news
stringlengths
299
9.61k
class
int64
0
3
ବଡ଼ପରଦାକୁ ଅଲବିଦା କରିଛନ୍ତି ପ୍ରିୟା ! ବଡ଼ପରଦାକୁ ଅଲବିଦା କରିଛନ୍ତି ପ୍ରିୟା ! 0 ସେୟାର ଓଲିଉଡର ହସକୁରୀ ଓ ଚୁଲୁବୁଲି ନାୟିକା ଭାବେ ବେଶ୍‌  ଲୋକପ୍ରିୟତା ହାସଲ କରିଥିଲେ ପ୍ରିୟା । ସେ ୨୦୦୮ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଡ୍ରିମ୍‌ଗାର୍ଲ’ରେ ପ୍ରଥମେ  ସିନେ ନାୟିକା ଭାବେ ବଡ଼ ପରଦାକୁ  ଆସିଥିଲେ ।  ଏହାର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି। ପ୍ରିୟାଙ୍କୁ  ଅଭିମନ୍ୟୁ, ବାଇଶ ପାହାଚେ ଖେଳିବ ମୀନ, ଆଲୋ ମୋର କଣ୍ଢେଇ, ମେଘ ସବାରୀରେ ଆସିବ ଫେରି, ଦିଲ୍‌ ତତେ ଦେଇଛି, ହିରୋ- ଏକ ପ୍ରେମ କଥା, ଚାନ୍ଦିନୀ ଆଇ ମିସ୍‌ ୟୁ, ଦୋସ୍ତି , ଗୁଡବୟ, ପାରିବେନି କେହି ଅଲଗା କରି, ରୁମକୁ ଝୁମାନା ଓ ତୋ’ ବାଟ ଚାହିଁଛି ରାତି ସାରା ଆଦି ଓଡ଼ିଆ  ଛବିରେ ଦେଖିବାକୁ ପାଇଛନ୍ତି ଦର୍ଶକ।‘ଡ୍ରିମ୍‌ଗାର୍ଲ’ପରେ ପ୍ରିୟା ଯେଉଁ ଅନ୍ୟ ସବୁ ନିର୍ଦ୍ଦେଶକଙ୍କ ସହ ଏକାଧିକ ଥର  କାମ କରିଛନ୍ତି ସେହି ତାଲିକାରେ ଅଛନ୍ତି ଆଉ କେତେଜଣ ନିର୍ଦ୍ଦେଶକ। ଏହାପରେ ପ୍ରିୟା ପୁଣି ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ଦୋସ୍ତି’ରେ ଅନ୍ୟତମ ନାୟିକାଭାବେ ପରଦାକୁ ଆସିଥିଲେ। ଏଯାବତ୍‌ ସେ ଅଶୋକଙ୍କ ସହ ମାତ୍ର ଦୁଇଟି ସିନେମାରେ କାମ କରିଛି। ଅନ୍ୟଜଣେ ନିର୍ଦ୍ଦେଶକ ହେଲେ ସଞ୍ଜୟ ନାୟକ ଯାହାଙ୍କ ସହ ପ୍ରିୟା ସବୁଠୁ ବେଶୀ ସିନେମାରେ କାମ କରିଛନ୍ତି। ହଁ ସେ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ଚାରିଟି ଛବିରେ ନଜର ଆସିଛନ୍ତି। ଏଗୁଡ଼ିକ ହେଲା ମେଘ ସବାରୀରେ ଆସିବ ଫେରି, ଦିଲ୍‌ ତତେ ଦେଇଛି, ବାଇଶ ପାହାଚେ ଖେଳିବ ମୀନ ଏବଂ ତୋ’ ବାଟ ଚାହିଁଛି ରାତି ସାରା । ଅପରପକ୍ଷରେ ପ୍ରିୟା ନିର୍ଦ୍ଦେଶକ ସୁଶାନ୍ତ ମଣି,ଦୀଲିପ ପଣ୍ଡା,ବସନ୍ତ ସାହୁ, ସୁଧାଂଶୁମୋହନ ସାହୁ,ତାପସ ସରଘରିଆଏବଂ ହିମାଂଶୁ ପରିଜା ପ୍ରମୁଖଙ୍କ ସହ ଥରେ ମାତ୍ର କାମ କରିଛନ୍ତି। ତେବେ ବିବାହ ପରେ  ପ୍ରିୟା କୌଣସି ବି ଓଡ଼ିଆ ସିନେମାରେ ଅଭିନୟ କରିନାହାନ୍ତି । ଏହା ଅବଶ୍ୟ ଭିନ୍ନ କଥା ଯେ ବିବାହ ପରେ ତାଙ୍କ ଅଭିନୀତ ଏକ ଓଡ଼ିଆ ଛବି ‘ ତୋ’ ବାଟ ଚାହିଁଛି ରାତି ସାରା ’ ମୁକ୍ତିଲାଭ  କରିଥିଲା । ଏହା ମଧ୍ୟ ତାଙ୍କର ଶେଷ ସିନେମା । ୨୦୧୩ ଡିସେମ୍ବରରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ  ଏହି ସୁଇଟ୍‌ ନାୟିକା ।  ତାଙ୍କ ଅଧିକ ସିନେମାରେ ହିରୋଇନ୍‌ଭାବେ  ଦେଖିବାକୁ  ଚାହୁଁଥିବା  ପ୍ରଶଂସକମାନେ ସେମାନଙ୍କର ପ୍ରିୟ ନାୟିକା   ପ୍ରିୟାଙ୍କୁ  ପ୍ରାୟ ସାଢ଼େ ତିନି ବର୍ଷ ହେବ ଆଉ ରୁପେଲି ପରଦାରେ ଦେଖିବାରୁ ବଞ୍ଚିତ  ହୋଇଛନ୍ତି । ତାଙ୍କ ଅଭିନୀତ ‘ ତୋ’ ବାଟ ଚାହିଁଛି  ରାତି ସାରା ’ ୨୦୧୪ ଜାନୁଆରିରେ ରିଲିଜ ହୋଇଥିଲା । ପ୍ରିୟା  ଚୌଧୁରୀ  ଅବଶ୍ୟ ବିବାହ ପରେ  ସମୟ ସମୟରେ  ଛୋଟ ପରଦାରେ  ନଜର ଆସିଛନ୍ତି ।  ସାର୍ଥକ ଟିଭିରେ ପ୍ରସାରିତ ‘ ଓଡ଼ିଶାର ବେଷ୍ଟ-ଡ୍ରାମେବାଜ୍‌’ରେ ଜଜ୍‌ଭାବେ ନଜର ଆସିଛନ୍ତି ପ୍ରିୟା । ପ୍ରାୟ ଦୁଇ ବର୍ଷତଳେ ଚର୍ଚ୍ଚା ହେଉଥିଲା ଯେ ପ୍ରିୟା ପୁଣି ବଡ଼ ପରଦାକୁ ଫେରିବେ ହେଲେ ସେଭଳି କିଛି ଘଟିନଥିଲା। ଯାହା ଜଣାପଡ଼ୁଛି ସେ ବଡ଼ପରଦାକୁ ଅଲବିଦା କରିଛନ୍ତି।
2
Edited By OdishaReporter Bureau | By R M Last updated Oct 20, 2016 Share ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଚଣ୍ଡେଶ୍ୱର ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କରୁ ୫ରୁ ୬ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ପୋଲିସ୍‌ ବ୍ୟାଙ୍କରେ ପହଞ୍ଚି ତଦନ୍ତ ଚଳାଇଥିଲେ ସୁଦ୍ଧା ଲୁଟେରାଙ୍କ ପତ୍ତା ପାଇନି। ଆହୁରି ପଢ଼ନ୍ତୁ ଆମେରିକାରେ ୨୪ ଘଣ୍ଟାରେ ଦୁଇ ଥର ଗୁଳିକାଣ୍ଡ, ୨୯ ମୃତ ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ, ଆଜି ଅପରାହ୍ନରେ ଦୁଇଟି ବାଇକ୍‌ରେ ୬ ଜଣ ଦୁର୍ବୃତ୍ତ ଆସିଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ହେଲ୍‌ମେଟ୍‌ ପିନ୍ଧି ବାଇକ୍‌ ଉପରେ ବସିଥିବା ବେଳେ ୪ ଜଣ ମୁଖା ପିନ୍ଧି ବ୍ୟାଙ୍କ ଭିତରକୁ ଯାଇ ଫାଙ୍କା ଗୁଳି ଚାଳନା କରିଥିଲେ। ପରେ ମ୍ୟାନେଜର ଓ ଅନ୍ୟ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଓ ଭୁଜାଲି ଦେଖାଇ ଟଙ୍କା ଲୁଟିଥିଲେ। ସେମାନେ ଓଡ଼ିଆ ଭାଷାରେ କଥା ହେଉଥିଲେ। ଲୁଟ୍‌ ସମୟରେ ବ୍ୟାଙ୍କରେ ସୁରକ୍ଷା କର୍ମୀ ନଥିବା ଅଭିଯୋଗ ହୋଇଛି। Subscribe to our newsletter
1
Latest ବିଚ୍‌ ରାସ୍ତାରେ ମଡେଲଙ୍କ ସ୍କଟ୍‌ ଟାଣି ଦେଲେ ଦୁର୍ବୃତ୍ତ; ଅଶ୍ଳୀଳ ମନ୍ତବ୍ୟ ବି ଦେଲେ ବିଚ୍‌ ରାସ୍ତାରେ ମଡେଲଙ୍କ ସ୍କଟ୍‌ ଟାଣି ଦେଲେ ଦୁର୍ବୃତ୍ତ; ଅଶ୍ଳୀଳ ମନ୍ତବ୍ୟ ବି ଦେଲେ 0 ସେୟାର ଭୋପାଲ : ବିଭିନ୍ନ ଆଇନ୍‌ ପ୍ରଣୟନ କରାଯାଉଥିଲେ ମଧ୍ୟ ଦିନକୁ ଦିନ ମହିଳାମାନଙ୍କ ପ୍ରତି ଅତ୍ୟାଚାର ବଢ଼ି ବଢ଼ି ଚାଲିଛି । ସବୁ ଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଥିବା ବେଳେ ରବିବାର ସକାଳେ ଭୋପାଲରେ ଘଟିଥିବା ଏକ ଦୁର୍ଘଟଣା ସାମ୍ନାକୁ ଆସିଛି । ଜଣେ ମଡ଼େଲ ନିଜର ସ୍କୁଟର ନେଇ କୌଣସି କାମରେ ଯାଉଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ସ୍କଟ୍‌ ଟାଣିବାକୁ ଚେଷ୍ଟା କରୁଥିଲେ ବୋଲି ଅଭିଯୋଗ ହୋଇଛି । ଏ ନେଇ ମଡ଼େଲ ଜଣଙ୍କ ଗାଡ଼ିରୁ ନିଜର ନିୟନ୍ତ୍ରଣ ହରାଇବାରୁ ତଳେ ପଡ଼ି ଆହାତ ହୋଇଥିବା ଜଣା ପଡ଼ିଛି । ଘଟଣା ଘଟିବା ପରେ ପୂରା ଘଟଣା ବିଷୟରେ ନିଜର ସୋସିଆଲ ସାଇଟ୍‌ରେ ଲେଖି ମଡ଼େଲ ଜଣଙ୍କ ସେୟାର କରିଥିବା ଦେଖିବାକୁ ମିଳିଛି । indiatoday.in ସେ କରିଥିବା ପୋଷ୍ଟ ଅନୁଯାୟୀ, “ମୁଁ କାମରେ ସ୍କୁଟର ଯୋଗେ ବାହାରକୁ ଯାଉଥିବା ବେଳେ ଦୁଇ ଜଣ ଯୁବକ ଆସି ମୋ ସହ ଅସଦାଚରଣ କରିଥିଲେ । ମୁଁ କିଛି ନ କହିବାରୁ ସେ ମୋ ସ୍କଟ୍‌ ଟାଣିବା ସହ ୟା ଭିତରେ କ’ଣ ଅଛି ଦେଖା ବୋଲି କହିଥିଲେ । ମୁଁ ତାଙ୍କୁ ରୋକିବାକୁ ଚେଷ୍ଟା କରିବା ସମୟରେ ଗାଡ଼ି ଉପରୁ ନିୟନ୍ତ୍ରଣ ତଳେ ପଡ଼ି ଯାଇଥିଲେ । ଏହି ଘଟଣାଟି ଗୋଟେ ଜନଗହଳିପୂର୍ଣ୍ଣ ରାସ୍ତାରେ ଘଟିଥିବା ବେଳେ କେହି ବି ସେମାନଙ୍କୁ ରୋକି ନଥିଲେ । ମୁଁ ପଡ଼ିଯିବା ପରେ ସେମାନେ ସେଠାରୁ ପଳାଇଥିଲେ । ମୁଁ ତାଙ୍କ ଗାଡ଼ିର ନମ୍ବର ବି ଦେଖି ପାରିଲି ନାହିଁ । ଏହା ପୂର୍ବରୁ ମୁଁ କେବେ ବି ଏମିତି ଅନୁଭବ କରି ନଥିଲି । ସେମାନେ ସେଠାରୁ ଖସି ଚାଲି ଯାଇଥିଲେ ଏବଂ ମୁଁ କିଛି କରି ପାରିଲି ନାହିଁ । ଏହା ପରେ ମୋ ସାଙ୍ଗମାନେ ଆସି ମୋତେ ଗୋଟେ କଫି ସପ୍‌କୁ ନେଇ ଯାଇଥିଲେ । କିନ୍ତୁ ମୁଁ ସେ ଘଟଣା ବିଷୟରେ ଭାବିବା ବନ୍ଦ କରି ପାରୁ ନଥିଲି । ଯଦି ରାସ୍ତା ଜନଶୂନ୍ୟ ହୋଇଥାନ୍ତା ତା’ହେଲେ ମୋ ସହ କ’ଣ କରିଥାନ୍ତେ ସେମାନେ?” indiatoday.in ଘଟଣା ଘଟିବା ପରେ କିଛି ପ୍ରମାଣ ମିଳିବା ଆଶାରେ ପୀଡ଼ିତା ଜଣଙ୍କ ସେହି ଅଞ୍ଚଳକୁ ଯାଇଥିଲେ ମଧ୍ୟ ସେଠାରେ କୌଣସି ସିସିଟିଭି ନାହିଁ ବୋଲି ଜାଣିବାକୁ ପାଇଥିଲେ । ପୂର୍ବବର୍ତ୍ତୀ ଖବର ସୋସିଆଲ ସାଇଟ୍‌ରେ ବିଗ୍‌ବସ୍‌-୧୧ର ବିଜେତା ଶିଳ୍ପା ସିନ୍ଦେ କାହିଁକି ପର୍ଣ୍ଣ ଲିଙ୍କ୍‌ ସେୟାର କରିଛନ୍ତି ଜାଣନ୍ତୁ ପରବର୍ତ୍ତୀ ଖବର
1
Edited By OdishaReporter Bureau | By B S On Sep 8, 2019 Share ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଥର ପୂଜା ଆମର ବୋଲି ଘୋଷଣା କରିସାରେଲାଣି ମିଷ୍ଟର ମଜନୁ ଟିମ୍‌। ଦଶହରାରେ ସବୁଥର ପରି ଏଥର ବି ତରଙ୍ଗ ସିନେ ପ୍ରଡକ୍ସନ୍ସ ପ୍ରସ୍ତୁତ କରୁଛି ନୂଆ ଓଡିଆ ଚଳଚ୍ଚିତ୍ର ‘ମିଷ୍ଟର ମଜ୍‌ନୁ’। ଏଥିରେ ମୁଖ୍ୟ ଭୂମିକାରେ ଅଭନୟ କରୁଛନ୍ତି ବାବୁସାନ୍‌, ଶୀତଲ୍, ସୁର୍ଯ୍ୟମୟୀ ଏବଂ ଦିବ୍ୟା। ଫିଲ୍ମରେ ୩ ଜଣ ନାୟିକା ଥିବାବେଳେ ଜଣେ ନାୟକ ରହିଛନ୍ତ। ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଶୋକ ପତି। ଫିଲ୍ମର ଶୁଟିଂ ଚାଲିଥିବା ବେଳେ ଏଥର ମଧ୍ୟ ନିର୍ଦ୍ଦେଶକ ଅଶୋକ ପତି ଫିଲ୍ମରେ ବାବୁସାନ୍‌ଙ୍କ ନାଁ ସଞ୍ଜୁ ରଖିଛନ୍ତି। ଏହି ଫିଲ୍ମକୁ ମିଶାଇ ୧୦ଟି ଫିଲ୍ମରେ ବାବୁସାନ୍‌ ସଞ୍ଜୁ ଚରିତ୍ରରେ ଅଭିନୟ କରିସାରିଲେଣି। ଏଥିସହ ପ୍ରଥମ ଥର ପାଇଁ ଫିଲ୍ମରେ ବାବୁସାନ୍‌ଙ୍କ ୬ ପ୍ୟାକ୍‌ ବଡି ଦେଖିବାକୁ ମିଳିବ ବୋଲି ଶୁଣିବାକୁ ମିଳୁଛି। Subscribe to our newsletter
2
Last updated Oct 6, 2019 amarujala.com ସେୟାର ମୁମ୍ବାଇ: ସୋସିଆଲ ମିଡିଆରେ ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଫଟୋଟି ଅଜୟଙ୍କ ଏକ ରିଳିଜ୍‌ ହୋଇ ନଥିବା ଫିଲ୍ମର ହୋଇଥିବା ବେଳେ ଏବେ କ’ଣ ପାଇଁ ଫଟୋଟି ଏତେ ଭାଇରାଲ ହେଉଛି, ସେ ପ୍ରଶ୍ନ ସମସ୍ତଙ୍କ ମନରେ । ଅଜୟଙ୍କ ଏହି ଫଟୋ ତାଙ୍କ ପ୍ରଶଂସକଙ୍କୁ ପସନ୍ଦ ଆସୁଥିବା ବେଳେ ଏହାକୁ ଲୋକେ ସେୟାର କରିବାରେ ଲାଗି ପଡ଼ିଛନ୍ତି ।   View this post on Instagram   A post shared by Anees Bazmee (@aneesbazmee) on Oct 2, 2019 at 11:12pm PDT ସୂଚନା ମୁତାବକ, ଅଜୟଙ୍କ ଏହି ଫଟୋ ଇନ୍‌ଷ୍ଟାଗ୍ରାମରେ ନିର୍ଦ୍ଦେଶକ ଅନୀସ ବଜ୍ମୀ ସେୟାର କରିଛନ୍ତି । ଫଟୋ କ୍ୟାପ୍‌ସନରେ ଲେଖିଛନ୍ତି କି, ଏହି ଫଟୋ ଫିଲ୍ମ ନାମ୍‌ର ସୁଟିଂ ସମୟରେ ନିଆଯାଇଥିଲା । ଫିଲ୍ମରେ ସମୀରା ରେଡ୍ଡୀ, ଭୂମିକା ଚାଓ୍ଵଲା ଓ ଅଜୟ ଦେବଗନ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଫିଲ୍ମର ଏହି ଦୃଶ୍ୟରେ ଅଜୟଙ୍କୁ ନିଜ ପତ୍ନୀ ଓ ଝିଅକୁ ଖୋଜିବାର ଥିଲା । ଏହା ଏକ ସସ୍‌ପେନ୍ସ ଥ୍ରିଲର ଫିଲ୍ମ ଥିଲା, ଯାହା ଆପଣଙ୍କୁ ପସନ୍ଦ ଆସିଥାନ୍ତା । ମୁଁ ଆଶା କରୁଛି କି ଗୋଟେ ଦିନ ଏହା ରିଲିଜ୍‌ ହେଉ ଏବଂ ଆପଣ ସମସ୍ତେ ଏହାକୁ ଦେଖିବାକୁ ସୁଯୋଗ ପାଆନ୍ତୁ । ପୂର୍ବବର୍ତ୍ତୀ ଖବର
2
0 ସେୟାର ପଞ୍ଚକୁଲା: ତିନିଦିନ ହେବ ଘରୁ କେଉଁଆଡେ ଚାଲି ଯାଇଥିବା ଜଣେ ନାବାଳକର ମୃତଦେହ ସେକ୍ଟର-୨୮ରେ ଥିବା ଏକ ଗାଡ଼ରୁ ରହସ୍ୟଜନକ ଭାବେ ଉଦ୍ଧାର କରାଯାଇଛି। ଏହି ନାବାଳକର ମୁଣ୍ଡ ଗାତ ଭିତରେ ଥିବା ବେଳେ ଗୋଡ଼ ବାହାରେ ଥିବାର ଦେଖିବାକୁ ମିଳିଥିଲା। ଏହି ଦୃଶ୍ୟକୁ ଦେଖି ସନ୍ଦେହ କରାଯାଉଛି ଯେ ନାବାଳକୁ କେହି ଗାତ ଭିତରେ ପୁରାଇ ହତ୍ୟା କରିବାକୁ ଉଦ୍ୟମ କରୁଥିଲା ବୋଧ ହୁଏ। ଏନେଇ ସ୍ଥାନୀୟଲୋକ ପୁଲିସକୁ ଖବର ଦେଇଥିଲେ ଖବର ପାଇ ପୁଲିସ ଓ ଫରେନ୍ସିକ୍‌ ଏକ୍ସପର୍ଟ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ। ସୂଚନାଯୋଗ୍ୟ, ସବୁଦିନ ଭଳି ଗତ ସୋମବାର ଦିନ ୧୪ବର୍ଷର ନାବାଳକ ଖେଳିବା ପାଇଁ ଘରୁ ବାହାରକୁ ଯାଇଥିଲା। ସନ୍ଧ୍ୟା ହୋଇଥିଲେ ହେଁ ସେ ଘରକୁ ଆଉ ଫେରି ନ ଥିଲା। ବାପା-ମାଆ ପୁଅର ଫେରିବା ବାଟକୁ ଚାହିଁ ଚାହିଁ ରାତି ପାହି ଯାଇଥିଲା। ପୁଅକୁ ଯେତେ ଖୋଜିଥିଲେ ବି କୌଣସି ସୂଚନା ମିଳି ପାରି ନ ଥିଲା। ମଙ୍ଗଳବାର ସନ୍ଧ୍ୟାରେ ଜଣେ ପିଲା ରାସ୍ତା ପାର୍ଶ୍ୱରେ ଯାଉଥିବା ସମୟରେ ଦେଖିବାକୁ ପାଇଲା କେହି ଜଣେ ଏକ ଗାତ ଭିତରେ ପଶି ରହିଛି। ତୁରନ୍ତ ସେ ଏ ନେଇ ପୁଲିସକୁ ଖବର ଦେଇଥିଲା। ପୁଲିସ ଏହାପରେ ଜେସିବି ଡକାଇ ଗାତକୁ ଖୋଳି ନାବାଳକକୁ ବାହାର କରିଥିଲା। ପିଲାର ମୁହଁରୁ ରକ୍ତ ବାହାରୁଥିଲା ଓ ତାର ହାତ ପାଖରେ ମୋବାଇଲ ପଡ଼ିଥିବାର ଦେଖିବାକୁ ମିଳିଥିଲା। ସମ୍ପୂର୍ଣ୍ଣ ମାମଲାକୁ ନେଇ ଏସଏଚଓ ଚଣ୍ଡିମନ୍ଦିର ମହମୁଦ ଖାନ୍‌ କହନ୍ତି, ପ୍ରଥମେ ଏହାକୁ ହତ୍ୟା ଘଟଣା ବୋଲି କୁହାଯାଉଥିଲା। କିନ୍ତୁ ଫରେନସିକ୍‌ ଯାଞ୍ଚ ପରେ ପିଲାର ମୃତ୍ୟୁ ଶ୍ୱାସରୁଦ୍ଧ ହେବା ହେତୁ ହୋଇଥିବା ଜଣାପଡ଼ିଛି। ତେବେ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ ସୂଚନା ଦେଇଛି। ପୂର୍ବବର୍ତ୍ତୀ ଖବର
1
Last updated Sep 11, 2019 .jansatta ସେୟାର ଲକ୍ଷ୍ମୌ: ‘ଚନ୍ଦ୍ରଯାନ-୨’ର ଲାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ପରେ ଚନ୍ଦ୍ରାବତରଣ ବିଫଳ ହୋଇଥିବା ଖବର ପ୍ରସାରିତ ହୋଇଥିଲା। ଏହାପରେ ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ବସବାସ କରୁଥିବା ଜଣେ ଯୁବକ ଚନ୍ଦ୍ରଯାନ-୨ ମିସନ୍‌ କାହିଁକି ଫେଲ୍‌ ହେଲା ତାହାର କାରଣ ପଚାରି ଟ୍ରେନ୍‌ ଇଞ୍ଜିନ୍‌ ଉପରେ ଚଢ଼ି ଯାଇଥିବାର ଏକ ଖବର ଓ ଫଟୋ ସାମ୍ନାକୁ ଆସିଛି। ଏହି ଯୁବକ ‘ଚନ୍ଦ୍ରଯାନ-୨’ର ଲାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ପରେ ଚନ୍ଦ୍ରାବତରଣ ବିଫଳ ହୋଇଥିବା ଖବର ପ୍ରସାରିତ ହେବା ପରେ କ୍ରୋଧିତ ହୋଇଯାଇଥିଲେ। ଏହାପରେ ସେ ମଧ୍ୟପ୍ରଦେଶର ନରୟାବାଳି ଷ୍ଟେସନ୍‌ରେ ଛିଡା ହୋଇଥିବା ଏକ ଟ୍ରେନ୍‌ ଇଞ୍ଜିନ୍‌ ଉପରେ ଚଢ଼ି ହଙ୍ଗାମା କରିଥିଲେ। ଯୁବକର ଏଭଳି ହଙ୍ଗାମା ଦେଖି ଟ୍ରେନ୍‌ର ଲୋକୋପାଇଲଟ ଓ ଅନ୍ୟ କର୍ମଚାରୀ ତାଙ୍କୁ ଅନେକ ବୁଝାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯୁବକ ଜଣକ କାହାରି କିଛି କଥା ନଶୁଣି ଅଧାଘଣ୍ଟା ପର୍ଯ୍ୟନ୍ତ ଏଭଳି ହଙ୍ଗାମା ଜାରି ରଖିଥିଲେ। ଫଳରେ ଟ୍ରେନ୍‌ ଯାତ୍ରା ଆରମ୍ଭ କରିବାରେ ବି ବିଳମ୍ବ ହୋଇଥିଲା। ଅନ୍ୟପକ୍ଷରେ ଟ୍ରେନ୍‌ ଉପର ଦେଇ ହାଇଟେନ୍‌ସନ୍‌ ଓଭରହେଡ ଲାଇନ୍‌ ଯାଇଥାଏ। ଟ୍ରେନ୍‌ ଇଞ୍ଜିନ୍‌ ଉପରେ ଯୁବକ ଏପରି ବସିବା ହେତୁ କୌଣସି ଦୁର୍ଘଟଣା ଘଟିବାର ଅନେକ ସମ୍ଭାବନା ରହିଥିଲା। ତେଣୁ ହାଇଟେନ୍‌ସନ୍‌ ଓଭରହେଡ ଲାଇନ୍‌ର ପାଓ୍ଵର ସପ୍ଲାଏକୁ ବନ୍ଦ କରାଯାଇ ପୁଲିସ ଓ ଆରପିଏଫ୍‌ଙ୍କୁ ଏହି ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା। ଖବର ପାଇ ପୁଲିସ ଓ ଆରପିଏଫ୍‌ କର୍ମଚାରୀ ଘଟଣାସ୍ଥଳରେ ପହଁଞ୍ଚି ଯୁବକଙ୍କୁ କାବୁ କରିଥିଲେ। ତେବେ ଅତ୍ୟଧିକ ମଦପାନ ହେତୁ ଯୁବକ ଏଭଳି କାମ କରିଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଚନ୍ଦ୍ରଯାନ-୨’ର ଲାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ପରେ ଚନ୍ଦ୍ରାବତରଣ ବିଫଳ ହୋଇଥିବା ଖବର ପ୍ରସାରିତ ହୋଇଥିଲା। କିନ୍ତୁ ପରେ ଇସ୍ରୋ ପକ୍ଷରୁ ଏ ନେଇ ସ୍ପଷ୍ଟୀକରଣ ଦିଆଯାଇଥିଲା କି ଚନ୍ଦ୍ରଯାନ-୨ର ୯୫ ପ୍ରତିଶତ ଯନ୍ତ୍ରାଂଶ କାର୍ଯ୍ୟକ୍ଷମ ରହିଛି ଓ ଅରବିଟର୍‌ ଚନ୍ଦ୍ର କକ୍ଷରେ ସଂପୂର୍ଣ୍ଣ ସକ୍ରିୟ ରହିଛି। ଏହାର ମାତ୍ର ୫ ପ୍ରତିଶତ ଠିକ ଭାବେ କାର୍ଯ୍ୟ କରିନାହିଁ। ପୂର୍ବବର୍ତ୍ତୀ ଖବର
1
