text
stringlengths
0
9.1k
ଉତ୍ସବ ସମୟରେ ହିଁ ସମାଜର ଶକ୍ତି ଅନୁଭୂତ ହୋଇଥାଏ ।
ବେଳେବେଳେ ଲାଗେ ଯେ, ଆମେ ପରୀକ୍ଷାକୁ ଉଚିତ ଦୃଷ୍ଟିଭଙ୍ଗୀରେ ଦେଖିପାରୁ ନାହୁଁ ।
ଲାଗେ, ସତେଯେମିତି ଏହା ଜୀବନ-ମରଣର ପ୍ରଶ୍ନ ।
ଆପଣ ଯେଉଁ ପରୀକ୍ଷା ଦେବାକୁ ଯାଉଛନ୍ତି ତାହା ବର୍ଷଯାକ ଆପଣ ପଢ଼ିଥିବା ପାଠର ପରୀକ୍ଷା ।
ଏହା ଆପଣଙ୍କ ଜୀବନର ପରୀକ୍ଷା ନୁହେଁ ।
ଆପଣ ତାଙ୍କ ଅଭିଜ୍ଞତା, ତାଙ୍କ ଜ୍ଞାନ, ତାଙ୍କ ସଫଳତାକୁ ଦେଖନ୍ତି ।
ତେଣୁ ଏହି ସଂଖ୍ୟାର ବୋଝ ବେଳେବେଳେ ଆମକୁ ଠିକ୍ ବାଟରେ ଯିବାରେ ଅଟକାଇଦିଏ ।
ଆପଣଙ୍କୁ ସତେଜ ଲାଗିବ ।
ଆପଣଙ୍କ ଦକ୍ଷତା ସାମଗ୍ରିକ ଭାବରେ ବହୁମାତ୍ରାରେ ବୃଦ୍ଧି ପାଇବ ।
ମୁଁ ଯେତେବେଳେ ନିର୍ବାଚନୀ ସଭାମାନ କରିଥାଏ, ବେଳେବେଳେ ମୋ ଗଳା/ତଣ୍ଟି ପଡ଼ିଯାଏ ।
ଜଣେ ଲୋକଗାୟକ ମୋତେ ସାକ୍ଷାତ୍ କରିବାକୁ ଆସିଲେ ।
ତେଣୁ ଯେତିକି ମୁଁ ଆପଣଙ୍କ ବାପାମାଆଙ୍କୁ ବୋଝ ସୃଷ୍ଟି ନ କରିବା ପାଇଁ ପରାମର୍ଶ ଦେଉଛି, ତାହା ମୋ ଉପରେ ମଧ୍ୟ ଲାଗୁ ହେଉଛି ।
ପ୍ରତ୍ୟେକ ପରୀକ୍ଷାକୁ ଅତିକ୍ରମ କରିବା ପାଇଁ ପରୀକ୍ଷାକୁ ଗୋଟିଏ ଉତ୍ସବ କରଦିଅନ୍ତୁ ।
ଏହାପରେ ପରୀକ୍ଷା କେବେହେଲେ ଆଉ ପରୀକ୍ଷା ହୋଇ ରହିବନି ।
ଏହି ମନ୍ତ୍ରକୁ ନେଇ ଆଗକୁ ବଢନ୍ତୁ ।
ସେ କାହାଣୀରେ କୁହାଯାଇଛି ଯେ, ଯୀଶୁ ଗୋଟିଏ ମନ୍ଦିରର ଭଣ୍ଡାର ଘର ପାଖରେ ଠିଆ ହୋଇଥିଲେ ।
ଆଜି ବଡଦିନରେ ଉପହାର ରୂପ ଦେଶବାସୀଙ୍କୁ ଦୁଇଟି ଯୋଜନାର ଲାଭ ମିଳିବାକୁ ଯାଉଛି ।
କହିବାକୁ ଗଲେ ଦୁଇଟି ନୂଆ ଯୋଜନା ଆରମ୍ଭ ହେବାକୁ ଯାଉଛି ।
ସାରା ଦେଶରେ, ଗାଁ ହେଉ କିମ୍ବା ସହର ହେଉ, ପାଠୁଆ ହୁଅନ୍ତୁ କିମ୍ବା ନିରକ୍ଷର ହୁଅନ୍ତୁ, ନଗଦମୁକ୍ତ କାରବାର କିଭଳି ହୋଇପାରିବ, ବିନା ନଗଦରେ କିଭଳି କିଣାକିଣି ହୋଇପାରେ – ଏହାକୁ ନେଇ ଚାରିଆଡ଼େ ଗୋଟିଏ କୌତୁହଳର ବାତାବରଣ ସୃଷ୍ଟି ହୋଇଛି ।
