text
stringlengths 265
390k
| id
stringlengths 47
47
| dump
stringclasses 96
values | url
stringlengths 17
5.15k
| date
stringlengths 20
20
| file_path
stringlengths 109
155
| language
stringclasses 1
value | language_score
float64 0.31
1
| language_script
stringclasses 1
value | minhash_cluster_size
int64 1
1.05k
| top_langs
stringlengths 23
515
|
---|---|---|---|---|---|---|---|---|---|---|
ଧୋନୀଙ୍କ ଅବସରକୁ ନେଇ ଭାବପ୍ରବଣ ହେଲେ ଅଧିନାୟକ କୋହଲି; କହିଲେ ଏମିତି କଥା
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଅବସରରେ ଭାବପ୍ରବଣ ହୋଇଛନ୍ତି ବର୍ତମାନର ଅଧିନାୟକ ବିରାଟ କୋହଲି । ନିଜ ଟ୍ବିଟରରେ ସେ ପୋଷ୍ଟ କରିଥିବା ନିଜ ମନୋଭାବରେ ତାହା ସ୍ପଷ୍ଟ ପରିଲକ୍ଷିତ ହୋଇଛି । ଧୋନିଙ୍କ ଅଧିନାୟକତ୍ଵରେ ବିରାଟ ନିଜର କ୍ୟାରିଅର ଆରମ୍ଭ କରିଥିଲେ ଓ ଭାରତୀୟ ଦଳର ଟେଷ୍ଟ ଟୋପି ପିନ୍ଧିଥିଲେ। ବିଭିନ୍ନ ସମୟରେ ଧୋନୀଙ୍କ ପରାମର୍ଶ ଓ ପଡ଼ିଆରେ ତାଙ୍କୁ ସମର୍ଥନ ଦେଉଥିବାରୁ ବିରାଟ ଧୋନୀଙ୍କର ବେଶ୍ ପ୍ରଶଂସା କରିଥାଆନ୍ତି । ଧୋନୀ ଟେଷ୍ଟ ଦଳର ଅଧିନାୟକ ପଦ ଛାଡ଼ିବା ପରେ ଦାୟିତ୍ଵ ବିରାଟଙ୍କ କାନ୍ଧରେ ପଡ଼ିଥିଲା ଓ ପରବର୍ତୀ ସମୟରେ ଦିନିକିଆ ଓ ଟି-୨୦ ଦଳର ଅଧିନାୟକ ପଦ ମଧ୍ୟ ବିରାଟ ସମ୍ଭାଳିଥିଲେ ।
ବିରାଟ ଟ୍ବିଟରରେ ଧୋନୀଙ୍କ ଫଟୋ ସେୟାର କରି ଲେଖିଛନ୍ତି – ଦିନେ ନା ଦିନେ କ୍ରିକେଟ ଖେଳାଳିଙ୍କ ଯାତ୍ରା ଶେଷ ହୋଇଥାଏ । ମାତ୍ର ଯେତେବେଳେ ଆପଣ କାହାର ବହୁତ ନିକଟତମ ହୋଇଯାଆନ୍ତି ଆଉ ସେତେବେଳେ ସେ ଏପରି ଘୋଷଣା କରନ୍ତି ସେତେବେଳେ ଆପଣ ବହୁତ ଭାବପ୍ରବଣ ଅନୁଭବ କରନ୍ତି । '
ଏହା ସହ ବିରାଟ ଧୋନୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି-' ଦେଶପାଇଁ ଆପଣ ଯାହା କରିଛନ୍ତି ତାହା ସବୁବେଳେ ଲୋକଙ୍କ ହୃଦୟରେ ରହିବ । ମାତ୍ର ପରସ୍ପର ପ୍ରତି ଆମ ମଧ୍ୟରେ ଯେଉଁ ପାରସ୍ପରିକ ସମ୍ମାନ ଥିଲା ତାହା ସବୁବେଳେ ମୋ ସହ ରହିବ । ସବୁ ନିମନ୍ତେ ଆପଣଙ୍କୁ ଧନ୍ୟବାଦ କ୍ୟାପଟେନ୍ ।
Every cricketer has to end his journey one day, but still when someone you've gotten to know so closely announces that decision, you feel the emotion much more. What you've done for the country will always remain in everyone's heart…… pic.twitter.com/0CuwjwGiiS
— Virat Kohli (@imVkohli) August 15, 2020
ଏହା ସହ ବିରାଟ ସୁରେଶ ରୈନାଙ୍କ ଅବସର ପ୍ରସଙ୍ଗରେ ମଧ୍ୟ ଟ୍ବିଟରରେ ପ୍ରତିକ୍ରିୟା ଦେଇଛନ୍ତି ।' ଟପ୍ କ୍ୟାରିୟର ନିମନ୍ତେ ଭାବେଶ ବଧାଇ, ଆଗକୁ ଆସୁଥିବା ସମୟ ନିମନ୍ତେ -ଗୁଡ଼ଲକ୍ । '
Congratulations on a top career Bhavesh. Goodluck with everything ahead 😊👍 @ImRaina
— Virat Kohli (@imVkohli) August 15, 2020
ବିରାଟ କୋହଲି ପ୍ରଥମରୁ କହି ଆସିଛନ୍ତି ଯେ ସେ ହୁଏତ ଭାରତୀୟ ଦଳର ଅଧିନାୟକ । କିନ୍ତୁ ଧୋନୀ ସବୁବେଳେ ତାଙ୍କର ଅଧିନାୟକ ହୋଇ ରହିଛନ୍ତି ଓ ରହିଥିବେ । ବିରାଟ ଓ ଧୋନୀଙ୍କ ମଧ୍ୟରେ ସମ୍ପର୍କ ବେଶ୍ ନିବିଡ଼ ବୋଲି ସମସ୍ତେ ଜାଣନ୍ତି ।
ଦୁହେଁ ମିଶି ଅନେକବାର ଭାରତକୁ ବିଜୟୀ କରିଛନ୍ତି । ଏହା ପ୍ରଥମ ଥର ନୁହେଁ ଧୋନୀ ଅଚାନକ ସନ୍ୟାସ ଘୋଷଣ କରିଛନ୍ତି । ଏହାପୂର୍ବରୁ ୨୦୧୪ରେ ସେ ଟେଷ୍ଟ ଦଳରୁ ସନ୍ୟାସ ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ । ସେହିପରି ଦିନିକିଆ ଓ ଟି-୨୦ ଦଳରୁମଧ୍ୟ ଅବ୍ୟାହତି ନେବା ନେଇ ମଧ୍ୟ ସେ ଅଚାନକ ଘୋଷଣା କରିଥିଲେ । | <urn:uuid:eb761eec-9dba-49c8-b4ad-bf03e2202084> | CC-MAIN-2021-10 | https://www.samajalive.in/virat-kohli-reacted-on-ms-dhoni-retirement-tweeted-every-cricketer-has-to-end-his-journey-one-day/204314.html | 2021-03-08T18:41:02Z | s3://commoncrawl/crawl-data/CC-MAIN-2021-10/segments/1614178385389.83/warc/CC-MAIN-20210308174330-20210308204330-00250.warc.gz | ory | 0.999966 | Orya | 1 | {"ory_Orya_score": 0.9999656677246094} |
କରୋନାର ଦ୍ୱିତୀୟ ଲହରୀ ରୋକିବାକୁ ଟିକାକରଣ ଜରୁରୀ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
ନାଇଟ କର୍ଫ୍ୟୁ ଓ ଆଂଶିକ ଲକଡାଉନ୍ ଫଳପ୍ରଦ ହେବନି
ସତର୍କତା ମୂଳକ ପଦକ୍ଷେପ ସତ୍ତ୍ୱେ ଦ୍ୱିତୀୟ ୱେଭ ଆସିବ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
ନାଇଟ କର୍ଫ୍ୟୁ ଓ ଆଂଶିକ ଲକଡାଉନ୍ ଫଳପ୍ରଦ ହେବନି
ଟିକାକରଣ ଦ୍ୱାରା କରୋନାର ଦ୍ୱିତୀୟ ୱେଭ ଉପରେ ରୋକ ଲଗାଯାଇ ପାରିବ
ଆଗାମୀ ଦିନରେ ଅଧିକ ସଂଖ୍ୟାରେ ଲୋକଙ୍କର ଟିକାକରଣ କରାଯିବ
ମହାମାରୀ ଗୁଡିକ ବିଭିନ୍ନ ପର୍ଯ୍ୟାୟରେ ସଂକ୍ରମିତ କରନ୍ତି
କୋଭିଡର ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ଆସିବ
ନୂଆଦିଲ୍ଲୀ: ଦେଶରେ କରୋନା ସଙ୍କଟ ଜାରି ରହିଥିବା ବେଳେ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। କରୋନା ସଂକ୍ରମଣକୁ ରୋକିବାକୁ ଦେଶର ବିଭିନ୍ନ ସ୍ଥାନରେ ନାଇଟ କର୍ଫ୍ୟୁ ଓ ଆଂଶିକ ଲକଡାଉନ ଘୋଷଣା କରାଯାଉଛି । ହେଲେ ଏହା ସେତେଟା ଫଳପ୍ରଦ ହେବ ନାହିଁ, କରୋନାର ଦ୍ୱିତୀୟ ଲହରୀ ଏଡ଼ାଯାଇ ନପାରେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ କହିଛନ୍ତି । ଟିକାକରଣ ଦ୍ୱାରା କରୋନାର ଦ୍ୱିତୀୟ ୱେଭ ଉପରେ ରୋକ୍ ଲଗାଯାଇପାରିବ ବୋଲି ଏକ ଜାତୀୟ କନକ୍ଲେଭରେ ଯୋଗଦେଇ ମତ ଦେଇଛନ୍ତି ।
ଆଗାମୀ ଦିନରେ କରୋନାର ମୁକାବିଲା ପାଇଁ ଅଧିକ ସଂଖ୍ୟାରେ ଲୋକଙ୍କ ଟିକାକରଣ କରାଯିବ । ପର୍ଯ୍ୟାୟ କ୍ରମେ କମ ବୟସର ବ୍ୟକ୍ତିମାନଙ୍କ ଟିକାକରଣ ପାଇଁ ପଦକ୍ଷେପ ନିଆଯିବ । ବର୍ତ୍ତମାନ ଯେଉଁମାନେ କୋଭିଡ୍ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ଅଧିକ, ସେମାନଙ୍କୁ ଟିକା ଦେବା ପାଇଁ ପ୍ରାଥମିକତା ଦିଆଯାଉଛି । ସରକାରଙ୍କ ପକ୍ଷରୁ ଏଥିପାଇଁ ସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି । କରୋନା ମହାମାରୀର ମୁକାବିଲା ପାଇଁ ନିଆଯାଉଥିବା ସମସ୍ତ ପଦକ୍ଷେପ ବିଜ୍ଞାନସମ୍ମତ ।
କରୋନା ମୁକାବିଲା ପାଇଁ ନିଆଯାଇଥିବା କଣ୍ଟେନମେଣ୍ଟ ପଦକ୍ଷେପକୁ ସାରା ବିଶ୍ୱରେ ପ୍ରଶଂସା କରାଯାଇଛି । ଏଥିସହ କରୋନା ଭୂତାଣୁର ରୂପରେ କୌଣସି ପରିବର୍ତ୍ତନ ଆସୁଛି କି ନାହିଁ, ସେ ସମ୍ପର୍କରେ ଜାଣିବା ପାଇଁ ଜେନମ୍ ସିକ୍ୱେନସିଂ କରାଯାଉଛି । ଭାରତ ପକ୍ଷରୁ ଅନେକ ସତର୍କତା ମୂଳକ ପଦକ୍ଷେପ ନିଅ ଯାଉଥିଲେ ମଧ୍ୟ କରୋନାର ଦ୍ୱିତୀୟ ଲହରୀ ଆସିବ, ଏହାକୁ ଏଡାଇ ହେବ ନାହିଁ । ମହାମାରୀ ଗୁଡିକ ସାଧାରଣତଃ ବିଭିନ୍ନ ପର୍ଯ୍ୟାୟରେ ଆସିଥାନ୍ତି, ତେଣୁ କୋଭିଡର ମଧ୍ୟ ବିଭିନ୍ନ ପର୍ଯ୍ୟାୟ ରହିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
ସେପଟେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬୨ ହଜାର ୨୫୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୯୧ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଏଯାବତ୍ ଦେଶରେ ୧ କୋଟି ୧୯ ଲକ୍ଷ ୮ ହଜାର ୯୧୦ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧ କୋଟି ୧୨ ଲକ୍ଷ ୯୫ ହଜାର ୨୩ ଜଣ ଆରୋଗ୍ୟ ହୋଇଛନ୍ତି । ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪,୫୨,୬୪୭ । କରୋନା ସଂକ୍ରମଣ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୬୧ ହଜାର ୨୪୦ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ମଳିଛି । କରୋନାମୁକାବିଲା ପାଇଁ ସାରା ଦେଶରେ ଟିକାକରଣ ଚାଲୁ ରହିଛି । ଏପର୍ଯ୍ୟନ୍ତ ୫କୋଟି ୮୧ ଲକ୍ଷ ୯ ହଜାର ୭୭୩ ଜଣଙ୍କୁ ଟିକା ଦିଆଯାଇଛି । | <urn:uuid:2a731a6c-4e2d-4966-a0ab-9d867cbba1f5> | CC-MAIN-2021-17 | https://khabar.odishatv.in/nation-and-world/health-minister-harsh-vardhan-said-vaccination-is-necessary-to-stop-the-second-wave/254860/ | 2021-04-17T00:08:05Z | s3://commoncrawl/crawl-data/CC-MAIN-2021-17/segments/1618038092961.47/warc/CC-MAIN-20210416221552-20210417011552-00136.warc.gz | ory | 1.000006 | Orya | 1 | {"ory_Orya_score": 1.000005841255188} |
ଗୁଜରାଟ: ଧାର୍ମିକ ରାସ୍ତା ଆପଣେଇବା ପାଇଁ କିଛିଦିନ ପୂର୍ବରୁ ବଲିଉଡ ଛାଡିଥିଲେ ଅଭିନେତ୍ରୀ ସନା ଖାନ । ଏପରିକି ନିଜ ପ୍ରେମିକ ବିରୋଧରେ ବି ଆଣିଥିଲେ ସଙ୍ଗୀନ ଅଭିଯୋଗ । ଶେଷରେ ଗୁଜରାଟର ସୁରଟରେ ଏହି ଅଭିନେତ୍ରୀ ଜଣେ ମୌଲାନାଙ୍କୁ ବିବାହ କରି ସମସ୍ତଙ୍କୁ ଚମକାଇଦେଇଛନ୍ତି ।
ଗତକାଲି ରାତିରେ ମୌଲାନା ମୁଫ୍ତି ଆନୁସଙ୍କୁ ସେ ବିବାହ କରିବାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ବିଗ୍ବସ୍ ଓ ଅନେକ ଫିଲ୍ମରେ ନଜର ଆସିଥିବା ସନା ଖାନ ଏହି ଭିଡିଓରେ ହିଜାବ ପିନ୍ଧି, କେକ୍ କାଟି ନିଜ ସ୍ୱାମୀଙ୍କୁ ଖୁଆଇବାରେ ଦେଖିବାକୁ ମିଳିଛି ।
View this post on Instagram
ଏହି ବିବାହ ପୂର୍ବରୁ ସନା ଖାନ କୋରିଓଗ୍ରାଫର୍ ମେଲଭିନ୍ ଲୁଇସଙ୍କ ପ୍ରେମରେ ପଡିଥିଲେ । ହେଲେ ଚଳିତବର୍ଷ ଫେବ୍ରୁଆରୀ ମାସରେ ମେଲଭିନ୍ଙ୍କଠାରୁ ଅଲଗା ହୋଇ ତାଙ୍କ ବିରୋଧରେ ସୋସିଆଲ୍ ମିଡିଆରେ ଅଭିଯୋଗ କରିଥଲେ । ପରେପରେ ସେ ଫିଲ୍ମ ଇଣ୍ଡଷ୍ଟ୍ରୀ ଛାଡି ଧାର୍ମିକ ରାସ୍ତା ଆପଣେଇବା ନେଇ ସୋସିଆଲ ମିଡିଆରେ ଘୋଷଣା ବି କରିଥିଲେ ।
View this post on Instagram
ଅଭିନେତ୍ରୀ ସନା ଖାନ ବିଗବସ, ଫିଅର ଫାକ୍ଟର ଭଳି ରିୟାଲିଟି ସୋ' ସମେତ ସଲମାନଙ୍କ ସହ ଫିଲ୍ମ ଜୟ ହୋରେ ନଜର ଆସିଥିଲେ । ସେହିଭଳି ମଲୟାଲମ, ତାମିଲ, ତେଲୁଗୁ ଓ ଅନେକ କନ୍ନଡ ଫିଲ୍ମରେ ବି ସେ ଅଭିନୟ କରିଥିଲେ । | <urn:uuid:c52b848e-9553-4f2c-9b77-07dbd4b1d304> | CC-MAIN-2021-21 | https://odishasambad.in/viral-sana-khan-gets-married-to-mufti-anaas-in-intimate-wedding/ | 2021-05-15T03:04:14Z | s3://commoncrawl/crawl-data/CC-MAIN-2021-21/segments/1620243991812.46/warc/CC-MAIN-20210515004936-20210515034936-00047.warc.gz | ory | 0.999938 | Orya | 1 | {"ory_Orya_score": 0.9999381303787231} |
ବୈଜୟନ୍ତ କହିଲେ, 'ଦାମ ବାବୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଅନ୍ୟାୟ ଭଳି ଲାଗୁଛି'
ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ଭୁବନେଶ୍ୱର ସ୍ଥିତ ତାଙ୍କ ସରକାରୀ ବାସଭବନରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଆଜି ଭେଟିଛନ୍ତି। ଦାମୋଦର ରାଉତ ବିଜେଡିରୁ ବହିଷ୍କାର ପରେ ବୈଜୟନ୍ତ ପଣ୍ଡାଙ୍କ ଏହା ହେଉଛି ପ୍ରଥମ ସାକ୍ଷାତ।
ଦାମୋଦର ରାଉତଙ୍କୁ ଭେଟିବା ପରେ ବୈଜୟନ୍ତ ପଣ୍ଡା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, 'ଏହା ବହୁତ ଦୁଃଖର କଥା ଯେ, ବିଜୁ ବାବୁଙ୍କର ଯେଉଁମାନେ ଦୃଢ଼ ସମର୍ଥକ ବହୁ ଦଶନ୍ଧି ହେଲା ତାଙ୍କ ସାଙ୍ଗରେ ନିଜେ ସହଯୋଗ କରି କାମ କରିଛନ୍ତି, ତାଙ୍କୁ ଗୋଟେ ପରେ ଗୋଟେ ସମସ୍ତଙ୍କୁ ବାହାର କରି ଦିଆଯାଇଛି। ଏବେ ଯାହା ଦାମ ବାବୁଙ୍କ ଉପରେ ଆକ୍ସନ ନିଆଯାଇଛି, ଏଇଟା ଅନ୍ୟାୟ ଭଳି ଲାଗୁଛି। ଯେଉଁ ଦଳ ବିଜୁ ଜନତା ଦଳ ସହିତ ଆମେ ସମସ୍ତେ ମୂଳରୁ ସଂପୃକ୍ତ ଥିଲୁ ଏବଂ ବହୁ ବର୍ଷ ପାଇଁ ଗର୍ବ ଅନୁଭବ କରୁଥିଲୁ, ସେହି ଦଳରେ ଯେତେବେଳେ ଏଭଳି ଗମ୍ଭୀର ଅଭିଯୋଗ ଆସୁଥିଲା ଭ୍ରଷ୍ଟାଚାର ବିଷୟରେ ତତ୍କ୍ଷଣାତ ତା'ଉପରେ କାର୍ଯ୍ୟାନୁଷ୍ଠାନ ହେଉଥିଲା। ଯାଞ୍ଚ ହେଉଥିଲା। ଏବେ ଯିଏ ଓଲଟା ଅଭିଯୋଗ କରୁଛନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଯାଞ୍ଚ କିଛି ହେଉନି କିମ୍ବା ଆକ୍ସନ କିଛି ନିଆଯାଉ ନାହିଁ। ଏଇଟା ଭାରି ଦୁଃଖର କଥା। ଏଇଟା ସେହି ବିଜୁ ଜନତା ଦଳ ଆଉ ନାହିଁ ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା'।
— ଓଟିଭି (@otvkhabar) 13 September 2018
ଏପଟେ ବୈଜୟନ୍ତ ପଣ୍ଡାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ପରେ ଦାମୋଦର ରାଉତ ପ୍ରତିକ୍ରିୟା ରଖିଛନ୍ତି।
— ଓଟିଭି (@otvkhabar) 13 September 2018 | <urn:uuid:5900b9b1-752e-489c-add6-37104334c2bd> | CC-MAIN-2021-21 | https://khabar.odishatv.in/odisha/baijayant-panda-meets-damodar-rout/26352/ | 2021-05-07T09:23:18Z | s3://commoncrawl/crawl-data/CC-MAIN-2021-21/segments/1620243988775.80/warc/CC-MAIN-20210507090724-20210507120724-00187.warc.gz | ory | 0.999935 | Orya | 1 | {"ory_Orya_score": 0.9999349117279053} |
ମୋ ମାଆ
ମୋ ମାଆ1 min 199 1 min 199
ମୋ ମାଆ
ମୋ ପାଇଁ ପୂଣ୍ୟ ଦେବାଳୟ ତୁହି
ମମତାର ପାରାବାର ଶରଧାର ନୀରିଝର
ସ୍ନେହର ଅସୁଖା ନଈ ..।
ଦଶମାସ ମୋତେ ପେଟରେ ଧରିଲୁ
କେତେଯେ କଷଣ ସହି
ଗରଭରେ ତୋର କେତେ ଯତନରେ
ରଖିଥିଲୁ ମୋତେ ତୁହି ।
ତୋକୋଳରେ ପରା ଜନମ ନେଇଲୋ
ଧନ୍ୟ ହୋଇଛି ମୁହିଁ
ମୋ ମାଆ
ମୋ ପାଇଁ ସ୍ନେହର ଅଶୁଖା ନଈ ...।
ହାରିଗଲେ ମୋତେ ସାହସ ଦେଇଛୁ
ଜତିବା ପାଇଁକି ବଳ
ସବୁ ଅବସାଦ ଉଭେଇ ଯାଏଲୋ
କରିଦେଲେ ମୋତେ କୋଳ ।
ରୋଗ ଶେଯେ ମୋର
କେତେ ରାତି ତୋର ।
ପାହିଛିଲୋ ଚେଇଁ ଚେଇଁ
ମୋ ମାଆ
ମୋ ପାଇଁ ପୂଣ୍ୟ ଦେବାଳୟ ତୁହି . । | <urn:uuid:404ead2d-614c-4494-9c41-d60d2bd12d26> | CC-MAIN-2021-25 | https://storymirror.com/read/oriya/poem/mo-maaaa/e2htt576 | 2021-06-23T06:08:50Z | s3://commoncrawl/crawl-data/CC-MAIN-2021-25/segments/1623488534413.81/warc/CC-MAIN-20210623042426-20210623072426-00096.warc.gz | ory | 0.999965 | Orya | 1 | {"ory_Orya_score": 0.9999653100967407} |
'ପାକିସ୍ତାନ କ୍ରିକେଟ୍ର ହତ୍ୟା କରିଛି ନ୍ୟୁଜିଲ୍ୟାଣ୍ଡ'
ଇସଲାମାବାଦ: ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଠିକ୍ ପୂର୍ବରୁ ଏମିତି ଏକ ଖବର ଆସିଲା, ଯାହା ପୂରା ପାକିସ୍ତାନ ଓ ସାରା ଦୁନିଆର ଫ୍ୟାନଙ୍କୁ ଚକିତ କରିଦେଇଛି। ରାୱଲପିଣ୍ଡିରେ ହେବାକୁଥିବା ପ୍ରଥମ ଦିନିକିଆର ଠିକ୍ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ପୂରା ଗସ୍ତ ବାତିଲ କରିଦେଇଛି। ଆଉ ଏହାର ଅସଲ କାରଣ ହେଉଛି ସୁରକ୍ଷା ବ୍ୟବସ୍ଥା। ନ୍ୟୁଜିଲ୍ୟାଣ୍ଡ ସରକାର ତୁରନ୍ତ ତା'ର କ୍ରିକେଟ୍ ଟିମକୁ ପାକିସ୍ତାନରୁ ଫେରି ଆସିବାକୁ ନିର୍ଦ୍ଦେଶ ଦେଇଛି। ଏହା ପରେ ପୂରା ଗସ୍ତ ବାତିଲ କରିବାକୁ ପଡ଼ିଛି।
ନ୍ୟୁଜିଲ୍ୟାଣ୍ଡର ଏହି ନିଷ୍ପତ୍ତିରେ ଭୀଷଣ ରାଗି ଯାଇଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ଓ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)। ରାୱଲପିଣ୍ଡି ଏକ୍ସପ୍ରେସ ନାମରେ ପରିଚିତ ପୂର୍ବତନ ପେସ୍ ବୋଲର ଶୋଏବ ଅଖତର ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଉପରେ ବର୍ଷି କହିଛନ୍ତି ଯେ ସେମାନେ ପାକିସ୍ତାନ କ୍ରିକେଟର ହତ୍ୟା କରିଛନ୍ତି। ସେହିପରି ପିସିବିର ନୂଆ ଚେୟାରମ୍ୟାନ୍ ରମୀଜ ରାଜା ଚେତାବନୀ ଦେଇ କହିଛନ୍ତି ଯେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ବୋର୍ଡକୁ ଆଇସିସିର ଅଦାଲତରେ ଆଗ କଥା ଶୁଣିବାକୁ ପଡ଼ିବ।
NZ just killed Pakistan cricket 😡😡
— Shoaib Akhtar (@shoaib100mph) September 17, 2021
ଅଖତର ଟ୍ୱିଟ୍ କରି ଲେଖିଛନ୍ତି, ନ୍ୟୁଜିଲ୍ୟାଣ୍ଡ ପାକିସ୍ତାନ କ୍ରିକେଟର୍ ହତ୍ୟା କରିଛି। ଅଖତର ଆହୁରି ଲେଖିଛନ୍ତି, ନ୍ୟୁଜିଲ୍ୟାଣ୍ଡକୁ କିଛି କଥା ମନେ ରଖିବାକୁ ପଡ଼ିବ। କ୍ରାଇଷ୍ଟଚର୍ଚ୍ଚରେ ହୋଇଥିବା ଆକ୍ରମଣରେ ପାକିସ୍ତାନର ୯ ଜଣଙ୍କର ମୃତ୍ୟୁ ହୋଇଥିଲା। ନ୍ୟୁଜିଲ୍ୟାଣ୍ଡ ପ୍ରଶଂସକଙ୍କ ଦ୍ୱାରା ଖରାପ ବ୍ୟବହାର ସତ୍ତ୍ୱେ ପାକିସ୍ତାନ କୋଭିଡ୍-୧୯ର କଠିନ ପରିସ୍ଥିତିରେ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିଥିଲା। ଏହା ଏକ ପ୍ରକାର ପରୋକ୍ଷ ବିପଦ ଥିଲା ଏବଂ ଏହା ଉପରେ ଆଲୋଚନା କରାଯାଇ ପାରିଥାନ୍ତା।
° This was just an unverified threat, it could have been discussed.
° Prime Minister Imran Khan personally spoke to his NZ counterpart and assured but it was still refused.
° Pakistan has safely hosted South Africa, Bangladesh, West Indies, Sri Lanka, Zimbabwe & PSL.
— Shoaib Akhtar (@shoaib100mph) September 17, 2021
ଅଖତର ଆହୁରି କହିଛନ୍ତି, ଆମର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନ୍ୟୁଜିଲ୍ୟାଣ୍ଡ ପ୍ରତିପକ୍ଷଙ୍କ ସହ କଥା ହୋଇ ସେମାନଙ୍କୁ ଆଶ୍ୱାସନା ଦେଇଥିଲେ। କିନ୍ତୁ ଏହା ସତ୍ତ୍ୱେ ନ୍ୟୁଜିଲ୍ୟାଣ୍ଡ ଦଳ ଖେଳିବାକୁ ମନା କରିଦେଲା। ପାକିସ୍ତାନ ନିକଟରେ ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା, ଜିମ୍ବାୱେ ଓ ପିଏସଏଲର ସଫଳ ଆୟୋଜନ କରିଛି।
Crazy day it has been! Feel so sorry for the fans and our players. Walking out of the tour by taking a unilateral approach on a security threat is very frustrating. Especially when it's not shared!! Which world is NZ living in??NZ will hear us at ICC.
— Ramiz Raja (@iramizraja) September 17, 2021
ଏଥି ସହ ପିସିବିର ନୂତନ ଚେୟାରମ୍ୟାନ୍ ରମୀଜ ରାଜା ନ୍ୟୁଜିଲ୍ୟାଣ୍ଡ ବୋର୍ଡରେ ବର୍ଷିଛନ୍ତି। ସେ କହିଛନ୍ତି ଯେ କିୱି ବୋର୍ଡ ଏକପାଖିଆ ନିଷ୍ପତ୍ତି ନେଇଛି। ଏହା ଅତ୍ୟନ୍ତ ନୈରାଶ୍ୟଜନକ ନିଷ୍ପତ୍ତି। ପ୍ରଶଂସକ ଏବଂ ଖେଳାଳିଙ୍କ ପାଇଁ ମୁଁ ବହୁତ ଦୁଃଖିତ। ସୁରକ୍ଷା ବିପଦକୁ ନେଇ ନ୍ୟୁଜିଲ୍ୟାଣ୍ଡ ବୋର୍ଡର ଏକପାଖିଆ ନିଷ୍ପତ୍ତି ଅତ୍ୟନ୍ତ ନିରାଶାଜନକ। ନ୍ୟୁଜିଲ୍ୟାଣ୍ଡ କେଉଁ ଦୁନିଆରେ ବାସ କରୁଛି? ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ଆଇସିସିରେ ଆମ କଥା ଶୁଣିବ।
ନ୍ୟୁଜିଲ୍ୟାଣ୍ଡ ପାକିସ୍ତାନ ଗସ୍ତ ବାତିଲ କରିବା ପରେ ଏବେ ଇଂଲଣ୍ଡ ସିରିଜ୍ ମଧ୍ୟ ବିପଦରେ ପଡ଼ିଯାଇଛି। ଇଂଲଣ୍ଡ ଟିମ୍ ଅକ୍ଟୋବରେ ପାକିସ୍ତାନ ଗସ୍ତରେ ଟି-୨୦ ସିରିଜ୍ ଖେଳିବ। କିନ୍ତୁ ଇସିବି ଏବେ ଏକ ବିବୃତ୍ତି ଜାରି କରି କହିଛି ଯେ ସେମାନେ ଆଗାମୀ ୨୪ରୁ ୪୮ ଘଣ୍ଟା ଭିତରେ ଭବିଷ୍ୟତ ନିଷ୍ପତ୍ତି ନେବେ। ଅଷ୍ଟ୍ରେଲିଆ ମଧ୍ୟ ଆସନ୍ତାବର୍ଷ ପାକିସ୍ତାନ ଗସ୍ତ କରିବ। ଏହାବ୍ୟତୀତ ଅଷ୍ଟ୍ରେଲିଆ ଟିମ୍ ପାକିସ୍ତାନରେ ୨ ଟେଷ୍ଟ, ୩ ଦିନିକିଆ ଓ ୩ ଟି-୨୦ ମ୍ୟାଚ୍ ଖେଳିବ। ଅଷ୍ଟ୍ରେଲିଆ ଟିମ୍ ୧୯୯୮ ପରେ ପାକିସ୍ତାନ ଗସ୍ତ କରିନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ। | <urn:uuid:c41e9ad6-be1d-46f2-803a-bbeeabef5a30> | CC-MAIN-2021-43 | https://odishareporter.in/sports/cricket/nz-just-killed-pakistan-cricket-says-shoaib-akhtar-676637 | 2021-10-28T20:50:35Z | s3://commoncrawl/crawl-data/CC-MAIN-2021-43/segments/1634323588526.57/warc/CC-MAIN-20211028193601-20211028223601-00110.warc.gz | ory | 0.999582 | Orya | 1 | {"ory_Orya_score": 0.9995823502540588} |
ହୃଦୟର ବେଦନା
ହୃଦୟର ବେଦନା1 min 199 1 min 199
ହୃଦୟର ବେଦନା
କାହାକୁ ବା ଜଣା,
ରାତିସାରା ଝରେ ଲୁହ
ଲୁଚେଇବାକୁ ମନର କୋହ ।
ବିଶ୍ବାସୀ ଲୋକର
ପ୍ରତାରଣା,
କରି ଦେଲା ଆଜି
ବାଟବଣା ।
ବେଶ୍ କିଛି ଦିନ ପାଦ ଥିଲା
ଫୁଲ ଭରା ରାସ୍ତାରେ,
ଆଜି ରାସ୍ତା ମୋର ଭରିଗଲା
ଯନ୍ତ୍ରଣା ର କଣ୍ଟାରେ ।
ମନର କୋହ ଏ
ନୁହେଁ ଶରୀରର ଆଘାତ,
କେମିତି ସହିବି ଏ
ବେଦନାର କଷ୍ଟ ।
ସ୍ବାର୍ଥ ସରିଗଲେ ଏଠି
ସବୁ ତ ଅଚିହ୍ନା,
ଖେଳନ୍ତି ହୃଦୟ ସହ
ଭାବି ଖେଳନା ।
ବଞ୍ଚିବାକୁ ହବ ଏଠି
ଲୁହ ପିଇ ପିଇ,
ଯନ୍ତ୍ରଣାର କଷ୍ଟରେ ମରିବାକୁ ହେବ
ନିଜ ଭୁଲ୍ ପାଇଁ ।
ଦୁନିଆ ଆଗରେ ହସିବାକୁ ହେବ
ମନ ଯାଉ ପଛେ ଭାଙ୍ଗି,
ବୁଝାଇବାକୁ ହେବ ହୃଦୟ କୁ ମୋ
ତତେ ଭୁଲି ଯିବା ପାଇଁ । । । | <urn:uuid:ea83fbfb-6770-42dd-82b9-9d88a73fbf23> | CC-MAIN-2021-43 | https://storymirror.com/read/oriya/poem/hrdyyr-bednaa/smu4hgv9 | 2021-10-25T04:06:13Z | s3://commoncrawl/crawl-data/CC-MAIN-2021-43/segments/1634323587623.1/warc/CC-MAIN-20211025030510-20211025060510-00270.warc.gz | ory | 1.000003 | Orya | 1 | {"ory_Orya_score": 1.0000032186508179} |
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (22.10.2017) ଗୁଜରାଟ ଗସ୍ତ କରିବେ ।
ଗସ୍ତ କାଳରେ ଘୋଘାଠାରେ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଘୋଘା-ଦହେଜ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନୌଚାଳାଚଳ ସେବାର ଶୁଭାରମ୍ଭ କରିବେ । ଏହା ସୌରାଷ୍ଟ୍ର ଅଞ୍ଚଳର ଘୋଘା ଏବଂ ଦକ୍ଷିଣ ଗୁଜରାଟର ଦହେଜ ମଧ୍ୟରେ ଯାତାୟାତରେ ଯଥେଷ୍ଟ ସମୟ କମାଇବ । ଘୋଘା ଓ ଦହେଜ ମଧ୍ୟରେ ଯାତ୍ରା ପାଇଁ ପୂର୍ବରୁ 7-8 ଘଣ୍ଟା ସମୟ ଲାଗୁଥିବା ବେଳେ ଫେରୀ-ସେବା ଦ୍ଵାରା ଏହା ପ୍ରାୟ ଏକ ଘଣ୍ଟାକୁ ହ୍ରାସ ପାଇବ । ସଂପୂର୍ଣ୍ଣ ଭାବେ ଫେରୀ-ସେବା କାର୍ଯ୍ୟକାରୀ ହେଲେ ଏହା ଜରିଆରେ ମୋଟର ଗାଡି ମଧ୍ୟ ପରିବହନ କରାଯାଇପାରିବ । ତେବେ ପ୍ରଧାନମନ୍ତ୍ରୀ ରବିବାର ଦିନ ଉଦ୍ଘାଟନ କରୁଥିବା ପ୍ରଥମ ପର୍ଯ୍ୟାୟ ନୌସେବା (ଫେରୀ-ସେବା)ଦ୍ଵାରା କେବଳ ଯାତ୍ରୀମାନେ ଯାତାୟାତ କରିପାରିବେ ।
ଫେରୀ-ସେବା ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ପ୍ରଥମେ ଘୋଘାରୁ ଦହେଜ ପର୍ଯ୍ୟନ୍ତ ନୌଯାତ୍ରା କରିବେ । ଦହେଜରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ସେଠାରେ ଏକ ଜନସମାବେଶକୁ ସମ୍ବୋଧିତ କରିବେ ।
ସେହିପରି ଘୋଘାଠାରେ ଏକ ଜନସଭାରେ ପ୍ରଧାନମନ୍ତ୍ରୀ ସର୍ବୋତ୍ତମ ଗୋଖାଦ୍ୟ ପ୍ଲାଣ୍ଟକୁ ଉଦ୍ଘାଟନ କରିବେ । ଶ୍ରୀ ଭାବନଗର ଜିଲ୍ଲା ସମବାୟ ଦୁଗ୍ଧ ଉତ୍ପାଦକ ୟୁନିୟନ ଲିମିଟେଡ ପକ୍ଷରୁ ଏହି ପ୍ଳାଣ୍ଟ ନିର୍ମାଣ କରାଯାଇଛି ।
ଦହେଜ କାର୍ଯ୍ୟକ୍ରମ ସାରି ପ୍ରଧାନମନ୍ତ୍ରୀ ବଦୋଦରା ଯିବେ । ସେଠାରେ ଏକ ଜନସଭାରେ ସେ ବଦୋଦରା ନଗର କମାଣ୍ଡ ନିୟନ୍ତ୍ରଣ କେନ୍ଦ୍ରକୁ ଲୋକାର୍ପିତ କରିବେ । ଏଥିସହିତ ୱାଘୋଦିଆ ଆଞ୍ଚଳିକ ଜଳଯୋଗାଣ ସ୍କିମ, ବ୍ୟାଙ୍କ ଅଫ ବରୋଦାର ନୂତନ ମୁଖ୍ୟାଳୟକୁ ବଦୋଦରାଠାରେ ଉଦ୍ଘାଟନ କରିବେ ।
ଗସ୍ତକାଳରେ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ ଓ ସହରାଞ୍ଚଳ)ର ହିତାଧିକାରୀମାନଙ୍କୁ ଗୃହ ଚାବି ପ୍ରଦାନ କରିବେ । ସେହିପରି ସମନ୍ଵିତ ପରିବହନ କେନ୍ଦ୍ର, ଆଞ୍ଚଳିକ ଜଳଯୋଗାଣ ସ୍କିମ, ଗୃହ ନିର୍ମାଣ ଓ ଫ୍ଲାଇଓଭର ପ୍ରକଳ୍ପ ଭଳି ଅନେକ ଭିତ୍ତିଭୂମି ଓ ବିକାଶ କାର୍ଯ୍ୟକ୍ରମର ଆଧାରଶିଳା ରଖିବେ ପ୍ରଧାନମନ୍ତ୍ରୀ । ବଦୋଦରାଠାରେ ହିନ୍ଦୁସ୍ଥାନ ପେଟ୍ରୋଲିୟମ ନିଗମର ଏକ ମାର୍କେଟିଙ୍ଗ ଟର୍ମିନାଲ ସହିତ ମୁନ୍ଦ୍ରା-ଦିଲ୍ଲୀ ପେଟ୍ରୋଲିୟମ ପାଇପଲାଇନ ସଂପ୍ରସାରଣ ପ୍ରକଳ୍ପର ମଧ୍ୟ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (22.10.2017) ଗୁଜରାଟ ଗସ୍ତ କରିବେ ।
Explore More
Citizens lauded PM Modi on the launch of new health infrastructure and medical colleges.
India is working on health model that is holistic & inclusive,a model which stresses on preventive healthcare and in case of diseases, easy,affordable & accessible treatment. In this line, #AyushmanBharat has potential of bringing revolutionary change in India's healthcare. Kudos pic.twitter.com/YDX6mEVzae— Dr. Swapnil Mantri (@drswapnilmantri) October 25, 2021
By opening these new 9 Medical Colleges over 2500 new beds are added, over 5000 employment opportunities will be generated.— Shalini Bajpai 👧 (@sbajpai2811) October 25, 2021
Earlier govt has left people of 'Purvanchal' to suffer from diseases but now it will become a medical hub of Northern India...:
PM Modi#75MedicalHubsInUP
Sir, your govt is ensuring that medical education is within the reach of the poor & middle class.— Kishor Jangid 🇮🇳 (@ikishorjangid) October 25, 2021
Before 2014, there were less than 90,000 medical seats,but in the last 7 years alone, more than 60,000 seats have been added.#75MedicalHubsInUP
Sir, Today's lunch Indias largest scheme for health infrastructure with Medical collage and key development works will ensure— Nishant🇮🇳 (@iNishant4) October 25, 2021
medical education accessible to all sections of society and ensure people get all healthcare facilities within the UP#75MedicalHubsInUP@myogiadityanath pic.twitter.com/W9BoMCumFm
By inaugurating 9 Medical colleges PM Modiji has created a new Medical Hub in Purvanchal.— RohiniP🇮🇳 (@rohisush) October 25, 2021
Double engine Govt has ended the Cycle of Corruption of previous Govts. and created new infra of 2500 beds, more than 5000 opportunities in Med field as well as new medical seats.
Congratulating the govt for the launch of Ayushman Bharat Health Infrastructure Mission. This will strengthen the Healthcare sector, provide access to many and help in improving lives.— D Prasanth Nair (@DPrasanthNair) October 25, 2021
Sir, What your govt is doing in healthcare for poor people this is beyond words. Thousands of stories of help are visible. E.g Lucknow ESI hospital. Today thousands are now well treated. 🙏🙏— Tanvinder Singh bindra (@BindraTanvinder) October 25, 2021
Sir, Every day of your tenure is a landmark day for Indians. Thank you for giving us this experience that we will share with our coming generations as well.— Rajat Mittal (@iRajatM) October 25, 2021
Citizens reflect upon stories of transformation under the Modi Govt
India elected President of WAIPA— Kanika Rustogi (@RustogiKanika) October 22, 2021
Thank you, PM Modi, for creating a New India for a new decade#ThankYouPMModi #WorldTrustsIndia #TheIPAGoldStandard #InstitutionofExcellence #NewIndiaforANewDecade @investindia 🇮🇳
We are grateful to Ahmedabad Police, Gujarat government & education department too for enlightening the youth towards Cyber Safety Awareness and spread awareness amongst children too. Thank you Sir. pic.twitter.com/9PopesVDMS— Krupali sanghvi (@Krupali_Sanghvi) October 25, 2021
I want to congratulate you on your every step you take towards EK Bharat Shrestha Bharat. Today the Idea of contest for patriotic poem / song and Lori for kids is genius step for building and uniting the nation.— Himmat Singh (@himmat_research) October 24, 2021
May God bless you with health and long life.
Invest India reaches new heights by being elected the President of the World Association of Investment Promotion Agencies. An unparalleled feat for as we expand our horizons! #WorldTrustsIndia #InstitutionsofExcellence #TheIPAGoldStandard @investindia @geet_h_u— Dr Preet Deep Singh (@DrPreetDeep) October 25, 2021
🇮🇳Remarkable Indeed is the historic development witnessed in #Hon #PM @narendramodi Ji @myogiadityanath Ji led #UP - India's largest & Most Populous State since 4.5 yrs! Health Infra, Roadways, Welfare Schemes, Law & Order - @BJP4India Govt has done stupendous work in all areas!— 🇮🇳 Sangitha Varier 🚩 (@VarierSangitha) October 25, 2021
Waterways transport infra & logistics by #ModiGovt is truly commendable & is another promise fulfilled.— Dr. Suchitra Raghavachari (@DrSRaghavachari) October 25, 2021
Will benefit #NorthEastIndia devt#Assam: Cargo Terminal, Tourist Jetty And River Front To Be Built Near Bogibeel Bridge In Dibrugarh https://t.co/LSUYNjqEgc via @swarajyamag | <urn:uuid:79def83d-f985-484b-9835-8a863614a8db> | CC-MAIN-2021-43 | https://www.narendramodi.in/od/pm-to-visit-gujarat-inaugurate-phase-1-of-ro-ro-ferry-service-between-ghogha-and-dahej-537442 | 2021-10-26T03:39:15Z | s3://commoncrawl/crawl-data/CC-MAIN-2021-43/segments/1634323587794.19/warc/CC-MAIN-20211026011138-20211026041138-00175.warc.gz | ory | 0.687721 | Orya | 1 | {"ory_Orya_score": 0.6877209544181824, "eng_Latn_score": 0.1099584624171257, "ben_Beng_score": 0.025763487443327904, "anp_Deva_score": 0.01275196298956871, "dan_Latn_score": 0.012429709546267986, "sco_Latn_score": 0.011972536332905293, "hye_Armn_score": 0.010904201306402683} |
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
1-Panchayat Election: ବ୍ଲକସ୍ତରରେ ବାହାରିଲା ବିଜ୍ଞପ୍ତି
2-Mao-Jawan Encounter: ଛତିଶଗଡ଼ ସୀମାନ୍ତରେ ଗୁଳିବିନିମୟ, 5 ମାଓବାଦୀ ଗୁରୁତର
3-BJP ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ: ଲେଖାଶ୍ରୀ
ବିଜେପି ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ। ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ସରିଗଲାଣି । କର୍ମୀମାନେ ସବୁବେଳେ ଆଗଭର ଅଛନ୍ତି । ମତଦାତା ମଧ୍ୟ ଆମ ସପକ୍ଷରେ ଅଛନ୍ତି । ଏଭଳି ପ୍ରତିକ୍ରିୟା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ।
4-ମାଲଗୋଦାମରୁ ୧୩ ପେଟି ନକଲି ସସ ଜବତ, ଜଣେ ଅଟକ
5ଏସ୍ଟିଏଫ୍ ପଞ୍ଝାରେ ବ୍ରାଉନସୁଗାର ପେଡ୍ଲର, ୩୧୦ ଗ୍ରାମ ବ୍ରାଉନସୁଗାର ଜବତ
6-ଖୁବ ଶୀଘ୍ର ଦ୍ବିତୀୟ ଲହର ପିକ୍ କ୍ରସ କରିବ ଓଡିଶା: ସ୍ବାସ୍ଥ୍ୟ ନିର୍ଦ୍ଦେଶକ
7-ମିଳିଲାନି ମୋବାଇଲ ଫୋନ: ରାଗ ତମତମ ହୋଇ ପୁଅର ଗଳାକାଟି ଦେଲା ବାପା
8-UP Assembly Poll: BJPକୁ ଝଟକା ପରେ ଝଟକା, ଦଳ ଛାଡିଲେ ଆଉ ଜଣେ ମନ୍ତ୍ରୀ
9-PM security breach: ପ୍ରଧାନମନ୍ତ୍ରୀଙ୍କ କାରକେଡ ରୋକିବାକୁ କହିଥିଲେ ଚନ୍ନି
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ପ୍ରସଙ୍ଗକୁ ନେଇ କମୁଛି ଚର୍ଚ୍ଚା ନା ଥମୁଛି ରାଜନୀତି । ଦୋଷ ଲଦାଲଦି ସାଙ୍ଗକୁ ଭିନ୍ନ ଭିନ୍ନ ମୋଡ଼ ନେଉଛି ମାମଲା । ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଥିବା ବେଳେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏକ ବଡ ବୟାନ ଦେଇଛନ୍ତି ।
10-ଭାରତୀୟ ମହିଳା ହକି ଖେଳାଳି ଲିଲିମା ମିଞ୍ଜଙ୍କ ଅବସର ଘୋଷଣା | <urn:uuid:d91f1e80-cc2d-419b-b91f-58ecb80975d5> | CC-MAIN-2022-05 | https://www.etvbharat.com/oriya/odisha/bharat/top-news-at-5pm/or20220113170023394 | 2022-01-25T04:32:02Z | s3://commoncrawl/crawl-data/CC-MAIN-2022-05/segments/1642320304760.30/warc/CC-MAIN-20220125035839-20220125065839-00397.warc.gz | ory | 0.999972 | Orya | 1 | {"ory_Orya_score": 0.9999723434448242} |
Assam Flood: ଉବୁଟୁବୁ ଆସାମ, ଏରିଏଲ ସର୍ଭେ କଲେ ମୁଖ୍ୟମନ୍ତ୍ରୀ
Assam Flood: ଉବୁଟୁବୁ ଆସାମ, ଏରିଏଲ ସର୍ଭେ କଲେ ମୁଖ୍ୟମନ୍ତ୍ରୀ
ଗୌହାଟୀ: ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି । ଏଥିରେ ଅନେକ ଲୋକଙ୍କ ଜୀବନ ଗଲାଣି । ଗୁରୁବାର ଆଉ ୭ ଜଣଙ୍କ ମୃତ୍ୟୁ ଘଟିବା ପରେ ରାଜ୍ୟରେ ବନ୍ୟା ଓ ଭୂସ୍ଖଳନଜନିତ ମୃତ୍ୟୁସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି । ହଜାର ହଜାର ପଶୁପକ୍ଷୀ ମଧ୍ୟ ବନ୍ୟାଜଳରେ ଭାସି ଯାଇଛନ୍ତି । ଏହାରି ଭିତରେ ଗୁରୁବାର ବନ୍ୟାରେ ଅଧିକ ପ୍ରଭାବିତ ହୋଇଥିବା ସିଲଚର ସହରର ଏରିଏଲ ସର୍ଭେ କରିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ।
ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ''ସିଲଚରର ବନ୍ୟା ବିପନ୍ନଙ୍କୁ ଭାରତୀୟ ବାୟୁସେନା ଯୋଗେ ପାନୀୟ ଜଳ ବୋତଲ ଯୋଗାଇ ଦିଆଯିବ । ବାୟୁସେନାର ସ୍ବତନ୍ତ୍ର କ୍ରାଫ୍ଟ ଯୋଗେ ପ୍ରତିଦିନ ଏକ ଲକ୍ଷ ପାଣି ବୋତଲ ବୁହାହୋଇ ଲୋକଙ୍କୁ ପ୍ରଦାନ କରାଯିବ । ବନ୍ୟାସ୍ଥିତି ଲାଗି ରହିଥିବା ଯୋଗୁଁ ଗତ କିଛି ଦିନ ହେଲା ସିଲଚର ସହରର ହଜାର ହଜାର ଲୋକେ ପାଣି ଏବଂ ବିଦ୍ୟୁତ ସମସ୍ୟା ଭୋଗୁଛନ୍ତି । ସେମାନଙ୍କୁ ପିଇବା ପାଇଁ ପାନୀୟ ଜଳ ମିଳୁନାହିଁ ।"
ବର୍ତ୍ତମାନ ରାଜ୍ୟରେ ବର୍ଷାର ପରିମାଣ କମିଛି । ମାତ୍ର ସ୍ଥିତିରେ ସୁଧାର ଆସିନାହିଁ । ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ୪୫ ଲକ୍ଷରୁ ଅଧିକ ଲୋକେ ଏବେ ବନ୍ୟା ପ୍ରଭାବିତ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରେ ପାଖାପାଖି ୩ ଲକ୍ଷ ଲୋକେ ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି ।
ଅନ୍ୟପଟେ ବନ୍ୟା ସ୍ଥିତି ସମ୍ପର୍କରେ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ''ଆସାମ ବନ୍ୟା ସ୍ଥିତି ଉପରେ କେନ୍ଦ୍ରର ନଜର ରହିଛି । ଏହାର ମୁକାବିଲା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ରାଜ୍ୟ ସହ ମିଳିତ ଭାବେ କେନ୍ଦ୍ର କାର୍ଯ୍ୟ କରୁଛି ।'' ବର୍ତ୍ତମାନ ସେନା ଏବଂ NDRF ଟିମ୍ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉପସ୍ଥିତ ଅଛନ୍ତି । ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । | <urn:uuid:f716b657-8174-41d8-97b8-919413364fff> | CC-MAIN-2022-27 | https://www.etvbharat.com/oriya/odisha/bharat/assam-flood-cm-conduct-aerial-survey-of-silchar-city/or20220624091603152152102 | 2022-06-27T02:48:37Z | s3://commoncrawl/crawl-data/CC-MAIN-2022-27/segments/1656103324665.17/warc/CC-MAIN-20220627012807-20220627042807-00452.warc.gz | ory | 1.000005 | Orya | 1 | {"ory_Orya_score": 1.0000052452087402} |
ଜଣେ ଶିକ୍ଷକ ତାଙ୍କ ଛାତ୍ରଛାତ୍ରୀମାନଙ୍କୁ କହୁଥିଲେ ଗପଟିଏ।
ଗୋଟିଏ ଜାହାଜ ଥରେ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ିବାକୁ ଲାଗିଲା। ଜାହାଜରେ ଥିବା ଯାତ୍ରୀମାନଙ୍କ ଭିତରେ ଆତଙ୍କ ଖେଳିଗଲା। ଜାହାଜର କ୍ୟାପ୍ଟେନ ଜାହାଜରେ ଥିବା ଲାଇଫ୍ ଜ୍ୟାକେଟ୍ସବୁକୁ ଯାତ୍ରୀମାନଙ୍କ ଭିତରେ ବାଣ୍ଟିବାକୁ ଲାଗିଲେ ଏବ˚ ଜାହାଜ ଛାଡ଼ି ପାଣିକୁ ଡେଇଁ ପଡ଼ିବାକୁ ପରାମର୍ଶ ଦେଲେ। ଲାଇଫ୍ ଜ୍ୟାକେଟ୍ ବଣ୍ଟା ସରିବା ପରେ ଦେଖାଗଲା ଯେ ଗୋଟିଏ ଊଣା ପଡୁଛି। ଗୋଟିଏ ଦ˚ପତି ଓ ତାଙ୍କର କୁନି ପୁଅଙ୍କ ଲାଗି ଅବଶେଷରେ ବଳିଥିଲା ଦୁଇଟି ଲାଇଫ୍ ଜ୍ୟାକେଟ୍। ଗୋଟିଏ ଜ୍ୟାକେଟ୍ ସାନ ପିଲା ଲାଗି ଏବ˚ ଆରଟି ଜଣେ ବୟସ୍କଙ୍କ ଲାଗି। ବର୍ତ୍ତମାନ ସାନ ପିଲାଟି ତା'ର ଲାଇଫ୍ ଜ୍ୟାକେଟ୍ ପିନ୍ଧିଲା। ଏବେ କଥା ଥିଲା ସ୍ବାମୀ ଓ ସ୍ତ୍ରୀଙ୍କ ଭିତରୁ କିଏ ସେଇ ଶେଷ ଲାଇଫ୍ ଜ୍ୟାକେଟ୍ ପିନ୍ଧିବ। କିଛି ସମୟ ତାହା ସେମିତି ପଡ଼ି ରହିଲା। ସ୍ବାମୀ ଓ ସ୍ତ୍ରୀଙ୍କ ଭିତରୁ କେହି ହେଲେ ତାକୁ ଉଠାଇଲେ ନାହିଁ। ଜାହାଜ ଦ୍ରୁତ ଗତିରେ ବୁଡ଼ିବାକୁ ଲାଗିଥିଲା। ଏବେ ସ୍ତ୍ରୀ ଲୋକ ଜଣକ ଲାଇଫ୍ ଜ୍ୟାକେଟ୍କୁ ଉଠାଇଲେ। ଏହା ଦେଖି ସ୍ବାମୀ ମନରେ କ୍ଷଣିକ ଲାଗି ଭାବନାଟିଏ ଆସିଗଲା- ଜାଣିଥିଲି ଏୟା ହେବ। କିନ୍ତୁ ପରକ୍ଷଣରେ ତାହା ବଦଳିଗଲା। କାରଣ ମହିଳା ଜଣକ ସେଇ ଲାଇଫ୍ ଜ୍ୟାକେଟ୍କୁ ତାଙ୍କ ସ୍ବାମୀଙ୍କ ଆଡ଼କୁ ବଢ଼ାଇ ଦେଇ କହିଲେ- ଆଉ ସମୟ ନାହିଁ। ୟାକୁ ପିନ୍ଧି ପକାଅ।
ସ୍ବାମୀ କହିଲେ- କିନ୍ତୁ ତୁମେ?
