text
stringlengths 0
9.1k
|
---|
ମୁଁ ଭାଙ୍କୋଭର୍ ଏବଂ ତେହେରାନରେ ଗୁରୁଦ୍ୱାରା ଭ୍ରମଣକୁ କେବେହେଲେ ଭୁଲିପାରିବିନି । |
ଦକ୍ଷିଣରେ ଗୁରୁ ନାନକ ଦେବଜୀ ଶ୍ରୀଲଙ୍କା ପର୍ଯ୍ୟନ୍ତ ଯାତ୍ରା କରିଥିଲେ । |
ସେ ଉଜବେକିସ୍ତାନରେ ମଧ୍ୟ ପୂଜନୀୟ, ଯେଉଁଠିକୁ ସେ ଯାତ୍ରା କରିଥିଲେ । |
ଏ ହେଉଛି ପୃଥିବୀର ସବୁଠାରୁ ବଡ଼ ମୂର୍ତ୍ତି । |
ଏଥିରେ ସମାଜର ପ୍ରତ୍ୟେକ ବର୍ଗ ଏବଂ ପ୍ରତ୍ୟେକ ଅଞ୍ଚଳର ଲୋକ ଭାଗନେବେ । |
ମୋର ପ୍ରିୟ ଦେଶବାସୀ, ଆଜି ଘରମାନଙ୍କରୁ ଯଦି କିଛି କାହାଣୀ ଶୁଭୁଥାଏ, ପ୍ରତି ଗାଁରୁ ଶୁଣିବାକୁ ମିଳୁଥାଏ – ଉତ୍ତରରୁ ଦକ୍ଷିଣ ଓ ପୂର୍ବରୁ ପଶ୍ଚିମ କେବଳ ଗୋଟିଏ କାହାଣୀ ଶୁଣିବାକୁ ମିଳିଥାଏ – ତାହାହେଲା ସ୍ୱଚ୍ଛତାର କାହାଣୀ । |
କିନ୍ତୁ ଗୋଟିଏ ସୁଖଦ ଓ ରୁଚିପୂର୍ଣ୍ଣ ଅନୁଭୂତି ମଧ୍ୟ ଅଛି । |
ବହୁତ ବହୁତ ଧନ୍ୟବାଦ । |
ଭାରତ ସର୍ବଦା ଶାନ୍ତି ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ସମର୍ପିତ ହୋଇ ରହିଆସିଛି । |
1947ରେ ଯେତେବେଳେ ପାକିସ୍ତାନର ଆକ୍ରମଣକାରୀମାନେ ଅତର୍କିତ ଭାବରେ ଆକ୍ରମଣ ଆରମ୍ଭ କରିଦେଲେ ସେତେବେଳେ ଶ୍ରୀନଗରକୁ ଆକ୍ରମଣକାରୀଙ୍କ କବଳରୁ ରକ୍ଷା କରିବା ପାଇଁ ଯୁଦ୍ଧଭୂମିକୁ ଉଚିତ ସମୟରେ ସୈନ୍ୟ ଏବଂ ଉପକରଣ ଆମ ବାୟୁସେନା ହିଁ ପହଂଚାଇଥିଲା । |
ବାୟୁସେନା 1965ରେ ମଧ୍ୟ ଶତ୍ରୁଙ୍କୁ କଡ଼ା ଜବାବ ଦେଇଥିଲା । |
ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶରେ ଏଭଳି କୌଣସି ଦିନ ନାହିଁ ଯାହାର କିଛି ମହାତ୍ମ୍ୟ ନ ଥିବ, କୌଣସି ପର୍ବ ନ ଥିବ । |
ପରବର୍ତ୍ତୀ ସମୟରେ 1945ରେ ଯେତେବେଳେ ସ୍ୱାଧୀନତା ସଂଗ୍ରାମ ଅଧିକ ଦୃଢ଼ ହେବାକୁ ଲାଗିଲା, ସେତେବେଳେ ସେ ସେହି ବିଚାରଧାରାର ସଂଶୋଧିତ ପ୍ରତିଲିପି ପ୍ରସ୍ତୁତ କଲେ । |
ଅର୍ଥାତ୍ କ’ଣ ତଦ୍ୱାରା ସେହି କୋଟି-କୋଟି ଲୋକମାନଙ୍କୁ ସ୍ୱରାଜ ମିଳିପାରିବ ଯାହାଙ୍କର ପେଟ ଭୋକିଲା ଏବଂ ଆତ୍ମା ଅତୃପ୍ତ । |