0 ସେୟାର ମୁମ୍ବାଇ: ଦ୍ୱିତୀୟ ପାଳିରେ ୨୮୧ ରନ୍‌ ବିଜୟ ଲକ୍ଷ୍ୟ ନେଇ ଓ୍ଵାଙ୍ଖଡେ ଷ୍ଟାଡିିୟମରେ ଖେଳୁିଥିବା ନ୍ୟୁଜିଲାଣ୍ଡ ପ୍ରଥମ ଓ୍ଵିକେଟ ହରାଇଛି। ଓପନର କୋଲିନ ମୁରନୋ(୨୧) ଯଶପ୍ରିତ ବୁମରାଙ୍କ ବଲ ଦିନେଶ କାର୍ତ୍ତିକଙ୍କୁ ଦେଇଛନ୍ତି। ମାର୍ଟିନ ଗୁପଟିଲ୍‌(୨୨) ଓ ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ ବ୍ୟାଟି ଜାରି ରଖିଛନ୍ତି। ନ୍ୟୁଜିଲାଣ୍ଡ ୧୦.୪ ଓଭରରେ ଗୋଟିଏ ଓ୍ଵିକେଟ ହରାଇ ୫୫ ରନ୍‌ ସଂଗ୍ରହ କରିଛି। ପ୍ରଥମ ପାଳିରେ ଅଧିନାୟକ ବିରାଟ କୋହଲିଙ୍କ ୨୦୦ ତମ ଦିନିକିଆରେ ଶତକ(୧୨୧) ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୮ଟି ଓ୍ଵିକେଟ ହରାଇ ୨୮୦ ରନ୍‌ ସଂଗ୍ରହ କରିଛି। କୋହଲି ୧୨୫ଟି ବଲ ଖେଲି ଟିମ୍‌ ସାଉଦୀଙ୍କ ବଲ ଟ୍ରେଣ୍ଟ ବୋଲ୍ଟକୁ କ୍ୟାଚ ଦେଇ ପାଭଲିୟନକୁ ଫେରିଥିବା ବେଳେ, ଭୁବନେଶ୍ୱର କୁମାର(୨୬) ଟିମ୍‌ ସାଉଦୀଙ୍କ ବଲ ହେନ୍‌ରୀ ନିକ୍‌ହୋଲଙ୍କୁ କ୍ୟାଚ ଦେଇଥିଲେ। ସେହିଭଳି ହାର୍ଦିକ ପାଣ୍ଡ୍ୟା ୧୬ଟି ବଲ ଖେଳି ୧୬ ରନ୍‌ ହାସଲ କରିବା ପରେ ଟ୍ରେଣ୍ଟ ବୋଲ୍ଟଙ୍କ ବଲ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ଙ୍କୁ କ୍ୟାଚ ଦେଇଥିଲେ। ଓ୍ଵିକେଟ କିପର ମହେନ୍ଦ୍ର ସିଂହ ଧୋନି(୨୫) ଟେଣ୍ଟ ବୋଲ୍ଟଙ୍କ ବଲ ମାର୍ଟିନ ଗୁପଟିଲ୍‌ଙ୍କୁ ଦେଇ ପାଭଲିୟନ ଫେରିଛନ୍ତି। ନ୍ୟୁଜିଲାଣ୍ଡର ୪ର୍ଥ ଶିକାର ହୋଇଥିଲେ ଦିନେଶ କାର୍ତ୍ତିକ(୩୭)। ୨୮.୪ ଓଭରରେ ଦଳୀୟ ସ୍କୋର ୧୪୪ ରନ୍‌ ଥିବା ବେଳେ କାର୍ତ୍ତିକ ୪୭ଟି ବଲ ଖେଳିବା ପରେ ଟିମ୍‌ ସାଉଦୀଙ୍କ ବଲ କୋଲିନ ମନରୋଙ୍କୁ ଦେଇଥିଲେ। ସେହିପରି ୩ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତ ୭୧ ରନ୍‌(୧୫.୨ଓଭର)ରେ ୩ୟ ଓ୍ଵିକେଟ ଭାବରେ କେଦାର ଯାଧବଙ୍କୁ ହରାଇଥିଲା। କେଦାର ୨୫ଟି ବଲ ଖେଳି ୧୨ ରନ୍‌ ସଂଗ୍ରହ କରିବା ପରେ ମାଇକେଲ ସଟନ୍‌ରଙ୍କ ବଲରେ କ୍ୟାଚ ହୋଇଥିଲେ। ପ୍ରଥମ ଦିନିକିଆରେ ଭାରତ ୧୬ରନ୍‌ରେ (୩.୨ ଓଭର) ପ୍ରଥମ ଓ୍ଵିକେଟ ଓ ୨୯ରନ୍‌ରେ ୨ୟ ଓ୍ଵିକେଟ(୫.୪ଓଭର) ହରାଇଥିଲା। ନୁୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍‌ଟଙ୍କ ବଲକୁ ଶିଖର ଧାଓ୍ଵନ(୯) ଟମ ଲଥାମଙ୍କୁ ଦେଇଥିବା ବେଳେ ରୋହିତ ଶର୍ମା(୨୦) ଟ୍ରେଣ୍ଟ ବୋଲ୍‌ଟଙ୍କ ଦ୍ୱାରା ବୋଲ୍‌ଡ ହୋଇ ପାଭଲିୟନ ଫେରିଥିଲେ। ପୂର୍ବରୁ ଟସ୍‌ଜିଣି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବବର୍ତ୍ତୀ ଖବର
3
କେନ୍ଦ୍ର ବଜେଟ୍‌ କେମିତି ହେବା ଉଚିତ- ଏକ ଅନୁଚିନ୍ତା ଡ. ଦିଲ୍ଲୀପ କୁମାର ପଣ୍ଡା Edited By OdishaReporter Bureau | By J M Last updated Jun 26, 2019 Share ଡ. ଦିଲ୍ଲୀପ କୁମାର ପଣ୍ଡା ନୂତନ ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଜୁଲାଇ ୫ ତାରିଖ ଦିନ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ। ଦେଶର ଅର୍ଥନୈତିକ ସ୍ଥିତି ଯେମିତି ଦୁର୍ବଳ ଓ ଅସ୍ଥିର ରହିଛି, ସେହି ଦୃଷ୍ଟିରୁ ଅର୍ଥମନ୍ତ୍ରୀଙ୍କ ପାଇଁ ଏହା ଏକ ଜଟିଳ ତଥା କଷ୍ଟକର ଆହ୍ୱାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଅଭିବୃଦ୍ଧି ହାରର ନିମ୍ନଗାମୀ ଧାରାକୁ ନେଇ ପ୍ରବଳ ବିତର୍କ ଚାଲିଥିବା ସମୟରେ ନିଶ୍ଚିତ ଭାବରେ ଅର୍ଥମନ୍ତ୍ରୀଙ୍କ ପାଇଁ ପ୍ରଥମ ଓ ପ୍ରଧାନ ଆହ୍ୱାନ ହେଉଛି, ଅଭିବୃଦ୍ଧି ହାରରେ ବୃଦ୍ଧି ପାଇଁ ସହାୟକ ହେଉଥିବା ସମସ୍ତ ଯଥାର୍ଥ ପଦକ୍ଷେପ ଗ୍ରହଣ କରିବା। କାରଣ ଏକ ସନ୍ତୋଷଜନକ ଅଭିବୃଦ୍ଧି ହାର ହିଁ ଅର୍ଥନୀତିରେ ବଳକା ପୁଞ୍ଜି, ଆୟ ଏବଂ ଅର୍ଥ ସୃଷ୍ଟି କରି ପାରିବ, ଯାହାଦ୍ୱାରା ସାମାଜିକ- ଅର୍ଥନୈତିକ ସମସ୍ୟା ସମାଧାନ କରିବା ସହ ବଞ୍ଚିତ ବା ସୀମାନ୍ତ ଶ୍ରେଣୀଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରିବାରେ ସହାୟକ ହେବ। ଅଭିବୃଦ୍ଧି  ହାରରେ ସନ୍ତୋଷଜନକ ବୃଦ୍ଧି ପାଇଁ ପୁଞ୍ଜି ନିବେଶ ହାର (Investment) ବୃଦ୍ଧି ହେବା ନିହାତି ଆବଶ୍ୟକ। ଉଭୟ ସରକାରୀ ଓ ବେସରକାରୀ ନିବେଶରେ ବୃଦ୍ଧି ନ ହେଲେ ଅର୍ଥନୀତିକ ମାନ୍ଦାବସ୍ଥା ଦୂର ହେବାର ସମ୍ଭାବନା କମ୍‌। କାରଣ ଅର୍ଥନୀତିର ପ୍ରତିଟି କ୍ଷେତ୍ର- ଅଟୋମୋବାଇଲ୍ ଠାରୁ ଆରମ୍ଭ କରି ଭିତ୍ତିଭୂମି- ରିଏଲ୍‌ ଇଷ୍ଟେଟ୍‌, କନ୍‌ଷ୍ଟ୍ରକ୍‌ସନ୍‌ ତଥା ଗ୍ରାମାଞ୍ଚଳ ଅଣସଙ୍ଗଠିତ କ୍ଷେତ୍ର (କୃଷି ଓ କୃଷି ସମ୍ପର୍କିତ ସମସ୍ତ କ୍ଷେତ୍ର)ରେ ପ୍ରାୟତଃ ପାଖାପାଖି ମାନ୍ଦାବସ୍ଥା ଲାଗିରହିଛି। ମୁଖ୍ୟତଃ, ବିମୁଦ୍ରାକରଣ ପରଠାରୁ ଏହି ସ୍ଥିତି ଆରମ୍ଭ ହୋଇ କ୍ରମାନ୍ୱୟରେ ବଢ଼ିବାରେ ଲାଗିଛି। ପରେ ପରେ ଗୁଡ୍‌ସ୍‌ ଆଣ୍ଡ୍‌ ସର୍ଭିସେସ୍‌ ଟ୍ୟାକ୍ସ(GST) ଯେମିତି ତରବରିଆ ଭାବେ ଲାଗୁ କରାଗଲା, ତାହା ବ୍ୟବସାୟିକ, ନିବେଶ ତଥା ନିଯୁକ୍ତି ପ୍ରକ୍ରିୟାକୁ ଏକ ଜବରଦସ୍ତ ଧକ୍କା ଦେଲା। ପୁଞ୍ଜି ନିବେଶ ଓ ଅଭିବୃଦ୍ଧି ପୁଞ୍ଜି ନିବେଶକୁ ଏକ ଦୀର୍ଘକାଳୀନ ପ୍ରକ୍ରିୟାରେ ଅଭିବୃଦ୍ଧି ହାର ସହ ଯୋଡ଼ିବାକୁ ହେଲେ, ସାମଗ୍ରିକ ଜାତୀୟ ଉତ୍ପାଦରେ (GDP) ସାମଗ୍ରିକ ସ୍ଥାୟୀ ପୁଞ୍ଜି ଗଠନ (Gross Fixed Capital Formation) ର ଅନୁପାତ ବୃଦ୍ଧି ପାଇବା ନିହାତି ଆବଶ୍ୟକ। ଉଭୟ କର୍ପୋରେଟ୍‌ ଓ ସରକାରୀ ଉଦ୍ୟୋଗରେ ପୁଞ୍ଜି ନିବେଶ ପାଇଁ ଅର୍ଥମନ୍ତ୍ରୀଙ୍କୁ ପଦକ୍ଷେପ ନେବାକୁ ହେବ। ଅନେକ ସରକାରୀ ପୁଞ୍ଜି ନିବେଶ ବଜେଟ୍‌ ବାହାରେ ମଧ୍ୟ ଘଟିଥାଏ। ସମସ୍ତ ସରକାରୀ ଉଦ୍ୟୋଗ ସହିତ ବିଚାର ବିମର୍ଶ କରି ଚଳିତ ଆର୍ଥିକ ବର୍ଷ ପାଇଁ ଏକ ପୁଞ୍ଜିନିବେଶ ଯୋଜନା ପ୍ରସ୍ତୁତ କରିବା ବିଧେୟ ମନେହୁଏ। କାରଣ ସରକାରୀ ଉଦ୍ୟୋଗ କ୍ଷେତ୍ରରେ ବେସରକାରୀ ଉଦ୍ୟୋଗଗୁଡ଼ିକ ତୁଳନାରେ ଏକ ଦୀର୍ଘକାଳୀନ ଉଦ୍ଦେଶ୍ୟର ପରିପୂରଣ ପାଇଁ ଯୋଜନା ପ୍ରସ୍ତୁତ କରିବା ସମ୍ଭବପର ହୁଏ। ଏହାସହିତ ଏପରି ଏକ ସରକାରୀ ଯୋଜନା ବେସରକାରୀ ଉଦ୍ୟୋଗ କ୍ଷେତ୍ର ପାଇଁ ଉତ୍ସାହଦାୟୀ ଏବଂ ସାହାଯ୍ୟ ପ୍ରଦାନକାରୀ ମନୋଭାବ ସୃଷ୍ଟି କରେ। ବିଭିନ୍ନ କ୍ଷେତ୍ର ବା ଶିଳ୍ପ ପାଇଁ ଭିନ୍ନ ଭିନ୍ନ ନୀତି ନିର୍ଦ୍ଧାରଣ କରାଯାଇପାରେ। ସେହି କ୍ଷେତ୍ରର ଶିଳ୍ପପତିମାନଙ୍କ ସହ ଆଲୋଚନା କରି କେଉଁଠି କି ପ୍ରକାରର ଅସୁବିଧା ରହିଛି ତାକୁ ବିଚାର କରି ସରଳ ପୁଞ୍ଜି ନିବେଶ ପ୍ରକ୍ରିୟା ସୃଷ୍ଟି କରିବାର  ନିଷ୍ପତ୍ତି ନିଆଯାଇପାରେ। ପୁଞ୍ଜିନିବେଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ହେଉଛି ଅର୍ଥ ବା liquidity। ବର୍ତ୍ତମାନ ପରିସ୍ଥିତିରେ ଉଭୟ ବ୍ୟାଙ୍କ ଓ ଅଣବ୍ୟାଙ୍କ ଆର୍ଥିକ ଅନୁଷ୍ଠାନ (Banks and Non-Banking Financial Institutions) ମାନଙ୍କର ମେରୁଦଣ୍ଡ ଅତ୍ୟନ୍ତ ଦୁର୍ବଳ। ନନ୍ ପରଫର୍ମିଂ ଆସେଟ୍ ପରିମାଣରେ ବୃଦ୍ଧି ବ୍ୟାଙ୍କମାନଙ୍କୁ ଋଣ ପ୍ରଦାନ କରିବାରେ ଅନ୍ତରାୟ ସାଜିଛି। ସେଥିପାଇଁ ଏହି ପ୍ରସଙ୍ଗ ପ୍ରତି ଅର୍ଥମନ୍ତ୍ରୀ ଠିକଣା ଭାବରେ  ଦୃଷ୍ଠି ଦେବାକୁ ହେବ। ଏକ ଦୀର୍ଘକାଳୀନ ଓ ବୃହତ୍‌କାୟ ପୁଞ୍ଜି ପ୍ରବାହର ବ୍ୟବସ୍ଥା କରିବାକୁ ହେବ। ବ୍ୟାଙ୍କ ଓ ଅଣ-ବ୍ୟାଙ୍କିଙ୍ଗ୍ ସଂସ୍ଥାଗୁଡ଼ିକର ପରିଚାଳନା ବା ଶାସନଗତ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନର ମଧ୍ୟ ଆବଶ୍ୟକତା ରହିଛି। ଅଭିବୃଦ୍ଧି ଓ ନିଯୁକ୍ତି ସମସ୍ୟା ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ନିଯୁକ୍ତି। ଅଭିବୃଦ୍ଧି ହାରରେ ବୃଦ୍ଧି ହେଲେ ଏହା ଆପେ ଆପେ ନିଯୁକ୍ତି ବୃଦ୍ଧିରେ ସହାୟକ ହେବ ନାହିଁ। ତା’ ଛଡା ବର୍ତ୍ତମାନର ମାନ୍ଦାବସ୍ଥା ଚାହିଦା କମିଯିବା କାରଣରୁ ଉପୁଜିଛି। ତେଣୁ ଚାହିଦା ବୃଦ୍ଧି ପାଇଁ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକଙ୍କ ହାତକୁ କ୍ରୟଶକ୍ତି ପହଞ୍ଚାଇବାକୁ ପଡିବ। ଯାହାଫଳରେ ଉଭୟ ଆବଶ୍ୟକ ତଥା ଇଚ୍ଛାମୂଳକ ଚାହିଦାରେ ଉନ୍ନତି ହେବ। ତଥ୍ୟ ଅନୁସାରେ ବର୍ତ୍ତମାନର ବେରୋଜଗାରୀ ହାର ବିଗତ ୪୫ ବର୍ଷରେ ସର୍ବାଧିକ। ପ୍ରକୃତରେ ସମ୍ପୂର୍ଣ୍ଣ ବେରୋଜଗାରୀ ତୁଳନାରେ ଅଣ୍ଡର ଏମ୍ପ୍ଲୟମେଣ୍ଟ ସଂଖ୍ୟା ଦେଶରେ ବହୁତ ବେଶୀ। ଆହୁରି ପଢ଼ନ୍ତୁ ଦୀପାବଳି ଅବସରରେ ରିଲାଏନ୍ସ ଜିଓର ୪ଟି ନୂଆ ପ୍ଲାନ୍ ଅଭିବୃଦ୍ଧି ଓ ପୁଞ୍ଜିନିବେଶର ଢାଞ୍ଚା ବା ପ୍ରକୃତି ହିଁ ରୋଜଗାରୀ ଓ ଅର୍ଦ୍ଧ-ବେରୋଜଗାରୀକୁ ନିୟନ୍ତ୍ରଣ କରେ। ଶ୍ରମିକ ନିୟୋଜନ ଭିତ୍ତିକ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ଅଣକୁଶଳୀ ଓ ଅର୍ଦ୍ଧ-କୁଶଳୀ ଶ୍ରମିକଙ୍କ ନିଯୁକ୍ତି ବୃଦ୍ଧିରେ ସହାୟକ ହେବ। କୃଷି ତଥା କୃଷି-ଭିତ୍ତିକ କ୍ଷେତ୍ର ତଥା ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଭିତ୍ତିଭୂମିରେ ସରକାରୀ ପୁଞ୍ଜି ନିବେଶ ବୃଦ୍ଧି ଆବଶ୍ୟକ ଦ୍ରବ୍ୟ ତଥା ଅନ୍ୟାନ୍ୟ ଦ୍ରବ୍ୟର ଚାହିଦା ବୃଦ୍ଧିରେ ସହାୟକ ହେବ। ଏହାଦ୍ୱାରା ମଲଟିପ୍ଲାଏର ପ୍ରକ୍ରିୟାରେ ଆୟ ଓ ନିଯୁକ୍ତି ମଧ୍ୟ ବହୁଗୁଣିତ ହେବ। ଏହାବାଦ୍ ସାମାଜିକ ସୁରକ୍ଷା/ ନିରାପତ୍ତା ପାଇଁ ଉଦ୍ଦିଷ୍ଟ କଲ୍ୟାଣମୂଳକ ଯୋଜନା ଯେଉଁଥିରେ ପ୍ରତ୍ୟକ୍ଷ ଅର୍ଥ ଅନୁଦାନ ଉଦ୍ଦିଷ୍ଟ, ହିତାଧିକାରୀର ବ୍ୟାଙ୍କ ଜମାଖାତାରେ ଜମା ହୋଇଯିବ। ( PM Kisan Nidhi ) ଓ  (MGNREGA) ପରି ଯୋଜନାକୁ ପରିବ୍ୟାପ୍ତ କରିବାର ପ୍ରୟାସ କରାଯିବା ଉଚିତ। କୃଷିଜନିତ ସମସ୍ୟା ସମାଧାନ ଦିଗରେ ପ୍ରାଥମିକତା ଦେବା ବଜେଟ୍‌ର ଏକ ମୁଖ୍ୟ ଉଦ୍ଦେଶ୍ୟ ହେବା କଥା। ମଧ୍ୟବିତ୍ତ ଶ୍ରେଣୀଙ୍କୁ ଧ୍ୟାନ ମଧ୍ୟବିତ୍ତ ଶ୍ରେଣୀର ଚାହିଦା ବୃଦ୍ଧି ପାଇଁ ଆୟକରରେ କିଛି ରିହାତି ଦେବା ଯୁକ୍ତିଯୁକ୍ତ ମନେ ହୁଏ। ଯୋଗାଣ ବୃଦ୍ଧି ପାଇଁ ଜିଏସଟି ( ସେବା-ଦ୍ରବ୍ୟ ଟିକସ)କୁ ଆହୁରି ସରଳ କରାଯାଇପାରେ।  ଉପଯୁକ୍ତ ପୁଞ୍ଜି ପ୍ରଦାନ ଓ ନିବେଶ ପାଇଁ ଏକ ବିଶ୍ୱସନୀୟ ବାତାବରଣ ସୃଷ୍ଟି କରିବା ସରକାରୀ ନୀତିର ଆଧାର ହେବା ଉଚିତ। କାରଣ କେବଳ ସୁଧ ହାର ହ୍ରାସ ( Lowering the Repo Rate) ପୁଞ୍ଜି ନିବେଶ ବୃଦ୍ଧିରେ ସହାୟକ ହୋଇ ନ ପାରେ। ପୁଞ୍ଜିନିବେଶକାରୀଙ୍କ ଅର୍ଥନୀତି ତଥା ସରକାରୀ ନୀତି ନିୟମ ଉପରେ ଦୀର୍ଘମିଆଦି ବିଶ୍ୱାସ ପୁଞ୍ଜି ନିବେଶ ହାର ବୃଦ୍ଧିରେ ସହାୟକ ହୁଏ। ବିତ୍ତୀୟ ବ୍ୟବସ୍ଥା( Financial System)ରେ ଉନ୍ନତି ଆଣି ପାରିଲେ ଶିକ୍ଷିତ ଦକ୍ଷତାଧାରୀଙ୍କ(Skilled) ପାଇଁ ନିଯୁକ୍ତି ସୁଯୋଗ ସମ୍ପ୍ରସାରିତ ହୋଇପାରିବ। ସେଥିପାଇଁ ବିତ୍ତ ମନ୍ତ୍ରୀ ସେବା କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ଚେଷ୍ଟା କରିବା ଉଚିତ। ଅବହେଳିତ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ର ସ୍ୱାଧୀନତା ପରଠାରୁ ୨ଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ପ୍ରାୟ ପ୍ରତ୍ୟେକ ସରକାର ଅବହେଳା କରି ଆସିଛନ୍ତି। ତାହା ହେଲା ଶିକ୍ଷା ଓ ସ୍ୱାସ୍ଥ୍ୟ। ଉଭୟ ଶିକ୍ଷା ଓ ସ୍ୱାସ୍ଥ୍ୟ ହେଉଛି ୨ଟି ମୌଳିକ ଭିତ୍ତିଭୂମି ଯାହାର ଗୁଣାତ୍ମକ ବିକାଶ ଉପରେ କୌଣସି ଦେଶ ଓ ସମାଜର ପ୍ରକୃତ ବିକାଶ ନିର୍ଭରଶୀଳ। ଶିକ୍ଷା ଓ ସ୍ୱାସ୍ଥ୍ୟର ଗୁଣାତ୍ମକ ପ୍ରସାର ବିନା କୌଣସି ରାଜନୈତିକ ତଥା ସାମାଜିକ ଆନୁଷ୍ଠାନିକ ବ୍ୟବସ୍ଥାର ସ୍ଥାୟୀ ଓ ନିରପେକ୍ଷ କାର୍ଯ୍ୟଦକ୍ଷତା ସମ୍ଭବ ନୁହେଁ। ସରକାର ନୂତନ ଶିକ୍ଷାନୀତିର ଚିଠାକୁ ସର୍ବସାଧାରଣ ବିତର୍କ ପାଇଁ ଏବେ ଖୋଲି ଦେଇଛନ୍ତି। ଏହା ସ୍ୱାଗତଯୋଗ୍ୟ। ଆମ ଦେଶର ସାକ୍ଷରତା ହାର ବାଂଲାଦେଶଠାରୁ ମଧ୍ୟ କମ୍‌। ସ୍ୱାସ୍ଥ୍ୟକ୍ଷେତ୍ରରେ ଆମ ଦେଶର ପ୍ରଦର୍ଶନ ବାଂଲାଦେଶ, ନେପାଳ, ମିଆଁମାର, ଇଥିଓପିଆ, ଘାନା, କେନିୟା ଓ ଉଗାଣ୍ଡା ଭଳି ଦେଶଠାରୁ ମଧ୍ୟ ନିମ୍ନମାନର। ଆମେ ଆମ ଜାତୀୟ ଉତ୍ପାଦନ (GDP)ର ମାତ୍ର ୨.୯ ପ୍ରତିଶତ ଶିକ୍ଷା କ୍ଷେତ୍ରରେ ବ୍ୟୟ କରୁଛୁ। ଆମର ଶିକ୍ଷାର ମାନ ଏତେ ନିମ୍ନସ୍ତରରେ ଯେ, ଦଶ ବର୍ଷର ଛୁଆଙ୍କ ମଧ୍ୟରୁ ୫୦ ପ୍ରତିଶତ ୬ ବର୍ଷର ଛୁଆଙ୍କ ପାଠ ଜାଣି ନାହାନ୍ତି। ବିତ୍ତମନ୍ତ୍ରୀଙ୍କୁ ଅନୁରୋଧ ଯେ, ସେ ଅନ୍ତତଃ ଜାତୀୟ ଉତ୍ପାଦନର ୬ ପ୍ରତିଶତ ଶିକ୍ଷା କ୍ଷେତ୍ରରେ‍ ଖର୍ଚ୍ଚ କରନ୍ତୁ ଏବଂ ଏହାର ସିଂହ ଭାଗ ସ୍କୁଲ ଶିକ୍ଷାରେ ବିନିଯୋଗ କରନ୍ତୁ। ସ୍ୱାସ୍ଥ୍ୟକ୍ଷେତ୍ରରେ  ଆମ ଜାତୀୟ ଉତ୍ପାଦନର ମାତ୍ର ୧% ପ୍ରତିଶତ ଖର୍ଚ୍ଚ ହେଉଛି। ଆମର ଅନୁରୋଧ ଏହାକୁ ଅନ୍ତତଃ ତିନି ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରନ୍ତୁ। ଆୟୁଷ୍ମାନ ଭାରତ ଯୋଜନାର ସଫଳତା ପାଇଁ ଅଧିକ ଖର୍ଚ୍ଚ ବ୍ୟବସ୍ଥା ନିହାତି ଜରୁରୀ। ସ୍ୱଚ୍ଛ ଭାରତରେ ଶୌଚାଳୟ ନିର୍ମାଣ ପରି ସ୍ୱାସ୍ଥ୍ୟ ସମ୍ପର୍କିତ ଯୋଜନା ପାଇଁ ଅଧିକ ତତ୍ପରତା, ଆଗ୍ରହ ଓ ଉତ୍ସାହ ସହିତ ଅଧିକ ଖର୍ଚ୍ଚ କରିବାର ଆବଶ୍ୟକତା ରହିଛି। ଜିଏସ୍‌ଟିର ପୁନର୍ବିନ୍ୟାସ ତଥା ବିଭିନ୍ନ ସବ୍‌ସିଡି ପ୍ରଦାନରେ ଥିବା ଭୁଲ୍‌ ଭଟ୍‌କାରେ ସୁଧାର, ପିଏମ୍‌ କିଷାନ ଯୋଜନାର ସଂପ୍ରସାରଣ କରି ଅଯଥା, ଅବ୍ୟବସ୍ଥିତ ରହାତି ବ୍ୟବସ୍ଥାର ଉଚ୍ଛେଦ, ଭାରତୀୟ ଖାଦ୍ୟ ନିଗମର ତ୍ରୁଟିପୂର୍ଣ୍ଣ ଶସ୍ୟ ଅଧିଗ୍ରହଣରେ ସୁଧାର ପରି ପଦକ୍ଷେପ କରି ଦ୍ୱାରା ସରକାରଙ୍କ ଟିକସ ତଥା ଅଣଟିକସ ରାଜସ୍ୱ ଆୟରେ ପାଖାପାଖି ଜାତୀୟ ଉତ୍ପାଦନ ଚାରିରୁ ପାଞ୍ଚ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇପାରିବ। ଏହି ବୃଦ୍ଧିକୁ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ବ୍ୟବହାର କରାଯାଇପାରେ। ମୁଦ୍ରାନୀତି ନିଷ୍ପତ୍ତି ରିଜର୍ଭ  ବ୍ୟାଙ୍ଗ ଅଫ୍‌ ଇଣ୍ଡିଆର ମୁଦ୍ରାନୀତି ନିଷ୍ପତ୍ତି କେବଳ ମୁଦ୍ରାସ୍ଫୀତି ଜନିତ ଲକ୍ଷ୍ୟରେ କେନ୍ଦ୍ରିତ ନହୋଇ ଏହା ଅଭିବୃଦ୍ଧି ଓ ନିଯୁକ୍ତି ବୃଦ୍ଧି ସହିତ ମଧ୍ୟ ସଂମ୍ପୃକ୍ତ ହେବା ଉଚିତ। ଏହା ଫଳରେ ସରକାରଙ୍କ ରାଜକୋଷୀୟ ରଣକୌଶଳ ନୀତି ଓ ମୁଦ୍ରାନୀତି ମଧ୍ୟରେ ଏକ ଉଚିତ ସମନ୍ୱୟ ରକ୍ଷା ହୋଇପାରିବ। ଯାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ଲକ୍ଷ୍ୟ- ‘ଅଭିବୃଦ୍ଧି-ନିଯୁକ୍ତି-ସ୍ଥିରତା’ର ତ୍ରିଭୂଜକୁ ଏକ ସମଦୃଷ୍ଟି ସମ୍ପନ୍ନ ଭିତ୍ତିଭୂମିରୁ ବିଚାର କରିବାରେ ସହାୟକ ହେବ।ବଜେଟ୍‌ ଆଲୋଚନା ସମୟରେ ପ୍ରାୟତଃ ଅର୍ଥନୀତି ବିଶାରଦମାନେ ରାଜକୋଷିୟ ବିଜ୍ଞତାର ପ୍ରବଚନ ଦେଇଥାନ୍ତି। ରାଜକୋଷୀୟ ନିଅଣ୍ଟକୁ ଏକ ନିର୍ଦ୍ଦିଷ୍ଟ ସୀମା ଭିତରେ ପ୍ରାୟ ୩.୫ ପ୍ରତିଶତ ରଖିବା ପାଇଁ ଉପଦେଶ ଦେଇଥାନ୍ତି। ନହେଲେ ଅର୍ଥନୀତି ରେ ମୁଦ୍ରାସ୍ପୀତି ଦେଖାଯିବା ସଙ୍ଗେସଙ୍ଗେ ବେସରକାରୀ ପୁଞ୍ଜି ନିବେଶ ଶିକାର ହୋଇ କମିଯିବାର ସମ୍ଭାବନା ଥାଏ ବୋଲି ଯୁକ୍ତି ରଖିଥାନ୍ତି। କିନ୍ତୁ ସବୁ ସମୟରେ ଏହି ଆଶଙ୍କା ସତ୍ୟ ହୋଇ ନ ପାରେ। ବର୍ତ୍ତମାନ ପରିସ୍ଥିତିରେ ପ୍ରାୟ ଅଧିକାଂଶ କ୍ଷେତ୍ର ନିଜର ଉତ୍ପାଦନ ଅବସ୍ଥିତି କ୍ଷମତା(Existing Capacity)ଠାରୁ ନିମ୍ନରେ ପରିଚାଳିତ ହେଉଛନ୍ତି। ଏହା ସହିତ ମୁଦ୍ରାସ୍ଫୀତି ମଧ୍ୟ ଏକ ଗ୍ରହଣୀୟ ସୀମା ମଧ୍ୟରେ ରହିଛି। ତେଣୁ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସୁଧାର ଆଣି ଯଦି ପୁଞ୍ଜି ଯୋଗାଣରେ ଉନ୍ନତି ଦେଖାଯାଏ, ତେବେ ନିଯୁକ୍ତି, ଯୋଗାଣ ଏବଂ ଚାହିଦା ବୃଦ୍ଧି ପାଇ ଅଭିବୃଦ୍ଧି ହାର ମଧ୍ୟ ଉର୍ଦ୍ଧ୍ୱଗାମୀ ହେବାର ସମ୍ଭାବନା ରହିଛି। ତେଣୁ ରାଜକୋଷିୟ ବିଜ୍ଞତାର ଦ୍ୱାହି ଦେଇ ସରକାରୀ ଖର୍ଚ୍ଚକୁ କାଣ୍ଟ ଛାଣ୍ଟ କରିବା ଉଚିତ ମନେ ହୁଏ ନାହିଁ। ବରଂ ବିତ୍ତିୟ ନିୟଣ୍ଟ(Revenue Deficit )କୁ ନିଦ୍ଧିଷ୍ଟ ସୀମା ଭିତରେ ରଖିବାର ପ୍ରଚେଷ୍ଟା କରାଯାଉ। ସରକାରୀ ଉଦ୍ୟୋଗର ବିକ୍ରି ବା ପୁଞ୍ଜି  ପ୍ରତ୍ୟାହାରକୁ ସରକାରୀ ଆୟ (Revenue) ଭାବରେ କଳନା କରି ବିତ୍ତିୟ ନିଅଣ୍ଟ କମ୍‌ କରିବାର ପ୍ରୟାସ ଆଦୌ ସ୍ୱାଗତଯୋଗ୍ୟ ନୁହେଁ। ବରଂ ସରକାରୀ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟେହାରର ସମାନ ପରିମାଣକୁ ଅନ୍ୟ ପ୍ରକାର ସରକାରୀ ଭିତ୍ତିଭୂମି ସୃଷ୍ଟି କରିବାରେ ଲଗାଯାଉ- ଯେମିତିକି ସରକାରୀ ସମ୍ପତ୍ତିରେ ଏକ ସମାନତା ଓ ସମତୁଳତା( Balance) ବଜାୟ ରହିବ। ଅର୍ଥମନ୍ତ୍ରୀ ମହାଶୟାଙ୍କୁ ଅଶେଷ ଶୁଭେଚ୍ଛା ସହ ଉପରୋକ୍ତ ବିଶ୍ଳେଷଣ ତଥା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ। Subscribe to our newsletter
