକ୍ରମଣ କାଳରେ ମହାପ୍ରଭୁ ଶ୍ରୀମନ୍ଦିର ରତ୍ନବେଦିରୁ ଯାଇ ଓଡ଼ିଶାର ବିଭିନ୍ନ ସ୍ଥାନକୁ ୨୧ ଥର ସ୍ଥାନାନ୍ତର ହୋଇଛି । ସେଥିମଧ୍ୟରୁ ଦୁଇଥର ଶ୍ରୀକ୍ଷେତ୍ର ଭିତରେ ଲୀଳା ହୋଇଥିବା ବେଳେ ଶ୍ରୀକ୍ଷେତ୍ର ବାହାରେ ଉଣେଇଶ ଥର ସ୍ଥାନାନ୍ତର ହୋଇ ଲୀଳା କରିଛନ୍ତି । ଚିଲିକାର ଗୁରୁବାଈଗଡ଼ ଓ ବାଣପୁର ତହସିଲର ନଈରୀଗ୍ରାମର ହରେଶ୍ୱର ମଣ୍ଡପକୁ ଦୁଇ ଦୁଇ ଥର ବିଜେ କରି ଲୀଳା କରିଥିଲେ । ମହାପ୍ରଭୁ ସମୁଦାୟ ଦୁଇଥର ପାତାଳୀ ଲୀଳା କରିଛନ୍ତି । ଥରେ ସୋନପୁରଠାରେ ଓ ୧୫୬୮ ମସିହାରେ କଳାପାହାଡ଼ ଆକ୍ରମଣରେ ଚିଲିକାର ହାତୀପଡ଼ାଠାରେ ମହାପ୍ରଭୁଙ୍କର ପାତାଳୀଲୀଳା ହୋଇଥିଲା ।
୧୫୬୮
ai4bharatIndicQA
କକ୍ଷ ପଥରେ କ'ଣ ଚାଲୁ ରହିଲା ?
ଚନ୍ଦ୍ରଯାନ-୧ର ସଫଳତା ପରେ ୨୦୧୯ ମସିହାରେ ଚନ୍ଦ୍ର ଅଭିମୁଖେ ଦ୍ୱିତୀୟ ଅଭିଯାନ ଚନ୍ଦ୍ରଯାନ-୨ ପ୍ରକ୍ଷେପଣ କରିବାକୁ ଇସ୍ରୋଦ୍ୱାରା ଘୋଷଣା କରାଯାଇଥିଲା। ଚନ୍ଦ୍ରଯାନ-୨ରେ ୩ଟି ଅଂଶ ବା ମଡ୍ୟୁଲ ରହିଛି। ସେଗୁଡିକ ହେଉଛି ମୁନ୍-ଅର୍ବିଟର୍‌, ମୁନ୍-ଲ୍ୟାଣ୍ଡର୍‌-ବିକ୍ରମ ଓ ମୁନ୍-ରୋବର୍‌-ପ୍ରଜ୍ଞାନ। ରୋଭର (ପ୍ରଜ୍ଞାନ) ୧ ମିଟର ଲମ୍ବ ଏବଂ ୨୫ କେଜି ଓଜନର। ଏହି ମହାକାଶ ଯାନର ମୋଟ ଓଜନ ୩.୮୮ ଟନ୍‌ ବୋଲି ଜଣାପଡ଼ିଛି। ସାଇଣ୍ଟିଫିକ୍‌ ପେଲୋଡ୍‌ ସହିତ ଅର୍ବିଟର ଚନ୍ଦ୍ର ଚାରିପଟେ ପ୍ରଦିକ୍ଷଣ କରିବ।
ପ୍ରଦିକ୍ଷଣ
ai4bharatIndicQA
କ'ଣ ଉଚ୍ଚାରଣ ସହିତ ରାମଙ୍କ ରାଜ୍ୟାଭିଷେକ ହେଲା ?
ଅଯୋଧ୍ୟାରେ ରାଜତ୍ୱଉତ୍ତରା କାଣ୍ଡ ହେଉଛି ରାମାୟଣର ଉପସଂହାର । ସୀତା, ଲକ୍ଷ୍ମଣ ଓ ସମସ୍ତ ବାନରସେନାଙ୍କ ସହ ରାମ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କଲେ । ରାମଙ୍କ ଭବ୍ୟ ସ୍ୱାଗତ କରାଗଲା । ଭରତ ଙ୍କ ସହିତ ସମସ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳିଗଲା । ବେଦ ଓ ଶିବ ସ୍ତୁତି ଉଚ୍ଚାରଣ ସହିତ ରାମଙ୍କ ରାଜ୍ୟାଭିଷେକ ହେଲା । ରାମ ପ୍ରଜାମାନଙ୍କୁ ଉପଦେଶ ଦେଲେ ଏବଂ ପ୍ରଜାମାନେ କୃତଜ୍ଞତା ଜ୍ଞାପନ କଲେ ।
।ବେଦ ଓ ଶିବ ସ୍ତୁତି
ai4bharatIndicQA
ଲୁଟ୍ୟନ୍ସ ଚାହୁଁଥିଲେ ରାସ୍ତାଟି ବିଲ୍ଡିଂର କେଉଁଠି ପହଞ୍ଚିବା ଦରକାର ?
ଲୁଟ୍ୟନ୍ସ ଏହି ବିବାଦକୁ ବେକରଳୁ ସ୍ତରର ମାନିଥିଲେ । କିନ୍ତୁ ବହୁ ପ୍ରୟାସ ପରେ ମଧ୍ୟ ଏହାକୁ ବଦଳେଇ ପାରିଲେ ନାହିଁ । ସେ ଚାହୁଁଥିଲେ କି, ଭବନର ତଳ ସ୍ତର ପର୍ଯ୍ୟନ୍ତ ଲମ୍ବା ଢାଳରେ ସଡକ ଆସୁ, ଯାହାଦ୍ୱାରାକି ଭବନର ଦୃଶ୍ୟରେ ବାଧିତ ନ ହେଉ , ଏବଂ ଦୂରରୁ ଦୃଶ୍ୟ ହେଉ । ୧୯୧୪ ମସିହାରେ ବେକର ଏବଂ ଲୁଟ୍ୟନ୍ସ ସହିତ ଅୟୋଜିତ ଏକ ସମିତିରେ ନିଷ୍ପତି ନିଆଗଲା କି, ସଡକର ଢାଲ ୨୫ରୁ ୧ ହେଉ, ଯାହା ପରେ ୨୨ରୁ ୧ ହେଲା । ଏହାଦ୍ୱାରା ଅଧିକ ଠିଆ ହୋଇଥିବା ଢାଲ ଭବନର ଦୃଶ୍ୟକୁ ଆହୁରି ବଧିତ କରିଥା'ନ୍ତା । ଲୁଟ୍ୟନ୍ସ ଏହା ଜାଣିଥିଲେ କି, ଏହି ଢାଲ ମଧ୍ୟ ଏହାର ଦୃଶ୍ୟକୁ ପୂର୍ଣ୍ଣତଃ ଦେଖେଇ ପାରିବ ନାହିଁ ।
ଭବନର ତଳ ସ୍ତର ପର୍ଯ୍ୟନ୍ତ
ai4bharatIndicQA
ପାରମ୍ପରିକ ରୂପେ କେଉଁ ରଙ୍ଗର ଟିକିଲି କେବଳ ବିବାହିତ ହିନ୍ଦୁ ମହିଳାମାନେ ଲଗେଇଥା'ନ୍ତି?
ଭାରତିୟ ମହିଳା ମାନେ ମେକପ ଓ ଗହଣା ସହିତ ଆକର୍ଷଣ ଏବଂ ଫ୍ୟାସନର ଭାବନାକୁ ନିଖୂଣ ଭାବେ କରିଥାନ୍ତି । ଟିକିଲି, ମେହେନ୍ଦି, ଚୁଡି ଓ ଅନ୍ୟ ଗହଣା ସାମଗ୍ରୀ ମହିଳା ମାନଙ୍କ ପାଇଁ ସାଧାରଣ ଅଟେ । ବିଶେଷ ଅବସରରେ, ଯେପରି ବିବାହ ସମାରୋହ ଏବଂ ପର୍ବପର୍ବାଣିରେ ମହିଳା ମାନେ ବିବିନ୍ନ ରତ୍ନ କିମ୍ବା କ୍ଷେତ୍ରୀୟ ପଥରର ଗହଣା ସହିତ ବିଭିନ୍ନ ରଙ୍ଗବେରଙ୍ଗର ସାଢି ପିନ୍ଧିବାକୁ ପସନ୍ଦ କରିଥାନ୍ତି । ସାଧାରଣ ଭାବେ "ଟିକିଲି" ହିନ୍ଦୁ ମହିଳଆ ମାନଙ୍କ ପାଇଁ ଏକ ମେକପର ଏକ ଅନନ୍ୟ ଅଂଶ ଅଟେ । ଏହାକୁ ଅତ୍ୟନ୍ତ ଶୁଭ ଚିହ୍ନ ବୋଲି ମାନନ୍ତି । ପାରମ୍ପରିକ ଋପେ ଲାଲି ଟିକିଲି କେବଳ ବିବାହିତ ହିନ୍ଦୁ ମହିଳା ମାନେ ଲଗେଇଥା'ନ୍ତି ଓ ଅବିବାହିତ ମହିଳା ମାନେ ଭିନ୍ନଭିନ୍ନ ରଙ୍ଗର ଟିକିଲି ଲଗେଇବାକୁ ପସନ୍ଦ କରିଥାନ୍ତି । କିଛି ମହିଳା ନିଜ ମଥାରେ "ସିନ୍ଦୁର" ଲଗେଇଥାନ୍ତି ଏବଂ ସମସ୍ତ ବିବାହିତ ମହିଳଆ ମାନେ ନିଜ କପାଳରେ ଚୁଟିର ମଧ୍ୟ ବିଭାଜନ ଭାଗରେ ସିନ୍ଦୁର ଲଗେଇଥା'ନ୍ତି । ଏହା ବିବାହିତ ହିନ୍ଦୁ ମହିଳା ମାନଙ୍କ ପାଇଁ ଏକ ପାରମ୍ପରିକ ଅଂଶ ଅଟେ । କିନ୍ତୁ କିଛି ଅବିବାହିତ ମହିଳା ମାନେ ଏହାର ବ୍ୟବହାର ଫ୍ୟାସନ ପାଇଁ କରିଥାନ୍ତି । ମେକପ ଓ ପୋଷାକର ଶୈଳି ହିନ୍ଦୁ ସମୂହ ମଧ୍ୟରେ ଏବଂ ଜଳବାୟୁ କିମ୍ବା ଧର୍ମ ମଧ୍ୟରେ କ୍ଷେତ୍ରୀୟ ଋପେ ଭିନ୍ନ ହୋଇଥାଏ ।
ଲାଲି
ai4bharatIndicQA
ସିନ୍ଧୁ ନଦୀର ଉତ୍ସ କେଉଁଠାରେ ଅଛି ?
ସିନ୍ଧୁ ନଦୀର ମୂଳ ଉତ୍ସ ତିବ୍ବତରେ ରହିଛି । ସେଙ୍ଗେ ଜାଙ୍ଗବୋ ଓ ଗାର୍ ତ୍ସାଙ୍ଗପୋର ସଙ୍ଗମରୁ ସିନ୍ଧୁ ନଦୀର ଆରମ୍ଭ ହୋଇଛି । ଏହି ଦୁଇ ନଦୀ ଗାଂଗଲୋଂଗ କାଂଗ୍ରି ଓ ଗାଂଗଦିସେ ଶାନ୍ (କୈଳାସ ପର୍ବତର ଗାଂଗ୍ ରିମ୍ପୋଶେ) ପର୍ବତରେ ପ୍ରବାହିତ ସ୍ରୋତ ଓ ଝରଣାସମୂହରୁ ସୃଷ୍ଟ । ଏହି ସଙ୍ଗମ ପରେ ସିନ୍ଧୁ ନଦୀ ଦକ୍ଷିଣ-ପଶ୍ଚିମ ଦିଗରେ ପ୍ରବାହିତ ହୋଇ ଲଦାଖ ଓ ବାଲ୍‍ଟିସ୍ତାନ ଅତିକ୍ରମ କରିବା ପରେ କାରାକୋରମ୍ ପର୍ବତଶ୍ରେଣୀର ଦକ୍ଷିଣରେ ଗିଲ୍‍ଗିଟ୍ ସହିତ ମିଳିତ ହୋଇଛି । ଶ୍ୟୋକ୍, ଶିଗର୍ ଓ ଗିଲି‍ଗିଟ୍ ନଦୀ ମୁଖ୍ୟତଃ ହିମସ୍ରୋତରୁ ସୃଷ୍ଟ ଓ ଏମାନେ ସିନ୍ଧୁ ନଦୀକୁ ନିଜ ଜଳଦ୍ୱାରା ପରିବୃଦ୍ଧ କରିଥାନ୍ତି । ଏହା ପରେ ସିନ୍ଧୁ ନଦୀ ଦକ୍ଷିଣାଭିମୁଖୀ ହୋଇ ପାକିସ୍ତାନର କାଲାବାଗଠାରେ ପଞ୍ଜାବର ସମତଳ ଅଞ୍ଚଳକୁ ପ୍ରବେଶ କରିଛି । ନଙ୍ଗା ପର୍ବତ ନିକଟରେ ସିନ୍ଧୁ ନଦୀରେ ଗଭୀର ଗଣ୍ଡମାନ ରହିଛି ଯାହାର ଗଭୀରତା ୪୨୦୦-୫୨୦୦ମିଟର୍ (୧୫୦୦୦-୧୭୦୦୦ ଫୁଟ୍) । ଏହା ପରେ ସିନ୍ଧୁ ନଦୀ ହଜାରା ନିକଟରେ ଅତି ତୀବ୍ର ଧାରରେ ପ୍ରବାହିତ ହୋଇଛି ଓ ସେଠାରେ ତର୍ବେଲା ନଦୀବନ୍ଧ ନିର୍ମାଣ କରାଯାଇଛି । ଆଟକ୍‍ଠାରେ କାବୁଲ ନଦୀ ସିନ୍ଧୁ ନଦୀ ସହ ମିଳିତ ହୋଇଛି । ଏହା ପରଠାରୁ ସିନ୍ଧୁ ନଦୀ ପଞ୍ଜାବର ସମତଳ ଅଞ୍ଚଳରେ ପ୍ରବାହିତ । ପଞ୍ଜାବ ପରେ ପାକିସ୍ତାନର ସିନ୍ଧ ଅଞ୍ଚଳ ଦେଇ ପ୍ରବାହିତ ହେବାବେଳକୁ ସିନ୍ଧୁ ନଦୀ ଅଧିକ ପ୍ରସାରିତ, ବିଖଣ୍ଡିତ ଓ ଧୀର ହୋଇଯାଇଛି ।
ତିବ୍ବତରେ ରହିଛି
ai4bharatIndicQA
ଭାରତର କେଉଁ ରାଜ୍ୟ ସିନ୍ଧୁ ଉପତ୍ୟକାର ଅଂଶ ବିଶେଷ ?
ସିନ୍ଧୁ ନଦୀ ଭାରତୀୟ ପ୍ରଦେଶ ଗୁଜରାଟକୁ ପୁନଃ ପ୍ରବେଶ କରି କଚ୍ଛ ଲବଣମରୁର କୋରି କ୍ରିକ୍‍କୁ ପ୍ରବାହିତ ହୋଇଛି । ତ୍ରିକୋଣଭୂମିରେ ଏହାର ଶାଖାକୁ ନାରା ନଦୀ (ବା ନାରା କେନାଲ୍) କୁହାଯାଏ ଯାହା ଶକୁର ହ୍ରଦ ହୋଇ ଆରବ ସାଗରକୁ ପ୍ରବାହିତ ହୋଇଥାଏ । ଭାରତର ବିନା ସହମତିରେ ପାକିସ୍ତାନ ୧୯୮୭ରୁ ୧୯୯୭ ମଧ୍ୟରେ ବିଶ୍ୱବ୍ୟାଙ୍କର ଆର୍ଥିକ ସହାୟତାରେ ଲେଫ୍ଟ ବ୍ୟାଙ୍କ ଆଉଟ୍‍ଫଲ୍ ଡ୍ରେନ୍ (Left Bank Outfall Drain - LBOD) ନିର୍ମାଣ କରିଛି । ଏହି ପ୍ରକଳ୍ପ କଚ୍ଛ ଲବଣମରୁ ମଧ୍ୟ ଦେଇ ଗତି କରିଛି । ସିନ୍ଧୁ ଜଳ ଚୁକ୍ତିର ଅନୁଚ୍ଛେଦ – ୪ (୧୦)ର ଉଲ୍ଲଂଘନ କରୁଥିବା ଏହି ସହଯୋଗୀ କେନାଲ୍‍ର ଲକ୍ଷ୍ୟ ହେଲା ପାକିସ୍ତାନର ସିନ୍ଧୁ ତ୍ରିକୋଣଭୂମିକୁ ପ୍ରବାହିତ ଲବଣାକ୍ତ ଓ ପ୍ରଦୂଷିତ ପାଣିକୁ କଚ୍ଛ ଲବଣମରୁ ଦେଇ ସମୁଦ୍ରକୁ ବିସ୍ଥାପିତ କରିବା । ଏହି LBOD କେନାଲରେ ପାଣି ଛଡ଼ାଗଲେ ବନ୍ୟାର ଆଶଙ୍କା ଦେଖାଦେବା ସହ ଏଠାରେ ରହିଥିବା ଲୁଣମରା ଜମିକୁ ଯେଉଁ ସବୁ ଜଳାଶୟରୁ ପାଣି ଆସେ, ସେଗୁଡ଼ିକ ମଧ୍ୟ ପ୍ରଦୂଷିତ ହୋଇଥାଏ ।
ଗୁଜରାଟ
ai4bharatIndicQA
୧୪୧୧ରେ କାହାଙ୍କଦ୍ୱାରା କର୍ଣାବତୀ ନଗରକୁ ଅହମଦାବାଦ ନାମରେ ନାମିତ କରାଗଲା?
ଅହମଦାବାଦର ଇତିହାସ ଅଣହିଲବାଡ଼(ଆଧୁନିକ ପାଟନ)ର ଶାସକ ସୋଲଂକୀରାଜା କର୍ଣଦେବ ପ୍ରଥମଙ୍କ ସହ ଏଗାରଶହ ଶତାବ୍ଦୀରେ ଆରମ୍ଭ ହେଲା । ସେ ଭୀଲ ରାଜା ଅଶପଲ୍ଲ ବା ଆଶାପାଲଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ ଏବଂ ତାଙ୍କ ବିଜୟ ପରେ ସାବରମତୀ ନଦୀ କୂଳରେ ଆଜିର ଆଧୁନିକ ଅହମଦାବାଦ ଥିବା ସ୍ଥାନରେ କର୍ଣାବତୀ ନାମକ ସହର ସ୍ଥାପନା କରାଗଲା । ସୋଲଂକୀ ଶାସନ ତେରଶହ ଶତାବ୍ଦୀ ଯାଏଁ ହୋଇଥିଲା , ମୋଗଲମାନେ ତେରଶହ ଶତାବ୍ଦୀର ଶେଷ ଭାଗରେ ଗୁଜରାଟ ଉପରେ ନିଜର ଆଧିପତ୍ୟ ବିସ୍ତାର କଲେ । ପନ୍ଦରଶହ ଶତାବ୍ଦୀର ଆରମ୍ଭରେ ମୁସଲିମ୍ ମୁଜ଼ଫ୍ଫରିଦ ରାଜବଂଶଦ୍ୱାରା ଏକ ସ୍ୱତନ୍ତ୍ର ସଲତନତର ଶାସନ ଗୁଜରାଟରେ ସ୍ଥାପିତ କରାଗଲା ଏବଂ ୧୪୧୧ରେ ସୁଲତାନ ଅହମଦ ଶାହଙ୍କଦ୍ୱାରା କର୍ଣାବତୀ ନଗରକୁ ଅହମଦାବାଦ ନାମରେ ନାମିତ କରାଗଲା । ୧୪୮୭ରେ ଅହମଦ ଶାହଙ୍କ ପୌତ୍ର ମହମୂଦ ବେଗଡ଼ାଙ୍କଦ୍ୱାରା ଛଅମିଲ ପରିଧିରେ ସହର ଚାରିପାଖେ ପାଚେରୀ ନିର୍ମାଣ କରାଯାଇଥିଲା ଏଥିରେ ୧୨ଟି ପ୍ରବେଶ ପଥ, ୧୮୯ଟି ଗଡ଼ ଏବଂ ୬୦୦୦ରୁ ଅଧିକ ସୈନ ଦଳ ବାହରର ଆକ୍ରମଣକାରୀଙ୍କଠାରୁ ସହର ରକ୍ଷା ନିମନ୍ତେ ରଖାଯାଇଥିଲା । ଅନ୍ତିମ ସୁଲତାନ ମୁଜ଼ଫ୍ଫ଼ର ତୃତୀୟଙ୍କ ସମୟରେ ସହରରେ ଅରାଜକତା ବଢ଼ି ଯାଇଥିଲା ଏବଂ ଗୁଜରାଟକୁ ମୋଗଲ ସମ୍ରାଟ ଆକବରଙ୍କଦ୍ୱାରା ୧୫୭୩ରେ ଜିତା ଯାଇଥିଲା । ମୋଗଲ ଶାସନକାଲରେ ଅହମଦାବାଦ ବେପାର କେନ୍ଦ୍ର ରୂପେ, ବିଶେଷ କରି ବସ୍ତ୍ର ଉଦ୍ୟୋଗର କେନ୍ଦ୍ର ହେଲା, ଏଠାକାର କପଡ଼ା ୟୁରୋପ ଆଦି ଦୂର ଦେଶଗୁଡ଼ିକୁ ରପ୍ତାନୀ କରାଯାଉଥିଲା । ୧୬୩୦ର ମରୁଡ଼ି ଏବଂ ଅକାଳ ଯୋଗୁଁ ସହରର ବିକାଶ ବାଧାପ୍ରାପ୍ତ ହେଲା । ୧୭୫୩ରେ ମରାଠା ଜେନେରାଲ ରଘୁନାଥ ରାଓ ଏବଂ ଦାମଜୀ ଗାୟକବାଡ଼ଙ୍କ ସେନା ସହର ଉପରେ ଆକ୍ରମଣ କରି କବଜା କଲା ଏବଂ ଅହମଦାବାଦରେ ମୋଗଲ ଶାସନ ସମାପ୍ତ ହୋଇଥିଲା ।
ସୁଲତାନ ଅହମଦ ଶାହଙ୍କଦ୍ୱାରା
ai4bharatIndicQA
ଦୁଇ ପ୍ରକାରର ସରୋଗେସିର ନାମ କ'ଣ ?
ଦୁଇ ପ୍ରକାର ସରୋଗାସି କରାଯାଇପାରେ ଯଥା:- ପରମ୍ପରାଗତ ଓ ଗର୍ଭଗତ । ପରମ୍ପରା ସରୋଗାସିରେ ମହିଳା ନିଜ ଅଣ୍ଡା ବ୍ୟବ‌ହାର କରି ଅନ୍ୟ ଦମ୍ପତ୍ତି ନିମନ୍ତେ ଗର୍ଭଧାରଣ କରେ । ଏହି କାର୍ଯ୍ୟକ୍ରମ ଡାକ୍ତରଙ୍କର ଅଫିସରେ ଆଇୟୁଆଇ ସାହାଯ୍ୟରେ କରାଯାଏ । ଏହି ଉପାୟରେ ସରୋଗେଟର ଶିଶୁ ସ‌ହିତ ଜେନେଟିକ ସମ୍ପର୍କ ରହେ । ବିଧି ମୁତାବକ ଉକ୍ତ ଶିଶୁ ଉପରେ ସରୋଗେଟ କୌଣସି ସ୍ୱାର୍ଥ ରଖିପାରିବନି । ଅନ୍ୟ ପକ୍ଷରେ ଜେସ୍ଟେସନାଲ ବା ଗର୍ଭଗତ ସରୋଗାସିରେ ଦାତାର ଅଣ୍ଡା ଶରୀର ବାହାରେ ନିଷିକ୍ତ କରାଯାଏ ଓ ଉକ୍ତ ଭୃଣକୁ ଜରାୟୁ ମଧ୍ୟରେ ସ୍ଥାପନ କରାଯାଏ । ଏପରି ମହିଳାଙ୍କୁ ଗର୍ଭବା‌ହକ କୁହାଯାଏ । ଶିଶୁ ସାଥିରେ ଗର୍ଭାଧାନ କରିଥିବା ମହିଳାର ଜେନେଟିକ ସମ୍ପର୍କ ନଥିବାରୁ ବିଧି ସୋପାନ ଅଧିକ ସରଳ ହୁଏ ।
ପରମ୍ପରାଗତ ଓ ଗର୍ଭଗତ
ai4bharatIndicQA
ଭାରତ-ଅଷ୍ଟ୍ରେଲୀୟ ପ୍ଲେଟ୍ ୧୫ ସେଣ୍ଟିମିଟର ଗତି କରିବା ପରେ ବିଭାଜିତ ହୋଇ କ'ଣ କ'ଣ ଗଠନ କଲା ?
ପ୍ରାୟ ୭୦୦ ଲକ୍ଷ ବର୍ଷ ପୂର୍ବେ ପର-କ୍ରିଟେସିୟସ୍ କାଳରେ ଉତ୍ତରକୁ ଗତି କରୁଥିବା ଭାରତ-ଅଷ୍ଟ୍ରେଲୀୟ ପ୍ଲେଟ୍ ବାର୍ଷିକ ୧୫ ସେଣ୍ଟିମିଟର୍ ଆଗକୁ ବଢ଼ୁଥିଲା ଓ ପରେ ବିଭକ୍ତ ହୋଇ ଭାରତୀୟ ପ୍ଲେଟ୍ ଓ ଅଷ୍ଟ୍ରେଲୀୟ ପ୍ଲେଟ୍ ସୃଷ୍ଟି ହେଲା । ୫୦୦ ଲକ୍ଷ ବର୍ଷ ପୂର୍ବେ ଏହି ଭାରତ-ଅଷ୍ଟ୍ରେଲୀୟ ପ୍ଲେଟ୍‍ର ଗତି ଯୋଗୁଁ ଟିଥାଇସ୍ ମହାସାଗରର ବିଲୋପ ଘଟିଲା । ଏହାର ପ୍ରମାଣ ମହାସାଗର ଗର୍ଭରେ ଥିବା ପ୍ରସ୍ତରରୁ ମିଳେ । ଧକ୍କା ଖାଉଥିବା ଉଭୟ ପ୍ଲେଟ୍‍ର ଧାର ନିମ୍ନ ସାନ୍ଦ୍ରତା ବିଶିଷ୍ଟ ହୋଇଥିବାରୁ ଧକ୍କା ପରେ ମହାସାଗରୀୟ ଖାଇ ସୃଷ୍ଟି ହେବା ପରିବର୍ତ୍ତେ, ସେମାନେ ସ୍ତରୀଭୂତ ହୋଇ ପର୍ବତ ଆକାର ଧାରଣ କରିଥିଲା । ଏଭେରେଷ୍ଟ ଶୃଙ୍ଗର ଗଠନରେ ପ୍ରାଚୀନ ମହାସାଗରର ସାମୁଦ୍ରିକ ଚୂନପଥର ଏକ ଉପାଦାନ ହୋଇଥିବାର ଯୁକ୍ତି ଏହି ପ୍ରକ୍ରିୟା ଘଟିଥିବାର ପ୍ରମାଣ ଦିଏ । ବର୍ତ୍ତମାନ ସୁଦ୍ଧା ଭାରତୀୟ ପ୍ଲେଟ୍ ତିବ୍ବତୀୟ ଉଚ୍ଚଭୂମିକୁ ଧକ୍କା ଦେଉଛି ଏବଂ ଫଳରେ ତିବ୍ବତୀୟ ଉଚ୍ଚଭୂମିର ସମୁଦ୍ରପତନରୁ ଉଚ୍ଚତା ପ୍ରତିବର୍ଷ ବଢ଼ୁଛି । ବର୍ତ୍ତମାନ ସମୟରେ ଭାରତୀୟ ପ୍ଲେଟ୍‍ର ବେଗ ହେଲା ବର୍ଷକୁ ୬୭ ମିଲିମିଟର୍ ଓ ଏହି ବେଗରେ ବଢ଼ିଲେ ଆଗାମୀ ୧ କୋଟି ବର୍ଷରେ ଏହା ଏସିଆ ଭୂଖଣ୍ଡର ୧୫୦୦ କି.ମି. ଭିତରକୁ ପଶିଯିବ ।
ହୋଇ ଭାରତୀୟ ପ୍ଲେଟ୍ ଓ ଅଷ୍ଟ୍ରେଲୀୟ
ai4bharatIndicQA
ଓଡିଆ ଭାସ ପାଇଁ ସଂଘର୍ଷ ଓଡିଶାରେ କେଉଁ ସମୟରେ ଆରମ୍ଭ ହୋଇଥିଲା ?
ଓଡ଼ିଶାରେ ଏହି ସଂଘର୍ଷର ସୂତ୍ରପାତ "କମ୍ପାନୀ ସରକାର"ଙ୍କ ଅମଳରୁହିଁ ଘଟିଥିଲା ଓ ଏହା ସମୟକ୍ରମେ ଏ ଦେଶର ସମାଜ,ଧର୍ମ-ଧାରଣା, ସଭ୍ୟତା, ସଂସ୍କୃତି ଓ ସର୍ବୋପରି ସାହିତ୍ୟ କ୍ଷେତ୍ରରେ ଏକ ଅନୁଭୂତିପୂର୍ବ ପରିବର୍ତ୍ତନ ଆଣିଥିଲା । ଏ ସଂଘର୍ଷ ଏ ଦେଶରେ ଖ୍ରୀ.୧୮୦୩ରୁ ୧୮୭୦ ପର୍ଯ୍ୟନ୍ତ ଲାଗିରହିଥିଲା ଓ ପରିମାଣରେ ସମାଜ ଓ ସଂ। ସ୍କୃତିକ ଚେତନାରେ ଯେପରି ସାହିତ୍ୟରେ ମଧ୍ୟ ସେହିପରି ଆଧୁନିକାତର ଉନଂମେଷ ଘଟାଇ ଥିଲା । ଏହି ସଂଘର୍ଷରେ ସାହିତ୍ୟରେ ପୂର୍ବବର୍ତ୍ତୀ ଧାରା ସେହି ଏକା ଦିନରେ ତିରେ। ହିତ ହୋଇ ଯାଇ ନଥିଲା, ସେହିପରି ଆଧୁନିକ ଯୁଗର ସୃଷ୍ଟି ଇତିହାସ କୌଣସି ଏକ ନିର୍ଦ୍ଦିଷ୍ଟ ବିନ୍ଦୁରୁ ସାହସ। ଜନ୍ମ ଲାଭ ହେ। ଇନଥିଲା । ଏ ସଂଘର୍ଷର ଇତିହାସ ତେଣୁ ଗୋଟିଏ ଦୃଷ୍ଟି ଦୀର୍ଘକଳାବ୍ୟାପୀ ଓ କୌତୂହଳୋଦୀପକ ।
୧୮୦୩
ai4bharatIndicQA
ସୂର୍ଯ୍ୟାଲୋକ ବିଲ୍ଡିଂକୁ କେଉଁଥିରୁ ପ୍ରତିରୋଧ କରେ ?
ଇମାରତ ଉପରେ ଭାରତୀୟ ସ୍ଥାପତ୍ୟ କଳାର ଏକ ଅଭିନ୍ନ ଅଙ୍ଗ ରହିଛି । ଇମାରତରେ ବିଭିନ୍ନ ଭାରତୀୟ ଡିଜାଇନ ଡାଳ ଯୋଡ଼ା ଯାଇଅଛି । ଏଥିରେ ବହୁତ ଗୋଲାକାର ପରାତ / କୁଣ୍ଡ ରୂପୀ ଘେର ଚିତ୍ରିତ ହୋଇଛି, ଯାହା କି ଭବନ ଉପରେ ଲଗା ହୋଇଛି । ଏହା ଭାରତୀୟ ସ୍ଥାପତ୍ୟର ଅଭିନ୍ନ ଅଙ୍ଗ ଅଟେ । ଏଠାରେ ପରମ୍ପରାଗତ ଭାରତୀୟ ଚଜ୍ଜେ ମଧ୍ୟ ରହିଛି , ଯାହା କି ଆଠ ଫୁଟ ଦ୍ୱାରରୁ ବାହାରକୁ ବହିରିଛି ଏବଂ ତଳେ ପୁଷ୍ପକୃତିରେ ସମ୍ପନ୍ନ ହୋଇଛି । ଏହା ଭବନକୁ ସିଧା ସୂର୍ଯ୍ୟାଲୋକ ଝରକାରେ ପଡିବାଦ୍ୱାରା ଏବଂ ମୌସମୀରେ ବର୍ଷା ଜଳରୁ ଅଟକାଇ ଥାଏ । ଛାତ ଉପରେ ତିଆରି ହୋଇଥିବା ବହୁ ଛତା , ଭବନର ଛାତର ପର ଭାଗକୁ , ଯେଉଁଠାରେ ମୁଖ୍ୟ ଗୁମ୍ବଦ ତିଆରି ହୋଇନାହିଁ , ସେଇଠାରେ ସପାଟ ଦୃଶ୍ୟ ହେବାରୁ ଅଟକାଇ ଥାଏ । ଲୁଟ୍ୟନ୍ସ ବହୁ ଭାରତୀୟ ଶୈଳୀର ନମୁନାକୁ ଉପଯୁକ୍ତ ସ୍ଥାନରେ ପ୍ରୟୋଗ କରିଛନ୍ତି , ଯାହା ବହୁ ପ୍ରଭାବ ଶାଳୀ ହୋଇପାରିଛି ।
ସୂର୍ଯ୍ୟାଲୋକ ଝରକାରେ ପଡିବାଦ୍ୱାରା ଏବଂ ମୌସମୀରେ ବର୍ଷା
ai4bharatIndicQA
ଇ.ଆର୍ ଷ୍ଟିଭେନ୍ସ, ଏଭଲିନ୍ ଆର୍ଥର୍ ସ୍ମିଥ୍ ଏବଂ ବହୁ ବ୍ରିଟିଶ୍ ପ୍ରଶାସକ ଏହି ଅଞ୍ଚଳରେ କ'ଣ କରିବାକୁ ପ୍ରସ୍ତାବ ଦେଇଥିଲେ।
୧୯୦୦ ଶତାବ୍ଦୀର ପ୍ରଥମ ଭାଗରେ ଇ. ଆର୍. ଷ୍ଟିଭାନ୍‍ସ୍, ଏଭଲିନ୍ ଆର୍ଥର୍ ସ୍ମାଇଥିଜ୍ ଓ ଅନେକ ବ୍ରିଟିଶ୍ ପ୍ରଶାସକ ଏହି ସ୍ଥାନରେ ଏକ ଜାତୀୟ ଉଦ୍ୟାନ ସ୍ଥାପନ କରାଇବାର ପ୍ରସ୍ତାବ ରଖିଥିଲେ । ୧୯୦୭ ମସିହାରେ ଈଂରେଜ ପ୍ରଶାସନ ଏଠାରେ ଏକ ଶିକାର ଜଙ୍ଗଲ ସ୍ଥାପନ କରିବା ବିଷୟ ଚିନ୍ତା କରୁଥିଲେ । ବହୁ ବର୍ଷ ପରେ ୧୯୩୦ ମସିହାରେ ଏଠାକାର ଜଙ୍ଗଲର ସୀମା ଧାର୍ଯ୍ୟ କରାଯିବା ଆରମ୍ଭ ହେଲା । ସେତେବେଳେ ଏହି ସ୍ଥାନ ସହିତ ଭଲ ଭାବେ ପରିଚିତ ଜିମ୍ କର୍ବେଟ୍‍ ଏହି ସୀମା ନିର୍ଦ୍ଧାରଣ କାର୍ଯ୍ୟରେ ସହାୟତା କରିଥିଲେ । ୧୯୩୬ ମସିହାରେ ୩୨୩.୭୫ ବର୍ଗ କି.ମି. ପରିମିତ ଅଞ୍ଚଳରେ ହେଲି ଜାତୀୟ ଉଦ୍ୟାନ ନାମକ ଏକ ସଂରକ୍ଷିତ ଜଙ୍ଗଲ ସ୍ଥାପିତ ହେଲା । ତତ୍କାଳୀନ ୟୁନାଇଟେଡ଼୍ ପ୍ରୋଭିଂସେସ୍ (ଉତ୍ତର ପ୍ରଗଣା)ର ଗଭର୍ଣ୍ଣର୍ ସାର୍ ମାଲ୍‍କମ୍ ହେଲିଙ୍କ ନାମାନୁସାରେ ଏହି ଜାତୀୟ ଉଦ୍ୟାନର ନାମ ରଖାଯାଇଥିଲା । ସେତେବେଳେ ଏହା ସମଗ୍ର ଏସିଆ ମହାଦେଶର ପ୍ରଥମ ଜାତୀୟ ଉଦ୍ୟାନ ଥିଲା ।
ଶିକାର ଜଙ୍ଗଲ
ai4bharatIndicQA
କେଉଁ ସଂସ୍କୃତିରେ ଅଧିକ ବିଭାଜନ ଅଛି ବୋଲି ସେ କହିଛନ୍ତି ?