ଏଥିପାଇଁ ଇ-ପାଉଣା(E-Payment) ଅଭ୍ୟାସ ସୃଷ୍ଟି କରିବାକୁ ଭାରତ ସରକାର ଗ୍ରାହକ ଏବଂ କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ପ୍ରୋତ୍ସାହନ ଯୋଜନାକୁ ଆଜିଠାରୁ ଆରମ୍ଭ କରିବାକୁ ଯାଉଛନ୍ତି ।
ଗ୍ରାହକମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଯୋଜନା ହେଉଛି “ଲକି ଗ୍ରାହକ ଯୋଜନା” ଏବଂ ବ୍ୟବସାୟୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଯୋଜନାଟି ହେଉଛି “ଡିଜି ଧନ ବ୍ୟାପାର ଯୋଜନା” ।
ପ୍ରତିଦିନ 15000 ଲୋକଙ୍କୁ ହଜାରେ ଟଙ୍କା ଲେଖାଏଁ ପୁରସ୍କାର ମିଳିବାକୁ ଯାଉଛି ।
ଏହି 30 କୋଟି ଲୋକ ସଙ୍ଗେ ସଙ୍ଗେ ଏହି ପୁରସ୍କାର ଯୋଜନାର ଅଂଶୀଦାର ହୋଇପାରିବେ ।
ଗତ କିଛି ଦିନରେ ନଗଦମକ୍ତୁ କାରବାର 200 ରୁ 300 ପ୍ରତିଶତ ବୃଦ୍ଧି ପାଇଛି ।
ଭାରତ ଭଳି ଦେଶ ତ ଏହି କ୍ଷେତ୍ରରେ ସବୁଠାରୁ ଆଗରେ ରହିବା ଦରକାର ।
ଆମର ଯୁବଗୋଷ୍ଠୀ Start-upରେ ଯଥେଷ୍ଟ ପ୍ରଗତି କରିଛନ୍ତି ।
ଏହି Digital ovement ଗୋଟିଏ ସୁବର୍ଣ୍ଣ ସୁଯୋଗ ।
ଆମର ଯୁବଗୋଷ୍ଠୀ ନୂଆ ନୂଆ ଭାବନା ଓ ଚିନ୍ତନ ସହ, ନୂଆ ନୂଆ Technology ସହ, ନୂଆ ନୂଆ ପ୍ରଣାଳୀ ସହ ଏହି କ୍ଷେତ୍ର ଉପରେ ଯେତେ ଗୁରୁତ୍ୱ ଦେବାକଥା ଦିଅନ୍ତୁ, କିନ୍ତୁ ଦେଶକୁ କଳାଧନରୁ, ଦୁର୍ନୀତିରୁ ମୁକ୍ତ କରିବାର ଅଭିଯାନରେ ପୁରା ଦମ୍ ରେ ଆମକୁ ଜଡ଼ିତ ହେବାକୁ ପଡ଼ିବ ।
ଆଗାମୀ ଦିନରେ ଏହି ଆଇନ ବି ନିଜ କାମ କରିବ ।
ଦେଶର ହିତ ପାଇଁ, ଜନସାଧାରଣଙ୍କ ମଙ୍ଗଳ ପାଇଁ ଯାହା ବି କରିବାକୁ ପଡ଼ିବ, ସେ କଥା ଆମର ପ୍ରାଥମିକତା ।