0
Edited By OdishaReporter Bureau | By H L On Aug 3, 2019 Share ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଓପନର କେଏଲ ରାହୁଲ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟି-୨୦ରେ ପାକିସ୍ତାନ ବ୍ୟାଟସ୍‌ମ୍ୟାନ୍‌ ବାବର ଆଜମଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ ପାଇବେ। ଯଦି ସେ ବାବରଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ରେକର୍ଡ ଭାଙ୍ଗିଦେବେ, ତା’ହେଲେ ବିଶ୍ୱ ରେକର୍ଡ ମଧ୍ୟ ରାହୁଲଙ୍କ ନାଁରେ ଯୋଡ଼ି ହୋଇଯିବ। ଆଜି ସନ୍ଧ୍ୟା ୮ଟାରେ ଫ୍ଲୋରିଡାର ଲାଉଦେରହିଲ୍ଲରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଅନୁଷ୍ଠିତ ହେବ। ଏହି ମ୍ୟାଚ୍‌ରେ ରାହୁଲ ଯଦି ୧୨୧ ରନ୍‌ କରିବେ, ତା’ହେଲେ ସେ ୭ମ ଭାରତୀୟ ଭାବେ ଟି-୨୦ରେ ୧ ହଜାର ରନ୍‌ ପୂରଣ କରିବାର କୀର୍ତ୍ତିମାନ ସ୍ଥାପନ କରିବେ। ଆହୁରି ପଢ଼ନ୍ତୁ ବିଜୟ ହଜାରେ ଟ୍ରଫି: କର୍ଣ୍ଣାଟକ-ତାମିଲନାଡୁ ଫାଇନାଲ୍ ସେହିପରି ରାହୁଲ ୨୫ମ ଇନିଂସ୍‌ରେ ଏଭଳି ୧ ହାଜର ରନ୍‌ କରିବାର ରେକର୍ଡ କରିବେ। ବାବର ୨୬ଟି ଇନିଂସ୍‌ରେ ୧ ହଜାର ରନ୍‌ କରି ବିଶ୍ୱ ରେକର୍ଡ କରିଛନ୍ତି। ବିରାଟ୍‌ କୋହଲି ୨୭ଟି ଇନିଂସ୍‌ରେ ଟି-୨୦ କ୍ରିକେଟରେ ୧ ହଜାର ରନ୍‌ କରିଥିଲେ। ପୂର୍ବରୁ ଏହି ଲାଉଦେରହିଲ୍ଲରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ଟି-୨୦ ମ୍ୟାଚ୍‌ ଖେଳିଥିଲେ। ଏହି ମ୍ୟାଚ୍‌ରେ ମଧ୍ୟ ରାହୁଲ ଶତକ ହାସଲ କରିଥିଲେ। ତେଣୁ ଆଜି ମଧ୍ୟ ସେ ଶତକ ହାସଲ କରିବାର ଆଶା ରହିଛି। Subscribe to our newsletter
3
Last updated Sep 20, 2019 ସେୟାର ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା କର୍ପୋରେଟ ଟାକ୍ସକୁ ୨୨ ପ୍ରତିଶତକୁ ହ୍ରାସ କରାଯିବା ଓ ନୂଆ ମାନୁଫାକଚରିଂ କମ୍ପାନିମାନଙ୍କ ପାଇଁ ଟିକସ ହାର ୧୫ ପ୍ରତିଶତ କରାଯିବା ନିଷ୍ପତ୍ତି ଭାରତୀୟ ଶିଳ୍ପଜଗତ ପାଇଁ ସରକାରଙ୍କ ଦୀପାବଳି ଉପହାର ବୋଲି କୁହାଯାଉଛି । ଏହାକୁ ମଧ୍ୟ ମାନ୍ଦାବସ୍ଥା ଉପରେ ସର୍ଜିକାଲ ଷ୍ଟ୍ରାଇକ ବୋଲି କୁହାଯାଉଛି । ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ସେନସେକ୍ସ ଆଜି ୧୯୨୧ ପଏଣ୍ଟ ବୃଦ୍ଧି ପାଇ ୩୮.୦୧୪ ପଏଣ୍ଟରେ ବନ୍ଦ ହୋଇଛି ଓ ନିଫଟୀ ୫୬୯ ପଏଣ୍ଟ ବୃଦ୍ଧି ସହ ୧୧,୨୭୪ ପଏଣ୍ଟରେ ବନ୍ଦ ହୋଇଛି । ଗତ ୧୦ ବର୍ଷ ମଧ୍ୟରେ ଷ୍ଟକବଜାରର ଏହା ହେଉଛି ସବୁଠାରୁ ଭଲ ଦିନିକିଆ ପ୍ରଦର୍ଶନ ବୋଲି କୁହାଯାଉଛି । ଷ୍ଟକ ବଜାରରେ ଏହି ଉତ୍ସାହ ଫଳରେ ଆଜି ବିଏସଇ ନିବେଶକମାନଙ୍କ ସଂପତ୍ତି ପ୍ରାୟ ୬ ଲକ୍ଷ ୮୨ ହଜାର କୋଟି ବୃଦ୍ଧି ପାଇଛି । ଅର୍ଥାତ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନିମାନଙ୍କ ବଜାର ପୁଞ୍ଜି ୧୩୮.୫୪ ଲକ୍ଷ କୋଟିରୁ ବୃଦ୍ଧି ପାଇ ୧୪୫.୩୬ ଲକ୍ଷ କୋଟିରେ ପହଞ୍ଚିଛି । ଅର୍ଥାତ ଗୋଟିଏ ଦିନରେ ଏହା ପ୍ରାୟ ୬ ଲକ୍ଷ ୮୨ ହଜାର କୋଟି ବୃଦ୍ଧି ପାଇଛି । ପୂର୍ବବର୍ତ୍ତୀ ଖବର ଚିଦମ୍ବରମ୍‌ଙ୍କୁ ପ୍ରଶ୍ନ କଲେ ଅମର ସିଂହ; ଜେଲ୍‌ରେ କେମିତି ଲାଗୁଛି? ପରବର୍ତ୍ତୀ ଖବର
0
0 ସେୟାର ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନିମନ୍ତ୍ରଣ ପାଇବା ପରେ ଏବେ ସ୍ୱଚ୍ଛଭାରତ ଅଭିଯାନରେ ସାମିଲ୍‌ ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା। ଏଥିସହିତ ତାଙ୍କର ପ୍ରଥମ କାର୍ଯ୍ୟକ୍ରମ ମୁମ୍ବାଇର ବର୍ସୋଭା ସମୁଦ୍ର କୂଳରୁ ଆରମ୍ଭ କରିଛନ୍ତି। ଏଠାରେ ବଲିଉଡ୍‍ର ଏହି ସୁନ୍ଦରୀ ଅଭିନେତ୍ରୀ ଜଣକ ଜନସଚେତନତା ସୃଷ୍ଟି କରିବାକୁ ଯାଇ ସମୂଦ୍ର କୂଳରେ ପଡ଼ିରହିଥିବା ଆବର୍ଜନାକୁ ପରିଷ୍କାର କରିଛନ୍ତି। ସଫେଇ ଅଭିଯାନର ଫଟୋକୁ ସୋସିଆଲ୍‌ ମିଡ଼ିଆରେ ସେୟାର୍‌ କରିବା ସହିତ ଲୋକମାନଙ୍କ ଉଦ୍ଦେଶ୍ୟରେ ମତ ମଧ୍ୟ ଲେଖିଛନ୍ତି ଅନୁଷ୍କା । ସେ ଲେଖିଛନ୍ତି, ‘ଆମ ଦେଶ ଆମର ମା’ ଅଟେ ଏବଂ ଆମମାନଙ୍କର କର୍ତ୍ତବ୍ୟ ହେଉଛି ଆମ ମା’କୁ ପରିଷ୍କାର ରଖିବା। ଏଥିସହିତ ଆମେ ଆମର ନିଜ ଲାଗି ପ୍ରତ୍ୟେକ ଦିନ କାର୍ଯ୍ୟ କରୁଥିବାବେଳେ ପରିବେଶକୁ ସଫାସୁତୁରା ରଖିବା ଦିଗରେ ସମସ୍ତଙ୍କର ଜାଗରଣ ଏବଂ ଚେତନା ଆମ ସମସ୍ତଙ୍କୁ ଏକ ସ୍ୱଚ୍ଛ ବାତାବରଣରେ ରହିବାକୁ ସକ୍ଷମ କରିଥାଏ। ସୂତ୍ର ଅନୁଯାୟୀ,ଏବେ ଅନୁଷ୍କା ତାଙ୍କର ଆଗାମୀ ଫିଲ୍ମ‘ପରୀ’ର କାର୍ଯ୍ୟକୁ ନେଇ ବ୍ୟସ୍ତ ରହିଛନ୍ତି। ପୂର୍ବବର୍ତ୍ତୀ ଖବର
2
ପୂଜାରା-ପନ୍ତ-ଜାଦେଜା ଅଷ୍ଟ୍ରେଲିଆକୁ ଧୂଳି ଚଟାଇଲେ ପୂଜାରା-ପନ୍ତ-ଜାଦେଜା ଅଷ୍ଟ୍ରେଲିଆକୁ ଧୂଳି ଚଟାଇଲେ 0 ସେୟାର ସିଡନି: ଚେତେଶ୍ବର ପୂଜାରା (୧୯୩) ଦ୍ବିଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ ଋଷବ ପନ୍ତ୍‌ (୧୫୯*) ଏକାଧିକ କୀର୍ତିମାନ ଭରା ଶତକ ହାସଲ କରିଛନ୍ତି। ରବୀନ୍ଦ୍ର ଜାଦେଜା ଆକର୍ଷଣୀୟ ଅର୍ଧଶତକ (୮୧) ସହିତ ଦ୍ବିଶତକ ଭାଗୀଦାରି ପ୍ରତିଷ୍ଠା କରି ଅଷ୍ଟ୍ରେଲିଆକୁ ଧୁଳି ଚଟାଇଲେ। ସିଡନି ଟେଷ୍ଟ୍‌ର ଦ୍ବିତୀୟ ଦିନକୁ ନିଜ ନାମରେ ରଖି ଭାରତ ମଧ୍ୟ ଅଷ୍ଟ୍ରେଲିଆ ମାଟିରେ ପ୍ରଥମ ଥର ଐତିହାସିକ ଶୃଙ୍ଖଳା ବିଜୟକୁ ଏକ ପ୍ରକାର ନିଶ୍ଚିତ କରିଦେଇଛି। ୨ଟି ବଡ଼ ଶତକ ଏବଂ ଦୁଇଟି ବଡ଼ ଅର୍ଧଶତକ ବଳରେ ଭାରତ ୬୨୨/୭ରେ ପାଳି ଘୋଷଣା କରି ଅଷ୍ଟ୍ରେଲିଆକୁ ପ୍ରଥମ ଦୁଇ ଦିନରେ ହିଁ ମ୍ୟାଚ୍ ବାହାରକୁ ପଠାଇ ଦେଇଛି। ଦ୍ବିତୀୟ ଦିନ ଖେଳ ‌ଶେଷ ସୁଦ୍ଧା ଘରୋଇ ଦଳ କୌଣସି ୱିକେଟ୍‌ ନ ହରାଇ ୨୪ ରନ୍ କରିନେଇଛି। ଶୁକ୍ରବାର ସକାଳେ ଭାରତ ୩୦୩/୪ରୁ ଖେଳି ପ୍ରଥମ ଅଧିବେଶନରେ ୮୬, ଦ୍ବିତୀୟରେ ୧୦୨ ଏବଂ ତୃତୀୟରେ ୧୩୧ ରନ୍ ଯୋଡ଼ିଥିଲା। ସକାଳେ ହନୁମା ବିହାରୀ (୪୨, ୯୬ ବଲ) ସର୍ଟ ଲେଗ୍‌ରେ ଆଉଟ୍‌ ହୋଇଥିଲେ ମଧ୍ୟ ରିଭ୍ୟୁ ନେଇ ଶେଷକୁ ନିରାଶ ହୋଇଥିଲେ। ପୂଜାରା ଦ୍ରୁତ ରନ୍ ସଂଗ୍ରହ କରି ପ୍ରଥମ ଅଧିବେଶନରେ ୮୨ ବଲ୍‌ରୁ ୫୧ ରନ୍ ଯୋଡ଼ିଥିଲେ। କିନ୍ତୁ ‌ଭୋଜନ ପରେ ପୂଜାରା (୧୯୩, ୩୭୩ ବଲ, ୨୨ ଚୌକା)ଙ୍କୁ ନାଥନ୍ ଲାୟନ୍ ନିଜ ବୋଲିଂରେ ଲେଉଟାଣୀ କ୍ୟାଚ୍ ସହିତ ଦ୍ବିଶତକରୁ ଦୂରେଇ ରଖିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଦ୍ବିଶତକ ଅର୍ଜନରୁ ମଧ୍ୟ ବଞ୍ଚିତ ହୋଇଥିଲେ ଏହି ସୌରାଷ୍ଟ୍ର ବ୍ୟାଟସମ୍ୟାନ୍‌। ପୂଜାରାଙ୍କ ଆଉଟ୍‌ ପରେ ଋଷବ ପନ୍ତ୍‌ଙ୍କ ସହ ଯୋଗଦେଇ ରବୀନ୍ଦ୍ର ଜାଦେଜା ଭାରତର ରନ୍ ଗତିକୁ ବଢ଼ାଇବାରେ ଲାଗିଥିଲେ। ଉଭୟ ପ୍ରଥମରୁ ରହି ରହି ଖେଳିଥିଲେ ମଧ୍ୟ ଚା’ପାନ ବିରତି ପରେ ଦ୍ରୁତ ବେଗରେ ରନ୍ ଯୋଡ଼ିଥିଲେ। ୩୭.୨ ଓଭରରେ ୨୦୪ ରନ୍ ଯୋଡ଼ିବା‌ ଥିଲା ସବୁଠାରୁ ଉଲ୍ଲେଖନୀୟ। ଜାଦେଜା (୮୧, ୧୧୪ ବଲ, ୭ ଚୌକା, ୧ ଛକା)ଙ୍କୁ ନାଥନ୍ ଲାୟନ୍ ଆଉଟ୍ କରିବା ମାତ୍ରେ କୋହଲି ପାଳି ଘୋଷଣା କରି ଦେଇଥିଲେ। ପନ୍ତ୍‌ ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପାଳି (୧୫୯*, ୧୮୯ ବଲ୍‌, ୧୫ ଚୌକା, ୧ ଛକା) ଖେଳିବା ଅବସରରେ ଏକାଧିକ କୀର୍ତିମାନ କରିଥିଲେ। ଅଷ୍ଟ୍ରେଲିଆ ବୋଲରଙ୍କୁ ୧୬୮ ଓଭର ବୋଲିଂ କରାଇ ଭାରତୀୟ ବ୍ୟାଟସମ୍ୟାନ୍‌ ସେମାନଙ୍କୁ ନୟାନ୍ତ କରିଥିଲେ। ତୃତୀୟ ନୂଆ ବଲ୍ ମଧ୍ୟ ନେବାକୁ ବାଧ୍ୟ ହୋଇଥିଲା ଘରୋଇ ଦଳ। ୨୦୧୮ ମସିହା ପ୍ରାରମ୍ଭରୁ ୧୧ ଥର ପାଇଁ ଅଷ୍ଟ୍ରେଲିଆ ୧୦୦ରୁ ଊର୍ଧ୍ବ ଓଭର ବୋଲିଂ କରିବା ଭଳି ପାଳିର ଶିକାର ହୋଇଥିଲା। ଅଷ୍ଟ୍ରେଲିଆରେ ଭାରତର ଦ୍ବିତୀୟ ସ‌ର୍ବୋଚ୍ଚ ସ୍କୋର୍‌ ଭାରତର ୬୨୨/୭ ଅଷ୍ଟ୍ରେଲିଆରେ ଦ୍ବିତୀୟ ସର୍ବାଧିକ। ୨୦୦୩-୦୪ରେ ଭାରତ ୭୦୫/୭ରେ ଘୋଷଣା କରିଥିଲା। ଭାରତ ମୋଟ ୪ ଥର ଅଷ୍ଟ୍ରେଲିଆରେ ୬୦୦ ଟପିଛି, ପ୍ରତି ଥର ସିଡନିରେ ଏହା ଦେଖିବାକୁ ମିଳିଛି। ଶେଷ ଥର ପାଇଁ ଭାରତ ୨୦୦୯ ମସିହାରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକାରେ ୫୦୦ ଟପିଥିଲା।  ପନ୍ତ୍‌ ଏବଂ ଜାଦେଜାଙ୍କ ମଧ୍ୟରେ ସପ୍ତମ ୱିକେଟ ଭାଗୀଦାରିରୁ ସଂଗୃହିତ ୨୦୪ ରନ୍‌ ଦେଶ ବାହାରେ ଭାରତ ପାଇଁ ଦ୍ବିତୀୟ ସର୍ବୋଚ୍ଚ। ୨୦୦୨ରେ ଭିଭିଏସ୍ ଲକ୍ଷ୍ମଣ-ଅଜୟ ରାତ୍ରା ସେଣ୍ଟ୍ ଜନ୍ସରେ ୨୧୭ ରନ୍ କରିଥିଲେ। ଅଷ୍ଟ୍ରେଲିଆା ବିପକ୍ଷରେ କିନ୍ତୁ ଏହା କୌଣସି‌ ଯୋଡ଼ି ପାଇଁ ସର୍ବାଧିକ। ୧୯୮୩-୮୪ରେ ମେଲବର୍ନରେ ପାକିସ୍ତାନ ବିପକ୍ଷରେ ସପ୍ତମ ୱିକେଟ୍‌ ପାଇଁ ଗ୍ରେଗ୍ ମାଥ୍ୟୁସ ଏବଂ ଗ୍ରହାମ୍ ‌ୟାଲୋପ୍‌ ୧୮୫ ରନ୍ କରିଥିଲେ।  ପୂଜାରା (୧୯୩)ଙ୍କ ୱିକେଟ୍ ପରେ ନାଥନ୍ ଲାୟନ୍‌ ବିଶ୍ବର ପ୍ରଥମ ବୋଲର ଭାବେ ପ୍ରତିପକ୍ଷ ଖେଳାଳିଙ୍କୁ ୯୦, ୧୯୦, ୨୯୦ ପରେ ଆଉଟ୍ କରି ପରବର୍ତୀ ଶତକରୁ ବଞ୍ଚିତ ରଖିବାରେ ସକ୍ଷମ‌ ହୋଇଛନ୍ତି। ସେ ୪ ଜଣଙ୍କୁ ଶତକରୁ ବଞ୍ଚିତ ରଖିଥିବା ବେଳେ ରସ୍ ଟେଲର (ପର୍ଥ, ୨୦୧୫-୧୬)ଙ୍କୁ ତ୍ରିଶତକରୁ ବଞ୍ଚିତ ରଖିଥିଲେ। ପୂର୍ବବର୍ତ୍ତୀ ଖବର
3
Edited By OdishaReporter Bureau | By R M Last updated Mar 7, 2016 Share ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା କୁଶୁମାଟି ଅଞ୍ଚଳରେ ଥିବା ଏକ ପୋଖରୀ ନିକଟରୁ ସୋମବାର ମଣିଷ ଖପୁରୀ ଉଦ୍ଧାର କରାଯାଇଛି। ଖପୁରୀ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଖପୁରୀ ଉଦ୍ଧାର କରିବା ସହ ଏହାକୁ ପରୀକ୍ଷା ପାଇଁ ଫୋରେନସିକ୍ ଲ୍ୟାବକୁ ପଠାଇଛି। ଘଟଣାସ୍ଥଳରୁ ପୋଷାକ ମଧ୍ୟ ଉଦ୍ଧାର କରାଯାଇଛି। ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। Subscribe to our newsletter
1
0 ସେୟାର ମୁମ୍ବାଇ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ସର୍ବନିମ୍ନ ବାଲାନ୍‌ସ ରଖୁନଥିବା ଗ୍ରାହକଙ୍କ ଉପରେ ଯେଉଁ ଜରିମାନା ଲାଗୁ କରାଯାଉଥିଲା ତାହାକୁ ୭୦% ପର୍ଯ୍ୟନ୍ତ ହ୍ରାସ କରାଯାଇଛି। ମେଟ୍ରୋ ଏବଂ ସହରାଞ୍ଚଳର ଗ୍ରାହକମାନଙ୍କ ପାଇଁ ସର୍ବାଧିକ ମାସିକ ଜରିମାନା ୧୫ ଟଙ୍କାକୁ ହ୍ରାସ କରାଯାଇଛି। ପୂର୍ବରୁ ତାହା ୫୦ ଟଙ୍କା ଥିଲା। ସେହିପରି ଅର୍ଧ ସହରାଞ୍ଚଳ ଗ୍ରାହକଙ୍କ ସର୍ବାଧିକ ମାସିକ ଜରିମାନା ୪୦ ଟଙ୍କାରୁ ୧୨ ଟଙ୍କା ପର୍ଯ୍ୟନ୍ତ ଏବଂ ଗ୍ରାମାଞ୍ଚଳ ଗ୍ରାହକଙ୍କ ପାଇଁ ୪୦ ଟଙ୍କାରୁ ୧୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଛି। ଆଗାମୀ ଦିନରେ ସହରାଞ୍ଚଳ ଗ୍ରାହକଙ୍କ ଉପରେ ମାସକୁ ସର୍ବାଧିକ ୧୫ ଟଙ୍କା, ଅର୍ଧ ସହରାଞ୍ଚଳ ଗ୍ରାହକଙ୍କ ଉପରେ ୧୨ ଟଙ୍କା ଏବଂ ଗ୍ରାମାଞ୍ଚଳ ଗ୍ରାହକଙ୍କ ଉପରେ ୧୦ ଟଙ୍କାର ଜରିମାନା ଲାଗୁ କରାଯିବ। ବ୍ୟାଙ୍କର ଏହି ନିଷ୍ପତ୍ତି ଦ୍ୱାରା ୨୫ କୋଟି ଗ୍ରାହକ ଲାଭବାନ ହେବେ। ହାରାହାରି ସର୍ବନିମ୍ନ ବାଲାନ୍ସ (ଏଏମ୍‌ବି) ପାଇଁ ଷ୍ଟେଟ୍‌ ବ୍ୟାଙ୍କ ଅଞ୍ଚଳ ଭିତ୍ତିରେ ଏହାର ଗ୍ରାହକମାନଙ୍କୁ ତିନି ଭାଗରେ ବାଣ୍ଟି ଦେଇଛି। ତାହା ହେଉଛି ମେଟ୍ରୋ ଓ ସହରାଞ୍ଚଳ ଗ୍ରାହକ, ଅର୍ଧ ସହରାଞ୍ଚଳ ଗ୍ରାହକ ଏବଂ ଗ୍ରାମାଞ୍ଚଳ ଗ୍ରାହକ। ସହରାଞ୍ଚଳ ଗ୍ରାହକଙ୍କୁ ଖାତାରେ ମାସକୁ ସର୍ବନିମ୍ନ ୩୦୦୦ ଟଙ୍କାର ବାଲାନ୍ସ ରଖିବାକୁ ପଡ଼ିବ। ଅନ୍ୟଥା ଜରିମାନା ଲାଗୁ କରାଯିବ। ଅର୍ଧ ସହରାଞ୍ଚଳ ଗ୍ରାହକଙ୍କ ପାଇଁ ଏହି ସୀମା ୨୦୦୦ ଟଙ୍କା ଥିବା ବେଳେ ଗ୍ରାମାଞ୍ଚଳ ଗ୍ରାହକଙ୍କ ପାଇଁ ୧୦୦୦ ଟଙ୍କା ରହିଛି। ସର୍ବନିମ୍ନ ବାଲାନ୍ସ ରଖିପାରୁନଥିବା ଗ୍ରାହକଙ୍କ ଉପରେ ଷ୍ଟେଟ୍‌ ବ୍ୟାଙ୍କ ତିନିଟି ପର୍ଯ୍ୟାୟରେ ଜରିମାନା ଲାଗୁ କରେ। ଧାର୍ଯ୍ୟ ସୀମାଠାରୁ ଯଦି ବାଲାନ୍ସ ପରିମାଣ ୫୦% କମିଯିବ ତେବେ କମ୍‌ ପରିମାଣର ଜରିମାନା ଆଦାୟ କରାଯାଏ। ଯଦି ୫୦-୭୫% ପର୍ଯ୍ୟନ୍ତ ଖସିଯିବ ତେବେ ମଧ୍ୟମ ଧରଣର ଏବଂ ୭୫% କମିଗଲେ ସର୍ବୋଚ୍ଚ ହାରର ଜରିମାନା ଆଦାୟ କରାଯାଏ। ପ୍ରତି ଥର ଜରିମାନା ସହିତ ଜିଏସ୍‌ଟି ମଧ୍ୟ ଲାଗୁ କରାଯାଏ। ଛଅ ବର୍ଷର ବ୍ୟବଧାନ ପରେ ଗତବର୍ଷ ଏପ୍ରିଲ୍‌ରେ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ପୁଣି ଥରେ ସର୍ବନିମ୍ନ ବାଲାନ୍ସ ଉପରେ ଜରିମାନା ଲାଗୁ କରାଯାଇଥିଲା। ୨୦୧୭-୧୮ ଆର୍ଥିକ ବର୍ଷର ଆଠ ମାସ ଭିତରେ ଏହି ଜରିମାନା ବାବଦରେ ଷ୍ଟେଟ୍‌ ବ୍ୟାଙ୍କ ୧୧୭୨ କୋଟି ଟଙ୍କା ଆୟ କରିଥିଲା ଯାହା ବ୍ୟାଙ୍କର ଦ୍ୱିତୀୟ ତ୍ରୈମାସିକର ଲାଭ ଠାରୁ ଅଧିକ ଥିଲା। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ଜାରି କରାଯିବା ପରେ ଷ୍ଟେଟ୍‌ ବ୍ୟାଙ୍କକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା। ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବାରୁ ୨୦୧୭ ଅକ୍ଟୋବର ୧ରେ ବ୍ୟାଙ୍କ ଏହାର ଜରିମାନା ପରିମାଣ ହ୍ରାସ କରିଥିଲା। ପୂର୍ବବର୍ତ୍ତୀ ଖବର
0
Edited By OdishaReporter Bureau | By H L On Feb 6, 2019 Share ୱେଲିଙ୍ଗଟନ୍‌: ଟିମ୍ ଇଣ୍ଡିଆକୁ ଘରୋଇ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟି-୨୦ମ୍ୟାଚ୍‌ରେ ଅତ୍ୟନ୍ତ ଶୋଚନୀୟ ଭାବେ ୮୦ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ କିୱି ଟିମ୍‌ ୩ଟିକିଆ ସିରିଜ୍‌ରେ ୧-୦ରେ ଆଗୁଆ ମଧ୍ୟ ହୋଇଯାଇଛି। ତେବେ ଆଜି ମ୍ୟାଚ୍‌ ବେଳେ ଟିମ୍‌ ଇଣ୍ଡିଆର ଦୀନେଶ କାର୍ତ୍ତିକ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲେ। ସେ ଦୁଇଟି ଅତ୍ୟନ୍ତ ସହଜ କ୍ୟାଚ୍‌ ହାତ ଛଡ଼ା କରିଥିଲେ ହେଁ ଏକ କଷ୍ଟକର କ୍ୟାଚ୍‌କୁ ବେଶ ନାଟକୀୟ ଢଙ୍ଗରେ ଝାମ୍ପି ନେଇଥିଲେ। ଏବେ ଏହି କ୍ୟାଚ୍‌ର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମ୍ୟାଚ୍‌ର ୧୧ ତମ ଓଭର୍‌ର ଶେଷ ବଲ୍‌ରେ କୃନାଲ ପାଣ୍ଡ୍ୟାଙ୍କ ବଲ୍‌ରେ ବିସ୍ଫୋରକ ଟିମ୍‌ ସେଇଫର୍ଟ ଲମ୍ବା ଶଟ୍‌ ମାରିଥିଲେ। ତେବେ ଏହା ବେଶ ଉଚ୍ଚକୁ ଉଠି ଯାଇଥିଲା। ଦୀନେଶ କାର୍ତ୍ତିକ ବଲ୍‌ଟିକୁ କ୍ୟାଚ୍‌ କରିବାକୁ ଆସିଥିଲେ। ଏପରି କି ସେ ବଲ୍‌ ତଳେ ମଧ୍ୟ ପହଞ୍ଚି ଯାଇଥିଲା। ଅତ୍ୟନ୍ତ ସହଜ ମନେ ହେଉଥିବା କ୍ୟାଚ୍‌ଟିକୁ କିନ୍ତୁ କାର୍ତ୍ତିକ ହାତ ଛଡ଼ା କରିଦେଇଥିଲେ। ଏହାକୁ ଦେଖି ପୂରା ଷ୍ଟାଡିମୟ ଚକିତ ହୋଇଯାଇଥିଲା। ତେବେ ମ୍ୟାଚ୍‌ର ୧୫ତମ ଓଭର୍‌ରେ କାର୍ତ୍ତିକ ସମସ୍ତଙ୍କୁ ଜଳକା କରିବା ଭଳି ଏକ କ୍ୟାଚ୍‌ ଧରିଥିଲେ। ନ୍ୟୁଜିଲ୍ୟାଣ୍ଡର ଡେବ୍ୟୁଟାଣ୍ଟ ଡାରଲି ମିଚେଲ୍‌ଙ୍କ ଏକ ନିଶ୍ଚିତ ଚକାକୁ କାର୍ତ୍ତିକ କ୍ୟାଚ୍‌ରେ ପରିଣତ କରି ସମସ୍ତଙ୍କ ହୃଦୟ ଜିତି ନେଇଥିଲେ। ଆହୁରି ପଢ଼ନ୍ତୁ ଭାରତ ବିପକ୍ଷ ଟି-୨୦ ସିରିଜରୁ ଓହରିଲେ ସୈଫୁଦ୍ଦିନ ହାର୍ଦ୍ଦିକ ପାଣ୍ଡ୍ୟା ୧୫ତମ ଓଭର୍‌ରେ ମିଚେଲ୍‌ଙ୍କୁ ବୋଲିଂ କରିଥିଲେ। ସେ ଲଙ୍ଗଅନ୍‌ ଅଞ୍ଚଳରେ ବଲ୍‌ଟିକୁ ମାରିଥିଲେ। ବଲ୍‌ଟି ମଧ୍ୟ ଛକା ହେଲା ଭଳି ମନେ ହେଉଥିଲା। କିନ୍ତୁ କାର୍ତ୍ତିକ ନିଜର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରିଥିଲେ। ପ୍ରଥମେ ସେ ବାଉଣ୍ଡରୀ ମଧ୍ୟରେ ରହି ବଲ୍‌ଟିକୁ ଛକା ହେବାରୁ ଅଟକାଥିଲେ। ଏହାପରେ ଡିଆଁ ମାରି ବେଶ ଚତୁରତାର ସହ କ୍ୟାଚ୍‌ଟିକୁ ଧରି ପକାଇଥିଲେ। ଶେଷ ଆଡ଼କୁ ମଧ୍ୟ କାର୍ତ୍ତିକ ଆଉ ଏକ ସିଧା କ୍ୟାଚ୍‌କୁ ହାତ ଛଡ଼ା କରିଥିଲେ। ଦେଖନ୍ତୁ ଭିଡିଓ
