text
stringlengths
0
9.1k
ଏହି ମନ୍ତ୍ରକୁ ନେଇ ଆଗକୁ ବଢନ୍ତୁ ।
ସେ କାହାଣୀରେ କୁହାଯାଇଛି ଯେ, ଯୀଶୁ ଗୋଟିଏ ମନ୍ଦିରର ଭଣ୍ଡାର ଘର ପାଖରେ ଠିଆ ହୋଇଥିଲେ ।
ଆଜି ବଡଦିନରେ ଉପହାର ରୂପ ଦେଶବାସୀଙ୍କୁ ଦୁଇଟି ଯୋଜନାର ଲାଭ ମିଳିବାକୁ ଯାଉଛି ।
ଏଥିପାଇଁ ଇ-ପାଉଣା(E-Payment) ଅଭ୍ୟାସ ସୃଷ୍ଟି କରିବାକୁ ଭାରତ ସରକାର ଗ୍ରାହକ ଏବଂ କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ପ୍ରୋତ୍ସାହନ ଯୋଜନାକୁ ଆଜିଠାରୁ ଆରମ୍ଭ କରିବାକୁ ଯାଉଛନ୍ତି ।
ଗ୍ରାହକମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଯୋଜନା ହେଉଛି “ଲକି ଗ୍ରାହକ ଯୋଜନା” ଏବଂ ବ୍ୟବସାୟୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଯୋଜନାଟି ହେଉଛି “ଡିଜି ଧନ ବ୍ୟାପାର ଯୋଜନା” ।
ପ୍ରତିଦିନ 15000 ଲୋକଙ୍କୁ ହଜାରେ ଟଙ୍କା ଲେଖାଏଁ ପୁରସ୍କାର ମିଳିବାକୁ ଯାଉଛି ।
ଗତ କିଛି ଦିନରେ ନଗଦମକ୍ତୁ କାରବାର 200 ରୁ 300 ପ୍ରତିଶତ ବୃଦ୍ଧି ପାଇଛି ।
ଭାରତ ଭଳି ଦେଶ ତ ଏହି କ୍ଷେତ୍ରରେ ସବୁଠାରୁ ଆଗରେ ରହିବା ଦରକାର ।
ଆମର ଯୁବଗୋଷ୍ଠୀ Start-upରେ ଯଥେଷ୍ଟ ପ୍ରଗତି କରିଛନ୍ତି ।
ମୋର ପ୍ରିୟ ଦେଶବାସୀଗଣ, ମୁଁ ପ୍ରତି ମାସ “ମନ୍ କି ବାତ୍’ ପୂର୍ବରୁ ଜନସାଧାରଣଙ୍କୁ ସେମାନଙ୍କ ପରାମର୍ଶ, ସେମାନଙ୍କ ଚିନ୍ତାଧାରା ମୋତେ ଜଣାଇବାକୁ ଅନୁରୋଧ କରୁଛି ।
ଆଗାମୀ ଦିନରେ ଏହି ଆଇନ ବି ନିଜ କାମ କରିବ ।
ଦେଶର ହିତ ପାଇଁ, ଜନସାଧାରଣଙ୍କ ମଙ୍ଗଳ ପାଇଁ ଯାହା ବି କରିବାକୁ ପଡ଼ିବ, ସେ କଥା ଆମର ପ୍ରାଥମିକତା ।
nvestment Report ଅନୁସାରେ “ସମ୍ଭାବିତ ଶୀର୍ଷ ଅର୍ଥବ୍ୟବସ୍ଥା 2016-18” ରେ ଭାରତ ତୃତୀୟ ସ୍ଥାନରେ ରହିଛି ।