ଏତେ ବଡ ସଂଖ୍ୟାରେ ବୋର୍ଡ ପରୀକ୍ଷାରେ ଛାତ୍ରଛାତ୍ରୀମାନଙ୍କ ସାମିଲ ହେବା ଏହି ଦିଗକୁ ସଂକେତ କରୁଛି ଯେ ଜାମ୍ମୁକାଶ୍ମୀରର ଆମ ପିଲାମାନେ ଉଜ୍ଜଳ ଭବିଷ୍ୟତ ପାଇଁ, ଶିକ୍ଷା ମାଧ୍ୟମରେ ବିକାଶର ନୂତନ ଶିଖରରେ ପହଂଚିବା ପାଇଁ ସଂକଳ୍ପବଦ୍ଧ ।
ସେମାନଙ୍କ ଏହି ଉତ୍ସାହ ପାଇଁ ମୁଁ ଛାତ୍ରମାନଙ୍କୁ ଅଭିନନ୍ଦନ ଜଣାଇବା ସଂଗେସଂଗେ ସେମାନଙ୍କର ପିତା-ମାତା, ସେମାନଙ୍କ ବନ୍ଧୁ-ବାନ୍ଧବ, ସେମାନଙ୍କ ଶିକ୍ଷକ ଏବଂ ସମସ୍ତ ଗାଁର ମୁଖିଆମାନଙ୍କୁ ଅନ୍ତରରୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।
ପ୍ରିୟ ଭାଇ ଓ ଭଉଣୀମାନେ, ଏଥର ‘ମନ କି ବାତ’ ପାଇଁ ମୁଁ ଯେଉଁ ଲୋକମାନଙ୍କ ମତାମତ ଲୋଡିଛି, ସେଥିରେ ମୁଁ କହିପାରେ ଯେ ସମସ୍ତଙ୍କ ମତାମତ ଏକତରଫା ।
ଆଜି ପୁଣି ଥରେ ସେମାନେ ଏହି ଆହ୍ୱାନକୁ ସ୍ୱୀକାର କରିଛନ୍ତି ଏବଂ ମୋର ବିଶ୍ୱାସ ଯେ ଶହେ ପଚିଶ କୋଟି ଦେଶବାସୀଙ୍କ ସଂକଳ୍ପ, ସମସ୍ତ ସମବେତ ପ୍ରଚେଷ୍ଟା ଏହି ରାଷ୍ଟ୍ରକୁ ଏକ ନୂଆ ଶକ୍ତି ରୂପରେ ପ୍ରତିଷ୍ଠିତ କରିବ ।
ସେମାନେ ନିଜ ଧନକୁ ରକ୍ଷା କରିବା ଉଦ୍ଦେଶ୍ୟରେ ବେଆଇନ ବାଟ ଖୋଜୁଛନ୍ତି ।
ଦୁଃଖର ବିଷୟ ଏହା ଯେ ଏଥିରେ ମଧ୍ୟ ସେମାନେ ଗରିବମାନଙ୍କୁ ବ୍ୟବହାର କରିବାର ବାଟ ପସନ୍ଦ କରିଛନ୍ତି ।
ଗରିବମାନଙ୍କୁ ଭ୍ରମିତ କରି, ପ୍ରଲୋଭନ କଥାକହି ସେମାନଙ୍କ ଖାତାରେ ଟଙ୍କା ଜମା କରି, କିମ୍ବା ସେମାନଙ୍କ ଦ୍ୱାରା କୌଣସି କାମ କରାଇ, ଧନକୁ ରକ୍ଷାକରିବା ପାଇଁ କିଛି ଲୋକ ଚେଷ୍ଟା କରୁଛନ୍ତି ।
ମୁଁ ମଧ୍ୟପ୍ରଦେଶର ହରଦା ଜିଲ୍ଲାର ତିରାଲୀ ତହସିଲର ତିରାଲୀ ଗାଁର ଜଣେ ସାଧାରଣ ନାଗରିକ ।
ଏହା ହିଁ ମୋ ଦେଶର ଶକ୍ତି, ଯେଉଁଥିରେ ସେବା ମନୋବୃତ୍ତି, ତ୍ୟାଗ ମନୋବୃତ୍ତିଏବଂ ସତ୍ୟତା ମଧ୍ୟ ରହିଛି ।
ନିର୍ବାଚନ ବେଳେ ମୁଁ “ଚା’ରେ ଚର୍ଚ୍ଚା” କରୁଥିଲି ଏବଂ ଏକଥା ସାରା ଦୁନିଆରେ ବ୍ୟାପି ଯାଇଥିଲା ।