3
Latest କଥା କଥାରେ ନିଜ ମନର ଦୁଃଖ ବିଷୟରେ କହିଦେଲେ ଅର୍ଚ୍ଚନା ପୂରଣ ସିଂହ, କହିଲେ; ସିଦ୍ଧୁଙ୍କ ଭଳି କାମ ମୁଁ ବି କରୁଛି, କିନ୍ତୁ ସେତେ ଅଧିକ ଟଙ୍କା ମିଳୁ ନାହିଁ କଥା କଥାରେ ନିଜ ମନର ଦୁଃଖ ବିଷୟରେ କହିଦେଲେ ଅର୍ଚ୍ଚନା ପୂରଣ ସିଂହ, କହିଲେ; ସିଦ୍ଧୁଙ୍କ ଭଳି କାମ ମୁଁ ବି କରୁଛି, କିନ୍ତୁ ସେତେ ଅଧିକ ଟଙ୍କା ମିଳୁ ନାହିଁ Last updated Apr 7, 2019 bhaskar.com 0 ସେୟାର ମୁମ୍ବାଇ : ପୁଲଓ୍ଵାମା ଆକ୍ରମଣକୁ ନେଇ ପୂର୍ବତନ କ୍ରିକେଟର ନବ୍‌ଜୋତ୍‌ ସିଂହ ସିଦ୍ଧୁ ପାକିସ୍ତାନକୁ ସମର୍ଥନ କରିବା ଭଳି ବୟାନ ଦେଇ ‘ଦ କପିଲ ଶର୍ମା ସୋ’ରୁ ବାହାର ହୋଇ ଯାଇଥିଲା । ଏହା ପରେ ତାଙ୍କ ସ୍ଥାନରେ ଅଭିନେତ୍ରୀ ଅର୍ଚ୍ଚନା ପୂରଣ ସିଂହଙ୍କୁ ଅଣା ଯାଇଥିଲା । ତାଙ୍କ ସ୍ଥାନ ନେଇଥିଲେ ମଧ୍ୟ ତାଙ୍କୁ ସିଦ୍ଧୁଙ୍କ ଭଳି ଟଙ୍କା ମିଳୁ ନଥିବା କହିଛନ୍ତିି ଅର୍ଚ୍ଚନ । କଥା କଥାରେ ସେ ନିଜର ମନ କଥା ସମସ୍ତଙ୍କୁ କହି ଦେଇଛନ୍ତି । Times of India ସୂଚନା ମୁତାବକ, ଅଭିନେତା ଜନ୍‌ ଆବ୍ରାହିମ୍‌ ଏବଂ ମୌନୀ ରଏ ନିଜ ଫିଲ୍ମ ‘ରୋମିଓ ଅକ୍‌ବର ଓ୍ଵାଲଟର’ର ପ୍ରମୋସନ ପାଇଁ ‘ଦ କପିଲ ଶର୍ମା ସୋ’ରେ ପହଞ୍ଚିଥିଲେ । ଏହି ସମୟରେ କପିଲ ଶର୍ମା ମୌନିଙ୍କୁ ସୁପରପାଓ୍ଵାର ଦିଆଗଲେ ସେ କ’ଣ ହେବାକୁ ଚାହିଁବେ ବୋଲି ପଚାରିଥିଲେ । ଏହାର ଉତ୍ତର ଦେବାକୁ ଯାଇ ସେ ଜଣେ ହଲିଉଡ୍‌ କଳାକାରଙ୍କ ନାଁ କହିଥିଲେ । ଏହି ପ୍ରଶ୍ନ ଜନ୍‌ଙ୍କୁ ପଚରାଯିବା ପରେ ଜନ୍‌ ମୁଁ କପିଲ ଶର୍ମା ହେବାକୁ ଚାହିଁବି ବୋଲି କହିଥିଲେ ଜନ୍‌ । ପରେ ସମାନ ପ୍ରଶ୍ନ ଅର୍ଚ୍ଚନାଙ୍କୁ ପଚରାଯିବା ପରେ ସେ ନବ୍‌ଜୋତ୍‌ ସିଂହ ସିଦ୍ଧୁ ହେବାକୁ ଚାହିଁବେ ବୋଲି କହିଥିଲେ । କାରଣ ଜଣାଇବାକୁ ଯାଇ, “ମୁଁ ସିଦ୍ଧୁଙ୍କ ଭଳି କାମ କରୁଛି । କିନ୍ତୁ ତାଙ୍କୁ ଦିଆଯାଉଥିବା ଟଙ୍କା ମୋତେ ମିଳୁ ନାହିଁ । ସିଦ୍ଧୁ ହୋଇଗଲେ ଅତିକମ୍‌ରେ ମୋତେ ଅଧିକ ଟଙ୍କା ତ ମିଳିବ” ବୋଲି କହିଥିଲେ ଅର୍ଚ୍ଚନା । ଥଟ୍ଟାରେ ହେଲେ ବି ସେ ନିଜ ମନର ଦୁଃଖ କଥା କହିଦେଲେ ବୋଲି ଲୋକେ ଏବେ କହିବା ଆରମ୍ଭ କରିଛନ୍ତି । ପୂର୍ବବର୍ତ୍ତୀ ଖବର ଅଶ୍ଲୀଳ ମେସେଜ୍‌ ପଠାଇବାକୁ ନେଇ ଯୁବକଙ୍କୁ ଚାପୁଡ଼ା ମାରିଲେ ଯୁବତୀ, ଜବାବ ଦେଇ ଯୁବକ ପାଲଟା ଆକ୍ରମଣ କରିବା ପରେ ତଳେ ପଡ଼ିଗଲେ ଯୁବତୀ, ଭାଇରାଲ ହେଉଛି ଭିଡିଓ ପରବର୍ତ୍ତୀ ଖବର
2
Edited By OdishaReporter Bureau | By R J On Oct 30, 2019 Share କୋଲକାତା: ଭାରତରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍ କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ କେତେବେଳେ ଆରମ୍ଭ ହେବ, ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ତେବେ ସ୍ଥାନୀୟ କ୍ୟୁରେଟର୍ ସୁଜନ ମୁଖାର୍ଜୀଙ୍କ କହିବା ଅନୁଯାୟୀ, “ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଜଲଦି ଆରମ୍ଭ ହେବା ନେଇ ଆଶା କରାଯାଉଛି। ଜଲଦି ଆରମ୍ଭ ହେବା ଦ୍ୱାରା ମ୍ୟାଚରେ ସେତେଟା କାକର ସମସ୍ୟା ଦେଖା ଦେବ ନାହିଁ।” ଭାରତ ଓ ବାଂଲାଦେଶ ମଧ୍ୟରେ ଦିବାରାତ୍ର ମ୍ୟାଚ୍ ନଭେମ୍ବର ୨୨ ତାରିଖରେ ଖେଳାଯିବ। ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ମଙ୍ଗଳବାର ହିଁ ଭାରତ ବିପକ୍ଷରେ ଏହି ମ୍ୟାଚ୍ ଖେଳିବା ପାଇଁ ଗ୍ରୀନ୍ ସିଗନାଲ୍ ଦେଇଥିଲା। ଆହୁରି ପଢ଼ନ୍ତୁ ସାକିବଙ୍କୁ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସମର୍ଥନ ଅଭିଜ୍ଞ କ୍ୟୁରେଟର୍ ସୁଜନଙ୍କ ଅନୁଯାୟୀ, ଏହି ଐତିହାସିକ ଟେଷ୍ଟ ମ୍ୟାଚ୍ ଦିନ ୧ଟା ବେଳେ ଆରମ୍ଭ ହୋଇପାରେ। ତେବେ ଏଥିପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ସହମତି ଆବଶ୍ୟକ ରହିଛି। ଯେହେତୁ ମ୍ୟାଚ୍ ଜଲଦି ଆରମ୍ଭ ହେବ, ଏଥିପାଇଁ ଦିନର ଖେଳ ପ୍ରାୟ ରାତି ୮ଟାରୁ ସାଢ଼େ ୮ଟା ଭିତରେ ଶେଷ ହୋଇଯିବ। ପୂର୍ବରୁ କାକର ଯୋଗୁ ଇଡେନରେ ଅଧିକାଂଶ ଦିନିକିଆ ମ୍ୟାଚ୍ ପ୍ରଭାବିତ ହୋଇଛି। ତେଣୁ ମ୍ୟାଚକୁ ଜଲଦି ଆରମ୍ଭ କରାଗଲେ, ଉଭୟ ଦଳ ପାଇଁ ଭଲ ହେବ। ସୁଜନ୍ ଆହୁରି କହିଛନ୍ତି, “ଆମ ପାଖରେ କାକରରୁ ବର୍ତ୍ତିବା ପାଇଁ ସ୍ପ୍ରେ ଏବଂ ଅନ୍ୟାନ୍ୟ ଉପକରଣ ମଧ୍ୟ ଉପଲବ୍ଧ ଅଛି। ତେଣୁ ଖେଳାଳିମାନଙ୍କୁ କୌଣସି ସମସ୍ୟା ହେବ ନାହିଁ।” ପିଚ୍ ସମ୍ବନ୍ଧରେ କ୍ୟୁରେଟର କହିଛନ୍ତି, “ଏଠାକାର ପିଚ୍ ପେସ୍ ବୋଲରଙ୍କୁ ସୁହାଇବ, କାରଣ ୨୦୧୬ରେ ଖେଳାଯାଇଥିବା ସିଏବି ସୁପର୍ ଲିଗର ଫାଇନାଲ ପିଙ୍କ୍ ବଲରେ ଖେଳାଯାଇଥିଲା ଏବଂ ଏଥିରେ ପେସ୍ ବୋଲରଙ୍କୁ ବହୁତ ସହାୟତା ମିଳିଥିଲା।” Subscribe to our newsletter
3
ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ନାଦାଲଙ୍କୁ ଶୀର୍ଷ ମାନ୍ୟତା ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ନାଦାଲଙ୍କୁ ଶୀର୍ଷ ମାନ୍ୟତା 0 ସେୟାର ମେଲ୍‌ବର୍ନ: ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହେବାକୁଥିବା ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ପ୍ରତିଯୋଗିତାରେ ସ୍ପେନୀୟ ତାରକା ରାଫେଲ୍‌ ନାଦାଲ୍‌ଙ୍କୁ ଶୀର୍ଷ ଏବଂ ତାଙ୍କ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ସ୍ୱିଜରଲାଣ୍ଡର ରୋଜର ଫେଡେରର୍‌ଙ୍କୁ ଦ୍ୱିତୀୟ ମାନ୍ୟତା ମିଳିଛି। ୬ ଥରର ବିଜେତା ନୋଭାକ ଜୋକୋଭିକ୍‌ଙ୍କୁ ଚର୍ତୁଦଶ ମାନ୍ୟତା ମିଳିଛି। ମହିଳା ଏକକରେ ସିମୋନା ହାଲେପ ଏବଂ କରୋଲିନା ଓ୍ଵଜନିଆକି ପ୍ରଥମ ଦୁଇ ମାନ୍ୟତା ପାଇଛନ୍ତି। ୨୦୧୭ର ଓ୍ଵିମ୍ବଲ୍‌ଡନ୍‌ ଓପନ ବିଜୟିନୀ ଗାର୍ବିନେ ମୁଗୁରୁଜାଙ୍କୁ ତୃତୀୟ ମାନ୍ୟତା ମିଳିଛି। ସୂଚନାଯୋଗ୍ୟ ଯେ, ଆଘାତ ଜନିତ ସମସ୍ୟା ଯୋଗୁଁ ବ୍ରିଟେନର ଆଣ୍ଡି ମରେ ଏବଂ ଜାପାନର କେଇ ନିଶିକୋରି ପ୍ରତିଯୋଗିତାରୁ ଓହରି ଯାଇଛନ୍ତି। ସେହିଭଳି ମହିଳା ଏକକରେ ଗତ ସେପ୍ଟେମ୍ବରରେ ମା’ ହୋଇଥିବା ସେରେନା ଓ୍ଵିଲିୟମ୍ସ ମଧ୍ୟ ଓହରି ଯାଇଥିଲେ। ପୂର୍ବବର୍ତ୍ତୀ ଖବର
3
ଏହି ଦୁଇ ନାୟିକାଙ୍କ ଲୁକ୍‌କୁ ପ୍ରଥମେ କେହି ପସନ୍ଦ କରୁ ନଥିଲେ , ଜାଣନ୍ତୁ କାହିଁକି ? ଏହି ଦୁଇ ନାୟିକାଙ୍କ ଲୁକ୍‌କୁ ପ୍ରଥମେ କେହି ପସନ୍ଦ କରୁ ନଥିଲେ , ଜାଣନ୍ତୁ କାହିଁକି ? 0 ସେୟାର ବଲିଉଡରେ ଏମିତି ଦୁଇ ଟପ୍‌ ନାୟିକା ଅଛନ୍ତି ଯେଉଁମାନେ ପଥମ ସମୟରେ ପ୍ରତ୍ୟାଖ୍ୟାତ ହୋଇଥିଲେ । ଏହାର କାରଣ ଥିଲା ସେମାନଙ୍କର ଲୁକ୍‌କୁ ନେଇ ପ୍ରଯୋଜକ, ନିର୍ଦ୍ଦେଶକ ଅସନ୍ତୁଷ୍ଟ ଥିଲେ। ଆସନ୍ତୁ ନଜର ପକାଇବା ସେଭଳି ବଲିଉଡ ନାୟିକାଙ୍କ କଥା… କାଟ୍ରିନା କୈଫ୍‌:ଆଜି କାଟ୍ରିନା କୈଫ୍‌ ବଲିଉର ଟପ୍‌ ହିରୋଇନ୍‌ ବୋଲି କୁହାଯାଉଛି। କିନ୍ତୁ ‘ବୁମ୍‌’ ଫ୍ଲପ୍‌ ହେବା ପରେ ତାଙ୍କୁ କୌଣସି ଭାରତୀୟ ନିର୍ମାତା ନିଜ ସିନେମାରେ ନେବାକୁ ରାଜି ନଥିଲେ। ଏହାର କାରଣ ହେଲା ତାଙ୍କର ବିଦେଶୀ ଲୁକ୍‌। ସେ ବିଦେଶିନୀ ଭଳି ଦିଶୁଥିବାରୁ ତାଙ୍କୁ ବି ରିଜେକ୍ଟ କରାଯାଉଥିଲା। ଅନୁଷ୍କା ଶର୍ମା: ଏବେକାର ବଲିଉଡ ଷ୍ଟାର୍‌ ଅନୁଷ୍କା ଶର୍ମା ଯେତେବେଳେ ଫିଲ୍ମରେ ଅଭିନୟ କରିବାକୁ ଉଦ୍ୟମ କରିଥିଲେ, ସେତେବେଳେ ତାଙ୍କୁ ସମସ୍ତେ ପ୍ଲେନ୍‌ ଲୁକ୍‌ିଂ ଗର୍ଲ କହି ରିଜେକ୍ଟ କରୁଥିଲେ। ଆଦିତ୍ୟ ଚୋପ୍ରାଙ୍କ ଫିଲ୍ମ ‘ରବ୍‌ନେ ବନାଦି ଯୋଡ଼ି’ରେ ସେହିଭଳି ଝିଅଟିଏ ଦରକାର ଥିଲା। ସେଇଥିପାଇଁ ସେ ରାଜି ହୋଇଥିଲେ।ପରେ ଅବଶ୍ୟ ସେ ହଟ୍‌ ନାୟିକା ବନିଥିଲେ। ପୂର୍ବବର୍ତ୍ତୀ ଖବର
2
ଶାହିଦ୍‌ କପୁରଙ୍କ ଭାଇଙ୍କୁ ଛାଡି ଜଣେ ନବାଗତଙ୍କୁ ଡେଟ୍‌ କରୁଛନ୍ତି ଏହି ନାୟିକା ଶାହିଦ୍‌ କପୁରଙ୍କ ଭାଇଙ୍କୁ ଛାଡି ଜଣେ ନବାଗତଙ୍କୁ ଡେଟ୍‌ କରୁଛନ୍ତି ଏହି ନାୟିକା 0 ସେୟାର ମୁମ୍ବାଇ: ବଲିଉଡରେ ଏବେ ଜଣେ ନାୟିକାଙ୍କୁ ନେଇ ଜୋର୍‌ ଚର୍ଚ୍ଚା। ସେ ହେଲେ ତାରା ସୁତରିୟା। ‘ଦି ଷ୍ଟୁଡେଣ୍ଟ ଅଫ୍‌ ଦି ଇଅର୍‌-୨’ରୁ ନାୟିକା ଭାବେ କ୍ୟାରିଅର୍‌ ଆରମ୍ଭ କରିଛନ୍ତି ତାରା ସୁତରିୟା । ଏକଦା ତାଙ୍କର ଆଫେଆର୍‌କୁ ନେଇବଲିଉଡରେ ଚର୍ଚ୍ଚା ଉଠିଥିଲା। ଶାହିଦ୍‌ କପୁରଙ୍କ ସାନ ଭାଇ ଈଶାନ୍‌ ଖଟ୍ଟରଙ୍କ ଗର୍ଲଫ୍ରେଣ୍ଡ୍‌ ଥିଲେ ତାରା ସୁତାରିଆ। ଈଶାନ୍‌ ଓ ତାରା ଏକା ସମୟରେ କ୍ୟାରିଅର୍‌ ଆରମ୍ଭ କରିଥିଲେ। ସେ ଦୁହେଁ ପରସ୍ପରକୁ ଡେଟ୍‌ କରୁଥିଲେ। ଈଶାନ୍‌ ଓ ତାରାଙ୍କ ରୋମାନ୍ସର ଚର୍ଚ୍ଚା ବଲିଉଡରେ ଆରମ୍ଭ ହୋଇଥିଲା। ଠିକ୍‌ ସେହି ସମୟରେ ଈଶାନ୍‌ କରଣ ଜୋହରଙ୍କ ଫିଲ୍ମ ‘ଧଡକ୍‌’ ପାଇଁ ଚୁକ୍ତିବଦ୍ଧ ହୋଇଥିଲେ। ତା’ର କିଛି ଦିନ ପରେ ତାରା ସୁତାରିୟା ବି କରଣ ଜୋହରଙ୍କର ଅନ୍ୟ ଏକ ସିନେମା ‘ଦ ଷ୍ଟୁଡେଣ୍ଟ୍‌ ଆଫ୍‌ ଦ ଇୟର୍‌ ’ ସାଇନ କରି ବଲିଉଡରେ ଡେବ୍ୟୁ କରିଥିଲେ। ଏହାପରେ ଦୁହେଁ ପରସ୍ପରକୁ ସମୟ ଦେଇପାରି ନଥିଲେ । ଫଳତଃ ଉଭୟଙ୍କର ବ୍ରେକୁ ଅପ୍‌ ହେଲା। ଏବେ ତାରା ଆଉ ଜଣେ ନବାଗତଙ୍କ ପ୍ରେମରେ ପଡ଼ିଛନ୍ତି। ସେ ହେଲ ଖ୍ୟାତନାମା ଦିବଙ୍ଗତ ଅଭିନେତା ବିନୋଦ ମେହେରାଙ୍କ ପୁଅ ରୋହନ୍‌। ରୋହନ୍‌ ବି ବଲିଉଡରେ ହିରୋ ଭାବେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ନିଖିଲ ଆଡଭାନୀଙ୍କ ‘ବାଜାର୍‌’ ଫିଲ୍ମରେ ନଜର ଆସିବେ। ରୋହନ୍‌ ଓ ତାରା ପ୍ରେମ ସଂପର୍କରେ ଅଛନ୍ତି।ତାଙ୍କ ସହିତ ରିଲେସନ୍‌ସିପ୍‌ରେ ଅଛନ୍ତି ବୋଲି ଖୋଲାଖୋଲି କହୁଛନ୍ତି ତାରା। ଏ ଦୁହେଁ ସେମାନଙ୍କର ଇନଷ୍ଟାଗ୍ରାମ୍‌ରେ ସେଆର୍‌ ମଧ୍ୟ କରୁଛନ୍ତି। ପୂର୍ବବର୍ତ୍ତୀ ଖବର
2
Last updated Apr 17, 2018 NDTV Khabar 0 ସେୟାର ନୂଆଦିଲ୍ଲୀ : ଦେଶର ପ୍ରଥମ ଲାଇଭ ସୋ’ ଭାବେ ପରିଚିତ ରାଇଜିଙ୍ଗ ଷ୍ଟାରର ଦ୍ୱିତୀୟ ସଂସ୍କରଣର ବିଜେତା ଘୋଷଣା କରାଯାଇଛି। ସଂଗୀତଭିତ୍ତିକ ଏହି ରିଆଲି ସୋ’ରେ ବିଜେତା ସାଜିଛନ୍ତି ମଥୁରାର ହେମନ୍ତ ବ୍ରିଜବାସୀ । ଏହା ପୂର୍ବରୁ ମଧ୍ୟ ହେମନ୍ତ ପ୍ରାୟ ୯ ବର୍ଷ ପୂର୍ବେ ଜିଟିଭି ସୋ’ ସାରେଗାମାପା ଲିଟିଲ ଚାମ୍ପସ୍‌ର ବିଜେତା ହୋଇ ସାରିଛନ୍ତି । ତେବେ ଏହି ରିଆଲିଟି ସୋ’ରେ ଓଡ଼ିଆ ଗାୟକ ଶଶାଙ୍କ ଶେଖର ଭାଗ ନେଇଥିଲେ ମଧ୍ୟ ବିଜୟୀ ହେବାର ସ୍ୱାଦ ଚାଖି ପାରି ନଥିଲେ । ଗତ ରବିବାର ଦିନ ରିଆଲିଟି ସୋ’ର ଫାଇନାଲରେ ସୋଚ କି ଦିଓ୍ଵାର ଉଠାଇ ବିଜେତା ହୋଇଛନ୍ତି ହେମନ୍ତ। ତାଙ୍କୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି । ହେମନ୍ତ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ପଞ୍ଜାବର ରୋହନପ୍ରୀତ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି କେରଳର ବଷ୍ଣୁମୟ ରମେଶ । ହେମନ୍ତ ପ୍ରଥମ ଥର ପାଇଁ କୌଣସି ରିଆଲିଟି ସୋ’ରେ ଭାଗ ନେଉ ନାହାନ୍ତି, ସେ ଏହା ପୂର୍ବରୁ ଇଣ୍ଡିଆର ଗଟ ଟ୍ୟାଲେଣ୍ଟ ଏବଂ ଜୋ ଜିତା ଓ୍ଵହି ସିକନ୍ଦର ଆଦି ରିଆଲିଟି ସୋ’ରେ ପ୍ରତିଯୋଗୀ ରହିସାରିଛନ୍ତି । ପୂର୍ବବର୍ତ୍ତୀ ଖବର
2
0 ସେୟାର ନୂଆଦିଲ୍ଲୀ: ଭାରତ ଭଳି ବିକାଶଶୀଳ ରାଷ୍ଟ୍ରରେ ରହିଥିବା ବାସଗୃହ ସମସ୍ୟାକୁ ଦୂର କରିବା ପାଇଁ ‘ଆଇକନ୍‌’ ନାମକ ଏକ ଥ୍ରିଡି ପ୍ରିଣ୍ଟିଂ ସଂସ୍ଥା ନୂତନ ପ୍ରକଳ୍ପ ପ୍ରଦର୍ଶନ କରିଛି। କଂପାନି ଏକ ସୁଲଭ ଗୃହର ମଡେଲ୍‌ ଉପସ୍ଥାପନ କରିଛି। ଏହି ଘରକୁ ୨୪ ଘଣ୍ଟା ଭିତରେ ତିଆରି କରାଯାଇପାରିବ। ସେଥିରେ ଅଢ଼େଇ ଲକ୍ଷ ଟଙ୍କା ପାଖାପାଖି ଖର୍ଚ ହେବ। ଏହାର ନାମ ରଖାଯାଇଛି ଭ୍ରାମ୍ୟମାଣ ଥ୍ରିଡି ସୁଲଭ ଓ ସୁରକ୍ଷିତ ବାସଗୃହ। ଏହାର କେବଳ ନମୁନା ପ୍ରସ୍ତୁତ କରାଯାଇଛି। ଏହି ନମୁନା ଉପରେ ପରୀକ୍ଷା ନିରୀକ୍ଷା ଚାଲୁ ରହିଛି। ଯଦି ପରୀକ୍ଷଣ ସଫଳ ହେବ ତେବେ ବର୍ତମାନ ସାରା ବିଶ୍ୱରେ ବାସହରା ରହିଥିବା ୧୦୨ କୋଟି ଲୋକଙ୍କୁ ସୁବିଧାରେ ଘର ଯୋଗାଇ ଦିଆଯାଇପାରିବ। ଆମେରିକାର ଟେକ୍ସାସ୍‌ ସହରରେ ଆଇକନ୍‌ ପକ୍ଷରୁ ଥ୍ରିଡି ପ୍ରିଣ୍ଟେଡ୍‌ ଘରକୁ ପ୍ରଦର୍ଶିତ କରାଯାଇଛି। ଏହାକୁ ୬୦୦-୮୦୦ ବର୍ଗଫୁଟରେ ନିର୍ମାଣ କରାଯାଇଛି। ଏହା ଏକ ମହଲା ବିଶିଷ୍ଟ ଘର। କଂପାନିର ଥିବା ଭଲକାନ୍‌ ଥ୍ରିଡି ପ୍ରିଣ୍ଟର୍‌ ସହାୟତାରେ ଏହି ଘର ୨୪ ଘଣ୍ଟା ଭିତରେ ତିଆରି କରାଯାଇପାରିବ। ଏହି ଘର ସୁରକ୍ଷା, ଆରାମ ପ୍ରଦାନ କରିବ ଏବଂ ଏହାର ସ୍ଥାୟିତ୍ୱ ମଧ୍ୟ ଭଲ ରହିବ। ପାଣି, ପାଉଡର୍‌ ଏବଂ ଶ୍ରମ ଭିତ୍ତିଭୂମିର ସମସ୍ୟା ଥିବା ସ୍ଥାନରେ ମଧ୍ୟ ସୁବିଧାରେ ଏହି ଘର ତିଆରି କରାଯାଇପାରିବ। ନିଉ ଷ୍ଟୋରି ନାମକ ଏକ ଲାଭ ଚାହୁଁନଥିବା ସଂସ୍ଥା ସହଯୋଗରେ କଂପାନି ପକ୍ଷରୁ ଏହି ଘର ତିଆରି କରିବା ପ୍ରୟାସ କରାଯାଉଛି। ପୂର୍ବବର୍ତ୍ତୀ ଖବର
0