ଏତେ ବଡ ସଂଖ୍ୟାରେ ବୋର୍ଡ ପରୀକ୍ଷାରେ ଛାତ୍ରଛାତ୍ରୀମାନଙ୍କ ସାମିଲ ହେବା ଏହି ଦିଗକୁ ସଂକେତ କରୁଛି ଯେ ଜାମ୍ମୁକାଶ୍ମୀରର ଆମ ପିଲାମାନେ ଉଜ୍ଜଳ ଭବିଷ୍ୟତ ପାଇଁ, ଶିକ୍ଷା ମାଧ୍ୟମରେ ବିକାଶର ନୂତନ ଶିଖରରେ ପହଂଚିବା ପାଇଁ ସଂକଳ୍ପବଦ୍ଧ ।
ସେମାନଙ୍କ ଏହି ଉତ୍ସାହ ପାଇଁ ମୁଁ ଛାତ୍ରମାନଙ୍କୁ ଅଭିନନ୍ଦନ ଜଣାଇବା ସଂଗେସଂଗେ ସେମାନଙ୍କର ପିତା-ମାତା, ସେମାନଙ୍କ ବନ୍ଧୁ-ବାନ୍ଧବ, ସେମାନଙ୍କ ଶିକ୍ଷକ ଏବଂ ସମସ୍ତ ଗାଁର ମୁଖିଆମାନଙ୍କୁ ଅନ୍ତରରୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।
ପ୍ରିୟ ଭାଇ ଓ ଭଉଣୀମାନେ, ଏଥର ‘ମନ କି ବାତ’ ପାଇଁ ମୁଁ ଯେଉଁ ଲୋକମାନଙ୍କ ମତାମତ ଲୋଡିଛି, ସେଥିରେ ମୁଁ କହିପାରେ ଯେ ସମସ୍ତଙ୍କ ମତାମତ ଏକତରଫା ।
ସେମାନେ ନିଜ ଧନକୁ ରକ୍ଷା କରିବା ଉଦ୍ଦେଶ୍ୟରେ ବେଆଇନ ବାଟ ଖୋଜୁଛନ୍ତି ।
ବେନାମୀ ସମ୍ପତ୍ତି ପାଇଁ ଖୁବ କଡା ଆଇନ ପ୍ରସ୍ତୁତ ହୋଇଛି । ଏଥିରେ ଯାହା ବ୍ୟବସ୍ଥା ରହିଛି, ସେଥିରେ ଖୁବ ଅସୁବିଧା ହେବ ।
ମୁଁ ମଧ୍ୟପ୍ରଦେଶର ହରଦା ଜିଲ୍ଲାର ତିରାଲୀ ତହସିଲର ତିରାଲୀ ଗାଁର ଜଣେ ସାଧାରଣ ନାଗରିକ ।
ଏହା ହିଁ ମୋ ଦେଶର ଶକ୍ତି, ଯେଉଁଥିରେ ସେବା ମନୋବୃତ୍ତି, ତ୍ୟାଗ ମନୋବୃତ୍ତିଏବଂ ସତ୍ୟତା ମଧ୍ୟ ରହିଛି ।
ନିର୍ବାଚନ ବେଳେ ମୁଁ “ଚା’ରେ ଚର୍ଚ୍ଚା” କରୁଥିଲି ଏବଂ ଏକଥା ସାରା ଦୁନିଆରେ ବ୍ୟାପି ଯାଇଥିଲା ।
ବିଶ୍ୱର ଅନେକ ଦେଶର ଲୋକ ଚାରେ ଚର୍ଚ୍ଚା ଶଦ୍ଦ ଉଚ୍ଚାରଣ କରିବା ମଧ୍ୟ ଶିଖିଯାଇଥିଲେ ।
ସୁରାଟର ଭରତ ମାରୁ ଏବଂ ଦକସା ପରମାର – ସେମାନେ ନିଜ ବିବାହ ମାଧ୍ୟମରେ ଦୁର୍ନୀତି ବିରୁଦ୍ଧରେ, କଳାଧନ ବିରୁଦ୍ଧରେ, ଇଏ ଯେଉଁ ସଂଗ୍ରାମ ଚାଲିଛି, ସେଥିରେ ଯୋଗଦାନ କରିଛନ୍ତି । ଏହା ପ୍ରେରଣାଦାୟୀ ଅଟେ ।
ହେଲେ ବନ୍ଧୁଗଣ, ଆପଣମାନେ ମୋର ପ୍ରକୃତ ସିପାହୀ ।
ଆପଣ ସମସ୍ତେ ଏହି ମହାନ କାଯର୍ର୍ୟରେ ସକ୍ରିୟ ରହିଥିବା କଥା ମୁଁ ଭଲଭାବରେ ଜାଣେ ।
