text
stringlengths
0
173k
timestamp
stringlengths
0
20
url
stringlengths
0
4.91k
source
stringclasses
4 values
କନକ ବ୍ୟୁରୋ : ନିଆଳିରେ ଚର୍ଚ୍ଚିତ ମେଣ୍ଢା ପ୍ରସଙ୍ଗରେ ଆଜି ପ୍ରତିକ୍ରିୟା ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟ ଶ୍ରୀ ରାଉତରାୟ । ବିଜୟ ଶ୍ରୀ କହିଲେ ଭଅଁରାଗଡ ଜଙ୍ଗଲ ନିକଟରେ ରାମଶିଆଳର ପାଦ ଚିହ୍ନ ମିଳିଛି । ବର୍ତମାନ ସୁଧା ରାମଶିଆଳକୁ କେହି ଦେଖିନାହାଁନ୍ତି । ବନ ବିଭାଗର ୩ଟି ଟିମ୍ ଛାନଭିନ୍ କରୁଛନ୍ତି । ତେବେ ରାମଶିଆଳ ମେଣ୍ଢାର କଲିଜା ଚିରି ଖାଇଥାଏ ବୋଲି କହିଛନ୍ତି ବଜୟଶ୍ରୀ । ଏବଂ କହିଛନ୍ତି ନିର୍ଦ୍ଦିଷ୍ଟ ଚ୍ୟାନେଲରେ ପ୍ରସାରିତ ହୋଇଥିବା ଦୃଶ୍ୟର କୌଣସି ସତ୍ୟତା ନାହିଁ । ଏହା ସହିତ ଲୋକମାନେ ଗୁଜବରେ ବିଶ୍ୱାସ ନକରିବାକୁ ଅନୁରୋଧ କରିଛନ୍ତି ମନ୍ତ୍ରୀ ।
OSCAR-2019
କନକ ବ୍ୟୁରୋ : ଆଗେ ଆଗେ ବଡ ଭାଇ ବଳଭଦ୍ର । ପଛେ ପଛେ ଯାଉଛନ୍ତି ସୁଭଦ୍ରା ମା’ । ପରମ୍ପରା ଅନୁଯାୟୀ ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ରଥ ଗଡିବା ପରେ ଦେବୀ ସୁଭଦ୍ରାଙ୍କ ରଥ ଗଡିଛି । ଶ୍ରୀ ବଳଭଦ୍ରଙ୍କ ରଥ ରାଜ ନଅର ଛୁଇଁବା ପରେ ବଡଦାଣ୍ଡରୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଛି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ । ଲକ୍ଷାଧିକ ଭକ୍ତ ମା’ ସୁଭଦ୍ରାଙ୍କ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଛନ୍ତି । ଖରା, ବର୍ଷାକୁ ଖାତିର ନକରି ଭାବରେ ହଜି ଯାଇଛନ୍ତି ଭକ୍ତ । ଦେବୀ ସୁଭଦ୍ରାଙ୍କ ରଥ ଗଡିବା ଆରମ୍ଭ ହେବା କ୍ଷଣି ହରିବୋଲ, ହୁଳହୁଳି , ନାମ ସଂକୀର୍ତ୍ତନରେ ବଡଦାଣ୍ଡ ପ୍ରକମ୍ପିତ ହୋଇ ଉଠିଛି । ପୂରା ବଡଦାଣ୍ଡ ଜଗନ୍ନାଥମୟ ହୋଇ ଉଠିଛି । ତିନି ଠାକୁରଙ୍କ ରଥଟଣା ସମୟରେ ବିଭିନ୍ନ ମଠ ଓ ଅନୁଷ୍ଠାନ ପକ୍ଷରୁ ଠାକୁରମାନଙ୍କ ଉଦ୍ଦେଶ୍ୟରେ ବଡଦାଣ୍ଡର ଉଭୟ ପାଶ୍ୱର୍ର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ପନ୍ତି ଭୋଗ କରାଯାଇଥାଏ । ତେବେ ଭକ୍ତ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଯେପରି ରଥଟଣା ସମୟରେ କୌଣସି ପ୍ରକାର ଅଘଟଣ ନ ଘଟେ ତାହା ଉପରେ ଜୋର ଦେଇଛି ପୋଲିସ । ରଥ ଠାରୁ କିଛି ମିଟର ପର୍ଯ୍ୟନ୍ତ କୌଣସି ଭକ୍ତଙ୍କୁ ଛଡା ଯାଇନାହିଁ । ତେବେ ରଥଟଣା ସମୟରେ ଯେଉଁଠି ସନ୍ଧ୍ୟା ହେବ ସେହିଠାରେ ହିଁ ତିନି ରଥ ଅଟକି ରହିବ । ଆଉ ଏହାପରେ ବିଭିନ୍ନ ନୀତିକାନ୍ତି କରାଯିବ ।
OSCAR-2019
ଭୁବନେଶ୍ୱର: ପ୍ରେକ୍ଷାଳୟରୁ ଭାସି ଆସୁଥିଲା ହୁଳହୁଳିର ଶବ୍ଦ। ଫୁଲରେ ଶୃଙ୍ଗାର କରାଯାଉଥିଲା ଦେବାଦେବୀଙ୍କର। କିନ୍ତୁ ଏହା କୌଣସି ପ୍ରତିମା ପୂଜା ନ ଥିଲା। ଥିଲା ଚଳନ୍ତି ଠାକୁର ପିତାମାତାଙ୍କର ପୂଜନ। ପିତାଙ୍କ ମୁଣ୍ଡରେ ପଗଡ଼ି ବାନ୍ଧି ଏବଂ ମା’ମାନଙ୍କ ମୁଣ୍ଡରେ ଓଢ଼ଣି ଦେଇ ବସାଇବା ସହ ଆମ ସଂସ୍କୃତି, ପରମ୍ପରା, ବାପା ମା’ ଦେଇଥିବା ସଂସ୍କାର ଓ ଦୀର୍ଘ ବର୍ଷର ପୂଜ୍ୟପୂଜା ପରମ୍ପରାକୁ ଯେ ଆମେ ଭୁଲିନାହୁଁ ତାହା ପ୍ରମାଣିତ କରୁଥିଲେ କିଛି ଯୁବପିଢ଼ି। ଆଜି ଜାତୀୟ ପିତାମାତା ଦିବସ ଅବସରରେ ‘ଆଲିସା ଫାଉଣ୍ଡେସନ୍‌’ ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏହି ପିତାମାତା ପୂଜନ କାର୍ଯ୍ୟକ୍ରମ। ୩୫ ବର୍ଷରୁ ଊର୍ଧ୍ୱ ବିବାହିତ ଦମ୍ପତିଙ୍କୁ ନେଇ ସେମାନଙ୍କ ବିବାହ ବାର୍ଷିକୀ ପାଳନ କରାଯାଇଥିଲା। କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଅଭିନେତା ସବ୍ୟସାଚୀ ମିଶ୍ର, ଅବସରପ୍ରାପ୍ତ ପ୍ରଶାସକ ସୁଶୀଲ ଦାସ ଓ ସ୍ମାର୍ଟ ସିଟି ଅଧିକାରୀ ପ୍ରତାପ ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଆଲିସା ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ଅନ୍ନଦା ପ୍ରଭା ରାୟ ଓ ସମ୍ପାଦକ ସୁଜିତ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
OSCAR-2019
କେବଳ ଭଲ ଅଭିନେତ୍ରୀ ନୁହଁ ଜଣେ ଭଲ ମଣିଷର ଉଦାହରଣ ଦେଲେ ଚୁଲବୁଲି ଆଲିଆ ଭଟ୍ଟ ! ଏଭଳି ଉପାୟରେ କଲେ ଲୋକଙ୍କ ସାହାଯ୍ୟ । ବଲିଉଡ କ୍ୟୁଟ ଅଭିନେତ୍ରୀ ଆଲିୟା ଭଟ୍ଟ ଖୁବ କମ ବୟସରୁ ବିଭିନ୍ନ ପ୍ରକାର ଅଭିନୟ କରିସାରିଲେଣି ।ସେ ରାଜି, ହାଇୱେ ଏବଂ ଉଡତା ପଂଜାବ ଭଳି ଫିଲ୍ମରେ ନିଜର ଅଭିନୟ ଦେଇ ଏକ ପରିଚୟ ବନାଇ ସାରିଲେଣି । ଆଲିୟା ନା କେବଳ ସୁନ୍ଦର ମାତ୍ର ସେ ଜଣେ ଭଲ ମଣିଷ ମଧ୍ୟ ଅଟନ୍ତି । ଏବେ କିଛି ଦିନ ତଳେ ସେ ଏଭଳି କିଛି କାର୍ୟ୍ୟ କରିଛନ୍ତି ଯାହା ଶୁଣି ସମସ୍ତେ ତାଙ୍କ ଉପରେ ଗର୍ବ ଅନୁଭବ କରିବେ । ଏଠାରେ ଆମେ କହି ରଖୁଛୁ ଯେ ଆଲିୟା ନିଜର କିଛି ଖାସ ଜିନିଷକୁ ନିଲାମ କରିବାକୁ ଚିନ୍ତା କରିଥିଲେ ମାତ୍ର ଏବେ ଆଉ ଏକ ନୂଆ ଖବର ଶୁଣିବାକୁ ମିଳିଛି ।ଆଲିୟା ନିଜର କିଛି ଖାସ ଜିନିଷକୁ ନିଲାମ କରିଛନ୍ତି । ରିପୋର୍ଟ ମୁତାବକ ଆଲିୟା ନିଜର ଯେଉଁ ଜିନିଷ ନିଲାମ କରିଛନ୍ତି ସେଥିରୁ ମିଳିଥିବା ଟଙ୍କା ଏକାଠି କରାଯାଇଛି । ସେହି ଟଙ୍କାରେ ସେ କର୍ଣ୍ଣାଟକର ମଣ୍ଡ୍ୟା ଜିଲ୍ଲାସ୍ଥିତ କିକେରୀ ଗ୍ରାମରେ ୪୦ପରିବାରକୁ ବିଜୁଳି ଦେବା ଲାଗି ସ୍ଥିର କରାଯାଇଛି । ଏହିଭଳି ସାମାଜିକ କାର୍ୟ୍ୟ କରିବା ଲାଗି ଆଲିୟାଙ୍କୁ ବାଙ୍ଗାଲୁରୁର ଏକ ସଂସ୍ଥା ମଧ୍ୟ ସାହାଯ୍ୟ କରୁଛି । ଆଲିୟା କିଛି ଦିନ ତଳେ ଏକ ଟ୍ୱିଟ କରିଥିଲେ । ଏହି ଟ୍ୱିଟରେ ସେ ଲେଖିଥିଲେ ‘ମି ୱାଡରବ ଇଜ ସୁ ୱାଡରବ’କୁ ମିଳିଥିବା ଆଶ୍ଚର୍ୟ୍ୟଜନକ ରେସପନ୍ସ ଦ୍ୱାରା ଅନ୍ଧକାରରେ ରହୁଥିବା ୪୦ ପରିବାରଙ୍କୁ ବିଜୁଳି ଉପଲବ୍ଧ ପାଇଁ ସାହାଯ୍ୟ ମିଳିପାରିଛି । ଏଥିରେ ସବୁଠାରୁ ଭଲ କଥା ହେଉଛି ଏହି ପ୍ରୟାସରେ ଏବେ ଆହୁରୀ ୨୦୦ପରିବାରକୁ ଆଲୋକ ଯୋଗାଇବା ପାଇଁ ଯୋଜନା ଚାଲିଛି । ସତରେ , ଆଲିୟାଙ୍କର ଏଭଳି କାର୍ୟ୍ୟ ପ୍ରଶଂସନୀୟ ଅଟେ ।
OSCAR-2019
ଚନ୍ଦ୍ରଶେଖରପୁର : ଚନ୍ଦ୍ରଶେଖରପୁର ଥାନା ପଦ୍ମାବତୀ ବିହାରରେ ଘଟିଥିବା ନାବାଳିକା ଦୁଷ୍କର୍ମ ଘଟଣାରେ ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ସ୍ଥାନୀୟ ଲୋକ ଥାନା ଘେରାଉ କରିବାକୁ ସଜବାଜ ହେଉଥିବା ସୂଚନା ମିଳିଛି। ପୁଲିସ ଅଭିଯୁକ୍ତ ଠିକାଦାରକୁ ଗିରଫ କରୁ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଠିକାଦାର ଜଣକ ଫେରାର ହୋଇ ଯାଇଥିବା ବେଳେ ନାବାଳିକାଙ୍କୁ କଳିଙ୍ଗନଗରସ୍ଥିତ ବିଶ୍ୱ ଜୀବନ ସେବା ସଂଘରେ ରଖି ତଦନ୍ତ କରାଯାଉଛି। ପୁଲିସ ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଜିଲା ରାଜକନିକା ଅଞ୍ଚଳର ଠିକାଦାର ପ୍ରମୋଦ କୁମାର ସିଂ (୬୦) ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଞ୍ଚଳର ନାବାଳିକା(୧୨)ଙ୍କ ସପ୍ତମ ପରୀକ୍ଷା ସରିବା ପରେ ଅଧିକ ପାଠ ପଢ଼େଇବାକୁ ଅଭିଯୁକ୍ତ ରହୁଥିବା ପଦ୍ମାବତୀ ବିହାରସ୍ଥିତ ଘରକୁ ଆଣିଥିଲେ। ମାତ୍ର ପତ୍ନୀ ଘରେ ରହୁ ନଥିବା ବେଳେ ଅଭିଯୁକ୍ତ ଜଣଙ୍କ ତାଙ୍କ ପ୍ରତି ଦୁଷ୍କର୍ମ ଉଦ୍ୟମ କରିଥିବା ଖୋଦ୍‌ ନାବାଳିକା ଜଣଙ୍କ ପୁଲିସ୍‌ ଆଗରେ ପ୍ରକାଶ କରିଛନ୍ତି। ବାପା ରୋଜଗାର ପାଇଁ ରାଜ୍ୟ ବାହାରେ ରହୁଥିବା ବେଳେ ମା’ ଝିଅର ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରମୋଦଙ୍କ ସହିତ ରାଜଧାନୀକୁ ପଠେଇଥିଲେ। ଏଠାକୁ ଆଣିବା ପରେ ପ୍ରମୋଦଙ୍କ ପତ୍ନୀ ନାବାଳିକାଙ୍କୁ ଘର କାମରେ ନିୟୋଜିତ କରିଥିଲେ। ତେବେ ପତ୍ନୀଙ୍କ ଅନୁପସ୍ଥିତିର ଫାଇଦା ନେଇ ପ୍ରମୋଦ ନାବାଳିକାଙ୍କ ସହିତ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ପୁଲିସ୍‌ ପ୍ରଥମରୁ ହାଲ୍‌କା ଭାବେ ନେଇଥିବାରୁ ଅଭିଯୁକ୍ତ ଖସିଯାଇଥିବା ସ୍ଥାନୀୟ ବସ୍ତିବାସିନ୍ଦା ପ୍ରକାଶ କରିଛନ୍ତି। ତେବେ ଘଟଣାକୁ ୪୮ଘଣ୍ଟା ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ ଗିରଫ ହୋଇ ନଥିବାରୁ ଥାନା ଘେରାଉ କରିବାକୁ ଏକ ରାଜନୈତିକ ଦଳ ପକ୍ଷରୁ ଯୋଜନା କରାଯାଉଥିବା ସୂଚନା ମିଳିଛି। ତେବେ ପୁଲିସ୍‌ର ଏକ ସ୍ୱତନ୍ତ୍ର ଦଳ ଅଭିଯୁକ୍ତକୁ ଗିରଫ କରିବା ପାଇଁ ତା’ର ପୈତୃକ ଘର ତଥା ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା ଜଣେ ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି। ଶାରୀରିକ ତଥା ମାନସିକ ନିର୍ଯାତନା ସହି ଆସୁଥିବା ନାବାଳିକା କିନ୍ତୁ ସୋମବାର ଘରେ କେହି ନଥିବା ସୁଯୋଗ ନେଇ ନିକଟସ୍ଥ ନୀଳପଡ଼ିଆ ବସ୍ତିକୁ ପଳାଇଥିଲେ। କାନ୍ଦି କାନ୍ଦି ସବୁ କହିବା ପରେ ବସ୍ତିବାସନ୍ଦା ପୀଡ଼ିତାଙ୍କୁ ନେଇ ଚନ୍ଦ୍ରଶେଖରପୁର ଥାନାକୁ ଆସିଥିଲେ। ଏ ସମ୍ପର୍କର ସୂଚନା ପାଇବାରେ ପରେ ପ୍ରଥମେ ପୁଲିସ୍‌ ଘଟଣାକୁ ହାଲକା ଭାବେ ନେଇଥିଲା। ପରେ ଘଟଣାସ୍ଥଳକୁ ନେଇ ଅଭିଯୁକ୍ତକୁ ଚିହ୍ନଟ କରାଇବାପାଇଁ କିଛି ସମୟ ପାଟ୍ରୋଲିଂ ଭ୍ୟାନ୍‌ରେ ବୁଲାଇଥିଲା। ନୀଳପଡ଼ିଆ ବସ୍ତି ବାସିନ୍ଦା ପକ୍ଷରୁ ଥାନାରେ ଅଭିଯୋଗ ଦିଆଯିବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲା।
OSCAR-2019
ଜେକେ କାଗଜ କଳ ସହ ତ୍ରିପାକ୍ଷିକ ଆଲୋଚନା ବିଫଳ: ଶ୍ରମିକ ସଂଗଠନ ପକ୍ଷରୁ କରାଯିବ ଶାନ୍ତିପୂର୍ଣ୍ଣ ଧର୍ମଘଟ – Odiapua.com ରାୟଗଡା/୨୩/୮/୧୮(ଓଡ଼ିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ): ବିଫଳ ହେଲା ତ୍ରିପାକ୍ଷିକ ଆଲୋଚନା। ଆସନ୍ତାକାଲି ୨୪ତାରିଖ ସକାଳୁ ଆରମ୍ଭ ହେବ ଶ୍ରମିକ ସଂଗଠନର ଧର୍ମଘଟ। କାରଖାନାକୁ ଅଚଳ କରାଗଲେ ପ୍ରଭାବିତ ହୋଇପାରେ କୋଟି କୋଟି ଟଙ୍କାର ଉତ୍ପାଦନ। ପୂର୍ବ ନିର୍ଦ୍ଧାରିତ ନିଷ୍ପତିନୁଯାୟୀ ଗୁରୁବାର ଅପରାହ୍ନରେ ଜେକେ କାଗଜ କଳ କର୍ତୁପକ୍ଷ, ଜେକେ ପେପର ମିଲ୍ ଏମ୍ପ୍ଳୋଇଜ ସଂଘ ଓ କଂଟ୍ରାକ୍ଟ ଶ୍ରମିକ ସଂଘ ଏବଂ ଜିଲ୍ଳା ପ୍ରଶାସନ ମଧ୍ୟରେ ଅନୁଷ୍ଠିତ ତ୍ରିପାକ୍ଷିକ ଆଲୋଚନାରେ ଶ୍ରମିକଙ୍କ ଦାବିକୁ କମ୍ପାନୀ କର୍ତୁପକ୍ଷ ପୂରଣ କରି ନ ପାରିବା ପାଇଁ କହିଥିବା ବେଳେ ଏହି ସମ୍ବନ୍ଧୀୟ ଏକ ସିଭିଲ ସୁଟ୍ କେସ ଅଦାଲତରେ ବିଚାରଧୀନ ରହିଥିବା ଯୋଗୁଁ ରାଏ ପ୍ରକାଶ ପାଇବା ପରେ ପରବର୍ତ୍ତୀ ନିଷ୍ପତି ନିଆଯିବ ବୋଲି ବୈଠକରେ ଉପସ୍ଥିତ କମ୍ପାନୀ କର୍ତୁପକ୍ଷମାନେ ନିଜ ଉତର ରଖିଛନ୍ତି। ଅନ୍ୟପକ୍ଷରେ ଶ୍ରମିକ ସଂଗଠନ ପକ୍ଷରୁ କମ୍ପ୍ାନୀର ଏହା ମନମୁଖୀ କାର୍ଯ୍ୟକଳାପ ହୋଇଥିବା ଯୋଗୁଁ ପୂର୍ବ ନିଷ୍ପତି ପ୍ରକାରେ ଆସନ୍ତାକାଲି ଠାରୁ କମ୍ପାନୀ ମୁଖ୍ୟ ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଧର୍ମଘଟ ଆରମ୍ଭ କରିବେ ବୋଲି ଶ୍ରମିକ ନେତାମାନେ ପ୍ରକାଶ କରିଛନ୍ତି। ସେହିପରି ଉଭୟ ପକ୍ଷଙ୍କ ଆଲୋଚନାକୁ ଦୃଷ୍ଟିରେ ରଖି ପଶାସନ ପକ୍ଷରୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଡିପିଓ ରାଜ କିଶୋର ଦାସ ସୂଚନା ଦେଇଛନ୍ତି। ରାୟଗଡା ଜିଲ୍ଳାର ଜେକେପୁର ସ୍ଥିତ ଜେକେ କାଗଜ କଳ କାରଖାନାରେ ଦୀର୍ଘ ୪ମାସ ଧରି ଶ୍ରମିକ ଅଶାନ୍ତି ଚାଲୁ ରହିଛି। ପ୍ରଶାସନ ଓ କମ୍ପାନୀ କର୍ତୁପକ୍ଷଙ୍କ ତରଫରୁ ଶ୍ରମିକ ସଂଗଠନର ବିଭିନ୍ନ ଦାବିକୁ ନେଇ ବିଭିନ୍ନ ସମୟରେ ଆଲୋଚନା ହୋଇଥିଲେ ମଧ୍ୟ ଏଥିରେ କୈାଣସି ନିଷ୍କର୍ସ ବାହାରି ପାରିନାହିଁ। ଶ୍ରମିକ ସଂଗଠନ ତରଫରୁ ଜେକେ କମ୍ପାନୀରେ କାମ କରୁଥିବା ୪ହଜାର ଠିକା ଶ୍ରମିକମାନଙ୍କୁ କମ୍ପାନୀ କର୍ତୁପକ୍ଷ ଓ ଠିକାଦାରମାନେ ଶୋଷଣ, ନିର୍ଯ୍ୟାତନା, ଚାକିରିରୀ ବାହାର କରିବା, ଟ୍ରେଡ ୟୁନିୟନ କରାଇ ନ ଦେବା ଏବଂ ଶ୍ରମିକଙ୍କ ଅଗୋଚରରେ ଉପଯୁକ୍ତ ଦରମା ନ ଦେଇ ସର୍ବନିମ୍ନ ମଜୁରୀ ଦେଇ ୨.୫ଟନରୁ ୪ଟନରୁ ୪.୭୫କିଲୋକୁ କାର୍ଯ୍ୟଭାର ବଢାଇ ସର୍ବନିମ୍ନ ମଜୁରୀକୁ ନେଇ ମନିଇଚ୍ଛା ଚିକ୍ତିନାମା କରିବା ସହ ଶ୍ରମିକମାନଙ୍କ ଯର୍ଥାଥ ଦାବିକୁ ନ ମାନି ବାରମ୍ବାର ଧମକାଇ, ଡରାଇ କମ୍ପାନୀ କର୍ତୁପକ୍ଷ ଯେଉଁ ଅତ୍ୟାଚାର ଓ ଶୋଷଣ ଚଳାଇଛନ୍ତି ତା ବିରୁଦ୍ଧରେ ଶ୍ରମିକ ପ୍ରତିବାଦ କରିଥିବା ଜଣାଇଥିବା ବେଳେ ଏ ସଂକ୍ରାନ୍ତରେ ରାୟଗଡା ଜିଲ୍ଳାପାଳ ଓ ଏସ.ପି.ଙ୍କୁ ଅବଗତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରମିକମାନେ ଅନୁରୋଧ କରିଥିବା ସୂଚନା ମିଳିଛି। ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ଚଳିତ ଅଗଷ୍ଟ ପ୍ରଥମ ସପ୍ତାହରେ ଜେକେ ପେପର ମିଲ ଏମ୍ପ୍ଳୋଇଜ ୟୁନିୟନ ଏବଂ ଜେକେ ପେପର ମିଲ କଂଟ୍ରାକ୍ଟ ଶ୍ରମିକ ସଂଘ ତରଫରୁ ପୂର୍ବ ପ୍ରଦତ ୧୪ଦଫା ଦାବି ଉପରେ ହୋଇଥିବା ତ୍ରିପାକ୍ଷୀକ ଆଲୋଚନା ମାଧ୍ୟମରେ ସମାଧାନ କରାଯିବା ପାଇଁ ନିଷ୍ପତି ହୋଇଥିଲା। କିନ୍ତୁ କମ୍ପାନୀ କର୍ତୁପକ୍ଷ ନିଜ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ନିଷ୍ପତି ନେବା ପାଇଁ କହି ୨୩ତାରିଖରେ ଶେଷ ନିଷ୍ପତି ଜଣାଇବେ ବୋଲି କହିଥିଲେ। ଶ୍ରମିକ ସଂଗଠନ ପକ୍ଷରୁ ଦିଆଯାଇଥିବା ୧୪ଦଫା ଦାବି ମଧ୍ୟରେ ପ୍ରମୁଖ ଦାବିଗୁଡିକ ହେଲା ଅଣକୁଶଳୀ ଶ୍ରମିକଙ୍କ ପାଇଁ ଦିନକୁ ୬୯୨ଟଙ୍କା ହିସାବରେ ମାସିକ ୧୮ହଜାର ଟଙ୍କା ଦରମା ପ୍ରଦାନ, ସମାନ କାମକୁ ସମାନ ଦରମା, ଶ୍ରମିକଙ୍କୁ ଇଏସଆଇ, ଇପିଏଫ ଅର୍ନ୍ତଭୁକ୍ତ କରାଯିବା, ଶ୍ରମିକଙ୍କ ସୁରକ୍ଷା ପାଇଁ ସମସ୍ତ ସୁରକ୍ଷା ଆଇନକୁ କାର୍ଯ୍ୟକାରୀ କରିବା, ଫ୍ୟାକ୍ଟି୍ର ଆକ୍ଟ ଅନୁଯାୟୀ ମହିଳା ଓ ପୁରୁଷ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ବିଶ୍ରାମ କକ୍ଷ, ପରିସ୍ରାଗାର, ୱାସରୁମ, ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, କାରଖାନା ଆଇନ ଓ ରୁଲକୁ ସଂପୁର୍ଣ୍ଣ ଭାବେ କା୍ର୍ୟ୍ୟକାରୀ କରିବା, ଠିକା ଶ୍ରମିକଙ୍କ ପାଇଁ ୧୫ଲକ୍ଷଟଙ୍କାର ଗ୍ରୁପ୍ ବୀମା, ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଠିକା ଶ୍ରମିକଙ୍କ ପିଲାଙ୍କୁ ସ୍ଥାୟୀ ନିଯୁକ୍ତି, ଶ୍ରମିକଙ୍କୁ ୨୦ପ୍ରତିଶତ ବୋନସ ଏବଂ ଏକ୍ସଗ୍ରାସିଆ ପ୍ରଦାନ କରିବା, ପୁରୁଷ ଶ୍ରମିକଙ୍କୁ ୨ଯୋଡା ୟୁନିଫର୍ମ ଓ ମହିଳାଙ୍କୁ ୨ଟି ଶାଢୀ ପ୍ରଦାନ କରିବା, ସ୍ଥାନୀୟ ବେକାର ଯୁବକଯୁବତୀଙ୍କୁ ଜେକେ ପେପର ମିଲ କର୍ତୁପକ୍ଷ ନିଯୁୁକ୍ତି ଦେବା ସହ ଅନ୍ୟାନ୍ୟ ଦାବିଗୁଡିକର ସମାଧାନ କରିବା ସହ ପିସ୍ ରେଟ ଶ୍ରମିକ ପାଇଁ ସମାନ ସ୍ଳାବ ରେଟ୍, ସମସ୍ତ ଠିକା ଶ୍ରମିକଙ୍କୁ ୧୦ବର୍ଷ ପରେ କରିବା ଭଳି ଦାବିଗୁଡିକ ରହିଛି। ଏହି ତ୍ରିପାକ୍ଷିକ ଆଲୋଚନା ବୈଠକରେ ସହକାରୀ ଶ୍ରମ ଆୟୁକ୍ତ ପ୍ରଶାନ୍ତ ତ୍ରପାଠୀ, ଜିଳ୍ଳା ଶ୍ରମ ଅଧିକାରୀ ପ୍ରଦୀପ ଭୋଇ, ସହକାରୀ ଜିଲ୍ଳାପାଳ ଶିବ ପାଣିଗ୍ରାହୀ, ଏସଡିପିଓ ରାଜ କିଶୋର ଦାସ, ତହସିଲଦାର ଉମାକାନ୍ତ ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝି, ଶ୍ରମିକ ସଂଗଠନର ସିଟୁ ସର୍ବଭାରତୀୟ ଉପସଭାପତି ତଥା ରାଜ୍ୟ ସାଧାରଣ ସଂପାଦକ ବିଷ୍ଣୁ ମହାନ୍ତି, ସିଟୁ ଜିଲ୍ଳା ସଭାପତି ହରେନ୍ଦ୍ର ନାଥ ଚନ୍ଦନା, ସାଧାରଣ ସଂପାଦକ ଏ.ଭି.ନାଇଡୁ, ଜିଲ୍ଳା ମଟର କର୍ମଚାରୀ ସଂଘର ସଭାପତି ସୁନୀଲ କର, ସିଟୁ-ଜିଲ୍ଳା ସଭାପତି, ରାଧାଶ୍ୟାମ ପଣ୍ଡା, ଡଃ.ଅଭିନ୍ନ କୁମାର ହୋତା, ଲକ୍ଷ୍ମଣ ପଲେଇ ପାତ୍ରଙ୍କ ସମତେ ଶତାଧିକ ଶ୍ରମିକମାନେ ଉପସ୍ଥିତ ରହିଥିଲେ। ଚାଷୀମାରଣ ନୀତି ଓ ନିଜ ପୁତ୍ର ସହ ବେଆଇନ୍ ନିଯୁକ୍ତିକୁ ନେଇ ଅର୍ଣ୍ଣପାଳ ସେବା ସମବାୟ ସମିତି ସଂପାଦକଙ୍କୁ ଦଣ୍ଡାଦେଶ, ଏଆରସିଏସଙ୍କ ଅଦାଲତରେ ତାଙ୍କର ମାସକର ଦରମା ବନ୍ଦ ପାଇଁ ନିର୍ଦ୍ଦେଶ
OSCAR-2019
କନକ ବ୍ୟୁରୋ : ବାବାଙ୍କର ମଠ ଥିବା କଥା ଆପଣ ଶୁଣିଥିବେ କିନ୍ତୁ ଗ୍ୟାଙ୍ଗଷ୍ଟରର ବି ମଠ ତାଏ ବୋଲି କେବେ ଶୁଣିଛନ୍ତି କି ? କେନ୍ଦ୍ରାପଡାରେ ରହିଛି ଗ୍ୟାଙ୍ଗଷ୍ଟର ଟିଟୋର ମଠ । ଦିଲ୍ଲାରପୁରରେ ଥିବା ଟିଟୋର ବାସଭବନରୁ ୫୦ ଫୁଟ ଦୂରରେ ରହିଛି ଏହି ମଠ । କ୍ରାଇମବ୍ରାଂଚ ଓ ପୁଲିସର ଚଢାଉ ବେଳେ ଗ୍ୟାଙ୍ଗଷ୍ଟରର ଏହି ମଠ ସାମନାକୁ ଆସିଛି । ମଠରେ ଭିତରକୁ ମହିଳା ଓ ମଦୁଆଙ୍କ ପ୍ରବେଶ ନିଷେଧ ବୋଲି ଲେଖାଯାଇଛି । ଏହି ମଠରେ ଚାଲୁଥିଲା ସମସ୍ତ ପ୍ରକାରର ଡିଲ । ଏପରିକି ଯେଉଁମାନେ ଟିଟୋକୁ ଭେଟିବାକୁ ଚାହୁଁଥିଲେ ସେମାନେ ଏହି ମଠକୁ ଯାଇ ସାକ୍ଷାତ କରୁଥିଲେ । ମଠକୁ ଭିତରକୁ ପ୍ରବେଶ କଲାବେଳେ ମୁଖ୍ୟ ଫାଟକ ନିକଟରେ ଗ୍ୟାଙ୍ଗଷ୍ଟରର ଜଣେ ବିଶ୍ୱସ୍ତ ଲୋକ ରହୁଥିଲେ । ଭେଟିବାକୁ ଆସିଥିବା ଲୋକର ପରିଚୟ ପତ୍ର ଯାଂଚ ସହ ସମସ୍ତର ପ୍ରକାର ତଥ୍ୟ ନେବା ପରେ ତାଙ୍କୁ ଭିତରକୁ ଛଡାଯାଉଥିଲା । ସୂଚନାଯୋଗ୍ୟ କେନ୍ଦ୍ରାପଡା ଦିଲ୍ଲାରପୁର ବାସଭବନରେ କ୍ରାଇମବ୍ରାଂଚ ଓ ପୁଲିସର ମିିଳିତ ଚଢାଉ କରିଛି । ଘଟଣା ସ୍ଥଳରେ ୧୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଟିଟୋର ଭାଇଙ୍କ ଘର, ସଂପର୍କୀୟଙ୍କ ଘର, ବ୍ୟବସାୟିକ ପ୍ରତିଷ୍ଠାନ, ପଟ୍ରୋଲ ପମ୍ପରେ ଚଢାଉ କରାଯାଇଛି । ଜୁନ ୩୦ରେ ଟିଟୋକୁ ଏନକାଉଂଟର କରିଥିଲା ଏସଟିଏଫ । ଯାଜପୁର ଚଣ୍ଡିଖୋଲ ନିକଟରେ ଏକନକାଉଂଟର କରାଯାଇଥିଲା । ଟିଟୋ ନାଁରେ ହତ୍ୟା, ଦାଦାବଟି, ଅପହରଣ ତଥା ଟେଣ୍ଡର ଫିକ୍ସିଂ ଭଳି ୫୦ରୁ ଅଧିକ ମାମଲା ରହିଛି । ୬ ବର୍ଷର ଲୁଚକାଳି ଖେଳ ପରେ ଶେଷରେ ଚଣ୍ଡିଖୋଲ ନିକଟରେ ପୋଲିସ କବ୍ଜାରେ ପଡିଥିଲା ଏହି ଦୁର୍ଦ୍ଦାନ୍ତ ଅପରାଧୀ । ଏବେ ରିମାଣ୍ଡରେ ଅଛି ଟିଟୋ ।
OSCAR-2019
ଭଗବାନ ଭକ୍ତର ଜାତି ଧର୍ମ ବର୍ଣ୍ଣ କିଛି ଦେଖନ୍ତିନି । ଦେଖନ୍ତି ତ କେବଳ ଭକ୍ତର ଭକ୍ତି ଟିକକ । କିଏ ମନପଧାଣ ଦେଇ କେତେ ନିଜକୁ ସମର୍ପଣ କରୁଛି, ତାହାହିଁ ଦେଖନ୍ତି ଭଗବାନ । ପ୍ରଭୁ ଜଗନ୍ନାଥଙ୍କର ଏମିତି ଜଣେ ଭକ୍ତ ହେଲେ ସାଲବେଗ । ସାଲେବେଗ ଏକ ଗରିବ ମୁସଲମାନ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଲାଲବେଗ ବିହାରର ବାସିନ୍ଦା । ସେ ଜଣେ ମୋଗଲ କର୍ମଚାରୀ ଥିଲେ । ପୁରୀରେ ଆକ୍ରମଣ ବେଳେ ଲାଲବେଗ ସାଲବେଗ ମା’ଙ୍କୁ ବିବାହ କରିଥିବା ଜଣାପଡେ । ସେ ଜଣେ ଓଡିଆ ବ୍ରାହ୍ଣଣୀ ଥିଲେ । ଲାଲବେଗ ତାଙ୍କୁ ଜବରଦସ୍ତ ବିବାହ କଲାପରେ ତାଙ୍କର ନାମ ଫତିନା ବିବି ହୋଇଥିଲା । ଲାଲବେଗ ଓ ଫତିନାଙ୍କଠାରୁ ସାଲବେଗଙ୍କ ଜନ୍ମ । ସାଲବେଗ ପିଲାବେଳୁ ଓଡିଆ ଶାସ୍ତ୍ର ଶୁଣି ସମସ୍ତ କଥା ମନେ ରଖୁଥିଲେ । ସେ ଅନେକ ଭଜନ ଓ ଜଣାଣ ମଧ୍ୟ ଗାଇଛନ୍ତି । ଭକ୍ତ ସାଲବେଗଙ୍କ ସମାଧି ଏବେ ବି ପୁରୀ ମୁଖ୍ୟ ଚିକିତ୍ସାଳୟ ପାଖରେ ରହିଛି । ସାଲବେଗଙ୍କ ମାମୁଁ ଘର ପୁରୀର ପିପିଲିଠାରେ । ଏହା ସାଲବେଗଙ୍କ ସ୍ମୃତି ପୀଠ ଭାବେ ପରିଚତ । ତାଙ୍କ ମାଙ୍କୁ କିପରି ଭାବରେ ଅପହରଣ କରାଯାଇଥିଲା ସେ ତାହାକୁ କବିତା ମାଧ୍ୟମରେ ଅତ୍ୟନ୍ତ ହୃଦୟ ଦେଇ ପ୍ରକାଶ କରିଛନ୍ତି । ଲାଲବେଗ ପୁରୀ ଆକ୍ରମଣ କରିବା ଲାଗି ଯିବା ବେଳେ ବାଟରେ ପିପିଲିଠାରେ ଏକ ବିଧବା ବ୍ରାହ୍ଣଣୀଙ୍କୁ ଗାଧୋଉଥିବା ସମୟରେ ଦେଖିବା ପରେ ତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ । ପରେ ତାଙ୍କୁ ଅପହରଣ ମଧ୍ୟ କରିଥିଲେ । ତେବେ ସେହି ମହିଳା ଜଣକ ନିଜକୁ ଲାଲବେଗଙ୍କୁ ସମର୍ପଣ ନ କରି ଆତ୍ମହତ୍ୟା କରିବେ ବୋଲି କହିଲେ । ପରେ ତାଙ୍କୁ ଲାଲାବେଗ ନିଜର ସ୍ତ୍ରୀ ରୂପେ ଗ୍ରହଣ କଲେ । କିନ୍ତୁ ମହିଳାଙ୍କ କିଛି ସର୍ତ୍ତ ରହିଛିଲା ଯେପରି ସେ କହିଥିଲେ ଯେ କୌଣସି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ନ କରିବା ସହ ତାଙ୍କୁ ମୁସଲମାନଙ୍କର କୌଣସି ଧର୍ମ ମାନିବାକୁ ବାଧ୍ୟ କରିବେ ନାହିଁ । ତେଣୁ ଲାଲବେଗ ପୁରୀ ମନ୍ଦିର ଉପରେ ଆକ୍ରମଣ ନକରି ଦାଣ୍ଡମୁକୁନ୍ଦପୁରଠାରୁ ହିଁ ଫେରିଯାଇଥିଲେ । କିଛିଦିନ ପରେ ତାଙ୍କ ଏକ ପୁତ୍ର ସନ୍ତାନ ଜାତ ହେଲେ ଯା’ର ନାଁ ସାଲବେଗ ପରେ ତାଙ୍କ ପୁତ୍ର ଧିରେ ଧିରେ ବଡହେଲା । ଥରେ ସାଲବେଗ ଏକ ଯୁଦ୍ଧ ସମୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାବରେ ଆହତ ହୋଇଥିଲେ । ଅତ୍ୟନ୍ତ କଷ୍ଟ ହେବା କାରଣରୁ ସେ ତାଙ୍କ ମାକୁ ଡାକି କହିଥିଲେ “ମା ମତେ ବଞ୍ଚିବା ଲାଗି କିଛି ଉପାୟ କୁହ । ନଚେତ୍ ମୁଁ ଆତ୍ମହତ୍ୟା କରିଦେବି । ଏହା ଶୁଣିଲା ପରେ ମା ଇଶ୍ୱର ବିଶ୍ୱସୀ ହୁଅ । ସବୁ ଠିକ୍ ହେବ ବୋଲି କହିଥିଲେ । ଏହା ପରେ ହିନ୍ଦୁ ଦେବା ଦେବୀଙ୍କ ଲାଗି ତାଙ୍କ ମନରେ ଭକ୍ତି ଆସିଲା । ଏହା ପରେ ମଧ୍ୟ ତାଙ୍କର ଦେହ ଭଲ ହେଲା ନାହିଁ ପରେ ମାଙ୍କ ଉପଦେଶ ପାଳନ କରି ବୃନ୍ଦାବନଠାରେ କୃଷ୍ଣଙ୍କ ନାମ ଜରକରିଥିଲେ । ପରେ ସେଠାରେ ତାଙ୍କ ଦେହ ଭଲ ହୋଇଯାଇଥିଲା । ଏହା ପରେ ସାଲବେଗ ଓ ତାଙ୍କ ମା ପୁରୀ ଆସିଥିଲେ । କିନ୍ତୁ ସେମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଦିଆଯାଇନଥିଲା । ତେଣୁ ସାଲବେଗ ନିଜ କବିତାରେ ଲେଖିଛନ୍ତି “ପିତା ମୋ ମୋଗଲ, ମାତା ମୋ ବ୍ରାହ୍ଣଣୀ । ଏ କେଉଁ କୂଳେ ଜନ୍ମିଲି ହିନ୍ଦୁ ନ ଛୁଏଁ ମୋ ପାଣି” । ପ୍ରବଳ ଇଚ୍ଛା ଥିଲେ ମଧ୍ୟ ପ୍ରଭୁ ଜଗନ୍ନଥଙ୍କ ଦର୍ଶନ ପାଇ ପାରିନଥିଲେ । ୧୬୨୨ ରୁ ୧୬୪୭ ମଧ୍ୟରେ ସାଲବେଗ ଭଜନ ଓ ଜଣାଣ ଗାଉଥିଲେ । ନାଗା ସନ୍ନ୍ୟାସୀମାନେ ମୋଗଲଙ୍କ ପୁରୀ ଆକ୍ରମଣ ସମୟରେ ଶ୍ରୀ ମନ୍ଦିର ସୁରକ୍ଷା ନିମନ୍ତେ ନିଜ ପ୍ରାଣହୂତି ଦେଇଥିଲେ । ସେବାୟତମାନେ ଏହି ସମୟରେ ଠାକୁରମାନଙ୍କୁ ପିପିଲିକୁ ନେଇ ଯାଇଥିଲେ । ଲାଲବେଗଙ୍କ ବଙ୍ଗ ଯୁଦ୍ଧ ସମୟରେ କଲିକତାଠାରେ ମୃତ୍ୟୁ ହୋଇଥିଲା । ଏହା ପରେ ସାଲବେଗ ଓ ତାଙ୍କ ମାଙ୍କୁ ଲାଲାବେଗଙ୍କ ଘର ଲୋକ ବିଦା କରିଦେବା ଫଳରେ ସେମାନେ ଦକ୍ଷିଣ ଆଡେ ପଳାଇଥିଲେ । ଏହା ପର ବର୍ଷ ସାଲବେଗ ରଥଯାତ୍ରା ସମୟରେ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ତେଣୁ କିମ୍ବଦନ୍ତୀରୁ ଜଣାପଡେ ଯେ ସାଲବେଗଙ୍କୁ ଅପେକ୍ଷା କରି ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଡ ଦାଣ୍ଡରେ ଅଟକି ରହିଥିଲା ଓ ସାଲବେଗ ପହଞ୍ଚି ଦର୍ଶନ କଲାପରେ ରଥ ଗଡି ଚାଲିଲା । ତାଙ୍କ ମୃତ୍ୟୁପରେ ବଳଗଣ୍ଡିଠାରେ ଏକ ସ୍ମୃତିପୀଠ ସ୍ଥାପନ କରାଯାଇଛି । ମନ୍ଦିର ଭିତରକୁ ନଗଲେ ମଧ୍ୟ ବାହାରେ ଥାଇ ପ୍ରଭୁଙ୍କପ୍ରତି ଭଲପାଇବା କାରଣରୁ ଜଗନ୍ନାଥ ନିଜେ ଦର୍ଶନ ଦେବା ଲାଗି ଅଟକି ରହିଥିଲା । ସାଲବେଗଙ୍କ ଭଜନ ଏବେ ବି ଲୋକମାନଙ୍କ ପାଖରେ ବଳବତ୍ତର ରହିଛି । ଓଡିଶାର ବିଶେଷ ଗାୟକ ଭିକାରୀ ବଳ ମଧ୍ୟ ସାଲବେଗଙ୍କ ଅନେକ ଭଜନ ଗାଇଛନ୍ତି । ତାଙ୍କ ଭଜନରେ ପୁରୀର ମନ୍ଦିର ଉପରେ ସମସ୍ତ ଆକ୍ରମଣ ଠାରୁ ଆରମ୍ଭ କରି ବେଢାରେ ହେଉଥିବା ସମସ୍ତ ରୀତିନୀତି ଉପରେ ପର୍ଯ୍ୟବ୍ୟଷିିତ ।
OSCAR-2019
କେନ୍ଦୁଝର, ୨୨ା୮(ଓଡିଆ ପୁଅ/ପ୍ରଦୀପ ମହାନ୍ତି): କେନ୍ଦୁଝର ଜିଲ୍ଲାର ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ପଞ୍ଚାୟତ ଶିଙ୍କୁଳାବାହାଳ ଗ୍ରାମରେ ସ୍ୱାମୀର ଭୁଜାଲି ମାଡରେ ସ୍ତ୍ରୀର ପ୍ରେମିକ ମୃତ୍ୟୁ ସହ ସଂଗ୍ରାମ କରିବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। ଘଟଣାରୁ ପ୍ରକାଶ ଯେ, ତେଲକୋଇ ବ୍ଲକ ଅନ୍ତର୍ଗତ ତାଳପଦା ପଞ୍ଚାୟତରେ ସୁଧାଂଶୁ ଶେଖର ପାଇକରାୟ ପଞ୍ଚାୟତ ନିର୍ବାହୀ ଅଧିକାରୀଭାବେ କାର୍ଯ୍ୟକରୁଥିବାବେଳେ ତାଳପଦା ଅଞ୍ଚଳର ଜଣେ ଦିଲ୍ଲୀପ କୁମାର ସାହୁଙ୍କ ସ୍ତ୍ରୀ ମିଲ୍ଲୀ ସାହୁଙ୍କ ସହ ପ୍ରେମ ସଂପର୍କ ଗଢିଉଠିଥିଲା। ଉଭୟ ବିବାହିତ ହୋଇଥିଲେ ସୁଦ୍ଧା ସାମାଜିକ ବିଧିବ୍ୟବସ୍ଥାକୁ ଭୃକ୍ଷେପ ନକରି ଏକତ୍ର ରହିବାକୁ ନିଷ୍ପତ୍ତି ନେଇ ଗତ ୧ବର୍ଷ ହେବ ଜଗମୋହନପୁର ନିକଟ ଶିଙ୍କୁଳିବାହାଳଠାରେ ଏକ ଭଡା ଘର ନେଇ ରହିଆସୁଥିଲେ। ଏହି କାରଣରୁ ସୁଧାଂଶୁ ପାଇକରାୟଙ୍କ ସହ ମିଲ୍ଲୀ ସାହୁଙ୍କ ସ୍ୱାମୀ ଦିଲ୍ଲୀପ କୁମାର ସାହୁଙ୍କ ସହ ଅନେକ ଥର ଝଗଡା ହୋଇ ଆସୁଥିଲା। ଶେଷରେ ଅନ୍ୟ ଉପାୟ ନପାଇ ମିଲ୍ଳୀ ସାହୁଙ୍କ ସ୍ୱାମୀ ଦିଲ୍ଲୀପ ସାହୁ ବୁଧବାର ସକାଳୁ ମିଲ୍ଲୀ ସାହୁ ତାଙ୍କ ପ୍ରେମିକ ସୁଧାଂଶୁ ପାଇକରାୟଙ୍କ ସହ କେନ୍ଦୁଝର ଆସୁଥିବାବେଳେ ସକାଳ ପ୍ରାୟ ୫ଟା ୩୦ମିନିଟ୍ ସମୟରେ ଭଡା ଘରଠାରୁ ଅଳ୍ପ ଦୂରରେ ହଠାତ୍ ସୁଧାଂଶୁ ପାଇକରାୟଙ୍କୁ ଭୁଜାଲିରେ ଆକ୍ରମଣ କରି ୧ଲକ୍ଷ ଟଙ୍କା ଏବଂ ୨ଟି ମୋବାଇଲ ଫୋନ୍ ନେଇଯାଇଥିଲେ। ଭୁଜାଲି ମାଡରେ ସୁଧାଂଶୁଙ୍କ ମୁଣ୍ଡ ପଛପଟ, କାନ ପାଖ ଏବଂ ବେକରେ ଗୁରୁତର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ସୁଧାଂଶୁକୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟର ଅସ୍ଥିଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇଛି। ଆହତ ହୋଇଥିବା ସୁଧାଂଶୁ ଶେଖର ପାଇକରାୟ ବର୍ତ୍ତମାନ ପାଟଣା ବ୍ଲକ ଏରେଣ୍ଡାଇ ପଞ୍ଚାୟତର ପିଇଓ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି। ଏ ସଂପର୍କରେ ତେଲକୋଇ ଥାନା ଅଧିକାରୀ ଦେବେନ୍ଦ୍ର ନାଥ ପିଙ୍ଗୁଆ ସହ ଯୋଗାଯୋଗ କରିବାରୁ ଥାନାରେ ଲିଖିତ ଅଭିଯୋଗ ହୋଇନଥିବା ପ୍ରକାଶ କରିଛନ୍ତି। ଅଭିଯୋଗ ପରେ ଘଟଣାର ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି।
OSCAR-2019
କୋରାପୁଟ ; ତା୦୯-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ରବିବାର ଅପରାହ୍ନରେ ଲକ୍ଷ୍ମିପୁର ଥାନା ଡୁମୁରିପଦର ନିକଟରେ ବାଇକରୁ ଖସିପଡି ଜଣେ ମହିଳା ପ୍ରାଣ ହରାଇଛନ୍ତି। କୋରାପୁଟ ଟିକିରା ସାହିର ସଂଜୀବ କୁମାର ପାତ୍ରଙ୍କ ପତ୍ନୀ ସବିତା ମହାପାତ୍ରଙ୍କ ସହ କୋରାପୁଟରୁ ରାୟଗଡା ଏକ ମୋଟର ସାଇକଲରେ ଯାଉଥିଲେ। ଡୁମୁରିପଦର ନିକଟ ପୋଲରେ ମୋଟର ସାଇକଲ ଛେଛି ହେବାରୁ ସବିତା ଖସି ପଡି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସଂଜୀବ ପତ୍ନୀଙ୍କୁ ଲକ୍ଷ୍ମୀପୁର ହସ୍ପିଟାଲରେ ପହଂଚାଇଥିଲେ କିନ୍ତୁ ଡାକ୍ତର ସବିତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।
OSCAR-2019
ଯେତେ ବିପଦ ଯେତେ ଝଡଝଞ୍ଜା ଆସିଲେ ମଧ୍ୟ ମା’ ସବୁବେଳେ ନିଜ ପଣତ ତଳେ ପୁଅକୁ ସୁରକ୍ଷିତ ରଖିଥାଏ । ସବୁ ବାଧାବିଘ୍ନକୁ କାଟି ସେ ନିଜ ପୁଅ ପାଇଁ ସବୁକିଛି ଅଜାଡି ଦେଇଥାଏ । ମା’ର ଏଭଳି ବଳିଦାନର ଚିତ୍ର ଦେଖିବାକୁ ମିଳିଛି ରାଜସ୍ଥାନ ଠାରେ । ରାଜସ୍ଥାନ ଜୋଧପୁର ଜିଲ୍ଲା ସମବାଡି ଗାଁର ବିମଳା ଦେବୀ ବିଶୋଇ ଜଣେ ଦିନ ମଜୁରିଆ ଅଟନ୍ତି । କିନ୍ତୁ କଠିନ ପରିଶ୍ରମ ଏବଂ ଇଚ୍ଛାଶକ୍ତି ବଳରେ ସେ ତାଙ୍କର ଦୁଇଜଣ ପୁଅକୁ ଡାକ୍ତର ବନାଇ ପାରିଛନ୍ତି । ଦୁଇ ଜଣ ପୁଅଙ୍କ ମଧ୍ୟରୁ ଜଣଙ୍କର ଡାକ୍ତରୀ ପଢା ବହୁତ ଶୀଘ୍ର ଶେଷ ହେବାକୁ ଯାଉଛି । ଏବଂ ଅନ୍ୟ ଜଣଙ୍କୁ ମେଡିକାଲ କଲେଜରେ ଆଡମିସନ୍ ମିଳିଯାଇଛି । ବିମଳା ଦେବୀ ବିଶୋଇଙ୍କ ସ୍ୱାମୀ ଶଙ୍କରଲାଲ ଜଣେ ଅବସରପ୍ରାପ୍ତ ସୈନିକ ଥିଲେ । କିନ୍ତୁ ୮ବର୍ଷ ପୂର୍ବେ ଏକ ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଆଉ ଏହା ପରେ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଥିଲା । ଘରେ ବିମଳା ଦେବୀ ହିଁ ଏକମାତ୍ର ରୋଜଗାରକ୍ଷମ ଥିଲେ । ସେ ପ୍ରତିଦିନ ଦିନ ମଜୁରିଆ ଭାବେ କାମ କରି ନିଜ ଦୁଇ ପୁଅ ଅଶୋକ ଏବଂ ଚନ୍ଦ୍ରମୋହନଙ୍କୁ ପାଠ ପଢାଇଥିଲେ । ବଡ ପୁଅ ଅଶୋକ ୨୦୧୩ ମସିହାରେ ମେଡିକାଲ ପ୍ରବେଶିକା ପରୀକ୍ଷାରେ ପାସ ହୋଇଥିଲେ ଏବଂ ଏବେ ଉଦୟପୁର ମେଡିକାଲ କଲେଜରେ ତାଙ୍କ ପାଠପଢା ଶେଷ ହେବାକୁ ଯାଉଛି । ସେହିପରି ସାନ ପୁଅ ଚନ୍ଦ୍ରମୋହନ ଏଥର ପ୍ରବେଶିକା ପରୀକ୍ଷାରେ ପାସ ହେବା ସହ ବିକାନେର ମେଡିକାଲ କଲେଜରେ ଡାକ୍ତରୀ ପାଠପଢା ଆରମ୍ଭ କରିବେ । ଦୁଇ ଜଣ ଭାଇ ନିଜ ନିଜ ସଫଳତା ପାଇଁ ସମସ୍ତ ଶ୍ରେୟ ନିଜ ମାଙ୍କୁ ହିଁ ଦେଇଛନ୍ତି । ଏବେ ବିମଳା ଦେବୀ ବିଶୋଇ ମଧ୍ୟ କହିଛନ୍ତି ଯେ, ଦୁଇଜଣ ଡାକ୍ତରଙ୍କ ମା ହୋଇଥିବାରୁ ସେ ଗର୍ବ ଅନୁଭବ କରୁଛନ୍ତି ।
OSCAR-2019
ଚଳନ୍ତା କାର୍‌କୁ ବୋମାମାଡ଼ : ଚିକେନ୍‌ ରବି ହତ୍ୟାକାଣ୍ଡ ଅଭିଯୁକ୍ତ ସମେତ ୪ ଆହତ, ୪ ଅଫୁଟା ବୋମା, ବାଇକ୍‌ ଜବତ | Sambad ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଦୀର୍ଘଦିନ ପରେ ଫୁଟିଛି ବୋମା। ଆଉ ମୁଣ୍ଡ ଟେକିଛି ଗ୍ୟାଙ୍ଗ୍‌ଓ୍ଵାର୍‌। ସ୍ପଷ୍ଟ ଦିବାଲୋକରେ ଅପରାଧୀ ଗୋଷ୍ଠୀ ସେମାନଙ୍କ ପ୍ରତିପକ୍ଷ ଗୋଷ୍ଠୀର ଏକ ଚଳନ୍ତା କାର୍‌ ଉପରେ ବୋମା ମାଡ଼ କରିଛନ୍ତି। ଆଜି ସକାଳ ପ୍ରାୟ ସାଢ଼େ ୮ଟା ବେଳେ ବୈଦ୍ୟନାଥପୁର ଥାନା ଲାଞ୍ଜିପଲ୍ଲୀ ଇନ୍ଦିରା ନାୟକ କଲ୍ୟାଣ ମଣ୍ଡପ ନିକଟ ଆନନ୍ଦନଗର ଛକରେ ଏହି ଘଟଣା ଘଟିଛି। ବୋମାମାଡ଼ରେ ଲାଞ୍ଜିପଲ୍ଲୀ ଡିିପୋ ସାହିର ସୁଶାନ୍ତ ବିଷୋୟୀ, ପୁତୁରା ରାଜେଶ ବିଷୋୟୀ, ଗୋପି ପାତ୍ରଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ସୁଶାନ୍ତ ହେଉଛନ୍ତି ୨୦୧୦ ମସିହାରେ ବହୁଚର୍ଚ୍ଚିତ ରବୀନ୍ଦ୍ର ବେହେରା ଓରଫ୍‌ ଚିକେନ୍‌ ରବି ହତ୍ୟାକାଣ୍ଡର ଅଭିଯୁକ୍ତ। ଗତ କିଛି ଦିନ ତଳେ ସେ ଜାମିନ୍‌ରେ ଜେଲ୍‌ରୁ ମୁକୁଳି ଥିଲେ। ଆହତଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସୁଶାନ୍ତ ଓ ଗୋପିଙ୍କୁ ଅଧିକ ଆଘାତ ଲାଗିଥିବା ଜଣାପଡ଼ିଛି। ବୈଦ୍ୟନାଥପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ୪ଟି ଅଫୁଟା ବୋମା ଓ ଦୁର୍ବୃତ୍ତ ମାନେ ଛାଡ଼ି ପଳାଇଥିବା ଏକ ବାଇକ୍‌ ଜବତ କରାଯାଇଛି। ସେହିପରି ସେହି ଛକରେ ସିସି କ୍ୟାମେରା ଲାଗିଥିବା ବେଳେ ପୁଲିସ ସେଥିରୁ ଫୁଟେଜ୍‌ ସଂଗ୍ରହ କରି ତଦନ୍ତ ଜାରି ରଖିଛି। ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଏହି ବୋମାମାଡ଼ ଘଟଣା ପଛରେ ପୂର୍ବଶତ୍ରୁତା ଥିବା ନେଇ ପୁଲିସ ସନ୍ଦେହ କରୁଛି। ଏହି ଘଟଣାକୁ ନେଇ ଲାଞ୍ଜିପଲ୍ଲୀ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ ସମ୍ଭାବ୍ୟ ପରିସ୍ଥିତିକୁ ଧ୍ୟାନରେ ରଖି ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ରବୀନ୍ଦ୍ର ବେହେରା ଓରଫ୍‌ ଚିକେନ୍‌ ରବି ହତ୍ୟାକାଣ୍ଡରେ ପୁଲିସ ଗୋସାଇଁନୂଆଗାଁ ଥାନା ଅନ୍ତର୍ଗତ ଡିିପୋସାହି ନିବାସୀ ସୁଶାନ୍ତ ସମେତ ତାଙ୍କର ଦୁଇ ପୁଅଙ୍କୁ ଗିରଫ କରିଥିଲା। ସୁଶାନ୍ତ ଗତ କିଛିଦିନ ତଳେ ଜେଲ୍‌ରୁ ଜାମିନ୍‌ରେ ମୁକୁଳି ଥିଲେ। ପ୍ରତି ରବିବାର ପ୍ରତ୍ୟେକ ଥାନାରେ ଅପରାଧୀ ମାନଙ୍କୁ ସୁଧାରିବା ପାଇଁ ବ୍ରହ୍ମପୁର ପୁଲିସ ତରଫରୁ ‘ପ୍ରୟାସ ପରିବର୍ତ୍ତନ’ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏଥିପାଇଁ ସକାଳ ପ୍ରାୟ ୮ଟା ୧୫ମିନିଟ୍‌ରେ ସୁଶାନ୍ତ ଏକ କାର୍‌ (ଓଡି୦୨-ଜେ-୬୦୬୦)ରେ ପୁତୁରା ରାଜେଶ, ଗୋପି ଓ ଅନ୍ୟ ଜଣେ ସହଯୋଗୀ ସହିତ ଗୋସାଇଁନୂଆଗାଁ ଥାନାକୁ ହାଜିରା ଦେବାକୁ ଯାଉଥିଲେ। ଘରୁ ବାହାରି ପ୍ରାୟ ଶହେ ମିଟର୍‌ ଯିବା ପରେ ଇନ୍ଦିରା ନାୟକ କଲ୍ୟାଣ ମଣ୍ଡପ ଛକରେ ଦୁଇଟି ବାଇକ୍‌ରେ ଥିବା ପ୍ରାୟ ୫ଜଣ ଯୁବକ ଅତର୍କିତ କାର୍‌ ଉପରକୁ ବୋମା ଫିଙ୍ଗିଥିଲେ। ଆଗ ସିଟ୍‌ରେ ବସିଥିବା ସୁଶାନ୍ତ ଗାଡ଼ିରୁ ଓହ୍ଲାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଦୁର୍ବୃତ୍ତ ମାନେ ପୁଣି ଏକ ବୋମା ଫିଙ୍ଗିଥିଲେ। ଏଥିରେ ସୁଶାନ୍ତ ଗୁରୁତର ଆହତ ହୋଇଥିଲେ।
OSCAR-2019
କୋରାପୁଟ ;ତା୦୩-୦୭-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ଆସନ୍ତା ୬ତାରିଖରେ ଓଡିଶା-ଆନ୍ଧ୍ର ସୀମା ମାଓଅଧ୍ୟୁଷିତ ପଟ୍ଟାଙ୍ଗି ବ୍ଲକରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଥିବାବେଳେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଅଧ୍ୟକ୍ଷ ଜଗତ ଜ୍ୟୋତି ପାଙ୍ଗିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସ୍ଥାନୀୟ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଫୁଲ କୁମାର ପାଙ୍ଗୀ, ବିଡିଓ କରୁଣାକର ପ୍ରଧାନ, ଥାନା ଅଧିକାରୀ ଦେବ କୁମାର ଗୋମାଙ୍ଗ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଯୋଗଦେଇ ଆଲୋଚନା କରିଥିଲେ। ଆମ ଗାଁ ଆମ ବିକାଶ ଯୋଜନାରେ ମିଳୁଥିବା ସ୍ୱତନ୍ତ୍ର ଅନୁଦାନରେ ବ୍ଲକର କେଉଁ ପଂଚାୟତରେ କେଉଁ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରାଯିବ ସେ ସମ୍ପର୍କରେ ଆଲୋଚନା ହୋଇଥିବା ଜଣା ପଡିଛି। ବିଶେଷ କରି ବିବାଦୀୟ କୋଟିଆ ପଂଚାୟତ ସମେତ ଓଡିଶା-ଆନ୍ଦ୍ର ସୀମାରେ ଥିବା ତଳଗୋଲୁର, ସୁଙ୍କି, ଆମ୍ପାବାଲି ପଂଚାୟତକୁ ଗୁରୂତ୍ୱ ଦିଆଯିବ ବୋଲି ସୂଚନା ମିଳିଛି।