ମୁଁ ଭାବୁଛି ଗୋଟିଏ ସୁସ୍ଥ ସମାଜ ଗଠନ ଏବଂ ଲୋକତାନ୍ତ୍ରିକ ମୂଲ୍ୟବୋଧ ପାଇଁ ଏହା ଏକ ଆଶାଜନକ ବିଷୟ । |
ବହୁତ ବହୁତ ଶୁଭକାମନା, ଧନ୍ୟବାଦ । |
ମାତ୍ର କିଛିଦିନ ପରେ,ଜନ୍ମାଷ୍ଟମୀ ପର୍ବ ମଧ୍ୟ ପଡ଼ିବ । |
ସମଗ୍ର ବାତାବରଣ “ହାଥି, ଘୋଡ଼ା ପାଲ୍କି – ଜୟ କହ୍ନୈୟା ଲାଲକି”, “ଗୋବିନ୍ଦା ଗୋବିନ୍ଦା” ଜୟଧ୍ୱନିରେ ପ୍ରକମ୍ପିତ ହେବ । |
ଭଗବାନ ଶ୍ରୀକୃଷ୍ଣଙ୍କ ରଙ୍ଗରେ ରଙ୍ଗାୟିତ ହୋଇ ନାଚିବାର ଆନନ୍ଦ କିଛି ନିଆରା । |
ଦେଶର ଅନେକ ଭାଗରେ ଏବଂ ବିଶେଷକରି ମହାରାଷ୍ଟ୍ରରେ ଆମର ଯୁବବନ୍ଧୁମାନେ “ଦହି-ହାଣ୍ଡି” ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବେ । |
ଏପରି ଭାବରେ ସେ ଆମର ପ୍ରାଣପ୍ରିୟ ତ୍ରିରଙ୍ଗାକୁ ସର୍ବସାଧାରଣଙ୍କ ନିକଟକୁ ଆଣିଲେ । |
ଯଦି କିଛି ଭଲ ହେଉଛି, ତା’ର ଆଲୋଚନା ସେତେ ମାତ୍ରାରେ ହେଉନାହିଁ । କିଛିଦିନ ପୂର୍ବେ ସଂସଦର ମୌସୁମୀ ଅଧିବେଶନ ଶେଷ ହୋଇଛି । |
ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଜନଜାତିମାନଙ୍କର ଅଧିକାରଗୁଡ଼ିକୁ ସୁରକ୍ଷିତ କରିବା ପାଇଁ ସଂଶୋଧନ ବିଲ୍ କୁ ପାସ କରିବାର କାର୍ଯ୍ୟ ଏହି ଅଧିବେଶନରେ ହେଲା । |
ଏହି ଆଇନ SC ଓ ST ସମୁଦାୟମାନଙ୍କର ହିତକୁ ଆହୁରି ଅଧିକ ସୁରକ୍ଷିତ କରିପାରିବ । |
ଯେତେବେଳେ ଆମେମାନେ ଦେଶ ହିତରେ ଆଗକୁ ବଢ଼ୁଛୁ, ଗରିବ, ଅନୁନ୍ନତ, ଶୋଷିତ ଏବଂ ବଂଚିତମାନଙ୍କ ଜୀବନରେ ପରିବର୍ତ୍ତନ ଅଣାଯାଇପାରେ । |
ମୌସୁମୀ ଅଧିବେଶନରେ ଏଥର ସମସ୍ତେ ମିଳିମିଶି ଗୋଟିଏ ଆଦର୍ଶ ଉପସ୍ଥାପିତ କରିଛନ୍ତି । |
ସମସ୍ତ ଲୋକ ଗୋଟିଏ ଟିମ୍ ଭଳି ଏହି ଲକ୍ଷ୍ୟପଥରେ ଏକତ୍ରିତ ହୋଇ ଲାଗିରହିଥିଲେ । |
ଏହି ସମଗ୍ର ଅଭିଯାନରେ ଥାଇଲାଣ୍ଡ ନୌବାହିନୀର ଜଣେ ଯବାନକୁ ପ୍ରାଣବଳୀ ଦେବାକୁ ପଡ଼ିଲା । |
ପୁସ୍ତକ ବ୍ୟତୀତ ଅନ୍ୟ କିଛି ଉପାୟ ତ ନାହିଁ, ପଢ଼ିବାକୁ ତ ପଢ଼ିବ । କିନ୍ତୁ ନୂଆ ନୂଆ ଜିନିଷର ଅନୁସନ୍ଧାନ କରିବାର ପ୍ରବୃତି ରହିବା ଦରକାର । |