ମହିଳା କହିଲେ- ଏଭଳି ଘଡ଼ିସନ୍ଧି କ୍ଷଣରେ ନିଷ୍ପତ୍ତି ନେବାର ସ˚କଟକୁ ଅତିକ୍ରମ ନ କଲେ କେହି ହେଲେ ବଞ୍ଚିବା ନାହିଁ। ତେଣୁ ତୁମେ ପିନ୍ଧିପକାଅ ଏବ˚ କଥା ଦିଅ, ଛୁଆଟିର ପାରୁପର୍ଯ୍ୟନ୍ତ ଯତ୍ନ ନେବ। ସ୍ବାମୀ ଲାଇଫ୍ ଜ୍ୟାକେଟ୍କୁ ଦେହରେ ଗଳାଇବା ପରେ ପରେ ଜାହାଜ ବୁଡ଼ିସାରିଥିଲା।
ଗପ ଶେଷରେ ଶିକ୍ଷକ କହିଲେ- ଏହା ହିଁ ହେଉଛି ନାରୀର ତ୍ୟାଗର ପରାକାଷ୍ଠା।
ଜଣେ ଶିକ୍ଷକ ତାଙ୍କ ଛାତ୍ରଛାତ୍ରୀମାନଙ୍କୁ କହୁଥିଲେ ଗପଟିଏ। | <urn:uuid:4ddbcd2f-9c0e-44b1-b801-668ed8673c64> | CC-MAIN-2022-27 | https://sambad.in/editorial/kathatiye-jajabara-202254545-830875/ | 2022-06-28T12:05:39Z | s3://commoncrawl/crawl-data/CC-MAIN-2022-27/segments/1656103516990.28/warc/CC-MAIN-20220628111602-20220628141602-00152.warc.gz | ory | 0.999993 | Orya | 1 | {"ory_Orya_score": 0.999992847442627} |
ଆମ ଦାବିକୁ ସମର୍ଥନ କଲେ କେନ୍ଦ୍ରମନ୍ତ୍ରୀ ଭଲ କଥା: ପ୍ରତାପ ଦେବ
ଆମ ଦାବିକୁ ସମର୍ଥନ କଲେ କେନ୍ଦ୍ରମନ୍ତ୍ରୀ ଭଲ କଥା: ପ୍ରତାପ ଦେବ
ଭୁବନେଶ୍ବର: ଓଡିଶାର ଯୋଗ୍ୟ ହିତାଧିକାରୀଙ୍କ ଲାଗି ଆବାସ ପ୍ଲସ ପୋର୍ଟାଲ ଖୋଲ । ଏହି ଦାବି ନେଇ କେନ୍ଦ୍ର ଗ୍ରାମୀଣ ଆବାସ ମନ୍ତ୍ରୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆମ ଦାବିକୁ ସମର୍ଥନ କରି କେନ୍ଦ୍ରମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ଭେଟିବା ଭଲ କଥା ବୋଲି ରାଜ୍ୟ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ।
ପ୍ରତାପ କହିଛନ୍ତି ଯେ, "ଆମେ ଯେଉଁ କଥା ଦାବି କରୁଥିଲୁ ଯଦି କେନ୍ଦ୍ରମନ୍ତ୍ରୀ ସେହି ଦାବି କରିଛନ୍ତି ତେବେ ତାହା ଭଲ କଥା । ଓଡ଼ିଶାର ଲୋକେ ଏଥିରେ ନିଶ୍ଚୟ ଉପକୃତ ହେବେ । ଆମେ ଯେଉଁ କଥା କହି ଆସୁଥିଲୁ ବର୍ତ୍ତମାନ ତାହା କର୍ଯ୍ୟସିଦ୍ଧି ହେଲା । ରାଜ୍ୟ ସରକାର ଫନି ପରଠୁ ଏ କଥା କହି ଆସୁଥିଲେ ।" ତେବେ ଯେତେବେଳେ କେନ୍ଦ୍ରମନ୍ତ୍ରୀ ସେ ପ୍ରସଙ୍ଗକୁ ଧରିଛନ୍ତି, ନିଶ୍ଚିତ ଭାବେ ଏହା ସ୍ୱାଗତ ଯୋଗ୍ୟ ପଦକ୍ଷେପ ।
ଏହା ଦ୍ୱରା ରାଜ୍ୟ ସରକାରଙ୍କୁ ହିଁ ଲାଭ ମିଳିବ ଏବଂ ରାଜ୍ୟର ଯୋଗ୍ୟ ହିତାଧିକାରୀ ଉପକୃତ ହେବେ । ଯେଉଁମାନେ ବଞ୍ଚିତ ହେଇଛନ୍ତି ଘର ପାଇବାରୁ ସେମାନେ ଉପକୃତ ହେବେ ବୋଲି ସେ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର | <urn:uuid:542ad9a9-cf19-4c7a-9156-7db7bb461bcc> | CC-MAIN-2022-33 | https://www.etvbharat.com/oriya/odisha/city/bhubaneswar/it-is-good-that-the-union-minister-supports-our-demand-say-industries-minister/or20220806201708072072805 | 2022-08-18T11:05:11Z | s3://commoncrawl/crawl-data/CC-MAIN-2022-33/segments/1659882573193.35/warc/CC-MAIN-20220818094131-20220818124131-00717.warc.gz | ory | 1.000009 | Orya | 1 | {"ory_Orya_score": 1.000009298324585} |
୫୬ ବର୍ଷ ପରେ ନିଜ ପରିବାରକୁ ଫେରିଲେ ୭୨ ବର୍ଷୀୟା ବୃଦ୍ଧା, ପ୍ରେମ ବିବାହ କରି ଛାଡ଼ିଥିଲେ ଘର
୫୬ ବର୍ଷ ପରେ ନିଜ ପରିବାରକୁ ଫେରିଲେ ୭୨ ବର୍ଷୀୟା ବୃଦ୍ଧା, ପ୍ରେମ ବିବାହ କରି ଛାଡ଼ିଥିଲେ ଘର
ଅମରାବତୀ: ଦୀର୍ଘ ୫୬ ବର୍ଷ ପରେ ନିଜ ପରିବାରକୁ ଫେରିଲେ ବୃଦ୍ଧା । ୫୬ ବର୍ଷ ପୂର୍ବରୁ ପ୍ରେମ ବିବାହ କରି ନିଜ ପରିବାର ଛାଡ଼ି ତାମିଲନାଡ଼ୁ ଚାଲି ଯାଇଥିଲେ । ୭୨ ବର୍ଷୀୟା ବୃଦ୍ଧା ମାଆଙ୍କର ଇଚ୍ଛା ପୂରଣ କରିଛନ୍ତି ତାଙ୍କ ପୁଅ । ମାଆଙ୍କୁ ତାଙ୍କ ଜନ୍ମସ୍ଥାନକୁ ନେଇଥିଲେ । ବୃଦ୍ଧା ଜଣକ ନିଜ ଗାଁକୁ ଫେରିବା ପରେ ଜ୍ଞାତି ପରିଜନଙ୍କୁ ଭେଟିଛନ୍ତି । ଦୀର୍ଘ ୫୬ ବର୍ଷ ପରେ ନିଜ ଗାଁକୁ ଫେରିବା ସହ ପରିବାର ଲୋକଙ୍କୁ ଦେଖି ମହିଳା ଜଣକ ବେଶ ଖୁସି ପ୍ରକାଶ କରିଛନ୍ତି ।
ଆନ୍ଧ୍ର ପ୍ରଦେଶ ଅନକାପଲ୍ଲୀ ଜିଲ୍ଲା ଅନ୍ତର୍ଗତ ନର୍ସିପାଟନମ୍ର ଏମ ଗୌରୀ ପାର୍ବତୀ ୫୬ ବର୍ଷ ପୂର୍ବରୁ ନିଜ ପରିବାର ଛାଡ଼ି ପ୍ରେମିକଙ୍କ ସହ ତାମିଲନାଡୁ ଚାଲି ଯାଇଥିଲେ । ତାଙ୍କୁ ବର୍ତ୍ତମାନ ୭୨ ବର୍ଷ ବୟସ ହୋଇଥିବା ବେଳେ ଦୀର୍ଘ ୫୬ ବର୍ଷ ପରେ ସେ ନିଜ ପରିବାରକୁ ଫେରିଛନ୍ତି । ଗୌରୀ ପାର୍ବତୀ ପୁଣିଥରେ ନିଜ ପରିବାର ଲୋକଙ୍କୁ ଦେଖିବାକୁ ଇଚ୍ଛା ହେଉଥିବା ତାଙ୍କ ପୁଅଙ୍କୁ କହିଥିଲେ । ତେବେ ବୃଦ୍ଧା ମାଆଙ୍କ ଇଚ୍ଛା ପୂରଣ କରିବାକୁ ଯାଇ ପୁଅ ତାମିଲନାଡୁରୁ ଆନ୍ଧ୍ର ପ୍ରଦେଶର ନର୍ସିପାଟନମ୍ ଆସିଥିଲେ । ସେଠାରେ ମାଆଙ୍କର ସମ୍ପର୍କୀୟଙ୍କୁ ଭେଟି ନିଜ ମାଆଙ୍କର ଇଚ୍ଛା ବିଷୟରେ କହିଥିଲେ ।
ଏହା ମଧ୍ୟ ପଢନ୍ତୁ : ଲିଫ୍ଟ ମାଗି ବାଇକଆରୋହୀଙ୍କୁ ହତ୍ୟା, ପିଠିରେ ବିଷ ଇନଜେକ୍ସନ ଦେଲେ ଅଭିଯୁକ୍ତ
ଏହାପରେ ଗୌରୀ ପାର୍ବତୀଙ୍କର ସମସ୍ତ ସମ୍ପର୍କୀୟ ତାମିଲନାଡୁ ଯାଇ ତାଙ୍କୁ ସେଠାରେ ଭେଟିଥିଲେ । ଏହାପରେ ପରିବାର ଲୋକଙ୍କ ସହିତ ଗୌରୀ ପାର୍ବତୀ ନିଜ ଜନ୍ମସ୍ଥାନ ନର୍ସିପାଟନମ୍କୁ ଆସିଥିଲେ । ଏଠାରେ ଥିବା ସମସ୍ତ ସମ୍ପର୍କୀୟ ଗୌରୀ ପାର୍ବତୀଙ୍କୁ ଦୀର୍ଘ ୫୬ ବର୍ଷ ପରେ ପାଖରେ ପାଇ ଖୁସିରେ ଉତ୍ସବ ମନାଇ ସ୍ବାଗତ କରିଥିଲେ । ଏହି ଅବସରରେ ପରିବାରଙ୍କ ସହିତ ନିଜର ପିଲାଦିନ ସ୍ମୃତିକୁ ମନେ ପକାଇଥିଲେ ଗୌରୀ ପାର୍ବତୀ । ତେବେ ୫୬ ବର୍ଷ ପୂର୍ବରୁ ତାମିଲନାଡ଼ୁର ଇଟାୟାପୁରମ ଅଞ୍ଚଳର ନମଲ୍ଲୱାର ନାମକ ଯୁବକ ବିଦ୍ୟୁତ କାମ କରିବା ପାଇଁ ଆନ୍ଧ୍ର ପ୍ରଦେଶର ନର୍ସିପାଟନମ୍କୁ ଆସିଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । କିନ୍ତୁ ପରିବାର ଲୋକ ବିବାହ ପାଇଁ ରାଜି ନହେବାରୁ ଗୌରୀ ପାର୍ବତୀ ପ୍ରେମିକଙ୍କ ସହ ତାମିଲନାଡ଼ୁ ପଳାଇ ସେଠାରେ ବିବାହ କରିଥିଲେ । ଗୌରୀ ପାର୍ବତୀଙ୍କର ଗୋଟିଏ ପୁଅ ଏବଂ ଦୁଇଟି ଝିଅ ଅଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ | <urn:uuid:2b09b163-f770-411b-8c6c-ad0d1a2b348f> | CC-MAIN-2022-40 | https://www.etvbharat.com/oriya/odisha/bharat/son-bring-his-mother-back-to-her-family-after-56-years-to-fulfill-her-wish/or20220921212436246246680 | 2022-09-29T04:21:43Z | s3://commoncrawl/crawl-data/CC-MAIN-2022-40/segments/1664030335304.71/warc/CC-MAIN-20220929034214-20220929064214-00779.warc.gz | ory | 1.000009 | Orya | 1 | {"ory_Orya_score": 1.0000085830688477} |
ଗଣତନ୍ତ୍ର ଦିବସକୁ ବୟକଟ କଲା ମାଓ ସଂଗଠନ, ପ୍ରେସ ବିଜ୍ଞପ୍ତି ଜାରି
ଗଣତନ୍ତ୍ର ଦିବସକୁ ବୟକଟ କଲା ମାଓ ସଂଗଠନ, ପ୍ରେସ ବିଜ୍ଞପ୍ତି ଜାରି
ମାଲକାନଗିରି: ଆଜି ଦେଶ ପାଳୁଛି ୭୪ତମ ସାଧାରଣତନ୍ତ୍ର ଦିବସ । ଏହା ପୂର୍ବରୁ ମାଓବାଦୀ ସଂଗଠନ ପ୍ରେସ ବିଜ୍ଞପ୍ତି ଜାରି ସାଧାରଣତନ୍ତ୍ର ଦିବସକୁ ବୟକଟ କରିଛି । କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ଆନ୍ଧ୍ର-ଓଡିଶା ସୀମା ସ୍ୱତନ୍ତ୍ର ଜୋନାଲ କମିଟି ତରଫରୁ ବୁଧବାର ପ୍ରେସ ବିଜ୍ଞପ୍ତି ଜାରି କରି ଜାନୁଆରୀ ୨୬ ଗଣତନ୍ତ୍ର ଦିବସକୁ ବୟକଟ କରିଛନ୍ତି ।
ପ୍ରେସ ବିଜ୍ଞପ୍ତିରେ ଲୋକମାନଙ୍କୁ ନୂତନ ଗଣତାନ୍ତ୍ରିକ ବିପ୍ଳବୀ ସଂଗ୍ରାମରେ ଯୋଗ ଦିଅନ୍ତୁ ବୋଲି ଆହ୍ବାନ ଦିଆଯାଇଛି । ଗତ ୭୦ ବର୍ଷ ଧରି ଜାନୁଆରୀ ୨୬ରେ, ଶାସକ ତଥା ଶୋଷଣକାରୀ ଶ୍ରେଣୀ ଦ୍ୱାରା ଭାରତର ଗଣତନ୍ତ୍ର ଦିବସ ପାଳନ କରାଯାଇ ଆସୁଛି । କିନ୍ତୁ ଆମର ଭାରତୀୟ ସମ୍ବିଧାନ ଏକ ଶ୍ରେଣୀର ପ୍ରକୃତିର ଏହା ଅଭିଜିତଙ୍କୁ ସେବା କରେ ଏବଂ ଦଳିତଙ୍କୁ ଦମନ କରିବା ପାଇଁ ଏକ ଶକ୍ତିଶାଳୀ ଉପକରଣ ଭାବରେ କାର୍ଯ୍ୟ କରେ । ଯଦିଓ ଲୋକଙ୍କ ସଂଗ୍ରାମର ଫଳ ସ୍ୱରୂପ କିଛି ଅଧିକାର ସୃଷ୍ଟି ହୋଇଛି, ସେଗୁଡିକ ଅଭ୍ୟାସରେ କ୍ୱଚିତ୍ କାର୍ଯ୍ୟକାରୀ ହୋଇଥାଏ ବୋଲି କୁହାଯାଇଛି ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ।
ବିଜ୍ଞପ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ, "ଆଜି ଶାସକ ଶ୍ରେଣୀମାନେ ସେମାନେ କରିଥିବା ସମ୍ବିଧାନ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ନୁହଁନ୍ତି । ଏହି ୭୦ ବର୍ଷ ମଧ୍ୟରେ, ବଡ ସାମ୍ରାଜ୍ୟ, ମଧ୍ୟସ୍ଥି ବୁର୍ଜୁୟା ଏବଂ ସାମ୍ରାଜ୍ୟବାଦୀ ଏଲପିଜି ନୀତିର ସେବା କରିବା ସପକ୍ଷରେ ଭାରତର ସମ୍ବିଧାନରେ ଅନେକ ସଂଶୋଧନ କରାଯାଇଥିଲା ଏବଂ ସମ୍ବିଧାନର ପ୍ରକୃତି ବଦଳିଗଲା । ବିଶେଷକରି କ୍ଷମତାକୁ ଆସିବା ପରେ ବିଜେପି ଏହାର ବ୍ରାହ୍ମଣୀୟ ହିନ୍ଦୁତ୍ୱ ଫାସିଷ୍ଟ ଏଜେଣ୍ଡାକୁ କାର୍ଯ୍ୟକାରୀ କରିବା ପାଇଁ 'ନୟାବରତ' ନିର୍ମାଣ ନାମରେ ସମସ୍ତ ବ୍ୟବସ୍ଥାରେ ଲୋକଙ୍କୁ RSS ଚିନ୍ତାଧାରା ସହିତ ନିଯୁକ୍ତ କରି ସମ୍ବିଧାନର ପରିହାସ କରୁଛି । ପରିଶେଷରେ, ଏହା ନିଜେ ସମ୍ବିଧାନକୁ ରଦ୍ଦ କରିବା ଏବଂ 'ମନୁଧର୍ମାଷ୍ଟ୍ର' ପ୍ରବର୍ତ୍ତନ କରିବାର ଏଜେଣ୍ଡା ସହିତ ଆଗକୁ ବଢୁଛି ବୋଲି କୁହାଯାଉଛି। ଆଜି ଦେଶ ବ୍ରାହ୍ମଣୀୟ ହିନ୍ଦୁତ୍ୱ ଫାସିବାଦର ସମ୍ମୁଖୀନ ହୋଇଛି ।"
ଦେଶରେ ଗଣତନ୍ତ୍ର ଏବଂ ଧର୍ମନିରପେକ୍ଷତା ବିପଦରେ ପଡ଼ିଛି । ଆଜି ସମସ୍ତ ଦଳିତ ସମ୍ପ୍ରଦାୟର ଲୋକ, ବିଭାଗ, ଗଣତାନ୍ତ୍ରିକ, ପ୍ରକୃତ ଦେଶପ୍ରେମୀ ଏବଂ ଧର୍ମନିରପେକ୍ଷମାନେ ବ୍ରାହ୍ମଣୀୟ ହିନ୍ଦୁତ୍ୱ ଫାସିବାଦ ବିରୋଧରେ ଏକଜୁଟ ହେବା ଆବଶ୍ୟକ ହେଉଛି । ଆମେ ୨୬ ଜାନୁଆରୀରେ ଗଣତନ୍ତ୍ର ଦିବସକୁ ବୟକଟ କରିବାକୁ ଆହ୍ବାନ କରୁଛୁ । ୧୦୦ ଜଣଙ୍କ ମଧ୍ୟରୁ ୯୦ ଜଣଙ୍କ ପାଇଁ ପ୍ରକୃତ ଧର୍ମ ନିରପେକ୍ଷତା ଏବଂ ଗଣତନ୍ତ୍ରର ନୀତି ପ୍ରସ୍ତୁତ ତଥା କାର୍ଯ୍ୟକାରୀ କରିବା ପାଇଁ "ନୂତନ ଗଣତାନ୍ତ୍ରିକ ବିପ୍ଳବୀ ଯୁଦ୍ଧ"ରେ ଯୋଗଦେବାକୁ ମାଓ ସଚିବ ଗଣେଶ ପ୍ରେସ ବିଜ୍ଞପ୍ତିରେ ଆହ୍ବାନ କରିଛନ୍ତି ।
ଇଟିଭି ଭାରତ, ମାଲକାନଗିରି | <urn:uuid:ce7a9ebb-8cd7-40c6-9109-5be4a581dc25> | CC-MAIN-2023-06 | https://www.etvbharat.com/oriya/odisha/state/malkangiri/maoist-organization-boycott-republic-day/or20230126091438831831769 | 2023-01-27T11:50:20Z | s3://commoncrawl/crawl-data/CC-MAIN-2023-06/segments/1674764494976.72/warc/CC-MAIN-20230127101040-20230127131040-00579.warc.gz | ory | 1.000007 | Orya | 1 | {"ory_Orya_score": 1.0000067949295044} |
ଆବାସ ଯୋଜନାରେ ହିତାଧିକାରୀ ଚୟନକୁ ନେଇ ରାଜନୀତି, ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ
ଆବାସ ଯୋଜନାରେ ହିତାଧିକାରୀ ଚୟନକୁ ନେଇ ରାଜନୀତି, ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ
ଅନୁଗୋଳ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହବଣ୍ଟନକୁ ନେଇ ଆରମ୍ଭ ହୋଇଛି ରାଜନୀତି । ନିକଟରେ ହୋଇଥିବା ଗୃହ ଆବଣ୍ଟନରେ ବ୍ୟାପକ ଅନିୟମିତା ହୋଇଥିବା ଅଭିଯୋଗ କରି ଆଜି ବିଜେପି ପକ୍ଷରୁ ଅନୁଗୋଳ ବ୍ଳକ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ଘର ପ୍ରଦାନ କରିବାକୁ ଦାବି କରିଛି ବିଜେପି । ଏନେଇ ଆଜି ଜିଲ୍ଲାର ସମସ୍ତ ବ୍ଲକରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛି । ବିଜେପି ପକ୍ଷରୁ କୁହାଯାଇଛି ଯେ ରାଜ୍ୟସରକାର କେନ୍ଦ୍ରକୁ ୨୭ଲକ୍ଷ ଆବାସ ମାଗିଥିଲେ ।
କିନ୍ତୁ କେନ୍ଦ୍ର ଦୁଇଟି ପର୍ଯ୍ୟାୟରେ ଅଧିକ ଆବାସ ପ୍ରଦାନ କରିଛନ୍ତି । ପୂର୍ବରୁ ୧୮ଲକ୍ଷ ଦେଇଥିଲେ । ଏଥର ୯ଲକ୍ଷ ୫୮ହଜାର ଘର ଦେଇଛନ୍ତି । ପ୍ରକୃତ ହିତାଧିକାରୀ ଚୟନ କରି ଘର ପ୍ରଦାନ କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ । କିନ୍ତୁ ସରକାର ନିଜ ଦଳୀୟ ଲୋକଙ୍କୁ ଏହି ଦାୟିତ୍ୱ ଦେଇଥିବାରୁ ବହୁ ଗରିବ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି । ତେଣୁ ରାଜ୍ୟସରକାର ଏଥିରୁ ନିବୃତ ନରହି ଗରିବ ଓ ଆବଶ୍ୟକ କରୁଥିବା ହିତାଧିକାରୀଙ୍କୁ ଆବାସ ବଣ୍ଟନ ବ୍ୟବସ୍ଥା ନକଲେ ଆଗାମୀ ଦିନରେ ଏହାର କଡା ଜବାବ ଦିଆଯିବ ବୋଲି ବିଜେପି କହିଛି । ଏହାସହ ସବୁ ବ୍ଲକ କାର୍ଯ୍ୟାଳୟ ଓ ବିଧାନସଭା ଘେରାଉ କରାଯିବ ବୋଲି ବିଜେପି ଚେତାବନୀ ଦେଇଛି।
ଏ ସମ୍ପର୍କରେ ଜିଲ୍ଲା ବିଜେପି ସଭାପତି ଡିଲେଶ୍ୱର ପ୍ରଧାନ କହିଛନ୍ତି "ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଉଂ ଦୁର୍ନୀତଚି ଚାଲିଛି ତା ଉପରେ ଏଇ ପ୍ରତିବାଦ । ପ୍ରଧାନମନ୍ତ୍ରୀ ଭାରତ ବର୍ଷର ସମସ୍ତଙ୍କ ମୁଣିଡରେ ଛାତ ଦେବା ପାଇଁ ୨୦୨୨ରେ ପ୍ରତିଶୃତି ଦେଇଥିଲେ । ଏନେଇ ସାରା ଦେଶରେ ଏହି କାର୍ଯ୍ୟକ୍ରମ ଚାଲିଛି । କିନ୍ତୁ ଅନୁଗୋଳ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବ୍ୟାପକ ଦୁର୍ନୀତି ହୋଇଛି । ଯେଉଁ ହିତାଧିକାରୀଙ୍କୁ ଏଠାରେ ଆବାସ ମିଳିବା କଥା ସେମାନଙ୍କୁ ମିଳିନି । ଯେଉଁମାନଙ୍କ ଆବାସ ଯୋଜନା ତାଲିକାରେ ନାଁ ଅଛି ଅବା ଘର ଅଛି ତା ପରେ ବି ସେମାନଙ୍କୁ ଘର ଦିଆଯାଉଛି ।"
ଅର୍ଥାତ ଥିଲାବାଲାଙ୍କୁ ଘର ଦିଆଯାଉଛି । କିନ୍ତୁ ଯେଉଁ ହିତାଧିକରୀ ଯୋଗ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବାକୁ ଯୋଗ୍ୟ ତାକୁ ଦିଆଯାଉନି । ଫଳରେ ଅନେକ ହିତାଧିକାରୀ ଘର ନପାଇ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ତେବେ ଏହି ଆବାସ ଯୋଜନାକୁ ନେଇ ଯେଉଁଭଳି ଭାବେ ଦୁର୍ନୀତି ଚାଲିଛି ତାହା ଅତ୍ୟନ୍ତ ନିନ୍ଦନୀୟ । ତେଣୁ ଏହି ସମସ୍ୟାର ସମାଧାନ ନହେଲେ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ନେଇ ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଆନ୍ଦୋଳନ କରିବ ବୋଲି ବିଜେପି ଚେତାବନୀ ଦେଇଛି ବିଜେପି । ଏହାପରେ ବି ଯଦି ରାଜ୍ୟ ସରକାର କୌଣସି ପଦକ୍ଷେପ ନନିଅନ୍ତି ତେବେ ବିଜେପି କେନ୍ଦ୍ର ସରକାରଙ୍କୁ ଅବଗତ କରିବାସହ କୋର୍ଟର ଦ୍ୱାରସ୍ଥ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଗରିବ ବାସହରାଙ୍କୁ ମିଳିବ ଘର । ଏନେଇ ଚାହିଁ ବସିଥିଲେ ଲୋକେ । ହେଲେ ତାଲିକାରେ କିନ୍ତୁ ନାଁ ନାହିଁ । ଲାଞ୍ଚ ନଦେଲେ ମିଳୁନି ଆବାସ ଘର । ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ କେହୁ ଶୁଣୁନାହାଁନ୍ତି । ଫଳରେ ବିଭିନ୍ନ ସ୍ଥାନରେ ଏହି ଆବାସ ଯୋଜନା ନେଇ ଅସନ୍ତୋଷ ଦେଖିବାକୁ ମିଳିଛି ।
ଇଟିଭି ଭାରତ, ଅନୁଗୋଳ | <urn:uuid:faa37003-adb2-4192-a05b-b8aaf87ca397> | CC-MAIN-2023-06 | https://www.etvbharat.com/oriya/odisha/state/anugul/irregularity-in-pm-awas-yojana-in-angul-bjp-protests/or20230125142234818818053 | 2023-02-01T06:26:43Z | s3://commoncrawl/crawl-data/CC-MAIN-2023-06/segments/1674764499911.86/warc/CC-MAIN-20230201045500-20230201075500-00279.warc.gz | ory | 1.000003 | Orya | 1 | {"ory_Orya_score": 1.0000028610229492} |
Padma Awards 2023: ଶବରୀ ରାମଚନ୍ଦ୍ରଙ୍କୁ ଅପେକ୍ଷା କଲା ଭଳି ଅପେକ୍ଷା କରିଥିଲି କହିଲେ ମାଗୁଣି କୁଅଁର
Padma Awards 2023: ଶବରୀ ରାମଚନ୍ଦ୍ରଙ୍କୁ ଅପେକ୍ଷା କଲା ଭଳି ଅପେକ୍ଷା କରିଥିଲି କହିଲେ ମାଗୁଣି କୁଅଁର
କେନ୍ଦୁଝର: ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ 2023 ବର୍ଷ ଲାଗି ପଦ୍ମ ପୁରସ୍କାର ଘୋଷଣା ହୋଇଛି । ଦେଶର ଏହି ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପାଇବା ଲାଗି ଚଳିତ ବର୍ଷ 4 ଜଣ ଓଡିଆ ମନୋନୀତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ କଳା କ୍ଷେତ୍ରରେ ବିଶିଷ୍ଟ କାଠି କଣ୍ଢେଇ ନାଚ ଗୁରୁ ମାଗୁଣି ଚରଣ କୁଅଁର ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି । ସମଗ୍ର ରାଜ୍ୟ ତଥା କେନ୍ଦୁଝର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ମାଗୁଣି ଚରଣ କୁଅଁର ।
ପଦ୍ମଶ୍ରୀ ପାଇଁ ନାମ ଘୋଷଣା ହେବା ପରେ ପ୍ରତିକ୍ରିୟା ରଖି ମାଗୁଣି କୁଅଁର କହିଛନ୍ତି, ''ଶବରୀ ରାମଚନ୍ଦ୍ରଙ୍କୁ ଅପେକ୍ଷା କରିଥିବା ପରି ମୁଁ କରିଥିଲି । କେବେ ଭାବି ନଥିଲେ ଏ ସମ୍ମାନ ପାଇବି । ପ୍ରଧାନମନ୍ତ୍ରୀଙ୍କୁ ବହୁତ ବହୁତ ଧନ୍ୟବାଦ । ପାହାଡ ତଳୁ ଖୋଜିଖୋଜି ଆସି ମୋତ ଏହି ସମ୍ମାନ ପାଇଁ ମନୋନୀତ କରିଛନ୍ତି । ତାଙ୍କୁ ଅଶେଷ ଧନ୍ୟବାଦ । ବହୁତ ଖୁସି ।''
ମାଗୁଣି କୁଅଁରୁଙ୍କ ବୟସ ୮୨ ବର୍ଷ ହେଲାଣି । ପିଲାବେଳୁ ଏହି ବିରଳ କଣ୍ଢେଇ କଳାକୁ ଆଜି ପର୍ଯ୍ୟନ୍ତ ସେ ବଞ୍ଚାଇ ଆସିଛନ୍ତି । କାଠ କଣ୍ଢେଇ ପାଇଁ ସେ ବହୁ ଅନୁଷ୍ଠାନରୁ ପୁରସ୍କୃତ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ କେନ୍ଦ୍ର ନାଟ୍ୟ ଏକାଡେମୀ, ରାଜ୍ୟ ସରକାରଙ୍କ ସଙ୍ଗୀତ ନାଟ୍ୟ ଏକାଡ଼ମୀ ଭଳି ପୁରସ୍କାର ମଧ୍ୟ ପାଇଛନ୍ତି । ତାଙ୍କର ଜୀବନ ବ୍ୟାପି ଏହି ଅନନ୍ୟ କଳା ପାଇଁ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରିବା ପାଇଁ ମନୋନୀତ କରିଛନ୍ତି । ଏହି ଖବର ପାଇବା ପରେ ସେ ଓ ତାଙ୍କ ପରିବାର ଖୁସି ବ୍ୟକ୍ତ କରିଛନ୍ତି । ଏହି ଖବର ପାଇବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଲୋକଙ୍କ ଭିଡ଼ ଜମିଥିଲା । ସଦର ବିଧାୟକ ଓ ବିଜେପି ସଭାପତି ଓ ବହୁ ସହରବାସୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କଣ୍ଢେଇ ଶିଳ୍ପୀ ମାଗୁଣି କୁଅଁର ଏହି ପଦ୍ମଶ୍ରୀ ପାଇଁ ମନୋନୀତ ହେବା ପରେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ତାଙ୍କର ବହୁ ଦିନର ଇଚ୍ଛା ପୂରଣ ହେବା ନେଇ ଖୁସି ବ୍ୟକ୍ତ କରିଥିଲେ ।
ସାରା ଭାରତବର୍ଷରେ ୯୨ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଓଡ଼ିଶାରୁ ୪ ଜଣ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ମାଗୁଣି ଚରଣ କୁଅଁରଙ୍କ ସମେତ ପ୍ରସିଦ୍ଧ ସମ୍ବଲପୁରୀ କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲ, ଶିକ୍ଷ ସାହିତ୍ୟରେ ଅନ୍ତର୍ଯ୍ୟାମୀ ମିଶ୍ର, କୃଷି କ୍ଷେତ୍ରରେ ପଟ୍ଟାୟତ ସାହୁ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି ।
ଇଟିଭି ଭାରତ, କେନ୍ଦୁଝର | <urn:uuid:04dbe09a-75a9-4436-ba5c-654507169f46> | CC-MAIN-2023-06 | https://www.etvbharat.com/oriya/odisha/state/keonjhar/padma-awards-2023-padma-awardee-maguni-charana-kuara-reaction/or20230126095446555555822 | 2023-02-09T09:49:35Z | s3://commoncrawl/crawl-data/CC-MAIN-2023-06/segments/1674764501555.34/warc/CC-MAIN-20230209081052-20230209111052-00479.warc.gz | ory | 1.000008 | Orya | 1 | {"ory_Orya_score": 1.0000079870224} |
ବାସୁଦେବ ଚତୁର୍ଦ୍ଧା ରୂପରେ ଜାତ ଜାଣ
ତିନି ରାଣୀ ଗର୍ଭରୁ ଚାରିପୁତ୍ର ପୁଣ।
-ବଳରାମ ଦାସ, ଦାଣ୍ଡିରାମାୟଣ (ଆଦ୍ୟକାଣ୍ଡ)
ଆମର ଶାସ୍ତ୍ର, ପୁରାଣମାନଙ୍କରେ ଭଗବାନଙ୍କ ଦଶାବତାରର ବର୍ଣ୍ଣନା ଅଛି। ସେହି ଦଶଅବତାରଙ୍କ ମଧ୍ୟରୁ ସପ୍ତମ ଅବତାର ଶ୍ରୀରାମ। ସେ ତ୍ରେତୟା ଯୁଗର ଅବତାର। ଅଯୋଧ୍ୟାର ରାଜା ଦଶରଥ ଓ ପାଟରାଣୀ କୌଶଲ୍ୟା ତାଙ୍କର ପିତା ଓ ମାତା।
ଚୈତ୍ର ଶୁକ୍ଳ ନବମୀ ଶ୍ରୀରାମଙ୍କର ପବିତ୍ର ଜନ୍ମତିଥି। ତାଙ୍କ ସହିତ ଭରତ ଏବଂ ଲକ୍ଷ୍ମଣ ଓ ଶତ୍ରୁଘ୍ନ ଜନ୍ମଗ୍ରହଣ କରିଥିଲେ। ଦଶରଥଙ୍କର ଅନ୍ୟ ଦୁଇ ରାଣୀ ଥିଲେ କୈକେୟୀ ଓ ସୁମିତ୍ରା। କୈକେୟୀଙ୍କଠାରୁ ଭରତ ଏବଂ ସୁମିତ୍ରାଙ୍କଠାରୁ ଯାଆଁଳାଭାଇ ଲକ୍ଷ୍ମଣ ଓ ଶତ୍ରୁଘ୍ନ ଜାତ ହୋଇଥିଲେ।
ବଳରାମ ଦାସ ଓଡ଼ିଆ 'ରାମାୟଣ'ର ରଚୟିତା। ଦାଣ୍ଡିବୃତ୍ତରେ ରଚିତ ଏହି ରାମାୟଣ 'ଦାଣ୍ଡିରାମାୟଣ' ବା 'ଜଗମୋହନ ରାମାୟଣ' ଭାବରେ ପ୍ରସିଦ୍ଧ। ଏହି ରାମାୟଣ ବହୁ ବିଶେଷତ୍ୱ ଓ ବିଚିତ୍ରତାରେ ଭରା। ସେଥି ମଧ୍ୟରୁ ଗୋଟିଏ ହେଉଛି- ଏଥିରେ ବଳରାମ ଦାସ ତିନିରାଣୀଙ୍କ ଗର୍ଭରୁ ଜାତ ଦଶରଥଙ୍କର ଏହି ଚାରିପୁତ୍ରଙ୍କୁ ବାସୁଦେବ (ଶ୍ରୀକୃଷ୍ଣ ବା ବିଷ୍ଣୁ)ଙ୍କର 'ଚତୁର୍ଦ୍ଧା ରୂପ' ବୋଲି କହିଛନ୍ତି।
ଏହା ଜଣେ ସ୍ରଷ୍ଟା ଭାବରେ ବଳରାମ ଦାସଙ୍କର ସ୍ୱତନ୍ତ୍ରତା ସାବ୍ୟସ୍ତ କରିବା ସହିତ, ଶ୍ରୀରାମ ଆଦି ଚାରିଭାଇଙ୍କୁ ଏକ ଭିନ୍ନ ଦୃଷ୍ଟିରୁ ବିବେଚନା କରିବା ପାଇଁ ଆମକୁ ପ୍ରରୋଚିତ କରେ।
ବାସୁଦେବ ଚତୁର୍ଦ୍ଧା ରୂପରେ ଜାତ ଜାଣ | <urn:uuid:3982a971-a487-4e54-a452-e30e6212a190> | CC-MAIN-2023-23 | https://sambad.in/special/subhasita-2032545-3-976347/ | 2023-06-06T03:40:17Z | s3://commoncrawl/crawl-data/CC-MAIN-2023-23/segments/1685224652207.81/warc/CC-MAIN-20230606013819-20230606043819-00618.warc.gz | ory | 0.999962 | Orya | 1 | {"ory_Orya_score": 0.9999616146087646} |
ଭୁବନେଶ୍ୱର,୨୬/୭: ପୁଣି ପରଦାକୁ ଫେରୁଛନ୍ତି ହାସ୍ୟ ଅଭିନେତା ପପୁ ପମ୍ପମ୍। ଦୀର୍ଘ ଦେଢ଼ ବର୍ଷ ପରେ ତାଙ୍କ ଅଭିନୀତ ଓଲିଉଡ୍ ଚଳଚ୍ଚିତ୍ର 'ମିଷ୍ଟର୍ କହ୍ନେୟା' ପରଦାକୁ ଆସିବାକୁ ଯାଉଛି। ତେବେ ଏହାର ସୁଟିଂ ଆରମ୍ଭ ହୋଇଯାଇଥିବା ବେଳେ ଗଣେଶ ପୂଜାରେ ମୁକ୍ତିଲାଭ କରିବାର କରିଛି। ସୀତାରାମ ଅଗ୍ରୱାଲ୍ ଓ ନମିତା ଅଗ୍ରୱାଲ୍ଙ୍କ ପ୍ରଯୋଜିତ ସିଦ୍ଧାର୍ଥ ମ୍ୟୁଜିକ୍ର ଏହା ହେଉଛି ୨୭ତମ ଚଳଚ୍ଚିତ୍ର। ଯେଉଁଥିରେ ପପୁଙ୍କ ନୂଆ ଅବତାର ଦେଖିବାକୁ ମିଳିବ। ତେବେ ପୂର୍ବରୁ ପପୁ ହଠାତ ଯକୃତ ରୋଗରେ ପୀଡ଼ିତ ହୋଇ ଦିଲ୍ଲୀରେ ଚିକିତ୍ସିତ ହୋଇଥିଲେ।
With Product You Purchase
Subscribe to our mailing list to get the new updates!
Lorem ipsum dolor sit amet, consectetur.
Related Articles
12 hours ago
5
16 hours ago
14
16 hours ago
8
18 hours ago
8 | <urn:uuid:ba8a1e48-724a-49e5-aa1d-4f838e5fa8cb> | CC-MAIN-2019-39 | http://www.pratyasa.com/papu-pam-pam-returning-to-screen/ | 2019-09-23T07:44:45Z | s3://commoncrawl/crawl-data/CC-MAIN-2019-39/segments/1568514576122.89/warc/CC-MAIN-20190923064347-20190923090347-00380.warc.gz | ory | 0.99972 | Orya | 1 | {"ory_Orya_score": 0.99972003698349} |
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
କରୋନା ପାଇଁ ୨୧ ଦିନ ଲକ୍ଡାଉନ୍ ଘୋଷଣା ହେବା ପରେ ସମସ୍ତେ ଏବେ ଗୃହବନ୍ଦୀ। ଫିଲ୍ମଠାରୁ ଆରମ୍ଭ କରି ଧାରାବାହିକ ପର୍ଯ୍ୟନ୍ତ ସବୁ ବନ୍ଦ। ଏବେ ସାଧାରଣ ଲୋକଙ୍କ ଭଳି ଫିଲ୍ମ ଷ୍ଟାର ବି ଘରେ କାଟୁଛନ୍ତି ଦିନ। ତେବେ ଆସନ୍ତୁ ଜାଣିବା ସେଲିବ୍ରିଟିମାନେ ଘରେ ରହି ସେମାନଙ୍କ ସମୟ କେମିତି କାଟୁଛନ୍ତି?
ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ନିଜକୁ ଫିଟ୍ ରଖିବା ପାଇଁ ଘରେ ହିଁ ବ୍ୟାୟାମ କରୁଛନ୍ତି। ଏନେଇ ସେ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
ବଲିଉଡ ଭାଇଜାନ ସଲମାନ୍ ଖାନ୍ ବି ସମସ୍ତଙ୍କ ଭଳି ଗୃହବନ୍ଦୀରେ ଅଛନ୍ତି। ସଲମାନ ଏବେ ତାଙ୍କ ଭଣଜା ସହ କ୍ୱାଲିଟି ଟାଇମ୍ ବିତାଉଛନ୍ତି।
View this post on Instagram
ବଲିଉଡ୍ କୁଇନ୍ କ୍ୟାଟ୍ରିନା କୈଫ ଘରେ ରହି ନିଜ ଫ୍ୟାନ୍ମାନଙ୍କୁ ବାସନ ମାଜିବାର ଟିପ୍ସ ସେୟାର କରିଛନ୍ତି। ସେ ନିଜ ଇନ୍ଷ୍ଟାଗ୍ରାମ୍ରେ ଭିଡିଓ ସେୟାର କରି ବାସନ ମାଜିବାର ପ୍ରଣାଳୀ କହିଛନ୍ତି।
View this post on Instagram
#NoOneInNoOneOut since we have stopped calling our domestic help due to Covid-19.. Mommy says (Ab khud Kaam karo, I will only cook) And This video is for one purpose only, entertainment entertainment entertainment for us and you all. A tribute to mine and all the mothers out there who do all the house chores day in and day out without a complaint. And being a creative person with a lot of free time .. I will make sure that I keep you guys entertained even if I am quarantined.. #NoVirusCanStopCreativity this is my take with a lil tadka of entertainment on how we should help them in these times specially because now we're home and well rested.. Also made me realise how difficult it is and yet she does it with perfection and in ease every single day.
ତେବେ କେବଳ ବଲିଉଡ୍ ଷ୍ଟାର ନୁହେଁ ଏଥିରୁ ବାଦ୍ ପଡ଼ି ନାହାନ୍ତି ଟେଲି ଜଗତ ଷ୍ଟାରମାନେ ବି। ଟେଲି ଜଗତର ଜଣାଶୁଣା ଅଭିନେତ୍ରୀ ହିନା ଖାନ୍ ଘରେ ରହି ନିଜ ମା'ଙ୍କୁ ସାହାଯ୍ୟ କରୁଛନ୍ତି। ସେ ନିଜ ଘରକୁ ପୋଛୁଛନ୍ତି। ଏନେଇ ହିନା ଏକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହାକୁ ତାଙ୍କ ଫ୍ୟାନ୍ମାନେ ବେଶ୍ ପସନ୍ଦ କରିଛନ୍ତି।
ବିଗ୍ବସ୍ ୧୩ ବିଜେତା ସିଦ୍ଧାର୍ଥ ଶୁକ୍ଳା ବି ଘର କାମ କରୁଛନ୍ତି। ଯିଏ ବିଗ୍ବସ୍ରେ ଥିବା ବେଳେ କୁଟା ଖଣ୍ଡକ ଦି ଖଣ୍ଡ କରୁ ନଥିଲେ। ସେ ଏହି ଲକ୍ଡାଉନ୍ ସମୟରେ ଘରେ ରହି ରୁଟି ତିଆରି କରୁଛନ୍ତି। | <urn:uuid:75a1559d-c7bf-40fa-b284-770b125e29fa> | CC-MAIN-2020-16 | https://odisha.live/2020/03/26/know-how-bollywood-stars-and-tele-actors-spend-their-time-in-home-during-21-days-lockdown-odisha-news-odia-news/ | 2020-04-01T11:09:28Z | s3://commoncrawl/crawl-data/CC-MAIN-2020-16/segments/1585370505730.14/warc/CC-MAIN-20200401100029-20200401130029-00181.warc.gz | ory | 0.997046 | Orya | 1 | {"ory_Orya_score": 0.9970464706420898} |
ବାଂଲାଦେଶର ମହିଳା କ୍ରିକେଟର ସଞ୍ଜିଦା ଇସଲାମ ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ଅଛନ୍ତି। ସଞ୍ଜିଦାଙ୍କ ପ୍ରି-ୱେଡିଙ୍ଗ ଫଟୋସୁଟ ଭାଇରଲ ହେବାରେ ଲାଗିଛି। ୨୪ ବର୍ଷୀୟା ସଞ୍ଜିଦା ବାଂଲାଦେଶ ମହିଳା କ୍ରିକେଟ ଟିମରେ ବ୍ୟାଟ୍ସମ୍ୟାନ ଭାବେ ଖେଳନ୍ତି। ବିବାହ ବେଶରେ ସଜ୍ଜିତ ହୋଇ ସଞ୍ଜିଦା କ୍ରିକେଟ ପଡ଼ିଆକୁ ଯାଇଥିଲେ, ଯେଉଁଠି ସେ ବ୍ୟାଟ ଧରିଥିବାର ନଜର ଆସୁଛନ୍ତି।
ଏହି ଫଟୋଗୁଡ଼ିକୁ ସଞ୍ଜିଦା ସୋସିଆଲ ମିଡିଆରେ ସେୟାର କରିବା ପରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏହି ଫଟୋରେ ସଞ୍ଜିଦା ନାରଙ୍ଗୀ ରଙ୍ଗର ଶାଢି ସହ ମଥାରେ ଟିକା, ଚୁଡି ଏବଂ ଫୁଲରେ ତିଆରି ଆଭୂଷଣ ପିନ୍ଧିଥିବା ଦେଖିବାକୁ ମିଳିଛି। ସେ ବିବାହ ପୂର୍ବରୁ କ୍ରିକେଟ ପଡ଼ିଆକୁ ଯାଇ ଫଟୋ ଉଠାଇଥିଲେ। ସଞ୍ଜିଦା ନିକଟରେ ରଙ୍ଗପୁରର ଜଣେ ପ୍ରଥମ ଶ୍ରେଣୀ କ୍ରିକେଟର ମିମ ମୋସାଦେକଙ୍କୁ ବିବାହ କରିଛନ୍ତି। ତାଙ୍କର ଏହି ଫଟୋଗୁଡ଼ିକୁ ଆଇସିସି ମଧ୍ୟ ସେୟାର କରିଛି।
View this post on Instagram
View this post on Instagram
Dress ✅
Jewellery ✅
Cricket bat ✅
Wedding photoshoots for cricketers be like … 👌
📸 🇧🇩 Sanjida Islam pic.twitter.com/57NSY6vRgU
— ICC (@ICC) October 21, 2020 | <urn:uuid:74cd622f-255e-444d-8669-da5291238e07> | CC-MAIN-2020-50 | https://knewsodisha.com/bangladeshs-female-cricketer-suddenly-makes-headlines-pictures-are-becoming-viral/ | 2020-12-02T12:15:45Z | s3://commoncrawl/crawl-data/CC-MAIN-2020-50/segments/1606141708017.73/warc/CC-MAIN-20201202113815-20201202143815-00459.warc.gz | ory | 0.999643 | Orya | 1 | {"ory_Orya_score": 0.9996427297592163} |
ବୁରହାନପୁର: ମଧ୍ୟପ୍ରଦେଶର ବୁରହାନପୁରରେ ଆକସ୍ମିକ ଭାବେ ଶୁଖିଲା ନଦୀରେ ବନ୍ୟା ଆସିବା ହେତୁ ୭ଜଣ ଶ୍ରମିକଙ୍କ ଜୀବନ ବିପଦରେ ପଡ଼ି ଯାଇଥିଲା।
ପ୍ରକାଶିତ ରିପୋର୍ଟ ମୁତାବକ, ବୁରହାନପୁରର ଏକ ଗ୍ରାମ ନିକଟରେ ଶୁଖିଲା ନଦୀରେ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିଲା। ରବିବାର ମାଲଓ୍ଵା-ନିମାଡ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଏହି କାରଣରୁ ବୁରହାନପୁରସ୍ଥିତ ଶୁଖିଲା ନଦୀରେ ଆକସ୍ମିକ ବନ୍ୟା ଆସି ଯାଇଥିଲା। ଯାହାଫଳରେ ନଦୀ ମଝିରେ ପୋଲ ନିର୍ମାଣ କାର୍ଯ୍ୟରେ ଲାଗିଥିବା ୭ଜଣ ଶ୍ରମିକ ଏହି ବନ୍ୟାରେ ଫସି ଯାଇଥିଲେ। ଶ୍ରମିକ ଏକ ଲୁହାର ନିର୍ମିତ ଗ୍ରିଲ୍ ଉପରେ ଚଢ଼ି ନିଜ ଜୀବନ ବଞ୍ଚାଇ ଥିଲେ।
#WATCH Madhya Pradesh: Seven labourers who were working on construction of a bridge over a dried up river in Burhanpur were stuck, after water suddenly started flowing in the river following a long spell of rain in the area. All labourers were rescued safely. pic.twitter.com/LNS03Uxlxw
— ANI (@ANI) June 30, 2019
ଏହି ଘଟଣା ବିଷୟରେ ଜଣାପଡ଼ିବା ପରେ ତତ୍କାଳ ଉଦ୍ଧାର କାର୍ଯ୍ୟ ଜାରି କରାଯାଇଥିଲା। ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ପୁଲିସ ଓ ପ୍ରଶାସନ ବନ୍ୟାରେ ଫସି ଥିବା ଶ୍ରମିକଙ୍କୁ ଉଦ୍ଧାର କରିଥିଲଲେ। ଏବେ ସମସ୍ତ ଶ୍ରମିକ ସୁରକ୍ଷିତ ଅଛନ୍ତି। ବୁରହାନପୁରରେ ପ୍ରବଳ ବର୍ଷା ହେତୁ ଅନେକ ସ୍ଥାନରେ ଲୋକମାନଙ୍କୁ ଗ୍ରାମ ଖାଲି କରିବା ପାଇଁ କୁହାଯାଇଥିଲା।
Madhya Pradesh: Several villagers vacated their homes in Chulkhan village after water entered there when a dried up river started flowing, following a long spell of rain in Burhanpur. pic.twitter.com/6s6rKgmT9i
— ANI (@ANI) June 30, 2019 | <urn:uuid:6b1281d3-0ab6-415a-a309-99e5f447634e> | CC-MAIN-2021-04 | https://sambad.in/india-and-beyond/7-labourers-construction-of-bridge-were-stuck-after-water-flowing-in-river-391983/ | 2021-01-27T10:46:05Z | s3://commoncrawl/crawl-data/CC-MAIN-2021-04/segments/1610704821381.83/warc/CC-MAIN-20210127090152-20210127120152-00302.warc.gz | ory | 0.99899 | Orya | 1 | {"ory_Orya_score": 0.9989898800849915} |
ନବରଙ୍ଗପୁରରୁ ନକଲି ସୁନା ଇଟା ଜବତ, 6 ଗିରଫ
ନବରଙ୍ଗପୁରରୁ ନକଲି ସୁନା ଇଟା ଜବତ, 6 ଗିରଫ
ନବରଙ୍ଗପୁର: ସୁନା ଶଙ୍ଖ ପରେ ଏବେ ଜିଲ୍ଲାରେ ଚାଲିଛି ସୁନା ଇଟା କରବାର । ଏଭଳି ଏକ କାରବାର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ । ଅତି ସହଜ ଉପାୟରେ ରାତାରାତି ବଡ଼ ହୋଇଯିବା ନିଶା ଘାରି ଥିବା ଯୁବକ ବର୍ଗ ଏବେ ପଥଭ୍ରଷ୍ଟ । ବିନା କୌଣସି ପରିଶ୍ରମରେ ଲୋକଙ୍କୁ ଭୁଆଁ ବୁଲାଇ ସହଜରେ କୋଟି କୋଟି ଟଙ୍କା ରାଜଗାର କରିବାର ଅଭିଳାଷ ନେଇ ଭୁଲ ବାଟ ଆପଣେଇ ଆରମ୍ଭ କରିଦେଇଛନ୍ତି ବିଭିନ୍ନ ଚୋରା କାରବାର ।
ତେବେ ଜିଲ୍ଲାରେ ବର୍ତ୍ତମାନ ନକଲି କରବାର ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାରେ ନକଲି ସୁନା ଶଙ୍ଖ ପରେ ଏବେ ନକଲି ସୁନା ଇଟା କରବାର ଚାଲିଥିବା ଜଣାପଡିଛି । ନକଲି ସୁନା ଇଟା କାରବାର ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାପଡାହାଣ୍ଡି ଥାନା ପକ୍ଷରୁ ମୈଦଲପୁର ପୁଲିସ ଫାଣ୍ଡି ସାମ୍ନାରେ ଗାଡି ଯାଞ୍ଚ ଆରମ୍ଭ କରିଥିଲେ । ଏହି ସମୟରେ ଏକ ଧଳାରଙ୍ଗର କାର ଭୁବନେଶ୍ୱରରୁ ନବରଙ୍ଗପୁର ଅଭିମୁଖେ ଯାଉଥିବା ସମୟରେ ଗାଡିକୁ ଅଟକାଇ ଯାଞ୍ଚ ଆରମ୍ଭ କରିଥିଲେ ଆଉ ଯାଞ୍ଚ କରିବା ସମୟରେ ନକଲି ସୁନା ଇଟାକୁ ଦେଖିବାକୁ ପାଇଛି ପୋଲିସ ।
ସେପଟେ ଏହି ଇଟା ଜିଲ୍ଲାର କୌଣସି ଏକ ବ୍ୟକ୍ତିଙ୍କୁ ଠକି ଟଙ୍କା ଆଦାୟ କରିବା ପାଇଁ ନେବା ପୂର୍ବରୁ ପୋଲିସ ନକଲି ଇଟାକୁ ଜବତ କରିଛି । ତେବେ ଏହି ଘଟଣାରେ 6 ଅଭିଯୁକ୍ତଙ୍କ ଠାରୁ ଗୋଟିଏ 4କିଲୋ 500ଗ୍ରାମର ନକଲି ରୂପା ଇଟା, ଗୋଟିଏ କାର, ୫ ଟି ମୋବାଇଲ , ୫ଟି ଏଟିଏମ କାର୍ଡ, ୨ ଟି ଡ୍ରାଇଭିଂ ଲାଇସେନ୍ସ ଏବଂ ନଗଦ ୯୫୦ ଟଙ୍କା ଜବତ କରିଛି ପୋଲିସ । ତେବେ ଏହି ଘଟଣାରେ ପାପଡାହାଣ୍ଡି ପୋଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ | <urn:uuid:c9263ed6-7c26-492e-9983-84bfb61588ba> | CC-MAIN-2021-43 | https://www.etvbharat.com/oriya/odisha/state/nabarangpur/duplicate-gold-brick-seized-by-papadahandi-police-6-arrested/or20210925222554169 | 2021-10-19T15:27:53Z | s3://commoncrawl/crawl-data/CC-MAIN-2021-43/segments/1634323585270.40/warc/CC-MAIN-20211019140046-20211019170046-00011.warc.gz | ory | 0.999882 | Orya | 1 | {"ory_Orya_score": 0.9998821020126343} |
ଏଥର ବି ଫିକାଫିକା ସୁବର୍ଣ୍ଣପୁରର ପ୍ରସିଦ୍ଧ 'ହରଗୌରୀ ଯାତ୍ରା'
ଏଥର ବି ଫିକାଫିକା ସୁବର୍ଣ୍ଣପୁରର ପ୍ରସିଦ୍ଧ 'ହରଗୌରୀ ଯାତ୍ରା'
ସୁବର୍ଣ୍ଣପୁର: ଏଥର କୋଭିଡ ପାଇଁ ଫିକା ପଡିବ ସୁବର୍ଣ୍ଣପୁର ସହରର ପ୍ରସିଦ୍ଧ ଗୌରମ୍ମା ସାମ୍ରାଲୁ ବା ହରଗୌରୀ ଯାତ୍ରା । ଏହି ଦକ୍ଷିଣ ଭାରତୀୟ ଯାତ୍ରା ପ୍ରତ୍ୟେକ ବର୍ଷ ପାଳନ କରାଯାଏ । ତେବେ ଚଳିତ ବର୍ଷ କୋରୋନାକୁ ଆଖି ଆଗରେ ରଖି ତଥା ବୁଢୀମା ଠାକୁରାଣୀଙ୍କ ନୂଆଁ ମନ୍ଦିର ନିର୍ମାଣ ନେଇ ଏହି ଯାତ୍ରା ନିରାଡମ୍ବର ଭାବେ ପାଳନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି ।
ସୋନପୁର ଗଡଜାତରେ ପ୍ରାୟ 150 ବର୍ଷ ପୂର୍ବରୁ ଚୌହାନ ଶାସନ ଅମଳରେ ଦକ୍ଷିଣ ଭାରତୀୟ ଶିଳ୍ପୀମାନେ ସୁବର୍ଣ୍ଣପୁର ସହରରେ ବସବାସ କରିବା ଆରମ୍ଭ କରିଥିଲେ । ରାଜା ରାଜୁଡା ଅମଳରୁ ସହରର ମଧ୍ୟ ଭାଗରେ ଥିବା ଢେରାପଡାରେ ହରଗୌରୀ ଯାତ୍ରା ପାଳନ କରାଯାଇଆସୁଛି । ତେବେ ଚଳିତ ବର୍ଷ ନଭେମ୍ବର 20 ତାରିଖ ଠାରୁ ନଅ ଦିନ ଧରି ଏହି ଯାତ୍ରା ପାଳନ କରାଯିବା ପାଇଁ ଥିବାବେଳେ କୋଭିଡ କାଳରେ ବୁଢୀମା ଠାକୁରାଣୀଙ୍କ ନୂତନ ମନ୍ଦିର ନିର୍ମାଣ ଓ ଦେବୀ ମା'ଙ୍କ ପ୍ରତିଷ୍ଠା ଉତ୍ସବ ପାଇଁ ଏହି ଯାତ୍ରା ନିରାଡମ୍ବର ଭାବେ ପାଳନ କରାଯିବ । ଏଥର ଆଉ ହରଗୌରୀଙ୍କ ନଗର ଭ୍ରମଣ ଅବା ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ନ କରିବାକୁ ଯାତ୍ରା କମିଟି ନିଷ୍ପତ୍ତି ନେଇଛି ।
ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ଦେବଦେବୀଙ୍କ ନଗର ଭ୍ରମଣ, ଗୌରମ୍ମା ନିମନ୍ତ୍ରଣ ଓ ପ୍ରତିଷ୍ଠା ପର୍ବ ,ଦକ୍ଷିଣ ଭାରତୀୟ କୁମାରୀମାନଙ୍କ କୁମକୁମ ପର୍ବ ସାଙ୍ଗକୁ ଦକ୍ଷିଣ ଭାରତୀୟ କୁଡୁମୁଲ୍ଲୁ ପିଠାପଣା । ଦେବାଦେବୀଙ୍କ ଦର୍ଶନ ସହ ଦକ୍ଷିଣ ଭାରତୀୟ ଅନ୍ନ ବ୍ୟଞ୍ଜନ ଓ ପିଠାପଣା ଏହି ଯାତ୍ରାକୁ ବେଶ୍ ଆକର୍ଷଣୀୟ କରିଥାଏ । ତେବେ କୋରୋନାର ସାମ୍ଭାବ୍ୟ ତୃତୀୟ ଲହରକୁ ଆଖି ଆଗରେ ରଖି ନିରାଡମ୍ବର ଭାବେ ଏହି ଯାତ୍ରା ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଯାତ୍ରା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ | <urn:uuid:ffa411bd-3362-4dde-9b1d-12a5d85b63de> | CC-MAIN-2021-43 | https://www.etvbharat.com/oriya/odisha/state/subarnapur/hargauri-yatra-to-be-celebrated-with-restriction/or20210922115717772 | 2021-10-25T15:57:18Z | s3://commoncrawl/crawl-data/CC-MAIN-2021-43/segments/1634323587719.64/warc/CC-MAIN-20211025154225-20211025184225-00141.warc.gz | ory | 1.000005 | Orya | 1 | {"ory_Orya_score": 1.0000050067901611} |
ଜୋକୋଭିକ୍ଙ୍କ ଅଲିମ୍ପିକ ପଦକ ସ୍ବପ୍ନ ଅଧୁରା, କାଂସ୍ୟ ପଦକ ମ୍ୟାଚରେ କାରେନା ବୁସ୍ତାଙ୍କଠୁ ପରାସ୍ତ ହେଲେ
ବେନ୍ସିକ୍ ଜିତିଲେ ମହିଳା ଏକକ ସ୍ବର୍ଣ୍ଣ
ଟୋକିଓ: ନୋଭାକ ଜୋକୋଭିକଙ୍କ ଅଲିମ୍ପିକ ପଦକ ସ୍ବପ୍ନ ମଉଳିଗଲା। ଶନିବାର କାଂସ୍ୟ ପଦକ ମୁକାବିଲାରେ ସ୍ପେନ୍ର ପାବ୍ଲୋ କାରେନୋ ବୁସ୍ତାଙ୍କଠାରୁ ଜୋକୋଭିକ ୪-୬, ୮-୬, ୩-୬ରେ ହାରିଯିବା ପରେ ଅଲିମ୍ପିକ୍ରେ ପଦକଶୂନ୍ୟ ରହିଲେ। ଫଳରେ ତାଙ୍କର ଏକକ ପଦକ ଆଶା ଏହିଠାରେ ଶେଷ ହୋଇଛି। ଶୁକ୍ରବାର ଆଲେକଜାଣ୍ଡର ଭେରେଭଙ୍କଠାରୁ ହାରିଯିବା ପରେ ଜୋକୋଭିକ କାଂସ୍ୟ ପାଇଁ ଶନିବାର ଲଢେଇ କରିଥିଲେ।
ବୁସ୍ତାଙ୍କ ବିପକ୍ଷରେ ହୋଇଥିବା ମ୍ୟାଚ ଅଢେଇ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଚାଲିଥିଲା। ପ୍ରଥମ ସେଟ୍ ୪-୬ରେ ହାତଛଡ଼ା ହେବା ପରେ ଦ୍ବିତୀୟ ସେଟ୍କୁ ୮-୬ରେ ନିଜ ନାମରେ କରିଥିଲେ। ଯେଉଁଥିପାଇଁ ମ୍ୟାଚ ନିର୍ଣ୍ଣାୟକ ସେଟ୍କୁ ଚାଲିଯାଇଥିଲା। ପୂର୍ବରୁ ପ୍ରତିଯୋଗିତାର ଦ୍ବିତୀୟ ସିଡ୍ ଡାନିଲ ମେଡଭେଦେବଙ୍କୁ ପ୍ରତିଯୋଗିତାରୁ ବାହାର କରାଇସାରିଥିବା ବୁସ୍ତାଙ୍କୁ ଏହି ମ୍ୟାଚ୍ ଜିତିବାରେ କୌଣସି ଅସୁବିଧା ହୋଇନଥିଲା। ତୃତୀୟ ସେଟ୍କୁ ୩-୬ରେ ସେ ଜିତିବାରେ ସଫଳ ହୋଇଥିଲେ। ତେବେ ମ୍ୟାଚ୍ ଅବସରରେ ଜୋକୋଭିକ ଦୁଇଥର ପଏଣ୍ଟ ହାତଛଡ଼ା ହେବାରୁ ତାଙ୍କ ରୢାକେଟକୁ ଗ୍ୟାଲେରି ଆଡ଼କୁ ଫିଙ୍ଗିଥିଲେ। ତାଙ୍କର ଏଭଳି ଉତ୍ତେଜିତ ଆଚରଣକୁ ନେଇ ଅମ୍ପାୟାର ଚେତାବନୀ ମଧ୍ୟ ଦେଇଥିଲେ।
ଅନ୍ୟପକ୍ଷରେ ମିଶ୍ରିତ ଯୁଗଳ ଇଭେଣ୍ଟରୁ ଜୋକୋଭିକ ଓ ତାଙ୍କ ସାଥୀ ନିନା ଷ୍ଟୋଜାନୋଭିକ ଓହରି ଯାଇଛନ୍ତି। ଜୋକୋଭିକଙ୍କ କାଂସ୍ୟ ପଦକ ମ୍ୟାଚ୍ର ଠିକ୍ ପୂର୍ବରୁ ଉଭୟ ଏହି ନିଷ୍ପତ୍ତି ନେଇଛନ୍ତି। ମିଶ୍ରିତ ଯୁଗଳରେ କାଂସ୍ୟ ପଦକ ପାଇଁ ଅଷ୍ଟ୍ରେଲିଆର ଆସଲେଘ ବାର୍ଟି ଓ ଜନ୍ ପିଅର୍ସଙ୍କ ବିପକ୍ଷରେ ଜୋକୋଭିକ ଓ ନିନାଙ୍କ ମୁକାବିଲା ହେବାର ଥିଲା। ତେବେ ସେମାନେ ଏଭଳି ନିଷ୍ପତ୍ତି କାହିଁକି ନେଲେ ତାହା ଏବେ ବି ଅସ୍ପଷ୍ଟ ରହିଛି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ବିଶ୍ବର ଶୀର୍ଷ ମାନ୍ୟତାପ୍ରାପ୍ତ ଟେନିସ ଖେଳାଳି ଏଥର ଟୋକିଓରୁ ବିନା କୌଣସି ପଦକରେ ଘରକୁ ଫେରିବେ। କେବଳ ଏତିକି ନୁହେଁ, ଶୀର୍ଷ ମାନ୍ୟତା ପାଇଥିବା ଜୋକୋଭିକ୍ ୨୦୧୯ ଏଟିପି ଟୁର ଫାଇନାଲ୍ସ ପରେ ପ୍ରଥମ ଥର ପାଇଁ ଏକକ ବିଭାଗରେ ଦୁଇଟି ସିଧାସଳଖ ମ୍ୟାଚ୍ରେ ପରାସ୍ତ ହୋଇଛନ୍ତି। ଏଥିପୂର୍ବରୁ ୨୦୧୯ରେ ଡୋମିନିକ ଥିମ୍ ଓ ରୋଜର ଫେଡେରରଙ୍କଠୁ ସେ ଲଗାତାର ଭାବେ ପରାଜିତ ହୋଇଥିଲେ।
ବେନ୍ସିକ୍ ଜିତିଲେ ମହିଳା ଏକକ ସ୍ବର୍ଣ୍ଣ
ଟୋକିଓ: ବିଶ୍ବ ମାନ୍ୟତାର ଦ୍ବାଦଶ ବେଲିନ୍ଦା ବେନ୍ସିକ୍ ଟୋକିଓ ଅଲିମ୍ପିକ୍ସରେ ଟେନିସ୍ର ମହିଳା ଏକକ ସ୍ବର୍ଣ୍ଣ ପଦକ ଜିତି ନେଇଛନ୍ତି। ଏହି ସ୍ବିଜରଲାଣ୍ଡ୍ ମହିଳା ଶନିବାର ଫାଇନାଲ୍ରେ ୨ ଘଣ୍ଟା ୩୦ ମିନିଟ୍ ସଂଘର୍ଷ କରିବା ପରେ ଚେକ୍ ଗଣରାଜ୍ୟର ମର୍କେଟା ଭନ୍ଦ୍ରୋତ୍ସୋଭାଙ୍କୁ ୭-୫, ୨-୬ ଓ ୬-୨ ସେଟ୍ରେ ପରାସ୍ତ କରିଥିଲେ। ଏଥି ସହିତ ୨୪ ବର୍ଷିୟା ବେନ୍ସିକ୍ ଅଲିମ୍ପିକ୍ ଟେନିସ୍ ସ୍ବର୍ଣ୍ଣ ପଦକ ଜିତିବାରେ ସେ ପ୍ରଥମ ସ୍ବିସ୍ ମହିଳା ଖେଳାଳି ହୋଇଛନ୍ତି। ଏହା ପୂର୍ବରୁ ୧୯୯୨ରେ ପୁରୁଷ ଏକକରେ ମାର୍କ ରୋସେଟ୍ ସ୍ବର୍ଣ୍ଣ ଜିତିଥିଲେ। ବେନ୍ସିକ୍ ଚଳିତ ଅଲିମ୍ପିକ୍ସରେ ଏହାପରେ ମହିଳା ଯୁଗଳରେ ମଧ୍ୟ ରବିବାର ସ୍ବର୍ଣ୍ଣ ମୁକାବିଲାରେ ଅବତୀର୍ଣ୍ଣ ହେବେ। ଚେକ୍ ଗଣରାଜ୍ୟର ଶୀର୍ଷ ମାନ୍ୟତା ବାର୍ବୋରା କ୍ରେଜିସେକ୍ ଓ କାଟେରିନା ସିନିଆକୋଭାଙ୍କୁ ପରାସ୍ତ କରନ୍ତି ତାହାଲେ ଟେନିସ୍ ଇତିହାସରେ ଏକକ ଓ ଯୁଗଳ ସ୍ବର୍ଣ୍ଣ ଜିତିବାରେ ସେ ଚତୁର୍ଥ ମହିଳା ହୋଇପାରିବେ। | <urn:uuid:765b687e-e4c9-40cf-92af-894faf190f29> | CC-MAIN-2022-33 | https://sambad.in/sports/djokovics-dream-of-an-olympic-medal-is-unfulfilled-695682/ | 2022-08-08T05:03:53Z | s3://commoncrawl/crawl-data/CC-MAIN-2022-33/segments/1659882570765.6/warc/CC-MAIN-20220808031623-20220808061623-00768.warc.gz | ory | 0.999937 | Orya | 1 | {"ory_Orya_score": 0.9999366998672485} |
Ek Villain Returns: ପ୍ରଥମ ଗୀତ Teri Galliyan ରିଲିଜ୍
Ek Villain Returns: ପ୍ରଥମ ଗୀତ Teri Galliyan ରିଲିଜ୍
ହାଇଦ୍ରାବାଦ: ନିକଟରେ ଜନ୍ ଆବ୍ରାହମ୍, ଅର୍ଜୁନ କପୁର, ଦିଶା ପଟାନି ଏବଂ ତାରା ସୂତାରିଆ ଅଭିନୀତ ଫିଲ୍ମ 'ଏକ ଭିଲେନ୍ ରିଟର୍ନସର' ଟ୍ରେଲର ମୁକ୍ତିଲାଭ କରିଛି। ଫିଲ୍ମର ଟ୍ରେଲର ପ୍ରଶଂସକଙ୍କୁ ଏକ ବଡ ଉପହାର ଦେଇଛି ଏବଂ ବର୍ତ୍ତମାନ ସେମାନେ ଫିଲ୍ମ ରିଲିଜକୁ ଅପେକ୍ଷା କରିଛନ୍ତି। କିନ୍ତୁ ଏହା ପୂର୍ବରୁ ଫିଲ୍ମର 'Teri Galliyan'ର ସୁନ୍ଦର ଗୀତ ପୁଣି ଫେରି ଆସିଛି। ହଁ, ଫିଲ୍ମ 'ଏକ ଭିଲେନ୍ ରିଟର୍ନସର 'Teri Galliyan' ଗୀତ ମୁକ୍ତିଲାଭ କରିଛି।
ଗାୟକ ତଥା ରଚନା ଅଙ୍କିତ ତିୱାରୀ ପୁଣି ଥରେ 'Teri Galliyan' ଗୀତ ଗାଇଛନ୍ତି। ଅଙ୍କିତ ଏହି ଗୀତଟି ନିଜେ ରଚନା କରିଛନ୍ତି। ଏଥି ସହିତ ଏହି ଗୀତର ଲିରିକ୍ସକୁ ପ୍ରସିଦ୍ଧ ଗୀତିକାର ମନୋଜ ମୁନ୍ତାଶିର ଲେଖିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ 75 ଲକ୍ଷ ୟୁଜର୍ସ ଏହି ଗୀତ ଦେଖିସାରିଲେଣି।
ଟ୍ରେଲର ବିଷୟରେ କହିବା ତ, ଏହି ଭିଲେନ୍ କାହାଣୀରେ, କିଏ ଭିଲେନ୍ ଏବଂ କିଏ ହିରୋ, କିଛି ସ୍ପଷ୍ଟ ହେଉନାହିଁ | ଜନ୍, ଅର୍ଜୁନ, ତାରା ଏବଂ ଦିଶା ନିଜ ମଧ୍ୟରେ ଭିଲେନ୍ ଏବଂ ହିରୋ ଖେଳ ଖେଳୁଛନ୍ତି, ଯାହା ଦର୍ଶକଙ୍କୁ ବି ବାୟା କରିଦେଇଛି ।
ଟ୍ରେଲରରେ ଏତେ ସସପେନ୍ସ ରହିଛି ଯେ ଏହା ଦର୍ଶକଙ୍କୁ ଥିଏଟର ଯିବାକୁ ବାଧ୍ୟ କରିବ । ଆଠ ବର୍ଷ ପୂର୍ବେ ମୁକ୍ତିଲାଭ କରିଥିବା ରିତିଶ ଦେଶମୁଖ, ସିଦ୍ଧାର୍ଥ ମଲହୋତ୍ରା ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ 'ଏକ ଭିଲେନ୍' ବକ୍ସ ଅଫିସରେ 100 କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଥିଲା। ବର୍ତ୍ତମାନ 'ଏକ ଭିଲେନ୍ ରିଟର୍ନସ୍' ଦର୍ଶକଙ୍କୁ କେତେ ମନୋରଞ୍ଜନ କରିବ, ଏହା ପୁରା ଫିଲ୍ମ ଦେଖିବା ପରେ ହିଁ ଜଣା ପଡିବ । ଏହି ଫିଲ୍ମ ଜୁଲାଇ 29ରେ ଆପଣଙ୍କ ନିକଟସ୍ଥ ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ | <urn:uuid:d3d0352e-3ac4-445a-a4be-464b8d9c7abd> | CC-MAIN-2022-33 | https://www.etvbharat.com/oriya/odisha/entertainment/movie/galliyan-returns-song-released-from-ek-villain-returns/or20220705123143011011676 | 2022-08-19T13:39:24Z | s3://commoncrawl/crawl-data/CC-MAIN-2022-33/segments/1659882573699.52/warc/CC-MAIN-20220819131019-20220819161019-00018.warc.gz | ory | 0.999987 | Orya | 1 | {"ory_Orya_score": 0.9999872446060181} |
ଭିଡିଓ କଲ୍ରେ ମହିଳାଙ୍କ ଡେଲିଭରି କଲେ ନର୍ସ, ଦୁନିଆ ଦେଖିବା ଆଗରୁ ଆଖି ବୁଜିଲା ଶିଶୁ
ଭିଡିଓ କଲ୍ରେ ମହିଳାଙ୍କ ଡେଲିଭରି କଲେ ନର୍ସ, ଦୁନିଆ ଦେଖିବା ଆଗରୁ ଆଖି ବୁଜିଲା ଶିଶୁ
ଚେନ୍ନାଇ: ଭିଡିଓ କଲ୍ରେ ଡେଲିଭରି(Delivery by video call) । ଡାକ୍ତରଙ୍କୁ ଭିଡିଓ କଲ୍ରେ ରଖି ମହିଳାଙ୍କ ଡେଲିଭରି କଲେ ନର୍ସ । ଯାହାର ପରିଣତସୂରୁପ ଦୁନିଆ ଦେଖିବା ଆଗରୁ ଆଖି ବୁଜିଲା ନବଜାତକ । ସମସ୍ତଙ୍କୁ ତାଜୁବ କଲାଭଳି ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ତାମିଲନାଡୁରୁ । ଗତ ସୋମବାର ଦିନ ଚେଙ୍ଗଲପଟ୍ଟୁ ଜିଲ୍ଲା ସ୍ଥିତ ଏକ ସରକାରୀ ହସ୍ପିଟାଲରେ ଜଣେ ୩୩ ବର୍ଷୀୟା ଗର୍ଭବତୀଙ୍କ ଭିଡିଓ କଲ୍ରେ ଡେଲିଭରି ହୋଇଛି । ହସ୍ପିଟାଲରେ ଡାକ୍ତର ଅନୁପସ୍ଥିତ ଥିବାରୁ କାର୍ଯ୍ୟରତ ନର୍ସ ଡାକ୍ତରଙ୍କୁ ଭିଡିଓ କଲ୍ କରି ତାଙ୍କ ନିର୍ଦ୍ଦେଶରେ ଡେଲିଭରି କରାଇଛନ୍ତି ।
ସୂଚନାଯୋଗ୍ୟ, ଗତ ସୋମବାର ଦିନ ପୁଷ୍ପା ନାମକ ଜଣେ ମହିଳାଙ୍କ ଗର୍ଭଯନ୍ତ୍ରଣା ଆରମ୍ଭ ହୋଇଥିଲା । ଏହାପରେ ପରିବାର ଲୋକେ ତାଙ୍କୁ ସୁନାମ୍ବେଦୁ ସରକାରୀ ହସ୍ପିଟାଲ(Sunambedu government hospital)କୁ ନେଇଯାଇଥିଲେ । ହେଲେ ଏହି ସମୟରେ ହସ୍ପିଟାଲରେ କୌଣସି ଡାକ୍ତର ଉପସ୍ଥିତ ନଥିଲେ । ସେପଟେ ପୁଷ୍ପାଙ୍କ ସ୍କାନ ରିପୋର୍ଟରେ ତାଙ୍କର ପ୍ରସବ ସମୟର ଜଟିଳତା ଥିବାର ଜଣାପଡିଥିଲା । କିନ୍ତୁ ଏହାକୁ ଧ୍ୟାନ ନ ଦେଇ ହସ୍ପିଟାଲର ନର୍ସମାନେ ତାଙ୍କର ଡେଲିଭରି କରିବାକୁ ସ୍ଥିର କରିଥିଲେ ।
ଡେଲିଭରି ସମୟରେ ଶିଶୁଟିର ମୁଣ୍ଡ ଭିତରକୁ ଏବଂ ଗୋଡ ବାହାରକୁ ଥିଲା । ଏହା ଦେଖି ନର୍ସ ଭୟରେ ଡାକ୍ତରଙ୍କୁ ଭିଡିଓ କଲ୍ କରିଥିଲେ । ଏହାପରେ ଡାକ୍ତର ନର୍ସମାନଙ୍କୁ ଶିଶୁର ମୁଣ୍ଡ କିପରି ଟାଣିବେ ସେନେଇ ମାର୍ଗଦର୍ଶନ କରିଥିଲେ । କିନ୍ତୁ ଶତ ଚେଷ୍ଟା ସତ୍ତ୍ବେ ସାଧାରଣ ଡେଲିଭରି କରିବାରେ ନର୍ସମାନେ ବିଫଳ ହେବାରୁ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ GH ହସ୍ପିଟାଲକୁ ପଠାଇଥିଲେ । କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଶିଶୁର ମୁଣ୍ଡ ବାହାର ଆସିସାରିଥିଲା ଏବଂ ତା'ର ମୃତ୍ୟୁ ଘଟିଥିବାର ଜଣାପଡିଥିଲା ।
ଏହି ଘଟଣା ଜଣାପଡିବା ପରେ ହସ୍ପିଟାଲ ପରିସରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଗାଁ ଲୋକେ ହୋଇ ହୋହଲ୍ଲା କରିବା ସହ ସମ୍ପୃକ୍ତ ଡାକ୍ତର ଓ ନର୍ସଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ତେବେ ଏହି ଘଟଣାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଏବଂ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯିବା ପରେ ମାମଲା ଶାନ୍ତ ପଡିଛି । | <urn:uuid:68c53bb3-66e8-403c-97f0-e617a3e136b8> | CC-MAIN-2022-40 | https://www.etvbharat.com/oriya/odisha/bharat/infant-dies-after-a-woman-doctor-attempted-a-delivery-through-a-video-conferencing-at-chengalpattu-in-tamil-nadu/or20220922092138250250251 | 2022-10-06T12:58:33Z | s3://commoncrawl/crawl-data/CC-MAIN-2022-40/segments/1664030337836.93/warc/CC-MAIN-20221006124156-20221006154156-00279.warc.gz | ory | 1 | Orya | 1 | {"ory_Orya_score": 0.9999995231628418} |
ଫୋକସ୍ ଓଡିଶା, ଆସନ୍ତା 29ରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
ଫୋକସ୍ ଓଡିଶା, ଆସନ୍ତା 29ରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
ଭୁବନେଶ୍ବର: ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା (BJP National President JP Nadda to visit Odisha) । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ସେପ୍ଟେମ୍ବର 29 ତାରିଖରୁ 2 ଦିନିଆ ଓଡ଼ିଶା ଗସ୍ତରେ ଆସିବେ । ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନଙ୍କୁ ମାଗଦର୍ଶନ କରିବା ପାଇଁ ନଡ୍ଡାଙ୍କ ଗସ୍ତର ମୁଖ୍ୟ ଲକ୍ଷ୍ୟ । ଦଳର ସମସ୍ତ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେବା ପାଇଁ ଅନୁରୋଧ କରିଛନ୍ତି ବିଜେପି ନେତ୍ରୀ ଡି.ପୁରେନ୍ଦେଶ୍ବରୀ ।
୨୦୨୪ ପାଇଁ ବିଜେପିର ଜୋରଦାର ପ୍ରସ୍ତୁତି ଚାଲିଛି । ବିଜେପି ଫୋକସରେ ପଶ୍ଚିମବଙ୍ଗ ଓ ଓଡିଶା ରହିଛି । ଏହି ପରିପ୍ରେକ୍ଷୀରେ ଚଳିତ ମାସରେ ଓଡିଶା ବିଜେପିରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଯୋଗ ଦେବେ । ବିଜେପିର ତିନି ପ୍ରମୁଖ ଚେହେରା ଓଡ଼ିଶା ଗସ୍ତରେ ଆସୁଥିବାର ସୂଚନା ମିଳିଥିବାବେଳେ ସେପ୍ଟେମ୍ବର 29 ତାରିଖରେ ଜେପି ନଡ୍ଡା ଓଡିଶା ଗସ୍ତ କରି ପ୍ରଶିକ୍ଷଣ ଶିବିରରେ ଯୋଗ ଦେବେ । କିପରି ଓଡିଶାରେ ଦଳ ବାଜି ମାରିବ ଲୋକଙ୍କ ନିକଟତର ହେବ ଏ ନେଇ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ରୀ ଦେବେ ନଡ୍ଡା ।
୦୨୪ ପାଇଁ ପ୍ରସ୍ତୁତି ଭାବେ ବିଜେପି କେନ୍ଦ୍ରୀୟ ନେତା ଓଡିଶା ଗସ୍ତ କରୁଛନ୍ତି । କିଛିଦିନ ପୂର୍ବରୁ ବିଜେପି ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସି ଦଳୀୟ ନେତା କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ସେପ୍ଟେମ୍ବର ୫ ଓ ୬ରେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ସୁନୀଲ ବଂଶଲ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିଲେ । ବେଳେ ଆଗାମୀ ଦିନରେ ବିଜେପି ନେତାଙ୍କ ମାରାଥନ ଗସ୍ତ ରାଜ୍ୟ ରାଜନୀତିକୁ ସରଗରମ କରିଛି ।
2024 ନିର୍ବାଚନକୁ ନେଇ ରାଜନୈତିକ ଦଳଙ୍କ ମଧ୍ୟରେ ନିର୍ବାଚନୀ ତାତି ବଢିବାକୁ ଲାଗିଛି । ସରକାର ଗଢିବା ନେଇ ସବୁ ଦଳ ଦାବି କରିଛନ୍ତି । ତେବେ କାହାର ରଣନୀତି କାମ ଦେଉଛି କେଉଁ ଦଳ ଲୋକଙ୍କ ବିଶ୍ବାସ ଜିତୁଛି ତାହା ସମୟ କହିବ । ଓଡିଶା ଦଖଲ ପାଇଁ ରଣନୀତି ପ୍ରସ୍ତୁତ କରି ବିଜେପି ଯୋଜନା ଆରମ୍ଭ କରି ଦେଇଛି ।
ଇଟିଭି ଭାରତ, ଭୁବନେଶ୍ବର | <urn:uuid:b61fb063-4bfc-435e-9713-bdb11105061c> | CC-MAIN-2022-40 | https://www.etvbharat.com/oriya/odisha/city/bhubaneswar/bjp-national-president-jp-nadda-to-visit-odisha-on-september-29/or20220921124024139139454 | 2022-10-02T18:48:18Z | s3://commoncrawl/crawl-data/CC-MAIN-2022-40/segments/1664030337339.70/warc/CC-MAIN-20221002181356-20221002211356-00180.warc.gz | ory | 0.99997 | Orya | 1 | {"ory_Orya_score": 0.9999697208404541} |
ଦାବି ପୂରଣ ପାଇଁ ଡ୍ରାଇଭର ମହାସଂଘର ଦଣ୍ଡବତ ଆନ୍ଦୋଳନ
ଦାବି ପୂରଣ ପାଇଁ ଡ୍ରାଇଭର ମହାସଂଘର ଦଣ୍ଡବତ ଆନ୍ଦୋଳନ
ସୁବର୍ଣ୍ଣପୁର: ୯ ଦଫା ଦାବିରେ ଗର୍ଜୁଛି ଓଡ଼ିଶା ଡ୍ରାଇଭର ମହାସଂଘ । ଏନେଇ ସାରା ଓଡ଼ିଶାରେ ଓଡ଼ିଶା ଡ୍ରାଇଭର ମହାସଂଘର ଭିନ୍ନ ଭିନ୍ନ ପ୍ରତିବାଦ ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପରରେ ଜିଲ୍ଲା ଡ୍ରାଇଭର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହଜାର ହଜାର ସଂଖ୍ୟାରେ ଘରୋଇ ଡ୍ରାଇଭର ମାନେ ୯ ଦଫା ଦାବି ନେଇ ଦଣ୍ଡବତ ଆନ୍ଦୋଳନ କରିଛନ୍ତି (Different protest by Odisha drivers association) ।
ଏନେଇ ଡ୍ରାଇଭର ସଂଘ ସ୍ଥାନୀୟ ଟାଉନ ହଲଠାରୁ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ମୁଖ୍ୟ ଫାଟକ ଆଗରେ ଡ୍ରାଇଭରମାନ ଶୋଇ ରହି 9 ଦଫା ଦାବି ପୂରଣ ପାଇଁ ପ୍ରଶାସନକୁ ଅନୁରୋଧ କରିଥିଲେ । ତେବେ ଡ୍ରାଇଭରମାନଙ୍କ ଦାବି ଅନୁସାରେ ପ୍ରତ୍ୟେକ ଡ୍ରାଇଭରଙ୍କୁ ସାମାଜିକ ସୁରକ୍ଷା ଦିଆଯାଉ ।
ଏହାସହ 55 ବର୍ଷ ହେଲେ ଭତ୍ତା ପ୍ରଦାନ, ରାଜ୍ୟ ରାଜପଥ ଓ ଜାତୀୟ ରାଜପଥର ପ୍ରତି 100 ମିଟର ଅନ୍ତରରେ ଗାଡି ପାର୍କିଂ ସୁବିଧା, ବିଶ୍ରାମାଗାର ଓ ଶୌଚାଳୟ ନିର୍ମାଣ, ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭରମାନଙ୍କୁ 20 ଲକ୍ଷ ଟଙ୍କାର ବୀମା ପ୍ରଦାନ, ଅକର୍ମଣ୍ୟଙ୍କୁ 10 ଲକ୍ଷ ଟଙ୍କା ବୀମା ଓ ୫ଲକ୍ଷ ଟଙ୍କାର ଚିକିତ୍ସା ବୀମା ପ୍ରଦାନ, ଡ୍ରାଇଭରମାନଙ୍କ ଆବାସ ପାଇଁ 5 ଲକ୍ଷ ଟଙ୍କା, ଆର୍ଥିକ ସହାୟତା ଆଦି 9 ଦଫା ଦାବି ପୂରଣ ପାଇଁ ଏହି ଅଭିନବ ଆନ୍ଦୋଳନ କରିଛନ୍ତି । ଏହାସହ ଦାବି ପୂରଣ ପାଇଁ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଦାବି ପୂରଣ ନହେଲେ ଷ୍ଟିୟରିଂ ଛାଡ ଆନ୍ଦୋଳନ କରିବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।
ଏନେଇ ଆନ୍ଦୋଳନରତ ଡ୍ରାଇଭର ସଂଘର କାର୍ଯ୍ୟକର୍ତ୍ତା କହିଛନ୍ତି, ''ଆମ ଦୁଖଃ କଣ ତାହା ଓଡ଼ିଶା ସରକାର ବୁଝନ୍ତୁ । ସୁରକ୍ଷା ସମ୍ମାନକୁ ନେଇ ନଅ ଦଫା ଦାବିରେ ଆଜି ଆମ ଡ୍ରାଇର ମହାସଂଘର କର୍ମଚାରୀ ରାଜରାସ୍ତାରେ ଦଣ୍ଡବତ ଆନ୍ଦୋଳନ କରୁଛନ୍ତି । ତେବେ ଯେ ପର୍ଯ୍ୟନ୍ତ ସରକାର ଆମ ଦାବି ପୂରଣ ନକରିଛନ୍ତି ସେ ପର୍ଯ୍ୟନ୍ତ ଆମେ ଏଭଳି ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ କରିବୁ । ଏନେଇ ସରକାରଙ୍କୁ ୩ଥର ଦାବିପତ୍ର ଦେଇ ସାରିଲୁଣି । ଇତି ମଧ୍ୟରେ ୩ମାସ ବିତି ସାରିଲାଣି । ସରକାର ୩ ମାସ କହିଲେ ହେଲେ ବର୍ଷେ ହେଲାଣି ପ୍ରତିଶୃତି ପୂରଣ କଲେନି । ତେଣୁ ଏହି ଦଣ୍ଡବତ ଆନ୍ଦୋଳନ ଯାତ୍ରା ଆରମ୍ଭ କରିଛୁ । ସରକାରଙ୍କୁ ମୁଣ୍ଡିଆ ମାରି ଗୁହାରି କରୁଛୁ ଯେ ଆମ ଦାବି ପୂରଣ କରନ୍ତୁ ।''
ଇଟିଭି ଭାରତ, ସୁବର୍ଣ୍ଣପୁର | <urn:uuid:fe7540ca-efd3-4722-a718-c845b0ae5beb> | CC-MAIN-2023-06 | https://www.etvbharat.com/oriya/odisha/state/subarnapur/unique-protest-by-odisha-drivers-association-in-subarnapur/or20221104115044344344586 | 2023-02-03T04:01:45Z | s3://commoncrawl/crawl-data/CC-MAIN-2023-06/segments/1674764500042.8/warc/CC-MAIN-20230203024018-20230203054018-00210.warc.gz | ory | 1.000002 | Orya | 1 | {"ory_Orya_score": 1.0000022649765015} |
ବିଦ୍ୟୁତ ବିଲ ପୈଠ କରିବାକୁ ଅସମର୍ଥ ପାକିସ୍ତାନ ! ଦିନକ ପରେ ସ୍ବାଭାବିକ ହେଲା ବିଦ୍ୟୁତ ସରବରାହ
ବିଦ୍ୟୁତ ବିଲ ପୈଠ କରିବାକୁ ଅସମର୍ଥ ପାକିସ୍ତାନ ! ଦିନକ ପରେ ସ୍ବାଭାବିକ ହେଲା ବିଦ୍ୟୁତ ସରବରାହ
ଇସଲାମବାଦ: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ । ସବୁଠି ହାହାକାର ସ୍ଥିତି । ଏହାରି ମଧ୍ୟରେ ବଡ଼ ଧରଣର ବିଦ୍ୟୁତ ବିଭ୍ରାଟ ଦେଖା ଦେଇଥିଲା । ପାକିସ୍ତାନରେ ଗ୍ରୀଡ ଅଚଳ ହୋଇ ସୋମବାର ସକାଳୁ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା । ଦେଶବ୍ୟାପୀ ଲକ୍ଷାଧିକ ଲୋକଙ୍କ ଘରେ ବିଦ୍ୟୁତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଅନ୍ୟପଟେ ବିଦ୍ୟୁତ ବିଲ୍ ପୈଠ ନକରିବାରୁ ପାକିସ୍ତାନରେ ବିଦ୍ୟୁତ ସଂକଟ ଦେଖାଦେଇଥିବା ଚର୍ଚ୍ଚା ହେଉଛି।
ସୋମବାର ସକାଳୁ ଦେଶବ୍ୟାପୀ ବିଦ୍ୟୁତ ବିଚ୍ଛିନ ହେବା ପରେ ଆଜି(ମଙ୍ଗଳବାର) ସକାଳ ପ୍ରାୟ 5.15ରୁ ପୁନଃ ସଂଯୋଗ ହୋଇଛି । ଏନେଇ ପାକିସ୍ତାନ ଶକ୍ତି ମନ୍ତ୍ରୀ ସୂଚନା ଦେଇଛନ୍ତି । ବିଦ୍ୟୁତ କାଟ ଯୋଗୁଁ ଲାହୋର, କରାଚି ଓ ଇସଲାମବାଦ ସମେତ ଅନେକ ବଡ଼ ସହର ଗୁଡ଼ିକ ପ୍ରଭାବିତ ହୋଇଥିଲା । ସୂଚନା ଅନୁଯାୟୀ, ଇସଲାମବାଦରେ 117ଟି ଗ୍ରୀଡ ଷ୍ଟେସନ ଅଚଳ ହୋଇଯାଇଥିଲା । ସେହିପରି ପେଶାୱାର, ବାଲୁଚିସ୍ତାନ, କ୍ବେଟା ସମେତ 22ଟି ଜିଲ୍ଲାରେ ବିଦ୍ୟୁତ ବିଭ୍ରାଟ ଦେଖାଦେଇଥିଲା । ତେବେ ଆଜି ଭୋର 5.15ରେ ଅନେକ ଅଞ୍ଚଳରେ ପୁନଃ ବିଦ୍ୟୁତ ସଂଯୋଗ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ଲାଣ୍ଟ ଆରମ୍ଭ ହୋଇନଥିବା ସୂଚନା ମିଳିଛି ।
ପାକିସ୍ତାନ ଶକ୍ତି ମନ୍ତ୍ରୀ କହିଛନ୍ତି, "ଦେଶରେ ଇନ୍ଧନର ଅଭାବ ନାହିଁ । ବିଦ୍ୟୁତ ବିଲ୍ ପୈଠ ଉପରେ ଗୁରୁତ୍ବ ଦିଆଯାଉଛି । ଆବଶ୍ୟକ ଅନୁସାରେ ବିଦ୍ୟୁତ ବ୍ୟବହାର କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ହଠାତ ଗ୍ରୀଡ ଅଚଳ ହୋଇଯିବାରୁ ବିଦ୍ୟୁତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଗ୍ରୀଡ ପୁନରୁଦ୍ଧାର ପାଇଁ ଅଧିକାରୀମାନେ ଉଦ୍ୟମ ଚଳାଇଥିଲେ । ଫଳରେ ଆଜି ବିଦ୍ୟୁତ ସରବରାହ ସ୍ବଭାବିକ ହୋଇଛି । ତେବେ ଆଜି ରାତି 10ଟା ସୁଦ୍ଧା ସମସ୍ତ ଅଞ୍ଚଳରେ ବିଦ୍ୟୁତ ଯୋଗାଯୋଗ ସ୍ବଭାବିକ ହେବ ବୋଲି ସୂଚନା ଦିଆଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ: ଅନ୍ଧାରରେ ପାକିସ୍ତାନ: ଇସଲାମବାଦରୁ କରାଚି ସବୁଠି ବିଜୁଳି ସେବା ଠପ୍
ଦେଶବ୍ୟାପୀ ବିଦ୍ୟୁତ ବିଭ୍ରାଟ ଦେଖାଦେବା ପରେ ଯାଞ୍ଚ ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି । ଗତ 4 ମାସରେ ଦ୍ବିତୀୟ ଥର ପାଇଁ ପାକିସ୍ତାନରେ ବିଦ୍ୟୁତ ସଂକଟ ହୋଇଛି । ଲଗାତାର ତିନି ବର୍ଷ ମଧ୍ୟରେ ଏହା ତୃତୀୟ ବୃହତ ବିଦ୍ୟୁତ ବିଭ୍ରାଟ ଥିଲା । ପାକିସ୍ତାନ ବେକାରୀ ସମସ୍ୟା ଓ ଆର୍ଥିକ ସ୍ଥିତି ଦେଇ ଗତି କରୁଥିବାବେଳେ ବିଦ୍ୟୁତ ବିଭ୍ରାଟ ଆହୁରି ସଙ୍କଟ ଘନେଇଛି । | <urn:uuid:7d0a1630-c161-4fef-ab90-4b1b787ca45e> | CC-MAIN-2023-06 | https://www.etvbharat.com/oriya/odisha/international/top-news/power-restored-across-pakistan-after-nationwide-outage/or20230124140750967967235 | 2023-01-31T23:33:05Z | s3://commoncrawl/crawl-data/CC-MAIN-2023-06/segments/1674764499891.42/warc/CC-MAIN-20230131222253-20230201012253-00540.warc.gz | ory | 1.000001 | Orya | 1 | {"ory_Orya_score": 1.0000008344650269} |
ଅଙ୍ଗନୱାଡି କର୍ମୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
ଅଙ୍ଗନୱାଡି କର୍ମୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
ନବରଙ୍ଗପୁର : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଅଙ୍ଗନୱାଡ଼ି ଦିଦି । ଭାରତୀୟ ମଜଦୁର ସଙ୍ଘ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଙ୍ଗନୱାଡ଼ି ଲେଡ଼ିଜ ୱାର୍କରସ ଆସସିଏସନ ନବରଙ୍ଗପୁର ଜିଲ୍ଲା ତରଫରୁ ୨୭ ତାରିଖ ଠାରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଓଡିଶା ସରକାରଙ୍କୁ ୧୨ ଦଫା ଦାବିପତ୍ର ପ୍ରଦାନ କରାଯିବ । ଏନେଇ ଜିଲ୍ଲାରେ କାର୍ଯ୍ୟରତ ପ୍ରତି ବ୍ଲକର ଅଙ୍ଗନୱାଡ଼ି କର୍ମୀ ଏକତ୍ରିତ ହୋଇ ଗାନ୍ଧୀ ଛକ ଠାରୁ ଏକ ବିଶାଳ ରାଲିରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।
ତେବେ 27 ତାରିଖ ଠାରୁ ପ୍ରତ୍ୟକ ବ୍ଲକ ଗୋଟିଏ ଦିନ ଲେଖାଏଁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସକାଳ ୧୦ ଘଣ୍ଟା ଠାରୁ ଅପରାହ୍ନ ୪ ଘଣ୍ଟା ଯାଏ ଅନିର୍ଦ୍ଧିଷ୍ଟ କାଳ ଯାଏଁ ପ୍ରତୀକ ଧାରଣା ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି l ଅଙ୍ଗନୱାଡ଼ି କର୍ମୀ ଙ୍କ ମୁଖ୍ୟ ୮ ଗୋଟି ଦାବି ସରକାର ପୂରଣ ନ କରିବା ଯାଏ ଆନ୍ଦୋଳନରୁ ଓହରିବାର ପ୍ରଶ୍ନ ଉଠୁନାହିଁ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନରତ ଅଙ୍ଗନୱାଡ଼ି କର୍ମୀ ।
ଅନ୍ୟପଟେ ଦୀର୍ଘ ଦିନରୁ ଅଙ୍ଗନୱାଡ଼ି କର୍ମୀମାନେ ଆନ୍ଦୋଳନ ଡାକରା ଦେଇଥିବା ବେଳେ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲା ଯାଉ ନାହିଁ । ଫଳରେ ଶିଶୁ ମାନଙ୍କ ଖାଇବା ପଢିବା ସବୁ ଠପ ହୋଇଯାଇଛି । ତେବେ ଅଙ୍ଗନୱାଡ଼ି କର୍ମୀମାନଙ୍କ ଆନ୍ଦୋଳନ କେତେ ମାତ୍ରାରେ ଫଳପ୍ରଦ ହେଉଛି ଏବେ ତାହା ହିଁ ଦେଖିବାକୁ ବାକି ରହିଲା l
ଇଟିଭି ଭାରତ, ନବରଙ୍ଗପୁର | <urn:uuid:5792f61c-b23a-4191-966d-e6e4df87e51c> | CC-MAIN-2023-06 | https://www.etvbharat.com/oriya/odisha/state/nabarangpur/anganwadi-workers-protest-in-front-of-district-collector-office-in-nabarangpur/or20221127230557751751504 | 2023-01-30T01:10:29Z | s3://commoncrawl/crawl-data/CC-MAIN-2023-06/segments/1674764499790.41/warc/CC-MAIN-20230130003215-20230130033215-00110.warc.gz | ory | 0.999987 | Orya | 1 | {"ory_Orya_score": 0.9999874830245972} |
ମଧ୍ଯରାତ୍ରର କାହାଣୀ:
ଆମ ବନ୍ଧୁମାନଙ୍କ ଗୋଟିଏ ଅଭ୍ୟାସ ଅଛି। ଯେ କୌଣସି ସ୍ଥାନରେ ଅନ୍ତହିନ ଆଲୋଚନା କରିବା। ବହୁତ ପୁରୁଣା କଥା। ବଡ଼ମକାର ପରେ ପରେ ଜମି ମାଫିଆମାନେ ନାନା ମୌଖିକ ନିୟମ, ଭ୍ରଷ୍ଟ ଅଧିକାରୀଙ୍କ ସହାୟତା ଆଦିକୁ ଆଧାର କରି । ସାଧାରଣ ଲୋକଙ୍କ ଜମି ହାତେଇଲେ।
ଗ୍ରାମାଞ୍ଚଳରେ ଜମି ହିଁ ବଞ୍ଚିବାର ଶେଷ ଆଧାର ଥିଲା। ଜମି ହାତଛଡ଼ା ହେଲେ ନ୍ୟାୟାଳୟ ହିଁ ଶେଷ ଆଶ୍ରୟ। ତାରିଖକୁ ଗଲେ ସହରକୁ ଯିବାକୁ ହୁଏ। ଦିନକ ପୂର୍ବରୁ ସହର ଯିବାକୁ ପଡୁଥିଲା।
ଏପରି ଜଣେ ଗାଁ ଲୋକ ରାତିରେ ସିନେମା ଦେଖିଗଲେ। ଗାଁଲୋକ ସ୍ବଭାବିକ ନିଜ ଲାଠି ଧରି ସିନେମା ଘରେ ପଶିଲେ।
ସିନେମା ଚାଲିଲା। କାହାଣୀର କ୍ରମ ଜଙ୍ଗଲ ପହଞ୍ଚିଲା। ବାଘ ବାହାରିଲା
ସ୍ୱଭାବିକ ଗାଁଲୋକଟି ନିଜର ଲାଗି ଧରି ବାଘକୁ ପ୍ରତିରୋଧ କରିବା ଭଙ୍ଗିରେ ଚୌକି ଉପରେ ପ୍ରତିରକ୍ଷା ମୁଦ୍ରାରେ ବସିଲା।
ପାଖ ଚୌକିରେ ତଦୃପ ଜଣେ ବସିଥାନ୍ତି। ସହର ଓ ସିନେମା ଉପରେ ତାଙ୍କ ପ୍ରବେଶିକା ଜ୍ଞାନ ହୋଇ ସାରିଥାଏ।
କହିଲେ- ତୁମ ପର(ବ୍ୟସ୍ତ ହୁଅନାହିଁ) ! ବାଘ ସିନେମା ଥି ବାହାରୁଛେ: କିଛି ନାଇକରେ।
ଗାଁଲୋକଟି କହିଲା – ଏ ଭାଇ! ତୁଇ ଜାନୁଛୁ ବାଘ ସିନେମା ଥି ବାହାରୁଛେ, ମୁଇଁବି ଜାନୁଛେଁ ବାଘ ସିନେମା ଥି ବାହାରୁଛେ। ହେଲେ ଇ କଥା ବାଘ ଆରୁ ଜାନୁଛେ କାଏଁ ଜେ ମୁଇଁ ସିନେମା ଥି ବାହାରୁଛେଁ?