ୟୂଜୀନ ଏମ. ମକରଙ୍କ ଅନୁସାରେ , ଭାରତୀୟ ପାରମ୍ପରିକ ସଂସ୍କୃତି ଅପେକ୍ଷାକୃତ କଠୋର ସାମାଜିକ ପଦନୁକ୍ରମଦ୍ୱାରା ପରିଭାଷିତ କରାଯାଇଛି । ସେ ଏହା ମଧ୍ୟ କହିଥିଲେ ଯେ , ପିଲାମାନଙ୍କୁ ଛୋଟ ବୟସରେ ହିଁ ସେମାନଙ୍କ ଭୂମିକା ଏବଂ ସମାଜରେ ତାଙ୍କ ସ୍ଥାନ ସମ୍ବନ୍ଧରେ କୁହାଯାଇଥାଏ । ତାଙ୍କର ଏହି କଥାରେ ଆହୁରି ମଧ୍ୟ ଜ୍ଞାନ ମିଳିଥାଏ ଏବଂ ତାହାର ସ୍ୱରୂପ ଏହିଯେ , ବହୁତ ଲୋକ ଏହି କଥାକୁ ମାନନ୍ତି ଯେ ତାଙ୍କର ଜୀବନକୁ ନିର୍ଦ୍ଧାରଣ କରିବାରେ ଦେବତା ଏବଂ ଆତ୍ମା ମାନଙ୍କର ହିଁ ପୂର୍ଣ୍ଣ ଭୂମିକା ହୋଇଥାଏ । ଧର୍ମ ବିଭାଜିତ ସଂସ୍କୃତି ଯେପରି ବହୁ ମତଭେଦ ; ଯେମିତିକି , ସେମାନଙ୍କ ଠାରୁ ବହୁ ଅଧିକ ଶକ୍ତିଶାଳୀ ବିଭାଜନ ହୋଇଥାଏ ହିନ୍ଦୁ ପରମ୍ପରାରେ , ମାନ୍ୟତା ଅପ୍ରଦୂଷିତ ଏବଂ ପ୍ରଦୂଷିତ ବ୍ୟବସାୟର । ସଖ୍ତ ସାମାଜିକ ଅମାନ୍ୟ ଲୋକ ଏହି ହଜାରେ ଲୋକଙ୍କର ସମୂହକୁ ନିୟନ୍ତ୍ରିତ କରିଥାନ୍ତି । ସହରରେ ଏଥିମଧ୍ୟରୁ କିଛି ଶ୍ରେଣୀ ଧୂସର ପଡିଯାଇଛନ୍ତି ଏବଂ ଆଉ କିଛି ଉଭାନ ହୋଇଯାଇଛନ୍ତି । ନାଭିକୀୟ ପରିବାର (Nuclear family) ଭାରତୀୟ ସଂସ୍କୃତି ପାଇଁ କେନ୍ଦ୍ରୀୟ ଅଟେ । ମହତ୍ୱପୂର୍ଣ ପାରିବାରିକ ସମ୍ବନ୍ଧ ଏତିକି ଦୂର ପର୍ଯ୍ୟନ୍ତ ହୋଇଥାଏ ଯେଉଁ ପର୍ଯ୍ୟନ୍ତ ସମାନ ଗୋତ୍ର (gotra)ର ସଦସ୍ୟ ରହିଥାନ୍ତି , ଗୋତ୍ର ହିନ୍ଦୁ ଧର୍ମ ଅନୁସାରେ ପୈତୃକ (ପିତାଙ୍କ ତରଫରୁ) ମିଳିଥିବା କୁଟୁମ୍ବ କିମ୍ବା ପନ୍ଥ ଅନୁସାରେ ନିର୍ଦ୍ଧାରିତ ହୋଇଥାଏ ଯାହା ଜନ୍ମ ସହିତ ହିଁ ଥୟ ହୋଇଥାଏ ।
ହିନ୍ଦୁ ପରମ୍ପରାରେ
ai4bharatIndicQA
କେଉଁ ବର୍ଷରେ ସରୋଜିନୀ ଜବାହରଲାଲ ନେହେରୁଙ୍କୁ ଭେଟିଥିଲେ?
ଉର୍ଦ୍ଧୁ, ତେଲୁଗୁ, ଇଂରାଜୀ, ପାର୍ଶି ଓ ବଙ୍ଗଳା ଭାଷାରେ ଦକ୍ଷତା ହାସଲ କରିଥିଲେ୧୯୧୫ରୁ ୧୯୧୮ ପର୍ଯ୍ୟନ୍ତ ସେ ଯୁବଶକ୍ତିକୁ ଜାଗ୍ରତ କରାଇବା ସହ ମହିଳା ସଶକ୍ତିକରଣ ଉପରେ ସମଗ୍ର ଦେଶବୁଲି ବକ୍ତୃତା ଦେଇଥିଲେ । ୧୯୧୬ରେ ଜବାହାରଲାଲ ନେହେରୁଙ୍କ ସଂପର୍କରେ ଆସିବାପରେ, ଚମ୍ପାରନ୍ ଆନେ୍ଦାଳନରେ ସାମିଲ ହୋଇଥିଲେ । ୧୯୧୯ ଜୁଲାଇରେ ନାଇଡୁ ହୋମରୁଲ ଲିଗର ଇଂଲଣ୍ଡ ଦୂତଭାବେ ଅବସ୍ଥାପିତ ହେଲେ । ୧୯୨୦ରେ ଭାରତ ଫେରିଲେ ଓ ଅଗଷ୍ଟ ୧ରେ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା ।
୧୯୨୦
ai4bharatIndicQA
ମନ୍ଦିରର କେଉଁ ଶତାବ୍ଦୀର ବୋଲି ବିଶ୍ବାସ କରାଯାଏ ?
ଶ୍ରୀମନ୍ଦିରର ଶୋଭା ନୀଳଚକ୍ର ବୃଦ୍ଧି କରୁଛି ଓ ଏହା ଉପରେ ପତିତପାବନ ବାନା ଫର ଫର ହୋଇ ଉଡି ଅଗଣିତ ଭକ୍ତ, ପାପୀ ତପୀଙ୍କୁ ନିଜ ପାଖକୁ ଟାଣି ଆଣି ଅଭୟ ଦେଉଛି ଓ ଶରଣ ପଞ୍ଜର ନାମକୁ ସାର୍ଥକ କରୁଛି। ବର୍ତ୍ତମାନର ଶ୍ରୀମନ୍ଦିର ଗଙ୍ଗବଂଶୀୟ ରାଜା ଚୋଡ଼ଗଙ୍ଗଙ୍କଦ୍ୱାରା ନିର୍ମିତ ଓ ଏହା ଏକାଦଶ ଶତାବ୍ଦୀର ବିଷୟ । ଏଥିପୂର୍ବରୁ ଶ୍ରୀମନ୍ଦିରର ନାଭିକଟା ମଣ୍ଡପ ଓ ଶ୍ରୀଜଗନ୍ନାଥଙ୍କ ପାଦୁକାନଳା ମଧ୍ୟବର୍ତ୍ତୀ ସ୍ଥାନରେ ଦକ୍ଷିଣାଭିମୂଖୀ ଭାବେ ଅବସ୍ଥିତ ଥିବା ଜଣାଯାଏ । ଉକ୍ତ ମନ୍ଦିରର କଳା ଓ ଭାସ୍କର୍ଯ୍ୟ ଖ୍ରୀଷ୍ଟୀୟ ଦ୍ୱିତୀୟ କିମ୍ବା ତୃତୀୟ ଶତକର ବୋଲି କେହି କେହି ପ୍ରତ୍ନତାତ୍ତ୍ୱିକ ପରିଦୃଶ୍ୟମାନ ଭଗ୍ନ ମନ୍ଦିରର ମୂଳଭିତ୍ତିରୁ ଅନୁମାନ କରନ୍ତି । ଏହି ମନ୍ଦିରର ମୂଳଭିତ୍ତି ଉପରେ ବର୍ତ୍ତମାନ ଅମୁହିଁ ଦେଉଳ ବା ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଅବସ୍ଥିତ । ବର୍ତ୍ତମାନ ମଧ୍ୟ ଏହି ମନ୍ଦିରର ମୁଖ ଶ୍ରୀଜଗନ୍ନାଥଙ୍କ ବାହାର ଗମ୍ଭୀରା ବା ଜଗମୋହନ ଦିଗକୁ ରହିଅଛି । ପୂର୍ବ ଦିଗସ୍ଥ ଜୟବିଜୟ ଦ୍ୱାର ବ୍ୟତୀତ ଭକ୍ତ ଗମ୍ଭୀରାକୁ ଗମନାଗମନର ଅପର ଏକ ଦ୍ୱାର ଦକ୍ଷିଣାଭିମୁଖରେ ଅବସ୍ଥିତ । ବେଢ଼ା ମଧ୍ୟରୁ ଭକ୍ତ ଦ୍ୱାର ଦେଇ ପ୍ରବେଶ କରିବାକୁ ହେଲେ ଦ୍ୱାରଦେଶରେ ପହଞ୍ଚିବାନିମନ୍ତେ କେତୋଟି ପାହାଚ ଚଢ଼ିବାକୁ ପଡେ । ଉକ୍ତ ପାବଚ୍ଛ ଶ୍ରେଣୀର ଉଭୟ ପାର୍ଶ୍ୱରେ ଦୁଇଟି ସିଂହମୂର୍ତ୍ତି ବିଦ୍ୟମାନ । ତେଣୁ ଏହାକୁ ଏକ ସିଂହଦ୍ୱାର କୁହାଯାଇପାରେ । ଦ୍ୱାର ପ୍ରବେଶ ପଥର ପୂର୍ବରେ ମାଜଣା ମଣ୍ଡପ ଓ ପଶ୍ଚିମରେ ଦକ୍ଷିଣି ଘର ଅବସ୍ଥିତ । ଭକ୍ତ ପ୍ରବେଶ ପଥର ଅନତି ଦୂରର ଦକ୍ଷିଣରେ ମୁକ୍ତିମଣ୍ଡପ, ଯେଉଁ ସ୍ଥାନରେ କି ଝୁଲଣଯାତ୍ରା ଅନୁ ଷ୍ଠିତ ହୋଇଥାଏ । ମୁକ୍ତି ମଣ୍ଡପର ପଶ୍ଚିମ ଦିଗରେ ଶ୍ରୀନୃସିଂହ ମନ୍ଦିର ବା ପୁରୁଷୋତ୍ତମ ମନ୍ଦିର ଏବଂ ପୂର୍ବ ଦିଗରେ କ୍ଷେତ୍ରପାଳ ମନ୍ଦିର ରହିଅଛି । କ୍ଷେତ୍ରପାଳ ମନ୍ଦିରର ମୁଖ ଦକ୍ଷିଣ ଦିଗକୁ ଏବଂ ଏହି ମନ୍ଦିରରେ ଶକ୍ତି ଯୁକ୍ତ ଶିବଲିଙ୍ଗ ପୂଜା ପାଉଥିଲେ ମଧ୍ୟ ବିଗ୍ରହର ପଶ୍ଚାତ ଭାଗର ଭିତ୍ତିଚିତ୍ର ଶିବଙ୍କର ନହୋଇ ଭୈରବ ନାମରେ ଅଭିହତି ।
ଦ୍ୱିତୀୟ କିମ୍ବା ତୃତୀୟ
ai4bharatIndicQA
କେଉଁ ମସିହାରେ ଭାରତ ଛାଡ଼ ଆନ୍ଦୋଳନ ନେଇ ବ୍ରିଟିଶମାନଙ୍କୁ ଚିଠି ଲେଖାଯାଇଥିଲା?
ଭାରତ ଛାଡିବା ଆନ୍ଦୋଳନକୁ ବୈଠକ କରିବାକୁ ହିନ୍ଦୁ ମହାସଭାର ସରକାରୀ ନିଷ୍ପତ୍ତି ପରେ ବଙ୍ଗଳାର ହିନ୍ଦୁ ମହାସଭାର ନେତା ଶ୍ୟାମ ପ୍ରସାଦ ମୁଖାର୍ଜୀ (ଯାହା ବଙ୍ଗଳାରେ ଶାସକ ମିଳିତ ମଞ୍ଚର ଏକ ଅଂଶ ଥିଲା; ଫଜଲୁଲ ହକର କୃଷ୍ଣ ପ୍ରଜା ପାର୍ଟିଦ୍ୱାରା ବ୍ରିଟିଶ ସରକାରଙ୍କୁ ଏକ ଚିଠି ଲେଖିଛନ୍ତି ଯେ ଯଦି କଂଗ୍ରେସ ବ୍ରିଟିଶ ଶାସକମାନଙ୍କୁ ଭାରତ ଛାଡିବାକୁ ଆହ୍ୱାନ ଦେଇଥିଲା । ୨୬ ଜୁଲାଇ ୧୯୪୨ର ଏହି ଚିଠିରେ ସେ ଲେଖିଛନ୍ତି:“କଂଗ୍ରେସଦ୍ୱାରା ଆରମ୍ଭ ହୋଇଥିବା ଯେକୌଣସି ବ୍ୟାପକ ଆନ୍ଦୋଳନର ପରିଣାମ ସ୍ୱରୂପ ପ୍ରଦେଶରେ ସୃଷ୍ଟି ହୋଇପାରେ। ଯେକୌଣସି ବ୍ୟକ୍ତି, ଯିଏ ଯୁଦ୍ଧ ସମୟରେ, ଜନ ଭାବନାକୁ ଉତ୍ତେଜିତ କରିବାକୁ ଯୋଜନା କରେ, ଫଳସ୍ୱରୂପ ଆଭ୍ୟନ୍ତରୀଣ ବିଶୃଙ୍ଖଳା କିମ୍ବା ଅସୁରକ୍ଷିତତା, କୌଣସି ସରକାର ଏହାକୁ ପ୍ରତିରୋଧ କରିବାକୁ ପଡିବ ଯାହା ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବ | ଏହିପରି ଭାବରେ ସେ ବ୍ରିଟିଶ ସରକାରଙ୍କ ଜ୍ଞାନ ଆହରଣ କରିବାରେ ସଫଳ ହୋଇଥିଲେ ଏବଂ ସ୍ୱାଧୀନ ନେତାଙ୍କ ବିଷୟରେ ସୂଚନା ପ୍ରଦାନ କରିବାରେ ସଫଳ ହୋଇଥିଲେ। ମୁଖାର୍ଜୀ ଏହା ଦୋହରାଇଲେ | ଫଜଲୁଲ ହକ ନେତୃତ୍ୱାଧୀନ ବଙ୍ଗଳା ସରକାର, ଏହାର ସହଯୋଗୀ ସହଯୋଗୀ ହିନ୍ଦୁ ମହାସଭା ସହିତ ବଙ୍ଗଳା ପ୍ରଦେଶରେ ଭାରତ ଛାଡିବା ଆନ୍ଦୋଳନକୁ ପରାସ୍ତ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବ ଏବଂ ଏହି ବିଷୟରେ ଏକ ଠୋସ୍ ପ୍ରସ୍ତାବ ଦେଇଛି: ପ୍ରଶ୍ନ ହେଉଛି କିପରି ଯୁଦ୍ଧ କରାଯିବ? ବଙ୍ଗଳାରେ ଏହି ଆନ୍ଦୋଳନ (ଭାରତ ଛାଡ)? ପ୍ରଦେଶର ପ୍ରଶାସନ ଏପରି ଢଙ୍ଗରେ କରାଯିବା ଉଚିତ୍ ଯେ କଂଗ୍ରେସର ସର୍ବଶ୍ରେଷ୍ଠ ଉଦ୍ୟମ ସତ୍ତ୍ୱେ ଏହି ଆନ୍ଦୋଳନ ପ୍ରଦେଶରେ ମୂଳୋତ୍ପାଟନ କରିବାରେ ବିଫଳ ହେବ। ଏହା ଆମ ପାଇଁ ସମ୍ଭବ ହେବା ଉଚିତ, ବିଶେଷ କରି ଦାୟିତ୍ Minister ବାନ ମନ୍ତ୍ରୀମାନେ ଜନସାଧାରଣଙ୍କୁ ଜଣାଇବାରେ ସମର୍ଥ ହେବା ଉଚିତ ଯେ ଯେଉଁ ସ୍ୱାଧୀନତା ପାଇଁ କଂଗ୍ରେସ ଏହି ଆନ୍ଦୋଳନ ଆରମ୍ଭ କରିଛି, ତାହା ଲୋକ ପ୍ରତିନିଧୀଙ୍କ ନିକଟରେ ଅଛି। କେତେକ କ୍ଷେତ୍ରରେ ଏହା ଜରୁରୀକାଳୀନ ସମୟରେ ସୀମିତ ହୋଇପାରେ | ବ୍ରିଟିଶମାନଙ୍କ ପାଇଁ ନୁହେଁ, ବ୍ରିଟିଶମାନଙ୍କ ପାଇଁ କ advantage ଣସି ସୁବିଧା ପାଇଁ ନୁହେଁ, ବରଂ ପ୍ରଦେଶର ପ୍ରତିରକ୍ଷା ତଥା ସ୍ୱାଧୀନତାର ରକ୍ଷଣାବେକ୍ଷଣ ପାଇଁ ଭାରତୀୟଙ୍କୁ ବ୍ରିଟିଶମାନଙ୍କ ଉପରେ ବିଶ୍ୱାସ କରିବାକୁ ପଡିବ। ଆପଣ, ରାଜ୍ୟପାଳ ଭାବରେ, ପ୍ରଦେଶର ସାମ୍ବିଧାନିକ ମୁଖ୍ୟ ଭାବରେ କାର୍ଯ୍ୟ କରିବେ ଏବଂ ଆପଣଙ୍କ ମନ୍ତ୍ରୀଙ୍କ ପରାମର୍ଶରେ ସମ୍ପୁର୍ଣ୍ଣ ମାର୍ଗଦର୍ଶନ କରିବେ। ଏପରିକି ଭାରତୀୟ ଏତିହାସିକ ଆର.ସି. ମଜୁମଦାର ଏହି ସତ୍ୟକୁ ଉଲ୍ଲେଖ କରି କହିଛନ୍ତି:"ଶ୍ୟାମ ପ୍ରସାଦ କଂଗ୍ରେସଦ୍ୱାରା ଆୟୋଜିତ ଜନ ଆନ୍ଦୋଳନର ଆଲୋଚନା ସହ ଏହି ଚିଠିକୁ ସମାପ୍ତ କରିଛନ୍ତି। ଏହି ଆନ୍ଦୋଳନ ଆଭ୍ୟନ୍ତରୀଣ ବିଶୃଙ୍ଖଳା ସୃଷ୍ଟି କରିବ ଏବଂ ଯୁଦ୍ଧ ସମୟରେ ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଉତ୍ସାହଜନକ ଲୋକପ୍ରିୟ ଅନୁଭବ ଏବଂ ସେ ମତ ଦେଇଛନ୍ତି ଯେ କ୍ଷମତାରେ ଥିବା କୌଣସି ସରକାର ଏହାକୁ ଦମନ କରିବାକୁ ପଡିବ, କିନ୍ତୁ ତାଙ୍କ ଅନୁଯାୟୀ କେବଳ ନିର୍ଯ୍ୟାତନାଦ୍ୱାରା କରାଯାଇପାରିବ ନାହିଁ .... ସେହି ଚିଠିରେ ସେ ପରିସ୍ଥିତିର ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଜ୍ଞାନ ଦେଇଛନ୍ତି।
୧୯୪୨
ai4bharatIndicQA
ସିନ୍ଧୁ ନଦୀ ବ୍ୟବସ୍ଥାରେ ପୂର୍ବ ପଟରେ ଥିବା ୩ଟି ନଦୀର ନାମ କଣ?
ସିନ୍ଧୁ ନଦୀ ବ୍ୟବସ୍ଥାରେ ପଶ୍ଚିମ ପଟରେ ୩ଟି ନଦୀ (ସିନ୍ଧୁ, ଝେଲମ ଓ ଚେନାବ) ଏବଂ ପୂର୍ବ ପଟରେ ୩ଟି ନଦୀ (ବେଆସ, ରାୱି ଓ ଶତଲେଜ) ରହିଛନ୍ତି । ସିନ୍ଧୁ ଜଳ ଚୁକ୍ତିର ଅନୁଚ୍ଛେଦ-୧ ଅନୁଯାୟୀ ଚୁକ୍ତିରେ ଉଲ୍ଲିଖିତ ପାଞ୍ଚ ଉପନଦୀ ବ୍ୟତୀତ ସିନ୍ଧୁର ଅନ୍ୟ ଉପନଦୀ, ତ୍ରିକୋଣଭୂମିସ୍ଥ ଜୁଆରିଆ ଶାଖାନଦୀ, ନଦୀ ସହ ସଂଯୁକ୍ତ ହ୍ରଦ ଇତ୍ୟାଦି ସିନ୍ଧୁ ନଦୀର ଅଂଶ ବୋଲି ଧରାଯିବ । ଚୁକ୍ତି ଅନୁସାରେ ପୂର୍ବ ପଟର ନଦୀଗୁଡ଼ିକର ପାଣିର ଅନୁମତିପ୍ରାପ୍ତ ଅଂଶ ପାକିସ୍ତାନ ବ୍ୟବହାର କରିବା ପରେ ଏହାର ପାଣିର ବ୍ୟବହାରର ପୂର୍ଣ୍ଣ ଅଧିକାର ଭାରତକୁ ପ୍ରାପ୍ତ ହୋଇଛି । ପୂର୍ବ ପଟର ନଦୀଗୁଡ଼ିକ ପୁଣି ପାକିସ୍ତାନ ଆଡ଼କୁ ପ୍ରବାହିତ ହୋଇ ସିନ୍ଧୁ ସହିତ ମିଳିତ ହୋଇଛନ୍ତି । ସେହିପରି ପଶ୍ଚିମ ପଟର ନଦୀଗୁଡ଼ିକ ଭାରତରେ ପ୍ରବାହିତ ହେବା ସମୟରେ ଭାରତ ତାହାର ଅନୁମତିପ୍ରାପ୍ତ ଅଂଶ ବ୍ୟବହାର କରିବା ପରେ ଏମାନଙ୍କ ଜଳ ଉପରେ ପାକିସ୍ତାନର ପୂର୍ଣ୍ଣ ଅଧିକାର ରହିଛି । ସିନ୍ଧୁ ଜଳ ଚୁକ୍ତିର ଅନୁଚ୍ଛେଦ-୪ (୧୪) ଅନୁଯାୟୀ କୌଣସି ଦେଶରେ ପାଣିର ସମ୍ପୂର୍ଣ୍ଣ ବିନିଯୋଗ କରାଯାଉନଥିଲେ ଓ ଅନ୍ୟ ଦେଶ ଜଳର ବ୍ୟବହାର କରୁଥିଲେ ମଧ୍ୟ ଏହା ଜଳ ଉପରେ ପୂର୍ବୋକ୍ତ ଦେଶର ଅଧିକାରର ସ୍ଥିତି ବଦଳାଇ ପାରିବ ନାହିଁ । ଚୁକ୍ତି ଲାଗୁ ହେବା ସମୟରେ ୧୦ ବର୍ଷର ସଂକ୍ରମଣ ଅବଧି ଧାର୍ଯ୍ୟ କରାଗଲା । ଏହି ସମୟରେ ଭାରତ ପୂର୍ବ ନଦୀମାନଙ୍କ ପାଣି ପାକିସ୍ତାନକୁ ଯୋଗାଉଥିଲା । ଏହି ୧୦ ବର୍ଷ ମଧ୍ୟରେ ପାକିସ୍ତାନକୁ ପଶ୍ଚିମ ନଦୀମାନଙ୍କରେ ଜଳସେଚନ ପାଇଁ କେନାଲ୍ ବ୍ୟବସ୍ଥା ନିର୍ମାଣ କରିବାର ସମୟ ଓ ସୁଯୋଗ ମିଳିଲା ।
ବେଆସ, ରାୱି ଓ ଶତଲେଜ
ai4bharatIndicQA
କିଏ ତା'ର ଲାଞ୍ଜକୁ ଏକ ପଙ୍ଖା ଆକାରରେ ସଜାଇ ଥାଏ?
ମୟୂରମାନେ ବହୁସଂସର୍ଗୀ । ପ୍ରଜନନ ଋତୁ ଲମ୍ବା ହେଲେ ହେଁ ବର୍ଷା ଉପରେ ନିର୍ଭର କରେ । ୨-୩ ବର୍ଷ ବୟସରେ ସେମାନେ ପ୍ରଜନନକ୍ଷମ ହୁଅନ୍ତି । ପ୍ରଜନନ ଋତୁ ପୂର୍ବରୁ ଅନେକ ଗୁଡ଼ିଏ ଅଣ୍ଡିରା ଏକତ୍ର ହୋ‍ଇ ମୟୂରୀ ମାନଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରନ୍ତି । ଏଥିରେ ମୟୂର ପ୍ରଥମେ ନିଜ ପୁଚ୍ଛକୁ ଟେକି ପଙ୍ଖା ଆକାରରେ ସଜାଇ ରଖେ । ଡେଣାଦ୍ୱୟକୁ ଅଧା ଖୋଲା ରଖି ମଝିରେ ମଝିରେ ନିଜ ପୁଚ୍ଛକୁ ହଲାଇ ଏକ ଶବ୍ଦ କରେ । ମୟୂରୀ ଆସିଲେ ମୟୂର ଛାତି ଟେକି ଚାଲେ ଆଉ ନାଚେ ଏବଂ ମଝିରେ ମଝିରେ ବୁଲି ନିଜର ସୁନ୍ଦର ପୁଚ୍ଛ ପ୍ରଦର୍ଶିତ କରେ । ସମୟେ ସମୟେ କୌଣସି ମୟୂରୀ ନଥେଲେ ମଧ୍ୟ ମୟୂର ତା ନାଚ କରିଥାଏ ।
ମୟୂର
ai4bharatIndicQA
କିଏ କହିଥିଲେ ‘ଯେତେବେଳେ ଫୁଲ ଫୁଟିଯାଏ, ସେତେବଳେ ଭ୍ରମର ଆପେ ଆସିଥାଏ’
ଶ୍ରୀରାମକୃଷ୍ଣ କହୁଥିଲେ-‘ଫୁଲ ଫୁଟିଲେ ଭ୍ରମର ଆପେ ଆପେ ଆସେ ମଧୁପାନ କରିବାକୁ; ତାକୁ ଡାକିବାକୁ ପଡ଼େ ନାହିଁ । ’...କେଉଁ ଏକ ଅଜ୍ଞାତ ଆକର୍ଷଣରେ ଦକ୍ଷିଣେଶ୍ୱରକୁ ଛୁଟି ଆସିଲେ ଆବାଳ ବୃଦ୍ଧ-ବନିତା, ସମାଜର ସବୁ ସ୍ତରର, ସବୁ ଧର୍ମର ଲୋକେ । ଉଚ୍ଚ-ନୀଚ, ବ୍ରାହ୍ମଣ-ଚଣ୍ଡାଳର କୌଣସି ଭେଦ ନ ଥିଲା । ସେ ଥିଲେ କରୁଣାସାଗର । ସଭିଙ୍କ ପ୍ରତି ତାଙ୍କର ସମାନ କରୁଣା, ସମାନ ଦୟା । ସଭିଙ୍କୁ ସେ ଭଗବତ୍‌-ପ୍ରାପ୍ତି ନିମନ୍ତେ ସାହାଯ୍ୟ କରୁଥିଲେ । ସେ ଥିଲେ ତ୍ରିକାଳଦର୍ଶୀ ମହାପୁରୁଷ । ଅନ୍ତର ଭିତରେ ପଶି କିଏ କେଉଁ ଭାବର ଲୋକ, ତାହା ଜାଣି ସେହି ଭାବରେ ସଭିଙ୍କୁ ଉପଦେଶ ଦେଉଥିଲେ । ତାଙ୍କ ଭିତରେ ଏପରି ଆଧ୍ୟାତ୍ମିକ ଶକ୍ତିର ବିକାଶ ହୋଇଥିଲା ଯେ ଥରଟିଏ ମାତ୍ର ସ୍ପର୍ଶ କରି ଭକ୍ତଗଣଙ୍କୁ ସମାଧିସ୍ଥ କରି ଦେଇପାରୁଥିଲେ, ଈଶ୍ୱର ଦର୍ଶନ କରାଇ ପାରୁଥିଲେ । ଦିନେ ଭାବାବେଶରେ କହିଥିଲେ, ‘ବର୍ତ୍ତମାନ ମାଆଙ୍କୁ (ଜଗଜ୍ଜନନୀଙ୍କୁ) କହୁଥିଲି-ମା’ !
ଶ୍ରୀରାମକୃଷ୍ଣ
ai4bharatIndicQA
ହନୁମାନ କାହା ଭିତରେ ପ୍ରବେଶ କଲେ?
ହନୁମାନଙ୍କ ଲଙ୍କା ଗମନ, ସୀତାଠାବ ଓ ଲଙ୍କା ଦହନସୁଗ୍ରୀବ କୃତଜ୍ଞତା ସହ ପ୍ରଭୁ ଶ୍ରୀରାମଙ୍କୁ କହିଲେ, ଏ ବିଶାଳ ବାନର ସେନା ବର୍ତ୍ତମାନ ଆପଣଙ୍କ ସେବାରେ ପ୍ରସ୍ତୁତ । ସେ ବାନର ସେନାର ଚାରିଟି ଦଳ ପ୍ରସ୍ତୁତ କରି ସେମାନଙ୍କୁ ଚାରିଦିଗକୁ ପ୍ରେରଣ କଲେ । ତତ୍ପରେ ସୁଗ୍ରୀବ ହନୁମାନଙ୍କୁ ଡାକି କହିଲେ, ହେ ବାୟୁପୁତ୍ର, ତୁମ ଅସାଧାରଣ ବୀରତ୍ୱ ଯୋଗୁଁ ରାମଚନ୍ଦ୍ରଙ୍କ ଏହି କାର୍ଯ୍ୟ ନିମିତ୍ତ ଆପଣ ହିଁ ଏକମାତ୍ର ଯୋଗ୍ୟ । ଅତଏବ ତୁମେ ପ୍ରଭୁ ରାମଙ୍କର ଏହି ସେବାରେ ନିଜକୁ ନିୟୋଜିତ କରି ଦେବୀ ସୀତାଙ୍କ ସନ୍ଧାନରେ ଯାଅ । ରାମଙ୍କ ଆଦେଶ ଅନୁସାରେ ସୁଗ୍ରୀବ ବିନତା ଏବଂ ତାଙ୍କ ଦଳଙ୍କୁ ପୂର୍ବ ଦିଗକୁ, ସୁଷେଣଙ୍କ ସହ ତାଙ୍କ ଦଳକୁ ପଶ୍ଚିମକୁ, ଶତବଳିଙ୍କୁ ଉତ୍ତର ଏବଂ ହନୁମାନ ତଥା ଅଙ୍ଗଦଙ୍କୁ ଦକ୍ଷିଣ ଦିଗକୁ ପ୍ରେରଣ କଲେ । ରାମ ତାଙ୍କ ମୁଦ୍ରିକାଟିକୁ ହନୁମାନଙ୍କ ହାତରେ ଦେଇ କହିଲେ, ସୀତାଙ୍କ ସନ୍ଧାନ କରି ଏହି ମୁଦ୍ରିକା ଦେଖାଇଲେ ସେ ଜାଣିବେ ଯେ ତୁମେ ରାମଙ୍କ ଦୂତ ଏବଂ ସୀତାଙ୍କ ସନ୍ଧାନରେ ଆସିଅଛ । ବାନରମାନେ ଚାରିଦିଦରେ ତନ୍ନ ତନ୍ନ କରି ସୀତାଙ୍କ ସନ୍ଧାନ କରିବାକୁ ଲାଗିଲେ । ହନୁମାନ ଏବଂ ଅଙ୍ଗଦ ବିନ୍ଧ୍ୟ ପର୍ବତର ସମସ୍ତ ଗୁମ୍ଫାରେ ସୀତାଙ୍କ ସନ୍ଧାନ ନେଲେ । ପଥରେ ନାଗମାତା ସୁରସା ହନୁମାନଙ୍କୁ ଭକ୍ଷଣ କରିବା ନିମିତ୍ତ ତାଙ୍କ ପଥ ଓଗାଳିଲା । ହେଲେ ହନୁମାନ ଅତି ଚତୁରତାର ସହିତ ନିଜକୁ ଅତି କ୍ଷୁଦ୍ରକାୟ କରି ତାଙ୍କ ମୁଖରେ ପ୍ରବେଶ କଲେ ଓ ହଠାତ୍‌ ବାହାରି ଆସିଲେ । ଏଥିରେ ସୁରସା ପ୍ରୀତ ହୋଇ ହନୁମାନଙ୍କୁ କାର୍ଯ୍ୟସିଦ୍ଧି ନିମନ୍ତେ ଆଶୀର୍ବାଦ ପ୍ରଦାନ କରିଥିଲେ ।
ମୁଖରେ
ai4bharatIndicQA
ହାଇଦ୍ରାବାଦର କେଉଁ ହସ୍ପିଟାଲରେ ମହେଶ ବାବୁ ଓ ନମ୍ରତା ଶିରୋଦକର ଦମ୍ପତିଙ୍କର ପୁତ୍ର ସନ୍ତାନ ଜନ୍ମ ନେଇଥିଲା?
