title
stringlengths
1
89
url
stringlengths
31
119
text
stringlengths
0
105k
ଟାଲିମୋଜିନ ଲାହେରପାରେପଭେକ
https://or.wikipedia.org/wiki/ଟାଲିମୋଜିନ_ଲାହେରପାରେପଭେକ
ଟାଲିମୋଜିନ ଲାହେରପାରେପଭେକ ( ଟି-ଭେକ୍ ), ଇମଲିଗିକ ତାହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ମେଲାନୋମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଯାହା ଅପରେସନ କରିବା ସମ୍ଭବପର ନୁହେଁ । ନିର୍ଦ୍ଦିଷ୍ଟ ଭାବରେ ଏହା ଚର୍ମ ଭିତରେ ଏବଂ ତଳେ ମେଲାନୋମା ପାଇଁ ବ୍ୟବହୃତ ହୁଏ । ଏହା ସିଧାସଳଖ ରୋଗ ସ୍ଥାନରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । ଏହା ଆୟୁଷକୁ ପ୍ରଭାବିତ କରିବା ଦେଖାଯାଇ ନାହିଁ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ଳାନ୍ତି, ଜ୍ୱର, ବାନ୍ତି, ଏବଂ ଇଞ୍ଜେକସନ ସ୍ଥାନରେ ଯନ୍ତ୍ରଣା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହର୍ପିସ୍ ସଂକ୍ରମଣ, ସେଲ୍ୟୁଲାଇଟିସ୍, କିମ୍ବା ଇଞ୍ଜେକ୍ସନ୍, ଭାସ୍କୁଲାଇଟିସ, ପ୍ଲାମାସାଇଟୋମା ଏବଂ ଇଞ୍ଜେକସନ ନେଇଥିବା ସ୍ଥାନରେ ଚର୍ମ ମୃତ୍ୟୁ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଅତ୍ୟଧିକ ରୋଗ ପ୍ରତିରୋଧକ ଶକ୍ତି ନ ଥିବା ଲୋକଙ୍କଠାରେ ଏହା କଦାପି ବ୍ୟବହାର କରାଯିବା ଉଚିତ ନୁହେଁ | ଏହା ଏକ ଜେନେଟିକ୍ ପ୍ରସ୍ତୁତ ହର୍ପସ୍ ଜୀବାଣୁ (ଏକ ଅଙ୍କୋଲାଇଟିକ ଭୂତାଣୁ) ଯାହା ମେଲାନୋମା କୋଷ ଭିତରେ ସଂକ୍ରମିତ ହୋଇ ବହୁଗୁଣିତ ହେବା ଫଳସ୍ୱରୂପ ସେମାନଙ୍କ ମୃତ୍ୟୁ ହୁଏ । ଏହା କର୍କଟ ରୋଗ ପ୍ରତିରୋଧକ ପ୍ରତିକ୍ରିୟାକୁ ମଧ୍ୟ ଉତ୍ସାହିତ କରିଥାଏ । ୨୦୧୫ମସିହାରେ ଆମେରିକା ଏବଂ ୟୁରୋପରେ ଟାଲିମୋଜିନ ଲାହେରପାରେପଭେକକୁ ଅନୁମୋଦନ କରାଯାଇଥିଲା । ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହାର ଏକ ମାତ୍ରାର ମୂଲ୍ୟ ୨୩,୦୦୦ ଡଲାର ପର୍ଯ୍ୟନ୍ତ ହୋଇଥିଲା । ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୬,୭୦୦ ପାଉଣ୍ଡ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Talimogene laherparepvec
https://or.wikipedia.org/wiki/Talimogene_laherparepvec
ଲେଉଟାଣିଟାଲିମୋଜିନ ଲାହେରପାରେପଭେକ
ଡଲି ଆହଲୁୱାଲିଆ
https://or.wikipedia.org/wiki/ଡଲି_ଆହଲୁୱାଲିଆ
ଡଲି ଆହଲୁୱାଲିଆ ଜଣେ ଭାରତୀୟ ଅଭିନେତ୍ରୀ ଓ ପୋଷାକ ଡିଜାଇନର୍ ଯିଏକି ପୋଷାକ ଡିଜାଇନ୍ ପାଇଁ ୨୦୦୧ ମସିହାରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ ।Drama - Costume Design || Sangeet Natak Akademi Official listings. ସେ ୩ଟି ଫିଲ୍ମଫେୟାର ପୁରସ୍କାର ଏବଂ ତିନୋଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ବ୍ୟାଣ୍ଡିଟ୍ କୁଇନ୍ (୧୯୯୩) ଓ ହାଇଦର୍ (୨୦୧୪) ପାଇଁ ଦୁଇଟି ଶ୍ରେଷ୍ଠ ପୋଷାକ ଡିଜାଇନ୍ ପୁରସ୍କାର, ଏବଂ ପରେ ଭିକି ଡୋନର (୨୦୧୨) ପାଇଁ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପୁରସ୍କାର ଜିତିଛନ୍ତି । ପେଷା ସେ ୧୯୭୯ ମସିହାରେ ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମାରୁ ସ୍ନାତକ କରିଥିଲେ । ଥିଏଟର ପାଇଁ ପୋଷାକ ଡିଜାଇନ୍ କରି ଆହଲୁୱାଲିଆ ତାଙ୍କ ପେଷା ଆରମ୍ଭ କରିଥିଲେ । ଏହା ପରେ ୧୯୯୩ ମସିହାରେ ସେଶେଖର କପୁରଙ୍କ ବ୍ୟାଣ୍ଡିଟ୍ କୁଇନ୍ ସହ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ । ଏହି କଥାଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ ପୋଷାକ ଡିଜାଇନର୍ ଭାବରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ହୋଇଥିଲା । ଏହା ପରେ ଜଣାଶୁଣା ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜଙ୍କ ପାଇଁ ସେ ଦି ବ୍ଲୁ ଅମ୍ବ୍ରେଲା (୨୦୦୫), ଓମକାରା (୨୦୦୬), ବ୍ଲଡ୍ ବ୍ରଦର୍ସ (୨୦୦୭), କାମିନେ (୨୦୦୯) ଓ ହାଇଦର (୨୦୧୪) ଏବଂ ଦୀପା ମେହେଟ୍ଟାଙ୍କ ପାଇଁ ୱାଟର୍ (୨୦୦୫) ଓ ମିଡ୍‌ନାଇଟ୍ ଚିଲ୍‌ଡ୍ରେନ୍ (୨୦୧୨)ରେ ପୋଷାକ ଡିଜାଇନ୍ କରିଥିଲେ । ସେ ଲଭ୍ ଆଜ୍ କଲ୍ (୨୦୦୯), ଲଭ୍ ଶଭ୍ ତେ ଚିକେନ୍ ଖୁରାନା (୨୦୧୨) ଏବଂ ଭାଗ୍ ମିଲ୍‌ଖା ଭାଗ୍ (୨୦୧୩) ଭଳି କଥାଚିତ୍ରରେ କାମ କରିଛନ୍ତି । କଥାଚିତ୍ରର ତାଲିକା ପୋଷାକ ଡିଜାଇନର୍ ବର୍ଷ କଥାଚିତ୍ର ୧୯୯୩ ବ୍ୟାଣ୍ଡିଟ୍ କୁଇନ୍ ୨୦୦୬ ଓମକାରା ୨୦୦୫ ୱାଟର୍ ଦି ବ୍ଲୁ ଅମ୍ବ୍ରେଲା ୨୦୦୭ ଆଜା ନଚଲେ ବ୍ଲଡ୍ ବ୍ରଦର୍ସ ୨୦୦୯ ଲଭ୍ ଆଜ୍ କଲ୍ କାମିନେ ୨୦୧୧ ରକଷ୍ଟାର୍ ୨୦୧୨ ଲୁଭ୍ ଶଭ୍ ତେ ଚିକେନ୍ ଖୁରାନା ମିଡ୍‌ନାଇଟ୍ ଚିଲ୍‌ଡ୍ରେନ୍ ୨୦୧୩ ଭାଗ୍ ମିଲ୍‌ଖା ଭାଗ୍ ୨୦୧୪ ହାଇଦର୍ ୨୦୧୭ ରଙ୍ଗୁନ୍ ଅଭିନେତ୍ରୀ ବର୍ଷ କଥାଚିତ୍ର/ଦୂରଦର୍ଶନ କାର୍ଯ୍ୟକ୍ରମ ଭୂମିକା ୧୯୯୫ ଆମ୍ମା ଆଣ୍ଡ ଫ୍ୟାମିଲି (ଟିଭି ଧାରାବାହିକ) ୨୦୦୩ ମୁଦ୍ଦା - ଦି ଇସୁ ୨୦୦୫ ୟାହାଁ ୱାଟର୍ ଦି ବ୍ଲୁ ଅମ୍ବ୍ରେଲା ୨୦୦୯ ଆଲୁ ଚାଟ୍ ବୀଜି ୨୦୧୧ ଏକ୍ ନୁର୍ ୨୦୧୨ ଭିକି ଡୋନର୍ ଡଲି ଅରୋଡ଼ା ଲଭ୍ ଶଭ୍ ତେ ଚିକେନ୍ ଖୁରାନା ବୁଆଜି ୨୦୧୩ ସଡ୍ଡି ଲଭ୍ ଷ୍ଟୋରୀ (ପଞ୍ଜାବୀ) ବଜାତେ ରହୋ ଜସବୀର ବାୱେଜା ୟେ ଜୱାନୀ ହୈ ଦିୱାନୀ ସିମରନ୍ ତାଲୱାର୍ ୨୦୧୯ ବଦନାମ ଗଳି ବୁଆଜି ଆକ୍ସନ୍ ନାନୀ ୨୦୨୦ ଦୂର୍‌ଦର୍ଶନ ଦର୍ଶନ କୌର ୨୦୨୧ ବେଲ୍ ବଟମ୍ ରାବିଇ ମାଲହୋତ୍ରା ୨୦୨୩ ଛତ୍ରିୱାଲୀ ଢିଙ୍ଗ୍ରା ଆଣ୍ଟି ଥ୍ୟାଙ୍କ୍ ୟୁ ଫର୍ କମିଂ କିଶୋରୀ କପୁର ଆଧାର ବାହାର ଲିଙ୍କ୍ ଶ୍ରେଣୀ:ଜୀବିତ ବ୍ୟକ୍ତି ଶ୍ରେଣୀ:ପଞ୍ଜାବୀ କଥାଚିତ୍ର ଅଭିନେତ୍ରୀ ଶ୍ରେଣୀ:ହିନ୍ଦୀ କଥାଚିତ୍ର ଅଭିନେତ୍ରୀ ଶ୍ରେଣୀ:କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମ୍ମାନିତ ଶ୍ରେଣୀ:ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ ଶ୍ରେଣୀ:ଭାରତୀୟ କଥାଚିତ୍ର ଅଭିନେତ୍ରୀ
ଚଉଷଠି ଯୋଗିନୀ ମନ୍ଦିର (ରାଣିପୁର-ଝରିଆଲ)
https://or.wikipedia.org/wiki/ଚଉଷଠି_ଯୋଗିନୀ_ମନ୍ଦିର_(ରାଣିପୁର-ଝରିଆଲ)
ଲେଉଟାଣି ଚଉଷଠି ଯୋଗିନୀ ମନ୍ଦିର (ରାଣୀପୁର-ଝରିଆଲ)
Dolly Ahluwalia
https://or.wikipedia.org/wiki/Dolly_Ahluwalia
ଲେଉଟାଣି ଡଲି ଆହଲୁୱାଲିଆ
ରିଓସିଗୁଆଟ
https://or.wikipedia.org/wiki/ରିଓସିଗୁଆଟ
ରିଓସିଗୁଆଟ, ଆଡେମ୍ପାସ୍ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଦୁଇ ପ୍ରକାରର ଫୁସଫୁସ ଉଚ୍ଚ ରକ୍ତଚାପର (PH) ଚିକିତ୍ସା ପାଇଁ ବ୍ୟବହୃତ ହୁଏ: କ୍ରନିକ ଥ୍ରୋମ୍ବୋଏମ୍ବୋଲିକ ଫୁସଫୁସ ଉଚ୍ଚ ରକ୍ତଚାପ (CTEPH) ଏବଂ ଫୁସଫୁସ ଧମନୀ ଉଚ୍ଚ ରକ୍ତଚାପ (PAH)। ଏହା ଏକ ଦ୍ୱିତୀୟ ଧାଡ଼ିର ଚିକିତ୍ସା । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ପେଟ ବ୍ୟଥା, ବାନ୍ତି, ଏବଂ ତରଳ ଝାଡ଼ା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ ଏବଂ ନିମ୍ନ ରକ୍ତଚାପ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ଦ୍ରବୀଭୂତ ଗୁଏନିଲେଟ ସାଇକ୍ଲେଜର (sGC) ଏକ ଉତ୍ତେଜକ | ୨୦୧୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ରିଓସିଗୁଆଟ ଅନୁମୋଦିତ ହୋଇଥିଲା । ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୪ ସପ୍ତାହର ଔଷଧ ଚିକିତ୍ସା ପାଇଁ ପ୍ରାୟ ୨୦୦୦ ପାଉଣ୍ଡ ଖର୍ଚ୍ଚ ହୁଏ । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୯୫୦୦ ଡଲାର ଅଟେ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Riociguat
https://or.wikipedia.org/wiki/Riociguat
ଲେଉଟାଣିରିଓସିଗୁଆଟ
ସୁଲଗ୍ନା ରାଉତରାୟ
https://or.wikipedia.org/wiki/ସୁଲଗ୍ନା_ରାଉତରାୟ
ସୁଲଗ୍ନା ରାଉତରାୟ, ଜଣେ ଓଡ଼ିଆ ମଞ୍ଚ ଓ ଦୂରଦର୍ଶନ ଉପସ୍ଥାପିକା । ଦୂରଦର୍ଶନ ଭୁବନେଶ୍ୱର କେନ୍ଦ୍ର ତରଫରୁ ପ୍ରସାରିତ ହେଲୋ ଡକ୍ଟର ଭଳି ଅନେକ କାର୍ଯ୍ୟକ୍ରମ ସେ ଉପସ୍ଥାପନା କରିଛନ୍ତି । ମଞ୍ଚରେ ମଧ୍ୟ ସେ ସକ୍ରିୟ । ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମରେ ସେ ମଞ୍ଚ ସଂଚାଳନ କରିଛନ୍ତି । ସେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ମଞ୍ଚ ପରିଚାଳନାର ଦକ୍ଷତା ରଖନ୍ତି । ସମ୍ମାନ ଓ ପୁରସ୍କାର ଚଳଚ୍ଚିତ୍ର ଜଗତ ସମ୍ମାନ - ୨୦୧୯ ଆଧାର ଶ୍ରେଣୀ:ଜୀବିତ ବ୍ୟକ୍ତି ଶ୍ରେଣୀ:ପୁରୀ ଜିଲ୍ଲାର ଲୋକ ଶ୍ରେଣୀ:୧୯୮୭ ଜନ୍ମ
Sulagna Routray
https://or.wikipedia.org/wiki/Sulagna_Routray
ଲେଉଟାଣି ସୁଲଗ୍ନା ରାଉତରାୟ
ଡାଇହାଇଡ୍ରୋଏର୍ଗୋଟାମାଇନ
https://or.wikipedia.org/wiki/ଡାଇହାଇଡ୍ରୋଏର୍ଗୋଟାମାଇନ
ଡାଇହାଇଡ୍ରୋଏର୍ଗୋଟାମାଇନ ( DHE ), ମାଇଗ୍ରେନାଲ୍ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଅଧକପାଳି, କ୍ଲଷ୍ଟର ମୁଣ୍ଡବିନ୍ଧା ଏବଂ ଅତ୍ୟଧିକଔଷଧ ସେବନ ଜନିତ ମୁଣ୍ଡବିନ୍ଧାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଅଧକପାଳିଚିକିତ୍ସା କରିବାରେ ଏହାର ଏକ ବିଶେଷ ଲାଭ ଅଛି । ଏହା ନାକ ମାଧ୍ୟମ ସ୍ପ୍ରେ କିମ୍ବା ଇଞ୍ଜେକସନଦ୍ୱାରା ବ୍ୟବହୃତ ହୋଇପାରେ । ଏହି ଔଷଧର ପ୍ରଭାବ ୫ ରୁ ୩୦ ମିନିଟ୍ ମଧ୍ୟରେ ଆରମ୍ଭ ହୁଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତଚାପ, ମୁହଁ ଲାଲ ଦେଖାଯିବା, ଝାଳ ବୋହିବା, ଅଇ ଲାଗେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମାୟୋକାର୍ଡିଆଲ୍ ଇସକେମିଆ, ଷ୍ଟ୍ରୋକ, ଅନିୟମିତ ହୃତ୍‌ ସ୍ପନ୍ଦନ ଏବଂ ଏର୍ଗୋଟିଜିମ ହୋଇପାରେ । ଗର୍ଭାବସ୍ଥାରେ, ଯକୃତ କିମ୍ବା ବୃକ୍‌କ ଜନିତ ସମସ୍ୟା କିମ୍ବା ରକ୍ତନଳୀ ରୋଗରେ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ । ଏହା ଏର୍ଗୋଟାମାଇନର ଏକ ଉତ୍ପାଦକ । ଏହା ସେରୋଟୋନୋନ, ଡୋପାମିନ ଓ ଆଡ୍ରେନର୍ଜିକ ଅଭିଗ୍ରାହକ ବା ରିସେପ୍ଟରଗୁଡ଼ିକୁ ସକ୍ରିୟ କରିଥାଏ । ଡାଇହାଇଡ୍ରୋଏର୍ଗୋଟାମାଇନ ପ୍ରଥମେ ୧୯୪୩ ମସିହାରେ ତିଆରି ହୋଇଥିଲା ଏବଂ ସେବେଠାରୁ ସେ ଚିକିତ୍ସା ବ୍ୟବହାରରେ ଅଛି । ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଷ୍ଟ୍ରରେ ଏହାର ଏକ ମାତ୍ରା ଇଞ୍ଜେକସନର ମୂଲ୍ୟ ପ୍ରାୟ ୪୫ ଡଲାର ଏବଂ ୨୦୨୧ ସୁଦ୍ଧା ନାକ ସ୍ପ୍ରେର ମୂଲ୍ୟ ୩୭୦ ଡଲାର ରହିଛି । ୨୦୧୦ ଦଶକଠାରୁ ଏହା ଟ୍ରିପଟାନ୍ସ ଅପେକ୍ଷା କମ୍ ବ୍ୟବହୃତ ହେଉଛି । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Dihydroergotamine
https://or.wikipedia.org/wiki/Dihydroergotamine
ଲେଉଟାଣିଡାଇହାଇଡ୍ରୋଏର୍ଗୋଟାମାଇନ
ୱାସନା ଅହମ୍ମଦ
https://or.wikipedia.org/wiki/ୱାସନା_ଅହମ୍ମଦ
ୱାସନା ଅହମ୍ମଦ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନରେ କାମ କରନ୍ତି। ସେ କିଛି ଭାରତୀୟ ଭାଷାର କଥାଚିତ୍ରରେ ମଧ୍ୟ କାମ କରିଛନ୍ତି । କସୌଟି ଜିନ୍ଦେଗି କେରେ ସେ ଧରା ଭୂମିକାରେ ଅଭିନୟ କରିଥିଲେ । ସେ ଧାରାବାହିକ ଶ୍ରୀରେ ଟିଟୁଲାର୍ ଚରିତ୍ରରେ ମଧ୍ୟ ଅଭିନୟ କରିଥିଲେ । ଅଭିନୟ ଜୀବନ ଅଭିନୀତ କଥାଚିତ୍ର ୨୦୧୩: କାଦଲ ସୋଲା ଆସାଇ (ତାମିଲ) ସୁଚିତ୍ରା ଭୂମିକାରେ ୨୦୧୫: ପାଲାଣ୍ଡୁ ଭାଜଗା | ଅଭିନୀତ ଧାରାବାହିକ/କାର୍ଯ୍ୟକ୍ରମ କସୌଟି ଜିନ୍ଦେଗି କେ କହେ ନା କହେ ଶ୍ରୀ କଭି କଭି ପ୍ୟାର୍ କଭି କଭି ୟାର୍ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଆହାଟ୍ ସିଆଡି ଫୁଲୱା ପୁରସ୍କାର ୨୦୦୭: ଇଣ୍ଡିଆନ୍ ଟେଲି ଅୱାର୍ଡ଼ସ୍‌ରେ ଶ୍ରେଷ୍ଠ ନୂଆ ଚେହେରା ପାଇଁ ମନୋନୀତ ଆଧାର ବାହାର ଲିଙ୍କ୍ ଶ୍ରେଣୀ:ଜୀବିତ ବ୍ୟକ୍ତି ଶ୍ରେଣୀ:ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ
Wasna Ahmed
https://or.wikipedia.org/wiki/Wasna_Ahmed
ଲେଉଟାଣି ୱାସନା ଅହମ୍ମଦ
ଉମେକ୍ଲିଡିନିଅମ
https://or.wikipedia.org/wiki/ଉମେକ୍ଲିଡିନିଅମ
ଉମେକ୍ଲିଡିନିଅମ, ଇନକ୍ରୁସ୍ ଏଲିପଟା ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା କ୍ରନିକ ଅବସ୍ଟ୍ରକ୍ଟିଭ ଫୁସଫୁସ ରୋଗର (COPD) ରକ୍ଷଣାବେକ୍ଷଣ ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ଆଜ୍‌ମା ରୋଗ ପାଇଁ ବ୍ୟବହୃତ ହୁଏ ନାହିଁ । ଏହି ଔଷଧ ପ୍ରଶ୍ୱାସ ସାହାଯ୍ୟରେ ଫୁସଫୁସ ଭିତରକୁ ନିଆଯାଏ । ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱାଦରେ ପରିବର୍ତ୍ତନ, କାଶ ଏବଂ ଆଖିରେ ଯନ୍ତ୍ରଣା ହୋଇପାରେ । ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ, ବ୍ରୋଙ୍କୋସ୍ପାଜ୍ମ, ମୂତ୍ର ଧାରଣ ଏବଂ ଗ୍ଲୁକୋମା ହୋଇପାରେ । ଯେଉଁମାନଙ୍କର କ୍ଷୀର ପ୍ରୋଟିନ୍ ଆଲର୍ଜି ଥାଏ ସେମାନଙ୍କୁ ଦେବାକୁ ଏହା ସୁପାରିଶ କରାଯାଏ ନାହିଁ । ଏହା ଏକ ଦୀର୍ଘକାଳ କାର୍ଯ୍ୟକାରୀ ମସ୍କାରିନିକ୍ ବିରୋଧୀ (LAMA) ଔଷଧ । ୨୦୧୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଉମେକ୍ଲିଡିନିଅମ ଅନୁମୋଦିତ ହୋଇଥିଲା । ଟିଓଟ୍ରୋପିଅମର ବିକଳ୍ପ ଭାବରେ ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି | ଯୁକ୍ତରାଜ୍ୟରେ ଏକ ମାସର ଔଷଧର ମୂଲ୍ୟ ୨୮ ପାଉଣ୍ଡ ଥିବାବେଳେ ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୩୮୦ ଡଲାର ଅଟେ । ଏହା ଉମେକ୍ଲିଡିନିୟମ/ଭିଲାଣ୍ଟେରୋଲ ଏବଂ ଫ୍ଲୁଟିକାସୋନ/ଉମେକ୍ଲିଡିନିୟମ/ଭିଲାଣ୍ଟେରୋଲ ନାମରେ ମଧ୍ୟ ଉପଲବ୍ଧ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Umeclidinium