ଏକଥା ପାଖରେ ବସିଥିବା ଜଣେ ହୁସିଆର ଲୋକ ଶୁଣୁଥିଲା। ମୁରୁକି ହସିଲା। ହୁସିଆର ଲୋକର ବୟସ ଖୁବ ପୁରୁଣା। ଏତେ ପୁରୁଣା ଜେ ଗାଁଲୋକର ଚଉଦ ପୁରୁଷ ଆଗରୁ ବି ସେ ବସିଥିଲା।
ସେ ବସିଥିଲା ଓ ହସୁଥିଲା l ସିନେମା ବାଘଟି ତାଙ୍କ ଭିଆଣ। ଗାଁ ଲୋକ ଏ ଗହନ କଥା ଜାଣେ ନାହିଁ। ନ ଜାଣିବା ପାଇଁ ବି ଅନେକ ବ୍ୟୁହ ରଚନା କରିଛନ୍ତି ବସିଥିବା ହୁସିଆର ଲୋକର ବଂଶଜ।
ଆମକୁ ସିନେମାର ବାଘ ଦେଖେଇ ହିଁ ଡରେଇ ଆସୁଛନ୍ତି।
ସିନେମା ବାଘ ଠାରୁ ରକ୍ଷା ପାଇବା ପାଇଁ ହିଁ ଆମେ ରକ୍ଷାକର୍ତ୍ତା ଶାସକ ତିଆରି କରିଆସୁଅଛୁ
ମଧ୍ଯରାତ୍ରର କାହାଣୀ: | <urn:uuid:cf480bb0-1afc-4572-ba27-1239423016ca> | CC-MAIN-2023-06 | https://sagaria.wordpress.com/2019/11/29/%E0%AC%AE%E0%AC%A7%E0%AD%8D%E0%AC%AF%E0%AC%B0%E0%AC%BE%E0%AC%A4%E0%AD%8D%E0%AC%B0%E0%AC%B0-%E0%AC%95%E0%AC%BE%E0%AC%B9%E0%AC%BE%E0%AC%A3%E0%AD%80/ | 2023-02-05T07:39:42Z | s3://commoncrawl/crawl-data/CC-MAIN-2023-06/segments/1674764500250.51/warc/CC-MAIN-20230205063441-20230205093441-00630.warc.gz | ory | 0.99975 | Orya | 1 | {"ory_Orya_score": 0.9997496008872986} |
ରାତ୍ରି ର ରୂପସୀ ରାଣୀ
ରାତ୍ରି ର ରୂପସୀ ରାଣୀ
କିଏ କହେ ତୁମେ ନୁହେଁ ତ ରୂପସୀ ତୁମେ ତ ତମସା ରାଣୀ,
ତୁମରି ଗୁଣରେ ଭରିଯାଏ ମନ ବିଷାଦ ପାରେନା ଆଣି ।
ରୂପ ଦେଖି ମନ ପାଗଳ କାହିଁକି ପାରେନାହିଁ ଗୁଣ ଚିହ୍ନି ,
ଗୁଣର ମହିମା ରୂପଠାରୁ ବଡ ମନ ହୋଇଯାଏ କିଣି ।
ଦିବସରେ ଯେବେ ଆସିଯାଏ କ୍ଳାନ୍ତି ନିଅ ତୁମେ କୋଳ କରି,
ଅବସାଦ ଭରା ବିଷର୍ଣ୍ଣ ମୁଖରେ ଦେଉଥାଅ ହସଭରି ।
ତୁମରି ଗୁଣରେ ବଶୀଭୂତ ହୋଇ ଦିବସ କୁ ପର କଲି ,
କାଳିମା ତୁମର ଶତଗୁଣେ ଭଲ ଦିବସ ନୁହେଁ ତା ସରି ।
ଅସୀମ ସାଗର ମନରେ ତୁମର ସବୁ ଗ୍ଳାନି ଯାଏ ଧୋଇ ,
ଆକାଶ ଠୁଁ ବଡ ହୃଦୟରେ ତୁମ ରଖ ସ୍ଥାନ ମୋର ପାଇଁ । | <urn:uuid:7db8021f-5a2d-4a6a-94d0-1eb1e8d9eba2> | CC-MAIN-2024-18 | https://storymirror.com/read/oriya/poem/raatri-r-ruupsii-raannii/bo2v3p8q | 2024-04-14T21:30:29Z | s3://commoncrawl/crawl-data/CC-MAIN-2024-18/segments/1712296816893.9/warc/CC-MAIN-20240414192536-20240414222536-00745.warc.gz | ory | 0.999998 | Orya | 1 | {"ory_Orya_score": 0.9999983310699463} |
Inspirational Others
କେବେ କେବେ ଏମିତି ବି ହୁଏ
ଛୋଟ ପିଲା ଅଜାଗାକୁ
ଲାତ ମାରିଲେ
କଷ୍ଟ ହେଲେ ବି
ହସିବାକୁ ହୁଏ
କେବେ କେବେ ଏମିତିବି ହୁଏ ।୧।
କେବେ କେବେ ଏମିତିବି ହୁଏ
ଭଲ କାମ କରି
ଭଲ ଚିନ୍ତା କରି
ଉପର କର୍ମଚାରୀଙ୍କ ଠାରୁ
ତିରସ୍କାର ପାଇଲେ
ଫ୍ଲାସ୍ ଖେଳର
ଟୀକା ପଟଟିକୁ ଧରି
ବ୍ଳାଇଂଣ୍ଡ ଖେଳିବାକୁ ହୁଏ ।୨।
ବେଳେ ବେଳେ ଏମିତିବି ହୁଏ
ଦୁନିଆର ପ୍ରତିଟିରେ
ନଇଁ ଓ ସହି
ମାଟିକୁ ଲାଗିଯିବା ପରେ ବି,
ଅଧିକା ଅନ୍ୟାୟ ଅତ୍ୟାଚାର ମାଡ଼ି ବସିଲେ
ମାଟିରେ ଆଉ ଦବି ନଯାଇ
ସେଠାରୁ ପୁଣି ଉଠିବାକୁ ହୁଏ ।
ବେଳେ ବେଳେ ଏମିତିବି ହୁଏ ।୩।
କେବେ କେବେ ଏମିତିବି ହୁଏ
ଦୁନିଆର ଅସାମାଜିକଙ୍କୁ
ସଜାଡିବାକୁ ହେଲେ
ନିଜକୁ ଶ୍ରୀଖଣ୍ଡି ସାଜିବାକୁ ହୁଏ ।୪।
ଅନ୍ୟକୁ ପରାସ୍ତ କରି
ନିଜେ ବଳବାନ ହେବାକୁ ନୁହେଁ ।
ବରଂ ସମାଜକୁ ସୁସ୍ଥ
ସୁନ୍ଦର ସଭ୍ୟ କରିବାକୁ କେବେ କେବେ
ଏମିତିବି କରିବାକୁ ହୁଏ ।୫।
ରଂଜନ କୁମାର ବ୍ରହ୍ମା
ଶିକ୍ଷକ- CRCC, ଚିକିଟୀଗଡ଼) | <urn:uuid:2943caf9-c8bd-4b8b-9ce1-fbf8a2eab6f9> | CC-MAIN-2019-22 | https://storymirror.com/read/poem/oriya/ldt7qrgl/kebe-kebe-emiti-bi-hue/detail?undefined | 2019-05-25T18:15:59Z | s3://commoncrawl/crawl-data/CC-MAIN-2019-22/segments/1558232258147.95/warc/CC-MAIN-20190525164959-20190525190959-00258.warc.gz | ory | 0.999968 | Orya | 1 | {"ory_Orya_score": 0.9999681711196899} |
Inspirational
-ଜୀବନ ରେ ମୋତେ କେବେ ବି କିଛି ମାଗିନ , ଅଳି ଅର୍ଦ୍ଦଳି କରିନ । ଯାହା ଦେବା କଥା ଅଯାଚିତ ଭାବେ ଦେଇ ଦେଇଛ । ସ୍ନେହ ରେ, ଶ୍ରଦ୍ଧା ରେ, ସମର୍ପଣ ରେ କାର୍ପଣ୍ୟ କରିନ । ମୋ ପିଲା ଙ୍କ ର ମାଆ ହେଇ ମୋତେ ପିତୃତ୍ବ ର ମହାର୍ଘ୍ୟ ଆନନ୍ଦ ପ୍ରଦାନ କରିଛ। ଘର କୁ ଲକ୍ଷ୍ମୀ ଓ ପିଲାଙ୍କ ପାଇଁ ସରସ୍ୱତୀ ସାଜି ମୋ ପାଇଁ ସୌଭାଗ୍ୟ ର କିରଣ ବୁଣି ଦେଇଛ । ଏତେ ପରେ ବି ତୁମ ମୁହଁ ର ହସ ସେମିତି ଅଛି, ଆଖିରୁ ଝରୁଥିବା କରୁଣା କେବେ ବି ବନ୍ଦ ହୋଇନି । ଏମିତି କି ମୋ ପଙ୍ଗୁତ୍ଵ ପରେ ବି ତୁମେ ତୁମେ ହୋଇ ରହିଛ ....ମୋ ହ୍ବିଲ୍ ଚେୟାର୍ ର ପୃଥିବୀ, ପିଲାଙ୍କ ର ପଢ଼ା ବୋଝ ଓ ଘର ର ନିତିଦିନିଆ ତେଲ ଲୁଣ ରେ ଭାଙ୍ଗି ପଡିନି ତୁମ ଦେହ, ମନ । ବରଂ ମୁଁ ତୁମକୁ ଆଉରି ଅଧିକ ଭାବରେ ପାଇଛି । ତୁମକୁ ପାଇ ନିଜ କୁ ଧନ୍ୟ ମନେ କରିଛି । ତୁମ ପାଇଁ କଣ ଏତିକି କରି ପାରିନଥାନ୍ତି ? ନା ମୋର କରିବା ଟା ଉଚିତ ନଥିଲା ? ମୁଁ ଏଇଟା କୁ ହିଁ ଠିକ୍ ଭାବିଲି । ଜାଣିନି, ତୁମେ ଉଠିବା ପରେ କଣ ଭାବିବ । କାଲିର ସୂର୍ଯ୍ୟୋଦୟ ରେ ତୁମେ ଉଠିଲେ ମୋତେ ତ ନିଶ୍ଚୟ ଦେଖିବ, ମୁଁ କିନ୍ତୁ ତୁମକୁ ଦେଖି ପାରୁନଥିବି । ପ୍ରଥମ କରି ତୁମ ଅଜ୍ଞାତ ରେ କିଛି କରିଛି ମୋତେ କ୍ଷମା କରିଦେବ !!
xx xx xx xx xx xx xx xx
ହସ୍ପିଟାଲ ର ଏକ ଯନ୍ତ୍ରଭରା ନିରବ କୋଠରୀ ଭିତରେ ଶୋଇ ରହି, କିଛି ନିର୍ଦ୍ଧିଷ୍ଟ ଦିନର ବ୍ୟବଧାନ ରେ ଆଖି ଖୋଲିଥିଲା ପ୍ରୀତିପଦ୍ମା ।
କାର୍ଯ୍ୟ ଦିବସରେ ସବୁଦିନ ପରି ସେଦିନ ବି ବିନୟ ଘରେ ଏକୁଟିଆ ଥାନ୍ତି । ପିଲାମାନେ କଲେଜକୁ ଯାଇଥିବା ବେଳେ ପ୍ରୀତିପଦ୍ମା ଥାନ୍ତି ଅଫିସରେ । ତାଙ୍କ ପାଖକୁ ପଡିଶା ଘରୁ ଫୋନ୍ ରେ ଖବର ଆସିଲା ଯେ, ବିନୟ ହ୍ବିଲ୍ ଚେୟାର୍ ରୁ ପଡିଯାଇଛନ୍ତି ।
ଏହା ପରେ ଆଉ ଅଧିକ ଶୁଣିବାକୁ ପ୍ରୀତିପଦ୍ମାର ଧୈର୍ଯ୍ୟ ନଥିଲା ....
କାର୍ଯ୍ୟାଳୟ ରୁ ତର ତର ରେ ଘରମୁହାଁ ଥିଲା ବେଳେ ଅଫିସ ସିଡ଼ି ରେ ଖସି ଯାଇଥିଲା ପାଦ ।
ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା । ଆଉ ସେଇଠି ସେ କ୍ରମଶଃ ସୁସ୍ଥ ହୋଇଥିଲେ ।
କିନ୍ତୁ ସବୁଦିନ ପାଇଁ ଚାଲିଯାଇଥିଲା ଦୃଷ୍ଟିଶକ୍ତି ।
xx xx xx xx xx xx xx xx
ସେନାବାହିନୀ ରେ ଥିଲାବେଳେ କାର୍ଯ୍ୟରତ ବିନୟ ସବୁଦିନ ପାଇଁ ଅକର୍ମଣ୍ୟ ହୋଇଯାଇଥିଲେ । ଅଣ୍ଟା ପାଖକୁ ବାଜିଥିବା ଗୁଳି ଟା ଅସ୍ତ୍ରୋପଚାର ପରେ ତାଙ୍କୁ ହ୍ବିଲ୍ ଚେୟାର ଉପର କୁ ହିଁ ଟାଣି ନେଇଥିଲା ।
ତା'ପର ର ଦୃଶ୍ୟ କୁ ସେ' ସେଇଠି ହିଁ ଦେଖି ଆସିଛନ୍ତି ।
କେମିତି ବନ୍ଧୁମାନେ ଦୂରେଇ ଯାନ୍ତି , କେମିତି ଜଣେ ଖୁବ୍ ସହଜରେ ନିଜର ସ୍ଵଭାଵ କୁ ବଦଳାଇ ଦେଇ ପାରେ , ଇତ୍ୟାଦି ଇତ୍ୟାଦି । କିନ୍ତୁ ସେସବୁ କୁ ଖୁବ୍ ପାଖରୁ ଦେଖିଆସିଥିବା ବିନୟ , ପତ୍ନୀ ପ୍ରୀତି ଙ୍କ ଯତ୍ନଶୀଳତା ରେ ଦିନ କୁ ଦିନ ଦ୍ରବିଭୂତ ହୋଇପଡୁଥିଲେ ।
ଏପରି ଦୁର୍ଦିନ ରେ ପ୍ରୀତି ଙ୍କ ଦାୟିତ୍ୱବୋଧ ଦେଖି ଲୁହ ଜମୁଥିଲା ଆଖିରେ । କୋହ ଓ ଅବ୍ୟକ୍ତ ବେଦନା ରେ ଫୁଲି ଉଠୁଥିଲା ହୃଦୟ ।
ଅତୀତ ରେ ଏଇ ପ୍ରୀତି ପାଇଁ ପ୍ରୀତିପୂର୍ଣ୍ଣ ସମୟ ଟିକିଏ ,ବେଧଡକ୍ ହୋଇ ବାହାର କରିବାକୁ ସକ୍ଷମ ହୋଇନଥିଲେ ବିନୟ । ନିଜ କାର୍ଯ୍ୟ ର ଉତ୍ତର ଦାୟିତ୍ୱ ଓ ପ୍ରୀତି ଙ୍କ ଘର ସଂସାର ତଥା କାର୍ଯ୍ୟାଳୟ କୁ ନେଇ ଗୋଟେ ଭଲ ସମୟ କେବେବି ମିଳିଲାନି ।
ଆଉ ଏବେ.... ସମୟ ହିଁ ସମୟ ଅଥଚ କେଉଁଆଡେ ବୁଲିଯିବା କୁ ସେ'ନିଜେ ଅକ୍ଷମ ।
ନିୟତି ର ଏଇ କ୍ରୁର ହସ ଆଗରେ ଫିକା ପଡୁଥିଲା ଜୀବନ ର ରଙ୍ଗ ।
xx xx xx xx xx xx xx xx
ସୂର୍ଯ୍ୟୋଦୟ ତ ହୋଇଥିଲା ନିଶ୍ଚୟ , କିନ୍ତୁ ବିନୟ ପାଇଁ ପୃଥିବୀ ଟା ଥିଲା ଅନ୍ଧକାରମୟ । ସେ ଯେ, ସବୁଦିନ ପାଇଁ ପ୍ରୀତି କୁ ଦେଖିବା କୁ ଅକ୍ଷମ ଏତିକି ଅବଶୋଷ କୁ ଛାଡିଦେଲେ ଆଉ କିଛି ନଥିଲା ।
ଗୋଟେ ଅକର୍ମଣ୍ୟ ମଣିଷ ଆଉ ଟିକେ ଅଧିକ ଅକର୍ମଣ୍ୟ ହୋଇ ଜଣେ କର୍ମଠ ପାଇଁ ନୂଆ ଜୀବନ ଦେଇଥିଲା ।
ଖାଲି ସେତିକି ନୁହେଁ ....ଏବେଠୁଁ ହିଁ , ଜୀବନ ର ଅନ୍ତିମ ଯାତ୍ରା ପର୍ଯ୍ୟନ୍ତ ସେ ଓ ପ୍ରୀତି ଏମିତି ଗୋଟିଏ ଶରୀର ଭିତରେ ବଞ୍ଚିବେ । ଦୁହେଁ ଏବେ ଶରୀର ଓ ମନ ରେ ଏକାକାର ହୋଇ ସାରିଛନ୍ତି ।
ପାର୍ଥିବ ପୃଥିବୀ ଟା ଅନ୍ଧକାରମୟ ହୋଇଯାଇଥିଲେ କଣ ହେବ ,ମନ ଉପବନ ଟା ତ ହୋଇଯାଇଛି ଆଲୋକମୟ, ସୁବାସିତ !!
xx xx xx xx xx xx xx xx
ସେଇ ଚାରି କାନ୍ଥର ଚଉହଦୀ ।
ହ୍ବିଲ୍ ଚେୟାର୍ ରେ ବିନୟ । ପ୍ରୀତିପଦ୍ମା ର ହାତ ଭିତରେ ବିନୟ ର ହାତ । ବିନୟ ଲେଖିଥିବା ଅକ୍ଷର ଗୁଡାକ କାଗଜ ଉପରୁ ଡ଼େଇଁ ପଡି କୋଠରୀ ଭିତରେ ଖେଳି ବୁଲୁଥାନ୍ତି । ଆଖିରେ ଭରି ସାରିଥିବା ଲୁହ କୁ ରୋକିବା ପାଇଁ ଶେଷ ଚେଷ୍ଟା କଲା ବେଳେ -ମନ କହୁଥାଏ ଏ' ଅମୂଲ୍ୟ ଉପହାର ବେଶ୍ ଅଦ୍ଭୁତ ଓ ଦୁସ୍ପ୍ରାପ୍ୟ । କେତେ ଜନ୍ମ ର ତପସ୍ୟା ର ଏ'ଫଳ କିଏ ଜାଣେ ? ତେବେ ଏ'ଆଖି ଯୋଡିକ କାନ୍ଦିବା ପାଇଁ ନୁହେଁ , ତାଙ୍କ ପରି ଦିଟା ମଣିଷ ଏକାବେଳେ ଦୁନିଆଁ କୁ ଦେଖିବା ପାଇଁ ହିଁ ଉଦ୍ଧିଷ୍ଟ ।
ପରିପୂର୍ଣ୍ଣ ଭାବାବେଗ ରେ
ବିନୟ ଙ୍କ କୋଳ ଉପର କୁ ସ୍ୱତଃ ଝୁଙ୍କି ଯାଉଥିଲା ପ୍ରୀତିପଦ୍ମାର ମୁହଁ ।
ରାଜୀବ ଗୋପାଳ ସ୍ୱାଇଁ
ମାତୃକୁଟୀର, କୁରୁଣ୍ଟି, ମେରାମଣ୍ଡଳୀ, ଢେ଼ଙ୍କାନାଳ-୭୫୯୧୨୧ | <urn:uuid:27df87e1-68c7-46d6-8181-6c3d11b5755e> | CC-MAIN-2019-35 | https://storymirror.com/read/story/oriya/tbqxywmx/adbhut-uphaar/detail?undefined | 2019-08-22T10:17:10Z | s3://commoncrawl/crawl-data/CC-MAIN-2019-35/segments/1566027317037.24/warc/CC-MAIN-20190822084513-20190822110513-00156.warc.gz | ory | 1.000007 | Orya | 1 | {"ory_Orya_score": 1.0000073909759521} |
ଅନ୍ତିମ ଟି୨୦ ମ୍ୟାଚ୍ରେ ଭାରତର ବିଜୟ ସହ ସିରିଜ କ୍ଲିନ୍ ସ୍ୱିପ
ଚେନ୍ନାଇ: ଲୋମଟାଙ୍କୁରା ଶେଷ ଓଭର ସହିତ ଶେଷ ବଲ୍ରେ ଜିତିଛି ଟିମ୍ ଇଣ୍ଡିଆ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଖେଳାଯାଉଥିବା ଅନ୍ତିମ ଟି୨୦ ମ୍ୟାଚ୍ରେ ଏହି ଦମ୍ଦାର ବିଜୟ ସହିତ ସମ୍ପୂର୍ଣ୍ଣ ଟି୨୦ ସିରିଜ୍କୁ ୩-୦ରେ ହାତେଇ ନେଇଛି ଟିମ୍ ଇଣ୍ଡିଆ। ଆଜି ୯୨ ରନ୍ର ଲଢ଼ୁଆ ଇନିଂସ୍ ଖେଳିଥିବା ଓପନର ଶିଖର ଧୱନ୍ ସମ୍ପୂର୍ଣ୍ଣ ମ୍ୟାଚ୍ରେ ଦବ୍ଦବା ପ୍ରଦର୍ଶନ କରିଥିଲାବେଳେ ତାଙ୍କୁ ଏଥିରେ ଆକର୍ଷଣୀୟ ସହଯୋଗ ଦେଇଥିଲେ ରିଷଭ୍ ପନ୍ତ।
କିନ୍ତୁ ଏପରି ଇନିଂସ ସତ୍ତ୍ୱେ ମଧ୍ୟ ୱେଷ୍ଟଇଣ୍ଡିଜ୍ ଧାର୍ଯ୍ୟ କରିଥିବା ୧୮୨ ରନ୍ର ବୃହତ ଟାର୍ଗେଟ୍କୁ ଚେଜ୍ କରିବା ଟିମ୍ ଇଣ୍ଡିଆ ପାଇଁ କଷ୍ଟକର ହୋଇପଡ଼ିଥିଲା। ଶେଷ ବଲ୍ ଯାଏ କଥା ଯାଇଥିଲା ଏବଂ ଶେଷରେ ଭାରତ ଏହି ରୋମାଞ୍ଚକର ମ୍ୟାଚ୍କୁ ୬ ୱିକେଟ୍ରେ ଜିତିପାରିଥିଲା।
It's a wrap. A lot of drama in the final over and #TeamIndia beat the Windies by 6 wickets.
Clinch the series 3-0 ?? pic.twitter.com/kjfACGE5g8
— BCCI (@BCCI) November 11, 2018
ଭାରତର ଇନିଂସ୍ ଆରମ୍ଭରୁ ଅଧିନାୟକ ରୋହିତ ଶର୍ମା ୬ ବଲ୍ରୁ ୪ ରନ୍ କରିଥିବା ସମୟରେ କିମୋ ପଲ୍ଙ୍କ ବଲ୍ରେ କାର୍ଲ୍ସ୍ ବ୍ରେଥୱେଟ୍ଙ୍କ ହାତରେ ଧରାପଡ଼ି ସଅଳ ବିଦାୟ ନେଇଥିଲେ। ଏହାପରେ କ୍ରିଜ୍କୁ ଓହ୍ଲାଇଥିବା ଲୋକେଶ ରାହୁଲ ଆରମ୍ଭରୁ ଆକ୍ରମଣାତ୍ମକ ଖେଳୁଥିଲେ ମଧ୍ୟ ୧୦ ବଲ୍ରେ ୧୭ ରନ୍ କରି ଓସାନେ ଟୋମାସ୍ଙ୍କ ଶିକାର ହୋଇଥିଲେ। ରାହୁଲ ବିଦାୟ ନେବାପରେ ଗୋଟିଏ ପଟେ ୱିକେଟ୍ ସମ୍ଭାଳି ଆସିଥିବା ଧୱନ୍ ଚିରାଚରିତଭାବେ ଧୂଆଁଧାର ବ୍ୟାଟିଂ କରିବା ଜାରି ରଖିଥିଲେ ଏବଂ ତାଙ୍କୁ ଏଥିରେ ଲଢ଼ୁଆ ସାଥ୍ ଦେଇଥିଲେ ରିଷଭ ପନ୍ତ। ରିଷଭ୍ ୩୮ ବଲ୍ରେ ୫୮ରନ୍ କରି ବିଦାୟ ନେବାବେଳକୁ ଜିତିବା ସ୍ଥିତି ପ୍ରାୟ ଆସିଯାଇଥିଲେ ମଧ୍ୟ ବଲ୍ ପିଛା ରନ୍ ପ୍ରାୟ ସମାନ ଥିବାରୁ ସଂକଟଜନକ ପରିସ୍ଥିତି ହୋଇଥିଲା।
— BCCI (@BCCI) November 11, 2018
ଏପରିକି ଧୱନ୍ ଏପରି ସମୟରେ ବଡ଼ ଶଟ୍ ଖେଳି ବିଦାୟ ନେଲେ ଯେତେବେଳକୁ ଭାରତ ଜିତିବାପାଇଁ ୨ ବଲ୍ରେ ଏକ ରନ୍ ଆବଶ୍ୟକ କରୁଥିଲା। ସେ ୯୨ ରନ୍ କରିଥିବା ସମୟରେ ଫାବିଆନ୍ ଆଲେନ୍ଙ୍କ ବଲ୍ରେ ପୋଲାର୍ଡଙ୍କ ହାତରେ ଧରାପଡ଼ିଥିଲେ। ତାଙ୍କ ସ୍ଥାନରେ ଦିନେଶ କାର୍ତ୍ତିକ ଆସିଥିଲେ ହେଁ ଷ୍ଟ୍ରାଇକ୍ରେ ଥିବା ମନୀଷ ପାଣ୍ଡେ ଅନ୍ତିମ ବଲ୍ରେ ସିଙ୍ଗିଲ୍ ଚୋରାଇନେଇ ଦଳକୁ ବିଜୟୀ କରାଇଥିଲେ।
ସେହିଭଳି ୱେଷ୍ଟଇଣ୍ଡିଜ୍ ଇନିଂସ୍ରେ ଏସ୍ଡି ହୋପ୍ ଏବଂ ହେଟ୍ମେୟର ଇନିଂସ୍ ସମ୍ଭାଳି ଆସୁଥିବାବେଳେ ୟେଜୁବେନ୍ଦ୍ର ଚହଲ୍ ଉଭୟଙ୍କ ପାଇଁ ବିପଦ ପାଲଟିଥିଲେ। ଉଭୟ ଯଥାକ୍ରମେ ୨୪ ଓ ୨୬ ରନ୍ କରି ବିଦାୟ ନେଇଥିଲେ। ସେହିଭଳି ଡିଏମ୍ ବ୍ରାଭୋ ପ୍ରଶଂସନୀୟ ୪୩ ରନ୍ର ଇନିଂସ୍ ଖେଳି ୱେଷ୍ଟଇଣ୍ଡିଜ୍କୁ ବଡ଼ ସ୍କୋର୍ର ଆଶା ଦେଇଥିଲେ ଏବଂ ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ। କିନ୍ତୁ ଡି ରାମଦିନ୍ ମାତ୍ର ୧୫ ରନ୍ରେ ବିଦାୟ ନେବାପରେ ତାଙ୍କ ସହିତ ଭାଗିଦାରୀରେ ସହଯୋଗ କରିଥିବା ଏନ୍ ପୂରନ୍ ସର୍ବାଧିକ ୫୩ ରନ୍ କରିପାରିଥିଲେ। ଫଳରେ ଦଳ ଭାରତ ପାଇଁ ୧୮୨ ରନ୍ର ଲକ୍ଷ୍ୟ ଧାର୍ଯ୍ୟ କରିପାରିଥିଲା। ଚହଲ୍ଙ୍କୁ ୨ଟି ୱିକେଟ୍ ମିଳିଥିବାବେଳେ ୱାଶିଂଟନ୍ ସୁନ୍ଦରଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା। | <urn:uuid:979bee26-6863-4dc8-9318-52c3a7772f14> | CC-MAIN-2019-43 | https://odishareporter.in/sports/india-won-third-t20-in-last-ball-against-west-indies-1234-299925 | 2019-10-18T13:51:59Z | s3://commoncrawl/crawl-data/CC-MAIN-2019-43/segments/1570986682998.59/warc/CC-MAIN-20191018131050-20191018154550-00156.warc.gz | ory | 0.999985 | Orya | 1 | {"ory_Orya_score": 0.9999853372573853} |
Others
ଜଣେ ମଣିଷ ଅଜଣା ...
କ୍ଷଣିକ ଜୀବନେ ଏ ସାରା ସଂସାର
କେତେ ବନ୍ଧୁ ପରିଜନେ ଅଟେ ଭରପୁର
ସଭିଙ୍କ ଭିତରେ ଜଣେ ମିଳେ ମଣିଷ ଅଜଣା,
ଦେଖି ନାହିଁ କେବେ ତାଙ୍କୁ ଆଗୁ
ତଥାପି ଲାଗନ୍ତି ସେ ଅତି ନିଜର
ଆଖି ଭରିଯାଏ ମୋର ସେ ସବୁଠୁ ସୁନ୍ଦର
ହୃଦୟର ବନ୍ଧୁ ସେ ଗଲେ ହୋଇ ନଜାଣି ଠିକଣା।
ନିଶବ୍ଦ ରାତ୍ରରେ ଶୁଭେ ତାଙ୍କ ମଧୁର ସ୍ୱର
କୋଟି ଜନ ଗହଳି ରେ ବାରିପଡେ
ବାଜେ ଯେବେ ତାର ନୁପୁର
ପ୍ରତି ମୂହୁର୍ତ୍ତରେ ଭାବେ ତାଙ୍କ କଥା କାହିଁକି ଜାଣେନା
ମିଳିଗଲାପରେ ଜଣେ ମଣିଷ ଅଜଣା।
ମୁଦି୍ରତ ନୟନେ ଦିଶେ ତାଙ୍କ ରୁପ ଛବି,
ମୁଖ ଦେଖି ଲାଗେ ସତେ ଉଦିତ ରବି
ସୁଖ ମନାସି ତାର
ନାସ୍ତିକ ମଣିଷ ପାଖେ ମନ୍ଦିର ପାହାଚ ସରେନା।
ମିଳିଗଲାପରେ ଜଣେ ମଣିଷ ଅଜଣା।
ତନମନ ସବୁ କିଛି ତା'ର ପାଶେ ଦେଇଛି ଅଜାଡି
ବଞ୍ଚôଛି ତା'ର ଲାଗି ପିନ୍ଧି ପବିତ୍ରତା ଶାଢୀ
ପ୍ରାଣ ପ୍ରତିମ ଭାବେ ତାଙ୍କୁ ମୋ ଜୀବନେ
ସବୁ ବୁଝି ସେ କିଛି ବି ବୁଝେନା
ମିଳିଗଲା ପରେ ଜଣେ ମଣିଷ ଅଜଣା।
କେତେ ଶପଥ ଜୀବନେ ଦେଇଛି ମୁଁ ଭାଙ୍ଗି
କେତେ ସ୍ୱପ୍ନର ମନ୍ଦିର ଗଢିଛି ତା'ର ଲାଗି
ତା'ର ହସ ଟିକେ ପାଇଁ ସ୍ୱିକାର ସବୁ ଯେ ଯନ୍ତ୍ରଣା।
କାହିଁ କେତେ ଦୁର ଅଜ୍ଞାତେ ସେ ଯାଇଛି ଚାଲି
ଜାଣେ ମୁଁ ସେ କେବେ ଫେରିବନି ବୋଲି
ତଥାପି ବାର୍ଦ୍ଧକେ ମନ ଯେ ବୁଝେନା।
ଛାତିଟା ଦିଏ ଫଟାଇ ଥରିଲା ଥରିଲା କୋହ
ଆଖିଟା ଯେ ଗଲାଣି ଫୁଟି ଝରି ତତଲା ଲୁହ
ସ୍ୱପ୍ନର ତାଜମହଲ ବାଲିଘର ପରି ହୋଇଗଲା ଚୁନା।
ମିଳିଗଲାପରେ ତାକୁ ଜଣେ ମଣିଷ ଅଜଣା।
ସୁଖ ଦୁଃଖ ଭଲ ମନ୍ଦ ବୁଝେନା ଏ ଜରା ଶରୀର
ଜୀବନଟା ରଶ୍ମୀ ରେଖା ପରି ଚାଲେ
ସରେନା ତାହାରି ଗାର
ଅପ୍ରାପ୍ୟ ମିଳେ ହାତ ପାହାନ୍ତାରେ
ଧୃବ ସତ୍ୟ କିନ୍ତୁ ଖୋଜି ମୋତେ ମିଳେନା।
ଆସିବ ସେ ଫେରି ସାତ ଜନ୍ମ ପରେ ଦେଇଛି ଯେ କଥା
କୋଟି ଜନ୍ମ କରିବି ଅପେକ୍ଷା ନନୁଆଁଇ ମୋର ମଥା
ମୁଁ ଜାଣେ ତୁମେ ଜାଣ ମିଛ ସେ କୁହେନା।
ଚିରସ୍ରୋତା ଭାବେ ଯାଉଛି ଯେ ବୋହି ଜୀବନ ନଦୀର ଧାର
ମୁଁ ବ୍ୟାକୁଳ ସେ ବି ବ୍ୟାକୁଳ ପଥ ମଧ୍ୟେ ସମୟ ପ୍ରାଚୀର
ସରି ସରି ଯାଏ ସିନା କେବେ ବି ସେ ସରେନା ।
ମିଳିଗଲାପରେ ତାକୁ ଜଣେ ମଣିଷ ଅଜଣା। | <urn:uuid:b46f383a-492f-4c63-89a9-f75584675e84> | CC-MAIN-2019-47 | https://storymirror.com/read/poem/oriya/lehapwy3/jnne-mnniss-ajnnaa/detail?undefined | 2019-11-17T13:56:19Z | s3://commoncrawl/crawl-data/CC-MAIN-2019-47/segments/1573496668954.85/warc/CC-MAIN-20191117115233-20191117143233-00197.warc.gz | ory | 0.999396 | Orya | 2 | {"ory_Orya_score": 0.9993963241577148} |
ସୁସ୍ଥ ହୋଇ ଘରକୁ ଫେରିଲେ ଅମିତାଭ, ହେଲେ ଏବେ ବି ମନ ହସ୍ପିଟାଲ୍ରେ
ମୁମ୍ବାଇ: କୋଭିଡ-୧୯ ବା କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ମେଗା ଷ୍ଟାର୍ ଅମିତାଭ ବଚ୍ଚନ। ସେ ସୁସ୍ଥ ହୋଇ ଘରକୁ ଫେରିବା ପରେ ମଧ୍ୟ ତାଙ୍କ ହୃଦୟ ଏବେ ବି ହସ୍ପିଟାଲ୍ରେ। କାରଣ ତାଙ୍କ ପୁଅ ଅଭିଷେକ ବଚ୍ଚନ ଏବେ ବି ହସ୍ପିଟାଲ୍ରେ କରୋନା ଭାଇରସ୍ର ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।
T 3613 – I have tested CoVid- have been discharged. I am back home in solitary quarantine.
Grace of the Almighty, blessings of Ma Babuji, prayers & duas of near & dear & friends fans EF .. and the excellent care and nursing at Nanavati made it possible for me to see this day . pic.twitter.com/76jWbN5hvM
— Amitabh Bachchan (@SrBachchan) August 2, 2020
ମେଗା ଷ୍ଟାର୍ ଅଭିତାଭ ବଚ୍ଚନ ରବିବାର ତାଙ୍କ ବ୍ଲଗ୍ ପୋଷ୍ଟରେ ସେ ଅଭିଷେକଙ୍କ ପାଇଁ ଦୁଃଖୀ ଥିବା ଲେଖିଛନ୍ତି। ସେହିପରି ସେ ଏକ ଟ୍ବିଟ୍ ପୋଷ୍ଟ୍ କରି ଲେଖିଛନ୍ତି, 'ମୁଁ କୋଭିଡ୍-୧୯ରୁ ସୁସ୍ଥ ହେବା ପରେ ଘରକୁ ଫେରି ଆସିଛି। ସର୍ବଶକ୍ତିମାନଙ୍କ କୃପା, ମାଆ ବାବୁଜୀଙ୍କ ଆଶୀର୍ବାଦ, ମୋର ନିକଟତମ ସଂପର୍କୀୟ ଓ ବନ୍ଧୁଙ୍କୁ ଶୁଭେଚ୍ଛା ଓ ନାନାବତୀ ହସ୍ପିଟାଲ୍ର ନର୍ସଙ୍କର ଉନ୍ନତ ଧରଣର ସେବା ସକାଶେ ଏ ସବୁ ସମ୍ଭବ ହୋଇପାରିଛି।'
🙏🏽 my father, thankfully, has tested negative on his latest Covid-19 test and has been discharged from the hospital. He will now be at home and rest. Thank you all for all your prayers and wishes for him. 🙏🏽
— Abhishek Bachchan (@juniorbachchan) August 2, 2020
ଅଭିଷେକ ବଚ୍ଚନ ମଧ୍ୟ ଅମିତାଭଙ୍କ ସୁସ୍ଥ ହେବା ଖବର ଓ ସେ ଏବେ ବି କରୋନା ପଜିଟିଭ୍ ରହି ଚିକିତ୍ସିତ ହେଉଥିବା କଥା ଦୁଇଟି ଟ୍ବିଟର୍ ପୋଷ୍ଟ୍ ଜରିଆରେ ଜଣାଇଛନ୍ତି।
I, Unfortunately due to some comorbidities remain Covid-19 positive and remain in hospital. Again, thank you all for your continued wishes and prayers for my family. Very humbled and indebted. 🙏🏽
I'll beat this and come back healthier! Promise. 💪🏽
— Abhishek Bachchan (@juniorbachchan) August 2, 2020
ଉଲ୍ଲେଖଯୋଗ୍ୟ, ଜୁନ୍ ୧୧ ତାରିଖରେ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ମେଗା ଷ୍ଟାର୍ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ ମୁମ୍ବାଇର ନାନାବତୀ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। | <urn:uuid:93c22181-7f7c-42d3-a2d8-745b37715a7d> | CC-MAIN-2020-40 | https://sambad.in/entertainment/amitabh-bachchan-is-back-home-but-his-heart-is-still-in-the-hospital-feeling-bad-for-abhishek-547591/ | 2020-10-01T13:13:48Z | s3://commoncrawl/crawl-data/CC-MAIN-2020-40/segments/1600402131412.93/warc/CC-MAIN-20201001112433-20201001142433-00486.warc.gz | ory | 0.998257 | Orya | 1 | {"ory_Orya_score": 0.998257040977478} |
ବର୍ଷା ପାଣିରେ ଭାସିଗଲେ ଯୁବକ, କ୍ୟାମେରାରେ କଏଦ ହେଲା ଦୃଶ୍ୟ
ହାଇଦ୍ରାବାଦ: ଲଗାଣ ବର୍ଷା ପରେ ହାଇଦ୍ରାବାଦରେ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟା ସ୍ଥିତି ସାଧାରଣ ଜନଜବୀନକୁ ଅସ୍ତବ୍ୟସ୍ତ କରିଛି। ହାଇଦ୍ରାବାଦର ମୁଖ୍ୟ ରାସ୍ତାରେ ନଦୀ ଭଳି ଜଳ ପ୍ରଭାହିତ ହେଉଥିବାରୁ ଘଟଣା ସ୍ଥଳରୁ ଛାତି ଥରାଇ ଦେବା ଭଳି ଭିଡିଓ ସାମ୍ନାକୁ ଆସିଛି।
ଜଣେ ବ୍ୟକ୍ତି କେମିତି ବର୍ଷା ପାଣିରେ ରାସ୍ତାରେ ଭାସି ଯାଉଛନ୍ତି, ତା'ର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ବ୍ୟକ୍ତି ଜଣଙ୍କ ପ୍ରଖର ବେଗରେ ପ୍ରବାହିତ ପାଣିରେ ଭାସି ଯାଉଥିବା ବେଳେ ଆଉ କିଛି ଲୋକ ରାସ୍ତା କଡ଼ରେ ଛିଡ଼ା ହୋଇ ସାହାଯ୍ୟ ପାଇଁ ଚିତ୍କାର କରୁଛନ୍ତି। ହେଲେ କେହି ବି ଭାସି ଯାଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ଆସି ନଥିବା ଭିଡିଓରୁ ଜଣାପଡ଼ିଛି। ପରବର୍ତ୍ତୀ ଅବସ୍ଥାରେ ବ୍ୟକ୍ତି ଜଣଙ୍କ ଉଦ୍ଧାର ହେଲେ କି ନାହିଁ, ତା'ର ଖବର ମଧ୍ୟ ଏଯାଏ ମିଳିନାହିଁ।
— TNIE Telangana (@XpressHyderabad) October 14, 2020
ଏହି ଡ୍ରାମାଟିକ ଭିଡିଓଟି ଫାଲକନୁମା ନିକଟ ବାରକାସ ଅଞ୍ଚଳର। ପାଣିରେ ଭାସି ଯାଉଥିବା ବ୍ୟକ୍ତି ଜଣଙ୍କ ରାସ୍ତାରେ ଥିବା ଗୋଟିଏ ଖୁଣ୍ଟିକୁ ଧରିବାକୁ ଚେଷ୍ଟା କରିଥିଲେ। ହେଲେ ସେ ଏଥିରେ ସଫଳ ହୋଇ ନଥିଲେ। ପାଣି ତାଙ୍କୁ ଆଗକୁ ଆଗକୁ ଭସାଇ ନେଇ ଚାଲିଥିଲା। ରାସ୍ତାରେ ପାଣି ପ୍ରବାହିତ ହେଉଥିବା ବେଳେ ରାସ୍ତା କଡ଼ରେ ଥିବା ଉଚ୍ଚ ସ୍ଥାନରେ ୨ ଜଣ ବ୍ୟକ୍ତି ଛିଡ଼ା ହୋଇଥିଲେ।
How eerie and scary when a car with no driver inside starts moving, even changes direction and speeds away, because of the force of the flood waters; #ChaltheeKaNaamGaadi quips @Iamtssudhir, little you can do to stop it without risking your life #HyderabadRains @ndtv @ndtvindia pic.twitter.com/DhEhTCOuDw
— Uma Sudhir (@umasudhir) October 13, 2020
ସେମାନେ କୌଣସି ଉପାୟ ନପାଇ କେବଳ ଚିତ୍କାର କରିଥିଲେ ହେଁ କେହି ବି ଶୁଣି ନଥିଲେ। ସେହିପରି କିଛି ଲୋକ ଗୋଟିଏ ଟାୟର ଭାସି ଯାଉଥିବା ଯୁବକଙ୍କ ପାଖକୁ ପକାଇଥିଲେ। ହେଲେ ସେଇଟାକୁ ମଧ୍ୟ ସେ ଧରି ପାରି ନଥିଲେ।
ଏହି ଭିଡିଓ ବ୍ୟତୀତ ଆହୁରି ଅନେକ ଲୋମଟାଙ୍କୁରା ଭିଡିଓ ସାମ୍ନାକୁ ଆସିଛି। ଗତ ୨୪ ଘଣ୍ଟାରେ ହାଇଦ୍ରାବାଦରେ ୨୦ ସେମିରୁ ଅଧିକ ବର୍ଷା ହୋଇଛି। ଏହି କାରଣରୁ ଏକାଧିକ ଅଞ୍ଚଳରେ ପାଣି ପଶି ଯାଇଛି। ପାଣି ଏତେ ପ୍ରଖର ବେଗରେ ଆଗକୁ ଯାଉଛି ଯେ ଅନେକ କାର ଓ ଗାଡ଼ି ରାସ୍ତା ଉପରେ ଭାସି ଯାଉଥିବା ଦେଖିବାକୁ ମିଳିଛି।
Unbelievable scenes as cars, even heavy vehicles, are like free floating objects just carried by the force of water; this one recd as a forward, said to be from Green Park Colony #Saroornagar #HyderabadRains @ndtv @ndtvindia #FloatingInHyderabad pic.twitter.com/Go4dBVmGaT
— Uma Sudhir (@umasudhir) October 13, 2020
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ। | <urn:uuid:3f8d1d1f-a8d9-4fb5-bc9c-48f2322e255e> | CC-MAIN-2021-10 | https://odishareporter.in/nation-world/man-washed-away-in-hyderabad-as-witnesses-shout-for-help-581234 | 2021-02-26T04:05:10Z | s3://commoncrawl/crawl-data/CC-MAIN-2021-10/segments/1614178356140.5/warc/CC-MAIN-20210226030728-20210226060728-00232.warc.gz | ory | 0.999884 | Orya | 1 | {"ory_Orya_score": 0.9998841285705566} |
ବିଧାନସଭାରେ ଥମୁନି ମଣ୍ଡି ଝଡ଼, ବିରୋଧୀ-ଶାସକ ମୁହାଁମୁହିଁ
ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ରଖିଲେ ବାଚସ୍ପତି
ବିଧାନସଭାରେ ଆଜି ବି ହଙ୍ଗାମା
ଉଭୟ ଶାସକ ଓ ବିରୋଧୀ ବିଧାୟକଙ୍କ ହଟ୍ଟଗୋଳ
ମଣ୍ଡି ପ୍ରସଙ୍ଗରେ ବିଜେପି ଓ କଂଗ୍ରେସର ପାଟିତୁଣ୍ଡ
ଧାନ ମଣ୍ଡି ସମସ୍ୟାକୁ ନେଇ ବିଜେପି, କଂଗ୍ରେସର ସ୍ଲୋଗାନ
ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମକୁ ପ୍ରସଙ୍ଗ କଲା ବିଜେଡି
ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବି କଲେ ବାଚସ୍ପତି
ଭୁବନେଶ୍ୱର : ବିଧାନସଭାରେ ଥମୁନି ମଣ୍ଡି ଝଡ଼ । ଆଜି ବି ହଙ୍ଗାମା, ଶାସକ-ବିରୋଧୀ ମୁହାଁମୁହିଁ । ତେବେ ବଡ଼ କଥା ହେଲା, ପ୍ରଥମ ଥର ଲାଗି ଶାସକ ଦଳର ସଭ୍ୟଙ୍କ ସହ ହଟ୍ଟଗୋଳରେ ତିନି ଜଣ ମନ୍ତ୍ରୀ ବି ସାମିଲ ହୋଇଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଆଜି ମଣ୍ଡି ସମସ୍ୟା ନେଇ ବିଜେପି ଓ କଂଗ୍ରେସ ଗୃହ ମଧ୍ୟଭାଗକୁ ଆସି ପାଟିତୁଣ୍ଡ ଓ ସ୍ଲୋଗାନ ଦେଉଥିବା ବେଳେ ଏହାକୁ କାଉଣ୍ଟର ଲାଗି ମାଡ଼ି ଆସିଥିଲେ ଶାସକ ସଭ୍ୟ ।
ଗୃହରେ ଶାସକ-ବିରୋଧୀ ମୁହାଁମୁହିଁ ପରେ ତାରା ବାହିନୀପତିଙ୍କ ପ୍ରତିକ୍ରିୟା । ମନ୍ତ୍ରୀମାନେ ୱେଲ ଭିତରକୁ ଆସିବା ପ୍ରଥମ ଘଟଣା । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ସୁଶାନ୍ତ ସିଂହ ଓ ନବ ଦାସଙ୍କ ନାଁ ନେଲେ ତାରା । #OdishaAssembly pic.twitter.com/vd3SbDageU
— ଓଟିଭି (@otvkhabar) March 13, 2021
ସେପଟେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମକୁ ପାଲଟା ପ୍ରସଙ୍ଗ କରିଥିଲା ଶାସକ ଦଳ । ସୁବାସ ସାନିଟାଇଜର ପିିଇବା ପ୍ରତିବାଦରେ ଶାସକ ଦଳର ବିଧାୟକ ପ୍ରଥମେ ନିଜ ନିଜ ସ୍ଥାନରେ ଛିଡ଼ା ହୋଇ ପାଟିତୁଣ୍ଡ କରିଥିଲେ ପରେ ସେମାନେ ଗୃହର ମଧ୍ୟଭାଗକୁ ଆସି ଦାବି କରିଥିଲେ । ସେ କ୍ଷମା ମାଗନ୍ତୁ ନହେଲେ ଗୃହ ଚଳାଇ ଦିଆଯିବନି । ତେବେ ଏହି ସମୟରେ ମନ୍ତ୍ରୀ ସୁଶାନ୍ତ ସିଂହ, ନବ ଦାସ ଓ ଦିବ୍ୟଶଙ୍କର ମିଶ୍ର ମଧ୍ୟ ଗୃହ ମଧ୍ୟଭାଗକୁ ଚାଲିଆସି ପ୍ରତିବାଦ କରିଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ସଦସ୍ୟ ତାରା ବାହିନୀପତି, ଯାହାକି ଏକ ବିରଳ ଘଟଣା ।
ସେପଟେ ସୁବାସ ପାଣିଗ୍ରାହୀ ଯେ ପପର୍ଯ୍ୟନ୍ତି କ୍ଷମା ମାଗି ନାହାନ୍ତି, ସେ ପର୍ଯ୍ୟନ୍ତ ଗୃହକୁ ଚଳାଇ ଦିଆଯିବ ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ଚାଷୀଙ୍କ ସ୍ୱାର୍ଥ ପାଇଁ ଦେବଗଡ଼ ବିଧାୟକ ନେଇଥିବା ପଦକ୍ଷେପ ପାଇଁ ଆଦୌ କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ । ଓଲଟା ଶାସକ ଦଳକୁ ଚ୍ୟାଲେଞ୍ଜ ଦେଇ ମୋହନ ମାଝୀ କହିଛନ୍ତି, ଯଦି ସରକାର ଚାହୁଁଛନ୍ତି ସୁବାସଙ୍କୁ ସସପେଣ୍ଡ କରନ୍ତୁ । ଗୃହରେ ହଟ୍ଟଗୋଳ ଯୋଗୁଁ ପ୍ରଥମେ ଦିନ ସାଢ଼େ ୧୧ଟା ଓ ପରେ ଅପରାହ୍ନ ୪ଟା ପଯର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ।
#କ୍ଷମା_ମାଗିବାର_ପ୍ରଶ୍ନ_ଉଠୁନି
ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗୃହରେ ଆତ୍ମହତ୍ୟା ଉଦ୍ୟମ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ । ସେ କହିଛନ୍ତି, କ୍ଷମା ମାଗିବାର ପ୍ରଶ୍ନ ଉଠୁନି, ବାଚସ୍ପତିଙ୍କ ପାଖରେ କ୍ଷମତା ଅଛି, ନିଷ୍ପତ୍ତି ନିଅନ୍ତୁ ।#OdishaAssembly pic.twitter.com/z1bFb4gGIP
— ଓଟିଭି (@otvkhabar) March 13, 2021 | <urn:uuid:a5adfa55-e8c4-4daa-a065-12cc07f4c686> | CC-MAIN-2021-17 | https://khabar.odishatv.in/odisha/opposition-members-make-uproar-in-odisha-assembly/251621/ | 2021-04-22T17:22:09Z | s3://commoncrawl/crawl-data/CC-MAIN-2021-17/segments/1618039594341.91/warc/CC-MAIN-20210422160833-20210422190833-00118.warc.gz | ory | 0.99999 | Orya | 1 | {"ory_Orya_score": 0.9999895095825195} |
ଆଇପିଏଲ୍ ସ୍ଥଗିତ ପରେ ସ୍ବଦେଶ ଫେରିଲେ ୮ ଇଂଲଣ୍ଡ ଖେଳାଳି, ମାଳଦୀପରେ ପହଞ୍ଚିଲେ ଅଷ୍ଟ୍ରେଲୀୟ
କଟକଣା ଉଠିବାର ଆଶା ରଖିଛନ୍ତି କମିନ୍ସ
ମୁମ୍ବାଇ: କରୋନା ମହାମାରୀ ସଂକଟ ଯୋଗୁଁ ଚଳିତ ବର୍ଷର ଆଇପିଏଲ୍ ଅଧାରୁ ସ୍ଥଗିତ ରହିବା ପରେ ୮ ଇଂଲଣ୍ଡ ଖେଳାଳି ବୁଧବାର ନିଜ ଦେଶକୁ ଫେରିଯାଇଛନ୍ତି। ମଙ୍ଗଳବାର ବିସିସିଆଇ ଦ୍ବାରା ସ୍ଥଗିତ ଘୋଷଣା ମାତ୍ରେ ଦିଲ୍ଲୀ କ୍ୟାପିଟାଲ୍ସର ଇଂଲିସ୍ ଖେଳାଳିମାନେ ତୁରନ୍ତ ଅହମଦାବାଦରୁ ଦିଲ୍ଲୀ ଯାଇ ସେଠାରୁ ହିଥ୍ରୋ ଅଭିମୁଖେ ଏକ ବିମାନ ଧରିଥିଲେ। ଜନି ବେୟାରଷ୍ଟୋ, ଜୋସ୍ ବଟଲର୍, ସାମ୍ ବିଲିଙ୍ଗ୍ସ, କ୍ରିସ୍ ୱକ୍ସ, ମୋଇନ୍ ଅଲ୍ଲୀ, ଜାସନ୍ ରୟ ଏବଂ କରନ ଭ୍ରାତା ସାମ୍ ଓ ଟମ୍ ବୁଧବାର ପୂର୍ବାହ୍ନରେ ଲଣ୍ଡରେ ପହଞ୍ଚିଥିବା ଜଣେ ଇଂଲଣ୍ଡ ମୁଖପାତ୍ର କହିଛନ୍ତି। ତେବେ ସେମାନେ ସମସ୍ତେ ଏବେ ତାଙ୍କ ଦେଶର ସରକାରଙ୍କ ଦ୍ବାରା ଅନୁମୋଦିତ ହୋଟେଲରେ ସଂଗରୋଧରେ ରହିବେ ବୋଲି ମୁଖପାତ୍ର ଜଣଙ୍କ କହିଛନ୍ତି। ଅନ୍ୟ ଇଂଲଣ୍ଡ ଖେଳାଳିଙ୍କ ମଧ୍ୟରୁ ସୀମିତ ଓଭର ଦଳର ଅଧିନାୟକ ଇଅନ ମୋର୍ଗାନ, ବ୍ୟାଟ୍ସମ୍ୟାନ୍ ଦାୱିଦ୍ ମଲାନ ଏବଂ ଅଲ୍ରାଉଣ୍ଡର କ୍ରିସ୍ ଜୋର୍ଡାନ୍ ପରବର୍ତୀ ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡ଼ିବେ ବୋଲି ସେ କହିଛନ୍ତି।
ମାଳଦୀପରେ ପହଞ୍ଚିଲେ ଅଷ୍ଟ୍ରେଲୀୟ
କରୋନା ସଂକଟ ଯୋଗୁଁ ଆଇପିଏଲ୍ ସ୍ଥଗିତ ଘୋଷଣା ହେବା ପରେ ଅଧିକାଂଶ ବିଦେଶୀ ଖେଳାଳି ବୁଧବାର ନିଜ ନିଜ ଦେଶକୁ ଫେରିବା ଆରମ୍ଭ କରିଛନ୍ତି। ତେବେ ବିଶେଷକରି ଅଷ୍ଟ୍ରେଲିଆ ସରକାରଙ୍କ କଟକଣା ଯୋଗୁଁ ସେହି ଦେଶର ଖେଳାଳିମାନେ ଘୋର ମନସ୍ତାପ ମଧ୍ୟରେ ରହିଛନ୍ତି। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଭାରତରୁ ଅଷ୍ଟ୍ରେଲିଆ ଫେରିବା ଉପରେ କଡ଼ା କଟକଣା ଜାରି ରହିଥିବାରୁ ଅଷ୍ଟ୍ରେଲୀୟ ଖେଳାଳି ସ୍ବଦେଶ ଫେରିପାରୁନାହାନ୍ତି। ସେମାନଙ୍କୁ ତାଙ୍କ ସରକାର ଫେରାଇ ନେବାର ବ୍ୟବସ୍ଥା କରୁନି କି ଫେରିବା ପାଇଁ ଅନୁମତି ଦେଉନି। ଏପରିସ୍ଥଳେ ଅଷ୍ଟ୍ରେଲୀୟ ଖେଳାଳିମାନେ କିପରି ସୁରକ୍ଷିତ ଭାବେ ସ୍ବଦେଶ ଫେରିବେ ସେନେଇ ଆଇପିଏଲ୍ ଆୟୋଜକ ବିସିସିଆଇ ଏବଂ ବିଭିନ୍ନ ଫ୍ରାଞ୍ଚାଇଜ ଚିନ୍ତା ପ୍ରକଟ କରିଛନ୍ତି। ଏପରିକି ଭାରତରେ ସଂପ୍ରତି କରୋନା କରାଳ ରୂପ ଦେଖାଉଥିବାରୁ ମେ' ୧୫ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲୀୟ ଖେଳାଳିଙ୍କୁ କେଉଁଠାରେ ସୁରକ୍ଷିତ ଭାବେ ରଖାଯାଇପାରିବ ସେ ବ୍ୟବସ୍ଥା ବିସିସିଆଇ କରିଛି। ମିଳିଥିବା ଏକ ସୂଚନା ମୁତାବକ ଆଇପିଏଲ୍ରେ ଭାଗ ନେଇଥିବା ୩୮ ଜଣିଆ ଅଷ୍ଟ୍ରେଲୀୟ ସଦସ୍ୟ (ଖେଳାଳି, ପ୍ରଶିକ୍ଷକ, ଅମ୍ପାୟାର ଏବଂ ଗଣମାଧ୍ୟମ ପ୍ରତିନିଧି) ଘରକୁ ଫେରିବା ପାଇଁ ୧୫ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ତେଣୁ ସେମାନଙ୍କୁ ବୁଧବାର ଏକ ସ୍ବତନ୍ତ୍ର ବିମାନରେ ମାଳଦୀପ ପଠାଯାଇଛି। ସେହିଠାରେ ସେମାନେ ୧୫ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବେ। ଆଜି ସବୁ ଅଷ୍ଟ୍ରେଲୀୟ ଦିଲ୍ଲୀରେ ଏକାଠି ହୋଇଥିଲେ। ସେଠାରୁ ସେମାନେ ମାଳଦୀପ ଯାତ୍ରା କରିଛନ୍ତି ବୋଲି କୋଲ୍କାତା ନାଇଟ୍ ରାଇଡର୍ସ ଦଳର ଜଣେ ଅଧିକାରୀ କହିଛନ୍ତି।
କଟକଣା ଉଠିବାର ଆଶା ରଖିଛନ୍ତି କମିନ୍ସ
ଅଷ୍ଟ୍ରେଲିଆକୁ ଭାରତରୁ ଯାତ୍ରା ଉପରେ ଲଗାଯାଇଥିବା କଟକଣା ଆଇପିଏଲ୍ରେ ଖେଳିଥିବା ଏହାର ଖେଳାଳିମାନଙ୍କୁ ଚିନ୍ତାରେ ପକାଇଦେଇଛି। ତେବେ ଅଧାରୁ ଆଇପିଏଲ୍ ସ୍ଥଗିତ ରହିବା ପରେ ଖେଳାଳିମାନେ ସ୍ବଦେଶ ଫେରିବାକୁ ବ୍ୟାକୁଳ ହୋଇପଡ଼ିଛନ୍ତି। କରୋନା ସଂକଟ ପାଇଁ ଭାରତରେ ରହିଥିବା ଅଷ୍ଟ୍ରେଲୀୟମାନେ ବୁଧବାର କୌଣସି ଏସୀୟ ରାଷ୍ଟ୍ରରେ ସଂଗରୋଧରେ ରହିଛନ୍ତି। କୋଲ୍କାତା ନାଇଟ୍ ରାଇଡର୍ସର ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ମଧ୍ୟ ଅହମଦାବାଦରେ ହୋଟେଲରେ ସଂଗରୋଧରେ ଅଛନ୍ତି। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ସରକାରଙ୍କ କଟକଣା ନୀତି ଆମକୁ ବ୍ୟତିବ୍ୟସ୍ତ କରିଛି। ଆଗରୁ କଦାପି ଏଭଳି ଅସୁବିଧାର ସାମ୍ନା କରିନଥିଲୁ। ତଥାପି ୧୫ ତାରିଖ ପରେ କଟକଣା ଉଠିଯିବା ନେଇ ଅଷ୍ଟ୍ରେଲୀୟ ଆଇପିଏଲ୍ କ୍ରିକେଟର୍ମାନେ ଆଶା ବାନ୍ଧିଛନ୍ତି ବୋଲି କମିନ୍ସ କହିଛନ୍ତି। | <urn:uuid:0a81af24-c8d9-402a-9ae7-71669fc8279b> | CC-MAIN-2021-25 | https://sambad.in/sports/four-england-players-returned-home-after-the-ipl-was-suspended-661988/ | 2021-06-17T02:37:26Z | s3://commoncrawl/crawl-data/CC-MAIN-2021-25/segments/1623487626465.55/warc/CC-MAIN-20210617011001-20210617041001-00068.warc.gz | ory | 0.999894 | Orya | 1 | {"ory_Orya_score": 0.9998939037322998} |
ଆଇନଶୃଙ୍ଖଳା ବିଗିଡ଼ି ଗଲାଣି, ସରକାରଙ୍କ ଚିନ୍ତା ନାହିଁ
ଅବାଧ ଏତଲା ପଞ୍ଜୀକରଣ ପାଇଁ ଅପରାଧ ପରିମାଣ ବଢ଼ିଛି: ମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟରେ ସବୁ ପ୍ରକାର ଅପରାଧ ମାମଲା ବଢ଼ିଚାଲିଛି। ଦଣ୍ଡ ହାର କମୁଛି। ଶାସକ ଦଳର ନିୟନ୍ତ୍ରଣରେ ପୁଲିସ କାର୍ଯ୍ୟ କରୁଛି। ଶାସକ ଦଳ ନେତା, ମନ୍ତ୍ରୀଙ୍କ ପ୍ରୋତ୍ସାହନରେ ହିଁ ବିଭିନ୍ନ ସ୍ଥାନରେ ଅପରାଧୀମାନେ କାୟା ବିସ୍ତାର କରୁଛନ୍ତି। ଥାନାରେ ଲୋକଙ୍କୁ ନ୍ୟାୟ ମିଳୁନି। ନିଖୋଜ ଶିଶୁଙ୍କ ପତ୍ତା ମିଳୁନି। ଆଜି ବିଧାନସଭାରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ସରକାରଙ୍କୁ ଏମିତି ସମାଲୋଚନା କରିଥିଲେ ବିରୋଧୀ। ଆଇନଶୃଙ୍ଖଳା ପ୍ରସଙ୍ଗରେ ଆସିଥିବା ମୁଲତବୀ ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଲେ, ମାହାଙ୍ଗାରେ ଟ୍ରିପଲ୍ ମର୍ଡର୍ ହେଲା। ଏହା ପଛରେ ଅପରାଧିକ ଷଡ଼ଯନ୍ତ୍ର କିଏ କରିଥିଲା ତାହା ସମସ୍ତେ ଜାଣନ୍ତି। ଆଇନ ମନ୍ତ୍ରୀଙ୍କ ସଂପୃକ୍ତି ନେଇ ଅଭିଯୋଗ ହେଉଥିଲେ ବି ପୁଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନି। ଜେଏମ୍ଏଫ୍ସି କୋର୍ଟ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ କହିଛନ୍ତି। ତେଣୁ ଆଇନ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ, ନଚେତ ତାଙ୍କୁ ବହିଷ୍କାର କରାଯାଉ। ସରକାର ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ଦିଅନ୍ତୁ। ରାଜ୍ୟରେ ଏବେ ୭୦% ଥାନା ଶାସକ ଦଳ ନେତାଙ୍କ ନିୟନ୍ତ୍ରଣରେ ରହିଛି। ବେଗୁନିଆରେ ମାନସ ଦାସ ନାମକ ଜଣେ ବ୍ୟକ୍ତି ଶାସକ ଦଳ ସଂପୃକ୍ତ ଥାଇ ଅପରାଧିକ କାର୍ଯ୍ୟକଳାପ ଜାରି ରଖିଥିଲା। ପାରଳାଖେମୁଣ୍ଡିରେ ଏସିଏଫ୍ଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରୁ ପରଦା ଉଠିପାରୁନି। ଜଙ୍ଗଲ ମନ୍ତ୍ରୀଙ୍କର ପରୋକ୍ଷ ସଂପୃକ୍ତି ନେଇ ମୃତକଙ୍କ ବାପା ଅଭିଯୋଗ କରୁଛନ୍ତି।
ମହିଳା, ନାବାଳିକାଙ୍କ ପ୍ରତି ଅପରାଧ ବଢ଼ିବା ଚିନ୍ତାଜନକ : ନରସିଂହ
ଶାସକ ଦଳ ନେତାଙ୍କ ନିୟନ୍ତ୍ରଣରେ ୭୦% ଥାନା : ମୋହନ
ବିରୋଧୀଙ୍କ ଅଭିଯୋଗକୁ ଶାସକ ଦଳର ଖଣ୍ଡନ