ଅଷ୍ଟ୍ରେଲିଆରେ ‌ବଂଶୀ‌ ଚଳଚ୍ଚିତ୍ରର ସୁଟିଂ ଚାଲିଥିବା ବେଳେ ମହେଶ ତାଙ୍କର ସ‌ହ ଅଭିନେତ୍ରୀ ‌ନମ୍ରତା ଶିରୋଦକର‌ଙ୍କ ସ‌ହ ମିଶିଥିଲେ । ଏହା ପରେ ସେମାନେ ଉଭୟ ଉଭୟଙ୍କୁ ପ୍ରେମ କଲେ ଏବଂ ଚାରିବର୍ଷର ପ୍ରେମ ସମ୍ପର୍କ ପରେ ସେମାନେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଲେ । ଏହି ବିବାହ ପାଇଁ ମଞ୍ଜୁଳା କ୍ରୀଷ୍ଣାଙ୍କୁ ରାଜି କରାଇଥିଲେ । ସେମାନେ ୨୦୦୫ ମସିହା ଫେବୃଆରୀ ୧୦ ତାରିଖରେ ମୁମ୍ବାଇରେ ‌ଅଥାଡ଼ୁ‌ ଚଳଚ୍ଚିତ୍ର ସୁଟିଂ ସମୟରେ ବିବାହ କରିଥିଲେ । ୨୦୦୬ ଅଗଷ୍ଟ ୩୧ରେ ଗ୍ଲୋବାଲ ହସ୍ପାତାଳ, ହାଇଦ୍ରାବାଦରେ ଉଭୟଙ୍କର ଗୋଟିଏ ପୁଅ ହେଲା । ସେହି ପିଲାଟି ତା'ର ଜନ୍ମ‌ବେଳେ ଗୋଟିଏ ଅପରିପକ୍ୱ ଶିଶୁ ଥିଲା ଯାହାର ଅବସ୍ଥା ଅତ୍ୟନ୍ତ ଗମ୍ଭୀର ଥିଲା ।
ଗ୍ଲୋବାଲ
ai4bharatIndicQA
କଣ ସଫଳତାର ଚାବିକାଠି ଥିଲା?
ତାଙ୍କ ପରିବାରରେ ସମସ୍ତେ ବଙ୍ଗୀୟ ସଂସ୍କୃତିଦ୍ୱାରା ପ୍ରଭାବିତ ହୋଇଥିଲେ। କିନ୍ତୁ ବଙ୍ଗଭୂମି ଛାଡି ହାଇଦ୍ରାବାଦ ଆସିଲା ପରେ ସେମାନେ ଇଂରାଜୀ ଭାଷାକୁ ଆଦରିନେଇଥିଲେ। ଯଦିଓ ସରୋଜିନୀ ଇଂରେଜ ମାନଙ୍କ ଚଳଣି ଓ ସଭ୍ୟତାକୁ ପସନ୍ଦ କରୁଥିଲେ,କିନ୍ତୁ ଇଂରେଜୀ ଭାଷାରେ କଥାବାର୍ତ୍ତା କରିବାକୁ ଭଲପାଉନଥିଲେ। ସେ ଇଂରେଜୀ ଭାଷା ଶିଖିବାକୁ ଆଗ୍ରହୀ ନୁହନ୍ତି ବୋଲି ଥରେ ବାପାଙ୍କୁ କହିଥିଲେ ଏବଂ ଏହା ଶୁଣି ଅଘୋରନାଥ ରାଗିଯାଇ ତାଙ୍କୁ ଏକ କୋଠରୀରେ ବନ୍ଦ କରିଦେଇଥିଲେ। କାରଣ ସେତେବେଳେ ଇଂରାଜୀ ଭାଷା ଓ ଜ୍ଞାନ ହିଁ ଥିଲା ସଫଳତାର ଚାବିକାଠି। ପିତା ବହୁତ ବୁଝାଇବାପରେ ସେ ନିଜ ମତ ବଦଳାଇଥିଲେ।
ଇଂରାଜୀ ଭାଷା ଓ ଜ୍ଞାନ
ai4bharatIndicQA
ଦୋସ୍ତାନା ଫିଲ୍ମର ନିର୍ଦେଶକ କିଏ ?
୧୯୭୯ ମସିହାରେ ବଚ୍ଚନ ସୁହାଗ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ସେହି ବର୍ଷ ସର୍ବାଧିକ ଆୟ କରିଥିଲା । ସେହି ବର୍ଷ ସେ ମିଃ ନଟ୍‌ୱର୍‌ଲାଲ୍, କାଲା ପତ୍ଥର୍ ଓ ଦ ଗ୍ରେଟ୍ ଗାମ୍ବ୍‌ଲର୍ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ମିଃ ନଟ୍‌ୱର୍‌ଲାଲ୍ ଚଳଚ୍ଚିତ୍ରରେ ସେ ରେଖାଙ୍କ ସ‌ହ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରର ଗୋଟିଏ ଗୀତ ପାଇଁ ତାଙ୍କୁ କଣ୍ଠଦାନ ମଧ୍ୟ କରିବାକୁ ପଡ଼ିଥିଲା । ଏହି ଚଳଚ୍ଚିତ୍ରରେ ନିଜର ଅଭିନୟ ଓ ସଙ୍ଗୀତ ପାଇଁ ସେ ଉଭୟ ଫିଲ୍ମ‌ଫେୟାର୍ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ଓ ଫିଲ୍ମ‌ଫେୟାର୍ ସର୍ବଶ୍ରେଷ୍ଠ କଣ୍ଠଶିଳ୍ପୀ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । କାଲା ପତ୍ଥର୍ ଚଳଚ୍ଚିତ୍ରରେ ନିଜର ଅଭିନୟ ପାଇଁ ମଧ୍ୟ ସେ ଫିଲ୍ମ‌ଫେୟାର୍ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ୧୯୮୦ ମସିହାରେ ରାଜ୍ ଖୋସ୍‌ଲାଙ୍କଦ୍ୱାରା ନିର୍ଦ୍ଦେଶିତ ଚଳଚ୍ଚିତ୍ର ଦୋସ୍ତାନାରେ ନିଜର ଅଭିନୟ ପାଇଁ ସେ ପୁନର୍ବାର ଫିଲ୍ମ‌ଫେୟାର୍ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ଏହି ଚଳଚ୍ଚିତ୍ରରେ ସେ ଶତ୍ରୁଘ୍ନ ସିହ୍ନା ଓ ଜିନତ୍ ଅମନ୍‌ଙ୍କ ବିପକ୍ଷରେ ଅଭିନୟ କରିଥିଲେ । ଦୋସ୍ତାନା ୧୯୮୦ ମସିହାର ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ଥିଲା । ୧୯୮୧ ମସିହାରେ ସେ ୟଶ୍ ଚୋପ୍ରାଙ୍କ ଆବେଗପୂର୍ଣ୍ଣ ଚଳଚ୍ଚିତ୍ର ସିଲ୍‌ସିଲାରେ ଅଭିନୟ କରିଥିଲେ । ଏଥିରେ ସେ ନିଜ ପତ୍ନୀ ଜୟା ଓ ରେଖାଙ୍କ ସ‌ହ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ଶାନ୍ (୧୯୮୦) ଓ ଶକ୍ତି (୧୯୮୨) ବକ୍ସ୍ ଅଫିସ୍‌ରେ ଏତେଟା ସଫଳତା ଲାଭ କରିପାରି ନ ଥିଲା । ତେବେ ତାଙ୍କ ଅଭିନୀତ ରାମ୍ ବଲ୍‌ରାମ୍ (୧୯୮୦), ନସିବ୍ (୧୯୮୧) ଓ ଲାୱାରିସ୍ (୧୯୮୧) ଖୁବ୍ ସଫଳତା ଅର୍ଜନ କରିଥିଲା । ୧୯୮୨ ମସିହାରେ ସେ ସଟ୍ଟେ ପେ ସଟ୍ଟା ଓ ଦେଶ୍ ପ୍ରେମୀ ଚଳଚ୍ଚିତ୍ରରେ ଦ୍ୱୈତ ଭୂମିକାରେ ଅଭିନୟ କରିଥିଲେ ।
ରାଜ୍ ଖୋସ୍‌ଲା
ai4bharatIndicQA
ଭକ୍ତଗଣ ଶ୍ରୀରାମକୃଷ୍ଣଙ୍କୁ କ'ଣ ଭାବରେ ଗ୍ରହଣ କରିଥିଲେ?
ଦେହତ୍ୟାଗର ଦୁଇ ଦିନ ମାତ୍ର ବାକୀ । ଶ୍ରୀରାମକୃଷ୍ଣ ଅସହ୍ୟ ରୋଗ ଯାତନାରେ କାତର; ତା’ରି ଭିତରେ ସେ ବାରମ୍ବାର ସମାଧିମଗ୍ନ ହେଉଛନ୍ତି । ଭକ୍ତଗଣ ନୀରବରେ ଅଧୋବଦନ ହୋଇ ଚାରିଆଡ଼େ ଘେରି ବସିଛନ୍ତି । ନରେନ୍ଦ୍ରନାଥ ମଧ୍ୟ ମ୍ଳାନମୁଖରେ ଗଭୀର ଚିନ୍ତାମଗ୍ନ ହୋଇ ବସିଛନ୍ତି । ଶ୍ରୀରାମକୃଷ୍ଣଙ୍କୁ ଶତ ଶତ ଲୋକ ଅବତାର ବୋଲି ଘୋଷଣା କରିଛନ୍ତି । ଭକ୍ତଗଣଙ୍କ ମଧ୍ୟରୁ ଅନେକଙ୍କର ବିଶ୍ୱାସ ଯେ ସେ ଭଗବାନଙ୍କର ଅବତାର । ନରେନ୍ଦ୍ରଙ୍କ ମନ କିନ୍ତୁ ସେତେବେଳେ ସୁଦ୍ଧା ଦ୍ୱିଧାଶୂନ୍ୟ ହୋଇନାହିଁ । ନିଜେ ତା’ର ପ୍ରମାଣ ନ ପାଇଲେ ସେ ପାଞ୍ଚଜଣଙ୍କ କଥାରେ ବିଶ୍ୱାସ କରିବା ଲୋକ ନୁହନ୍ତି । ଏତିକିବେଳେ ହଠାତ୍‌ ତାଙ୍କର ମନେ ହେଲା ଏହି ନିଦାରୁଣ କଷ୍ଟବେଳେ ଯଦି ସେ କହିବେ ଯେ ‘ମୁଁ ସ୍ୱୟଂ ଭଗବାନ‘, ତା’ ହେଲେ ମୁଁ ବିଶ୍ୱାସ କରିବି । ଆଶ୍ଚର୍ଯ୍ୟ ! ନରେନ୍ଦ୍ରଙ୍କ ମନରେ ଏହି ଚିନ୍ତା ଉଦୟ ହେବା ମାତ୍ରକେ ଶ୍ରୀରାମକୃଷ୍ଣ ନରେନ୍ଦ୍ରଙ୍କ ଆଡ଼କୁ ମୁହଁ ବୁଲାଇ ସ୍ୱାଭାବିକ କଣ୍ଠରେ କହିଲେ, ‘ଯିଏ ରାମ ପୁଣି ଯିଏ କୃଷ୍ଣ, ବର୍ତ୍ତମାନ ସେ ନିଜେ (ଏହି ଦେହରେ) ରାମକୃଷ୍ଣ ରୂପେ ଅବତୀର୍ଣ୍ଣ ।
ଶ୍ରୀରାମକୃଷ୍ଣଙ୍କୁ
ai4bharatIndicQA
କେବେ ଓଡିଶାରେ ମଧ୍ୟରାତ୍ରି ଲକଡାଉନ୍ ଘୋଷଣା ହେଲା?
କୋଭିଡ-୧୯ ସଂକ୍ରମଣରୁ ଭଲ ହେବା ପାଇଁ ଏଯାବତ କୌଣସି ଔଷଧ ବାହାରି ନାହିଁ । କେବଳ ସଙ୍ଗରୋଧ ଓ ସଚେତନତା ହିଁ ଏକମାତ୍ର ଉପାୟ [୮]। ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶାରେ ଦୁଇଟି କୋଭିଡ-୧୯ ଘଟଣା ନିଶ୍ଚିତ ହୋଇଥିଲା । ମାର୍ଚ୍ଚ ୨୧ ତାରିଖରେ ପ୍ରଥମ ପର୍ଯ୍ୟ। ୟରେ ୫ଟି ଜିଲ୍ଲାରେ ଏବଂ ଦ୍ୱିତୀୟ ପର୍ଯ୍ୟ। ୟରେ ଆଉ ୯ଟି ଜିଲ୍ଲାରେ ଓଡ଼ିଶା ସରକାର ତାଲାବନ୍ଦ ଘୋଷଣା କରିଥିଲେ । ପରେ ରାଜ୍ୟର ସମସ୍ତ ଜିଲ୍ଲାରେ ୨୪ ତାରିଖ ମଧ୍ୟରାତ୍ରୀରୁ ୫ ଦିନ ପାଇଁ ଲକଡାଉନ ଘୋଷଣା କରିବା ଅବସରରେ କେନ୍ଦ୍ର ସରକାର ସାରା ଭାରତରେ ୨୪ ତାରିଖ ମଧ୍ୟ ରାତ୍ରିରୁ ଏପ୍ରିଲ ୧୫ ଯାଏଁ ତାଲାବନ୍ଦ ଘୋଷଣା କରିଥିଲେ । ଓଡ଼ିଶା କ୍ୟାବିନେଟ ବୈଠକରେ ୯ ଏପ୍ରିଲ ଦିନ ଲକଡାଉନ ଅବଧି ଏପ୍ରିଲ ୩୦ ଯାଏ ବୃଦ୍ଧି କରିବା ନିଷ୍ପତ୍ତି ନିଆଯାଇଛି । ଲକଡାଉନ ଅବଧି ବୃଦ୍ଧି କରିବାରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ । [୯][୧୦] ଭାରତ ସରକାର ଲକଡାଉନ ଅବଧୀ ୩ ମେ ଯାଏଁ ବୃଦ୍ଧି କରିବା ପରିପ୍ରେକ୍ଷୀରେ ଓଡ଼ିଶା ସରକାର ମଧ୍ୟ ରାଜ୍ୟରେ ଲକଡାଉନ ଅବଧୀ ୩ ମେ ଯାଏଁ ବୃଦ୍ଧି କରିଥିଲେ । ପରବର୍ତ୍ତୀ ସମୟରେ ଭାରତ ସରକାର ଲକଡାଉନର ତୃତୀୟ ପର୍ଯ୍ୟାୟ ବୃଦ୍ଧି ଆଉ ଦୁଇ ସପ୍ତାହ ବୃଦ୍ଧି କରିବା ସହ ମେ ୧୭ ଯାଏଁ ଏହା ଲାଗୁ ରହିବ ବୋଲି ଘୋଷନା କରିଥିଲେ । ମହାମାରୀର ତ୍ୱରିତ ମୁକାବିଲା ନେଇ ଓଡ଼ିଶା ସରକାରଙ୍କୁ ଶ୍ରେୟ ଦିଆଯାଇଛି । ମାର୍ଚ୍ଚ ୧୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଏକ ରାଜ୍ୟ ବିପର୍ଯ୍ୟୟ ବୋଲି ଘୋଷଣା କରିଥିଲେ । ଶିକ୍ଷାନୁଷ୍ଠାନ ଏବଂ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନଗୁଡିକ ବନ୍ଦ ରହିଥିଲା । ମାର୍ଚ୍ଚ ୨୧ରେ କରୋନାଭାଇରସର ଦୁଇଟି ସକ୍ରିୟ ଘଟଣା ନିଶ୍ଚିତ ହେବା ପରେ ରାଜ୍ୟ ଏହାର ରାଜଧାନୀ ଭୁବନେଶ୍ୱର ସମେତ ୭୦ ପ୍ରତିଶତ ଅଞ୍ଚଳରେ ତାଲାବନ୍ଦ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲା । ମାର୍ଚ୍ଚ ୨୨ରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଲକ୍ଡାଉନ ସମୟ ମାର୍ଚ୍ଚ ୨୯ର ରାତି ୯ ଟା ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ।
୨୪ ତାରିଖ
ai4bharatIndicQA
କେତେ ମସିହାରେ ତାଙ୍କୁ ପ୍ରଥମ ଫିଲ୍ମ ଫେୟାର ପୁରସ୍କାର ମିଳିଥିଲା?
୧୯୭୬ ମସିହାରେ ସେ ନିର୍ଦ୍ଦେଶକ ୟଶ୍ ଚୋପ୍ରାଙ୍କ ରୋମାଣ୍ଟିକ୍ ତ‌ଥା ପାରିବାରିକ ଚଳଚ୍ଚିତ୍ର କଭି କଭିରେ ଅଭିନୟ କରିଥିଲେ । ବଚ୍ଚନ ଏଥିରେ ଅମିତ୍ ମାଲ୍‌ହୋତ୍ରା ନାମକ ଯୁବକ ଚରିତ୍ରରେ ଅଭିନୟ କରିଥିଲେ । ଅମିତ୍ ମାଲ୍‌ହୋତ୍ରା ଜଣେ କବି ଥିଲା ଏବଂ ସେ ପୂଜା (ରାକ୍ଷୀ ଗୁଲ୍‌ଜାର୍) ନାମକ ଜଣେ ସୁନ୍ଦରୀ ଯୁବତୀକୁ ଗଭୀର ଭାବେ ପ୍ରେମ କରିବା ଆରମ୍ଭ କରିଦେଇଥିଲା । କିନ୍ତୁ ଶେଷରେ ପୂଜା ଆଉ ଜଣକୁ (ଶଶୀ କପୁର) ବିବାହ କରିଥିଲା । ଏହି ଚଳଚ୍ଚିତ୍ରରେ ବଚ୍ଚନ ଜଣେ ରୋମାଣ୍ଟିକ୍ ହିରୋର ଚରିତ୍ରରେ ଅଭିନୟ କରିଥିଲେ, ଯାହାକି ସେ ଜଞ୍ଜିର୍ ଓ ଦିୱାର୍ ଆଦି ଚଳଚ୍ଚିତ୍ରରେ କରିଥିବା "ୟାଙ୍ଗ୍ରି ୟଙ୍ଗ୍ ମ୍ୟାନ୍" ଚରିତ୍ର ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କଦ୍ୱାରା ଖୁବ୍ ଆଦୃତ ହୋଇଥିଲା । ଏଥିରେ ନିଜର ଅଭିନୟ ପାଇଁ ବଚ୍ଚନ ପୁନର୍ବାର ଫିଲ୍ମଫେୟାର୍‌ରେ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ସେହି ବର୍ଷ ସେ ଅଦାଲତ୍ ଚଳଚ୍ଚିତ୍ରରେ ପିତା ଓ ପୁତ୍ର ଉଭୟଙ୍କ ଚରିତ୍ରରେ ଅଭିନୟ କରିଥିଲେ । ୧୯୭୭ ମସିହାରେ ଅମର୍ ଅକବର୍ ଆନ୍ଥୋନି ଚଳଚ୍ଚିତ୍ରରେ ନିଜର ଅଭିନୟ ପାଇଁ ସେ ତାଙ୍କର ପ୍ରଥମ ଫିଲ୍ମଫେୟାର୍ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ଜିଣିଥିଲେ । ଏହି ଚଳଚ୍ଚିତ୍ରରେ ସେ ବିନୋଦ ଖନ୍ନା ଓ ଋଷି କପୁରଙ୍କ ବିପକ୍ଷରେ ତୃତୀୟ ମୁଖ୍ୟ ଚରିତ୍ରରେ ଆନ୍ଥୋନି ଗୋନ୍‌ଜାଲ୍‌ଭେସ୍ ଭାବେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ସେ ବର୍ଷର ସବୁଠାରୁ ଅଧିକ ଆୟକାରୀ ଚଳଚ୍ଚିତ୍ର ଥିଲା । ପର୍‌ବରିଶ୍ ଓ ଖୁନ୍ ପସିନା ମଧ୍ୟ ବଚ୍ଚନଙ୍କ ଅଭିନୀତ ସେହି ବର୍ଷର ସଫଳ ଚଳଚ୍ଚିତ୍ରମାନ‌ଙ୍କ ମଧ୍ୟରୁ ଅନ୍ୟତମ ।
୧୯୭୭
ai4bharatIndicQA
ତେରାଇ ଅଞ୍ଚଳର ବୋକ୍ଷା ଜନଜାତିକୁ କେବେ ବ୍ରିଟିଶ୍ ଶାସକମାନେ ତଡ଼ି ଦେଇଥିଲେ?
ଏହି ଜାତୀୟ ଉଦ୍ୟାନର କିଛି ଅଂଶ ପୂର୍ବେ ତେହରି ଗଡ଼ୱାଲ୍ ରାଜ୍ୟର ଶିକାର ଜଙ୍ଗଲ ଥିଲା । ରୋହିଲା ଅନୁପ୍ରବେଶକାରୀଙ୍କ ଦମନ ପାଇଁ ଜଙ୍ଗଲର ବହୁ ଅଂଶ କାଟି ସଫା କରିଦିଆ ଯାଇଥିଲା । ଗୁର୍ଖାଙ୍କୁ ରାଜ୍ୟରୁ ବିତାଡ଼ିତ କରିବାରେ ସାହାଯ୍ୟ କରିଥିବାରୁ ତେହରିର ରାଜା ନିଜ ରାଜ୍ୟର କିଛି ଅଂଶ ବ୍ରିଟିଶ୍ ପୂର୍ବ ଭାରତୀୟ କମ୍ପାନୀକୁ ପ୍ରଦାନ କରିଥିଲେ । ତେରାଇ ଅଞ୍ଚଳର ବୋକ୍ଷା ଜନଜାତି ଏଠାରେ ଘର କରି କୃଷିକାର୍ଯ୍ୟ ଇତ୍ୟାଦି କରୁଥିଲେ । କିନ୍ତୁ ୧୮୬୦ ଦଶନ୍ଧିରେ ବ୍ରିଟିଶ୍ ଶାସକମାନେ ଏମାନଙ୍କୁ ତଡ଼ି ଦେଇଥିଲେ । ଉନବିଂଶ ଶତାବ୍ଦୀରେ ଏହି ଅଞ୍ଚଳର ଦାୟିତ୍ତ୍ୱରେ ଥିବା ମେଜର୍ ରାମସେ ଏହି ଜଙ୍ଗଲର ସୁରକ୍ଷା ପାଇଁ ଚେଷ୍ଟା କରିଥିଲେ ।
୧୮୬୦ ଦଶନ୍ଧିରେ
ai4bharatIndicQA
ଆଧୁନିକ ମନ୍ଦିରେ କ’ଣ ସଂଲଗ୍ନ ରହିଛି?
ବଡ଼ ମନ୍ଦିରମାନଙ୍କରେ ପୈଶାଚିକ, ମନୁଷ୍ୟ ଓ ଦୈବିକ ପଦମାନଙ୍କରେ ଥିବା ପ୍ରସ୍ତର ସୁନ୍ଦର କାରୁକାର୍ଯ୍ୟ, ଚିତ୍ରରେ ମଣ୍ଡିତ ହୋଇଥାନ୍ତି । ଧର୍ମଗ୍ରନ୍ଥ ମାନଙ୍କରେ ବର୍ଣ୍ଣିତ କାହାଣୀ, ସ୍ଥାନୀୟ ଦେବାଦେବୀଙ୍କ ମୂର୍ତ୍ତି, ବୈଦିକ ଧର୍ମ ଓ ନ୍ୟାୟବାଣୀ ଏହି କାରୁକାର୍ଯ୍ୟ ଓ ଚରିତ୍ରମାନଙ୍କଦ୍ୱାରା ଜୀବନ୍ତ ହୋଇଉଠେ । ପ୍ରସ୍ତର ସ୍ତମ୍ଭ, ଛାତ ଓ କାନ୍ଥରେ ମଧ୍ୟ ବିଭିନ୍ନ କାରୁକାର୍ଯ୍ୟ ସ୍ଥାନ ପାଇଥାଏ । ମନ୍ଦିରର ପରିକ୍ରମା ପାଇଁ ବେଢ଼ା ରହିଥାଏ । ବଡ଼ ମନ୍ଦିରମାନଙ୍କରେ ଅନେକ ସ୍ତମ୍ଭ ବିଶିଷ୍ଟ ମଣ୍ଡପ ମଧ୍ୟ ରହିଥାଏ । ଆଧୁନିକ ମନ୍ଦିରମାନଙ୍କରେ ମଣ୍ଡପ ଓ ମୁଖ୍ୟ ମନ୍ଦିର ସଂଲଗ୍ନ ହୋଇ ରହିଥିବା ବେଳେ ପ୍ରାଚୀନ ମନ୍ଦିରରେ ଏମାନେ ସଂଲଗ୍ନ ନ ହୋଇ ରହିଥାନ୍ତି । ପୂର୍ବପଟର ମଣ୍ଡପ ପ୍ରତୀକ୍ଷାରତ ପ୍ରଭୁଙ୍କ ଦର୍ଶନାଭିଳାଶୀ ଭକ୍ତ ଓ ତୀର୍ଥଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ।
ମଣ୍ଡପ ଓ ମୁଖ୍ୟ ମନ୍ଦିର
ai4bharatIndicQA
ପଣ୍ଡିତ ଶାରଙ୍ଗ ଦେବଙ୍କ ରଚିତ ସଙ୍ଗୀତ ରତ୍ନାକର ଗ୍ରନ୍ଥରେ ଭାରତୀୟ ସଙ୍ଗୀତର ସଂଜ୍ଞା କ'ଣ ?
ପଣ୍ଡିତ ଶାରଙ୍ଗ ଦେବଙ୍କ ରଚିତ ସଙ୍ଗୀତ ରତ୍ନାକର ଗ୍ରନ୍ଥରେ ଭାରତୀୟ ସଙ୍ଗୀତର ପରିଭାଷାକୁ " ଗୀତମ୍, ବାଦ୍ୟମ୍ ଏବଂ ନୃତ୍ୟମ୍ ତ୍ରୟମ୍ ସଙ୍ଗୀତମୁଚ୍ୟତେ " ଭାବେ ଆକ୍ଷରିତ କରାଯାଇଛି । ଗାୟନ, ବାଦ୍ୟ ବାଦନ ଏବଂ ନୃତ୍ୟ; ଏହି ତିନୋଟି କଳାର ସମାବେଶକୁ ସଙ୍ଗୀତ ଶବ୍ଦରେ ଗ୍ରହଣ କରାଯାଇଛି । ତିନୋଟି ଯାକ ସ୍ୱତନ୍ତ୍ର କଳା ହେବା ସତ୍ତ୍ୱେ ଦୁହେଁ ଦୁହିଁଙ୍କ ପରି-ପୂରକ ଅଟନ୍ତି। ଭାରତୀୟ ସଙ୍ଗୀତ ଦୁଇ ପ୍ରକାରେ ପ୍ରଚଳିତ ହୋଇଛି; ପ୍ରଥମ କର୍ଣ୍ଣାଟକ ସଙ୍ଗୀତ, ଯାହା ଦକ୍ଷିଣ ଭାରତୀୟ ରାଜ୍ୟରେ ପ୍ରଚଳିତ ଏବଂ ଦ୍ୱିତୀୟରେ ହିନ୍ଦୁସ୍ତାନୀ ସଙ୍ଗୀତ, ଯାହା ଶେଷ ଭାରତରେ ଲୋକପ୍ରିୟ ଅଟେ । ଭାରତ ବର୍ଷର ସମସ୍ତ ସଭ୍ୟତାରେ ସଙ୍ଗୀତର ବଡ଼ ମହତ୍ତ୍ୱ ରହିଛି । ଧାର୍ମିକ ଏବଂ ସାମାଜିକ ପରମ୍ପରାରେ ସଙ୍ଗୀତର ପ୍ରଚଳନ ପ୍ରାଚୀନ କାଳରୁ ରହିଛି ।
ଗୀତମ୍, ବାଦ୍ୟମ୍ ଏବଂ ନୃତ୍ୟମ୍ ତ୍ରୟମ୍ ସଙ୍ଗୀତମୁଚ୍ୟତେ
ai4bharatIndicQA
କେଉଁ ନଦୀରେ ବନ୍ଧ ନିର୍ମାଣ ହେଇଥିଲା?
କାଲାଗଡ଼ ନଦୀ ଉପରେ ବନ୍ଧ ନିର୍ମାଣ ଏହି ଅଭୟାରଣ୍ୟର ଇତିହାସରେ ଏକ ବିଶେଷ ଘଟଣା । କାରଣ ଏହି ବନ୍ଧ ଫଳରେ ୮୦ ବର୍ଗ କି.ମି. ପରିମିତ ଜଙ୍ଗଲ ପାଣିରେ ବୁଡ଼ିଗଲା । ଏହା ଫଳରେ ବାରାଶିଂଘା ଏହି ଅଞ୍ଚଳରୁ ଲୋପ ପାଇଗଲେ ଓ କୁଜି ହରିଣଙ୍କ ସଂଖ୍ୟା ଯଥେଷ୍ଟ କମିଗଲା । ତେବେ ନଦୀବନ୍ଧଦ୍ୱାରା ସୃଷ୍ଟ ଜଳାଶୟ ଯୋଗୁଁ ଜଳଜୀବଙ୍କ ସଂଖ୍ୟା ବୃଦ୍ଧି ପାଇଛି ଓ ଶୀତଦିନରେ ଏହା ପ୍ରବାସୀ ପକ୍ଷୀଙ୍କୁ ମଧ୍ୟ ଆକର୍ଷିତ କରୁଛି । ଅଭୟାରଣ୍ୟର ଦକ୍ଷିଣ ସୀମାରେ ଓ ରାମନଗର-କାଶୀପୁର ରାଜପଥ କଡ଼ରେ ରହିଥିବା ଫିରୋଜପୁର ଓ ମାନପୁର ନାମକ ଦୁଇଟି ଗାଁ ୧୯୯୦ରୁ ୧୯୯୩ ମସିହା ମଧ୍ୟରେ ଖାଲି କରାଯାଇ ଏହାକୁ ବଫର୍ (ଅଣ-କୋର୍) ଅଞ୍ଚଳ ବୋଲି ବବେଚିତ କରାଗଲା । ଏହି ଦୁଇ ଗାଁର ଲୋକେ ମୁଖ୍ୟତଃ ଜଙ୍ଗଲଜାତ ଦ୍ରବ୍ୟଙ୍କ ଉପରେ ନିର୍ଭରଶୀଳ ଥିଲେ । ସମୟକ୍ରମେ ଏହି ଦୁଇ ଗାଁ ରହିଥିବା ସ୍ଥାନର ଜଙ୍ଗଲ ଓ ପରିବେଶ ସୁଧୁରିବାକୁ ଲାଗିଲା । ଲଟାବୁଦା, ଘାସ ଓ ଛୋଟବଡ଼ ଗଛ ବଢ଼ି ସମୟ କ୍ରମେ ଏକ ପ୍ରାକୃତିକ ଜଙ୍ଗଲ ସୃଷ୍ଟି ହେବାରେ ଲାଗିଲା । ପରିତ୍ୟକ୍ତ ଚାଷଜମିରେ ତୃଣଭୂମି ସୃଷ୍ଟି ହେଲା ଓ ତାକୁ ଲାଗି ରହିଥିବା ଜଙ୍ଗଲର ଅବସ୍ଥା ସୁଧୁରିଲା ।
କାଲାଗଡ଼
ai4bharatIndicQA
ହରପ୍ପାରେ ବହୁ ଖମ୍ବ ବିଶିଷ୍ଟ କୋଠା ଗୁଡ଼ିକ କେଉଁ ଉଦ୍ଦେଶ୍ୟ ବ୍ୟବହାର ନେଇ ଅନୁମାନ ରହିଛି?
ହରପ୍ପା ନଗରମାନଙ୍କରେ ତିନିପ୍ରକାର ଅଟ୍ଟାଳିକାମାନ ନିର୍ମିତ ହୋଇଥିବାର ଦେଖାଯାଏ। ସେଗୁଡିକ ଥିଲା ବାସଗୃହ, ସର୍ବସାଧାରଣ ଗୃହ ଓ ସର୍ବଜନୀନ ସ୍ନାନାଗାର। ବାସଗୃହ ରୂପେ ନିର୍ମିତ ଅଟ୍ଟାଳିକାଗୁଡିକ କରୁକାର୍ଯ୍ୟ ସମ୍ପନ୍ନ ନ ହୋଇ ସରଳ ଓ ସ୍ୱାଚ୍ଛନ୍ଦ୍ୟପୂର୍ଣ୍ଣ ହୋଇଥିଲା। ଏକମହଲା ଅଟ୍ଟାଳିକାଗୁଡିକ ଦରିଦ୍ରଙ୍କ ପାଇଁ ଓ ବହୁ ମହଲା ଅଟ୍ଟାଳିକା ଧନୀକ ଶ୍ରେଣୀର ଲୋକଙ୍କ ଉବ୍ଦିଷ୍ଟ ଥିବାର ମନେହୁଏ। ବାସଗୃହ ବ୍ୟତୀତ ନଗରୀର ମଧ୍ୟଭାଗରେ ତିନୋଟି ବିଶାଳ ଅଟ୍ଟାଳିକା ନିର୍ମତ ହୋଇଥିବାର ଦେଖାଯାଏ। ସେଗୁଡିକ ଥିଲା ଖମ୍ବବିଶିଷ୍ଟ ସଭାଗୃହ, ଶସ୍ୟାଗାର ଓ ସାର୍ବଜନୀନ ସ୍ନାନାଗାର। ଚତୁଃପାର୍ଶ୍ୱରେ ଅନେକ ଛୋଟ ଛୋଟ କୋଠରୀଥିବା ଏକ ବହୁସ୍ତମ୍ଭ ବିଶିଷ୍ଟ ଗୃହ ଆବିଷ୍କୃତ ହୋଇଛି। ଏହା ସମ୍ଭବତଃ ଶିକ୍ଷାଳୟ ବା ବଜାର ଭାବେ ବ୍ୟବହୃତ ହେଉଥିଲା। ଏତଦବ୍ୟତୀତ ଅନେକ ବେଞ୍ଚ ପଡିଥିବା ଗୋଟିଏ ପ୍ରଶସ୍ତ ଅଟ୍ଟାଳିକା ମଧ୍ୟ ରହିଛି। ସମ୍ଭବତଃ, ଏହା ନଗରର ଶାସକ ବିଧାୟକ ଗୃହରୂପେ ବ୍ୟବହୃତ ହେଉଥିଲା। ମହେଞ୍ଜୋଦାରୋ ନଗରର ଭଗ୍ନସ୍ତୁପରୁ ଏକ ବିରାଟ ସର୍ବସାଧାରଣ ସ୍ନାନାଗାର ଉଦ୍ଧାର କରାଯାଇଛି। ଏଥିରେ ଗୋଟିଏ ବିରାଟ ଚଟାଣ, ମଧ୍ୟଭାଗରେ ଏକ ଜଳଭଣ୍ଡାର ଓ ତା'ର ଚାରିପଟେ ଗ୍ୟାଲେରୀ ଓ ଛୋଟ ଛୋଟ କୋଠରୀ ରହିଥିବାର ଦେଖାଯାଏ। ନଗରଗୁଡିକର ରାସ୍ତାଗୁଡିକ ଥିଲା ସିଧା ଓ ପ୍ରଶସ୍ତ। ରାସ୍ତାଗୁଡିକ ଆଲୋକିତ କରିବା ପାଇଁ ବତୀଖୁଣ୍ଟମାନ ରଖାଯାଇଥିଲା। ହରପ୍ପା ନଗରର ଅନ୍ୟ ଏକ ବୈଶିଷ୍ଟ୍ୟ ଥିଲା ତା'ର ଜଳ ନିଷ୍କାସନ ବ୍ୟବସ୍ଥା। ପ୍ରତ୍ୟକ ବାସଗୃହରୁ କ୍ଷୁଦ୍ର କ୍ଷୁଦ୍ର ନର୍ଦ୍ଦମାଗୁଡିକ ବାହାରି ପ୍ରଧାନ ନର୍ଦ୍ଦମା ସହିତ ମିଶିଥିଲା।
ଶିକ୍ଷାଳୟ ବା ବଜାର
ai4bharatIndicQA
ଦୀପକ ଭୂମିକାରେ କିଏ ଅଭିନୟ କରୁଥିଲେ?