https://or.wikipedia.org/wiki/Umeclidinium
ଲେଉଟାଣିଉମେକ୍ଲିଡିନିଅମ
ଏପିରୁବିସିନ
https://or.wikipedia.org/wiki/ଏପିରୁବିସିନ
ଏପିରୁବିସିନ, ଅନ୍ୟମାନଙ୍କ ମଧ୍ୟରେ ଏଲେନ୍ସ ଏକ ବିକ୍ରୟ ନାମ, ହେଉଛି ସ୍ତନ କର୍କଟ, ପାକସ୍ଥଳୀ କର୍କଟ, ଛୋଟ କୋଷ ଫୁସଫୁସ କର୍କଟ, ଓଭାରି କର୍କଟ, ବୃହଦନ୍ତ୍ର-ମଳାଶୟ କର୍କଟ, ଲିମ୍ଫୋମା, ମୂତ୍ରାଶୟ କର୍କଟ ଏବଂ ଲିଉକେମିଆ ଇତ୍ୟାଦି ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ କିମ୍ବା ମୂତ୍ରାଶୟରେ ଭର୍ତ୍ତି କରାଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କେଶହାନୀ, ଅଇ, ଅସ୍ଥି ମଜ୍ଜା ଦମନ, ପାଟିର ପ୍ରଦାହ, ଗରମ ଫ୍ଲସ୍, ତରଳ ଝାଡ଼ା, ସଂକ୍ରମଣ, ରାସ, ଓ ଜ୍ୱର ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହୃତ୍‌ପିଣ୍ଡ ନଷ୍ଟ, ଅନୁର୍ବରତା, ଅଧିକ କର୍କଟ ରୋଗ ଏବଂ ଟ୍ୟୁମର ଲାଇସିସ୍ ସିଣ୍ଡ୍ରୋମ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ଏକ ଆନ୍ଥ୍ରାସାଇକ୍ଲିନ୍ ଯାହା ଡିଏନଏ ସୁତ୍ରମାନଙ୍କୁ (DNA ଷ୍ଟ୍ରାଣ୍ଡକୁ) ଇଣ୍ଟରକାଲେଟିଙ୍ଗ କରି କାର୍ଯ୍ୟକ୍ଷମ ହୁଏ ବୋଲି ବିଶ୍ୱାସ କରାଯାଏ ଯାହାଫଳରେ ଡିଏନଏ ପ୍ରସ୍ତୁତିର ଅବରୋଧ ହୁଏ । ୧୯୯୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏପିରୁବିସିନ ଅନୁମୋଦିତ ହୋଇଥିଲା । ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଜ୍ୟରେ ୫୦ ମିଗ୍ରାର ମୂଲ୍ୟ ୨୦୨୧ ସୁଦ୍ଧା ୮୭ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୬୦ ଡଲାର ଅଟେ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Epirubicin
https://or.wikipedia.org/wiki/Epirubicin
ଲେଉଟାଣିଏପିରୁବିସିନ
ଓବେଟିକୋଲିକ ଏସିଡ
https://or.wikipedia.org/wiki/ଓବେଟିକୋଲିକ_ଏସିଡ
ଓବେଟିକୋଲିକ ଏସିଡ ( OCA ), ଓକାଲିଭା ବ୍ରାଣ୍ଡ ନାମରେ ବିକ୍ରି ହେଉଛି, ପ୍ରାଥମିକ ବିଲିୟାରି କୋଲାଞ୍ଜାଇଟିସ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । ଏହା ପର୍ଯ୍ୟାପ୍ତ ପ୍ରଭାବଶାଳୀ ନ ହେଲେ ସାଧାରଣତଃ ଉର୍ସୋଡିଅକ୍ସିକଲିକ ଏସିଡ୍ ସ‌ହିତ ବ୍ୟବହୃତ ହୁଏ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଲୁଏବଂ ଥକାପଣ ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ହୋଇପାରେ । ଏହା ପିତ୍ତ ଅମ୍ଳ ବା ବାଇଲ ଏସିଡର ଏକ ପରିବର୍ତ୍ତିତ ରୂପ ଏବଂ ଫାର୍ନେସଏଡ୍ ଏକ୍ସ ରିସେପ୍ଟର (farnesoid X receptors) ସହିତ ସଂଲଗ୍ନ ହୋଇ ଯକୃତର ପିତ୍ତ ଉତ୍ପାଦନ ହ୍ରାସ କରି କାର୍ଯ୍ୟକ୍ଷମ ହୁଏ। ୨୦୧୬ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଓବେଟିକୋଲିକ ଏସିଡ ଅନୁମୋଦିତ ହୋଇଥିଲା ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ପ୍ରତି ମାସରେ ଏହା ପିଛା ପ୍ରାୟ ୨,୪୦୦ ପାଉଣ୍ଡ ଖର୍ଚ୍ଚ ହେଉଥିଲା । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୮,୦୦୦ ଡଲାର ଅଟେ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Obeticholic acid
https://or.wikipedia.org/wiki/Obeticholic_acid
ଲେଉଟାଣିଓବେଟିକୋଲିକ ଏସିଡ
ଓଲେନା ଜେଲେନସ୍କା
https://or.wikipedia.org/wiki/ଓଲେନା_ଜେଲେନସ୍କା
ଓଲେନା ଭୋଲୋଡିମିରିଭିନା ଜେଲେନସ୍କା (ଜନ୍ମ : ୬ ଫେବୃଆରୀ ୧୯୭୮) ଜଣେ ୟୁକ୍ରେନୀୟ ପଟ୍ଟକଥା ଲେଖିକା ଓ ବର୍ତ୍ତମାନ ୟୁକ୍ରେନର ପ୍ରଥମ ମହିଳା ଅଟନ୍ତି । ସେ ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କିଙ୍କର ଧର୍ମପତ୍ନୀ ଟାଇମ ମାଗାଜିନ ୨୦୨୩ ମସିହାରେ ଜେଲେନସ୍କାଙ୍କୁ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ୧୦୦ ମହିଳାଙ୍କ ତାଲିକା ମଧ୍ୟରେ ଅନ୍ତର୍ଭୁକ୍ତ କରିଥିଲା । ପ୍ରାରମ୍ଭିକ ଜୀବନ ଓଲେନା, ୧୯୭୮ ମସିହା ଫେବୃଆରୀ ୬ ତାରିଖରେ ୟୁକ୍ରେନର କ୍ରିଭି ରିଠାରେ ଜନ୍ମଗ୍ରହଣ କରିଥିଲେ । ସେ କ୍ରିଭି ରି ଜିମନାସିୟମରେ ପାଠ ପଢିଥିଲେ ଓ ସେଠାରେ ସେ ନିଜ ସ୍ୱାମୀ ଭ୍ଲାଦିମିର ଜେଲେନସ୍କିଙ୍କୁ ଭେଟିଥିଲେ । ୨୦୦୦ ମସିହାରେ ସେ କ୍ରିଭି ରି ବୈଷୟିକ ବିଶ୍ୱବିଦ୍ୟାଳୟରୁ ଅର୍ବାନ ଆଣ୍ଡ କଂଷ୍ଟ୍ରକ୍ସନ ମ୍ୟାନେଜମେଣ୍ଟରେ ଡିପ୍ଲୋମା ହାସଲ କରିଥିଲେ । ତା ସହିତ ସେ ପିଆନୋ ବଜାଇବାରେ ମଧ୍ୟ ଶିକ୍ଷାହାସଲ କରିଥିଲେ । thumb| ୨୦୨୦ ମସିହା ଅକ୍ଟୋବର ୬ ତାରିଖରେ ଭ୍ଲାଦିମିର ଜେଲେନସ୍କି ଓ ଓଲେନା ଜେଲେନସ୍କା ଇସ୍ତାନବୁଲଠାରେ ଏକ ପ୍ରାଥନା ସଭାରେ ୨୦୦୩ ମସିହାରେ ଓଲେନା ଓ ଭ୍ଲାଦିମିର ଜେଲେନସ୍କି ବିବାହ କରିଥିଲେ । ସେମାନଙ୍କର ଆଲେକ୍ସାଣ୍ଡ୍ରା( ଜନ୍ମ : ୧୫ ଜୁଲାଇ ୨୦୦୪) ନାମରେ ଗୋଟିଏ ଝିଅ ଓ କ୍ରାୟିଲୋ ( ଜନ୍ମ : ୨୧ ଜାନୁଆରୀ ୨୦୧୩) ନାମରେ ଗୋଟିଏ ପୁଅ ଅଛି । ଏମାନଙ୍କ ବ୍ୟତିତ ତାଙ୍କ ପରିବାରରେ ଅନେକ ପୋଷ୍ୟ ଜନ୍ତୁ ମଧ୍ୟ ଅଛନ୍ତି । ଓଲେନାଙ୍କର କ୍ରୀଡ଼ା, ପୁସ୍ତକ ପଠନ ଓ ସିନେମାଟୋଗ୍ରାଫି ଆଦିରେ ରୁଚି ରହିଛି । ଓଲେନା ଓ ଭ୍ଲାଦିମିରଙ୍କର ପରିବାର ୟୁକ୍ରେନର ରାଜଧାନୀ କିଭରେ ରୁହନ୍ତି । ଟେଲିଭିଜନ ପ୍ରଡକ୍ସନ କମ୍ପାନୀ କେଭର୍ଟାଲ ୯୫ର ପ୍ରତିଷ୍ଠା ଦିନରୁ ଓଲେନା ସେମାନଙ୍କପାଇଁ ପଟ୍ଟକଥା ଲେଖି ଆସୁଛନ୍ତି । ଓଲେନା ଜେଲେନସ୍କା ଫାଉଣ୍ଡେସନ thumb|ହିଲାରି କ୍ଲିଣ୍ଟନ ଏବଂ ଓଲେନା ଜେଲେନସ୍କା ଫାଉଣ୍ଡେସନର ଏକ ସଭାରେ ୨୦୨୨ ମସିହା ସେପ୍ଟେମ୍ବର ୨୨ ତାରିଖରେ ଓଲେନା ନିଜ ଫାଉଣ୍ଡେସନ ବିଷୟରେ ମିଳିତ ଜାତିସଂଘରେ ଘୋଷଣା କରିଥିଲେ । ଏହି ଫାଉଣ୍ଡେସନର ମୁଖ୍ୟ ଉଦ୍ଦେଶ୍ୟ, ୟୁକ୍ରେନବାସୀଙ୍କର ପୁନରୁତ୍ଥାନ । ଫାଉଣ୍ଡେସନ ନିଶ୍ଚିତ କରିବାକୁ ଚାହେଁ ଯେ, ୟୁକ୍ରେନର ପ୍ରତ୍ୟେକ ନାଗରିକ ଶାରୀରିକ, ମାନସିକ ଭାବରେ ନିଜକୁ ମୁକ୍ତ ଅନୁଭବ କରନ୍ତୁ ଏବଂ ନିଜ ଶିକ୍ଷା, ବୃତ୍ତି ଓ ସର୍ବୋପରୀ ୟୁକ୍ରେନର ଭବିଷ୍ୟତ ଗଠନ ଦିଗରେ ମନୋନିବେଶ କରନ୍ତୁ । ଏହି ଅନୁଷ୍ଠାନ ତିନୋଟି ମୁଖ୍ୟ ଦିଗ ଯଥା 'ଔଷଧ', 'ଶିକ୍ଷା' ଓ 'ମାନବୀୟ ସହାୟତା' ଦିଗରେ କାମ କରିଥାଏ । ସମ୍ମାନ ଓ ପୁରସ୍କାର ସିଓ ସମ୍ମାନ - ୨୦୨୨ ( ବିଶ୍ୱ ଶାନ୍ତି ଦିଗରେ ପ୍ରୟାସ ପାଇଁ ପୋଲାଣ୍ଡର ଫ୍ରଷ୍ଟ ପତ୍ରିକା ପ୍ରଦତ୍ତ) ଏଲେ ପତ୍ରିକାଦ୍ୱାରା ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ - ୯ ନଭେମ୍ବର ୨୦୨୨ ହିଲାରୀ କ୍ଲିଣ୍ଟନ ସମ୍ମାନ - ୬ ଡିସେମ୍ବର ୨୦୨୨ ବିବିସିଦ୍ୱାରା ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଅନ୍ତର୍ଭୁକ୍ତ - ଡିସେମ୍ବର ୨୦୨୨ ଫାଇନ୍ସିଆଲ ଟାଇମ୍ସଦ୍ୱାର ବିଶ୍ୱର ଶ୍ରେଷ୍ଠ ୨୫ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଅନ୍ତର୍ଭୁକ୍ତ - ନଭେମ୍ବର ୨୦୨୩ ଆଧାର ଶ୍ରେଣୀ:୧୯୭୮ ଜନ୍ମ ଶ୍ରେଣୀ:ଜୀବିତ ବ୍ୟକ୍ତି
ନିରାପାରିବ
https://or.wikipedia.org/wiki/ନିରାପାରିବ
ନିରାପାରିବ, ଜେଜୁଲା ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ସରଫେସ ଏପିଥେଲିଆଲ୍-ଷ୍ଟ୍ରୋମାଲ ଟ୍ୟୁମର, ଫାଲୋପିଆନ୍ ଟ୍ୟୁବ୍ କିମ୍ବା ପ୍ରାଥମିକ ପେରିଟୋନିଆଲ୍ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । Text was copied from this source which is © European Medicines Agency. Reproduction is authorized provided the source is acknowledged. ଏହା ସାଧାରଣତଃ ପ୍ଲାଟିନମ-ଆଧାରିତ କେମୋଥେରାପି ପରେ ବ୍ୟବହୃତ ହୁଏ। ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, କମ୍ ପ୍ଲାଟେଲେଟ୍, ଥକ୍କା, ସ୍ୱଳ୍ପ ଲାଲ ରକ୍ତ କଣିକା, କୋଷ୍ଠକାଠିନ୍ୟ, ପେଟ ଯନ୍ତ୍ରଣା, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ଶୋଇବାରେ ଅସୁବିଧା, ମୁଣ୍ଡବିନ୍ଧା, ତରଳ ଝାଡ଼ା, ଅଣନିଶ୍ୱାସ, ଉଚ୍ଚ ରକ୍ତଚାପ, ଗଣ୍ଠି ଯନ୍ତ୍ରଣା ଏବଂ ଲାଲ ମୁଖମଣ୍ଡଳ ବା ଗରମ ଫ୍ଲସ୍ ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମାୟେଲୋଡିସପ୍ଲାଷ୍ଟିକ ସିଣ୍ଡ୍ରୋମ ଏବଂ ଅନୁର୍ବରତା ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ଏକ ପଲି ଏଡିପି-ରାଇବୋଜ୍ ପଲିମେରେଜ (PARP) ପ୍ରତିବନ୍ଧକ । ୨୦୧୭ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରିବା ପାଇଁ ନିରପାରିବ ଅନୁମୋଦିତ ହୋଇଥିଲା । ଯୁକ୍ତରାଜ୍ୟରେ ପ୍ରତିଦିନ ୨୦୦ ମିଗ୍ରା ବିଶିଷ୍ଟ ୪ ସପ୍ତାହ ଚିକିତ୍ସାର ମୂଲ୍ୟ ପ୍ରାୟ ୪,୫୦୦ ଡଲାର । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୬,୩୦୦ ଡଲାର ଅଟେ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Niraparib
https://or.wikipedia.org/wiki/Niraparib
ଲେଉଟାଣିନିରାପାରିବ
Olena Zelenska
https://or.wikipedia.org/wiki/Olena_Zelenska
ଲେଉଟାଣି ଓଲେନା ଜେଲେନସ୍କା
ରିଚା ଆହୁଜା
https://or.wikipedia.org/wiki/ରିଚା_ଆହୁଜା
ରିଚା ଆହୁଜା (ଜନ୍ମ: ୧୬ ସେପ୍ଟେମ୍ବର ୧୯୭୩) ଜଣେ ପୂର୍ବତନ ଭାରତୀୟ ଅଭିନେତ୍ରୀ । ସେ ହିନ୍ଦୀ, ତାମିଲ, ଇଂରାଜୀ ଏବଂ ଫରାସୀ କଥାଚିତ୍ର ଓ ନାଟକରେ ଅଭିନୟ କରିଛନ୍ତି । ଅଭିନୟ ଜୀବନ ରିଚା ନୂଆଦିଲ୍ଲୀର କଣ୍ଠଶିଳ୍ପୀ ତଥା ନାଟ୍ୟକାର ସୁଷମା ଅହୁଜା ଏବଂ ଜଣେ ପାକିସ୍ତାନୀ ହିନ୍ଦୁ ପିତାଙ୍କ ଝିଅ । ସେ ବଡ଼ ପରଦାରେ ଅଭିନୟ କରିବା ଆଗରୁ ପିଲାଦିନରୁ ଅନେକ ମଞ୍ଚ ନାଟକରେ ଅଭିନୟ କରିଥିଲେ । ସେ ୧୯୯୧ ମସିହାରେ ଏକ ପରୀକ୍ଷାମୂଳକ ଇଂରାଜୀ କଥାଚିତ୍ର ପ୍ରେୟିଂ ଉଇଥ୍ ଏଙ୍ଗର୍ ଜରିଆରେ ବଡ଼ ପରଦାରେ ଅଭିନୟ କରିବା ଆରମ୍ଭ କରିଥିଲେ । ତା’ପରେ ସେ ହିନ୍ଦୀ ଓ ଇଂରାଜୀ ଥିଏଟରରେ ଅଭିନୟ କରିବା ସହିତ ଚେନ୍ନାଇରେ ବିଭିନ୍ନ ପ୍ରକଳ୍ପରେ କାମ କରିଥିଲେ । ସେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା, ନୂଆଦିଲ୍ଲୀର ପ୍ରତିଷ୍ଠାତା ଇବ୍ରାହିମ ଅଲକାଜୀଙ୍କ ଅଧୀନରେ ପ୍ରଶିକ୍ଷଣ ନେଇଥିଲେ ଯେତେବେଳେ ସେ ଲିଭିଙ୍ଗ ଥିଏଟର ଏକାଡେମୀ ଅଫ୍ ଡ୍ରାମା ଗଠନ କରିଥିଲେ ଏବଂ ତାଙ୍କର ୬ଟି ନଟକରେ ଆହୁଜା ଅଭିନୟ କରିଥିଲେ । ଏଥିସହିତ ସେ ପ୍ଲସ୍ ଚ୍ୟାନେଲର ମିର୍ଚ ମାସାଲା କାର୍ଯ୍ୟକ୍ରମରେ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ଯେଉଁଠି ସେ ଚିରଞ୍ଜୀବୀ ଓ ନାଗାର୍ଜୁନଙ୍କ ପରି ଜଣାଶୁଣା କଳାକାରଙ୍କର ସାକ୍ଷାତକାର ଦେଇଥିଲେ । ପରବର୍ତ୍ତୀ ସମୟରେ ସେ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରିବା ଆରମ୍ଭ କରିଥିଲେ; ପରମ୍ପରା, ସଫର୍, ସାଥୀ ଏବଂ ଶାନ୍ତି ଭଳି ଧାରାବାହିକରେ ସେ ଅଭିନୟ କରିଥିଲେ । ତା’ପରେ ସେ ଏକ ତାମିଲ ସିରିଏଲ ସୁଜାଲରେ କାମ କରିବା ପାଇଁ ଚେନ୍ନାଇକୁ ସ୍ଥାନାନ୍ତରିତ ହୋଇଥିଲେ । ଏହାପରେ ସେ ଓଭିୟାମ ଏବଂ ପାନାମ ପେନ୍ ପାସାମରେ ମଧ୍ୟ ଅଭିନୟ କରିଥିଲେ । ୧୯୯୮ ମସିହାରେ, ସେ ତାଙ୍କ ମାଆ ସୁଷମା ଆହୁଜାଙ୍କ ନିର୍ଦ୍ଦେଶିତ କଥାଚିତ୍ର ଉଇରୋଡୁ ଉଇରାଗାରେ ଅଜିତ କୁମାରଙ୍କ ସହ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ଏକ ପ୍ରକୃତ ଘଟଣା ଉପରେ ଆଧାରିତ ଥିଲା, ଯାହାକି ୧୯୯୦ ଦଶକ ପୂର୍ବରୁ ଘଟିଥିଲା । କଥାଚିତ୍ର ସମାଲୋଚକମାନଙ୍କ ସକରାତ୍ମକ ସମୀକ୍ଷା ପାଇଁ ଏହି କଥାଚିତ୍ରଟି ମୁକ୍ତିଲାଭ କରିଥିଲା, ମାତ୍ର ଏହାର ଚିତ୍ରନାଟ୍ୟ ଓ କାହାଣୀର ଦୁର୍ବଳତା ବିଷୟରେ ଆଲୋଚନା କରାଯାଇଥିଲେ । ଫ୍ରାନ୍ସକୁ ଛୁଟିରେ ଯାଇଥିବାବେଳେ ସେ ଗିରୀଶ କର୍ଣ୍ଣାଡ଼ଙ୍କ ନାଟକ ହାୟବଦନାର ଫରାସୀ ଆଡାପ୍ଟେସନ୍‌ରେ କାମ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ଫରାସୀ ଭାଷା ଶିଖି ଏହି ନାଟକରେ ୪୫ ଥର କାମ କରିଥିଲେ । ଏହା ପରେ, ୨୦୦୦ ମସିହାରେ ଲେ ମିଷ୍ଟ୍ରିରେ ପରଶୁରାମ ନାମକ ଏକ ଫରାସୀ କଥାଚିତ୍ରରେ ଅଭିନୟ କରିବାକୁ ଫ୍ରାନ୍ସ ଯାଇଥିଲେ ଏବଂ ସେଠାରେ ପ୍ରାୟ ଦୁଇବର୍ଷରୁ ଅଧିକ ରହିଥିଲେ । ଅଭିନୀତ କଥାଚିତ୍ର ବର୍ଷ କଥାଚିତ୍ର ଭୂମିକା ଭାଷା ମନ୍ତବ୍ୟ ୧୯୯୨ ପ୍ରେଇଂ ଉଇଥ୍ ଏଙ୍ଗର୍ ରୁପାଲ ମୋହନ ଇଂରାଜୀ ୧୯୯୭ ଜିଦ୍ଦି ଗୁଡ୍ଡି ହିନ୍ଦୀ ୧୯୯୮ ଉଇରୋଡୁ ଉଇରାଗା ଅଞ୍ଜଳି ତାମିଲ୍ ୨୦୦୦ ଲେ ମିଷ୍ଟ୍ରିରେ ପରଶୁରାମ ଇନ୍ଦ୍ର ହାମସା ଫରାସୀ ୨୦୦୧ ଦମ୍ ଦମ୍ ଦମ୍ ଆଶା ତାମିଲ୍ ବ୍ୟକ୍ତିଗତ ଜୀବନ ରିଚା ୧୪ ଫେବୃଆରୀ ୨୦୦୨ରେ କାଶ ବାଦାମୀଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ୩ ଜଣ ସନ୍ତାନ ଅଛନ୍ତି । ଆଧାର ବାହାର ଲିଙ୍କ୍ ଶ୍ରେଣୀ:୧୯୭୩ ଜନ୍ମ ଶ୍ରେଣୀ:ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ ଶ୍ରେଣୀ:ଭାରତୀୟ କଥାଚିତ୍ର ଅଭିନେତ୍ରୀ ଶ୍ରେଣୀ:ତାମିଲ କଥାଚିତ୍ର ଅଭିନେତ୍ରୀ ଶ୍ରେଣୀ:ହିନ୍ଦୀ ଦୂରଦର୍ଶନ ଅଭିନେତ୍ରୀ ଶ୍ରେଣୀ:ହିନ୍ଦୀ କଥାଚିତ୍ର ଅଭିନେତ୍ରୀ ଶ୍ରେଣୀ:ଜୀବିତ ବ୍ୟକ୍ତି