OSCAR-2019
କୋରାପୁଟ ; ତା୨୩-୦୬-୧୮(ଓଡିଆପୁଅ/ରଂଜନ କୁମାର ଦାସ) ଦକ୍ଷିଣାଂଚଳ ଡିଆଇଜି ଆସିଷ କୁମାର ସିଂ ଆଜି କୋରାପୁଟଠାରେ ଦକ୍ଷିଣ-ପଶ୍ଚିମାଂଚଳ ରେଂଚର ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡିଛି।କୋରାପୁଟଠାରେ ପହଂଚିବାପରେ ତାଂକୁ ଗାର୍ଡ ଅଫ ଅନର ଦିଆଯାଇଥିଲା।ସାମ୍ବାଦିକମାନଙ୍କ ସହ ସୈାଜନମୂଳକ ସାକ୍ଷାତକାର ପରେ ରେଂଚର ୫ ଜଣ ଏସପିମାନଙ୍କ ସହ ନକ୍ସଲ ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ।କୋରାପୁଟଏସପି ଡାକ୍ତର କେ. ବିଶାଳ ସିଂ ଉପସ୍ଥିତ ଥିଲେ। ସମାଜ ହିଂସା ଚାହେଁନି ଓ ଶାନ୍ତି ରହିଲେ ବିକାଶ ଧାରା ବୃଦ୍ଧି ପାଇବ ବୋଲି ଦକ୍ଷିଣ-ପଶ୍ଚିମାଂଚଳ ରେଂଚର ଭାରପ୍ରାପ୍ତ ଡିଆଇଜି ଆଶିଷ କୁମାର ସିଂ ପ୍ରକାଶ କରିଥିଲେ।ନକ୍ସଲମାନଙ୍କ ଅସମାଜିକ କାର୍ଯ୍ୟ ଯୋଗୁଁ ଲୋକମାନେ ସେମାନଙ୍କଠାରୁ ଦୂରେଇ ଯାଉଛନ୍ତି ବୋଲି ସେ ସୂଚନା ଦେଇଥିଲେ।ନକ୍ସଲ କାର୍ଯ୍ୟାଳାପ ଧିରେ ଧିରେ କମିଯିବ ବୋଲି ସେ ପ୍ରକାଶ କରିଥିଲେ।ସାମୂହିକ ପ୍ରଚେଷ୍ଟାରେ ଶାନ୍ତିର ବାତାବରନ ସୃଷ୍ଟି ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।ନକ୍ସଲ ଅତ୍ୟାଧୁନିକ ଶୈଳୀ ବ୍ୟବହାର କରୁଥିବା ଉପରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତରରେ ସେ କହିଥିଲେ ପୋଲିସ ଏଥି ନିମନ୍ତେ ସଦାସର୍ବଦା ପ୍ରସ୍ତୁତ ଅଛି।ଗଞେଇ ଚାଷ କୁ ରୋକିବା ନିମନ୍ତେ ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯାଇଅଛି ଓ ମାଲକାନଗିରିରେ ଗଞେଇ ଚାଷ ନଷ୍ଟ କରି ଦିଆଇଯାଇଛି ବୋଲି ସେ ପ୍ରକାଶ କରିବା ସହ ଏହା ନିୟମିତ କରାଯିବ ବୋଲି ସେ ସୂଚନା ଦେଇଥିଲେ।
OSCAR-2019
ପାରଳାଖେମୁଣ୍ଡି,୯ା୩(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ୩ଦିନ ବ୍ୟାପି ମହିଳା ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ପ୍ରାଧିକରଣର ଅଧ୍ୟକ୍ଷ ଦୁର୍ଗାଶଙ୍କର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରାଧିକରଣ ସମ୍ପାଦିକା ଦିପା ଦାସ ପରିଚାଳନା କରିଥିଲେ । ପ୍ରଥମ ଦିନରେ ସ୍ଥାନୀୟ ବାଘଶାଳା ଗ୍ରାମଠାରେ ଜନସଚେତନତା କରାଯାଇଥିଲା । ସେହିପରି ୨ୟ ଦିନ ଗୁମ୍ମା ବ୍ଳକ ମୁଖ୍ୟାଳୟ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ସ୍ୱାସ୍ଥ୍ୟ ଅଧିକାରୀ ଆରଏଲ ସେନାପତି ପ୍ରମୁଖ ଯୋଗ ଦେଇ ମହିଳାମାନଙ୍କ ପାଇଁ ରହିଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଥିଲେ । ୩ୟ ତଥା ଶେଷଦିନରେ ପ୍ରାଧିକରଣ ପକ୍ଷରୁ ଶୋଭାଯାତ୍ରା କରାଯିବା ସହ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଥିଲା । ଏହି ସଭାରେ କୋର୍ଟ ରେଜିଷ୍ଟ୍ରର ସର୍ବେଶ୍ୱର ଦାସ, ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ପିକେ ପାଢୀ, ଆଇନଜୀବି ଭାଗ୍ୟଲକ୍ଷ୍ମୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
OSCAR-2019
ନୂଆଦିଲ୍ଲୀ ୨୧-୨ (ଓଡ଼ିଆ ପୁଅ) ଟ୍ରିବ୍ୟୁନାଲ ମାଧ୍ୟମରେ ମହାନଦୀ ଜଳ ବିବାଦର ସମାଧାନ ଲାଗି କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମହାନଦୀ ଅବବାହିକାରେ ଥିବା ରାଜ୍ୟଗୁଡ଼ିକର ଜଳ ଭାଗ ସମ୍ପର୍କରେ ଏହି ଟ୍ରିବ୍ୟୁନାଲ ବିଚାର କରିବେ। ସମ୍ପୂର୍ଣ୍ଣ ମହାନଦୀ ଶଯ୍ୟାରେ ଥିବା ଜଳର ପରିମାଣ, ପ୍ରତ୍ୟେକ ରାଜ୍ୟର ଯୋଗଦାନ, ପ୍ରତ୍ୟେକ ରାଜ୍ୟରେ ବର୍ତମାନ ଜଳ ସମ୍ପଦର ଉପଯୋଗ ଏବଂ ଭବିଷ୍ୟତର ବିକାଶ ଲାଗି ରହିଥିବା ସମ୍ଭାବନା ଆଧାରରେ ଟ୍ରିବ୍ୟୁନାଲ ବିଚାର କରିବେ। ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ (ଆଇଏସଆରଡବ୍ଲ୍ୟୁଡି), ୧୯୫୬ ଅନୁଯାୟୀ ଏହି ଟ୍ରିବ୍ୟୁନାଲରେ ଜଣେ ଅଧ୍ୟକ୍ଷ ଏବଂ ଅନ୍ୟ ଦୁଇ ଜଣ ସଦସ୍ୟ ରହିବେ। ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ବିଚାରପତିଙ୍କ ମଧ୍ୟରୁ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ ଭାରତର ପ୍ରଧାନ ବିଚାରପତି ମନୋନୀତ କରିବେ। ଆହୁରି ଟ୍ରିବ୍ୟୁନାଲର ଶୁଣାଣିରେ ପରାମର୍ଶ ଦେବା ଲାଗି ନଦୀ ଜଳ ସଂକ୍ରାନ୍ତ ସମ୍ବେଦନଶୀଳ ପ୍ରସଙ୍ଗର ସମାଧାନ କ୍ଷେତ୍ରରେ ଅଭିଜ୍ଞତା ରହିଥିବା ଦୁଇ ଜଣ ଜଳସମ୍ପଦ ବିଶେଷଜ୍ଞଙ୍କୁ ମୂଲ୍ୟାଙ୍କନକାରୀ ଉପଦେଷ୍ଟା ଭାବେ ରଖାଯିବ। ଆଇଏସଆରଡବ୍ଲ୍ୟୁଡି ଆଇନରେ ରହିଥିବା ବ୍ୟବସ୍ଥା ଅନୁଯାୟୀ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ୩ ବର୍ଷ ରହିବ, ଆବଶ୍ୟକତା ସ୍ଥଳେ ଏହାକୁ ଆହୁରି ୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ଟ୍ରିବ୍ୟୁନାଲ ଗଠନ କରାଯିବା ପରେ ଦୀର୍ଘଦିନ ଧରି ମହାନଦୀ ଜଳକୁ ନେଇ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ରହିଥିବା ବିବାଦର ସମାଧାନ ହୋଇପାରିବ।
OSCAR-2019
ଭୁବନେଶ୍ୱର ୬-୪ (ଓଡ଼ିଆ ପୁଅ) ଓଡ଼ିଆ କଥାଚିତ୍ର ଜଗତର ସୁନାମଧନ୍ୟ ଅଭିନେତା ଦେବୁ ବୋଷ ହାଇଦ୍ରାବାଦର ଏକ ପ୍ରାଇଭେଟ ହସ୍ପିଟାଲ୍ ରେ ଅସୁସ୍ଥତା କାରଣରୁ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ବର୍ତ୍ତମାନ ଭେଣ୍ଟିଲେଟରରେ ରଖାଯାଇଥିବା ଜଣାପଡ଼ିଛି।
OSCAR-2019
କନକ ବ୍ୟୁରୋ : ବିଜେଡିରେ ପୁଣି ତଥାଗତ ଝଡ଼ । ସାଧାରଣ ସଭାରେ ବିଜେଡି ମନ୍ତ୍ରୀଙ୍କୁ ଚୋର କହି ଏକ ବଡ଼ ବିବାଦ ସୃଷ୍ଟି କରିଛନ୍ତି ସାଂସଦ ତଥାଗତ ଶତପଥୀ । ଏପରିକି କିଛି ମନ୍ତ୍ରୀଙ୍କ ଚରିତ୍ର ସଂହାର କରିବାକୁ ପଛାଇ ନାହାନ୍ତି ବିଜେଡି ସାଂସଦ । ୩/୪ଜଣ ଚୋର ମନ୍ତ୍ରୀଙ୍କୁ ନବୀନ ଦଳରୁ ବିଦା କରିଛନ୍ତି । ଏହାରି ଭିତରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଉପସଭାପତି ଦେବୀ ମିଶ୍ରଙ୍କ ନାଁ ମଧ୍ୟ ନେଇଛନ୍ତି । ତଥାଗତଙ୍କ ଏଭଳି ଆକ୍ଷେପ ଦେବୀ ମିଶ୍ରଙ୍କୁ ମର୍ମାହତ କରିବା ପରେ ସେ ତୃତୀୟ ମହଲାରେ ପହଂଚି ସୁପ୍ରିମୋଙ୍କୁ ଫେରାଦ ହୋଇଥିଲେ । ତେବେ କାହିଁକି ଦେବୀ ମିଶ୍ରଙ୍କ ବିରୋଧରେ ଏଭଳି ବିଷୋଦଗାର କଲେ ତଥାଗତ? କୁହାଯାଉଛି ବିଜେଡି କାର୍ଯ୍ୟକାରିଣୀରେ ତଥାଗତଙ୍କ ତାଗିଦ ସତ୍ୱେ ଅଭିଭାଷଣ ମଝିରୁ ଅଟକାଇ ଦେଇଥିଲେ ଦେବୀ । ଏଥିରେ ବିରକ୍ତି ପ୍ରକାଶ କରି ଭାଷଣ ଅଧାରୁ ଛାଡି ଚାଲିଯାଇଥିଲେ ତଥାଗତ । ଏବେ ତଥାଗତଙ୍କ ବୟାନରେ ସେହି ବିବାଦର ପ୍ରତିଫଳନ ଦେଖିବାକୁ ମିଳିଛି । ସର୍ବସାଧାରଣରେ ନିଜ ଦଳର ମନ୍ତ୍ରୀମାନଙ୍କ ବିରୋଧରେ ତଥାଗତଙ୍କ ଏଭଳି ବୟାନ ଏକ ବଡ ବିତର୍କର ସୂତ୍ରପାତ କରିଛି । ବିଜେଡି ମନ୍ତ୍ରୀଙ୍କୁ ଚୋର କହି ବିରୋଧୀଙ୍କୁ ସମାଲୋଚନା ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି ତଥାଗତ ଶତପଥୀ । ପୁଲିସ ହେପାଜତରେ କଂଗ୍ରେସ ଉପାଧ୍ୟକ୍ଷ ! ମଧ୍ୟପ୍ରଦେଶର ମୃତ ଚାଷୀଙ୍କ ପରିବାରକୁ ଭେଟିବା ପାଇଁ ଯାଉଥିବା ବେଳେ ନିମୋଚରୁ ରାହୁଲଙ୍କୁ ଉଠାଇ ନେଲା ପୁଲିସ
OSCAR-2019
କେନ୍ଦ୍ର ସରକାରଙ୍କ ତାଗିଦ ପରେ ପଦକ୍ଷେପ ନେଲା ହ୍ୱାଟ୍ସଆପ୍ : ଲୋକଙ୍କୁ ସଚେତନ କରିବା ପାଇଁ ପ୍ରକାଶ କଲା ବିଜ୍ଞାପନ, ୟୁଜରଙ୍କ ଉଦ୍ଦେଶ୍ୟରେ ଦେଲା ଟିପ୍ସ କନକ ବ୍ୟୁରୋ : ଦେଶରେ ଗୁଜବକୁ ନେଇ ବୃଦ୍ଧି ପାଉଥିବା ଆକ୍ରମଣ ଘଟଣାରେ କେନ୍ଦ୍ରସରକାରଙ୍କ ନୋଟିସ ପରେ ତତ୍ପରତା ଦେଖାଇଛି ହ୍ୱାଟ୍ସଆପ୍ । ଲୋକଙ୍କୁ ସଚେତନ କରିବା ପାଇଁ ଖବର କାଗଜରେ ହ୍ୱାଟ୍ସଆପ୍ ପକ୍ଷରୁ ଏକ ବିଜ୍ଞାପନ ଦିଆଯାଇଛି । ମଙ୍ଗଳବାର ଦିନ ଖବର କାଗଜରେ ଦିଆଯାଇଥିବା ବିଜ୍ଞାପନରେ ହ୍ୱାଟ୍ସଆପରେ ଦିଆଯାଉଥିବା ଫେକ୍ ଗୁଜବରୁ ବର୍ତ୍ତିବା ଉଦ୍ଦେଶ୍ୟରେ ୟୁଜରଙ୍କ ପାଇଁ କିଛି ଟିପ୍ସ ଦିଆଯାଇଛି । ଏହାସହ ଆଗାମୀ ଦିନରେ କିଛି ନୂଆ ଫିଚର ଆଣିବାକୁ ପ୍ରତିଶୃତି ଦେଇଛି କମ୍ପାନୀ । ଯାହାଫଳରେ କେଉଁଟି ଫେକ୍ ମେସେଜ ବୋଲି ଜାଣିହେବ । କିଛି ଦିନ ପୂର୍ବରୁ କେନ୍ଦ୍ର ସରକାର କମ୍ପାନୀକୁ ଫେକ୍ ମେସେଜ ଉପରେ ରୋକ ଲଗାଇବାକୁ ପଦକ୍ଷେପ ନେବା ପାଇଁ ତାଗିତ୍ କରିବା ସହ ନିର୍ଦ୍ଦେଶ ଦେଇଥିଲେ । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହି ଟିପ୍ସ ଗୁଡିକ । ଆପଣ ହ୍ୱାଟ୍ସଅପ୍ ବ୍ୟବହାର କରୁଛନ୍ତି କି ? ଯଦି ହଁ ତେବେ କଣ ସବୁ ସତର୍କତା ଅବଲମ୍ବନ କରନ୍ତୁ ଓ ଏହି ଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ
OSCAR-2019
ଭୁବନେଶ୍ୱର: ରାଜନୀତିରେ ଛନ୍ଦି ହୋଇପଡ଼ିଛି ଭିଏସ୍‌ଏସ୍‌ ନଗର ୟୁସିଏଚ୍‌ସି। ବର୍ଷେ ତଳୁ ନିର୍ମାଣ ସରିଥିଲେ ହେଁ ଏହି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏ ପର୍ଯ୍ୟନ୍ତ ଉଦ୍‌ଘାଟନ ହୋଇପାରୁନି। ସ୍ୱାୟତ୍ତ ଶାସନ ଦିବସରେ ଉଦ୍‌ଘାଟନ କରି ବାହାବା ନେବାକୁ ସମସ୍ତେ ଅପେକ୍ଷା କରିଛନ୍ତି। ଭିଏସ୍‌ଏସ୍‌ ନଗରରେ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା ଦାବି ବହୁତ ପୁରୁଣା। ଏଠାରେ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା ପାଇଁ ୨୦ ବର୍ଷ ତଳୁ ଘୋଷଣା ହୋଇଥିଲା। ୨୦୧୫ ଜାନୁଆରିରେ ମେୟର ଅନନ୍ତ ନାରାୟଣ ଜେନା ଓ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଭିଏସ୍‌ଏସ୍‌ ନଗର ଡାକ୍ତରଖାନାର ଶୁଭ ଦେଇଥିଲେ। ପରେ ପରେ ପାଚେରି କାମ ମଧ୍ୟ ସରିଥିଲା। ମାତ୍ର ୨୦୧୬ ଜାନୁଆରି ୧୯ ତାରିଖରେ ଡ୍ରେନେଜ୍‌ ପାଇଁ ଜାଇକା ଏହାର ପାଚେରିକୁ ଭାଙ୍ଗି ଦେଇଥିଲା। ଏହି ଘଟଣାକୁ ୨ ବର୍ଷ ବିତିଲାଣି, ହେଲେ ଆଜି ପର୍ଯ୍ୟନ୍ତ ପାଚେରି ନିର୍ମାଣ ହୋଇପାରିନି। ସେହିପରି ବର୍ଷେ ତଳୁ ନିର୍ମାଣ ସରିଥିଲେ ହେଁ କୌଣସି ଡାକ୍ତର କିମ୍ବା ପାରାମେଡିକଙ୍କୁ ଏ ପର୍ଯ୍ୟନ୍ତ ନିଯୁକ୍ତି ଦିଆଯାଇ ନାହିଁ। ଭିଏସ୍‌ଏସ୍‌ ନଗର ପାଇଁ ନିକଟରେ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରଟିଏ ନାହିଁ। କ୍ୟାପିଟାଲ ହସ୍‌ପିଟାଲ ୬ କି.ମି ଦୂର ହୋଇଥିବାରୁ ଲୋକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଏକ ସରକାରୀ ଡାକ୍ତରଖାନା ଥିଲେ ହେଁ ସେଠାରେ ବିଶ୍ୱବିଦ୍ୟାଳୟର କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ବାଦ୍‌ ବାହାର ଲୋକଙ୍କୁ ଅନୁମତି ଦିଆଯାଉ ନାହିଁ। ଭିଏସ୍‌ଏସ୍‌ ନଗର ଉନ୍ନୟନ ପରିଷଦର ସାଧାରଣ ସଂପାଦକ ଦିଲ୍ଲୀପ ଦାଶଶର୍ମାଙ୍କ କହିବାନୁଯାୟୀ, ଡାକ୍ତଖାନାର ପାଚେରି ଭଙ୍ଗା ବାବଦରେ ଜାଇକା ଅର୍ଥ ଦେଇନାହିଁ। ତେଣୁ ପାଚେରି ତିଆରି ହୋଇ ପାରି ନାହିଁ। ସ୍ଥାନୀୟ କର୍ପୋରେଟର ରଶ୍ମିତା ଜେନା କହିଛନ୍ତି, ନିକଟରେ ବିଏମ୍‌ସି ଏହାକୁ ଜାତୀୟ ସ୍ୱାସ୍ଥ୍ୟ ମିସନକୁ ହସ୍ତାନ୍ତର କରିଛି। ଶୀଘ୍ର ଏଠାରେ ଜଣେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବା। ସ୍ୱାୟତ୍ତ ଶାସନ ଦିବସରେ ଏହାକୁ ଉଦ୍‌ଘାଟନ କରାଯିବାକୁ ଯୋଜନା ରହିଛି ବୋଲି ସେ କହିଛନ୍ତି।
OSCAR-2019
ଆତଙ୍କବାଦୀଙ୍କୁ ଖୋଜି ଖୋଜି ନିପାତ କରୁଛି ଭାରତୀୟ ସେନା ! ଅପରେସନ ଅଲଆଉଟରେ ପୁରିଲା ଆଉ ଏକ ଶତକ, ଶୁଭୁଛି ଆତଙ୍କୀକ ତ୍ରାହି ତ୍ରାହି ଚିତ୍କାର । ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସେନା ଏବଂ ସୁରକ୍ଷା କର୍ମିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଅଭିଯାନ “ଅପରେସନ ଅଲଆଉଟ” ପାଇଁ ଆଜି ହେଉଛି ଏକ ଖୁସିର ଦିନ । କାରଣ ଆଜି ଏହି ଅଭିଜାନ ତାର ଆଉ ଏକ ଶତକ ପୁରା କରିଛି । ସେନା ଏବଂ ସୁରକ୍ଷାବଳଙ୍କ ମିଳିତ ଅଭିଜାନ ଅପରେସନ ଅଲଆଉଟରେ ମଙ୍ଗଳବାର ଦିନ ହୋଇଥିବା ଏକ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ତେଣୁ ଏହି ଦୁଇ ଆତଙ୍କବାଦୀଙ୍କୁ ମିଶାଇ ମୃତକଙ୍କ ସଂଖ୍ୟା ୧୦୧ରେ ପହଞ୍ଚିଛି । ସୂଚନା ମୁତାବକ, ଏହି ଅପରେସନରେ ନିହତ ହୋଇଥିବା ୧୦୧ ଆତଙ୍କବାଦୀଙ୍କ ମଧ୍ୟରୁ ୨୬-୨୭ ଜଣ ବିଦେଶୀ ଏବଂ ଅନ୍ୟ ମାନେ କଶ୍ମୀର ଘାଟିର ବୋଲି ଜଣା ପଡିଛି । ତେବେ ପୂର୍ବ ବର୍ଷ ହୋଇଥିବା ଅପରେସନରେ ପ୍ରାୟ ୨୧୩ ଆତଙ୍କବାଦୀ ନିହତ ହୋଇଥଇବା ବେଳେ ଚଳିତ ବର୍ଷ ୬ ମାଶର ଅପରେସନ ମଧ୍ୟରେ ଆତଙ୍କବାଦୀଙ୍କ ମୃତ୍ୟୁ ସଂଖ୍ୟା ୧୦୧କୁ ଛୁଇଁଛି । ଗତ ମାସରେ ପାଳିତ ହୋଇଥିବା ରମଜାନ ପର୍ବ କାରଣରୁ ଭାରତ ତରଫରୁ ଏକତରଫା ସିଜଫାଏରିଂର ଘୋଷଣା କରାଯାଇଥିଲା । କିନ୍ତୁ ପରେ ଅପରେସନ ଅଲଆଉଟ ଅଭିଜାନ କାଶ୍ମୀର ଠାରେ ବନ୍ଦ ରହିଥିଲା ଯାହା ଫଳରେ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଆତଙ୍କବାଦୀଙ୍କ ମୃତ୍ୟୁ ସଂଖ୍ୟା କମ ଦେଖାଯାଇଛି । ସେନା ଏବଂ ସୁରକ୍ଷାବଳଙ୍କ କହିବା ଅନୁସାରେ, କାଶ୍ମୀରର ଅଧିକାଂଶ ଯୁକବ ମାନେ ଏବେ ଆତଙ୍କବାଦୀ ସଂଗଠନରେ ସାମିଲ ହେଉଛନ୍ତି । ଯାହା ସେନା ଏବଂ ସୁରକ୍ଷାବଳ ପାଇଁ ଏକ ଚିନ୍ତାର ବିଷୟ ପାଲଟି ଯାଇଛି । ଚଳିତ ବର୍ଷ ଏଯାଏ ପ୍ରାୟ ୮୨ ଜଣ ଯୁବକ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିଲେ । ଆତଙ୍କବାଦୀଙ୍କ ତିନୋଟି ସଂଗଠନ ଥିବା ବେଳେ ଅଧିକାଂଶ କାଶ୍ମୀର ଯୁବକ ଅନ୍ୟ ଦୁଇ ସଂଗଠନ ଅପେକ୍ଷା ହିଜବୁଲ ମୁଜାହିଦ୍ଦୀନ ସଂଗଠନରେ ସାମିଲ ହେଉଛନ୍ତି । ଯାହା ସୁରକ୍ଷାବଳ ଏବଂ ସେନାଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି । ସୁବିଧାରେ ବ୍ୟବସାୟ ହେବ କେଉଁଠି ? ପ୍ରକାଶ ପାଇଲା ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍ ତାଲିକା, ଆନ୍ଧ୍ର ନମ୍ବର ୱାନ୍ ଓ ଦ୍ୱିତୀୟରେ ତେଲେଙ୍ଗାନା
OSCAR-2019
ରେଢ଼ାଖୋଲ, ୩୧/୮ (ଓଡ଼ିଆ ପୁଅ)- ରେଢ଼ାଖୋଲ ଷ୍ଟେସନରୁ ପ୍ରାୟ ୧୦ କିମି ଦୂର ବଂଶାଜାଲ ଗ୍ରାମ ନିକଟରେ ବିଳମ୍ବିତ ରାତ୍ରରେ ପୁରୀ-ଦୁର୍ଗ ଟ୍ରେନ୍ ରୁ ଖସି ଜଣେ ଯୁବକ ଆହତ ହୋଇଛନ୍ତି। ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଗନ୍ଧରାବନ୍ଧ ଗ୍ରାମର ଡ଼ୁଲେଶ୍ୱର ସା (୨୦) ଖୋର୍ଦ୍ଧାରେ କାମ କରନ୍ତି। ଟ୍ରେନ୍ ରେ ଘରକୁ ଆସୁଥିବା ବେଳେ ଗତ ରାତି ପ୍ରାୟ ସାଢ଼େ ୨ଟା ସମୟରେ ଟ୍ରେନ ବେସିନ୍ ରେ ମୁହଁ ଧୋଉଥିବା ବେଳେ ଭାରସାମ୍ୟ ହରାଇ ଦରଜା ବାହାରକୁ ଫୋପାଡ଼ି ହୋଇ ପଡ଼ିଥିଲେ। ସୌଭାଗ୍ୟକୁ ମୁଣ୍ଡ ଫାଟିବା ବ୍ୟତୀତ ସେ ବିଶେଷ ଭାବରେ ଆହତ ହୋଇନଥିଲେ। ତଥାପି ଖୁବ୍ କଷ୍ଟରେ ନିକଟସ୍ଥ ଗାଁକୁ ଯାଇ ଘଟଣା ସମ୍ପର୍କରେ କହିବା ପରେ ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସ ଡକାଇ ଯୁବକକୁ ରେଢ଼ାଖୋଲ ଡାକ୍ତରଖାନାକୁ ପଠାଇଥିଲେ। ରେଳବାଇ ପୋଲିସ ଯୁବକକୁ ପଚରାଉଚରା କରି ବଲାଙ୍ଗିରକୁ ପଠାଇ ଦେଇଛି।
OSCAR-2019
୧୯୯୨ ରେ ସୁରେନ୍ଦ୍ର ମହାନ୍ତିଙ୍କ ପରଲୋକ ହୋଇଛି । ଓଡ଼ିଆ ଉଇକିର ପାଠକ ମାନଙ୍କୁ ଏହି ବ୍ୟକ୍ତିଙ୍କ ସମ୍ପର୍କରେ ସ୍ପଷ୍ଟ ସୂଚନା ଦେବାପାଇଁ ଫୋଟର ଆବଶ୍ୟକତା ରହିଛି । ତାଙ୍କ ଫୋଟ ଅନ୍ୟ କେଉଁଠାରେ ଉପଲବ୍ଧ ହେଉନଥିବାରୁ ଏହି non-free ଫୋଟଟି ବ୍ୟବହାର କରିବାକୁହେବ । ବର୍ତ୍ତମାନ କଥାକାରଙ୍କର କୌଣସି କପି-ରାଇଟ-ଫ୍ରୀ ଚିତ୍ର ମିଳୁନାହିଁ । ଯଦି ଭବିଷ୍ୟତରେ ଏହାର ସତ୍ଵାଧିକାର ବିହୀନ କିଛି ଚିତ୍ର ମିଳୁଛି ତେବେ ରିପ୍ଲେସ କରିପାରନ୍ତି ।
OSCAR-2019
ନୂଆଦିଲ୍ଲୀ: ଚେକ୍‌ ବହି ପ୍ରଦାନ ଏବଂ ଏଟିଏମ୍‌ରୁ ଟଙ୍କା ଉଠାଣ ଭଳି କେତେକ ମାଗଣା ବ୍ୟାଙ୍କିଙ୍ଗ୍‌ ସେବା ଉପରେ ଜିଏସ୍‌ଟି (ସାମଗ୍ରୀ ଓ ସେବା ଟିକସ) ଲାଗୁ ହେବାର ସମ୍ଭାବନା ନାହିଁ। ଅର୍ଥ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା କେତେକ ମାଗଣା ସେବା ଉପରେ ଜିଏସ୍‌ଟି ଲାଗୁ ହେବ କି ନାହିଁ ତାହାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଏହି ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ଅର୍ଥ ମନ୍ତ୍ରାଳୟର ଆର୍ଥିକ ସେବା ବ୍ୟାପାର ବିଭାଗ ରାଜସ୍ୱ ବିଭାଗର ମତାମତ ଲୋଡ଼ିଛି। ତେବେ ମାଗଣାରେ ପ୍ରଦାନ କରାଯାଉଥିବା ବ୍ୟାଙ୍କିଙ୍ଗ୍‌ ସେବା ଉପରେ ଜିଏସ୍‌ଟି ଲାଗୁ କରାଯିବ ନାହିଁ ବୋଲି ଆର୍ଥିକ ସେବା ବ୍ୟାପାର ବିଭାଗକୁ ରାଜସ୍ୱ ବିଭାଗ ନିକଟ ଭବିଷ୍ୟତରେ କହିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ମାଗଣା ବ୍ୟାଙ୍କିଙ୍ଗ୍‌ ସେବା ଉପରେ ଟିକସ ପଇଠ କରାଯାଉ ନଥିବାରୁ ଏ ନେଇ ବ୍ୟାଙ୍କ ଗୁଡ଼ିକୁ ଟିକସ ପଇଠ ଲାଗି ଟିକସ ବିଭାଗ ପକ୍ଷରୁ ନୋଟିସ୍‌ ପହଞ୍ଚୁଛି। ତେଣୁ ଏ ପ୍ରକାର ସେବା ଉପରେ ଜିଏସ୍‌ଟି ଲାଗୁ ହେବ କି ନାହିଁ ତାହା ସ୍ପଷ୍ଟ କରିବା ନିମନ୍ତେ ଆର୍ଥିକ ସେବା ବ୍ୟାପାର ବିଭାଗ ପକ୍ଷରୁ ରାଜସ୍ୱ ବିଭାଗର ମତାମତ ଲୋଡ଼ାଯାଇଥିଲା। ତେବେ ଆର୍ଥିକ ସେବା ବ୍ୟାପାର ବିଭାଗର ମତ ହେଲା ଚେକ୍‌ ବହି ପ୍ରଦାନ, ଆକାଉଣ୍ଟ ଷ୍ଟେଟମେଣ୍ଟ ଏବଂ ଏକ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ଏଟିଏମ୍‌ରୁ ଟଙ୍କା ଉଠାଣକୁ ଟିକସମୁକ୍ତ ରଖାଯାଇଛି। ଏଗୁଡ଼ିକ ବାଣିଜ୍ୟିକ କାର୍ଯ୍ୟ ହୋଇ ନଥିବାରୁ ଏହାକୁ ଜିଏସ୍‌ଟି ପରିସରଭୁକ୍ତ କରାଯାଇ ପାରିବ ନାହିଁ ବୋଲି ଏହି ବିଭାଗ ଦାବି କରିଛି। କିନ୍ତୁ ଟିକସ ବିଭାଗ ପକ୍ଷରୁ ବ୍ୟାଙ୍କ ଗୁଡ଼ିକୁ ୨୦୧୨ରୁ ୨୦୧୭ ମସିହା ପାଇଁ ସର୍ଭିସ ଟ୍ୟାକ୍ସ ନୋଟିସ୍‌ ପ୍ରଦାନ କରାଯାଇଛି। ଟିକସ ଅଧିକାରୀଙ୍କ ମତ ହେଲା ବ୍ୟାଙ୍କ ଗୁଡ଼ିକ ଗ୍ରାହକଙ୍କୁ କୌଣସି ମାଗଣା ସେବା ପ୍ରଦାନ କରୁନାହାନ୍ତି। ସେମାନଙ୍କଠାରୁ ସର୍ବନିମ୍ନ ବାଲାନ୍ସ ରଖିବାକୁ କହି ଗ୍ରାହକଙ୍କଠାରୁ ଅର୍ଥ ଆଦାୟ କରୁଛନ୍ତି। ତେବେ ବିଭିନ୍ନ ବ୍ୟାଙ୍କ ପକ୍ଷରୁ ସର୍ବନିମ୍ନ ଜମାରାଶି ରଖିବା ପାଇଁ ଭିନ୍ନ ଭିନ୍ନ ସୀମା ଧାର୍ଯ୍ୟ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଦେଶରେ ଗତବର୍ଷ ଜୁଲାଇ ପହିଲାରୁ ଜିଏସ୍‌ଟି କାର୍ଯ୍ୟକାରୀ କରାଯାଇଛି। ଜିଏସ୍‌ଟି ଲାଗୁ ହେବା ଫଳରେ ଏହି ଟିକସରେ କେନ୍ଦ୍ରୀୟ ଉତ୍ପାଦ ସମେତ ସେବା ଟିକସ ଆଦିକୁ ମିଶାଇ ଦିଆଯାଇଛି।
OSCAR-2019
କାର୍ତ୍ତିକ ପୂର୍ଣ୍ଣମା, ରାସ ବା ରାସ ପୂର୍ଣ୍ଣିମା ନାମରେ ମଧ୍ୟ ପରିଚିତ ‌। ଓଡ଼ିଶାର ଆଚାର ବିଚାର, ଚାଲିଚଳଣି ତଥା ଧର୍ମୀୟ ଭାବନା ସହିତ ଏହି ପର୍ବ ଓତପ୍ରୋତ ଭାବେ ଜଡ଼ିତ । ଗୌରବମୟ ଉତ୍କଳର ପ୍ରାଚୀନ ଇତିହାସ ସହିତ ଏହା ଏତେ ନିବିଡ଼ ଭାବରେ ସଂପୃକ୍ତ ଯେ ଏହି ଦିବସର ଗୁରୁତ୍ଵକୁ ବାଦ ଦେଲେ ଖ୍ରୀଷ୍ଟପୂର୍ବୀୟ କାଳରେ ଓଡ଼ିଶାରେ ନୌବାଣିଜ୍ୟ ସମ୍ପର୍କରେ ଚିନ୍ତା ବି କରାଯାଇ ପାରେ ନାହିଁ । ଅତଏବ ଧର୍ମଗତ ତଥା ଐତିହାସିକ ଉଭୟ ଦୃଷ୍ଟିକୋଣରୁ ଏହାର ମୂଲ୍ୟବୋଧ ଅତୀବ ବୈଶିଷ୍ଟ୍ୟ ପରିପୂର୍ଣ୍ଣ । ବିଶ୍ଵଜନନୀ କରୁଣାମୟୀ ମା ଦୁର୍ଗାଙ୍କ ଶାରଦୀୟ ବନ୍ଦନା ପରେପରେ ଚନ୍ଦ୍ର ଏବଂ ମା କାଳୀଙ୍କ ଆରାଧନା ଅତ୍ୟନ୍ତ ଆଡ଼ମ୍ବର ସହକାରେ ସମାହିତ ହୁଏ । ଦେବ ସେନାପତି ଚିର କୁମାର କାର୍ତ୍ତିକେୟଙ୍କ ଆରାଧନା ଏହି ମାସରେ ଅତ୍ୟନ୍ତ ଉତ୍ସାହର ସହିତ ସମ୍ପାଦିତ ହୁଏ ଓଡ଼ିଶାର ପୁରପଲ୍ଲୀରେ । ଓଡ଼ିଶାର ଆଦିକବି ଶୂଦ୍ରମୁନି ସାରଳା ଦାସ ରଚିତ ମହାଭାରତର ଆଦିପର୍ବରେ କାର୍ତ୍ତିକ ମାସର ପବିତ୍ରତା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଏହିପର୍ବରେ ବର୍ଣ୍ଣିତ କାର୍ତ୍ତିକ ପୂର୍ଣ୍ଣିମା ଦିନ ଭୋଜରାଜ ଓ ଭୀଷ୍ମଙ୍କ ଗଙ୍ଗାସ୍ନାନ ଯାତ୍ରା ପ୍ରସଙ୍ଗରୁ ଜଣାଯାଏ ଯେ,କାର୍ତ୍ତିକ ମାସରେ ମୃତ୍ୟୁବରଣ କଲେ ବୈକୁଣ୍ଠ ପ୍ରାପ୍ତି ହୁଏ । ପୁନଶ୍ଚ କାର୍ତ୍ତିକ ଏକ ଧର୍ମ ମାସ ରୂପେ ମଧ୍ୟ ପରିଚିତ । ଏହି ମାସରେ ବୟସ୍କ ତଥା ଧର୍ମପ୍ରାଣ ଆବାଳ- ବୃଦ୍ଧ- ବନିତା ପ୍ରତ୍ୟହ ପ୍ରାତଃକାଳରେ ସ୍ନାନ ସମାପନ ପୂର୍ବକ ଦେବ ଦର୍ଶନ ଏବଂ ନଗର ସଂକୀର୍ତ୍ତନରେ ଆତ୍ମବିଭୋର ହୋଇ ଉଠୁଥିବାର ଦେଖାଯାଏ । ପୂର୍ଣ୍ଣିମା ପାଞ୍ଚଦିନ ପଞ୍ଚକ ପର୍ବ ବା ମହାପଞ୍ଚକ ନାମରେ ପରିଚିତ । ଏହି ପାଞ୍ଚଦିନ ପ୍ରତ୍ୟେକ ହିନ୍ଦୁ ଆମିଷ ପରିହାର ପୂର୍ବକ ଶ୍ରଦ୍ଧା ଭାବନା ତଥା ଧର୍ମୀୟ ମନୋଭାବରେ ଦେବତାଙ୍କୁ ପୂଜା କରିଥାନ୍ତି । କୁହାଯାଏ ଯେ ଏହି ପାଞ୍ଚଦିନକାଳ ବଗ ମଧ୍ୟ ଆମିଷ ସ୍ପର୍ଶ କରେ ନାହିଁ । ସେ ଯାହା ହେଉନା କାହିଁକି ଏହି ମାସର ଶୁକ୍ଳପକ୍ଷ ଏକାଦଶୀ ବା ବଡ ଏକାଦଶୀ ଠାରୁ ପୂର୍ଣ୍ଣମୀ ପାଞ୍ଚଦିନ ଧରି ଅନୁଷ୍ଠିତ ମହାପଞ୍ଚକ ହିନ୍ଦୁମାନଙ୍କ ପାଇଁ ଧର୍ମଗତ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ପିଣ୍ଡ ପ୍ରଦାନ ଓଡ଼ିଶାରେ ସଂପ୍ରତି ପ୍ରଚଳିତ ନାହିଁ ସତ୍ୟ, ମାତ୍ର ବ୍ରତ ପାଳନ ଏବେ ବି ଓଡ଼ିଆ ପରମ୍ପରାରେ ଅନୁସୃତ । ଏହି ଦିନ ମହିଳାମାନେ ରାଇ- ଦାମୋଦର ବ୍ରତର ଉଦ୍ ଯାପନ କରିଥାନ୍ତି । ବିଧବାମାନଙ୍କ ପକ୍ଷରେ ଏହି ମାସଟି ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ I ସେମାନେ ହବିଷ୍ୟ ପାଳନ ପୂର୍ବକ ପ୍ରତ୍ୟହ ସନ୍ଧ୍ୟାରେ ଆକାଶଦୀପ ପ୍ରଜ୍ଜଳନ କରିଥାନ୍ତି । ପ୍ରତ୍ୟେକ ଦିନ ପ୍ରତ୍ୟୁଷରୁ ଶଯ୍ୟାତ୍ୟାଗକରି ସ୍ନାନ କରି ସେମାନେ ଦେବଦେବୀ ଦର୍ଶନ ପାଇଁ ଯାଆନ୍ତି ଏବଂ ଦେବାଳୟରୁ ଫେରିବା ପରେ କାର୍ତ୍ତିକ ମାହାତ୍ମ୍ୟ ପାଠ ବା ଶ୍ରବଣରେ ମନଦିଅନ୍ତି । ତୁଳସୀ ବୃକ୍ଷକୁ ଏହିମାସରେ ଅତ୍ୟନ୍ତ ଭକ୍ତି ସହକାରେ ଆରାଧନା କରାଯାଏ । କିମ୍ବଦନ୍ତୀ ରହିଛି ଯେ ରାକ୍ଷସ ଜଳନ୍ଧର ନିଜ ସତୀ ସ୍ଵାଧୀ ପତ୍ନୀ ତୁଳସୀଙ୍କ ପାତିବ୍ରତ୍ୟ ବଳରେ ବଳୀୟାନ ହୋଇ ଉଠିଥିଲା ଏବଂ ବୃନ୍ଦାବତୀଙ୍କ ସତୀତ୍ଵ ଅମ୍ଳାନ ରହିଥିବା ପର୍ଯ୍ୟନ୍ତ ଦେବତାମାନେ ବହୁ ଚେଷ୍ଟା ସତ୍ତ୍ଵେ ଜଳନ୍ଧର କୌଣସି ଅନିଷ୍ଟ କରିପାରି ନଥିଲେ । ଆକାଶଦୀପ ପ୍ରତିଷ୍ଠା ପବିତ୍ର କାର୍ତ୍ତିକ କୃତ୍ୟର ଆଉ ଏକ ମହତ୍ତ୍ଵପୂର୍ଣ୍ଣ ଅବଦାନ । କାର୍ତ୍ତିକ ମାସ ବେଳକୁ ପିତୃପକ୍ଷ ଆରମ୍ଭ ହୋଇଯାଇଥାଏ । ପ୍ରେତପୁରୁଷ ତଥା ପିତୃଗଣଙ୍କୁ ପଥ ପ୍ରଦର୍ଶନ ଏବଂ ସେମାନଙ୍କ ଅନ୍ଧକାରାଚ୍ଛନ୍ନ ଦୁର୍ଗମ ପଥକୁ ଆଲୋକିତ କରିବା ସକାଶେ ଉଚ୍ଚ ସ୍ଥାନରେ ଏହି ପ୍ରଦୀପ ପ୍ରଜ୍ଜଳନ ବିଧି ପ୍ରଚଳିତ । ତେଣୁ ପ୍ରାୟତଃ ପ୍ରତ୍ୟେକ ଗ୍ରାମରେ ଏକ ଉଚ୍ଚ ବାଉଁଶ ଖୁଣ୍ଟ ଉପରେ ପ୍ରତି ସନ୍ଧ୍ୟାରେ ଆକାଶଦୀପ ରଖାଯାଉଥାଏ । ପୂର୍ଣ୍ଣିମା ଅବକାଶରେ କଦଳୀପଟୁଆ ନିର୍ମିତ ଡଙ୍ଗା ଭସାଇବାର ବିଧି ପ୍ରଚଳିତ। ସେ ଦିନ ପ୍ରତ୍ୟୁଷରୁ ଆବାଳ- ବୃଦ୍ଧା- ବନିତା ନଦୀ ବା ପୁଷ୍କରଣୀରେ ବୁଡ ପକାଇ କଦଳୀ ବାହୁଙ୍ଗା ବା ସୋଲ ତିଆରି ଖେଳଣା ଡଙ୍ଗାରେ ଦୀପ ଜାଳି ଏବଂ ସେଥିରେ ପାନଗୁଆ ଥୋଇ ସେସବୁ ଭସାଇ ଦିଅନ୍ତି । ଏହି ସମୟରେ ସମସ୍ତେ ଉତ୍ ଫୁଲ୍ଲିତ ଚିତ୍ତରେ ଗାନ କରନ୍ତି ' ଆ କା ମା ବୈ, ପାନ ଗୁଆ ଥୋଇ ପାନ ଗୁଆ ତୋର, ମାସକ ଧରମ ମୋର ।’ ଏହି ଅବସରରେ ପ୍ରତ୍ୟେକ ପୁଣ୍ୟ ଅର୍ଜନ ସକାଶେ ମନାସ କରିଥାନ୍ତି । ବିଶ୍ଵାସ ରହିଛି ଯେ ଏହିଦିନ ପ୍ରତ୍ୟୁଷରୁ ସ୍ନାନପୂର୍ବକ ଦେବଦର୍ଶନ କଲେ ସମସ୍ତ ପ୍ରକାର ପାପ ନାଶ ହୋଇଥାଏ । ଆଷାଢ଼, କାର୍ତ୍ତିକ, ମାଘ ଓ ବୈଶାଖ- ଏଇ ଚାରିମାସ ହେଉଛି ସୂର୍ଯ୍ୟଙ୍କର ଅୟନାନ୍ତ କାଳ । ସମ୍ଭବତଃ ଏହି ଅୟନାନ୍ତ ଦିବସମାନଙ୍କରେ ସୌରଦେବଙ୍କ ଉପାସନା କରାଯାଏ । ପୌରାଣିକ ଅନୁଧ୍ୟାନରୁ ଏହି ଚାରିମାସ ଧର୍ମ ଦୃଷ୍ଟିରୁ ଶୁଭପ୍ରଦ ଏବଂ ଦେବଦେବୀଙ୍କ ଉପାସନା ସକାଶେ ଅତ୍ୟନ୍ତ ଅନୁକୂଳ । ତେଣୁ ଏହି ଚାରିମାସର ଆଦ୍ୟବର୍ଣ୍ଣ ‘ ଆ କା ମା ବୈ ’ ଜନଜୀବନକୁ ଯେ ପ୍ରଭାବିତ କରୁ ନ ଥିବ ତାହା କୁହାଯାଇ ନପାରେ । ହୁଏତ ଗଙ୍ଗା ବା ଲକ୍ଷ୍ମୀନାରାୟଣ ଉପାସନା କରିବା ଛଳରେ ଓଡ଼ିଶାର ନରନାରୀ ଜଳରେ ସ୍ଵଦେଶ ସଂସ୍କୃତିର ପ୍ରତୀକ ଉପାସନା ସାମଗ୍ରୀ ତାମ୍ବୁଳ, ଅକ୍ଷତ ଓ ତିଳ ନିକ୍ଷେପ ପୂର୍ବକ ପ୍ରତିଦାନ ସ୍ଵରୂପ ଦେବତାଙ୍କ ଠାରୁ ପୁଣ୍ୟ କାମନା କରିଥାନ୍ତି I ଏହି ଅବକାଶରେ ଶ୍ୟାମଦେଶ (ଥାଇଲ୍ୟାଣ୍ଡ )ରେ କଦଳୀପଟୁଆ ନିର୍ମିତ ଛୋଟଛୋଟ ଡଙ୍ଗା ଭସାଇବା ପରମ୍ପରା ଏବେ ମଧ୍ୟ ପ୍ରଚଳିତ I ଏହି ପୂର୍ଣ୍ଣିମା ଅବକାଶରେ ପ୍ରାଚୀନ ଉତ୍କଳର ରାଜଧାନୀ ଐତିହାସିକ କଟକନଗରୀ ଉପକଣ୍ଠସ୍ଥ ବାରବାଟୀ ଦୁର୍ଗ ନିକଟବର୍ତ୍ତୀ ପଡ଼ିଆରେ ଅନୁଷ୍ଠିତ ବାଲିଯାତ୍ରାର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଏହା ଓଡ଼ିଶାର ଏକ ପ୍ରଧାନ ଉତ୍ସବ । ଉତ୍କଳର ବିଲୁପ୍ତ ନୌପରମ୍ପରା ସହିତ ଏହାର ସଂପୃକ୍ତି ବହୁଭାବରେ ସ୍ଵୀକୃତ । କାର୍ତ୍ତିକ ପୂର୍ଣ୍ଣିମା ବୋଇତ ବନ୍ଦାଣ ଦିବସ ନାମରେ ମଧ୍ୟ ଖ୍ୟାତ । ବହୁ ପୁରାକାଳରୁ ଏହି ଉତ୍ସବ ପାଳିତ ହୋଇଆସୁଛି ।[୨]
OSCAR-2019
ସ୍ପାଇଡ଼ର-ମ୍ୟାନ ମାର୍ଭିଲ ପତ୍ରିକାର ଏକ କାଳ୍ପନିକ ଚରିତ୍ର । ଲେଖକ ଷ୍ଟାନ ଲି ଏବଂ ଷ୍ଟିଭ୍ ଦିଟ୍କୋଙ୍କଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଚରିତ୍ରଟି ଅନ୍ତଲୋଜି ପତ୍ରିକାର ଅମେଜିଙ୍ଗ ଫଣ୍ଟସିର ୧୫ ଭାଗରେ ଦେଖା ଦେଇଥିଲା ।ଲେଖକଙ୍କ ଲେଖା ଅନୁସାରେ ଏହି ଚରିତ୍ରଟି ଅନାଥ ଏବଂ ନିଜ ମାମୁ ଏବଂ ମାଇଁଙ୍କ ସଂଗେ ରହି ଆସୁଥିଲା । ଯୁବ ପିଢ଼ିରେ ପାଦ ଦେଉ ଦେଉ ତା ଉପରେ ଦୈନନ୍ଦିନ ସମସ୍ୟା ମାନଙ୍କ ସହ ଅନେକ ଗୁଡ଼ିଏ ଦାଇତ୍ଵ ଲଦି ହୋଇ ଯାଇ ଥିଲା । ଏହା ସହିତ ଏହି ଚରିତ୍ର କେତେ ଗୁଡ଼ିଏ ଦୈବୀ ଶକ୍ତିର ଅଧିକାରୀ ମଧ୍ୟ ହୋଇ ଥିଲା, ଯେଉଁଥିରୁ ସ୍ପାଇଡର ସେନ୍ସ, କାନ୍ଥରେ ଛାଡ଼ିବା, ଜାଲ ବୁଣିବା ଆଦି ଅନ୍ୟତମ । ସ୍ପାଇଡର-ମ୍ୟାନ ଚରିତ୍ରଟି ପ୍ରଥମକରି ୧୯୬୦ରେ ଏକ ଯୁବ ନାୟକ ଭାବେ ପତ୍ରିକାରେ ଦେଖା ଦେଇ ଥିଲେ । ଏହି ସ୍ପାଇଡର-ମ୍ୟାନ ସିରିଜର ମୁଖ୍ୟ ଚରିତ୍ର ଥିଲା ପିଟର ପାର୍କର ଯିଏ କି, ସ୍ପାଇଡର-ମ୍ୟାନର ଅନ୍ୟ ଏକ ରୂପ । ଅନ୍ୟ ଭାଷାରେ ଏକ ଗୁପ୍ତ ରୂପ । ସ୍ପାଇଡ଼ର-ମ୍ୟାନ ସିରିଜର ସମସ୍ତ ଅଧ୍ୟାୟରେ ସ୍ପାଇଡ଼ର-ମ୍ୟାନ ଗୋଟିଏ ପରେ ଗୋଟିଏ ଖଲନୟକଙ୍କ ସଂଗେ ଲଢ଼ି ଅଛି ।
OSCAR-2019
ବରଗଡ଼: ବରଡ଼ୋଲ ଗାଁ ପାତିକାରପଡ଼ା, ହରିଜନପଡ଼ା ଏବଂ ସହଁରାପଡ଼ାବାସୀ ବିଭିନ୍ନ ସମୟରେ ଅନ୍ଧାର ଘେରରେ ରହୁଥିବା ଅଭିଯୋଗ କରିଛନ୍ତି। ଏହି ପଡ଼ା ଗୁଡ଼ିକର ସମସ୍ତ ପରିବାର ବିପିଏଲ୍‌ ଶ୍ରେଣୀର। ମଜୁରୀ କାମ କରି ସମସ୍ତେ ପେଟ ପୋଷୁଛନ୍ତି। ତିନୋଟି ପଡ଼ାରେ ୮୦ଟି ପରିବାର ପାଇଁ ୨୫ କେଭି ଟ୍ରାନ୍ସଫର୍ମର ରହିଛି। କିନ୍ତୁ ଓଭର୍‌ଲୋଡ୍‌ ଯୋଗୁଁ ବାରମ୍ବାର ଟ୍ରାନ୍ସଫର୍ମର ପୋଡ଼ି ଯାଉଛଇ। ଫଳରେ ପଡ଼ାଗୁଡ଼ିକ କିଟିକିଟି ଅନ୍ଧାରରେ ରହୁଛି। ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ୨୦ ଦିନ ହେଲା ଟାନ୍ସଫର୍ମର ପୋଡ଼ି ଯାଇଥିଲେ ହେଁ ଏହାର ମରାମତି ହେଉନାହିଁ। ତୁରନ୍ତ ଏହାର ସମାଧାନ କରିବାକୁ ରଇବାରୀ ଭୁଏ, କବାଲି ଭୁଏ, ବୀରେଶ ମଲ୍ଲିକ, ସନ୍ତୋଷିନୀ କଣ୍ଡ, ସୁନୀଲ ଭୁଏ, ଆଶା ସାହୁ ପ୍ରମୁଖ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପୁରୀ :ପୁରୀର ଜନଗହଳିପୂର୍ଣ୍ଣ ସ୍ଥାନ କୁହାଯାଉଥିବା ଡାକ୍ତରଖାନା ଛକରେ ଥିବା ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଏକ ଏଟିଏମ୍‌ ମେସିନ୍‌କୁ ଭାଙ୍ଗି ଦୁର୍ବୃତ୍ତମାନେ ଗତକାଲି ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଡାକ୍ତରଖାନା ଛକରେ ଥିବା ଏହି ଏଟିଏମ୍‌ ମେସିନ୍‌ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଥିଲେ ମଧ୍ୟ ଏହି ଖବର କାହାରି ପାଖରେ ନଥିଲା। ବ୍ୟାଙ୍କ କର୍ତ୍ତୃପକ୍ଷ ଆଜି ଅପରାହ୍ନ ୫ଟାରେ ଏହା ଜାଣିବା ପରେ ବ୍ୟାଙ୍କ ମ୍ୟାନେଜର ରାଇକିଶୋର ମହାନ୍ତି ଏ ନେଇ କୁମ୍ଭାରପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ଭିତ୍ତି କରି କୁମ୍ଭାରପଡ଼ା ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସନ୍ଧ୍ୟାରେ ସିଟି ଡିଏସ୍‌ପି ପ୍ରଶାନ୍ତ ପଟ୍ଟନାୟକ ଓ କୁମ୍ଭାରପଡ଼ା ଥାନା ଆଇଆଇସି ଅଭିମନ୍ୟୁ ନାୟକ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁରର ସହାୟତାରେ ପୁଲିସ ଅନୁସନ୍ଧାନ ଚଳାଇଥିଲେ ବି ଆଜି ରବିବାର ହୋଇ ଥିବାରୁ ପୁଲିସର ତଦନ୍ତ ଆଗେଇ ପାରିନାହିଁ। ତେବେ ବ୍ୟାଙ୍କ ମ୍ୟାନେଜର ଶ୍ରୀ ମହାନ୍ତିଙ୍କ ଅନୁସାରେ, ଗତ ଶୁକ୍ରବାର ଦିନ ଏହି ଏଟିଏମ୍‌ରେ ୮ ଲକ୍ଷ ଟଙ୍କା ଭର୍ତ୍ତି କରାଯାଇଥିଲା। ଶୁକ୍ରବାରଠାରୁ ଗତକାଲି ରାତି ମଧ୍ୟରେ ଏହି ମେସିନରୁ ଉପଭୋକ୍ତାମାନେ ଟଙ୍କା ଉଠାଇଥିଲେ। ଅବଶିଷ୍ଟ ସମସ୍ତ ଟଙ୍କାକୁ ଲୁଟେରା ଗ୍ୟାଙ୍ଗ ଲୁଟି ନେଇଛନ୍ତି। ତେବେ ଏଟିଏମ୍‌ରୁ କେତେ ଟଙ୍କା ଲୁଟ୍‌ ହୋଇଛି ତାହା ସୋମବାର ଅନୁଧ୍ୟାନ ପରେ ଜଣାପଡିବ ବୋଲି ବ୍ୟାଙ୍କ ମ୍ୟାନେଜର କହିଛନ୍ତି। ସେହିପରି ଗତ ବିଳମ୍ବିତ ରାତିରେ ନିରାକାରପୁର ଶ୍ରୀରାମ ବଜାରସ୍ଥିତ ନୂଆ ଜଗନ୍ନାଥ ସଡ଼କ ପାର୍ଶ୍ୱରେ ଥିବା ଏକ ଏକ୍ସିସ୍‌ ଏଟିଏମ୍‌କୁ ଦୁବୃର୍ତ୍ତମାନେ ଭାଙ୍ଗି ୧୧ ଲକ୍ଷ ୨୨ ହଜାର ୬ ଶହ ଟଙ୍କା ଲୁଟି ନେଇଛନ୍ତି। କଣାସ : କଣାସ ଥାନା ଜଙ୍କିଆ ବଜାରରେ ଆକ୍ସିସ୍‌ ବ୍ୟାଙ୍କ ଏଟିଏମ୍‌କୁ କଟରେ କାଟି ଟଙ୍କାଲୁଟ ହୋଇଛି। ଶନିବାର ବଳିମ୍ବିତ ରାତିରେ ଦୃର୍ବୁତ୍ତମାନେ ଆସି ଏଟିଏମର ଟଙ୍କା ବାକ୍ସକୁ କାଟି ତାହାକୁ ନେଇ ଯାଇଥିବା ଜଣାପଡ଼ିଛି। ଖବର ପାଇ କଣାସ ଥାନା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୁରୀ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ନମୁନା ସଂଗ୍ରହ କରିନେଇଛନ୍ତି। ସୂଚନା ଯେ ଏହି ଏଟିଏମ୍‌କୁ ଦୃର୍ବୁତ୍ତମାନେ ପୂର୍ବରୁ ୩ଥର ଭାଙ୍ଗିଥିଲେ ମଧ୍ୟ ଟଙ୍କା ନେବାରେ ବିଫଳ ହୋଇଥିଲେ।
OSCAR-2019
ଲଣ୍ଡନ: ଦୀର୍ଘ ୨୮ ବର୍ଷ ବ୍ୟବଧାନ ପରେ ଇଂଲଣ୍ଡ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଥିଲା। ସେଥିପାଇଁ ଏହି ଦଳର ପ୍ରଶଂସକମାନେ ମାତ୍ରାଧିକ ଉଲ୍ଲସିତ ହୋଇ ମଦ୍ୟପାନ କରିବାର ମାତ୍ରା ଯଥେଷ୍ଟ ବଢ଼ାଇ ଦେଇଥିଲେ। ଏପରିକି ସେମାନେ ନିଶାଶକ୍ତ ଭାବେ ଲଣ୍ଡନର ମୁଖ୍ୟ ରାସ୍ତାରେ ଭଙ୍ଗା ରୁଜା କରୁଥିଲେ। ସେମାନଙ୍କ ଉପଦ୍ରବ ପାଇଁ ସାଧାରଣ ଜନତା ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ହଜାର ହଜାର ଡଲାରର ସରକାରୀ ସମ୍ପତ୍ତି ମଧ୍ୟ ନଷ୍ଟ ହେଉଥିଲା। ଯାହାକୁ ନେଇ ଲଣ୍ଡନ ପ୍ରଶାସନ କଡ଼ା ଚେତାବନୀ ଦେଇଛି। ସରକାରୀ ସମ୍ପତ୍ତିକୁ ନଷ୍ଟ କରୁଥିବା ପ୍ରଶଂସକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଲଣ୍ଡନ ପ୍ରଶାସନ ଏକ ପ୍ରେସ୍‌ ଇସ୍ତାହାରରେ ସ୍ପଷ୍ଟ କରି ଦେଇଛି। ସ୍ୱିଡେନ୍‌ ବିପକ୍ଷ କ୍ୱାର୍ଟର ଫାଇନାଲ୍‌ ବିଜୟ ପରେ ଉଗ୍ର ପ୍ରଶଂସକମାନେ କାହା କଥା ଶୁଣି ନଥିଲେ। ସାରା ଇଂଲଣ୍ଡରେ ଭଙ୍ଗା ରୁଜାର ୩୮୭ ଘଟଣା ପୁଲିସ୍‌ ନଜରକୁ ଆସିଥିଲା। ୭୦ ଜଣ ଅସାମାଜିକ ତତ୍ତ୍ୱଙ୍କୁ ପୁଲିସ ତା’ ପରେ ଗିରଫ କରିଥିଲା।
OSCAR-2019
ମୋହନା : ମୋହନା ବ୍ଳକ ଅନ୍ତର୍ଗତ ଗରଡମା ପଂଚାୟତର ସାପଲାଗୁଡା ଗ୍ରାମର ପାଇବା ବଡମାଝୀ, ଦର୍ପଣ ପାଟମାଝୀ, ଟର୍ଚ୍ଚ ପାଟମାଝୀ, ଦିଗାମ୍ବର ବଡମାଝୀ, ପାକଲା ବଡମାଝୀ, ଫେରନାଦ ପାଟମାଝୀ ଏବଂ କ୍ରିସାନ୍ତ ବଡମାଝୀ ୨୦୦୨ ମସିହାରୁ ମାଓ କାର୍ଯ୍ୟକଳାପରେ ସଂପୃକ୍ତ ଥିଲେ। ସେମାନେ ଶୁକ୍ରବାର ମୋହନା ଜେଏମ୍‌ଏଫ୍‌ସିଙ୍କ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ସେହି ପଂଚାୟତର ମୋବିଲି ଗ୍ରାମର ଜଗତ ଊଠାଣସିଂଙ୍କୁ ଉଠାଇ ନେବା ମାମଲାରେ ସଂମ୍ପୃକ୍ତ ଥିବା ଅଭିଯୋଗରେ ଅଡ଼ବା ଥାନାରେ ଜିଆର ସେମାନଙ୍କ ବିରୋଧରେ କେସ ନଂ ୧୩୧/୨୦୦୨ରେ ଜାମିନ ବିହୀନ ଗିରଫ୍‌ ପରଓ୍ଵାନା ଜାରି ହୋଇଥିଲା। ସେମାନଙ୍କୁ ଅଡ଼ବା ପୁଲିସ ଖୋଜୁଥିବା ଜାଣିପାରି ୭ ଜଣ ଯାକ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ସେଠାରେ ସମସ୍ତଙ୍କ ଜାମିନ ନାମଜୁଂର ହେବା ପରେ ରା.ଊଦୟଗିରି ଜେଲକୁ ପଠାଯାଇଥିବା ଜଣାପଡିଛି।
OSCAR-2019