ବିଶ୍ୱର ଅନେକ ଦେଶର ଲୋକ ଚାରେ ଚର୍ଚ୍ଚା ଶଦ୍ଦ ଉଚ୍ଚାରଣ କରିବା ମଧ୍ୟ ଶିଖିଯାଇଥିଲେ ।
ସୁରାଟର ଭରତ ମାରୁ ଏବଂ ଦକସା ପରମାର – ସେମାନେ ନିଜ ବିବାହ ମାଧ୍ୟମରେ ଦୁର୍ନୀତି ବିରୁଦ୍ଧରେ, କଳାଧନ ବିରୁଦ୍ଧରେ, ଇଏ ଯେଉଁ ସଂଗ୍ରାମ ଚାଲିଛି, ସେଥିରେ ଯୋଗଦାନ କରିଛନ୍ତି । ଏହା ପ୍ରେରଣାଦାୟୀ ଅଟେ ।
ହେଲେ ବନ୍ଧୁଗଣ, ଆପଣମାନେ ମୋର ପ୍ରକୃତ ସିପାହୀ ।
ଆପଣ ସମସ୍ତେ ଏହି ମହାନ କାଯର୍ର୍ୟରେ ସକ୍ରିୟ ରହିଥିବା କଥା ମୁଁ ଭଲଭାବରେ ଜାଣେ ।
ଥରେ ଲୋକଙ୍କୁ ରୁପେ କାର୍ଡର ବ୍ୟବହାର ଶିଖାଇ ଦେଲେ ଗରିବ ଲୋକ ଆପଣଙ୍କୁ ଆଶୀର୍ବାଦ କରିବେ ।
ଗୋଟିଏ ମାସ ମଧ୍ୟରେ ଆମେ ବିଶ୍ୱ ଆଗରେ ଗୋଟିଏ ନୂଆ ଆଧୁନିକ ଭାରତ ରୂପରେ ଠିଆ ହୋଇପାରିବା ।
ଦୂରରୁ ଦେଖୁଥିବା ଲୋକ ତ ଏହା ହିଁ ଅନୁଭବ କରିବ ଯେ ଭାରତୀୟ ଜନଜୀବନ ହିଁ ଉତ୍ସବର ଅନ୍ୟନାମ ଏବଂ ଏହା ସ୍ଵାଭାବିକ।
ଗୋଟିଏ କଥା ଆମେ ସମସ୍ତେ ଭଲଭାବେ ଜାଣୁ ଯେ, ଭାରତର ଯେକୌଣସି ସ୍ଥାନକୁ ଯାଆନ୍ତୁ, ଧନୀରୁ ଧନୀ ଲୋକର ଘରକୁ ଯାଆନ୍ତୁ, ଗରିବରୁ ଗରିବର କୁଡ଼ିଆକୁ ଯାଆନ୍ତୁ ଦୀପାବଳି ପର୍ବରେ ପ୍ରତ୍ୟେକ ପରିବାରରେ ସ୍ଵଚ୍ଛତାର ଅଭିଯାନ ଚାଲିଥିବା ଦେଖିବାକୁ ମିଳେ ।
ତାହାଛଡ଼ା ମୁଁ କହିବାକୁ ଚାହୁଁଛି ଯେ, ସେନା ଅଧିକାରୀ ଏବଂ ସୈନିକମାନଙ୍କ ସହିତ ତାଙ୍କ ପରିବାର ତାଙ୍କ ପତ୍ନୀମାନେ ମଧ୍ୟ ଅନେକ ବଳିଦାନ କରନ୍ତି ।
ମୋର ପ୍ରିୟ ଦେଶବାସୀଗଣ ଏକଥା ସତ ଯେ, ସେନାର ଯବାନ କେବଳ ସୀମା ଉପରେ ନୁହେଁ ବରଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ଥିବା ଦେଖିବାକୁ ମିଳେ।
ଦେଶର ଗରିବମାନଙ୍କ ମଧ୍ୟରେ ଯେଉଁ ଆଶା ସୃଷ୍ଟି ହୋଇଛି ତାହାକୁ ପୂରଣ କରିବା ଏବେ ସମୟର ଆବଶ୍ୟକତା।
ଏକବିଂଶ ଶତାବ୍ଦୀରେ ଗାଁରେ ଅନ୍ଧକାର, ଆଉ ଏବେ ଏଭଳି ଚଳିବ ନାହିଁ।