Richa Ahuja
https://or.wikipedia.org/wiki/Richa_Ahuja
ଲେଉଟାଣି ରିଚା ଆହୁଜା
ଡେସୋକ୍ସିମେଟାସୋନ
https://or.wikipedia.org/wiki/ଡେସୋକ୍ସିମେଟାସୋନ
ଡେସୋକ୍ସିମେଟାସୋନ, ଅନେକ ନାମରେ ବିକ୍ରି ହେଉଥିବା ଏକ ଔଷଧ ଯାହାଚର୍ମରୋଗ ଏବଂ ସୋରିୟାସିସ୍ ସମେତ ବିଭିନ୍ନ ବିଭିନ୍ନ ଚର୍ମ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।"Desoximetasone Monograph for Professionals". Drugs.com. Archived from the original on 11 August 2020. Retrieved 23 December 2021. ଏହା ଚର୍ମରେ ପ୍ରତିଦିନ ଦୁଇଥର ପ୍ରୟୋଗ କରାଯାଏ । ଆପେକ୍ଷିକ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱଳନ, ଅଧିକ କେଶ ବୃଦ୍ଧି, ଚର୍ମ ଭାଙ୍ଗିବା, ବ୍ରଣ, ସଂକ୍ରମଣ, ଚର୍ମ ଆଟ୍ରୋଫି ଏବଂ ଷ୍ଟ୍ରିଆ (striae) ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କୁସିଙ୍ଗ ସିଣ୍ଡ୍ରୋମ ହୋଇପାରେ । ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । ଏହା ଏକ ପ୍ରକ୍ର କର୍ଟିକୋଷ୍ଟିରଏଡ । ୧୯୭୭ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡେସୋକ୍ସିମେଟାସୋନ ଅନୁମୋଦିତ ହୋଇଥିଲା । ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏକ ୬୦ ଗ୍ରାମ ବିଶିଷ୍ଟ ଏକ ଟ୍ୟୁବର ମୂଲ୍ୟ ପ୍ରାୟ ୩୫ ଡଲାର୍ ଥିଲା । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Desoximetasone
https://or.wikipedia.org/wiki/Desoximetasone
ଲେଉଟାଣିଡେସୋକ୍ସିମେଟାସୋନ
ସ୍ଗର୍ବୋସା ମାନଦଣ୍ଡ
https://or.wikipedia.org/wiki/ସ୍ଗର୍ବୋସା_ମାନଦଣ୍ଡ
ସ୍ଗର୍ବୋସା ମାନଦଣ୍ଡ (ଇଂରାଜୀ ଭାଷା)ରେ Sgarbossa's criteria, ଗୁଡ଼ିକରେ ନିର୍ଦ୍ଦିଷ୍ଟ ଇଲେକ୍ଟ୍ରୋକାର୍ଡିଓଗ୍ରାଫିକ୍ (ECG) ପରିବର୍ତ୍ତନ ହୁଏ ଯେଉଁଥିରେ ବାମ ପୋଟଳି ଶାଖା ଅବରୋଧ (ଏଲବିବିବି/ LBBB) କିମ୍ବା ଡାହାଣ ଭେଣ୍ଟ୍ରିକୁଲାର ପେସିଙ୍ଗ (RVP) ଯାହା ଏକ ଏସଟି (ST) ଉଚ୍ଚତା ମାୟୋକାର୍ଡିଆଲ୍ ଇନଫାର୍କସନ୍ (STEMI) ସହିତ ସମାନ । ସେମାନେ ହଠାତ୍ ଏକ କରୋନାରୀ ଧମନୀର ଅବରୋଧକୁ ପ୍ରତିନିଧିତ୍ୱ କରନ୍ତି । ଏଲବିବିବି ରେ ଏକ ତୀବ୍ର ଏମଆଇ ‌(MI) ଉପସ୍ଥିତ ଥାଏ ଯେତେବେଳେ ସେଠାରେ 1) ଅତି କମରେ ୧ ମିଲିମିଟର ଉଚ୍ଚତାର କ୍ୟୁଆରଏସ (QRS) ସହିତ ସମାନ ଦିଗରେ ST ଉଚ୍ଚତା 2) ଅତି କମରେ ୧ ମିଲିମିଟର ଏସ‌ଟି (ST) ଡିପ୍ରେସନ୍ କ୍ୟୁଆରଏସ (QRS) ସହିତ ସମାନ ଦିଗରେ ଭି୧କୁ (V1 କୁ) ଭି୩ (V3) କୁ ନେଇଥାଏ) QRS ର ବିପରୀତ ଦିଗରେ ST ଉଚ୍ଚତା ଯାହାକି ଗୋଟିଏ ସୀସା ରେ S ତରଙ୍ଗର ଆକାରର ଅତି କମରେ 25% | RVP ରେ V1 କୁ V6 କୁ ଆଣିବା ପାଇଁ ଦ୍ୱିତୀୟ ମାନଦଣ୍ଡ ପ୍ରୟୋଗ କରାଯାଇପାରିବ | ରିପର୍ଫ୍ୟୁଜନ୍ ପ୍ରୟାସ, ଯେପରିକି ପର୍କ୍ୟୁଟାନ୍ସ କରୋନାରୀ ଇଣ୍ଟରଭେନ୍ସନ୍ (PCI) କିମ୍ବା ଫାଇବ୍ରିନୋଲାଇସିସ୍, ଯଦି ସେହି ବ୍ୟକ୍ତିଙ୍କର ଲକ୍ଷଣ ଉପରେ ଆଧାର କରି ସନ୍ଦେହଜନକ ଏମଆଇ ଥାଏ ଏବଂ ଅସ୍ଥିର ହେମୋଡାଇନାମିକ୍, ସକରାତ୍ମକ ସାରବୋସା ମାନଦଣ୍ଡ ଥାଏ କିମ୍ବା ହୃଦୟର ଅଲଟ୍ରାସାଉଣ୍ଡ ରେ ଏସଟିଏମଆଇ (STEMI) ଦେଖାଏ | ଯଦି ତିନୋଟି ସର୍ଗବୋସା ମାନଦଣ୍ଡ ମଧ୍ୟରୁ ଗୋଟିଏ ଉପସ୍ଥିତ ଥାଏ ତେବେ ଏହା ସାଧାରଣତଃ ଏକ ତୀବ୍ର ଏମଆଇକୁ ସୂଚାଇଥାଏ, ଯେତେବେଳେ ସେମାନଙ୍କର ଅନୁପସ୍ଥିତି କମ ବିପଦ ସୂଚାଇଥାଏ ।। ଏହି ମାନଦଣ୍ଡ ପ୍ରଥମେ ହୃଦ୍‌ରୋଗ ବିଶେଷଜ୍ଞ ଏଲିନା ସର୍ଗବୋସାଙ୍କ ଦ୍ୱାରା ୧୯୯୬ ମସିହାର ବର୍ଣ୍ଣନା କରାଯାଇଥିଲା । ୨୦୧୨ ମସିହାରେ ତୃତୀୟ କ୍ରାଇଟେରିଆକୁ ସ୍ମିଥ୍ ପରିବର୍ତ୍ତନ କରିବାକୁ ଉପଦେଶ ଦେଲେ । r ଐତିହାସିକ ଭାବରେ, ଏକ ଅନୁମାନିତ ନୂତନ LBBB କୁ STEMI ସମକକ୍ଷ ଭାବରେ ବିବେଚନା କରାଯାଉଥିଲା ଯାହା ୨୦୧୩ ସୁଦ୍ଧା ଏହା ଆଉ ବିଚାର କରାଯାଉ ନାହିଁ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Sgarbossa's criteria
https://or.wikipedia.org/wiki/Sgarbossa's_criteria
ଲେଉଟାଣିସ୍ଗର୍ବୋସା ମାନଦଣ୍ଡ
ଗାନାକ୍ସୋଲୋନ
https://or.wikipedia.org/wiki/ଗାନାକ୍ସୋଲୋନ
ଗାନାକ୍ସୋଲୋନ (ଇଂରାଜୀ ଭାଷାରେ Ganaxolone), Ztalmy ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ସାଇକ୍ଲିନ୍-ନିର୍ଭରଶୀଳ କାଇନେଜ-ପରି ୫ ସିଡିଏକଏଲସି (CDKL5) ଅଭାବ ବ୍ୟାଧି (CDD) ଥିବା ଲୋକଙ୍କ ବାତ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଅତି କମରେ ୨ ବର୍ଷ ବୟସରେ ଏହା ବ୍ୟବହାର କରାଯାଇପାରେ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରା, ଜ୍ୱର, ଲାଳ ବୃଦ୍ଧି, ଏବଂ ଋତୁକାଳୀନ ଆଲର୍ଜି ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆତ୍ମହତ୍ୟା ଚିନ୍ତାଧାରା ହୋଇପାରେ । ଏହା ଏକ ସ୍ନାୟୁ ସକ୍ରିୟ ଗାମା-ଆମିନୋବୁଟାଇରିକ୍ ଏସିଡ୍ (GABA) ସ୍ଟିରଏଡ ଯାହା ଏକ ରିସେପ୍ଟର ପଜିଟିଭ୍ ମଡ୍ୟୁଲେଟର । ୨୦୨୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଗାନାକ୍ସୋଲୋନ ଅନୁମୋଦିତ ହୋଇଥିଲା । ଏହା ୟୁରୋପରେ ଏକ ଅନାଥ ଔଷଧ ଏବଂ ୨୦୨୨ ସୁଦ୍ଧା ବ୍ରିଟେନରେ ଅନୁମୋଦିତ ହୋଇନାହିଁ । ଯୁକ୍ତରାଷ୍ଟ୍ରରେ ୨୦୨୨ମସିହାରୁ ପ୍ରାୟ ୪.୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପାଇଁ ଏହାର ମୂଲ୍ୟ ୧୩୩,୦୦୦ ଡଲାର ଅଟେ । ଆଧାର
Ganaxolone
https://or.wikipedia.org/wiki/Ganaxolone
ଲେଉଟାଣିଗାନାକ୍ସୋଲୋନ
ଶୁଭି ଆହୁଜା
https://or.wikipedia.org/wiki/ଶୁଭି_ଆହୁଜା
ଶୁଭି ଆହୁଜା ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ଦୂରଦର୍ଶନ ଓ କଥାଚିତ୍ର ଜଗତରେ କାମ କରନ୍ତି । ୟାରୋ କା ଟସନ ଧାରାବାହିକରେ ସଞ୍ଜୁ ଓ ୨୦୧୫ ମସିହାର ଧାରାବାହିକ ବଡ଼ି ଦେବରାଣୀରେ ମନୀଷା ଭୂମିକା ପାଇଁ ସେ ଜଣାଶୁଣା । ପ୍ରାରମ୍ଭିକ ଜୀବନ ଓ ପେଷା ଅହୁଜା ରାଜସ୍ଥାନର କୋଟାଠାରେ ଜନ୍ମଗ୍ରହଣ କରିଥିଲେ । ୨୦୧୧ ମସିହାରେ, ସେ ଶଙ୍କରଦୀପଙ୍କ ନିର୍ଦ୍ଦେଶିତ ହିନ୍ଦୀ ରୋମାଣ୍ଟିକ୍ ଡ୍ରାମା ଆଶିକି.ଇନ୍ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ଅଭିନୟ ଜୀବନ ବର୍ଷ କଥାଚିତ୍ର ଚରିତ୍ର ନୋଟ୍ ୨୦୧୧ ଆଶିକି.ଇନ୍ ସାନିଆ ପ୍ରଥମ କଥାଚିତ୍ର +ଦୂରଦର୍ଶନ ବର୍ଷକାର୍ଯ୍ୟକ୍ରମ/ଧାରାବାହିକ ଚ୍ୟାନେଲ୍ ଚରିତ୍ର ୨୦୦୮ ମୋହେ ରଙ୍ଗ ଦେ କଲର୍ସ ଟିଭି ଲଭ୍‌ଲି ୨୦୧୧ ଡିଟେକ୍ଟିଭ୍ ୱାଗଲେ ଡିଡି ନ୍ୟାସନାଲ୍ ସିମରନ୍ ୨୦୧୫ ସୂର୍ଯ୍ୟପୁତ୍ର କର୍ଣ୍ଣ ସୋନି ଟିଭି ଭାନୁମତି ବଡ଼ି ଦେବରାଣୀ ଆଣ୍ଡ ଟିଭି ମନୀଷା ବୃନ୍ଦାବନ ଜୀ ଟିଭି ପାୟଲ ୨୦୧୭ ୟାରୋ କା ଟଶନ ସୋନି ସବ୍ ସଞ୍ଜନା (ସଞ୍ଜୁ) ଦିୱାନେ ଅଞ୍ଜାନେ ବିଗ୍ ମ୍ୟାଜିକ୍ ଶୀଲା ହର ଶାଖ ପେ ଉଲ୍ଲୁ ବୈଠା ହୈ ଷ୍ଟାର୍ ପ୍ଲସ୍ କ୍ୟାମିଓ +ଓଟିଟି ବର୍ଷସିରିଜ୍ ଓଟିଟି ଚରିତ୍ର ୨୦୧୮ ଟୁଇଷ୍ଟେଡ୍ ୨ ଜିଓ ସିନେମା କ୍ୟାମିଓ ୨୦୧୯ ଫେସ୍‌ଲେସ୍ ଶ୍ରାବଣୀ ଠକ୍ରାଲ ଆଲବମ୍ +ପଞ୍ଜାବୀ ଆଲବମ୍ ବର୍ଷ ଆଲବମ୍ ଗାୟକ୨୦୧୯ ୬୬ ଦା ଫ୍ଲାଟ୍ ସୁଖୀମାନ୍ ବ୍ୟକ୍ତିଗତ ଜୀବନ ୨୪ ନଭେମ୍ବର ୨୦୧୫ରେ ଶୁଭୀ ଭାରତୀୟ ଦୂରଦର୍ଶନ ଅଭିନେତା ଅନିରୁଦ୍ଧ ଦାବେଙ୍କୁ ବିବାହ କରିଥିଲେ । ସେମାନଙ୍କର ଗୋଟିଏ ପୁଅ ଅଛି । ଏହି ଦମ୍ପତି ୨୦୧୪ ମସିହାରେ ଜୀ ଟିଭିରେ ପ୍ରସାରିତ ଧାରାବାହିକ ବନ୍ଧନ ଓ ୨୦୧୭ମସିହାରେ ସୋନି ସବ୍‌ରେ ପ୍ରସାରିତ ଧାରାବାହିକ ୟାରୋ କା ଟସନ୍‌ରେ ଏକାଠି କାମ କରିଛନ୍ତି । ଆଧାର ବାହାର ଲିଙ୍କ୍ ଶ୍ରେଣୀ:ହିନ୍ଦୀ ଦୂରଦର୍ଶନ ଅଭିନେତ୍ରୀ ଶ୍ରେଣୀ:ହିନ୍ଦୀ କଥାଚିତ୍ର ଅଭିନେତ୍ରୀ ଶ୍ରେଣୀ:ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ ଶ୍ରେଣୀ:ଭାରତୀୟ କଥାଚିତ୍ର ଅଭିନେତ୍ରୀ ଶ୍ରେଣୀ:ଜୀବିତ ବ୍ୟକ୍ତି
ଭୋରିନୋଷ୍ଟାଟ
https://or.wikipedia.org/wiki/ଭୋରିନୋଷ୍ଟାଟ
{{Infobox drug | IUPAC_name = N-Hydroxy-''N-phenyloctanediamide | image = Vorinostat.svg | width = 275 | pronounce = Vorinostat Zolinza ( | tradename = Zolinza, Vorinostat MSD, others | Drugs.com = | MedlinePlus = a607050 | licence_US = Vorinostat | pregnancy_AU = | pregnancy_US = D | pregnancy_category= | legal_AU = | legal_CA = | legal_UK = | legal_US = Rx-only | legal_status = ℞-only | routes_of_administration= By mouth (capsules) | bioavailability = 1.8–11% | protein_bound = ~71% | metabolism = Liver glucuronidation and β-oxidationCYP system not involved | metabolites = vorinostat O-glucuronide, 4-anilino-4-oxobutanoic acid (both inactive) | onset = | elimination_half-life= ~2 hours (vorinostat and O-glucuronide), 11 hours (4-anilino-4-oxobutanoic acid) | duration_of_action= | excretion = Kidney (negligible) | synonyms = Suberanilohydroxamic acid (SAHA) | C = 14 | H = 20 | N = 2 | O = 3 | SMILES = O=C(Nc1ccccc1)CCCCCCC(=O)NO | StdInChI = 1S/C14H20N2O3/c17-13(15-12-8-4-3-5-9-12)10-6-1-2-7-11-14(18)16-19/h3-5,8-9,19H,1-2,6-7,10-11H2,(H,15,17)(H,16,18) | StdInChIKey = WAEXFXRVDQXREF-UHFFFAOYSA-N | StdInChIKey_Ref = | StdInChI_Ref = | verifiedrevid = 470631860 }}ଭୋରିନୋଷ୍ଟାଟ (ଇଂରାଜୀ ଭାଷାରେ Vorinostat), ବିକ୍ରୟ ନାମ ଜୋଲିଞ୍ଜା''', ହେଉଛି ଏକ ଔଷଧ ଯାହା କ୍ୟୁଟାନିଅସ ଟି ସେଲ୍ ଲିମ୍ଫୋମା (CTCL) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ନିର୍ଦ୍ଦିଷ୍ଟ ଭାବରେ ଏହା ବ୍ୟବହୃତ ହୁଏ ଯେତେବେଳେ ରୋଗ ଚାଲୁ ରହେ, ଖରାପ ଦିଗକୁ ଯାଏ କିମ୍ବା ଅନ୍ୟ ଦୁଇଟି ଚିକିତ୍ସା ସମୟରେ କିମ୍ବା ପରେ ପୁନର୍ବାର ଫେରି ଆସେ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଥକାପଣ, ସ୍ୱାଦର ପରିବର୍ତ୍ତନ, କମ ରକ୍ତ ପ୍ଲାଟେଲେଟ୍, କେଶ ଝଡ଼ିବା, କାଶ ଏବଂ ଜ୍ୱର ହୋଇପାରେ । ଅନ୍ୟାନ୍ୟ ଭୟଙ୍କର ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତ ଜମାଟ ବାନ୍ଧିବା ଏବଂ ଉଚ୍ଚ ରକ୍ତ ଶର୍କରା ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ଏକ ହିଷ୍ଟୋନ୍ ଡିଆସିଟିଲେଜ ଇନହିବିଟର (HDI) । ୨୦୦୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଭୋରିନୋଷ୍ଟାଟ ଅନୁମୋଦିତ ହୋଇଥିଲା । ୨୦୦୪ରେ ୟୁରୋପରେ ଏହାକୁ ଅନାଥ ଔଷଧ (orphan medication) ମାନ୍ୟତା ଦିଆଯାଇଥିବାବେଳେ ୨୦୦୯ରେ ଅନୁମୋଦନ ପାଇଁ ଆବେଦନ ପ୍ରତ୍ୟାହାର କରାଯାଇଥିଲା । ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହା ବାବଦ ମାସକୁ ପ୍ରାୟ ୧୪,୬୦୦ ଡଲାର ଖର୍ଚ୍ଚ ହୋଇଥାଏ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Vorinostat
https://or.wikipedia.org/wiki/Vorinostat
ଲେଉଟାଣିଭୋରିନୋଷ୍ଟାଟ
Shubhi Ahuja
https://or.wikipedia.org/wiki/Shubhi_Ahuja
ଲେଉଟାଣି ଶୁଭି ଆହୁଜା
ଡୋକ୍ସାପ୍ରାମ
https://or.wikipedia.org/wiki/ଡୋକ୍ସାପ୍ରାମ