ଦୂରଯାତ୍ରା ପାଇଁ ଲୋକମାନେ ବସ୍ ଓ ବିମାନ ଅପେକ୍ଷା ରେଳରେ ଯାତ୍ରା କରିବାକୁ ଅଧିକ ପସନ୍ଦ କରି ଥାଆନ୍ତି। ଆମେ ଆଜି ଆପଣଙ୍କୁ ଟ୍ରେନ୍ ସମ୍ପର୍କରେ ଏଭଳି ଘଟଣା କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏମିତି ଏକ ଟ୍ରେନର କଥା କହିବାକୁ ଯାଉଛୁ, ଯାହାକି ୧୯୧୧ ମସିହାରେ ରହସ୍ୟମୟ ଭାବେ ଉଭେଇ ଯାଇଥିଲା। ‘ଜାନେଟି’ ନାମକ ଏହି ଟ୍ରେନ୍ ୧୦୬ଜଣ ଇଟାଲୀୟ ଯାତ୍ରୀଙ୍କୁ ନେଇ ରୋମରୁ ଲୋମବାର୍ଡ ଯାଉଥିଲା। ଏହି ସମୟରେ ଏକ ସୁଡ଼ଙ୍ଗ ଆସିଥିଲା। ଟ୍ରେନଟି ଏହି ସୁଡଙ୍ଗ ଦେଇ ଯାଉଥିବା ସମୟରେ ଟ୍ରେନ୍ ଭିତରୁ ଦୁଇଜଣ ଯୁବକ ବାହାରକୁ ଡେଇଁ ପଡ଼ିଥିଲେ। ଟ୍ରେନ୍ ସହିତ ଅନ୍ୟ ୧୦୪ଜଣ ଯାତ୍ରୀଙ୍କର ଏଯାବତ୍ କୌଣସି ସନ୍ଧାନ ମିଳି ପାରିନାହିଁ। ଟ୍ରେନରୁ ଡେଇଁ ପଡ଼ିଥିବା ଦୁଇ ଯୁବକ ସେଦିନର ଘଟଣା ସମ୍ପର୍କରେ ମନେ ପକାଇ କହନ୍ତି, ଯେମିତି ହିଁ ଟ୍ରେନଟି ସେଇ ସୁଢ଼ଙ୍ଗ ଭିତରେ ପଶିଥିଲା ସାମ୍ନାରେ କେବଳ ଧୁଆଁ ଭଳି ଦିଶିଥିଲା। ସେମାନେ ଏହି ଭୟାବହ ଦୃଶ୍ୟକୁ ଦେଖି ଟ୍ରେନରୁ ଡେଇଁ ପଡ଼ିଥିଲେ। କିଛି ସମୟ ପରେ ଟ୍ରେନ୍ ଓ ଟ୍ରେନ୍ ଭିତରେ ଥିବା ଯାତ୍ରୀ କେଉଁ ଆଡେ ଉଭେଇ ଯାଇଥିଲେ ଯେ ଯାହା ଆଜି ଯାଏଁ ତାହା ରହସ୍ୟମୟ ହୋଇ ରହିଛି।
OSCAR-2019
ରାଣୀ ମୁଖାର୍ଜୀଙ୍କୁ ଗୁଡ଼୍‍ ଲୁକିଙ୍ଗ୍‌ ବୁଢ଼ୀ ବୋଲି କହିଲେ ଆମିର ଖାନ୍‌, କାହିଁକି ଏବଂ କେଉଁଠି ଏପରି କହିଲେ ଜାଣନ୍ତୁ? | Sambad ମୁମ୍ବାଇ : ବଲିଉଡ୍‌ରେ ରାଣୀ ମୁଖାର୍ଜୀଙ୍କ ଶେଷ ଫିଲ୍ମ ଥିଲା ‘ହିଚ୍‌କି’ । ଏକ ଭିନ୍ନ ଧରଣର କାହାଣୀକୁ ନେଇ ବକ୍ସ ଅଫିସରେ ଖୁବ୍‌ ଧୁମ୍‌ ମଚାଇଥିଲେ ରାଣୀ । ଏହି ଫିଲ୍ମରେ ତାଙ୍କର ଚରିତ୍ର ସମସ୍ତଙ୍କୁ ଖୁବ୍‌ ପସନ୍ଦ ଆସିଥିଲା । । କେବଳ ହିଚ୍‌କି ନୁହେଁ ତା’ ପୂର୍ବରୁ ରାଣୀଙ୍କ ଆଉ ଏକ ଫିଲ୍ମ ଆସିଥିଲା ‘ମର୍‌ଦାନି’, ଯାହାକି ୨୦୧୪ରେ ରିଲିଜ ହୋଇଥିଲା । ନିଜ ଝିଅ ପାଇଁ ୪ ବର୍ଷ ଇଣ୍ଡଷ୍ଟ୍ରିରୁ ଦୂରରେ ରହିଥିବା ବେଳେ ୨୦୧୮ରେ ଫିଲ୍ମ ‘ହିଚ୍‌କି’ ଜରିଆରେ ସେ ପୁଣି ପରଦାକୁ ଫେରିଥିଲେ । ହିଚ୍‌କି ପରେ କିଛି କଳାକାର ରାଣୀଙ୍କୁୁ କରିଥିବା ପ୍ରଶଂସା ବିଷୟରେ ସମସ୍ତଙ୍କୁ ଜଣାଇବା ସହ ଏକ ମଜାଦାର କଥା ସମସ୍ତଙ୍କ ସହ ସେୟାର କରିଥିଲେ ରାଣୀ । ଫିଲ୍ମ ‘ହିଚ୍‌କି’ ରିଲିଜ୍‌ ପରେ କରଣ ଜୋହର ମୋତେ ଡ଼ାକି ତୁମେ ଜଣେ ବର୍ଷିୟାନ କଳାକାରଙ୍କ ଭଳି ଅଭିନୟ କରିଛ ବୋଲି କହିଥିଲେ । ଜାଭେଦ୍‌ ଅଙ୍କଲ ବ୍ଲାକ୍‌ ଫିଲ୍ମ ଠାରୁ ହିଚ୍‌କିରେ ମୁଁ ଭଲ କାମ କରିଛି ବୋଲି କହିଥିଲେ । କିନ୍ତୁ ଆମିର ମୋତେ ପ୍ରଶଂସା କମ ଥଟ୍ଟା ଅଧିକ କରିଥିଲେ । ଫିଲ୍ମର ଶେଷ ଭାଗରେ ମୋର କିଛି ଦୃଶ୍ୟ ବୃଦ୍ଧକାଳର ଥିବାରୁ ଆମିର ମୋତେ ଗୁଡ଼୍‍ ଲୁକିଙ୍ଗ ବୁଢ଼ୀ ବୋଲି କହିଥିଲେ ।
OSCAR-2019
କନକ ବ୍ୟୁରୋ : ଏକ ତରଫା ପ୍ରେମ କରି ପାନେ ପାଇଲେ ପ୍ରେମିକ । ୬ ମାସ ଧରି ହଇରାଣ କରି ଆସୁଥିବା ଯୁବକଙ୍କୁ ଧରି ନିସ୍ତୁକ ଛେଚିଛନ୍ତି ସ୍ୱାମୀ ସ୍ତ୍ରୀ । କୌଣସି ସୂତ୍ରରୁ ମହିଳାଙ୍କ ଫୋନ ନମ୍ବର ପାଇ ବାରମ୍ବାର ଫୋନ କରୁଥିଲା ସଂପୃକ୍ତ ଯୁବକ । ରଥଯାତ୍ରା ଦିନ ଅସହ୍ୟ ହୋଇଥିଲା ଦୌରାତ୍ମ୍ୟ । ଯୁବକ ଜଣକ ପୁରୀ ଯିବା ପାଇଁ ମହିଳାଙ୍କୁ ବାଧ୍ୟ କରିଥିଲା, ହେଲେ ପୂର୍ବ ଯୋଜନା ଅନୁଯାୟୀ ମହିଳାଙ୍କ ସ୍ୱାମୀ ଘଟଣାସ୍ଥଳରେ ପହଁଚି ଯାଇଥିଲେ । ମିଳିମିଶି ଉତ୍ତମ ମଧ୍ୟମ ଦେବା ପରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି ପୁଲିସ । ଅଭିଯୁକ୍ତ ଜଣକ ହେଉଛନ୍ତି ଶୁଭାଶିଷ ଦାସ, ଘର ଜଗତସିଂହପୁର, ବୟସ ୨୯ । ୬ ମାସ ଧରି ପ୍ରେମରେ ପାଗଳ ହୋଇପଡିଥିବା ଶୁଭାଶିଷ ଭୁବନେଶ୍ୱର ସାଲିଆ ସାହିରେ ରହୁଥିବା ମହିଳାଙ୍କ ନମ୍ବର ପାଇ ତାଙ୍କୁ ହଇରାଣ କରିଆସୁଥିଲେ । ଦିନ ରାତି ଫୋନ କରି ମହିଳାଙ୍କ ଜୀବନକୁ ଦୁର୍ବିସହ କରି ଦେଇଥିଲେ ଏହି ଯୁବକ । ଏନେଇ ମହିଳାଙ୍କ ସ୍ୱାମୀ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଧରା ପଡିନଥିଲା । ଫଳରେ ତାର ପାଗଳାମି ଦିନକୁ ଦିନ ବଢିଯାଇଥିଲା । ଅସହ୍ୟ ହେବାରୁ ମହିଳା ଓ ତାଙ୍କ ସ୍ୱାମୀ ଏକତରଫା ପ୍ରେମିକଙ୍କୁ ପାନେ ଦେବାକୁ ସ୍ଥିର କରିଥିଲେ । ତେବେ ରଥଯାତ୍ରା ସମୟ ଥିବାରୁ ପୁରୀ ବୁଲି ଯିବାକୁ ମହିଳାଙ୍କୁ ବାଧ୍ୟ କରିଥିଲା ଶୁଭାଶିଷ । ଜଗତସିଂହପୁରରୁ ପ୍ରେମିକ ଆସି ପହଂଚିଥିଲା ଭୁବନେଶ୍ୱର ଫାୟାର ଷ୍ଟେସନ ଛକରେ । ୫୦୦୦ ଟଙ୍କା ନେଇ ପୁରୀ ବୁଲି ଯିବାକୁ ମହିଳାଙ୍କୁ ବାଧ୍ୟ କରିଥିଲା ପ୍ରେମିକ । ମହିଳା ଜଣକ ଅରାଜି ହେବାରୁ ଆରମ୍ଭ କରିଦେଇଥିଲା ଟଣାଓଟରା । ଯୋଜନା ମୁତାବକ ମହିଳାଙ୍କ ସ୍ୱାମୀ ଘଟଣାସ୍ଥଳରେ ପହଂଚି ଯାଇଥିଲେ । ତା ପରେ ଆରମ୍ଭ ହୋଇଯାଇଥିଲା ପ୍ୟାଟେଂଟ୍ ମେଡିସିନ୍ । ଉଭୟ ସ୍ୱାମୀ ସ୍ତ୍ରୀ ନିସ୍ତୁକ ପିଟିଥିଲେ ଯୁବକଙ୍କୁ । ଏହା ପରେ ପୁଲିସ ଶୁଭାଶିଷଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ।
OSCAR-2019
କନକ ବ୍ୟୁରୋ: ଓଡିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଆଜି ପୂର୍ବାହ୍ନ ୧୧ଟା ୧୦ ମିନିଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ରାଜଧାନୀସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରେ ଅବତରଣ କରିବା ପରେ ସେଠାରୁ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଶ୍ରୀ ଶାହା ବିମାନରୁ ଅବତରଣ କରିବା ପରେ ଉପସ୍ଥିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ରାଜ୍ୟ ଉପସଭାପତି ସମୀର ମହାନ୍ତି ଏବଂ ଅନ୍ୟାନ୍ୟ ବହୁ ବିଜେପି ନେତା ତାଙ୍କୁ ସ୍ୱାଗତ ଜଣାଇ ପାଛୋଟି ଆଣିଥିଲେ। ରୁଦ୍ଧଦ୍ୱାର ବୈଠକରେ ଶାହା କରିବେ ଦଳର ସମୀକ୍ଷା । ୨୦୧୯ ନିର୍ବାଚନ ପୂର୍ବରୁ ଓଡିଶା ପାଇଁ ଅଙ୍କ କଷିବେ । ମିଶନ ୧୨୦ର ନାରା ଦେଇଥିବା ଅମିତ ଶାହା ପୂର୍ବରୁ ନେତା ଓ କର୍ମୀଙ୍କୁ ଦାୟିତ୍ୱ ଦେଇଥିଲେ । ଏବେ ତାର ସମୀକ୍ଷା କରିବେ । ତେବେ ଅମିତ ଶାହାଙ୍କ ଗସ୍ତ କାର୍ଯ୍ୟକ୍ରମରେ କୌଣସି ସାଧାରଣ ସଭା ନାହିଁ । ବରଂ ସଂଗଠନ ଉପରେ ଫୋକସ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ରାଜ୍ୟ ଅଫିସରେ ଆଜି ଦୁଇଟି ବୈଠକ ହେବ ଓ ପ୍ରଦର୍ଶନୀ ପଡିଆରେ ପଂଚାୟତର ବଛା ବଛା ନେତାଙ୍କୁ ଭେଟିବେ ବିଜେପି ଜାତୀୟ ସଭାପତି । ୧୨୦ ପ୍ଲସ୍ ମିଶନର ଡାକରା ଦେଇଥିବା ବିଜେପିର ଏହି ଷ୍ଟ୍ରାଟେଜି ମେକର ପୂର୍ବରୁ ଏହାକୁ ସଫଳ କରିବା ପାଇଁ ଗୁରୁ ମନ୍ତ୍ର ମଧ୍ୟ ଦେଇଥିଲେ । ତେଣୁ ଦେଇଥିବା ଦାୟିତ୍ୱର ସମୀକ୍ଷା କରିବା ସହ ରାଜ୍ୟ ବିଜେପି ନେତାଙ୍କ ମୂଲ୍ୟାଙ୍କନ ମଧ୍ୟ କରିବେ । ଶାହା ଦେଇଥିବା ହୋମୱାର୍କରେ କିଏ ରଖିବ କେତେ ନମ୍ବର ତାକୁ ନେଇ ଆଶା, ଆଶଙ୍କାରେ ନେତା । ଅମିତଙ୍କ ଚଳିତ ଗସ୍ତରେ ଫୋକସ ରହିବ ତିନି ମୁଖ୍ୟ ସଂସଦୀୟ କ୍ଷେତ୍ର ପୁରୀ, କଟକ ଓ ଭୁବନେଶ୍ୱର । ପଂଚାୟତ ଠାରୁ ଆରମ୍ଭ କରି ସଂଗଠନ ସମ୍ଭାଳିଥିବା ନେତାଙ୍କ ସହ କରିବେ ରୁଦ୍ଧଦ୍ୱାର ଆଲୋଚନା । ଏହା ସହିତ ୧୨୦ପ୍ଲସ ମିଶନର ସଫଳତା ପାଇଁ କିଛି ନୂଆ ରଣନୀତି ମଧ୍ୟ ସ୍ଥିର କରିପାରନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ । କେବଳ ସୁସ୍ୱାଦୁ ଖାଇବା ନୁହଁ,ଦୁଃସାଧ୍ୟ ରୋଗରୁ ଆଶ୍ୱସ୍ତି ଦିଏ ମକ୍କା ! କିଡନୀ ଷ୍ଟୋନ୍ ଭଳି ସମସ୍ୟାରୁ ପାଇବେ ମୁକ୍ତି ।
OSCAR-2019
କମ୍ପ୍ୟୁଟରରେ ଯେଉଁ କି-ବୋର୍ଡ଼ ବ୍ୟବହାର ହୁଏ ତାହା ଦେଖିବାକୁ ପୁରା ଟାଇପ ରାଇଟରର କି-ବୋର୍ଡ଼ ଭଳି । କି-ବୋର୍ଡ଼କୁ ଓଡ଼ିଆରେ କୁଞ୍ଚିପଟା କୁହାଯାଇଥାଏ । ଏହାକୁ ସାଧାରଣତଃ "କ୍ଵେରଟି"(QWERTY) କି-ବୋର୍ଡ଼ କୁହାଯାଏ କାରଣ ଏହାର ଅକ୍ଷର କୁଞ୍ଚି ଗୁଡ଼ିକ ଇଂରାଜୀ ଅକ୍ଷର Q,W,E,R,T,Yରୁ ଆରମ୍ଭ ହଉଛି । କି-ବୋର୍ଡ଼ ଅନେକ ଗୁଡ଼ିଏ "କି"(Key) ବା କୁଞ୍ଚିର ସମାହାର । ଏହା କମ୍ପ୍ୟୁଟରକୁ ଯାନ୍ତ୍ରୀକ ଯକୃତ(Mechanical Lever) ଭାବେ ବୈଦ୍ୟୁତିକ ସୁଇଚ (Electronic Switch)ଦ୍ଵାରା ପରିକଳିତ କରେ । ଏହା ମୋଟ ଉପରେ କମ୍ପ୍ୟୁଟର ପାଇଁ ଏକ ନିବେଶକାରୀ (Input) ଉପକରଣ ଅଟେ । ଅନେକ ବିକଳ୍ପ ନିବେଶକାରୀ(Input) ଉପକରଣ ଯଥା କମ୍ପ୍ୟୁଟର ମାଉସ, ଟାବଲେଟ ଉପକରଣ, ଅକ୍ଷର ଚିହ୍ନକ ଯନ୍ତ୍ର , ଶବ୍ଦ ଚିହ୍ନକ ଯନ୍ତ୍ର ଇତ୍ୟାଦି ବାହାରିଥିଲେ ମଧ୍ୟ କି-ବୋର୍ଡ଼ ଆଜି ମଧ୍ୟ ମଣିଷଦ୍ଵାରା ସର୍ବାଧିକ ବ୍ୟବହୃତ ନିବେଶକାରୀ(Input) ଉପକରଣ ଭାବେ ପରିଚିତ । ପ୍ରତ୍ୟେକ "କି" ବା "କୁଞ୍ଚି" ଏକ ଏକ ଅକ୍ଷରକୁ ପ୍ରତିଫଳିତ କରେ। "କି"କୁ ଥରେ ଚିପିଲେ ସେହି "କି"ରେ ଥିବା ଅକ୍ଷରକୁ ଥରେ ମାତ୍ର ଦେଖାଏ । କିନ୍ତୁ ଏକାଧିକ ପ୍ରତୀକକୁ ଦେଖେଇବା ପାଇଁ ଆମକୁ ଅନେକ ଗୁଡ଼ିଏ "କି" ଏକା ସଙ୍ଗେ ଅଥବା ଗୋଟେ ପରେ ଗୋଟେ ଏକ କ୍ରମାନୁସାରେ ଟିପିବାକୁ ପଡ଼େ । ଏକ କମ୍ପ୍ୟୁଟର କି-ବୋର୍ଡ଼ ଅକ୍ଷର (a-z),ସଂଖ୍ୟା (0-9), ଚିହ୍ନାକ୍ଷର(!,@,# ,+ ଇତ୍ୟାଦି) ଏବଂ ଅନ୍ୟ "କି"ର ସମାହାର, ଯାହାକୁ ଦବେଇଲେ କମ୍ପ୍ୟୁଟର ମଧ୍ୟକୁ ସୂଚନା (Information) ତଥା ଆଦେଶ (Command) ଯାଇଥାଏ । ସାଧାରଣତଃ କି-ବୋର୍ଡ଼କୁ "ଶବ୍ଦ କାର୍ଯ୍ୟବାହକ" (Word Processor) ବା "ଲେଖା ସମ୍ପାଦକ" (Text Editor)ରେ ଲେଖିବା ନିମନ୍ତେ ବ୍ୟବହାର କରାଯାଏ । କିନ୍ତୁ ଆଧୁନିକ କମ୍ପ୍ୟୁଟରରେ "କି"ର ବ୍ୟବହାର ସଫ୍ଟୱେର ଉପରେ ନିର୍ଭର କରେ। କମ୍ପ୍ୟୁଟର ନିଜେ "କି"ର ଅଲଗା ଅଲଗା ବ୍ୟବହାରକୁ ଜାଣିରଖେ ଏବଂ ସେହି ବାଟରେରେ ସଫ୍ଟୱେର ପରିଚାଳିତ ହୁଏ । ବର୍ତ୍ତମାନ ଆମେ କି-ବୋର୍ଡ଼ରେ ଟାଇପ କରିବା ଛଡ଼ା କମ୍ପ୍ୟୁଟର ଉପରେ ପର୍ଯ୍ୟବେଷିତ ଖେଳ (Computer Game) ବି ଖେଳିପାରୁଛେ । ଆଜିକାଲି ଖେଳିବା ପାଇଁ ସ୍ଵତନ୍ତ୍ର "କି-ବୋର୍ଡ଼" ମଧ୍ୟ ମିଳୁଛି । କି-ବୋର୍ଡ଼କୁ କମ୍ପ୍ୟୁଟରର ସଂଚାଳକ ପ୍ରଣାଳୀ (Operating System)କୁ ଆଦେଶ ଦେବାପାଇଁ ବ୍ୟବହାର କରାଯାଏ ଯଥା ମାଇକ୍ରୋସଫ୍ଟ ଉଇଣ୍ଡୋଜର କଣ୍ଟ୍ରୋଲ-ଅଲ୍ଟ-ଡିଲିଟ କି ଗୁଡ଼ିକର ସମଷ୍ଟି ବ୍ୟବହାର କମ୍ପ୍ୟୁଟରରେ ଚାଲିଥିବା କାର୍ଯ୍ୟଗୁଡ଼ିକୁ (Computer Programs) ବନ୍ଦ କରିବାରେ ସାହାଯ୍ୟ କରେ । କି-ବୋର୍ଡ଼ କେବଳ ଗୋଟିଏ ହିଁ ବାଟ ଯାହା କମାଣ୍ଡ-ଲାଇନ-ଇଣ୍ଟରଫେସଦ୍ଵାରା ଆଦେଶ(Command) ପଠାଇ ଥାଏ । ଯଦିଓ ଆମେ ଟାଇପରାଇଟରର କି-ବୋର୍ଡ଼କୁ କମ୍ପ୍ୟୁଟର କି-ବୋର୍ଡ଼ର ପୂର୍ବଜ କହିପାରିବା, କିନ୍ତୁ ଦୁହିଙ୍କ ମଧ୍ୟରେ ଏତିକି ପାର୍ଥକ୍ୟ ଏହା ଯେ ଟାଇପ ରାଇଟରର କି-ବୋର୍ଡ଼ ଲେଖିବା ପାଇଁ ହେଇଥିଲା ବେଳେ କମ୍ପ୍ୟୁଟର କି-ବୋର୍ଡ଼ ଲେଖିବା ତଥା ସମ୍ପର୍କ ସ୍ଥାପନର ଏକ ମାଧ୍ୟମ ଅଟେ ଯାହାକି ଦୁଇଟି ମୁଖ୍ୟ ଯନ୍ତ୍ରର ବ୍ୟବହାରରୁ ତିଆରିହେଇଛି ସେଗୁଡ଼ିକ ହେଲା ଟେଲିପ୍ରିଣ୍ଟର ଓ କିପଞ୍ଚ । ୧୮୭୦ର ଆରମ୍ଭରୁ ଟେଲିପ୍ରିଣ୍ଟର ଭଳି ଯନ୍ତ୍ର ଗୁଡ଼ିକ ସେୟାର ବଜାରରେ ବ୍ୟବହୃତ ହେଉଥିଲା ଯେଉଁଥିରେ କି-ବୋର୍ଡ଼ରୁ ତଥ୍ୟ ଟିକର ଟେପକୁ ଟେଲିଗ୍ରାଫ ରେଖାଦ୍ଵାରା ଛପା ଯାଉଥିଲା । ଏହି ଟେଲିପ୍ରିଣ୍ଟରକୁ ୧୯୦୩-୧୯୧୦ରେ ଆମେରିକୀୟ ଯନ୍ତ୍ରଶିଳ୍ପୀ ଚାର୍ଲ୍ସ କ୍ରମ ଓ ତାଙ୍କ ପୁତ୍ର ହାଉଆର୍ଡ କ୍ରମ, ଫ୍ରାଙ୍କ ପର୍ନେଙ୍କ ସହିତ ମିଶି ବିକଶିତ କରିଥିଲେ। ଯଦିଓ ମୂଳଯନ୍ତ୍ରକୁ ରୟାଲ ଅର୍ଲ ହାଉସ ଆଉ ଫ୍ରେଡରିକ ଜି. କ୍ରୀଡ ଅଲଗା ଅଲଗା ଭାବେ ବିକଶିତ କରିଥିଲେ । ବିଂଶତମ ଶତାବ୍ଦୀରେ ଟେଲିପ୍ରିଣ୍ଟର Point-to-Point ଓ Multipoint ସମ୍ପର୍କ ସ୍ଥାପନା (Communication)ରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଯେତେବେଳେ କି କିପଞ୍ଚ ବା ପୁରୁଣା କିବୋର୍ଡ ତଥ୍ୟକୁ ଭର୍ତି କରିବା ଓ ତାକୁ ସମ୍ଭାଳି ରଖିବାର ଭୂମିକା ଗ୍ରହଣ କରିଥିଲା। ପ୍ରଥମେ ଯେତେବେଳେ କମ୍ପ୍ୟୁଟର ବାହାରିଥିଲା ସେଥିରେ ବୈଦ୍ୟୁତିକ ଟାଇରାଇଟର ବ୍ୟବହାର କରାଯାଉଥିଲା ଯଥା ଏନିଆକ କମ୍ପୁଟର ଯାହା ଇନପୁଟ ଭାବେ କିପଞ୍ଚକୁ ବ୍ୟବହାର କରୁଥିଲା ଏବଂ ଯାହା ଟାଇପ ତାହା ଏକ କାଗଜରେ ଲେଖା ହେଇ ଆଉଟପୁଟରେ ବାହାରୁଥିଲା ଯେତେବେଲେକି ବାଇନାକ ଏକ ବୈଦ୍ୟୁତିକ ଯନ୍ତ୍ରଚାଳିଳ (Electromechanical) ଟାଇପରାଇଟର ଯାହାର ଚୁମ୍ବକୀୟ ଟେପକୁ ତଥ୍ୟ ଇନପୁଟ ତଥା ଆଉଟପୁଟରେ ବ୍ୟବହାର କରାଯାଉଥିଲା । ଅବିକଳ "କି"ର ସଂଖ୍ୟା କିବୋର୍ଡ଼ର ଆକାର ନିରୂପଣ କରିବାର ଏକ ପ୍ରମୁଖ ଭୂମିକା ଯଥା ସଂଖ୍ୟା ଲେଖିବା ପାଇଁ ଅଲଗା କିବୋର୍ଡ଼ । କିବୋର୍ଡ଼ର ଆକାର ମଧ୍ୟ ତାହା ଉପରେ ନିର୍ଭର କରେ ଯାହା ଦୁଇ ପ୍ରକାରର ଟାଇପକୁ ପ୍ରଶ୍ରୟ ଦିଏ ଯଥା ବହୁତ ଗୁଡ଼ିଏ "କି"କୁ ଏକାଧାରରେ ଟାଇପ କରିବା ଅଥବା ଗୋଟିଏ "କି"କୁ ଏକାଧିକ ଥର ଟାଇପ କରିବା । କିବୋର୍ଡ ଯାହାର କିଛି "କି" ଥାଏ ତାକୁ ଆମେ "କିପ୍ୟାଡ" ବୋଲି କହିଥାଉ । କିବୋର୍ଡ଼ର ଆକାର ଆଉ ଏକ କାରଣ ଉପରେ ମଧ୍ୟ ନିର୍ଭର କରେ ତାହା ହେଉଛି "କି" ଗୁଡ଼ିକ ମଧ୍ୟରେ ଥିବା ଦୂରତା । "କି"ର ଆକାର ସେତିକି ହବା ଦରକାର ଯାହାଫଳରେ ତାହା ଅଙ୍ଗୁଳି ସହ ଖାପ ଖୁଆଇବାରେ ସହଜ ହବ । ଛୋଟ ଛୋଟ "କି " ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଥାଏ । ଡେସ୍କଟପ କିବୋର୍ଡ଼ ଯଥା ଯୁକ୍ତରାଷ୍ଟ୍ରର ପାରମ୍ପରିକ କିବୋର୍ଡ଼ରେ ୧୦୧ଟି "କି" ଏବଂ ଉଇଣ୍ଡୋଜ କିବୋର୍ଡ଼ରେ ୧୦୪ଟି 'କି" ଥାଏ ଯେଉଁଥିରେ ଅକ୍ଷର, ସ୍ଵତନ୍ତ୍ର ଚିହ୍ନ ଓ ବିଭିନ୍ନ ପ୍ରକାର ଫଙ୍କସନ କି ଥାଏ । ଏକ ଆନ୍ତର୍ଜାତୀୟ ସାଧାରଣ୧୦୨/୧୦୫ "କି" ବିଶିଷ୍ଟ କିବୋର୍ଡ଼ରେ ଦୁଇଟି ଲେଖାଏଁ Shift, Enter, Control, Alt "କି" ଥାଏ ।[୧] କମ୍ପ୍ୟୁଟର କିବୋର୍ଡ଼ ଦେଖିବାକୁ ଟାଇପରାଇଟର କିବୋର୍ଡ଼ ଭଳି କିନ୍ତୁ ଏଥିରେ କିଛି ଅତିରିକ୍ତ "କି" ଥାଏ । ମାନକ USB କିବୋର୍ଡ଼ ଅଣ-ଡେସ୍କଟପ ଯନ୍ତ୍ରରେ ଲାଗିପରିବ ।[୨] ଲାପଟପ ତଥା ନୋଟବୁକର କିବୋର୍ଡ଼ ଆକାର ଓ ତାମଧ୍ୟରେ ଦୂରତା କମ ଥାଏ ସେହିଅନୁସାରେ "କି"ର ସଂଖ୍ୟା ମଧ୍ୟ କମ ଥାଏ । ସେଥିରେ ସଂଖ୍ୟା ଥିବା କି ଥାଇପାରେ ନଥାଇ ବି ପାରେ ଏବଂ ଫଙ୍କସନାଲ "କି" ସବୁ ନିଜ ଜାଗାରେ ନଥାଇ ଅନ୍ୟଜାଗାରେ ଲାପଟପର ସୁବିଧାନୁସାରେ ଥାଏ । ଯେଉଁ ଛୋଟ ଛୋଟ କମ୍ପ୍ୟୁଟର ଯଥା PDA ଓ ସ୍ମାର୍ଟଫୋନରେ କିବୋର୍ଡ଼ ଲଗେଇବା ସମ୍ଭବପର ନୁହେଁ ସେଥିନିମନ୍ତେ ଭିତର ତିଆରି କିବୋର୍ଡ଼ ଲାଗିଥାଏ । ସେଥିରେ କାମ କରିବାର ଜାଗା କମ ଥାଏ । କୋଡେଡ କିବୋର୍ଡ଼ରେ ଗୋଟିଏ କିରେ ଅନେକ ଗୁଡ଼ିଏ ଅକ୍ଷର ଟାଇପ କରିହୁଏ ଯାହା ସାଧାରଣତଃ ମୋବାଇଲ ଫୋନରେ ବ୍ୟବହାର କରାଯାଏ । ଏହାର ଆକାର ଏତେ ଛୋଟ ଯେ ଏହାକୁ କେବଳ ବୁଢା ଅଙ୍ଗୁଳିଦ୍ଵାରା ଟାଇପ କରାଯାଏ । ଆଜିକାଲି ଟଚସ୍କ୍ରୀନ କିବୋର୍ଡ଼ ମଧ୍ୟ ଆସିଗଲାଣି ଯାହା ସ୍ପର୍ଶ ସମ୍ବେଦନଶୀଳ । ଏଥିପାଇଁ ସ୍ଵତନ୍ତ୍ର କିବୋର୍ଡ଼ର ଆବଶ୍ୟକତା ପଡ଼େ ନାହିଁ ପରଦା ଉପରେ କିବୋର୍ଡ଼ର ଛବି ଆସିଯାଏ ଆମେ ଯେଉଁ "କି"କୁ ଛୁଇଁଥାଉ ସେହିପରି ଟାଇପ ହୁଏ । ଆଜିକାଲି ଏହି ପ୍ରଣାଳୀ ଲାପପଟପରେ ମଧ୍ୟ ଲାଗୁଛି ଖାଲି ସ୍କ୍ରୀନରେ ଆମେ ଛୁଇଁକରି ଯାହା ଲେଖିବା କଥା ଲେଖୁଚୁ । ଏହାକୁ "ଟାବଲେଟ" କୁହାଯାଏ । ଯେତେବେଳେ ଅନ୍ୟ କିବୋର୍ଡ ଗୁଡ଼ିକ ଗୋଟିଏ "କି"ର ଚାପ ସହିତ ସଂଶ୍ଳିଷ୍ଟ ସେତେବେଳେ କୋର୍ଡେଡ କିବୋର୍ଡର କାମ ଅନେକ ଗୁଡ଼ିଏ "କି" ଚାପର ସମାହାର ସହ ସଂଯୁକ୍ତ।ଯଦିଓ ସେଥିରେ ବହୁତ କମ୍ବିନେସନ ଅଛି କୋର୍ଡେଡ କିବୋର୍ଡରେ ଆମେ କମ "କି"ର ପ୍ରୟୋଗରେ ଅନେକ ଗୁଡ଼ିଏ କାର୍ଯାନୁଷ୍ଠାନକୁ ରୂପ ଦିଏ । କଚେରୀର ରିପୋର୍ଟର ମାନେ ଷ୍ଟେନୋଟଇପ ଯନ୍ତ୍ରରେ ଏହି କୋର୍ଡେଡ କିବୋର୍ଡ ବ୍ୟବହାର କରନ୍ତି।ଏହା ରିପୋର୍ଟରଙ୍କୁ ଏତେ ଶୀଘ୍ର ଟାଇପକାରିବାରେ ସହଯୋଗ କରେ ଯେ କହିବାର ବେଗ ଅନୁସାରେ ଶୀଘ୍ର ଶୀଘ୍ର ଟାଇପ କରିହୁଏ ।୨୦୦୭ ଯାଏଁ ଏହି ଷ୍ଟେନୋଗ୍ରାଫ ପରି କୋର୍ଡେଡ କିବୋର୍ଡ ବ୍ୟବହାର ହଉଥିଲା । କେତେଗୁଡ଼ିଏ କିବୋର୍ଡରେ ଗୋଟିଏ "କି"ରେ ଅନେକ ଗୁଡ଼ିଏ ଅକ୍ଷର ଟାଇପ କରିହୁଏ ଯାହାକି ମୋବାଇଲ ଫୋନରେ ବ୍ୟବହାର ହୁଏ । ଏହି କିବୋର୍ଡ ଆଜିକାଲି କମ ବ୍ୟବହାର ହଉଛି କାରଣ ଏଥିରେ ପାରଙ୍ଗମତା ହାସଲ ପାଇଁ କଠିନ ପରିଶ୍ରମ କରିବାକୁ ପଡ଼େ । ସଫ୍ଟୱେର କିବୋର୍ଡ ବା ଅନ-ସ୍କ୍ରିନ କିବୋର୍ଡ ଏକ କମ୍ପୁଟର ପ୍ରୋଗ୍ରାମଦ୍ଵାରା ପରିଚାଳିତ ହୁଏ ଯାହାକି କମ୍ପୁଟରର ପରଦା ଉପରେ କିବୋର୍ଡର ଛବି ଦେଖାଏ।ଏହାକୁ ଅଲଗା ଇନପୁଟ ଯନ୍ତ୍ର ମାଉସ (mouse) କିମ୍ବା ଟଚ-ସ୍କ୍ରିନଦ୍ଵାରା ପରିଚାଳନା କରାଯାଏ । ଏହା ସଫ୍ଟୱେରଦ୍ଵାରା ପରିଚାଳିତ ହୁଏ ଯାହା ଆଜି କାଲି ମୋବାଇଲ ଫୋନ ବେଶୀକରି ସ୍ମାର୍ଟଫୋନ, ଟାବଲେଟରେ ବ୍ୟବହାର କରାଯାଏ । ମାଇକ୍ରୋସଫ୍ଟ ଉଇଣ୍ଡୋଜ, ମାକ ଓ.ଏସ ଓ ଲିନକ୍ସର କିଛି ପ୍ରକାର ଓ.ଏସରେ ଅନ-ସ୍କ୍ରିନ କିବୋର୍ଡର ସୁବିଧା ଦେଇଥାଏ ଯାହାକି ମାଉସଦ୍ଵାରା ପରିଚାଳିତ ହେଇଥାଏ । ଫୋଲଡ଼େବଲ କିବୋର୍ଡ଼ ବା ଖାଣ୍ଟି ଓଡ଼ିଆରେ ଚଉତାଯାଇପାରୁଥିବା କିବୋର୍ଡ଼ ନରମ ପ୍ଲାଷ୍ଟିକ କିମ୍ପା ସିଲିକନରେ ତିଆରି ହେଇଥାଏ ଯାହାକୁ ଆମେ ସହଜରେ ଚଉତେଇପାରୁଥିବା।[୩]ଏହା ସାଧାରଣତଃ ସେହିମାନେ ବ୍ୟବହାର କରନ୍ତି ଯେଉଁମାନେ ବାରମ୍ବାର ଭ୍ରମଣ କରନ୍ତି।ଏହା ସବୁ ପ୍ରକାର ଜାଗାରେ ବ୍ୟବହାର କରିହବ ଏବଂ ଏହାର ଜଳ ପ୍ରତିରୋଧକ କ୍ଷମତା ମଧ୍ୟ ରହିଛି । ଏହା ସାଧାରଣତଃ ପୋର୍ଟେବଲ ଯନ୍ତ୍ର ତଥା ସ୍ମାର୍ଟଫୋନରେ ବ୍ୟବହାର ହୁଏ । କିଛି ପ୍ରକାରତ ପୁରା ଜଳ ଭିତରେ ବ୍ୟବହାର କରିହୁଏ । ସେଥିପାଇଁ ଏହା ଚିକିତ୍ସାଳୟ ତଥା ଗବେଷଣାଗାରରେ ବହୁଳ ଭାବେ ବ୍ୟବହୃତ ହୁଏ । ପ୍ରୋଜେକସନ କିବୋର୍ଡ଼ରେ ଲେଜରଦ୍ଵାରା କିବୋର୍ଡ଼ର ଏକ ଛାଇ ଏକ ସମତଳରେ ପକାଯାଏ । ଏଥିରେ ଏକ କ୍ୟାମେରା ବା ନୀଳ ଲୋହିତ ସମ୍ବେଦକ (sensor) ବ୍ୟବହାର କରାଯାଏ ଛାଇରେ ଅଙ୍ଗୁଳିର ଗତିକୁ ନିରୀକ୍ଷଣ କରିବା ପାଇଁ । ଯେତେବେଳେ ଅଙ୍ଗୁଳି କିବୋର୍ଡ଼ର ଛାଇକୁ ଛୁଇଁ ଥାଏ ସେତେବେଳେ "କି'ଟି ଦବାହେଲା ବୋଲି ଜଣାପଡ଼େ । କିବୋର୍ଡର ଛାଇ ଏକ ଛୋଟ ପ୍ରୋଜେକ୍ଟରରୁ ଆସିଥାଏ । ଯେହେତୁ ଏହା ଏକ ଛାଇ ଟାଇପ କଲା ବେଳେ ଅନୁଭବ କରିହୁଏନି ଯାହାକି ବ୍ୟବହାରକାରୀକୁ ଅସୁବିଧା ସୃଷ୍ଟି କରାଏ । ଏହାର ଅନ୍ୟ ଏକ ମୁଖ୍ୟ ଅସୁବିଧା ହେଲା ଛାଇ ସୃଷ୍ଟି କରିବା ପାଇଁ କେବଳ ସମତଳ ଓ ଅଣ-ପ୍ରତିଫଳିତ କ୍ଷେତ୍ରଟିଏ ଦରକାର । ଏହାକୁ ଫୋଟୋ-ଅପ୍ଟିକାଲ କିବୋର୍ଡ,ଲାଇଟ ରେଶପନସିଭ କିବୋର୍ଡ, ଫୋଟୋ-ଇଲେକ୍ଟ୍ରିକ କିବୋର୍ଡ ମଧ୍ୟ କହନ୍ତି । ଫୋଟୋ ମାନେ ଆଲୋକ । ଏହା ମାନେ ଏହି କିବୋର୍ଡର ପ୍ରଯୁକ୍ତିରେ ଆଲୋକର ବ୍ୟବହାର ହୁଏ । ଏହି କିବୋର୍ଡରେ ଆଲୋକ ନିଗର୍ମକ ଯନ୍ତ୍ର (Light Emitting Device) ଓ ଆଲୋକ ସମ୍ବେଦକ (Photo Sensor) ବ୍ୟବହାର ହୁଏ ଆଲୋକଦ୍ଵାରା ବ୍ୟବହ୍ରୁତ ହେଇଥିବା "କି" ଗୁଡ଼ିକୁ ଦେଖିବା ପାଇଁ । ସାଧାରଣତଃ ଏହା ପିସିବି (PCB) ମଧ୍ୟରେ ଥାଏ । ଆଲୋକ ରଶ୍ମି କିବୋର୍ଡର "କି"କୁ ଉଜ୍ଜ୍ଵଳ କରାଏ । ସାଧାରତଃ ଅପ୍ଟିକାଲ କିବୋର୍ଡ ଦୁଇପ୍ରକାର ରଶ୍ମୀ ବ୍ୟବହାର କରିଥାଏ ଗୋଟିଏ ହାଉଛି ସମାନ୍ତରାଳ ରଶ୍ମୀ (Horizontal Beam) ଅନ୍ୟଟି ହଉଛି ଅନୁଲମ୍ବ ରଶ୍ମୀ (Vertical Beam)। ଅକ୍ଷର,ସଂଖ୍ୟା ଓ ପ୍ରତୀକକୁ ଭିତ୍ତି କରି କିବୋର୍ଡରେ "କି"ର ବିଭିନ୍ନ ପ୍ରକାର ସାଜସଜ୍ଜା ହେଇଥାଏ।ବିଭନ୍ନ ଲୋକଙ୍କଦ୍ଵାରା ବ୍ୟବହାର ସାପେକ୍ଷ ହବାପାଇନ ଏହି ଭିନ୍ନ ଭିନ୍ନ ପ୍ରକାରର ସାଜସଜ୍ଜା କରାଯାଇଥାଏ।ସୁବିଧା ପ୍ରଦାନ ଭିନ୍ନ ଭିନ୍ନ ଭାଷା ଭାଷୀ ଲୋକଙ୍କ ଭିତ୍ତିରେ ହେଇଥାଇପାରେ କିମ୍ବା ସେମାନଙ୍କର କର୍ମକ୍ଷେତ୍ର ଭିନ୍ନ ହେଇଥାଇପାରେ ଯଥା ଗଣିତ, ଅର୍ଥ ସମ୍ବନ୍ଧୀୟ, କମ୍ପୁଟର ପ୍ରୋଗ୍ରାମିଂ ଏବଂ ଅନ୍ୟାନ୍ୟ । ଯୁକ୍ତରାଷ୍ଟ୍ର ଆମେରିକା ନାମିତ କିବୋର୍ଡର ସଜାଣି ଆଜିକାଲି ବିକଳ୍ପ କିବୋର୍ଡ ଭାବେ ଭିନ୍ନ ଅପରେଟିଂ ସିଷ୍ଟମରେ ବ୍ୟବହାର କରାଯାଉଛି ଯଥା Windows[୪],Mac OS X[୫] and Linux.[୬][୭]।ଟାଇପରାଇଟର ଯୁଗରେ ଯେଉଁ QWERTY କିବୋର୍ଡ ବ୍ୟବହାର କରାଯାଉଥିଲା ଏହା ତାହାର ସୀମାକୁ ବଢେଇଦେଇଥିଲା। ଟାଇପ କରିବା ସମୟରେ "କି" ଗୁଡ଼ିକ ଟାଇପରାଇଟରରେ ସୁରୁଖୁରୁରେ ଦବୁନଥିଲେ । ଏହାକୁ କ୍ରୀଷ୍ଟୋଫର ସୋଲ୍ସ QWERTY ସଜାଣିରେ କମେଇଦେଇଥିଲେ । ଯେହେତୁ QWERTY ଆଗରୁ ବହୁତ ବ୍ୟବହାର ହଉଥିଲା କମ୍ପ୍ୟୁଟର ବାହାରିଲା ପରେ ଏହି କିପ୍ୟାଡ଼କୁ ବ୍ୟବହାର କରିବାପାଇଁ ସବୁଠୁ ସହଜ ଲାଗିଲା । ବିକଳ୍ପରେ Dvorak Simplified Keyboard ବାହାରିଥିଲା ଯାହାର ବହୁଳ ବ୍ୟବହାର ହେଇପାରିନଥିଲା। QWERTZ କିବୋର୍ଡ ଜର୍ମାନୀ ତଥା କେନ୍ଦ୍ରୀୟ ଇଉରୋପରେ ବହୁଳ ଭାବେ ବ୍ୟବହାର କରାଗଲା । QWERTY ଓ QWERTZ ମଧ୍ୟରେ ମୁଖ୍ୟ ପାର୍ଥକ୍ୟ ହେଉଛି ଏଥିରେ Z ଓ Yର ସ୍ଥାନକୁ ଅଦଳବଦଳ କରଯାଇଥିଲା ଓ ବନ୍ଧନୀ ଭଳିଆ ସ୍ଵତନ୍ତ୍ର ପ୍ରତୀକ ଗୁଡ଼ିକୁ Diaktrial ପ୍ରତୀକଦ୍ଵାରା ଅଦଳବଦଳ କରଯାଇଥିଲା। ଇଂରାଜୀ ଭାଷାର ଲିପି ସହ ସ୍ପେନୀୟ ଫ୍ରେଞ୍ଚ ଇତ୍ୟାଦି ଭାଷାର ଲିପି ସହ କିଛିଟା ଅସାମଞ୍ଜସ୍ୟ ରହୁଥିବାରୁ ସେହି ଭାଷା ପାଇଁ ମଧ୍ୟ ସ୍ଵତନ୍ତ୍ର କିବୋର୍ଡ ନିର୍ମାଣ କରଯାଇଥିଲା । ଉଦାହରଣ ସ୍ୱରୂପ ସ୍ପେନୀୟ ଭାଷାରେ Ñ ñ ପାଇଁ ସ୍ଵତନ୍ତ୍ର "କି" ରହିଲା ସେହିପରି ଫ୍ରେଞ୍ଚ ତଥା ଅନ୍ୟ ଇଉରୋପୀୟ ଭାଷା ପାଇଁ Ç ç ପାଇଁ "କି" ରହିଲା । AZERTY କିବୋର୍ଡ ଫ୍ରାନ୍ସ, ବେଲଜିଅମ ତଥା ସେମାନଙ୍କ ପଡୋଶୀ ଦେଶରେ ବ୍ୟବହାର କରାଗଲା । ଏଥିରେ Q ଓ A, Z ଓ Wର ସ୍ଥାନକୁ ଅଦଳବଦଳ କରଯାଇଥିଲା । M N ବଦଳରେ Lର ଡାହାଣ ପଟକୁ ଚାଲିଆସିଥିଲା(US କିବୋର୍ଡରେ ଯେଉଁଠି ; : ଚିହ୍ନ ଅଛି) । 0-9 ସଂଖ୍ୟା ଅକ୍ଷରର ବିକଳ୍ପ ଭାବେ ଥିଲା ତାକୁ ଟାଇପ କରିବାପାଇଁ SHIFT ମାରିବାକୁ ପଡୁଥିଲା। ଏସିଆ ମହାଦେଶରେ ମଧ୍ୟ ଭିନ୍ନ ଭାଷା ପାଇଁ ଅଲଗା ଅଲଗା କିବୋର୍ଡ ବାହାରିଲା । ଜାପାନରେ ଜାପାନୀ ଭାଷା ତଥା ଲାଟିନ ଭାଷାକୁ ଭିତ୍ତି କରି ଅଲଗା କିବୋର୍ଡ ବାହାରିଲା । ଜାପାନର ମୁଦ୍ରାର ପ୍ରତୀକ ¥ (ୟେନ) ପାଇଁ ସ୍ଵତନ୍ତ୍ର "କି" ରହିଲା । ସେହିଭଳି ଆରବ ଦେଶ ମାନଙ୍କରେ ଲାଟିନ ଓ ଆରବ ଭାଷାକୁ ସମାନ୍ତରାଳ କରି ସ୍ଵତନ୍ତ୍ର କିବୋର୍ଡ ତିଆରି ହେଇଥିଲା । କାନାଡା ଭଳି ଦ୍ଵିଭାସୀୟ ଦେଶରେ ଉଭୟ ଇଂରାଜୀ ଓ ଫ୍ରେଞ୍ଚ ଭାଷା ବ୍ୟବହାର ହଉଥିଲା।ତେଣୁ ସେଠାରେ ଫ୍ରେଞ୍ଚ କହୁଥିବା ଲୋକ ମାନଙ୍କୁ ବହୁ ସମୟରେ କିବୋର୍ଡର ସଜାଣି ବଦଳେଇବାକୁ ପଡୁଥିଲା।ବେଶିକରି ତାଙ୍କର ସ୍ଵରବର୍ଣ "é" କିମ୍ବା "à" ଥରକରେରେ ବ୍ୟବହାର କରିବାପାଇଁ କିବୋର୍ଡ ସ୍ଵତନ୍ତ୍ର ଭାବେ ତିଆରି ହେଲା।ଏହିପରିଭାବେ ଇଂରାଜୀ ବ୍ୟତୀତ ଅନ୍ୟ ଭାଷା ପାଇଁ କିବୋର୍ଡ ସ୍ଵତନ୍ତ୍ର ଭାବେ ତିଆରି କରିବାରେ ବହୁତ ଅସୁବିଧାର ସମ୍ମୁଖୀନ ହବାକୁ ପଡୁଥିଲା। ଟାଇପରାଇଟର ହାଉ କି କମ୍ପୁଟର କିବୋର୍ଡର କାମ ସମାନ ଥାଏ । ଟାଇପରାଇଟରରେ ଯାହା ଟାଇପ କରୁ ସିଧାସଳଖ କାଗଜରେ ବାହରିଥାଏ କିନ୍ତୁ କମ୍ପ୍ୟୁଟରରେ ଯାହା ଟାଇପକରୁ ତାହା ଆଗ କମ୍ପ୍ୟୁଟରର ଫାଇଲରେ ସୁରକ୍ଷିତ ରହେ । ଏହି ଫାଇଲକୁ ଆମେ ଲେଖ ସମ୍ପାଦକ(Text Editor), Data Spreadsheet କହିଥାଉ । ଏହି "କି" ଗୁଡ଼ିକ ଅନ୍ୟ ଏକ ପ୍ରତୀକ ଦେଖେଇଥାଏ ଯେତେବେଳେ ଆମେ ବଦଳକାରୀ କି (Modifier Key) ତଥା Shift କି ବ୍ୟବହାର କରିଥାଉ । ଇଂରାଜୀରେ shift key କିମ୍ବା Caps Lock ବ୍ୟବହାର କଲେ ତାହାର Upper Case ଅକ୍ଷର ଗୁଡ଼ିକ ଆସିଥାଏ । Shift କିଦ୍ଵାରା ସଂଖ୍ୟା ଗୁଡ଼ିକ ସ୍ଵତନ୍ତ୍ର ପ୍ରତୀକ ହିସାବରେ ଆସିଥାଏ । ଅକ୍ଷର, ସଂଖ୍ୟା ଓ ପ୍ରତୀକ ଏଗୁଡ଼ିକର ଅନ୍ୟ କାମ ବି ରହିଅଛି ଯେତେବେଳେ ଏହା ବଦଳକାରି କି ସହ ଏକସଙ୍ଗେ ଟାଇପ ହୁଅନ୍ତି । ସ୍ପେସବାର କିପ୍ୟାଡର ସବା ତଳ ଧାଡ଼ିରେ ଥାଏ ଯାହା ସବୁଠୁ ଲମ୍ବା "କି"। ଅକ୍ଷର, ସଂଖ୍ୟା, ପ୍ରତୀକ ପରି ଏହା ମଧ୍ୟ ଟାଇପରାଇଟରରୁ ଆସିଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହଉଛି ଶବ୍ଦ ଶବ୍ଦ ମଧ୍ୟରେ ଦୂରତା ରଖିବା ଯାହାଫଳରେ କି ପଢ଼ିବାରେ ସୁବିଧା ହବ । ଏହା ଯେହେତୁ ଲମ୍ବା ହେଇଥାଏ ଟାଇପ କଲା ବେଳେ ବୁଢ଼ା ଅଙ୍ଗୁଳି ବ୍ୟବହାର କରି ଆମେ ଏହାକୁ ସହଜରେ ବ୍ୟବହାର କରିପାରୁ । ଅପରଟିଙ୍ଗ ସିଷ୍ଟମକୁ ନିର୍ଭର କରି ସ୍ପେସର ବ୍ୟବହାର ବଦଳକାରୀ କି ଭିନ୍ନ ଭିନ୍ନ ଫଳ ଦେଇଥାଏ ଯଥା ୱିଣ୍ଡୋକୁ ବନ୍ଦ କରିବା, ଅଧା ଜାଗା ଛାଡ଼ିବା, ପଛକୁ ଜାଗା ଛାଡ଼ିବା ଇତ୍ୟାଦି ଇତ୍ୟାଦି । ୱେବପେଜରେ ଏହାର ବ୍ୟବହାର ପେଜର ତଳକୁ ଡେଇଁବା କିମ୍ବା ଚେକ ବକ୍ସକୁ ଚିହ୍ନିତ କରିବାରେ ସାହାଯ୍ୟ କରେ । ଯେତେବେଳେ ଆମେ ଗୀତ କିମ୍ବା କଥାଚିତ୍ର ଚଲାଉ ଏହା ତାହାକୁ ସେଇଠି ରଖିବା (Pause) ଓ ସେଇଠୁ ଚଳେଇବା (Resume)ରେ ସାହାଯ୍ୟ କରେ । Modifier କି ଗୁଡ଼ିକ ସ୍ଵତନ୍ତ୍ର "କି' ଯାହା ସାଧାରଣ କାମକୁ ବଦଳେଇଦିଏ।ଯେତେବେଳେ ଦୁଇଟା "କି" ଏକସଙ୍ଗେ ଦବାହୁଏ ଉଦାହରଣ ସ୍ୱରୂପ ମାଇକ୍ରୋସଫ୍ଟ ଉଇଣ୍ଡୋଜରେ ଯେତେବେଳେ <alt>+<F4> ଦବାହୁଏ କମ୍ପ୍ୟୁଟରର ବର୍ତମାନ ଚାଲୁଥିବା ପ୍ରୋଗ୍ରାମ ବନ୍ଦ ହେଇଯାଏ । କିନ୍ତୁ ଖାଲି F4 ଚିପିଲେ କିଛି ହୁଏନି, ତେଣୁ ଏହି "କି" ସହ ଅନ୍ୟ କିଛି ସ୍ଵତନ୍ତ୍ର "କି" ନଚିପିଲେ ଏହାର କୌଣସି କାମ ନଥାଏ । Control, Shift, Alt "କି" Modifier "କି" ହିସାବରେ ସବୁଠୁ ବେଶୀ ବ୍ୟବହ୍ରୁତ ହୁଏ । AltGr କି କିଛି ଅତିରିକ୍ତ ପ୍ରତୀକ ଗୁଡ଼ିକୁ ଟାଇପ କରିବା ପାଇଁ ବ୍ୟବହୃତ ହୁଏ । Macintosh ଓ Apple କିବୋର୍ଡ଼ରେ Modifier କି କ୍ରମାନ୍ଵୟରେ Option କି ଓ Command କି ଭାବେ କାମ କରନ୍ତି । MIT କିବୋର୍ଡ଼ରେ Meta କି Modifier ହିସାବରେ ବ୍ୟବହାର ହୁଏ ଏବଂ ଉଇଣ୍ଡୋଜରେ Windows କି ଥାଏ । ଛୋଟ କିବୋର୍ଡ଼ରେ Fn କି ଥାଏ । Enter/Return କି ଏକ ଆଦେଶ ଭାବେ କାମ କରେ । ସଫ୍ଟୱେରର ଭିନ୍ନ ଭିନ୍ନ କାମ ଲାଗି Enter କିର ଆବଶ୍ୟକତା ପଡ଼େ । ସାଧାରଣ ଭାବେ ଏକ ପୁରୁଣା ୱେବପେଜ(Webpage)ରୁ ନୂଆ ୱେବପେଜକୁ ଯିବାପାଇଁ ଏହାର ଅବଶ୍ୟକତା ପଡ଼େ । ଟାଇପିଙ୍ଗ ବେଳେ Enter କି ପାରା ଶେଷ ଓ ନୂଆ ପାରା ଆରମ୍ଭରେ ବ୍ୟବହ୍ରୁତ ହୁଏ । Navigation ବା ଦିଗସୂଚକ କିରେ ଏମିତି ଅନେକ "କି" ରହିଥାଏ ଯାହା ସ୍କ୍ରିନରେ କର୍ସର(Cursor)ର ଅବସ୍ଥିତିକୁ ଦରକାର ଅନୁସାରେ ବଦଳେଇଥାଏ।ତୀର (Arrow) ଚିହ୍ନିତ "କି" ଗୁଡ଼ିକ ଦିଗ ଅନୁସାରେ କର୍ସରକୁ ଚଳେଇଥାନ୍ତି । Page Scroll "କି" ଯେପରିକି Page Up ଓ Page Down "କି" ପୃଷ୍ଠାକୁ ଉପରତଳ କରିଥାନ୍ତି । କର୍ସରକୁ ତାର ମୂଳ ଅବସ୍ଥିତିକୁ ଫେରାଇବା ପାଇଁ Home "କି" ବ୍ୟବହାର କରାଯାଏ ସେହିପରି କର୍ସରକୁ ସବା ଶେଷରେ ରଖିବା ପାଇଁ End "କି" ବ୍ୟବହାର କରାଯାଏ । Tab କି କର୍ସରକୁ ଏକ tab ଦୂରତା ଯାଏଁ ଘୁଞ୍ଚେଇଦିଏ । Insert କି ବର୍ତମାନର ଲେଖା ଉପରେ ଆଉଥରେ ଲେଖିବା ପାଇଁ ବ୍ୟବହାର କରାଯାଏ ଏହା କଲାବେଳେ ଏହାର ପରବର୍ତୀ ଅକ୍ଷର ଗୁଡ଼ିକ ଗୋଟେ ଗୋଟେ ସ୍ଥାନ ଘୁଞ୍ଚିଯାନ୍ତି । Delete କି କର୍ସର ଡାହାଣ ପଟେ ଥିବା ଅକ୍ଷର ଗୁଡ଼ିକୁ ସଫା କରିଦିଏ । ବହୁତ ଗୁଡ଼ିଏ Notebookରେ Backspace ଆଉ Delete ଗୋଟିଏ କାମ କରେ ଯେହେତୁ ଦୁଇଟି ଯାକ "କି"କୁ ଗୋଟିଏ ଜାଗାରେ ରଖା ହେଇଥାଏ । Backspace କରସର ବାମପଟେ ଥିବା ଅକ୍ଷରକୁ ସଫା କରିଥାଏ । Lock "କି" ଗୁଡ଼ିକ କିବୋର୍ଡ଼ର ବିଭିନ୍ନ ଅଂଶକୁ ଅଦରକାରୀ ସମୟରେ ଅକାମୀ କରିଦେଇଥାଏ । ଏଥିରେ ସାଧାରଣତଃ LED ଖଞ୍ଜାଯାଇଥାଏ ଯେଉଁଥିପାଇଁ କି ଜାଣିବାକୁ ସମ୍ଭବ ହେଇଥାଏ ଉକ୍ତ ଅଂଶ ଗୁଡ଼ିକ କାମ କରୁଛି ନା ନାଇଁ । Scroll Lock,Num Lock (ସଂଖ୍ୟାର "କି"ର ବ୍ୟବହାର ଉଦ୍ଦେଶ୍ୟ ରେ) ଓ Caps Lock ଇତ୍ୟାଦି Lock 'କି"ର ଅଂଶ ବିଶେଷ। SysRq/PrtSc ଆଦେଶ ଗୋଟିଏ "କି"ରେ ରହିଥାଏ । SysRq ବହୁତ ଆଗରୁ ବ୍ୟବହ୍ରୁତ ହେଉଥିଲା ଯନ୍ତ୍ରରେ ହେଉଥିବା ଦୁର୍ଘଟଣା(System Crash)ରୁ ବର୍ତିବା ପାଇଁ । PrtSc କି ସ୍କ୍ରିନର ଏକ ଛବିକୁ ଛପେଇଥାଏ କିନ୍ତୁ ବର୍ତମାନ ଏହାକୁ Screenshot କୁହାଯାଏ ଯାହାକୁ ବିଭିନ୍ନ ପ୍ରକଳ୍ପରେ ବ୍ୟବହାର କରାଯାଏ । Break/Pause କି ଆଉ ବହୁଳ ଭାବେ ବ୍ୟବହାର ହଉନି ଆଗରୁ ଏହା Teleprinterରେ ବ୍ୟବହାର କରାଯାଉଥିଲା ଚାଲୁଥିବା କାର୍ଯ୍ୟକୁ ତୁରନ୍ତ ସ୍ଥଗିତ ରଖିବା ପାଇଁ।ବର୍ତମାନ Break କିକୁ ଦୁଇଟି Login Session ଭିତରେ ବଦଳ କରିବା, ଚାଲୁଥିବା ପ୍ରୋଗ୍ରାମକୁ ବନ୍ଦ କରିବା ଓ Modem Connectionକୁ ରଖିବା । DOS, Pascal, C ପ୍ରୋଗ୍ରାମିଂରେ Break କି ବହୁଳ ଭଲବେ ବ୍ୟବାହରେ ହେଇଥାଏ ଯେତେବେଳେ ପ୍ରୋଗ୍ରାମଟି ଆମେ ନଚାହୁଁ ଥିବା ଆଉଟପୁଟ ଦେଇଖେଇବା ପାଇଁ ପ୍ରସ୍ତୁତ ହୁଏ। Break କି ଦାବିଲେ ତାହା ଆଉଟପୁଟ ନଦେଖେଇ ମୂଳ ପ୍ରୋଗ୍ରାମକୁ ଆସିଯାଏ । Linuxରେ ଏହି କାର୍ଯ୍ୟକୁ Ctrl+C ମାରିକି ମଧ୍ୟ କରାଯାଏ ।ଉଇଣ୍ଡୋଜରେ ଉଇଣ୍ଡୋଜ କି ସହ Break ମାରିଲେ System ପ୍ରପର୍ଟି ଦେଖେଇଥାଏ । Escape (Esc) କି କିବୋର୍ଡ଼ର ଉପର ଧାଡ଼ିର ବାମପଟେ ଥାଏ।ବର୍ତମାନ ଚାଲୁଥିବା ପ୍ରୋଗ୍ରାମକୁ କିମ୍ବା ଯଦି କୌଣସି ଉଇଣ୍ଡୋ ଭୁଲ ବଶତଃ ଖୋଲିଯାଇଛି ତାକୁ Escapeଦ୍ଵାରା ବନ୍ଦ କରିପାରିବା।Escape ପାଇଁ ବ୍ୟବହାର କରାଯାଉଥିବା ଅନ୍ୟ ସବୁ ଶବ୍ଦ ଗୁଡ଼ିକ ହେଲା No, Quit, Cancel କିମ୍ବା Abort । Escape କିର ଅନ୍ୟକିଛି ବ୍ୟବହାର ହେଲା ଏହାକୁ ଆଜି କଲି Web Browswerରେ Stop Bottom ଭାବେ ବ୍ୟବହାର କରାଯାଉଛି । ଉଇଣ୍ଡୋଜରେ ଯେତେବେଳେ Start କି ନଥିଲା Ctrl+Esc ମାରିକି Start Menu ଅଣାହଉଥିଲା। ଉଇଣ୍ଡୋଜ କିବୋର୍ଡ଼ରେ Menu କି ଥାଏ । ସାଧାରଣ ଭାବେ ଆମେ ମାଉସର Right-Click କରିଲେ ଯେଉଁ ତାଲିକା ପାଉ,ଏହି କି'ଟିକୁ ଟିପିଲେ ସେଇ ତାଲିକା ପାଉ । ଏହି କି ଉପରେ ଏକ ତାଲିକା ସହ କର୍ସରର ଚିତ୍ର ଥାଏ । ଉଇଣ୍ଡୋଜ କି ସହ ଏହି କି ଏକ ସଙ୍ଗେ ବାହାରିଥିଲା । ଯେତେବେଳେ ମାଉସର ଡାହାଣ ପଟ କିମ୍ବା ସମ୍ପୂର୍ଣ୍ଣ ମାଉସ କାମକରେନି ସେତେବେଳେ ଏହି କିକୁ ବ୍ୟବହାର କରାଯାଏ । ଯେତେବେଳେ ଏହି "କି" ବାହାରି ନଥିଲା ଏହାର ବଦଳ କି ଭାବରେ Shift+F10 ଦବାଯାଉଥିଲା। ବହୁତ ଗୁଡ଼ିଏ କିବୋର୍ଡ଼ରେ ସଂଖ୍ୟାର "କି" ଅକ୍ଷର "କି" ସମୂହର ଡାହାଣ ପଟେ ଦେଇଥାଏ । ଏହା ସଂଖ୍ୟା ସମେତ ସାଧାର ଗାଣିତିକ ପ୍ରତୀକ ବହନ କରିଥାଏ ଯେପରି ମିଶାଣ (+), ଫେଡାଣ (-), ଗୁଣନ (*), ହରଣ (/) । ଜାପାନୀ ଓ କୋରିୟ କିବୋର୍ଡ଼ ଭାଷା ବଦଳ ପାଇଁ ସ୍ଵତନ୍ତ୍ର "କି" ଥାଏ । କିଛି କିବୋର୍ଡ଼ରେ ପ୍ରବନ୍ଧନ "କି" ଥାଏ (ଉ.ହ:Power କି, Sleepକି ଓ Wakeକି); ଇଣ୍ଟରନେଟ ଏପରି ଇମେଲ ଓ ମଲ୍ଟିମିଡ଼ିଆ ଯେପରି ଶବ୍ଦ ପରିଚାଳନା ଇତ୍ୟାଦି "କି" ମଧ୍ୟ ରହିଥାଏ । ଗୋଟିଏ ଅପରେଟିଂ ସିଷ୍ଟମରେ ଅଲଗା ଅଲଗା ପ୍ରକାରର କିବୋର୍ଡ଼କୁ ଇନଷ୍ଟଲ କରିହେବ ଓ ସେମାନଙ୍କ ଭିତରେ ବଦଳ ମଧ୍ୟ କରିହେବ । ଏହି ବଦଳ ଅପରେଟିଂ ସିଷ୍ଟମର କାର୍ଯ୍ୟ ପ୍ରଣାଳୀକୁ ଉପଯୋଗ କରି ହେଇପାରେ ଅଥବା ବାହାର ଉପଯୋଗଦ୍ଵାରା ହେଇପାରେ । Microsoft Windows[୮], Ubuntu[୯], Linux[୧୦], and Mac [୧୧]ଅପରେଟିଂ ସିଷ୍ଟମ ଗୁଡ଼ିକ କିବୋର୍ଡର ପ୍ରକାରକୁ ନିଜେ ନିଜେ ବାଛିବାର କ୍ଷମତା ପାଇଥାନ୍ତି କି କେଉଁ କିବୋର୍ଡ଼ ସେମାନଙ୍କ ପାଇଁ ଉପଯୁକ୍ତ ହେବ। "କି"କୁ ଦାବିଲା ପରେ ବାହାରୁଥିବା ଅକ୍ଷର କୋଡ ଗୁଡ଼ିକୁ କିବୋର୍ଡ ଡ୍ରାଇଭର ସଫ୍ଟବେର ନିଶ୍ଚିତ କରିଥାଏ । "କି"କୁ ଚାପିଲେ ଏକ ସ୍କାନକୋଡ଼ ତିଆରି ହୁଏ ଯାହାକୁ ଅଙ୍କାକ୍ଷରିକ ପ୍ରତୀକ ରୂପେ ଧରିନିଆଯାଏ । ଅପରେଟିଂ ସିଷ୍ଟମକୁ ଭିତ୍ତି କରି ବହୁତ କିଛି ଉପଯୋଗୀତା ବାହାରିଛି ଯାହା କିବୋର୍ଡରେ ସଜାଣିକୁ ତିଆରି, ସେଥିରେ ମିଶେଇ ପାରିବ ଓ ସେମାନଙ୍କ ମଧ୍ୟରେ ବଦଳ କରିପାରିବ । ଆହୁରି କେତେକ ପ୍ରୋଗ୍ରାମ ରହିଛି ଯାହା କିଛି ଭାଷା ପାଇଁ ତିଆରିହେଇଛି । ଭାଷା ଭିତ୍ତିକ କିବୋର୍ଡ଼କୁ ଭିନ୍ନ ଢାଞ୍ଚାରେ ତିଆରି କରାଯାଏ । ସେହି ଢାଞ୍ଚାକୁ ସମ୍ପାଦନ କରାଯାଇ ନୂଆ ଢାଞ୍ଚା ତିଆରି କରାଯାଇପାରେ । ଉଦାହରଣ ସ୍ୱରୂପ ଇଉକେଲେଲେ ଯାହା ମାକରେ ବ୍ୟବହାର ହୁଏ, ସେଥିରେ ମାଇକ୍ରୋସଫ୍ଟରେ କିବୋର୍ଡ଼ ଢାଞ୍ଚା [୧୨]କୁ ବଦଳାଯାଇପାରେ।