Edited By OdishaReporter Bureau | By R J On Apr 5, 2019 Share ନୂଆଦିଲ୍ଲୀ: ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ଶଟଲର୍ ପିଭି ସିନ୍ଧୁ ଓ ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରାଙ୍କୁ ଶୁକ୍ରବାର ଇଏସପିଏନ୍ ଇଣ୍ଡିଆ ମଲ୍ଟି-ସ୍ପୋର୍ଟ୍ସ ଆୱାର୍ଡ-୨୦୧୮ ପାଇଁ ବର୍ଷର ସର୍ବଶ୍ରେଷ୍ଠ ମହିଳା ଓ ପୁରୁଷ ଖେଳାଳି ବିବେଚିତ କରାଯାଇଛି। ଗତବର୍ଷ ଚୀନରେ ଆୟୋଜିତ ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ ଫାଇନାଲରେ ଦମଦାର ପ୍ରଦର୍ଶନ ଯୋଗୁ ସିନ୍ଧୁଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ନୀରଜ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ବ୍ୟତୀତ ଗତବର୍ଷ ୮୮.୦୬ ମିଟର ଜାଭେଲିନ୍ ଥ୍ରୋ କରି ନ୍ୟାଶନାଲ ରେକର୍ଡ କରିଥିଲେ। ଲଣ୍ଡନ ଅଲିମ୍ପିକରେ ବ୍ରୋଞ୍ଜ ପଦକ ଜିତିଥିବା ସାଇନା ନେହ୍ୱାଲଙ୍କୁ “କମବ୍ୟାକ୍ ଅଫ୍ ଦି ଇୟର’ (ଶ୍ରେଷ୍ଠ ପ୍ରତ୍ୟାବର୍ତ୍ତନ) ପୁରସ୍କାର ପାଇଁ ବିବେଚିତ କରାଯାଇଛି। ଏହି ବ୍ୟାଡମିଣ୍ଟନ ଖେଳାଳି ଜଣଙ୍କ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଭାରତୀୟ ଶୁଟିଂ କୋଚ୍ ଯଶପାଲ ରାଣାଙ୍କୁ ବର୍ଷର ସର୍ବଶ୍ରେଷ୍ଠ କୋଚ୍ ପୁରସ୍କାର ପାଇଁ ଚୟନ କରାଯାଇଛି। ତାଙ୍କ ମାର୍ଗଦର୍ଶନରେ ଭାରତ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶୁଟିଂ ଇଭେଣ୍ଟରେ ୧୬ ପଦକ ଜିତିଥିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମଥର ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ଟେବୁଲ ଟେନିସ୍ ଟିମଙ୍କୁ ବର୍ଷର ସର୍ବଶ୍ରେଷ୍ଠ ଟିମ ପୁରସ୍କାର ପାଇଁ ବିବେଚିତ କରାଯାଇଛି। ଆହୁରି ପଢ଼ନ୍ତୁ ରାଜଧାନୀରେ ପହଞ୍ଚିଲା ଆମେରିକା ମହିଳା ହକି ଟିମ୍ ଭାରତୀୟ କ୍ରୀଡ଼ାରେ ବର୍ଷର ‘ସର୍ବଶ୍ରେଷ୍ଠ ମୁହୂର୍ତ୍ତ’ର ପୁରସ୍କାରର ଚୟନ ଦର୍ଶକଙ୍କ ଭୋଟ୍ ଦ୍ୱାରା ହୋଇଛି ଏବଂ ଏସିଆନ୍ ଗେମ୍ସ ୪ଗୁଣା ୪୦୦ ମିଟର ରିଲେ ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ଟିମ୍ ଏଥିରେ ବାଜି ମାରିଛି। ସେହିପରି ବର୍ଷର ଶ୍ରେଷ୍ଠ ଉଦୀୟମାନ ଖେଳାଳି ଭାବେ ଯୁବ ଶୁଟର ସୌରଭ ଚୌଧୁରୀଙ୍କୁ ଚୟନ କରାଯାଇଛି। ୨୦୧୮ ଏସିଆନ୍ ଗେମ୍ସରେ ସେ ୧୦ ମିଟର ଏୟାର ପିସ୍ତଲରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଚାଙ୍ଗୱନରେ ଆୟୋଜିତ ଆଇଏସଏସଏଫ୍ ବିଶ୍ୱକପର ଜୁନିୟର ବିଭାଗରେ ମଧ୍ୟ ସୌରଭ ସ୍ୱର୍ଣ୍ଣ ଓ ମିକ୍ସଡ ଟିମ ୧୦ ମିଟର ଏୟାର ପିସ୍ତଲ ଜୁନିୟର ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ। ଗତବର୍ଷ ୟୁଥ୍ ଅଲିମ୍ପିକ୍ସରେ ମଧ୍ୟ ସେ ସ୍ୱର୍ଣ୍ଣ ପଦକ ଉପରେ କବଜା କରିଥିଲେ। ଲାଇଫଟାଇମ୍ ଆଚିଭମେଣ୍ଟ ପୁରସ୍କାର ପାଇଁ ପୂର୍ବତନ ଫୁଟବଲର ପ୍ରଦୀପ କୁମାର ବାନାର୍ଜୀଙ୍କୁ ଚୟନ କରାଯାଇଛି। ସୂଚନାଯୋଗ୍ୟ, ଇଏସପିଏନ୍ ମଲ୍ଟି-ସ୍ପୋର୍ଟ୍ସ ପୁରସ୍କାର ୧୧ଟି ବର୍ଗରେ ଖେଳାଳିମାନଙ୍କୁ ପ୍ରଦାନ କରାଯାଉଛି, ଯେଉଁଥିରେ ୧୦ ବର୍ଗର ବିଜେତାଙ୍କ ଚୟନ ୧୪ଜଣିଆ ସ୍ୱତନ୍ତ୍ର ଜ୍ୟୁରୀ କରିଛନ୍ତି। ଚୟନକମିଟିରେ ଅଭିନବ ବିନ୍ଦ୍ରା, ରାହୁଲ ବୋଷ, ଆଶିଷ ବଲ୍ଲାଲ, ମନିଷ ମଲହୋତ୍ରା, ନିଶା ମିଲେଟ୍, ଅଶ୍ୱିନୀ ନାଚାପ୍ପା, ଅପର୍ଣ୍ଣା ପୋପଟ୍, ରେନେଡି ସିଂହ, ଦେବରାଜନ ଭେଙ୍କଟେସାନ୍ ଓ ରୋହିତ ବ୍ରିଜନାଥ ସାମିଲ ଅଛନ୍ତି। ପୁରସ୍କାର ବିଜେତା ତାଲିକା ସ୍ପୋର୍ଟ୍ସ ପର୍ସନ୍ ଅଫ୍ ଦି ଇୟର (ପୁରୁଷ): ନୀରଜ ଚୋପ୍ରା (ଆଥଲେଟିକ୍ସ) ସ୍ପୋର୍ଟ୍ସ ପର୍ସନ୍ ଅଫ୍ ଦି ଇୟର (ମହିଳା): ପିଭି ସିନ୍ଧୁ (ବ୍ୟାଡମିଣ୍ଟନ) କମବ୍ୟାକ୍ ଅଫ୍ ଦି ଇୟର (ମହିଳା): ସାଇନା ନେହ୍ୱାଲ (ବ୍ୟାଡମିଣ୍ଟନ) କୋଚ୍ ଅଫ୍ ଦି ଇୟର: ଯଶପାଲ ରାଣା (ଶୁଟିଂ) ଏମର୍ଜିଂ ସ୍ପୋର୍ଟ୍ସପର୍ସନ୍ ଅଫ୍ ଦି ଇୟର: ସୌରଭ ଚୌଧୁରୀ (ଶୁଟିଂ) ଟିମ୍ ଅଫ୍ ଦି ଇୟର: ମହିଳା ଟିମ୍ (ଟେବୁଲ ଟେନିସ) ମ୍ୟାଚ୍ ଅଫ୍ ଦି ଇୟର: ଅମିତ୍ ଫାଙ୍ଗଲ ବନାମ ହାସନ୍ବେ ଦୁସମାତୋଭ (ବକ୍ସିଂ) ଶ୍ରେଷ୍ଠ ଭିନ୍ନକ୍ଷମ ଖେଳାଳି: ଏକତା ଭ୍ୟାନ୍ (ପାରା-ଆଥଲେଟିକ୍ସ) ମୁମେଣ୍ଟ ଅଫ୍ ଦି ଇୟର: ମହିଳା ୪ଗୁଣା ୪୦୦ ମିଟର ରିଲେ ଲାଇଫଟାଇମ୍ ଆଚିଭମେଣ୍ଟ ପୁରସ୍କାର: ପ୍ରଦୀପ କୁମାର ବାନାର୍ଜୀ (ଫୁଟବଲ) Subscribe to our newsletter
3
Last updated Aug 22, 2018 www.livemint.com 0 ସେୟାର ମୁମ୍ବାଇ: ଦେଶର ଜଣେ ବିଶିଷ୍ଟ ଶିଳ୍ପପତି ହେଉଛନ୍ତି ପାଲୋଞ୍ଜି ମିସ୍ତ୍ରୀ। ନିଜ ସମ୍ପତ୍ତିକୁ ଖର୍ଚ୍ଚ କରିବା ଅଧିକାରରୁ ସେ ବଞ୍ଚିତ ହୋଇଛନ୍ତି। ଟାଟା ଗ୍ରୁପ୍‌ରେ ତାଙ୍କର ୧୮.୪% ଅଂଶଧନ ରହିଛି ଯାହାର ମୂଲ୍ୟ ହେଉଛି ୧୭୦୦ କୋଟି ଡଲାର। ସେହି ଅଂଶଧନକୁ ସେ ଚାହୁଁଥିଲେ ମଧ୍ୟ ବିକ୍ରି କରିପାରୁନାହାନ୍ତି। ପାଲୋଞ୍ଜିଙ୍କ ମୋଟ ସମ୍ପତ୍ତି ପରିମାଣ ହେଉଛି ୨୦ ବିଲିଅନ୍‌ ଡଲାର (୧,୩୦,୯୪୦ କୋଟି ଟଙ୍କା)। ସେଥି ମଧ୍ୟରୁ ୮୪% ଧନରାଶି ଟାଟା ଗ୍ରୁପ୍‌ରେ ଅଂଶଧନ ଭାବେ ରହିଛି। ୨୦୧୬ରେ ମିସ୍ତ୍ରୀ ପରିବାରର ପୁଅ ସାଇରସ୍‌ ମିସ୍ତ୍ରୀଙ୍କୁ ଏକ ନାଟକୀୟ ପରିସ୍ଥିତିରେ ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ବିତାଡ଼ିତ କରାଯାଇଥିଲା। ଏହି ଘଟଣା ପରଠାରୁ ପାଲୋଞ୍ଜିଙ୍କ ସମସ୍ୟା ବଢ଼ିଯାଇଛି। www.indiatvnews.com ଟାଟା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯେ ବୋର୍ଡର ବିନା ଅନୁମତିରେ କୌଣସି ଅଂଶଧନକାରୀ ନିଜ ଅଂଶଧନକୁ ବିକ୍ରି କରିପାରିବେ ନାହିଁ। ଚଳିତ ମାସରେ ସେହି ନିଷ୍ପତ୍ତିକୁ ସରକାରୀ ଅନୁମୋଦନ ମିଳିଯାଇଥିବାରୁ ପାଲୋଞ୍ଜି ନିଜ ସମ୍ପତ୍ତିକୁ ବିକ୍ରି କରିପାରୁନାହାନ୍ତି। ବିଗତ ଦୁଇ ବର୍ଷ ହେଲାଣି ପାଲୋଞ୍ଜି ଓ ତାଙ୍କ ପରିବାର ଟାଟା ବିରୋଧରେ ଆଇନଗତ ଲଢ଼େଇ ଲଢ଼ୁଛନ୍ତି। ସାଇରସ୍‌ ମିସ୍ତ୍ରୀଙ୍କୁ ବିତାଡ଼ିତ କରିବା ପୂର୍ବରୁ ଟାଟା ଏକ ପବ୍ଲିକ୍‌ ଲିମିଟେଡ୍‌ କଂପାନି ଥିଲା। ସେତେବେଳେ ଅଂଶଧନକାରୀମାନେ ନିଜ ଇଛାରେ ଅଂଶଧନକୁ ସ୍ଥାନାନ୍ତର କରିପାରୁଥିଲେ। କିନ୍ତୁ ଏବେ ସେହି ସ୍ୱାଧୀନତା ଅଂଶଧନକାରୀଙ୍କ ପାଖରେ ନାହିଁ। କିଛି ମାସ ପୂର୍ବେ ଟାଟା ଗ୍ରୁପ୍‌ ନିଜକୁ ଏକ ପ୍ରାଇଭେଟ୍‌ ଲିମିଟେଡ୍‌ କଂପାନିରେ ପରିଣତ କରିଦେଇଛି। ଟାଟାର କୌଣସି ଅଂଶଧନ ବିକ୍ରି କରିବାକୁ ହେଲେ କଂପାନିର ନିର୍ଦେଶକ ବୋର୍ଡର ଅନୁମତି ଏବେ ନିହାତି ଜରୁରୀ। ପୂର୍ବବର୍ତ୍ତୀ ଖବର
0
୪ଲୁଟେରା ଗିରଫ, ୩୮ ହଜାର ଟଙ୍କା ଓ ୬ ମୋବାଇଲ୍‌ ଜବତ ୪ଲୁଟେରା ଗିରଫ, ୩୮ ହଜାର ଟଙ୍କା ଓ ୬ ମୋବାଇଲ୍‌ ଜବତ 0 ସେୟାର ଭୁବନେଶ୍ବର: ରେଳଷ୍ଟେସନ୍‌ରେ ଲୁଟ୍‌ପାଟ୍‌ କରି ଆତଙ୍କ ଖେଳାଇ ଦେଇଥିବା ଏକ ଗ୍ୟାଙ୍ଗକୁ ରେଳବାଇ ଥାନା ପୁଲିସ ଠାବ କରିଛି। ପୁଲିସ ଗ୍ୟାଙ୍ଗର ୪ ଲୁଟେରାଙ୍କୁ ଗିରଫ କରିବା ସହ ୬ଟି ମୋବାଇଲ୍ ଫୋନ୍‌ ଓ ୩୮ ହଜାର ଟଙ୍କା ଜବତ କରିଛି। ସେମାନେ ହେଲେ ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳର ବଳରାମ ପରିଡ଼ା(୨୧), ଗୋବିନ୍ଦପୁର ଅଞ୍ଚଳର ବିଜୟ ସାହାଣୀ(୩୦), ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର ପ୍ରଶାନ୍ତ ନାୟକ ଓ ଭଞ୍ଜନଗର ଅଞ୍ଚଳର ପ୍ରଶାନ୍ତ ସାହୁ(୪୯)। ଶୁକ୍ରବାର ବିଳମ୍ବିତ ରାତିରେ ରଜାକ୍‌ ସେଖ୍‌ ନାମକ ଜଣେ ଯାତ୍ରୀ ହାୱଡାରୁ ଆସି ଭୁବନେଶ୍ବରରେ ପହଞ୍ଚି ଥିଲେ। ସେ ପ୍ରତୀକ୍ଷାଳୟରେ ବିଶ୍ରାମ କରୁଥିବା ବେଳେ ବଳରାମ ଓ ବିଜୟ ତାଙ୍କଠାରୁ ସାଢ଼େ୧୧ହଜାର ଟଙ୍କା ଓ ମୋବାଇଲ୍ ଫୋନ୍‌ ନେଇଯାଇଥିଲେ। ସେହିପରି ସେକ୍‌ ଅବ୍‌ଦୁଲ୍‌ ଆକାଶ ନାମକ ଜଣେ ଯାତ୍ରୀ ଶନିବାର ଭୋର ସମୟରେ ଖଡ଼ଗପୁରରୁ ଆସି ଷ୍ଟେସନ୍‌ରେ ପହଞ୍ଚିଥିଲେ। ସେ ପ୍ଲାଟଫର୍ମରେ ତାଙ୍କ ବନ୍ଧୁଙ୍କୁ ଅପେକ୍ଷା କରିଥିବା ବେଳେ ପ୍ରଶାନ୍ତ ସହୁ ଓ ପ୍ରଶାନ୍ତ ନାୟକ ତାଙ୍କ ବ୍ୟାଗ୍‌ରୁ ୧୬ହଜାର ୨ଶହ ଟଙ୍କା ‌ଓ ମୋବାଇଲ୍‌ ଫୋନ୍‌ ନେଇଯାଇଥିଲେ। ଏନେଇ ଉଭୟ ରଜାକ ଓ ଅବ୍‌ଦୁଲ୍‌ ରେଳବାଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ପୂର୍ବବର୍ତ୍ତୀ ଖବର
1
ମନୋରଞ୍ଜନ ଜେଲ୍‌ରେ ଥିବା ବେଳେ ହାଇଦ୍ରାବାଦର ମହାରାଜାଙ୍କ ନାତୁଣୀଙ୍କୁ ପ୍ରେମ କରୁଥିଲେ ସଞ୍ଜୟ ଦତ୍ତ ଜେଲ୍‌ରେ ଥିବା ବେଳେ ହାଇଦ୍ରାବାଦର ମହାରାଜାଙ୍କ ନାତୁଣୀଙ୍କୁ ପ୍ରେମ କରୁଥିଲେ ସଞ୍ଜୟ ଦତ୍ତ 0 ସେୟାର ମୁମ୍ବାଇ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଆଜି ତାଙ୍କର ଜନ୍ମଦିନ ମନାଉଛନ୍ତି। ଆସନ୍ତୁ ଜାଣିବା ତାଙ୍କ ଜୀବନର ଏକ ବଡ଼ ଅଧ୍ୟାୟ । ୧୯୮୭ ମସିହାରେ ଅଭିନେତା ସଞ୍ଜୟ ଦତ୍ତଙ୍କ ରିଚା ଶର୍ମାଙ୍କୁ ପ୍ରଥମ ବିବାହ କରିଥିଲେ । କିନ୍ତୁ ୧୯୯୬ରେ ରିଚାଙ୍କର କର୍କଟ ରୋଗରେ ଦେହାନ୍ତ ହୋଇଥିଲା । ରିଚା ଚିକିତ୍ସିତ ହେବା ସମୟରେ ମଡେଲ୍‌ ରୀୟା ପିଲ୍ଲାଇଙ୍କ ସହିତ ସଞ୍ଜୟ ଦତ୍ତଙ୍କର ପ୍ରେମ ସଂପର୍କ ଗଢି ଉଠିଥିଲା । ଏହାପରେ ମୁମ୍ବାଇ ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଂଜୟ ଦତ୍ତ ଜେଲ୍‌ ଯିବାକୁ ପଡିଥିଲା । ସେତେବେଳେ ରୀୟା ପିଲ୍ଲାଇ ହିଁ ସଞ୍ଜୟଙ୍କ ସାଥ୍‌ ଦେଇଥିଲେ । ଏକଥାକୁ ସଂଜୟ ବି ସ୍ୱୀକାର କରିଥିଲେ। ଜେଲରେ ବି ରୀୟା ସଂଜୟଙ୍କୁ ଭେଟିବାକୁ ଯାଉଥିଲେ। ରୀୟା ହେଉଛନ୍ତି ହାଇଦ୍ରାବାଦର ମହାରାଜା ଧନରାଜଗର ଜ୍ଞାନବାହାଦୂରଙ୍କ ନାତୁଣୀ। ୧୯୯୮ରେ ସଞ୍ଜୟ ଦତ୍ତଙ୍କୁ ରୀୟା ପିଲ୍ଲାଇ ବିବାହ କରିଥିଲେ । ଦୁହେଁ ସାଇବାବା ମନ୍ଦିରକୁ ଯାଇ ବାହା ହୋଇଥିଲେ। ଏହା ସଞ୍ଜୟଙ୍କର ଦ୍ୱିତୀୟ ବିବାହ ଓ ରୀୟାଙ୍କର ପ୍ରଥମ ବାହାଘର ଥିଲା । କିନ୍ତୁ ୨୦୦୨ରେ ଉଭୟଙ୍କ ମଧ୍ୟରେ ସଂପର୍କ ଛିନ୍ନ ହେଲା । ଏହାପରେ ରୀୟା ଟେନିସ ତାରକା ଲିଆଣ୍ଡର ପେସ୍‌ଙ୍କ ସହ ପ୍ରେମ ସଂପର୍କ ହୋଡ଼ିଲେ । ବେଶ୍‌ କିଛି ଦିନ ଡେଟିଂ ପରେ ଉଭୟେ ଲିଭ୍‌ ଇନ୍‌ ରିଲେସନସିପ୍‌ରେ ରହିବାର ନିଷ୍ପତ୍ତି ନେଇଥିଲେ । ୨୦୦୬ରେ ଲିଆଣ୍ଡର ଓ ରୀୟାଙ୍କ ଝିଅ ଆୟନାଙ୍କର ଜନ୍ମ ହୋଇଥିଲା । ୮ ବର୍ଷ ପରେ ଏ ଦୁହେଁ ପରସ୍ପରଠୁଁ ଅଲଗା ହୋଇଥିଲେ । ସଞ୍ଜୟ ଦତ୍ତ ଏବେ ମାନ୍ୟତାଙ୍କୁ ବିବାହ କରି ସୁଖୀ ଜୀବନ ବିତାଉଛନ୍ତି , ହେଲେ ରୀୟା ନିଃସଙ୍ଗ ହୋଇ ଦୁଃଖୀ ଜୀବନ ଜୀଉଁଛନ୍ତି । ପୂର୍ବବର୍ତ୍ତୀ ଖବର
2
ଅପରାଧ ନିଶା ଇଞ୍ଜେକ୍‌ସନ୍‌ ଦେଇ ବିବାହ ପାଇଁ ଅମଙ୍ଗ ୨୨ ବର୍ଷିୟ ଯୁବକଙ୍କ ଯୌନାଙ୍ଗ ଛେଦନ କଲେ ୩୦ ବର୍ଷୀୟ ବିବାହିତା ନର୍ସ ନିଶା ଇଞ୍ଜେକ୍‌ସନ୍‌ ଦେଇ ବିବାହ ପାଇଁ ଅମଙ୍ଗ ୨୨ ବର୍ଷିୟ ଯୁବକଙ୍କ ଯୌନାଙ୍ଗ ଛେଦନ କଲେ ୩୦ ବର୍ଷୀୟ ବିବାହିତା ନର୍ସ 0 ସେୟାର ଲୁଧିଆନା: ଶୁକ୍ରବାର ରାତିରେ କଙ୍ଗନ୍‌ଓ୍ଵାଲ୍‌ ଅନ୍ତର୍ଗତ ଏକତା କଲୋନିରେ ଜଣେ ୩୦ ବର୍ଷୀୟ ନର୍ସ ତାଙ୍କ ସହ ବ୍ୟଭିଚାର କରିଥିବା ଜଣେ ବ୍ୟକ୍ତିଙ୍କ ଯୌନାଙ୍ଗ ଛେଦନ କରିଛନ୍ତି। ବ୍ୟଭିଚାର ମାମଲାରେ ପଡ଼ି ବିଚାରର ସମ୍ମୁଖୀନ ହୋଇଥିବା ପୀଡ଼ିତ ୨୨ ତେଜରାତି ଦୋକାନୀ ଅମରଜିତ୍‌ କୁମାର ଡେଟିଙ୍ଗ୍‌ ସମୟରେ ଦୁଷ୍କର୍ମ କରିଥିବା ନର୍ସଜଣକ ଅଭିଯୋଗ କରିଥିଲେ। ଅମରଜିତଙ୍କ ବାପା ସୁଦାମ ମହତୋଙ୍କ ଅଭିଯୋଗ ଆଧାରରେ ସାହେନ୍‌ଓ୍ଵାଲ୍‌ ପୁଲିସ ଭାରତୀୟ ପିଙ୍ଗଳ କୋଡ୍‌ ଧାରା ୩୨୬, ୩୨୮, ୩୪୨, ୧୪୮ ଏବଂ ୧୪୯ରେ ଏକ ମାମଲା ରୁଜୁ କରିଛନ୍ତି। ଅଭିଯୋଗରେ ମହାତୋ ଦର୍ଶାଇଛନ୍ତି ଯେ ତାଙ୍କ ପୁଅ ଅମରଜିତ କୁମାରଙ୍କର ସେ ବିବାହିତା ଅଭିଯୁକ୍ତାଙ୍କ ଅନୈତିକ ସମ୍ପର୍କ ଥିଲା। ପୁଅ କହେ ଛଅ ମାସ ତଳୁ ଦୁହିଁଙ୍କ ସମ୍ପର୍କରେ ତିକ୍ତତା ଆସି ଯାଇଥିଲା। ତେଣୁ ଅଭିଯୁକ୍ତା ଅମରଜିତଙ୍କୁ ବିବାହ କରିବା ପାଇଁ ଚାପ ପକାଇବା ସହ ପରେ ତାକୁ ଅସଦାଚରଣ ମାମଲାରେ ଛନ୍ଦି ଦେଇଥିଲା। ଜାମିନରେ ବାହାରିବା ପରେ ଅମରଜିତ୍‌ ବିହାରସ୍ଥିତ ନିଜ ଗାଁକୁ ଚାଲିଯାଇ ଦୁଇ ଦିନ ପୂର୍ବେ ଫେରିଥିଲା। ପୁଲିସ କହେ ଅମରଜିତଙ୍କ ବିରୋଧରେ ଅସଦାଚରଣ ମାମଲାରେ ଚର୍ଜସିଟ୍‌ ଫାଇଲ୍‌ କରାଯାଇଛି। ମାହତୋ ପୁଲିସକୁ କହିଛନ୍ତି ଯେ ଶୁକ୍ରବାର ରାତିରେ ସେ ମହିଳା ତା’ର ଭଡ଼ା ଘରକୁ ତାଙ୍କ ପୁଅକୁ ଡକାଇଥିଲା। କିନ୍ତୁ, ଘରକୁ ଫେରିବା ପରେ ଅମରଜିତ୍‌ ଆଉ ଠିକ୍‌ ଭାବେ ଚାଲି ପାରୁ ନ ଥିଲା। ଧାର ଧାର ରକ୍ତ ଝରୁଥିଲା ତା’ ଦେହରୁ। ସେ ମତେ କହିଲା କି, ସେ ମହିଳା ଏବଂ ତା’ର ପାଞ୍ଚଜଣ ସହଯୋଗୀ ମିଶି ମତେ ମାଡ଼ିବସି କ’ଣ ଗୋଟାଏ ଇଞ୍ଜେକ୍‌ସନ୍‌ ଦେଇ ଦେବାରୁ ମୁଁ ଅଚେତ ହୋଇପଡ଼ିଲି। ଚେତା ଫେରିଲା ବେଳେକୁ ଦେଖେ ତ ତା’ର ଯୌନାଙ୍ଗ କଟା ସରିଛି। ମୁଁ ତାକୁ ନେଇ ତୁରନ୍ତ ସିଭିଲ୍‌ ହସ୍‌ପିଟାଲ୍‌ ଗଲି। ସେଠାରେ ଏବେ ତା’ର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ମାମଲାର ତଦନ୍ତ କରୁଥିବା ଅଧିକାରୀ ବଲଜିତ ସିଂହ କହନ୍ତି ଅଭିଯୁକ୍ତା ଏବଂ ତାଙ୍କ ସହଯୋଗୀମାନେ ଫେରାର ହୋଇ ଯାଇଛନ୍ତି। ଅଭିଯୁକ୍ତାର ଭଡ଼ା ଘରେ ତଲାସ କରିବା ବେଳେ ପୁଲିସକୁ ରକ୍ତଭିଜା କପଡ଼ା ମିଳିଛି। ପୂର୍ବବର୍ତ୍ତୀ ଖବର
1
ଆମ୍‌ୱେର ସନ୍ତୁଳିତ ଆହାର ଅଭିଯାନ ଆମ୍‌ୱେର ସନ୍ତୁଳିତ ଆହାର ଅଭିଯାନ 0 ସେୟାର ଭୁବନେଶ୍ବର: ସନ୍ତୁଳିତ ଆହାର ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆମ୍‌ୱେ ପକ୍ଷରୁ ଇଟ୍‌ ହାର୍ଡ ଇଟ୍‌ ସ୍ମାର୍ଟ ନାମକ ଅଭିଯାନ ଆରମ୍ଭ କରାଯାଇଛି। ଲୋକମାନଙ୍କ ମଧ୍ୟରେ ପୋଷଣର ଅଭାବକୁ କିଭଳି ପୂରଣ କରାଯାଇପାରିବ ସେ ବିଷୟରେ ଏହି ଅଭିଯାନରେ ସଚେତନତା ସୃଷ୍ଟି କରାଯାଉଛି। କଂପାନିର ମୁଖ୍ୟ ମାର୍କେଟିଂ ଅଧିକାରୀ ସୁନ୍ଦୀପ ଶାହ ଏହି ଅଭିଯାନକୁ ଉନ୍ମୋଚନ କରିଛନ୍ତି। ପୂର୍ବବର୍ତ୍ତୀ ଖବର
0
0 ସେୟାର ଫିରୋଜାବାଦ: ଏହି ନବବଧୂ ଜଣକ ଶାଶୁଘରେ ଯେଭଳି କାରନାମା କରିଛନ୍ତି ଆପଣ ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ନବବଧୂ ନିଜ ହାତରେ ସରବତ ବନାଇ ସମସ୍ତଙ୍କୁ ହସିହସି ପିଆଇ ଥିଲେ। ସରବତ ପିଇବାର କିଛି ସମୟ ପରେ ସମସ୍ତେ ଅଚେତ ହୋଇପଡ଼ିଥିଲେ। ଏହାପରେ ନବବଧୂ ଅଚେତ ହୋଇପଡ଼ିଥିବା ମହିଳାଙ୍କ ବେକ ଓ ହାତରୁ ସୁନାଗହଣା କାଢ଼ିବା ସହିତ ଘରେ ଥିବା ତିନି ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ତା’ପର ଦିନ ସକାଳେ ଯେତେବେଳେ ଫେରାର ହୋଇଥିବା ନବବଧୂଙ୍କ ଶାଶୁଘର ଲୋକଙ୍କ ଚେତା ଆସିଲା ସେମାନେ ସେତେବେଳେ ଯାଇ ଏହି ଘଟଣା ସମ୍ପର୍କରେ ଅବଗତ ହୋଇଥିଲେ। ସରବତରେ ନିଶାଦ୍ରବ୍ୟ ଖାଇଥିବାରୁ ସସସ୍ତଙ୍କ ଶରୀର ଅସୁସ୍ଥ ହୋଇପଡ଼ିଥିଲା, ତେଣୁ ଚିକିତ୍ସା ପାଇଁ ଜିଲ୍ଲା ହସ୍‌ପିଟାଲରେ ସେମାନଙ୍କୁ ଭର୍ତ୍ତି କରାଯାଇଛି। ଏହି ମାମଲାଟି ଉତ୍ତରପ୍ରଦେଶ ଫିରୋଜାବାଦ ଟୁଣ୍ଡଲା ଥାନା ଅଞ୍ଚଳରେ ଘଟିଛି। କୁହାଯାଉଛି କି, ଏଠାକାର ରାଜା ତାଲ ଗ୍ରାମର ରାକେଶ କୁମାରଙ୍କ ବିବାହ ଜେଲେସର ଗ୍ରାମର କରଧନିରେ ବସବାସ କରୁଥିବା ରୀତାଙ୍କ ସହିତ ଫେବ୍ରୁଆରି ମାସରେ ହୋଇଥିଲା। ରାକେଶଙ୍କ କହିବାନୁସାରେ, ଏପ୍ରିଲ ୨୨ ତାରିଖରେ ରୀତା ଶାଶୁଘରକୁ ଆସିଥିଲେ। ରୀତା ଦିନେ ସନ୍ଧ୍ୟାରେ ଏକ ବିବାହ ଉତ୍ସବକୁ ଯାଇଥିଲେ। ସେଠାରୁ ଫେରିବା ପରେ ସେ ସମସ୍ତଙ୍କୁ ସରବତ ବନାଇ ଦେଇ ଥିଲେ। କଥା ହୋଇ ହୋଇ ହସିହସି ସେ ସମସ୍ତଙ୍କୁ ସରବତ ପିଆଇ ଥିଲେ। ସରବତ ପିଇବା ପରେ ଘରେ ଥିବା ଛଅ ଜଣ ସଦସ୍ୟ ଅଚେତ ହୋଇପଡ଼ିଥିଲେ। ରୀତା ଛଅଜଣ ପିନ୍ଧିଥିବା ସମସ୍ତ ଗହଣା ଓ ଘରେ ଥିବା ନଗଦ ତିନିଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଏନେଇ ପୁଲିସରେ ମାମଲା ମଧ୍ୟ ରୁଜୁ କରାଯାଇଛି। ପୂର୍ବବର୍ତ୍ତୀ ଖବର ଦିଲ୍ଲୀରେ ଆପ୍‌-କଂଗ୍ରେସ ମେଣ୍ଟ, ୨୦୧୯ ପାଇଁ ୫-୨ରେ ଅଟକିଛି ପ୍ରସ୍ତାବ? ପରବର୍ତ୍ତୀ ଖବର
1
ଓଲିଉଡ ସହ ବଲିଉଡରେ ବି ଏଇ ଓଡ଼ିଆ ନାୟିକା ଓଲିଉଡ ସହ ବଲିଉଡରେ ବି ଏଇ ଓଡ଼ିଆ ନାୟିକା Last updated Nov 18, 2017 photo-pinimg.com 0 ସେୟାର ଭୁବନେଶ୍ୱର: କେତେକ ଓଡ଼ିଆ ଯୁବତୀ ଏବେ ବି ମାୟାନଗରୀ ମୁମ୍ବାଇରେ ସିନେମାରେ ଅଭିନୟ କରିବା ଲାଗି ସଂଘର୍ଷରତ ଅଛନ୍ତି। କାହାକୁ ସେଠି ସଫଳତା ମିଳୁଛି ତ ପୁଣି କାହାକୁ ବିଫଳତା।ଏମିତି ଜଣେ ମୁମ୍ବାଇରେ ରହୁଥିବା ଓଡ଼ିଆ ନାୟିକା ହେଲେ କାବ୍ୟା କିରଣ । ତାଙ୍କୁ ଓଡ଼ିଆ ସିନେ ଦର୍ଶକ ୨୦୧୩ରେ ମୁକ୍ତିଲାଭ କରିଥିବା ଥ୍ରିଡି ସିନେମା ‘କାଉଁରୀ କନ୍ୟା’ ରେ ଦେଖିବାକୁ ପାଇଥିଲେ। ଏବେ ସେ ପୁଣି ଏକ ଓଡ଼ିଆ ଛବି ‘ପ୍ରେମ ହୁଏ ଚୋରି ଚୋରି’ ରେ ଦେଖା ଦେବେ ବୋଲି ଜଣାଯାଇଛି। ସୌମ୍ୟରଞ୍ଜନ ସାହୁ ନିର୍ଦେଶିତ ଏହି ଫିଲ୍ମରେ କାବ୍ୟାଙ୍କ ଅଭିନୀତ ଚରିତ୍ରର ନାଆଁ ରହିଛି ରୀୟା। ଏଥିରେ ତାଙ୍କ ଭୂମିକାଟି ଜଣେ ଅଲଟ୍ରାମଡର୍ଣ ଗାର୍ଲ ର ଯିଏ କି ଏକଦମ୍‌ ବିନ୍ଦାସ୍‌। ରୀୟା ମୋଟରବାଇକ୍‌ ଚଳାଏ, ଧୂମପାନ କରେ ଏବଂ ମଦ ପିଏ। ସବୁଠୁ ବଡ଼ କଥା ହେଲା ଯେ ତାର ଆଦୌ ପ୍ରେମରେ ବିଶ୍ୱାସ ନ ଥାଏ। କିନ୍ତୁ ଦିନେ ସେ ଅନୁଭବ କରେ ସେ ଜଣଙ୍କ ପ୍ରେମରେ ପଡ଼ିଯାଇଛି। ତାପରେ କଣ ହୁଏ ତାହା ଜାଣିବା ଲାଗି ଆପଣଙ୍କୁ ‘ପ୍ରେମ ହୁଏ ଚୋରି ଚୋରି’ ର ରିଲିଜ୍‌ ଯାଏଁ ଅପେକ୍ଷା କରିବାକୁ ପଡ଼ିବ। ଏହି ସିନେମାରେ ନିଜେ ସୌମ୍ୟରଞ୍ଜନ ସାହୁ ଅନ୍ୟତମ ନାୟକ ଭୂମିକାରେ ଥିବା ବେଳେ ଆଉ ଜଣେ ନାୟକ ଅଛନ୍ତି ହରିହର ଦାଶ। କାବ୍ୟା କିରଣ କେବଳ ଯେ ଓଲିଉଡରେ କାମ କରୁଛନ୍ତି, ତାହା ନୁହେଁ ବରଂ ସେ ବଲିଉଡରେ ବି ସକ୍ରିୟ। ଏଇ ନିକଟରେ ସେ ଅଭିଷେକ ଚଢ଼ା ନିର୍ଦେଶିତ ହିନ୍ଦୀ ସିନେମା‘ୟେ ମିଶନ୍‌ ୨୦୧୭’ ରେ ବି ଅଭିନୟ କରିଛନ୍ତି। ଏହି ହିନ୍ଦୀ ଫିଲ୍ମରେ ସେ ଷ୍ଟିଙ୍ଗ୍‌ ଅପସେନ୍‌ କରୁଥିବା ଜଣେ ସାମ୍ବାଦିକା ଭୂମିକାରେ ଅଭିନୟ କରିଛନ୍ତି। ଅବଶ୍ୟ କାବ୍ୟାଙ୍କ ମୁମ୍ବାଇରେ ବିଶେଷ ସଂଘର୍ଷ କରିବାକୁ ପଡ଼ୁନାହିଁ। ପୂର୍ବବର୍ତ୍ତୀ ଖବର ହାର୍ଦ୍ଦିକଙ୍କୁ ଝଟ୍‌କା: ଦୁଇ ସହଯୋଗୀ ବିଜେପିରେ ସାମିଲ ପରବର୍ତ୍ତୀ ଖବର