ଦୀପାବଳି ର ଦୀପ ଜାଳି ସମାଜରେ ଯେଉଁସବୁ ଦୋଷତ୍ରୁଟିର ଅନ୍ଧକାରର ଛାୟା ରହିଛି, ବ୍ୟକ୍ତି ମଧ୍ୟରେ ଯେଉଁ ଦୋଷତ୍ରୁଟିର ଅନ୍ଧକାର ରହିଛି ଏହିସବୁରୁ ମୁକ୍ତ ହେବା ତାହାହିଁ ହେଉଛି ଦୀପାବଳି ର ଦୀପ ଜାଳି ଆଲୋକ ଆଡ଼କୁ ଗମନର ପର୍ବ ।
ଗୋଟିଏ କଥା ଆମେ ସମସ୍ତେ ଭଲଭାବେ ଜାଣୁ ଯେ, ଭାରତର ଯେକୌଣସି ସ୍ଥାନକୁ ଯାଆନ୍ତୁ, ଧନୀରୁ ଧନୀ ଲୋକର ଘରକୁ ଯାଆନ୍ତୁ, ଗରିବରୁ ଗରିବର କୁଡ଼ିଆକୁ ଯାଆନ୍ତୁ ଦୀପାବଳି ପର୍ବରେ ପ୍ରତ୍ୟେକ ପରିବାରରେ ସ୍ଵଚ୍ଛତାର ଅଭିଯାନ ଚାଲିଥିବା ଦେଖିବାକୁ ମିଳେ ।
ମୋର କହିବାର ତାତ୍ପର୍ଯ୍ୟ ହେଲା ଯେ, ଆଲୋକର ପର୍ବ ଦୀପାବଳି ବିଶ୍ଵବାସୀଙ୍କ ପାଇଁ ଅନ୍ଧକାରରୁ ଆଲୋକ ଦିଗକୁ ଗତି କରିବାର ଏକ ପ୍ରେରଣାର ଉତ୍ସ ହେବାକୁ ଯାଉଛି।
ଆମେ ଯେତେବେଳେ ଦୀପାବଳି ପାଳନ କରୁଛୁ, ସେତେବେଳେ କେହି ମରୁଭୂମିରେ ଠିଆ ହୋଇଛି, କେହି ହିମାଳୟର ଶିଖର ଦେଶରେ, କେହି ଉଦ୍ୟୋଗର ସୁରକ୍ଷାରେ ଲାଗିଛି ତ କେହି ବିମାନବନ୍ଦରର ସୁରକ୍ଷା କରୁଛି।
ତାହାଛଡ଼ା ମୁଁ କହିବାକୁ ଚାହୁଁଛି ଯେ, ସେନା ଅଧିକାରୀ ଏବଂ ସୈନିକମାନଙ୍କ ସହିତ ତାଙ୍କ ପରିବାର ତାଙ୍କ ପତ୍ନୀମାନେ ମଧ୍ୟ ଅନେକ ବଳିଦାନ କରନ୍ତି ।
ମୋର ପ୍ରିୟ ଦେଶବାସୀଗଣ ଏକଥା ସତ ଯେ, ସେନାର ଯବାନ କେବଳ ସୀମା ଉପରେ ନୁହେଁ ବରଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ଥିବା ଦେଖିବାକୁ ମିଳେ।
ଏକବିଂଶ ଶତାବ୍ଦୀରେ ଗାଁରେ ଅନ୍ଧକାର, ଆଉ ଏବେ ଏଭଳି ଚଳିବ ନାହିଁ।
ସର୍ଦ୍ଦାର ସାହେବ ଆମକୁ ଏକ ଭାରତ ଦେଇଛନ୍ତି। ଆମ ସମସ୍ତଙ୍କ ଦାୟିତ୍ଵ ଏହାକୁ ଶ୍ରେଷ୍ଠ ଭାରତ କରି ଗଢ଼ି ତୋଳିବା ।
ମୋର ପ୍ରିୟ ଦେଶବାସୀଗଣ, ଦୀପାବଳି ର ଏହି ପାର୍ବଣର ଶୃଙ୍ଖଳାରେ କାର୍ତ୍ତିକ ପୂର୍ଣ୍ଣିମା ମଧ୍ୟ ଆଲୋକର ଏକ ପର୍ବ।