ସମାନ ପ୍ରକାର ଅନ୍ୟ କିବୋର୍ଡ଼ ହେଲା Avro କିବୋର୍ଡ଼ ଯାହାକି Tavultesoft Keyman Developer [୧୩]ଦ୍ଵାରା ବାହାର କରାଯାଇଛି । ଅନ୍ୟ ଗୁଡ଼ିକ ହେଲା ଉଇଣ୍ଡୋଜ ପାଇଁ Microsoft Keyboard Layout Creator[୧୪], MountFocus Keyboard Designer[୧୫],Map Keyboard, KbdEdit, Key Customizer, Keyboard Remapper, Infine Keyboard Commander ଏବଂ ଲିନକ୍ସ ପାଇଁX Neural Switcher, Keyboard Layout Editor [୧୬] ଓ Keyboard Layout Creator[୧୭]। କିବୋର୍ଡ଼ ବା କିପ୍ୟାଡ଼ ଭିତରୁ ସୁସଜ୍ଜିତ ହେଇପାରେ ସ୍ଵତନ୍ତ୍ର ଭାବେ ମୋବାଇଲ ବ୍ୟବହାର ନିମନ୍ତ ବ୍ୟବହାର କରାଯାଉଥିବା ଜିନିଷ ସବୁ। ଅନ୍ଧାର ମଧ୍ୟରେ କିବୋର୍ଡ଼କୁ ବ୍ୟବହାର କରିବାପାଇଁ କେମିତି ସଜାଣି ହବ ଦରକାର ସେ ବ୍ୟବସ୍ଥା ମଧ୍ୟ କରାଯାଇଥାଏ।ଖେଳିବା ପାଇଁ ବ୍ୟବହାର କରାଯାଉଥିବା କି କିବୋର୍ଡ଼ରେ ଲାଇଟ ଥିବା କି ଥାଏ ଏହା ଖେଳାଳି ମାନଙ୍କୁ ଅନ୍ଧାରିଆ କୋଠରି ଭିତରେ କିବୋର୍ଡ଼ରେ ଆଦେଶ ଖୋଜିବାରେ ସାହାଯ୍ୟ କରିଥାଏ । କିଛି କମ୍ପୁଟରରେ କେବଳ ଫଙ୍କସନାଲ କିରେ LED ଥାଏ ଯାହା ବ୍ୟବହାରକାରୀଙ୍କୁ ମନେପକେଇଦିଏ କି ସେହି "କି"ଦ୍ଵାରା ଆରମ୍ଭ କରାଯାଇଥିବା ଫଙ୍କସନ ଏବେ ବି ଚାଲୁଅଛି । କିବୋର୍ଡ଼ରେ ବ୍ୟବହୃତ ସୁଇଚ୍ ଗୁଡ଼ିକର ବିକାଶ ବିଷୟରେ ମଧ୍ୟ ଏକ ନିଆରା ଇତିହାସ ଅଛି। ୧୯୭୦ମସିହାର ପ୍ରାରମ୍ଭିକ କାଳରେ ଧାତବ ଫ୍ରେମ ଉପରେ ଅଲଗା ଅଲଗା ଛୋଟ ଗାତ କରି ସେଥିରେ କି ସୁଇଚ୍ ଗୁଡ଼ିକୁ ଖଞ୍ଜା ଯାଉଥିଲା। ଏ ଗୁଡ଼ିକର ଦାମ୍ ୮୦ରୁ ୧୨୦ ଆମେରିକୀୟ ଡ଼ଲାର ରହିଥିଲା। ଏ ଗୁଡ଼ିକ କମ୍ପ୍ୟୁଟର ଟର୍ମିନାଲ ବା ଡାଟା ଟର୍ମିନାଲ ଆଦି ଜାଗାରେ ବ୍ୟବହାର କରାଯାଉଥିଲା। ତେବେ ଏହାର ପରବର୍ତ୍ତୀକାଳରେ ବିକଶିତ ରିଡ ସୁଇଚ (ବାୟୁଶୂନ୍ୟ ଏକ ଆବଦ୍ଧ କାଚ କେପସୁଲ ଭିତରେ ଖଞ୍ଜା ଯାଇଥିବା ଚୁମ୍ବକୀୟ କି)ଗୁଡ଼ିକ ଲୋକ ପ୍ରିୟ ହୋଇ ପାରିଥିଲା। [୧୮] ଏହି କୌଶଳକୁ ଆଧାର କରି ସି.ପି. କ୍ଲାୟର କମ୍ପାନୀ ସାଧାରଣ ଉପକରଣପାଇଁ ମଧ୍ୟ ରିଡ୍ ସୁଇଚ୍ ବନେଇବା ଆରମ୍ଭ କରିଦେଲା। [୧୯] ଇଲିନୋଇସ୍, ସ୍ପୋକାନେ ୱାସିଂଟନର କି-ଟ୍ରୋନିକ କର୍ପୋରେସନ ଏକ ଅର୍ଧପରିବାହୀ ଭିତରେ ଚୁମ୍ବକୀୟ ଶକ୍ତି ପ୍ରବାହିତ କରି ବୈଦ୍ୟୁତିକ ଊର୍ଜ୍ଜା ସୃଷ୍ଟି କରି ପାରିଲେ ଓ ଏଇ କୌଶଳର ଆଧାରରେ ମାଇକ୍ରୋସୁଇଚରୁ ହଲ-ଇଫେକ୍ଟ ସୁଇଚ୍ ତିଆରି କଲେ। [୨୦] ଏହଛଡ଼ା ଏକ ଇଣ୍ଡକ୍ଟିଭ କୋର ସୁଇଚର ମଧ୍ୟ ନିର୍ମାଣ ହେଲା। [୨୧] ଯାହା ଇଲିନୋଇସ ଟୁଲ ୱାର୍କସ ଅନ୍ତର୍ଗତ ଥିଲା। ୧୦୦ ନିୟୁତ ଥର ଚାପ ସମ୍ଭାଳିବାର କ୍ଷମତା ଏଇ ସୁଇଚ ଗୁଡ଼ିକର ଅଛି ବୋଲି ନିର୍ଦ୍ଧାରଣ କରାଯାଇଥିଲା। ଏହି କି ଗୁଡ଼ିକର ଗତି ୦.୧୮୭ ଇଞ୍ଚ(୪.୭୫ ମି.ମି.) ଗଭୀରତା ଯାଏଁ ଥିଲା। ଏହା ସହିତ ତୁଳନା କଲେ ଜଣାପଡ଼େ ଆଜିର କିବୋର୍ଡ଼ରେ ବ୍ୟବହୃତ କିର ଗତି ୦.୧୧୦ ଇଞ୍ଚ(୨.୭୯ ମି.ମି.) ଗଭୀରତା ପର୍ଯ୍ୟନ୍ତ ହୋଇଥାଏ। ୧୯୭୦ର ମଧ୍ୟବର୍ତ୍ତୀ କାଳରେ କମ୍ ଦାମର ସିଧା-ସମ୍ପର୍କିତ କି ସୁଇଚ୍ ନିର୍ମାଣ କରାଗଲା। ତେବେ ଏହାର ଆୟୁ ତୁଳନାତ୍ମକ ଭାବେ କମ୍ ଥିଲା(ପାଖାପାଖି ୧୦ ନିୟୁତ ଥର)। ତଥାପି ବି ଏହା ଲୋକପ୍ରିୟ ହୋଇ ପାରିଥିଲା। ୧୯୭୮ରେ କି-ଟ୍ରୋନିକ କର୍ପୋରେସନ ପ୍ରତିଟି କି ପାଇଁ ଅଲଗା ଅଲଗା ସୁଇଚ ବଦଳରେ କ୍ୟାପାସିଟାନ୍ସ ଭିତ୍ତିରେ ଏକ ଅଭିନବ କି-ବୋର୍ଡ଼ ନିର୍ମାଣ କଲେ, ଯେଉଁଥିରେ ସବୁଯାକ କି ଏକ ସ୍ପଞ୍ଜପ୍ୟାଡ ଉପରେ ରଖାଯାଉଥିଲା । ଏହି ସ୍ପଞ୍ଜ ପ୍ୟାଡର ଗୋଟିଏ ପାଖରେ ବିଦ୍ୟୁତ ସୁପରିବାହି ଧାତୁ ଝଳା ହୋଇଥିବା ପ୍ଲାଷ୍ଟିକ ଲଗାଯାଇଥିଲା। ଏହା ତଳେ, ପ୍ରତିଟି ‘କି’ର ଠିକ୍ ସାମନାରେ ଅର୍ଦ୍ଧଚନ୍ଦ୍ରାକାର ଆକୃତି ମୁଦ୍ରିତ ସର୍କିଟ ବୋର୍ଡ଼ ରହିଥିଲା । କୌଣସି ବି କି ବା କୁଞ୍ଚିକୁ ଦବାଇଲେ ତାହାର ପ୍ରଭାବ ତଳେ ରହିଥିବା ସର୍କିଟ୍ ବୋର୍ଡ଼ ଉପରେ ନିର୍ଦ୍ଦିଷ୍ଟ ଜାଗାରେ ପଡୁଥିଲା ଓ କ୍ୟାପାସିଟାନ୍ସ ସେଇ ଅନୁସାରେ ବଦଳୁଥିଲା, ଯାହାକୁ ଆଇ. ସି. (integrated circuits – IC) ମାଧ୍ୟମରେ ଚିହ୍ନିତ କରା ଯାଇ ପାରୁଥିଲା। ଏଇ କିବୋର୍ଡ଼ ଗୁଡ଼ିକର ମୂଲ୍ୟ ୬୦ ଡଲାର ରହିଥିଲା ଓ କାଳକ୍ରମେ କି-ଟ୍ରୋନିକ ସର୍ବାଧିକ କିବୋର୍ଡ଼ ନିର୍ମାତା ରୂପେ ଖ୍ୟାତି ଲାଭ କଲା। ଇତି ମଧ୍ୟରେ ଆଇ.ବି.ଏମ୍.(IBM)ନିଜର ପ୍ୟାଟେଣ୍ଟ କୌଶଳ ଭିତ୍ତିରେ ନିଜସ୍ୱ କି-ବୋର୍ଡ଼ ନିର୍ମାଣ ଆରମ୍ଭ କରିଦେଲା। ପୁରୁଣା ଆଇ.ବି.ଏମ୍. କି-ବୋର୍ଡ଼ର ସୁଇଚ ଗୁଡ଼ିକ ସ୍ପ୍ରିଂ ସାହାଯ୍ୟରେ ନିର୍ମାଣ କରାଯାଇଥିଲା । ବ୍ୟବହାରକାରୀର ଆଙ୍ଗୁଠି ଚାପରେ ସ୍ପ୍ରିଂ ଉପରେଥିବା କୁଞ୍ଚିଟି ଦବିଗଲେ କୁଞ୍ଚିତଳେ ଓ ମୂଖ୍ୟ ବୋର୍ଡ଼ ଉପରେ ଥିବା ସୁପରିବାହୀ ପରଦାଦୁଇଟି ମିଳିତ ହେଉଥିଲେ ଓ ବୈଦ୍ୟୁତିକ ସର୍କିଟ ପରିପୂର୍ଣ୍ଣ ହେଉଥିଲା। ଏହା ଏକ ପ୍ରକାର କ୍ଲିକ୍ ଶବ୍ଦ ସୃଷ୍ଟି କରୁଥିଲା, ଯାହାକୁ ଶୁଣି କୁଞ୍ଚିଟି ଠିକ୍ ଭାବରେ ଚାପି ହୋଇଛି କି ନା, ଟାଇପିଷ୍ଟ ସହଜରେ ଜାଣି ପାରୁଥିଲା। [୨୨][୨୩] ପ୍ରଥମ ଇଲେକ୍ଟ୍ରୋନିକ କି-ବୋର୍ଡ଼ର କୁଞ୍ଚିର ଚାପ ୦.୧୮୭ ଇଞ୍ଚ(୪.୭୫ ମି.ମି.) ଗଭୀରତା ପର୍ଯ୍ୟନ୍ତ ଥିଲା। କୁଞ୍ଚିର ଉଚ୍ଚତା ୧୨.୭ ମି.ମି. ଥିଲା ଓ କି-ବୋର୍ଡ଼ଟି ୫ ସେ.ମି. ମୋଟାଥିଲା। ସମୟକ୍ରମେ କୁଞ୍ଚିଚାପର ଗଭୀରତା ଆହୁରି କମ୍ ହେଲା (୦.୧୧୦ ଇଞ୍ଚ(୨.୭୯ ମି.ମି.) ଓ ବଜାରରେ ଏହାର ଚାହିଦା ବଢିଲା। ଯୋଗକୁ କି-ଟ୍ରୋନିକ୍ ଏମିତି ଏକ କି-ବୋର୍ଡ଼ ତିଆରି କରିଥିଲା ଯାହା କେବଳ ଏକ ଇଞ୍ଚ ମୋଟା ଥିଲା। ଆଜିକାଲିତ ଅଧଇଞ୍ଚ ମୋଟାର କି-ବୋର୍ଡ଼ ମାର୍କେଟରେ ମିଳୁଛି । କି-ବୋର୍ଡ଼ର ଉପଯୋଗୀତାକୁ ଲକ୍ଷ୍ୟକଲେ କୁଞ୍ଚିର ଅଗ୍ରଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପ୍ରଥମେ କୁଞ୍ଚିଗୁଡ଼ିକର ଉପରିଭାଗ ସେ କାଳର ଟାଇପରାଇଟରର କି ପରି, ଥାଳିଭଳି ଚେପଟା ଥିଲା। ଆଉ ଏହି କୁଞ୍ଚି ଉପରେ ଲେଖାଯାଇଥିବା ଅକ୍ଷରଟିର ଆୟୁ ମଧ୍ୟ ସେହି ଅନୁପାତରେ ଅଧିକ ହେବା (ପାଖାପାଖି ଦଶ ନିୟୁତ ଥର)ର ଆବଶ୍ୟକତା ରହିଥିଲା। କାରଣ ଏହା ଉପରେ ହାତ ଆଙ୍ଗୁଳି, ନଖ, ତେଲ, କ୍ରିମ୍ ଲାଗି ଏହାର ସ୍ପଷ୍ଟତାକୁ କ୍ରମେ କ୍ରମେ ଅସ୍ପଷ୍ଟ କରିଦିଏ। ତେଣୁ କୁଞ୍ଚିର ଉପରିଭାଗକୁ ଖୋଦେଇକରି ସେଥିଲେ ରଙ୍ଗ ଭରି ପ୍ରଥମେ ଯେଉଁ କୁଞ୍ଚି ଗୁଡ଼ିକ ତିଆରି ହେଉଥିଲା, ତାକୁ ଲୋକେ ପସନ୍ଦ କଲେ ନାହିଁ, ଫଳରେ ମୋଲ୍ଡେଡ କି ସବୁ ତିଆରି ହେଲା। ଇଞ୍ଜେକ୍ସନ ମୋଲ୍ଂ ନାମକ ପ୍ରଣାଳୀରେ କୁଞ୍ଚି ଓ ସେଥିଲେ ଲେଖାଥିବା ସଙ୍କେତ ବା ଅକ୍ଷରକୁ କ୍ରମାନ୍ୱୟରେ ମୋଲ୍ଡ କରାଯାଉଥିଲା। ଏହା ବ୍ୟୟବହୁଳ ହୋଇଥିବାରୁ ରଙ୍ଗ-ସବ୍ଲିମେସନ ପ୍ରିଣ୍ଟିଂ, ଲେଜର ଖୋଦେଇ ପରି ପ୍ରଣାଳୀ ବିକଶିତ ହେଲା। ଏହାଦ୍ୱାରା ପୁରା କି-ବୋର୍ଡ଼କୁ ଏକା ସାଙ୍ଗରେ ମୁଦ୍ରିତ କରିବା ସମ୍ଭବପର ହୋଇ ପାରିଲା। ପ୍ରଥମେ ପ୍ରଥମେ ସବ୍ଲିମେସନ ପ୍ରିଣ୍ଟିଂ ପାଇଁ ଏକ ସ୍ୱତନ୍ତ୍ର ପ୍ରକାରର କାଳିକୁ କୁଞ୍ଚିର ଉପରିଭାଗରେ ଉତ୍ତାପଦେଇ ଏମିତି ଭାବେ ମୁଦ୍ରିତ କରା ଯାଉଥିଲା ଯେ କାଳିର ଅଣୁ କୁଞ୍ଚିର ଅଣୁକୁ ଭେଦ କରି ଅଙ୍କିତ ହୋଇ ଯାଉଥିଲା। କିନ୍ତୁ ଏହା ଏତେଟା ଲୋକପ୍ରିୟ ହୋଇ ପାରିଲା ନାହିଁ କାରଣ ତେଲ ଲାଗିବାଦ୍ୱାରା ଏହି କାଳି ଚରି ଯାଉଥିଲା। ସେଥିପାଇଁ ପରବର୍ତ୍ତୀ କାଳରେ ଏହାକୁ ରୋକିବାପାଇଁ ମୁଦ୍ରଣ କରିସାରିଲା ପରେ କୁଞ୍ଚିର ଉପରିଭାଗରେ ଏକ ପ୍ରକାର ଆସ୍ତରଣ (କୋଟିଂ) ଦିଆଯାଉଥିଲା। ଏହି କୌଶଳ ଆଧାରରେ ଆଇ.ବି.ଏମ୍. ନିଜର କି-ବୋର୍ଡ଼ ନିର୍ମାଣ ଆରମ୍ଭ କରିଦେଲା ଓ କୁଞ୍ଚିର ଅଗ୍ରଭାଗକୁ ଚେପଟା ନ କରି ସାମାନ୍ୟ ବକ୍ରାକାର (ଗହୀରିଆ) କରିଦେଲା। ଏହି ମୁଦ୍ରଣ ପ୍ରଣାଳୀର ସବୁଠାରୁ ବଡ ଦୁର୍ଗୁଣ ଥିଲା ଯେ ଏହା କେବଳ ଗାଢ଼ରଙ୍ଗର କାଳିକୁ ହାଲକା ରଙ୍ଗର କି-ବୋର୍ଡ଼ ଉପରେ ମୁଦ୍ରଣ କରି ପାରୁଥିଲା ଓ ଏଥିପାଇଁ ବହୁତ ସମୟ ଲାଗୁଥିଲା। ଏହାପରେ ଆଇ.ବି.ଏମ୍. ପ୍ରତ୍ୟେକ କୁଞ୍ଚିର ଅଗ୍ରଭାଗପାଇଁ ସ୍ୱତନ୍ତ୍ର କୁଞ୍ଚି-ଟୋପି (keycap) ତିଆରି କଲା। ଏଥିପାଇଁ ବ୍ୟବହୃତ ପ୍ଲାଷ୍ଟିକ ସାଧାରଣ ଏ.ବି.ଏସ. କି-ବୋର୍ଡ଼ଠାରୁ ଭିନ୍ନ ଥିଲା। ଅନ୍ତତଃ ଅଳ୍ପ ଦାମର (୧୦ ଡଲାରରୁ କମ୍) ଆଧୁନିକ କି-ବୋର୍ଡ଼ ନିର୍ମାଣ ହେଲା। ଏହା ପଛରେ ତିନୋଟି ଯାନ୍ତ୍ରୀକ କୌଶଳର ପ୍ରମୁଖ ଅବଦାନ ରହିଛି: "ଏକକ ଢାଞ୍ଚା - ମୋନୋବ୍ଲକ" କି-ବୋର୍ଡ଼ର ପ୍ରାରୂପ, ଯେଉଁଠି ପ୍ରତିଟି କୁଞ୍ଚିପାଇଁ ଅଲଗା ଅଲଗା ଢାଞ୍ଚା ବଦଳରେ ଗୋଟିଏ "ମୋନୋବ୍ଲକ" ଢାଞ୍ଚାର ବ୍ୟବହାର କରାଗଲା । ମୋଲ୍ଡ଼ିଂ କୌଶଳଦ୍ୱାରା ଏହା ସମ୍ଭବ ହୋଇ ପାରିଲା। ମୋନୋବ୍ଲକ ତଳେ ସମ୍ପର୍କ ସୁଇଚ୍ ପରଦା (contact-switch membrane)ର ପ୍ରଚଳନ। ସୁଇଚର ତଳେ ଓ ମୋନୋବ୍ଲକର ଉପରେ ଥିବା ପରିବାହୀ ପରଦା ଭିତରେ ଏକ ଖାଲି ସ୍ଥାନ ରହିଲା, ଯେପରିକି କୁଞ୍ଚିଟିକୁ ଚାପିଲେ ହିଁ ଏକ ପ୍ରକାର ବୈଦ୍ୟୁତିକ ସମ୍ପର୍କ ସୃଷ୍ଟି ହେବ। ଏଇ ପରଦା ଗୁଡ଼ିକ ବହୁ ପରିମାଣରେ ‘ରିଲ୍ରୁ ରିଲ୍’ ମୁଦ୍ରଣ କଳଦ୍ୱାରା ମୁଦ୍ରିତ କରାଗଲା ଓ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତିଟି କି-ବୋର୍ଡ଼ରେ ଖଣ୍ଡ ଖଣ୍ଡ କରି କାଟି ଲଗାଇ ଦିଆଗଲା। କୁଞ୍ଚିର ଅଗ୍ରଭାଗର ପ୍ୟାଡ ପ୍ରିଣ୍ଟିଂ ଯାହାକୁ ଟେମ୍ପୋ [୨୪] ବୋଲି କୁହାଯାଏ, ତାହା ସବୁଠାରୁ ଲୋକପ୍ରିୟ ଉପକରଣ ତିଆରି ସଂସ୍ଥାଥିଲା। ପ୍ରଥମେ ସବ୍ଲିମେସନ କାଳି ବ୍ୟବହାର କରାଯାଉଥିଲା (ଉପରେ ଦେଖନ୍ତୁ) କିନ୍ତୁ ଏହାକୁ ସୁରକ୍ଷା ଦେବାପାଇଁ ଅଧିକ ଦିନ ସ୍ଥାୟୀ ସ୍ୱଚ୍ଛ ଆବରଣ ଏବେ ଏହା ଉପରେ ମୁଦ୍ରିତ କରାଯାଉଛି। ଏହି ଆବରଣର ଆଉ ଏକ କାମ ହେଲା ଏହା ଉଜ୍ଜ୍ୱଳତାକୁ କମ କରିଦିଏ ଓ ଅନେକ ସ୍ଥାନରେ ଏହା ଏକ ଜୀବାଣୁ ନାଶକ ତତ୍ତ୍ୱଯୁକ୍ତ ହୋଇଥାଏ ଯାହା ବ୍ୟବହାରକାରୀପାଇଁ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଉପଯୋଗୀ। [୨୫] ଇଲେକ୍ଟ୍ରୋନିକ କି-ବୋର୍ଡ଼ ନିର୍ମାଣରେ ପ୍ଲାଷ୍ଟିକ ଜିନିଷର ଉପଯୋଗୀତା ବହୁତ ବେଶି । ମୋନୋବ୍ଲକ ଆସିବା ଆଗରୁ ଡର୍ଲିନ ନାମକ ବସ୍ତୁ (Polyoxymethylene plastic) କିବୋର୍ଡ଼ ତିଆରି ପାଇଁ ବ୍ୟବହୃତ ହେଉଥିଲା, ଯାହା ଏହା ଉପରେ ବାରମ୍ବାର ପଡୁଥିବା ଚାପକୁ ସହ୍ୟ କରିବାକୁ ସକ୍ଷମ ଥିଲା। କି ସୁଇଚରେ ସ୍ପ୍ରିଂ ପ୍ରଭାବ ଉତ୍ପନ୍ନ କରିବାପାଇଁ ଗ୍ରୀଜ ପରି କୌଣସି ଜିନିଷ ବ୍ୟବହାର କରିବା ଉପଯୁକ୍ତ ନୁହେଁ । କାରଣ ଏହାଦ୍ୱାରା କିବୋର୍ଡ଼ ସହଜରେ ମଇଳା ହୋଇଯାଏ ଓ ଉପରର ଲେଖା ଦିଶେନାହିଁ । ତେବେ ଏହି ସ୍ପ୍ରିଂ ପ୍ରଭାବକୁ ସୁଚାରୁରୂପେ ଚଲାଇବାପାଇଁ ଉପଲବ୍ଧ ଏକମାତ୍ର ଜିନିଷ ଥିଲା ଡର୍ଲିନ । କିନ୍ତୁ ଏହା ଏତେ ନରମ ଯେ ଏହା କୁଞ୍ଚିର ଅଗ୍ରଭାଗରେ ବ୍ୟବହାର କରାଯାଇ ନ ପାରେ। ତେଣୁ ଅଗ୍ରଭାଗପାଇଁ ଏ.ବି.ଏସ୍. (Acrylonitrile butadiene styrene-ABS) ପ୍ଲାଷ୍ଟିକ ବ୍ୟବହାର କରା ଯାଉଥିଲା । କାଳକ୍ରମେ ପ୍ଲାଷ୍ଟିକ ମୋଲ୍ଂ ବିକଶିତ ହେଲା ପରେ କୁଞ୍ଚି ଚାପର ଗଭୀରତା ୦.୧୮୭ ଇଞ୍ଚରୁ ୦.୧୧୦ ଇଞ୍ଚ କମ କରି ବି ସ୍ପ୍ରିଂ ପ୍ରଭାବକୁ ଆଗଭଳି ରଖିହେଲା ଓ ମୋନୋବ୍ଲକ କିବୋର୍ଡ଼ ତଥା ଭିନ୍ନ ଭିନ୍ନ ଏକକ-କୁଞ୍ଚ୍ୟାଗ୍ର ( single-part keytop/plungers)ର ପ୍ରଚଳନ ଏ.ବି.ଏସ୍. ପ୍ଲାଷ୍ଟିକଦ୍ୱାରା ସମ୍ଭବ ହୋଇ ପାରିଲା। କମ୍ପ୍ୟୁଟରର କିବୋର୍ଡ଼ରେ ଏକ ସର୍କିଟ ଥାଏ ଯାହା "କି" ଚାପକୁ ଏକ codeରେ ବଦଳାଏ ଯାହାକୁ କେବଳ କମ୍ପ୍ୟୁଟର ହିଁ ବୁଝିଥାଏ । ଏହି କି ଗୁଡ଼ିକ ଏକ Electrical X-Y matrix ଆକାର ସହ ସଂଯୋଗ ହେଇଥାନ୍ତି ଯେଉଁଥିରେ Y ଧାଡ଼ି ଦେଇ voltage ଯାଇଥାଏ ଏବଂ ଯେତେବେଳେ କିକୁ ଚିପିଥାଉ X ଧାଡ଼ିଦ୍ଵାରା Scan ହୁଏ କି କଣ କାର୍ଯ୍ୟ କରାଗଲା । ପ୍ରଥମେ ୧୯୭୨ ବେଳେ କିବୋର୍ଡ ଯୁକ୍ତ Microprocessor ଆସିଲା । କିନ୍ତୁ ୧୯୭୮ରେ କମ୍ପ୍ୟୁଟର କିବୋର୍ଡ଼ରେ ୮୦୪୮ Microcontroller ଲାଗିଲା । ଯେତେବଳେ କିବୋର୍ଡ଼ଦ୍ଵାରା ଆମେ କିଛି ଟାଇପ କରୁ ବା ଆଦେଶ ଦେଉ ପ୍ରଥମେ ଏହା codeରେ ପରିଣତ ହୁଏ,ଏହି code ଗୁଡ଼ିକ ତାରଦ୍ଵାରା Motherboardକୁ ଯାଏ । କିବୋର୍ଡ଼ର cableରେ ତଥ୍ୟ ଆଦାନ ପ୍ରଦାନ ଉଭୟ ଦିଗକୁ ହେଇଥାଏ କାରଣ ଏହାଯୋଗୁ ଆମେ ଜାଣିପାରୁ କି " caps lock", "num lock" ଓ "scroll lock"ର light ଗୁଡ଼ିକ କାମକରୁଛି ନା ନାହିଁ । କିବୋର୍ଡ଼କୁ ସିଷ୍ଟମ ସହ ସଂଯୋଗ କରିବା ପାଇଁ ଅନେକ ଗୁଡ଼ିଏ ବାଟ ଥାଏ । କିବୋର୍ଡ଼କୁ ଆଜିକାଲି ତାର (Cable)ଦ୍ଵାରା କିମ୍ବା ବେତାର ମାଧ୍ୟମରେ ସଂଯୋଗ କରାଯାଇପାରୁଅଛି । ତାର ଥିବା କିବୋର୍ଡ଼କୁ ମଦରବୋର୍ଡ଼ର Standard AT Connector ସହ ଯୋଗ କରାଯାଏ । AT Connector ବଦଳରେ PS/2 କିମ୍ବା USBଦ୍ଵାରା ମଧ୍ୟ ସଂଯୋଗ କରାଯାଇପାରିବ । Apple କିବୋର୍ଡ଼କୁ ଲଗେଇବା ପାଇଁ Apple Desktop Bus ବ୍ୟବହାର କରିଥାଏ ଯାହାକୁ ସିଷ୍ଟମର iMac line ବୋଲି କୁହାଯାଇଥାଏ । ବେତାର ମାଧ୍ୟମ ଆଜିକାଲି ବହୁତ ପ୍ରସିଦ୍ଧ କାରଣ ଏହା ବ୍ୟବହାରକାରୀର ସ୍ଵାଧୀନତାକୁ ବଢେଇ ଥାଏ।ବେତାର କିବୋର୍ଡ଼ RF ମାନକ ବ୍ୟବହାର କରିଥାଏ ଯାହାକୁ Bluetooth କହନ୍ତି।କମ୍ପୁଟରରେ ଥିବା Transreciever Bluetoothର ସଙ୍କେତକୁ ଧରିଥାଏ ଓ ସଂଯୋଗ କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ବେତାର କିବୋର୍ଡ଼ ପାଇଁ ବ୍ୟାଟେରିର ଦରକାର ପଡ଼ିଥାଏ ଓ ଏହାର ସୁରକ୍ଷା ଜନିତ ସମସ୍ୟା ମଧ୍ୟ ରହିଥାଏ । ବେତାର ସଙ୍କେତ (Signal) ହାକର(Hacker) ମାନେ ଚୋରେଇନେଇ କଣ ସିଷ୍ଟମର ତଥ୍ୟ ସବୁ ଚୋରେଇନେଇପାରନ୍ତି । ସୌର କିବୋର୍ଡ଼ର battery ସୂର୍ଯ୍ୟଙ୍କ ରଶ୍ମୀଦ୍ଵାରା କିମ୍ବା ସାଧାରଣ ଆଲୋକଦ୍ଵାରା ଚାର୍ଜ ହେଇଥାଏ । Olivetti Envision ସୌର କିବୋର୍ଡ଼ର ଏକ ଉଦାହରଣ । Optical character recognition (OCR)କୁ rekeying ପାଇଁ ଆଧାର କରାଯାଇଥାଏ ଯାହାକି ଆଗରୁ ଲେଖାଯାଇଥିବା ତଥ୍ୟକୁ ପୁନର୍ଲିଖିତ କରିଥାଏ କିନ୍ତୁ ଏହା ଜନ୍ତ୍ର ବୁଝିଲା ଭଳିଆ ଭାଷା (Machine Readable Format)ରେ ନଥାଏ । ଅନ୍ୟଭାଷାରେ ଆମେ ଯଦି ଗୋଟେ ଛବି(Image)କୁ ଲେଖା(Text)ରେ ବଦଳ(Convert) କରିଥାଉ ଯାହା ଆଉଟପୁଟ ବାହାରେ (ସାଧାରଣତଃ ଏହା ଏକ ସଂଖ୍ୟାକ୍ଷରିକ କୋଡର ଧାଡ଼ି(String)) ଥାଏ) ତାହାକୁ ଜଣେ ଆଉଥରେ ଟାଇପ କରିପାରେ କିନ୍ତୁ କମ୍ପୁଟର ତାକୁ ନିଜେ ବଦଳ କରିଦିଏ।OCR ପ୍ରଯୁକ୍ତି ବିଦ୍ୟା ଆଜି ଏକ ଉଚ୍ଚ ସ୍ଥାନରେ ପହଞ୍ଚିଗଲାଣି (ଉଦାହରଣ : ଗୁଗଲ ବହି ଖୋଜା) ଆଉ ଭବିଷ୍ୟତ ପାଇଁ ଅନେକ ଆଶାର ସଂଚାର କରେ। କଥାର ଶବ୍ଦକୁ ଧରିବା ପ୍ରଣାଳୀ (Speech Recognition) ଯାହା କଥାକୁ ଯନ୍ତ୍ର ପଢିଲା ଭଳିଆ ଭାଷାକୁ ବଦଳେଇଥାଏ।ଏହି ପ୍ରଯୁକ୍ତି ମଧ୍ୟ ଅନେକ ଆଗକୁ ଆସିଗଲାଣି ଯାହାକୁ ଚିକିତ୍ସା ଓ ବୈଧତା ନିରୀକ୍ଷଣ ,ସମ୍ବାଦିକତା ତଥା ରଚନା ଓ ଗ୍ରନ୍ଥ ଲିଖନରେ ବ୍ୟବହ୍ରୁତ ହୁଏ । କିବୋର୍ଡ଼ରେ ବହୁତ କିଛି କାମ ଶୀଘ୍ର ଶୀଘ୍ର କରିହୁଏନି । ଏଥିପାଇଁ ଏକ ପୋଏଣ୍ଟିଙ୍ଗ ଡିଭାଇସ ଥାଏ ଯାହା ଲେଖା କୌଠୁ ଆରମ୍ଭ କରିବା,କଉଠି ଲେଖିବା,କେମିତି ଲେଖିବା ଏସବୁ କାମ ନିମିଷକ ମଧ୍ୟରେ କରିଥାଏ।ସାଧାରତଃ ଏହାକୁ ମାଉସ ରୂପେ ବ୍ୟବହାର କରାଯାଏ କିନ୍ତୁ ଏହାର ଅନ୍ୟ ଅନ୍ୟ ରୂପ ବାହାରିଲାଣିଯଥା ଗ୍ରାଫିଟି (Graffiti), ଡାଶର(Dasher) ଓ ଅନ-ସ୍କ୍ରୀନ ଭର୍ଚୁଆଲ କିବୋର୍ଡ଼ । କିଷ୍ଟ୍ରୋକ ଲଗିଂ ବ୍ୟବହାରକାରୀର କିଷ୍ଟ୍ରୋକ ବା "କି" ଦବେଇବାର ପ୍ରଣାଳୀକୁ ରେକର୍ଡ କରି ରଖିଥାଏ।ଯେତେବେଳେକି ଏହା କର୍ମଚାରୀ ମାନଙ୍କର କାର୍ଯ୍ୟଦକ୍ଷତା ମାପିବାରେ ତଥା ବେଆଇନ କାର୍ଯ୍ୟକଳାପକୁ ଧରିବାରେ ସହାୟକ ହେଇଥାଏ , ଏହାକୁ ମଧ୍ୟ ସଫ୍ଟୱେର ଆକ୍ରମଣକାରୀ(Hacker) ବିଭିନ୍ନ ବେଆଇନ କାର୍ଯ୍ୟରେ ବ୍ୟବହାର କରନ୍ତି । ହାକର ମାନେ କିଲଗରକୁ ପାସୱାର୍ଡ଼ ବା ଲୁଛାଯାଇଥିବା(Encryption) କିକୁ ଅନ୍ୟ ସୁରକ୍ଷା ମାପଦ୍ଵାରା ବାଇ-ପାସ କରାଇ ପାଇଯାଇଥାନ୍ତି। ହାର୍ଡ଼ୱେର ଓ ସଫ୍ଟୱେରର ତଥ୍ୟଦ୍ଵାରା କିଷ୍ଟ୍ରୋକ ଲଗିଂକୁ ହାସଲ କରାଯାଇପାରିବ । ହାର୍ଡୱେର କିଲଗର କିବୋର୍ଡ ତାର ସହ ଲାଗିକି ଥାଏ କିମ୍ବା କିବୋର୍ଡ଼ ଭିତରେ ଇନଷ୍ଟାଲ ହେଇ ଥାଏ । ସଫ୍ଟୱେର କି'ଲଗର କମ୍ପ୍ୟୁଟରର ଅପରେଟିଂ ସିଷ୍ଟମରେ କାର୍ଯ୍ୟ କରିଥାଏ ଓ ହାର୍ଡବେର ଉପରେ ଅନଧିକାର ଅଧିକାର କରିଥାଏ, କିବୋର୍ଡ଼ କାର୍ଯ୍ୟଶୈଳୀ ଉପରେ ପ୍ରଭାବ ପକେଇଥାଏ କିମ୍ବା ବାହାରୁ ରେକର୍ଡେଡ ତଥ୍ୟକୁ ଅନ୍ୟତ୍ର ସ୍ଥାନାନ୍ତର କରିଦିଏ ଯଉଠି ତଥ୍ୟକୁ ନଯିବା କଥା।ଯେହେତୁ ତଥ୍ୟ ଗୁଡ଼ିକ ପାକେଟ ରୂପେ ଯିବା ଆସିବା କରେ ହାକର ମାନେ କିଲଗର ବ୍ୟବହାର କରି ବାଟରୁ ପାକେଟକୁ ଚୋରୀ କରିନିଅନ୍ତି ବେତାର ମାଧ୍ୟମକୁ ମାଧ୍ୟମ କରି । ଆଣ୍ଟି-ସ୍ପାଇଓୟାରଦ୍ଵାରା ଅନେକ କି'ଲଗର କି ଧରାଯାଇଥାଏ ଓ ତାଙ୍କୁ ହଟାଇ ମଧ୍ୟ ଦିଆଯାଇଥାଏ । ସଫ୍ଟୱେରର କ୍ରେତା ମାନେ ଆଣ୍ଟି-ସ୍ପାଇଓୟାରଦ୍ଵାରା ଧରିବା କାର୍ଯ୍ୟକୁ ସମର୍ଥନ କରନ୍ତି ସଫ୍ଟବେରର ଅପବ୍ଯବହାରକୁ ରୋକିବା ପାଇଁ।ଫାୟାରୱାଲ (Firewall)କୁ ଚାଲୁକରିବାଦ୍ଵାରା କିଲଗରକୁ ବନ୍ଦ କରିହୁଏନି କିନ୍ତୁ ରୋକିହୁଏ ଯଦି ଏହାକୁ ସଠିକ ଭାବେ ତିଆରିକରାଯାଇଥାଏ । ନେଟୱର୍କ ମନିଟର ବ୍ୟବହାରକାରୀକୁ ସତର୍କ କରେଇଦିଏ ଯଦି ନେଟୱର୍କ ଉପରେ କିଛି ବାହାରୁ ଆକ୍ରମଣ କରେ । ଏହା ବ୍ୟବହାରକାରୀକୁ କି'ଲଗରକୁ ବନ୍ଦ କରିବା ପାଇଁ ଏକ ସୁଯୋଗ ଦେଇଥାଏ । ସ୍ୱୟଂଚାଳିତ ପ୍ରୋଗ୍ରାମ କିବୋର୍ଡ଼କୁ ବ୍ୟବହାର କରି କିଲଗରକୁ ରୋକିପାରେନାହିଁ । ଅନେକ କି'ଲଗରକୁ ତଥ୍ୟକୁ ଅଲଗା କ୍ରମରେ ଅସଜଡା ଭାବରେ ଲେଖିକି ବୋକା କରାଯାଇପାରିବ । ଏକ ସର୍ବେକ୍ଷଣ "“Compromising Electromagnetic Emanations of Wired Keyboard”ରେ ବୁଆଗନୌକ୍ସ ଓ ପାଶିନୀ ପ୍ରମାଣ ଦେଲେ ଯେ କିବୋର୍ଡରୁ ବିଦ୍ୟୁତ-ଚୁମ୍ବକୀୟ ବିକିରଣ (ଇଲେକଟ୍ରୋ-ମାଗନେଟିକ Emanations) ହୁଏ।କିନ୍ତୁ ସେ ତାଙ୍କ ସର୍ବେକ୍ଷଣରେ ଯେଉଁ ୪ଟି ପ୍ରଣାଳୀ ବିକିରଣକୁ ରୋକିବା ପାଇଁ ଦେଇଛନ୍ତି ତାହା ଯଥେଷ୍ଟ ନୁହେଁ।ସେ ଏହା ମଧ୍ୟ ଦର୍ଶାଇଛନ୍ତିରେ ଏହି ବିକିରଣକୁ ସ୍ଵତନ୍ତ୍ର ଭାବେ ଶସ୍ତା କିବୋର୍ଡ ତଥା ଏହାର ଯନ୍ତ୍ରାଂଶଦ୍ଵାରା କେବଳ ଗୋଟିଏ କକ୍ଷକୁ ସୀମିତ ନହେଇ ପୁରା କାର୍ଯାଳୟରେ ରୋକାଯାଇପାରିବ। ଏହି ଇଲେକଟ୍ରୋ-ମାଗନେଟିକ ବିକିରଣର ଆକ୍ରମଣ ସୁରକ୍ଷା ଉପରେ ବିପଦ ସୃଷ୍ଟି କରେ। PS/୨,USB, ଲାପଟପ ଓ ବେତାର ମାଧ୍ୟମରେ ଅସୁବିଧା ହବା ସ୍ଵାଭାବିକ।ଆହୁରିମଧ୍ୟ ଏହି ଆକ୍ରମଣ କି ବନ୍ଦକରିବା ପାଇଁ କିଛି ସଫ୍ଟବେର ପ୍ୟାଚ ମଧ୍ୟ ନଥାଏ।ସୁରକ୍ଷା ପାଇଁ ହାର୍ଡବେରକୁ ବଦଲାଯାଇପାରିବ।ମୂଲ୍ୟର ପ୍ରଭାବ ତଥା ଜ୍ଞାନର ଅଭାବ ଯୋଗୁଁ କିବୋର୍ଡକୁ ଯାନ୍ତ୍ରିକ ସୁରକ୍ଷା ଦିଆଯାଇପାରୁନାହିଁ। କିବୋର୍ଡଦ୍ଵାରା ଶରୀରର ଅନେକ ଅଙ୍ଗରେ ପୀଡ଼ା କିମ୍ବା ଗମ୍ଭୀର ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଥାଏ। ମୁଖ୍ୟତଃ ହାତ,କଚଟି,କାନ୍ଧ,ବାହୁ,ବେକ ଓ ପିଠି ଆଦିରେ ସମସ୍ୟା ଦେଖାଯାଏ। ଏହି ସବୁ କ୍ଷତିରୁ ରକ୍ଷା ପାଇବାପାଇଁ ହେଲେ ମଝିରେ ମଝିରେ ପ୍ରତିଘଣ୍ଟାରେ ଥରେ ଟାଇପିଙ୍ଗରୁ ବିରତି ନେବା ଉଚିତ । ବ୍ୟବହାରକାରୀ ନିଜ କାର୍ଯ୍ୟକୁ ଏମିତି କରିବା ଦରକାର ଯେପରି ନିଜ ହାତ ଆଉ କାନ୍ଧ ଉପରେ ବେଶି ଚାପ ନ ପଡ଼େ । ଯେତେବେଳେ କିବୋର୍ଡ ବ୍ୟବହାର କରାଯାଉଛି ବ୍ୟବହାରକାରୀ ନିଜ କାନ୍ଧକୁ ଆରମ ଓ କହୁଣିକି ଏକ ସାହାରା ଦେବାର ଅଛି । କିବୋର୍ଡ଼ ଓ ମାଉସ ଏପରି ଜାଗାରେ ରହୁଥିବ ଯେପରି ହାତ ସେଠି ସହଜରେ ପହଞ୍ଚିପାରୁଥିବ। କଚଟିକୁ ମେଜର ଧାରୁଆ ଧାରା ଆରାମ କରିବାକୁ ଦିଅନ୍ତୁ ନାହି। କଚଟି ଓ ପାପୁଲିକୁ ଟାଇପିଙ୍ଗ କଲା ବେଳେ ସାହାରା ଦିଅନ୍ତୁ ନାହିଁ । କିନ୍ତୁ ଏଭଳି ବହୁତ କିବୋର୍ଡ଼ ବାହାରିଲାଣି ଯାହା ଏପରି ସମସ୍ୟାକୁ କମ କରିବାରେ ସାହାଯ୍ୟ କରେ। ଏକ ବଢୁଥିବା ଶରୀରର ସର୍ବେକ୍ଷଣ କିବୋର୍ଡ଼କୁ ଅନେକ ଅସୁସ୍ଥତାର କାରଣ କହେ । କିଛି କିବୋର୍ଡ଼ରୁ ବାହାରୁଥିବା ଜୀବାଣୁ ପାଇଖାନାର ଜୀବାଣୁ ଠାରୁ ୫ ଗୁଣ ଅଧିକ ଥାଏ । ଡାକ୍ତର ଆରୋନ ଗ୍ଲାଟ Infectious Disease Society of Americaର ପ୍ରବକ୍ତା ମନେପକେଇଥିଲେ କି ସୂର୍ଯ୍ୟର ଉତ୍ତାପ ଯେଉଁଠି ପହଞ୍ଚିପାରେନି ତାହା ଏକ ସମତଳ ନୁହେଁ । ତେଣୁ ଟାଇପ କରିସାରିକି ହାତ ଧୋଇବା ଆଉ କିବୋର୍ଡ଼ ଆଉ କାହା ସହ ନବାଣ୍ଟିଲେ କିଛି ପରିମାଣରେ କ୍ଷତିକାରକ ଜୀବାଣୁ ଠାରୁ ରକ୍ଷା ପାଇପାରିବା ଓ ଅପେକ୍ଷାକୃତ ସୁସ୍ଥ ରହିପାରିବା।
OSCAR-2019
ଏହି କାମଟି ଏକ ଖୋଲା ସଫ୍ଟଵାର; ଫ୍ରି ସଫ୍ଟଵାର ଫାଉଣ୍ଡେସନରେ ପ୍ରକାଶିତ GNU ସାଧାରଣ ପ୍ବ୍ଲିକ ଲାଇସେନ୍ସର ଲାଇସେନ୍ସଟିର ୨ୟ ସଙ୍କଳନ, ବା ନଗଦ ସଙ୍କଳନ ନୀତି ଅନୁସାରେ ଆପଣ ଏହା ବାଣ୍ଟିପାରିବେ କିମ୍ବା ବଦଲାଇପାରିବେ । ଏହି କାମଟି ଉପଯୋଗୀ ହୋଇପାରିବ ବୋଲି ଆଶା, କିନ୍ତୁ ଏହା କୌଣସି ମିଆଦ ସହିତ ଆସେନାହିଁ; ଏପରିକି କୌଣସି ବିପଣନ ବା ବିଶେଷ ଉଦ୍ଦେଶ୍ୟ ନିମନ୍ତେ ଉହ୍ୟ ମିଆଦ ସହିତ ଆସିନଥାଏ । ୨ୟ ସଙ୍କଳନ ଦେଖନ୍ତୁ ଓ ଅଧିକ ଜାଣିବା ପାଇଁ GNU ସର୍ବସାଧାରଣ ଲାଇସେନ୍ସର ୩ୟ ସଙ୍କଳନ ଦେଖନ୍ତୁ ।http://www.gnu.org/licenses/gpl.htmlGPLGNU General Public Licensetruetrue
OSCAR-2019
ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ଭାବେ ବୃଦ୍ଧି ପ୍ରତିବାଦରେ ଆଜି ଧାମନଗର ବ୍ଲକ କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଇଛି। ଏହି ବନ୍ଦ ବ୍ଲକରେ ସଂପୂର୍ଣ୍ଣ ଭାବେ ସଫଳ ହୋଇଛି। ଧାମନଗର ସମେତ ଧୁଷୁରୀ, ଅସୁରାଳି, ବେତାଳିଗାଁ, ଦୋବଲ, କୋଠାର, ସହିଦନଗର, ମଙ୍ଗଳପୁର ଆଦି ସ୍ଥାନ ମାନଙ୍କରେ ଦୋକାନ ବଜାର ବନ୍ଦ ରହିଥିଲେ। ଏଥିସହ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଖୋଲାଥିବା ବେଳେ କର୍ମୀମାନେ ସେଠାରେ ପହଞ୍ଚି ଅଫିସକୁ ବନ୍ଦ କରାଇଥିଲେ। ପରେ ଧାମନଗର ଓ ଧୁଷୁରୀ ଦୁଇଟି ସ୍ଥାନରେ ଦଳପକ୍ଷରୁ ପ୍ରତିବାଦ ସଭା କରାଯାଇଥିଲା। ଧାମନଗରସ୍ଥିତ ସାନବଜାର ଠାରେ ବ୍ଲକ କଂଗ୍ରେସ ସଭାପତି ପ୍ରସନ୍ନ ଧଳଙ୍କ ସଭାପତିତ୍ୱରେ ନାରାୟଣ ଚନ୍ଦ୍ର ପାଢୀ, ନରେନ୍ଦ୍ର ମଲ୍ଲିକ, ରାମଚନ୍ଦ୍ର ଦାଶ, ସେକ ନିଜାମୁଦ୍ଦିନ, ଉମାକାନ୍ତ ସାମଲ, ବ୍ରଜକିଶୋର ସାମଲ, ବିଦ୍ୟାଧର ଯେନା, ରଂଜନ ବେହେରା, ସେକ ତାଜୁଉଦ୍ଦିନ, ହୃଦାନନ୍ଦ ସେଠୀ, ଚିନ୍ତାମଣି ବାରିକ, ପ୍ରମୋଦ କୁମାର ସ୍ୱାଇଁ, ମଦନ ଦାସ, ରାଜକିଶୋର ସାହୁ, ସେକ ହମିଦ, ସେକ ଜବାର ପ୍ରମୁଖ ଯୋଗଦେଇଥିଲେ। ସେହିପରି ଧୁଷୁରୀ ଠାରେ ଦଳପକ୍ଷରୁ ବ୍ଲକ ଉପସଭାପତି ପ୍ରଦୀପ୍ତ ଦାସ, ସମିତିସଭ୍ୟ ରମେଶ ଚନ୍ଦ୍ର ବେହେରା, ସରପଞ୍ଚ ପ୍ରତିନିଧି ପଞ୍ଚାନନ ମିଶ୍ର, ବ୍ଲକ ଯୁବ କଂଗ୍ରେସ ସଭାପତି ଲକ୍ଷ୍ମୀନାରାୟଣ ମିଶ୍ର, ଟିକା ସାଏନ୍ତ, ରବିନ୍ଦ୍ର ନାୟକଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଭଦ୍ରକ-ଆଖଣ୍ଡଳମଣି ରାସ୍ତାର ଧୁଷୁରୀ ଥାନା ଛକରେ ପ୍ରତିବାଦ କରିଥିଲେ। କେନ୍ଦ୍ର ସରକାର ବାରମ୍ବାର ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସ ବୃଦ୍ଧି କରୁଥିବାରୁ କେନ୍ଦ୍ର ସରକାରଙ୍କୁ କଟୁ ସମାଲୋଚନା କରିଥିଲେ। ଏହି ଅବସରରେ ଦଳପକ୍ଷରୁ ଏକ ବିରାଟ ବାଇକ ଶୋଭାଯାତ୍ରା ବିଭିନ୍ନ ବଜାର ପରିକ୍ରମା କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ସେହିପରି ସିପିଆଇଏମ ଦଳ ପକ୍ଷରୁ ଶରତଚନ୍ଦ୍ର ରାଉତ, ସତ୍ୟମୂର୍ତ୍ତି ବେହେରା, ଜୟନୁଲ ଆବେଦିନ, ଗୟାଧର ସାହୁ, ପଞ୍ଚାନନ ପାଣିଗ୍ରାହୀ, ଦିବାକର ସାହୁ, ମାୟାଧର ସାହୁ, ରମେଶ ସାହୁ, ମାର୍କଣ୍ଡ ଜେନା, ନାରାୟଣ ମଲିକ ପ୍ରମୁଖ ବ୍ଲକର ବିଭିନ୍ନ ସ୍ଥାନରେ ଅହେତୁକ ତୈଳ ଦର ବୃଦ୍ଧିରେ ପ୍ରତିବାଦ କରିଥିଲେ।
OSCAR-2019
ରାଉରକେଲା ୧୨-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଭାରତୀୟ ବିଦ୍ୟାଭବନ ରାଉରକେଲା ଶାଖା ଆନୁକୁଲ୍ୟରେ ପରମପୂଜ୍ୟ ସ୍ୱାମୀ ଚିତାନନ୍ଦଜୀ ମହାରାଜଙ୍କ ଦଶମ ପୂଣ୍ୟତିଥି ଆରାଧନା ଦିବସ ଭକ୍ତିପୂତ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ପ୍ରାତଃ ଅଧିବେଶନରେ ସେକ୍ଟର-୫ ସ୍ଥିତ ଚିଦାନନ୍ଦମ ଗୁରୁକୃପା ଭବନରେ ଗୁରୁପାଦ ପୂଜା, ବିଷ୍ଣୁ ସହସ୍ରନାମ, ମୃତ୍ୟୁଜଂୟ ମନ୍ତ୍ର, ନାମଜପ ଇତ୍ୟାଦି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରାଯାଇଥିଲା ଲାଠିକଟା ସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟ ପରିସରରେ ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ଏଥିରେ ଚିନ୍ମୟ ମିଶନର ବରିଷ୍ଠ ସାଧକ ସ୍ୱାମୀ କେବଳାନନ୍ଦଜୀ ମହାରାଜ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସ୍ୱାମୀ ଚିତାନନ୍ଦ ମହାରାଜଙ୍କ ଆଧ୍ୟାତ୍ମ ଜୀବନ, ବ୍ୟକ୍ତିତ୍ୱ, ଭାରତୀୟ ଆଧ୍ୟାତ୍ମିକ ବିକାଶରେ ତାଙ୍କ ଅବଦାନ ଉପରେ ଆଲୋଚନା କରିଥିଲେ। ସ୍ମୃତିଭବନର ବ୍ରହ୍ମଚାରୀ ପ୍ରଣବ ଚୈତନ୍ୟ ଅତିଥି ରୂପେ ଯୋଗ ଦେଇ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ଚିନ୍ମୟ ମିଶନର ବ୍ରହ୍ମଚାରିଣୀ ପ୍ରତିଭାଜୀ, ସ୍ମୃତିଭବନର ବ୍ରହ୍ମଚାରିଣୀ ସୁନୀତାଜୀ ଏଥିରେ ଯୋଗ ଦେଇ ବ୍ୟକ୍ତିତ୍ୱ ବିକାଶରେ ଆଧ୍ୟାତ୍ମିକତାର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ। ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାପୂର୍ବରୁ ରାଧାକୃଷ୍ଣ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭଜନ ଓ ବାକ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା। ପ୍ରତିଯୋଗୀ ମାନେ ଗୀତାପାଠ କରିଥିଲେ। ଶ୍ରୀଗଣେଶ ବନ୍ଦନାରୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଭାରତୀୟ ବିଦ୍ୟାଭବନର ସଂପାଦକ ତଥା ଦିବ୍ୟଜୀବନ ସଂଘର ପୂର୍ବତନ ସଭାପତି ସହଦେବ ଦାଶ କାର୍ଯ୍ୟକ୍ରମ ପରିଚାଳନା କରି ସ୍ୱାମୀ ଚିତାନନ୍ଦ ସରସ୍ୱତୀଙ୍କ ସହିତ ତାଙ୍କର ଅନୁଭୂତି ବର୍ଣ୍ଣନା କରିଥିଲେ। ଏଥିସହିତ ଏକ ଲିଫଲେଟ ବଂଟନ କରାଯାଇଥିଲା। ଆରାଧନା ଦିବସ ପାଳନ ଅବସରରେ ଅଗଷ୍ଟ ୩୧ ତାରିଖରୁ ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ଭାଗବତ ପାରାୟଣ କରାଯାଇଥିଲା କାର୍ଯ୍ୟକ୍ରମ ଶେଷରେ ଦୃଷ୍ଟିହୀନ ଛାତ୍ରଛାତ୍ରୀ ତଥା ପ୍ରତିଭାଗୀ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ବିଜୟନୀ ଦାଶ, ଗୁରୁ ପ୍ରସାଦ ନାୟକ, ରେବତୀ ମିଶ୍ର, ସୁରେଶ ଚନ୍ଦ୍ର ମିଶ୍ର, ବିଏନ ମିଶ୍ରଙ୍କ ସମେତ ଭାରତୀୟ ବିଦ୍ୟାଭବନର ସଭ୍ୟ, ସଭ୍ୟା ମାନଙ୍କ ମଧ୍ୟରେ ଶ୍ରୀକାନ୍ତ ଷଡଙ୍ଗୀ, ଗୁରୁ ପ୍ରସାଦ ନାୟକ, ଅରବିନ୍ଦ ପଣ୍ଡା, ଅରୁଣ ନାୟକ, ଅଜିତ ମୋହନ ପୂଜାରୀ, ବୈଦନାଥ ମିଶ୍ର, ଅର୍ଚ୍ଚନା ଦେବତା ପ୍ରମୁଖ ଯୋଗ ଦେଇଥିଲେ। ଦୃଷ୍ଟିହୀନ ବିଦ୍ୟାଳୟର ଅଧ୍ୟକ୍ଷ ଗୋପୀନାଥ ନାୟକ ତଥା ବିଦ୍ୟାଳୟର କର୍ମକର୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
OSCAR-2019
ରାଜନୀତିକ ବ୍ୟକ୍ତିମାନଙ୍କ ଠାରୁ ଆଶା କରା ଯାଏ ନାହିଁ ଯେ ସେମାନେ ନିର୍ବାଚନ ସମୟରେ ସତ କହିବେ । ବାସ୍ତବ କଥା ହେଉଛି ଶବ୍ଦାଡମ୍ବର, ଅତିଶୟୋକ୍ତି ଏବଂ ସିଧାସଳଖ ମିଛକଥା ଏବେ ନିର୍ବାଚନ ପ୍ରକ୍ରିୟାର ମୂଳକଥା ହୋଇଛି । କିନ୍ତୁ ଯେତେବେଳେ ଏହି ରାଜନୈତିକ ବ୍ୟକ୍ତିଟି ଜଣେ ପ୍ରଧାନମନ୍ତ୍ରୀ ହୁଅନ୍ତି ସେତେବେଳେ ଯେ କେହି ବି ଆଶା କରିବ ଯେ ସେ ସାଧାରଣ ରାଜନୈତିକଙ୍କ ଠାରୁ ସେ ନିଶ୍ଚିତ ଟିକେ ସ୍ୱତନ୍ତ୍ର ହୋଇଥିବେ । ଭାରତୀୟ ମାନଙ୍କ ପାଇଁ ସେ ଆଶା ଟିକକ ମଧ୍ୟ ମଉଳି ଯାଇଛି । ନରେନ୍ଦ୍ର ମୋଦି ଗୁଜୁରାଟର ବନସକଣ୍ଠାଠାରେ ଡିସେମ୍ବର ୧୦ ତାରିଖରେ ଯାହା କହିଲେ ତାପରେ ଏହା ସ୍ୱାଭାବିକ ଭାବେ ସମସ୍ତଙ୍କ ମନରୁ ଉଭେଇ ଯାଉଛି । ମୋଦି ଯେଉଁପରି ଅନନୁକରଣୀୟ ନାଟକୀୟ ଢଙ୍ଗରେ ଭାଷଣ ଦିଅନ୍ତି ଓ ଶବ୍ଦ ସବୁଙ୍କୁ ବ୍ୟବହାର କରନ୍ତି ସେସବୁକୁ ଟପି ସେ ସେଦିନ ଯେଉଁ ଭାଷଣ ଦେଇଥିଲେ ତାହା ଜଣେ ରାଷ୍ଟ୍ରମୁଖ୍ୟଙ୍କ ଭାଷଣର ଶାଳୀନତାର ସବୁ ସୀମାକୁ ଭୁଲି ଯାଇଥିଲା । ସିଧାକଥାରେ କହିଲେ ମୋଦି ଦେଶର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ ମନମୋହନ ସିଂହ, ଜଣେ ପୂର୍ବତନ ଉପରାଷ୍ଟ୍ରପତି ହମିଦ ଆନସାରୀ ଓ ଜଣେ ପୂର୍ବତନ ସେନାମୁଖ୍ୟ ଦୀପକ କପୁରଙ୍କୁ ଚକ୍ରାନ୍ତକାରୀ ହେବାର ଦୋଷରେ ଦୋଷୀ କରିଦେଇଥିଲେ । ଗୁଜୁରାଟର ଶେଷ ପର୍ଯ୍ୟାୟ ନିର୍ବାଚନରେ ଯେତେବେଳେ ମୋଦି ଦେଖିଲେ ଯେ ସଂଘର୍ଷ କଡାକଡି ହେଉଛି ସେତେବେଳେ ସେ ସମାଜପାଇଁ ବିପଦଜନକ ସାମ୍ପ୍ରଦାୟିକତା କାର୍ଡଟିକୁ ଖେଳି ଦେବା ପାଇଁ କହିଥିଲେ ଯେ ଏହି ପ୍ରସିଦ୍ଧ ଲୋକମାନେ ଶତୃରାଷ୍ଟ୍ର ପାକିସ୍ଥାନ ସହିତ ମିଶି ଗୁଜୁରାଟରେ ବିଜେପିକୁ ହରାଇ ଜଣେ ମୁସଲମାନ ଅହମ୍ମ୍ଦ ପଟେଲଙ୍କୁ ମୁଖ୍ୟମନ୍ତ୍ରୀ କରାଇ ଦେବାର ଚକ୍ରାନ୍ତ କରୁଛନ୍ତି । ଏସବୁ ଚକ୍ରାନ୍ତ ଗତ ଡିସେମ୍ବର ୬ ତାରିଖରେ କଂଗ୍ରେସୀ ନେତା ମଣିଶଙ୍କର ଆୟାରଙ୍କ ଘରେ ହୋଇଥିବା ଏକ ତିନି ଘଣ୍ଟିଆ ଗୁପ୍ତ ବୈଠକରେ କରାଯାଇଛି । ମୋଦି ଯାହା କହିଥିଲେ ସେଥିରେ ଗୋଟିଏ କଥା ସତ୍ୟ ଥିଲା ଯେ ମଣିଶଙ୍କର ଆୟାରଙ୍କ ଘରେ ଗୋଟିଏ ତିନିଘଣ୍ଟିଆ ବୈଠକ ହୋଇଥିଲା, ଏହା ଏକ ସମ୍ପୂର୍ଣ୍ଣ ବେସରକାରୀ ରାତ୍ରିଭୋଜନ (ଡିନର ପାର୍ଟି) ଥିଲା ଯାହାକୁ କି ଶ୍ରୀ ଆୟାର ତାଙ୍କର ଜନୈକ ପୁରୁଣା ବନ୍ଧୁ ଓ ପାକିସ୍ଥାନର ପୂର୍ବତନ ବୈଦେଶୀକ ମନ୍ତ୍ରୀ ଖୁର୍ସିଦ ମାହମୁଦ କସୌରୀଙ୍କ ପାଇଁ ଆୟୋଜନ କରିଥିଲେ । ମୋଦୀ ନିଜ ଉଦ୍ଭଟ ମିଛକୁ ଲୋକଙ୍କ ପାଇଁ ବିଶ୍ୱସନୀୟ କରାଇବା ଉଦ୍ଦେଶ୍ୟ ରଖି ପାକିସ୍ଥାନ, କଂଗ୍ରେସ ଓ ମୁସଲିମ ପରି ତିନୋଟି ଶବ୍ଦକୁ ବେଶ ଚାଲାକୀ କରି ଯୋଡି ଦେଇଥିଲେ । ସେଇଟା ହିଁ ସବୁଠୁ ବଡ ବିପଦ । ଜଣେ ସର୍ବୋଚ୍ଚ ସ୍ଥାନରେ ଥିବା ଜନପ୍ରତିନିଧି ଯିଏକି ଏହି ସ୍ଥାନରେ ବସିବା ପରେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା କଥା ଓ କେବଳ ନିଜ ପାର୍ଟି କଥା ଚିନ୍ତା ନକରି ଦେଶର ସମସ୍ତଙ୍କର ପ୍ରତିନିଧିତ୍ୱ କରିବା କଥା ସିଏ ଭାରତର କିଛି ପ୍ରସିଦ୍ଧ ଲୋକଙ୍କୁ ପାକିସ୍ଥାନ ସହିତ ଯୋଡି ସେମାନେ ଭାରତୀୟ ନିର୍ବାଚନରେ ହସ୍ତକ୍ଷେପ କରୁଥିବା କଥା କହୁଛନ୍ତି । ପୁଣି ଏହି ବ୍ୟକ୍ତି ଜଣକ ସବୁ ସମୟରେ ଭାରତୀୟ ମୁସଲମାନମାନଙ୍କୁ ପାକିସ୍ଥାନ ସହିତ ଯୋଡୁଛନ୍ତି ଯାହା ଦ୍ୱାରା ଭାରତ ସ୍ୱାଧୀନ ହେବା ପରଠାରୁ ଗତ ୭୦ ବର୍ଷ ଧରି ଭାରତରେ ରହି ଆସୁଥିବା ମୁସଲମାନମାନଙ୍କୁ ପୁଣିଥରେ ନିଜକୁ ଭାରତୀୟ ବୋଲି ପ୍ରମାଣିତ କରିବାକୁ କୁହାଯାଉଛି ଯାହାକି ସେମାନେ ଗତ ୭୦ ବର୍ଷ ଧରି କରିବାକୁ ବାଧ୍ୟ ହୋଇ ଆସୁଛନ୍ତି । ତୃତୀୟରେ ସେ କହୁଛନ୍ତି ଯେ କଂଗ୍ରେସ ଭଳି ଦଳ ତାଙ୍କୁ ଗାଦିଚ୍ୟୁତ କରିବା ପାଇଁ ଶତୃରାଷ୍ଟ୍ର ସହିତ ମିଶି ଷଡଯନ୍ତ୍ର କରୁଛି । କିନ୍ତୁ ପ୍ରକୃତ କଥା ହେଉଛି ବାରମ୍ବାର ଗାଈ ରାଜନୀତି ଓ ଲଭଜିହାଦ ନାଁଆରେ ଦେଶର ମୁସଲମାନମାନଙ୍କୁ ଲକ୍ଷ୍ୟ ବନାଇ ସେମାନଙ୍କୁ ହତ୍ୟା କରାଯାଉଛି, ଏବେ ଏବେ ଗତ ଡିସେମ୍ବର ୬ ତାରିଖରେ ରାଜସ୍ଥାନର ରାଜସମନ୍ଦଠାରେ ମହମ୍ମଦ ଅଫ୍ରାଜୁଲଙ୍କୁ ଏହି କାରଣରୁ ହତ୍ୟା କରାଯାଇଛି । ଏହାଦ୍ୱାରା କେବଳ ଘୃଣାର ରାଜନୀତିକୁ ବିକଶିତ କରାଯାଉଛି ଓ ମୁସଲମାନମାନଙ୍କୁ କୋଣଠେସା କରି ଦିଆଯାଉଛି ବୋଲି ନୁହେଁ, ଗଣତନ୍ତ୍ରର ଶରୀରରୁ ଅନ୍ତବୁଜୁଳିକୁ ବାହାର କରି ଦିଆଯାଉଛି । ଦୁର୍ଭାଗ୍ୟର କଥା ହେଉଛି କଂଗ୍ରେସ ଦଳ ମଧ୍ୟ ଚଳିତ ନିର୍ବାଚନରେ ବିଜେପିର ମୁସଲିମ ବିରୋଧୀ କାର୍ଯ୍ୟସୂଚୀକୁ ରୋକି ପାରିଲା ନାହିଁ । ଗତ କେତେ ବର୍ଷ ଧରି ଚୁପ କରାଇ ଦିଆଯାଇଥିବା ମୁସଲିମମାନଙ୍କୁ ପୁଣି ଥରେ ମୁଣ୍ଡ ଉଠାଇ କଥା କହିବାର ଶକ୍ତି ଟିକକ କଂଗ୍ରେସ ଦଳ ଏଥର ମୁସଲିମମାନଙ୍କୁ ଦେଇ ପାରିଲା ନାହିଁ । ଏଥର ଗୁଜୁରାଟ ନିର୍ବାଚନର ପ୍ରଚାର ଅଭିଯାନ ଯେପରି ଚାଲିଲା ତାହା ଲୋକଙ୍କୁୁ ଚିନ୍ତାରେ ପକାଇ ଦେବାର ଅନେକ କାରଣ ରହିଛି । ଗୋଟିକ ପରେ ଗୋଟିଏ ରାଜ୍ୟର ନିର୍ବାଚନରେ ମୋଦିଙ୍କୁ ନେଇ ଦେଶରେ ଏକ ବ୍ୟକ୍ତିବାଦୀ ସଂସ୍କୃତି ବିକଶିତ ହେବାରେ ଲାଗିଛି । ନିର୍ବାଚନ ସଭାଗୁଡିକରେ ମୋଦି ମୋଦି ଚିକ୍ରାର କରାଯିବା, ମୋଦି ସାବରମତୀ ନଦୀରେ ଏକ ସି-ପ୍ଲେନରେ ଛିଡାହୋଇ ନିର୍ବାଚନ ପ୍ରଚାର କରିବା, ମିଛରେ ପ୍ରଚାର କରାଯିବା ଯେ ଏହି ସି-ପ୍ଲେନ ପ୍ରଥମଥର ପାଇଁ ମୋଦି ବ୍ୟବହାର କଲେ ଯେତେବେଳେ କି ଏହି ସି-ପ୍ଲେନକୁ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପରେ ବର୍ଷ ବର୍ଷ ଧରି ବ୍ୟବହାର କରାଯାଉଛି । ପୁଣି ମୋଦି ଚାଲାକୀ କରି ମଣିଶଙ୍କର ଆୟାରଙ୍କର ଗୋଟିଏ ଶବ୍ଦକୁ ନେଇ ନିଜେ ଯୋରଦାର ଆକ୍ରମଣର ଶିକାର ହୋଇଥିବାର ଯେଉଁ ମିଛ କାର୍ଡ ଖେଳିଲେ ତାହା ମଧ୍ୟ ଦେଖିବାର କଥା । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଆଉ ତାହା ହେଉଛି ଜଣେ ବ୍ୟକ୍ତିଙ୍କ ପ୍ରତି ଖୋଲାଖୋଲି ଆନୁଗତ୍ୟ ପ୍ରକାଶ । ଏଥିରୁ ଏ ଜାତିପାଇଁ ଗୋଟିଏ ନୂଆ ବାକ୍ୟ ବାହାରୁଛି ଯେ ମୋଦୀ ହେଉଛନ୍ତି ଭାରତ, ଭାରତ ହେଉଛି ମୋଦି । ଗୁଜୁରାଟ ନିର୍ବାଚନ ପ୍ରଚାରରେ ମୋଦିଙ୍କ ଭାଷଣକୁ ଦେଖିଲେ ଗୋଟିଏ କଥା ଜଣା ପଡିଯାଉଥିଲା ଯେ ବିକାଶ ହିନ୍ଦୁତ୍ୱର ବିକ୍ରୟ ପାଇଁ ଏକ ମଞ୍ଚ ହୋଇ ଉଭା ହେଲାଣି । ଗୁଜୁରାଟ ନିର୍ବାଚନରେ ବିକାଶ କଥାଟି ବେଶ ବର୍ଣର୍ାଢ୍ୟ ଓ ନାଟକୀୟ ଅଙ୍ଗଭଙ୍ଗୀରେ ପରିବଶିତ ହୋଇସାରିଛି । ବିକାଶର ମିଥ୍ୟା ପ୍ରତିଶୃତି ଫମ୍ପା ବୋଲି ପ୍ରମାଣିତ ହୋଇଯିବା ପରେ ଜଳ ବିମାନରେ ଷ୍ଟଣ୍ଟ ପ୍ରଦର୍ଶନର ସାହାଯ୍ୟ ନିଆଗଲା । ଏହା କେବଳ ଲୋକମାନଙ୍କୁ ଭୁତେଇବା ପାଇଁ କରାଯାଉଥିବା ତାମସାର ଗୋଟିଏ ଗୋଟିଏ ଅଙ୍କ ମାତ୍ର । ସମସ୍ତେ ବୁଝିଲେଣି ଯେ ବିକାଶର ଫମ୍ପା ମାଠିଆରୁ ବାହାରୁଥିବା ଶବ୍ଦରେ ନାଁ ପେଟ ପୁରିବ ନାଁ ଜୀବିକାର୍ଜନ ହୋଇ ପାରିବ । ତେଣୁ ଶେଷରେ ତାକୁ ମଧ୍ୟ ପରିତ୍ୟାଗ କରି ପ୍ରକୃତ କାର୍ଯ୍ୟସୂଚୀ- ଧର୍ମ, ପରିଚିତି ଏବଂ ନେତାଙ୍କ ପ୍ରତି ଆନୁଗତ୍ୟ ହିଁ ମୂଳକଥା ହୋଇଯାଇଛି । ଆଗରୁ ଏ ବିଷୟରେ ଯାହା କିଛି ସନ୍ଦେହ ରହୁଥିଲା ତାହା ଗୁଜୁରାଟ ନିର୍ବାଚନରେ ଦୂର ହୋଇ ଯାଇଛି । ଆଗାମୀ ଦୁଇ ବର୍ଷରେ ଅଧିକରୁ ଅଧିକ ଘୃଣା ଉଦ୍ରେକକାରୀ ଭାଷଣ, ବିଭେଦ ସୃଷ୍ଟିକାରୀ ରଣନୀତି, ଅଧିକରୁ ଅଧିକ କୋଣଠେସାକରଣ, ସଂଖ୍ୟାଲଘୁଙ୍କ କଣ୍ଠରୋଧ ଏବଂ ସଂଖ୍ୟାବହୁଳତାର ଗର୍ବିତ ଜୟଗାନ ଶୁଣିବାକୁ ମିଳିବ । ଏଠାରେ ବିରୋଧୀଦଳ ଗୁଡିକ ପାଇଁ ଆହ୍ୱାନ ହେଉଛି ଯେ ସେମାନେ ବିଜେପିର କାର୍ଯ୍ୟସୂଚୀର ବିପରୀତ ଏକ ଭିନ୍ନ ଅନ୍ତର୍ଭୁକ୍ତି ବର୍ଣ୍ଣନା ବାହାର କରିବା ଉଚିତ୍ । ମୋଦିଙ୍କ ଉଦ୍ଭଟ ଷଡଯନ୍ତ୍ର ତତ୍ତ୍ୱର ପ୍ରତିକ୍ରିୟାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ ମନମୋହନ ସିଂହ ଠିକ କହିଛନ୍ତି ଯେ “ମୋଦି ତାଙ୍କର କେବେ ପୂର୍ଣ୍ଣ ହେଉ ନ ଥିବା ଅପୂର୍ଣ୍ଣ ଇଚ୍ଛାର ପୂରଣ ପାଇଁ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଜଣେ ପୂର୍ବତନ ସେନାଧ୍ୟକ୍ଷଙ୍କ ଭଳି ସାମ୍ବିଧାନୀକ ବ୍ୟକ୍ତିତ୍ୱ ଗୁଡିକୁ ଅପମାନିତ କରି ଏକ ଭୟାନକ ପରମ୍ପରା ସୃଷ୍ଟି କରିଛନ୍ତି ।” ସର୍ବୋପରି ଯାହା ଆମକୁ ଓ ସମସ୍ତଙ୍କୁ ଚିନ୍ତିତ କରିଛି ତାହା ହେଉଛି ଯେ ଯେଉଁ ବ୍ୟକ୍ତି ଏହି ଦେଶକୁ ନେତୃତ୍ୱ ଦେଉଛନ୍ତି ଓ ଯେଉଁ ବ୍ୟକ୍ତିଙ୍କୁ ଦେଶର ପ୍ରଧାନମନ୍ତ୍ରୀ ହିସାବରେ ଏକ ଗୁରୁ ଦାୟିତ୍ୱ ଦିଆଯାଇଛି ସେ ଶାଳୀନତା ପ୍ରତି ସାମାନ୍ୟ ଧ୍ୟାନ ଦେଉ ନାହାନ୍ତି । ସେ ଭୁଲି ଯାଉଛନ୍ତି ସେ କେବଳ ଶାସକ ଦଳର ନେତା ନୁହନ୍ତି । କିନ୍ତ ୁ ଏବେ ଯାହା ଦେଖାଯାଉଛି ତାଙ୍କ ମତରେ ନିର୍ବାଚନ ଓ ଯୁଦ୍ଧରେ ସବୁ କିଛି ସମ୍ଭବ । କିଏ ଜିତିଲା ସେଇଟା ବଡ କଥା କେମିତି ଜିତିଲା ସେଇଟା ବଡ କଥା ନୁହେଁ ।