ନିଜର ପେଶାଦାର ଦକ୍ଷତାର ବ୍ୟବହାର କରି ଯୋଗେଶ ଓ ରଜନୀଶ ମହାଶୟ ମିଶିକରି ଗୋଟିଏSmart Gaoon App ଆପ୍ ପ୍ରସ୍ତୁତ କଲେ । |
ଭଗବାନ୍ ବିଟ୍ଠଲ ଗରିବ, ଅସହାୟ ଏବଂ ପୀଡ଼ିତ ଜନମାନଙ୍କର ହିତ ସାଧନ କରନ୍ତି । |
ମୁଁ ଲୋକମାନ୍ୟ ତିଳକ ଓ ଅହମଦାବାଦଠାରେ ରହିଥିବା ତାଙ୍କର ଗୋଟିଏ ପ୍ରତିମୂର୍ତି ସହ ଜଡ଼ିତ ଗୋଟିଏ ରୁଚିକର ଘଟଣା ଆଜି ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥାପିତ କରିବାକୁ ଚାହୁଁଛି । |
ଅକ୍ଟୋବର 1916ରେ ଅର୍ଥାତ ଆଜିକୁ ପ୍ରାୟ ଶହେ ବର୍ଷ ପୂର୍ବେ ଲୋକମାନ୍ୟ ତିଳକଜୀ ଯେତେବେଳେ ଅହମ୍ମଦାବାଦ ଆସିଥିଲେ ସେତେବେଳେ 40,000 ରୁ ଅଧିକ ଲୋକ ସେଠାରେ ତାଙ୍କୁ ସ୍ୱାଗତ ଜଣାଇଥିଲେ । |
ଇ-ମେଲ ରେ ଏକତା ଲେଖିଛନ୍ତି ଯେ – “କୌଣସି ଖେଳାଳିର ଜୀବନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ହେଉଛି ଯେତେବେଳେ ସେ ତ୍ରିରଙ୍ଗ ପତାକା ଧରେ, ଆଉ ମୁଁ ତାହାକରି ଦେଖାଇଥିବାରୁ ମୁଁ ଗର୍ବିତ । |
ତାଙ୍କର ଏହି ଉପଲବ୍ଧି ଏଥିପାଇଁ ଖାସ୍ ଯେ, ସେ ତାଙ୍କ ପାଇଁ ଥିବା ଆହ୍ୱାନକୁ ନିଜର ସଫଳତାର ମାଧ୍ୟମ କରିଦେଲେ । |
2003 ରେ ଗୋଟିଏ ସଡ଼କ ଦୁର୍ଘଟଣା ଯୋଗୁଁ ଏକତାଙ୍କ ଶରୀରର ନିମ୍ନଭାଗ ଅକାମୀ ହୋଇଯାଇଥିଲା । କିନ୍ତୁ ଏହି ଝିଅ ସାହସ ହରାଇନଥିଲେ । |
ଏହା ଆଫଗାନିସ୍ଥାନର ପ୍ରଥମ ଆନ୍ତର୍ଜାତିକ ମ୍ୟାଚ ଥିଲା ଏବଂ ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗୌରବର କଥା ଯେ ଆଫଗାନିସ୍ଥାନର ଏହି ଐତିହାସିକ ମ୍ୟାଚ ଭାରତ ସହ ଥିଲା । |
Sportsman Spirit କ’ଣ – ଖେଳୁଆଡ଼ ମନୋବୃତି କ’ଣ ତାହା ଏହି ଗୋଟିଏ ଘଟଣାରୁ ଆମେ ଅନୁଭବ କରିପାରିବା । |
ଉଡ଼ାଜାହାଜରେ ବସି ଯୋଗାସନ ନ କରି ମୁକ୍ତାକାଶରେ ତାଙ୍କର ଯୋଗ ପ୍ରଦର୍ଶନ କରିବା ଦୃଶ୍ୟ ଅନନ୍ୟ ଥିଲା । |