କିଛିଦିନ ତଳେ ଜାମ୍ମୁ କାଶ୍ମୀରର ଉରି ସେକ୍ଟରରେ ଏକ ଆତଙ୍କବାଦୀ ଆକ୍ରମଣରେ ଆମ ଦେଶର 18 ବୀର ପୂତ୍ରଙ୍କୁ ଆମେ ହରାଇଛୁ ।
ମୁଁ ଏହି ସମସ୍ତ ବୀର ସୈନିକଙ୍କୁ ପ୍ରଣାମ କରୁଛି ଏବଂ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
ଏଥର ପାରାଲିମ୍ପିକ୍ସରେ ଏହି ଦିବ୍ୟାଙ୍ଗଜନ କିଭଳି ପରାକ୍ରମ ଦେଖାଇଛନ୍ତି ତାହା ଖୁବ କମ ଲୋକ ଜାଣିଥିବେ।
କେବଳ ସେତିକି ନୁହେଁ, ମୋତେ ସେ କଥାରେ ଆଶ୍ଚର୍ଯ୍ୟ ଲାଗିଲା ଯେ, ଦିବ୍ୟାଙ୍ଗଙ୍କ ମଧ୍ୟରେ ଯିଏ ଦୌଡ଼ରେ ଚତୁର୍ଥ ସ୍ଥାନରେ ରହିଲେ, ଏବଂ କୌଣସି ପଦକ ପାଇଲେନି, ସେ ସାଧାରଣ ବର୍ଗର ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଵର୍ଣ୍ଣ ପଦକ ପାଇଥିବା ପ୍ରତିଯୋଗୀଙ୍କଠାରୁ ମଧ୍ୟ କମ୍ ସମୟ ନେଇଥିଲେ।
ଯେଉଁମାନେ ଏହି କାମ କରିଛନ୍ତି ସେମାନଙ୍କୁ ଅଭିନନ୍ଦନ, ଯେଉଁମାନେ କରିବାର ପ୍ରୟାସ କରିଛନ୍ତି ସେମାନଙ୍କୁ ଶୁଭେଚ୍ଛା ।
ଦେଶବାସୀଙ୍କୁ ମୋର ଅନୁରୋଧ ଯେ, ମା’ଭଉଣୀମାନଙ୍କ ସମ୍ମାନ ପାଇଁ, ଛୋଟ ଛୋଟ ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ଆମକୁ ଏହି ସମସ୍ୟାରୁ ଦେଶକୁ ମୁକ୍ତ କରିବାକୁ ପଡ଼ିବ ।
ଆସନ୍ତୁ ଆମେ ସଂକଳ୍ପର ସହ ଅଗ୍ରସର ହେବା ।
ସେ 1928ରେ, 1932ରେ, 1936ରେ ଅଲମ୍ପିକ କ୍ରୀଡ଼ାରେ ଭାରତ ପାଇଁ ସ୍ୱର୍ଣ୍ଣପଦକ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।
ଆମେ ସବୁ କ୍ରିକେଟପ୍ରେମୀ ବ୍ରାଡମେନଙ୍କ ନାମ ଜାଣୁ।
ଜଣେ ଶ୍ରୀଯୁକ୍ତ ଅଜିତ ସିଂ NarendraodiApp ରେ ଲେଖିଛନ୍ତି – ଦୟାକରି ଏଥର ମନ କି ବାତ୍ ରେ ଝିଅମାନଙ୍କ ଶିକ୍ଷା ଏବଂ କ୍ରୀଡ଼ାରେ ସେମାନଙ୍କ ଅଂଶଗ୍ରହଣ ସମ୍ପର୍କରେ ନିଶ୍ଚୟ କୁହନ୍ତୁ, କାରଣ ରିଓ ଅଲିମ୍ପିକ୍ସରେ ପଦକ ଜିଣି ସେମାନେ ଦେଶକୁ ଗୌରବାନ୍ୱିତ କରିଛନ୍ତି।