ଡୋକ୍ସାପ୍ରାମ (ଇଂରାଜୀ ଭାଷାରେ Doxapram), ଅନ୍ୟମାନଙ୍କ ମଧ୍ୟରେ ଡୋପ୍ରାମ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଅସ୍ତ୍ରୋପଚାର ପରେ ଶ୍ୱାସକ୍ରିୟା ଅବସାଦ ହେଲେ ବା ତୀବ୍ର ଶ୍ୱାସକ୍ରିୟା ବିଫଳତା ହେଲେ ତାହାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା କିନ୍ତୁ ଏକ ପସନ୍ଦର ଚିକିତ୍ସା ନୁହେଁ । ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ । ଔଷଧର ପ୍ରଭାବ ସାଧାରଣତଃ ପ୍ରାୟ ୩୦ ସେକେଣ୍ଡରେ ଘଟିଥାଏ ଏବଂ ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ ରହିଥାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାଶ, ଅଣନିଶ୍ୱାସ, ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ଉଚ୍ଚ ରକ୍ତଚାପ, ମୁହଁ ଲାଲ ଦେଖାଯିବା, ଝାଳ ବୋହିବା, ବାନ୍ତି ଏବଂ ଅନୈଚ୍ଛିକ ମାଂସପେଶୀ ସଂକୋଚନ ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୟୁଟି (QT) ବିସ୍ତାର, ବାତ ଏବଂ ଲାଲ ରକ୍ତ କଣିକା ଭାଙ୍ଗିବା ହୋଇପାରେ । ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ ନିର୍ମାତା ଏହା ଦେବାକୁ ସୁପାରିଶ କରନ୍ତି ନାହିଁ । ଏହା ଏକ ଶ୍ୱସକ୍ରିୟା ଉଦ୍ଦୀପକ ଔଷଧ । ୧୯୬୫ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡୋକ୍ସାପ୍ରାମ ଅନୁମୋଦିତ ହୋଇଥିଲା । ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଜ୍ୟରେ ୧୦୦ ମିଗ୍ରା ବିଶିଷ୍ଟ ୫ ଭାଏଲର ମୂଲ୍ୟ ୨୦୨୧ ସୁଦ୍ଧା ୧୩୦ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ଔଷଧର ମୂଲ୍ୟ ପ୍ରାୟ ୭୨ ଡଲାର ଅଟେ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Doxapram
https://or.wikipedia.org/wiki/Doxapram
ଲେଉଟାଣିଡୋକ୍ସାପ୍ରାମ
ପିଟାଭାଷ୍ଟାଟିନ
https://or.wikipedia.org/wiki/ପିଟାଭାଷ୍ଟାଟିନ
ପିଟାଭାଷ୍ଟାଟିନ (ଇଂରାଜୀ ଭାଷାରେ Pitavastatin), ଅନ୍ୟମାନଙ୍କ ମଧ୍ୟରେ ଲିଭାଲୋ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଅସ୍ୱାଭାବିକ ଲିପିଡ ସ୍ତରର ଚିକିତ୍ସା ଏବଂ ହୃଦରକ୍ତନାଳୀ ରୋଗର ଆଶଙ୍କା କମାଇବା ପାଇଁ ବ୍ୟବହୃତ ହୁଏ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମାଂସପେଶୀ ଯନ୍ତ୍ରଣା ଏବଂ ତରଳ ଝାଡ଼ା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବୃକ୍‌କ ସମସ୍ୟା, ଯକୃତ ସମସ୍ୟା, ମଧୁମେହ, ଆଲର୍ଜି ପ୍ରତିକ୍ରିୟା ଏବଂ ସ୍ମୃତି ସମସ୍ୟା ସହିତ ମାଂସପେଶୀ ଭାଙ୍ଗିବା (muscle breakdown) ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ଏକ ଷ୍ଟାଟିନ୍ ଯାହା ଏଚଏମଜି-ସିଓଏ (HMG-CoA) ରେଡକ୍ଟେଜକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ । ୧୯୮୭ ମସିହାରେ ପିଟାଭାଷ୍ଟାଟିନ ପ୍ୟାଟେଣ୍ଟ ହୋଇଥିଲା ଏବଂ ୨୦୦୩ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । ଏହାକୁ ୨୦୦୯ ମସିହାରେ ଯୁକ୍ତରାଷ୍ଟ୍ରରେ ଅନୁମୋଦନ କରାଯାଇଥିଲା । ଏହା ୟୁରୋପର ଅନେକ ଦେଶରେ ଉପଲବ୍ଧ । ଯୁକ୍ତରାଷ୍ଟ୍ରରେ 3 ମାସର ication ଷଧର ମୂଲ୍ୟ 2021 ସୁଦ୍ଧା ପ୍ରାୟ 1000 ଡଲାର ଅଟେ
Pitavastatin
https://or.wikipedia.org/wiki/Pitavastatin
ଲେଉଟାଣିପିଟାଭାଷ୍ଟାଟିନ
ଟୋଲବୁଟାମାଇଡ
https://or.wikipedia.org/wiki/ଟୋଲବୁଟାମାଇଡ
ଟୋଲବୁଟାମାଇଡ ହେଉଛି ଏକ ଔଷଧ ଯାହା ଟାଇପ୍-୨ ମଧୁମେହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।"Tolbutamide Monograph for Professionals". Drugs.com. Archived from the original on 17 August 2019. Retrieved 5 October 2021. ମେଟ୍‌ଫର୍ମିନ ପରେ ଏହା ଦ୍ୱିତୀୟ ଧାଡ଼ିର ଚିକିତ୍ସା । ଏହା ପାଟିରେ ଦିଆଯାଏ । ଏହାର ପ୍ରଭାବ ୨୪ ଘଣ୍ଟା ପର୍ଯ୍ୟନ୍ତ ରହିପାରେ ।ହୁଏ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ଗଲୁ ଏବଂ ରାସ ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ରକ୍ତ ଶର୍କରା ହୋଇପାରେ । ଯକୃତ କିମ୍ବା ବୃକ୍‌କ ସମସ୍ୟା ଥିବା ଲୋକମାନଙ୍କର ବାରମ୍ବାର ପାର୍ଶ୍ୱ ପ୍ରତିକ୍ରିୟା ହୁଏ । ଗର୍ଭାବସ୍ଥାରେ ବ୍ୟବହାର ସାଧାରଣତ ସୁପାରିଶ କରାଯାଏ ନାହିଁ । ଏହା ଏକ ସଲଫୋନିଲୁରିଆ ଔଷଧ । ଅଗ୍ନାଶୟରୁ ଇନସୁଲିନ୍ ମୋଚନକୁ ଉତ୍ସାହିତ କରି ଏହା କାର୍ଯ୍ୟକ୍ଷମ ହୁଏ । ୧୯୫୬ ମସିହାରେ ଟୋଲବୁଟାମାଇଡ ଆବିଷ୍କୃତ ହୋଇଥିଲା ଏବଂ ୧୯୫୭ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଷ୍ଟ୍ରରେ ୫୦୦ ମିଗ୍ରା ବିଶିଷ୍ଟ ୧୦୦ଟି ବଟିକା ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୯୨ ଡଲାର ଥିଲା । ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୭୩ ପାଉଣ୍ଡ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Tolbutamide
https://or.wikipedia.org/wiki/Tolbutamide
ଲେଉଟାଣିଟୋଲବୁଟାମାଇଡ
ରେଗୋରାଫେନିବ
https://or.wikipedia.org/wiki/ରେଗୋରାଫେନିବ
ରେଗୋରାଫେନିବ (ଇଂରାଜୀ ଭାଷାରେ Regorafenib), ଅନ୍ୟମାନଙ୍କ ମଧ୍ୟରେ ଷ୍ଟିଭାର୍ଗା ଏକ ବେପାର ନାମ, ହେଉଛି ବୃହଦନ୍ତ୍ର-ମଳାଶୟ କର୍କଟ,ପାକଅନ୍ତନଳୀ ଷ୍ଟ୍ରୋମାଲ୍ ଅର୍ବୁଦ (ଜିଏସ୍ଟି) ଏବଂ ହେପାଟୋସେଲୁଲାର୍ କର୍କଟ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । ଅନ୍ୟ ଚିକିତ୍ସା ବିଫଳ ହେବା ପରେ ଏହା ବ୍ୟବହୃତ ହୁଏ | ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଯନ୍ତ୍ରଣା, ଥକାପଣ, ରାସ, ତରଳ ଝାଡ଼ା, ସଂକ୍ରମଣ ଏବଂ ଉଚ୍ଚ ରକ୍ତଚାପ ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ରକ୍ତସ୍ରାବ ଏବଂ ଜଠରାନ୍ତ୍ର ଛିଦ୍ର ହୋଇପାରେ । ଏହା ଭିଇଜିଏଫ (VEGF) ରିସେପ୍ଟର ଏବଂ ଏଫଜିଏଫ (FGF) ରିସେପ୍ଟର ସହିତ ଏକ ପୁଷ୍ଟିସାର କାଇନେଜ ଇନହିବିଟର । ୨୦୧୨ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ୨୦୧୩ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ରେଗୋରାଫେନିବ ଅନୁମୋଦିତ ହୋଇଥିଲା । ଯୁକ୍ତରାଜ୍ୟରେ ଏହାର ୪ ସପ୍ତାହ ଚିକିତ୍ସାର ଖର୍ଚ୍ଚ ୨୦୨୧ ସୁଦ୍ଧା ପ୍ରାୟ ୩,୭୫୦ ପାଉଣ୍ଡ । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୯,୬୦୦ ଡଲାର ଅଟେ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Regorafenib
https://or.wikipedia.org/wiki/Regorafenib
ଲେଉଟାଣିରେଗୋରାଫେନିବ
ଐଶ୍ୱର୍ଯ୍ୟା ଭାସ୍କରନ୍
https://or.wikipedia.org/wiki/ଐଶ୍ୱର୍ଯ୍ୟା_ଭାସ୍କରନ୍
ଐଶ୍ୱର୍ଯ୍ୟା ଭାସ୍କରନ୍ (ଜନ୍ମନାମ: ଶାନ୍ତା ମୀନା) ଜଣେ ଭାରତୀୟ, ଯିଏକି ତାମିଲ, ମାଲାୟାଲାମ୍, କନ୍ନଡ଼ ଓ ତେଲୁଗୁ ଭାଷାର କଥାଚିତ୍ରରେ କାମ କରନ୍ତି । ସେ ଅନେକ ମାଲାୟାଲମ୍ ଓ ତାମିଲ୍ ଦୂରଦର୍ଶନ ଧାରାବାହିକରେ କାମ କରିଛନ୍ତି । ତାଙ୍କ ମାଆ ଲକ୍ଷ୍ମୀ ଜଣେ ଅଭିନେତ୍ରୀ । ଅଭିନୟ ଜୀବନ ଐଶ୍ୱର୍ଯ୍ୟା ୧୯୯୧ ମସିହାରେ ଓଲିୟାମପୁକୁଲ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହାପରେ ସେ ମମାଗାରୁ (୧୯୯୧), ରସୁକୁଟି (୧୯୯୨) ଓ ମୀରା (୧୯୯୨) ଆଦି କଥାଚିତ୍ରରେ କାମ କରିଥିଲେ । ସେ ପ୍ରଜାପତି (୧୯୯୩) ଓ ଗର୍ଦିଶ (୧୯୯୩) କଥାଚିତ୍ରରେ ଦ୍ୱେତ ଭୂମିକାରେ ଅଭିନୟ କରିଥିଲେ । ଅଭିନୟ ଜୀବନର ଆରମ୍ଭରେ, ସେ ତିରୁଦା ତିରୁଦା (୧୯୯୩) କଥାଚିତ୍ରରେ ମଣି ରତ୍ନମଙ୍କ ସହ କାମ କରିବାକୁ ମନା କରିଥିଲେ । ୧୯୯୪ ମସିହାରେ ତାଙ୍କ ବିବାହ ପରେ ସେ କଥାଚିତ୍ର ଜଗତରୁ ଦୂରେଇ ଯାଇଥିଲେ ଏବଂ ପରିବାର ପ୍ରତିପୋଷଣ କରିବାକୁ ପ୍ରାଥମିକତା ଦେଇଥିଲେ । କିନ୍ତୁ ତାଙ୍କ ପତିଙ୍କର ନିଶା ସେବନ ଯୋଗୁଁ ୧୯୯୬ ମସିହାରେ ବିବାହ ବିଚ୍ଛେଦ ପରେ ମଧ୍ୟ ସେ ଅଭିନୟକୁ ସହଜରେ ଆପଣେଇ ପାରିନଥିଲେ । ସେ କମ୍ପ୍ୟୁଟର ବିଜ୍ଞାନରେ ଶିକ୍ଷା ଗ୍ରହଣ କରିଥିଲେ ଏବଂ ୧୯୯୭ ମସିହାରେ ନ୍ୟାସନାଲ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ଇନ୍‌ଫରମେସନ୍ ଆଣ୍ଡ ଟେକ୍ନୋଲୋଜିରେ ଜଣେ ସଫ୍ଟୱୟାର ଇଞ୍ଜିନିୟର ଭାବରେ କାମ କରିଥିଲେ । ଏହା ପରେ ସେ ତାଙ୍କ ବନ୍ଧୁ ଅଭିନେତ୍ରୀ ରେବତୀଙ୍କ ଦ୍ୱାରା ପ୍ରେରିତ ହୋଇ ସୁରେଶ ଚନ୍ଦ୍ର ମେନନଙ୍କ ଦ୍ୱାରା ନିର୍ମିତ ଏକ ଦୂରଦର୍ଶନ ଦାହରାବାହିକରେ କାମ କରିଥିଲେ । ତାଙ୍କ ବିବାହ, ପ୍ରସବ ଓ ଛାଡ଼ପତ୍ର ହେତୁ କଥାଚିତ୍ର ଜଗତରୁ ଚାରି ବର୍ଷ ଦୂରେଇ ରହିବା ପରେ, ସେ ଆର. ପାର୍ଥିବାନଙ୍କ ହାଉସଫୁଲ୍ (୧୯୯୯) ଜରିଆରେ ପୁଣିଥରେ ଅଭିନୟ ଜଗତକୁ ଫେରିଥିଲେ । ସେ ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ସେ ସୂର୍ଯ୍ୟମ୍ବରମ (୧୯୯୯), ସତ୍ୟମେବ ଜୟତେ (୨୦୦୦) ଏବଂ ନରସିଂହମ୍ (୨୦୦୦) ଭଳି କଥାଚିତ୍ରରେ ସହାୟକ ଭୂମିକାରେ ଅଭିନୟ କରିଥିଲେ । ବ୍ୟକ୍ତିଗତ ଜୀବନ ଐଶ୍ୱର୍ଯ୍ୟା ଭାସ୍କରନ୍‌ଙ୍କ ଜନ୍ମନାମ ଥିଲା ଶାନ୍ତ ମୀନା । ତାଙ୍କ ବାପାଙ୍କ ନାମ ଭାସ୍କରନ୍ ଓ ମାଆ ଲକ୍ଷ୍ମୀ ଜଣେ ଅଭିନେତ୍ରୀ ଥିଲେ । ସେ ୧୯୯୪ ମସିହାରେ ତନବୀର ଅହମ୍ମଦଙ୍କୁ ବିବାହ କରିଥିଲେ ଏବଂ ୧୯୯୬ ମସିହାରେ ଉଭୟଙ୍କର ବିବାହ ବିଚ୍ଛେ ହୋଇଥିଲା । ୧୯୯୫ ମସିହାରେ ଏହି ଦମ୍ପତିଙ୍କର ଗୋଟିଏ ଝିଅ ଜନ୍ମ ହୋଇଥିଲା । ଆଧାର ବାହାର ଲିଙ୍କ ଶ୍ରେଣୀ:ଜୀବିତ ବ୍ୟକ୍ତି ଶ୍ରେଣୀ:ତେଲୁଗୁ ଦୂରଦର୍ଶନ ଅଭିନେତ୍ରୀ ଶ୍ରେଣୀ:ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ ଶ୍ରେଣୀ:କନ୍ନଡ଼ କଥାଚିତ୍ର ଅଭିନେତ୍ରୀ ଶ୍ରେଣୀ:ହିନ୍ଦୀ କଥାଚିତ୍ର ଅଭିନେତ୍ରୀ ଶ୍ରେଣୀ:ମାଲାୟଲମ କଥାଚିତ୍ର ଅଭିନେତ୍ରୀ ଶ୍ରେଣୀ:ଭାରତୀୟ କଥାଚିତ୍ର ଅଭିନେତ୍ରୀ ଶ୍ରେଣୀ:ତେଲୁଗୁ କଥାଚିତ୍ର ଅଭିନେତ୍ରୀ ଶ୍ରେଣୀ:ତାମିଲ କଥାଚିତ୍ର ଅଭିନେତ୍ରୀ
Aishwariyaa Bhaskaran
https://or.wikipedia.org/wiki/Aishwariyaa_Bhaskaran
ଲେଉଟାଣି ଐଶ୍ୱର୍ଯ୍ୟା ଭାସ୍କରନ୍
Larotrectinib
https://or.wikipedia.org/wiki/Larotrectinib
ଲେଉଟାଣି ଲାରୋଟ୍ରେକ୍ଟିନିବ
ଲାରୋଟ୍ରେକ୍ଟିନିବ
https://or.wikipedia.org/wiki/ଲାରୋଟ୍ରେକ୍ଟିନିବ
ଲାରୋଟ୍ରେକ୍ଟିନିବ (ଇଂରାଜୀ ଭାଷାରେ Larotrectinib), ଭିଟ୍ରାକଭି ଏକ ବେପାର ନାମ, ଏକ ଔଷଧ ଯାହା କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ନିର୍ଦ୍ଦିଷ୍ଟ ଭାବରେ ଏହା ଏପରି କ୍ଷେତ୍ରରେ ବ୍ୟବହୃତ ହୁଏ ଯେଉଁଥିରେ ନ୍ୟୁରୋଟ୍ରଫିକ୍ ରିସେପ୍ଟର ଟାଇରୋସିନ୍ କାଇନେଜ (NTRK) ଜିନ୍ ଫ୍ୟୁଜନ୍ ଥାଏ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ସ୍ୱଳ୍ପ ଲାଲ ରକ୍ତ କଣିକା, ମାଂସପେଶୀ ଯନ୍ତ୍ରଣା, ଥକାପଣ, ସ୍ୱଳ୍ପ ଲାଲ ରକ୍ତ କଣିକା, ତରଳ ଝାଡ଼ା, ବାନ୍ତି ଏବଂ ଜ୍ୱର ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥିରତା, କମ୍ପନ ଏବଂ ଉନ୍ମାଦନା ହୋଇପାରେ | ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ । ଏହା ଟିଆରକେ ଏ ବି ସି (TrkA, TrkB, ଏବଂ TrkC) ଦଳର ଏକ ଟାଇରୋସିନ୍ କାଇନେଜ ଇନହିବିଟର । ୨୦୧୮ ମସିହାରେ ଯୁକ୍ତରାଷ୍ଟ୍ର, ୨୦୧୯ରେ ୟୁରୋପ ଏବଂ ୨୦୨୦ରେ ଅଷ୍ଟ୍ରେଲିଆରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଲାରୋଟେକ୍ଟିନିବ ଅନୁମୋଦିତ ହୋଇଥିଲା । ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ମାସକୁ ଏହାର ଚିକିତ୍ସା ପାଇଂ ପ୍ରାୟ ୧୫,୦୦୦ ପାଉଣ୍ଡ ଖର୍ଚ୍ଚ ହୁଏ । ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୩୪,୦୦୦ ଡଲାର ଅଟେ। ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
ଟାପିନାରୋଫ
https://or.wikipedia.org/wiki/ଟାପିନାରୋଫ
ଟାପିନାରୋଫ, ବେନଭିଟିମୋଡ ଭାବରେ ମଧ୍ୟ ଜଣାଶୁଣା, ପ୍ଲେକ୍ ସୋରିୟାସିସ୍ ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଏକ ଔଷଧ । ଏହା ଚର୍ମରେ ପ୍ରୟୋଗ କରାଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଲୋମ କୂପ ପ୍ରଦାହ, ଗଲୁ ଏବଂ ଚର୍ମ ସ୍ପର୍ଶ ପ୍ରଦାହ (କଣ୍ଟାକ୍ଟ ଡର୍ମାଟାଇଟିସ୍) ହୋଇପାରେ । ଏହା ଏକ ଆରିଲ୍ ହାଇଡ୍ରୋକାର୍ବନ୍ ରିସେପ୍ଟର ଆକ୍ଟିଭେଟର୍ । ୨୦୨୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟାପିନାରୋଫ ଅନୁମୋଦିତ ହୋଇଥିଲା । ୨୦୨୨ ସୁଦ୍ଧା ୟୁରୋପ କିମ୍ବା ବ୍ରିଟେନରେ ଏହା ଅନୁମୋଦିତ ହୋଇନଥିଲା । ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ୬୦ ଗ୍ରାମ ବିଶିଷ୍ଟ ୧% କ୍ରିମର ମୂଲ୍ୟ ପ୍ରାୟ ୧୪୦୦ ଡଲାର ଥିଲା । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Tapinarof
https://or.wikipedia.org/wiki/Tapinarof
ଲେଉଟାଣିଟାପିନାରୋଫ
ପାଜୋପାନିବ
https://or.wikipedia.org/wiki/ପାଜୋପାନିବ