ଅଧିକରୁ ଅଧିକ ଲୋକ ଏହାକୁ ନିଜ ଜୀବନର ଅଂଶ ରୂପେ ଗ୍ରହଣ କରିବେ । |
2019ରେ ଜାଲିଆନାୱାଲାବାଗର ସେହି ଭୟାନକ ଘଟଣାର ଶହେ ବର୍ଷ ପୁରଣ ହେବାକୁ ଯାଉଛି ଯାହାକି ସମଗ୍ର ମାନବତାକୁ ଲଜ୍ଜିତ କରିଦେଇଥିଲା । |
13 ଏପ୍ରିଲ୍ 1919ର ସେହି କଳାଦିବସ କିଏ ବା ଭୁଲିପାରିବ ଯେଉଁଦିନ କ୍ଷମତାର ଦୁରୂପଯୋଗ କରି ନିଷ୍ଠୁରତାର ସମସ୍ତ ସୀମା ଲଂଘନ କରି ନିର୍ଦ୍ଦୋଷ, ନିଃଶସ୍ତ୍ର ଏବଂ ନିରପରାଧ ଲୋକମାନଙ୍କ ଉପରେ ଗୁଳିବର୍ଷଣ କରାଯାଇଥିଲା । |
ଦିଲ୍ଲୀର ରୋହିଣୀ ଅଞ୍ଚଳରେ ରହୁଥିବା ନିବାସୀ ଶ୍ରୀ ରମଣ କୁମାର Narendraodi App ରେ ଲେଖିଛନ୍ତି ଯେ ଆଗାମୀ 6 ଜୁଲାଇ ଡ. |
ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ବହୁତ ବଡ଼ ଯୋଗଦାନ ଥିଲା । |
ପଶ୍ଚିମବଙ୍ଗର ଉନ୍ନତିକୁ ନେଇ ସେ ବହୁତ ଉତ୍ସାହିତ ଥିଲେ । |
ତାଙ୍କରି ବୁଦ୍ଧି, ବିଚାରଶକ୍ତି ଓ କାର୍ଯ୍ୟକୁଶଳତାର ଏହା ପରିଣାମ ଯେ ବଙ୍ଗଳାର ଗୋଟିଏ ଅଂଶକୁ ରକ୍ଷା କରାଯାଇପାରିଲା ଏବଂ ତାହା ଆଜି ଭାରତର ଅଂଶବିଶେଷ ହୋଇରହିଛି । |
ମୋର ପ୍ରିୟ ଦେଶବାସୀଗଣ, ଗତ କେତେ ସପ୍ତାହ ମଧ୍ୟରେ ମୁଁ ସରକାରଙ୍କ ବିଭିନ୍ନ ଯୋଜନାଗୁଡ଼ିକର ହିତାଧିକାରୀମାନଙ୍କ ସହିତ ଭିଡ଼ିଓ କଲ ମାଧ୍ୟମରେ କଥା ହେବାର ସୁଯୋଗ ପାଇଥିଲି । |
ଫାଇଲରେ ଥିବା ତଥ୍ୟ ବ୍ୟତିରେକ ଲୋକମାନଙ୍କ ଫାଇଲରେ ସିଧାସଳଖ କ’ଣ ପରିବର୍ତ୍ତନ ଆସିଛି, ତାହା ଜାଣିବାର ସୁଯୋଗ ମିଳିଲା । |
ମୋ’ପାଇଁ ଅତ୍ୟନ୍ତ ଖୁସିର କଥା ଯେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କ ସଫଳତା ଅପେକ୍ଷା ସାଧାରଣ ମଣିଷର ସଫଳତାର କଥା ତଥା ଦେଶର ଶକ୍ତି, ନୂଆ ଭାରତର ସ୍ୱପ୍ନର ଶକ୍ତି ଆଉ ନୂଆ ଭାରତର ସଂକଳ୍ପର ଶକ୍ତିକୁ ମୁଁ ଅନୁଭବ କରୁଥିଲି । |
ମୁଁ ଦେଶବାସୀମାନଙ୍କ ପାଖରେ କୃତଜ୍ଞ । |
ଭଲକାମର ସୁଗନ୍ଧ ଆମେ ବି ଅନୁଭବ କରିପାରିବା । |