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସରକାର ଚିନ୍ତିତ ନୁହନ୍ତି। ରାଜ୍ୟରେ ଅପରାଧ ଦିନକୁ ଦିନ ବଢ଼ିଚାଲିଛି। କିନ୍ତୁ ୧୧,୪୫୬ ପୁଲିସ ପଦବି ଖାଲି ପଡ଼ିଛି। ମଞ୍ଜୁରୀପ୍ରାପ୍ତ ପଦବି ସଂଖ୍ୟା କମ୍ ଅଛି। ସେଥିରେ ପୁଣି ତାହା ପୂରଣ ହେଉ ନାହିଁ। ଲୋକସଂଖ୍ୟା, ଅପରାଧ ବଢ଼ୁଥିବାରୁ ପୁଲିସ ବଳକୁ ମଜବୁତ୍ କରିବାର ଆବଶ୍ୟକତା ରହିଛି। ରାଜ୍ୟରେ ମହିଳା ଓ ନାବାଳିକାଙ୍କ ସହ ଅପରାଧ ବଢ଼ିବା ଚିନ୍ତାଜନକ। ସାଇବର ଅପରାଧ ମଧ୍ୟ ବଢ଼ୁଛି। ଖରସ୍ରୋତା ଆନ୍ଦୋଳନରେ ପୁଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଉଭୟ ବିଜେଡି ଓ ବିଜେପି ଦଳର ନେତା ବେଗୁନିଆରେ ଅପରାଧିକ କାର୍ଯ୍ୟକଳାପ ସହ ସଂପୃକ୍ତ ଥିବା ବ୍ୟକ୍ତିଙ୍କ ପାଦ ଛୁଉଁଛନ୍ତି। ପାରଳାଖେମୁଣ୍ଡିରେ ଏସିଏଫ୍ ମୃତ୍ୟୁ ମାମଲାରେ ତଦନ୍ତ ସରିବା ପୂର୍ବରୁ ତତ୍କାଳୀନ ଏସ୍ପି ଡିଏଫ୍ଓଙ୍କୁ କ୍ଲିନ୍ଚିଟ୍ ଦେଇଦେଲେ। ବୌଦ୍ଧ ଜିଲ୍ଲାରେ ମାଓ କାର୍ଯ୍ୟକଳାପ ନାହିଁ ବୋଲି ସରକାରଙ୍କ ଦାବି ସମ୍ପୂର୍ଣ୍ଣ ଭୁଲ୍। ସାଧାରଣ ଲୋକ ନ୍ୟାୟ ପାଇଁ ଥାନାକୁ ଗଲେ ନିରାଶ ହେଉଛି।
ଯଦି ଅଭିଯୁକ୍ତ ଶାସକ ଦଳର ହୋଇଥିେବ, ତେବେ ପୁଲିସ ତାଙ୍କୁ ଆଗୁଆ ସୂଚନା ଦେଇ କାଉଣ୍ଟର୍ ଏତଲା ରଖୁଛି। ଫଳରେ ଅଭିଯୋଗକାରୀଙ୍କୁ ମାମଲା ରଫାଦଫା କରିବାକୁ ଏକପ୍ରକାର ବାଧ୍ୟ କରାଯାଉଛି। କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା ଓ ବିଜେପି ସଭ୍ୟ ମୁକେଶ ମହାଲିଙ୍ଗ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ନେଇ ସରକାରଙ୍କୁ ସମାଲୋଚନା କରିଥିଲେ। ଶାସକ ଦଳ ସଭ୍ୟ ଅମର ଶତପଥୀ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ। ରାଜ୍ୟରେ ଅପରାଧ ବଢ଼ିଛି ବୋଲି ସରକାର ଲୁଚାଉ ନାହାନ୍ତି। ସବୁ ଅଭିଯୋଗକୁ ପଞ୍ଜୀକୃତ କରାଯାଉଥିବାରୁ ମାମଲା ବଢ଼ିଛି। ମାହାଙ୍ଗା ହତ୍ୟାକାଣ୍ଡ ଘଟଣା କୋର୍ଟରେ ବିଚାରାଧୀନ ରହିଛି। ବିରୋଧୀ ଦଳ କୋର୍ଟ ଉପରେ ଭରସା ରଖନ୍ତୁ। ମାନସ ଦାସକୁ ସରକାର ଗିରଫ କରିଛନ୍ତି। ତେଣୁ ସରକାର କାହାକୁ ଘଣ୍ଟ ଘୋଡ଼ାଇବାର ପ୍ରଶ୍ନ ଉଠୁନି। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବିଜେପି ଶାସିତ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଆଇନଶୃଙ୍ଖଳା ସ୍ଥିତି ଉନ୍ନତ ଅଛି ବୋଲି କହିଥିଲେ। ଶାସକ ଦଳ ସଭ୍ୟ ନୃସିଂହ ଚରଣ ସାହୁ ଓ ରାଜକିଶୋର ଦାଶ ଆଲୋଚନାରେ ଭାଗ ନେଇଥିଲେ।
ଅବାଧ ଏତଲା ପଞ୍ଜୀକରଣ ପାଇଁ ଅପରାଧ ପରିମାଣ ବଢ଼ିଛି: ମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟ ସରକାର ବ୍ୟକ୍ତି ସ୍ବାଧୀନତାକୁ ପ୍ରାଧାନ୍ୟ ଦେଉଛନ୍ତି। ଫଳରେ କୌଣସି ବ୍ୟକ୍ତି ବିନା ବାଧାରେ ଥାନାକୁ ଆସି ସେମାନଙ୍କ ଗୁହାରୀ ଜଣାଇ ପାରୁଛନ୍ତି। ସେଥି ପାଇଁ ଅବାଧ ଏତଲା ପଞ୍ଜୀକରଣ ଯୋଗୁ ଧର୍ତ୍ତବ୍ୟ ଅପରାଧ କିଛି ପରିମାଣରେ ବୃଦ୍ଧି ଘଟୁଛି। ବିଧାନସଭାରେ ବିରୋଧୀ ଦଳଙ୍କ ଅଭିଯୋଗର ଜବାବ ଦେଇ ଏମିତି କହିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଶ୍ରୀ ମିଶ୍ର କହିଥିଲେ ଯେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଛି। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସାମ୍ପ୍ରଦାୟିକ ସଦ୍ଭାବ ବଜାୟ ରହିଛି। କୋଭିଡ୍ ପରିସ୍ଥିତିକୁ ପୁଲିସ ଫଳପ୍ରଦ ଭାବେ ନିୟନ୍ତ୍ରଣ କରିଛି। ଅପରାଧ ଜରୁରୀ ସମୟରେ ତୁରନ୍ତ ସେବା ଯୋଗାଇ ଦେବାକୁ ସରକାର ଇଆର୍ଏସ୍ଏସ୍ କାର୍ଯ୍ୟକାରୀ କରୁଛନ୍ତି, ଯାହାର କମାଣ୍ଡ ସେଣ୍ଟର ଭୁବନେଶ୍ବରରେ ସ୍ଥାପନ କରାଯାଇଛି। ଏହା ଦ୍ବାରା ଗୋଟିଏ ନମ୍ବର ୧୧୨ ଦ୍ବାରା ପୁଲିସ ସେବା, ଆମ୍ବୁଲାନ୍ସ ସେବା, ଅଗ୍ନିଶମ ସେବା, ମହିଳା ଓ ଶିଶୁ ସହାୟତା ଇତ୍ୟାଦି ଉପଲବ୍ଧ ହେବ। ମହିଳାଙ୍କ ବିରୋଧରେ ଘଟୁଥିବା ଚାଞ୍ଚଲ୍ୟକର ଅପରାଧଗୁଡ଼ିକର ସଫଳତାର ସହ ପରିଚାଳନା କରିବା ନିମନ୍ତେ ସେହି ମାମଲାଗୁଡ଼ିକ 'ରେଡ୍ ଫ୍ଲାଗ୍' ପର୍ଯ୍ୟାୟଭୁକ୍ତ କରାଯାଇଛି। ୨୦୨୧ ଜୁଲାଇ ସୁଦ୍ଧା ୮୧ଟି ମାମଲାକୁ ରେଡ୍ ଫ୍ଲାଗ୍ ମାମଲା ଭାବେ ଗ୍ରହଣ କରାଯାଇଛି। ଚଳିତ ବର୍ଷ ୩୦.୬.୨୦୨୧ ସୁଦ୍ଧା ୯୬୧ଟି ସାଇବର ଅପରାଧ ମାମଲା ରୁଜୁ ହୋଇଥିଲା ବେଳେ ୧୫୧ ଜଣଙ୍କୁ ଗିରଫ କରାଯାଇଛି।
ସାଇବର ଅପରାଧର ମୁକାବିଲା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଉଛନତି। ପୁଲିସ ବିଭାଗରେ ଖାଲି ଥିବା ପଦବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ତତ୍ତ୍ବାବଧାନରେ ବିଭିନ୍ନ ବର୍ଗର ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ମାହାଙ୍ଗା ଟ୍ରିପଲ୍ ମର୍ଡର୍ ସମ୍ପର୍କରେ ମନ୍ତ୍ରୀ କହିଥିଲେ ଯେ ଏହି ମାମଲାରେ ୧୩ ଜଣ ଆସାମୀଙ୍କ ବିରୋଧରେ ଅଦାଲତରେ ଚାର୍ଜସିଟ୍ ଦାଖଲ କରାଯାଇଛି। ସେଥିରୁ ତିନି ଜଣଙ୍କୁ ଫେରାର ଦର୍ଶାଯାଇଛି। ଜଣେ ଅଭିଯୁକ୍ତ ପ୍ରଫୁଲ୍ଲ କୁମାର ବିଶ୍ବାଳ ରାସ୍ତା ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବାରୁ ତାଙ୍କୁ ଦଣ୍ଡମୁକ୍ତ କରାଯାଇଛି। ସାଲେପୁର ଜେଏମ୍ଏଫ୍ସି ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ହୋଇଥିବା ଅଭିଯୋଗର ପୁନଃ ତଦନ୍ତ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପୁଲିସ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ତଦନ୍ତ ଜାରି ରହିଛି।
ମାନସ ଦାସଙ୍କ ପ୍ରସଙ୍ଗରେ ମନ୍ତ୍ରୀ କହିଥିଲେ, ବସନ୍ତ କୁମାର ନାୟକ ଅପହରଣ, ମୃତ୍ୟୁ, ପ୍ରମାଣ ନଷ୍ଟ କରିବା ଓ ଅପରାଧିକ ଭୟକୁ ନେଇ ଦେଇଥିବା ଲିଖିତ ଅଭିଯୋଗ ଆଧାରରେ ବେଗୁନିଆ ପୁଲିସ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ୨ ତାରିଖରେ ମାନସ ଦାସ ଓ ମନୋରଞ୍ଜନ ଦାସଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ମାମଲା ଏବେ ତଦନ୍ତାଧୀନ ରହିଛି। | <urn:uuid:910de8ba-f719-40cf-b580-876c735cce44> | CC-MAIN-2021-39 | https://sambad.in/state/the-law-and-order-situation-is-deteriorating-and-the-government-is-not-worried-709577/ | 2021-09-23T12:14:30Z | s3://commoncrawl/crawl-data/CC-MAIN-2021-39/segments/1631780057421.82/warc/CC-MAIN-20210923104706-20210923134706-00056.warc.gz | ory | 0.999961 | Orya | 1 | {"ory_Orya_score": 0.9999613761901855} |
ଫିକା ଫିକା ଏ ଥର କଟକ ଦଶହରା: ସୁନା ଅଳଙ୍କାର ଥାଇ ବି ମା' ପିନ୍ଧିଲେ ମାଟି ତିଆରି ଗହଣା
ପ୍ରତି ବର୍ଷ ଦୁର୍ଗା ପୂଜାରେ କଟକର ମେଢ଼ଗୁଡ଼ିକରେ ୮୦ କ୍ୱିଣ୍ଟାଲ ଚାନ୍ଦି ଓ ୫୭ କିଲୋର ସୁନା ଗହଣା ଲାଗେ । ହେଲେ ଏ ବର୍ଷ କରୋନାଜନିତ କଟକଣା ଯୋଗୁଁ ସେ ସବୁରୁ ଅଧିକାଂଶ ବ୍ୟବହାର କରାଯାଇ ନାହିଁ ।
ପ୍ରତି ବର୍ଷ ଦୁର୍ଗା ପୂଜାରେ କଟକର ମେଢ଼ଗୁଡ଼ିକରେ ୮୦ କ୍ୱିଣ୍ଟାଲ ଚାନ୍ଦି ଓ ୫୭ କିଲୋର ସୁନା ଗହଣା ଲାଗେ । ହେଲେ ଏ ବର୍ଷ କରୋନାଜନିତ କଟକଣା ଯୋଗୁଁ ସେ ସବୁରୁ ଅଧିକାଂଶ ବ୍ୟବହାର କରାଯାଇ ନାହିଁ ।
- News18 Odia
- Last Updated: October 23, 2020, 10:09 PM IST
କଟକ: ସୁନା ଓ ଚାନ୍ଦିର ତାରକସୀ କାର୍ଯ୍ୟ କଟକ ସହରକୁ ସମଗ୍ର ବିଶ୍ବରେ ପରିଚିତ କରାଇ ପାରିଛି । ଦଶହରାର ଚାନ୍ଦି ମେଢ଼ ମାଧ୍ୟମରେ କଟକର ଏହି ତାରକସୀ କାର୍ଯ୍ୟ ସର୍ବସମ୍ମୁଖରେ ପ୍ରଦର୍ଶିତ ହୋଇଥାଏ । କିନ୍ତୁ ଚଳିତ ବର୍ଷ କରୋନାଜନିତ କଟକଣା ଯୋଗୁଁ ନା ସୁନା ମୁକୁଟ ନା ଚାନ୍ଦି ମେଢ଼ କିଛି ବି ବ୍ୟବହାର ହୋଇନାହିଁ ।
କଟକ ସହରରେ ଥିବା ମୋଟ ୧୬୭ଟି ପୂଜା ମଣ୍ଡପ ମଧ୍ୟରୁ ୨୭ଟିରେ ଚାନ୍ଦି ମେଢ଼ ହୁଏ । ପ୍ରତି ମେଢ଼ରେ ପାଖାପାଖି ତିନି କ୍ୱିଣ୍ଟାଲ ଓଜନର ଚାନ୍ଦି ବ୍ୟବହୃତ ହୋଇଥାଏ । ଏହା ବ୍ୟତୀତ ଅଧିକାଂଶ ମଣ୍ଡପରେ ମା' ଦୁର୍ଗା ଓ ପାର୍ଶ୍ବ ଦେବାଦେବୀଙ୍କୁ ଚାନ୍ଦିର ଆଭୁଷଣ ଓ ମୁକୁଟ ଲାଗି କରାଯାଇଥାଏ । ଏକ ଆକଳନ ମୁତାବକ କଟକ ସହରରେ ଥିବା ମଣ୍ଡପ ଗୁଡ଼ିକରେ ପ୍ରାୟ ୮୦ କ୍ୟୁଇଣ୍ଟାଲ ଚାନ୍ଦି ବ୍ୟବହାର କରାଯାଇଥାଏ ।
କଟକର ଅନେକ ମଣ୍ଡପରେ ମା' ଦୁର୍ଗାଙ୍କ ମୂର୍ତ୍ତି ସୁନା ଅଳଙ୍କାରରେ ବି ଆଭୁଷିତ କରାଯାଇଥାଏ । ବିଶେଷ କରି ଛଅଟି ମଣ୍ଡପରେ ମା'ଙ୍କୁ ସୁନା ମୁକୁଟରେ ଆଭୁଷିତ କରାଯାଇଥାଏ । ସେଗୁଡ଼ିକ ମଧ୍ୟରୁ ଚୌଧୁରୀ ବଜାର, ଶେଖ ବଜାର ଓ ମଙ୍ଗଳାବାଗ ମଣ୍ଡପରେ ତ ମା'ଙ୍କ ସହ ପାର୍ଶ୍ବ ଦେବାଦେବୀମାନଙ୍କୁ ବି ସୁନା ମୁକୁଟ ଲାଗି କରାଯାଇଥାଏ । ଚୌଧୁରୀ ବଜାର ମଣ୍ଡପରେ ସର୍ବାଧିକ ୩୦ କେଜି ଓଜନର ସୁନା ବ୍ୟବହାର ହୋଇଥାଏ । ଏହି ମଣ୍ଡପ କଟକର ଏକ ମାତ୍ର ମଣ୍ଡପ ଯେଉଁଠି ମେଢ଼ରେ ସୁନା "କଲିକା" ଖଞ୍ଜା ଯାଇଛି । ତେବେ ମୋଟ ଦଶହରାରେ ବ୍ୟବହାର ହେଉଥିବା ସୁନାର ଓଜନ ପାଖା ପାଖି ୫୭ କେଜି ରହିଥାଏ ।
ହାଇ କୋର୍ଟଙ୍କ ଅନୁମତିରେ ବଡ଼ ମୂର୍ତ୍ତି ତିଆରି କରି ମଣ୍ଡପରେ ଚାନ୍ଦି ମେଢ଼ ଓ ଚାନ୍ଦି ଅଭୂଷଣ ଲଗାଇଥିବା ଫିରିଙ୍ଗି ବଜ଼ାର ପୂଜା ମଣ୍ଡପ
ଏହା ବି ପଢ଼ନ୍ତୁ | ''ଜା ସିମରନ୍ ଜା, ଜୀ ଲେ ଅପନୀ ଜିନ୍ଦେଗୀ…'': 'ଦିଲୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେ'କୁ ୨୫ ପୂରିଲା; ଫିଲ୍ମର ଯାଦୁ ଏବେ ବି ସେମିତି ଅଛି!
ଏତେ ସବୁ ସୁନା ଓ ଚାନ୍ଦିର ଅଳଙ୍କାର ଥାଇ ମଧ୍ୟ କେବଳ ତିନୋଟି ମଣ୍ଡପକୁ ବାଦ ଦେଲେ ଅନ୍ୟ ସମସ୍ତ ମଣ୍ଡପ ଚଳିତ ବର୍ଷ ମା' ଦୁର୍ଗାଙ୍କୁ ମାଟି ଅଳଙ୍କାର ଲାଗି କରିଛନ୍ତି । ସୁନା ଓ ଚାନ୍ଦିର ସମସ୍ତ ଆଭୁଷଣ ପୂର୍ବ-ନିର୍ଦ୍ଧାରିତ ମୂର୍ତ୍ତିର ମାପରେ ତିଆରି ହୋଇଥିଲା, କିନ୍ତୁ ଏ ବର୍ଷ ମୂର୍ତ୍ତିର ଉଚ୍ଚତା ଛୋଟ କରାଯିବାରୁ ସେହି ସବୁ ଅଳଙ୍କାର ସେଥିରେ ବ୍ୟବାହାର କରାଯାଇ ପାରିନାହିଁ । ସମାନ କଥା ମେଢ଼ କ୍ଷେତ୍ରରେ ମଧ୍ୟ ହୋଇଛି । ଛୋଟ ମୂର୍ତ୍ତି ହେବାରୁ ବଡ଼ ମୁର୍ତ୍ତିର ପଛ ପଟେ ଚାନ୍ଦି ବଦଳରେ ଏବେ ଜରି ମେଢ଼ ଶୋଭାପାଉଛି ।
ଗୋଟିଏ ପଟେ କଟକଣା ମଧ୍ୟରେ ପୂଜା ଓ ଅନ୍ୟ ପଟେ ଶ୍ରଦ୍ଧାଳୁମାନେ ମଣ୍ଡପକୁ ଆସିବା ବାରଣ ଥିବାରୁ ଏହି ସବୁ ସୁନା ଓ ରୂପା ଅଳଙ୍କାରକୁ ବ୍ୟବହାର କରାଯାଇ ନ ଥିବା କହିଛନ୍ତି ପୂଜା କମଟିଗୁଡ଼ିକର କର୍ମକର୍ତ୍ତାମାନେ ।
ଜରି ମୁକୁଟ ଓ ମେଢ଼ ସହିତ ରାଣୀହାଟ ପୂଜା ମଣ୍ଡପରେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତି
ଏହା ବି ପଢ଼ନ୍ତୁ | ମହିଳାଙ୍କୁ ଦେଢ଼ ବର୍ଷ ପାଇଖାନାରେ ବନ୍ଦ୍ କରି ରଖିଥିଲେ ତାଙ୍କ ସ୍ୱାମୀ, ଉଦ୍ଧାର କରାଗଲା
''ଆମେ ପୂର୍ବରୁ ଅନୁମାନ କରି ସାରିଥିଲୁ ଯେ ଏ ବର୍ଷ ବଡ଼ ମୁର୍ତ୍ତି ଆମେ କରି ପାରିବୁ ନାହିଁ । ସେଇଥି ପାଇଁ ଏ ବର୍ଷ ଚାନ୍ଦି ସଫା ମଧ୍ୟ କଲୁ ନାହିଁ । ଗଲା ଦଶହରା ପରେ ମେଢ଼ରେ ଲାଗୁଥିବା ଚାନ୍ଦିକୁ ଆମେ ସେମିତି ଷ୍ଟ୍ରଙ୍ଗ୍ ରୁମରେ ହିଁ ରଖିଛୁ । ଏ ବର୍ଷ ଷ୍ଟ୍ରଙ୍ଗ ରୁମ ବି ଖୋଲିନାହୁଁ,'' କହିଛନ୍ତି ତାରକସୀ କାରୁକାର୍ଯ୍ୟ ଭରା ନିଜର ଚାନ୍ଦି ମେଢ଼କୁ ଦିଲ୍ଲୀର ପ୍ରଗତି ମୈଦାନରେ ପ୍ରଦର୍ଶିତ କରି ପୁରଷ୍କୃତ ହୋଇଥିବା ଅଲିଶା ବଜାର ପୂଜା କମିଟିର ସଭାପତି କିଶୋର ମହାନ୍ତି ।
ଚାରି କିଲୋ ଓଜନର ସୁନା ମୁକଟ କରିଥିବା ଖାନ୍ ନଗର ପୂଜା କମିଟିର ସମ୍ପାଦକ ପ୍ରଫୁଲ୍ଲ ସାହୁ କହିଛନ୍ତି, ''ବଡ଼ ମୂର୍ତ୍ତି ତିଆରି କରିବା ଉପରେ ସରକାର କଟକଣା ଜାରି କଲେ । ସେଥି ପାଇଁ ଆମେ ସରକାରଙ୍କ ନିୟମ ମାନି ଚାରି ଫୁଟ ଉଚ୍ଚତାର ଛୋଟ ମୂର୍ତ୍ତି ତିଆରି କଲୁ । ଯେହେତୁ ଆମେ ମଣ୍ଡପରେ ମା'ଲକ୍ଷ୍ମୀଙ୍କ ପୂଜା ବି ହୁଏ, ଆମେ ମା'ଲକ୍ଷ୍ମୀଙ୍କ ସେହି ଚାନ୍ଦି ସାଜକୁ ମା'ଦୁର୍ଗାଙ୍କୁ ପିନ୍ଧାଇଛୁ । ସୁନା ମୁକୁଟ ଓ ଚାନ୍ଦି ମେଢ ଏ ଥର ମା' ଦୁର୍ଗାଙ୍କ ପୂଜାରେ ଲାଗି ପାରିଲା ନାହିଁ ।'' | <urn:uuid:4a76fda9-50fe-4aca-91b1-edc56ca4f62d> | CC-MAIN-2021-43 | https://odia.news18.com/news/odisha/gold-silver-ornaments-not-used-in-cuttack-durga-puja-this-year-2310-ad-nmc-tv-25703.html | 2021-10-26T05:36:17Z | s3://commoncrawl/crawl-data/CC-MAIN-2021-43/segments/1634323587799.46/warc/CC-MAIN-20211026042101-20211026072101-00012.warc.gz | ory | 0.999973 | Orya | 2 | {"ory_Orya_score": 0.9999725818634033} |
ପୌର ନିର୍ବାଚନ, ୱାର୍ଡ ସଂରକ୍ଷଣକୁ ନେଇ ଯାଜପୁରରେ ବଢ଼ୁଛି ଅସନ୍ତୋଷ
ପୌର ନିର୍ବାଚନ, ୱାର୍ଡ ସଂରକ୍ଷଣକୁ ନେଇ ଯାଜପୁରରେ ବଢ଼ୁଛି ଅସନ୍ତୋଷ
ଯାଜପୁର: ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ପରେ ସରଗରମ ହେଉଛି ରାଜନୈତିକ ମହଲ । ପୌର ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୱାର୍ଡ ସଂରକ୍ଷଣ କାର୍ଯ୍ୟ ଶେଷ ହେଇଛି। ଆଉ ଏହାକୁ ନେଇ କୁହୁଳିବାରେ ଲାଗିଛି ଅସନ୍ତୋଷ । ତେବେ ୱାର୍ଡ ସଂରକ୍ଷଣ ତୃଟି ଥିବା ନେଇ ମାଳମାଳ ଅଭିଯୋଗ ଆସିଛି । ବ୍ୟାସନଗର ପୌରପରିଷଦର ବିଭିନ୍ନ ୱାର୍ଡର ସଂରକ୍ଷଣକୁ ନେଇ ଓ୍ବାର୍ଡବାସୀଙ୍କ ମଧ୍ୟରେ ଜନଅସନ୍ତୋଷ ଦେଖାଦେଇଛି ।
ତେବେ ସମ୍ପୃକ୍ତ ୱାର୍ଡକୁ ତହସିଲ ଭୁକ୍ତ ଜାତି ଓ ଜନଜାତି ପାଇଁ ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ରଙ୍କ ନିକଟରେ ଦାବି କରିଛନ୍ତି । ସ୍ଥାନୀୟବାସିନ୍ଦାଙ୍କ କହିବା ଅନୁଯାୟୀ ୩ଟି ହରିଜନ ଓ ୩ଟି ଆଦିବାସୀଙ୍କ ପାଇଁ ସଂରକ୍ଷଣ ହୋଇଛି ।
ପୋୖର ପରିଷଦର ଗଠନ ହେବା ଠାରୁ ଆଜି ପର୍ଯ୍ୟନ୍ତ ଓ୍ବାର୍ଡ ନମ୍ବର ୨,୧୯,୨୩ ଏହି ୩ଟି ୱାର୍ଡକୁ ତଫସିଲ ଭୁକ୍ତ ଜାତି ଓ ଜନଜାତି ପାଇଁ ଆଦ୍ୟାବଦ୍ଧି ସଂରକ୍ଷଣ କରାଯାଇନାହିଁ । ଏହି ୱାର୍ଡକୁ ସଂରକ୍ଷିତ କରିବା ପାଇଁ ୱାର୍ଡ ନମ୍ବର ୧,୨,୪,୭,୨୦ ଓ ୨୧ ନମ୍ବର ଅଧିବାସୀ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ରଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ | <urn:uuid:aa82e3d9-8c62-46f2-9ca4-0f18dc2a92b3> | CC-MAIN-2022-05 | https://www.etvbharat.com/oriya/odisha/state/jajpur/dissatisfaction-with-ward-reservation-in-municipal-elections/or20220114131557188 | 2022-01-27T23:16:39Z | s3://commoncrawl/crawl-data/CC-MAIN-2022-05/segments/1642320305317.17/warc/CC-MAIN-20220127223432-20220128013432-00061.warc.gz | ory | 1.000001 | Orya | 1 | {"ory_Orya_score": 1.0000008344650269} |
କରୋନା ପାଇଁ ପଦେ
କରୋନା ପାଇଁ ପଦେ
କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା
———- ——————– ———-
କହରେ କରୋନା କି ସହାସେ ସିନା
କିପରି ମରତେ ଆସିଲୁ
କେଉଁ ଅପ ଦେବତା ଙ୍କର ସାହସେ
ଧରା ରେ ତୁ ପାଦ ଥାପିଲୁ
କରୋନା, ମହାମାରୀ ରୂପ ଧରିଲୁ
ଚାଇନା ଦେଶରୁ ଉତପତି ହୋଇ
ବିଶ୍ଵ କୁ କବଳ କରିଲୁ
କରୋନା, ମହାମାରୀ ରୂପ ଧରିଲୁ ।।
ଇଟାଲୀ,ୟୁରୋପ,ଇଂଲଣ୍ଡ, ସ୍ପେନ
ସବୁ ରାଇଜରେ ବୁଲିଲୁ
ଆମେରିକା,ଫ୍ରାନ୍ସ ଦେଇ ତୁ ସେଠାରେ
କେତେ ଯେ ଜୀବନ ନାଶିଲୁ
କରୋନା, ଭୟଙ୍କର ରୂପଧରିଲୁ
ମଣିଷ ମାରିବା ପଣ ରେ କିଅବା
ସଙ୍କଳପ ତୁହି କରିଲୁ
କରୋନା, ଭୟଙ୍କର ରୂପ ଧରିଲୁ ।।
ଏବେ ଶେଷରେ ମୋ ଭାରତ ମାଟିକୁ
ଆସିଅଛୁ ପରା ଧାଇଁ
ଏ ମାଟି ରେ ବିଜେ ଜଗନ୍ନାଥ ନିଜେ
ଡରାଇ ପାରିବୁ ନାହିଁ
କରୋନା, ଜାହ୍ନବୀ ଜଳରେ ତୁହି
ଶେଷ ନିଃଶ୍ୱାସ ତୁ ନେବୁସିନା ଏଠି
ଆଉ ତୋ ନିସ୍ତାର ନାହିଁ
କରୋନା, ଡରାଇ ପାରିବୁ ନାହିଁ ।।
ତୁଳସୀ,ପତ୍ରରେ ଏ ଦେବ ଭୂମି ରେ
ହୁଏ ବିଷ୍ପୁ ଆରାଧନା
ବିଲ୍ଵ ଦଳରେ ଚନ୍ଦ୍ରଶେଖର
ବିଭୂଷିତ ଅନା ଅନା
କରୋନା, ସେ ଛଡ଼ା ତୁଳସୀ ସିନା
ବିଲ୍ଵଦଳ ଗଙ୍ଗା ଜଳ କୁ ସେବନେ
ତୋ ଗରବ ହେବ ଚୁନା
କରୋନା, ସେ ଛଡ଼ା ତୁଳସୀ ସିନା ।।
ତଥାପି ତୋ ପାଇଁ ମୋ ଦେଶର ଭାଇ
ଭଉଣୀ ଏଁ ଏକଯୁଟ
ହୋଇଣ ଲଢନ୍ତି ତୋ ବିରୁଦ୍ଧେ ସର୍ବେ
ନକରି ପାରିବୁ ନାଟ
କରୋନା, ଏଠି ଯବନିକା ହେବ ପାତ
ନନେଇ ପାରିବୁ ଜୀବନ ତୁ ଏଠି
ଖୋଜ ତୋର ଯିବା ବାଟ
କରୋନା, ଏଠି ଜବନିକା ହେବ ପାତ ।।
ଦେବ ଭୂମି ଏହି ମୁନି,ଋଷି ଙ୍କର
ପବିତ୍ର ଆଶ୍ରୟ ସ୍ଥଳୀ
ନପାରିବୁ ଆରେ ଦୁଷ୍ଟ ରାକ୍ଷସ
ରୂପ ନେଇ ମହାମାରୀ
କରୋନା, ତୋର ମୃତ୍ୟୁ ଦୂତ ହୋଇ
ମାଡ଼ି ଆସୁଅଛି ଯମ ତା ହାତରେ
ଧରିଛି ଚମ ଦଉଡି
କରୋନା, ତୋର ମୃତ୍ୟୁ ଦୂତ ହୋଇ ।। | <urn:uuid:5754ed69-56cf-46b0-b448-2980871d9539> | CC-MAIN-2022-21 | https://banamalli.org/archives/1270/ | 2022-05-25T19:18:33Z | s3://commoncrawl/crawl-data/CC-MAIN-2022-21/segments/1652662593428.63/warc/CC-MAIN-20220525182604-20220525212604-00445.warc.gz | ory | 0.999878 | Orya | 1 | {"ory_Orya_score": 0.9998781681060791} |
World Rose Day: କର୍କଟ ସଚେତନତା ପାଇଁ କାହିଁକି ପାଳନ ହୁଏ ରୋଜ୍ ଦିବସ
World Rose Day: କର୍କଟ ସଚେତନତା ପାଇଁ କାହିଁକି ପାଳନ ହୁଏ ରୋଜ୍ ଦିବସ
ହାଇଦ୍ରାବାଦ: କର୍କଟ ରୋଗ ଭଳି ମାରାତ୍ମକ ରୋଗରେ କବଳିତ ହେଉଛି ସାରା ବିଶ୍ବ । ପ୍ରତିବର୍ଷ ଏହି ରୋଗ କାରଣରୁ ଏକାଧିକ ଲୋକଙ୍କ ଜୀବନ ଯାଉଛି । ଏଥିପାଇଁ ଲୋକଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ଉଭୟ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କ୍ୟାମ୍ପ ସହ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯାଉଛି । ଏଥି ମଧ୍ୟରୁ ବିଶ୍ବ ରୋଜ୍ ଡେ(World Rose Day) ଅନ୍ୟତମ । ତେବେ ବିଶ୍ବ ରୋଜ୍ ଡେ ସହ କ୍ୟାନ୍ସରର କ'ଣ ରହିଛି ସାମଞ୍ଜସ୍ୟ ସେ ବାବଦରେ ଆଲୋଚନା କରିବା ।
ଲୋକଙ୍କୁ ଗୁରୁତର ତଥା ମାରାତ୍ମକ ରୋଗ କର୍କଟ ବାବଦରେ ଅବଗତ କରାଇବା ପାଇଁ ପ୍ରତିବର୍ଷ 22 ସେପ୍ଟେମ୍ବରରେ ବିଶ୍ୱ ରୋଜ ଦିବସ ପାଳନ କରାଯାଏ । ଏହି ଦିନକୁ ରୋଜ ଡେ କହିବାର କାରଣ, କାନାଡାରେ ରହୁଥିବା 12 ବର୍ଷର ଝିଅ ମେଲିଣ୍ଡା ରୋଜ(Melinda Rose) 1974 ମସିହାରେ ରକ୍ତ କର୍କଟ(Blood Cancer) କାରଣରୁ ପ୍ରାଣ ହରାଇଥିଲେ (ମେଲିଣ୍ଡା ରୋଜଙ୍କ ସ୍ମୃତିରେ) । ତାଙ୍କ ସ୍ମୃତିରେ କର୍କଟ ବାବଦରେ ଅବଗତ କରାଇବା ପାଇଁ ଏହି ଦିବସ ପାଳନ କରାଯାଉଛି ।
'ଗ୍ଲୋବାଲ୍ ବର୍ଡେନ୍ ଅଫ୍ ଡିଜିଜ୍, ଇଞ୍ଜୁରିଜ୍ ଆଣ୍ଡ ରିସ୍କ ଫ୍ୟାକ୍ଟର୍' ((Global Burden of Disease, Injuries and Risk Factors, GBD 2019) ଅଧ୍ୟୟନର ଫଳାଫଳକୁ ବ୍ୟବହାର କରି ଅନୁସନ୍ଧାନକାରୀମାନେ ପରୀକ୍ଷା କରିଛନ୍ତି ଯେ, 2019ରେ ମୃତ୍ୟୁ ଏବଂ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ପାଇଁ 23 ପ୍ରକାରର କ୍ୟାନ୍ସର କାରକ ଦାୟୀ ରହିଥିଲା ।
କର୍କଟ ଚିକିତ୍ସା ବିଭାଗର ପ୍ରଫେସର ଡକ୍ଟର ପ୍ରଦୀପ ଚନ୍ଦ୍ରକର କହିଛନ୍ତି, "ପ୍ରତିବର୍ଷ କର୍କଟ ରୋଗୀ ବୃଦ୍ଧି ପାଉଛି । ଛତିଶଗଡର ସବୁଠୁ ବଡ ସରକାରୀ ଡାକ୍ତରଖାନା ମେକାହାରାର କର୍କଟ ବିଭାଗରେ ପ୍ରତିବର୍ଷ 5 ହଜାରରୁ 6 ହଜାର ନୂତନ କର୍କଟ ରୋଗୀ ଚିହ୍ନଟ ହୁଅନ୍ତି । ରାଜ୍ୟରେ ପ୍ରତିବର୍ଷ ପ୍ରାୟ 50,000 କର୍କଟ ରୋଗୀ ବୃଦ୍ଧି ପାଉଛନ୍ତି । ଏହାର କାରଣ ଆମ ଜୀବନଶୈଳୀ ସହିତ ଜଡିତ । ତେବେ କେବଳ ଛତିଶଗଡ କାହିଁକି, ଦେଶବ୍ୟାପୀ କ୍ୟାନ୍ସର ରୋଗୀଙ୍କ ସଂଖ୍ଯା ବୃଦ୍ଧି ପାଉଛି । ଏଥିପାଇଁ ସଚେତନା ସମେତ ସଠିକ୍ ସମୟରେ ଡାକ୍ତରୀ ପରୀକ୍ଷାର ଆବଶ୍ୟକତା ରହିଛି । | <urn:uuid:1243b1d6-79f1-4563-b32a-2da1558cbdb0> | CC-MAIN-2022-40 | https://www.etvbharat.com/oriya/odisha/sukhibhava/sukhibhava-news/world-rose-day-welfare-of-cancer-patients-history-and-significance/or20220922172207848848963 | 2022-10-04T04:09:29Z | s3://commoncrawl/crawl-data/CC-MAIN-2022-40/segments/1664030337473.26/warc/CC-MAIN-20221004023206-20221004053206-00431.warc.gz | ory | 1.000003 | Orya | 1 | {"ory_Orya_score": 1.0000028610229492} |
ନନ୍ଦନକାନନରୁ ଆସିଲା ଖୁସି ଖବର, ପୁଣି ମା' ହେଲା ବିଜଲି
ନନ୍ଦନକାନନରୁ ଆସିଲା ଖୁସି ଖବର, ପୁଣି ମା' ହେଲା ବିଜଲି
ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ଋତୁ । ପର୍ଯ୍ୟଟନସ୍ଥଳୀ ଗୁଡିକରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ ନନ୍ଦନକାନନର(Nandankanan Zoological Park) ସିଂହୀ ବିଜଲି ପର୍ଯ୍ୟଟକଙ୍କୁ ଭେଟି ଦେଇଛି । ମଙ୍ଗଳବାର ଏସୀୟ ସିଂହୀ ବିଜଲି ତା'ର ତୃତୀୟ ଗର୍ଭରୁ 5ଟି ଶାବକ ଜନ୍ମ ଦେଇଥିବା ସୂଚନା ମିଳିଛି(Lioness Bijli gives birth to Five cubs at Nandankanan Zoo)।
ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଆଣିଛି ବିଜଲି । ପ୍ରଥମ ଶାବକଟି ମଙ୍ଗଳବାର ଅପରାହ୍ନ 2ଟା30 ମିନିଟରେ, ଦ୍ବିତୀୟ ଶାବକଟି 4ଟା 16ମିନିଟ, ତୃତୀୟ ଶାବକ ସନ୍ଧ୍ୟା 5ଟା 35 ମିନିଟ, ଚତୁର୍ଥ ଶାବକଟି ରାତି 7ଟା 21 ମିନିଟରେ ଓ ପଞ୍ଚମ ସାବକକୁ ରାତି 10 ଟା ଜନ୍ମ ହୋଇଛି ବିଜଲି । ତେବେ ବିଜଲି ସୁସ୍ଥ ରହିଥିବା ବେଳେ ସମସ୍ତ ନବଜାତ ଛୁଆର ମଧ୍ୟ ସ୍ବାସ୍ଥ୍ୟବସ୍ଥା ଠିକ ରହିଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ଜନ୍ମିତ ଶାବକମାନଙ୍କର ଲିଙ୍ଗ ନିରୂପଣ ହୋଇପାରିନାହିଁ ।
ସୂଚନାଅନୁସାରେ, ସିଂହ ସମ୍ରାଟ ଏବଂ ସିଂହୀ ବିଜଲିର ମିଳନ ହୋଇଥିଲା । ବିଜଲି ଗର୍ଭବତୀ ଥିବା ଜାଣିବା ପରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଥିଲା ।
ସୂଚନାଯୋଗ୍ୟ ଯେ, 2021ମସିହା ଅଗଷ୍ଟ 21 ତାରିଖରେ ବିଜଲି ପ୍ରଥମ ଥର ପାଇଁ ମାଆ ହୋଇଥିଲା। ଗର୍ଭରୁ 4 ଟି ସନ୍ତାନ ଜନ୍ମ ଦେଇଥିଲା । କିନ୍ତୁ 2ଟି ସାବକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ 2ଟି ଶାବକଙ୍କୁ ସ୍ତନ୍ୟପାନ କରାଇନଥିଲା । ଯାହାକୁ ନେଇ ଚିନ୍ତାରେ ପଡିଥିଲେ କର୍ତ୍ତୃପକ୍ଷ ।
ଇଟିଭି ଭାରତ, ଭୁବନେଶ୍ବର | <urn:uuid:55085c83-0d10-495e-a885-dc91134aba0d> | CC-MAIN-2022-49 | https://www.etvbharat.com/oriya/odisha/state/khurda/lioness-bijli-gives-birth-to-five-cubs-at-nandankanan-zoo/or20221123075414685685289 | 2022-11-29T08:12:11Z | s3://commoncrawl/crawl-data/CC-MAIN-2022-49/segments/1669446710690.85/warc/CC-MAIN-20221129064123-20221129094123-00300.warc.gz | ory | 0.999986 | Orya | 1 | {"ory_Orya_score": 0.9999856948852539} |
PREVIEW: ମାଞ୍ଚେଷ୍ଟରରେ ଐତିହାସିକ ସିରିଜ ବିଜୟ ଲକ୍ଷ୍ୟରେ ଭାରତ
PREVIEW: ମାଞ୍ଚେଷ୍ଟରରେ ଐତିହାସିକ ସିରିଜ ବିଜୟ ଲକ୍ଷ୍ୟରେ ଭାରତ
ମାଞ୍ଚେଷ୍ଟର: ଇଂଲଣ୍ଡ ଓ ଭାରତ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ଟେଷ୍ଟ ମାଞ୍ଚେଷ୍ଟରରେ ଖେଳାଯିବ । ୨-୧ରେ ଆଗୁଆ ଥିବା ବିରାଟ ବାହିନୀ ଏହି ଟେଷ୍ଟ ବିଜୟ କିମ୍ବା ଡ୍ର ସହ ଇଂଲଣ୍ଡ ମାଟିରେ ଐତିହାସିକ ସିରିଜ ବିଜୟ ଲକ୍ଷ୍ୟରେ ରହିଛି । ଏହି ମ୍ୟାଚ୍ରେ ସିନିୟର ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେଙ୍କ ଉପରେ ସମସ୍ତଙ୍କ ନଜର ରହିବ । କାରଣ ସଙ୍କଟରେ ରାହାଣେଙ୍କ ଅନ୍ତର୍ଜାତୀୟ କ୍ୟାରିୟର । ଶେଷ ୭ଟି ଇଂନିସରେ ୬ଥର ବିଫଳ ହୋଇସାରିଛନ୍ତି ରାହାଣେ । ଚଳିତ ସିରିଜରେ ରାହାଣେଙ୍କ ପ୍ରଦର୍ଶନ ଚିନ୍ତାଜନକ ଥିବାବେଳେ ମାଞ୍ଚେଷ୍ଟରରେ ଆଉ ଏକ ବଡ ସୁଯୋଗ ମିଳିବା ସମ୍ଭାବନା ରହିଛି । ଅନ୍ୟପଟେ ଦ୍ରୁତ ବୋଲର ଜଶପ୍ରୀତ ବୁମରାଙ୍କୁ ବିଶ୍ରାମ ମିଳିବା ସମ୍ଭାବନା ମଧ୍ୟ ରହିଛି ।
ଗତ ଗୋଟିଏ ମାସରେ ୧୫୧ ଓଭର ବୋଲିଂ କରିସାରିଛନ୍ତି ବୁମରା । ଏହାମଧ୍ୟରେ ଓଭାଲ ଟେଷ୍ଟର ଚତୁର୍ଥ ଦିନରେ ୨୨ ଗୁରୁତ୍ବପୂର୍ଣ୍ଣ ଓଭର ବୋଲିଂ କରିଛନ୍ତି ।
ମହମ୍ମଦ ସାମି ଫିଟ୍ ଘୋଷିତ ହୋଇସାରିଥିବାରୁ ଚୂଡାନ୍ତ ଏକାଦଶକୁ ଫେରିବା ସମ୍ଭାବନା ଅଧିକ । COVIDରେ ଆକ୍ରାନ୍ତ ଯୋଗୁଁ ମୁଖ୍ୟ କୋଚ ରବି ଶାସ୍ତ୍ରୀ, ବୋଲିଂ କୋଚ୍ ଭରତ ଅରୁଣଙ୍କ ଅନୁପସ୍ଥିତିରେ କୋହଲିଙ୍କୁ ଚୂଡାନ୍ତ ଏକାଦଶ ଚୟନ କରିବାକୁ ହେବ । ବୋଲିଂ ଅନୁକୂଳ ପିଚ୍ ମାଞ୍ଚେଷ୍ଟର ହୋଇଥିବାରୁ ଗତ ମ୍ୟାଚରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଉମେଶ ଯାଦବ ଓ ଶାର୍ଦ୍ଦୁଳ ଠାକୁର ବେଞ୍ଚ୍ରେ ବସିବା ସମ୍ଭାବନା କମ୍ । ଟି୨୦ ବିଶ୍ବକପ ନିକଟରେ ଥିବାରୁ ଟିମ ମ୍ୟାନେଜମେଣ୍ଟ ବୁମରାଙ୍କୁ ବିଶ୍ରାମ ଦେବାକୁ ବିଚାରକଲେ ମହମ୍ମଦ ସିରାଜ ତାଙ୍କ ସ୍ଥାନ ନେଇପାରନ୍ତି ।
ଅନ୍ୟପଟେ ଇଂଲଣ୍ଡ ଟିମର ପ୍ରଥମ ଓ ଏକମାତ୍ର ଭରସା କ୍ୟାପଟେନ ଜୋ ରୁଟ ରହିଛନ୍ତି । କାରଣ ରୁଟ୍ ଏକାକୀ ସିରିଜରେ ୬୦୦ରୁ ଅଧିକ ରନ୍ ସଂଗ୍ରହ କରିସାରିଛନ୍ତି । ବଟଲର ଟିମକୁ ଫେରିବା ପରେ ବେୟାରଷ୍ଟୋଙ୍କୁ ବେଞ୍ଚ୍ରେ ବସିବାକୁ ପଡିପାରେ । ଆଣ୍ଡରସନ ଓ କ୍ରେଗ ଓଭରଟନଙ୍କୁ ବିଶ୍ରାମ ମିଳିବା ସମ୍ଭାବନା ଅଧିକ ଥିବାରୁ ମାର୍କ ଉଡ୍ ଓ କ୍ରିସ ୱର୍କ୍ସ ବୋଲିଂ ଭାର ସମ୍ଭାଳିପାରନ୍ତି ।
ଭାରତ: ବିରାଟ କୋହଲି(କ୍ୟାପଟେନ), ରୋହିତ ଶର୍ମା, ଚେତେଶ୍ବର ପୂଜାରା, ମୟଙ୍କ ଅଗ୍ରୱାଲ, ଅଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ଋଷଭ ପନ୍ତ(ୱିକେଟ କିପର), ଆର ଅଶ୍ବିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଜଶପ୍ରୀତ ବୁମରା, ଇଶାନ୍ତ ଶର୍ମା, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ, କେଏଲ ରାହୁଲ, ରିଦ୍ଧମାନ ଶାହା, ଅଭିମନ୍ୟୁ ଏଶରନ, ପୃଥ୍ବୀ ଶ, ସୂର୍ଯ୍ୟକୁମାର ଯାଦବ, ଶାର୍ଦ୍ଦୁଳ ଠାକୁର ।
ଇଂଲଣ୍ଡ: ରରି ବର୍ଣ୍ଣସ, ହସିବ ହମିଦ, ମୋଇନ ଅଲୀ, ଜନ୍ନି ବେୟାରଷ୍ଟୋ, ଜୋ ରୁଟ୍, ଜସ ବଟଲର, ଡାନ ଲରେନ୍ସ, ଓଲି ରବିନସନ, ସାମ କରନ, ମାର୍କ ଉଡ୍, ଜେମ୍ସ ଆଣ୍ଡରସନ, ଜାକ ଲିଚ୍, ଓଲି ପୋପ, ଡେୱିଡ ମାଲନ, କ୍ରେଗ ଓଭରଟନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ | <urn:uuid:d08909c3-4ecd-4b41-a2ff-a80b544de8e8> | CC-MAIN-2022-49 | https://www.etvbharat.com/oriya/odisha/sports/cricket/preview-bumrahs-workload-rahanes-form-big-concerns-as-kohlis-india-eye-history-in-final-test/or20210909203235375 | 2022-12-06T21:40:08Z | s3://commoncrawl/crawl-data/CC-MAIN-2022-49/segments/1669446711114.3/warc/CC-MAIN-20221206192947-20221206222947-00780.warc.gz | ory | 0.999979 | Orya | 1 | {"ory_Orya_score": 0.9999786615371704} |
ସଦାଶିବ ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ
ସଦାଶିବ ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ
ଭୁବନେଶ୍ବର: ଲିଙ୍ଗରାଜ ଥାନା ସଦାଶିବ ମୃତ୍ୟୁ ନେଇ ବଢୁଛି ସନ୍ଦେହ । ମାମଲାରେ ପୋଲିସ ତଦନ୍ତ ଓ ଘଟଣାକୁ ଚାପିବାର ପ୍ରୟାସ ନେଇ ପୋଲିସ ବିରୋଧରେ ଥାନା ଘେରାଉ କରିଛି ପରିବାର । ଏନେଇ ସଦାଶିବର ମାଆ ଥାନା ଆଗରେ ଆତ୍ମାହୁତିର ଧମକ ଦେବା ସହ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ସଦାଶିବ ମୃତ୍ୟୁ ପଛରେ ଜଣେ ଝିଅର ଭୂମିକା ଅଭିଯୋଗ ଆଣି ଏ ନେଇ ସଠିକ ତଦନ୍ତ ଦାବିରେ ଦୀର୍ଘ ସମୟ ଧରି ଅଡି ବସିଛନ୍ତି ସଦାଶିବଙ୍କ ମାଆ ।
ପୋଲିସ ପାଞ୍ଚ ଦିନ ଧରି କାହିଁକି ଚୁପ ରହିଛି ? ଅଭିଯୋଗ ହେବା ସତ୍ତ୍ବେ କାହିଁକି ହତ୍ୟା ମାମଲା ରୁଜୁ କରୁନି ପୋଲିସ ? ସଦାଶିବ ମୃତ୍ୟୁ ପଛରେ ଜଣେ ଝିଅର ଭୂମିକା ଅଭିଯୋଗ ଆଣି ତାକୁ ଓ ତାର ପରିବାରକୁ କାହିଁକି ପୋଲିସ ତଦନ୍ତ କରୁନି ବୋଲି ସେ ପ୍ରଶ୍ନ କରିଛନ୍ତି । ପରିବାର ଲୋକ ଏକ ସିସିଟିଭି ଫୁଟେଜ ପୋଲିସକୁ ଦେଇଛନ୍ତି । ଯାହାକୁ ନେଇ ପୋଲିସ ମଧ୍ୟ ତାଜୁବ ହୋଇଛି । ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ ଜଣେ ଯୁବତୀ ସଦାଶିବର ରୁମକୁ ଯାଉଛି। ଯୁବତୀ ଜଣକ ସନ୍ଧ୍ୟା ୫ଟା ୨୯ସମୟରେ ସଦାଶିବଙ୍କ ରୁମକୁ ଯାଇଥିବା ବେଳେ ୫ଟା ୪୬ରେ ଫେରିଛନ୍ତି । ତେବେ ଯଦି ସଦାଶିବ ମୃତ୍ୟୁ ବୋଲି ଜାଣିଲେ ଯୁବତୀ ଜଣକ କାହିଁକି ଚୁପ୍ ରହିଲେ ବୋଲି ପ୍ରଶ୍ନ ଉଠିଛି ।
ଯୁବତୀ ଜଣକ ୪ଫୁଟର ହୋଇଥିବା ବେଳେ ସଦାଶିବଙ୍କ ଉଚ୍ଛତା ୫ଫୁଟ ୧୧ଇଞ୍ଚ । ତେବେ ସେ ଏକୁଟିଆ ମୃତଦେହ ବେକରୁ ରଶି କିପରି କାଢିଲେ ତାହାକୁ ନେଇ ପ୍ରଶ୍ନ ଉଠିଛି । ଅସଲରେ ଘଟଣା ଆତ୍ମହତ୍ୟା ନା ହତ୍ୟା ତାକୁ ନେଇ ସନ୍ଦେହ ଘନେଇବାରେ ଲାଗିଛି । ଆତ୍ମହତ୍ୟା କହି ଘଟଣାକୁ ଚାପି ନଦେଉ ବୋଲି ଥାନା ସାମ୍ନାରେ କାନ୍ଦି କାନ୍ଦି କହିଛନ୍ତି ମୃତ ସଦାଶିବର ମାଆ । ସଦାଶିବ ଭିଡିଓ କଲରେ କଥା ହୋଇ ଆତ୍ମହତ୍ୟା କରିଥିବା କଥା ପୋଲିସ କହିଛି । ସେପଟେ ସିସିଟିଭିରେ ସଦାଶିବଙ୍କ ନିକଟକୁ ଜଣେ ଯୁବତୀ ଯାଇଥିବା ଦେଖିବାକୁ ମିଳିଛି । ଫଳରେ ମୃତ୍ୟୁକୁ ନେଇ ସନ୍ଦେହ ବଢିଛି ।
ସୂଚନା ଥାଉ କି କିଛି ଦିନ ତଳେ ଇନଫୋସିଟି ଥାନା ଆନନ୍ଦ ଟପୋ ମାମଲାରେ ମଧ୍ୟ ଅଭିଯୋଗ ନ ରଖି ପରିବାର ଲୋକଙ୍କ କଥା ନଶୁଣି ବା ମହଙ୍ଗା ପଡ଼ିଥିଲା । ଏପରିକି ଘଟଣାରେ ପୋଲିସ ଚାପି ଦେଇଥିବାରୁ ଶେଷରେ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ ପରିବାର। ପରେ କୋର୍ଟ ଥାନାର ତତ୍କାଳୀନ IICଙ୍କୁ ଦଣ୍ଡ ସ୍ବରୂପ କିଛି ଦିନ ଲାଗି ଟ୍ରେନିଂ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଘଟଣାକୁ ହତ୍ୟା ମାମଲା ରୁଜୁ କରି ରିପୋର୍ଟ ଦେବାକୁ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ତେବେ ସମାନ ଘଟଣା ପରି ମଧ୍ୟ ଏହି ଘଟଣା ରହସ୍ୟମୟ ହେଉଥିବା ବେଳେ ଏବେ ପୋଲିସ ହତ୍ୟା ମାମଲା ରୁଜୁ କରିବ ନା ପରିବାର ଲୋକଙ୍କ କଥାକୁ ଅଣଦେଖା କରିବ ତାହା କମିଶନରେଟ୍ ପୋଲିସ ଉପରେ ନିର୍ଭର କରୁଛି । ତେବେ ଗତ ୧୮ତାରିଖ ସନ୍ଧ୍ୟା ସମୟରେ ଭଡାଘରୁ ସଦାଶିବଙ୍କ ମୃତଦେହ ଜବତ ହୋଇଥିଲା । ସେତେବେଳେ ଭିଡିଓ କଲରେ ରହି ଆତ୍ମହତ୍ୟା କରିଥିବା ପୋଲିସ କହିଥିଲା ।
ଇଟିଭି ଭାରତ, ଭୁବନେଶ୍ବର | <urn:uuid:3eec9cab-8298-4c46-b252-01efb081253c> | CC-MAIN-2023-06 | https://www.etvbharat.com/oriya/odisha/state/khurda/family-brings-murder-allegation-in-sadashiva-parida-death-case-in-bhubaneswar/or20230124143450370370830 | 2023-02-03T10:05:45Z | s3://commoncrawl/crawl-data/CC-MAIN-2023-06/segments/1674764500044.66/warc/CC-MAIN-20230203091020-20230203121020-00451.warc.gz | ory | 0.999994 | Orya | 1 | {"ory_Orya_score": 0.999994158744812} |
Mao Operation: ଜିଲ୍ଲା ପୋଲିସକୁ ସଫଳତା, ୨ ହାର୍ଡକୋର ମାଓବାଦୀ ଗିରଫ
Mao Operation: ଜିଲ୍ଲା ପୋଲିସକୁ ସଫଳତା, ୨ ହାର୍ଡକୋର ମାଓବାଦୀ ଗିରଫ
ନବରଙ୍ଗପୁର: ଜିଲ୍ଲା ପୋଲିସକୁ ବଡ଼ ସଫଳତା । ମେନପୁର ନୂଆପଡ଼ା ଡିଭିଜନର ଦୁଇ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଲା ନବରଙ୍ଗପୁର ପୋଲିସ । ଜଙ୍ଗଲ ମଧ୍ୟରୁ ମାଓବାଦୀଙ୍କୁ ଗିରଫ କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଡିଆଇଜି ରାଜେଶ ପଣ୍ଡିତ । ଗିରଫ ହୋଇଥିବା ୨ ମାଓବାଦୀ ଅନେକ ବର୍ଷ ଧରି ଏପରି ଅପରାଧିକ କାର୍ଯ୍ୟରେ ଲିପ୍ତ ରହିଥିବା ବେଳେ ପୋଲିସ ଉପରକୁ ଗୁଳିମାଡ଼, ପୋଷ୍ଟରିଂ ଓ ବ୍ୟାନର ଲଗାଇବା କାର୍ଯ୍ୟରେ ସାମିଲ ଥିଲେ ।
ରାଇଘର ଥାନା ଅନ୍ତର୍ଗତ ହାତୀ ଗାଁ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ଗିରଫ ହୋଇଛନ୍ତି ଏହି ଦୁଇ ମାଓବାଦୀ । ସିଆରପିଏଫ ଏସଓଜି ଓ ଡିଭିଏଫର ମିଳିତ କୁମ୍ବିଂ ସମୟରେ ଆଜି ସକାଳେ ଏମାନେ ଗିରଫ ହୋଇଛନ୍ତି । ସେଥିମଧ୍ୟରୁ ଜଣେ ହାର୍ଡକୋର ମାଓବାଦୀ ହୋଇଥିବା ବେଳେ ଅନ୍ୟଜଣେ ମିଲିସିଆ ଯିଏ କ୍ବାକ୍ ଭାବେ କାର୍ଯ୍ୟରତ ଥିଲେ । ହାର୍ଡକୋର ମାଓବାଦୀ ହେଲେ ପୂଜା ମାଣ୍ଡଭି (୨୫) ଓ ମିଲିସିଆ ହେଉଛନ୍ତି ସୁମୁଦ୍ର ବାଘ । ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲାରେ ପୂଜା ମାଣ୍ଡଭିଙ୍କ ଘର ହୋଇଥିବା ବେଳେ ଓଡ଼ିଶାର ନୂଆପଡା ଜିଲ୍ଲାରେ ସୁମୁଦ୍ର ବାଘଙ୍କ ଘର ।
ପୂଜା ମାଣ୍ଡଭି ୨୦୧୦ ମସିହାରୁ ମାଓବାଦୀ ସଙ୍ଗଠନରେ କାର୍ଯ୍ୟରତ ଥିବା ବେଳେ ସୁମୁଦ୍ର ବାଘ ୨୦୧୭ରୁ ସକ୍ରିୟ ରହିଛନ୍ତି । ନୂଆପଡା ଅଞ୍ଚଳରେ ହୋଇଥିବା ବିଭିନ୍ନ ଫାୟାରିଂ ମାମଲାରେ ଜଡ଼ିତ ଥିବା ସହ ନବରଙ୍ଗପୁର ଜିଲ୍ଲାରେ ପୋଷ୍ଟର ଲଗାଇବା କାମରେ ଜଡିତ ଥିବା ପ୍ରେସମିଟରେ ସୂଚନା ଦେଇଛନ୍ତି ଡିଆଇଜି । ଏଥିସହ ମିଲିସିଆ ସମୁଦ୍ର ବାଘ ମଧ୍ୟ ପୋଷ୍ଟରିଂ ଓ କ୍ବାକ୍ ଭାବେ କାର୍ଯ୍ୟରତ ଥିଲେ । ପୂଜା ମାଣ୍ଡଭିଙ୍କ ଦେହ ଅସୁସ୍ଥ ଥିବା ବେଳେ ତାଙ୍କ ଚିକିତ୍ସା ପାଇଁ ଯାଉଥିବା ବେଳେ କମ୍ବିଂ ଅପରେସନରେ ଧରା ପଡିଥିବା ନେଇ ଡିଆଇଜି ପ୍ରେସମିଟରେ ସୂଚନା ଦେଇଛନ୍ତି ।
ତେବେ ପୂଜା ମାଣ୍ଡଭି କେଉଁ କେଉଁ ଘଟଣାରେ ଜଡ଼ିତ ଅଛନ୍ତି ସେ ନେଇ ଅଧିକ ତଦନ୍ତ ପରେ ସ୍ପଷ୍ଟ ସୂଚନା ମିଳିପାରିବ ବୋଲି ସୂଚନା ଦେଇଛନ୍ତି ଡିଆଇଜି । ଏ ନେଇ ସେ କହିଛନ୍ତି, "ଆଜି ୨ଜଣ ମାଓବାଦୀ ନବରଙ୍ଗପୁରରୁ ଗିରଫ ହୋଇଛନ୍ତି । ହାତୀ ଗାଁ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ସେମାନଙ୍କୁ ଗିରଫ କରାଯାଇଛି । ପୂଜା ୧୩ ବର୍ଷ ବୟସରୁ ମାଓ କାର୍ଯ୍ୟରେ ଲିପ୍ତ ରହିଛି । ଅନେକ ଅପରାଧିକ କାର୍ଯ୍ୟରେ ସେ ଜଡ଼ିତ ଥିଲେ । ନୂଆପଡ଼ାରେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିମାଡ଼ରେ ପୂଜା ରହିଥିବା ବେଳେ ପୋଷ୍ଟରିଂ ଓ ବ୍ୟାନର ଲଗାଉଥିଲେ । ଏ ନେଇ ତଦନ୍ତ ଜାରି ରହିଛି ।"
ଇଟିଭି ଭାରତ, ନବରଙ୍ଗପୁର | <urn:uuid:3ed50cd8-a0bd-4ea1-9ca7-2fb838aef700> | CC-MAIN-2023-06 | https://www.etvbharat.com/oriya/odisha/state/nabarangpur/nabarangpur-police-arrests-2maoists-during-combing-operation/or20230124174503258258016 | 2023-02-07T14:05:07Z | s3://commoncrawl/crawl-data/CC-MAIN-2023-06/segments/1674764500619.96/warc/CC-MAIN-20230207134453-20230207164453-00171.warc.gz | ory | 0.999937 | Orya | 1 | {"ory_Orya_score": 0.9999368190765381} |
Horoscope: ମାର୍ଚ୍ଚ 19 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ
Published: Mar 19, 2023, 6:29 AM
Horoscope: ମାର୍ଚ୍ଚ 19 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ
Published: Mar 19, 2023, 6:29 AM
ମେଷ: ଆଜି ଦିନଟି ଯାତ୍ରାପାଇଁ ଅତ୍ୟନ୍ତ ଶୁଭଙ୍କର ଅଟେ । ଆପଣଙ୍କ ବ୍ୟବସାୟରେ ସଂପୃକ୍ତ ଥିବା ବ୍ୟବସାୟୀଙ୍କ ଠାରୁ ଆପଣ ଅର୍ଥ ଆଦାୟ କରିବେ । ସେମାନେ ପରିଶୋଧ କରିଥିବା ଅର୍ଥ ଆପଣ ନିଜର ବ୍ୟବସାୟର ଅଭିବୃଦ୍ଧି ନିମନ୍ତେ ଲଗାଇବେ । ଆପଣଙ୍କ ପୁଞ୍ଜିକୁ ପୁଞ୍ଜି ବିନିଯୋଗ ସଂସ୍ଥାରେ ଖଟାଇଲେ ଳାଭଜନକ ଫେରସ୍ତ ପାଇପାରନ୍ତି । ଗୃହରେ ଏକ ବନ୍ଧୁମିଳନ ଘଟି ଏକ ବଣଭୋଜିର ଯୋଜନା କରିପାରନ୍ତି କିମ୍ଵା ଗୃହର କୌଣସି ଏକ ଶୁଭକର୍ମ ପାଇଁ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରିପାରନ୍ତି । ମାତ୍ର ହଠାତ୍ ଆପଣଙ୍କ ଧର୍ମପତ୍ନୀଙ୍କ ଅସୁସ୍ଥତା ଯୋଗୁଁ ଆପଣ କରିଥିବା ଯୋଜନା ସବୁ କାର୍ଯ୍ୟକାରୀ ହୋଇନପାରେ ।
ବୃଷ: ଆଜି ଆପଣଙ୍କୁ ମିଶ୍ରିତ ଫଳ ମିଳିପାରେ । ଗୋଟିଏ ଦିଗରେ ଆପଣଙ୍କୁ ସୁଫଳ ପ୍ରାପ୍ତ ହେଲେ ଅନ୍ୟଦିଗରେ ଅସଫଳତା ମିଳିପାରେ । ଆପଣଙ୍କ ସନ୍ତାନ ସନ୍ତତିଙ୍କ ପାଠପଢାରେ ଉନ୍ନତ ଖବର ଶୁଣି ଖୁସି ହେବାବେଳେ ଆପଣଙ୍କର ପ୍ରତିଦ୍ୱନ୍ଦୀ ମାନେ ଇର୍ଷାନ୍ୱିତ ହୋଇ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବେ । ସେମାନେ ଆପଣଙ୍କୁ ଯୁକ୍ତିତର୍କ ବଳରେ ଅବ୍ୟବସ୍ଥିତ କରିବାକୁ ଚେଷ୍ଟା କରିବେ । ଏଥିପାଇଁ ଆପଣ ସବୁବେଳେ ମାନସିକ ଅଶାନ୍ତି ଭୋଗ କରିବେ । ଧୈର୍ଯ୍ୟ ଧରନ୍ତୁ, କିଛି ଶୃତିମଧୁର ସଙ୍ଗୀତକୁ ଉପଭୋଗ କରନ୍ତୁ । ଯାହା ମନେହୁଏ ଘଟଣାଟା ସେତେ ଖରାପ ନୁହେଁ । ସୂର୍ଯ୍ୟାସ୍ତ ପରେ ଆପଣଙ୍କର ଗ୍ରହମାନେ ଶୁଭଫଳ ପ୍ରଦାନ କରିବେ ଏବଂ ଆପଣ ଖୁସିରେ ସମୟ କାଟିବେ । ବ୍ୟବସାୟରେ ଶୁଭଫଳ ପାଇବା ସଙ୍ଗେସଙ୍ଗେ ପାରିବାରିକ ଜୀବନ ସୁଖମୟ ହେବ ।