OSCAR-2019
ଅନେକ ଲୋକ ପେଟ ବଢ଼ୁଥିବା ନେଇ ସବୁ ବେଳେ ଚିନ୍ତାରେ ଥାଆନ୍ତି। କାରଣ ଏଥିପାଇଁ ତାଙ୍କୁ ସାଙ୍ଗମାନଙ୍କ ଆଗରେ ସମୟରେ ସମୟରେ ଅପଦସ୍ତ ହେବାକୁ ପଡ଼ିଥାଏ। ବଢ଼ୁଥିବା ପେଟକୁ ନେଇ ଅନେକ ମଜାକ ମଧ୍ୟ କରନ୍ତି। ଏପରିସ୍ଥଳେ ପେଟ କିପରି କମାଇ ହେବ ସେଥିପାଇଁ ଚିନ୍ତା ଘାରିଥାଏ। ତେବେ ଚିନ୍ତା କରନ୍ତୁ ନାହିଁ, ପେଟ କମ କରିବା ପାଇଁ ଆପଣାନ୍ତୁ ଏହି ୧୦ଟି ସୂତ୍ର। ୨ ଅରୁଆ ଭାତ ଖାଇବାଠାରୁ ଦୂରେଇ ରୁହନ୍ତୁ। ବ୍ରାଉନ ରାଇସର ଭାତ ଖାଇଲେ ଭଲ। କାରଣ ଏଥିରେ କୋଲଷ୍ଟ୍ରଲ ମାତ୍ରା କମ୍ ରହିଥାଏ। ଏଥିରେ ଥିବା ଭୁସି ଶରୀର କୋଲଷ୍ଟ୍ରଲ ସ୍ତର କମ୍ କରିଥାଏ। ୩ ଲୁଣ କମ୍ ଖାଆନ୍ତୁ। କାରଣ ଏଥିରେ ଜଳ ଧାରଣ କ୍ଷମତା ଅଧିକ ରହିଥାଏ। ଫଳରେ ଶରୀରରେ ଜଳର ମାତ୍ରା ବଢ଼ିଯାଏ। ଯାହା ପେଟ କମାଇବାରେ ବାଧା ସୃଷ୍ଟି କରେ। ଏଥିସହିତ ଆଚାର, ପାମ୍ପଡ଼, ଖାଇବା ମଧ୍ୟ ବନ୍ଦ କରନ୍ତୁ। ଚିନି କମ୍ ଖାଇବାକୁ ଚେଷ୍ଟା କରନ୍ତୁ। ୪ ତନ୍ତୁ ଜାତୀୟ ଖାଦ୍ୟ ଖାଆନ୍ତୁ। ଏହା ଭୋକ କଣ୍ଟ୍ରୋଲ କରିବା ସହିତ ମୋଟାପଣ କମ୍ କରିଥାଏ। ଏହାଛଡ଼ା ଏଥିରେ ମିନେରାଲ୍‌ସ ଓ ଅନ୍ୟାନ୍ୟ ଭିଟାମିନ୍ ପ୍ରଚୁର ପରିମାଣରେ ଥାଏ। ୫ ଅଧିକ ମସଲାଯୁକ୍ତ ଖାଦ୍ୟ ନଖାଇ ସେଥିରେ ଗୋଲମରିଚ,ସୋରିଷ, ହଳଦୀ,ଲଙ୍କା ଆଦିକୁ ସାମିଲ କରନ୍ତୁ। ଏହା ହଜମ ଶକ୍ତି ବଢ଼ାଇବା ସହିତ ଶରୀରର ଓଜନ କମାଇଥାଏ। ଏହାଛଡ଼ା ରସୁଣ ଖାଇଲେ ପେଟ କମାଇବାରେ ସାହାଯ୍ୟ କରିଥାଏ। ୬ ପ୍ରଚୁର ପାଣି ପିଅନ୍ତୁ। ଉଷୁମ୍ ପାଣି ପିଇଲେ ଆହୁରି ଭଲ। ଖାଇବାର ଅଧଘଣ୍ଟା ପରେ ଉଷୁମ୍ ପାଣି ପିଅନ୍ତୁ। ଏହାଦ୍ୱାରା ଶରୀର ବିଷାକ୍ତ ପଦାର୍ଥ କିଡନୀ ଦେଇ ବାହାରକୁ ବାହିରିଯାଏ। ଶରୀରରେ ରକ୍ତ ସଞ୍ଚାଳନ ଉତ୍ତମ ରୂପେ ହେବା ସହିତ ଉଷୁମ ପାଣି ମୋଟାପଣ କମାଇବାରେ ସାହାଯ୍ୟ କରେ। ୭ ବାଦାମ, ଅଖ୍ରୋଟ୍ ଭଳି ଡ୍ରାଏଫୁଡ୍ ଖାଆନ୍ତୁ। କାରଣ ଏପରି ଖାଦ୍ୟ ଶରୀରେ ଜମେ ନାହିଁ ଏଥିସହିତ ଶରୀରର ଓଜନ କମାଇବାରେ ସାହଯ୍ୟ କରିଥାଏ ୮ ମାଂସ ଖାଆନ୍ତୁ ନାହିଁ। କି ମଦ୍ୟପାନ କରନ୍ତୁ ନାହିଁ। କାରଣ ମାଂସରେ ପ୍ରଚୁର ପରିମାଣରେ ପ୍ରୋଟିନ ରହିଥାଏ। ଓ ମଦରେ କ୍ୟାଲୋରୀ ରହିଥାଏ। ଯାହା ଆପଣଙ୍କ ମୋଟାପଣ କମାଇବାରେ ବାଧା ସୃଷ୍ଟି କରିଥାଏ। ଯଦି ଜିମ୍ ଯାଉଛନ୍ତି ତାହେଲେ ମାଂସ ଖାଇବାରେ କୌଣସି ଅସୁବିଧା ନାହିଁ। ୯ ଅଧିକ ଫଳ ଓ ପନିପରିବା ଖାଇବାକୁ ଚେଷ୍ଟା କରନ୍ତୁ। ଏଥିରେ ବହୁତ କମ୍ ପରିମାଣରେ କ୍ୟାଲୋରୀ ଥାଏ। ଏଥିସହିତ ଏସବୁ ଖାଦ୍ୟ ଶରୀରୀକୁ ପୋଷକ ତତ୍ତ୍ୱ ଯୋଗାଇଥାଏ। ୧୦ ସକାଳେ ପେଟପୁରା ଜଳଖିଆ ଖାଆନ୍ତୁ। ଖାଲିପେଟରେ ରୁହନ୍ତୁ ନାହିଁ। କି ତେଲରେ ଛଣା ଖାଦ୍ୟ ପଦାର୍ଥ ଓ ବାହାର ଖାଦ୍ୟ ଖାଆନ୍ତୁ ନାହିଁ।
OSCAR-2019
ନୂଆଦିଲ୍ଲୀ: ମହାରାଷ୍ଟ୍ର ସରକାର ରାଜ୍ୟବ୍ୟାପୀ ପ୍ଲାଷ୍ଟିକ୍‌ ପଦାର୍ଥକୁ ନିଷିଦ୍ଧ କରିଛନ୍ତି। ମହାରାଷ୍ଟ୍ର ସରକାରଙ୍କ ଏହି ନିଷ୍ପତ୍ତିରେ ପ୍ଲାଷ୍ଟିକ୍‌ ଶିଳ୍ପ ପୂରାପୂରି ଛାନିଅାଁ ହୋଇଯାଇଛି। ଏଥିଯୋଗୁଁ ପାଖାପାଖି ୩ ଲକ୍ଷ ଲୋକଙ୍କ ଚାକିରି ଚାଲିବ। ଏଥିସହିତ ପ୍ଲାଷ୍ଟିକ ଶିଳ୍ପରେ ନିବେଶ ହୋଇଥିବା ୧୫ ହଜାର କୋଟି ଟଙ୍କା ବୁଡ଼ିଯିବ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି। ମହାରାଷ୍ଟ୍ର ସରକାର ଶନିବାରଠାରୁ କାର୍ଯ୍ୟକାରୀ କରିଥିବା ନିଷ୍ପତ୍ତି ଯୋଗୁଁ ଏହି କ୍ଷତି ହେବ ବୋଲି ଭାରତୀୟ ପ୍ଲାଷ୍ଟିକ୍‌ ବ୍ୟାଗ ନିର୍ମାତା ସଂଘର ସାଧାରଣ ସମ୍ପାଦକ ନିମିତ୍‌ ପୁନାମିୟା ଆଜି କହିଛନ୍ତି। କାରଖାନା ବନ୍ଦ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ପ୍ଲାଷ୍ଟିକ୍‌ ନିର୍ମାତାଙ୍କ ନିକଟରେ ନାହିଁ। ତେଣୁ ମହାରାଷ୍ଟ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ଭେଦଭାବପୂର୍ଣ୍ଣ ବୋଲି ସେ ମତ ଦେଇଛନ୍ତି। ବିଶେଷଜ୍ଞଙ୍କ କହିବାନୁଯାୟୀ, ପ୍ଲାଷ୍ଟିକ୍‌ ସାମଗ୍ରୀର ବ୍ୟବହାର ବନ୍ଦ କରାଯିବା ନିଷ୍ପତ୍ତି ଦ୍ୱାରା ରାଜ୍ୟର ମୋଟ ଘରୋଇ ଉତ୍ପାଦ ପ୍ରଭାବିତ ହେବ। ଏଥିସହିତ ବ୍ୟାଙ୍କ ଗୁଡ଼ିକ ଅନାଦାୟ ଋଣ ରାଶି ମଧ୍ୟ ବୃଦ୍ଧି ଘଟିବ। ପ୍ଲାଷ୍ଟିକ୍‌ ସାମଗ୍ରୀର ବିକ୍ରି ଜୁନ୍‌ ୨୩ ତାରିଖ ସୁଦ୍ଧା ଶେଷ କରିବାକୁ ରାଜ୍ୟ ସରକାର ୩ ମାସ ସମୟ ଦେଇଥିଲେ। ଏହି ସମୟ ସୀମା ଶେଷ ହୋଇଯିବା ପରେ ସରକାର କଟକଣା ଲାଗୁ କରି ଦେଇଛନ୍ତି। ଥରେ ବ୍ୟବହୃତ ହେଉଥିବା ବ୍ୟାଗ, ଚାମଚ, ପ୍ଲେଟ, ବୋତଲ ଏବଂ ଥର୍ମୋକୁଲ୍‌ ସାମଗ୍ରୀର ଉତ୍ପାଦନ, ବିକ୍ରି, ବ୍ୟବହାର, ବଣ୍ଟନ ଏବଂ ମହଜୁଦ ଆଦି ଉପରେ ନିଷେଧାଦେଶ ଲଗାଇଛନ୍ତି। ପ୍ରଥମ ଥର ଆଦେଶକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କଠାରୁ ୫ ହଜାର, ଦ୍ୱିତୀୟ ଥର ଉଲ୍ଲଂଘନକାରୀଙ୍କ ଠାରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯିବାର ବ୍ୟବସ୍ଥା କରାଯାଇଛି। ତୃତୀୟ ଥର ଉଲ୍ଲଂଘନକାରୀମାନେ ୨୫ ହଜାର ଟଙ୍କାର ଜରିମାନା ଦେବା ସହିତ ୩ ମାସ ଜେଲ୍‌ ଦଣ୍ଡ ଭୋଗିବାର ନିୟମ କରାଯାଇଛି।
OSCAR-2019
ଶ୍ରୀସୁଭଦ୍ରାଙ୍କ ରଥରେ ବିରାଜମାନ କରୁଥିବା ରୁଦ୍ରଚଣ୍ଡୀ (ହରଚଣ୍ଡୀ) — PURIWAVES | PURIWAVES | | ଶ୍ରୀସୁଭଦ୍ରାଙ୍କ ରଥରେ ବିରାଜମାନ କରୁଥିବା ରୁଦ୍ରଚଣ୍ଡୀ (ହରଚଣ୍ଡୀ) — PURIWAVES ‘ମାର୍କଣ୍ଡେୟ ପୁରାଣ’ରେ ଦେବୀ ମାହାତ୍ମ୍ୟ ନାମକ ଏକ ବିସ୍ତୃତ ଅଧ୍ୟାୟ ରହିଛି। ଯାହା ଦୁର୍ଗାସପ୍ତସତୀ ନାମରେ ନାମିତ।ଏଥିରେ ସାତଶହ ସ୍ତୋତ୍ର ରହିଥିବାବେଳେ ବହୁବାର ଚଣ୍ଡୀ ଶଦ୍ଦ ଉଚାରଣ ହୋଇଛି। ତାନ୍ତ୍ରିକମାନେ ଏହାକୁ ଏକ ସ୍ଵତନ୍ତ୍ର ଗ୍ରନ୍ଥ ଭାବରେ ଗ୍ରହଣ କରନ୍ତି। କାରଣ ଏହାର ସଂଯୁକ୍ତ ମନ୍ତ୍ରଗୁଡିକ ଅତି ଚମତ୍କାର। ମୁନି ମାର୍କଣ୍ଡେୟ ରାଜା ସୁରଥଙ୍କୁ ମନ୍ତ୍ରର ଅର୍ଥ ବୁଝାଇଛନ୍ତି, ଯାହାକୁ ତାନ୍ତ୍ରିକମାନେ କେବଳ ବୁଝିବା ପାଇଁ ସମର୍ଥ। ମନୁଷ୍ୟ ଜନ୍ମମୃତ୍ୟୁ ଚକ୍ରରୁ ମୁକ୍ତ ହୋଇ ଊର୍ଦ୍ଧ୍ଵ ଜଗତକୁ ଯିବାର ପଥ ପ୍ରଦର୍ଶନ କରେ।ଏହି ପୁରାଣର ଅଠଅଶି ଅଧ୍ୟାୟ ଏକାବନ ଶ୍ଲୋକରେ ସ୍ଵୟଂ ଦେବୀ କହିଛନ୍ତି – ଯେତେବେଳେ କୈାଣସି ଦାନବ ଧର୍ମ ସଂସ୍ଥାପନାରେ ବାଧା ସୃଷ୍ଟି କରିବ ମୁଁ ପୃଥିବୀରେ ଅବତୀର୍ଣ୍ଣ ହୋଇ ତା’ର ବିନାଶ କରିବି। କେତେକ ଯୁକ୍ତିବାଦୀ ଅଭିଯୋଗ କରନ୍ତି ଯେ ଦେବୀ ଚଣ୍ଡୀ କେବଳ ଅସୁର ନିଧନ ପାଇଁ ଅବତୀର୍ଣ୍ଣ ହୁଅନ୍ତି।ଏହା ସତ୍ୟ ନୁହେଁ ମନୁଷ୍ୟ ଜୀବନର ପ୍ରତିମୁହୂର୍ତ୍ତରେ କିଛି ନା କିଛି ପ୍ରତିକୂଳ ଶକ୍ତି ସହିତ ସଂଘର୍ଷ କରୁଥାଏ।ସେ ସର୍ବଦା କାମନା ରୂପକ ଜଙ୍ଗଲ ମଧ୍ୟରେ ମୃଗୟା କରୁଥାଏ।ସେହି ମୃଗକୁ ମାରି ଦେବୀ ମନୁଷ୍ୟକୁ କାମନା ମୁକ୍ତ କରନ୍ତି।ତ୍ରିନେତ୍ରା ଚଣ୍ଡୀ-ଏହି ତିନି ରୂପର ଅଧିକାରିଣୀ ହେଉଛନ୍ତି ହରଚଣ୍ଡୀ।ଦେବୀ ମହୀଷାସୁରକୁ ତିନିଥର ବଦ୍ଧ କରିଥିଲେ ତେଣୁ ତାଙ୍କର ବର୍ଣ୍ଣ କେବେ କନକବର୍ଣ୍ଣ,କେବେ ଲୋହିତ ତ କେବେ କୃଷ୍ଣ ବା ଗୋଲାପୀ ପୀତ ବର୍ଣ୍ଣ। ଓଡିଶାରେ ଅଲାମଚଣ୍ଡୀ,ଉଗ୍ରଚଣ୍ଡୀ,କୁତାମଚଣ୍ଡୀ,ହରଚଣ୍ଡୀ,ରାମଚଣ୍ଡୀ ଅଦି ବିଭିନ୍ନ ନାମରେ ଅବସ୍ଥିତ କରିଛନ୍ତି।ଦେବୀ ଚଣ୍ଡୀ ସାଧାରଣତଃ ବିଭିନ୍ନ ହସ୍ତରେ ଷେତକ,ଘଣ୍ଟା,ଦର୍ପଣ,ଧନୁ,ଧ୍ଵଜ,ଡମ୍ବରୁ,ପାଶ,ଶକ୍ତି ଟଙ୍କ,ମହୀଷାମୁଣ୍ଡ,ଶୂଳ,ବଜ୍ର,ଶଙ୍ଖ,ଅଙ୍କୁଶ,ବାଣ ଓଚକ୍ର ଆଦି ଧାରଣ କରିଥାନ୍ତି।ଦେବୀଙ୍କର ଆଠ ବା ଷୋଳଭୁଜ ଥାଏ।ଶ୍ରୀସୁଭଦ୍ରାଙ୍କ ରଥରେ ବିରାଜମାନ କରୁଥିବା ରୁଦ୍ରଚଣ୍ଡୀ(ହରଚଣ୍ଡୀ)ଅଷ୍ଟଭୁଜା ଅଟନ୍ତି।ବାମପଟ ସମ୍ମୁଖ ହସ୍ତରେ ସେ ମହୀଷାସୁରର ମସ୍ତକ ଧାରଣ କରିଥିବାବେଳେ ଦକ୍ଷିଣ ଉପର ହସ୍ତରେ ଶୂଳ ଧାରଣ କରିଥାନ୍ତି।ଶୂଳ ମହୀଷାସୁର ର ଶରୀର ଭେଦ କରିଥାଏ।ଦେବୀଙ୍କର ଗୋଟିଏ ପାଦ ମହୀଷାର ପିଠି ଉପରେ ଥିବାବେଳେ ଅନ୍ୟ ପାଦଟି ଭୂମିଷ୍ଠ ଥାଏ।ଅନ୍ୟ ବାମ ହସ୍ତମାନଙ୍କରେ ଦେବୀ ଧନୁ ,ଶଙ୍ଖ ଓ ପାଶ ଧାରଣ କରିଥାନ୍ତି। ଦେବୀ ତ୍ରିନେତ୍ରା,କୃଷ୍ଣ ବସନା,ଗୋରଚନା ସଦୃଶ ଶରୀର ଦୀପ୍ତି।ପାଦ ନୂପୁରରେ ସୁଶୋଭିତା।ପାଦତଳେ କୃପାଣ ହସ୍ତରେ ମହୀଷାସୁରର ନିହତ ମୂର୍ତ୍ତ ରହିଛି।
OSCAR-2019
ଅନନ୍ତପୁର: ଗୁରୁବାର ଦିନ ଅନନ୍ତପୁର ଜିଲ୍ଲା ଅନ୍ତର୍ଗତ ଜମ୍ବୁଳପାଦୁ ଗ୍ରାମରେ ଥିବା ଏସ୍‌ଜେକେ ଷ୍ଟିଲ୍‌ ପ୍ଲାଣ୍ଟ୍‌ରୁ କାର୍ବନ୍‌ ମନୋଅକ୍ସାଇଡ୍‌ ଲିକ୍‌ କରିବାରୁ ଛଅ ଜଣ ଶ୍ରମିକଙ୍କର ମୃତ୍ୟୁ ହେବା ଅନ୍ୟ ଚାରି ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି। ତଡ଼ିପତ୍ରି ଡିଭିଜନ୍‌ର ତହସିଲ୍‌ଦାର୍‌ ଏମ୍‌ ୟାଲ୍ଲାମ୍ମା କହନ୍ତି: ଜଣେ ଶ୍ରମିକ ଚାମ୍ବର ଭିତରକୁ ଯାଇ ନିଶ୍ୱାସରେ ଗ୍ୟାସ୍‌ ଆଘ୍ରାଣ କରିବା ମାତେ ବେହୋସ ହୋଇ ପଡ଼ିଥିଲେ। ଗ୍ୟାସ୍‌ ଲିକ୍‌ କରୁଛି ବୋଲି ଜାଣି ନ ଥିବା ଅନ୍ୟ ଶ୍ରମିକମାନେ ତାଙ୍କୁ ଉଦ୍ଧାର କରିବାକୁ ଭିତରକୁ ପଶି ଯିବାରୁ କାର୍ବନ୍‌ ମନୋକ୍ସାଇଡ୍‌ ଆଘ୍ରାଣ କରି ଶେଷରେ ମୃତ୍ୟୁ ମୁଖରେ ପଡ଼ିଥିଲେ। ଦୁଇ ଜଣ ଶ୍ରମିକ ଘଟଣାସ୍ଥଳରେ ମରିଥିବା ବେଳେ ଅନ୍ୟ ଚାରିଜଣ ଡାକ୍ତରଖାନାକୁ ନେବା ବାଟରେ କିଂବା ଡାକ୍ତରଖାନାରେ ମରିଛନ୍ତି। ଏସ୍‌ଜେକେ ଷ୍ଟିଲ୍‌ସ୍‌ ନାମରେ ଚାଲୁଥିବା ଏହି ପ୍ଲାଣ୍ଟ୍‌କୁ ଚଳାଉଛନ୍ତି କଲ୍ୟାଣି ଷ୍ଟିଲ୍‌ସ୍‌। ବ୍ରାଜିଲ୍‌ର କମ୍ପାନି ଜେରାଡାଉ ଷ୍ଟିଲ୍‌ ଫ୍ୟାକ୍ଟରି ଏହାକୁ ଅଧିଗ୍ରହଣ କରିଛି। ଅଧିକାରୀମାନଙ୍କ ସହ ଫୋନ୍‌ ଯୋଗେ କଥାବାର୍ତ୍ତା କରି ପୀଡ଼ିତମାନଙ୍କ ପରିବାରବର୍ଗଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ନିର୍ଦେଶ ଦେଇଛନ୍ତି। ଘଟଣାସ୍ଥଳକୁ ଯାଇଥିବା ଯୁଗ୍ମ କଲେକ୍ଟର୍‌ ଡିଲ୍ଲି ରାଓ ପ୍ରତ୍ୟେକ ମୃତବ୍ୟକ୍ତିଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।
OSCAR-2019
ଭୁବନେଶ୍ୱର/ନୂଆଦିଲ୍ଲୀ: ଅଗଷ୍ଟ ୧୮ ତାରିଖରୁ ଇଣ୍ଡୋନେସିଆର ଜାକର୍ତା ଓ ପାଲେମବାଗ୍‌ରେ ଆୟୋଜିତ ଏସୀୟ କ୍ରୀଡ଼ା ଲାଗି ଭାରତୀୟ ମହିଳା ଦଳରେ ୪ ଓଡ଼ିଆ ସ୍ଥାନ ପାଇବା ପରେ ସୋମବାର ଘୋଷିତ ଜାତୀୟ ପୁରୁଷ ଦଳରେ ୨ ଜଣଙ୍କୁ ସୁଯୋଗ ମିଳିଛି। ଦୁଇ ଡିଫେଣ୍ଡର୍‌ ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ ପାଇଛନ୍ତି ଏହି ସୁଯୋଗ। ହକି ଇଣ୍ଡିଆ ପକ୍ଷରୁ ସୋମବାର ଘୋଷିତ ୧୮ ଜଣିଆ ଭାରତୀୟ ଦଳର ନେତୃତ୍ୱ ନେବେ ଅଭିଜ୍ଞ ଗୋଲରକ୍ଷକ ପିଆର୍‌ ଶ୍ରୀଜେଶ। ଚିଙ୍ଗଲସାନା ସିଂହ କଙ୍ଗୁଜମଙ୍କୁ ଉପଅଧିନାୟକ ମନୋନୀତ କରାଯାଇଛି। ଡ୍ରାଗ୍‌ଫ୍ଲିକର୍‌ ରୂପିନ୍ଦର ପାଲ୍‌ ସିଂହ ଏବଂ ଷ୍ଟ୍ରାଇକର୍‌ ଆକାଶଦୀପ ସିଂହ ଦଳକୁ ଫେରିଛନ୍ତି। ଭାରତ ଏବେ ଏସୀୟ କ୍ରୀଡ଼ା ବିଜେତା ରହିଛି। ୪ ବର୍ଷ ତଳେ ୨୦୧୪ ଇଞ୍ଚିଅନ୍‌ ଏସୀୟ କ୍ରୀଡ଼ାରେ ଭାରତ ପିଆର୍‌ ଶ୍ରୀଜେଶଙ୍କ ନେତୃତ୍ୱରେ ଫାଇନାଲ୍‌ରେ ପାକିସ୍ତାନକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଥିଲା। ସମ୍ପ୍ରତି ନେଦରଲାଣ୍ଡ୍‌ର ବ୍ରେଦାରେ ଅନୁଷ୍ଠିତ ଚାମ୍ପିଅନ୍‌ସ ଟ୍ରଫିରେ ରୌପ୍ୟ ପଦକ ବିଜେତା ଭାରତୀୟ ଦଳର ଅଧିନାୟକ ଥିବା ଶ୍ରୀଜେଶ ମଧ୍ୟ ସେଠାରେ ଶ୍ରେଷ୍ଠ ଗୋଲରକ୍ଷକ ବିବେଚିତ ହୋଇଥିଲେ। ଘୋଷିତ ଭାରତୀୟ ଦଳର ମଧ୍ୟକ୍ରମରେ ଅଭିଜ୍ଞ ଖେଳାଳି ତଥା ପୂର୍ବତନ ଅଧିନାୟକ ସର୍ଦାର ସିଂହଙ୍କ ସହିତ ମନପ୍ରୀତ୍‌ ସିଂହ, ସିମ୍ରନ୍‌ଜିତ୍‌ ସିଂହ, ବିବେକ ସାଗର ପ୍ରସାଦ ସାମିଲ ହୋଇଛନ୍ତି। ଅଗ୍ରଭାଗରେ ଭାରତର ଭାର ସମ୍ଭାଳିବେ ଏସ୍‌ଭି ସୁନୀଲ, ମନଦୀପ୍‌ ସିଂହ, ଲଳିତ ଉପାଧ୍ୟାୟ ଏବଂ ଦିଲ୍‌ପ୍ରୀତ୍‌ ସିଂହ। ରକ୍ଷଣଭାଗରେ ରୂପିନ୍ଦର ପାଲ୍‌ ସିଂହଙ୍କ ସହିତ ଆଉ ୩ ଜଣ ଡ୍ରାଗ୍‌ଫ୍ଲିକର୍‌ ହରମନପ୍ରୀତ୍‌ ସିଂହ, ବରୁଣ କୁମାର, ଅମିତ ରୋହିଦାସ ବି ସ୍ଥାନ ପାଇଛନ୍ତି। ଅଭିଜ୍ଞ ବୀରେନ୍ଦ୍ର ଲାକ୍ରା ଏବଂ ସୁରେନ୍ଦର କୁମାରଙ୍କ ଉପରେ ମଧ୍ୟ ଦଳ ଅନେକ କିଛି ନିର୍ଭର କରିବ। ଦଳୀୟ ସମନ୍ଵୟ ସମ୍ପର୍କରେ ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ କହିଛନ୍ତି ‘ଦଳରେ ଅଭିଜ୍ଞତା ଭରା ଖେଳାଳି ରହିଛନ୍ତି, ଯେଉଁମାନେ ନିକଟ ଅତୀତରେ ଭଲ ପ୍ରଦର୍ଶନ କରିଛନ୍ତି। ଆହତ କାରଣରୁ ରମଣଦୀପ ସିଂହ ଅନୁପସ୍ଥିତ ରହୁଥିବାରୁ ତାଙ୍କ ଅଭିଜ୍ଞତାର ଅଭାବ ପଡ଼ିବ ବୋଲି ସେ କହିଥିଲେ। ଆକାଶଦୀପ ସିଂହ ଏବଂ ରୂପିନ୍ଦର ପାଲ୍‌ ସିଂହ ଚାମ୍ପିଅନ୍‌ସ ଟ୍ରଫି ଖେଳିନଥିଲେ ମଧ୍ୟ ଘରୋଇ ପରିବେଶରେ ବାଂଲାଦେଶ ବିପକ୍ଷ ୬ ମ୍ୟାଚ୍‌ ଅଭ୍ୟାସ ଶୃଙ୍ଖଳାରେ ଭଲ ଖେଳିଥିଲେ। ବ୍ରେଦାରୁ ଫେରିବା ପରେ ୫ ଦିନର ବିରାମ ପରେ ଖେଳାଳିମାନେ ବାଙ୍ଗାଲୋର୍‌ ଶିବିରରେ ଯୋଗେ ଦେଇଛନ୍ତି। ଏସୀୟ କ୍ରୀଡ଼ା ପୂର୍ବରୁ ଭାରତୀୟ ଦଳ କୋରିଆ ଏବଂ ନ୍ୟୁଜିଲାଣ୍ଡ୍‌ ଜାତୀୟ ଦଳ ସହ ଯଥାକ୍ରମେ ୫ ଓ ୩ ଲେଖାଏଁ ଅଭ୍ୟାସ ମ୍ୟାଚ୍‌ ଖେଳିବ। କୋରିଆ ବିପକ୍ଷରେ ଭାରତର କୋର୍‌ ଗ୍ରୁପ୍‌ ଦଳ ଖେଳିବାକୁ ଥିବାବେଳେ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଶୃଙ୍ଖଳାରେ ଏସୀୟ କ୍ରୀଡ଼ା ପାଇଁ ମନୋନୀତ ଦଳ ଖେଳିବେ। ଭାରତୀୟ ଦଳ ଭଲ ଅଭ୍ୟାସ ସହିତ ଏସୀୟ କ୍ରୀଡ଼ା ପ୍ରସ୍ତୁତ କରିବ ଏବଂ ଜାକର୍ତାରେ ସ୍ୱର୍ଣ୍ଣ ପଦକ ସହିତ ନିଶ୍ଚିତ ୨୦୨୦ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିବା ଲକ୍ଷ୍ୟରେ ରହିବ ବୋଲି କହିଥିଲେ ହରେନ୍ଦ୍ର ସିଂହ। ଗୋଲରକ୍ଷକ: ପିଆର୍‌ ଶ୍ରୀଜେଶ (ଅଧିନାୟକ), କ୍ରିଷନ୍‌ ବି ପାଠକ। ରକ୍ଷଣଭାଗ: ହରମନପ୍ରୀତ୍‌ ସିଂହ, ବରୁଣ କୁମାର, ବୀରେନ୍ଦ୍ର ଲାକ୍ରା, ସୁରେନ୍ଦର କୁମାର, ରୂପିନ୍ଦର ପାଲ୍‌ସିଂହ, ଅମିତ ରୋହିଦାସ। ମଧ୍ୟଭାଗ: ମନପ୍ରୀତ୍‌ ସିଂହ, ଚିଙ୍ଗଲସାନା ସିଂହ କାଙ୍ଗୁଜାମ୍‌ (ଉପଅଧିନାୟକ), ସିମ୍ରନ୍‌ଜିତ୍‌ ସିଂହ, ସର୍ଦାର ସିଂହ, ବିବେକ ସାଗର ପ୍ରସାଦ। ଅଗ୍ରଭାଗ: ଏସ୍‌ଭି ସୁନୀଲ, ମନଦୀପ୍‌ ସିଂହ, ଆକାଶଦୀପ୍‌ ସିଂହ, ଲଲିତ ଉପାଧ୍ୟାୟ, ଦିଲପ୍ରୀତ୍‌ ସିଂହ।
OSCAR-2019
ପୁରୀ:୧/୯(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଇନ୍ଦିରାଗାନ୍ଧୀ ରାଷ୍ଟ୍ରୀୟ କଳାକେନ୍ଦ୍ର ପକ୍ଷରୁ ଆୟୋଜିତ କର୍ମଶାଳା ଉଦ୍ ଯାପିତ ହୋଇଯାଇଛି। କର୍ମଶାଳାରେ ଓଡିଶାରୁ ଡକ୍ଟର ସୁଦର୍ଶନ ଆଚାର୍ଯ୍ୟ, ଦେବେନ୍ଦ୍ର କୁମାର ଦାସ, ଉଦୟନାଥ ସାହୁ, ଡକ୍ଟର ଶୁଭେନ୍ଦୁ ମୁଣ୍ଡ, ଡକ୍ଟର ନଟବର ଶତପଥୀ, ଡକ୍ଟର ବାବାଜୀ ପଟ୍ଟନାୟକ, ଡକ୍ଟର ଭାଗ୍ୟଲିପି ମଲ୍ଲ ଓ ଡକ୍ଟର ମହେନ୍ଦ୍ର ମିଶ୍ର ଯୋଗ ଦେଇ ଓଡିଶାରେ ମହାଭାରତର କଥାବସ୍ତୁର ବୈଶଷ୍ଠ୍ୟ ଉପରେ ପ୍ରବନ୍ଧ ଉପସ୍ଥାପନ କରିଥିଲେ। ବଙ୍ଗଳାରୁ ଡକ୍ଟର ଇନ୍ଦ୍ରନୀଳ ଆଚାର୍ଯ୍ୟ, ଡକ୍ଟର ମକବୁଲ ବାସିଦାସ, ବାଲାଂଦେଶରୁ ଡକ୍ଟର ସାବାର ମୁସ୍ତଫା, ବାସି ଦାସ, ସଞ୍ଜୟଙ୍କ ଲିଖିତ ମହାଭାରତ ଉପରେ ପ୍ରବନ୍ଧ ପାଠ କରିଥିଲେ। ବ୍ୟାସ ମହାଭଭାରତର ତୁଳନାରେ ସାଂସ୍କୃତିକ ପ୍ରସଙ୍ଗକୁ ନେଇ ପରିପୃଷ୍ଟ ଓ ଏହା କିପରି ସଂସ୍କୃତ ମହାଭାରତ ଠାରୁ ସ୍ୱତନ୍ତ୍ର ଓ ଅନନ୍ୟ ତାହା ବିଶେଷ ରୂପେ ଆଲୋଚିତ ହୋଇଥିଲା। ବିଶେଷତଃ ଓଡିଶାର ଶାରଳା ମହାଭାରତ ବ୍ୟତୀତ ରାଜ୍ୟ ସଂଗ୍ରାହଳୟରେ ଆହୁରି ୮ଜଣଙ୍କ ମହାଭାରତ ପୋଥି ସମ୍ପର୍କରେ ଆଲୋଚନାର ଆବଶ୍ୟକତାକୁ ପ୍ରାବନ୍ଧିକମାନେ ଅନୁଭବ କରିଥିଲେ। ମିଥିଳାର ଓ ବଙ୍ଗଳାର ତିନୋଟି ମହାଭାରତ ଉପରେ ଆଲୋଚନାର ଆବଶ୍ୟକତା ରହିଥିବା ବକ୍ତାମାନେ ଦର୍ଶାଇଥିଲେ। ମହେନ୍ଦ୍ର କୁମାର ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
OSCAR-2019
ନୂଆଦିଲ୍ଲୀ: ବିହାରର ସଦ୍ଦାମ ହୁସେନ(୩୨ ବର୍ଷ) । ପ୍ରଥମ ପତ୍ନୀ ଥିବା ସତ୍ତ୍ୱେ ସମୀରା( ଛଦ୍ମ ନାମ)ଙ୍କୁ ଦ୍ୱିତୀୟ ପତ୍ନୀ ଭାବେ ଗ୍ରହଣ କରଇଥଲେ। ଆଉ ସମୀରା ଥିଲେ ଅନନ୍ୟା ସୁନ୍ଦରୀ। ତେଣୁ ଯେତେବେଳେ ବି ସଦ୍ଦାମ ହୁସେନ ସମୀରାଙ୍କୁ ନେଇ ବଜାର କିମ୍ବା ଅନ୍ୟ କେଉଁ ସ୍ଥାନକୁ ଯାଉଥିଲେ, ଲୋକେ ସମୀରାଙ୍କ ସୌନ୍ଦର୍ଯ୍ୟ ପାଇଁ ତାଙ୍କୁ ବୁଲି ଚାହୁଁଥଲେ। ଆଉ ଏହା ଦିନକୁ ଦିନ ସଦ୍ଦାମଙ୍କ ପାଇଁ ଅସହ୍ୟ ହେବାରେ ଲାଗେିଲା। ଏପରିକି କେତେଜଣଙ୍କ ସହିତ ଏହାକୁ ନେଇ ସଦ୍ଦାମ ହୁସେନଙ୍କର ପାଟିତୁଣ୍ଡ ମଧ୍ୟ ହୋଇଥିଲା। ଶେଷରେ ଏହି ସମସ୍ୟା( ସମୀରାଙ୍କ ସୌନ୍ଦର୍ଯ୍ୟ ଓ ତାଭ୍କୁ ଲୋକେ ଚାହିଁବାରୁ ସଦ୍ଦାମ ଙ୍କ ଗଣ୍ଡଗୋଳ) ସବୁଦିନ ପାଇଁ ତୁଟାଇବା ପାଇଁ ସମୀରାଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଷଳ ସଦ୍ଦାମ । ଆଉ ଏଥିପାଇଁ ଏକ ଛୁରି କିଣି ଆଣି ଘରେ ରଖିଥିଲେ। ମାତ୍ର ଯେଉଁ ଦିନ ସମୀରାଙ୍କୁ ହତ୍ୟା କରିବେ ବୋଲି ସ୍ଥିର କରିଥିଲେ, ସେହିଦିନ ସଦ୍ଦାମ ହୁସେନଙ୍କ ମୁଣ୍ଡରେ ଆଉ ଏକ ଦୁଷ୍ଟ ବୁଦ୍ଧି ପଶିଥିଲା। ସମୀରାଙ୍କୁ ହତ୍ୟା ନ କରି ଦିଲ୍ଲୀରେ ଏକ ବେଶ୍ୟାଳୟରେ ବିକ୍ରି କରିଦେବା ପାଇଁ ନିଷ୍ପତ୍ତି ନେଇଥିଲା ସଦ୍ଦାମ ହୁସେନ। ତେଣୁ ଏ ନେଇ ଦିଲ୍ଲୀର କେତେକ ବେଶ୍ୟାଳୟ ସହିତ ଯୋଗାଯୋଗ କରିଥିଲା ସଦ୍ଦାମ। ତେବେ ସଦ୍ଦାମର ଦୁର୍ଭାଗ୍ୟକୁ ସେ ସମୀରାଙ୍କୁ ଯେଉଁ ବେଶ୍ୟାଳୟରେ ବିକ୍ରିି କରିବ ବୋଲି ସ୍ଥିର କରି ଦଲାଲଙ୍କୁ ଯୋଗାଯୋଗ କରିଥିଲା, ସେହି ଦଲାଲ ଜଣକ ଥିଲା ଜଣେ ପୁଲିସ ଇନ୍‌ଫରମର। ମାତ୍ର ଏ ସମ୍ପର୍କରେ ସଦ୍ଦାମ କିଛି ଜାଣି ନ ଥିଲା। ସବୁ ଠିକ୍‌ ଠାକ ହେବା ପରେ ସଦ୍ଦାମ ହୁସେନ ସମୀରାଙ୍କୁ ଧରି ଦିଲ୍ଲୀ ଅଭିମୁଖେ ବାହାରିଥିଲା। ଆଉ ସମୀରଙ୍କୁ କହିଥିଲା,ଯେ ଦୀର୍ଘ ଦିନ ହେଲା ତୁମ ଘରକୁ ତୁମେ ଯାଇ ନ ଥିବାରୁ , ଚାଲ ସାଙ୍ଗ ହୋଇ ଯିବା। ଦିଲ୍ଲୀରେ ରହୁଥିବା ନିଜ ପରିବାରକୁ ଭେଟିବାକୁ ବେଶ୍‌ ଆଗ୍ରହର ସହିତ ସମୀରା ସ୍ୱାମୀ ସଦ୍ଦାମଙ୍କ ସହିତ ବାହାରି ଯାଇଥିଲା। ମାତ୍ର ସମୀରା ସ୍ୱାମୀ ସଦ୍ଦାମ ମନ ଭିତରେ ଲୁଛି ରହିଥିବା କୁତ୍ସିତ ଚିନ୍ତାଧାରା ସମ୍ପର୍କରେ ସାମାନ୍ୟତମ ସୁରାକ ମଧ୍ୟ ପାଇ ନ ଥିଲା। ସେମାନେ ଷ୍ଟେସନରେ ପହଞ୍ଚିିବା ପରେ ସମୀରା ବେଶ୍‌ ଖୁସି ଥିବା ବେଳେ ସଦ୍ଦାମ ତାଙ୍କୁ ବସାଇ ଦେଇ କିଛି ସମୟ ପାଇଁ ବାହାରୁ ଆସୁଛି କହି ପତ୍ନୀଙ୍କୁ ବିକ୍ରିି କରିବା ପାଇଁ କଥାବାର୍ତ୍ତା ହୋଇଥିବା ଦଲାଲଙ୍କୁ ଖୋଜିଥିଲା। ମାତ୍ର ଦଲାଲ ଜଣକ ଏ କଥା ଦିଲ୍ଲୀର କମ୍‌ଲା ମାର୍କେଟ ଥାନା ଅଧିକାରୀ ସୁନୀଲ କୁମାରଙ୍କୁ ଜଣାଇ ଦେଇଥିିବାରୁ ସମୀରାଙ୍କୁ କିଣିବା ପାଇଁ ଗ୍ରାହକ ସାଜି ସଦ୍ଦାମଙ୍କ ଆଗକୁ ଆସିଥିଲେ ଥାନା ଇନ୍ସପେକ୍ଟର ସୁନୀଲ କୁମାର। ମାତ୍ର କାଳେ ଧରାପଡ଼ିଯିବ ବୋଲି ସଦ୍ଦାମ ସମୀରାଙ୍କୁ ସାଙ୍ଗରେ ଆଣି ନ ଥିବାରୁ ତାଙ୍କ ସୁରକ୍ଷା ନେଇ ଚିନ୍ତିତ ହୋଇ ପଡ଼ିଥିଲେ ଇନସ୍‌ପେକ୍ଟର। ତେବେ ସମୀରାଙ୍କ ପାଇଁ ସଦ୍ଦାମ ଦେଢ଼ ଲକ୍ଷ ଟଙ୍କା ଦାବି କରିଥିବା ବେଳେ ଇନ୍‌ସପେକ୍ଟର ଏଥିପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ମୁଲଚାଲ କରି ଦର ନିର୍ଦ୍ଧାରଣ କରିଥିଲେ।ଶେଷକୁ ୧୦ ହଜାର ଟଙ୍କା ଆଡଭାନ୍ସ ନେଇ ସଦ୍ଦାମ ଯାଇଥିଲା ଓ କିଛି ସମୟ ପରେ ସମୀରାଙ୍କୁ ଧରି ଆସି ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିଥିଲା। ତେବେ ଯେତେବେଳ ସମୀରାଙ୍କ ପାଇଁ ସଦ୍ଦାମ ଆଉ ୧ଲକ୍ଷ ୧୦ ହଜାର ଟଙ୍କା ଦାବି କଲା ସେତେବେଳେ ପୁଲିସ ଇନ୍ସପେକ୍ଟର ସୁନୀଲ କୁମାର ତାଙ୍କୁ ଗିରଫ କରିବା ସହିତ ସମସ୍ତ କଥା ସମୀରାଙ୍କୁ କହିଥିଲେ। ସ୍ୱାମୀ ତାଙ୍କୁ ବେଶ୍ୟାଳୟକୁ ବିକ୍ର ପାଇଁ ଆଣିଥିବା ଜାଣିବା ପରେ ସମୀରା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ତାଙ୍କୁ ମହିଳା ପୁଲିସ ଥାନାରେ ରଖି କାଉନ୍‌ସିଲିଂ କରୁଛନ୍ତି। କେରଳ ବର୍ଷା ବିତ୍ପାତ : ମୃତ୍ୟୁସଂଖ୍ୟା ୨୯, ୫୪,୦୦୦ ବାସହୀନ; ସେକେଣ୍ଡ ପିଛା ଇଡୁକ୍କି ଜଳଭଣ୍ଡାର ଛାଡ଼ୁଛି ୭୫୦,୦୦୦ ଲିଟର ଜଳ; ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
OSCAR-2019
ଲୁଣ ବିନା ଖାଦ୍ୟର ସ୍ୱାଦ ନଥାଏ । ଖାଦ୍ୟରେ ଲୁଣର ଏକ ପ୍ରମୁଖ ଭୂମିକା ରହିଛି । ଖାଦ୍ୟରେ ଲୁଣ କମ ବ୍ୟବହାର ହୋଇଥିଲେ ତାହାକୁ ପୁନର୍ବାର ବ୍ୟବହାର କରାଯାଇପାରିବ। କିନ୍ତୁ ଆବଶ୍ୟକତା ଠାରୁ ଅଧିକ
OSCAR-2019
ପାରଳାଖେମୁଣ୍ଡି, ୨୦ା୫(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟକୁ ଭାରତସ୍ଥିତ ଅଷ୍ଟ୍ରେଲିଆନ ହାଇକମିଶନର ହରିନ୍ଦର ସିଧୁ ପରିଦର୍ଶନରେ ଆସିଥିଲେ। ତାଙ୍କ ସହିତ ଲୁଇସ, ମାକସରଲେ, ସାଜିଆନ ନାକଭି, ପ୍ରମୁଖ ପରିଦର୍ଶନରେ ଆସିଥିଲେ। ଏମାନେ ସମସ୍ତେ କ୍ୟାମ୍ପସର ବିଭିନ୍ନ ବିଭାଗ ତଥା ଜିଆଖତ ବିଭାଗ, ଛତୁ ଚାଷ ବିଭାଗ, ଜୈବିକଖତ ବିଭାଗ, ହାଇଡ୍ରୋପୋନିକସ, ଦୁଗଧ ପ୍ରକିୟା କରଣ, ଡାଇରି ୟୁନିଟ, ଟ୍ରାଇବାଲ ଭିଲେଜ, ଟିସୁ କଲଚର ବିଭାଗ ପରିଦର୍ଶନ କରିଥିଲେ। ସେ ଟ୍ରାଇବାଲ ଭିଲେଜରେ ଆଦିବାସୀ ଲୋକଗିତ ଏବଂ ସଂଗିତ ଶୁଣି ବହୁତ ଖୁସି ହୋଇଥିଲେ। ତାଙ୍କ ସହିତ ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର ମୁକ୍ତି ମିଶ୍ର, ଉପସଭାପତି ପ୍ରଫେସର ଡି.ଏନ.ରାଓ, ରେଜିଷ୍ଟର ଡ.ଅନିତା ପାତ୍ର, ଉପରେଜିଷ୍ଟର ଦୁର୍ଗା ପ୍ରସାଦ ପାଢୀ, ଇଂ.ବିଭାଗର ଡିନ.ଡ. ବି.ପି. ମିଶ୍ର ଏବଂ ଏମଏସ ସ୍ୱାମୀନାଥନ କୃଷି ବିଦ୍ୟାଳୟର ଡିନ ଡ.ଏସ.ପି. ନନ୍ଦ ଯୋଗଦାନ କରିଥିଲେ। ଏହାପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ସେଞ୍ଚୁରିଆନ ପବ୍ଲିକ ସ୍କୁଲର କୁନିକୁନି ଛାତ୍ରଛାତ୍ରୀମାନେ ଓଡିଶୀ ନୃତ୍ୟ, ଆଦିବାସୀ ନୃତ୍ୟ ଏବଂ ଟାଇକୋଣ୍ଡ ପ୍ରଦର୍ଶନ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ଏବଂ ପବ୍ଲିକ ସ୍କୁଲର ଅଧ୍ୟାପକ ବୃନ୍ଦ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।
OSCAR-2019
ଯମେଶ୍ୱର ମନ୍ଦିର ପୁରୁଣା ଭୁବନେଶ୍ୱର ସ୍ଥିତ ଏକ ବ‌ହୁ ପୁରାତନ ଶିବ ମନ୍ଦିର । ବିଶ୍ୱାସ ଅଛି ଯେ ଏହି ମନ୍ଦିରରେ ଯମ ଭଗବାନ ଶିବଙ୍କୁ ପୂଜା କରୁଥିଲେ । ପୁରୁଣା ଭୁବନେଶ୍ୱର ସ୍ଥିତ ଯମେଶ୍ୱର ପାଟଣା ନିକଟତ ଭାରତୀ ମଠ ପାଖରେ ଏହି ମନ୍ଦିର ଅବସ୍ଥିତ। ମନ୍ଦିରର ମୁଖ୍ୟ ବିମାନ ରେଖା ଦେଉଳ କଳାରେ ତିଆରି, ଜଗ-ମୋହନ ପିଢା ଦେଉଳ କଳା ଓ ମନ୍ଦିର ବାହାରେ ଏକ ନୃତ୍ୟ ମଣ୍ଡପ ମଧ୍ୟ ଅଛି।[୧] ମନ୍ଦିରଟି ପ୍ରାକୃତିକ ଦୁର୍ବିପାକ ଯୋଗୁ ମୂଳତଃ ଭଗ୍ନ ଅବସ୍ଥାରେ ଅଛି। ପାଖ ଦେବା ଦେବୀଙ୍କ ସ‌ହ ମନ୍ଦିର ଭିତରେ ପାଖା ପାଖି ୪-୫ ମନ୍ଦିର ଅଛି।[୧] ଗର୍ଭଗୃହ ଭିତରେ ଏକ ବିଶାଳ ଆକାରର ଶିବଲିଙ୍ଗ ମଧ୍ୟ ଅଛି।ଏହି ମନ୍ଦିର ଚତୁର୍ପାର୍ଶ୍ୱରେ ବହୁତ କଳାକୃତି ମଧ୍ୟ ରହିଛି ।ଏହାର ପ୍ରାକାର ଲାଟେରାଇଟ ଶିଳାରେ ଗଠିତ।[୧] ୧୩-୧୪ ଶତାବ୍ଦିରେ ଏହି ମନ୍ଦିରଟି ଗଙ୍ଗବଂଶର ରାଜାଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା। [୧] ଆଶ୍ୱିନ ମାସରେ ହେଉଥିବା ଯିଉନ୍ତିଆ ଅଥବା ପୁଅ ଯିଉନ୍ତିଆ ଅଥବା ଦୂତୀବାହନ ଓଷା ଏହି ମନ୍ଦିରର ଏକ ପ୍ରମୁଖ ପର୍ବ। କାର୍ତ୍ତିକ ପୁର୍ଣିମା ଓ ମହାଶିବରାତ୍ରୀ ମଧ୍ୟ ଏକ ପ୍ରମୁଖ ପର୍ବ।ପ୍ରତି ସୋମବାରରେ ଏଠାରେ ବହୁତ ଭିଡ ହୁଏ। କୁହାଯାଏ ଭାରିଣୀ ନଖେତ୍ରରେ ଏ ମନ୍ଦିରକୁ ଗଲେ ସବୁ ବିପଦରୁ ମୁକ୍ତି ମିଳେ।
OSCAR-2019
ତାଳଚେର, ୧୯/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଅଗ୍ରଣୀ ନାଟ୍ୟସଂସ୍ଥା ‘ଆମେ ବଂଚିଛୁ’ ପକ୍ଷରୁ ନାଟକ ମହୋତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସାଉଥବଲଣ୍ଡାସ୍ଥିତ ଜଗନ୍ନାଥ କଳାକେନ୍ଦ୍ର ପରିସରରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ହେମନ୍ତ ଦାସ ବୈଠକରେ ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ସମ୍ପାଦକ ମୁକୁନ୍ଦ ଶତପଥୀ ପ୍ରାରମ୍ଭିକ ସୂଚନା ଦେବାସହ ନାଟକ ମହୋତ୍ସବର ରୂପରେଖ ସମ୍ପର୍କରେ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ। ଅପ୍ରେଲ ମାସ ୧୫ ତାରିଖରୁ ୧୭ତାରିଖ ପର୍ଯ୍ୟନ୍ତ ନାଟକ ମହୋତ୍ସବ ଜଗନ୍ନାଥ କଳାକେନ୍ଦ୍ର ପରିସରରେ ପାଳନ କରାଯିବାକୁ ନିଷ୍ପତି ନିଆ ଯାଇଥିଲା। ଏହି ଉତ୍ସବରେ ରାଜ୍ୟ ଏବଂ ରାଜ୍ୟ ବାହାରର ତଥା ଏମ୍.ସି.ଏଲ୍. ରେ ଥିବା ନାଟ୍ୟ ଦଳଗୁଡିକୁ ଅଂଶ ଗ୍ରହଣ କରିବା ପାଇଁ ସୁଯୋଗ ପ୍ରଦାନ କରାଯିବ। ସର୍ବମୋଟ ୮ଟି ନାଟ୍ୟ ଦଳ ଏହି ଉତ୍ସବରେ ଅଂଶଗ୍ରହଣ କରିବେ ବୋଲି ସ୍ଥିର କରାଯାଇଥିଲା। ଉଦ୍ଘାଟନୀ ଉତ୍ସବରେ ରାଜ୍ୟର ପ୍ରତିଷ୍ଠିତ ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକମାନଙ୍କୁ ନେଇ ଏକ ନାଟକ ଆଲୋଚନାଚକ୍ର ଆୟୋଜନ କରାଯିବାକୁ ସର୍ବସମ୍ମତି କ୍ରମେ ନିଷ୍ପତି ହୋଇଥିଲା। ଏହି ଅବସରରେ ଇନ୍ଦୋରଠାରେ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ସର୍ବଭାରତୀୟ ନାଟ୍ୟ ପ୍ରତିଯୋଗିତାରେ ‘ଆମେ ବଂଚିଛୁ’ର ପ୍ରତିଷ୍ଠାତା ସମ୍ପାଦକ ମୁକୁନ୍ଦ ଚନ୍ଦ୍ର ଶତପଥୀ ଶ୍ରେଷ୍ଠ ଅଭିନେତା ଆଖ୍ୟା ଅର୍ଜନ କରିଥବାରୁ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ଏହି ବୈଠକରେ ସଭାପତି ହେମନ୍ତ ଦାସ, ସମ୍ପାଦକ ମୁକୁନ୍ଦ ଶତପଥୀ, ସୁଭାଷ ଚନ୍ଦ୍ର ପ୍ରଧାନ, ଅଶୋକ ଜ୍ୟୋତିଷ, ହରିହର ଗଡ଼ନାୟକ, ସତ୍ୟବାଦୀ ଭୂତିଆ, ସୁଧୀର କୁମାର ମଲ୍ଲିକ, ହିମାଦ୍ରୀ ବରାଳ, ବିଭୁତି ଭୂଷଣ ସ୍ୱାଇଁ, ପ୍ରଦୀପ ସେଠ, ଜି.ଅମିତ୍ କୁମାର, ପ୍ରମୋଦ ସାହୁ, ହେମନ୍ତ ବିଶ୍ୱାଳ, ମାୟାଧର ସାହୁ, ଶ୍ରୀଧର ସିଂହ, ଅଜିତ୍ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ସୁଭାଷ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
OSCAR-2019
ବଜ୍ରପାତରେ ସମୁଦ୍ରରେ ଅଘଟଣ ମୌସୁମୀଜନିତ ବର୍ଷା ସହିତ ପ୍ରବଳ ଘଡଘଡ଼ି ଓ ବଜ୍ରପାତ ସମଗ୍ର ଉପକୂଳ ଓଡିଶାରେ ଲାଗି ରହିଛି । କିନ୍ତୁ ଏହି ସମୟରେ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବାବେଳେ ଆଜି ସକାଳେ ସେମାନେ ସମୁଦ୍ର ମଧ୍ୟରେ
OSCAR-2019
ପରମ୍ପରା ଅନୁଯାୟୀ ତିନି ରଥ ଉପରେ ଗଜପତି ମହାରାଜଙ୍କ ଛେରା ପହଁରା ନୀତି ସରିବା ପରେ ରଥରୁ ଚାରମାର ଯଥା ତାଳ ଓ ନଡିଆ ଗଛ କାଠରେ ଚାରମାର ପ୍ରସ୍ତୁତ ହୋଇଥାଏ । ଭୋଇ ସେବକମାନେ ଅଶ୍ୱମାନଙ୍କୁ ରଥ ଦଉଡି ଦ୍ୱାରା ବନ୍ଧିଥାନ୍ତି । ଏହାପରେ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ରଥ ଦଉଡିକୁ ରଥରେ ଲଗାଯାଇଥାଏ । ପ୍ରତି ରଥରେ୪ଟି ଲେଖାଏଁ ଦଉଡି ରହିଥାଏ । ରଥଟଚ୍ଚାର ଅନ୍ୟତମ ଆକର୍ଷଣ ହେଉଛି ରଥ ଦଉଡି । ଏହି ପବିତ୍ର ଦଉଡିକୁ ସ୍ପର୍ଶ କରିବା ସଙ୍ଗେ ସଙ୍ଗେ ରଥ ଟାଣି ଲକ୍ଷ ଲକ୍ଷ ଭକ୍ତ ନିଜକୁ ଧନ୍ୟ ମଣିଥାନ୍ତି । ଗତ କିଛି ବର୍ଷ ଧରି ଏହି ଦଉଡି କେରଳର କଶର ନିଗମରୁ ଅଣାଯାଉଛି । ପୂର୍ବରୁ କଲିକତା କଶର ବୋର୍ଡ ଏହି ଦଉଡ଼ି ଯୋଗାଉଥିଲା । ୩. ୨୨୦ ଫୁଟ ଲମ୍ବର ଏକ ଗୋଟି ଦଉଡ଼ି ଜରୁରୀ କାର୍ଯ୍ୟ ପାଇଁ ସଂରକ୍ଷିତ ର୍ାଯାଇଥାଏ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ପ୍ରକାଶ । ସୁଚନା ମୁତାବକ ରଥ ଦଉଡ଼ି କିଣିବା ବାବଦରେ ବନ୍ଦିର ପ୍ରଶାସନ ତରଫରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥାଏ । ସର୍ବ ପ୍ରଥମେ ଶ୍ରୀ ବଳଭଦ୍ରଙ୍କର ତାଳଧ୍ୱଜ ରଥ ଟଣାଯାଏ । ସମତାଳରେ ଉଭୟ ଭଟିମୁଣ୍ଡା ଓ ପୁରୀ ଘଣ୍ଟୁଆମାନେ ଏହି ସମୟରେ ଘଣ୍ଟ ବଜାଇବାର ପରମ୍ପରା ରହି ଆସିଛି । ଡାକୁକ ରଥ ଉପରେ ଠିଆ ହୋଇ ଯୋଡି ଲମ୍ବା ବେତ ଧରି ‘ରଥ ବୋଲି’ ଗୀତ ଗାଇ ଭକ୍ତଜନଙ୍କୁ ଆମୋଦିତ କରିଥାନ୍ତି । ଏତିକି ମଧ୍ୟରେ ଭକ୍ତ ମାନଙ୍କ ହରିବୋଲ , ହୁଳହୁଳି, ନାମ ସଂକୀର୍ତ୍ତନ ଇତ୍ୟାଦିରେ ସମଗ୍ର ବଡ଼ଦାଣ୍ଡ ଏକ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହୋଇଥାଏ । ତାଳଧ୍ୱଜ ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟଣାଯାଇଥାଏ । ଏହି ରଥଟଣା ସମୟରେ ବିଭିନ୍ନ ମଠ ଓ ଅନୁଷ୍ଠାନ ବ୍ୟକ୍ତି ବିଶେଷଙ୍କ ତରଫରୁ ଠାକୁରମାନଙ୍କ ଉଦ୍ଦେଶ୍ୟରେ ବଡ଼ଦାଣ୍ଡର ଉଭୟ ପାଶ୍ୱର୍ର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ପନ୍ତି ଭୋଗ କରାଯାଇଥାଏ । ଏଥିମଧ୍ୟରୁ ଶ୍ରୀ ନଅର ଓ ଶ୍ରୀମନ୍ଦିର ସଦର କାର୍ଯ୍ୟଳୟ ମଧ୍ୟ ଅନ୍ତର୍ଭୁକ୍ତ । ପରମ୍ପରା ଅନୁଯାୟୀ ବଡ଼ଦାଣ୍ଡରେ ଅବସ୍ଥିତ ମାଉସୀ ମା’ ମନ୍ଦିର ଠାରେ ଠାକୁରମାନଙ୍କୁ ପୋଡପିଠା ଭୋଗ ଲାଗିଥାଏ । ପ୍ରତିବର୍ଷ ତିନି ରଥ ଟଣାଯିବା ପାଇଁ ସ୍ୱତନ୍ତ୍ର ଭାବେ ନିର୍ଦ୍ଦେଶକ ଦଳ ଗଢ଼ା ଯାଇଥାଏ । ଏହି ଦଳରେ ପୂର୍ତ୍ତ ବିଭାଗର ବରିଷ୍ଠ ଇଂଜିନିୟର, ଶ୍ରୀମନ୍ଦିର ବିଭିନ୍ନ ପଦାଧିକାରୀ ତଥା କର୍ମଚାରୀ, ଭୋଇ ଓ ମହାରଣା, ଜିଲ୍ଲା ପ୍ରଶାସନ ତରଫରୁ ମାଜିଷ୍ଟ୍ରେଟମାନେ ସାମିଲ ହୋଇଥାନ୍ତି । ଏହା ବ୍ୟତୀତ ପ୍ରତି ରଥ ଉପରେ ଶ୍ରୀମନ୍ଦିରର ପୋଲିସ କର୍ମଚାରୀ ଏକ ନାଲି ରଙ୍ଗର ପତାକା ଧରି ରଥଟଣା ସମୟରେ ଭକ୍ତମାନେ ସମୟରେ ଭକ୍ତମାନଙ୍କୁ ଦିଗ ନିର୍ଦ୍ଦେଶ କରିବା ସହ ରଥ ଘେର ମଧ୍ୟରେ ଜଣେ ସରକାରୀ ପୋଲିସ ବିଗୁଲ ଓ ନାଲି ରଙ୍ଗର ପତାକା ଧରି ରଥ ଟଚ୍ଚାର ନିୟନ୍ତ୍ରଣରେ ସାହାଯ୍ୟ କରନ୍ତି । ସାଧାରଣତଃ ରଥଟଣା ବେଳେ ନନ୍ଦିଘୋଷ ରଥ ଦାୟିତ୍ୱରେ ପୁରୀ ଜିଲ୍ଲାପାଳ, ତାଳଧ୍ୱଜ ରଥ ତତ୍ତ୍ୱାବଧାନରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ପୁରୀ ଏବଂ ଦେବଦଳନ ରଥ ଦାୟିତ୍ୱରେ ଅତିରିକ୍ତ ଜିଲ୍ଲାପାଳ ରହିଥାନ୍ତି । ଯଦି ଗୋଟିଏ ଦିନରେ ତିନୋଟି ରଥ ଗୁଣ୍ଡିଚା ମନ୍ଦିରରେ ନ ପହଁଚି ପାରନ୍ତି, ତେବେ ତାପରଦିନ ସକାଳ ୯ଟାରୁ ୧୦ଟା ମଧ୍ୟରେ ରଥଟରା ହୋଇ ଗୁଣ୍ଡିଚା ମନ୍ଦିରରେ ପହଁଚିଥାନ୍ତି ।