ମୁଁ ଏହି ସମସ୍ତ ସାହସୀ ବୀରମାନଙ୍କୁ ବିଶେଷ କରି ଝିଅମାନଙ୍କୁ ଅନ୍ତରରୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି । |
ଦେଶର ଅନେକ ଭାଗରେ ଆମର ଯୱାନ ଏବଂ କୃଷକମାନେ ସାହସର ସହିତ ଅନ୍ୟାୟ ବିରୁଦ୍ଧରେ ଲଢ଼େଇ କରିଥିଲେ । |
ଦୁଃଖର କଥା ଦୀର୍ଘଦିନ ପର୍ଯ୍ୟନ୍ତ ଆମେମାନେ 1857ର ଏହି ମହତ୍ୱପୂର୍ଣ୍ଣ ଘଟଣାଟିକୁ ଖାଲି ବିଦ୍ରୋହ ବା ସିପାହୀ ବିଦ୍ରୋହ ବୋଲି କହିଚାଲିଲେ । |
ବାସ୍ତବରେ ସେହି ଘଟଣାଟିକୁ ଅତି ହାଲ୍କା ଭାବରେ ନିଆଯାଇଥିଲା ତା’ନୁହେଁ ବରଂ ଏହା ଆମର ସ୍ୱାଭିମାନ ପାଇଁ ମଧ୍ୟ ଧକ୍କା ଦେବାର ପ୍ରୟାସ ଥିଲା । |
ସେ ବୀର ସାବରକର୍ ହିଁ ଥିଲେ ଯିଏକି ନିର୍ଭୀକ ଭାବରେ ଲେଖିଲେ ଯେ 1857ରେ ଯାହା ଘଟିଥିଲା ସେ କୌଣସି ବିଦ୍ରୋହ ନ ଥିଲା ବରଂ ତାହା ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଥିଲା । |
ସେ ଏହି ପିଲାମାନଙ୍କର ଜୀବନରୁ ଅନ୍ଧକାରକୁ ଦୂର କରିଛନ୍ତି । |
ଆସନ୍ତୁ ଆମେ ସକାରାତ୍ମକ ଚିନ୍ତାଧାରାକୁ ଆଗେଇନେବା । |
ଜୁନ୍ ମାସରେ ଏତେ ଗରମ ହୁଏ ଯେ ଲୋକମାନେ ବର୍ଷାକୁ ଅପେକ୍ଷା କରନ୍ତି ଆଉ ଆକାଶକୁ ଆଶାଭରା ନୟନରେ ଚାହିଁ ରହନ୍ତି । |
ସଂଗଠିତ ପ୍ରୟାସ ଦ୍ୱାରା ସେମାନେ ନିଜର ତଥା ନିଜ ଅଂଚଳର ଭାଗ୍ୟ ବଦଳେଇ ଦେଇପାରିଛନ୍ତି । |
ଗତ ତିନିବର୍ଷ ମଧ୍ୟରେ ଜଳସଂରକ୍ଷଣ ଏବଂ ଜଳ ପରିଚାଳନା କ୍ଷେତ୍ରରେ ପ୍ରତ୍ୟେକ ନିଜ ନିଜ ହିସାବରେ ପ୍ରଚେଷ୍ଟା କରିଛନ୍ତି । |
ଗତ ତିନିବର୍ଷ ମଧ୍ୟରେ ଏହିଭଳି ଜଳ ପରିଚାଳନା ଦ୍ୱାରା ପ୍ରାୟ 150 ଲକ୍ଷ ହେକ୍ଟର ଜମିକୁ ଅଧିକ ମାତ୍ରାରେ ଲାଭ ମିଳିଛି । |
ପ୍ରାୟ 40-45 ଟି ଗାଁର ଲୋକଙ୍କ ସାହାଯ୍ୟରେ ଶୁଖିଯାଇଥିବା ଏହି ଶସୁର ଖଦେରୀ ନଦୀକୁ ପନୁର୍ଜୀବିତ କଲେ । |
ରୋଜାର ସାମୂହିକ ବିଶେଷତ୍ୱ ଏହା ଯେ ଯେତେବେଳେ ମଣିଷ ନିଜେ ଭୋକ ଉପବାସରେ ରହେ, ସେ ଅନ୍ୟମାନଙ୍କର କ୍ଷୁଧାଜନିତ କଷ୍ଟ ଅନୁଭବ କରିପାରେ । |
ନିଜେ ତୃଷାର୍ତ୍ତ ରହିଲେ ଅନ୍ୟର ତୃଷା ନେଇ ଅନୁଭୂତି ମିଳେ । |