ମିଥୁନ: ଆଜି ଆପଣ କୌଣସି ନୈରାଶବାଦ ଚିନ୍ତାଧାରାକୁ ମୁଣ୍ଡରେ ନ ପୁରାଇ ଶାନ୍ତ ରୁହନ୍ତୁ । ଆଜି ଆପଣ କୌଣସି କାର୍ଯ୍ୟ ନକରି ବିଶ୍ରାମ ନିଅନ୍ତୁ । ନିଜ ଶରୀରକୁ କଷ୍ଟ ନଦେବାକୁ ଯାତ୍ରା କରନ୍ତୁ ନାହିଁ । ନିଜ ଶରୀରର ଯତ୍ନ ନେବା ଆପଣଙ୍କର ମୂଖ୍ୟ ଦାୟିତ୍ୱ । ରୁଚିପୂର୍ଣ୍ଣ ଖାଦ୍ୟ ନଖାଇଲେ ଶରୀର ପରିପୃଷ୍ଟ ହେବା ପରିବର୍ତ୍ତେ ବିଭିନ୍ନ ଶାରୀରିକ ଅସୁସ୍ଥତା ଭୋଗିପାରନ୍ତି । ନିଜର ଖର୍ଚ୍ଚରେ ପରିମାଣକୁ ରୋକିବାକୁ ସତର୍କତା ଅବଲମ୍ଵନ କରନ୍ତୁ । ଅପରାହ୍ନରେ ନିଜକୁ ପଢାପଢିରେ ବ୍ୟସ୍ତ ରଖିବେ, କିମ୍ଵା ସୃଜନାତ୍ମକ କାର୍ଯ୍ୟକଳାପରେ ଲିପ୍ତ ରହିବେ । ଆକସ୍ମିକ ଭାବେ କିଛି ଯୁବକଙ୍କ ପ୍ରଶ୍ନରେ ଆପଣ ହଡବଡେଇ ଯାଇପାରନ୍ତି ।
କର୍କଟ: ଆଜି ଦିନଟି ଆପଣ ମୌଜ ମଜଲିସରେ କାଟିବେ । ନିଜ ପସନ୍ଦ ମୁତାବକ ସୌଖିନ ପୋଷାକ ପିନ୍ଧି ଭୋଜି ଖାଇବା, ସୁସ୍ୱାଦୁ ଭୋଜନ ସହିତ ମଦ୍ୟପାନ କରିବା ପ୍ରଭୃତି ଆମୋଦ ପ୍ରମୋଦରେ ସମୟ କାଟିବେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ । ଦିନଟିକୁ ପୂର୍ଣ୍ଣପ୍ରାଣରେ ଉପଭୋଗ କରିବା ଅତୀତ ଏକ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ସ୍ଥିର କରିବେ । ଆପେକ୍ଷା କରନ୍ତୁ ଏବଂ ପ୍ରଥମେ ନୀରିକ୍ଷଣ କରିସାରିଲା ପରେ ଜୀବନକୁ ମନଭରି ଉପଭୋଗ କରନ୍ତୁ । ନିଜର କ୍ରୋଧ ସମ୍ଵରଣ କରନ୍ତୁ । ନିଜ ଧର୍ମପତ୍ନୀଙ୍କ ସହ ଉତ୍ତମ ସମ୍ପର୍କ ରଖିବାକୁ ଯତ୍ନଶୀଳ ହୁଅନ୍ତୁ । ଆର୍ଥିକ ଅବସ୍ଥାକୁ ଆଖିଆଗରେ ରଖି ଖର୍ଚ୍ଚ କରନ୍ତୁ, ଯଦିଓ ଆର୍ଥିକ ଏବଂ ବୃତ୍ତିଗତ ବ୍ୟାପାରରେ ଉନ୍ନତି ହେବାର ସମ୍ଭାବନା ଅଛି, ତଥାପି ଯତ୍ନବାନ ହୁଅନ୍ତୁ । ପରିଭ୍ରମଣରେ ଯିବାକୁ ଯୋଜନା କରିପାରନ୍ତି ।
ସିଂହ: ଆଜି ଆପଣ ଗଭୀର ଚିନ୍ତାକରି ବ୍ୟବସାୟକୁ ସଂପ୍ରସାରିତ କରିବାକୁ ଇଚ୍ଛା କରିପାରନ୍ତି । ଅର୍ଥପ୍ରାପ୍ତି ହେବାର ଯଥେଷ୍ଟ ସମ୍ଭାବନା ଅଛି । ଆଜି ଆପଣ ଖର୍ଚ୍ଚ କରିଥିବା ଟଙ୍କା ଠିକ୍ କାମରେ ବ୍ୟୟିତ ହୋଇଛି ବୋଲି ଆତ୍ମସନ୍ତୋଷ ଲାଭ କରିବେ । ଆଜି କୌଣସି ନୂତନ ଯୋଜନା କରନ୍ତୁ ନାହିଁ । ଆଜି ଯୁକ୍ତିତର୍କ ନ କରିବା ଭଲ । ଆଇନ ସମ୍ପର୍କୀୟ ଝଗଡା ଠାରୁ ଦୂରେଇ ରୁହନ୍ତୁ । ବ୍ୟବସାୟରେ ଆପଣଙ୍କର ଅଂଶୀଦାର ମାନଙ୍କ ଠାରୁ ଅଲଗା ହେବା, ଟଙ୍କା ପଇସା ଭାଗ ବଣ୍ଟା ହେବା କିମ୍ଵା ନୂତନ ଯୋଜନା ଆରମ୍ଭ କରିବାକୁ ଚିନ୍ତା କରିବେ । ଆଜି ଗ୍ରହମାନଙ୍କର ସୁପ୍ରଭାବରୁ ଏକ ବିଦେଶୀ କମ୍ପାନୀ ସହିତ ବ୍ୟବସାୟିକ କାର୍ଯ୍ୟ ପାଇଁ ପ୍ରଚୁର ଲାଭବାନ ହେବେ ।
କନ୍ୟା: ଆଜି ଦିନଟିରେ ଆପଣ କୌଣସି ଅସୁବିଧାର ସମ୍ମୁଖୀନ ନ ହୋଇ ଶାନ୍ତିରେ ଦିନ କାଟିବେ । ଆଜି ଆପଣଙ୍କର ବାହାଘର କିମ୍ଵା କୌଣସି ସମ୍ପର୍କୀୟଙ୍କ ବାହାଘର ପାଇଁ ଜିନିଷପତ୍ର କିଣାକିଣିରେ ସମୟ କାଟିବେ । ଆଜି ଦିନଟି ବ୍ୟବସାୟରେ ପ୍ରଚୁର ଅର୍ଥଲାଭ ହୋଇପାରେ । ଆପଣ ନିଜ କାର୍ଯ୍ୟସ୍ଥଳରେ ସହକର୍ମୀ ମାନଙ୍କ ସହଯୋଗ ପାଇ ନିଜକୁ ସୌଭାଗ୍ୟଶାଳୀ ମନେ କରିବେ । ପାରିବାରିକ ଜୀବନ ତଥା ବନ୍ଧୁଜନଙ୍କ ସହ ସମ୍ପର୍କ ମଧୁମୟ ହେବ । ଶାରୀରିକ ସୁସ୍ଥତା ବଜାୟ ରହିବ ।
ତୁଳା: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ଆଜିର କ୍ଲାନ୍ତିଜନକ ଦିନରେ ଅପଣ ମାନସିକ ଦୁଃଶ୍ଚିନ୍ତା ଘେରରେ ଶିଥିଳତା ପ୍ରଦର୍ଶନ କରିବେ । ବହୁଦିନ ଚାପ ଯୋଗୁଁ ଆପଣ ଏହି ଫଳାଫଳ ଭୋଗ କରିବେ । ତେଣୁ ବର୍ତ୍ତମାନ ଭାବିବାକୁ ସମୟ ଅଛି । ଆପଣ ଧୈର୍ଯ୍ୟ ନ ହରାଇ ଶାନ୍ତ ରୁହନ୍ତୁ । ନିଜ ପରିବାରରେ ଥିବା ମନୋମାଳିନ୍ୟକୁ ଦୂର କରିବାକୁ ଚେଷ୍ଟା କରନ୍ତୁ । ନଚେତ୍ ଏହା ଆପଣଙ୍କ ଆୟତ୍ତ ବାହାରକୁ ଚାଲିଯାଇପାରେ । ସାମାଜିକ ଜୀବନରେ ଅଜ୍ଞାତ ଭାବେ ଏକ ଲଜ୍ଜାଜନକ ପରିସ୍ଥିତିକୁ ସାମନା କରିପାରନ୍ତି । ମାତ୍ର ମଧ୍ୟାହ୍ନ ସୁଦ୍ଧା ଏହା ଶୀଘ୍ର ସମାଧାନ ହୋଇଯିବ । ଆପଣ ନିଜକୁ ଚିତ୍ରକଳା କିମ୍ଵା ସୃଜନାତ୍ମକ କାର୍ଯ୍ୟକଳାପରେ ବ୍ୟସ୍ତ ରହିବେ ।
ବିଛା: ବହୁଦିନରୁ ଆପଣଙ୍କର ସମ୍ପତ୍ତି ଜନିତ ଚାଲିଥିବା ମକଦ୍ଦମାର ଆଜି ପରିସମାପ୍ତି ଘଟିବ । ଦିନଟି ଭଲରେ କଟିବ । ସୌଭାଗ୍ୟବଶତଃ ଘରର କେତେକ ସମସ୍ୟାକୁ ସମାଧାନ କରିବାକୁ ସକ୍ଷମ ହେବେ । ବ୍ୟବସାୟରେ ସମସ୍ତ ପ୍ରକାରର ସୁଫଳ ମିଳିବ । ପ୍ରତିଦ୍ୱନ୍ଦୀ ମାନେ ଆପଣଙ୍କ ଠାରୁ ପରାଜୟ ସ୍ୱୀକାର କରିବେ । ଭାଇ ଭଉଣୀଙ୍କ ସଙ୍ଗେ ଆମୋଦ ପ୍ରମୋଦ କରିବେ । ଦିବସର ଶେଷାର୍ଦ୍ଧ ଆଡକୁ ଅପ୍ରୀତିକର ଘଟଣା ଘଟିବ ଯାହାଦ୍ୱାରା ଆପଣ ମାନସିକ ଆଘାତ ପାଇପାରନ୍ତି, ଅପମାନିତ ହୋଇପାରନ୍ତି କିମ୍ଵା ଖର୍ଚ୍ଚାନ୍ତ ହୋଇପାରନ୍ତି । ଏଥିପାଇଁ ଆପଣଙ୍କର ବାରମ୍ଵାର ସ୍ପୃହା ରହିବନି କି ଭଲରେ ନିଦ ବି ହେବନି । ଏହା ଫଳରେ ଆପଣ ଅସୁସ୍ଥ ହୋଇପାରନ୍ତି । ସତର୍କତା ଅବଲମ୍ଵନ କରନ୍ତୁ ।
ଧନୁ: ଆଜି ଦିନଟି ବିଶେଷତଃ ବିଦ୍ୟାର୍ଥୀ, ଶିକ୍ଷା ବିଭାଗୀୟ କର୍ମଚାରୀ ଏବଂ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ଶୁଭ ଦିନ ଅଟେ । ଆପଣଙ୍କ ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରହିବ । ଆପଣ ନିଜ ଉଦ୍ୟମ ଫଳରେ ସବୁକ୍ଷେତ୍ରରେ ଉତ୍ତମ ଫଳ ପାଇବେ । ବ୍ୟବସାୟରେ ଅର୍ଥଲାଭ ହେବ । ବୃତ୍ତିଧାରୀଙ୍କ ନିମନ୍ତେ ଅନୁରୂପ ଫଳ ପ୍ରାପ୍ତି ହୋଇପାରେ । ମଧ୍ୟାହ୍ନ ପରେ ଗ୍ରହମାନଙ୍କ ଶୁଭଦୃଷ୍ଟି ପଡିପାରେ । ସନ୍ଧ୍ୟା ବେଳକୁ ଆପଣ ମାନସିକ ଶାନ୍ତି ଆପଣଙ୍କୁ ଉତ୍ତେଜିତ କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ଅସଫଳ ରହିବେ। ଆପଣ ନିଜର ବନ୍ଧୁ ଓ ପରିବାରର ସଦସ୍ୟଙ୍କ ସହ ରାତ୍ର ଭୋଜନର ସ୍ୱାଦ ଖୁସିମନରେ ଉପଭୋଗ କରିବେ ।
ମକର: ଆଜି ଆପଣ ନିଜକୁ ଆଧ୍ୟାତ୍ମିକ ଚିନ୍ତାଧାରାରେ ମଗ୍ନ ରହିବେ । ଆପଣ ଆଜି ଦାର୍ଶନିକ ତତ୍ତ୍ୱ, ଅଧ୍ୟାତ୍ମିକବାଦ ଏବଂ ଭଗବାନଙ୍କ ବିଚିତ୍ର ସୃଷ୍ଟି ବିଷୟରେ ଜ୍ଞାନ ଅର୍ଜନ କରିବାକୁ ଆଗ୍ରହାନ୍ୱିତ ହେବେ । ଏହାର ପ୍ରଭାବ ଆପଣଙ୍କ କର୍ମଶୈଳୀରେ ପ୍ରକାଶିତ ହେବ । ଆପଣଙ୍କର ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଠିକ୍ ସମୟରେ ସମ୍ପୂର୍ଣ୍ଣ କରିବେ । ପୁଞ୍ଜି ଲଗାଣ କ୍ଷେତ୍ରରେ ପ୍ରଚୁର ଅର୍ଥ ଫେରିପାଇବେ । ସମ୍ପୂର୍ଣ୍ଣ ଦିବସଟିକୁ ଆପଣ ମୌଜ ମଜଲିସରେ କାଟିବେ। କୌଣସି କାରଣରୁ ବେଳେବେଳେ ଆପଣ ନିଜେ ବାଛିଥିବା ରାସ୍ତାରୁ ଅଲଗା ରାସ୍ତାରେ ଯାଇ ନିଜର ସାମର୍ଥ୍ୟକୁ କ୍ଷୟ କରିପାରନ୍ତି । ଆପଣ ନିଜ କ୍ରୋଧକୁ ପରିତ୍ୟାଗ କରି ଦିନଟିକୁ ମନଭରି ଉପଭୋଗ କରନ୍ତୁ ।
କୁମ୍ଭ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ଆପଣ ପ୍ରତିକ୍ଷେତ୍ରରେ ସତର୍କତା ଅବଲମ୍ଵନ କରିବାକୁ ପରାମର୍ଶ ଦିଆଯାଉଛି । ଆପଣ ଦୀର୍ଘ ସମୟ ଧରି ଧାର୍ମିକ ଓ ଆଧ୍ୟାତ୍ମିକ ଅନ୍ୱେଶଣରେ ସମୟ କାଟିବେ । ଏହା ମାତ୍ର ଆପଣ ଏହି କର୍ମରେ ଲିପ୍ତ ରହିଲେ ଆପଣଙ୍କର ସ୍ତ୍ରୀ ଓ ପରିବାରର ସଦସ୍ୟଙ୍କ ସହ ଝଗଡା ହୋଇପାରେ ଯାହା ପାଇଁ ଆପଣ ଉଦାସୀନ ରହିବେ । କୌଣସି ଡାକ୍ତରୀ ଚିକିତ୍ସା ପାଇଁ ଆପଣ ଯଦି ଡାକ୍ତରଙ୍କ ସହ ବହୁ ଆଗରୁ ଆଲୋଚନା କରିଥାନ୍ତି, ତାହାହେଲେ ଆଜି କରେଇ ନିଅନ୍ତୁ । ମଧ୍ୟାହ୍ନ ବେଳକୁ ଆପଣଙ୍କ ଭୋଗିଥିବା ସବୁ ଯନ୍ତ୍ରଣାର ଅବସାନ ଘଟିବ । ମାନସିକ ଶାନ୍ତି ଫେରିଆସିବା ଆପଣଙ୍କ କାର୍ଯ୍ୟ ଅତି କ୍ଷୀପ୍ର ଗତିରେ ଆଗେଇବ ଏବଂ ହାକିମଙ୍କ ଦ୍ୱାରା ଉଚ୍ଚପ୍ରଶଂସିତ ହେବ । ଆପଣ ନିଜେ ଏହାର ସ୍ୱାଦ ଉପଭୋଗ କରିବେ ।
ମୀନ: ଆଜି ଆପଣଙ୍କୁ ମିଶ୍ରିତ ଫଳ ମିଳିବ । ଦିବସର ପ୍ରଥମାର୍ଦ୍ଧରେ କାର୍ଯ୍ୟରେ ଏବଂ ବ୍ୟବସାୟରେ ସଫଳତା ହାସଲ କରିବେ । ଜଣେ ବନ୍ଧୁ ବା ସହକର୍ମୀ ଯିଏ ନିକଟରେ ବିଦେଶରୁ ଫେରିଥିବେ, ତାହାଙ୍କ ଠାରୁ ଉପହାର ପାଇବେ । ବନ୍ଧୁମାନଙ୍କ ସହ ହସଖୁସିରେ କଟାଇବେ । ଦିବସର ଦ୍ୱିତୀୟାର୍ଦ୍ଧରେ ଗ୍ରହମାନଙ୍କ ଶୁଭଦୃଷ୍ଟି ନ ଥିବାରୁ ସରକାରୀ କାର୍ଯ୍ୟ ବା ବ୍ୟବସାୟ ସଂକ୍ରାନ୍ତୀୟ ଆଇନଗତ କାର୍ଯ୍ୟକଳାପରେ ଆପଣଙ୍କୁ ସତର୍କତା ଅବଲମ୍ଵନ କରିବାକୁ ପଡିପାରେ । ଆପଣଙ୍କ ଉପରେ ନ୍ୟସ୍ତ ଥିବା କାର୍ଯ୍ୟ କରିବାକୁ ଆଦୌ ସ୍ପୃହା ହେବନାହିଁ । ମାନସିକ ଶାନ୍ତି ପାଇବାକୁ ହେଲେ ଆପଣ ପ୍ରାର୍ଥନା କରନ୍ତୁ । ଯୋଗ କରିବା ଦ୍ୱାରା ମନ ହାଲ୍କା ହୋଇପାରେ । | <urn:uuid:3b36caa3-e6ad-4262-aebb-92c1a31edbf6> | CC-MAIN-2023-14 | https://www.etvbharat.com/oriya/odisha/bharat/horoscope-of-19th-march-2023/or20230319062857219219564 | 2023-03-30T11:12:38Z | s3://commoncrawl/crawl-data/CC-MAIN-2023-14/segments/1679296949181.44/warc/CC-MAIN-20230330101355-20230330131355-00715.warc.gz | ory | 1.000004 | Orya | 1 | {"ory_Orya_score": 1.0000035762786865} |
|ମୁଖା ପିନ୍ଧା ନାୟକ
ଛଇଳ ଚପଳ ସଦୃଶ୍ୟ
ଏ ଦୁନିଆ ର କିଛି ମୁଖା ପିନ୍ଧା ନାୟକ
ନିଜକୁ ବହୁତ୍ ପରିପକ୍ବ ମନେ କରନ୍ତି ।
ଅମିୟ ର ଆଶାରେ
ମୋହ କୁ ଆପଣେଇ ସଂଯ୍ୟମ ହରେଇ
ଉଲ୍ଲାସ ପାଇବେ ବୋଲି ଭାବି ନିଅନ୍ତି ।
କିଛି ନିରୀହ ତରୁଣୀ ଙ୍କ
ରୁକ୍ଷ ଶରୀର କୁ ଚିରି
ଖାଇବାକୁ ତିଳେ ମାତ୍ର ବିଳମ୍ବ କରନ୍ତିନି ।
ସ୍ନିଗ୍ଧ ବିଭା ଯୁକ୍ତ ସୁରଭି କୁ ଗ୍ରହଣ କରି
ନିଜକୁ ନାୟକ ମନେ କରୁଥିବା କିଛି ରାତ୍ରିଚର
ଲୁଚି ଯାଆନ୍ତି ଏହି କୁହେଳି ରଙ୍ଗମଞ୍ଚ ରେ ।
ସେ ଜାଣି ନାହାନ୍ତି ନିଜକୁ ସିନା ଲୁଚେଇ ଦେଲେ
କିନ୍ତୁ ସମ୍ମାନ ହାନି ହୋଇଥିବା ତରୁଣୀ ର
କର୍କଶ ସ୍ୱର୍ କୁ ସେ ଶୁଣି ପାରିଲେ ନାହିଁ ।
ଶାର୍ଗୁଣା ପାଲଟି ଗଲେ
ଏବଂ ନିଜ କାମ ସାରି ଉଡ଼ି ଯାଆନ୍ତି
ଦୀର୍ଘ ଦୂର ଗ୍ରାମ ମଶାଣି ପାଖକୁ ।
ଦ୍ରଷ୍ଟା ଭାବେ ଏ ପୃଥିବୀ
ଶେଷରେ ସେ ତାର ପ୍ରତିଶୋଧ ନିଏ..
ଅସମୟରେ ସେ ନାୟକ
ମାଟି ରେ ଲୋଟି ପଡେ
ଏବଂ ପଡୋଶୀ ଭାଇ ମାନେ ତାକୁ
କିଛି ପଦ ଗାଳି ଦେଇ
ଶୁଆଇ ଦିଅନ୍ତି ତାର ଚିତା କାଷ୍ଠ ଉପରେ ।
ସରିଯାଏ ତାର ସମୟ ସିନା
କିନ୍ତୁ ମୁଖାପିନ୍ଧା ନାୟକ ମରେ ନାହିଁ
ସେ ପଦ କୁ ଗ୍ରହଣ କରି
ପୁଣି ଥରେ ଅନ୍ୟ ଏକ ମୁଖା ପିନ୍ଧା ନାୟକ
ସଜ ହୁଏ ପୁଣି ଏକ ଜୀବନ ଛାରଖାର
କରିବା ପାଇଁ।
ନୀଳମାଧବ ଭୂୟାଁ (ଲେଖକ)
If the contents are helpful to share them with your friends, Thanking You.
Like this:
Like Loading...
|ଯନ୍ତ୍ରଣା (Pain)
ମୂର୍ତ୍ତିବନ୍ତ ପଥରରେ ବିଗ୍ରହ ପ୍ରତିମା
ଠାକୁର ଭାବି …..ଫୁଲମାଳ
ଧୂପ ଦୀପ ମହାର୍ଘ୍ୟ ଦେଇ
ପୂଜୁଥିବା ଲୋକେ
ପାଇବାର ଆଶା ରଖି
ହୃଦୟ ରେ ଘିଅ ଦୀପ ଜାଳି
ଯନ୍ତ୍ରଣାରେ ଜର୍ଜରିତ ହୋଇ
ଲୁହର ବର୍ଷାରେ
ପ୍ରତ୍ୟହ ଲିଭାଉ ଥାଏ
ଦେହ ଭିତରର ଆମାନସିକତାର
କ୍ଷତ…….ଗୁଡିକୁ ।
ଅରୁଣ କୁମାର ବିଷୋୟୀ ଙ୍କ
କଲମ ମୁନରୁ…..
Like this:
Like Loading...
|ସଭ୍ୟତାର ଅତଳ ଗର୍ଭରେ…..
ଜନ୍ମ ନିଏ ଯା'ର କୋଳରେ
ଏକ ନୂଆ କଳେବର
ନୁଆଁ ରୂପ ନେଇ
ହେବା ପାଇଁ ପୁଣି ଅଭିଶପ୍ତ
ଆରମ୍ଭ କଲି ତା'ପରେ ଶିକ୍ଷା
କରିବାକୁ ଜ୍ଞାନର ଜିଜ୍ଞାସା,
ଶିକ୍ଷା ର ସାଗରରୁ ମୁକ୍ତା ଖୋଜୁ ଖୋଜୁ….
ପାଇ ଗଲି ମୋ ଅନ୍ତରର ଦୀକ୍ଷା
କିନ୍ତୁ….ହୋଇଯାଏ ଭ୍ରାନ୍ତିର ଶିକାର
ପିଲାଟି ବେଳରୁ।
ମା ର କୋଳରୁ ଶୁଣିଥିଲି ତୋତେ
କେତେ ଭର୍ତ୍ସନା, ଅଟହାସ କରୁଥିବାର
ନିରୁପାୟ ଥିଲି ନିରୁପିତ କରିବା ପାଇଁ
ଲେଖାନି ଚାଲାଣ କରି ।
କର୍ଣ୍ଣ ମୋର ବଧିର ହୋଇଗଲା
ତୋ ଅପଭ୍ରଂଶ, ଅଶୁଦ୍ଧତା ଶୁଣି ଶୁଣି;
କାନ୍ଥ ବାଡ଼ରେ ଲେଖାଥିବା
ଅନେକ ଶବ୍ଦକୁ ଦେଖି ଅନ୍ଧ ପାଲଟି ଗଲି ।
ବୁଝିବାକୁ ଚେଷ୍ଟା କଲି….
ଭୂଲ ବା କାହାର…..?
ତୋର ନାଁ ଏ ସଭ୍ୟ ସମାଜର ..?
ଭାଷା ପ୍ରୀତିର କୁହୁତାନ
ମର୍ମରିତ ହୋଇ ନାହିଁ
ଏକ ବିଂଶ ଶତାବ୍ଦୀର ମାନବ ସମାଜର
ଜୀବନର ଦୃଢ଼ ବାସ୍ତବତା ଭିତରେ;
କଳ୍ପନା ମାନସରେ ଆଉ
ଅନୁକରଣରୁ ଜନ୍ମିତ
ଜୀବାଗ୍ର ଆଉ ଲେଖନୀ ମୁନରେ
ଏହି ସଭ୍ୟ ସମାଜରେ….
ଅଶ୍ଳୀଳତା ଆଉ ଅପଭ୍ରଂଶର
ଶବ୍ଦ ଗୋଟି ଗୋଟି କରି
ଶତାଧିକ ସେମାନଙ୍କୁ
"ଭାଷା…." ତୋର ଅପଵିତ୍ରକାରୀଙ୍କୁ
ଚିନ୍ତିତ ତୋ ବିଭର୍ଷତା ରେ
ଅଶ୍ରୁସିକ୍ତ ଏବେ ମୁଁ
ଗତାୟୁ ଭାଷା ସାହିତ୍ୟର
ସୁବର୍ଣ୍ଣ ଇଲକାରୁ
କୋଣାର୍କ ଚୂଡ଼ାରୁ ନେଇ
କାଳେ ଲୁଚାଇ ଦେବେ ତତେ
ସଭ୍ୟତାର ଅତଳ ଗର୍ଭରେ ।
ମନୋଜ କୁମାର ବେହେରାଙ୍କ ଲିଖିତ…..
Like this:
Like Loading... | <urn:uuid:eaa78960-7071-40f6-ab8f-964a145b2e7b> | CC-MAIN-2023-23 | https://bhuyansblog.in/tag/%E0%AC%95%E0%AC%AC%E0%AC%BF%E0%AC%A4%E0%AC%BE/ | 2023-06-08T04:33:26Z | s3://commoncrawl/crawl-data/CC-MAIN-2023-23/segments/1685224654097.42/warc/CC-MAIN-20230608035801-20230608065801-00370.warc.gz | ory | 0.99992 | Orya | 1 | {"ory_Orya_score": 0.9999198913574219} |
ସ୍ୱାର୍ଥ ବଜାରରେ ସମ୍ପର୍କ ସଉଦା
ସ୍ୱାର୍ଥ ବଜାରରେ ସମ୍ପର୍କ ସଉଦା
ହସକୁ ଦେଲି ମୁଁ' ବିନା ମୂଲ୍ୟରେ ତ'
ସ୍ୱାର୍ଥର ହାଟରେ କେତେ।
ତା' ବଦଳେ ମୋତେ ଲୁହ ତ' ମିଳିଲା
ମାପିବି ପାରୁନି ଏତେ।
ହସ ଠାରୁ ଲୁହ ଅଧିକ ଦାମିକା
ସହଜରେ ମିଳେ ନାହିଁ।
ବିଶ୍ୱାସ, ଭରଷା ଯେଉଁଠି ପ୍ରଗାଢ
ସେଇ ଠାରେ ମିଳି ଥାଇ।
ସ୍ୱାର୍ଥପର ଏହି ଦୁନିଆଁ ହାଟରେ
ସମ୍ପର୍କ ସଉଦା ହୁଏ।
ପୁରୁଣା ସମ୍ପର୍କ କମ୍ ଦର ହେଲେ
ନୂଆ ଟି' ଅଧିକ ଯାଏ।
ନୂଆ ସମ୍ପର୍କ ଟା ମହ ମହ ବାସେ
ପୁରୁଣା ଅତୀତ ଖୋଜେ।
ସ୍ୱାର୍ଥ ବଜାରରେ ନୂଆର ଚାହିଦା
ପୁରୁଣା ଲୁହରେ ଭିଜେ।
ଯେଉଁ ସମ୍ପର୍କ ଟି' କଥା ଦେଇ ଥାଏ
ଆଖିରେ ଦେବନି ଲୁହ।
ସେହି ସମ୍ପର୍କ ଟି' ପୁରୁଣା ହୋଇଲେ
ଭରି ଦିଏ ହୃଦେ କୋହ।
ବିଶ୍ୱାସର ଏଠି ନିଶ୍ୱାସ ଛାଡ଼ୁଛି
ସମ୍ପର୍କ ଦେଖି ଏମିତି।
କିଏ ବା' ନିଜର କିଏ ଅବା ପର
ଦେଖି କରି ମତି ଗତି।
କ୍ଷଣିକରେ ଯିଏ ସମ୍ପର୍କକୁ ଭୁଲେ
ଡର ଲାଗେ ବେଶି ତାକୁ।
ବଢ଼ିଲା ପଦାକୁ ରଖିବା ଆଗରୁ
ପଡୁଛି ତ' ଭାବିବାକୁ।
ସ୍ୱାର୍ଥ ବଜାରରେ ସମ୍ପର୍କ ସଉଦା
ଅହ ରହ ଚାଲି ଥାଏ।
ଆଶା ଅସୁମାରୀ ସ୍ବପ୍ନର ଉଆସ
ଗଢି ପୁଣି ଭାଙ୍ଗି ଯାଏ। | <urn:uuid:c8527496-3502-40e3-956b-14bc35cf0ef2> | CC-MAIN-2023-50 | https://storymirror.com/read/oriya/poem/s-aarth-bjaarre-smprk-sudaa/zlnz9shz | 2023-12-11T00:51:04Z | s3://commoncrawl/crawl-data/CC-MAIN-2023-50/segments/1700679102697.89/warc/CC-MAIN-20231210221943-20231211011943-00280.warc.gz | ory | 0.999885 | Orya | 1 | {"ory_Orya_score": 0.9998853206634521} |
କଳା କଳେବର କହ୍ନାଇ
କଳା କଳେବର କହ୍ନାଇ
ଜନ୍ମାଷ୍ଟମୀ ଦିନ ଜନମ
ହୋଇ ବନ୍ଦୀ ଶାଳାରେ।
ସତ୍ଯ କଲ ଶୂନ୍ଯ ବାଣୀକୁ
ପ୍ରଭୂ ତୁମ ମାୟାରେ।।
ଦେବକୀ ଗର୍ଭରୁ ଜନ୍ମିଣ
ଗୋପ ପୁରେ ବଢିଲ।
ଜଗତେ ଗୋପାଳ ବୋଲିଣ
ପରିଚୟଟି ଦେଲ।।
ମାଟି ଖାଉ ଖାଉ ପ୍ରଭୂହେ
ପାଟିକୁ କରିଲ ଆଁ।
ଜଗତ ଦର୍ଶନ କରିଲେ
ତୁମ ଯଶୋଦା ମାଆ।।
ସ୍ତନ୍ଯ ପାନ କରି ପୁତନା
ପ୍ରାଣ ଶୋଷିଲ ତୁମେ।
ଜୟ ଜୟ କଲା ଜଗତ
ପ୍ରଭୂ ତୁମରି ନାମେ।।
କାଣି ଆଙ୍ଗୁଳିରେ ଟେକିଲ
ପ୍ରଭୂ ଗୋବର୍ଦ୍ଧନ ପର୍ବତ।
ଇନ୍ଦ୍ର ଗର୍ବ ତୁମେ ଭାଙ୍ଗିଲ
ଦେଖି ସର୍ବେ ଚକିକ।।
କାଳୀୟ ଦଳନ କରିଲ
ପ୍ରଭୂ ଜମୁନା ଜଳେ।
ମୁଣ୍ଡ ନଇଁ କ୍ଷମା ମାଗିଲା
ପ୍ରଭୂ ସେ' ପାଦ ତଳେ।।
କଳା କଳେବର କହ୍ନାଇ
ସଙ୍ଗେ ରାଧିକା ରାଣୀ।
କରନ୍ତି କୁଞ୍ଜରେ ରାସ ସେ
ଦେଖେ ଯମୁନା ପାଣି।।
ଘରେ ଘରେ ପଶି ପ୍ରଭୂହେ
ଖାଅ ଲହୁଣି ଆଣି।
ଗୋପିଏ ପାଗିଳି ହୁଅନ୍ତି
ଦେଖି ବାଙ୍କ ଚାହାଣୀ।।
ନଟବର ନାଟ ଲଗାଅ
ଧର୍ମ ସ୍ଥାପନା ପାଇଁ।
ପାରେନା ଧରଣୀ ମାଆ ଯେ
ଆଉ ଯାତନା ସହି।।
ଦୁଃଖ ଶୁଣି ତାର ଆସିଲ
ମର୍ତ୍ତ୍ଯେ ଦେହଟି ବହି।
ଧରାରୁ ଅଧର୍ମି ଲୋକଙ୍କୁ
ପ୍ରଭୂ ନାଶିବା ପାଇଁ।।
ଚାଣୁର ମୁଷ୍ଟିକ ନିହତ
କଲ ମହ୍ଲ ଯୁଦ୍ଧରେ
କଂସକୁ ଗଡାଇ ମାରିଲ
ବସିଥିଲା ମଞ୍ଚାରେ।।
ଗୀତା ଜ୍ଞାନ ଦେଇ ପାର୍ଥକୁ
କୁରୁକ୍ଷେତ୍ର ଯୁଦ୍ଧରେ।
ଧର୍ମର ସ୍ଥାପନା କରିଲ
ପ୍ରଭୂ ଏଇ ସଂସାରେ।।
ସଂସାରେ କେବଳ ଅଟଇ
ଜାଣ ପ୍ରେମଟି ସାର।
ପ୍ରେମ ବଳେ ତିଷ୍ଟି ରହିଛି
ଏହି ସାରା ସଂସାର।।
ଜଗତକୁ ଏହି ଶିକ୍ଷାଟି
ଦେଇ କଲ ସୁନ୍ଦର।
ପ୍ରେମ ମୟ ହେଲା ସଂସାର
ପ୍ରଭୂ ଲବଣି ଚୋର।।
ତୁମେ ପରା ମୋର ଆରାଧ୍ଯ
ମୁଁ ଯେ' ତୁମ ସେବକ।
ତୁମ ପ୍ରଦର୍ଶିତ ବାଟରେ
ଚାଲେ ଜୀବନ ଯାକ।।
ଏବେ ବାରେ ପ୍ରଭୂ କୁହହେ
କେବେ ମିଳିବ ମୋକ୍ଷ?
ତୁମ ସହ ଯାଇ ମିଶିବି
ଏ ମୋ ଜୀବନ ଲକ୍ଷ୍ୟ। | <urn:uuid:6900fbf6-aab7-48ac-865f-37797059136f> | CC-MAIN-2024-10 | https://storymirror.com/read/oriya/poem/kllaa-kllebr-khnaai/tat4q4ng | 2024-02-27T22:23:13Z | s3://commoncrawl/crawl-data/CC-MAIN-2024-10/segments/1707947474688.78/warc/CC-MAIN-20240227220707-20240228010707-00517.warc.gz | ory | 0.999836 | Orya | 1 | {"ory_Orya_score": 0.999836266040802} |
କେମିତି ଏ ଭୋକର ଜ୍ଵାଳା
କେମିତି ଏ ଭୋକର ଜ୍ଵାଳା
ସଜୀବ ଜଗତ ତିଷ୍ଠି ରହିବାକୁ ଖାଦ୍ୟ ବସ୍ତ୍ର ଆବଶ୍ୟକ, ଖାଦ୍ୟ ଖାଇବାକୁ ସଜୀବକୁ ପରା ହୋଇଥାଏ ନିଶ୍ଚେ ଭୋକ।
ଅତୃପ୍ତ ମାନବ ଜୀବନରେ ତାର ଥାଏ ଯେ ଅନେକ ଭୋକ, କେତେବେଳେ ପେଟ ଦେହର ଆତ୍ମାର ମନ ଓ ଶରୀର ଭୋକ।
ଭୋକ ପାଇଁ କେତେ କାଣ୍ଡକାରଖାନା ନିଇତି ମଣିଷ କରେ, ଚୋରି ଲୁଣ୍ଠନ ହତ୍ୟା ବ୍ୟଭିଚାର କୁକର୍ମ ଆପଣାଇ ପାରେ। ପଶୁପକ୍ଷୀ ସିନା ଅବୁଝକ ପ୍ରାଣୀ ମଣିଷ ସବୁ ତ ବୁଝେ, ପଶୁ ପରି ପାଶବିକ କାର୍ଯ୍ୟ କରି ବିଜ୍ଞ ବୋଲାଏ ସମାଜେ।
ଭୋକ ପାଇଁ କେତେ ରଣନୀତି କରେ ଆଇନ କାନୁନ ଗଢେ, ସବୁ କ୍ଷୁଧା ପାଇଁ ଅନ୍ୟାୟ କରି ସେ ନୂତନ ନିୟମ କାଢେ।
ରାତି ବଢିଲେ ତାତି ବଢେ କାହା ଦେହରେ କାହା ଛାତିର, ଅସହାୟ ଅନାଥ ଅବଳା ଦୁର୍ବଳା ବଳି ପଡି ଜଳି ଯାଆନ୍ତି ସେ ତାତିରେ।
ଭୋକର ଦାଉ ଅସମ୍ଭାଳ ହୁଏ ତତଲା ଲୁହ ତତଲା ହୁଏ, ପାଷାଣ ପରାଣ ଦାରୁଣ ହୁଏ ଭୋକ ବନ୍ଧାପଡି ଛଟପଟ ହୁଏ।
ଆମେ ତ ଏମିତି ଲୋକ ହୁଏ ସାହିତ୍ୟ ଭୋକ, ଅଣ୍ଡାଳି ଚାଲିଛୁ ଖାଦ୍ୟ ମେଣ୍ଟାଇବୁ ଭୋକ।
ବିଧବା କୋଳରେ ପାଗେଳୀ କାଖରେ କାହା ଭୋକର ଭୋଗ, ଅବଳା କୁଆଁରୀ ମାତୃତ୍ୱ ଲଭିଛି ଲାଗିଛି ଭୋକର ଦାଗ।
ଭୋକ ଏଠି ବୁଝେ ନାହିଁ ଧନୀ ନିର୍ଦ୍ଧନର ପ୍ରଭେଦ, ଭୋକ ବୁଝେନାହିଁ କେବେ ଦୁଃଖ ଯନ୍ତ୍ରଣାର ଭେଦ।
ମୋ କାଳିଆ ସାଆନ୍ତ ବଡ଼ଦେଉଳରେ ଷାଠିଏ ପଉଟି ଭୁଞ୍ଜେ, ନାଆଁ ସିନା ତାର ଭୋକିଶୋଷି ପାଇଁ ନିତିଦିନ ସିଏ ଖଞ୍ଜେ।
ଭୋକରେ ଜଳୁଛି ପେଟ କାହାର ତ ଭୋକରେ ଜଳଇ ମନ, ଭୋକରେ ଭୋକିଲା ହା ହା କାର କରେ କି ଲାଭ ଥାଇ ସେ ଧନ।
ଭୋକର ଦାଉରେ ମାଆ ମୋର ଆମ୍ବ ଟାକୁଆ ଖାଉଛି, ବାପା ଖଜୁରୀ ରସ ପିଉଛି, ଭୋକ ଦାଉ ସମ୍ଭାଳି ନ ପାରି ଭଉଣୀ ମୋ ବ୍ୟଭିଚାରିତ ମୁଁ ହୋଇ ଯାଇଛି ଦାଦନ ଶ୍ରମିକ । | <urn:uuid:8d893268-da1d-49c5-9285-bbee07e5c5ee> | CC-MAIN-2024-18 | https://storymirror.com/read/oriya/poem/kemiti-e-bhokr-jaallaa/k8qg4qmw | 2024-04-22T13:19:49Z | s3://commoncrawl/crawl-data/CC-MAIN-2024-18/segments/1712296818293.64/warc/CC-MAIN-20240422113340-20240422143340-00796.warc.gz | ory | 0.999951 | Orya | 1 | {"ory_Orya_score": 0.9999510049819946} |
କାଳ କାଳରୁ ବଣ ପାହାଡ଼ର ବନ୍ଧୁରତା ସହୁଥିବା ଖାଲିପାଦକୁ ଏବେ ଆରାମ ମିଳୁଛି । କମ୍ ଦରରେ ମୁଲାୟମ୍ ଚପଲ ପିନ୍ଧିବାକୁ ଆଦିବାସୀଙ୍କୁ ସୁଯୋଗ ମିଳିଛି । କୋରାପୁଟ ସେମିଳିଗୁଡ଼ା ଅଞ୍ଚଳର ଜଣେ ITI ପଢ଼ୁଆ ଯୁବକ ନିଜ ଗାଁରେ ମେସିନ୍ ପକାଇ, ନିଜ ଲୋକଙ୍କ ପାଇଁ ତିଆରି କରୁଛନ୍ତି ଶସ୍ତା ସୁନ୍ଦର ଚପଲ।
ମଦ ପାଇଁ ହଟହଟା ହୋଇଛନ୍ତି ଜଣେ ଶିକ୍ଷକ । ସ୍କୁଲକୁ ମଦ ପିଇ ଆସିବାରୁ ଘଉଡ଼ାଇ ଦେଇଛନ୍ତି ପିଲା । ଏପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଦୁଇ ସାଙ୍ଗଙ୍କ ନୂଆ ପ୍ରୟାସ । ତିଆରି କଲେ ଆଣ୍ଟି ସେନ୍ସର ରୋବର୍ଟ । ଜାଣନ୍ତୁ ଏହା ପଛରେ କ'ଣ ହୋଇଛି ବ୍ୟବହାର ।
ଛଅ ମୋହଲା କୋଠାରୁ ଡେଇଁ ଜଣେ କଲେଜ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଛାତ୍ରୀ ଜଣକ ବିଏସସି ଦ୍ୱିତୀୟ ବର୍ଷରେ ପାଠ ପଢ଼ୁଥିବାବେଳେ ଗତ ଶନିବାର ସେ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି ।
ରାତି ପାହିଲେ ମାଟ୍ରିକ୍ ପରୀକ୍ଷା । ପ୍ରଥମ ପେପରରେ ଭଲ କରିବାକୁ ପିଲା ରିଭିଜନ ଚଳାଇଥିବା ବେଳେ ବୋର୍ଡ ପକ୍ଷରୁ ପ୍ରସ୍ତୁତିକୁ ଦିଆଯାଉଛି ଶେଷ ସ୍ପର୍ଶ ।
ପ୍ରଥମେ ନୂଆ ଓ'। ତାପରେ ମେଧାବୃତ୍ତି ଆଉ ଏବେ ଓଡ଼ିଶା ଦର୍ଶନ। ବିଜେଡିର ଫୋକସରେ ଯୁବ ତଥା ନୂଆ ଭୋଟର। ଉଚ୍ଚଶିକ୍ଷା ବିଭାଗ ଆରମ୍ଭ କରିଛି ଓଡ଼ିଶା ଦର୍ଶନ ଯୋଜନା।
ପ୍ରଥମେ ନୂଆ ଓ'। ତାପରେ ମେଧାବୃତ୍ତି ଆଉ ଏବେ ଓଡ଼ିଶା ଦର୍ଶନ। ବିଜେଡିର ଫୋକସରେ ଯୁବ ତଥା ନୂଆ ଭୋଟର। ଉଚ୍ଚଶିକ୍ଷା ବିଭାଗ ଆରମ୍ଭ କରିଛି ଓଡ଼ିଶା ଦର୍ଶନ ଯୋଜନା।
ଗତ କିଛିଦିନ ତଳେ ଖବର ପ୍ରକାଶ ପାଇଥିଲା କି କୋଟାରୁ ଜଣେ ଛାତ୍ର ନିଖୋଜ ହୋଇଯାଇଥିଲେ । ଆଜି ଆଉ ଜଣେ ଛାତ୍ର ନିଖୋଜ ହୋଇଯାଇଥିବା ଖବର ମିଳିଛି । ଛାତ୍ର ଜଣକ ମେଡ଼ିକାଲ ନିଟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ।
କୋଚିଂର ହବ କହୁଥିବା ରାଜସ୍ଥାନର କୋଟାରେ ଆଉ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି । JEE ପାଇଁ ପ୍ରସ୍ତୁତ ହେଉଥିବା ଜଣେ ୧୬ ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଛନ୍ତି ।
ଆଜି ଯାଜପୁର NC କଲେଜରେ ଆୟୋଜିତ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ଯୋଗଦେଇ ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ମିଳିବା ନେଇ ସୂଚନା ଦେଇଛନ୍ତି ।
ଯେଉଁ ପିଲାମାନଙ୍କ ଅଭିଭାବକ ସରକାରୀ ଚାକିରି କରିଛନ୍ତି କିମ୍ବା ସରକାରଙ୍କୁ ଟିକସ ଦେଉଛନ୍ତି, ସେହି ପିଲାମାନେ ଏହି ସୁବିଧାରୁ ବଞ୍ଚିତ ହେବେ । କେବଳ ଏହି ସୁବିଧା ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳିବ ।
ଗତ ଡିସେମ୍ବର ୧୫ ତାରିଖରେ ଫେବ୍ରୁଆରୀ ୧୬ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ କରାଯିବା ନେଇ ଘୋଷଣା କରାଯାଇଥିଲା । ଫେବ୍ରୁଆରୀ ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ଯାଏଁ ଚାଲିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଥିଲା ।
ପୁଣି ବିବାଦ ଭିତରେ ବିଧାୟକ । ସାଧାରଣ ନିର୍ବାଚନ ପୂର୍ବରୁ ବିବାଦୀୟ କଥା କହି ବିବାଦ ଭିତରକୁ ଟାଣି ହୋଇ ଯାଇଛନ୍ତି ବିଧାୟକ । ପିଲାଙ୍କୁ କହିଲେ... 'ବାପା, ମା' ମୋତେ ଭୋଟ ନଦେଲେ, ଖାଇବା ଛାଡ଼ିଦିଅ' ...
ଘିରି ଘିରି ହେଇ ୨ ଆଡକୁ ବୁଲି ପଡୁଥିବା ଏ ଯନ୍ତ୍ର ଶତ୍ରୁପକ୍ଷର ସମସ୍ତ ଯୋଜନାକୁ ଧୂଳିସାତ୍ କରିଦେବ।
ଗତକାଲିଠାରୁ ଦୁହେଁ ଘରକୁ ଫେରିନାହାନ୍ତି। ଏନେଇ ଜଣେ ଛାତ୍ରୀଙ୍କ ମା' ଭରତପୁରଥାନାରେ ଅଭିଯୋଗ କରିଛନ୍ତି। ସିସିଟିଭି କ୍ୟାମେରା ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ପୋଲିସ।
ବାର୍ଷିକ ପରୀକ୍ଷା ପାଖେଇ ଆସିଲାଣି । ହେଲେ ନୂଆଡିହି ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ପିଲାଙ୍କୁ ମିଳିନି ଇଂରାଜୀ ବହି ।
ଗଛମୂଳେ ଗଢା ଚାଲିଛି ଦେଶର ସୁନେଲି ଭବିଷ୍ୟତ । ନାହିଁ ନାହିଁରେ ଚାଲିଛି ଅଙ୍ଗନବାଡି ଶିକ୍ଷା । ଅଙ୍ଗନବାଡି ଘର ନଥିବାରୁ କେଉଁଠି ଗଛମୂଳେ ତ ଆଉ କେଉଁଠି ଝାଟିମାଟି ଘରେ ଚାଲିଛି ଶିକ୍ଷାଦାନ ।
ଭୀମଭୋଇ ମେଡିକାଲରେ ହାଉସ ସର୍ଜନଙ୍କୁ ଆକ୍ରମଣ ଘଟଣାରେ ୨ ଜଣଙ୍କୁ ଗିରଫ କଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ସମୀର ବଡ଼ମାଳି ଓ ସହଯୋଗୀ ରାଜୁ ସାହୁଙ୍କୁ ଏହି ମାମଲାରେ ଗିରଫ କରାଯାଇଛି ।
ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍ କଲେଜ ହସ୍ପିଟାଲରେ ଜାରି ରହିଛି ଉତ୍ତେଜନା । ଶହେରୁ ଅଧିକ ହାଉସ ସର୍ଜନ କାର୍ଯ୍ୟବନ୍ଦ କରିଛନ୍ତି । ଆଜି ହାଉସ ସର୍ଜନ ଏବଂ ଡାକ୍ତରୀ ଛାତ୍ରମାନେ ହସପିଟାଲ ପରିସରରେ ଧାରଣା ଦେଉଛନ୍ତି ।
ଏପରି ଏକ ଘଟଣା ମଙ୍ଗଳବାର ଦିନ ସାମ୍ନାକୁ ଆସିଛି । ଜାମ୍ମୁ କାଶ୍ମୀରର ପୁଲୱାମାରେ ସୁରକ୍ଷା ବାହିନୀ ତିନି ଜଣଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଉଦ୍ଧାର କରିଛନ୍ତି । ସନ୍ଦିଗ୍ଧମାନଙ୍କୁ ସେନା ଏବଂ ପୋଲିସ ମିଳିତ ଭାବେ ପଚରାଉଚରା କରୁଛି ।
ସ୍କୁଲରେ ତାଲା ପକାଇ ଛାତ୍ରଛାତ୍ରୀ ଦେଲେ ଧାରଣା ।
ପୁଣି ବିଜେବି କଲେଜରେ ଛାତ୍ର ଉତ୍ତେଜନା । କଲେଜ ଗେଟରେ ତାଲା ପକାଇ ରାଜପଥ ଅବରୋଧ କଲେ ଛାତ୍ରଛାତ୍ରୀ ।
୮ଟି କ୍ଲାସର ୧୫୬ ପିଲାଙ୍କ ପାଇଁ ଗୋଟିଏ ଶ୍ରେଣୀଗୃହ । କେବେ ବଦଳିବ ତୁମୁଡ଼ିବନ୍ଧ ଝିରିପାଣି ଉଚ୍ଚ ବିଦ୍ୟାଳୟର ଭାଗ୍ୟ ?
ଦୀର୍ଘ ୩ ବର୍ଷ ହେଲାଣି, ନଈ କୂଳ ଆମ୍ବ ଗଛ ମୂଳେ ପାଠ ପଢୁଛନ୍ତି ଷଷ୍ଠ ଶ୍ରେଣୀ ପିଲା।
ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଅବଦୁଲ କଲାମଙ୍କ ଜନ୍ମ ବାର୍ଷିକୀକୁ 'ବିଶ୍ୱ ଛାତ୍ର ଦିବସ' ଭାବେ ପାଳନ କରାଯାଏ। ଆଜି ହେଉଛି ସେହି ଦିନ। ଏହି ଅବସରରେ ଆସନ୍ତୁ ସେ କହିଥିବା ୧୦ଟି କଥା ଉପରେ ନଜର ପକେଇବା ଯାହା ଜଣକୁ ସଫଳତାର ସିଡି ଚଢିବାରେ ସାହାଯ୍ୟ କରିବ। | <urn:uuid:91acc33b-68b6-4269-a5ac-7e182fab4d1f> | CC-MAIN-2024-18 | https://otvkhabar.in/tag/student | 2024-04-18T01:19:28Z | s3://commoncrawl/crawl-data/CC-MAIN-2024-18/segments/1712296817184.35/warc/CC-MAIN-20240417235906-20240418025906-00146.warc.gz | ory | 0.999999 | Orya | 1 | {"ory_Orya_score": 0.9999985694885254} |
କେନ୍ଦ୍ରାପଡ଼ା, ୨୦ା୪(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ାରେ ପହଞ୍ଚିଲା ବେଦପ୍ରକାଶ ଅଗ୍ରାୱାଲାଙ୍କ ମର ଶରୀର । ସେଠାରେ ଶେଷ ଦର୍ଶନ କରିଛନ୍ତି ବିଜୟ ମହାପାତ୍ରା, ବୈଜୟନ୍ତ ପଣ୍ଡା ଓ ଗଣେଶ୍ୱର ବେହେରା । ଗାଁରେ ଶେଷ ଦର୍ଶନ ପରେ ପୁରୀ ସ୍ୱର୍ଗ ଦ୍ୱାରରେ ତାଙ୍କର ଶେଷ କୃତ୍ୟ କରାଯିବ ।
With Product You Purchase
Subscribe to our mailing list to get the new updates!
Lorem ipsum dolor sit amet, consectetur.
Related Articles
10 hours ago
244
10 hours ago
39
11 hours ago
83 | <urn:uuid:8c93859a-66c1-492c-b1fe-61d45be4dc47> | CC-MAIN-2019-22 | http://odishabhaskar.com/?p=21049 | 2019-05-23T01:56:07Z | s3://commoncrawl/crawl-data/CC-MAIN-2019-22/segments/1558232256997.79/warc/CC-MAIN-20190523003453-20190523025453-00171.warc.gz | ory | 0.999264 | Orya | 1 | {"ory_Orya_score": 0.9992638230323792} |
ନୂଆଦିଲ୍ଲୀ, ୨୦ା୨: ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଛି ୩୩ତମ ଜିଏସଟି ବୈଠକ । ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହେବାର ଅଛି । ପୂର୍ବରୁ ଗୃହ ନିର୍ମାଣ କ୍ଷେତ୍ରର ଟିକସ ସମ୍ପର୍କରେ ନେଇଥିବା ନିଷ୍ପତ୍ତି ଗୁଜୂରାଟର ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରୀ ଗୋଷ୍ଠୀ ଆଜି ଏହାର ରିପୋର୍ଟ ଜିଏସଟି ପରିଷଦକୁ ପ୍ରଦାନ କରିଛନ୍ତି । ଗୃହ ପାଇଁ ୩ପ୍ରତିଶତ ଟିକସ ଆଦାୟ ପାଇଁ ଏହି ମନ୍ତ୍ରୀଗୋଷ୍ଠୀ ସୁପାରିସ କରିଛି । ଏହା ଉପରେ ଆସନ୍ତାକାଲି ହେବାକୁ ଯାଉଥିବା ବୈଠକରେ ନିଷ୍ପତ୍ତି ନିଆଯିବ ।
With Product You Purchase
Subscribe to our mailing list to get the new updates!
Lorem ipsum dolor sit amet, consectetur.
Related Articles
13 hours ago
78
14 hours ago
95
14 hours ago
617
15 hours ago
1,021 | <urn:uuid:f5e972d6-bed7-4e3f-9314-8ea0f1736bb7> | CC-MAIN-2019-22 | http://odishabhaskar.com/?p=14595 | 2019-05-22T03:44:12Z | s3://commoncrawl/crawl-data/CC-MAIN-2019-22/segments/1558232256724.28/warc/CC-MAIN-20190522022933-20190522044933-00339.warc.gz | ory | 0.999904 | Orya | 1 | {"ory_Orya_score": 0.9999040365219116} |
ମୁଁ ଦୀପକ ଷଡଙ୍ଗୀ । ପିତା : ଶ୍ରୀ ଧୀରେନ୍ଦ୍ର ନାଥ ଷଡଙ୍ଗୀ, ମାତା : ଶ୍ରୀମତୀ ଗୀତାଞ୍ଜଳି ଷଡଙ୍ଗୀ, ଜନ୍ମ:୨୫ଡିସେମ୍ବର୧୯୮୪, ବାସସ୍ଥାନ: କଟକ, ଶିକ୍ଷାଗତ ଯୋଗ୍ୟତା: ଔଷଧ ବିଜ୍ଞାନରେ ସ୍ନାତକୋତ୍ତର(M.Pharmacy) । ବର୍ତମାନ ମୁଁ ଓଡିଶାର ସ୍ଵନାମ ଧନ୍ୟ ଫାର୍ମାସୀ ମହାବିଦ୍ୟାଳୟ ବ୍ରହ୍ମପୁର ର ରୋଲାଣ୍ଡ୍ ଫାର୍ମାସୀ କଲେଜ୍ ରେ ସହକାରୀ ଅଧ୍ୟାପକ ରୂପେ କାର୍ଯ୍ୟରତ । ଲେଖାଲେଖିର ଆଗ୍ରହ ଆରମ୍ଭ ହୋଇଥିଲା ୨୦୦୨ ମସିହାରୁ ମୁଁ ଉତ୍କଳ ବିଶ୍ୱବିଦ୍ୟାଳୟ ରେ ସ୍ନାତକ ପଢୁଥିବା ସମୟରୁ । ବିଭାଗ ତରଫରୁ ବହରୁଥିବା ବାର୍ଷିକ ପତ୍ରିକାରେ ମୋର ଲେଖା ପ୍ରକାଶିତ ହେଉଥିଲା । ସେବେ ଠାରୁ ଲେଖି ଚାଲିଛି । କିଛି ଲେଖା ଦୈନିକ ଖବରକାଗଜ ଯେପରି ସମାଜ ଓ ସମ୍ବାଦରେ ମଧ୍ୟ ବାହାରିଛି । ଓଡିଶାର ପ୍ରଥମ ଇ-ପତ୍ରିକା ଆହ୍ଵାନ ଏବଂ ବେଦାନ୍ତୀ ରେ ମୋର ଲେଖା ପ୍ରାୟତଃ ପ୍ରକାଶିତ ହୋଇଥାଏ । ଲେଖାଲେଖି ବ୍ୟତୀତ ମୁଁ ଜଣେ ସଙ୍ଗୀତକାର(ଗୀଟାରିଷ୍ଟ୍) ମଧ୍ୟ । ମୋର ନିଜସ୍ଵ ଏକ ୟୁ ଟିଉବ୍(You Tube) ଚ୍ୟାନେଲ୍ ମଧ୍ୟ ଅଛି । ଯେଉଁଥିରେ ମୋର ୧୦୦ ରୁ ଉର୍ଦ୍ଧ ହିନ୍ଦୀ,ଓଡିଆ,ବେଙ୍ଗଲୀ ଆଦି ସିନେମା ଏବଂ ଆଲବମ୍ ର Guitar Instrumental ରହିଛି । ଯାହାର ଲିଙ୍କ୍ ମୁଁ ଏଠାରେ ଦେଉଛି https://www.youtube.com/user/sarangidipu/videos?view_as=subscriber ଷ୍ଟୋରୀମିରର୍ ମୋ ଭଳି ଅନାମଧ୍ୟେୟ ପ୍ରତିଭା ମାନଙ୍କୁ ସେମାନଙ୍କର ଲେଖାକୁ ବିଶ୍ଵ ଦରବାରରେ ପହଞ୍ଚାଇ ଥିବାରୁ , ମୁଁ ଷ୍ଟୋରୀମିରର୍ ର ସମ୍ପାଦକ/admin ଙ୍କ ପାଖେ ଚିର କୃତଜ୍ଞ । ଈଶ୍ବରଙ୍କ ପାଖେ ଏତିକି କାମନା ଯେ ଷ୍ଟୋରୀମିରର୍ ଏହି ପରି ନୂତନ ପ୍ରତିଭା ମାନଙ୍କୁ ଖୋଜି ଆଣି ଓଡିଆ ସାହିତ୍ୟକୁ ଏକ ନୂତନ ଦିଗ୍ ଦର୍ଶନ ଦେଉ ଏବଂ ଆଗାମୀ ଦିନରେ ଏହାର ଉତ୍ତୋରତ୍ତର ଉନ୍ନତି ସାଧନ ହେଉ । ଜୟ ଜଗନ୍ନାଥ !!! read moreLiterary Colonel
Inspirational
After the train left, I put my luggage under my seat. I was feeling somehow relaxed.
8 399 48
Children Stories Abstract
Rain gives us life and helps things to grow. Without rain, we would have no trees, no spring season,...
2 348 6
Drama Romance
A story of love, betrayal, and wounds that heal with a new found life and love
9 485 8
Drama
On the other hand that giant Gorilla took Celine into a cave where one mother Gorilla along with two...
3 248 10
Romance
Anil swims over the past and can see the college days when he and Sonali are became lovebirds during...
4 347 46
Others
छोटे बच्चे को भीगते देखा तो गोद में उठा लिया, कोई आया नहीं उसे लीं तो घर ले गया और पुलिस स्टेशन में ...
3 325 7
Romance
ସୋହନ ର ବାପା, ମା ଓ ଭଉଣୀ । ସମସ୍ତେ ତାକୁ ଦେଖି ଠୋ ଠୋ ହୋଇ ହସୁଥାଆନ୍ତି । ସମସ୍ତଙ୍କ ପଛରେ ଘରୁ କବାଟ
2 3 0
Abstract
ଏହି ଖବର ପ୍ରସାରିତ ହେବା କ୍ଷଣି ଚାରିଆଡୁ ଭିକି ପାଇଁ ପ୍ରଶଂସାର ସୁଅ ଛୁଟିବାକୁ ଲାଗିଲା । ଆତଙ୍କବାଦୀକ
8 349 46
Tragedy Inspirational
ମନୀଷା ଚିଠି ପଢି ସାରି କି ସେମିତି ଛିଡା ହୋଇଥାଏ । ସେପଟୁ ବଣ୍ଟି ଦଉଡି ଆସି ମନୀଷାକୁ ଆଣ୍ଟି ଆଣ୍ଟି କହି କୁଣ୍ଢେଇ ପକେ...
9 384 12
Horror
ଯଦି ଆପଣ ମୋ କଥା ଶୁଣି ୧୦୮ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି ଏ କୁଡିଆରେ ନିଆଁ ଲଗେଇ ଦେଇ ପାରିବେ ତେବେ ଯାଇଁ କାମିନୀ...
8 437 43
Tragedy
ଗୋଟେ ଭଙ୍ଗା କେବିନ ପଛପଟୁ ବାହାରି ଆସିଲା ଗୋଟେ ଜୀର୍ଣ୍ଣକାୟ ବୃଦ୍ଧ । ଷ୍ଟ୍ରୀଟଲାଇଟ୍ ରେ ତା'ର ମୁହଁଟା ସ୍ପଷ୍ଟ ଜଣା ପ...
3 275 7
Others
ଶଙ୍କର ମାମୁଁ ଛେପ ଢୋକି କି ଆଖି ତରାଟି ପଚାରିଲେ "କଣ ୧୨୬ ବର୍ଷ" ? ଗୋପେନ ବାବୁ କହିଲେ "କାଳୀ ବାବୁଙ୍କ ଜନ୍ମ ୧୮୫୬...
6 434 5
Others
ପଥିକଟି ବଡ ଚିନ୍ତାରେ ପଡିଗଲା ଭବିଲା ଯଦି ମୁଁ ଏ ବୋତଲଟି ଯାକ ପାଣିକୁ ନଳକୂପରେ ଭର୍ତି କରିବା ପରେ ଯଦି ପାଣି ନ ବାହାର...
2 507 10
Others
ମାତ୍ର ମୁଁ ତାଙ୍କର କଥା ପ୍ରତି ଧ୍ୟାନ ନ ଦେଇ ବରଂ ଭାବି ଚାଲିଥିଲି ସ୍ଵାଧୀନତା ସମୟର ସେହି ଜାଲିଆନାୱାଲାବାଗର ଘଟଣାକୁ ...
7 419 6
Romance Others
ପ୍ରିୟା କଥା ସିନା ସରିଗଲା ହେଲେ ଶଙ୍କରର ପ୍ରିୟା କିଏ ଥିଲା ? ଆପଣ ମାନେ ଜାଣିବାକୁ ନିଶ୍ଚିତ ଉତ୍ସୁକ ଥିବେ ।
2 180 6
Inspirational
ରିଙ୍କୁ ଏ ସବୁକୁ ମନ ଧ୍ୟାନ ଦେଇ ଶୁଣୁଥାଏ । ଟିକେ ରହି ଯାଇ ରିଙ୍କୁ ପୁଣି ପଚାରିଲା "ଆମେ କଣ ଏ ସବୁଥିରୁ କେବେ ବି ରକ୍...
3 276 9
Tragedy Others
ରାତିରେ ଶୋଇ ବାକୁ ଗଲା ବେଳକୁ ସେ ଦେଖିଲା ଗୋଟେ ଛାୟା ଯେପରି ତା ଘରୁ ବାହାରିଗଲା । ପର ମାସର ସଂଖ୍ୟାରେ ଅଜୟର ଗପ "ଛାୟ...
6 236 5
Crime Fantasy
ରାତିରେ ଶୋଇବାକୁ ଗଲା ବେଳକୁ ସେ ଦେଖିଲା ଗୋଟେ ଛାୟା ଯେପରି ତା ଘରୁ ବାହାରିଗଲା । ପର ମାସର ସଂଖ୍ୟାରେ ଅଜୟର ଗପ "ଛାୟା...
6 473 22
Others
ସେ ଆଜି ହିଁ ତାବିଜ କୁ ତା'ର ଡାହାଣ ହାତ ବାହୁରେ ୨୧ ଥର ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି ବାନ୍ଧି ଦେବ । ଆଉ କୌଣସି କ...
10 710 36
Others
ମୋ ପାଖରେ ଆଉ ପଇସା ନ ଥିଲା ସେଥିପାଇଁ ମୁଁ ମାଲଗୋଦାମ ରେ ଆଜି ମୋ ବାପା ସହ ଅଖା ବୋଝ ଉଠେଇଲି ଆଉ ୫୦ ଟଙ୍କା ପାଇଲି ।
3 337 16
Crime Horror
ଚାଉଁକିନା ଭାଙ୍ଗିଗଲା ବିଶ୍ଵଜିତର ନିଦ । ଫୁଲ୍ ଏ ସି ରେ ବି ସେ ପୁରା ଝାଳରେ ଭିଜି ଯାଇଥିଲା । ପରଦିନ ବିଶ୍ଵଜିତ ଦୋକାନ...
9 449 13
Inspirational Others Romance
ମା ଜାଣିଛୁ ଆଜି ସ୍କୁଲର କ୍ରିକେଟ ଟୀମ୍ ରେ ମୋତେ କ୍ୟାପଟେନ୍ ବଛା ହେଇଛି । ଦଉଡି ଦଉଡି ଆସି ବଣ୍ଟି ରାଜଶ୍ରୀ କୁ କୁଣ୍ଢ...
7 2.7K 21
Inspirational Tragedy
ବୁଢା ବସି ହାତରେ ପଇସା ଧରି ଭାବୁଥାଏ ଏ ମିଶ୍ର ବଇଦ ଝିଅ ପିଙ୍କି ମୋର ସବୁ କାଚ କଣ ପାଇଁ କିଣି ନେଲା ?
4 14.6K 16
Others
ଶୁଭେନ୍ଦୁକୁ ପାଇ ମିନାକ୍ଷୀକୁ ଲାଗୁଥିଲା ସତେ ଯେପରି ତାର ଦୁଇଟି ଡେଣା ଲାଗି ଯାଇଛି ଓ ସେ ନୀଳ ଆକାଶ ରେ ମୁକ୍ତ ବିହଙ୍ଗ...
14 14.9K 25
Tragedy
ତା'ପରେ ଘିଶୁ ଓ ମାଧିଆ ଅବଶିଷ୍ଟ ପଇସାରେ ଆଉ ଦୁଇ ବୋତଲ ମଦ କିଣି ପିଇକି ନିଶାରେ ଟଳମଳ ହେଇ ସେଇ ମଦ ଦୋକାନ ଆଗରେ ଥିବା ...
4 14.6K 19
Inspirational Tragedy
ପ୍ରଶାନ୍ତର ଆଖିରେ ମୁଁ ଦେଖି ପାରୁଥିଲି ଗୋଟେ ଅଫୁରନ୍ତ ଶାନ୍ତି ଓ ଆନନ୍ଦ ।
8 13.4K 14
Classics
ଜୀବାନନ୍ଦ ଭବାନନ୍ଦଙ୍କୁ କହିଲେ ଆମେ ଯଦି ତାଙ୍କ ସହ ମୁହଁ ମୁହିଁ ଯୁଦ୍ଧ କରିବା ଆମେ ସମସ୍ତେ ଅକାରଣରେ ମୃତ୍ୟୁ ମୁଖରେ ପ...
4 7.8K 17
Inspirational Others
ମହେନ୍ଦ୍ର କ'ଣ ତାଙ୍କ କନ୍ୟାକୁ ଆଉ ଦେଖାକରି ପାରିବେ ନାହିଁ? ଶାନ୍ତିର ବୀରତ୍ଵ କ'ଣ ସତରେ ସନ୍ତାନମାନଙ୍କ କାମରେ ଆସିବ...
5 7.4K 19
Classics
ଜ୍ଞାନାନନ୍ଦଙ୍କ ଆଦେଶ ପାଇ ସନ୍ତାନ ମାନେ "ହରେ ମୁରାରୀ ମଧୁ କୈଟଭ ହାରି" ଧ୍ୱନି ସୃଷ୍ଟି କରି ମାଡି ଚାଲିଲେ ନଗର ଆଡକୁ ...
7 7.3K 14
Classics
ମୁଁ ମଧ୍ୟ ମାତାର ସନ୍ତାନ ହେବି ଓ ମା କୁ ବନ୍ଧନରୁ ମୁକ୍ତ କରିବି । କିନ୍ତୁ ମୋ ସ୍ତ୍ରୀ ଓ କନ୍ୟାର କଣ ହେବ?
5 7.5K 16
Inspirational Others
ମହେନ୍ଦ୍ର ତାଙ୍କ ପଛେ ପଛେ ଚାଲିଲେ । ମହେନ୍ଦ୍ର ଭବାନନ୍ଦଙ୍କୁ ଆଉ କିଛି ପଚାରିବାକୁ ଉଦ୍ୟତ ହୁଅନ୍ତେ ଭବାନନ୍ଦ ଗାଇ ଉଠି...
8 7.5K 17
Inspirational
ମୋ ଆଡକୁ ଟିକେ ଅନେଇ ହସି ଦେଇ ଦେଇ ଚାଲି ଗଲା ପ୍ରଶାନ୍ତ ୱାର୍ଡ ବୁଲିବା ପାଇଁ , ଆଉ ମୁଁ ତା ପଛରେ ହସିହସି ଚାଲୁଥାଏ ।
8 14.6K 23
Horror Thriller
ଚାରିପଟକୁ ନଜର ବୁଲେଇ ଦେଖେ ତ ମୁଁ କାଳୀ ମନ୍ଦିର ମଶାଣି ପାଖରେ ଛିଡା ହୋଇଛି । ରାସ୍ତାର ବାମ ପଟେ ମଶାଣି ଆଉ ଡାହାଣ ପା...
6 7.4K 21
Romance
କୈଶୋର ବୟସର ପ୍ରଥମ ପ୍ରେମ ରୋହନକୁ ଲାଗୁଥାଏ ଯେମିତି ସେ ଏକ ନୂଆ ଦୁନିଆର ପ୍ରେମର ମତୁଆଲା ବିହଙ୍ଗ ....