” ହଜାର ହଜାର ଲୋକ ପ୍ରାୟତଃ ଏହି ପ୍ରକାର ଚିନ୍ତାଧାରାର ପରିପ୍ରକାଶ କରିଛନ୍ତି।
ଏ କଥାକୁ ଅସ୍ୱୀକାର କରି ହେବନି ଯେ ଆମ ଆଶାନୁଯାୟୀ ଆମେ ପ୍ରଦର୍ଶନ କରିପାରିନୁ।
କିନ୍ତୁ ଏକଥା ମଧ୍ୟ ସତ ଯେ, ପଦକ ନ ମିଳିବା ସତ୍ତ୍ୱେ ଟିକିଏ ସୂକ୍ଷ୍ମ ଭାବରେ ଦେଖିଲେ ଅନେକ ଖେଳରେ ପ୍ରଥମ ଥର ଭାରତର ଖେଳାଳି ଯଥେଷ୍ଟ ଭଲ ପ୍ରଦର୍ଶନ ମଧ୍ୟ କରିଛନ୍ତି।
ଏଭଳି କିଛି ହିଁ ଘଟିଲା ଟେନିସରେ ସାନିଆ ମିର୍ଜା ଏବଂ ରୋହନ ବୋପନ୍ନାଙ୍କ ଯୋଡ଼ି ସହ ।
ଅନେକ ଖେଳାଳି ଉଦାହରଣ ସ୍ୱରୂପ – ଅଦିତି ଅଶୋକ, ଦତ୍ତୁ ଭୋକନାଲ୍, ଅତନୁ ଦାସ ଏମିତି ଅନେକ ନାଁ ରହିଛି, ଯେଉଁମାନଙ୍କ ପ୍ରଦର୍ଶନ ଭଲ ଥିଲା।
କିନ୍ତୁ ମୋର ପ୍ରିୟ ଦେଶବାସୀଗଣ, ଆମକୁ ବହୁତ କିଛି କରିବାକୁ ପଡ଼ିବ।
ଯାହା କରିଆସିଛୁ ତାହାହିଁ ଯଦି କରିବା, ହୁଏତ ପୁଣି ଆମକୁ ହତାଶ ହେବାକୁ ପଡ଼ିବ।
ମୁଁ ଗୋଟିଏ କମିଟି ଗଠନ ସମ୍ପର୍କରେ ଘୋଷଣା କରିଛି।
ଆମ ସମସ୍ତଙ୍କ ଜୀବନରେ ଶିକ୍ଷକଙ୍କ ଅବଦାନ ସବୁବେଳେ ଅନୁଭୂତ ହୋଇଥାଏ।
ସେଠାରେ ନିଜେ ସବୁବେଳେ ଜଣେ ଶିକ୍ଷକ ଭାବରେ ହିଁ ଜୀବନଯାପନ କରିବାକୁ ଚେଷ୍ଟା କରିଥିଲେ।
କେବଳ ସେତିକି ନୁହେଁ, ସେ ସବୁବେଳେ କହୁଥିଲେ “ଉତ୍ତମ ଶିକ୍ଷକ ସେହି, ଯାହା ଭିତରର ଛାତ୍ର କେବେହେଲେ ମରେ ନାହିଁ।
ଆମେ ସମସ୍ତେ ଆଶା କରିବା ଯେ, ଆମ ଦେଶ, ଆମ ସମାଜ, ଆମମାନଙ୍କ ପରିବାର, ଆମର ପ୍ରତ୍ୟେକ ବ୍ୟକ୍ତିର ଜୀବନ ନିର୍ବିଘ୍ନ ହେଉ।
ଆମେ କିନ୍ତୁ ଏବେ ସ୍ୱାଧୀନ ଭାରତରେ ବାସ କରୁଛୁ।
ତେଣୁ ସାର୍ବଜନୀନ ଗଣେଶ ଉତ୍ସବରେ “ସ୍ୱରାଜ୍ୟ ଆମର ଅଧିକାର” ଏହି ମନ୍ତ୍ରକୁ ନେଇ ସୁରାଜ୍ୟ ଦିଗରେ ଆଗକୁ ବଢ଼ିବା।
” ସୁରାଜ୍ୟ ଆମର ପ୍ରାଥମିକତା ହେଉ।
” ଏହି ବାର୍ତ୍ତା ଆମେ କ’ଣ ସାର୍ବଜନୀନ ଗଣେଶ ଉତ୍ସବ ମାଧ୍ୟମରେ ପ୍ରଚାର କରିପାରିବା ନାହିଁ?