ଦେବଦୂତ ମହମ୍ମଦଙ୍କର ଶିକ୍ଷା ଓ ସନ୍ଦେଶକୁ ସ୍ମରଣ କରିବାର ସୁଯୋଗ ଅଟେ । |
ତାଙ୍କ ଜୀବନରୁ ସମାନତା ଓ ଭ୍ରାତୃତ୍ୱ ମାର୍ଗରେ ଅନୁଗମନ କରିବାର ଜ୍ଞାନଲାଭ କରିବା ଆମର କର୍ତ୍ତବ୍ୟ । |
ଦିନେ ଜଣେ ବ୍ୟକ୍ତି ପୈଗମ୍ବର ମହମ୍ମଦଙ୍କୁ ପ୍ରଶ୍ନ କଲା – ‘ଇସଲାମରେ କେଉଁ କାମଟି ସର୍ବଶ୍ରେଷ୍ଠ? |
ଏହି ପବିତ୍ର ମାସରେ ଲୋକମାନେ ଅଭାବୀ ଲୋକମାନଙ୍କୁ ଦାନ ଦେଇଥାନ୍ତି । |
ପୈଗମ୍ବର ମହମ୍ମଦଙ୍କର ଏହା କଥନ ଯେ – କୌଣସି ବ୍ୟକ୍ତି ନିଜର ପବିତ୍ର ଆତ୍ମା ଦ୍ୱାରା ହିଁ ଧନୀ ହୋଇଥାଏ, ଧନ-ଦୌଲତ ଦ୍ୱାରା ନୁହେଁ । |
”ବାବାସାହେବ ସମ୍ବିଧାନ ମାଧ୍ୟମରେ ସମାଜର ମୁଖ୍ୟ ସ୍ରୋତରୁ ବଂଚିତ ଦଳିତ, ପୀଡ଼ିତ, ଶୋଷିତ କୋଟି କୋଟି ଲୋକମାନଙ୍କୁ ସକ୍ଷମ କରାଇପାରିଲେ । |
ଆଜି ଯେତେବେଳେ ଆମେମାନେ ଭଗବାନ ବୁଦ୍ଧଙ୍କୁ ସ୍ମରଣ କରୁଛୁ , ଆପଣମାନେ ହସୁଥିବା ବୁଦ୍ଧ(Laughing Budha)ଙ୍କର ମୂର୍ତ୍ତି ସମ୍ପର୍କରେ ଶୁଣିଥିବେ, ଯାହା ସମ୍ପର୍କରେ କୁହାଯାଏ ଯେ ହସମୁଖ ବୁଦ୍ଧ(Smiling Budha) ସୌଭାଗ୍ୟ ଆଣନ୍ତି । |
ଆମର ପ୍ରିୟ ଅଟଳବିହାରୀ ବାଜପେୟୀ ମହୋଦୟ ଏହି ମନ୍ତ୍ର ଶୁଣାଇଥିଲେ – ‘ଜୟ ଯବାନ୍, ଜୟ କିଷାନ୍, ଜୟ ବିଜ୍ଞାନ’ । |
ଆଜି ଯେତେବେଳେ ଆମେମାନେ 11 ମେ, 1998 ର ବିଂଶତମ ବର୍ଷ ପାଳନ କରିବାକୁ ଯାଉଛୁ, ସେତେବେଳେ ଭାରତର ଶକ୍ତି ନିମନ୍ତେ ଅଟଳଜୀ ‘ଜୟ ବିଜ୍ଞାନ’ର ଯେଉଁ ମନ୍ତ୍ର ପ୍ରଦାନ କରିଛନ୍ତି, ତାକୁ ଆତ୍ମସ୍ଥ କରି ଆଧୁନିକ ଭାରତ, ଶକ୍ତିଶାଳୀ ଭାରତ ଓ ସକ୍ଷମ ଭାରତ ନିର୍ମାଣ ନିମନ୍ତେ ପ୍ରତ୍ୟେକ ଯୁବକ ନିଜର ଯୋଗଦାନ ଦେବାପାଇଁ ପ୍ରତିଜ୍ଞା ଏବଂ ସଂକଳ୍ପ କରନ୍ତୁ । |
ନିଜର ଶକ୍ତିକୁ ଭାରତର ଶକ୍ତିର ଅଂଶ ଭାବରେ ପ୍ରତିପାଦିତ କରନ୍ତୁ । |
ଦେଖୁ ଦେଖୁ ଯେଉଁ ଯାତ୍ରାକୁ ଅଟଳଜୀ ଆରମ୍ଭ କରିଥିଲେ, ତାକୁ ଆଗକୁ ଆଗକୁ ନେବାର ଏକ ନୂଆ ଆନନ୍ଦ ଓ ନୂଆ ସନ୍ତୋଷ ଆମେମାନେ ବି ପ୍ରାପ୍ତ କରିପାରିବା । |