2
Edited By OdishaReporter Bureau | By R M Last updated Feb 17, 2017 Share ଭୁବନେଶ୍ୱର: ଭୁବେଶ୍ୱର ସ୍ଥିତ ଝାରପଡ଼ା ହଳଦିପଡ଼ିଆ ବସ୍ତିରୁ ୩୦ଗ୍ରାମର ବ୍ରାଉନସୁଗାର ଲକ୍ଷ୍ମୀସାଗର ଥାନା ପୋଲିସ୍‌ ଜବତ କରିବା ସହ ୩ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।  ସେମାନେ ହେଲେ ସଞ୍ଜୟ ମହାନ୍ତି, ବିଶ୍ୱଜିତ ବେପାରୀ ଓ ସଞ୍ଜୟ ମହାନ୍ତି। ବିଶ୍ୱଜିତଠାରୁ ୧୧ଗ୍ରାମ,ସଞ୍ଜୟଠାରୁ ୯ଗ୍ରାମ ଏବଂ ବେଣୁଧରଠାରୁ ୧୦ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିବା ପୋଲିସ୍‌ ସୂଚନା ଦେଇଛି। ଗିରଫ ଯୁବକମାନେ ଖୋର୍ଦ୍ଧା, ନୟାଗଡ଼ ଏବଂ ଭଦ୍ରକ ଅଞ୍ଚଳର ବୋଲି ଜଣାପଡ଼ିଛି। ଆହୁରି ପଢ଼ନ୍ତୁ
1
Edited By OdishaReporter Bureau | By R M On Oct 2, 2016 Share ନୂଆଦିଲ୍ଲୀ: ସୋସିଆଲ୍ ମାଇକ୍ରୋ-ବ୍ଲଗିଙ୍ଗ୍ ସାଇଟ୍ ଟ୍ୱିଟରରେ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ୍ ପୂରା ଆକ୍ଟିଭ୍। ସେ ବିଶେଷ କରି ସାରା ବିଶ୍ୱର କ୍ରିକେଟରଙ୍କୁ ସେମାନଙ୍କ ଜନ୍ମ ଦିନରେ ଶୁଭେଚ୍ଛା ଜଣାନ୍ତି ଓ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଜର ମତ ରଖନ୍ତି। ଏହା ସହିତ ଭାରତୀୟ ସେନାକୁ ପ୍ରଶଂସା କରି ଟ୍ୱିଟ୍ କରନ୍ତି। ଉରୀରେ ଆତଙ୍କବାଦୀ ହମ୍‌ଲାରେ ୧୯ ଜଣ ଭାରତୀୟ ଯବାନ ସହିଦ ହେବା ପରେ ସେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ନିୟମିତ ଭାବେ କିଛି ନା କିଛି ବୀର ଯବାନଙ୍କ ବିଷୟରେ ଟ୍ୱିଟ୍ କରୁଛନ୍ତି। ଆଜି ସେ ଟ୍ୱିଟ୍‌ରରେ ଲେଖିଛନ୍ତି,“ଆମେ ଯେତେବେଳେ ଶୋଇବାକୁ ଯାଉ, ଆମ ଯବାନମାନେ ସେତେବେଳେ ସଜାଗ ଥାଆନ୍ତି। ଆମେ ଯେତେବେଳେ ସକାଳୁ ଉଠୁ ସେତେବେଳେ ବି ସେମାନେ ସଜାଗ ଥାଆନ୍ତି। ସେମାନଙ୍କ ନିକଟରେ ଆମେ କୃତଜ୍ଞ।” Subscribe to our newsletter
3
ମୋଦୀଙ୍କୁ ଅନୁକରଣ କଲେ ଇମ୍ରାନ ମୋଦୀଙ୍କୁ ଅନୁକରଣ କଲେ ଇମ୍ରାନ 0 ସେୟାର ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁକରଣ କରିଛନ୍ତି। ଏକ ଟିଭି ବାର୍ତା ଜରିଆରେ ସେ ଦେଶବାସୀଙ୍କୁ ଟିକସ ପ୍ରଦାନ କରିବାକୁ ଆହ୍ବାନ ଦେଇଛନ୍ତି। ଏଥି ସହିତ ଶେଷ ‘ସମ୍ପତ୍ତି ଘୋଷଣା ସ୍କିମ୍‌’ର ଲାଭ ଉଠାଇବାକୁ କହିଛନ୍ତି। ୨୦୧୬ରେ କଳାଧନ ବି‌ରୋଧରେ ଲଢ଼େଇ ଆରମ୍ଭ କରି ମୋଦୀ ସେହିଭଳି ଧରଣର ପଦକ୍ଷେପ ଗ୍ରହଣ କରିଥିଲେ। ପାକିସ୍ତାନ ଅର୍ଥନୀତି ସଙ୍କଟ ମଧ୍ୟ ଦେଇ ଗତି କରୁଥିବାରୁ ରାଜସ୍ବ ପରିମାଣ ବଢ଼ାଇବା ପାଇଁ ଇମ୍ରାନ ଏଭଳି ପଦକ୍ଷେପ ନେଇଛନ୍ତି। ପୂର୍ବବର୍ତ୍ତୀ ଖବର ରାଜଧାନୀରେ ମାତିଛନ୍ତି କାର୍ ଲୁଟେରା, ଚାଳକକୁ ଫୁଲନଖରାରେ ଫୋପାଡ଼ି କାର୍ ନେଇଗଲେ ପରବର୍ତ୍ତୀ ଖବର
0
Edited By OdishaReporter Bureau | By R M On Jun 21, 2016 Share ନୂଆଦିଲ୍ଲୀ:ଜୁନ୍‌ ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପ୍ରୋ କବାଡି ଲିଗ୍‌ (ପିକେଏଲ୍‌)ର ଚତୁର୍ଥ ସଂସ୍କରଣ। ଚତୁର୍ଥ ସଂସ୍କରଣର ପ୍ରଥମ ମ୍ୟାଚ୍‌ରେ ପୁନେରୀ ପାଲ୍‌ଟନ୍‌କୁ ଭେଟିବ ତେଲ୍‌ଗୁ ଟାଇଟାନ୍ସ। ପ୍ରଥମ ସଂସ୍କରଣରେ ଜୟପୁର ପିଙ୍କ୍‌ ପାନ୍ଥର, ଦ୍ୱିତୀୟ ସଂସ୍କରଣରେ ୟୁ ମୁମ୍ବାଇ ଓ ତୃତୀୟ ସଂସ୍କରଣରେ ପାଟ୍‌ନା ଟାଇଟେଲ ଜିତିଥିଲେ। ଆହୁରି ପଢ଼ନ୍ତୁ ଭାରତ ବିପକ୍ଷ ଟି-୨୦ ସିରିଜରୁ ଓହରିଲେ ସୈଫୁଦ୍ଦିନ ଚତୁର୍ଥ ସଂସ୍କରଣର ସେମିଫାଇନାଲର ଜୁଲାଇ ୨୯ରେ ହେବାକୁ ଥିବା ବେଳେ ପ୍ଲେ ଅଫ୍‌ ଓ ଫାଇନାଲ ଜୁଲାଇ ୩୧ରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଇରାନ୍‌, କେନିୟା, ଜାପାନ, ଶ୍ରୀଲଙ୍କା, ଥାଇଲାଣ୍ଡ, ଇଣ୍ଡୋନେସିଆ, ଦକ୍ଷିଣ କୋରିଆ, ଓ ୟୁକେ ପରି ୧୨ଟି ଦେଶରୁ ୨୪ ଜଣ ଅନ୍ତର୍ଜାତୀୟ ଖେଳାଳି ଭାଗ ନେବେ। Subscribe to our newsletter
3
Edited By OdishaReporter Bureau | By R M On Sep 9, 2017 Share ଭୁବନେଶ୍ୱର (ଓଡିଶା ରିପୋର୍ଟର): ପାଠକ ଓ ଦର୍ଶକଙ୍କୁ ଆମେ ଗୋଟେ ନଂଘା ଖବର ଦେବାକୁ ଯାଉଛୁ। ଓଲିଉଡ୍‌ର ସିନେପ୍ରେମୀ ଖବରଟି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଖବର ମିଳିଛି, ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଆସିଛନ୍ତି ଜଣେ ନୂଆ ପଞ୍ଜ।ବୀ ହିରୋ। ଗୋଟେ ଫିଲ୍ମରେ ବି ତାଙ୍କୁ ଚାନ୍‌ସ ମିଳି ସାରିଲାଣି। କଥାଟା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେଣି। ଫଟୋ ଓ ଭିଡିଓ ଦେଖିଲେ ତ ଆପଣ ଲୋଭେଇ ଯିବେ। ଓଃ! କି ଅନ୍ଦାଜ୍ !  କି ରୂପ ! କି ଚାଲି ! କି ଷ୍ଟାଇଲ୍ ! କିଏ ଏହି ପଞ୍ଜାବୀ ଟୋକା ? କ’ଣ ତାଙ୍କ ପରିଚୟ ? ରାଉଡି ରାଠୋର ପରି ଚାଲି, ଦେଖିବାକୁ ପୁରା କ୍ୟୁଟ୍। ତାଙ୍କୁ କେହି ଭଲରେ ଚିହ୍ନି ପାରୁନାହାଁନ୍ତି, କିନ୍ତୁ ହଲ ସାମ୍ନାରେ ତାଙ୍କୁ ଦେଖିବାକୁ ଜମିଲାଣି ଭିଡ଼। (ଭିଡିଓ ଦେଖନ୍ତୁ) କେତେକ ପ୍ରଶ୍ନ କରୁଛନ୍ତି, ଭିଡ଼ ଭିତରେ ଏ ଟୋକା କିଏ? ଇଏ କ’ଣ ଓଡ଼ିଆ ବୁଝନ୍ତି? ଏ ସରଦାର ଜଣଙ୍କ କିଏ ? କଥା କଥାକେ ଖାଲି କଲର୍ ଟେକୁଛନ୍ତି। ଲାଗୁଛି ମାର୍ ପିଟ୍ କରିବେ ବୋଧେ। ତାଙ୍କ ପାଖରେ ପୁଣି ଠିଆ ହୋଇଛନ୍ତି ଓଲିଉଡ୍‌ ହିରୋ ଅରିନ୍ଦମ। ଏମାନେ କଣ ଚିହ୍ନା ପରିଚିତ ବୋଧହୁଏ। ନୂଆ ପଞ୍ଜାବୀ ମୁଣ୍ଡାଙ୍କ ନୂଆ ଷ୍ଟାଇଲ। ବ୍ଲୁ ପଞ୍ଜାବି ସାଙ୍ଗକୁ ରେଡ୍ ପଗଡ଼ି। କମ୍ବିନେସନ୍ ବି ବିଲକୁଲ୍ ଜବରଦସ୍ତ। ଚିହ୍ନି ପାରୁଛନ୍ତି ଏ ପଞ୍ଜାବୀ ମୁଣ୍ଡା ଜଣଙ୍କ କିଏ ? ଆହୁରି ପଢ଼ନ୍ତୁ ବାହାଘରର ୧୯ ବର୍ଷ ପରେ କାହିଁକି ଅଲଗା ହେଲେ ଅରବାଜ୍ ଓ ମଲାଇକା ପାଠକେ ଓ ଦର୍ଶକେ, ଏବେ ଆଉ କଥାଟାକୁ ସସ୍‌ପେନ୍ସ ନରଖି ଖୋଲି କହିବାର ବେଳ ଆସିଗଲା। ଇଏ ହେଉଛନ୍ତି ଓଲିଉଡର ପ୍ରସିଦ୍ଧ ଚକୋଲେଟ୍ ଗର୍ଲ ଅର୍ଚ୍ଚିତା। ସିନେମା ହଲ୍‌ରେ ପହଞ୍ଚିଛନ୍ତି ସର୍ଦ୍ଦାର ବେଶରେ। ଆପଣ ଭାବୁଥିବେ ଏମିତି ସେ କାହିଁକି କଲେ? ତା କାରଣ ବି ଅଛି। ଚାଲିଥିଲା ଅପ୍‌କମିଂ ଓଡ଼ିଆ ଫିଲ୍ମ ‘ଶିବା ନଟ୍ ଆଉଟ୍’ର ସୁଟିଂ ଚାଲିଥିଲା। ସିକୁଏନ୍ସ ଥିଲା, ହିରୋ ଅରିନ୍ଦମଙ୍କ ସହ ଲୁଚି ଲୁଚି ଫିଲ୍ମ ଦେଖିବାକୁ ଯିବେ ହିରୋଇନ୍ ଅର୍ଚ୍ଚିତା। କିନ୍ତୁ ଫିଲ୍ମର କାହାଣୀ ଅନୁଯାୟୀ, ହିରୋ ହିରୋଇନ୍ ମିଶିକି ସମସ୍ତଙ୍କ ଆଗରେ ଫିଲ୍ମ ଦେଖିବାକୁ ଯିବା ସମ୍ଭବ ନୁହେଁ। କାରଣ କଥା ଉଭୟଙ୍କ ଘରେ ବି ପହଞ୍ଚି ଯାଇ ପାରେ। ତେଣୁ ସେମାନେ ବୁଦ୍ଧି ଖଟେଇ, ଅର୍ଚ୍ଚିତା ନିଜ ରୂପ ବଦଳେଇ ଜଣେ ପଞ୍ଜାବୀ ଟୋକା ବେଶରେ ଫିଲ୍ମ ଦେଖିବାକୁ ଯାଇଥିଲେ। ସେଇ ସିକୁଏନ୍ସ ସୁଟିଂ ବେଳେ ସତରେ ବି ଲୋକମାନେ ଅର୍ଚ୍ଚିତାଙ୍କୁ ଚିହ୍ନିପାରି ନଥିଲେ। ମେକ୍ ଅପ୍ ଆର୍ଟିଷ୍ଟ ଅର୍ଚ୍ଚିତାଙ୍କୁ ଏମିତି ସଜେଇଥିଲେ ଯେ, କେହି ତାଙ୍କୁ ଚିହ୍ନିପାରି ନଥିଲେ। ଅର୍ଚ୍ଚିତା ବି ପ୍ରପର୍ ଜଷ୍ଟିସ୍ ଦେଇଥିଲେ ତାଙ୍କର ଏହି ଲୁକ୍‌କୁ। ନିଜେ ଅର୍ଚ୍ଚିତା ଏହି ଲୁକ୍ ପାଇଁ ଖୁବ୍ ଉତ୍ସାହିତ ଥିଲେ। ତେଣୁ ବୋଧେ ସେ ଏହାକୁ ଠିକ୍ ଭାବରେ କରିପାରିଲେ। ସେହିପରି ଫିଲ୍ମର ନିର୍ଦ୍ଦେଶକ ସୁଧାଂଶୁ ସାହୁ ମଧ୍ୟ ପୂରା ସୁଟିଂରେ ସନ୍ତୁଷ୍ଟ। ଏବେ ଦେଖିବାକୁ ବାକି ରହିଲା, ଦର୍ଶକ ଅର୍ଚ୍ଚିତାଙ୍କ ଏହି ନୂଆ ଲୁକ୍‌କୁ କେମିତି ଗ୍ରହଣ କରୁଛନ୍ତି। Subscribe to our newsletter
2
ବିରାଟ କୋହଲୀ କ୍ରିକେଟରଙ୍କୁ ମାଗିଲେ ହନିମୁନ୍‌ ଟିପସ୍‌ ! ବିରାଟ କୋହଲୀ କ୍ରିକେଟରଙ୍କୁ ମାଗିଲେ ହନିମୁନ୍‌ ଟିପସ୍‌ ! Last updated Dec 16, 2017 photo-ndtv_ 0 ସେୟାର ମୁମ୍ବାଇ: କ୍ରିକେଟର ବିରାଟ କୋହଲୀ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଇଟାଲୀରେ ବିବାହ କରିବାପରେ ଜୀବନସାଥୀଙ୍କୁ ନେଇ ସିଧା ଚାଲିଯାଇଛନ୍ତି ରୋମ୍‌। ତେବେ ଏହାପୂର୍ବରୁ ସେ ତାଙ୍କୁ ଶୁଭେଚ୍ଛା ଜଣାଇଥିବା ବନ୍ଧୁମାନଙ୍କୁ ସୋସିଆଲ ମିଡିଆରେ ଧନ୍ୟବାଦ ଜଣାଇବାକୁ ଭୁଲି ନ ଥିଲେ। ଆଉ ତା’ଭିତରେ ସେ ଜଣେ କ୍ରିକେଟରଙ୍କୁ ସୋସିଆଲ ମିଡିଆରେ ହନିମୁନ୍‌ ଟିପସ୍‌ ମାଗିଲେ । photo-midday ଏଠାରେ ଯେଉଁ କ୍ରିକେଟରଙ୍କ କଥା କୁହାଯାଉଛି ସେ ହେଲେ ଅଜିଙ୍କ୍ୟ ରାହାଣେ। ଅଜିଙ୍କ୍ୟ ବିରାଟ କୋହଲୀଙ୍କୁ ଟ୍ଵିଟରରେ ବିବାହିତଙ୍କ କ୍ଲବକୁ ସ୍ୱାଗତ କରିଥିଲେ। ଏହାର ପ୍ରତ୍ୟୁତ୍ତରରେ ବିରାଟ କୋହଲୀ ତାଙ୍କୁ କିଛି ହନିମୁନ୍‌ ଟିପସ୍‌ ଦେବାକୁ ଅନୁରୋଧ କରିଲେ ନିଜର ଟ୍ଵଟରରେ। ଏଥିରୁ ବିରାଟ କୋହଲୀ କେତେ ରୋମାଣ୍ଟକ୍‌ ତାହା ଜଣାପଡ଼ୁଛି ବୋଲି ଚର୍ଚ୍ଚା ହେଉଛି। ବିରାଟ କୋହଲୀ ଏବଂ ଅନୁଷ୍କା ଶର୍ମା ଏବେ ସୋସିଆଲ ମିଡିଆରେ ବେଶୀ ସର୍ଚ୍ଚ ହେଉଥିବା କପୁଲ ଭିତରେ ରହିଛନ୍ତି। ଏ ଦୁହେଁ ହନିମୁନ୍‌ ସାରି ଭାରତ ଫେରିବେ ଏବଂ ନୂଆ ଦିଲ୍ଲୀ ଓ ମୁମ୍ବାଇରେ ଦୁଇଟି ଭିନ୍ନ ଭିନ୍ନ ରିସେପସନ୍‌ ପାର୍ଟିର ଆୟୋଜନ କରାଯିବ। ପୂର୍ବବର୍ତ୍ତୀ ଖବର
2
ଜାତୀୟ କନିଷ୍ଠ ହକି ପ୍ରଶିକ୍ଷଣ ଶିବିରରେ ୬ ଓଡ଼ିଆ ଜାତୀୟ କନିଷ୍ଠ ହକି ପ୍ରଶିକ୍ଷଣ ଶିବିରରେ ୬ ଓଡ଼ିଆ Last updated Sep 8, 2019 ସେୟାର ଭୁବନେଶ୍ବର: ସୁଲ୍‌ତାନ୍‌ ଜୋହର କପ୍‌ର ନବମ ସଂସ୍କରଣ ପୂର୍ବରୁ ଭାରତୀୟ କନିଷ୍ଠ ହକି ଖେଳାଳିଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ। ସୁଲ୍‌ତାନ ଜୋହର୍‌ କପ୍‌ ଆସନ୍ତା ଅକ୍ଟୋବର ୧୨ ତାରିଖରୁ ମାଲେସିଆରେ ଆରମ୍ଭ ହେବ। ଏଥିରେ ଭାରତ ବ୍ୟତୀତ ଅଷ୍ଟ୍ରେଲିଆ, ବ୍ରିଟେନ୍‌, ନ୍ୟୁଜିଲାଣ୍ଡ୍‌, ଜାପାନ ଓ ଆୟୋଜକ ମାଲେସିଆ ପ୍ରତିଦ୍ବନ୍ଦ୍ବିତା କରିବେ। ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଭାରତୀୟ ଦଳ ଅକ୍ଟୋବର ୭ ତାରିଖରେ ମାଲେସିଆ ଯାତ୍ରା କରିବ। ତେଣୁ ଏହା ପୂର୍ବରୁ ୪ ସପ୍ତାହ ବ୍ୟାପୀ ଏକ ପ୍ରଶିକ୍ଷଣ ଶିବିର ବେଙ୍ଗାଲୁରୁ ସ୍ଥିତ ସାଇ କ୍ୟାମ୍ପସ୍‌ରେ ଆସନ୍ତା ସୋମବାରଠୁ ଆରମ୍ଭ ହେବ। ଏହ ଶିବିର ପାଇଁ ହକି ଇଣ୍ଡିଆ ଶନିବାର ଏକ ସମ୍ଭାବ୍ୟ ୩୩ ଜଣିଆ ଦଳ ଘୋଷଣା କରିଛି। ଆଉ ଏହି ଦଳରେ ଓଡ଼ିଶାରୁ ୬ ଜଣ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଗୋଲ୍‌ରକ୍ଷକ ସାହିଲ କୁମାର ନାୟକ, ଡିଫେଣ୍ଡର ସୁମନ ବେକ୍‌, ପ୍ରତାପ ଲାକ୍ରା ଓ ନବିନ କୁଜୁର, ମିଡ୍‌ଫିଲ୍‌ଡର ଗ୍ରିଗୋରି ଖେସ୍‌ ଏବଂ ଫରୱାର୍ଡ ସୁଦୀପ ଚିର୍ମାକୋ। ସମସ୍ତ ଖେଳାଳିଙ୍କୁ ସାଇ କ୍ୟାମ୍ପସ୍‌ରେ ରିପୋର୍ଟ କରିବାକୁ କୁହାଯାଇଛି। ଶିବିରରେ ହକି ଇଣ୍ଡିଆ ହାଇ ପର୍ଫମାନ୍‌ସ ଡାଇରେକ୍ଟର ଡେଭିଡ୍‌ ଜନ୍‌ ଉପସ୍ଥିତ ରହିବେ। ଶିବିରରେ ଖେଳାଳିମାନେ ସେମାନଙ୍କ ମାନସିକ୍ ଶକ୍ତି ବୃଦ୍ଧି କରିବା ପାଇଁ ନିୟମିତ ମନସ୍ତତ୍ତ୍ବ ଉପରେ ପାଠ ପଢ଼ିବେ ବୋଲି ଡେଭିଡ୍‌ ଜନ୍‌ କହିଛନ୍ତି। ପୂର୍ବବର୍ତ୍ତୀ ଖବର
3
0 ସେୟାର କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ତିନିଦିନ ଧରି ଆୟୋଜିତ ଏହି ପ୍ରତିଯୋଗିତାରେ ମୋଟ ୯ କୀର୍ତିମାନ ସ୍ଥାପନ ହୋଇଛି। ପ୍ରଥମ ଦିନରେ ୧, ଦ୍ବିତୀୟ ଦିନରେ ୫ ପରେ ରବିବାର ଶେଷ ଦିନରେ ଆଉ ୩ କୀର୍ତିମାନ ହୋଇଛି। ଶେଷ ଦିନରେ ୩ହଜାର ମିଟର ଷ୍ଟିପଲ ଚେଜ୍‌ରେ ରଶ୍ମିତା ମହାନ୍ତି ନୂଆ ମିଟ୍‌ କୀର୍ତିମାନ ସହ ରାଜ୍ୟ କୀର୍ତିମାନ ମଧ୍ୟ କରିଛନ୍ତି। ସେ ୧୨:୪୧.୭ ସେକେଣ୍ତ ସମୟ ନେଇ ଏହି କୀର୍ତିମାନ କରିଥିଲେ। ପୂର୍ବରୁ ମିଟ୍‌ କୀର୍ତିମାନ ୧୩:୧୩.୫ ସେକେଣ୍ତ ଓ ରାଜ୍ୟ କୀର୍ତିମାନ ୧୩:୩୧.୩ ସେକେଣ୍ତ (ରୋଜାଲିନ୍‌ ବସ୍ତିଆ, ୨୦୦୬) ରହିଥିଲା। ମହିଳା ହାମର ଥ୍ରୋରେ ଦିବ୍ୟ ସାଣ୍ତିଲ୍ୟ ପୁରୁଣା ରେକର୍ଡ ୪୮.୩୨ ମିଟରକୁ ଅତିକ୍ରମ କରି ୫୦.୮୫ ମିଟର ସହ କୀର୍ତିମାନ କରିଛନ୍ତି। ୧୬ ବର୍ଷରୁ କମ୍‌ ବାଳକ ହାମର ଥ୍ରୋରେ ମୋହିତ ନାରାୟଣ ସାଣ୍ତିଲ୍ୟ ୩୮.୬ ମିଟରରେ କୀର୍ତିମାନ କରିଛନ୍ତି। ପୂର୍ବରୁ ଏହି କୀର୍ତିମାନ ୩୫.୨୦ ମିଟର ରହିଆସିଥିଲା। ଅନ୍ୟପକ୍ଷରେ ଦଳଗତ ଭାବେ କଟକ ସର୍ବାଧିକ ୬୨୪ ପଏଣ୍ଟ ପାଇ ବିଜେତା ହୋଇଥିଲା ବେଳେ ସୁନ୍ଦରଗଡ଼ (୩୭୨ ପଏଣ୍ଟ) ଉପବିଜେତା ହୋଇଛି। ଅନ୍ୟ ବୟସବର୍ଗ ଦଳଗତରେ ୧୬ ବର୍ଷରୁ କମ୍‌ ବାଳକ (୫୫), ୧୮ ବର୍ଷରୁ କମ୍‌ ବାଳକ (୬୮), ୨୦ ବର୍ଷରୁ କମ୍‌ ବାଳିକା (୧୧୦) ଓ ବାଳକ (୮୩), ମହିଳା (୭୬) ବିଭାଗରେ କଟକ ବିଜେତା ହୋଇଛି। ସେହିପରି ୧୪ ବର୍ଷରୁ କମ୍‌ ବାଳିକା (୪୫), ୧୬ ବର୍ଷରୁ କମ୍‌ ବାଳିକା (୫୯), ୧୮ ବର୍ଷରୁ କମ୍‌ ବାଳିକା (୮୦) ରେ ସୁନ୍ଦରଗଡ଼ ବିଜେତା ହୋଇଥିଲା। ଏହାଛଡ଼ା ୧୪ ବର୍ଷରୁ କମ୍‌ ବାଳକରେ ଭୁବନେଶ୍ବର ୨୬ ପଏଣ୍ଟ ଓ ପୁରୁଷରେ ଓଡ଼ିଶା ପୁଲିସ୍‌ ୧୧୦ ପଏଣ୍ଟ ପାଇଥିଲେ। ଉଦ୍‌ଯାପନୀ ସମାରୋହରେ ପୁଲିସ୍‌ କମିସନର ସତ୍ୟଜିତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଦୌଡ଼କୁଦ ସ˚ଘ ସମ୍ପାଦକ ଆଶୀର୍ବାଦ ବେହେରା, ଯୁଗ୍ମ ସମ୍ପାଦକ ଅଶୋକ ସାହୁ, ରବି ନାୟକ, ଉପ ସଭାପତି ଦୁଲାଲ ଚନ୍ଦ୍ର ପ୍ରଧାନ, ଦୁର୍ଗାମାଧବ ନାଏକ, ଭାରତୀୟ ଦୌଡ଼କୁଦ ମହାସ˚ଘ ଯୁଗ୍ମ ସମ୍ପାଦକ ଅଧୀପ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବବର୍ତ୍ତୀ ଖବର
3
Edited By OdishaReporter Bureau | By R M Last updated Feb 18, 2018 Share ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତର ଅଧିନାୟକ ବିରାଟ କୋହଲି ଏବେ ବିଶ୍ୱର ସବୁଠୁ ଲୋକପ୍ରିୟ ସଫଳ କ୍ରିକେଟର୍ ଏଥିରେ ସନ୍ଦେହ ନାହିଁ। କ୍ରିକେଟ୍‌ ଠାରୁ ଆରମ୍ଭ କରି ବିଜ୍ଞାପନ କ୍ଲବରେ ମଧ୍ୟ ବିରାଟ ପ୍ରଥମ ପସନ୍ଦ। ୨୯ ବର୍ଷ ବିୟସର ବିରାଟ ୩୯୦ କୋଟି ଟଙ୍କାର ମାଲିକ ହୋଇସାରିଲେଣି।ଏତେ କମ୍‌ ବୟସରେ ସେ ସବୁଠୁ ଧନି କ୍ରିକେଟର୍‌ ହୋଇପାରିଛନ୍ତି। ଆହୁରି ପଢ଼ନ୍ତୁ ଅନୁଷ୍କାଙ୍କ ସହ ଛୁଟିରେ ବାହାରିଲେ ବିରାଟ୍‌ ଅନ୍ୟପଟେ ଦୁନିଆର ସବୁଠୁ ଧନୀ ଫୁଟବଲରଙ୍କ ମଧ୍ୟରୁ ବ୍ରାଜିଲର ନେମାର୍‌ ବେଶ ଚର୍ଚ୍ଚିତ। ନେମାରଙ୍କୁ ଯେତେବେଳେ ୨୫ ବର୍ଷ ହୋଇଥିଲା ସେ ସେତେବେଳେ ୨୫ ବର୍ଷରୁ କମ ବୟସର ଖେଳାଳିଙ୍କ ମଧ୍ୟରେ ସବୁଠୁ ଅଧିକ ଆୟ କରୁଥୁଲେ। ୨୦୧୭ ବର୍ଷରେ ନେମାର୍‌ ୨୩୮କୋଟି ଟଙ୍କା କମାଇଥିଲେ। ୨୦୧୭ରେ ସେ ଏକ ବିଳାସପୂର୍ଣ୍ଣ ଭଡ଼ା ଘରକୁ ସିପ୍ଟ ହୋଇଥିଲେ। ଏହି ଘର ପାଇଁ ନେମାରଙ୍କୁ ମାସକୁ ୧୧ ଲକ୍ଷ ଟଙ୍କା ଘରଭଡ଼ା ଦେବାକୁ ପଡୁଛି। ଏହି ଘର ପାଇଁ ବର୍ଷକୁ ସେ ୧.୩ କୋଟି ଟଙ୍କା ଖର୍ଚ୍ଚ କରନ୍ତି। ଅନ୍ୟପଟେ ବିବାହ ପରେ ବିରାଟ ମୁମ୍ବାଇ ଏକ ଫ୍ଲାଟକୁ ସିପ୍ଟ ହୋଇଥିଲେ। ବିରାଟ ୩୪ କୋଟି ଟଙ୍କାରେ ଫ୍ଲାଟକୁ କିଣିଥିବା ଜଣାପଡ଼ିଛି। team-india
3