ଏକତାର ମୂଳମନ୍ତ୍ର ହିଁ ଶ୍ରେଷ୍ଠ ଭାରତର ମଜଭୁତ୍ ମୂଳଦୁଆ ସୃଷ୍ଟି କରେ।
ମୋର ପ୍ରିୟ ଦେଶବାସୀଗଣ, ଦୀପାବଳି ର ଏହି ପାର୍ବଣର ଶୃଙ୍ଖଳାରେ କାର୍ତ୍ତିକ ପୂର୍ଣ୍ଣିମା ମଧ୍ୟ ଆଲୋକର ଏକ ପର୍ବ।
ମୋର ପ୍ରିୟ ଦେଶବାସୀଗଣ ପୁଣିଥରେ ଏହି ଦୀପାବଳି କୁ ଦେଶର ଯବାନମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା।
ମୋର ପ୍ରିୟ ଦେଶବାସୀଗଣ,ଆପଣ ସମସ୍ତଙ୍କୁ ନମସ୍କାର ।
କିଛିଦିନ ତଳେ ଜାମ୍ମୁ କାଶ୍ମୀରର ଉରି ସେକ୍ଟରରେ ଏକ ଆତଙ୍କବାଦୀ ଆକ୍ରମଣରେ ଆମ ଦେଶର 18 ବୀର ପୂତ୍ରଙ୍କୁ ଆମେ ହରାଇଛୁ ।
ମୁଁ ଏହି ସମସ୍ତ ବୀର ସୈନିକଙ୍କୁ ପ୍ରଣାମ କରୁଛି ଏବଂ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
କିନ୍ତୁ ହର୍ଷବର୍ଦ୍ଧନ, ମୁଁ ଏକଥା ମଧ୍ୟ କହିବି ଯେ, ଦେଶର ନାଗରିକମାନଙ୍କ ମନରେ ଯେଉଁ ଆକ୍ରୋଶ ରହିଛି ତାହାର ମଧ୍ୟ ବହୁତ ବଡ଼ ମୂଲ୍ୟ ରହିଛି ।
ଏଥର ପାରାଲିମ୍ପିକ୍ସରେ ଏହି ଦିବ୍ୟାଙ୍ଗଜନ କିଭଳି ପରାକ୍ରମ ଦେଖାଇଛନ୍ତି ତାହା ଖୁବ କମ ଲୋକ ଜାଣିଥିବେ।
କେବଳ ସେତିକି ନୁହେଁ, ମୋତେ ସେ କଥାରେ ଆଶ୍ଚର୍ଯ୍ୟ ଲାଗିଲା ଯେ, ଦିବ୍ୟାଙ୍ଗଙ୍କ ମଧ୍ୟରେ ଯିଏ ଦୌଡ଼ରେ ଚତୁର୍ଥ ସ୍ଥାନରେ ରହିଲେ, ଏବଂ କୌଣସି ପଦକ ପାଇଲେନି, ସେ ସାଧାରଣ ବର୍ଗର ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଵର୍ଣ୍ଣ ପଦକ ପାଇଥିବା ପ୍ରତିଯୋଗୀଙ୍କଠାରୁ ମଧ୍ୟ କମ୍ ସମୟ ନେଇଥିଲେ।
ନିଜେ ପରିଶ୍ରମ କରି ପ୍ରାୟ 9,000 ଶୌଚାଳୟ ନିର୍ମାଣରେ ସେମାନଙ୍କର ଯୋଗଦାନ ଦେଲେ ।
ଏ ଦେଶର ସାଧାରଣ ନାଗରିକ, ସାଧାରଣ ମଣିଷ ମୋତେ କୌଣସି ନା କୌଣସି ପ୍ରକାର ପ୍ରେରଣା ଦେଇଥାନ୍ତି ।
ଏ ଦେଶର ସାଧାରଣ ମଣିଷଙ୍କ ଆଶା-ଆକାଂକ୍ଷା କ’ଣ ?