OSCAR-2019
ଫେସବୁକ୍ ଉପରେ ନାରାଜ ଅଛନ୍ତି ବିଗ୍ ବି । ଅମିତାଭ ବଚ୍ଚନ ନିଜର ଫେସବୁକ୍ ଆକାଉଂଟର ସବୁ ଫିଚରର ବ୍ୟବହାର କରିପାରୁ ନାହାନ୍ତି, ସେଥିପାଇଁ ସେ ଏନେଇ ଅଭିଯୋଗ କରିଛନ୍ତି । ଅମିତାଭ ବଚ୍ଚନ ରବବାର ଟ୍ୱିଟରରେ ଲେଖିଛନ୍ତି, ‘ହେଲୋ ଫେସବୁକ’ ଉଠ, ମୋ ଫେସବୁକ ପେଜ୍ ପୁରାପୁରି ରୂପେ ଖୋଲୁ ନାହିଁ । ଅନେକ ଦିନ ହେଲା ମୁଁ ଏପରି ଅସୁବିଧା ଭୋଗୁଛି, ତେଣୁ ମୁଁ ଦୁଃଖିତ । ଅଭିଯୋଗ କରିବା ପାଇଁ ଟ୍ୱିଟର ମାଧ୍ୟମର ଉପଯୋଗ କରିବା ପାଇଁ ପଡ଼ିଲା ବୋଲି ସେ କହିଛନ୍ତି । ଅମିତାଭଙ୍କର ଉଭୟ ସୋସିଆଲ ନେଟୱର୍କିଂ ସାଇଟ୍ ଫେସବୁକ୍ ଓ ଟ୍ୱିଟରରେ ୨.୭୦ କୋଟି ଫଲୋଅର୍ସ ଅଛନ୍ତି । ଅମିତାଭ ଉଭୟ ପ୍ଲାଟଫର୍ମରେ ବେଶ୍ ଆକ୍ଟିଭ୍ । ଏହାସହ ସେ ଏକ ବ୍ଲଗ୍ ମଧ୍ୟ ଲେଖନ୍ତି । ଏହି ବ୍ଲଗ ସେ ଅନେକ ବର୍ଷ ଧରି ଲେଖି ଆସୁଛନ୍ତି । ଅମିତାଭ ଏବେ ଆମୀର ଖାନଙ୍କ ସହ ମାଲ୍ଟାରେ ‘ଠଗ୍ସ ଅଫ ହିନ୍ଦୋସ୍ତାନ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧିକ ପୃଷ୍ଠା ଖୋଲିବ ସ୍ୱତନ୍ତ୍ର ଟାକ୍ସ ଫୋର୍ସ । କେଉଁ କେଉଁ ଅପରାଧ ସହ ସେ ଜଡିତ, ତା’ ଗ୍ୟାଙ୍ଗର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି, ସେ ସବୁର ହେବ ଛାନଭିନ । ସବୁଠୁ ବଡ଼ କଥା ହେଉଛି, ଅଣ୍ଡରୱାର୍ଲ୍ଡ ସହ ତା’ର ସଂପର୍କ ଥିବା ନେଇ ମଧ୍ୟ ସଂଦେହ କରୁଛି ପୋଲିସ । ସେପଟେ ଟିଟୋ ସଂପର୍କରେ ଆସୁଛି ଅନେକ ରୋଚକ ତଥ୍ୟ । ଲୋକଙ୍କୁ ଛୋଟ ମୋଟ ସାହାଯ୍ୟର ହାତ ବଢ଼ାଇ ରବିନ୍ ହୁଡ୍ ଭଳି ଇମେଜ ସୃଷ୍ଟି କରି ସ୍ଥାନୀୟ ଅଂଚଳରେ ସମର୍ଥନ ବୃଦ୍ଧି କରୁଥିଲା ଟିଟୋ ।ତେବେ ଡନ୍ ଏବେ ପୋଲିସର କବଜାରେ । କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛି ସ୍ପେଶାଲ ଟାକ୍ସ ଫୋର୍ସର ଗୁଳିରେ ଘାଇଲା ଗ୍ୟାଙ୍ଗଷ୍ଟର୍ ଟିଟୋ । ଟିଟୋର ଅପରାଧିକ ସାମ୍ରାଜ୍ୟ ସଂପର୍କରେ ଆରମ୍ଭ ହୋଇଛି ଖୋଳତାଡ଼ । ତା’ ନାଁରେ ରହିଛି ହତ୍ୟା, ଅପହରଣ, ଦାଦାବଟି, ଟେଣ୍ଡର ଫିକ୍ସିଂ ଭଳି ୫୦ରୁ ଅଧିକ ଅନେକ ମାମଲା । କୁହାଯାଏ, କେବଳ ଓଡ଼ିଶା ନୁହେଁ, ରାଜ୍ୟ ବାହାରେ ମଧ୍ୟ ଟିଟୋର ରହିଛି ବିଶାଳ ନେଟୱର୍କ । କୋଲକାତାରେ ରହିଛି ତାର ବେଆଇନ କାରବାର । ଅପହରଣ, ହତ୍ୟା, ଟେଣ୍ଡର ଫିକ୍ସିଂ ସହ ଅଣ୍ଡର ୱାର୍ଲ୍ଡର କନେକସନ୍ ନେଇ ମଧ୍ୟ ସନ୍ଦେହ କରୁଛି ପୋଲିସ । ଅଣ୍ଡର ୱାର୍ଲ୍ଡର ବଡ଼ ବଡ଼ ଅପରାଧୀ ସହ ଲିଙ୍କ୍ ସଂପର୍କରେ ତଦନ୍ତ କରିବ ପୋଲିସ । ସୟଦ ଉସମାନ ଅଲୀ-ଟିଟୋର ଅପରାଧ ଜୀବନ ଆରମ୍ଭ ହୁଏ କେନ୍ଦ୍ରାପଡ଼ାରେ । ଛୋଟ ଛୋଟ ଚୋରିରୁ ତିଆରି ହୁଏ ଅପରାଧର ବିଶାଳ ସାମ୍ରାଜ୍ୟ । କେନ୍ଦ୍ରାପଡ଼ାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ଅଂଚଳରୁ ଅପରାଧୀଙ୍କୁ ଏକାଠି କରି ଗ୍ୟାଙ୍ଗର କଳେବର ବୃଦ୍ଧି କରେ, ଆଉ ବନିଯାଏ ଟିଟୋ ଭାଇ । ଅପହରଣ କରି ଟଙ୍କା ଆଦାୟ, ଦାଦାବଟି ଅସୁଲ ଓ ଟେଣ୍ଡର ଫିକ୍ସି କରି କୋଟି କୋଟି ଟଙ୍କାର ମାଲିକ ଟିଟୋ, ଅପରାଧ ଦୁନିଆରେ ଯେମିତି ଥିଲା ଦୁର୍ଦ୍ଦାନ୍ତ, ଲୋକ ସମର୍ଥନ ଯୋଗାଡିବାରେ ସେମିତି ଥିଲା ମାହିର । ସ୍ଥାନୀୟ ଲୋକଙ୍କୁ ସହାୟତା ଦେଇ ନିଜର ରବିନ୍ ହୁଡ୍ ଇମେଜ୍ ସୃଷ୍ଟି ପାଇଁ କରୁଥିଲା ଉଦ୍ୟମ । ସ୍ୱେଚ୍ଛାସେବୀ ସଂଗଠନ ଗଢି ବେଶ କିଛି ଅନୁଗାମୀ ଯୋଗାଡ କରିଛି ଟିଟୋ । ଛୋଟ ମୋଟ ସାହାଯ୍ୟ କରି ଏହି ଗ୍ୟାଙ୍ଗଷ୍ଟର ବନିଯାଏ ଟିଟୋ ଭାଇ । ପୋଲିସ ଓ ପ୍ରଶାସନର ଅନେକ କର୍ମଚାରୀଙ୍କ ସହ ମଧ୍ୟ ଟିଟୋର ଥିଲା ଭଲ ସଂପର୍କ । ଫଳରେ ଅନେକ ସମୟରେ କେନ୍ଦ୍ରାପଡ଼ାରେ ରହିଥିଲେ ବି ପୋଲିସ ସୂଚନା ପାଇବା ଆଗରୁ ପୋଲିସର ଗତିବିଧି ସଂପର୍କରେ ତାକୁ ମିଳି ଯାଇଥାଏ ସବୁ ସୂଚନା । ତେଣୁ ବର୍ଷ ବର୍ଷ ଧରି ପୋଲିସ ପହଁଚି ପାରୁନଥିଲା ତା’ ନିକଟରେ । ଜଗନ୍ନାଥଙ୍କ ନାଁ ନେଇ କର୍ମୀଙ୍କୁ ଉସକାଇଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା! କହିଲେ, ରଥଯାତ୍ରା ପୂର୍ବରୁ ଘରେ ଘରେ ପହଞ୍ଚ
OSCAR-2019
କନକ ବ୍ୟୁରୋ: ୱାଶିଂଟନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକୁ ହଜମ କରିପାରୁ ନାହିଁ ଚୀନ । ଚୀନର ‘ଦ-ଗ୍ଲୋବାଲ ଟାଇମ୍ସ’ରେ ଏ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । ଆମେରିକା ସହାୟତାରେ ଭାରତ, ଚୀନ ବିରୋଧରେ ଠିଆ ହେବା ଉଦ୍ୟମର ପରିଣତି ବିନାଶକାରୀ ହୋଇପାରେ ଲେଖିଛି ‘ଗ୍ଲୋବାଲ ଟାଇମ୍ସ’ । ଗ୍ଲୋବାଲ ଟାଇମ୍ସ ଆହୁରି ମଧ୍ୟ ଲେଖିଛି, ଏଇ କିଛି ଦିନ ହେବ ଚୀନର ପ୍ରଭାବକୁ ରୋକିବା ପାଇଁ ଆମେରିକା ଭାରତ ସହ ସଂପର୍କରେ ସୁଧାର ଆଣିଛି । ଗୋଷ୍ଠୀ ନିରପେକ୍ଷ ନୀତିକୁ ଛାଡି ଭାରତ ଏବେ ଚୀନ ସହ ପ୍ରତିଦ୍ୱନ୍ଦିତା କରିବାକୁ ଆମେରିକାକୁ ମୋହରା କରୁଛି । ଯାହା ଦକ୍ଷିଣ ଏସିଆରେ ଅସ୍ଥିରତା ସୃଷ୍ଟି କରିପାରେ ବୋଲି ଚୀନ କହିଛି । ପୂର୍ବରୁ ମଧ୍ୟ ସୋଭିଏତ ୟୁନିଅନ ଓ କେନେଡି ସରକାର ସମୟରେ ଚୀନ ବିରୋଧରେ ଭାରତକୁ ଠିଆ କରାଯାଇଥିଲା । ଯାହାର ପରିଣାମ ସନ୍ତୋଷଜନକ ନଥିଲା । ତେଣୁ ପୁରୁଣା କଥାରୁ ଭାରତ କିଛି ଶିଖୁ ବୋଲି ଗ୍ଲୋବାଲ ଟାଇମ୍ସ ସଂପାଦକୀୟରେ ଲେଖାଯାଇଛି ।
OSCAR-2019
ଭୁବନେଶ୍ୱର(ଓଡିଆ ପୁଅ- ପ୍ରିୟରଂଜନ ସାହୁ) ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଦଳ ଛାଡିବା ପାଇଁ ଏକ ପ୍ରକାର ମନସ୍ଥ କରି ସାରିଲେଣି ଅନେକ ବିଜେଡି ନେତା। ଏହି ନେତାମାନେ ଏବେ ବିଜେଡିରେ ଅଲୋଡା। ଆସନ୍ତା ନିର୍ବାଚନରେ ଟିକେଟ ପାଇବେନି ବୋଲି ଦୃଢ ନିଶ୍ଚିତ ହୋଇ ସାରିଲେଣି। ତେଣୁ ଡୁବି ଯାଉଥିବା ରାଜନୈତିକ କ୍ୟାରିୟରକୁ ବଂଚାଇବାକୁ ଯାଇ ଏମାନେ ଦଳ ତ୍ୟାଗ କରିବେ ବୋଲି ବିଶ୍ୱସ୍ତ ସୁତ୍ରରୁ ଜଣା ପଡିଛି। ବିଜେଡିର ବରିଷ୍ଠ ନେତା ଡଃ ଦାମୋଦର ରାଉତ ଏବେ ବିଜେଡିରେ କଣଠୋସା। ପିତା ପୁତ୍ର ଫର୍ମୁଲାରେ ଏବେ ସିଏ ଅଣ ନିଶ୍ୱାସୀ। ତାଙ୍କ ପୁତ୍ର ସମ୍ବିତଙ୍କୁ ଏବେ ବିଜେଡି ଗୁରୁତ୍ୱ ଦେଉଛି। ଏହାର ଏକମାତ୍ର କାରଣ ଦାମୋଦର ରାଉତଙ୍କ ପତ୍ତା ସାଫ୍ କରିବା। ଏହାକୁ ସହ୍ୟ କରିବା ଅବସ୍ଥାରେ ନାହାଁନ୍ତି ଏହି ପୂର୍ବତନ ମନ୍ତ୍ରୀ। ପୂର୍ବରୁ ବରିଷ୍ଠ ନେତା ପ୍ରଫୁଲ ଘଡାଇଙ୍କୁ ମଧ୍ୟ ଏକା ଅବସ୍ଥା ଭୋଗିବାକୁ ପଡିଛି। ସେ ଏବେ ବିଜେଡି ରାଜନିତୀ ଠାରୁ ସଂପୂର୍ଣ୍ଣ ଦୂରରେ। ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ଅବସ୍ଥା ମଧ୍ୟ ଭଲ ନାହିଁ। ନାଆଁକୁ କେବଳ ମନ୍ତ୍ରୀ। କେହି କିଛି ଶୁଣୁ ନାହାଁନ୍ତି। ତା ସାଙ୍ଗକୁ ପୁଅ ବିପ୍ଲବ ପାତ୍ର ଏବେ ସିବିଆଇ ପଞ୍ଜାରେ। ଯଦି ଆଗକୁ ସିବିଆଇ କିଛି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତେବେ ତାଙ୍କ ରାଜନୈତିକ କାର୍ଯ୍ୟକଳାପରେ ଡୋରୀ ବାନ୍ଧିଯିବ ବୋଲି ସେ ଅନୁମାନ କରି ସାରିଲେଣି। ଏହା ହେଉଛି କିଛି ଉଦାହରଣ ମାତ୍ର। ବିଜେଡିରେ ଏମିତି ଶହ ଶହ ନେତା ଅଛନ୍ତି ଯେଉଁମାନଙ୍କର ଖାତା ଖତିଆନ ଆଉ ଦଳ ଭିତରେ କିଛି ନାହିଁ। ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବା ଏମାନଙ୍କ ପାଇଁ ସ୍ୱପ୍ନ ହୋଇ ଗଲାଣି। ଯଦିବା ଭେଟ ହେଉଛି ଗୁହାରି ଜଣାଇଲେ କିଛି ଫଳ ମିଳୁ ନାହିଁ। ବର୍ଷାଧିକାଳ ଚାଲିଛି ଏହି ପାଲା। ତୃତୀୟ ମହଲାକୁ ଗଲେ ସେଠାରେ କାର୍ଯ୍ୟରତ ଅଫିସରମାନେ ଭଲରେ ଦି ପଦ କଥା ମଧ୍ୟ ହେଉ ନାହାଁନ୍ତି। ବସିବାକୁ ଚଉକି ଖଣ୍ଡେ ମିଳୁ ନାହିଁ। ତୃତୀୟ ମହଲା ଛାଡି ନବୀନ ନିବାସ ଆସିଲେ ବି ସେଠାକାର ଅବସ୍ଥା ସେଇଆ। ଆଇଏସ, ଆଇପିଏସ ଅଫିସରଙ୍କ ଗହଳି ସଦାବେଳେ ନବୀନ ନିବାସରେ। ଏମାନଙ୍କ ଅବାଧ ପ୍ରବେଶ ଭିତରକୁ। ନେତା, ମନ୍ତ୍ରୀ ବାହାରେ ବସି ବସି ସୁପ୍ରିମୋଙ୍କ ବିନା ସାକ୍ଷାତରେ ଫେରୁଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ଅନେକ ନେତା ଆଉ ତାଙ୍କ ଗାଡି ନେଇ ନବୀନ ନିବାସ ଭିତରକୁ ଯାଉ ନାହାଁନ୍ତି। କାରଣ ଭିତରକୁ ଗଲେ ତାଙ୍କ ଡ୍ରାଇଭର ଦେଖିବ ବାବୁଙ୍କ ଦୁର୍ଦ୍ଦିନ ଅବସ୍ଥା। ନେତା ବାହାରେ ଅଫିସର ଭିତରେ। ତେଣୁ ଏଭଳି ପରିସ୍ଥିତିରେ ଆଉ ଦଳ ସହିତ ରହିବେ ନାହିଁ ବୋଲି ଏହି ନେତାମାନେ ପ୍ରତିଜ୍ଞା କରି ସାରିଲେଣି। ମାତ୍ର ରାଜନୀତିରେ ତ ରହିବାକୁ ପଡିବ। ସମ୍ମୁଖରେ ଦୃଶ୍ୟମାନ ଦୁଇଟି ଦଳ। ଗୋଟିଏ ବିଜେପି ଓ ଅନ୍ୟଟି କଂଗ୍ରେସ। ବିଜେପୁର ଉପନିର୍ବାଚନ ପରେ ବିଜେପିର ମଙ୍ଗ ଧରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଅବସ୍ଥା ବାର ବାଜି ଯାଇଥିଲା। ସେ ଆଉ ଓଡିଶାର ମଙ୍ଗ ଧରିବେ ନାହିଁ ବୋଲି ସ୍ପଷ୍ଟ ସଂକେତ ମିଳୁଥିଲା। ଯଦି ଧର୍ମେନ୍ଦ୍ରଙ୍କ ସ୍ଥାନରେ ଆଉ କିଏ ମଙ୍ଗ ଧରିଥାନ୍ତା ତେବେ ଏହି ଅସନ୍ତୁଷ୍ଠ ବିଜେଡି ନେତା ବିଜେପିକୁ ଲମ୍ଫ ପ୍ରଦାନ କରିଥାନ୍ତେ। ମାତ୍ର କିଛି ଦିନ ପରେ ପରିସ୍ଥିତରେି ପୁଣି ପରିବର୍ତ୍ତନ ହୋଇ ଯାଇଥିଲା। ଧର୍ମେନ୍ଦ୍ର ପୁଣି ଓଡିଶା ବିଜେପି ରାଜନୀତିର ସର୍ବେସର୍ବା ବୋଲି ଜଣା ପଡିଲା। ତେଣୁ ଏହି ବିଜେଡି ନେତାମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ପରି କନିଷ୍ଠ ନେତାଙ୍କ ନେତୃତ୍ୱକୁ ଗ୍ରହଣ କରିବାକୁ ପସନ୍ଦ କଲେ ନାହିଁ। ରାଜନୈତିକ ଘଟଣାଚକ୍ରରେ କଂଗ୍ରେସର ଭାଗ୍ୟ ପରିବର୍ତ୍ତନ ହେଲା ଓ ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ମଙ୍ଗ ଧରିଲେ। ନିରଞ୍ଜନ ଓଡିଶା ରାଜନୀତିରେ ଜଣେ ପୁରୁଖା ନେତା। ବହୁବାର ମନ୍ତ୍ରୀ ହୋଇଛନ୍ତି। ଦୀର୍ଘ ୪୦ ବର୍ଷ ଧରି ଓଡିଶା ରାଜନୀତିରେ ସଂପୃକ୍ତ। ସେ ପିସିସି ସଭାପତି ହେବା ପରେ କଂଗ୍ରେସ ଏବେ ପୁରା ସକ୍ରୀୟ। ତୃତୀୟ ସ୍ଥାନରେ ଥିବା କଂଗ୍ରେସ ଏବେ ପଦୋନ୍ନତି ପାଇ ଦ୍ୱିତୀୟ ସ୍ଥାନରେ ପହଁଚିଛି। ଆସନ୍ତା ନିର୍ବାଚନରେ କଂଗ୍ରେସ ରାଜ୍ୟରେ ସରକାର ଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତ। ତେଣୁ ଏପରି ସୁଯୋଗକୁ ହାତ ଛଡା କରିବାକୁ ଚାହୁଁ ନାହାଁନ୍ତି ଅସନ୍ତୁଷ୍ଟ ବିଜେଡି ନେତା। ନିରଞ୍ଜନଙ୍କ ନେତୃତ୍ୱକୁ ଏମାନେ ଗ୍ରହଣ କରିବାକୁ ପ୍ରସ୍ତୁତ। ଅଧିକାଂଶ ନେତା ନିରଞ୍ଜନଙ୍କ ସମସାମୟିକ। ଆଉ ଅନେକ ତାଙ୍କ ଠାରୁ ରାଜନୀତିରେ କନିଷ୍ଠ। କଥାବାର୍ତ୍ତା ଚୁଡାନ୍ତ ପର୍ଯ୍ୟାୟରେ। ଅସନ୍ତୋଷର ଦାନା ଖୁବ ଶୀଘ୍ର ବିସ୍ଫୋରକ ପରିସ୍ଥିତି ଆଡକୁ ମୁହାଁଉଛି। ଖାଲି ପାଣିପାଗକୁ ଅପେକ୍ଷା।
OSCAR-2019
ପାଳଙ୍ଗ ଆମ ଶରୀର ପାଇଁ ଖୁବ୍‌ ଉପକାରୀ। ପାଳଙ୍ଗର ସଂପୂର୍ଣ୍ଣ ଲାଭ ଉଠାଇବାକୁ ଚାହୁଁଥିଲେ ଏହାର ଜୁସ୍‌ ପିଅନ୍ତୁ। ପାଳଙ୍ଗ ରସରେ ଭିଟାମିନ ଏ, ସି, ଇ, କେ ଓ ବି କମ୍ପ୍ଲେକ୍ସ ଭରପୂର ମାତ୍ରାରେ ରହିଛି। ଏହା ଛଡ଼ା ଏଥିରେ କେରୋଟିନ, ଆଇରନ୍, କ୍ୟାଲ୍‌ସିୟମ୍, ମ୍ୟାଗ୍‌ନେସିୟମ୍, ପୋଟାସିୟମ୍‌, ସୋଡିୟମ୍, ଫସ୍‌ଫରସ ଏବଂ ଆବଶ୍ୟକୀୟ ଆମିନୋ ଏସିଡ୍‌ ରହିଛି । ତା’ହେଲେ ଆସନ୍ତୁ ଜାଣିବା ପାଳଙ୍ଗରୁ ମିଳୁଥିବା ଫାଇଦା ସଂପର୍କରେ – ପାଳଙ୍ଗ ଶରୀରର ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରେ। କୋଷ୍ଠକାଠିନ୍ୟ ପରି ସମସ୍ୟା ଭୋଗୁଥିଲେ ପାଳଙ୍ଗ ଜୁସ୍‌ ଆପଣଙ୍କ ପାଇଁ ଅଧିକ ଲାଭଦାୟକ।
OSCAR-2019
ବାଲେଶ୍ୱର: ବାଲେଶ୍ୱର ବସଷ୍ଟାଣ୍ଡରେ ରଖାଯାଇଥିବା ଏକ ଯାତ୍ରୀବାହୀ ବସକୁ ଚୋରି କରି ନେଇ ପଳାଉଥିବା ଜଣେ ଯୁବକଙ୍କୁ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ପୁଲିସ ଅଟକ ରଖିବା ସହିତ ତାଙ୍କ ଠାରୁ ଚୋରି ବସ୍‌ଟିକୁ ଜବତ କରିଛନ୍ତି। ତେବେ ଅଟକ ଥିବା ଯୁବକ ଜଣକ କୌଣସି କଥା କହୁ ନ ଥିବାରୁ ସେ ଦିବ୍ୟାଙ୍ଗ ହୋଇ ଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତକାଲି ରାତିରେ ବାଲେଶ୍ୱର ବସଷ୍ଟାଣ୍ଡରେ ଓଡ଼ି ୦୧ ଏସ ୯୬୯୧ ନମ୍ବର ବିଶିଷ୍ଟ ‘ଝାଡେଶ୍ୱର’ ନାମକ ଘରୋଇ ବସଟି ରଖାଯାଇଥିଲା। ବିଳମ୍ବିତ ରାତିରେ ନକଲି ଚାବିରେ ବସର ଖୋଲି ଜଣେ ଯୁବକ ଏହାକୁ ନେଇ ସୋର ଆଡକୁ ପଳାଇ ଯାଉଥିଲେ। ତେବେ ଖନ୍ତାପଡ଼ା ନିକଟରେ ଥିବା ଟୋଲ ପ୍ଲାଜାରେ ଫି ଦେଇ ନ ପାରିବାରୁ ଓ ବସ୍‌ରେ କୌଣସି ଯାତ୍ରୀ ନ ଥିବାରୁ ସନ୍ଦେହରେ ଟୋଲ ପ୍ଲାଜା କର୍ମଚାରୀମାନେ ଖନ୍ତାପଡ଼ା ଥାନାକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ଅନୁସନ୍ଧାନ କରିବାରୁ ଯୁବକ ଜଣକ ବସଟିକୁ ଚୋରି କରି ନେଇ ପଳାଇ ଯାଉଥିବା ଜଣାପଡ଼ିିଥିଲା। ତେଣୁ ଥାନାକୁ ଆଣି ପଚରାଉଚରା କରିବାରୁ ଯୁବକ ଜଣକ ନିଜ ନାମ ଗୌରାଙ୍ଗ ସାହୁ(୨୦ବର୍ଷ) ଓ ଘର ଜଗତସିଂହପୁର ଜିଲ୍ଲା ମୁଳିସାଙ୍ଗ ଗ୍ରାମରେ ବୋଲି ସୂଚନା ଦେଇଥିଲା। ତେବେ ଗୌରାଙ୍ଗ ପାଟିରେ କିଛି କହୁ ନ ଥିବାରୁ ସେ ଜଣେ ଦିବ୍ୟାଙ୍ଗ ହୋଇପାରନ୍ତି ବୋଲିି ପୁଲିସ ଅନୁମାନ କରୁଛି। ଅପରପକ୍ଷେ ପୁଳିସ ପଚରାଉଚରାରୁ ବର୍ତ୍ତିବା ପାଇଁ ସେ କଥା କହି ପାରୁ ନ ଥିବାର ନାଟକ କରୁଥିିବା ମଧ୍ୟ ଆଶଙ୍କା କରାଯାଉଛି।
OSCAR-2019
ଭୋପାଲ୍‌: ମହିଳାମାନଙ୍କୁ ସେମାନଙ୍କ ଅଧିକାର ଦେବା ପାଇଁ ଢେର ଦିନ ହେବ ସଂଘର୍ଷ ଆରମ୍ଭ ହେଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେମାନଙ୍କୁ ସମ୍ମାନ ମିଳିପାରି ନାହିଁ । ଆଜି ବି ଦେଶର ଅନେକ କୋଣରେ ମହିଳାଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ ରଖା ଯାଉଥିବା ଦେଖିବାକୁ ମିଳେ। କିଛି ମହିଳା ଏବେ ବି ଘରର ଚାରି କାନ୍ଥ ଭିତରେ ବନ୍ଦୀ ହୋଇ ରହିଛନ୍ତି । ମହିଳାମାନଙ୍କୁ ସଶକ୍ତ କରାଇବା ପାଇଁ ସରକାର ଅନେକ ପ୍ରଚେଷ୍ଟା କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ଅନେକ ମହିଳା ନିର୍ଯାତନାର ଶିକାର ହେଉଛନ୍ତି, କିଛି ବିବାହ ପୂର୍ବରୁ ତ କିଛି ବିବାହ ପରେ । ଦେଶରେ ଏହି କିଛି ବର୍ଷ ମଧ୍ୟରେ ଦୁଷ୍କର୍ମର ସଂଖ୍ୟା ବଢ଼ି ଚାଲିଥିବା ବେଳେ ଦେଶରେ ଏମିତି ସ୍ଥାନ ରହିଛି ଯେଉଁଠି ସ୍ୱାମୀମାନେ କେଇଟା ଟଙ୍କା ପାଇଁ ନିଜ ସ୍ତ୍ରୀକୁ ବିକି ଦେଇଥାନ୍ତି । ଅଜ୍ଞା ହଁ ! ମଧ୍ୟପ୍ରଦେଶର ଶିବ୍‌ପୁରୀ ଜିଲ୍ଲାରେ ଏପରି ଘଟଣା ଘଟୁଥିବାର ଖବର ଏବେ ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି । ଯେଉଁ ଧନୀବ୍ୟକ୍ତିମାନେ ଜୀବନସାଥି ଖୋଜିବାରେ ବିଫଳ ହୋଇଥାନ୍ତି । ସେମାନେ ଏଠାକୁ ଆସି ମାସକ ବା ବର୍ଷକ ପାଇଁ ମହିଳାମାନଙ୍କୁ ଭଡ଼ାରେ ନେଇଥାନ୍ତି । ମାତ୍ର ୧୦ଟଙ୍କାର ଷ୍ଟାମ୍ପ କାଗଜରେ ହସ୍ତାକ୍ଷର କରି ସେମାନେ ଏହି ଜିଲ୍ଲାର ମହିଳାଙ୍କୁ ନିଜ ସାଥୀରେ ନେଇଥାନ୍ତି । ମାସେ ଏବଂ ବର୍ଷେ ରହିବା ପରେ ଯଦି ସେମାନେ ଆଉ କିଛି ଦିନ ରହିବାକୁ ଚାହାଁନ୍ତି ତେବେ କରାଯାଇଥିବା ଚୁକ୍ତିର ନବୀକରଣ ମଧ୍ୟ କରାଇ ପାରିବାର ସୁବିଧା ଥିବା ଜଣାପଡ଼ିଛି ।
OSCAR-2019
ଭୁବନେଶ୍ୱର, ୧୧ା୯(ଓଡ଼ିଆ ପୁଅ): ସରକାରଙ୍କ ସର୍ବଶେଷ ହିସାବ ଅନୁଯାୟୀ ଗତ ଜୁଲାଇ ଶେଷ ସୁଦ୍ଧା ଶିଳ୍ପ ସଂସ୍ଥାଗୁଡ଼ିକ ଉପରେ ୨୬୫୮ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଜଳକର ବାକି ପଡ଼ିଛି। ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଜଳ ସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହା ଉଲ୍ଲେଖ କରିଛନ୍ତି। ଶିଳ୍ପାନୁଷ୍ଠାନମାନଙ୍କ ଠାରୁ ବକେୟା ଜଳକର ଆଦାୟ ପାଇଁ ଆଇନ୍ ଅନୁଯାୟୀ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଓ ଅନାଦେୟ କର ବାବଦ ପ୍ରାପ୍ୟ ଉପରେ ମାସକୁ ଶତକଡ଼ା ୨ ହାରରେ ଚକ୍ରବୃଦ୍ଧି ସୁଧ ଲାଗୁ କରାଯାଉଥିବା ସେ କହିଛନ୍ତି। ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟିମାନ ଗଢ଼ା ଯାଇ ଜଳ କର ଆଦାୟ ଲାଗି ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି ଏବଂ ତଦନୁଯାୟୀ ଗତ ଦୁଇ ବର୍ଷରେ ମହାନଦୀ କୋଲ୍ ଫିଲ୍ଡ ଠାରୁ ୧୪୭ କୋଟି ଏବଂ ଗତବର୍ଷ ନାଲ୍କୋ ଠାରୁ ୫୮ କୋଟି ଟଙ୍କାର ବାକି ଆଦାୟ କରାଯାଇଛି। ଏହାଛଡ଼ା ବିଭାଗୀୟ ଯନ୍ତ୍ରୀମାନଙ୍କୁ ମଧ୍ୟ ବକେୟା ଜଳକର ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଦାଲତଙ୍କ ହସ୍ତକ୍ଷେପ ଯୋଗୁ ୧୮୩୩ କୋଟି ୩୫ ଲକ୍ଷ ଟଙ୍କାର ଜଳକର ଆଦାୟ ହୋଇପାରୁନଥିବା ସରକାର ସୂଚାଇଛନ୍ତି। ତେବେ ମାମଲା ରୁଜୁ କରିଥିବା ଶିଳ୍ପ ସଂସ୍ଥାମାନଙ୍କ ଠାରୁ ବକେୟା ଜଳକରର ଅଧା ଆଦାୟ ପାଇଁ ଉଚ୍ଚ ନ୍ୟାୟାଳୟରେ ବିବିଧ ମାମଲା ରୁଜୁ କରାଯାଇଛି। ରାଜ୍ୟ ସରକାରଙ୍କ ଇଡ୍କୋ ଠାରୁ ଆରମ୍ଭ କରି ନୀଳାଚଳ ଇସ୍ପାତ ନିଗମ୍, ଓଡ଼ିଶା ଖଣି ନିଗମ୍, ପାରାଦୀପ ଫସ୍ଫେଟ୍, ପାରାଦୀପ ବନ୍ଦର, ମହାନଦୀ କୋଲ୍ ଫିଲ୍ଡ, ନାଲ୍କୋ, ବେଦାନ୍ତ, ଆଦିତ୍ୟ ଆଲୁମିନିୟମ୍, ଫାକର୍, କୋଣାର୍କ ଝୋଟକଳ, ବଲାରପୁର ଇଣ୍ଡଷ୍ଟ୍ରୀଜ୍, ଆରତୀ ଷ୍ଟିଲ୍, ମାହେଶ୍ୱରୀ ଇସ୍ପାତ, ଭୂଷଣ, ବନହରପାଲୀର ତାପଜ ବିଦ୍ୟୁତ୍, ଆଧୁନିକ ମେଟାଲିକ୍ସ, ଇଡ୍କୋ, ଓଡ଼ିଶା ସିମେଣ୍ଟ ଲିମିଟେଡ୍, ଏନ୍ଟିପିସି, ଜିନ୍ଦଲ ଆଦି ୩୪୬ଟି ସଂସ୍ଥା ଉପରେ ଏହି ମୋଟା ଅଙ୍କର ଜଳକର ବକେୟା ପଡ଼ିଛି। ଟାଟା ଷ୍ଟିଲ୍, ଟାଟା ରିଫ୍ରାକ୍ଟୋରିଜ୍, ସେଲ୍, ଆସିକା ଚିନିକଳ, ଜିନ୍ଦଲ, ଭୂଷଣ, ବେଦାନ୍ତ ଆଦି ବହୁ ସଂସ୍ଥା ଜଳକର ବିରୋଧରେ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇଛନ୍ତି।
OSCAR-2019
ମାଲକାନଗିରି : ଆଜି ଅପରାହ୍ନରେ ସୀମାନ୍ତ ଛତିଶଗଡର କାଂକେର ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହେବା ଫଳରେ ଦୁଇ ଜଣ ବିଏସଏଫ ଯବାନ ସହିଦ ହୋଇଛନ୍ତି । ସୂଚନା ଅନୁଯାୟୀ ପ୍ରତିଦିନ ଭଳି ଆଜି ବି କାଂକେର ଜିଲ୍ଲାର ଛୋଟେବେଠିଆ ଅଂଚଳରେ କମ୍ବିଂ ପାଇଁ ମୋଟର ସାଇକେଲରେ ବାହାରିଥିଲେ ୧୨୧ ବିଏସଏଫ ବାଟାଲିୟନର ଯବାନ। ଯବାନଙ୍କ ଗତିବିଧିକୁ ଦୃଷ୍ଟିରେ ରଖି ନକ୍ସଲ ଆମ୍ବୁସ ଲଗାଇ ବସିଥିଲେ। ମୋଟର ସାଇକେଲ ଜଂଗଲ ମଧ୍ୟରେ ପ୍ରବେଶ କରିବା ମାତ୍ରେ ନକ୍ସଲ ଏକ ବଡ ବିସ୍ଫୋରଣ କରିଥିଲେ। ଏଥିରେ ଦୁଇ ଜଣ ମୋଟର ସାଇକେଲରେ ଯବାନଙ୍କ ମୃତ୍ୟୁ ହୋଇଥିଲା । ଏତିକିରେ ନକ୍ସଲଙ୍କ ରାଗ ଶାନ୍ତ ପଡିନଥିଲା। ଯବାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ପଛରେ ଆସୁଥିବା ଯବାନ ନିଜକୁ ସୁରକ୍ଷିତ କରି ନକ୍ସଲ ଉପରକୁ ଗୁଳି ଚଳାଇଥିଲେ। ଦୀର୍ଘ ସମୟ ଧରି ଗୁଳି ବିନିମୟ ଘଟିଥିଲା। ଏହି ବିସ୍ଫୋରଣରେ ସନ୍ତୋଷ ଲକ୍ଷ୍ମଣ ଓ ନିତ୍ୟାନନ୍ଦ ନାୟକ ନାମକ ଦୁଇ ଯବାନ ସହିଦ ହୋଇଥିବା ଜଣଶଯାଇଛି । ଏବେ ବି ଘଟଣାସ୍ଥଳରେ ଗୁଳିବିନିମୟ ଚାଲିଛି।
OSCAR-2019
ମାଲକାନଗିରି: ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ କରିବାର ବିଭିନ୍ନ ଉପାୟ ଅବଳମ୍ବନ କରୁଛନ୍ତିିି ଗଞ୍ଜେଇ ମାଫିଆମାନେ। କେତେବେଳେ ନଡ଼ିଆ ବୋଝେଇ ଗାଡ଼ିର ତ କେତେବେଳେ ବରକନ୍ୟା ଗାଡ଼ି ଦର୍ଶାଇ ଗଞ୍ଜେଇ ଚୋରା ଚାଲାଣ ହେଉଛି। ତେବେ ଆଜି ଭୋର ଭୋରରୁ ମାଲକାନଗିରି ପୁଲିସ ଏକ ଆମ୍ବୁଲାନ୍ସ ଲେଖାଯାଇଥିବା ଓ ନୀଳ ଲାଇଟ୍‌ ଧପଧପ ହୋଇ ଦୃତଗତିରେ ଯାଉଥିବାଏକ ଗାଡ଼ିିକୁ ଅଟକାଇ ସେଥିରୁ ସାଢ଼େ ୩ କ୍ୟୁଣ୍ଟାଲ ଚୋରା ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ କାହାରିକୁ ଗିରଫ କରାଯାଇ ନାହିଁ। ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ମହୁଲପଡ଼ା ଥାନା ପୁଲିସ ଆଜି ଭୋର ଭୋରରୁ ପାଟ୍ରୋଲିଂ କରୁଥିବା ବେଳେ ଏକ ଆମ୍ବୁଲାନ୍ସକୁ ତନଖି ପାଇଁ ଅଟକାଇଥିଲେ। ମାତ୍ର ଏହାର ଡ୍ରାଇଭର ଅତି ଦୃତଗତିରେ ଆମ୍ବୁଲାନ୍ସକୁ ନେଇ ଖଇରପୁଟ- ମାଥିଲି ରାସ୍ତାର କଲୋନି ସାହି ଆଡକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ତଳକୁ ମାଡ଼ି ଯାଇଥିଲାା। ପୁଲିସ ଭୟରେ ଡ୍ରାଇଭର ଗାଡ଼ି ଛାଡ଼ି ପଳାଇ ଯାଇଥିଲା। ପୁଲିସ ଗାଡ଼ି ତନଖି କରିବାରୁ ୪ଟି ବସ୍ତାରେ ସାଢ଼େ ୩ କ୍ୟୁଣ୍ଟାଲ ଗଞ୍ଜେଇ ସେଥିରେ ଥିବାରୁ ପୁଲିସ ଆମ୍ବୁଲାନ୍ସ ସହିତ ଗଞ୍ଜେଇକୁ ଜବତ କରି ତଦନ୍ତ ଚଳାଇଛି।
OSCAR-2019
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ନୂତନ କୋଠା ତଥା ଇଣ୍ଟେଲିଜେଣ୍ଟ ସିଟି ଅପରେସନ୍‌ ଆଣ୍ଡ ମ୍ୟାନେଜ୍‌ମେଣ୍ଟ ସେଣ୍ଟର୍‌ (ଆଇସିଓଏମ୍‌ସି) ନିର୍ମାଣ ପାଇଁ ଡକାଗଲା ଟେଣ୍ଡର୍‌। ୟୁନିଟ୍‌-୯ ଅଞ୍ଚଳରେ ଇଞ୍ଜିନିୟରିଂ ପ୍ରୋକ୍ୟୁରମେଣ୍ଟ କନ୍‌ଷ୍ଟ୍ରକ୍‌ସନ୍‌ (ଇପିସି) ମୋଡ୍‌ରେ ହେବାକୁ ଥିବା ଏହି କୋଠା ପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌) ପକ୍ଷରୁ ଟେଣ୍ଡର୍‌ ଆହ୍ଵାନ କରାଯାଇଛି। ୪.୦୪ ଏକର ପରିମିତ ଅଞ୍ଚଳରେ ୨ ଲକ୍ଷ ୩୧ ହଜାର ବର୍ଗ ଫୁଟ୍‌ରେ ବିଏମ୍‌ସି କାର୍ଯ୍ୟାଳୟ ଓ ଆଇସିଓଏମ୍‌ସିର ପ୍ରତିଷ୍ଠା ହେବ। ୬୭ କୋଟି ଟଙ୍କା ବ୍ୟୟରେ ନିର୍ମର୍ାଣ ହେବାକୁ ଥିବା ଏହି କାର୍ଯ୍ୟାଳୟରେ ପାର୍କିଂ ବ୍ୟବସ୍ଥା ସହ ବିଏମ୍‌ସି କାର୍ଯ୍ୟାଳୟ, ପ୍ରଥମ ଓ ଦ୍ୱିତୀୟ ମହଲାରେ ଆଇସିଓଏମ୍‌ସି ସୁବିଧା ରହିବ। ୩ୟ ମହଲାରେ କାଫେଟେରିଆ ସୁବିଧା ଉପଲବ୍ଧ ହେବ। ବିଏସ୍‌ସିଏଲ୍‌ ଟେଣ୍ଡର୍‌ ଅନୁଯାୟୀ ସେପ୍ଟେମ୍ବର ୧(ଶନିବାର)ଠାରୁ ଟେଣ୍ଡର୍‌ ଡକ୍ୟୁମେଣ୍ଟ ଉପଲବ୍ଧ ହେବ। ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ େଓ୍ଵବ୍‌ ପୋର୍ଟାଲ ଖୋଲା ରହିବ। ଅକ୍ଟୋବର ୫ ସୁଦ୍ଧା ଆଗ୍ରହୀ ସଂସ୍ଥାମାନେ ଉପଯୁକ୍ତ ତଥ୍ୟ ସହ ଅର୍ଥ ଡିପୋଜିଟ୍‌ କରିପାରିବେ। ସେପ୍ଟେମ୍ବର ୧୭ରେ ପ୍ରି-ବିଡ୍‌ ବୈଠକ ହେବ। ଅକ୍ଟୋବର ୯ରେ ଟେକ୍ନିକାଲ ବିଡ୍‌ ଓପନ୍‌ ହେବ। ଏନେଇ ସବିଶେଷ ତଥ୍ୟ ‘tendersodisha.gov.in’ରେ ଉପଲବ୍ଧ ହେଉଥିବା ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ଯେ ଗତବର୍ଷ ସ୍ୱାୟତ୍ତଶାସନ ଦିବସରେ ଏନେଇ ଘୋଷଣା ହେବା ସହ ଟେଣ୍ଡର୍‌ ମଧ୍ୟ ଡକାଯାଇଥିଲା। ହେଲେ ଏହାକୁ ବାତିଲ୍‌ କରାଯାଇ ପୁଣିଥରେ ଏବେ ଟେଣ୍ଡର୍‌ ହୋଇଛି। ୟୁନିଟ୍‌-୯ ଅଞ୍ଚଳରେ ପ୍ରତିଷ୍ଠା ହେବାକୁ ଥିବା ଏହି ବିଲ୍‌ଡିଂ ପାଇଁ ସାଧାରଣ ପ୍ରଶାସନ ବିଭାଗର ଦୁଇଟି କ୍ୱାର୍ଟର୍ସ ଭଙ୍ଗାଯାଇଛି। ଅଗଷ୍ଟ ୮ ତାରିଖଠାରୁ ବିଏମ୍‌ସି ଓ ବିଡିଏ ପକ୍ଷରୁ ମିଳିତ ଭାବେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଏହି କୋଠା ପାଇଁ ୪ଟି ଫୋରଆର କ୍ୱାର୍ଟର୍ସ, ୮ଟି ଥ୍ର୍ରିଆର କ୍ୱାର୍ଟର୍ସ ଭଙ୍ଗାଯିବ। ଏହି କୋଠାଗୁଡ଼ିକ ଭାଙ୍ଗିବା ପାଇଁ ମେ’ ୨୦ ତାରିଖଠାରୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅନୁମତି ଦିଆସରିଛି। ଏହା ବ୍ୟତୀତ ଓଏଫ୍‌ଡିସିର ଏକ କାଠ ଗୋଦାମ ମଧ୍ୟ ଭଙ୍ଗାଯିବ।
OSCAR-2019
ଆଗକୁ ରଥଯାତ୍ରା । ଏଥିପାଇଁ ଚଳଚଞ୍ଚଳ ପୁରପଲ୍ଲୀ । କେବଳ ପୁରୀ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ହେବ ରଥଯାତ୍ରା । ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଏବେଠାରୁ ପବିତ୍ର ଧାମ ପୁରୀରେ ଜନଗହଳି ଦେଖିବା ପାଇଁ ମିଳୁଛି । ଦେଶ ବିଦେଶରୁ ଭକ୍ତମାନେ ଏବେ ଠାରୁ ଗହଳି ଆରମ୍ଭ କରିଦେଲେଣି । ରଥରେ ମହାପ୍ରଭୁଙ୍କୁ ଦେଖି ମୋକ୍ଷପ୍ରାପ୍ତି ପାଇଁ ଦେଶର କୋଣ ଅନୁକୋଣରୁ ପୁରୀକୁ ଅନେକ ଭକ୍ତ ଧାଇଁ ଆସନ୍ତି । ରଥଯାତ୍ରାରେ ତିନି ଠାକୁରଙ୍କୁ ଦର୍ଶନ କରିବା ପାଇଁ କାହିଁ କେତେ ଦୂରରୁ ଭକ୍ତମାନେ ଆସୁଛନ୍ତି । ତାଳଧ୍ୱଜ ରଥରେ ବଡ଼ଠାକୁର ଶ୍ରୀ ବଳଭଦ୍ର ବିରାଜମାନ ହୁଅନ୍ତି । ରାମକୃଷ୍ଣଙ୍କୁ ସାଂଗରେ ଧରି ଏହି ରଥରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି ବଳଭଦ୍ର । ନନ୍ଦିଘୋଷ ରଥ ଠାରୁ ଆକାରରେ ସାମାନ୍ୟ ଛୋଟ ବଳଭଦ୍ରଙ୍କ ତାଳଧ୍ୱଜ । ରଥର ଉଚ୍ଚତା ୪୩ ଫୁଟ ୩ ଇଂଚ । ଲମ୍ବ ଓ ପ୍ରସ୍ଥ ଉଭୟ ୩୩ ଫୁଟ । ୭୬୩ ଖଣ୍ଡ କାଠରେ ଏହି ରଥ ନିର୍ମିତ । ତାଳଧ୍ୱଜରେ ମୋଟ ଚକ ସଂଖ୍ୟା ୧୪, ଚକର ବ୍ୟାସ ନନ୍ଦିଘୋଷ ଭଳି ୭ ମିଟର । ନୀଳ-ସବୁଜ ସହ ଲାଲ ରଂଗର ବସ୍ତ୍ରରେ ଆଚ୍ଛାଦିତ ହୋଇଥାଏ ତାଳଧ୍ୱଜ ରଥ । ଏହାକୁ ଜଗି ରହିଥାନ୍ତି ବାସୁଦେବ । ରଥର ସାରଥି ମାତଲୀ, ପତାକାର ନାମ ୟୁନାନୀ । ତାଳଧ୍ୱଜ ରଥର ଅଶ୍ୱମାନେ ହେଲେ ତ୍ରୀବ୍ର, ଘୋର, ଦୀର୍ଘଶର୍ମା, ସ୍ୱର୍ଣ୍ଣନାଭ । ଦଉଡ଼଼ିର ନାମ ବାସୁକୀ ନାଗ । ୯ ପାର୍ଶ୍ୱ ଦେବାଦେବୀ ହେଉଛନ୍ତି ଗଣେଶ, କାର୍ତ୍ତିକେୟ, ସର୍ବମଙ୍ଗଳା, ପ୍ରଳାମ୍ବରୀ, ହଟାୟୁଧ, ମୃତ୍ୟୁଞ୍ଜୟ, ନତାମ୍ବର, ମୁକ୍ତେଶ୍ୱର, ଶେଷଦେବ । ଏଣିକି ଆପଣ ଶସ୍ତାରେ ପାଇପାରିବେ ମୂଲ୍ୟବାନ ମେଡିସିନ୍ ! ଖୋଲିବ ସ୍ୱତନ୍ତ୍ର କାଉଣ୍ଟର, ଖୁବ ଶୀଘ୍ର ଜାରି ହୋଇପାରେ ନିୟମ ।
OSCAR-2019
ଆମ ଶରୀରରେ ସବୁ ଅଙ୍ଗ ବେଶ ଗୁରୁତ୍ୱପୂର୍ଣ୍ଣ। ସେଥିମଧ୍ୟରୁ କାନର ମଧ୍ୟ ମୁଖ୍ୟ ଅଙ୍ଗ ଭୂମିକା ରହୁଛି। କାନର ସବୁଠାରୁ ମୁଖ୍ୟ ଅଂଶ ହେଲା ସେନ୍‌ସେଟିଭ୍‌ ଅଂଶ ପର୍ଦ୍ଦା। ଏଥିରେ ଟିକିଏ ଆଘାତ ଲାଗିଲେ
OSCAR-2019
ଭୁବନେଶ୍ୱର : ୫ ଦଫା ଦାବି ନେଇ ଆଜି ରାଜ୍ୟର ଅଟୋ ଏବଂ ଟ୍ୟାକ୍ସି ସଂଘଗୁଡ଼ିକୁ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। କାଁ ଭାଁ ଗଣ୍ଡଗୋଳକୁ ବାଦ ଦେଲେ ବନ୍ଦ ଶାନ୍ତିପୂର୍ଣ୍ଣ ରହିଥିଲା। ତେବେ ବନ୍ଦର ପ୍ରଭାବ ରାଜଧାନୀ ସମେତ ରାଜ୍ୟର ଅନ୍ୟ ସହରରେ ଦେଖିବାକୁ ମିଳିଥିଲା। ରାଜଧାନୀରେ ସିଟିବସ୍‌ ଓ ଅନ୍ୟାନ୍ୟ ଯାତାୟାତ ବ୍ୟବସ୍ଥା ଥିବା ସତ୍ତ୍ୱେ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସେହିପରି ରାଜ୍ୟର ଅନ୍ୟ ସହରରେ ମଧ୍ୟ ଲୋକଙ୍କ ଯାତାୟାତ ପ୍ରଭାବିତ ହୋଇଥିଲା। ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ଯେପରି ବସ୍‌ ଓ ଟ୍ରକ୍‌ ଭଡ଼ା ନିର୍ଧାରିତ କରାଯାଉଛି ଠିକ୍‌ ସେହିପରି ଅଟୋଭଡ଼ା ମଧ୍ୟ ସ୍ଥିର କରାଯାଉ ବୋଲି ସଂଘ ପକ୍ଷରୁ ଦାବି କରାଯାଇଥିଲା। ଏହା ବ୍ୟତୀତ ସ୍ୱତନ୍ତ୍ର ପରିବହନ ନୀତି ପ୍ରଣୟନ କରିବା, ମାଗଣା ପାର୍କିଂ, ସମସ୍ତ ଚାଳକଙ୍କ ପାଇଁ ସାମାଜିକ ସୁରକ୍ଷା ବ୍ୟବସ୍ଥା ଲାଗୁ କରିବାକୁ ସଂଘ ଦାବି କରିଛି। ସଂଘର ଡାକରାକୁ ସମର୍ଥନ ଜଣାଇ ଅନ୍ୟ ସଂଗଠନମାନେ ମଧ୍ୟ ବନ୍ଦରେ ସାମିଲ ହୋଇଥିଲେ। ବନ୍ଦ ଅବସରରେ ଅଟୋ ସଂଘଗୁଡ଼ିକର ଶତାଧିକ କର୍ମକର୍ତା ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆୟୋଜିତ ସଭାରେ ଦାବିଗୁଡ଼ିକ ଉପରେ ଆଲୋଚନା କରିଥିଲେ। ଏହାପରେ ଏକ ୫ଜଣିଆ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଯାଇ ଦାବିପତ୍ର ପ୍ରଦାନ କରିଥିଲା। ସେହିପରି ପରିବହନ ମନ୍ତ୍ରୀ ଓ ସଚିବଙ୍କୁ ଭେଟି ଦାବି ଜଣାଇଥିଲେ। ସଂଘ ପକ୍ଷରୁ କୁହାଯାଇଛି ଯେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଦେଶୀ କମ୍ପାନି ପ୍ରୀତିକୁ ବନ୍ଦ କରନ୍ତୁ। ସରକାରଙ୍କ ଏପରି ବିଦେଶୀ କମ୍ପାନି ପ୍ରୀତି ରାଜ୍ୟର ଦେଢ଼ ଲକ୍ଷ ଅଟୋ ଓ ୧୨ ହଜାରରୁ ଊର୍ଦ୍ଧ୍ୱ ଟ୍ୟାକ୍ସି ଚାଳକଙ୍କ ଜୀବିକା ପ୍ରତି ବିପଦ ସୃଷ୍ଟି କରିଛି। ଯଦି ସରକାର ଦାବି ପୂରଣ ନେଇ କିଛି ପଦକ୍ଷେପ ନ ନିଅନ୍ତି ତେବେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
OSCAR-2019
ଏକଦା ବିକ୍ରମାଦିତ୍ୟଙ୍କ ରାଜ୍ୟରେ ଜଣେ ଗରୀବ ଅଥଚ ଚତୁର ଭିକାରୀ ବ୍ରାହ୍ମଣ ଥିଲେ । ସେ ତାଙ୍କର ପାଂଚ ପ୍ରାଣୀ କୁଟୁମ୍ବକୁ କିପରି ପୋଷିବେ ଏହି ଚିନ୍ତାରେ ବ୍ୟଥିତ ହୋଇ ପଡିଲେ । ଜ୍ଞାନ ଚର୍ଚ୍ଚା ମାଧ୍ୟମରେ କିଛି ରୋଜଗାର କରିବା ନିମିତ ବାରମ୍ବାର ଚେଷ୍ଟାକରି ବିଫଳ ହେଲେ । ଭିକ୍ଷା ବୃତି କରି ଚଳିବା ଛଡା ତାଙ୍କର ଆଉ କୌଣସି ଉପାୟ ନଥିଲା । ପାଂଚ ପ୍ରାଣୀ କୁଟୁମ୍ବଙ୍କୁ ଚଳିଲା ଭଳି ଭିକ୍ଷା ସଂଗ୍ରହ କରି ଘରକୁ ଫେରିବା ବାଟରେ ଦୈନିକ ଏକ ଅଦ୍ଭୁତ ଘଟଣା ଦେଖୁଥିଲେ । ବ୍ରାହ୍ମଣ ଲକ୍ଷ୍ୟ କଲେ ପ୍ରତ୍ୟହ ଭିକ୍ଷା କରି ସଂଗ୍ରହ କରିଥିବା ଚାଉଳସବୁ ଘରକୁ ଫେରିବା ବେଳକୁ କାଠ ପାଲଟି ଯାଉଛି । ଏହାଦ୍ୱାରା ତାଙ୍କର ପାଂଚପ୍ରାଣୀ କୁଟମ୍ବଙ୍କୁ ଅଧିକାଂଶ ଦିନ ଭୋକ ଉପାସରେ ରହିବାକୁ ପଡୁଥିଲା । ଦିନେ ବ୍ରାହ୍ମଣୀ ବିକ୍ରମାଦିତ୍ୟଙ୍କ ଖ୍ୟାତି ଜାଣିବାକୁ ପାଇ ତାଙ୍କ ଠାରୁ ଦାନ ଆଣିବା ପାଇଁ ବ୍ରାହ୍ମଣକୁ କହିଲେ । ବ୍ରାହ୍ମଣ ବ୍ରାହ୍ମଣୀ କଥାରେ ରାଜି ହୋଇ ଆଉ ଡେରିନକରି ରାତି ଅଧରୁ ଯାଇ ବିକ୍ରମାଦିତ୍ୟଙ୍କ ରାଜନଅରର ସମ୍ମୁଖସ୍ଥ ଦ୍ୱାରରେ ବସି ପଡିଲେ । ପ୍ରତ୍ୟୁଷରୁ ବିକ୍ରମାଦିତ୍ୟ ଦ୍ୱାର ଖୋଲି ଯାହାଙ୍କୁ ଦର୍ଶନ କରନ୍ତି ତାଙ୍କୁ ପ୍ରଚର ଦାନ କରନ୍ତି । ବ୍ରାହ୍ମଣ ସେଇ ଲୋଭରେ ଅଧ ରାତିରୁ ଯାଇ ରାଜନଅର ସମ୍ମୁଖରେ ବସିଥିଲା । ପରଦିନ ପ୍ରତ୍ୟୁଷରୁ ବ୍ରାହ୍ମଣକୁ ଦେଖି ବିକ୍ରମାଦିତ୍ୟ ସୁନା, ରୂପା ସହ ଗୋଟିଏ ଦୁହାଁଳିଆ ଗାଈ ବ୍ରାହ୍ମଣଙ୍କୁ ଦାନ ଦେଲେ । ବ୍ରାହ୍ମଣଟି ସୁନା, ରୂପା ଓ ଦୁହାଁଳିଆ ଗାଈ ଧରି ମହା ଆନନ୍ଦରେ ଘରକୁ ଫେରୁଥିବାବେଳେ ବାଟରେ ଥିବା ଏକ ଜଙ୍ଗଲ ମଧ୍ୟରେ ଚୋରମାନେ ବ୍ରାହ୍ମଣଠାରୁ ସମସ୍ତ ଧନ ସମ୍ପତ୍ତି ଚୋରି କରି ନେଇଗଲେ । ବ୍ରାହ୍ମଣ ମନଦୁଃଖରେ ଘରକୁ ନଫେରି ରାଜା ବିକ୍ରମାଦିତ୍ୟଙ୍କ ନଅର ଆଡକୁ ପୁଣି ଚାଲିଲେ । ପରଦିନ ସକାଳୁ ରାଜା ପୁଣି ସେହି ଭିକାରୀ ବ୍ରାହ୍ମଣକୁ ଦେଖି ବିରକ୍ତ ହେଲେ ମଧ୍ୟ ଅଳ୍ପକିଛି ସ୍ୱର୍ଣ୍ଣମୁଦ୍ରା ଦାନ ସ୍ୱରୂପ ପ୍ରଦାନ କଲେ । ଏଥର ମଧ୍ୟ ପୂର୍ବପରି ଦସ୍ୟୁମାନେ ବ୍ରାହ୍ମଣଠାରୁ ସବୁ ଲୁଟି ନେଲେ ।
OSCAR-2019