ପାଜୋପାନିବ (ଇଂରାଜୀ ଭାଷାରେ Pazopanib), Votrient ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ବୃକ୍‌କ ଜୀବକୋଷ କର୍କଟ ଓ କେତେକ କୋମଳ ତନ୍ତୁ ସାର୍କୋମାର ଚିକିତ୍ସା ପାଇଁ ବ୍ୟବ‌ହୃତ ହୁଏ । ଜୀବକୋଷ କର୍କଟ ଅନ୍ୟ ଔଷଧ ସାହାଯ୍ୟରେ ଭଲ ନ ହେଲ ଏହା ଦିଆଯାଏ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଉଚ୍ଚ ରକ୍ତଚାପ, ଶ୍ୱେତ କେଶ, ଅଇ, ଥକ୍କାଣ, ପେଟ ଯନ୍ତ୍ରଣା, ସ୍ୱଳ୍ପ ରକ୍ତ କୋଷ ଓ ଯକୃତ ସମସ୍ୟା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଥାଇରଏଡ, ରକ୍ତସ୍ରାବ, ଜମାଟ ବାନ୍ଧିବା ଓ ଜଠରାନ୍ତ୍ର ଛିଦ୍ର ହୋଇପାରେ । ଗର୍ଭାବସ୍ଥାରେ ଏହା ଦେଲେ ଶିଶୁର କ୍ଷତି କ୍ଷତି ହୋଇପାରେ । ଏହା ଏକ ଟାଇରୋସିନ କାଇନେଜ ପ୍ରତିରୋଧକ । ୨୦୦୯ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ପାଜୋପାନିବ ଅନୁମୋଦନ କରାଯାଇଥିଲା । ୟୁରୋପରେ ଏହା ୨୦୧୦ରେ ସର୍ତ୍ତମୂଳକ ଅନୁମୋଦନ ଏବଂ ୨୦୧୩ରେ ସମ୍ପୂର୍ଣ୍ଣ ଅନୁମୋଦନ ଲାଭ କଲା । ଯୁକ୍ତରାଜ୍ୟରେ ଏହାର ଚିକିତ୍ସାରେ ୨୦୨୧ ପ୍ରତି ମାସରେ ୨,୨୫୦ ପାଉଣ୍ଡ ଖର୍ଚ୍ଚ ହୁଏ । ଯୁକ୍ତରାଷ୍ଟ୍ରରେ ଏହି ସମାନ ପରିମାଣର ଔଷଧ ପାଇଁ ପ୍ରାୟ ୧୪,୨୦୦ ଡଲାର ଖର୍ଚ୍ଚ ହୁଏ । ଆଧାର , ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Pazopanib
https://or.wikipedia.org/wiki/Pazopanib
ଲେଉଟାଣିପାଜୋପାନିବ
ପୋମାଲିଡୋମାଇଡ
https://or.wikipedia.org/wiki/ପୋମାଲିଡୋମାଇଡ
ପୋମାଲିଡୋମାଇଡ (ଇଂରାଜୀ ଭାଷାରେ Pomalidomide), ପୋମାଲିଷ୍ଟ ଏବଂ ଇମ୍ନୋଭିଡ ନାମରେ ବିକ୍ରି ହେଉଥିବା ଏକ ଔଷଧ ଯାହା ଏକାଧିକ ମାଇଲୋମା (ଏମଏମ/ MM) ଏବଂ କାପୋସି ସାର୍କୋମା (କେଏସ/ KS) ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏମଏମ ପାଇଁ ଏହା ବ୍ୟବହୃତ ହୁଏ ଯେତେବେଳେ ଅନ୍ୟ ଚିକିତ୍ସା ବିଫଳ ହୁଏ । କେଏସ ପାଇଁ ଏହା ବ୍ୟବହୃତ ହୁଏ ଯେତେବେଳେ ଏଚଏଏଆରଟି (<b>highly active antiretroviral therapy</b> (<b>HAART</b>) ପ୍ରଭାବିତ ହୁଏ ନାହିଁ କିମ୍ବା ଯେଉଁମାନେ ଏଚ୍.ଆଇ.ଭି ନକାରାତ୍ମକ ଅଟନ୍ତି । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା, ସ୍ୱଳ୍ପ ନିଉଟ୍ରୋଫିଲ୍, ସ୍ୱଳ୍ପ ଲାଲ ରକ୍ତ କଣିକା, ବାନ୍ତି, ତରଳ ଝାଡ଼ା, ଅଣନିଶ୍ୱାସ, ଜ୍ୱର ଏବଂ ଥ୍ରୋମ୍ବୋସାଇଟୋପେନିଆ ବା ଅଳ୍ପ ପ୍ଲାଲେଟ୍ ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ଟ୍ୟୁମର ଲାଇସିସ ସିଣ୍ଡ୍ରୋମ, ରକ୍ତ ଜମାଟ ବାନ୍ଧିବା ଏବଂ ଆନାଫାଇଲକ୍‌ସିସ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ଥାଲିଡୋମାଇଡ ସହିତ ସଦୃଶ ଏବଂ ପ୍ରତିରକ୍ଷା ପ୍ରଣାଳୀକୁ ପରିବର୍ତ୍ତନ କରି କାର୍ଯ୍ୟକ୍ଷମ ହୁଏ । ୨୦୧୩ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ପୋମାଲିଡୋମାଇଡ ଅନୁମୋଦିତ ହୋଇଥିଲା । ଯୁକ୍ତରାଜ୍ୟରେ ୨୦ ସପ୍ତାହର ଚିକିତ୍ସା ପାଇଁ ୨୦୨୧ ମସିହାରେ ପ୍ରାୟ ୮,୯୦୦ ପାଉଣ୍ଡ ଖର୍ଚ୍ଚ ହେଉଥିଲା । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୦,୦୦୦ ଡଲାର ଅଟେ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Pomalidomide
https://or.wikipedia.org/wiki/Pomalidomide
ଲେଉଟାଣିପୋମାଲିଡୋମାଇଡ
କ୍ରିସେଲ୍ଲେ ଆଲମେଇଦା
https://or.wikipedia.org/wiki/କ୍ରିସେଲ୍ଲେ_ଆଲମେଇଦା
କ୍ରିସେଲ୍ଲେ ଆଲମେଇଦା ଜଣେ ଭାରତୀୟ ଓ ଆମେରକୀୟ ଅଭିନେତ୍ରୀ, ଯିଏକି ହିନ୍ଦୀ କଥାଚିତ୍ରରେ କାମ କରିବା ସହିତ ଆମେରକୀୟ ଦୂରଦର୍ଶନ ଧରାବାହିକରେ କାମ କରନ୍ତି । ଶିକ୍ଷା ଆଲମେଇଦା କନେକ୍ଟିକଟ-ଷ୍ଟୋରସ୍ ବିଶ୍ୱବିଦ୍ୟାଳୟରୁ ଅଭିନୟରେ ସ୍ନାତକୋତ୍ତର ହାସଲ କରିଥିଲେ ଏବଂ ଲସ୍ ଆଞ୍ଜେଲ୍ସର କାଲିଫର୍ନିଆ ବିଶ୍ୱବିଦ୍ୟାଳୟରୁ ଅଭିନୟରେ ତାଙ୍କ ମାଷ୍ଟର ଅଫ୍ ଫାଇନ ଆର୍ଟ ପାଇଁ ସମ୍ପୂର୍ଣ୍ଣ ବୃତ୍ତି ଗ୍ରହଣ କରିଥିଲେ । ଅଭିନୟ ଜୀବନ ଆଲମେଇଦାଙ୍କ ଅଭିନୟ ଜୀବନରେ ହୁଏନ୍ କିରନ୍ ମେଟ୍ କାରେନ୍‌ରେ ସେ ଜଣେ ହିନ୍ଦୀ କଥାଚିତ୍ର ଅଭିନେତ୍ରୀ କିରଣ ଭୂମିକାରେ ଅଭିନୟ କରିଥିଲେ, ଯିଏକି ଜଣେ ମହିଳା ପତ୍ରିକାରଙ୍କ ସହ ସମ୍ପର୍କ ରଖିଥିଲେ । ଏହି କଥାଚିତ୍ର ପାଇଁ ଭାରତରେ ଅନେକ ବିବାଦ ସୃଷ୍ଟି ହୋଇଥିଲା । ୨୦୦୪ ମସିହାରେ ମୁକ୍ତିଲାଭ କରିଥିବା ଜୋନା ଫ୍ରିମ୍ୟାନଙ୍କ ନିର୍ଦ୍ଦେଶିତ ଫ୍ରାଙ୍କଲିନ୍ ଆବ୍ରାହମ୍‌ରେ ସେ ଇଣ୍ଡିଆ ଭୂମିକାରେ ଅଭିନୟ କରିଥିଲେ ଏବଂ ରବି କପୁରଙ୍କ ନିର୍ଦ୍ଦେଶିତ ୨୦୧୬ର କଥାଚିତ୍ର ମିସ୍ ଇଣ୍ଡିଆ ଆମେରିକାରେ ସେ ବିନ୍ଦୁ କପୁର ଭୂମିକାରେ ଅଭିନୟ କରିଥିଲେ । ଏକ କ୍ଷୁଦ୍ର ଚଳଚ୍ଚିତ୍ର ପାଇଁ ସେ ଇଡିଲୱିଲ୍ଡ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମନୋନୀତ ହୋଇଥିଲେ । ଦୂରଦର୍ଶନରେ ସେ ଦି ବିଗ୍ ବିଙ୍ଗ୍ ଥିଓରୀର "ଟ୍ରାନ୍ସପୋର୍ଟର୍ ମାଲ୍‌ଫଙ୍କସନ୍" ଅଧ୍ୟାୟରେ ସେ ରାଜ କୋଥ୍ରାପାଲୀଙ୍କର ହେବାକୁ ଥିବା ପତ୍ନୀ ଲକ୍ଷ୍ମୀ ଭୂମିକାରେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ଅନ୍ୟ ଧାରାବାହିକ ଗୁଡ଼ିକ ହେଉଛି; ଆରେଷ୍ଟ ଡେଭଲପ୍‌ମେଣ୍ଟ, କେଭ୍‌ମ୍ୟାନ୍, ଗ୍ରେସ୍ ଆନାଟୋମି, ମେଲିସା ଏବଂ ଜୋଏ, ଶୋ’ଟାଇମର ସେମ୍‌ଲେସ୍, ଗସିପ୍ ଗାର୍ଲ, ସେକ୍ସ ଆଣ୍ଡ ଦି ସିଟି ୨, ବଡି ଅଫ୍ ପ୍ରୁଫ୍ ଏବଂ ଲୋସିଲି ଏକ୍ଜାକ୍ଟଲି ନିକୋଲ । ମଞ୍ଚରେ, ସେ ନ୍ୟୁୟର୍କ ସହରରେ ଅବସ୍ଥାପିତ ଏକ ପେସାଦାର ଦକ୍ଷିଣ ଏସୀୟ କମ୍ପାନୀ ରାସା ଥିଏଟର ସହିତ କାମ କରନ୍ତି, ଯେଉଁଠି ସେ ଇଉଜିନ୍ ଓ’ନିଲ୍‌ଙ୍କ ନାଟକ ଆବୋର୍‌ସନ୍ ଏବଂ ସରୋଭର୍ ବାଙ୍କାଙ୍କ ନାଟକ ଦି ଏଣ୍ଡ୍ ଅଫ୍ ଅପର୍ନାସ୍‌ରେ କାମ କରିଛନ୍ତି । ଆଧାର ବାହାର ଲିଙ୍କ୍ ୱେବ୍‌ସାଇଟ୍ ଶ୍ରେଣୀ:ଜୀବିତ ବ୍ୟକ୍ତି ଶ୍ରେଣୀ:ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ ଶ୍ରେଣୀ:ଭାରତୀୟ କଥାଚିତ୍ର ଅଭିନେତ୍ରୀ
Chriselle Almeida
https://or.wikipedia.org/wiki/Chriselle_Almeida
ଲେଉଟାଣି କ୍ରିସେଲ୍ଲେ ଆଲମେଇଦା
ଟର୍କୋନାଜୋଲ
https://or.wikipedia.org/wiki/ଟର୍କୋନାଜୋଲ
ଟର୍କୋନାଜୋଲ (ଇଂରାଜୀ ଭାଷାରେ Terconazole), ଅନ୍ୟମାନଙ୍କ ମଧ୍ୟରେ ଟେରାଜୋଲ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଯୋନୀପଥ କବକ ସଂକ୍ରମଣ ପାଇଁ ବ୍ୟବହୃତ ହୁଏ । ଏହି ରୋଗ ପାଇଁ ଏହା ଏକ ପ୍ରଥମ ଧାଡ଼ିର ଚିକିତ୍ସା । ଏହା ଯୋନି ଭିତରେ ଏକ ପ୍ରଲେପ ବା ଲୋସନ କିମ୍ବା ସପୋଜିଟୋରୀ ଭାବରେ ବ୍ୟବହୃତ ହୁଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଲୁ, ପେଟ ଯନ୍ତ୍ରଣା ଏବଂ ଯନ୍ତ୍ରଣାଦାୟକ ଋତୁଶୂଳ ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ । ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । ଏହା ନିର୍ଦ୍ଦିଷ୍ଟ କବକ କୋଷର ଆବରଣକୁ ନଷ୍ଟ କରି କାର୍ଯ୍ୟକ୍ଷମ ହୁଏ । ଏହାର ଅପେକ୍ଷାକୃତ ବ୍ୟାପକ କାର୍ଯ୍ୟକଳାପ ମଧ୍ୟ ଅଛି । ୧୯୮୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଟର୍କୋନାଜୋଲ ଅନୁମୋଦିତ ହୋଇଥିଲା । ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଷ୍ଟ୍ରରେ ଏକ ଟ୍ୟୁବ ବା ଔଷଧ ନଳୀର ମୂଲ୍ୟ ପ୍ରାୟ ୨୦ ଡଲାର । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Terconazole
https://or.wikipedia.org/wiki/Terconazole
ଲେଉଟାଣିଟର୍କୋନାଜୋଲ
ସିକ୍ଲେସୋନାଇଡ
https://or.wikipedia.org/wiki/ସିକ୍ଲେସୋନାଇଡ
ସିକ୍ଲେସୋନାଇଡ (ଇଂରାଜୀ ଭାଷାରେ Ciclesonide), ଅନ୍ୟମାନଙ୍କ ମଧ୍ୟରେ ଓମନାରିସ ଏକ ବିକ୍ରୟ ନାମ, ଏକ ଔଷଧ ଯାହା ଆଜମା ଏବଂ ଆଲର୍ଜିକ ନାକ ପ୍ରଦାହ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଆଜମା ପାଇଁ ଏହା ପ୍ରଶ୍ୱାସରେ ନାକ ସ୍ପ୍ରେ ଭାବରେ ନିଆଯାଏ । ବ୍ୟବହୃତ ହୁଏ । ପ୍ରଶ୍ୱାସରେ ନେବା ବ୍ୟବ‌ହାର କଲାବେଳେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଗଳା ଯନ୍ତ୍ରଣା, ଉପର ଶ୍ୱାସନଳୀ ସଂକ୍ରମଣ, ଯନ୍ତ୍ରଣା, ଥ୍ରଶ୍ ବା କବକ ସଂକ୍ରମଣ ଏବଂ ନିମୋନିଆ ହୋଇପାରେ । ନାକରେ ସ୍ପ୍ରେ କରାଯିବା ସମୟରେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନାକ ରକ୍ତସ୍ରାବ, ମୁଣ୍ଡବିନ୍ଧା, କାନ ଯନ୍ତ୍ରଣା ଏବଂ ଗଳା ଯନ୍ତ୍ରଣା ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଗ୍ଲୁକୋମା ଏବଂ ଆଡ୍ରେନାଲ୍ ଅଭାବ ହୋଇପାରେ | ଗର୍ଭାବସ୍ଥାରେ ସୁରକ୍ଷା ବିଷୟ ଭଲ ଅଧ୍ୟୟନ କରାଯାଇ ନାହିଁ । ଏହା ଏକ କର୍ଟିକୋଷ୍ଟେରଏଡ୍, ବିଶେଷ ଭାବରେ ଏକ ଗ୍ଲୁକୋକର୍ଟିକଏଡ୍ । ୧୯୯୦ରେ ସିକ୍ଲୋନାଇଡ ପେଟେଣ୍ଟ ହୋଇଥିଲା ଏବଂ ୨୦୦୫ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । ୨୦୦୬ରେ ଯୁକ୍ତରାଷ୍ଟ୍ରରେ ବ୍ୟବହାର ପାଇଁ ଏହାକୁ ଅନୁମୋଦନ କରାଯାଇଥିଲା । ବୁଡୋସୋନାଇଡର ବିକଳ୍ପ ଭାବରେ ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଏହାର ନାମ ଲିପିବଦ୍ଧ ଅଛି । ଯୁକ୍ତରାଜ୍ୟରେ ୧୬୦ ମାଇକ୍ରୋଗ୍ରାମ୍ ବିଶିଷ୍ଟ ୧୨୦ ମାତ୍ରାର ଇନହେଲରର ମୂଲ୍ୟ ୩୮ ପାଉଣ୍ଡ ଅଟେ । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୬୦ ଡଲାର ଅଟେ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Ciclesonide
https://or.wikipedia.org/wiki/Ciclesonide
ଲେଉଟାଣିସିକ୍ଲେସୋନାଇଡ
ଲାରୋଟ୍ରେଟିନିବ
https://or.wikipedia.org/wiki/ଲାରୋଟ୍ରେଟିନିବ
ଲେଉଟାଣି ଲାରୋଟ୍ରେକ୍ଟିନିବ
ରେଲୁଗୋଲିକ୍ସ
https://or.wikipedia.org/wiki/ରେଲୁଗୋଲିକ୍ସ
ରେଲୁଗୋଲିକ୍ସ (ଇଂରାଜୀ ଭାଷାରେ Relugolix), ଅର୍ଗୋଭିକ୍ସ ଏବଂ ରେଲୁମିନା ତାହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ପ୍ରୋଷ୍ଟେଟ କର୍କଟ ଏବଂ ଗର୍ଭାଶୟ ଫାଇବ୍ରଏଡ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଆଗେଇ ଯାଇଥିବା ପ୍ରୋଷ୍ଟେଟ କର୍କଟ ରୋଗରେ କିନ୍ତୁ ହରମୋନ୍ ସମ୍ବେଦନଶୀଳ ଥିଲେ ଏହା ବ୍ୟବହୃତ ହୁଏ । ଏହାକୁ ଦିନକୁ ଥରେ ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଷୁମ ଲାଲ ମୁହଁ, ରକ୍ତରେ ଶର୍କରା ବୃଦ୍ଧି, ମାଂସପେଶୀ ଯନ୍ତ୍ରଣା, କମ୍ ହେମୋଗ୍ଲୋବିନ୍, ଥକାପଣ ଏବଂ କୋଷ୍ଠକାଠିନ୍ୟ ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୟୁଟି (QT) ବିସ୍ତାର ହୋଇପାରେ । ଉଭୟ ସ୍ୱାମୀ ଓ ସ୍ତ୍ରୀ ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ଏକ ଗୋନାଡୋଟ୍ରୋପିନ ରିଲିଜ ହରମୋନ (GnRH) ରିସେପ୍ଟର ଆଣ୍ଟାଗୋନାଷ୍ଟ, ଯାହା ଟେସ୍ଟୋସ୍ଟିରନ ଉତ୍ପାଦନକୁ ଅବରୋଧ କରିଥାଏ । ୨୦୧୯ ମସିହାରେ ଜାପାନ, ୨୦୨୦ରେ ଆମେରିକା ଏବଂ ୨୦୨୨ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ରେଲୁଗୋଲିକ୍ସ ଅନୁମୋଦିତ ହୋଇଥିଲା । ଯୁକ୍ତରାଷ୍ଟ୍ରରେ ୨୦୨୨ ମସିହା ସୁଦ୍ଧା ଏକ ମାସର ଚିକିତ୍ସା ଖର୍ଚ୍ଚ ମାସକୁ ପ୍ରାୟ ୨୪୫୦ ଡଲାର ଥିଲା । ଏଣ୍ଡୋମେଟ୍ରିଓସିସରେ ଏହାର ପ୍ରଭାବ ବିଷୟରେ ଅଧ୍ୟୟନ କରାଯାଉଛି । ରେଲୁଗୋଲିକ୍ସ/ଏସ୍ଟ୍ରାଡିଓଲ/ନରଏଥିଷ୍ଟିରନ ଔଷଧର ମଧ୍ୟ ଏହା ଏକ ଉପାଦାନ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Relugolix
https://or.wikipedia.org/wiki/Relugolix
ଲେଉଟାଣିରେଲୁଗୋଲିକ୍ସ
ଅଞ୍ଜୋରି ଅଲଗ
https://or.wikipedia.org/wiki/ଅଞ୍ଜୋରି_ଅଲଗ
ଅଞ୍ଜୋରି ଅଲଗ ଜଣେ ପୂର୍ବତନ ଭାରତୀୟ ଅଭିନେତ୍ରୀ ତଥା ମଡେଲ । ସେ ଅଭିନେତ୍ରୀ ମାୟା ଅଲଗ ଓ ସୁନୀଲ ଅଲଗଙ୍କ ଝିଅ । ସେ ୪ ବର୍ଷ ବୟସରେ ଏକ ବିଜ୍ଞାପନରେ ପ୍ରଥମେ କାମ କରିଥିଲେ । ୨୦୦୭ ମସିହାରେ ସେ ବିକ୍ରମ ଭଟ୍ଟଙ୍କ କଥାଚିତ୍ର ଲାଇଫ୍ ମେଁ କଭି କଭି ଜରିଆରେ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ ଜଣେ ତାଲିମପ୍ରାପ୍ତ କଥକ ନୃତ୍ୟଶିଳ୍ପୀ । ଜନ୍ମ ଓ ପରିବାର ଅଞ୍ଜୋରି ପଞ୍ଜାବର ଲୁଧିଆନାରେ ସେ ଏକ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାଆ ମାୟା ଅଲଗ ହିନ୍ଦୀ କଥାଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ଓ ପିତା ସୁନୀଲ ଅଲଗ ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଥିଲେ । ପେଷା ଅଞ୍ଜୋରି ଅଲଗ ଚାରି ବର୍ଷ ବୟସରେ ବିଜ୍ଞାପନରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ପ୍ରହ୍ଲାଦ କକ୍କରଙ୍କ ସହ ମ୍ୟାଗି ଓ କୋଡାକ୍ ପାଇଁ ସେ ଅନେକ ବିଜ୍ଞାପନ କରିଥିଲେ । ୧୦ ବର୍ଷ ବୟସରେ, ସେ ପାଠପଢ଼ା ପାଇଁ ଅଭିନୟ ଛାଡ଼ିଥିଲେ । ସେ ଓହିଓରେ ଅର୍ଥନୀତି ଏବଂ ବ୍ୟବସାୟ ପରିଚାଳନା ଅଧ୍ୟୟନ କରିବାକୁ ଆମେରିକା ଯାଇଥିଲେ । ଗ୍ରୀଷ୍ମ ଛୁଟି ସମୟରେ, ସେ ଷ୍ଟାନଫୋର୍ଡ ଆକ୍ଟିଂ ସ୍କୁଲରେ ଅଧ୍ୟୟନ କରିଥିଲେ ଏବଂ ଭାରତ ଫେରିବା ପରେ ସେ କିଶୋର ନମିତ କପୁର ଅଭିନୟ ପ୍ରତିଷ୍ଠାନରେ ତାଲିମ ନେଇଥିଲେ । ୨୦୦୭ ମସିହାରେ ବିକ୍ରମ ଭଟ୍ଟଙ୍କ ଦ୍ୱାରା ନିର୍ମିତ ହିନ୍ଦୀ କଥାଚିତ୍ର ଲାଇଫ୍ ମେଁ କଭି କଭି ଜରିଆରେ ସେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ଏହା ପରେ ସେ ୧୯୨୦ କଥାଚିତ୍ରରେ ଅଭିନୟ କରିଥିଲେ, ଯାହା ବ୍ୟବସାୟିକ ସଫଳତା ପାଇବା ସହିତ ସମୀକ୍ଷକଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା । ସେ ଇମାଜିନ୍ ଟିଭିରେ ପ୍ରସାରିତ ଧାରାବାହିକ ସୀତା ଔର୍ ଗୀତାରେ ଅଭିନୟ କରିଥିଲେ । ଅଭିନୀତ କଥାଚିତ୍ର ବର୍ଷ କଥାଚିତ୍ର ଭୂମିକା ଟିପ୍ପଣୀ ୨୦୦୭ ଲାଇଫ୍ ମେଁ କଭି କଭି ଇଶିତା ଶର୍ମା ପ୍ରଥମ ହିନ୍ଦୀ କଥାଚିତ୍ର ୨୦୦୮ ୧୯୨୦ ଗାୟତ୍ରୀ ତେଲୁଗୁ ଭାଷାରେ ମଧ୍ୟ ଡବିଂ କରାଯାଇଥିଲା ୨୦୦୯ ଫେମ୍ ଇଂରାଜୀ ୨୦୧୪ ମଞ୍ଜୁନାଥ ସୁଜାତା ଅଭିନୀତ ଧାରାବାହିକ ବର୍ଷ ଧାରାବାହିକ ଭୂମିକା (ଗୁଡ଼ିକ) ଚ୍ୟାନେଲ୍ ମନ୍ତବ୍ୟ ୨୦୦୯ ସୀତା ଔର୍ ଗୀତା ସୀତା/ଗୀତା ଇମାଜିନ୍ ଟିଭି ଦ୍ୱେତ ଭୂମିକା ଆଧାର ବାହାର ଲିଙ୍କ୍ ଶ୍ରେଣୀ:ଜୀବିତ ବ୍ୟକ୍ତି ଶ୍ରେଣୀ:ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ ଶ୍ରେଣୀ:ଭାରତୀୟ କଥାଚିତ୍ର ଅଭିନେତ୍ରୀ ଶ୍ରେଣୀ:ହିନ୍ଦୀ ଦୂରଦର୍ଶନ ଅଭିନେତ୍ରୀ ଶ୍ରେଣୀ:ହିନ୍ଦୀ କଥାଚିତ୍ର ଅଭିନେତ୍ରୀ