ସେ 1928ରେ, 1932ରେ, 1936ରେ ଅଲମ୍ପିକ କ୍ରୀଡ଼ାରେ ଭାରତ ପାଇଁ ସ୍ୱର୍ଣ୍ଣପଦକ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।
ଆମେ ସବୁ କ୍ରିକେଟପ୍ରେମୀ ବ୍ରାଡମେନଙ୍କ ନାମ ଜାଣୁ।
ଲୋକଙ୍କର ଏହି ସନ୍ଦେଶଗୁଡ଼ିକ ପଢ଼ିବା ହିଁ ମୋ ପାଇଁ ଗୋଟିଏ ପ୍ରେରଣାର ସ୍ରୋତ ପାଲଟିଗଲା।
ଜଣେ ଶ୍ରୀଯୁକ୍ତ ଅଜିତ ସିଂ NarendraodiApp ରେ ଲେଖିଛନ୍ତି – ଦୟାକରି ଏଥର ମନ କି ବାତ୍ ରେ ଝିଅମାନଙ୍କ ଶିକ୍ଷା ଏବଂ କ୍ରୀଡ଼ାରେ ସେମାନଙ୍କ ଅଂଶଗ୍ରହଣ ସମ୍ପର୍କରେ ନିଶ୍ଚୟ କୁହନ୍ତୁ, କାରଣ ରିଓ ଅଲିମ୍ପିକ୍ସରେ ପଦକ ଜିଣି ସେମାନେ ଦେଶକୁ ଗୌରବାନ୍ୱିତ କରିଛନ୍ତି।
” ହଜାର ହଜାର ଲୋକ ପ୍ରାୟତଃ ଏହି ପ୍ରକାର ଚିନ୍ତାଧାରାର ପରିପ୍ରକାଶ କରିଛନ୍ତି।
ଏ କଥାକୁ ଅସ୍ୱୀକାର କରି ହେବନି ଯେ ଆମ ଆଶାନୁଯାୟୀ ଆମେ ପ୍ରଦର୍ଶନ କରିପାରିନୁ।
କିନ୍ତୁ ଏକଥା ମଧ୍ୟ ସତ ଯେ, ପଦକ ନ ମିଳିବା ସତ୍ତ୍ୱେ ଟିକିଏ ସୂକ୍ଷ୍ମ ଭାବରେ ଦେଖିଲେ ଅନେକ ଖେଳରେ ପ୍ରଥମ ଥର ଭାରତର ଖେଳାଳି ଯଥେଷ୍ଟ ଭଲ ପ୍ରଦର୍ଶନ ମଧ୍ୟ କରିଛନ୍ତି।
ଏଭଳି କିଛି ହିଁ ଘଟିଲା ଟେନିସରେ ସାନିଆ ମିର୍ଜା ଏବଂ ରୋହନ ବୋପନ୍ନାଙ୍କ ଯୋଡ଼ି ସହ ।
ଅନେକ ଖେଳାଳି ଉଦାହରଣ ସ୍ୱରୂପ – ଅଦିତି ଅଶୋକ, ଦତ୍ତୁ ଭୋକନାଲ୍, ଅତନୁ ଦାସ ଏମିତି ଅନେକ ନାଁ ରହିଛି, ଯେଉଁମାନଙ୍କ ପ୍ରଦର୍ଶନ ଭଲ ଥିଲା।
କିନ୍ତୁ ମୋର ପ୍ରିୟ ଦେଶବାସୀଗଣ, ଆମକୁ ବହୁତ କିଛି କରିବାକୁ ପଡ଼ିବ।
ଯାହା କରିଆସିଛୁ ତାହାହିଁ ଯଦି କରିବା, ହୁଏତ ପୁଣି ଆମକୁ ହତାଶ ହେବାକୁ ପଡ଼ିବ।
ମୁଁ ଗୋଟିଏ କମିଟି ଗଠନ ସମ୍ପର୍କରେ ଘୋଷଣା କରିଛି।