5 7.4K 24 | <urn:uuid:b6b4c2a2-8762-4a70-b4e7-692361fe78b3> | CC-MAIN-2020-10 | https://storymirror.com/profile/pigabqao/deepak-sarangi/stories | 2020-02-26T19:37:05Z | s3://commoncrawl/crawl-data/CC-MAIN-2020-10/segments/1581875146485.15/warc/CC-MAIN-20200226181001-20200226211001-00017.warc.gz | ory | 0.999838 | Orya | 1 | {"ory_Orya_score": 0.9998383522033691} |
ICICI Lombard'ର Home healthcare ର ଲାଭ ଯାହାକି ଆପଣଙ୍କୁ #RestartRightର ଆଶ୍ବାସନା ଦିଏ
ବର୍ତ୍ତମାନର ଆବଶ୍ୟକତା ଏବଂ ଆଶା କରାଯାଉଥିବା ସେବାକୁ ଧ୍ୟାନରେ ରଖି, ICICI Lombard ଏଭଳି ପଦକ୍ଷେପ ଆରମ୍ଭ କରିଛି, ଯାହା ଗ୍ରାହକଙ୍କୁ ଲକଡାଉନ୍ ରେ ମଧ୍ୟ ସାହାଯ୍ୟ କରୁଛି ।
ICICI Lombard'ର ଅଭିନବ ନୂଆ home healthcare ଲାଭ ନିଅନ୍ତୁ
- News18 Odia
- Last Updated: November 9, 2020, 2:03 PM IST
ବର୍ତ୍ତମାନର ମହାମାରୀ ଯେଉଁଭଳି ବ୍ୟାପିଛି, ତାହାକୁ ଦେଖି ଲୋକମାନେ ଘରେ ରହି ଚିକିତ୍ସିତ ହେବାକୁ ଅଧିକ ପସନ୍ଦ କରୁଛନ୍ତି କାରଣ ଡାକ୍ତରଖାନାର ଚିକିତ୍ସା ଖର୍ଚ୍ଚ ଅଧିକ ଏବଂ ସେଠାକାର ପରିବେଶ ମଧ୍ୟ ଆରୋଗ୍ୟ ହେବା ପାଇଁ କମ ଉପଯୋଗୀ ମନେ ହେଉଛି । ଏଠାରେ ଗୋଟିଏ କଥା ସ୍ପଷ୍ଟ - ବର୍ତ୍ତମାନ ସମୟରେ ସମସ୍ତ ପୁରୁଣା ନିୟମର କିଛି ଗୁରୁତ୍ତ୍ବ ହିଁ ନାହିଁ ।
ବର୍ତ୍ତମାନ ସମୟରେ ଆମ ସମସ୍ତଙ୍କ ପାଇଁ #RestartRight ର କେବଳ ଏକମାତ୍ର ପନ୍ଥା ହେଉଛି 'ନୂଆ ସାଧାରଣ ବା ନ୍ୟୁ ନର୍ମାଲ୍' ସହିତ ତାଳ ଦେଇ ଚାଲିବା, ସୁରକ୍ଷା ପଦକ୍ଷେପ ଗ୍ରହଣ କରିବା ଏବଂ ସ୍ବାସ୍ଥ୍ୟ ବୀମା ନେବା ଯାହା ଆମକୁ ସବୁ ଆବଶ୍ୟକତା ପୂରଣ କ୍ଷେତ୍ରରେ ସାହାଯ୍ୟ କରି ପାରିବ ।
ICICI Lombard'ର ଅଭିନବ ନୂଆ home healthcare ଲାଭ ନିଅନ୍ତୁ । ଏହା ହେଉଛି ଅନିଶ୍ଚିତ ସମୟର ସଠିକ୍ ସମଧାନ, ଯାହା ଆପଣଙ୍କ ଘରର ଆରାମଦାୟକ ପରିବେଶରେ ଭରସାଯୋଗ୍ୟ ସ୍ବାସ୍ଥ୍ୟସେବା ପାଇବା ନେଇ ଆଶ୍ବସ୍ତ କରେ ।
ହୋମ୍ ହେଲଥ୍ କେୟାର୍ – ବର୍ତ୍ତମାନ ଆବଶ୍ୟକତା ପାଇଁ ପ୍ରସ୍ତୁତ
ଯେ କୌଣସି ବୟସ ବର୍ଗ ଏବଂ ଲିଙ୍ଗର ବ୍ୟକ୍ତି ଯିଏ ଡାକ୍ତରଖାନାରେ ସଂକ୍ରମଣର ଆଶଙ୍କାରୁ ଦୂରେଇ ରହିବାକୁ ଚାହାଁନ୍ତି, ସେମାନେ ହୋମ୍ ହେଲଥ୍ କେୟାର୍ (Home healthcare) ସୁବିଧାର ଉପଯୋଗ କରି ପାରିବେ । ଏହାର ଲାଭ ହେଉଛି ଯେ କୌଣସି ଚିକିତ୍ସା ପାଇଁ ଡାକ୍ତର ଘରେ ଚିକିତ୍ସା ପାଇଁ ପରାମର୍ଶ ଦିଅନ୍ତି ଏବଂ ରୋଗୀ ସହମତ ହୋଇଥାନ୍ତି । ଏହା ସାଧାରଣତଃ ଡାକ୍ତରୀ ପରିଚାଳନା ବ୍ୟବସ୍ଥା, ଅପରେସନ୍ ପରବର୍ତ୍ତୀ ଯତ୍ନ ଏବଂ ଅନେକ ଦିନରୁ ରୋଗରେ ପଡ଼ିଥିବା ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ସବୁଠାରୁ ଭଲ ସମାଧାନ ।
ବିଭିନ୍ନ ପ୍ରକାର ଲାଭ
ପଲିସି କରିଥିବା ବ୍ୟକ୍ତି ଘରେ ରହି କଭରେଜ୍ ଉପଭୋଗ କରନ୍ତି । ଏହି ପଲିସିର କଭରେଜ ଅନୁୟାୟୀ ଦୂରରେ ଥାଇ ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ ଅବସ୍ଥାର ଅନୁଧ୍ୟାନ କରାଯାଇ ଥାଏ ଏବଂ ଆବଶ୍ୟକ ଅନୁଯାୟୀ ନିର୍ଦ୍ଧିଷ୍ଟ ସମୟରେ ମାନ୍ୟତାପ୍ରାପ୍ତ ନର୍ସଙ୍କ ଠାରୁ ଅରମ୍ଭ କରି ଡାକ୍ତର ତାଙ୍କ ଘରେ ପରିଦର୍ଶନ କରିବା ସୁବିଧା ମଧ୍ୟ ମିଳିଥାଏ । ଏଥିସହିତ ମେଡିକାଲ୍ ଷ୍ଟାଫ୍ ସମ୍ବନ୍ଧୀୟ ନର୍ସିଂ ଚାର୍ଜ, ଲ୍ୟାବ୍ ଟେଷ୍ଟିଂ, ଫାର୍ମାସୀ ସୁବିଧା ଏବଂ ଆହୁରି ଅନେକ କିଛି ଏହି କଭରେଜ୍ ଅନ୍ତର୍ଭୁକ୍ତ ଥାଏ ।
ଘରର ଆରାମଦାୟକ ପରିବେଶରୁ ସ୍ବାସ୍ଥ୍ୟସେବା
ହୋମ୍ ହେଲଥ୍ କେୟାର୍ (Home healthcare)ର ଲାଭ ହେଉଛି ଏହା ବୀମାଧାରୀଙ୍କୁ କଭରେଜ୍ ର ସୁବିଧା ଦେଇଥାଏ ଏବଂ ଯେ କୌଣସି ସ୍ଥିତିରେ ସୁରକ୍ଷିତ ରଖିଥାଏ । ଡାକ୍ତରଖାନାରେ ସ୍ବାସ୍ଥ୍ୟ ସେବା ଗ୍ରହଣ କରିବାର ଏହା ହେଉଛି ଏକ ସୁବିଧାଜନକ ବିକଳ୍ପ । ଡାକ୍ତରଖାନାରେ ସଂକ୍ରମଣର ସମ୍ଭାବନା ଅଧିକ ଥିବା ବେଳେ ନିଜ ଘରେ ସ୍ବାସ୍ଥ୍ୟସେବା (Home Health care) ସୁବିଧା ଗ୍ରାହକଙ୍କୁ ଉପଯୁକ୍ତ ସାମାଜକ ଦୂରତ୍ବ ରକ୍ଷା କରି ସେମାନଙ୍କ ଆବଶ୍ୟକତା ପ୍ରଭାବଶାଳୀ ଢଙ୍ଗରେ ପୂରଣ କରିବାର ସୁଯୋଗ ଦେଇଥାଏ । କିନ୍ତୁ ସବୁଠାରୁ ଭଲ ଖବର ହେଉଛି, ଏହା ମଧ୍ୟ ଆମର ସ୍ବାସ୍ଥ୍ୟ ସମୃଦ୍ଧକାରୀ ପଲିସି ଯେପରି ICICI Lombard Complete Health Insurance, Health booster, ଏବଂ Healthcare plus ଆଦିରେ ମଧ୍ୟ ଲାଗୁ ହେବ ।
ବର୍ତ୍ତମାନର ଆବଶ୍ୟକତା ଏବଂ ଆଶା କରାଯାଉଥିବା ସେବାକୁ ଧ୍ୟାନରେ ରଖି, ICICI Lombard ଏଭଳି ପଦକ୍ଷେପ ଆରମ୍ଭ କରିଛି, ଯାହା ଗ୍ରାହକଙ୍କୁ ଲକଡାଉନ୍ ରେ ମଧ୍ୟ ସାହାଯ୍ୟ କରୁଛି ।
ଯଦି ଆପଣ ଗୋଟିଏ ବଢ଼ିଆ ସ୍ବାସ୍ଥ୍ୟ ଯୋଜନା ଆବଶ୍ୟକ କରୁଛନ୍ତି, ତାହାଲେ ଅଧିକ ଜାଣିବା ପାଇଁ ଏବଂ ଆପଣଙ୍କୁ #RestartRight କରିବାକୁ ସୁରକ୍ଷା ଓ ଶାନ୍ତି ପ୍ରଦାନ ପାଇଁ ଏଠାରେ କ୍ଲିକ୍ କରନ୍ତୁ ।
ଏହା ଏକ ସହଭାଗୀ ପୋଷ୍ଟ
* ଚିକିତ୍ସା କରୁଥିବା ଡାକ୍ତରଙ୍କ ପରାମର୍ଶ, ଚିକିତ୍ସାର ଗୋଟିଏ ସକ୍ରିୟ ଧାରା ଯେଉଁଥି ପାଇଁ ଡାକ୍ତରଖାନାରେ ଭର୍ତ୍ତି ହେବା ଜରୁରୀ ଏବଂ ଏହା ଯୋଗ୍ୟତାପ୍ରାପ୍ତ ଡାକ୍ତରୀ ବିଶେଷଜ୍ଞ ଯେପରି ନର୍ସ, ଡାକ୍ତର ଏବଂ ଫିଜିଓଥେରାପିଷ୍ଟଙ୍କ ଦ୍ବାରା ପରିଚାଳିତ ହୋଇପାରିବ ।
DISCLAIMER: Home Healthcare benefit is available with ICICI Lombard Complete Health Insurance, Health Booster & Health Care Plus and it is applicable till March 31, 2021 The advertisement contains only an indication of the cover offered. For complete details on risk factors, terms, conditions, coverages and exclusions, please read the sales brochure carefully before concluding a sale. ICICI trade logo displayed above belongs to ICICI Bank and is used by ICICI Lombard GIC Ltd. under license and Lombard logo belongs to ICICI Lombard GIC Ltd. ICICI Lombard General Insurance Company Limited, ICICI Lombard House, 414, Veer Savarkar Marg, Prabhadevi, Mumbai – 400025. IRDA Reg.No.115. Toll Free 1800 2666. Fax No – 022 61961323. CIN (L67200MH2000PLC129408). email@example.com.
www.icicilombard.com Product Name: ICICI Lombard Complete Health Insurance, Misc 128, ICIHLIP21383V052021 Health Booster, Misc 140,
UIN: ICIHLIP21516V022021, Health Care Plus, MISC 113 UIN ICIHLGP213090V032021.ADV/10414. | <urn:uuid:1802fb15-f93b-4739-9270-b6c7e2d06b04> | CC-MAIN-2020-50 | https://odia.news18.com/news/trending/icici-lombard-s-home-healthcare-benefits-that-assure-you-of-restartright-2jdb-0911-jdb-28081.html | 2020-11-27T10:52:49Z | s3://commoncrawl/crawl-data/CC-MAIN-2020-50/segments/1606141191692.20/warc/CC-MAIN-20201127103102-20201127133102-00012.warc.gz | ory | 0.999944 | Orya | 1 | {"ory_Orya_score": 0.9999443292617798} |
ଭାରତୀୟ ସେନାର ସାହସ ଓ ବୀରତ୍ୱକୁ ସାଲ୍ୟୁଟ୍ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆଜି ଭାରତ ୭୨ତମ ସେନା ଦିବସ ପାଳନ କରିଛି। ସେନା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସେନାର ସାହସ ଓ ବୀରତ୍ୱକୁ ଅଭିବାଦନ ଜଣାଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି , "ଭାରତୀୟ ସେନା ଭାରତମାତାର ଗର୍ବ ଓ ଗୌରବ । ସେନା ଦିବସ ଉପଲକ୍ଷେ ମୁଁ ସମସ୍ତ ସୈନିକଙ୍କ ଅଦମ୍ୟ ସାହସ, ଶୌର୍ୟ୍ୟ ଏବଂ ପରାକ୍ରମକୁ ସମ୍ମାନ ଜଣାଉଛି।"
भारत की सेना मां भारती की आन-बान और शान है। सेना दिवस के अवसर पर मैं देश के सभी सैनिकों के अदम्य साहस, शौर्य और पराक्रम को सलाम करता हूं।
— Narendra Modi (@narendramodi) January 15, 2020
କାଶ୍ମୀରରେ ପ୍ରବଳ ବରଫଝଡରେ ଫଶିଯାଇଥିବା ଜଣେ ଗର୍ଭବତୀ ମହିଳା ଶାମିମାଙ୍କୁ ଭାରତୀୟ ସେନାର ୧୦୦ ଯବାନ ଏବଂ ୩୦ ଜଣ ସାଧାରଣ ନାଗରିକ ଉଦ୍ଧାର କରି ଷ୍ଟେଚରରେ ପ୍ରାୟ ୪ ଘଣ୍ଟା ଯାତ୍ରା କରିବା ପରେ ମେଡିକାଲରେ ଭର୍ତ୍ତି କରିଥିଲେ। ମେଡିକାଲରେ ଶାମିମା ଏକ ସନ୍ତାନ ଜନ୍ମ ଦେଇଥିଲେ। ବର୍ତ୍ତମାନ ଉଭୟ ମା ଏବଂ ଶିଶୁ ସୁସ୍ଥ ଅଛନ୍ତି।
Our Army is known for its valour and professionalism. It is also respected for its humanitarian spirit. Whenever people have needed help, our Army has risen to the occasion and done everything possible!
Proud of our Army.
I pray for the good health of Shamima and her child. https://t.co/Lvetnbe7fQ
— Narendra Modi (@narendramodi) January 15, 2020
ଭାରତୀୟ ସେନାର ଯବାନ ମାନେ ଅଦ୍ୟମ ସାହାସ ଦେଖାଇ ପ୍ରବଳ ବରଫଝଡ ସତ୍ତ୍ବେ ମହିଳାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବାରୁ ପ୍ରଧାନମନ୍ତ୍ରୀ ଟ୍ବିଟ କରି ଭାରତୀୟ ସେନାକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ବିଟରେ ଲେଖିଛନ୍ତି" ଆମ ସେନା ବୀରତ୍ୱ ଓ ଉତ୍ସର୍ଗୀକୃତ ଭାବନା ପାଇଁ ଜଣାଶୁଣା । ଏହା ମଧ୍ୟ ନିଜର ମାନବୀୟ ମୂଲ୍ୟବୋଧ ପାଇଁ ସମ୍ମାନର ହକଦାର । ଯେତେବେଳେ ଜନସାଧାରଣ ସେମାନଙ୍କ ସାହାଯ୍ୟ ଲୋଡିଥାନ୍ତି, ସେନାବାହିନୀ ସଦାସର୍ବଦା ସେମାନଙ୍କ ସହ ଛିଡା ହୋଇଥାନ୍ତି ଏବଂ ସେମାନଙ୍କ ସେବା କରିଥାନ୍ତି । ଆମ ସେନାବାହିନୀ ପାଇଁ ଆମେ ଗର୍ବିତ ।" | <urn:uuid:0a51f85e-0d10-4ddd-bbed-d5d76f3f2641> | CC-MAIN-2021-17 | https://www.samajalive.in/army-day-2020-pm-modi-tweets-clip-of-jawans-carrying-pregnant-woman-through-heavy-snow/136615.html | 2021-04-20T13:56:57Z | s3://commoncrawl/crawl-data/CC-MAIN-2021-17/segments/1618039398307.76/warc/CC-MAIN-20210420122023-20210420152023-00219.warc.gz | ory | 0.999944 | Orya | 1 | {"ory_Orya_score": 0.9999444484710693} |
ବିହାର: ନିର୍ବାଚନ ସଭାରେ ମଞ୍ଚରୁ ପଡିଗଲେ ନେତା । ବିହାର ବିଧାନସଭା ହାତେଇବା ପାଇଁ ନେତାଙ୍କୁ ନିଦ ନଥିବାବେଳେ ଶନିବାର ମଞ୍ଚରୁ ପଡି ଆହତ ହୋଇଛନ୍ତି ଜନ ଅଧିକାର ପାର୍ଟି ମୁଖ୍ୟ ପପୁ ଯାଦବ । ମୁଜାଫୁପୁରରେ ଏକ ସଭାକୁ ସମ୍ବୋଧିତ କରୁଥିଲେ ପପୁ ଯାଦବ । ଏହି ସମୟରେ ହଠାତ୍ ମଞ୍ଚ ଭୁଶୁଡି ପଡିଥିଲା । ଫଳରେ ତଳେ ପଡିଯାଇଥିଲେ ଜନ ଅଧିକାର ପାର୍ଟି ମୁଖ୍ୟ ପପୁ ଯାଦବ । ତାଙ୍କ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ପ୍ରାଥମିକ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ତେବେ ଖୁବ ଶୀଘ୍ର ପପୁ ଯାଦବ ସୁସ୍ଥ ହୋଇ ଜନତାଙ୍କ ନିକଟକୁ ଆସିବେ ବୋଲି କହିଛନ୍ତି । ଜନତାଙ୍କ ଆଶୀର୍ବାଦ ଥିବାରୁ ସେ ଖୁବ୍ ଶୀଘ୍ର ସୁସ୍ଥ ହେବେ ବୋଲି ଆଶା ରଖିଥିବା କହିଛନ୍ତି ପପୁ ଯାଦବ ।
— ANI (@ANI) October 31, 2020
ଜାତୀୟ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଦିନ ବିହାରର ମୁଜାଫରପୁର ଜିଲ୍ଲାର ମୀନାପୁରରେ ଆୟୋଜିତ ଏକ ନିର୍ବାଚନ ରାଲିରେ ନେତା ପପୁ ଯାଦବ ଜନତାଙ୍କୁ ସମ୍ବୋଧିତ କରୁଥିବା ବେଳେ ଏଭଳି ଘଟିଥିଲା । ତାଙ୍କ ସମର୍ଥକମାନେ ତତକ୍ଷଣାତ୍ ତାଙ୍କ ନିକଟକୁ ଦୌଡ଼ି ଯାଇ ତଳୁ ଉଠାଇ ଥିଲେ ।
ଏହି ଘଟଣାକୁ ନେଇ ପପୁ ଯାଦବ ଟ୍ୱିଟର ଜରିଆରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି 'ପ୍ରଶାସନର ଅବହେଳା ଯୋଗୁଁ ଏଭଳି ଘଟିଲା । ମଞ୍ଚରୁ ପଡ଼ି ମୋ ହାତ ଭାଙ୍ଗିଯାଇଛି । ତଥାପି ମୁଁ ଓହରି ଯିବି ନାହିଁ । ଖୁବ ଶୀଘ୍ର ପ୍ରଚାର ମଇଦାନକୁ ଫେରିବି । ପରିବର୍ତ୍ତନ ପାଇଁ ମୋ ଅଭିଯାନ ଜାରି ରହିବ । ମୀନାପୁରରେ ଜନ ସମୂଦ୍ର ଦେଖିବାକୁ ମିଳିଲା ।'
Bihar: The stage and tent set up for Jan Adhikar Party leader Pappu Yadav's campaign rally collapses.
— ANI (@ANI) October 31, 2020
ତେବେ ବିହାରରେ ଏଭଳି ଘଟଣା ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ଏଭଳି ଅନେକ ସ୍ଥାନରେ ମଞ୍ଚ ଭୁଶୁଡିଛି । ଗତ ସପ୍ତାହରେ କଂଗ୍ରେସ ପ୍ରାର୍ଥୀ ମଶକୋର ଅହମ୍ମଦ ଉସମାନି ଦାରଭଙ୍ଗା ଠାରେ ଜନତାଙ୍କୁ ସମ୍ବୋଧିତ କରୁଥିବା ବେଳେ ତାଙ୍କ ମଞ୍ଚ ଭୁଶୁଡ଼ି ପଡ଼ିଥିଲା ।
— ANI (@ANI) October 29, 2020 | <urn:uuid:e60acc12-988e-4855-9045-6505f8b646b5> | CC-MAIN-2021-17 | https://nandighoshatv.com/another-stage-collapses-in-bihar-takes-down-pappu-yadav-this-time/ | 2021-04-18T11:45:55Z | s3://commoncrawl/crawl-data/CC-MAIN-2021-17/segments/1618038476606.60/warc/CC-MAIN-20210418103545-20210418133545-00459.warc.gz | ory | 0.999985 | Orya | 1 | {"ory_Orya_score": 0.999984622001648} |
ସୁଶାନ୍ତଙ୍କ ମୃତ୍ୟୁ ପରେ ବେଶି ଖୁସି ଅଛନ୍ତି ଅଙ୍କିତା! ଟ୍ରୋଲ୍ ହେଲେ ଅଭିନେତ୍ରୀ
ମୁମ୍ବାଇ: ଟେଲିଭିଜନ୍ ଷ୍ଟାର୍ ଅଙ୍କିତା ଲୋଖଣ୍ଡେ ଏବେ ଦିବଂଗତ ବଲିଉଡ୍ ଷ୍ଟାର୍ ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରଶଂସକଙ୍କ ଟ୍ରୋଲ୍ର ଶିକାର ହୋଇଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପରେ ଅଙ୍କିତା ବିଶେଷ ଖୁସି ରହୁଛନ୍ତି ବୋଲି ଟ୍ରୋଲ୍ରମାନେ ଟ୍ରୋଲ୍ କରିଛନ୍ତି। ନିକଟ ଅତୀତରେ ଅଙ୍କିତା ଦେଇଥିବା ତାଙ୍କ ରିଲେସନ୍ସିପ୍ ଷ୍ଟାଟସ୍, ପିନ୍ଧୁଥିବା ପୋଷାକ, ନୃତ୍ୟ ଭିଡିଓ ଓ ବିନ୍ଦାସ ଅନ୍ଦାଜକୁ ଦେଖି ସୁଶାନ୍ତଙ୍କ ପ୍ରଶଂସକମାନେ ତାଙ୍କୁ ଏପରି ଆଶ୍ଚର୍ଯ୍ୟଜନକ ଭାବେ ସମାଲୋଚନା କରିଛନ୍ତି।
View this post on Instagram
ନିଜ କୁକୁର ସହ ଫଟୋ ଓ ଅଙ୍କିତା ସୋସିଆଲ୍ ମିଡିଆରେ ସେୟାର୍ କରୁଥିବା କୌଣସି ବି ମଜାଦାର୍ ଘଟଣାକୁ ପସନ୍ଦ କରୁନାହାନ୍ତି ପ୍ରଶଂସକ। ସୁଶାନ୍ତଙ୍କ ମୃତ୍ୟୁ ପରେ ସେ ନିଜକୁ ଅଧିକ ଖୁିସି ଥିବାର ଦେଖେଇ ହଉଛନ୍ତି ବୋଲି କେହି କେହି କମେଣ୍ଟ୍ କରିଛନ୍ତି।
ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଲଢ଼େଇ କରିବା ବଦଳରେ ଅଙ୍କିତା ତାଙ୍କ ନିଜର ଫଟୋ ଓ ଭିଡିଓ ସେୟାର୍ କରି ଖୁସି ହେବା କଥାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ସମାଲୋଚକ।
View this post on Instagram
ଉଲ୍ଲେଖଯୋଗ୍ୟ, ଅଙ୍କିତାଙ୍କୁ ଲୋକେ ପ୍ରଥମେ ବହୁ ଲୋକପ୍ରିୟ ଟିଭି ସିରିୟଲ୍ 'ପବିତ୍ର ରାସ୍ତା'ରୁ ଜାଣିବା ଆରମ୍ଭ କଲେ। ସେହି ସିରିୟଲ୍ରେ ତାଙ୍କ ନାୟକ ସାଜିଥିଲେ ସୁଶାନ୍ତ। ସେ ସମୟରେ ସେ ଦୁହିଁଙ୍କ ଭିତରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ପରେ ସେ ଦୁହଁଙ୍କ ପ୍ରେମ ସଂପର୍କରେ ପୂର୍ଣ୍ଣଛେଦ ପଡ଼ିଥିଲା। ଏବେ ଅଙ୍କିତା ଭିକି ଜୈୖନ୍ଙ୍କୁ ଡେଟ୍ କରୁୁଛନ୍ତି। | <urn:uuid:be7229e9-0c59-437c-bbdb-6a877341101f> | CC-MAIN-2021-17 | https://sambad.in/entertainment/she-seems-too-happy-after-his-death-ankita-lokhande-brutally-trolled-by-sushant-singh-rajputs-fans-632801/ | 2021-04-18T06:01:55Z | s3://commoncrawl/crawl-data/CC-MAIN-2021-17/segments/1618038468066.58/warc/CC-MAIN-20210418043500-20210418073500-00239.warc.gz | ory | 0.999946 | Orya | 1 | {"ory_Orya_score": 0.9999455213546753} |
ପ୍ରଚଳିତ ହେଲା ଗଜପତିଙ୍କ ୬୪ ଅଙ୍କ: ଶ୍ରୀନଅରରେ ସୁନିଆଁ ପର୍ବ
September 18, 2021,
ଓଡ଼ିଶା
,
,
Anupambharat News Bureau
Anupambharat News Bureau
September 18, 2021
ପୁରୀ,୧୮ା୯(ଅନୁପମ ମିଡ଼ିଆ):ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କର ୬୪ଅଙ୍କ ଆରମ୍ଭ ହୋଇଛି । ଆଜିଠାରୁ ପ୍ରଚଳିତ ହୋଇଛି ୧୪୨୯ ଶାଲ ଓ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ୬୪ ଅଙ୍କ । ଭାଦ୍ରବ ଶୁକ୍ଳ ଏକାଦଶୀ ତିଥିରେ ପାରମ୍ପରିକ ମତେ ଶ୍ରୀନଅରରେ ସୁନିଆଁ ପର୍ବ ପାଳିତ ହୋଇଛି । ସୁନିଆଁ ଅବସରରେ ଶ୍ରୀନହର ପ୍ରାଙ୍ଗଣରେ କନକଦୁର୍ଗା ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା । କନକଦୁର୍ଗା, ଶ୍ୟାମାକାଳୀ,ରାଧାକୃଷ୍ଣ ଓ ନୃସିଂହ ଆଦି ଦେବାଦେବୀଙ୍କୁ ଗଜପତି ପୂଜାର୍ଚ୍ଚନା କରିଥିଲେ । ଦେବାର୍ଚ୍ଚନା ଭାବରେ ପରିଚିତ ଗଜପତିଙ୍କ ଏହି ପୂଜା ପରେ ଶ୍ରୀନଅରରେ ଆରମ୍ଭ ହୋଇଥିଲା ସୁନିଆଁ ପର୍ବ । ରାଜଗୁରୁ ମଙ୍ଗଳାର୍ପଣ କରିବା ପରେ ଛାମୁ କରଣ, ଖୋର୍ଦ୍ଧାର ବିନ୍ଧାଣୀ ବର୍ଗ ଓ ପୌଜାର ପୂଜାମଣ୍ଡପଠାରୁ ଅବିଧ ନେଇ ଅଙ୍କ କାଟିଥିଲେ ।
ଏହି ଅବସରରେ ଶ୍ରୀନହର ପକ୍ଷରୁ ନୂତନ ଅଙ୍କ ପାଇଁ ଏକ ସ୍ୱର୍ଣ୍ଣ ମୁଦ୍ରାର ପ୍ରଚଳନ କରାଯାଇଥିଲା । ଏହାପରେ ଗଜପତି ଦିବ୍ୟସିଂହ ଦେବଙ୍କୁ ଆଶୀର୍ବାଦ ଓ ଭେଟି ପ୍ରଦାନ କରାଯାଇଥିଲା । ଗଜପତିଙ୍କ ଉପରେ ବ୍ରାହ୍ମଣ ଓ ରାଜଗୁରୁ ଆଶୀର୍ବାଦ ପୂର୍ବକ ଅକ୍ଷତ ଚାଉଳ ପକାଇଥିଲେ । ଛାମୁକରଣ, ତଢାଉକରଣ, ଦେଉଳକରଣ ଓ ରାଜ କର୍ମଚାରୀମାନଙ୍କ ପକ୍ଷରୁ ଗଜପତିଙ୍କୁ ସୁନିଆଁ ଭେଟି ଅର୍ପଣ କରାଯାଇଥିଲା । ଏହି ରାଜକୀୟ ଉତ୍ସବରେ ଷୋଳ ଶାସନ ଓ ବତିଶ କରବାଡର ବ୍ରାହ୍ମଣ, ବିଭିନ୍ନ ମଠର ମଠାଧୀଶ ମାନେ ଉପସ୍ଥିତ ଥିଲେ ।
Back to Previous Page
<< ପୂର୍ବ ଖବର
ପରବର୍ତ୍ତୀ ଖବର >>
୧୨ ଜିଲ୍ଲାରେ ବର୍ଷିବRead More... | <urn:uuid:61146fef-027d-42a3-907f-ad829707b578> | CC-MAIN-2021-43 | https://anupambharatonline.com/post.php?read=2484 | 2021-10-16T17:43:57Z | s3://commoncrawl/crawl-data/CC-MAIN-2021-43/segments/1634323584913.24/warc/CC-MAIN-20211016170013-20211016200013-00603.warc.gz | ory | 0.999988 | Orya | 1 | {"ory_Orya_score": 0.9999880790710449} |
• ଦେଶର ପ୍ରତ୍ୟେକ ଜିଲାରେ 01.01.2017ରୁ ପିଛିଲା ଭାବେ ଲାଗୁ କରାଯିବ
ଶ୍ରମ ହାନି ପାଇଁ କ୍ଷତିପୂରଣ ବାବଦରେ ପ୍ରଦାନ କରାଯିବ ନଗଦ ଅର୍ଥ
ମାତୃତ୍ୱ ଲାଭ ସୁବିଧା କାର୍ଯ୍ୟକ୍ରମକୁ ଦେଶସାରା ଲାଗୁ କରିବା ପାଇଁ ଥିବା ପୂର୍ବ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପିଛିଲା ଭାବେ ମଂଜୁରୀ ପ୍ରଦାନ କରାଯାଇଛି । ଏହା ବର୍ତ୍ତମାନ ଦେଶର ପ୍ରତ୍ୟେକ ଜିଲାରେ 01.01.2017ରୁ ପିଛିଲା ଭାବେ ଲାଗୁ କରାଯିବ । 31.12.2016ରେ ଦେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମାତୃତ୍ୱ ଲାଭ ସୁବିଧା କାର୍ଯ୍ୟକ୍ରମକୁ ଦେଶସାରା ଲାଗୁ କରିବାର ଘୋଷଣା କରିଥିଲେ ।
ମାତୃତ୍ୱ ଲାଭ କାର୍ଯ୍ୟକ୍ରମରେ ଶ୍ରମ ହାନି ପାଇଁ କ୍ଷତିପୂରଣ ବାଦରେ ନଗଦ ଅର୍ଥ ପ୍ରଦାନ କରାଯିବ ଯାହାଦ୍ୱାରା ଜଣେ ଗର୍ଭବତୀ ମହିଳା ପ୍ରସବ ପୂର୍ବରୁ ଏବଂ ପରେ ପର୍ଯ୍ୟାପ୍ତ ବିଶ୍ରାମ ମିଳିବା ସହିତ ଉଚିତ ପୋଷଣରୁ ବଂଚିତ ହେବେ ନାହିଁ ।
01.01.2017 ରୁ 31.03.2020 ପର୍ଯ୍ୟନ୍ତ ଦିଆଯାଇଥିବା ଏହି ପ୍ରସ୍ତାବରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅଂଶ ମିଶି ମୋଟ 12,661 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହି ସମୟ ମଧ୍ୟରେ 7932 କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ଅଂଶ ବାବଦକୁ ଦିଆଯିବ ।
ଶ୍ରମ ହାନି କ୍ଷେତ୍ରରେ ନଗଦ ଅର୍ଥ ପ୍ରଦାନ କରାଗଲେ ଜଣେ ଗର୍ଭବତୀ ମହିଳା ନିଜର ପ୍ରଥମ ଶିଶୁର ପ୍ରସବ ପୂର୍ବରୁ ଏବଂ ପରେ ନିଜର ଯତ୍ନ ନେଇପାରିବେ ଏବଂ ଆବଶ୍ୟକୀୟ ବିଶ୍ରାମ କରିପାରିବେ । ପ୍ରଦାନ କରାଯାଉଥିବା ନଗଦ ଅର୍ଥ ପ୍ରୋତ୍ସାହନ ଦ୍ୱାରା ଗର୍ଭବତୀ ମହିଳା ଏବଂ ସ୍ତନପାନ କରାଉଥିବା ମା' (ପିଡବ୍ଲୁ ଏବଂ ଏଲଏମ) ମଧ୍ୟରେ ଉତମ ସ୍ୱାସ୍ଥ୍ୟ ପାଇଁ ବ୍ୟବହାରିକ ପରିବର୍ତ୍ତନ ଆଣିବ ଯାହା କୁପୋଷଣ ପ୍ରଭାବ ହ୍ରାସ କରିବ ।
ଏହି ଯୋଜନାରେ ଗର୍ଭବତୀ ମହିଳା ଏବଂ ସ୍ତନପାନ କରାଉଥିବା ମା' ଯେଉଁମାନେ କେନ୍ଦ୍ର ଏବଂ ରାଜ୍ୟ ସରକାର, ସାର୍ବଜନୀନ କ୍ଷେତ୍ରରେ ନିୟମିତ ରୋଜଗାର କରୁଥିବେ କିମ୍ବା ଆଇନଗତ ଭାବେ ସମାନ ସୁବିଧା ପ୍ରାପ୍ତ କରୁଥିବେ, ସେମାନଙ୍କ ବ୍ୟତୀତ ଅନ୍ୟ ସମସ୍ତ ଗର୍ଭବତୀ ମହିଳା ଏବଂ ସ୍ତନପାନ କରାଉଥିବା ମା'ଙ୍କୁ ଉପରୋକ୍ତ ସୁବିଧା ପ୍ରଦାନ କରାଯିବ । ଯୋଜନା ଅନୁଯାୟୀ ଗର୍ଭବତୀ ମହିଳା ଏବଂ ସ୍ତନପାନ କରାଉଥିବା ମା'ଙ୍କୁ ତାଙ୍କ ପ୍ରଥମ ଜୀବନ୍ତ ସନ୍ତାନ ପାଇଁ ତିନୋଟି ପର୍ଯ୍ୟାୟରେ ଏମଡବ୍ଲୁସିଡି ଦ୍ୱାରା 5 ହଜାର ଟଙ୍କା ପ୍ରଦାନ କରାଯିବ । ଏହା ବ୍ୟତୀତ ମାତୃତ୍ୱ ଲାଭ ସୁବିଧା ଅଧିନରେ ବର୍ତମାନର ଅନୁମୋଦନ ଅନୁସାରେ ସଂସ୍ଥାଗତ ପ୍ରସବ ପାଇଁ ଥିବା ଆର୍ଥିକ ସୁବିଧା ପ୍ରଦାନ କରାଯିବ ଯାହାଦ୍ୱାରା ଜଣେ ମହିଳା 6 ହଜାର ଟଙ୍କା ପ୍ରାପ୍ତ କରିବେ ।
ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ଯୋଗ୍ୟ ବିବେଚିତ ମା'ଙ୍କୁ ତିନୋଟି ପର୍ଯ୍ୟାୟରେ 5 ହଜାର ଟଙ୍କା ପ୍ରଦାନ କରାଯିବ । ଗର୍ଭାବସ୍ଥାର ପ୍ରାରମ୍ଭିକ ପଂଜୀକରଣ କରିବା ପରେ ପ୍ରଥମ ପର୍ଯ୍ୟାୟରେ 1 ହଜାର ଟଙ୍କା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଗର୍ଭଧାରଣର 6 ମାସ ପରେ ପରୀକ୍ଷଣ କଲେ 2 ହଜାର ଟଙ୍କା ପ୍ରଦାନ କରାଯିବ । ଶିଶୁ ଜନ୍ମର ପଞ୍ଜିକରଣ, ଶିଶୁ ଜନ୍ମ ପରେ ବିସିଜି, ଓପିଭି, ଡିପିଟି ଏବଂ ହେପାଟାଇଟିସ-ବି ଏବଂ ବିକଳ୍ପ ବା ସମାନ ଟୀକା ପ୍ରଦାନ କରାଯାଇଥିଲେ ଆଉ 2 ହଜାର ଟଙ୍କା ତୃତୀୟ ପର୍ଯ୍ୟାୟରେ ପ୍ରଦାନ କରାଯିବ । ଏହାବ୍ୟତୀତ ସଂସ୍ଥାଗତ ପ୍ରସବ ପାଇଁ ପ୍ରଚଳିତ ମାତୃତ୍ୱ ଲାଭ ସୁବିଧା ଅଧିନରେ ଥିବା ଆର୍ଥିକ ସହାୟତା ମଧ୍ୟ ପ୍ରାପ୍ତ କରିପାରିବେ ।
ଏହିସବୁ ଅର୍ଥ ଡିବିଟି ମୋଡରେ ଟ୍ରାନ୍ସଫର କରାଯିବ ।
• ଦେଶର ପ୍ରତ୍ୟେକ ଜିଲାରେ 01.01.2017ରୁ ପିଛିଲା ଭାବେ ଲାଗୁ କରାଯିବ
Explore More
India's economic growth is getting stronger everyday under the decisive leadership of PM Modi.
India's GDP grows at 8.4% in Q2 of FY22 and has surpassed pre-pandemic growth rate.— Pankaj Modi (@ipankajmodi) December 1, 2021
This shows how effective Modi Govt's policies have been against COVID-19. pic.twitter.com/fLjIwaXXkv
India's GDP grows at 8.4% in Q2 of FY22 and has surpassed pre-pandemic growth rate.— Anoop Mishra (@Anoop_Mishra_Ji) December 1, 2021
Modi Govt's increased spending and consumption has helped economic growth.@nsitharaman
Growth of GDP in Q2 of 2021-22 is recorded at 8.4%. 8 core industries grow at 7.5% in October exceeding expectations.— Deepak Kushwaha (@Deepak4Bharat) December 1, 2021
The economy is booming under the prudent leadership of PM Modi. pic.twitter.com/Tzuez1SqCR
Q2 GDP - 8.4% Growth— Abhishek Singh (@Abhi_4_Nation) November 30, 2021
Kudos to @nsitharaman mam for leading this Economic Recovery and Thank you @narendramodi ji for confident leadership. Bharat has bounced back and currently showing best signs of economic recovery in world. 💕👏👏 pic.twitter.com/r18P8bfOte
India's Q2 FY22 GDP grows at 8.4%, beats expectations— Bulls Eye (@sreeramjvc) November 30, 2021
RBI's Monetary Policy Committee had projected a GDP growth of 7.9% for this period in its October meeting https://t.co/RhwxOM6qnf
Citizens gave a big thumbs up to Modi Govt for transforming India.
This will bring together leading minds of the world in policy, business and technology to discuss and come up with actionable insight into how technology and innovation can be leveraged by FinTech industry for inclusive growth and serving humanity at large. Kudos to your vision!— Dr. Swapnil Mantri (@drswapnilmantri) December 1, 2021
Kudos @HALHQBLR for indigenously making #LightAttackHelicopters in India. It will strengthen the teeth of @IAF_MCC in its attack capabilities and in counter insurgency and rescue operations!!#ModiHaiToMumkinHai @narendramodi @rajnathsingh pic.twitter.com/BIDaoLgnBo— Arun Deshpande 🇮🇳 75🇮🇳 (@ArunDeshpande20) November 30, 2021
#ModiWithFarmers Kudos PM @narendramodi Ji Govt Agricultural Reforms Gross value added in agriculture & allied activities clocked a healthy growth rate of 4.5 per cent in the second quarter of FY22,up from 3 per cent during the last fiscal yearhttps://t.co/hA0mdxocOe@PMOIndia pic.twitter.com/UJ05GgZMCs— Zahid Patka (@zahidpatka) December 1, 2021
यही तो संकल्प से सिद्धि की यात्रा है। देश के करोड़ों श्रमिकों और कामगारों का सामर्थ्य आज नए भारत का आधारस्तंभ बन रहा है। उनकी सामाजिक सुरक्षा में ही देश का मजबूत भविष्य छिपा है। https://t.co/2NdVPsiiGO— Narendra Modi (@narendramodi) December 1, 2021
हमरा देश एक बजबूत हातो में है, जो नया भारत और मजबूत भारत बने की दिशा में आगे बढ़ रहा है, धन्यवाद @narendramodi प्रधान सेवक जी, 🙏— Pankaj Jaiswal 🇮🇳 (@JaiswalPankaj82) December 1, 2021
A great opportunity for the individuals who are interested in start-ups,innovations,tech & policy making to know more about the nitty gritty of these fields by brilliant speakers !👏👏— Kishor Jangid 🇮🇳 (@ikishorjangid) December 1, 2021 | <urn:uuid:dbd88548-1179-46bb-bb6c-2f8f72190930> | CC-MAIN-2021-49 | https://www.narendramodi.in/od/cabinet-approves-pan-india-implementation-of-maternity-benefit-program--535464 | 2021-12-02T01:08:05Z | s3://commoncrawl/crawl-data/CC-MAIN-2021-49/segments/1637964361064.58/warc/CC-MAIN-20211201234046-20211202024046-00539.warc.gz | ory | 0.998765 | Orya | 1 | {"ory_Orya_score": 0.998765230178833} |
ଜୟ ଲାଲ ବାହାଦୂର
ଜୟ ଲାଲ ବାହାଦୂର1 min 213 1 min 213
ଜୟ ଲାଲ ବାହାଦୂର
ଶାସ୍ତ୍ରୀ ହେ ତୁମେ ପୁନରାୟ ଆସ ଫେରି
ତୁମ ଦିବ୍ୟ ଶୁଭ ସୁନ୍ଦର ଗୁଣକୁ ଏବେବି ହେଉଛୁ ଝୁରି
ତୁମ ଶୁଭ୍ର ଶୁଭ ରୂପରେ ମୋହିତ ଚକ୍ଷୁ ପଟଳରେ ମୋର
ସପନେ କି ଜାଗରଣେ ଉଦ୍ଭାସିତ ହେଉଅଛି ନିରନ୍ତର
କିଆଁ ଅଦିନରେ ଅବେଳେ ଆମକୁ ଗଲ ତୁମେ ପରକରି
ଶାସ୍ତ୍ରୀ ହେ ତୁମେ ପୁନରାୟ ଆସ ଫେରି ।।
ଅନେକ ଦ୍ଵନ୍ଦ ରେ ଛନ୍ଦି ହେଲୁଣି ଆମେ
ବୁଦ୍ଧି ଦିଶୁନାହିଁ ବାଟ ମିଳୁନାହିଁ ଦୁଶ୍ଚିନ୍ତାରେ ମୁଣ୍ଡ ଭ୍ରମେ
ଦିଗ୍ ଦର୍ଶନ ଦେବାପାଇଁ ଜଣେ ଖୋଜିଲେ ମିଳେ ନି ଏଠି
କେମିତି ଅଚିନ୍ତା ହୋଇ ତୁମେ ଆଜି ବସିଅଛ ଯାଇ ସେଠି
ଏକାକାର ଲାଗେ ଭୂମି ଭୂମା ପ୍ରାଣ ଅସ୍ଥିର ଜୀବନ ଯାମେ
ଅନେକ ଛନ୍ଦରେ ଛନ୍ଦି ହେଲୁଣି ଆମେ ।।
ତମିସ୍ରା ରଜନୀ ଅନ୍ଧାରୁଆରେ ଆଜି
ଜୀବନର ତରୀ ଟଳମଳ ହୁଏ ହୃଦୟ ଯାଉଛି ଭାଙ୍ଗି
ତଥାପି ତୁମରି ଚଲାପଥ ଆମେ କରୁଛୁ ଅନୁସରଣ
ଅଲିଭା ଦୀପାଳି କେମିତି ଲିଭିଲା ମାନୁନାହିଁ ମୋଟେ ମନ
ଲାଲ ବାହାଦୁର ତୁମେ ଦିଗ୍-ଦର୍ଶକ ଆମ ନଉକାର ମାଝି
ତମିସ୍ରା ରଜନୀ ଅନ୍ଧାରୁଆ ରେ ଆଜି ।।
ଜୟ ଯବାନ ଜୟ କିଷାନ ଜୟ ଭାରତ ମାତାର ଜୟ
ଜୟ ଜୟ ଲାଲ ବାହାଦୂର ଶାସ୍ତ୍ରୀ ଅମ୍ଳାନ ପ୍ରତିଭା ଜ଼ୟ ।। | <urn:uuid:1dce29cd-5aed-458d-96eb-ce7fb33b233d> | CC-MAIN-2021-49 | https://storymirror.com/read/oriya/poem/jyy-laal-baahaaduur/ms449js3 | 2021-12-09T11:49:49Z | s3://commoncrawl/crawl-data/CC-MAIN-2021-49/segments/1637964363791.16/warc/CC-MAIN-20211209091917-20211209121917-00238.warc.gz | ory | 0.999959 | Orya | 1 | {"ory_Orya_score": 0.9999592304229736} |
ଟିକେ ମନେ ପକାଇବା
ଆଜି ଦୀପାବଳି..
ଆମ ଓଡ଼ିଆଙ୍କ ଦୀପାବଳି ଅନ୍ୟ ସମସ୍ତଙ୍କ ଦୀପାବଳି ଠାରୁ ଭିନ୍ନ ଅଟେ..
ଆଜି ପୟା ଶ୍ରାଦ୍ଧ ଓ ଦୀପାବଳି
ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼।
ଏହି ପବିତ୍ର ପର୍ବରେ ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ବାଇଶି ପାହାଚରେ ଶ୍ରାଦ୍ଧ ବା ପିଣ୍ଡଦାନ କରି ସିଂହଦ୍ୱାର ସମ୍ମୁଖରେ ବଡବଡିଆ ଡାକିଥାନ୍ତି। ମହାଳୟା ତିଥିରେ ପିତୃପୁରୁଷଙ୍କ ଆବାହନ କରି ପିଣ୍ଡଦାନ କରାଯାଇଥିବା ବେଳେ ଦୀପାବଳି ତିଥିରେ ଆଲୋକ ଦେଖାଇ ସେମାନଙ୍କୁ ବିଦାୟ ଦିଆଯାଇଥାଏ। ସେଥିପାଇଁ କାର୍ତ୍ତିକ ମାସର ଦୀପାବଳି ତିଥିରେ ଦୀପ ଓ କାଉଁରିଆ ଜାଳି ବଡବଡୁଆ ଡାକିଥାନ୍ତି। ଶ୍ରୀମନ୍ଦିରର ବାଇଶି ପାହାଚରେ ପିଣ୍ଡଦାନ କରି ସିଂହଦ୍ୱାର ସମ୍ମୁଖରେ ବଡବଡିଆ ଡାକିଲେ ପିତୃଗଣଙ୍କୁ ଜନ୍ମମୃତ୍ୟୁର ବନ୍ଧନରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି।
ଯେଉଁମାନେ ଶ୍ରୀମନ୍ଦିରକୁ ଯାଇପାରନ୍ତି ନାହିଁ, ସେମାନେ ନିଜ ଘରେ ଶ୍ରାଦ୍ଧ ପତ୍ର ବାଢ଼ିଥାନ୍ତି, ପିଣ୍ଡ ଦାନ କରିଥାନ୍ତି ଏବଂ ନିଜ ଇଶାଣ ଘରୁ ଅଗ୍ନି ନେଇ ନିଜ ପରିବାର ସହିତ ଦୁଆରେ କାଉଁରିଆ ଜାଳନ୍ତି..
ଆମ ଦୀପାବଳି ଅନ୍ୟମାନଙ୍କ ଦୀପାବଳି ଠାରୁ ଭିନ୍ନ ନା ନାହିଁ!
ଓଡ଼ିଆ ସଂସ୍କୃତି ସବୁଠାରୁ ଭିନ୍ନ ଆଉ ମହାନ ଅଟେ..
ଟିକେ ମନେ ପକାଇବା | <urn:uuid:7be2fc5d-370c-4f82-9d7e-967989a02da1> | CC-MAIN-2021-49 | https://blog.storymirror.com/read/s1gtp016/aam-odd-iaangk-diipaablli-anyy-smstngk-diipaablli-tthaaru-bhinn-atte | 2021-11-30T09:43:59Z | s3://commoncrawl/crawl-data/CC-MAIN-2021-49/segments/1637964358966.62/warc/CC-MAIN-20211130080511-20211130110511-00370.warc.gz | ory | 0.999959 | Orya | 1 | {"ory_Orya_score": 0.9999589920043945} |
କରୋନା ଭୟରେ ରଣବୀର; ବିମାନବନ୍ଦରରେ ମାସ୍କ ପିନ୍ଧି ନଜର ଆସିଲେ
ମୁମ୍ବାଇ: ଯଦିଓ ମୁମ୍ବାଇରେ କରୋନା ଭାଇରସ୍ର ପ୍ରଭାବ ଏଯାଏ ଦେଖିବାକୁ ମିଳିନାହିଁ। ମାତ୍ର ବଲିଉଡ୍ ତାରକାମାନେ ଆଗୁଆ ସତର୍କ ହେଉଥିବାର ଦେଖିବାକୁ ମିଳୁଛି। ରଣବୀର କପୁର ଓ ସନ୍ନି ଲିଓନଙ୍କ ପରି ବଲିଉଡ୍ ତାରକାମାନେ ନିକଟରେ ବିମାନବନ୍ଦରରେ ଦେଖିବାକୁ ମିଳିଛନ୍ତି। ସେମାନେ ମୁହଁରେ ମାସ୍କ ପିିନ୍ଧିଥିବାର ନଜର ଆସିଛନ୍ତି। ରଣବୀର ମୁମ୍ବାଇ ବିମାନବନ୍ଦରରେ ମାସ୍କ ପିନ୍ଧି ନଜର ଆସିବା ବେଳେ ତାଙ୍କର ଫେଟୋ ଓ ଭିଡିଓ କ୍ଲିକ୍ ହୋଇଛି, ଯାହାକି ଏବେ ଇଣ୍ଟର୍ନେଟ୍ରେ ଛାଇବାରେ ଲାଗିଛି। ସେ ବିମାନ ବନ୍ଦରରେ ଟି-ସାର୍ଟ ଓ ଖାକି ପ୍ୟାଣ୍ଟ୍ ପିନ୍ଧି ଯାଉଥିବାର ଦେଖିବାକୁ ମିଳିଛନ୍ତି। ଧଳା ରଙ୍ଗର ଜୋତା ସଙ୍ଗକୁ ମୁଣ୍ଡରେ ନୀଳ ରଂଗର ଟୋପି ବି ପିନ୍ଧିଥିବା ଦେଖିବାକୁ ମିଳିଛନ୍ତି ରଣବୀର।
View this post on Instagram
ସେହିପରି ଅଭିନେତ୍ରୀ ସନ୍ନି ଲିଓନ ମଧ୍ୟ ବିମାନବନ୍ଦରରେ ମାସ୍କ ପିନ୍ଧି ନଜର ଆସିଛନ୍ତି। ତାଙ୍କ ସହ ନଜର ଅସିଛନ୍ତି ତାଙ୍କ ସ୍ବାମୀ ଡାନିଏଲ୍ ୱେବର୍। ସେଠାରେ ପ୍ରଶଂସକମାନେ ତାଙ୍କୁ ସେଲ୍ଫି ମାଗିବାରୁ ମନା କରି ଦେଇଥିଲେ ସନ୍ନି। ଆପଣ ଜାଣିଥିବେ ନିଶ୍ଚୟ ଯେ କରୋନା ଭାଇରସ୍ ଭୟରେ ଅନେକ ବଲିଉଡ୍ ତାରକା ଏବେ ସତର୍କତା ଅବଲମ୍ବନ କରୁଛନ୍ତି। ଏପରିକି ସେମାନେ ଏହି ଭାଇରସ୍ର ପ୍ରଭାବ ପୂରା ନଯିବା ଯାଏ କାହାର ବି ନିକଟତର ହେବେ ନାହିଁ ବୋଲି ଚିନ୍ତା କରି ପ୍ରଶଂସକମାନଙ୍କୁ ସେଲ୍ଫି ମାଗିବାକୁ ମନା କରିଛନ୍ତି।
View this post on Instagram
ଉଲ୍ଲେଖଯୋଗ୍ୟ, ଚୀନର ଉହାନ୍ ସହରରୁ ବ୍ୟାପିଥିବା ଏହି ଭାଇରସ୍ ସଂକ୍ରମଣରେ ସମୁଦାୟ ୨୩ଟି ଦେଶ ପ୍ରଭାବିତ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୧୫ ହଜାର ଟପିଲାଣି। ଚୀନରେ ଏବେ ସୁଦ୍ଧା ଏହି ଭାଇରସ୍ ହେତୁ ୨୧୩ ଜଣଙ୍କ ଜୀବନ ଯାଇ ସାରିଲାଣି। | <urn:uuid:1f69b2e3-0b35-465d-8b66-909631bcb8f7> | CC-MAIN-2022-21 | https://sambad.in/entertainment/photo-after-sunny-leone-ranbir-kapoor-covers-his-face-with-a-mask-at-the-airport-478017/ | 2022-05-23T04:45:01Z | s3://commoncrawl/crawl-data/CC-MAIN-2022-21/segments/1652662555558.23/warc/CC-MAIN-20220523041156-20220523071156-00695.warc.gz | ory | 0.999857 | Orya | 1 | {"ory_Orya_score": 0.9998570680618286} |
'ମାସ୍କ ହୈ ନା': କରୋନା ସଚେତନତା ବାର୍ତ୍ତା ପାଇଁ କିଙ୍ଗ୍ ଖାନଙ୍କ ଫିଲ୍ମର ସହାୟତା ନେଲା ମୁମ୍ବାଇ ପୁଲିସ୍
ମୁମ୍ବାଇ: କରୋନା ଭାଇରସ୍ ସଂକ୍ରମଣ ପାଇଁ ସାରା ଦେଶରେ ଲକ୍ଡାଉନ୍ ଘୋଷଣା ହୋଇଥିବା ବେଳେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ସୋସିଆଲ୍ ମିଡିଆ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି। ସୋସିଆଲ୍ ମିଡିଆରେ ପୂର୍ବରୁ ଏ ସଂପର୍କିତ ବହୁ ପୋଷ୍ଟ୍ ଦେଖିବାକୁ ମିଳିଥିବା ବେଳେ ନିକଟରେ ଶାହାରୁଖ ଖାନଙ୍କ ଅଭିନୀତ 'ମେ ହୁଁ ନା' ଚଳଚ୍ଚିତ୍ରକୁ ଅନୁକରଣ କରି ମୁମ୍ବାଇ ପୁଲିସ୍ ଏକ ଟ୍ବିଟର୍ ପୋଷ୍ଟ୍ କରିଛି।
— Mumbai Police (@MumbaiPolice) April 12, 2020
ଚଳଚ୍ଚିତ୍ରରୁ ଏକ ଦୃଶ୍ୟକୁ ଟ୍ବିଟ୍ କରି ମୁମ୍ବାଇ ପୁଲିସ୍ ତା'ର ଅଫିସିଆଲ୍ ଟ୍ବିଟର୍ ହ୍ୟାଣ୍ଡେଲ୍ରେ ଲେଖିଛି, 'ଏଭଳି ଷ୍ଟଣ୍ଟ୍ କରିବାର କିଛି ଆବଶ୍ୟକତା ନାହିଁ। ମାସ୍କ ହୈ ନା'। ଅନ୍ୟ ଏକ ଟ୍ବିଟର୍ରେ ମୁମ୍ବାଇ ପୁଲିସ୍ ଘରେ ରହି ସାନିଟାଇଜର୍ ଓ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦେଇଛି।
तोच सुपरहिरो जो लोकांचे प्राण वाचवतो.
लोकांना जीवदान देतो.
शत्रूविरुद्ध लढताना संयम नाही सोडत.
आपला खरा हिरो तोच जो संयमी मनाने
घरी राहील. मास्क आणि हॅन्ड वॉशचा
वापर करेल.