ଦୀପକ ହେଉଛି ରୁବୀର ଭାଇ । ହର୍ଷ ଖୁରାନା ଦୀପକ ଭୂମିକାରେ ଅଭିନୟ କରିଥିଲେ । ଦୀପକ କିଛି କାମ ନ କରି ସର୍ବଦା ସୁବିଧାରେ ଧନୀଲୋକ ହେବାର ସ୍ୱପ୍ନ ଦେଖୁଥିଲା । ବୈଜ୍ଞାନିକ ଜୋସଲ୍‌କର ସାହାଯ୍ୟରେ ଦୀପକ ଫୃଟିକୁ ହଇରାଣ କରିବା ପାଇଁ ଅନେକ ରସାୟନିକ ମିଶ୍ରଣର ଅପଯୋଗ କରିଥିଲା । ଗୋଟିଏ ଧନୀ ଘର ଝିଅକୁ ଫସେଇ ବାହାହେବା ପାଇଁ ଦୀପକ ଯୋଜନା କରୁଥିବାର ସୋନପରୀ ଶୁଣିବା ପରେ ସେ ନିଜେ ଗୋଟିଏ ଝିଅ ହୋଇ ଦୀପକୁ ଉଚିତ ଶିକ୍ଷା ଦେଇଥିଲା । ଏପରିକି ଦୀପକ ଜେଫ୍‌ର ଭଉଣୀ ଜେନିଫର୍‌କୁ ମଧ୍ୟ ପ୍ରେମରେ ପକାଇବାର ସ୍ୱପ୍ନ ଦେଖିଥିଲା, ମାତ୍ର ତାକୁ ଫସେଇବା ପାଇଁ କରିଥିବା ସମସ୍ତ ଚେଷ୍ଟାରେ ବିଫଳ ହୋଇଥିଲା । ତା'ପରେ ସେ ଜୋସଲ୍‌କରକୁ ପରୀ ଧରିବାରେ ସାହାଯ୍ୟ କରିଥିଲା, ମାତ୍ର ସେଥିରେ ସେମାନେ ଅସଫଳ ହେବା ପରେ ଜୋସଲ୍‌କରର ଗୁରୁ ଜଙ୍ଗୋ ବାବାର ସାହାଯ୍ୟ ମଧ୍ୟ ନେଇଥିଲେ ।
ହର୍ଷ ଖୁରାନା
ai4bharatIndicQA
ପରୀକ୍ଷା କେଉଁଠାରେ କରାଯିବ?
ଭାରତ ସରକାର ଇତିମଧ୍ୟରେ ଦେଶର ଯେଉଁ ୧୨୩ଟି ଜିଲ୍ଲାକୁ କରୋନା ବିଶେଷ ସଂକ୍ରମଣ ଜିଲ୍ଲା ଭାବେ ଚିହ୍ନଟ କରିଛନ୍ତି ତନ୍ମଧ୍ୟରୁ ଓଡ଼ିଶାର ଖୋର୍ଦ୍ଧା ଏବଂ ଭଦ୍ରକ ଅନ୍ୟତମ । ରାଜ୍ୟର ସମୁଦାୟ କରୋନା ପଜିଟିଭ ୬୦ ହୋଇଥିବା ବେଳେ ସେଥିମଧ୍ୟରୁ କେବଳ ଭୁବନେଶ୍ୱରରେ(ଖୋର୍ଦ୍ଧା ଜିଲା ଅନ୍ତର୍ଗତ) ୪୬ ଆକ୍ରାନ୍ତ ଅଟନ୍ତି । ଅତଏବ, ରାଜ୍ୟ ସରକାର ଭୁବନେଶ୍ୱରରେ କରୋନା ସଂକ୍ରମଣ ରୋକିବା ପାଇଁ ଏକ ବିଶେଷ ଯୋଜନା କାର୍ଯ୍ୟକାରୀ କରିବାକୁ ସ୍ଥିର କରିଛନ୍ତି । ଏହି ଯୋଜନା ଅନୁସାରେ ୧୮ ଏପ୍ରିଲରୁ ଆସନ୍ତା ଏକ ସପ୍ତାହ ମଧ୍ୟରେ କେବଳ ଭୁବନେଶ୍ୱରରେ ୫୦୦୦ କରୋନା ସାମ୍ପଲ ପରୀକ୍ଷଣ କରାଯିବ । [୧୭] ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗଦ୍ୱାରା ଏହି ପରୀକ୍ଷଣ ଅଗ୍ରାଧୀକାର ଭିତ୍ତିରେ ଆରମ୍ଭ ହେବ । ଅର୍ଥାତ, ପ୍ରାଥମିକ ପର୍ଯ୍ୟାୟରେ ଏହି ସମୟ ମଧ୍ୟରେ ବିଦେଶ ଯାତ୍ରାର ଇତିହାସ ଥିବା ବ୍ୟକ୍ତି ବିଶେଷ, ଦେଶ ମଧ୍ୟରେ କରୋନା ସଂକ୍ରମିତ ଅଞ୍ଚଳକୁ ଯାତ୍ରା କରିଥିବା ବ୍ୟକ୍ତି ବିଶେଷ, ଥଣ୍ଡା କାଶ ଅଥବା ଫ୍ଳୁ ରୋଗର ଲକ୍ଷଣ ଥିବା ବ୍ୟକ୍ତି ବିଶେଷ, କୋଭିଡ-୧୯ ରୋଗୀର ସଂଷ୍ପର୍ଶରେ ଆସିଥିବା ବ୍ୟକ୍ରି ବିଶେଷ ତଥା ବହୁବିଧ ଶ୍ୱାସ ସଂକ୍ରମଣ ଜନିତ ରୋଗର ଲକ୍ଷଣ ଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରାଥମିକତା ଦିଆଯିବ । କ୍ୟାମ୍ପ ତଥା ଭ୍ରାମ୍ୟମାଣ ଭ୍ୟାନ ଜରିଆରେ ଏହି ପରୀକ୍ଷଣ କରାଯିବ । ଏହା ସାଙ୍ଗକୁ ପରୀକ୍ଷଣରେ ସହଯୋଗ କରୁ ନ ଥିବା ବ୍ୟକ୍ରି ବିଶେଷଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ।
ଭୁବନେଶ୍ୱର
ai4bharatIndicQA
ତନ୍‌ଭି ହୋଗ୍‌ଡ଼େ କେଉଁ ଭୂମିକାରେ ଅଭିନୟ କରିଥିଲେ?
ଧାରାବାହିକର ସମ୍ପୂର୍ଣ୍ଣ କାହାଣୀରେ ମୁଖ୍ୟତଃ ସବୁ ଚରିତ୍ରରେ ଫୃଟି ସ‌ହ ଯୋଡ଼ିହୋଇଥିଲା । ତନ୍‌ଭି ହୋଗ୍‌ଡ଼େ ଫୃଟି ଭୂମିକାରେ ଅଭିନୟ କରିଥିଲେ । ମାଆ ମୃତ୍ୟୁବରଣ କରିବା ପରେ ତା'ର ବାପା ରୁବୀକୁ ବିବାହ କରିବାକୁ ସେ ସ‌ହଜରେ ଗ୍ରହଣ କରିପାରୁ ନ ଥିଲା । ଏପରିକି ଘରେ କୌଣସି ଜିନିଷ କିଛି ଏପଟସେପଟ ହେଲେ ସେମାନେ ଫୃଟିକୁ ଦୋଷ ଦୋଷ ହେଉଥିଲେ । ସେଥିପାଇଁ ସେ ସର୍ବଦା ଦୁଃଖି ରହୁଥିଲା ଏବଂ ରାତିରେ ଛାତ ଉପରକୁ ଯାଇ ସବଦିନେ ତାରାପୁଞ୍ଜଙ୍କ ଭିତରେ ତା'ର ମାଆକୁ ଖୋଜୁଥିଲା । ତା'କୁ ସର୍ବଦା ଲାଗୁଥିଲା କି ତା'ର ମାଆ ତାରା ହୋଇ ସେଇ ତାରକାପୁଞ୍ଜଙ୍କ ମେଳରେ ରହିଯାଇଛି । ଫୃଟି ସବୁବେଳେ ସମସ୍ତଙ୍କର ଭଲ ଚିନ୍ତାକରେ । ଫୃଟି ସୋନପରୀର ଜୀବନ ବଞ୍ଚେଇବା ପରେ ତା' ସ‌ହ ବନ୍ଧୁତା ସ୍ଥାପନ କଲା । ଫୃଟିକୁ ସର୍ବଦା ସାହାଯ୍ୟ କରିବାକୁ ସୋନପରୀ ଆସୁଥିଲା । ଫୃଟିର ସବୁ କାର୍ଯ୍ୟରେ ସେମାନେ ଫୃଟିକୁ ସାହାଯ୍ୟ କରୁଥିଲେ । ରୁବୀର ସମସ୍ତ ମନ୍ଦ ଉଦେଶ୍ୟ ବିଷୟରେ ସେମାନେ ସବୁକିଛି ଜାଣିପାରି ଫୃଟିକୁ ତା' ବିଷୟରେ ଜଣାଇଥିଲେ । ସୋନପରୀ ବିଭିନ୍ନ ଅସୁବିଧାରେ ପଡ଼ିଥିବା ବେଳେ ତାକୁ ଫୃଟି ମଧ୍ୟ ସାହାଯ୍ୟ କରୁଥିଲା । ବୈଜ୍ଞାନିକ ଜୋସଲ୍‌କରର ବିଭିନ୍ନ ସଇତାନିକ ମନ୍ଦ ଚକ୍ରାନ୍ତରୁ ସେ ସୋନପରୀକୁ ଉଦ୍ଧାର କରୁଥିଲା । ଏକଦା ସୋନପରୀକୁ ଜଙ୍ଗୋବାବା କଣ୍ଢେଇ କରିଦେଇଥିଲା ।
ଫୃଟି
ai4bharatIndicQA
ଦିଲ୍ଲୀପ କୁମାରଙ୍କ ପିତାଙ୍କ ନାମ କ’ଣ ଥିଲା?
ଦିଲ୍ଲୀପଙ୍କ ପ୍ରଥମ ନାମ ଥିଲା ମୋହମ୍ମଦ ୟୁସୁଫ ଖାନ ମୋହମ୍ମଦ ୟୁସୁଫ ଖାନ ଓ ସେ ୧୧ ଡିସେମ୍ବର ୧୯୨୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ଘର ବ୍ରିଟିଶ ରାଜରେ ଥିବା ପେଷାୱାରର (Peshawar) କିସ ଖବାଣୀ ବଜାରରେ (Qissa Khawani Bazaar) ଥିଲା ଓ ସେ ଏକ ହିଣ୍ଡକୋ ଭାଷାଭାଷୀ ଆବାନ ପରିବାରର (Hindko-speaking Awan) ନିଜସ୍ୱ ବାସସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ ଯାହା ଏବେ ପାକିସ୍ଥାନର ଖାଇବର ପାଖତୁନଖ୍ୱାରେ (Khyber Pakhtunkhwa) ଅଛି । ଲାଲା ଗୁଲାମ ସର୍ବର ଖାନ ଓ ଆୟେସା ବେଗମଙ୍କ ଔରସରୁ ଜାତ ୧୨ ଜଣ ପିଲାଙ୍କ ମଧ୍ୟରୁ ସେ ଜଣେ ଥିଲେ । ତାଙ୍କ ପିତା ଜଣେ ଫଳ ବେପାରୀ ଥିଲେ । ଦିଲ୍ଲୀପଙ୍କ ଶିକ୍ଷା ନାସିକର (Nashik) ଦେଓଲାଲିରେ (Deolali) ଥିବା ବାରନେସ ସ୍କୁଲରେ (Barnes School) ସମାହିତ ହୋଇଥିଲା । ରାଜ କପୁର ତାଙ୍କର ପଡୋଶୀ ଭାବରେ ତାଙ୍କର ପିଲାଦିନର ସାଥି ଥିଲେ ଓ ପରବର୍ତ୍ତୀ ସମୟରେ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ସହକର୍ମୀ ଥିଲେ ।
ଲାଲା ଗୁଲାମ ସର୍ବର ଖାନ
ai4bharatIndicQA
ସୁଭାଷ ଘାଇ ନିର୍ମିତ ‘ବିଧାତା’ରେ ସେ ଶମି କପୁର ଓ ଆଉ କାହା ସହିତ ଅଭିନୟ କରିଥିଲେ ?
ସେ ୧୯୮୧ରେ କେନ୍ଦ୍ରୀୟ ଚରିତ୍ର ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ କ୍ରାନ୍ତି ସେ ବର୍ଷର ସର୍ବଶ୍ରେଷ୍ଠ ହିଟ ହୋଇଥିଲା । ମନୋଜ କୁମାର, ଶଶୀ କପୁର, ହେମା ମାଳିନୀ ଓ ଶତ୍ରୁଘ୍ନ ସିହ୍ନାଙ୍କ ସହିତ ଭାରତର ବ୍ରିଟିଶ ଅମଳରେ ହୋଇଥିବା ଏକ କାହାଣୀରେ ସେ କ୍ରାନ୍ତିକାରୀ ଅଭିନୟ କରିଥିଲେ । ଏହା ପରେ ସୁଭାଷ ଘାଇ ନିର୍ମିତ ‘ବିଧାତା’ରେ ସେ ସଂଜୀବ କୁମାର, ସଞ୍ଜୟ ଦତ୍ତ ଓ ଶମି କପୁର ସହିତ ଅଭିନୟ କରିଥିଲେ । ସେହି ବର୍ଷ ଶେଷରେ ସେ ଅମିତାଭ ବଚ୍ଚନ ସହିତ ରମେଶ ସିପିଙ୍କର ‘ଶକ୍ତି’ (୧୯୮୨) ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଯେଉଁଥିରେ ସେ ଶେଷ ଥର ନିମନ୍ତେ ବେଷ୍ଟ ଆକ୍ଟର ଭାବରେ ଅଷ୍ଟମ ଓ ଶେଷ ଫିଲିମ ଫେୟାର ପୁରସ୍କାର ପାଇଥିଲେ ଓ ସେହି ବର୍ଷ ତାହା ବକ୍ସ ଅଫିସରେ ଅତ୍ୟଧିକ ହିଟ ହୋଇଥିଲା । ଅନିଲ କପୁର ସହିତ କାମ କରିଥିବା ମଶାଲ ଚିତ୍ରରେ ତାଙ୍କର ଭୂମିକାକୁ ପ୍ରଶଂସା ମିଳିଥିଲେ ମଧ୍ୟ ବକ୍ସ ଅଫିସ ହିଟ କରିପାରିଲା ନାହିଁ । ସେ ୧୯୮୪ ମସିହାରେ 'ଦୁନିଆ' (Duniya) ଚିତ୍ରରେ ଋଷି କପୁର ସହିତ ଓ ୧୯୮୬ ମସିହାରେ ଧର୍ମାଧିକାରୀ (Dharm Adhikari) ଚିତ୍ରରେ ଜିତେନ୍ଦ୍ର ସହିତ କାମ କରିଥିଲେ । ସୁଭାଷ ଘାଇ ସାଥିରେ ଦ୍ୱିତୀୟ ଥର ପାଇଁ ୧୯୮୬ ମସିହାରେ ମିଶି ‘କର୍ମା’ ଚିତ୍ର ନିର୍ମାଣ କରିଥିଲେ ।
ସଂଜୀବ କୁମାର, ସଞ୍ଜୟ ଦତ୍ତ
ai4bharatIndicQA
19 ବିଂଶ ଶତାବ୍ଦୀରେ କିଏ ଜଙ୍ଗଲ ଅଞ୍ଚଳକୁ ସୁରକ୍ଷା ଦେବାକୁ ଚେଷ୍ଟା କଲା?
ଏହି ଜାତୀୟ ଉଦ୍ୟାନର କିଛି ଅଂଶ ପୂର୍ବେ ତେହରି ଗଡ଼ୱାଲ୍ ରାଜ୍ୟର ଶିକାର ଜଙ୍ଗଲ ଥିଲା । ରୋହିଲା ଅନୁପ୍ରବେଶକାରୀଙ୍କ ଦମନ ପାଇଁ ଜଙ୍ଗଲର ବହୁ ଅଂଶ କାଟି ସଫା କରିଦିଆ ଯାଇଥିଲା । ଗୁର୍ଖାଙ୍କୁ ରାଜ୍ୟରୁ ବିତାଡ଼ିତ କରିବାରେ ସାହାଯ୍ୟ କରିଥିବାରୁ ତେହରିର ରାଜା ନିଜ ରାଜ୍ୟର କିଛି ଅଂଶ ବ୍ରିଟିଶ୍ ପୂର୍ବ ଭାରତୀୟ କମ୍ପାନୀକୁ ପ୍ରଦାନ କରିଥିଲେ । ତେରାଇ ଅଞ୍ଚଳର ବୋକ୍ଷା ଜନଜାତି ଏଠାରେ ଘର କରି କୃଷିକାର୍ଯ୍ୟ ଇତ୍ୟାଦି କରୁଥିଲେ । କିନ୍ତୁ ୧୮୬୦ ଦଶନ୍ଧିରେ ବ୍ରିଟିଶ୍ ଶାସକମାନେ ଏମାନଙ୍କୁ ତଡ଼ି ଦେଇଥିଲେ । ଉନବିଂଶ ଶତାବ୍ଦୀରେ ଏହି ଅଞ୍ଚଳର ଦାୟିତ୍ତ୍ୱରେ ଥିବା ମେଜର୍ ରାମସେ ଏହି ଜଙ୍ଗଲର ସୁରକ୍ଷା ପାଇଁ ଚେଷ୍ଟା କରିଥିଲେ ।
ମେଜର୍ ରାମସେ
ai4bharatIndicQA
କିଏ ଥିଲେ ତ୍ରିକାଳଦର୍ଶୀ ମହାପୁରୁଷ?
ଶ୍ରୀରାମକୃଷ୍ଣ କହୁଥିଲେ-‘ଫୁଲ ଫୁଟିଲେ ଭ୍ରମର ଆପେ ଆପେ ଆସେ ମଧୁପାନ କରିବାକୁ; ତାକୁ ଡାକିବାକୁ ପଡ଼େ ନାହିଁ । ’...କେଉଁ ଏକ ଅଜ୍ଞାତ ଆକର୍ଷଣରେ ଦକ୍ଷିଣେଶ୍ୱରକୁ ଛୁଟି ଆସିଲେ ଆବାଳ ବୃଦ୍ଧ-ବନିତା, ସମାଜର ସବୁ ସ୍ତରର, ସବୁ ଧର୍ମର ଲୋକେ । ଉଚ୍ଚ-ନୀଚ, ବ୍ରାହ୍ମଣ-ଚଣ୍ଡାଳର କୌଣସି ଭେଦ ନ ଥିଲା । ସେ ଥିଲେ କରୁଣାସାଗର । ସଭିଙ୍କ ପ୍ରତି ତାଙ୍କର ସମାନ କରୁଣା, ସମାନ ଦୟା । ସଭିଙ୍କୁ ସେ ଭଗବତ୍‌-ପ୍ରାପ୍ତି ନିମନ୍ତେ ସାହାଯ୍ୟ କରୁଥିଲେ । ସେ ଥିଲେ ତ୍ରିକାଳଦର୍ଶୀ ମହାପୁରୁଷ । ଅନ୍ତର ଭିତରେ ପଶି କିଏ କେଉଁ ଭାବର ଲୋକ, ତାହା ଜାଣି ସେହି ଭାବରେ ସଭିଙ୍କୁ ଉପଦେଶ ଦେଉଥିଲେ । ତାଙ୍କ ଭିତରେ ଏପରି ଆଧ୍ୟାତ୍ମିକ ଶକ୍ତିର ବିକାଶ ହୋଇଥିଲା ଯେ ଥରଟିଏ ମାତ୍ର ସ୍ପର୍ଶ କରି ଭକ୍ତଗଣଙ୍କୁ ସମାଧିସ୍ଥ କରି ଦେଇପାରୁଥିଲେ, ଈଶ୍ୱର ଦର୍ଶନ କରାଇ ପାରୁଥିଲେ । ଦିନେ ଭାବାବେଶରେ କହିଥିଲେ, ‘ବର୍ତ୍ତମାନ ମାଆଙ୍କୁ (ଜଗଜ୍ଜନନୀଙ୍କୁ) କହୁଥିଲି-ମା’ !
ଶ୍ରୀରାମକୃଷ୍ଣ
ai4bharatIndicQA
ଚଳିତ ଓ ଆସନ୍ତା କେଉଁ ଫସଲ ପାଇଁ ରାଜ୍ୟରେ କୃଷି କାର୍ଯ୍ୟ ଜାରି ରହିବା ସହ କୃଷିକାର୍ଯ୍ୟ ପାଇଁ ବିଭିନ୍ନ କୃଷି ସାମଗ୍ରୀ, ସାର, କୀଟନାଶକ ଔଷଧ ଓ ଯନ୍ତ୍ରପାତି ସ୍ଥାନାନ୍ତରଣରେ କୌଣସି ବାଧା ରହିବ ନାହିଁ ବୋଲି ସରକାର ସୂଚନା ଦେଇଛନ୍ତି ?
କରୋନା ଭୂତାଣୁ ସଂକ୍ରମଣ ସମୟରେ ଗରିବ ଲୋକଙ୍କ ଜୀବନଜୀବିକା ବିଶେଷ ଭାବେ ପ୍ରଭାବିତ ହେଉଥିବାରୁ ନବୀନ ପଟ୍ଟନାୟକ ୨୨୦୦ କୋଟି ଟଙ୍କାର ଏକ ପ୍ୟାକେଜ୍ ଘୋଷଣା କରିଥିଲେ । ଏଥିରେ ନିର୍ମାଣ ଶ୍ରମିକଙ୍କ ସମେତ ଖାଦ୍ୟ ସୁରକ୍ଷା ଯୋଜନା ଓ ସାମାଜିକ କଲ୍ୟାଣ ଯୋଜନାର ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ତାଲାବନ୍ଦ ଯୋଗୁଁ ଅନ୍ୟ ରାଜ୍ୟରେ ଅଟକି ରହିଥିବା ଓଡ଼ିଆମାନଙ୍କୁ ଖାଦ୍ୟ ଓ ଔଷଧ ଯୋଗାଇ ଦେବାକୁ ଓଡ଼ିଶା ସରକାର ଅନ୍ୟ ରାଜ୍ୟର ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡିକୁ ଅନୁରୋଧ କରିଛନ୍ତି । ଏହି ଖର୍ଚ୍ଚ ଓଡ଼ିଶା ସରକାର ଭରଣା କରିବେ । ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପ୍ରବାସରୁ ଫେରୁଥିବା ଓଡ଼ିଆମାନଙ୍କୁ ସୀମାନ୍ତରେ ଅଟକାଇବା ସହ ସେଠାରେ ସେମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରିବାକୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ । [୧୩]ଚଳିତ ଖରିଫ୍ ଓ ଆସନ୍ତା ରବି ଫସଲ ପାଇଁ ରାଜ୍ୟରେ କୃଷି କାର୍ଯ୍ୟ ଜାରି ରହିବା ସହ କୃଷିକାର୍ଯ୍ୟ ପାଇଁ ବିଭିନ୍ନ କୃଷି ସାମଗ୍ରୀ, ସାର, କୀଟନାଶକ ଔଷଧ ଓ ଯନ୍ତ୍ରପାତି ସ୍ଥାନାନ୍ତରଣରେ କୌଣସି ବାଧା ରହିବ ନାହିଁ ବୋଲି ସରକାର ସୂଚନା ଦେଇଛନ୍ତି । [୧୪] ଲକ ଡାଉନ ଓ ସଟ ଡାଉନତାଲାବନ୍ଦ ସମୟରେ ବିଭିନ୍ନ ଅତ୍ୟାବଶ୍ୟକୀୟ ସେବା ଯଥା ବିଜୁଳି, ଜଳଯୋଗାଣ, ହାସପାତାଳ, ଔଷଧ ଦୋକାନ, ଅଗ୍ନିଶମ ସେବା ଇତ୍ୟାଦି ଜାରି ରହିବା ସମେତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ କଡ଼ରେ ଥିବା ଢ଼ାବା ଓ ଗ୍ୟାରେଜ ଖୋଲା ରହିବ ଓ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିଳ୍ପ, କଳ କାରଖାନା,ଶିକ୍ଷାନୁଷ୍ଠାନ, ଧାର୍ମିକ ଅନୁଷ୍ଠାନ, ଅଦାଲତ, ବାଣିଜ୍ୟିକ ଅନୁଷ୍ଠ। [୧୫]ରାଜ୍ୟ ସରକାର ଲକଡାଉନ ଅବଧିକୁ ଏପ୍ରିଲ ୩୦ ଯାଏଁ ବୃଦ୍ଧି କରିବା ସହ କୃଷି ତଥା ଅନ୍ୟାନ୍ୟ ଆନୁଷଙ୍ଗିକ କ୍ଷେତ୍ରରେ ଏହି କଟକଣାକୁ କିଛି ମାତ୍ରାରେ କୋହଳ କରିଛନ୍ତି ।
ଚଳିତ ଖରିଫ୍ ଓ ଆସନ୍ତା ରବି
ai4bharatIndicQA
ଏପ୍ରିଲର ପ୍ରଥମ ସପ୍ତାହରେ କେତେ ନମୁନା ପରୀକ୍ଷା କରାଯାଇଥିଲା?
ଭାରତ ସରକାର ଇତିମଧ୍ୟରେ ଦେଶର ଯେଉଁ ୧୨୩ଟି ଜିଲ୍ଲାକୁ କରୋନା ବିଶେଷ ସଂକ୍ରମଣ ଜିଲ୍ଲା ଭାବେ ଚିହ୍ନଟ କରିଛନ୍ତି ତନ୍ମଧ୍ୟରୁ ଓଡ଼ିଶାର ଖୋର୍ଦ୍ଧା ଏବଂ ଭଦ୍ରକ ଅନ୍ୟତମ । ରାଜ୍ୟର ସମୁଦାୟ କରୋନା ପଜିଟିଭ ୬୦ ହୋଇଥିବା ବେଳେ ସେଥିମଧ୍ୟରୁ କେବଳ ଭୁବନେଶ୍ୱରରେ(ଖୋର୍ଦ୍ଧା ଜିଲା ଅନ୍ତର୍ଗତ) ୪୬ ଆକ୍ରାନ୍ତ ଅଟନ୍ତି । ଅତଏବ, ରାଜ୍ୟ ସରକାର ଭୁବନେଶ୍ୱରରେ କରୋନା ସଂକ୍ରମଣ ରୋକିବା ପାଇଁ ଏକ ବିଶେଷ ଯୋଜନା କାର୍ଯ୍ୟକାରୀ କରିବାକୁ ସ୍ଥିର କରିଛନ୍ତି । ଏହି ଯୋଜନା ଅନୁସାରେ ୧୮ ଏପ୍ରିଲରୁ ଆସନ୍ତା ଏକ ସପ୍ତାହ ମଧ୍ୟରେ କେବଳ ଭୁବନେଶ୍ୱରରେ ୫୦୦୦ କରୋନା ସାମ୍ପଲ ପରୀକ୍ଷଣ କରାଯିବ । [୧୭] ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗଦ୍ୱାରା ଏହି ପରୀକ୍ଷଣ ଅଗ୍ରାଧୀକାର ଭିତ୍ତିରେ ଆରମ୍ଭ ହେବ । ଅର୍ଥାତ, ପ୍ରାଥମିକ ପର୍ଯ୍ୟାୟରେ ଏହି ସମୟ ମଧ୍ୟରେ ବିଦେଶ ଯାତ୍ରାର ଇତିହାସ ଥିବା ବ୍ୟକ୍ତି ବିଶେଷ, ଦେଶ ମଧ୍ୟରେ କରୋନା ସଂକ୍ରମିତ ଅଞ୍ଚଳକୁ ଯାତ୍ରା କରିଥିବା ବ୍ୟକ୍ତି ବିଶେଷ, ଥଣ୍ଡା କାଶ ଅଥବା ଫ୍ଳୁ ରୋଗର ଲକ୍ଷଣ ଥିବା ବ୍ୟକ୍ତି ବିଶେଷ, କୋଭିଡ-୧୯ ରୋଗୀର ସଂଷ୍ପର୍ଶରେ ଆସିଥିବା ବ୍ୟକ୍ରି ବିଶେଷ ତଥା ବହୁବିଧ ଶ୍ୱାସ ସଂକ୍ରମଣ ଜନିତ ରୋଗର ଲକ୍ଷଣ ଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରାଥମିକତା ଦିଆଯିବ । କ୍ୟାମ୍ପ ତଥା ଭ୍ରାମ୍ୟମାଣ ଭ୍ୟାନ ଜରିଆରେ ଏହି ପରୀକ୍ଷଣ କରାଯିବ । ଏହା ସାଙ୍ଗକୁ ପରୀକ୍ଷଣରେ ସହଯୋଗ କରୁ ନ ଥିବା ବ୍ୟକ୍ରି ବିଶେଷଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ।
୫୦୦୦
ai4bharatIndicQA
୧୯୯୦ ପରଠାରୁ କ’ଣ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇଛି?
୧୯୯୦ ମସିହା ପରଠାରୁ ଅଂକୋର୍ ୱାଟ୍ ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହୋଇଅଛି । ଗଣନାନୁସାରେ ୧୯୯୩ ମସିହାରେ ଏହି ମନ୍ଦିରର ପର୍ଯ୍ୟଟକଙ୍କ ସଂଖ୍ୟା କେବଳ ୭୬୫୦ ଥିଲା । କିନ୍ତୁ ୨୦୦୪ ମସିହାର ସରକାରୀ ଗଣନା ଅନୁସାରେ ସିଏମ୍ ରିପ୍ ଅଞ୍ଚଳରେ ସେ ବର୍ଷ ୫୬୧୦୦୦ ବିଦେଶୀ ପର୍ଯ୍ୟଟକ ଆସି ପହଞ୍ଚିଥିଲେ । ୨୦୦୭ ମସିହାରେ ପର୍ଯ୍ୟଟକଙ୍କ ସଂଖ୍ୟା ୧୦ ଲକ୍ଷରୁ ଅଧିକ ହୋଇଥିବା ବେଳେ, ୨୦୧୨ ଓ ୨୦୧୩ ମସିହାର ପର୍ଯ୍ୟଟକଙ୍କ ସଂଖ୍ୟା ୨୦ ଲକ୍ଷ ଅତିକ୍ରମ କରିଥିଲା । ସିଏମ୍ ରିପ୍‍କୁ ଆସୁଥିବା ବିଦେଶୀ ପର୍ଯ୍ୟଟକମାନେ ପ୍ରାୟତଃ ଅଂକୋର୍ ୱାଟ୍ ଦର୍ଶନ କରିବା ଉଦ୍ଦେଶ୍ୟ ନେଇ ଆସିଥାନ୍ତି । ସୋକିମେକ୍ସ୍ (SOKIMEX) ନାମକ ଏକ ବେସରକାରୀ ସଂସ୍ଥା ୧୯୯୦ ପରଠାରୁ ଏହି ମନ୍ଦିର ସ୍ଥଳପାଇଁ କାମ୍ପୁଚିଆର ସରକାରଙ୍କୁ ଭଡା ପ୍ରଦାନ କରିଆସୁଛି ଓ ମନ୍ଦିରଟି ଏହି ସଂସ୍ଥାର ତତ୍ତ୍ୱାବଧାନରେ ରହିଛି । ମନ୍ଦିର ପ୍ରାଙ୍ଗଣମଧ୍ୟକୁ ଏତେ ସଂଖ୍ୟାରେ ପର୍ଯ୍ୟଟକମାନଙ୍କ ଆଗମନ, ସେମାନଙ୍କ ବାରମ୍ବାର ସ୍ପର୍ଶ ଓ ଘର୍ଷଣଦ୍ୱାରା ମନ୍ଦିର କାନ୍ଥରେ ଅଙ୍କିତ କିଛି କାରୁକାର୍ଯ୍ୟ ନଷ୍ଟ/ନିଶ୍ଚିହ୍ନ ମଧ୍ୟ ହୋଇଛି । ତେଣୁ ମନ୍ଦିର ଚଟ୍ଟାଣ ଓ କାନ୍ଥରେ ଖୋଦିତ ଚିତ୍ରର ସୁରକ୍ଷା ନିମନ୍ତେ ସ୍ଥାନେ ସ୍ଥାନେ କାଠ ପାହାଚ ଓ ଦଉଡିଦ୍ୱାରା ବେଷ୍ଟିତ କରି ପର୍ଯ୍ୟଟକ ଓ କଳାକୃତି ମଧ୍ୟରେ ବିଭାଜନ ସୃଷ୍ଟି କରାଯାଇଛି । ପର୍ଯ୍ୟଟନର ଅଭିବୃଦ୍ଧି ଫଳରେ ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ଅତିରିକ୍ତ ଖଜଣା ମିଳିବା ମଧ୍ୟ ସମ୍ଭବପର ହୋଇପାରିଛି ।
ଅଂକୋର୍ ୱାଟ୍
ai4bharatIndicQA
ସୋଲଂକୀ ଶାସନ କେତେ ଶତାବ୍ଦୀ ଯାଏଁ ହୋଇଥିଲା?
ଅହମଦାବାଦର ଇତିହାସ ଅଣହିଲବାଡ଼(ଆଧୁନିକ ପାଟନ)ର ଶାସକ ସୋଲଂକୀରାଜା କର୍ଣଦେବ ପ୍ରଥମଙ୍କ ସହ ଏଗାରଶହ ଶତାବ୍ଦୀରେ ଆରମ୍ଭ ହେଲା । ସେ ଭୀଲ ରାଜା ଅଶପଲ୍ଲ ବା ଆଶାପାଲଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ ଏବଂ ତାଙ୍କ ବିଜୟ ପରେ ସାବରମତୀ ନଦୀ କୂଳରେ ଆଜିର ଆଧୁନିକ ଅହମଦାବାଦ ଥିବା ସ୍ଥାନରେ କର୍ଣାବତୀ ନାମକ ସହର ସ୍ଥାପନା କରାଗଲା । ସୋଲଂକୀ ଶାସନ ତେରଶହ ଶତାବ୍ଦୀ ଯାଏଁ ହୋଇଥିଲା , ମୋଗଲମାନେ ତେରଶହ ଶତାବ୍ଦୀର ଶେଷ ଭାଗରେ ଗୁଜରାଟ ଉପରେ ନିଜର ଆଧିପତ୍ୟ ବିସ୍ତାର କଲେ । ପନ୍ଦରଶହ ଶତାବ୍ଦୀର ଆରମ୍ଭରେ ମୁସଲିମ୍ ମୁଜ଼ଫ୍ଫରିଦ ରାଜବଂଶଦ୍ୱାରା ଏକ ସ୍ୱତନ୍ତ୍ର ସଲତନତର ଶାସନ ଗୁଜରାଟରେ ସ୍ଥାପିତ କରାଗଲା ଏବଂ ୧୪୧୧ରେ ସୁଲତାନ ଅହମଦ ଶାହଙ୍କଦ୍ୱାରା କର୍ଣାବତୀ ନଗରକୁ ଅହମଦାବାଦ ନାମରେ ନାମିତ କରାଗଲା । ୧୪୮୭ରେ ଅହମଦ ଶାହଙ୍କ ପୌତ୍ର ମହମୂଦ ବେଗଡ଼ାଙ୍କଦ୍ୱାରା ଛଅମିଲ ପରିଧିରେ ସହର ଚାରିପାଖେ ପାଚେରୀ ନିର୍ମାଣ କରାଯାଇଥିଲା ଏଥିରେ ୧୨ଟି ପ୍ରବେଶ ପଥ, ୧୮୯ଟି ଗଡ଼ ଏବଂ ୬୦୦୦ରୁ ଅଧିକ ସୈନ ଦଳ ବାହରର ଆକ୍ରମଣକାରୀଙ୍କଠାରୁ ସହର ରକ୍ଷା ନିମନ୍ତେ ରଖାଯାଇଥିଲା । ଅନ୍ତିମ ସୁଲତାନ ମୁଜ଼ଫ୍ଫ଼ର ତୃତୀୟଙ୍କ ସମୟରେ ସହରରେ ଅରାଜକତା ବଢ଼ି ଯାଇଥିଲା ଏବଂ ଗୁଜରାଟକୁ ମୋଗଲ ସମ୍ରାଟ ଆକବରଙ୍କଦ୍ୱାରା ୧୫୭୩ରେ ଜିତା ଯାଇଥିଲା । ମୋଗଲ ଶାସନକାଲରେ ଅହମଦାବାଦ ବେପାର କେନ୍ଦ୍ର ରୂପେ, ବିଶେଷ କରି ବସ୍ତ୍ର ଉଦ୍ୟୋଗର କେନ୍ଦ୍ର ହେଲା, ଏଠାକାର କପଡ଼ା ୟୁରୋପ ଆଦି ଦୂର ଦେଶଗୁଡ଼ିକୁ ରପ୍ତାନୀ କରାଯାଉଥିଲା । ୧୬୩୦ର ମରୁଡ଼ି ଏବଂ ଅକାଳ ଯୋଗୁଁ ସହରର ବିକାଶ ବାଧାପ୍ରାପ୍ତ ହେଲା । ୧୭୫୩ରେ ମରାଠା ଜେନେରାଲ ରଘୁନାଥ ରାଓ ଏବଂ ଦାମଜୀ ଗାୟକବାଡ଼ଙ୍କ ସେନା ସହର ଉପରେ ଆକ୍ରମଣ କରି କବଜା କଲା ଏବଂ ଅହମଦାବାଦରେ ମୋଗଲ ଶାସନ ସମାପ୍ତ ହୋଇଥିଲା ।
ତେରଶହ ଶତାବ୍ଦୀ
ai4bharatIndicQA
‘କର୍ମା’ ଚିତ୍ର କେଉଁ ମସିହାରେ ନିର୍ମାଣ ହୋଇଥିଲା ?