ସେମାନେ ନିଜ ଶିଷ୍ୟମାନଙ୍କ ପାଇଁ, ନିଜ ଛାତ୍ରୀମାନଙ୍କ ପାଇଁ ନିଜ ଜୀବନ ସମର୍ପିତ କରିଦିଅନ୍ତି।
ଆମ ସମସ୍ତଙ୍କ ଜୀବନରେ ଶିକ୍ଷକଙ୍କ ଅବଦାନ ସବୁବେଳେ ଅନୁଭୂତ ହୋଇଥାଏ।
ସେଠାରେ ନିଜେ ସବୁବେଳେ ଜଣେ ଶିକ୍ଷକ ଭାବରେ ହିଁ ଜୀବନଯାପନ କରିବାକୁ ଚେଷ୍ଟା କରିଥିଲେ।
ସମାଜରେ ଶିକ୍ଷକମାନଙ୍କ ଗୌରବ ବୃଦ୍ଧି କରିବା ଆମ ସମସ୍ତଙ୍କର ଦାୟିତ୍ୱ।
ଆମେ ସମସ୍ତେ ଆଶା କରିବା ଯେ, ଆମ ଦେଶ, ଆମ ସମାଜ, ଆମମାନଙ୍କ ପରିବାର, ଆମର ପ୍ରତ୍ୟେକ ବ୍ୟକ୍ତିର ଜୀବନ ନିର୍ବିଘ୍ନ ହେଉ।
ତା ବଦଳରେ ଗାଁ ପୋଖରୀର ମାଟିରେ ନିର୍ମିତ ଗଣେଶ ମୂର୍ତ୍ତିକୁ ବ୍ୟବହାର କାହିଁକି ନ କରିବା ?
Plaster of Paris ରେ ତିଆରି ମୂର୍ତ୍ତି ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ।
ପ୍ରଭୁ ଗଣେଶ ବିଘ୍ନ ବିନାଶ।
ତେଣୁ ଆମେ ଏଭଳି ଗଣେଶଙ୍କ ନିର୍ମାଣ କରିବା ଅନୁଚିତ ଯିଏ ବିଘ୍ନ ସୃଷ୍ଟି କରିବେ।
ସନ୍ଥମାନଙ୍କ ଠାରୁ, ମୁନି ଋଷିମାନଙ୍କ ଠାରୁ, ମହାପୁରୁଷମାନଙ୍କଠାରୁ ଆମକୁ ସବୁବେଳେ କିଛି ନା କିଛି ଶିଖିବାକୁ ମିଳିଥାଏ।
ମୁଁ ଆକାଶବାଣୀର ବନ୍ଧୁମାନଙ୍କୁ ବି ଅଭିନନ୍ଦନ ଜଣାଉଛି ଯେ ଦେଶର ବୈଦେଶିକ ନୀତିରେ ବି ସେମାନେ ନିଜର ଅବଦାନ ରଖିଛନ୍ତି।
ମୋର ପ୍ରିୟ ଦେଶବାସୀଗଣ, ଆପଣମାନେ ମତେ ପ୍ରଧାନମନ୍ତ୍ରୀର ଦାୟିତ୍ୱ ଦେଇଥିଲେ ବି ମୁଁ ଆପଣଙ୍କ ଭଳି ଜଣେ ମଣିଷ।
50 ହଜାର ଟଙ୍କା ବଡ଼ ନୁହେଁ, ବଡ଼ ହେଉଛି ସେଇ ମାଆର ଭାବନା। ଏଇଭଳି କୋଟି କୋଟି ମାଆ-ଭଉଣୀଙ୍କର ଆଶୀର୍ବାଦରୁ ହଁ ମୋ ଦେଶର ଭବିଷ୍ୟତ ପାଇଁ ଭରସା ଆଉ ଶକ୍ତି ଉତ୍ପନ୍ନ ହେଉଛି।
ମୋର ପ୍ରିୟ ଦେଶବାସୀଗଣ, ଦେଶ ବହୁତ ବଡ଼। ବିବିଧତାରେ ପରିପୂର୍ଣ୍ଣ।