— Mumbai Police (@MumbaiPolice) April 12, 2020
ଏପଟେ ମହାରାଷ୍ଟ୍ରରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇ ରେକର୍ଡ ସୃଷ୍ଟି କରିଥିବା ବେଳେ ଏହି ପୋଷ୍ଟ୍ଟିକୁ ଏବେ ସୁଦ୍ଧା ୧୦୦୦ ଲାଇକ୍ସ ମିଳିବା ସହ ୪୦୦ ଥର ରି-ଟ୍ବିଟ୍ ହୋଇ ସାରିଲାଣି।
— Mumbai Police (@MumbaiPolice) April 12, 2020
କେବଳ ମୁମ୍ବାଇ ପୁଲିସ୍ କାହିଁକି, ଟ୍ବିଟର୍ରେ ଅନେକ ଡାକ୍ତର ମଧ୍ୟ ସଚେତନ ବାର୍ତ୍ତା ଦେଇ ପୋଷ୍ଟ୍ କରୁଥିବାର ଦେଖିବାକୁ ମିଳିଛି। ସାଧାରଣ ଲୋକଙ୍କ ଭିତରେ ବି ଏବେ ସଚେତନତା ଦେଖିବାକୁ ମିଳିଛି। | <urn:uuid:c3ac30e1-3db4-4533-a7bc-faddb1b31060> | CC-MAIN-2022-27 | https://sambad.in/latest/mask-hai-na-mumbai-police-takes-srk-blockbusters-help-to-raise-coronavirus-awareness-504224/ | 2022-06-26T03:05:14Z | s3://commoncrawl/crawl-data/CC-MAIN-2022-27/segments/1656103036363.5/warc/CC-MAIN-20220626010644-20220626040644-00604.warc.gz | ory | 0.999624 | Orya | 1 | {"ory_Orya_score": 0.9996239542961121} |
ମା' ତାରାତାରିଣୀ ପୀଠରେ ଷୋଡଶ ଦିବସୀୟ ପୂଜା ଆରମ୍ଭ, ଉତ୍ସବମୁଖର ଦେବୀପୀଠ
Updated on: Sep 21, 2022, 12:38 PM IST
ମା' ତାରାତାରିଣୀ ପୀଠରେ ଷୋଡଶ ଦିବସୀୟ ପୂଜା ଆରମ୍ଭ, ଉତ୍ସବମୁଖର ଦେବୀପୀଠ
Updated on: Sep 21, 2022, 12:38 PM IST
ବ୍ରହ୍ମପୁର: ରାଜ୍ୟର ପ୍ରମୁଖ ଶକ୍ତି ପୀଠ ରୂପେ ପରିଚିତ ପ୍ରସିଦ୍ଧ ମାଆ ତାରାତାରିଣୀ ପୀଠ (Shodasa Upachara Puja in Maa Tata Tarini temple) । ଦୀର୍ଘ ଦୁଇ ବର୍ଷର କୋଭିଡ କଟକଣା ପରେ ଶାରଦୀୟ ପାର୍ବଣକୁ ନେଇ ସାରା ରାଜ୍ୟରେ ବିଭିନ୍ନ ଦେବୀପୀଠ ଉତ୍ସବ ମୁଖର ହୋଇଥିବା ବେଳେ ମାଆ ତାରାତାରିଣୀ ପୀଠ ମଧ୍ୟ ଚଳଚଞ୍ଚଳ ହୋଇଉଠିଛି । ମାଆ ତାରାତାରିଣୀଙ୍କ ମନ୍ଦିରରେ ଆରମ୍ଭ ହୋଇଯାଇଛି ଷୋଡଶ ଦିବସୀୟ ପୂଜା । ମୂଳାଷ୍ଟମୀଠାରୁ ଆରମ୍ଭ ହୋଇଯାଇଛି ଷୋଡ଼ଶ ଦିବସୀୟ ପୂଜା । ଘଣ୍ଟ, ଶଙ୍ଖଧ୍ବନି, ମନ୍ତ୍ର ଉଚ୍ଚାରଣରେ ଫାଟି ପଡୁଛି ପର୍ବତ ଶିଖରରେ ପୂଜା ପାଉଥିବା ମାଆଙ୍କ ମନ୍ଦିର । ମାଆଙ୍କ ଦର୍ଶନ ଟିକିଏ ପାଇବା ପାଇଁ ମନ୍ଦିରକୁ ଛୁଟିଛି ବହୁ ଭକ୍ତଙ୍କ ସୁଅ ।
ପାରମ୍ପାରିକ ରୀତିନୀତି ଅନୁଯାୟୀ ପ୍ରତ୍ୟେକ ଦିନ ପୀଠରେ ପୂଜାର୍ଚ୍ଚନା କରାଯାଉଥିବା ବେଳେ ମାଆଙ୍କୁ ଦର୍ଶନ କରିବା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ ଭକ୍ତଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଛି । ଜିଲ୍ଲାର ପୁରଷୋତ୍ତମପୁର ନିକଟବର୍ତ୍ତୀ ରଷିକୁଲ୍ୟା ନଦୀ ତଟରେ ପର୍ବତ ଶିଖରରେ ପୁଜା ପାଉଥିବା ମାଆଙ୍କ ପୀଠ ପାର୍ବଣ ଆସିଲେ ମନ୍ତ୍ର ଧ୍ୱନୀ ସାଙ୍ଗକୁ ଘଣ୍ଟ ଘଣ୍ଟା, ଶଙ୍ଖଧ୍ୱନି, ମନ୍ତ୍ର ଉଚ୍ଚାରଣରେ ହୋଇପଡିଥାଏ ଚଳଚଞ୍ଚଳ । ମାଆଙ୍କୁ ଦର୍ଶନ କରିବା ସହ ମା'ଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପାଇଁ ବିଭିନ୍ନ ଅଞ୍ଚଳରୁ ଭକ୍ତଙ୍କ ସୁଅ ଛୁଟିଥାଏ । ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଏଠାରେ ପାରମ୍ପାରିକ ରୀତିନୀତି ଅନୁଯାୟୀ କରାଯାଇଥାଏ ପୂଜାର୍ଚ୍ଚନା ।
ପ୍ରଥମ ଦିନ ମାଆଙ୍କ ସେବାୟତ ପରିବାରର ମହିଳା ମାନେ ୧୦୮ କଳସରେ ପୁଣ୍ୟତ୍ରୟା ଋଷିକୁଲ୍ୟା ନଦୀରୁ ଶୁଭାସିତ ଜଳ ଆଣି ମାଆଙ୍କ ମହାସ୍ନାନ କରିବା ପରେ ଆରମ୍ଭ ହୋଇଥାଏ ଷୋଡଶ ଦିବସ ପୂଜା । ଦୈନିକ ସକାଳର ସୂର୍ଯ୍ୟପୂଜା ଠାରୁ ଆରମ୍ଭ କରି ପଞ୍ଚ ଉପଚାର ପୂଜା, ଷୋଡଶ ଉପଚାର ପୂଜା, ଚଣ୍ଡୀପାଠ ଭଳି ପାରମ୍ପାରିକ ରୀତୀନୀତିରେ କରାଯାଇଥାଏ ମାଆଙ୍କ ପୂଜାର୍ଚ୍ଚନା । ପୌରାଣିକ ମତ ଅନୁଯାୟୀ ସତ୍ୟଯୁଗରେ ମାତା ପାର୍ବତୀଙ୍କ ଖଣ୍ଡ ବିଖଣ୍ଡିତ ଶରୀର ପୃଥିବୀପୃଷ୍ଠରେ ପଡିବା ସମୟରେ ମାତାଙ୍କ ସ୍ତନ ଖଣ୍ଡ ଭାବେ ଏହାର ଆର୍ବିଭାବ ବୋଲି ବିଶ୍ୱାସ କରାଯାଏ । ମାଆ ଦୁଇ ଭଉଣୀ ରୂପରେ ମାଆ କେଉଁ କାଳରୁ ପୂଜା ପାଇ ଆସୁଥିବା ଦେଖାଯାଇଛି ।
ମାଆ ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟର ବହୁ ପରିବାର ଇଷ୍ଟଦେବୀ ଭାବେ ଅତ୍ୟନ୍ତ ପରିଚିତ ରହିଥିବା ବେଳେ ମାଆଙ୍କ ପାଖରେ ଯାହା ମାନସିକ କରାଯାଇଥାଏ ତାହା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏପରିକି ମାଆଙ୍କ ମହିମା ସଂପର୍କରେ ଅନେକ କଥାବସ୍ତୁ ରହିଥିବା ବେଳେ ପାର୍ବଣ ଅବସରରେ ମାଆଙ୍କ ପୀଠରେ ଭକ୍ତ ମାନେ ଅଖଣ୍ଡ ଦୀପଦାନ କରୁଥିବା ଦେଖାଯାଏ । ବଳିପ୍ରଥାକୁ ଏଠାରେ ସଂପୂର୍ଣ୍ଣ ଭାବେ ବନ୍ଦ କରାଯାଇଥିବା ବେଳେ ବିଧି ବ୍ୟବସ୍ଥା ଅନୁଯାୟୀ କେବଳ ପୁଷ୍ପାଣ୍ଡ ବଳି ଦିଆଯାଉଛି । ଏପରିକି ସକାଳ ଓ ସଂନ୍ଧ୍ୟାରେ କରାଯାଉଥିବା ମାଆଙ୍କ ଆଳତୀକୁ ଦର୍ଶନ କରିବା ପାଇଁ ବହୁ ଭକ୍ତଙ୍କ ଜମିଥାଏ ଭିଡ ।
ତେବେ ଭକ୍ତଙ୍କୁ ସମସ୍ତ ସୁବିଧା ନେଇ ପ୍ରଶାସନ ସଜାଗ ରହିଛି । ଏ ନେଇ ପୁରଷୋତ୍ତମପୁର ତହସଲିଦାର ସନ୍ତୋଷ କୁମାର ସାହୁ କହିଛନ୍ତି, " ଦୀର୍ଘ ୨ ବର୍ଷ ପରେ ପୀଠରେ ଭକ୍ତଙ୍କୁ ଦର୍ଶନ ଲାଗି ଅନୁମତି ମିଳିଥିବାରୁ ପ୍ରବଳ ଭିଡ଼ ଜମିବ । ତେବେ ଭକ୍ତଙ୍କୁ ସମସ୍ତ ସୁବିଧା ଦେବା ଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି । ଏନେଇ ମନ୍ଦିର କମିଟି ପ୍ରଶାସନର ବୈଠକ ବସି ଯୋଜନା ପ୍ରସ୍ତୁତ ହୋଇଛି ।"
ଗତ ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁଁ କେବଳ ମନ୍ଦିରରେ ମାଆଙ୍କର ରୀତିନୀତି ଅନୁଯାୟୀ ପୁଜାର୍ଚ୍ଚନା ହେଉଥିବା ବେଳେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଥିଲା । ହେଲେ ଚଳିତବର୍ଷ ଶାରଦୀୟ ପୂଜାର ଧୁମଧାମରେ ଆୟୋଜନ ସହିତ ଭକ୍ତଙ୍କ ବହୁ ମାତ୍ରାରେ ସମାଗମ ହେବାକୁ ରହିଥିବାରୁ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ପାଇଁ ଯେପରି ସମସ୍ତ ପ୍ରକାର ସୁବିଧା ସୁଯୋଗ ରହିବ ସେ ନେଇ ଦୃଷ୍ଟି ଦେବାକୁ ସ୍ଥିର କରାଯାଇଛି । ମାଆଙ୍କ କରୁଣା ଅପାର । ଏଣୁ ଭକ୍ତଟିଏ ଶାରଦୀୟ ପୂଜା ସମୟରେ ମାଆଙ୍କୁ ଦର୍ଶନ ପାଇବା ପାଇଁ କାହିଁ କେତେ ଦୂରରୁ ଆସି ପହଞ୍ଚିଯାଇଥାଏ ମାଆଙ୍କ ପୀଠରେ । ଯାହାକି ମାଆଙ୍କ ପୀଠରେ ଷୋଡଶ ଦିବସୀୟ ପୂଜା ସହିତ ମାଆଙ୍କ ନବରାତ୍ର ପୂଜାରେ ରହିଛି ଅନେକ ସ୍ୱତନ୍ତ୍ରତା ।
ବ୍ରହ୍ମପୁର, ଇଟିଭି ଭାରତ | <urn:uuid:3b467ae2-1a45-435e-8467-3f181ca3d37f> | CC-MAIN-2022-40 | https://www.etvbharat.com/oriya/odisha/state/ganjam/shodasa-upachara-puja-performed-at-maa-tata-tarini-temple-of-ganjam/or20220920215245541541204 | 2022-09-29T02:46:57Z | s3://commoncrawl/crawl-data/CC-MAIN-2022-40/segments/1664030335303.67/warc/CC-MAIN-20220929003121-20220929033121-00582.warc.gz | ory | 0.99999 | Orya | 1 | {"ory_Orya_score": 0.9999899864196777} |
ଅତିଥି ଦେବୋ ଭବଃ! ଏୟାରପୋର୍ଟରେ ନିଜ ଆପଲ ଓ୍ଵାଚ୍ ହଜାଇ ଦେଇଥିଲେ ଯାତ୍ରୀ, ଘଣ୍ଟାକୁ ଖୋଜି ଘରେ ପହଞ୍ଚାଇଲା Emirates Airlines
ଯାତ୍ରୀଙ୍କର ସମସ୍ତ ସୁବିଧା ଅସୁବିଧାକୁ ବୁଝିବା ତଥା ସମାଧାନ କରିବା ଏୟାରଲାଇନ୍ସର ପ୍ରମୁଖ କର୍ତ୍ତବ୍ୟ। କିନ୍ତୁ ଯାତ୍ରୀଙ୍କ ହଜିଥିବା ଜିନିଷକୁ ବୋଧେ କୌଣସି ଏୟାରଲାଇନ୍ସ ଖୋଜି ଘରେ ନେଇ ଦେଇ ନଥିବ। କିନ୍ତୁ ଏବେ ଏଭଳି କାମ କରି ଦେଖାଇଛି ଦୁବାଇ ଏମିରଟ୍ସ ଏୟାରଲାଇନ୍ସ। ଯାହା ପ୍ରମାଣ କରିଛି ଯେ ଏୟାରଲାଇନ୍ସ ପାଇଁ ଯାତ୍ରୀଙ୍କ ସୁବିଧା ପ୍ରଥମ।
ରିପୋର୍ଟ ମୁତାବକ, ଆମେରିକାର ଜଣେ ବ୍ୟକ୍ତି ଦୁବାଇର ଏମିରଟ୍ସ ଏୟାରଲାଇନ୍ସର ଏୟାରପୋର୍ଟରେ ନିଜର ଦାମୀ ଆପଲ ଓ୍ଵାଚ୍ ଛାଡ଼ି ଦେଇ ଆସିଥିଲେ। ଏ ନେଇ ସେ ଏୟାରପୋର୍ଟକୁ ଟ୍ଵିଟ୍ କରି ଜଣାଇବାର ୩ ଦିନ ପରେ ଏୟାରପୋର୍ଟ ପକ୍ଷରୁ ତାଙ୍କ ଘଣ୍ଟାକୁ ସୁରକ୍ଷିତ ଭାବେ ଘରେ ପହଞ୍ଚାଯାଇଛି।
ଆମେରିକାର ଲୋକପ୍ରିୟ ୟୁଟ୍ୟୁବର କାସେ ନେଇସ୍ଟାଟ୍ ସୋମବାର ଦିନ ଏକ ଟ୍ଵିଟ୍ କରି ଲେଖିଥିଲେ ଯେ ଦୁବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ସିକ୍ୟୁରିଟି ଡେସ୍କରେ ନିଜର ଆପଲ୍ ଓ୍ଵାଚ୍ ଛାଡ଼ି ଦେଇ ଆସିଛନ୍ତି। ଯଦି କେହି ଏହି ଘଣ୍ଟାକୁ ପାଆନ୍ତି ତେବେ ତାଙ୍କୁ କଲ୍ କରନ୍ତୁ। ଏହି ଘଣ୍ଟାର ବ୍ୟାଣ୍ଡ୍ରେ ତାଙ୍କ ନମ୍ବର ଏମ୍ରୋଡରି ହୋଇ ଲେଖାଯାଇଛି। ଏଥିସହ ଘଣ୍ଟାରେ 'ରିଓ୍ଵାର୍ଡ' ଲେଖାଯାଇଛି ବୋଲି ମଧ୍ୟ ସେ କହିଥିଲେ।
i left my custom apple watch at security in the @emirates terminal in Dubai. if anyone finds it please gimme a call. i really liked that watch. (my phone number is embroidered under where it says 'REWARD') thank you pic.twitter.com/lFWQbBzQjV
— Casey Neistat (@Casey) February 7, 2022
୩ ଘଣ୍ଟା ପରେ ଏୟାର ଲାଇନ୍ସ ପକ୍ଷରୁ ତାଙ୍କ ଟ୍ଵିଟ୍ରେ ରିପ୍ଲାଏ କରାଯାଇଥିଲା ଯେ ଆମେ ଏୟାରପୋର୍ଟ ଟିମ୍ ଆପଣଙ୍କ ଘଣ୍ଟା ଖୋଜିବା ଆରମ୍ଭ କରିଛୁ। ଆଉ କିଛି ଦରକାର ଥିଲେ ଆପଣ ଆମକୁ ସିଧାସଳଖ ମେସେଜ୍ କରିପାରିବେ।
Hi Casey. We're checking on this with our airport team. We'll let you once we have an update. Feel free to DM us if you need further assistance. Thanks https://t.co/mIwEyRarKu
— Emirates Airline (@emirates) February 7, 2022
ଏହି ମେସେଜ୍ କରିବାର ୩ ଘଣ୍ଟା ପରେ ପୁଣିଥରେ ଏମିରଟ୍ସ ଏୟାରଲାଇନ୍ ପକ୍ଷରୁ ଆଉ ଏକ ଟ୍ଵି୍ଟ୍ କରାଯାଇଥିଲା। ଏଥିରେ ଲେଖାଯାଇଥିଲା- ଆମେ ଆପଣଙ୍କ ଘଣ୍ଟା ପାଇଗଲୁ। ଆପଣଙ୍କ ପାଖରେ ଘଣ୍ଟାକୁ ସୁରକ୍ଷିତ ପହଞ୍ଚାଇବା ପ୍ରକ୍ରିୟା ଆରମ୍ଭ କରୁଛୁ।
Found it! We're working on getting it back to you safely now. 🙂
— Emirates Airline (@emirates) February 7, 2022
ଏହା ପରେ ଏୟାରଲାଇନ୍ସ ପକ୍ଷରୁ ଏହି ଘଣ୍ଟାକୁ ସୁରକ୍ଷିତ ଭାବେ କାର୍ଲିଫର୍ଣ୍ଣିଆରେ କାସେଙ୍କ ଘରେ ନେଇ ଡେଲିଭରି କରାଯାଇଛି। ଏ ନେଇ କାସେ ଟ୍ଵିଟ୍ କରି ଏୟାରଲାଇନ୍ସକୁ କୃତଜ୍ଞତା ଜଣାଇବା ସହ ଘଣ୍ଟାଟି ତାଙ୍କ ନିକଟକୁ ଏମିରଟ୍ସର ଏକ ଖାମ୍ରେ ଆସି ଡେଲିଭରି ହୋଇଛି ବୋଲି କହିଛନ୍ତି। ଏଥିସହ ସେ ଏୟାରଲାଇନ୍ସର ସର୍ଭିସକୁ ସବୁଠୁ ଭଲ ନମ୍ବର ୧ ବୋଲି କହିଛନ୍ତି।
omg. first they put a shower on an airplane then they find my watch that i lost in the airport. is there nothing this airline can't do?! https://t.co/YhnxQjFV5k
— Casey Neistat (@Casey) February 7, 2022
this is the absolute, number 1, most incredible thing any airline has ever done in all my years of flying https://t.co/YhnxQjFnfM
— Casey Neistat (@Casey) February 7, 2022
ଘଣ୍ଟାଟି ସୋମବାର ହଜିଥିବା ବେଳେ ଗୁରୁବାର ସକାଳେ ତାଙ୍କ ଘରେ ଆସି ପହଞ୍ଚିଥିଲା। କେବଳ ଏୟାରଲାଇନ୍ସ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି କେସି।
3 days ago i left my apple watch at security in the Dubai airport. @emirates airline found the watch, put it on a plane, flew it to California, drove it to my house and handed it to me in an envelope. that was very nice of you Emirates, thank you. pic.twitter.com/uUJnh6LHlk
— Casey Neistat (@Casey) February 10, 2022 | <urn:uuid:c08732f4-8b83-4bb9-8865-78bb23d5fe29> | CC-MAIN-2023-06 | https://knewsodisha.com/special/us-man-loses-custom-apple-watch-at-dubai-airport-emirates-airline-flies-it-back-to-him-418534 | 2023-01-29T15:20:41Z | s3://commoncrawl/crawl-data/CC-MAIN-2023-06/segments/1674764499744.74/warc/CC-MAIN-20230129144110-20230129174110-00252.warc.gz | ory | 0.998664 | Orya | 1 | {"ory_Orya_score": 0.9986635446548462} |
ପାରୋଲରେ ଆସି ଖଣ୍ଡାରେ କେକ କାଟିଲେ ରାମ ରହିମ
ପାରୋଲରେ ଆସି ଖଣ୍ଡାରେ କେକ କାଟିଲେ ରାମ ରହିମ
ନୂଆଦିଲ୍ଲୀ: ପୁଣି ୪୦ ଦିନିଆ ପାରୋଲରେ ଆସିଛନ୍ତି ଡେରାସଚ୍ଚା ସୌଦାର ଆତ୍ମଘୋଷିତ ବାବା ଗୁରମିତ୍ ରାମ ରହିମ ସିଂ । ଗତ ୨୧ ତାରିଖ ଦିନ ସେ ହରିୟାଣାର ରୋହତକ ଜେଲ୍ରୁ ପାରୋଲରେ ବାହାରକୁ ଆସିବା ପରେ କେକ୍ କାଟି ଉତ୍ସବ ମନାଇଛନ୍ତି । ରାମ ରହିମ ଖଣ୍ଡାରେ କେକ କାଟୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଦୁଷ୍କର୍ମ ଏବଂ ହତ୍ୟା ଅପରାଧରେ ଦୋଷୀ ସାବ୍ୟସ୍ତ ହେବା ପରେ ରାମ ରହିମଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ଦୋଷୀ ସାବ୍ୟସ୍ତ ହୋଇ ରୋହତକ ଜିଲ୍ଲାର ସୁନାରିଆ କାରାଗାରରେ ଜେଲଦଣ୍ଡ ଭୋଗୁଥିବା ବେଳେ ଶନିବାର ଦିନ ରାମ ରହିମଙ୍କୁ ୪୦ ଦିନିଆ ପାରୋଲ ମିଳିବା ପରେ ତାଙ୍କୁ ମୁକ୍ତ କରାଯାଇଥିଲା । ଏହାପରେ ସେ ଉତ୍ତରପ୍ରଦେଶ ଯାତ୍ରା କରିଥିଲେ । ଏକ ଜାମିନ ଆବେଦନ ପତ୍ରରେ ସେ ଆସନ୍ତାକାଲି ପୂର୍ବତନ ଡେରା ମୁଖ୍ୟ ଶାହ ସତ୍ୟନମ ସିଂଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଚାହୁଁଥିବା ଉଲ୍ଲେଖ ରହିଥିଲା ।
ତେବେ ପାରୋଲରେ ଆସିବା ପରେ ରାମ ରିହିମ କେକ୍ କାଟିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଶୁଣିବାକୁ ମିଳୁଛି ଯେ, ୫ ବର୍ଷ ପରେ ମୁଁ ଏପରି ଉତ୍ସବ ପାଳନ କରିବାର ସୁଯୋଗ ପାଇଥିବାରୁ ଅତି କମରେ ମୁଁ ୫ଟା କେକ କାଟିବି । ଏହା ହେଉଛି ପ୍ରଥମ କେକ । ସେ ଏକ ଖଣ୍ଡାରେ ସେ ସମସ୍ତଙ୍କ ସମ୍ମୁଖରେ କେକ କାଟିଥିଲେ । ଯାହା ଆଇନ ଅନୁଯାୟୀ ଗ୍ରହଣୀୟ ନୁହେଁ ।
ରାମ ରହିମ ସୋମବାର ଦିନ ହରିୟାଣାର ତଥା ଅନ୍ୟାନ୍ୟ ରାଜ୍ୟରେ ତାଙ୍କ ସମର୍ଥକ ତଥା ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଆୟୋଜିତ ଏକ ମେଗା ସ୍ୱଚ୍ଛତା ଅଭିଯାନର ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ କୃଷ୍ଣଲାଲ ପାନୱାର ଏବଂ ପୂର୍ବତନ ମନ୍ତ୍ରୀ କୃଷ୍ଣ କୁମାର ବେଦୀଙ୍କ ସମେତ ହରିୟାଣାର କିଛି ବରିଷ୍ଠ ବିଜେପି ନେତା ଅଂଶଗ୍ରହଣ କରିଥିଲେ ।
ଏହାପୂର୍ବରୁ ରାମ ରହିମ ୨୦୨୨ ଜୁନ ମାସରେ ଏକ ମାସ ପାଇଁ ପାରୋଲରେ ଆସିଥିଲେ । ଗତ ୨୦୦୨ ଡେରା ପରିଚାଳକ ରଣଜିତ ସିଂହ ହତ୍ୟା ମାମଲା ଓ ଦୁଷ୍କର୍ମ ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି ରାମ ରହିମ । ଏହାପରେ ଯୌନ ଶୋଷଣ ମାମଲାରେ ରାମ ରହିମଙ୍କୁ ୨୦୧୭ ମସିହା ଅଗଷ୍ଟ ମାସରେ ପଞ୍ଚକୁଲାର ସିବିଆଇ କୋର୍ଟ ଦ୍ବାରା ୨୦ ବର୍ଷ ଦଣ୍ଡିତ କରାଯାଇଥିଲା । ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟା ମାମଲାରେ ରାମ ରହିମଙ୍କୁ ମଧ୍ୟ ଦଣ୍ଡିତ କରାଯାଇଛି । ୨୦୧୭ ଅଗଷ୍ଟଠାରୁ ତାଙ୍କୁ ରୋହତକର ସୁନାରିଆ ଜେଲ୍ରେ ରଖାଯାଇଛି । | <urn:uuid:18b14bd8-0e58-423c-9b98-a898f9aeba52> | CC-MAIN-2023-06 | https://www.etvbharat.com/oriya/odisha/bharat/out-on-parole-dera-chief-ram-rahim-cuts-cake-with-sword-video-goes-viral/or20230124103600528528364 | 2023-02-09T08:18:24Z | s3://commoncrawl/crawl-data/CC-MAIN-2023-06/segments/1674764501555.34/warc/CC-MAIN-20230209081052-20230209111052-00482.warc.gz | ory | 0.999992 | Orya | 1 | {"ory_Orya_score": 0.9999916553497314} |
ସ୍ୱାମୀର ଶାବଳ ମାଡରେ ସ୍ତ୍ରୀ ମୃତ, କାରଣ ଅସ୍ପଷ୍ଟ
15/03/2023 at 11:03 AM
ମାର୍ଶାଘାଇ ୧୫।୦୩ : କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ମଙ୍ଗରାଜପୁର ଗାଁରେ ଅଭାବନୀୟ ଘଟଣା । ସ୍ୱାମୀର ଶାବଳ ମାଡ଼ରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି ।ମୃତକଙ୍କ ନାମ କମଳା ଓଝା ବୋଲି ଜଣାପଡିଛି।
ଖବର ଅନୁଯାୟୀ, କୌଣସି କାମରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ସ୍ୱାମୀ ଏକ ଶାବଳରେ ସ୍ତ୍ରୀକୁ ହତ୍ୟା କରିଛି । ତେବେ ଏବେ ଯାଏଁ ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଭିଯୁକ୍ତ ସ୍ୱାମୀକୁ ଗ୍ରାମବାସୀ ଅଟକ ରଖିଛନ୍ତି । ପୋଲିସ ଘଟଣାର ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଗ୍ରାମାବାସୀ କହିଛନ୍ତି ।
Related Posts
ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥ କାଠ
30 March 2023
ଚାଲାଣ ବେଳେ ଅଫିମ ଚୋପା ବୋଝେଇ ଭ୍ୟାନ୍ ଜବତ; ଜଣେ ଗିରଫ
30 March 2023 | <urn:uuid:e7f7e579-e281-47d1-8969-8b798e733df2> | CC-MAIN-2023-14 | https://www.prameyanews7.com/hatya-case-in-marshaghai-2/ | 2023-03-30T17:12:11Z | s3://commoncrawl/crawl-data/CC-MAIN-2023-14/segments/1679296949355.52/warc/CC-MAIN-20230330163823-20230330193823-00366.warc.gz | ory | 0.999996 | Orya | 1 | {"ory_Orya_score": 0.9999959468841553} |
Power Cut: ଅଘୋଷିତ ବିଦ୍ୟୁତ୍ କାଟ, ଦିନରେ ଲଣ୍ଠନ ଜାଳି ବିଜେପିର ପ୍ରତିବାଦ
Published: May 24, 2023, 10:03 AM
Power Cut: ଅଘୋଷିତ ବିଦ୍ୟୁତ୍ କାଟ, ଦିନରେ ଲଣ୍ଠନ ଜାଳି ବିଜେପିର ପ୍ରତିବାଦ
Published: May 24, 2023, 10:03 AM
ଭୁବନେଶ୍ବର: ରାଜ୍ୟରେ ଅସହ୍ୟ ତାତି ହେଉଥିବା ବେଳେ ବାହାରକୁ ବାହାରିବା ଏକପ୍ରକାର ମୁସ୍କିଲ ହୋଇପଡୁଛି । ସେପଟେ ଅଘୋଷିତ ବିଜୁଳ କାଟ ଲୋକଙ୍କ ଲାଗି ଆହୁରି ସମସ୍ୟା ବଢାଇ ଦେଇଛି । ଏହାକୁ ଗତକାଲି(ମଙ୍ଗଳବାର) ଭିନ୍ନ ଢଙ୍ଗରେ ବିରୋଧ କରିଛି ବିଜେପି । ଭୁବନେଶ୍ଵର ଜିଲ୍ଲା ବିଜେପି ପକ୍ଷରୁ ଲଣ୍ଠନ ଧରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ବରେ ବିଜେପି କର୍ମୀମାନେ ବରଗଡ଼ ଛକଠାରୁ ଇଲେଟ୍ରିକ୍ ଅଫିସ ପର୍ଯ୍ୟନ୍ତ ଶୋଭଯାତ୍ରା କରିଥିବା ଦେଖିବାକୁ ମିଳିଛି ।
ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଊର୍ଦ୍ଧ୍ବରେ ପହଞ୍ଚିଥିବା ବେଳେ ବାରମ୍ବାର ଅଘୋଷିତ ବିଜୁଳି କାଟ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି । ସେହିପରି ଭୁବନେଶ୍ବରରେ ଗତ କିଛି ଦିନ ହେବ ଘନଘନ ବିଜୁଳି କାଟ ହେବା ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଲାଣି । ଗତ କିଛି ଦିନ ହେଲା ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ହେତୁ ଲୋକେ ହନ୍ତସନ୍ତ ହେଉଛନ୍ତି । ଏଭଳି ପରିସ୍ଥିତିରେ OERCର ବାରମ୍ବାର ବିଦ୍ୟୁତ କାଟ ଲୋକମାନଙ୍କୁ ଯନ୍ତ୍ରଣା ଦେଉଛି । ରାଜ୍ୟ ସରକାରଙ୍କ OERC ସହ ଗୁପ୍ତ ବୁଝାମଣା ବୋଲି ବିଜେପି ଅଭିଯୋଗ କରିଛି ।
ଏହା ବି ପଢନ୍ତୁ- ଓଡ଼ିଶାରେ ହେବ ଆଗୁଆ ନିର୍ବାଚନ ! ଅଣ୍ଟା ଭିଡ଼ିଲେଣି ତିନି ପ୍ରମୁଖ ଦଳ
ଶକ୍ତି ମନ୍ତ୍ରୀ ବିଧାନସଭାରେ ବିବୃତି ରଖିଥିଲେ ଏ ବର୍ଷ ପାୱାର କଟ ହେବ ନାହିଁ । ହେଲେ ତାଙ୍କର ବିବୃତି ପରଦିନ ଠାରୁ ପ୍ରତିଦିନ ୨ ଘଣ୍ଟାରୁ ୩ ଘଣ୍ଟା ପାୱାର କଟ ହେଉଛି। ବିଜେପି ପ୍ରଶ୍ନ କରିଛି ଖରାଦିନ ପୂର୍ବରୁ କଣ OERC ପ୍ରସ୍ତୁତ ହୋଇନଥିଲା ? ଗ୍ରୀଷ୍ମ ଋତୁରେ ବିଦ୍ୟୁତ କାଟ ହେବନାହିଁ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ ।
ରାଜ୍ୟର ଶକ୍ତିମନ୍ତ୍ରୀ ବିଦ୍ୟୁତ୍ କାଟ ହେବ ନାହିଁ, ଲୋକ ହଇରାଣ ହେବେ ନାହିଁ ବୋଲି କହିଥିଲେ । ହେଲେ ଏହା ତାର ବିପରୀତ । ଶକ୍ତି ମନ୍ତ୍ରୀ କହିଥିଲେ ଯେ ଟ୍ରିପ୍ ହୋଇଯାଉଛି । ବଡ ବଡ ସହରରେ ବହୁତ ଏସି ଚାଲୁଛି ଭୁବନେଶ୍ଵର ଅପେକ୍ଷା । ଭୁବନେଶ୍ଵରରେ ଯଦି ଏହି ଅବସ୍ଥା ତେବେ କୋରାପୁଟ, କଳାହାଣ୍ଡି ଅପହଞ୍ଚ ଅଞ୍ଚଳରେ କିଭଳି ଲୋକେ ହଇରାଣ ହେଉଥିବେ ତାହା ଜଣାପଡ଼ୁଛି ବୋଲି ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଏଥିରେ ଚୁପ୍ ହୋଇ ବସିବ ନାହିଁ । ଏହି କଥାକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ଓ ଆଗାମୀ ଦିନରେ ଭୁବନେଶ୍ବରର ସମସ୍ତ ଇଲେକ୍ଟ୍ରି ଅଫିସ୍ ଆଗରେ ଏହି ଆନ୍ଦୋଳନ ଚାଲିବ । ଯେ ପର୍ଯ୍ୟନ୍ତ ସାଧାରଣ ଲୋକେ ଏହି ଦୁଃଖ ଦୁର୍ଦ୍ଦଶାରୁ ବର୍ତ୍ତିନାହାନ୍ତି ଏବଂ OERC ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଯେଉଁ ମଧୁଚନ୍ଦ୍ରିକା ଅଛି ତାର ପର୍ଦ୍ଦାଫାସ ନ କରିବା ପର୍ଯ୍ୟନ୍ତ ଏ ଆନ୍ଦୋଳନ ଚାଲୁ ରହିବ ବୋଲି ଜିଲ୍ଲା ସଭାପତି ବାବୁ ସିଂ ଚେତାବନୀ ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର | <urn:uuid:71b4a622-72fe-4ce2-8e48-f0fe6e4805d0> | CC-MAIN-2023-23 | https://www.etvbharat.com/oriya/odisha/state/khurda/bjp-protests-holding-lamps-in-hand-over-power-cut-issue-in-odisha/or20230524100325423423475 | 2023-06-04T14:53:37Z | s3://commoncrawl/crawl-data/CC-MAIN-2023-23/segments/1685224649986.95/warc/CC-MAIN-20230604125132-20230604155132-00421.warc.gz | ory | 0.999992 | Orya | 1 | {"ory_Orya_score": 0.9999923706054688} |
ଆହୁରି ପଢନ୍ତୁ ଓଡିଶା ଖବର...
ରାଉରକେଲା: ରାଉରକେଲାରେ ଜିଏସଟି ରେଡ୍ । 4 ଟି ଟ୍ରେଡ କମ୍ପାନୀ ସହ ଗୋଟିଏ କାରଖାନା ଉପରେ ଚଢ଼ାଉ କରିଛି ଜିଏସଟି ଟିମ୍ । ସ୍ଥାନୀୟ ସିଭିଲ୍ ଟାଉନସିପ୍ ଓ ଛେଣ୍ଡ ଅଂଚଳରେ ଚାଲିଛି ରେଡ୍ । ଟିକସ ଫାଙ୍କି ଥିବା ଅଭିଯୋଗ ପରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି ।
ବାଲେଶ୍ୱର: ଭଙ୍ଗା ଯାଉଛି ବାହାନଗା ହାଇସ୍କୁଲର ଘର । ମୃତଦେହ ରଖାଯାଇଥିବା ସ୍କୁଲ ଘର ଭଙ୍ଗାଚାଲିଛି । ସ୍କୁଲ ପରିଚାଳନା କମିଟିର ଉପସ୍ଥିତିରେ ସ୍କୁଲ ଘର ଭଙ୍ଗାଯାଉଛି । ଗତକାଲି ଜିଲ୍ଲାପାଳଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ସ୍କୁଲ ପରିଦର୍ଶନ କରି ଅଭିଭାବକ ଓ ପରିଚାଳନା କମିଟି ସହ ଆଲୋଚନା କରିଥିଲେ ।
ପରିଚାଳନା କମିଟି ଚାହିଁଲେ ସ୍କୁଲଘର ଭଙ୍ଗାଯିବ ବୋଲି କହିଥିଲେ ବାଲେଶ୍ବର ଜିଲ୍ଲାପାଳ । ଟ୍ରେନ୍ ଦୁର୍ଘଟଣାରେ ମୃତଦେହ ଗୁଡ଼ିକ ସ୍କୁଲ ଘରେ ଥିବାରୁ ସ୍କୁଲ ଆସିବାକୁ ମନା କରିଥିଲେ ଛାତ୍ରଛାତ୍ରୀ । ସ୍କୁଲ ଯିବାକୁ ପିଲା ଭୟ କରୁଥିବାରୁ ଘରକୁ ଭଙ୍ଗା ଯାଉଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଜଗତସିଂହପୁର: ଜଗତସିଂହପୁରରେ କାଳବୈଶାଖିର ତାଣ୍ଡବ। ବଜ୍ରାଘାତରେ ଚାଲିଗଲା ଦୁଇ ଜୀବନ। ଗତକାଲି ଅପରାହ୍ନରେ କାଳ ବୈଶାଖି ତାଣ୍ଡବ ରଚିଥିଲା।
ଜଗତସିଂହପୁର ନାଲିବର ସାମଲ ସାହିର ନାରାୟଣ ଦାସ ବିଲକୁ ଛେଳି ଗାଈ ଚରାଇବାକୁ ଯାଇଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସେପଟେ ତଇଦୁଲ ପାଇକ ନାମକ ଯୁବକ ଗଛମୂଳରେ ଛିଡା ହୋଇଥିବା ବେଳେ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଂଚଳରେ କାଳବୈଶାଖୀର ମହତାଣ୍ଡବ ଦେଖିବାକୁ ମିଳିଛି । ଭାଙ୍ଗି ଦେଇଛି ଅନେକ ଘର ସହିତ ଲକ୍ଷାଧିକ ଟଙ୍କାର ଫାର୍ମ ହାଉସ । ଏଥିସହିତ ଗୋଟିଏ ନିରୀହ ଜୀବନ ମଧ୍ୟ ଅକାଳରେ ଚାଲି ଯାଇଛି । ମୃତକ ଜଣଙ୍କ କାମାକ୍ଷାନଗର ଥାନା ବାଲିଗୋରଡ଼ ପଂଚାୟତ ଅନ୍ତର୍ଗତ ନୂଆପାଣି ଗାଁର ଅଚ୍ୟୁତ ଦିଆଣି । ଅଚ୍ୟୁତ ବଜ୍ରାଘାତର ଶିକାର ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେହିପରି ନୂଆପାଣି ଗାଁର ପ୍ରକାଶ ସାମଲଙ୍କର ଫାର୍ମ ହାଉସଟି ଭାଙ୍ଗି ସମ୍ପୂର୍ଣ୍ଣ ଚୁନମାର ହୋଇଯାଇଛି ।
ଫଳରେ ଲକ୍ଷ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଛି । ସେହିପରି ମହାବିରୋଡ଼ ଥାନା ଡୋଲିଆ -ସମାକୁଦ ରାସ୍ତାରେ ଏକ ବଡ଼ ଗଛ ଇଲେକ୍ଟ୍ରିକ ଖୁଣ୍ଟି ଉପରେ ଖସି ପଡିବା ଯୋଗୁଁ କଙ୍କଡାହାଡ଼-କେଉଁଝର ଯାତାୟାତ ଠପ ହୋଇଯାଇଛି । ଏଥିସହିତ ପ୍ରାୟ ୬ ଘଣ୍ଟା ଧରି ବିଦ୍ୟୁତ ସରବରାହ ବନ୍ଦ ରହିବା ସହ ପ୍ରାୟ ୨ ଘଣ୍ଟା ଧରି ଯାତ୍ରୀବାହୀ ବସ୍ ଅଟକି ରହିଥିଲା । ସେପଟେ ବଜ୍ରାଘାତରେ ଜଣେ ଚାଷୀଙ୍କର ମୃତ୍ୟୁକୁ ନେଇ ନୂଆପାଣି ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ଓ ରାଜସ୍ୱ ନିରୀକ୍ଷକ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର | <urn:uuid:5e90f1dd-57be-41d1-a8d1-1d744ff403f5> | CC-MAIN-2023-23 | https://argusnews.in/article/odisha/gast-raid-in-rourkela | 2023-06-09T05:29:23Z | s3://commoncrawl/crawl-data/CC-MAIN-2023-23/segments/1685224655247.75/warc/CC-MAIN-20230609032325-20230609062325-00021.warc.gz | ory | 0.999976 | Orya | 1 | {"ory_Orya_score": 0.9999759197235107} |
ଅନ୍ୟପଟେ କରୋନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଡମିଶନ୍ ପାଇଁ ଆବେଦନ ଫି' କମାଇଛନ୍ତି । ସାଧାରଣ ବର୍ଗ ଓ SC/ST ପିଲାଙ୍କ ପାଇଁ ୧୦୦ ଟଙ୍କା ଫି' ହ୍ରାସ କରାଯାଇଛି । ଚଳିତ ବର୍ଷ ସାଧାରଣ ବର୍ଗ ପିଲାଙ୍କ ପାଇଁ ଆବେଦନ ଫି' ୨ଶହ ଟଙ୍କା ରହିଛି । ସେହିପରି SC/ST ପିଲାଙ୍କ ପାଇଁ ଆବେଦନ ଫି' ୧୦୦ ଟଙ୍କା ରଖାଯାଇଛି । ଏ ନେଇ ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଏହା ସହ ସେପ୍ଟେମ୍ବର ୯ରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ ବୋଲି ମନ୍ତ୍ରୀ କହିଛନ୍ତି । କରୋନା ଯେଉଁଭଳି ଭାବରେ ରାଜ୍ୟରେ ତାର କାୟା ବିସ୍ତାର କରିବାରେ ଲାଗିଛି ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଶିକ୍ଷା ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି ।
ଘର
ଶିିକ୍ଷା ଓ ନିଯୁକ୍ତି
ଅଗଷ୍ଟ ୨୧ରୁ +୨ ନୂତନ ଆଡ୍ମିଶନ୍ କରିବେ ଛାତ୍ରଛାତ୍ରୀ: ସମୀର ଦାଶଙ୍କ ସୂଚନା
ଅଗଷ୍ଟ ୨୧ରୁ +୨ ନୂତନ ଆଡ୍ମିଶନ୍ କରିବେ ଛାତ୍ରଛାତ୍ରୀ: ସମୀର ଦାଶଙ୍କ ସୂଚନା
ଅର୍ଗସ ବ୍ୟୁରୋ: ଅଗଷ୍ଟ ୨୧ରୁ +୨ ନୂତନ ଆଡ୍ମିଶନ୍ ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଏ ନେଇ ମନ୍ତ୍ରୀ ସମୀର ଦାଶ ଆଜି ସୂଚନା ଦେଇଛନ୍ତି । ଅନ୍ଲାଇନ୍ରେ ଆଡ୍ମିଶନ୍ ପାଇଁ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ SAMS ସେଣ୍ଟର ଜରିଆରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ତେବେ ଚଳିତ ଥର କରୋନା ପାଇଁ ସବୁକିଛି ବିଳମ୍ୱ ହୋଇଥିବାବେଳେ ଦଶମ ଶ୍ରେଣୀ ପିଲାଙ୍କ ରେଜଲ୍ଟ ମଧ୍ୟ ବିଳମ୍ୱରେ ପ୍ରକାଶ ପାଇଥିଲା । ତେବେ ରେଜଲ୍ଟ ମଧ୍ୟ ଭଲ ହୋଇଥିଲା ।
କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି
ଅର୍ଗସ ବ୍ୟୁରୋ : କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି । ବିଶ୍ଵର ସର୍ବବୃହତ ଖାଦ୍ୟ ଭଣ୍ଡାରଣ ଯୋଜନାକୁ ଅନୁମୋଦନ ଦେଇଛି କେନ୍ଦ୍ର କ୍ୟାବିନେଟ୍ । ଏହି ଯୋଜନା ଅଧିନରେ ଦେଶର ଖାଦ୍ୟଶସ୍ୟ ଭଣ୍ଡାରଣ କ୍ଷମତାକୁ ବୃଦ୍ଧି କରିବାକୁ ପ୍ରତି ବ୍ଲକରେ ୨ ହଜାର ଟନ କ୍ଷମତାର ଗୋଦାମ ନିର୍ମାଣ କରାଯିବ । ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଆଜ
ହିଂସାର ନିଆଁ ଜଳିଥିବା ମଣିପୁରରେ ଫେରୁଛି ଶାନ୍ତି
ଅର୍ଗସ ବ୍ୟୁରୋ : ହିଂସାର ନିଆଁ ଜଳିଥିବା ମଣିପୁରରେ ଫେରୁଛି ଶାନ୍ତି । ହିଂସା ପ୍ରଭାବିତ ଅଞ୍ଚଳରେ ବୁଲି ଖୋଦ ଗୃହମନ୍ତ୍ରୀ ଅମିତ ଶାହ ଦେଇଛନ୍ତି ଶାନ୍ତିର ବାର୍ତ୍ତା । ୪ ଦିନିଆ ମଣିପୁର ଗସ୍ତରେ ଥିବା ଶାହ ଆଜି ସର୍ବାଧିକ ହିଂସାଗ୍ରସ୍ତ ଅଂଚଳ ଚୁରାଚାନ୍ଦପୁର ଜିଲ୍ଲା ବୁଲିଛନ୍ତି । ସେଠାରେ ଆଦିବାସୀ ମହିଳାମାନେ ଜାତୀୟ ପତାକା ଧରି ଶାହଙ୍କୁ ସ୍ବାଗତ କରିଥିଲେ । ଶା
କଟକ ଜିଲ୍ଲାର ପାଇଁ ଗୌରବ ଆଣିଲେ ସୌମ୍ୟ
ଅର୍ଗସ ବ୍ୟୁରୋ : କଟକ ଜିଲ୍ଲା ନରସିଂହପୁର ବ୍ଲକ ବୋକଡା ଗାଁର ସୌମ୍ୟ ରଞ୍ଜନ ବେହେରା। ସେ କାନପୁର ଆଞ୍ଚଳିକ କଲେଜ ରେ +୨ ବିଜ୍ଞାନ ଶିକ୍ଷା ଅଧ୍ୟୟନ କରୁଥିଲେ। ତେବେ ସେ ବାଗଧରିଆ ସ୍ଥିତ କାଇଜେନ ଇନଷ୍ଟିଚ୍ୟୁଟରେ ଶିକ୍ଷା ଅଧ୍ୟୟନ କରୁଥିଲେ । ଗଣିତରେ୧୦୦ ରୁ ୧୦୦ ମାର୍କ ଆଣି ଏବେ ଚର୍ଚ୍ଚା ରେ ଅଛନ୍ତି।। ତେବେ କଟକ ଜିଲ୍ଲା ଭିତରେ ସେ ପ୍ରଥମ ଛାତ୍ର ଯିଏ କି ୧୦୦ ମାର୍
Download Argus News App | <urn:uuid:a00e749b-f533-43df-9ede-d6b739769473> | CC-MAIN-2023-23 | https://argusnews.in/article/education-and-employment/article_155032 | 2023-05-31T19:14:54Z | s3://commoncrawl/crawl-data/CC-MAIN-2023-23/segments/1685224647409.17/warc/CC-MAIN-20230531182033-20230531212033-00771.warc.gz | ory | 0.999999 | Orya | 1 | {"ory_Orya_score": 0.9999985694885254} |
ଭୁବନେଶ୍ୱର, ନିରପେକ୍ଷ ଖବର: ତା ୨୯/୦୫ : ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଥିଲେ କି ଓଡ଼ିଶା
ମାଟିରୁ ଠିକା ନିଯୁକ୍ତି ଭଳି କୁତ୍ସିତ ପ୍ରଥା ସବୁଦିନ ପାଇଁ ଉଚ୍ଛେଦ କରାଗଲା । କିନ୍ତୁ ଏବେ ମଧ୍ୟ ଜାତୀୟ ସ୍ଵାସ୍ଥ୍ୟ ମିଶନ ଓଡ଼ିଶା ଅଧ୍ଵନରେ
୧୨୭ ୨ଜଣ ଆର୍.ବି.ଏସ୍.କେ ଆୟୁଷ ଡାକ୍ତର ସେହି କୁତ୍ସିତ ପ୍ରଥା ତଥା ଠିକା ନିଯୁକ୍ତି ଓ ସ୍ଵଚ୍ଛ ଦରମାରେ କାର୍ଯ୍ୟ କରୁଅଛନ୍ତି ।
ଶନିବାରଦିନ ଭୁବନେଶ୍ଵର ରେଡକ୍ରସ ଭବନ ସମ୍ମିଳନୀ କକ୍ଷରେ ରାଜ୍ୟ ଆରବିଏସ୍ ଆୟୁଷ ଡାକ୍ତର ସଂଘ, ଓଡ଼ିଶା ତରଫରୁ
ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ୧୨୭୨ ଆର୍ବିଏସ୍ ଆୟୁଷ ଡାକ୍ତରଙ୍କୁ ସେମାନଙ୍କ ପାହ୍ୟା ମାନ୍ୟତାର ଦରମା ପ୍ରଦାନ
ତଥା ସେମାନଙ୍କ ନିଯୁକ୍ତିକୁ ଯଥାଶୀଘ୍ର ନିୟମିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ସରକାରଙ୍କୁ ବାର୍ତ୍ତା ଦେବା ଏହି ବୈଠକର ମୁଖ୍ୟ
ଉଦ୍ଦେଶ୍ୟ ଥିଲା । କାର୍ଯ୍ୟକ୍ରମରେ ସଂଘର ସଭାପତି ପ୍ରଭାତ ମହାନ୍ତି, ବରିଷ୍ଠ ସଦସ୍ୟ ତଥା ଉପଦେଷ୍ଟା ଡା ବିଶ୍ବରଞ୍ଜନ ପ୍ରଧାନ, ଡା ବିଜୟ ସାମଲ,
କାର୍ଯ୍ୟକାରୀ ସଭାପତି ଡା ହିମାଂଶୁ ଶେଖର ମିଶ୍ର, ସାଧାରଣ ସମ୍ପାଦକ ଡା ରବିନ୍ଦ୍ର ସେଠୀ, ଉପସଭାପତି ଡା ଇନ୍ଦିରା ପ୍ରିୟଦର୍ଶିନୀ ଦାସ, ଡା
ଲିଙ୍ଗରାଜ ଦାଶ, ଡା ସ୍ଵାଗତିକା ଦାଶ, ସହ ସମ୍ପାଦକ ଡା ଜୟଶ୍ରୀ ଶ୍ରୀଚନ୍ଦନ, ଡା କୈଳାଶ ମାଝୀ ଏବଂ କୋଷାଧ୍ୟକ୍ଷ ଡା ରାକେଶ କୁମାର ଜେନା,
ଡା ଶୁଭେନ୍ଦୁ ଦାସ ପ୍ରମୁଖ ଯୋଗ ଦେଇଥିଲେ ।
ସାମ୍ପ୍ରତିକି ସ୍ଥିତିରେ ଆୟୁଷ ଚିକିତ୍ସା ପଦ୍ଧତିକୁ କିପରି ଅଧ୍ଵକରୁ ଅଧିକ ଲୋକାଭିମୁଖୀ କରାଯାଇ ପାରିବ, ସେ ସମ୍ପର୍କରେ ବିସ୍ତୃତ
ଆଲୋଚନା ହୋଇଥିଲା । ଆରବିଏସ୍ ଆୟୁଷ ଡାକ୍ତରମାନଙ୍କ ଦ୍ବାରା ଦୀର୍ଘ ୧୦ ବର୍ଷ ଧରି ସମଗ୍ର ଓଡ଼ିଶାର କୋଣ ଅନୁକୋଣରେ କିପରି
ଅଙ୍ଗନଓ୍ବାଡ଼ି ଓ ବିଦ୍ୟାଳୟସ୍ତରୀୟ ପିଲାମାନଙ୍କୁ ସ୍ଵାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ତାହାର ଏକ ବିସ୍ତୃତ ବିବରଣୀ ଦିଆଯାଇଥିଲା । ଆଗାମୀ
ଦିନରେ ଭୁବନେଶ୍ଵର ସଂଘ ପକ୍ଷରୁ ଆବିଏସ୍ କାର୍ଯ୍ୟପ୍ରଣାଳୀକୁ ନେଇ ଏକ ଦୁଇଦିନିଆ ସେମିନାର ଓ ବିଶାଳ ରକ୍ତଦାନ ଶିବିର ଆୟୋଜନ
କରିବାକୁ ସର୍ବସମ୍ମତିକ୍ରମେ ସ୍ଥିରୀକୃତ ହୋଇଛି । ଆରବିଏସ୍ ଆୟୁଷ ଡାକ୍ତରମାନଙ୍କୁ ଓଡ଼ିଶା ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଅଧୀନକୁ
ନେବା ସହିତ ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶା ଅଧ୍ଵନରେ କାର୍ଯ୍ୟରତ ସମସ୍ତ ଠିକା କର୍ମଋରୀମାନଙ୍କର ନିଯୁକ୍ତିକୁ ଯଥାଶୀଘ୍ର ସ୍ଥାୟୀ କରାନଗଲେ
ସମସ୍ତ ଆରବିଏସ୍ ଆୟୁଷ ଡାକ୍ତରମାନେ ଏସ୍ମାକୁ ଖାତିର ନକରି ଆନ୍ଦୋଳନ କରିବା ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଂଘର
ସଭାପତି ପ୍ରଭାତ ମହାନ୍ତି ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧୁମାନଙ୍କ ଦ୍ବାରା ଓଡ଼ିଶା ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି |
ଆଗାମୀ ଦିନରେ ବରିଷ୍ଠ ସଦସ୍ୟ ତଥା ରାଜ୍ୟ ଉପଦେଷ୍ଟା ଡା ବିଶ୍ବରଞ୍ଜନ ପ୍ରଧାନ ଓ ଡା ବିଜୟ ସାମଲଙ୍କ ତତ୍ତ୍ଵାବଧାନରେ ସଂଘ ତାର ଭବିଷ୍ୟତ
କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରି ଆଗକୁ ବଢିବ ବୋଲି ସର୍ବସମ୍ମତିରେ ଘୋଷଣା କରାଯାଇଛି ।
ଭୁବନେଶ୍ୱର, ନିରପେକ୍ଷ ଖବର: ତା ୨୯/୦୫ : ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଥିଲେ କି ଓଡ଼ିଶା | <urn:uuid:37ac483d-906f-48c6-a6d1-2c2930fa3ef8> | CC-MAIN-2023-40 | https://www.nirapakhyakhabar.com/rajya-rbsk-ayush-doctor/ | 2023-10-04T00:48:20Z | s3://commoncrawl/crawl-data/CC-MAIN-2023-40/segments/1695233511284.37/warc/CC-MAIN-20231003224357-20231004014357-00476.warc.gz | ory | 0.999992 | Orya | 1 | {"ory_Orya_score": 0.9999924898147583} |
ବିବାହ :ଏକ ବନ୍ଧନ
ବିବାହ :ଏକ ବନ୍ଧନ
ବିବାହ ତ ଏକ ପବିତ୍ର ବନ୍ଧନ
ମନେ ରଖିଥିବୁ ଝିଅ
ଦାମ୍ପତ୍ୟ ଜୀବନ ଦେବାଳୟ ସମ
ସ୍ୱାମୀ ଯେଉଁଠାରେ ଦିଅଁ ।
ବାପଘର ସୁଖ ଭୁଲିଯିବୁ ମନୁ
ହେଲାପରେ ଝିଅ ବାହା
ସଭିଙ୍କୁ ଆଦର ସେନେହ କରିବୁ
କାଳିଆ ହେବେ ତୋ ସାହା ।
ଦେଇଥିବୁ ମନ ବିଭୂଙ୍କ ପୟରେ
ଭକତିରେ ହୃଦ ଜିଣି
ସଙ୍କଟରେ ସ୍ୱାମୀ,ଶାଶୁ,ଶଶୁରଙ୍କ
ମନ ନେଉଥିବୁ କିଣି ।
ବରଷିବୁ ସ୍ନେହସିକ୍ତ କୃପା ବାରି
ଦେବୁନି କା ମନେ ବ୍ୟଥା
ମିଠା କଥା ସଦା ମୁଖେ ଉଚ୍ଚାରିବୁ
କହିବୁନି କଟୁ କଥା ।
ପରିବାର ଜନେ ଶ୍ରଦ୍ଧା ରଖିଥିବୁ
ସାଧୁସନ୍ଥେ ଦେଇ ମତି
ଶାଶୁ ଶଶୁରଙ୍କ ସେବା କରୁଥିଲେ
ଜୀବନେ ଲଭିବୁ ମୁକ୍ତି ।
ଜୀବନସାଥୀଙ୍କ ମନ ମୋହୁଥିବୁ
ହୃଦୟ ଦେବତା ମଣି
ଲୟ ରଖିଥିବୁ ସ୍ୱାମୀଙ୍କ ସେବାରେ
ସିଏ ତୋ ସଂପଦ ଖଣି ।
ସଂସାର ସାଗରୁ ସୁଖେ ହେବୁ ପାରି
ସାଜିବେ ସେ ତୋର କାତ
ଦାମ୍ପତ୍ୟ ଜୀବନ ପ୍ରତି ପାବଚ୍ଛରେ
ସାହା ହେବେ ଜଗନ୍ନାଥ । | <urn:uuid:9f15b6cd-a474-456d-9a2b-19ff1223d6df> | CC-MAIN-2023-50 | https://storymirror.com/read/oriya/poem/bibaah-ek-bndhn/uc5l3zq8 | 2023-12-08T19:36:35Z | s3://commoncrawl/crawl-data/CC-MAIN-2023-50/segments/1700679100769.54/warc/CC-MAIN-20231208180539-20231208210539-00681.warc.gz | ory | 1 | Orya | 1 | {"ory_Orya_score": 1.0000004768371582} |
ପ୍ରେମମୟୀ ରାଧା
ପ୍ରେମମୟୀ ରାଧା
ରାଧାଙ୍କ କାଖରୁ ମାଠିଆ ଖସିଲା
ମୋହନ ବେଣୁର ସୁରେ,
ଯମୁନାର ଧାରେ ପ୍ରୀତି ମହକିଲା
କୁଂଜବନ ମଳୟରେ ॥
ବିରହିଣୀ ରାଧା ସାଜିଲା ହରିଣୀ
କାହ୍ନୁ ପ୍ରେମେ ଅନ୍ଧ ହୋଇ,
କଦମ୍ବ ବନରେ ଭିଜା ବସନରେ
ମନ ଚୋର ଗୀତ ଗାଇ ॥
ମନ ହରିଣୀର ହରିଣୀ କମର
କାହ୍ନୁ ପ୍ରେମ ବୃନ୍ଦାବନ,
ସେ ବୃନ୍ଦାବନର କୃଷ୍ଣ କାମଚୋର
ଯଶୋଦାଙ୍କ ପ୍ରାଣଧନ ॥
ଗୋପୀଙ୍କ ବସନ ଚୋରି କରି ସଦା
ଅନାବିଳ ପ୍ରେମ ଡୋରେ,
କେତେ ରଂଗେ ନଟ କରୁଥିଲେ ହଟ୍ଟ
ପ୍ରେମମୟ ନିର୍ଝରରେ ॥
ଯମୁନା ଘାଟରେ ମୁଗୁନି ପଥରେ
ରଚି ବେଣୁପାଣି ରୂପ,
କୋଳେ ମୁଣ୍ତ ଦେଇ ବଇଁଶୀ ଛଡାଇ
ଦେଉଥିଲେ ପ୍ରୀତି ଲେପ ॥
ମୟୁର ଚୂଳକୁ ଗଭାରେ ସଜାଇ
କୃଷ୍ଣ କରୁଥିଲେ କେଳି,
ଯୁଗଳ ମୂରତି ସ୍ୱର୍ଗୀୟ ପୀରତି
ବୈକୁଣ୍ଠର ଗଳାମାଳି ॥
ଯମୁନା ଜଳର କଳକଳ ସୁର
ଗାଉଥିଲା ତାଙ୍କ ଗୀତ,
ବସୁନ୍ଧରା ଜାଳି ହୃଦୟ ପ୍ରଦୀପ
ବାଢୁଥିଲା ପ୍ରଣିପାତ ॥ | <urn:uuid:3a171c70-d238-41d8-bf9a-e7e0c1c3d8a9> | CC-MAIN-2024-18 | https://storymirror.com/read/oriya/poem/premmyyii-raadhaa/nbvspryz | 2024-04-19T09:46:50Z | s3://commoncrawl/crawl-data/CC-MAIN-2024-18/segments/1712296817382.50/warc/CC-MAIN-20240419074959-20240419104959-00897.warc.gz | ory | 0.999963 | Orya | 1 | {"ory_Orya_score": 0.9999634027481079} |
ଭ୍ରାନ୍ତି
ହେ ମୋର ମଧୁର ଭ୍ରାନ୍ତି,
ଅନୁରାଗ ର ଛାୟାଲୋକ ଅପସରି ଯିବା ଆଗରୁ
ଆସ, ପରସ୍ପର ଦେହରୁ ଝାଡ଼ି ଦେବା
ଲଳିତ ,ଲୀଳା ପରାଗ।
ଚହଲା ପାଣିରେ କିଲି ବିଲି ପହଁରୁଥିବା
ଚନ୍ଦ୍ରବିନ୍ଦୁଙ୍କୁ ସାଉଁଟି ଆଣି
ତମେ ଗଢିଥିଲ ମୋର ଝୀନ ଅବୟବ,
ତମର ସ୍ମିତ ବୋଳା ବହଳ ଫୁଲ ମାଳ
ମଣ୍ଡିଥିଲ ମୋର କେଶ ଗହଳ ରେ।
ଦୁହିଁଙ୍କ ପାପୁଲି ରେଖାରେ ମୁହୂର୍ମୁହୁ
ବଦଳୁଥିଲା ଆମର ଭାଗ୍ୟ।
ଅନ୍ତିମ ଦୃଶ୍ୟ ଟି ଅଭିନୀତ ହେବା ଆଗରୁ
ଆସ, ପରସ୍ପର ର ଓଠରୁ ପୋଛିଦେବା
ଆର୍ଦ୍ର ଜର୍ଜର,ପ୍ରେମ ସ୍ପର୍ଶ।
ଆଖି କଣ ସ୍ବୀକାର କରିବ
ସ୍ବୀକାର କରିବେ କାନ ନାକ
ସଦା ଶିହରିତ ମୋର ଚମ ,ଲୋମ?
ସମୟ ର ସୀମାକୁ ଠକି ଦେଇ ଯାହା ସବୁ
ଦିଶୁଥିଲେ ଶୁଭୁ ଥିଲେ ,ରକ୍ତ ରେ
ମିଶି ପୁଷ୍ଟ କରୁଥିଲେ ଧମନୀ ଙ୍କୁ,
ସେ ସବୁ ପୁରା ମିଛ ବୋଲି ବି
କିଏ ସ୍ବୀକାର କରିବ?
ମାୟା ତ ମିଛ ନୁହେଁ
ମିଛ ନୁହେଁ ବି ଭ୍ରାନ୍ତି
ତେବେ କିମିତି ଚିହ୍ନି ହେବ
କିଏ ଇନ୍ଦ୍ର ,କିଏ ଗୌତମ
କିଏ ମାରିଚ, କିଏ ମାୟା ମୃଗ?
ଗଣ୍ଠି ଗଣ୍ଠି ଛକ ସମ୍ବଳିତ
ଏ ରାସ୍ତାର କେଉଁ ଦିଗରୁ ଆସି
ଏଠି ପହଂଚିଲି ମୁଁ ,ମନେ ନାହିଁ।
ମୁଁ ତମକୁ ଡାକି ଥିଲି କି
ତମେ ହଠ।ତ୍ ଆବିର୍ଭୂତ ହୋଇଥିଲ
ମୋ ନୀଳାଭ ଆଲିଙ୍ଗନରେ?
ତମେ ମୋତେ ଦେଖାଇଥିଲ
ମହାକାଳ ର ଅନୁମତି ପତ୍ର
ମୋ ପାଖରେ ଥିଲା ଏଇ
ନାଟକର ନିର୍ଦେଶକର ଚିତ୍ରପଟ।
କେବେ ,କାହିଁକି ଆମେ ଜାଣିଗଲେ ଯେ
ଅପ୍ରକୃତ ଆମର ଆଲ୍ହାଦ ,ଉଲ୍କାସ
ଆମର କଳହ ,ମିଳନ ,ସଙ୍ଗୀତ-ସ୍ନାନ,
ଅପ୍ରକୃତ ଆମ ଶବ୍ଦ ଅର୍ଥ?
ଆମେ କଣ ତେବେ
ଅଙ୍ଗୀକାରକୁ ଭାବିନେବା ଅସ୍ବୀକାର
ପ୍ରତିଶ୍ରୁତି କୁ ଭାବିଦେବା ଛଦ୍ମବେଶ
ବୁଝିନେବା ଯେ ଯାହା ଯେମିତି ଦେଖୁଚେ
ଜାଣୁଛେ ତାହା ତାହା ହିଁ ନୁହେଁ?
ହେ ମୋର ମଧୁର ଭ୍ରାନ୍ତି,
ଶେଷ ରାତିଟି ପାହିଯିବା ଆଗରୁ
ଆସ ,ଆଜି କଳ୍ପନା କରିନେବା
କାଲି ଭୋର ର ଏକ ଅଚିହ୍ନା ସୂର୍ଯ୍ୟୋଦୟରେ
କେଉଁ ଭାବ ଭଙ୍ଗୀରେ,ଆହା, ମିଳେଇ ଯିବେ
ଦୁଇଜଣ ଅବାସ୍ତବ ଭ୍ରାନ୍ତ ମଣିଷ! | <urn:uuid:8171370c-1d01-4875-8e9b-b2818e93b1b9> | CC-MAIN-2024-18 | https://thesamata.in/bhranti-a-poem-by-mamata-dash | 2024-04-19T05:07:55Z | s3://commoncrawl/crawl-data/CC-MAIN-2024-18/segments/1712296817289.27/warc/CC-MAIN-20240419043820-20240419073820-00047.warc.gz | ory | 0.999884 | Orya | 1 | {"ory_Orya_score": 0.9998843669891357} |
ଏଇ ତ ଜୀବନ
ଏଇ ତ ଜୀବନ
ଜୀବନ...
ସୁନୀଳ ସମୁଦ୍ର ବେଳାଭୂମିର ଏକ ଆର୍ଦ୍ର ବାଲିଘର
ଅମାନିଆ ଢେଉର ମାଡ଼ରେ ସ୍ବପ୍ନର ଘରଟା
ନିଜର ସତ୍ତା ହରାଏ ସତ,
ମାତ୍ର ଘାତ ପ୍ରତିଘାତକୁ ଅତିକ୍ରମ କରି
ସଯତ୍ନେ ହାତରେ ଜାବୁଡିବାକୁ ହୁଏ ଭୂମିର ଅର୍ଦ୍ଧସିକ୍ତ ମାଟିକୁ
ଗଢିବାକୁ ପୁଣି ଏକ ନୂତନ ଘର,
ଶକ୍ତ ପ୍ରାଚୀର ପରି ଦୃଢ଼ ହେଇ ସାମ୍ନା କରିବାକୁ ହୁଏ
ଗର୍ଜନ କରି ଧାଇଁ ଆସୁଥିବା ସେ ଦୁଷ୍ଟ ଉର୍ମିର,
ଶେଷରେ ଯାଇ ଅନୁଭବ କରିହୁଏ ଜୀବନର ସୁସ୍ଵାଦ।
ଜୀବନ...
ଲୋକାଚ୍ଛନ୍ନ ଗାଁ ମେଳାର ଗୋଟିଏ ମନ୍ତ୍ରମୁଗ୍ଧକର ନାଟକ
ଅତି ପାଖରୁ ତାକୁ ନିରିଖେଇ ଦେଖିବାକୁ ହୁଏ
ଭୁଲ ଠିକର ହିସାବ କରିବାକୁ ହୁଏ
ବିବେକର କଥା ମାନି ସତ୍ ପଥରେ ଚାଲିବାକୁ ହୁଏ
ସ୍ନେହ ମମତାର ଜ୍ୱଳନ୍ତ ଉଦାହରଣ ପାଲଟି
ଅନ୍ୟ ପାଇଁ ନିଜ ଖୁସି ତ୍ୟାଗ ବି କରିବାକୁ ହୁଏ
ନାଟକଟି ମନକୁ ଛୁଇଁଗଲେ ନାମ ରହିଯାଏ ହୃଦୟରେ
ଅମର ହେଇଯାଏ ମୃତ୍ୟୁ କବଳିତ ଶରୀରର ଆତ୍ମା,
ଶେଷରେ ଯାଇ ଅନୁଭବ କରିହୁଏ ଜୀବନର ମହତ୍ତ୍ୱ।
ଜୀବନ...
ଅସଜଡ଼ା ବହିଥାକର ଖଣ୍ଡିଏ ପୁରୁଣା ପୁସ୍ତକ
କିଛି ପୃଷ୍ଠାରେ ଆନନ୍ଦ ତ କିଛିରେ ବିଷାଦ
ଅଭୁଲା କିଛି ସ୍ମୃତିକୁ ଭାଙ୍ଗ ଦେଇ ମନେ ରଖିବାକୁ ହୁଏ
କିଛି ଧାଡି ତଳେ ଗାର ଦେଇ ଖୁସି ହେବାକୁ ହୁଏ
ପ୍ରଥମ ଥରରେ ବୁଝା ପଡେନା ପୁସ୍ତକଟି
ଆଉ ଥରେ ପଢିବାକୁ ହୁଏ
ଭାବିବାକୁ ହୁଏ
ବୁଝିବାକୁ ହୁଏ,
ଶେଷରେ ଅନୁଭବ କରିହୁଏ
ସତରେ କେତେ ଦୁର୍ଲଭ ଏ ଜୀବନ!
ବାସ୍
ଏଇ ତ ଜୀବନ
ଏଇ ତ ଜୀବନ। | <urn:uuid:72fe066d-ee90-4e85-9443-a3a56b427dc0> | CC-MAIN-2024-18 | https://storymirror.com/read/oriya/poem/ei-t-jiibn/n1zbxo55 | 2024-04-20T17:29:20Z | s3://commoncrawl/crawl-data/CC-MAIN-2024-18/segments/1712296817670.11/warc/CC-MAIN-20240420153103-20240420183103-00147.warc.gz | ory | 0.999986 | Orya | 1 | {"ory_Orya_score": 0.9999862909317017} |
About
Contact
Apr 24, 2019
Home
ଖବର
ପ୍ରକୃତି
ରାଜନୀତି
ଅର୍ଥନୀତି
ଶାସନ
ଶିଳ୍ପ
ଶିକ୍ଷା
ସ୍ବାସ୍ଥ୍ୟ
ସମାଜ
ବିଜ୍ଞାନ
କୃଷି
ବାଣିଜ୍ୟ
ବିକାଶ
ସଂସ୍କୃତି
ଅନ୍ୟାନ୍ୟ
ଫିଚର
ମହତବାଣୀ
ହସକଥା
ବୃତ୍ତି
ପୁରାଣପୋଥି
ପାଞ୍ଜି
ମନୋରଞ୍ଜନ
କ୍ରୀଡା
ଦର୍ଶନ
ଧର୍ମ
ଜନଜୀବନ
ଜନସାହିତ୍ୟ
କବିତା
କାହାଣୀ
Breaking News
୫୦ ହଜାର ଉପରେ ଘର ଭାଙ୍ଗିଲା ବୋଲି ବିଜେଡି ସରକାରର ଦାବି।
କ୍ଷୟକ୍ଷତି ପରିମାଣ ୨୭୦୦ କୋଟି ଟଙ୍କା ବୋଲି ପ୍ରଶାସନର ରିପୋର୍ଟ।
ଆହୁରି ୧୦ ଜଣ ନିଖୋଜ।
ତିତଲିରେ ଓଡ଼ିଶାରେ ହେଲା ୫୭ ଜଣଙ୍କ ପ୍ରାଣହାନୀ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହୁଥିଲେ ମୃତ୍ୟୁଶୂନ୍ୟ ତିତଲି ପାଇଁ ସରକାର ପ୍ରସ୍ତୁତ।
ତିତଲି ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି ନବୀନ ସରକାର ଦାବି କରୁଥିଲେ।
ବିଜେଡିର ଜବାବ, ମୋଦି ବି ତାଙ୍କ ଘରୁ ଆଣି ଦେଉନାହାନ୍ତି।
ବିଜପିର ଅଭିଯୋଗ, ନବୀନ ତାଙ୍କ ଘରୁ ଆଣି ଦେଉନାହାନ୍ତି।
ତିତଲି କ୍ଷୟକ୍ଷତି ନେଇ ରାଜନୀତିକ ବୟାନବାଜି ଜୋରଦାର।
ମୁଁ ମିଛ କହୁଥିଲେ କ୍ଷମା ମାଗିବି । ସତ କହୁଥିଲେ ରାଜ୍ୟ ସରକାର କ୍ଷମା ମାଗିବେ କି? ପ୍ରଶ୍ନ କଲେ ଧର୍ମେନ୍ଦ୍ର ।
ବୃତ୍ତି
ବୃତ୍ତି
ଖବରର କବର ଖୋଳନା, ସାମ୍ବାଦିକ!
262 views
Read more
ମହାତ୍ମାଙ୍କୁ ଖବରକାଗଜ ବିକିଥିବା ଲୋକର ଆତ୍ମକଥା
457 views
Read more
ଖାଲି ପଡ଼ିଛି ୨୪ ଲକ୍ଷ ପଦ, ନିଯୁକ୍ତି ନାହିଁ!
314 views
Read more
ଆଇନଜୀବୀ କଲ୍ୟାଣ ପାଣ୍ଠି ୫ କୋଟିକୁ ବଢ଼ିବ
337 views
Read more
ସୀତାଂଶୁ କର ପିଆଇବି ମହାନିଦେ୍ର୍ଧଶ
387 views
Read more
ନିରପେକ୍ଷତାର ପ୍ରଶ୍ନ
359 views
Read more
ବେକାର ହେବି, ଭତ୍ତା ପାଇବି!
343 views
Read more
ଚାକିରି ଛାଡ଼ି ଚାଷ କଲେ
324 views
Read more
ପାରାଦୀପରେ ଆମ ପୁଲିସ!
314 views
Read more
ସାମ୍ବାଦିକଙ୍କ ସୁରକ୍ଷାଦାତା ବରେନ୍ଦ୍ରକୃଷ୍ଣ
330 views
Read more
Page 1 of 3
«
1
2
3
» | <urn:uuid:a9c508dd-3cb4-422c-85e1-de80a4f5ad08> | CC-MAIN-2019-18 | https://samanyakathan.com/webpage/viewnews/13/0 | 2019-04-24T13:55:29Z | s3://commoncrawl/crawl-data/CC-MAIN-2019-18/segments/1555578643556.86/warc/CC-MAIN-20190424134457-20190424160457-00477.warc.gz | ory | 0.999768 | Orya | 1 | {"ory_Orya_score": 0.9997683167457581} |
Others
ଭାଷାଟି ବଞ୍ଚିଲେ ସଂସ୍କୃତି ବଞ୍ଚିବ
ପର୍ଶୁରାମ ବିଶ୍ୱାଳ
ଶାସ୍ତ୍ରୀୟ ମାନ୍ୟତା ପାଇଲା ଓଡ଼ିଆ ଭାଷା-ସାହିତ୍ୟ ଆମର
ଏକଥାଟି ଭାବି ଆମ ଗୋଡ଼ ତଳେ ଲାଗୁନାହିଁରେ ଠାକୁର
ଖୁସି ହେଇ ଖଣ୍ଡେ ବହି କିଣିବାକୁ
ମନ ବଳୁନାହିଁ କା'ର ।
ଆମ ଉପଇନ୍ଦ୍ର କବିକୁଳଚନ୍ଦ୍ର ଯେ' ସାହିତ୍ୟ ସରଜିଲେ
ନାହିଁ କେହି କବି ଏଇ ରବିତଳେ ସମ ହେବ ତାଙ୍କ ତୁଲେ
ତାଙ୍କ ସେ ସାହିତ୍ୟ ନଡ଼ିଆ ଭିତରେ
ସୁସ୍ୱାଦୁ ରସଟି ସାର ।
ପ୍ରକୃତି-ପୂଜକ କବି ଗଙ୍ଗାଧର ତାଙ୍କ ସରି କିଏ ହବ
ଜୀବନ୍ତ ସେ ନଈ, ପାହାଡ଼, ପର୍ବତ ପଢ଼ି ପାଠକ ଜାଣିବ
ଖୁସିରେ କହିବ ହାତେ ସେ ଧରିଚି
ପାରିଜାତ ସରଗର ।
ଯେ' ଅନନ୍ୟ କାବ୍ୟସମ୍ଭାର ରଚିଲେ କବିବର ରାଧାନାଥ
ପଢ଼ିଲେ ପାଠକ ମଜ୍ଜିବ ହଜିବ ତାଙ୍କ ସାହିତ୍ୟ ଜଗତ
ନିଘା ରଖିବନି ଅବୋଧ୍ୟ ଦୁର୍ବୋଧ୍ୟ
ସେଇ କବିତା ଆସର ।
ଆଜି ହତାଦର ହୁଏ ଆମ ଭାଷା ଦେଖୁଚୁ ଆରେ କହ୍ନେଇ
ସର୍କାର ବି ଭୁଲିଯାଉଚି ଏକଥା, ଦେଏ ତୁ ମନେ ପକେଇ
ଭାଷାଟି ବଞ୍ଚିଲେ ସଂସ୍କୃତି ବଞ୍ଚିବ
ଗଉରବ ସେ ଆମର ।
ବହି କିଣା, ବହି ପଢ଼ା ହେଉ ଆଜି ଓଡ଼ିଆ ପୁଅର କାମ
ମନୋରଞ୍ଜନର ଆନ ଦିଗ ଭୁଲି ଦେଉ ସେଥିପ୍ରତି ଧ୍ୟାନ
ବୁଝେଇଦେ' ଜଗା, ବଞ୍ଚୁ ଆମ ଭାଷା-
ସାହିତ୍ୟଟି ଯୁଗାନ୍ତର ।
ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ
ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪
ଫୋନ୍-୯୮୫୩୭୫୯୭୦୦
***** | <urn:uuid:3e1b03ad-24ca-43de-88af-d13e0af5de0d> | CC-MAIN-2019-22 | https://storymirror.com/read/poem/oriya/mzglu73s/bhaassaatti-bnycile-snskrti-bnycib/detail?undefined | 2019-05-27T12:22:29Z | s3://commoncrawl/crawl-data/CC-MAIN-2019-22/segments/1558232262369.94/warc/CC-MAIN-20190527105804-20190527131804-00267.warc.gz | ory | 0.999934 | Orya | 1 | {"ory_Orya_score": 0.9999338388442993} |
ଯୁବକଙ୍କୁ ଜୟ ଶ୍ରୀରାମ କହିବାକୁ ବାଧ୍ୟ କଲେ, ବାଡ଼େଇ ବାଡ଼େଇ ମାରିଦେଲେ
ଜାମସେଦପୁର: ଝାରଖଣ୍ଡରେ ତଥାକଥିତ ହିନ୍ଦୁ ବାହିନୀର ଭୟଙ୍କର ରୂପ ଦେଖିବାକୁ ମିଳିଛି। କିଛି ଲୋକ ପ୍ରଥମେ ଜଣେ ଯୁବକଙ୍କୁ ବାଇକ୍ ଚୋର ଭାବି କାବୁ କରିଥିଲେ। ଏହାପରେ ଉକ୍ତ ଯୁବକଙ୍କୁ ଏକ ଖୁଣ୍ଟିରେ ବାନ୍ଧି ଦୀର୍ଘ ୭ ଘଣ୍ଟା କାଳ ମାଡ଼ ମାରିଥିଲେ।
ଏହି ସମୟରେ ତଥାକଥିତ ହିନ୍ଦୁ ବାହିନୀର ସଦସ୍ୟମାନେ ତାଙ୍କୁ ଜୟ ଶ୍ରୀରାମ ଓ ଜୟ ହନୁମାନ ନାରା ଦେବାକୁ ବାଧ୍ୟ କରାଇଥିଲେ। ମାଡ଼ ଖାଇ ଯୁବକ ଜଣଙ୍କ ଅଚେତ ହୋଇଯିବାରୁ ସ୍ଥାନୀୟ ଲୋକେ ପୁଲିସ୍କୁ ଖବର ଦେଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ଘଟିଛି। ଉକ୍ତ ଯୁବକଙ୍କ ନାଁ ଶାମସ୍ ତାବ୍ରେଜ(୨୪)।
ମଙ୍ଗଳବାର ସନ୍ଧ୍ୟାରେ ଶାମସ୍ଙ୍କୁ କିଛି ଲୋକ ବାଇକ୍ ଚୋର ଭାବି ଧରିଥିଲେ। ଏହାପରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଏକାଠି ହୋଇ ଶାମସଙ୍କୁ ମନଇଚ୍ଛା ମାଡ଼ ମାରିଥିଲେ। ଏହି ସମୟରେ ଜଣେ କେହି ପୂରା ଘଟଣାର ଶୁଟିଂ କରିଥିଲେ।
ଭିଡିଓ ଅନୁସାରେ ମାଡ଼ ମାରୁଥିବା ଲୋକମାନେ ଶାମସଙ୍କୁ ଜୟ ଶ୍ରୀରାମ ଓ ଜୟ ହନୁମାନ ନାରା ଦେବାକୁ ବାଧ୍ୟ କରି ଆହୁରି ମାଡ଼ ମାରିଥିଲେ। ଘଟଣା ପରେ ପୁଲିସ୍ ଶାମସଙ୍କୁ ହସ୍ପିଟାଲ୍ ନେଇଥିଲା। ହେଲେ ଉପଯୁକ୍ତ ଚିକିତ୍ସା ଅଭାବରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଶାମସଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି।
ପୁଲିସ୍ ପ୍ରାଥମିକ ଚେକ୍ ଅପ୍ ପରେ ଶାମସଙ୍କୁ ସରେଇକେଲା ଜେଲ୍କୁ ପଠାଇ ଦେଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁଣିଥରେ ଟାଟା ମଣି ହସ୍ପିଟାଲକୁ ଅଣାଯାଇଥିଲା। ହେଲେ ସେଠାରେ ତାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଏଯାଏ ପୁଲିସ୍ କାହାକୁ ବି ଗିରଫ କରିନାହିଁ। ଶାମସ ପୁଣେରେ କାମ କରୁଥିବା ବେଳେ ଏଠାରେଆ ଥିବା ଘରକୁ ଆସିଥିଲେ। ଏହି ସମୟରେ ତାଙ୍କର ବାହାଘର ହେବ ବୋଲି ମଧ୍ୟ ପରିବାର ଲୋକ ସ୍ଥିର କରିଥିଲେ। ହେଲେ ଏଭଳି ଘଟଣାରେ ତାଙ୍କ ଜୀବନ ଚାଲିଯାଇଛି।
One more Mob Lynching, Jharkhand.
Tabrez Ansari aka Sonu was brutally thrashed by Mob in suspicion of theft.
When he told his name to Mob, then Mob beaten him up brutally, Yesterday he died in Hospital.
Welcome to Modi's Hindu Rashtra 2.0
Part 1
— Md Asif Khan آصِف (@imMAK02) June 23, 2019
When Mob came to know that he is Muslim, they forced him to shout Jai Sri Ram and Jai Hanuman and thrashed him brutally.
Muslim MPs bullied inside parliament and common Muslim lynched on street in Modi's Hindu Rashtra 2.0
Part 2
— Md Asif Khan آصِف (@imMAK02) June 23, 2019 | <urn:uuid:981e13d7-a645-4714-a33d-73c3c2a168c6> | CC-MAIN-2020-24 | https://odishareporter.in/nation/hindu-activists-lynch-a-man-in-jharkhand-after-forcing-him-to-say-jai-sriram-397903 | 2020-05-30T03:15:57Z | s3://commoncrawl/crawl-data/CC-MAIN-2020-24/segments/1590347407001.36/warc/CC-MAIN-20200530005804-20200530035804-00305.warc.gz | ory | 0.999839 | Orya | 1 | {"ory_Orya_score": 0.9998390674591064} |
ଝଡ଼ିଆ ପୋକ
ଝଡ଼ିଆ ପୋକ
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ -[ସମ୍ପାଦନା]
ପକ୍ଷ ଲାଗିଥିବା ଉଇ ବା ପିମ୍ପୁଡ଼ି — Winged ants.