ସେ ୧୯୮୧ରେ କେନ୍ଦ୍ରୀୟ ଚରିତ୍ର ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ କ୍ରାନ୍ତି ସେ ବର୍ଷର ସର୍ବଶ୍ରେଷ୍ଠ ହିଟ ହୋଇଥିଲା । ମନୋଜ କୁମାର, ଶଶୀ କପୁର, ହେମା ମାଳିନୀ ଓ ଶତ୍ରୁଘ୍ନ ସିହ୍ନାଙ୍କ ସହିତ ଭାରତର ବ୍ରିଟିଶ ଅମଳରେ ହୋଇଥିବା ଏକ କାହାଣୀରେ ସେ କ୍ରାନ୍ତିକାରୀ ଅଭିନୟ କରିଥିଲେ । ଏହା ପରେ ସୁଭାଷ ଘାଇ ନିର୍ମିତ ‘ବିଧାତା’ରେ ସେ ସଂଜୀବ କୁମାର, ସଞ୍ଜୟ ଦତ୍ତ ଓ ଶମି କପୁର ସହିତ ଅଭିନୟ କରିଥିଲେ । ସେହି ବର୍ଷ ଶେଷରେ ସେ ଅମିତାଭ ବଚ୍ଚନ ସହିତ ରମେଶ ସିପିଙ୍କର ‘ଶକ୍ତି’ (୧୯୮୨) ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଯେଉଁଥିରେ ସେ ଶେଷ ଥର ନିମନ୍ତେ ବେଷ୍ଟ ଆକ୍ଟର ଭାବରେ ଅଷ୍ଟମ ଓ ଶେଷ ଫିଲିମ ଫେୟାର ପୁରସ୍କାର ପାଇଥିଲେ ଓ ସେହି ବର୍ଷ ତାହା ବକ୍ସ ଅଫିସରେ ଅତ୍ୟଧିକ ହିଟ ହୋଇଥିଲା । ଅନିଲ କପୁର ସହିତ କାମ କରିଥିବା ମଶାଲ ଚିତ୍ରରେ ତାଙ୍କର ଭୂମିକାକୁ ପ୍ରଶଂସା ମିଳିଥିଲେ ମଧ୍ୟ ବକ୍ସ ଅଫିସ ହିଟ କରିପାରିଲା ନାହିଁ । ସେ ୧୯୮୪ ମସିହାରେ 'ଦୁନିଆ' (Duniya) ଚିତ୍ରରେ ଋଷି କପୁର ସହିତ ଓ ୧୯୮୬ ମସିହାରେ ଧର୍ମାଧିକାରୀ (Dharm Adhikari) ଚିତ୍ରରେ ଜିତେନ୍ଦ୍ର ସହିତ କାମ କରିଥିଲେ । ସୁଭାଷ ଘାଇ ସାଥିରେ ଦ୍ୱିତୀୟ ଥର ପାଇଁ ୧୯୮୬ ମସିହାରେ ମିଶି ‘କର୍ମା’ ଚିତ୍ର ନିର୍ମାଣ କରିଥିଲେ ।
୧୯୮୬
ai4bharatIndicQA
୧୮୪୧ ମସିହାରେ ଆଉ କେତେଟି ସ୍ଥାନରେ ଇଂରାଜୀ ବିଦ୍ୟାଳୟ ପ୍ରତିଷ୍ଠା ହେଲା?
-ଓଡ଼ିଶାରେ ମିସନାରୀମାନଙ୍କର କାର୍ଯ୍ୟକଳାପ ଯେତେବେଳେ ସକ୍ରିୟ ହୋଇ ଉଠିଥିଲା, ସେତେବେଳେ ଆଧୁନିକଧରଣର ବିଦ୍ୟାଳୟ ପ୍ରତିଷ୍ଠା ସେମାନଙ୍କର ପ୍ରଥମ ଲକ୍ଷ୍ୟ ହୋଇପଡିଥିଲା । ସେହିମାନଙ୍କର ପ୍ରଚେଷ୍ଠାରେ ପ୍ରଥମେ କଟକରେ ଆଧୁନିକ ସ୍କୁଲ ଖ୍ରୀ.୧୮୨୨ରେ ପ୍ରତିଷ୍ଠା ହେଲା । କମ୍ପାନୀ ସରକାରଙ୍କ ନୂତନ ଶିକ୍ଷାନୀତି ଫଳରେ ଖ୍ରୀ.୧୮୩୫ରେ ମିସନାରୀମାନଙ୍କ ପୁରୀ ଇଂରେଜୀ ସ୍କୁଲ ଖ୍ରୀ.୧୮୪୧ରେ କଟକ ଇଂରେଜୀ ସ୍କୁଲ ଓ ଅନ୍ୟ ୮ଟି ସ୍ଥାନରେ ଇଂରେଜୀ ସ୍କୁଲ ମାନ ପ୍ରତିଷ୍ଠା ହେଲା । ଦେଶୀୟ ବିଦ୍ୟାଳୟଗୁଡିକରେ ଏ ଦେଶର ଛାତ୍ର ମାନଙ୍କୁ ପଶ୍ଚ। ତ୍ୟ ଜ୍ଞାନ-ବିଜ୍ଞାନ ସହିତ ପରିଚିତ କରାଇ ଏ ଦେଶ ଜନସଧାରଣଙ୍କ ପାରମ୍ପରିକ ରୁଚିବୋଧକୁ ବଦଳାଇଦେବା ଓ ଏ ଦେଶ ଲୋକଙ୍କ ଦୃଷ୍ଟିକୋଣରେ ପରିବର୍ତ୍ତନ ସୂତ୍ରପାତ କରିବା ଏ ଶିକ୍ଷାର ଥିଲା ମୂଳ ଲକ୍ଷ୍ୟ । ମିସନାରୀମାନେ ଖ୍ରୀ.୧୮୨୨ରେ ଓଡ଼ିଶାରେ ପ୍ରଥମ ଇଂରାଜୀ ୪ଟି ସ୍କୁଲ ପ୍ରତିଷ୍ଠା କରିଥିଲେ ମଧ୍ୟ ଅର୍ଥାଭାବ ହେତୁ ତାହା ବେଶି ଦିନ ଚଳାଇ ପାରି ନଥିଲେ । ତେଣୁ ଖ୍ରୀ.୧୮୪୧ରେ କମ୍ପାନୀ ସରକାର ଏହି ସ୍କୁଲର ପରିଚାଳନାଭାର ଗ୍ରହଣ କରିଥିଲେ । ଏହି ବିଦ୍ୟାଳୟଟି କାଳକ୍ରମେ ଓଡ଼ିଶାର ପ୍ରଧାନ ଶିକ୍ଷାକେନ୍ଦ୍ର ହୋଇଉଠିଥିଲା ।
୮ଟି
ai4bharatIndicQA
ନିକେଲ ତିଆରି ଚାରି ଅଣା ମୁଦ୍ରା ଉପରେ କାହାର ପ୍ରତିମୂର୍ତ୍ତି ରହିଥିଲା?
୨୫ ପଇସା: ଆଧୁନିକ ୨୫ ପଇସାର ପ୍ରଚଳନ ୧୯୫୫ ମସିହା ସେପ୍ଟେମ୍ବର ମାସରେ ଆରମ୍ଭ ହୋଇଥିଲା । ଏହା ପୂର୍ବରୁ ଏହାକୁ ୧୬ ଅଣାର ଏକ ଚତୁର୍ଥାଂଶ ଚାରି ଅଣା ବା ଚାରଣା ବା ଚାରଣି କୁହାଯାଉଥିଲା । ୧୮୩୦ ମସିହାରେ, ବିଲିୟମ ଚତୁର୍ଥଙ୍କ ଶାସନ ସମୟରେ ପ୍ରଥମେ ରୁପା ତିଆରି ଚାରିଅଣା ମୁଦ୍ରା ପ୍ରଚଳନ କରାଯାଇଥିଲା । ୧୮୪୦ମସିହାରେ ରାଣୀ ଭିକ୍ଟୋରିଆ ଭାରତର ସାମ୍ରାଜ୍ଞୀ ଭାବେ ଭୂଷିତ ହେବା ପରେ ଏହି ରୁପାମୁଦ୍ରାକୁ ଅଧିକ ଆକର୍ଷଣୀୟ କରାଯାଇଥିଲା । ୧୯୧୯ ମସିହାରେ ରୁପା ବଦଳରେ ନିକେଲ ତିଆରି ଚାରି ଅଣା ମୁଦ୍ରା ପ୍ରଚଳନ କରାଯାଇଥିଲା । ଏହି ମୁଦ୍ରା ଉପରେ ସମ୍ରାଟ ପଞ୍ଚମ ଜର୍ଜଙ୍କ ଛବି ରହିଥିଲା । ଦେଶ ସ୍ୱାଧୀନ ହେବା ପରେ ୧୯୫୦ ମସିହା ଅଗଷ୍ଟ ୧୫ରେ ନୂତନ ମୁଦ୍ରା ପ୍ରଚଳନ ହୋଇଥିଲା, ଯେଉଁଥିରେ ନିକେଲ ନିର୍ମିତ ଚାରଣି ଥିଲା ।
ସମ୍ରାଟ ପଞ୍ଚମ ଜର୍ଜଙ୍କ ଛବି
ai4bharatIndicQA
କମିଶନ କେବେ ଲାହୋର ଗସ୍ତ କରିଥିଲେ ?
୧୯୨୮ ମସିହାରେ ବ୍ରିଟିଶ ସରକାର ଭାରତରେ ହେଉଥିବା ରାଜନୈତିକ ବାତାବରଣର ଯାଞ୍ଚ ପରଖ କରିବା ନିମିତ୍ତ ସାଇମନ କମିଶନ ନାମକ ଏକ ଦଳକୁ ଭାରତ ପଠାଇଥିଲେ । କେତେକ ରାଜନୈତିକ ଦଳଗୁଡିକ ଏହି କମିଶନରେ କେହି ଭାରତୀୟ ନଥିବାରୁ ଏହାର ବହିଷ୍କାର କରିଥିଲେ । ଦେଶସାରା ଏହି କମିଶନର ପରିଭ୍ରମଣ ନିମିତ୍ତ ତୀବ୍ର ବିରୋଧ ଏବଂ ଆନ୍ଦୋଳନ କରାଯାଇଥିଲା । ୩୦ ଅକ୍ଟୋବର ୧୯୨୮ରେ ଯେବେ ଏହି କମିଶନ ଲାହୋର ପରିଭ୍ରମଣରେ ଆସିଥିଲେ ଲାଲା ଲଜପତ ରାୟ ଏହା ବିରୁଦ୍ଧରେ ଏକ ଆନ୍ଦୋଳନ କରିଥିଲେ । ପୋଲିସ ଆନ୍ଦୋଳନକୁ ପ୍ରଶମିତ କରିବାକୁ ଚେଷ୍ଟା କରିଥିଲେ ଯାହାକି ପରେ ବଢିଯାଇ ହିଂସାର ରୂପ ଧାରଣ କରିଥିଲା । ଉପସ୍ଥିତ ପୋଲିସ ସୁପରିଟେଣ୍ଡେଣ୍ଟ ଜେମ୍ସ ଏ. ସ୍କଟ ଲାଠି ଚାଳନାର ଆଦେଶ ଦେଇଥିଲେ, ଏବଂ ନିଜେ ଲାଲାଜୀଙ୍କୁ ଲାଠିରେ ମାରି ଗୁରୁତର ଆହତ କରିଦେଇଥିଲେ ।
୩୦ ଅକ୍ଟୋବର ୧୯୨୮ରେ
ai4bharatIndicQA
ହର୍ମନ୍ଦୀର ସାହେବଙ୍କ ପ୍ରଥମ ସଂସ୍କରଣ ସଂପୂର୍ଣ୍ଣ କରିବାକୁକେତେ ବର୍ଷ ଲାଗିଗଲା ?
ନିର୍ମାଣ ସମୟରେ ଜଳାଶୟର ଖାଲି କରି ଶୁଖା ଯାଇଥିଲେ । ହରମନ୍ଦିର ସାହିବଙ୍କ ପ୍ରଥମ ସଂସ୍କରଣ ପୁର୍ଣ ହେବ ପାଇଁ ୮ ବର୍ଷ ସମୟ ଲାଗିଥିଲା । ଗୁରୁ ଅର୍ଜନ ବିନମତ୍ରା ଉପରେ ଅଧିକ ଜୋର ଦେଇ ସହର ଠାରୁ କାମ ସ୍ଥରରେ ଏକ ମନ୍ଦିର ନିର୍ମାଣ କଲେ, କାରଣ ଗୁରୁଙ୍କୁ ସାକ୍ଷାତ ତଥା ଦର୍ଶନ କରିବା ପାଇଁ ମନ୍ଦିର ପରିସରରେ ପ୍ରବେଶ କରିବା ପୂର୍ବେ ମଣିଷର ଅହଂକାରକୁ ନଷ୍ଟ କରିବା ଆବଶ୍ୟକ ଥିଲା । ସେ ମଧ୍ୟ ମନ୍ଦିର ପରିସର ଥିବା ସମସ୍ଥ ପାର୍ଶ୍ୱ ଖୋଲା ରଖିବାକୁ ଦାବି କରିଥିଲେ ଯାହା ସମସ୍ତ ଲୋକଙ୍କ ପାଇଁ ଖୋଲା ଥିବାର ଦର୍ଶାଏ । ଅରବିନ୍ଦ ପାଲ ସିଂ ମାଣ୍ଡିରଙ୍କ କଥା ଅନୁସାରେ ଜଳାଶୟ ମଧ୍ୟରେ ଥିବା ଏହି ପବିତ୍ର ସ୍ଥାନ ଯେଉଁଠି ତାଙ୍କ ଗୁରୁ ବସୁଥିଲେ, ସେଠାରେ ପହଂଚିବା ପାଇଁ କେବଳ ଏକ ପୋଲୋ ଥିଲା ଏହା ଦର୍ଶାଉଥାଏ କି ଜୀବନର ଅନ୍ତିମ ଲକ୍ଷ୍ୟ କେବଳ ଏକ ଅଟେ । ୧୫୮୯ରେ ଇଟାଦ୍ୱାରା ମନ୍ଦିରର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିଲା । ଗୁରୁ ଅର୍ଜନ ଏହାର ନିମ୍ନ ପ୍ରସ୍ଥର ସ୍ଥାପନା ପାଇଁ ଲାହୋରର ସୁଫି ସେନ୍ଟ ମିଆଁ ମୀରଙ୍କୁ ନିମଂତ୍ରିତ କରିଥଲେ, ସାଙ୍କେତିକ ରୂପେ ଏହା ବହୁଳବାଦ ଏବଂ ଶିଖ ପରମ୍ପରା ସଭିଙ୍କୁ ସ୍ୱାଗତ କରୁଥିବାର ଦର୍ଶାଏ ।
୮ ବର୍ଷ
ai4bharatIndicQA
ଜମିଦାର ନାମ କ’ଣ?
ତତ୍କାଳିନ ଜମିଦାର ନିଳାଦ୍ରୀ ସମରସିଂହ ଦିନେ ନିଜ ଜମିରେ ହଳ କରିବା ନିମନ୍ତେ ଅନନ୍ତ ନାମକ ଜଣେ ହଳୁଆକୁ ନିର୍ଦ୍ଦେଶ ଦେଇଥିଲେ । ଅନନ୍ତ କିଛି ସମୟ ହଳ ବୁଲାଇବା ପରେ ହଠାତ ଲଙ୍ଗଳ ମୁନଟି ମାଟିତଳେ ଥିବା ଏକ ବସ୍ତୁରେ ବାଜି ଭାଙ୍ଗି ଯାଇଥିଲା । ତ‌ତ୍‌କ୍ଷଣାତ୍ ଆକାଶରେ କଳାବଦଲ ଛାଇଗଲା, ପ୍ରଚଣ୍ଡ ଘଡ଼ଘଡ଼ି ସ‌ହ ବିଜୁଳି ଚକିବାରେ ଲାଗିଲା । ଲୁହାରେ ନିର୍ମିତ ଫାଳଟି ଭାଙ୍ଗିଯିବା ସ‌ହିତ ପ୍ରକୃତିର ଅବସ୍ଥାର ହଠାତ୍ ପରିବର୍ତ୍ତନରେ ଆତଙ୍କିତ ହୋଇଯାଇଥିବା ଅନନ୍ତ ବସ୍ତୁଟିର ଚାରିକଡ଼ର ମାଟି ଆଡ଼େଇଲା । ଏକ କଳା ମୁଗୁନି ପଥର ଦେହରୁ ରକ୍ତର ଧାର ବୈତରଣୀ ନ‌ଦୀ ଆଡ଼କୁ ବୋହୁଯାଉଥିବାର ଦେଖିଲା । ଏହାପରେ ସେ ଯାଇ ଜମିଦାରଙ୍କୁ ସମସ୍ତ ବୃତ୍ତାନ୍ତ ଜଣାଇଲା । ଜମିଦାର ସମରସିଂହ କିଛି ଗ୍ରାମବାସୀଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଲେ ।
ନିଳାଦ୍ରୀ ସମରସିଂହ
ai4bharatIndicQA
କେଉଁ ଧାରା ଚୁକ୍ତି ଅନୁଯାୟୀ ସିନ୍ଧୁ ଜଳ ପାଇଁ ସୃଷ୍ଟି ହେଉଥିବା କ୍ଷତି ସମ୍ଭାବନାକୁ ସୁରକ୍ଷା ଦେଇଥାଏ ?
ସିନ୍ଧୁ ନଦୀ ଭାରତୀୟ ପ୍ରଦେଶ ଗୁଜରାଟକୁ ପୁନଃ ପ୍ରବେଶ କରି କଚ୍ଛ ଲବଣମରୁର କୋରି କ୍ରିକ୍‍କୁ ପ୍ରବାହିତ ହୋଇଛି । ତ୍ରିକୋଣଭୂମିରେ ଏହାର ଶାଖାକୁ ନାରା ନଦୀ (ବା ନାରା କେନାଲ୍) କୁହାଯାଏ ଯାହା ଶକୁର ହ୍ରଦ ହୋଇ ଆରବ ସାଗରକୁ ପ୍ରବାହିତ ହୋଇଥାଏ । ଭାରତର ବିନା ସହମତିରେ ପାକିସ୍ତାନ ୧୯୮୭ରୁ ୧୯୯୭ ମଧ୍ୟରେ ବିଶ୍ୱବ୍ୟାଙ୍କର ଆର୍ଥିକ ସହାୟତାରେ ଲେଫ୍ଟ ବ୍ୟାଙ୍କ ଆଉଟ୍‍ଫଲ୍ ଡ୍ରେନ୍ (Left Bank Outfall Drain - LBOD) ନିର୍ମାଣ କରିଛି । ଏହି ପ୍ରକଳ୍ପ କଚ୍ଛ ଲବଣମରୁ ମଧ୍ୟ ଦେଇ ଗତି କରିଛି । ସିନ୍ଧୁ ଜଳ ଚୁକ୍ତିର ଅନୁଚ୍ଛେଦ – ୪ (୧୦)ର ଉଲ୍ଲଂଘନ କରୁଥିବା ଏହି ସହଯୋଗୀ କେନାଲ୍‍ର ଲକ୍ଷ୍ୟ ହେଲା ପାକିସ୍ତାନର ସିନ୍ଧୁ ତ୍ରିକୋଣଭୂମିକୁ ପ୍ରବାହିତ ଲବଣାକ୍ତ ଓ ପ୍ରଦୂଷିତ ପାଣିକୁ କଚ୍ଛ ଲବଣମରୁ ଦେଇ ସମୁଦ୍ରକୁ ବିସ୍ଥାପିତ କରିବା । ଏହି LBOD କେନାଲରେ ପାଣି ଛଡ଼ାଗଲେ ବନ୍ୟାର ଆଶଙ୍କା ଦେଖାଦେବା ସହ ଏଠାରେ ରହିଥିବା ଲୁଣମରା ଜମିକୁ ଯେଉଁ ସବୁ ଜଳାଶୟରୁ ପାଣି ଆସେ, ସେଗୁଡ଼ିକ ମଧ୍ୟ ପ୍ରଦୂଷିତ ହୋଇଥାଏ ।
ଅନୁଚ୍ଛେଦ – ୪ (୧୦)
ai4bharatIndicQA
ଏହାର ଉଦଘାଟନ କିଏ କରିଥିଲେ?
ମାର୍ଚ୍ଚ ୨୬ରେ ଓଡ଼ିଶା ସରକାର ୧୫ ଦିନ ମଧ୍ୟରେ ଭୁବନେଶ୍ୱରରେ ଦୁଇଟି ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ଡାକ୍ତରଖାନା ସ୍ଥାପନ ପାଇଁ ଦୁଇଟି ବେସରକାରୀ ମେଡିକାଲ କଲେଜ ଯଥା ସମ୍ ହସପିଟାଲ ଏବଂ କିମସ୍ ହସପିଟାଲ ସହିତ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । [୨୯] ଅତିକମ ସମୟ ମଧ୍ୟରେ ୫୦୦ ଶଯ୍ୟା ଓ ୧୨୫ ଶଯ୍ୟା ବିଶିଷ୍ଟ ଦୁଇଟି କୋଭିଡ-୧୯ ହସପିଟାଲ ପ୍ରସ୍ତୁତ ହୋଇପାରିଲା । [୩୦] ଏଥିସହ ଆଉ ତିନିଟି ହସପିଟାଲରେ କୋଭିଡ-୧୯ ରୋଗର ପରୀକ୍ଷଣ ନିମନ୍ତେ ଆବଶ୍ୟକୀୟ ସୁବିଧା ଯୋଗାଇଦେବାକୁ ସରକାର ତତ୍ପରତା ପ୍ରକାଶ କଲେ । [୩୧] ସମସ୍ତ ଜିଲ୍ଲା ଡାକ୍ତରଖାନା ତଥା ମେଡିକାଲ କଲେଜ ହସ୍ପିଟାଲରେ ପୃଥକବାସ ପାଇଁ ଅସ୍ଥାୟୀ ସୁବିଧାର ଆୟୋଜନ କରାଯାଇଛି । ପ୍ରାୟ ୫୪୦ ପୃଥକବାସ ଶଯ୍ୟା ପ୍ରସ୍ତୁତ କରାଯାଇଛି ବୋଲି ସରକାରୀ ଭାବେ ସୂଚନା ଦିଆଯାଇଛି । ଗ୍ରାମାଞ୍ଚଳରେ କ୍ୱ। ରାଣ୍ଟ। ଇନ ସୁବିଧାକୁ ତ୍ୱରାନ୍ୱିତ କରିବା ପାଇଁ ପଞ୍ଚାୟତରାଜ ଏବଂ ପାନୀୟ ଜଳ ବିଭାଗ ପକ୍ଷରୁ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଦ୍ୱାରା ଭିଡ଼ିଓ କନଫେରେନସି ମାଧ୍ୟମରେ ଉଦଘାଟିତ ହୋଇ ସମ ହସପିଟାଲରେ ଏପ୍ରିଲ ୬ ତାରିଖରେ କାର୍ଯ୍ୟକ୍ଷମ ହେଲା ରାଜ୍ୟର ତୃତୀୟ କୋଭିଡ୍ ୧୯ ହସପିଟାଲ । ସମ ଓ ମହାନଦୀ କୋଲ ଫିଲଡ଼ ଲିମିଟେଡ଼ର ମିଳିତ ସହଯୋଗରେ ପ୍ରସ୍ତୁତ କରାଯାଇଛି ୫୨୦ ଶଯ୍ୟା ବିଶିଷ୍ଟ ଏହି ହସପିଟାଲ । ୫୨୦ ଶଯ୍ୟା ମଧ୍ୟରୁ ୧୨୦ ହେଉଛି ICU ଶଯ୍ୟା [୩୨]।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ai4bharatIndicQA
ଦକ୍ଷିଣ ଭାରତର ଲୋକପ୍ରିୟ ସଙ୍ଗୀତର ନାମ କ'ଣ ?
ପଣ୍ଡିତ ଶାରଙ୍ଗ ଦେବଙ୍କ ରଚିତ ସଙ୍ଗୀତ ରତ୍ନାକର ଗ୍ରନ୍ଥରେ ଭାରତୀୟ ସଙ୍ଗୀତର ପରିଭାଷାକୁ " ଗୀତମ୍, ବାଦ୍ୟମ୍ ଏବଂ ନୃତ୍ୟମ୍ ତ୍ରୟମ୍ ସଙ୍ଗୀତମୁଚ୍ୟତେ " ଭାବେ ଆକ୍ଷରିତ କରାଯାଇଛି । ଗାୟନ, ବାଦ୍ୟ ବାଦନ ଏବଂ ନୃତ୍ୟ; ଏହି ତିନୋଟି କଳାର ସମାବେଶକୁ ସଙ୍ଗୀତ ଶବ୍ଦରେ ଗ୍ରହଣ କରାଯାଇଛି । ତିନୋଟି ଯାକ ସ୍ୱତନ୍ତ୍ର କଳା ହେବା ସତ୍ତ୍ୱେ ଦୁହେଁ ଦୁହିଁଙ୍କ ପରି-ପୂରକ ଅଟନ୍ତି। ଭାରତୀୟ ସଙ୍ଗୀତ ଦୁଇ ପ୍ରକାରେ ପ୍ରଚଳିତ ହୋଇଛି; ପ୍ରଥମ କର୍ଣ୍ଣାଟକ ସଙ୍ଗୀତ, ଯାହା ଦକ୍ଷିଣ ଭାରତୀୟ ରାଜ୍ୟରେ ପ୍ରଚଳିତ ଏବଂ ଦ୍ୱିତୀୟରେ ହିନ୍ଦୁସ୍ତାନୀ ସଙ୍ଗୀତ, ଯାହା ଶେଷ ଭାରତରେ ଲୋକପ୍ରିୟ ଅଟେ । ଭାରତ ବର୍ଷର ସମସ୍ତ ସଭ୍ୟତାରେ ସଙ୍ଗୀତର ବଡ଼ ମହତ୍ତ୍ୱ ରହିଛି । ଧାର୍ମିକ ଏବଂ ସାମାଜିକ ପରମ୍ପରାରେ ସଙ୍ଗୀତର ପ୍ରଚଳନ ପ୍ରାଚୀନ କାଳରୁ ରହିଛି ।
କର୍ଣ୍ଣାଟକ ସଙ୍ଗୀତ
ai4bharatIndicQA
କେଉଁ ଅବସ୍ଥାରେ ରାଜାଗୋପାଲାଚାରୀ ପ୍ରଥମେ ରାଜନୀତିରେ ପ୍ରବେଶ କରନ୍ତି?
ବାଲ୍ୟଶିକ୍ଷା ପରେ ବେଙ୍ଗାଲୂରୁର ସେଣ୍ଟ୍ରାଲ କଲେଜ ଓ ମାଡ୍ରାସର ପ୍ରେସିଡେନ୍ସୀ କଲେଜରୁ ସେ ଉଚ୍ଚଶିକ୍ଷା ଲାଭ କରିଥିଲେ । ୧୯୦୦ରେ ସେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ସାଲେମ ପୌରାଞ୍ଚଳର କାଉନ୍ସିଲର ଭାବେ ସେ ପ୍ରଥମେ ରାଜନୀତିରେ ପ୍ରବେଶ କରିଥିଲେ । ପରେ ସେ ସାଲେମ ପୌରାଞ୍ଚଳର ଅଧ୍ୟକ୍ଷ ହୋଇଥିଲେ । ସେ ଜାତୀୟ କଂଗ୍ରେସରେ ଯୋଗ ଦେଇ ରାୱଲାଟ ଆଇନ, ଅସହଯୋଗ ଆନ୍ଦୋଳନ, ଭାଇକୋମ ସତ୍ୟାଗ୍ରହ ଓ ଆଇନ ଅମାନ୍ୟ ଆନ୍ଦୋଳନରେ ସାମିଲ ହୋଇଥିଲେ । ୧୯୩୦ରେ ସେ ଜେଲ ଯାଇଥିଲେ । ୧୯୩୭ରେ ସେ ମାଡ୍ରାସ ପ୍ରେସିଡେନ୍ସୀର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ । ଜର୍ମାନୀ ବିରୋଧରେ ବ୍ରିଟେନ ଯୁଦ୍ଧ ଘୋଷଣା କରିବା ପରେ ୧୯୪୦ମସିହାରେ ସେ ଇସ୍ତଫା ଦେଇଥିଲେ । ଯୁଦ୍ଧରେ ବ୍ରିଟେନକୁ ସହଯୋଗ କରିବା ପାଇଁ ସେ କହିବା ସହ ଭାରତଛାଡ଼ ଆନ୍ଦୋଳନକୁ ବିରୋଧ କରୁଥିଲେ । ସେ ମହମ୍ମଦ ଅଲି ଜିନା ଓ ମୁସଲିମ ଲିଗ ସହ ଆଲୋଚନା କରି କେତେକ ପ୍ରସ୍ତାବ ଦେଇଥିଲେ ଯାହା ସି.ଆର ଫର୍ମୁଲା ନାମରେ ନାମିତ ।
ପୌରାଞ୍ଚଳର କାଉନ୍ସିଲର ଭାବେ
ai4bharatIndicQA
ସିନ୍ଧୁ ନଦୀ କୂଳରେ ବାସ କରୁଥିବା ସର୍ବାଧିକ ଲୋକ କେଉଁ ଧର୍ମାବଲମ୍ବୀ ବୋଲି କୁହାଯାଇପାରିବ ?
ସିନ୍ଧୁ ନଦୀର ଅଧିକାଂଶ ଭାଗ ପାକିସ୍ତାନରେ ପ୍ରବାହିତ ଏବଂ ପାକିସ୍ତାନ ଏକ ମୁସଲିମ୍ ଦେଶ ହୋଇଥିବାରୁ ସିନ୍ଧୁ ନଦୀ କୂଳରେ ବାସ କରୁଥିବା ସର୍ବାଧିକ ଲୋକ ଇସଲାମ ଧର୍ମାବଲମ୍ବୀ ବୋଲି କୁହାଯାଇପାରିବ । ତେବେ ଏମାନଙ୍କ ଜାତି, ଭାଷା ଓ ବର୍ଣ୍ଣରେ ବିବିଧତା ପରିଲକ୍ଷିତ ହୋଇଥାଏ । ନିଜର ଉପରାର୍ଦ୍ଧରେ ସିନ୍ଧୁ ନଦୀ ଲଦାଖ ଦେଇ ପ୍ରବାହିତ ହୋଇଛି । ସେହି ଅଞ୍ଚଳରେ ମୁଖ୍ୟତଃ ତିବ୍ବତୀୟ ବୌଦ୍ଧ ଓ ଇସଲାମପନ୍ଥୀ ଦାର୍ଦ ଲୋକମାନେ ବାସ କରନ୍ତି । ଲଦାଖ ପରେ ଏହା ଉତ୍ତର-ପାକିସ୍ତାନର ବାଲ୍‍ଟିସ୍ତାନକୁ ପ୍ରବେଶ କରିଛି ଓ ସ୍କାର୍ଦୁ ସହର ନିକଟଦେଇ ଅଗ୍ରସର ହୋଇଛି । ଦୁବୈର ବଜାର ନିକଟରେ ଦୁବୈର ବାଲାରୁ ଆସୁଥିବା ଏକ ନଦୀ ସିନ୍ଧୁ ସହିତ ମିଳିତ ହୋଇଛି । ଏହି ସ୍ଥାନର ଲୋକେ ମୁଖ୍ୟତଃ କୋହିସ୍ତାନୀ ଓ ସେମାନେ କୋହିସ୍ତାନୀ ଭାଷା କୁହନ୍ତି । କୋହିସ୍ତାନ ଜିଲ୍ଲାର ଦାସୁ, ପଟ୍ଟନ ଓ ଦୁବୈର ପ୍ରଭୃତି ସିନ୍ଧୁ ନଦୀ କୂଳରେ ଥିବା ପ୍ରମୁଖ ସହର ।
ଇସଲାମ
ai4bharatIndicQA
ଆଫ୍ରିକାରେ ପ୍ରଜନନକ୍ଷମ କେତେ ପ୍ରତିଶତ ମହିଳା ଆଧୁନିକ ଉପାୟ ବିଷୟରେ ଅଜ୍ଞ ଅଛନ୍ତି?