ବିବିଧତା ଭରା ଏହି ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ ନାଗରିକ ହିସାବରେ, ସମାଜ ହିସାବରେ, ସରକାର ହିସାବରେ ଏହା ଆମ ସମସ୍ତଙ୍କର ଦାୟିତ୍ୱ ଯେ, ଆମେ ଏକତା ଉପରେ ଗୁରୁତ୍ୱ ଦେଉଥିବା ବିଷୟକୁ ଅଧିକ ଶକ୍ତିଶାଳୀ କରିବା, ଅଧିକ ଉଜାଗର କରିବା, ତେବେଯାଇ ଦେଶ ନିଜର ଭବିଷ୍ୟତକୁ ଉଜ୍ଜ୍ୱଳ କରିପାରିବ ଏବଂ କରିବ।
ଶହେ ପଚିଶ କୋଟି ଦେଶବାସୀଙ୍କ ଶକ୍ତି ଉପରେ ମୋର ବିଶ୍ୱାସ ରହିଛି।
ମୋର ପ୍ରିୟ ଦେଶବାସୀଗଣ, କିଛି ଦିନ ଆଗରୁ ଆମେ ମରୁଡି କଥା ଚିନ୍ତା କରୁଥିଲେ, କିନ୍ତୁ ଆଜି କାଲି ବର୍ଷାର ଆନନ୍ଦ ମଧ୍ୟ ମିଳୁଛି, ତ ପୁଣି ବନ୍ୟାର ଖବର ମଧ୍ୟ ଆସୁଛି ।
ବେଳେ ବେଳେ ଏଭଳି ରୋଗର ଆକ୍ରମଣ ହୁଏ ଯାହା ଫଳରେ ଆମକୁ ସାରା ଜୀବନ ଅନୁତାପ କରିବାକୁ ପଡେ ।
କିନ୍ତୁ ଯଦି ଆମେ ସଚେତନ ରହିବା, ସତର୍କ ରହିବା, ଯତ୍ନବାନ ରହିବା ତାହେଲେ ଏଥିରୁ ରକ୍ଷା ପାଇବାର ବାଟ ଖୁବ୍ ସହଜ।
ଡେଙ୍ଗୁ ସମୃଦ୍ଧ ଇଲାକାରେ ପ୍ରଥମେ ଆକ୍ରମଣ କରେ । ସେ କଥା ଆମେ ବୁଝିବା ଉଚିତ ।
ଆପଣମାନେ ଟେଲିଭିଜନରେ ବିଜ୍ଞାପନ ତ ଦେଖୁଥିବେ । କିନ୍ତୁ ବେଳେ ବେଳେ ତା ଉପରେ ସଚେତନ ହୋଇ ପଦକ୍ଷେପ ଗ୍ରହଣ କରିବାରେ ଆମେ ଟିକିଏ ଉଦାସୀନ ମନୋଭବ ପୋଷଣ କରିଥାଉ ।
ମୋର ଡାକ୍ତର ଭାଇ-ଭଉଣୀମାନେ ଗୋଟିଏ ବର୍ଷରେ 12 ଦିନ ଗରିବମାନଙ୍କ ପାଇଁ ଏହି କାମ କରିପାରିବେନି ?
ଗୀତାରେ ଭଗବାନ କୃଷ୍ଣ କହିଛନ୍ତି, “ଅଶ୍ୱତଥଃ ସର୍ବବୃକ୍ଷାଣାଂ” ଅର୍ଥାତ୍ ସମସ୍ତ ବୃକ୍ଷମାନଙ୍କ ମଧ୍ୟରେ ମୁଁ ଅଶ୍ୱତଥ ।
ଯେଉଁମାନେ ରାଜସ୍ଥାନର ଭୂମି ସମ୍ପର୍କରେ ଜାଣନ୍ତି ସେମାନେ ବୁଝିପାରିବେ ଯେ ଏହା କେତେ ବଡ କାର୍ଯ୍ୟ ।