ପୂର୍ବତଟ ରେଳ ଭିତ୍ତିଭୂମି ସଂରଚନା କ୍ଷେତ୍ରରେ ଯୋଡାହେଲା ଏକ ନୂତନ ଅଧ୍ୟାୟ । ରଥଯାତ୍ରା ପୂର୍ବରୁ ଶୁଭାରମ୍ଭ ହେଲା ନବ ନିର୍ମିତ ଭୁବନେଶ୍ୱର ନିଉ ରେଳ ଷ୍ଟେସନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଲୋକାର୍ପିତ ହେଲା ବିଭିନ୍ନ ଲୋକାଭିମୂଖୀ ପ୍ରକଳ୍ପ । ଏହା ସହ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ନୂତନ ଫୁଟ ଓଭରବ୍ରିଜ,ଖୋର୍ଦ୍ଧା ରୋଡ ଠାରେ ନୂତନ ମେମୁ ସେଡ୍ ଏବଂ ବଗଳା ଧର୍ମଶାଳା ଠାରେ ନୂତନ ଟିକଟ କାଉଣ୍ଟରର ମଧ୍ୟ ଶୁଭାରମ୍ଭ । ପରୀକ୍ଷମୂଳକ ଭାବେ ପ୍ରଥମ ପର୍ଯ୍ୟାୟରେ ୩ଟି ପାସେଞ୍ଜର ଟ୍ରେନ ଯାଆସ କରିବ । ହାଓଡା-ପୁରୀ, ରାଉରକେଲା-ପୁରୀ ଏବଂ କଟକ-ବ୍ରହ୍ମପୁର ମେମୁ ରେଳ ଡେଷ୍ଟିନେସନ ଭୁବନେଶ୍ୱର ନିଉ ରେଳ ଷ୍ଟେସନ ଠାରେ ରହିବ । ଯେଉଁଥି ପାଇଁ ୬ଟି ପ୍ଲାଟଫର୍ମ ସହ ରହଣୀ ବ୍ୟବସ୍ଥା ମଧ୍ୟ କରାଯାଇଛି । ଉତ୍ତରାଞ୍ଚଳର ଜନସାଧରଣଙ୍କ ନିମନ୍ତେ ଏହା ଉତ୍ତମ ସେବା ପ୍ରଦାନ କରିବା ପାଇଁ ସହାୟକ ହେବ । ଭବିଷ୍ୟତରେ କେତେକ ଟ୍ରେନର ଯାତ୍ରା ଆରମ୍ଭ ସହ ଭୁବନେଶ୍ୱର ନୂତନ ରେଳ ଷ୍ଟେସନରୁ ହିଁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଯାତ୍ରୀମାନେ କିଭଳି ସୁରକ୍ଷିତଭାବେ ଯାତାୟତ କରିବେ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ନୂତନ ଫୁଟ ଓଭରବ୍ରିଜ ମଧ୍ୟ ଲୋକାର୍ପଣ ହୋଇଛି । ୬ମିଟର ଚଉଡା ଏହି ଫୁଟ ଓଭରବ୍ରିଜ ୧୫୦ ଦିନ ମଧ୍ୟରେ ଶେଷ କରାଯାଇଥିବା ଏକ ପ୍ରକାର ରେକର୍ଡ ସୃଷ୍ଟିକାରୀ ପଦକ୍ଷେପ । ଏହି ଫୁଟ ଓଭରବ୍ରିଜ ଭୁବନେଶ୍ୱର ରେଳ ଷ୍ଟେସନର ୬ମିଟର ବିଶିଷ୍ଟ ତୃତୀୟ ଫୁଟ ଓଭର ବ୍ରିଜ । କେବଳ ଏତିକି ନୁହେଁ ଖୋର୍ଦ୍ଧା ରୋଡ ଠାରେ ମେମୁ ରେକର ରକ୍ଷଣାବେକ୍ଷଣ ନିମନ୍ତେ ମେମୁ ସେଡର ଶୁଭାରମ୍ଭ କରାଯାଇଛି । ଏହି ଅଞ୍ଚଳରେ ୨ଟି ମେମୁ ଟ୍ରେନ ଚଳାଚଳ କରିବ ବୋଲି ପୂର୍ବତଟ ରେଳ ଅଧିକାରୀ କହିଛନ୍ତି । ପ୍ରଥମଥର ପାଇଁ ମେମୁ ଟ୍ରେନ ଚଳାଚଳ କରିବାକୁ ନିୟମିତ ଯାତ୍ରୀ ପରିବହନ କ୍ଷେତ୍ରରେ ଏହା ନୂଆ ଅଧ୍ୟାୟ ସୃଷ୍ଟି ହେବ ବୋଲି ପୂର୍ବତଟ ରେଳ ଅଧିକାରୀ କହିଛନ୍ତି । ଯୁକ୍ତ ୨ ପରୀକ୍ଷାରେ ଫେଲ୍ ହୋଇଥିଲେ ଏହି ବ୍ୟକ୍ତି ! ଏହା ପରେ ଆରମ୍ଭ କଲେ ଏହି ବ୍ୟବସାୟ, ମାତ୍ର ୨୪ ବର୍ଷ ବୟସରେ ହେଲେ କୋଟିପତି । ଏମିତି ଅନେକ ଲୋକ ଅଛନ୍ତି, ଯିଏ କମ ପାଠ ପଢି ମଧ୍ୟ ଅନେକ ସଫଳତା ହାସଲ କରିନେଇଥାନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରିଷଭ ଲବାନିଆ । ମାତ୍ର ୨୪ ବର୍ଷ ବୟସରେ ସେ ନିଜର ଏକ ଅଲଗା ପରିଚୟ ସ୍ଥାପନ କରିସାରିଥିବା ବେଳେ ସଫଳତାର ଶୀର୍ଷରେ ପହଞ୍ଚିଯାଇଛନ୍ତି । ଏହି ଯୁବକଜଣକ ଅଳ୍ପ ବୟସରେ ଏକ ଷ୍ଟାର୍ଟଅପ୍ ଆରମ୍ଭ କରିବା ସହ ଏବେ କୋଟିପତି ହୋଇଛନ୍ତି । ତେବେ ରିଷଭ ଏବେ ଦକ୍ଷିଣଆଫ୍ରିକାର କେପଟାଉନ ସହରରେ କାମ କରୁଛନ୍ତି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରିଷଭ ମାତ୍ର ୧୭ ବର୍ଷ ବୟସର ହୋଇଥିବା ବେଳେ ନିଜର ପ୍ରଥମ ଷ୍ଟାର୍ଟଅପ୍ ରେଡ୍ କାର୍ପେଟ୍ ଆରମ୍ଭ କରିଥିଲେ । ବ୍ୟବସାୟ ଏବଂ ଷ୍ଟାର୍ଟଅପ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ରିଷଭ ପାଠପଢାରେ ସେତେ ଭଲ କରୁନଥିଲେ । ଏପରିକି ଯୁକ୍ତ ୨ରେ ସେ ଫେଲ ମଧ୍ୟ ହୋଇଯାଇଥିଲେ । କିନ୍ତୁ ଏବେ ସେ ଉଇଟ୍ରାକର ମିଡିଆ କମ୍ପାନୀର ଫାଉଣ୍ଡର ଏବଂ ସିଇଓ ଅଛନ୍ତି । ୨୦୧୩ ମସିହାରେ ଜଷ୍ଟ ଗେଟ୍ ଇଟ୍ ନାମକ ଏକ ଅନଲାଇନ ଭଡାର ଷ୍ଟାର୍ଟଅପ୍ ଆରମ୍ଭ କରିଥିଲେ । ଏହି ଷ୍ଟାର୍ଟଅପ୍ ଛଅରୁ ସାତ ମାସ ପର୍ଯ୍ୟନ୍ତ ଭଲ ଭାବରେ କାମ କରିଥିଲା ଏବଂ ତାଙ୍କୁ ୩୦ରୁ ଅଧିକ ବିକ୍ରେତା ଏବଂ ଦୋକାନୀମାନଙ୍କ ସହ ବ୍ୟାବସାୟ କରିବାକୁ ସୁଯୋଗ ମିଳିଥିଲା । କିନ୍ତୁ ଏହା ବହୁତ ଜଲଦି ବନ୍ଦ ହୋଇଯାଇଥିଲା । ୨୦୧୫ ମସିହାରେ ଯେତେବେଳେ ରିଷଭ ଆମେରିକାରେ ଥିଲେ ସେତେବେଳେ କେଶୁ ଦୁବେଙ୍କ ସହ ମିଶି ଜେଲର୮ ଲଞ୍ଚ କରିଥିଲେ । ଯାହାକୁ ତାଙ୍କର ସବୁଠାରୁ ସଫଳ ଉପକ୍ରମ ଥିଲା । ଏହାପରେ ସେ କ୍ରମାଗତ ଭାବେ କାମ କରିଥିଲେ ଏବଂ ସଫଳତା ପରେ ସଫଳତା ହାସଲ କରିଥିଲେ । ଡାକ୍ତର ସାଜିଛନ୍ତି ଦେବଦୂତ ! ଦିଲ୍ଲୀରେ ଘର, ଗାଁରେ ମନ । ଦିଲ୍ଲୀରେ ଥାଇ ବି ଜନ୍ମଭୂମି ପାଇଁ ଦେଖୁଛନ୍ତି ବିକାଶର ସ୍ୱପ୍ନ କନକ ବ୍ୟୁରୋ : କଟକ ନିଆଳିରେ ଏକ ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଗତ ଦେଢ ମାସ ମଧ୍ୟରେ ୩ଶହରୁ ଅଧିକ ମେଣ୍ଢାଙ୍କ ପେଟ କାଟି ଅନ୍ତବୁଜୁଳା ବାହାର କରିଦେଇଥିବାର ଦେଖିବାକୁ ମିଳିଛି । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ କେହି ଜାଣିନାହାଁନ୍ତି , ମେଣ୍ଢାଙ୍କୁ ମାରୁଛି କିଏ? କିଏ କହୁଛି ଅଜବ ଜୀବ ମେଣ୍ଢା ମାରି ଖାଉଛି ତ ଆଉ କିଏ କହୁଛି ହିଂସ୍ର ଜନ୍ତୁ ଆକ୍ରମଣ କରୁଛି । ଏସବୁ ଭିତରେ ସୋସିଆଲ୍ ମିଡିଆରେ ପ୍ରସାରିତ ଏକାଧିକ ଫଟୋ ସ୍ଥିତିକୁ ଆହୁରି ଜଟିଳ କରିଦେଇଛି । ଏଭଳି ସ୍ଥିତିରେ ଘଟଣା ପଛର ସତ ଜାଣିବା ପାଇଁ କନକ ନ୍ୟୁଜ ଆରମ୍ଭ କରିଛି ପ୍ରୟାସ । ରାତି ତମାମ ଆମ କ୍ୟାମେରା ଟିମ୍ ନିଆଳିରେ ପରଖିଥିଲା ସ୍ଥିତି । ଆଉ ଯାହା ସବୁ ସାମ୍ନାକୁ ଆସିଲା ତାହା ଥିଲା ବେଶ ଆଶ୍ଚର୍ଯ୍ୟକର । ନିଆଳିରେ ପହଁଚିଲା ବେଳକୁ ପୁରା ନିଆଳିରେ ଥିଲା ଭୟର ବାତାବରଣ । ଘନ ଅନ୍ଧାକର ଭିତରେ ଟର୍ଚ୍ଚ ଓ ଲାଠି ଧରି ଗାଁରେ ପଇଁତରା ମାରୁଥିଲେ ଲୋକେ । ଗାଁମୁଣ୍ଡ ଠାରୁ ଗୁହାଳ ସବୁଠି ଜଗି ବିସିଥିଲେ ଗାଁର ପୁରୁଷ ଓ ମହିଳା । ଗତ ମାସକ ମଧ୍ୟରେ ନିଆଳିରେ ତିନି ଶହରୁ ଅଧିକ ମେଣ୍ଢା ମରିସାରିଲେଣି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ମେଣ୍ଢାଙ୍କ ତଣ୍ଟି କଣା କରି ତାଙ୍କ କଲିଜାକୁ କିଏ ଖାଇଯାଉଛି । ନିଆଳି ଓ କଂଟାପଡାରେ ଏବେ ଲୋକଙ୍କ ନିଦ ହଜାଇ ଦେଇଛି ମେଣ୍ଢା ମଡକ । କିଏ ଓ କାହିଁକି ମେଣ୍ଢାଙ୍କୁ ମାରି ତାଙ୍କ ଅନ୍ତଃପୁଟୁଳା ବାହାର କରୁଛି? ତାକୁ ନେଇ ଆତଙ୍କିତ ନିଆଳୀବାସୀ । ଏସବୁ ଭିତରେ ନିଆଳି ନିକଟ କଂଟାପଡାରେ ଏକ ଅଜବ ଜୀବକୁ ଲୋକେ ଦେଖିଥିବା କହିଛନ୍ତି । ଏମିତିକି ଏହି ଜୀବଟି ଲୋକଙ୍କ ଉପରକୁ ଆକ୍ରମଣ କରୁଥିବାର ଅଭିଯୋଗ ବି ହୋଇଛି । ଏଣୁ ରାତିର ଅନ୍ଧକାରକୁ ଭେଦି ଟର୍ଚ୍ଚ ଆଲୁଅରେ ଜଙ୍ଗଲ ଓ ବୁଦା ଭିତରେ ଅଜବ ଜୀବକୁ ଖୋଜି ବୁଲୁଛନ୍ତି ଗାଁ ଲୋକେ । ଏସବୁ ଭିତରେ ନିଆଳି ମୁଣ୍ଡାସାହିରେ ଦେଖିବାକୁ ମିଳିଥିଲା ଏକ ଜଙ୍ଗଲୀ ଜନ୍ତୁର ପାଦ ଚିହ୍ନ । କୁହାଯାଉଛି ଏହି ଜନ୍ତୁ ହିଁ ମେଣ୍ଢାଙ୍କୁ ମାରୁଛି ଓ ମଣିଷଙ୍କ ଉପରେ ଆକ୍ରମଣ କରୁଛି । ଶହ ଶହ ମେଣ୍ଢାଙ୍କ ମୃତ୍ୟୁ ପରେ ଏବେ ଗାଁରେ ଡେରା ପକାଇଛି ବନ ବିଭାଗ । ପ୍ରଶାସନ କହୁଛି ଜଙ୍ଗଲୀ ଜନ୍ତୁପଲ ଆକ୍ରମଣ କରୁଛନ୍ତି । ସେପଟେ ମନ୍ତ୍ରୀ କହିଛନ୍ତି ହେଟା ବାଘ ଆକ୍ରମଣ କରିଥାଇପାରେ । ଜନ୍ତା ପକାଇ ଜନ୍ତୁକୁ ଧରିବାକୁ ରାତି ତମାମ ଚେଷ୍ଟା ବି କରାଯାଉଛି । କିନ୍ତୁ ଜଙ୍ଗଲୀ ଜନ୍ତୁ ଧରା ପଡିବା ତ ଦୂରର କଥା ତାର ଗତିବିଧିର ବି ପତା ମିଳୁନି । ନିଆଳିରେ କୋକୁଆ ଭୟ ଲୋକଙ୍କ ନିଦ ହଜାଇବା ପରେ ପୁରା ଅଂଚଳରେ ଜନ୍ତା ବିଛାଇ ଜଙ୍ଗଲୀ ଜନ୍ତୁଙ୍କୁ ଧରିବାକୁ ଯୋଜନା କରିଛି ପ୍ରଶାସନ । ଆଉ ସୋସିଆଲ ମିଡିଆରେ ଅପପ୍ରଚାର ଯୋଗୁଁ ଲୋକେ ଆତଙ୍କିତ ହେଉଥିବାରୁ ପୁରା ସ୍ଥିତିର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ।
OSCAR-2019
ଟୁଇଟର ପୋଷ୍ଟ ହେବା ପରେ ୟୁଜର୍ସମାନେ ପ୍ରତିକ୍ରିୟା ଦେଇଥିଲେ। ପରେ ରାଜ୍ୟପାଳ ତଥାଗତ ରାୟ ନିଜର ଭୁଲ ସ୍ୱୀକାର କରିଛନ୍ତି। ଓ କ୍ଷମା ମାଗିଛନ୍ତି। ସେ କହିଛନ୍ତି, ମୁଁ ଏକ ଜାତୀୟ ଚ୍ୟାନଲର ରିପୋର୍ଟ ଆଧାରରେ ଟୁଇଟ କରିଥିଲି।
OSCAR-2019
ଗଲା ଶୁକ୍ରବାର ଦିନ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଏକ ମାମଲାର ବିଚାର ଚାଲିଥିବା ବେଳେ ସରକାର ଏବଂ ନ୍ୟାୟପାଳିକା ଭିତରେ ଏକ ବାକ୍‌ ଯୁଦ୍ଧର ସ୍ଥିତି ଉପୁଜିଲା। ମଦନ ବି ଲକୁର ଏବଂ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ସୁପ୍ରିମ କୋଟ୍‌ର୍ର ଦୁଇ ଜଣିଆ ଖଣ୍ଡପୀଠ ଯେତେବେଳେ ସରକାରଙ୍କ ଉପରେ ଦୋଷାରୋପ କଲେ ଯେ ଉଚ୍ଚ ଅଦାଲତମାନଙ୍କରେ ଅସଂଖ୍ୟ ବିଚାରପତି ପଦ ଖାଲି ପଡ଼ିଥିବା ବେଳେ ସେଗୁଡ଼ିକର ପୂରଣ ଦିଗରେ ସରକାର ଚେଷ୍ଟା ନ କରି ‘କଲେଜିଅମ’ର ସୁପାରିସକୁ ଚାପି ଦେଉଛନ୍ତି, ସେତିକି ବେଳେ ଆଟର୍ନି ଜେନେରାଲ କେ ବେଣୁଗୋପାଳ କହିଲେ ଯେ ଯଦି ଏମିତି କଥା, ତେବେ ଏତେ ବିଚାରପତି ପଦ ଖାଲି ପଡ଼ିଥିବା ବେଳେ ‘କଲେଜିଅମ’ କାହିଁକି ଦୁଇ ତିନିଟି ନାମ ସୁପାରିସ କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଯେଉଁ ମାମଲାର ଶୁଣାଣି ବେଳେ ଏହା ଘଟିଲା, ସେ ମାମଲାଟି ଥିଲା ମଣିପୁରର ଏବଂ ମଣିପୁରର ଉଚ୍ଚ ଅଦାଲତରେ ମାତ୍ର ଦୁଇ ଜଣ ବିଚାରପତି ଥିବାରୁ ଆବେଦନକାରୀ ତାଙ୍କ ମାମଲାକୁ ଆସାମ ହାଇକୋର୍ଟକୁ ସ୍ଥାନାନ୍ତର କରାଯାଉ ବୋଲି ପ୍ରାର୍ଥନା କରିଥିଲେ। ତେବେ, ସେ ଯାହା ହେଉ, ଏ ସଂଦର୍ଭରେ ମଞ୍ଜି କଥାଟି ହେଉଛି, ଦେଶର ଅଦାଲତଗୁଡ଼ିକରେ ଅସଂଖ୍ୟ ବିଚାରପତି ପଦ ଖାଲି ପଡ଼ିଛି, ବିଚାର ପାଇଁ ଅପେକ୍ଷା କରିଥିବା ମାମଲାଗୁଡ଼ିକର ହିମାଳୟଟିଏ ସୃଷ୍ଟି ହେଲାଣି, ନ୍ୟାୟ ପାଇବାରେ ବିଳମ୍ବ ହେତୁ ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି, ଅଦାଲତକୁ ଗଲେ ନ୍ୟାୟ ମିଳିବ ବୋଲି ଭରସା ଥିଲେ ବି କେବେ ମିଳିବ ତା’ ଉପରେ ଭରସା ନ ଥିବାରୁ ନ୍ୟାୟ ପ୍ରଦାନର ବ୍ୟବସ୍ଥା ଉପରେ ସାଧାରଣ ଲୋକଙ୍କର ଆସ୍ଥା ତୁଟୁଛି, ଅଥଚ ପଦ ପୂରଣ କରିବାର ପ୍ରକରଣ, ସରକାର ଏବଂ ନ୍ୟାୟପାଳିକା ଭିତରେ ଅହମିକାର ସଂଘାତ ହେତୁ ଦେଶର ଗଣତନ୍ତ୍ରର ଗୋଟିଏ ପାଖ ପକ୍ଷାଘାତରେ ଆକ୍ରାନ୍ତ ହେବାକୁ ବସିଲାଣି। ସମ୍ବିଧାନ ପ୍ରଣୀତ ହେବା ଦିନ ଠାରୁ ଏ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ବିଚାରପତି ନିଯୁକ୍ତି ପ୍ରସଙ୍ଗ ନେଇ ଶୀର୍ଷ ସ୍ତରରେ ମତାନୈକ୍ୟ ଦେଖା ଦେଇ ଆସିଛି। ପ୍ରଥମେ ବ୍ୟବସ୍ଥା ଥିଲା ଯେ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତିଙ୍କ ପରାମର୍ଶରେ ରାଷ୍ଟ୍ରପତି ବିଚାରପତିମାନଙ୍କୁ ନିଯୁକ୍ତ କରିବେ। କିନ୍ତୁ ରାଷ୍ଟ୍ରପତିଙ୍କ ରାଜନୈତିକ ସଂପୃକ୍ତି ହେତୁ ତଥା ପ୍ରଧାନ ବିଚାରପତିଙ୍କ ଏକଚାଟିଆ ପରାମର୍ଶ ଉପରେ ସନ୍ଦେହ ପ୍ରକଟ କରାଯିବାରୁ ୧୯୮୨ରେ ସର୍ବୋଚ୍ଚ ଅଦାଲତ ସ୍ଥିର କଲେ ଯେ ଦୁଇ ବରିଷ୍ଠତମ ବିଚାରପତିଙ୍କୁ ପରାମର୍ଶ କରି ମୁଖ୍ୟ ବିଚାରପତି ଭାବୀ ବିଚାରପତିମାନଙ୍କ ନାମ ସୁପାରିସ କରିବେ। ତା’ ପରେ ଏଗାର ବର୍ଷ ବାଦ ୧୯୯୩ରେ ପୁଣି ସ୍ଥିର କରାଗଲା ଯେ ଦୁଇ ଜଣ ନୁହେଁ, ଚାରିଜଣ ବରିଷ୍ଠ ବିଚାରପତିଙ୍କ ପରାମର୍ଶରେ ନାମ ସୁପାରିସ କରାଯିବ। ତାହା ହିଁ ହେଲା ଏବଂ ମୁଖ୍ୟ ବିଚାରପତିଙ୍କୁ ମିଶାଇ ଏହି ପାଞ୍ଚ ଜଣିଆ ଦଳକୁ ‘କଲେଜିଅମ’ କୁହାଗଲା; ସେଇ ବ୍ୟବସ୍ଥା ଏ ଯାବତ୍‌ ପ୍ରଚଳିତ ଅଛି। ଯଦିଓ ଏବର ଏନ୍‌ଡିଏ ସରକାର ବିଚାରପତି ଚୟନକୁ ଏନ୍‌ଜେଏସି ନାମକ ଏକ କମିସନ ଜରିଆରେ କରାଯିବ ବୋଲି ସ୍ଥିର କରିଥିଲେ, ସର୍ବୋଚ୍ଚ ଅଦାଲତ ତାକୁ ସଂପୂର୍ଣ୍ଣ ଭାବେ ଖାରଜ କରିଦେଇଥିଲେ। ବିଚାରପତି ନିଯୁକ୍ତି ପ୍ରକ୍ରିୟାର ବିବର୍ତ୍ତନରୁ ଗୋଟିଏ କଥା ସ୍ପଷ୍ଟ ଯେ ଯୋଗ୍ୟତମ ବ୍ୟକ୍ତିଙ୍କୁ ବିଚାରପତି କରିବା ଲାଗି ଉଦ୍ୟମ ଚାଲିଛିି। କିନ୍ତୁ ପ୍ରଚ୍ଛଦପଟରେ ଚାଲିଛି ସରକାର ଏବଂ ନ୍ୟାୟପାଳିକାଙ୍କ ଭିତରେ ବଳ କଷାକଷି। ନିକଟରେ ସୁପ୍ରିମ କୋର୍ଟରେ ବିଚାରପତି ଭାବେ ନିଯୁକ୍ତି ଲାଗି ‘କଲେଜିଅମ’ ଦ୍ୱାରା ମନୋନୀତ ପ୍ରାର୍ଥୀ କେ ଯୋଶେଫଙ୍କ ଫାଇଲକୁ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପ୍ରାୟ ତିନି ମାସ ଧରି ଚାପି ରଖିବା ପରେ ଆପତ୍ତି ଉଠାଇ ପୁନର୍ବିଚାର ଲାଗି ତାକୁ ପୁଣି ସର୍ବୋଚ୍ଚ ଅଦାଲତଙ୍କ ପାଖକୁ ଫେରାଇ ଦେଲା। ଏଥି ଲାଗି ସରକାର କାରଣ ଦେଖାଇଲେ ଯେ ବରିଷ୍ଠତର ବିଚାରପତିମାନଙ୍କୁ ଅତିକ୍ରମ କରାଇ ନ୍ୟାୟମୂର୍ତ୍ତି ଯୋଶେଫଙ୍କୁ ଅଣାଯାଇଛି। କିନ୍ତୁ ଅନେକ ନଜିର ଅଛି ଯେତେବେଳେ ବିଚାରପତି ନିଯୁକ୍ତିରେ ଯୋଗ୍ୟତା ବନାମ ବରିଷ୍ଠତାରେ ଯୋଗ୍ୟମାନେ ବରିଷ୍ଠଙ୍କୁ ଅତିିକ୍ରମ କରିଛନ୍ତି। ତେବେ ଯୋଶେଫଙ୍କ ନିଯୁକ୍ତି ଉପରେ ସରକାରଙ୍କ ଆପତ୍ତି ଉଠିଲା କାହିଁକି? ଅନୁମାନ କରାଯାଏ, ୨୦୧୬ରେ ଉତ୍ତରାଖଣ୍ଡରେ ଗାଦିନସୀନ କଂଗ୍ରେସ ସରକାରକୁ ଅନ୍ୟାୟୋଚିତ ଭାବେ ବରଖାସ୍ତ କରାଯିବା ବିରୁଦ୍ଧରେ ଯୋଶେଫଙ୍କ ରାୟ ଥିଲା କେନ୍ଦ୍ରର ଏନ୍‌ଡିଏ ସରକାର ଲାଗି ଏକ ବଡ଼ ଝଟକା। ସୁତରାଂ, ବିଚାରପତି ନିଯୁକ୍ତିରେ ସରକାରଙ୍କ ଏ ଆପତ୍ତି(ହସ୍ତକ୍ଷେପ)ରୁ ପ୍ରତିଶୋଧ ପରାୟଣତାର ଆଭାସ ମିଳୁନାହିଁ କି? ଏଣେ ବସ୍ତୁ ସ୍ଥିତି ଯାହା, ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ହେଉଛି ବିଚାରପତିମାନଙ୍କ ନିଯୁକ୍ତିକୁ ଖୁବ୍‌ ତ୍ୱରାନ୍ଵିତ କରିବା। ଆମ ଦେଶର କେବଳ ଉଚ୍ଚ ଅଦାଲତଗୁଡ଼ିକରେ ଏବେ ପ୍ରାୟ ୩୭ ପ୍ରତିଶତ ବିଚାରପତିଙ୍କ ପଦ ଖାଲି ପଡ଼ିଛି ଓ ୪.୨ ନିୟୁତ ମାମଲା ବିଚାର ଲାଗି ଅପେକ୍ଷା କରି ପଡ଼ି ରହିଛି। ଏଣୁ ପ୍ରଶ୍ନ ଉଠୁଛି, ଆମ ଗଣତନ୍ତ୍ରର ଦୁଇ ପ୍ରମୁଖ ସ୍ତମ୍ଭ ବ୍ୟବସ୍ଥାପିକା ଓ ନ୍ୟାୟପାଳିକା ଏ ଉଦ୍‌ବେଗଜନକ ସ୍ଥିତିକୁ ନଜରଅନ୍ଦାଜ କରି ପରସ୍ପର ଭିତରେ ନିଷ୍ଫଳ ବଳ କଷାକଷିରେ ନିମଗ୍ନ ରହିପାରିବେ କି? ଦ୍ରୁତ ଗତିରେ ବଢ଼ି ଚାଲିଥିବା ମାମଲାର ଚାପରେ ନ୍ୟାୟ ବ୍ୟବସ୍ଥା ଧସିଯିବ ନାହିଁ ତ? ବିଚାର ଲାଗି ଅପେକ୍ଷା କରିଥିବା ବନ୍ଦୀମାନଙ୍କ ସଂଖ୍ୟାର ଚାପରେ ଆମ ଜେଲ ବ୍ୟବସ୍ଥା ଅଚଳ ହୋଇଯିବ ନାହିଁ ତ? ଜମିବାଡ଼ି ମାମଲାରେ ନିଶାପକୁ ଅପେକ୍ଷା କରି ରହିଥିବା ଅଗଣିତ ଲୋକେ କ’ଣ ଜୀବଦ୍ଦଶାରେ ନ୍ୟାୟ ପାଇପାରିବେ ନାହିଁ? ମୁଲ୍ଲା ନସିରୁଦ୍ଦିନଙ୍କୁ ନେଇ ଦୁଇ ଧାଡ଼ିର କାହାଣୀଟିଏ। ଯେତେବେଳେ ରାଜା ମୁଲ୍ଲାଙ୍କୁ ବିଚାରପତି ଭାବେ ନିଯୁକ୍ତ କଲେ ମୁଲ୍ଲା ମନା କଲେ। ରାଜା ଚକିତ ହୋଇ କାରଣ କ’ଣ ବୋଲି ଜାଣିବାକୁ ଚାହିଁବାରୁ ମୁଲ୍ଲା କହିଲେ- ମହାରାଜ, ଆପଣ ଯଦି ମୋତେ ବାଛିବେ, ତେବେ ସମସ୍ୟା ହେଲା ଦରକାର ପଡ଼ିଲେ ମୁଁ ଆପଣଙ୍କ ବିଚାର ଠିକଣା ଭାବେ କରିପାରିବି ତ? ଏହି ଛୋଟ ସୁଫି କାହାଣୀରେ ଯେଉଁ କଥାଟିକୁ ଇଙ୍ଗିତ ମାଧ୍ୟମରେ କୁହାଯାଇଛି ତାହା ହେଲା ବିଚାରକ ଶାସକର ବଶମ୍ବଦ ହେଲେ ଚଳିବ ନାହିଁ। ଆଜି ଭାରତର ଅଦାଲତରେ ଯେତେ ସଂଖ୍ୟକ ମାମଲା ରହିଛି ସେଥିରୁ ଅଧିକାଂଶ ମାମଲାରେ ସରକାର ହେଉଛନ୍ତି ପକ୍ଷଭୁକ୍ତ। ତା’ ଛଡ଼ା ଅଦାଲତ ଜରିଆରେ ସରକାର କିଛି ନୀତି ପ୍ରବର୍ତ୍ତନ କରିବାକୁ ଚାହୁଁଥିବାରୁ ବିଚାରପତି ନିଯୁକ୍ତି ପ୍ରକ୍ରିୟାକୁ କରାୟତ୍ତ କରିବା ଲାଗି ଉଦ୍ୟମ ହେଉଛି। ନିକଟରେ ଘଟିଯାଇଥିବା ବିଭିନ୍ନ ଘଟଣାକ୍ରମରୁ ଯଦିଓ ଧାରଣା ହେଉଛି ଯେ ଏହି ଏନ୍‌ଡିଏ ସରକାର ଅମଳରେ ନ୍ୟାୟପାଳିକାର କାର୍ଯ୍ୟରେ ସରକାରୀ ହସ୍ତକ୍ଷେପ ଅଧିକ ହେଉଛି। ବାସ୍ତବତା ହେଲା, ପୂର୍ବର ଉପା ସରକାର ଅମଳରେ ମଧ୍ୟ ଏଭଳି ଚାଲିଥିଲା। ସମ୍ବିଧାନ ପ୍ରଣୟନ ହେବା ଦିନ ଠାରୁ ବିଚାରପତି ନିଯୁକ୍ତିକୁ ନେଇ ଚାରି ଚାରି ଥର ନିୟମରେ ଅଦଳବଦଳ କରାଯାଇଥିବା ସତ୍ତ୍ୱେ ଅଡୁଆ ତୁଟୁ ନାହିଁ। କିନ୍ତୁ ଏହା ଦ୍ୱାରା କ୍ଷତିଗ୍ରସ୍ତ ହେଉଛନ୍ତି ସାଧାରଣ ନାଗରିକ ଏବଂ ଭାରତୀୟ ଗଣତନ୍ତ୍ର। ପିଲା ଦିନର ଗପରେ ପଢିଥିଲେ ଯେ ଚଷମା ପିନ୍ଧିବା ଲାଗି ନାକର ଗୁରୁତ୍ୱ ଅଧିକ ନା କାନର; ଏହି କନ୍ଦଳ ହେତୁ ଆଖି ବିଚରା ଚଷମା ପାଇପାରିଲା ନାହିଁ। ତେଣୁ ଏଭଳି ପରିସ୍ଥିତି ନ ହେଉ। ନାଗରିକ, ରାଷ୍ଟ୍ର ଓ ଗଣତନ୍ତ୍ରର ମଙ୍ଗଳ ଲାଗି ଯେଉଁ ବିଚାରଶୀଳତା ଦରକାର ତାହା ଉଭୟ ବ୍ୟବସ୍ଥାପିକା ଓ ନ୍ୟାୟପାଳିକା ପ୍ରଦର୍ଶନ କରନ୍ତୁ।
OSCAR-2019
ଭାରତୀୟ ଗୃହମନ୍ତ୍ରୀ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ମୁଖ୍ୟ । ଏହି ପଦବୀ ଭାରତ ସରକାରଙ୍କ ଏକ ମୁଖ୍ୟ ଓ ବିଶେଷ ଗୁରୁତ୍ବପୂର୍ଣ ପଦବୀ । ମୁଖ୍ୟତ କେବିନେଟର ବରିଷ୍ଠ ଜଣେ ସଦସ୍ୟ ବା ଅନେକ କ୍ଷେତ୍ରରେ ନିଜେ ପ୍ରଧାନ ମନ୍ତ୍ରୀ ଏହି ବିଭାଗ ସମ୍ଭାଳି ଥାଆନ୍ତି । ଆଭ୍ଯନ୍ତରୀଣ ସୁରକ୍ଷ୍ୟା , ପୋଲିସ ବିଭାଗ ସହ ଦେଶର ସବୁ ମୁଖ୍ୟ ସମସ୍ୟା ଏହି ବି8ଭାଗ ସମ୍ଭାଳି ଥାଏ । ଗୃହ ମନ୍ତ୍ରୀଙ୍କୁ କାର୍ଯ୍ୟରେ ସହାୟତା କରିବା ପାଇଁ ଜଣେ ବା ଅଧିକ ରାଜ୍ୟପାହ୍ୟା ଗୃହମନ୍ତ୍ରୀ ଓ ଗୃହ ବିଭାଗ ଉପମନ୍ତ୍ରୀ ମଧ୍ୟ ଥାଆନ୍ତି । ସରଦାର ବଲ୍ଲଭଭାଇ ପଟେଲ ଭାରତ ସ୍ଵାଧୀନ ହେଲା ପରେ ଦେଶର ପ୍ରଥମ ଗୃହ ମନ୍ତ୍ରୀ ଥିଲେ । ଅନେକ ସମୟରେ ଗୃହ ମନ୍ତ୍ରୀ ମାନେ ଉପପ୍ରଧାନ ମନ୍ତ୍ରୀ ଦାୟିତ୍ଵ ମଧ୍ୟ ଗ୍ରହଣ କରିଥାନ୍ତି । ବର୍ତମାନ ନରେନ୍ଦ୍ର ମୋଦୀଙ୍କ ସରକାରରେ ରାଜନାଥ ସିଂହ ଗୃହ ମନ୍ତ୍ରୀ ଭାବରେ 2014 ମସିହାରୁ ରହିଛନ୍ତି ।
OSCAR-2019
ବଲାଙ୍ଗୀର ୨୨-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଜିଲ୍ଲାର ବେସରକାରୀ ବସଷ୍ଟାଣ୍ଡର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇ ପଡ଼ିଥିବା ବେଳେ ସାଧାରଣ ଲୋକ ବ୍ୟାପକ ହଟହଟା ହେବା ସାର ହେଉଛି। ଏହି ବସଷ୍ଟାଣ୍ଡଟି ଉପରେ ଦୈନିକ ବିଭିନ୍ନ ଅଞ୍ଚଳରୁ ଶହ ଶହ ଯାତ୍ରୀ ନିର୍ଭର କରି ଆସୁଥିବା ବେଳେ ପରିଚାଳନା ଗତ ତ୍ରୁଟି ଓ ପ୍ରଶାସନିକ ଦାଇତ୍ୱର ଅଭାବ ଯୋଗୁଁ ଯାତ୍ରୀ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ବିଶ୍ରାମଗାରର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିବା ସତ୍ୱେ ଲୋକେ ବିଭିନ୍ନ ଦୋକାନ କଡରେ ମୁଣ୍ଡ ଗୁଞ୍ଜି ହଟହଟା ହେବା ସାର ହେଉଛି। ସେହିପରି ବସ ଗୁଡିକ ର ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ଟ୍ରାଫିକ ସମସ୍ୟା ସର୍ବଦା ଲାଗି ରହିଛି। ଏବେ ବର୍ଷା ଯୋଗୁଁ ସ୍ଥିତି ଅତ୍ୟନ୍ତ ବେହାଲ ହୋଇପଡିଛି। କାଦୁଅ ସର ସର ହୋଇ ଯାତ୍ରା କରିବା କାଠିକର ପାଠ ହୋଇପଡିଛି। ସ୍ତାନୀୟ ନେତୃ ବୃନ୍ଦ ଓ ପ୍ରଶାସନିକ ଅଧିକାରୀମାନେ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ତୀବ୍ର ଦାବି ପ୍ରକାଶ ପାଉଛି।
OSCAR-2019
ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) :ଭଦ୍ରକ ବ୍ଲକ୍ କପାଳି ଷ୍ଟେସନ୍ ନିକଟସ୍ଥ ରାମପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ଥାନୀୟ ସରପଞ୍ଚ ଶଶିକଳା ବେହୁରିଆ, ଯୁବନେତା ମାଳିରାମ ବେହୁରିଆ, ମୁଖ୍ୟ ଆୟୋଜକ ଗୋପବନ୍ଧୁ ମିଶ୍ର, ବସନ୍ତ କୁମାର ରାଉତଙ୍କ ନେତୃତ୍ୱରେ ସକାଳ ୮ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଏକ ବୌଦ୍ଧିକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଏହି ପଞ୍ଚାୟତ ସମେତ ଆଖପାଖ ପଞ୍ଚାୟତର ବହୁ ଗରିବ ରୋଗୀ ମାଗଣା ଚିକିତ୍ସା ସହାୟତା ପାଇଛନ୍ତି। ଡ଼ାକ୍ତର ଚିରଂଜିତ୍ ମିଶ୍ର, ଡ଼ାକ୍ତର ଅସିତ୍ କୁମାର ଭୋଇ ଓ ଡ଼ାକ୍ତର ଦେବାଶିଷ ପଟ୍ଟନାୟକ ପକ୍ଷାଘାତ, ଅଣ୍ଟା, ଆଣ୍ଠୁ, ପାଦ ମେରୁଦଣ୍ଡ, କପାଳ, ସ୍ନାୟୁ ଜନିତ ଫିଜିଓଥୋରାପି, ଅର୍ଥପେଡ଼ିକ୍ ଜନିତ ଚିକିତ୍ସା କରିବା ସହ ଦୈନନ୍ଦିନ ଜୀବନ ଶୈଳୀର ଘରୋଇ ଉପଚାର ଜନିତ ବ୍ୟାୟାମ ସମ୍ବନ୍ଧୀୟ ଚିକିତ୍ସା ଉପରେ ଅବଗତ କରାଇଥିଲେ। ଶରତ ଚନ୍ଦ୍ର ଜେନା, ଅମୁଲ୍ୟ ବେହୁରିଆ, ଭାସ୍କର ପଣ୍ଡା, ଆଶାକର୍ମୀ ଲକ୍ଷ୍ମୀପ୍ରିୟା ରାଉତ ପ୍ରମୁଖ ଗ୍ରାମବାସୀମାନେ ଏହି ସ୍ୱାସ୍ଥ୍ୟ ଶିବିରକୁ ପରିଚାଳନା କରିଥିଲେ। ଦିଲସେ ଡ୍ୟାନ୍ସ କାର୍ଯ୍ୟକ୍ରମରେ ଭାଗ ନେଲେ ୧୫୩ ପ୍ରତିଯୋଗୀ: କାର୍ଯ୍ୟକ୍ରମକୁ ନେଇ ନିର୍ଦ୍ଦେଶକ ରାଜେଶଙ୍କୁ ପ୍ରଶଂସା କଲେ ଅଭିଭାବକ
OSCAR-2019
ରେମୁଣା/ ବାଲେଶ୍ୱର, ୧୫/୦୩(ଓଡିଆ ପୁଅ/ ଭଗବାନ ଦାସ)- ସରପଞ୍ଚ ନିଜ କ୍ଷମତାର ଅପବ୍ୟବହାର କରି ପଞ୍ଚାୟତରେ ନିଜ ମର୍ଜୀରେ କାର୍ଯ୍ୟ କରୁଛନ୍ତି। ପଞ୍ଚାୟତରାଜ ନିର୍ଦ୍ଦେଷ ନାମାକୁ ଖୋଲାଖୋଲି ଉଲଙ୍ଘନ କରିବା ସହ ସମିତି ସଭ୍ୟାଙ୍କୁ ପଞ୍ଚାୟତ ବୈଠକକୁ ଡାକୁ ନାହାନ୍ତି। ଏଭଳି ଅଭିଯୋଗ ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକର ଶ୍ରୀଜଙ୍ଗ ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ଉକ୍ତ ପଞ୍ଚାୟତର ସମିତି ସଭ୍ୟା ଜିଲ୍ଲାପାଳଙ୍କ ଠାରେ ଆଣିଛନ୍ତି। ସମିତି ସଭ୍ୟା ପ୍ରିୟଦର୍ଶନୀ ଦାସଙ୍କ ଲିଖିତ ଅଭିଯୋଗ ଅନୁସାରେ ସେ ଜଣେ ହରିଜନ ମହିଳା ହୋଇଥିବାରୁ ସରପଞ୍ଚ କାର୍ତ୍ତୀକେଶ୍ୱର ବାରିକ ତାଙ୍କ ବିଷୟରେ କଟୁ ଶବ୍ଦ ପ୍ରୟୋଗ କରିବା ସହ କୌଣସି କାର୍ଯ୍ୟକ୍ରମରେ ନଡାକିବା ପାଇଁ ପଞ୍ଚାୟତ କର୍ମଚାରୀଙ୍କୁ ମୌଖିକ ନିର୍ଦ୍ଦେଷ ଦେଇଛନ୍ତି। ଏପରିକି ଶ୍ରୀ ବାରିକ ବିଭିନ୍ନ ଉନ୍ନୟନ ବିଭାଗରେ ଠିକାଦାରୀ କାର୍ଯ୍ୟ କରୁଥିବାରୁ ପଞ୍ଚାୟତ କାର୍ଯ୍ୟ ପାଇଁ ସମୟ ଦେଉନାହାନ୍ତି। ସେହିପରି ସ୍ୱଚ୍ଛଭାରତ ଅଭିଯାନରେ ଏନଜିଓ ମାନେ ପଞ୍ଚାୟତରେ ବିଭିନ୍ନ ହିତାଧିକାରୀଙ୍କ ପାଇଖାନା ନିର୍ମାଣ କରିଥିଲେ ମଧ୍ୟ ଯୋଗ୍ୟ ହିତାଧିକାରୀ ଚୟନରେ ସରପଞ୍ଚଙ୍କ ଦ୍ୱାରା ଅନିୟମିତତା କରାଯାଉଥିବାର ମଧ୍ୟ ଅଭିଯୋଗ ଆଣିଛନ୍ତି। ଏଣୁ ସମିତି ସଭ୍ୟା ଶ୍ରୀମତୀ ଦାସ ଅଭିଯୋଗ ବାବଦରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସରପଞ୍ଚଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି ଜଣାଇଛନ୍ତି। ଏହି ଅଭିଯୋଗର ଏକକିତା ନକଲ ଉପଜିଲ୍ଲାପାଳ, ରେମୁଣା ବିଡ଼ିଓ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପିଡ଼ି ଡିଆରଡିଏ, ଆରଡବ୍ଲୁଏସଏସର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଠାରେ ମଧ୍ୟ ଅବଗତି ନିମନ୍ତେ ଦାଖଲ କରିଥିବାର ଜଣାପଡ଼ିଛି। ତେବେ ଅଭିଯୋଗକୁ ସରପଞ୍ଚ ଶ୍ରୀ ବାରିକ ଖଣ୍ଡନ କରିବା ସହ ସମସ୍ତ ପ୍ରକାର ତଦନ୍ତକୁ ସ୍ୱାଗତ ଜଣାଇବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।
OSCAR-2019
ସମୁଦ୍ରରେ ବୁଡିଗଲା ଜାହାଜ । ୪ମିନିଟ୍ ମଧ୍ୟରେ ସମୁଦ୍ରରେ ବୁଡିଗଲା ୪ମହଲା ବିଶିଷ୍ଟ ଜାହାଜ । କଲମ୍ବିଆରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିଲା ଏହି ଜାହାଜ । ଏହି ଦୁର୍ଘଟଣାରେ ୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୮ଜଣ ନିଖୋଜ ଅଛନ୍ତି । ଉଦ୍ଧାର କାର୍ଯ୍ୟ ଏବେବି ଜାରି ରହିଛି । ଜାହାଜରେ ପ୍ରାୟ ୧୫୦ ପର୍ଯ୍ୟଟକ ଥିଲେ ବୋଲି ସୂଚନା ମିଳିଛି । ଜାହାଜଟି ମେଡେଲିନଠାରୁ ପ୍ରାୟ ୪୫କିଲୋମିଟର ଦୂର ସମୁଦ୍ର ଭିତରେ ଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ୪ମହଲା ବିଶିଷ୍ଟ ଏହି ଜାହାଜଟି ବୁଡି ଯାଉଥିବା ଦେଖି ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ ଆଖପାଖରେ ଥିବା ଡଙ୍ଗାର ଯାତ୍ରୀମାନେ । ଏହି ଜାହାଜ ଦୁର୍ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଦେଖୁ ଦେଖୁ ପାଣି ଭିତରେ ବୁଡି ଯାଇଛି ୪ମହଲା ବିଶିଷ୍ଟ ଜାହାଜ । କେତେକ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ କେତେକ ପର୍ଯ୍ୟଟକ ନିଜେ ପାଣିରେ ପହଁରି ଅନ୍ୟ ଡଙ୍ଗାକୁ ଆସୁଥିବା ଦେଖିବାକୁ ମିଳିଛି । ତେବେ ଜାହାଜଟି ପାଣିରେ ବୁଡି ଯିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।
OSCAR-2019
ଟାରଜନ୍ , ଡୋର୍ ,ସଲାମ୍ ଏ ଇସ୍କ ଓ ୱାଣ୍ଟେଡ ପରି ଫିଲ୍ମ କରିବା ପରେ ବଲିଉଡରୁ ପୂରା ଦୂରେଇ ଯାଇଥିଲେ ଆୟେଶା ଟାଙ୍କିଆ । ଫରହାନ୍ ଆଜମୀଙ୍କ ସହ ବିବାହ ପରେ ବଡ ପରଦାରେ ତାଙ୍କୁ ଦର୍ଶକ ଦେଖିବାକୁ ପାଇନଥିଲେ । ଏବେ ପୁଣିଥରେ ନିଜର କମାଲ୍ ଦେଖାଇବା ପାଇଁ ସେ ପ୍ରସ୍ତୁତ ହୋଇଗଲେଣି । ତେବେ ତାଙ୍କର କମବ୍ୟାକ୍ କୈାଣସି ଫିଲ୍ମ ଜରିଆରେ ନୁହେଁ ଏକ ସିଙ୍ଗଲ୍ ଆଲବମ୍ ଜରିଆରେ ହେଉଛି । ଯାହାର ପ୍ରଯୋଜନା କରିଛନ୍ତି ମୂରଲୀ ଅଗ୍ରୱାଲ୍ ଓ ନିର୍ଦ୍ଦେଶନା ଦେଇଛନ୍ତି ଲଭଲି ସିଂହ ଓ ରାହୁଲ୍ ସିଂହ । ନିକଟରେ ଏହାର ପୋଷ୍ଟର ରିଲିଜ ହୋଇଛି । ଫିଲ୍ମ ନହେଲେ ମଧ୍ୟ କୈାଣସି କର୍ମସିଆଲ୍ ଫିଲ୍ମ ଠାରୁ କମ୍ ଲାଗୁନାହିଁ । ଏହାର ଟାଇଟଲ୍ ରହିଛି ‘ଜିନ୍ଦେଗୀ ୟେ ଜିନ୍ଦେଗୀ ’ । ଲଭଲୀ ସିଂହଙ୍କ କହିବାନୁଯାୟୀ , ଏହା ଫିଲ୍ମ ନହେଲେ ମଧ୍ୟ ଏଥିରେ ଏକ କାହାଣୀ ରହିଛି । ବିକ୍ରି ହେବାରୁ ନି ସାନ ଭଉଣୀକୁ ଅନେକ ସମସ୍ୟା ସହ ଲଢି ମୁକ୍ତ କରୁଥିବା ବଡ ଭଉଣୀର କାହାଣୀ ଦର୍ଶାଯାଇଛି ଏହି ଗୀତରେ । ଏହାର ଭିଡିଓ ଯେତେବେଳେ ସୁଟିଂ କରିବା ପାଇଁ ଚାହିଁଲି ମୁଁ ଆୟେଶାଙ୍କ ସହ ଆଲୋଚନା କରିଥିଲି । ସେ ସଙ୍ଗେ ସଙ୍ଗେ କରିବା ପାଇଁ ରାଜି ହୋଇଯାଇଥିଲେ । ଏବେ ଆୟେଶାଙ୍କର ଆଲବମ୍ ତ ରିଲିଜ୍ ହେବାକୁ ଯାଉଛି , ଅପେକ୍ଷା ରହିଲା ଫିଲ୍ମ କେବେ କରିବେ ।
OSCAR-2019
ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ପରେ ମା' ହେଲେ ନାବାଳିକା, ଏବେ ବାହା ହେବେ ନାହିଁ ବୋଲି କହୁଛନ୍ତି ମନ୍ତ୍ରୀଙ୍କ ଭଣଜା | Sambad ରାୟପୁର : ଛତିଶଗଡ଼ର ଗୃହମନ୍ତ୍ରୀ ରାମସେବକ ପୈକାରାଙ୍କ ଭଣଜା ଉପରେ ଜଣେ ମହିଳା ଯୌନ ଶୋଷଣ ସହ ମାନସିକ ସ୍ତରରେ ପ୍ରତାରଣାର ଅଭିଯୋଗ ଆଣିଥିବା ଜଣା ପଡ଼ିଛି । ଏ ନେଇ ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତ ସମୋଦ ପୈକାରାଙ୍କ ବିରୋଧରେ ଆଇପିସି ଧାରା ୩୭୬ ଅନୁଯାୟୀ ମାମଲା ରୁଜୁ କରିଛି । ଅନ୍ୟ ପକ୍ଷରେ ଦୁଷ୍କର୍ମର ଅଭିଯୋଗ ଆଣିବା ପରେ ପୀଡ଼ିତାଙ୍କୁ ଡ଼ାକ୍ତରୀ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଏ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ପୁଲିସ । ସୂଚନା ମୁତାବକ, ବିବାହର ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ଦୁଷ୍କର୍ମ କରିବା ପରେ ଏବେ ବିବାହ କରିବାକୁ ମନା କରୁଥିବା ଅଭିଯୋଗ ନେଇ ପୁଲିସ ଷ୍ଟେସନରେ ପହଞ୍ଚିଥିଲେ ପୀଡ଼ିତା । କିନ୍ତୁ କେହି ତାଙ୍କର ଅଭିଯୋଗ ଗ୍ରହଣ କରି ନଥିଲେ । ପରେ ସେ ସର୍‌ଗୁଞ୍ଜା ରେଞ୍ଜ୍‌ର ଆଇଜିଙ୍କୁ ଭେଟି ସବୁ ଜଣାଇବା ପରେ ଏତଲା ରୁଜୁ ହୋଇଥିଲା । ପୀଡ଼ିତା କରିଥିବା ଅଭିଯୋଗ ଅନୁଯାୟୀ, ସମୋଦ ପୈକାରା ୪ବର୍ଷ ପର୍ଯ୍ୟନ୍ତ ତାଙ୍କ ସହ ଲିଭ୍‌ ଇନ୍‌ରେ ରହୁଥିଲେ । ୨୦୧୪ରେ ସେ ସ୍କୁଲରେ ପଢ଼ୁଥିବା ବେଳେ ସମୋଦ ପୈକାରାଙ୍କୁ ଜାଣିବା ଆରମ୍ଭ କରିଥିଲେ । ପରେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ହେବାରୁ ଦୁହେଁ ଲିଭ୍‌ ଇନ୍‌ରେ ରହିବାକୁ ଲାଗିଥିଲେ । କିଛି ଦିନ ପରେ ତାଙ୍କର ଏକ ଝିଅ ମଧ୍ୟ ଜନ୍ମ ହୋଇଥିଲା । ଝିଅ ଜନ୍ମ ହେବା ପରେ ପୀଡ଼ିତା ବିବାହ କରିବା ପାଇଁ ଅଭିଯୁକ୍ତଙ୍କୁ ବାଧ୍ୟ କରିଥିଲେ । କିନ୍ତୁ ଏବେ ତୁମେ ନାବାଳିକା ପରେ ବିବାହ କଥା ଭାବିବା ବୋଲି କହି ବିବାହ ପ୍ରସ୍ତାବକୁ ବାରମ୍ବାର ଭାଙ୍ଗିଥିଲା ସମୋଦ ପୈକାରା । ପରେ ପୂରା ବିବାହ ପାଇଁ ମନା କରିବାରୁ ପୀଡ଼ିତା ପୁଲିସରେ ଅଭିଯୋଗ କରିବା ପାଇଁ ବାଧ୍ୟ ହୋଇଥିଲେ ।
OSCAR-2019
କନକ ବ୍ୟୁରୋ : ହ୍ୱାଇଟ୍ ହାଉସରେ ପହଂଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୋରଦାର ସ୍ୱାଗତ କରିଥିଲେ ଟ୍ରମ୍ପ । ମୋଦିଙ୍କୁ ହ୍ୱାଇଟ୍ ହାଉସ ଭିତରକୁ ପାଛୋଟି ନେଇଥିଲେ ନିଜେ ଟ୍ରମ୍ପ ଓ ପତ୍ନୀ ମେଲାନିଆ । ହ୍ୱାଇଟ୍ ହାଉସ୍ ଭିତରକୁ ଯିବା ପରେ ମୋଦି ଓ ଟ୍ରମ୍ପ ପ୍ରାୟ ୨୦ ମିନିଟ୍ ଧରି କଥାବାର୍ତ୍ତା ହୋଇଥିଲେ । ଏହି ସମୟରେ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ମଧ୍ୟ ନିକଟରେ ଉପସ୍ଥିତ ରହିଥିଲେ । ହ୍ୱାଇଟ୍ ହାଉସରେ ମୁହାଁ ମୁହିଁ କଥାବାର୍ତ୍ତା ହୋଇଥିଲେ ବିଶ୍ୱର ଦୁଇ ଶକ୍ତିଶାଳୀ ନେତା ମୋଦି ଓ ଟ୍ରମ୍ପ । ଏହା ସହ ଟ୍ରମ୍ପଙ୍କୁ ସପରିବାର ଭାରତ ଆସିବାକୁ ନିମନ୍ତ୍ରଣ କରିବାକୁ ଭୁଲି ନାହାନ୍ତି ମୋଦି । ହ୍ୱାଇଟ୍ ହାଉସକୁ ଯିବା ପୂର୍ବରୁ ୟୁଏସ୍ ସେକ୍ରେଟାରୀ ଅଫ୍ ଷ୍ଟେଟ୍, ରେକ୍ସ ଟିଲରସନଙ୍କୁ ଭେଟିଥିଲେ ମୋଦି । ଆମେରିକାର ମୋଷ୍ଟ ପାୱାରଫୁଲ୍ କୁହାଯାଉଥିବା ରେକ୍ସ ଟିଲରସନଙ୍କ ସହ ମୋଦି କିଛି ସମୟ ଧରି ଆଲୋଚନା ମଧ୍ୟ କରିଥିଲେ ।
OSCAR-2019
କେନ୍ଦ୍ରାପଡ଼ା: ୭ ବର୍ଷର ଛାତ୍ରୀ ସହ ଟ୍ୟୁସନ୍‌ ସାର୍‌ କରୁଥିଲା ଦୁଷ୍କର୍ମ, ଉଠାଉଥିଲା ଭିଡିଓ : ଶେଷରେ ପରିବାର ଲୋକଙ୍କ ହାତରେ ପଡ଼ିଲା ଭିଡିଓ | Sambad କେନ୍ଦ୍ରାପଡ଼ା: ଦୁଷ୍କର୍ମ ମାମଲାକୁ ନେଇ ଆଇନ ଯେତେ କଡ଼ା ହେଉଛି ମାମଲା ଥମିବା ବଦଳରେ ବଢ଼ି ବଢ଼ି ଚାଲିଥିବାର ଦେଖିବାକୁ ମିଳୁଛି। ଗତ ଗୁରୁବାର ଦିନ କେଣାର୍କ ନୟାହାଟ ଫାଣ୍ଡି ଅଞ୍ଚଳର ଯୋଗେଶ୍ୱରପୁରରେ ଜଣେ ୯ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଶୁଣିବାକୁ ମିଳିଥିଲା। ତେବେ ଶନିବାର ଅପରାହ୍ନରେ କେନ୍ଦ୍ରାପଡ଼ା ଜିଲ୍ଲା ନିକିରେଇ ଥାନା ଅଞ୍ଚଳରେ ଜଣେ ଟ୍ୟୁସନ୍‌ ଶିକ୍ଷକଙ୍କ ଦ୍ୱାରା ଜଣେ ୭ବର୍ଷର ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଟ୍ୟୁସନ୍‌ ଶିକ୍ଷକ ଗଣେଶ ନାୟକ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରୁଥିଲା। କେବଳ ଏତିକି ନୁହେଁ, ଦୁଷ୍କର୍ମ ସମୟର କିଛି ଫଟୋ ଉଠାଇବା ସହିତ ଭିଡିଓ ବି ରେକର୍ଡିଂ କରିଥିଲା। କୌଣସି କ୍ରମେ ଏହି ଭିଡିଓ ପୀଡିତାଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚି ଯାଇଥିଲା। ଏହାପରେ ପରିବାର ଲୋକ ଏହି ଟ୍ୟୁସନ୍‌ ସାର୍‌ର କାରନାମା ସମ୍ପର୍କରେ ଗାଁଲୋକଙ୍କୁ ଜଣାଇଥିଲେ। ଗତରାତିରେ ଗାଁଲୋକ ଗଣେଶ ନାୟକକୁ ଅଟକ ରଖିଥିଲେ। ଶନିବାର ଟ୍ୟୁସନ୍‌ ସାର୍‌ ଗଣେଶକୁ ପୁଲିସ ଜିମା ଦେଇଥିଲେ। ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ତେବେ ସେ ଦୋଷ ସ୍ୱୀକାର କରିଥିବା ପୁଲିସ କହିଛି।
OSCAR-2019
ସାଧାରଣତଃ ସମସ୍ତେ ନିଜ ଚେହେରାକୁ ସୁନ୍ଦର ଓ ଆକର୍ଷଣୀୟ କରିବାକୁ ଚାହାଁନ୍ତି। ହେଲେ ବେଳେବେଳେ ଏପରି କିଛି ସମସ୍ୟା ଦେଖାଦିଏ ଯାହାଦ୍ୱାରା ଚେହେରା ଖରାପ ହୋଇଯାଏ। ସେଥିମଧ୍ୟରୁ ଭାତୁଡ଼ି ଏକ ବଡ ସମସ୍ୟା। ପ୍ରାୟ ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ଏହି ସମସ୍ୟା ରହିଛି। ଏଥିରୁ ମୁକ୍ତି ପାଇବା ପାଇଁ ସେମାନେ ଅନେକ ପ୍ରକାରର ଉପଚାର କରନ୍ତି। ହେଲେ କିଛି ଲାଭ ମିଳି ନଥାଏ। ଆପଣଙ୍କୁ ତେବେ ଏପରି କିଛି ଘରୋଇ ଉପଚାର ଅଛି ଯାହାଦ୍ୱାରା ଆପଣଙ୍କ ମୁହଁରୁ ଭାତୁଡ଼ି ଗାୟବ ହୋଇଯିବ। ଆମେ ସମସ୍ତେ ଜାଣୁ ଯେ କଦଳୀ ଶରୀର ପାଇଁ ଲାଭଦାୟୀ। ହେଲେ ଆପଣ ଜାଣନ୍ତି କି, ଏହାର ଚୋପା ମଧ୍ୟ ଆମ ପାଇଁ ଲାଭଦାୟକ। କଦଳୀ ଚୋପା ଆପଣଙ୍କ ଚେହେରାରୁ ଭାତୁଡି ଭଲ କରିବାରେ ବହୁତ ସାହାଯ୍ୟ କରିଥାଏ। କାରଣ ଏଥିରେ ଆଣ୍ଟି-ଅକ୍ସିଡେଣ୍ଟ୍ ତତ୍ତ୍ୱ ରହିଥାଏ, ଯାହା ଆପଣଙ୍କର ଭାତୁଡ଼ି ସମସ୍ୟା ଦୂର କରିଥାଏ। ହେଲେ ଏହାକୁ ବ୍ୟବହାର କିପରି କରାଯାଏ ତାହା ହୁଏତ ଆପଣ ଜାଣିନଥିବେ। ଆସନ୍ତୁ ଜାଣିବା ଏହାର ବ୍ୟବହାର ବିଧି। କୌଣସି କ୍ଷତ ସ୍ଥାନ ବା ଘା’ରେ ବ୍ୟାଣ୍ଡେଡ୍ ଲଗାଇଲା ପରି ଭାତୁଡି ଉପରେ କଦଳୀ ଚୋପାକୁ ରାତିସାରା ଲଗାଇ ରଖନ୍ତୁ। ଯଦି ଆପଣ ରାତିସାରା ରଖି ନପାରିବେ, ତେବେ ଦିନରେ ଅଧ ଘଣ୍ଟାଏ ଲେଖା ରଖିପାରିବେ। ଏହାର ପ୍ରୟୋଗ ସେତେବେଳେ ଯାଏଁ ଜାରି ରଖନ୍ତୁ ଯେବେ ଯାଏଁ ଆପଣଙ୍କ ଭାତୁଡ଼ି ଭଲ ନ ହୋଇଛି। ହେଲେ ଧ୍ୟାନ ରଖନ୍ତୁ ଏହା ପାଚିଲା କଦଳୀ ଚୋପା ହିଁ ହୋଇଥିବା ଦରକାର।
OSCAR-2019
ଆପଣଙ୍କ ପ୍ରେମ ସମ୍ପର୍କ କେମିତି ଆପଣ ନିଜେ ଜାଣି ପାରିବେ । ଆପଣଙ୍କୁ ଏପରି କିଛି କଥା ସଂପର୍କରେ ଜଣାଇବୁ ଯାହା ଆପଣ ଆପଣଙ୍କ ପ୍ରେମ ସଂପର୍କରେ ଅବଗତ କରାଇବାରେ ସହାୟକ ହୋଇଥାଏ । ତେବେ ଆପଣ
OSCAR-2019
ଓଡିଶାରେ ଅଟୋମୋବାଇଲ ଶିଳ୍ପ ତଥା ଅନୁସନ୍ଧାନ ପ୍ରକଳ୍ପ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ – Odiapua.com ନୂଆଦିଲୀ/ଭୁବନେଶ୍ୱର, ୬ ସେପ୍ଟେମ୍ବର(ଓଡ଼ିଆ ପୁଅ)-ଅଟୋମୋବାଇଲ ନିର୍ମାତାଙ୍କର ୫୮ ତମ ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଇ ପୂର୍ବଭାରତ ବିଶେଷ ଭାବରେ ଓଡିଶା ଓ ଝାଡଖଣ୍ଡ ଭଳି ରାଜ୍ୟରେ ଅଟୋମୋବାଇଲ ବିନିର୍ମାଣ ଶିଳ୍ପ ତଥା ଏହି କ୍ଷେତ୍ରରେ ଅନୁସନ୍ଧାନ ଓ ବିକାଶ ପାଇଁ ପ୍ରକଳ୍ପ କରିବା ଲାଗି ଆହ୍ୱାନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ନୂଆଦିଲୀ ଠାରେ ଏହି ସମ୍ମିଳନୀରେ ଯୋଗଦେଇ କହିଛନ୍ତି ଦେଶରେ ଅଟୋମୋବାଇଲ ଶିଳ୍ପ ନିଯୁକ୍ତି ଓ ଆର୍ଥିକ ବିକାଶ କ୍ଷେତ୍ରରେ ଏକ ଗିରୁତ୍ୱପୂର୍ଣô ଭୂମିକା ନେଇଛି। ଏହି ଶିଳ୍ପ ସହ ଜଡିତ ବ୍ୟକ୍ତି ବିଶେଷ ଓ ସଂସ୍ଥା ମାନଙ୍କୁ ପ୍ରଂଶସା କରି ଶ୍ରୀ ପ୍ରଧାନ କହିଛନ୍ତି ଦେଶର ଅଟୋମୋବାଇଲ ଶିଳ୍ପ ଭାରତର ଜିଡିପି ଅଗ୍ରଗତିକୁ ତ୍ୱରାନ୍ୱିତ କରିବା ସହ ବିଶ୍ୱର ଦ୍ରୁତଭାବେ ବଢୁଥିବା ଅର୍ଥନୀତି ଭାବେ ଆମ ଦେଶକୁ ପରିଚୟ ଦେଇଛି। ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବଭାରତ ପାଇଁ ଗୁରୁତ୍ୱ, ପୂର୍ବଭାରତର ରାଜ୍ୟ ସମୂହର ବିକାଶରେ ବୈପ୍ଳବିକ ପରିବର୍ତ୍ତନ ଆସିଛି। ଗତ ୪ ବର୍ଷରେ ପୂର୍କଭାରତ ରାଜ୍ୟ ଗୁଡିକରେ ଭିତିଭୂମି, ଲଜିଷ୍ଟିକ ଓ ଦକ୍ଷତା ସମ୍ପନ୍ନ ମାନବସମ୍ବଳରେ ଦ୍ରୁତ ଅଭିବୃଦ୍ଧି ଘଟିଛି। ଶ୍ରୀ ପ୍ରଧାନ କହିଛନ୍ତି ଅଟୋ ମୋବାଇଲ ଶିଳ୍ପରେ ସ୍କିଲ ଇକୋ ସିଷ୍ଟମକୁ ମଜଭୂତ କରିବା ପାଇଁ ମେକାନିକ ଓ ଡ୍ରାଇଭର ମାନଙ୍କର ଦକ୍ଷତା ବୃଦ୍ଧିକରି ଉତ୍ପାଦନରେ ବୃଦ୍ଦି କରିବା ସହ ନିଯୁକ୍ତି ସୁଯୋଗର ସଂମ୍ପ୍ରସାରଣ କରିବା ପାଇଁ ଅଟୋମୋବାଇଲ ଶିଳ୍ପଦ୍ୟୋଗୀ ମାନଙ୍କୁ ପରାମର୍ଶ ଦେଇଛନ୍ତି।
OSCAR-2019
ତାଳଚେର, ୩/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ଜାତୀୟ କ୍ରୀଡା ଦିବସ ପାଳନ ଅବସରରେ ତାଳଚେର ବ୍ଲକ ଘଣ୍ଟପଡା ଗ୍ରାମର ସମାଜସେବୀ କ୍ଷୀରୋଦ ସାହୁଙ୍କୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ଯୁବ ସମାଜସେବା ସମ୍ମାନରେ ସମ୍ମାନୀତ କରିଛନ୍ତି। ଏଥିସହିତ ଶ୍ରୀ ସାହୁଙ୍କୁ ନଗଦ ୨୫ ହଜାର ଅର୍ଥରାଶି ଏବଂ ମାନପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ରାଜ୍ୟ କ୍ରୀଡା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ହକି ତାରକା ତଥା ପ୍ରାକ୍ତନ ରାଜ୍ୟସଭା ସାଂସଦ ଦିଲିପ ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ସାହୁଙ୍କୁ ଏହି ପୁରସ୍କାର ମିଳିବାପରେ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ, ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତିବିଶେଷ ଶୁଭେଚ୍ଛା ଜଣାଇଛନ୍ତି।