ମୋ ପ୍ରିୟ ଦେଶବାସୀଗଣ, ପୁନର୍ବାର ‘ମନ୍ କି ବାତ୍’ରେ ଦେଖାହେବ ଏବଂ ଅନ୍ୟ ବିଷୟରେ ଚର୍ଚ୍ଚା କରିବା । |
ମୋର ପ୍ରିୟ ଦେଶବାସୀଗଣ, ପ୍ରତିଥର ପରି ଏଥର ମଧ୍ୟ ମୋତେ ବହୁସଂଖ୍ୟାରେ ଆପଣମାନଙ୍କର ଚିଠି, ଇ-ମେଲ, ଫୋନକଲ ଏବଂ ମତାମତ ମିଳିଛି । |
ଏତେଗୁଡ଼ିଏ ଚିଠି, ଏତେ ଫୋନକଲ୍, ମତାମତ – ଏଥିରୁ ଯାହାକିଛି ମୁଁ ପଢ଼ିପାରିଲି, ଯାହାକିଛି ଶୁଣିପାରିଲି, ସେଥିରୁ ଅନେକ କଥା ମୋ ମନକୁ ଛୁଇଁପାରିଲା । |
ମୋର ଭାଇ ଓ ଭଉଣୀମାନେ, ଚଳିତ ବର୍ଷର ବଜେଟରେ କୃଷକମାନଙ୍କୁ ଶସ୍ୟର ଉଚିତ ମୂଲ୍ୟ ପ୍ରଦାନ କରିବା ନିମନ୍ତେ ଗୋଟିଏ ବଡ଼ ନିର୍ଣ୍ଣୟ ନିଆଯାଇଅଛି । |
ଏବେ ଦେଶରେ ତିନି ହଜାରରୁ ଅଧିକ ଜନଔଷଧୀ କେନ୍ଦ୍ର ଖୋଲାଯାଇଛି, ଯେଉଁଠି 800 ରୁ ଅଧିକ ପ୍ରକାରର ଔଷଧ କମ୍ ଦାମ୍ ରେ ଯୋଗାଇ ଦିଆଯାଉଛି । |
ଏହି ପ୍ରଶ୍ନ ଆଧୁନିକ ଭାରତର ଜଣେ ମହାନ ବୈଜ୍ଞାନିକକୁ ଜନ୍ମଦେଲା । |
ବିଜ୍ଞାନ କଥା କହିଲେ ସର୍ବପ୍ରଥମେ ଭାରତରତ୍ନ ସାର୍ ସି. |
ତାଙ୍କର ଆବିଷ୍କାର “Raman Effect” ନାମରେ ପ୍ରସିଦ୍ଧ । |
ଫେବୃଆରୀ 28 ତାରିଖ ଦିନ ସେ ଏହି ଆବିଷ୍କାର କରିଥିବା କୁହାଯାଏ ଯାହାପାଇଁ ତାଙ୍କୁ ନୋବେଲ ପୁରସ୍କାର ଦିଆଯାଇଥିଲା । ସେଥିପାଇଁ ସେହିଦିନଟିକୁ ଆମେ “ଜାତୀୟ ବିଜ୍ଞାନ ଦିବସ” ଭାବେ ପାଳନ କରୁଛୁ । |
ତାଙ୍କ ବିରୁଦ୍ଧରେ ସଂଗ୍ରାମ କରିଥିଲେ । ତାଙ୍କ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । |
ଯଦି ଆମେ ସାବଧାନ ରହିବା ଏବଂ ଆବଶ୍ୟକ ନିୟମଗୁଡ଼ିକୁ ମାନିବା, ତା’ହେଲେ ଆମେ ନିଜ ଜୀବନର ସୁରକ୍ଷା କରିବା ସଙ୍ଗେ ସଙ୍ଗେ ବଡ଼ ବଡ଼ ଦୁର୍ଘଟଣାଗୁଡ଼ିକରୁ ସମାଜକୁ ରକ୍ଷା କରିପାରିବା । |
ଏହାଦ୍ୱାରା ଦୁଇଗୋଟି ଉପକାରିତା ପ୍ରାପ୍ତ ହେବ, ଗୋଟିଏ ହେଲା ଅଗ୍ନିଶମ ସେବାକୁ ସାବଧାନ ରହିବାର ଅଭ୍ୟାସ ତଥା ଅନ୍ୟଟି ହେଲା ନୂତନ ବଂଶଧରମାନଙ୍କୁ ସମୁଚିତ ଶିକ୍ଷାପ୍ରାପ୍ତି । |