[ଦ୍ରଷ୍ଟବ୍ୟ —ପିମ୍ପୁଡ଼ି, ଜନ୍ଦା ଓ ଉଇ ଇତ୍ୟାଦି ବୁଢ଼ା ହେଲେ ସେମାନଙ୍କଠାରେ ପକ୍ଷ ଲାଗେ ଓ ସେମାନେ ହୁଙ୍କା ବା ଗାତରୁ ବାହାରି ଉଡ଼ନ୍ତି କିଛିକ୍ଷଣ ଉଡ଼ିବା ପରେ ପକ୍ଷ ଛିଡ଼ି ପଡ଼ିବାରୁ ସେମାନେ ତଳେ ଖସି ପଡ଼ନ୍ତି ଓ ବେଙ୍ଗ, କୁଆ ଓ ବଣି ଆଦି ତାଙ୍କୁ ଖୁଣ୍ଟି କରି ଖାଇ ଯାଆନ୍ତି ଏଥିପାଇଁ ପ୍ରବାଦ ଅଛି 'ପିମ୍ପୁଡ଼ିଠେଇଁ ପକ୍ଷି ଲାଗେ ମରିବା ପାଇଁ' ଶୁଣା ଅଛି ଯେ ପ୍ରଶାନ୍ତ ମହାସାଗରରେ ଦ୍ୱୀପପୁଞ୍ଜ ଓ ଚୀନ ଦେଶବାସୀ କେତେକ ଲୋକ ମୁଢ଼ି ଆଦି ସଙ୍ଗେ ଝଡ଼ିଆ ପୋକ ଖାଇବାକୁ ସୁଖ ପାଆନ୍ତି ଝଡ଼ିଆ ପୋକ ଉଡ଼ିବାର ଦେଖା ଗଲେ ଶୀଘ୍ର ବିଶେଷ ଝଡ଼ ବା ବୃଷ୍ଟି ହେବ ବୋଲି ଲୋକେ ଅନୁମାନ କରନ୍ତି] | <urn:uuid:908595c3-b8d6-4f45-81f3-954244887945> | CC-MAIN-2020-24 | https://or.wiktionary.org/wiki/%E0%AC%9D%E0%AC%A1%E0%AC%BC%E0%AC%BF%E0%AC%86_%E0%AC%AA%E0%AD%8B%E0%AC%95 | 2020-06-05T07:17:10Z | s3://commoncrawl/crawl-data/CC-MAIN-2020-24/segments/1590348493151.92/warc/CC-MAIN-20200605045722-20200605075722-00202.warc.gz | ory | 0.999978 | Orya | 1 | {"ory_Orya_score": 0.9999783039093018} |
ବାଇକ୍ ପ୍ରେମୀ ପ୍ରଧାନ ବିଚାରପତି ଜଷ୍ଟିସ୍ ବୋବଡ଼େଙ୍କ ହାଇ-ଏଣ୍ଡ ବାଇକ୍ ଚଢ଼ାକୁ ନେଇ ଅଯଥା ବିବାଦ; ବାଇକ୍ଟି ବିଜେପି ନେତାଙ୍କ ପୁଅର ବୋଲି ଜାଣି ନଥିଲେ ସେ
ନାଗପୁର/ ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ଶରଦ ଅରବିନ୍ଦ ବୋବ୍ଡେ ଆଜି ତାଙ୍କ ଜନ୍ମ ନଗରୀ ମହାରାଷ୍ଟ୍ରର ନାଗପୁରରେ ଏକ ହାର୍ଲି ଡେଭିଡ୍ସନ୍ କ୍ରୁଜର ମୋଟର ସାଇକେଲ୍ ଉପରେ ସବାର ହୋଇଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସୁପ୍ରିମ୍ କୋର୍ଟ ଏବେ ବନ୍ଦ ଥିବା କାରଣରୁ ନିଜ ଜନ୍ମନଗରୀ ନାଗପୁରରେ ଅବସର କଟାଉଥିବା ପ୍ରଧାନ ବିଚାରପତି ଜଷ୍ଟିସ୍ ବୋବ୍ଡେ ଏକ ଟି-ସାର୍ଟ ଏବଂ ସ୍ନିକର୍ ପିନ୍ଧି ହାର୍ଲି ଡେଭିଡ୍ସନ କ୍ରୁଜର ବାଇକ୍ର ସୀମିତ ସଂସ୍କରଣ 'ସିଭିଓ ୨୦୨୦' ବାଇକ୍ ଉପରେ ସବାର ହୋଇଥିବା ଫଟୋରେ ଦେଖିବାକୁ ମିଳିଥିଲା। ଆଜି ସକାଳୁ ପ୍ରଧାନ ବିଚାରପତି ଜଷ୍ଟିସ୍ ବୋବ୍ଡେଙ୍କ ଏହି ଫଟୋ ଭାଇରାଲ ହୋଇ ପଡ଼ିଥିବା ବେଳେ ଅପରାହ୍ନରେ ଏହାକୁ କେନ୍ଦ୍ର କରି ଏକ ବିବାବର ସୂତ୍ରପାତ ହୋଇଥିଲା।
— Bar & Bench (@barandbench) June 28, 2020
ହାର୍ଲି ଡେଭିଡ୍ସନ କ୍ରୁଜର ବାଇକ୍ର ସୀମିତ ସଂସ୍କରଣ 'ସିଭିଓ ୨୦୨୦' ଯାହା ଉପରେ ଜଷ୍ଟିସ୍ ବୋବ୍ଡେ ସବାର ହୋଇଥିବା ନଜର ଆସିଥିଲେ, ତାହା ତାଙ୍କର ନଥିଲା ବରଂ ଏହି ହାଇ-ଏଣ୍ଡ ବାଇକ୍ଟି ନାଗପୁରର ବିଜେପି ନେତା ସୋନବା ମୁସାଲେଙ୍କ ପୁଅଙ୍କର ଥିଲା। ତେଣୁ, ଏହାକୁ କେନ୍ଦ୍ର କରି ଆରମ୍ଭ ହୋଇ ଯାଇଥିଲା ବିବାଦ ଓ ବିତର୍କ।
1/n On controversy over he sitting on Harley Davidson bike, CJI S A Bobde said he wanted to buy one after retirement and had asked a dealer at Nagpur to show him one. Dealer had sent him this bike and CJI took a feel of it without riding it, sources close to CJI told TOI.
— Dhananjay Mahapatra (@toi_dhananjayM) June 29, 2020
ଏହି ବିବାଦ ପରେ ଏବେ ଅନୁସନ୍ଧାନରୁ ଜାଣିବାକୁ ମିଳିଛି ଯେ ଏହି ହାଇ-ଏଣ୍ଡ ବାଇକ୍ଟି ବିଜେପି ନେତାଙ୍କ ପୁଅର ବୋଲି ସିଜେଆଇ ଜଷ୍ଟିସ୍ ବୋବଡେ ଜାଣି ନଥିଲେ। ସହରର ଜଣେ ମୋଟର ସାଇକେଲ ଡିଲର ତାଙ୍କୁ ବାଇକ୍ଟିକୁ ଦେଖିଇବା ଉଦ୍ଦେଶ୍ୟରେ ସେଇଟିକୁ ତାଙ୍କ ନିକଟକୁ ଆଣିଥିଲେ। କାରଣ, ପୂର୍ବରୁ ଜଷ୍ଟିସ୍ ବୋବଡେ ସଂପୃକ୍ତ ଡିଲରଙ୍କୁ କହିଥିଲେ ଯେ ସେ ଅବସର ପରେ ଏହି ବାଇକ୍ରୁ ଗୋଟିଏ କିଣିବାକୁ ଚାହୁଁଛନ୍ତି। ଏବଂ ଯଦି ସମ୍ଭବ ହୁଏ କ୍ରୟ କରିବା ପୂର୍ବରୁ ବାଇକ୍ର ଏକ ମଡେଲ ତାଙ୍କୁ ଦେଖାଇବାକୁ ସେ କହିଥିଲେ।
The sources said CJI Bobde before becoming a Judge, had two bikes – a Royal Enfield Bullet and a Jawa. And while in Delhi, he used to ride bikes incognito before becoming CJI, they said.
— Dhananjay Mahapatra (@toi_dhananjayM) June 29, 2020
ଆଜି ସିଜେଆଇ ଜଷ୍ଟିସ୍ ବୋବଡେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ସଂପୃକ୍ତ ଡିଲରଙ୍କ ସୋ'ରୁମ୍ ନିକଟକୁ ଯାଇଥିଲେ। ଏହି ଅବକାଶରେ ଡିଲର ଜଣକ ଏହି ବାଇକ୍ଟିକୁ ଧରି ତାଙ୍କୁ ଦେଖାଇବା ଉଦ୍ଦେଶ୍ୟରେ ଆଣିଥିଲେ। ଏହି ଅବସରରେ ସେ ବାଇକ୍ଟିର ଅନୁଭବ ନେବାକୁ କେବଳ ଏହା ଉପରେ ବସିଥିଲେ ମାତ୍ର। ଏହାକୁ ଚଲାଇ ନଥିଲେ। କିମ୍ବା ବାଇକ୍ଟି ଯେ ବିଜେପି ନେତାଙ୍କ ପୁଅର ସେ କଥା ମଧ୍ୟ ସେ ଜାଣି ନଥିଲେ।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ୬୪ ବର୍ଷୀୟ ସିଜେଆଇ ଜଷ୍ଟିସ୍ ବୋବେ୍ଡ଼ଙ୍କର ମୋଟର ସାଇକେଲ୍ ପ୍ରେମ କାହାକୁ ଅଛପା ନୁହେଁ। ସେ ତାଙ୍କ ଯୁବାବସ୍ଥାରେ ବିଚାରପତି ହେବା ଆଗରୁ ସବୁବେଳେ ମୋଟର ସାଇକେଲ ଚଢ଼ୁଥିଲେ। ତାଙ୍କର ଗୋଟିଏ ରୟଲ୍ ଏନ୍ଫିଲ୍ଡ୍ ନିର୍ମିତ ବୁଲେଟ୍ ଓ ଅନ୍ୟ ଗୋଟିଏ ଜାୱା ମୋଟର ସାଇକେଲ ଥିଲା। ପ୍ରଧାନ ବିଚାରପତି ଆସନ ଅଳଂକୃତ କରିବା ପୂର୍ବରୁ ଗତବର୍ଷ ସେ ସୁପ୍ରିମ୍ କୋର୍ଟର ବରିଷ୍ଠତମ ବିଚାରପତି ଥିବାବେଳେ ନୂଆଦିଲ୍ଲୀ ସ୍ଥିତ ତାଙ୍କ ସରକାରୀ ବାସଭବନ ପରିସର ମଧ୍ୟରେ ସେ ଅନ୍ୟ ଏକ ହାର୍ଲି ଡେଭିଡ୍ସନ୍ ମୋଟର ସାଇକେଲ୍ର ଟେଷ୍ଟ ଡ୍ରାଇଭିଙ୍ଗ୍ ନେଉଥିବା ବେଳେ ଦୁର୍ଘଟଣା ଘଟି ତାଙ୍କର ମଣିବନ୍ଧ ଭାଙ୍ଗିଥିଲା। ଏବଂ ସେ କିଛି ଦିନ ପାଇଁ ଅଦାଲତ କାର୍ଯ୍ୟ ଏବଂ ସୁପ୍ରିମ୍ କୋର୍ଟ କଲେଜିୟମ୍ ବୈଠକରେ ଅନୁପସ୍ଥିତ ରହିଥିଲେ। | <urn:uuid:9f2abcca-3b05-49d8-92f3-92deee2e0d6c> | CC-MAIN-2020-29 | https://sambad.in/india-and-beyond/bike-enthusiast-cji-sharad-bobde-was-unaware-that-harley-davidson-belonged-to-bjp-leaders-son-534769/ | 2020-07-10T15:19:29Z | s3://commoncrawl/crawl-data/CC-MAIN-2020-29/segments/1593655911092.63/warc/CC-MAIN-20200710144305-20200710174305-00507.warc.gz | ory | 0.999879 | Orya | 1 | {"ory_Orya_score": 0.9998786449432373} |
ନୂଆଦିଲ୍ଲୀ: ଭାରତର ସୁପ୍ରସିଦ୍ଧ ଗାୟିକା ତଥା ଭାରତରତ୍ନ ଲତା ମଙ୍ଗେସ୍ଙ୍କର ଆଜି ୯୧ ବର୍ଷ ବୟସରେ ପାଦ ଥାପିଛନ୍ତି। ଆଜି ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ବୟସର ସାୟାହ୍ନରେ ପହଞ୍ଚିଥିଲେ ବି ଲତାଙ୍କ କଣ୍ଠସ୍ୱରକୁ ନେଇ ଏବେବି ଆଶ୍ଚର୍ଯ୍ୟ ହେବାକୁ ପଡ଼େ। ଏହି କୋକିଳ କଣ୍ଠି ଗାୟିକା ଖୁବ କମ୍ ବୟସରୁ ହିଁ ଗୀତ ଗାଇବା ଆରମ୍ଭ କରିଥିଲେ। ପ୍ରାୟ ୮ ଦଶକ ବା ଅଶୀବର୍ଷ ଧରି ସେ ଗୀତ ଗାଇ ଚାଲିଛନ୍ତି। ଧୀରେ ଧୀରେ ସେ ଭାରତବର୍ଷର କୋଇଲି ବୋଲି ମଧ୍ୟ ପରିଚୟ ପାଇ ସାରିଛନ୍ତି। ଲତା ମଙ୍ଗେସ୍କର ୩୦ରୁ ଅଧିକ ଭାଷାରେ ହଜାରେରୁ ଅଧିକ ଫିଲ୍ମରେ କଣ୍ଠଦାନ କରିଛନ୍ତି। ଲତା ସେ ହେଉଛନ୍ତି ଏକମାତ୍ର ଜୀବିତ ବ୍ୟକ୍ତିତ୍ୱ ଯାହାଙ୍କ ନାଁରେ ପୁରସ୍କାର ଦିଆଯାଉଛି।ଭାରତରତ୍ନ ଉପାଧି ବିଭୂଷିତା କୋକିଳକଣ୍ଠୀ ଲତା ମଙ୍ଗେସ୍କର ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ବ ଗୀତରେ ନିଜ ସୁମଧୁର କଣ୍ଠଦାନ କରିଛନ୍ତି। ଏହି ମହାନ ଗାୟିକା ୧୯୨୯ ମସିହା ୨୮ ସେପ୍ଟେମ୍ବରରେ ଇନ୍ଦୋର ଠାରେ ଜନ୍ମ ହୋଇଥିଲେ। ଆଜି ସେ କୋଟି କୋଟି ଲୋକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି।ଲତା ମଙ୍ଗେସ୍କରଙ୍କ ପିତା ପଣ୍ଡିତ ଦୀନାନାଥ ମଙ୍ଗେସ୍କର ନିଜେ ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ନାଟ୍ୟ କଳାକାର ଥିଲେ। ଲତା ମଙ୍ଗେସ୍କର ୩ ଭଉଣୀ ଓ ଗୋଟିଏ ଭାଇଙ୍କ ମଧ୍ୟରେ ସବୁଠାରୁ ବଡ଼। ତାଙ୍କ ପିଲାବେଳର ନାମ ହେମା ଥିଲା, ହେଲେ ଥରେ ଏକ ନାଟକ ଚରିତ୍ର 'ଲତୀକା' ନାମରେ ତାଙ୍କ ନାମ ଲତା ରଖାଯାଇଥିଲା। ସେ ୫ ବର୍ଷ ବୟସରୁ ହିଁ ତାଙ୍କ ପିତାଙ୍କ ଠାରୁ ସଙ୍ଗୀତ ଶିକ୍ଷା ଗ୍ରହଣ କରିବା ଆରମ୍ଭ କରିଥିଲେ।ଯଦିଓ ଲତା ଇନ୍ଦୋରରେ ଜନ୍ମ ଗ୍ରହଣ କରିଥିଲେ, ତାଙ୍କ ଲାଳନପାଳନ କିନ୍ତୁ ହୋଇଥିଲା ମହାରାଷ୍ଟ୍ରରେ। ସେ ୭ ବର୍ଷ ବୟସର ଥିଲାବେଳେ, ମହାରାଷ୍ଟ୍ର ଆସିଥଲେ। ତା ପୂର୍ବରୁ ମାତ୍ର ୫ ବର୍ଷ ବୟସରେ ସେ ନିଜ ବାପାଙ୍କ ସହ କଳାକାର ଭାବରେ ମଞ୍ଚରେ ଅଭିନୟ ଆରମ୍ଭ କରିଥିଲେ।
Related Posts
October 15, 2020
October 4, 2020
October 2, 2020
October 2, 2020
September 30, 2020
September 19, 2020 | <urn:uuid:2bb66e94-45e9-46e4-b9d5-4517473e7972> | CC-MAIN-2020-45 | http://www.thesakala.com/?p=1455 | 2020-10-27T11:23:38Z | s3://commoncrawl/crawl-data/CC-MAIN-2020-45/segments/1603107894175.55/warc/CC-MAIN-20201027111346-20201027141346-00133.warc.gz | ory | 0.999937 | Orya | 1 | {"ory_Orya_score": 0.9999371767044067} |
ଭୁବନେଶ୍ୱର: ଦୀର୍ଘ ୯ ମାସର ବ୍ୟବଧାନ ପରେ ରାଜ୍ୟରେ ଖୋଲିଛି ବିଦ୍ୟାଳୟ । କୋଭିଡ୍ ସଂକ୍ରମଣକୁ ଦେଖି ସ୍କୁଲ୍ ବସ୍ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି । ତେବେ, ସବୁ ଅଭିଭାବକଙ୍କ ପକ୍ଷେ ପିଲାଙ୍କୁ ସବୁଦିନ ବିଦ୍ୟାଳୟରେ ଛାଡ଼ିବା ସମ୍ଭବପର ନୁହେଁ । ଏଥିପାଇଁ ଅନେକ ଛାତ୍ର ସ୍କୁଲ୍ ଯିବା ପାଇଁ ଟାଉନ୍ ବସ୍ ଉପରେ ନିର୍ଭରଶୀଳ । ବସ୍ ଉପରେ ନିର୍ଭର କରୁଥିବା ରାଜଧାନୀର ଜଣେ ଛାତ୍ର କରିଥିବା ଟ୍ୱିଟକୁ ନେଇ ଏବେ ଚର୍ଚ୍ଚାରେ ।
@CRUT_BBSR @arunbothra
Respected Sir,
I want to state that I am a student of MBS public school, Bhubaneswar. I use Mo Bus as my daily transportation means to go to school. Nowadays the timing of the buses are changed.
— Sai Anwesh Amrutam Pradhan (@AnweshSai) January 8, 2021
ସାଇ ଅନ୍ୱେଶ ଅମ୍ରୁତମ ପ୍ରଧାନ ନାମକ ଛାତ୍ର ଭୁବନେଶ୍ୱର ଏମବିଏସ୍ ପବ୍ଲିକ୍ ସ୍କୁଲରେ ପଢ଼ନ୍ତି । ଆଉ ସେ ବସରେ ସବୁବେଳେ ସ୍କୁଲକୁ ଯାଆନ୍ତି । ତେବେ ବସ ସମୟ ବଦଳିଯାଇଥିବାରୁ ସେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଛାତ୍ର ଜଣଙ୍କ ଲେଖିଥିଲେ ସ୍କୁଲ ସମୟ ହେଉଛି ସକାଳ ୭ଟା ୩୦ । କିନ୍ତୁ ମୁଁ ଯାଉଥିବା ୧୩ ନମ୍ବର ରୁଟର ପ୍ରଥମ ବସ୍ ଲିଙ୍ଗିପୁରରୁ ସକାଳ ୭ଟା ୪୦ରେ ଛାଡ଼ୁଛି । ଏଥିପାଇଁ ମୋତେ ସ୍କୁଲ ପହଞ୍ଚିବାରେ ଅନେକ ଅସୁବିଧାର ସାମନା କରିବାକୁ ପଡ଼ୁଛି ।
@CRUT_BBSR @arunbothra
My reporting time at school is sharp at 7:30 AM. But unfortunately the first bus of route no-13 leaves at 7:40 AM from Lingipur. As a result I will be late for my school. And for this reason I am facing a lot of problems.
— Sai Anwesh Amrutam Pradhan (@AnweshSai) January 8, 2021
ସମସ୍ୟା ବିଷୟରେ ଲଖିବା ସହ ଟ୍ୱିଟରେ ଛାତ୍ର ଜଣଙ୍କ କ୍ରୁଟ କର୍ତ୍ତୃପକ୍ଷ ଏବଂ ମୋ ବସର ଏମଡି ତଥା ଆଇପିଏସ୍ ଅଫିସର ଅରୁଣ ବୋଥ୍ରାଙ୍କୁ ଟ୍ୟାଗ୍ କରିଥିଲେ । ଲେଖିଥିଲେ ଦୟାକରି ତୁରନ୍ତ ଏ ଦିଗରେ ପଦକ୍ଷେପ ନିଅନ୍ତୁ, ମୁଁ ଆପଣଙ୍କ ଠାରେ ଋଣୀ ହୋଇ ରହିବି ।
Dear Sai#MoBus moves with love of commuters like you. The timing of your bus will be changed from Monday. The first bus will start at 7 AM. You won't be late for school.
— Arun Bothra (@arunbothra) January 9, 2021
ଛାତ୍ରଙ୍କ ଟ୍ୱିଟର ଜବାବ ଦେବା ସହ ପଦକ୍ଷେପ ନେଇଛନ୍ତି ଆଇପିଏସ୍ ବୋଥ୍ରା । ଟ୍ୱିଟ୍ କରି ଅରୁଣ ବୋଥ୍ରା ଲେଖିଛନ୍ତି- ପ୍ରିୟ, ସାଇ ବସର ସମୟ ଆସନ୍ତା ସୋମବାରଠାରୁ ପରିବର୍ତ୍ତନ କରାଯାଇଛି । ଏବେ ବସ୍ ୭ଟାରୁ ଗଡ଼ିବ । ଏହାଦ୍ୱାରା ତୁମକୁ ଆଉ ବିଳମ୍ବ ହେବନାହିଁ । ଆଇପିଏସ୍ ଅରୁଣ ବୋଥ୍ରାଙ୍କ ଏହି ନିଷ୍ପତ୍ତିକୁ ସୋସିଆଲ୍ ମିଡିଆରେ ଲୋକ ସ୍ୱାଗତ କରିଛନ୍ତି । | <urn:uuid:c15fc11a-18f1-4c53-a0bb-fc6d21be35b1> | CC-MAIN-2021-10 | http://nandighoshatv.com/ips-arun-bothra-changed-mo-bus-timing-after-students-tweet/ | 2021-03-08T11:39:33Z | s3://commoncrawl/crawl-data/CC-MAIN-2021-10/segments/1614178375439.77/warc/CC-MAIN-20210308112849-20210308142849-00214.warc.gz | ory | 0.999899 | Orya | 1 | {"ory_Orya_score": 0.9998993873596191} |
ଶିକ୍ଷକ ନିଯୁକ୍ତି ଦୁର୍ନୀତି: ଅର୍ପିତାଙ୍କ ଘରୁ ମିଳିଲା ବିସ୍ଫୋରକ ତଥ୍ୟ ଥିବା କଳା ଡାଏରୀ
ଅର୍ପିତାଙ୍କ ନାଁରେ ୬ କମ୍ପାନି
କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି (ଏସ୍ଏସ୍ସି ସ୍କାମ୍) ମାମଲାରେ ଗିରଫ ହୋଇଥିବା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଅଧିକାରୀମାନେ ଚଢ଼ାଉ ସମୟରେ ଆଜି ଏକ କଳା ଡାଏରୀ ପାଇଛନ୍ତି। ଏହି ଡାଏରୀ ଏସ୍ଏସ୍ସି ସ୍କାମ୍ ସଂକ୍ରାନ୍ତ ବହୁ ରହସ୍ୟକୁ ପଦାରେ ପକାଇପାରେ ବୋଲି କୁହାଯାଉଛି। ଇଡିର କହିବା ଅନୁସାରେ ଏହି ଡାଏରୀ ପଶ୍ଚିମବଙ୍ଗ ସରକାରଙ୍କ ଉଚ୍ଚଶିକ୍ଷା ଓ ସ୍କୁଲ୍ ଶିକ୍ଷା ବିଭାଗର। ଏହାର ୪୦ ପୃଷ୍ଠାରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ସଂକ୍ରାନ୍ତରେ ବହୁ ତଥ୍ୟ ଉଲ୍ଲେଖ ରହିଛି।
ବରିଷ୍ଠ ତୃଣମୂଳ ନେତା, ମନ୍ତ୍ରୀ ତଥା ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ସମ୍ପୃକ୍ତି ପାଇଁ ମନିଲଣ୍ଡରିଂ ନିରୋଧ ଆଇନ ବଳରେ ଜୁଲାଇ ୨୩ ଶନିବାର ଗିରଫ କରାଯାଇଥିଲା। ତାଙ୍କ ଘନିଷ୍ଠ ସହଯୋଗୀ ଅର୍ପିତାଙ୍କ ଘରୁ ଶୁକ୍ରବାର ରାତିରେ ନଗଦ ୨୧ କୋଟି ଟଙ୍କା ଏବଂ ୫୦ ଲକ୍ଷ ଟଙ୍କାର ସୁନା ଜବତ କରାଯାଇଥିଲା। ଏହାପରେ ଅର୍ପିତାଙ୍କୁ ଗିରଫ କରାଯାଇଥିଲା ଏବଂ ସେ ମାନିଛନ୍ତି ଯେ ତାଙ୍କ ଘରୁ ଜବତ ଟଙ୍କା ହେଉଛି ପାର୍ଥ ଚାଟାର୍ଜୀଙ୍କର। ବର୍ତ୍ତମାନ ଜବତ ହୋଇଥିବା ଡାଏରୀରୁ ଦୁର୍ନୀତି ସମ୍ପର୍କରେ ବହୁତଥ୍ୟ ମିଳିବ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି।
ଅର୍ପିତାଙ୍କ ନାଁରେ ୬ କମ୍ପାନି
କୋଲକାତା: ଶିକ୍ଷକ ନିଯୁକ୍ତି ସ୍କାମ୍ର ତଦନ୍ତ ଯେତିକି ଆଗକୁ ବଢ଼ୁଛି, ସେତିକି ଅଧିକ ଦୁର୍ନୀତି ସାମ୍ନାକୁ ଆସୁଛି। ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘରୁ ଇଡି ଅନେକ ଜମି, ଘର ଏବଂ କମ୍ପାନି ସଂକ୍ରାନ୍ତ ଫାଇଲ୍ ଜବତ କରିଛି। କିଛି ଦସ୍ତାବିଜରୁ ଜଣାପଡ଼ିଛି, ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ନାଁରେ ୬ଟି କମ୍ପାନି ଅଛି। ସମସ୍ତ କମ୍ପାନିର ନିର୍ଦ୍ଦେଶକ ଅଛନ୍ତି ଅର୍ପିତା ମୁଖାର୍ଜୀ। ମନ୍ତ୍ରୀ ଚାଟାର୍ଜୀଙ୍କ ଅନେକ ଗୁପ୍ତ ସମ୍ପତ୍ତି ତାଲିକା ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାତକୁ ଆସିଥବାରୁ ତାହାର ଖୋଳତାଡ଼ ଚାଲିଛି। ଇଡି ଅଧିକାରୀଙ୍କ କହିବାନୁସାରେ, ପାର୍ଥ ଚାଟାର୍ଜୀ ଏବଂ ଅର୍ପିତାଙ୍କ ଘରୁ ଜବତ ହୋଇଥିବା ସମ୍ପତ୍ତି କାଗଜପତ୍ରରୁ ଉଭୟଙ୍କ ସମ୍ପର୍କ କେତେ ଗଭୀର ତାହା ସ୍ପଷ୍ଟ ଜଣାପଡ଼ୁଛି। ଅର୍ପିତାଙ୍କର କସବା, ଠାକୁରପୁକୁର, ରାଜାରହାଟ, ବୋଲପୁର, ଯାଦବପୁର, କେନ୍ଦୁଆ ରୋଡ, ଠାକୁରପୁକୁର, ରାଜାରହାଟ ଏବଂ ଆଟଘୋରା ସମେତ ବିଭିନ୍ନ ସ୍ଥାନରେ ସମ୍ପତ୍ତି ରହିଛି। କେତେବେଳେ ଏହି ସମ୍ପତ୍ତି ପଞ୍ଜୀକୃତ ହୋଇଥିଲା ସେ ବାବଦରେ ମଧ୍ୟ ଅଧିକାରୀମାନେ ବିସ୍ତୃତ ତଥ୍ୟ ହାସଲ କରିଛନ୍ତି। ଅନ୍ୟପକ୍ଷରେ, ଅର୍ପିତାଙ୍କ ଫ୍ଲାଟରୁ ମିଳିଥିବା ୨୧ କୋଟି ଟଙ୍କା ଯେଭଳି ଭାବେ ପ୍ୟାକିଂ ହୋଇଥିଲା ତାହା ହାୱଲା ମାଧ୍ୟମରେ ବିଦେଶକୁ ଚାଲାଣ ପାଇଁ ଉଦ୍ଦିଷ୍ଟ ଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି। | <urn:uuid:f021edaa-1faa-4f64-bc21-a17b96ad309c> | CC-MAIN-2022-33 | https://sambad.in/india-and-beyond/corruption-in-recruitment-of-teachers-853212/ | 2022-08-16T10:02:50Z | s3://commoncrawl/crawl-data/CC-MAIN-2022-33/segments/1659882572286.44/warc/CC-MAIN-20220816090541-20220816120541-00771.warc.gz | ory | 0.999972 | Orya | 1 | {"ory_Orya_score": 0.9999719858169556} |
ଧର୍ମଶାଳା ବିଜେଡି ପକ୍ଷରୁ ପ୍ରଶିକ୍ଷଣ ଶିବିର ଉଦଘାଟିତ, ଯୋଗଦେଲେ ବିଜେଡିର ହେବିୱେଟ
ଧର୍ମଶାଳା ବିଜେଡି ପକ୍ଷରୁ ପ୍ରଶିକ୍ଷଣ ଶିବିର ଉଦଘାଟିତ, ଯୋଗଦେଲେ ବିଜେଡିର ହେବିୱେଟ
ଯାଜପୁର: ଜିଲ୍ଲା ଧର୍ମଶାଳା ବିଜେଡି ପକ୍ଷରୁ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି । ସ୍ଥାନୀୟ କଳ୍ପତରୁ ଦାସ ଷ୍ଟାଡିଅମ ପରିସରରେ ଅନୁଷ୍ଠିତ ହୋଇଛି ଏହି ପ୍ରଶିକ୍ଷଣ ଶିବିର(BJD training program Inaugurated in Dharmashala) । ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସଭାପତିତ୍ବରେ ଏହି ଶିବିରକୁ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଓ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉଦଘାଟନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।
ଏହି ପ୍ରଶିକ୍ଷଣ ଶିବିରରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଜୁ ଯୁବ, ଛାତ୍ର ଓ ମହିଳା କର୍ମକର୍ତ୍ତା ଓ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଯୋଗ ଦେଇଥିଲେ । ପୂର୍ବତନ ମନ୍ତ୍ରୀ ଓ ବିଧାୟକଗଣ ଯୁବଗୋଷ୍ଠୀ, ଛାତ୍ର ଓ ମହିଳାଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି । ଆଗାମୀ ଦିନରେ ତୃଣମୂଳ ସ୍ତରରେ କେଉଁଭଳି ଭାବରେ ଦଳକୁ ମଜଭୁତ କରାଯିବ ଓ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ କିଭଳି ଲୋକଙ୍କ ପାଖରେ ପହଞ୍ଚିବ ତାହା ଏହି ପ୍ରଶିକ୍ଷଣ ଶିବିରର ମୂଳ ଲକ୍ଷ୍ୟ । ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଏହିଭଳି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବା ପାଇଁ ଦଳ ଲକ୍ଷ୍ୟ ରଖିଛି ।
ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବର୍ତ୍ତମାନଠାରୁ ପାଗ ଭିଡ଼ିବାକୁ ଆରମ୍ଭ କରିଛନ୍ତି ରାଜ୍ୟର ପ୍ରମୁଖ ରାଜନୈତିକ ଦଳ । ଏହି କ୍ରମରେ ବିଜେଡି ମଧ୍ୟ ତାର ପ୍ରସ୍ତୁତି ଆରମ୍ଭ କରିଛି । ଏହାର ଏକ ଝଲକ ଯାଜପୁରରେ ଦେଖିବାକୁ ମିଳିଛି । ଏଠାରେ ବିଜେଡି ସୁଦୃଢ଼ ରହିଥିଲେ ସୁଦ୍ଧା ଅଧିକରୁ ଅଧିକ ସଦସ୍ୟ ସଂଗ୍ରହ ଅଭିଯାନ ଜାରି ରଖିଛି ଦଳ । ଏହାକୁ ନେଇ ଯାଜପୁରରେ ବିଭିନ୍ନ ସମୟରେ ପ୍ରଶିକ୍ଷଣ ଶିବିର, ମିଶ୍ରଣ ପର୍ବ ଆୟୋଜନ କରୁଛି ବିଜେଡି । ଏଭଳି କାର୍ଯ୍ୟକ୍ରମରେ ଦଳର ହେଭିୱେଟ୍ ସାମିଲ ହେଉଛନ୍ତି । ଏଭଳି କାର୍ଯ୍ୟକ୍ରମରେ ଦଳର ହେଭିୱେଟ୍ ସାମିଲ ହେଉଛନ୍ତି । ଖୋଦ୍ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏଭଳି କାର୍ଯ୍ୟକ୍ରମର ତଦାରଖ କରିବା ସହ ଉପସ୍ଥିତ ରହୁଛନ୍ତି । ନିର୍ବାଚନ ପାଇଁ ଏହା ଦଳର ସ୍ବତନ୍ତ୍ର ରଣନୀତି ହୋଇପାରେ ବୋଲି ଯାଜପୁର ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି ।
ଖାଲି ବିଜେଡି କାହିଁକି ଯାଜପୁରରେ ବିଜେଡିକୁ ଚେକ୍ମେଟ୍ ଦେବାକୁ ଅନ୍ୟ ରାଜନୈତିକ ଦଳ ଗୁଡ଼ିକ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ଏଭଳି କାର୍ଯ୍ୟକ୍ରମରେ ଦଳର ତୁଙ୍ଗ ନେତା ସାମିଲ ହୋଇ ନବାଗତଙ୍କୁ ଦଳର ଲକ୍ଷ୍ୟ ସମ୍ପର୍କରେ ବୁଝାଉଛନ୍ତି । | <urn:uuid:b178f924-794e-4e40-8ad8-291b41653cdc> | CC-MAIN-2022-40 | https://www.etvbharat.com/oriya/odisha/state/jajpur/bjd-training-program-inaugurated-in-dharmashala-jajpur/or20220921215909684684736 | 2022-09-28T22:55:56Z | s3://commoncrawl/crawl-data/CC-MAIN-2022-40/segments/1664030335286.15/warc/CC-MAIN-20220928212030-20220929002030-00133.warc.gz | ory | 1.000006 | Orya | 1 | {"ory_Orya_score": 1.000005841255188} |
ଖସିଲା ଛାତର ସିଲିଂ, ୨ ଆହତ
ଖସିଲା ଛାତର ସିଲିଂ, ୨ ଆହତ
ଝାରସୁଗୁଡ଼ା: ଝାରସୁଗୁଡ଼ା ସବ୍ ରେଜିଷ୍ଟ୍ରାର୍ କାର୍ଯ୍ୟାଳୟରେ ଘଟିଛି ଅଭାବନୀୟ ଘଟଣା । ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଖସିଲା ଛାତର ସିଲିଂ । କମ୍ପ୍ୟୁଟର ବିଭାଗର ଛାତର ସିଲିଂ ଆଜି ଅଚାନକ ଖସିପଡ଼ିଛି । ଫଳରେ ଦୁଇ ଜଣ ମହିଳା କର୍ମଚାରୀ ଏଥିରେ ଆହତ ହୋଇଛନ୍ତି । ଏହି ଦୁଇ ମହିଳା କର୍ମଚାରୀଙ୍କ ମଧ୍ୟରୁ ଜଣଙ୍କର ମୁଣ୍ଡରେ ଓ ଜଣଙ୍କର ପିଠିରେ ଆଘାତ ଲାଗିଛି ।
ସୂଚନା ଅନୁସାରେ, ସବୁଦିନ ପରି ମଧ୍ୟ ଆଜି କାର୍ଯ୍ୟାଳୟଟି ସମୟ ଭିତରେ ଖୋଲିଥିଲା । ଏହାପରେ କାମ ଆରମ୍ଭ କରିଥିଲେ କର୍ମଚାରୀ । ହେଲେ କାମ କରୁଥିବା ବେଳେ ହଠାତ ଛାତରେ ଲାଗିଥିବା ସିଲିଂ ଖସି ପଡ଼ିଥିଲା । ଏହି ସିଲିଂ ସିଧା ସବ୍ ରେଜିଷ୍ଟ୍ରାର୍ କାର୍ଯ୍ୟାଳୟର ପିଓ ଏବଂ ଡାଟାଏଣ୍ଟ୍ରୀ ଅପରେଟରଙ୍କ ଉପରେ ପଡ଼ିଥିଲା ।
ଏହି ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ ଦୁଇଜଣ ମହିଳା କର୍ମଚାରୀ । ପରେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ କର୍ମଚାରୀ । ସେଠାରେ ଉଭୟଙ୍କ ଚିକିତ୍ସା ପରେ ଦୁଇ କର୍ମଚାରୀ ସୁସ୍ଥ ହୋଇ ଫେରିଛନ୍ତି । ତେବେ ଏହି କାର୍ଯ୍ୟାଳୟର ଅନ୍ୟ ବିଭାଗର ପ୍ରକୋଷ୍ଠର ଛାତ ଗୁଡ଼ିକ ଫାଟି ପାଣି ଝରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ବର୍ଷା ଯୋଗୁଁ ଏହି କାର୍ଯ୍ୟାଳୟର ସବୁ ଛାତ ଗୁଡିକରୁ ପାଣି ସିଙ୍କ କରୁଛି । ଫଳରେ ଅଧିକାଂଶ ଛାତ ଗୁଡ଼ିକର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି ।
୫୦ ବର୍ଷ ତଳେ ଏହି କାର୍ଯ୍ୟାଳୟ ନିର୍ମାଣ ହୋଇଥିଲା । କାର୍ଯ୍ୟାଳୟରେ ଜିଲ୍ଲାର ଅତି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ କାଗଜ ଏଠାରେ ରହିଥିଲେ ମଧ୍ୟ ସୁରକ୍ଷା ପ୍ରତି ପ୍ରଶାସନର ନଜର ନାହିଁ । ପ୍ରକୋଷ୍ଠଟି ୫୦ବର୍ଷ ପୁରୁଣା ହୋଇଥିବାରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ଏହି ବାବଦକୁ ଉପରିସ୍ଥ ଅଧିକାରୀଙ୍କୁ ପଚରା ଯିବାରୁ କ୍ୟାମେରା ଆଗରେ ମୁହଁ ଖୋଲିନଥିଲାବେଳେ, ଦୀର୍ଘ ଗୋଟିଏ ବର୍ଷରୁ ଊର୍ଦ୍ଧ୍ବ ହେବ ମରାମତି ପାଇଁ ଜିଲ୍ଲା ପ୍ରଶାସନକୁ ଅବଗତ କରିଥିବା ସୂଚନା ଦେଇଛନ୍ତି । ତେଣୁ ଯଦି ଏହି କାର୍ଯ୍ୟାଳୟର ଛାତ ଗୁଡ଼ିକର ମରାମତି ନହୁଏ ତାହାଲେ କେତେବେଳେ ବି କାହାର ଜୀବନ ଯାଇପାରେ, ଏଥିରେ ସନ୍ଦେହ ନାହିଁ ।
ଇଟିଭି ଭାରତ, ଝାରସୁଗୁଡ଼ା | <urn:uuid:92dbbed5-e24b-47f7-b7cc-549fd8ff8eef> | CC-MAIN-2022-49 | https://www.etvbharat.com/oriya/odisha/state/jharsuguda/after-berhampur-mkcg-hospital-ceiling-slabs-collapse-at-jharsuguda-sub-register-office/or20220913105418136136854 | 2022-11-28T05:08:19Z | s3://commoncrawl/crawl-data/CC-MAIN-2022-49/segments/1669446710473.38/warc/CC-MAIN-20221128034307-20221128064307-00092.warc.gz | ory | 1.000005 | Orya | 1 | {"ory_Orya_score": 1.000004529953003} |
FIFA World Cup 2022: ସାଉଦି ଆରବର ଅପରିକଳ୍ପିତ ବିଜୟ, ୨-୧ରେ ହାରିଲା ଆର୍ଜେଣ୍ଟିନା
FIFA World Cup 2022: ସାଉଦି ଆରବର ଅପରିକଳ୍ପିତ ବିଜୟ, ୨-୧ରେ ହାରିଲା ଆର୍ଜେଣ୍ଟିନା
ଦୋହା: ଫିଫା ବିଶ୍ବକପ 2022ରେ ଆର୍ଜେଣ୍ଟିନାକୁ ୨-୧ ଗୋଲ୍ରେ ମାତ୍ ଦେଇ ଚକିତ କରି ସାଉଦି ଆରବ । ଜଣାଶୁଣା ଫୁଟବଲ୍ ଷ୍ଟାର୍ ଲିଓନେଲ୍ ମେସୀଙ୍କ ନେତୃତ୍ବାଧୀନ ଆର୍ଜେଣ୍ଟିନା ଅତି ସହଜରେ ସାଉଦି ଆରବକୁ ମାତ ଦେବ ବୋଲି ଆକଳନ କରାଯାଉଥିଲା । ତେବେ ସମସ୍ତ ଆକଳନକୁ ଭୁଲ୍ ପ୍ରମାଣିତ କରି ମ୍ୟାଚ୍କୁ ହାତେଇ ନେଇଛି ସାଉଦି ଆରବ ।
ମ୍ୟାଚ୍ ଆରମ୍ଭରୁ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଆର୍ଜେଣ୍ଟିନାର ଡିଫେନ୍ସ ଭେଦ କରିବାକୁ ସକ୍ଷମ ହୋଇପାରୁନଥିଲେ ସାଉଦି ଆରବର ଷ୍ଟ୍ରାଇକର । ଏହାରି ମଧ୍ୟରେ ମ୍ୟାଚ୍ର ୧୬ତମ ମିନିଟ୍ରେ ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସୀ ସାଉଦିକୁ ଏକ ଗୋଲ୍ ଦେଇ ଦଳକୁ ୧-୦ ଗୋଲ୍ର ଲିଡ୍ ଦେଇଥିଲେ । ଏହାପରେ ସାଉଦି ଫୁଟବଲରଙ୍କ ଖେଳିବା ଢଙ୍ଗ ବଦଳି ଯାଇଥିଲା ।
ଗୋଲ୍ ବରାବରକୁ କରିବାକୁ ବାରମ୍ବାର ଆର୍ଜେଣ୍ଟିନାର ଡିଫେନ୍ସ ଭେଦ କରିଥିଲେ ସାଉଦି ଫୁଟବଲର । ଶେଷରେ ମ୍ୟାଚ୍ର ୨୭ତମ ମିନିଟରେ ସାଉଦି ପକ୍ଷରୁ ମାର୍ଟିନେଜ୍ ଏକ ଗୋଲ୍ ଦେଇ ମ୍ୟାଚ୍କୁ ୧-୧ ଗୋଲ୍ରେ ବରାବର କରଥିଲେ । ମ୍ୟାଚ୍ର ପ୍ରଥାମର୍ଦ୍ଧ ପରେ ୫୩ତମ ମିନିଟ୍ରେ ସାଉଦି ପକ୍ଷରୁ ଆଲ୍ଦାୱାସରାଇ ଆଉ ଏକ ଗୋଲ୍ ଦେଇ ମ୍ୟାଚ୍ରେ ୨-୧ ଗୋଲ୍ର ଲିଡ୍ ନେଇଥିଲେ ।
ଏହାପରେ ଆଉ ମ୍ୟାଚ୍କୁ ଫେରି ପାରିନଥିଲା ଆର୍ଜେଣ୍ଟିନା । ଗୋଟିଏ ଦୁଇଟ ସୁଯୋଗ ପାଇଥିଲେ ସୁଦ୍ଧା ଏହାକୁ ଗୋଲ୍ରେ ପରିଣତ କରି ପାରିନଥିଲେ ଆର୍ଜେଣ୍ଟିନା ଫୁଟବଲର । ଏହାରି ମଧ୍ୟ ଷ୍ଟାର ଲିଓନେଲ୍ ମେସୀ ଆହତ ହୋଇ ଫିଲ୍ଡ ବାହାରକୁ ଚାଲି ଯାଇଥିଲେ । ଶେଷରେ ମ୍ୟାଚ୍ରେ ବିଜୟୀ ହୋଇଥିଲା ଆର୍ଜେଣ୍ଟିନା । | <urn:uuid:ba4a77c8-f4c9-4bdf-a956-7d9b1c336d77> | CC-MAIN-2022-49 | https://www.etvbharat.com/oriya/odisha/sports/other-sports/fifa-world-cup-saudi-arabia-stun-argentina-by-2-1-goal/or20221122184154165165502 | 2022-12-09T16:40:22Z | s3://commoncrawl/crawl-data/CC-MAIN-2022-49/segments/1669446711417.46/warc/CC-MAIN-20221209144722-20221209174722-00683.warc.gz | ory | 0.999981 | Orya | 1 | {"ory_Orya_score": 0.9999810457229614} |
ପାରାଦ୍ବୀପ ବନ୍ଦରରେ ୪୦ରୁ ଊର୍ଦ୍ଧ୍ବ କର୍ମଚାରୀଙ୍କୁ ବଦଳି
ପାରାଦ୍ବୀପ ବନ୍ଦରରେ ୪୦ରୁ ଊର୍ଦ୍ଧ୍ବ କର୍ମଚାରୀଙ୍କୁ ବଦଳି
ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲାର ପାରାଦ୍ବୀପ ବନ୍ଦରରେ ୪୦ରୁ ଊର୍ଦ୍ଧ୍ବ କର୍ମଚାରୀଙ୍କୁ ବଦଳି କରାଯାଇଛି । ପାରାଦ୍ବୀପ ବନ୍ଦର ନ୍ୟାସ କର୍ତ୍ତୃପକ୍ଷଙ୍କ ଦ୍ବାରା ଆଜି (ରବିବାର) ଏକାଥରେ ଏତେ ସଂଖ୍ୟକ କର୍ମଚାରୀଙ୍କୁ ଅଦଳ ବଦଳ କରାଯାଇଛି । ବିଭିନ୍ନ ପଦ ପଦବୀରେ ଦୀର୍ଘଦିନ ଧରି ଥିବା କର୍ମଚାରୀଙ୍କୁ ଚିହ୍ନଟ କରାଯାଇ ବଦଳି କରାଯାଇଛି । କାର୍ଯ୍ୟରେ ସ୍ବଚ୍ଛତା ଆଣିବାକୁ କର୍ତ୍ତୃପକ୍ଷ ଏହି ପଦକ୍ଷେପ ଗ୍ରହଣ କରଥିବା ଜଣାପଡ଼ିଛି ।
ଗତ କିଛି ମାସ ତଳେ ପାରାଦ୍ବୀପ ବନ୍ଦରରେ ଏକ ଲାଞ୍ଚ କାରବାରକୁ ନେଇ CBI ଚଢ଼ାଉ କରିଥିଲା । ଏଥିରେ ପାରାଦ୍ବୀପ ପୋର୍ଟର ଜଣେ ବରିଷ୍ଠ ଅଧିକାରୀଙ୍କ ସମେତ ଜଣେ DLRଙ୍କୁ ସିବିଆଇ ଗିରଫ କରିଥିଲା । ଯାହାକୁ ନେଇ କାର୍ଯ୍ୟରେ ସ୍ବଚ୍ଛତା ଆଣିବାକୁ ବନ୍ଦର ପ୍ରଶାସନ ଏହି ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁଯାୟୀ ପୋର୍ଟ ପ୍ରଶାସନିକ ବିଭାଗ, ଇଞ୍ଜିନିୟରିଂ ଓ ମେକାନିକାଲ ବିଭାଗ, ଫାଇନାନ୍ସ, ଆକାଉଣ୍ଟସ, ମେରାଇନ ବିଭାଗ, ମେଡ଼ିକାଲ ଆଦି ବିଭାଗରୁ କର୍ମଚାରୀଙ୍କୁ ବଦଳି କରାଯାଇଛି ।
ବଦଳି ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ୮ ଜଣ ସୁପରିଟେଣ୍ଡେଣ୍ଟ, ୨୮ ଜଣ ମୁଖ୍ୟ କିରାଣୀ, ୪ ଜଣ କିରାଣୀ, ୧୧ ଜଣ ଇଞ୍ଜିନିୟର, ୬ ଜଣ ମେକାନିକାଲ ଇଞ୍ଜିନିୟର, ୬ ଜଣ ଫାଇନାନ୍ସ ଓ ଆକାଉଣ୍ଟ ଜାହାଜ ନିୟନ୍ତ୍ରଣ, ମେରାଇନ ବିଭାଗରୁ ୪ ଜଣଙ୍କୁ ବଦଳି କରାଯାଇଛି ।
ଇଟିଭି ଭାରତ, ଜଗତସିଂହପୁର | <urn:uuid:112c1c2f-8b82-4e68-861d-60cff704d071> | CC-MAIN-2023-06 | https://www.etvbharat.com/oriya/odisha/state/jagatsinghpur/more-than-40-employees-reshuffle-in-paradip-port/or20221127175159554554807 | 2023-02-03T19:57:43Z | s3://commoncrawl/crawl-data/CC-MAIN-2023-06/segments/1674764500074.73/warc/CC-MAIN-20230203185547-20230203215547-00813.warc.gz | ory | 0.999903 | Orya | 1 | {"ory_Orya_score": 0.9999034404754639} |
ମାଆ ଛୁଆର ମୃତଦେହ ଉଦ୍ଧାର, ମାଆର ମୃତଦେହ ପାଖରେ ରାତି କାଟିଲା ବଡ଼ପୁଅ
ମାଆ ଛୁଆର ମୃତଦେହ ଉଦ୍ଧାର, ମାଆର ମୃତଦେହ ପାଖରେ ରାତି କାଟିଲା ବଡ଼ପୁଅ
ରାଞ୍ଚି: ପୁଣି ସାମ୍ନାକୁ ଆସିଲା ପାରିବାରିକ କଳହକୁ ନେଇ ଏକ ହୃଦୟ ବିଦାରକ ଘଟଣା । ଯାହା ସମସ୍ତଙ୍କ ହୃହୟକୁ ଭିତରୁ ଥରାଇ ଦେଇଛି । ନିଜ ଅନ୍ତ ଚିରି ଜନ୍ମ ଦେଇଥିବା ମା ନିଜର ଦୁଇ ନିରୀହ ପିଲାଙ୍କୁ ହତ୍ୟା ଉଦ୍ୟମ କରିବା ସହ ନିଜେ ମଧ୍ୟ ଆତ୍ମହତ୍ୟା କରିଛି । ତେବେ ମହିଳାଙ୍କ ୧୦ ବର୍ଷର ପୁଅ ନିଜକୁ ବଞ୍ଚାଇବାରେ ସଫଳ ହୋଇଥିଲା । ଏହାପରେ ସେ ନିଜ ସାନଭାଇ ଏବଂ ମାଆଙ୍କ ମୃତଦେହକୁ ଖଟ ଉପରେ ରଖି ରାତିସାରା ସେମାନଙ୍କ ସହିତ ଶୋଇଥିଲା ପୁଅ । ଝାଡଖଣ୍ଡର ପାଲାମୁ ଜିଲ୍ଲା ଡିଭିଜନର ମୁଖ୍ୟାଳୟ ମେଦିନିନଗରଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଥିବା ରଙ୍ଗେଇ ଗାଁର ଘଟିଛି ଏପରି ଦୁଃଖଦ ଘଟଣା ।
ସୂଚନା ଅନୁଯାୟୀ ମୃତ ମହିଳା ଜଣଙ୍କ ହେଉଛନ୍ତି ରଙ୍ଗେଇ ଗାଁର ବିକାଶ ଦାସଙ୍କ ପତ୍ନୀ ଶାନ୍ତି ଦେବୀ । ସ୍ୱାମୀଙ୍କ ଦ୍ବିତୀୟ ବିବାହକୁ ନେଇ ପରିବାରରେ କଳହ ଲାଗି ରହୁଥିଲା । ସ୍ବାମୀଙ୍କ ଦ୍ୱିତୀୟ ବିବାହକୁ ସହଜରେ ଗ୍ରହଣ କରିପାରି ନଥିଲେ ପତ୍ନୀ ଶାନ୍ତି ଦେବୀ । ଏହାକୁ ନେଇ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ । ତେବେ ପ୍ରତ୍ୟକ ଦିନର କଳହରୁ ମୁକ୍ତି ପାଇବା ପାଇଁ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିବା ନେଇ ପୋଲିସ ସନ୍ଦେହ କରୁଛି । ଶନିବାର ରାତିରେ ଉଭୟ ପିଲାଙ୍କୁ ଖାଇବାକୁ ଦେବା ପରେ ଶାନ୍ତି ଶୋଇବାକୁ ଚାଲି ଯାଇଥିଲେ । ଶନିବାର ସକାଳୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା।
ଏହି ଘଟଣାରେ ଶାନ୍ତି ଦେବୀଙ୍କ ସହ ତାଙ୍କ ୮ ବର୍ଷର ପୁଅର ମୃତଦେହ ଉଦ୍ଧାର ହୋଇଛି । କିନ୍ତୁ ତାଙ୍କ ୧୦ ବର୍ଷର ପୁଅ ସୁରକ୍ଷିତତ ଭାବରେ ଉଦ୍ଧାର ହୋଇଛି । କିଛି କ୍ଷଣ ମଧ୍ୟରେ ୧୦ ବର୍ଷର ପୁଅ ଛୋଟୁ ତାର ମା'ଏବଂ ସାନଭାଇର ସ୍ନେହକୁ ଚିର ଦିନ ପାଇଁ ହରେଇ ଦେଇଛି । ତେବେ ଛୋଟୁ ନିଜ ସାନଭାଇ ମୃତଦେହକୁ ନିଜ କୋଳରେ ରଖି ରାତିସାରା ସେମାନଙ୍କ ସହିତ ଶୋଇଥିଲେ । ରବିବାର ସକାଳୁ ଛୋଟୁ ପଡୋଶୀମାନଙ୍କୁ ପୁରା ଘଟଣା ବିଷୟରେ ଜଣାଇଥିଲା ।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପାଲାମୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ମହିଳା ଜଣଙ୍କ ପାଲାମୁସ୍ଥିତ ମାନାଟୁ ପୋଲିସ ଷ୍ଟେସନ ଅଧୀନରେ ଥିବା ରଙ୍ଗେଇ ଗାଁର ବାସିନ୍ଦା ବୋଲି ଜଣା ପଡ଼ିଛି । ପାଲାମୁ ପୋଲିସ ସୂଚନା ଅନୁଯାୟୀ ଶାନ୍ତି ଦେବୀଙ୍କ ସ୍ୱାମୀ ବିକାଶ ଦାସ ଗତ ବର୍ଷ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲେ । ଏହାକୁ ନେଇ ବାରମ୍ବାର ଝଗଡ଼ା ଲାଗି ରହୁଥିଲା । କିଛି ଦିନ ପୂର୍ବରୁ ବିକାଶ ଦାସଙ୍କ ଦ୍ୱିତୀୟ ପତ୍ନୀ ସେମାନଙ୍କ ସହ ରହିବାକୁ ଲାଗିଥିଲେ । ଯାହାକୁ ନେଇ ଶାନ୍ତି ଦେବୀ ଏଭଳି ଚରମ ନିଷ୍ପତ୍ତି ନେଇଥିବା ପୋଲିସ ଅନୁମାନ କରୁଛି । ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ପୋଲିସ କହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ | <urn:uuid:8393d0fd-af51-4b2e-8f8c-0e18ebbd93f2> | CC-MAIN-2023-06 | https://www.etvbharat.com/oriya/odisha/bharat/mother-reportedly-committed-suicide-with-son-in-palamu-ranchi/or20230122200419921921593 | 2023-02-01T18:49:08Z | s3://commoncrawl/crawl-data/CC-MAIN-2023-06/segments/1674764499949.24/warc/CC-MAIN-20230201180036-20230201210036-00013.warc.gz | ory | 1.000007 | Orya | 1 | {"ory_Orya_score": 1.000006914138794} |
କରମଣ୍ଡଳ କେମିତି ଦୁର୍ଘଟଣାର ଶିକାର ହେଲା? କେମିତି ଥିଲା ସେଦିନ ସଂଧ୍ୟା? ସାମ୍ନାକୁ ଆସିଲା ସେହି ହୃଦୟଥରା ଭିଡିଓ। ଦେଖନ୍ତୁ...
ଭାଇରାଲ୍ ହେଇଛି ଦିଲ୍ଲୀ ମେଟ୍ରୋରେ ଦୁଇ ମହିଳା ମୁହାଁମୁହିଁ ହେବାର ଭିଡିଓ। ଜଣେ ଧରିଛି ଚପଲ, ଆଉ ଜଣେ ବୋତଲ। ପରସ୍ପରଙ୍କୁ କରୁଛନ୍ତି ଦୁର୍ବ୍ୟବହାର। ଲୋକେ କହିଲେ "ଦିଲ୍ଲୀ ମେଟ୍ରୋକୁ କୁରୁକ୍ଷେତ୍ର ନାମରେ ନାମିତ କରାଯିବା ଉଚିତ।"
ଅଭିନେତ୍ରୀ ସ୍ୱରା ଭାସ୍କର ଖୁବ୍ ଶୀଘ୍ର ମା' ହେବାକୁ ଯାଉଛନ୍ତି। ଚଳିତ ବର୍ଷ ଫେବୃଆରୀରେ ସେ ରେଜେଷ୍ଟ୍ରୀ ମ୍ୟାରେଜ୍ କରିଛନ୍ତି। ଏହି ମାସରେ ପ୍ରଥମ ଶିଶୁକୁ ଜନ୍ମ ଦେବେ ବୋଲି କହିଲେ ସ୍ୱରା।
ତାଙ୍କ ଓଜନ ଦେଢ କ୍ୱିଣ୍ଟାଲ୍ ହୋଇଯାଇଥିଲା। ଏହାକୁ କମେଇବା ପାଇଁ ଆପଣେଇ ନେଲେ ଅଜବ ଉପାୟ। ୭ ମାସ ପାଇଁ ଘରୁ ଫେରାର୍ ହୋଇଗଲେ। ଯେତେବେଳେ ଫେରିଲେ ୬୩ କିଲୋ ଓଜନ କମିଯାଇଥିଲା। ଏହା କିପରି ହେଲା ସମ୍ଭବ? ଜାଣିବା ପାଇଁ ପଢନ୍ତୁ…
ଏବେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। କର୍ଣ୍ଣାଟକର ଏକ ରେଲ୍ୱେ ଟ୍ରାକ୍ରେ ଜଣେ ନାବାଳକ ଛୋଟ ଛୋଟ ପଥର ରଖିଥିବା ଘଟଣା ସାମ୍ନାକୁ ଆସିଛି।
ସଞ୍ଜୟ ଦତ୍ତ ଏୟାର୍ପୋର୍ଟରେ ଚାଲୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ସହିତ ସେଲ୍ଫି ନେବାକୁ ଚେଷ୍ଟା କରୁଥିଲେ, କିନ୍ତୁ ସଞ୍ଜୁ ବାବା ବଡ଼ ଷ୍ଟାଇଲ୍ରେ ତାଙ୍କ କାନ୍ଧରେ ହାତ ରଖି ତାଙ୍କୁ ସାଇଡ୍କୁ ଠେଲିଦେଇଥିଲେ। ସୋସିଆଲ୍ ମିଡିଆରେ ଏବେ ଭାଇରାଲ୍ ହେଉଛି ଏହି ଭିଡିଓ।
ରାସ୍ତା କଡରେ ନୁହେଁ ବରଂ ଅଡି କାର୍ରେ...ବୁଲିବୁଲି ବିକୁଛନ୍ତି ଚା'...ଏତେ ଟେଷ୍ଟି ପିଇବା ପରେ ଜାଣିବେ
ବାହାଘର ପାଇଁ ବିୟୁଟି ପାର୍ଲରକୁ ମେକ୍ଅପ୍ ହେବା ପାଇଁ ଯାଇଥିଲେ, ହେଲେ ସେଠାରୁ ବୟଫ୍ରେଣ୍ଡ୍ ସହ ଫେରାର ମାରିଲା କନ୍ୟା। ଆଉ ଏପଟେ ୱେଡିଂ ଭେନ୍ୟୁରେ ଅପେକ୍ଷା କରିଛି ବର।
ଆଶ୍ଚର୍ଯ୍ୟ ! ବିଦା ହେଉଥିଲା ଝିଅ...ସମସ୍ତଙ୍କ ଆଖିରେ ଥିଲା ଲୁହ । ବାସ୍ ଏତିକି ବେଳେ ଗୁଟଖା ଖାଇଲେ ନବବଧୂ...ଦେଖନ୍ତୁ ଭିଡିଓ
ବୃଦ୍ଧ ଜଣଙ୍କୁ ଅଧିକ ବୟସ ହୋଇଥିଲେ ମଧ୍ୟ ଅତି ସୁନ୍ଦର ଭାବେ ସେ ଗୀତଟିକୁ ଗାଉଥିବା ଦେଖିବାକୁ ମିଳୁଛି ।
ମୁଣ୍ଡରେ ହେଲମେଟ୍ ନାହିଁ କି ତଳକୁ ଠିକ୍ରେ ଗୋଡ ପାଉନି । ହେଲେ ବି ଫୁଲ୍ ସ୍ପିଡରେ ଗାଡି ନେଇଯାଉଛନ୍ତି ନାବାଳକ । ଅନ୍ୟ ଚାଳକ କହୁଛନ୍ତି ଧୀରେ ଚଳାଅ, ହେଲେ ଶୁଣୁନାହାନ୍ତି ନାବାଳକ ଜଣକ । ଭାଇରାଲ ହେଲା ଭିଡିଓ
ଆଶ୍ଚର୍ଯ୍ୟ ! ବିଦା ହେଉଥିଲା ଝିଅ...ସମସ୍ତଙ୍କ ଆଖିରେ ଥିଲା ଲୁହ । ବାସ୍ ଏତିକି ବେଳେ ଗୁଟଖା ଖାଇଲେ ନବବଧୂ...ଦେଖନ୍ତୁ ଭିଡିଓ
ଜଣେ ବ୍ୟକ୍ତି ଚଳନ୍ତା ମେଟ୍ରୋ ଡୋର୍ ଖୋଲି ସିଧା ପ୍ଲାଟ୍ଫର୍ମକୁ ଡେଇଁ ପଡ଼ୁଛନ୍ତି। ଏହାପରେ ଯାହା ଘଟିଥିଲା, ତାହା ଦେଖିଲେ ଆପଣ ମଧ୍ୟ ତାଜୁବ ହୋଇଯିବେ।
ଚଳନ୍ତା କାର୍ର ଛାତ ଉପରେ ପୁଶ୍-ଅପ୍ ମାରିଲେ ଯୁବକ। ଖାଲି ଏତିକି ନୁହେଁ ଆଉ କିଛି ଯୁବକ ମଦ ପିଇବା ସହ ଡ୍ୟାନ୍ସ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।
ପାଇଲଟ୍ ଜଣକ ସିଢ଼ିରେ କକ୍ପିଟ୍ ଝରକା ପର୍ଯ୍ୟନ୍ତ ଚଢ଼ିଛନ୍ତି । ଏହାପରେ ସେହି ଛୋଟ ଝରକା ଦେଇ ବିମାନ ମଧ୍ୟକୁ ପ୍ରବେଶ କରୁଛନ୍ତି ।
ଯୁବକଙ୍କ ସହ ଏମିତି କିଛି ଘଟିଛି, ଯାହା ସେ କେବେ କଳ୍ପନା ବି କରିନଥିଲେ। ଯୁବକ ଜଣ ଭୁଲ୍ବଶତଃ ଫ୍ୟାମିଲି ହ୍ୱାଟ୍ସଆପ୍ ଗ୍ରୁପ୍ରେ ଏମିତି ଫଟୋ ଶେୟାର କରି ଦେଇଥିଲେ, ଯାହାକି ଘରର ଲୋକଙ୍କ ସାମ୍ନାରେ ତାଙ୍କ ପୋଲ୍ ଖୋଲି ଦେଇଥିଲା।
ବୁଦ୍ଧିଜୀବୀ ମାନେ ପୋଲିସର ଏଭଳି ଆଚରଣକୁ କଡ଼ା ସମାଲୋଚନା କରିଛନ୍ତି ।
ବିକ୍ରି ହୋଇପାରୁନଥିଲା ଆମ୍ବ...ରାସ୍ତାରେ ନାଚିଲା ଦୋକାନୀ...ବାସ୍ ଏତିକିରେ ସବୁ ଆମ୍ବ ବିକ୍ରି ହେଇଗଲା...ଭାଇରାଲ ହେଲା ଭିଡିଓ
ବିମାନଟି ଦକ୍ଷିଣ କୋରିଆର ଡାଏଗୁ ଏୟାରପୋର୍ଟରେ ସୁରକ୍ଷିତ ଅବତରଣ କରିଥିଲା ।
ଶତ୍ରୁ ପକ୍ଷ ତାଙ୍କୁ ବନ୍ଧୁକରେ ଆକ୍ରମଣ କରିଥିଲେ । ଗୁଳି ଯାଇ ସିଧା ତାଙ୍କ ମଥାରେ ବାଜିଥିଲା । ସେ ଅନୁଭବ କଲେ ଯେ ତାଙ୍କର ଗୋଟିଏ ଆଖି ତା'ଯାଗାରୁ ଖସି ଯାଇଛି ।
ଆଜି ଆମେ ଆପଣଙ୍କୁ ସେମିତି କିଛି ଭିନ୍ନ ଜୀବନଶୈଳୀ ଓ ଭିନ୍ନ ଲୋକଙ୍କ କଥା କହିବୁ । ଯାହା ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ କରିବ ।
ବିଚ୍ ରାସ୍ତାରେ ସେ ପୁଣି ହାଇୱେରୁ ଲୁଟୁଛି ଚୋର । ଏମିତି ସେମିତି ଜିନିଷ ଚୋରି ହେଉନାହିଁ, ଚୋରି କରାଯାଉଛି ବଡ଼ ବଡ଼ ଛୋଳି ।
ଭିଡିଓରେ ଜଣେ ନବବିବାହିତା ଭାଉଜ ତାଙ୍କ ଦିଅକୁ ମାଡ଼ ମାରୁଥିବା ଦେଖିବାକୁ ମିଳୁଛି । ଖାଲି ନୂଆ ଭାଉଜ ନୁହଁନ୍ତି ଦିଅର ମଧ୍ୟ ଭାଉଜଙ୍କୁ ମାଡ଼ ମାରୁଛନ୍ତି ।
ବାଇକ୍ ଚଳାଇବା ବେଳେ ମୁଣ୍ତରେ ହେଲମେଟ୍ ପିନ୍ଧିବା ନିହାତି ଆବଶ୍ୟକ । ତେବେ ଏହି ନିୟମକୁ ମଣିଷ ଅଣଦେଖା କରୁଥିବା ବେଳେ ପଶୁଟିଏ କିନ୍ତୁ ଅକ୍ଷର ଅକ୍ଷରେ ପାଳନ କରୁଛି । ଜାଣନ୍ତୁ..
ଜଣେ ଡାକ୍ତର ଅପରେସନ୍ ଥିଏଟର ଭିତରେ 'ଇଲୁ ଇଲୁ' ଗୀତରେ ନାଚୁଥିବାର ନଜର ଆସିଛନ୍ତି। ଏହି ଭିଡିଓ ଏବେ ଜୋର୍ଦାର୍ ଭାଇରାଲ୍ ହେବାରେ ଲାଗିଛି। ଲୋକେ ଏହାକୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି। | <urn:uuid:7b7be809-00ef-4997-bf6e-e5a2ddfb747f> | CC-MAIN-2023-23 | https://otvkhabar.in/social-media | 2023-06-07T19:23:33Z | s3://commoncrawl/crawl-data/CC-MAIN-2023-23/segments/1685224654012.67/warc/CC-MAIN-20230607175304-20230607205304-00272.warc.gz | ory | 0.999973 | Orya | 1 | {"ory_Orya_score": 0.999972939491272} |
ଆୟୁଷ ବଳ ଯଶ ଧର୍ମ। ଲୋକ ଆଶିଷ ଶୁଭକର୍ମ।ା
ଏ ଆଦି ସର୍ବ ନାଶ କରେ। ଯେ ହିଂସା କରିଥାନ୍ତି ପରେ।ା
-ଜଗନ୍ନାଥ ଦାସ, ଶ୍ରୀମଦ୍ଭାଗବତ, ୧୦-୫
ପରହିଂସା ପାପ; ପରୋପକାର ଧର୍ମ। ସଂସ୍କୃତ 'ଶ୍ରୀମଦ୍ ଭାଗବତ'ରେ ବ୍ୟାସଦେବ ଏହା କହିଛନ୍ତି। ନବାକ୍ଷରୀ ଓଡ଼ିଆ ଭାଗବତରେ ଜଗନ୍ନାଥ ଦାସ ମଧ୍ୟ ଏହାକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି।
ଜଗନ୍ନାଥ ଦାସଙ୍କ ଭାଗବତର ଦଶମସ୍କନ୍ଧ, ପଞ୍ଚମ ଅଧ୍ୟାୟରେ ବର୍ଣ୍ଣିତ ହୋଇଛି କଂସର ମାନସିକ ଦ୍ୱନ୍ଦ୍ୱ। କଂସ ବନ୍ଦୀଶାଳାରେ ଶ୍ରୀକୃଷ୍ଣ ଜନ୍ମ ହେବା ପରେ, ବସୁଦେବ ତାହାଙ୍କୁ ନେଇ ଗୋପନଗ୍ରରେ ନନ୍ଦଘରେ ରଖି, ସେଠାରୁ ନବଜାତ ଶିଶୁକନ୍ୟାଙ୍କୁ ପାଲଟାଇ ଆଣିଥିଲେ। କଂସ ସେହି ଶିଶୁକନ୍ୟାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲା। କାରଣ, ସେ ଥିଲେ ମହାମାୟା, ଦେବୀ ଦୁର୍ଗା। ସେହି କନ୍ୟା କଂସ ହାତରୁ ଖସିଯାଇ, ଆକାଶମାର୍ଗରୁ ତାକୁ ଚେତାବନୀ ଦେଇଥିଲେ। ଭଉଣୀ ଦେବକୀ ଓ ବସୁଦେବଙ୍କୁ କାରାଗାରରୁ ମୁକ୍ତ କରିଦେବାକୁ କହିଥିଲେ।
ତାହା କଂସ ମନରେ ଭାବାନ୍ତର ଆଣିଥିଲା। ସେ ଦେବକୀ ଓ ବସୁଦେବଙ୍କୁ ମୁକ୍ତ କରିଥିଲା। ନବଜାତ ଛଅ ଭଣଜାଙ୍କୁ ହତ୍ୟା କରିଥିବାରୁ ଅନୁତପ୍ତ ମଧ୍ୟ ହୋଇଥିଲା। ତା' ମନରେ ଭାବନା ଆସିଥିଲା- ଜନ୍ମହେଲେ ମୃତ୍ୟୁ ଅଛି। ଏ ସଂସାର କାହାରି ନୁହେଁ। ସବୁ ମାୟା। ଏଣୁ ଏ ହିଂସା ଅକାରଣ।
କିନ୍ତୁ ପରଦିନ ଅସୁରସଭା ଡକାଇ, ସେମାନଙ୍କୁ ସେ କଥା କହିବାରେ, ସେମାନେ ସେଥିରେ ସମ୍ମତ ହୋଇ ନଥିଲେ। କହିଥିଲେ- ଦେବୀଙ୍କ ସତର୍କବାଣୀ ଅନୁସାରେ, ତୁମ୍ଭର ଶତ୍ରୁ ଚକ୍ରଧର ଅନ୍ୟତ୍ର ରହିଛନ୍ତି। ତେଣୁ ଦିନକର ଶିଶୁଙ୍କଠାରୁ ଆରମ୍ଭ କରି ସମସ୍ତଙ୍କୁ ମାରି ପକାଇବା।
ସେମାନେ କଂସକୁ ଏହା ମଧ୍ୟ ବୁଝାଇଲେ- ତୁମ୍ଭର ଶତ୍ରୁ ହେଉଛନ୍ତି କୃଷ୍ଣ। ସେ ସକଳ ଘଟରେ ବିରାଜିତ। ଯେଉଁମାନେ ବ୍ରାହ୍ମଣଙ୍କୁ ଗୋ-ଦାନ କରନ୍ତି, ଯଜ୍ଞ କରନ୍ତି, ତୀର୍ଥାଟନ ଓ ତପ କରନ୍ତି, ବିଷ୍ଣୁ ଭଜନ ଓ ଦୁଃଖୀଜନଙ୍କୁ ଦୟା କରନ୍ତି, ପରୋପକାର କରନ୍ତି; ସେହି ହରି ତାଙ୍କ ଶରୀରରେ ଅବସ୍ଥାନ କରନ୍ତି। ତେଣୁ ତାଙ୍କୁ ମାରି ପକାଇଲେ ହରି ମରିଯିବେ।
ତାହାକୁ କଂସ ବିଶ୍ୱାସ କଲା। ଫଳରେ ସେମାନେ ଗ୍ରାମ, ପାଟଣା, ପୁର, ଦେଶ ଖୋଜି ଶିଶୁଙ୍କୁ ମାରିବାରେ ଲାଗିଲେ।
ଏହି ପ୍ରସଙ୍ଗରେ ଉପରୋକ୍ତ ସୁଭାଷିତରେ କୁହାଯାଇଛି- ଯେ ତମଃଗୁଣ ଆଚରଣ କରେ, ନିଶ୍ଚିତ ଭାବରେ ସେ ନିକଟ ମରଣ ଲୋଡ଼େ। ଯେ ପରହିଂସା କରେ, ତା'ର ଆୟୁଷ, ଯଶ, ବଳ ଓ ଧର୍ମ ନାଶ ହୁଏ।
ଆୟୁଷ ବଳ ଯଶ ଧର୍ମ। ଲୋକ ଆଶିଷ ଶୁଭକର୍ମ।ା | <urn:uuid:2f3517ae-4a82-4c24-9963-1f55ad561fe7> | CC-MAIN-2023-40 | https://sambad.in/special/subhasita-gdg65456-1065718/ | 2023-10-01T22:54:50Z | s3://commoncrawl/crawl-data/CC-MAIN-2023-40/segments/1695233510941.58/warc/CC-MAIN-20231001205332-20231001235332-00727.warc.gz | ory | 0.999987 | Orya | 1 | {"ory_Orya_score": 0.9999871253967285} |