OSCAR-2019
କନକ ବ୍ୟୁରୋ : ନିଆଳି ଘଟଣା ନେଇ ପ୍ରତିକ୍ରିୟା ଦେଇଛନ୍ତି ପଶୁସମ୍ପଦ ମନ୍ତ୍ରୀ ଦାମୋଦର ରାଉତ । ନିଆଳିରେ ଅଘଟଣ ଘଟିଚାଲିଛି । ଗୋଟିଏ ଜଙ୍ଗଲୀ ଜନ୍ତୁ ମେଣ୍ଢାକୁ ମାରୁଛି । ୧୫୦ରୁ ଅଧିକ ମେଣ୍ଢା ମଲେଣି । ଯାହାର ମେଣ୍ଢା ମରୁଛନ୍ତି ସେମାନେ ଗରିବ ଲୋକ । କ୍ଷତିପୂରଣ ପାଇଁ ସରକାର ଚିନ୍ତା କରିବେ ବୋଲି କହିଛନ୍ତି ମନ୍ତ୍ରୀ ଦାମୋଦର ରାଉତ । ଯାହାର ମେଣ୍ଢା ମରିଛନ୍ତି ତାଙ୍କ ଅବସ୍ଥା ଦେଖି ସରକାର ବିଚାର କରିବେ ବୋଲି କହିଛନ୍ତି କୃଷି ମନ୍ତ୍ରୀ । ଜଙ୍ଗଲୀ ଜନ୍ତୁକୁ ଧରିବା ଏତେ ସହଜ ନୁହେଁ । ତାଙ୍କ ବଂଶ ଲୋପ ପାଉଥିବା ବେଳେ ତାଙ୍କୁ ମାରିବା ଆଇନତଃ ଅପରାଧ । ତେଣୁ ତାକୁ କିଭଳି ଧରାଯିବ ସେଥିପାଇଁ ବନବିଭାଗ ଚେଷ୍ଟା କରୁଥିବା ମନ୍ତ୍ରୀ କହିଛନ୍ତି ।
OSCAR-2019
ଫେସବୁକ୍ ଖୁବ୍ ଶୀଘ୍ର ଆପଣଙ୍କ ଲାଇଭ୍ ଅନୁଭବକୁ ଅଧିକ ଉଚ୍ଚକୋଟୀର କରିବା ପାଇଁ ଯାଉଛି । କମ୍ପାନୀ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଲାଇଭ୍ ପାଇଁ ଏକ ଭିନ୍ନ ଆପ୍ ଲଞ୍ଚ କରିବ । ଏହି ଆପ ଦ୍ୱାରା ଲାଇଭକୁ କଣ୍ଟେଣ୍ଟକୁ ଖୁବ୍ ଭଲରେ ପରିଚାଳନା କରାଯିବ । ଲାଇଭ୍ ସହ ଯୋଡି ହୋଇଥିବା ଏହି ନୂଆ ଫିଚର ପ୍ରଥମେ ଅପଡ଼େଟ୍ ଜରିଆରେ ଫେସବକ୍ ‘ମେନସନ ଆପ’ରେ ଦିଆଯିବ । ଏହି ଆପ୍ ଖାସ କରି ସେଲିବ୍ରିଟିଙ୍କୁ ଆଖିିରେ ରଖି ତିଆରି କରାଯାଇଛି । କମ୍ପାନୀର କହିଛି ଏହି ଆପ୍ କେବଳ ଫେସବୁକ୍ ଲାଇଭର ସୁବିଧା ଦେବ ନାହିଁ ଏହା ଏକ କମ୍ୟୁନିଟି ଟ୍ୟାବ ସହ ଲଞ୍ଚ କରାଯିବ । ଏହି ନୂଆ ଟ୍ୟାବକୁ ଗ୍ରାହକ ଅଳଗା ଅଲଗା ଫେସବୁକ୍ ପ୍ଲାଟଫର୍ମ ଯେପରି ମେସେଞ୍ଜର, ଇନଷ୍ଟାଗ୍ରାମ ଓ ମୁଖ୍ୟ ଫେସବୁକ ଆପରେ ଯୋଡ଼ି ପାରିବେ । ଏହି ନୂଆ ଆପରେ ଏକ ଲାଇଭ କ୍ରିଏଟିଭ କିଟ୍ ମଧ୍ୟ ଉପଲବ୍ଧ କରାଯିବ । ଏହି କିଟ୍ ସାହାଯ୍ୟରେ ଲାଇଭ ଭିଡ଼ିଓ ସମୟରେ ଆଉଟ୍ରଜ, କଷ୍ଟମ ଷ୍ଟିକର ଓ ଫ୍ରେମ୍ସ ଆଡ଼ କରାଯାଇପାରିବ । ସୂଚନା ଅନୁସାରେ ଏହି ‘ମେନସନ ଆପ’ରେ ସୀମିତ ଗ୍ରାହକଙ୍କ ସହ ଲାଇଭ୍ କରାଯାଇପାରିବ । ଏହାସହ ଏଇଠି କହିରଖୁଛୁ ଫେସବୁକ ଲାଇଭରେ ଭିଡ଼ିଓ ସହ ଏବେ ଅଡ଼ିଓ ଫିଚର୍ ମଧ୍ୟ ଆସିଛି । ଏହାର ଅର୍ଥ ଏବେ ବିଲକୁଲ ରେଡ଼ିଓ ପରି ଆପଣ ଅଡ଼ିଓ ସହ ଲାଇଭ୍ ଯାଇପାରିବେ । ଏହା ଫେସବୁକ୍ ଆପର ଲାଇଭ୍ ଫିଚର ଭିତରେ ହି ଭିଡ଼ିଓ ଅପ୍ସନ ପାଖରେ ଦିଆଯିବ ।
OSCAR-2019
ଓଡ଼ିଶା: ମାଛକୁ ତାଜା ରଖିବା ପାଇଁ ଏଥିରେ ମାରତ୍ମକ ଫାର୍ମାଲିନ ବ୍ୟବହାର କରାଯାଉଛି। ଆସାମ ସରକାର ଆନ୍ଧ୍ରା ମାଛ ଉପରେ ବ୍ୟାନ ଲଗାଇବା ପରେଓଡ଼ିଶା ସରକାରଙ୍କ ପକ୍ଷରୁ ବଜାରରେ ବିକ୍ରି ହେଉଥିବା ମାଛରେ ଫର୍ମାଲିନ ଦିଆଯାଉଛି କିମ୍ବା ନାହିଁ ତାର ପରୀକ୍ଷା ଆରମ୍ଭ ହୋଇଛି। ଆଜି ପଶୁସମ୍ପଦ ବିଭାଗର ୧୩ ଜଣ କର୍ମଚାରୀ ରାଜଧାନୀ ଭୁବନେଶ୍ୱରର ସବୁଠାରୁ ବଡ଼ ମାଛ ବିକ୍ରୟ କେନ୍ଦ୍ର ୪ ନମ୍ବର ମାଛ ହାଟକୁ ଯାଇ ୮ ପ୍ରକାର ମାଛ ନମୂନା ସଂଗ୍ରହ କରିଛନ୍ତି। ଆଉ ସଂଗ୍ରହ କରାଯାଇଥିିବା ମାଛ ମଧ୍ୟରୁ ପାମ୍ପଲେଟ୍‌ ମାଛରେ ଫର୍ମାଲିନ ପ୍ରଲେପ ଦିଆଯାଇଥିବା ପରୀକ୍ଷାରରୁ ଜଣାଯାଇଛି। ସୂଚନାଯୋଗ୍ୟ ଯେ ଗତ ବୁଧବାର ଦିନ ଆସାମ ସରକାର ମାଛରେ ଫର୍ମାଲିନ ପ୍ରୟୋଗ ହୋଇଥିବାରୁ ଆନ୍ଧ୍ରପ୍ରଦେଶରୁ ଯାଉଥିିବା ମାଛ ଉପରେ ବ୍ୟାନ ଲଗାଇ ଥିଲେ। ଏହି ଫର୍ମାଲିନ୍‌ ରାସାୟନିକଟି ଶବକୁ ସତେଜ ରଖିବା ପାଇଁ ପ୍ରୟୋଗ ହୋଇଥାଏ ଓ ଏହା କ୍ୟାନସର ରୋଗ ସୃଷ୍ଟି କରିଥାଏ ବୋଲି କୁହାଯାଏ। ତେବେ ଆସାମ ସରକାର ଆନ୍ଧ୍ରମାଛ ଉପରେ ରୋକ୍‌ ଲଗାଇବା ପରେ ଓଡ଼ିିଶା ସରକାର ମାଛର ନମୂନା ସଂଗ୍ରହ ପାଇଁ ନିଷ୍ପତ୍ତି ନେଇଥିଲେ। ଆଉ ଏଥିପାଇଁ ଗତକାଲି ପଦକ୍ଷେପ ନେବାକୁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଥଲେ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ପ୍ରଦୀପ ମହାରଥୀ। ଏହି ନିର୍ଦ୍ଦେଶକ୍ରମେ ଆଜି ୪ ନମ୍ବର ମାଛ ହାଟରୁ ମାଛର ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ରାସାୟନିକ ପରୀକ୍ଷାରୁ ସଂଗୃହିତ ମାଛ ମଧ୍ୟରୁ ପାମ୍ପଲେଟ୍‌ ମାଛରେ ଫର୍ମାଲିନ ପ୍ରଲେପ ଦିଆଯାଥିବା ସ୍ପଷ୍ଟ ହୋଇଛି। ଏ ସମ୍ପର୍କରେ ବିଭାଗ ପକ୍ଷରୁ ସରକାରଙ୍କୁ ଅବଗତ କରାଯିବ । ଏହା ପରେ ସରକାର ପ୍ରତିକାର ପଦକ୍ଷେପ ଗ୍ରହଣ କରିବେ ବୋଲି ମତ୍ସ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି।
OSCAR-2019
କନକ ବ୍ୟୁରୋ: ଆଜି ନବଯୌବନ ଦର୍ଶନ । ସ୍ନାନଯାତ୍ରା ପରଠାରୁ ଜ୍ୱରରେ ପୀଡିତ ହୋଇଥିବା ମହାପ୍ରଭୁ ଏବେ ପୁରା ସୁସ୍ଥ ହୋଇଛନ୍ତି । ତେଣୁ ଆଜି ନବଯୋ÷ବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଆଜି ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ପାରିମାଣିକ ଦର୍ଶନ ହୋଇଛି । ୯ଟାରୁ ସାଢେ ୧୦ଟା ଯାଏଁ ସାହାଣମେଲା ଦର୍ଶନ ସରିଛି । ପାରିମାଣିକ ଦର୍ଶନ ପାଇଁ ଟିକେଟ୍ ବ୍ୟବସ୍ଥା ହୋଇଥିବା ବେଳେ ସାହାଣମେଲାରେ ଦେଢଘଂଟା ଭକ୍ତମାନେ ମହାପ୍ରଭୁଙ୍କୁ ମାଗଣା ଦର୍ଶନ କରିବେ । ଦିନ ସାଢେ ୧୦ଟା ପରେ ଦର୍ଶନ ବନ୍ଦ ହୋଇ ଅନ୍ୟାନ୍ୟ ନୀତି ଆରମ୍ଭ ହେବ । ନବଯୌବନ ପ୍ରାପ୍ତି ହେବା ପାଇଁ ଅଣସର ପିଣ୍ଡିରେ ଚାଲିଥିବା ପ୍ରସ୍ତୁତି ପର୍ବରେ ଗତକାଲି ମହାପ୍ରଭୂଙ୍କୁ ବନକଲାଗି କରାଯାଇଥିଲା । ବିଳମ୍ବିତ ରାତିରେ ବନକଲାଗି ନୀତି ସରିବା ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି ହୋଇଛନ୍ତି । ନବଯୋ÷ବନ ବେଶ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏହା ସହ ଆସନ୍ତାକାଲି ଘୋଷଯାତ୍ରା ଉପଲକ୍ଷେ ମଧ୍ୟ ଶ୍ରୀମନ୍ଦିର ପରିସର ଚଳଚଂଚଳ ରହିଛି । ସେପଟେ , ମହାପ୍ରଭୁଙ୍କୁ ଦେଖିବା ପାଇଁ କୋଣ ଅନୁକୋଣରୁ ଭକ୍ତଙ୍କ ସୁଅ ଛୁଟିଛି । କାଳିଆ ସାଆନ୍ତକୁ ମନଭରି ଟିକିଏ ଦେଖିବା ପାଇଁ ବଡଦାଣ୍ଡରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଏପିରିକି ରଥଯାତ୍ରାର ମାସକ ପୂର୍ବରୁ ହିଁ ପୁରୀ ସମେତ ଆଖାପାଖ ଅଂଚଳରେ ଥିବା ବିଭିନ୍ନ ହୋଟେଲ ଲଜ୍ ଆଦି ବୁକିଂ ହୋଇସାରିଛି । ତେବେ ସଭିଁଙ୍କ ମନରେ ଖାଲି ଗୋଟିଏ ଅଭିଳାଶା କେତେବେଳେ ତାଙ୍କ ଆରାଧ୍ୟ ଦେବତା ଶ୍ରୀମନ୍ଦିର ବାହାରକୁ ଆସିବେ ଆଉ ବଡଦାଣ୍ଡରେ ଭକ୍ତଙ୍କୁ ଦର୍ଶନ ଦେବେ । ସତରେ ଏହି ମୁହୂର୍ତ୍ତ କୌଣସି ଅଲୌକିକ ମୁହୂର୍ତ୍ତଠୁ କମ ନୁହେଁ । ରାଜ୍ୟର ସମସ୍ତ ସରକାରୀ ଅଫିସରେ କାର୍ଯ୍ୟକାରୀ ହେବ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା : ପ୍ରସ୍ତାବକୁ ମଞ୍ଜୁରି ଦେଲେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା
OSCAR-2019
"ଆମ୍ଭ ଅନ୍ତର ରେ ଯେଉଁ ସତ୍ଯ ରହିଛି, ସେଥିପାଇଁ ଆମ୍ଭେ ତୁମ୍ଭମାନଙ୍କୁ ପ୍ ରମେ କରୁଛୁ। ଏହି ସତ୍ଯ ଆମ୍ଭ ପାଖ ରେ ସବୁଦିନ ପାଇଁ ରହିବ।" "ପରମପିତା ପରମେଶ୍ବର ଓ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରୁ ଦୟା, ଅନୁଗ୍ରହ ଓ ଶାନ୍ତି ଆମ୍ଭ ସହିତ ରହିବ। ଆମ୍ଭେ ସତ୍ଯ ଓ ପ୍ ରମେ ଦ୍ବାରା ତାହାଙ୍କଠାରୁ ଏହି ଆଶୀର୍ବାଦ ଲାଭ କରୁ।" "ମୁଁ ତୁମ୍ଭର କେତକେ ସନ୍ତାନମାନଙ୍କ ବିଷୟ ରେ ଶୁଣି ଖୁସି ହଲିେ। ମୁଁ ଅତିଶୟ ଆନନ୍ଦିତ ଯେ, ପିତାଙ୍କ ଆଜ୍ଞାନୁସା ରେ ସମାନେେ ସତ୍ଯପଥ ଅନୁସରଣ କରୁଛନ୍ତି।" "ପ୍ରିୟ ମହାଶଯା। ମୁଁ ତୁମ୍ଭକୁ କହୁଛି : ଆମ୍ଭେ ସମସ୍ତେ ପରସ୍ପରକୁ ପ୍ ରମେ କରିବା ଉଚିତ। ଏହା ଏକ ନୂତନ ଆଜ୍ଞା ନୁହେଁ। ଏହା ସହେି ଆଜ୍ଞା, ଯାହା ଆମ୍ଭମାନଙ୍କ ନିକଟରେ ଆରମ୍ଭରୁ ଅଛି।" "ପ୍ ରମରେ ଅର୍ଥ ହେଉଛି, ତାହାଙ୍କର ଆଜ୍ଞା ଅନୁସାରେ ଜୀବନଯାପନ କରିବା। ପରମେଶ୍ବରଙ୍କ ଆଜ୍ଞା ଏହି : ତୁମ୍ଭେ ଏକ ପ୍ ରମରେ ଜୀବନ ବିତାଅ। ତୁମ୍ଭେ ଏହି ଆଜ୍ଞା ଆରମ୍ଭରୁ ଶୁଣିଛ।" "ଏ ଜଗତ ରେ ବର୍ତ୍ତମାନ ଅନକେ ଭଣ୍ଡ ଶିକ୍ଷକ ବାହାରିଲଣେି। ଯୀଶୁଖ୍ରୀଷ୍ଟ ଏହି ଜଗତକୁ ଆସିଛନ୍ତି, ଏହା ସମାନେେ ଅସ୍ବୀକାର କରନ୍ତି। ଏହି ସତ୍ଯକୁ ଅସ୍ବୀକାର କରୁଥିବା ପ୍ରେତ୍ୟକକ ବ୍ଯକ୍ତି ଜଣେ ଜଣେ ଭଣ୍ଡ ଶିକ୍ଷକ ଓ ଖ୍ରୀଷ୍ଟଙ୍କର ଶତ୍ରୁ।" "ସାବଧାନ ରୁହ, ଯେପରି ତୁମ୍ଭ କାର୍ୟ୍ଯର ପୁରସ୍କାର ହରାଇ ନ ଦିଅ। ଯେପରି ତୁମ୍ଭେ ତୁମ୍ଭର ସମସ୍ତ ପୁରସ୍କାର ପାଇବ, ସେଥିପାଇଁ ଯତ୍ନବାନ ହୁଅ।" "ପ୍ରେତ୍ୟକକ ଲୋକ ଖ୍ରୀଷ୍ଟଙ୍କର ଶିକ୍ଷାକୁ କବଳେ ଅନୁସରଣ କରିବା ଉଚିତ। ଯଦି କହେି ଖ୍ରୀଷ୍ଟଙ୍କ ଶିକ୍ଷାକୁ ପରିବର୍ତ୍ତନ କରେ, ତବେେ ସହେି ଲୋକ ପାଖ ରେ ପରମେଶ୍ବର ନାହାଁନ୍ତି। ଯଦି କୌଣସି ବ୍ଯକ୍ତି ଖ୍ରୀଷ୍ଟଙ୍କ ଶିକ୍ଷା ଅନୁସରଣ କରେ, ତବେେ ସହେି ଲୋକ ପାଖ ରେ ଉଭୟ ପରମପିତା ଏବଂ ପୁତ୍ର ଅଛନ୍ତି।" "ମାରେ ତୁମ୍ଭକୁ କହିବା ପାଇଁ ବହୁତ କଥା ଅଛି। କିନ୍ତୁ ମୁଁ କାଗଜ ଏବଂ କଲମ ରେ ତାହା ଲେଖୁନାହିଁ। ତାହା ବଦଳ ରେ ମୁଁ ତୁମ୍ଭକୁ ସାକ୍ଷାତ କରିବାକୁ ଆଶା କରୁଛି, ତବେେ ଆମ୍ଭେ ମୁହାମୁହିଁ ହାଇେ କଥାବାର୍ତ୍ତା ହାଇପୋରିବା। ତାହା ଆମ୍ଭକୁ ଅତିଶୟ ଆନନ୍ଦିତ କରିବ।" "ପରମେଶ୍ବରଙ୍କ ଦ୍ବାରା ମ ନୋନୀତା ତୁମ୍ଭମାନଙ୍କର ଭଉଣୀଙ୍କ ସନ୍ତାନମାନେ ତୁମ୍ଭମାନଙ୍କୁ ସମାନଙ୍କେର ନମସ୍କାର ଜଣାଇଛନ୍ତି।"
OSCAR-2019
କନକ ବ୍ୟୁରୋ : ଆଜି ଇଣ୍ଡିଆ-ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ଖେଳାଯିବ । ବର୍ଷା ଯୋଗୁଁ ପ୍ରଥମ ଦିନିକିଆ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଟିମ୍ ଇଣ୍ଡିଆ ବାଜିମାତ୍ କରିଛି । ୧-୦ ସିରିଜରେ ଆଗୁଆ ଟିମ ଇଣ୍ଡିଆ, ଆଉ ଏକ ବିଜୟ ଅପେକ୍ଷାରେ ରହିଛି । ୱେଷ୍ଟଇଣ୍ଡିସ ସିରିଜକୁ ଫେରିବା ପାଇଁ ଉଦ୍ୟମ କରୁଥିବା ବେଳେ କୋହଲି ଆଣ୍ଡ କୋ’ ମ୍ୟାଚ୍ ହାତେଇବା ପାଇଁ ପ୍ରାଣମୂର୍ଛା ଉଦ୍ୟମ କରିବ । ଜର୍ଜିଆରେ ଅନୁଷ୍ଠିତ ହୋଇଥିବା ଲିଟିଲ ମିସ ୟୁନିଭର୍ସରେ ମୁକୁଟ ଜିତି ଫେରିଛନ୍ତି ଓଡିଆ ଝିଅ ପଦ୍ମଳୟା ନନ୍ଦ । ପଦ୍ମଳୟା ଲିଟଲ ମିସ ୟୁନିଭର୍ସ ଇଂଟରନେଟ ୨୦୧୭ରେ ସଫଳତା ହାସଲ କରିବା ସହିତ ଦୁଇଟି ସବ ଟାଇଟଲ, ଲିଟିଲ ମିସ୍ ଆକ୍ଟ୍ରେସ ଏବଂ ଲିଟଲ ମିସ ଗ୍ରାଣ୍ଡପିକ୍ସ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଜର୍ଜିଆଠାରେ ଅନୁଷ୍ଠିତ ହୋଇଥିବା ଫାଇନାଲ ରାଉଣ୍ଡରେ ଶ୍ରେଷ୍ଠ ୧୦ ପ୍ରତିଯୋଗୀ ଯୋଗ ଦେଇଥିଲେ । ଭୁବନେଶ୍ୱର ବିମାନ ବନ୍ଦରରେ ପଦ୍ମାଳୟା ପହଁଚିଲା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।
OSCAR-2019
ଭାରତୀୟ ସିନେମାର ଚାନ୍ଦିନୀ ଶ୍ରୀଦେବୀଙ୍କ ଅଚାନକ ମୃତ୍ୟୁ ତାଙ୍କ ପ୍ରଶଂସକମାନଙ୍କୁ ଶକ୍ତ ଝଟକା ଦେଇଥିଲା । ଶ୍ରୀଦେବୀଙ୍କ ପ୍ରଶଂସକ ଭିନ୍ନ ଭିନ୍ନ ଭାବରେ ଶ୍ରଦ୍ଧାଞ୍ଜଳି ଦେଇଥିବାବେଳେ,ନିଜ ସ୍ତ୍ରୀ ବୋଲି ମନେକରି ଅବିବାହିତ ଥିବା ବ୍ୟକ୍ତି
OSCAR-2019
ଭଦ୍ରକ ୮-୮ (ଓଡ଼ିଆ ପୁଅ/ପ୍ରମୋଦ ରାୟ) ଭୁବନେଶ୍ୱରରୁ ଭଦ୍ରକ ଅଭିମୁଖଏ ଆସୁଥିବା କଳ୍ପନା ନାମକ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବସ୍ ଟି ଭଣ୍ଟାରୀ ପୋଖରୀ ନିକଟସ୍ଥ କହରା ପୋଖରୀ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବସ୍ ଦୁର୍ଘଟଣାରେ ୫୦ ଉର୍ଦ୍ଧ୍ୱ ଆହତ ହୋଇଥିବା ପ୍ରାଥମିକ ସୂଚନାରୁ ଖବର ମିଳିଛି। ଯାତ୍ରୀମାନଙ୍କର ଅଭିଯୋଗଯେ, ବସ୍ ର ଡ୍ରାଇଭର ର ହାତ ଖରାପ ଥିଲା। ହାତରେ ବ୍ୟାଣ୍ଡେଜ୍ ଲାଗିଥିବା ବେଳେ ବସ୍ ମାଲିକ କିପରି ଭାବରେ ଏହିପରି ଡ୍ରାଇଭରକୁ ବସ୍ ଚାଳନା କରିବା ପାଇଁ ପଠାଇଥିଲେ ସେଥିପାଇଁ ବସ୍ ମାଲିକଙ୍କୁ ଦଣ୍ଡିତ କରିବା ପାଇଁ ଯାତ୍ରୀମାନେ ଦାବି କରିଛନ୍ତି। ଆହତ ମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଅଧିକ ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪ ଜଣଙ୍କୁ କଟକ ବଡ଼ ଡାକ୍ତରଖାନା ରେଫର କରାଯାଇଛି। ହସ୍ପିଟାଲରେ ଡେପୁଟି କଲେକ୍ଟର ରାଜେନ୍ଦ୍ର ପଣ୍ଡା ଏବଂ ତହସିଲ୍ ଦାର ପ୍ରଦୀପ୍ତ ସାହୁ ପହଁଞ୍ଚି ଆହତ ମାନଙ୍କର ଚିକିତ୍ସାର ତଦାରଖ କରୁଛନ୍ତି।
OSCAR-2019
ଗୁଜରାଟୀ ଭାଷା , ଭାରତର ପଶ୍ଚିମ ଭାଗରେ ଅବସ୍ତିତ ଗୁଜରାଟ ରାଜ୍ୟର ମୂଖ୍ୟ ଭାଷା ତଥା ପାକିସ୍ଥାନର କେତେକ ଅଞ୍ଚଳରେ ମଧ୍ୟ ଲୋକ କହୁଛନ୍ତି । ସମଗ୍ର ବିଶ୍ଵରେ ଗୁଜରାଟୀ କହୁଥିବା ଲୋକଙ୍କ ସଂଖ୍ୟା ୬ .୫ କରୋଡ ଏବଂ ଅଧିକା ମାତୃଭାଷା କହୁଥିବା ଭାଷା ମଧ୍ୟରେ ୨୬ କ୍ରମାଙ୍କ ।
OSCAR-2019
ନୟାଗଡ଼, ତା. ୦୧.୦୮.୧୮ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) – ଆଜି ଦିବା ୧୦ଘଟିକା ସମୟରେ ଜିଲ୍ଲା ସଦର ହସପିଟାଲ ପରିସରରେ ଥାଲାସେମିଆ ଏବଂ ହେମୋଫୋଲିଆ ରୋଗୀଙ୍କ ନିମନ୍ତେ ଅନୁଷ୍ଠିତ ଏକ ଆକଳନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡ. ଏନ. ତିରୁମାଲା ନାୟକ ଏହି ଶିବିରର ଶୁଭ ଉଦ୍ଘାଟନ କରି ରୋଗୀଙ୍କ ପାଇଁ ପ୍ରମାଣ ପତ୍ର ପ୍ରଦାନ କରିବା ସହିତ ସେମାନଙ୍କର ଉପଯୁକ୍ତ ଚିକିତ୍ସା ପାଇଁ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଶିବିରରେ ୭୫ଜଣ ଯୋଗ୍ୟ ଭିନ୍ନକ୍ଷମଙ୍କ ପାଇଁ ପ୍ରମାଣ ପତ୍ର ଯୋଗାଇ ଦେବା ପାଇଁ ସ୍ଥିର କରାଯାଇଥିଲା। ଏହି ଶିବିରରେ ଡ. ଶତୃଘ୍ନ ନାୟକ ଉପସ୍ଥିତ ରହି ପରୀକ୍ଷା କରିଥିଲେ। ସିଡିଏମଓ ଡ. ଶ୍ୱେତ ମହାପାତ୍ର ଏହି ଶିବିରରେ ଉପସ୍ଥିତ ଥିଲେ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ପ୍ରଭାତ କୁମାର ସାହୁ ଉକ୍ତ ଶିବିରକୁ ପରିଚାଳନା କରିଥିଲେ।
OSCAR-2019
ଭୁବନେଶ୍ୱର: ଡିସେମ୍ବର ୨୨ ଓ ୨୩ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ବିଶ୍ୱ ଓଡ଼ିଆ ସମ୍ମିଳନୀ। ଏହାପୂର୍ବରୁ ସମ୍ମିଳନୀର ୱେବ୍‌ସାଇଟ୍‌ ଓ ମୋବାଇଲ୍‌ ଆପ୍ଲିକେସନ୍‌ ହୋଟେଲ ମେ ଫେୟାରରେ ଉନ୍ମୋଚିତ ହୋଇଛି। ଏଥିରେ ସମ୍ମିଳନୀର ମୁଖ୍ୟ ପୃଷ୍ଠପୋଷକ ଶିତିକଣ୍ଠ ଦାଶ ଯୋଗଦେଇ ବିଶ୍ୱର କୋଣ ଅନୁକୋଣରେ ଓଡ଼ିଆ, ଭାଷା, ସଂସ୍କୃତି ଓ ପରମ୍ପରାକୁ ପହଞ୍ଚାଇବାକୁ ଆହ୍ଵାନ ଦେଇଥିଲେ। ସମ୍ମିଳନୀର ଜାତୀୟ ଓ ଆନ୍ତର୍ଜାତିକ ଆବାହକ କିଶୋର ଦ୍ୱିବେଦୀ ଯୋଗ ଦେଇ କହିଥିଲେ ଯେ, ସମ୍ମିଳନୀରେ ଜଗନ୍ନାଥ ଚେତନା, ସାମାଜିକ, ସାଂସ୍କୃତିକ, ସାହିତ୍ୟିକ, ଅର୍ଥନୈତିକ ପରି ଦିଗ ଉପରେ ଆଲୋଚନ ହେବ। ସଭାପତି ମୁରଲୀ ମନୋହର ଶର୍ମା କହିଥିଲେ, ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର, ଭାରତୀୟ ସେନାରେ କଳିଙ୍ଗ ରେଜିମେଣ୍ଟ ଗଠନ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଭିିତ୍ତିଭୂମି ବିକାଶ, ପରିବେଶ ଓ ଚିକିତ୍ସା ଭଳି ନୂଆ ପର୍ଯ୍ୟଟନ ବ୍ୟବସ୍ଥା ପାଇଁ ପ୍ରୋତ୍ସାହନ, କୃଷି ଓ କୃଷକର ଉନ୍ନତି, ଦେଶ ଓ ବିଦେଶର ବିଭିନ୍ନ ସହରରେ ଓଡ଼ିଆ ବରପୁତ୍ରଙ୍କ ନାମରେ ରାସ୍ତା ଓ ପ୍ରତିମୂର୍ତ୍ତି ନିର୍ମାଣ କରିବା ପରି ବିଭିନ୍ନ ବିଷୟକୁ ନେଇ ସମ୍ମିଳନୀ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି। ଉନ୍ମୋଚନ ଉତ୍ସବରେ ସମ୍ମିଳନୀର ମୁଖ୍ୟ ଉପଦେଷ୍ଟା ବିମଳେନ୍ଦୁ ମହାନ୍ତି, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର କମଳକାନ୍ତ ମିଶ୍ର, ଗୋପୀନାଥ ମହାନ୍ତି, ଚିଦାତ୍ମିକା ଖଟୁଆ, ସୁସ୍ମିତା ଦାସ ଓ ସୌମ୍ୟଶଙ୍କର ରାଜ ପ୍ରମୁଖ ଉପସ୍ଥିତ ଥିଲେ।
OSCAR-2019
ଠପ୍ ହେଲା ଅମରନାଥ ଯାତ୍ରା : ଭାରି ବର୍ଷା ଓ ଭୁସ୍ଖଳନରେ ପ୍ରାଣ ହରାଇଥିବା ୫ଜଣଙ୍କୁ ମଧ୍ୟରୁ ୩ଜଣଙ୍କ ମୃତ ଦେହ ଉଦ୍ଧାର, ଫସିରହିଛନ୍ତି ୧୪ଶହ ଯାତ୍ରୀ କନକ ବ୍ୟୁରୋ : ପୁଣି ଅମରନାଥ ଯାତ୍ରାରେ ବାଧକ ସାଜିଲା ପ୍ରବଳ ବର୍ଷା । ଭୂସ୍ଖଳନ ଯୋଗୁଁ ପବିତ୍ର ଅମରନାଥ ଯାତ୍ରା ଉପରେ ପୁଣି ଥରେ ରୋକ ଲାଗିଛି । ବର୍ଷାରେ ଜମ୍ମୁର ପହଲଗାମ ଓ ବାଲଟାଲ ରାସ୍ତାରେ ଭୂସ୍ଖଳନ ହୋଇଛି । ଯେଉଁଥିପାଇଁ ଅମରନାଥ ଯାତ୍ରା ବନ୍ଦ ରହିଛି । ସେପଟେ ଏହି ଭୂସ୍ଖଳନ ଯୋଗୁ ବିଭିନ୍ନ ସ୍ଥାନରେ ୧୫ଶହ ଯାତ୍ରୀ ଫସିରହଥିବା ବେଳେ ୯୬ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ନେପାଳଗଂଜ ଓ ହିଲସାରେ ଫସିରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ଭାବେ ଶିବିରକୁ ଅଣାଯାଇଛି । ସୁଖୋଇ ବିମାନ ଯୋଗେ ଅନ୍ୟ ଯାତ୍ରୀଙ୍କ ଉଦ୍ଧାରକାର୍ଯ୍ୟ ଜାରି ରହିଛ । ଭୁସ୍ଖଳନରେ ମୃତ୍ୟୁବରଣ କରିଥିବା ୫ଜଣ ଯାତ୍ରୀଙ୍କ ମଧ୍ୟରୁ ୩ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଗତକାଲି ୨ଜଣ ମୃତଦେହ ଉଦ୍ଧାର କରାଯାଇଥିଲା । ବାରିମାର୍ଗ–ରେଳପତଗୀରି ରାସ୍ତାରେ ହୋଇଥିବା ଭୁସ୍କଳନ ଯୋଗୁଁ ୫ଜଣଙ୍କ ମୃତ୍ୟୁ ହୋଇଥିଲା । ଚଳିତବର୍ଷ ଯାତ୍ରୀଙ୍କ ମୋଟ ମୃତ୍ୟୁ ସଂଖ୍ୟା ୧୧ରେ ପହଂଚିଛି । ସେପଟେ ସେନା ଓ ପୁଲିସ ପକ୍ଷରୁ ଅମରନାଥ ଯାତ୍ରୀଙ୍କ ସୁରକ୍ଷା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ନେପାଳକୁ ମଧ୍ୟ ସହଯୋଗର ହାତ ବଢାଇବାକୁ କହିଛି ଭାରତ । ଚଳିତ ଥର ଅମତରନାଥ ଯାତ୍ରା ଆରମ୍ଭରୁ ହିଁ ପାଗ ଖରାପ ଥିବାରୁ ଯାତ୍ରା ପ୍ରଭାବିତ ହେଉଛି । କୃଷିର ବଜାରୀକରଣ ପାଇଁ ଉଦ୍ୟମ : ସମସ୍ତ ୬୬ ନିୟନ୍ତ୍ରିତ ବଜାର କମିଟିକୁ ଇ-ନାମ ସହ ଯୋଡିବାକୁ ଚିିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ
OSCAR-2019
ବ୍ରହ୍ମପୁରରେ ତିଆରି ଭୁବନେଶ୍ୱରରେ କାରବାର ! ଜାଲନୋଟ ପ୍ରସ୍ତୁତ କରୁଥିବା ବଡ ରାକେଟର ପର୍ଦ୍ଦାଫାସ,ବେପାରୀଙ୍କୁ କାବୁ କଲା କମିଶନରେଟ ପୋଲିସ । ବ୍ରହ୍ମପୁରରେ ଚାଲିଥିଲା ଜାଲ୍ ନୋଟ୍ କାରଖାନା । ପ୍ରସ୍ତୁତ ହେଉଥିଲା ଲକ୍ଷ ଲକ୍ଷ ଟଙ୍କାର ନକଲି ନୋଟ୍ । ସେସବୁକୁ ରାଜଧାନୀର ତମାଣ୍ଡୋ ଥାନା ଅନ୍ତର୍ଗତ ମହୁରା ବଜାର ପର୍ଯ୍ୟନ୍ତ ଆଣି ବଜାରକୁ ଛଡାଯାଉଥିଲା । ଏମିତି ଏକ ଜାଲ ନୋଟ୍ କାରବାର କରୁଥିବା ଏକ ଗ୍ୟାଙ୍ଗ୍ କମିଶନରେଟ୍ ପୋଲିସ୍ ହାତରେ ଧରାପଡିଛି । ଏହା ସହିତ ଜାଲ୍ ନୋଟ୍ ପ୍ରସ୍ତୁତ କରୁଥିବା ଏକ ବଡ ରାକେଟର ପର୍ଦାଫାସ୍ ହୋଇଛି । କମିସନରେଟ୍ ପୋଲିସ୍ ନକଲି ଟଙ୍କା ପ୍ରସ୍ତୁତ ହେଉଥିବା ଏହି କାରଖାନା ଉପରେ ଚଢ଼ଉ କରିବା ସହିତ ଘଟଣାର ମୁଖ୍ୟ ଅଭିଯୁକ୍ତ ଓ ଅନ୍ୟ ୪ଜଣ ସହଯୋଗୀଙ୍କୁ ଗିରଫ କରିଛି । ଅଭିଯୁକ୍ତମାନଙ୍କଠାରୁ ପାଖାପାଖି ୪ଲକ୍ଷ ୬୫ ହଜାର ଟଙ୍କାର ଜାଲ୍ ନୋଟ୍ ଓ ବ୍ୟବହୃତ ହେଉଥିବା ସମସ୍ତ ମେସିନକୁ ଜବତ କରିଛି ପୋଲିସ୍ । ଅଧିକ ତଦନ୍ତ ପାଇଁ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେବ ପୋଲିସ୍ । ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ମାମଲା ! ଫାଶୀ ଦଣ୍ଡାଦେଶ ପାଇଥିବା ୩ ଅଭିଯୁକ୍ତଙ୍କ ଆବେଦନର ଆଜି ସୁପ୍ରିମକୋର୍ଟରେ ଶୁଣାଣି ।
OSCAR-2019
ବିଜେଡିର ମହାନଦୀ, ବିଜେପିର ମହିଳା ସୁରକ୍ଷା : ୧୭ରୁ ଆରମ୍ଭ ହେବ ମହିଳା ସୁରକ୍ଷା ଯାତ୍ରା, ୧୧ ଦିନରେ ୪୫୦ଟି ସାଧାରଣ ସଭା | Sambad ଭୁବନେଶ୍ୱର : କେନ୍ଦ୍ର ଓ ଛତିଶଗଡ ସରକାରଙ୍କ ଅନ୍ୟାୟ ସଂପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ଆସନ୍ତା ୧୬ ତାରିଖରୁ ବିଜେଡି ମହାନଦୀ ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରୁଛି। ଏହାକୁ ଟକ୍କର ଦେବା ଲାଗି ଆଜି ବିଜେପି ଭିନ୍ନ ଏକ କାର୍ଯ୍ୟକ୍ରମ ଘୋଷଣା କରିଛି। ରାଜ୍ୟରେ ବଢୁଥିବା ନାବାଳିକା ଦୁଷ୍କର୍ମ ଏବଂ ମହିଳା ହିଂସା ସଂପର୍କରେ ବିଜେପି ଲୋକଙ୍କୁ ସଚେତନ କରାଇବ। ଏଥିପାଇଁ ଆସନ୍ତା ୧୭ ତାରିଖରୁ ଦଳ ମହିଳା ସୁରକ୍ଷା ଯାତ୍ରା କରିବାକୁ ନିଷ୍ପତ୍ତି ନେଇଛି। ୨୯ ତାରିଖ ଯାଏ ଏହି କାର୍ଯ୍ୟକ୍ରମ ଚାଲିବ। ଏହି ୧୧ ଦିନ ମଧ୍ୟରେ ଦଳ ୪୫୦ଟି ସାଧାରଣ ସଭା କରିବ ଓ ଏକ କୋଟି ଲୋକଙ୍କ ନିକଟରେ ପହଞ୍ଚିବ ବୋଲି ଦାବି କରିଛି। ବିଜେଡି ଓ ବିଜେପିର ଏଭଳି କାର୍ଯ୍ୟକ୍ରମ ରାଜ୍ୟ ରାଜନୀତିକୁ ସରଗରମ କଲାଣି। ଉଲ୍ଲେଖଯୋଗ୍ୟ, ରାଜ୍ୟରେ ନାବାଳିକା ଦୁଷ୍କର୍ମ ଏକ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି। ଏହାକୁ ଆୟୁଧ କରି ବିଜେପି ଶାସକ ଦଳର ମହାନଦୀ ଆନ୍ଦୋଳନର ପ୍ରଭାବକୁ ରୋକିବା ଲାଗି ପାଗ ଭିଡିଛି। ଆଜି ବିଜେପି ମହିଳା ମୋର୍ଚ୍ଚାର ସଭାପତି ପ୍ରଭାତୀ ପରିଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଏହି କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଛନ୍ତି। କହିଛନ୍ତି, ୧୭ ତାରିଖ ଦିନ ପୁରୀ ଜିଲ୍ଲା କାକଟପୁରର ମଙ୍ଗଳା ମନ୍ଦିରରୁ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା, ଭଦ୍ରକର ଭଦ୍ରକାଳୀ ମନ୍ଦିରୁ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାର, କଟକର ଚଣ୍ଡୀ ମନ୍ଦିରରୁ ଉପ ସଭାନେତ୍ରୀ ସୁକେଶୀ ଓରାମଙ୍କ ନେତୃତ୍ୱରେ ଏହି ସୁରକ୍ଷା ଯାତ୍ରା ଆରମ୍ଭ ହେବ। ସେହିଭଳି ସମ୍ବଲପୁରର ସମଲେଶ୍ୱରୀ ମନ୍ଦିରରୁ ବିଧାୟିକା ରାଧାରାଣୀ ପଣ୍ଡା, ପାଟଣାଗଡର ପାଟଣେଶ୍ୱରୀ ମନ୍ଦିରରୁ ପୂର୍ବତନ ସାଂସଦ ସଂଗୀତା ସିଂହଦେଓ, ସୋରଡାର କନ୍ଧୁଣୀ ଦେବୀ ମନ୍ଦିରରୁ ପୂର୍ବତନ ସାଂସଦ କୁମୁଦିନୀ ପଟ୍ଟନାୟକ, ଭୁବନେଶ୍ୱରର ଶିଖରଚଣ୍ଡୀ ମନ୍ଦିରରୁ ଆରମ୍ଭ ହେବାକୁ ଥିବା ଯାତ୍ରାର ନେତୃତ୍ୱ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ନେବେ। ଏହି ଯାତ୍ରା ସମୟରେ ବିଜେପି ମହିଳାଙ୍କୁ ନିଜର ଅଧିକାର ଏବଂ ସୁରକ୍ଷା ସଂପର୍କରେ ବାର୍ତା ଦେବା ସହ ମହିଳା ବିରୋଧୀ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇବ। ସୁରକ୍ଷା ଯାତ୍ରାରେ ପ୍ରତିଦିନ କେନ୍ଦ୍ରୀୟ ମହିଳା ନେତ୍ରୀ ଉପସ୍ଥିତ ରହି ମହିଳାମାନଙ୍କୁ ସଚେତନ କରାଇବେ । ବିଜେପି କହିଛି, ୨୦୧୭ ମସିହାରେ ରାଜ୍ୟରେ ଦୁଷ୍କର୍ମ,ଯୋତୁକ ଜନିତ ହତ୍ୟା, ଆତ୍ମହତ୍ୟା ଆଦି ମାମଲା ବୃଦ୍ଧି ପାଇଛି । କେବଳ ସେତିକି ନୁହେଁ, ଜାନୁଆରିରେ ଯାଜପୁର ଜିଲ୍ଲା ଦଶରଥପୁର ଅଂଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରାଇବା ନାଁରେ ଦଳୀୟ ଅଫିସକୁ ଏକ ବିଧବା ମହିଳାଙ୍କୁ ଡାକି ଶାସକ ବିଜେଡି ନେତାଙ୍କ ସଂପର୍କୀୟ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏପ୍ରିଲ ୧୩ରେ ବାଲେଶ୍ୱର ନୀଳଗିରିରେ ବି ନାବାଳିକା ଦୁଷ୍କର୍ମ ମାମଲାରେ ବି ଶାସକ ଦଳର ଭୂମିକା କାହାକୁ ଅଛପା ନାହିଁ। ଇତିମଧ୍ୟରେ ସାଲେପୁରରେ ପୀଡ଼ିତା ପ୍ରାଣ ହରାଇଛି ଓ କୁନ୍ଦୁଲିରେ ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଭଳି ଘଟଣା ଘଟିଛି। ସେହିପରି ଜାନୁଆରି ୨୪ରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଂଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇ ନ୍ୟାୟ ନପାଇ ଆତ୍ମହତ୍ୟା କରିଥିଲା । ମାର୍ଚ୍ଚ ୨୩ରେ ଗଜପତି ଜିଲ୍ଲାରେ ଜଣେ ୧୫ ବର୍ଷୀୟା ନାବାଳିକା ପଡୋଶୀ ଦ୍ୱାରା ଦୁଷ୍କର୍ମରେ ଶିକାର ହୋଇଥିଲା । ବିଜେପି କହିଛି, ୧୯ ଏବଂ ୨୦ ତାରିଖରେ ରାଜ୍ୟର ବହୁ ପ୍ରତିକ୍ଷୀତ ରାଜ୍ୟ କାଯ୍ୟର୍କାରିଣୀ ବୈଠକ ଥିବାରୁ ଏହି ଯାତ୍ରାକୁ ଦୁଇ ଦିନ ପାଇଁ ବନ୍ଦ ରଖାଯିବ। ଆଜିର ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ପୂର୍ବତନ ସାଂସଦ କୁମୁନ୍ଦିନୀ ପଟ୍ଟନାୟକ, ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ, ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାର, ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ ପିଙ୍କି ପ୍ରଧାନ ଏବଂ ବରିଷ୍ଠ ଅଭିନେତ୍ରୀ ମହେଶ୍ୱତା ରାୟ ପ୍ରମୁଖ ଉପସ୍ଥିତ ଥିଲେ ।
OSCAR-2019
ଚିନାବାଦାମକୁ ଆମେ ସାଧାରଣତଃ ଟାଇମ୍‌ପାସ୍‌ ଖାଦ୍ୟ ମନେ କରୁ। କାରଣ ଅଧିକାଂଶ ଲୋକ ସମୟ କାଟିବା ପାଇଁ ଚିନାବାଦାମ ଖାଆନ୍ତି। କିନ୍ତୁ ଜାଣିଛନ୍ତି, ଏହା ଆମ ଶରୀର ପାଇଁ ବହୁ ଲାଭଦାୟକ। ଏଥିରେ ଅଣ୍ଡା ଓ ମାଂସ ଠାରୁ ଅଧିକ ପ୍ରୋଟିନ୍‌ ରହିଛି। ନିୟମିତ ଚିନାବାଦାମ ଖାଇଲେ ଶରୀରରେ ଦେଖା ଦେଉଥିବା ଅନେକ ସମସ୍ୟା ଦୂର ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା ଚିନାବାଦାମ ଖାଇଲେ କ’ଣ ସବୁ ଫାଇଦା ମିଳେ। ୮: ଗର୍ଭବତୀ ମହିଳା ଓ ପେଟ୍‌ରେ ଥିବା ଶିଶୁ ପାଇଁ ଚିନାବାଦାମ ଭାରି ଭଲ। ଏଣୁ ଗର୍ଭବତୀମାନେ ଡାକ୍ତରଙ୍କ ପରାମର୍ଶ ନେଇ ସବୁଦିନେ ବାଦାମ ଖାଇପାରନ୍ତି।
OSCAR-2019
ଚଣ୍ଡିଗଡ଼: ଦୁଷ୍କର୍ମ ଏବଂ ଯୌନ ଉତ୍ପୀଡ଼ନ ମାମଲାରେ ଦୋଷୀ ସାବ୍ୟସ୍ତମାନଙ୍କର ଡ୍ରାଇଭିଙ୍ଗ୍‌ ଲାଇସେନ୍‌ସ୍‌ ଓ ଆର୍ମ ଲାଇସେନ୍‌ସ୍‌ ରଦ୍ଦ କରାଯିବ ଏବଂ ସେମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଓ ଶାରୀରିକ ଅକ୍ଷମତା ଭତ୍ତା ମିଳିବ ନାହିଁ ବୋଲି ଗୁରୁବାର ଦିନ ହରିୟାଣା ସରକାର ଘୋଷଣା କରିଛନ୍ତି। ସେମାନେ କେବଳ ଫେୟାର୍‌ ପ୍ରାଇସ୍‌ ସପ୍‌ରୁ ରେସନ୍‌ କିଣି ପାରିବେ ବୋଲି ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟାର ପଞ୍ଚକୁଲା ଠାରେ ମହିଳା ସଶକ୍ତ କରଣ ଉପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି। ୧୨ ବର୍ଷ ବୟସରୁ କମ୍‌ ଝିଅମାନଙ୍କର ଦୁଷ୍କର୍ମ ଓ ହତ୍ୟାକାରୀଙ୍କ ନିମନ୍ତେ ସରକାର ମୃତ୍ୟୁଦଣ୍ଡ ବିଧାନ କରିବା ପରେ ଏ ଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସ୍ୱାଧୀନତା ଦିବସ କିଂବା ଅଗଷ୍ଟ ୨୬ ତାରିଖ ରକ୍ଷା ବନ୍ଧନ ଦିନ ମହିଳାମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଏକ କମ୍ପ୍ରେହେନ୍‌ସିଭ୍‌ ସ୍କିମ୍‌ ଘୋଷଣା କରାଯିବ ବୋଲି ଖଟ୍ଟାର କହିଛନ୍ତି। ସେ କହିଛନ୍ତି ରାଜ୍ୟ ସରକାର ଯୋଗାଇ ଦେଇଥିବା ଓକିଲଙ୍କ ଛଡ଼ା ଯଦି ଜଣେ ଦୁଷ୍କର୍ମ ପୀଡ଼ିତା ଚାହିଁବେ ତାଙ୍କ ପସନ୍ଦର ଓକିଲ ନିଯୁକ୍ତି କରିପାରିବେ। ସେଥିପାଇଁ ଫିଜ୍‌ ବାବଦରେ ତାଙ୍କୁ ୨୨ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯିବ।
OSCAR-2019
ଆଲିଙ୍ଗନ ସବୁ ସମ୍ପର୍କକୁ ସୁଦୃଢ଼ କରିଥାଏ। ଛୋଟ ପିଲା ମା’କୁ ଦେଖିଲେ ଦଉଡି ଆସି ଆଲିଙ୍ଗନ କରେ। ସେହିପରି ଭାଇ ଭଉଣୀ, ପ୍ରେମିକ-ପ୍ରେମିକା, ସାଙ୍ଗସାଥିମାନେ ପରସ୍ପରକୁ ଆଲିଙ୍ଗନ କରିଥାନ୍ତି। ଏହାଦ୍ୱାରା ଭଲ ପାଇବା ବଢ଼ିବା ସହିତ ସମ୍ପର୍କର ସ୍ଥାୟିତ୍ୱ ବୃଦ୍ଧି ପାଇଥାଏ।ଏହାଛଡା ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ କିପରି ଅଛି ତାହା ଆଲିଙ୍ଗନ ସୂଚିତ କରିଥାଏ। ପରସ୍ପରକୁ ନିବିଡ ଭାବେ ଆଲିଙ୍ଗନ କଲେ ତାହା ଦୃଢ଼ ସମ୍ପର୍କକୁ ଦର୍ଶାଇଥାଏ। ଏପ୍ରକାର ଆଲିଙ୍ଗନ ପ୍ରାୟତଃ ପ୍ରେମିକା-ପ୍ରେମିକ ଏବଂ ଛୋଟ ପିଲା-ମା’ଠାରେ ଦେଖିବାକୁ ମିଳିଥାଏ। ଆଲିଙ୍ଗନ ମାନସିକ ଚାପ ହ୍ରାସ କରିବା ସହିତ ମନକୁ ଖୁସି କରିଥାଏ। ବେଳେବେଳେ ଆଲିଙ୍ଗନ ସମୟରେ ମନରେ କୋହ ସୃଷ୍ଟି ହୋଇଥାଏ। ଏହା ମନରୁ ନାକାରାତ୍ମକ ଭାବନା ଦୂର କରିବାକୁ ସକ୍ଷମ ହୋଇଥାଏ। ଆଲିଙ୍ଗନ ଦ୍ୱାରା ଶରୀର ଉପରେ କେଉଁ ପ୍ରକାର ପ୍ରଭାବ ପଡୁଛି ସେ ନେଇ ରୁହୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ସର୍ଭେ କରାଯାଇଥିଲା। ଗବେଷକ ୫୦୦ଜଣ ପ୍ରେମିକା-ପ୍ରେମିକ, ମା’-ପିଲା, ଦମ୍ପତି ଓ ମିଳିତ ପରିବାରର ଛୋଟ ପିଲାଙ୍କ ଉପରେ ଅଧ୍ୟୟନ କରିଥିଲେ। ସେମାନଙ୍କୁ ଅନେକ ପ୍ରଶ୍ନ ପଚରା ଯାଇଥିଲା। ସେମାନେ କେଉଁ ପରିସ୍ଥିତିରେ ଆଲିଙ୍ଗନରେ ଆବଦ୍ଧ ହେଉଛନ୍ତି ତାହା ପଚରା ଯାଇଥିଲା। ସେମାନେ ଦେଇଥିବା ଉତ୍ତର ଆଧାରରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା।
OSCAR-2019
ବ୍ରହ୍ମପୁର;୬,ପ୍ରେବ୍ରୁୟାରୀ,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ):କଟକ ପରେ ବ୍ରହ୍ମପୁରରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ।ଜଳି ପୋଡ଼ି ଛାରଖାର ହେଇ ଯାଇଛି ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତି।ସନ୍ଧ୍ୟା ପ୍ରାୟ ୫:୩୦ ସମୟରେ ବ୍ରହ୍ମପୁର ହନୁମାନ ବଜାର ସ୍ଥିତ ଓଡ଼ିଶା ଶାଢ଼ୀ ସେଣ୍ଟର ଗୋଦାମରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା।କେହି କିଛି ବୁଝିବା ପୂର୍ବରୁ ନିଆଁ ସାରା ଗୋଦାମକୁ ଆୟତ୍ତ କରି ସାରିଥିଲା।ଦମକଳ ବିଭାଗର ୪ଟି ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲେ ସୂଧା ପ୍ରାୟ ଦୁଇ ଘଣ୍ଟା ଭିତରେ ଗୋଦାମ ଭିତରେ ଥିବା ପ୍ରାୟ ୨୦୦ ଲୁଗା ଗଦି ପୋଡ଼ି ପାଉଁଶ ହେଇ ସାରିଥିଲା।ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା କଥା କୁହା ଯାଉଛି।ସୂଚନା ଯୋଗ୍ୟ ଯେ ହନୁମାନ ବଜାର ବ୍ରହ୍ମପୁର ସହରର ଏକ ଅତ୍ୟନ୍ତ ଜନ ଗହଳି ପୂର୍ଣ୍ଣ ରାସ୍ତା। ତେଣୁ ଏପରି ଘଟଣା ହୁଏତ ଆହୁରି କିଛି ବଡ଼ ଧରଣର ବିପଦ ଯେ’ ଘଟାଇ ନଥାନ୍ତା,ଅସ୍ବୀକାର କରି ହେବନି।
OSCAR-2019
ଭୁବନେଶ୍ୱର;୨୫,୦୨,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ): ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଦେବୀଙ୍କର ଦେହାନ୍ତ ହୋଇଯାଇଛି।ବଲିଉଡର ପ୍ରଥମ ସୁପରଷ୍ଟାର ଅଭିନେତ୍ରୀ ଶ୍ରୀଦେବୀଙ୍କର ୫୪ ବର୍ଷରେ ଦେହାନ୍ତ ହୋଇ ଯାଇଛି।ଦୁବାଇରେ ସ୍ୱାମୀ ବୋନି କାପୁରଙ୍କର ଭଣଜା ବିବାହ ଭୋଜି ଯୋଗ ଦେବାକୁ ଯାଇଥିବା ଅବସରରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହି ସମୟରେ ତାଙ୍କ ସହ ପତି ବୋନି କାପୁର ଓ ସାନ ଝିଅ ଖୁସୀ ତାଙ୍କ ସାଙ୍ଗରେ ଥିବା ଜଣାପଡିଛି। ଶ୍ରୀଦେବୀଙ୍କ ମୃତ୍ୟୁ ଖବର ସମଗ୍ର ବଲିଉଡ ଜଗତକୁ ସ୍ତବ୍ଧ କରିଦେଇଛି।ମୃତ୍ୟୁ ଖବର ପାଇବା ପରେ ମୁମ୍ବାଇ ସ୍ଥିତ ତାଙ୍କ ଅନ୍ଧେରି ବାସଭବନ ବାହାରେ ଲୋକଙ୍କର ଭିଡ ଲାଗିରହିଛି।ଆଜି ତାଙ୍କ ମରଶରୀରକୁ ମୁମ୍ବାଇ ଅଣାଯିବ ବୋଲି ସୂଚନା ମିଳିଛି।ଶ୍ରୀଦେବୀ ଖୁଦାଗୱା, ମିଷ୍ଟର ଇଣ୍ଡିଆ, ଚାନ୍ଦିନୀ, ହିମତବାଲା ଭଳି ଅନେକ ସୁପରହିଟ୍ ଫିଲ୍ମରେ ଦମଦାର ଅଭିନୟ କରି ଖ୍ୟାତି ଛାଡିଯାଇଛନ୍ତି।ସେ ହିନ୍ଦୀ ସିନେମା ସହ ତେଲଗୁ,ମାଲୟାଲମ ଓ କନଡ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।ଫିଲ୍ମ ଜଗତ ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୨୦୧୩ ମସିହାରେ ପଦ୍ମଶ୍ରୀ ସମ୍ମାନରେସମ୍ମାନୀତ କରାଯାଇଥିଲା।୧୯୯୬ ମସିହାରେ ସେ ବୋନି କପୁରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।ଶ୍ରୀଦେବୀ ତାମିଲନାଡୁର ଶିବକାଶିରେ ୧୯୬୩ ଅଗଷ୍ଟ ୧୩ରେ ଜନ୍ମଲାଭ କରିଥିଲେ।ପିଲାଟି ବେଳରୁ ଅଭିନୟ କରିବା ଆରମ୍ଭ କରିଦେଇଥିଲେ ସେ। ମାତ୍ର ୪ ବର୍ଷ ବୟସରେ ତାମିଲ ଫିଲ୍ମ ‘ତୁନାଇଭାନ’ରେ ମୁରଗା ଚରିତ୍ରରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ । ୧୯୭୫ରେ ହିନ୍ଦି ସିନେମା ଜୁଲିରେ ପ୍ରଥମେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ।ତାପରେ ବଲିଉଡକୁ ଗୋଟିକ ପରେ ଗୋଟିଏ ସୁପରହିଟ୍ ଫିଲ୍ମ ଦେଇ ଚାଲିଲେ। ୧୯୯୭ ମସିହାରେ ବଲିଉଡ ଫିଲ୍ମ ‘ଜୁଦାଇ’ ପରେ ଶ୍ରୀଦେବୀ ୧୫ ବର୍ଷ ବଲିଉଡ ପରଦାରୁ ୧୫ ବର୍ଷ ଗାଏବ ରହିଥିଲେ । ୨୦୧୨ ମସିହାରେ ‘ଇଂଲିଶ ବିଙ୍ଗଲିଶ’ ଫିଲ୍ମ ଜରିଆଲେ ପୁଣି ବଲିଉଡକୁ ସେ ଫେରିଥିଲେ। ଏହି ଫିଲ୍ମଟି ସୁପରହିଟ ହୋଇଥିଲା।୨୦୧୭ରେ ଶ୍ରୀଦେବୀଙ୍କ ‘ମମ’ ମୁଭି ରିଲିଜ ହୋଇଥିଲା।ଏହାଥିଲା ରୁପ କି ରାନୀ ଶ୍ରୀଦେବୀଙ୍କ ୩ଶହ ତମ ଫିଲ୍ମ।ତାଙ୍କ ସୁନ୍ଦର ଆଖି ସାଙ୍ଗକୁ,ସୁନ୍ଦର ନୃତ୍ୟ ଏବଂ ତାଙ୍କ ଅଭିନୟର ଯାଦୁରେ ସେ ସମସ୍ତଙ୍କୁ ମତୁଆଲା କରୁଥିଲେ । ଶ୍ରୀଦେବୀଙ୍କ ପରଲୋକରେ ବଲିଉଡରେ ଶୋକର ଛାୟା ଖେଳି ଯାଇଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ରାଷ୍ଟ୍ରପତି,ତେନ୍ଦୁଲକର,ବିଭିର୍ଣ୍ଣ ଦଳର ନେତା,ବଲିଉଡର ପ୍ରାୟ ସମସ୍ତ ବଡ଼ ବଡ଼ ହସ୍ତୀ ଟ୍ୱିଟ୍ କରି ଶ୍ରୀଦେବୀଙ୍କ ଅଚାନକ ନିଧନରେ ଶୋକ ପ୍ରକାଶ କରିଛନ୍ତି। I
OSCAR-2019