ପ୍ରଭୁ ଗଣେଶ ବିଘ୍ନ ବିନାଶ।
ତେଣୁ ଆମେ ଏଭଳି ଗଣେଶଙ୍କ ନିର୍ମାଣ କରିବା ଅନୁଚିତ ଯିଏ ବିଘ୍ନ ସୃଷ୍ଟି କରିବେ।
ସନ୍ଥମାନଙ୍କ ଠାରୁ, ମୁନି ଋଷିମାନଙ୍କ ଠାରୁ, ମହାପୁରୁଷମାନଙ୍କଠାରୁ ଆମକୁ ସବୁବେଳେ କିଛି ନା କିଛି ଶିଖିବାକୁ ମିଳିଥାଏ।
ମୁଁ ଆକାଶବାଣୀର ବନ୍ଧୁମାନଙ୍କୁ ବି ଅଭିନନ୍ଦନ ଜଣାଉଛି ଯେ ଦେଶର ବୈଦେଶିକ ନୀତିରେ ବି ସେମାନେ ନିଜର ଅବଦାନ ରଖିଛନ୍ତି।
50 ହଜାର ଟଙ୍କା ବଡ଼ ନୁହେଁ, ବଡ଼ ହେଉଛି ସେଇ ମାଆର ଭାବନା। ଏଇଭଳି କୋଟି କୋଟି ମାଆ-ଭଉଣୀଙ୍କର ଆଶୀର୍ବାଦରୁ ହଁ ମୋ ଦେଶର ଭବିଷ୍ୟତ ପାଇଁ ଭରସା ଆଉ ଶକ୍ତି ଉତ୍ପନ୍ନ ହେଉଛି।
ଯେଉଁ ଲୋକ ଏହି ଛୋଟ ଛୋଟ ପିଲାଙ୍କୁ ଆଗକୁ ଠେଲିଦେଇ କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବାର ପ୍ରୟାସ କରୁଛନ୍ତି, ତାଙ୍କୁ କେବେ ନା କେବେ ଏହି ନିରୀହ ପିଲାଙ୍କ ଆଗରେ ଉତ୍ତରଦାୟୀ ହେବାକୁ ପଡ଼ିବ।
ମୋର ପ୍ରିୟ ଦେଶବାସୀଗଣ, ଦେଶ ବହୁତ ବଡ଼। ବିବିଧତାରେ ପରିପୂର୍ଣ୍ଣ।
ଆଜି ଏତିକି, ବହୁତ ବହୁତ ଧନ୍ୟବାଦ।
ବେଳେ ବେଳେ ଏଭଳି ରୋଗର ଆକ୍ରମଣ ହୁଏ ଯାହା ଫଳରେ ଆମକୁ ସାରା ଜୀବନ ଅନୁତାପ କରିବାକୁ ପଡେ ।
କିନ୍ତୁ ଯଦି ଆମେ ସଚେତନ ରହିବା, ସତର୍କ ରହିବା, ଯତ୍ନବାନ ରହିବା ତାହେଲେ ଏଥିରୁ ରକ୍ଷା ପାଇବାର ବାଟ ଖୁବ୍ ସହଜ।
ଟିକିଏ ସ୍ୱଚ୍ଛତା ପ୍ରତି ଦୃଷ୍ଟି ରୁହୁ, ଟିକିଏ ସତର୍କତା ଅବଲମ୍ବନ ଏବଂ ସୁରକ୍ଷିତ ରହିବାର ଚେଷ୍ଟା କରନ୍ତୁ, ପିଲାଙ୍କ ଉପରେ ବିଶେଷ ଦୃଷ୍ଟି ଦିଅନ୍ତୁ ।
ଡେଙ୍ଗୁ ସମୃଦ୍ଧ ଇଲାକାରେ ପ୍ରଥମେ ଆକ୍ରମଣ କରେ । ସେ କଥା ଆମେ ବୁଝିବା ଉଚିତ ।
ଆପଣମାନେ ଟେଲିଭିଜନରେ ବିଜ୍ଞାପନ ତ ଦେଖୁଥିବେ । କିନ୍ତୁ ବେଳେ ବେଳେ ତା ଉପରେ ସଚେତନ ହୋଇ ପଦକ୍ଷେପ ଗ୍ରହଣ କରିବାରେ ଆମେ ଟିକିଏ ଉଦାସୀନ ମନୋଭବ ପୋଷଣ କରିଥାଉ ।
ମୋର ଡାକ୍ତର ଭାଇ-ଭଉଣୀମାନେ ଗୋଟିଏ ବର୍ଷରେ 12 ଦିନ ଗରିବମାନଙ୍କ ପାଇଁ ଏହି କାମ କରିପାରିବେନି ?