ପ୍ରଜନନକ୍ଷମ ପ୍ରାୟ ୨୧୪ ନିୟୁତ ମହିଳା ବିକଶିତ ଦେଶମାନଙ୍କରେ ଆଧୁନିକ ଜନ୍ମନିରୋଧକ ବ୍ୟବ‌ହାର ବିଷୟରେ ଅଜ୍ଞ ଅଛନ୍ତି । ସୀମିତ ଜନ୍ମନିରୋଧ ଉପଲବ୍‌ଧ ଉପାୟ, ସୀମିତ ପସନ୍ଦ, ପାର୍ଶ୍ୱ ପ୍ରତିକ୍ରିୟାର ଡର, ସାଂସ୍କୃତିକ ଓ ଧାର୍ମିକ ବିରୋଧ, ମିଳୁଥିବା ଦରିଦ୍ର ସେବା, ବ୍ୟବ‌ହାରକାରୀ ଓ ପ୍ରଦାତାର ପକ୍ଷ‌ପାତ, ଲିଙ୍ଗାତ୍ମକ ବାଧା ଇତ୍ୟାଦି କାରଣମାନଙ୍କ ଯୋଗୁ ଏଭଳି ପରିସ୍ଥିତି ଜାତ ହୋଇପାରେ । ଆଫ୍ରିକାରେ ପ୍ରଜନନକ୍ଷମ ୨୪.୨% ମହିଳା ଆଧୁନିକ ଉପାୟ ବିଷୟରେ ଅଜ୍ଞ ଅଛନ୍ତି । ଏସିଆ, ଲାଟିନ ଆମେରିକା ଓ କାରିବିଆନ ଦେଶମାନଙ୍କରେ ୧୦-୧୧% ମହିଳାଙ୍କର ଏହି ଆବଶ୍ୟକତା ପୂରଣ ହୋଇପାରିନି । ଏହା ଯୋଗୁ ବର୍ଷକୁ ମାତୃ ମୃତ୍ୟୁ ୧୦୪,୦୦୦ କମ୍ ହୋଇପାରନ୍ତା, ପ୍ରସବପର ରକ୍ତସ୍ରାବ ବା ଅସୁରକ୍ଷିତ ଗର୍ଭପାତ ଯୋଗୁ ୨୯% ମୃତ୍ୟୁ ମଧ୍ୟ କମିଯାଇପାରିବ । ମିଳିତ ଜାତିସଂଘର ଅର୍ଥନୈତିକ ଓ ସାମାଜିକ କାର୍ଯ୍ୟ ଅନୁସାରେ: ପୃଥିବୀର ୬୪% ଜନ୍ମନିରୋଧକ ବ୍ୟବ‌ହାର କରନ୍ତି, ୧୨% ଲୋକଙ୍କର ଆବଶ୍ୟକତା ପୁରଣ ହୋଇପାରେନି । ସବୁଠାରୁ ଅଳ୍ପ ବିକଶିତ ଦେଶରେ ଜନସଂଖ୍ୟାର ୨୨% ଲୋକଙ୍କୁ ଜନ୍ମନିରୋଧକ ଉପଲବ୍‌ଧ ହୁଏନି ଓ ୪% ଜନ୍ମନିରୋଧକ ବ୍ୟବ‌ହାର କରନ୍ତି । ସବ-ସାହାରା ଆଫ୍ରକା, ଦକ୍ଷିଣ ଏସିଆ ଓ ପଶ୍ଚିମ ଏସିଆ ଦେଶମାନଙ୍କରେ ଅଣଉପଲବ୍‌ଧ ଆଧୁନିକ ଜନ୍ମନିରୋଧକ ସଂଖ୍ୟା ବ‌ହୁତ ଅଧିକ । ଆଫ୍ରିକାରେ ସବୁଠାରୁ କମ୍ ଜନ୍ମନିରୋଧକ ବ୍ୟବ‌ହାର ହାର (୩୩%) ଓ ଅଣଉପଲବ୍‌ଧ ହାର (୨୨%) । ଉତ୍ତର ଆମେରିକାରେ ସର୍ବାଧିକ ଜନ୍ମନିରୋଧକ ବ୍ୟବ‌ହାର (୭୩%) ଓ ସବୁଠାରୁ କମ ଅଣଉପଲବ୍‌ଧ (୭%) । ଏହି ହାର ଲାଟିନ ଆମେରିକା ଓ କାରିବିଆନରେ ଯଥାକ୍ରମେ ୭୩% ଓ ୧୧% । ୟୁରୋପରେ ଏହି ହାର ୬୮% ଓ ୧୦%, ଏସିଆରେ ୬୮% ଓ ୧୦% । ଅଣଉପଲବ୍‌ଧ ଜନ୍ମନିରୋଧକ ଏସିଆରେ ୪୪୩ ନିୟୁତ ସଂଖ୍ୟକ ମହିଳା ସ୍ଥଳେ ୟୁରୋପରେ କେବଳ ୭୪ ନିୟୁତ ମହିଳା ।
୨୪.୨%
ai4bharatIndicQA
ଉଚ୍ଚ ରକ୍ତଚାପ ପାଇଁ କେଉଁ ରକ୍ତହୀନତା ହୋଇପାରେ ?
ଉଚ୍ଚ ରକ୍ତଚାପ ଯୋଗୁ ଏକ ବା ଏକାଧିକ ଅଙ୍ଗ ନଷ୍ଟ ହେଲେ ତାହାକୁ "ଉଚ୍ଚ ରକ୍ତଚାପ ଆପାତସ୍ଥିତି" ବା ମାଲିଗ୍‌ନାଣ୍ଟ ହାଇପରଟେନସନ କୁହାଯାଏ । ଉଚ୍ଚ ରକ୍ତଚାପ ଏନକେଫାଲୋପାଥି ହେଲେ ମସ୍ତିଷ୍କ ଫୁଲି ଯାଇ ମୁଣ୍ଡ ବଥା, ଚେତନା ସ୍ତରର ପରିବର୍ତ୍ତନ ହୁଏ । ରେଟିନା ପାପିଲିଡିମା ଓ ଫଣ୍ଡସ ରକ୍ତସ୍ରାବକୁ ମଧ୍ୟ ସଙ୍କଟ ଚିହ୍ନ ରୁପେ ଗ୍ରହଣ କରାଯାଏ । ହୃତ୍‌ପିଣ୍ଡ ମାଂସପେଶୀ ନଷ୍ଟ ହେଲେ ହୃଦ୍‌ଘାତ ହୁଏ ଓ ଆଓର୍ଟିକ ଡିସେକସନ (Aortic dissection) ହେଲେ ଛାତିରେ ତୀବ୍ର ଯନ୍ତ୍ରଣା ହୁଏ । ଫୁସଫୁସରେ ତରଳ ପଦାର୍ଥ ଜମିଲେ ଅଣନିଶ୍ୱାସୀ ଲାଗେ, କାଶ ହୁଏ ଓ ରକ୍ତ ମିଶ୍ରିତ ଖଙ୍କାର ପଡେ । ବାମ ନିଳୟ ଅକ୍ଷମ ହୁଏ । ବୃକ୍‌କ କାର୍ଯ୍ୟ ବାଧା ପ୍ରାପ୍ତ ହୁଏ । ମାଇକ୍ରୋଆଞ୍ଜିଓପାଥିକ ହେମୋଲାଇଟିକ ଆନିମିଆ ହୋଇପାରେ ।
ଫଣ୍ଡସ ରକ୍ତସ୍ରାବ
ai4bharatIndicQA
ଭୁଟାନ ର ଉଚ୍ଚତମ ପର୍ବତ ର ନାମ କ'ଣ?
ନେପାଳର ସୁଦୂର ପୂର୍ବରେ ହିମାଳୟ ବକ୍ଷରେ ଓ ଭାରତର ସୀମାରେ ପୃଥିବୀର ତୃତୀୟ ସର୍ବୋଚ୍ଚ ଶୃଙ୍ଗ କାଞ୍ଚନଜଙ୍ଘା ଦଣ୍ଡାୟମାନ । ୮୦୦୦ ମି.ରୁ ଉଚ୍ଚତର ଏହା ହିମାଳୟର ଶେଷ ଶୃଙ୍ଗ ଓ ଭାରତରେ ରହିଥିବା ସର୍ବୋଚ୍ଚ ଗିରିଶୃଙ୍ଗ । କାଞ୍ଚନଜଙ୍ଘାର ପୂର୍ବ ପଟକୁ ସିକ୍କିମ ରାଜ୍ୟ ଅବସ୍ଥିତ । ଭାରତରୁ ତିବ୍ବତର ଲାସାକୁ ଯିବା ରାସ୍ତାଟି ସିକ୍କିମ ରାଜ୍ୟ ଦେଇ ଯାଇଛି । ଏହି ରାସ୍ତାଟି ହିମାଳୟକୁ “ନାଥୁ ଲା” ଗିରିପଥଦ୍ୱାରା ଅତିକ୍ରମ କରିଛି । ସିକ୍କିମର ପୂର୍ବ ପଟକୁ ପ୍ରାଚୀନ ବୌଦ୍ଧ ରାଜ୍ୟ ଭୁଟାନ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ କେହି ବି ଆରୋହଣ କରିପାରିନଥିବା ଅନ୍ୟତମ ଉଚ୍ଚ ଶୃଙ୍ଗ ଓ ଭୁଟାନର ଉଚ୍ଚତମ ପର୍ବତଟି ହେଲା ଗଂଗଖାର ପ୍ୟୁନ୍ସୁମ୍ । ଏହି ପାଖରୁ ହିମାଳୟର ଉପତ୍ୟକାରେ ଘନଜଙ୍ଗଲ ତଥା ଅଧିକ ଗଭୀର ଢଳାଣି ଦେଖିବାକୁ ମିଳେ । ଉତ୍ତର-ପଶ୍ଚିମ ଦିଗରେ ଆଗକୁ ବଢ଼ିଲେ ଅରୁଣାଚଳ ପ୍ରଦେଶ ଓ ତିବ୍ବତ ଅତିକ୍ରମ କରିବା ପରେ ପୂର୍ବ ପଟର ଶେଷ ଶୃଙ୍ଗ “ନାମଚେ ବରୁଆ” ରହିଛି । ୟାରଲୁଂ ତ୍ସାଂଗପୋ ନଦୀର ବିରାଟ ବାଙ୍କରେ ଏହି ଗିରିଶୃଙ୍ଗ ଅବସ୍ଥିତ ।
ଗଂଗଖାର ପ୍ୟୁନ୍ସୁମ୍
ai4bharatIndicQA
ମନ୍ଦିର, ମସଜିଦ ଏବଂ ଚର୍ଚ୍ଚ ପାଇଁ କ'ଣ ପ୍ରତିବନ୍ଧକ ରହିଲା ?
କରୋନାଭାଇରସ ସଂକ୍ରମଣ ରୋକିବା ପାଇଁ ପ୍ରଥମ ପଦକ୍ଷେପ ସ୍ୱରୂପ ୨୦୨୦ ମାର୍ଚ୍ଚ ୪ ପରେ ବିଦେଶରୁ ଫେରିଥିବା ୩,୨୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ଲୋକଙ୍କୁ "ସଙ୍ଗରୋଧ"ରେ ରଖାଗଲା । ମାର୍ଚ୍ଚ ୪ ପରେ ଯେଉଁମାନେ ବିଦେଶରୁ ଫେରି ଆସିଥିଲେ ସେମାନଙ୍କୁ ସ୍ୱତଃପ୍ରବୃତ ଭାବେ ସେମାନଙ୍କ ଭ୍ରମଣ ବିବରଣୀ ସହ ଆତ୍ମ ଘୋଷଣାପତ୍ର ସରକାରଙ୍କୁ ଦେବା ପାଇଁ ପରାମର୍ଶ ଦିଆଯାଇଥିଲା । ଏ ଦିଗରେ ସେମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ସ୍ୱତଃପ୍ରବୃତ ଭାବେ କ୍ୱାରାଣ୍ଟାଇନ ବା ସଙ୍ଗରୋଧରେ ୧୪ ଦିନ ପାଇଁ ରହିବା ବ୍ୟକ୍ତିଙ୍କୁ ସରକାର ୧୫,୦୦୦ ଟଙ୍କା ପାଇଁ ଘୋଷଣା କରିଥିଲେ । ସେମାନଙ୍କ ପାଇଁ ଏଥି ନିମିତ୍ତ ଏକ ସରକାରୀ ଇଣ୍ଟରନେଟ ପୋର୍ଟାଲ (covid19.odisha.gov.in) ଆରମ୍ଭ କରାଯାଇଥିଲା । ପ୍ରାଥମିକ ପ୍ରଯ୍ୟାୟରେ ଓଡ଼ିଶାର ୧,୩୦୦ରୁ ଅଧିକ ସମ୍ଭାବିତ ରୋଗୀ ପୋର୍ଟାଲରେ ପଞ୍ଜୀକୃତ ହୋଇଥିଲେ । ଓଡ଼ିଶା ସରକାର ସେମାନଙ୍କ ପାଇଁ ତଥା ସାଧାରଣ ଜନତାଙ୍କ ପାଇଁ ଏକ ନିଃଶୁଳ୍କ ଫୋନ ହେଲ୍ପଲାଇନ (୧୦୪) ମଧ୍ୟ ପ୍ରଚଳନ କରିଛନ୍ତି । କରୋନା ମହାମାରୀର ପର୍ଯ୍ୟାୟ-୩ରେ ନ ପହଞ୍ଚିବା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ କିଛି ତ୍ୱରିତ ପଦକ୍ଷେପ ମଧ୍ୟ ନିଆଗଲା । ଅଧିକ ସଂଖ୍ୟକ ଲୋକ ଏକାଠି ହେବାର ସମ୍ଭାବନା ଥିବାରୁ ସାମାଜିକ ଦୂରତା ବଜାୟ ରଖିବା ଉଦ୍ଦେଶ୍ୟରେ ସମସ୍ତ ରେଷ୍ଟୁରାଣ୍ଟ, ବାର୍, କଫିସପ, କ୍ୟାଣ୍ଟିନ ଏବଂ ଭୋଜନ। ଳୟ ଆଦିକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଏକ ସରକାରୀ ନିର୍ଦ୍ଦେଶନାମା ପ୍ରକାଶ ପାଇଲା ଏବଂ ଯେ କୌଣସି ସର୍ବସାଧାରଣ ସ୍ଥାନରେ ସାତରୁ ଅଧିକ ଲୋକଙ୍କର ଏକାଠି ହେବା ଉପରେ ପ୍ରତିବନ୍ଧକ ରହିଲା । ମନ୍ଦିର, ମସଜିଦ ଏବଂ ଚର୍ଚ୍ଚ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହେଲା ।
ସାତରୁ ଅଧିକ ଲୋକଙ୍କର ଏକାଠି ହେବା ଉପରେ ପ୍ରତିବନ୍ଧକ ରହିଲା
ai4bharatIndicQA
ବୈରାମଙ୍କ ସାହାଯ୍ୟରେ ଆକବର ରାଜତ୍ୱର ପ୍ରଥମ ଚାରିବର୍ଷରେ କେଉଁ ସ୍ଥାନ ଗୁଡିକୁ ମୋଗଲ ସାମ୍ରାଜ୍ୟଭୁକ୍ତ କରିଥିଲେ ?
ବୈରାମଙ୍କ ସାହାଯ୍ୟରେ ଆକବର ରାଜତ୍ୱର ପ୍ରଥମ ଚାରିବର୍ଷରେ ଆଜମୀର, ଗୋଆଲିୟର, ଅଯୋଧ୍ୟା, ଓ ଜୌନପୁରକୁ ମୋଗଲ ସାମ୍ରାଜ୍ୟଭୁକ୍ତ କରିଥିଲେ । ୧୫୬୧ରେ ମାଳବ ଅଧିକାର କରିଥିଲେ । ସେନାପତି ଆସଫ ଖାଁଙ୍କୁ ବହୁ ସୈନ୍ୟସହ ପଠେଇ ଗଦ଼ମଣ୍ଡଳର ରାଣୀ ଦୁର୍ଗାବତୀଙ୍କୁ ପରାସ୍ତ କରି ୧୫୬୪ ଖ୍ରୀଷ୍ଟାବ୍ଦରେ ଆକବର ଗଡ଼ମଣ୍ଡଳ ଅଧିକାର କରିଥିଲେ । ଆତ୍ମ ସମ୍ମାନ ରକ୍ଷା ପାଇଁ ପରାଜୟ ପରେ ଦୁର୍ଗାବତୀ ଆତ୍ମହତ୍ୟା କରିଥିଲେ । ଆକବର ଜାଣିଥିଲେ , ରାଜପୁତ ମାନେ ବଡ଼ ସାହସୀ,ଯୁଦ୍ଧପ୍ରିୟ ଓ ସ୍ୱଦେଶବତ୍ସଳ । ତେଣୁ ସେ ରାଜପୁତମାନଙ୍କୁ ଉଦାର ନୀତିଦ୍ୱାରା ବଶ କରିବା ପାଇଁ ଯତ୍ନକଲେ । ରାଜପୁତମାନେ ଆକବରଙ୍କ ଉଦାରତା ଓ ସଦ୍ଭାବ ଦେଖି ତାଙ୍କ ପ୍ରତି ଅନୁରକ୍ତ ହେଲେ ।
ଆଜମୀର, ଗୋଆଲିୟର, ଅଯୋଧ୍ୟା, ଓ ଜୌନପୁରକୁ
ai4bharatIndicQA
କିଏ ଅଳଙ୍କାର ଗୁଡ଼ିକୁ ମନ୍ଦିରକୁ ଦାନ କରିଥିଲେ ?
ଜଗନ୍ନାଥ ମନ୍ଦିରରେ ଠାକୁରମାନଙ୍କୁ ପିନ୍ଧାଯିବା ସକାଶେ ବିଭିନ୍ନ ଅଳଙ୍କାର ରଖିବା ପାଇଁ ଦେଉଳ ତୋଳା ହେବା ବେଳେ ଏକ ରତ୍ନଭଣ୍ଡାରର ନିର୍ମାଣ କରାଯାଇଥିଲା । ବିଭିନ୍ନ ରାଜ୍ୟ ଜୟ କରିବା ସମୟରେ ସେଠାରୁ ମିଳିଥିବା ସୁନା, ରୂପା, ହୀରା, ଲୀଳା ଆଦି ରତ୍ନ ରାଜା-ମହାରାଜାମାନେ ଦେଉଳକୁ ଦାନ ଦେଉଥିଲେ । ଶହଶହ ବର୍ଷଧରି ରତ୍ନଭଣ୍ଡାରରେ ତାହା ସବୁ ତାଲାପଡ଼ି ରହିଆସିଛି । ୧୯୫୨ ଏବଂ ୧୯୭୮ ମସିହାରେ ରତ୍ନଭଣ୍ଡାରର ତିନିଟି ସିନ୍ଦୁକ ଖୋଲାଯାଇ ତାଲିକା ତିଆରି ନିମନ୍ତେ ସେଥିରୁ ଅଳଙ୍କାର ବାହାର କରାଯାଇଥିଲା । ଏହି ସମ୍ପୂର୍ଣ୍ଣ ତାଲିକା ତିଆରି କରାଯାଇ ପାରିନାହିଁ । କିଛି ଅଳଙ୍କାର ଭାରତୀୟ ରିଜର୍ଭ ବ୍ୟାଙ୍କରେ ଗଚ୍ଛିତ କରାଯାଇଥିଲା । ଆଉ କିଛି ଅଳଙ୍କାର ଠାକୁରଙ୍କ ଦୈନନ୍ଦିନ ଜଗନ୍ନାଥଙ୍କ ବେଶରେ ବ୍ୟବହାର ପାଇଁ ଭଣ୍ଡାରଘରେ ରଖାଯାଇଛି । ଅନେକ ଅଳଙ୍କାର ସମୟକ୍ରମେ ରକ୍ଷନାବେକ୍ଷଣା ବିନା ଭାଙ୍ଗିରୁଜି ଯାଇଛି । ରତ୍ନଭଣ୍ଡାରରେ ତିନିଟି ଚାବି ପଡ଼ିଛି ଯହିଁରୁ ଗୋଟେ ପୁରୀ ଗଜପତିଙ୍କ ପାଖରେ ଥିବା ବେଳେ ଅନ୍ୟ ୨ଟି ଶ୍ରୀମନ୍ଦିର ପ୍ରଶାସନ ଏବଂ ଭଣ୍ଡାର ମେକାପଙ୍କ ପାଖରେ ରହିଛି । ତିନୋଟି ଚାବି ଏକାଠି ହେଲେ ରତ୍ନଭଣ୍ଡାର ଖୋଲାଯାଇ ପାରିବ । ପ୍ରାୟ ୫୦ଟି ବଡ଼ ସିନ୍ଦୁକରେ ରହିଛି ବିଭିନ୍ନ ପ୍ରକାରର ମୂଲ୍ୟବାନ ଅଳଙ୍କାର ଭପୂର ହୋଇ ରହିଛି ବୋଲି ଜଣାଯାଏ ।
ରାଜା-ମହାରାଜାମାନେ
ai4bharatIndicQA
ଧ୍ୟାନ ଚନ୍ଦ କେବେ ଅବସର ନେଲେ ?
୧୯୨୮ ଆମଷ୍ଟରଡାମ ଅଲିମ୍ପିକରେ ଭାରତ ମୋଟ ୨୯ ଗୋଲ କରିଥିବା ବେଳେ ଧ୍ୟାନଚାନ୍ଦ ଦେଇଥିଲେ ୧୫ଟି ଗୋଲ । ସେହିପରି ୧୯୩୨ ଲସଏଞ୍ଜେଲ୍ସ ଅଲିମ୍ପିକରେ ୧୨ଟି ଓ ୧୯୩୬ର ବର୍ଲିନ ଅଲିମ୍ପିକରେ ୧୧ଟି ଗୋଲକରି ନିଜ ନେତୃତ୍ତ୍ୱରେ ଭାରତକୁ ହାଟ୍ରିକ ଟାଇଟଲ ବିଜୟ କରାଇଥିଲେ । ୧୯୪୭ରେ ୪୨ବର୍ଷ ବୟସରେ ସ୍ୱାଧୀନ ଭାରତ ହକି ଦଳର ଅଧିନାୟକ ଭାବେ ଏକ ଯୁବ ଦଳ ସହିତ ସେ ପୂର୍ବ ଆଫ୍ରିକା ଯାଇଥିଲେ । ସେଠାରେ ଭାରତ ୨୨ଟି ମ୍ୟାଚ ଖେଳିଥିଲା । ବ୍ୟକ୍ତିଗତ ଭାବେ ଧ୍ୟାନଚାନ୍ଦ ୬୨ଟି ଗୋଲ କରିଥିଲେ । ସେ ୧୯୪୮ ମସିହାରେ ହକିରୁ ଅବସର ନେଲେ । ୧୯୫୭ ମସିହାରେ ସେ ମେଜର ପଦରୁ ଆର୍ମିରୁ ଅବସର ନେଲେ । ୧୯୨୬ରୁ ଆରମ୍ଭ କରି ୧୯୪୮ରେ ଅବସର ନେବା ମଧ୍ୟରେ ଏକ ହଜାରରୁ ଅଧିକ ଗୋଲ ସ୍କୋର କରିଥିଲେ ।
୧୯୪୮
ai4bharatIndicQA
ଏହି ସଫଳତା ପାଇଁ ଶ୍ରେୟ କାହାକୁ ଯାଇଥିଲା ?
ତେବେ ଏହି ସଫଳତାର କିଛି ଶ୍ରେୟ ବଚ୍ଚନଙ୍କ ଦୁର୍ଘଟଣା ଯୋଗୁଁ ହୋଇଥିବା ପ୍ରଚାରକୁ ମଧ୍ୟ ଯାଏ । ବଚ୍ଚନଙ୍କ ଦୁର୍ଘଟଣା ପରେ ନିର୍ଦ୍ଦେଶକ ମନମୋହନ ଦେଶାଇ କୁଲିର ଶେଷଭାଗକୁ ବଦଳାଇ ଦେଇଥିଲେ । ପୂର୍ବରୁ ଲେଖାଯାଇଥିବା କାହାଣୀ ଅନୁଯାୟୀ ବଚ୍ଚନ ଅଭିନୟ କରୁଥିବା ଚରିତ୍ରଟି ଶେଷରେ ମୃତ୍ୟୁବରଣ କରୁଥିଲା । କିନ୍ତୁ କାହାଣୀରେ ପରିବର୍ତ୍ତନ ପରେ ଚରିତ୍ରଟି ଶେଷରେ ବଞ୍ଚିଥିଲା । ଦେଶାଇ କ‌ହିଥିଲେ ଯେ, ଯେଉଁ ବ୍ୟକ୍ତି ନିଜ ପ୍ରକୃତ ଜୀବନରେ ମୃତ୍ୟୁକୁ ହରାଇ ଫେରିଆସିଛି, ସେ ପର୍ଦ୍ଦା ଉପରେ ମରିଯିବାଟା ନିଶ୍ଚିତ ଭାବରେ ଅନୁଚିତ୍ । ଆହୁରି ମଧ୍ୟ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରରେ ଉପରୋକ୍ତ ଲଢ଼େଇ ଦୃଶ୍ୟକୁ ଟେବୁଲ୍ ଉପରକୁ ଡେଇଁବା ସମୟରେ ସ୍ଥଗିତ ରଖାଯାଇ ପର୍ଦ୍ଦା ଉପରେ ଅଭିନେତାର ଦୁର୍ଘଟଣାକୁ ସଙ୍କେତ କରି ଏକ ଶିରୋନାମା ଦେଖାଯାଇଥିଲା । ଏହି ଶିରୋନାମାଦ୍ୱାରା ଦୁର୍ଘଟଣାଟିର ପ୍ରଚାର ସୁନିଶ୍ଚିତ କରାଯାଇଥିଲା । ପରବର୍ତ୍ତୀ ସମୟରେ ବଚ୍ଚନ ମିଆସ୍ଥେନିଆ ଗ୍ରେଭିସ୍ (Myasthenia gravis) ରୋଗରେ ଆକ୍ରାନ୍ତ ହୋଇଥିଲେ । ତାଙ୍କର ଅସୁସ୍ଥତା ଯୋଗୁଁ ସେ ଉଭୟ ଶାରୀରିକ ଓ ମାନସିକ ଭାବେ ଦୁର୍ବଳ ହୋଇପଡ଼ିଥିଲେ ଏବଂ ଅଭିନୟରୁ ଅବସର ନେଇ ରାଜନୀତିରେ ପ୍ରବେଶ କରିବା କଥା ଚିନ୍ତା କରିବାକୁ ଲାଗିଥିଲେ ।
ଦୁର୍ଘଟଣା ଯୋଗୁଁ ହୋଇଥିବା ପ୍ରଚାରକୁ
ai4bharatIndicQA
ବିଷ୍ଣୁ ସମ୍ରାଟ ବଳିଙ୍କ ସହ ରୁହନ୍ତୁ ବୋଲି କିଏ ଚାହୁଁଥିଲେ ?
ଅସୁର ସମ୍ରାଟ ବଳି ଭଗବାନ ବିଷ୍ଣୁଙ୍କର ଜଣେ ବଡ ଭକ୍ତ ଥିଲେ, ତାଙ୍କ ଉପରେ କୈଣସି ବିପଦ ଆସୁ ଏହା ବିଷ୍ଣୁ ଚାହୁଁ ନ ଥିଲେ । ତେଣୁ ବଳି ଉପରେ ବିପଦ ଥିବା ଜାଣି ବିଷ୍ଣୁ ବୈକୁଣ୍ଠ ତ୍ୟାଗକରି ବଳିର ରାଜପ୍ରାସାଦରେ ଅବସ୍ଥାନ କଲେ । ତେଣେ ମହାଲକ୍ଷ୍ମୀ ଏହା ଚାହୁଁ ନଥିଲେ । ସେ ଚାହୁଁ ଥିଲେ ବିଷ୍ଣୁ ତାଙ୍କ ସହ ବୈକୁଣ୍ଠରେ ଅବସ୍ଥାନ କରନ୍ତୁ । ଏହାର ଏକ ଉପାୟ ଚିନ୍ତାକରି ଲକ୍ଷ୍ମୀ ବ୍ରାହ୍ମଣୀ ବେଶରେ ବଳିକୁ ଭେଟିଲେ । ଶ୍ରାବଣ ପୂର୍ଣ୍ଣମୀରେ ସେ ବଳି ହାତରେ ରାକ୍ଷୀ ବାନ୍ଧି ଦେଇଥିଲେ । ଏହାପରେ ଜଣେ ଭାଇ ହିସାବରେ ଲକ୍ଷ୍ମୀଙ୍କ କଥା ବୁଝିବା ବଳିଙ୍କର କର୍ତ୍ତ୍ୟବ୍ୟ ଥିଲା । ଲକ୍ଷ୍ମୀ କଣ ଚାହୁଛନ୍ତି ଜାଣିବାପରେ ସେ ବିଷ୍ଣୁଙ୍କୁ ବୈକୁଣ୍ଠରେ ରହିବାକୁ ଅନୁରୋଧ କରିଥିଲେ । ମହାଭାରତରେ ମଧ୍ୟ ଏପରି ଏକ ପୌରାଣିକ କାହାଣୀ ରହିଛି। କାହାଣୀଟି କୃଷ୍ଣ ଓ ଦ୍ରୌପଦୀଙ୍କୁ ନେଇ । ଶ୍ରୀକୃଷ୍ଣ ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ବେଳେ ତାଙ୍କର ଅଙ୍ଗୁଳି କଟିଯାଇଥିଲା ।
ମହାଲକ୍ଷ୍ମୀ
ai4bharatIndicQA
ସିନ୍ଧୁ ନଦୀ ଜଳ ପ୍ରକଳ୍ପ ପାଇଁ କିଏ ଋଣ ଦେବାକୁ ରାଜି ହୋଇଛି ?
କିନ୍ତୁ ଉଭୟ ପକ୍ଷ ଆଲୋଚନା ବନ୍ଦ କରିବାକୁ ଉତ୍ସାହୀ ନଥିଲେ । ପାକିସ୍ତାନୀ ଗଣମାଧ୍ୟମରେ ଗୁଜବ ପ୍ରଚାରିତ ହେଲା ଯେ ବୃଦ୍ଧି ପାଉଥିବା ଶତ୍ରୁତା ଯୋଗୁଁ ସିନ୍ଧୁ ବିବାଦ ଆଲୋଚନା ବନ୍ଦ ହୋଇଗଲା ଓ ଭାରତ ସହ କଥାବାର୍ତ୍ତା ବନ୍ଦ କରି ଯୁଦ୍ଧ କରିବା ପାଇଁ ପାକିସ୍ତାନ ପ୍ରସ୍ତୁତ ନଥିବାରୁ ନିଜ ଯୁକ୍ତି ବିଷୟରେ ପୁନର୍ବିଚାର କରୁ । [୩୪][୩୫] ଭାରତ ମଧ୍ୟ ସିନ୍ଧୁ ସମସ୍ୟାର ସମାଧାନ ପାଇଁ ବ୍ୟଗ୍ର ଥିଲା । କଥାବାର୍ତ୍ତା ଯୋଗୁଁ ଅନେକ ପ୍ରକଳ୍ପର କାମ ଅଧାରେ ବନ୍ଦ ହୋଇଯାଇଥିଲା ଓ ଭାରତୀୟ ରାଜନେତାମାନେ ଜଳସେଚନ ପାଇଁ ଉଦ୍ଦିଷ୍ଟ କେନାଲ୍ ଯଥା ସମ୍ଭବ କମ୍ ସମୟରେ ନିର୍ମାଣ କରିବାକୁ ଚାହୁଁଥିଲେ । [୩୬]୧୯୫୪ ମସିହା ଡିସେମ୍ବର ମାସରେ ଉଭୟ ପକ୍ଷ ପୁଣି ଆଲୋଚନା ଆରମ୍ଭ କଲେ । ବିଶ୍ୱବ୍ୟାଙ୍କର ପ୍ରସ୍ତାବ ଶେଷ ନିଷ୍ପତ୍ତି ନୁହେଁ ବରଂ ଆଲୋଚନା ପରେ ବୁଝାମଣାରୁ ଶେଷ ନିଷ୍ପତ୍ତି ନିଆଯିବା ସ୍ଥିର ହେବାରୁ କଥାବାର୍ତ୍ତା ଆଗାମୀ ୬ ବର୍ଷ ପର୍ଯ୍ୟନ୍ତ ଚାଲିଲା । [୩୭]ବୁଝାମଣାର ଶେଷ ବାଧା ଥିଲା କେନାଲ ଓ ଜଳଭଣ୍ଡାରଗୁଡ଼ିକର ନିର୍ମାଣର ଆର୍ଥିକ ସହାୟତା । ପାକିସ୍ତାନ ପୂର୍ବ ପଟର ନଦୀମାନଙ୍କ ଅଧିକାର ହରାଉଥିବାରୁ ପଶ୍ଚିମ ପଟର ନଦୀର ଜଳ ଗଚ୍ଛିତ ରଖିବା ଜରୁରୀ ଥିଲା । ବିଶ୍ୱବ୍ୟାଙ୍କ ପ୍ରଥମେ ଏହି ନିର୍ମାଣ କାର୍ଯ୍ୟର ଆର୍ଥିକ ଭାର ଭାରତକୁ ଦେବାକୁ ଚାହୁଁଥିଲା ଯାହାକୁ ନେଇ ଭାରତ ରାଜି ହେଲା ନାହିଁ । [୩୮] ବିଶ୍ୱବ୍ୟାଙ୍କ ଏଥିପାଇଁ ଏକ ଯୋଜନା କଲା । ୧୯୬୦ ମସିହା ସେପ୍ଟେମ୍ବର ୧୯ ତାରିଖରେ କରାଚୀ ସହରରେ ପାକିସ୍ତାନ, ଅଷ୍ଟ୍ରେଲିଆ, କାନାଡ଼ା, ପଶ୍ଚିମ ଜର୍ମାନୀ, ନ୍ୟୁଜିଲ୍ୟାଣ୍ଡ, ଯୁକ୍ତରାଜ୍ୟ, ଯୁକ୍ତରାଷ୍ଟ୍ର ଆମେରିକା ଓ ବିଶ୍ୱବ୍ୟାଙ୍କ ମିଳିତ ଭାବେ ସିନ୍ଧୁ ଅବବାହିକା ଉନ୍ନୟନ କୋଷ ଚୁକ୍ତି (Indus Basin Development Fund Agreement)ରେ ସ୍ୱାକ୍ଷର କଲେ । ଏହି ଦେଶ ଓ ସଂସ୍ଥା ପାକିସ୍ତାନକୁ ଆର୍ଥିକ ଅନୁଦାନ ତଥା ଋଣ ଦେବାକୁ ରାଜି ହେଲେ ।
ବିଶ୍ୱବ୍ୟାଙ୍କ
ai4bharatIndicQA
ମନ୍ଦିର ପ୍ରାୟ ଉଚ୍ଚତା କେତେ ?
ଧର୍ମ ଦେବତାଙ୍କ ନିମନ୍ତେ ପ୍ରାରମ୍ଭରେ ଏହି ମନ୍ଦିର ନିର୍ମାଣ ହୋଇଥିଲା। ଏହି ମନ୍ଦିରରେ ବୈବାହିକ ନିର୍ବନ୍ଧ କାର୍ଯ୍ୟ କରାଯାଇଥାଏ। ଏହି ମନ୍ଦିର ଇନ୍ଦ୍ର ମନ୍ଦିର ନାମରେ ମଧ୍ୟ ସୁପରିଚିତ ଥିଲା। ମାଦଳା ପାଞ୍ଜିରୁ ଜଣାଯାଏ ଯେ, ଭୋଇ ବଂଶର ରାଜା ନରସିଂହ ଦେବ ୧୬୨୨-୧୬୪୪ ଖ୍ରୀଷ୍ଟାବ୍ଦ ମଧ୍ୟରେ କୋଣାର୍କରୁ ସୂର୍ଯ୍ୟ ଚନ୍ଦ୍ରଙ୍କୁ ଆଣି ଏଠାରେ ସ୍ଥାପନା କରିଥିଲେ। ୧୬୨୮ ମସିହା ମାର୍ଚ୍ଚ ୧୭ ତାରିଖରେ ଗଜପତି ନରସିଂହ ଦେବ କୋଣାର୍କ ମନ୍ଦିରରୁ ଆଣି ଇନ୍ଦ୍ରଙ୍କ ମନ୍ଦିରରେ ସ୍ଥାପନା କରିଥିଲେ ବୋଲି ଜଣା ପଡିଛି। ଏହି ମନ୍ଦିରଟି ୩ ଭାଗରେ ବିଭକ୍ତ ଯଥା:- ୧) ବିମାନ, ୨) ଜଗମୋହନ, ୩) ନାଟ ମନ୍ଦିର। ଏହି ମନ୍ଦିର ୬୩ ଫୁଟ୍ ଉଚ୍ଚତା ବିଶିଷ୍ଟ ଅଟେ। ଶ୍ରୀମନ୍ଦିର ପରେ ଏହି ମନ୍ଦିରଟି ଅନ୍ୟ ମନ୍ଦିରମାନଙ୍କ ଅପେକ୍ଷାରେ ବଡ଼। ଇନ୍ଦ୍ରଙ୍କ ଅର୍ଦ୍ଧ ଭଗ୍ନ ବିଗ୍ରହ ସୂର୍ଯ୍ୟ ନାରାୟଣଙ୍କ ମଣି ବିଗ୍ରହର ଠିକ୍ ପଛ ପାର୍ଶ୍ୱରେ ଥିବା ଜଣାଯାଏ।
୬୩ ଫୁଟ୍
ai4bharatIndicQA
ପ୍ରଭୁ ରାମଙ୍କ ଆଦେଶରେ ବାଲିକୁ କିଏ ଯୁଦ୍ଧ କରିବାକୁ ନିମନ୍ତ୍ରଣ କଲା?