ପାଣ୍ଠି ଦେବାକୁ ମନା କଲା ରିଜର୍ଭ ବ୍ୟାଙ୍କ ପାଣ୍ଠି ଦେବାକୁ ମନା କଲା ରିଜର୍ଭ ବ୍ୟାଙ୍କ ସରକାରଙ୍କୁ ୨୮ ହଜାର କୋଟିର ଲାଭାଂଶ ଦେବ ରିଜର୍ଭ ବ୍ୟାଙ୍କ 0 ସେୟାର ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ପାଖରେ ଯେଉଁ ବଳକା ପାଣ୍ଠି ରହିଛି ତାହାକୁ ସରକାର ଏତେଶୀଘ୍ର ପାଇବେ ନାହିଁ। ମାତ୍ର ଲାଭାଂଶ ବାବଦରେ ୨୮ ହଜାର କୋଟି ଟଙ୍କା ଶୀଘ୍ର ପାଇବେ। ରିଜର୍ଭ ବ୍ୟାଙ୍କର ଅଡିଟ୍ କମିଟି ଆକଳନ ଅନୁଯାୟୀ ଚଳିତ ଆର୍ଥିକ ବର୍ଷ ପାଇଁ ରିଜର୍ଭ ବ୍ୟାଙ୍କ ସରକାରଙ୍କୁ ୨୮ ହଜାର କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିବ। ଚଳିତ ମାସ ୧୮ ତାରିଖରେ ହେବାକୁ ଥିବା ବୋର୍ଡ ବୈଠକରେ ଏବିଷୟରେ ଘୋଷଣା କରାଯିବ। ରିଜର୍ଭ ବ୍ୟାଙ୍କ ପାଖରେ ବଳକା ଟଙ୍କାର ଏକ ଭଣ୍ଡାର ରହିଛି। ପ୍ରତିବର୍ଷ ସେଥିରେ କୋଟି କୋଟି ଟଙ୍କା ଯୋଡ଼ି ହେଉଛି। ସେହି ଭଣ୍ଡାରର କିଛି ଅଂଶ ଦେବାକୁ ରିଜର୍ଭ ବ୍ୟାଙ୍କ ଉପରେ ସରକାର ଚାପ ପକାଉଛନ୍ତି। ସରକାରଙ୍କ ଯୁକ୍ତି ହେଉଛି ରିଜର୍ଭ ବ୍ୟାଙ୍କ ଭଣ୍ଡାରରେ ଆବଶ୍ୟକତା ଠାରୁ ଅଧିକ ଟଙ୍କା ରହିଛି। ଅନ୍ୟ ଦେଶଗୁଡ଼ିକ ତୁଳନାରେ ଏହା ପାଖରେ ବହୁତ ଅଧିକ ଟଙ୍କା ଅଛି। ଭଣ୍ଡାରରେ ଥିବା ବଳକା ଟଙ୍କାକୁ ଯଦି ସରକାରଙ୍କୁ ପ୍ରଦାନ କରାଯିବ ତେବେ ତାହାକୁ ଜନ କଲ୍ୟାଣମୂଳକ କାମରେ ବ୍ୟବହାର କରାଯାଇପାରିବ। ରିଜର୍ଭ ବ୍ୟାଙ୍କ ଭଣ୍ଡାରରେ କେତେ ଟଙ୍କା ରହିବା ଦରକାର ତାହା ଆକଳନ କରିବା ପାଇଁ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ବିମଳ ଜାଲାନ୍‌ଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇଛି। ଚଳିତ ବର୍ଷ ମାର୍ଚ ୩୧ ସୁଦ୍ଧା କମିଟି ଏହାର ରିପୋର୍ଟ ପ୍ରଦାନ କରିବ। ଉଲ୍ଲେଖଯୋଗ୍ୟ, ରିଜର୍ଭ ବ୍ୟାଙ୍କର ଭଣ୍ଡାରରେ ଅତିରିକ୍ତ ୨୭,୩୮୦ କୋଟି ଟଙ୍କା ରହିଛି। ସେହି ଟଙ୍କା ହସ୍ତାନ୍ତର କରିବାକୁ ରିଜର୍ଭ ବ୍ୟାଙ୍କକୁ ସରକାର କହିଥିଲେ। ରିଜର୍ଭ ବ୍ୟାଙ୍କ ଭଣ୍ଡାରରେ ଥିବା‌ ପାଣ୍ଠି ଉପରେ ସରକାର ନଜର ପକାଇବା ପରେ ଉଭୟ ପକ୍ଷ ଭିତରେ ଥିବା ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦରୁ ଉର୍ଜିତ ପଟେଲ୍‌ଙ୍କ ଇସ୍ତଫାର ଏହା ଅନ୍ୟତମ କାରଣ ଥିଲା। ତାଙ୍କ ସ୍ଥାନରେ ଶକ୍ତିକାନ୍ତ ଦାସଙ୍କୁ ନିଯୁକ୍ତ କରାଯିବା ପରେ ଭଣ୍ଡାରରେ ଥିବା ବଳକା ପାଣ୍ଠି ଶୀଘ୍ର ସରକାରଙ୍କୁ ମିଳିଯିବ ବୋଲି ଆଶା କରାଯାଉଥିଲା। କିନ୍ତୁ, ଏପର୍ଯ୍ୟନ୍ତ ସେଦିଗରେ କୌଣସି ଆଖିଦୃଶିଆ ଅଗ୍ରଗତି ହୋଇନାହିଁ। ପୂର୍ବବର୍ତ୍ତୀ ଖବର
0
Edited By OdishaReporter Bureau | By R M Last updated Dec 20, 2017 Share କଟକ( ଓଡ଼ିଶା ରିପୋର୍ଟର):  କଟକ ବାରବାଟୀ ଷ୍ଟାଡିୟମରେ ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍। ରୋହିତ ଶର୍ମାଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ଗତକାଲି ଉଭୟ ଟିମ୍ ଜୋରଦାର ଅଭ୍ୟାସ କରିଥିଲେ। ପ୍ରାୟ ଦୁଇ ଘଣ୍ଟା ଅଭ୍ୟାସ କରିଥିଲେ ଲଙ୍କା ଦଳର ଖେଳାଳି। ପରେ ମଧ୍ୟାହ୍ନରେ ଟିମ୍ ଇଣ୍ଡିଆର ଖେଳାଳିମାନେ ୱାର୍ମ ଅପ ସହ ନେଟ୍ ପ୍ରାକଟିସ କରିଥିଲେ। ପୂର୍ବରୁ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ସହ ଟେଷ୍ଟ ସିରିଜକୁ ୧-୦ ଏବଂ ଦିନିକିଆ  ସିରିଜକୁ ୨-୧ରେ ଜିତି ନେଇଛି। ଆଜି କଟକର ବାରବାଟୀରେ ସନ୍ଧ୍ୟା ୭ଟାରେ ୩ଟିକିଆ ସିରଜର ପ୍ରଥମ ଟି- ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ। ଏହା ହେଉଛି ବାରବାଟୀରେ ଦ୍ୱିତୀୟ ଆନ୍ତର୍ଜାତିକ ଟି- ଟ୍ୱେଣ୍ଟି ମ୍ୟାଚ୍। ଆହୁରି ପଢ଼ନ୍ତୁ ବିଜୟ ହଜାରେ ଟ୍ରଫି: କର୍ଣ୍ଣାଟକ-ତାମିଲନାଡୁ ଫାଇନାଲ୍ ୨୦୧୫ରେ  ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯାଇଥିଲା। ଯେଉଁ ମ୍ୟାଚରେ ଭାରତର ପରାଜୟରେ ଦର୍ଶକ ପଡ଼ିଆ ମଧ୍ୟକୁ ବୋତଲ ଫିଙ୍ଗା ଫୋପଡା କରିଥିଲେ। ତେଣୁ ବାରବାଟୀ ମ୍ୟାଚ୍ ପାଇଁ ଏଥର  ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା ପାଇଁ ୮୦ଟି ସିସିଟିଭି  କ୍ୟାମେରା ଲଗାଯାଇଛି।  ପ୍ରତିଷେଧମୂଳକ ଦର୍ଶକଙ୍କ ପାଇଁ ପାଣି ବୋତଲ ଏବଂ ପାଣି ପାଉଚ୍ ସଂପୂର୍ଣ୍ଣ ନିଷିଦ୍ଧ  କରାଯାଇଛି। Subscribe to our newsletter
3
0 ସେୟାର ଭୁବନେଶ୍ୱର: ସୃଜନ ଦ୍ୱାରା ଆୟୋଜିତ ୨୪ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଆଜି ଥିଲା ଅନ୍ତିିମ ସଂଧ୍ୟା। ଏହି ଉତ୍ସବର ମୂଳ ଉଦ୍ଦେଶ୍ୟ ଓଡ଼ଶାର ସଂସ୍କୃତି ପ୍ରେମୀ ଦର୍ଶକମାନଙ୍କୁ ଭାରତର ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତକୁ ପ୍ରଦର୍ଶିତ କରାଇବା ସହିତ ତାହାକୁ କିପରି ଲୋକଲୋଚନକୁ ଆଣିବା  । ୧୯୯୫ ମସିହାରୁ ପ୍ରତିବର୍ଷ ଓଡ଼ିଶାରେ ନୃତ୍ୟ, ସଙ୍ଗୀତ, ମଞ୍ଚ ଏବଂ ସିନେମା କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ନାଲକୋ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ସ୍ୱରୂପ ୧ ଲକ୍ଷ ଟଙ୍କା ଲେଖାଏଁ ଦୁଇଗୋଟି ପୁରସ୍କାର ପ୍ରଦାନ କରାଯାଇଥାଏ। ସେହିପରି ପ୍ରତ୍ୟେକ ବର୍ଷ ଦେଶର ସୁନାମଧନ୍ୟ ଶାସ୍ତ୍ରୀୟ ନୃତ୍ୟ ଓ ଓଡ଼ଶୀ ସଙ୍ଗୀତ ପାଇଁ ଚାରିଜଣ ଯୁବ କଳାକାରଙ୍କୁ ନାଲକୋ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥାଏ। ଏହି ବର୍ଷ ନାଟ୍ୟ ଜଗତର ସୁନାମଧ୍ୟନ୍ୟ ବ୍ୟକ୍ତି ଡ଼. ସଚୀ ଦାସ ଓ ଓଡ଼ିଶୀ ନୃତ୍ୟ ବିଶାରଦ ଗୁରୁ ଲିଙ୍ଗରାଜ ବେହେରାଙ୍କୁ ନାଲକୋ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ୨୦୧୮ ଏବଂ ଓଡ଼ିଶୀ ନୃତ୍ୟରେ ସୋନାଲୀ ମହାପାତ୍ର ଓ ସୁବିକାଶ ମୁଖର୍ଜୀ ଏବଂ କଥକ ନୃତ୍ୟରେ ସ୍ୱାତୀ ସିହ୍ନା ଓ ଓଡ଼ିଶୀ ସଙ୍ଗୀତରେ ରୋହନ ସୁରେଶ ଢାଲେଙ୍କୁ ନାଲକୋ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ ୨୦୧୮ ସମ୍ମାନରେ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା  ଉଦଯାପନୀ ସଂଧ୍ୟାରେ ଗୁରୁ କେଳୁଚରଣ ମହାପାତ୍ରଙ୍କ କର୍ମ ଜୀବନିକୁ ନେଇ ପୁସ୍ତକ ‘ଡ଼୍ୟାନସିଂ ଇନଟୁ ଇଟରନିଟି’କୁ ଅତିଥିମାନଙ୍କ ଦ୍ୱାରା ଉନ୍ମେଚନ କରାଯାଇଥିଲା। ଅନ୍ତିମ ସଂଧ୍ୟାରେ ସୃଜନର ଶିଳ୍ପୀମାନେ ପ୍ରସ୍ତୁତ କରିଥିଲେ ତାଙ୍କର ପ୍ରଥମ କାର୍ଯ୍ୟକ୍ରମ ଓଡ଼ିଶୀକୁ ନୂତନ ଭାବରେ ସଂସ୍ଥାପିତ ପୁରାତନ ବା ଶାସ୍ତ୍ରୀୟ ନୃତ୍ୟ  କିରଓ୍ଵାନୀ ମଧୁରିମା, ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ରତିକାନ୍ତ ମହାପାତ୍ର ଓ ଗୀତ ଅନୁବାଦ କରିଥିଲେ ନିତ୍ୟାନନ୍ଦ ମିଶ୍ର। ଅନ୍ତିମ ସଂଧ୍ୟାର ଅନ୍ତିମ ପ୍ରସ୍ତୁତି ଥିଲା ଓଡ଼ିଶୀ ନୃତ୍ୟାଭିନୟ ମାଟି ଯାହା ପ୍ରସିଦ୍ଧ  କବି ରାଧା ମୋହନ ଗଡ଼ନାୟକଙ୍କ କବିତାରୁ ଉଦ୍ଧୃତ।   ଗୁରୁ ରତିକାନ୍ତ ମହାପାତ୍ର ଏହି କାର୍ଯ୍ୟକ୍ରମଟିକୁ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ। ଲକ୍ଷ୍ମୀକାନ୍ତ ପାଳିତ ସଙ୍ଗୀତ ସଂଯୋଜନା ସହିତ ଜୟଦେବ ଦାସଙ୍କ ଦ୍ୱାରା ଆଲେଖ୍ୟ ଏବଂ ନିତ୍ୟାନନ୍ଦ ମିଶ୍ରଙ୍କ ଦ୍ୱାରା ଗୀତ ରଚନା କରାଯାଇଥିଲା। ନିଖୁଣ ଏବଂ ସମୟ ସାମୟିକ ସଂରଚନାରେ ସୁନ୍ଦର ଓ ଚମତ୍କାର ପରିବେଷଣ ଅତନ୍ତ ଚିତ୍ତାକର୍ଷକ  ଓ ଭାବୋଦ୍ଦୀପକ ଥିଲା ଯାହାକୁ ଶେଷ ପର୍ଯ୍ୟନ୍ତ ଦର୍ଶକମାନେ ଉପଭୋଗ କରିଥିଲେ । ଉତ୍ସବର ଅତିଥିମାନେ ଥିଲେ ମାନ୍ୟବର ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା, ସିନେ ତାରକା ଶ୍ରୀମତୀ ହେମାମାଳିନୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ମନୋରଂଜନ ପାଣିଗ୍ରାହୀ ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ଶ୍ରୀ ରତିକାନ୍ତ ମହାପାତ୍ର।  କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼ଃ ମୃତ୍ୟୁଞ୍ଜୟ ରଥ ଏବଂ ସଂଚାଳନ କରିଥିଲେ ଶ୍ରୀ ଦେବୀପ୍ରସାଦ ମିଶ୍ର। ପୂର୍ବବର୍ତ୍ତୀ ଖବର ସୋନାଲି ବେନ୍ଦ୍ରେଙ୍କ ମୃତ୍ୟୁକୁ ନେଇ ପ୍ରଚାର ହୋଇଥିବା ମିଥ୍ୟା ଖବର ଉପରେ ରାଗି ଗଲେ ସ୍ୱାମୀ ଗୋଲ୍ଡୀ ବହଲ, ଦେଲେ ଏଭଳି ପ୍ରତିକ୍ରିୟା ପରବର୍ତ୍ତୀ ଖବର
2
Latest ସାଙ୍ଗ ଓ ଭଉଣୀମାନଙ୍କ ସହିତ ପାରମ୍ପରିକ ପୋଷାକ ପିନ୍ଧି ଦାଣ୍ଡିଆ ନୃତ୍ୟରେ ସାମିଲ ହୋଇଥିଲା ତୈମୁର ସାଙ୍ଗ ଓ ଭଉଣୀମାନଙ୍କ ସହିତ ପାରମ୍ପରିକ ପୋଷାକ ପିନ୍ଧି ଦାଣ୍ଡିଆ ନୃତ୍ୟରେ ସାମିଲ ହୋଇଥିଲା ତୈମୁର 0 ସେୟାର ନୂଆଦିଲ୍ଲୀ: ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଓ ଅଭିନେତ୍ରୀ କରୀନା କପୁରଙ୍କ ପୁତ୍ର ତୈମୁର ନବରାତ୍ରୀରେ ରଙ୍ଗୀନ୍‌ ହୋଇଥିବା ନଜର ଆସିଥିଲା। ତୈମୁର ନିଜର ସ୍କୁଲ ସାଙ୍ଗସାଥୀ ଓ ଭଉଣୀ ଇନାୟା ନୋମିଙ୍କ ସହିତ ଦାଣ୍ଡିଆ ନୃତ୍ୟରେ ପାରମ୍ପରିକ ପୋଷାକ ପରିଧାନରେ କରି ମଜା ନେଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ପିଲାଙ୍କ ଦାଣ୍ଡିଆ ନୃତ୍ୟ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି। ନବରାତ୍ରୀ ପାଇଁ ସବୁଆଡେ ଦାଣ୍ଡିଆ ନୃତ୍ୟର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରଖାଯାଇଥିଲା। ତେବେ ଏହି କ୍ରମରେ ତୈମୁର ପ୍ଲେ ସ୍କୁଲରେ ଦାଣ୍ଡିଆ ନୃତ୍ୟର ବି ଆୟୋଜନ ହୋଇଥିଲା। ସେଠାରେ ତୈମୁର ଓ ତୈମୁରର ସମ୍ପର୍କୀୟା ଭଉଣୀ ଇନାୟା ନୋମି ଓ ଅଭିନେତା ତୁଷାର କପୁରଙ୍କ ପୁଅ ଲକ୍ଷ୍ୟ ବି ଦାଣ୍ଡିଆ ଖେଳୁଥିବା ନଜର ଆସିଛନ୍ତି। ତୈମୁର ବାଇଗଣୀ ରଙ୍ଗର କୁର୍ତ୍ତା ସହିତ ଧଳା ରଙ୍ଗର ପାଇଜାମା ପରିଧାନ କରି ଦାଣ୍ଡିଆ ନୃତ୍ୟରେ ସାମିଲ ହୋଇଥିଲା। ପିଲା ଦାଣ୍ଡିଆ ଖେଳୁଥିବାର ଏହି ଫଟୋ ଲୋକଙ୍କୁ ଖୁବ୍‌ ପସନ୍ଦ ଆସୁଛି। ପୂର୍ବବର୍ତ୍ତୀ ଖବର କଟକ: ବିଦାୟ ନେଉଛନ୍ତି ମା’, ରାତି ସାରା ଚାଲିବ ଦେବୀଗଡ଼ାରେ ମୂର୍ତ୍ତି ବିସର୍ଜନ ପରବର୍ତ୍ତୀ ଖବର
2
ଓଡ଼ିଶାକୁ ୧୦୨୦ କୋଟି ଜିଏସ୍‌ଟି କ୍ଷତିପୂରଣ ଓଡ଼ିଶାକୁ ୧୦୨୦ କୋଟି ଜିଏସ୍‌ଟି କ୍ଷତିପୂରଣ 0 ସେୟାର ନୂଆଦିଲ୍ଲୀ: ଦେଶରେ ଚଳିତ ବର୍ଷ ଜୁଲାଇରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଲାଗୁ ହେବା ପରେ ରାଜ୍ୟଗୁଡ଼ିକ ଟିକସ ଆଦାୟ ବାବଦରେ କ୍ଷତି ସହିଛନ୍ତି। ଏହି କ୍ଷତିକୁ ଭରଣା କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ଗୁଡ଼ିକୁ ଜୁଲାଇରୁ ଅକ୍ଟୋବର ମଧ୍ୟରେ ୨୪,୫୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହି କ୍ଷତିପୂରଣ ରାଶି ମଧ୍ୟରୁ ସର୍ବାଧିକ ୩୨୭୧ କୋଟି ଟଙ୍କା କର୍ଣ୍ଣାଟକକୁ ଦିଆଯାଇ ଥିବାବେଳେ ଗୁଜରାଟକୁ ୨୨୮୨ କୋଟି, ପଞ୍ଜାବକୁ ୨୦୯୮ କୋଟି, ରାଜସ୍ଥାନକୁ ୧୯୧୧ କୋଟି, ବିହାରକୁ ୧୭୪୬ କୋଟି, ଉତ୍ତର ପ୍ରଦେଶକୁ ୧୫୨୦ କୋଟି, ଓଡ଼ିଶାକୁ ୧୦୨୦ କୋଟି ଏବଂ ପଶ୍ଚିମବଙ୍ଗକୁ ୧୦୦୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବପ୍ରତାପ ଶୁକ୍ଳା ସଂସଦରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି। ପୂର୍ବବର୍ତ୍ତୀ ଖବର
0
Edited By OdishaReporter Bureau | By R M On Nov 15, 2015 Share ପୁରୀ: ଝାଡଖଣ୍ଡ ଚକ୍ରଧରପୁରରୁ ଉତ୍କଳ ଏକ୍ସପ୍ରେସରେ ପୁରୀ ଆସୁଥିବା ପର୍ଯ୍ୟଟକଙ୍କଠାରୁ ମୋବାଇଲ ଲୁଟ୍ ଘଟଣାରେ ପୁରୀ ଜିଆରପି ଆଜି ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଚନ୍ଦନପୁର ଅଞ୍ଚଳର ଜିତେନ୍ଦ୍ର ସାହୁ ଏବଂ ପ୍ରଫୁଲ ଦାସ। ସକାଳ ୬ଟାରେ ରିତୁଜା ଚକ୍ରବର୍ତ୍ତି ମୋବାଇଲ ହାତରେ ଧରିଥିବା ସମୟରେ ୨ଜଣ ଦୁର୍ବୃତ୍ତ ମୋବାଇଲ ଛଡାଇ ନେଇ ଚଳନ୍ତା ଟ୍ରେନରୁ ଡେଇଁପଡି ଥିଲେ। ତେବେ ପୁରୀ ବୀରରାମଚନ୍ଦ୍ରପୁର ଗ୍ରାମବାସୀ ୨ଜଣଙ୍କୁ ଧରି ଜି.ଆର.ପି ପୋଲିସକୁ ଜିମା ଦେଇଥିଲେ। Subscribe to our newsletter
1
Latest ଟ୍ରେନ୍‌ରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇ ଗିରଫ ହେଲେ ବିଜେପି ନେତା ଟ୍ରେନ୍‌ରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇ ଗିରଫ ହେଲେ ବିଜେପି ନେତା 0 ସେୟାର ଥିରୁଭନନ୍ତପୁରମ୍‌ : ଥିରୁଭନନ୍ତପୁରମ୍‌-ଚେନ୍ନାଇ ଏକ୍ସପ୍ରେସରେ ଘଟିଛି ଏକ ଅଭାବନୀୟ ଘଟଣା । ଟ୍ରେନରେ ଯାତ୍ରା କରିବା ସମୟରେ କେରଳର ଭାରତୀୟ ଜନତା ପାର୍ଟିର ଜନୈକ ନେତା କେପି ପ୍ରେମ ଅନନ୍ଥ ଜଣେ ୧୦ ବର୍ଷିୟ ନାବାଳିକାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ଏରୋଡ଼୍‍ ରେଲେଓ୍ଵ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ସୂଚନା ମୁତାବକ, ସମସ୍ତେ ଶୋଇଥିବା ବେଳେ ଅଭିଯୁକ୍ତ ଜଣକ ପୀଡ଼ିତାଙ୍କୁ ଅସଦାଚରଣ କରିଥିଲେ । ଏହା ଜାଣି ପାରି ପୀଡ଼ିତା ଜୋରରେ ଚିତ୍କାର କରିବା ସହ ପାଖରେ ଥିବା ତାଙ୍କ ପରିବାର ଲୋକେ ଉଠି ପଡ଼ିଥିଲେ । ଅଭିଯୁକ୍ତ ପ୍ରେମ ଅନନ୍ଥ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ପୀଡ଼ିତାଙ୍କ ପରିବାର ଲୋକେ ତାଙ୍କୁ ଧରି ପୁଲିସ ଜିମା ଦେଇଥିଲେ । ୧୨ବର୍ଷରୁ କମ ନାବାଳିକାଙ୍କ ସହ ଦୁଷ୍କର୍ମ କରାଗଲେ ଦୋଷୀକୁ ମୃତ୍ୟୁ ଦଣ୍ଡ ଦିଆଯିବା ବୋଲି କେନ୍ଦ୍ର ମନ୍ତ୍ରିମଣ୍ଡଳ ନିଷ୍ପତ୍ତିି ନେବା ଦିନ ହିଁ ଏହି ଘଟଣାଟି ଘଟିଛି । The Indian Express କେପି ପ୍ରେମ ଅନନ୍ଥ ଜଣେ ଆଇନ୍‌ଜୀବୀ ହୋଇଥିବା ବେଳେ ୨୦୦୬ରେ ସେ ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇ ହାରିଥିଲେ ବୋଲି ଜଣା ପଡ଼ିଛି । ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ଉତ୍ତରପ୍ରଦେଶର ବିଜେପି ବିଧାୟକ କୁଲ୍‌ଦୀପ୍‌ ସିଂ ସେନ୍‌ଗର୍‌ଙ୍କ ଉପରେ ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇ ସାରିଛି । ଏ ନେଇ ତାଙ୍କୁ ବିଧାୟକ ହିସାବରେ ଯୋଗାଇ ଦିଆଯାଇଥିବା ସମସ୍ତ ସୁରକ୍ଷା ଶୁକ୍ରବାର ଫେରାଇ ନିଆଯାଇଛି । ପୂର୍ବବର୍ତ୍ତୀ ଖବର ଚାନ୍ଦବାଲିରେ ବଜ୍ରପାତ, ଜଣେ ମୃତ ପରବର୍ତ୍ତୀ ଖବର
1
Edited By OdishaReporter Bureau | By R M Last updated Aug 27, 2015 Share ଭୁବନେଶ୍ୱର: ଭୁବନେଶ୍ୱର ଇନ୍ଦ୍ରଧନୁ ମାର୍କେଟ ସରକାରୀ ମୈତ୍ରୀ ଦୋକାନରୁ ପିଡିଏସ୍ ବାବଦକୁ ଆସିଥିବା ଗହମ ଚୋରା ଚାଲାଣ ବେଳେ ଏକ ମିନିଟ୍ରକକୁ ଜବତ କରାଯାଇଛି। ୩୦ବସ୍ତା ଚୋରା ଗହମ ଜବତ କରିବା ସହିତ ସରକାରୀ ମୈତ୍ରୀ ଦୋକାନର ମ୍ୟାନେଜର ଓ ଗାଡି ଡ୍ରାଇଭରଙ୍କୁ ଅଟକ ରଖିଛି ପୋଲିସ୍। ଦିନଦ୍ୱିପହରେ ଏକ ମିନିଟ୍ରକ ଯୋଗେ ଏହି ସବୁ ଗହମ ଚାଲାଣ ହେଉଥିବା ବେଳେ ସ୍ଥାନୀୟ ଲୋକେ ପ୍ରଥମେ ଦେଖିଥିଲେ। ପରେ ସିପିଆଇଏମ କର୍ମୀ ଘଟଣା ସ୍ଥଳରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ। କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଅଟକ ସରକାରୀ ମୈତ୍ରୀ ଦୋକାନ, ମ୍ୟାନେଜର ଜଣେ ସରକାରୀ କର୍ମଚାରୀ। ତେବେ କଳାବଜାର ପାଇଁ ଏହି  ସବୁ ଗହମ ଚୋରା ଚାଲାଣ କରୁଥିବା ଅଟକ ମ୍ୟାନେଜର ମିଡିଆ ଆଗରେ ସ୍ୱୀକାର କରିଛନ୍ତି। ଘଟଣାର ପୁଙ୍ଖ।ନୁପୁଙ୍ଖ ତଦନ୍ତ କରାଯିବାସହ ପିଡିଏସ୍ ଗହମ ଚୋରା ଚାଲାଣ କରି ଧରାପଡିଥିବା ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବି ହୋଇଛି। Subscribe to our newsletter