ଗୀତାରେ ଭଗବାନ କୃଷ୍ଣ କହିଛନ୍ତି, “ଅଶ୍ୱତଥଃ ସର୍ବବୃକ୍ଷାଣାଂ” ଅର୍ଥାତ୍ ସମସ୍ତ ବୃକ୍ଷମାନଙ୍କ ମଧ୍ୟରେ ମୁଁ ଅଶ୍ୱତଥ ।
ଯେଉଁମାନେ ରାଜସ୍ଥାନର ଭୂମି ସମ୍ପର୍କରେ ଜାଣନ୍ତି ସେମାନେ ବୁଝିପାରିବେ ଯେ ଏହା କେତେ ବଡ କାର୍ଯ୍ୟ ।
ଚଳିତ ବର୍ଷ ଗୁଜରାଟ ଆମ୍ର ବନ, ଏକତା ବନ, ଶହୀଦ ବନ ଏମିତି ଅନେକ ପ୍ରକଳ୍ପକୁ ବନ ମହୋତ୍ସବ ରୂପେ ଗ୍ରହଣ କରି କୋଟି କୋଟି ସଂଖ୍ୟାରେ ଗଛ ଲଗାଇବାର ଅଭିଯାନ ଚଳାଇଛନ୍ତି ।
ମୁଁ ସବୁ ରାଜ୍ୟର ଉଲ୍ଲେଖ କରିପାରୁନାହିଁ କିନ୍ତୁ ସେମାନେ ଅଭିନନ୍ଦନର ପାତ୍ର ।
ମୋର ପ୍ରିୟ ଦେଶବାସୀଗଣ, ବିଗତ ଦିନରେ ମୋତେ ଦକ୍ଷିଣ ଆଫ୍ରିକା ଯିବାର ସୁଯୋଗ ମିଳିଲା ।
ଏହା ମୋର ପ୍ରଥମ ଯାତ୍ରା ଥିଲା । ବିଦେଶ ଯାତ୍ରାରେ କୂଟନୀତି ଥାଏ, ବାଣିଜ୍ୟ ସମ୍ପର୍କରେ ଆଲୋଚନା ହୁଏ, ସୁରକ୍ଷା ସମ୍ପର୍କରେ ଆଲୋଚନା ହୁଏ ।
ଆସନ୍ତୁ ଆମର ଏହି ଭାରତୀୟମାନଙ୍କୁ ନେଇ ଗର୍ବ କରିବା, ଯିଏ ଦକ୍ଷିଣ ଆଫ୍ରିକାରେ ମଧ୍ୟ ଆମ ଜୀବନର ମୂଳମନ୍ତ୍ରକୁ ଜୀବନରେ ରୂପାୟିତ କରି ଦେଖାଇଥିଲେ ।
ମୋର ପ୍ରିୟ ଦେଶବାସୀଗଣ, ଶିଳ୍ପୀ ବର୍ମା ମୋତେ ବାର୍ତ୍ତା ଦେଇଥିବାରୁ ମୁଁ ତାଙ୍କଠାରେ କୃତଜ୍ଞ ।
ଆଉ ମୁଁ ହେଉଛି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ସ୍ୱାଧୀନ ଭାରତରେ ଜନ୍ମ ଗ୍ରହଣ କରିଛି ।
ଏହା ସମାଜର ଗରିବ ଲୋକଙ୍କ ଆର୍ଥିକ ଗତିବିଧିର କାରଣ ପାଲଟିଯାଏ ।
ସେ ଏଭଳି ଗୋଟିଏ ଅସାଧାରଣ କାମ କଲେ ଯେ, ଖବର କାଗଜ ତାଙ୍କ କଥା ପ୍ରକାଶ କଲା ।
ଆମେ ଯେତେବେଳେ ବିରାଟ ସ୍ଵରୂପର ଦର୍ଶନ କରୁ ସେତେବେଳେ ଏପରି ଭାବନାର ସୃଷ୍ଟି ହୁଏ ।
ଯେମିତି କେଦାରନାଥ ସମ୍ପର୍କରେ ଲୋକେ ଜାଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି, ସେହିପରି ସକାରାତ୍ମକ କଥାଗୁଡ଼ିକ ଉପରେ ଗୁରୁତ୍ୱ ଦେବାର ଆପଣମାନଙ୍କ ପ୍ରଚେଷ୍ଟାକୁ ମୁଁ ଆପଣମାନଙ୍କ କଥାରେ ଅନୁଭବ କରିପାରୁଛି ।