ଶ୍ରୀରାମଙ୍କଦ୍ୱାରା ବାଳୀବଧରାମଙ୍କ ଆଦେଶମତେ ସୁଗ୍ରୀବ ବାଳୀଙ୍କୁ ଯୁଦ୍ଧ ପାଇଁ ଆମନ୍ତ୍ରଣ କଲେ । ପ୍ରଥମ ଯୁଦ୍ଧରେ ରାମ, ବାଳୀ ଓ ସୁଗ୍ରୀଙ୍କ ରୁପ ଏବଂ ଯୁଦ୍ଧ କୌଶଳରେ ଅଦ୍ଭୁତ ସାମଞ୍ଜସ୍ୟ ଦେଖି ଦ୍ୱନ୍ଦରେ ପଡ଼ିଗଲେ ଏବଂ ବାଳୀଙ୍କୁ ବଧ କରି ପାରିଲେ ନାହିଁ । ପରାଜିତ ସୁଗ୍ରୀବ ଅତ୍ୟନ୍ତ ଦୁଃଖରେ ରାମଙ୍କୁ କହିଲେ, "ପ୍ରଭୁ, ଆପଣ ଯଦି ବାଳୀ ବଧ ଚାହାଁନ୍ତିନି, ତେବେ ମୁଁ କଦାପି ବାଳୀଙ୍କୁ ଯୁଦ୍ଧପାଇଁ ଆମନ୍ତ୍ରଣ କରି ନ ଥାନ୍ତି" । ରାମ କିନ୍ତୁ କହିଲେ, "ତୁମ ଦୁଇ ଭାଇଙ୍କ ମଧ୍ୟରେ ଏତେ ସାମଞ୍ଜସ୍ୟ ଥିଲା ଯେ ମୁଁ ବାଳୀଙ୍କୁ ଠିକଭାବେ ଚିହ୍ନଟ କରି ପାରି ନ ଥିଲି" । ଏହା ପରେ ରାମ ଓ ଲକ୍ଷ୍ମଣ ସୁଗ୍ରୀବଙ୍କୁ ପୁଣି ବୁଝାଇ ଆଉଥରେ ଯୁଦ୍ଧରେ ଅବତ୍ତୀର୍ଣ୍ଣ ହେବା ନିମନ୍ତେ ପରାମର୍ଶ ଦେଲେ । ଏଇଥର କିନ୍ତୁ ବାଳୀଙ୍କୁ ସହଜରେ ଚିହ୍ନଟ କରିବାପାଇଁ ସୁଗ୍ରୀଙ୍କ ଗଳାରେ ଏକ ଫୁଲମାଳା ଗଳାଇଦେଲେ ।
ସୁଗ୍ରୀବ
ai4bharatIndicQA
ଉଚ୍ଚ ରକ୍ତଚାପ କ’ଣ ନିର୍ଣ୍ଣୟ କରେ?
ଲଗାତାର ରକ୍ତଚାପ ବଢି ରହିଲେ ଉଚ୍ଚ ରକ୍ତଚାପ ରୋଗ ନିର୍ଣ୍ଣୟ କରାଯାଏ । ପରମ୍ପରା ଅନୁଯାୟୀ ମାସେ ଛଡାରେ ତିନି ଥର ରକ୍ତଚାପ ମପାଯାଏ । ପ୍ରଥମାବସ୍ଥାରେ ରୋଗର ସମ୍ପୁର୍ଣ୍ଣ ଇତିହାସ ଓ ଶାରୀରିକ ପରୀକ୍ଷା କରାଯାଏ । ଅଧୁନା ୨୪ ଘଣ୍ଟିଆ ଆମ୍ବୁଲେଟରି ଚକ୍ତଚାପ ମନିଟର ଓ ଘରୋଇ ରକ୍ତଚାପ ମେସିନ୍ ମିଳୁଛି ଯାହା ଫଳରେ ଭୁଲ କ୍ରମେ ଧଳା କୋଟ ରକ୍ତଚାପ ନିର୍ଣ୍ଣୟରୁ ମୁକ୍ତି ମିଳୁଛି । ଅଧୁନା ବ୍ରିଟିଶ ପଦ୍ଧତିରେ ଚିକିତ୍ସାଳୟରେ ଥରେ ମାପ ପରେ ଆମ୍ବୁଲେଟରି ମାପ ବା ୭ ଦିନ ଧରି ଘରୋଇ ମାପ କରାଯାଉଛି । ବୟସ୍କ ଲୋକଙ୍କର ରକ୍ତ ନଳୀ କାନ୍ଥ କ୍ୟାଲସିୟମ ଯୁକ୍ତ ଥିବାରୁ ଶକ୍ତ ରହେ ।
ରୋଗ
ai4bharatIndicQA
ମେଲେରିଆରେ ପାରାସାଇଟ୍ ସଂଖ୍ୟା ପରୀକ୍ଷା କରିବାକୁ ବ୍ୟକ୍ତିର ଦକ୍ଷତା କେଉଥିରେ ଥିବା କଥା ?
ନିଧାର୍ୟ୍ୟ ଭାବରେ ମ୍ୟାଲେରିଆ ରୋଗର ଚିହ୍ନଟ ନିମନ୍ତେ ରକ୍ତର ସ୍ଲାଇଡ ପରୀକ୍ଷା ଓ ଆଣ୍ଟିଜେନ ଆଧାରିତ ଶିଘ୍ର ନିର୍ଣ୍ଣୟ ପରୀକ୍ଷା (rapid diagnostic tests ବା RDT ) ଆବଶ୍ୟକ । ରକ୍ତ ଫିଲ୍ମ ସ୍ଲାଇଡ ପରୀକ୍ଷା ବହୁଳ ଭାବରେ କି ସହର କି ଗ୍ରାମ ସବୁଠାରେ ବ୍ୟବହାର ହୁଏ । ଏଥିରେ ମୂଖ୍ୟ ଅସୁବିଧା ହେଲା; ଅଣୁବିକ୍ଷଣ ଯନ୍ତ୍ରରେ ସ୍ଲାଇଡ ପରୀକ୍ଷା କରିବା ଲୋକର ଦକ୍ଷତା ଓ ଫିଲ୍ମରେ ଥିବା ପାରାସାଇଟ ସଂଖ୍ୟ । ସ୍ଲାଇଡରେ ଟୋପାଏ ରକ୍ତ ନେଇ ତାହାକୁ ଆଉ ଗୋଟିଏ ସ୍ଲାଇଡ ସାହାଯ୍ୟରେ ଟଣାଯାଇ ଫିଲ୍ମ୍ ତିଆରି କରାଯାଏ । ଫିଲ୍ମରେ କେଉଁଠି ବେଶୀ ପାରାସାଇଟ ଅଛି ତ କେଉଁଠି କମ । ସୁତରାଂ ସ୍ଲାଇଡ ପରୀକ୍ଷାର ପାରାସାଇଟ ନ ଥିଲେ ରୋଗ ନାହିଁ ବୋଲି ଧରାଯାଇ ପାରିବ ନାହିଁ । ଯଦି ଥାଏ, ତେବେ ରୋଗ ନିଶ୍ଚିତ ଅଛି ।
ଅଣୁବିକ୍ଷଣ ଯନ୍ତ୍ରରେ ସ୍ଲାଇଡ ପରୀକ୍ଷା କରିବା
ai4bharatIndicQA
ଚାରିଆ ବା ଚାରିଜାଗି ଯୁଗ ବା ସିଦ୍ଧ ସାହିତ୍ୟ ଯୁଗ ଏବଂ ନାଥ ସାହିତ୍ୟ ହେଉଛି କଣ ?
ଚର୍ଯା/ ଚରିଜାଗିତି ଯୁଗ ବା ସିଦ୍ଧ ସାହିତ୍ୟ ଯୁଗ ଓ ନାଥ ସାହିତ୍ୟଭାରତର ସବୁଠୁ ପୁରୁଣା ଭାଷା ପାଳିରୁ ଓଡ଼ିଆର ତିଆରି । ୨୦୦୦ ବର୍ଷରୁ ଅଧିକ ଆଗରୁ ଓଡ଼ିଶାରେ ବୁଦ୍ଧଙ୍କ ଜନ୍ମ, ଧର୍ମପ୍ରଚାର ଓ ବୌଦ୍ଧ ଧର୍ମର ବିକାଶ କାଳରେ ପାଳି ଭାଷା ହିଁ ଥିଲା ଓଡ଼ିଆ ଭାଷା ତିଆରିର ମୂଳଦୁଆ ଯାହାକି ଆଧୁନିକ ଓଡ଼ିଆ ଭାଷାର ମୂଳଦୁଆ । ଓଡ଼ିଶା ଏବଂ ଏହାର ସୀମାନ୍ତ ରାଜ୍ୟମାନଙ୍କର ବିଭିନ୍ନ ଅଞ୍ଚଳରୁ ସଂଗୃହୀତ ତାମ୍ରଫଳକ ଏବଂ ପଥରରେ ଖୋଦିତ ଲେଖାମାନଙ୍କରୁ ଖ୍ରୀଷ୍ଟାବ୍ଦ ୭୦୦ରୁ ୧୦୦୦ ଶତାବ୍ଦୀ ମଧ୍ୟରେ ଉକ୍ତ ଭାଷାର ପ୍ରଚଳନ ଥିବାର ସ୍ୱଷ୍ଟ ପ୍ରମାଣ ମିଳିଛି । ଏହା ବ୍ୟତୀତ ନେପାଳରୁ ସଂଗ୍ରହ କରାଯାଇଥିବା ବୌଦ୍ଧଧର୍ମୀ ଚର୍ଯାପଦମାନଙ୍କ ପଦ୍ୟରଚନା ଗୁଡିକ ମଧ୍ୟରୁ ଏହି ସମୟରେ ଓଡ଼ିଆ ଭାଷାର ଆଦ୍ୟାବସ୍ଥାର ପରିଚୟ ମିଳିଅଛି । ଆଦିଯୁଗରେ ଓଡ଼ିଆ ଭାଷା ଏବେକାର ଓଡ଼ିଆ ଭାଷା ପରି ନଥିଲା । ଅଷ୍ଟମ-ନବମ ଶତାବ୍ଦୀର ଓଡ଼ିଆ ପାଳି ଭାଷାର ଅନୁରୂପ ଥିଲା । ସେତେବେଳେ ଆର୍ଯ୍ୟମାନଙ୍କ ଓଡ଼ିଶା ଆଗମନ ହେତୁ ଅନେକ ଓଡ଼ିଆ ଶବ୍ଦ ସଂସ୍କୃତ ଦେଇ ପ୍ରଭାବିତ ହେଲା ଓ ଶବ୍ଦ ଗଢଣରେ ବଦଳ ଆସିଲା । ଏହି ପରିବର୍ତ୍ତିତ ଶବ୍ଦ ସବୁ କ୍ରମେ ସଂସ୍କୃତ ଭାଷା ଭଣ୍ଡାରକୁ ଉନ୍ନତ କରିଛି । ସେତେବେଳର ଓଡ଼ିଶା ବା କଳିଙ୍ଗ ଭୂଖଣ୍ଡ ଭିତରେ ଆଜିର ଓଡ଼ିଶା, ବଙ୍ଗଳା, ବିହାର ଓ ଆସାମ ଆଦି ଥିଲା, ତେଣୁ ଓଡ଼ିଆ ଭାଷା ଏ ସବୁ ଅଞ୍ଚଳର ଭାଷା ଓ ସାହିତ୍ୟକୁ ବହୁ ଭାବରେ ପ୍ରଭାବିତ କରିଥିଲା । ଏହି କାଳର ପାଳି ଭାଷାକୁ କେହି ସାନ୍ଧ୍ୟ ଭାଷା କହିଥାନ୍ତି । ଏଥିରେ ଲିଖିତ ଗୀତିକବିତା କେତେକ ମିଳିଅଛି ଯାହାକୁ ଚର୍ଯାଗୀତି ବା ଚର୍ଯାଗୀତିକା କୁହାଯାଏ । ବୌଦ୍ଧ ସିଦ୍ଧ କବିମାନେ ଏସବୁର ରଚନା କରିଥିଲେ । ଏଗୁଡ଼ିକ ଆକାରରେ ଖୁବ ଛୋଟ । କାହ୍ନୁ ପା, ଲୁଇ ପା, ସବରି ପା, ହାଡୁ ପା, କୁକୁରି ପା ଏହି କାଳର କବି ।
ଭାରତର ସବୁଠୁ ପୁରୁଣା ଭାଷା ପାଳି
ai4bharatIndicQA
କେତେ ମସିହାରେ ସେ ଇସ୍ରୋକୁ କାମ କରିବା ପାଇଁ ଗଲେ?
ସେ ତାଙ୍କ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ଭାରତୀୟ ସେନା ପାଇଁ ଏକ କ୍ଷୁଦ୍ର ହେଲିକପ୍ଟରର ଡିଜାଇନରୁ। ତେବେ ପ୍ରାରମ୍ଭରେ ତାଙ୍କୁ ଦିଆଯାଉଥିବା କାର୍ଯ୍ୟ ନେଇ ସେ ସନ୍ତୁଷ୍ଟ ନଥିଲେ। ପରେ ସେ ବିଖ୍ୟାତ ବୈଜ୍ଞାନିକ ବିକ୍ରମ ସରାଭାଇଙ୍କ ଅଧୀନରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ। ବିକ୍ରମ ସରାଭାଇଙ୍କ ଅଧୀନରେ ଗଠିତ ଆଇଏନସିଓଏସପିଏଆର୍ କମିଟିରେ ସେ ସାମିଲ ହୋଇଥିଲେ। ବିକ୍ରମ ସରାଭାଇ ତାଙ୍କର ପ୍ରେରଣା ଥିଲେ ବୋଲି ଅବଦୁଲ କଲାମ ଅନେକ ଥର କହିଛନ୍ତି। ୧୯୬୯ରେ ସେ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ବା ଇସ୍ରୋକୁ ବଦଳି ହୋଇ ଯାଇଥିଲେ। ସେ ଥିଲେ ଭାରତର ପ୍ରଥମ ସାଟେଲାଇଟ୍ ଲଞ୍ଚ୍ ଭେହିକିଲ୍ (ଏସଏଲଭି-୩)ର ପ୍ରୋଜେକ୍ଟ ଡାଇରେକ୍ଟର।
୧୯୬୯ରେ
ai4bharatIndicQA
ଏହି ବୌଦ୍ଧ ଗୁମ୍ପାରେ କେଉଁ ଧାର୍ମିକ ପରମ୍ପରାର ମୂର୍ତ୍ତି ଚିହ୍ନର ନଜିର ରହିଛି?
ଗୁମ୍ଫା କ୍ରମାଙ୍କ ୧୫ ଦଶାବତାର ମନ୍ଦିର ଭାବେ ଜଣାଶୁଣା । ସମ୍ଭବତଃ ଗୁମ୍ଫା କ୍ରମାଙ୍କ ୧୪ (ରାବଣ ଗର୍ତ୍ତ ବା ରାବଣ ଖାଈ) ପରେ ଏହାର ଖୋଦନ କରାଯାଇଥିଲା । ଦଶାବତାର ଗୁମ୍ଫାର ନକସା, ପ୍ରକୋଷ୍ଠ ଓ ଅଭ୍ୟନ୍ତର ବୌଦ୍ଧ ଗୁମ୍ଫା କ୍ରମାଙ୍କ ୧୧ ଓ ୧୨ ପରି । ଏହି କାରଣରୁ କେତେକ ଗବେଷକ ଏହା ବୌଦ୍ଧ ଗୁମ୍ଫା ଉଦ୍ଦେଶ୍ୟରେ ପ୍ରଥମେ ଖୋଳାଯାଇଥିଲା ବୋଲି ବିଶ୍ୱାସ କରନ୍ତି । କିନ୍ତୁ ଦଶାବତାର ଗୁମ୍ଫାର ପ୍ରବେଶଦ୍ୱାର ସମ୍ମୁଖରେ ରହିଥିବା ନୃତ୍ୟ ମଣ୍ଡପ ଏକ ଅଣ-ବୌଦ୍ଧ ରଚନା ଓ ଉପରୋକ୍ତ ମତର ବିରୋଧୀ । ଜେମ୍‍ସ୍ ହାର୍ଲେଙ୍କ ଅନୁଯାୟୀ, ବୌଦ୍ଧ ଗୁମ୍ଫା ୧୧ରେ ମଧ୍ୟ କିଛି ହିନ୍ଦୁ ପ୍ରତିମା ଦେଖିବାକୁ ମିଳେ ଓ ଆଖ ପାଖର ବୌଦ୍ଧ ଗୁମ୍ଫାରେ ମଧ୍ୟ ହିନ୍ଦୁ ଧାର୍ମିକ ପରମ୍ପରାର ଛାପ ରହିଛି । ଧାର୍ମିକ ଶିଳ୍ପକଳାର ଏପରି ସମ୍ମିଶ୍ରଣରୁ ଅନୁମାନ କରାଯାଏ ଯେ ବୋଧହୁଏ ସମାନ କାରିଗର, ଶିଳ୍ପୀ ଓ ସ୍ଥପତିମାନେ ଉଭୟ ବୌଦ୍ଧ ଓ ହିନ୍ଦୁ ଗୁମ୍ଫାର ଖୋଦନ କରୁଥିଲେ କିମ୍ବା ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ପୂର୍ବ ନିର୍ଦ୍ଧାରିତ ଗୁମ୍ଫାରେ ପରବର୍ତ୍ତୀ ସମୟରେ ହିନ୍ଦୁ ପ୍ରତିମା ନିର୍ମାଣ କରାଯାଇ ଏହାକୁ ଏକ ହିନ୍ଦୁ ଗୁମ୍ଫାରେ ପରିବର୍ତ୍ତିତ କରାଯାଇଥିଲା ।
ହିନ୍ଦୁ ଧାର୍ମିକ
ai4bharatIndicQA
ପୃଥିବୀ ପୃଷ୍ଠରୁ ସୂଚନା ପାଇବା ନିମନ୍ତେ କେଉଁ ଆଲଗୋରିଦମ ବ୍ୟବହୃତ ହୁଏ ?
୧୯୯୯ କାରଗିଲ ଯୁଦ୍ଧ ପରେ ଭାରତ ନିଜସ୍ୱ ଦିଗସୂଚକ ପ୍ରଣାଳୀ (Navigation system)ର ଆବଶ୍ୟକତା ପଡିଲା । ଭାରତୀୟ ଦିଗସୂଚକ ଉପଗ୍ରହ ପ୍ରଣାଳୀ (ଇଂରାଜୀ: Indian Regional Navigational Satellite System) ଇସ୍ରୋଦ୍ୱାରା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏକ ସ୍ୱୟଂଶାସିତ ଆଞ୍ଚଳିକ ଦିଗସୂଚକ ପ୍ରଣାଳୀ । ମତ୍ସ୍ୟଜୀବି ମାନଙ୍କୁ ସମର୍ପଣ କରିବା ଉଦ୍ଦେଶ୍ୟରେ ଏହାର ବ୍ୟବହାରିକ ନାମକୁ ନାବିକ (NavIC) ରଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିଗସୂଚକ ପ୍ରଣାଳୀ ଭାରତ ବ୍ୟତୀତ ଯୁକ୍ତରାଷ୍ଟ୍ର ଆମେରିକା (ଜିପିଏସ୍), ଋଷ୍ (ଗ୍ଲୋନାସ୍), ଇଉରୋପୀୟ ସଂଘ (ଗାଲିଲିଓ) ଓ ଚୀନ୍ (ବାଇଡୁ)ଦ୍ୱାରା ପୁର୍ବରୁ ବିକାଶ କରାଯାଇଛି । ଜିପିଏସ୍ ଓ ବାଇଡୁ ସାରା ବିଶ୍ୱରେ ବ୍ୟବହାରକାରୀଙ୍କୁ ସେବା ପ୍ରଦାନ କରୁଥିବାବେଳେ ଗ୍ଲୋନାସ୍, ଗାଲିଲିଓ ପରି ନାବିକର ସୀମିତ ପରିସର କାର୍ଯ୍ୟରେ ଉପଲବ୍ଧ ହେବ । ଭାରତ ତଥା ଏହାର ସୀମାରୁ ୧୫୦୦ କିଲୋମିଟର ଦୂରତା ମଧ୍ୟରେ ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ଏହି ବ୍ୟବସ୍ଥାର ବ୍ୟବହାରକାରୀଙ୍କୁ ସଠିକ ସ୍ଥାନର ସୂଚନା ମିଳିପାରିବ । ପୃଥିବୀ ପୃଷ୍ଠରୁ ଏହି ସୂଚନା ପାଇବା ପାଇଁ ଟ୍ରାଇଙ୍ଗୁଲେସ୍ନ୍ (Triangulation) ଆଲଗୋରିଦମର ବ୍ୟବହାର କରଯାଏ ।
ଟ୍ରାଇଙ୍ଗୁଲେସ୍ନ୍
ai4bharatIndicQA
4. ଶିଶୁଟି କାହିଁକି ମରିଗଲା?
ଦିଲୀପ ତାଙ୍କଠାରୁ ୨୨ ବର୍ଷ କମ ବୟସ୍କା ସାଇରାଙ୍କ ସହିତ ବିବାହ କରିଥିଲେ । ପରେ ସେ ହାଇଦରାବାଦର ଆସମା ସାହିବା ସହିତ ୧୯୮୧ ମସିହାର ବିବାହ କରିଥିଲେ । ଏହି ବିବାହର ୧୯୮୩ ମସିହାରେ ଅନ୍ତ ହୋଇଥିଲା । ପତି ପତ୍ନୀ ଦୁହେଁ ବାନ୍ଦ୍ରାରେ ରହୁଥିଲେ । ତାଙ୍କର କୌଣସି ସନ୍ତାନ ସନ୍ତତି ନ ଥିଲେ । ଦିଲୀପ ତାଙ୍କ ଜୀବନୀରେ ଲେଖିଥିଲେ, ବାନୁ ୧୯୭୨ରେ ଗର୍ଭବତୀ ହୋଇଥିଲେ କିନ୍ତୁ ଗର୍ଭ ସମସ୍ଯା ଯୋଗୁ ଶିଶୁର ମୃତ୍ଯୁ ହୋଇଗଲା । ଏହା ପରେ ସେମାନେ ‘ଭଗବାନଙ୍କ ଇଚ୍ଛା’ ଭାବି ଆଉ ଥରେ ସନ୍ତାନ ନିମନ୍ତେ ଚେଷ୍ଟା କରିନଥିଲେ । ଦିଲୀପ କୁମାର ଉର୍ଦ୍ଦୁ, ହିନ୍ଦୀ, ପାସତୋଳ, ପଞ୍ଜାବୀ, ମରାଠୀ, ଇଂରାଜୀ, ବେଙ୍ଗଲୀ ଗୁଜରାଟୀ, ହିଣ୍ଡକୋ, ପାର୍ସିଆନ, ଭୋଜପୁରୀ ଓ ଅବଧି ଭାଷାମାନଙ୍କରେ କହିବାରେ ପଟୁ ଥିଲେ । ସେ ସଙ୍ଗୀତରେ ରୁଚି ରଖୁଥିଲେ ଓ ଗୋଟିଏ ଚିତ୍ର ନିମନ୍ତେ ସିତାର ବଜେଇବା ଶିକ୍ଷା କରିଥିଲେ ।
ଗର୍ଭ ସମସ୍ଯା
ai4bharatIndicQA
କେଉଁ କେଉଁ ଧର୍ମରେ ତିନି ସଂଖ୍ୟା ଅନେକ ବିଷୟ ନିର୍ଣ୍ଣୟ କରିବା ପାଇଁ ବ୍ୟବହୃତ ହୁଏ ?
ଚାଣ୍ଡି ସ୍ଥାପତ୍ୟବିଦ୍ୟା ବାସ୍ତୁଶାସ୍ତ୍ରର ହିନ୍ଦୁ ସ୍ଥାପତ୍ୟଜ୍ଞାନର ବିନିଯୋଗ କରିଥିଲା । ଜାଭାରେ ବୃତ୍ତାକାର ମଣ୍ଡଳ, ମଣ୍ଡଳ ମଧ୍ୟରେ ଉଚ୍ଚ ମୁଖ୍ୟ ମନ୍ଦିରର ନିର୍ମାଣ ହେବା ଏହାର ଦୃଷ୍ଟାନ୍ତ । ଚାଣ୍ଡି ମନ୍ଦିରର ଆକାର ଦେବମାନଙ୍କ ବାସସ୍ଥଳୀ ମେରୁ ପର୍ବତର ଆକାର ପରି । ତ୍ରିଲୋକ ଓ ବ୍ରହ୍ମାଣ୍ଡର ସମ୍ପର୍କିତ ତଥ୍ୟ ମନ୍ଦିର କାନ୍ଥ ଓ ସ୍ତମ୍ଭରେ ଚିତ୍ରିତ ହୋଇଛି । ଚାଣ୍ଡି ମନ୍ଦିରରେ କେଉଁ ସ୍ଥାନ ପବିତ୍ର ଓ କେଉଁ ସ୍ଥାନ ଅପବିତ୍ର ତାହାର ଶ୍ରେଣୀ ଧାର୍ଯ୍ୟ କରାଯାଇଛି । ହିନ୍ଦୁ ଓ ବୌଦ୍ଧ ଧର୍ମରେ ଅନେକ ବିଷୟର ନିର୍ଦ୍ଧାରଣ ପାଇଁ ୩ (ତ୍ରି-) ସଂଖ୍ୟା ବ୍ୟବହୃତ ହୁଏ । ଯଥା – ହିନ୍ଦୁ ଧର୍ମରେ ତ୍ରିମୂର୍ତ୍ତି, ତ୍ରିଲୋକ, ତ୍ରିଦେବ, ତ୍ରି-ବାର ସତ୍ୟ ଓ ବୌଦ୍ଧ ଧର୍ମରେ ତ୍ରିରତ୍ନ ।
ହିନ୍ଦୁ ଓ ବୌଦ୍ଧ ଧର୍ମରେ ଅନେକ ବି
ai4bharatIndicQA
ଲକଡାଉନ ସମୟରେ ଅନ୍ୟ ରାଜ୍ୟରେ ଫସି ରହିଥିବା ଓଡିଆ ଲୋକଙ୍କୁ ଖାଦ୍ୟ ଏବଂ ଔଷଧ ଯୋଗାଇବାକୁ କିଏ ଅନୁରୋଧ କରିଛନ୍ତି ?
କରୋନା ଭୂତାଣୁ ସଂକ୍ରମଣ ସମୟରେ ଗରିବ ଲୋକଙ୍କ ଜୀବନଜୀବିକା ବିଶେଷ ଭାବେ ପ୍ରଭାବିତ ହେଉଥିବାରୁ ନବୀନ ପଟ୍ଟନାୟକ ୨୨୦୦ କୋଟି ଟଙ୍କାର ଏକ ପ୍ୟାକେଜ୍ ଘୋଷଣା କରିଥିଲେ । ଏଥିରେ ନିର୍ମାଣ ଶ୍ରମିକଙ୍କ ସମେତ ଖାଦ୍ୟ ସୁରକ୍ଷା ଯୋଜନା ଓ ସାମାଜିକ କଲ୍ୟାଣ ଯୋଜନାର ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ତାଲାବନ୍ଦ ଯୋଗୁଁ ଅନ୍ୟ ରାଜ୍ୟରେ ଅଟକି ରହିଥିବା ଓଡ଼ିଆମାନଙ୍କୁ ଖାଦ୍ୟ ଓ ଔଷଧ ଯୋଗାଇ ଦେବାକୁ ଓଡ଼ିଶା ସରକାର ଅନ୍ୟ ରାଜ୍ୟର ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡିକୁ ଅନୁରୋଧ କରିଛନ୍ତି । ଏହି ଖର୍ଚ୍ଚ ଓଡ଼ିଶା ସରକାର ଭରଣା କରିବେ । ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପ୍ରବାସରୁ ଫେରୁଥିବା ଓଡ଼ିଆମାନଙ୍କୁ ସୀମାନ୍ତରେ ଅଟକାଇବା ସହ ସେଠାରେ ସେମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରିବାକୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ । [୧୩]ଚଳିତ ଖରିଫ୍ ଓ ଆସନ୍ତା ରବି ଫସଲ ପାଇଁ ରାଜ୍ୟରେ କୃଷି କାର୍ଯ୍ୟ ଜାରି ରହିବା ସହ କୃଷିକାର୍ଯ୍ୟ ପାଇଁ ବିଭିନ୍ନ କୃଷି ସାମଗ୍ରୀ, ସାର, କୀଟନାଶକ ଔଷଧ ଓ ଯନ୍ତ୍ରପାତି ସ୍ଥାନାନ୍ତରଣରେ କୌଣସି ବାଧା ରହିବ ନାହିଁ ବୋଲି ସରକାର ସୂଚନା ଦେଇଛନ୍ତି । [୧୪] ଲକ ଡାଉନ ଓ ସଟ ଡାଉନତାଲାବନ୍ଦ ସମୟରେ ବିଭିନ୍ନ ଅତ୍ୟାବଶ୍ୟକୀୟ ସେବା ଯଥା ବିଜୁଳି, ଜଳଯୋଗାଣ, ହାସପାତାଳ, ଔଷଧ ଦୋକାନ, ଅଗ୍ନିଶମ ସେବା ଇତ୍ୟାଦି ଜାରି ରହିବା ସମେତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ କଡ଼ରେ ଥିବା ଢ଼ାବା ଓ ଗ୍ୟାରେଜ ଖୋଲା ରହିବ ଓ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିଳ୍ପ, କଳ କାରଖାନା,ଶିକ୍ଷାନୁଷ୍ଠାନ, ଧାର୍ମିକ ଅନୁଷ୍ଠାନ, ଅଦାଲତ, ବାଣିଜ୍ୟିକ ଅନୁଷ୍ଠ। [୧୫]ରାଜ୍ୟ ସରକାର ଲକଡାଉନ ଅବଧିକୁ ଏପ୍ରିଲ ୩୦ ଯାଏଁ ବୃଦ୍ଧି କରିବା ସହ କୃଷି ତଥା ଅନ୍ୟାନ୍ୟ ଆନୁଷଙ୍ଗିକ କ୍ଷେତ୍ରରେ ଏହି କଟକଣାକୁ କିଛି ମାତ୍ରାରେ କୋହଳ କରିଛନ୍ତି ।
ଓଡ଼ିଶା ସରକାର
ai4bharatIndicQA
ହିନ୍ଦୁ ମହାସଭାର କେଉଁ ନେତା ବ୍ରିଟିଶ ସରକାରଙ୍କୁ ଚିଠି ଲେଖିଥିଲେ?
ଭାରତ ଛାଡିବା ଆନ୍ଦୋଳନକୁ ବୈଠକ କରିବାକୁ ହିନ୍ଦୁ ମହାସଭାର ସରକାରୀ ନିଷ୍ପତ୍ତି ପରେ ବଙ୍ଗଳାର ହିନ୍ଦୁ ମହାସଭାର ନେତା ଶ୍ୟାମ ପ୍ରସାଦ ମୁଖାର୍ଜୀ (ଯାହା ବଙ୍ଗଳାରେ ଶାସକ ମିଳିତ ମଞ୍ଚର ଏକ ଅଂଶ ଥିଲା; ଫଜଲୁଲ ହକର କୃଷ୍ଣ ପ୍ରଜା ପାର୍ଟିଦ୍ୱାରା ବ୍ରିଟିଶ ସରକାରଙ୍କୁ ଏକ ଚିଠି ଲେଖିଛନ୍ତି ଯେ ଯଦି କଂଗ୍ରେସ ବ୍ରିଟିଶ ଶାସକମାନଙ୍କୁ ଭାରତ ଛାଡିବାକୁ ଆହ୍ୱାନ ଦେଇଥିଲା । ୨୬ ଜୁଲାଇ ୧୯୪୨ର ଏହି ଚିଠିରେ ସେ ଲେଖିଛନ୍ତି:“କଂଗ୍ରେସଦ୍ୱାରା ଆରମ୍ଭ ହୋଇଥିବା ଯେକୌଣସି ବ୍ୟାପକ ଆନ୍ଦୋଳନର ପରିଣାମ ସ୍ୱରୂପ ପ୍ରଦେଶରେ ସୃଷ୍ଟି ହୋଇପାରେ। ଯେକୌଣସି ବ୍ୟକ୍ତି, ଯିଏ ଯୁଦ୍ଧ ସମୟରେ, ଜନ ଭାବନାକୁ ଉତ୍ତେଜିତ କରିବାକୁ ଯୋଜନା କରେ, ଫଳସ୍ୱରୂପ ଆଭ୍ୟନ୍ତରୀଣ ବିଶୃଙ୍ଖଳା କିମ୍ବା ଅସୁରକ୍ଷିତତା, କୌଣସି ସରକାର ଏହାକୁ ପ୍ରତିରୋଧ କରିବାକୁ ପଡିବ ଯାହା ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବ | ଏହିପରି ଭାବରେ ସେ ବ୍ରିଟିଶ ସରକାରଙ୍କ ଜ୍ଞାନ ଆହରଣ କରିବାରେ ସଫଳ ହୋଇଥିଲେ ଏବଂ ସ୍ୱାଧୀନ ନେତାଙ୍କ ବିଷୟରେ ସୂଚନା ପ୍ରଦାନ କରିବାରେ ସଫଳ ହୋଇଥିଲେ। ମୁଖାର୍ଜୀ ଏହା ଦୋହରାଇଲେ | ଫଜଲୁଲ ହକ ନେତୃତ୍ୱାଧୀନ ବଙ୍ଗଳା ସରକାର, ଏହାର ସହଯୋଗୀ ସହଯୋଗୀ ହିନ୍ଦୁ ମହାସଭା ସହିତ ବଙ୍ଗଳା ପ୍ରଦେଶରେ ଭାରତ ଛାଡିବା ଆନ୍ଦୋଳନକୁ ପରାସ୍ତ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବ ଏବଂ ଏହି ବିଷୟରେ ଏକ ଠୋସ୍ ପ୍ରସ୍ତାବ ଦେଇଛି: ପ୍ରଶ୍ନ ହେଉଛି କିପରି ଯୁଦ୍ଧ କରାଯିବ? ବଙ୍ଗଳାରେ ଏହି ଆନ୍ଦୋଳନ (ଭାରତ ଛାଡ)? ପ୍ରଦେଶର ପ୍ରଶାସନ ଏପରି ଢଙ୍ଗରେ କରାଯିବା ଉଚିତ୍ ଯେ କଂଗ୍ରେସର ସର୍ବଶ୍ରେଷ୍ଠ ଉଦ୍ୟମ ସତ୍ତ୍ୱେ ଏହି ଆନ୍ଦୋଳନ ପ୍ରଦେଶରେ ମୂଳୋତ୍ପାଟନ କରିବାରେ ବିଫଳ ହେବ। ଏହା ଆମ ପାଇଁ ସମ୍ଭବ ହେବା ଉଚିତ, ବିଶେଷ କରି ଦାୟିତ୍ Minister ବାନ ମନ୍ତ୍ରୀମାନେ ଜନସାଧାରଣଙ୍କୁ ଜଣାଇବାରେ ସମର୍ଥ ହେବା ଉଚିତ ଯେ ଯେଉଁ ସ୍ୱାଧୀନତା ପାଇଁ କଂଗ୍ରେସ ଏହି ଆନ୍ଦୋଳନ ଆରମ୍ଭ କରିଛି, ତାହା ଲୋକ ପ୍ରତିନିଧୀଙ୍କ ନିକଟରେ ଅଛି। କେତେକ କ୍ଷେତ୍ରରେ ଏହା ଜରୁରୀକାଳୀନ ସମୟରେ ସୀମିତ ହୋଇପାରେ | ବ୍ରିଟିଶମାନଙ୍କ ପାଇଁ ନୁହେଁ, ବ୍ରିଟିଶମାନଙ୍କ ପାଇଁ କ advantage ଣସି ସୁବିଧା ପାଇଁ ନୁହେଁ, ବରଂ ପ୍ରଦେଶର ପ୍ରତିରକ୍ଷା ତଥା ସ୍ୱାଧୀନତାର ରକ୍ଷଣାବେକ୍ଷଣ ପାଇଁ ଭାରତୀୟଙ୍କୁ ବ୍ରିଟିଶମାନଙ୍କ ଉପରେ ବିଶ୍ୱାସ କରିବାକୁ ପଡିବ। ଆପଣ, ରାଜ୍ୟପାଳ ଭାବରେ, ପ୍ରଦେଶର ସାମ୍ବିଧାନିକ ମୁଖ୍ୟ ଭାବରେ କାର୍ଯ୍ୟ କରିବେ ଏବଂ ଆପଣଙ୍କ ମନ୍ତ୍ରୀଙ୍କ ପରାମର୍ଶରେ ସମ୍ପୁର୍ଣ୍ଣ ମାର୍ଗଦର୍ଶନ କରିବେ। ଏପରିକି ଭାରତୀୟ ଏତିହାସିକ ଆର.ସି. ମଜୁମଦାର ଏହି ସତ୍ୟକୁ ଉଲ୍ଲେଖ କରି କହିଛନ୍ତି:"ଶ୍ୟାମ ପ୍ରସାଦ କଂଗ୍ରେସଦ୍ୱାରା ଆୟୋଜିତ ଜନ ଆନ୍ଦୋଳନର ଆଲୋଚନା ସହ ଏହି ଚିଠିକୁ ସମାପ୍ତ କରିଛନ୍ତି। ଏହି ଆନ୍ଦୋଳନ ଆଭ୍ୟନ୍ତରୀଣ ବିଶୃଙ୍ଖଳା ସୃଷ୍ଟି କରିବ ଏବଂ ଯୁଦ୍ଧ ସମୟରେ ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଉତ୍ସାହଜନକ ଲୋକପ୍ରିୟ ଅନୁଭବ ଏବଂ ସେ ମତ ଦେଇଛନ୍ତି ଯେ କ୍ଷମତାରେ ଥିବା କୌଣସି ସରକାର ଏହାକୁ ଦମନ କରିବାକୁ ପଡିବ, କିନ୍ତୁ ତାଙ୍କ ଅନୁଯାୟୀ କେବଳ ନିର୍ଯ୍ୟାତନାଦ୍ୱାରା କରାଯାଇପାରିବ ନାହିଁ .... ସେହି ଚିଠିରେ ସେ ପରିସ୍ଥିତିର ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଜ୍ଞାନ ଦେଇଛନ୍ତି।
ଶ୍ୟାମ ପ୍ରସାଦ ମୁଖାର୍ଜୀ
ai4bharatIndicQA
କେତେ ମସିହାରେ ନାରାୟଣଙ୍କ ପତ୍ନୀଙ୍କର ଦେହାନ୍ତ ହୋଇଥିଲା ?