ବନ୍ୟା ଓ ବାତ୍ୟାର ସଂକଟରେ ଥିବା ଜିଲ୍ଲାଗୁଡ଼ିକରେ ସ୍ୱେଚ୍ଛାସେବୀମାନଙ୍କର ପ୍ରଶିକ୍ଷଣ ନିମନ୍ତେ ମଧ୍ୟ ‘ବିପର୍ଯ୍ୟୟ ମିତ୍ର’ ନାମର ଅୟମାରମ୍ଭ କରାଯାଇଛି । |
ଦୁଇ-ତିନି ବର୍ଷ ପୂର୍ବେ ପ୍ରତିବର୍ଷ ଅଂଶୁଘାତରେ ହଜାର ହଜାର ସଂଖ୍ୟାରେ ଲୋକମାନେ ମୃତ୍ୟୁବରଣ କରୁଥିଲେ । |
ଏଥିପାଇଁ ଉଦ୍ୟମ କରାଯାଇଅଛି ଏବଂ ଏହାର ନାମକରଣ କରାଯାଇଛି – ‘GOBAR-Dhan’ – Galvanising Organic Bio-Agro Resources. |
ଆପଣ କଳ୍ପନା କରିପାରୁଥିବେ ଯେ ଏଇଟା କେତେବଡ଼ ଘଟଣା । |
ଝାଡ଼ଖଣ୍ଡର ଏହି ମହିଳାମାନେ ଦେଖାଇଦେଲେ ଯେ ନାରୀଶକ୍ତି ସ୍ୱଚ୍ଛଭାରତ ଅଭିଯାନର ଏକ ଏଭଳି ଶକ୍ତି ଯାହା ସାଧାରଣ ଜୀବନରେ ସ୍ୱଚ୍ଛତାର ଅଭିଯାନ ଆଉ ସ୍ୱଚ୍ଛତାର ସଂସ୍କାରକୁ ଜନସ୍ୱଭାବରେ ପରିଣତ କରିବ ହିଁ କରିବ । |
ଭାଇ ଓ ଭଉଣୀମାନେ, ଏଇ ଦୁଇଦିନ ପୂର୍ବରୁ ମୁଁ ସମାଚାରରେ ଦେଖୁଥିଲି ଯେ ଏଲିଫାଣ୍ଟା ଦ୍ୱୀପର ତିନୋଟି ଗ୍ରାମରେ ସ୍ୱାଧୀନତାର 70 ବର୍ଷ ପରେ ବିଜୁଳିଶକ୍ତି ପହଂଚିଛି । |
ମୁଁ ଖୁସି ଯେ ଏବେ ଏଲିଫାଣ୍ଟାର ଗାଁ ଆଉ ଗୁମ୍ଫାଗୁଡିକ ବିଜୁଳି ଆଲୁଅରେ ଆଲୋକିତ ହେବ । |
ଏହା ଖାଲି ବିଜୁଳି ନୁହେଁ ବରଂ ବିକାଶଯାତ୍ରାର ଏକ ନୂତନ ଶୁଭାରମ୍ଭ । |
ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଏଇ ନିକଟରେ ଆମେ ଶିବରାତ୍ରୀ ମହୋତ୍ସବ ପାଳନ କଲେ । |
ଲୋପାମୁଦ୍ରା, ଗାର୍ଗୀ, ମୈତ୍ରେୟୀ ଏଭଳି ଅନେକ ନାଁ (ନାମ) ଅଛି । |
ସମାଜ କଲ୍ୟାଣ ଦିଗରେ ଏଭଳି ବିଶେଷ ଏବଂ ବ୍ୟାପକ ଶୁଭାରମ୍ଭ କରିଥିବାରୁ ମୁଁ ବିହାରର ଜନସାଧାରଣ, ରାଜ୍ୟର ମୁଖ୍ୟମନ୍ତ୍ରୀ, ସେଠାକାର ପ୍ରଶାସନ ଏବଂ ମାନବ ଶୃଙ୍ଖଳରେ ସାମିଲ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ପ୍ରଶଂସା କରୁଛି । |
ମୋର ପ୍ରିୟ ଦେଶବାସୀଗଣ, ମହୀଶୁର, କର୍ଣ୍ଣାଟକର ଶ୍ରୀଯୁକ୍ତ ଦର୍ଶନ yGov ରେ ଲେଖିଛନ୍ତି ଯେ, ତାଙ୍କ ବାପାଙ୍କ ଚିକିତ୍ସାରେ ଔଷଧ ପାଇଁ ମାସକୁ 6 ହଜାର ଟଙ୍କା ଖର୍ଚ୍ଚ ହେଉଥିଲା । |