1
ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୪ ଜେଲ୍‌ ଗଲେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୪ ଜେଲ୍‌ ଗଲେ 0 ସେୟାର ଧଉଳି : ବିବାଦୀୟ ଜାଗାବାଡ଼ିକୁ କେନ୍ଦ୍ରକରି ଗତକାଲି ସନ୍ଧ୍ୟାରେ ଶିଶୁପାଳଗଡ଼ ଅଞ୍ଚଳରେ ଘଟିଥିବା ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ମାମଲାରେ ଆଜି ଧଉଳି ଥାନା ପୁଲିସ ଉଭୟ ପକ୍ଷରୁ ମୋଟ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗୋଟିଏ ପକ୍ଷର ଦେବନ ନାୟକ (୪୨) ଓ ଅଜୁ ଜେନା (୨୩)। ସେହିପରି ବିରୋଧୀ ପକ୍ଷର ଅନ୍ୟ ଅଭିଯୁକ୍ତ ଦ୍ୱୟ ହେଲେ ପ୍ରଫୁଲ୍ଲ ଦାସ (୩୨) ଏବଂ ତାଙ୍କ ପିଉସୀ ପୁଅ ଭାଇ ବିପିନ ନାୟକ। ଏହି ଗଣ୍ଡଗୋଳ ଘଟଣାରେ ଆହୁରି ଏକାଧିକ ବ୍ୟକ୍ତି ପକ୍ଷଭୁକ୍ତ ଥିବା ନେଇ ସୂଚନା ମିଳିଛି। ରବିବାର ଜାଗାବାଡ଼ି ଦଖଲକୁ ନେଇ ଉପରୋକ୍ତ ଦୁଇ ପକ୍ଷ ମାର୍‌ପିଟ୍‌ ହୋଇଥିଲେ । ପୂର୍ବବର୍ତ୍ତୀ ଖବର
1
ରଣବୀରଙ୍କ ଦିୱାନା ଏହି ନିର୍ଦ୍ଦେଶକମାନେ ରଣବୀରଙ୍କ ଦିୱାନା ଏହି ନିର୍ଦ୍ଦେଶକମାନେ Last updated Nov 30, 2017 photo-.hindustantimes.com 0 ସେୟାର ରଣବୀର କପୁର ଜଣେ ଷ୍ଟାର୍‌ ନୁହେଁ ବରଂ ଆକ୍ଟର ଭାବେ ନିଜକୁ ପ୍ରମାଣିତ କରିସାରିଲେଣି । ନିର୍ଦ୍ଦେଶକ ସଂଜୟ ଲୀଳା ଭଁସାଲିଙ୍କ ‘ସାଓ୍ଵାରିଆ’ ମାଧ୍ୟମରେ ବଲିଉଡରେ ଆକ୍ଟର୍‌ ଭାବେ ଏଣ୍ଟ୍ରି ଦେଇ ପରେ ଅନେକ ନୂଆ ଓ ପୁରୁଣା ମାତ୍ର ଦକ୍ଷ ନିର୍ଦ୍ଦେଶକଙ୍କ ସହିତ କାମ କରିଛନ୍ତି ରଣବୀର । ଆସନ୍ତୁ ଜାଣିବା ଏହି ନିର୍ଦ୍ଦେଶକମାନେ ରଣବୀରଙ୍କ ସଂପର୍କରେ କ’ଣ କହୁଛନ୍ତି ରାଜ କୁମାର ହିରାନୀ- ମୁଁ ଯେତେବେଳେ ସଂଜୟ ଦତ୍ତଙ୍କ ଉପରେ ବାୟୋପିକ୍ ତିଆରି କରିବି ବୋଲି ସ୍ଥିର କରିଲି ସେତେବେଳେ ଏହି ଭୂମିକାପାଇଁ କେବଳ ରଣବୀର କପୁର ହିଁ ମନରେ ଥିଲେ। ଆଉ ମୁଁ ତାଙ୍କର ନିଷ୍ଠା ଦେଖି ଅଭିଭୂତ ହୋଇଛି। photo-amarujala ସଂଜୟଲୀଳା ଭଁସାଲୀ-ରଣବୀର ମୋତେ ‘ ବ୍ଲାକ୍‌ ’ ଓ ‘ ସାଓ୍ଵାରିୟା’ ରେ ନିର୍ଦ୍ଦେଶନାରେ ସହଯୋଗ କରିଥିଲେ । ମୁଁ ଜାଣିଛି ଦିନେ ନା ଦିନେ ସେ ଜଣେ ଭଲ ନିର୍ଦ୍ଦେଶକ ହେବେ । ତାଙ୍କର ପ୍ଲସ୍‌ ପଏଣ୍ଟ୍‌ ହେଲା ସେ ନିଜର ଅଭିନୟକୁ ନିର୍ଦ୍ଦେଶକୀୟ ଢଙ୍ଗରେ ପେଶ୍‌ କରିପାରନ୍ତି । ରାଜକୁମାର ସନ୍ତୋଷୀ- ମୁଁ ‘ ଅଜବ ପ୍ରେମ୍‌ କୀ ଗଜବ୍‌ କାହାନୀ’ରେ ଯେତେବେଳେ ରଣବୀର କପୁରଙ୍କୁ କାଷ୍ଟ୍‍ କରିଥିଲି, ସେତେବେଳେ ତାଙ୍କର କେବଳ ଗୋଟିଏ ସିନେମା ‘ ସାଓ୍ଵାରିୟା’ ରିଲିଜ୍‌ ହୋଇଥିଲା । ରଣବୀରଙ୍କ ଭିତରେ ଜଣେ କମିକ୍‌ ଆକ୍ଟର୍‌ର ରୂପ ମୁଁ ଦେଖିଥିଲି । ଏଣୁ ଏହି ସିନେମାରେ ତାଙ୍କୁ ନେଇଥିଲି । ପ୍ରତ୍ୟେକ ସଟ୍‌ରେ ତାଙ୍କର ଟାଇମିଂ ଖୁବ୍‌ ଭଲ । ସେ ‘ ଅଜବ୍‌ ପ୍ରେମ୍‌କୀ ଗଜବ୍‌ କାହାନୀ’ର ସିକ୍ୱେଲ୍‌ ତିଆରି କରିବା ପାଇଁ ମୋତେ ପରାମର୍ଶ ଦେଇଥିଲେ, ମାତ୍ର ମୁଁ ଚାହୁଁଛି ପୁଣି ଯେବେ ବି ତାଙ୍କୁ ନେଇ କୌଣସି ଫିଲ୍ମ ନିର୍ମାଣ କରିବି, ତାହା ଏକ ଫ୍ରେଶ୍‌ ସିନେମା ହେବ । ଇମତିଆଜ୍‌ ଅଲ୍ଲି: ‘ରକ୍‌ଷ୍ଟାର୍‌’ ଏବଂ ‘ତମାଶା’ ପରେ ରଣବୀରଙ୍କ ଷ୍ଟାଟସ୍‌ ବଢିଯାଇଥିଲା । ଆକ୍ଟର ଭାବେ ସେ ଅଧିକ ମ୍ୟାଚୁଅରଡ୍‌ ହୋଇଯାଇଛନ୍ତି । ମୁଁ ଏବେ ତାଙ୍କୁ ଆଖି ଆଗରେ ପୁଣି ଏକ ଫିଲ୍ମର ସ୍କ୍ରିପ୍ଟ ଲେଖୁଛି । ସେ ମଧ୍ୟ ଏହାର ସ୍କ୍ରିପ୍ଟ ଶୁଣିବା ପରେ ଖୁବ୍‌ ଉତ୍ସାହିତ ହେବେ। ରଣବୀର କପୁର ଯେକୌଣସି ପ୍ରକାରର ଭୂମିକାକୁ ସହଜରେ ନିଭାଇ ପାରିବେ ବୋଲି ମୋର ଦୃଢବିଶ୍ୱାସ । ପ୍ରକାଶ ଝା – ମୁଁ ଏଯାବତ୍‌ ଅନେକ ଷ୍ଟାର୍‌ ଓ ଆକ୍ଟରଙ୍କ ସହିତ କାମ କରିଛି । କିନ୍ତୁ ଖୁବ୍‌ କମ୍‌ କଳାକାରଙ୍କୁ ଦେଖିିଛି, ଯେଉଁମାନେ ସବୁବେଳେ କିଛି ନା କିଛି ଶିଖିବାର ମନୋବୃତ୍ତି ରଖିଥାଆନ୍ତି । ରଣବୀର ହେଉଛନ୍ତି ଏମିତି ଜଣେ ଅଭିନେତା, ଯିଏକି ପ୍ରତ୍ୟେକଟି ସଟ୍‌ ପୂର୍ବରୁ ଶିଖିବାର ମନୋବୃତ୍ତି ନେଇ ମତେ ସେ ବିଷୟରେ ପଚାରିଥାଆନ୍ତି । ‘ ରାଜନୀତି’ରେ ତାଙ୍କ ସହ କାମ କରିବାର ଅଭିଜ୍ଞତା ଖୁବ୍‌ ଭଲ । ଅୟାନ୍‌ ମୁଖାର୍ଜୀ- ‘ଓ୍ଵକ୍‌ ଅପ୍‌ ସିଡ୍‌’ ସମୟରେ ମୁଁ ତାଙ୍କଠାରେ ଯେଉଁ ଦକ୍ଷତା ଦେଖିଥିଲି, ‘ୟେ ଜଓ୍ଵାନ ହେ ଦିଓ୍ଵାନୀ’ ବେଳେ ତା’ଠୁଁ ଅଧିକ ଦକ୍ଷତା ଦେଖିଛି ତାଙ୍କ ଠାରେ । ସେ ମୋର ଜଣେ ଭଲ ବନ୍ଧୁ । ମୁଁ ବନ୍ଧୁ ହିସାବରେ କହୁନି, ବରଂ ଜଣେ ନିର୍ଦ୍ଦେଶକ ଭାବେ ଜୋର୍‌ ଦେଇ କହିବି ଯେ ରଣବୀର କପୁର ବଲିଉଡର ଜଣେ ଫାଇନ୍‌ ଆକ୍ଟର୍‌ । photo-hindustantimes.com ଅନୁରାଗ ବାସୁ- ମୁଁ ଯେତେବେଳେ ‘ବାର୍ଫି’ ର କାମ ଆରମ୍ଭ କଲି, ସେତେବେଳେ ମୋ’ ସାମ୍ନାରେ କେବଳ ରଣବୀର ହିଁ ଥିଲେ । ମୁଁ ତାଙ୍କୁ ସ୍କ୍ରିପ୍ଟ ଶୁଣାଇବା ପରେ ମାତ୍ର ପାଞ୍ଚ ମିନିଟ୍‌ ଭିତରେ ସେ ରାଜି ହୋଇଯାଇଥିଲେ । ରଣବୀର ନିର୍ଦ୍ଦେଶକଙ୍କ ଭାଷାକୁ ସହଜରେ ବୁଝିପାରନ୍ତି । ମୋ’ ମତରେ ସେ ଜଣେ ଡାଇରେକ୍ଟରସ୍‌ ଆକ୍ଟର୍‌ । ପୂର୍ବବର୍ତ୍ତୀ ଖବର
2
ବିଜୟ ଲକ୍ଷ୍ୟ ୪୨୪; ବାଂଲାଦେଶ ୩/୪୯ ବିଜୟ ଲକ୍ଷ୍ୟ ୪୨୪; ବାଂଲାଦେଶ ୩/୪୯ 0 ସେୟାର ପଶ୍ଚଷ୍ଟମ୍‌: ସ୍ଥାନୀୟ ସେନ୍‌େଓ୍ଵସ୍‌ ପାର୍କରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଘରୋଇ ଦକ୍ଷିଣ ଆଫ୍ରିକା ବିଜୟ ସମ୍ଭାବନା ସୃଷ୍ଟି କରିଛି। ରବିବାର ଚତୁର୍ଥ ଦିବସରେ ଦ୍ୱିତୀୟ ପାଳିକୁ ୨୪୭/୬ରେ ଘୋଷଣା କରିଥିବା ଘରୋଇ ଦଳ ଭ୍ରମଣକାରୀ ବାଂଲାଦେଶ ସମ୍ମୁଖରେ ୪୨୪ ରନ୍‌ର ବିଜୟ ଲକ୍ଷ୍ୟ ଛାଡ଼ିଛି। ଏହି ଲକ୍ଷ୍ୟର ପିଛା କରି ବାଂଲାଦେଶ ଦଳ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ୪୯ ରନ୍‌ରେ ୩ ଓ୍ଵିକେଟ୍‌ ହରାଇ ପରାଜୟ ମୁହାଁ ହୋଇଛି। ହାତରେ ୭ ଓ୍ଵିକେଟ୍‌ ଥାଇ ବାଂଲାଦେଶ ଏବେ ବି ଲକ୍ଷ୍ୟଠାରୁ ୩୭୫ ରନ୍‌ ପଛରେ ରହିଛି। ସୋମବାର ମ୍ୟାଚ୍‌ର ପଞ୍ଚମ ତଥା ଶେଷ ଦିବସ। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ ପ୍ରାରମ୍ଭିକ ଯୋଡ଼ି ଡିନ୍‌ ଏଲଗାରଙ୍କ ୧୯୯ ଓ ଐଦନ୍‌ ମର୍କରାମ୍‌ଙ୍କ ୯୭ ପରେ ହାସିମ୍‌ ଆମ୍‌ଲାଙ୍କ ୧୩୭ ରନ୍‌ ବଳରେ ୩ ଓ୍ଵିକେଟ୍‌ ହରାଇ ୪୯୬ ରନ୍‌ କରିଥିଲା ବେଳେ ପ୍ରଥମ ପାଳି ଘୋଷଣା କରିଥିଲା। ଦ୍ୱିଶତକରୁ ମାତ୍ର ୧ ରନ୍‌ ପାଇଁ ବଞ୍ଚିତ ହୋଇଥିବା ଏଲ୍‌ଗାର ଏବଂ ଶତକରୁ ୩ ରନ୍‌ ଦୂରରେ ରହିଯାଇଥିବା ମର୍କରାମ ମିଳିତ ଭାବେ ପ୍ରଥମ ଓ୍ଵିକେଟ୍‌ରେ ୧୯୬ ରନ୍‌ ଯୋଡ଼ିବା ପରେ ଏଲ୍‌ଗାର ଓ ଆମ୍‌ଲା ଦ୍ୱିତୀୟ ଓ୍ଵିକେଟ୍‌ରେ ୨୧୫ ରନ୍‌ ଯୋଡ଼ି ଦକ୍ଷିଣ ଆଫ୍ରିକାକୁ ବଡ଼ ସ୍କୋର୍‌ ଦେଇଥିଲେ। ଜବାବରେ ମର୍ନି ମର୍କେଲ ଓ କାଗିସୋ ରବାଡାଙ୍କ ୨ ଲେଖାଏଁ ସାଙ୍ଗକୁ କେଶବ ମହାରାଜଙ୍କ ୩ ଓ୍ଵିକେଟ୍‌ ଦଖଲ ଯୋଗୁଁ ବାଂଲାଦେଶ ପ୍ରଥମ ପାଳି ୩୨୦ରେ ଶେଷ ହୋଇଯାଇଥିଲା। ମୋମିନୁଲ୍‌ ହକ୍‌ (୭୭) ଓ ମହମୁଦୁଲ୍ଲା (୬୬) କେବଳ ଅର୍ଧଶତକ ହାସଲ କରିପାରିଥିଲେ। ତେବେ ୧୭୬ ରନ୍‌ର ଅଗ୍ରଣୀ ପାଇଥିବା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ପାଳିରେ ୬ ଓ୍ଵିକେଟ୍‌ ହରାଇ ୨୪୭ ରନ୍‌ କରିଥିଲା ବେଳେ ଚତୁର୍ଥ ଦିବସରେ ଘୋଷଣା କରିଦେଇଛି। ଫାଫ୍‌ ଡୁପ୍ଲେସିସ୍‌ (୮୧) ଓ ତେମ୍ବା ବାଭୁମା (୭୧) ଅର୍ଧଶତକ ଜମାଇଥିଲେ। ଏଥି ସହିତ ଘରୋଇ ଦଳ ବାଂଲାଦେଶ ସମ୍ମୁଖରେ ୪୨୪ ରନ୍‌ର ବିଜୟ ଲକ୍ଷ୍ୟ ଛାଡ଼ିଥିଲା। ଏହାର ପିଛା କରିବାକୁ ଯାଇ ବାଂଲାଦେଶ ତମିମ୍‌ ଇକ୍‌ବାଲ୍‌ (୦) ଓ ମୋମିନୁଲ୍‌ ହକ୍‌ (୦)ଙ୍କୁ ଖାତା ଖୋଲିବା ପୂର୍ବରୁ ଏବଂ ଇମ୍ରୁଲ୍‌ କେୟସ (୩୨)ଙ୍କୁ ହରାଇ ସଂକଟରେ ପଡ଼ିଯାଇଛି। ବର୍ଷା ଯୋଗୁଁ ଚା’ପାନ ବିରତି ପରେ ଖେଳରେ ବାଧା ସୃଷ୍ଟି ହୋଇଥିଲା। ପ୍ରଥମ ଓଭରରେ ହିଁ ମର୍କେଲ ତମିମ୍‌ ଓ ମୋମିନୁଲଙ୍କୁ ଖାତା ଖୋଲିବାକୁ ନଦେଇ ପାଭିଲିୟନ୍‌ ପଠାଇ ଦେଇଥିଲେ। ତେବେ ଚତୁର୍ଥ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଅଧିନାୟକ ମୁସ୍‌ଫିକର ରହିମ୍‌ (୧୬) ଅପରାଜିତ ରହିଛନ୍ତି। ମର୍ନି ମର୍କେଲ ୨ ଓ କେଶବ ମହାରାଜ ଗୋଟିଏ ଓ୍ଵିକେଟ୍‌ ଦଖଲ କରିନେଇଛନ୍ତି।
3
0 ସେୟାର ନୂଆଦିଲ୍ଲୀ: ରେଲେଓ୍ଵ ପ୍ରୋଟେକ୍ସନ ଫୋର୍ସ(ଆର୍‌ପିଏଫ୍‌) ଏବଂ ରେଲେଓ୍ଵ ପ୍ରୋଟେକ୍ସନ ସ୍ପେସିଆଲ୍‌ ଫୋର୍ସ(ଆର୍‌ପିଏସ୍‌ଏଫ୍‌) ର ୧୧୨୦ ପଦ ପାଇଁ  ନିଯୁକ୍ତି ଲାଗି ଭାରତୀୟ ରେଳ  ଅନ୍‌ଲାଇନ୍‌ ଆବେଦନ ଘୋଷଣା କରିଛି। ଖାଲି ଥିବା ସବ୍‌-ଇନ୍‌ସ୍ପେକ୍ଟର ପଦ ଲାଗି ବିଜ୍ଞାପନ ଜାରି ହୋଇଛି। ଚାକିରି ପାଇବା ପରେ ନବନିଯୁକ୍ତମାନଙ୍କୁୂ ସପ୍ତମ ବେତନ ଆୟୋଗର ସୁପାରିସ ଆଧାରରେ ଦରମା ମିଳିବ। ସେଥିପାଇଁ କମ୍ପ୍ୟୁଟର୍‌ ଆଧାରିତ ସିବିଟି ପରୀକ୍ଷା  ଆୟୋଜିତ କରାଯିବ। ଜାରି କରା ଯାଇଥିବା ସୂଚନା ଅନୁସାରେ  ୮୧୯ ପଦ ପାଇଁ ପୁରୁଷ ପ୍ରାର୍ଥୀ ଏବଂ ୩୦୧ ପଦ ପାଇଁ ମହିଳା ପ୍ରାର୍ଥୀଙ୍କ  ନିଯୁକ୍ତି ହେବ। ଯୋଗ୍ୟତା: କୌଣସି ବି ମାନ୍ୟତାପ୍ରାପ୍ତ ସଂସ୍ଥା କିମ୍ବା ୟୁନିଭରସିଟିରୁ ଗ୍ରାଜୁଏସନ୍‌ କରିଥିବା ଛାତ୍ରଛାତ୍ରୀ ଏହି ପଦ ପାଇଁ ଆବେଦନ କରିପାରିବେ। ଆବେଦନକାରୀଙ୍କ ବୟସ ସୀମା ୨୦ରୁ ୨୫ ବର୍ଷ ମଧ୍ୟରେ ଧାର୍ଯ୍ୟ କରାଯାଇଛି। ଆବେଦନ ତାରିଖ: ଆଗାମୀ ଜୁନ୍‌ ୧ ତାରିଖରୁ ଅନ୍‌ଲାଇନ୍‌ ଜରିଆରେ ଆବେଦନ କରିହେବ। ଆବେଦନର ଶେଷ ତାରିଖ: ଜୁନ୍‌ ୩୦ ଭିତରେ ଆବେଦନ କରିବାକୁ ହେବ। ତା’ପରେ ଆବେଦନ ପ୍ରକ୍ରିୟା ବନ୍ଦ ହୋଇଯିବ। ଫିସ୍‌ ଜମା କରିବାର ଶେଷ ତାରିଖ: ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ଫିସ୍‌ ଜମା କରିବାର ଶେଷ ତାରିଖ  ଯଥାକ୍ରମେ ଜୁଲାଇ ୨ ଓ ୫ ରହିଛି। ଦରମା: ସର୍ବନିମ୍ନ ଦରମା ରାଶି ରହିଛି ୩୫,୪୦୦ ଟଙ୍କା। ଅନ୍‌ଲାଇନ୍‌ ପରୀକ୍ଷା: ଅନ୍‌ଲାଇନ୍‌ କମ୍ପ୍ୟୁଟର୍‌ ଆଧାରିତ ପରୀକ୍ଷା ସେପଟେମ୍ବର ଏବଂ ଅକ୍ଟୋବରରେ ଆୟୋଜିତ କରାଯିବ। ଏଥିରେ ଉତ୍ତୀର୍ଣ୍ଣ ହେବା ପରେ ଅନ୍ୟାନ୍ୟ ଶାରୀରିକ ପରୀକ୍ଷା ପାଇଁ ଡକାଯିବ। ପୂର୍ବବର୍ତ୍ତୀ ଖବର
0
0 ସେୟାର ମୁମ୍ବାଇ: ବଲିଉଡ ନାୟିକାମାନେ ବି ବେଳେ ବେଳେ ଅସଭ ଆଚରଣର ଶିକାର ହୋଇଥାନ୍ତି। ଝିଅମାନଙ୍କ ସହ ଅନେକ ଅସାମାଜିକ ବ୍ୟକ୍ତି ଅଧିକାଂଶ ସମୟରେ ଅସଭ୍ୟ ଆଚରଣ ପ୍ରଦର୍ଶନ କରିଥିବା କଥା ଅତି ସାଧାରଣ। ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି ଏପରି ଦୁର୍ଘଟଣାରୁ ଅନୀଲ କପୁର୍ଙ୍କ ଅଲିଅଳି ଝିଅ ସୋନମ୍ କପୁର୍ ମଧ୍ୟ ନିଜକୁ ରକ୍ଷା କରିପାରି ନଥିଲେ । ସୋନମଙ୍କୁ ୧୪ ବର୍ଷ ବୟସ ହୋଇଥିବା ବେଳେ ସେ କେତେ ଜଣ ବନ୍ଧୁଙ୍କ ସହ ମିଶି ଅକ୍ଷୟ କୁମାର ଓ ରବିନା ଟଣ୍ଡନଙ୍କର ଏକ ଚଳଚ୍ଚିତ୍ର ଦେଖିବାକୁ ମୁମ୍ବାଇର ଗେଟି ଥିଏଟର୍କୁ ଯାଇଥିଲେ। ଇଣ୍ଟର୍ଭାଲ ସମୟରେ ସିଙ୍ଗଡ଼ା ଖାଇବା ପାଇଁ ସୋନମ ନିଜ ବନ୍ଧୁଙ୍କ ସହ ବାହାରକୁ ଯାଇଥିଲେ। ଖାଇସାରି ପୁଣିଥରେ ହଲ୍ ଭିତରକୁ ପଶିଲା ବେଳେ କେହି ଜଣେ ବ୍ୟକ୍ତି ପଛ ପଟୁ ଆସି ସୋନମ୍ଙ୍କର ବକ୍ଷୋଜକୁ ଧରି ପକାଇଥିଲେ। ସେହି ସମୟରେ କିଛି ଜାଣି ନ ପାରି ସୋନମ କାନ୍ଦି ପକାଇଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ କାହାକୁ କିଛି ନ କହି ଚଳଚ୍ଚିତ୍ର ଶେଷ ପର୍ଯ୍ୟନ୍ତ ଦେଖିଥିଲେ। ପୂର୍ବବର୍ତ୍ତୀ ଖବର ଖୁବ୍‌ ଛିଙ୍କ ହେଉଛି କି? ଏହି ପ୍ରାକୃତିକ ଘରୋଇ ଉପଚାରରେ ଛିଙ୍କ ବନ୍ଦ କରନ୍ତୁ ପରବର୍ତ୍ତୀ ଖବର
2
Edited By OdishaReporter Bureau | By R M On Apr 27, 2015 Share ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ନିଜ ପ୍ରଶଂସକଙ୍କୁ ନିରାଶ କରି ଚାଲିଛନ୍ତି ଯୁବରାଜ ସିଂହ। ଏହି ଆଇପିଏଲରେ ସବୁଠୁ ଦାମୀ ଖେଳାଳି ଯୁବରାଜ (୧୬ କୋଟି ଟଙ୍କାରେ ନିଲାମ ହୋଇଛନ୍ତି) ଖେଳୁଛନ୍ତି ଦିଲ୍ଲୀ ଡେୟାର ଡେଭିଲ୍ସ ପକ୍ଷରୁ। ଦିଲ୍ଲୀ ଡେୟାର ଡେଭିଲ୍ସ ଏଯାବତ ୭ଟି ମ୍ୟାଚ ଖେଳିଥିବା ବେଳେ ୩ଟି ଜିତିଛି ଓ ୪ଟିରେ ହାରିଯାଇଛି। ହେଲେ ଏହି ୭ଟି ମ୍ୟାଚରୁ କିଙ୍ଗସ୍ ଏକାଦଶ ପଞ୍ଜାବ ବିପକ୍ଷ ମ୍ୟାଚକୁ ଛାଡ଼ି ଦେଲେ ଆଉ କେଉଁଥିରେ ଆକର୍ଷଣୀୟ ପାଳି ଖେଳି ପାରନାହାନ୍ତି ଯୁବରାଜ ସିଂହ। ଉକ୍ତ ମ୍ୟାଚରେ ସେ ୩୯ ବଲରେ ୫୫ ରନ୍ ସଂଗ୍ରହ କରିଥିଲେ। ତେବେ ଗତକାଲି ସେ ପୁଣି ଦଳକୁ ନିରାଶ କରିଥିଲେ। ଗତକାଲି ରୋୟାଲ୍ସ ଚାଲେଞ୍ଜର୍ସ ବାଙ୍ଗଲୋର ବିପକ୍ଷରେ ଦିଲ୍ଲୀ ଡେୟାର ଡେଭିଲ୍ସ ପ୍ରଥମେ ବ୍ୟାଟିଂ କରି ମାତ୍ର ୯୫ ରନ୍ ସଂଗ୍ରହ କରିଥିଲା। ୧୮.୨ ଓଭରରେ ଦଳ ଅଲ୍ ଆଉଟ୍ ହୋଇଯାଇଥିଲା। ବାଙ୍ଗାଲୋରଠାରୁ ୧୦ ୱିକେଟରେ ଦିଲ୍ଲୀ ଏହି ମ୍ୟାଚ୍ ହାରିଯାଇଥିବା ବେଳେ ଯୁବରାଜଙ୍କ ଯୋଗଦାନ ଥିଲା ମାତ୍ର ୨ ରନ୍। ଏହା ପରେ ତାଙ୍କ ସମାଲୋଚକମାନଙ୍କ ସଂଖ୍ୟା ବଢ଼ିଯାଇଛି। ଅନ୍ୟପକ୍ଷରେ ଏଭଳି ପରିସ୍ଥିତିରେ ଯୁବରାଜଙ୍କ ମନୋବଳ ବଢ଼ାଇବାକୁ ଚେଷ୍ଟା କରିଛନ୍ତି ଦିଲ୍ଲୀ ଡେୟାର ଡେଭିଲ୍ସର ଅଧିନାୟକ ଜେ.ପି ଡୁମିନି। ସେ ଯୁବରାଜଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ଡୁମିନି କହିଛନ୍ତି, ଦଳର ପରାଜୟ ପାଇଁ କେବଳ ଯୁବରାଜଙ୍କୁ ଦୋଷ ଦେଇ ହେବନି । ତାଙ୍କୁ ସମାଲୋଚନା କରିବା ସହଜ। ହେଲେ ଆମେ ଯେଉଁ ମ୍ୟାଚଗୁଡ଼ିକରେ ଭଲ କରିଛୁ ସେଥିରେ ଯୁବରାଜଙ୍କୁ ବଡ଼ କିଛି କରିବାକୁ ସୁଯୋଗ ମିଳି ନ ଥିଲା। ଆହୁରି ପଢ଼ନ୍ତୁ
3
ଜିଓଫାଇବର୍‌ ପ୍ଲାନ୍‌ ୬୯୯ ଟଙ୍କାରୁ ଆରମ୍ଭ ଜିଓଫାଇବର୍‌ ପ୍ଲାନ୍‌ ୬୯୯ ଟଙ୍କାରୁ ଆରମ୍ଭ Last updated Sep 6, 2019 businesstoday.in ସେୟାର ମୁମ୍ବାଇ: ଜିଓ ପକ୍ଷରୁ ଆଜି ଜିଓଫାଇବର୍ ସେବା ଆରମ୍ଭ କରାଯାଇଛି। ଦେଶର ୧୬୦୦ଟି ସହରରେ ଉକ୍ତ ସେବା ଆରମ୍ଭ ଘୋଷଣା କରାଯାଇଛି। ଭାରତର ପ୍ରଥମ ୧୦୦ ପ୍ରତିଶତ ଅଲ-ଫାଇବର ବ୍ରଡବ୍ୟାଣ୍ଡ୍ ସେବା ୧୦ ଏମବିପିଏସରୁ ଆରମ୍ଭ ହୋଇ ୧ ଜିବିପିଏସ ପର୍ଯ୍ୟନ୍ତ ଯିବ। ଏହି ସେବା ଆରମ୍ଭ ଦ୍ବାରା ଭାରତ ବିଶ୍ବର ଶ୍ରେଷ୍ଠ ୫ଟି ବ୍ରଡବ୍ୟାଣ୍ଡ୍ ଦେଶ ତାଲିକାକୁ ଉନ୍ନୀତ ହୋଇପାରିବ ବୋଲି କମ୍ପାନି କହିଛି। ଜିଓଫାଇବରରେ ଅଲ୍ଟ୍ରା ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ (୧ଜିବିପିଏସ୍‌ ପର୍ଯ୍ୟନ୍ତ); ମାଗଣା ‌ଘରୋଇ ଭଏସ କଲିଂ, କନଫେରେନ୍ସିଂ ଏବଂ ଅନ୍ତର୍ଜାତୀୟ କଲିଂ; ଟିଭି ଭିଡିଓ କଲିଂ ଆଣ୍ଡ କନଫେରେନ୍ସିଂ; ଏଣ୍ଟରଟେନମେଣ୍ଟ୍ ଓଟିଟି ଆପ୍; ଗେମିଂ; ହୋମ୍ ନେଟୱାର୍କିଂ; ଡିଭାଇସ୍ ସିକ୍ୟୁରିଟି; ଭିଆର୍ ଏକ୍ସପେରିଏନ୍ସ ଏବଂ ପ୍ରିମିୟମ କଣ୍ଟେଣ୍ଟ ପ୍ଲାଟଫର୍ମ ଉପଲବ୍ଧ ହେବ। ମାସିକ ଶୁଳ୍କ ୬୯୯ ଟଙ୍କାରୁ ଏହି ସେବା ଉପଲବ୍ଧ ହେବ। ଉକ୍ତ ଶୁଳ୍କ ୮୪୯୯ ଟଙ୍କା ପର୍ଯ୍ୟନ୍ତ ରହିଛି। ଦେଶର ସବୁ ବର୍ଗର ଗ୍ରାହକଙ୍କୁ ଜିଓଫାଇବର ସେବା ଯୋଗାଇ ଦେବା ପାଇଁ ଅନ୍ତର୍ଜାତୀୟ ସ୍ତରର ଦର ତୁଳନାରେ ଏକ ଦଶମାଂଶ ମୂଲ୍ୟରେ ଜିଓ ଦର ନେବ ବୋଲି କହିଛି। ଗ୍ରାହକମାନେ ୩ମାସ, ୬ ମାସ ଏବଂ ୧୨ ମାସର ଦୀର୍ଘମିଆଦୀ ପ୍ଲାନ ନେଇପାରିବେ। ବ୍ୟାଙ୍କ ସହଯୋଗରେ ଗ୍ରାହକମାନେ ମାସିକ କିସ୍ତିରେ ବାର୍ଷିକ ଯୋଜନା ନେଇପାରିବେ। କମ୍ପାନି ପକ୍ଷରୁ ଜିଓଫାଇବର ୱେଲକମ୍ ଅଫର୍ ମଧ୍ୟ ଘୋଷଣା କରାଯାଇଛି। ପୂର୍ବବର୍ତ୍ତୀ ଖବର
0
README.md exists but content is empty. Use the Edit dataset card button to edit it.
Downloads last month
4
Edit dataset card