୧୯୩୯ ମସିହାରେ ତାଙ୍କ ପତ୍ନୀଙ୍କୁ ଆନ୍ତ୍ରିକ ଜ୍ୱର ହେବାରୁ ସେ ସେଥିରେ ମୃତ୍ୟୁ ବରଣ କରିଥିଲେ । ସେତେବେଳକୁ ତାଙ୍କ ଝିଅ ହେମାକୁ ୩ ବର୍ଷ ହୋଇଥିଲା । ସେତେବେଳକୁ ସେ ତିନୋଟି ବହି ଲେଖି ସାରିଥିଲେ । ଲେଖାରେ କ୍ଲାନ୍ତ ହୋଇ ସେ ତାଙ୍କ ଦାଦାଙ୍କ ସହଯୋଗରେ ଜଣେ କାର ସେଲ୍ସମାନ ଭାବେ ୧୯୪୦ ମସିହାରେ କାର୍ଯ୍ୟକଲେ । ସେଥିରେ ସେ ବେଶିଦିନ ରହିପାରିଲେ ନାହିଁ ।
୧୯୩୯ ମସିହାରେ
ai4bharatIndicQA
ଏ. ପି. ଜେ. ଅବଦୁଲ କଲାମ ତିରୁଚିରାପଲ୍ଲୀ ସ୍ଥିତ କେଉଁ କଲେଜରେ ନାମ ଲେଖାଇଥିଲେ?
ଏ. ପି. ଜେ. ଅବଦୁଲ କଲାମ ୧୫ ଅକ୍ଟୋବର ୧୯୩୧ ମସିହାରେ ତାମିଲନାଡୁର ରାମେଶ୍ୱରମ ଗାଁରେ ଏକ ତାମିଲ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପୂରା ନାଁ ଥିଲା ଅବୁଲ ପାକିର ଜୈନୁଲାବୁଦ୍ଦୀନ ଅବଦୁଲ କଲାମ । ତାଙ୍କ ବାପାଙ୍କ ନାଁ ଜୈନୁଲାବଦ୍ଦୀନ ଥିଲା ଓ ମା’ଙ୍କ ନାମ ଥିଲା ଅସିଆମ୍ମା । ତାଙ୍କ ବାପା ଜଣେ ନାଉରୀ ଥିଲେ । ଅବଦୁଲ କଲାମ ପରିବାରକୁ ସାହାଯ୍ୟ କରିବା ପାଇଁ ସ୍କୁଲ୍ ଯିବା ବୟସରେ ବି କାମ କରୁଥିଲେ । ସେ ଘର ଘର ଯାଇ ଖବରକାଗଜ ଦେଉଥିଲେ । ରାମନାଥପୁରରେ ମାଟ୍ରିକ ଶିକ୍ଷା ଶେଷ କରିବା ପରେ ସେ ତିରୁଚିରାପଲ୍ଲୀ ସ୍ଥିତ ସେଣ୍ଟ ଯୋଶେଫ କଲେଜରେ ନାମ ଲେଖାଇଥିଲେ।
ସେଣ୍ଟ ଯୋଶେଫ
ai4bharatIndicQA
ଗୋଟିଏ ଦୃଶ୍ୟରେ ତାଙ୍କୁ କଣ କରିବାକୁ ପଡିଲା ?
୧୯୮୨ ମସିହା ଜୁଲାଇ ମାସ ୨୬ ତାରିଖରେ ବେଙ୍ଗାଲୁରୁର ବିଶ୍ୱବିଦ୍ୟାଳୟ ପରିସରରେ କୁଲି ଚଳଚ୍ଚିତ୍ରର ସୁଟିଙ୍ଗ୍ ଚାଲିଥିବା ସମୟରେ ସ‌ହ କଳାକାର ପୁନିତ୍ ଇସାର୍‌ଙ୍କ ସ‌ହ ଏକ ଲଢ଼ିବା ଦୃଶ୍ୟର ସୁଟିଙ୍ଗ୍ ବେଳେ ବଚ୍ଚନ ଏକ ପ୍ରାଣ‌ଘାତକ ଦୁର୍ଘଟଣାର ଶିକାର ହୋଇଥିଲେ । ଏଥିରେ ସେ ଆନ୍ତ୍ରିକ ଆଘାତ ପ୍ରାପ୍ତ ହୋଇଥିଲେ । ଗୋଟିଏ ଦୃଶ୍ୟରେ ତାଙ୍କୁ ଉପରୁ ଗୋଟିଏ ଟେବୁଲ୍ ଉପରକୁ ଡେଇଁବାର ଥିଲା ଏବଂ ତା' ପରେ ସେହି ଟେବୁଲ୍‌ରୁ ତଳକୁ ଡେଇଁବାର ଥିଲା । କିନ୍ତୁ ଯେତେବେଳେ ସେ ଟେବୁଲ୍ ଉପରକୁ ଡେଇଁଲେ, ଟେବୁଲ୍‌ର ଗୋଟିଏ କୋଣ ତାଙ୍କ ତଳିପେଟରେ ବାଜିଯାଇଥିଲା । ଏହାଦ୍ୱାରା ତାଙ୍କ ପ୍ଲୀହା ଆଘାତପ୍ରାପ୍ତ (Splenic rupture) ହୋଇଥିଲା । ଫଳରେ ତାଙ୍କ ଶରୀରରୁ ବ‌ହୁତ ପରିମାଣର ରକ୍ତ ବ‌ହିଯାଇଥିଲା । ତାଙ୍କୁ ଯଥା ଶୀଘ୍ର ଡାକ୍ତରଖାନାକୁ ନିଆଯାଇ ତାଙ୍କର ସ୍ପ୍ଲେନେକ୍ଟୋମି (Splenectomy : ପ୍ଲୀହା ପ୍ରତିରୋପଣ) କରାଯାଇଥିଲା । ଏହା ପରେ ସେ ଅନେକ ମାସ ପର୍ଯ୍ୟନ୍ତ ମୁମୁର୍ଷୁ ଅବସ୍ଥାରେ ଡାକ୍ତରଖାନାରେ ରହିଥିଲେ ।
ଗୋଟିଏ ଟେବୁଲ୍ ଉପରକୁ ଡେଇଁବାର ଥିଲା ଏବଂ ତା' ପରେ ସେହି ଟେବୁଲ୍‌ରୁ ତଳକୁ ଡେଇଁବାର ଥିଲା
ai4bharatIndicQA
ନଦୀ କୂଳରେ ସୁଭାଷ କାହାକୁ ଭେଟିଥିଲେ?
ସୁଭାଷ ଯେତେବେଳେ ବଙ୍ଗଳାର ଉକ୍ତ କଲେଜରେ ନାମଲେଖାଇଲେ ସେତେବେଳେ ସେ ତାଙ୍କ ଜୀବନ ନିମନ୍ତେ ଜଣେ ଜଣେ ନୂଆ ବନ୍ଧୁ ପାଇଥିଲେ । ସେହି ବନ୍ଧୁ ଥିଲେ ତତ୍କାଳିନ ନାଟ୍ୟକାର ଦ୍ୱିଜେନ୍ଦ୍ରଲାଲଙ୍କ ପୁତ୍ର ଦିଲ୍ଲୀପ ରାୟ । ଦିଲ୍ଲୀପଙ୍କର ଅରବିନ୍ଦଙ୍କର ଭାବଧାରା ପ୍ରତି ବିଶେଷ ସମ୍ମାନ ଥିଲା । ଯେତେବେଳେ ସୁଭାଷ କୌଣସି ସଂକଟମୟ ପରିସ୍ଥିତିରେ ପଡ଼ିଯାଆନ୍ତି,ସେତେବେଳେ ସେ ତାଙ୍କର ସେହି ବନ୍ଧୁ ଦିଲ୍ଲୀପ ରାୟଙ୍କୁ ପତ୍ର ପଠାଇ ଜଣାଇଥାନ୍ତି । ଦିଲ୍ଲୀପ ରାୟଙ୍କ ସହିତ ତାଙ୍କର ଏତେମାତ୍ରା ବନ୍ଧୁତ୍ୱ ବଢିଯାଇଥିଲା ଯେ, ସେ ଶେଷରେ ବନ୍ଧୁଙ୍କ କେତେକ କଥାର ମହତ୍ୱକୁ ବୁଝି କାହାକୁ ନଜଣାଇ ଗୃହ ପରିତ୍ୟାଗ କରିଥିଲେ । କାରଣ ଥିଲା ଯେ କଷ୍ଟକୁ ବହନ କରି ସଂଯମତା ଆଚରଣ କରିବା । ଏହା ପରେ ସେ ଜୀବନର ସମସ୍ୟାର ସମାଧାନ ପାଇଁ ଆଗକୁ ଚାଲିଲେ । ଗୃହଠାରୁ ୯୦ କି.ମି ଦୂର ଯିବାପରେ କୃଷ୍ଣନଗରରେ ଜଣେ ବନ୍ଧୁଙ୍କ ଘରେ କିଛିଦିନ ଅତିବାହିତ କଲେ । ସେଠାରେ ଏକ ନଦୀକୂଳରେ ଜଣେ ସନ୍ୟାସୀଙ୍କ ସସ୍ପର୍ଶରେ ଆସିଥିଲେ । ଦିନେ ସୁଭାଷ ସନ୍ୟାସୀଙ୍କର ଉଦ୍ଦେଶ୍ୟରେ କହିଲେ ମୁଁ ସମସ୍ତ କ୍ଷେତ୍ରରେ ନିର୍ଭିକ ତଥା ନିର୍ବିକାର କିପରି ଭାବରେ ହୋଇପାରିବି ସେଥିପାଇଁ ଆଶିର୍ବାଦ କରନ୍ତୁ । ଏହା ଶୁଣି ସନ୍ୟାସୀ କହିଲେ ଯେକୈଣସି କାର୍ଯ୍ୟକୁ ସଫଳ କରିବାକୁ ହେଲେ ପ୍ରଥମ ମନକୁ ସଂଯତ ଓ ଦୃଢ଼ଭାବରେ ତୋଳିବାକୁ ହୋଇଥାଏ । କିମ୍ବା ଏସବୁ ପାଇଁ ତମକୁ ଜଣେ ଗୁରୁଙ୍କ ଶିଷତ୍ୱ ଗ୍ରହଣ କରିବାକୁ ପଡ଼ିବ । କିନ୍ତୁ ପରଦିନ ସନ୍ୟାସୀ ସେହିସ୍ଥାନ ପରିତ୍ୟାଗ କରିଚାଲିଯାଇଥିଲେ । ଫଳରେ ସେ ନିରାଶ ହୋଇ ଗୁରୁ ଖୋଜିବା ପାଇଁ ସେଠାରୁ ବାହାରି ବହିତ ଦିନ ବୁଲିଲେ । ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇ ଶେଷର ସେ ଘରକୁ ଫେରି ଆସିଥିଲେ ଏବଂ ପୁନର୍ବାର ପାଠ ପଢିବା ଆରମ୍ଭ କରିଦେଇଥିଲେ । ଆଉ ମଧ୍ୟ ଇଣ୍ଟରମିଡିଏଟ୍ ପରୀକ୍ଷାରେ ଭଲଭାବରେ କୃତକାର୍ଯ୍ୟ ହେଲେ ।
ସନ୍ୟାସୀ
ai4bharatIndicQA
ଗୁଜବ ପ୍ରଚାରରେ କ’ଣ ବଢିବାରୁ ସିନ୍ଧୁ ବିବାଦ ସ୍ଥଗିତ ରହିଛି?
କିନ୍ତୁ ଉଭୟ ପକ୍ଷ ଆଲୋଚନା ବନ୍ଦ କରିବାକୁ ଉତ୍ସାହୀ ନଥିଲେ । ପାକିସ୍ତାନୀ ଗଣମାଧ୍ୟମରେ ଗୁଜବ ପ୍ରଚାରିତ ହେଲା ଯେ ବୃଦ୍ଧି ପାଉଥିବା ଶତ୍ରୁତା ଯୋଗୁଁ ସିନ୍ଧୁ ବିବାଦ ଆଲୋଚନା ବନ୍ଦ ହୋଇଗଲା ଓ ଭାରତ ସହ କଥାବାର୍ତ୍ତା ବନ୍ଦ କରି ଯୁଦ୍ଧ କରିବା ପାଇଁ ପାକିସ୍ତାନ ପ୍ରସ୍ତୁତ ନଥିବାରୁ ନିଜ ଯୁକ୍ତି ବିଷୟରେ ପୁନର୍ବିଚାର କରୁ । ଭାରତ ମଧ୍ୟ ସିନ୍ଧୁ ସମସ୍ୟାର ସମାଧାନ ପାଇଁ ବ୍ୟଗ୍ର ଥିଲା । କଥାବାର୍ତ୍ତା ଯୋଗୁଁ ଅନେକ ପ୍ରକଳ୍ପର କାମ ଅଧାରେ ବନ୍ଦ ହୋଇଯାଇଥିଲା ଓ ଭାରତୀୟ ରାଜନେତାମାନେ ଜଳସେଚନ ପାଇଁ ଉଦ୍ଦିଷ୍ଟ କେନାଲ୍ ଯଥା ସମ୍ଭବ କମ୍ ସମୟରେ ନିର୍ମାଣ କରିବାକୁ ଚାହୁଁଥିଲେ । ୧୯୫୪ ମସିହା ଡିସେମ୍ବର ମାସରେ ଉଭୟ ପକ୍ଷ ପୁଣି ଆଲୋଚନା ଆରମ୍ଭ କଲେ । ବିଶ୍ୱବ୍ୟାଙ୍କର ପ୍ରସ୍ତାବ ଶେଷ ନିଷ୍ପତ୍ତି ନୁହେଁ ବରଂ ଆଲୋଚନା ପରେ ବୁଝାମଣାରୁ ଶେଷ ନିଷ୍ପତ୍ତି ନିଆଯିବା ସ୍ଥିର ହେବାରୁ କଥାବାର୍ତ୍ତା ଆଗାମୀ ୬ ବର୍ଷ ପର୍ଯ୍ୟନ୍ତ ଚାଲିଲା । ବୁଝାମଣାର ଶେଷ ବାଧା ଥିଲା କେନାଲ ଓ ଜଳଭଣ୍ଡାରଗୁଡ଼ିକର ନିର୍ମାଣର ଆର୍ଥିକ ସହାୟତା । ପାକିସ୍ତାନ ପୂର୍ବ ପଟର ନଦୀମାନଙ୍କ ଅଧିକାର ହରାଉଥିବାରୁ ପଶ୍ଚିମ ପଟର ନଦୀର ଜଳ ଗଚ୍ଛିତ ରଖିବା ଜରୁରୀ ଥିଲା । ବିଶ୍ୱବ୍ୟାଙ୍କ ପ୍ରଥମେ ଏହି ନିର୍ମାଣ କାର୍ଯ୍ୟର ଆର୍ଥିକ ଭାର ଭାରତକୁ ଦେବାକୁ ଚାହୁଁଥିଲା ଯାହାକୁ ନେଇ ଭାରତ ରାଜି ହେଲା ନାହିଁ । ବିଶ୍ୱବ୍ୟାଙ୍କ ଏଥିପାଇଁ ଏକ ଯୋଜନା କଲା । ୧୯୬୦ ମସିହା ସେପ୍ଟେମ୍ବର ୧୯ ତାରିଖରେ କରାଚୀ ସହରରେ ପାକିସ୍ତାନ, ଅଷ୍ଟ୍ରେଲିଆ, କାନାଡ଼ା, ପଶ୍ଚିମ ଜର୍ମାନୀ, ନ୍ୟୁଜିଲ୍ୟାଣ୍ଡ, ଯୁକ୍ତରାଜ୍ୟ, ଯୁକ୍ତରାଷ୍ଟ୍ର ଆମେରିକା ଓ ବିଶ୍ୱବ୍ୟାଙ୍କ ମିଳିତ ଭାବେ ସିନ୍ଧୁ ଅବବାହିକା ଉନ୍ନୟନ କୋଷ ଚୁକ୍ତି (Indus Basin Development Fund Agreement)ରେ ସ୍ୱାକ୍ଷର କଲେ । ଏହି ଦେଶ ଓ ସଂସ୍ଥା ପାକିସ୍ତାନକୁ ଆର୍ଥିକ ଅନୁଦାନ ତଥା ଋଣ ଦେବାକୁ ରାଜି ହେଲେ ।
ଶତ୍ରୁତା
ai4bharatIndicQA
କିଏ ସୀମା ନିର୍ଦ୍ଧାରଣରେ ସାହାଯ୍ୟ କରିଥିଲେ ?
୧୯୦୦ ଶତାବ୍ଦୀର ପ୍ରଥମ ଭାଗରେ ଇ. ଆର୍. ଷ୍ଟିଭାନ୍‍ସ୍, ଏଭଲିନ୍ ଆର୍ଥର୍ ସ୍ମାଇଥିଜ୍ ଓ ଅନେକ ବ୍ରିଟିଶ୍ ପ୍ରଶାସକ ଏହି ସ୍ଥାନରେ ଏକ ଜାତୀୟ ଉଦ୍ୟାନ ସ୍ଥାପନ କରାଇବାର ପ୍ରସ୍ତାବ ରଖିଥିଲେ । ୧୯୦୭ ମସିହାରେ ଈଂରେଜ ପ୍ରଶାସନ ଏଠାରେ ଏକ ଶିକାର ଜଙ୍ଗଲ ସ୍ଥାପନ କରିବା ବିଷୟ ଚିନ୍ତା କରୁଥିଲେ । ବହୁ ବର୍ଷ ପରେ ୧୯୩୦ ମସିହାରେ ଏଠାକାର ଜଙ୍ଗଲର ସୀମା ଧାର୍ଯ୍ୟ କରାଯିବା ଆରମ୍ଭ ହେଲା । ସେତେବେଳେ ଏହି ସ୍ଥାନ ସହିତ ଭଲ ଭାବେ ପରିଚିତ ଜିମ୍ କର୍ବେଟ୍‍ ଏହି ସୀମା ନିର୍ଦ୍ଧାରଣ କାର୍ଯ୍ୟରେ ସହାୟତା କରିଥିଲେ । ୧୯୩୬ ମସିହାରେ ୩୨୩.୭୫ ବର୍ଗ କି.ମି. ପରିମିତ ଅଞ୍ଚଳରେ ହେଲି ଜାତୀୟ ଉଦ୍ୟାନ ନାମକ ଏକ ସଂରକ୍ଷିତ ଜଙ୍ଗଲ ସ୍ଥାପିତ ହେଲା । ତତ୍କାଳୀନ ୟୁନାଇଟେଡ଼୍ ପ୍ରୋଭିଂସେସ୍ (ଉତ୍ତର ପ୍ରଗଣା)ର ଗଭର୍ଣ୍ଣର୍ ସାର୍ ମାଲ୍‍କମ୍ ହେଲିଙ୍କ ନାମାନୁସାରେ ଏହି ଜାତୀୟ ଉଦ୍ୟାନର ନାମ ରଖାଯାଇଥିଲା । ସେତେବେଳେ ଏହା ସମଗ୍ର ଏସିଆ ମହାଦେଶର ପ୍ରଥମ ଜାତୀୟ ଉଦ୍ୟାନ ଥିଲା ।
ଜିମ୍ କର୍ବେଟ୍‍
ai4bharatIndicQA
ସେ କାହା ସହ ଆସିଥିଲେ?
ଶ୍ରୀରାମକୃଷ୍ଣ ତୀର୍ଥଦର୍ଶନ ପାଇଁ ବାହାରିଥିଲେ ୧୮୬୮ ଖ୍ରୀଷ୍ଟାବ୍ଦରେ । ସସ୍ତ୍ରୀକ ମଥୁରବାବୁ ଓ ଭଣଜା ହୃଦୟ ତାଙ୍କ ସଙ୍ଗରେ ଯାଇଥିଲେ । ବୈଦ୍ୟନାଥ, କାଶୀ, ପ୍ରୟାଗ ଓ ଶ୍ରୀବୃନ୍ଦାବନ ଦର୍ଶନ କଲେ । ବୈଦ୍ୟନାଥରେ ଶତ ଶତ ଗରିବ ସାନ୍ତାଳଙ୍କୁ ଦେଖି ତାଙ୍କ ଅନ୍ତରରେ ଦୟାର ଉଦ୍ରେକ ହେଲା । ସେ ମଥୁରାନାଥଙ୍କୁ କହି ସେମାନଙ୍କୁ ନାରାୟଣ ମନେକରି ଅନ୍ନବସ୍ତ୍ରାଦିଦ୍ୱାରା ସେବାର ବ୍ୟବସ୍ଥା କଲେ । କାଶୀର ମଣିକର୍ଣ୍ଣିକାରେ ବିଶ୍ୱନାଥଙ୍କ ଗମ୍ଭୀର ଚିନ୍ମୟ ରୂପ ଦର୍ଶନ କରି ସେ ସମାଧିସ୍ଥ ହୋଇଗଲେ । ସେ ଦେଖିଥିଲେ ମା’ କାଳୀଙ୍କୁ ସଙ୍ଗରେ ଘେନି ବିଶ୍ୱନାଥ ପ୍ରତ୍ୟେକ ଶବ’ର କାନେ କାନେ ତାରକବ୍ରହ୍ମନାମ ଦେଉଛନ୍ତି ଏବଂ ମା’ କାଳୀ ଚିତା ଉପରେ ବସି ଜୀବର କର୍ମବନ୍ଧନ ମୁକ୍ତ କରି ଦେଉଛନ୍ତି ।
ସସ୍ତ୍ରୀକ ମଥୁରବାବୁ ଓ ଭଣଜା
ai4bharatIndicQA
କେଉଁ ସରକାର ରିପୋର୍ଟ କରିଛନ୍ତି ଯେ ଆରଏସଏସ କୌଣସି ସରକାରୀ ଆଦେଶକୁ ଉଲ୍ଲଂଘନ କରି ନାହାନ୍ତି?
"ବକ୍ତାମାନେ ସଂଗଠନର ସଦସ୍ୟମାନଙ୍କୁ କଂଗ୍ରେସ ଆନ୍ଦୋଳନରୁ ଦୂରେଇ ରହିବାକୁ ଅନୁରୋଧ କରିଥିଲେ ଏବଂ ଏହି ନିର୍ଦ୍ଦେଶନାମା ସାଧାରଣତ observed ପାଳନ କରାଯାଇଥିଲା"। ସେହି ସମୟରେ RSS ମୁଣ୍ଡ (ସରସଙ୍ଗଚାଲକ), ଏମ.ଏସ. ଗୋଲୱାଲକର ପରେ କହିଥିଲେ ଯେ ଆରଏସଏସ ଭାରତ ଛାଡିବା ଆନ୍ଦୋଳନକୁ ସମର୍ଥନ କରୁନାହିଁ। ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ସମୟରେ ଏପରି ଏକ ଅଣ-ସାଧାରଣ ମନୋଭାବ ମଧ୍ୟ ସାଧାରଣ ଭାରତୀୟ ଜନସାଧାରଣ ତଥା ସଂଗଠନର କିଛି ସଦସ୍ୟଙ୍କଦ୍ୱାରା ଅବିଶ୍ୱାସ ଏବଂ କ୍ରୋଧରେ ଦେଖାଯାଉଥିଲା। ଗୋଲୱାଲକରଙ୍କ ଶବ୍ଦରେ,“୧୯୪୨ ମସିହାରେ ମଧ୍ୟ ଅନେକଙ୍କ ହୃଦୟରେ ଏକ ଦୃଢ଼ ଭାବନା ରହିଥିଲା। ସେହି ସମୟରେ ମଧ୍ୟ ସଂଗଠନର ନିତିଦିନିଆ କାର୍ଯ୍ୟ ଜାରି ରହିଲା। ସଙ୍ଗେ ସଙ୍ଗେ କିଛି ନକରିବାକୁ ନିଷ୍ପତ୍ତି ନେଇଥିଲେ। 'ସଂଘ' ହେଉଛି ନିଷ୍କ୍ରିୟ ଲୋକମାନଙ୍କର ସଂଗଠନ, ସେମାନଙ୍କର କଥାବାର୍ତ୍ତାର କୌଣସି ପଦାର୍ଥ ନାହିଁ’ କେବଳ ମତ କେବଳ ବାହାର ଲୋକ ନୁହଁନ୍ତି ଆମର ନିଜସ୍ୱ ସ୍ୱୟଂ ସେବକ ମଧ୍ୟ କହିଛନ୍ତି। " ବ୍ରିଟିଶ ସରକାର ଦର୍ଶାଇଛନ୍ତି ଯେ ଆରଏସଏସ ସେମାନଙ୍କ ବିରୁଦ୍ଧରେ କୌଣସି ନାଗରିକ ଅବମାନନାକୁ ଆଦୋୖ ସମର୍ଥନ କରୁନାହିଁ ଏବଂ ସେମାନଙ୍କର ଅନ୍ୟାନ୍ୟ ରାଜନୈତିକ କାର୍ଯ୍ୟକଳାପକୁ ଅଣଦେଖା କରାଯାଇପାରେ। ଗୃହ ବିଭାଗ ଏହାଦ୍ୱାରା ଆରଏସଏସ କରିଥିଲା। ବ୍ରିଟିଶ ଭାରତରେ ଆଇନ ଶୃଙ୍ଖଳା ପ୍ରତି ବିପଦ ସୃଷ୍ଟି କରେ ନାହିଁ। ବମ୍ବେ ସରକାର ରିପୋର୍ଟ କରିଛନ୍ତି ଯେ ଆରଏସଏସ କୌଣସି ପ୍ରକାରେ ସରକାରୀ ନିର୍ଦ୍ଦେଶକୁ ଉଲ୍ଲଂଘନ କରି ନାହିଁ।
ବ୍ରିଟିଶ ସରକାର
ai4bharatIndicQA
୧୯୮୨ ମସିହାରେ କଳ୍ପନା ନିଜ ଛୋଟ ସ‌ହରଟିକୁ ଛାଡ଼ି କେଉଁଠାକୁ ଯାଇଥିଲେ?
ନିଜର ସ୍ନାତକ ପାଠପଢ଼ା ସରିଲା ବେଳକୁ କଳ୍ପନା ଚାୱଲା ଉଚ୍ଚଶିକ୍ଷା ପାଇଁ ସଂଯୁକ୍ତ ରାଷ୍ଟ୍ର ଆମେରିକାକୁ ଯିବା ପାଇଁ ଚିନ୍ତା କରି ସାରିଥିଲେ। ବ‌ହୁତ ଚିନ୍ତା କରିବା ପରେ ସେ ଆର୍ଲିଙ୍ଗ୍‌ଟନ୍ଠାରେ ଥିବା ଟେକ୍ସାଜ୍ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବାକୁ ସ୍ଥିର କରିଥିଲେ। ଏହି ବିଶ୍ୱବିଦ୍ୟାଳୟରେ ପାଠପଢ଼ା ଏବଂ ଗବେଷଣା ପାଇଁ ପ୍ରକୃଷ୍ଟ ସୁଯୋଗ ଥିବାରୁ ସେ ଏହାକୁ ବାଛିଥିଲେ। ଟେକ୍ସାଜ୍ରେ ନାମ ଲେଖାଇବା ପାଇଁ ମନୋନୀତ ହେବା ପରେ ସେ ଖୁବ୍ ଖୁସି ଥିଲେ। କିନ୍ତୁ ପୂର୍ବଥର ପରି ଏଥର ମଧ୍ୟ ତାଙ୍କ ପରିବାର ଏହି ଯୁବତୀ ଜଣଙ୍କୁ ବିଦେଶକୁ ଛାଡ଼ିବା ପାଇଁ ରାଜି ହେଲା ନାହିଁ। ତେବେ କଳ୍ପନା ପୁନର୍ବାର ନିଜ ପରିବାରକୁ ରାଜି କରାଇବାରେ ସଫଳ ହୋଇଯାଇଥିଲେ। ଶେଷରେ ୧୯୮୨ ମସିହାରେ କଳ୍ପନା ନିଜ ଛୋଟ ସ‌ହରଟିକୁ ଛାଡ଼ି ସଂଯୁକ୍ତ ରାଷ୍ଟ୍ର ଆମେରିକାକୁ ଯାଇଥିଲେ।
ସଂଯୁକ୍ତ ରାଷ୍ଟ୍ର ଆମେରିକା
ai4bharatIndicQA
ଫାଲସିପାରମ୍ ଲକ୍ଷଣ କେତେ ଦିନ ଭିତରେ ଦେଖାଯାଏ?
ମ୍ୟାଲେରିଆ ସଂକ୍ରମଣ ହେବାର ୮-୨୫ ଦିନ ମଧ୍ୟରେ ଏହାର ଲକ୍ଷଣ ସବୁ ଦେଖା ଯାଇଥାଏ । କିନ୍ତୁ ମ୍ୟାଲେରିଆ ପୂର୍ବରୁ ପ୍ରତିକାର ପାଇଁ ପ୍ରତିଷେଧକ ନେଇଥିଲେ ଲକ୍ଷଣମାନ ବିଳମ୍ବରେ ଦେଖା ଦେଇ ପାରେ । ରୋଗର ଲକ୍ଷଣ ରୂପେ ଜ୍ୱର, କମ୍ପନ, ଗଣ୍ଠିରେ ଯନ୍ତ୍ରଣା, ବାନ୍ତି, ଦେହ ଶେତା ପଡ଼ିଯିବା, ଜଣ୍ଡିସ, ଆଖିରେ କଷ୍ଟ, ତଥା ମାଂସପେଶୀରେ ପ୍ରବଳ ଯନ୍ତ୍ରଣା ହୋଇଥାଏ । ପ୍ରାୟ ୩୦% ରୋଗୀ ପ୍ରାଥମିକ ଚିକିତ୍ସା ଫଳରେ ଜ୍ୱର ଅନୁଭବ କରି ନଥାନ୍ତି। ମ୍ୟାଲେରିଆର ସର୍ବାଧିକ ଦେଖାଯାଇଥିବା ଲକ୍ଷଣଟି ହେଲା - ପ୍ରତି ଦୁଇ ଘଣ୍ଟାରେ ପ୍ରବଳ ଶୀତ ଲାଗିବା ପରେ ଦେହ ଅବଶ ହୋଇଯାଇ ଜ୍ୱର ଆସିବା ଓ ପରେ ପରେ ବହୁ ଝାଳ ବାହାରିବା । ପି. ଭିଭାକ୍ସ ଓ ପି. ଓଭାଲ ଜୀବାଣୁ ଜନିତ ସଂକ୍ରମଣରେ ଏହା ପ୍ରତି ଦୁଇ ଦିନରେ ଥରେ ଏବଂ ପି. ମ୍ୟାଲେରିଏ ଓ ପି. ଫାଲସିପାରମ ଜନିତ ସଂକ୍ରମଣରେ ଏହା ପ୍ରତି ତିନି ଦିନରେ ହୋଇପାରେ ତଥା ୩୬-୪୮ ଘଣ୍ଟା ମଧ୍ୟରେ ବାରମ୍ବାର ଜ୍ୱର ଆସିଥାଏ । ବୋଧହୁଏ ଭୁଲ କାରଣ ବଶତଃ ବା ମସ୍ତିଷ୍କ ମଧ୍ୟରେ ଚାପ ଯୋଗୁଁ ସମ୍ବନ୍ଧିତ ହୋଇଥିବାରୁ; ମ୍ୟାଲେରିଆ ପିଡୀତ ଛୋଟ ଶିଶୁ ନାନା ଅସ୍ୱାଭାବିକ ଅବସ୍ଥା ପ୍ରଦର୍ଶିତ କଲେ ଧରିନିଆଯାଏ ଯେ ଭୟଙ୍କର ମସ୍ତିଷ୍କ ବିକୃତି ଘଟିଛି । ସେରେବ୍ରାଲ ମ୍ୟାଲେରିଆ ହେବା ଫଳରେ ଦୃଷ୍ଟିପଟଳ ଧଳା ପଡ଼ିଯାଉଥିବାରୁ ଏହାକୁ ଚିକିତ୍ସା ସମୟରେ ସାଧାରଣ ମ୍ୟାଲେରିଆ ଠାରୁ ବାରି ହୋଇଯାଏ। ମାତ୍ରାଧିକ ମ୍ୟାଲେରିଆ ପି. ଫାଲସିପାରମଦ୍ୱାରା ହୋଇଥାଏ ଯାହାର ଲକ୍ଷଣ ୬-୧୪ ଦିନ ମଧ୍ୟରେ ଦେଖାଯାଇଥାଏ ।
୬-୧୪ ଦିନ
ai4bharatIndicQA