Anjori Alagh
https://or.wikipedia.org/wiki/Anjori_Alagh
ଲେଉଟାଣି ଅଞ୍ଜୋରି ଅଲଗ
ସେଟମେଲାନୋଟାଇଡ
https://or.wikipedia.org/wiki/ସେଟମେଲାନୋଟାଇଡ
ସେଟମେଲାନୋଟାଇଡ (ଇଂରାଜୀ ଭାଷାରେ Setmelanotide), ଇମସିଭ୍ରି ବେପାର ନାମରେ ବିକ୍ରି ହୁଏ, ହେଉଛି ଏକ ଔଷଧ ଯାହା ମୋଟାପଣର ନିର୍ଦ୍ଦିଷ୍ଟ ଜେନେଟିକ କାରଣଗୁଡିକର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । Text was copied from this source which is © European Medicines Agency. Reproduction is authorized provided the source is acknowledged. ଏଥିରେ ମହତ୍ୱପୂର୍ଣ୍ଣ ପ୍ରୋ-ଓପିଓମେଲାନୋକର୍ଟିନ୍ (POMC) ଅଭାବ, ପ୍ରୋପ୍ରୋଟିନ୍ କନଭର୍ଟେଜ୍ ସବଟିଲିସିନ/କେକ୍ସିନ ପ୍ରକାର 1 (PCSK1) ଅଭାବ, ଲେପ୍ଟିନ୍ ରିସେପ୍ଟର (LEPR) ଅଭାବ ଏବଂ ବାର୍ଡେଟ-ବିଡଲ ସିଣ୍ଡ୍ରୋମ (BBS) ହୋଇପାରେ । ଅତିକମରେ ୬ ବର୍ଷ ବୟସରେ ଏହା ବ୍ୟବହୃତ ହୁଏ । ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ ନେଇଥିବା ସ୍ଥାନରେ ପ୍ରତିକ୍ରିୟା, ବର୍ଦ୍ଧିତ ଚର୍ମ ସୁକ୍ଷ୍ମ ବର୍ଣ୍ଣକଣିକା ବା ପିଗମେଣ୍ଟେସନ୍, ମୁଣ୍ଡବିନ୍ଧା, ବାନ୍ତି, ତରଳ ଝାଡ଼ା, ପେଟ ଯନ୍ତ୍ରଣା ଏବଂ ଅବସାଦ ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯୌନ ଉତ୍ପୀଡ଼ନ ଏବଂ ଆତ୍ମହତ୍ୟା ଚିନ୍ତାଧାରା ହୋଇପାରେ । ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନ ସମୟରେ ଏହି ଔଷଧ ଦେବାକୁ ପରାମର୍ଶ ଦିଆଯାଇନଥାଏ । ଏହା ଏକ ମେଲାନୋକର୍ଟିନ ୪ (MC4) ରିସେପ୍ଟର ଆଗୋନିଷ୍ଟ । ୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୧ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ସେଟମେଲାନୋଟାଇଡ ଅନୁମୋଦିତ ହୋଇଥିଲା । ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ଏହି ଚିକିତ୍ସା ବାବଦ ମାସକୁ ପ୍ରାୟ ୩୩,୦୦୦ ଡଲାର ଖର୍ଚ୍ଚ ହୋଇଥାଏ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Setmelanotide
https://or.wikipedia.org/wiki/Setmelanotide
ଲେଉଟାଣିସେଟମେଲାନୋଟାଇଡ
ଡାଲଟେପାରିନ
https://or.wikipedia.org/wiki/ଡାଲଟେପାରିନ
ଡାଲଟେପାରିନ (ଇଂରାଜୀ ଭାଷାରେ Dalteparin), ବେପାର ନାମ ଫ୍ରାଗମିନ, ହେଉଛି ଏକ ଔଷଧ ଯାହା ଗଭୀର ଶିରା ଥ୍ରୋମ୍ବୋସିସ୍ ଏବଂ ଫୁସଫୁସ ଏମ୍ବୋଲିଜ୍ମ ରୋଗମାନଙ୍କର ଚିକିତ୍ସା ତଥା ପ୍ରତିଷେଧ ପାଇଁ ବ୍ୟବହୃତ ହୁଏ | ଏହା ହୃଦ୍‌ଘାତରେ ମଧ୍ୟ ବ୍ୟବହୃତ ହୋଇପାରେ । ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ, କମ୍ ରକ୍ତ ପ୍ଲାଟେଲେଟ୍ ଏବଂ ଇଞ୍ଜେକସନ ସ୍ଥାନରେ ବ୍ରୁଇସ ହୋଇପାରେ । ଏହା ଗର୍ଭାବସ୍ଥାରେ ବ୍ୟବହୃତ ହୋଇପାରେ । ଏହା ଏକ ପ୍ରକାର କମ୍ ମଲିକୁଲାର୍ ଓଜନର ହେପାରିନ୍ (LMWH) । ଏହା ଆଣ୍ଟିଥ୍ରୋମ୍ବିନ ୩ (III) ସ‌ହିତ ସଂଯୁକ୍ତ ହୁଏ ଓ ଫ୍ୟାକ୍ଟର ୯ (IX) ଏବଂ ଥ୍ରୋମ୍ବିନର ସକ୍ରିୟତାକୁ ପ୍ରତିରୋଧ କରି କାର୍ଯ୍ୟକ୍ଷମ ହୁଏ । ୧୯୯୪ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡାଲଟେପାରିନ ଅନୁମୋଦିତ ହୋଇଥିଲା । ଏନୋକ୍ସାପାରିନର ବିକଳ୍ପ ଭାବରେ ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଲିପିବଦ୍ଧ ଅଛି । ଯୁକ୍ତରାଜ୍ୟରେ ୫୦୦୦ ୟୁନିଟ ବିଶିଷ୍ଟ ଏକ ମାତ୍ରା ଔଷଧ ପିଛା ୨୦୨୧ରେ ୨.୮୦ ପାଉଣ୍ଡ ଖର୍ଚ୍ଚ ହୋଇଥାଏ । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪୦ ଡଲାର ଅଟେ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Dalteparin
https://or.wikipedia.org/wiki/Dalteparin
ଲେଉଟାଣିଡାଲଟେପାରିନ
ମୋନା ଅମ୍ବେଗାଓଁକର
https://or.wikipedia.org/wiki/ମୋନା_ଅମ୍ବେଗାଓଁକର
ମୋନା ଅମ୍ବେଗାଓଁକର (ଜନ୍ମ: ୫ ମାର୍ଚ୍ଚ ୧୯୭୦) ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ହିନ୍ଦୀ କଥାଚିତ୍ର ଓ ଦୂରଦର୍ଶନରେ କାମ କରନ୍ତି ।Mona darling! ସେ ୧୫ରୁ ଅଧିକ ନାଟକ, ୧୫ରୁ ଅଧିକ କଥାଚିତ୍ର, ୩୮ରୁ ଅଧିକ ଟିଭି ଧାରାବାହିକ ଓ କାର୍ଯ୍ୟକ୍ରମ, ୩୭ରୁ ଅଧିକ ବିଜ୍ଞାପନରେ ଅଭିନୟ କରିଛନ୍ତି । ହିନ୍ଦୀ କଥାଚିତ୍ର ହଜାର ଚୌରାସୀ କି ମାଆ ଓ ମେଡିକାଲ ଡ୍ରାମା ଧଡ଼କନ୍ (ଟିଭି ଧାରାବାହିକ)ରେ କାମ କରିଛନ୍ତି । ମୋନା ୨୦୧୮ ମସିହାରେ ଶ୍ରୀଧର ରଙ୍ଗୟାନଙ୍କ ନିର୍ଦ୍ଦେଶିତ କଥାଚିତ୍ର ଇଭନିଙ୍ଗ୍ ସ୍ୟାଡୋରେ ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିଥିଲେ ।ସେ ଇଭିନିଙ୍ଗ୍ ସ୍ୟାଡୋ କଥାଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ ସହ-ଅଭିନେତ୍ରୀ ଭାବରେ ପୁରସ୍କାର ମିଳିଥିଲା । ଅଭିନୀତ ଧାରାବାହିକ/କାର୍ଯ୍ୟକ୍ରମ ଥୋଡ଼ା ସା ଆସମାନ୍ ଦେଖ୍ ଭାଇ ଦେଖ୍ (୧୯୯୩) ସାଁପ-ସିଢ଼ି (୧୯୯୪) କ୍ୟା ବାତ୍ ହୈ (୧୯୯୭) ସିଆଇଡି (୨୦୦୪-୨୦୦୫) ଆହାତ୍ (୧୯୯୫-୨୦୦୧) ଧଡ଼କନ୍ ନ୍ୟାୟ (୧୯୯୯-୨୦୦୦) | ରିସ୍ତେ ଶୁଭ ମଙ୍ଗଲ ସାବଧାନ (୨୦୦୩) | ମର୍ଯ୍ୟାଦା: ଲେକିନ୍ କବ୍ ତକ୍ ଅମ୍ବର ଧାରା (୨୦୦୭-୨୦୦୮) କାଲା ଟିକା ବାତ୍ ହାମାରି ପକ୍କି ହୈ ଲାଇଫ୍ ସହି ହୈ (୨୦୧୬-୨୦୧୮) ଅଭିନୀତ କଥାଚିତ୍ର ବର୍ଷ କଥାଚିତ୍ର ଭୂମିକା ୧୯୯୦ ଜଖମି ଜମୀନ ମୋନା ସିଂହ ୧୯୯୧ ବାହାରୋଁ କେ ମଞ୍ଜିଲ୍ ଆଶା ୧୯୯୩ ବୋନି ୧୯୯୫ କାଲା ସଚ ପୂଜା ଦେଶାଇ/କବିତା ୧୯୯୭ ମୃତ୍ୟୁଦଣ୍ଡ ଚିରନ୍ତନ ୧୯୯୮ ହଜାର ଚୈରାସି କି ମାଆ ବିନି ୧୯୯୯ ବିନ୍ଧାସ୍ତ ଏସିପି ନିଶା ୨୦୦୦ ଫିର୍ ଭି ଦିଲ୍ ହୈ ହିନ୍ଦୁସ୍ଥାନୀ ଶାଲିନୀ ଡେଡ୍ ଏଣ୍ଡ୍ ୨୦୦୩ ୟେ ହୈ ଚକ୍କଡ଼ ବକ୍କଡ଼ ବମ ରାଜା ଦିଲ୍ କା ଗୁଲାମ୍ ଶଫାକ୍ ବକ୍ରା ୨୦୦୪ ହ୍ୱାଇଟ୍ ନଏଜ୍ ଇ - ୍ରାଉଡ୍ ଟୁ ବି ଏନ୍ ଇଣ୍ଡିଆନ୍ପ ୨୦୦୫ ମଙ୍ଗଲ ପାଣ୍ଡେ: ଦି ରାଇଜିଂ କମଳା ୨୦୦୭ ବୁଡ୍‌ଢା ମର୍ ଗୟା ଗାନ୍ଧୀ, ମାଇଁ ଫାଦର୍ ବେଶ୍ୟା ୨୦୦୮ ଅପହରଣ ସିମୋନେ ୨୦୧୨ ଚିକା, ଦି କ୍ରାୟର୍ ୨୦୧୪ ସୁପର ନାନି ମର୍ଦ୍ଦାନି ମୀନୁ ରସ୍ତୋଗି ୨୦୧୫ ପ୍ୟାର୍ କା ପଞ୍ଚନାମା ୨ ସୁପ୍ରିୟାଙ୍କ ମାଆ ୨୦୧୬ ଢିସୁମ୍ ଗାୟତ୍ରୀ ଶୁଭ ମିଶ୍ର ୨୦୧୭ ସିକ୍ରେଟ୍ ସୁପଷ୍ଟାର୍ ଓକିଲ ଶିନା ୨୦୧୮ ଇଭିନିଂ ସ୍ୟାଡୋ ବସୁଧା ୨୦୨୦ ଭାଗ ବିନି ଭାଗ ବିନିଙ୍କ ମାତା ୨୦୨୨ ତାରା ଭର୍ସେସ୍ ବିଲାଲ ଫରଜାନା ୱେବ୍ ସିରିଜ୍ ବର୍ଷ ସିରିଜ୍ ଭୂମିକା ଓଟିଟି ମନ୍ତବ୍ୟ ୨୦୧୯ ଏମ୍.ଓ.ଏମ୍ - ମିଶନ୍ ଓଭର୍ ମାର୍ସମ ସୁନୀତା ବ୍ୟାସ ଅଲ୍ଟ ବାଲାଜୀ, ଜୀ ୫ ଆଧାର ବାହାର ଲିଙ୍କ୍ ଶ୍ରେଣୀ:୧୯୭୦ ଜନ୍ମ ଶ୍ରେଣୀ:ଜୀବିତ ବ୍ୟକ୍ତି ଶ୍ରେଣୀ:ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ ଶ୍ରେଣୀ:ହିନ୍ଦୀ କଥାଚିତ୍ର ଅଭିନେତ୍ରୀ ଶ୍ରେଣୀ:ହିନ୍ଦୀ ଦୂରଦର୍ଶନ ଅଭିନେତ୍ରୀ
Mona Ambegaonkar
https://or.wikipedia.org/wiki/Mona_Ambegaonkar
ଲେଉଟାଣି ମୋନା ଅମ୍ବେଗାଓଁକର
ନାକ ଝିଲ୍ଲି ଜମାଟ ରକ୍ତ
https://or.wikipedia.org/wiki/ନାକ_ଝିଲ୍ଲି_ଜମାଟ_ରକ୍ତ
ନାକ ଝିଲ୍ଲି ଜମାଟ ରକ୍ତ ବା ନାସାଲ୍ ସେପ୍ଟାଲ୍ ହେମାଟୋମା (ଇଂରାଜୀ ଭାଷାରେ Nasal septal hematoma) ରୋଗରେ ନାକ ଝିଲ୍ଲି ମଧ୍ୟସ୍ଥ କୋମଳାସ୍ଥି କିମ୍ବା ହାଡ ପାଖରେ ରକ୍ତ ଜମାଟ ହୁଏ । ଏହାର ଲକ୍ଷଣ ମଧ୍ୟରେ ନାକ ଅବରୋଧ ଏବଂ ଯନ୍ତ୍ରଣା ହୋଇପାରେ । ଗୋଟିଏ କିମ୍ବା ଉଭୟ ପାର୍ଶ୍ୱ ଜଡିତ ହୋଇପାରନ୍ତି । ଠିକ୍ ସମୟରେ ଚିକିତ୍ସା ନ କଲେ ନାକ ବିକଳାଙ୍ଗ, ଝିଲ୍ଲିରେ ପୂଜ କିମ୍ବା ଛିଦ୍ର ହୋଇପାରେ । ନାକ ଆଘାତ ଯୋଗୁଁ ସାଧାରଣତଃ ଏହା ଦେଖାଯାଏ । ଏହା ବିଭିନ୍ନ କାରଣରୁ ଯେପରିକି ପତନ, ଆକ୍ରମଣ, ଅସ୍ତ୍ରୋପଚାର କିମ୍ବା ଶିଶୁ ନିର୍ଯାତନାରୁ ହୋଇପାରେ । ରକ୍ତସ୍ରାବ ସମସ୍ୟା ହେତୁ ଏହା ମଧ୍ୟ ହୋଇପାରେ । ଏହି ରକ୍ତ ଜମିବା ଯୋଗୁ ଅନ୍ତର୍ନିହିତ କାର୍ଟିଲେଜକୁ ରକ୍ତ ସରବରାହରୁ ବଞ୍ଚିତ କରିପାରେ | ପରୀକ୍ଷା ଉପରେ ରୋଗ ନିର୍ଣ୍ଣୟ ଆଧାରିତ ହୁଏ । ଏହି ରୋଗରେ ତୁରନ୍ତ ତାହାକୁ ଖୋଲି ଜମାଟ ରକ୍ତ ବାହାର କରିଦିଆଯାଏ ଓ ନାକ ଭିତର ଗଜ ପ୍ୟାକ କରିଦିଆଯାଏ । ଏହି ରୋଗ ବିରଳ ଅଟେ । ବିଶେଷକରି ପିଲାମାନଙ୍କ କ୍ଷେତ୍ରରେ ମାମଲା ଜଣାପଡ଼େ ନାହିଁ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Nasal septal hematoma
https://or.wikipedia.org/wiki/Nasal_septal_hematoma
ଲେଉଟାଣିନାକ ଝିଲ୍ଲି ଜମାଟ ରକ୍ତ
ରିତୁ ବଡ଼ାଇକ
https://or.wikipedia.org/wiki/ରିତୁ_ବଡ଼ାଇକ
ରିତୁ ବଡ଼ାଇକ ଜଣେ ମହିଳା ଫୁଟବଲ ଖେଳାଳି । ସେ ୧୬ ବର୍ଷରୁ କମ ଭାରତୀୟ ମହିଳା ଫୁଟବଲ ଦଳର ଜଣେ ସଦସ୍ୟା ଓ ଜଣେ ମିଡ଼ଫିଲ୍ଡର ଭାବରେ ଏହି ଦଳରେ ଖେଳନ୍ତି । ଜୀବନୀ ରିତୁ ୨୦୧୧ ମସିହା ମେ ମାସରେ ସୁନ୍ଦରଗଡ଼ ଜିଲ୍ଲାର ବାନିଗୁନୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ବିଜୟ ବଡ଼ାଇକ ନିଜେ ଜଣେ ଫୁଟବଲ ଖେଳାଳି ଥିଲେ କିନ୍ତୁ ପରିସ୍ଥିତି ଚାପରେ ସେ ନିଜ ଖେଳକୁ ଆଗକୁ ବଢ଼ାଇ ପାରିନଥିଲେ । ପିତା ବିଜୟ ରିତୁଙ୍କୁ ଫୁଟବଲ ଖେଳିବା ପାଇଁ ପ୍ରବର୍ତ୍ତାଇ ଥିଲେ ଓ ସେ ହିଁ ଥିଲେ ରିତୁଙ୍କର ଆଦ୍ୟ ଗୁରୁ । ଫୁଟବଳ ଖେଳରେ ଉନ୍ନତି ଆସିବା ପରେ ସେ କୁଆରମୁଣ୍ଡାର ୟଙ୍ଗ ଆସୋସିଏସନ୍ ମହିଳା ଫୁଟବଲ କ୍ଲବରେ ସିଥୋ ମହାକୁଳଙ୍କଠାରୁ ପ୍ରଶିକ୍ଷଣ ଗ୍ରହଣ କରି ନିଜ କୌଶଳକୁ ଆହୁରି ଶାଣିତ କରିଥିଲେ । ପରେ ସେ ନୀତା ଫୁଟବଲ ଏକାଡେମିରେ ଯୋଗଦେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ଏଠାରେ ତାଙ୍କର ଖେଳରେ ଅଧିକ ଉନ୍ନତି ଆସିଥିଲା ଓ ସେ ରାଜ୍ୟ ଉପକନିଷ୍ଠ ସ୍ତରରେ ଓଡ଼ିଶାର ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଥିଲେ । ଏହି ପ୍ରତିଯୋଗିତାରେ ସେ ସମୁଦାୟ ୭ଟି ଗୋଲ ଦେଇଥିଲେ ଓ ଚଣ୍ଡିଗଡ଼ ବିପକ୍ଷରେ ଏକାକୀ ଚାରିଟି ଗୋଲ ସ୍କୋର କରିଥିଲେ । ଏହି ପ୍ରଦର୍ଶନ ପରେ ତାଙ୍କୁ ଭାରତୀୟ ଦଳର ପ୍ରଶିକ୍ଷଣ ଶିବିର ଲାଗି ଡାକରା ଆସିଥିଲା । ଗୋଆରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ତାଙ୍କର ଉନ୍ନତ ପ୍ରଦର୍ଶନକରି ସେ ଭାରତୀୟ ୨୩ଜଣିଆ ଦଳରେ ସ୍ଥାନ ପାଇଥିଲେ । ୨୦୨୪ ମାର୍ଚ୍ଚ ମାସରେ ନେପାଳର କାଠମାଣ୍ଡୁଠରେ ଅନୁଷ୍ଠିତ ୧୬ ବର୍ଷରୁ କମ ସାଫ ଚାମ୍ପିଅନସିପରେ ସେ ଭାରତୀୟ ଦଳରେ ଖେଳିଥିଲେ । ଆଧାର ଶ୍ରେଣୀ:ଜୀବିତ ବ୍ୟକ୍ତି ଶ୍ରେଣୀ:ଖେଳାଳି ଶ୍ରେଣୀ:ସୁନ୍ଦରଗଡ଼ ଜିଲ୍ଲାର ଲୋକ ଶ୍ରେଣୀ:୨୦୧୧ ଜନ୍ମ ଶ୍ରେଣୀ:ଫୁଟବଲ ଖେଳାଳି ଶ୍ରେଣୀ:ମହିଳା ଖେଳାଳି ଶ୍ରେଣୀ:ଓଡ଼ିଆ ଖେଳାଳି ଶ୍ରେଣୀ:ଓଡ଼ିଶାର ମହିଳା ଖେଳାଳି
Ritu Badaik
https://or.wikipedia.org/wiki/Ritu_Badaik
ଲେଉଟାଣି ରିତୁ ବଡ଼ାଇକ
ମାଭାକାମ୍ଟେନ
https://or.wikipedia.org/wiki/ମାଭାକାମ୍ଟେନ
ମାଭାକାମ୍ଟେନ (ଇଂରାଜୀ ଭାଷାରେ Mavacamten), ଯାହା କାମଜିଓସ ନାମରେ ବିକ୍ରି ହୁଏ, ଏକ ଔଷଧ ଯାହା ହାଇପରଟ୍ରଫିକ ଅବଷ୍ଟ୍ରକ୍ଟିଭ କାର୍ଡିଓମାୟୋପାଥି (ଏଚସିଓଏମ) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | ଏହା ମୁଖରେ ଦିଆଯାଏ ।[1] ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ଓଜନିଆ ଓ ସିନ୍କୋପ ହୋଇପାରେ । ଏହା ବ୍ୟତୀତ ହୃଦ୍‌ପାତ ମଧ୍ୟ ହୋଇପାରେ । ଗର୍ଭାବସ୍ଥାରେ ଏହା ଦେଲେ ଶିଶୁ ପ୍ରତି ବିପଦ ହୋଇପାରେ । ଏହା ଏକ କାର୍ଡ଼ିଆକ ମାୟୋସିନ ପ୍ରତିରୋଧକ ଔଷଧ । ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବ‌ହାର ପାଇଁ ୨୦୨୨ ମସିହାର ମାଭାକାମ୍ଟେନ ଅନୁମୋଦିତ ହୋଇଥିଲା । ୨୦୨୨ ସୁଦ୍ଧା ଏହା ୟୁରୋପ ବା ଯୁକ୍ତରାଜ୍ୟରେ ଏହା ଉପଲବ୍‌ଧ ହୋଇନଥିଲା । ଯୁକ୍ତରାଷ୍ଟ୍ରରେ ଏକ ମାସରେ ଏହି ଔଷଧ ପିଛା ୭୮୦୦ ଡଲାର ଖର୍ଚ୍ଚ ହୁଏ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Mavacamten