ସେଥିପାଇଁ ସାରା ଦେଶ ଗୋଟିଏ ସମଗ୍ର ନିର୍ବାଚନ ନିଜ ହିତ ପାଇଁ ନୁହେଁ, ବରଂ ଗଣତନ୍ତ୍ରର ସୁରକ୍ଷା ପାଇଁ ସମର୍ପି ଦେଇଥିଲା ।
ଏମାନଙ୍କ କଠିନ ପରିଶ୍ରମ ବଳରେ ହିଁ ଏଥର ଗତଥର ଅପେକ୍ଷା ଅଧିକ ମତଦାନ ହେଲା ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ନିର୍ବାଚନ ଆୟୋଗର କର୍ମଚାରୀମାନଙ୍କୁ ସେଠାକୁ ପହଞ୍ଚିବା ପାଇଁ ଦୁଇ ଦିନ ଯାତ୍ରା କରିବାକୁ ପଡ଼ିଲା ।
ଏହି କେନ୍ଦ୍ର ହିମାଚଳ ପ୍ରଦେଶର ଲାହୋଲ-ସ୍ଫିତି କ୍ଷେତ୍ରରେ 15,000 ଫୁଟ ଉଚ୍ଚତାରେ ଅବସ୍ଥିତ ।
ଯଦିଓ ଏହି କାହାଣୀଗୁଡ଼ିକ ପ୍ରାୟ ଶହେ ବର୍ଷ ପୂର୍ବର, କିନ୍ତୁ ଏଗୁଡ଼ିକର ପ୍ରାସଙ୍ଗିକତା ଆଜି ମଧ୍ୟ ସେତିକି ହିଁ ଅନୁଭୂତ ହେଉଛି ।
ଏଗୁଡ଼ିକୁ ପଢ଼ିବା ପରେ ମୋର ଗୋଟିଏ ଭିନ୍ନ ଅନୁଭୂତି ହେଲା ।
ପଠନ କଥା ଯେହେତୁ ଚାଲିଛି, ସେତେବେଳେ କହିବାକୁ ଚାହୁଁଛି ଯେ, କୌଣସି ଏକ ଗଣମାଧ୍ୟମରେ ମୁଁ କେରଳର ଅକ୍ଷରା ଲାଇବ୍ରେରୀ ସମ୍ପର୍କରେ ପଢ଼ୁଥିଲି ।
ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଲାଇବ୍ରେରୀ ଇଡୁକ୍କିର ଘନ ଜଙ୍ଗଲ ମଧ୍ୟରେ ରହିଥିବା ଗୋଟିଏ ଗାଁରେ ଅଛି ।
ଆଜିର ଡିଜିଟାଲ ଦୁନିଆରେ, ଗୁଗଲ୍ ଗୁରୁଙ୍କ ସମୟରେ,କିଛି ସମୟ ବାହାର କରି ନିଜ ଦୈନଦିନ ଜୀବନରେ ବହିକୁ ନିଶ୍ଚୟ ସ୍ଥାନ ଦେବା ପାଇଁ ମୁଁ ଆପଣମାନଙ୍କୁ ମଧ୍ୟ ଅନୁରୋଧ କରିବି ।
କିଛିଦିନ ପୂର୍ବେ ମୁଁ ଭିନ୍ନ କିଛି କରିବାକୁ ଚେଷ୍ଟା କଲି ।
ମୁଁ ସମଗ୍ର ଦେଶର ସରପଞ୍ଚ ଏବଂ ଗ୍ରାମ ପ୍ରଧାନମାନଙ୍କୁ ଚିଠି ଲେଖିଲି ।
ଗ୍ରାମ ପ୍ରଧାନମାନଙ୍କୁ ଲେଖିଲି ଜଳ ସଞ୍ଚୟ କରିବା ପାଇଁ, ବର୍ଷାଜଳର ପ୍ରତିଟି ବୁନ୍ଦାକୁ ସଂଗ୍ରହ କରିବା ପାଇଁ ସେମାନେ ଗ୍ରାମସଭାର ଆୟୋଜନ କରି, ଗାଁ ଲୋକଙ୍କ ସହିତ ମିଶି ଆଲୋଚନା କରନ୍ତୁ ।
ଆସନ୍ତୁ, ମିଳିମିଶି ବସି ‘ମନ୍ କି ବାତ୍’କୁ ଉପଭୋଗ କରି ଜୀବନର ଦାୟିତ୍ୱଗୁଡ଼ିକୁ ମଧ୍ୟ ନିର୍ବାହ କରିଚାଲିବା ।