https://or.wikipedia.org/wiki/Mavacamten
redirect ମାଭାକାମ୍ଟେନ
ସ୍ନେହପ୍ରଭା ସାମନ୍ତରାୟ
https://or.wikipedia.org/wiki/ସ୍ନେହପ୍ରଭା_ସାମନ୍ତରାୟ
ସ୍ନେହପ୍ରଭା ସାମନ୍ତରାୟ ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଓ ଗୁରୁ । ସେ ୨୦୨୩ ବର୍ଷ ପାଇଁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ହାସଲ କରିଥିଲେ । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସମ୍ମାନ ଓ ପୁରସ୍କାର କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୨୩ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୦୭ ଆଧାର ଶ୍ରେଣୀ:ଓଡ଼ିଶୀ ନୃତ୍ୟଶିଳ୍ପୀ ଶ୍ରେଣୀ:କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମ୍ମାନିତ
Snehaprava Samantray
https://or.wikipedia.org/wiki/Snehaprava_Samantray
ଲେଉଟାଣି ସ୍ନେହପ୍ରଭା ସାମନ୍ତରାୟ
ବେବି ଆମେୟା
https://or.wikipedia.org/wiki/ବେବି_ଆମେୟା
ଆମେୟା ଅନିଲକୁମାର (ଜନ୍ମ: ୫ ଜାନୁଆରୀ ୨୦୧୮) ଜଣେ ଭାରତୀୟ ଶିଶୁ କଳାକାର, ଯିଏକି ବେବି ଆମେୟା ଭାବରେ ପରିଚିତା । ସେ ମୁଖ୍ୟତଃ ମାଲାୟାଲାମ ଭାଷାର ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ଫ୍ଲାୱାର୍ସ ଟିଭିରେ ପ୍ରସାରିତ ଧାରାବାହିକ ଉପ୍ପୁମ ମୁଲକୁମରେ ତାଙ୍କ ଅଭିନୀତ ଭୂମିକା ପୁରୁକୁଟ୍ଟି ପାଇଁ ସେ ମୁଖ୍ୟତଃ ଜଣାଶୁନା । ପ୍ରାରମ୍ଭିକ ଜୀବନ ଆମେୟା ୨୦୧୮ ମସିହାର ଜାନୁଆରୀ ୫ ତାରିଖରେ କେରଳର କୋଲ୍ଲାମ ଜିଲ୍ଲାର ଓଆଚିରି ନିକଟରେ ପ୍ରାୟେରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଅନିଲ ଜଣେ ପରିବା ବେପାରୀ ଓ ମାଆ ଗଙ୍ଗା ଲକ୍ଷ୍ମୀ ଜଣେ ଗୃହିଣୀ । ତାଙ୍କର ଜଣେ ବଡ଼ ଭଉଣୀ ଅନିକା ଓ ସାନ ଭାଇ ଅଧବ ଅଛନ୍ତି । ଅଭିନୟ ଜୀବନ ଅଭିନୀତ ଧାରାବାହିକ ବର୍ଷକାର୍ଯ୍ୟକ୍ରମଭୂମିକାଚେନାଲମନ୍ତବ୍ୟଆଧାର୨୦୧୮-୨୦୨୧ଉପ୍ପୁମ ମୁଲକୁମପୁରୁକୁଟ୍ଟିଫ୍ଲାୱାର୍ସ ଟିଭିପ୍ରଥମ ଧାରାବାହିକ୨୦୧୯ଷ୍ଟାର୍ ମ୍ୟାଜିକ୍ନିଜେଅତିଥି କଳାକାରକମେଡ଼ି ଉତ୍ସବମ୍ଅତିଥି କଳାକାର୨୦୨୧ଏରିବୁମ ପୁଲିୟୁମପୁରୁକୁଟ୍ଟିଜୀ କେରଳମ୍ଟେଲିଫିଲ୍ମକାଲିବିଦୁସାନ ଅନୁସୂର୍ଯ୍ୟ ଟିଭିଅତିଥି କଳାକାର୨୦୨୨ଏରିବୁମ ପୁଲିୟୁମକ୍ୟୁଟିଜୀ କେରଳମ୍ଉପ୍ପୁମ ମୁଲକୁମର ପୁନଃନିର୍ମାଣ୨୦୨୨୨୦୨୪ଉପ୍ପୁମ ମୁଲକୁମ ୨ପୁରୁକୁଟ୍ଟିଫ୍ଲାୱାର୍ସ ଟିଭି୨୦୨୨ଷ୍ଟାର୍ କମେଡ଼ି ମ୍ୟାଜିକ୍ଅତିଥି ଆଧାର ଶ୍ରେଣୀ:୨୦୧୮ ଜନ୍ମ ଶ୍ରେଣୀ:ଜୀବିତ ବ୍ୟକ୍ତି ଶ୍ରେଣୀ:ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ ଶ୍ରେଣୀ:ମାଲାୟଲମ ଦୂରଦର୍ଶନ ଅଭିନେତ୍ରୀ ଶ୍ରେଣୀ:ଭାରତୀୟ ଶିଶୁ କଳାକାର
Baby Ameya
https://or.wikipedia.org/wiki/Baby_Ameya
ଲେଉଟାଣି ବେବି ଆମେୟା
ରେମିମାଜୋଲାମ
https://or.wikipedia.org/wiki/ରେମିମାଜୋଲାମ
ରେମିମାଜୋଲାମ (ଇଂରାଜୀ ଭାଷାରେ Remimazolam), ଏକ ବେପାର ନାମ ବାଇଫାଭୋ, ହେଉଛି ପ୍ରୋସିଡୁରାଲ ସେଡେସନ (procedural sedation) ପାଇଁ ବ୍ୟବହୃତ ଏକ ଔଷଧ । ନିର୍ଦ୍ଦିଷ୍ଟ ଭାବରେ ଏହା ୩୦ମିନିଟରୁ କମ୍ ଚାଲିଥିବା ପ୍ରଣାଳୀ ପାଇଁ ବୟସ୍କମାନଙ୍କ କ୍ଷେତ୍ରରେ ଏହା ବ୍ୟବହୃତ ହୁଏ । ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ । ପ୍ରଭାବର ଆରମ୍ଭ ସମାନ ଥିବାବେଳେ ମିଡିଜୋଲାମ ଅପେକ୍ଷା ଏହାର ଅବଧି କମ ଅଟେ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ, ଉଚ୍ଚ ରକ୍ତଚାପ ଏବଂ କମ୍ ଅମ୍ଳଜାନ ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅପବ୍ୟବହାର ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ । ବୃକ୍‌କ ସମସ୍ୟାରେ ଫଳାଫଳର ପରିବର୍ତ୍ତନ ହୁଏ ନାହିଁ, ଯଦିଓ ଯକୃତ ଜନିତ ସମସ୍ୟାରେ କମ ମାତ୍ରାରେ ବ୍ୟବହାର କରାଯାଇପାରେ । ଏହାର ପ୍ରଭାବକୁ ଫ୍ଲୁମାଜେନିଲ ଦେଇ ଓଲଟାଇ ଦିଆଯାଇପାରେ । ଏହା ଏକ ବେଞ୍ଜୋଡାଏଜେପିନ୍ ଯାହା ଗାମା-ଆମିନୋ ବ୍ୟୁଟିରିକ ଏସିଡ (GABA) ରିସେପ୍ଟର ସହିତ ସଂଲଗ୍ନ ହୋଇ କାର୍ଯ୍ୟ କରେ । Text was copied from this source which is © European Medicines Agency. Reproduction is authorized provided the source is acknowledged. ରେମିମାଜୋଲାମକୁ ୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୧ରେ ୟୁରୋପରେ ଚିକିତ୍ସା ପାଇଁ ଅନୁମୋଦନ କରାଯାଇଥିଲା । ଯୁକ୍ତରାଷ୍ଟ୍ରରେ ୨୦୨୨ ମିଗ୍ରା ବିଶିଷ୍ଟ ଏକ ପାତ୍ରର ମୂଲ୍ୟ ପ୍ରାୟ ୪୨ ଡଲାର ଅଟେ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Remimazolam
https://or.wikipedia.org/wiki/Remimazolam
ଲେଉଟାଣିରେମିମାଜୋଲାମ
ଫୋସ୍କାର୍ନେଟ
https://or.wikipedia.org/wiki/ଫୋସ୍କାର୍ନେଟ
ଫୋସ୍କାର୍ନେଟ (ଇଂରାଜୀ ଭାଷାରେ Foscarnet), ଫୋସ୍କାର୍ ତାହାର ବିକ୍ରୟ ନାମ, ହେଉଛି ଏକ ଭୂତାଣୁରୋଧି ଔଷଧ ଯାହା ସାଇଟୋମେଗାଲୋଭାଇରସ୍ (CMV), ହର୍ପିସ ସିମ୍ପଲେକ୍ସ ଭୂତାଣୁ (HSV) ଏବଂ ଭାରିସେଲା ଜୋଷ୍ଟର ଭୂତାଣୁ (VZV) ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ମୁଖ୍ୟତଃ ଏଚ୍.ଆଇ.ଭି/ଏଡସ୍ କାରଣରୁ ଇମ୍ୟୁନୋକମ୍ପ୍ରମାଇଜଡ ହୋଇଥିବା ଲୋକାଙ୍କର ହୁଏ । ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱର, ବାନ୍ତି, କମ୍ ଲାଲ ରକ୍ତ କଣିକା, ବୃକ୍‌କ ସମସ୍ୟା, ବାତ ଏବଂ ମୁଣ୍ଡବିନ୍ଧା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଇଲେକ୍ଟ୍ରୋଲାଇଟ୍ ଅସ୍ୱାଭାବିକତା, ଦୀର୍ଘସ୍ଥାୟୀ କ୍ୟୁଟି (QT), ଏବଂ ଆନାଫାଇଲକ୍‌ସିସ ହୋଇପାରେ । ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । ଏହା ଭୂତାଣୁ ଡିଏନ୍ଏ ପଲିମେରେଜ୍ ଇନିବିବିଟର ଭାବରେ ପାଇରୋଫସଫେଟ୍ ପରି କାର୍ଯ୍ୟ କରେ । ୧୯୯୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଫସ୍କାର୍ନେଟ ଅନୁମୋଦିତ ହୋଇଥିଲା । ଯୁକ୍ତରାଜ୍ୟରେ ୬ ଗ୍ରାମ ଔଷଧର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୨୦ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪,୮୦୦ ଡଲାର ଥିଲା । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
ଅଲକା ଅମିନ
https://or.wikipedia.org/wiki/ଅଲକା_ଅମିନ
ଅଲକା ଅମିନ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି କଥାଚିତ୍ର, ଦୂରଦର୍ଶନ ଓ ଥିଏଟରରେ କାମ କରନ୍ତି । ସେ ନ୍ୟାସନାଲ୍ ସ୍କୁଲ ଅଫ୍ ଡ୍ରାମାରୁ ସ୍ନାତକ ହାସଲ କରିଥିଲେ ।2020 Mirzapur ଦମ୍ ଲଗା କେ ହୈଇସା, ଶାଦି ମେଁ ଜାରୁର୍ ଆନା, ଲୁକା ଚୁପ୍ପି, କେଦାରନାଥ, ରୋମିଓ ଆକବର ୱଲ୍ଟର, ବଧାଇ ହୋ, ଆମାଜନ ଏକ୍ସକ୍ଲୁସିଭ୍ ୱେବ୍ ସିରିଜ୍ ଚାଚା ବିଧାୟକ ହୈ ହମାରେ, ପୁରସ୍କାର ବିଜେତା କ୍ଷୁଦ୍ର ଚଳଚ୍ଚିତ୍ର ମାୟା ଏବଂ ସେକ୍ସ୍ ଚାଟ୍ ଉଇଥ୍ ପପ୍ପୁ ଭଳି କଥାଚିତ୍ରରେ ଅଭିନୟ ପାଇଁ ଜଣାଶୁଣା । ତାଙ୍କର ଉଲ୍ଲେଖନୀୟ ଅଭିନୟ ମଧ୍ୟରେ ପରିଚୟରେ ବୀଣା ଚୋପ୍ରା ଭୂମିକା ଅନ୍ତର୍ଭୁକ୍ତ । ଅଭିନୟ ଜୀବନ ଅଭିନୀତ ଧାରାବାହିକ/କାର୍ଯ୍ୟକ୍ରମ ବର୍ଷକାର୍ଯ୍ୟକ୍ରମଭୂମିକାମନ୍ତବ୍ୟ୧୯୮୮-୧୯୮୯ଦିଲ୍ ଦରିଆ୨୦୦୮ଆନାରୋଆନାରୋ୧୦୦୯-୨୦୧୦୧୨/୨୪ କରୋଲ୍ ବାଗମଞ୍ଜୁ ସେଠୀ୨୦୧୧-୨୦୧୩ପରିଚୟବୀଣା ରାଜ ଚୋପ୍ରା୨୦୧୨-୨୦୧୩କ୍ୟା ହୁଆ ତେରା ୱାଦାକନୱାଲ ଚୋପ୍ରା୨୦୧୪-୨୦୧୫ଅଜୀବ ଦସ୍ତାନ ହୈ ୟେଶାରଦା ସଚଦେବ୨୦୧୫-୨୦୧୭କଳଶମଞ୍ଜୁ ଗ୍ରେୱାଲ୨୦୧୬-୨୦୧୭ପରଦେଶ ମେଁ ହୈ ମେରା ଦିଲ୍ଆଶା ବାତ୍ରା୨୦୧୮ୟେ ପ୍ୟାର୍ ନହି ତୋ କ୍ୟା ହୈଗାୟତ୍ରୀ ସିନ୍ହା୨୦୧୯କସୌଟି ଜିଙ୍ଗଦି କେଶାରଦା ଅଭିନୀତ କଥାଚିତ୍ର ବର୍ଷକଥାଚିତ୍ରଭୂମିକାମନ୍ତବ୍ୟ୨୦୦୩ସ୍ୱରାଜଲୀଲାବତୀ୨୦୧୫ଦମ୍ ଲଗା କେ ହୈଇଶାଶଶି ତିୱାରୀ୨୦୧୭ଶାଦି ମେଁ ଜରୁର୍ ଆନାଶାନ୍ତି ମିଶ୍ର୨୦୧୮ଖଜୁର ପେ ଅଟକେକାଦମ୍ବରୀବଧାଇ ହୋଜୀତୁଙ୍କ ଭାଉଜକେଦାରନାଥଶ୍ରୀମତୀ ଖାନ୍ମାୟାମାଆକ୍ଷୁଦ୍ର ଚଳଚ୍ଚିତ୍ର୨୦୧୯୭୨ ଆୱାର୍ସ: ମାର୍ଟୟର୍ ହୁ ନେଭର୍ ଡାଏଡ୍ଲୀଲା ରାୱତଲୁକା ଚୁପ୍ପିଶକୁନ୍ତଳା ଶୁକ୍ଳାରୋମିଓ ଆକବର ୱଲ୍ଟରୱାହିଦାଆଧାରରାଣୀଙ୍କ ମାଆ୨୦୨୧ଲାହୋର କନ୍‌ଫିଡେନ୍ସିଆଲ୍ଆନାୟାଙ୍କ ମାଆ୨୦୨୩କଞ୍ଜୁସ୍ ମଖିଚୁସ୍ଜମୁନା ପ୍ରସାଦ ପାଣ୍ଡେଙ୍କ ମାଆଦି ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲିସୁଶୀଳା କୁମାରୀଆଜମେର ୯୨ସୁମିତ୍ରା ୱେବ୍ ସିରିଜ୍ ବର୍ଷସିରିଜ୍ଭୂମିକାମନ୍ତବ୍ୟ୨୦୧୬ସେକ୍ସ ଚାଟ୍ ଉଇଥ୍ ପପ୍ପୁ ଆଣ୍ଡ ପାପାଦାଦିୱାଇ.ଆର୍.ଏଫ୍.୨୦୧୮ଚାଚା ବିଧାୟକ ହୈ ହମାରାରୋନିଙ୍କ ମାଆଆମାଜନ ପ୍ରାଇମ୍ ଭିଡିଓ୨୦୨୨ନିର୍ମଲ ପାଠକ କି ଘର ୱାପସିସନ୍ତୋଷୀ ପାଠକସୋନି ଲିଭ୍ ଆଧାର ବାହାର ଲିଙ୍କ ଶ୍ରେଣୀ:ଜୀବିତ ବ୍ୟକ୍ତି ଶ୍ରେଣୀ:ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ ଶ୍ରେଣୀ:ହିନ୍ଦୀ ଦୂରଦର୍ଶନ ଅଭିନେତ୍ରୀ ଶ୍ରେଣୀ:ହିନ୍ଦୀ କଥାଚିତ୍ର ଅଭିନେତ୍ରୀ
Foscarnet
https://or.wikipedia.org/wiki/Foscarnet
ଲେଉଟାଣିଫୋସ୍କାର୍ନେଟ
Alka Amin
https://or.wikipedia.org/wiki/Alka_Amin
ଲେଉଟାଣି ଅଲକା ଅମିନ
ଫେଲବାମେଟ
https://or.wikipedia.org/wiki/ଫେଲବାମେଟ
ଫେଲବାମେଟ, ବେପାର ନାମରେ ବିକ୍ରି ହୁଏ ଫେଲବାଟୋଲ, ଏକ ଔଷଧ ଯାହା ଅପସ୍ମାର ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ବିଶେଷ ଭାବରେ ଆଂଶିକ ବାତ ଏବଂ ଲେନୋକ୍ସ - ଗ୍ୟାସଟଟ ସିଣ୍ଡ୍ରୋମର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଏହା କେବଳ ସୁରକ୍ଷିତ ବିକଳ୍ପ ସହିତ ସୁପାରିଶ କରାଯାଏ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଭୋକ ହ୍ରାସ, ବାନ୍ତି, ଶୋଇବାରେ ଅସୁବିଧା ଏବଂ ମୁଣ୍ଡବିନ୍ଧା ହୋଇପାରେ । ପାର୍ଶ୍ୱ ପ୍ରତିକ୍ରିୟାରେ ଆପ୍ଲାଷ୍ଟିକ୍ ରକ୍ତହୀନତା, ଯକୃତ ବିଫଳତା, ଷ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ ଏବଂ ଆତ୍ମହତ୍ୟା ଅନ୍ତର୍ଭୁକ୍ତ ହୋଇପାରେ । ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । ଏହା କିପରି କାମ କରେ ତାହା ସ୍ପଷ୍ଟ ନୁହେଁ । ୧୯୯୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଫେଲବାମେଟ ଅନୁମୋଦିତ ହୋଇଥିଲା । ଯୁକ୍ତରାଜ୍ୟରେ ଏହା ଅନୁମୋଦିତ ନୁହେଁ, କିନ୍ତୁ ଅନ୍ୟ ବିକଳ୍ପ ପ୍ରଭାବଶାଳୀ ନ ହେଲେ ଏହା ଅଣାଯାଇପାରିବ । ଯୁକ୍ତରାଷ୍ଟ୍ରରେ ୬୦୦ ମିଗ୍ରା ବିଶିଷ୍ଟ ୩୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୯୫ ଡଲାର ଥିଲା । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Felbamate
https://or.wikipedia.org/wiki/Felbamate
ଲେଉଟାଣିଫେଲବାମେଟ
ମେଡୁଲାରୀ ସ୍ପଞ୍ଜ ବୃକ୍‌କ
https://or.wikipedia.org/wiki/ମେଡୁଲାରୀ_ସ୍ପଞ୍ଜ_ବୃକ୍‌କ
ମେଡୁଲାରୀ ସ୍ପଞ୍ଜ ବୃକ୍‌କ ହେଉଛି ଏକ ଆଜନ୍ମ ତୃଟି ଯାହା ବୃକ୍‌କ ଭିତର ଅଂଶରେ ଛୋଟ ସିଷ୍ଟ ରହିଥାଏ । ଲକ୍ଷଣ ସାଧାରଣତଃ ବିଳମ୍ବିତ ପିଲାଦିନ କିମ୍ବା ପ୍ରାଥମିକ ବୟସ୍କ ହେବା ପର୍ଯ୍ୟନ୍ତ ଆରମ୍ଭ ହୁଏ ନାହିଁ । ଏହାର ଲକ୍ଷଣ ମୂତ୍ରାଶୟ ସଂକ୍ରମଣ (UTI), ପରିସ୍ରା କଲା ବେଳେ ଜ୍ୱାଳା କିମ୍ବା ବୃକ୍‌କ ପଥର ରୋଗ ଯୋଗୁ ଅଣ୍ଟା ଯନ୍ତ୍ରଣା ଏବଂ ପରିସ୍ରାରେ ରକ୍ତ ପଡ଼ିପାରେ | ବୃକ୍‌କ ବିଫଳତା ବିରଳ ଅଟେ । ଏହାର କାରଣ ଅସ୍ପଷ୍ଟ ରହିଛି। । ଅଧିକାଂଶ ମାମଲା ପିତାମାତାଙ୍କଠାରୁ ଉତ୍ତରାଧିକାର ସୁତ୍ରରେ ଆଣିଥିବା ପରି ଦେଖାଯାଏ ନାହିଁ । ଅନ୍ତର୍ନିହିତ ପ୍ରଣାଳୀରେ ବୃକ୍‌କ ପିରାମିଡରେ ସଂଗ୍ରହକାରୀ ନଳୀ ଏବଂ ଟୁବ୍ୟୁଲଗୁଡ଼ିକର ବିସ୍ତାର ହୋଇଥାଏ । ଗୋଟିଏ କିମ୍ବା ଉଭୟ କିଡନୀ ଜଡ଼ିତ ହୋଇପାରେ। ଡାକ୍ତରୀ ଇମେଜିଙ୍ଗ ଦ୍ୱାରା ରୋଗ ନିର୍ଣ୍ଣୟ ସମର୍ଥିତ ହୋଇପାର।| ଏହି ରୋଗର କୌଣସି ଉପଶମ ନାହିଁ। । ଚିକିତ୍ସାରେ ମୂତ୍ରାଶୟ ସଂକ୍ରମଣ ଏବଂ ବୃକ୍‌କ ପଥରର ଯଥା ମାନ୍ୟ ଚିକିତ୍ସା କରାଯାଏ । ସଂକ୍ରମଣକୁ ରୋକିବା ପାଇଁ ଦୀର୍ଘକାଳୀନ ଆଣ୍ଟିବାୟୋଟିକ୍ ବ୍ୟବହାର କରାଯାଇପାରେ । ପୋଟାସିୟମ୍ ସାଇଟ୍ରେଟ୍ କିମ୍ବା ହାଇଡ୍ରୋକ୍ଲୋରୋଥିଆଜାଇଡ ଦେଇ ବୃକ୍‌କ ପଥର ବାରମ୍ବାର ହେବା ହ୍ରାସ ହୋଇପାରେ । ପ୍ରଚୁର ତରଳ ପଦାର୍ଥ ପିଇବା ଦ୍ୱାରା ମଧ୍ୟ ସାହାଯ୍ୟ ହୋଇପାରେ । ପ୍ରାୟ ୫,୦୦୦ ଲୋକରେ ଜଣେ ଏହି ରୋଗରେ ପ୍ରଭାବିତ ହେଉଛନ୍ତି। । କ୍ୟାଲସିୟମ ଆଧାରିତ ବୃକ୍‌କ ପଥର ବିକଶିତ କରୁଥିବା ୨୦% ଲୋକଙ୍କର ଏହି ରୋଗ ଅବସ୍ଥା ହେବା ସମ୍ଭାବନା ଅଛି । ମହିଳାମାନେ ସାଧାରଣତଃ ପୁରୁଷଙ୍କ ଅପେକ୍ଷା ଅଧିକ ଗୁରୁତର ଭାବରେ ପ୍ରଭାବିତ ହୁଅନ୍ତି । ଏହାକୁ ପ୍ରଥମେ ୧୯୦୮ ମସିହାରେ ବେଟିଜକେ ବର୍ଣ୍ଣନା କରିଥିଲେ। । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Medullary sponge kidney
https://or.wikipedia.org/wiki/Medullary_sponge_kidney
ଲେଉଟାଣିମେଡୁଲାରୀ ସ୍ପଞ୍ଜ ବୃକ୍‌କ
ହାଇଡ୍ରକ୍ସିଇଥାଇଲ ଷ୍ଟାର୍ଚ
https://or.wikipedia.org/wiki/ହାଇଡ୍ରକ୍ସିଇଥାଇଲ_ଷ୍ଟାର୍ଚ
ହାଇଡ୍ରକ୍ସିଇଥାଇଲ ଷ୍ଟାର୍ଚ ( HES ), ଅନ୍ୟମାନଙ୍କ ମଧ୍ୟରେ ଭଲ୍ୟୁଭେନ୍ ଏକ ବେପାର ନାମ, ଯାହା ଜୀବକୋଷ ବ‌ହିର୍ଭୁତ ତରଳ ପଦାର୍ଥର ପରିମାଣ କମୁଥିଲେ (ହାଇପୋଭୋଲେମିଆ)ର ତାହାର ପରିମାଣ ବୃଦ୍ଧି କରିବାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ସାଧାରଣତଃ କ୍ରିସ୍ଟାଲଏଡ (crystalloid) ବା କଲିଳ ଦ୍ରବଣ ଦେବାକୁ ଅଧିକ ପସନ୍ଦ କରାଯାଏ | ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଲୁ ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍‌‌ସିସ, ରକ୍ତସ୍ରାବ, ହୃଦ୍‌ପାତ ଏବଂ ଶକ୍ ହୋଇପାରେ । ଗୁରୁତର ଅସୁସ୍ଥ ବ୍ୟକ୍ତିଙ୍କ ମୃତ୍ୟୁ ସମ୍ଭାବନା ଏବଂ ବୃକ୍‌କ ସମସ୍ୟା ହୋଇପାରେ । ଏହା ଏକ ଉତ୍ପାଦିତ କୋଲଏଡ ଦ୍ରବଣ । ୧୯୬୦ ଦଶକରେ ହାଇଡ୍ରକ୍ସିଇଥାଇଲ ଷ୍ଟାର୍ଚ ଡାକ୍ତରୀ ବ୍ୟବହାରରେ ଆସିଥିଲା । ୟୁରୋପ ୨୦୧୩ରେ ଏହାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଲା ଏବଂ ସଂପୃକ୍ତ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ୨୦୧୮ରେ ସେମାନଙ୍କୁ ବଜାରରୁ ବାହାର କରିଦେଲା | ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୫୦୦ ମିଲି ବ୍ୟାଗ ଥିବା ଏହାର ମୂଲ୍ୟ ୮୦ ଡଲାର ଥିଲା । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Hydroxyethyl starch
https://or.wikipedia.org/wiki/Hydroxyethyl_starch
ଲେଉଟାଣିହାଇଡ୍ରକ୍ସିଇଥାଇଲ ଷ୍ଟାର୍ଚ
ଦୀପିକା ଅମିନ
https://or.wikipedia.org/wiki/ଦୀପିକା_ଅମିନ
ଦୀପିକା ଅମିନ (ଜନ୍ମନାମ: ଦୀପିକା ଦେଶପାଣ୍ଡେ) ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ର, ଦୂରଦର୍ଶନ ଧାରାବାହିକ, ୟୁ-ଟ୍ୟୁବ୍ ଭିଡିଓ, ୱେବ୍ ସିରିଜ୍ ଆଦିରେ କାମ କରନ୍ତି । ସେ ଫ୍ୟାନ୍, ରାଞ୍ଝଣା, ହମ୍ପ୍ଟି ଶର୍ମା କି ଦୁଲହନିଆ ଭଳି କଥାଚିତ୍ରରେ କାମ କରିଛନ୍ତି । ଦୂରଦର୍ଶନ କାର୍ଯ୍ୟକ୍ରମ ଫରମାନ୍ ଏବଂ ଟସନ୍-ଏ-ଇସ୍କରେ ମଧ୍ୟ କାମ କରିଛନ୍ତି । ପ୍ରାରମ୍ଭିକ ଜୀବନ ଦୀପିକା ମୁମ୍ବାଇରେ ଏକ ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଜନ୍ମ ସମୟରେ ତାଙ୍କ ନାମ ଥଲା ଦୀପିକା ଦେଶପାଣ୍ଡେ । ତାଙ୍କ ଜେଜେବାପା ଆତ୍ମାରାମ ରାଓଜୀ ଦେଶପାଣ୍ଡେ ଜଣେ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ମରାଠୀ କବି ଥିଲେ । ତାଙ୍କ ଜେଜେମା ମରାଠୀ ଭାଷାର ଜଣେ କବି ଥିଲେ, ଯିଏକି ଜଣେ ଇଂରାଜୀ ଭାଷାର ପ୍ରାଧ୍ୟାପିକା ଭାବରେ ନାଗପୁର ବିଶ୍ୱବିଦ୍ୟାଳୟରେ କାମ କରୁଥିଲେ । ତାଙ୍କ ବାପା ଉଲ୍ଲାସ ଦେଶପାଣ୍ଡେ ଭାରତୀୟ ବାୟୁସେନାରେ ଏୟାର ଭାଇସ୍ ମାର୍ଶଲ ଥିଲେ । ତାଙ୍କ ମାଆ କ୍ଷମା ଦେଶପାଣ୍ଡେ ଜଣେ କଥକ ନୃତ୍ୟଶିଳ୍ପୀ । ତାଙ୍କ ପିଲାଦିନ ଦିଲ୍ଲୀରେ କଟିଥିଲା । ସେ ଲୋରେଟୋ କନ୍‌ଭେଣ୍ଟ ସ୍କୁଲରେ ପାଠ ପଢ଼ୁଥିଲେ । ପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଲେଡି ଶ୍ରୀରାମ କଲେଜ ଫର୍ ଓମେନ୍ସ କଲେଜରୁ ଅର୍ଥଶାସ୍ତ୍ରରେ ସ୍ନାତକ କରିଥିଲେ । ଅଭିନୟ ଜୀବନ ଅଭିନୀତ କଥାଚିତ୍ର ବର୍ଷକଥାଚିତ୍ରଭୂମିକାମନ୍ତବ୍ୟ୧୯୯୫ଅବ୍ ଇନ୍ସାଫ୍ ହୋଗାଖୁସବୁ ପ୍ରସାଦ୨୦୦୯ୱେଲ୍ ଡନ୍ ଆବ୍ବାଲତା୨୦୧୧ପଦ୍ଦୁରାମଅଧକ୍ଷା୨୦୧୩ରାଞ୍ଝଣାଜୋୟାର ମାଆରଜ୍ଜୋକମଳାଦେବୀ୨୦୧୪ବେବକୁଫିୟାଁମୋହିତର ବସ୍ହମ୍ପଟି ଶର୍ମା କି ଦୁଲହନିଆକାବ୍ୟାର ମାଆ୨୦୧୬ଫ୍ୟାନ୍ଗୌରବର ମାଆରଫ୍ ବୁକ୍ବୀଣା୨୦୧୭ଦିଲ୍ ଯଔ ନା କେହ ସକାକରୁଣା କପୂର୨୦୧୮ସୋନୁ କେ ଟିଟୁ କି ସୁଇଟ୍ସୁଇଟର ମାଆ୨୦୧୯ଗନ୍ କେଶ୍ଦେବଶ୍ରୀ ଦାସଗୁପ୍ତାମର୍ଦ୍ଦାନୀ ୨ହର୍ଣ୍ଣି କପୂର୨୦୨୦ଘୂମକେତୁଶ୍ରୀମତୀ ବଦ୍ଲାନୀଜୀ ୫ରେ ମୁକ୍ତିଲାଭ୨୦୨୧ରାମପ୍ରସାଦ କି ତେରଭିଃରାମପ୍ରସାଦଙ୍କ ବୋହୂନେଟଫ୍ଲିକ୍ସରେ ମୁକ୍ତିଲାଭ୨୦୨୨ତାରା ଭର୍ସେସ୍ ବିଲାଲଶନ୍ନୋ୨୦୨୩ଇସ୍କ-ଏ-ନାଦାନରେଖାଜିଓ ସିନେମାରେ ରିଲିଜ୍ ଦୂରଦର୍ଶନ ଓ ୱେବ୍ ସିରିଜ୍ ସେ ଲେଖା ଟଣ୍ଡନ ଓ ଗୁଲ୍ ଆନନ୍ଦଙ୍କ ଧାରାବାହିକ ଫରମାନ୍‌ରେ ସେ ପ୍ରଥମେ କାମ କରିବା ଆରମ୍ଭ କରିଥିଲେ । କନୱଲଜିତଙ୍କ ନାୟିକା ଭାବରେ ସେ ଏହି ଧାରାବାହିକରେ ଅଭିନୟ କରିଥିଲେ । ତାଙ୍କର କେତେକ ଉଲ୍ଲେଖନୀୟ ଧାରାବାହିକ ହେଉଛି ଜୀ ଟିଭିରେ ପ୍ରସାରିତ ଧାରାବାହିକ ଟସନ-ଏକ-ଇସ୍କ ଓ ୯ ମାଲାୱର ହିଲ୍ସ, ଦୂରଦର୍ଶନରେ ଜୁନୁନ୍ ଏବଂ ଏପିକ୍ ଟିଭିରେ ପ୍ରସାରିତ ସିୟାସତ୍ । ସେ ଶ୍ୟାମ ବେନେଗାଲଙ୍କ ଧାରାବାହିକ ଅମରାବତୀ କି କଥାୟେଁ ଏବଂ ସମ୍ବିଧାନ ଉପରେ ଆଧାରତି ଧାରାବାହିକର ୧୦ଟି ଭାଗରେ ସେ କାମ କରିଥିଲେ । ବର୍ଷଧାରାବାହିକ/ସିରିଜ୍ଭୂମିକାମନ୍ତବ୍ୟ୧୯୯୩ଫିଲ୍ମି ଚକ୍କର୨୧ ତମ ଅଧ୍ୟାୟଟିଭି ଧାରାବାହିକଫରମାନଆଇମାନ ବିବି୧୯୯୫ଅମରାବତୀ କି କଥାଏଁ୩ୟ ଅଧ୍ୟାୟ୧୯୯୬ଜୁନୁଜ୍ବିଭା୧୯୯୭୯ ମାଲାୱର ହିଲ୍ସ୨୦୦୭ଲେଫ୍ଟ ରାଇଟ୍ ଲେଫ୍ଟଶ୍ରୀମତି ସାହାଣୀ୨୦୧୪ସିୟାସତ୍ଆକବରଙ୍କ ପତ୍ନୀସମ୍ବିଧାନରେଣୁକା ରାୟମିନି ଟିଭି ସିରିଜ୍୨୦୧୫ଟସନ୍-ଏ-ଇସ୍କଉଷା ଶରଣଟିଭି ଧାରାବାହିକ୨୦୧୭-୨୦୨୨ହ୍ୱାଟ୍ ଦ ଫୋକ୍ସସ୍ (ସିଜିନ୍ ୧ - ୪)ସୁଧା ଶର୍ମାୱେବ୍ ସିରିଜ୍୨୦୧୮ଦି ଫ୍ୟାମିଲି ଭେକେସନ୍ (ସିଜିନ୍ ୧)ରୋହିଣୀର ମାଆ୨୦୨୧ମର୍ଡ଼ର୍ ମେରି ଜାନ୍ଆଦିତ୍ୟର ମାଆହଟଷ୍ଟାର କୁଇକ୍ସ ଶୋ୨୦୨୩ଦି ଫ୍ୟାମିଲି ଭେକେସନ୍ (ସଜିନ୍ ୩)ଶ୍ରୀମତୀ ଚୋପ୍ରା (ରୋହିଣୀଙ୍କ ମାଆ) ଜାନବାଜ ହିନ୍ଦୁସ୍ତାନ କେକାବ୍ୟାର ମାଆଜୀ ୫ ୱେବ୍ ସିରିଜ୍ ଥିଏଟର ଦୀପିକା ବେରି ଜନଙ୍କ ଦ୍ୱାରା ନିର୍ଦ୍ଦେଶିତ ନାଟକ ଜରିଆରେ ମଞ୍ଚରେ ଅଭିନୟ କରିବା ଆରମ୍ଭ କରିଥିଲେ । ଥିଏଟରରେ ତାଙ୍କ ସହିତ ମନୋଜ ବାଜପେୟୀ ଓ ଶାହାରୁଖ ଖାନ ଭଳି କଳାକାରମାନେ କାମ କରୁଥିଲେ । ସେ ଲିଲ୍ଲେତ ଦୁବେଙ୍କ ନିର୍ଦ୍ଦେଶନା ପ୍ରାଇମ୍ ଟାଇମ୍ ଥିଏଟର କମ୍ପାନୀର ଜଣେ ସଦସ୍ୟ ଭାବରେ ଅନେକ ବର୍ଷଯାଏଁ କାମ କରିଛନ୍ତି । ସେ ଗିରିଶ କର୍ଣ୍ଣାଡ଼ଙ୍କ ନାଟକ ବଏଲ୍‌ଡ୍ ବିନ୍ସ ଓନ୍ ଟୋଷ୍ଟ ଓ ୱେଡିଂ ଆଲବମ୍‌ରେ କାମ କରିଥିଲେ । ପ୍ରତାପ ଶର୍ମାଙ୍କ ସାମୀ ଓ ଗୀତିନାଟ୍ୟ ଗେଟ୍ ୟୋର୍ ଗନ୍ ଏବଂ ସାଉଥ୍ ପେସିଫିକ୍ ଭଳି ନାଟକରେ ଅଭିନୟ କରିଛନ୍ତି । ଆଧାର ବାହାର ଶ୍ରେଣୀ:ହିନ୍ଦୀ ଦୂରଦର୍ଶନ ଅଭିନେତ୍ରୀ ଶ୍ରେଣୀ:ହିନ୍ଦୀ କଥାଚିତ୍ର ଅଭିନେତ୍ରୀ ଶ୍ରେଣୀ:ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ ଶ୍ରେଣୀ:ଜୀବିତ ବ୍ୟକ୍ତି ଶ୍ରେଣୀ:ଭାରତୀୟ କଥାଚିତ୍ର ଅଭିନେତ୍ରୀ
Deepika Amin
https://or.wikipedia.org/wiki/Deepika_Amin
ଲେଉଟାଣି ଦୀପିକା ଅମିନ
ଡ୍ରକ୍ସିଡୋପା
https://or.wikipedia.org/wiki/ଡ୍ରକ୍ସିଡୋପା
ଡ୍ରକ୍ସିଡୋପା (ଇଂରାଜୀ ଭାଷାରେ Droxidopa), ନର୍ଥେରା ଏହାର ବେପାର ନାମ, ହେଉଛି ଏକ ଔଷଧ ଯାହା ଛିଡା ହେବା ସହିତ ନିମ୍ନ ରକ୍ତଚାପ ହେବାର ସ୍ନାୟୁଗତ କାରଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହି କାରଣଗୁଡ଼ିକ ମଧ୍ୟରେ ପାର୍କିନ୍‌ସନ୍ ରୋଗ, ସ୍ୱୟଂଶାସିତ ନ୍ୟୁରୋପାଥି ଏବଂ ଏକାଧିକ ସିଷ୍ଟମିକ୍ ଆଟ୍ରୋଫି ଅନ୍ତର୍ଭୁକ୍ତ ହୋଇପାରେ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ଅଇ, ଏବଂ ଉଚ୍ଚ ରକ୍ତଚାପ ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ କିମ୍ବା ହୃଦ୍‌ପାତ ହୋଇପାରେ । ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । ଏହା ଶରୀରରେ ନର୍‌ଏପିନେଫ୍ରିନ (ନରଆଡ୍ରେନାଲିନ୍) ରେ ପରିଣତ ହେବା ପରେ କାମ କରେ । ୨୦୧୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଡ୍ରକ୍ସିଡୋପା ଅନୁମୋଦିତ ହୋଇଥିଲା । ୟୁରୋପ କିମ୍ବା ବ୍ରିଟେନରେ ଏହା ଅନୁମୋଦିତ ନୁହେଁ । ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଦିନକୁ ୩୦୦ ମିଗ୍ରା ମାତ୍ରାରେ ଏକ ମାସ ଔଷଧର ମୂଲ୍ୟ ପ୍ରାୟ ୭୪୦ ଡଲାର ଅଟେ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Droxidopa
https://or.wikipedia.org/wiki/Droxidopa
ଲେଉଟାଣିଡ୍ରକ୍ସିଡୋପା
ଓମେଗା-3 ଏସିଡ ଇଥାଇଲ ଇଷ୍ଟର ସମୂହ
https://or.wikipedia.org/wiki/ଓମେଗା-3_ଏସିଡ_ଇଥାଇଲ_ଇଷ୍ଟର_ସମୂହ
ଓମେଗା-3 ଏସିଡ ଇଥାଇଲ ଇଷ୍ଟର ସମୂହ (ଇଂରାଜୀ ଭାଷାରେ Omega-3 acid ethyl esters ) ହେଉଛି ଓମେଗା-3 ଫ୍ୟାଟି ଏସିଡ୍ ଇକୋସାପେଣ୍ଟେନୋଇକ ଏସିଡ (ଇପିଏ) ଏବଂ ମାଛ ତେଲରେ ମିଳୁଥିବା ଡୋକୋସାହେକ୍ସେନୋଇକ ଏସିଡ (DHA) ମିଶ୍ରଣ । ଖାଦ୍ୟପେୟର ପରିବର୍ତ୍ତନ ସହିତ, ସେଗୁଡ଼ିକ ଉଚ୍ଚ ରକ୍ତ ଟ୍ରାଇଗ୍ଲିସେରାଇଡ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଯାହାଦ୍ୱାରା ଅଗ୍ନାଶୟ ପ୍ରଦାହ ରୋଗର ଆଶଙ୍କା ହ୍ରାସ ହୋଇପାରେ । ସେଗୁଡିକ ସାଧାରଣତଃ ଷ୍ଟାଟିନ୍ ଅପେକ୍ଷା କମ୍ ପସନ୍ଦ କରାଯାଏ ଏବଂ ଏନଏଚଏସ ସ୍କଟଲ୍ୟାଣ୍ଡ ଦ୍ୱାରା ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ କାରଣ ହୃଦଘାତର ଆଶଙ୍କା ହ୍ରାସ କରିବା ସମର୍ଥନ କରେନାହିଁ । ଓମେଗା-୩ ଏସିଡ ଇଥାଇଲ ଇଷ୍ଟର ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଢକାର, ବାନ୍ତି, ଏବଂ ପେଟ ବ୍ୟଥା ହୋଇପାରେ । ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ଏବଂ ଆନାଫାଇଲକ୍‌ସିସ ହୋଇପାରେ । ଗର୍ଭାବସ୍ଥାରେ ଏହାର ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନ ଥିବାବେଳେ କେତେକ ଓମେଗା-୩ ଫ୍ୟାଟି ଏସିଡ ଉପକାରୀ ହେବା ଦେଖାଯାଏ । ଏହା କିପରି କାମ କରେ ତାହା ସଂପୂର୍ଣ୍ଣ ସ୍ପଷ୍ଟ ନୁହେଁ । ୨୦୦୦ ମସିହାରେ ୟୁରୋପୀୟ ୟୁନିଅନରେ ଏବଂ ୨୦୦୪ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଓମେଗା-୩ ଏସିଡ ଇଥାଇଲ ଇଷ୍ଟର ଔଷଧ ଅନୁମୋଦନ କରାଯାଇଥିଲା । ଏହା ଏକ ବଂଶଗତ ବା ଜେନେରିକ ଔଷଧ ଏବଂ କାଉଣ୍ଟର ଉପରେ ଉପଲବ୍ଧ । ଯୁକ୍ତରାଜ୍ୟରେ ୨୦୧୯ ସୁଦ୍ଧା ଏକ ମାସ ଔଷଧ ଯୋଗାଣ ମୂଲ୍ୟ ୬ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୭.୫୦ ଡଲାର ଅଟେ । ୨୦୧୭ରେ, ଏହା ଆମେରିକାର ୧୫୮ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ତିନି ଲକ୍ଷରୁ ଅଧିକ ପ୍ରେସକ୍ରିପସନ ରହିଥିଲା । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Omega-3 acid ethyl esters
https://or.wikipedia.org/wiki/Omega-3_acid_ethyl_esters
ଲେଉଟାଣିଓମେଗା-3 ଏସିଡ ଇଥାଇଲ ଇଷ୍ଟର ସମୂହ
ଟରାସ କୋମ୍ପାନିଚେଙ୍କୋ
https://or.wikipedia.org/wiki/ଟରାସ_କୋମ୍ପାନିଚେଙ୍କୋ
ଡାହାଣ|thumb|367x367_ପିକସେଲ|କମ୍ପାନିକେଙ୍କୋ ଟରାସ କୋମ୍ପାନିଚେଙ୍କୋ (; ଜନ୍ମ: ୧୪ ନଭେମ୍ବର ୧୯୬୯, ଜନ୍ମସ୍ଥାନ: କ୍ୟିଭ, ୟୁକ୍ରେନିଆନ, ଏସ୍ଏସ୍ଆର୍) ଜଣେ ୟୁକ୍ରେନିୟ ରେକର୍ଡ଼ିଂ କଳାକାର, କୋବଜାର, ଗୀତିକାର, ସଙ୍ଗୀତକାର, ଗାୟକ ତଥା ଏକ ସଙ୍ଗୀତ ବ୍ୟାଣ୍ଡର ପୁରୋଧା । ସେ କୋବଜାରସ୍କାୟି ଟିସେଖ (କୋବଜାର ଗିଲ୍ଡ), ପ୍ରାରମ୍ଭିକ ସଙ୍ଗୀତ ଦଳ ଚୋରିଆ କୋଜାକ୍କା ଏବଂ ସର୍ମାଟିକା ଭଳି ବ୍ୟାଣ୍ଡର ସକ୍ରିୟ ସଦସ୍ୟ । ନଭେମ୍ବର ୨୦୦୪ରୁ ଜାନୁଆରୀ ୨୦୦୫ ମଧ୍ୟରେ ୟୁକ୍ରେନରେ ଚାଲିଥିବା କମଳା ବିପ୍ଳବରେ (ଅରେଞ୍ଜ ରିଭୋଲ୍ୟୁସନ୍) ସେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । ଏହା ବ୍ୟତୀତ ୨୦୧୩–୨୦୧୪ ମସିହାରେ ଇଉରୋମୈଦାନରେ ମଧ୍ୟ ସେ ଅଂଶଗ୍ରହଣ କରିଥିଲେ । ସେ ୟୁକ୍ରେନର ଜଣେ ଜଣାଶୁଣା ଓ ଭାସିଲ ଷ୍ଟୁସ୍ ପୁରସ୍କାର ବିଜେତା କଳାକାର । ସେ ଜଣେ ପ୍ରଶିକ୍ଷିତ ଚିତ୍ରକର ଓ କଳା ଐତିହାସିକ ଭାବେ ତାଲିମ ନେଇଥିଲେ ମଧ୍ୟ ସଙ୍ଗୀତ ପ୍ରତି ଥିବା ରୁଚି ପାଇଁ ଏହି ବୃତ୍ତିକୁ ଛାଡ଼ି ଦେଇଥିଲେ । ୨୦୨୨ ମସିହାରେ ରୁଷିଆ-ୟୁକ୍ରେନ ଯୁଦ୍ଧରେ ସେ ହତିଆର ଉଠାଇ ପ୍ରତ୍ୟକ୍ଷ ଯୁଦ୍ଧରେ ସାମିଲ ହୋଇଥିଲେ ଏବଂ ୨୪୧ ତମ ଟେରିଟୋରିଆଲ୍ ଡିଫେନ୍ସ ବ୍ରିଗେଡ଼ରେ ଯୋଗ ଦେଇଥିଲେ । thumb thumb ଆଧାର ବାହାର ଆଧାର Спадкоємець українських мудреців – інтерв'ю Інтерв`ю з Тарасом Компаніченком про перспективи традиційного музикування на автентичних співоцьких інструментах ଶ୍ରେଣୀ:୧୯୬୯ ଜନ୍ମ ଶ୍ରେଣୀ:ଜୀବିତ ବ୍ୟକ୍ତି ଶ୍ରେଣୀ:ୟୁକ୍ରେନର ସଙ୍ଗୀତକାର
Taras Kompanichenko
https://or.wikipedia.org/wiki/Taras_Kompanichenko
ଲେଉଟାଣି ଟରାସ କୋମ୍ପାନିଚେଙ୍କୋ